Odisha State Board BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ Textbook Exercise Questions and Answers.
BSE Odisha Class 9 Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ ।
(କ) ଉତ୍କଳ ଜନନୀଙ୍କ ହସ ସୁନ୍ଦର, ଭାଷା ସୁନ୍ଦର ବୋଲି କୁହାଯାଇଛି ।
(ଖ) ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭାପାଉଛି ।
(ଗ) ସୁନ୍ଦର ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ ।
(ଘ) ଓଡ଼ିଶା ମାଆ ସୁନ୍ଦର ସୋରିଷ କ୍ଷେତରେ ସୁଶୋଭିତା ।
(ଙ) ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନର ଆଲୋକରେ ଆଲୋକିତ ।
(ଚ) ପଶୁମାନଙ୍କ ରକ୍ତରେ ଚର୍ଚ୍ଚିତ ହୋଇଛି ଉତ୍କଳ ଜନନୀଙ୍କ ପାଦ ।
(ଛ) ପବିତ୍ର ତୀର୍ଥସ୍ଥାନମାନଙ୍କରେ ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ ।
Answer:
(କ) ଠିକ୍, (ଗ) ଠିକ୍, (ଙ) ଠିକ୍, (ଛ) ଠିକ୍
Question ୨।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କୃତବର, ଉଟଜ, ତାଳତମାଳ, ମୁଖରିତ, ତୀର୍ଥଚୟ)
(କ) କଳକଳ______________ ଚାରୁ ବିହଙ୍ଗେ ।
(ଖ) _______________ ସୁଶୋଭିତ ତୀରା ।
(ଗ) ଯୋଗୀଋଷିଗଣ _____________ ପବିତ୍ରା ।
(ଘ) ପୁଣ୍ୟ ________________ ପୂର୍ଣ୍ଣ ପ୍ରଦେଶ ।
(ଙ) ବିଶ୍ବଭୂମଣ୍ଡଳ ____________ ସ୍ନେହା ।
Answer:
(କ) ମୁଖରିତ, (ଖ) ତାଳତମାଳ, (ଗ) ଊଟଜ, (ଘ) ତୀର୍ଥଚୟ, (ଡ) କୃତବର ।
Question ୩ ।
ନିମ୍ନଲିଖ୍ ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର ।
ପୟୋଧ, ଜନନୀ, ନୀଳ, ଯୋଗୀ, ପୁଣ୍ୟ, ଶୋଣିତ, ମନ୍ଦିର
Answer:
ପୟୋଧ – ପୟୋଧ ଗର୍ଭରେ ବିପୁଳ ସମ୍ପଦ ମହଜୁଦ ହୋଇରହିଛି ।
ଜନନୀ – ଜନନୀ ଓ ଜନ୍ମଭୂମି ନିକଟରେ ଆମେ ଚିରକାଳ ପାଇଁ ଋଣୀ ହୋଇ ରହିବା ।
ନୀଳ – ସମୁଦ୍ରର ନୀଳ ଜଳରାଶି ଦର୍ଶକ ପ୍ରାଣରେ ପୁଲକ ସଞ୍ଚାର କରେ ।
ଯୋଗୀ – ଯୋଗୀମାନେ ବନ ପ୍ରଦେଶରେ ତପସ୍ୟାରତ ଥାଆନ୍ତି ।
ପୁଣ୍ୟ – କୋଟି ଜନ୍ମର ପୁଣ୍ୟ ଯୋଗୁଁ ଆମେ ଭାରତବର୍ଷରେ ଜନ୍ମଗ୍ରହଣ କରିଛୁ ।
ଶୋଣିତ – ଉତ୍କଳର ବୀରପୁରୁଷମାନେ ଶତ୍ରୁବକ୍ଷର ଶୋଣିତ୍ରରେ ଉତ୍କଳମାଟିକୁ ରଞ୍ଜିତ କରିଥିଲେ ।
ମନ୍ଦିର – ଦେବଦେବୀଙ୍କ ପୂଜନ ପାଇଁ ଲୋକମାନେ ମନ୍ଦିରକୁ ଯାଆନ୍ତି ।
Question ୪।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ପବିତ୍ର, ସୁଶୋଭିତ, ସୁନ୍ଦର, ସ୍ନେହ, ସୁନନ୍ଦନ, ପୁଣ୍ୟ
Answer:
ଶବ୍ଦ – ବିପରୀତ ଶବ୍ଦ
ପବିତ୍ର – ଅପବିତ୍ର
ସୁଶୋଭିତ – କୁଶୋଭିତ
ସୁନ୍ଦର – କୁସିତ
ସ୍ନେହ – କ୍ରେ।ଧ
ସୁନନ୍ଦନ – କୁନନ୍ଦନ
ପୁଣ୍ୟ – ପାପ
Question ୫।
ଏପଟ ସେପଟ ହୋଇ ଲେଖା ଯାଇଥିବା ଅକ୍ଷରଗୁଡ଼ିକୁ ସଜାଇ ଅର୍ଥପୂର୍ଣ୍ଣ ଶବ୍ଦ ଗଠନ କର ।
ଭିଶୋସୁତ, ମାତାଳତଳ, ମଣ୍ଡଭୂଶ୍ୱଳବି, ଅଭିକୀର୍ଯ୍ୟାନି, ରଶୂରବ
Answer:
ଅସଜଡ଼। – ଅର୍ଥପୂର୍ଣ୍ଣ ଶବ୍ଦ
ଭିଶୋସୁତ – ସୁଶୋଭିତ
ମାତାଳତଳ – ତାଳତମାଳ
ମଣ୍ଡଭୂଶ୍ୱଳବି – ବିଶ୍ୱଭୂମଣ୍ଡଳ
ଅଭିକୀର୍ଯ୍ୟାନି – କୀଭିଅନିର୍ଯ୍ୟା
ରଶୂରବ – ଶୂରବର
Question ୬ ।
ନିମ୍ନଲିଖତ ପ୍ରତ୍ୟେକ ଶବ୍ଦର ଚାରିଗୋଟି ଅର୍ଥ ସୂଚିତ ହୋଇଛି । ତହିଁରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଚାରୁ ହାସମୟୀ – ଯାହାର ହସ ସୁନ୍ଦର, ହସିହସିକା, ଠୋଠୋ ହସ, ମୁରୁକି ହସ
(ଖ) ତଟିନୀ – ସମୁଦ୍ର, ବିଲ, ନଦୀ, ତୋଟା
(ଗ) ଭୂଧର – ପୃଥିବୀ, ପର୍ବତ, ଭୂମିକମ୍ପ, ଭୂଗୋଳ
(ଘ) ଊଟଜ – ଓଟ, ପତ୍ରକୁଡ଼ିଆ, ବଗିଚା, ମୁନିଋଷି
(ଙ)-ଅରି – ଅରମା, ଅରଣା, ଶତ୍ରୁ, ରୋଷ
(ଚ) ବିହଙ୍ଗ – ଉଡ଼ାଜାହାଜ, ଆକାଶ, ପକ୍ଷୀ, ବିଲୁଆ
Answer:
(କ) ଚାରୁ ହାସମୟୀ – ଯାହାର ହସ ସୁନ୍ଦର
(ଖ) ତଟିନୀ – ନଦୀ
(ଗ) ଭୂଧର – ପର୍ବତ
(ଘ) ଊଟଜ – ପତ୍ରକୁଡ଼ିଆ
(ଙ) ଅରି – ଶତ୍ରୁ
(ଚ) ବିହଙ୍ଗ – ପକ୍ଷୀ
Question ୭ ।
ନିମ୍ନଲିଖତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ଶୂରବର, ପୟୋଧ, ଅନିଦ୍ୟା, ଭୂଧର, ଶୋଣିତ- ଚର୍ଚ୍ଚିତ
Answer:
ଶୂରବର – ଶୂରମାନଙ୍କ ମଧ୍ୟରେ ବିର – କର୍ମଧାରୟ ସମାସ
ପୟୋଧ – ପୟଃକୁ ଧାରଣ କରିଛି ଯେ – ଉପପଦ୍ ତତ୍ପୁରୁଷ ।
ଅନିନ୍ଦ୍ୟ – ଯାହାକୁ ନିନ୍ଦା କରାଯାଇପାରିବ ନାହିଁ (ସ୍ତ୍ରୀଲିଙ୍ଗ)- ନିଷେଧାର୍ଥକ ବହୁବ୍ରହୀ ।
ଭୂଧର – ଭୂକୁ ଧାରଣ କରିଛି ଯେ – ଉପପଦ ତତ୍ପୁରୁଷ ।
ଶୋଣିତ-ଚର୍ଚ୍ଚିତ – ଶୋଣିତଦ୍ୱାରା ଚର୍ଚ୍ଚିତ- ତୃତୀୟା ତତ୍ପୁରୁଷ ।
Question ୮ ।
ନିମ୍ନଲିଖତ ପ୍ରତ୍ୟେକ ଶବ୍ଦଗୁଚ୍ଛରୁ ଅଲଗା ଶବ୍ଦଟିକୁ ବାଛ ।
(କ) ଜନନୀ, ମାଆ, ଭଗିନୀ, ବୋଉ, ମାତା
(ଖ) ଘନ, ବନ, ଅରଣ୍ୟ, ବଣ, ଜଙ୍ଗଲ
(ଗ) ଯୋଗୀ, ଋଷି, ତପସ୍ୱୀ, ଦୟାଳୁ, ମୁନି
(ଘ) ପବନ, ବାୟୁ, ମରୁତ, ଶୀକର, ଅନିଳ
(ଙ) ଭୂଧର, ପାହାଡ଼, ବାରିସ୍, ପର୍ବତ, ଅଚଳ
Answer:
(କ) ଭଗିନୀ, (ଖ) ଘନ, (ଗ) ଦୟାଳୁ, (ଘ) ଶୀକର, (ଙ) ବାରିଧ୍
Question ୯ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ପୂତ – ପୁତ, ଶାଳି – ଶାଳୀ, ଧନ୍ୟ – ଧନ, ସଜ -ସାଜ, ଚାରି – ଚରୁ ।
Answer:
ପୂତ – ପବିତ୍ର
ପୁତ – ପୁତ୍ର ।
ଶାଳି – ଏକପ୍ରକାର ଧାନ
ଶାଳୀ – ପତ୍ନୀଙ୍କ ସାନଭଉଣୀ ।
ଧନ୍ୟ – ପ୍ରଶଂସନୀୟ
ଧନ – ସଦର
ସଜ – ଯନ୍ତ୍ରପାତି, ଉପକରଣ
ସାଜ – ବେଶପୋଷାକ
ଚାରି – ସୁଦର
ଚରୁ – ଯଜ୍ଞରୁ ଉତ୍ପନ୍ନ ପାୟସାନ୍ତ ।
Question ୧୦ ।
ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପୟୋଧ, ଶୁଭ୍ର, ଋଷି, ବିହଙ୍ଗ, ତରଙ୍ଗ
Answer:
ଶବ୍ଦ – ପ୍ରତିଶବ୍ଦ
ପୟୋଧ୍ – ସାଗର, ସିନ୍ଧୁ
ଶୁଭ୍ର – ଶ୍ଵେତ, ସ୍ବଚ୍ଛ
ଋଷି – ମୁନି, ତପସ୍ବୀ
ବିହଙ୍ଗ – ପକ୍ଷୀ, ବିହଗ
ତରଙ୍ଗ – ଊର୍ମି, ଲହରୀ
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର :
Question ୧୧ ।
ଚିର ହାସମୟୀ ଚିର ଭାଷମୟୀ କାହାକୁ କୁହାଯାଇଛି ?
