BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Odisha State Board BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ Textbook Exercise Questions and Answers.

BSE Odisha Class 9 Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ପଠିତ କବିତାରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ବୁଲନ୍ତି ___________________ କୁଳ ହୋଇ ଯୋଡ଼ା ଯୋଡ଼ା ।
(ଖ) କେମନ୍ତେ ସେ _______________ ବାଳା କଣ୍ଠତଟୁ ଦେଲା ହୁଳହୁଳି ।
(ଗ) ମାରିବାକୁ ହବ ଲକ୍ଷ _______________________ ଫୋପାଡ଼ି ଲକ୍ଷ ତୀର ।
(ଘ) ଜନ୍ମଭୂଇଁର ମଙ୍ଗଳ ଲାଗି ___________________ ଦେବାକୁ ହେବ ।
(ଙ) ଆଗେ ବାଜୁଥ‌ିବ _______________________ ବାଜା ପଛେ ଆସୁଥୁବ ତମେ ।
Answer:
(କ) ବୁଲନ୍ତି ଶ୍ୱାପଦ କୁଳ ହୋଇ ଯୋଡ଼ା ଯୋଡ଼ା ।
(ଖ) କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଟୁ ଦେଲା ହୁଳହୁଳି ।
(ଗ) ମାରିବାକୁ ହବ ଲକ୍ଷ ସଇନି ଫୋପାଡ଼ି ଲକ୍ଷ ତୀର ।
(ଘ) ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହେବ ।
(ଙ) ଆଗେ ବାଜୁଥୁବ ସଂଗ୍ରାମ ବାଜା ପଛେ ଆସୁଥ୍ ତମେ ।

Question ୨।
ନିମ୍ନଲିଖ ଉକ୍ତିଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ଠିକ୍ ସେଗୁଡ଼ିକୁ ଲେଖ ।
(କ) ପାଇକ ବାଦ୍ୟ ରଣ-ଶିଙ୍ଗା ବର୍ତ୍ତମାନ ଓଡ଼ିଶାର ସବୁଠାରେ ବାଜୁଛି ।
(ଖ) ଓଡ଼ିଶାର ଐତିହ୍ୟସମ୍ପନ୍ନ ସ୍ଥାନଗୁଡ଼ିକରୁ ଅନେକ ଅବହେଳିତ ଭାବରେ ପଡ଼ିଛି ।
(ଗ) ପାଇକବଧୂମାନେ ନିଜ ହାତରେ ସ୍ଵାମୀମାନଙ୍କୁ ସଜ୍ଜିତ କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲେ ।
(ଘ) ସ୍ଵାମୀଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇଦେଇ ପାଇକବଧୂ ଘରେ ଗୁମୁରି କାନ୍ଦୁଥିଲା ।
(ଙ) ଜୀବନକୁ ଉପଭୋଗରେ ବିତାଇ ଦେବାକୁ ମଣିଷ ଜନ୍ମ ହୋଇଛି ।
Answer:
(ଖ) ଓଡ଼ିଶାର ଐତିହ୍ୟସମ୍ପନ୍ନ ସ୍ଥାନଗୁଡ଼ିକରୁ ଅନେକ ଅବହେଳିତ ଭାବରେ ପଡ଼ିଛି ।
(ଗ) ପାଇକବଧୂମାନେ ନିଜ ହାତରେ ସ୍ଵାମୀମାନଙ୍କୁ ସଜ୍ଜିତ କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲେ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୩।
ନିମ୍ନଲିଖ୍ ସମୋଚ୍ଚାରିତ ଶବ୍ଦର ଅର୍ଥ ଲେଖ ।
କୁଳ – କୂଳ, ଲକ୍ଷ – ଲକ୍ଷ୍ୟ, ଶର – ସର, ଅନଳ – ଅନିଳ
Answer:
କୁଳ – ବଂଶ
କୂଳ – ନଦୀତଟ
ଲକ୍ଷ – ସଂଖ୍ୟ।ବିଶେଷ
ଲକ୍ଷ୍ୟ – ଉଦ୍ଦେଶ୍ୟ/ଏକାଗ୍ରତା
ଶର – ତୀର/ବାଣ
ସର – ପୋଖରୀ/ଦୁଧସର
ଅନଳ – ପବନ
ଅନିଳ – ପବନ

Question ୪।
ନିମ୍ନଲିଖତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ବନ, ଘୋଡ଼ା, ସମୀରଣ, ଲକ୍ଷ୍ମୀ, ଶୈଳ ।
Answer:
ବନ – କାନନ, ଅଟବୀ, ଅରଣ୍ୟ, ବିପିନ
ଘୋଡ଼ା – ଅଶ୍ଵ, ବାଜ୍, ତୁରଗ, ତୁରଙ୍ଗ
ସମୀରଣ – ପବନ, ସମୀର, ମରୁତ, ଅନିଳ
ଲକ୍ଷ୍ମୀ – ପଦ୍ମାଳୟା, କମଳା, ଶ୍ରୀ, ଇନ୍ଦିରା
ଶୈଳ – ପର୍ବତ, ମହୀଧର, ଗିରି, ଅଚଳ

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଲିଙ୍ଗ ପରିବର୍ତ୍ତନ କର ।
ତରୁଣୀ, ବୀର, ଘୋଡ଼ା, ପ୍ରିୟତମ, ବଧୂ
Answer:
ତରୁଣୀ – ତରୁଣ
ବୀର – ବୀରା/ବାରାଙ୍ଗନା
ଘୋଡ଼ା – ଘୋଡ଼ୀ
ପ୍ରିୟତମ – ପ୍ରିୟତମା
ବଧୂ – ବର

Question ୬।
ନିମ୍ନଲିଖ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଶମଶାନ, ଶଇଳ, ସଇନ, ଗଉରବ, ଯତନ
Answer:
ଶମଶାନ – ଶ୍ମଶାନ
ଶଇଳ – ଶୈଳ
ସଇନ – ସୈନ୍ୟ
ଗଉରବ – ଗୌରବ
ଯତନ – ଯତ୍ନ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୭।
ନିମ୍ନରେ ଲେଖାଯାଇଥିବା ପ୍ରତ୍ୟେକ ଧାଡ଼ିରୁ ଭିନ୍ନ ଶବ୍ଦଟିକୁ ବାଛ ।
(କ) ଅତୀତ, ପୂର୍ବତନ, ଅତୀବ, ପ୍ରାଚୀନ, ପୁରାତନ
(ଖ) ଖଣ୍ଡା, ବନ୍ଧୁକ, ତୋପ, ଢାଲ, ଛୁରୀ
(ଗ) ସମୀରଣ, କାକର, ପବନ, ମଳୟ, ବାଆ
(ଘ) ଘୋଡ଼ା, ବଳଦ, ଗଧ, କୁକୁର, ବିଲୁଆ
(ଙ) ବାଳକ, ବାଳିକା, ତରୁଣ, ବୃଦ୍ଧ, ପ୍ରୌଢ଼
Answer:
(କ) ଅତୀତ
(ଖ) ଢାଲ
(ଗ) କାକର
(ଘ) ବିଲୁଆ
(ଙ) ବାଳିକା

Question ୮।
ନିମ୍ନରେ ଦିଆଯାଇଥ‌ିବା ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦକୁ ମିଳାଅ ।
Answer:
BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ 1
Answer:
BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ 2

Question ୯।
ନିମ୍ନରେ ‘ସୋହାଗେ’ର ଚାରିଗୋଟି ଅର୍ଥ ଦିଆଯାଇଛି । ଠିକ୍ ଅର୍ଥଟିକୁ ବାଛ ।
(କ) ଅତି ଘୃଣାରେ, (ଖ) ଅତି ସ୍ନେହରେ, (ଗ) ଅତି ଈର୍ଷାରେ, (ଘ) ଅତି ଯତ୍ନରେ
Answer:
(ଖ) ଅତି ସ୍ନେହରେ ।

Question ୧୦ ।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ ।
ସମର, ସଂଗ୍ରାମ, ପ୍ରାଙ୍ଗଣ, ବିଜୟ, ଗୌରବ
Answer:
ସମର – ଉତ୍କଳୀୟ ପାଇକବୀର ସମର କ୍ଷେତ୍ରରେ ଅସାମାନ୍ୟ ବୀରତ୍ଵ ପ୍ରଦର୍ଶନ କରିଥିଲେ ।
ସଂଗ୍ରାମ – ଭାରତର ସ୍ବାଧୀନତା ସଂଗ୍ରାମ ଶାନ୍ତି ଓ ଅହିଂସା ଉପରେ ଆଧାରିତ ଥିଲା ।
ପ୍ରାଙ୍ଗଣ – କ୍ରୀଡ଼ା ପ୍ରାଙ୍ଗଣ ଛାତ୍ରଛାତ୍ରୀମାନଙ୍କ ପ୍ରିୟ ସ୍ଥାନ ।
ବିଜୟ – ନିଷ୍ଠାପର ଉଦ୍ୟମ ମନୁଷ୍ୟକୁ ବିଜୟ ଆଣିଦିଏ ।
ଗୌରବ – ଓଡ଼ିଶାର ପ୍ରାଚୀନ ଗୌରବ ମହିମାମୟ ଥିଲା

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୧।
ଶ୍ମଶାନ ପରି କ’ଣ ପଡ଼ିଛି ବୋଲି କବି କହିଛନ୍ତି ?
Answer:
ପ୍ରାଚୀନ ଉତ୍କଳର ଦୁର୍ଗ, ବନ ଓ ପ୍ରାନ୍ତର ଶ୍ମଶାନ ପରି ପଡ଼ିରହିଛି ବୋଲି କବି କହିଛନ୍ତି ।

Question ୧୨ ।
ଯୋଦ୍ଧାବେଶ କେଉଁମାନେ ଧାରଣ କରୁଥିଲେ ?
Answer:
ଅତୀତ ଉତ୍କଳର ଖଣ୍ଡାୟତ-ପାଇକମାନେ ଯୋଦ୍ଧାବେଶ ଧାରଣ କରୁଥିଲେ ।

Question ୧୩ ।
ସମୀରଣ କିପରି ବହିଯାଏ ?
Answer:
ସମୀରଣ ନୀରବରେ ଗୁଞ୍ଜରଣ କରି ବହିଯାଏ ।

Question ୧୪।
ଶ୍ଵାପଦକୁଳ କେଉଁଠାରେ ବୁଲୁଛନ୍ତି ?
Answer:
ଶ୍ୱାପଦକୁଳ ପ୍ରାଚୀନ ଦୁର୍ଗ, ବନ ଓ ପ୍ରାନ୍ତରରେ ବୁଲୁଛନ୍ତି ବୋଲି କବି କହିଛନ୍ତି ।

Question ୧୫ ।
ବୀରମାଟିକୁ ଦେଖ‌ିଲେ ମନରେ କି ଭାବନା ସୃଷ୍ଟି ହୁଏ ?
Answer:
ବୀରମାଟିକୁ ଦେଖ‌ିଲେ ମନରେ ଅତୀତର ଗୌରବାବହ ସ୍ମୃତି ଜାଗ୍ରତ ହେବା ସହିତ ରକ୍ତରେ ଉଷ୍ମତା ବୃଦ୍ଧି ପାଏ ।

Question ୧୬ ।
ବୀରମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି ?
Answer:
ବୀରମାଟି ବୁକୁତଳେ ଲକ୍ଷ ଲକ୍ଷ ଓଡ଼ିଆ ପାଇକଙ୍କ ଗୌରବାବହ ବୀରଗାଥାକୁ ଚାପି ଧରି ପଡ଼ିରହିଛି ।

Question ୧୭ ।
ଖଣ୍ଡାୟତ ବଧୂ ନିଜର ସ୍ୱାମୀକୁ ବୀରବେଶରେ କିପରି ସଜ୍ଜିତ କରୁଥୁଲା ?
Answer:
ଖଣ୍ଡାୟତ ବଧୂ ନିଜ ସ୍ୱାମୀ କପାଳରେ ବିଜୟ ସିନ୍ଦୂର, ହାତରେ ତରବାରି, କାନ୍ଧରେ ଧନୁର୍ବାଣ, ପୃଷ୍ଠଦେଶରେ ତୁଣୀର ବାନ୍ଧି ବୀରବେଶରେ ସୁସଜ୍ଜିତ କରୁଥିଲା ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୧୮ ।
ଯୁଦ୍ଧକ୍ଷେତ୍ରକୁ ସ୍ୱାମୀକୁ ପଠାଇ ଖଣ୍ଡାୟତ ବଧୂ କିପରି ସମୟ କାଟୁଥୁଲା ?
Answer:
ଖଣ୍ଡାୟତ ବଧୂ ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଅନୁଶୋଚନା ନ କରି ଆତଙ୍କିତ ନ ହୋଇ ସ୍ବାମୀର ଶୁଭ ମନାସି ବିଜୟ କାମନା କରି ସମୟ କାଟୁଥିଲା ।

Question ୧୯ ।
ବୀରବାଳା ତା’ ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ କିପରି ପଠାଉଥିଲା ବୋଲି କବି କହିଛନ୍ତି ?
Answer:
ବୀରବାଳା ତା’ ସ୍ଵାମୀର ବକ୍ଷଦେଶରେ ମନ୍ଦାରମାଳା ପକାଇ ବୀରବେଶରେ ସଜାଇ ସମର ସଙ୍ଗୀତ ଗାଇ ରଣଶିଙ୍ଗା ବଜାଇ ଅର୍ଘ୍ୟଥାଳୀ ଧରି ହୁଳହୁଳି ଦେଇ ବନ୍ଦାପନା କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲା ।

Question ୨୦ ।
ବୀରବାଳା କେଉଁ ଗୀତ ଗାଉଥିଲେ ?
Answer:
ବୀରବାଳା ସମର ସଙ୍ଗୀତ ଗାଉଥିଲେ ।

Question ୨୧ ।
‘ଯିବାପାଇଁ ହବ ବୀର’ – ‘ବୀର’ ବୋଲି କାହାକୁ କିଏ ସମ୍ବୋଧନ କରିଛନ୍ତି ?
Answer:
‘ଯିବାପାଇଁ ହେବ ବୀର’ – ଏଠାରେ ‘ବୀର’ ବୋଲି ପାଇକବଧୂ ତା’ର ସ୍ୱାମୀକୁ ସମ୍ବୋଧନ କରିଅଛି ।

Question ୨୨ ।
କେଉଁ ଉଦ୍ଦେଶ୍ୟ ନେଇ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା କହିଛନ୍ତି ?
Answer:
ଜନ୍ମଭୂମିର ମଙ୍ଗଳ ପାଇଁ ଲକ୍ଷ ସୈନ୍ୟକୁ ମାରି ବିଜୟୀ ହେବା ଉଦ୍ଦେଶ୍ୟରେ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା ତା’ସ୍ଵାମୀକୁ କହିଛି ।

Question ୨୩ ।
କେତେବେଳେ ପ୍ରିୟତମଙ୍କୁ ପାଇକବଧୂ ଆଦର କରି ନେବେ ବୋଲି କବି କହିଛନ୍ତି ?
Answer:
ଯୁଦ୍ଧକ୍ଷେତ୍ରରେ ଶତ୍ରୁସଂହାର କରି ହାତରେ ବିଜୟ ବୈଜୟନ୍ତୀ ଉଡ଼ାଇ ବୀରଦର୍ପରେ ଆସୁଥ‌ିବା ସ୍ଵାମୀକୁ ଆଦରରେ ପାଛୋଟି ନେବାକୁ ଆଗେଇ ଆସିବ ବୋଲି କବି କହିଛନ୍ତି ।

Question ୨୪ ।
ଯୁଦ୍ଧଜୟୀମାନେ କିପରି ଫେରନ୍ତି ?
Answer:
ଯୁଦ୍ଧଜୟୀମାନେ ହାତରେ ବିଜୟବାନା ଧରି ବୀରବାଦ୍ୟ ତାଳେ ତାଳେ ଗର୍ବରେ ଜୟ ଜୟ କାର କରି ରଣଭୂମିରୁ ଫେରି ଥାଆନ୍ତି ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୨୫ ।
ତରୁଣୀ ଓ ଜନ୍ମଭୂଇଁ – ଏହି ଦୁଇଟି ମଧ୍ୟରୁ ବୀରର ପ୍ରିୟ କିଏ ହେବା ଉଚିତ ?
Answer:
ତରୁଣୀ ଓ ଜନ୍ମଭୂଇଁ – ଏ ଦୁଇଟି ମଧ୍ୟରୁ ଜନ୍ମଭୂଇଁ ବୀରର ପ୍ରିୟ ହେବା ଉଚିତ ।

Question ୨୬ ।
ବିଜୟୀ ସ୍ଵାମୀକୁ ଦେଖ‌ିଲେ ପାଇକବଧୂ ହୃଦୟରେ କି ଭାବ ଅନୁଭବ କରିବ ?
Answer:
ବିଜୟୀ ସ୍ଵାମୀଙ୍କୁ ଦେଖ‌ିଲେ ପାଇକବଧୂର ହୃଦୟ ଗର୍ବ ଓ ଗୌରବରେ ଉତ୍‌ଫୁଲ୍ଲିତ ହୋଇଉଠିବ ।

Question ୨୭ ।
କିଏ କାହାର ପଦବନ୍ଦନା କରିବ ?
Answer:
ବୀରବାଳା ପାଇକବଧୂ ଯୁଦ୍ଧବିଜୟୀ ବୀର ସ୍ବାମୀଙ୍କର ପଦବନ୍ଦନା କରିବ ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୨୮ ।
ଏଇ ଦୁର୍ଗ, ଏଇ ବନ, ଏ ନୀଳ ପ୍ରାନ୍ତର
ପଡ଼ିଅଛି ଶମଶାନ ପରି ।
Answer:
ଏଇ ଦୁର୍ଗ, …………………. ଶମଶାନ ପରି ।
ଏଠାରେ କବି ଅତୀତ ଉତ୍କଳର ଗୌରବୋଜ୍ଜ୍ଵଳ ଐତିହ୍ୟର ସ୍ମାରକୀ ଖୋର୍ଦ୍ଧାଗଡ଼ର ଭଗ୍ନଦୁର୍ଗ ଓ ପରିତ୍ୟକ୍ତ ସମରପ୍ରାଙ୍ଗଣର ଜରାଜୀର୍ଣ୍ଣ ଅବସ୍ଥା ଦର୍ଶନରେ କଳିଙ୍ଗ ପାଇକ ସେନାନୀର ଅଖଣ୍ଡ ବିକ୍ରମ ଓ ବୀରତ୍ଵର ସ୍ମୃତି ରୋମନ୍ଥନ କରିଛନ୍ତି ।

