CHSE Odisha Class 12 Political Science Chapter 4 Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 4 ଭାରତରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା Short Answer Questions.

CHSE Odisha 12th Class Political Science Chapter 4 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ଗଣତନ୍ତ୍ରର ମୂଳଭିଭି କିଏ ?
Answer:
ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଗଣତନ୍ତ୍ରର ମୂଳଭିତ୍ତି ଅଟେ ।

୨ । ଭାରତରେ ସର୍ବପ୍ରଥମେ କେଉଁଠାରେ ଏବଂ କେବେ ସ୍ବାୟତ୍ତ ଶାସନ ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା ?
Answer:
୧୬୮୭ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କଦ୍ଵାରା ପ୍ରଥମେ ମାଡ୍ରାସ୍ଠାରେ ସ୍ଵାୟତ୍ତ ଶାସନ ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୩ । ସ୍ବାୟତ୍ତ ଶାସନ ସଂସ୍ଥାକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇପାରେ ?
Answer:
ସ୍ୱାୟତ୍ତ ଶାସନ ସଂସ୍ଥାକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ; ଯଥା – ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ।

୪ । ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ ପୂର୍ବରୁ ଭାରତରେ କେଉଁ ଦୁଇଟି ଗୋଷ୍ଠୀ ଉନ୍ନୟନ ଯୋଜନା ପ୍ରଣୀତ ହୋଇଥିଲା ?
Answer:
ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ ପୂର୍ବରୁ ଭାରତରେ ୧୯୫୨ ମସିହାର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଓ ୧୯୫୩ ମସିହାର ଜାତୀୟ ସମ୍ପ୍ରସାରଣ ସେବା ଯୋଜନା ଦେଶର ଗ୍ରାମାଞ୍ଚଳର ଉନ୍ନତି ଓ ବିକାଶ ସକାଶେ ପ୍ରଣୀତ ହୋଇଥିଲା ।

୫। ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରକୁ କ’ଣ କୁହାଯାଏ ?
Answer:
ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରକୁ ଜିଲ୍ଲା ପରିଷଦ କୁହାଯାଏ ।

୬ । ଭାରତୀୟ ସମ୍ବିଧାନର କେଉଁ ଖଣ୍ଡ ଏବଂ କେଉଁ ଧାରାରେ ଗ୍ରାମପଞ୍ଚାୟତ ପ୍ରତିଷ୍ଠା କରିବା ସମ୍ପର୍କରେ ସୂଚନା ମିଳେ ?
Answer:
ଭାରତୀୟ ସମ୍ବିଧାନର ଚତୁର୍ଥ ଖଣ୍ଡରେ ବର୍ଣ୍ଣିତ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହର ୪୦ ଧାରାରେ ଗ୍ରାମପଞ୍ଚାୟତ ପ୍ରତିଷ୍ଠା ସମ୍ପର୍କରେ ସୂଚନା ମିଳେ ।

୭ । ପଞ୍ଚାୟତ ସମିତିର କାର୍ଯ୍ୟକାଳ କେତେ ବର୍ଷ ?
Answer:
ପଞ୍ଚାୟତ ସମିତିର କାର୍ଯ୍ୟକାଳ ୫ ବର୍ଷ |

୮ । ପଞ୍ଚାୟତ ଶବ୍ଦର ଅର୍ଥ କ’ଣ ?
Answer:
ଗ୍ରାମର ପାଞ୍ଚଜଣ ମୁଖ୍ୟ ଲୋକଙ୍କର ବୈଠକକୁ ପଞ୍ଚାୟତ କୁହାଯାଏ ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୯ । ପଞ୍ଚାୟତ ସମିତିର ମୁଖ୍ୟ ଓ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ କିଏ ?
Answer:
ଚେୟାରମ୍ୟାନ୍ ପଞ୍ଚାୟତ ସମିତିର ମୁଖ୍ୟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଟନ୍ତି ।