Answer:
ଉତ୍କଳ ଜନନୀଙ୍କୁ ଚିର ହାସମୟୀ ଚିର ଭାଷମୟୀ କୁହାଯାଇଛି ।
Question ୧୨ ।
ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଇଛି ?
Answer:
ଉତ୍କଳ ଜନନୀଙ୍କୁ ଚିର ହାସମୟୀ ଚିର ଭାଷମୟୀ କୁହାଯାଇଛି ।
Question ୧୩ ।
ଉତ୍କଳ ଜନନୀ କାହାର ଶୀତଳ ପବନରେ ଉତ୍ଫୁଲ୍ଲିତ ହେଉଛନ୍ତି ?
Answer:
ଉତ୍କଳ ଜନନୀ ନଦନଦୀତଟର ଶୀତଳ ପବନରେ ଉତ୍ଫୁଲ୍ଲିତ ହେଉଛନ୍ତି ।
Question ୧୪ ।
ଉତ୍କଳ ଜନନୀଙ୍କ ସମୁଦ୍ର ତଟଦେଶ କେଉଁଥିରେ ସୁଶୋଭିତ ?
Answer:
ଉତ୍କଳ ଜନନୀଙ୍କ ସମୁଦ୍ର ତଟଦେଶ ତାଳତମାଳ ବୃକ୍ଷମାନଙ୍କଦ୍ୱାରା ସୁଶୋଭିତ ।
Question ୧୫ ।
ନୀଳ ପର୍ବତଗୁଡ଼ିକ କେଉଁ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ?
Answer:
ନୀଳ ପର୍ବତଗୁଡ଼ିକ ତରଙ୍ଗ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ।
Question ୧୬ ।
ଉତ୍କଳ ଜନନୀଙ୍କ ଅଙ୍ଗ କେଉଁଥିରେ ଶୋଭିତ ?
Answer:
ଉତ୍କଳ ଜନନୀଙ୍କ ଅଙ୍ଗ ଘଞ୍ଚ ଅରଣ୍ୟଦ୍ଵାରା ଶୋଭିତ ।
Question ୧୭ ।
ଉତ୍କଳ ଜନନୀଙ୍କ ଚକ୍ଷୁ କେଉଁ ଆଲୋକରେ ଉଜ୍ଜ୍ଵଳ ?
Answer:
ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନ ଆଲୋକରେ ଉଜ୍ଜ୍ଵଳ ।
Question ୧୮।
କେଉଁମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର ।
Answer:
ଯୋଗୀଋଷିମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର ।
Question ୧୯ ।
ଉତ୍କଳ ମାତାଙ୍କ ଶରୀର କାହାର ରକ୍ତରେ ଚର୍ଚ୍ଚିତ ହୋଇଛି ?
Answer:
ଉତ୍କଳ ମାତାଙ୍କ ଶରୀର ଶତ୍ରୁମାନଙ୍କ ରକ୍ତରେ ଚର୍ଚ୍ଚିତ ହୋଇଛି ।
Question ୨୦ ।
ଉତ୍କଳ ପ୍ରଦେଶ କେଉଁଥିରେ ପୂର୍ଣ୍ଣ ହୋଇଛି ?
Answer:
ଉତ୍କଳ ପ୍ରଦେଶ ପବିତ୍ର ତୀର୍ଥଭୂମିଦ୍ଵାରା ପୂର୍ଣ ହୋଇଛି ।
Question ୨୧ ।
ଉତ୍କଳ ଜନନୀ କେଉଁମାନଙ୍କ ପାଇଁ ବନ୍ଦନୀୟା ?
Answer:
ଉତ୍କଳଜନନୀ ଏହାର ମହାନ୍ କବି ଓ ସୁପୁତ୍ରମାନଙ୍କ ପାଇଁ ବନ୍ଦନୀୟା ।
Question ୨୨ ।
ଉତ୍କଳର କ୍ଷେତ କେଉଁଥିରେ ସୁଶୋଭିତ ?
Answer:
ଉତ୍କଳର କ୍ଷେତ ଶାଳି ଧାନରେ ସୁଶୋଭିତ ।
Question ୨୩ ।
ଉତ୍କଳ ଭୂମିରେ କେଉଁମାନଙ୍କ ଗୃହ ଶୋଭାପାଉଛି ।
Answer:
ଉତ୍କଳ ଭୂମିରେ ବହୁ ବୀର ଓ ଯୋଦ୍ଧାଙ୍କ ଗୃହ ଶୋଭାପାଉଛି ।
Question ୨୪ ।
କେଉଁମାନେ ସାରା ବିଶ୍ବରେ ସ୍ନେହଭାଜନ ହୋଇଛନ୍ତି ?
Answer:
ଉତ୍କଳର ଗୁଣୀ, ଜ୍ଞାନୀ ଓ ବିଦ୍ୱାନ୍ମାନେ ସାରା ବିଶ୍ବରେ ସ୍ନେହଭାଜନ ହୋଇଛନ୍ତି ।
Question ୨୫ ।
କାହାର ଅନିନ୍ଦ୍ୟ କୀର୍ତ୍ତି ଭୁବନ ବିଦିତ ?
Answer:
ଉତ୍କଳ ଜନନୀଙ୍କର ଅନିଦ୍ୟା କୀର୍ତ୍ତି ଭୁବନ ବିଦିତ ।
Question ୨୬ ।
କେଉଁମାନଙ୍କ କଳରବରେ ଉତ୍କଳ ଭୂମିର ପରିବେଶ ମୁଖରିତ ହେଉଛି ?
Answer:
ପକ୍ଷୀମାନଙ୍କ କଳରବରେ ଉତ୍କଳଭୂମିର ପରିବେଶ ମୁଖରିତ ହେଉଛି ।
Question ୨୭ ।
ଉତ୍କଳ ଜନନୀଙ୍କ ବେଶ କେଉଁଥିରେ ଶୋଭା ପାଉଛି ?
Answer:
ଉତ୍କଳ ଜନନୀଙ୍କ ବେଶ ସୁନ୍ଦର କଳାକୃତିରେ ଶୋଭା ପାଉଛି ।
ସପ୍ରସଙ୍ଗ ସରଳାର୍ଥ ଲେଖ :
Question ୨୮ ।
ପୂତ-ପୟୋଧ-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ର-ତଟିନୀ-କୂଳ-ଶୀକର-ସମୀରା
ଜନନୀ, ଜନନୀ, ଜନନୀ ।
Answer:
ପୂତ-ପୟୋଧ…………………………………………ଜନନୀ ଜନନୀ ।
ଉଲ୍ଲେଖ୍ତ ପଦ୍ୟାଶଟି ପଠିତ ‘ସାହିତ୍ୟ ଧାରା’ ପୁସ୍ତକ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀନିସୃତ ‘ବନ୍ଦେ ଉତ୍କଳ ଜନନୀ’’ କବିତାରୁ ସଂଗୃହୀତ । ସଂଗୃହୀତ ପଂକ୍ତିଚୟରେ କବି ଉତ୍କଳ ଜନନୀଙ୍କ କଳେବରର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସମ୍ପର୍କରେ ସମ୍ୟକ୍ ଚିତ୍ର ପ୍ରଦାନ କରିଛନ୍ତି ।
ଉତ୍କଳ ପ୍ରଦେଶ ବାସ୍ତବରେ ଆମ୍ଭମାନଙ୍କର ଗର୍ଭଧାରୀ ଜନନୀ । କାରଣ ଉକ୍ତ କ୍ଷେତ୍ରର ପାବନ ଭୂମିରେ ଆମର ଜନ୍ମ । ଜନନୀ ବକ୍ଷର ମାଟି, ପାଣି, ପବନ ଆମର ଜୀବନ ରକ୍ଷକ । ଉତ୍କଳ ଜନନୀଙ୍କ ପଦଯୁଗଳକୁ ପବିତ୍ର ମହୋଦଧୂର ଜଳ ନିତ୍ୟ ଧୌତ କରିବାରେ ନିୟୋଜିତ । ଜଳଧୂ ତୀରଦେଶରେ ଅଗଣିତ ତାଳ ତମାଳ ଆଦି ବୃକ୍ଷରାଜି ଶୋଭା ପାଉଛି । ଜନନୀ ବକ୍ଷଦେଶରେ ସ୍ଥାନିତ ନଦନଦୀମାନଙ୍କ ତଟଦେଶରୁ ପ୍ରବାହିତ ଶୀତଳ ସମୀରଣ ହୃଦୟରେ ପୁଲକ ସଞ୍ଚାର କରେ । ଉତ୍କଳ ଜନନୀଙ୍କ ଅଗଣିତ ସନ୍ତାନ ଆଜି ଚିରକାଳ ଧନ୍ୟ ହୋଇ ତାଙ୍କର ଚରଣଯୁଗଳ ଉପାସନା କରୁଛନ୍ତି । କବିଙ୍କ ଏପରି ବର୍ଣ୍ଣନା ଶ୍ରୁତିମଧୁର ଓ ବାସ୍ତବ ସତ୍ୟ ।
Question ୨୯ ।
ଉତ୍କଳ ଶୂରବର-ଦର୍ପିତ ଗେହା,
ଅରିକୁଳ-ଶୋଣିତ-ଚଇତ-ଦେହା,
ବିଶ୍ୱଭୂମଣ୍ଡଳ-କୄତବିର-ସେହା
ଜନନୀ, ଜନନୀ, ଜନନୀ ।
Answer:
ଉତ୍କଳ ଶୂରବର………………….. ଜନନୀ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ପୁସ୍ତକ ‘ସାହିତ୍ୟ ଧାରା’ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀନିସୃତ ‘ବନ୍ଦେ ଉତ୍କଳ ଜନନୀ’’ ଗୀତିକାର ଅଂଶବିଶେଷ ଅଟେ । ଉପରୋକ୍ତ ପଦାବଳୀରେ କବି ଅତୀତ ଉତ୍କଳର ବୀରପୁରୁଷମାନଙ୍କର ଗୌରବଗାଥା ସମ୍ପର୍କରେ ନିଖୁଣ ଚିତ୍ର ପ୍ରଦାନ କରିଛନ୍ତି । ଉତ୍କଳ ଜନନୀଙ୍କର ଅଙ୍କ ବିଭୂଷିତ କରିଥିବା ବୀରପୁରୁଷମାନେ ନିଜ ନିଜ ବୀରତ୍ବର ଗରିମା ପ୍ରଦର୍ଶନ କରି ଚିର ସ୍ମରଣୀୟ ହୋଇ ରହିଛନ୍ତି ।
ମଗଧରାଜ ଅଶୋକ ଅତୀତରେ ଏହି ଉତ୍କଳ ବା ତତ୍କାଳୀନ କଳିଙ୍ଗକୁ ବିଜୟ କରିବା ନିମିତ୍ତ ଆକ୍ରମଣ କରିଥିଲେ । ଅଶୋକ କଳିଙ୍ଗ ବିଜୟ କଲେ ସୁଦ୍ଧା କଳିଙ୍ଗର ବୀର ପୁରୁଷମାନଙ୍କର ଅସାଧାରଣ ବୀରତ୍ଵ ସମ୍ମୁଖରେ ତାଙ୍କର ମସ୍ତକ ଅବନତ ହୋଇଥିଲା । ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇ ରାଜ୍ୟଜୟ ବାସନା ପରିହାର କରି ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ । ଅତୀତର ଏହି ଚର୍ଚ୍ଚିତ ଗାଥା ଓଡ଼ିଶା ଇତିହାସରେ ଚିରକାଳ ସ୍ମରଣୀୟ ହୋଇରହିଛି ।
Question ୩୦ ।
କବିକୁଳମୌଳି-ସୁନନ୍ଦନ-ବନ୍ଦ୍ୟ,
ଭୁବନ-ବିଘୋଷିତ କୀର୍ତ୍ତି-ଅନିନ୍ଦ୍ୟ,
