CHSE Odisha Class 12 Economics Chapter 12 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 12 ଜାତୀୟ ଆୟ Short Answer Questions.

CHSE Odisha 12th Class Economics Chapter 12 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ଜାତୀୟ ଆୟ କ’ଣ ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଷରେ ଏକ ଅର୍ଥବ୍ୟବସ୍ଥାରେ ଉତ୍ପାଦିତ ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ଉକ୍ତ ଅର୍ଥବ୍ୟବସ୍ଥାର ଜାତୀୟ ଆୟ କୁହାଯାଏ । ପ୍ରକାରାନ୍ତରେ ଜାତୀୟ ଆୟ ମଜୁରି, ଅଧୂଶେଷ, ସୁଧ ଓ ଲାଭର ସମଷ୍ଟି । ଅର୍ଥାତ୍ ଏକ ଦେଶରେ ଏକ ଗଣନ ବର୍ଷର ଦ୍ଵୈତ ଗଣନା ନ ହୋଇ ଉତ୍ପାଦିତ ହେଉଥ‌ିବା ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟକୁ ଜାତୀୟ ଆୟ କୁହାଯାଏ ।

2. ମୋଟ ଦେଶୀୟ ଉତ୍ପାଦ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟର ଅବଧି ମଧ୍ଯରେ ଚୂଡ଼ାନ୍ତ ଭାବେ ଉତ୍ପାଦନ କରାଯାଉଥ‌ିବା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ଅତଏବ ମୋଟ ଦେଶୀୟ ଉତ୍ପାଦ କହିଲେ କୌଣସି ରାଷ୍ଟ୍ର ମଧ୍ୟରେ ରାଷ୍ଟ୍ରର ନାଗରିକ ଓ ବିଦେଶୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ବୁଝାଏ । କେତେକ ଦେଶରେ ଜାତୀୟ ଆୟ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ବିଚାର କରାଯାଏ ନାହିଁ ।

3. ଅବକ୍ଷୟ ପରିବ୍ୟୟ ବ୍ୟବସ୍ଥା କ’ଣ ?
Answer:
ସ୍ଵାଭାବିକ କ୍ଷୟକ୍ଷତି ଏବଂ ଅପ୍ରଚଳନଜନିତ ଉତ୍ପାଦନ କ୍ଷେତ୍ରରେ ସ୍ଥିର ପୁଞ୍ଜି ରୂପକ ପରିସମ୍ପତ୍ତିର ମୂଲ୍ୟ ହ୍ରାସ ପାଏ । ପ୍ରତ୍ୟେକ ଉତ୍ପାଦନକାରୀ ସ୍ଥିର ପୁଞ୍ଜି ପରିସମ୍ପତ୍ତିକୁ ଅକ୍ଷତ ରଖିବାପାଇଁ ଯନ୍ତ୍ରପାତି, କଳକବ୍‌ଜା ଆଦିର କ୍ଷୟକ୍ଷତି ଭରଣା କରିବାପାଇଁ ପଦକ୍ଷେପ ନେଇଥା’ନ୍ତି । ଏଥ‌ିପାଇଁ ଉଦ୍ୟୋକ୍ତା କିଛି ବ୍ୟୟ କରିଥା’ନ୍ତି ଯାହା ଅବକ୍ଷୟ ପରିବ୍ୟୟ ନାମରେ ପରିଚିତ ।

4. ଘରୋଇ ଆୟ କ’ଣ ?
Answer:
ଦେଶର ସମସ୍ତ ନ୍ୟାୟୋଚିତ ସୂତ୍ରରୁ ଅର୍ଜନ କରାଯାଉଥିବା ଆୟ ବା ସମସ୍ତ ବ୍ୟକ୍ତିଙ୍କର ଆୟକୁ ଘରୋଇ ଆୟ କୁହାଯାଏ । ଉତ୍ପାଦନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ, ହସ୍ତାନ୍ତରଣ ପ୍ରାପ୍ୟ, ବିଦେଶରୁ ଅର୍ଜନ କରାଯାଉଥୁବା ନିଟ୍ ଉତ୍ପାଦନ ଆୟ ଏବଂ ଆଭ୍ୟନ୍ତରୀଣ ଋଣ ଉପରେ ମିଳୁଥିବା ସୁଧ, ସାମାଜିକ ନିରାପତ୍ତା ଖର୍ଜ, ଲାଭାଂଶ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ମିଳୁଥ‌ିବା ଉଦ୍‌ବୃତ୍ତ ଅଂଶକୁ ବାଦେଇ ଘରୋଇ ଆୟ ସ୍ଥିର କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

5. ବ୍ୟବହାରଯୋଗ୍ୟ ଆୟ କ’ଣ ?
Answer:
ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ `କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ । ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ ।

6. ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ, ରାଷ୍ଟ୍ରର ବ୍ୟକ୍ତିବିଶେଷ ବାସ୍ତବରେ ଯେଉଁ ମୌଦ୍ରିକ ଆୟ କରିଥା’ନ୍ତି ତାହାକୁ ବ୍ୟକ୍ତିଗତ ଆୟ କୁହାଯାଏ । ଜାତୀୟ ଆୟ ଆକଳନବେଳେ ଏଭଳି କିଛି ଆୟ ହିସାବକୁ ନିଆଯାଏ ଯେଉଁଗୁଡ଼ିକ ଅର୍ଜିତ ହୋଇଥିଲେ ମଧ୍ୟ ପ୍ରାପ୍ତ ହୋଇ ନଥାଏ । ସେଗୁଡ଼ିକ ହେଲା ସାମାଜିକ ନିରାପତ୍ତା ଦେୟ, ଆବଣ୍ଟିତ ଲାଭ, କର୍ପୋରେଟ କର ଇତ୍ୟାଦି । ପୁନଶ୍ଚ, ଜାତୀୟ ଆୟରେ କେତେକ ଆୟ ସାମିଲ ହୋଇ ନଥାଏ ଯେଉଁଗୁଡ଼ିକ ଅର୍ଜିତ ହୋଇନଥିଲେ ମଧ୍ୟ ପ୍ରାପ୍ତ ହୋଇଥାଏ । ସେଗୁଡ଼ିକ ହେଲା ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା ଇତ୍ୟାଦି ଭଳି ଅନ୍ତରଣ ଦେୟ । ତେଣୁ ବ୍ୟକ୍ତିଗତ ଆୟ ଆକଳନବେଳେ ଜାତୀୟ ଆୟରୁ ଅର୍ଜିତ ଅପ୍ରାପ୍ତ ଆୟ ବାଦ୍ ଦେଇ ଅର୍ଜିତ ନ ହୋଇ ପ୍ରାପ୍ତ ହୋଇଥିବା ଆୟ ଯୋଗ କରାଯାଏ ।

