Odisha State Board BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ Textbook Exercise Questions and Answers.
BSE Odisha Class 7 Odia Solutions Chapter 6 ବାଳୁତ ବୀର ସେ
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର
Question ୧।
ଉତ୍ତର କୁହ ।
(କ) ବର୍ଷାବତାସି ବେଳେ ନାଉରି ଟୋକା କେଉଁଠି ଥିଲା ?
Answer:
ଭୟଙ୍କର ଝଡ଼ବର୍ଷା ସମୟରେ ନାଉରିଟୋକା ବାଜିରାଉତ ନିର୍ଭୟରେ ନାଆ ମଙ୍ଗରେ ହାତରଖ୍, କାତ ଓ ଆହୁଲାକୁ ନାଆରେ ଡେରିଦେଇ ବ୍ରାହ୍ମଣୀ ନଦୀ ଘାଟକୁ ଜଗି ବସିଥିଲା।
(ଖ ) ସେ କାହାର ଆଦେଶରେ କେଉଁଠିକି ନାଆ ନେଇଥିଲା?
Answer:
ପ୍ରଜା ଆନ୍ଦୋଳନ ସମୟରେ ପ୍ରଜାମଣ୍ଡଳ ନିର୍ଦ୍ଦେଶକ୍ରମେ ସେ ବ୍ରାହ୍ମଣୀ ନଦୀଘାଟ ଜଗିବାର ଦାୟିତ୍ଵ ନେଇଥିଲା । ସେ ନଦୀ ତଟଦେଶରୁ ବିଲ ମଧ୍ୟକୁ ନାଆ ଭିଡ଼ି ନେଇଥିଲା ।
(ଗ) ନାଉରି ଟୋକାକୁ କେଉଁମାନେ ଡାକିଲେ ?
Answer:
ଗଡ଼ଜାତ ଅଞ୍ଚଳକୁ ପ୍ରବେଶ କରିବାକୁ ବ୍ରିଟିଶ ଫୌଜ ନଦୀଘାଟରେ ପହଞ୍ଚି ନାଉରି ଟୋକାକୁ ଅତି କର୍କଶ ସ୍ଵରରେ ନାଆଁ ଲଗାଇବାକୁ ଡାକିଲେ।
(ଘ) ସେମାନେ ନାଉରି ଟୋକାକୁ ଡାକି କ’ଣ କହିଲେ ?
Answer:
ବ୍ରିଟିଶ ସିପାହିମାନେ ନାଉରି ଟୋକାକୁ ଡାକି ଶୀଘ୍ର ନାଆଁ ଆଣିବାକୁ କହିଲେ । ସେମାନେ ସେ ଅଞ୍ଚଳ ଓ ଗ୍ରାମ ସମ୍ପର୍କରେ କିଛି ଜାଣି ନଥିବାରୁ ଶୀଘ୍ର ନଦୀ ପାର ହୋଇ ସେମାନଙ୍କୁ ସେ ଅଞ୍ଚଳ ସମ୍ପର୍କରେ ଅନୁସନ୍ଧାନ କରିବାକୁ ପଡ଼ିବ । ତେଣୁ ତୁରନ୍ତ ନାଆ ଆଣି ନଦୀପାର କରାଇ ଦେବାକୁ ରୁକ୍ଷ ସ୍ବରରେ ନାଉରିକୁ ସେମାନେ ଡାକ ପକାଇଲେ ।
(ଙ) ନାଉରି ଟୋକା ସେମାନଙ୍କ କଥା ଶୁଣି କ’ଣ କଲା ?
Answer:
ନାଉରି ଟୋକା ବାଜି ସେମାନଙ୍କ ଆଦେଶକୁ ଭୂକ୍ଷେପ ନକରି ଓଠ ଚାପି ଏକ ତାଚ୍ଛଲ୍ୟଭରା ହସ ହସି ଉଠିଲା ଏବଂ ବିଲ ମଧ୍ୟକୁ ସେ ଦୂରକୁ ଦୂରକୁ ନାଆ ବାହି ନେଇଗଲା ।
(ଚ) ଏହାପରେ କ’ଣ ହେଲା ?
Answer:
ନାଉରି ଟୋକା ବାଜି ଦୃଢ଼ତାର ସହ ବିଲ ମଧ୍ୟକୁ ନାଆ ବାହିନେବା ଲକ୍ଷ୍ୟ କରି ସିପାହିମାନେ ତା’ପ୍ରତି କଟୁ ଶବ୍ଦ ପ୍ରୟୋଗ କରି ନାଆ କୂଳକୁ ଆଣିବାପାଇଁ ଗର୍ଜନ କରି ଡାକ ଛାଡ଼ିଲେ । ମାତ୍ର ବାଜିରାଉତ ସେମାନଙ୍କ ଡାକ ପ୍ରତି କର୍ଣ୍ଣପାତ ନକରି ଦୃଢ଼ ସ୍ବରରେ ଉତ୍ତର ଦେଲା ଯେ ନରହତ୍ୟାକାରୀ, ରକ୍ତପିପାସୁ ଫିରିଙ୍ଗି ଫଉଜକୁ ସେ ପାରି କରିପାରିବ ନାହିଁ । ଗାଁର ଭାଇମାନେ ସିପାହୀଙ୍କୁ ପାରି କରିବାକୁ ବାରଣ କରିଥିବାରୁ ସେ ନାଆ ନେଇପାରିବ ନାହିଁ । ଏହି ଉତ୍ତରରେ ହୃଦୟହୀନ ବ୍ରିଟିଶ ଫୌଜ କ୍ରୋଧୃତ ହୋଇ ତା’ ଉପରକୁ ଗୁଳି ଚଳାଇଥିଲେ । ନାଆ ଉପରେ ତା’ର ରକ୍ତ ଜୁଡୁବୁଡୁ ଦେହ ଟଳିପଡ଼ିବା ପରେ ମଧ୍ୟ ସେମାନଙ୍କ କ୍ରୋଧ ପ୍ରଶମିତ ହୋଇନଥିଲା । ନଦୀ ପହଁରି ନାଆ ନିକଟକୁ ଆସି ସିପାହିମାନେ ବାଜିରାଉତକୁ ବନ୍ଧୁକ ସଙ୍ଗିନ ମୁନରେ ଆକ୍ରମଣ କରି ରକ୍ତାକ୍ତ କରିଦେଲେ । ମାତ୍ର ସେତେବେଳକୁ ବାଜି ସହିଦ ହୋଇ ସାରିଥିଲା ।
Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ବାଳୁତ ବୀର ବୋଲି କାହିଁକି କୁହାଯାଇଛି ?
Answer:
ମାତ୍ର ବାରବର୍ଷ ବୟସର ଛୋଟିଆ ବାଳକଟିଏ ବାଜିରାଉତ । ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଗାଁର ଗରିବ ଖଣ୍ଡାୟତ ସନ୍ତାନ ସେ । ଗଡ଼ଜାତ ପ୍ରଜା ଆନ୍ଦୋଳନ କାଳରେ ପ୍ରଜାମଣ୍ଡଳ ଆଦେଶରେ ବ୍ରାହ୍ମଣୀ ନଦୀଘାଟ ଜଗିବାକୁ ସେ ବାହାରି ଯାଇଥିଲା । ବୟସରେ ଏତେ ଛୋଟ ହେଲେ ମଧ୍ୟ ବ୍ରିଟିଶ ପୋଲିସ ଫୌଜର ହୁକୁମକୁ, ନାଲିଆକୁ ଏବଂ ମୃତ୍ୟୁର ଧମକକୁ ସେ ଖାତିର କରିନାହିଁ । ଧୂଳିଖେଳ ଖେଳୁଥିବା ନାଉରିପିଲା ହୋଇ ମଧ୍ୟ ସେ ଅନନ୍ୟ ସାହସିକତା ପ୍ରଦର୍ଶନ କରି ଇଂରେଜ ଫୌଜକୁ ନଦୀ ପାରିକରାଇ ନଦେବାରୁ ସେମାନଙ୍କ ଗୁଳିଚୋଟରେ ସହିଦ ହେଲା । ବୀର ବାଜି ରାଉତ ନିଜର ଅପୂର୍ବ ସାହସିକତା, କର୍ତ୍ତବ୍ୟରେ ନିଷ୍ଠାପରତା ପ୍ରଦର୍ଶନ କରି ତା’ର ଅମୂଲ୍ୟ ଜୀବନକୁ ଦେଶ ପାଇଁ ଯେପରିଭାବେ ଉତ୍ସର୍ଗ କରିଗଲା, ସେଥ୍ପାଇଁ ସେ ଇତିହାସରେ ଚିର ଅମର ହୋଇରହିଗଲା । ସେଥିପାଇଁ ତାକୁ ବାଳୁତ ବାର ବୋଲି କୁହାଯାଇଛିା
(ଖ) କେଉଁମାନଙ୍କ ଆଖୁ ଅସୁର ଆଖୁ କୁହାଯାଇଛି ଓ କାହିଁକି ?