ଧନ୍ୟ, ପୁଣ୍ୟ, ଚିରଶରଣ୍ୟ
ଜନନୀ, ଜନନୀ, ଜନନୀ ।
Answer:
କବିକୁଳମୌଳି ……………………………………………. ଜନନୀ ।
ଶଂସିତ ପଦ୍ୟାଶଟି ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ କବିତାରୁ ଉଦ୍ଧୃତ । ଆଲୋଚ୍ୟ ପ୍ରସଙ୍ଗରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳ ଜନନୀ କିପରି ଶ୍ରେଷ୍ଠ କବିମାନଙ୍କ ଦ୍ବାରା ବନ୍ଦନୀୟା ହୋଇଛନ୍ତି, ସେହି ବିଷୟକୁ ଆବେଗପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି ।
ମହାନ୍ କବି ଓ ସୁପୁତ୍ରମାନଙ୍କଦ୍ୱାରା ଉତ୍କଳଜନନୀ ବନ୍ଦନୀୟା । ତାଙ୍କର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ବରେ ପ୍ରଚାରିତ । ସେଥିପାଇଁ ସେ ଧନ୍ୟା, ପୁଣ୍ୟବତୀ ଓ ସର୍ବଦା ଶରଣାଦାତ୍ରୀ ଭାବେ ଚିର ନମସ୍ୟା ।
ପ୍ରସଙ୍ଗଟିରୁ କବିଙ୍କର ମାତୃଭୂମି ପ୍ରଶଂସାତ୍ମକ ଦୃଷ୍ଟିଭଙ୍ଗୀର ଆଭାସ ମିଳେ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର :
Question ୩୧ ।
‘ବନ୍ଦେ ଉତ୍କଳ ଜନନୀ’ କବିତାରୁ କବିଙ୍କ ଦେଶଭକ୍ତିର ପରିଚୟ ଦିଅ ।
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟ ଜଗତର ଏକ କାଳଜୟୀ ସ୍ୱନାମଧନ୍ୟ କବି ଭାବରେ ଓଡ଼ିଶା ଭୂଖଣ୍ଡରେ ସର୍ବଜନବିଦିତ । ବାଲ୍ୟାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି, ସଙ୍ଗୀତ ଓ କଳା ପ୍ରତି ଆକୃଷ୍ଟ ଥିଲେ । କାନ୍ତକବି ଏକାଧାରରେ ଥିଲେ ଏକ ପ୍ରବୀଣ କବି ଓ ବିଖ୍ୟାତ କଥାକାର । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରେରଣା ଓ ନିର୍ଦ୍ଦେଶରେ ଲକ୍ଷ୍ମୀକାନ୍ତ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ କରି ଦେଶକୁ ଇଂରେଜ ଶାସନ କବଳରୁ ମୁକ୍ତ କରିବା ନିମିତ୍ତ ପ୍ରଗାଢ଼ ପ୍ରଚେଷ୍ଟା ଜାରି ରଖୁଥିଲେ ।
ସ୍ଵାଧୀନତା ଆନ୍ଦୋଳନକୁ ପ୍ରଭାବିତ କରିବା ନିମିତ୍ତ ଅନେକ କ୍ଷୁଦ୍ର କବିତା ରଚନା କରି ଜନମାନସରେ ଦେଶପ୍ରେମ ଭାବ ଉଦ୍ରେକ କରାଇବାରେ ପୂର୍ଣ୍ଣ ସହାୟକ ହୋଇଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ୱରଚିତ କବିତା ‘ବନ୍ଦେ ଉତ୍କଳ ଜନନୀ’ ମାଧ୍ୟମରେ ଉତ୍କଳ ମାତାର ଯଶୋଗାନ କରି ବନ୍ଦନା କରିଛନ୍ତି । ଗର୍ଭଧାରୀ ଜନନୀ ସଦୃଶ ଓଡ଼ିଶାକୁ ଅନ୍ତରର ଗଭୀର ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଦେଶ ଓ ଜାତିର ଉନ୍ନତି କାମନା ଓ ଗୌରବ ବର୍ଣ୍ଣନା କରି ଦେଶପ୍ରେମୀ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଦେଶର ଅଗଣିତ ଜନତା ମଧ୍ୟରେ କବିଙ୍କର ସ୍ଵତନ୍ତ୍ର ଦେଶଭକ୍ତି ତାଙ୍କ ରଚିତ କବିତାରୁ ସ୍ପଷ୍ଟ ଅନୁମେୟ ହୁଏ । ଉତ୍କଳ ବା ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ସ୍ଥାନିତ ସମସ୍ତ ପ୍ରାକୃତିକ ଦୃଶ୍ୟକୁ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ଅନ୍ତରରେ ଗ୍ରହଣ କରି ନିଜକୁ ଓଡ଼ିଶା ମାଟିର ସନ୍ତାନ ବୋଲି ଗର୍ବ କରିଛନ୍ତି । ଏଥିରୁ କବିଙ୍କର ଦେଶଭକ୍ତି ଭାବ ସ୍ପଷ୍ଟ ପରିଲକ୍ଷିତ ହୁଏ ।
Question ୩୨ ।
ଉତ୍କଳ ଜନନୀ କାହିଁକି ବନ୍ଦନୀୟା ? ପଠିତ କବିତା ଅବଲମ୍ବନରେ ଆଲୋଚନା କର ।
Answer:
ଓଡ଼ିଆ ସାହିତ୍ୟାକାଶରେ ଏକ ଜାଜ୍ୱଲ୍ୟମାନ ତଥା ପ୍ରଜ୍ଜ୍ୱଳିତ ଚନ୍ଦ୍ରମା ସଦୃଶ କାନ୍ତକବି ଲକ୍ଷ୍ମୀକାନ୍ତ ଓଡ଼ିଶା ଇତିହାସରେ ଚିରସ୍ମରଣୀୟ । ତାଙ୍କର ଅସାଧାରଣ ଦେଶପ୍ରେମ ଭାବ ଯୋଗୁଁ ସେ ଓଡ଼ିଶାକୁ ଗର୍ଭଧାରୀ ଜନନୀରୂପେ ଅବତାରଣା କରି ଭକ୍ତି ଭାବରେ ଉପାସନା କରିଛନ୍ତି । ପ୍ରତ୍ୟେକ ଜନନୀ ସନ୍ତାନ ନିକଟରେ ଆମରଣ ବନ୍ଦନୀୟା । ଜନନୀଙ୍କ ବନ୍ଦନା ତଥା ଉପାସନା ସନ୍ତାନମାନଙ୍କର ଭବିଷ୍ୟତ ଉନ୍ନତିରେ ସମ୍ପୂର୍ଣ୍ଣ ସହାୟକ ହୋଇଥାଏ ।
ଉତ୍କଳ ଜନନୀ ଅଙ୍କରେ ଜନ୍ମଲାଭ କରିଥିବା ଅଗଣିତ ବୀର ସନ୍ତାନ ଉତ୍କଳକୁ ଶତ୍ରୁ କବଳରୁ ଉଦ୍ଧାର କରିବା ନିମିତ୍ତ ଜୀବନ ଦାନ କରିଛନ୍ତି । ପୁନଶ୍ଚ ବିଶ୍ଵର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରଧାମରେ ଅବସ୍ଥାନ କରିଥିବା ଯୋଗୁଁ ଦେଶ ବିଦେଶର କୋଣ ଅନୁକୋଣରୁ ତୀର୍ଥଯାତ୍ରୀମାନେ ପୁରୀଧାମକୁ ପ୍ରଭୁଦର୍ଶନ ନିମିତ୍ତ ଆଗମନ କରିବା ଯୋଗୁଁ ଉତ୍କଳ ସମଗ୍ର ବିଶ୍ୱବିଦିତ ତଥା ବନ୍ଦନୀୟା । ଉତ୍କଳରେ ଜନ୍ମିତ ବୀର ସନ୍ତାନମାନଙ୍କର ଅସାଧାରଣ ଅପୂର୍ବ ବୀରତ୍ଵ ଭାବ ଯୋଗୁ ଉତ୍କଳ ଆଜି ଧନ୍ୟା । ସପ୍ତାଶ୍ଚର୍ଯ୍ୟ କଳା କାରୁକାର୍ଯ୍ୟର ନିଦର୍ଶନ ସ୍ୱରୂପ ଉତ୍କଳର ଅର୍କକ୍ଷେତ୍ର କୋଣାର୍କ ଚିର ବନ୍ଦନୀୟ ।
ଉତ୍କଳ ଜନନୀଙ୍କ ଅର୍ଦ୍ଧାଧିକ କଳେବର ନିଘଞ୍ଚ ବନାନୀରେ ବିମଣ୍ଡିତା ହୋଇ ଅପୂର୍ବ ଶ୍ରୀ ଧାରଣ କରି ବିଦେଶୀ ଜନମାନସରେ ଉଲ୍ଲାସ ଭାବ ସୃଷ୍ଟି କରୁଥିବାରୁ ଉତ୍କଳ ଆଜି ଧନ୍ୟା ଓ ବନ୍ଦନୀୟା । ଓଡ଼ିଶା ମାତାର ଅଗଣିତ ସୁସନ୍ତାନ ଆଧ୍ୟାତ୍ମକ ଭାବନା ଓ ପ୍ରେରଣାର ଉତ୍ସରେ ସ୍ୱୟଂ ଉତ୍ସର୍ଗୀକୃତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ଯୌଗଦାନ କରି ଦେଶ, ଜାତିକୁ ଇଂରେଜ ଶାସନ ଚେତନାରେ ଉଦ୍ବୁଦ୍ଧ ହୋଇ ଜନସମାଜକୁ ଉତ୍ତମ ମାର୍ଗ ପ୍ରଦର୍ଶନ କରୁଛନ୍ତି । ଈଶ୍ୱରବିଶ୍ଵାସୀ ମନୋଭାବ ଓଡ଼ିଶାର ପ୍ରତ୍ୟେକ ଜନମାନସରେ ପରିଲକ୍ଷିତ ହୁଏ । ଭାଗବତ ଆରାଧନା ପ୍ରତ୍ୟେକ ଓଡ଼ିଆଙ୍କ ଅନ୍ତରରେ ସ୍ଥାନ ପାଇଥାଏ । ସର୍ବାଦୌ ମନ୍ତବ୍ୟ ପ୍ରକାଶ କଲେ ଠିକ୍ ହେବ ଯେ ଉତ୍କଳ ଜନନୀ ବାସ୍ତବିକ ବନ୍ଦନୀୟା ।
Question ୩୩ ।
ଏକ ସାର୍ଥକ ଦେଶାତ୍ମବୋଧକ କବିତା ଭାବେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଚାର କର ।
Answer:
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ଅନନ୍ୟ ପ୍ରତିଭା ସମ୍ପଦ ଚିରକାଳଜୟୀ ସ୍ରଷ୍ଟା ଭାବରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୁନାମ ଓ ପ୍ରତିଷ୍ଠା ଅର୍ଜନ କରିଛନ୍ତି । କାନ୍ତକବି ଏକାଧାରରେ ଓଡ଼ିଆ ସାହିତ୍ୟର ପ୍ରଶସ୍ତ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଜନୈକ ପ୍ରବୀଣ ଦକ୍ଷତାଶୀଳ କବି ଓ କଥାକାର । ଦେଶାତ୍ମବୋଧ, ଆଧ୍ୟାତ୍ମିକତା ଚେତନାଶୀଳ ଭାବଗର୍ଭକ ଅନେକ କବିତା ସୃଷ୍ଟି କରି ସେ ଓଡ଼ିଶା ମାଟିରେ ଚିରକାଳ ଅମର ହୋଇ ରହିଛନ୍ତି ।
