BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

Odisha State Board BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି Textbook Exercise Questions and Answers.

BSE Odisha Class 8 Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା :
(କ) ବୈଜ୍ଞାନିକ ମନୋବୃତ୍ତିର ପରିଚୟ ସମ୍ପର୍କରେ ଲେଖକ କ’ଣ କହିଛନ୍ତି ?
Answer:
କୌଣସି କଥା ବିଚାର କରିବାବେଳେ କିପରି ଭଲ ହେବ ଓ ନିଜକୁ ଆନନ୍ଦ ମିଳିବ – ଏ ପ୍ରକାର ଇଚ୍ଛା ପ୍ରକାଶ ପାଇଥାଏ । ଏହି ଇଚ୍ଛାକୁ ଦମନ କରି ଅନାସକ୍ତ ଭାବେ ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚୟ ଦେଇଥାଏ ।

(ଖ) ବୈଜ୍ଞାନିକ ମନୋଭାବ ଥ‌ିବା ବ୍ୟକ୍ତି ବିରଳ ବୋଲି ଲେଖକ କାହିଁକି କହିଛନ୍ତି ?
Answer:
ବୈଜ୍ଞାନିକ ମନୋଭାବ ଥ‌ିବା ବ୍ୟକ୍ତି ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରମତକୁ ଅନ୍ଧ ଭାବରେ ଗ୍ରହଣ କରି ନଥା’ନ୍ତି । ସେ କୌଣସି ବ୍ୟାବସାୟିକ ଲାଭକ୍ଷତିର ହିସାବ ନରଖୁ, ବ୍ୟକ୍ତିଗତ ଇଚ୍ଛାକୁ ଜଳାଞ୍ଜଳି ଦେଇ କେବଳ ସତ୍ୟର ଉଦ୍‌ଘାଟନ ପାଇଁ ନିରରପେକ୍ଷଭାବେ ବିଚାର କରିଥା’ନ୍ତି । ଏଥପାଇଁ ଆବଶ୍ୟକ ଇଚ୍ଛା, ଶିକ୍ଷା ଓ ଶକ୍ତି ଖୁବ୍‌ କମ୍ ଲୋକଙ୍କ ପାଖରେ ଥ‌ିବାରୁ ବୈଜ୍ଞାନିକ ମନୋଭାବ ଥ‌ିବା ବ୍ୟକ୍ତି ବିରଳ ବୋଲି ଲେଖକ କହିଛନ୍ତି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

(ଗ) ଜଣେ ବ୍ୟକ୍ତି ପ୍ରତ୍ୟେକ ପ୍ରଶ୍ନକୁ କାହିଁକି ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରେନାହିଁ ?
Answer:
ପ୍ରାବନ୍ଧିକଙ୍କ ମତରେ ଆମର ବିଶ୍ଵାସସବୁ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ । ବ୍ୟକ୍ତିଗତ ଇଚ୍ଛା ବିଚାରକୁ ଯୁକ୍ତିଯୁକ୍ତ ଓ ନିରପେକ୍ଷ କରିପାରେନି । ଫଳରେ ପ୍ରଶ୍ନର ବିଚାର ଇଚ୍ଛାର ସପକ୍ଷରେ ଯାଏ । ଏହି କାରଣରୁ ଜଣେ ବ୍ୟକ୍ତି ପ୍ରତ୍ୟେକ ପ୍ରଶ୍ନକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରେ ନାହିଁ ।

(ଘ) ସମୟ ସମୟରେ ମଧୁର ସ୍ଵପ୍ନରେ ବାଧା କାହିଁକି ଆସେ ?
Answer:
ବାହ୍ୟ ଜଗତର ଅପ୍ରତ୍ୟାଶିତ ଘଟଣାରେ ଅର୍ଥାତ୍ ପ୍ରକୃତ ସତ୍ୟର ଆବିଷ୍କାରଦ୍ୱାରା ସମୟ ସମୟରେ ମଧୁର ସ୍ଵପ୍ନରେ ବାଧା ଆସିଥାଏ ।

Question ୨ ।
ଆସ, ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖିବା ।
(କ) ମଣିଷର ବିଶ୍ଵାସଗୁଡ଼ିକ ଭିତ୍ତିହୀନ ମଧୁର ସ୍ଵପ୍ନ ବୋଲି କାହିଁକି କୁହାଯାଇଛି ?
Answer:
ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ବିଚାରରେ ମଣିଷର ବିଶ୍ୱାସଗୁଡ଼ିକ ଏକ ଏକ ଭିତ୍ତିହୀନ ମଧୁର ସ୍ଵପ୍ନ । ଉଦାହରଣସ୍ୱରୂପ, ଗୋଟିଏ ନିର୍ବାଚନରେ ପ୍ରତ୍ୟେକ ରାଜନୀତିକ ଦଳର ପ୍ରଚାରକମାନେ ନିଜ ଦଳ ଜୟଲାଭ କରିବାର ଯେତିକି ସମ୍ଭାବନା ରଖନ୍ତି, ତା’ଠାରୁ ଅଧ‌ିକ ଆଶା କରନ୍ତି । ଏ ପ୍ରକାର ଆଶାବାଦୀ ବିଶ୍ଵାସ ହିଁ ଭିତ୍ତିହୀନ ମଧୁର ସ୍ଵପ୍ନର ନମୁନା ଅଟେ ।

(ଖ ) ଅତ୍ୟଧ୍ଵ କଳ୍ପନାବିଳାସୀଙ୍କ ସମ୍ପର୍କରେ ଲେଖକ କ’ଣ କହିଛନ୍ତି ?
Answer:
ଅତ୍ୟଧ୍ଵକ କଳ୍ପନାବିଳାସୀଙ୍କ ସମ୍ପର୍କରେ ଲେଖକ ଶରତ କୁମାର ମହାନ୍ତି କହିଛନ୍ତି ଯେ ସେମାନେ ଊଣା ଅଧିକେ ଜୀବନରେ ଗୁଡ଼ିଏ ମଧୁର କଳ୍ପନାକୁ ଗ୍ରହଣ କରି ନେଇଥା’ନ୍ତି ।

(ଗ ) କେଉଁ ପ୍ରକାର ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ବିରୋଧୀ ?
Answer:
କୌଣସି କଥାର ବିଚାର କରିବାବେଳେ ନିଜର ବ୍ୟକ୍ତିଗତ ବିଶ୍ବାସଟି ଠିକ୍ ଓ ଅନ୍ୟମାନେ ଏହାକୁ ଗ୍ରହଣ କରନ୍ତୁ – ଏପରି ମନୋଭାବ ପ୍ରକାଶ ପାଇଥାଏ । ବ୍ୟକ୍ତିଗତ ଇଚ୍ଛା ଓ ବିଶ୍ୱାସ ସପକ୍ଷରେ ଏପରି ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ସମ୍ପୂର୍ଣ୍ଣ ବିରୋଧୀ ।

(ଘ) ନିଜ ମତ ଠିକ୍ ବୋଲି ପ୍ରମାଣ କରିବାପାଇଁ ଆମେ କାହାକୁ ଅସ୍ତ୍ର ଭାବରେ ବ୍ୟବହାର କରିଥାଉଁ ?
Answer:
ନିଜ ମତ ଠିକ୍ ବୋଲି ପ୍ରମାଣ କରିବାପାଇଁ ଆମେ ନିଜକୁ ସୁହାଇଲା ଭଳି ଯୁକ୍ତିତର୍କକୁ କେବଳ ଅସ୍ତ୍ର ଭାବରେ ବ୍ୟବହାର କରିଥାଉଁ ।

(ଡ ) ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ କ’ଣ ?
Answer:
ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ ହେଉଛି ଆସକ୍ତିଭାବ ।

(ଚ) ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ସମ୍ପର୍କରେ ପ୍ରବନ୍ଧରେ କ’ଣ କୁହାଯାଇଛି ?
Answer:
ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ତାଙ୍କ ମତାମତ ଓ କୌଣସି ପ୍ରଶ୍ନର ସିଦ୍ଧାନ୍ତ ଯେ ସବୁବେଳେ ସତ୍ୟ ଏପରି ଭାବିନଥା’ନ୍ତି । ଲେଖକ ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ସମ୍ପର୍କରେ ଏହି ଅଭିମତ ଦେଇଛନ୍ତି ।

Question ୩ ।
ଆସ, ତଳେ ଦିଆଯାଇଥିବା ବାକ୍ୟଗୁଡିକୁ ସରଳ ଭାଷାରେ ବୁଝାଇ ଲେଖୁନା ।
(କ) ନିଜେ ପ୍ରକୃତରେ ଯାହା ନିଜ ସମ୍ବନ୍ଧରେ ତାହାଠାରୁ ଅତି ଉଚ୍ଚ ଧାରଣା ମନୁଷ୍ୟର ଥାଏ ।
“ନିଜେ ପ୍ରକୃତରେ…………………………..ମନୁଷ୍ୟର ଥାଏ ।’’
ଉକ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ଲିଖ୍ ଚିନ୍ତାମୂଳକ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତି’ ରୁ ଆନୀତ । ଆଲୋଚ୍ୟ ଗଦ୍ୟାଶରେ ପ୍ରାବନ୍ଧିକ ମହାନ୍ତି ମଣିଷର ନିଜକୁ ନେଇ ରହିଥ‌ିବା ଅମୂଳକ ଉଚ୍ଚଧାରଣା ସମ୍ପର୍କରେ ବର୍ଣ୍ଣନା ଉକ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ଲିଖ୍ ଚିନ୍ତାମୂଳକ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତି’ ରୁ ଆନୀତ । କରିଛିନ୍ତି ।

ପ୍ରାବନ୍ଧିକ ମହାନ୍ତିଙ୍କ ବିଚାରରେ ମଣିଷର ବିଶ୍ୱାସଗୁଡ଼ିକ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ନିୟନ୍ତ୍ରିତ । ଯୁକ୍ତିଯୁକ୍ତ କାରଣ ନଥାଇ ଅମୂଳକ ଇଚ୍ଛାଦ୍ୱାରା ମଣିଷ ପରିଚାଳିତ ହୁଏ । ମୋ ପରିବାର ଆଦର୍ଶ ଓ ଆଭିଜାତ୍ୟସମ୍ପନ୍ନ ପରିବାର, ମୁଁ ବୁଦ୍ଧିମାନ, ମୋ ଜାତି ଶ୍ରେଷ୍ଠ, ମୋ ଦେଶ ଗୌରବମୟ – ଏହିପରି ଅନେକ ଆତ୍ମ-ସୁଖକର ଧାରଣା ମଣିଷର ଥାଏ । ନିଜକୁ ନିଜ ପରିବାର, ଦେଶ, ଜାତିକୁ କେନ୍ଦ୍ରକରି ଏପରି ମଧୁର ଦିବାସ୍ୱପ୍ନର ଭିତ୍ତିହୀନ ବିଶ୍ୱାସଦ୍ୱାରା ମଣିଷ ପ୍ରଭାବିତ । ପ୍ରାବନ୍ଧିକଙ୍କ ମତରେ ନିଜେ ମଣିଷ ପ୍ରକୃତରେ ଯେତିକି ଆଦର୍ଶ, ଶ୍ରେଷ୍ଠତା, ଗୌରବର ଅଧିକାରୀ ନୁହେଁ ତାହାଠାରୁ ଅଧିକ ଉଚ୍ଚତର ଧାରଣା ବା ବିଶ୍ୱାସ ତା’ର ଥାଏ । ବେଳେବେଳେ ସତ୍ୟ ଅବଶ୍ୟ ପ୍ରକାଶ ପାଏ ଓ ମଣିଷର ନିଜ ଯୋଗ୍ୟତା ଉପରେ ସନ୍ଦେହ ଆସେ । ମାତ୍ର କିଛିକ୍ଷଣ ପରେ ସେ ଅନ୍ୟ ଏକ ବିଶ୍ଵାସଦ୍ବାରା କବଳିତ ହୋଇ ସେ ନିଜ ଯୋଗ୍ୟତା ଉପରେ ଆସ୍ଥା ସ୍ଥାପନ କରେ ଓ ମଧୁର ସ୍ବପ୍ନରାଜ୍ୟକୁ ଫେରିଯାଏ । ପ୍ରାବନ୍ଧିକଙ୍କର ଏପ୍ରକାର ବିଚାର ବେଶ୍ ମନୋଜ୍ଞ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଛି ।

(ଖ ) ମାତ୍ର ଶିଳାର ପରୀକ୍ଷା କ୍ଷେତ୍ରରେ ଯାହା ସତ୍ୟ, ସବୁ କ୍ଷେତ୍ରରେ ତାହା ସତ୍ୟ ନୁହେଁ ।
Answer:
‘‘ମାତ୍ର ଶିଳାର ……… …. ସତ୍ୟ ନୁହେଁ ।’’
ଆଲୋଚ୍ୟ ଗଦ୍ୟାଶଟି ଆମ ପଠିତ ‘ସାହିତ୍ୟିକା’ ବହିରେ ସଂଯୋଜିତ ଶରତ କୁମାର ମହାନ୍ତିଙ୍କ ଲିଖ୍ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତିରୁ ଆନୀତ । ଏଠାରେ ପ୍ରାବନ୍ଧିକ ମହାନ୍ତି କୌଣସି ପରୀକ୍ଷାମୂଳକ ସିଦ୍ଧାନ୍ତ ନିର୍ଦ୍ଦିଷ୍ଟ ଓ ଚରମ ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ ବୋଲି ପ୍ରତିପାଦନ କରିଛନ୍ତି । ଲେଖକଙ୍କ ମତରେ ବୈଜ୍ଞାନିକ ମନୋବୃତ୍ତି ନେଇ ପରୀକ୍ଷା କଲେ ବି କୌଣସି ପରୀକ୍ଷାର ସିଦ୍ଧାନ୍ତ ଶେଷ ସତ୍ୟ ନୁହେଁ । ଗୋଟିଏ ନିର୍ଦ୍ଦିଷ୍ଟ ବସ୍ତୁକୁ ଅଲଗା ଅଲଗା ପରୀକ୍ଷା କଲେ ତାହାର ଭିନ୍ନ ଭିନ୍ନ ସତ୍ୟ ପ୍ରକାଶ ପାଇପାରେ । ଦୁଇଜଣ ଶିଳାଖଣ୍ଡଗୁଡ଼ିକୁ ପରୀକ୍ଷା କଲାପରେ ଶିଳାର ଉପାଦାନ ବିଷୟରେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥା’ନ୍ତି । ସେହି ଶିଳାଖଣ୍ଡଗୁଡ଼ିକୁ ବିଜ୍ଞାନାଗାରରେ ପରୀକ୍ଷା କଲେ ହୁଏତ ଜଣାପଡ଼ିବ ଜଣକର ମତ ଅଧ୍ଵ ଠିକ୍ । ତା’

