Go through 6th Class Science Book Odia Medium Question Answer and Class 6 Science Chapter 3 Question Answer Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ to understand textbook questions more clearly.
6th Class Science Chapter 3 Question Answer Odia Medium
Class 6 Science Chapter 3 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
ଅଲଗାଟିକୁ ଚିହ୍ନଟ କର ଏବଂ କାରଣ ଦର୍ଶାଅ ।
(କ) ଯଅ, ବାଜରା, ମାଣ୍ଡିଆ, ଚଣା
Answer:
ଉପରୋକ୍ତ ଖାଦ୍ୟମାନଙ୍କ ମଧ୍ୟରୁ ଚଣା ପୃଥକ ଅଟେ ।
କାରଣ ଯଅ, ବାଜରା, ମାଣ୍ଡିଆ ଖାଦ୍ୟ ଶସ୍ୟ ହୋଇଥିବାବେଳେ ଚଣା ଡାଲିଜାତୀୟ ଶସ୍ୟ ଅଟେ ।
(ଖ) ରାଜମା, ସବୁଜ ଚଣା, ସୋୟାବିନ୍, ଚାଉଳ
Answer:
ଉପରୋକ୍ତ ଖାଦ୍ୟମାନଙ୍କ ମଧ୍ୟରୁ ଚାଉଳ ପୃଥକ ଅଟେ ।
କାରଣ ଏହା ଶ୍ଵେତସାର ଜାତୀୟ ଖାଦ୍ୟ ମାତ୍ର ଅନ୍ୟଗୁଡ଼ିକ ପୁଷ୍ଟିସାର ଜାତୀୟ ଖାଦ୍ୟ ।
![]()
Question 2.
ଭାରତରେ ପାରମ୍ପରିକ ବନାମ ଆଧୁନିକ ରୋଷେଇ ପ୍ରଣାଳୀ ବିଷୟରେ ଆଲୋଚନା କର ।
Answer:
ପାରମ୍ପରିକ ରୋଷେଇ :
- ଏହି ପଦ୍ଧତିରେ କାଠଚୁଲା ବ୍ୟବହାର କରି ରୋଷେଇ କରାଯାଉଥିଲା ।
- ମସଲା ବାଟିବା ଓ ପେଷିବା ପାଇଁ ଶିଳ ଓ ଚକି ବ୍ୟବହାର କରାଯାଉଥିଲା ।
- ଆଞ୍ଚଳିକ ସ୍ତରରେ ଉତ୍ପାଦନ କରାଯାଉଥିବା ତଟକା ପନିପରିବା ଓ ଅନ୍ୟାନ୍ୟ ଉପାଦାନ ଉପରେ ଗୁରୁତ୍ଵ ଦିଆଯାଉଥିଲା ।
- ଆଞ୍ଚଳିକ ଖାଦ୍ୟ ରନ୍ଧନ ପ୍ରଣାଳୀ ଅନୁସୃତ ହେଉଥିଲା ।
ଆଧୁନିକ ରୋଷେଇ :
- ଏହି ପଦ୍ଧତିରେ ଗ୍ୟାସଚୁଲା, ସୌର ରନ୍ଧକ ଓ ହିଟରଦ୍ଵାରା ରୋଷେଇ କରାଯାଉଛି ।
- ମସଲା ବାଟିବା ଓ ପେଷିବା ପାଇଁ ବୈଦ୍ୟୁତିକ ଗ୍ରାଇଣ୍ଡର ବ୍ୟବହାର କରାଯାଉଛି । ଓଭାନ ଓ ଫ୍ରିଜ୍ର ବ୍ୟବହାର କରାଯାଉଛି ।
- ରନ୍ଧନ ପ୍ରଣାଳୀରେ ଓ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆସିଛି । ଭିନ୍ନ ପ୍ରକାରର ଖାଦ୍ୟ ରନ୍ଧନ କରାଯାଉଛି ।
- ପ୍ରକ୍ରିୟାକୃତ ଖାଦ୍ୟର ବହୁଳ ବ୍ୟବହାର କରାଯାଉଛି ।
Question 3.
ଜଣେ ଶିକ୍ଷୟିତ୍ରୀ କହିଲେ ଯେ ଭଲ ଖାଦ୍ୟ ଔଷଧ ଭଳି କାମ କରିପାରେ । ରବି ଏହି ଉତ୍ତରରେ ଉତ୍ସୁକ, ଅଛି ଏବଂ ତାଙ୍କ ଶିକ୍ଷକଙ୍କ ପାଇଁ କିଛି ପ୍ରଶ୍ନ ରଖୁଛି । ଅତି କମ୍ରେ ଦୁଇଟି ପ୍ରଶ୍ନ ପ୍ରସ୍ତୁତ କର ଯାହା ସେ
ପଚାରିପାରିବେ ।
Answer:
- ଭଲ ଖାଦ୍ୟ ଆମ ଶରୀର ପାଇଁ କିପରି ଔଷଧ ଭଳି କାମ କରେ ?
- ଆପଣ ଯେଉଁ ଖାଦ୍ୟଗୁଡ଼ିକୁ ଔଷଧ ଭାବେ ବିବେଚନା କରାଯାଏ ତାହାର କିଛି ଉଦାହରଣ ଦେଇପାରିବେ କି ?
Question 4.
ସମସ୍ତ ସ୍ଵାଦିଷ୍ଟ ଖାଦ୍ୟ ସ୍ଵାସ୍ଥ୍ୟକର ନୁହେଁ, ଏବଂ ସମସ୍ତ ପୁଷ୍ଟିକର ଖାଦ୍ୟ ମଧ୍ୟ ସର୍ବଦା ସୁସ୍ୱାଦୁ ନୁହେଁ । କିଛି ଉଦାହରଣ ସହିତ ତୁମର ଚିନ୍ତାଧାରା କୁହ ।
Answer:
(କ) ପିଜା, ବର୍ଗର, ପେଟିସ୍, ଚିପ୍ସ, ଚାଟ୍ ଇତ୍ୟାଦି ଜଙ୍କ ଫୁଡ଼ ସ୍ଵାଦିଷ୍ଟ ହୋଇଥିଲେ ମଧ୍ୟ ସ୍ଵାସ୍ଥ୍ୟକର ନୁହେଁ ।
(ଖ) ପରିବା ସିଝା, ତନ୍ତୁଯୁକ୍ତ ପନିପରିବା, ମାଣ୍ଡିଆ ଆଦି ସ୍ଵାସ୍ଥ୍ୟକର ଖାଦ୍ୟ ହୋଇଥିଲେ ମଧ୍ୟ ସ୍ଵାଦିଷ୍ଟ ନୁହେଁ ।
![]()
Question 5.
ନିତୁ ପନିପରିବା ଖାଏ ନାହିଁ ବରଂ ବିସ୍କୁଟ, ନୁଡୁଲ୍ସ ଏବଂ ପାଉଁରୁଟିର ମଜା ନିଏ । ଅନେକ ସମୟରେ ତା’ ପେଟରେ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ହୋଇଥାଏ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେ ନିଜ ଖାଦ୍ୟରେ କ’ଣ ପରିବର୍ତ୍ତନ କରିବା ଉଚିତ ? ତୁମ ଉତ୍ତରରେ ବୁଝାଅ ।
Answer:
ବିସ୍କୁଟ, ନୁଡୁଲ୍ସ ଏବଂ ପାଉଁରୁଟି ଇତ୍ୟାଦି ପ୍ରକ୍ରୀୟାକୃତ ଖାଦ୍ୟ ଅର୍ଥାତ ଜଙ୍କ ଫୁଡ଼ ଅଟନ୍ତି । ଏଣୁ ସୁଷମ ବା ସନ୍ତୁଳିତ ଖାଦ୍ୟ ଖାଇବା ସହିତ ଖାଦ୍ୟରେ ରୂଫେଜ ଓ ଜଳର ମାତ୍ରାକୁ ବଢ଼ାଇଲେ ପେଟରେ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟକୁ କମାଯାଇପାରିବ । ଏହାଛଡ଼ା ବିସ୍କୁଟ୍, ନୁଡୁଲ୍ସ ଏବଂ ପାଉଁରୁଟି ଭଳି ପ୍ରକ୍ରିୟାକୃତ ଖାଦ୍ୟ ଖାଇବା କମାଇବାକୁ ପଡ଼ିବ ।
Question 6.