7. ହସ୍ତାନ୍ତରଣ ଦେୟ କ’ଣ ?
Answer:
କେତେକ କ୍ଷେତ୍ରରେ ସରକାର କୌଣସି ଦ୍ରବ୍ୟ ଓ ସେବାର ଆଶା ନ ରଖ୍ ପରିବାର, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଲାଭ ରହିତ ସଂସ୍ଥାମାନଙ୍କୁ ଏକତରଫା ଭାବେ ଯେଉଁ ପ୍ରାପ୍ୟସବୁ ପ୍ରଦାନ କରନ୍ତି ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରରଣ ଦେୟର ଉଦାହରଣ ହେଲା ବାର୍ଦ୍ଧକ୍ୟ ଭତ୍ତା, ବୃତ୍ତି ଭତ୍ତା ଓ ବେକାରୀ ଭତ୍ତା । ତେଣୁ ଯେଉଁସବୁ ପ୍ରାପ୍ତି ବା ପାଉଣା ହିତାଧ୍ୟାକାରୀମାନେ ଉତ୍ପାଦନଶୀଳ ଅଂଶ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ ହସ୍ତାନ୍ତରଣ ଦେୟ କୁହାଯାଏ ଏବଂ ଏହା ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇ ନଥାଏ ।

8. ଅବରୁଦ୍ଧ ଅର୍ଥବ୍ୟବସ୍ଥା କ’ଣ ?
Answer:
ବିଶ୍ବର ଅନ୍ୟ କୌଣସି ଦେଶ ସହ ଅର୍ଥନୈତିକ ସମ୍ପର୍କ ନଥୁଲେ, ଅର୍ଥବ୍ୟବସ୍ଥାକୁ ଅବରୁଦ୍ଧ ଅର୍ଥବ୍ୟବସ୍ଥା କୁହାଯାଏ । ଅର୍ଥାତ୍ ଏହି ଅର୍ଥବ୍ୟବସ୍ଥାରେ ବୈଦେଶିକ ବାଣିଜ୍ୟ ଦେଖାଯାଏ ନାହିଁ । ତେଣୁ ଯାହା ଦେଶରେ ଉତ୍ପାଦନ କରାଯାଏ ତାହା ଉପଭୋଗ ଓ ସଞ୍ଚୟ ହୋଇଥାଏ ।

9. ମୁକ୍ତ ଅର୍ଥବ୍ୟବସ୍ଥା କ’ଣ ?
Answer:
ବର୍ତ୍ତମାନ ପୃଥ‌ିବୀର ପ୍ରତ୍ୟେକ ଦେଶରେ ମୁକ୍ତ ଅର୍ଥବ୍ୟବସ୍ଥା ପ୍ରଚଳିତ । ମୁକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସମ୍ପର୍କ ରହିଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନପ୍ରଦାନ କରାଯାଉଥ‌ିବାରୁ ମୋଟ ଜାତୀୟ ଆୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ ।

10. ମୁଣ୍ଡପିଛା ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷର ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗକରି ମୁଣ୍ଡପିଛା ଆୟ ନିର୍ଦ୍ଧାରଣ
କରାଯାଏ । ମୁଣ୍ଡପିଛା ଆୟକୁ ସ୍ଥିର ଦାମ୍‌ରେ ଏବଂ ପ୍ରଚଳିତ ଦାମ୍‌ରେ କଳନା କରାଯାଇପାରେ । ଜାତୀୟ ଆୟର ଅଭିବୃଦ୍ଧି ଯଦି ଜନସଂଖ୍ୟା ବୃଦ୍ଧିଠାରୁ କମ୍ ହୁଏ, ତାହାହେଲେ ମୁଣ୍ଡପିଛା ଆୟ ହ୍ରାସ ପାଇଥାଏ । ସ୍ଥିର ଦରରେ ସୂଚିତ ମୁଣ୍ଡପିଛା ଆୟ ଅର୍ଥନୈତିକ ଅଭିବୃଦ୍ଧିର ଓ ଜୀବନଯାପନ ମାନର ସଠିକ୍ ମାପକାଠି ହୋଇଥାଏ ।

11. ମଧ୍ୟବର୍ତୀ (ଅନ୍ତବର୍ତ୍ତୀ) ଦ୍ରବ୍ୟ କ’ଣ ?
Answer:
ଯେଉଁସବୁ ଦ୍ରବ୍ୟଉତ୍ପାଦନକାରୀଙ୍କ ମଧ୍ୟରେ ବିନିମୟ ହୋଇଥାଏ, ସେସବୁ ଦ୍ରବ୍ୟକୁ ମଧ୍ୟବର୍ତ୍ତୀ ଦ୍ରବ୍ୟରୂପେ ବିଚାର କରାଯାଏ । କୌଣସି ଦ୍ରବ୍ୟ ଅଧ‌ିକ ଉତ୍ପାଦନ କରିବାପାଇଁ ଜଣେ ଉତ୍ପାଦନକାରୀ ଅନ୍ୟ ଜଣେ ଉତ୍ପାଦନକାରୀଙ୍କଠାରୁ ଏହି ପ୍ରକାର ଦ୍ରବ୍ୟ କ୍ରୟ କରିଥା’ନ୍ତି । ମଧ୍ୟବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ ହୋଇନଥାଏ ।

12. ଚୂଡ଼ାନ୍ତ ଦ୍ରବ୍ୟ କ’ଣ ?
Answer:
ଚୂଡ଼ାନ୍ତ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଯୋଗ ପାଇଁ ଉଦ୍ଦିଷ୍ଟ ନୁହେଁ କି ପୁନଃ ବିକ୍ରୟକ୍ଷମ ନୁହେଁ । ଏହି ପ୍ରକାର ଦ୍ରବ୍ୟଗୁଡ଼ିକ ମୁଖ୍ୟତଃ ଉପଯୋଗ ପାଇଁ ବା ଅଭାବକୁ ପ୍ରତ୍ୟକ୍ଷଭାବେ ପରିତୃପ୍ତ କରିବାପାଇଁ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

13. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଉତ୍ପାଦିତ ହୋଇଥିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବା ସମୂହର ମୋଟ ବଜାର ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ତେଣୁ ଏହାର ଅନ୍ୟ ନାମ ବଜାର ଦରଭିଭିକ ଜାତୀୟ ଉତ୍ପାଦ । କୌଣସି ରାଷ୍ଟ୍ରରେ ନାଗରିକ ଉପାର୍ଜନ କରୁଥିବା ଆୟ ଜାତୀୟ ଉତ୍ପାଦର ଅଂଶବିଶେଷ । ତେଣୁ ବିଦେଶରୁ ଅର୍ଜିତ ଆୟ ମଧ୍ୟ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ ।

14. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ରାଷ୍ଟ୍ରର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିଭିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏ ନାହିଁ ।