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ବୋଲି ଅନ୍ୟ ଭୂତତ୍ତ୍ୱବିଦ୍ ଯେ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପରିଚାଳିତ ହୋଇ ଶିଳାଖଣ୍ଡଗୁଡ଼ିକ ସମ୍ପର୍କରେ ମତାମତ ଦେଇଥିଲେ ଏପରି ଭାବିକା ଠିକ୍ ନୁହେଁ । ତେଣୁ ସେ ବିଜ୍ଞାନାଗାରର ରିପୋର୍ଟକୁ ସହଜରେ ଗ୍ରହଣ କରିନେବେ । ମାତ୍ର ଶିଳାର ପରୀକ୍ଷା କ୍ଷେତ୍ରରେ ଯାହା ସତ୍ୟ, ତାହା ସାହିତ୍ୟ ସମାଲୋଚନା କ୍ଷେତ୍ରରେ ସତ୍ୟ ନୁହେଁ । ଜଣେ ସାହିତ୍ୟ ସମାଲୋଚକ ନିଜ ପ୍ରିୟ କବିଙ୍କ କବିତାର ସମାଲୋଚନା କଲାବେଳେ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପରିଚାଳିତ ହୋଇ କବିଙ୍କ ସପକ୍ଷବାଦୀ ମତାମତ ଦେଇଥା’ନ୍ତି । ସେ ସମାଲୋଚନା କରିବା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । କିନ୍ତୁ ଶିଳା ପରୀକ୍ଷା କ୍ଷେତ୍ରରେ ଭୂତତ୍ତ୍ବବିଦ୍ ଦ୍ଵୟଙ୍କ ମତରେ ପାର୍ଥକ୍ୟ ଥିଲେହେଁ ଦୁହେଁ ବୈଜ୍ଞାନିକ ମନୋଭାବସମ୍ପନ୍ନ ଥିଲେ । ପ୍ରାବନ୍ଧିକଙ୍କର ଏପ୍ରକାର ସିଦ୍ଧାନ୍ତ ମନୋଜ୍ଞ ହୋଇପାରିଛି ।

Question ୪।
ତଳେ କେତେଗୁଡିଏ ଶବ୍ଦ ଦିଆଯାଇଛି, ଆସ ସେହି ଶବ୍ଦମାନଙ୍କୁ ନେଇ ଗୋଟିଏ ଛୋଟ ଅନୁଚ୍ଛେଦ ଲେଖୁ ।

  • ଅନ୍ତରାୟ
  • ବିଶ୍ଳେଷଣ
  • ଭିଭି
  • ଅପ୍ରତ୍ୟାଶିତ
  • ବିରଳ
  • ଆସକ୍ତି ଚିନ୍ତାଶୀଳ
  • ନିରପେକ୍ଷ
  • ସିଦ୍ଧାନ୍ତ
  • ନିସ୍ପୃହ
  • ବାହୁଲ୍ୟ

Answer:
ବୈଜ୍ଞାନିକମାନେ ସଂସ୍କୃତିର ଅନ୍ତରାୟ ନକରି ବରଂ ନିଜର ଚିନ୍ତାଶୀଳ ମନୋଭାବକୁ ପ୍ରକାଶ କରିଥାନ୍ତି । ସେମାନେ ସାଧାରଣ ପଦାର୍ଥର ବିଶ୍ଳେଷଣ କରନ୍ତି । ନିରପେକ୍ଷ ଯୁକ୍ତି ଉପସ୍ଥାପନ କରନ୍ତି । ତାଙ୍କର ବକ୍ତବ୍ୟ କୌଣସି ସମୟରେ ଭିତ୍ତିହୀନ ହୋଇ ନଥାଏ । ଶେଷରେ ସେମାନେ ଯେଉଁ ସିଦ୍ଧାନ୍ତରେ ପହଞ୍ଚାନ୍ତି, ତାହା ସାଧାରଣ ଲୋକଙ୍କ ପାଇଁ ଅପ୍ରତ୍ୟାଶିତ ହୋଇଥାଏ । କେତେକ ବ୍ୟକ୍ତି ବୈଜ୍ଞାନିକଙ୍କର ଚିନ୍ତାଧାରା ପ୍ରତି ନିସ୍ପୃହ ହୋଇଥାନ୍ତି । ତାଙ୍କର ଚିନ୍ତାଧାରା ଯେ ବିରଳ, ସେ କଥା ପ୍ରକାଶ କରିବା ବାହୁଲ୍ୟ ମାତ୍ର । ମୋଟ ଉପରେ କହିବାକୁ ଗଲେ, ସେମାନେ ନିର୍ଦ୍ଦିଷ୍ଟ ବିଷୟ ପ୍ରତି ଆସକ୍ତି ପ୍ରକାଶକରି, କେବଳ ସିଦ୍ଧାନ୍ତରେ ପହଞ୍ଚାନ୍ତି ।

Question ୫ ।
ତଳେ କେତୋଟି ଶବ୍ଦ ଦିଆଯାଇଛି । ଏହାର ଅର୍ଥ ପାଖ କୋଠରିରେ ଅଛି । ଆସ ଖୋଜି ମିଳାଇବା ଓ ମୂଳ ଶବ୍ଦଟିକୁ ନେଇ ବାକ୍ୟ ଗଠନ କରିବା ।
ଲିପ୍ତ ହେବା, ଆକସ୍ମିକ, ଅନାଗ୍ରହ, ପକ୍ଷପାତଶୂନ୍ୟ, ଯାହା ବହୁ ସଂଖ୍ୟାରେ ଦେଖାଯାଏ ନାହିଁ ।
(କ) ନିରପେକ୍ଷ ________
(ଖ) ଅପ୍ରତ୍ୟାଶିତ ________
(ଗ) ନିସ୍ପୃହ ________
(ଘ) ବିରଳ ________
(ଙ) ଆସକ୍ତି ________
Answer:
(କ) ନିରପେକ୍ଷ (ପକ୍ଷପାତ ଶୂନ୍ଯ) – ନିୟମ ସର୍ବଦା ନିରପେକ୍ଷ ଅଟେ ।
(ଖ) ଅପ୍ରତ୍ୟାଶିତ (ଆକସ୍ମିକ) – ରାଜକିଶୋର ବାବୁ ଅପ୍ରତ୍ୟାଶିତ ଭାବେ ପହଞ୍ଚଗଲେ ।
(ଗ) ନିସ୍ପୃହ (ଅନାଗ୍ରହ) – ପାଠପ୍ରତି ନିସ୍ପୃହ ହେଲେ, ପାଠ ବୁଝି ହୁଏ ନାହିଁ ।
(ଘ) ବିରଳ (ଯାହା ବହୁ ସଂଖ୍ୟାରେ ଦେଖାଯାଏ ନାହିଁ) – ଚିଲିକାକୁ ଏବର୍ଷ ଅନେକ ବିରଳ ପ୍ରଜାତିର ପକ୍ଷୀ ଆସିଛନ୍ତି।
(ଙ) ଆସକ୍ତି (ଲିପ୍ତ ହେବା) – ପିତାମାତାଙ୍କର ପୁତ୍ରକନ୍ୟା ପ୍ରତି ଅଧ‌ିକ ଆସକ୍ତି ରହିଥାଏ ।

Question ୬ ।
ତଳେ କେତେଗୁଡିଏ କାର୍ଯ୍ୟର ନମୁନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ କେଉଁଗୁଡିକ ବୈଜ୍ଞାନିକ ମନୋବୃତ୍ତିର ସପକ୍ଷରେ, କେଉଁଗୁଡିକ ବିପକ୍ଷରେ ଯାଉଛି, ତାକୁ ଡାହାଣ ପଟେ ସୂଚାଇବା ।
(କ) ବିଦ୍ୟୁତ୍ ସଂପର୍କିତ କାର୍ଯ୍ୟ କରିବା ବେଳେ ଚପଲ ପିନ୍ଧି କରିବା । ( )
(ଖ) ଘରୁ ବାହାରିବା ବେଳେ ନେଉଳ ଦେଖ‌ିଲେ ଶୁଭ ବୋଲି ଭାବିବା । ( )
(ଗ) ଖାଇବା ପୂର୍ବରୁ ଉପଯୁକ୍ତ ଭାବରେ ହାତକୁ ପରିଷ୍କାର କରିବା । ( )
(ଘ) ଯାତ୍ରା ସମୟରେ ବିଲେଇ ରାସ୍ତା ପାରିହେବାରୁ ପଛକୁ ଫେରିବା । ( )
(ଙ) ସ୍ଵାସ୍ଥ୍ୟର ଯନ୍ତ୍ର ଓ ସୁରକ୍ଷା ଦିଗରେ ଦୃଷ୍ଟି ଦେବା । ( )
Answer:
(କ) ବିଦ୍ୟୁତ୍ ସଂପର୍କିତ କାର୍ଯ୍ୟ କରିବା ବେଳେ ଚପଲ ପିନ୍ଧି କରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଖ) ଘରୁ ବାହାରିବା ବେଳେ ନେଉଳ ଦେଖ‌ିଲେ ଶୁଭ ବୋଲି ଭାବିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଗ) ଖାଇବା ପୂର୍ବରୁ ଉପଯୁକ୍ତ ଭାବରେ ହାତକୁ ପରିଷ୍କାର କରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଘ) ଯାତ୍ରା ସମୟରେ ବିଲେଇ ରାସ୍ତା ପାରିହେବାରୁ ପଛକୁ ଫେରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଙ) ସ୍ଵାସ୍ଥ୍ୟର ଯନ୍ତ୍ର ଓ ସୁରକ୍ଷା ଦିଗରେ ଦୃଷ୍ଟି ଦେବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)

Question ୭ ।
ତଳେ କେତେଗୁଡିଏ ଶବ୍ଦ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଥ‌ିବା ଭିନ୍ନ ଜାତୀୟ ଶବ୍ଦ ଚିହ୍ନଟ କରି ଲେଖୁବା ।
ଶ୍ରଦ୍ଧାଜଳି, ସ୍ନେତାଂଜଳି, ପ୍ରୋମଂଜଳି, ଜଳାଂଜଳି, ପ୍ରୁତାଂଜଳି
Answer:
ଜଳାଂଜଳି

Question ୮ ।
ନାହିଁ ସ୍ପୃହା ଯାହାର – ନିସ୍ପୃହ, ସେହିପରି କ’ଣ ହେବ ଆସ ଲେଖୁବା ।
(କ) ନାହିଁ ଆସକ୍ତି ଯାହାର _________
(ଖ) ନାହିଁ ଦୋଷ ଯାହାର _________
(ଗ) ନାହିଁ ରୋଗ ଯାହାର _________
(ଘ) ନାହିଁ ସ୍ଵାର୍ଥ ଯାହାର _________
(ଡ) ନାହିଁ ଜ୍ଞାନ ଯାହାର _________
Answer:
(କ) ନାହିଁ ଆସକ୍ତି ଯାହାର – ଅନାସକ୍ତ
(ଖ) ନାହିଁ ଦୋଷ ଯାହାର – ନିଘୋଷ
(ଗ) ନାହିଁ ରୋଗ ଯାହାର – ନୀରୋଗ
(ଘ) ନାହିଁ ସ୍ଵାର୍ଥ ଯାହାର – ନିସ୍ବାର୍ଥ
(ଡ) ନାହିଁ ଜ୍ଞାନ ଯାହାର – ଅଜ୍ଞାନ

Question ୯।
ବହୁଳ ଶବ୍ଦରେ ‘ୟ’ ପ୍ରତ୍ୟୟ ଲାଗିଲେ ନୂଆ ଶବ୍ଦଟି ହୁଏ ‘ବାହୁଲ୍ୟ’ । ତଳଲିଖ୍ ଶବ୍ଦମାନଙ୍କରେ ‘ୟ’ ପ୍ରତ୍ୟୟ ଯୋଗକରି ନୂତନ ଶବ୍ଦଗୁଡିକୁ ଲେଖୁବା ।
ସରଳ ________
ସୁଜନ ________
ତରଳ ________
ପ୍ରଧାନ ________
ଦୀନ ________
Answer:
ସରଳ – ସରଳ + ୟ = ସାରଲ୍ୟ
ସୁଜନ – ସୁଜନ + ୟ = ସୌଜନ୍ୟ
ତରଳ – ତରଳ + ୟ = ତାରଲ୍ୟ
ପ୍ରଧାନ – ପ୍ରଧାନ + ୟ = ପ୍ରାଧାନ୍ୟ
ଦୀନ – ଦୀନ + ୟ = ଦୈନ୍ୟ

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

Question ୧୦ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡିକର ସନ୍ଧିବିଚ୍ଛେଦ କରି ଲେଖୁବା ।
ସ୍ବପ୍ନାବସ୍ଥା = ________ + ________
ଅଧିକାଂଶ = ________ + ________
କୁଠାରଘାତ = ________ + ________
ଚଳଚ୍ଚିତ୍ର = ________ + ________
ପରସ୍ପର = ________ + ________
ମତାମତ = ________ + ________
Answer:
ସ୍ବପ୍ନାବସ୍ଥା = ସ୍ବପ୍ନ + ଅବସ୍ଥା
ଅଧିକାଂଶ = ଅଧ୍ + କାଂଶ
କୁଠାରଘାତ = କୁଠାର + ଆଘାତ
ଚଳଚ୍ଚିତ୍ର = ଚଳତ୍ + ଚିତ୍ର
ପରସ୍ପର = ପର + ପର
ମତାମତ = ମତ + ଅମତ

Question ୧୧ ।
ଦିଆଯାଇଥ‌ିବା ଅନୁଚ୍ଛେଦଟିକୁ ପଢ଼ି ତଳ ବନ୍ଧନୀ ମଧ୍ଯରୁ ଶବ୍ଦ ଆଣି ଶୂନ୍ୟସ୍ଥାନ ପୂରଣ କରିବା ।
ଏହି _________ ବୈଜ୍ଞାନିକ _________ ପାଇଁ ସର୍ବପ୍ରଥମେ ଆବଶ୍ୟକ ଯେ କୌଣସି ଗୋଟିଏ ଦୁଇଟି କଥାକୁ
_________କରିବା ବ୍ୟକ୍ତିଙ୍କର ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି
କୁ ହାଯାଇ ନପାରେ । କାରଣ ଏହି ଗୋଟିଏ ଦୁଇଟି କଥାରେ ତାଙ୍କର କୌଣସି _________ବା_________ଓ
_________ନାହିଁ, ମାତ୍ର ଆହୁରି ଅନେକ ପ୍ରଶ୍ନରେ ତାଙ୍କର ବ୍ୟକ୍ତିଗତ ଜିଦ୍ ଥାଇପାରେ । ଆମର, _________
ଶିକ୍ଷକଙ୍କର ବିଜ୍ଞାନ ସମ୍ବନ୍ଧରେ କୌଣସି ଇଚ୍ଛା ବା ଜିଦ୍ ନାହିଁ – ମାତ୍ର _________,_________ଓ_________
ର ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ତାଙ୍କର ଜିଦ୍ ରହିଛି । ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖ୍ _________ଭାବେ ଯେ ସବୁ
_________ର ବିଚାର କରନ୍ତି, ତାଙ୍କରି କେବଳ ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁହାଯାଇପାରେ ।
(ପ୍ରଶ୍ନ, ଅନାସକ୍ତ, ରାଜନୀତି, ସାହିତ୍ୟ, ଧର୍ମ, ବିଜ୍ଞାନ, ଜିଦ୍, ବ୍ୟକ୍ତିଗତ ଇଚ୍ଛା, ଆସକ୍ତିଭାବ, ଯୁକ୍ତିଯୁକ୍ତ, ମନୋବୃତ୍ତି, ନିରପେକ୍ଷ)
Answer:
ଏହି ନିରପେକ୍ଷଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ସର୍ବପ୍ରଥମେ ଆବଶ୍ୟକ ଯେ କୌଣସି ଗୋଟିଏ ଦୁଇଟି କଥାକୁ ଯୁକ୍ତିଯୁକ୍ତ କାରଣ ସହିତ ନିରପେକ୍ଷଭାବେ ବିଚାର କରିବା ବ୍ୟକ୍ତିଙ୍କର ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁ ହାଯାଇ ନପାରେ । କାରଣ ଏହି ଗୋଟିଏ ଦୁଇଟି କଥାରେ ତାଙ୍କର କୌଣସି ଆସକ୍ତି ବା ବ୍ୟକ୍ତିଗତ ଇଚ୍ଛାଜିଦ୍ ନାହିଁ, ମାତ୍ର ଆହୁରି ଅନେକ ପ୍ରଶ୍ନରେ ତାଙ୍କର ବ୍ୟକ୍ତିଗତ ଜିଦ୍ ଥାଇପାରେ । ଆମର ବିଜ୍ଞାନ ଶିକ୍ଷକଙ୍କର ବିଜ୍ଞାନ ସମ୍ବନ୍ଧରେ କୌଣସି ଇଚ୍ଛା ବା ଜିଦ୍ ନାହିଁ – ମାତ୍ର ଧର୍ମ, ସାହିତ୍ୟରାଜନୀତି ର ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ତାଙ୍କର ଜିଦ୍ ରହିଛି । ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖ୍ ଅନାସକ୍ତ ଭାବେ ଯେ ସବୁ ପ୍ରଶ୍ନର ବିଚାର କରନ୍ତି, ତାଙ୍କରି କେବଳ ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁହାଯାଇପାରେ ।

