CHSE Odisha Class 12 Economics Chapter 13 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 13 କେନ୍‌ସଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ Long Answer Questions.

CHSE Odisha 12th Class Economics Chapter 13 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. କେନସ୍ ସରଳ ଆୟ ନିର୍ଦ୍ଧାରଣ ତତ୍ତ୍ବ ବ୍ୟାଖ୍ୟା କର ।
Answer:
କୌଣସି ଦେଶର ଆୟକୁ ସେହି ଅର୍ଥ ବ୍ୟବସ୍ଥାର ମାପକାଠି ରୂପେ ବିବେଚନା କରାଯାଏ । ଏହାକୁ ଭିଭିକରି ଆମେ ପୃଥ‌ିବୀରେ ଧନୀ ଓ ଗରିବ ଦେଶମାନେ ଦେଖିବାକୁ ପାଇଥାଉ । ଯେଉଁ ଦେଶର ଆୟ ଯେତେ ବେଶୀ, ସେହି ଦେଶ ସେତେ ପରିମାଣରେ ଧନୀ । ତେଣୁ ପ୍ରତ୍ୟେକ ରାଷ୍ଟ୍ର ଏହି ଜାତୀୟ ଆୟର ବୃଦ୍ଧି ଘଟାଇବାର ଲକ୍ଷ୍ୟ ପୋଷଣ କରିଥାନ୍ତି । ମାତ୍ର, ଏହି ଜାତୀୟ ଆୟ କୌଣସି ଦେଶରେ ଇଚ୍ଛାଗତ ପରିମାଣର ସୃଷ୍ଟି ହୋଇପାରି ନଥାଏ ।

ଯଦି ଚାହିଦା ପରିମାଣର ଆୟ ପ୍ରତ୍ୟେକ ଦେଶରେ ସୃଷ୍ଟି ହୋଇପାରୁଥାନ୍ତା, ତେବେ ପୃଥ‌ିବୀରେ ଆଉ ଗରିବ ରାଷ୍ଟ୍ର ହୋଇ କେହି ରୁହନ୍ତେ ନାହିଁ । ତେଣୁ, ଜାତୀୟ ଆୟ ଏକ ନିର୍ଦ୍ଦିଷ୍ଟ ଅର୍ଥବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ଉପାୟରେ ସୃଷ୍ଟି ହୋଇଥାଏ ଓ ସେହି ଉପାୟରେ ଯେଉଁ ଦେଶର ଆୟ ଅଧୂକ ତାକୁ ଧନୀ ଓ ଯେଉଁ ଦେଶର ଆୟ କମ୍ ତାକୁ ଗରିବ ବୋଲି ବିବେଚନା କରାଯାଏ ।

ଗୋଟିଏ ଦେଶରେ କେତେ ପରିମାଣର ଆୟ ସୃଷ୍ଟିହୁଏ, ଏହା ଯେଉଁପରି ନିର୍ଦ୍ଧାରଣ କରାଯାଏ, ତାକୁ ଆୟ ନିର୍ଦ୍ଧାରଣକାରୀ ତତ୍ତ୍ୱ କୁହାଯାଏ । ଏହି ତତ୍ତ୍ବ ଅଧୀନରେ, ପ୍ରତ୍ୟେକ ଅର୍ଥ ବ୍ୟବସ୍ଥାରେ, ଯେଉଁ ପରିମାଣର ନିୟୋଜନ ବା ଆୟ ସ୍ଥଳେ ସମୁଦାୟ ଚାହିଦା ଓ ସମୁଦାୟ ଯୋଗାଣ ସନ୍ତୁଳନ ରକ୍ଷା କରିଥାନ୍ତି ସେହି ବ୍ୟବସ୍ଥାର ଆୟ ସେତିକି ପରିମାଣର ବୋଲି ନିର୍ଦ୍ଧାରିତ ହୋଇଥାଏ ।

ତେଣୁ ଆୟ ନିର୍ଦ୍ଧାରଣକାରୀ ତତ୍ତ୍ବ କହିଲେ ଏହା ଅର୍ଥବ୍ୟବସ୍ଥାର ସମୁଦାୟ ଚାହିଦା ଓ ସମୁଦାୟ ଯୋଗାଣ ମଧ୍ଯରେ ସନ୍ତୁଳନ ଅବସ୍ଥାକୁ ବୁଝାଏ ବା ଯେଉଁସ୍ଥଳେ ଉଭୟ ସମାନ ସେହି ଅବସ୍ଥାକୁ ବୁଝାଏ । ଏହି ତତ୍ତ୍ବ ଅର୍ଥ ବ୍ୟବସ୍ଥାର ଆୟ ନିର୍ଦ୍ଧାରିତ କରେ କି ତାହା ରାଷ୍ଟ୍ରର ସନ୍ତୁଳନ ରକ୍ଷାକାରୀ ଆୟ ପରିମାଣ ସହ ସମାନ ।

ତେଣୁ ଯେଉଁ ଦେଶ ଉଭୟଙ୍କ ମଧ୍ୟରେ ସନ୍ତୁଳନକୁ ଯେତେ ଅଧ‌ିକ ପରିମାଣରେ ଆୟ ସହିତ ଘଟାଇପାରେ, ସେହି ଦେଶର ଆୟ ସେତେ ଅଧୂକ । ଏହି କାରଣରୁ ମଧ୍ୟ ଦେଶମାନଙ୍କର ଆୟ କମ୍ ହୋଇଥାଏ । ଏହାକୁ କୌଣସି ଅର୍ଥ ବ୍ୟବସ୍ଥାରେ ଆୟ ନିର୍ଦ୍ଧାରଣକାରୀ ତତ୍ତ୍ବ ରୂପେ ବିବେଚନା କରାଯାଏ । ନିମ୍ନରେ ଏହି ତତ୍ତ୍ଵକୁ ଆମେ ବିଶଦଭାବେ ଆଲୋଚନା କରିବା ।

CHSE Odisha Class 12 Economics Chapter 13 Long Answer Questions in Odia Medium

ଆୟ ନିର୍ଦ୍ଧାରଣକାରୀ ତତ୍ତ୍ବ :
ଜାତୀୟ ଆୟକୁ କୌଣସି ଦେଶର ସମୁଦାୟ ଚାହିଦା ଓ ସମୁଦାୟ ଯୋଗାଣ ମଧ୍ଯରେ ସନ୍ତୁଳନ ଅବସ୍ଥା ବା ସମାନତାରୁ ନିର୍ଦ୍ଧାରଣ କରାଯାଏ । ସମୁଦାୟ ଚାହିଦା କହିଲେ ଏହା କୌଣସି ଅର୍ଥ ବ୍ୟବସ୍ଥାର ବାର୍ଷିକ ଦ୍ରବ୍ୟ ପ୍ରତି ବ୍ୟୟ ପରିମାଣକୁ ବୁଝାଏ । ଏହାର ସାଧାରଣତଃ ଚାରିଗୋଟି ଉପାଦାନ ବା ଉତ୍ସ ରହିଅଛି । ସେଗୁଡ଼ିକ ହେଲା- ପରିବାର ଉପଭୋଗ୍ୟ ଚାହିଦା, ଘରୋଇ ବିନିଯୋଗ ଚାହିଦା, ସରକାରଙ୍କ ଦ୍ରବ୍ୟ ପ୍ରତି ଚାହିଦା ଓ ନିଟ୍ ରପ୍ତାନି ।

ଆୟ ଓ ନିୟୋଜନ ନିର୍ଦ୍ଧାରଣ ସ୍ଥଳେ ସାଧାରଣତଃ ସରକାରଙ୍କ ଦ୍ରବ୍ୟ ପ୍ରତି ଚାହିଦା ଓ ନିଟ୍ ରପ୍ତାନିକୁ ବିଶ୍ଳେଷଣାତ୍ମକ ସୁବିଧା ଦୃଷ୍ଟିରୁ ବିଚାରକୁ ନିଆଯାଏ ନାହିଁ । ତେଣୁ ସମୁଦାୟ ଚାହିଦା କହିଲେ ଏହା ପରିବାର ଉପଭୋଗ ଚାହିଦା ଓ ଘରୋଇ ବିନିଯୋଗକୁ ବୁଝାଏ । ସାଙ୍କେତିକ ଭାବରେ ତାହା ହେଲା – C + 1 ।