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଦିଗ୍ଦର୍ଶନ ଓ ପ୍ରେରଣାର ଉତ୍ସରେ ସ୍ବୟଂ ଉତ୍ସର୍ଗୀକୃତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ଯୌଗଦାନ କରି ଦେଶ, ‘ଜାତିକୁ ଇଂରେଜ ଶାସନ ଅଧୀନରୁ ଉଦ୍ଧାର ନିମିତ୍ତ ପ୍ରଗାଢ଼ ଉଦ୍ୟମ କରିଛନ୍ତି । ତାଙ୍କ ଲେଖନୀପ୍ରସୂତ ‘ବନ୍ଦେ ଉତ୍କଳ ଜନନୀ’ ଦେଶପ୍ରେମ ଭାବର ଜ୍ଵଳନ୍ତ ଅନ୍ତରରେ ବନ୍ଦନା ବା ଉପାସନା କରିଛନ୍ତି । ନିଜର ଆତ୍ମା ପ୍ରତି ତାଙ୍କର ଯେଉଁ ଅନାବିଳ ଶ୍ରଦ୍ଧା ସ୍ନେହ ଭାବ, ସେହିପରି ଦେଶ ଓ ଜାତିର ସୁରକ୍ଷା ପ୍ରତି ତାଦୃଶ ସମଭାବ ଜ୍ଞାପନ କରିଛନ୍ତି । ତାଙ୍କର ଅନ୍ତର୍ନିହିତ ଶକ୍ତି ଦେଶମାଟି ପ୍ରତି କର୍ତ୍ତବ୍ୟରତ ଥିବା କଥା କବିତାରୁ ସ୍ପଷ୍ଟ ଅନୁମେୟ ହୋଇଥାଏ ।
ଓଡ଼ିଶାର ଅତୀତ ଗୌରବ, ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଜ୍ଞଦେଶ, ତଟିନୀସମୂହର ଉର୍ବର ସମତଳ ଅଞ୍ଚଳ, ମନ୍ଦିରମାନଙ୍କରେ ସୁଶୋଭିତ ଚାରୁକଳା, ବୀରପୁରୁଷମାନଙ୍କର ବୀରତ୍ଵ କାହାଣୀ କାନ୍ତକବି ତାଙ୍କ ରଚିତ କବିତାରେ ସନ୍ନିବେଶିତ କରି ଉତ୍କଳ ଜନନୀଙ୍କ ବନ୍ଦନା ଗ୍ରାନ କରିଛନ୍ତି । ତେଣୁ ‘ବନ୍ଦେ ଉତ୍କଳ ଜନନୀ’’ ଦେଶାତ୍ମବୋଧ ଭବରେ ରୂପାୟିତ ହୋଇଛି । ତେଣୁ ଏ କବିତାଟି ଏକ ସାର୍ଥକ ଦେଶାତ୍ମବୋଧକ କବିତା ହୋଇପାରିଛି ।
Question ୩୪ ।
‘ବନ୍ଦେ ଉତ୍କଳ ଜନନୀ’ କବିତାରୁ ଉତ୍କଳ ଜନନୀଙ୍କ ମହନୀୟତା ପ୍ରତିପାଦନ କର ।
Answer:
ଓଡ଼ିଆ ଭାଷା ସାହିତ୍ୟାକାଶରେ ଅନବଦ୍ୟ ଗୀତିକା ତଥା କବିତା ସୃଷ୍ଟି କରିବାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଜନୈକ ଭାଷା ସାହିତ୍ୟ ମହାରଥୀ । ତାଙ୍କ ଲେଖନୀସମ୍ଭୂତ ପ୍ରତ୍ୟେକ କବିତା ଦେଶାତ୍ମବୋଧ ଭାବ ଓ ଚେତନା ଶକ୍ତିରେ ପରିପୂର୍ଣ୍ଣ । ଉତ୍କଳର ଜଣେ ସୁଯୋଗ୍ୟ ସନ୍ତାନ ହିସାବରେ ସ୍ବରଚିତ କବିତାବଳୀରେ ଉତ୍କଳ ଜନନୀଙ୍କ ଅପୂର୍ବ ମହାନତା ସମ୍ବନ୍ଧରେ ଚିତ୍ତାକର୍ଷକ ବର୍ଣ୍ଣନା ସନ୍ନିବେଶିତ କରିଛନ୍ତି । କବି ଆମ ଜନ୍ମଭୂମି ଓଡ଼ିଶାକୁ ଅମୃତମୟୀ ଜନନୀ ରୂପେ ଉପାସନା କରି ତା’ର ଲାସ୍ୟମୟୀ, ହାସ୍ୟମୟୀ, ଭାଷମୟୀ ରୂପଲାବଣ୍ୟକୁ କବିତାରେ ଉପସ୍ଥାପନ କରିଛନ୍ତି ।
ଅପରୂପ, ଅବର୍ଣନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ଉତ୍କଳ ଜନନୀଙ୍କ ସ୍ଵରୂପକୁ ସେ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି । ଜନନୀଙ୍କ ଅଙ୍କଦେଶ ଘଞ୍ଚ ଅରଣ୍ୟାନିରେ ପରିପୂର୍ଣ୍ଣ ସୌନ୍ଦର୍ଯ୍ୟର ଶୀର୍ଷଭାଗ ସ୍ପର୍ଶ କରିଅଛି । ନୀଳ ଗିରିରାଜିର ମନୋଲୋଭା ଦୃଶ୍ୟ ଜନମାନସରେ ଉଲ୍ଲାସ ଭାବ ଉଦ୍ରେକ କରୁଅଛି । ବିହଙ୍ଗରାଜିର କେକାରବ ବନରାଜିର ଶୋଭାକୁ ବହୁଗୁଣିତ କରିଛି । ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସୁଶୋଭିତ ଧାନ୍ୟକ୍ଷେତ୍ର ଶସ୍ୟ ଉତ୍ପାଦନରେ ଶ୍ରେଷ୍ଠ ସ୍ଥାନ ଲାଭ କରି ଗୌରବ ଅର୍ଜନ କରିଅଛି । ବାସ୍ତବ କ୍ଷେତ୍ରରେ ଉତ୍କଳ ଜନନୀର ମହନୀୟତା ବର୍ଣ୍ଣିତ କବିତାରେ ପ୍ରତି ପାଦ ଓ ପଦରେ ପରିସ୍ଫୁଟିତ ହୋଇଛି ।
ତୁମପାଇଁ କାମ
୩୫ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନ୍ୟାନ୍ୟ କୃତି ସଂଗ୍ରହ କରି ପଢ଼ ।
୩୬ । ଉତ୍କଳ ଜନନୀ କେଉଁ କେଉଁ କାରଣ ପାଇଁ ବନ୍ଦନୀୟା, ସେଇ କାରଣଗୁଡ଼ିକ ଟିପାଖାଥାରେ ଟିପି ରଖ ।
୩୭ । ‘ବନ୍ଦେ ଉତ୍କଳ ଜନନୀ’ କବିତାଟି ମୁଖସ୍ଥ କରି ମନେରଖ ।
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। କବି ଲକ୍ଷ୍ମୀକାନ୍ତ କେବେ ଜନ୍ମଗ୍ରହଣ କରିଥିଲେ ?
Answer:
କବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
୨ । କବିଙ୍କର ପିତାମାତାଙ୍କ ନାମ କ’ଣ ଥିଲା ?
Answer:
କବିଙ୍କର ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ମାତାଙ୍କ ନାମ ରାଧାରାଣୀ ଦେବୀ ଥିଲା ।
୩ । କବି କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
କବି ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
୪। କବି ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ ?
Answer:
କବି ବାଲ୍ୟାବସ୍ଥାରୁ କଳା ଓ ସଙ୍ଗୀତ ପ୍ରତି ବିଶେଷ ଆକୃଷ୍ଟ ଥିଲେ ।
୫। କବି କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି ?
Answer:
କବି ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି ।
୬। କବିଙ୍କ ଲେଖନୀ ନିସୃତ କେଉଁ ୨ଟି କୃତି ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ?
Answer:
କବିଙ୍କ ରଚିତ ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ାଶଙ୍ଖାରି’ ଗଳ୍ପ ଆଜି ମଧ୍ୟ ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ।
୭ । କବି ୧୯୩୭ ମସିହାରେ କେଉଁ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ?
Answer:
କବି ୧୯୩୭ ମସିହାରେ ‘ଡଗର’ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ।
୮। କବିଙ୍କ ରଚିତ ‘‘ବନ୍ଦେ ଉତ୍କଳ ଜନନୀ’’କୁ କେବେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା
Answer:
କବିଙ୍କ ରଚିତ‘ବନ୍ଦେ ଉତ୍କଳ ଜନନୀ’’ ୨୦୨୦ ମସିହା ଜୁନ୍ ୭ ତାରିଖରେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର
୯। ‘ଉତ୍କଳ’’ କହିଲେ କେଉଁ ପ୍ରଦେଶକୁ ବୁଝାଏ ?
Answer:
ଉତ୍କଳ କହିଲେ ଆମ ଓଡ଼ିଶା ପ୍ରଦେଶକୁ ବୁଝାଇଥାଏ ।
୧୦ । କାନ୍ତକବି କାହାର ପଦବନ୍ଦନା କରିଛନ୍ତି ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ଉତ୍କଳ ବା ଓଡ଼ିଶା ମାତାଙ୍କର ପଦବନ୍ଦନା କରିଛନ୍ତି ।
୧୧ । କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି ?