15. ସାଧାରଣ ଅସ୍ଵାସୀ କାହାକୁ କୁହାଯାଏ ?
Answer:
ଅସ୍ଵାସୀ କହିଲେ ଆମେ କୌଣସି ସ୍ଥାନରେ ବସବାସ କରି ରହୁଥ‌ିବା ବ୍ୟକ୍ତିବିଶେଷଙ୍କୁ ବୁଝିଥାଉ । ତେଣୁ ଗୋଟିଏ ଦେଶରେ ବସବାସ କରୁଥିବା ଯେଉଁ ବ୍ୟକ୍ତିବିଶେଷଙ୍କର ଆର୍ଥିକ ସ୍ବାର୍ଥ ସେହି ଦେଶରେ ନିହିତ ଥାଏ, ସେମାନଙ୍କୁ ଦେଶର ସାଧାରଣ ଅସ୍ଵାସୀ କହନ୍ତି । ସେହି ଅଧ୍ୟାବାସୀଗଣ ଯେଉଁ ଆୟ ଉତ୍ପାଦନ କ୍ଷେତ୍ରରେ ସାଧନ ବାବଦରେ ଅର୍ଜନ କରନ୍ତି, ଯଥା – ମଜୁରି, ଅଶେଷ, ସୁଧ ଓ ଲାଭ, ତାକୁ ଜାତୀୟ ଆୟ କୁହାଯାଏ ।

16. ବିଦେଶାଗତ ନିଟ୍ ସାଧନ ଆୟ କିପରି ଆକଳନ କରାଯାଏ ?
Answer:
ଉତ୍ପାଦନରୁ ସାଧନ ସେବା ପ୍ରଦାନ ବାବଦରେ ବିଦେଶରୁ ପ୍ରାପ୍ୟ ଆୟରୁ ସାଧନ ସେବା ପ୍ରଦାନ ବାବଦରେ ଅଣ ଅଧିବାସୀମାନଙ୍କୁ ଦେୟ ଆୟକୁ ବାଦ୍ ଦେଲେ, ଆମେ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ ପାଉ । ନିଟ୍ ଘରୋଇ ଆୟ ସହିତ ବିଦେଶରୁ ଅର୍ଜିତ ସାଧନ ଆୟକୁ ଯୋଗକଲେ ଆମେ ଜାତୀୟ ଆୟ ପାଇଥାଉ । ଅର୍ଥାତ୍ ଜଣେ ଭାରତୀୟ ଆମେରିକାରେ ନିବେଶ କରି ଉପାର୍ଜନ କରୁଥିବା ଆୟ ଭାରତୀୟ ଜାତୀୟ ଆୟର ଏକ ଅଂଶବିଶେଷ । କିନ୍ତୁ ଜଣେ ଆମେରିକୀୟ ଭାରତରୁ କରୁଥିବା ଆୟ ଭାରତୀୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ ।

17. ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ କିପରି ଆକଳନ କରାଯାଏ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାରୁ ମୋଟ ଘରୋଇ ସାଧନ ଆୟ ଓ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିକୁ ସାଧନଜନିତ ପରିବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ । ଅର୍ଥାତ୍ ଉପାଦାନଭିତ୍ତିକ ମୋଟ ଜାତୀୟ ଉତ୍ପାଦ = ଉପାଦାନ ବ୍ୟୟଭିତ୍ତିକ ମୋଟ ଘରୋଇ ଉତ୍ପାଦ + ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ । ପୁନଶ୍ଚ, ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦରୁ ନିଟ୍ ପରୋକ୍ଷ କର ବାଦ୍ ଦେଲେ ଆମେ ମଧ୍ୟ ଉପାଦାନ ବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ ପାଇଥାଉ ।

18. ବ୍ୟକ୍ତିଗତ ଆୟ କ’ଣ ?
Answer:
ସମସ୍ତ ଉତ୍ସଗୁଡ଼ିକରୁ ବ୍ୟକ୍ତି କିମ୍ବା ପରିବାରବର୍ଗମାନଙ୍କୁ ମିଳୁଥିବା ଚଳନ୍ତି ଆୟକୁ ବ୍ୟକ୍ତିଗତ ଆୟରୂପେ ଅଭିହତ କରାଯାଏ । ବ୍ୟକ୍ତିଗତ ଆୟ କେବଳ ସେହି ଆୟକୁ ଅନ୍ତର୍ଭୁକ୍ତ କରେ, ଯେଉଁ ଆୟକୁ ପରିବାରମାନେ ପ୍ରକୃତରେ ପାଇଥାଆନ୍ତି । ବେସରକାରୀ ଆୟରୁ ପ୍ରତିଷ୍ଠାନମାନଙ୍କର ଅବିତରିତ ଲାଭ ଓ ନିଗମ କର ବାଦ୍ ଦେଲେ ବ୍ୟକ୍ତିଗତ ଆୟ ମିଳିଥାଏ ।

19. ପ୍ରଯୁଜ୍ୟ ଆୟ କ’ଣ ?
Answer:
ପରିବାରଗୁଡ଼ିକ ଅର୍ଜନ କରୁଥିବା ସମସ୍ତ ବ୍ୟକ୍ତିଗତ ଆୟ ଖଯୋଗ୍ୟ ହୋଇ ନଥାଏ । କାରଣ ପରିବାରଗୁଡ଼ିକ ବ୍ୟକ୍ତିଗତ ଆୟ ପ୍ରତ୍ୟକ୍ଷ କର ଯଥା ଆୟକର ଆକାରରେ ସରକାରଙ୍କୁ ଦେଇଥା’ନ୍ତି । ତେଣୁ ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ବାଦେଲେ ବ୍ୟକ୍ତିଗତ ପ୍ରଯୁଜ୍ୟ ଆୟ ମିଳିଥାଏ ।

20. ଅନ୍ତରଣ ଦେୟ କାହାକୁ କହନ୍ତି ?
Answer:
ଉତ୍ପାଦନ କ୍ଷେତ୍ରକୁ କୌଣସି ଅବଦାନ ନ ଥାଇ ମଧ୍ୟ କେତେକ ବ୍ୟକ୍ତିବିଶେଷଙ୍କୁ ସରକାର ଯେଉଁ ପ୍ରାପ୍ୟ ଦେଇଥା’ନ୍ତି ତାହାକୁ ଅନ୍ତରଣ ଦେୟ କୁହାଯାଏ । ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଛାତ୍ରବୃତ୍ତି ଇତ୍ୟାଦି ପ୍ରଭୃତି ଅନ୍ତରଣ ଦେୟ, କାରଣ ସେଗୁଡ଼ିକ ଉତ୍ପାଦନ ସହିତ ସମ୍ପୃକ୍ତ ନୁହନ୍ତି । ଏହିପରି ଆୟକୁ ଜାତୀୟ ଆୟ ଆକଳନବେଳେ ବିଚାରକୁ ନିଆଯାଏ ନାହିଁ ।

21. ହସ୍ତାନ୍ତରଣ ଦେୟ କାହାକୁ କୁହାଯାଏ ?
Answer:
ଦ୍ରବ୍ୟ ଓ ସେବା ପ୍ରବାହକୁ କୌଣସି ଅବଦାନ ନ ଥାଇ ଯେଉଁ ପ୍ରାପ୍ୟ ପରିଶୋଧ କରାଯାଏ, ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରଣ ଦେୟ; ଯଥା – ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଗରିବ ଛାତ୍ରପାଣ୍ଠି ଇତ୍ୟାଦି ସାଧନ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ତେଣୁ ଯେଉଁସବୁ ପାଉଣା ହିତାଧିକାରୀମାନେ ଉତ୍ପାଦନଶୀଳ ଅଂଶଦାନ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ
ହସ୍ତାନ୍ତରଣ ଦେୟ କୁହାଯାଏ ।

