BSE Odisha 8th Class Odia Solutions Chapter 13 ଦଶହରା ଭେଟି

Odisha State Board BSE Odisha 8th Class Odia Solutions Chapter 13 ଦଶହରା ଭେଟି Textbook Exercise Questions and Answers.

BSE Odisha Class 8 Odia Solutions Chapter 13 ଦଶହରା ଭେଟି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବର୍ଷା ହେବା ।
(କ) ଗଳ୍ପଟିରେ କେଉଁ ସମୟର କଥା କୁହାଯାଇଛି ?
Answer:
ଗଳ୍ପଟିରେ ଅଶିଣ ମାସ ଦୁର୍ଗାପୂଜା ବା ବିଜୟାଦଶମୀର ସକାଳ କଥା କୁହାଯାଇଛି ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

(ଖ) ସୁନନ୍ଦାଙ୍କୁ ଉପହାର ଦେବା ପାଇଁ ତାଙ୍କ ସ୍ୱାମୀ କାହିଁକି ଭାବିଥିଲେ ?
Answer:
ଦୁର୍ଗାପୂଜା ଅବସରରେ ସୁନନ୍ଦାଙ୍କୁ ଉପହାର ଦେବାପାଇଁ ତାଙ୍କ ସ୍ଵାମୀ ଭାବିଥିଲେ ।

(ଗ) ଲେଖକଙ୍କ କୋଠରିରେ ଥ‌ିବା କେଉଁ ଛବିଗୁଡ଼ିକୁ ଦେଖ୍ ସୁନନ୍ଦା ଭୟ କରୁଥିଲେ ?
Answer:
ସୁନନ୍ଦାଙ୍କ ସ୍ଵାମୀ ସାତ ଆଠ ଦିନ ତଳେ ଖବରକାଗଜରୁ କାଟି, ବଡ଼ ବଡ଼ ପେଷ୍ଟବୋର୍ଡ଼ରେ ଲଗାଇଥିବା ଛବିଗୁଡ଼ିକ ଦେଖି ସୁନନ୍ଦା ଭୟ କରୁଥିଲେ ।

(ଘ) କେଉଁମାନଙ୍କୁ ନିମନ୍ତ୍ରଣ କରିବାକୁ ସୁନନ୍ଦା ଲେଖକଙ୍କୁ କହିଥିଲେ ?
Answer:
ନୂଆ ସବ୍‌ଜଜ୍ ପ୍ରେମରାଜବାବୁ, ତାଙ୍କ ସ୍ତ୍ରୀ ଚାନ୍ଦିନୀ ଓ ତାଙ୍କର ପୁଅଝିଅ, ପ୍ଲିଡ଼ର, ବଙ୍କିମବାବୁ, ଜୋସେଫ୍ ରାଉତ ଓ ତାଙ୍କ ସ୍ତ୍ରୀ ଈଭ ରାଉତ, ଚରଣ କିଙ୍କରବାବୁଙ୍କୁ ନିମନ୍ତ୍ରଣ କରିବାକୁ ସୁନନ୍ଦା ଲେଖକଙ୍କୁ କହିଥିଲେ ।

(ଙ) ଉପହାରରୂପେ କେଉଁ କେଉଁ ଜିନିଷ ପାଇବାପାଇଁ ସୁନନ୍ଦା ଇଚ୍ଛା ପ୍ରକାଶ କରିଥିଲେ ?
Answer:
ଉପହାରରୂପେ ଗୋଟିଏ ରେଡ଼ିଓ, ଗୋଟିଏ ସେଟ୍ ଇଭିନିଂ ଇନ୍ ପ୍ୟାରିସ୍, ଦୁଇଖଣ୍ଡ ଦାମିକିଆ ଶାଢ଼ି ସୁନନ୍ଦା ଇଚ୍ଛା ପ୍ରକାଶ କରିଥିଲେ ।

Question ୨।
ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇ ବା ତିନୋଟି ବାକ୍ୟରେ ଲେଖୁବା
(କ) ସୁନନ୍ଦା ଓ ଲେଖକଙ୍କ ମଧ୍ୟରେ କି ପାର୍ଥକ୍ୟ ରହିଥିଲା ?
Answer:
ସୁନନ୍ଦା ଧନୀଘରର ଝିଅ ହିସାବରେ, ସ୍ବାମୀଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ ବି, ତାଙ୍କ ମନରେ ଅହଂଭାବ ଲୁଚି ରହିଥିଲା ଓ ସେ ଥିଲେ କାବ୍ୟକବିତା ଅନୁରାଗୀ । ମାତ୍ର ଲେଖକ ଥିଲେ ଦରଦୀ, ମାନବବାଦୀ, ବାସ୍ତବବାଦୀ ଓ ଭାବପ୍ରବଣତାହୀନ । ସୁନନ୍ଦାଙ୍କୁ ଲେଖକ ଗୁରୁତ୍ଵ ଦେଉଥିଲାବେଳେ, ସୁନନ୍ଦା ନିଜ ଉପରେ ଗୁରୁତ୍ଵ ଦେଉଥିଲେ ।

(ଖ) ଦୁଃଖ୍ମାଆ ରମୁକୁ କାହିଁକି ଚିନି ମାଗୁଥିଲା ?
Answer:
ଦୁଃଖୀ ଅଭାବୀ ଦୁଃଖିଆମାଆର ରହିଛି କୁନି ପୁଅଟିଏ, ଯାହାକୁ ସେ ଦୁଧ ଟିକେ ପିଇବାକୁ ଦେଇପାରେ ନାହିଁ । ଖାଲି ପାଣିରେ ଚିନି ଦେଇ ତା’ କଅଁଳା ଛୁଆଟାକୁ ହାପୁଡ଼ାଇ ଦିଏ । ଚିନି ନ ଥ‌ିବାରୁ, ସେଇ ଛୁଆକୁ ପିଆଇବା ପାଇଁ ଦୁଃଖିଆ ମା’ ରମୁକୁ ଚିନି ଟିକେ ମାଗିଥିଲା ।

(ଗ) ବଜାରକୁ ଗଲାବେଳେ ସୁନନ୍ଦା କ’ଣ ଦେଖ‌ିଲେ ?
Answer:
ବଜାରକୁ ଯାଉଥ‌ିବାବେଳେ ରାଜପଥ କଡ଼ରେ ଜଣେ ମାଗନ୍ତା ଶିଶୁ କୁକୁର ବାନ୍ତିଗୁଡ଼ାକ ଚାଟୁଥିବାର ସୁନନ୍ଦା ଦେଖିଲେ । ସେହି ନିକଟରେ ପିଲାର ମାଆ ଛିଡ଼ା ହୋଇ, କେବଳ ତାକୁ ବାଲୁବାଲୁ କରି ଅନାଇଥର ଦୃଶ୍ୟ ମଧ୍ୟ ସୁନନ୍ଦା ଦେଖିଥ୍ ଲେ ।

(ଘ) ଶାଢ଼ି ଓ ଜିନିଷପତ୍ର କିଣିବାକୁ ସୁନନ୍ଦା କାହିଁକି ମନା କଲେ ?
Answer:
ମାଗନ୍ତା ପିଲାର କୁକୁର ବାନ୍ତିଗୁଡ଼ାକ ଚାଟି ଖାଇବାର ଦୃଶ୍ୟ, ଅନାହାରୀ ମାଆର ନର୍ଦ୍ଦମାରୁ ଅଇଁଠା ଖଲିପତ୍ର ସାଉଁଟିବାର ଦୃଶ୍ୟ, ଗଳି ରାସ୍ତାକଡ଼ରେ ଦୁଧ ଟୋପେ ନ ପାଇ ମା’ କୋଳରେ ଶିଶୁ ଢଳି ପଡ଼ିବାର ପ୍ରସଙ୍ଗ ଜାଣିବା ପରେ ସୁନନ୍ଦାଙ୍କ ହୃଦୟ କରୁଣାରେ ଭରିଯାଇଥିଲା । ସେହିପରି ସେବକଙ୍କଠାରୁ ଅନାହାର, ମହାମାରୀରେ ମଫସଲରେ ଅଖାଦ୍ୟ ଖାଇ ପଟାଳି ପଟାଳି ଲୋକ ମରୁଥିବାର କଥା ଶୁଣି ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା । ସେହିସବୁ ଲୋକଙ୍କ ପାଇଁ ମନରେ ଦୟା ଆସିଥିବାରୁ, ସୁନନ୍ଦା ଦଶହରା ମଉଜ ଉପଲକ୍ଷେ ଶାଢ଼ି ଓ ଜିନିଷପତ୍ର କିଣିବାକୁ ସ୍ବାମୀଙ୍କୁ ମନା କରିଥିଲେ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

