BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Odisha State Board BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ Textbook Exercise Questions and Answers.

BSE Odisha Class 9 Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ ।
(କ) ଉତ୍କଳ ଜନନୀଙ୍କ ହସ ସୁନ୍ଦର, ଭାଷା ସୁନ୍ଦର ବୋଲି କୁହାଯାଇଛି ।
(ଖ) ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭାପାଉଛି ।
(ଗ) ସୁନ୍ଦର ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ ।
(ଘ) ଓଡ଼ିଶା ମାଆ ସୁନ୍ଦର ସୋରିଷ କ୍ଷେତରେ ସୁଶୋଭିତା ।
(ଙ) ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନର ଆଲୋକରେ ଆଲୋକିତ ।
(ଚ) ପଶୁମାନଙ୍କ ରକ୍ତରେ ଚର୍ଚ୍ଚିତ ହୋଇଛି ଉତ୍କଳ ଜନନୀଙ୍କ ପାଦ ।
(ଛ) ପବିତ୍ର ତୀର୍ଥସ୍ଥାନମାନଙ୍କରେ ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ ।
Answer:
(କ) ଠିକ୍, (ଗ) ଠିକ୍, (ଙ) ଠିକ୍, (ଛ) ଠିକ୍

Question ୨।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କୃତବର, ଉଟଜ, ତାଳତମାଳ, ମୁଖରିତ, ତୀର୍ଥଚୟ)
(କ) କଳକଳ______________ ଚାରୁ ବିହଙ୍ଗେ ।
(ଖ) _______________ ସୁଶୋଭିତ ତୀରା ।
(ଗ) ଯୋଗୀଋଷିଗଣ _____________ ପବିତ୍ରା ।
(ଘ) ପୁଣ୍ୟ ________________ ପୂର୍ଣ୍ଣ ପ୍ରଦେଶ ।
(ଙ) ବିଶ୍ବଭୂମଣ୍ଡଳ ____________ ସ୍ନେହା ।
Answer:
(କ) ମୁଖରିତ, (ଖ) ତାଳତମାଳ, (ଗ) ଊଟଜ, (ଘ) ତୀର୍ଥଚୟ, (ଡ) କୃତବର ।

Question ୩ ।
ନିମ୍ନଲିଖ୍ ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର ।
ପୟୋଧ, ଜନନୀ, ନୀଳ, ଯୋଗୀ, ପୁଣ୍ୟ, ଶୋଣିତ, ମନ୍ଦିର
Answer:
ପୟୋଧ – ପୟୋଧ ଗର୍ଭରେ ବିପୁଳ ସମ୍ପଦ ମହଜୁଦ ହୋଇରହିଛି ।
ଜନନୀ – ଜନନୀ ଓ ଜନ୍ମଭୂମି ନିକଟରେ ଆମେ ଚିରକାଳ ପାଇଁ ଋଣୀ ହୋଇ ରହିବା ।
ନୀଳ – ସମୁଦ୍ରର ନୀଳ ଜଳରାଶି ଦର୍ଶକ ପ୍ରାଣରେ ପୁଲକ ସଞ୍ଚାର କରେ ।
ଯୋଗୀ – ଯୋଗୀମାନେ ବନ ପ୍ରଦେଶରେ ତପସ୍ୟାରତ ଥାଆନ୍ତି ।
ପୁଣ୍ୟ – କୋଟି ଜନ୍ମର ପୁଣ୍ୟ ଯୋଗୁଁ ଆମେ ଭାରତବର୍ଷରେ ଜନ୍ମଗ୍ରହଣ କରିଛୁ ।
ଶୋଣିତ – ଉତ୍କଳର ବୀରପୁରୁଷମାନେ ଶତ୍ରୁବକ୍ଷର ଶୋଣିତ୍ରରେ ଉତ୍କଳମାଟିକୁ ରଞ୍ଜିତ କରିଥିଲେ ।
ମନ୍ଦିର – ଦେବଦେବୀଙ୍କ ପୂଜନ ପାଇଁ ଲୋକମାନେ ମନ୍ଦିରକୁ ଯାଆନ୍ତି ।

Question ୪।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ପବିତ୍ର, ସୁଶୋଭିତ, ସୁନ୍ଦର, ସ୍ନେହ, ସୁନନ୍ଦନ, ପୁଣ୍ୟ
Answer:
ଶବ୍ଦ – ବିପରୀତ ଶବ୍ଦ
ପବିତ୍ର – ଅପବିତ୍ର
ସୁଶୋଭିତ – କୁଶୋଭିତ
ସୁନ୍ଦର – କୁସିତ
ସ୍ନେହ – କ୍ରେ।ଧ
ସୁନନ୍ଦନ – କୁନନ୍ଦନ
ପୁଣ୍ୟ – ପାପ

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୫।
ଏପଟ ସେପଟ ହୋଇ ଲେଖା ଯାଇଥିବା ଅକ୍ଷରଗୁଡ଼ିକୁ ସଜାଇ ଅର୍ଥପୂର୍ଣ୍ଣ ଶବ୍ଦ ଗଠନ କର ।
ଭିଶୋସୁତ, ମାତାଳତଳ, ମଣ୍ଡଭୂଶ୍ୱଳବି, ଅଭିକୀର୍ଯ୍ୟାନି, ରଶୂରବ
Answer:
ଅସଜଡ଼। – ଅର୍ଥପୂର୍ଣ୍ଣ ଶବ୍ଦ
ଭିଶୋସୁତ – ସୁଶୋଭିତ
ମାତାଳତଳ – ତାଳତମାଳ
ମଣ୍ଡଭୂଶ୍ୱଳବି – ବିଶ୍ୱଭୂମଣ୍ଡଳ
ଅଭିକୀର୍ଯ୍ୟାନି – କୀଭିଅନିର୍ଯ୍ୟା
ରଶୂରବ – ଶୂରବର

Question ୬ ।
ନିମ୍ନଲିଖତ ପ୍ରତ୍ୟେକ ଶବ୍ଦର ଚାରିଗୋଟି ଅର୍ଥ ସୂଚିତ ହୋଇଛି । ତହିଁରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଚାରୁ ହାସମୟୀ – ଯାହାର ହସ ସୁନ୍ଦର, ହସିହସିକା, ଠୋଠୋ ହସ, ମୁରୁକି ହସ
(ଖ) ତଟିନୀ – ସମୁଦ୍ର, ବିଲ, ନଦୀ, ତୋଟା
(ଗ) ଭୂଧର – ପୃଥ‌ିବୀ, ପର୍ବତ, ଭୂମିକମ୍ପ, ଭୂଗୋଳ
(ଘ) ଊଟଜ – ଓଟ, ପତ୍ରକୁଡ଼ିଆ, ବଗିଚା, ମୁନିଋଷି
(ଙ)-ଅରି – ଅରମା, ଅରଣା, ଶତ୍ରୁ, ରୋଷ
(ଚ) ବିହଙ୍ଗ – ଉଡ଼ାଜାହାଜ, ଆକାଶ, ପକ୍ଷୀ, ବିଲୁଆ
Answer:
(କ) ଚାରୁ ହାସମୟୀ – ଯାହାର ହସ ସୁନ୍ଦର
(ଖ) ତଟିନୀ – ନଦୀ
(ଗ) ଭୂଧର – ପର୍ବତ
(ଘ) ଊଟଜ – ପତ୍ରକୁଡ଼ିଆ
(ଙ) ଅରି – ଶତ୍ରୁ
(ଚ) ବିହଙ୍ଗ – ପକ୍ଷୀ

Question ୭ ।
ନିମ୍ନଲିଖତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ଶୂରବର, ପୟୋଧ, ଅନିଦ୍ୟା, ଭୂଧର, ଶୋଣିତ- ଚର୍ଚ୍ଚିତ
Answer:
ଶୂରବର – ଶୂରମାନଙ୍କ ମଧ୍ୟରେ ବିର – କର୍ମଧାରୟ ସମାସ
ପୟୋଧ – ପୟଃକୁ ଧାରଣ କରିଛି ଯେ – ଉପପଦ୍ ତତ୍‌ପୁରୁଷ ।
ଅନିନ୍ଦ୍ୟ – ଯାହାକୁ ନିନ୍ଦା କରାଯାଇପାରିବ ନାହିଁ (ସ୍ତ୍ରୀଲିଙ୍ଗ)- ନିଷେଧାର୍ଥକ ବହୁବ୍ରହୀ ।
ଭୂଧର – ଭୂକୁ ଧାରଣ କରିଛି ଯେ – ଉପପଦ ତତ୍‌ପୁରୁଷ ।
ଶୋଣିତ-ଚର୍ଚ୍ଚିତ – ଶୋଣିତଦ୍ୱାରା ଚର୍ଚ୍ଚିତ- ତୃତୀୟା ତତ୍‌ପୁରୁଷ ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୮ ।
ନିମ୍ନଲିଖତ ପ୍ରତ୍ୟେକ ଶବ୍ଦଗୁଚ୍ଛରୁ ଅଲଗା ଶବ୍ଦଟିକୁ ବାଛ ।
(କ) ଜନନୀ, ମାଆ, ଭଗିନୀ, ବୋଉ, ମାତା
(ଖ) ଘନ, ବନ, ଅରଣ୍ୟ, ବଣ, ଜଙ୍ଗଲ
(ଗ) ଯୋଗୀ, ଋଷି, ତପସ୍ୱୀ, ଦୟାଳୁ, ମୁନି
(ଘ) ପବନ, ବାୟୁ, ମରୁତ, ଶୀକର, ଅନିଳ
(ଙ) ଭୂଧର, ପାହାଡ଼, ବାରିସ୍, ପର୍ବତ, ଅଚଳ
Answer:
(କ) ଭଗିନୀ, (ଖ) ଘନ, (ଗ) ଦୟାଳୁ, (ଘ) ଶୀକର, (ଙ) ବାରିଧ୍

Question ୯ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ପୂତ – ପୁତ, ଶାଳି – ଶାଳୀ, ଧନ୍ୟ – ଧନ, ସଜ -ସାଜ, ଚାରି – ଚରୁ ।
Answer:
ପୂତ – ପବିତ୍ର
ପୁତ – ପୁତ୍ର ।
ଶାଳି – ଏକପ୍ରକାର ଧାନ
ଶାଳୀ – ପତ୍ନୀଙ୍କ ସାନଭଉଣୀ ।
ଧନ୍ୟ – ପ୍ରଶଂସନୀୟ
ଧନ – ସଦର
ସଜ – ଯନ୍ତ୍ରପାତି, ଉପକରଣ
ସାଜ – ବେଶପୋଷାକ
ଚାରି – ସୁଦର
ଚରୁ – ଯଜ୍ଞରୁ ଉତ୍ପନ୍ନ ପାୟସାନ୍ତ ।

Question ୧୦ ।
ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପୟୋଧ, ଶୁଭ୍ର, ଋଷି, ବିହଙ୍ଗ, ତରଙ୍ଗ
Answer:
ଶବ୍ଦ – ପ୍ରତିଶବ୍ଦ
ପୟୋଧ୍ – ସାଗର, ସିନ୍ଧୁ
ଶୁଭ୍ର – ଶ୍ଵେତ, ସ୍ବଚ୍ଛ
ଋଷି – ମୁନି, ତପସ୍ବୀ
ବିହଙ୍ଗ – ପକ୍ଷୀ, ବିହଗ
ତରଙ୍ଗ – ଊର୍ମି, ଲହରୀ