ରେଶମାକୁ ସ୍ଵଳ୍ପ ଆଲୋକରେ ଜିନିଷ ଦେଖୁବାରେ ଅସୁବିଧା ହେଉଥିଲା । ଡାକ୍ତର ତାଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରି ଏକ ନିର୍ଦ୍ଦିଷ୍ଟ ଭିଟାମିନ୍ ଦେଇଥିଲେ । ନିଜ ଖାଦ୍ୟରେ କିଛି ଖାଦ୍ୟ ପଦାର୍ଥ ସାମିଲ କରିବାକୁ ପରାମର୍ଶ
ଦେଇଥିଲେ ।
(କ) ସେ କେଉଁ ଅଭାବ ଜନିତ ରୋଗରେ ପୀଡ଼ିତ ?
(ଖ) ତା’ ଖାଦ୍ୟରେ କେଉଁ ଖାଦ୍ୟ ଉପାଦାନର ଅଭାବ ହୋଇପାରେ ?
(ଗ) ଏହି ସମସ୍ୟା ଦୂର କରିବା ପାଇଁ ତା’ ଖାଦ୍ୟରେ କିଛି ଖାଦ୍ୟ ପଦାର୍ଥ (ଯେକୌଣସି ଚାରିଟି) ଅନ୍ତର୍ଭୁକ୍ତ କରିବାକୁ ତାକୁ ପରାମର୍ଶ ଦିଅ ।
Answer:
(କ) ସେ ଅନ୍ଧାରକଣା ରୋଗରେ ପୀଡ଼ିତ, ଯାହା ଫଳରେ ସେ ସ୍ଵଳ୍ପ ଆଲୋକରେ ଦେଖୁ ପାରୁନଥିଲା ।
(ଖ) ତା’ର ଖାଦ୍ୟରେ ଭିଟାମିନ୍ – A ର ଅଭାବ ଅଛି ।
(ଗ) ସେ ତା’ର ଖାଦ୍ୟରେ ମୂଳା, ଖଡ଼ା, ଶାଗ, ତନ୍ତୁଯୁକ୍ତ ପନିପରିବା, ଆମ୍ବ, ଗାଜର, ଅମୃତଭଣ୍ଡା ଆଦି ଭିଟାମିନ୍ – A ଯୁକ୍ତ ଖାଦ୍ୟ ଖାଇବା ଉଚିତ ।
Question 7.
ତୁମକୁ ନିମ୍ନଲିଖ୍ତ ଖାଦ୍ୟପଦାର୍ଥ ଦିଆଯାଇଛି
(କ) ଡବା ଫଳ ରସ
(ଖ) ତାଜା ଫଳ ରସ
(ଗ) ଫଳ
ତୁମେ କେଉଁଟିକୁ ପସନ୍ଦ କରିବ ଏବଂ କାହିଁକି ?
Answer:
ମୁଁ ଫଳକୁ ଅଧିକ ପସନ୍ଦ କରିବି । କାରଣ ଡବା ଫଳ ରସ ଓ ତାଜା ଫଳରସ ଅପେକ୍ଷା ଫଳ ଆମକୁ ଅଧିକ ଖାଦ୍ୟସାର, ଖାଦ୍ୟ ତନ୍ତୁ ଓ ପ୍ରାକୃତିକ ସ୍ଵାଦ ପ୍ରଦାନ କରିଥାଏ ।
![]()
Question 8.
ଗୌରବଙ୍କ ଗୋଡ଼ ଭାଙ୍ଗି ଯାଇଥିଲା । ତାଙ୍କ ଡାକ୍ତର ହାଡ଼ଗୁଡ଼ିକୁ ଯୋଡ଼ି ପ୍ଲାଷ୍ଟର ବାନ୍ଧିଦେଲେ । ଡାକ୍ତର ତାଙ୍କୁ କ୍ୟାଲସିୟମ୍ ବଟିକା ମଧ୍ୟ ଦେଇଥିଲେ । ଦ୍ଵିତୀୟ ପରିଦର୍ଶନରେ ଡାକ୍ତର ତାଙ୍କୁ ଭିଟାମିନ୍ ଡି ସିରପ କ୍ୟାଲସିୟମ୍ ବଟିକା ସହିତ ଦେଇଥିଲେ ।
ସାରଣୀରୁ ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଡାକ୍ତର କାହିଁକି ଗୌରବକୁ କ୍ୟାଲସିୟମ୍ ବଟିକା ଦେଲେ ?
(ଖ) ଦ୍ଵିତୀୟ ଥର ପରିଦର୍ଶନ ବେଳେ ଡାକ୍ତର କ୍ୟାଲସିୟମ୍ ବଟିକା ସହ ଭିଟାମିନ୍ D ସିରପ୍ କାହିଁକି ଦେଲେ ?
(ଗ) ଡାକ୍ତର ଦେଇଥିବା ଔଷଧକୁ ନେଇ ତୁମ ମନରେ କି ପ୍ରଶ୍ନ ଉଠୁଛି ?
Answer:
(କ) କ୍ୟାଲସିୟମ୍ ହାଡ଼କୁ ସୁସ୍ଥ ରଖିଥାଏ ଓ ହାଡ଼କୁ ଯୋଡ଼ିବାରେ ସାହାଯ୍ୟ କରେ ।
(ଖ) ଦ୍ଵିତୀୟ ପରିଦର୍ଶନ ବେଳେ ଡାକ୍ତର ଭିଟାମିନ୍ D ସିରପ ସହ କ୍ୟାଲସିୟମ୍ ବଟିକା ଦେଲେ କାରଣ ଭିଟାମିନ୍ – D ସିରପ୍ କ୍ୟାଲସିୟମ୍କୁ ଶୋଷଣ କରିବାରେ ସାହାଯ୍ୟ କରେ ।
(ଗ) ଡାକ୍ତରଙ୍କ ଦ୍ଵାରା ଦିଆଯାଇଥିବା ଔଷଧକୁ ନେଇ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ‘ହାଡ଼ର ସୁସ୍ଥତା ସହ ଭିଟାମିନ୍ – D ର କ’ଣ ସମ୍ପର୍କ ଅଛି ଓ ଗୌରବ କେତେଦିନ ପାଇଁ ଭିଟାମିନ୍ – D ସିରପ୍ ଓ କ୍ୟାଲସିୟମ୍ ବଟିକା ଖାଇବ ?
Question 9.
ଚିନି କାର୍ବୋହାଇଡ୍ରେଟ୍ ଏକ ଉଦାହରଣ । ଚିନିକୁ ଆୟୋଡ଼ିନ୍ ଦ୍ରବଣରେ ପରୀକ୍ଷା କରାଗଲେ ଏହା ଗାଢ଼ନୀଳ ରଙ୍ଗରେ ପରିବର୍ତ୍ତନ ହୁଏ ନାହିଁ । ଏହାର ସମ୍ଭାବ୍ୟ କାରଣ କ’ଣ ହୋଇପାରେ ?
Answer:
ମଣ୍ଡଦ ଆୟୋଡ଼ିନ୍ ସଂସ୍ପର୍ଶରେ ଆସିଲେ ଗାଢ଼ ନୀଳ ବର୍ଷ ଧାରଣ କରେ । ଚିନି ଏକ ସରଳ ଶର୍କରା ହୋଇଥିବାରୁ ଏହା ଆୟୋଡ଼ିନ୍ ସଂସ୍ପର୍ଶରେ ଆସିଲେ ରଙ୍ଗ ପରିବର୍ତ୍ତନ କରିନଥାଏ ।
Question 10.