୧୦ । ଗ୍ରାମପଞ୍ଚାୟତ ବୈଠକରେ କିଏ ସଭାପତିତ୍ବ କରନ୍ତି ?
Answer:
ଗ୍ରାମପଞ୍ଚାୟତ ବୈଠକରେ ସରପଞ୍ଚ ସଭାପତିତ୍ବ କରନ୍ତି ।

୧୧ । କେଉଁ କମିଟିଙ୍କ ସୁପାରିସ ଅନୁସାରେ ନଗର ଉନ୍ନୟନ ବିଭାଗ ଗଠିତ ହୋଇଅଛି ?
Answer:
୧୯୬୩ ମସିହାରେ ବିଶ୍ଵନାଥ ଦାସ କମିଟିଙ୍କ ସୁପାରିସ ଅନୁସାରେ ନଗର ଉନ୍ନୟନ ବିଭାଗ ଗଠିତ ହୋଇଅଛି ।

୧୨ । ସରପଞ୍ଚ କିପରି ନିର୍ବାଚିତ ହୁଅନ୍ତି ? ତାଙ୍କୁ କିପରି ପଦଚ୍ୟୁତ କରାଯାଏ ?
Answer:
ସରପଞ୍ଚ ଗ୍ରାମପଞ୍ଚାୟତର ସାବାଳକ ଭୋଟଦାତାମାନଙ୍କଦ୍ଵାରା ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୁଅନ୍ତି । ସେ ସମ୍ପୃକ୍ତ ଗ୍ରାମପଞ୍ଚାୟତର ମୋଟ ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ସଭ୍ୟଙ୍କଦ୍ବାରା ଗୃହୀତ ପ୍ରସ୍ତାବ କିମ୍ବା ପ୍ରମାଣିତ ଦୁର୍ନୀତି କାରଣରୁ ଜିଲ୍ଲାପାଳଙ୍କଦ୍ଵାରା ପଦଚ୍ୟୁତ ହେଇଥା’ନ୍ତି ।

୧୩ । ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ କିପରି ନିର୍ବାଚିତ ହୁଅନ୍ତି ?
Answer:
ଓଡ଼ିଶାର ୧୯୯୬ ମସିହାର ସଂଶୋଧ ପୌର ନିର୍ବାଚନ ନିୟମ ଅନୁଯାୟୀ ପୌରସଭାର ଚେୟାରମ୍ୟାନ୍ ନିର୍ବାଚିତ କାଉନ୍‌ସିଲର୍‌ମାନଙ୍କୁ ନେଇ ଗଠିତ ନିର୍ବାଚକମଣ୍ଡଳୀଦ୍ଵାରା ପରୋକ୍ଷ ନିର୍ବାଚନ ପଦ୍ଧତିରେ ନିର୍ବାଚିତ ହୋଇଥା’ନ୍ତି ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୧୪ । ପଞ୍ଚାୟତ ସମିତିର ଅଧ୍ୟକ୍ଷ କିପରି ନିର୍ବାଚିତ ହୁଅନ୍ତି ?
Answer:
୧୯୯୨ ମସିହାର ସଂଶୋଧ ନିୟମ ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତ ସମତି ଅଧୀନରେ ଥ‌ିବା ଗ୍ରାମପଞ୍ଚାୟତଗୁଡ଼ିକରୁ ପ୍ରତ୍ୟକ୍ଷ ଭୋଟଦାନ ବ୍ୟବସ୍ଥାନୁଯାୟୀ ନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନଙ୍କଦ୍ଵାରା ଗଠିତ ନିର୍ବାଚନ ମଣ୍ଡଳୀଦ୍ଵାରା ପରୋକ୍ଷଭାବେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚିତ ହୋଇଥା’ନ୍ତି ।