22. ମିଶ୍ରିତ ଆୟ କ’ଣ ?
Answer:
ଆତ୍ମନିଯୁକ୍ତ ବ୍ୟକ୍ତିଗଣ ସେମାନଙ୍କର ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନଗୁଡ଼ିକୁ ବ୍ୟବହାର କରି ଯେଉଁ ଆୟ ଅର୍ଜନ କରନ୍ତି, ତାହାକୁ ସେମାନଙ୍କର ମିଶ୍ରିତ ଆୟ କୁହାଯାଏ । ଏହି ଆୟ ମଜୁରି, ଅଶେଷ, ସୁଧ ଓ ଲାଭର ସମ୍ମିଶ୍ରଣରେ ସୃଷ୍ଟି ହୋଇଥାଏ । ତେଣୁ ଏହି ଆୟ ଜାତୀୟ ଆୟର ଏକ ଅଂଶ ରୂପେ ବିବେଚନା କରାଯାଏ ।

23. ଅବକ୍ଷୟଜନିତ ବ୍ୟୟ କାହାକୁ କହନ୍ତି ?
Answer:
ଉତ୍ପାଦନକାଳରେ ଯନ୍ତ୍ରପାତି, କାରଖାନା ଇତ୍ୟାଦିର ମୂଲ୍ୟ ହ୍ରାସ ପାଇବା ସ୍ଵାଭାବିକ । ମୂଲ୍ୟର ଏହି ଅବମୂଲ୍ୟାୟନକୁ ଅବକ୍ଷୟଜନିତ ବ୍ୟୟ କୁହାଯାଏ । ଅଧ୍ଵନ୍ତୁ ଉଦ୍ଭାବନ ଓ ନୂତନ ପ୍ରଯୁକ୍ତି ଜ୍ଞାନର ଅଭ୍ୟୁଦୟ ଯୋଗୁଁ ଅନେକ କଳକାରଖାନା ନିଜର ପ୍ରାସଙ୍ଗିକତା ହରାଇଥାନ୍ତି । ତେଣୁ ନିଟ୍ ଜାତୀୟ ଆୟ ନିର୍ଣ୍ଣୟ କରିବାପାଇଁ ମୋଟ ଜାତୀୟ ଆୟରୁ ଅବକ୍ଷୟଜନିତ ବ୍ୟୟ ବାଦ୍ ଦେବାକୁ ହୋଇଥାଏ ।

24. ପୁଞ୍ଜି ଉପଭୋଗ ଭତ୍ତା (Capital Consumption Allowance) କ’ଣ ?
Answer:
ଦରଦାମ୍ ବୃଦ୍ଧି ପାଇବାଦ୍ୱାରା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ବୃଦ୍ଧି ପାଏ । ଏଠାରେ ମୌଦ୍ରିକ ଆୟ ବୃଦ୍ଧି ପାଇଥିଲେ ମଧ୍ୟ ବାସ୍ତବ ଆୟର କୌଣସି ପରିବର୍ତ୍ତନ ଘଟିନଥାଏ । ତେଣୁ ମୌଦ୍ରିକ ଆୟରେ ହୋଇଥିବା ଅଯଥା ବୃଦ୍ଧିକୁ ବାଦ୍ ଦେବା ଉଚିତ ଯଦ୍ବାରା ବାସ୍ତବ ଆୟ ଜାଣିହେବ । ଠିକ୍ ସେହିପରି ମୋଟ ଜାତୀୟ ଆୟରେ ହେଉଥ‌ିବା ଅଯଥା ବୃଦ୍ଧିକୁ ଅବକ୍ଷୟଜନିତ ବ୍ୟୟ ମାଧ୍ୟମରେ ଅନ୍ତର କରି ନିଟ୍ ଜାତୀୟ ଆୟ ଆକଳନ କରିହେବ । ଅବକ୍ଷୟଜନିତ ବ୍ୟୟକୁ ପୁଞ୍ଜି ଉପଭୋଗ ଭତ୍ତା ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

25. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ଦେଶର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିତ୍ତିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏନାହିଁ ।

26. ନିଟ୍ ପରୋକ୍ଷ କର କିପରି ନିର୍ଦ୍ଧାରଣ କରାଯାଏ ?
Answer:
ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ରାଷ୍ଟ୍ର ବିଦେଶକୁ ରପ୍ତାନି କରି ଯେଉଁ ଆୟ କରିଥାଏ ତାହାକୁ ରପ୍ତାନି ମୂଲ୍ୟ କହନ୍ତି । ଠିକ୍ ସେହିପରି ଅନ୍ୟ ରାଷ୍ଟ୍ରରୁ ଆମଦାନୀ କରି ରାଷ୍ଟ୍ର ଆମଦାନି ଦ୍ରବ୍ୟର ଯେଉଁ ମୂଲ୍ୟ ପ୍ରଦାନ କରିଥାଏ, ତାହାକୁ ଆମଦାନି ମୂଲ୍ୟ କୁହାଯାଏ l ରପ୍ତାନି ଓ ଆମଦାନି ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ହିଁ ନିଟ୍ ରପ୍ତାନି ମୂଲ୍ୟ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂ-ଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିରୁ ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦ ମିଳିଥାଏ । ତେଣୁ ଦୋହରା ଓ ବହୁବିଧ ଗଣନା ସମସ୍ୟାରୁ ମୁକ୍ତ ହେବାପାଇଁ ମୋଟ ଜାତୀୟ ଉତ୍ପାଦ କଳନା କଲାବେଳେ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରାଯାଏ ଏବଂ ବିଦେଶରୁ ଅର୍ଜିତ ଆୟ ମଧ୍ଯ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ ।

କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ । ପୁନଶ୍ଚ ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ମୋଟ ଜାତୀୟ ଉତ୍ପାଦକୁ ଅର୍ଥନୈତିକ ବିକାଶର ମାନଦଣ୍ଡ ଭାବରେ ଗ୍ରହଣ କରାଯାଏ ।

2. ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ହିସାବ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ ।

ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ । ତେଣୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ ହେଉଛି = ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର ।