Question ୧୨ ।
ଭୁଲଥ‌ିବା ଶବ୍ଦଗୁଡିକୁ ଠିକ୍ କରି ତା’ ପାଖରେ ଲେଖୁବା ।

  • ବ୍ୟବସାୟିକ
  • ବଳିଷ୍ଟ
  • ମନବୃତ୍ତି
  • ଅନୁଭୂତି
  • ଧିିରସ୍ଥିର
  • ବିଜ୍ଞାନଗାର
  • ଚଳଚିତ୍ର
  • କୁଠାରଘାତ

Answer:

  • ବ୍ୟବସାୟିକ – ବ୍ୟବସାୟୀକ
  • ବଳିଷ୍ଟ – ବଳିଷ୍ଠ
  • ମନବୃତ୍ତି – ମନୋବୃତ୍ତି
  • ଅନୁଭୂତି – ଅନୁଭୂତି
  • ଧିିରସ୍ଥିର – ଧୀରସ୍ଥିର
  • ବିଜ୍ଞାନଗାର – ବିଜ୍ଞାନାଗାର
  • ଚଳଚିତ୍ର – ଚଳଚ୍ଚିତ୍ର
  • କୁଠାରଘାତ – କୁଠାରାଘାତ

ତୁମପାଇଁ କାମ

ସାଂପ୍ରତିକ କାଳରେ ବୈଜ୍ଞାନିକ ମନୋବୃତ୍ତିର ଆବଶ୍ୟକତା ସମ୍ପର୍କରେ ତୁମ ଅନୁଭୂତିରୁ ଗୋଟିଏ ଅନୁଚ୍ଛେଦ ଲେଖ ।
Answer:
‘ବିଜ୍ଞାନ ଦୃଷ୍ଟି’, ‘ଗାନ୍ଧି ମଣିଷ’, ‘ଆକାଶର ଆହ୍ୱାନ’, ‘ସଂସ୍କୃତି ଅପସଂସ୍କୃତି’ ଭଳି ବହୁଚର୍ଚ୍ଚିତ ଗଦ୍ୟଗ୍ରନ୍ଥର ଲେଖକ ଶରତକୁମାର ମହାନ୍ତିଙ୍କ ଏକ ଲୋକପ୍ରିୟ ପ୍ରବନ୍ଧ ହେଉଛି ‘ବୈଜ୍ଞାନିକ ମନୋବୃତ୍ତି’ । ଏହା ଏକ ବିଜ୍ଞାନଭାବମୂଳକ ଚିନ୍ତାନିଷ୍ଠ ପ୍ରବନ୍ଧ । ଏହି ପ୍ରବନ୍ଧଟି ପଢ଼ିବା ପରେ ଯେକୌଣସି ପାଠକର ବିଚାରଧାରା ନିରପେକ୍ଷ, ସତ୍ୟନିଷ୍ଠ ଓ ଯୁକ୍ତିନିଷ୍ଠ ହୋଇଉଠିବ । ଆସକ୍ତି ଭାବଦ୍ଵାରା ପ୍ରଭାବିତ ହୋଇ ଅମୂଳକ ଅଭିମତ ଓ ବିଚାର ପ୍ରଦାନ ପ୍ରତି ପାଠକ ସାବଧାନ ହୋଇଉଠିବ । ଜଣେ ଶ୍ରଦ୍ଧାଶୀଳ ପାଠକଭାବରେ ମୁଁ ଏହି ପ୍ରବନ୍ଧଟିକୁ ବାରମ୍ବାର ପଢ଼ିଛି । ମୋର ହୃଦ୍‌ବୋଧ ହୋଇଛି ଯେ ଆଧୁନିକ କାଳରେ ବୈଜ୍ଞାନିକ ମନୋବୃତ୍ତିର ଆବଶ୍ୟକତା ରହିଛି । ଯୁକ୍ତିଯୁକ୍ତ କାରଣ ସହିତ ଯେକୌଣସି ବିଷୟରେ ବିଚାର କରିବାଦ୍ୱାରା ପ୍ରକୃତ ସତ୍ୟ ଉଦ୍‌ଘାଟିତ ହୋଇପାରିବ । ଏହି ମର୍ମରେ ମୁଁ ମୋର ଅନୁଭୂତିରୁ ଗୋଟିଏ ଅନୁଚ୍ଛେଦ ଲେଖୁଛି ।

ଚଳିତ ବର୍ଷ ଆମ ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ପାଇଁ ନିର୍ବାଚନ ହୋଇଥିଲା । ତିନିଗୋଟି ରାଜନୀତିକ ଦଳରୁ ତିନିଜଣ ପ୍ରାର୍ଥୀ ଥିଲେ । ପ୍ରତ୍ୟେକ ପ୍ରାର୍ଥୀ ଘର ଘର ବୁଲି ଭୋଟ ମାଗୁଣି କରୁଥିଲେ । ସେମାନେ ଅନେକ ମିଥ୍ୟା ପ୍ରତିଶ୍ରୁତି ଓ ମଧୁର ସ୍ଵପ୍ନର କଥା କହୁଥିଲେ । ପ୍ରତ୍ୟେକ ନିଜେ ଯାହା ଓ ନିଜ ଦଳ ଯେପରି ଆଦର୍ଶର ତାହାଠାରୁ ଅଧିକ ବଢ଼ାଇ କହୁଥିଲେ । ଆମ ଘରକୁ ଆସି ବାପା, ବୋଉ, ଜେଜେବାପା ଓ ଜେଜେ ମା’ଙ୍କୁ ବି ସେମାନେ ଅନେକ କଥା ବଢ଼ାଇ ଚଢ଼ାଇ କହିଥିଲେ । ଜେଜେବାପା ଓ ଜେଜେମା’ଙ୍କ ପରି ଗାଁର ଅନେକ ଅଶିକ୍ଷିତ ବ୍ୟକ୍ତି ସେମାନଙ୍କ କଥାକୁ ଯୁକ୍ତିଯୁକ୍ତ ଓ ନିରପେକ୍ଷ ଭାବରେ ବିଚାର କରିପାରୁ ନଥିଲେ ।

ସରପଞ୍ଚ ପ୍ରାର୍ଥୀମାନେ ବି ନିଜ ନିଜ ଦଳର ଲୋକପ୍ରିୟତା ଉପରେ ମଧୁର ବିଶ୍ଵାସ ରଖ୍ ଜିତିଯିବାର ସ୍ଵପ୍ନ ଦେଖୁଥିଲେ । ବୈଜ୍ଞାନିକ ମନୋବୃତ୍ତର ଅଭାବ ହେତୁ ପ୍ରାର୍ଥୀମାନେ ମଧୁର କଳ୍ପନାରେ ଜିତିବାର ନିଶ୍ଚିତତାକୁ ମାନି ନେଇଥା’ନ୍ତି । ମାତ୍ର ଭୋଟ ପରେ ନିର୍ବାଚନ ଫଳାଫଳରୁ ଜଣାଗଲା ଯଥାର୍ଥ ଯୁକ୍ତିଯୁକ୍ତ କଥା କହିଥିବା ଓ ନିରପେକ୍ଷ ଭାବରେ ଭୋଟଦେବାକୁ ଯୁକ୍ତି ବାଢ଼ିଥିବା ସ୍ୱାଧୀନ ପ୍ରାର୍ଥୀଜଣକ ଜିତାପଟ ମାରିନେଲେ । ଏଥୁରୁ ସ୍ପଷ୍ଟ ଭାବରେ ମୁଁ ଅନୁଭବ କଲି ଯେ, ଲେଖକ ଶରତ କୁମାର ମହାନ୍ତିଙ୍କ ଅଭିମତ ଯଥାର୍ଥ । ତାଙ୍କ ଅଭିମତଟି ହେଉଛି – ବ୍ୟକ୍ତିଗତ ଇଚ୍ଛାଦ୍ୱାରା ନୁହେଁ, ବରଂ ଯୁକ୍ତିଯୁକ୍ତ କାରଣ ଉପରେ ଘଟଣାର ସତ୍ୟାସତ୍ୟ ନିର୍ଭର କରିଥାଏ । ବୈଜ୍ଞାନିକ ମନୋବୃତ୍ତି ଥରୁ ବିଜୟୀ ସରପଞ୍ଚ ପ୍ରାର୍ଥୀ ନିଜର ପ୍ରଚାରରେ ସଫଳ ହେଲେ ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର

Question ୧।
ଅନାସକ୍ତ ବ୍ୟକ୍ତି ହିଁ ହେଉଛନ୍ତି ଆଦର୍ଶ ମାନବ – ଏକଥା କିଏ କହିଛନ୍ତି ?
Answer:
ଅନାସକ୍ତ ବ୍ୟକ୍ତି ହିଁ ହେଉଛନ୍ତି ଆଦର୍ଶ ମାନବ – ଏକଥା ‘ଏଣ୍ଡସ୍ ଆଣ୍ଡ ମିନସ୍’ ପୁସ୍ତକରେ ଆଲ୍ଡଡସ୍ ହକ୍‌ଲେ କହିଛନ୍ତି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

Question ୨।
ଅନାସକ୍ତ ବ୍ୟକ୍ତିକୁ କାହିଁକି ଆଦର୍ଶ ମାନବ କୁହାଯାଏ ?
Answer:
ଅନାସକ୍ତ ବ୍ୟକ୍ତି ନିଜର ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଆସକ୍ତ ହୋଇନଥା’ନ୍ତି । ବ୍ୟକ୍ତିଗତ ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି, ସୁନାମ, ସାମାଜିକ ପଦମର୍ଯ୍ୟାଦା ପ୍ରତି ସେ ନିସ୍ପୃହ ଥାଆନ୍ତି । ଏପରିକି ବିଜ୍ଞାନ, କଳା ଓ ଯେକୌଣସି ଅନୁମାନ ଏବଂ ମାନବୀୟ ସମ୍ପର୍କାଦି ପ୍ରତି ସେ ସର୍ବଦା ନିରପେକ୍ଷ ରୁହନ୍ତି । ଏସବୁ ଲକ୍ଷଣ ହେତୁ ଅନାସକ୍ତ ବ୍ୟକ୍ତିକୁ ଆଦର୍ଶ ମାନବ କୁହାଯାଏ ।

Question ୩ ।
ବୈଜ୍ଞାନିକ ମନୋବୃତ୍ତି ନିମିତ୍ତ ସର୍ବପ୍ରଥମ ଆବଶ୍ୟକତା କ’ଣ ?
Answer:
ନିରପେକ୍ଷ ଭାବ ହିଁ ବୈଜ୍ଞାନିକ ମନୋବୃତ୍ତି ନିମିତ୍ତ ସର୍ବପ୍ରଥମ ଆବଶ୍ୟକତା ଅଟେ ।

Question ୪ ।
ସାହିତ୍ୟ ସମାଲୋଚକ ଓ ବିଜ୍ଞାନାଗାରର ପରୀକ୍ଷକ କେଉଁ ଦୃଷ୍ଟିରୁ ସମାନ ?
Answer:
ବିଶ୍ଳେଷଣ କାମ କରିବା ଦୃଷ୍ଟିରୁ ସାହିତ୍ୟ ସମାଲୋଚକ ଓ ବିଜ୍ଞାନାଗାରର ପରୀକ୍ଷକ ଉଭୟ ସମାନ ।

Question ୫ ।
ସମାଲୋଚନା ଓ ଓକିଲାତି ମଧ୍ୟରେ କି ପ୍ରକାର ପାର୍ଥକ୍ୟ ରହିଛି ?
Answer:
ସମାଲୋଚନା କରିବା ହେଉଛି ବୈଜ୍ଞାନିକ ମନୋବୃତ୍ତି ଭିଭିରେ ବିଶ୍ଳେଷଣ କରିବା । ଓକିଲାତି କରିବା ହେଉଛି ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପରିଚାଳିତ ହୋଇ ଯୁକ୍ତି ବାଢ଼ିବା । ବେଳେବେଳେ ଜଣେ ସମାଲୋଚକ ନିଜର ପ୍ରିୟ କବିଙ୍କ କବିତାର ସମାଲୋଚନା କଲାବେଳେ କବିଙ୍କ ସପକ୍ଷରେ ଗଲାଭଳି ଚିନ୍ତାଧାରା ବ୍ୟକ୍ତ କରନ୍ତି । ସେ ସମାଲୋଚନା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । ସେଥ‌ିରେ ବୈଜ୍ଞାନିକ ମନୋବୃତ୍ତିର ଅଭାବ ଥାଏ । ମାତ୍ର କୌଣସି କବିଙ୍କ କବିତାର ଦୋଷଗୁଣ ବିଚାର ଯଦି ନିରପେକ୍ଷଭାବେ କରାଯାଏ, ତେବେ ତାହା ପ୍ରକୃତ ସମାଲୋଚନା ହୋଇଥାଏ ।

୬ ।
ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ କ’ଣ ?
Answer:
ଅନ୍ୟମାନଙ୍କର ପ୍ରଭାବରୁ ଓ ସମାଜରେ ପ୍ରଚଳିତ ମତର ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଅନ୍ୟତମ ଲକ୍ଷଣ । ଏହା ଅଧ୍ୟୟନ, ଗଭୀର ଚିନ୍ତା ଓ ଉପଯୁକ୍ତ ଶିକ୍ଷା ଉପରେ ନିର୍ଭର କରେ ।

