Odisha State Board CHSE Odisha Class 12 Sociology Solutions Unit 1 ଭାରତୀୟ ସମାଜର ପରିଚୟ Long Answer Questions.
CHSE Odisha 12th Class Sociology Unit 1 Long Answer Questions in Odia Medium
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ଭାରତର ଭୌଗୋଳିକ ଗଠନକୁ ଲେଖ ।
Answer:
ପୃଥିବୀକୁ ବିଭକ୍ତ କରାଯାଇଥିବା ସାତଗୋଟି ଦ୍ବୀପ ମହାଦେଶରୁ ଭାରତ ଥିଲା ଅନ୍ୟତମ । ଜମ୍ବୁଦ୍ଵୀପର ଅର୍ଥ ହେଉଛି ଜମ୍ବୁଗଛର ମହାଦେଶ । ବୌଦ୍ଧ ଉପାଦାନ ଅନୁଯାୟୀ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଏହି ନାମ ମୌର୍ଯ୍ୟମାନେ ଶାସନ କରୁଥିବା ଏସିଆର ଏକ ଅଂଶକୁ ହିଁ ବୁଝାଉଥିଲା ।
ଭାରତବର୍ଷ ଏକ ବିଶାଳ ଉପଦ୍ୱୀପ । ଏହି ଦେଶ ୮ ଡିଗ୍ରୀ ୪ ମିନିଟ୍ ଉତ୍ତର ଅକ୍ଷାଂଶରୁ ୩୭ ଡିଗ୍ରୀ ୬ ମିନିଟ୍ ଉତ୍ତର ଅକ୍ଷାଂଶ ମଧ୍ଯରେ ଏବଂ ୬୮ ଡିଗ୍ରୀ ୭ ମିନିଟ୍ ପୂର୍ବ ଦ୍ରାଘିମାରୁ ୯୭ ଡିଗ୍ରୀ ୨୫ ମିନିଟ୍ ପୂର୍ବ ଦ୍ରାଘିମା ମଧ୍ୟରେ ସୀମିତ । ଭାରତର ଉତ୍ତରରୁ ଦକ୍ଷିଣକୁ ଦୂରତ୍ୱ ପ୍ରାୟ ୩୨୧୪ କି.ମି. ଏବଂ ପୂର୍ବରୁ ପଶ୍ଚିମଭାଗ ପର୍ଯ୍ୟନ୍ତ ଦୂରତ୍ୱ ପ୍ରାୟ ୨୯୩୩ କି.ମି. । ୩୨,୮୭,୭୮୨ ବର୍ଗ କିଲୋମିଟର ବ୍ୟାପୀ ଭାରତର ଆୟତନ । ତାହାର ଲୋକସଂଖ୍ୟା ଏକଶତ କୋଟିରୁ ଅଧିକ ।
ଭୌଗୋଳିକ ଗଠନ :
ଭାରତକୁ ସାଧାରଣତଃ ୪ଟି ମୁଖ୍ୟ ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଏ । ସେଗୁଡ଼ିକ ହେଲା, ହିମାଳୟ ଅଞ୍ଚଳ, ଇଣ୍ଡୋ-ଗାଙ୍ଗେୟ ସମତଳ ଅଞ୍ଚଳ, ଦାକ୍ଷିଣାତ୍ୟ ମାଳଭୂମି ଓ ଘାଟ ଅଞ୍ଚଳ ।