Answer:
କବି ଉତ୍କଳ ଜନନୀଙ୍କୁ ଚାରୁ ହାସମୟୀ ଓ ଚାରୁ ଭାଷମୟୀ ବୋଲି ସମ୍ବୋଧନ କରି ସ୍ଵଅଭିମତ ପ୍ରକାଶ କରିଛନ୍ତି ।
୧୨ । ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ କିଏ ଧୌତ କରୁଅଛି ?
Answer:
ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ ମହୋଦଧୂର ପୂତ ବାରିରାଶି ଧୌତ କରୁଅଛି ।
୧୩। ମହୋଦଧୂ ତଟଦେଶ କିପରି ଶୋଭା ପାଉଅଛି ?
Answer:
ମହୋଦଧୂ ତଟଦେଶ ତାଳତାମାଳ ବୃକ୍ଷସମୂହରେ ଶୋଭା ପାଉଅଛି ।
୧୪ । ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ କ’ଣ ପ୍ରବାହିତ ହେଉଛି ?
Answer:
ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ ମନ୍ଦ ମନ୍ଦ ଶୀତଳ ସମୀର ପ୍ରବାହିତ ହେଉଛି ।
୧୫ । ଉତ୍କଳ ଜନନୀର କଳେବରରେ ଆଉ କ’ଣ
Answer:
ଉତ୍କଳ ଜନନୀର କଳେବରରେ ମିଘଞ୍ଚ ବନରାଜି ଏବଂ ଉତ୍ତୁଙ୍ଗ ପର୍ବତମାଳା ଶୋଭା ପାଉଅଛି ।
୧୬ । କେଉଁମାନଙ୍କ କଳରବରେ ଉତ୍କଳର ଗଗନ ପବନ ମୁଖରିତ ହେଉଛି ?
Answer:
ବିବିଧ ଚାରୁ କେଉଁମାନଙ୍କ କଳରବରେ ଉତ୍କଳର ଗଗନ ପବନ ମୁଖରିତ ହେଉଛି ।
୧୭ । ଉତ୍କଳମାତାର ସମତଳ ଅଞ୍ଚଳ କାହାଦ୍ଵାରା ସୁଶୋଭିତା ହୋଇଛି ?
Answer:ଉତ୍କଳମାତାର ସମତଳ ଅଞ୍ଚଳ ସୌଦର୍ଯ୍ୟଶାଳିନୀ ସୁମନୋହାରିଣୀ ଶସ୍ୟଷେତ୍ର ସମୂହଦ।ରା ସୁଶୋଭିତ ହୋଇଛି ।
୧୮ । କେଉଁମାନେ ପବିତ୍ର କୁଟୀର ମଧ୍ୟରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ?
Answer:
ମୁନି, ଯୋଗୀ, ଋଷିଗଣ ପବିତ୍ର କୁଟୀର ମଧ୍ୟରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ।
୧୯ । ଉତ୍କଳ ଜନନୀ କୋଳରେ କେଉଁ କେଉଁ ତୀର୍ଥକ୍ଷେତ୍ର ବିରାଜିତ ହୋଇ ଆଧ୍ୟାତ୍ମିକ ଭାବ କରୁଛନ୍ତି ?
Answer:
ଉତ୍କଳ ଜନନୀଙ୍କ କୋଳରେ ଶ୍ରୀକ୍ଷେତ୍ର, ଅର୍କକ୍ଷେତ୍ର ଆଦି ତୀର୍ଥକ୍ଷେତ୍ର ବିରାଜିତ ହୋଇ ଜନମାନସରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରୁଛନ୍ତି ।
୨୦ । ଉତ୍କଳ ଜନନୀ ଗୌରବମଣ୍ଡିତା କାହିଁକି ?
Answer:
ଉତ୍କଳ ଜନନୀଙ୍କ ଅଗଣିତ ଶୂରବର ସନ୍ତାନମାନଙ୍କର ଗୌରବ ଗାଥା ଓ କବି ତଥା ସନ୍ତାନମାନଙ୍କର ଗୌରବ ଗାଥା ଓ କବି ତଥା ଜନନୀ ଚିରକାଳ ଗୌରବମଣ୍ଡିତା ।
B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
୧। ‘ପୂତ’ ଶବ୍ଦଟିର ଅର୍ଥ ଲେଖ ।
Answer:
ପବିତ୍ର
୨। ‘ପୟୋଧ’ ଶବ୍ଦର ଦୁଇଟି ପ୍ରତିଶବ୍ଦ ଲେଖ ।
Answer:
ସମୁଦ୍ର, ସାଗର
୩। ‘ତଟିନୀ’ର ଦୁଇଟି ପ୍ରତିଶବ୍ଦ ଲେଖ ।
Answer:
ନଦୀ, ସରିତ
୪। ‘ଶୂରବର’ ଶବ୍ଦର ଅର୍ଥ ଲେଖ ।
Answer:
ବୀରଶ୍ରେଷ
୫। ‘ଚାରୁକଳା’ କହିଲେ କହାକୁ ବୁଝାଏ ?
Answer:
ନୃତ୍ୟ-ସଙ୍ଗୀତ-ବିତ୍ର।ଙ୍କନ ବିଦ୍ୟ।
୬। ପୁଣ୍ୟର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
Answer:
ପାପ
୭। ‘ଊଟଜ’ ଶବ୍ଦଟିର ଅର୍ଥ ଲେଖ ।
Answer:
ପତ୍ରକୁଡ଼ିଆ | ମୁନିଋଷିମାନଙ୍କ ବାସସ୍ଥାନ
୮। ‘ଚାରୁ’ ଶବ୍ଦର ଅର୍ଥ ଲେଖ ।
Answer:
ସୁନ୍ଦର
୯। ‘ସମୀର’ର ଦୁଇଟି ପ୍ରତିଶବ୍ଦ ଲେଖ ।
Answer:
ପବନ, ବାୟୁ
୧୦ । ‘ଶୁଭ୍ର’ର ବିପରୀତ ଶବ୍ଦ ଲେଖ ।
Answer:
କୃଷ୍ଣ
C ଶୂନ୍ୟସ୍ଥାନ ପୂରଣ କର ।
୧। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର __________________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୮୮
୨ । କବି ଲକ୍ଷ୍ମୀକାନ୍ତ କଟକର ________________________ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥେଲେ ।
Answer:
ରେଭେନ୍ସା
୩ । ଲକ୍ଷ୍ନୀକାନ୍ତଙ୍କର କୁଳଗୁରୁଙ୍କ ନାମ ___________________ ।
Answer:
ବାବାଜୀ ରାମଦାସ
୪ । ________________ ଙ୍କ ପ୍ରେରଣାରେ ଲକ୍ଷ୍ମୀକାନ୍ତ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।
Answer:
ମହାତ୍ମା ଗାନ୍ଧୀ
୫। ଲକ୍ଷ୍ମୀକାନ୍ତଙ୍କ ରଚିତ ______________ ଗଳ୍ପ ପୁସ୍ତକ ଆଜି ବି ଲୋକପ୍ରିୟ ।
Answer:
ବୁଢ଼ାଶଙ୍ଖାରି
୬। ଲକ୍ଷ୍ମୀକାନ୍ତଙ୍କ __________________ ସଙ୍ଗୀତ ଲୋକମାନଙ୍କ ମନରେ ବିଦ୍ରୋହର ବହ୍ନି ପ୍ରଜ୍ବଳିତ କରିଥିଲା ।
Answer:
ଦେଶାତ୍ମବୋଧକ
୭। ତାଳତମାଳ _________________ ତୀରା ।
Answer:
ସୁଶୋଭିତ
୮। ______________ ବନଭୂମି ରାଜିତ ଅଙ୍ଗେ ।
Answer:
ଘନଘନ
୯ । ଶୁଭ୍ର-ତଟିନୀ-କୂଳ _________________ ସମୀରା ।
Answer:
ଶୀକର
୧୦। ________________ ସୁଶୋଭିତ କ୍ଷେତ୍ରା ।
Answer:
ସୁନ୍ଦରଶାଳି
୧୧। ଯୋଗୀଋଷିଗଣ _________________ ପବିତ୍ର। ।
Answer:
ଊଟଜ
୧୨। _______________ମଣ୍ଡିତ-ଦେଶ ।
Answer:
ସୁନ୍ଦର ମନ୍ଦିର
୧୩ । ଉତ୍କଳ ଶୂରବର-ଦର୍ପିତ _______________।
Answer:
ଗେହା
୧୪। ________________ ସୁନନ୍ଦନ-ବନ୍ଧ୍ୟା ।
Answer:
କବିକୁଳମୌଳି
୧୫ । ଭୁବନ ________________ କୀର୍ତ୍ତି- ଅନିଦ୍ୟା ।
Answer:
ବିଘୋଷିତ
D ଠିକ୍ ଉକ୍ତି ପାଇଁ ଠିକ୍ କିମ୍ବା ଭୁଲ୍ ଉକ୍ତି ପାଇଁ ଭୁଲ୍ ଲେଖ ।
୧। ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ଆଖ୍ୟା ପ୍ରଦାନ କରାଯାଇଛି ।
Answer:
ଠିକ୍
୨ । ଲକ୍ଷ୍ମୀକାନ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଲାଭ କରିଥିଲେ ।
Answer:
ଭୁଲ୍
୩। ବାବାଜୀ ଶ୍ୟାମସୁନ୍ଦର ଲକ୍ଷ୍ମୀକାନ୍ତଙ୍କୁ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥିଲେ ।
Answer:
ଭୁଲ୍
୪ । ୧୯୫୩ ମସିହାରେ କବିବର ରାଧାନାଥ ରାୟ ମୃତ୍ୟୁବରଣ କରିଥିଲେ ।
Answer:
ଭୁଲ୍
୫ । ‘ବୁଢ଼ାଶଙ୍ଖାରି’ ଗଳ୍ପ ଲକ୍ଷ୍ମୀକାନ୍ତଙ୍କ ଲେଖନୀ ନିସୃତ !
Answer:
ଠିକ୍
୬ | ଜୁନ୍ ୧୦ ତାରିଖ ୨୦୧୯ ମସିହାରେ ‘ବନ୍ଦେ ଉତ୍କଳ ଜନନୀ’’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିଲା ।
Answer:
ଭୁଲ୍
୭ । ଉତ୍କଳ ଜନନୀ ହେଉଛନ୍ତି ଚାରୁ ଭାଷମୟୀ ।
Answer:
ଠିକ୍
୮। କବିସୂର୍ଯ୍ୟ ବଳଦେବଙ୍କ ବିରଚିତ ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ଅତି ଜନପ୍ରିୟ ।
Answer:
ଭୁଲ୍
୯ । ସୁନ୍ଦରଶାଳି କହିଲେ ଶାଳବନକୁ ବୁଝାଏ ।
Answer:
ଭୁଲ୍
୧୦ । ଶ୍ରୀକ୍ଷେତ୍ର ଉତ୍କଳର୍ ପବିତ୍ର ତୀର୍ଥଭୂମି ଅଟେ ।
Answer:
ଠିକ୍
E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ ?