Answer:
ବ୍ରିଟିଶ ପୋଲିସ ଫୌଜଙ୍କୁ ଅସୁର ଭାବେ ବର୍ଣ୍ଣନା କରାଯାଇଛି । ସେମାନଙ୍କର ଅମାନୁଷିକତା, ବର୍ବରତାକୁ ଲକ୍ଷ୍ୟକରି କବି ସେମାନଙ୍କୁ ଅସୁରଭାବେ ଅଭିହିତ କରିଛନ୍ତି । ପ୍ରଜା ଆନ୍ଦୋଳନ ଦମନ କରିବାକୁ ଆସି ସେମାନେ ବ୍ରାହ୍ମଣୀ ନଦୀଘାଟରେ ପହଞ୍ଚିଥିଲେ । ନାଆ ଅନୁସନ୍ଧାନରେ ସେମାନେ ଏତେତେଣେ ଚାହିଁ ଅଦୂରରେ ବାଜିରାଉତକୁ ନାଆ ଉପରେ ଦେଖାରିଥିଲେ । ସେମାନଙ୍କ ଚାହାଁଣିରେ ଭରି ରହିଥୁଲା କୁରତା ଓ ନିଷ୍ଠୁରତା । ମଣିଷକୁ ପୋକମାଛି ପରି ମନେ କରୁଥିବା ସେହି ଇଂରେଜ ଫୌଜର ଚାହାଁଣିକୁ କବି ‘ଅସୁର ଆଖ୍’ ବୋଲି କହିଛନ୍ତି ।
(ଗ) ନାଉରି ଟୋକା ଦୂରକୁ ନାଆ ବାହିନେବା କାର୍ଯ୍ୟରୁ ତା’ର କେଉଁ ମନୋଭାବ ପ୍ରକାଶ ପାଉଛି ?
Answer:
ବ୍ରିଟିଶ ଫୌଜ ନଦୀଘାଟରେ ନାଆଁ ଆଣିବାପାଇଁ ବାଜିରାଉତକୁ କର୍କଶ ସ୍ବରରେ ହୁକୁମ ଦେଇଥିଲେ; କିନ୍ତୁ ବାଜି ସେମାନଙ୍କ ଆଦେଶ ପ୍ରତି ତିଳେ କର୍ଣ୍ଣପାତ ନକରି ବିଲ ଗୋହିରୀରେ ଦୂରକୁ ଦୂରକୁ ନାଆ ବାହି ନେଇଥିଲା । ଓଠ ଚାପି ଏକ ତାଚ୍ଛଲ୍ୟଭରା ହସ ହସି ଉଠିଥିଲା । ଏଥୁଁ ତା’ର ବୀରତ୍ୱ ତଥା ସାହସିକତା ସହଜେ ଅନୁମେୟ । ଯେଉଁ ଦୁର୍ଘର୍ଷ ବ୍ରିଟିଶ ଫୌଜ ନାଁ ଶୁଣିଲେ ସାଧାରଣ ଲୋକେ ଭୟ ଓ ଆତଙ୍କରେ ଶିହରି ଉଠୁଥିଲେ, ସେମାନଙ୍କ ଆଦେଶକୁ ଅବଜ୍ଞା କରି ବାଜି ଅସାଧାରଣ ସାହସିକତାର ପରିଚୟ ପ୍ରଦାନ କରିଛି । ତା’ର ଦୂରକୁ ନାଆ ବାହିନେବା କାର୍ଯ୍ୟରୁ ବ୍ରିଟିଶ ଫୌଜର ହୁକୁମ, ନାଲିଆଖ୍ କି ମୃତ୍ୟୁର ଧମକ ପ୍ରତି ବେଖାତିର ମନୋଭାବ ପ୍ରକାଶ ପାଉଛି ।
(ଘ) ‘ନେବି ନାହିଁ ନାହା ଭାଇର ଆଦେଶ ନାହିଁ ।’’ – ଏଠାରେ ‘ଭାଇ’ ବୋଲି କାହାକୁ କୁହାଯାଉଛି ?
Answer:
ବ୍ରିଟିଶ ପୋଲିସ ଫୌଜ ନାଆ କୂଳକୁ ଆଣି ସେମାନଙ୍କୁ ପାରି କରିଦେବାକୁ ବାଜିରାଉତକୁ ଆଦେଶ ଦେଇଛନ୍ତି; ମାତ୍ର ସେମାନଙ୍କ ଆଦେଶକୁ ତିଳେ ମାତ୍ର ଖାତିର ନ କରି ନାଆ ନେବାକୁ ସେ ସ୍ପଷ୍ଟ ମନା କରିଦେଇଥିଲା ଏବଂ ଭାଇର ଆଦେଶ ନାହିଁ ବୋଲି କହିଥିଲା । ଭାଇର ଆଦେଶ ବୋଲି ସେ ଯାହା କହିଥିଲା, ତାହା ଥିଲା ପ୍ରଜାମଣ୍ଡଳର ନିଷ୍ପତ୍ତି । ପ୍ରଜାମଣ୍ଡଳ ନିଜ ମଧ୍ୟରେ ପାଳିକରି ଘାଟ ଜଗିବାର ସିଦ୍ଧାନ୍ତ ନେଇଥିଲେ । ସେହି ଭାଇମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବାଜିରାଉତ ଫୌଜଙ୍କୁ ପାରି କରିବାକୁ ସିଧା ମନା କରିଦେଇଥିଲା ।
(ଡ) ବ୍ରିଟିଶ ଫଉଜ ଓ ସେଠାକାର ସାଧାରଣ ଜନତାଙ୍କ ମଧ୍ୟରେ କାହିଁକି ଲଢ଼େଇ ଲାଗିଥିଲା ?
Answer:
ବ୍ରିଟିଶ ଶାସକ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ନିଜ ଶାସନାଧୀନ କରି ସେମାନଙ୍କଠାରୁ ବଳପୂର୍ବକ କର ଆଦାୟ କରିବାକୁ ଆରମ୍ଭ କରିଥିଲା । ଅତ୍ୟାଚାରିତ, ଦଳିତ ଗଡ଼ଜାତ ଅଞ୍ଚଳବାସୀ ତା’ର ବିରୋଧ କରିବାରୁ ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା । ସାଧାରଣ ପ୍ରଜା ମିଳିତଭାବେ ଇଂରେଜମାନଙ୍କ ଏତାଦୃଶ ଯଥେଚ୍ଛାଚାର ବିରୋଧରେ ସଂଗ୍ରାମ କରିବାକୁ ନିଷ୍ପରି କଲେ । ଇଂରେଜମାନେ ମଧ୍ୟ ପ୍ରଜାମଣ୍ଡଳର ବିଦ୍ରୋହ ଦମନ କରିବାକୁ ପୋଲିସ ଫୌଜକୁ ନିୟୋଜିତ କଲେ । ତେଣୁ ବ୍ରିଟିଶ ଫୌଜ ଓ ସାଧାରଣ ଜନତାଙ୍କ ମଧ୍ୟରେ ଲଢ଼େଇ ଲାଗିଥିଲା ।
(ଚ) ନାଉରି ପିଲାଟି ବିଜୟର ଗାର ଲେଖୁଦେଲା ବୋଲି କାହିଁକି କୁହାଯାଇଛି ?