ଏକଦା ଖୋର୍ଦ୍ଧାଗଡ଼ର ଦୁର୍ଗ ଓଡ଼ିଆ ପାଇକ ବୀରମାନଙ୍କ ଅସ୍ତ୍ରଶସ୍ତ୍ରାଦିର ଝନତ୍‌କାରରେ ପ୍ରକମ୍ପିତ ହେଉଥିଲା । ଦୁର୍ଗ ସମ୍ମୁଖସ୍ଥ ପ୍ରାଙ୍ଗଣ ଥିଲା ସେମାନଙ୍କ ସମରାଭ୍ୟାସର ସ୍ଥଳୀ । ଯୁଦ୍ଧବାଦ୍ୟ ଓ ରଣଶିଙ୍ଗା ଧ୍ଵନିରେ ପ୍ରକମ୍ପିତ ହେଉଥିଲା ପାର୍ଶ୍ଵ ସ୍ଥ ବନଭୂମି ଓ ବିସ୍ତୀର୍ଣ୍ଣ ପ୍ରାନ୍ତର । ଦୁର୍ଗ ପରିପାର୍ଶ୍ବରେ ଶୁଣାଯାଉଥିଲା ଅଶ୍ଵମାନଙ୍କ ଟାପୁ ଶବ୍ଦ । କାଳର କରାଳ ବକ୍ଷରେ ଉତ୍କଳର ସେହି ଗୌରବାବହ ଅଧ୍ୟାୟ ହଜିଯାଇଛି । ଖଣ୍ଡାୟତ-ପାଇକବୀରଙ୍କ ରଣହୁଙ୍କାରରେ ଏକଦା ପ୍ରକମ୍ପିତ ସେହି ଦୁର୍ଗ କେବଳ ପରିତ୍ୟକ୍ତ ଶିଳାସମୂହରେ ପରିଣତ ହୋଇ ଗଡ଼ର ଗରିମାମୟ ଅତୀତର ମୂକସାକ୍ଷୀ ଭାବେ ଉଭା ହୋଇଛି । ସମରାଭ୍ୟାସ ନିମନ୍ତେ ଉଦ୍ଦିଷ୍ଟ ପ୍ରାଙ୍ଗଣ ଓ ପ୍ରାନ୍ତର ଶ୍ମଶାନ ତୁଲ୍ୟ ପଡ଼ିରହିଛି ।

ପାଇକ ସେନାନୀଙ୍କ ଶୌର୍ଯ୍ୟ, ବୀର୍ଯ୍ୟଭରା ସ୍ମୃତିର ସାକ୍ଷ୍ୟ ଦେବାପାଇଁ ଦୁର୍ଗ ପାର୍ଶ୍ଵଦେଶର ଘନବନାନୀ ଅଦ୍ୟାବଧୂ ରହିଥିଲେ ମଧ୍ୟ ଶ୍ଵାପଦସଙ୍କୁଳ ହୋଇପଡ଼ିଥିବାରୁ ଲୋକଲୋଚନ ଅନ୍ତରାଳକୁ ଚାଲିଯାଇଛି । କବି ଶ୍ମଶାନ ସମ ପଡ଼ିରହିଥ‌ିବା ଦୁର୍ଗ, ବନ ଓ ପ୍ରାନ୍ତରକୁ ଦେଖ୍ ସେହି ବୀରମାଟିର ଅତୀତକୁ ସ୍ମରଣ କରିଛନ୍ତି । କଳ୍ପନାର ପ୍ରତିସ୍ରୋତରେ ଯାଇ ସେ ଯୋଦ୍ଧବେଶରେ ସଜ୍ଜିତ ବୀର ଓଡ଼ିଆ ପାଇକମାନଙ୍କ ସମରାଭ୍ୟାସ ଦେଖାରିଛନ୍ତି ଓ ବୀରାଙ୍ଗନା ପାଇକବଧୂର ଅସାମାନ୍ୟ ଦେଶପ୍ରେମ ଲକ୍ଷ୍ୟ କରି ବିସ୍ମୟ ପ୍ରକାଶ କରିଛନ୍ତି ।

Question ୨୯।
ଏଇ ବୀର ମାଟି !
ଚାହିଁଲେ ନିମିଷେ ଯା’ରେ
ରକ୍ତ ଯାଏ ତାତି,
ରହିଅଛି ପଡ଼ି
ଅତୀତର ଲକ୍ଷବୀର ଗାଥା
ବୁକୁତଳେ ଧରି ।
Answer:
ଏଇ ବୀର ……………………………. ବୁକୁତଳେ ଧରି ।
ପ୍ରୋକ୍ତ ପଦ୍ୟାଶଟି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ‘ପାଇକବଧୂର ଉଦ୍‌ବୋଧନ’ ଦୀର୍ଘ କବିତାର ଅଂଶବିଶେଷ ସମଶୀର୍ଷକଧାରୀ କବିତାରୁ ଗୃହୀତ ।
ଏଠାରେ କବି ବୀରଭୂମି ଖୋର୍ଦ୍ଧାଗଡ଼ର ଭଗ୍ନ ଶିଳାସ୍ତୂପ ପ୍ରାୟ ପଡ଼ିରହିଥ‌ିବା ଦୁର୍ଗ ଏବଂ ସମ୍ମୁଖସ୍ଥ ବନ ଓ ପ୍ରାନ୍ତର ଦର୍ଶକ ପ୍ରାଣରେ କିପରି ଉତ୍କଳର ଗୌରବାବହ ଅତୀତ ସ୍ମୃତି ଜାଗରଣ କରେ ତାହା ଉପସ୍ଥାପନ କରିଛନ୍ତି ।

ଲାଲ୍‌ମାଟିର ଖୋର୍ଦ୍ଧାଗଡ଼ କଳିଙ୍ଗ ଖଣ୍ଡାୟତ-ପାଇକବୀରଙ୍କ ଶୌର୍ଯ୍ୟ, ବୀର୍ଯ୍ୟର ମୂକସାକ୍ଷୀ, ଉତ୍କଳର ଗୌରବୋଜ୍ଜ୍ବଳ ଐତିହ୍ୟର ସ୍ମାରକୀ । ଏକଦା ଓଡ଼ିଆ ପାଇକବୀରମାନଙ୍କ ଅସାମାନ୍ୟ ସମର କୌଶଳ ଓଡ଼ିଶାର ସୀମାକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ କରାଇଥିଲା । ସେମାନଙ୍କ ଅଖଣ୍ଡ ବୀରତ୍ଵ ଓ ଅତୁଳନୀୟ ଦେଶପ୍ରେମର ମୂକସାକ୍ଷୀ ହୋଇ ପଡ଼ିରହିଛି ଭଗ୍ନ ଦୁର୍ଗର ଶିଳାରାଶି । ସମ୍ମୁଖସ୍ଥ ପ୍ରାଙ୍ଗଣ, ଯାହା ଏକଦା ପାଇକବୀରମାନଙ୍କ ସମରାଭ୍ୟାସର ସ୍ଥଳୀ ଥିଲା, ତାହା ପରିତ୍ୟକ୍ତ ପ୍ରାନ୍ତରଭାବେ ଅଦ୍ୟାବଧୂ ଉଭା ହୋଇଛି ।

ସେହି ବୀରଭୂମି ଦର୍ଶନରେ ପ୍ରତିଟି ଓଡ଼ିଆ ନିଜକୁ ଗର୍ବିତ ଓ ଗୌରବାନ୍ବିତ ମନେକରେ । ପୂର୍ବପୁରୁଷଙ୍କ ସ୍ଵାଭିମାନ ଓ ବୀରତ୍ୱର ଗାଥା ତା’ର କର୍ଣ୍ଣକୁହରରେ ପ୍ରତିଧ୍ଵନିତ ହୋଇଉଠେ । ଧମନୀର ରକ୍ତ ପ୍ରବାହରେ ଉଷ୍ମତା ଭରିଯାଏ । ଚଳଚ୍ଚିତ୍ରର ଛବି ପରି ପାଇକବୀରଙ୍କ ଯୁଦ୍ଧଯାତ୍ରାର ଦୃଶ୍ୟ ମାନସପଟରେ ଉଦ୍ଭାସିତ ହୋଇ ଶରୀରରେ ରୋମାଞ୍ଚ ସୃଷ୍ଟି ହୁଏ । ଲକ୍ଷ ଲକ୍ଷ କଳିଙ୍ଗ ସେନାନୀଙ୍କ ଗରିମାମୟ ଯୁଦ୍ଧ କାହାଣୀକୁ ବୁକୁତଳେ ଚାପିଧରି ସେହି ବୀରମାଟି ପ୍ରତିଟି ଓଡ଼ିଆ ପ୍ରାଣରେ ଦେଶପ୍ରୀତି ଜାଗ୍ରତ କରେ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୩୦ ।
ମନ୍ଦାରର ମାଳା ବକ୍ଷ ପଟେ
ଲମ୍ବାଇଲା ଆଦରେ ଯତନେ ।
Answer:
ମନ୍ଦାରର ମାଳା ………………………… ଆଦରେ ଯତନେ ।
ଏଠାରେ କବି ବୀରବାଳା ପାଇକବଧୂ ନିଜ ସ୍ୱାମୀକୁ ଯୁଦ୍ଧଯାତ୍ରା ପାଇଁ କିପରି ଭାବେ ସୁସଜ୍ଜିତ କରେ ତାହା ବର୍ଣ୍ଣନା କରିଛନ୍ତି ।

କଳିଙ୍ଗର ବୀରାଙ୍ଗନା-ପାଇକବଧୂର ଅଖଣ୍ଡ ସାହସ ଓ ଅନନ୍ୟ ତ୍ୟାଗର ଅଶ୍ରୁତପୂର୍ବ ଦେଶପ୍ରୀତି ବର୍ଣ୍ଣନାରେ କବି ଶତମୁଖ ହୋଇଉଠିଛନ୍ତି । ଜଣେ ସାଧାରଣ ନାରୀ ନିଜ ସ୍ୱାମୀକୁ ଯୁଦ୍ଧର ଭୟାବହତାକୁ ଠେଲିଦେବାକୁ କଦାପି ଇଚ୍ଛାକରେ ନାହିଁ । କିନ୍ତୁ କଳିଙ୍ଗର ପାଇକବଧୂ ସ୍ଵାମୀକୁ ନିଜ ହାତରେ ବୀରବେଶରେ ସଜାଇ ଦେଇ ଦେଶ ପାଇଁ ଲଢ଼ିବାକୁ ସମରଭୂମିକୁ ପଠାଇ ଦେଉଥିଲା । ହାତରେ ଢାଲ, ତରବାରି, ତୁଣୀର ଓ ଧନୁର୍ବାଣ ଧରାଇ ବୀର୍ଯ୍ୟବତୀ ପାଇକ ରମଣୀ ଗଳାରେ ଲମ୍ବାଇ ଦେଉଥିଲା ମନ୍ଦାର ପୁଷ୍ପର ମାଳା ।

ଅର୍ଘ୍ୟଥାଳୀ ଧରି ସ୍ଵାମୀକୁ ବନ୍ଦାପନା କରି ଯୁଦ୍ଧଯାତ୍ରା ପାଇଁ ଗାଇଉଠୁଥିଲା ସମର ସଙ୍ଗୀତ । ହୁଳହୁଳି ଶବ୍ଦରେ ପ୍ରାଙ୍ଗଣ ପ୍ରକମ୍ପିତ କରି ହସ ହସ ମୁଖରେ ବିଦାୟ ଦେଉଥ୍‌ଲା ପ୍ରାଣପ୍ରିୟକୁ । ନବବିବାହିତା ପାଇକବଧୂ ସ୍ଵାମୀକୁ ଯୋଦ୍ଧବେଶରେ ସଜାଇ, ବୀରଦର୍ପରେ ଶତ୍ରୁବିନାଶ କରିବାକୁ ପ୍ରେରଣା ଦେବାପାଇଁ ରଣଶିଙ୍ଗା ନାଦରେ କରୁଥିଲା । ବୀରାଙ୍ଗନା ପାଇକବଧୂର ଅପୂର୍ବ ଦେଶପ୍ରେମ ଲକ୍ଷ୍ୟ କରି କବି ବିସ୍ମୟ ପ୍ରକାଶ କରିଛନ୍ତି ।

Question ୩୧ ।
ତରୁଣୀ ବକ୍ଷ ଲାଗି ପ୍ରିୟତମ ଜନ୍ମ ନୁହଁଇ ତବ
ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହେବ ।
Answer:
ତରୁଣୀ ବକ୍ଷ………………………………………. ଦେବାକୁ ହେବ ।
ଶଂସିତ ପଦ୍ୟାଶଟି ପ୍ରଖ୍ୟାତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ‘ପାଇକବଧୂର ଉଦ୍‌ବୋଧନ’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ବୀର୍ଯ୍ୟବତୀ ପାଇକବାଳାର ଅନନ୍ୟ ଦେଶପ୍ରେମ ଓ ଅତୁଳନୀୟ ତ୍ୟାଗ ଉପରେ ଆଲୋକପାତ କରିଛନ୍ତି ।
ପୋଷଣ କରିଥାଏ । ତେଣୁ ସ୍ବାମୀର ଦୀର୍ଘଜୀବନ କାମନା କରି ସେ ନାନା ବ୍ରତ ଉପବାସ ମଧ୍ୟ କରିଥାଏ । କିନ୍ତୁ କଳିଙ୍ଗ ପାଇକବଧୂର ଜୀବନ ଦର୍ଶନ ଥିଲା ଭିନ୍ନ । ଦେଶର ସ୍ଵାଧୀନତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ସେ ସ୍ଵାମୀସୁଖକୁ ଜଳାଞ୍ଜଳି ଦେବାକୁ ଶ୍ରେୟ ମଣୁଥିଲା । ତେଣୁ ନବବିବାହିତା ପାଇକ କିଶୋରୀ ତା’ର ପ୍ରାଣପ୍ରିୟକୁ ନିଜ ହାତରେ ଯୋଦ୍ଧବେଶରେ ସଜାଇ ଶତ୍ରୁର ମୁକାବିଲା କରିବାପାଇଁ ଅକୁଣ୍ଠ ଚିତ୍ତରେ ସମରଭୂମିକୁ ପଠାଇ ଦେଉଥିଲା ।

ପତିସୋହାଗିନୀ କିଶୋରୀ ପ୍ରିୟାଠାରୁ ବିଦାୟ ନେଲାବେଳେ ଖଣ୍ଡାୟତ ବୀର ଯୁବକ ହୃଦୟର ଆବେଗକୁ ଅନୁଭବ କରିପାରୁଥିଲା ପ୍ରାଣପ୍ରିୟା ପତ୍ନୀ । ସୀମାନ୍ତରେ ଶତ୍ରୁ ହୁଙ୍କାର ଦେଉଥୁଲାବେଳେ ପ୍ରିୟାର ସ୍ନିଗ୍ଧ ସାନ୍ନିଧ୍ୟ ଓ ନିବିଡ଼ ବାହୁବନ୍ଧନରେ ବିଳାସର ସ୍ବପ୍ନ ଦେଖିବା ଯେ ବୀର ପକ୍ଷରେ କାପୁରୁଷତାର ପରିଚୟ, ବୀରା ରମଣୀ ଦୃପ୍ତକଣ୍ଠରୁ ଝରିପଡ଼ୁଥୁଲା ପ୍ରେରଣାର ଏହି ଅଗ୍ନିବର୍ଷୀ ବାଣୀ । ଜନ୍ମଭୂମିର ସୁରକ୍ଷା ପାଇଁ ଯୁଦ୍ଧକ୍ଷେତ୍ରରେ ହସି ହସି ପ୍ରାଣ ଉତ୍ସର୍ଗ କରିବା ଯେ ପାଇକ ଯୁବକର ପୌରୁଷର ପରିଚାୟକ ଏବଂ ସେହିପରି ଦେଶପ୍ରେମୀ ବୀର ସ୍ୱାମୀକୁ ନେଇ ପାଇକବଧୂ ନିଜକୁ ଗର୍ବିତ ଓ ଗୌରବାନ୍ବିତ ବୋଧକରେ ବୋଲି ସ୍ପଷ୍ଟୋକ୍ତି ପ୍ରକାଶ କରି ସ୍ଵାମୀ ମନରେ ସେ ଉତ୍ସାହ ଭରିଦେଉଥ୍‌ଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୨ ।
ସଂଶିତ କବିତାଟିରେ କବିଙ୍କର ଦେଶାତ୍ମବୋଧ ଓ ଜାତୀୟଭାବ କିପରି ପ୍ରକଟିତ ହୋଇଛି, ଆଲୋଚନା କର ।
କିମ୍ବା, ‘ପାଇକବଧୂର ଉଦ୍‌ବୋଧନ’ କବିତାରେ ଅତୀତ ଉତ୍କଳର ଯେଉଁ ଗରିମାମୟ ଇତିହାସର ସଂକେତ ରହିଛି, ତାହା ଉଲ୍ଲେଖ କର ।
କିମ୍ବା, କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଜାତୀୟ ପ୍ରୀତି ଚିନ୍ତାଧାରା ତାଙ୍କ କବିତାଗୁଡ଼ିକରେ ପ୍ରତିଫଳିତ– ଏହା ତାଙ୍କ ରଚିତ ‘ପାଇକବଧୂର ଉଦ୍‌ବୋଧନ’ କବିତା ଅବଲମ୍ବନରେ ପ୍ରତିପାଦନ କର ।
Answer:
ଭାବନାରେ ଆନ୍ଦୋଳିତ କରେ । ଓଡ଼ିଶା ଓ ଓଡ଼ିଆ ଜାତିର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ସମୃଦ୍ଧ କବିଙ୍କ ରଚନାବଳୀ କବିଙ୍କୁ ‘ପାଇକ କବି’ ଭାବରେ ଏକ ସ୍ୱତନ୍ତ୍ର ଆସନ ଦେଇପାରିଛି । କବିଙ୍କର କବିତାଗୁଡ଼ିକ ଖାଲି ଶୁଷ୍କ ଦେଶପ୍ରୀତିର ଉଦ୍‌ବୋଧନ ନୁହେଁ, ଓଡ଼ିଶାର ଅତୀତ ଗୌରବ ଓ ଗରିମାମୟ କାହାଣୀକୁ ନେଇ ରଚିତ କବିତାଗୁଡ଼ିକ ବେଶ୍ ହୃଦୟସ୍ପର୍ଶୀ ।

କବିଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗବଳୟ’ ଆଦି ରଚନାବଳୀ କବିଙ୍କ ଉଜ୍ଜ୍ଵଳ ପ୍ରତିଭାର ସ୍ବାକ୍ଷର ବହନ କରେ । କିମ୍ବଦନ୍ତୀକୁ ଆଶ୍ରୟ କରି ସଂଳାପ ଭଙ୍ଗୀରେ ରଚିତ କବିତାଗୁଡ଼ିକ ପ୍ରାଣବାନ୍ ଓ ସୁଖପାଠ୍ୟ । ଆଲୋଚ୍ୟ କବିତା ‘ପାଇକବଧୂର ଉଦ୍‌ବୋଧନ’ କବିଙ୍କର ଏକ ଦୀର୍ଘ କବିତାର ଅଂଶବିଶେଷ ।

କବିତା ‘ପାଇକବଧୂର ଉଦ୍‌ବୋଧନ’ ଓଡ଼ିଶାର ଅତୀତ ଇତିହାସ ଓ ଜାତୀୟ ବୀରତ୍ଵର ଏକ ହୃଦୟସ୍ପର୍ଶୀ ଆଲେଖ୍ୟ । ପାଇକବାଳାର କୋମଳ ହୃଦୟ ମଧ୍ଯରେ ଦେଶପ୍ରୀତିର ଯେଉଁ ଅନନ୍ୟ ଫଲ୍‌ଗୁ କବିତାଟିରେ ରୂପାୟିତ ହୋଇଛି, ତାହା ପାଠକ ପ୍ରାଣରେ ଜାତୀୟ ଚେତନା ସୃଷ୍ଟି କରେ । ଖୋର୍ଦ୍ଧାଗଡ଼ ଅତୀତ ଉତ୍କଳର ଗୌରବୋଜ୍ଜ୍ଵଳ ଐତିହ୍ୟର ସ୍ମାରକୀ, କଳିଙ୍ଗର ଖଣ୍ଡାୟତ- ପାଇକବୀରମାନଙ୍କ ବୀରତ୍ୱର ମୂକସାକ୍ଷୀ । ଏହି ବୀରଭୂମିର ଦର୍ଶନ ହିଁ ପ୍ରତିଟି ଓଡ଼ିଆ ପ୍ରାଣରେ ଶିହରଣ ସୃଷ୍ଟି କରେ । ଦର୍ଶକର ଧମନୀରେ ରକ୍ତର ଉଷ୍ମତା ବୃଦ୍ଧିପାଏ । ଲକ୍ଷ ଲକ୍ଷ ପାଇକବୀରଙ୍କ ଶୌର୍ଯ୍ୟ, ବୀର୍ଯ୍ୟର ଗାଥାକୁ ବୁକୁତଳେ ଚାପିରଖ୍ ଏ ଭୂମି ଆଜି ମୂକ ପାଲଟି ଯାଇଛି । ବୀର ରକ୍ତରଞ୍ଜିତ ଏଇ ଲାଲମାଟି ଦର୍ଶନ କଲାପରେ ଖୋର୍ଦ୍ଧାଗଡ଼ର ଗରିମାମୟ ସ୍ମୃତି ରୋମନ୍ଥନ କରିଛନ୍ତି କବି ।

