Odisha State Board BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ Textbook Exercise Questions and Answers.
BSE Odisha Class 8 Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ
Question 1.
ଜଳ କିପରି ପ୍ରଦୂଷିତ ହୋଇଥାଏ, ଉଦାହରଣ ସହ ଲେଖ ।
- ଜଳରେ ଲୁଗାସଫା କଲେ,
- ଜଳରେ ଗାଡ଼ି ମୋଟର ଧୋଇଲେ,
- ବିଭିନ୍ନ ଶିଳ୍ପରୁ ନିର୍ଗତ ତରଳ ଆବର୍ଜନା ଜଳରେ ମିଶିଲେ,
- ରାସାୟନିକ ପଦାର୍ଥ ଓ ଆବର୍ଜନା ମିଶିଲେ
ଉଦାହରଣ – 1
ଗଙ୍ଗାନଦୀ ଯେଉଁ ସହର ଓ ନଗର ଦେଇ ବହୁଛି, ସେଥୁରୁ ବହୁ ଆବର୍ଜନା, ନର୍ଦ୍ଦମା ଜଳ, ମୃତଶରୀର ଓ ହାନୀକାରକ ଦ୍ରବ୍ୟ ଜଳରେ ମିଶୁଛି । ଲୋକମାନେ ଗାଧୋଇବା, ଲୁଗା ସଫାକରିବା ସହ ଆବର୍ଜନା, ଫୁଲ, ଦେବଦେବୀଙ୍କ ମୂର୍ତ୍ତି, ପଲିଥୁନ୍ ଖୋଳ ଇତ୍ୟାଦି ଏହି ନଦୀରେ ପକାଇଥା’ନ୍ତି । କାନପୁରଠାରେ 5000 ରୁ ଅଧ୍ଵ ଶିଳ୍ପ କାରଖାନାରୁ ତରଳ ବିଷାକ୍ତ ରାସାୟନିକ ଆବର୍ଜନା ଗଙ୍ଗାନଦୀର ଜଳରେ ମିଶି ଏହାକୁ ପ୍ରଦୂଷିତ କରିଥାଏ ।
ଉଦାହରଣ – 2
ରାୟଗଡ଼ା ପେପର ମିଲରୁ ନିର୍ଗତ ତରଳ ଆବର୍ଜନାରେ ଆର୍ସେନିକ୍, ସୀସା ଓ ଫ୍ଲୋରାଇଡ୍ର ମାତ୍ରା ଅଧ୍ବକ ପରିମାଣରେ ଥାଏ । ଏହି ଦୂଷିତ ଜଳ ଯୋଗୁଁ ନାଗାବଳୀ ନଦୀର ଜଳ ବିଷାକ୍ତ ହେଉଛି । ଏହି ବିଷାକ୍ତ ଜଳର ପ୍ରଭାବ ପ୍ରାଣୀ ଓ ଉଭିଦମାନଙ୍କ ଉପରେ ପଡ଼ୁଅଛି ।
Question 2.
ତୁମେ ନିଜ ତରଫରୁ ବାୟୁ ପ୍ରଦୂଷଣ କମାଇବାପାଇଁ କିପରି ସାହାଯ୍ୟ କରିବ ଲେଖ ।
ଉ-
- ଗାଡ଼ି ମୋଟରରେ ସୀସା ବିହୀନ ପେଟ୍ରୋଲ ଓ CNG ପକାଇବା ।
- ଜୀବାଶ୍ମ ଇନ୍ଧନ ବଦଳରେ ଅଣପାରମ୍ପରିକ ଶକ୍ତି (ସୌର ଶକ୍ତି, ଜଳ ବିଦ୍ୟୁତ୍ ଶକ୍ତି ଓ ପବନ ଶକ୍ତି) ବ୍ୟବହାର କରିବା ।
- ବନମହୋତ୍ସବ ପାଳନ ଦ୍ବାରା ବୃକ୍ଷରୋପଣ କରିବା ।
- ଜୈବ ପଦାର୍ଥକୁ ନପୋଡ଼ି କମ୍ପୋଷ୍ଟ କରିବା ।
- ଉଦ୍ଜାନ ଶକ୍ତି ଦ୍ୱାରା ଗାଡ଼ିମୋଟର ଚଳାଇବା ।
- ପ୍ଲାଷ୍ଟିକ୍ ଜାତ ଦ୍ରବ୍ୟକୁ ନପୋଡ଼ି ତାହା ପୁନଃଚକ୍ରଣ କରିବା ।
- କ୍ରସର ଗୁଣ୍ଡିରେ ସିମେଣ୍ଟ ମିଶାଇ ଇଟା ତିଆରି କରିବା ।
Question 3.
ନିର୍ମଳ ଓ ସ୍ଵଚ୍ଛଜଳ ସର୍ବଦା ପାନଯୋଗ୍ୟ । ମତାମତ ଦିଅ ।
ଉ-
- ଛଣା ଯନ୍ତ୍ରରୁ ନିର୍ଗତ ଜଳ ନିର୍ମଳ ମନେହେଉଥିଲେ ମଧ୍ୟ ଏଥିରେ ଅନେକ ଅଣୁଜୀବ ରହିଥାଏ । ତେଣୁ ଏହା ପିଇଲେ ରୋଗ ବ୍ୟାପିବା ସମ୍ଭାବନା ରହିଥାଏ ଓ ଏହା ନିରାପଦ ପାନୀୟ ଜଳ ନୁହେଁ ।
ପ୍ରଦୂଷିତ ଜଳ ବ୍ୟବହାର କରୁଥିବା ଲୋକେ ହଇଜା, ଟାଇଫଏଡ୍ ଓ ଜଣ୍ଡିସ୍ ଆଦି ରୋଗରେ ଆକ୍ରାନ୍ତ ହୋଇଥା’ନ୍ତି । - ପାଣିକୁ ଫୁଟାଇ ଥଣ୍ଡାକରି ଛାଣି ପିଇବା ନିରାପଦ ଅଟେ କାରଣ ଏଥୁରୁ ଜୀବାଣୁମାନେ ମରିଯାଇଥା’ନ୍ତି ।
- ଘରମାନଙ୍କରେ କ୍ୟାଣ୍ଡଲଯୁକ୍ତ ଫିଲ୍ଟର୍ ବ୍ୟବହାର ହେବା ଆବଶ୍ୟକ, କାରଣ ଏହାଦ୍ଵାରା ଭୌତିକ ପଦ୍ଧତିରେ ଜଳର ପରିଶୋଧନ ହେବା ଆବଶ୍ୟକ ।
- ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିରେ ଜଳରେ କ୍ଲିଚିଂ ପାଉଡ଼ର ବା କ୍ଲୋରିନ୍ ବଟିକା ପକାଇବା ଆବଶ୍ୟକ । ସୁତରାଂ ଉପରୋକ୍ତ ପଦ୍ଧତିମାନ ଅବଲମ୍ବନ କରି ଜଳକୁ ପାନୀୟ ଉପଯୋଗୀ କରି ପିଇବା ଆବଶ୍ୟକ; ନଚେତ୍ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ ।
Question 4.