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର :
Question ୧୧ ।
ଚିର ହାସମୟୀ ଚିର ଭାଷମୟୀ କାହାକୁ କୁହାଯାଇଛି ?
Answer:
ଉତ୍କଳ ଜନନୀଙ୍କୁ ଚିର ହାସମୟୀ ଚିର ଭାଷମୟୀ କୁହାଯାଇଛି ।

Question ୧୨ ।
ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଇଛି ?
Answer:
ଉତ୍କଳ ଜନନୀଙ୍କୁ ଚିର ହାସମୟୀ ଚିର ଭାଷମୟୀ କୁହାଯାଇଛି ।

Question ୧୩ ।
ଉତ୍କଳ ଜନନୀ କାହାର ଶୀତଳ ପବନରେ ଉତ୍‌ଫୁଲ୍ଲିତ ହେଉଛନ୍ତି ?
Answer:
ଉତ୍କଳ ଜନନୀ ନଦନଦୀତଟର ଶୀତଳ ପବନରେ ଉତ୍‌ଫୁଲ୍ଲିତ ହେଉଛନ୍ତି ।

Question ୧୪ ।
ଉତ୍କଳ ଜନନୀଙ୍କ ସମୁଦ୍ର ତଟଦେଶ କେଉଁଥ‌ିରେ ସୁଶୋଭିତ ?
Answer:
ଉତ୍କଳ ଜନନୀଙ୍କ ସମୁଦ୍ର ତଟଦେଶ ତାଳତମାଳ ବୃକ୍ଷମାନଙ୍କଦ୍ୱାରା ସୁଶୋଭିତ ।

Question ୧୫ ।
ନୀଳ ପର୍ବତଗୁଡ଼ିକ କେଉଁ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ?
Answer:
ନୀଳ ପର୍ବତଗୁଡ଼ିକ ତରଙ୍ଗ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ।

Question ୧୬ ।
ଉତ୍କଳ ଜନନୀଙ୍କ ଅଙ୍ଗ କେଉଁଥ‌ିରେ ଶୋଭିତ ?
Answer:
ଉତ୍କଳ ଜନନୀଙ୍କ ଅଙ୍ଗ ଘଞ୍ଚ ଅରଣ୍ୟଦ୍ଵାରା ଶୋଭିତ ।

Question ୧୭ ।
ଉତ୍କଳ ଜନନୀଙ୍କ ଚକ୍ଷୁ କେଉଁ ଆଲୋକରେ ଉଜ୍ଜ୍ଵଳ ?
Answer:
ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନ ଆଲୋକରେ ଉଜ୍ଜ୍ଵଳ ।

Question ୧୮।
କେଉଁମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର ।
Answer:
ଯୋଗୀଋଷିମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୧୯ ।
ଉତ୍କଳ ମାତାଙ୍କ ଶରୀର କାହାର ରକ୍ତରେ ଚର୍ଚ୍ଚିତ ହୋଇଛି ?
Answer:
ଉତ୍କଳ ମାତାଙ୍କ ଶରୀର ଶତ୍ରୁମାନଙ୍କ ରକ୍ତରେ ଚର୍ଚ୍ଚିତ ହୋଇଛି ।

Question ୨୦ ।
ଉତ୍କଳ ପ୍ରଦେଶ କେଉଁଥ‌ିରେ ପୂର୍ଣ୍ଣ ହୋଇଛି ?
Answer:
ଉତ୍କଳ ପ୍ରଦେଶ ପବିତ୍ର ତୀର୍ଥଭୂମିଦ୍ଵାରା ପୂର୍ଣ ହୋଇଛି ।

Question ୨୧ ।
ଉତ୍କଳ ଜନନୀ କେଉଁମାନଙ୍କ ପାଇଁ ବନ୍ଦନୀୟା ?
Answer:
ଉତ୍କଳଜନନୀ ଏହାର ମହାନ୍ କବି ଓ ସୁପୁତ୍ରମାନଙ୍କ ପାଇଁ ବନ୍ଦନୀୟା ।

Question ୨୨ ।
ଉତ୍କଳର କ୍ଷେତ କେଉଁଥ‌ିରେ ସୁଶୋଭିତ ?
Answer:
ଉତ୍କଳର କ୍ଷେତ ଶାଳି ଧାନରେ ସୁଶୋଭିତ ।

Question ୨୩ ।
ଉତ୍କଳ ଭୂମିରେ କେଉଁମାନଙ୍କ ଗୃହ ଶୋଭାପାଉଛି ।
Answer:
ଉତ୍କଳ ଭୂମିରେ ବହୁ ବୀର ଓ ଯୋଦ୍ଧାଙ୍କ ଗୃହ ଶୋଭାପାଉଛି ।

Question ୨୪ ।
କେଉଁମାନେ ସାରା ବିଶ୍ବରେ ସ୍ନେହଭାଜନ ହୋଇଛନ୍ତି ?
Answer:
ଉତ୍କଳର ଗୁଣୀ, ଜ୍ଞାନୀ ଓ ବିଦ୍ୱାନ୍‌ମାନେ ସାରା ବିଶ୍ବରେ ସ୍ନେହଭାଜନ ହୋଇଛନ୍ତି ।

Question ୨୫ ।
କାହାର ଅନିନ୍ଦ୍ୟ କୀର୍ତ୍ତି ଭୁବନ ବିଦିତ ?
Answer:
ଉତ୍କଳ ଜନନୀଙ୍କର ଅନିଦ୍ୟା କୀର୍ତ୍ତି ଭୁବନ ବିଦିତ ।

Question ୨୬ ।
କେଉଁମାନଙ୍କ କଳରବରେ ଉତ୍କଳ ଭୂମିର ପରିବେଶ ମୁଖରିତ ହେଉଛି ?
Answer:
ପକ୍ଷୀମାନଙ୍କ କଳରବରେ ଉତ୍କଳଭୂମିର ପରିବେଶ ମୁଖରିତ ହେଉଛି ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୨୭ ।
ଉତ୍କଳ ଜନନୀଙ୍କ ବେଶ କେଉଁଥିରେ ଶୋଭା ପାଉଛି ?
Answer:
ଉତ୍କଳ ଜନନୀଙ୍କ ବେଶ ସୁନ୍ଦର କଳାକୃତିରେ ଶୋଭା ପାଉଛି ।

ସପ୍ରସଙ୍ଗ ସରଳାର୍ଥ ଲେଖ :
Question ୨୮ ।
ପୂତ-ପୟୋଧ-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ର-ତଟିନୀ-କୂଳ-ଶୀକର-ସମୀରା
ଜନନୀ, ଜନନୀ, ଜନନୀ ।
Answer:
ପୂତ-ପୟୋଧ…………………………………………ଜନନୀ ଜନନୀ ।
ଉଲ୍ଲେଖ୍ତ ପଦ୍ୟାଶଟି ପଠିତ ‘ସାହିତ୍ୟ ଧାରା’ ପୁସ୍ତକ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀନିସୃତ ‘ବନ୍ଦେ ଉତ୍କଳ ଜନନୀ’’ କବିତାରୁ ସଂଗୃହୀତ । ସଂଗୃହୀତ ପଂକ୍ତିଚୟରେ କବି ଉତ୍କଳ ଜନନୀଙ୍କ କଳେବରର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସମ୍ପର୍କରେ ସମ୍ୟକ୍ ଚିତ୍ର ପ୍ରଦାନ କରିଛନ୍ତି ।

ଉତ୍କଳ ପ୍ରଦେଶ ବାସ୍ତବରେ ଆମ୍ଭମାନଙ୍କର ଗର୍ଭଧାରୀ ଜନନୀ । କାରଣ ଉକ୍ତ କ୍ଷେତ୍ରର ପାବନ ଭୂମିରେ ଆମର ଜନ୍ମ । ଜନନୀ ବକ୍ଷର ମାଟି, ପାଣି, ପବନ ଆମର ଜୀବନ ରକ୍ଷକ । ଉତ୍କଳ ଜନନୀଙ୍କ ପଦଯୁଗଳକୁ ପବିତ୍ର ମହୋଦଧୂର ଜଳ ନିତ୍ୟ ଧୌତ କରିବାରେ ନିୟୋଜିତ । ଜଳଧୂ ତୀରଦେଶରେ ଅଗଣିତ ତାଳ ତମାଳ ଆଦି ବୃକ୍ଷରାଜି ଶୋଭା ପାଉଛି । ଜନନୀ ବକ୍ଷଦେଶରେ ସ୍ଥାନିତ ନଦନଦୀମାନଙ୍କ ତଟଦେଶରୁ ପ୍ରବାହିତ ଶୀତଳ ସମୀରଣ ହୃଦୟରେ ପୁଲକ ସଞ୍ଚାର କରେ । ଉତ୍କଳ ଜନନୀଙ୍କ ଅଗଣିତ ସନ୍ତାନ ଆଜି ଚିରକାଳ ଧନ୍ୟ ହୋଇ ତାଙ୍କର ଚରଣଯୁଗଳ ଉପାସନା କରୁଛନ୍ତି । କବିଙ୍କ ଏପରି ବର୍ଣ୍ଣନା ଶ୍ରୁତିମଧୁର ଓ ବାସ୍ତବ ସତ୍ୟ ।

Question ୨୯ ।
ଉତ୍କଳ ଶୂରବର-ଦର୍ପିତ ଗେହା,
ଅରିକୁଳ-ଶୋଣିତ-ଚଇତ-ଦେହା,
ବିଶ୍ୱଭୂମଣ୍ଡଳ-କୄତବିର-ସେହା
ଜନନୀ, ଜନନୀ, ଜନନୀ ।
Answer:
ଉତ୍କଳ ଶୂରବର………………….. ଜନନୀ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ପୁସ୍ତକ ‘ସାହିତ୍ୟ ଧାରା’ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀନିସୃତ ‘ବନ୍ଦେ ଉତ୍କଳ ଜନନୀ’’ ଗୀତିକାର ଅଂଶବିଶେଷ ଅଟେ । ଉପରୋକ୍ତ ପଦାବଳୀରେ କବି ଅତୀତ ଉତ୍କଳର ବୀରପୁରୁଷମାନଙ୍କର ଗୌରବଗାଥା ସମ୍ପର୍କରେ ନିଖୁଣ ଚିତ୍ର ପ୍ରଦାନ କରିଛନ୍ତି । ଉତ୍କଳ ଜନନୀଙ୍କର ଅଙ୍କ ବିଭୂଷିତ କରିଥିବା ବୀରପୁରୁଷମାନେ ନିଜ ନିଜ ବୀରତ୍ବର ଗରିମା ପ୍ରଦର୍ଶନ କରି ଚିର ସ୍ମରଣୀୟ ହୋଇ ରହିଛନ୍ତି ।