ରମଣଙ୍କ ବକ୍ତବ୍ୟ ବିଷୟରେ ତୁମେ କ’ଣ ଭାବୁଛ, ‘‘ସମସ୍ତ ଷ୍ଟାର୍ଟ କାର୍ବୋହାଇଡ୍ରେଟ୍ ଅଟେ କିନ୍ତୁ ସମସ୍ତ କାର୍ବୋହାଇଡ୍ରେଟ୍ ଷ୍ଟାର୍ଚ ନୁହେଁ ।’’ ତୁମର ଉତ୍ତରକୁ ପରୀକ୍ଷା ମାଧ୍ୟମରେ ବର୍ଣ୍ଣନା କର ।
Answer:
ରମଣଙ୍କ ଉକ୍ତିଟି ଠିକ୍ ଅଟେ, କାରଣ ଶ୍ଵେତସାରରେ ଶର୍କରା, ଷ୍ଟାର୍ଚ୍ଚ ଏବଂ ତନ୍ତୁଜାତୀୟ ପଦାର୍ଥ ରହିଥିବା ବେଳେ ଷ୍ଟାର୍ଚ୍ଚରେ କେବଳ ଗ୍ଲୁକୋଜ କଣିକାଗୁଡ଼ିକ ପରସ୍ପର ସହ ବାନ୍ଧି ହୋଇ ରହିଥା’ନ୍ତି ।
– ଷ୍ଟାର୍ଚ ଯୁକ୍ତ ଖାଦ୍ୟ ଯଥା ଆଳୁ, ଭାତ ଓ ପାଉଁରୁଟି ସଂସ୍ପର୍ଶରେ ଆୟୋଡ଼ିନ ଦ୍ରବଣ ଆସିଲେ ତାହା ନୀଳବର୍ଣ୍ଣ ଧାରଣ କରିଥାଏ କିନ୍ତୁ ଶ୍ଵେତସାର ଜାତୀୟ ଅନ୍ୟ ଖାଦ୍ୟ ଶର୍କରା ଜାତୀୟ ଚିନି, ମହୁ ଓ ଫଳରସ ଏବଂ ତନ୍ତୁଜାତୀୟ କଞ୍ଚା ପନିପରିବା ସଂସ୍ପର୍ଶରେ ଆୟୋଡ଼ିନ୍ ଦ୍ରବଣ ଆସିଲେ ରଙ୍ଗରେ କୌଣସି ପରିବର୍ତ୍ତନ ହୋଇ ନଥାଏ ।
ଉପରୋକ୍ତ ପରୀକ୍ଷଣ କରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଷ୍ଟାର୍ଚ ଶ୍ଵେତସାରର ଏକ ଅଂଶ ଅଟେ ଓ ସମସ୍ତ ଶ୍ଵେତସାର ଷ୍ଟାର୍ଟ ନୁହନ୍ତି ।
Question 11.
ପରୀକ୍ଷାଗାରରେ ଆୟୋଡ଼ିନ୍ ବ୍ୟବହାର କରୁଥିବା ବେଳେ ମିଷ୍ଟିର ମୋଜା ଉପରେ କିଛି ବୁନ୍ଦା ଆୟୋଡି଼ନ୍ ବୁନ୍ଦା ପଡ଼ିଥିଲା ଏବଂ କିଛି ବୁନ୍ଦା ତା’ ଶିକ୍ଷୟିତ୍ରୀଙ୍କ ଶାଢ଼ୀ ଉପରେ ପଡ଼ିଥିଲା । ଶାଢ଼ୀରେ ଆୟୋଡ଼ିନ୍ର ବୁନ୍ଦା ଗାଢ଼ନୀଳ ହୋଇଯାଇଥିବା ବେଳେ ମୋଜାର ରଙ୍ଗ ବଦଳି ନଥିଲା । ଏହାର ଏକ ସମ୍ଭାବ୍ୟ କାରଣ କ’ଣ ହୋଇପାରେ ?
Answer:
କାରଣ ଶିକ୍ଷୟିତ୍ରୀ ଜଣକ ପିନ୍ଧିଥିବା ଶାଢ଼ି ନିଶ୍ଚିତ ସୂତା ଶାଢ଼ି ଥିଲା ଏବଂ ମଣ୍ଡ ବ୍ୟବହାର କରିଥିଲେ । ମଣ୍ଡରେ ଷ୍ଟାର୍ଚ ଥିବାରୁ ଏହା ଆୟୋଡି଼ନ ସଂସ୍ପର୍ଶରେ ଆସି ଗାଢ଼ ନୀଳବର୍ଣ୍ଣ ଧାରଣ କଲା । ମୋଜାରେ କେହି ମଣ୍ଡ ବ୍ୟବହାର କରନ୍ତି ନାହିଁ ।
![]()
Question 12.
ବାଜରାକୁ ଏକ ସ୍ଵାସ୍ଥ୍ୟକର ଖାଦ୍ୟ କୁହାଯାଏ କାହିଁକି ? ଶରୀରର ପୋଷକ ଆବଶ୍ୟକତା ପାଇଁ କେବଳ ବାଜରା ଖାଇବା ଯଥେଷ୍ଟ କି ? ଆଲୋଚନା କର ।
Answer:
ବାଜରାକୁ ଏକ ସ୍ଵାସ୍ଥ୍ୟକର ଖାଦ୍ୟ କୁହାଯାଏ କାରଣ ବାଜରାରେ ଜୀବସାର, ଲୌହ, କ୍ୟାଲସିୟମ୍ ଏବଂ ହଜମଯୋଗ୍ୟ ତନ୍ତୁ ଭରପୂର ମାତ୍ରାରେ ରହିଥାଏ । ବାଜରା ମଧ୍ୟ ପୋଷକ ଶସ୍ୟ ଭାବେ ପରିଚିତ । ଏହା ଆମ ଶରୀରର ସ୍ଵାଭାବିକ କାର୍ଯ୍ୟ ପାଇଁ ସୁଷମ ଖାଦ୍ୟ ଯୋଗାଇଥାଏ ।
ଶରୀରର ପୋଷକ ଆବଶ୍ୟକତା ପାଇଁ କେବଳ ବାଜରା ଖାଇବା ଯଥେଷ୍ଟ ନୁହେଁ କାରଣ ଏଥିରେ ଭିଟାମିନ୍ C, ଭିଟାମିନ୍ B,, ଭିଟାମିନ୍ D ଏବଂ ଆୟୋଡ଼ିନ ନାହିଁ । ଆୟୋଡ଼ିନ ଅଭାବରେ ଗଳଗଣ୍ଡ ରୋଗ ଓ ଫଳ ଜାତୀୟ ଖାଦ୍ୟ ନ ଖାଇଲେ ଭିଟାମିନ୍ -C ର ଅଭାବ ହୋଇ ସ୍କର୍ଭି ରୋଗ ହେବାର ସମ୍ଭାବନା ଅଛି ।
Question 13.
ତୁମକୁ ଏକ ଦ୍ରବଣ ଦିଆଯାଇଛି । ଏହା ଆୟୋଡ଼ିନ୍ ଦ୍ରବଣ ବୋଲି ତୁମେ କିପରି ଜାଣିବ ?
Answer:
ପ୍ରଦାନ କରାଯାଇଥିବା ଦ୍ରବଣକୁ ଷ୍ଟାର୍ଚ ଉପରେ ପକାଇଲେ ତାହା ଗାଢ଼ ନୀଳବର୍ଣ୍ଣ ଧାରଣ କଲେ ତାହା ଅୟୋଡ଼ିନ୍ ଦ୍ରବଣ ବୋଲି ଜଣାପଡ଼ିବ ।
ଅଧ୍ବକ ଶିଖୁବା
Question 1.