(ଙ) ‘ସୁନନ୍ଦା-ଭୋଜନାଳୟ’ କାହିଁକି ଖୋଲା ଯାଇଥିଲା ?
Answer:
ଗାଳ୍ପିକଙ୍କ ସହ ରାସ୍ତାରେ ଗଲାବେଳେ ଖାଦ୍ୟ ପାଇଁ ବୁଭୁକ୍ଷୁ ଲୋକମାନଙ୍କ ଯନ୍ତ୍ରଣା ଓ ଖାଦ୍ୟ ବିନା ଲୋକମାନଙ୍କ ମୃତ୍ୟୁର ବୀଭତ୍ସ ଦୃଶ୍ୟ ଦେଖି ସୁନନ୍ଦାଙ୍କ ହୃଦୟ ତରଳି ଯାଇଥିଲା । ସେହି ବୁଭୁକ୍ଷୁମାନଙ୍କୁ ମୁଠାଏ ଦାନା ଯୋଗାଇ ଦେବାପାଇଁ ଓ ପ୍ରତି ସଞ୍ଜରେ ପାଞ୍ଚ ଶହରୁ ଅଧ୍ଵ ଭିକାରି ଭିକାରୁଣୀ ମୁହଁରେ ଦାନା ଦେବା ପାଇଁ ସୁନନ୍ଦା ଭୋଜନାଳୟ ଖୋଲା ଯାଇଥିଲା ।

Question ୩ ।
ତଳେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକୁ ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ସେହି ସଙ୍ଗୀତ ଆଜି ବି ମୋର ପ୍ରାଣକୁ ମଧୁଛନ୍ଦରେ ଉଥଳ କରେ, ଯେତେବେଳେ ମୁଁ ତାଙ୍କର ହାସଦୀପ୍ତ ତୃପ୍ତମୁଖ ଉପରେ ନେତ୍ରପାତ କରେ ।
Answer:
ଉକ୍ତ ଗତାଂଶଟି ଗାଳ୍ପିକ ରାଜକିଶୋର ରାୟଙ୍କ, ମାନବିକ ମୂଲ୍ୟବୋଧର ଗଳ୍ପ ‘ଦଶହରା ଭେଟି’ର ଏକ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ । ଏଥିରେ ଲେଖକଙ୍କ ମନରେ ପତ୍ନୀ ସୁନନ୍ଦାଙ୍କ ପ୍ରତି ରହିଥ‌ିବା ଆବେଗାତ୍ମକ ଭାବକୁ ସୁନ୍ଦର ଭାବରେ ସୂଚ।ଯାଇଅଛିା
ଲେଖକ ଦୀର୍ଘ କୋଡ଼ିଏ ବର୍ଷତଳେ ସୁନନ୍ଦାଙ୍କୁ ବିଦାହ କରିଛନ୍ତି । ସୁନନ୍ଦାର ରୂପକୁ ନେଇ ତାଙ୍କ ମନରେ ଦେଖା ଦେଇଛି ଆନନ୍ଦ ଭାବ । ସେହି ରୂପଶୋଭାକୁ ନେଇ ତାଙ୍କ ମନରେ ଗୁଞ୍ଜରିତ ହୋଇଛି ସଙ୍ଗୀତର ସ୍ବର । ସେହି ସ୍ଵର ଦୀର୍ଘଦିନ ପରେ ବି ବେସୁରା ହୋଇନାହିଁ । ବରଂ କୋଡ଼ିଏ ବର୍ଷ ପରେ ସେହି ସୁମଧୁର ଭାବ ଲେଖକଙ୍କ ପ୍ରାଣକୁ ତରଙ୍ଗାୟିତ କରେ । ସୁନନ୍ଦାର ହସହସ ମୁହଁକୁ ଦେଖିଲେ, ଲେଖକଙ୍କ ମନରେ ସୃଷ୍ଟି ହୁଏ ଆନନ୍ଦ, ଉତ୍‌ଫୁଲ୍ଲିତ ଚିନ୍ତାଧାରା । ସୁନନ୍ଦା ପ୍ରତି ଲେଖକଙ୍କ ମନରେ ରହିଥ‌ିବା ଭଲ ପାଇବାକୁ, ଗାଳ୍ପିକ ସୁନ୍ଦର ଭାବରେ ସୂଚାଇ ଅଛନ୍ତି ।

(ଖ) ‘ତୁମର ପରିତୃପ୍ତି ପାଇଁ ମୋର ଏତେ ଦିନର ଦାନ – ବୃକ୍ଷରେ ଗୋଟିଏ ମାତ୍ର କୀଟ ମୁଁ ଛାଡ଼ିଦେଇ ପାରେନା ।’
Answer:
ଆଲୋଚ୍ୟ ଗତାଂଶଟି ଗାଳ୍ପିକ ରାଜକିଶୋର ରାୟଙ୍କ ‘ଦଶହରା ଭେଟି’ର ଏକ ମୂଲ୍ୟବାନ୍ ପ୍ରସଙ୍ଗ । ଏଥ‌ିରେ ଲେଖକଙ୍କ ମନରେ ପତ୍ନୀ ସୁନନ୍ଦାଙ୍କ ପ୍ରତି ରହିଥ‌ିବା ଅହେତୁକ ଭଲ ପାଇବାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

ଲେଖକ ବିବାହ କରିଛନ୍ତି ସୁନନ୍ଦାକୁ ଦୀର୍ଘ କୋଡ଼ିଏ ବର୍ଷତଳୁ । ସୁନନ୍ଦା ଧନୀର କନ୍ୟା ଭିତରେ ସାମାନ୍ୟ ଅଂହକୁ, ସେ ସହିପାରନ୍ତି ନାହିଁ । ତଥାପି କୌଣସି ସମୟରେ ସୁନନ୍ଦା ମନଦୁଃଖ ହେଲାଭଳି ପ୍ରତିବାଦ କରନ୍ତି ନାହିଁ । ଲେଖକ ସୁନନ୍ଦା ପାଇଁ ଅନେକ କିଛି କଲାପରେ ମଧ୍ୟ ତାଙ୍କର ମନୋଭାବକୁ ବଦଳାଇ ପାରନାହାନ୍ତି । ବିଜୟା ଦଶମୀର ସୁନ୍ଦର ସୁଖକର ପ୍ରଭାତରେ ସୁନନ୍ଦା ନିଜ କୋଠରିଟିକୁ ଝାଡ଼ି ସଫାକରି ଭଲ ଭାବରେ ସଜାଇ ଦେଇଛନ୍ତି । ମାତ୍ର ସ୍ଵାମୀଙ୍କର କୋଠରିକୁ ସଜାଇବାକୁ ଚାହିଁ ନାହାନ୍ତି । କାରଣ ସ୍ଵାମୀଙ୍କ କୋଠରିରେ ଟଙ୍ଗା ଯାଇଥବା ଚିତ୍ରକୁ ସେ ସହ୍ୟ କରିପାରନ୍ତି ନାହିଁ । ବରଂ ସେହିସବୁ ଚିତ୍ର ଦେଖିଲେ ସୁନନ୍ଦାଙ୍କ ମନରେ ଭୟ ଆସେ । ସୁନନ୍ଦାଙ୍କ ଏଭଳି ଚିନ୍ତାଧାରାକୁ ଲେଖକ ବଦଳାଇ ଦେବାକୁ ଚାହିଁଛନ୍ତି । ଯେଉଁ ଚିତ୍ର ସୁନନ୍ଦାଙ୍କ ମନରେ ଭୟ ସୃଷ୍ଟିକାରୀ, ତାହାକୁ ସେ ଖୋଲି ଦେବାକୁ କହିଛନ୍ତି । କାରଣ ସୁନନ୍ଦାର ପରିତୃପ୍ତି ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଛନ୍ତି । ସୁନନ୍ଦା ମନରେ ଖୁସି ସୃଷ୍ଟି କରିବାକୁ ଲେଖକ ସବୁବେଳେ ଆଗ୍ରହ ପ୍ରକାଶ କରିଛନ୍ତି । ସୂଚନାତ୍ମକ ଭାବେ କହିଛନ୍ତି, ଯେଉଁ ଦାନ-ବୃକ୍ଷକୁ ସେ ଏତେଦିନ ଧରି ଯତ୍ନର ସହିତ ରଖିଛନ୍ତି, ସେଥୁରେ ସାମାନ୍ୟ କୀଟଟିଏ ବସିବାକୁ ଅନୁମତି ନେଇପାରିବେ ନାହିଁ । ସୁନନ୍ଦାଙ୍କ ପ୍ରତି ଲେଖକଙ୍କ ମନରେ ରହିଥ‌ିବା ଭାବ ଏହି ଉକ୍ତି ମାଧ୍ୟମରେ ସୁନ୍ଦର ଭାବେ ପ୍ରକାଶ ପାଇଛି ।