ସମୁଦାୟ ଯୋଗାଣ କହିଲେ ଏହା ବାର୍ଷିକ ଦ୍ରବ୍ୟଗୁଡ଼ିକର ଯୋଗାଣ ପରିମାଣକୁ ବୁଝାଏ ବା ଉତ୍ପାଦକମାନଙ୍କ ଆୟକୁ ବୁଝାଏ । କାରଣ ନିଟ୍ ଜାତୀୟ ଉତ୍ପାଦନ ଲାଗି ଉତ୍ପାଦନକାରୀ ଯାହା ବ୍ୟୟ କରେ ତାହା ଉତ୍ପାଦକମାନଙ୍କ ଆୟ ବୋଲି ବିବେଚନା କରାଯାଏ ।

ଏହି ତତ୍ତ୍ବ ଅଧ୍ଵନରେ ଉଭୟ ସମୁଦାୟ ଚାହିଦା ଓ ସମୁଦାୟ ଯୋଗାଣ ଆୟ ନିର୍ଦ୍ଧାରଣ କରିଥାନ୍ତି । ଏମାନଙ୍କ ସନ୍ତୁଳନ ଅବସ୍ଥାରେ ହିଁ ଯେଉଁ ପରିମାଣ ଆୟ ବା ନିୟୋଜନ ସୃଷ୍ଟି ହୁଏ, ସେହି ପରିମାଣର ଆୟକୁ ଦେଶର ଆୟ ରୂପେ ନିର୍ଦ୍ଧାରିତ କରାଯାଇଥାଏ । ଏହି ସନ୍ତୁଳନ ଅବସ୍ଥାରେ ମଧ୍ୟ ସଞ୍ଚୟ ଓ ବିନିଯୋଗ ପରସ୍ପର ସମାନ ହୋଇଥାନ୍ତି ।

ଯେତେବେଳେ ସମୁଦାୟ ଯୋଗାଣ, ଚାହିଦାଠାରୁ ଅଧ‌ିକ ସେତେବେଳେ ସଞ୍ଚୟ, ବିନିଯୋଗ ଠାରୁ ଅଧିକ ହୁଏ । ତେଣୁ ଆୟ ଓ ନିୟୋଜନ ହ୍ରାସ ପାଇଥାଏ । ଅନ୍ୟ ଅର୍ଥରେ ଯେତେବେଳେ ସମୁଦାୟ ଚାହିଦା ସମୁଦାୟ ଯୋଗାଣଠାରୁ ଅଧିକ, ସେତେବେଳେ ବିନିଯୋଗ ସଞ୍ଚୟଠାରୁ ଅଧ‌ିକ ହୋଇ ଆୟ ଓ ନିୟୋଜନ ବୃଦ୍ଧି ପାଇଥାଏ ।

ସମୁଦାୟ ଚାହିଦା ଓ ସମୁଦାୟ ଯୋଗାଣର ସନ୍ତୁଳନ ଅବସ୍ଥାକୁ ନିମ୍ନରେ ଏକ ସାରଣୀ ସହାୟତାରେ ଉପସ୍ଥାପନା କରାଗଲା ।

ସାରଣୀକ ଉପସ୍ଥାପନା :

CHSE Odisha Class 12 Economics Chapter 13 Long Answer Questions in Odia Medium 1

ଉକ୍ତ ସାରଣୀରେ ଉପସ୍ଥାପନା କରାଯାଇଅଛି କି ପ୍ରଥମେ ସମୁଦାୟ ଯୋଗାଣ ଆୟଠାରୁ ଅଧିକ ଏବଂ ସଞ୍ଚୟ ବିନିଯୋଗଠାରୁ ମଧ୍ୟ ଅଧିକ । ତେଣୁ ଏହା ନିୟୋଜନରେ ହ୍ରାସ ଘଟାଉଛି; ମାତ୍ର ଯେତେବେଳେ ସମୁଦାୟ ଚାହିଦା ଓ ଯୋଗାଣ ପ୍ରତ୍ୟେକ 500 ସେତେବେଳେ ବିନିମୟ ଓ ସଞ୍ଚୟ ମଧ୍ଯ ପ୍ରତ୍ୟେକ 40 । ଏହା ଏକ ସନ୍ତୁଳନ ଅବସ୍ଥା ପ୍ରଦର୍ଶନ କରୁଅଛି ଏବଂ ନିୟୋଜନ 50 ବୋଲି ନିର୍ଦ୍ଧାରିତ ହୋଇଅଛି । ଏହି ଅବସ୍ଥାରେ ନିୟୋଜନ ବୃଦ୍ଧି ବା ହ୍ରାସ ସମ୍ଭାବନା ନାହିଁ । ଏହା ଏକ ସ୍ଥିର ଅବସ୍ଥା । ମାତ୍ର ଯେତେବେଳେ ସମୁଦାୟ ଚାହିଦା ଯୋଗାଣ ଠାରୁ ଅଧିକ ତାହା ନିୟୋଜନରେ ବୃଦ୍ଧି ଘଟାଇ ପୁନଃ ସନ୍ତୁଳନ ଅବସ୍ଥା ଆଡ଼କୁ ଗତି କରାଇଥାଏ ।

CHSE Odisha Class 12 Economics Chapter 13 Long Answer Questions in Odia Medium 2

ଉକ୍ତ ସାରଣୀକ ଉପସ୍ଥାପନାକୁ ମଧ୍ଯ ରେଖାଚିତ୍ର ସହାୟତାରେ ଉପସ୍ଥାପନ କରିବା ସମ୍ଭବ । ତାହା ନିମ୍ନରେ ପ୍ରଦତ୍ତ କରାଗଲା ।

ରେଖାଚିତ୍ର ଉପସ୍ଥାପନା :
ଉକ୍ତ ରେଖାଚିତ୍ରରେ ସମୁଦାୟ ଯୋଗାଣ ଓ ଚାହିଦା E ବିନ୍ଦୁରେ ସନ୍ତୁଳନ ରକ୍ଷା କରନ୍ତି । ଏହା ନିୟୋଜନ ଓ ଆୟ ନିର୍ଦ୍ଧାରଣ କରେ । ଏହି ରେଖାଚିତ୍ରର ଅନୁକରଣରେ ନିମ୍ନରେ ସଞ୍ଚୟ ଓ ବିନିଯୋଗ ମଧ୍ୟରେ ମଧ୍ୟ ସନ୍ତୁଳନ ପ୍ରଦର୍ଶନ କରାଯାଇଛି ।
ଯେତେବେଳେ AD = AS, ସେତେବେଳେ S = 1 = 40

ଯେପରି ଚାହିଦା ଓ ଯୋଗାଣ ପରସ୍ପର ସର୍ବଦା ସମାନ ନୁହଁନ୍ତି, ସେପରି ସଞ୍ଚୟ ଓ ବିନିଯୋଗ ମଧ୍ୟ ସର୍ବଦା ସମାନ ହୋଇନଥାନ୍ତି । ଏହି ତତ୍ତ୍ବ ସହାୟତାରେ କୌଣସି ଅର୍ଥବ୍ୟବସ୍ଥାରେ ଆୟ ନିର୍ଦ୍ଧାରଣ ହୋଇଥାଏ ।

2. ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ଅଭିଧାରଣାଦ୍ଵୟକୁ ବ୍ୟାଖ୍ୟା କର ।
Answer:
ଆଧୁନିକ ଅର୍ଥଶାସ୍ତ୍ରର ପ୍ରମୁଖ ଅର୍ଥନୀତିଜ୍ଞ ଜନ୍ ମୋନାର୍ଡ଼ କେନ୍ସ ତାଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘ନିଯୁକ୍ତି, ସୁଧ, ମୁଦ୍ରା ସମ୍ବକ୍ଷୀୟ ଏକ ସାଧାରଣ ତତ୍ତ୍ଵ’ (The General Theory of Employment, Interest and Money) ରେ ଆୟ ନିର୍ଦ୍ଧାରଣର ସରଳ ତତ୍ତ୍ଵ ଅତି ପ୍ରାଞ୍ଜଳ ଭାବରେ ପରିସ୍ଫୁଟନ କରିଥିଲେ । ଆଧୁନିକ ସମଷ୍ଟିଗତ ଅର୍ଥନୀତିରେ ଏହି ବହୁଳ ଆଲୋଚିତ ତତ୍ତ୍ଵ ଏକ ମାଇଲଖୁଣ୍ଟ ସଦୃଶ ।

କେସଙ୍କ ମତରେ, ଆୟ ଏବଂ ନିୟୋଜନ ସ୍ତର କୌଣସି ଅର୍ଥନୀତିରେ ଫଳପ୍ରଦ ଚାହିଦା (Effective Demand) ର ଆକାର ଉପରେ ନିର୍ଭର କରେ । ଫଳପ୍ରଦ ଚାହିଦା ଯେତେ ଅଧ୍ଵ ହୁଏ, ଆୟ ଓ ନିୟୋଜନ ସ୍ତର ସେତେ ଅଧିକ ହୋଇଥାଏ ଏବଂ ଫଳପ୍ରଦ ଚାହିଦାର ସ୍ତର ବା ଆକାର ସ୍ବଚ୍ଛ ହେଲେ ନିୟୋଜନ ଓ ଆୟର ସ୍ତର ମଧ୍ୟ କମ୍ ହୋଇଥାଏ । ନିୟୋଜନ ଓ ଆୟ ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥ‌ିବା ଫଳପ୍ରଦ ଚାହିଦା ସାମୂହିକ ଚାହିଦା ଫଳନ ଓ ସାମୁହିକ ଯୋଗାଣ ଫଳନ ଆଦି ଦୁଇଟି ଅଭିଧାରଣର ମିଳିତ ପ୍ରକ୍ରିୟା ଦ୍ବାରାହିଁ ନିର୍ଦ୍ଧାରିତ ହୋଇଥାଏ । ତେଣୁ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ସମଷ୍ଟିଗତ ଅର୍ଥନୀତିରେ ଏକ ବିଶେଷ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

ସାମୂହିକ ଚାହିଦା (Aggregate Demand) – ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଅର୍ଥବ୍ୟବସ୍ଥାରେ ଅନ୍ତିମ ଦ୍ରବ୍ୟ ଉଦ୍ଦେଶ୍ୟରେ କରାଯାଉଥ‌ିବା ସାମଗ୍ରିକ ବ୍ୟୟକୁ ସାମୂହିକ ଚାହିଦା କୁହାଯାଏ । ଅନ୍ୟ ଅର୍ଥରେ, କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ନିୟୋଜନ ସ୍ତରରେ ଉତ୍ପାଦନକର୍ତ୍ତାଙ୍କଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଓ ସେବା ନିମନ୍ତେ ଅନ୍ୟମାନଙ୍କର ସର୍ବାଧିକ ବ୍ୟୟକୁ ସାମୂହିକ ଚାହିଦା କୁହାଯାଏ । ପୁନଶ୍ଚ ସାମୂହିକ ଚାହିଦାର ଦୁଇଟି ଉପାଂଶ ରହିଛି; ଯଥା – ଉପଭୋଗ ପାଇଁ ଚାହିଦା ଓ ବିନିଯୋଗ ପାଇଁ ଚାହିଦା ।

ସାମୂହିକ ଚାହିଦା (AD) = ଉପଭୋଗ ପାଇଁ ଚାହିଦା (C) + ବିନିଯୋଗ ପାଇଁ ଚାହିଦା (I)
⇒ AD = C + I
ପଭୋଗପାଇଁ ଚାହିଦା (C) କୁ ଘରୋଇ ଉପଭୋଗ (Private Consumption) ଓ ରାଷ୍ଟ୍ରୀୟ ଉପଭୋଗ (Govt. Consumption) ଆଦି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ସେହିପରି ବିନିଯୋଗ ପାଇଁ ଚାହିଦା (I) କୁ ଘରୋଇ କ୍ଷେତ୍ରରେ ବିନିଯୋଗ (Private Investment) ଓ ସରକାରୀ ବିନିଯୋଗ (Govt. Investment) ଆଦି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ମୋଟ ଚାହିଦାର ନିମ୍ନଲିଖ୍ ଉପାଦାନଗୁଡ଼ିକର ଅସ୍ତିତ୍ବ ଅନୁଭବ କରାଯାଇଥାଏ ।

CHSE Odisha Class 12 Economics Chapter 13 Long Answer Questions in Odia Medium

(1) ପାରିବାରିକ ଉପଭୋଗ ଚାହିଦା (Household Consumption Demand)
(2) ବେସରକାରୀ ବିନିଯୋଗ ଚାହିଦା (Private Investment Demand)
(3) ସରକାରୀ ଉପଭୋଗ ଚାହିଦା (Govt. Demand for Goods & Services)
(4) ନିଟ୍ ରପ୍ତାନି ଚାହିଦା (Net Export Demand).

ଏହି ଦୃଷ୍ଟିକୋଣରୁ ଜଣାଯାଏ ଯେ ଉପଭୋଗ ଚାହିଦା ପରିବାର ମଧ୍ୟରୁ ସୃଷ୍ଟି ହୋଇଥାଏ ଏବଂ ବିନିଯୋଗ ଚାହିଦା ପ୍ରତିଷ୍ଠାନରୁ ସୃଷ୍ଟି ହୋଇଥାଏ । ତେଣୁ ଏହି ଉପାଦାନମାନଙ୍କର ବିଶଦ ଆଲୋଚନା ଆବଶ୍ୟକ ହୋଇଥାଏ ।

(1) ପାରିବାରିକ ଉପଭୋଗ ଚାହିଦା (Household Consumption Demand) – ପରିବାରର ଆବଶ୍ୟକତାକୁ ଭିଭିକରି ସମସ୍ତ ଦ୍ରବ୍ୟ ଓ ସେବା ପାଇଁ ଗୃହୀତ ସମସ୍ତ ବ୍ୟୟକୁ ପାରିବାରିକ ଉପଭୋଗ ଚାହିଦା କୁହାଯାଏ । ଏହି ସାମଗ୍ରିକ ବ୍ୟୟ ପାରିବାରିକ ବ୍ୟବହାରଯୋଗ୍ୟ ଆୟ (Disposable Income) ଉପରେ ନିର୍ଭରଶୀଳ । ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦ୍ ଦେଲେ ଯେଉଁ ଅବଶିଷ୍ଟ ଆୟ ରହେ ତାହାକୁ ‘ଖର୍ଜଯୋଗ୍ୟ ଆୟ’ କୁହାଯାଏ ।

ଏହି ବ୍ୟବହାରଯୋଗ୍ୟ ବା ଖର୍ଜଯୋଗ୍ୟ ଆୟ ଓ ଉପଭୋଗ ମଧ୍ୟରେ ଥିବା ସମ୍ପର୍କକୁ ‘ଉପଭୋଗ କୃତ୍ୟ’ ବା ‘ଉପଭୋଗ ଫଳନ’ର ଆଖ୍ୟା ଦିଆଯାଇଥାଏ । ଏହି ଉପଭୋଗ କୃତ୍ୟରୁ ଜଣାଯାଏ ଯେ, ଆୟ ବୃଦ୍ଧି ସହ ଉପଭୋଗ ବୃଦ୍ଧି ହୁଏ ସତ, ମାତ୍ର ଅସମାନୁପାତିକ ହାରରେ ବୃଦ୍ଧି ହୁଏ । ଅନ୍ୟ ଅର୍ଥରେ ଆୟର ବୃଦ୍ଧି ଯୋଗୁଁ ଉପଭୋଗ ବୃଦ୍ଧି ହୋଇଥାଏ; କିନ୍ତୁ ବର୍ଦ୍ଧିତ ଉପଭୋଗ ବ୍ୟୟ ବର୍ଷିତ ଆୟଠାରୁ କମ୍ ହୋଇଥାଏ । ତେଣୁ ସାଂକେତିକ ଭାଷାରେ
C = f(Y)
Y → ଆୟ
f → ଫଳନ
C → ଉପଭୋଗ