ମଗଧରାଜ ଅଶୋକ ଅତୀତରେ ଏହି ଉତ୍କଳ ବା ତତ୍କାଳୀନ କଳିଙ୍ଗକୁ ବିଜୟ କରିବା ନିମିତ୍ତ ଆକ୍ରମଣ କରିଥିଲେ । ଅଶୋକ କଳିଙ୍ଗ ବିଜୟ କଲେ ସୁଦ୍ଧା କଳିଙ୍ଗର ବୀର ପୁରୁଷମାନଙ୍କର ଅସାଧାରଣ ବୀରତ୍ଵ ସମ୍ମୁଖରେ ତାଙ୍କର ମସ୍ତକ ଅବନତ ହୋଇଥିଲା । ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇ ରାଜ୍ୟଜୟ ବାସନା ପରିହାର କରି ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ । ଅତୀତର ଏହି ଚର୍ଚ୍ଚିତ ଗାଥା ଓଡ଼ିଶା ଇତିହାସରେ ଚିରକାଳ ସ୍ମରଣୀୟ ହୋଇରହିଛି ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୩୦ ।
କବିକୁଳମୌଳି-ସୁନନ୍ଦନ-ବନ୍ଦ୍ୟ,
ଭୁବନ-ବିଘୋଷିତ କୀର୍ତ୍ତି-ଅନିନ୍ଦ୍ୟ,
ଧନ୍ୟ, ପୁଣ୍ୟ, ଚିରଶରଣ୍ୟ
ଜନନୀ, ଜନନୀ, ଜନନୀ ।
Answer:
କବିକୁଳମୌଳି ……………………………………………. ଜନନୀ ।
ଶଂସିତ ପଦ୍ୟାଶଟି ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ କବିତାରୁ ଉଦ୍ଧୃତ । ଆଲୋଚ୍ୟ ପ୍ରସଙ୍ଗରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳ ଜନନୀ କିପରି ଶ୍ରେଷ୍ଠ କବିମାନଙ୍କ ଦ୍ବାରା ବନ୍ଦନୀୟା ହୋଇଛନ୍ତି, ସେହି ବିଷୟକୁ ଆବେଗପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି ।

ମହାନ୍ କବି ଓ ସୁପୁତ୍ରମାନଙ୍କଦ୍ୱାରା ଉତ୍କଳଜନନୀ ବନ୍ଦନୀୟା । ତାଙ୍କର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ବରେ ପ୍ରଚାରିତ । ସେଥ‌ିପାଇଁ ସେ ଧନ୍ୟା, ପୁଣ୍ୟବତୀ ଓ ସର୍ବଦା ଶରଣାଦାତ୍ରୀ ଭାବେ ଚିର ନମସ୍ୟା ।
ପ୍ରସଙ୍ଗଟିରୁ କବିଙ୍କର ମାତୃଭୂମି ପ୍ରଶଂସାତ୍ମକ ଦୃଷ୍ଟିଭଙ୍ଗୀର ଆଭାସ ମିଳେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର :

Question ୩୧ ।
‘ବନ୍ଦେ ଉତ୍କଳ ଜନନୀ’ କବିତାରୁ କବିଙ୍କ ଦେଶଭକ୍ତିର ପରିଚୟ ଦିଅ ।
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟ ଜଗତର ଏକ କାଳଜୟୀ ସ୍ୱନାମଧନ୍ୟ କବି ଭାବରେ ଓଡ଼ିଶା ଭୂଖଣ୍ଡରେ ସର୍ବଜନବିଦିତ । ବାଲ୍ୟାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି, ସଙ୍ଗୀତ ଓ କଳା ପ୍ରତି ଆକୃଷ୍ଟ ଥିଲେ । କାନ୍ତକବି ଏକାଧାରରେ ଥିଲେ ଏକ ପ୍ରବୀଣ କବି ଓ ବିଖ୍ୟାତ କଥାକାର । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରେରଣା ଓ ନିର୍ଦ୍ଦେଶରେ ଲକ୍ଷ୍ମୀକାନ୍ତ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ କରି ଦେଶକୁ ଇଂରେଜ ଶାସନ କବଳରୁ ମୁକ୍ତ କରିବା ନିମିତ୍ତ ପ୍ରଗାଢ଼ ପ୍ରଚେଷ୍ଟା ଜାରି ରଖୁଥିଲେ ।

ସ୍ଵାଧୀନତା ଆନ୍ଦୋଳନକୁ ପ୍ରଭାବିତ କରିବା ନିମିତ୍ତ ଅନେକ କ୍ଷୁଦ୍ର କବିତା ରଚନା କରି ଜନମାନସରେ ଦେଶପ୍ରେମ ଭାବ ଉଦ୍ରେକ କରାଇବାରେ ପୂର୍ଣ୍ଣ ସହାୟକ ହୋଇଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ୱରଚିତ କବିତା ‘ବନ୍ଦେ ଉତ୍କଳ ଜନନୀ’ ମାଧ୍ୟମରେ ଉତ୍କଳ ମାତାର ଯଶୋଗାନ କରି ବନ୍ଦନା କରିଛନ୍ତି । ଗର୍ଭଧାରୀ ଜନନୀ ସଦୃଶ ଓଡ଼ିଶାକୁ ଅନ୍ତରର ଗଭୀର ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଦେଶ ଓ ଜାତିର ଉନ୍ନତି କାମନା ଓ ଗୌରବ ବର୍ଣ୍ଣନା କରି ଦେଶପ୍ରେମୀ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଦେଶର ଅଗଣିତ ଜନତା ମଧ୍ୟରେ କବିଙ୍କର ସ୍ଵତନ୍ତ୍ର ଦେଶଭକ୍ତି ତାଙ୍କ ରଚିତ କବିତାରୁ ସ୍ପଷ୍ଟ ଅନୁମେୟ ହୁଏ । ଉତ୍କଳ ବା ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ସ୍ଥାନିତ ସମସ୍ତ ପ୍ରାକୃତିକ ଦୃଶ୍ୟକୁ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ଅନ୍ତରରେ ଗ୍ରହଣ କରି ନିଜକୁ ଓଡ଼ିଶା ମାଟିର ସନ୍ତାନ ବୋଲି ଗର୍ବ କରିଛନ୍ତି । ଏଥିରୁ କବିଙ୍କର ଦେଶଭକ୍ତି ଭାବ ସ୍ପଷ୍ଟ ପରିଲକ୍ଷିତ ହୁଏ ।

Question ୩୨ ।
ଉତ୍କଳ ଜନନୀ କାହିଁକି ବନ୍ଦନୀୟା ? ପଠିତ କବିତା ଅବଲମ୍ବନରେ ଆଲୋଚନା କର ।
Answer:
ଓଡ଼ିଆ ସାହିତ୍ୟାକାଶରେ ଏକ ଜାଜ୍ୱଲ୍ୟମାନ ତଥା ପ୍ରଜ୍ଜ୍ୱଳିତ ଚନ୍ଦ୍ରମା ସଦୃଶ କାନ୍ତକବି ଲକ୍ଷ୍ମୀକାନ୍ତ ଓଡ଼ିଶା ଇତିହାସରେ ଚିରସ୍ମରଣୀୟ । ତାଙ୍କର ଅସାଧାରଣ ଦେଶପ୍ରେମ ଭାବ ଯୋଗୁଁ ସେ ଓଡ଼ିଶାକୁ ଗର୍ଭଧାରୀ ଜନନୀରୂପେ ଅବତାରଣା କରି ଭକ୍ତି ଭାବରେ ଉପାସନା କରିଛନ୍ତି । ପ୍ରତ୍ୟେକ ଜନନୀ ସନ୍ତାନ ନିକଟରେ ଆମରଣ ବନ୍ଦନୀୟା । ଜନନୀଙ୍କ ବନ୍ଦନା ତଥା ଉପାସନା ସନ୍ତାନମାନଙ୍କର ଭବିଷ୍ୟତ ଉନ୍ନତିରେ ସମ୍ପୂର୍ଣ୍ଣ ସହାୟକ ହୋଇଥାଏ ।

ଉତ୍କଳ ଜନନୀ ଅଙ୍କରେ ଜନ୍ମଲାଭ କରିଥିବା ଅଗଣିତ ବୀର ସନ୍ତାନ ଉତ୍କଳକୁ ଶତ୍ରୁ କବଳରୁ ଉଦ୍ଧାର କରିବା ନିମିତ୍ତ ଜୀବନ ଦାନ କରିଛନ୍ତି । ପୁନଶ୍ଚ ବିଶ୍ଵର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରଧାମରେ ଅବସ୍ଥାନ କରିଥିବା ଯୋଗୁଁ ଦେଶ ବିଦେଶର କୋଣ ଅନୁକୋଣରୁ ତୀର୍ଥଯାତ୍ରୀମାନେ ପୁରୀଧାମକୁ ପ୍ରଭୁଦର୍ଶନ ନିମିତ୍ତ ଆଗମନ କରିବା ଯୋଗୁଁ ଉତ୍କଳ ସମଗ୍ର ବିଶ୍ୱବିଦିତ ତଥା ବନ୍ଦନୀୟା । ଉତ୍କଳରେ ଜନ୍ମିତ ବୀର ସନ୍ତାନମାନଙ୍କର ଅସାଧାରଣ ଅପୂର୍ବ ବୀରତ୍ଵ ଭାବ ଯୋଗୁ ଉତ୍କଳ ଆଜି ଧନ୍ୟା । ସପ୍ତାଶ୍ଚର୍ଯ୍ୟ କଳା କାରୁକାର୍ଯ୍ୟର ନିଦର୍ଶନ ସ୍ୱରୂପ ଉତ୍କଳର ଅର୍କକ୍ଷେତ୍ର କୋଣାର୍କ ଚିର ବନ୍ଦନୀୟ ।