Question ୪ ।
ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି, ଡାହାଣ ପାଖ କୋଠରିରେ ତାହାର ଅର୍ଥ ଦିଆଯାଇଛି । ଠିକ୍ ଅର୍ଥ ବାଛି ସେହି ଶବ୍ଦ ନିକଟରେ ଲେଖୁ ବା।
ଲାଉ ଖୋଳରେ ତିଆରି ଭିକ୍ଷାପାତ୍ର, ଇସାରା, ମନୋଯୋଗ, ପ୍ରକଟ ହେବା, କଞ୍ଚା, ଅସ୍ଥିର
ଆପଜ୍ୱ ____________
ଥାଳ ____________
ଇଙ୍ଗିତ ____________
ଉଥଳ ____________
ଅଭିନିବେଶ ____________
Answer:
ଆପଜ୍ୱ- କଞ୍ଚା
ଥାଳ – ଲାଉ ଖୋଳରେ ତିଆରି ଭିକ୍ଷାପାତ୍ର
ଇଙ୍ଗିତ – ଇସାରା
ଉଥଳ – ଅସ୍ଥିର
ଅଭିନିବେଶ – ମନୋଯୋଗ

BSE Odisha 8th Class Odia Solutions Chapter 13 ଦଶହରା ଭେଟି

Question ୫ ।
‘କ’ ସ୍ତମ୍ଭରେ କେତୋଟି ଶବ୍ଦ, ‘ଖ’ ସ୍ତରେ ସେହି ଶବ୍ଦ ସମ୍ପର୍କିତ ବାକ୍ୟ ଓ ‘ଗ’ ସ୍ତମ୍ଭରେ ସେହି ଶବ୍ଦର ଅର୍ଥ ରହିଛି । ଆସ ‘କ’ ଓ ‘ଖ’ ସ୍ତମ୍ଭକୁ ମିଶାଇବା ପରେ ‘ଗ’ ସ୍ତମ୍ଭରୁ ଅର୍ଥ ଖୋଜି ପୁଣି ଥରେ ଶବ୍ଦ, ଅର୍ଥ ସହ ବାକ୍ୟଟିକୁ ଲେଖୁବା ।

‘କ’ଶବ୍ଦ ‘ଖ’ (ବାକ୍ୟ) ‘ଗ’ ଅର୍ଥ
ଅଳାକ ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ସତେଚ୍ଚ
ଅମ୍ଳାନ ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ରାଶି
ତିଳ ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡୁ ପ୍ରିୟ ବିହ୍ଵଳ
ଆତ୍ମହରା କାଶ୍ମୀରର ଦୃଶ୍ୟ ଦେଖୁ ମହେଶ ଆତ୍ମହରା ହୋଇଗଲେ ନିଜକୁ ଭୁଲି ଯିବା
ଅଭିଭୂତ ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ମିଥ୍ୟା

Answer:

‘କ’ ଶବ୍ଦ ‘ଖ’ (ବାକ୍ୟ) ‘ଗ’ ଅର୍ଥ
ଅଳାକ ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ମିଥ୍ୟା
ଅମ୍ଳାନ ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ସତେଚ୍ଚ
ତିଳ ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡୁ ପ୍ରିୟ ରାଶି
ଆତ୍ମହରା କାଶ୍ମୀରର ଦୃଶ୍ୟ ଦେଖୁ ମହେଶ ଆତ୍ମହରା ହୋଇଗଲେ ନିଜକୁ ଭୁଲି ଯିବା
ଅଭିଭୂତ ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ବିହ୍ଵଳ

ଶବ୍ଦ, ଅର୍ଥ ସହ ବାକ୍ୟ :
ଅଳୀକ – ମିଥ୍ୟା – ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ।
ଅମ୍ଳାନ – ସତେଜ – ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ।
ତିଳ – ରାଶି – ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡ଼ୁ ପ୍ରିୟ ।
ଆତ୍ମହରା – ନିଜକୁ ଭୁଲିଯିବା – କାଶ୍ମୀରର ଦୃଶ୍ୟ ଦେଖ୍ ମହେଶ ଆତ୍ମହରା ହୋଇଗଲେ ।
ଅଭିଭୂତ – ବିହ୍ଵଳ – ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ।

Question ୬ ।
ଯେପରି ‘ମୁକ୍ତ’ ଶବ୍ଦ ସହ ‘ମାୟା’ ମିଶି ‘ମାୟାମୁକ୍ତ’ ହେଲା, ସେହିପରି ଦିଆଯାଇଥ‌ିବା ଶବ୍ଦଗୁଡ଼ିକରୁ ଉପଯୁକ୍ତ ଶବ୍ଦ ବାଛି ନୂଆ ଶବ୍ଦଗୁଡ଼ିକ କ’ଣ ହେବ, ଲେଖୁବା ।
ଘର, ଲୋଭ, ଶାପ, ଧୀର, ଦୁର୍ନୀତି, ଋଣ, ଶୋଷଣ, ଚିଠି, ପାପ, କଟକ, ଗବାକ୍ଷ

  • ଲୋଭମୁକ୍ତ
  • ଶାମୁକ୍ତ
  • ଦୁର୍ନୀତିମୁକ୍ତ
  • ଋଣମୁକ୍ତ
  • ଶୋଷଣମୁକ୍ତ
  • ପାପମୁକ୍ତ

Question ୭ ।
‘ନେତ୍ରପାତ’ ପରି ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି । ସେହି ଶବ୍ଦଗୁଡ଼ିକୁ ନେଇ ବାକ୍ୟଗଠନ କରିବା । (ପ୍ରଶ୍ନ ସହ ଉତ୍ତର)

ବୃଷ୍ଟିପାତ – ଶ୍ରାବଣ ମାସରେ ଅଧ୍ୱ ବୃଷ୍ଟିପାତ ହୋଇଥାଏ ।
ରକ୍ତପାତ କା – ଯୁଦ୍ଧର ରକ୍ତପାତ ଅଶୋକଙ୍କ ମନୋଭାବକୁ ବଦଳାଇ ଦେଇଥିଲା ।
କରକାପାତ – କରକାପାତ ଫସଲ ନଷ୍ଟ କରିଦିଏ ।
ତୃଷ୍ଟିପାତ – କାହାରି ଧନ ଉପରେ ଅଯଥା ଦୃଷ୍ଟିପାତ କର ନାହିଁ ।
କର୍ଣ୍ଣପାତ – ଖଳ ଲୋକମାନେ ଅନ୍ୟର କଥାକୁ କର୍ଣ୍ଣପାତ କରିଥା’ନ୍ତି ।