ଏହି ଫଳନରୁ ଜଣାଯାଏ ଯେ, ଉପଭୋଗର ମାତ୍ରା ଆୟର ସ୍ତର ଉପରେ ନିର୍ଭର କରେ ଓ ଆୟ ବୃଦ୍ଧି ହେଲେ ଉପଭୋଗର ପରିମାଣ ମଧ୍ୟ ବୃଦ୍ଧି ହୁଏ । ଏହି ଫଳନରୁ ଆୟ ପରିବର୍ତ୍ତନଜନିତ ଉପଭୋଗ ପରିବର୍ତ୍ତନର ସୂଚନା ମିଳେ ।

(2) ବେସରକାରୀ ବିନିଯୋଗ ଚାହିଦା (Private Investment Demand) – ସଞ୍ଚୟର ଯେଉଁ ଅଂଶ ପୁଞ୍ଜି ଦ୍ରବ୍ୟ ଉତ୍ପାଦନରେ ଉପଯୋଗ ହୁଏ ତାହାକୁ ବିନିଯୋଗ କୁହାଯାଏ । ତେଣୁ ସଞ୍ଚୟର ସମ୍ପୂର୍ଣ୍ଣ ପରିମାଣ ବିନିଯୋଗ କ୍ଷେତ୍ରକୁ ପ୍ରବାହିତ ହୋଇନଥାଏ । ଏହି ବିନିଯୋଗ ସରକାରୀ ଓ ବେସରକାରୀ ସ୍ତରରେ ହିଁ ଘଟିଥାଏ । ସଞ୍ଚୟରୁ ପ୍ରବାହିତ ଅର୍ଥ ସାଧାରଣତଃ ବିନିଯୋଗରୁ ମିଳୁଥିବା ଲାଭ ଓ ସଞ୍ଚୟରୁ ମିଳୁଥିବା ସୁଧ ଉପରେ ନିର୍ଭର କରିଥାଏ ।

ଯଦି ସଞ୍ଚୟକାରୀ ନିଜ ସଞ୍ଚ ଅର୍ଥରୁ ଅଧ୍ଵକ ସୁଧ ଅର୍ଜନର ପ୍ରତ୍ୟାଶା କରନ୍ତି, ତେବେ ବିନିଯୋଗର ପରିମାଣ ହ୍ରାସ ପାଏ । ତେଣୁ ବିନିଯୋଗ ଓ ସୁଧ ମଧ୍ଯରେ ବିପରୀତମୁଖୀ ସମ୍ପର୍କ ପରିଲକ୍ଷିତ ହୋଇଥାଏ । ଅନ୍ୟପକ୍ଷରେ ଯଦି ଲାଭର ପ୍ରତ୍ୟାଶ। ସୁଧହାରଠାରୁ ଅଧିକ ହୁଏ ତେବେ ବିନିଯୋଗର ପରିମାଣ ବୃଦ୍ଧି ପାଏ ।

(3) ସରକାରୀ ଉପଭୋଗ ଚାହିଦା (Govt. Demand for Goods & Services) – ପରିବାର ଓ ପ୍ରତିଷ୍ଠାନ ଭଳି ସରକାର ତୃତୀୟ କ୍ଷେତ୍ର । ପରିବାର ଓ ପ୍ରତିଷ୍ଠାନରେ ସୃଷ୍ଟି ହୋଇଥବା ଚାହିଦା ସଦୃଶ ସରକାର ଏହାର ଅନୁଷ୍ଠାନମାନଙ୍କ ମାଧ୍ୟମରେ ଚାହିଦା ପ୍ରତିଫଳିତ କରିଥା’ନ୍ତି । ସରକାର ସାଧାରଣ ବ୍ୟକ୍ତିଙ୍କଠାରୁ ରାଜସ୍ବ ଆଦାୟ କରି ଏହାକୁ ସାମୂହିକ ଅଭାବର ପରିତୃପ୍ତି ନିମନ୍ତେ ବ୍ୟୟ କରିଥା’ନ୍ତି । ଉଦାହରଣସ୍ୱରୂପ, ପ୍ରତିରକ୍ଷା ବାବଦରେ ବ୍ୟୟ, ପ୍ରଶାସନ ନିମନ୍ତେ ବ୍ୟୟ, ନ୍ୟାୟିକ ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ବ୍ୟୟ ଆଦି ସରକାରୀ ବ୍ୟୟର ପରିପ୍ରକାଶ । ଏହା ଅନ୍ୟ ଅର୍ଥରେ ସରକାରୀ ଚାହିଦାର ପ୍ରତିଫଳନ କରାଇଥାଏ ।

(4) ନିଟ୍ ରପ୍ତାନି ଚାହିଦା (Net Export Demand) – ମୁକ୍ତ ଅର୍ଥନୀତିରେ ବୈଦେଶିକ ବାଣିଜ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପ୍ରତିଟି ଦେଶ ନିଜର ଉଦ୍‌ବୃତ୍ତ ଦ୍ରବ୍ୟକୁ ରପ୍ତାନି କରି ଆବଶ୍ୟକୀୟ ଦ୍ରବ୍ୟକୁ ଆମଦାନି କରିଥାଏ । ରପ୍ତାନି ଓ ଆମଦାନି ମଧ୍ୟରେ ଥ‌ିବା ପାର୍ଥକ୍ୟ ନିଟ୍ ରପ୍ତାନିକୁ ସୂଚିତ କରିଥାଏ ।

ତେଣୁ ସାମଗ୍ରିକ/ସାମୂହିକ ଚାହିଦା କହିଲେ ଉପରୋକ୍ତ ସମସ୍ତ ଉପାଦାନର ସମାହାରକୁ ହିଁ ବୁଝାଇଥାଏ;
ଯଥା – ସାମୂହିକ ଚାହିଦା (AD) = ଉପଭୋଗ ଚାହିଦା (C) + ବିନିଯୋଗ ଚାହିଦା (I) + ରପ୍ତାନୀ (X) – ଆମଦାନୀ (M)
⇒ AD = C + I + (X − M) = Y (ଜାତାୟ ଆୟ)
ସାମୂହିକ ଚାହିଦାକୁ ରେଖାଚିତ୍ର ମାଧ୍ୟମରେ ପ୍ରକାଶ କରାଯାଇପାରେ ।

ପାର୍ଶ୍ୱସ୍ଥ ଚିତ୍ରରେ ଜାତୀୟ ଆୟ OX ଅକ୍ଷରେ ପରିମାପ କରାଯାଇଛି ଏବଂ OY ଅକ୍ଷରେ ସାମୂହିକ ଚାହିଦା ପରିମାପ କରାଯାଇଛି ।

AD ରେଖା ସାମୂହିକ ଚାହିଦା ଦର୍ଶାଇଛି ଓ OM ରେଖା 45° ବକ୍ରରେ ଅଙ୍କିତ ହୋଇଛି ଯାହା ସାମୂହିକ ଚାହିଦା ଓ ଆୟ ମଧ୍ୟରେ ସମାନତାର ପରିପ୍ରକାଶ କରିଛି । ମାତ୍ର AD ରେଖା C ବିନ୍ଦୁରୁ ଉତ୍ପତ୍ତି ହୋଇଛି । ଏଥୁରୁ ପ୍ରତୀୟମାନ ହୁଏ ଯେ, ଆୟର ସ୍ତର ‘ଶୂନ୍ୟ’ ଥିଲେହେଁ ଉପଭୋଗର ପରିମାଣ ‘OC’ ହୋଇଥାଏ ଯାହାକୁ ସର୍ବନିମ୍ନ ଚାହିଦା କୁହାଯାଏ । ଆୟର ସ୍ତର ବୃଦ୍ଧି ସହ ସାମୂହିକ ଚାହିଦାର ବୃଦ୍ଧି ପରିଲକ୍ଷିତ ହୋଇଥାଏ ମାତ୍ର ଆୟର ବୃଦ୍ଧି, ଉପଭୋଗର ବୃଦ୍ଧିଠାରୁ ବୃହତ୍ତର ।