୧୫ । ପଞ୍ଚାୟତ ସମିତିର ବେସରକାରୀ ମୁଖ୍ୟ କିଏ ?
Answer:
ଚେୟାରମ୍ୟାନ୍ ପଞ୍ଚାୟତ ସମିତିର ବେସରକାରୀ ମୁଖ୍ୟ ଅଟନ୍ତି । ସେ ପଞ୍ଚାୟତର ଅଧିବେଶନରେ ଅଧ୍ଯକ୍ଷତା କରନ୍ତି ।

୧୬ । ସହରାଞ୍ଚଳ ପାଇଁ କେଉଁ କେଉଁ ପ୍ରକାର ସ୍ଵାୟତ୍ତ ଶାସନ ସଂସ୍ଥା ରହିଛି ?
Answer:
ସହରାଞ୍ଚଳ ପାଇଁ ନିଗମ ବା କର୍ପୋରେସନ୍, ମ୍ୟୁନିସିପାଲଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପରି ସ୍ୱାୟତ୍ତ ଶାସନ ସଂସ୍ଥାର ବ୍ୟବସ୍ଥା ରହିଛି |

୧୭ । ବିଭିନ୍ନ ପ୍ରକାର ଗ୍ରାମାଞ୍ଚଳ ଶାସନ ସଂସ୍ଥାଗୁଡ଼ିକ କ’ଣ ?
Answer:
ଗ୍ରାମାଞ୍ଚଳ ଶାସନ ସଂସ୍ଥା ପଞ୍ଚାୟତିରାଜ ନାମରେ ପରିଚିତ । ଏହା ତ୍ରିସ୍ତରୀୟ ଅଟେ; ଯଥା – ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ।

୧୮ । ନାଏବ ସରପଞ୍ଚଙ୍କୁ କିଏ ନିର୍ବାଚିତ କରନ୍ତି ?
Answer:
ଗ୍ରାମ ପଞ୍ଚାୟତର ୱାର୍ଡ଼ମେମ୍ବରମାନେ ନିଜ ମଧ୍ୟରୁ ଜଣଙ୍କୁ ନାଏବ ସରପଞ୍ଚରୂପେ ନିର୍ବାଚିତ କରନ୍ତି ।

୧୯ । ବଳବନ୍ତରାୟ ମେହେଟ୍ଟା କମିଟି କାହିଁକି ଗଠିତ ହୋଇଥିଲା ?
Answer:
ଭାରତରେ ଗୋଷ୍ଠୀ ଉନ୍ନୟନ ଯୋଜନାର କାର୍ଯ୍ୟକାରିତାର ମୂଲ୍ୟାଙ୍କନ ଓ ସଫଳ କାର୍ଯ୍ୟକାରିତା ନିମନ୍ତେ ସୁପାରିସ କରିବାପାଇଁ ୧୯୫୭ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟି ଗଠିତ ହୋଇ ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ’ ପାଇଁ ‘ପଞ୍ଚାୟତିରାଜ’ ବ୍ୟବସ୍ଥା ସୁପାରିସ କରିଥିଲେ ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୨୦ । ପଞ୍ଚାୟତିରାଜର ସର୍ବନିମ୍ନ ସ୍ତରଟି କ’ଣ ?
Answer:
ଗ୍ରାମପଞ୍ଚାୟତ ପଞ୍ଚାୟତିରାଜର ସର୍ବନିମ୍ନ ସ୍ତର ଅଟେ ।

୨୧ । କେଉଁ ସମ୍ବିଧାନ ସଂଶୋଧନ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ସଂସ୍କାର ସମ୍ପର୍କିତ ଅଟେ ?
Answer:
୭୪ ତମ ସମ୍ବିଧାନ ସଂଶୋଧନ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ସଂସ୍କାର ସମ୍ପର୍କିତ ଅଟେ ।