(A) ଲକ୍ଷ୍ମୀକାନ୍ତ ମହାପାତ୍ର
(B) ମଧୁସୂଦନ ଦାସ
(C) ଗୋପବନ୍ଧୁ ଦାସ
(D) ନନ୍ଦକିଶୋର ବଳ
Answer:
(A) ଲକ୍ଷ୍ମୀକାନ୍ତ ମହାପାତ୍ର
2. କବି ‘ଲକ୍ଷ୍ମୀକାନ୍ତ ମହାପାତ୍ର’ କେଉଁ କବି ନାମରେ ଓଡ଼ିଶାରେ ପ୍ରସିଦ୍ଧ ?
(A) କବିବର
(B) କାନ୍ତକବି
(C) ପ୍ରକୃତି କବି
(D) ପଲ୍ଲୀକବି
Answer:
(B) କାନ୍ତକବି
3. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ଜନ୍ମ ଗ୍ରହଣ କରିଥିଲେ ?
(A) ୧୮୮୫
(B) ୧୯୦୦
(C) ୧୮୮୮
(D) ୧୯୦୬
Answer:
(C) ୧୮୮୮
4. କବି ଲକ୍ଷ୍ମୀକାନ୍ତ କଟକର କେଉଁ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ ?
(A) ଖ୍ରୀଷ୍ଟ
(B) ଜେକେବିକେ
(C) କଟକ
(D) ରେଭେନ୍ସା
Answer:
(D) ରେଭେନ୍ସା
5. କାହା ପ୍ରେରଣାରେ ଲକ୍ଷ୍ମୀକାନ୍ତ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ?
(A) ଗୋପବନ୍ଧୁ ଦାସ
(B) ମହାତ୍ମା ଗାନ୍ଧୀ
(C) ବୀର ସୁରେନ୍ଦ୍ର ସାଏ
(D) ମଧୁସୂଦନ ଦାସ
Answer:
(B) ମହାତ୍ମା ଗାନ୍ଧୀ
6. ‘ବନ୍ଦେ ଉତ୍କଳ ଜନନୀ’’କୁ କେବେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି ?
(A) ୨୦୨୦ ମସିହା ଜୁନ୍ ୭ ତାରିଖ
(B) ୨୦୧୯ ମସିହା ଅଗଷ୍ଟ ୧୫ ତାରିଖ
(C) ୨୦୦୦ ମସିହା ଜୁନ୍ ୭ ତାରିଖ
(D) ୨୦୨୧ ମସିହା ଜାନୁୟାରୀ ୨୬ ତାରିଖ
Answer:
(A) ୨୦୨୦ ମସିହା ଜୁନ୍ ୭ ତାରିଖ
7. ନିମ୍ନୋକ୍ତ ମଧ୍ୟରୁ କେଉଁଟି ‘ଚାରୁ ହାସମୟୀ’ର ଅର୍ଥକୁ ବୁଝାଉଛି ?
(A) ଯାହାର ହସ ସୁନ୍ଦର
(B) ହସିହସି କା
(C) ଠୋଠୋ ହସ
(D) ମୁରୁକି ହସ
Answer:
(A) ଯାହାର ହସ ସୁନ୍ଦର
8. ଅଲଗା ଶବ୍ଦଟିକୁ ବାଛି ଲେଖ ।
(A) ଜନନୀ
(B) ଭଗିନୀ
(C) ମାଆ
(D) ବୋଉ
Answer:
(B) ଭଗିନୀ
9. କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ’ଣ ଥିଲା ?
(A) ଚୌଧୁରୀ ବିଷ୍ଣୁ ପ୍ରସାଦ ସାମନ୍ତରାୟ ମହାପାତ୍ର
(B) ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ
(C) ଚୌଧୁରୀ ରୁଦ୍ର ପ୍ରସାଦ ସାମନ୍ତରାୟ ମହାପାତ୍ର
(D) ଚୌଧୁରୀ ରମାକାନ୍ତ ସାମନ୍ତରାୟ ମହାପାତ୍ର
Answer:
(B) ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ
10. କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କ’ଣ ଥିଲା ?
(A) ରାଧାରାଣି ଦେବୀ
(B) ଜେମାମଣି ଦେବୀ
(C) ତିଳୋତ୍ତମ ଦେବୀ
(D) ସତ୍ୟଭାମା ଦେବୀ
Answer:
(A) ରାଧାରାଣି ଦେବୀ
11. କବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
(A) ପୁରୀ ଜିଲ୍ଲାର ସୁଆଣ୍ଡୋରେ
(B) କଟକ ଜିଲ୍ଲାର ସତ୍ୟଭାମାପୁରରେ
(C) ଭଦ୍ରକ ଜିଲ୍ଲାର ବାସୁଦେବପୁରରେ
(D) ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ
Answer:
(D) ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ
12. ଲକ୍ଷ୍ମୀକାନ୍ତ ମହାପାତ୍ର ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ ?
(A) ସଙ୍ଗୀତ ଓ ନାଟକ
(B) କଳା ଓ ସଙ୍ଗୀତ
(C) ସାହିତ୍ୟ ଓ ସଙ୍ଗୀତ
(D) ବିଜ୍ଞାନ ଓ ଗଣିତ
Answer:
(B) କଳା ଓ ସଙ୍ଗୀତ
13. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ
(A) ଭକ୍ତି ଓ ବାତ୍ସଲ୍ୟ ରସାତ୍ମକ
(B) ସାମାଜିକ ଓ କାଳ୍ପନିକ
(C) ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ
(D) ଚେତନାଧର୍ମୀ ଓ ବିପ୍ଳବାତ୍ମକ
Answer:
(C) ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ
14. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀ ନିସୃତ ନିମ୍ନୋକ୍ତ କେଉଁ କୃତି ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ?
(A) କଣାମାମୁ
(B) ବୁଢ଼ା ଶଙ୍ଖାରି
(C) ଅସହଯୋଗୀର ଆତ୍ମକଥା
(D) ଜୀବନସଙ୍ଗୀତ
Answer:
(B) ବୁଢ଼ା ଶଙ୍ଖାରି
15. କବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ଡଗର ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ?
(A) ୧୯୨୭
(B) ୧୯୩୭
(C) ୧୯୪୭
(D) ୧୯୫୭
Answer:
(B) ୧୯୩୭
16. ‘ଉତ୍କଳ’’ କହିଲେ କେଉଁ ପ୍ରଦେଶକୁ ବୁଝାଏ ?
(A) ଓଡ଼ିଶା
(B) ବିହାର
(C) ପଶ୍ଚିମବଙ୍ଗ
(D) ଆନ୍ଧ୍ରପ୍ରଦେଶ
Answer:
(A) ଓଡ଼ିଶା
17. କାନ୍ତକବି କାହାର ପଦବନ୍ଦନା କରିଛନ୍ତି ?
(A) ଉତ୍କଳ ମାତାଙ୍କ
(B) ଭାରତ ମାତାଙ୍କ
(C) ନିଜ ମାତାଙ୍କ
(D) ଜଗଜ୍ଜନନୀଙ୍କ
Answer:
(A) ଉତ୍କଳ ମାତାଙ୍କ
18. କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି ?
(A) ଚାରୁ ହାସ୍ୟମୟୀ ଓ ଚାରୁ ଲାସ୍ୟମୟୀ
(B) ପୂତ-ପୟୋଧ-ବିଧୌତ ଶରୀରା
(C) ଚାରୁ ଲାସ୍ୟମୟୀ ଓ ଚାରୁ ଭାଷମୟୀ
(D) ଚାରୁ ହାସମୟୀ ଓ ଚାରୁ ଭାଷମୟୀ
Answer:
(D) ଚାରୁ ହାସମୟୀ ଓ ଚାରୁ ଭାଷମୟୀ
19. ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ କିଏ ଧୌତ କରୁଅଛି ?
(A) ନଦନଦୀର ପୂଠ ବାରିରାଶି
(B) ପାର୍ବତ୍ୟ ଝରଣାର ନିର୍ମଳ ଜଳରାଶି
(C) ମହୋଦଧୂର ପୂତ ବାରିରାଶି
(D) ଶ୍ରାବଣୀ ବର୍ଷାର ପୂତ ବାରିରାଶି
Answer:
(C) ମହୋଦଧୂର ପୂତ ବାରିରାଶି
20. ମହୋଦଧୂ ତଟଦେଶ କେଉଁ ବୃକ୍ଷରେ ଶୋଭା ପାଉଅଛି ?
(A) ପନ୍ନଙ୍ଗ ନାରିକେଳ
(B) ତାଳତମାଳ
(C) ଶାଳ ପିଆଶାଳ
(D) ତାଳ ନାରିକେଳ
Answer:
(B) ତାଳତମାଳ
21. ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ କ’ଣ ପ୍ରବାହିତ ହେଉଛି ?
(A) ମନ୍ଦ ମନ୍ଦ ଶୀତଳ ସମୀର
(B) ମନ୍ଦ ମନ୍ଦ ଶୀତୋଷ୍ଣ ସମୀର
(C) ବେଗଗାମୀ ଶୀତଳ ସମୀର
(D) ମନ୍ଦ ମନ୍ଦ ଉଷ ଅନିଳ
Answer:
(A) ମନ୍ଦ ମନ୍ଦ ଶୀତଳ ସମୀର
22. ଉତ୍କଳ ମାତାର କେଉଁ ଅଞ୍ଚଳ ସୁମନୋହାରିଣୀ
(A) ପାହାଡିଆ ଅଞ୍ଚଳ
(B) ମରୁ ଅଞ୍ଚଳ
(C) ସମତଳ ଅଞ୍ଚଳ
(D) ଉପରୋକ୍ତ ସମସ୍ତ
Answer:
(C) ସମତଳ ଅଞ୍ଚଳ
23. ମୁନି, ଯୋଗୀ, ଋଷିଗଣ କେଉଁଠାରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ?
(A) ଜଙ୍ଗଲରେ
(B) ପବିତ୍ର କୁଟୀରରେ
(C) ଆଶ୍ରମରେ
(D) ଉପରୋକ୍ତ ସମସ୍ତ
Answer:
(B) ପବିତ୍ର କୁଟୀରରେ
24. ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?