Answer:
ପ୍ରଜାମଣ୍ଡଳର ଆଦେଶକୁ ଅକ୍ଷରେ ଅକ୍ଷରେ ମାନି ବାଜିରାଉତ ବ୍ରିଟିଶ ପୋଲିସ ଫୌଜକୁ ନଦୀ ପାରି କରାଇ ଦେଇନଥିଲା । କର୍ତ୍ତବ୍ୟ ପାଳନ କରିବାକୁ ଯାଇ ସେ ହସି ହସି ନିଷ୍ଠୁର ଫୌଜର ବନ୍ଧୁକ ଗୁଳି ଆଗରେ ନିଜ ଅମୂଲ୍ୟ ଜୀବନକୁ ଦେଶପାଇଁ ଉତ୍ସର୍ଗ କରିଗଲା । ବନ୍ଧୁକର ଭୟ ତାକୁ କର୍ତ୍ତବ୍ୟରୁ ବିଚ୍ୟୁତ କରିପାରିନଥିଲା । ତା’ର ମୃତ୍ୟୁ ସୁପ୍ତ ଦେଶବାସୀଙ୍କ ଶୀତଳ ଧମନୀରେ ଉଷ୍ମତା ଭରିଦେଇଗଲା । ତା’ର ଅପୂର୍ବ ଦେଶପ୍ରେମ ଦେଶବାସୀଙ୍କ ସୁପ୍ତମନରେ ଚମକ ସୃଷ୍ଟିକଲା । ତା’ର ମୃତ୍ୟୁ ବିଦ୍ରୋହ ତଥା ସ୍ଵାଧୀନତା ସଂଗ୍ରାମର ପ୍ରଥମ ବିଜୟ ଭାବେ ଗୃହୀତ ହେଲା ।
Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଅନ୍ଧାର ତଳୁ କେତୁଟା ଅସୁର ଆଖ୍
‘କିଏରେ ନାଉରି ? ଘାଟରୁ ଉଠିଲା ଡାକି ।
Answer:
ଅନ୍ଧାର ତଳୁ …………………… ଉଠିଲା ତାକି।
ଉଦ୍ଧୃତାଂଶଟି କବି ଅନନ୍ତ ପଟ୍ଟନାୟକଙ୍କ ରଚିତ “ ବାଳୁତ ବୀର ସେ” କବିତାରୁ ଆସିଅଛି। ଏଠାରେ କବି ବ୍ରିଟିଶ୍ ଫୌଜକୁ ଅସୁର ସହିତ ତୁଳନା କରିଛନ୍ତି। ୧୯୩୮ ମସିହାର ଗଡ଼ଜାତ ପ୍ରଜାଆନ୍ଦୋଳନବେଳେ ପ୍ରଜାମଣ୍ଡଳର ଆଦେଶରେ ବ୍ରାହ୍ମଣୀ ନଦୀର ଘାଟ ଜଗିବାର ପାଳି ପଡ଼ିଥିଲା ବାରବର୍ଷ ବୟସର ବାଳକ ବାଜି ରାଉତ ଉପରେ। ପ୍ରବଳ ଝଡ଼ବର୍ଷାର ଘୋର ଅନ୍ଧକାର ଭିତରେ ନାଆ ମଙ୍ଗରେ ଆହୁଲା ଡେରିଦେଇ ବାଜି ରାଉତ ଶତ୍ରୁସୈନ୍ୟଙ୍କୁ ଜଗି ବସିଥିଲା। ନଦୀ ପାରି କରିଦେଲେ ସିନା ରକ୍ତପିପାସୁ ଶତ୍ରୁ ଦଳ ତାଙ୍କ ଗାଁ ଗଣ୍ଡାରେ ପଶିବେ। ଅତ୍ୟାଚାରର ଦମନଲୀଳା ଚଳାଇବେ ।
ହଠାତ୍ ରାକ୍ଷସ ବ୍ରିଟିଶ ଫୌଜର କର୍କଶ ଆଦେଶରେ ବାଜି ସତର୍କ ହୋଇଗଲା। ଫିକା ଅନ୍ଧାର ଭିତରେ ଅସୁରମାନଙ୍କର ଆଖ୍ ତା’ ଉପରେ ପଡ଼ିଥିଲା। କିଏରେ ନାଉରି ଶୀଘ୍ର ଡଙ୍ଗା ଲଗାଇ ଘାଟ ପାରି କରିଦେବାକୁ କଡ଼ା ଆଦେଶ ଶୁଭିଲା । ରାତି ନ ପାହୁଣୁ ଏବଂ ଗାଁ ଲୋକେ ଜାଣିବା ପୂର୍ବରୁ ଘାଟରେ ଡଙ୍ଗା ଲଗାଇବାପାଇଁ ସେମାନେ ବାରମ୍ବାର ଗର୍ଜନ କଲେ। କିନ୍ତୁ ବାଜି ଥିଲା ଅବିଚଳିତ। କଠୋର ଦାୟିତ୍ଵ ଯୋଗୁଁ ସେ ରାକ୍ଷସ ସେନାର ଧମକରେ ଡରି ନଯାଇ ପାଟବିଲ ଦେଇ ଡଙ୍ଗା ବହୁ ଦୂରକୁ ବାହି ନେଇଯାଇଥିଲା । ବାଳକ ବାଜି ରାତ୍ତତର ବାରତ୍ଵ ଓ ସାହସିକତା ବାସ୍ତ୍ରବିକ ପ୍ରଶଂସନାୟ ଅଟେ।
(ଖ) ‘‘ନେବି ନାହିଁ ନାହା, ଭାଇର ଆଦେଶ ନାହିଁ ।’’
“ନେବି ନାର୍ହିଁ ……………………… ଆଦେଶ ନାର୍ହି।”
ଶଂସିତ ପଦ୍ୟାଶଟି କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ବାଳୁତ ବୀର ସେ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ବାଳୁତ ବୀର ବାଜିରାଉତର ଆସାଧାରଣ ବୀରତ୍ଵ ଓ ସାହସିକତା ଉପରେ ଆଲୋକପାତ କରିଛନ୍ତି । ପ୍ରଜାମଣ୍ଡଳ ବିଦ୍ରୋହ ଦମନ କରିବାପାଇଁ ସଶସ୍ତ୍ର ବ୍ରିଟିଶ ଫୌଜ ନଦୀବନ୍ଧରେ ପହଞ୍ଚ୍ ‘ କିଏରେ ନାଉରି ବୋଲି ଡାକ ଛାଡ଼ିଲେ । ଦୂରକୁ ଦୂରକୁ ନାଆ ବାହି ନେଉଥିବା ବାଜିରାଉତ ଉଦ୍ଦେଶ୍ୟରେ କର୍କଶ ସ୍ଵରରେ ନାଆ ଆଣିବାପାଇଁ ଚିତ୍କାର କରିଉଠିଲେ । ବାଜିରାଉତ କିନ୍ତୁ ନିଜ ଜିଦରେ ଅଟଳ ରହି ନାଆକୁ ପାଟ ଭିତରକୁ ବାହି ନେଉଥିଲା । ସିପାହିଙ୍କ ଡାକରାର ଜବାବରେ ସେ ସେମାନଙ୍କୁ ଅତ୍ୟାଚାରୀ, ହତ୍ୟାକାରୀ ଓ ରକ୍ତପିପାସୁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲା । ଏପରି ଜାତି ଓ ଦେଶର ଶତ୍ରୁକୁ ପାରି କରିବାକୁ ତା’ ଗାଁ ଭାଇ ମନା କରିଛନ୍ତି । ଏଣୁ ଭାଇର ଆଦେଶ ବିନା କାହାକୁ ସେ ନଦୀ ପାର କରିବ ନାହିଁ ବୋଲି ସ୍ପଷ୍ଟଭାବେ ଜଣାଇ ଦେଇଥିଲା । ଦୁଦ୍ଧର୍ଷ ବ୍ରିଟିଶ ଫୌଜକୁ ସେ ଯେପରି ଭାବେ ଜବାବ ଦେଲା, ସେଥୁରୁ ତା’ର ଅପୂର୍ବ ସାହସିକତା, ବୀରତ୍ବ ଓ ସ୍ପଷ୍ଟବାଦିତାର ପରିଚୟ ମିଳେ ।
(ଗ ) ‘‘ଦଳିତ ଜାତିର ଲଲାଟେ ଲେଖୁଲା ମୁକ୍ତି ସମରେ, ଆଦ୍ୟ ବିଜୟ ଗାର ।”
Answer:
ଦଳିତ ଜାତିର ……………………………. ବିଜୟ ଗାର ।
ଉଦ୍ଧୃତାଂଶଟି କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ବାଳୁତ ବୀର ସେ’ ’କବିତାରୁ ଆନୀତ। ବୀର ବାଜି ରାଉତର ଆତ୍ମବଳି ମୁକ୍ତି ସଂଗ୍ରାମର ପ୍ରଥମ ବିଜୟର ଟୀକା ବୋଲି ଏଠାରେ କବି ବର୍ଣ୍ଣନା କରିଛନ୍ତି। ମଣିଷ ମରାଳି, ଅତ୍ୟାଚାରୀ ବ୍ରିଟିଶ୍ ଫୌଜକୁ ଗାଁରେ ପୁରାଇଦେବ ନାହିଁ ବୋଲି ବାଜି ରାଉତ ତା ଜିଦରେ ଅଟଳ ଥିଲା। ମୁକ୍ତି ସଂଗ୍ରାମରେ ଝାସଦେଇ ଗଡ଼ଜାତର ପ୍ରଜାମାନେ ଇଂରେଜମାନଙ୍କର ବିରୋଧ କରୁଥିଲେ। ପ୍ରଜାମଣ୍ଡଳର ଆଦେଶ ପାଳନ କରିବାକୁ ଫୌଜଙ୍କର ଧମକ ଚମକରେ ଡରିନଯାଇ ବାଜି ସେମାନଙ୍କୁ ପାରି କରିଦେଇ ନଥିଲା। ଶେଷକୁ ଦୁର୍ବର୍ଷ ସେନାବାହିନୀଙ୍କ ଗୁଳିଚୋଟରେ ବାଜି ଡଙ୍ଗା ଉପରେ ଟଳି ପଡ଼ିଲା।