(B) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ପଞ୍ଚାୟତି ରାଜ ହେଉଛି ତୃଣମୂଳ ଗଣତନ୍ତ୍ର- ପ୍ରମାଣ କର ।
Answer:
ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ସମସ୍ତଙ୍କର ଅଂଶ ଥାଏ । ଏହି ପ୍ରକ୍ରିୟା ଗଣତନ୍ତ୍ରର ମୂଳସ୍ତରରୁ ଆରମ୍ଭ ହେବା ଆବଶ୍ୟକ । ଲୋକମାନେ ଏହି ବ୍ୟବସ୍ଥାର ପ୍ରାଥମିକ ସୋପାନରୁ ଗଣତାନ୍ତ୍ରିକ ଜୀବନଧାରାକୁ ଆପଣେଇ ନେବା ଉଚିତ । ଭାରତରେ ପଞ୍ଚାୟତ ବ୍ୟବସ୍ଥା ଗଣତନ୍ତ୍ରର ତୃଣମୂଳ ସୋପାନ ଅଟେ । ଏହା କ୍ଷମତା ଓ ଦାୟିତ୍ବର ବିକେନ୍ଦ୍ରୀକରଣ କରିଥାଏ । ଏହା ସ୍ଥାନୀୟ ଲୋକମାନଙ୍କୁ ସ୍ଥାନୀୟ ଉଦ୍ୟମକ୍ରମେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ସୁଯୋଗ ପ୍ରଦାନ କରିଥାଏ । ସ୍ବୟଂଶାସନ ନୀତି ସଂପର୍କିତ ଶିକ୍ଷା ଓ ତାଲିମ ଏହା ଲୋକମାନଙ୍କୁ ପ୍ରଦାନ କରିଥାଏ । ପଞ୍ଚାୟତିରାଜର ତିନିଗୋଟି ସ୍ତର ଯଥା – ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ମାଧ୍ୟମରେ ଶାସନର ମୂଳସ୍ତରରୁ ଲୋକମାନଙ୍କୁ ବ୍ୟାପକ ଅଂଶଗ୍ରହଣର ସୁଯୋଗ ପ୍ରଦାନ କରାଯାଇଥାଏ । ଏହା ଗଣତାନ୍ତ୍ରିକ ସଙ୍ଗଠନକୁ ଦୃଢ଼ ଓ ଦକ୍ଷ କରିଥାଏ ।

୨ । ସ୍ବାୟର ଶାସନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କ’ଣ ?
Answer:
ଶାସନ ତଥା କ୍ଷମତାର ବିକେନ୍ଦ୍ରୀକରଣ ମାଧ୍ୟମରେ ଗଣତନ୍ତ୍ରର ଭିଭିଭୂମିକୁ ସୁଦୃଢ଼ କରିବାରେ ସ୍ଥାନୀୟ ସ୍ଵାୟତ୍ତ ଶାସନର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହି ସଂସ୍ଥାଗୁଡ଼ିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ବଡ଼ ବଡ଼ ଦାୟିତ୍ଵରୁ ମୁକ୍ତ କରେ ଓ ଆଞ୍ଚଳିକ ସମସ୍ୟାଗୁଡ଼ିକର ଆଶୁ ସମାଧାନ ପାଇଁ ପନ୍ଥା ନିର୍ଦ୍ଧାରଣ କରିଥାଏ । ଜନସାଧାରଣଙ୍କ ମଧ୍ୟରେ ରାଜନୈତିକ ଚେତନା ସୃଷ୍ଟି କରିବା ସ୍ୱାୟତ୍ତ ଶାସନର ଅନ୍ୟ ଏକ ଲକ୍ଷ୍ୟ । ନାଗରିକମାନଙ୍କୁ ସହଯୋଗ, ସହନଶୀଳତା ଓ ଆତ୍ମବିଶ୍ଵାସ ସଂକ୍ରାନ୍ତରେ ଶିକ୍ଷାଦେବା ସ୍ଵାୟତ୍ତ ଶାସନ ସଂସ୍ଥାର ପ୍ରଧାନ ଉଦ୍ଦେଶ୍ୟ ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୩ । ପଞ୍ଚାୟତିରାଜ କହିଲେ କ’ଣ ବୁଝାଯାଏ ?
କିମ୍ବା, ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଧାନ ଉଦ୍ଦେଶ୍ୟଗୁଡ଼ିକ କ’ଣ ?
Answer:
ପଞ୍ଚାୟତିରାଜ କହିଲେ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ବୁଝାଏ । କ୍ଷମତାର ବିକେନ୍ଦ୍ରୀକରଣ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକମାନଙ୍କ ମଧ୍ୟରେ ରାଜନୈତିକ ଚେତନା ଜାଗ୍ରତ କରି ସେମାନଙ୍କର ବିକାଶସାଧନ କରିବା ଏହାର ପ୍ରଧାନ ଲକ୍ଷ୍ୟ । ବଳବନ୍ତରାୟ ମେହେଟ୍ଟା କମିଟିର ସୁପାରିସ କ୍ରମେ ଆମ ଦେଶରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଚଳନ କରାଗଲା । ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରକୁ ଜିଲ୍ଲା ପରିଷଦ, ମଧ୍ୟମ ସ୍ତରକୁ ପଞ୍ଚାୟତ ସମିତି ଏବଂ ସର୍ବନିମ୍ନ ସ୍ତରକୁ ଗ୍ରାମପଞ୍ଚାୟତ କୁହାଯାଏ ।