(୧) ହିମାଳୟ ଅଞ୍ଚଳ – ହିମାଳୟ ଏବଂ ତତ୍ ସଂଲଗ୍ନ ପର୍ବତମାଳା ଉତ୍ତର-ପଶ୍ଚିମରେ ଥିବା ହିନ୍ଦୁକୁଶଠାରୁ ପୂର୍ବରେ ନାଗା, ଖାସି ଓ ଜଇଣ୍ଡିଆ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ । ହିମାଳୟ ଭାରତର ଉତ୍ତର ଦିଗରେ ଦଣ୍ଡାୟମାନ ହୋଇ ଅନ୍ୟ ଦେଶମାନଙ୍କଠାରୁ ଭାରତକୁ ବିଚ୍ଛିନ୍ନ କରି ରଖିଛି । ତାହାର ଦୈର୍ଘ୍ୟ ପ୍ରାୟ ୧୫୦୦ ମାଇଲ୍ । ଏହାର ନିମ୍ନ ଭାଗରେ ଥିବା ଜଙ୍ଗଲ ଅତ୍ୟନ୍ତ ଘଞ୍ଚ । ପ୍ରାକୃତିକ ସମ୍ପଦରେ ପରିପୂର୍ଣ ଥିବାରୁ ଏ ଅଞ୍ଚଳରେ ଜନବସତି ଗଢ଼ିଉଠିଛି । ଏଠାରେ କାଶ୍ମୀର, କାଂଗ୍ରା, ନେପାଳ, ସିକିମ୍ ଓ ଭୁଟାନ ଆଦି ରାଜ୍ୟଗୁଡ଼ିକ ବିଦ୍ୟମାନ । ହିମାଳୟରୁ ଆସୁଥିବା ହିମ ଉତ୍ତର ଭାରତରେ ପ୍ରବାହିତ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଓ ସେମାନଙ୍କର ଶାଖାନଦୀମାନଙ୍କୁ ପୁଷ୍ଟ କରିଥାଏ ।
ହିମାଳୟ ପର୍ବତମାଳାରେ ରହିଛନ୍ତି ଖାଇବର, କୁରମ୍, ଗୋମାଲ୍, ତୋଗି ଏବଂ ବୋଲାନ୍ ଗିରିସଙ୍କଟ । ଏହି ପଥଦେଇ ଆର୍ଯ୍ୟ, ପାରସିକ, ଗ୍ରୀକ୍, କୁଶାଣ, ହୁଣ ଏବଂ ମଙ୍ଗୋଲମାନଙ୍କର ଭାରତକୁ ଆଗମନ ଘଟିଛି । ବ୍ୟବସାୟୀ ଓ ଆକ୍ରମଣକାରୀମାନେ ଏହି ଗିରିସଙ୍କଟ ଦେଇ ଭାରତରେ ପ୍ରବେଶ କରିଛନ୍ତି । ଫଳରେ ଭାରତବର୍ଷରେ ବିଦେଶୀ ଓ ଭାରତୀୟ ସଂସ୍କୃତିର ସମନ୍ୱୟ ଘଟି ଏକ ମହାନ୍ ଭାରତୀୟ ସଂସ୍କୃତିର ଉଦ୍ଭବ ଘଟିଛି ।
ଭାରତୀୟ ଧର୍ମ ସହିତ ହିମାଳୟ ପର୍ବତମାଳା ଓତପ୍ରୋତ ଭାବରେ ଜଡ଼ିତ । ଏହା ହେଉଛି ଭାରତୀୟ ଦେବଦେବୀଙ୍କର ନିବାସସ୍ଥଳୀ । ଋଷିମାନେ ଏଠାରେ ତପସ୍ୟା କରିଥାନ୍ତି । ହିମାଳୟର କୈଳାସ ପର୍ବତ ଶିବ ପାର୍ବତୀଙ୍କ ନିବାସସ୍ଥାନ ।