ବନ୍ଧୁକର ସଙ୍ଗୀନ ମୁନରେ କଅଁଳିଆ ଖପୁରିକୁ ତା’ର ସେମାନେ ତାଡ଼ି ପକାଇଲେ । ସେ ଦେଶ ପାଇଁ ଜାତି ପାଇଁ ସହିଦ ହେଲା। ତା’ର ନିଭୀକତା, ସାହସ ଓ ଦୃଢ଼ତା ଆମ ଲୋକମାନଙ୍କ ମନରେ ସାହସ ଓ ପ୍ରେରଣା ଭରିଦେଲା। ଆଖପାଖ ଗାଁରୁ ଲୋକମାନେ ଖବର ପାଇ ଧାଇଁ ଆସିଲେ। ଯେଉଁମାନେ ବାହୁବଳୀ ଇଂରେଜମାନଙ୍କୁ ଭୟକରି ନୀରବରେ ଅତ୍ୟାଚାର ସହୁଥିଲେ, ବାଜି ରାଉତର ମୃତ୍ୟୁ ସେମାନଙ୍କ ମନରେ ଦମ୍ଭ ଓ ସାହସ ଦେଲା। ଗୋଟିଏ ସୁପ୍ତ, ନୀରବ ଓ ଅତ୍ୟାଚାରିତ ଦଳିତ ଜାତିର ପ୍ରେରଣାର ଉତ୍ସ ହୋଇ ବାଳୁତ ବୀର ବାଜି ରାଉତ ଚିର ଅମର ହୋଇଗଲା।
Question ୪ ।
ଯେପରି ‘ରକତ’ ଶବ୍ଦର ଅନ୍ୟରୂପ ‘ରକ୍ତ’, ସେହିପରି ଦିଆଯାଇଥିବା ଶବ୍ଦଗୁଡ଼ିକର ଅନ୍ୟରୂପ ଲେଖ ।
ବରଷା, ପୂରୁବ, ଦରବ, ମୁକତି, ସୁରୂଜ
Answer:
ବରଷା – ବର୍ଷା
ପୂରୁବ – ପୂର୍ବ
ଦରବ – ଦ୍ରବ୍ୟ
ମୁକତି – ମୁକ୍ତି
ସୁରୂଜ – ସୂର୍ଯ୍ୟ
Question ୫।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ସଞ୍ଜ, ପୂର୍ବ, ଅନ୍ଧାର, ହସ, ଦୂର, ବୀର, ବାଳୁତ, ମୁକ୍ତି, ଉଦୟ
Answer:
ସଞ୍ଜ – ସକାଳ
ପୂର୍ବ – ପଶ୍ଚିମ
ଅନ୍ଧାର – ଆଲୁଅ / ଆଲୋକ
ହସ – କାନ୍ଦ
ଦୂର – ନିକଟ
ବୀର – ଭାବୁ
ବାଳୁତ – ବୃଦ୍ଧି
ମୁକ୍ତି – ବନ୍ଧନ
ଉଦୟ – ଅସ୍ତ୍ର
‘କ’ ସ୍ତମ୍ଭରେ ଥିବା ପଦଗୁଡ଼ିକୁ ‘ଖ’ ସ୍ତମ୍ଭର ସଂପର୍କିତ ପଦ ସହିତ ଯୋଡ଼ି ଲେଖ ।
‘କ’ ସ୍ତ୍ରମ୍ଭ | ‘ଖ’ ସ୍ତ୍ରମ୍ଭ |
ପୂରୁବ ଆକାଶେ ଫିକା ନ ପଡ଼ୁଣୁ ରାତି ଆଣରେ ବେଗେ ତୁ, ଲଗାରେ କୂଳରେ ନାହା ହସିଲା ଟୋକା ସେ ଓଠକୁ ଓଠରେ ଚାପି ତତଲା ରକତ ଧାର | ମନକୁ ମନ ତା କି କଥା ଅତଳ ମାପି ମୁକ୍ତି ସମରେ ଆଦ୍ୟ ବିଜୟ ଗାର ଡାକିଲେ ଶତ୍ରୁ କଟାଶିଆ ଡୋଳେ ଚାହିଁ ବିହଗେ ନଉଠୁଁ କଳକାକଳିରେ ମାତି |
Answer:
‘କ’ ସ୍ତ୍ରମ୍ଭ | ‘ଖ’ ସ୍ତ୍ରମ୍ଭ |
ପୂରୁବ ଆକାଶେ ଫିକା ନ ପଡ଼ୁଣୁ ରାତି ଆଣରେ ବେଗେ ତୁ, ଲଗାରେ କୂଳରେ ନାହା ହସିଲା ଟୋକା ସେ ଓଠକୁ ଓଠରେ ଚାପି ତତଲା ରକତ ଧାର | ବିହଗେ ନଉଠୁଁ କଳକାକଳିରେ ମାତି ଡାକିଲେ ଶତ୍ରୁ କଟାଶିଆ ଡୋଳେ ଚାହିଁ ମନକୁ ମନ ତା କି କଥା ଅତଳ ମାପି ମୁକ୍ତି ସମରେ ଆଦ୍ୟ ବିଜୟ ତାରି |
Question ୭।
ଦିଆଯାଇଥିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖା
ବର୍ଷା, ନଈ, ନାଆ, ରାତି, ନାଉରି, ମେଘ
Answer:
ବର୍ଷା – ବୃଷ୍ଟି, ବାରିପାତ
ନାଆ – ନାବ, ଡଙ୍ଗା
ନାଉରି – ନାବିକ, ନାଉରିଆ
ନଈ – ତଟିନା, ସରିତ
ରାତି – ରାତ୍ରି, ନିଶା / ନିଶି
ମେଘ – ବାରିଦ, ଘନ
Question ୮।
ପ୍ରାୟ ୧୦୦ଟି ଶବ୍ଦ ଭିତରେ ଉତ୍ତର ଲେଖ ।
(କ) ପ୍ରଜା ଆନ୍ଦୋଳନରେ ବାଜିରାଉତର ଭୂମିକା ।
Answer:
୧୯୩୮ ମସିହାରେ ଆମ ଗଡ଼ଜାତ ଅଞ୍ଚଳରେ ପ୍ରଜା ଆନ୍ଦୋଳନ ଜୋରଦାର ଚାଲିଥିଲା। ବ୍ରିଟିଶ ଫୌଜକୁ ନିଜ ଅଞ୍ଚଳରେ ପୂରାଇ ନ ଦେବାକୁ ପ୍ରଜାମଣ୍ଡଳ ନିଷ୍ପତ୍ତି ନେଇଥିଲା। ଫଳରେ ବ୍ରାହ୍ମଣୀ ନଦୀର ଘାଟ ଜଗିବା ପାଳି ବାଜି ରାଉତର ପଡ଼ିଥିଲା। ଝଡ଼ବର୍ଷା, ବିଜୁଳି ଘଡ଼ଘଡ଼ିକୁ ଖାତିର ନକରି ସେ ଡଙ୍ଗା ମଙ୍ଗରେ ରାତିସାରା ଜଗି ବସିଲା। ଅନ୍ଧାରୁଆବେଳେ ବ୍ରିଟିଶ୍ ଫୌଜଙ୍କର ଡାକରା ଓ ଧମକ ଚମକ ସେ ଡରିନଯାଇ ପାଟ ବିଲ ଦେଇ ତଳଆଡ଼କୁ ଡଙ୍ଗାନେଇ ପଳାଇ ଗଲା। ବରଂ ସେମାନଙ୍କୁ ଦୁଷ୍ଟ, ଅତ୍ୟାଚାରୀ, ରକ୍ତପିପାସୁ ରାକ୍ଷସ କହି ଡଙ୍ଗା ନ ଲଗାଇବାକୁ ରୋକ୍ ଠୋକ୍ ମନା କରିଦେଲା। ଦେଶ ଓ ଜାତିର ଆହ୍ବାନ ତା ପାଇଁ ମୁଖ୍ୟ ଥିଲା। ଶେଷରେ ଦୁର୍ଦ୍ଧର୍ଷ ଇଂରେଜ ସେନାଙ୍କର ଗୁଳିରେ ବାଜି ସେହି ନାଆ ଉପରେ ଟଳି ପଡ଼ିଲା। ସିପାହୀମାନେ ନଦୀ ପହଁରି ଆସି ବନ୍ଧୁକ ମୁନରେ ତା’ର ମୁଣ୍ଡକୁ ଭୂଷିଦେଇ ଖପୁରୀ ଉଡ଼ାଇ ଦେଲେ। ବାଜି ଦେଶ ପାଇଁ ଜୀବନ ଦେଇ ନିଜର ଅପୂର୍ବ ସାହସିକତାର ପ୍ରମାଣ ଦେଇଗଲା। ତେଣୁ, କବି କହିଛନ୍ତି
“ ପଛଘୁଞ୍ଚା ନାହିଁ ବୀରର ଜାତକେ
ନ ମରେ ସେ କେଉଁ ପରାଣ ଆତଙ୍କେ।”
(ଖ) ଅତ୍ୟାଚାରୀର ଶାସନ ସରିଲା ଭକ୍ତିର ଯଥାର୍ଥତା ।
Answer:
ବ୍ରିଟିଶ ଶାସନାଧୀନ ଭାରତବର୍ଷର ସାଧାରଣ ଜନତା ଇଂରେଜମାନଙ୍କ ଅକଥନୀୟ ଅତ୍ୟାଚାର ଓ ଶୋଷଣରେ ଜର୍ଜରିତ ହୋଇପଡ଼ିଥିଲେ । ସେମାନଙ୍କ ଦୁର୍ଦ୍ଧର୍ଷ ସେନାବାହିନୀର ଅମାନୁଷିକ, ବର୍ବରୋଚିତ ଦମନଲୀଳା ଦେଶବାସୀଙ୍କୁ ଆତଙ୍କିତ କରିପକାଇଥିଲା । ତେଣୁ ପ୍ରତ୍ୟକ୍ଷଭାବେ ସେମାନଙ୍କୁ ବିରୋଧ କରିବାକୁ ସେମାନେ ସାହସ କରିପାରି ନଥିଲେ । ଢେଙ୍କାନାଳ ପ୍ରଜା ଆନ୍ଦୋଳନକୁ ଦମନ କରିବାକୁ ବ୍ରିଟିଶ ଫୌଜ ନିୟୋଜିତ ହେଉଛନ୍ତି ଜାଣି ପ୍ରଜାମଣ୍ଡଳ ସେମାନଙ୍କୁ କୌଣସି ପ୍ରକାରେ ଅଞ୍ଚଳରେ ପ୍ରବେଶ କରାଇ ନ ଦେବାକୁ ପ୍ରଜାମଣ୍ଡଳ ନିଷ୍ପତ୍ତି ନେଲା । ବ୍ରାହ୍ମଣୀ ନଦୀଘାଟକୁ ପାଳିକରି ଜଗିବାକୁ ସର୍ବସାଧାରଣଙ୍କ ସଭାରେ ସ୍ଥିର ହେଲା । ଘାଟ ଜଗିବା ଦାୟିତ୍ଵକୁ ସେଦିନ ବାଜିରାଉତ ସ୍ଵଇଚ୍ଛାରେ ଗ୍ରହଣ କରିଥିଲା ।