୪ । ଗ୍ରାମପଞ୍ଚାୟତ କିପରି ଗଠିତ ହୁଏ ?
Answer:
ଗ୍ରାମ ପଞ୍ଚାୟତ ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥାର ସର୍ବନିମ୍ନ ସୋପାନ । ସାଧାରଣତଃ ୨୦୦୦ରୁ ୬୦୦୦ ଜନସଂଖ୍ୟା ବିଶିଷ୍ଟ ଏକ ବା ଏକାଧିକ ଗ୍ରାମକୁ ନେଇ ଗୋଟିଏ ଗ୍ରାମପଞ୍ଚାୟତ ଗଠିତ ହୋଇଥାଏ । ଗୋଟିଏ ଗ୍ରାମପଞ୍ଚାୟତକୁ କେତେଗୁଡ଼ିଏ ୱାର୍ଡ଼ରେ ବିଭକ୍ତ କରାଯାଇଥାଏ । ସାଧାରଣତଃ ଏହି ୱାର୍ଡ଼ ସଂଖ୍ୟା ୧୧ରୁ କମ୍ ୨୫ରୁ ଅଧିକ ହୁଏ ନାହିଁ । ପ୍ରତ୍ୟେକ ୱାର୍ଡ଼ରୁ ଜଣେ ଲେଖାଏଁ ସଭ୍ୟ ୱାର୍ଡ଼ ମେମ୍ବରଭାବରେ ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୁଅନ୍ତି । ଏତଦ୍‌ବ୍ୟତୀତ ଗ୍ରାମପଞ୍ଚାୟତର ମୁଖ୍ୟ ଭାବରେ ଜଣେ ସରପଞ୍ଚ ମଧ୍ଯ ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୁଅନ୍ତି । ସରପଞ୍ଚ ଏବଂ ୱାର୍ଡ଼ ମେମ୍ବରମାନେ ମିଳିତଭାବରେ ଗ୍ରାମପଞ୍ଚାୟତ ଗଠନ କରନ୍ତି ।