(୨) ଇଣ୍ଡୋ-ଗାଙ୍ଗେୟ ସମତଳ ଅଞ୍ଚଳ ଇଣ୍ଡୋ-ଗାଙ୍ଗେୟ ସମତଳ ଅଞ୍ଚଳ ପୂର୍ବରୁ ପଶ୍ଚିମକୁ ବିସ୍ତୃତ ହୋଇଅଛି । ଏହାର ଉତ୍ତରରେ ରହିଛି ହିମାଳୟ ପର୍ବତମାଳା ଓ ଦକ୍ଷିଣରେ ଦାକ୍ଷିଣାତ୍ୟ ମାଳଭୂମି । ସମଗ୍ର ଅଞ୍ଚଳ ପଶ୍ଚିମରେ ଅବସ୍ଥିତ ସିନ୍ଧୁ ଉପତ୍ୟକାରୁ ପୂର୍ବଦିଗରେ ବ୍ରହ୍ମପୁତ୍ର ନଦୀର ଉପତ୍ୟକାଯାଏ ବିସ୍ତାରିତ ହୋଇଛି । ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସେମାନଙ୍କ ଉପନଦୀମାନ ଏ ଅଞ୍ଚଳରେ ପ୍ରବାହିତ ହୋଇଥିବାରୁ ଏହା ଅତ୍ୟନ୍ତ ଉର୍ବର ଓ କୃଷି ଉପଯୋଗୀ । ନଦୀମାନଙ୍କଦ୍ଵାରା ଆନୀତ ପଟୁମାଟିରେ ବୃହତ୍ ସମତଳଭୂମି ଗଠିତ ହୋଇଛି । ଏହି ଅଞ୍ଚଳରେ ଜନବସତି ଅତ୍ୟନ୍ତ ଘଞ୍ଚ । ଫଳରେ ନଦୀକୂଳରେ ହିଁ ଗଢିଉଠିଛି ନଗର-ନଗରୀ, ବାଣିଜ୍ୟକେନ୍ଦ୍ର, ରାଜଧାନୀ, ଅଟ୍ଟାଳିକା ଓ ମନ୍ଦିର ।
ଭାରତୀୟ ସଂସ୍କୃତିର କ୍ରମବିକାଶରେ ଏହି ନଦୀଗୁଡ଼ିକ ମୁଖ୍ୟ ଅଂଶ ଗ୍ରହଣ କରିଛନ୍ତି । ସିନ୍ଧୁ ନଦୀର ବିଖ୍ୟାତ ପୁରାତନ ସଭ୍ୟତା ହେଉଛି ‘ହରପ୍ପା ସଭ୍ୟତା’ । ପଞ୍ଜାବ ସମତଳ ପାଞ୍ଚଗୋଟି ନଦୀ ଉପତ୍ୟକାରେ ଅବସ୍ଥିତ । ତେଣୁ ପଞ୍ଜାବକୁ କୁହାଯାଏ ପଞ୍ଚନଦୀର ଦେଶ । ଖ୍ରୀ.ପୂ. ୨୦୦୦ ବର୍ଷରୁ ଏଠାରେ ବିକାଶ ଲାଭ କରିଥିଲା ଏକ ସମୃଦ୍ଧ ସଭ୍ୟତା । ସିନ୍ଧୁନଦୀର ଅବବାହିକା ରାଜସ୍ଥାନର ଥର୍ ମରୁଭୂମି ଓ ଛୋଟ ଛୋଟ ପାହାଡ଼ଦ୍ୱାରା ଗଙ୍ଗାନଦୀର ଉପତ୍ୟକାଠାରୁ ପୃଥକ୍ ।
ଦିଲ୍ଲୀର ଉତ୍ତର ପଶ୍ଚିମ ସୀମାରେ ଥିବା ଅବବାହିକାରେ ୧୦୦୦ ଖ୍ରୀ.ପୂ.ରେ ଅନେକ ରକ୍ତାକ୍ତ ସମର ସଂଘଟିତ ହୋଇଛି । ଦିଲ୍ଲୀଠାରୁ ପାଟନା ପର୍ଯ୍ୟନ୍ତ ଅଞ୍ଚଳକୁ ଆର୍ଯ୍ୟାବର୍ଷ କୁହାଯାଉଥିଲା । ହରଦ୍ୱାର, ମଥୁରା, ଆହ୍ଲାବାଦ, ବନାରସ,ଗୟା, ସାରନାଥ, ଲୁମ୍ବିନୀ, କୋଶାୟୀ, କୁଶିନଗର ଆଦି ସ୍ଥାନଗୁଡ଼ିକ ହିନ୍ଦୁ ଓ ବୌଦ୍ଧ ଧର୍ମ ପାଇଁ ଖୁବ୍ ବିଖ୍ୟାତ । ଆର୍ଯାବର୍ଷଠାରେ ବୈଦିକ ସଂସ୍କୃତିର ଉନ୍ମେଷ ଘଟିଥିଲା । ଏହିଠାରେ ବୃହତ୍ ସାମ୍ରାଜ୍ୟ ଗଢ଼ିଉଠିଥିଲା, ଯେଉଁଗୁଡ଼ିକ ଭାରତ ଇତିହାସ ଗଠନ କରିବାରେ ମୁଖ୍ୟ ଆଧାର ।