ଉତ୍କଳ ଜନନୀଙ୍କ ଅର୍ଦ୍ଧାଧିକ କଳେବର ନିଘଞ୍ଚ ବନାନୀରେ ବିମଣ୍ଡିତା ହୋଇ ଅପୂର୍ବ ଶ୍ରୀ ଧାରଣ କରି ବିଦେଶୀ ଜନମାନସରେ ଉଲ୍ଲାସ ଭାବ ସୃଷ୍ଟି କରୁଥ‌ିବାରୁ ଉତ୍କଳ ଆଜି ଧନ୍ୟା ଓ ବନ୍ଦନୀୟା । ଓଡ଼ିଶା ମାତାର ଅଗଣିତ ସୁସନ୍ତାନ ଆଧ୍ୟାତ୍ମକ ଭାବନା ଓ ପ୍ରେରଣାର ଉତ୍ସରେ ସ୍ୱୟଂ ଉତ୍ସର୍ଗୀକୃତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ଯୌଗଦାନ କରି ଦେଶ, ଜାତିକୁ ଇଂରେଜ ଶାସନ ଚେତନାରେ ଉଦ୍‌ବୁଦ୍ଧ ହୋଇ ଜନସମାଜକୁ ଉତ୍ତମ ମାର୍ଗ ପ୍ରଦର୍ଶନ କରୁଛନ୍ତି । ଈଶ୍ୱରବିଶ୍ଵାସୀ ମନୋଭାବ ଓଡ଼ିଶାର ପ୍ରତ୍ୟେକ ଜନମାନସରେ ପରିଲକ୍ଷିତ ହୁଏ । ଭାଗବତ ଆରାଧନା ପ୍ରତ୍ୟେକ ଓଡ଼ିଆଙ୍କ ଅନ୍ତରରେ ସ୍ଥାନ ପାଇଥାଏ । ସର୍ବାଦୌ ମନ୍ତବ୍ୟ ପ୍ରକାଶ କଲେ ଠିକ୍ ହେବ ଯେ ଉତ୍କଳ ଜନନୀ ବାସ୍ତବିକ ବନ୍ଦନୀୟା ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୩୩ ।
ଏକ ସାର୍ଥକ ଦେଶାତ୍ମବୋଧକ କବିତା ଭାବେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଚାର କର ।
Answer:
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ଅନନ୍ୟ ପ୍ରତିଭା ସମ୍ପଦ ଚିରକାଳଜୟୀ ସ୍ରଷ୍ଟା ଭାବରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୁନାମ ଓ ପ୍ରତିଷ୍ଠା ଅର୍ଜନ କରିଛନ୍ତି । କାନ୍ତକବି ଏକାଧାରରେ ଓଡ଼ିଆ ସାହିତ୍ୟର ପ୍ରଶସ୍ତ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଜନୈକ ପ୍ରବୀଣ ଦକ୍ଷତାଶୀଳ କବି ଓ କଥାକାର । ଦେଶାତ୍ମବୋଧ, ଆଧ୍ୟାତ୍ମିକତା ଚେତନାଶୀଳ ଭାବଗର୍ଭକ ଅନେକ କବିତା ସୃଷ୍ଟି କରି ସେ ଓଡ଼ିଶା ମାଟିରେ ଚିରକାଳ ଅମର ହୋଇ ରହିଛନ୍ତି ।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଦିଗ୍‌ଦର୍ଶନ ଓ ପ୍ରେରଣାର ଉତ୍ସରେ ସ୍ବୟଂ ଉତ୍ସର୍ଗୀକୃତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ଯୌଗଦାନ କରି ଦେଶ, ‘ଜାତିକୁ ଇଂରେଜ ଶାସନ ଅଧୀନରୁ ଉଦ୍ଧାର ନିମିତ୍ତ ପ୍ରଗାଢ଼ ଉଦ୍ୟମ କରିଛନ୍ତି । ତାଙ୍କ ଲେଖନୀପ୍ରସୂତ ‘ବନ୍ଦେ ଉତ୍କଳ ଜନନୀ’ ଦେଶପ୍ରେମ ଭାବର ଜ୍ଵଳନ୍ତ ଅନ୍ତରରେ ବନ୍ଦନା ବା ଉପାସନା କରିଛନ୍ତି । ନିଜର ଆତ୍ମା ପ୍ରତି ତାଙ୍କର ଯେଉଁ ଅନାବିଳ ଶ୍ରଦ୍ଧା ସ୍ନେହ ଭାବ, ସେହିପରି ଦେଶ ଓ ଜାତିର ସୁରକ୍ଷା ପ୍ରତି ତାଦୃଶ ସମଭାବ ଜ୍ଞାପନ କରିଛନ୍ତି । ତାଙ୍କର ଅନ୍ତର୍ନିହିତ ଶକ୍ତି ଦେଶମାଟି ପ୍ରତି କର୍ତ୍ତବ୍ୟରତ ଥିବା କଥା କବିତାରୁ ସ୍ପଷ୍ଟ ଅନୁମେୟ ହୋଇଥାଏ ।

ଓଡ଼ିଶାର ଅତୀତ ଗୌରବ, ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଜ୍ଞଦେଶ, ତଟିନୀସମୂହର ଉର୍ବର ସମତଳ ଅଞ୍ଚଳ, ମନ୍ଦିରମାନଙ୍କରେ ସୁଶୋଭିତ ଚାରୁକଳା, ବୀରପୁରୁଷମାନଙ୍କର ବୀରତ୍ଵ କାହାଣୀ କାନ୍ତକବି ତାଙ୍କ ରଚିତ କବିତାରେ ସନ୍ନିବେଶିତ କରି ଉତ୍କଳ ଜନନୀଙ୍କ ବନ୍ଦନା ଗ୍ରାନ କରିଛନ୍ତି । ତେଣୁ ‘ବନ୍ଦେ ଉତ୍କଳ ଜନନୀ’’ ଦେଶାତ୍ମବୋଧ ଭବରେ ରୂପାୟିତ ହୋଇଛି । ତେଣୁ ଏ କବିତାଟି ଏକ ସାର୍ଥକ ଦେଶାତ୍ମବୋଧକ କବିତା ହୋଇପାରିଛି ।

Question ୩୪ ।
‘ବନ୍ଦେ ଉତ୍କଳ ଜନନୀ’ କବିତାରୁ ଉତ୍କଳ ଜନନୀଙ୍କ ମହନୀୟତା ପ୍ରତିପାଦନ କର ।
Answer:
ଓଡ଼ିଆ ଭାଷା ସାହିତ୍ୟାକାଶରେ ଅନବଦ୍ୟ ଗୀତିକା ତଥା କବିତା ସୃଷ୍ଟି କରିବାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଜନୈକ ଭାଷା ସାହିତ୍ୟ ମହାରଥୀ । ତାଙ୍କ ଲେଖନୀସମ୍ଭୂତ ପ୍ରତ୍ୟେକ କବିତା ଦେଶାତ୍ମବୋଧ ଭାବ ଓ ଚେତନା ଶକ୍ତିରେ ପରିପୂର୍ଣ୍ଣ । ଉତ୍କଳର ଜଣେ ସୁଯୋଗ୍ୟ ସନ୍ତାନ ହିସାବରେ ସ୍ବରଚିତ କବିତାବଳୀରେ ଉତ୍କଳ ଜନନୀଙ୍କ ଅପୂର୍ବ ମହାନତା ସମ୍ବନ୍ଧରେ ଚିତ୍ତାକର୍ଷକ ବର୍ଣ୍ଣନା ସନ୍ନିବେଶିତ କରିଛନ୍ତି । କବି ଆମ ଜନ୍ମଭୂମି ଓଡ଼ିଶାକୁ ଅମୃତମୟୀ ଜନନୀ ରୂପେ ଉପାସନା କରି ତା’ର ଲାସ୍ୟମୟୀ, ହାସ୍ୟମୟୀ, ଭାଷମୟୀ ରୂପଲାବଣ୍ୟକୁ କବିତାରେ ଉପସ୍ଥାପନ କରିଛନ୍ତି ।

ଅପରୂପ, ଅବର୍ଣନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ଉତ୍କଳ ଜନନୀଙ୍କ ସ୍ଵରୂପକୁ ସେ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି । ଜନନୀଙ୍କ ଅଙ୍କଦେଶ ଘଞ୍ଚ ଅରଣ୍ୟାନିରେ ପରିପୂର୍ଣ୍ଣ ସୌନ୍ଦର୍ଯ୍ୟର ଶୀର୍ଷଭାଗ ସ୍ପର୍ଶ କରିଅଛି । ନୀଳ ଗିରିରାଜିର ମନୋଲୋଭା ଦୃଶ୍ୟ ଜନମାନସରେ ଉଲ୍ଲାସ ଭାବ ଉଦ୍ରେକ କରୁଅଛି । ବିହଙ୍ଗରାଜିର କେକାରବ ବନରାଜିର ଶୋଭାକୁ ବହୁଗୁଣିତ କରିଛି । ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସୁଶୋଭିତ ଧାନ୍ୟକ୍ଷେତ୍ର ଶସ୍ୟ ଉତ୍ପାଦନରେ ଶ୍ରେଷ୍ଠ ସ୍ଥାନ ଲାଭ କରି ଗୌରବ ଅର୍ଜନ କରିଅଛି । ବାସ୍ତବ କ୍ଷେତ୍ରରେ ଉତ୍କଳ ଜନନୀର ମହନୀୟତା ବର୍ଣ୍ଣିତ କବିତାରେ ପ୍ରତି ପାଦ ଓ ପଦରେ ପରିସ୍ଫୁଟିତ ହୋଇଛି ।

ତୁମପାଇଁ କାମ

୩୫ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନ୍ୟାନ୍ୟ କୃତି ସଂଗ୍ରହ କରି ପଢ଼ ।
୩୬ । ଉତ୍କଳ ଜନନୀ କେଉଁ କେଉଁ କାରଣ ପାଇଁ ବନ୍ଦନୀୟା, ସେଇ କାରଣଗୁଡ଼ିକ ଟିପାଖାଥାରେ ଟିପି ରଖ ।
୩୭ । ‘ବନ୍ଦେ ଉତ୍କଳ ଜନନୀ’ କବିତାଟି ମୁଖସ୍ଥ କରି ମନେରଖ ।

ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କବି ଲକ୍ଷ୍ମୀକାନ୍ତ କେବେ ଜନ୍ମଗ୍ରହଣ କରିଥିଲେ ?
Answer:
କବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

୨ । କବିଙ୍କର ପିତାମାତାଙ୍କ ନାମ କ’ଣ ଥିଲା ?
Answer:
କବିଙ୍କର ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ମାତାଙ୍କ ନାମ ରାଧାରାଣୀ ଦେବୀ ଥିଲା ।

୩ । କବି କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
କବି ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

୪। କବି ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ ?
Answer:
କବି ବାଲ୍ୟାବସ୍ଥାରୁ କଳା ଓ ସଙ୍ଗୀତ ପ୍ରତି ବିଶେଷ ଆକୃଷ୍ଟ ଥିଲେ ।

୫। କବି କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି ?
Answer:
କବି ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି ।

୬। କବିଙ୍କ ଲେଖନୀ ନିସୃତ କେଉଁ ୨ଟି କୃତି ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ?
Answer:
କବିଙ୍କ ରଚିତ ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ାଶଙ୍ଖାରି’ ଗଳ୍ପ ଆଜି ମଧ୍ୟ ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ।

୭ । କବି ୧୯୩୭ ମସିହାରେ କେଉଁ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ?
Answer:
କବି ୧୯୩୭ ମସିହାରେ ‘ଡଗର’ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

୮। କବିଙ୍କ ରଚିତ ‘‘ବନ୍ଦେ ଉତ୍କଳ ଜନନୀ’’କୁ କେବେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା
Answer:
କବିଙ୍କ ରଚିତ‘ବନ୍ଦେ ଉତ୍କଳ ଜନନୀ’’ ୨୦୨୦ ମସିହା ଜୁନ୍ ୭ ତାରିଖରେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର

୯। ‘ଉତ୍କଳ’’ କହିଲେ କେଉଁ ପ୍ରଦେଶକୁ ବୁଝାଏ ?
Answer:
ଉତ୍କଳ କହିଲେ ଆମ ଓଡ଼ିଶା ପ୍ରଦେଶକୁ ବୁଝାଇଥାଏ ।

୧୦ । କାନ୍ତକବି କାହାର ପଦବନ୍ଦନା କରିଛନ୍ତି ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ଉତ୍କଳ ବା ଓଡ଼ିଶା ମାତାଙ୍କର ପଦବନ୍ଦନା କରିଛନ୍ତି ।