୫ । ଗ୍ରାମପଞ୍ଚାୟତର ଆୟ ପନ୍ଥା କ’ଣ ?
Answer:
ଗ୍ରାମପଞ୍ଚାୟତର ସୁପରିଚାଳନା ଏବଂ ଗ୍ରାମାଞ୍ଚଳର ବିକାଶ ପାଇଁ ଅର୍ଥର ଆବଶ୍ୟକତା ରହିଛି । ଗ୍ରାମପଞ୍ଚାୟତ ନିମ୍ନଲିଖୁ ପନ୍ଥା ମାଧ୍ୟମରେ ଅର୍ଥ ଆଦାୟ କରିଥାଏ । ରାଜ୍ୟ ସରକାରଙ୍କଠାରୁ ବିଭିନ୍ନ ଅନୁଦାନ, ବିଭିନ୍ନ ପ୍ରକାରର ଜୋରିମାନା ଏବଂ ଟିକସ ଆଦାୟ, ଘାଟ ଓ ହାଟ ଇତ୍ୟାଦିରୁ ଖଜଣା ଏବଂ ଗ୍ରାମପଞ୍ଚାୟତ ନିୟନ୍ତ୍ରଣାଧୀନ ସମ୍ପତ୍ତିରୁ ହେଉଥ‌ିବା ଆୟଗୁଡ଼ିକ ପଞ୍ଚାୟତର ଆୟ ପନ୍ଥା ଅଟେ ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୬ । ପଞ୍ଚାୟତ ସମିତିର କାର୍ଯ୍ୟାବଳୀ ଆଲୋଚନା କର ।
Answer:
ବ୍ଲକ୍‌ସ୍ତରୀୟ ଯୋଜନାମାନ ପ୍ରସ୍ତୁତ କରି ସେଗୁଡ଼ିକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଇବା ପଞ୍ଚାୟତ ସମିତିର ପ୍ରଧାନ କାର୍ଯ୍ୟ । ଶିକ୍ଷାର ପ୍ରସାର ନିମନ୍ତେ ବ୍ଲକ୍ ପରିସର ମଧ୍ୟରେ ଏହା ବିଦ୍ୟାଳୟ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ତା’ର ପରିଚାଳନା ମଧ୍ୟ କରିଥାଏ । ସରକାରଙ୍କଠାରୁ ମିଳିଥିବା ସମସ୍ତ ଅର୍ଥକୁ ଗ୍ରାମପଞ୍ଚାୟତମାନଙ୍କ ମଧ୍ୟରେ ଯଥାଯଥ ବଣ୍ଟନ କରିବା ପଞ୍ଚାୟତ ସମିତିର ଅନ୍ୟ ଏକ କାର୍ଯ୍ୟ । କୃଷିର ଉନ୍ନତି, କ୍ଷୁଦ୍ର ଶିଳ୍ପର ପ୍ରସାର, ରାସ୍ତା ନିର୍ମାଣ, ଦୈବଦୁର୍ବିପାକ ସମୟରେ ଗ୍ରାମପଞ୍ଚାୟତକୁ ସାହାଯ୍ୟ କରିବା ପ୍ରଭୃତି ପଞ୍ଚାୟତ ସମିତିର ଅନ୍ୟାନ୍ୟ କାର୍ଯ୍ୟ ଅଟେ । ଏହା ଗ୍ରାମପଞ୍ଚାୟତଗୁଡ଼ିକର କାର୍ଯ୍ୟକୁ ସଂଯୋଜନା କରିବା ସହ ତତ୍ତ୍ଵାବଧାରଣ ମଧ୍ୟ କରିଥାଏ ।

୭ । ଗ୍ରାମ ବା ପଲ୍ଲୀ ସଭା କ’ଣ ?
Answer:
ଗ୍ରାମପଞ୍ଚାୟତ ଅଧୀନସ୍ଥ ସମସ୍ତ ଗ୍ରାମର ସାବାଳକ ଭୋଟଦାତାଙ୍କୁ ନେଇ ଗଠିତ ଗ୍ରାମସଭା ପ୍ରକୃତରେ ସେହି ଅଞ୍ଚଳରେ ସମସ୍ତ ଭୋଟଦାତାଙ୍କର ମିଳିତ ସଭା । ଫେବୃୟାରୀ ଏବଂ ଜୁନ୍‌ରେ ଏମାନେ ଦୁଇଥର ବୈଠକରେ ମିଳିତ ହୋଇପାରିବେ । ସରପଞ୍ଚ ଓ ଜିଲ୍ଲା କଲେକ୍ଟର ୧୫ ଦିନିଆ ନୋଟିସ୍ ଦେଇ ସାଧାରଣ ସଭା କରାଇପାରିବେ । ଏକ- ଦଶମାଂଶ ଭୋଟଦାତା ଉପସ୍ଥିତ ହେଲେ ସଭାର କୋରମ୍ ହୋଇପାରିବ । ଏହା ଗ୍ରାମପଞ୍ଚାୟତରେ ବଜେଟ୍ ଅନୁମୋଦନ କରେ ଓ ଗ୍ରାମର ଉନ୍ନୟନ ପାଇଁ ସୁପାରିସ କରିପାରେ ।