(୩) ଦାକ୍ଷିଣାତ୍ୟ ମାଳଭୂମି – ଦାକ୍ଷିଣାତ୍ୟ ମାଳଭୂମି ସୈନ୍ଧବ-ଗାଙ୍ଗେୟ ସମତଳଭୂମିର ଦକ୍ଷିଣରେ ଅବସ୍ଥିତ । ଏହାର ଉତ୍ତରରେ ବିନ୍ଧ୍ୟ ଓ ସାତପୁରା ପର୍ବତ, ପଶ୍ଚିମରେ ପଶ୍ଚିମଘାଟ ଓ ପୂର୍ବରେ ପୂର୍ବଘାଟ ପର୍ବତମାଳା ରହିଛି । ପାହାଡ଼ ଓ ନଦୀ ଉପତ୍ୟକାଦ୍ଵାରା ମାଳଭୂମିଟି ବିଖଣ୍ଡିତ । ପଞ୍ଚମାରୀଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ମାଳଭୂମିଟି ବିସ୍ତୃତ ହୋଇଛି । ନର୍ମଦା, ଚମ୍ବଲ, ବେଟଓ୍ବା, ଦାମୋଦର, ଗୋଦାବରୀ, ଭୀମା, କୃଷ୍ଣା, କାବେରୀ, ମହାନଦୀ ପ୍ରଭୃତି ନଦୀଗୁଡ଼ିକ ଏହି ମାଳଭୂମିରେ ପ୍ରବାହିତ । ଭୂତତ୍ତ୍ବବିତ୍ରମାନଙ୍କ ମତରେ ଦାକ୍ଷିଣାତ୍ୟ ମାଳଭୂମି ହେଉଛି ସବୁଠାରୁ ପୁରାତନ ଓ ସ୍ଥାୟୀ ମାଳଭୂମି । ଦାକ୍ଷିଣାତ୍ୟ ଅଞ୍ଚଳକୁ ଉପଦ୍ୱୀପ ବୋଲି କୁହାଯାଏ ।
ବିନ୍ଧ୍ୟ ଓ ସାତପୁରା ପର୍ବତମାଳାଦ୍ୱାରା ଏହି ଅଞ୍ଚଳ ଭାରତର ଅନ୍ୟାନ୍ୟ ଅଞ୍ଚଳଠାରୁ ପୃଥକ୍ ହୋଇଛି । ଏହି ମାଳଭୂମି ପ୍ରାଚୀନ ଅଭିଲେଖରେ ଦକ୍ଷିଣାପଥ ନାମରେ ଖ୍ୟାତ । ଏହିଠାରେ ଦ୍ରାବିଡ଼ ସଂସ୍କୃତି ସ୍ୱତନ୍ତ୍ରଭାବରେ ଗଢ଼ିଉଠିଥିଲା । ଦୀର୍ଘ ସମୟ ଧରି ଏଠାରେ ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁଥିଲା । ପ୍ରସିଦ୍ଧ ଚୋଳ, ଚାଲୁକ୍ୟ ଓ ହୟଶାଳ ଆଦି ରାଜବଂଶ ଏହିଠାରେ ଶାସନ କରିଛନ୍ତି । ଏହିଠାରେ ହୋଇଥିଲା ସଙ୍ଗମ ସାହିତ୍ୟର ବିକାଶ । ଯେତେବେଳେ ବିପଦ ଦେଖାଦେଇଛି, ସେତେବେଳେ ଆର୍ଯ୍ୟ ସଂସ୍କୃତି ଦାକ୍ଷିଣାତ୍ୟରେ ସୁରକ୍ଷିତ ଅବସ୍ଥାରେ ରହିଅଛି ।