ମ୍ୟୁନିସିପାଲିଟିର ଜଣେ ସଦସ୍ୟ ହିସାବରେ ତୁମ ସହରକୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ କି କି ପଦକ୍ଷେପ ନେବ, ତାହାର ଏକ ଯୋଜନା ପ୍ରସ୍ତୁତ କର ।
ଉ-
ମ୍ୟୁନିସିପାଲିଟିର ଜଣେ ସଦସ୍ୟ ହିସାବରେ ତୁମ ସହରକୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ କି କି ପଦକ୍ଷେପ ନେବ, ପ୍ରଣୟନ କରିବାକୁ ହେବ; ଯଥା
- ଜଳଯୋଗାଣର ଉତ୍ସ ଭୂତଳ ହେବା ଆବଶ୍ୟକ ।
- ଜଳକୁ ମୋଟା ପଲିଥନ୍ ପାଇପ୍ରେ ପ୍ରବାହିତ କରିବାକୁ ହେବ ।
- ଶିଳ୍ପାନୁଷ୍ଠାନମାନଙ୍କରେ ଜଳ ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠାକରିବା ବାଧ୍ୟତାମୂଳକ ହେବା ଆବଶ୍ୟକ ।
- ଜଳଯୋଗାଣ ପୂର୍ବରୁ ଭୌତିକ ଓ ରାସାୟନିକ ପଦ୍ଧତିରେ ଏହାର ପରିଶୋଧନ କରିବା ଆବଶ୍ୟକ ।
- ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିରେ ଜଳରେ କ୍ଲୋରିନ୍ ବଟିକା ବା ବ୍ଲିଚିଂ ପାଉଡ଼ର ମିଶାଇବା ଆବଶ୍ୟକ ।
- ନୀୟ ଜଳ ପ୍ରବାହିତ ହେଉଥିବା ପାଇପ୍ ଯେପରି ନର୍ଦ୍ଦମା ଜଳ ସଂସ୍ପର୍ଶରେ ନ ଆସିବ ସେଥ୍ୟପ୍ରତି ଦୃଷ୍ଟି ଦେବାକୁ ହେବ ।
- ଜଳ ସଂରକ୍ଷଣ ସହ ଏହାର ଅପଚୟ ନହେବା ପାଇଁ କମ୍ ବ୍ୟବହାର (Reduce), ପୁନର୍ବ୍ଯବହାର (Reuse) ଓ ପୁନଶ୍ଚକ୍ରଣ (Recycle) ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ।
Question 5.
ବିଶୁଦ୍ଧ ବାୟୁ ଓ ପ୍ରଦୂଷିତ ବାୟୁ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ବିଶୁଦ୍ଧ ଚାୟୁ | ପ୍ରଦୂଷିତ ଚାୟୁ |
(i) ବିଶୁଦ୍ଧ ବାୟୁରେ ତା’ର ସଂଗଠିତ ଉପାଦାନଗୁଡ଼ିକ ଠିକ୍ ପରିମାଣରେ ଥାଏ । | (i) ପ୍ରଦୂଷିତ ବାୟୁରେ ଉପାଦାନଗୁଡ଼ିକର ପରିମାଣ ବ୍ୟତିକ୍ରମ ଦେଖାଯାଏ । |
(ii) ବିଶୁଦ୍ଧ ବାୟୁରେ ବାୟୁ ପ୍ରଦୂଷକ କଣିକାମାନ ନଥାଏ । | (ii) ପ୍ରଦୂଷିତ ବାୟୁରେ ବାୟୁ ପ୍ରଦୂଷକ କଣିକାମାନ ଥାଏ । |
(iii) ଏହି ବାୟୁ ସ୍ବାସ୍ଥ୍ୟପକ୍ଷେ ହିତକର । | (iii) ଏହି ବାୟୁ ସ୍ଵାସ୍ଥ୍ୟପକ୍ଷେ ଅହିତକର । |
Question 6.
ଅମ୍ଳବର୍ଷାର ପ୍ରଭାବ କିପରି ବର୍ଣ୍ଣନା କର ? ଏହା ପ୍ରଭାବରେ ଆମର କି କ୍ଷତି ହୋଇଥାଏ ?