୮ । ସରପଞ୍ଚଙ୍କ ପଦଚ୍ୟୁତି କିପରି ଘଟେ ?
Answer:
ପଞ୍ଚାୟତର ଅର୍ଦ୍ଧାଧିକ ୱାର୍ଡ଼ମେମ୍ବରଙ୍କ ଅନାସ୍ଥା ପ୍ରସ୍ତାବରେ ସରପଞ୍ଚଙ୍କ ପଦଚ୍ୟୁତି ଘଟେ । ସରକାର ମଧ୍ୟ S.D.O.ଙ୍କ ସୁପାରିସ ଅନୁସାରେ ଆଇନ ଶୃଙ୍ଖଳା ବା କ୍ଷମତା ଅପବ୍ୟବହାର ଅଭିଯୋଗର ଅନୁସନ୍ଧାନ ପରେ ତାଙ୍କୁ କାର୍ଯ୍ୟଚ୍ୟୁତ କରିପାରନ୍ତି । ଏଥିପାଇଁ ୬ ମାସ ମଧ୍ୟରେ ପୁନଶ୍ଚ ନିର୍ବାଚନ କରିବାକୁ ସମ୍ବିଧାନର ୭୩ ତମ ସଂଶୋଧନ ବ୍ୟବସ୍ଥାରେ ନିର୍ଦ୍ଦେଶ ଅଛି ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୯ । ପଞ୍ଚାୟତିରାଜ ବ୍ୟବସ୍ଥାର ସ୍ଥାନ ସଂରକ୍ଷଣ କ’ଣ ?
Answer:
ସମ୍ବିଧାନର ୭୩ ତମ ସଂଶୋଧନ ଅନୁସାରେ ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମପଞ୍ଚାୟତରେ କରାଯାଇଛି । ତଫସିଲଭୁକ୍ତ ଜାତି, ଉପଜାତି ଏବଂ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷିତ ହୋଇପାରିବ । ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି । ଓଡ଼ିଶାର ଜିଲ୍ଲା ପରିଷଦରେ ରୋଟେସନ୍ ଅନୁସାରେ ୧୦ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ଏବଂ ୬ଟି ଗିରିଜନ ଓ ହରିଜନଙ୍କ ପାଇଁ ସଂରକ୍ଷିତ ।

୧୦ । ଗ୍ରାମପଞ୍ଚାୟତର ମୁଖ୍ୟ କାର୍ଯ୍ୟାବଳୀ ଦର୍ଶାଅ ।
Answer:
ଗ୍ରାମପଞ୍ଚାୟତ ପଞ୍ଚାୟତିରାଜ ବ୍ୟବସ୍ଥାର ସର୍ବନିମ୍ନ ସ୍ତର ଅଟେ । ପାନୀୟଜଳ ଯୋଗାଣ, ଗ୍ରାମ୍ୟରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ, ପ୍ରାଥମିକ ଓ ପ୍ରୌଢ଼ ଶିକ୍ଷା, ସାଧାରଣ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଆଦି ଏହାର ମୁଖ୍ୟ କାର୍ଯ୍ୟ ଅଟେ ।