(୪) ଘାଟ ଅଞ୍ଚଳ – କେତେକ ଭୂଗୋଳବିତ୍ ଚତୁର୍ଥ ପ୍ରାକୃତିକ ବିଭାଗ ରୂପେ ପୂର୍ବ ଉପକୂଳ ଓ ପଶ୍ଚିମ ଉପକୂଳକୁ ଅନ୍ତର୍ଭୁକ୍ତ କରିଛନ୍ତି । ପୂର୍ବରେ ଉପକୂଳବର୍ତ୍ତୀ ସମତଳଭୂମି ଉତ୍ତରରେ ସୁବର୍ଣ୍ଣରେଖା ନଦୀ ମୁହାଣଠାରୁ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତାରଲାଭ କରିଅଛି । ମହାନଦୀ, ଗୋଦାବରୀ, କୃଷ୍ଣା ଓ କାବେରୀ ନଦୀମାନେ ବଙ୍ଗୋପସାଗରରେ ପତିତ ହୋଇଛନ୍ତି । ସେହିପରି ତାୟୀ ଏବଂ ନର୍ମଦା ନଦୀ ପଶ୍ଚିମମୁହାଁହୋଇ ଆରବସାଗରରେ ପଡିଛନ୍ତି । ଏହିଠାରେ ଅନେକ ତ୍ରିକୋଣଭୂମି ରହିଅଛି । ସହିତ ଉପନିବେଶ ସ୍ଥାପନ କରୁଥିଲେ । ସେମାନେ ଶ୍ରୀଲଙ୍କା, ଇଣ୍ଡୋନେସିଆ, ବର୍ମା, ରୋମ୍, ମିଶର ଓ ଆରବ ଦେଶ ସହିତ ବାଣିଜ୍ୟ କରୁଥିଲେ, ଫଳରେ ଭାରତ ଧନଶାଳୀ ହେଉଥିଲା । ଏହି ଅଞ୍ଚଳ ମଧ୍ୟ ପ୍ରାଚ୍ୟ ଦେଶମାନଙ୍କ ସହିତ ସାଂସ୍କୃତିକ ସମ୍ପର୍କ ରଖୁଥିଲା ।
୨ । ଭାରତର ଭୌଗୋଳିକ ଅବସ୍ଥିତି ସମ୍ବନ୍ଧରେ ଆଲୋଚନା କର ।
Answer:
ଭାରତ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ । ଏହାର ମୂଳ ଭୂଖଣ୍ଡ ୮ ଡିଗ୍ରୀ ୪ ମିନିଟ୍ ଉତ୍ତର ଅକ୍ଷାଂଶରୁ ୩୭° ୫ ମିନିଟ୍ ଉତ୍ତର ଅକ୍ଷାଂଶ ଓ ୬୮° ୭ ମିନିଟ୍ ପୂର୍ବ ଦ୍ରାଘିମାକୁ ୯୭° ୨୫ ମିନିଟ୍ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । କର୍କଟକ୍ରାନ୍ତି ଭାରତର ମଧ୍ୟଭାଗ ଦେଇ ଯାଇଛି । ଭାରତର ଆକାର ଏକ ତ୍ରିଭୁଜ ପରି । ଏହାର କ୍ଷେତ୍ରଫଳ ପ୍ରାୟ ୩୨.୮୭ ଲକ୍ଷ ବିର୍ଗ କି.ମି. ଏବଂ ଏହା ପୃଥିବୀର ସପ୍ତମ ବୃହତ୍ତମ ଦେଶ । ଭୂପ୍ରକୃତିର ବିବିଧତା ଦୃଷ୍ଟିରୁ ଭାରତର ଭୂରୂପ ମୁଖ୍ୟତଃ ଚାରି ଶ୍ରେଣୀରେ ବିଭକ୍ତ ହୋଇଛି ।