ଗଡ଼ର ଦୁର୍ଗ ଏକଦା ପାଇକ ସେନାନୀଙ୍କ ଅସ୍ତ୍ରଶସ୍ତ୍ରାଦିର ଝଙ୍କାରରେ ନିନାଦିତ ହୋଇ ଉଠୁଥିଲା । ଦୁର୍ଗ ସମ୍ମୁଖସ୍ଥ ପ୍ରାଙ୍ଗଣ ଥିଲା ସମରାଭ୍ୟାସର କ୍ଷେତ୍ର । ଯୁଦ୍ଧବାଦ୍ୟ ଓ ରଣଶିଙ୍ଗା ନାଦରେ ପ୍ରକମ୍ପିତ ହୋଇଉଠୁଥିଲା ପାର୍ଶ୍ୱସ୍ଥ ବନଭୂମି । ପାଇକବୀରଙ୍କ ରଣ ହଂକାରରେ ପ୍ରତିଧ୍ଵନିତ ହେଉଥୁଲା ଦୁର୍ଗ ଚତୁଃସୀମା । ତୋପ, କମାଣ, ବନ୍ଧୁକର ଗୁରୁଗର୍ଜନ ଶତ୍ରୁ ଶିବିରରେ ଆତଙ୍କ ସୃଷ୍ଟି କରୁଥିଲା । କବି ତାଙ୍କ କଳ୍ପନେତ୍ରରେ ଦେଖ୍ ପାରିଛନ୍ତି ଖୋର୍ଦ୍ଧାଗଡ଼ର ଏହି ଗରିମାମୟ ଇତିହାସକୁ ।

ପ୍ରକୃତିସ୍ଥ ହେଲା ପରେ ଦେଖୁଛନ୍ତି କଳିଙ୍ଗର ବୀର ସେନାନୀଙ୍କ କାର୍ମଭୂମିର ଜରାଜୀର୍ଣ୍ଣ ଅବସ୍ଥା । ଶ୍ମଶାନସମ ପଡ଼ିରହିଛି ଭଗ୍ନଦୁର୍ଗର ଶିଳାସମୂହ, ପ୍ରାଙ୍ଗଣ ଓ ପ୍ରାନ୍ତର । ଯେଉଁ ବନ, ପ୍ରାନ୍ତର ଦିନେ ଯୁଦ୍ଧଅଶ୍ଵମାନଙ୍କ କ୍ଷୁରୋତ୍‌ତ ଧୂଳିରେ ଆଚ୍ଛାଦିତ ହେଉଥିଲା, ସେ ସ୍ଥାନରେ ବିରାଜମାନ କରୁଛି ଅଖଣ୍ଡ ନୀରବତା । ପାର୍ଶ୍ଵସ୍ଥ ବନଭୂମି ହୋଇଉଠିଛି ଶ୍ଵାପଦସଙ୍କୁଳ । କବିଙ୍କ ଭାଷାରେ –

‘ଫୁଟେ ନାହିଁ ତୋପ ଓ ବନ୍ଧୁକ
ଛୁଟେ ନାହିଁ ଲକ୍ଷ ଲକ୍ଷ ତୀର
ଟପ୍ ଟପ୍ ଚାଲେ ନାହିଁ ଘୋଡ଼ା
ସମୀରଣ ବହିଯାଏ ନୀରବେ ଗୁଞ୍ଜରି
ବୁଲନ୍ତି ଶ୍ୱାପଦ କୁଳ ହୋଇ ଯୋଡ଼ା ଯୋଡ଼ା ।’’

କବିଙ୍କ ଜିଜ୍ଞାସୁ ପ୍ରାଣ ଉତ୍କଳର ପୂର୍ବପୁରୁଷଙ୍କ ଅସାମାନ୍ୟ ସ୍ବାଭିମାନ ଓ ବୀରତ୍ବର ବାଣୀ ଶୁଣାଇବାକୁ ଦୁର୍ଗର ଭଗ୍ନଶିଳା ଓ ପାର୍ଶ୍ୱସ୍ଥ ବନ, ପ୍ରାନ୍ତରକୁ ଆବେଗଭରା ଆହ୍ଵାନ କରିଛନ୍ତି । ଚିରମୌନୀ ଭଗ୍ନଦୁର୍ଗ ଓ ପ୍ରାଙ୍ଗଣକୁ କଳିଙ୍ଗ ଜାତିର ଗୌରବଗାଥା ଶୁଣାଇବାପାଇଁ ଅନୁନୟ କରିଛନ୍ତି । ବୀରଜାତିର ଅଖଣ୍ଡ ବିକ୍ରମ ଓ ତେଜୋଦୀପ୍ତ ସମର କଳାକୌଶଳର ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । କଳିଙ୍ଗର ବୀରାଙ୍ଗନା ପାଇକବଧୂର ଅନନ୍ୟ ତ୍ୟାଗ ଓ ଅଖଣ୍ଡ ସାହସର କାହାଣୀ ଶୁଣିବାକୁ କବିପ୍ରାଣ ବ୍ୟାକୁଳତା ପ୍ରକାଶ କରିଛି । କବି କଣ୍ଠରେ –

ପ୍ରକାଶ କରିଛି । କବି କଣ୍ଠରେ –
କଥା କହି ସମର ପ୍ରାଙ୍ଗଣ,
କହ କଥା ଭଗ୍ନ ଦୁର୍ଗ ଶିଳା
କଥା କହି ଶଇଳ କାନନ ।’’

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ଓଡ଼ିଆ ଜାତିର ଗୌରବୋଜ୍ଜ୍ଵଳ ଐତିହ୍ୟ ଓ ବୀରତ୍ବର ବାଣୀ ଶୁଣିବାପାଇଁ କବି ମନର ବୈକଲ୍ୟ ତାଙ୍କ ଜାତିପ୍ରୀତି ଓ ଦେଶାତ୍ମବୋଧ ଚେତନାର ପରିଚୟ ବହନ କରେ । ନବବିବାହିତା ପାଇକ କିଶୋରୀବଧୂ ନିଜ ସ୍ୱାମୀକୁ ଯୋଦ୍ଧବେଶରେ ସୁସଜ୍ଜିତ କରି ଦୁର୍ଗ ପ୍ରାଙ୍ଗଣରେ ବିଦାୟ ଦେଇଯାଉଥିଲା । ଶତ୍ରୁ ନିପାତ କରିବାପାଇଁ ପ୍ରିୟତମକୁ ବଜ୍ରଶପଥ କରାଇ ଦୃପ୍ତ କଣ୍ଠରେ ଉତ୍ସାହ ଓ ପ୍ରେରଣାର ବାଣୀ ଶୁଣାଉଥୁଲା ପାଇକ ରମଣୀ ।

ବୀର ସ୍ବାମୀ ହୃଦୟରେ ପ୍ରାଣପ୍ରିୟା ପ୍ରତି ଅବଦମିତ ଭାବାବେଗକୁ ଅନୁଭବ କରି ପାଇକବଧୂ ବୀର ପାଇକର କର୍ତ୍ତବ୍ୟ ଓ ପୌରୁଷ ବିଷୟରେ ସ୍ଵାମୀକୁ ସଚେତନ କରାଇ ଦେଉଥିଲା । ଖଣ୍ଡାୟତ କୂଳର ପାଇକବଧୂ ବୀର ପାଇକର କର୍ତ୍ତବ୍ୟ ଓ ପୌରୁଷ ବିଷୟରେ ସ୍ଵାମୀକୁ ସଚେତନ କରାଇ ଦେଉଥିଲା । ଖଣ୍ଡାୟତ କୁଳର ସୁଯୋଗ୍ୟ ଦାୟାଦର ଜନ୍ମ କେବଳ ମାତୃଭୂମିର ସମ୍ମାନ ରକ୍ଷା ପାଇଁ ଉଦ୍ଦିଷ୍ଟ । ଜନ୍ମଭୂମିର ସ୍ଵାଧୀନତା ଓ ଅଖଣ୍ଡତା ରକ୍ଷା ପାଇଁ ଜାଗ୍ରତ ପ୍ରହରୀ ଭାବେ ଜୀବନ ଅତିବାହିତ କରିବାରେ ପ୍ରମାଣିତ ହୁଏ ତା’ର ପୌରୁଷର ସାର୍ଥକତା ।

ସୀମାନ୍ତରେ ଶତ୍ରୁ ରଣହୁଙ୍କାର ଦେଉଥିଲାବେଳେ ପ୍ରିୟାର ପଣତ ତଳେ ବିଳାସର ସ୍ଵପ୍ନ ଦେଖ‌ିବା ଯେ କାପୁରୁଷର ଲକ୍ଷଣ । ବୀର ବିକ୍ରମରେ ଶତ୍ରୁ ନିପାତ କରିବାପାଇଁ ସମରକ୍ଷେତ୍ରକୁ ଲମ୍ଫ ଦେବାକୁ ପ୍ରାଣପ୍ରିୟକୁ ଉତ୍ତେଜନାପୂର୍ଣ୍ଣ ଆହ୍ବାନ ଦେଉଥିଲା କିଶୋରୀ ପାଇକବଧୂ । ବୀରବାଳାର ଅଗ୍ନିବର୍ଷୀ ବାଣୀ ଶ୍ରବଣରେ ପାଇକ ସନ୍ତାନ ହୃଦୟରେ ସୃଷ୍ଟି ହେଉଥିଲା ଅଖଣ୍ଡ ଆତ୍ମବିଶ୍ଵାସ, ବାହୁରେ ଭରି ଯାଉଥିଲା ଶତସିଂହର ବଳ । ପାଇକବଧୂର ରଣଶିଙ୍ଗା ନାଦ ସ୍ଵାମୀ ମନତଳର ସବୁ ଦୁର୍ବଳତାକୁ ବୀରତ୍ଵରେ ରୂପାନ୍ତରିତ କରୁଥିଲା । ପ୍ରାଣପ୍ରିୟାର ଦୃପ୍ତ କଣର କଣ୍ଠରୁ ଝରିପଡ଼ୁଥୁଲା –

‘ଶତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି
ଆସିବ ଯେ ଦିନ କୋଟି ଗଭରବେ ନେବି ମୁଁ ଆଦର କରି ।
ବନ୍ଦାଇ ନେବି କୁଟୀରେ ସୋହାଗେ
ପଦବନ୍ଦନା କରି
ଚାଲ ପ୍ରିୟତମ ସମର କ୍ଷେତ୍ରେ
ବକ୍ଷେ ଅନଳ ଭରି ।’’

ସଂଳାପଧର୍ମୀ କବିତାର ଭାବାବେଗ, ଭାଷାର ସାବଲୀଳ ପ୍ରବାହ ଓ ଅନୁଭବର ଆନ୍ତରିକ ପ୍ରାଣସତ୍ତାରେ ଭରା କବିଙ୍କ ଜାତୀୟତାବାଦୀ କବିତା ‘ପାଇକବଧୂର ଉଦ୍‌ବୋଧନ’ କାବ୍ୟ ସାହିତ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଦାବି କରେ ।

Question ୩୩ ।
ଅତୀତ ଉତ୍କଳର ଶୌର୍ଯ୍ୟ ଓ ସାମରିକ ବିଭବର ଯେଉଁ ଚିତ୍ର କବିତାଟିରେ ପ୍ରକାଶିତ ହୋଇଛି ତାହା ବର୍ଣ୍ଣନ କର।
କିମ୍ବା, ଅତୀତର ବୀର ଓଡ଼ିଆର ଅନନ୍ୟ ସମରକୁଶଳତା ‘ପାଇକବଧୂର ଉଦ୍‌ବୋଧନ’ କବିତା ମଧ୍ୟରେ କିପରି ପରସ୍ଫୁଟିତ ହୋଇଛି, ତାହା ବର୍ଣ୍ଣନା କର ।
କିମ୍ବା, ବୀର ଓଡ଼ିଆର ସମରକୌଶଳ ଓ କିମ୍ବା ଅପରିମିତ ସାହସର କାବ୍ୟକ ବ୍ୟାଖ୍ୟା କବିଙ୍କ ଲେଖନୀରେ କିପରି ଜୀବନ୍ତ ହୋଇପାରିଛି, ତାହା ଉଲ୍ଲେଖ କର ।
Answer:
ସବୁଜ ସମସାମୟିକ କବି ଭାବେ ଯେଉଁ କତିପୟ ସାରସ୍ଵତ ସାଧକ ଉତ୍କଳ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି ସେମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ତ୍ରିପାଠୀ ଅନ୍ୟତମ । ନିଜ ଜନ୍ମସ୍ଥଳୀ ପଲ୍ଲୀଭୂମିର ପ୍ରାକୃତିକ ପରିବେଶ ମଧ୍ୟରେ କବିତା ରଚନା ଆରମ୍ଭ କରି ସେ ତାଙ୍କ ପରିଣତ କାବ୍ୟସ୍ୱରକୁ ଅନାହତ ମାନବବାଦୀ ଭାବଧାରାରେ ରସାଣିତ କରିପାରିଥିଲେ । ତାଙ୍କ ଆବେଗଧର୍ମୀ କବିତାଗୁଡ଼ିକ ପାଠକ ପ୍ରାଣରେ ଜାତୀୟ ଚେତନା ସୃଷ୍ଟି କରେ । କବିଙ୍କ ପ୍ରମୁଖ ରଚନାବଳୀ ଓଡ଼ିଶା ଓ ଓଡ଼ିଆଙ୍କ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଉପରେ ଆଧାରିତ ତଥା ଜାତିପ୍ରୀତିରେ ସମୃଦ୍ଧ ।

କବିଙ୍କ ସୃଷ୍ଟିନିଚୟ ଭାଷା ଓ ଭାବ ଦୃଷ୍ଟିରୁ ସରଳ, ସ୍ୱଚ୍ଛ ଓ ନିରାଭରଣ । ଏହି ସାରସ୍ଵତ ସ୍ରଷ୍ଟାଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗବଳୟ’ ଆଦି ରଚନାବଳୀ କବିଙ୍କ ଅମଳିନ ସାରସ୍ଵତ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

ଏହି କବିତାଟିରେ କବି ଉତ୍କଳର ଶୌର୍ଯ୍ୟ ଓ ସାମରିକ ବିଭବର ହୃଦୟସ୍ପର୍ଶୀ ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉତ୍କଳୀୟ ନାରୀର ଅନନ୍ୟ ତ୍ୟାଗ ଓ ଅଖଣ୍ଡ ସାହସ ତଥା ମହନୀୟ ଦେଶାତ୍ମବୋଧ ଚେତନାର ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି । ‘ପାଇକବଧୂର ଉଦ୍‌ବୋଧନ’ ଶୀର୍ଷକ କବିତାଟି ଅତୀତ ଉତ୍କଳର ଗୌରବାବହ ସ୍ମୃତିକୁ ପାଠକ ପ୍ରାଣରେ ଉଜ୍ଜୀବିତ କରେ ।

କଳିଙ୍ଗର ପାଇକସେନାଙ୍କ ଅଖଣ୍ଡ ବୀରତ୍ବ ଓ ଅନନ୍ୟ ସମରକୌଶଳ ଏକଦା ଓଡ଼ିଶାର ସୀମାକୁ ଗଙ୍ଗାଠାରୁ ଗୋଦବରୀ ପର୍ଯ୍ୟନ୍ତ ବିସ୍ତୃତ କରାଇ ପାରିଥିଲା । ଖୋର୍ଦ୍ଧାଗଡ଼ ଅତୀତ ଉତ୍କଳର ଗୌରବୋଜ୍ଜ୍ବଳ ଐତିହ୍ୟର ସ୍ମାରକୀ ଓ କଳିଙ୍ଗ ଖଣ୍ଡାୟତ ପାଇକବୀରଙ୍କ ବୀରତ୍ୱର ମୂକସାକ୍ଷୀ । ଏହି ଗଡ଼ର ଦୁର୍ଗ ଦିନେ ଓଡ଼ିଆ ପାଇକବୀରଙ୍କ ଅସ୍ତ୍ରଶସ୍ତ୍ରାଦିର ଝନତ୍‌କାରରେ ପ୍ରକମ୍ପିତ ହେଉଥିଲା । ଯୁଦ୍ଧବାଦ୍ୟର ବଜ୍ର ନିଘୋଷ ଗମ୍ଭୀର ଧ୍ୱନି ଓ ରଣଶିଙ୍ଗାର ଉଦ୍ଦୀପନା ଏବଂ ଉନ୍ମାଦନା ସୃଷ୍ଟିକାରୀ ନିନାଦରେ ପ୍ରକମ୍ପିତ ହେଉଥିଲା ଦୁର୍ଗ ପରିପାର୍ଶ୍ବ ।

ସମ୍ମୁଖସ୍ଥ ପ୍ରାଙ୍ଗଣ ଓ ପ୍ରାନ୍ତର ପାଇକ ସେନାନୀଙ୍କ ସମରାଭ୍ୟାସରେ ମୁଖରିତ ହୋଇଉଠୁଥିଲା । ଯୋଦ୍ଧବେଶରେ ସଜ୍ଜିତ କଳିଙ୍ଗସେନାଙ୍କ ରଣହୁକାରରେ ପ୍ରକମ୍ପିତ ହେଉଥିଲା ଗଡ଼ ଚତୁଃସୀମା । ତୋପ, କମାଣ ଓ ବନ୍ଧୁକର ଗୁରୁଗର୍ଜନରେ ପ୍ରତିଧ୍ଵନିତ ହେଉଥିଲା ପାର୍ଶ୍ୱସ୍ଥ ବନ ଓ ପ୍ରାନ୍ତର । ରଣାଭ୍ୟାସରତ ପାଇକସେନାଙ୍କ କାମୁଁକ ଟଙ୍କାର ଓ ତହିଁରୁ ନିର୍ଗତ ଲକ୍ଷ ଲକ୍ଷ ତୀର ସଞ୍ଚାଳନରେ ଗଗନ ମଣ୍ଡଳ ଆଚ୍ଛାଦିତ ହେଉଥିଲା । ଅଶ୍ଵମାନଙ୍କ ଟାପୁ ଶବ୍ଦରେ ମୁଖରିତ ହୋଇଉଠୁଥୁଲା ଗଡ଼ ଚତୁଃସୀମା । ଅଶ୍ଵକ୍ଷୁରୋତ୍‌ତ ଧୂଳି ଧୂମମଣ୍ଡଳ ପ୍ରାୟ ଗଗନପବନ ଆଚ୍ଛାଦିତ କରୁଥିଲା । କବିଙ୍କ ଭାଷାରେ –

‘ଏଇ ବୀର ମାଟି !
ଚାହିଁଲେ ନିମିଷେ ଯାରେ
ରକ୍ତ ଯାଏ ତାତି,
ରହିଅଛି ପଡ଼ି
ଅତୀତର ଲକ୍ଷ ବୀରଗାଥା
ବୁକୁତଳେ ଧରି ।’