୧୧ । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ସମ୍ପାଦକ ରୂପେ କାର୍ଯ୍ୟ କରନ୍ତି । ସେ ପଞ୍ଚାୟତ ସମିତି ସମ୍ପାଦକ ରୂପେ କାର୍ଯ୍ୟ କରନ୍ତି । ସେ ପଞ୍ଚାୟତ ସମିତି ବୈଠକରେ ନିଆଯାଇଥିବା ନିଷ୍ପଭିକୁ କାର୍ଯ୍ୟକାରୀ କରନ୍ତି । ସେ ପଞ୍ଚାୟତ ସମିତିର ସମସ୍ତ ଉନ୍ନୟନ କାର୍ଯ୍ୟର ତଦାରଖ କରି ସରକାରଙ୍କୁ ବିବରଣୀ ପ୍ରଦାନ କରନ୍ତି । ସେ ସମସ୍ତ ପଞ୍ଚାୟତ ନିର୍ବାଚନ ପରିଚାଳନା କରନ୍ତି ।

୧୨ । ପୌରସଭାର ଆୟପନ୍ଥା କ’ଣ ?
Answer:
ପୌରସଭା ନିମ୍ନଲିଖୂତ ସୂତ୍ରରୁ ଆୟ କରିଥାଏ –

  • ଗୃହ, ଆଲୋକ ଓ ଜଳଯୋଗାଣ ଆଦି ସୂତ୍ରରୁ ଆଦାୟ ଟିକସ;
  • ରାସ୍ତା, ପୋଲ, ଘାଟ ଇତ୍ୟାଦିରୁ ଆଦାୟ ଖଜଣା;
  • ଯାନବାହନ, ବଜାର, ହାଟରୁ ଆଦାୟ ଖଜଣା;
  • ରାଜ୍ୟ ସରକାରଙ୍କ ଅନୁଦାନ ;
  • ଋଣ ଉଠାଣ ;

CHSE Odisha Class 12 Political Science Chapter 4 Short Answer Questions in Odia Medium

୧୩ । ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳକୁ ପରିଷଦ ନିମ୍ନଲିଖତ କାର୍ଯ୍ୟଗୁଡ଼ିକ ସମ୍ପାଦନ କରିଥାଏ –

  • ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ;
  • ସାଧାରଣ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା;
  • ପାନୀୟ ଜଳଯୋଗାଣ ;
  • ପ୍ରାଥମିକ ଶିକ୍ଷା;
  • ରାସ୍ତାର ଆଲୋକ ;
  • ନିୟନ୍ତ୍ରିତ ବଜାର ବ୍ୟବସ୍ଥା

୧୪ । ସରପଞ୍ଚଙ୍କ ମୁଖ୍ୟ କାର୍ଯ୍ୟାବଳୀ କ’ଣ ?
Answer:
ସରପଞ୍ଚ ଗ୍ରାମପଞ୍ଚାୟତର ମୁଖ୍ୟ କାର୍ଯ୍ୟପାଳିକା ଅଟନ୍ତି । ସେ ପଞ୍ଚାୟତର ଅଧ‌ିବେଶନରେ ଅଧ୍ୟକ୍ଷତା କରନ୍ତି । ସେ ଗ୍ରାମପଞ୍ଚାୟତ ସ୍ତରରେ ସରକାରୀ ନିୟମ ଓ ପଞ୍ଚାୟତର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି । ସେ ପଞ୍ଚାୟତ ସମ୍ପରିର ଜଗୁଆଳି ଅଟନ୍ତି । ସେ ଜନ୍ମ ଓ ମୃତ୍ୟୁର ହିସାବ ରଖନ୍ତି । ପଞ୍ଚାୟତ ଅର୍ଥ ତାଙ୍କରି ଅଧୀନରେ ରୁହେ ଓ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ଖର୍ଚ୍ଚ କରାଯାଏ ଓ ଅପବ୍ୟୟ ପାଇଁ ସେ ହିଁ ସରକାରଙ୍କ ନିକଟରେ ଦାୟୀ ରୁହନ୍ତି ।

Leave a Comment