CHSE Odisha Class 12 Economics Chapter 13 Long Answer Questions in Odia Medium 3

ଦ୍ଵିତୀୟରେ ଜାତୀୟ ଆୟର ସ୍ତର ON ଥିବାବେଳେ ଅର୍ଥବ୍ୟବସ୍ଥାର ସାମୂହିକ ଚାହିଦା, ଜାତୀୟ ଆୟ ସହ ସମାନ ହୋଇଛି । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସାମୂହିକ ଚାହିଦା ଜାତୀୟ ଆୟଠାରୁ କମ୍ ହେଉଥ‌ିବା ପ୍ରତିପାଦିତ ହୋଇଛି ।

ସାମୂହିକ ଯୋଗାଣ : ଏକ ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥ ବ୍ୟବସ୍ଥାରେ ଉତ୍ପାଦିତ ହୋଇଥ‌ିବା ଦ୍ରବ୍ୟ ଓ ସେବାର ସମଷ୍ଟିକୁ ସାମୂହିକ ଯୋଗାଣ କୁହାଯାଏ । ଏହିସବୁ ଉତ୍ପାଦିତ ଦ୍ରବ୍ୟ ଓ ସେବା ବ୍ୟକ୍ତିବିଶେଷ, ପ୍ରତିଷ୍ଠାନ ଓ ସରକାରଙ୍କଦ୍ବାରା ଉତ୍ପାଦନ କରାଯାଇଥାଏ । ଏହି ଦୃଷ୍ଟିକୋଣରୁ ବିଚାର କରାଗଲେ ସାମୂହିକ ଯୋଗାଣ ଭୂମି, ଶ୍ରମ, ପୁଞ୍ଜି ଓ ଉଦ୍ୟୋଗ ଭଳି ଉତ୍ପାଦନ ସାଧନମାନଙ୍କର ଆୟର ସମାହାର ବୋଲି ଧରାଯାଏ । ଅନ୍ୟ ଅର୍ଥରେ ସାମୂହିକ ଯୋଗାଣ ଦେଶର ନିଟ୍ ଜାତୀୟ ଉତ୍ପାଦକୁ ସୂଚିତ କରିଥାଏ ।

ଅର୍ଥାତ୍ ଅଧୀଶେଷ, ମଜୁରି, ସୁଧ ଓ ଲାଭର ସମଷ୍ଟିକୁ ହିଁ ସାମୂହିକ ଯୋଗାଣର ପ୍ରତୀକରୂପେ ଗ୍ରହଣ କରାଯାଏ । ଏହି ଉତ୍ପାଦିତ ଦ୍ରବ୍ୟର ଉତ୍ପାଦନ ଉଦ୍ଦେଶ୍ୟରେ କରାଯାଇଥିବା ବ୍ୟୟ, ଦ୍ରବ୍ୟ ଓ ସେବାର ବିକ୍ରୟଲବ୍‌ଧ ଆୟରୁ ହିଁ ମିଳିଥାଏ । ଏହି ଆୟ ଉପଭୋଗ ଉଦ୍ଦେଶ୍ୟରେ ଖର୍ବ ହୁଏ ଅଥବା ସଞ୍ଚୟ ହୋଇଥାଏ । ତେଣୁ ସାମୂହିକ ଯୋଗାଣ କ୍ଷେତ୍ରରେ ଉପଭୋଗ (C) ଓ ସଞ୍ଜୟ (S) କୁ ଦୁଇଟି ଉପାଦାନଭାବରେ ଗ୍ରହଣ କରାଯାଇଥାଏ ।

ଏହି ବିକ୍ରୟଲବ୍‌ଧ ଆୟ (Y), ଉତ୍ପାଦନ ପରିବ୍ୟୟଠାରୁ କମ୍ ହେଲେ ଉତ୍ପାଦନକାରୀ ଉତ୍ପାଦନ କରିବାକୁ ସକ୍ଷମ ହୋଇନଥା’ନ୍ତି । ତେଣୁ ନିଟ୍ ଜାତୀୟ ଉତ୍ପାଦର ହ୍ରାସ ଘଟେ । ନିଟ୍ ଜାତୀୟ ଉତ୍ପାଦର ବୃଦ୍ଧି ସଙ୍ଗେ ସଙ୍ଗେ ଉତ୍ପାଦନ ପରିବ୍ୟୟର ପରିମାଣ ବୃଦ୍ଧି ପାଉଥିବାରୁ ଜାତୀୟ ଉତ୍ପାଦର ‘ଉତ୍ପାଦନ ପରିବ୍ୟୟ’ ରେଖାକୁ ସାମୂହିକ ଯୋଗାଣ ରେଖାର ମାନ୍ୟତା ଦିଆଯାଇଥାଏ ।
ସାମୂହିକ ଯୋଗାଣ (AS) = ଉପଭୋଗ (C) + ସଞ୍ଚୟ (S)
⇒ AS = C + S

CHSE Odisha Class 12 Economics Chapter 13 Long Answer Questions in Odia Medium 4

ପାର୍ଶ୍ୱସ୍ଥ ଚିତ୍ରରେ ଜାତୀୟ ଆୟ ବା ନିୟୋଜନ ସ୍ତରକୁ OX ଅକ୍ଷରେ ପରିମାପ କରାଯାଇଛି ଓ ସାମୂହିକ ଯୋଗାଣକୁ OY ଅକ୍ଷରେ ପରିମାପ କରାଯାଇଛି ।

OL ବକ୍ର ସାମୂହିକ ଯୋଗାଣ ବକ୍ରର ପ୍ରତିନିଧ୍ଵ କରୁଅଛି । ଏହି ବକ୍ରର ଆକୃତିରୁ ପ୍ରତୀୟମାନ ହୁଏ, ଯେ ଜାତୀୟ ଆୟ ବା ନିୟୋଜନର ସ୍ତର ବୃଦ୍ଧି ସଙ୍ଗେ ସଙ୍ଗେ ସାମୂହିକ ଯୋଗାଣ ସମାନୁପାତିକ ହାରରେ ବୃଦ୍ଧି ପାଇଅଛି ।

ଉପରୋକ୍ତ ବିଶ୍ଳେଷଣରୁ ପ୍ରତୀୟମାନ ହୁଏ ଯେ, ଆୟ ନିର୍ଦ୍ଧାରଣ କ୍ଷେତ୍ରରେ ଫଳପ୍ରଦ ଚାହିଦାର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
ତେଣୁ ଏ କ୍ଷେତ୍ରରେ ଫଳପ୍ରଦ ଚାହିଦାର ଉପାଂଶଭାବେ ବିବେଚିତ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣର ଭୂମିକା ଗୁରୁତ୍ଵପୂର୍ଣ ।