Question ୮।
ତଳେ ଦିଆଯାଇଥ‌ିବା ଅନୁଚ୍ଛେଦଟି ପଢ଼ି କେତୋଟି ପ୍ରଶ୍ନ ଦିଆରି କରିବା ।
ସୁନନ୍ଦାର ବେପଥୁ ହାତ ବଢ଼ାଇ ଦେଲା କୋଡ଼ିଏଟି ଟଙ୍କା, ଆଖୁର ପାଣିରେ ତାଙ୍କର ଆଖ୍ ଦୁଇଟି ସେତେବେଳକୁ ବୁଡ଼ି ଯାଇଥିଲା । ଏଭଳି ଭାବପ୍ରବଣା ମାଆଙ୍କୁ ଦେଖୁ ସେବକଟି ବୋଧହୁଏ ସଙ୍କୁଚିତ ନ ହୋଇ କହିଲା – ମାଆ, ଏ ଜାତି ଅଭିଶପ୍ତ । କେବେ ଶୁଣିଛନ୍ତି, ନ ଖାଇ ଭୋକ ଉପାସରେ କେଉଁ ଜାତି ମରିଛି ? ମଫସଲର କାହାଣୀ ନ ଶୁଣିବା ହିଁ ଭଲ । ପଟାଳି ପରେ ପଟାଳି, କେବେ ଅନାହାର ନୁହେଁ ମହାମାରୀ, ମାଲେରିଆ, ଅଖାଦ୍ୟ ଖାଇଲେ ପିଣ୍ଡ ରହିବ ତ ମାଆ ? ମୁଁ ଯାଏ ଧନ୍ୟବାଦ …….. ରାମ ନାମ ସତ୍ୟ ହେ ………. ।
ପ୍ରଶ୍ନ-
(କ) ସୁନନ୍ଦାର ବେପଥୁ ହାତ କେତେ ଟଙ୍କା ବଢ଼ାଇ ଦେଇଥୁଲା ?
(ଖ) କାହାର ବେପଥୁ ହାତ କୋଡ଼ିଏ ଟଙ୍କା ବଢ଼ାଇ ଦେଇଥୁଲା ?
(ଗ) କାହାର ଆଖିର ପାଣିରେ ଆଖି ଦୁଇଟି ବୁଡ଼ି ଯାଇଥିଲା ?
(ଘ) ସେବକଟି କାହିଁକି ସଙ୍କୁଚିତ ନ ହୋଇ କହିଥିଲା ?
(ଙ) ସେବକଟି ସଙ୍କୁଚିତ ନ ହୋଇ କ’ଣ କହିଥିଲା ?
(ଚ) ମଫସଲର କାହାଣୀ କିପରି ଥିଲା ?
(ଛ) କେଉଁ ସମୟରେ ‘ରାମ ନାମ ସତ୍ୟ ହେ’ କୁହାଯାଇଥାଏ ?
(ଜ) କିଏ ‘ରାମ ନାମ ସତ୍ୟ ହେ’ ବୋଲି କହିଥିଲା ?

Question ୯ ।
ଶବ୍ଦଗୁଡ଼ିକର ବନାନ୍ ଠିକ୍ କରି ଲେଖିବା ।
ବୁଭୂକ୍ଷା _____________
ଆଦ୍ର _____________
ଉପାଷ _____________
ଣନ୍ୟାସି _____________
ଅର୍ଣ୍ଣପୂର୍ଣ୍ଣା _____________
ଉର୍ଦ୍ଧ୍ବ _____________
ଗବାକ୍ଷ _____________
ବତ୍କୃତା _____________
ଅନ୍ତର୍ଯ୍ୟାମି _____________
ମୁର୍ତ୍ତି _____________
Answer:
ବୁଭୂକ୍ଷା – ବୁଭୁକ୍ଷା
ଆଦ୍ର – ଆର୍ଦ୍ର
ଉପାଷ – ଉପାସ
ଣନ୍ୟାସି – ସନ୍ନ୍ୟାସୀ
ଅର୍ଣ୍ଣପୂର୍ଣ୍ଣା – ଅନ୍ନପୂର୍ଣ୍ଣା
ଉର୍ଦ୍ଧ୍ବ – ଊର୍ଦ୍ଧ୍ବ
ଗବାକ୍ଷ – ଗବାକ୍ଷ
ବତ୍କୃତା – ବକ୍ତୃତା
ଅନ୍ତର୍ଯ୍ୟାମି – ଅନ୍ତର୍ଯ୍।ମୀ
ମୁର୍ତ୍ତି – ମୂର୍ତ୍ତି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
‘ଦଶହରା ଭେଟି’ ଗଳ୍ପଟି କେଉଁ ଗଳ୍ପ ସଂକଳନରୁ ସଂଗୃହୀତ ? ଏହି ଗଳ୍ପର ମର୍ମବାଣୀ କ’ଣ ?
Answer:
‘ଦଶହରା ଭେଟି’ ଗଳ୍ପଟି ରାଜକିଶୋର ରାୟଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକ ଚକ୍ର’ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ଵ ପ୍ରକାଶିତ ହୋଇଛି । ପ୍ରତ୍ୟେକ ମଣିଷଠାରେ ଏକ ସମ୍ବେଦନଶୀଳ ସମବ୍ୟଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ ଦୃଶ୍ୟ, ଘଟଣା, ଅବସ୍ଥା ତା’ର ହୃଦୟକୁ ବିଗଳିତ କରିଥାଏ । ନିଷ୍ଠୁରତା ଓ କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଦୁଃଖୀ ମଣିଷମାନଙ୍କ ହୃଦୟ ସହିତ ଯୋଡ଼ି ହୋଇଯାଏ । ଏହି ମହତ୍ତର ସତ୍ୟକୁ ଆଧାର କରି ଗାଳ୍ପିକ ‘ଦଶହରା ଭେଟି’ ଗଳ୍ପଟିକୁ ରଚନା କରିଛନ୍ତି ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

Question ୨।
ଲେଖକଙ୍କ ରୁମ୍‌ରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ପ୍ରତି ସୁନନ୍ଦାଙ୍କ ମନୋଭାବ କ’ଣ ଥିଲା ?
Answer:
ଲେଖକଙ୍କ ରୁମ୍‌ରେ ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ୍, ଭର୍‌ଜିନ୍ ମେରୀ, ଶିବାଜୀଙ୍କ ଛବି ଟଙ୍ଗାଯାଇଥିଲା । ଏସବୁ ଛବି ସୁନନ୍ଦାଙ୍କୁ ଭଲ ଲାଗିନଥିଲା । କାରଣ ଉତ୍କଳମଣି, ମହାତ୍ମାଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ସୁନନ୍ଦାଙ୍କୁ ଜଣା ନଥିଲା । ଲେଖକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବ ଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ଏଗୁଡ଼ିକ ବହୁ ବର୍ଷଧରି ଲେଖକଙ୍କ କୋଠରି ମଣ୍ଡନ କରୁଥିଲେ ସେସବୁ ସୁନନ୍ଦା ପାଇଁ ଭୟର କାରଣ ହୋଇଛି । ସେଗୁଡ଼ିକ କୋଠରିରୁ ବାହାର କରିଦେବା ପାଇଁ ସେ ଲେଖକଙ୍କୁ କହିଛନ୍ତି । ସୁନନ୍ଦାଙ୍କ ମନୋଭାବ ବସ୍ତୁବାଦୀ ଥିଲା । ତେଣୁ ସେ ଛବିଗୁଡ଼ିକର ମହତ୍ତ୍ବ ବୁଝିପାରୁ ନଥିଲେ ।

Question ୩ ।
ସହରର ଗଳି ରାସ୍ତାର କେଉଁସବୁ ଦୃଶ୍ୟ ସୁନନ୍ଦାଙ୍କ ହୃଦୟକୁ ତରଳାଇ ଦେଇଥିଲା ?
ଉ–
ସହରର ଗଳି ରାସ୍ତାରେ ସୁନନ୍ଦା ଦେଖୁଥିଲା ଯେ ଜଣେ ପାଞ୍ଚବର୍ଷର ଭୋକିଲା ଶିଶୁ କୁକୁର ବାନ୍ତିରୁ ଭାତ ବାଛି ଖାଉଛି । ପିଲାଟିର ମା’ ନିର୍ବିକାର ଭାବେ କିଛି ଦୂରରେ ଛିଡ଼ା ହୋଇଛି । ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆ ହତାଶ ଚାହାଣୀରେ ଚାହିଁ ରହିଛି । ଗଳ୍ପନାୟିକାଙ୍କର ହୃଦ୍‌ବୋଧ ହୋଇଛି ଯେ ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ସେ ଶୁଣିଛନ୍ତି ଯେ ଦୁଇମାସର ପିଲା କ୍ଷୀର ଟୋପେ ମୁହଁରେ ଦେବାକୁ ପାଇନି । ମାଆ ତାକୁ ମୁନ୍ଦେ ପେଜ ପିଆଇ ଦେବାରୁ ସେ ଆଖ୍ କାନ ଖୋସି ମାଆ କୋଳରେ ଟଳିପଡ଼ିଛି । ଏସବୁ କଥା ତାଙ୍କ ହୃଦୟର କଠିନତାକୁ ସଂପୂର୍ଣ୍ଣରୂପେ ତରଳାଇ ଦେଇଛି । ଏପରିକି ତାଙ୍କର ବରାଦ ମୁତାବକ ଉପହାର ସାମଗ୍ରୀ କିଣିବାପାଇଁ ସେ ଲେଖକଙ୍କୁ ବାରଣ କରିଛନ୍ତି ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
‘ଦଶହରା ଭେଟି’ ଗଳ୍ପଟି କେଉଁ ଗଳ୍ପ ସଂକଳନରୁ ସଂଗୃହୀତ ? ଏହି ଗଳ୍ପର ମର୍ମବାଣୀ କ’ଣ ?
Answer:
‘ଦଶହରା ଭେଟି’ ଗଳ୍ପଟି ରାଜକିଶୋର ରାୟଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକ ଚକ୍ର’ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ଵ ପ୍ରକାଶିତ ହୋଇଛି । ପ୍ରତ୍ୟେକ ମଣିଷଠାରେ ଏକ ସମ୍ବେଦନଶୀଳ ସମବ୍ୟଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ୍ଣ ଦୃଶ୍ୟ, ଘଟଣା, ଅବସ୍ଥା ତା’ର ହୃଦୟକୁ ବିଗଳିତ କରିଥାଏ । ନିଷ୍ଠୁରତା ଓ କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଦୁଃଖୀ ମଣିଷମାନଙ୍କ ହୃଦୟ ସହିତ ଯୋଡ଼ି ହୋଇଯାଏ । ଏହି ମହତ୍ତର ସତ୍ୟକୁ ଆଧାର କରି ଗାଳ୍ପିକ ‘ଦଶହରା ଭେଟି’ ଗଳ୍ପଟିକୁ ରଚନା କରିଛନ୍ତି ।