ଗ୍ରୋସରୀ କିଣିବା ପରେ ତୁମ ମା’ଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀର ପ୍ୟାକେଟ୍ ଖୋଲିବାରେ ସାହାଯ୍ୟ କର । ଅତି କମ୍ରେ ତିନୋଟି ଫର୍ଟିଫାଏଡ୍ ଖାଦ୍ୟ ପଦାର୍ଥର ପୁଷ୍ଟିକର ସୂଚନାକୁ ପଢ଼ ଏବଂ ସେଗୁଡ଼ିକୁ ବିଶ୍ଳେଷଣ କର ।
Answer:
ଫଟିଫାଏଡ୍ ଖାଦ୍ୟ (Fortified food) ର ଉଦାହରଣ :
(a) ଆୟୋଡ଼ିନଯୁକ୍ତ ଲୁଣ
(b) ଭିଟାମିନ୍ – D ଯୁକ୍ତ ପ୍ୟାକେଟ୍ କ୍ଷୀର
(c) ଗହମରୁ ପ୍ରସ୍ତତ ପ୍ୟାକେଟ୍ ଅଟା
Premium Cow Milk (OMFED)
(a) Energy value – 63.5 kcal
(b) Protein – 3.30 g
(c) Total fat – 3.50 g
(d) Carbohydrates – 4.81 g
(e) Sugar – 0.00 g
(f) Calcium – 155.00 g
[ଏହିପରିଭାବେ ଅନ୍ୟ ପ୍ୟାକେଟ୍ଗୁଡ଼ିକରୁ ତଥ୍ୟ ସଂଗ୍ରହ କରାଯାଇପାରିବ ।]
![]()
Question 2.
ଅରୁଣାଚଳ ପ୍ରଦେଶର ଅପାତାନୀ ଜନଜାତି ନିଜର ଖାଦ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଟାପିଓ ନାମକ ଲୁଣ ଉତ୍ପାଦନ କରନ୍ତି । ଇଣ୍ଟରନେଟ୍ ସେମାନଙ୍କର ଲୁଣ ତିଆରି ପ୍ରକ୍ରିୟା ଏବଂ ଆବଶ୍ୟକତା ବିଷୟରେ ଅଧ୍ବକ ତଥ୍ୟ ସଂଗ୍ରହ କର । ଚିତ୍ର ସଂଗ୍ରହକରି କାଗଜ ସିଟ୍ରେ ଲଗାଅ । ଏଥୁସହିତ ଏହି ଲୁଣ ତିଆରି କରିବାର ପ୍ରକ୍ରିୟା ଓ ଏହାର ଉପଯୋଗିତା ବିଷୟରେ ଏକ ଅନୁଚ୍ଛେଦ ଲେଖ ।
Answer:
ଟାପିଓ ଲୁଣ ତିଆରି ପ୍ରକିୟା (Tapye salt)
(a) ଏହି ଲୁଣ ପ୍ରସ୍ତୁତି ପାଇଁ ‘ସିଚୁଆନ୍ ଗୋଲମରିଚ’ କିମ୍ବା ‘କାଛୋକ୍ସାଇଲମ୍’ ନାମକ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଉଦ୍ଭିଦ ବ୍ୟବହାର କରାଯାଏ ।
(b) ପ୍ରଥମେ ଉଦ୍ଭଦର ଡାଳ ଓ ପତ୍ର ସଂଗ୍ରହ କରାଯାଏ ।
(୯) ଦ୍ଵିତୀୟରେ ଏଗୁଡ଼ିକୁ ପାଣିରେ ଫୁଟାଯାଏ ।
(d) ତୃତୀୟରେ ଫୁଟିବା ପରେ ମିଶ୍ରଣକୁ ଛାଣି ଦିଆଯାଏ ।
(e) ଚତୁର୍ଥରେ ତରଳ ପଦାର୍ଥକୁ ନିଆଁ ଉପରେ ବାଷ୍ପୀଭୂତ କରାଯାଏ ।
(f) ପଞ୍ଚମରେ ଜଳ ବାଷ୍ପୀଭୂତ ହେଲାପରେ ଲୁଣର ସ୍ଫଟିକ ସଂଗୃହୀତ ହୁଏ ।
ଉପଯୋଗିତା : ଏହାର ଔଷଧୀୟ ଗୁଣ ରହିଅଛି ଓ ଏହା ପାରମ୍ପରିକ ଖାଦ୍ୟର ସ୍ଵାଦ ବୃଦ୍ଧି କରିଥାଏ ।
Question 3.
ଜଙ୍ଗଲ କିମ୍ବା ଆଖପାଖରେ ପ୍ରାକୃତିକ ଭାବରେ ବଢୁଥିବା ପନିପରିବା ଓ ଫଳକୁ ଜଙ୍ଗଲୀ ପ୍ରଜାତି ଭାବରେ ବିବେଚନା କରାଯାଏ । ପାରମ୍ପରିକ ଭାବରେ, ଭାରତର ଅନେକ ଆଦିବାସୀ ଗୋଷ୍ଠୀ ଏହି ଜଙ୍ଗଲୀ ପ୍ରଜାତି ଉପରେ ନିର୍ଭର କରନ୍ତି, ଯାହା ସେମାନଙ୍କ ଖାଦ୍ୟର ଏକ ଅଂଶ ଅଟେ । ମହାରାଷ୍ଟ୍ରର ରଣଭାଜି ଏବଂ ହିମାଚଳ ପ୍ରଦେଶର ଖାଇବା ଛତୁ ବିଷୟରେ ପଢ଼ । ତୁମ ଅଞ୍ଚଳର ଏଭଳି କୌଣସି ଜଙ୍ଗଲୀ ପ୍ରଜାତିର ଖାଦ୍ୟ ବିଷୟରେ ତୁମେ ଜାଣିଛ କି ? ଶ୍ରେଣୀରେ ଆଲୋଚନା କର ।
Answer:
ଓଡ଼ିଶାର ଜଙ୍ଗଲୀ ପ୍ରଜାତିର ଖାଦ୍ୟ (Odisha’s wild food variation)
ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ଖାଦ୍ୟ ସୁରକ୍ଷାରେ ଜଙ୍ଗଲୀ ଖାଦ୍ୟ ଉଦ୍ଭଦ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ବନ୍ୟ ଖାଦ୍ୟର ଉଦାହରଣ
(a) ଛତୁ – ରୁଗଡ଼ା / ଫୁଟକା
(b) ଶାଗ – ମୁଥୁ/ଆମ୍ବିଲିଟି/କାଲମି
(c) ମୂଳ – ଓଲୁଅ କାଣ୍ଡ |ବଣସାରୁ/ମିଠା ଆଳୁ
(d) ଗୁଡ଼ – ଆସନ/ବାରହା/ଦୋହରା ଗଛରୁ ଗୁଡ଼ ପ୍ରସ୍ତୁତ କରାଯାଇ ଖୁଯାଇଥାଏ ।
![]()
Question 4.
ତୁମେ ପ୍ରାୟତଃ ଖାଉଥୁବା ଜଙ୍କଫୁଡ଼ର ତାଲିକା କର । ତୁମ ବନ୍ଧୁମାନଙ୍କୁ ମଧ୍ୟ ଏପରି ତାଲିକା ପ୍ରସ୍ତୁତ କରିବାକୁ କୁହ । ଏହି ତାଲିକା ଆଧାରରେ ନିଜ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖୁ ସ୍କୁଲ ପରିସରରେ କିଛି ଜଙ୍କ୍ ଫୁଡ଼ ନିଷିଦ୍ଧ କରିବାକୁ ଅନୁରୋଧ କର । କିଛି ସୁସ୍ଥ ବିକଳ୍ପର ପରାମର୍ଶ ଦିଅ ।
Answer:
ଜଙ୍କ ଫୁଡ୍ର ତାଲିକା :
(a) ଆଳୁ ଚିପ୍ପ
(b) ପିଜା
(c) ବର୍ଗର
(e) ପପ୍ କର୍ଣ୍ଣ
(d) ଫ୍ରାଏଡ଼୍ ଚିକେନ୍
(f) ପେଷ୍ଟ୍ରି
(g) କେକ୍
(h) କ୍ୟାଣ୍ଠି
(i) ଚକୋଲେଟ୍
(j) ପିଜା
(k) କୁର୍ କୁରେ
(l) ଆଇସ୍କ୍ରିମ୍
(m) ବର୍ଫି
(n) ଗୁପ୍ଚୁପ୍
(୦) ମ୍ୟାଗି
(p) ଚାଟ୍
ସୁସ୍ଥ ବିକଳ୍ପ :
(a) ପିଠା
(b) ଉପମା
(c) ଇଟିଲି
(d) ଚୁଡ଼ାଘଷା
(e) ଉଖୁଡ଼ା
(f) ମାଣ୍ଡି ଆ
(g) ମୁଢ଼ି
(h) ଚକୁଳି
Question 5.