Question ୭ ।
କେଉଁ ପ୍ରକାର ସମାଲୋଚନାରେ ବୈଜ୍ଞାନିକ ମନୋଭାବର ଅଭାବ ଲକ୍ଷ୍ୟ କରାଯାଏ ?
Answer:
ସମାଲୋଚକ ନିରପେକ୍ଷ ବିଶ୍ଳେଷଣ କରିବା ପରିବର୍ତ୍ତେ ନିଜ ପ୍ରିୟ କବିଙ୍କ ଦୋଷଗୁଣ ବିଚାର ନକରି ତାଙ୍କର ସପକ୍ଷରେ ଗଲାଭଳି କଥା କହି ଓକିଲାତି କଲେ ସେଭଳି ସମାଲୋଚନାରେ ବୈଜ୍ଞାନିକ ମନୋଭାବର ଅଭାବ ଲକ୍ଷ୍ୟ କରାଯାଏ ।

Question ୮ ।
ସ୍ଵାଧୀନଭାବେ ବିଚାର କରିବାପାଇଁ କ’ଣ କରିବାକୁ ହେବ ?
Answer:
ସ୍ବାଧୀନ ଭାବରେ ବିଚାର କରିବା ଏକ କଠିନ ମାନସିକ ଅଭ୍ୟାସ । ଏହା ଅଧ୍ୟୟନ, ଗଭୀର ଚିନ୍ତା ଓ ଉପଯୁକ୍ତ ଶିକ୍ଷା ଉପରେ ନିର୍ଭର କରେ । ଏତଦ୍‌ଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରର ମତ ପ୍ରଭାବରୁ ନିରପେକ୍ଷ ରହି ଅନାସକ୍ତ ଭାବେ ବିଚାର କରିବା ଆବଶ୍ୟକ ।

Question ୯।
‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟିର ଲେଖକ କିଏ ? ଏହି ପ୍ରବନ୍ଧଟି ତାଙ୍କର କେଉଁ ଗ୍ରନ୍ଥରୁ ସଂଗୃହୀତ ହୋଇଛି ?
Answer:
‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟିର ଲେଖକ ହେଉଛନ୍ତି ଶରତ କୁମାର ମହାନ୍ତି । ତାଙ୍କ ରଚିତ ବହୁ ଆଦୃତ ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ଉକ୍ତ ପ୍ରବନ୍ଧଟି ସଂଗୃହୀତ ।

Question ୧୦ ।
ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ନିଜ ଇଚ୍ଛାର ଦମନ ଆବଶ୍ୟକ କାହିଁକି ?
Answer:
କୌଣସି କଥାକୁ ବିଚାର କଲାବେଳେ ମନୁଷ୍ୟ ନିଜକୁ ଆନନ୍ଦ ଦେଉଥ‌ିବା ଓ ନିଜ ପାଇଁ ଭଲ ହୋଇଥ‌ିବା ବିଷୟ ଉପରେ ଗୁରୁତ୍ଵ ଦେଇଥାଏ । ଏ ପ୍ରକାର ଇଚ୍ଛା ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟ ହୋଇଥାଏ । ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ବ୍ୟକ୍ତି ନିଜ କଥାକୁ ଯୁକ୍ତିଯୁକ୍ତ ବୋଲି ଭାବିଲେ ତାହା ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ହୋଇନଥାଏ । ତେଣୁ ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ନିଜ ଇଚ୍ଛାର ଦମନ ଏକାନ୍ତ ଆବଶ୍ୟକ ।

Question ୧୧ ।
ଜଣେ ବ୍ୟକ୍ତି ସମସ୍ତ କ୍ଷେତ୍ରରେ ସମାନ ଢଙ୍ଗରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରି ନଥା’ନ୍ତି ଏହାର ଉଦାହରଣ ଦିଅ ।
Answer:
ଜଣେ ବିଜ୍ଞାନ ଶିକ୍ଷକ କ୍ଳାସ୍‌ରେ ପଢ଼ାଇବାବେଳେ ଧୀରସ୍ଥିର ଭାବରେ ଛାତ୍ରଙ୍କ ହିତପାଇଁ ପଢ଼ାନ୍ତି । ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦିଅନ୍ତି । ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତି । ବିରକ୍ତି ପ୍ରକାଶ ନକରି ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ବୈଜ୍ଞାନିକ ମନୋବୃତ୍ତି ପ୍ରଦର୍ଶନ କରନ୍ତି । ମାତ୍ର ଶ୍ରେଣୀଗୃହ ବାହାରକୁ ଚାଲିଗଲା ପରେ ଧର୍ମ ଅଥବା ରାଜନୀତି ବିଷୟରେ କଥା ହେଲାବେଳେ ଭାବିଚିନ୍ତି ଯୁକ୍ତିନିଷ୍ଠ ଭାବରେ ଚିନ୍ତା ନକରି ମତବ୍ୟକ୍ତ କରନ୍ତି । ସେ ରାଗନ୍ତି ଓ ବ୍ୟକ୍ତିଗତ ମତକୁ ଠିକ୍ ବୋଲି ଭାବି ଅବୈଜ୍ଞାନିକ ମନୋବୃତ୍ତି ପ୍ରଦର୍ଶନ କରିଥା’ନ୍ତି ।

Question ୧୨ ।
ସାହିତ୍ୟ ସମାଲୋଚକଙ୍କ ମନୋବୃତ୍ତି ବୈଜ୍ଞାନିକ ବା ଅବୈଜ୍ଞାନିକ ବୁଝାଅ ।
Answer:
ଜଣେ ସାହିତ୍ୟ ସମାଲୋଚକଙ୍କ କାମ ହେଉଛି ନିରପେକ୍ଷ ଭାବରେ ଲେଖାର ବିଶ୍ଳେଷଣ କରିବା । ମାତ୍ର ସମାଲୋଚକ ଜଣକ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ହୋଇ ତାଙ୍କୁ ପ୍ରିୟ କବିଙ୍କ ସମାଲୋଚନା କଲାବେଳେ କବିଙ୍କ ସପକ୍ଷରେ ଗଲାଭଳି ଅଭିମତ ଦେଇଥା’ନ୍ତି । ଅନ୍ୟ କେହି କବିଙ୍କର ଦୋଷଗୁଣ ବିଚାର କଲାବେଳେ ସେ ତାହାର ବିରୋଧ କରନ୍ତି । ତେଣୁ ସେମାନେ ନିରପେକ୍ଷ ସମାଲୋଚନା ବଦଳରେ ଓକିଲାତି କରିଥା’ନ୍ତି । ଏ ପ୍ରକାର ମନୋବୃତ୍ତି ନିତାନ୍ତ ଅବୈଜ୍ଞାନିକ ।

Question ୧୩ ।
ଆଲ୍‌ସ୍ ହକ୍‌ଲେଙ୍କ ସଂକ୍ଷିପ୍ତ ପରିଚୟ ପ୍ରଦାନ କର ।
Answer:
ଆଲ୍‌ସ୍‌ ହକ୍‌ଲେ ୧୮୯୪ ମସିହାରେ ଇଂଲଣ୍ଡର ଗୋଡ଼ାଲମିଙ୍ଗ୍ ସରେଠାରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଦୁଇଟି ବିଶ୍ଵଯୁଦ୍ଧ ଅବସରରେ ଜଣେ ଶାନ୍ତିପ୍ରିୟ ମାନବବାଦୀ ଚିନ୍ତାନାୟକ ଭାବରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ । ଜଣେ ଆଦର୍ଶବାଦୀ ପ୍ରାବନ୍ଧିକ ଓ ସ୍ତମ୍ଭକାର ରୂପେ ସେ ବିଶ୍ଵବ୍ୟାପୀ ଉଦାର ଆର୍ଥନୀତିକ ବ୍ୟବସ୍ଥା ନିମନ୍ତେ ପ୍ରଚାର କରିଥିଲେ । ୧୯୬୩ ମସିହାରେ ସେ ମୃତ୍ୟୁବରଣ କରିଥିଲେ ।

ସରଳ ଭାଷାରେ ଚୁଝାଇ ଲେଖ

ସତ୍ୟର ଆବିଷ୍କାରଦ୍ୱାରା ସମୟ ସମୟରେ ଆମର ମଧୁର ସ୍ଵପ୍ନରେ ବାଧା ସୃଷ୍ଟି ହୁଏ, ମାତ୍ର ତାହା କ୍ଷଣିକ ।
Answer:
ସତ୍ୟର ଆବିଷ୍କାର ………………………………… ତାହା କ୍ଷଣିକ ।
ଶଂସିତ ଗଦ୍ୟାଶଟି ଆମର ପଠିତ ‘ସାହିତ୍ୟିକା’ ପୁସ୍ତକରେ ସନ୍ନିବିଷ୍ଟ ଶରତ କୁମାର ମହାନ୍ତିଙ୍କ ରଚିତ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧରୁ ଗୃହୀତ ହୋଇଛି । ଆଲୋଚ୍ୟ ଗଦ୍ୟାଶରେ ପ୍ରାବନ୍ଧିକ ମହାନ୍ତି ପ୍ରକୃତ ସତ୍ୟ ଜାଣିଯିବାଦ୍ୱାରା ମନୁଷ୍ୟର ମଧୁର ସ୍ଵପ୍ନ ବାଧାପ୍ରାପ୍ତ ହୋଇଥାଏ ବୋଲି ସୂଚେଇଛନ୍ତି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ଭିତ୍ତିହୀନ ମଧୁର ସ୍ଵପ୍ନ ଭାବରେ ଗ୍ରହଣ କରାଯାଇପାରିବ । ମଧୁର ସ୍ଵପ୍ନଗୁଡ଼ିକ ସତ୍ୟ ଉପରେ ଆଧାରିତ ନୁହେଁ । ପରୀକ୍ଷାର୍ଥୀ ଛାତ୍ର, କବି, ପରିବାରୀ ମଣିଷ, ରାଜନୀତିକ ଦଳ ଓ ଜାତିପ୍ରେମୀ ମଣିଷ ଯଥାକ୍ରମେ ନିଜର ଅଧ୍ୟୟନ, ଲେଖା, ପରିବାରର ସଭ୍ୟ, ଦଳୀୟ ବିଜୟ ଓ ଜାତିର ଐତିହ୍ୟକୁ ନେଇ ଅନେକ ମଧୁର କଳ୍ପନାର ସ୍ବପ୍ନ ଦେଖୁଥା’ନ୍ତି । ମାତ୍ର ଯେତେବେଳେ ପ୍ରକୃତ ସତ୍ୟ ପ୍ରକାଶ ପାଏ ଏବଂ ମଣିଷ ନିଜକୁ ଭାବିଥିବା ସ୍ଵପ୍ନଗୁଡ଼ିକ ମିଛ ବା ଅମୂଳକ ବୋଲି ଜାଣେ ସେତେବେଳେ ତା’ର ମଧୁର କଳ୍ପନା ବାଧାପ୍ରାପ୍ତ ହୁଏ । ତା’ର ମଧୁର ସ୍ଵପ୍ନଟି ଭାଙ୍ଗିଯାଏ । ମାତ୍ର ମଣିଷର ଏ ଅନୁଭବ କ୍ଷଣିକ, ପୁଣି ସେ ତା’ର ସ୍ଵପ୍ନ ରାଜ୍ୟକୁ ଫେରିଯାଏ । ନିଜକୁ ବୁଦ୍ଧିମାନ ଭାବୁଥିବା ଜଣେ ଛାତ୍ର ଯଦି ପରୀକ୍ଷାରେ ଖରାପ କରେ, ତେବେ ପ୍ରଥମେ ତା’ର ନିଜ ଯୋଗ୍ୟତା ପ୍ରତି ସନ୍ଦେହ ଆସେ । ମାତ୍ର ପରୀକ୍ଷାଦ୍ୱାରା ପ୍ରକୃତ ଯୋଗ୍ୟତା ଜଣାପଡ଼େ ନାହିଁ ବୋଲି ଭାବନା ତା’ ମନରେ ଆସିଲାକ୍ଷଣି ସେ ପୁନର୍ବାର ନିଜକୁ ଯୋଗ୍ୟ ଓ ଶ୍ରେଷ୍ଠ ବୋଲି ମନେକରେ ଏବଂ ନିଜ କଳ୍ପନା ରାଜ୍ୟକୁ ଫେରିଯାଏ । ପ୍ରାବନ୍ଧିକଙ୍କ ଏପ୍ରକାର ଅଭିମତ ମନୋଜ୍ଞ ହୋଇଛି ।

Question ୨।
ମାତ୍ର ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ଓ ବୈଜ୍ଞାନିକ ମନୋବୃରି ଏ ଦୁଇଟି ପୂରାପୂରି ଅଲଗା ଜିନିଷ ।
‘‘ମାତ୍ର ବିଜ୍ଞାନରେ …………………………… ଅଲଗା ଜିନିଷ ।’’
ପ୍ରଦତ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ରଚିତ ଆମ ପାଠ୍ୟପୁସ୍ତକ ‘ସାହିତ୍ୟିକା’ରେ ସଂକଳିତ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧରୁ ଗୃହୀତ । ଆଲୋଚ୍ୟ ଉଦ୍ଧୃତାଂଶରେ ଲେଖକ ବିଜ୍ଞାନ ବିଷୟରେ ରହିଥ‌ିବା ଜ୍ଞାନ ଓ ବିଜ୍ଞାନଧର୍ମୀ ମାନସିକତା ଭିନ୍ନ କଥା ବୋଲି ଦର୍ଶାଇଛନ୍ତି ।

ଲେଖକଙ୍କ ମତରେ ଯେକୌଣସି କଥାର ଆଲୋଚନା ଓ ସତ୍ୟ ଉଦ୍‌ଘାଟନ ପାଇଁ ବୈଜ୍ଞାନିକ ମନୋବୃତ୍ତି ପ୍ରଥମେ ଆବଶ୍ୟକ । ଏକଥା ସତ୍ୟ ବିଜ୍ଞାନହିଁ ବୈଜ୍ଞାନିକ ମନୋଭାବର ବିକାଶ ଘଟାଇଛି । ବିଜ୍ଞାନ ଆମକୁ ଯୁକ୍ତିଯୁକ୍ତ ପରୀକ୍ଷା ବିଷୟ ଶିଖାଇଛି । ମାତ୍ର ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ଓ ବୈଜ୍ଞାନିକ ମନୋବୃତ୍ତି ଏକାକଥା ନୁହେଁ । ଏ ଦୁଇଟି ପୂରାପୂରି ଅଲଗା ଜିନିଷ । ବିଜ୍ଞାନ ଏକ ଜ୍ଞାନ ବା ବିଦ୍ୟାର ବିଷୟ ଏବଂ ବୈଜ୍ଞାନିକ ମନୋବୃତ୍ତି ଯେକୌଣସି ବିଷୟରେ ନିରପେକ୍ଷ ବିଚାର ଦେବାର ଶକ୍ତି । ତେଣୁ ଜଣେ ବିଜ୍ଞାନ ଜ୍ଞାନରେ ଧୂରୀଣ ହୋଇଥିଲେ ବି ତା’ର ବିଚାର ଶକ୍ତି ବୈଜ୍ଞାନିକ ମନୋବୃତ୍ତିର ହୋଇଥବ.ବୋଲି କହିହେବ ନାହିଁ । ତଥାପି ବିଜ୍ଞାନ ଓ ବୈଜ୍ଞାନିକ ମନୋବୃଦ୍ଧି ଉଭୟେ ପରସ୍ପର ସମ୍ବନ୍ଧିତ ଅଟନ୍ତି । ଲେଖକଙ୍କର ଏହି ମତ ବେଶ୍ ଯୁକ୍ତିଯୁକ୍ତ ବୋଧହୁଏ ।