Question ୨।
ଲେଖକଙ୍କ ରୁମ୍‌ରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ପ୍ରତି ସୁନନ୍ଦାଙ୍କ ମନୋଭାବ କ’ଣ ଥିଲା ?
Answer:
ଲେଖକଙ୍କ ରୁମ୍‌ରେ ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ୍, ଭର୍‌ଜିନ୍ ମେରୀ, ଶିବାଜୀଙ୍କ ଛବି ଟଙ୍ଗାଯାଇଥିଲା । ଏସବୁ ଛବି ସୁନନ୍ଦାଙ୍କୁ ଭଲ ଲାଗିନଥିଲା । କାରଣ ଉତ୍କଳମଣି, ମହାତ୍ମାଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ସୁନନ୍ଦାଙ୍କୁ ଜଣା ନଥିଲା । ଲେଖକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବ ଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ଏଗୁଡ଼ିକ ବହୁ ବର୍ଷଧରି ଲେଖକଙ୍କ କୋଠରି ମଣ୍ଡନ କରୁଥିଲେ ସେସବୁ ସୁନନ୍ଦା ପାଇଁ ଭୟର କାରଣ ହୋଇଛି । ସେଗୁଡ଼ିକ କୋଠରିରୁ ବାହାର କରିଦେବା ପାଇଁ ସେ ଲେଖକଙ୍କୁ କହିଛନ୍ତି । ସୁନନ୍ଦାଙ୍କ ମନୋଭାବ ବସ୍ତୁବାଦୀ ଥିଲା । ତେଣୁ ସେ ଛବିଗୁଡ଼ିକର ମହତ୍ତ୍ବ ବୁଝିପାରୁ ନଥିଲେ ।

Question ୩ ।
ସହରର ଗଳି ରାସ୍ତାର କେଉଁସବୁ ଦୃଶ୍ୟ ସୁନନ୍ଦାଙ୍କ ହୃଦୟକୁ ତରଳାଇ ଦେଇଥିଲା ?
Answer:
ସହରର ଗଳି ରାସ୍ତାରେ ସୁନନ୍ଦା ଦେଖୁଥିଲା ଯେ ଜଣେ ପାଞ୍ଚବର୍ଷର ଭୋକିଲା ଶିଶୁ କୁକୁର ବାନ୍ତିରୁ ଭାତ ବାଛି ଖାଉଛି । ପିଲାଟିର ମା’ ନିର୍ବିକାର ଭାବେ କିଛି ଦୂରରେ ଛିଡ଼ା ହୋଇଛି । ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆ ହତାଶ ଚାହାଣୀରେ ଚାହିଁ ରହିଛି । ଗଳ୍ପନାୟିକାଙ୍କର ହୃଦ୍‌ବୋଧ ହୋଇଛି ଯେ ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ସେ ଶୁଣିଛନ୍ତି ଯେ ଦୁଇମାସର ପିଲା କ୍ଷୀର ଟୋପେ ମୁହଁରେ ଦେବାକୁ ପାଇନି । ମାଆ ତାକୁ ମୁନ୍ଦେ ପେଜ ପିଆଇ ଦେବାରୁ ସେ ଆଖ୍ କାନ ଖୋସି ମାଆ କୋଳରେ ଟଳିପଡ଼ିଛି । ଏସବୁ କଥା ତାଙ୍କ ହୃଦୟର
ଲେଖକଙ୍କୁ ବାରଣ କରିଛନ୍ତି ।

ଗାଳ୍ପକ ପରିଚୟ 

ଓଡ଼ିଆ କ୍ଷୁଦ୍ରଗଳ୍ପ ଆକାଶରେ ଗାଳ୍ପିକ ରାଜକିଶୋର ରାୟ ସ୍ୱତନ୍ତ୍ର ଆଭା ପ୍ରକଟକାରୀ ନକ୍ଷତ୍ର । ପୁରୀ ଜିଲ୍ଲାର ଛତାବର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୪୦ରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ ଓଡ଼ିଆ ଭାଷାରେ ଆଦର୍ଶ ଓ ସୌନ୍ଦର୍ଯ୍ୟକୁ ନେଇ ସୁନ୍ଦର ଗଳ୍ପ ରଚନା କରିଛନ୍ତି । ଜଣେ ଆଦର୍ଶବାଦୀ ଭାବୁକ କଥାଶିଳ୍ପୀ ଭାବରେ ସେ ବେଶ୍ ଜନପ୍ରିୟ ।

ରାଜକିଶୋର ରାୟ ତାଙ୍କ କର୍ମମୟ ଜୀବନ କ୍ଷେତ୍ରରେ ଯେପରି ଶାନ୍ତ ସମାହିତ, ଗଳ୍ପରଚନା କ୍ଷେତ୍ରରେ ସେହିପରି ସହୃଦୟ ଓ ଭାବପ୍ରବଣ । ଦୈନନ୍ଦିନ ଜୀବନର ପରିଚିତ ଘଟଣା ଓ ଅନୁଭବକୁ ସେ ନାଟକୀୟ ଭଙ୍ଗୀରେ ବିଚିତ୍ର ଆବେଦନରେ ଗଳ୍ପରୂପ ଦେବାରେ ସିଦ୍ଧହସ୍ତ । ‘ନୀଳ ଲହରୀ’, ‘ଜୟଶଙ୍ଖ’, ‘ମନର ମୃଣାଳ’, ‘ବିକଚ ଶତଦଳ’, ‘ଅଶୋକଚକ୍ର’, ‘ଆଦିପୁରୁଷ’, ‘ମଧ୍ୟାହ୍ନର ମରୁପଥେ’, ‘ପଙ୍କ ଚନ୍ଦନ’, ‘ଜୀବନ ସଙ୍ଗୀତ’, ‘ଦୁର୍ବଳ ଦେବାଳୟ’ ଓ ‘ଭାବବନ୍ଧନ’ ପ୍ରଭୃତି ତାଙ୍କର ଜନପ୍ରିୟ ଗଳ୍ପ ସଂକଳନ ।