ଖୋର୍ଦ୍ଧାଗଡ଼ର ହୃତଗୌରବ ସ୍ମରଣ କରି କବି କଳ୍ପନେତ୍ରରେ ଦେଖୁପାରିଛନ୍ତି ବୀରମାଟିର ଐତିହ୍ୟଭରା ସୁଦୂର ଅତୀତ । ଏହି ମାଟିର କ୍ଷଣିକ ଦର୍ଶନରେ ପ୍ରତିଟି ଓଡ଼ିଆର ହୃଦୟ, ପୂର୍ବପୁରୁଷଙ୍କ ଶୌର୍ଯ୍ୟ, ବୀର୍ଯ୍ୟଭରା କାହାଣୀ ସ୍ମରଣରେ ଗର୍ବିତ ହୁଏ, ଧମନୀରେ ରକ୍ତର ଉଷ୍ମତା ବୃଦ୍ଧିପାଏ । ଲକ୍ଷ ଲକ୍ଷ ପାଇକସେନାଙ୍କ ବୀରତ୍ୱର ଗାଥାକୁ ବୁକୁତଳେ ଚାପିରଖ୍ ଆଜି ସତେଯେପରି ସେ ମୂକ ପାଲଟି ଯାଇଛି ବୋଲି କବି ଅନୁଭବ କରିଛନ୍ତି ।

ପରିତ୍ୟକ୍ତ ଭାବେ ପଡ଼ିରହିଥିବା ଭଗ୍ନଦୁର୍ଗର ଶିଳାସମୂହ ଓ ପାର୍ଶ୍ୱସ୍ଥ ବନ, ପ୍ରାନ୍ତରକୁ ବୀରଜାତିର ଅଖଣ୍ଡ ବିକ୍ରମ ଓ ତେଜୋଦୀପ୍ତ ସମର କଳାକୌଶଳର ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରିବାକୁ କବି ଅନୁନୟ କରିଛନ୍ତି । ପୂର୍ବପୁରୁଷଙ୍କ ଅସାମାନ୍ୟ ସ୍ୱାଭିମାନ ଓ ବୀରତ୍ବର ବାଣୀ ଶୁଣାଇବାପାଇଁ ଭଗ୍ନଶିଳାଖଣ୍ଡକୁ କବି ଅନୁରୋଧ କରିଛନ୍ତି । କବି କଣ୍ଠରୁ ଝରିପଡ଼ିଛି –

‘‘କହ କହ ହେ ବନ ପ୍ରାନ୍ତର
କଥା କହି ସମର ପ୍ରାଙ୍ଗଣ,
କହ କଥା ଭଗ୍ନ ଦୁର୍ଗ ଶିଳା
କହ କଥା ଶଇଳ କାନନ ।’’

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

କଳିଙ୍ଗର ବୀରବାଳା ପାଇକବଧୂର ଅସୀମ ସାହସ ଓ ଅନନ୍ୟ ତ୍ୟାଗର କାହାଣୀ ଶୁଣିବାକୁ କବିପ୍ରାଣ ବ୍ୟାକୁଳ ହୋଇ ଉଠିଛି । ନବବିବାହିତା ଖଣ୍ଡାୟତ ପାଇକ କିଶୋରୀ ନିଜ ସ୍ୱାମୀକୁ ଯୋଦ୍ଧବେଶରେ ସଜାଇ, ରଣଶିଙ୍ଗା ନାଦରେ ଗାଁ ଭୂଇଁ ପ୍ରକମ୍ପିତ କରି ଦୁର୍ଗ ପ୍ରାଙ୍ଗଣରେ ପହଞ୍ଚାଇ ଦେଉଥିଲା । ବୀରାଙ୍ଗନା ପାଇକବଧୂ ସ୍ବାମୀ ହାତରେ ଧରାଇ ଦେଉଥୁଲା ଢାଲ ଓ ତରବାରି । ନିଜ ହାତରେ ସ୍ବାମୀର ପୃଷ୍ଠଦେଶରେ ବାନ୍ଧି ଦେଉଥିଲା ତୀରଭରା ତୁଣୀର, ଧରାଇ ଦେଉଥିଲା ଦୀପ୍ତ ଧନୁଶର ।

ଗଳାରେ ମନ୍ଦାରମାଳା ଲମ୍ବାଇ ଦେଇ ଅର୍ଘ୍ୟ ବନ୍ଦାପନା କଲାବେଳେ ହୁଳହୁଳି ନାଦରେ ଗ୍ରାମଭୂମି ନିନାଦିତ କରୁଥୁଲା ବୀର୍ଯ୍ୟବତୀ ବାଳା । ଯୁଦ୍ଧବାଦ୍ୟ ତାଳେ ତାଳେ ସମର ସଙ୍ଗୀତ ଗାନ କରି ବିଦାୟ ଦେଉଥ୍ଲା ପ୍ରାଣପ୍ରିୟ ସ୍ୱାମୀକୁ । ଜନ୍ମଭୂମିର ସ୍ଵାଧୀନତା ରକ୍ଷା ପାଇଁ ଦୃଢ଼ ହସ୍ତରେ ଶତ୍ରୁ ନିପାତ କରିବାକୁ ଦୃପ୍ତ କଣ୍ଠରେ ରାଣ ଦେଇ ବୀରବାଳା ସ୍ବାମୀ ମନରେ ସାହସ ଭରିଦେଉଥିଲା ।

ପ୍ରାଣପ୍ରିୟାଠାରୁ ବିଦାୟ ନେଲାବେଳେ ପାଇକ ଯୁବକ ମନରେ ସୃଷ୍ଟ କ୍ଷଣିକ ବିଷାଦକୁ ଅନୁଭବ କରି ପାଇକବାଳା ଖଣ୍ଡାୟତ ଯୁବକକୁ କର୍ତ୍ତବ୍ୟବୋଧ ସମ୍ପର୍କରେ ସଚେତନ କରାଇ ଦେଉଥିଲା । ଜୀବନ-ମୃତ୍ୟୁର ଲୁଚକାଳି କ୍ରୀଡ଼ାସ୍ଥଳୀ ସମରଭୂମିକୁ ପଠାଇ ବୀରବାଳା ପାଇକବଧୂ କିପରି ହୁଳହୁଳି ଦେଇ ନିଜ ସ୍ଵାମୀକୁ ଦୁର୍ଗ ପ୍ରାଙ୍ଗଣରେ ବିଦାୟ ଦେଇପାରିଲା ତାହା ଚିନ୍ତାକରି କବି ବିସ୍ମୟ ପ୍ରକାଶ କରିଛନ୍ତି । କବିଙ୍କ ଭାଷାରେ –

‘‘ କେମନ୍ତେ ସେ ବୀର୍ଯ୍ୟବତୀ ବାଳା
କଣ୍ଠତଟୁ ଦେଲା ହୁଳହୁଳି
ବନ୍ଦାଇଲା ସ୍ଵାମୀରେ ସୋହାଗେ
ଯାଅ ଦର୍ପେ ଯୁଦ୍ଧ କର ବୋଲି !”

କଳିଙ୍ଗର ପାଇକ ରମଣୀର ସେହି ଅନୁଳନୀୟ ଦେଶପ୍ରୀତି ଓ ଅନନ୍ୟ ଜାତୀୟ ଚେତନା ହିଁ ଉତ୍କଳ ସନ୍ତାନକୁ ଉଦ୍‌ବୁଦ୍ଧ କରିଥିଲା । ଉତ୍କଳୀୟ ପାଇକବୀରଙ୍କ ଅପୂର୍ବ ସମର କଳାକୌଶଳକୁ ଆଧାର କରି ଓଡ଼ିଶାର ସାମରିକ ବିଭବ ପରିପୁଷ୍ଟ ଥିଲା । ଉତ୍କଳୀୟମାନଙ୍କ ରକ୍ତରେ ଶୌର୍ଯ୍ୟ, ବୀର୍ଯ୍ୟର କଣିକା ହିଁ ଏ ଜାତିକୁ ବୀରଜାତିର ମର୍ଯ୍ୟାଦା ପ୍ରଦାନ କରିଥିଲା । କଳିଙ୍ଗ ଥିଲା ବୀର ସେନାନୀଙ୍କ ଅଖଣ୍ଡ ଗର୍ବ ଗୌରବର କର୍ମଭୂମି । କବିଙ୍କ ଉଗ୍ର ପ୍ରାଦେଶିକ ଚେତନା, ନିଷ୍ଠାପର ଜାତିପ୍ରାଣତା ତଥା ଜାତୀୟତାର ଯଥାଯଥ ସମନ୍ୱୟ କବିତାରେ ଭରି ଦେଇଛି ଅପୂର୍ବ ପ୍ରାଣପ୍ରାଚୁର୍ଯ୍ୟ ।

Question ୩୪ ।
‘ନାରୀ ଯୁଗେ ଯୁଗେ ପ୍ରେରଣାଦାୟିନୀ’ – ଉକ୍ତିଟିକୁ ପଠିତ କବିତା ଅନୁସରଣରେ ପ୍ରମାଣ କର ।
କିମ୍ବା, ଏକବିଂଶ ଶତାବ୍ଦୀର ‘ନାରୀ ସଶକ୍ତିକରଣ ଯୋଜନା’ର ଏକ ସଫଳ ଝଲକ ଅତୀତ କଳିଙ୍ଗ ସଭ୍ୟତା ମଧ୍ୟରେ ଦେଖିବାକୁ ମିଳେ – ଏହାର ଯଥାର୍ଥତା ପଠିତ କବିତା ଛାୟାରେ ପ୍ରତିପାଦନ କର ।
କିମ୍ବା, ପୁରୁଷର ସମସ୍ତ ସଫଳତା କ୍ଷେତ୍ରରେ ନାରୀର ପ୍ରେରଣା ଅପରିହାର୍ଯ୍ୟ – ଏହା ପଠିତ ‘ପାଇକବଧୂର ଉଦ୍‌ବୋଧନ’ କବିତା ଅନୁସରଣରେ ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବହମାନ କାଳବକ୍ଷରେ ସବୁଜ ଯୁଗ ଓ ପ୍ରଗତିପର୍ବର ସନ୍ଧିସ୍ଥଳରେ ଜାତୀୟ ଚେତନା ତଥା ରୋମାଣ୍ଟିକ୍ ଭାବଧାରାକୁ ଆଧାର କରି ସ୍ୱକୀୟ ଲେଖନୀ ଚାଳନା କରିଥିଲେ ସବୁଜ ସମସାମୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ । ଜନ୍ମଭୂମି ପରିପାର୍ଶ୍ବର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କବିତାରେ ରୂପ ଦେଉ ଦେଉ ଜାତିପ୍ରୀତି, ମାନବବାଦର ଜୟଜୟକାରରେ ତାଙ୍କ କବିତାମାନ ହୋଇଉଠିଥିଲା ରସାଳ ଓ ମଞ୍ଜୁଳ । ଅତୀତ ଉତ୍କଳର ଗୋରବୋଦୀପ୍ତ ଐତିହ୍ୟ ଓ ବୀରବାଣୀ ଗାନ କରି ସେ ଓଡ଼ିଆ ପାଠକ ପ୍ରାଣରେ ତୋଳି ପାରିଥିଲେ ଉଷ୍ମତାର ଝଙ୍କାର ।

କବିଙ୍କ ସାରସ୍ଵତ ସୃଷ୍ଟିନିଚୟ ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗବଳୟ’, ‘ହେ ମୋର ଉନ୍ମୁକ୍ତ ଜାତି’, ‘ରୂପାୟନ’ ଓ ‘ଉତ୍ସ’ ଆଦି ରଚନା ତାଙ୍କ ଉଜ୍ଜ୍ଵଳ ପ୍ରତିଭାର ସ୍ବାକ୍ଷର ବହନ କରେ । କବିଙ୍କ ‘ପାଇକବଧୂର ଉଦ୍‌ବୋଧନ’ କବିତାଟି ମୁଖ୍ୟତଃ ପାଇକ ରମଣୀର ଅସାମାନ୍ୟ ତ୍ୟାଗ ଓ ଅନନ୍ୟ ଦେଶପ୍ରୀତିର ବାଣୀ ପ୍ରଚାର କରେ ।

ନାରୀର ଅନ୍ୟ ନାମ ଶକ୍ତି । ପୁରୁଷ ପାଇଁ ଶକ୍ତି ଓ ପ୍ରେରଣାର ଉତ୍ସ ହେଉଛି ନାରୀ । ଇତିହାସରେ ଏହାର ବହୁଳ ପ୍ରମାଣ ଉପଲବ୍‌ଧ । ଜନନୀ, ଭଗିନୀ ଓ ଜାୟାର ଭୂମିକାରେ ଅବତୀର୍ଣ୍ଣ ହୋଇ ନାରୀ ପୁରୁଷ ଜୀବନକୁ ପୂର୍ଣ୍ଣତାରେ ଭରିଦିଏ । ପ୍ରେରଣାଦାୟିନୀ ଭାବେ ସାହସ ଓ ଧୈର୍ଯ୍ୟର ମହାଶିକ୍ଷା ଦେଇ ପୁରୁଷଠାରେ ସୃଜନୀ ଶକ୍ତିର ବିକାଶ ଘଟାଇଥାଏ । ବିଶେଷତଃ ଭାରତୀୟ ସଂସ୍କୃତିକୁ ମହାନ୍‌ କରି ଗଢ଼ିତୋଳିବାରେ ନାରୀମାନଙ୍କର ଅତୁଳନୀୟ ଭୂମିକା ରହିଛି ।

କଳା, ସାହିତ୍ୟ, ସଙ୍ଗୀତ, ସାମରିକ ବିଭବ ଆଦି ବହୁବିଧ କ୍ଷେତ୍ରରେ ଏକଦା ଓଡ଼ିଶା। ସାରା ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଲାଭ କରି ଆସିଥିଲା । ଉତ୍କଳର ପାଇକବୀରଙ୍କ ଅପୂର୍ବ ସମର କଳାକୌଶଳ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରୁଥିଲା । କଳିଙ୍ଗର ପାଇକମାନଙ୍କୁ ବୀର ଓ ସାହସୀ ଭାବେ ଗଢ଼ି ତୋଳିବାରେ ବୀରାଙ୍ଗନା ନାରୀମାନଙ୍କ ଉତ୍ସାହ ଓ ପ୍ରେରଣା ଅବଶ୍ୟ ସ୍ଵୀକାର୍ଯ୍ୟ ।

‘ପାଇକବଧୂର ଉଦ୍‌ବୋଧନ’ ଶୀର୍ଷକ କବିତାରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଉତ୍କଳର ବୀର୍ଯ୍ୟବତୀ ପାଇକ ରମଣୀର ଅନନ୍ୟ ତ୍ୟାଗ, ଅଖଣ୍ଡ ସାହସ ଓ ଅପୂର୍ବ ଦେଶପ୍ରୀତିର ଜୟଗାନ କରିଛନ୍ତି । ନବବିବାହିତା ପାଇକ କିଶୋରୀ ସ୍ଵାମୀକୁ ଯୁଦ୍ଧଭୂମିକୁ ପଠାଇବାପାଇଁ ନିଜ ହାତରେ ତାକୁ ଯୋଦ୍ଧବେଶରେ ସଜ୍ଜିତ କରୁଥିଲା ଓ ରଣଶିଙ୍ଗା ବଜାଇ ବଜାଇ ସମର ପ୍ରାଙ୍ଗଣରେ ଛାଡ଼ିଦେଇ ଯାଉଥିଲା । ବୀରଦର୍ପରେ ଶତ୍ରୁ ବିନାଶ କରିବାକୁ ଶପଥ କରାଇ ହାତରେ ଧରାଇ ଦେଉଥୁଲା ଢାଲ ଓ ତରବାରି । କପାଳରେ ପିନ୍ଧାଇ ଦେଉଥିଲା ବିଜୟ ସିନ୍ଦୂର ।

ପୃଷ୍ଠଦେଶରେ ବାନ୍ଧି ଦେଉଥିଲା ସଶକ୍ତ ତୁଣୀର । ହାତରେ ଧନୁର୍ବାଣ ଧରାଇ ବକ୍ଷଦେଶରେ ଲମ୍ବାଇ ଦେଉଥିଲା ମନ୍ଦାରର ମାଳା । ଯୁଦ୍ଧବାଦ୍ୟର ତାଳେ ତାଳେ ସମର ସଙ୍ଗୀତ ଗାନ କରି ସ୍ଵାମୀ ମନରେ ଭରି ଦେଉଥ୍‌ଲା ଗଭୀର ଆତ୍ମବିଶ୍ଵାସ ଓ ଅଖଣ୍ଡ ସାହସ । ରଣକ୍ଷେତ୍ରକୁ ବିଦାୟ ଦେବା ପୂର୍ବରୁ ହୁଳହୁଳି ଦେଇ ବନ୍ଦାପନା କରୁଥୁଲା ପ୍ରାଣପ୍ରିୟକୁ । ଜୀବନ ଓ ମୃତ୍ୟୁର କ୍ରୀଡ଼ାସ୍ଥଳୀ, ସମରକ୍ଷେତ୍ରକୁ ପଠାଇବାପାଇଁ ପାଇକବଧୂର ଏତାଦୃଶ କାର୍ଯ୍ୟଧାରା କବିଙ୍କୁ ବିସ୍ମିତ କରିଛି ।

ଯୁଦ୍ଧକ୍ଷେତ୍ରର ବିଭୀଷିକା ମଧ୍ୟକୁ ଲମ୍ଫ ଦେଇ ଶତ୍ରୁ ବିନାଶ କରିବାକୁ ପାଇକବୀର ମନରେ ଉତ୍ସାହ ଓ ପ୍ରେରଣା ଭରିଦେଉଥ୍‌ଲା ବୀରବାଳା ପାଇକ ରମଣୀ । କିଶୋରୀ ବଧୂଠାରୁ ବିଦାୟ ନେଲାବେଳେ ପାଇକ ବୀର ହୁଏତ ଚିନ୍ତାକରି ପାରୁଥାଏ ଯେ ସେହି ବିଦାୟ ହୋଇପାରେ ଚିର ବିଦାୟ ଓ ସେହି ଦେଖା ଶେଷଦେଖା ହୋଇପାରେ । ପ୍ରାଣପ୍ରିୟ ମନର ଏହି ଭାବନାକୁ ପାଇକବଧୂ ଅନୁଭବ କରି ଦୃପ୍ତ କଣ୍ଠରେ ତାକୁ ଶୁଣାଏ ସମର ସଙ୍ଗୀତ । ପତ୍ନୀଠାରୁ ପ୍ରେରଣାର ଅଗ୍ନିବର୍ଷୀ ବାଣୀ ପାଇକବୀର ବାହୁରେ ଭରିଦିଏ ଶତସିଂହର ବଳ, ହୃଦୟରେ ଭରିଦିଏ ଅଖଣ୍ଡ ସାହସ, ରକ୍ତରେ ଭରିଦିଏ ଅନଳର ତେଜ । କବିଙ୍କ ଭାଷାରେ –

‘‘ଯିବାପାଇଁ ହବ ଋଣ ପ୍ରାଙ୍ଗଣେ ଯିବାପାଇଁ ହବ ବୀର
ମାରିବାକୁ ହବ ଲକ୍ଷ ସଇନି ଫୋପାଡ଼ି ଲକ୍ଷ ତୀର ।
ତରୁଣୀ ବକ୍ଷ ଲାଗି ପ୍ରିୟତମ ଜନ୍ମ ନୁହଁଇ ତବ
ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହବ ।’’