ଦାର୍ଘ ଉତ୍ତର ମୂଳକ ପ୍ରପ୍ରଶ୍ନୋତ୍ତର

Question ୧।
ପଠିତ ପ୍ରବନ୍ଧକୁ ଭିଭିକରି ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣଗୁଡ଼ିକ ବର୍ଣ୍ଣନ କର ।
Answer:
‘ବୈଜ୍ଞାନିକ ମନୋବୃତ୍ତି’ ଏକ ଯୁକ୍ତିନିଷ୍ଠ ବିଜ୍ଞାନବୋଧମୂଳକ ପ୍ରବନ୍ଧ । ଏହି ପ୍ରବନ୍ଧର ଲେଖକ ହେଉଛନ୍ତି ଚିନ୍ତାଶୀଳ ପ୍ରାବନ୍ଧିକ ଶରତ କୁମାର ମହାନ୍ତି । ଓଡ଼ିଆ ସାହିତ୍ୟରେ ସେ ଜଣେ ବୁଦ୍ଧିବାଦୀ ଗଦ୍ୟଶିଳ୍ପୀ । ତାଙ୍କର ପ୍ରତ୍ୟେକ ଲେଖା ବୈଜ୍ଞାନିକ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ । ‘ବିଜ୍ଞାନ ଦୃଷ୍ଟି’, ‘ସଂସ୍କୃତି ଅପସଂସ୍କୃତି’, ‘ଗାନ୍ଧି ମଣିଷ’, ‘ଆକାଶର ଆହ୍ବାନ’ ଆଦି ତାଙ୍କର କେତୋଟି ବହୁଚର୍ଚ୍ଚିତ ପ୍ରବନ୍ଧ । ଆଲୋଚ୍ୟ ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧଟି ଶ୍ରୀଯୁକ୍ତ ମହାନ୍ତିଙ୍କ ‘ବିଜ୍ଞାନ ଦୃଷ୍ଟି’ ପ୍ରବନ୍ଧ ଗ୍ରନ୍ଥରୁ ସଂଗୃହୀତ । ଏହି ପ୍ରବନ୍ଧରେ ନିରପେକ୍ଷ ଭାବରେ ଅନାସକ୍ତ ରହି ଯୁକ୍ତିଯୁକ୍ତ ଭଙ୍ଗୀରେ ଯେକୌଣସି ପ୍ରସଙ୍ଗକୁ ବିଚାର କରିବାର ବିଜ୍ଞାନସମ୍ମତ ମାନସିକତା ବିଷୟରେ ଲେଖକ ଆଲୋଚନା କରିଛନ୍ତି । ପ୍ରସଙ୍ଗକ୍ରମେ ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ଲେଖକ ନିଜର ମତାମତଗୁଡ଼ିକୁ ଉପସ୍ଥାପନ କରିଛନ୍ତି ।

ଲେଖକଙ୍କ ମତରେ ଚିନ୍ତାଶୀଳ ବ୍ୟକ୍ତିମାନେ ଭିତ୍ତିହୀନ ଆଲୋଚନାକୁ ନାପସନ୍ଦ କରନ୍ତି । ବିଜ୍ଞାନର ଆବିଷ୍କାର ପରି ସେମାନେ ଯେକୌଣସି କଥାକୁ ଯୁକ୍ତିଯୁକ୍ତ ଭାବରେ ବିଚାର ଓ ଆଲୋଚନା କରିବାକୁ ଗୁରୁତ୍ଵ ଦେଇଛନ୍ତି । ତାଙ୍କ ଦୃଷ୍ଟିରେ ଯେକୌଣସି ବିଚାର କ୍ଷେତ୍ରରେ ବୈଜ୍ଞାନିକ ମନୋବୃତ୍ତି ସର୍ବପ୍ରଥମେ ଆବଶ୍ୟକ । ବୈଜ୍ଞାନିକ ମନୋବୃତ୍ତି ହେଉଛି ଯୁକ୍ତିଯୁକ୍ତ କାରଣ ସହିତ ଗୋଟିଏ କଥାକୁ ବିଚାର କରିବା । ଅନାସକ୍ତ ଭାବରେ ବ୍ୟକ୍ତିଗତ ଇଚ୍ଛାକୁ ପରିହାର କରି ବିଚାର କରିବା ଉପରେ ଏହି ମନୋବୃତ୍ତି ଗୁରୁତ୍ଵ ଦିଏ । ଏହି ମନୋବୃତ୍ତି ସମାଜର ପୂର୍ବପ୍ରଚଳିତ ମତ, ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ର ସିଦ୍ଧାନ୍ତକୁ ଅନ୍ଧଭାବରେ ଗ୍ରହଣ କରିବାକୁ ବାରଣ କରେ । ଯେକୌଣସି ପ୍ରସଙ୍ଗର ସତ୍ୟ ଉଦ୍‌ଘାଟନ ପାଇଁ ନିରପେକ୍ଷ ରହିବା ଉପରେ ଏହି ମନୋଭାବ ପ୍ରାଧାନ୍ୟ ଦିଏ ।

ବୈଜ୍ଞାନିକ ମନୋବୃତ୍ତି ବ୍ୟକ୍ତିଗତ ମତାମତ ଓ ଇଚ୍ଛାକୁ ନାପସନ୍ଦ କରେ । ଏହା ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ବିଚାରକୁ ଭିଭିହୀନ ବୋଲି ସୂଚେଇଦିଏ । ଏହି ମନୋବୃତ୍ତିର ବ୍ୟକ୍ତି ନିଜକୁ ବୁଦ୍ଧିମାନ, ବିଚାରଶୀଳ, ପ୍ରାମାଣିକ ଓ ନିଜର ମତାମତ ନିର୍ଭୁଲ ବୋଲି ଭାବନ୍ତି ନାହିଁ । ବାର୍ଟାଣ୍ଡ ରସେଲଙ୍କ ମତ ଅନୁସାରେ ବୈଜ୍ଞାନିକ ମନୋବୃତ୍ତି ମଧୁର କଳ୍ପନାମୂଳକ ବିଶ୍ୱାସକୁ ଗ୍ରହଣ କରେନାହିଁ । କୌଣସି ପ୍ରଭାବରେ ପଡ଼ି ମତ ଦେବାକୁ ଏହି ମନୋଭାବ ସମର୍ଥନ କରେ ନାହିଁ ।

କୌଣସି କଥାର ବିଚାରବେଳେ ବିଚାରକର ବ୍ୟକ୍ତିଗତ ବିଶ୍ଵାସ ଠିକ୍, ତା’ର ମତ ଠିକ୍, ଅନ୍ୟମାନେ ତାହା ଗ୍ରହଣ କରନ୍ତୁ – ଏପରି ମନୋଭାବକୁ ବୈଜ୍ଞାନିକ ମନୋବୃତ୍ତି ବିରୋଧ କରେ । ନିରପେକ୍ଷ ଭାବରେ ଆସକ୍ତିଭାବକୁ ଛାଡ଼ି ଯୁକ୍ତି କରିବାକୁ ଏହି ମନୋଭାବ ପ୍ରାଧାନ୍ୟ ଦିଏ । ଆସକ୍ତିଭାବ ଏ ଦିଗରୁ ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ । ଆଲ୍‌ଡସ୍ ହକ୍‌ଲେ ଏଥୁପାଇଁ ଆସକ୍ତିଭାବ ନଥ‌ି ନିରପେକ୍ଷ ବ୍ୟକ୍ତିଙ୍କୁ ଆଦର୍ଶ ମାନବ ବୋଲି କହିଛନ୍ତି । ସେ ନିଜର ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଅନାସକ୍ତ, ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି ଆଦି ପ୍ରତି ନିସ୍ପୃହ ଓ ବିଜ୍ଞାନ, କଳା ଓ ମାନବୀୟ ସମ୍ପର୍କ ଆଦି ପ୍ରତି ନିରପେକ୍ଷ ଅଟନ୍ତି । ଏ କାରଣରୁ ନିରପେକ୍ଷ ଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ସର୍ବପ୍ରଥମେ ଆବଶ୍ୟକ । ବିଜ୍ଞାନ ଶିକ୍ଷକଙ୍କ ପରି ନିରପେକ୍ଷ ଭାବ ନଥୁଲେ ମଣିଷ ଅବୈଜ୍ଞାନିକ ମତ ଦେଇଥାଏ ।

ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ହେଉଛି – ଏହା କୌଣସି ମତ ବା ସିଦ୍ଧାନ୍ତକୁ ସବୁବେଳେ ସତ୍ୟ ବୋଲି ଗ୍ରହଣ କରେନାହିଁ । ଏହି ମନୋବୃତ୍ତିର ବ୍ୟକ୍ତି ଭୂତତ୍ତ୍ବବିଦ୍‌ଙ୍କ ପରି କୌଣସି ମତ ପ୍ରତି ଆସକ୍ତ ରୁହନ୍ତି ନାହିଁ । ସୁତରାଂ ନିରପେକ୍ଷ ରହି ଅନାସକ୍ତ ଭାବରେ ଯୁକ୍ତିଯୁକ୍ତ କାରଣର ସହିତ ସତ୍ୟର ଉଦ୍‌ଘାଟନହିଁ ବୈଜ୍ଞାନିକ ମନୋବୃତ୍ତିର ବୈଶିଷ୍ଟ୍ୟ । ଏହି ମନୋଭାବର ବିକାଶ ଉପରେ ଚିନ୍ତାଶୀଳ ବ୍ୟକ୍ତିମାନେ ସମ୍ପ୍ରତି ଗୁରୁତ୍ବ ଦେଉଛନ୍ତି । ବୈଜ୍ଞାନିକ ମନୋବୃତ୍ତିର ବିଶେଷତ୍ଵ ବା ଲକ୍ଷଣ ବିଷୟରେ ଲେଖକଙ୍କର ଏପ୍ରକାର ଧାରଣା ବେଶ୍ ମନୋଜ୍ଞ ହୋଇପାରିଛି ।

Question ୨।
ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟଗୁଡ଼ିକ ସମ୍ପର୍କରେ ଲେଖକଙ୍କ ମତ ଆଲୋଚନା କର ।
Answer:
‘ବୈଜ୍ଞାନିକ ମନୋବୃତ୍ତି’ର ଲେଖକ ହେଉଛନ୍ତି ଶରତ କୁମାର ମହାନ୍ତି । ବୈଜ୍ଞାନିକ ଚିନ୍ତାଧାରାର ଓ ବୌଦ୍ଧିକ ବିଚାରର ଚିନ୍ତାନିଷ୍ଠ ପ୍ରବନ୍ଧ ରଚନା କରିବାରେ ସେ ନିପୁଣ । ତାଙ୍କ ଗଦ୍ୟ ରଚନାର ସ୍ମାରକୀଗୁଡ଼ିକ ହେଉଛି ‘ଗାନ୍ଧି ମଣିଷ’, ‘ସଂସ୍କୃତି ଅପସଂସ୍କୃତି’, ‘ଆକାଶର ଆହ୍ୱାନ’, ‘ବୋଦାଙ୍କ ଦାଦାଗିରି’, ‘ବିଜ୍ଞାନ ଦୃଷ୍ଟି’, ‘ଅସ୍ତିତ୍ଵବାଦର ମର୍ମକଥା’ ଓ ‘ଜାଁପଲ ସାର୍ତ୍ତ’ । ଆଲୋଚ୍ୟ ପ୍ରବନ୍ଧଟି ଶ୍ରୀଯୁକ୍ତ ମହାନ୍ତିଙ୍କ ଲିଖ୍ ବୈଜ୍ଞାନିକ ଭାବଧାରାର ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ସଂଗୃହୀତ । ଏହି ପ୍ରବନ୍ଧରେ ବିଜ୍ଞାନମନସ୍କ ହୋଇ ସତ୍ୟ ଉଦ୍‌ଘାଟନ କରିବାର ବୈଜ୍ଞାନିକ ମନୋବୃତ୍ତିର ବିଶେଷତ୍ଵ ଓ ଅନ୍ତରାୟଗୁଡ଼ିକ ସମ୍ବନ୍ଧରେ ଲେଖକ ଯୁକ୍ତିନିଷ୍ଠ ଆଲୋଚନା କରିଛନ୍ତି ।

ଲେଖକଙ୍କ ମତରେ ନିରପେକ୍ଷ ରହି ଅନାସକ୍ତ ଭାବରେ ଯୁକ୍ତିଯୁକ୍ତ କାରଣର ସହିତ ଗୋଟିଏ ବିଷୟରେ ସିଦ୍ଧାନ୍ତ ଦେବାହିଁ ବୈଜ୍ଞାନିକ ମନୋବୃତ୍ତି । ଏହି ପ୍ରକାର ମନୋବୃତ୍ତି ଭିତ୍ତିହୀନ ଧାରଣାଗୁଡ଼ିକୁ ନଷ୍ଟ କରିଦିଏ । ମାତ୍ର ଏହି ମନୋବୃତ୍ତିର ବିକାଶ କ୍ଷେତ୍ରରେ ଅନେକ ଅନ୍ତରାୟ ମଧ୍ୟ ଦେଖାଯାଏ । ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟଗୁଡ଼ିକୁ ଏହି ମର୍ମରେ ଲେଖକଙ୍କ ଦୃଷ୍ଟିକୋଣରୁ ଆଲୋଚନା କରାଯାଇଅଛି । ବୈଜ୍ଞାନିକ ମନୋବୃତ୍ତିର ପ୍ରଥମ ଅନ୍ତରାୟ ହେଉଛି – ନିଜକୁ ଭଲ ଲାଗିବା ଓ ଆନନ୍ଦ ଦେବା ଭଳି ବିଚାର କରିବା । ଏହାଦ୍ଵାର ଯୁକ୍ତିନଥାଇ ନିଜର ଇଚ୍ଛାକୁ ସୁହାଇଲା ଭଳି ବିଚାର ଓ ସିଦ୍ଧାନ୍ତ ଦେଇ ହୋଇଯାଏ । ଲାଭକ୍ଷତିର ଆଶା ରଖ୍ ଓ ବ୍ୟକ୍ତିଗତ ଇଚ୍ଛାକୁ ଜଳାଞ୍ଜଳି ନଦେଇ ବିଚାର ଦେବା ମଧ୍ୟ ବୈଜ୍ଞାନିକ ମନୋବୃତ୍ତିର ବାଧକ । ବିଜ୍ଞାନ ଶିକ୍ଷକଙ୍କ ପରି ନିଜର ମତ ହିଁ ଠିକ୍ ଏପରି ଭାବିବା ମଧ୍ୟ ବୈଜ୍ଞାନିକ ମନୋବୃତ୍ତର ବିରୋଧୀ ଲକ୍ଷଣ ।