ଗଳ୍ପର ପୃଷ୍ଠଭୂମି 

ଆଲୋଚ୍ୟ ଗଳ୍ପଟି ଗାଳ୍ପିକଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକଚକ୍ର ‘ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ବ ପ୍ରକାଶ ପାଇଛି । ପ୍ରତ୍ୟେକ ମଣିଷର ଏକ ସମ୍ବେଦନଶୀଳ ସମବ୍ୟର୍ଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ୍ଣ ଦୃଶ୍ୟ, ଘଟଣା, ଅବସ୍ଥା ଦେଖୁ ସେହି ବିବେକଟି ତରଳି ଯାଏ । ନିଷ୍ଠୁର ତାର, କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଅନ୍ୟ ଜଣେ ଦୁଃଖୀ ମଣିଷର ହୃଦୟ ସହିତ ଯୋଡ଼ି ହୋଇଯାଏ । ହୃଦୟ ପରିବର୍ତ୍ତନର ଅପୂର୍ବ ଦୃଷ୍ଟାନ୍ତ ଭାବରେ ଏହି ଗଳ୍ପଟି ପାଠକଙ୍କୁ ମୁଗ୍ଧ କରିଥାଏ । ମୋଟ ଉପରେ ଅଶ୍ରୁଳ ଓ ଅଭାବମୟ ଅବସ୍ଥାର ଦୃଶ୍ୟ ମଣିଷ ହୃଦୟରେ ଦୟାର୍ଦ୍ର ଭାବ ସୃଷ୍ଟିକରେ – ଏହି ସତ୍ୟକୁ ଆଲୋଚ୍ୟ ଗଳ୍ପରେ ସୁନନ୍ଦା ଚରିତ୍ର ମାଧ୍ୟମରେ ଗାଳ୍ପିକ କଥାରୂପ ଦେଇଛନ୍ତି ।

ଗଳ୍ପର ସାରକଥା 

ଗାଳ୍ପିକ ସ୍ଵୟଂ ଏହି ଗଳ୍ପର ଗଳ୍ପନାୟକ । ପ୍ରଥମ ପୁରୁଷ କଥନଶୈଳୀରେ ଏହି ଗଳ୍ପଟି ରଚିତ । ଗଳ୍ପନାୟକଙ୍କ ପତ୍ନୀ ସୁନନ୍ଦା । ଅପକ୍ବ ବୟସରେ (ଅର୍ଥାତ୍ ବିବାହ ଜୀବନର ଭାର ବୋହିବାର ଦକ୍ଷତା ଆସିବାର ବହୁପୂର୍ବର ତରୁଣ ଅବସ୍ଥା) ସୁନନ୍ଦାଙ୍କ ସହିତ ଗଳ୍ପନାୟକଙ୍କର ବିବାହ ହୋଇଯାଇଛି । ପତି ଭାବରେ ତାଙ୍କ ପାଖରୁ ଗଳ୍ପନାୟକ ଯାହା ଚାହାଁନ୍ତି ସେ ସବୁ ପୂରଣ କରନ୍ତି । ମାତ୍ର ତାଙ୍କର ସ୍ନେହ, ପ୍ରେମ, ଶ୍ରଦ୍ଧାରେ ଧନୀ ଦୁଲାଳୀର ଯେଉଁ ସାମାନ୍ୟ ଅହଂଟିଏ ଲୁଚି ରହିଥାଏ ତାହାକୁ ଗଳ୍ପନାୟକଙ୍କ ସ୍ବାମୀପଣ ଖୁବ୍ ଗୋଟେ ଯନ୍ତ୍ରଣା ଭିତରେ ସହ୍ୟ କରିଥାଏ । ସୁନନ୍ଦା କାବ୍ୟକବିତାର ପ୍ରେୟସୀ ଓ କଳ୍ପନାବାଦୀ । ମାତ୍ର ଗଳ୍ପନାୟକ ତାଙ୍କର ବିପରୀତ ଗୁଣଧାରୀ ଅର୍ଥାତ୍ ବାସ୍ତବବାଦୀ । ତାଙ୍କ ପାଇଁ ଜନ୍ମ ମୃତ୍ୟୁ, ଜୀବନ ମରଣ ସବୁ ସମାନ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

କୋଡ଼ିଏ ବର୍ଷ ତଳର ଅଶିଣ ସକାଳର ସୁନନ୍ଦା ଏବଂ ବିବାହର କୋଡ଼ିଏ ବର୍ଷ ପରର ସୁନନ୍ଦା ଭିନ୍ନ । ମାତ୍ର ଗାଳ୍ପିକଙ୍କ ଅନ୍ତଃମାନସ କୋଡ଼ିଏ ବର୍ଷ ତଳର ଶ୍ରୀମୟୀ ସୁନନ୍ଦାକୁ ଖୋଜିଥାଏ । ଗାଳ୍ପିକଙ୍କ ମତରେ ସୁନନ୍ଦା ପାଇଁ ଅନେକ କିଛି କରିବା ସତ୍ତ୍ବେ ବି ସୁନନ୍ଦାର ତାଙ୍କ ପ୍ରତି ମନୋଭାବ ବଦଳି ପାରିନାହିଁ । କୌଣସି ବିଜୟା ଦଶମୀର ସୁନ୍ଦର ସୁଖକର ପ୍ରଭାତରେ ସୁନନ୍ଦା ନିଜ କୋଠରିଟିକୁ ସଜାଇବାରେ ଲାଗିଛନ୍ତି । ସ୍ଵାମୀଙ୍କ ରୁମ୍ ସଜାଇବାକୁ ତାଙ୍କର ଇଚ୍ଛା ଥିଲେ ବି ସେଠାରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ତାଙ୍କୁ ଭୟଙ୍କର ଅସୁଖ ଲାଗିଛନ୍ତି । ତେଣୁ ସେ ରୁମ୍ ସଫା କରିପାରି ନଥ‌ିବା କଥା କହିଛନ୍ତି । ଗଳ୍ପନାୟକ ସୁନନ୍ଦାଙ୍କୁ ସ୍ୱୟଂ ରୁଚିକର ଲାଗୁ ନ ଥ‌ିବାରୁ ତାଙ୍କ ରୁମ୍ ଓ ରୁମ୍ରେ ଥ‌ିବା ଉତ୍କଳମଣି, ଗୌତମ ବୁଦ୍ଧ, ଦୀନବନ୍ଧୁ ପ୍ରମୁଖଙ୍କ ଛବିଗୁଡ଼ିକ ତାଙ୍କର ପ୍ରିୟ ହେବନି – ଏକଥା ଗନ।ୟକଙ୍କୁ ବ୍ବକଣା ।

ଗଳ୍ପନାୟକଙ୍କ ରୁମ୍‌ରେ ଟଙ୍ଗାଯାଇଥିବା ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ, ଭରଜିନ୍ ମେରୀ, ଶିବାଜୀ ପ୍ରଭୃତିଙ୍କ ଛବି ସୁନନ୍ଦାଙ୍କୁ ଭଲ ଲାଗି ନ ଥିଲା । ମାତ୍ର ସେହି ଉତ୍କଳମଣି, ଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ତାଙ୍କୁ ଜଣାନଥିଲା । ଗଳ୍ପନାୟକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ସେସବୁ ଛବି ବହୁବର୍ଷ ହେବ ଗଳ୍ପନାୟକଙ୍କ କୋଠରି ମଣ୍ଡନ କରିବା କଥା ସୁନନ୍ଦା ଜାଣନ୍ତି । ତଥାପି ଯେଉଁ ଛବିଗୁଡ଼ିକ ସୁନନ୍ଦାଙ୍କ ପାଇଁ ଭୟର କାରଣ ହୋଇଛି, ସେଗୁଡ଼ିକୁ କୋଠରିରୁ ବାହାର କରିଦେବାକୁ ଗଳ୍ପନାୟକ କହିଛନ୍ତି । ସୁନନ୍ଦା କିନ୍ତୁ ସାତ ଆଠଦିନ ତଳେ ଖବରକାଗଜରୁ କଟାଯାଇ ବଡ଼ ବଡ଼ ପେଷ୍ଟବୋର୍ଡ଼ରେ ଲଗାଯାଇଥିବା ଛବିଗୁଡ଼ିକ କ’ଣ ବାସ୍ତବ ବୋଲି ପଚାରିଛନ୍ତି । ସେସବୁ ଛବିଗୁଡ଼ିକର ମହତ୍ତ୍ବ ସୁନନ୍ଦାଙ୍କ ପାଖରେ କିଛି ନାହିଁ ବୋଲି ଜାଣିପାରି ଗଳ୍ପନାୟକ ତାଙ୍କୁ କି ଦଶହରା ଭେଟି ଦେବେ ବୋଲି ପଚାରିଛନ୍ତି । ଏଥ‌ିରେ ସୁନନ୍ଦା ଉତ୍ଫୁଲ୍ଲ ହୋଇଉଠିଛନ୍ତି । ଏଥୁରୁ ସୁନନ୍ଦାଙ୍କ ବସ୍ତୁବାଦୀ ମାନସିକତାର ପରିଚୟ ମିଳିଥାଏ ।