ଅମ୍ଳବର୍ଷାର ପ୍ରଭାବ – ସଲ୍ଫର୍ ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଭଳି ପ୍ରଦୂଷକ ବର୍ଷାଜଳ ସହ ମିଶି ଅମ୍ଳବର୍ଷା (Acid rain) ସୃଷ୍ଟି କରନ୍ତି ।
SO2 + H2O → H2 SO4 NO2 + H2O → HNO3
ଅମ୍ଳବର୍ଷାର ପ୍ରଭାବଜନିତ କ୍ଷତି –
- ଅମ୍ଳବର୍ଷା ମାର୍ବଲ ପଥରକୁ କ୍ଷତିଗ୍ରସ୍ତ କରାଏ । ଏହାର ପ୍ରଭାବରେ ମାଲର ରଙ୍ଗ ହଳଦିଆ ହୋଇଯାଏ । ମାର୍ବଲର
- ଏହା ମୃତ୍ତିକାରୁ କ୍ୟାଲସିୟମ୍ ପୋଷକ ଅପସାରଣ କରେ ।
- ଏହା ଧାତବ ସୌଧକୁ ନଷ୍ଟ କରେ ।
- ଏହା ବାସଗୃହ ଓ ପକ୍କା ଘର ଉପରେ ‘ପ୍ରଭାବ ପକାଇଥାଏ ।
- ନଦୀ ଓ ପୁଷ୍କରିଣୀରେ ରହୁଥିବା ଜଳଚର ଜୀବଙ୍କ ଜୀବନଚକ୍ରରେ ବାଧା ସୃଷ୍ଟି କରେ ।
- ଗଛର ପତ୍ରରୁ ସବୁଜକଣା ନଷ୍ଟ ହୋଇ ହଳଦିଆ ପଡ଼ିଯାଏ ।
- ମୃତ୍ତିକାର ଅମ୍ଳତ୍ୱ ବୃଦ୍ଧିପାଏ; ଫଳରେ ଉତ୍ପାଦନ କ୍ଷମତା ହ୍ରାସପାଏ ।
Question 7.
‘ସବୁଜ କୋଠରି ପ୍ରଭାବ’’ କ’ଣ ନିଜ ଭାଷାରେ ବର୍ଣ୍ଣନା କର ।
ଉ-
Agn 6710K gælQ (Green house effect) –
- ପୃଥିବୀପୃଷ୍ଠକୁ ସୂର୍ଯ୍ୟାଲୋକ ଉତ୍ତପ୍ତ କରିଥାଏ । ସୂର୍ଯ୍ୟରଶ୍ମିର କିଛି ଅଂଶ ପୃଥିବୀଦ୍ୱାରା ଶୋଷିତ ହୁଏ ଏବଂ ଅବଶିଷ୍ଟ ମହାକାଶକୁ ଫେରିଯାଏ । ଏହି ପ୍ରତିଫଳିତ ରଶ୍ମିର କିଛି ଅଂଶକୁ ବାୟୁମଣ୍ଡଳ ଧରିରଖେ; ଫଳରେ ବାୟୁମଣ୍ଡଳର ଉତ୍ତାପ- ବୃଦ୍ଧିପାଏ ।
- ନର୍ସରୀରେ ଥିବା କାଚଘର ମଧ୍ୟକୁ ସୂର୍ଯ୍ୟର ଉତ୍ତାପ ପ୍ରବେଶ କରିପାରେ; କିନ୍ତୁ ଏହା ମଧ୍ୟରୁ ବାହାରିପାରେ ନାହିଁ; ଫଳରେ ଏହି କୋଠରିର ତାପମାତ୍ରା ଅଧ୍ଵ ରହିଥାଏ । ଏହାକୁ ସବୁଜ କୋଠରି ପ୍ରଭାବ ବା Green house effect କୁହାଯାଏ ।
- ଅଙ୍ଗାରକାମ୍ଳ ଓ ମିଥେନ ପରି କେତେକ ଗ୍ୟାସର ତାପଶୋଷଣ ସାମର୍ଥ୍ୟ ରହିଛି । ଏହିସବୁ ଗ୍ୟାସ୍ ପରିମାଣ ବୃଦ୍ଧି ପୃଥିବୀକୁ ଏକ ସବୁଜ କୋଠରିରେ ପରିଣତ କରିଦେଉଛି ।
- ମନୁଷ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଜଙ୍ଗଲ କ୍ଷୟଯୋଗୁଁ ବାୟୁମଣ୍ଡଳରେ CO2 ର ମାତ୍ରା ବୃଦ୍ଧିପାଉଛି । CO2 ବ୍ୟତୀତ ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍ ଓ ଜଳୀୟବାଷ୍ପ ମଧ୍ୟ ସବୁଜ କୋଠରି ଉପରେ ପ୍ରଭାବ ପକାଉଥିବାରୁ ଏଗୁଡ଼ିକୁ ଗ୍ରୀନ ହାଉସ୍ ଗ୍ୟାସ ରୂପେ ଗଣନ କରାଯାଉଛି ।
Question 8.