ବୟସ, ଶାରୀରିକ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କ ପୋଷଣ ଆବଶ୍ୟକତାରେ ଭିନ୍ନତା ଖୋଜ । ତୁମ ପର୍ଯ୍ୟବେକ୍ଷଣକୁ ଲେଖୁ ରଖ । ପରେ ସାଙ୍ଗମାନଙ୍କ ସହିତ ଆଲୋଚନା ଓ ବିଶ୍ଳେଷଣ କର ।
Answer:
ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଦୈନିକ ଆବଶ୍ୟକ ହେଉଥିବା ଶକ୍ତିର ପରିମାଣ :
(a) ଶିଶୁ ଓ ପିଲା :
6 ମାସ 120 କି. କ୍ୟାଲୋରୀ
1-3 ବର୍ଷ – 1200 କି. କ୍ୟାଲୋରୀ
4-6 ବର୍ଷ – 1500 କି. କ୍ୟାଲୋରୀ
7-9 ବର୍ଷ – 1800 କି. କ୍ୟାଲୋରୀ
10-12 ବର୍ଷ – 2100 କି. କ୍ୟାଲୋରୀ
(b) କିଶୋର କିଶୋରୀ :
13 – 15 ବର୍ଷ – 2500 କି. କ୍ୟାଲୋରୀ
16 – 18 ବର୍ଷ – 3000 କି. କ୍ୟାଲୋରୀ
(c) ବୟସ୍କ :
ସାଧାରଣ – 2200 କି. କ୍ୟାଲୋରୀ
ଗର୍ଭବତୀ – 3300 କି. କ୍ୟାଲୋରୀ
ସ୍ତନ୍ୟଦାତ୍ରୀ – 3700 କି. କ୍ୟାଲୋରୀ
![]()
Question 7.
ବାର ବର୍ଷର ଶିଶୁକୁ ସନ୍ତୁଳିତ ଖାଦ୍ୟ ଏପରି ଖାଦ୍ୟ ପଦାର୍ଥ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ଖାଦ୍ୟ ସାରଣୀ ପ୍ରସ୍ତୁତ କର । ଖାଦ୍ୟ ସାରଣୀରେ ଉଚିତ ଯାହା ମହଙ୍ଗା ଦେବା ହୋଇ ନ ଥୁବ ଏବଂ ତୁମ ଅଞ୍ଚଳରେ ସହଜରେ ଉପଲବ୍ଧ ହେଉଥିବ ।
Answer:
(a) ତରଳ ଖାଦ୍ୟ
(b) ପରିବା ସିଝା ଡାଲି
(c) ଫଳରସ
(d) ମାଛ, ମାଂସ ଓ ଅଣ୍ଡା
(e) ଭାତ
(f) ଭାଳ
(g) କ୍ଷୀର
(h) ମହୁ
(i) ଖମ୍ବଆଳୁ
(j) ପାଚିଲା ଫଳ
(k) ବାଜରା
(i) କନ୍ଦମୂଳ
(m) ବସାଦହି
(n) ସୋୟାବିନ୍
(o) ଚିନାବାଦାମ
ଶୂନ୍ୟସ୍ଥାନ ପୂରଣ କର ।
[ବେରିବେରି, ଖାଦ୍ୟ, ପୁଷ୍ଟିସାର, ଅନ୍ଧାର କଣା, ସ୍ନେହସାର]
(a) ଭିଟାମିନ୍ – A ଅଭାବରେ ______ ରୋଗ ହୋଇଥାଏ ।
Answer:
ଅନ୍ଧାରକଣା
(b) ଭିଟାମିନ୍ – B ଅଭାବରେ ______ ରୋଗ ହୋଇଥାଏ ।
Answer:
ବେରିବେରି
(c) ସଞ୍ଚିତ ଶକ୍ତିର ଉତ୍ସ ______ ଜାତୀୟ ଖାଦ୍ୟ ଅଟେ ।
Answer:
ସ୍ନେହସାର
(d) ଆମ ଦୈନନ୍ଦିନ ଜୀବନର ଏକ ଆବଶ୍ୟକ ଉପାଦାନ ହେଉଛି ______ ।
Answer:
ଖାଦ୍ୟ
(e) ମାଂସପେଶୀକୁ ମଜବୁଜ ରଖିବାରେ ______ ସାହାଯ୍ୟ କରେ ।
Answer:
ପୁଷ୍ଟିସାର
![]()
ଶୂନ୍ୟସ୍ଥାନ ପୂରଣ କର ।
[ରିକେଟ୍ସ, ସ୍ନେହସାର, ଶ୍ଵେତସାର, ପୁଷ୍ଟିସାର, ସ୍କର୍ଭି]
(a) ସପୁରୀ, ଆମ୍ବ ଓ ମକା _______ ଜାତୀୟ ଖାଦ୍ୟ ଅଟନ୍ତି ।
Answer:
ଶ୍ଵେତସାର
(b) ଘିଅ ଏବଂ ____ ଜାତୀୟ ଖାଦ୍ୟ ଅଟନ୍ତି ।
Answer:
ସ୍ନେହସାର
(c) ଶରୀର ଗଠନକାରୀ ଖାଦ୍ୟ _____ ଅଟେ ।
Answer:
ପୁଷ୍ଟିସାର
(d) ଭିଟାମିନ – C ଅଭାବରେ _____ ରୋଗ ହୋଇଥାଏ ।
Answer:
ସ୍କର୍ଭି
(e) ଭିଟାମିନ – D ଅଭାବରେ _____ ରେ। ଗ ହୋଇଥାଏ ।
Answer:
ରିକେଟ୍ସ
ଶୂନ୍ୟସ୍ଥାନ ପୂରଣ କର ।
[ଶ୍ଵେତସାର, ପୁଷ୍ଟିସାର, ଆୟୋଡ଼ିନ୍, କ୍ୟାଲସିୟମ୍, ସ୍ନେହସାର]
(a) ହାଡ଼ ଓ ଦାନ୍ତ କ୍ଷୟ _____ ଅଭାବ ରୁ ହୋଇଥାଏ ।
Answer:
କ୍ୟାଲସିୟମ୍
![]()
(b) ଆଳୁ, ଆଖୁ ଓ କଦଳୀ ____ ଜାତୀୟ ଖାଦ୍ୟ ଅଟନ୍ତି ।
Answer:
ଶ୍ଵେତସାର
(c) ଚିନାବାଦାମ, ଅଖରୋଟ ଓ ବଟର ______ ଜାତୀୟ ଖାଦ୍ୟ ଅଟନ୍ତି ।
Answer:
ସ୍ନେହସାର
(d) ଗ ଳ ଗ ଣ୍ଡ ରେ ଗ ______ ଅଭ।ବ ରୁ ହୋଇଥାଏ ।
Answer:
ଆୟୋଡ଼ିନ୍
(e) ଦୁଗ୍ଧଜାତ ଦ୍ରବ୍ୟ ଓ ଡାଲି ______ ଜାତୀୟ ଖାଦ୍ୟ ଅଟନ୍ତି ।
Answer:
ପୁଷ୍ଟିସାର
ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଠିକ୍ ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(a) ଭଦ୍ରକର ଚୁଡ଼ାମଣି ସ୍ଥାନରେ ଲୋକମାନେ ଲୁଣ ମାରନ୍ତି ।