ଦଶହରା ଅବକାଶରେ ରେଡ଼ିଓଠାରୁ ଶାଢ଼ି କିଣିବା ପର୍ଯ୍ୟନ୍ତ ନାନା ବରାଦ ସୁନନ୍ଦା ଦେଇଛନ୍ତି । ସନ୍ଧ୍ୟାରେ ପ୍ରିୟଜନମାନଙ୍କୁ ଆତିଥ୍ୟ ପ୍ରଦାନ ପାଇଁ ପେସ୍ତା, ଅଙ୍ଗୁର, ବାଦାମ ଓ କ୍ୱାଶ୍ ଇତ୍ୟାଦି ଆଣିବାକୁ କହିଛନ୍ତି । ସବ୍‌ଜଜ୍ ପ୍ରେମରାଜ୍‌ବାବୁଙ୍କଠାରୁ ପୁପୁ, ମିନା, ବଙ୍କିମବାବୁ, ଜୋସେଫ୍, ଈଭ ରାଉତଙ୍କ ପର୍ଯ୍ୟନ୍ତ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରିବାର ତାଲିକାଟିଏ ସୁନନ୍ଦା ଦେଇଛନ୍ତି ।

ଏହି ସମୟରେ ଚାକର ରମୁ ଦୁଃଖୁ ମାଆ ତା’ ମାସକର ଛୁଆଟିକୁ କ୍ଷୀର ଖୁଆଇବାପାଇଁ ଚିନି ଟିକିଏ ମାଗୁଛି ବୋଲି ସୁନନ୍ଦାଙ୍କୁ କହିଛି । ମାତ୍ର ସୁନନ୍ଦା ଅତି ନିଷ୍ଠୁର ଢଙ୍ଗରେ ‘ନା, ଚିନି ନାହିଁ”’ ବୋଲି କହି ମନା କରି ଦେଇଛନ୍ତି । ମାତ୍ର ଗଳ୍ପନାୟକ ଦୁଃଖୁ ମାଆ ପ୍ରତି ସମ୍ବେଦନଶୀଳ ହୋଇପଡ଼ିଛନ୍ତି । ସେ ତା’ର ଛୁଆକୁ ଦୁଧ ଅଭାବରେ ଚିନିପାଣି ପିଆଇବା କଥା ଶୁଣି ତା’ର ଛୁଆ ବଡ଼ ହେବାଯାଏ ନିତି ଗାଈ ଦୁଧ ଘରୁ ନେଇଯିବାକୁ କହିଛନ୍ତି । କୌଣସି ପ୍ରକାରେ ତା’ ପିଲାଟା ବଞ୍ଚିଯାଉ ବୋଲି ସୁନନ୍ଦାକୁ ବୁଝାଇଛନ୍ତି । ଏହାପରେ ସୁନନ୍ଦାଙ୍କୁ ତାଙ୍କ ମନ ପସନ୍ଦର ଜିନିଷ କିଣିବାପାଇଁ ତାଙ୍କ ସହ ବଜାର ଯିବାକୁ ଆମନ୍ତ୍ରଣ କରିଛନ୍ତି ।

ଡ୍ରାଇଭରକୁ ଦଶହରା ବୁଲିବାପାଇଁ ଘରକୁ ପଠାଇ ଦେଇଥିବାରୁ ଗଳ୍ପନାୟକ ପତ୍ନୀ ସୁନନ୍ଦାଙ୍କ ସହିତ ଚାଲିଚାଲି ବଜାର କରିବାକୁ ବାହାରି ଯାଇଛନ୍ତି । ଦଶହରାର ଚାକଚକ୍ୟପୂର୍ଣ୍ଣ ସଜ୍ଜା ଭିତରେ ସହରଟା ଐନ୍ଦ୍ରଜାଲିକ ଶୋଭାରେ ମନ ମୋହି ନେଉଛି । ସ୍ଵାମୀ ସ୍ତ୍ରୀ ଦୁହେଁ ପାଖାପାଖ୍ ଚାଲିଚାଲି ଯାଉଛନ୍ତି । କୁକୁର ବାନ୍ତିରୁ ଭାତ ବାଛି ଖାଉଥ‌ିବା ଗୋଟିଏ ମାଗନ୍ତା ଭୋକିଲା ଶିଶୁକୁ ଦେଖୁ

ସୁନନ୍ଦା− ‘ଇଂ……ଇଲୋ, କେଡ଼େ ଅସନା ପିଲାଟେ ମ’ ବୋଲି ଚିତ୍କାର କରିଛନ୍ତି । ପାଞ୍ଚବର୍ଷର ଅସ୍ଥିକଙ୍କାଳସାର ମଣିଷ ପିଲାଟିର କିଛି ଦୂରରେ ତା’ର ମାଆ ନିର୍ବିକାରଭାବେ ଛିଡ଼ା ହୋଇଛି । ଏ ଦୃଶ୍ୟ ଦେଖ୍ ସୁନନ୍ଦାଙ୍କ ମୁଣ୍ଡ ଘୂରି ଯାଇଛି । ଗୋଟିଏ ପଟରେ ମାଗନ୍ତା ପିଲାର କୁକୁର ବାନ୍ତିରୁ ଭାତ ବାଛି ଖାଇବାର କରୁଣ ବୀଭତ୍ସ ଦୃଶ୍ୟ ଓ ଅନ୍ୟପଟରେ ନର୍ଦ୍ଦମାରେ ପଡ଼ିଥିବା ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆର ହତାଶ ଚାହାଁଣି ଗଳ୍ପନାୟକଙ୍କୁ ବିବ୍ରତ କରିଦେଇଛି । ଯେତେବେଳେ ମାଆଟି ରାକ୍ଷସୀ ପରି ଧାଇଁ ଆସି ପିଲାଟିକୁ ତଳକୁ ଠେଲି କୁକୁର ବାନ୍ତିକୁ ଶୋଷି ନେଲା – ସେତେବେଳେ ଏ ଦୃଶ୍ୟ ଗଳ୍ପନାୟକଙ୍କ ହୃଦୟକୁ ବିଦାରି ଦେଇଛି । ସ୍ତ୍ରୀଙ୍କ ଡାକରେ ରେଡ଼ିଓ କିଣିବାକୁ ଗଳ୍ପନାୟକ ରାଜପଥ ଛାଡ଼ି ସହରର ଏକ ଗଳି ରାସ୍ତାରେ ଯାଇଛନ୍ତି ।

ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ଗଳ୍ପନାୟକ ରାସ୍ତାରେ ଯାଉଯାଉ ଶୁଣିବାକୁ ପାଇଛନ୍ତି ଜଣଙ୍କର ଦୁଇମାସର ପିଲା ମାସେ ହେଲା କ୍ଷୀର ଟୋପେ ମୁହଁରେ ଦେଇନି । ତା’ ମାଆ ତାକୁ ପେଜ ମୁନ୍ଦେ ପିଆଇ ଦେବାରୁ ସେ ମା’ କୋଳରେ ଆଖ୍ କାନ ଖୋଷି ଢଳିପଡ଼ିଲା । ସବୁଠି ଜୀବନ ବଞ୍ଚିବାର କରୁଣ ଦୃଶ୍ୟ । ଏହି ଦୃଶ୍ୟସବୁରୁ ମୁକ୍ତି ପାଇବାପାଇଁ ଗଳ୍ପନାୟକ ଆଗକୁ ଆଗକୁ ମାଡ଼ି ଚାଲିଯାଉଥ‌ିବା ବେଳେ ସୁନନ୍ଦା ପଛରୁ ତାଙ୍କର ହାତ ଧରି ଡାକିଛି । ଶାଢ଼ି, ରେଡ଼ିଓ, ଅଙ୍ଗୁର, ପେନ୍ଥା – କିଛି ବି କିଣିବାକୁ ଆଉ ତାଙ୍କର ଇଚ୍ଛା ନାହିଁ । ଅଭାବ କ’ଣ ଜାଣି ନଥ‌ିବା ଓ ସହରରେ ଭାବର ମହଲ ଭିତରେ ଥ‌ିବା ସୁନନ୍ଦା ଯେତେବେଳେ ସହରର ରାଜପଥଠୁଁ ଗଳିରାସ୍ତାଯାଏ ସବୁଠି ଭୋକର, ଅଭାବର କରୁଣ ଦୃଶ୍ୟ ଦେଖୁଛନ୍ତି, ସେତେବେଳେ ତାଙ୍କର ବିଳାସୀ ହୃଦୟ ତରଳିଯାଇଛି । ଆଖୁ ଅନ୍ୟର ଦୁଃଖରେ ଛଳଛଳ ହୋଇଉଠିଛି । ଗାଳ୍ପିକ ସୁନନ୍ଦାଙ୍କ ଅନିଚ୍ଛାସତ୍ତ୍ବେ ଗୋଟିଏ ଟାକ୍‌ସି ଅଟକାଇ ସେଥ‌ିରେ ସୁନନ୍ଦାଙ୍କୁ ବସାଇ ବଙ୍ଗଳାକୁ ଯିବାକୁ ବାହାରିପଡ଼ିଲେ ।