3. ମୂଲ୍ୟ ସଂଯୋଗ ପଦ୍ଧତି କ’ଣ ?
Answer:
ମୂଲ୍ୟ ସଂଯୋଗ ପଦ୍ଧତି ଉତ୍ପାଦ ପଦ୍ଧତିର ଅନ୍ୟ ଏକ ବିକଳ୍ପ । ଏହି ପଦ୍ଧତି ସାଧାରଣତଃ ସେହି ପଦ୍ଧତିକୁ ବୁଝାଏ ଯାହା ଦ୍ରବ୍ୟ ଓ ସେବାର ଉତ୍ପାଦନରେ ପ୍ରତ୍ୟେକ ଉତ୍ପାଦନକାରୀ ପ୍ରତିଷ୍ଠାନର ଅବଦାନର ମୂଲ୍ୟକୁ ପରିମାପ କରିଥାଏ । ଉତ୍ପାଦନର ପ୍ରତ୍ୟେକ ସ୍ତରରେ ସଂଯୁକ୍ତ ହେଉଥ‌ିବା ମୂଲ୍ୟର ଗଣନା ଏହି ପଦ୍ଧତିରେ କରାଯାଇଥାଏ । ଅର୍ଥାତ୍ ଉତ୍ପାଦନ କାଳରେ ଉତ୍ପାଦନର ପ୍ରତ୍ୟେକ ସ୍ତରରେ କଞ୍ଚାମାଲ ସହିତ ମୂଲ୍ୟ ସଂଯୁକ୍ତ ହୋଇଥାଏ । ତେଣୁ, ଏକ ଉତ୍ପାଦର ମୂଲ୍ୟ କଞ୍ଚାମାଲର ମୂଲ୍ୟ ଏବଂ ପ୍ରତ୍ୟେକ ସ୍ତରରେ ସଂଯୋଗ ହୋଇଥିବା ମୋଟ ମୂଲ୍ୟର ସମଷ୍ଟି ।

ମୂଲ୍ୟ ସଂଯୋଗ ପଦ୍ଧତି ଅବଲମ୍ବନରେ ରାଷ୍ଟ୍ରର ମୋଟ ଉତ୍ପାଦ ମୂଲ୍ୟ ଆକଳନ କରାଯାଇପାରେ । ଏଥରେ ନିଟ୍ ବିଦେଶାଗତ ଆୟ ବା ରପ୍ତାନି ମୂଲ୍ୟ ଓ ଆମଦାନି ମୂଲ୍ୟର ଅନ୍ତରକୁ ଏକତ୍ର କରି ଜାତୀୟ ଉତ୍ପାଦ ନିର୍ଦ୍ଧାରଣ କରାଯାଏ ।

4. ବିଦେଶାଗତ ନିଟ୍ ସାଧନ ଆୟ କ’ଣ ?
Answer:
ଜାତୀୟ ଆୟର ଆକଳନର ଶେଷ ପର୍ଯ୍ୟାୟରେ ବିଦେଶାଗତ ନିଟ୍ ସାଧନ ଆୟର ଆକଳନ କରାଯାଇଥାଏ । ଏକ ରାଷ୍ଟ୍ରର ଅଧ୍ୟାବାସୀ ଅନ୍ୟ ରାଷ୍ଟ୍ରରୁ ମଧ୍ଯ ଆୟ କରିଥା’ନ୍ତି । ଜାତୀୟ ଆୟ ଗଣନା କଲାବେଳେ ଏହି ଆୟକୁ ହିସାବକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ ଯେଉଁ ଆୟ କରିଥାଏ ତାହା ଜାତୀୟ ଆୟର ଏକ ଉପାଦାନ ରୂପେ ବିବେଚନା କରାଯାଏ ନାହିଁ । ତେଣୁ ରାଷ୍ଟ୍ରର ଅଧିବାସୀ ବିଦେଶରୁ କରୁଥିବା ଆୟ ଏବଂ ବିଦେଶୀମାନଙ୍କ ସେବା ଓ ନିବେଶର ପ୍ରାପ୍ୟର ପାର୍ଥକ୍ୟ ଜାତୀୟ ଆୟର ଏକ ଉପାଦାନ । ଏହାକୁ ବିଦେଶାଗତ ନିଟ୍ ସାଧନ ଆୟ କୁହାଯାଏ । ଏହା ଧନାତ୍ମକ ବା ଋଣାତ୍ମକ ହୋଇପାରେ ।

5. ବ୍ୟୟ ପଦ୍ଧତି କ’ଣ ?
Answer:
ଜଣଙ୍କ ଆୟ ଅନ୍ୟଜଣଙ୍କ ବ୍ୟୟ ସହିତ ସମାନ । ଅର୍ଥାତ୍, ମୋଟ ଉତ୍ପାଦର ମୂଲ୍ୟ ମୋଟ ବ୍ୟୟ ସହିତ ସମାନ । ତେଣୁ ଜାତୀୟ ଆୟ ବ୍ୟୟ ପଦ୍ଧତିରେ ମଧ୍ୟ ଆକଳନ କରାଯାଇପାରିବ । ଏଥିରେ ଏକ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ ଏକକର ବ୍ୟୟକୁ ଏକତ୍ରକରି ଜାତୀୟ ଆୟ ଆକଳନ କରାଯାଇଥାଏ । ବ୍ୟୟ ପଦ୍ଧତିରେ ସମସ୍ତ ଉତ୍ପାଦିତ ପଦାର୍ଥ ବିକ୍ରୟ ହୋଇସାରିଛି ବୋଲି ଧରି ନିଆଯାଏ । କେବଳ ଏକ ଗଣନ ବର୍ଷ ମଧ୍ୟରେ ଉତ୍ପାଦିତ ସମସ୍ତ ପଦାର୍ଥ ଓ ସେବାପାଇଁ ହୋଇଥିବା ବ୍ୟୟକୁ ଆଧାର କରି ଏହି ପଦ୍ଧତିରେ ଜାତୀୟ ଆୟ ନିର୍ଣ୍ଣୟ କରାଯାଏ ।

ଅତଏବ ବ୍ୟୟ ପଦ୍ଧତିରେ ଜାତୀୟ ଆୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମସ୍ତ ଅଧିବାସୀଙ୍କ ମୋଟ ବ୍ୟୟକୁ ହିଁ ବୁଝାଇଥାଏ । ଯେଉଁଠାରେ ସମସ୍ତ ଦ୍ରବ୍ୟ ଓ ସେବା ବିକ୍ରି ହୋଇଛି ବୋଲି ମନେ କରିବାକୁ ହୁଏ । ଏହି ପଦ୍ଧତିକୁ ଚୂଡ଼ାନ୍ତ ବ୍ୟୟ ପଦ୍ଧତି ବା ଉପଭୋଗ ଓ ବିନିଯୋଗ ପଦ୍ଧତି ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

6. ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ମୌଦ୍ରିକ ମୂଲ୍ୟକୁ ବଜାର ଦରରେ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଉତ୍ପାଦନକାରୀମାନେ ସ୍ବଦେଶୀ ବାସିନ୍ଦା ବା ପ୍ରବାସୀ ହୋଇପାରନ୍ତି, କିନ୍ତୁ ସେମାନେ ସମସ୍ତେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରୁଥିବା ଆବଶ୍ୟକ । ଦୋହରା ଗଣନାରୁ ନିବୃତ୍ତି ପାଇଁ କେବଳ ଅନ୍ତିମ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ କରାଯାଇଥାଏ ।