ନିଜକୁ ବୁଦ୍ଧିମାନ, ନିଜକୁ ବିଚାରଶୀଳ ଓ ନିଜର ମତାମତକୁ ନିର୍ଭୁଲ ଭାବିବାହିଁ ବୈଜ୍ଞାନିକ ମନୋବୃତ୍ତି କୁ ଅବୈଜ୍ଞାନିକ କରିଦିଏ । ନିଜ ପରିବାର ଆଦର୍ଶ ଓ ସମ୍ଭ୍ରାନ୍ତ ପରିବାର, ନିଜ ଜାତି ଶ୍ରେଷ୍ଠ, ନିଜ ଦେଶର ଐତିହ୍ୟ ଗୌରବମୟ ଏପରି ଭାବନା ବୈଜ୍ଞାନିକ ମନୋବୃତ୍ତିର ପରିପନ୍ଥୀ ଅଟେ । ନିଜ ବିଶ୍ଵାସକୁ ନେଇଥିବା ମଧୁର କଳ୍ପନା ଓ ସ୍ଵପ୍ନଗୁଡ଼ିକ ବି ଏହି ମନୋବୃତ୍ତିର ବାଧକ ଅଟେ । ନିଜର ବ୍ୟକ୍ତିଗତ ବିଶ୍ଵାସ ଓ ମତ ଠିକ୍, ଅନ୍ୟମାନେ ତାଙ୍କୁ ମାନନ୍ତୁ – ଏ ପ୍ରକାର ଧାରଣା ବୈଜ୍ଞାନିକ ମନୋବୃତ୍ତିର ବିରୋଧୀ । ନିଜର ମତକୁ ଠିକ୍ ପ୍ରମାଣ କରିବାପାଇଁ ବ୍ୟାକୁଳ ହେବା ଓ ଯୁକ୍ତିତର୍କକୁ ଅସ୍ତ୍ର ଭାବରେ ବ୍ୟବହାର କରିବାଦ୍ୱାରା ବୈଜ୍ଞାନିକ ମନୋବୃତ୍ତି ବାଧାପାଏ । ଏଥ‌ିପାଇଁ ଲେଖକ କୁହନ୍ତି – ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ ହେଲା ଆସକ୍ତି ଭାବ ।

ବ୍ୟକ୍ତିଗତ ଇଚ୍ଛା, ଆସକ୍ତି ଓ ଜିଦ୍ ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟ ହୋଇଥାଏ । ଅନ୍ୟର ମତକୁ ସହଜ ଭାବରେ ପ୍ରକାଶ ନକରି ନିଜ ମତକୁ ଠିକ୍ ବୋଲି ଭାବିବାର ମନୋଭାବ ମଧ୍ୟ ବୈଜ୍ଞାନିକ ମନୋବୃତ୍ତର ଅନ୍ୟତମ ଅନ୍ତରାୟ । କେହି ବଳିଷ୍ଠ ଯୁକ୍ତିଦ୍ଵାରା କୌଣସି କଥାକୁ ପ୍ରମାଣିତ କଲେ ମଧ୍ୟ ତାକୁ ବିରୋଧ କରିବା ଅବୈଜ୍ଞାନିକ ମନୋବୃତ୍ତିର ପରିଚାୟକ । ଏପରିକି ସମାଜର ପ୍ରଚଳିତ ମତକୁ ମାନି ବିଚାର କରିବାଦ୍ଵାରା ମଧ୍ୟ ବୈଜ୍ଞାନିକ ମନୋବୃତ୍ତିରେ ପରିପ୍ରକାଶ ଘଟିନଥାଏ । କୌଣସି ମତ ପ୍ରତି ଆସକ୍ତ ହେବାଦ୍ୱାରା ବୈଜ୍ଞାନିକ ମନୋବୃତ୍ତିରେ ଅନ୍ତରାୟ ଦେଖାଦିଏ । ମୋଟ ଉପରେ ଅମୂଳକ ଭିତ୍ତିହୀନ ଆସକ୍ତିଭାବଯୁକ୍ତ ବିଚାର ଓ ମାନସିକତା ବୈଜ୍ଞାନିକ ମନୋବୃତ୍ତିର ବିକାଶ ଓ ପ୍ରକାଶ କ୍ଷେତ୍ରରେ ଅନ୍ତରାୟରୂପେ ଉଭା ହୋଇଥାଏ । ଚିନ୍ତାଶୀଳ ବ୍ୟକ୍ତିମାନେ ଏଥପ୍ରତି ସତର୍କ ରହିଥା’ନ୍ତି । ଦର୍ଶାଇଛନ୍ତି, ତାହା ବେଶ୍ ମନୋଜ୍ଞ ହୋଇପାରିଛି ।

Question ୩ ।
ଯେ ବିଜ୍ଞାନରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଛି, ତା’ର ନିଶ୍ଚିତ ଭାବେ ବୈଜ୍ଞାନିକ ମନୋବୃତ୍ତି ଥବ ବୋଲି କୁହାଯାଇ ନପାରେ । – ଏ ଉକ୍ତିର ଯଥାର୍ଥତା ବୁଝାଇ ଲେଖ ।
Answer:
ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶଧାରାରେ ଶରତ କୁମାର ମହାନ୍ତି ଜଣେ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ବହୁଚର୍ଚ୍ଚିତ । ଧର୍ମ, ଦର୍ଶନ, ସାହିତ୍ୟ, ମନସ୍ତତ୍ତ୍ୱ ଓ ଇତିହାସକୁ ନେଇ ତାଙ୍କର ପ୍ରବନ୍ଧ-ବିଚାର ଦୃଷ୍ଟି ବହୁ ପ୍ରସାରିତ । ‘ବିଜ୍ଞାନ ଦୃଷ୍ଟି’, ‘ସଂସ୍କୃତି ଅପସଂସ୍କୃତି’, ‘ଆକାଶର ଆହ୍ୱାନ’, ‘ଗାନ୍ଧି ମଣିଷ’, ‘ସକ୍ରେଟିସ୍ ଓ ପ୍ଲେଟୋ’ ଇତ୍ୟାଦି ତାଙ୍କର ବହୁ ପାଠକାଦୃତ ପ୍ରବନ୍ଧ ସଙ୍କଳନ । ଆଲୋଚ୍ୟ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟି ଏକ ଯୁକ୍ତିନିଷ୍ଠ ଓ ତାତ୍ତ୍ଵିକ ପ୍ରବନ୍ଧ । ‘ବିଜ୍ଞାନ ଦୃଷ୍ଟି’ ଶୀର୍ଷକ ପ୍ରବନ୍ଧ ସଙ୍କଳନରୁ ଏହି ପ୍ରବନ୍ଧଟି ସଂଗୃହୀତ । ବିଜ୍ଞାନସମ୍ମତ ବିଚାରବତ୍ତା ଏଥୁରେ ବିଶ୍ଳେଷିତ ହୋଇଛି । ଅନାସକ୍ତ ଓ ନିରପେକ୍ଷ ବିଚାର ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ବୋଲି ଏଥରେ ଆଲୋଚିତ ହୋଇଛି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ଲେଖକଙ୍କ ମତରେ ଅନ୍ୟ ମତ ପ୍ରତି ଆସକ୍ତ ନହୋଇ ଓ ଇଚ୍ଛାଦ୍ଵାରା ପରିଚାଳିତ ନହୋଇ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତି । ଏହି ମନୋବୃଭି ବଳରେ ମନୁଷ୍ୟ ଯୁକ୍ତିଯୁକ୍ତ କାରଣ ସହିତ ସତ୍ୟର ଉଦ୍‌ଘାଟନ କରିଥାଏ । ଯେକୌଣସି କଥାର ବିଚାରବେଳେ ବୈଜ୍ଞାନିକ ମନୋବୃତ୍ତି ପୋଷଣ କରିବା ଉଚିତ । ସାବଧାନତାର ସହିତ ନିଜର ମଧୁର ବିଶ୍ଵାସ ଓ ଇଚ୍ଛା ପ୍ରତି ଅନାସକ୍ତ ରହି ବିଚାର କରିବାହିଁ ବିଜ୍ଞାନସମ୍ମତ ମନୋଭାବର ପରିଚାୟକ । ଲେଖକଙ୍କ ମତରେ ବିଜ୍ଞାନର ଯୁକ୍ତିନିଷ୍ଠ ଜ୍ଞାନ ବୈଜ୍ଞାନିକ ମନୋବୃତ୍ତିରେ ସାହାଯ୍ୟ କରେ । ମାତ୍ର ବିଜ୍ଞାନ ବିଦ୍ୟା ଓ ବିଷୟରେ ଜ୍ଞାନ ଅର୍ଜନ କରିବା ଓ ବିଜ୍ଞାନ ମନୋବୃତ୍ତି ପ୍ରକାଶ କରିବା ଦୁଇଟି ଭିନ୍ନ କଥା ।

ବିଜ୍ଞାନ ଶିକ୍ଷକଙ୍କ ପରି ଯିଏ ବିଜ୍ଞାନ ବିଦ୍ୟାରେ ଜ୍ଞାନ ଅର୍ଜନ କରିଛି ତାଙ୍କର ଯେ ଧର୍ମ ଓ ରାଜନୀତି ଭଳି ଅନ୍ୟ ବିଷୟରେ ବୈଜ୍ଞାନିକ ମନୋବୃତ୍ତି ରହିଥବ ଏହା କୁହାଯାଇ ନପାରେ । ଜଣକର ବିଜ୍ଞାନ ବିଦ୍ୟାରେ ଧାରଣା ଥାଇପାରେ, ମାତ୍ର ତା’ର ବିଚାର କରିବା ନିମନ୍ତେ ବିଜ୍ଞାନସମ୍ମତ ନିରପେକ୍ଷ ମନୋଭାବ ନଥାଇପାରେ । ଅନ୍ୟ ବିଷୟରେ ଆଲୋଚନା କରିବାବେଳେ ସେ ସାହିତ୍ୟ ସମାଲୋଚକଙ୍କ ପରି ବ୍ୟକ୍ତିଗତ ସପକ୍ଷ ଇଚ୍ଛାଶକ୍ତିଦ୍ୱାରା ପ୍ରଭାବିତ ହୋଇପାରନ୍ତି । ଏସବୁ ସତ୍ତ୍ଵେ ଯଥାର୍ଥ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବା ମନୋବୃତ୍ତି ବିଜ୍ଞାନର ଯୁକ୍ତିଯୁକ୍ତ ବୈଶିଷ୍ଟ୍ୟ ସହିତ ଜଡ଼ିତ ।

କାରଣ ବିଜ୍ଞାନର ବହୁ ଆବିଷ୍କାର ମଣିଷ ମନରୁ ସଯୁକ୍ତିକ ଅନେକ ମଧୁର ଭିତ୍ତିହୀନ ଅନ୍ଧବିଶ୍ୱାସକୁ ଭାଙ୍ଗିଦେଇଛି । ଏଥ‌ିପାଇଁ ଚିନ୍ତାଶୀଳ ବ୍ୟକ୍ତିମାନେ ବ୍ୟକ୍ତିର ବ୍ୟକ୍ତିଗତ ବିଶ୍ୱାସକୁ ଉପେକ୍ଷା କରି ଅନାସକ୍ତଭାବେ ସାବଧାନତା ସହିତ ସତ୍ୟ ଉଦ୍‌ଘାଟନ କରିବା ଉପରେ ଗୁରୁତ୍ଵ ଦେଇଥା’ନ୍ତି । ଏଥୁରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଜ୍ଞାନ ବିଦ୍ୟାରେ ଜ୍ଞାନ ଥିଲେ ବି ଜଣକର ନିଶ୍ଚିତ ଭାବରେ ବୈଜ୍ଞାନିକ ମନୋବୃତ୍ତି ଥ‌ିବ ଏହା ସତ୍ୟ ନହୋଇପାରେ । ବାସ୍ତବିକ ଲେଖକଙ୍କର ଏ ପ୍ରକାର ବିଶ୍ଳେଷଣ ପାଠକଙ୍କୁ ମୁକ୍ତ ବିଜ୍ଞାନସମ୍ମତ ବିଚାର ପାଇଁ ଉତ୍ସାହିତ କରିଛି । ପାଠକ ବିଜ୍ଞାନ ଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି ଭିତରେ ଥ‌ିବା ପ୍ରଭେଦ ଓ ସମ୍ପର୍କକୁ ଅନୁଭବ କରି ପାରିଛନ୍ତି ।

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧ ।
ନିମ୍ନରେ କେତୋଟି ବିଶେଷ୍ୟ ପଦ ଦିଆଯାଇଛି । ସେଗୁଡ଼ିକୁ ବିଶେଷଣ ପଦରେ ପରିଣତ କର ।
ଉଦ୍‌ଘାଟନ, ଉତ୍ସାହ, ଚିନ୍ତା, ବିଶ୍ବାସ,ପରିବର୍ତ୍ତନ
Answer:

ପଦତ୍ତ ବିଣେଷ୍ୟ ପଦ ବିଣେଷଣ ରୂପ
ଉଦ୍‌ଘାଟନ ଉଦ୍‌ଘାଟିତ
ଉତ୍ସାହ ଉତ୍ସାହୀ / ଉତ୍ସାହିତ
ଚିନ୍ତା ଚିନ୍ତିତ / ଚିନ୍ତା / ଚିନ୍ତନୀୟ
ବିଶ୍ବାସ ବିଶ୍ବସ୍ତ / ବିଶ୍ଵାସୀ / ବିଶ୍ଵସନୀୟ / ବିଶ୍ୱାସ୍ୟ
ବିଶ୍ବାସ,ପରିବର୍ତ୍ତନ ପରିବର୍ତ୍ତିତ / ପରିବର୍ତ୍ତନୀୟ / ପରିବର୍ଦ୍ଧକ / ପରିବର୍ତୀ

Question ୨।
‘ଧୀରସ୍ଥିର’ ଗୋଟିଏ ଯୁଗ୍ମ ଶବ୍ଦ । ପ୍ରସଙ୍ଗ ମଧ୍ୟରେ ଥ‌ିବା ଯୁଗ୍ମଶବ୍ଦଗୁଡ଼ିକୁ ବାଛି ଲେଖ ।
ଚିନ୍ରାଶାଳ ପ୍ରାବନ୍ଧିକ ଭାରତକୁମାର ସାହାନ୍ତି ‘ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧିରେ ‘ଧାରସ୍ଥିର’ ପରି ବ୍ୟବହାର  କରିଥିବା ଯୁଗ୍ମଶବ୍ଦଗୁଡ଼ିକର ତାଲିକା ଏହିପରି –
BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି 1

Question ୩ ।
ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ଗଠନ କର ।
ଅନ୍ତରାୟ, ଅଭ୍ୟାସ, ବୈଜ୍ଞାନିକ ।
Answer:

  • ଅନ୍ତରାୟ – ପ୍ରଗତିର ପ୍ରଧାନ ଅନ୍ତରାୟ ହେଉଛି ଅଶିକ୍ଷା ଓ ଦାରିଦ୍ର୍ୟ ।
  • ଅଭ୍ୟାସ – ସକାଳ ଓ ସଞ୍ଜରେ ପ୍ରାର୍ଥନା କରିବା ଭଲ ଅଭ୍ୟାସ ।
  • ବୈଜ୍ଞାନିକ – ପ୍ରାଣକୃଷ୍ଣ ପରିଜା ଜଣେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଥିଲେ ।

Question ୪ ।
ବିଜ୍ଞାନ ଶବ୍ଦରେ ‘ଇକ’ ଯୋଗ କରି ବୈଜ୍ଞାନିକ ଶବ୍ଦଟି ଗଢ଼ାଯାଇଛି । ପଠିତ ପ୍ରବନ୍ଧରୁ ‘ଇକ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦମାନ ବାଛି ତାଲିକା କର ।
Answer:
ପ୍ରବନ୍ଧରେ ବ୍ୟବହୃତ ‘ଇକ’ ପ୍ରତ୍ୟୟମୂଳକ ଶବ୍ଦାବଳୀ ତାଲିକାଟି ଏହିପରି ପଠିତ:
BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି 2