ଏହି ସମୟରେ ନିଶୂଳ ଶବସଂସ୍କାର ସମିତିର ସେବକମାନେ ‘ରାମନାମ ସତ୍ୟ ହେ’ ଡାକ ଦେଇ ଗୋଟିଏ ଶବକୁ ବୋହି ନେଉଛନ୍ତି । ଶବ ସଂସ୍କାର ପାଇଁ ଜଣେ ସେବକ ହାତପାତି ସାହାଯ୍ୟ ମାଗିବାରୁ ସୁନନ୍ଦା ତାଙ୍କୁ ଏକାଥରକେ କୋଡ଼ିଏ ଟଙ୍କା ବଢ଼ାଇ ଦେଇଛନ୍ତି । ସେବକଟିଠାରୁ ସେ ଶୁଣିଛନ୍ତି ମହାମାରୀ, ମ୍ୟାଲେରିଆ ଓ ଭୋକ ଉପାସରେ ମଣିଷ ଜାତିଟା ଗାଁରୁ ସହର ଯାଏ – କେବଳ ଦୁର୍ଦ୍ଦଶା ଭୋଗି ମରି ଚାଲିଛି । ସେବକଟି ଟଙ୍କା ନେଇ କୋକେଇ କାନ୍ଧେଇଲା ବେଳକୁ ଗଳ୍ପନାୟକ ଟାକ୍‌ସିକୁ ଶାଢ଼ି ଦୋକାନ ଆଡ଼େ ଯିବାକୁ କହିଛନ୍ତି । ମାତ୍ର ସେତେବେଳକୁ ସୁନନ୍ଦାଙ୍କର ହୃଦୟ ଉଚ୍ଛସିତ କୋହରେ ଭରି ଉଠିଛି । ସେ କାକୁସ୍ଥ କଣ୍ଠରେ କହିଛନ୍ତି – ମତେ କ୍ଷମା କର । ପୋଡ଼ିଯାଉ ସେ ନିମନ୍ତ୍ରଣ । ମୋ ରାଣ ଖାଅ, ତୁମ ରୁମରେ ଯେଉଁ ଏଭଳି ଦୁଃଖୀ ଭୋକୀ ଶୋଷୀଙ୍କର ଛବି ରହିଛି, ସେସବୁ ଆଜିଠାରୁ ମୋ ଘରେ ରହିବ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

ସୁନନ୍ଦା ବଦଳି ଯାଇଛନ୍ତି । ତାଙ୍କ ହୃଦୟରେ ପରିବର୍ତ୍ତନ ଆସିଛି । ଶାଢ଼ି, ରେଡ଼ିଓ ଆଦି ଉପହାର କିଣିବାପାଇଁ ଆଣିଥିବା ସାତଶହ ଟଙ୍କାରେ ଗଳିପଥରେ ଭୋକିଲା ହୋଇ ପଡ଼ି ଥିବା ଦୁଃଖ୍ରଙ୍କୀଙ୍କ ଖାଇବା ପିଇବାପାଇଁ ଦେବାକୁ ଗଳ୍ପନାୟକଙ୍କୁ ସେ ଅନୁରୋଧ କରିଛନ୍ତି । ଅଭାବ ପଡ଼ିଲେ ଆଉ ଟଙ୍କା ଆଣି ଦଶହରାରେ ଭୋକିଲାଙ୍କ ଭୋଜନ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ବୋଲି ଭାବିଛନ୍ତି । ଏ ଘଟଣା ପରଠାରୁ ସୁନନ୍ଦା ବିଳାସୀ ଜୀବନ ଛାଡ଼ି ଦେଇଛନ୍ତି । ଆରମ୍ଭ ହୋଇଛି ଦରିଦ୍ରନାରାୟଣ ସେବା । ‘ସୁନନ୍ଦା ଭୋଜନାଳୟ’ ପ୍ରତିଷ୍ଠା କରି ସେ ପ୍ରତି ସଞ୍ଜରେ ପାଞ୍ଚଶହରୁ ଅଧ୍ଵ ଭିକାରୀ ଭିକାରୁଣୀଙ୍କ ମୁହଁରେ ଦାନା ଦିଅନ୍ତି । ଏମାନଙ୍କ ପାଇଁ ନିଜେ ସୁନନ୍ଦା ଅନ୍ନପୂର୍ଣ୍ଣା ସାଜି ରୋଷେଇ କରନ୍ତି । ଗାଳ୍ପିକ ସୁନନ୍ଦାଙ୍କ ପରି ଭୋକିଲାଙ୍କ ହୃଦୟ ବୁଝି ପାରୁଥିବା ପତ୍ନୀଙ୍କୁ ପାଇଥିବାରୁ ନିଜ ଜୀବନକୁ ସାର୍ଥକ ମଣିଛନ୍ତି ।

ସୂଚନା ଓ କଠିନ ଶବ୍ଦାର୍ଥ:

  • ଅପକ୍ୱ – କଞ୍ଚା/ବୁଝିବା ଓ ଦାୟିତ୍ଵ ନେବା ଭଳି ବୟସ ହେ।ଇନଥ୍ ବ।
  • ଉଥଳ – ତରଙ୍ଗାୟିତ
  • ପାସଙ୍ଗ – ସମାନ ବା ତୁଳନାଯୋଗ୍ୟ ନୁହେଁ
  • ଅମ୍ଳାନ – ଯାହା ମଳିନ ନୁହେଁ / ସତେକ
  • ସେର – ପୂର୍ବରୁ ଶସ୍ୟ ଓ ତରଳ ପଦାର୍ଥ ମାପ ପାଇଁ ବ୍ୟବହୃତ ମାପପାତ୍ର, ଯାହାକି ବର୍ତ୍ତମାନର ଏକ କିଲୋଗ୍ରାମ୍‌ ଠାରୁ ଅଧିକ
  • ଆଳ – ବାହାନା / ଚଛଳନା
  • ଗବାକ୍ଷ – ଝରକା
  • ରିସ୍।ରିତ – ପ୍ରସାରିତ
  • ଉଚ୍ଛ୍ଵସିତ – ଆନନ୍ଦକର/ବିଭୋର
  • ତୁଙ୍ଗ – ଖୁବ୍ ଉଚ୍ଚ
  • ତିଳ – ରାଶି / ଖସା / ଅତି ଛୋଟ
  • ପ୍ରେୟସୀ – ପ୍ରିୟତମା / ଅତି ପ୍ରିୟ
  • ଅଭିନିବେଶ – ଏକାଗ୍ରତା
  • ଅଭିଭୂତ – ବିହ୍ବଳ
  • ପଟାଳି – ପର୍ଯ୍ୟାୟ / ସ୍ତର
  • ଇଙ୍ଗିତ – ସଙ୍କେତ / ସୂଚନା / ନିର୍ଦ୍ଦେଶ
  • ଅଳୀକ – ମିଥ୍ୟା
  • ଆତ୍ମହରା – ନିଜକୁ ଭୁଲିଯିବା
  • କ୍ଳେଦ – କାଦୁଅ
  • ବୁଭୁକ୍ଷା – ଭୋକ ଅବସ୍ଥା / ପ୍ରବଳ କ୍ଷୁଧା
  • ହୁଦା – ପଦବୀସୂଚକ ଧାତୁ ଚିହ୍ନ
  • ବେପଥୁ – କମ୍ପିତ / ଥରିଲା ଥରିଲା
  • ନେତ୍ର ପାତ – ଆଖି ପଡ଼ିବା/ଆଖି ପକାଇବା
  • ମାୟାମୁକ୍ତ – କୌଣସି ପ୍ରକାର ଆସକ୍ତି ନ ଥ‌ିବା
  • ଢେ।କେ – ଥରକରେ ଗିଳିପାରିବା ଭଳି

Leave a Comment