“‘ଗ୍ଲୋବାଲ ୱାର୍ମିଙ୍ଗ୍’’ ସମ୍ବନ୍ଧରେ ଏକ ବକ୍ତବ୍ୟ ପ୍ରସ୍ତୁତ କର ।
(ତୁମେ ଶ୍ରେଣୀରେ ଏ ସଂପର୍କରେ କହିବାକୁ ପଡ଼ିବ)
ଉ-
ସମ୍ମାନୀୟ ସଭାପତି ମହୋଦୟ, ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଗଣ । ଆଜିର ଆଲୋଚ୍ୟ ବିଷୟ ‘ଗ୍ଲୋବାଲ ୱାର୍ମିଙ୍ଗ୍’’ ସମ୍ବନ୍ଧରେ ମୋର ବକ୍ତବ୍ୟ ଉପସ୍ଥାପିତ କରିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଅଧୂମାତ୍ରାରେ ଟ୍ରପୋସ୍ଫିୟର ବା ବାୟୁମଣ୍ଡଳରେ ପ୍ରବେଶ କରିଥାଏ । ସୂର୍ଯ୍ୟକିରଣରେ ବିଭିନ୍ନ ରଶ୍ମି; ଯଥା – ଅଲ୍ଟ୍ରା ଭାଓଲେଟ୍, ଭିଜିବୁଲ୍ ଇନ୍ଫ୍ରା ରେଡ଼୍ ଆଦି ଥାଏ ।
ଏଗୁଡ଼ିକ ମଧ୍ୟରୁ ଅଲ୍ଟ୍ରା ଭାଓଲେଟ୍-ବି ବା ଅତିବାଇଗଣୀ ରଶ୍ମି, ଯାହାକି ଜୀବଜଗତ ପ୍ରତି ଅତ୍ୟନ୍ତ କ୍ଷତିକାରକ, ବାୟୁମଣ୍ଡଳକୁ ପ୍ରବେଶ କରିପାରି ନଥାଏ । ଏହାକୁ ଷ୍ଟ୍ରାଟୋସ୍ପିୟରରେ ଥିବା ଓଜୋନ୍ (O3) ସ୍ତର ଅଟକାଇ ଦେଇଥାଏ; କିନ୍ତୁ ଇନ୍ଫ୍ରା ରେଡ଼ ରଶ୍ମି ଏହାକୁ ଭେଦ କରି ପୃଥ୍ବୀପୃଷ୍ଠକୁ ଆସିଥାଏ ଏବଂ ତାପ ପ୍ରଦାନ କରିଥାଏ । ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ବାଷ୍ପର ଘନ ଆସ୍ତରଣ ଏକ କମ୍ବଳ ସଦୃଶ କାମ କରିଥାଏ ଏବଂ ପୃଥିବୀପୃଷ୍ଠରୁ ଫେରିଆସୁଥିବା ଉତ୍ତପ୍ତ ବିକିରଣକୁ ଅଟକାଇ ଦିଏ । ଏହାଦ୍ଵାରା ଭୂପୃଷ୍ଠ ତାପମାତ୍ରା ବୃଦ୍ଧି ଘଟିଥାଏ ।
ଏହାକୁ ସବୁଜ ଗୃହ ପ୍ରଭାବ କୁହାଯାଏ ଏବଂ ଅଙ୍ଗାରକାମ୍ଳ ବାଷ୍ପ (CO2), ମିଥେନ୍ (CH2) ଆଦି ହେଉଛି ସବୁଜ ଗୃହ ବାଷ୍ପ, ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ହୁଏ; ତେବେ ପ୍ରାୟ ୭୨ ପ୍ରତିଶତ ଗ୍ଲୋବାଲ ୱାର୍ମିଙ୍ଗ୍ ଅଙ୍ଗାରକାମ୍ଳ ବାଷ୍ପ ଯୋଗୁଁ ହୋଇଥାଏ । ବହୁରାଷ୍ଟ୍ରୀୟ ବ୍ୟବସାୟ ପ୍ରତିଷ୍ଠାନ ‘ଚିକାଗୋ ଜଳବାୟୁ ବିନିମୟ କାର୍ଯ୍ୟାଳୟ’’ ଏହି ବ୍ୟବସାୟ କରୁଛନ୍ତି । ଭାରତରେ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଭାରତ ସରକାରଙ୍କ ନିର୍ଦେଶରେ କ୍ଲିନ୍ ଡେଭଲପ୍ମେଣ୍ଟ ମେକାନିଜିମ୍ (CDM) ଆରମ୍ଭହୋଇଛି, ଯାହାକି କାର୍ବନ ଟ୍ରେଡ଼ିଙ୍ଗ୍ ଏବଂ କ୍ଲିନ୍ ଟେକ୍ନୋଲୋଜି ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଥାଏ । ଭାରତ ସରକାରଙ୍କ ଯୋଜନା-ଆୟୋଗ ତରଫରୁ ଏଥିପାଇଁ ପ୍ରୟାସ ଜାରି ରହିଛି । ଏଥିପାଇଁ ଏକ ଜାତୀୟ କାର୍ଯ୍ୟାନୁଷ୍ଠାନ ଯୋଜନା ଗଠନ କରାଯାଇଛି ।