୧୧ । କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି ?
Answer:
କବି ଉତ୍କଳ ଜନନୀଙ୍କୁ ଚାରୁ ହାସମୟୀ ଓ ଚାରୁ ଭାଷମୟୀ ବୋଲି ସମ୍ବୋଧନ କରି ସ୍ଵଅଭିମତ ପ୍ରକାଶ କରିଛନ୍ତି ।

୧୨ । ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ କିଏ ଧୌତ କରୁଅଛି ?
Answer:
ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ ମହୋଦଧୂର ପୂତ ବାରିରାଶି ଧୌତ କରୁଅଛି ।

୧୩। ମହୋଦଧୂ ତଟଦେଶ କିପରି ଶୋଭା ପାଉଅଛି ?
Answer:
ମହୋଦଧୂ ତଟଦେଶ ତାଳତାମାଳ ବୃକ୍ଷସମୂହରେ ଶୋଭା ପାଉଅଛି ।

୧୪ । ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ କ’ଣ ପ୍ରବାହିତ ହେଉଛି ?
Answer:
ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ ମନ୍ଦ ମନ୍ଦ ଶୀତଳ ସମୀର ପ୍ରବାହିତ ହେଉଛି ।

୧୫ । ଉତ୍କଳ ଜନନୀର କଳେବରରେ ଆଉ କ’ଣ
Answer:
ଉତ୍କଳ ଜନନୀର କଳେବରରେ ମିଘଞ୍ଚ ବନରାଜି ଏବଂ ଉତ୍ତୁଙ୍ଗ ପର୍ବତମାଳା ଶୋଭା ପାଉଅଛି ।

୧୬ । କେଉଁମାନଙ୍କ କଳରବରେ ଉତ୍କଳର ଗଗନ ପବନ ମୁଖରିତ ହେଉଛି ?
Answer:
ବିବିଧ ଚାରୁ କେଉଁମାନଙ୍କ କଳରବରେ ଉତ୍କଳର ଗଗନ ପବନ ମୁଖରିତ ହେଉଛି ।

୧୭ । ଉତ୍କଳମାତାର ସମତଳ ଅଞ୍ଚଳ କାହାଦ୍ଵାରା ସୁଶୋଭିତା ହୋଇଛି ?
Answer:ଉତ୍କଳମାତାର ସମତଳ ଅଞ୍ଚଳ ସୌଦର୍ଯ୍ୟଶାଳିନୀ ସୁମନୋହାରିଣୀ ଶସ୍ୟଷେତ୍ର ସମୂହଦ।ରା ସୁଶୋଭିତ ହୋଇଛି ।

୧୮ । କେଉଁମାନେ ପବିତ୍ର କୁଟୀର ମଧ୍ୟରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ?
Answer:
ମୁନି, ଯୋଗୀ, ଋଷିଗଣ ପବିତ୍ର କୁଟୀର ମଧ୍ୟରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

୧୯ । ଉତ୍କଳ ଜନନୀ କୋଳରେ କେଉଁ କେଉଁ ତୀର୍ଥକ୍ଷେତ୍ର ବିରାଜିତ ହୋଇ ଆଧ୍ୟାତ୍ମିକ ଭାବ କରୁଛନ୍ତି ?
Answer:
ଉତ୍କଳ ଜନନୀଙ୍କ କୋଳରେ ଶ୍ରୀକ୍ଷେତ୍ର, ଅର୍କକ୍ଷେତ୍ର ଆଦି ତୀର୍ଥକ୍ଷେତ୍ର ବିରାଜିତ ହୋଇ ଜନମାନସରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରୁଛନ୍ତି ।

୨୦ । ଉତ୍କଳ ଜନନୀ ଗୌରବମଣ୍ଡିତା କାହିଁକି ?
Answer:
ଉତ୍କଳ ଜନନୀଙ୍କ ଅଗଣିତ ଶୂରବର ସନ୍ତାନମାନଙ୍କର ଗୌରବ ଗାଥା ଓ କବି ତଥା ସନ୍ତାନମାନଙ୍କର ଗୌରବ ଗାଥା ଓ କବି ତଥା ଜନନୀ ଚିରକାଳ ଗୌରବମଣ୍ଡିତା ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
୧। ‘ପୂତ’ ଶବ୍ଦଟିର ଅର୍ଥ ଲେଖ ।
Answer:
ପବିତ୍ର

୨। ‘ପୟୋଧ’ ଶବ୍ଦର ଦୁଇଟି ପ୍ରତିଶବ୍ଦ ଲେଖ ।
Answer:
ସମୁଦ୍ର, ସାଗର

୩। ‘ତଟିନୀ’ର ଦୁଇଟି ପ୍ରତିଶବ୍ଦ ଲେଖ ।
Answer:
ନଦୀ, ସରିତ

୪। ‘ଶୂରବର’ ଶବ୍ଦର ଅର୍ଥ ଲେଖ ।
Answer:
ବୀରଶ୍ରେଷ

୫। ‘ଚାରୁକଳା’ କହିଲେ କହାକୁ ବୁଝାଏ ?
Answer:
ନୃତ୍ୟ-ସଙ୍ଗୀତ-ବିତ୍ର।ଙ୍କନ ବିଦ୍ୟ।

୬। ପୁଣ୍ୟର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
Answer:
ପାପ

୭। ‘ଊଟଜ’ ଶବ୍ଦଟିର ଅର୍ଥ ଲେଖ ।
Answer:
ପତ୍ରକୁଡ଼ିଆ | ମୁନିଋଷିମାନଙ୍କ ବାସସ୍ଥାନ

୮। ‘ଚାରୁ’ ଶବ୍ଦର ଅର୍ଥ ଲେଖ ।
Answer:
ସୁନ୍ଦର

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

୯। ‘ସମୀର’ର ଦୁଇଟି ପ୍ରତିଶବ୍ଦ ଲେଖ ।
Answer:
ପବନ, ବାୟୁ

୧୦ । ‘ଶୁଭ୍ର’ର ବିପରୀତ ଶବ୍ଦ ଲେଖ ।
Answer:
କୃଷ୍ଣ

C ଶୂନ୍ୟସ୍ଥାନ ପୂରଣ କର ।

୧। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର __________________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୮୮

୨ । କବି ଲକ୍ଷ୍ମୀକାନ୍ତ କଟକର ________________________ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥେଲେ ।
Answer:
ରେଭେନ୍ସା

୩ । ଲକ୍ଷ୍ନୀକାନ୍ତଙ୍କର କୁଳଗୁରୁଙ୍କ ନାମ ___________________ ।
Answer:
ବାବାଜୀ ରାମଦାସ

୪ । ________________ ଙ୍କ ପ୍ରେରଣାରେ ଲକ୍ଷ୍ମୀକାନ୍ତ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।
Answer:
ମହାତ୍ମା ଗାନ୍ଧୀ

୫। ଲକ୍ଷ୍ମୀକାନ୍ତଙ୍କ ରଚିତ ______________ ଗଳ୍ପ ପୁସ୍ତକ ଆଜି ବି ଲୋକପ୍ରିୟ ।
Answer:
ବୁଢ଼ାଶଙ୍ଖାରି

୬। ଲକ୍ଷ୍ମୀକାନ୍ତଙ୍କ __________________ ସଙ୍ଗୀତ ଲୋକମାନଙ୍କ ମନରେ ବିଦ୍ରୋହର ବହ୍ନି ପ୍ରଜ୍ବଳିତ କରିଥିଲା ।
Answer:
ଦେଶାତ୍ମବୋଧକ

୭। ତାଳତମାଳ _________________ ତୀରା ।
Answer:
ସୁଶୋଭିତ

୮। ______________ ବନଭୂମି ରାଜିତ ଅଙ୍ଗେ ।
Answer:
ଘନଘନ

୯ । ଶୁଭ୍ର-ତଟିନୀ-କୂଳ _________________ ସମୀରା ।
Answer:
ଶୀକର

୧୦। ________________ ସୁଶୋଭିତ କ୍ଷେତ୍ରା ।
Answer:
ସୁନ୍ଦରଶାଳି

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

୧୧। ଯୋଗୀଋଷିଗଣ _________________ ପବିତ୍ର। ।
Answer:
ଊଟଜ

୧୨। _______________ମଣ୍ଡିତ-ଦେଶ ।
Answer:
ସୁନ୍ଦର ମନ୍ଦିର

୧୩ । ଉତ୍କଳ ଶୂରବର-ଦର୍ପିତ _______________।
Answer:
ଗେହା

୧୪। ________________ ସୁନନ୍ଦନ-ବନ୍ଧ୍ୟା ।
Answer:
କବିକୁଳମୌଳି

୧୫ । ଭୁବନ ________________ କୀର୍ତ୍ତି- ଅନିଦ୍ୟା ।
Answer:
ବିଘୋଷିତ

D ଠିକ୍ ଉକ୍ତି ପାଇଁ ଠିକ୍ କିମ୍ବା ଭୁଲ୍ ଉକ୍ତି ପାଇଁ ଭୁଲ୍ ଲେଖ ।

୧। ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ଆଖ୍ୟା ପ୍ରଦାନ କରାଯାଇଛି ।
Answer:
ଠିକ୍

୨ । ଲକ୍ଷ୍ମୀକାନ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଲାଭ କରିଥିଲେ ।
Answer:
ଭୁଲ୍

୩। ବାବାଜୀ ଶ୍ୟାମସୁନ୍ଦର ଲକ୍ଷ୍ମୀକାନ୍ତଙ୍କୁ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥିଲେ ।
Answer:
ଭୁଲ୍

୪ । ୧୯୫୩ ମସିହାରେ କବିବର ରାଧାନାଥ ରାୟ ମୃତ୍ୟୁବରଣ କରିଥିଲେ ।
Answer:
ଭୁଲ୍

୫ । ‘ବୁଢ଼ାଶଙ୍ଖାରି’ ଗଳ୍ପ ଲକ୍ଷ୍ମୀକାନ୍ତଙ୍କ ଲେଖନୀ ନିସୃତ !
Answer:
ଠିକ୍

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

୬ | ଜୁନ୍ ୧୦ ତାରିଖ ୨୦୧୯ ମସିହାରେ ‘ବନ୍ଦେ ଉତ୍କଳ ଜନନୀ’’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିଲା ।
Answer:
ଭୁଲ୍

୭ । ଉତ୍କଳ ଜନନୀ ହେଉଛନ୍ତି ଚାରୁ ଭାଷମୟୀ ।
Answer:
ଠିକ୍

୮। କବିସୂର୍ଯ୍ୟ ବଳଦେବଙ୍କ ବିରଚିତ ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ଅତି ଜନପ୍ରିୟ ।
Answer:
ଭୁଲ୍

୯ । ସୁନ୍ଦରଶାଳି କହିଲେ ଶାଳବନକୁ ବୁଝାଏ ।
Answer:
ଭୁଲ୍

୧୦ । ଶ୍ରୀକ୍ଷେତ୍ର ଉତ୍କଳର୍ ପବିତ୍ର ତୀର୍ଥଭୂମି ଅଟେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ ?
(A) ଲକ୍ଷ୍ମୀକାନ୍ତ ମହାପାତ୍ର
(B) ମଧୁସୂଦନ ଦାସ
(C) ଗୋପବନ୍ଧୁ ଦାସ
(D) ନନ୍ଦକିଶୋର ବଳ
Answer:
(A) ଲକ୍ଷ୍ମୀକାନ୍ତ ମହାପାତ୍ର