ଏକାକୀ ବାଳୁତ ବୀର ବାଜି ଇଂରେଜ ଫୌଜଙ୍କୁ ନଦୀପାର କରିବାକୁ ମନାକରି ସେମାନଙ୍କ ବନ୍ଧୁକ ଚୋଟରେ ସହିଦ ହୋଇଗଲା । ତା’ର ସେହି ଆତ୍ମତ୍ୟାଗ ଦଳିତ ଜାତିର ସୁପ୍ତ ପ୍ରାଣରେ ଜାଗରଣ ସୃଷ୍ଟିକଲା । ବାଜିରାଉତର ମୃତ୍ୟୁ ସାରା ଦେଶବାସୀଙ୍କ ମନରେ ବିଦ୍ରୋହ ଓ ଆନ୍ଦୋଳନକୁ ତୀବ୍ରତର କରାଇଲା । ତା’ର ଆତ୍ମବଳିଦାନ ମୁକ୍ତି ସଂଗ୍ରାମର ଇତିହାସରେ ପ୍ରଜାବିଦ୍ରୋହର ପ୍ରଥମ ବିଜୟଭାବେ ଗୃହୀତ ହେଲା । ରାଜ୍ୟବାସୀ ଶତସିଂହର ବଳ ବିକ୍ରମରେ ଏହି ଦମନଲୀଳା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଲାଗିଲେ । ଏହା ଲକ୍ଷ୍ୟ କରି କବି କହିଛନ୍ତି ଯେ ଦୀର୍ଘଦିନ ଧରି ବିଦେଶୀ ଶାସକ ବିରୋଧରେ ଦେଶବାସୀଙ୍କ ହୃଦୟରେ ଯେଉଁ ନିଆଁ କୁହୁଳୁଥିଲା ତାହା ପ୍ରଜ୍ବଳିତ ହୋଇଉଠୁଥିବାରୁ ଅତ୍ୟାଚାରୀର ଶାସନ ଯେ ଅଚିରେ ବିଲୋପ ହେବ ଏହା ନିଃସନ୍ଦେହରେ କୁହାଯାଇପାରେ ।
(ଗ) ମେଘ କୋଳେ ଦୂରେ ଉଇଁଲା ସୂର୍ଯ୍ୟ – ଉକ୍ତ ଉକ୍ତିର ତାତ୍ପର୍ଯ୍ୟ ।
Answer:
ଗଡ଼ଜାତ ପ୍ରଜା ଆନ୍ଦୋଳନ ଦମନ ପାଇଁ ଆସିଥିବା ବ୍ରିଟିଶ ଫୌଜଙ୍କୁ ବ୍ରାହ୍ମଣୀ ନଦୀ ପାର କରାଇ ନଦେବା ପାଇଁ ସେଦିନ ଘାଟ ଡଙ୍ଗା ଜଗିବା ଦାୟିତ୍ଵ ବାଜିରାଉତ ଉପରେ ନ୍ୟସ୍ତ ଥିଲା । ପ୍ରଜାମଣ୍ଡଳର ନିଷ୍ପତ୍ତିକ୍ରମେ ପୂର୍ବ ସନ୍ଧ୍ୟାରେ ଏକାକୀ ନଦୀଘାଟକୁ ବାହାରି ଯାଇଥିଲା ବାଜିରାଉତ । ରାତ୍ରିର ଆକାଶ କିନ୍ତୁ ଥିଲା ଭୟଙ୍କର । ବର୍ଷା ଓ ବତାସର ଘନଘଟା ଭିତରେ ପରିବେଶ ଥିଲା ଭୟସଙ୍କୁଳ । ମାତ୍ର ବାରବର୍ଷର ବାଳକ, ମନରେ ଥିଲା ତାର ଅସୀମ ସାହସ ଓ ଅସାମାନ୍ୟ ବୀରତ୍ଵ । ସେହି ବର୍ଷାରାତିର ଅନ୍ଧକାର ମଧ୍ୟରେ ସେ ନାଆ ମଙ୍ଗରେ ବସିରହିଥିଲା ସାରା ରାତି । ରାତି ପାହିଲାବେଳକୁ ବ୍ରିଟିଶ ଫୌଜର ଡାକରାରେ ସତର୍କ ହୋଇଉଠିଥିଲା ବାଜି ।
ସେମାନଙ୍କ କର୍କଶ ସ୍ଵରକୁ ଖାତିର ନକରି ପାଟ ଭିତରକୁ ବାହି ନେଇଥିଲା ନାଆକୁ । ଦୁର୍ଦାନ୍ତ ସେନାବାହିନୀ କିନ୍ତୁ ବାଜିରାଉତର ଏତାଦୃଶ କାର୍ଯ୍ୟ ସହ୍ୟ କରିନପାରି ବନ୍ଧୁକ ଗୁଳିରେ ତା’ର ଜବାବ ଦେଇଥିଲେ । ନାଆ ମଙ୍ଗରେ ଶେଷ ନିଃଶ୍ୱାସ ତ୍ୟାଗକରି ଟଳିପଡ଼ିଥିଲା ବାଜି । ସେତେବେଳକୁ ମେଘୁଆ ଆକାଶର ବାଦଲ ଫାଙ୍କରୁ ସୂର୍ଯ୍ୟ ଉଇଁ ଆସୁଥିଲେ । ଆଖପାଖ ଅଞ୍ଚଳରୁ ନାଆ ନିକଟକୁ ପ୍ରଜାବର୍ଗ ଧାଇଁ ଆସିଥିଲେ । ବାଜିରାଉତର ମୃତ୍ୟୁ ସେମାନଙ୍କ ବିଦ୍ରୋହୀ ପ୍ରାଣରେ ସତେଯେପରି ଅଗ୍ନି ସଂଯୋଗ କଲା । ସେମାନଙ୍କ ସୁପ୍ତ ପ୍ରାଣରେ ଜାଗରଣ ସୃଷ୍ଟିକଲା । ଅସୀମ ବଳ ବିକ୍ରମରେ ସେମାନେ ଅତ୍ୟାଚାରୀର ଶାସନକୁ ବିରୋଧ କରିବାକୁ ଆଗେଇ ଆସିଲେ । ସେମାନଙ୍କର ସେହି ସଂଗ୍ରାମୀ କାର୍ଯ୍ୟକଳାପ ଲକ୍ଷ୍ୟକରି କବି ସ୍ଵାଧୀନତା ଆଉ ବେଶି ବିଳମ୍ବ ନୁହେଁ ବୋଲି କହିଛନ୍ତି । ଆକାଶରେ ସେହି ନୂତନ ସୂର୍ଯ୍ୟର ଉଦୟକୁ କବି ସ୍ଵାଧୀନତାର ସୂର୍ଯ୍ୟଭାବେ ବର୍ଣ୍ଣନା କରିଛନ୍ତି । ସେହି ସୂର୍ଯ୍ୟ ପରାଧୀନତାର ଅନ୍ଧକାରକୁ ଅଚିରେ ନାଶ କରିବ ବୋଲି କବି ଆଶା ପ୍ରକାଶ କରିଛନ୍ତି ।
ତୁମପାଇଁ କାମ :
- ‘ବାଳୁତ ବୀର ସେ’ କବିତା ପରି ଆଉ କେତୋଟି ଜାତୀୟତାବାଦୀ କବିତା ସଂଗ୍ରହ କରି ପଢ଼ ।
- ବାଜିରାଉତ ପରି ଆମ ଦେଶର ଆଉ କେତେକ ସହିଦମାନଙ୍କର ନାମ ସଂଗ୍ରହ କର ।
- ଏହି କବିତାଟିକୁ ଗାଇବା ସହ ନାଟକ ଆକାରରେ ଅଭିନୟ କର ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।
ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର
ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର
Question ୧।
ବାଳୁତ ବୀର ସେ କବିତାର କବି କିଏ ?
Answer:
‘ବାଳୁତ ବୀର ସେ’ କବିତାର କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ।
Question ୨।
ଗଡ଼ଜାତ ପ୍ରଜା ଆନ୍ଦୋଳନ କେବେ ହୋଇଥିଲା ?
Answer:
ଗଡ଼ଜାତ ପ୍ରଜା ଆନ୍ଦୋଳନ ୧୯୩୮ ମସିହାରେ ହୋଇଥିଲା ।
Question ୩ ।
ଗଡ଼ଜାତ ପ୍ରଜା ଆନ୍ଦୋଳନରେ ବାଜି ରାଉତକୁ କେଉଁ ଦାୟିତ୍ଵ ମିଳିଥିଲା ?
Answer:
ଗଡ଼ଜାତ ପ୍ରଜା ଆନ୍ଦୋଳନରେ ବାଜି ରାଉତକୁ ବ୍ରାହ୍ମଣୀ ନଦୀଘାଟ ଜଗିବାର ଦାୟିତ୍ଵ ମିଳିଥିଲା।
Question ୪ ।
ରାତିରେ ନାଉରି ଟୋକା କ’ଣ କରୁଥିଲା ?