ନୂତନ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରେ; ମାତ୍ର ପୁରୁଣା ଦ୍ରବ୍ୟର ମୂଲ୍ୟକୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । ଏଠାରେ ସ୍ଵକୀୟ ଉପଭୋଗ ପାଇଁ ବ୍ୟବହୃତ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ ହୋଇ ନଥାଏ ଏବଂ କେତେଗୁଡ଼ିଏ ଦ୍ରବ୍ୟ ବଜାରକୁ ବିକ୍ରି ପାଇଁ ନ ଆସିଲେ ମଧ୍ୟ ସେମାନଙ୍କର ଆରୋପିତ ମୂଲ୍ୟ ଏଥ‌ିରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

7. ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) ।
Answer:
ଭୂମି, ପୁଞ୍ଜି, ଶ୍ରମ ଓ ସଙ୍ଗଠନ ଭଳି ଉତ୍ପାଦନର ସାଧନମାନଙ୍କର ସମ୍ମିଳିତ ଉଦ୍ୟମରେ ଉତ୍ପାଦନ ସମ୍ଭବ ହୋଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ଅବଦାନ ଯୋଗୁଁ ପ୍ରତିବଦଳରେ ସାଧନଗୁଡ଼ିକ ସେମାନଙ୍କର ପାରିତୋଷିକ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ଗ୍ରହଣ କରିଥା’ନ୍ତି । ସାଧନମାନଙ୍କର ଏହି ପାଉଣାକୁ ଉତ୍ପାଦନ ବ୍ୟୟ ବା ସାଧନ ବ୍ୟୟ କୁହାଯାଏ । ପ୍ରତିଷ୍ଠାନ ଦୃଷ୍ଟିକୋଣରୁ ଏହାକୁ ବ୍ୟୟଭାବରେ ଗ୍ରହଣ କରାଯାଉଥ‌ିବାବେଳେ ସାଧାନମାନଙ୍କ ଦୃଷ୍ଟିକୋଣରୁ ଏହା ସେମାନଙ୍କର ଆୟ ହିସାବରେ ପରିଗଣିତ ହୋଇଥାଏ ।

ଅତଏବ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ କହିଲେ, ମୋଟ ଘରୋଇ ଆୟକୁ ମଧ୍ୟ ବୁଝାଇଥାଏ । ଏହା ଉତ୍ପାଦନ ବ୍ୟୟରେ ମୋଟ ସଂଯୋଗିତ ମୂଲ୍ୟ ସହ ସମାନ ହୋଇଥାଏ । ବଜାର ଦରରେ ମୋଟ ଘରୋଇ ଉତ୍ପାଦରୁ ନିଟ୍ ପରୋକ୍ଷ କର ବିୟୋଗ କଲେ, ବିୟୋଗଫଳକୁ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ ବୋଲି କୁହାଯାଏ ।

8. ନିଟ୍ ପରୋକ୍ଷ କର କ’ଣ ?
Answer:
ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବାରେ ପରୋକ୍ଷ କର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିଟ୍ ପରୋକ୍ଷ କର କହିଲେ, ପରୋକ୍ଷ କର ଓ ସରକାରୀ ସହାୟତା (Subsidy)ର ଅନ୍ତରଫଳକୁ ବୁଝାଏ । ପରୋକ୍ଷ କର କହିଲେ, ଦ୍ରବ୍ୟ ଓ ସେବା ଉପରେ ଧାର୍ଯ୍ୟ କରାଯାଉଥ‌ିବା ବିକ୍ରୟ କର, ଉତ୍ପାଦନ କର ପ୍ରଭୃତିକୁ ବୁଝାଏ । ସରକାର କେତେକ ଦ୍ରବ୍ୟ ଓ ସେବାର ଉତ୍ପାଦନକୁ ପ୍ରୋତ୍ସାହନ ଦେବାପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥା’ନ୍ତି ।

ଏହାକୁ ସରକାରୀ ସହାୟତା କୁହାଯାଏ । ଏହି ଆର୍ଥିକ ସହାୟତା ବଜାର ଦରକୁ ହ୍ରାସ କରିଥାଏ । ବଜାର ଦରର ନିଟ୍ ଅଭିବୃଦ୍ଧି ଜାଣିବାକୁ ହେଲେ କରର ପରିମାଣରୁ ସରକାରୀ ସହାୟତା ବିୟୋଗ କରିବାକୁ ହୋଇଥାଏ । ଏହି ବିୟୋଗଫଳକୁ ନିଟ୍ ପରୋକ୍ଷ କର କୁହାଯାଏ ।

9. ନିଟ୍ ରପ୍ତାନି କ’ଣ ?
Answer:
ରପ୍ତାନିର ମୂଲ୍ୟ ଓ ଆମଦାନିର ମୂଲ୍ୟର ପାର୍ଥକ୍ୟକୁ ନିଟ୍ ରପ୍ତାନି କୁହାଯାଏ । ବିଦେଶରେ ଦ୍ରବ୍ୟ ଓ ଅଣସାଧନ ସେବାର ବିକ୍ରୟକୁ ରପ୍ତାନି କୁହାଯାଏ । ରପ୍ତାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ଦେଶର ଘରୋଇ ଭୂ-ଖଣ୍ଡରେ ଉତ୍ପାଦିତ ହୋଇଥାଏ ଏବଂ ସେଥ‌ିପାଇଁ ରପ୍ତାନି ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । ଅନ୍ୟପକ୍ଷରେ ଆମଦାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ବିଦେଶରେ ଉତ୍ପାଦିତ ହୋଇଥାଏ ଏବଂ ସେଥୂପାଇଁ ଆମଦାନି ଘରୋଇ ଉତ୍ପାଦର ଏକ ଅଂଶ ହୋଇନଥାଏ ।

ତେଣୁ ଗୋଟିଏ ଗଣନ ବର୍ଷରେ କୌଣସି ରପ୍ତାନି ମୂଲ୍ୟରୁ ଆମଦାନି ମୂଲ୍ୟକୁ ବାଦ୍ ଦେଲେ ଅବଶିକ୍ଷାଂଶକୁ ନିଟ୍ ରପ୍ତାନି କୁହାଯାଏ ଏବଂ ନିଟ୍ ରପ୍ତାନିକୁ ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । କିନ୍ତୁ ଏହା ଧନାତ୍ମକ କିମ୍ବା ଋଣାତ୍ମକ କିମ୍ବା ଶୂନ୍ୟ ହୋଇପାରେ ।

10. ଜାତୀୟ ଆୟ = ଜାତୀୟ ଉତ୍ପାଦ = ଜାତୀୟ ବ୍ୟୟ – କିପରି ?
Answer:
ଜାତୀୟ ଆୟ, ଜାତୀୟ ଉତ୍ପାଦ ଓ ଜାତୀୟ ବ୍ୟୟ ଏକ ଓ ଅଭିନ୍ନ । ତେଣୁ ଆୟ ଆକଳନ ପାଇଁ ବ୍ୟବହୃତ ବିଭିନ୍ନ ପଦ୍ଧତି ଜାତୀୟ ଆୟ ସଂଯୋଗିତ ମୂଲ୍ୟ ଓ ବ୍ୟୟମାନଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିଥାଏ । ଗୋଟିଏ ଅର୍ଥବ୍ୟବସ୍ଥାରେ ବାର୍ଷିକ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୂଲ୍ୟ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ମୋଟ ସାଧନ ଦେୟ ସହିତ ସମାନ ହୋଇଥାଏ । ଏହିସବୁ ଉତ୍ପାଦିତ ଦ୍ରବ୍ୟ, ସାଧନ ସେବା ଯୋଗୁଁ ସମ୍ଭବ ହୋଇଥାଏ ଏବଂ ତଦ୍ଵଜନିତ ପ୍ରାପ୍ୟ ଆୟ ଉପଭୋଗ କିମ୍ବା ନିବେଶ ଉପରେ ବ୍ୟୟ କରାଯାଏ ।