ଗ୍ଲୋବାଲ୍ ୱାର୍ମିଙ୍ଗ ଏକ ବିଶ୍ଵ ସ୍ତରୀୟ ସମସ୍ୟା ଏବଂ ଏହାକୁ ପ୍ରତିହତ କରା ନଗଲେ ହୁଏତ ଆଗାମୀ ଦିନରେ ସୁନାମୀ ଭଳି ଅନେକ ପ୍ରାକୃତିକ ଦୁର୍ବିପାକ ଦେଖାଦେବ । ପୃଥିବୀର ତାପମାତ୍ରା ବୃଦ୍ଧି, ବରଫରାଶି ତରଳିଯିବା, ସମୁଦ୍ର ପତ୍ତନର ଉଚ୍ଚତା ବଢ଼ିବା, ନଦୀଗୁଡ଼ିକ ଶୁଖୁଯିବା ଏବଂ ଜଳାଭାବ ଦେଖାଦେବା, ଭୟଙ୍କର ପୂଣ୍ଡିଝଡ଼ ଇତ୍ୟାଦି ସମ୍ପ୍ରତି ଘଟଣାମାନ ମଣିଷ ସଭ୍ୟତାର ଅସ୍ଥିତ୍ଵପ୍ରତି ବିପଦ ସୃଷ୍ଟି କରୁଛି ।
ପ୍ରକୃତରେ ଜୀବନଧାରଣର ସକଳ ଆଧାର ପ୍ରକୃତିରୁ ମିଳିଥାଏ ଏବଂ ଏହି ପ୍ରକୃତିର ଅବକ୍ଷୟ ଏବଂ ଦୁର୍ଘଟଣା ଓ ସେ ସମ୍ବନ୍ଧୀୟ ଯାବତୀୟ ଉଦ୍ବେଗ ଆଜି ଚିରନ୍ତନତା ପ୍ରତି ଆହ୍ୱାନ ଦେଉଛି । ଏହି ଆହ୍ୱାନର ଶିକାର ହୋଇ ଅନେକ ସଭ୍ୟତା କାଳର କରାଳ ୧୯୯୬ ମସିହାର ତଥ୍ୟ ଅନୁଯାୟୀ ଆମେରିକାର ପ୍ରତି ୧୦୦୦ ଲୋକଙ୍କ ପାଇଁ ୪୮୯ଟି ୪ ଚକିଆ ଗାଡ଼ି ଥିବାବେଳେ ଚୀନରେ ତାହା ୩.୨ ଏବଂ ଭାରତରେ ୪.୪ ।
ପୃଥିବୀର ବିକାଶିତ ଦେଶମାନଙ୍କର ଲଗାମଛଡ଼ା ବିଳାସବ୍ୟସନ ଆଜି ମଣିଷ ତୃତୀୟାଂଶ ଛାଡ଼େ କେବଳ ଆମେରିକା । ଆମେରିକା ସମେତ ବିକଶିତ ଦେଶମାନେ ଯେତିକି ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ବାୟୁମଣ୍ଡଳକୁ ଛାଡ଼ନ୍ତି, ସେହି ତୁଳନାରେ ଗ୍ରୀନ୍ ହାଉସ୍ର ସୁରକ୍ଷା ପାଇଁ ତତ୍ପର ନୁହନ୍ତି କି ସେଥ୍ୟପ୍ରତି ଧ୍ୟାନ ବି ଦିଅନ୍ତି ନାହିଁ । ସେମାନଙ୍କର ଭୋଗ ବିଳାସ, ସମଗ୍ର ମଣିଷ ସଭ୍ୟତା ପାଇଁ ବିନାଶର ବାଟ କଢ଼ାଇଛି । କୋଟି କୋଟି ବର୍ଷ ଧରି ପ୍ରକ୍ରିୟାକରଣ ଭିତରେ ପୃଥିବୀ ଯେଉଁ ସମ୍ପଦ ସୃଷ୍ଟି କରିଛି ସେସବୁ ମଣିଷର ଗୋଟିଏ ଜୀବଦ୍ଦଶା ଭିତରେ ନିଃଶେଷ ହୋଇଯାଉଛି ।
ଏହି ପ୍ରାକୃତିକ ସମ୍ପଦଗୁଡ଼ିକୁ ଯେତିକି ପରିମାଣରେ ଏବଂ ଯେତିକି ସୀମା ଭିତରେ ବ୍ୟବହାର କରାଯିବା କଥା, ତା’ଠୁ ଢେର ଅଧିକ ପରିମାଣରେ ଆମେ ବ୍ୟବହାରକରୁଛୁ; ଫଳରେ ଜଙ୍ଗଲ କମି କମି ଯାଉଛି, ଚାରଣଭୂଇଁ ସରି ସରି ଆସୁଛି, ବ୍ୟାପକ ହେଉଛି ଗ୍ରୀଷ୍ମପ୍ରବାହ, ମତ୍ସ୍ୟଭଣ୍ଡାର ଓ ସାମୁଦ୍ରିକ ପ୍ରବାଳସମୂହ ଧ୍ଵଂସପାଇ ଚାଲିଛି, ମରୁଭୂମି ତା’ର କାୟା ବିସ୍ତାର କରି ଚାଲିଛି, ବରଫ ପାହାଡ଼ଗୁଡ଼ିକ ତରଳିବାରେ ଲାଗିଛି, ନଦୀଗୁଡ଼ିକ ଶୁଖ୍ ଶୁଖୁ ଯାଉଛି, ତେଲ ଓ ଖଣିଜ ପଦାର୍ଥ ସରି ସରି ଆସୁଛି, ସମୁଦ୍ର ପତ୍ତନ ବଢୁଛି ଏବଂ ତା’ ସହିତ ମାଡ଼ିଆସୁଛି ଭୟଙ୍କର ଝଡ଼ ଓ ଘୂର୍ଣ୍ଣିବାତ୍ୟାମାନ ।
ସଭ୍ୟତାର ଧ୍ବଂସ ସହିତ, ଏହାକୁ ସାମ୍ନା କରିବାର ସମୟ ଆଜି ବର୍ତ୍ତମାନର ମନୁଷ୍ୟ ସଭ୍ୟତା ସେହି ଦଶା ଭୋଗିବାକୁ ବାଧ୍ୟ । ଏଣୁ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାପାଇଁ ଆମେ ନିଜକୁ ପ୍ରସ୍ତୁତି କରିବା ପାଇଁ ସମୟ ଆସିଛି ।
(ଉପରୋକ୍ତ ବର୍ଣ୍ଣନା କେବଳ ଏକ ନମୁନା ମାତ୍ର । ଛାତ୍ରଛାତ୍ରୀମାନେ କହିବାବେଳେ ଏହିପରି ନିଜ ଲେଖା ପ୍ରସ୍ତୁତ କରିବେ ।)
Question 9.