Answer:
(✓)
(b) ଗହମ, ଚାଉଳ ଓ ବାଜରା ପୁଷ୍ଟିସାର ଜାତୀୟ ଖାଦ୍ୟ ଅଟନ୍ତି ।
Answer:
(✗)
(c) ଦହି, ପିସ୍ତାବାଦାମ ଓ କାଜୁବାଦାମ ଇତ୍ୟାଦି ପୁଷ୍ଟିସାର ଜାତୀୟ ଖାଦ୍ୟ ଅଟନ୍ତି ।
Answer:
(✗)
(d) ଛତୁ ପୁଷ୍ଟିସାରର ଉତ୍ତମ ଉତ୍ସ ଅଟେ ।
Answer:
(✓)
![]()
(e) ଲୁଣ ଚାଷ ଅଗରିଆ ଆଦିବାସୀଙ୍କ ପାରମ୍ପରିକ ବୃତ୍ତି ।
Answer:
(✓)
ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(a) ଲୌହ ଧାତୁ ସାର ଅଭାବରୁ ରକ୍ତହୀନତା ହୋଇଥାଏ ।
Answer:
(✓)
(b) ଅମୃତ ଭଣ୍ଡା, ଗାଜର, ଆମ୍ବ ଓ କ୍ଷୀର ରୁ ଭିଟାମିନ୍ – A ମିଳିଥାଏ ।
Answer:
(✓)
(c) ସମୁଦ୍ର ମାଛ ଓ ଆୟୋଡ଼ିନଯୁକ୍ତ ଲୁଣରୁ ଭିଟାମିନ୍ – D ମିଳିଥାଏ
Answer:
(✗)
(d) ରିକେଟ୍ ରୋଗରେ ମାଢ଼ିରୁ ରକ୍ତ ସ୍ରା ଦ ହୋଇଥାଏ ।
Answer:
(✗)
(e) ଭିଟାମିନ୍ – B, ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ ।
Answer:
(✗)
ଉକ୍ତିଟି ଭୁଲ୍ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(a) ବେରି ବେରି ରୋଗରେ ଗୋଡ଼ ଓ ହାତ ଫୁଲିବା ସହ ଝିମ୍ଝିମ୍ ହୋଇଥାଏ ।
Answer:
(✓)
![]()
(b) ରିକେଟ୍ ରୋଗରେ ହାଡ଼ କୋମଳ ଓ ବଙ୍କା ହୋଇଥାଏ ।
Answer:
(✓)
(c) ଅମୃତଭଣ୍ଡା, ଗାଜର ଓ କ୍ଷୀରରେ ଭିଟାମିନ୍ – B1 ରହିଥାଏ ।
Answer:
(✗)
(d) ଗହମ, ଚାଉଳ ଓ କଖାରୁ ମଞ୍ଜିରେ ଭିଟାମିନ୍ – A ରହିଥାଏ ।
Answer:
(✗)
(e) ଟମାଟୋ, କମଳା ଓ ପିଜୁଳିରେ ଭିଟାମିନ୍ – D ରହିଥାଏ ।
Answer:
(✗)
Question 1.
‘କ’, ‘ଖ’ ଓ ‘ଗ’ ମଧ୍ୟରେ ସମ୍ପର୍କ ସ୍ଥାପନ କର । (ପ୍ରଶ୍ନ ସହ ଉତ୍ତର)
| କ | ଖ | ଗ |
| (a) ଭିଟାମିନ୍ – A | ହାଡ଼ ଓ ଦନ୍ତକ୍ଷୟ | କ୍ଷୀର, ଆମ୍ବ, ଗାଜର |
| (b) ଭିଟାମିନ୍ – B | ଅନ୍ଧାର କଣା | କ୍ଷୀର, ଦହି, ଛେନା |
| (c) ଭିଟାମିନ୍ – C | ବେରି ବେରି | ଅଣ୍ଡା, ମାଛ, କ୍ଷୀର |
| (d) ଭିଟାମିନ୍ – D | ସ୍କର୍ଭି | ପନିର, ଚାଉଳ, ଅଳସୀ ମଞ୍ଜି |
| (e) କ୍ୟାଲସିୟମ୍ | ରିକେଟ୍ସ | ଟମାଟୋ, କମଳା, ପିଜୁଳି |
Answer:
| କ | ଖ | ଗ |
| (a) ଭିଟାମିନ୍ – A | ଅନ୍ଧାର କଣା | କ୍ଷୀର, ଆମ୍ବ, ଗାଜର |
| (b) ଭିଟାମିନ୍ – B | ବେରି ବେରି | ପନିର, ଚାଉଳ, ଅଳସୀ ମଞ୍ଜି |
| (c) ଭିଟାମିନ୍ – C | ସ୍କର୍ଭି | ଟମାଟୋ, କମଳା, ପିଜୁଳି |
| (d) ଭିଟାମିନ୍ – D | ରିକେଟ୍ସ | ଅଣ୍ଡା, ମାଛ, କ୍ଷୀର |
| (e) କ୍ୟାଲସିୟମ୍ | ହାଡ଼ ଓ ଦନ୍ତକ୍ଷୟ | କ୍ଷୀର, ଦହି, ଛେନା |
![]()
Question 2.
‘କ’, ‘ଖ’ ଓ ‘ଗ’ ମଧ୍ୟରେ ସମ୍ପର୍କ ସ୍ଥାପନ କର । (ପ୍ରଶ୍ନ ସହ ଉତ୍ତର)
| କ | ଖ | ଗ |
| (a) ଶ୍ଵେତସାର | ଫ୍ୟାଟ୍ | ଘିଅ ଏବଂ ତେଲ |
| (b) ସ୍ନେହସାର | ରଫେଜ୍ | କଦଳୀ, ସପୁରୀ, ଆମ୍ଭ |
| (c) ପୁଷ୍ଟିସାର | କାର୍ବୋହାଇଡ୍ରେଟ୍ | ଶରୀରକୁ ରୋଗସହ ଲଢ଼ିବାରେ ସାହାଯ୍ୟ କରେ |
| (d) ତନ୍ତୁ ଜାତୀୟ ଖାଦ୍ୟ | ସ୍କର୍ଭି | ଛେନା, ଅଣ୍ଡା, ମାଛ |
| (e) ଭିଟାମିନ୍ – C | ଶରୀର ଗଠନକାରୀ ଖାଦ୍ୟ | ଫଳ, ପନିପରିବା |
Answer:
| କ | ଖ | ଗ |
| (a) ଶ୍ଵେତସାର | କାର୍ବୋହାଇଡ୍ରେଟ୍ | କଦଳୀ, ସପୁରୀ, ଆମ୍ଭ |
| (b) ସ୍ନେହସାର | ଫ୍ୟାଟ୍ | ଘିଅ ଏବଂ ତେଲ |
| (c) ପୁଷ୍ଟିସାର | ଶରୀର ଗଠନକାରୀ ଖାଦ୍ୟ | ଛେନା, ଅଣ୍ଡା, ମାଛ |
| (d) ତନ୍ତୁ ଜାତୀୟ ଖାଦ୍ୟ | ରଫେଜ୍ | ଫଳ, ପନିପରିବା |
| (e) ଭିଟାମିନ୍ – C | ସ୍କର୍ଭି | ଶରୀରକୁ ରୋଗସହ ଲଢ଼ିବାରେ ସାହାଯ୍ୟ କରେ |
Question 3.