ତେଣୁ ଉତ୍ପାଦ ପଦ୍ଧତି, ଆୟ ପଦ୍ଧତି ଓ ବ୍ୟୟ ପଦ୍ଧତି ଏକା ବିଷୟକୁ ତିନୋଟି ଦିଗରେ ଦେଖାଯାଇଥାଏ । ଅର୍ଥାତ୍ ପ୍ରତ୍ୟେକ ପଦ୍ଧତିରେ ଯେଉଁ ମୋଟ ସଂଖ୍ୟାରେ ପହଞ୍ଚାଉ ତାହା ସମାନ ହୋଇଥାଏ ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ମଧ୍ୟବର୍ତ୍ତୀ ଦ୍ରବ୍ୟ ଏବଂ ଚୂଡ଼ାନ୍ତ ଦ୍ରବ୍ୟ :
Answer:
ମଧ୍ୟବର୍ତ୍ତୀ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଭୋଗ ହେଉଥିବାରୁ ତାହା ଉତ୍ପାଦନକାରୀଙ୍କ ମଧ୍ୟରେ କାରବାର ହୋଇଥାଏ । ମଧ୍ୟବର୍ତ୍ତୀ ଦ୍ରବ୍ୟକୁ ମାଧ୍ୟମିକ ନିବେଶ ମଧ୍ୟ କୁହାଯାଏ । ମଧ୍ୟବର୍ତ୍ତୀ ଦ୍ରବର ମୂଲ୍ୟକୁ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ଚୂଡ଼ାନ୍ତ ଦ୍ରବ୍ୟ ଅନ୍ତିମ ଉପଭୋଗ ପାଇଁ ଉଦ୍ଦିଷ୍ଟ । ଏହି ପ୍ରକାର ଦ୍ରବ୍ୟର ଉପଭୋଗରୁ ପ୍ରତ୍ୟକ୍ଷ ପରିତୃପ୍ତ ମିଳିଥାଏ ।

ଚୂଡ଼ାନ୍ତ ଦ୍ରବ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ; ଯଥା – ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଓ ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ! ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ସହଯୋଗୀ ହୋଇଥାଏ; ମାତ୍ର ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ପ୍ରତ୍ୟକ୍ଷ ପରିତୃପ୍ତି ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ କଳନାରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

2. ମୋଟ ଦେଶୀୟ ଉତ୍ପାଦ ଏବଂ ମୋଟ ଜାତୀୟ ଉତ୍ପାଦ :
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶରେ ଉତ୍ପାଦିତ ହେଉଥ‌ିବା ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟ ଏହାର ଅନ୍ତର୍ଭୁକ୍ତ ହୋଇ ନଥାଏ । ମୋଟ ଜାତୀୟ ଉତ୍ପାଦରୁ ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟକୁ ବିୟୋଗ କଲେ ମୋଟ ଦେଶୀୟ ଉତ୍ପାଦ ମିଳିଥାଏ ।

ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶ ଭିତରେ ଓ ଦେଶ ବାହାରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ବିଦେଶରୁ ଅର୍ଜନ କରାଯାଉଥ‌ିବା ନିଟ୍ ଉପାଦାନ ଆୟ ମୋଟ ଜାତୀୟ ଆୟର ଅଂଶ ହୋଇଥାଏ । ସୁତରାଂ ମୋଟ ଜାତୀୟ ଆୟର ପରିସୀମା ମୋଟ ଦେଶୀୟ ଉତ୍ପାଦର ପରିସୀମାଠାରୁ ପ୍ରଶସ୍ତ ବୋଲି ବିଚାର କରାଯାଏ ।

3. ବଜାର ଦାମ୍‌ରେ ଜାତୀୟ ଉତ୍ପାଦ ଏବଂ ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ :
Answer:
ମୋଟ ଜାତୀୟ ଉତ୍ପାଦ ଏକ ବ୍ୟାପକ ଧାରଣା । ଏହା ଦେଶର ଆଞ୍ଚଳିକ ସୀମା ମଧ୍ୟରେ ସୀମିତ ନୁହେଁ । ଅବଶିଷ୍ଟ ବିଶ୍ଵରେ ନିୟୋଜିତ ଶ୍ରମ ଓ ସମ୍ପତ୍ତିରୁ ପ୍ରାପ୍ତ ମୋଟ ଘରୋଇ ଉତ୍ପାଦର ସମସ୍ତ ଉପାଦାନ ଏଥ‌ିରେ ଅନ୍ତର୍ଭୁକ୍ତ ହୋଇଥାଏ । ଅର୍ଥାତ୍ ମୋଟ ଘରୋଇ ଉତ୍ପାଦ ମୋଟ ଜାତୀୟ ଉତ୍ପାଦର ଏକ ଅଂଶବିଶେଷ ଅଟେ । ଅର୍ଥାତ୍ ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶାଗତ ନିଟ୍ ସାଧନ ଆୟ ଯୋଗକଲେ ଯୋଗଫଳକୁ ବଜାର ଦରରେ ମୋଟ ଜାତୀୟ ଉତ୍ପାଦ କୁହାଯାଏ ।

ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ କହିଲେ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ଉପାଦାନ ପରିବ୍ୟୟ ସମେତ କର୍ମଚାରୀଙ୍କ ପ୍ରତିଦାନ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ, କର୍ମଚାରୀଙ୍କ ଉଦ୍‌ବୃରାଂଶ ଏବଂ ସ୍ଥିର ପୁଞ୍ଜି ଉପଭୋଗକୁ ବୁଝାଏ । ଅନ୍ୟ ଅର୍ଥରେ ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ଏବଂ ଅବକ୍ଷୟ ପରିବ୍ୟୟର ମିଶ୍ରଣ ସହିତ ଉପାଦାନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ ସମାନ ହୋଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