CHSE Odisha Class 12 Economics Chapter 13 Long Answer Questions in Odia Medium

3. ଅର୍ଥବ୍ୟବସ୍ଥାରେ ନିଯୁକ୍ତି ଓ ଆୟ ସ୍ତରରେ ସନ୍ତୁଳନ ଅବସ୍ଥା କିପରି ସ୍ଥିରୀକୃତ ହୁଏ – ବର୍ଣନା କର ।
Answer:
ଅର୍ଥବ୍ୟବସ୍ଥାରେ ନିଯୁକ୍ତି ଓ ଆୟ ସ୍ତରରେ ସନ୍ତୁଳନ ଅବସ୍ଥା ନିର୍ଦ୍ଧାରଣ ସମ୍ପର୍କରେ ଜନ୍ ମୋନାର୍ଡ କେନ୍ସ ତାଙ୍କର ବହୁ ପ୍ରଶଂସିତ ପୁସ୍ତକ ‘ନିଯୁକ୍ତି, ସୁଧ ଓ ମୁଦ୍ରା ସମ୍ବନ୍ଧୀୟ ଏକ ସାଧାରଣ ତତ୍ତ୍ଵ’ (The General Theory of Employment, Interest & Money) ରେ ସନ୍ତୁଳିତ ନିଯୁକ୍ତି ଓ ଆୟର ନିର୍ଦ୍ଧାରଣ ନୀତି ଉପସ୍ଥାପନ କରିଛନ୍ତି । କେନ୍‌ସଙ୍କ ମତରେ, କୌଣସି ଅର୍ଥନୀତିରେ ଆୟ ଓ ନିଯୁକ୍ତିର ସ୍ତର ‘ଫଳପ୍ରଦ ଚାହିଦା’ (Effective Demand) ଉପରେ ପର୍ଯ୍ୟବସିତ । ଏହି ଫଳପ୍ରଦ ଚାହିଦା ଦୁଇଟି ଉପାଦାନକୁ ନେଇ ଗଠିତ ।

ସେଗୁଡ଼ିକ ହେଲା ସାମୂହିକ ଚାହିଦା (Aggregate Demand) ଓ ସାମୂହିକ ଯୋଗାଣ (Aggregate Supply) । ଏହି ଫଳପ୍ରଦ ଚାହିଦାର ବୃଦ୍ଧି ଓ ହ୍ରାସ, ନିଯୁକ୍ତି ଓ ଆୟ ସ୍ତରରେ ଯଥାକ୍ରମେ ବୃଦ୍ଧି ଓ ହ୍ରାସ ଘଟାଇଥାଏ । ତେଣୁ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ, ଆୟ ଓ ନିଯୁକ୍ତି ସ୍ତରର ଯଥାର୍ଥରେ ନିର୍ଦ୍ଧାରକ ବୋଲି କୁହାଯାଇପାରେ । ଯେଉଁ ଅବସ୍ଥାରେ ବା ସ୍ତରରେ ସାମୂହିକ ଯୋଗାଣ ଓ ସାମୁହିକ ଚାହିଦା ପରସ୍ପର ସମାନ ହୁଅନ୍ତି, ସେହି ଅବସ୍ଥାରେ ବା ସ୍ତରରେ ସନ୍ତୁଳିତ ଆୟ ବା ନିଯୁକ୍ତି ନିର୍ଦ୍ଧାରିତ ହୋଇଥାଏ । ତେଣୁ ସାମୁହିକ ଚାହିଦା ଓ ଯୋଗାଣର ବିଶ୍ଳେଷଣ ଅତ୍ୟନ୍ତ ଅପରିହାର୍ଯ୍ୟ ।

ସାମୂହିକ ଚାହିଦା (Aggregate Demand) (AD) – ଏକ ନିର୍ଦ୍ଦିଷ୍ଟ ବର୍ଷରେ କୌଣସି ଅର୍ଥବ୍ୟବସ୍ଥାରେ ଅନ୍ତମ ଦ୍ରବ୍ୟ ଓ ସେବା ଉଦ୍ଦେଶ୍ୟରେ ବ୍ୟୟିତ ହୋଇଥିବା ମୋଟ ଖର୍ଚ୍ଚକୁ ସାମୂହିକ ଚାହିଦାର ଆଖ୍ୟା ଦିଆଯାଇଥାଏ । ଏହି ବ୍ୟୟ ପାରିବାରିକ ଉପଭୋଗ ଚାହିଦା, ଘରୋଇ ନିବେଶ, ସରକାରଙ୍କ ଦ୍ରବ୍ୟ ଓ ସେବା ପ୍ରତି ଚାହିଦା, ନିଟ୍ ରପ୍ତାନି ଆଦିରୁ ସୃଷ୍ଟି ହୋଇଥାଏ । ଏହିସବୁ ଉତ୍ସରୁ ସୃଷ୍ଟି ବ୍ୟୟ ଉତ୍ପାଦନକାରୀଙ୍କ ପାଇଁ ଆୟ ସଦୃଶ ହୋଇଥାଏ । ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଷରେ ଏକ ଅର୍ଥବ୍ୟବସ୍ଥାରେ ଉତ୍ପାଦନକାରୀ ଯେଉଁ ସର୍ବାଧ‌ିକ ଆୟ ପ୍ରତ୍ୟାଶା କରିଥା’ନ୍ତି ତାହାହିଁ ସାମୂହିକ ଚାହିଦାର ପ୍ରତିଫଳନ କରିଥାଏ ।

ଅନ୍ୟ ଅର୍ଥରେ ପାରିବାରିକ ଉପଭୋଗ ଚାହିଦା, ଘରୋଇ ନିବେଶ ଚାହିଦା, ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଓ ନିଟ୍ ରପ୍ତାନିର ସମାହାରକୁ ସାମୂହିକ ଚାହିଦାର ଆଖ୍ୟା ଦିଆଯାଇଥାଏ । ସଂକ୍ଷେପରେ ଓ ସରଳ ଭାଷାରେ ଚାହିଦାର ସାମଗ୍ରିକ ପରିପ୍ରକାଶ ଉପଭୋଗଜନିତ ଚାହିଦା (Consumption Demand) ଓ ବିନିଯୋଗ ଚାହିଦା (Investment Demand) ମାଧ୍ୟମରେ ହିଁ କରାଯାଇଥାଏ । ତେଣୁ ନିଃସନ୍ଦେହରେ ସାମୂହିକ ଚାହିଦା ଉପଭୋଗ ଚାହିଦା ଓ ବିନିଯୋଗ ଚାହିଦାର ଏକ ମିଶ୍ରିତ ଉପାଦାନ ।

ଯଥା – ସାମୁହିକ ଚାହିଦା (AD) = ଉପଭୋଗ ଚାହିଦା (C) + ବିନିଯୋଗ ଚାହିଦା (I)
⇒ AD = C + I
ଏହି ସାମୂହିକ ଚାହିଦା ଓତପ୍ରୋତଭାବେ ଆୟ ଅଥବା ନିଯୁକ୍ତିର ସ୍ତର ସହ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ । ଆୟ ବା ନିଯୁକ୍ତି ସ୍ତର ବୃଦ୍ଧି ପାଇଲେ ସାମଗ୍ରିକ ଚାହିଦା ବୃଦ୍ଧିପ୍ରାପ୍ତ ହୁଏ; ମାତ୍ର ସାମଗ୍ରିକ ଚାହିଦାର ବୃଦ୍ଧି, ଆୟ ବା ନିଯୁକ୍ତି ସ୍ତରର ବୃଦ୍ଧିଠାରୁ ସ୍ଵଳ୍ପତର ଅର୍ଥାତ୍ ନିଯୁକ୍ତି ବା ଆୟର ବୃଦ୍ଧି ସହ ସାମୂହିକ ଚାହିଦା ଅଣସମାନୁପାତିକ ହାରରେ ବୃଦ୍ଧି ପାଏ ।

ଉପରୋକ୍ତ ତଥ୍ୟକୁ ନିମ୍ନଲିଖୂ ସାମୂହିକ ଚାହିଦା ସୂଚୀ ମାଧ୍ୟମରେ ପରିପ୍ରକାଶ କରାଯାଇପାରେ ।

ସାମୂହିକ ଚାହିଦା ସୂଚୀ

ଆୟ (କୋଟି ଟଙ୍କାରେ) ସାମୂହିକ ଚାହିଦା (କୋଟି ଟଙ୍କାରେ)
0 20
10 25
20 30
30 35
40 40
50 45