ଯେ ଖଣ୍ଡାୟତ ବୀର ପକ୍ଷରେ କାପୁରୁଷତାର ପରିଚୟ, କାରଣ ଖଣ୍ଡାୟତ ପାଇକବୀର ହସ୍ତରେ କେବଳ ଉନ୍ମୁକ୍ତ କରବାଳ ହିଁ ଶୋଭାପାଏ । ଶତ୍ରୁ ରକ୍ତରଞ୍ଜିତ, ରଣ ବିଜୟୀ ତୀକ୍ଷ୍ଣଣ ତରବାରିକୁ ସ୍ୱାମୀ ହାତରେ ଦେଖ‌ିଲେ ପାଇକ ରମଣୀ ପାଇଯାଏ ପ୍ରାଣପ୍ରିୟର ପୌରୁଷର ପରିଚୟ । ହୃଦୟ ତା’ର ଗର୍ବ ଓ ଗୌରବରେ ଉତ୍‌ଫୁଲ୍ଲିତ ହୋଇଉଠେ । ଶତ୍ରୁଧ୍ବଂସୀ ବିଜୟୀ ବୀର ସ୍ଵାମୀର ଗର୍ବୋନ୍ନତ ବକ୍ଷ ଦେଖୁଲେ ପାଇକବଧୂର ହୃଦୟରେ ସୃଷ୍ଟି ହୁଏ ଅପୂର୍ବ ପୁଲକ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ତେଣୁ ହୃଦୟରେ ଅନଳର ତେଜ ଓ ବାହୁରେ ଶତସିଂହର ବଳ ନେଇ ସମର କ୍ଷେତ୍ରରେ ଉଭା ହେବାପାଇଁ ପ୍ରିୟ କାନରେ ବୀରବାଣୀ ଶୁଣାଏ ପ୍ରାଣପ୍ରିୟା ପତ୍ନୀ । ମାତୃଭୂମିର ସମ୍ମାନ ରକ୍ଷା ପାଇଁ ହସି ହସି ରଣଭୂମିରେ ଜୀବନ ଉତ୍ସର୍ଗ କରିବାପାଇଁ ଖଣ୍ଡାୟତ କୁଳର ସୁଯୋଗ୍ୟ ଦାୟାଦ ଜନ୍ମ ନିଏ । ଶତ୍ରୁ ସଂହାର କରି, ହାତରେ ବିଜୟ ବୈଜୟନ୍ତୀ ଉଡ଼ାଇ, ବୀର ଦର୍ପରେ ସଂଗ୍ରାମ ଭୂମିରୁ ଲେଉଟି ଆସୁଥିବା ସ୍ଵାମୀକୁ ଦେଖ‌ିଲେ ପାଇକ ରମଣୀର ହୃଦୟ ଗର୍ବରେ ଉଲ୍ଲସିତ ହୋଇଉଠେ ।

ବିଜୟୀ ବୀର ସ୍ବାମୀର ପଦବନ୍ଦନା କରିବାକୁ ଅର୍ଘ୍ୟଥାଳୀ ଧରି କୁଟୀର ଦ୍ବାରଦେଶରେ ସ୍ନେହ ସୋହାଗିନୀ ପାଇକବଧୂ ଅପେକ୍ଷା କରି ରହିବ ବୋଲି କହି ପ୍ରାଣପ୍ରିୟକୁ ରଣକ୍ଷେତ୍ର ଯିବାପାଇଁ ପ୍ରେରଣା ପ୍ରଦାନ କରେ ପାଇକବଧୂ । ପ୍ରାଣପ୍ରିୟାର ପ୍ରେରଣାଭରା ବାଣୀ ପାଇକବୀର ହୃଦୟରେ ମାତୃଭୂମି ପ୍ରୀତିକୁ ବହୁଗୁଣିତ କରିଛି । ଅଖଣ୍ଡ ସାହସ ଓ ଅପୂର୍ବ ବୀରତ୍ଵରେ ସେ ଶତ୍ରୁ ରକ୍ତରେ ହୋରି ଖେଳିବାକୁ ପ୍ରତିଜ୍ଞାବଦ୍ଧ ହୋଇଛି । ବାସ୍ତବିକ ଯୁଗେ ଯୁଗେ ନାରୀ ହିଁ ପ୍ରେରଣା- ଦାୟିନୀ, ଏହି ଉକ୍ତିର ଯଥାର୍ଥତା କବିତାଟିରେ ପ୍ରତିପାଦିତ ହୋଇଛି ।

Question ୩୫ ।
‘ପାଇକବଧୂର ଉଦ୍‌ବୋଧନ’ କବିତାଟିର ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ସବୁଜ ସମସାମୟିକ ଚେତନାର ବାର୍ତ୍ତାବହ, ମାନବବାଦର ଯଥାର୍ଥ ରୂପକାର କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରକୃତି ଉପାସନା, ସୌନ୍ଦର୍ଯ୍ୟାନୁଭୂତି, ଜାତୀୟ ଭାବନାକୁ ଆଧାର କରି ଲେଖନୀ ଚାଳନା କରିଥିଲେ । ତାଙ୍କ ରଚିତ କବିତାଗୁଡ଼ିକରେ ଅତୀତ ଉତ୍କଳର ଗୌରବାବହ ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଜୟଗାନ ଦେଖ‌ିବାକୁ ମିଳେ । ଏହି କବିଙ୍କ ସାରସ୍ବତ ସୃଷ୍ଟିସମୂହ ପାଠକ ପ୍ରାଣରେ ଜାତିପ୍ରୀତି ଓ ସ୍ଵାଭିମାନର ମନ୍ତ୍ର ପ୍ରତିଧ୍ଵନିତ କରେ । କବିଙ୍କ ରଚିତ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗ୍‌ବଳୟ’ ଓ ‘ଉତ୍ସ’ ଆଦି ବିଶିଷ୍ଟ ରଚନାଗୁଡ଼ିକ ତାଙ୍କ ଉଜ୍ଜଳ ସାରସ୍ଵତ ପ୍ରତିଭାର ପରିଚାୟକ ।

ଆଲୋଚ୍ୟ କବିତା ‘ପାଇକବଧୂର ଉଦ୍‌ବୋଧନ’ ପ୍ରାଚୀନ ଉତ୍କଳର ଶୌର୍ଯ୍ୟ ଓ ସାମରିକ ବିଭବର ହୃଦୟସ୍ପର୍ଶୀ ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉତ୍କଳୀୟ ବୀରାଙ୍ଗନା ପାଇକ ରମଣୀର ଅଖଣ୍ଡ ସାହସ, ଅନନ୍ୟ ତ୍ୟାଗ ତଥା ଦେଶପ୍ରୀତିର ମହନୀୟତାକୁ ପ୍ରତିପାଦନ କରେ । କବିତାର ଶୀର୍ଷକ ବୀର୍ଯ୍ୟବତୀ ପାଇକବଧୂର ମହତ୍ତ୍ଵ ଓ ବୈଶିଷ୍ଟ୍ୟ ଉପରେ ଆଧାରିତ । ସଂଳାପଧର୍ମୀ ଏହି ଗାଥା କବିତାର ନାୟିକା ପାଇକବଧୂକୁ କେନ୍ଦ୍ରକରି ଉତ୍କଳର ଗରିମାମୟ ଅତୀତ ଇତିହାସର ସ୍ମୃତି ରୋମନ୍ଥନ କରିଛନ୍ତି କବି ।

ଯେଉଁ ଖଣ୍ଡାୟତ-ପାଇକବୀର ସେନାନୀଙ୍କ ଅପୂର୍ବ ଋଣ କଳା-କୌଶଳକୁ ପାଥେୟ କରି ଏକଦା କଳିଙ୍ଗର ସୀମା ଗଙ୍ଗାଠାରୁ ଗୋଦବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା, ସେହି ଉତ୍କଳୀୟ ପାଇକବୀରଙ୍କ ପ୍ରେରଣାର ଉତ୍ସ ଥିଲା ବୀରାଙ୍ଗନା ପାଇକବଧୂ । ବୀରବାଳା ପାଇକ ରମଣୀର ଦୃପ୍ତ କଣ୍ଠନିଃସୃତ ଅଗ୍ନିବର୍ଷୀ ଆହ୍ବାନ ଓ ଉତ୍ସାହପୂର୍ଣ୍ଣ ବାଣୀରେ ଉଦ୍‌ବୁଦ୍ଧ ହୋଇ ଖଣ୍ଡାୟତ ବୀର, ସମରକ୍ଷେତ୍ରରେ ସହିଦ ହେବାକୁ ଜୀବନର ସାର୍ଥକତା ବୋଳି ଉପଲବ୍‌ଧି କରୁଥିଲା । ପାଇକ ରମଣୀ କଣ୍ଠରୁ ଝରିପଡ଼ୁଥୁଲା –

‘ଯିବା ପାଇଁ ହବ ଋଣ ପ୍ରାଙ୍ଗଣେ ଯିବାପାଇଁ ହବ ବୀର
ମାରିବାକୁ ହବ ଲକ୍ଷ ସଇନି ଫୋପାଡ଼ି ଲକ୍ଷ ତୀର ।

ଆବେଗ କବିତାରେ ସ୍ପଷ୍ଟଭାବେ ରୂପାୟିତ ହୋଇଛି । ଖଣ୍ଡାୟତ-ପାଇକବୀର ସ୍ୱାମୀକୁ କର୍ଭବ୍ୟ ସଚେତନ କରାଇବାରେ ତା’ର କଣ୍ଠନିଃସୃତ ଦୃପ୍ତ ଆହ୍ଵାନ ତଥା ଅଗ୍ନିବର୍ଷୀ ଉଦ୍‌ବୋଧନୀ କବିତାର ନାମକରଣକୁ ସାର୍ଥକତା ପ୍ରଦାନ କରିଛି । କବିଙ୍କ ଭାଷାରେ – ‘ଶତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି କଣ୍ଠନିଃସୃତ ଦୃପ୍ତ ଆହ୍ଵାନ ତଥା ଅଗ୍ନିବର୍ଷୀ ଉଦ୍‌ବୋଧନୀ କବିତାର ନାମକରଣକୁ ସାର୍ଥକତା ପ୍ରଦାନ କରିଛି । କବିଙ୍କ ଭାଷାରେ –

‘ଶତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି
ଆସିବ ଯେ ଦିନ କୋଟି ଗଉରବେ ନେବି ମୁଁ ଆଦର କରି ।’’

ସଶକ୍ତ ତୁଣୀର ବାନ୍ଧିଦେଇ ହାତରେ ଧନୁର୍ବାଣ ଧରାଇଦିଏ ସେ । ସୁତୀକ୍ଷ୍ଣ ତରବାରି ଓ ସୁଦୃଢ଼ ଢାଲ ଧରାଇ ବକ୍ଷଦେଶରେ ଝୁଲାଇ ଦିଏ ମନ୍ଦାରର ମାଳା । କପାଳରେ ବିଜୟ ସିନ୍ଦୂର ପିନ୍ଧାଇ ଦେଇ ଅର୍ଘ୍ୟଥାଳୀ ହାତରେ ଧରି ବନ୍ଦାପନା କରେ ପ୍ରାଣପ୍ରିୟ ପତିଙ୍କୁ । ମଙ୍ଗଳ ହୁଳହୁଳି ଶବ୍ଦରେ ପ୍ରାଙ୍ଗଣ ନିନାଦିତ କରି ଶୁଭକ୍ଷଣରେ ସ୍ଵାମୀକୁ ବିଦାୟ ଦିଏ ପାଇକବଧୂ । ରଣବାଦ୍ୟର ତାଳେ ତାଳେ ସମର ସଙ୍ଗୀତ ଗାନ କରି ସ୍ୱାମୀ ମନରେ ଉତ୍ସାହ ଓ ପ୍ରେରଣା ଭରିଦିଏ ।

ରଣଶିଙ୍ଗା ବଜାଇ ବଜାଇ ଦୁର୍ଗ ପ୍ରାଙ୍ଗଣରେ ଛାଡ଼ିଦେଇ ଯାଏ ପ୍ରାଣପ୍ରିୟକୁ । କିଶୋରୀ ପାଇକବଧୂକୁ ଘରେ ଛାଡ଼ି ସମରଭୂମି ଅଭିମୁଖେ ଗଲାବେଳେ ବୀର ପାଇକ ସନ୍ତାନ ମନରେ କ୍ଷଣିକ ବିଷାଦ ସୃଷ୍ଟି ହେବା ସ୍ଵାଭାବିକ । ଏହା ଅନୁଭବ କରି ପ୍ରାଣପ୍ରିୟା ବୀରବାଳା ତା’ ସ୍ଵାମୀ ମନରେ ଉଦ୍ଦାମତା ଭରିଦେବାପାଇଁ କହେ –

‘ତରୁଣୀ ବକ୍ଷ ଲାଗି ପ୍ରିୟତମ ଜନ୍ମ ନୁହଁଇ ତବ
ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହବ ।’’

ଯୁଦ୍ଧଜୟୀ ସ୍ଵାମୀ ହସ୍ତରେ ରକ୍ତରଞ୍ଜିତ ତରବାରି ଦେଖ‌ିଲେ ଖଣ୍ଡାୟତ ରମଣୀର ହୃଦୟ ଗର୍ବରେ ଉତ୍‌ଫୁଲ୍ଲିତ ହୋଇ ଉଠିବ । ତେଣୁ ଶତ୍ରୁ ସଂହାର କରିବାପାଇଁ ବୀର ଦର୍ପରେ ସମରକ୍ଷେତ୍ରକୁ ଲମ୍ଫ ଦେବାକୁ ସ୍ଵାମୀକୁ ଶପଥ କରାଏ ବୀର୍ଯ୍ୟବତୀ ପାଇକବଧୂ । ବିଜୟ ବୈଜୟନ୍ତୀ ଉଡ଼ାଇ ସମରଭୂମିରୁ ଯୁଦ୍ଧବାଦ୍ୟର ତାଳେ ତାଳେ ରଣଫେରନ୍ତା ସେନାନୀଙ୍କ ଅଗ୍ରଭାଗରେ ସଦର୍ପେ ଆସୁଥ‌ିବା ସ୍ଵାଭିମାନସ୍ପର୍ଷିତ ସ୍ଵାମୀକୁ ଦେଖ‌ି ନିଜକୁ ଯେ ଶତଗୌରବର ଅଧ୍ୟାରିଣୀ ବୋଲି ଭାଗ୍ୟବତୀ ପାଇକ ରମଣୀ ମନେକରିବ ଏହା କହି ସ୍ଵାମୀ ମନରେ ଭରିଦିଏ ଶତସିଂହର ବଳ । କବିଙ୍କ ଭାଷାରେ –

‘‘ଆଗେ ବାଜୁଥୁବ ସଂଗ୍ରାମ ବାଜା ପଛେ ଆସୁଥୁବ ତମେ
ବିଜୟ କେତନ ହାତେ ଧରିଥୁବ ଦେଖୁ ନୟନ କଣେ ।’’

ନିପାତ କରିବାପାଇଁ ମନରେ ଅଖଣ୍ଡ ସାହସ, ହୃଦୟରେ ଅନଳର ତେଜ ଭରିଦେବାପାଇଁ ପାଇକବଧୂର ତେଜୋଦ୍ଦୀପ୍ତ ଉଦ୍‌ବୋଧନ ସ୍ଵାମୀ ମନରେ ରଣପିପାସାକୁ ବହୁଗୁଣିତ କରେ । ରଣବିଜୟୀ ସ୍ଵାମୀକୁ ଅର୍ଘ୍ୟଥାଳୀ ଧରି କୁଟୀର ଦ୍ଵାରରେ ପ୍ରତୀକ୍ଷାରତ ରହିବ ବୋଲି କହି ପ୍ରାଣପ୍ରିୟକୁ ବିଦାୟ ଦିଏ ପାଇକବଧୂ । ବାସ୍ତବିକ ପାଇକବଧୂର ଅନନ୍ୟ ଦେଶପ୍ରୀତି ଓ ଅତୁଳନୀୟ ତ୍ୟାଗର କାହାଣୀକୁ ଆଧାର କରି ରଚିତ ଆଲୋଚ୍ୟ କବିତା ନାମକରଣର ସାର୍ଥକତା ପ୍ରତିପାଦନ କରେ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୩୬ ।
‘ଜନ୍ମଭୂମିର ରକ୍ଷା ପାଇଁ ନାରୀର ଭୂମିକା’ ବର୍ଣ୍ଣନ କରି ତୁମ ସାନ ଭଉଣୀ ନିକଟକୁ ମନଛୁଆଁ ପତ୍ରଟିଏ ଲେଖ ।
Answer:

କଳିଙ୍ଗନଗର
ତା ୧୫୮୨।୧୯

ଆଦରଣୀୟା ପୂଜା,
ମୋର ସ୍ନେହ ନେବୁ । ତୋ’ ସହପାଠୀଙ୍କୁ ମୋର ଶୁଭେଚ୍ଛା ଜଣାଇବୁ । ଗତ ସପ୍ତାହରେ ତୋ’ ଚିଠି ପାଇଲି । ପରୀକ୍ଷାରେ ଭଲ କରିଛୁ ବୋଲି ଜାଣି ବହୁତ ଖୁସି ଲାଗିଲା । କାଲି ଆମ ବିଦ୍ୟାଳୟରେ ଆୟୋଜିତ ଏକ ବକ୍ତୃତା ପ୍ରତିଯୋଗିତାରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଛି । ବକ୍ତୃତାର ଶୀର୍ଷକ ଥିଲା ‘ଜନ୍ମଭୂମିର ରକ୍ଷା ପାଇଁ ନାରୀର ଭୂମିକା’ । ଏ ଚିଠିରେ ସେ ବିଷୟରେ ଦୁଇଧାଡ଼ି ଲେଖୁଛି ।
ପୂଜା, ତତେ ଥରେ କହିଥିଲି– ‘ଅପି ସ୍ଵର୍ଣ୍ଣମୟୀ ଲଙ୍କା ଲକ୍ଷ୍ମଣ ନ ମେ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’’।

ଶ୍ରୀରାମଚନ୍ଦ୍ରଙ୍କର ଲକ୍ଷ୍ମଣଙ୍କ ପ୍ରତି ଏହି ଉକ୍ତିରୁ ଆରମ୍ଭ କରିଥିଲି ମୋର ବକ୍ତୃତା । ସ୍ଵର୍ଗଠାରୁ ମହାନ୍ ଆମ ଏଇ ଜନ୍ମଭୂମିକୁ ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ କର୍ଭବ୍ୟ । ତେବେ କେବଳ ଯେ ପ୍ରତିରକ୍ଷା ବିଭାଗରେ ଯୋଗଦେଇ ସୀମାନ୍ତରେ ଶତ୍ରୁ ସହ ଯୁଦ୍ଧ କରିବାରେ ଏହି କର୍ତ୍ତବ୍ୟ ସୀମିତ, ତାହା ନୁହେଁ । ସାମାଜିକ ସ୍ତରରେ ନୈତିକ ଜୀବନଚର୍ଯ୍ୟା ପାଇଁ ଅଙ୍ଗୀକାରବଦ୍ଧତା ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଯିଏ ଯେଉଁ ପରିସ୍ଥିତିରେ, ଯେଉଁ କ୍ଷେତ୍ରରେ କର୍ମ କଲେ ମଧ୍ୟ ନିଜ କାର୍ଯ୍ୟଧାରାରେ ସାଧୁତା ଓ ଶୃଙ୍ଖଳାକୁ ପ୍ରାଥମିକତା ଦେଇ ନିଷ୍ଠାପର ଭାବେ କର୍ତ୍ତବ୍ୟ ସମ୍ପାଦନ କରିବା ହେଉଛି ମାତୃଭୂମି ପ୍ରତି ସମ୍ମାନ ପ୍ରଦର୍ଶନର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ।