Answer:
ରାତିରେ ନାଉରି ଟୋକା ବାଜି ରାଉତ ବିଲରେ ନାଆ ଭିଡ଼ି ମଙ୍ଗରେ ହାତ ରଖ୍ ଚେଇଁ ଶୋଇଥିଲା।
Question ୫।
ବର୍ଷାବତାସି ବେଳେ ନାଉରିଆ ଟୋକା କେଉଁଠି ଶୋଇଥିଲା ?
Answer:
ବର୍ଷା ବତାସିବେଳେ ନାଉରିଆ ଟୋକା ନିଜର ନାଆରେ ଚେଇଁ ଶୋଇଥିଲା।
Question ୬।
ନାଉରି ଟୋକାକୁ କେଉଁମାନେ ଡାକିଲେ ?
Answer:
ନାଉରି ଟୋକାକୁ ଗଡ଼ଜାତକୁ ପ୍ରବେଶ କରିବାକୁ ଆସିଥିବା ବ୍ରିଟିଶ ଫୌଜ ଡାକିଲେ।
Question ୭।
ବ୍ରିଟିଶ୍ ସିପାହୀମାନେ କେତେବେଳେ ନାଉରିଆକୁ ଡାକିଲେ ?
Answer:
ବ୍ରିଟିଶ୍ ସିପାହୀମାନେ ଡାକିଲାବେଳକୁ ପୂର୍ବ ଆକାଶରେ ଫିକା ପଡ଼ି ନ ଥିଲା, ପକ୍ଷୀମାନଙ୍କର କଳକାକଳି ଶୁଣାଯାଉ ନ ଥୁଲା ଓ ଅନ୍ଧକାର ହୋଇଥିଲା।
Question ୮।
ସିପାହୀମାନେ ଡାକୁଥୁବା ଜାଣି ନାଉରି ଟୋକା କ’ଣ କଲା ?
Answer:
ସିପାହୀମାନେ ଡାକୁଥିବା ଜାଣି ନାଉରି ଟୋକା ନିଜର ଓଠ ଚାପି ଏକ ତାଚ୍ଛଲ୍ୟଭରା ହସ ହସି ଉଠିଲା ଓ ବିଲ ମଧ୍ୟକୁ ସେ ଦୂରକୁ ଦୂରକୁ ନାଆ ବାହି ନେଇଗଲା।
Question ୯।
ନାଉରି ଟୋକା ନାଆ ଦୂରକୁ ନେଇଯିବାରୁ ସିପାହୀ କ’ଣ କହିଲେ ?
Answer:
ନାଆ ଦୂରକୁ ନେଇଯିବାରୁ ସିପାହୀ ରୁକ୍ଷ ଦୃଷ୍ଟିରେ ତା’ଆଡ଼କୁ ଚାହିଁଥିଲେ।
Question ୧୦।
ସିପାହିମାନଙ୍କ କଥା ଶୁଣି ନାଉରି ଟୋକା ବାଜି ରାଉତ କ’ଣ କହିଲା ?
Answer:
ସିପାହିମାନଙ୍କ କଥା ଶୁଣି ବାଜି ରାଉତ ବୀର ଦର୍ପରେ ହସିଦେଇ କହିଲା ଭାଇର ଆଦେଶ, ସେ ନାହା ନେବ ନାହିଁ ।
ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :
Question ୧।
‘ବାଳୁତ ବୀର ସେ’ କବିତାଟି କାହାର ରଚନା ?
(କ) ସଚ୍ଚିଦାନନ୍ଦ ରାଉତରାୟ
(ଖ) ଜାନକାବଲ୍ଲଭ ମହାନ୍ତି
(ଗ) ଡ. ମହେଶ୍ଵର ମହାନ୍ତି
(ଘ) ଅନନ୍ତ ପଟ୍ଟନାୟକ
Answer:
(ଘ) ଅନନ୍ତ ପଟ୍ଟନାୟକ
Question ୨।
ଅନନ୍ତ ପଟ୍ଟନାୟକଙ୍କ ରଚିତ କବିତାଗୁଡ଼ିକର ମୁଖ୍ୟ ଭାବ କ’ଣ ?
(କ) କୃଷକ ଜାବନର ଗାଥା
(ଖ) ଶିଶୁ ମନଲାଖ୍ କୌତୁକ କଥା
(ଗ) ଶ୍ରେଣୀହୀନ ସମାଜ ପ୍ରତିଷ୍ଠାର ସ୍ବର
(ଘ) ଆଧ୍ୟାତ୍ମିକତାର ସ୍ଵର
Answer:
(ଗ) ଶ୍ରେଣୀହୀନ ସମାଜ ପ୍ରତିଷ୍ଠାର ସ୍ବର
Question ୩।
‘ଅନ୍ଧାର ତଳୁ କେତୁଟା ଅସୁର ଆଖ୍’ – ଏଠାରେ ଅସୁର ବୋଲି କାହାକୁ କୁହାଯାଇଛି ?
(କ) ବଣଭୁଆମାନଙ୍କ ଆଖ୍
(ଖ) ବ୍ରିଟିଶ୍ ଫଉଜ
(ଗ) ରାତ୍ରିଚରମାନଙ୍କ ଆଖ୍
(ଘ) ଚୋରମାନଙ୍କ ଆଖ୍
Answer:
(ଖ) ବ୍ରିଟିଶ୍ ଫଉଜ
Question ୪।
‘ବାଳୁତ ବୀର ସେ’ କବିତାରେ ‘ନାଉରୀ ଟୋକା’ କାହାକୁ କୁହାଯାଇଛି ?
(କ) ଯତୀନ ଦାସ
(ଖ) ସଭରକର
(ଗ) ବାଜି ରାଉତ
(ଘ) ଜୟା ରାଜଗୁରୁ
Answer:
(ଗ) ବାଜି ରାଉତ
Question ୫ ।
‘ହସିଲା ଟୋକା ସେ, ଓଠକୁ ଓଠରେ ଚାପି’ – ଏହି କବିତାଂଶରେ ନାଉରୀ ଟୋକାର କେଉଁ ଗୁଣ କଥା କୁହାଯାଇଛି ?
(କ) ଭୟ
(ଖ) ବୀରତ୍ଵ ଓ ସାହସ
(ଗ) ପିଲଳିଆମି
(ଘ) ମ୍ରିୟମାଣ ଅବସ୍ଥା
Answer:
(ଖ) ବୀରତ୍ଵ ଓ ସାହସ
Question ୬।
‘ମଣିଷ-ମରାଳି ଆମରି ରକ୍ତପାୟୀ’ – ଏହି କବିତାଂଶରେ ମଣିଷ-ମରାଳି କାହାକୁ କୁହାଯାଇଛି ?
(କ) ବ୍ରିଟିଶ ଫଉଜ
(ଖ) ଆଦିମ ଲୋକ
(ଗ) ଗଡ଼ଜାତର ରାଜା
(ଘ) ହିଂସ୍ରଜନ୍ତୁ
Answer:
(କ) ବ୍ରିଟିଶ ଫଉଜ
Question ୭।
‘ବୀର ଅଶ୍ଳେଷ ପାଇ’ – ଏହି କବିତାଂଶରେ ‘ଅଶ୍ଳେଷ’ ଶବ୍ଦର ଅର୍ଥ କ’ଣ ?
(କ) ଭୟ ପାଇବା
(ଖ) ଭୟ ଦେଖାଇବା
(ଗ) ଆଲିଙ୍ଗନ କରିବା
(ଘ) ଆନନ୍ଦିତ ହେବା
Answer:
(ଗ) ଆଲିଙ୍ଗନ କରିବା
Question ୮।
‘ନେବି ନାହିଁ ନାଆ ଭାଇର ଆଦେଶ ନାହିଁ’ – ଏହି କବିତାଂଶରେ କେଉଁ ଭାଇର ଆଦେଶ କଥା କୁହାଯାଇଛି ?
(କ) ନାଉରିଆ କୁଳର ଆଦେଶ
(ଖ) ରାଜାଙ୍କ ଭାଇର ଆଦେଶ
(ଗ) ଇଂରେଜ ସେନାପତିଙ୍କ ଆଦେଶ
(ଘ) ପ୍ରଜାମଣ୍ଡଳର ଆଦେଶ
Answer:
(ଘ) ପ୍ରଜାମଣ୍ଡଳର ଆଦେଶ
Question ୯ ।
ନିମ୍ନୋକ୍ତ କବିତାଂଶ ପାଇଁ କେଉଁଟି ଉପଯୁକ୍ତ ପଂକ୍ତି ? ‘ତତଲା ରକତ ଧାର’ –
(କ) ବିହଗେ ନ ଉଠୁଁ କଳକାକଳିରେ ମାତି
(ଖ) ପୂରୁବ ଆକାଶେ ଫିକା ନ ପଡ଼ୁଣୁ ରାତି
(ଗ) ମୁକ୍ତି ସମରେ ଆଦ୍ୟ ବିଜୟ ଗାର
(ଘ) ହସିଲା ଟୋକା ସେ ଓଠକୁ ଓଠରେ ଚାପି
Answer:
(ଗ) ମୁକ୍ତି ସମରେ ଆଦ୍ୟ ବିଜୟ ଗାର
Question ୧୦ ।
ନିମ୍ନୋକ୍ତ ମଧ୍ଯରୁ ‘ରାତି’ର ପ୍ରତିଶବ୍ଦ କେଉଁଟି ନୁହେଁ ?