2. କବି ‘ଲକ୍ଷ୍ମୀକାନ୍ତ ମହାପାତ୍ର’ କେଉଁ କବି ନାମରେ ଓଡ଼ିଶାରେ ପ୍ରସିଦ୍ଧ ?
(A) କବିବର
(B) କାନ୍ତକବି
(C) ପ୍ରକୃତି କବି
(D) ପଲ୍ଲୀକବି
Answer:
(B) କାନ୍ତକବି

3. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ଜନ୍ମ ଗ୍ରହଣ କରିଥିଲେ ?
(A) ୧୮୮୫
(B) ୧୯୦୦
(C) ୧୮୮୮
(D) ୧୯୦୬
Answer:
(C) ୧୮୮୮

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

4. କବି ଲକ୍ଷ୍ମୀକାନ୍ତ କଟକର କେଉଁ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ ?
(A) ଖ୍ରୀଷ୍ଟ
(B) ଜେକେବିକେ
(C) କଟକ
(D) ରେଭେନ୍ସା
Answer:
(D) ରେଭେନ୍ସା

5. କାହା ପ୍ରେରଣାରେ ଲକ୍ଷ୍ମୀକାନ୍ତ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ?
(A) ଗୋପବନ୍ଧୁ ଦାସ
(B) ମହାତ୍ମା ଗାନ୍ଧୀ
(C) ବୀର ସୁରେନ୍ଦ୍ର ସାଏ
(D) ମଧୁସୂଦନ ଦାସ
Answer:
(B) ମହାତ୍ମା ଗାନ୍ଧୀ

6. ‘ବନ୍ଦେ ଉତ୍କଳ ଜନନୀ’’କୁ କେବେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି ?
(A) ୨୦୨୦ ମସିହା ଜୁନ୍ ୭ ତାରିଖ
(B) ୨୦୧୯ ମସିହା ଅଗଷ୍ଟ ୧୫ ତାରିଖ
(C) ୨୦୦୦ ମସିହା ଜୁନ୍ ୭ ତାରିଖ
(D) ୨୦୨୧ ମସିହା ଜାନୁୟାରୀ ୨୬ ତାରିଖ
Answer:
(A) ୨୦୨୦ ମସିହା ଜୁନ୍ ୭ ତାରିଖ

7. ନିମ୍ନୋକ୍ତ ମଧ୍ୟରୁ କେଉଁଟି ‘ଚାରୁ ହାସମୟୀ’ର ଅର୍ଥକୁ ବୁଝାଉଛି ?
(A) ଯାହାର ହସ ସୁନ୍ଦର
(B) ହସିହସି କା
(C) ଠୋଠୋ ହସ
(D) ମୁରୁକି ହସ
Answer:
(A) ଯାହାର ହସ ସୁନ୍ଦର

8. ଅଲଗା ଶବ୍ଦଟିକୁ ବାଛି ଲେଖ ।
(A) ଜନନୀ
(B) ଭଗିନୀ
(C) ମାଆ
(D) ବୋଉ
Answer:
(B) ଭଗିନୀ

9. କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ’ଣ ଥିଲା ?
(A) ଚୌଧୁରୀ ବିଷ୍ଣୁ ପ୍ରସାଦ ସାମନ୍ତରାୟ ମହାପାତ୍ର
(B) ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ
(C) ଚୌଧୁରୀ ରୁଦ୍ର ପ୍ରସାଦ ସାମନ୍ତରାୟ ମହାପାତ୍ର
(D) ଚୌଧୁରୀ ରମାକାନ୍ତ ସାମନ୍ତରାୟ ମହାପାତ୍ର
Answer:
(B) ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

10. କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କ’ଣ ଥିଲା ?
(A) ରାଧାରାଣି ଦେବୀ
(B) ଜେମାମଣି ଦେବୀ
(C) ତିଳୋତ୍ତମ ଦେବୀ
(D) ସତ୍ୟଭାମା ଦେବୀ
Answer:
(A) ରାଧାରାଣି ଦେବୀ

11. କବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
(A) ପୁରୀ ଜିଲ୍ଲାର ସୁଆଣ୍ଡୋରେ
(B) କଟକ ଜିଲ୍ଲାର ସତ୍ୟଭାମାପୁରରେ
(C) ଭଦ୍ରକ ଜିଲ୍ଲାର ବାସୁଦେବପୁରରେ
(D) ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ
Answer:
(D) ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ

12. ଲକ୍ଷ୍ମୀକାନ୍ତ ମହାପାତ୍ର ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ ?
(A) ସଙ୍ଗୀତ ଓ ନାଟକ
(B) କଳା ଓ ସଙ୍ଗୀତ
(C) ସାହିତ୍ୟ ଓ ସଙ୍ଗୀତ
(D) ବିଜ୍ଞାନ ଓ ଗଣିତ
Answer:
(B) କଳା ଓ ସଙ୍ଗୀତ

13. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ
(A) ଭକ୍ତି ଓ ବାତ୍ସଲ୍ୟ ରସାତ୍ମକ
(B) ସାମାଜିକ ଓ କାଳ୍ପନିକ
(C) ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ
(D) ଚେତନାଧର୍ମୀ ଓ ବିପ୍ଳବାତ୍ମକ
Answer:
(C) ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ

14. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀ ନିସୃତ ନିମ୍ନୋକ୍ତ କେଉଁ କୃତି ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ?
(A) କଣାମାମୁ
(B) ବୁଢ଼ା ଶଙ୍ଖାରି
(C) ଅସହଯୋଗୀର ଆତ୍ମକଥା
(D) ଜୀବନସଙ୍ଗୀତ
Answer:
(B) ବୁଢ଼ା ଶଙ୍ଖାରି

15. କବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ଡଗର ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ?
(A) ୧୯୨୭
(B) ୧୯୩୭
(C) ୧୯୪୭
(D) ୧୯୫୭
Answer:
(B) ୧୯୩୭

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

16. ‘ଉତ୍କଳ’’ କହିଲେ କେଉଁ ପ୍ରଦେଶକୁ ବୁଝାଏ ?
(A) ଓଡ଼ିଶା
(B) ବିହାର
(C) ପଶ୍ଚିମବଙ୍ଗ
(D) ଆନ୍ଧ୍ରପ୍ରଦେଶ
Answer:
(A) ଓଡ଼ିଶା

17. କାନ୍ତକବି କାହାର ପଦବନ୍ଦନା କରିଛନ୍ତି ?
(A) ଉତ୍କଳ ମାତାଙ୍କ
(B) ଭାରତ ମାତାଙ୍କ
(C) ନିଜ ମାତାଙ୍କ
(D) ଜଗଜ୍ଜନନୀଙ୍କ
Answer:
(A) ଉତ୍କଳ ମାତାଙ୍କ

18. କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି ?
(A) ଚାରୁ ହାସ୍ୟମୟୀ ଓ ଚାରୁ ଲାସ୍ୟମୟୀ
(B) ପୂତ-ପୟୋଧ-ବିଧୌତ ଶରୀରା
(C) ଚାରୁ ଲାସ୍ୟମୟୀ ଓ ଚାରୁ ଭାଷମୟୀ
(D) ଚାରୁ ହାସମୟୀ ଓ ଚାରୁ ଭାଷମୟୀ
Answer:
(D) ଚାରୁ ହାସମୟୀ ଓ ଚାରୁ ଭାଷମୟୀ

19. ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ କିଏ ଧୌତ କରୁଅଛି ?
(A) ନଦନଦୀର ପୂଠ ବାରିରାଶି
(B) ପାର୍ବତ୍ୟ ଝରଣାର ନିର୍ମଳ ଜଳରାଶି
(C) ମହୋଦଧୂର ପୂତ ବାରିରାଶି
(D) ଶ୍ରାବଣୀ ବର୍ଷାର ପୂତ ବାରିରାଶି
Answer:
(C) ମହୋଦଧୂର ପୂତ ବାରିରାଶି

20. ମହୋଦଧୂ ତଟଦେଶ କେଉଁ ବୃକ୍ଷରେ ଶୋଭା ପାଉଅଛି ?
(A) ପନ୍ନଙ୍ଗ ନାରିକେଳ
(B) ତାଳତମାଳ
(C) ଶାଳ ପିଆଶାଳ
(D) ତାଳ ନାରିକେଳ
Answer:
(B) ତାଳତମାଳ

21. ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ କ’ଣ ପ୍ରବାହିତ ହେଉଛି ?
(A) ମନ୍ଦ ମନ୍ଦ ଶୀତଳ ସମୀର
(B) ମନ୍ଦ ମନ୍ଦ ଶୀତୋଷ୍ଣ ସମୀର
(C) ବେଗଗାମୀ ଶୀତଳ ସମୀର
(D) ମନ୍ଦ ମନ୍ଦ ଉଷ ଅନିଳ
Answer:
(A) ମନ୍ଦ ମନ୍ଦ ଶୀତଳ ସମୀର

22. ଉତ୍କଳ ମାତାର କେଉଁ ଅଞ୍ଚଳ ସୁମନୋହାରିଣୀ
(A) ପାହାଡିଆ ଅଞ୍ଚଳ
(B) ମରୁ ଅଞ୍ଚଳ
(C) ସମତଳ ଅଞ୍ଚଳ
(D) ଉପରୋକ୍ତ ସମସ୍ତ
Answer:
(C) ସମତଳ ଅଞ୍ଚଳ

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

23. ମୁନି, ଯୋଗୀ, ଋଷିଗଣ କେଉଁଠାରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ?
(A) ଜଙ୍ଗଲରେ
(B) ପବିତ୍ର କୁଟୀରରେ
(C) ଆଶ୍ରମରେ
(D) ଉପରୋକ୍ତ ସମସ୍ତ
Answer:
(B) ପବିତ୍ର କୁଟୀରରେ

24. ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?
(A) କାକ ଓ କୋକିଳ
(B) ଶୂନ ଓ ଛଞ୍ଚାଣ
(C) ସୁନ୍ଦର ବିହଙ୍ଗ କୁଳ
(D) ଶାଗୁଣା ଓ ଚିଲ
Answer:
(C) ସୁନ୍ଦର ବିହଙ୍ଗ କୁଳ

କବିଙ୍କ ସମ୍ବନ୍ଧରେ :
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟରେ ଜଣେ ଯଶସ୍ବୀ କବି ଭାବରେ ପରିଚିତ । ସେ ଏକାଧାରରେ ଥିଲେ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ସଂପାଦକ ଏବଂ ବ୍ୟଙ୍ଗକାର । ସେ ଜୀବନ ଯୁଦ୍ଧରେ ବହୁ କଷ୍ଟ ସ୍ଵୀକାର କରିଥିଲେ ମଧ୍ୟ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରି ବିଦଗ୍ଧ ପାଠକଙ୍କ ହୃଦୟରେ ସ୍ଵତନ୍ତ୍ର ଆବେଦନ ସୃଷ୍ଟି କରିଛନ୍ତି ।