ତାଜମହଲ ଉପରେ କି ପ୍ରକାର କ୍ଷତିର ଆଶଙ୍କା ରହିଛି ଲେଖ ।
ଉ-
ତାଜମହଲ ଉପରେ ନିମ୍ନଲିଖତ କ୍ଷତିର ସମ୍ଭାବନା ରହିଛି –
- ଆଗ୍ରାଠାରେ ଅବସ୍ଥିତ ତାଜମହଲ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣ ।
- ଆଗ୍ରା ସହରରେ ଓ ଚତୁଃପାର୍ଶ୍ଵରେ ଥିବା ରବର ଶିଳ୍ପ, ରସାୟନ ଶିଳ୍ପ, ଅଟୋମୋବାଇଲ ଶିଳ୍ପ, ତୈଳ ରିଫାଇନାରୀ ଯୋଗୁଁ ସଲ୍ଫର୍ ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ସୃଷ୍ଟି ହେଉଛି ।
- ଏହି ଗ୍ୟାସ ବର୍ଷାଜଳ ସହ ମିଶି ଗନ୍ଧକାମ୍ଳ ଓ ଯବକ୍ଷାରାମ୍ଳ ସୃଷ୍ଟି କରେ । ଏହି ଅମ୍ଳ ବର୍ଷା ଜଳ ସହିତ ମିଶି ଅମ୍ଳବର୍ଷା ବା ଏସିଡ୍ ରେନ୍ ସୃଷ୍ଟି କରିଥାଏ ।
- ଏହି ଅମ୍ଳବର୍ଷା ମାର୍ବଲ ପଥରକୁ କ୍ଷତିଗ୍ରସ୍ତ କରିବ ଓ ଏହାର ପ୍ରଭାବରେ ଧଳା ମାର୍ବଲର ରଙ୍ଗ କ୍ରମଶଃ ଫିକା ଓ ପରେ ହଳଦିଆ ପଡ଼ିବାର ସମ୍ଭାବନା ରହିଅଛି ।
- ଅମ୍ଳବର୍ଷା ଯୋଗୁଁ ମାର୍ବଲ କ୍ଷୟ ଅଧିକ ହେଲେ ମାର୍ବଲ କ୍ୟାନସର ଓ ମଥୁରା ତୈଳ ରିଫାଇନାରୀରୁ ନିର୍ଗତ ଧୂଆଁ ଯୋଗୁଁ ମାର୍ବଲର ରଙ୍ଗ ଭବିଷ୍ୟତରେ ହଳଦିଆ ହେବାର ସମ୍ଭାବନା ରହିଛି ।
Question 10.
ଜଳରେ ପୋଷକର ମାତ୍ରା ବୃଦ୍ଧି ଜଳଜୀବମାନଙ୍କର ବଞ୍ଚିବା ଉପରେ କାହିଁକି ପ୍ରଭାବ ପକାଉଛି ?
- ଚାଷଜମିରେ ପ୍ରୟୋଗ କରାଯାଉଥିବା ରାସାୟନିକ ସାର ବର୍ଷାଜଳ ସହ ଧୋଇହୋଇ ନିକଟସ୍ଥ ଜଳାଶୟକୁ ଆସିଥାଏ । ଜଳରେ ପୋଷକର ମାତ୍ରା ବୃଦ୍ଧିପାଏ ।
- ଏହି କାରଣରୁ ଜଳାଶୟରେ ଶୈବାଳର ବୃଦ୍ଧିହୋଇ ସବୁଜ ଦେଖାଯାଏ ।
- ଜଳରେ ଅମ୍ଳଜାନ ଦ୍ରବୀଭୂତ ହୋଇ ରହିଥାଏ । ମୃତ୍ୟୁପରେ ଶୈବାଳ ବ୍ୟାକ୍ଟେରିଆମାନଙ୍କର ଖାଦ୍ୟଭାବେ ବ୍ୟବହୃତ ହୁଏ । ଶୈବାଳ ବଢ଼ିବାଦ୍ୱାରା ଅମ୍ଳଜାନ ଅଭାବ ଦେଖାଦିଏ ।
- ଫଳରେ ଅନ୍ୟ ଜଳଜୀବମାନେ ମରିଯିବାର ସମ୍ଭାବନା ରହିଥାଏ ।
Question 11.
ନିମ୍ନଲିଖତ ଗ୍ୟାସ୍ ମଧ୍ୟରୁ କେଉଁଟି ଗ୍ରୀନ୍ ହାଉସ ଗ୍ୟାସ ନୁହେଁ ?
(କ) କାର୍ବନ ଡାଇଅକ୍ସାଇଡ୍
(ଖ) ସଲ୍ଫର୍ ଡାଇଅକ୍ସାଇଡ୍
(ଗ) ମିଥେନ୍
(ଘ) ନାଇଟ୍ରୋଜେନ୍
ଉ-
ନାଇଟ୍ରୋଜେନ୍
Question 12.
ଶୂନ୍ୟସ୍ଥାନ ପୂରଣ କର ।
(i) ବାୟୁରେ …………………. % ଯବକ୍ଷାରଜାନ ଥାଏ ।
(ii) ଶ୍ଵାସଜନିତ ସମସ୍ୟାର କାରଣ ………………… ପ୍ରଦୂଷଣ ।
(iii) କାର୍ବନ ମନୋକ୍ସାଇଡ୍ ରକ୍ତର ……………….. କ୍ଷମତା ହ୍ରାସକରେ ।
(iv) କୁହୁଡ଼ି ଓ ଧୂଆଁ ମିଶି …………………. ସୃଷ୍ଟି କରନ୍ତି ।
(v) ଓକୋନ୍ ସ୍ତର ……………. ରଶ୍ମିକୁ ଶୋଷିନିଏ ।
(vi) ଗଙ୍ଗାର ପ୍ରଦୂଷଣ …………………….. ଠାରେ ବେଶି ହୋଇଛି ।
Answers:
(i) 78%
(ii) ବାୟୁ
(iii) ଅମ୍ଳଜାନ ପରିବହନ
(iv) ସ୍କଟ୍
(v) ଅତିବାଇଗଣି
(vi) କାନପୁର
Question 13.