ଲେଖକ ପରିଚୟ:

ଶରତ କୁମାର ମହାନ୍ତି ଜଣେ ବୁଦ୍ଧିବାଦୀ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ଖ୍ୟାତ । ସେ କଟକ ଜିଲ୍ଲାର ଜରିପଡ଼ା ଗ୍ରାମରେ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ବିଜ୍ଞାନ, ଦର୍ଶନ, ମନସ୍ତତ୍ତ୍ବ, ଇତିହାସ, ଧର୍ମ, ସଂସ୍କୃତି, ଲୋକଚରିତ୍ର ଓ ପୁରାଣକୁ କେନ୍ଦ୍ରକରି ଯୁକ୍ତିନିଷ୍ଠ ପ୍ରବନ୍ଧମାନ ରଚନା କରିଛନ୍ତି । ବିଜ୍ଞାନଧର୍ମୀ ତର୍କଣା ସହିତ ମନୋରଞ୍ଜନଧର୍ମୀ ରମଣୀୟ ଉପସ୍ଥାପନା ଚାତୁରୀ ତାଙ୍କ ପ୍ରବନ୍ଧର ବୈଶିଷ୍ଟ୍ୟ । ନିରପେକ୍ଷ ସତ୍ୟନିଷ୍ଠତାକୁ କେନ୍ଦ୍ରରେ ରଖ୍ ସେ ପ୍ରବନ୍ଧର ବିଷୟ ନିରୂପଣ କରନ୍ତି । ତଥ୍ୟନିଷ୍ଠ ବିଷୟ ସଂଯୋଜନା ତାଙ୍କ ରଚନାର ଅନ୍ୟତମ ଲକ୍ଷଣ । ‘ଆକାଶର ଆହ୍ବାନ’, ‘ସକ୍ରେଟିସ୍ ଓ ପ୍ଲେଟୋ’, ‘ଅସ୍ତିତ୍ଵବାଦର ମର୍ମକଥା’, ‘ବିଜ୍ଞାନ ଦୃଷ୍ଟି’, ଅପସଂସ୍କୃତି’, ‘ଗ୍ରୀକ୍ ଜାତିର ଜୀବନଗାଥା’, ‘ବୋଦାଙ୍କ ଦାଦାଗିରି’, ‘ଏଣୁଷ୍ଟ ତେଣୁଶ୍ଚ’ ଓ ‘ଗାନ୍ଧି ମଣିଷ’, ‘ସଂସ୍କୃତି ଅପସଂସ୍କୃତି’, ‘ଗ୍ରୀକ୍ ଜାତିର ଜୀବନଗାଥା’, ‘ବୋଦାଙ୍କ ଦାଦାଗିରି’, ‘ଏଣୁଷ୍ଟ ତେଣୁଶ୍ଚ ’ ଓ ‘ଆଟମରୁ କ୍ଵାଣ୍ଟମ୍’ ପ୍ରଭୃତି ତାଙ୍କ ରଚିତ କେତୋଟି ଉଲ୍ଲେଖଯୋଗ୍ୟ ଗଦ୍ୟଗ୍ରନ୍ଥ ।

ପ୍ରବନ୍ଧର ପୃଷ୍ଟଭୂମି:

ଆଲୋଚ୍ୟ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟି ଲେଖକଙ୍କ ରଚିତ ବହୁଆଦୃତ ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ସଂଗୃହୀତ । ଏହି ପ୍ରବନ୍ଧରେ ପ୍ରାବନ୍ଧିକ ମହାନ୍ତି ବିଜ୍ଞାନୋଚିତ ମନୋବୃତ୍ତିରେ ସତ୍ୟର ଉଦ୍‌ଘାଟନ ଓ ଆଲୋଚନା କରିବା ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଏହି ପ୍ରବନ୍ଧରେ ଯୁକ୍ତିନିଷ୍ଠତା, ନିରପେକ୍ଷତା, ଅନାସକ୍ତ ଭାବବିଚାର, ସ୍ଵାଧୀନ ମାନସିକତା, ବିଜ୍ଞାନମନସ୍କତା, ଦୃଷ୍ଟିଭଙ୍ଗୀରେ ଯୁକ୍ତିଯୁକ୍ତତା ଆଦି ମହତ ଗୁଣାବଳୀର ମହିମା ସମ୍ପର୍କରେ ଆଲୋଚନା କରାଯାଇଛି । ସରଳ ଓ ଯୁକ୍ତିନିଷ୍ଠ ଉପସ୍ଥାପନା ମଧ୍ୟରେ ଗମ୍ଭୀର ଦର୍ଶନ ଓ ବିଜ୍ଞାନର ପ୍ରସଙ୍ଗ ଏଥରେ ବର୍ଣ୍ଣିତ ହୋଇଛି । ବିଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତିର ମିଳନରେ ମଣିଷର ବିଚାର ମୂଲ୍ୟବାନ୍ ହୋଇପାରିବ -ଏହି ପ୍ରକାର ସତ୍ୟକୁ ଏଥ‌ିରେ ପ୍ରତିପାଦନ କରାଯାଇଛି ।

ପ୍ରବନ୍ଧର ସାରକଥା:

କୌଣସି କଥା ବିଚାର କରିବାବେଳେ ନିଜକୁ ଆନନ୍ଦ ଦେଉଥ‌ିବା ଓ ନିଜ ପାଇଁ ଭଲ ହେଉଥ‌ିବା ବିଷୟ ଉପରେ ଗୁରୁତ୍ଵ ଦିଆଯାଇଥାଏ । ଏ ପ୍ରକାର ଇଚ୍ଛାକୁ ଦମନ କରାଯିବା ଉଚିତ । ଅନାସକ୍ତ ଭାବେ କେବଳ ଯୁକ୍ତିଯୁକ୍ତ କାରଣ ମାଧ୍ୟମରେ ବୈଜ୍ଞାନିକ ମନୋବୃତ୍ତିରେ ବିଚାର କରିବା ଉଚିତ । ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ । ବ୍ୟକ୍ତି ନିଜ କଥାକୁ ଯୁକ୍ତିଯୁକ୍ତ ଭାବିଲେ ତାହା ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ହୋଇନଥାଏ । ଏହା ପ୍ରଭାବଶାଳୀ ବ୍ୟକ୍ତିର ମତ, ଏହା ଶାସ୍ତ୍ରର ମତ ହେବା ଉଚିତ ନୁହେଁ । ବୈଜ୍ଞାନିକ ମନୋଭାବ ଥିବା ବ୍ୟକ୍ତି କୌଣସି ଲାଭକ୍ଷତିର ଆଶା ନରଖୁ, ବ୍ୟକ୍ତିଗତ ଇଚ୍ଛାକୁ ପରିତ୍ୟାଗ କରି କେବଳ ସତ୍ୟର ଉଦ୍‌ଘାଟନ ପାଇଁ ନିରପେକ୍ଷ ଭାବରେ ବିଚାର କରିଥା’ନ୍ତି । ଏ ପ୍ରକାର ବିଚାରଶକ୍ତି ଥିବା ବ୍ୟକ୍ତି ସ୍ଵଳ୍ପ ଓ ବିରଳ ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ବେଳେବେଳେ ଜଣେ ବ୍ୟକ୍ତିର ବିଚାର ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିଜ୍ଞାନସମ୍ମତ ହୋଇଥାଏ । ଉଦାହରଣସ୍ୱରୂପ, ଜଣେ ବିଜ୍ଞାନ ଶିକ୍ଷକ ଶ୍ରେଣୀଗୃହରେ ପଢ଼ାଇବାବେଳେ ଧୀରସ୍ଥିର ଭାବରେ ଭାବିଚିନ୍ତି ଛାତ୍ରଙ୍କ ହିତ ପାଇଁ ପଢ଼ାନ୍ତି । ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦିଅନ୍ତି । ଛାତ୍ରମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତି, ବିରକ୍ତ ନହୋଇ ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦିଅନ୍ତି । ମାତ୍ର ସେହି ଶିକ୍ଷକ କ୍ଲାସ୍ ବାହାରେ ରାଜନୀତି ଅଥବା ଧର୍ମ ବିଷୟରେ କଥା ହେବାବେଳେ ଭାବିଚିନ୍ତି ଯୁକ୍ତିନିଷ୍ଠ ଭାବରେ ବିଚାର ବ୍ୟକ୍ତ କରନ୍ତି ନାହିଁ । ସେ ବେଳେବେଳେ ରାଗନ୍ତି ଓ ନିଜ ବ୍ୟକ୍ତିଗତ ମତ ଠିକ୍ ବୋଲି ଯୁକ୍ତି କରନ୍ତି । ଏଥିରୁ ଜଣାଗଲା ଯେ ଶ୍ରେଣୀଗୃହରେ ଯିଏ ଛାତ୍ରଙ୍କ ପାଇଁ ବୈଜ୍ଞାନିକ ମନୋଭାବର ଜଣେ ଉତ୍ତମ ଶିକ୍ଷକ, ସିଏ ଶ୍ରେଣୀ ବାହାରେ ଧର୍ମ ଓ ରାଜନୀତି ବିଚାର କ୍ଷେତ୍ରରେ ନିହାତି ଅବୈଜ୍ଞାନିକ ।

ଏଥିରୁ ସ୍ପଷ୍ଟ ହୁଏ ଯେ ଜଣେ ବ୍ୟକ୍ତି ସବୁ କ୍ଷେତ୍ରରେ ସମାନ ଢଙ୍ଗରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରି ଦିଅନ୍ତି । ଏପରି ହେବାର ଏକମାତ୍ର କାରଣ, ଆମର ବିଶ୍ବାସ ସବୁ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ହୋଇଥାଏ । ବ୍ୟକ୍ତିଗତ ଇଚ୍ଛାଦ୍ୱାରା ବିଚାର ପରିଚାଳିତ ହୁଏ । ଯେଉଁ କଥାରେ ଯୁକ୍ତିଯୁକ୍ତତା ଥାଏ ତାହା ଆମର ବ୍ୟକ୍ତିଗତ ଇଚ୍ଛାର ସପକ୍ଷରେ ଥାଏ । ଅସ୍ଵୀକାଂଶ ଲୋକଙ୍କର ନିଜର, ନିଜ ପରିବାରର, ନିଜ ଜାତିର ଓ ଦେଶର ଅବସ୍ଥାକୁ ନେଇ ଦିବାସ୍ୱପ୍ନ ପରି ଭାବପ୍ରବଣତା ଥାଏ । ସେଥ‌ିପାଇଁ ସେମାନେ ନିଜକୁ, ନିଜ ପରିବାରକୁ, ନିଜ ଜାତିକୁ ସର୍ବଦା ଗୌରବମୟ ଓ ଶ୍ରେଷ୍ଠ ବୋଲି ବିଚାରିଥା’ନ୍ତି । ନିର୍ବାଚନରେ ଭାଗ ନେଇଥ‌ିବା ଦଳଠାରୁ ଆରମ୍ଭ କରି ଯୁଦ୍ଧରେ ଭାଗ ନେଇଥ‌ିବା ଦେଶର ଲୋକ, ପରୀକ୍ଷାର୍ଥୀ ଛାତ୍ର, ନିଜକୁ ଏକପାଖୁଆ ଭାବେ ଯଥାର୍ଥ ବୋଲି ଭାବିଥା’ନ୍ତି । ନିଜକୁ ପ୍ରତିଭାବାନ୍ କବି ମନେକରୁଥିବା

ବ୍ୟକ୍ତିର ରଚନା ଆଦୃତ ନହେଲେ ସେ ନିଜ ରଚନାର ଦୋଷ ନଧରି ପାଠକେ ତାଙ୍କ ରଚନାକୁ ବୁଝିବାକୁ ଅଯୋଗ୍ୟ ବୋଲି କହିଥା’ନ୍ତି । ଏପରି ବିଚାର ଅବୈଜ୍ଞାନିକ । ବାର୍ଟାଣ୍ଡ ରସେଲ୍‌ଙ୍କ ମତରେ ନିଜକୁ ନେଇ ଯୁକ୍ତି ଓ ବିଚାର କଲାବେଳେ ବ୍ୟକ୍ତି ବସ୍ତୁତଃ ସ୍ବପ୍ନାବସ୍ଥାରେ ଥାଏ । ଫଳରେ କଳ୍ପନାର ମଧୁର ସଂସ୍ପର୍ଶରେ ଆସି ସେ ନିଜ ପାଇଁ ନିରପେକ୍ଷ ରହିପାରେ ନାହିଁ । ନିଜକୁ ସୁହାଇବା ଭଳି ଏବଂ ନିଜର ଯୋଗ୍ୟତା ଓ ବୁଦ୍ଧିର ମହତ୍ତ୍ୱ ଦେଖାଇବାପାଇଁ ସେ ନିଜ ଇଚ୍ଛା ମୁତାବକ ଯୁକ୍ତି ଉପସ୍ଥାପନା କରିଥାଏ । ନିଜକୁ ନେଇ ମଣିଷ ସର୍ବଦା ନିଦ୍ରାରାଜ୍ୟରେ ଥାଏ । ଏ କାରଣରୁ ତା’ର ଦୃଷ୍ଟିଭଙ୍ଗୀ ବିଜ୍ଞାନସମ୍ମତ ହୋଇପାରି ନଥାଏ । ପ୍ରାବନ୍ଧିକ ଶ୍ରୀଯୁକ୍ତ ମହାନ୍ତିଙ୍କ ମତରେ, କୌଣସି କଥାର ବିଚାରବେଳେ ନିଜର ବିଶ୍ଵାସକୁ ଠିକ୍, ଯୁକ୍ତିକୁ ନିର୍ଭୁଲ ଭାବିବା ଉଚିତ ନୁହେଁ ।

ଅନ୍ୟମାନେ ଆମର ବ୍ୟକ୍ତିଗତ ମତକୁ ଗ୍ରହଣ କରନ୍ତୁ – ଏପରି ଭାବିବା ବି ଭୁଲ୍ । ଏପ୍ରକାର ବ୍ୟକ୍ତିସାପେକ୍ଷ ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ସମ୍ପୂର୍ଣ୍ଣ ବିରୋଧୀ । ମଣିଷ ନିଜର ବ୍ୟକ୍ତିଗତ ମତକୁ ଅନ୍ୟ ଉପରେ ଯେତେବେଳେ ଲଦିଦେବ, ସେତେବେଳେ ନିଜ ମତକୁ ସୁହାଇବା ଭଳି ଯୁକ୍ତି ସେ ବାଢ଼ିବ । ଏ ପ୍ରକାର ଯୁକ୍ତି ନିରପେକ୍ଷ ଭାବନାର ହୋଇନଥାଏ । କେବଳ ନିଜକୁ ଠିକ୍ ବୋଲି ପ୍ରମାଣ କରିବାପାଇଁ ଯୁକ୍ତିକୁ ଆମେ ଅସ୍ତ୍ରଭଳି ବ୍ୟବହାର କରିଥାଉ । ପ୍ରାବନ୍ଧିକଙ୍କ ମତରେ ଏହି ପ୍ରକାର ଆସକ୍ତିଭାବ ହିଁ ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ । ଧର୍ମ ଓ ରାଜନୀତି ବିଷୟରେ ବିଚାର କରିବାବେଳେ ବିଜ୍ଞାନ ଶିକ୍ଷକ ନିଜର ବ୍ୟକ୍ତିଗତ ବିଶ୍ବାସ ପ୍ରତି ଆସକ୍ତ ଥିଲେ । ତେଣୁ ନିଜକୁ ଠିକ୍ ବୋଲି ଭାବୁଥୁଲେ । ଏପରି ଭାବିବାଦ୍ୱାରା ସେ ବୈଜ୍ଞାନିକ ମନୋବୃତ୍ତିଦ୍ଵାରା ଆଲୋଚନା କରିବାକୁ ଅକ୍ଷମ ଥିଲେ । ସେ ନିଜର ଯୁକ୍ତିତର୍କକୁ ଅସ୍ତ୍ରଭାବରେ ବ୍ୟବହାର କରୁଥିଲେ । ଏହା ଆଦର୍ଶହୀନତାର ପରିଚୟ ଦିଏ ।