କବି ଲକ୍ଷ୍ମୀକାନ୍ତ ୧୮୮୮ ମସିହା, ଡିସେମ୍ବର ମାସ ୯ ତାରିଖରେ ମାଣବସା ଗୁରୁବାର ଦିନ ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାଣବସା ଗୁରୁବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାମ ଦିଆଯାଇଥିଲା ଲକ୍ଷ୍ମୀକାନ୍ତ ।ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ମାତାଙ୍କ ନାମ ରାଧାମଣି ଦେବୀ । ଛାତ୍ର ସମୟରୁ ପାଠପଢ଼ା ସହିତ ସେ ଜଣେ ଦକ୍ଷ ଖେଳାଳି, ଅଭିନେତା ହେବା ସହ କବିତା ଲେଖା ଆଦିରେ ମନୋନିବେଶ କରିଥିଲେ । ବାଲେଶ୍ଵର ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କଲାପରେ କଟକରେ ଆଇ.ଏ. ଓ କଲିକତାରେ ବି.ଏ. ଅଧ୍ୟୟନ କରିଥିଲେ ।

କବିତା ଲେଖାରେ ତାଙ୍କର କୃତିତ୍ଵ ପାଇଁ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ, ତାଙ୍କୁ କାନ୍ତକବି ରୂପେ ପରିଚିତ କରାଯାଇଥିଲା । ଭାଗ୍ୟର ବିଡ଼ମ୍ବନା ହେତୁ ଶାରୀରିକ ଅସୁସ୍ଥତା ପାଇଁ ଶିକ୍ଷାକ୍ଷେତ୍ରରେ ସେ ଅଧିକ ଆଗେଇ ପାରିନଥିଲେ । ଗୁରୁ ବାବାଜୀ ରାମଦାସଙ୍କ ପ୍ରରୋଚନାରେ ସେ ସଙ୍ଗୀତ ସୃଷ୍ଟିରେ ମନୋନିବେଶ କରିଥିଲେ । କାନ୍ତକବିଙ୍କର କାବ୍ୟଚେତନାର ଆଦର୍ଶ ଥିଲେ ଓଡ଼ିଶାର ଜନନେତା ପଣ୍ଡିତ ଗୋପବନ୍ଧୁ ଦାସ । ସେ ନିଜେ ସ୍ଵୀକାର କରିଛନ୍ତି- ‘ମୋର କବିତା ଲେଖାର ଆଦ୍ୟଗୁରୁ ଭାବରେ ସେ ମୋର ପୂଜ୍ୟ । ତାଙ୍କରି କବିତା ମୋର ପ୍ରାଣରେ କବିତାର ଉନ୍ମେଷ ସୃଷ୍ଟି କରିଛି । ତାଙ୍କରି ପ୍ରେରଣା ମୋ ପ୍ରାଣରେ କବିତାର ଭୂର୍ଭି ଆଣିଦେଇଛି ।

ଏକଥା ସ୍ଵୀକାର କଲାବେଳେ ଛାତି ମୋର ଫୁଲି ଫୁଲି ଉଠୁଛି, ଗର୍ବରେ ଶିର ନତ ହୋଇଯାଉଛି ତାଙ୍କରି ପବିତ୍ର ଚରଣରେ । (କାନ୍ତ ସାହିତ୍ୟ ମାଳା-୧ମ ଖଣ୍ଡ ପୃ୫୪୦) କାନ୍ତକବିଙ୍କ ପରିବାର ଥିଲା ସଂଗ୍ରାମୀ ପରିବାର । ତାଙ୍କର ପିତା ଭାଗବତ ପ୍ରସାଦ, ଭଉଣୀ କୋକିଳା ଦେବୀ, ଜାହ୍ନବୀ ଦେବୀ, ସାନଭାଇ କମଳାକାନ୍ତ, ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେହି ଚିନ୍ତାଧାରାକୁ ନେଇ କାନ୍ତକବି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ‘ଅସହଯୋଗୀର ଆତ୍ମକଥା’ ପର୍ଯ୍ୟାୟ କ୍ରମେ ପ୍ରକାଶ କରୁଥିଲେ ।

ତାଙ୍କ ମନରେ ରହିଥିଲା ଅସହଯୋଗ ଓ ଜାତୀୟ ଚେତନାର ଭାବ । ତାହାର ପ୍ରକାଶିତ ରୂପ ହେଉଛି କେତେକ ’ଜାତୀୟ ସଂଗୀତ’ । ପରବର୍ତ୍ତୀ ସମୟରେ ବୈଷ୍ଣବ ଭାବାପନ୍ନ ହେଲା ପରେ ତାଙ୍କ କବିତାରେ ଭକ୍ତସୁଲଭ ଭାବାବେଗ, ପ୍ରେମ, କରୁଣା, ତିତିକ୍ଷାରେ ରସସିକ୍ତ ଭାବକୁ ସେ ଦେଖାଇଛନ୍ତି । ସେହିସବୁ ଆଧ୍ୟାତ୍ମ କବିତାଗୁଡ଼ିକ କବିଙ୍କର ‘ଜୀବନ ସଙ୍ଗୀତ’ କବିତା ସଂକଳନରେ ପ୍ରକାଶିତ । ଏଥରେ ବିଭୁପ୍ରୀତି ଯେଭଳି ରହିଛି, ବୈଷ୍ଣବ -ସୁଲଭ ଭାବାବେଗ ମଧ୍ୟ ସେହିପରି ରହିଛି । କବି ଆନନ୍ଦମୟ ଅନୁଭୂତିରେ ଆତ୍ମହରା ହୋଇ ଗାଇଛନ୍ତି –
‘‘ଦେ ମୋତେ ବାଇଆ କରି ଆରେ ମୋର ବାଇଆ ରଜା
ନାଚିବି ମୁଁ ଲଙ୍ଗଳା ହୋଇ ତାଳି ମାରି ଦେଖୁ ମଜା ।’’

ଜୀବନର ପରିଣତ ବୟସରୁ କବି ଲକ୍ଷ୍ମୀକାନ୍ତ କେତେଗୁଡ଼ିଏ ଲାଳିକା (Parody) ରଚନା କରିଛନ୍ତି । ସେହି ଲାଳିକାଗୁଡ଼ିକ ‘‘ଚଟକ ଚନ୍ଦ୍ରହାସ ଚମ୍ପୂ’’ ସଂକଳନରେ ସଂକଳିତ । ଏହାର ଶୁଦ୍ଧ ଓ ବିମଳ ଆନନ୍ଦ ପ୍ରଦାନ ଭଳି ଭାବ ରହିଛି । ହାସ୍ୟରସର ଅନ୍ତରାଳରେ ବ୍ୟଙ୍ଗ ଓ ବିଦୁପର ବାଣ ମଧ୍ୟ ସେ ନିକ୍ଷେପ କରିଛନ୍ତି ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

କାନ୍ତକବି ଗୋଟିଏ ମାତ୍ର ଉପନ୍ୟାସ ରଚନା କରି ଉପନ୍ୟାସ ସ୍ରଷ୍ଟା ଭାବରେ ନିଜର ବୈଶିଷ୍ଟ୍ୟ ପ୍ରତିପାଦିତ କରିଛନ୍ତି । ତାଙ୍କଦ୍ୱାରା ରଚିତ ଉପନ୍ୟାସ ହେଉଛି ‘କଣାମାମୁ’ । ସେହି ଉପନ୍ୟାସଟି ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିବାର ପ୍ରେକ୍ଷାପଟ ଉପରେ ରଚନା କରାଯାଇଛି । ‘ଦେହି ପଦ ପଲ୍ଲବ ମୁଦାରମ୍’ ତାଙ୍କର ଗଳ୍ପ ସଂକଳନ ।

‘ବୁଢ଼ା ଶଙ୍ଖାରି’ ଗଳ୍ପରେ ସ୍ରଷ୍ଟା ଅପତ୍ୟସ୍ନେହର ଆବେଗକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ୧୯୩୭ ମସିହାରେ ସେ ‘ଡଗର’ ପତ୍ରିକା ପ୍ରକାଶ କରିଥିଲେ । ଯେହେତୁ ସେ ଥିଲେ ଅଭିନେତା ଏବଂ ରଙ୍ଗମଞ୍ଚ ସହିତ ତାଙ୍କର ସମ୍ପର୍କ ରହିଥିଲା ସେହି ଦୃଷ୍ଟିରୁ ସେତେବେଳେ ନାଟକ ରଚନା କରି, ତାହାକୁ ମଞ୍ଚସ୍ଥ କରାଇଥିଲେ । ସେହିପରି ସେ ସମୟର ସମାଜକୁ ଆଗରେ ରଖ୍ କେତେଗୁଡ଼ିଏ ପ୍ରବନ୍ଧ ରଚନା କରିଥିଲେ । ପ୍ରାୟ ପ୍ରତ୍ୟେକ ସୃଷ୍ଟିରେ କବିଙ୍କର ଜୀବନଦର୍ଶନ ହୋଇଥିଲା ପ୍ରତିଫଳିତ ।

କବିତାର ପୃଷ୍ଠଭୂମି :
ଐତିହ୍ୟ, ଐଶ୍ବର୍ଯ୍ୟ ସାର୍ଥକଭାବରେ ପ୍ରତିପାଦିତ । ସୁପ୍ତ ଜାତିକୁ କର୍ମମୁଖର ଓ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି କବିତାଟି ସୃଷ୍ଟି କରାଯାଇଥିଲା । କବିଙ୍କର ‘ଜାତୀୟ ସଂଗୀତ’ କବିତା ଗୁଚ୍ଛର ଏହା ଥିଲା ପ୍ରଥମ ସଙ୍ଗୀତ । ଓଡ଼ିଶା ସରକାରଙ୍କଦ୍ଵାରା ୨୦୨୦ ମସିହାରେ ଏହି ସଙ୍ଗୀତଟି ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି ।

ଆମେ ସମସ୍ତେ ଓଡ଼ିଶାବାସୀ ବା ଉତ୍କଳବାସୀ,ଉତ୍କଳ ମାତାର ସନ୍ତାନ । ଏହାର ମାଟି, ପାଣି, ପବନରେ ଆମେ ବଦ୍ଧିତ ଓ ପରିପୁଷ୍ଟ । ମାତ୍ର ଆମେ ଆମ ଜନ୍ମମାଟିର ବୈଶିଷ୍ଟ୍ୟକୁ ଅନେକ ସମୟରେ ବିସ୍ତ୍ରୁତ ହୋଇଯାଉ । ଏହି ଜନ୍ମଭୂମି ଯେ ବୀରପ୍ରସବିନୀ, କୀର୍ତ୍ତିଶାଳନୀ ଓ ଅପାସୋରା ସୌନ୍ଦର୍ଯ୍ୟରେ ବିମଣ୍ଡତା, ତାହାକୁ ନେଇ ନିଜର ପରିଚୟ ସୃଷ୍ଟି କରୁନା । କାନ୍ତକବି ଲକ୍ଷ୍ମୀକାନ୍ତ ଉତ୍କଳସନ୍ତାନଙ୍କ ମନରେ ମାତୃଭୂମି ପ୍ରତି ଯଥାର୍ଥ ମର୍ଯ୍ୟାଦା ସୃଷ୍ଟି ପାଇଁ, ‘ଉତ୍କଳ ସନ୍ତାନ’ ସଙ୍ଗୀତର ଏକ ମନୋଜ୍ଞ ଚିତ୍ର ଉପସ୍ଥାପିତ କରିଛନ୍ତି । ଉତ୍କଳବାସୀଙ୍କ ମନରେ ଜନ୍ମଭୂମିକୁ ନେଇ ଜାତୀୟ ଚେତନା ସୃଷ୍ଟି କରିବାପାଇଁ କବି ପ୍ରୟାସ କରିଛନ୍ତି ।