(A) କାକ ଓ କୋକିଳ
(B) ଶୂନ ଓ ଛଞ୍ଚାଣ
(C) ସୁନ୍ଦର ବିହଙ୍ଗ କୁଳ
(D) ଶାଗୁଣା ଓ ଚିଲ
Answer:
(C) ସୁନ୍ଦର ବିହଙ୍ଗ କୁଳ
କବିଙ୍କ ସମ୍ବନ୍ଧରେ :
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟରେ ଜଣେ ଯଶସ୍ବୀ କବି ଭାବରେ ପରିଚିତ । ସେ ଏକାଧାରରେ ଥିଲେ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ସଂପାଦକ ଏବଂ ବ୍ୟଙ୍ଗକାର । ସେ ଜୀବନ ଯୁଦ୍ଧରେ ବହୁ କଷ୍ଟ ସ୍ଵୀକାର କରିଥିଲେ ମଧ୍ୟ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରି ବିଦଗ୍ଧ ପାଠକଙ୍କ ହୃଦୟରେ ସ୍ଵତନ୍ତ୍ର ଆବେଦନ ସୃଷ୍ଟି କରିଛନ୍ତି ।
କବି ଲକ୍ଷ୍ମୀକାନ୍ତ ୧୮୮୮ ମସିହା, ଡିସେମ୍ବର ମାସ ୯ ତାରିଖରେ ମାଣବସା ଗୁରୁବାର ଦିନ ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାଣବସା ଗୁରୁବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାମ ଦିଆଯାଇଥିଲା ଲକ୍ଷ୍ମୀକାନ୍ତ ।ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ମାତାଙ୍କ ନାମ ରାଧାମଣି ଦେବୀ । ଛାତ୍ର ସମୟରୁ ପାଠପଢ଼ା ସହିତ ସେ ଜଣେ ଦକ୍ଷ ଖେଳାଳି, ଅଭିନେତା ହେବା ସହ କବିତା ଲେଖା ଆଦିରେ ମନୋନିବେଶ କରିଥିଲେ । ବାଲେଶ୍ଵର ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କଲାପରେ କଟକରେ ଆଇ.ଏ. ଓ କଲିକତାରେ ବି.ଏ. ଅଧ୍ୟୟନ କରିଥିଲେ ।
କବିତା ଲେଖାରେ ତାଙ୍କର କୃତିତ୍ଵ ପାଇଁ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ, ତାଙ୍କୁ କାନ୍ତକବି ରୂପେ ପରିଚିତ କରାଯାଇଥିଲା । ଭାଗ୍ୟର ବିଡ଼ମ୍ବନା ହେତୁ ଶାରୀରିକ ଅସୁସ୍ଥତା ପାଇଁ ଶିକ୍ଷାକ୍ଷେତ୍ରରେ ସେ ଅଧିକ ଆଗେଇ ପାରିନଥିଲେ । ଗୁରୁ ବାବାଜୀ ରାମଦାସଙ୍କ ପ୍ରରୋଚନାରେ ସେ ସଙ୍ଗୀତ ସୃଷ୍ଟିରେ ମନୋନିବେଶ କରିଥିଲେ । କାନ୍ତକବିଙ୍କର କାବ୍ୟଚେତନାର ଆଦର୍ଶ ଥିଲେ ଓଡ଼ିଶାର ଜନନେତା ପଣ୍ଡିତ ଗୋପବନ୍ଧୁ ଦାସ । ସେ ନିଜେ ସ୍ଵୀକାର କରିଛନ୍ତି- ‘ମୋର କବିତା ଲେଖାର ଆଦ୍ୟଗୁରୁ ଭାବରେ ସେ ମୋର ପୂଜ୍ୟ । ତାଙ୍କରି କବିତା ମୋର ପ୍ରାଣରେ କବିତାର ଉନ୍ମେଷ ସୃଷ୍ଟି କରିଛି । ତାଙ୍କରି ପ୍ରେରଣା ମୋ ପ୍ରାଣରେ କବିତାର ଭୂର୍ଭି ଆଣିଦେଇଛି ।
ଏକଥା ସ୍ଵୀକାର କଲାବେଳେ ଛାତି ମୋର ଫୁଲି ଫୁଲି ଉଠୁଛି, ଗର୍ବରେ ଶିର ନତ ହୋଇଯାଉଛି ତାଙ୍କରି ପବିତ୍ର ଚରଣରେ । (କାନ୍ତ ସାହିତ୍ୟ ମାଳା-୧ମ ଖଣ୍ଡ ପୃ୫୪୦) କାନ୍ତକବିଙ୍କ ପରିବାର ଥିଲା ସଂଗ୍ରାମୀ ପରିବାର । ତାଙ୍କର ପିତା ଭାଗବତ ପ୍ରସାଦ, ଭଉଣୀ କୋକିଳା ଦେବୀ, ଜାହ୍ନବୀ ଦେବୀ, ସାନଭାଇ କମଳାକାନ୍ତ, ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେହି ଚିନ୍ତାଧାରାକୁ ନେଇ କାନ୍ତକବି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ‘ଅସହଯୋଗୀର ଆତ୍ମକଥା’ ପର୍ଯ୍ୟାୟ କ୍ରମେ ପ୍ରକାଶ କରୁଥିଲେ ।
ତାଙ୍କ ମନରେ ରହିଥିଲା ଅସହଯୋଗ ଓ ଜାତୀୟ ଚେତନାର ଭାବ । ତାହାର ପ୍ରକାଶିତ ରୂପ ହେଉଛି କେତେକ ’ଜାତୀୟ ସଂଗୀତ’ । ପରବର୍ତ୍ତୀ ସମୟରେ ବୈଷ୍ଣବ ଭାବାପନ୍ନ ହେଲା ପରେ ତାଙ୍କ କବିତାରେ ଭକ୍ତସୁଲଭ ଭାବାବେଗ, ପ୍ରେମ, କରୁଣା, ତିତିକ୍ଷାରେ ରସସିକ୍ତ ଭାବକୁ ସେ ଦେଖାଇଛନ୍ତି । ସେହିସବୁ ଆଧ୍ୟାତ୍ମ କବିତାଗୁଡ଼ିକ କବିଙ୍କର ‘ଜୀବନ ସଙ୍ଗୀତ’ କବିତା ସଂକଳନରେ ପ୍ରକାଶିତ । ଏଥରେ ବିଭୁପ୍ରୀତି ଯେଭଳି ରହିଛି, ବୈଷ୍ଣବ -ସୁଲଭ ଭାବାବେଗ ମଧ୍ୟ ସେହିପରି ରହିଛି । କବି ଆନନ୍ଦମୟ ଅନୁଭୂତିରେ ଆତ୍ମହରା ହୋଇ ଗାଇଛନ୍ତି –
‘‘ଦେ ମୋତେ ବାଇଆ କରି ଆରେ ମୋର ବାଇଆ ରଜା
ନାଚିବି ମୁଁ ଲଙ୍ଗଳା ହୋଇ ତାଳି ମାରି ଦେଖୁ ମଜା ।’’
ଜୀବନର ପରିଣତ ବୟସରୁ କବି ଲକ୍ଷ୍ମୀକାନ୍ତ କେତେଗୁଡ଼ିଏ ଲାଳିକା (Parody) ରଚନା କରିଛନ୍ତି । ସେହି ଲାଳିକାଗୁଡ଼ିକ ‘‘ଚଟକ ଚନ୍ଦ୍ରହାସ ଚମ୍ପୂ’’ ସଂକଳନରେ ସଂକଳିତ । ଏହାର ଶୁଦ୍ଧ ଓ ବିମଳ ଆନନ୍ଦ ପ୍ରଦାନ ଭଳି ଭାବ ରହିଛି । ହାସ୍ୟରସର ଅନ୍ତରାଳରେ ବ୍ୟଙ୍ଗ ଓ ବିଦୁପର ବାଣ ମଧ୍ୟ ସେ ନିକ୍ଷେପ କରିଛନ୍ତି ।
କାନ୍ତକବି ଗୋଟିଏ ମାତ୍ର ଉପନ୍ୟାସ ରଚନା କରି ଉପନ୍ୟାସ ସ୍ରଷ୍ଟା ଭାବରେ ନିଜର ବୈଶିଷ୍ଟ୍ୟ ପ୍ରତିପାଦିତ କରିଛନ୍ତି । ତାଙ୍କଦ୍ୱାରା ରଚିତ ଉପନ୍ୟାସ ହେଉଛି ‘କଣାମାମୁ’ । ସେହି ଉପନ୍ୟାସଟି ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିବାର ପ୍ରେକ୍ଷାପଟ ଉପରେ ରଚନା କରାଯାଇଛି । ‘ଦେହି ପଦ ପଲ୍ଲବ ମୁଦାରମ୍’ ତାଙ୍କର ଗଳ୍ପ ସଂକଳନ ।
‘ବୁଢ଼ା ଶଙ୍ଖାରି’ ଗଳ୍ପରେ ସ୍ରଷ୍ଟା ଅପତ୍ୟସ୍ନେହର ଆବେଗକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ୧୯୩୭ ମସିହାରେ ସେ ‘ଡଗର’ ପତ୍ରିକା ପ୍ରକାଶ କରିଥିଲେ । ଯେହେତୁ ସେ ଥିଲେ ଅଭିନେତା ଏବଂ ରଙ୍ଗମଞ୍ଚ ସହିତ ତାଙ୍କର ସମ୍ପର୍କ ରହିଥିଲା ସେହି ଦୃଷ୍ଟିରୁ ସେତେବେଳେ ନାଟକ ରଚନା କରି, ତାହାକୁ ମଞ୍ଚସ୍ଥ କରାଇଥିଲେ । ସେହିପରି ସେ ସମୟର ସମାଜକୁ ଆଗରେ ରଖ୍ କେତେଗୁଡ଼ିଏ ପ୍ରବନ୍ଧ ରଚନା କରିଥିଲେ । ପ୍ରାୟ ପ୍ରତ୍ୟେକ ସୃଷ୍ଟିରେ କବିଙ୍କର ଜୀବନଦର୍ଶନ ହୋଇଥିଲା ପ୍ରତିଫଳିତ ।
କବିତାର ପୃଷ୍ଠଭୂମି :
ଐତିହ୍ୟ, ଐଶ୍ବର୍ଯ୍ୟ ସାର୍ଥକଭାବରେ ପ୍ରତିପାଦିତ । ସୁପ୍ତ ଜାତିକୁ କର୍ମମୁଖର ଓ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି କବିତାଟି ସୃଷ୍ଟି କରାଯାଇଥିଲା । କବିଙ୍କର ‘ଜାତୀୟ ସଂଗୀତ’ କବିତା ଗୁଚ୍ଛର ଏହା ଥିଲା ପ୍ରଥମ ସଙ୍ଗୀତ । ଓଡ଼ିଶା ସରକାରଙ୍କଦ୍ଵାରା ୨୦୨୦ ମସିହାରେ ଏହି ସଙ୍ଗୀତଟି ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି ।