ଉପରୋକ୍ତ ସାରଣୀକୁ ଲକ୍ଷ୍ୟ କଲେ ପ୍ରତୀୟମାନ ହୁଏ ଯେ ଆୟର ବୃଦ୍ଧି ସହ ଉପଭୋଗ ଓ ବିନିଯୋଗ (C + I) ଜନିତ ଚାହିଦା ବୃଦ୍ଧି ପାଇଛି । ଯେତେବେଳେ ଆୟର ସ୍ତର ‘ଶୂନ୍ୟ’ ରହିଛି, ସେ ସମୟରେ ମଧ୍ୟ ସାମୂହିକ ଚାହିଦାର ପରିମାଣ ଧନାତ୍ମକ 20 କୋଟି ଟଙ୍କା ରହିଛି । ଏହାହିଁ ସର୍ବନିମ୍ନ ଚାହିଦାର ସ୍ତର ବୋଲି ବିବେଚିତ ହୁଏ । ପରବର୍ତ୍ତୀ ପର୍ଯ୍ୟାୟରେ ଆୟର କ୍ରମାଗତ ବୃଦ୍ଧି ସାମୂହିକ ଚାହିଦାର ବୃଦ୍ଧି ଘଟାଇଛି; ମାତ୍ର ସାମୂହିକ ଚାହିଦାର ବୃଦ୍ଧିର ପରିମାଣ (5 କୋଟି ଟଙ୍କା) ଆୟର ବୃଦ୍ଧିର ପରିମାଣ (10 କୋଟି ଟଙ୍କାଠାରୁ) କମ୍ ଅଟେ ।

ଏହି ତଥ୍ୟସମ୍ବଳିତ ଉପସ୍ଥାପନା ରେଖାଚିତ୍ର ସାହାଯ୍ୟରେ ମଧ୍ୟ ପରିପ୍ରକାଶ କରାଯାଇପାରେ । ଏହି ଚିତ୍ରରେ ଜାତୀୟ ଆୟର ପରିମାପ OX ଅକ୍ଷରେ ହୋଇଥ‌ିବାବେଳେ ସାମୂହିକ ଚାହିଦାର ପରିମାପ OY ଅକ୍ଷରେ କରାଯାଇଛି ।

CHSE Odisha Class 12 Economics Chapter 13 Long Answer Questions in Odia Medium 5

ମୂଳବିନ୍ଦୁ ‘O’ ସହ 45 କୋଣରେ ଆନତ OM ସରଳରେଖାରେ ପ୍ରତିଫଳିତ ହୋଇଛି ଯେ, ଆୟ ଓ ସାମୂହିକ ଚାହିଦା ସମାନ ହାରରେ ବୃଦ୍ଧି ପାଇଛି । ମାତ୍ର ବାସ୍ତବରେ ସାମୂହିକ ଚାହିଦା କ୍ଷେତ୍ରରେ ତାହା ଘଟେ ନାହିଁ ।

ଉପରୋକ୍ତ ସାରଣୀର ଏହି ଜ୍ୟାମିତିକ ପରିପ୍ରକାଶର ବିଶ୍ଳେଷଣ ସାରଣୀର ବିଶ୍ଳେଷଣ ସହ ଅନୁରୂପ, ଯଥା – ଆୟର ବୃଦ୍ଧି ସହ ସାମୂହିକ ଚାହିଦାର ବୃଦ୍ଧି ଘଟେ । ମାତ୍ର ଚାହିଦାର ବୃଦ୍ଧିର ପରିମାଣ ଆୟର ବୃଦ୍ଧିର ପରିମାଣଠାରୁ ସ୍ଵଳ୍ପ ହୋଇଥାଏ । ଦ୍ଵିତୀୟରେ ଆୟର ସ୍ତର ‘ଶୂନ୍ୟ’ ଥ‌ିବାବେଳେ ସର୍ବନିମ୍ନ ଚାହିଦା 20 କୋଟି ଟଙ୍କାରେ ରହିଛି ।

ରେଖାଚିତ୍ରରେ ଏହା ସୁସ୍ପଷ୍ଟ ଯେ ନିର୍ଦ୍ଦିଷ୍ଟ ଆୟର ସ୍ତର (40 କୋଟି)ରେ ସାମୂହିକ ଚାହିଦା ଓ ଆୟ ପରସ୍ପର ସମାନ ହୋଇଥା’ନ୍ତି । ମାତ୍ର ଏହାର ପରବର୍ତ୍ତୀ ସ୍ତରରେ (50 କୋଟି) ସାମୂହିକ ଚାହିଦାର ପରିମାଣ (45 କୋଟି), ଆୟର ପରିମାଣ (50 କୋଟି) ଠାରୁ ସ୍ଵଳ୍ପ । ତେଣୁ ନିଅଣ୍ଟିଆ ଚାହିଦା ପ୍ରତିଫଳିତ ହୋଇଛି ।

ତେଣୁ ସଂକ୍ଷେପରେ ସାମୂହିକ ଚାହିଦାର ଉପାଦାନଗୁଡ଼ିକ ହେଲା – (1) ପାରିବାରିକ ଉପଭୋଗ ଚାହିଦା, (2) ବିନିଯୋଗ ଚାହିଦା, (3) ସରକାରଙ୍କ ଦ୍ରବ୍ୟ ଓ ସେବା ପ୍ରତି ଚାହିଦା, (4) ନିଟ୍ ରପ୍ତାନି । ଏସବୁର ସମଷ୍ଟିହିଁ ସାମଗ୍ରିକ ଚାହିଦାର ପ୍ରତିଫଳନ କରାଇଥାଏ ।

ସାମୂହିକ ଯୋଗାଣ – କୌଣସି ନିର୍ଦ୍ଦିଷ୍ଟ ବର୍ଷରେ କୌଣସି ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ସାମଗ୍ରିକ ପ୍ରବାହକୁ ସାମୂହିକ ଯୋଗାଣ କୁହାଯାଏ । ଅନ୍ୟ ଭାଷାରେ କୌଣସି ଏକ ବର୍ଷରେ ଅର୍ଥବ୍ୟବସ୍ଥାରେ ଉତ୍ପାଦିତ ହେଉଥ‌ିବା ଦ୍ରବ୍ୟ ଓ ସେବାର ସମଷ୍ଟିକୁ ସମୂହ ଯୋଗାଣ କୁହାଯାଏ । ଏହିସବୁ ଦ୍ରବ୍ୟ ଓ ସେବା ବ୍ୟକ୍ତିବିଶେଷ, ପ୍ରତିଷ୍ଠାନ ଏବଂ ସରକାରଙ୍କଦ୍ୱାରା ଉତ୍ପାଦିତ ହୋଇଥାଏ । ସାମୂହିକ ଯୋଗାଣ କହିଲେ ଦେଶର ନିଟ୍ ଜାତୀୟ ଉତ୍ପାଦକୁ ହିଁ ଦର୍ଶାଇଥାଏ ।

ଏହି ଉତ୍ପାଦିତ ଦ୍ରବ୍ୟ ଉଦ୍ଦେଶ୍ୟରେ ବହନ କରାଯାଇଥିବା ପରିବ୍ୟୟ ଉତ୍ପାଦନକାରୀ ଦ୍ରବ୍ୟ ଓ ସେବା ବିକ୍ରୟ କରି ଆୟ ଆକାରରେ ଲାଭ କରିଥା’ନ୍ତି । ତେଣୁ ଭିନ୍ନ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଗଲେ ଏହା ଭୂମି, ଶ୍ରମ, ପୁଞ୍ଜି ଓ ଉଦ୍ୟୋକ୍ତାଙ୍କ ଆୟର ସମାହାର ବୋଲି କୁହାଯାଏ । ଅର୍ଥାତ୍ ଅଧୂଶେଷ, ମଜୁରି, ସୁଧ ଓ ଲାଭର ସମଷ୍ଟି ହିଁ ସାମୂହିକ ଯୋଗାଣ ।