ସେଗୁଡ଼ିକ ହେଲା– (୧) ପାର୍ବତ୍ୟ ଭୂମି, (୨) ସମତଳ ଭୂମି, (୩) ମାଳଭୂମି, (୪) ଉପକୂଳବର୍ତ୍ତୀ ସମତଳ ଭୂମି ଓ ଦ୍ବୀପସମୂହ । ଭାରତର ଉତ୍ତର ଓ ଉତ୍ତର-ପୂର୍ବାଞ୍ଚଳରେ ବିସ୍ତୀର୍ଣ୍ଣ ପାର୍ବତ୍ୟଭୂମି ଥିବାବେଳେ ଏହାର ଠିକ୍ ଦକ୍ଷିଣକୁ ଏବଂ ଉପକୂଳ ଅଞ୍ଚଳରେ ବିସ୍ତୃତ ସମତଳ ଭୂମି ରହିଅଛି । ଏହାର ଦକ୍ଷିଣ ଅଂଶରେ ମୁଖ୍ୟତଃ ମାଳଭୂମିମାନ ଦେଖାଯାଏ । ହିମାଳୟ ଭାରତର ମୁଖ୍ୟ ପ୍ରାକୃତିକ ବିଭାଗ ଅଟେ ।
ଭାରତରେ ପ୍ରବାହିତ ନଦୀଗୁଡ଼ିକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା – (୧) ଉତ୍ତର ଭାରତର ନଦୀ, (୨) ଦକ୍ଷିଣ ଭାରତର ନଦୀ । ଉତ୍ତର ଭାରତରେ ପ୍ରବାହିତ ନଦୀମାନଙ୍କ ମଧ୍ୟରେ ଗଙ୍ଗା ପ୍ରଧାନ । ଗୋଦାବରୀ ଦକ୍ଷିଣ ଭାରତର ବୃହତ୍ତମ ନଦୀ ।
ଭାରତର ଜଳବାୟୁ ଏହାର କ୍ରାନ୍ତୀୟ ଅବସ୍ଥିତି ତଥା ହିମାଳୟ ଓ ପଶ୍ଚିମଘାଟ ଭଳି ଉଚ୍ଚ ପର୍ବତଶ୍ରେଣୀ ଦେଶର ବିଭିନ୍ନ ଅଞ୍ଚଳର ତାପମାତ୍ରା ଓ ବୃଷ୍ଟିପାତର ବଣ୍ଟନକୁ ପ୍ରଭାବିତ କରେ । ମାତ୍ର ମୌସୁମୀ ବାୟୁ ହିଁ ଦେଶର ଜଳବାୟୁକୁ ବିଶେଷ ଭାବରେ ପ୍ରଭାବିତ କରେ । ତାପ ଓ ବୃଷ୍ଟିପାତର ଆଞ୍ଚଳିକ ବୈଷମ୍ୟ ଦୃଷ୍ଟିରୁ ଭାରତକୁ ୬ ଗୋଟି ଜଳବାୟୁ ଅଞ୍ଚଳରେ ବିଭକ୍ତ କରାଯାଇଛି । ଯଥା (୧) କ୍ରାନ୍ତୀୟ ଅଧିକ ଆର୍ଦ୍ର
ଜଳବାୟୁ, (୨) କ୍ରାନ୍ତୀୟ ମହାଦେଶୀୟ ଜଳବାୟୁ, (୩) କ୍ରାନ୍ତୀୟ ଅର୍ଦ୍ଧଶୁଷ୍କ ଜଳବାୟୁ, (୪) କ୍ରାନ୍ତୀୟ ଶୁଷ୍କ ଜଳବାୟୁ, (୫) କ୍ରାନ୍ତିୟ ମରୁଭୂମି ଜଳବାୟୁ, (୬) ପାର୍ବତ୍ୟ ଜଳବାୟୁ । ମୁଭିକା ଭୂ-ସମ୍ପଦର ଏକ ପ୍ରଧାନ ଅଂଶ । ଭାରତର ବିଭିନ୍ନ ଅଞ୍ଚଳରେ ପଟୁ ମୃତ୍ତିକା, କୃଷ୍ଣକାର୍ପାସ୍ ମୃତ୍ତିକା, ଲୋହିତ ମୁରିକା, ଲାଟେରାଇଟ୍ ମୁଭିକା, ଅରଣ୍ୟ ମୃତ୍ତିକା, ଲୁଣାମାଟି, ପିଟ୍ ଓ ଅନ୍ୟାନ୍ୟ ଜୈବମୃତ୍ତିକା ରହିଅଛି । ଭାରତର ବୃଷ୍ଟିବହୁଳ ଅଞ୍ଚଳରେ ଅରଣ୍ୟଭୂମି, ସ୍ୱଳ୍ପ ବୃଷ୍ଟିଯୁକ୍ତ ଅଞ୍ଚଳରେ ତୃଣଭୂମି ଓ ବୃଷ୍ଟିହୀନ ଅଞ୍ଚଳରେ ମରୁଭୂମି ଦେଖାଯାଏ । ଭାରତରେ ଚିରହରିତ୍, ମୌସୁମୀ, ଜୁଆରିଆ, ଗୁଳ୍ମ, ସରଳବର୍ଗୀୟ ଓ ଆଲ୍ୟ ଅରଣ୍ୟମାନ ଦେଖାଯାଏ ।