(କ) ନିଶା
(ଖ) ରାତ୍ରି
(ଗ) ରଜନା
(ଘ) ରାଜା
Answer:
(ଘ) ରାଜା
Question ୧୧।
କବିତାରେ ‘ବୀର’ କାହାକୁ ସମ୍ବୋଧନ କରାଯାଇଛି ?
(କ) ବାଜି ରାଉତ
(ଖ) କବିଙ୍କୁ
(ଗ) ସୁଭାଷ ବୋଷଙ୍କୁ
(ଘ) ଇଂରେଜମାନଙ୍କୁ
Answer:
Question ୧୨।
ଲଗା ନାଆଁ ପଛେ ଘାଟ – ଅଘାଟରେ’ ବୋଲି କିଏ କାହାକୁ କହିଥିଲେ ?
(କ) ବାଜି ରାଉତ, ଇଂରେଜମାନଙ୍କୁ
(ଖ) ନାଉରିଆ, ବାଜି ରାଉତକୁ
(ଗ) ଙ୍ଗରେଜମାନେ ବାଜି ରାଉତକୁ
(ଘ) ଇଂରେଜମାନେ, ଗପରାଶାଙ୍କୁ
Answer:
(କ) ବାଜି ରାଉତ, ଇଂରେଜମାନଙ୍କୁ
Question ୧୩।
ବାଜି ରାଉତ କେଉଁ ଜିଲ୍ଲାର ବାଳକ ଥିଲା ?
(କ) ଯାଜପୁରୁ
(ଖ) କଟକ
(ଗ) ବରଗଡ଼
(ଘ) ଢେଙ୍କାନାଳ
Answer:
(ଘ) ଢେଙ୍କାନାଳ
Question ୧୪।
ବାଜି ରାଉତର ବୟସ କେତେ ଥିଲା ?
(କ) ବାରବର୍ଷ
(ଖ) ତେରବର୍ଷ
(ଗ) ପନ୍ଦରବର୍ଷ
(ଘ) ସତରବର୍ଷ
Answer:
(କ) ବାରବର୍ଷ
Question ୧୫।
‘ବୀର’ ଶବ୍ଦର ବିପରୀତ ଅର୍ଥଟି କ’ଣ ?
(ଗ) ବରଗଡ଼
(ଖ) ବୀରା
(କ) ବୃଦ୍ଧ
(ଗ) ଭୀରୁ
Answer:
(ଗ) ବରଗଡ଼
କବି ପରିଚୟ :
ଆଧୁନିକ ପ୍ରଗତିଶାଳ ଓଡ଼ିଆ ସାହିତ୍ୟ ଜଗତର କବିମାନଙ୍କ ମଧ୍ୟରେ କବି ଅନନ୍ତ ପଟ୍ଟନାୟକ ଅନ୍ୟତମା ତାଙ୍କ କବିତାରେ କୃଷକ, ଶ୍ରମିକ, ଦିନମଜୁରିଆ, ଖଟିଖିଆ ଓ ସର୍ବହରାଙ୍କ ପାଇଁ ସମବେଦନାର ସ୍ବର ଦେଖିବାକୁ ମିଳେ । ଏକ ଶ୍ରେଣୀହୀନ ସମାଜ ପ୍ରତିଷ୍ଠା ପାଇଁ ଆହ୍ବାନ ତାଙ୍କ କବିତାର ମୁଖ୍ୟ ସ୍ଵର। ତାଙ୍କର କେତେକ କବିତାରେ ନୂତନ କ୍ଷୁଗ ସୃଷ୍ଟିର ଆହାନ ଏବଂ ଜାତୀୟତାବାଦା ଚେତନା ମଧ୍ୟ ପରିଲକ୍ଷିତ ହୁଏ । ସମାଜରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଧର୍ମାନ୍ଧତା, ଅନ୍ଧବିଶ୍ଵାସ, କୁସଂସ୍କାର ଏବଂ ଅତ୍ୟାଚାର ବିରୋଧରେ ସେ ସ୍ଵର ଉତ୍ତୋଳନ କରିଛନ୍ତି ତାଙ୍କ ସାରସ୍ଵତ ସୃଷ୍ଟି ଗୁଡ଼ିକ ମଧ୍ୟରେ ‘ଶାନ୍ତଶିଖା’, ‘ତର୍ପଣ କରେ ଆଜି’, ‘ଥିଲେଢ଼ା ଲୋଡ଼ା’ ଏବଂ ‘ଛ।ଇରଛିଟା’ ପ୍ରଭୃତି କବିତା ଗ୍ରନ୍ଥ ତାଙ୍କର ଅସାମାନ୍ୟ ପ୍ରତିଭାର ପରିଚୟ ପ୍ରଦାନ କରେ ।
କବି ଅନନ୍ତ ପଟ୍ଟନାୟକଙ୍କ ଦେଶବତ୍ସଳ କବିପ୍ରାଣ ବାଳକ ବାଜିରାଉତର ଅନନ୍ୟ ଦେଶପ୍ରାତିକୁ କବିତାରେ ରୂପଦେଇ ସମୁଢଳ କରିଛନ୍ତି । ବାସ୍ତବରେ ବାଜିରାଉତ ଦେଶପ୍ରେମର ଏକ ଅଦ୍ଭୁତ ଉଦାହରଣ । ମାତ୍ର ବାରବର୍ଷର ନାଉରୀ ପିଲା ସେ । ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ନୀଳକଣ୍ଠପୁର ଗାଁର ଜଣେ ଗରିବ ଖଣ୍ଡାୟତ ସନ୍ତାନ । ୧୯୩୮ ମସିହାର ଗଡ଼ଜାତ ପ୍ରଜା ଆନ୍ଦୋଳନ ବେଳେ ସାହିଭାଇମାନଙ୍କ ନିଷ୍ପତ୍ତିକ୍ରମେ ତା’ ଉପରେ ପଢ଼ିଥ୍ ଲା ବ୍ରାହ୍ଣା ନଦୀଘାଟ ଜଗିବାର ଦାୟିତ୍ଵ । ବ୍ରିଟିଶ ଫୌଜଙ୍କୁ ନଦୀପାର କରାଇ ନ ଦେବାରୁ ସେମାନଙ୍କ ଗୁଳିଚୋଟରେ ସେ ସହିଦ ହେଲା । ବାଳୁତ ବାଜିର ଅଦ୍ଭୁତ ଆତ୍ମତ୍ୟାଗରେ କବି ଅଭିଭୂତ ହୋଇ ଉଠିଛନ୍ତି । କବି ସଚ୍ଚି ରାଉତରାୟଙ୍କ ଭାଷାରେ –
‘‘ଏଡ଼ିକି ସେ ଅମାନିଆ ପିଲା
ଫଉଜର ଗୁଳି ଗୋଳା, ରଜା, ଝଡ଼, କିଛି ନ ମାନିଲା
ଧୂଳି ଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ ହସି ହସି ଦେଲା ସିନା ବାଢ଼ି ।’’
କବିତାର ସାରକଥା :
ଗଡ଼ଜାତ ପ୍ରଜାମଣ୍ଡଳ ଆଦେଶରେ ବ୍ରାହ୍ମଣୀ ନଦୀଘାଟ ଜଗିବାର ଦାୟିତ୍ୱ ନେଇ ପୂର୍ବଦିନ ସନ୍ଧ୍ୟାରୁ ଘରୁ ବାହାରିଯାଇଛି । ସେଦିନ ରାତ୍ରି ଆକାଶରେ ଖେଳୁଥିଲା ଦୋଳା ଦୋଳା ମେଘ । ମେଘ, ପବନ, ବରଷା, ବତାସ ସାଙ୍ଗକୁ ବିଜୁଳିର ଚମକ ପରିବେଶକୁ ଭୟଙ୍କର କରିଥିଲା । ହେଲେ ମଙ୍ଗରେ ହାତ ରଖି ନାଆମୁଣ୍ଡରେ କାତ ଓ ଆହୁଲାକୁ ଡେରିଦେଇ ନାଆ ଉପରେ ନିଜ ଦାୟିତ୍ଵ ସମ୍ପର୍କରେ ସଚେତନ ଥିଲା ନାଉରୀ ପିଲା ବାଜିରାଉତ ।
ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବରୁ, ପକ୍ଷୀମାନଙ୍କ କାକଳି ଶୁଭିବା ପୂର୍ବରୁ ଫିକା ଅନ୍ଧାର ଭିତରେ ନଈ ସେପାରିରୁ ‘ କିଏରେ ନାଉରି ବୋଲି ଡାକ ଶୁଭିଲା । ତୁରନ୍ତ ନଦୀପାର କରାଇ ଦେବାପାଇଁ କର୍କଶ ସ୍ବରର ଆଦେଶ ନଦୀକୂଳରେ ପ୍ରତିଧ୍ଵନିତ ହେଲା । ସାରା ରାତି ଉଜାଗର ଥିବା ଅବଶ ଆଖି ତା’ର ମୁଦି ହୋଇ ଆସୁଥିଲା ବେଳେ ଏପରି ଅପରିଚିତ ରୁକ୍ଷ ଆଦେଶ ତା’ର ଅଳସ ଭଙ୍ଗ କରିଥିଲା । ନିଦ ମଳମଳ ଆଖିରେ ସେ ନଦୀ ଆରପାରିରେ ଫଉଜଙ୍କୁ ଦେଖିପାରିଲା ।
ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପର୍କରେ ସଚେତନ ହୋଇଉଠିଲା । ନଦୀକୂଳରୁ ବିଲ ପାଟ ଦେଇ ନାଆ ବାହିନେଲା ଦୂରକୁ ଦୂରକୁ । ପଛରୁ କର୍କଶ ସ୍ଵରରେ ପାରି କରିବାପାଇଁ ଘନ ଘନ ଆଦେଶ ଆସୁଥିଲେ ମଧ୍ୟ ବାଜି ସେଥିରେ ବିଚଳିତ ହୋଇ ନଥିଲା। ସାମାନ୍ୟ ବାଳକଟିଏ ହୋଇ ଆଦେଶକୁ ଅବଜ୍ଞା କରୁଥିବାରୁ କ୍ରୋଧାନ୍ଵିତ ହୋଇ ଉଠିଥିଲେ ଫିରିଙ୍ଗି ଫଉଜ । କବିଙ୍କ ଭାଷାରେ-
‘ପିଲା ବକଟେ ତୁ ଆମକୁ, ଦେଖ୍, ନ ରଗା !’