ଇତିହାସ ପୃଷ୍ଠା ଉନ୍ମୋଚନ କଲେ ରାଣୀ ଦୁର୍ଗାବତୀ, ରାଣୀ ଲକ୍ଷ୍ମୀବାଈ ଓ ପଦ୍ମିନୀଙ୍କ ପରି ମହୀୟସୀ ମହିଳାଙ୍କ ଅପୂର୍ବ ଦେଶପ୍ରୀତି ବିଷୟରେ ଆମେ ଅବଗତ ହେଉ । ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମରେ ଝାନ୍ସୀରାଣୀ ଲକ୍ଷ୍ମୀବାଈ ଅପୂର୍ବ ବୀରତ୍ଵ ପ୍ରଦର୍ଶନ କରି ଇଂରେଜ ସାମ୍ରାଜ୍ୟକୁ ବିବ୍ରତ କରିଦେଇଥିଲେ । ଆଧୁନିକ ଭାରତରେ ସରୋଜିନୀ ନାଇଡୁ, ଇନ୍ଦିରା ଗାନ୍ଧି, ମେଧା ପାଟେକର ପ୍ରଭୃତି ଭାରତୀୟ ସମାଜକୁ ବହୁଭାବେ ପ୍ରଭାବିତ କରିଥିଲେ ।

ଏକଦା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଆଶାପୂର୍ଣ୍ଣା ଦେବୀ, ଅମୃତା ପ୍ରୀତମ୍, କପିଳା ବାତ୍ସାୟନ, କୁନ୍ତଳା କୁମାରୀ ସାବତ ପ୍ରଭୃତି ଆଜି ମଧ୍ୟ ଅବିସ୍ମରଣୀୟ । ସମ୍ପ୍ରତି ଶିକ୍ଷା ଓ ବିଭିନ୍ନ ଚାକିରି କ୍ଷେତ୍ରରେ ନାରୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ଏବେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସେମାନେ ପ୍ରବେଶ କରି ଶତ୍ରୁପକ୍ଷର ମୁକାବିଲା-କଲେଣି । ମହାକାଶରେ ସେମାନଙ୍କ ଯାତ୍ରା ଅବ୍ୟାହତ ରହିଛି । ଗୃହାଙ୍ଗନରେ ଆବଦ୍ଧ ରହି କେବଳ ଗୃହକର୍ମରେ ଲିପ୍ତ ରହିବା ପରି ମାନସିକତା ଆଜି ଆଉ ନାହିଁ । ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ପ୍ରତିରକ୍ଷା ଆଦି ବହୁବିଧ କ୍ଷେତ୍ରରେ ସୁନାମ ଅର୍ଜନ କରି ମାତୃଭୂମିର ସମ୍ମାନ ରଖିବାର ସୁଯୋଗ ସେମାନଙ୍କୁ ମିଳିଛି । ପି.ଟି.ଉଷା, କଣ୍ଠମ୍ ମାଲେଶ୍ଵରୀ, ସାନିଆ ମିର୍ଜା ଆଦି କ୍ରୀଡ଼ାବିତ୍ ଭାରତକୁ ବିଶ୍ବସ୍ତରରେ ସୁନାମ ଆଣିଦେଇଛନ୍ତି ।

ଭାରତୀୟ ନାରୀ ପାଶ୍ଚାତ୍ୟ ନାରୀମାନଙ୍କ ପରି ବିକୃତ ଜୀବନଚର୍ଯ୍ୟାଠାରୁ ବହୁଦୂରରେ । ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଜୀବନଶୈଳୀ ଓ ନୈତିକତାକୁ ଗୁରୁତ୍ଵ ପ୍ରଦାନପୂର୍ବକ ଯେ କୌଣସି ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହୋଇ ମାତୃଭୂମିର ସମ୍ମାନ ବୃଦ୍ଧି କରାଯାଇପାରିବ ।

ପୂଜା, ତୁ’ ତ ଏନ୍.ସି.ସି.ରେ ଯୋଗଦେବାକୁ ଚାହୁଁଥିଲୁ । ବାପା କ’ଣ କହିଲେ ? ତା’ ଛଡ଼ା ବିଦ୍ୟାଳୟରେ ତ ଏନ୍.ସି.ସି. ଅଛି । ତା’ଛଡ଼ା ତୁ’ ତ ହଷ୍ଟେଲରେ ରହୁଛୁ । ତେଣୁ କିଛି ଅସୁବିଧା ତୋ’ର ସେଥ‌ିରେ ଯୋଗଦେବା ଦରକାର । ମୁଁ କହିଛି ବୋଲି ବାପାଙ୍କୁ କହିବୁ । ଭାବୁଛି, ସେ ଭବିଷ୍ୟତରେ ଏନ୍.ସି.ସି.ର ପ୍ରମାଣପତ୍ର ବହୁ କାମରେ ଲାଗିବ । ସେ ଯାହା ହେଉ, ମନ ଦେଇ ପାଠ ପଢୁଥୁବୁ । ସବୁଥର ପରି ଯେପରି ପରୀକ୍ଷାରେ ଭଲ ହୁଏ, ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବୁ । ବଡ଼ଦିନ ଛୁଟିରେ ଘରକୁ ଆସିଲେ ଦେଖାହେବ । ଚିଠି ପାଇ ଚିଠି ଦେବୁ । ରହୁଛି ।

ତୋର ଶୁଭାକାଙ୍ଷୀ ଅପା

ଠିକଣା
ପ୍ରେରକ : ପ୍ରାପ୍ତେଷୁ : [ଉ।କଟିକଟ]
ଲିଜା ଶତପଥୀ
ମାର୍ଫତ – ପୂଣ୍ଣନ୍ଦୁ ଶତପଥୀ
ପୋ – କଳି ଙ୍ଗନଗର
ଯାଜପୁର
ପିନ୍ ———-
ପୂଜା ଶତପଥୀ
ରେଭେନ୍ପା ବାଳିକା ବିଦଳିୟ
ଛାତବାସ
ପୋ – ଚୌଧୁରୀ ବଜାର
ଜି – କଟକ
ପିନ୍ -୭୫୩୦୦୨

ତୁମପାଇଁ କାମ

୩୭ । ‘ପାଇକବଧୂର ଉଦ୍‌ବୋଧନ’ ସମଗ୍ର କବିତାଟି ସଂଗ୍ରହ କରି ପଢ଼ ।
୩୮ । କବିଙ୍କର ଅନ୍ୟକୃତିଗୁଡ଼ିକ ସଂଗ୍ରହ କରି ପଢ଼ ।
୩୯ । ଅତୀତ ଉତ୍କଳର ଗୌରବୋଜ୍ଜ୍ଵଳ ଐତିହ୍ୟ ସମ୍ପର୍କରେ ଟିପାଖାତାରେ ସୂଚନା ଟିପି ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଶ୍ମଶାନ ପରି କ’ଣ ପଡ଼ିଛି ବୋଲି କବି କହିଛନ୍ତି ?
Answer:
ପ୍ରାଚୀନ ଉତ୍କଳର ଦୁର୍ଗ, ବନ ଓ ପ୍ରାନ୍ତର ଶ୍ମଶାନ ପରି ପଡ଼ି ରହିଛି ବୋଲି କବି କହିଛନ୍ତି ।

2. ଯୋଦ୍ଧାବେଶ କେଉଁମାନେ ଧାରଣ କରୁଥିଲେ ?
Answer:
ଅତୀତ ଉତ୍କଳର ଖଣ୍ଡାୟତ -ପାଇକ ମାନେ ଯୋଦ୍ଧାବେଶ ଧାରଣ କରୁଥିଲେ ।

3. ସମୀରଣ କିପରି ବହିଯାଏ ?
Answer:
ସମୀରଣ ନୀରବରେ ଗୁଞ୍ଜରଣ କରି ବହିଯାଏ ।

4. ଶ୍ରୀପଦକୁଳ କେଉଁଠାରେ ବୁଲୁଛନ୍ତି ?
Answer:
ଶ୍ୱାପଦକୁଳ ପ୍ରାଚୀନ ଦୁର୍ଗ, ବନ ଓ ପ୍ରାନ୍ତରରେ ବୁଲୁଛନ୍ତି ବୋଲି କବି କହିଛନ୍ତି ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

5. ବୀରମାଟିକୁ ଦେଖ‌ିଲେ ମନରେ କି ଭାବନା ସୃଷ୍ଟି ହୁଏ ?
Answer:
ବୀର ମାଟିକୁ ଦେଖ୍ ଲେ ମନରେ ଅତୀତର ଗୌରବାବହ ସ୍ମୃତି ଜାଗ୍ରତ ହେବା ସହିତ ରକ୍ତରେ ଭଷ୍ମତା ବୃଦ୍ଧି ପାଏ ।

6. ବୀରମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି ?
Answer:
ବୀରମାଟି ବୁକୁତଳେ ଲକ୍ଷ ଲକ୍ଷ ଓଡ଼ିଆ ପାଇକଙ୍କ ଗୌରବାବହ ବୀରଗାଥାକୁ ଚାପି ଧରି ପଡ଼ିରହିଛି ।

7. ଖଣ୍ଡାୟତ ବଧୂ ନିଜର ସ୍ୱାମୀକୁ ବୀରବେଶରେ କିପରି ସଜ୍ଜିତ କରୁଥିଲା ?
Answer:
ଖଣ୍ଡାୟତ ବଧୂ ନିଜ ସ୍ୱାମୀ କପାଳରେ ବିଜୟ ସିନ୍ଦୂର, ହାତରେ ତରବାରୀ, କାନ୍ଧରେ ଧନୁର୍ବାଣ, ପୃଷ୍ଠଦେଶରେ ତୂଣୀର ବାନ୍ଧି ତାଙ୍କୁ ବୀରବେଶରେ ସୁସଜ୍ଜିତ କରୁଥିଲା ।

8. ଯୁଦ୍ଧକ୍ଷେତ୍ରକୁ ସ୍ୱାମୀକୁ ପଠାଇ ଖଣ୍ଡାୟତ ବଧୂ କିପରି ସମୟ କାଟୁଥିଲା ?
Answer:
ଖଣ୍ଡାୟତ ବଧୂ ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଅନୁଶୋଚନା ନ କରି ଆତଙ୍କିତ ନ ହୋଇ ସ୍ବାମୀର ଶୁଭ ମନାସି ବିଜୟ କାମନା କରି ସମୟ କାଟୁଥିଲା ।

9. ବୀରବାଳା ତା’ ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ କିପରି ପଠାଉଥିଲା ବୋଲି କବି କହିଛନ୍ତି ?
Answer:
ବୀରବାଳା ତା’ ସ୍ୱାମୀର ବକ୍ଷଦେଶରେ ମନ୍ଦାରମାଳା ପକାଇ ବୀରବେଶରେ ସଜାଇ ସମର ସଙ୍ଗୀତ ଗାଇ ରଣଶିଙ୍ଗା ବଜାଇ ଅର୍ଘ୍ୟଥାଳୀ ଧରି ହୁଳହୁଳି ଦେଇ ବନ୍ଦାପନା କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲା ।

10. ବୀରବାଳା କେଉଁ ଗୀତ ଗାଉଥିଲା ?
Answer:
ବୀରବାଳା ସମର ସଙ୍ଗୀତ ଗାଉଥିଲା ।

11. ‘ଯିବାପାଇଁ ହବ ବୀର’ – ‘ବୀର’ ବୋଲି କାହାକୁ କିଏ ସମ୍ବୋଧନ କରିଛନ୍ତି ?
Answer:
‘ଯିବାପାଇଁ ହବ ବୀର’ – ଏଠାରେ ‘ବୀର’ ବୋଲି ପାଇକବଧୂ ତା’ର ସ୍ୱାମୀକୁ ସମ୍ବୋଧନ କରିଛନ୍ତି ।

12. କେଉଁ ଉଦ୍ଦେଶ୍ୟ ନେଇ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା କହିଛନ୍ତି ?
Answer:
ଜନ୍ମଭୂମିର ମଙ୍ଗଳ ପାଇଁ ଲକ୍ଷ ସୈନ୍ୟକୁ ମାରି ବିଜୟୀ ହେବା ଉଦ୍ଦେଶ୍ୟରେ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା ତା’ସ୍ଵାମୀକୁ କହିଛି ।

13. କେତେବେଳେ ପ୍ରିୟତମଙ୍କୁ ପାଇକବଧୂ ଆଦର କରି ନେବେ ବୋଲି କବି କହିଛନ୍ତି ?
Answer:
ଯୁଦ୍ଧକ୍ଷେତ୍ରରେ ଶତ୍ରୁସଂହାର କରି ହାତରେ ବିଜୟ ବୈଜୟନ୍ତୀ ଉଡ଼ାଇ ବୀରଦର୍ପରେ ଆସୁଥ‌ିବା ସ୍ଵାମୀକୁ ଆଦରରେ ପାଛୋଟି ନେବାକୁ ପାଇକବଧୂ ଆଗେଇ ଆସିବ ବୋଲି କବି କହିଛନ୍ତି ।

14. ଯୁଦ୍ଧଜୟୀମାନେ କିପରି ଫେରନ୍ତି ?
Answer:
ବୀରବାଦ୍ୟ ତାଳେ ତାଳେ ଗର୍ବରେ ଜୟ ଜୟ କାର କରି ରଣଭୂମିରୁ ଫେରି ଥାଆନ୍ତି ।

15. ତରୁଣୀ ଓ ଜନ୍ମଭୂଇଁ – ଏହି ଦୁଇଟି ମଧ୍ୟରୁ ବୀରର ପ୍ରିୟ କିଏ ହେବା ଉଚିତ ?
Answer:
ତରୁଣୀ ଓ ଜନ୍ମଭୂଇଁ – ଏ ଦୁଇଟି ମଧ୍ୟରୁ ଜନ୍ମଭୂଇଁ ବୀରର ପ୍ରିୟ ହେବା ଉଚିତ ।

16. ବିଜୟୀ ସ୍ଵାମୀଙ୍କୁ ଦେଖୁଲେ ପାଇକବଧୂ ହୃଦୟରେ କି ଭାବ ଅନୁଭବ କରିବ ?
Answer:
ବିଜୟୀ ସ୍ଵାମୀଙ୍କୁ ଦେଖୁଲେ ପାଇକବଧୂର ହୃଦୟ ଓ ଗୌରବ ଭାବ ଅନୁଭବ କରିବ ।

17. କିଏ କାହାର ପଦବନ୍ଦନା କରିବ ?
Answer:
ବୀରବାଳା ପାଇକବଧୂ ଯୁଦ୍ଧବିଜୟୀ ବୀର ସ୍ୱାମୀଙ୍କର ପଦବନ୍ଦନା କରିବ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. କେଉଁ ସ୍ଥାନରେ ଆଉ ତୋପ ଫୁଟେ ନାହିଁ କିମ୍ବା ଘୋଡ଼ା ଟପ୍‌ଟପ୍ ଚାଲେ ନାହିଁ ?
Answer:
ଦୁର୍ଗରେ

2. କେଉଁମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି ?
Answer:
ସ୍ୱାପଦକୁଳ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

3. ସ୍ଵାମୀଙ୍କ କପାଳରେ ଖଣ୍ଡାୟତ ବଧୂ କ’ଣ ଆଙ୍କି ଦେଉଥିଲା ?
Answer:
ବିଜୟ ସିନ୍ଦୂର

4. ‘ସୋହାଗେ’- ଶବ୍ଦର ଅର୍ଥ କ’ଣ ?
Answer:
ଅତି ସ୍ନେହରେ

5. ପାଇକବଧୂ ତା’ସ୍ଵାମୀର ବକ୍ଷଦେଶରେ କ’ଣ ଲମ୍ବାଇ ଦେଉଥିଲା ?
Answer:
ମନ୍ଦାରର ମାଳା

6. ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ପାଇକବଧୂ କେଉଁ ଗୀତ ଗାନ କରୁଥିଲା ?
Answer:
ସମର ସଂଗୀତ

7. ମାରିବାକୁ ହେବ ଲକ୍ଷ __________________ ଫୋପାଡ଼ି ଲକ୍ଷ ତୀର ।
Answer:
ସଇନ

8. ଜନ୍ମଭୂଇଁର ମଙ୍ଗଳ ଲାଗି କ’ଣ ଦେବାକୁ ହେବ ବୋଲି ପାଇକବଧୂ ତା’ର ସ୍ୱାମୀକୁ କହିଛି ?
Answer:
ଜୀବନ

9. ‘ଯିବା ପାଇଁ ହବ ବୀର’ – ଏଠାରେ ପାଇକବଧୂ ‘ବୀର’ ବୋଲି କାହାକୁ ସମ୍ବୋଧନ କରିଛି ?
Answer:
ତା’ର ସ୍ୱାମୀକୁ

10. ବୀରର ଜନ୍ମ କାହା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପାଇକବଧୂ କହିଛି ?
Answer:
ତରୁଣୀର ବକ୍ଷ ପାଇଁ

11. ଅତୀତରେ ପାଇକମାନଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ଯୁଦ୍ଧ କରି ଜନ୍ମଭୂମିର ରକ୍ଷା କରିବା

12. ବୀରପାଇକମାନେ ଯୁଦ୍ଧକ୍ଷେତ୍ରକୁ ଗଲାବେଳେ ଶରମୁଣା କେଉଁଠାରେ ବାନ୍ଧନ୍ତି ?
Answer:
ପିଠିରେ

13. କେଉଁଥ୍‌ପାଇଁ ପାଇକ ବୀରକୁ ଜୀବନ ଦେବାକୁ ହେବ ବୋଲି କବିତାରେ କୁହାଯାଇଛି ?
Answer:
ଜନ୍ମଭୂମିର ମଙ୍ଗଳ ପାଇଁ

14. ଖୋର୍ଦ୍ଧାର ବୀରମାଟି ବୁକୁତଳେ ଅତୀତର କ’ଣ ଧରି ପଡ଼ି ରହିଛି ବୋଲି କୁହାଯାଇଛି ?
Answer:
ଲକ୍ଷ ବୀରଗାଥା

15. ସମରକ୍ଷେତ୍ରକୁ କିପରି ଯିବା ପାଇଁ ଖଣ୍ଡାୟତ ବଧୁ ନିଜ ପ୍ରିୟତମକୁ କହିଛି ?
Answer:
ବକ୍ଷରେ ଅନଳ ଧରି

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

16. ‘ପାଇକବଧୂର ଉଦ୍‌ବୋଧନ’ କବିତାର କବି କିଏ ?
Answer:
କୃଷ୍ଣଚନ୍ଦ୍ର ତ୍ରିପାଠୀ

17. ଦୁର୍ଗ, ବନ ଓ ନୀଳପ୍ରାନ୍ତର କିପରି ପଡ଼ିରହିଛି ବୋଲି କବି କହିଛନ୍ତି ?
Answer:
ଶ୍ମଶାନ ପରି

18. ପାଇକମାନଙ୍କର ଯୁଦ୍ଧକାଳୀନ ବାଦ୍ୟବିଶେଷକୁ କ’ଣ କୁହାଯାଏ ?
Answer:
ରଣଶିଂଗା

19. କେଉଁମାନେ ଯୋଦ୍ଧାବେଶ ଧାରଣ କରୁଥିଲେ ?
Answer:
ଖଣ୍ଡାୟତ ବୀର

20. ନୀରବେ ଗୁଞ୍ଜରି କିଏ ବହିଯାଏ ?
Answer:
ସମୀରଣ

C ଶୂନ୍ୟସ୍ଥାନ ପୂରଣ କର ।

1. ଖଣ୍ଡାୟତ ବଧୂ ତା’ ସ୍ଵାମୀର ପୃଷ୍ଠଦେଶରେ _______________ ବାନ୍ଧୁଥିଲା ।
Answer:
ଶରମୁଣା

2. ଖଣ୍ଡାୟତ ବଧୂ ତା’ ପତିର ଆରହସ୍ତରେ ______________ ଦେଉଥିଲା ।
Answer:
ଧନୁଶର

3. ଖଣ୍ଡାୟତ ବଧୂ ତା’ର ସ୍ୱାମୀକୁ ___________ ର ସହିତ ଯୁଦ୍ଧ କରିବାକୁ କହି ବିଦାୟ ଦେଲା ।
Answer:
ଦର୍ପ