ଆମେ ସମସ୍ତେ ଓଡ଼ିଶାବାସୀ ବା ଉତ୍କଳବାସୀ,ଉତ୍କଳ ମାତାର ସନ୍ତାନ । ଏହାର ମାଟି, ପାଣି, ପବନରେ ଆମେ ବଦ୍ଧିତ ଓ ପରିପୁଷ୍ଟ । ମାତ୍ର ଆମେ ଆମ ଜନ୍ମମାଟିର ବୈଶିଷ୍ଟ୍ୟକୁ ଅନେକ ସମୟରେ ବିସ୍ତ୍ରୁତ ହୋଇଯାଉ । ଏହି ଜନ୍ମଭୂମି ଯେ ବୀରପ୍ରସବିନୀ, କୀର୍ତ୍ତିଶାଳନୀ ଓ ଅପାସୋରା ସୌନ୍ଦର୍ଯ୍ୟରେ ବିମଣ୍ଡତା, ତାହାକୁ ନେଇ ନିଜର ପରିଚୟ ସୃଷ୍ଟି କରୁନା । କାନ୍ତକବି ଲକ୍ଷ୍ମୀକାନ୍ତ ଉତ୍କଳସନ୍ତାନଙ୍କ ମନରେ ମାତୃଭୂମି ପ୍ରତି ଯଥାର୍ଥ ମର୍ଯ୍ୟାଦା ସୃଷ୍ଟି ପାଇଁ, ‘ଉତ୍କଳ ସନ୍ତାନ’ ସଙ୍ଗୀତର ଏକ ମନୋଜ୍ଞ ଚିତ୍ର ଉପସ୍ଥାପିତ କରିଛନ୍ତି । ଉତ୍କଳବାସୀଙ୍କ ମନରେ ଜନ୍ମଭୂମିକୁ ନେଇ ଜାତୀୟ ଚେତନା ସୃଷ୍ଟି କରିବାପାଇଁ କବି ପ୍ରୟାସ କରିଛନ୍ତି ।
କବିତାର ସାରମର୍ମ :
କବିତାର ଘୋଷା ପଦରେ, କବି ଉତ୍କଳ ଜନନୀର ବନ୍ଦନା ଗାନ କରିଛନ୍ତି । ନିଜ ମାତୃଭୂମିକୁ ନମସ୍ୟା ଦେବୀ ଭାବରେ ଅଭ୍ୟର୍ଥନା ଜ୍ଞାପନ କରିଛନ୍ତି । ବିଭିନ୍ନ ବିଶେଷଣରେ ବିଶେଷିତା କରିଛନ୍ତି । କବି ଯୋଗ୍ୟ ସନ୍ତାନଭାବରେ କହିଛନ୍ତି, ହେ ଉତ୍କଳ ଜନନୀ ! ମୁଁ ତୁମର ବନ୍ଦନା କରୁଅଛି । ତୁମର ହସ ଅତ୍ୟନ୍ତ ସୁନ୍ଦର ଓ ମନୋମୁଗ୍ଧକର । ତେଣୁ ତୁମେ ଚାରୁହାସମୟୀ । ସେହିପରି ତୁମର ଭାଷା ମଧ୍ୟ ବହୁତ ମଧୁର, ଯାହାକୁ ଶ୍ରବଣ କଲେ ହୃଦୟରେ ଅପୂର୍ବ ପୁଲକ ସୃଷ୍ଟି ହୁଏ । ସୁତରାଂ ତୁମେ ହେଉଛ ଚାରୁଭାଷମୟୀ । ଏଠାରେ କବି ପ୍ରିୟ ଜନ୍ମଭୂମିର ମନୋମୁଗ୍ଧକର ହସ ଓ ହୃଦୟସ୍ପର୍ଶୀ ଭାଷାର ସୂଚନା ଦେଇଛନ୍ତି ।
କବିତାର ପ୍ରଥମ ପଦରେ କବି ଜନ୍ମଭୂମିକୁ ସମ୍ବୋଧନ ଜଣାଇ କହିଛନ୍ତି, ହେ ଉତ୍କଳ ଜନନୀ ତୁମର ଶରୀର ଅତ୍ୟନ୍ତ ପବିତ୍ର, ଯାହାକୁ କେବେବି ଅପବିତ୍ରତାର କାଳିମା ସ୍ପର୍ଶ କରିପାରିବ ନାହିଁ । କାରଣ ତୁମର ଶରୀରକୁ ସଦାସର୍ବଦା ପବିତ୍ର ମହାସାଗର ବିଧୌତ କରୁଅଛି । ତୁମର ଶରୀର ସାଗର ବେଷ୍ଟିତ । ସେହି ସାଗର ତୀରବର୍ତ୍ତୀ ଅଞ୍ଚଳ ତାଳ ଓ ତମାଳ ବୃକ୍ଷରାଜିର ସୁଶୋଭିତ । ତୁମ ଦେହକୁ ପବିତ୍ରୀକୃତ କରି ପ୍ରବାହିତ ହେଉଛି ଅନେକ ନଦୀ । ସେହି ନଦୀମାନଙ୍କର ସ୍ରୋତ ନିର୍ମଳ । ଯାହାକୁ ଶୁଭ୍ର ସ୍ରୋତସ୍ଵିନୀ ଭାବରେ ବିଚାର କରାଯାଇପାରେ । ସେହି ନଦୀଜଳକୁ ସ୍ପର୍ଶ କରି ପ୍ରବାହିତ ହେଉଥିବା ମୃଦୁ ସମୀରଣ ଜଳକଣା ସଂଯୁକ୍ତ ହୋଇ ଶୀତଳ ହୋଇଥାଏ । ସେହି ସୁଶୀତଳ ବାୟୁର ସ୍ପର୍ଶ ପ୍ରାଣକୁ ଶୀତଳ କରିଦେଇଥାଏ ।
ହେ ଉତ୍କଳ ଜନନୀ ! ତୁମ ଅଙ୍ଗେ ଅଙ୍ଗେ ସୁଶୋଭିତ ଘନ ବନାନୀ । ସେହି ନିଘଞ୍ଚ ବନରାଜିର ଅପୂର୍ବ ଶ୍ରୀରେ ତୁମେ ସୁଶୋଭିତା । ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଦଣ୍ଡାୟମାନ ହୋଇ ରହିଥା’ନ୍ତି, ଯାହାକୁ ଦେଖୁଲେ ସେଗୁଡ଼ିକ ସମୁଦ୍ରର ନୀଳଜଳରାଶି ଉପରେ ଉତ୍ତ ନୀଳତରଙ୍ଗ ଭଳି ପ୍ରତୀୟମାନ ହୁଅନ୍ତି । ସମଗ୍ର ଭୂଭାଗ, ଅର୍ଥାତ୍ ନଭ, ଜଳ, ସ୍ଥଳ ବିଭିନ୍ନ ପକ୍ଷୀମାନଙ୍କର କାକଳୀରେ ପରିପୂର୍ଣ୍ଣ । ଅର୍ଥାତ୍ ସୁନ୍ଦର ସୁନ୍ଦର ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ।
ହେ ଉତ୍କଳ ଜନନୀ ! ତୁମର ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନ ହେଉଛି ତୁମର ନେତ୍ରଦ୍ୱୟ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତୀ ସନ୍ତାନର ତୁମେ ଜନ୍ମଦାତ୍ରୀ । ଅର୍ଥାତ ଉତ୍କଳର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନ ବଳରେ ଯଶସ୍ବୀ ହୋଇପାରିଛନ୍ତି । ପୁନଶ୍ଚ ଯୋଗୀ ଋଷି ଏଠାରେ କୁଟୀର କରି ସେମାନଙ୍କ ମନ୍ତ୍ରପୂତ ଧ୍ଵନିରେ ଭୂଭାଗକୁ ପବିତ୍ର କରିଛନ୍ତି ।
ହେ ଉତ୍କଳ ଜନନୀ, ତୁମେ ହେଉଛ ମନ୍ଦିରମାଳିନୀ । ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରରାଜିରେ ତୁମେ ବିମଣ୍ଡିତା । ସୂକ୍ଷ୍ମକଳା ସମୂହଦ୍ବାରା ତୁମର ବେଶ ସୁଶୋଭିତ । ସେହିପରି ତୁମର ସମଗ୍ର ପ୍ରଦେଶ ପୁଣ୍ୟ ତୀର୍ଥସମୂହରେ ପରିପୂର୍ଣ୍ଣ । ଏଠାରେ କବି କାରୁକାର୍ଯ୍ୟପରିପୂର୍ଣ୍ଣ ମନ୍ଦିର ଓ ପୁଣ୍ୟ ତୀର୍ଥକ୍ଷେତ୍ରଦ୍ୱାରା ଉତ୍କଳ ଜନନୀ ମହନୀୟା ହୋଇଛି ବୋଲି ସମ୍ବୋଧନ କରିଛନ୍ତି ।
ବୀରପ୍ରସବିନୀ ଉତ୍କଳମାତାର ମହିମା ଗାନ କରି କବି କହିଛନ୍ତି – ହେ ଉତ୍କଳ ଜନନୀ! ତୁମେ ହେଉଛ ଉତ୍କଳର ଶ୍ରେଷ୍ଠ ବୀରମାନଙ୍କର ନିବାସସ୍ଥଳୀ । ଅର୍ଥାତ୍ ବହୁ ବୀରଶ୍ରେଷ୍ଠଙ୍କର ଏହା ହେଉଛି ଗୃହ । ଉତ୍କଳରେ ଜନ୍ମ ନେଇ ସେହି ସନ୍ତାନମାନେ ବୀରଭାବରେ ନିଜର ଅସମାନ୍ୟ ବୀରତ୍ଵ ପ୍ରଦର୍ଶନ କରିଛନ୍ତି । ସେମାନେ ଶତ୍ରୁକୁ ପଦାନତ କରିଛନ୍ତି । ଫଳସ୍ବରୂପ ଶତ୍ରୁକୁଳର ରକ୍ତରେ ତୁମ ଦେହ ହେଇଛି ରଞ୍ଜିତ । ଏହି ବୀରତ୍ବ ପାଇଁ ତୁମର ରହିଛି ସ୍ବତନ୍ତ୍ର ମର୍ଯ୍ୟାଦା । ବିଶ୍ୱ-ଭୂମଣ୍ଡଳ ପ୍ରତି ତୁମର ମଧ୍ଯ ରହିଛି ଅଗାଧ ସ୍ନେହ, ସମସ୍ତଙ୍କୁ ଆପଣେଇ ନେବାର ଭାବ ।
ଉତ୍କଳରେ ଅନେକ ଯଶସ୍ବୀ କବି ଜନ୍ମ ନେଇଛନ୍ତି । ସେମାନଙ୍କ କଳାକୃତିରେ ସେମାନେ ଉତ୍କଳର ବାଣୀଭଣ୍ଡାରକୁ କରିଛନ୍ତି ରୁଦ୍ଧିମନ୍ତ । ତେଣୁ କବି କହିଛନ୍ତି, ହେ ଉତ୍କଳ ଜନନୀ ! କବିଶ୍ରେଷ୍ଠ ତଥା ସୁଯୋଗ୍ୟ ପୁତ୍ରମାନଙ୍କଦ୍ୱାରା ତୁମେ ହୋଇଛ ବନ୍ଦନୀୟା । ସେହି ଯଶସ୍ୱୀ କବିମାନଙ୍କ ପାଇଁ ବା ସେମାନଙ୍କର ଅନିନ୍ଦ୍ୟ କୀର୍ତ୍ତି ପାଇଁ ତୁମେ ସାରା ପୃଥିବୀରେ ଖ୍ୟାତି ଅର୍ଜନ କରିଛ । ତୁମେ, ଧନ୍ୟା । ତୁମେ ପୁଣ୍ୟବତୀ । ତୁମର ସେହି ପବିତ୍ର, ଐତିହ୍ୟ ପରିପୂର୍ଣ୍ଣ ଭୂମିରେ ଆମେ ସବୁଦିନ ପାଇଁ ଆଶ୍ରୟ ନେଇଛୁ । ଅର୍ଥାତ୍ ଉତ୍କଳ ଜନନୀ ସର୍ବଦା ଶରଣଦାତ୍ରୀଭାବରେ ଚିର ନମସ୍ୟା ।
ବିଷୟଗତ ଶବ୍ଦ ଓ ଅର୍ଥ :