ଏହିଭଳିଭାବେ ଅର୍ଜିତ ଆୟ ଉପଭୋଗ କିମ୍ବା ସଞ୍ଛୟ ଉଦ୍ଦେଶ୍ୟରେ ଉପଯୋଗ ହୋଇଥାଏ । ତେଣୁ ଉପଭୋଗ (C) ଓ ସଞ୍ଚୟ (S) କୁ ଆୟ (Y) ର ଦୁଇଟି ଉପାଂଶରୂପେ ଗ୍ରହଣ କରାଯାଏ ।
ଯଥା – Y = C + S ସାମୂହିକ ଯୋଗାଣର ବିଶ୍ଳେଷଣ ସାମୂହିକ ଯୋଗାଣ ସୂଚୀ ଓ ରେଖାଚିତ୍ର ମାଧ୍ୟମରେ କରାଯାଇପାରେ ।

CHSE Odisha Class 12 Economics Chapter 13 Long Answer Questions in Odia Medium

ସାମୂହିକ ଯୋଗାଣ ସୂଚୀ

ନିଯୁକ୍ତି/ଆୟ ସ୍ତର (କୋଟି ଟଙ୍କାରେ) ସାମୂହିକ ଯୋଗାଣ (କୋଟି ଟଙ୍କାରେ)
0 0
10 10
20 20
30 30
40 40
50 50

ଉପରୋକ୍ତ ଉପସ୍ଥାପିତ ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ନିୟୋଜନ ବା ଆୟର ବୃଦ୍ଧି ସହ, ସାମୂହିକ ଯୋଗାଣ ସମାନୁପାତିକ ହାରରେ ବୃଦ୍ଧି ପାଇଛି । ଏହି ତଥ୍ୟକୁ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇପାରେ ।

ଏହି ଚିତ୍ରରେ AS ସାମୂହିକ ଯୋଗାଣ ବକ୍ର ରୂପେ ପରିଚିତ । ଏହି ବକ୍ର ମୂଳବିନ୍ଦୁ ‘O’ ସହ 45 କୋଣରେ ଆନୀତ । ଏହା ଆୟ ଓ ସାମୂହିକ ଯୋଗାଣର ସମାନୁପାତିକ ବୃଦ୍ଧି ସମ୍ପର୍କରେ ସୂଚନା ପ୍ରଦାନ କରୁଅଛି ।

ଆୟ ଓ ନିଯୁକ୍ତି ନିର୍ଦ୍ଧାରଣ କ୍ଷେତ୍ରରେ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣର ମିଳିତ ପ୍ରକ୍ରିୟା ଘଟିଥାଏ ଅର୍ଥାତ୍ ସାମୁହିକ ଚାହିଦା ଓ ଯୋଗାଣର ମିଳିତ ପ୍ରକ୍ରିୟାରୁ ସନ୍ତୁଳିତ ଆୟ ଓ ନିଯୁକ୍ତି ନିର୍ଣ୍ଣୟ କରାଯାଇଥାଏ ।

CHSE Odisha Class 12 Economics Chapter 13 Long Answer Questions in Odia Medium 6

ଯେଉଁ ସ୍ତରରେ ବା ଅବସ୍ଥାରେ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ପରସ୍ପର ସମାନ ହୋଇଥା’ନ୍ତି ସେହି ସ୍ତରରେ ବା ଅବସ୍ଥାରେ ସନ୍ତୁଳିତ ଆୟ ଓ ନିଯୁକ୍ତି ନିର୍ଦ୍ଧାରିତ ହୋଇଥାଏ ।

ନିଯୁକ୍ତି/ଆୟ ସ୍ତର (କୋଟି ଟଙ୍କା) ସାମୂହିକ ଚାହିଦା (କୋଟି ଟଙ୍କା) ସାମୂହିକ ଯୋଗାଣ (କୋଟି ଟଙ୍କା)
0 20 0
10 25 10
20 30 20
30 35 30
40 40 40
50 45 50

ଉପରୋକ୍ତ ସାରଣୀକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ନିୟୋଜନ ସ୍ତର 40 କୋଟି ଟଙ୍କା ହୋଇଥିବାବେଳେ ସାମୂହିକ ଚାହିଦା (40 କୋଟି ଟଙ୍କା) ଓ ସାମୂହିକ ଯୋଗାଣ (40 କୋଟି ଟଙ୍କା) ପରସ୍ପର ସମାନ । ଏହି ସ୍ତରହିଁ ଯଥାର୍ଥରେ ସନ୍ତୁଳିତ ନିୟୋଜନ ଓ ଆୟର
ସ୍ତର ।

CHSE Odisha Class 12 Economics Chapter 13 Long Answer Questions in Odia Medium 7

ପାର୍ଶ୍ୱସ୍ଥ ଚିତ୍ରରେ E ବିନ୍ଦୁରେ AD ବକ୍ର AS ବକ୍ରକୁ ଛେଦ କରୁଛି ଅର୍ଥାତ୍ AD = AS । ତେଣୁ ଆୟ / ନିଯୁକ୍ତିର ସ୍ତର 40 କୋଟି ଟଙ୍କାରେ ସାମୂହିକ ଚାହିଦା (AD) ଓ ସାମୂହିକ ଯୋଗାଣ ପରସ୍ପର ସମାନ (40 କୋଟି ଟଙ୍କା) । ଏହାର ପରବର୍ତୀ ସ୍ତରରେ ଆୟ / ନିଯୁକ୍ତି (50 କୋଟି), ଚାହିଦାର ପରିମାଣ (45 କୋଟି) ହୋଇଥିବାବେଳେ ସାମୂହିକ ଯୋଗାଣ (50 କୋଟି) ଏହାଠାରୁ କମ୍ ।

ତେଣୁ ଏହା ନିଅଣ୍ଟିଆ ଚାହିଦା ଅବସ୍ଥା ଅଟେ । ଏହାର ପୂର୍ବବର୍ତ୍ତୀ ଅବସ୍ଥା (30 କୋଟି)ରେ ଚାହିଦାର ପରିମାଣ ଅଧ୍ଵକ ହୋଇଥିବାରୁ (35 କୋଟି) ଏହା ଅତ୍ୟଧ୍ୱକ ଚାହିଦା ଅବସ୍ଥା ସୃଷ୍ଟି କରେ ।

ସବୁ ଦୃଷ୍ଟିକୋଣରୁ ବିଚାର କଲେ ‘E’ ବିନ୍ଦୁଟି ସନ୍ତୁଳିତ ବିନ୍ଦୁର ମାନ୍ୟତା ପ୍ରାପ୍ତ ହୋଇଛି । ଏହି ସ୍ତର ବା ଅବସ୍ଥା ଆଦର୍ଶ ସ୍ଥାନୀୟ ଅବସ୍ଥା ଭାବେ ବିବେଚିତ ହୁଏ ।
ସାଂକେତିକ ଭାଷାରେ ଏହି ସନ୍ତୁଳନ ଅବସ୍ଥାକୁ ଉପସ୍ଥାପନ କରାଯାଇପାରେ ।
AD = C + I
AS = C + S

ସନ୍ତୁଳନ ଅବସ୍ଥା : AD = AS
ତେଣୁ C + I = C + S ⇒ S = I

ସିଦ୍ଧାନ୍ତ : (1) ଯେଉଁ ଆୟ ଓ ନିୟୋଜନ ସ୍ତରରେ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ପରସ୍ପର ସମାନ ହୁଅନ୍ତି ତାହାକୁ ସନ୍ତୁଳିତ ଆୟ ଓ ସନ୍ତୁଳିତ ନିୟୋଜନ କୁହାଯାଏ ।
(2) ସନ୍ତୁଳନ ଅବସ୍ଥାରେ ପ୍ରତ୍ୟାଶିତ ସଞ୍ଚୟର ପରିମାଣ ପ୍ରତ୍ୟାଶିତ ବିନିଯୋଗର ପରିମାଣ ସହ ସମାନ ହୁଏ ।

Leave a Comment