‘କ’, ‘ଖ’ ଓ ‘ଗ’ ମଧ୍ୟରେ ସମ୍ପର୍କ ସ୍ଥାପନ କର ।(ପ୍ରଶ୍ନ ସହ ଉତ୍ତର)
| କ | ଖ | ଗ |
| (a) ଷ୍ଟାର୍ଚ | ସାଧା କାଗଜ | ସୁଷମ ଖାଦ୍ୟ |
| (b) ଫ୍ୟାଟ୍ | ପୋଷକ ଶସ୍ୟ | ତେଲର ଛାପ |
| (c) ପୁଷ୍ଟିସାର | ଆୟୋଡ଼ିନ ଦ୍ରବଣ | ବାଇଗଣୀ ରଙ୍ଗ |
| (d) ଜଙ୍କ ଫୁଡ୍ | CuSO4 ଓ NaOH ଦ୍ରବଣ | ଶରୀର ପାଇଁ ସ୍ଵାସ୍ଥ୍ୟକର ନୁହେଁ |
| (e) ବାଜରା | ଥଣ୍ଡା ପାନୀୟ | ଘନନୀଳ ବର୍ଣ୍ଣ |
Answer:
| କ | ଖ | ଗ |
| (a) ଷ୍ଟାର୍ଚ | ଆୟୋଡ଼ିନ ଦ୍ରବଣ | ଘନନୀଳ ବର୍ଣ୍ଣ |
| (b) ଫ୍ୟାଟ୍ | ସାଧା କାଗଜ | ତେଲର ଛାପ |
| (c) ପୁଷ୍ଟିସାର | CuSO4 ଓ NaOH ଦ୍ରବଣ | ବାଇଗଣୀ ରଙ୍ଗ |
| (d) ଜଙ୍କ ଫୁଡ୍ | ଥଣ୍ଡା ପାନୀୟ | ଶରୀର ପାଇଁ ସ୍ଵାସ୍ଥ୍ୟକର ନୁହେଁ |
| (e) ବାଜରା | ପୋଷକ ଶସ୍ୟ | ସୁଷମ ଖାଦ୍ୟ |
![]()
Question 4.
ଶୂନ୍ୟସ୍ଥାନ ପୂରଣ କର ।
(a) ବାଜରା : ପୋଷକ ଶସ୍ୟ :: ଚକୋଲେଟ୍ : _______
Answer:
ଜଙ୍କଫୁଡ୍
(b) ଦୃଷ୍ଟି ଶକ୍ତି ହ୍ରାସ : ଭିଟାମିନ୍ – A :: ବେରି ବେରି : ______
Answer:
ଭିଟାମିନ୍ – B
(c) ସ୍କର୍ଭି : ଭିଟାମିନ୍-C :: ରିକେଟ୍ : _______
Answer:
ଭିଟାମିନ୍ – D
(d) ହାଡ଼ ଓ ଦାନ୍ତ କ୍ଷୟ : କ୍ୟାଲସିୟମ୍ :: ଗଳଗଣ୍ଡ : ______
Answer:
ଆୟୋଡ଼ିନ
(e) ସବୁଜ ଶାଗ, ପନିପରିବା : ଆଇରନ୍ :: ସାମୁଦ୍ରିକ ମାଛ, ପାଣିସିଙ୍ଗଡ଼ା : _____
Answer:
ଆୟୋଡ଼ିନ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
1. କାହାକୁ କୁହନ୍ତି ଲେଖ । (ପ୍ରଶ୍ନ ସହ ଉତ୍ତର)
(a) ଶ୍ଵେତସାର (Carbohydrate) :
ଏହା ଏକ ଶକ୍ତି ପ୍ରଦାନକାରୀ ଖାଦ୍ୟ । ଗ୍ଲୁକୋଜ୍ ଏହାର ଉଦାହରଣ ଅଟେ । ଗହମ, ଚାଉଳ, ମକା, ଆଳୁ, କନ୍ଦମୂଳ ଇତ୍ୟାଦିରେ ଶ୍ଵେତସାର ଅଧିକ ପରିମାଣରେ ରହିଥାଏ ।
(b) ସ୍ନେହସାର (Fat) :
ଏହା ଏକ ଶକ୍ତି ପ୍ରଦାନକାରୀ ଖାଦ୍ୟ । ଘିଅ ଏବଂ ବିଭିନ୍ନ ପ୍ରକାର ତେଲରେ ଏହାର ପରିମାଣ ଅତ୍ମକ ଥାଏ । ଦହି, ପିସ୍ତାବାଦାମ, କାଜୁବାଦାମ, ରାଶି, ସୋୟାବିନ୍ ଇତ୍ୟାଦି ସ୍ନେହସାର ଜାତୀୟ ଖାଦ୍ୟ ଅଟନ୍ତି ।
(c) ପୁଷ୍ଟିସାର (Protein) :
ଏହା ଏକ ଶରୀର ଗଠନକାରୀ ଖାଦ୍ୟ । ଏହା ଖାଦ୍ୟର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ମୁଗ, ଚଣା ଓ ମଟର ଇତ୍ୟାଦି ଉଭିଦ ଉତ୍ସ ହୋଇଥିବା ବେଳେ ମାଛ, ମାଂସ ଓ କ୍ଷୀର ପ୍ରାଣୀଜ ଉତ୍ସର ଉଦାହରଣ ଅଟନ୍ତି ।
![]()
(d) ପୋଷକ (Nutrient) :
ଯେଉଁ ଖାଦ୍ୟ ଉପାଦାନ ଶକ୍ତି ପ୍ରଦାନ କରିଥାଏ, ଆମ ଅଭିବୃଦ୍ଧିରେ ସହାୟକ ହୋଇଥାଏ ଓ ଶରୀରକୁ ରୋଗରୁ ରକ୍ଷା କରିଥାଏ ଏବଂ ବିଭିନ୍ନ ଶାରୀରିକ କ୍ରିୟା ବ ଜାୟ ର ଖୂ ଥାଏ, ତାହାକୁ ପୋଷକ କୁହାଯାଏ ।
(e) ରଫେଜ୍ (Roughage) :
ଜନ୍ତୁ ଜାତୀୟ ଖାଦ୍ୟକୁ ରଫେଜ୍ କୁହାଯାଏ । ଏହା ଆମ ଶରୀରକୁ କୌଣସି ପୋଷକ ପ୍ରଦାନ କରେ ନାହିଁ କିନ୍ତୁ ଆମ ଖାଦ୍ୟର ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ ।
(f) ସୁଷମ ଖାଦ୍ୟ (Balanced diet) :
ଶରୀରର ସଠିକ୍ ବୃଦ୍ଧି ଓ ବିକାଶ ପାଇଁ ଖାଦ୍ୟରେ ସମସ୍ତ ଅତ୍ୟାବଶ୍ୟକ ପୋଷକ, ର ଫେଜ୍ ଏବଂ ଜଳ ଉପଯୁକ୍ତ ମାତ୍ରାରେ ସେହି ଖାଦ୍ୟକୁ ସୁଷମ ଖାଦ୍ୟ ରହି ଲେ କୁହାଯାଏ ।
(g) ଖାଦ୍ୟ ଯାତ୍ରା (Food miles) :
ଉତ୍ପାଦ ନ କ ର ଙ୍କ ଠାରୁ ଆରମ୍ଭ କରି ଉପଭୋକ୍ତା ପର୍ଯ୍ୟନ୍ତ ଗୋଟିଏ ବ୍ୟାଗ୍ ଗହମ କିମ୍ବା ଅନ୍ୟ କୌଣସି ପଦାର୍ଥ ପହଞ୍ଚାଇବାକୁ ଖାଦ୍ୟ ଯାତ୍ରା କୁହାଯାଏ । ଖାଦ୍ୟ ଯାତ୍ରା ସମୟ ହ୍ରାସ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ ।
2. ପାର୍ଥକ୍ୟ ଦର୍ଶାଅ । (ପ୍ରଶ୍ନ ସହିତ ଉତ୍ତର)
(କ)
| ଶକ୍ତି ପ୍ରଦାନକାରୀ ଖାଦ୍ୟ | ଶରୀର ଗଠନକାରୀ ଖାଦ୍ୟ | ସୁରକ୍ଷା ପ୍ରଦାନକାରୀ ଖାଦ୍ୟ |
| ଶ୍ଵେତସାର ଓ ସ୍ନେହସାର ଆମକୁ ବିଭିନ୍ନ କାର୍ଯ୍ୟ କରିବାପାଇଁ ଶକ୍ତି ପ୍ରଦାନ କରୁଥିବାରୁ ଏମାନଙ୍କୁ ଶକ୍ତି ପ୍ରଦାନକାରୀ ଖାଦ୍ୟ କୁହାଯାଏ । | ସୁରକ୍ଷା ପ୍ରଦାନକାରୀ ଖାଦ୍ୟ ଆମ ଶରୀରକୁ ରୋଗରୁ ରକ୍ଷାକରିବା ସହ ସୁସ୍ଥ ରଖୁ’ନ୍ତି । ଏଣୁ ଏମାନଙ୍କୁ ସୁରକ୍ଷା ପ୍ରଦାନକାରୀ ଖାଦ୍ୟ କୁହାଯାଏ । | ଜୀବସାର ଓ ଧାତୁସାର ଆମ ଶରୀର ଗଠନକାରୀ ଖାଦ୍ୟ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଆମ ଶରୀରର ବୃଦ୍ଧି ଓ ଗଠନରେ ସହାୟକ ହୋଇଥାଏ । ତେଣୁ ଏହାକୁ ଶରୀର ଗଠନକାରୀ ଖାଦ୍ୟ କୁହାଯାଏ । |
(ଖ)
| କ୍ୟାଲସିୟମ୍ | ଆୟୋଡ଼ିନ୍ | ଆଇରନ୍ |
|
|
|
![]()
(ଗ)
| ରଫେଜ୍ | ସୁଷମ ଖାଦ୍ୟ |
|
|
(ଘ)
| ଫର୍ଟିଫିକେସନ୍ | ଜଙ୍କ ଫୁଡ଼ |
|
|
![]()
(ଙ)
| ସ୍କର୍ଭି | ରିକେଟ୍ |
|
|
(ଚ)
| ଗଳଗଣ୍ଡ | ରକ୍ତହୀନତା |
|
|
![]()
(ଛ)
| ଅନ୍ଧାରକଣା | ବେରିବେରି |
|
|
(କ)
| ଜୀବସାର | ଧାତୁସାର |
|
|
![]()
Question 3.