ପ୍ରଥମ ଶବ୍ଦଦ୍ୱୟର ସଂପର୍କକୁ ଦେଖ୍ ତୃତୀୟ ଶବ୍ଦର ସଂପର୍କିତ ଶବ୍ଦଟି ଶୂନ୍ୟସ୍ଥାନରେ ଲେଖ ।
(i) ସଲ୍ଫର୍ ଡାଇଅକ୍ସାଇଡ୍ : ଗନ୍ଧକାମ୍ଳ :: ନାଇଟ୍ରୋଜେନ ଡାଇଅକସାଇଡ୍ : ……………………. ।
(ii) ଅମ୍ଳବର୍ଷା : ମାର୍ବଲ କ୍ୟାନସର :: ଓଜୋନ୍ କ୍ଷୟ : …………………….. ।
(iii) ଅଙ୍ଗାରକାମ୍ଳ : ଯାନବାହନ :: CFC : ……………… ।
(iv) କୋଇଲା : ଜୀବାଶ୍ମ ଇନ୍ଧନ :: CNG : ……………. ।
(v) ଧୂଳିକଣା : ବାୟୁ ପ୍ରଦୂଷଣ :: ମଳ : ………………………. ।
Answers:
(i) ଯବକ୍ଷାରାମ୍ଳ
(ii) ଚର୍ମ କର୍କଟ
(iii) ଶୀତଳଭଣ୍ଡାର
(iv) ଗ୍ୟାସୀୟ ଇନ୍ଧନ
(v) ଜଳ ପ୍ରଦୂଷଣ
1. ଶୂନ୍ୟସ୍ଥାନ ପୂରଣ କର ।
(i) ବାୟୁ ବିଭିନ୍ନ ଗ୍ୟାସ୍ତ୍ରର ଏକ ………………… ।
(ii) ବାୟୁରେ ଯବକ୍ଷାରଜାନର ପରିମାଣ ………………… ।
(iii) ବାୟୁରେ ଅମ୍ଳଜାନର ପରିମାଣ …………………।
(iv) ଧୂଳିକଣା ଓ ଧୂଆଁ ଇତ୍ୟାଦିକୁ ………………… କୁହାଯାଏ ।
(v) କାର୍ବନ ମନୋକ୍ସାଇଡ୍ ରକ୍ତରେ ……………….. ର ଦହନ କ୍ଷମତା ହ୍ରାସ କରିଥାଏ ।
(vi) କୁହୁଡ଼ି ସହ ଧୂଆଁ ମିଶି ……………….. ସୃଷ୍ଟି ହୁଏ ।
(vii) ଶିଳ୍ପଯୋଗୁଁ ଅଧୁକ ……………………. ହୋଇଥାଏ ।
(viii) ଓଜୋନ୍ ସ୍ତର ପୃଥିବୀ ଉପରେ ଏକ ଆସ୍ତରଣପରି ଘେରିରହିଛି । ଏହାକୁ ………….. କୁହାଯାଏ ।
(ix) ଓଜୋନ୍ ରନ୍ଧ୍ର ………………… ଜାତୀୟ ଗ୍ୟାସ୍ଦ୍ୱାରା ହୋଇଥାଏ ।
(x) ତାପଜ ଶକ୍ତି ପ୍ରକଳ୍ପରୁ ନିର୍ଗତ ……………. ବାୟୁରେ ମିଶି ବାୟୁ ପ୍ରଦୂଷଣ କରିଥାଏ ।
(xi) ବାୟୁ ପ୍ରଦୂଷଣ ପ୍ରଭାବରେ ତାଜମହଲର ଧଳା ମାର୍ବଲ ………………. ପଡ଼ିଗଲାଣି ।
(xii) ସଲ୍ଫର୍ ଡାଇଅକ୍ସାଇଡ୍ ବର୍ଷାଜଳ ସହ ମିଶି ……………………. ସୃଷ୍ଟି କରେ ।
(xiii) ନାଇଟ୍ରୋଜେନ୍ ଅକ୍ସାଇଡ୍ ବର୍ଷାଜଳ ସହ ମିଶି ……………………..ସୃଷ୍ଟି କରେ ।
(xiv) ମଥୁରା ତୈଳ ରିଫାଇନାରୀରୁ ନିର୍ଗତ ……………………….. ଯୋଗୁଁ ମାର୍ବଲର ରଙ୍ଗ ହଳଦିଆ ହୋଇଯାଉଛି ।
(xv) ପୃଥିବୀପୃଷ୍ଠକୁ ……………….. ଉତ୍ତପ୍ତ କରିଥାଏ ।
Answers:
(i) ମିଶ୍ରଣ
(ii) 78%
(iii) 21%
(iv) ପ୍ରଦୂଷକ
(v) ଅମ୍ଳଜାନ
(vi) ସ୍କଟ୍
(vii) ବାୟୁ ପ୍ରଦୂଷଣ
(viii) ଓଜୋନ୍ ଢାଲ
(ix) କ୍ଲୋରୋଫ୍ଲୋରୋ କାର୍ବନ
(x) ଧୂଆଁ ଓ କଣିକା
(x) ଫିକା
(xii) H2SO4
(xiii) HNO3
(xiv) କଣିକାମିଶା ଧୂଆଁ
(xv) ସୂର୍ଯ୍ୟାଲୋକ
2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ପିଇବାଯେଗ୍ୟପା ପାଶିକୁ ………………….. କୁହାଯାଏ । (ପାନୀୟ ଜଳ, ଲବଣାକ୍ତ ଜଳ, କ୍ଷାରୀୟ ଜଳ, ଅମ୍ଳୀୟ ଜଳ)
(ii) ଜଳକୁ …………… ଦ୍ଵାରା ଶୋଧନ କରାଯାଏ । (ବାଷ୍ପୀଭବନ, ଘନୀଭବନ, ଜଳ ବିଶୋଧନ ଯନ୍ତ୍ର, କୌଣସିଟି ନୁହେଁ)
(iii) ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିରେ ଜଳରେ …………………….. ବଟିକା ପକାଯାଏ । (ଫ୍ଲୋରିନ୍, କ୍ଲୋରିନ୍, ବ୍ରୋମିନ୍, ଆୟୋଡ଼ିନ୍)
(iv) କ୍ୟାଣ୍ଡଲଯୁକ୍ତ ଫିଲ୍ଟର୍ ବ୍ୟବହାର …………………. ପ୍ରଣାଳୀ ଅଟେ (ପାତନ, ପରିସ୍ରବଣ, ଊର୍ଦ୍ଧପାତନ, ରେଚନ)