4. କବି _________________ କୁ ବୀର୍ଯ୍ୟବତୀ ବାଳା ବୋଲି ଅଭିହିତ କରୁଥିଲା ?
Answer:
ଖଣ୍ଡାୟତ ବଧୂ

5. ଖଣ୍ଡାୟତବଧୂ ତା’ର ସ୍ବାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ______________ ରେ ସମର ସଙ୍ଗୀତ ଗାନ କରୁଥିଲା ।
Answer:
କୁଟୀର ପ୍ରାଙ୍ଗଣ

6. ବକ୍ଷରେ ___________________ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କହିଛି ।
Answer:
ଅନଳ

7. ତରୁଣୀ ବକ୍ଷ ଲାଗି ___________ ର ଜନ୍ମ ନୁହେଁ ବୋଲି ଖଣ୍ଡାୟତ ବଧୂ କହିଛି ।
Answer:
ବୀର

8. ବୀର ମାଟିକୁ ନିମିଷେ ଚାହିଁଲେ _______________ ତାତିଯାଏ ।
Answer:
ରକ୍ତ

9. ବୀରମାଟି ବୁକୁତଳେ _________________ ଧରି ପଡ଼ିରହିଛି ।
Answer:
ଲକ୍ଷ ବୀରଗାଥା

10. ଖଣ୍ଡାୟତ ବଧୂ ତା’ର ସ୍ୱାମୀକୁ __________________ ବେଶରେ ସୁସଜ୍ଜିତ କରୁଥିଲା ।
Answer:
ବୀର

11. ___________________ କରି ଫେରି ଆସିବା ବେଳେ ପାଇକବଧୂ ତା’ର ପ୍ରିୟତମକୁ ଆଦର କରି ପାଛୋଟି ନେବ ବୋଲି କହିଛି ।
Answer:
ଯୁଦ୍ଧ ଜୟ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

12. ତରୁଣୀ ଓ ଜନ୍ମଭୂମି- ଏ ଦୁହିଁଙ୍କ ମଧ୍ୟରୁ ________________ ବୀରର ପ୍ରିୟ ହେବା ଉଚିତ ।
Answer:
ଜନ୍ମଭୂମି

13. ସ୍ଵାମୀଙ୍କ ହାତରେ ______________________ ଦେଖିବାକୁ ପାଇକବଧୂ ଆଶା କରେ ।
Answer:
ବିଜୟ କେତନ

14. ଆଜି ଦୁର୍ଗ, ବନ ଓ ପ୍ରାନ୍ତରରେ ____________________ ନୀରବେ ଗୁଞ୍ଜରି ବହିଯାଏ ।
Answer:
ସମୀରଣ

15. ଆଜି ଖଣ୍ଡାୟତ ବୀରମାନେ ___________________ ବେଶ ଧାରଣ କରୁନାହାନ୍ତି ।
Answer:
ଯୋଦ୍ଧ

16. ________________ ମାଟିକୁ ନିମିଷେ ଚାହିଁଲେ ରକ୍ତ ତାତିଯାଏ ।
Answer:
ବୀର

17. ଅତୀତର ଲକ୍ଷ ବୀରଗାଥା ବୁକୁତଳେ ଧରି ______________ ପଡ଼ିରହିଛି ।
Answer:
ବୀରମାଟି

18. ଖଣ୍ଡାୟତ ବଧୂ ______________ କୁ ବୀରବେଶରେ ସଜାଉଥିଲା ।
Answer:
ତା’ର ସ୍ବାମୀ

19. ଖଣ୍ଡାୟତ ବଧୂ ତା’ର ସ୍ବାମୀକୁ ବୀରବେଶରେ ସଜାଇ ______________ କୁ ପଠାଉଥିଲା ।
Answer:
ଯୁଦ୍ଧକ୍ଷେତ୍ର

20. ଖଣ୍ଡାୟତ ବଧୂ ତା’ ସ୍ବାମୀକୁ ବୀରବେଶରେ ସଜାଇ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ _________________ ବଜାଉଥିଲା ।
Answer:
ରଣଶିଙ୍ଗା

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ଶ୍ୱାପଦକୁଳମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି ।
Answer:
ଠିକ୍

2.‘ସୋହାଗେ’- ଶବ୍ଦର ଅର୍ଥ ଅତି କଠୋର ।
Answer:
ଭୁଲ୍

3. ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ପାଇକବଧୂ ସମର ସଂଗୀତ ଗାନ କରୁଥିଲା ।
Answer:
ଠିକ୍

4. ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହେବ ବୋଲି ପାଇକବଧୂ ତା’ର ସ୍ୱାମୀକୁ କହିଛି ।
Answer:
ଠିକ୍

5. ‘ଯିବା ପାଇଁ ହେବ ବୀର’ – ଏଠାରେ ପାଇକବଧୂ ‘ବୀର’ ବୋଲି ତା’ର ସ୍ୱାମୀକୁ ସମ୍ବୋଧନ କରିଛି ।
Answer:
ଠିକ୍

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

6. କୃଷ୍ଣଚନ୍ଦ୍ର ତ୍ରିପାଠୀ ‘ପାଇକବଧୂର ଉଦ୍‌ବୋଧନ’ କବିତାର କବି ।
Answer:
ଠିକ୍

7. ପାଇକମାନଙ୍କର ଯୁଦ୍ଧକ।ଳାନ ବାଦ୍ୟବିଶେଷକୁ ବିଜୟ ତୂରୀ କୁହାଯାଏ ।
Answer:
ଭୁଲ୍

8. ନୀରବେ ଗୁଞ୍ଜରି ସମୀରଣ ବହିଯାଏ ।
Answer:
ଠିକ୍

9. ଖଣ୍ଡାୟତ ବଧୂ ତା’ ପତିର ଆରହସ୍ତରେ ଧନୁଶର ଦେଉଥିଲା ।
Answer:
ଠିକ୍

10. ଖଣ୍ଡାୟତ ବଧୂ ତା’ର ସ୍ବାମୀକୁ ଦର୍ପର ସହିତ ଯୁଦ୍ଧ କରିବାକୁ କହି ବିଦାୟ ଦେଲା ।
Answer:
ଠିକ୍

11. କବି ଖଣ୍ଡାୟତ ବଧୂକୁ ବୀର୍ଯ୍ୟବତୀ ବାଳା ବୋଲି ଅଭିହିତ କରୁଥିଲା ?
Answer:
ଠିକ୍

12. ବକ୍ଷରେ ଅନଳ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କହିଛି ।
Answer:
ଠିକ୍

13. ବୀର ମାଟିକୁ ନିମିଷେ ଚାହିଁଲେ ମନ ତାତିଯାଏ ।
Answer:
ଭୁଲ୍

14. ଖଣ୍ଡାୟତ ବଧୂ ତା’ର ସ୍ବାମୀକୁ ବୀରବେଶରେ ସୁସଜ୍ଜିତ କରୁଥିଲା ।
Answer:
ଠିକ୍

15. ତରୁଣୀ ଓ ଜନ୍ମଭୂମି- ଏ ଦୁହିଁଙ୍କ ମଧ୍ୟରୁ ତରୁଣୀ ବୀରର ପ୍ରିୟ ହେବା ଉଚିତ ।
Answer:
ଭୁଲ୍

16. ଆଜି ଦୁର୍ଗ, ବନ ଓ ପ୍ରାନ୍ତରରେ ସମୀରଣ ନୀରବେ ଗୁଞ୍ଜରି ବହିଯାଏ ।
Answer:
ଠିକ୍

17. ଖଣ୍ଡାୟତ ବଧୂ ତା’ ସ୍ଵାମୀକୁ ବୀରବେଶରେ ସଜାଇ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ଘଣ୍ଟି ବଜାଉଥିଲା ।
Answer:
ଭୁଲ୍

18. କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଳୁ ଦେଲା ହୁଳହୁଳି ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁ ସ୍ଥାନରେ ଆଉ ତୋପ ଫୁଟେ ନାହିଁ କିମ୍ବା ଘୋଡ଼ା ଟପ୍‌ଟପ୍ ଚାଲେ ନାହିଁ ?
(A) ଶ୍ମଶାନରେ
(B) ନଗ୍ରରେ
(C) ଅରଣ୍ୟରେ
(D) ଦୁର୍ଗରେ
Answer:
(D) ଦୁର୍ଗରେ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

2. କେଉଁମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି ?
(A) ଅଶ୍ଵକୁଳ
(B) ଗଜକୁଳ
(C) ଶୃଗାଳକୁଳ
(D) ଦ୍ଵାପଦକୁଳ
Answer:
(D) ଦ୍ଵାପଦକୁଳ

3. ସ୍ଵାମୀଙ୍କ କପାଳରେ ଖଣ୍ଡାୟତ ବଧୂ କ’ଣ ଆଙ୍କି ଦେଉଥିଲା ?
(A) ବିଜୟ ଚନ୍ଦନ
(B) ବିଜୟ କଜ୍ଵଳ
(C) ବିଜୟ ଟୀକା
(D) ବିଜୟ ସିନ୍ଦୂର
Answer:
(D) ବିଜୟ ସିନ୍ଦୂର

4. ‘ସୋହାଗେ’- ଶବ୍ଦଟିର ଉପଯୁକ୍ତ ଅର୍ଥଟିକୁ ବାଛ ।
(A) ଅତି ଘୃଣାରେ
(B) ଅତି ସ୍ନେହରେ
(C) ଅତି ଈର୍ଷାରେ
(D) ଅତି ଯତ୍ନରେ
Answer:
(B) ଅତି ସ୍ନେହରେ

5. ପାଇକବଧୂ ତା’ସ୍ଵାମୀର ବକ୍ଷଦେଶରେ କ’ଣ ଲମ୍ବାଇ ଦେଉଥିଲା ?
(A) ତୁଳସୀର ମାଳା
(B) କର୍ପୂରମାଳା
(C) କୁସୁମର ମାଳା
(D) ମନ୍ଦାରର ମାଳା
Answer:
(D) ମନ୍ଦାରର ମାଳା

6. ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବା ବେଳେ ପାଇକବଧୂ କେଉଁ ଗୀତ ଗାନ କରୁଥିଲା?
(A) ପ୍ରଣୟ ସଂଗୀତ
(B) ଜାତୀୟ ସଂଗୀତ
(C) ଭକ୍ତି ସଂଗୀତ
(D) ସମର ସଂଗୀତ
Answer:
(D) ସମର ସଂଗୀତ

7. ମାରିବାକୁ ହେବ ଲକ୍ଷ ________________ ଫୋପାଡ଼ି ଲକ୍ଷତୀର ।
(A) ପାଇକ
(B) ଶତ୍ରୁ
(C) ସଇନି
(D) ଜୀବନ
Answer:
(C) ସଇନି

8. ଜନ୍ମଭୂଇଁର ମଙ୍ଗଳ ଲାଗି କ’ଣ ଦେବାକୁ ହେବ ବୋଲି ପାଇକବଧୂ ତା’ର ସ୍ଵାମୀକୁ କହିଛି ?
(A) ଧନସମ୍ପଦ
(B) ସ୍ଵାର୍ଥତ୍ୟାଗ
(C) ରକ୍ତ
(D) ଜୀବନ
Answer:
(D) ଜୀବନ

୨. ‘ଯିବା ପାଇଁ ହେବ ବୀର’ – ଏଠାରେ ପାଇକବଧୂ ‘ବୀର’ ବୋଲି କାହାକୁ ସମ୍ବୋଧନ କରିଛି ?
(A) ସୈନିକକୁ
(B) ପାଇକଜାତିକୁ
(C) ରାଜାଙ୍କୁ
(D) ତା’ର ସ୍ଵାମୀକୁ
Answer:
(D) ତା’ର ସ୍ଵାମୀକୁ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

10. ବୀରର ଜନ୍ମ କାହା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପାଇକବଧୂ କହିଛି ?
(A) ଜନ୍ମଭୂମି ପାଇଁ
(B) ପରିବାର ପାଇଁ
(C) ଜନନୀ ପାଇଁ
(D) ତରୁଣୀର ବକ୍ଷ
Answer:
(D) ତରୁଣୀର ବକ୍ଷ

11. ଖଣ୍ଡାୟତ ବଧୂ ତା’ ସ୍ବାମୀର ପୃଷ୍ଠଦେଶରେ କ’ଣ ବାନ୍ଧୁଥିଲା ?
(A) ଖଡ୍‌ଗ
(B) ବର୍ଚ୍ଛା
(C) ଶରମୁଣା
(D) ଧନୁତୀର
Answer:
(C) ଶରମୁଣା

12. ଖଣ୍ଡାୟତ ବଧୂ ତା’ ପତିର ଆରହସ୍ତରେ କ’ଣ ଦେଉଥିଲା ?
(A) ଖଡ୍‌ଗ
(B) ଧନୁଶର
(C) ଛୁରିକା
(D) ବନ୍ଧୁକ
Answer:
(B) ଧନୁଶର

13. ଖଣ୍ଡାୟତ ବଧୂ କାହାକୁ ଦର୍ପର ସହିତ ଯୁଦ୍ଧ କରିବାକୁ କହି ବିଦାୟ ଦେଲା ?
(A) ତା’ର ପୁତ୍ରକୁ
(B) ତା’ର ଭାଇକୁ
(C) ତା’ର ସ୍ଵାମୀକୁ
(D) ତା’ର ପିତାକୁ
Answer:
(C) ତା’ର ସ୍ଵାମୀକୁ

14. କବି କାହାକୁ ବୀର୍ଯ୍ୟବତୀ ବାଳା ବୋଲି ଅଭିହିତ କରିଛନ୍ତି ?
(A) କୁଳବଧୂକୁ
(B) ବରବଧୂକୁ
(C) ବାରବଧୂକୁ
(D) ଖଣ୍ଡାୟତ ବଧୂକୁ
Answer:
(D) ଖଣ୍ଡାୟତ ବଧୂକୁ

15. ଖଣ୍ଡାୟତ ବଧୂ ତା’ର ସ୍ଵାମୀକୁ ଯୁଦ୍ଧକ୍ଷେତ୍ର କୁ କରୁଥିଲା ?
(A) ଯୁଦ୍ଧକ୍ଷେତ୍ରରେ
(B) ଗୃହ ମଧ୍ୟରେ
(C) କୁଟୀର ପ୍ରାଙ୍ଗଣରେ
(D) ମନ୍ଦିରରେ
Answer:
(C) କୁଟୀର ପ୍ରାଙ୍ଗଣରେ

16. ବକ୍ଷରେ କ’ଣ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କହିଛି ?
(A) ଅନଳ
(B) ଅନିଳ
(C) ବୁଧ
(D) ସଲିଳ
Answer:
(A) ଅନଳ

17. ତରୁଣୀ ବକ୍ଷ ଲାଗି କାହାର ଜନ୍ମ ନୁହେଁ ବୋଲି ଖଣ୍ଡାୟତ ବଧୂ କହିଛି ?
(A) ପୁରୁଷର
(B) ବୀରର
(C) ବରର
(D) ଶବରର
Answer:
(B) ବୀରର

18. ବୀର ମାଟିକୁ ନିମିଷେ ଚାହିଁଲେ କି ଭାବନା ସୃଷ୍ଟି ହୁଏ ?
(A) ଅନୁଶୋଚନା
(B) ଦୁଃଖ
(C) ରକ୍ତ ତାତିଯାଏ
(D) ବିସ୍ମୟଭାବ
Answer:
(C) ରକ୍ତ ତାତିଯାଏ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

19. ବୀରମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି ?
(A) ଅନେକ ଦୁଃଖ
(B) ଲକ୍ଷବୀର ଗାଥା
(C) ଖଣିଜଦ୍ରବ୍ଯ
(D) ଧନରତ୍ନ
Answer:
(B) ଲକ୍ଷବୀର ଗାଥା

20. ଖଣ୍ଡାୟତବଧୂ ତା’ର ସ୍ଵାମୀକୁ କେଉଁ ବେଶରେ ସୁସଜ୍ଜିତ କରୁଥୁଲା ?
(A) ବର ବେଶରେ
(B) ବୀରବେଶରେ
(C) ରାଜବେଶରେ
(D) ସୁନାବେଶରେ
Answer:
(B) ବୀରବେଶରେ

21. କେତେବେଳେ ପାଇକବଧୂ ତା’ର ପ୍ରିୟତମକୁ ଆଦର କରି ପାଛୋଟି ନେବ ବୋଲି କହିଛି ?
(A) ଯୁଦ୍ଧ ଜୟକରି ଫେରି ଆସିବାବେଳେ
(B) ପରାଜୟ ବରଣ କରି ଆସିବାବେଳେ
(C) ଯୁଦ୍ଧରେ ବୀରଗତିକୁ ପ୍ରାପ୍ତ ହେଲେ
(D) ସ୍ଵାମୀ ମରଶରୀରକୁ
Answer:
(A) ଯୁଦ୍ଧ ଜୟକରି ଫେରି ଆସିବାବେଳେ

22. ତରୁଣୀ ଓ ଜନ୍ମଭୂମି- ଏ ଦୁହିଁଙ୍କ ମଧ୍ୟରୁ କିଏ ବୀରର ପ୍ରିୟ ହେବା ଉଚିତ ?
(A) ତରୁଣୀ
(B) ଜନ୍ମଭୂମି
(C) ଉଭୟ
(D) କେହି ନୁହେଁ
Answer:
(B) ଜନ୍ମଭୂମି

23. ସ୍ଵାମୀଙ୍କ ହାତରେ କ’ଣ ଦେଖିବାକୁ ପାଇକବଧୂ ଆଶା କରେ ?
(A) ବିଜୟ କେତନ
(B) ଶତ୍ରୁର ପତାକା
(C) ସ୍ଵର୍ଣ୍ଣାଳଙ୍କାର
(D) ଗୋଲାପ ଫୁଲ
Answer:
(A) ବିଜୟ କେତନ

24. ଆଜି ଦୁର୍ଗ, ବନ ଓ ପ୍ରାନ୍ତରରେ କିଏ ନୀରବେ ଗୁଞ୍ଜରି ବହିଯାଏ ?
(A) ତଟିନୀ
(B) ସମୟ
(C) ସମୀରଣ
(D) ନିୟତି
Answer:
(C) ସମୀରଣ

25. ଆଜି ଖଣ୍ଡାୟତ ବୀରମାନେ କେଉଁ ବେଶ ଧାରଣ କରୁନାହାନ୍ତି ?
(A) ବରବେଶ
(B) ରାଜବେଶ
(C) ସୁବେଶ
(D) ଯୋଦ୍ଧବେଶ
Answer:
(D) ଯୋଦ୍ଧବେଶ

କବିଙ୍କ ସମ୍ବନ୍ଧରେ :
ସବୁଜ ସମସାମୟିକ କବି ଭାବେ କୃଷ୍ଣଚନ୍ଦ୍ର ତ୍ରିପାଠୀ ଓଡ଼ିଆ ପଦ୍ୟ ସାହିତ୍ୟ କ୍ଷେତ୍ରରେ ଜଣେ ଦରଦୀ, ମାନବବାଦୀ ସ୍ରଷ୍ଟା । ତାଙ୍କ ଆବେଗଧର୍ମୀ କବିତାଗୁଡ଼ିକ ପାଠକ ପ୍ରାଣରେ ଜାତୀୟ ଚେତନା ସୃଷ୍ଟି କରେ । ନିଜ ପଲ୍ଲୀ ଅଞ୍ଚଳର ବିପୁଳ ପ୍ରାକୃତିକ ପରିବେଶ ମଧ୍ୟରେ କବିତା ରଚନା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ପରିଣତ କାବ୍ୟସ୍ୱରରେ ଅତି ନିର୍ଦ୍ଦିଷ୍ଟ ଭାବରେ ଏକ ଅନାହତ ମାନବବାଦୀ ଭାବଧାରା ପ୍ରକଟିତ ହୋଇଛି । ମାତ୍ର ବାରବର୍ଷ ବୟସରେ କବି ଯେତେବେଳେ ବାଣପୁର ମାଇନର ସ୍କୁଲରେ ଅଧ୍ୟୟନରତ ଥିଲେ, ସେତେବେଳେ ସହପାଠୀମାନଙ୍କ ସହିତ ମିଶି ‘ହିନ୍ଦୁ’, ‘ମାନବମିତ୍ର’ ଓ ‘କଳିକା’ ନାମରେ ହାତଲେଖା ପତ୍ରିକା ପ୍ରକାଶ କରିଥିଲେ ।