ଲଗା ନାହା ପଛେ-ଘାଟ-ଅଘାଟରେ ଲଗା !’’
‘ଭାଇର ଆଦେଶ ନାହିଁ ଏବଂ ନାଆ ନେବି ନାହିଁ”’ ବୋଲି ବୀରଦର୍ପରେ ଉତ୍ତର ଦେଇଥିଲା ବାଜିରାଉତ । ତାଚ୍ଛଲ୍ୟ ହସ ସହ ସଳଖ ଉତ୍ତର ତା’ ମୁହଁରୁ ବାହାରି ଆସିଥିଲା । ଆତତାୟୀ, ରକ୍ତପିପାସୁ ସିପାହିଙ୍କୁ ସେ କଦାପି ପାରି କରିଦେବ ନାହିଁ ବୋଲି ଦୃଢ଼ କଣ୍ଠରେ ଉତ୍ତର ଦେଇଥିଲା । ସାମାନ୍ୟ ନାଉରୀ ବାଳକର ଏତାଦୃଶ ହେୟଜ୍ଞାନ ଓ ବେଖାତିର ଉତ୍ତର ସିପାହିମାନଙ୍କୁ ଅସହ୍ୟ ବୋଧ ହୋଇଥିଲା । ଅବିଳମ୍ବେ ବନ୍ଧୁକ ମୁନରୁ ଗୁଳି ଛୁଟିବାକୁ ଲାଗିଲା ଓ ଆଖି ପଲକ ମାତ୍ରକେ ବାଳୁତ ବୀର ବାଜି ଟଳିପଡ଼ିଲା ନାଆ ଉପରେ । ଖାଲି ସେତିକିରେ ସିପାହିମାନଙ୍କ କ୍ରୋଧ ଶାନ୍ତ ହୋଇନଥିଲା । ପହଁରି ପହଁରି ନଦୀପାର ହୋଇ ସେମାନେ ବାଜିର ଅଷ୍ଟାଙ୍ଗ ଶରୀରକୁ ସେ ସଙ୍ଗିନ ମୁନରେ ଭୁଷିବାରେ ଲାଗିଲେ । ବାଳକ ବାଜି ଦେହର ଉଷ୍ଣ ରକ୍ତରେ ରଞ୍ଜିତ ହେଲା ନାଆ। ସେତେବେଳକୁ ତା’ର ମୁଣ୍ଡର ଖପୁରି ଓଲଟି ପଡ଼ିଥିଲା ।
ମୃତ୍ୟୁକୁ ଉପହାସ କରି ବାଜିରାଉତ ଗୁଳିବଦ୍ଧ ହୋଇ ଦେଶ ପାଇଁ ସହିଦ ହୋଇଗଲା । ତା’ ଦେହର ସେହି ଉଷ୍ଣ ରକ୍ତଧାର ପରାଧୀନ ଦେଶର ଦଳିତ ଦେଶବାସୀଙ୍କୁ ସ୍ଵାଧୀନତା ସଂଗ୍ରାମର ଆଦ୍ୟ ବିଜୟ ସଂକେତ ଦେଇଗଲା । ପ୍ରବଳ ପ୍ରତାପୀ ଦୁର୍ଦ୍ଧର୍ଷ ବ୍ରିଟିଶ ସରକାରଙ୍କ ସ୍ଵେଚ୍ଛାଚାରୀ ଶାସନ ବିରୁଦ୍ଧରେ, ବୀର ବିକ୍ରମରେ ସଂଗ୍ରାମ କରିବାକୁ ପ୍ରେରଣା ଦେଇଗଲା । ବନ୍ଧୁକର ଶବ୍ଦ ଶୁଣି ଆଖପାଖ ଗାଁ ଲୋକ ବିଲ-ପାଟ ଦେଇ ଧାଇଁ ଆସିଲେ; କିନ୍ତୁ ସେତେବେଳକୁ ବାଜି ଚାଲିଯାଇଥିଲା ଆରପାରିକୁ ।
ମେଘୁଆ ଆକାଶ କ୍ରମେ ପରିଷ୍କାର ହୋଇ ଆସୁଥିଲା । ନରମ କିରଣ ବିଞ୍ଚି ସୂର୍ଯ୍ୟ ଉଇଁ ଆସୁଥିଲେ ପୂର୍ବାକାଶରେ । ସମବେତ ଜନତା ଅନୁଭବ କରୁଥିଲେ ସତେ ଯେପରି ନଦୀକୂଳର କଅଁଳ ଘାସ ବାଳୁତ ବୀର ବାଜିରାଉତର ସ୍ପର୍ଶ ପାଇ ଥରିଉଠୁଥିଲା ଏବଂ ସଦର୍ପେ କହୁଥିଲା–
‘ଅତ୍ୟାଚାରୀର ଶାସନ ସରିଲା !
ଭୟ ନାହିଁ ! ଭୟ ନାହିଁ !!
ଗରିବ ନାଉରିଆ, ବାଳୁତ ବୀର ବାଜିରାଉତ ମରି ମଧ୍ୟ ଆଜି ଅମର ହୋଇ ରହିଛି । ଅନନ୍ୟ ଦେଶପ୍ରୀତିର ଅପୂର୍ବ ଉଦାହରଣ ହୋଇ ସେ ଦେଶବାସୀଙ୍କ ଶୀତଳ ଧମନୀରେ ଉଷ୍ମତା ଭରିଦେଇଛି ।
କଠିନ ପଦାର୍ଥ:
- ନାହା ଭିଡ଼ି – ନାଆଁ ପ୍ରସ୍ତୁତ କରି ।
- ଉଭାରି – ଠିଆ କରାଇ (ଏଠାରେ ନାଆରେ କାତ ଡେରି ଦେବା ଅର୍ଥରେ ପ୍ରୟୋଗ ହୋଇଛି) ।
- ବିହଗ – ପକ୍ଷୀ ।
- ବିହରେ – ପକ୍ଷୀମାନେ ।
- ଅସୁର ଆଖି – ବ୍ରିଟିଶ ଫୌଜର ହିଂସ୍ର ଆଖି ।
- କଟାଶିଆ – ରୁକ୍ଷ, କର୍କଶ (କଟାଶ–ବଣଭୁଆ, ବଣଭୁଆ ପରି ଭୟଙ୍କର ଆଖି ରେ ଚାହିଁବା ) ।
- ବକଟେ – ଟିକିଏ (ଏଠାରେ ସାନପିଲା ଅର୍ଥରେ) ।
- ପାଟ – ଏକ ବିସ୍ତୃତ ଖାଲୁଆ ଜମି ।
- ମଣିଷ – ମରାଳି – ମନୁଷ୍ୟ ହତ୍ୟାକାରା / ମଣିଷଙ୍କୁ ମାରି ପକାଉଥ୍ବା ବ୍ରିଟିଶ ଫୌଚ୍ଚା
- ନଳୀ – ବନ୍ଧୁକ ।
- ପଲାସି – ଶୀଘ୍ର ଧାଇଁଯିବା ।
- ଲଲାଟେ – କପାଳରେ / ମଥାରେ ।
- ଆଶ୍ଳେଷ – ଆଲିଙ୍ଗନ ( କୁଣ୍ଢାଇ ପକାଇବା)
- ସଙ୍ଗିନ – ବନ୍ଧୁ କର ଅଗ୍ର ଭାଗରେ ଲାଗିଥିବା ଧାରୁଆ ଛୁରୀ ।
- ମୁକ୍ତି ସମରେ – ସ୍ଵାଧୀନତା ସଂଗ୍ରାମରେ ।
- ରକ୍ତ-ପାୟୀ – ରକ୍ତ ପିପାସ ।
- ପଲକେ – ତତକ୍ଷଣାତ । ଆଖି ପଲକ ମାତ୍ରକେ ।
- ଆଦ୍ୟ – ପ୍ରଥମ ।
- ବିଲ ଗହଳରେ – ଶସ୍ୟକ୍ଷେତ୍ର ମଧ୍ୟଭାଗ ଦେଇ ।