(v) ପୃଥିବୀର …………………. ପ୍ରତିଶତ ଲୋକ ଭଲ ପାଣି ପିଇବାକୁ 18 (25, 20, 15, 18)
(vi) ବାୟୁରେ 78% …………………. ଗ୍ୟାସ ଥାଏ । (N2, O2, CO2)
(vii) ବାୟରେ 21% …………………. ଗ୍ୟାସ ଥାଏ । (N2, O2, H2, CO4)
(viii) ଓଜୋନ୍ ଢାଲ ସୂର୍ଯ୍ୟାଲୋକରୁ …………………. ଶୋଷଣ କରେ । (ଦୃଶ୍ୟମାନ ରଶ୍ମି, α – ରଶ୍ମି, β- ରଶ୍ମି, UV ରଶ୍ମି)
(ix) ପେଟ୍ରୋଲ ଓ ଡିଜେଲରୁ ନିର୍ଗତ କଣିକା ………………… ଦ୍ୱାରା ଶରୀରରେ ପ୍ରବେଶ କରେ । (ରକ୍ତ ସଞ୍ଚାଳନ, ଆଲୋକଶ୍ଳେଷଣ, ଶ୍ୱସନ୍, ଶ୍ଵାସକ୍ରିୟା)
Answers:
(i) ପାନୀୟ ଜଳ
(ii) ଜଳବିଶୋଧନ ଯନ୍ତ୍ର
(iii) କୋରିନ୍
(iv) ପରିସ୍ରବଣ
(v) 25
(vi) N2
(vii) O2
(viii) UV ରଶ୍ମି
(ix) ଶ୍ଵାସକ୍ରିୟା
3. ବାମ ପାର୍ଶ୍ଵର ଶବ୍ଦପୁଞ୍ଜର ସମ୍ପର୍କକୁ ଲକ୍ଷ୍ୟରଖୁ ଦକ୍ଷିଣ ପାର୍ଶ୍ଵର ଉପଯୁକ୍ତ ଶବ୍ଦ ଲେଖ ।
(i) ଯବକ୍ଷାରଜାନ : ଅମ୍ଳଜାନ : : 78% : ………………. ।
(ii) ଧୂଳିକଣା : କଳକାରଖାନାର ତରଳ ଆବର୍ଜନା :: ବାୟୁ ପ୍ରଦୂଷକ : ………………. ।
(iii) ସଲ୍ଫର୍ ଡାଇଅକ୍ସାଇଡ୍ : ନାଇଟ୍ରୋଜେନ ଡାଇଅକ୍ସାଇଡ୍ :: H4SO4 : ………………. ।
(iv) SO2 : ଅମ୍ଳବର୍ଷା :: CO2, CH4 : ………………. ।
(v) ମଟରଗାଡ଼ି : CNG :: ରୋଷେଇଘର : ………………. ।
(vi) SO2 : ଅମ୍ଳବର୍ଷା :: CO2 : ………………. ।
(vii) ଧୂମଯୁକ୍ତ ଇନ୍ଧନ : କିରୋସିନି :: ପରିଷ୍କାର ଇନ୍ଧନ : ………………. ।
(viii) କ୍ଲୋରିନେସନ୍ : କ୍ଲୋରିନ୍ ବଟିକା :: ପରିସ୍ରବଣ : ………………. ।
(ix) ଭୌତିକ ପଦ୍ଧତି : ପାଣି ଫୁଟାଇବା :: ରାସାୟନିକ ପଦ୍ଧତି : ………………. ।
(x) ଟାଇଫଏଡ୍ : ପ୍ରଦୂଷିତ ଜଳ :: ଆଜ୍ମା : ………………. ।
Answers:
(i) 21%
(ii) ଜଳ ପ୍ରଦୂଷକ
(iii) HNO3
(vi) ବିଶ୍ୱ ତାପନ
(v) LPG
(iv) ସବୁଜ ଘର ପ୍ରଭାବ
(vii) CNG
(viii) ଫିଲ୍ଟର୍ କ୍ୟାଣ୍ଡଲ
(ix) କ୍ଲୋରିନ୍ ବଟିକା ମିଶାଇବା
(x) ପ୍ରଦୂଷିତ ବାୟୁ
4. ‘କ’ସ୍ତମ୍ଭରେ ଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଓଜୋନ୍ ରନ୍ଧ୍ର | 1. GAP |
(ii) ବସ୍ , ଟ୍ରକ | 2. CO |
(iii) ରୋଷେଇଘର | 3. UV |
(iv) ଗ୍ରୀନ ହାଉସ ଗ୍ୟାସ୍ | 4. CH |
(v) ଅମ୍ଳବର୍ଷା | 5. CNG |
(vi) ଓଜୋନ୍ ଢାଲ | 6. CFC |
(vii) ରକ୍ତରେ ଦହନ କ୍ଷମତା ହ୍ରାସ | 7. LPG |
(viii) ପ୍ରକୃତି ପାଇଁ ବିଶ୍ବ ସ୍ତରୀୟ ପାଣ୍ଠି | 8. H2SO4 |
(ix) 1985 | 9. pH |
(x) ଅମ୍ଳତ୍ୱ ତୁଳନା | 10. WWF |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଓଜୋନ୍ ରନ୍ଧ୍ର | 1. CFC |
(ii) ବସ୍ , ଟ୍ରକ | 2. CNG |
(iii) ରୋଷେଇଘର | 3. LPG |
(iv) ଗ୍ରୀନ ହାଉସ ଗ୍ୟାସ୍ | 4. CH |
(v) ଅମ୍ଳବର୍ଷା | 5. H2SO4 |
(vi) ଓଜୋନ୍ ଢାଲ | 6. UV |
(vii) ରକ୍ତରେ ଦହନ କ୍ଷମତା ହ୍ରାସ | 7. CO |
(viii) ପ୍ରକୃତି ପାଇଁ ବିଶ୍ବ ସ୍ତରୀୟ ପାଣ୍ଠି | 8. WWF |
(ix) 1985 | 9. GAP |
(x) ଅମ୍ଳତ୍ୱ ତୁଳନା | 10. pH |
(i) ଓଜୋନ୍ ରନ୍ଧ୍ର | 1. CFC |