ରୋଷେଇ ପ୍ରଣାଳୀ ସମୟକ୍ରମେ କିପରି ବଦଳି ଯାଇଛି ?
Answer:
(a) ପାରମ୍ପରିକ ରୋଷେଇ ପ୍ରଣାଳୀରେ କାଠଚୁଲା ସାହାଯ୍ୟ ନିଆଯାଉଥିଲା । ବାଟିବା ପାଇଁ ଚିନି, ବ୍ୟବହାର କରାଯାଉଥିଲା । ମସଲା ପ୍ରସ୍ତୁତି ପାଇଁ ଶିଳର ପେଷଣା ଓ ଢିଙ୍କିର ପ୍ରଚଳନ ଥିଲା ।
(b) ଆଧୁନିକ ରୋଷେଇ ପ୍ରଣାଳୀରେ ଗ୍ୟାସଚୁଲା ବ୍ୟବହୃତ ହେଉଅଛି । ବାଟିବା ଓ ପେଷିବା ପାଇଁ ବିଦ୍ୟୁତ୍ ଗ୍ରାଇଣ୍ଡରର ସାହଯ୍ୟ ନିଆଯାଉଛି । ଖାଦ୍ୟ ଗରମ କରିବା ପାଇଁ ବିଦ୍ୟୁତ କେଟ୍ଲୀ ଓ ଓଭାନ ବ୍ୟବହୃତ ହେଉଅଛି ।
Question 4.
କେଉଁ କାରଣରୁ ଆଧୁନିକ ରୋଷେଇରେ ପରିବର୍ତ୍ତନ ଆସିଛି ?
Answer:
(a) ବୈଷୟିକ ବିକାଶ
(b) ଉନ୍ନତ ପରିବହନ
(c) ଉତ୍ତମ ଯୋଗାଯୋଗ
Question 5.
‘ଶୀତନିଦ୍ରା’ କାହାକୁ କୁହାଯାଏ ?
Answer:
(a) ମେରୁ ଅଞ୍ଚଳରେ ଦେଖାଯାଉଥିବା ଧଳାଭାଲୁ ଚର୍ମତଳେ ବହୁ ପରିମାଣରେ ଚର୍ବି ଜମା କରିଥାଏ । ଏହି ଚର୍ବି ଶକ୍ତିର ଏକ ଉତ୍ସ ଭାବେ କାର୍ଯ୍ୟ କରେ ।
(b) ଏହି ଚର୍ବି ସେମାନଙ୍କୁ ମାସ ମାସ ଧରି ଶୀତନିଦ୍ରା ସମୟରେ ବିନା ଖାଦ୍ୟରେ ବଞ୍ଚିବାରେ ସାହାଯ୍ୟ କରିଥାଏ ।
Question 6.
ଗଳଗଣ୍ଡ ରୋଗର କାରଣ ଓ ପ୍ରତିକାରଗୁଡ଼ିକୁ ଲେଖ ।
Answer:
(a) ଗଳଗଣ୍ଡ ରୋଗ ହେଲେ ବେକର ସମ୍ମୁଖଭାଗ ଫୁଲିଥାଏ । ପାହାଡ଼ିଆ ଅଞ୍ଚଳରେ ମୃତ୍ତିକାରେ ଆୟୋଡ଼ିନ୍ ଧାତୁସାରର ଅଭାବ ହେତୁ ଏହି ରୋଗ ହୁଏ ।
(b) ଭାରତ ସରକାରଙ୍କ ନିୟମ ଅନୁଯାୟୀ ସାଧାରଣ ଲୁଣରେ ଆୟୋଡ଼ିନ୍ ମିଶାଇ ବିକ୍ରି କରିବାଦ୍ଵାରା ସମସ୍ତଙ୍କୁ ଆୟୋଡ଼ିନ ଧାତୁସାର ମିଳିପାରୁଛି ।
![]()
Question 7.
ଓଡ଼ିଶାର କେଉଁ କେଉଁ ସ୍ଥାନରେ ଲୁଣଚାଷ କରାଯାଉଛି ?
Answer:
(a) ଗଞ୍ଜାମର ହୁମା
(b) ବାଲେଶ୍ଵରର ଇଞ୍ଚୁଡ଼ି
(c) ଭଦ୍ରକର ଚୁଡ଼ାମଣି
Question 8.
କେଉଁ କାରଣରୁ ଖାଦ୍ୟରେ ପୋଷକ ନଷ୍ଟ ହୋଇଥାଏ ?
Answer:
(a) ଖାଦ୍ୟକୁ ଅଧିକ ସମୟ ରାନ୍ଧିବାଦ୍ଵାରା ଭିଟାମିନ୍ – C ଭଳି କିଛି ପୋଷକ ନଷ୍ଟ ହୋଇଥାଏ ।
(b) କଟାଯାଇଥିବା କିମ୍ବା ଚୋପାଛଡ଼ା ଯାଇଥବା ପନିପରିବାକୁ ଧୋଇଲେ ମଧ୍ୟ ପୋଷକ ନଷ୍ଟ ହୋଇଥାଏ ।
Question 9.
ତନ୍ତୁ ଜାତୀୟ ଖାଦ୍ୟ (ଫାଇବର) ଆମ ପାଇଁ କିପରି ଲାଭଦାୟକ ?
Answer:
(a) ଫଳ ଓ ପନିପରିବାରେ ଫାଇବର ରହିଥାଏ ।
(b) ଏହା ଆମ ଶରୀରରେ ହଜମ ହୋଇ ନଥୁବା ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରେ ।
![]()
Question 10.
ଖାଦ୍ୟସହ ଜଳର ଭୂମିକା ଅଛି କି ?
Answer:
(a) ଜଳ ଆମର ଖାଦ୍ୟର ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ ।
(b) ଏହା ଶରୀରକୁ ଖାଦ୍ୟରୁ ପୋଷକ’ ଶୋଷିବାରେ ସାହାଯ୍ୟ କରେ ।
(c) ଏହା ଝାଳ ଓ ପରିସ୍ରା ମାଧ୍ୟମରେ ଶରୀରରୁ ବର୍ଯ୍ୟବସ୍ତୁ ବାହାର କରେ ।
(d) ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ ଅଟେ ।