କବିତାର ସାରମର୍ମ :
କବିତାର ଘୋଷା ପଦରେ, କବି ଉତ୍କଳ ଜନନୀର ବନ୍ଦନା ଗାନ କରିଛନ୍ତି । ନିଜ ମାତୃଭୂମିକୁ ନମସ୍ୟା ଦେବୀ ଭାବରେ ଅଭ୍ୟର୍ଥନା ଜ୍ଞାପନ କରିଛନ୍ତି । ବିଭିନ୍ନ ବିଶେଷଣରେ ବିଶେଷିତା କରିଛନ୍ତି । କବି ଯୋଗ୍ୟ ସନ୍ତାନଭାବରେ କହିଛନ୍ତି, ହେ ଉତ୍କଳ ଜନନୀ ! ମୁଁ ତୁମର ବନ୍ଦନା କରୁଅଛି । ତୁମର ହସ ଅତ୍ୟନ୍ତ ସୁନ୍ଦର ଓ ମନୋମୁଗ୍ଧକର । ତେଣୁ ତୁମେ ଚାରୁହାସମୟୀ । ସେହିପରି ତୁମର ଭାଷା ମଧ୍ୟ ବହୁତ ମଧୁର, ଯାହାକୁ ଶ୍ରବଣ କଲେ ହୃଦୟରେ ଅପୂର୍ବ ପୁଲକ ସୃଷ୍ଟି ହୁଏ । ସୁତରାଂ ତୁମେ ହେଉଛ ଚାରୁଭାଷମୟୀ । ଏଠାରେ କବି ପ୍ରିୟ ଜନ୍ମଭୂମିର ମନୋମୁଗ୍‌ଧକର ହସ ଓ ହୃଦୟସ୍ପର୍ଶୀ ଭାଷାର ସୂଚନା ଦେଇଛନ୍ତି ।

କବିତାର ପ୍ରଥମ ପଦରେ କବି ଜନ୍ମଭୂମିକୁ ସମ୍ବୋଧନ ଜଣାଇ କହିଛନ୍ତି, ହେ ଉତ୍କଳ ଜନନୀ ତୁମର ଶରୀର ଅତ୍ୟନ୍ତ ପବିତ୍ର, ଯାହାକୁ କେବେବି ଅପବିତ୍ରତାର କାଳିମା ସ୍ପର୍ଶ କରିପାରିବ ନାହିଁ । କାରଣ ତୁମର ଶରୀରକୁ ସଦାସର୍ବଦା ପବିତ୍ର ମହାସାଗର ବିଧୌତ କରୁଅଛି । ତୁମର ଶରୀର ସାଗର ବେଷ୍ଟିତ । ସେହି ସାଗର ତୀରବର୍ତ୍ତୀ ଅଞ୍ଚଳ ତାଳ ଓ ତମାଳ ବୃକ୍ଷରାଜିର ସୁଶୋଭିତ । ତୁମ ଦେହକୁ ପବିତ୍ରୀକୃତ କରି ପ୍ରବାହିତ ହେଉଛି ଅନେକ ନଦୀ । ସେହି ନଦୀମାନଙ୍କର ସ୍ରୋତ ନିର୍ମଳ । ଯାହାକୁ ଶୁଭ୍ର ସ୍ରୋତସ୍ଵିନୀ ଭାବରେ ବିଚାର କରାଯାଇପାରେ । ସେହି ନଦୀଜଳକୁ ସ୍ପର୍ଶ କରି ପ୍ରବାହିତ ହେଉଥ‌ିବା ମୃଦୁ ସମୀରଣ ଜଳକଣା ସଂଯୁକ୍ତ ହୋଇ ଶୀତଳ ହୋଇଥାଏ । ସେହି ସୁଶୀତଳ ବାୟୁର ସ୍ପର୍ଶ ପ୍ରାଣକୁ ଶୀତଳ କରିଦେଇଥାଏ ।

ହେ ଉତ୍କଳ ଜନନୀ ! ତୁମ ଅଙ୍ଗେ ଅଙ୍ଗେ ସୁଶୋଭିତ ଘନ ବନାନୀ । ସେହି ନିଘଞ୍ଚ ବନରାଜିର ଅପୂର୍ବ ଶ୍ରୀରେ ତୁମେ ସୁଶୋଭିତା । ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଦଣ୍ଡାୟମାନ ହୋଇ ରହିଥା’ନ୍ତି, ଯାହାକୁ ଦେଖୁଲେ ସେଗୁଡ଼ିକ ସମୁଦ୍ରର ନୀଳଜଳରାଶି ଉପରେ ଉତ୍‌ତ ନୀଳତରଙ୍ଗ ଭଳି ପ୍ରତୀୟମାନ ହୁଅନ୍ତି । ସମଗ୍ର ଭୂଭାଗ, ଅର୍ଥାତ୍ ନଭ, ଜଳ, ସ୍ଥଳ ବିଭିନ୍ନ ପକ୍ଷୀମାନଙ୍କର କାକଳୀରେ ପରିପୂର୍ଣ୍ଣ । ଅର୍ଥାତ୍ ସୁନ୍ଦର ସୁନ୍ଦର ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

ହେ ଉତ୍କଳ ଜନନୀ ! ତୁମର ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନ ହେଉଛି ତୁମର ନେତ୍ରଦ୍ୱୟ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତୀ ସନ୍ତାନର ତୁମେ ଜନ୍ମଦାତ୍ରୀ । ଅର୍ଥାତ ଉତ୍କଳର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନ ବଳରେ ଯଶସ୍ବୀ ହୋଇପାରିଛନ୍ତି । ପୁନଶ୍ଚ ଯୋଗୀ ଋଷି ଏଠାରେ କୁଟୀର କରି ସେମାନଙ୍କ ମନ୍ତ୍ରପୂତ ଧ୍ଵନିରେ ଭୂଭାଗକୁ ପବିତ୍ର କରିଛନ୍ତି ।
ହେ ଉତ୍କଳ ଜନନୀ, ତୁମେ ହେଉଛ ମନ୍ଦିରମାଳିନୀ । ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରରାଜିରେ ତୁମେ ବିମଣ୍ଡିତା । ସୂକ୍ଷ୍ମକଳା ସମୂହଦ୍ବାରା ତୁମର ବେଶ ସୁଶୋଭିତ । ସେହିପରି ତୁମର ସମଗ୍ର ପ୍ରଦେଶ ପୁଣ୍ୟ ତୀର୍ଥସମୂହରେ ପରିପୂର୍ଣ୍ଣ । ଏଠାରେ କବି କାରୁକାର୍ଯ୍ୟପରିପୂର୍ଣ୍ଣ ମନ୍ଦିର ଓ ପୁଣ୍ୟ ତୀର୍ଥକ୍ଷେତ୍ରଦ୍ୱାରା ଉତ୍କଳ ଜନନୀ ମହନୀୟା ହୋଇଛି ବୋଲି ସମ୍ବୋଧନ କରିଛନ୍ତି ।

ବୀରପ୍ରସବିନୀ ଉତ୍କଳମାତାର ମହିମା ଗାନ କରି କବି କହିଛନ୍ତି – ହେ ଉତ୍କଳ ଜନନୀ! ତୁମେ ହେଉଛ ଉତ୍କଳର ଶ୍ରେଷ୍ଠ ବୀରମାନଙ୍କର ନିବାସସ୍ଥଳୀ । ଅର୍ଥାତ୍ ବହୁ ବୀରଶ୍ରେଷ୍ଠଙ୍କର ଏହା ହେଉଛି ଗୃହ । ଉତ୍କଳରେ ଜନ୍ମ ନେଇ ସେହି ସନ୍ତାନମାନେ ବୀରଭାବରେ ନିଜର ଅସମାନ୍ୟ ବୀରତ୍ଵ ପ୍ରଦର୍ଶନ କରିଛନ୍ତି । ସେମାନେ ଶତ୍ରୁକୁ ପଦାନତ କରିଛନ୍ତି । ଫଳସ୍ବରୂପ ଶତ୍ରୁକୁଳର ରକ୍ତରେ ତୁମ ଦେହ ହେଇଛି ରଞ୍ଜିତ । ଏହି ବୀରତ୍ବ ପାଇଁ ତୁମର ରହିଛି ସ୍ବତନ୍ତ୍ର ମର୍ଯ୍ୟାଦା । ବିଶ୍ୱ-ଭୂମଣ୍ଡଳ ପ୍ରତି ତୁମର ମଧ୍ଯ ରହିଛି ଅଗାଧ ସ୍ନେହ, ସମସ୍ତଙ୍କୁ ଆପଣେଇ ନେବାର ଭାବ ।

ଉତ୍କଳରେ ଅନେକ ଯଶସ୍ବୀ କବି ଜନ୍ମ ନେଇଛନ୍ତି । ସେମାନଙ୍କ କଳାକୃତିରେ ସେମାନେ ଉତ୍କଳର ବାଣୀଭଣ୍ଡାରକୁ କରିଛନ୍ତି ରୁଦ୍ଧିମନ୍ତ । ତେଣୁ କବି କହିଛନ୍ତି, ହେ ଉତ୍କଳ ଜନନୀ ! କବିଶ୍ରେଷ୍ଠ ତଥା ସୁଯୋଗ୍ୟ ପୁତ୍ରମାନଙ୍କଦ୍ୱାରା ତୁମେ ହୋଇଛ ବନ୍ଦନୀୟା । ସେହି ଯଶସ୍ୱୀ କବିମାନଙ୍କ ପାଇଁ ବା ସେମାନଙ୍କର ଅନିନ୍ଦ୍ୟ କୀର୍ତ୍ତି ପାଇଁ ତୁମେ ସାରା ପୃଥିବୀରେ ଖ୍ୟାତି ଅର୍ଜନ କରିଛ । ତୁମେ, ଧନ୍ୟା । ତୁମେ ପୁଣ୍ୟବତୀ । ତୁମର ସେହି ପବିତ୍ର, ଐତିହ୍ୟ ପରିପୂର୍ଣ୍ଣ ଭୂମିରେ ଆମେ ସବୁଦିନ ପାଇଁ ଆଶ୍ରୟ ନେଇଛୁ । ଅର୍ଥାତ୍ ଉତ୍କଳ ଜନନୀ ସର୍ବଦା ଶରଣଦାତ୍ରୀଭାବରେ ଚିର ନମସ୍ୟା ।

ବିଷୟଗତ ଶବ୍ଦ ଓ ଅର୍ଥ :

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ 1
BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ 2
BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ 3
BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ 4

Leave a Comment