ବିଶିଷ୍ଟ ଚିନ୍ତାନାୟକ ଆଲ୍‌ଡସ୍ ହକ୍‌ସଲେ ଅନାସକ୍ତ ଭାବରେ ବିଚାର କରିପାରୁଥିବା ବ୍ୟକ୍ତିକୁ ‘ଆଦର୍ଶ ମାନବ’ ବୋଲି ପ୍ରତିପାଦନ କରିଛନ୍ତି । ‘ଏଡ୍‌ସ ଆଣ୍ଡ ମିନସ୍’ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି – ଅନାସକ୍ତ ବ୍ୟକ୍ତି ହିଁ ଆଦର୍ଶ ମାନବ । ଆଦର୍ଶ ମାନବ ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଅନାସକ୍ତ ଥାଏ । ବ୍ୟକ୍ତିଗତ ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି, ସୁନାମ ଓ ନିଜ ସାମାଜିକ ସ୍ଥିତି ପ୍ରତି ସେ ନସ୍ପୃହ । ବିଜ୍ଞାନ, କଳା ଓ ମାନବ ସମ୍ପର୍କ ପ୍ରଭୃତି ପ୍ରତି ସେ ନିରପେକ୍ଷ । ସୁତରାଂ ନିରପେକ୍ଷ ଭାବ ହିଁ ଆଦର୍ଶ । ଏହି ନିରପେକ୍ଷ ଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ପ୍ରଥମ ଆବଶ୍ୟକତା । କୌଣସି ବିଷୟରେ ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖୁ ହିଁ ଅନାସକ୍ତି ଭାବ । ଏହି ଭାବ ଥାଇ ଯିଏ ସବୁ ପ୍ରଶ୍ନର ଯୁକ୍ତିଯୁକ୍ତ ବିଚାର କରନ୍ତି ସେ ହିଁ ବୈଜ୍ଞାନିକ ମନୋବୃତ୍ତିର ଅଧିକାରୀ ହୋଇଥା’ନ୍ତି ।

ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ନିଜର ସିଦ୍ଧାନ୍ତ ସର୍ବଦା ସତ୍ୟ ହେବ – ଏପରି ଭାବନ୍ତି ନାହିଁ । ସେ ଜାଣନ୍ତି ଯେ ଅନ୍ୟ କେହି ବି ଯୁକ୍ତି ବଳରେ ତାଙ୍କ ଭୁଲ୍ ଦର୍ଶାଇ ପାରନ୍ତି । ଅନ୍ୟ ବଳିଷ୍ଠ ଯୁକ୍ତି ତାଙ୍କ ମତକୁ ବଦଳାଇ ଦେଇପାରେ । ଅନ୍ୟର ଯୁକ୍ତିଯୁକ୍ତ ମତକୁ ସେ ସହଜରେ ବି ଗ୍ରହଣ କରିଥା’ନ୍ତି । ଅନ୍ୟର ମତକୁ ଗ୍ରହଣ କରିବା ଏବଂ କୌଣସି ମତ ନିର୍ଦ୍ଦିଷ୍ଟ ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ – ଏପରି ଚିନ୍ତା କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ । ଦୁଇଜଣ ଭୂତତ୍ତ୍ବବିଦ୍‌ଙ୍କ ଖଣିଜ ଶିଳାଖଣ୍ଡଗୁଡ଼ିକ ସମ୍ପର୍କରେ ପରୀକ୍ଷାମୂଳକ ସିଦ୍ଧାନ୍ତ ଭିନ୍ନ ଭିନ୍ନ ହୋଇଥାଏ । ସେହି ଶିଳାଖଣ୍ଡଗୁଡ଼ିକୁ ବିଜ୍ଞାନାଗାରରେ ପରୀକ୍ଷା କଲେ ହୁଏତ ଜଣାପଡ଼ିପାରେ ଯେ ଜଣକର ଅଧିକାଂଶ ମତାମତ ଠିକ୍ ଓ ଅନ୍ୟ ଜଣକର ଅଧିକାଂଶ ମତାମତ ଭୁଲ୍ । ମାତ୍ର ଏଥିରେ ଦ୍ବିତୀୟ ଜଣକର ବ୍ୟକ୍ତିଗତ ଇଚ୍ଛା ଥିଲା ବୋଲି କୁହାଯାଇ ପାରେ । ତେଣୁ ଉଭୟେ ବିଜ୍ଞାନାଗାରର ରିପୋର୍ଟକୁ ସହଜରେ ଗ୍ରହଣ କରିଥା’ନ୍ତି । ଏହା ଜଣାଇଦିଏ ଯେ ମତପ୍ରଦାନରେ ଆସକ୍ତିଭାବ ନରହିବା ହିଁ ବୈଜ୍ଞାନିକ ମନୋବୃତ୍ତି ।

ଅନାସକ୍ତ ବୈଜ୍ଞାନିକ ମନୋବୃତ୍ତି ନଥୁଲେ ଜଣେ ଅନ୍ୟର ମତକୁ ସହଜରେ ଗ୍ରହଣ ନକରି ବିରୋଧ କରିଥା’ନ୍ତି । ପ୍ରାବନ୍ଧିକ ଜଣେ ସାହିତ୍ୟ ସମାଲୋଚକଙ୍କ ଉଦାହରଣ ଦେଇଛନ୍ତି । ସାହିତ୍ୟ ସମାଲୋଚକଙ୍କ କାମ ନିରପେକ୍ଷ ଭାବରେ ଲେଖାର ବିଶ୍ଳେଷଣ କରିବା । ମାତ୍ର ସମାଲୋଚକ ଜଣକ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପ୍ରଭାବିତ ହୋଇ ତାଙ୍କ ପ୍ରିୟ କବିଙ୍କ କବିତା ସମାଲୋଚନାବେଳେ କବିଙ୍କ ସପକ୍ଷରେ ଗଲାଭଳି ଅଭିମତ ଦେଇଥା’ନ୍ତି । ଅନ୍ୟ କେହି କବିଙ୍କର ଦୋଷଗୁଣ ବିଚାର କଲେ ସେ ତାଙ୍କର ବିରୋଧ କରିଥା’ନ୍ତି । ମୋଟ ଉପରେ ସେ ନିରପେକ୍ଷ ସମାଲୋଚନା କରିବା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । ଏପ୍ରକାର ବିଚାର ଅବୈଜ୍ଞାନିକ ।

ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଅନ୍ୟତମ ଲକ୍ଷଣ । ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ବା ଶାସ୍ତ୍ରର ପ୍ରସିଦ୍ଧ ମତ ହେଉ – ଏସବୁଠାରୁ ମୁକ୍ତ ରହି ବିଚାର ବି କରାଯାଇପାରେ । ସମାଜର ପ୍ରଚଳିତ ମତଦ୍ୱାରା ପ୍ରଭାବିତ ନହୋଇ ସ୍ଵାଧୀନ ଭାବରେ ବିଚାର କରିବା ଏକ କଠିନ ମାନସିକ ବ୍ୟାପାର । ଏହି ମାନସିକ ବ୍ୟାପାରଟି ଗଭୀର ଅଧ୍ୟୟନ, ଶିକ୍ଷା ଓ ଚିନ୍ତା ଉପରେ ନିର୍ଭରଶୀଳ । ଏପରି ମାନସିକ ଅଭ୍ୟାସର ବ୍ୟକ୍ତି ନିଜର ସିଦ୍ଧାନ୍ତକୁ ବୈଜ୍ଞାନିକ ମନୋଭାବ ହେତୁ ନିଶ୍ଚିତ ସତ୍ୟ ବୋଲି ଭାବନ୍ତି ନାହିଁ ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ଏହିସବୁ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ସତ୍ୟର ଉଦ୍‌ଘାଟନ ପାଇଁ ବୈଜ୍ଞାନିକ ମନୋବୃତ୍ତି ସର୍ବପ୍ରଥମେ ଆବଶ୍ୟକ । ପ୍ରାବନ୍ଧିକଙ୍କ ମତରେ ବୈଜ୍ଞାନିକ ମନୋବୃତ୍ତିର ବ୍ୟକ୍ତି ବିରଳ ନୁହଁନ୍ତି । ଜଣେ ବିଜ୍ଞାନରେ ଜ୍ଞାନ ଅର୍ଜନ କଲେ ବୈଜ୍ଞାନିକ ମନୋବୃତ୍ତିର ବ୍ୟକ୍ତି ହୁଅନ୍ତି ନାହିଁ । ଚିନ୍ତାଶୀଳ ହୋଇ ବିଚାର କରୁଥିବା ବ୍ୟକ୍ତି ବୈଜ୍ଞାନିକ ମନୋବୃତ୍ତିର । ଅବଶ୍ୟ ବିଜ୍ଞାନ ଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି ପରସ୍ପର ସହିତ ଜଡ଼ିତ । ଏତିକି ତଫାତ୍ ଯେ ବିଜ୍ଞାନ ଆବିଷ୍କୃତ କେତେକ ପ୍ରସଙ୍ଗ ମନୁଷ୍ୟର ଅନେକ ଭିତ୍ତିହୀନ ଆତ୍ମରୁଚିକର ବିଶ୍ଵାସ ଉପରେ କୁଠାରାଘାତ କରିବାରୁ ଚିନ୍ତାଶୀଳ ବ୍ୟକ୍ତିମାନେ ନିଜର ବିଶ୍ୱାସ ସନ୍ଦେହ ପ୍ରକାଶ କରି ସାବଧାନତାର ସହ ତାହାକୁ ତର୍ଜମା କଲେ । ଏସବୁ ପ୍ରମାଣ କରେ ଯେ ବୈଜ୍ଞାନିକ ମନୋବୃତ୍ତିଟି ଏକ ଅନାସକ୍ତ ଚିନ୍ତାଶୀଳ ମୁକ୍ତ ବିଚାରର କଥା ଅଟେ ।

ସୂଚନା ଓ କଠିନ ଶବ୍ଦାର୍ଥ:

  • ନିରପେକ୍ଷ – ପକ୍ଷପାତରହିତ/ସ୍ଵାଧୀନ ।
  • ଭିଭି – ମୂଳଦୁଆ/ମୂଳ ଆଧାର ।
  • ସିଦ୍ଧାନ୍ତ – ନିର୍ଦ୍ଧାରଣ|ନ୍ୟାୟ ।
  • ଅପ୍ରତ୍ୟାଶିତ – ଆକସ୍ମିକ|ହଠାତ୍‌ ।
  • ଆସକ୍ତି – ଜଡ଼ିତ ହେବା/ଲିପ୍ତ ହେବା ।
  • ନିସ୍ପୃହ – ଅନାଗ୍ରହ/ଆକାଂକ୍ଷାରହିତ ।
  • ବିରଳ – ଦୁର୍ଲଭ/ଅଳ୍ପ ପରିମାଣରେ ଲବ୍ଧ|ଯାହା କମ୍ ଦେଖାଯାଏ ।
  • ବାହୁଲ୍ୟ – ଅତିଶୟୋକ୍ତି/ଅତିରଞ୍ଜିତ/ବହୁଳତା ।
  • ଭୂତତ୍ତ୍ୱବିଦ୍ – ଭୂପୃଷ୍ଠ ଓ ତା’ର ନିମ୍ନବର୍ତ୍ତୀ ସ୍ତର ସମ୍ବନ୍ଧରେ ଯାହାଙ୍କର ବିଜ୍ଞାନସମ୍ମତ ଅଭିଜ୍ଞତା ରହିଛି|ଭୂବିଦ୍ୟା ସମ୍ପର୍କରେ ଅଭିଜ୍ଞ ।
  • ଶିଳାଖଣ୍ଡ – ପଥରଖଣ୍ଡ
  • କୁଠାରାଘାତ – କୁରାଢ଼ି ମାରିବା / ଛେଦନ କରିବା / ଅସ୍ବୀକାର ପୂର୍ବକ ନଷ୍ଟ କରିଦେବା ।
  • ଭିଭିହୀନ – ମୂଲ୍ୟହୀନ / ନିରର୍ଥକ / ଅମୂଳକ ।
  • ଚିନ୍ତାଶୀଳ – ବିଚାରସିଦ୍ଧ / ଚିନ୍ତାପରାୟଣ ।
  • ବାଟ୍ରାଣ୍ଡ ରସେଲ୍ – ଜଣେ ହେତୁବାଦୀ ପାଶ୍ଚାତ୍ୟ ଦାର୍ଶନିକ ଓ ପ୍ରାବନ୍ଧିକ । ସେ ୧୮୭୨ ମସିହାରେ ଇଂଲଣ୍ଡରେ ୱେଲସ୍ ପ୍ରଦେଶରେ ଜନ୍ମ ହୋଇଥିଲେ ଓ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଗଣିତ ଅଧ୍ୟାପନା କରୁଥିଲେ । ୧୯୫୦ ମସିହାରେ ସେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିଲେ । ସେ ଏକାଧାରରେ ଗଣିତ, ଦର୍ଶନ, ସମାଜର ଚିନ୍ତାନାୟକ ତଥା ମନୁଷ୍ୟ ନିୟତି ଲାଗି ଜଣେ ଅଗ୍ରଗାମୀ ସଂଗ୍ରାମୀ ଥିଲେ ।
  • ଆଲ୍‌ଡସ୍ ହକ୍‌ଲେ – ସେ ୧୮୯୪ ମସିହାରେ ଇଂଲଣ୍ଡ ଗୋଡ଼ାଲମିଙ୍ଗ୍ ସରେଠାରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଦୁଇଟି ବିଶ୍ଵଯୁଦ୍ଧ ଅବସରରେ ଜଣେ ଶାନ୍ତିପ୍ରିୟ ମାନବବାଦୀ ଚିନ୍ତାନାୟକ ଭାବରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ । ସେ ଜଣେ ଆଦର୍ଶବାଦୀ ପ୍ରାବନ୍ଧିକ ଓ ସ୍ତମ୍ଭକାର । ବିଶ୍ବବ୍ୟାପୀ ଉଦାର ଆର୍ଥନୀତିକ ବ୍ୟବସ୍ଥା ନିମନ୍ତେ ସେ ପ୍ରଚାର କରିଥିଲେ । ୧୯୬୩ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Comment