4. ମୁକ୍ତ ଅର୍ଥବ୍ୟବସ୍ଥା ଏବଂ ଅବରୁଦ୍ଧ ଅର୍ଥବ୍ୟବସ୍ଥା :
Answer:
ମକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସଂପର୍କ ରହିଥାଏ । ମାତ୍ର ଅବରୁଦ୍ଧ ଅର୍ଥବ୍ୟବସ୍ଥା ହେଉଛି ଏକ ରୁଦ୍ଧ ପ୍ରକୋଷ୍ଠ ସଦୃଶ । ଏହାର ଅନ୍ୟ ଦେଶ ସହିତ ସଂପର୍କ ନଥାଏ । ଏପରି ଅର୍ଥବ୍ୟବସ୍ଥାରେ ମୋଟ ଦେଶୀୟ ଉତ୍ପାଦ ଏବଂ ଜାତୀୟ ଆୟ ସମାନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନ ପ୍ରଦାନ କରାଯାଉଥିବାରୁ ମୋଟ ଜାତୀୟ ଅୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ର ପ୍ରଶସ୍ତ ହୋଇଥିବାବେଳେ ଅବରୁଦ୍ଧ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ସମ୍ଭବ ହୁଏ ନାହିଁ ।

5. ମୁଣ୍ଡପିଛା ଆୟ ଏବଂ ବାସ୍ତବ ମୁଣ୍ଡପିଛା ଆୟ :
Answer:
ମୁଣ୍ଡପିଛା ଆୟ କହିଲେ ବର୍ଷକ ମଧ୍ୟରେ ବ୍ୟକ୍ତି ମାନଙ୍କର ଅର୍ଜିତ ହାରାହାରି ଆୟକୁ ବୁଝାଏ । ଏହା ସାଧାରଣତଃ ମୁଦ୍ରା ଆକାରରେ ପ୍ରକାଶିତ ହୋଇଥାଏ ଏବଂ ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗ କରାଯାଇ ଏହା କଳନା କରାଯାଏ । ମୁଣ୍ଡପିଛା ଆୟରୁ ଦେଶର ଲୋକମାନଙ୍କର ପ୍ରକୃତ ଆୟର ଚିତ୍ର ମିଳେନାହିଁ ! କାରଣ ଦରଦାମ୍ ପରିବର୍ତ୍ତନ ସହିତ ମୌଦ୍ରିକ ମୁଣ୍ଡପିଛା ଆୟ ପରିବର୍ତ୍ତିତ ହୋଇଥାଏ । ଉତ୍ପାଦନ ବୃଦ୍ଧି ନହୋଇ ଦରଦାମ୍ ଯେତେବେଳେ ହ୍ରାସ ବା ବୃଦ୍ଧି ହୁଏ, ମୁଣ୍ଡପିଛା ଆୟ ହ୍ରାସ ପାଇପାରେ ବା ବୃଦ୍ଧି ପାଇପାରେ । ମୁଣ୍ଡପିଛା ବାସ୍ତବ ଆୟକୁ ଦ୍ରବ୍ୟ ସେବା ଆକାରରେ ପ୍ରକାଶ କରାଯାଏ ଏବଂ ସ୍ଥିର ଦାମରେ ପରିମାପ କରାଯାଏ । ବାସ୍ତବ ମୁଣ୍ଡପିଛା ଆୟରୁ ଲୋକମାନଙ୍କର ଜୀବନଧାରଣର ମାନ ଜଣାଯାଏ ।

6. ବେସରକାରୀ ଆୟ ଏବଂ ଜାତୀୟ ଆୟ :
Answer:
ବେସରକାରୀ ଆୟରେ କେବଳ ବେସରକାରୀ କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ଆୟକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ବେସରକାରୀ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇଥାଏ । ବେସରକାରୀ ଆୟରେ ଚଳନ୍ତି ଅନ୍ତରଣ ଆୟ ଅନ୍ତର୍ଭୁକ୍ତ ହୋଇଥାଏ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରୁ ଉପାର୍ଜିତ ଆୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇନଥାଏ । ଜାତୀୟ ଆୟ ଆକଳନରେ ଅନ୍ତରଣ ଆୟକୁ ବାଦ୍ ଦିଆଯାଇଥାଏ ।

7.ବ୍ୟକ୍ତିଗତ ଆୟ ଓ ଜାତୀୟ ଆୟ :
Answer:
ବ୍ୟକ୍ତିଗତ ଆୟରେ ଉଭୟ ସାଧନ ଆୟ ଓ ଅନ୍ତରଣ ଦେୟ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ବ୍ୟକ୍ତିଗତ ଆୟକୁ ଆୟ ଗ୍ରହଣ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ସଂକୀର୍ଣ୍ଣ ଧାରଣା । ଜାତୀୟ ଆୟ କେବଳ ସାଧନ ଆୟକୁ ବିଚାରକୁ ନେଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ଜାତୀୟ ଆୟର ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟକୁ ‘ଆୟ ସର୍ଜନ’ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ଜାତୀୟ ଆୟରେ ବାଦ୍ ପଡ଼ିଥାଏ । ଜାତୀୟ ଆୟ ଏକ ବ୍ୟାପକ ଧାରଣା ।

8. ବ୍ୟକ୍ତିଗତ ଆୟ ଓ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ :
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ବ୍ୟକ୍ତିଗତ ଆୟ ଏକ ବ୍ୟାପକ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦି ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ମୋଟ ଧାରଣା । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ବ୍ୟକ୍ତିଗତ ଆୟର ଏକ ଅଂଶ ହୋଇଥିବାରୁ ଏହା ଏକ ସଂକୀର୍ଣ୍ଣ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦିକୁ ବ୍ୟକ୍ତିଗତ ଆୟରୁ ବାଦ୍ ଦେଲାପରେ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ମିଳିଥାଏ । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ଏକ ନିଟ୍ ଧାରଣା ।

9. ଜାତୀୟ ଆୟ ଓ ଜାତୀୟ ଉତ୍ପାଦ :
Answer:
ଦେଶର ସାଧାରଣ ଅଧିବାସୀମାନଙ୍କୁ ମିଳୁଥିବା ସାଧନ ଆୟକୁ ଜାତୀୟ ଆୟ କୁହାଯାଏ । ଏଥ‌ିରେ ଉଭୟ ଘରୋଇ ସାଧନ ଆୟ ଓ ବିଦେଶାଗତ ନିଟ୍ ସାଧନ ଆୟ ମିଶିକରି ରହିଥାଏ । ଜାତୀୟ ଆୟ ମଧ୍ୟ ଉପାଦାନ ବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ସହିତ ସମାନ ଅଟେ । ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟର ସମଷ୍ଟିକୁ ଜାତୀୟ ଉତ୍ପାଦ ବୋଲି କୁହାଯାଏ । ବିଭିନ୍ନ ଦ୍ରବ୍ୟ ଓ ସେବାର ପରିମାଣକୁ ସେମାନଙ୍କର ଦରରେ ଗୁଣନ କରି ଜାତୀୟ ଉତ୍ପାଦ ଆକଳନ କରାଯାଏ । ମୋଟ ଜାତୀୟ ଆୟ ଆକଳନ କଲାବେଳେ ମୂଲ୍ୟହ୍ରାସଜନିତ ପରିବ୍ୟୟ, ଅନ୍ତରଣ ଦେୟ, ପୁଞ୍ଜିଲାଭ ଓ ଅନ୍ତର୍ବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ବାଦ୍ ଦିଆଯାଏ ।

Leave a Comment