ଜନ୍ମଭୂମି ଚିଲିକା ତଟଦେଶସ୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟର ଚିତ୍ରକୁ କବି ତାଙ୍କ କିଶୋର- ସୁଲଭ- ପ୍ରକୃତି-ପ୍ରୀତିମୂଳକ ‘ଶାଳିଆ’, ‘ପ୍ରଭାତ’ ଓ ‘ଶିଶୁଟି– ଏହିପରି କେତୋଟି କବିତାରେ ରୂପାୟିତ କରିଥିଲେ । ଏହି ସମୟରେ ବାଣପୁର ସ୍କୁଲର ଶିକ୍ଷକ ଶ୍ରୀ ଚିନ୍ତାମଣି ଜେନା କିଶୋର କବିଙ୍କୁ ବହୁ ଉତ୍ସାହ ଓ ପ୍ରେରଣା ଦେଇଥ‌ିବା କଥା କବି ନିଜେ ସ୍ଵୀକାର କରିଛନ୍ତି । ସତର ବର୍ଷ ବୟସରୁ ତାଙ୍କ ରଚିତ କବିତାମାନ ନିୟମିତ ଭାବେ ‘ସହକାର’ ସାହିତ୍ୟ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

କବିଙ୍କ ଲେଖାସମୂହ ଓଡ଼ିଶା ଓ ଓଡ଼ିଆଙ୍କ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଏବଂ ଜାତିପ୍ରୀତିରେ ସମୃଦ୍ଧ । କବିତାର ଭାଷା ଓ ଭାବ ବହୁଭାବେ ସରଳ, ସ୍ୱଚ୍ଛ ଓ ନିରାଭରଣ । ବକ୍ତବ୍ୟ ଅତି ସ୍ପଷ୍ଟ ଓ ପ୍ରାଞ୍ଜଳ । ପଲ୍ଲୀର ସରଳ, ସାବଲୀଳ, ସ୍ୱଚ୍ଛ ରୂପଟିକୁ ଆଙ୍କିବାବେଳେ କବି ଯେତେଦୂର ସମ୍ଭବ ସ୍ଵଚ୍ଛ, ସୁଭଗ ଓ ସରଳ ଶୈଳୀକୁ ପସନ୍ଦ କରିଛନ୍ତି । ଏକ ସ୍ବଚ୍ଛ ଗିରିସ୍ରୋତ ପରି କବି ହୃଦୟର ଆବେଗ ଓ ଉଲ୍ଲାସ ପ୍ରତିଟି କବିତା ମଧ୍ୟରେ କେତେବେଳେ ସମତଳ ଓ ଛନ୍ଦୋବଦ୍ଧ ଭାବରେ ତ କେତେବେଳେ ସ୍ଵାଭାବିକ ବନ୍ଧୁରତା ଓ ବକ୍ରତାକୁ ବହନ କରି ମୁକ୍ତ ଗତିରେ ପ୍ରବାହିତ ହୋଇଛି ।

ତାଙ୍କ ଉଦ୍‌ବୋଧନମୂଳକ କବିତାଗୁଡ଼ିକ ପାଠକ ପ୍ରାଣରେ ଜାତୀୟତାବୋଧ ସଞ୍ଚାର କରେ । ତାଙ୍କ ସାରସ୍ଵତ ସୃଷ୍ଟିନିଚୟ ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ମାଟିଦୀପ’, ‘ଆହୂତି’, ‘ଦିଗବଳୟ’, ‘ଉତ୍ସ’ ଇତ୍ୟାଦି କବିତା ସଂକଳନ କବିଙ୍କ ଅନନ୍ୟ ସାରସ୍ବତ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

କବିତାର ପୃଷ୍ଠଭୂମି :
ଏହି କବିତାରେ କବି ପ୍ରାଚୀନ ଉତ୍କଳର ଶୌର୍ଯ୍ୟ ଓ ଜାତୀୟ ବୀରତ୍ବର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । କବି ଓଳସିଂହରେ ପଢୁଥ‌ିବା ସମୟରେ ଖୋର୍ଦ୍ଧାଗଡ଼ର ଗୌରବୋଦୀପ୍ତ ଐତିହ୍ୟ ଓ କିମ୍ବଦନ୍ତୀମାନଙ୍କଦ୍ୱାରା ବହୁଭାବରେ ପ୍ରଭାବିତ ହୋଇଥିଲେ । ଦେଶାତ୍ମବୋଧକୁ ଆଧାର କରି ରଚିତ ଏହି କବିତାଟି ଖୁବ୍‌ ପ୍ରାଣସ୍ପର୍ଶୀ ଓ ଜୀବନ୍ତ । ଏକଦା କଳିଙ୍ଗ ରାଜ୍ୟର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଉତ୍କଳୀୟ ପାଇକବୀର, ଶୌର୍ଯ୍ୟ ଓ ପରାକ୍ରମରେ ଅତୁଳନୀୟ ସମରନୈପୁଣ୍ୟ ପ୍ରଦର୍ଶନ ବିଜୟ ସିନ୍ଦୂର ।

ପୃଷ୍ଠଦେଶରେ ବାନ୍ଧି ଦେଉଥିଲା ତୀରଭରା ସଶକ୍ତ ତୃଣୀର । ଅନ୍ୟହସ୍ତଟିରେ ଦେଉଥିଲା ଦୀପ୍ତ ଧନୁଶର । ବୀର୍ଯ୍ୟବତୀ ସାହସୀ ପାଇକ ରମଣୀ ପ୍ରଦୀପ ଧରି ସ୍ଵାମୀକୁ ବନ୍ଦାପନା କଲାବେଳେ ଶୁଭ ହୁଳହୁଳି ଶବ୍ଦରେ ନିନାଦିତ କରୁଥିଲା ତା’ର କୁଟୀର ପ୍ରାଙ୍ଗଣ । ବେକରେ ମନ୍ଦାରମାଳ ଲମ୍ବାଇଦେଇ ସମରଭୂମିକୁ ସ୍ୱାମୀକୁ ପଠାଇବାର ସମସ୍ତ ପ୍ରସ୍ତୁତି କରି ନେଉଥିଲା । ପାଇକବଧୂର ଅସାମାନ୍ୟ ଧୈର୍ଯ୍ୟ ଓ ସାହସକୁ ସ୍ମରଣ କରି କବି ବିସ୍ମିତ ହୋଇଛନ୍ତି । କବିଙ୍କ ଭାଷାରେ–

‘କେମନ୍ତେ ସେ ବୀର୍ଯ୍ୟବତୀ ବାଳା
କଣ୍ଠତଟୁ ଦେଲା ହୁଳହୁଳି
ବନ୍ଦାଇଲା ସ୍ଵାମୀରେ ସୋହାଗେ
ଯାଅ ଦର୍ପେ ଯୁଦ୍ଧ କର ବୋଲି !”’

ସ୍ଵାମୀ ମନରେ ବୀରତ୍ଵ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବାପାଇଁ ପାଇକ ରମଣୀ ଯୁଦ୍ଧବାଦ୍ୟର ତାଳେ ତାଳେ ଗାଇ ଉଠୁଥିଲା ସମର ସଙ୍ଗୀତ । ପରିବେଶ ପ୍ରକମ୍ପିତ ହୋଇଉଠୁଥିଲା ତା’ର କଣ୍ଠନିଃସୃତ ଦୃପ୍ତ ରଣ ସଙ୍ଗୀତର ମେଘମନ୍ଦ୍ର ଧ୍ୱନିରେ ।

ପତିସୋହାଗିନୀ କିଶୋରୀ ନବବଧୂଠାରୁ ବିଦାୟ ନେଲାବେଳେ ପାଇକ ବୀରର ଯୁବା ହୃଦୟରେ ସୃଷ୍ଟ କ୍ଷଣିକ ବିଷାଦକୁ ହୁଏତ ଅନୁଭବ କରିପାରୁଥିଲା ପ୍ରାଣପ୍ରିୟା ପତ୍ନୀ । କିନ୍ତୁ ବୀରା ରମଣୀର ଦୃପ୍ତକଣ୍ଠରୁ ଝରିପଡୁଥୁଲା ପ୍ରେରଣାର ଅଗ୍ନିବର୍ଷୀ ବାଣୀ । ଧନୁର୍ବାଣରେ ଶତ୍ରୁ ନିପାତ କରିବାପାଇଁ ରାଣ ଦେଇ ପ୍ରିୟତମକୁ ଶପଥ କରାଇ ଦେଉଥ୍‌ଲା କଳିଙ୍ଗରମଣୀ । ଜୀବନକୁ ବାଜି ଲଗାଇ ଜନ୍ମଭୂମିର ସମ୍ମାନ ରକ୍ଷା କରିବାକୁ ସଂକଳ୍ପବଦ୍ଧ ହେବାପାଇଁ ପ୍ରିୟତମ କାନରେ ଶୁଣାଇ ଚାଲୁଥିଲା ଉତ୍ସାହ ଓ ଉଦ୍ଦୀପନାଭରା ବାଣୀ ।

ବୀରାଙ୍ଗନା ପାଇକବଧୂର ସେହି ଉଦ୍‌ବୋଧନଭରା ବାଣୀ ଶୁଣିପାରିଛନ୍ତି କବି । ପାଇକ ଘରଣୀ ଦୃଢ଼ତାର ସହ ସ୍ୱାମୀକୁ କହିଛି ଯେ ‘ବୀର ଖଣ୍ଡାୟତ ହାତରେ କେବଳ ଶୋଭାପାଏ ଶତ୍ରୁ ରକ୍ତପିପାସୀ ଉନ୍ମୁକ୍ତ କୃପାଣ ।’’ ଅରି-ରକ୍ତ- ରଞ୍ଜିତ-ରଣବିଜୟୀ ସେହି ତରବାରିକୁ ଦେଖୁ ଗର୍ବିତା ପତ୍ନୀ ପାଇଯାଏ ତା’ ସ୍ୱାମୀର ପୌରୁଷର ପରିଚୟ । ଜନ୍ମଭୂମିର ସ୍ଵାଧୀନତା ଓ ଅଖଣ୍ଡତା ବିପନ୍ନ ହେଉଥିଲାବେଳେ ପ୍ରିୟାର ସ୍ନିଗ୍ଧ କୋମଳ ସାନ୍ନିଧ୍ୟ ଓ ନିବିଡ଼ ବାହୁବନ୍ଧନରେ ବିଳାସର ସ୍ଵପ୍ନ ଦେଖ‌ିବାରେ ପ୍ରୟାସୀ ହେବାପାଇଁ ଖଣ୍ଡାୟତ-ପାଇକ ଜନ୍ମନିଏ ନାହିଁ । କାପୁରୁଷତାରେ ତା’ ଜନ୍ମଜାତକ କଦାପି କଳଙ୍କିତ ହୋଇ ନ ପାରେ ।

ପାଇକବୀର ଦକ୍ଷହସ୍ତର ଉଦ୍ଧତ କରବାଳ ଓ ସୁଦୃଢ଼ ଧନୁର୍ବାଣ ଶତ୍ରୁ ରକ୍ତପାନ ପାଇଁ ସଦା ସଜାଗ ରହିଥାଏ । ଶତ୍ରୁ- ଧ୍ଵଂସୀ ବିଜୟୀ ବୀର ସ୍ବାମୀର ଗର୍ବୋନ୍ନତ ବକ୍ଷ ଦେଖୁଲେ ପାଇକ ଘରଣୀ ହୃଦୟରେ ସୃଷ୍ଟି ହୁଏ ଅପୂର୍ବ ପୁଲକ । ତେଣୁ ମନରେ ଅଖଣ୍ଡ ସାହସ, ହୃଦୟରେ ଅନଳର ତେଜ ଓ ବାହୁରେ ଶତସିଂହର ବଳ ନେଇ ସମର କ୍ଷେତ୍ରକୁ ଲମ୍ଫ ପ୍ରଦାନ କରିବାପାଇଁ ପ୍ରିୟତମ କାନରେ ବୀରବାଣୀ ଶୁଣାଇଛି ପ୍ରାଣପ୍ରିୟା ପତ୍ନୀ । ପାଇକବଧୂ ପୁନଶ୍ଚ କହିଛି ଯେ ମାତୃଭୂମିର ସମ୍ମାନ ରକ୍ଷା ପାଇଁ ହସ ହସ ମୁଖରେ ରଣଭୂମିରେ ଜୀବନ ଉତ୍ସର୍ଗ କରିଯାଏ ଖଣ୍ଡାୟତ କୁଳର ସୁଯୋଗ୍ୟ ଦାୟାଦ ।

ଅରିକୁଳ ଦମନ କରି, ବିଜୟ ବୈଜୟନ୍ତୀ ବାନା ଉଡ଼ାଇ, ସଂଗ୍ରାମୀ ବାଦ୍ୟ ତାଳେ ତାଳେ, ଯୁଦ୍ଧଭୂମିରୁ ଫେରୁଥିବା ବିଜୟୀ ସେନାର ଅଗ୍ରଭାଗରେ ସ୍ଵାମୀକୁ ଦେଖ‌ିଲେ ତା’ ପ୍ରାଣପ୍ରିୟା ପତ୍ନୀର ପ୍ରାଣ ଗର୍ବ ଓ ଗୌରବରେ ଯେପରି ଉତ୍‌ଫୁଲ୍ଲିତ ହୋଇଉଠିବ; ସେହି ସୌଭାଗ୍ୟର ଅଧ୍ବକାରିଣୀ କରାଇବାକୁ ପ୍ରାଣପ୍ରିୟକୁ ଅନୁନୟ କରିଛି ପାଇକବଧୂ । ପୌରୁଷର ସ୍ବାକ୍ଷର ବହନ କରି ସ୍ବାଭିମାନ ସ୍ପର୍ଷିତ ଯୁଦ୍ଧଫେରନ୍ତା ସ୍ଵାମୀର ପଦବନ୍ଦନା କରିବାକୁ ସେଦିନ ଅର୍ଘ୍ୟଥାଳୀ ଧରି କୁଟୀର ଦ୍ଵାରରେ ସ୍ନେହ ସୋହାଗିନୀ ପତ୍ନୀ ଅପେକ୍ଷା କରିଥବ ବୋଲି କହିଛି । ରଣବିଜୟୀ ସ୍ଵାମୀକୁ ବନ୍ଦାପନା କରି କୁଟୀରକୁ ପାଛୋଟି ନେବାକୁ ପ୍ରତୀକ୍ଷା କରି ରହିବ ବୋଲି ବାରମ୍ବାର କହି ସ୍ଵାମୀଠାରୁ ବିଦାୟ ନେଇଛି ପାଇକ ଘରଣୀ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ବିଷୟଗତ ଶବ୍ଦ ଓ ଅର୍ଥ :

  • ତୁର୍ଗ – ଗଡ଼ ବା ପ୍ରାଚୀର ।
  • ଣମଣାନ – ମଣାଣି।
  • ରଣ – ଯୁଦ୍ଧ ।
  • ତୋପ – ଗୁଳି ।
  • ନାରବେ – ନିଃଶବ୍ଦରେ ।
  • ଶାୃପଦକୁଳ – ହିଂସ୍ରକନୃୁସମୁହ
  • ନିମିଷେ- ମୁହୂର୍ତ୍ତକରେ ।
  • ବୁକୁତଳେ – ଛାତିତଳେ ।
  • ସମର ପ୍ରାଙ୍ଗଣ – ଯୁଦ୍ଧଭୂଇଁ ।
  • ଶିଳା – ପଥର ।
  • କାନନ – ବଣ ।
  • ରଶଶିଙ୍କ। – ଶିଙ୍ଗରେ ତିଆରି ଏକ ପ୍ରାଚୀନ ତୂରୀ ।
  • ତୀକ୍ଷ୍ଣଣ ତରବାରି – ଧାରୁଆ ଖଣ୍ଡା ।
  • ଦାପୁ – ଉଜ୍ଜ୍ବଳ ।
  • ଦୀଳ ପ୍ରାନ୍ତର – ସବୁଜ ପଡ଼ିଆ ।
  • ଶିଙ୍ଗ। – ଶିଙ୍ଗରେ ତିଆରି ଏକ ପ୍ରାଚୀନ ତୂରୀ ।
  • ଯୋଦ୍ଧୃବେଣ – ଯୋଦ୍ଧ।ରବେଶା
  • ସମାରଶ – ପବନ ।
  • ଗୁୱରି – ଗୁଣୁଗୁଣୁ ଶବ୍ଦ କରି ।
  • ବାରମାଟି – ବାରଭୁକ‍ଁ
  • ଗାଥା – କାହାଶା
  • ବନ ପ୍ରାନ୍ତର – ବଣ ଓ ପଡ଼ିଆ ।
  • ଭଗୃ – ଭଙ୍ଗ।
  • ଶକଳ – ପର୍ବତା
  • ଖଣ୍ଡାୟତ ବଧୂ – ଖଣ୍ଡାୟତ ବୋହୂ ।
  • ଚରମେ – ପିଠିପଟରେ/ଶେଷଙାଗରୋ
  • ବାର୍ଯ୍ୟବତା – ସାହସା/ବାରା
  • ସୋହାଗେ – ଅତି ସ୍ନେହରେ ।
  • ବକ୍ଷପଟେ – ଛାତି ଭାଗରେ ।
  • ସମର ସଙ୍ଗ।ତ – ଯୁଦ୍ଧ ଗୀତ ।
  • କୁଟୀର ପ୍ରାଙ୍ଗଣେ -କୁଡ଼ିଆ ଦ୍ୱାରରେ ।
  • ତରୁଶା ବକ୍ଷ – ନାରୀର ଛାତି ।
  • ବିଜୟଲକ୍ଷ୍ମୀ – ବିଜୟଶ୍ରୀ ।
  • ସଂଗ୍ରାମ ବାଦ୍ୟ – ଯୁଦ୍ଧଭେରୀ ।
  • ନୟନ କଣେ – ଆଖିଆଗରେ ।
  • ସମରକ୍ଷେତ୍ରେ – ଯୁଦ୍ଧଭୂଇଁରେ ।
  • ଅନଳ – ନିଆଁ, ଅଗ୍ନି ।
  • ଦର୍ପେ- ବୀରତ୍ଵ ସହକାରେ ।
  • ଯତନେ – ଯତ୍ନ ସହକାରେ ।
  • ମେଘେତ୍ରେ – ମେଘର ଗମ୍ଭୀର ଧ୍ଵନିରେ ।
  • ଣତେକ – ଶହେ ।
  • ଗଉରବେ – ସମ୍ମାନରେ ।
  • ବଜୟକେତନ – ବଜୟ ପତାକା
  • ବଦାଇ – ଅଭ୍ୟର୍ଥନା ବା ବନ୍ଦାପନା କରିବା ।
  • ବକ୍ଷେ – ଛାତିରେ ।
  • ଉରି – ପୂର୍ଣ୍ଣକରି ।
  • ପ୍ର‍।ଙ୍ଗଶ – କପାଳରୋ
  • ଉ।ଲେ – କପାଳରେ ।
  • ବାଳା – ଯୁବତୀ ।
  • ବରି – ବରଣ କରି ।

Leave a Comment