ଭାରତର ଜନସଂଖ୍ୟା ପ୍ରାୟ ପୃଥିବୀର ଜନସଂଖ୍ୟାର ଶତକଡ଼ା ୧୬ ଭାଗ ହୋଇଥିବାବେଳେ ଆୟତନ ମାତ୍ର ୨.୪ ଭାଗ । ଭାରତ ଜନସଂଖ୍ୟା ଦୃଷ୍ଟିରୁ ପୃଥିବୀର ଦ୍ଵିତୀୟ ବୃହତ୍ତମ ଦେଶ । ୧୯୯୧ ମସିହା ଜନଗଣନା ଅନୁସାରେ ୮୪.୪ କୋଟି ଏବଂ ବର୍ତ୍ତମାନ ୧୨୧ କୋଟିରୁ ଅଧିକ ହେଲାଣି । ଜନସଂଖ୍ୟାର ବିତରଣ ମୁଖ୍ୟତଃ ଜଳବାୟୁ, ଭୂମିରୂପ, ମୃତ୍ତିକା, ଖଣିଜ ସମ୍ପଦ, ସାମାଜିକ ତଥା ସାଂସ୍କୃତିକ କାରଣଗୁଡ଼ିକ ଉପରେ ପର୍ଯ୍ୟବସିତ । ପଶ୍ଚିମବଙ୍ଗରେ ଜନସଂଖ୍ୟାର ଘନତ୍ବ ସର୍ବାଧିକ ଏବଂ କେରଳରେ ସାକ୍ଷରତା ଓ ନାରୀ ପୁରୁଷ ଅନୁପାତ ସର୍ବାଧିକ ରହିଅଛି । ଆମ ଦେଶରେ ଜନ୍ମହାର ମୃତ୍ୟୁହାର ତୁଳନାରେ ଅଧିକ ହେଉଥିବାରୁ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଘଟୁଛି । ୧୯୬୧ ମସିହା ପରଠାରୁ ଜନସଂଖ୍ୟାର ଅତିମାତ୍ରାରେ ବୃଦ୍ଧିକୁ ଜନସଂଖ୍ୟାର ବିସ୍ଫୋରଣ କୁହାଯାଏ ।
ଭାରତର ସମୁଦାୟ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶରୁ ଅଧ୍ଯକ କୃଷି ଉପରେ ନିର୍ଭର କରିଥା’ନ୍ତି । ଭାରତର କୃଷି ମୌସୁମୀ ବାୟୁଜନିତ ବୃଷ୍ଟି ଉପରେ ନିର୍ଭର କରେ । ଦେଶର କୃଷିକୁ ସ୍ଥାନାନ୍ତରିତ କୃଷି, ସ୍ଥାନିକ କୃଷି ଓ ରୋପଣ କୃଷି ଆଦି ତିନିଭାଗରେ ବିଭକ୍ତ କରାଯାଇଛି । ଭାରତର ମୁଖ୍ୟ ଫସଲଗୁଡ଼ିକ ହେଲା ଧାନ, ଗହମ, କପା, ଚାହା ଓ ଆଖୁ । ଧାନ ଓ ଗହମ ଉଭୟ ଭାରତର ମୁଖ୍ୟ ଖାଦ୍ୟଶସ୍ୟ । କ୍ରାନ୍ତୀୟ ଅଞ୍ଚଳରେ ଧାନ ଓ ନାତିଶୀତୋଷ ମଣ୍ଡଳରେ ଗହମ ଚାଷ କରାଯାଏ ।
ଆମ ଦେଶର ଲୌହ ଓ ଇସ୍ପାତ୍ ଶିଳ୍ପ ଭାରତର ଅର୍ଥନୀତିର ମେରୁଦଣ୍ଡ ସ୍ଵରୂପ । ଲୌହଇସ୍ପାତ ଶିଳ୍ପମାନ ଓଡ଼ିଶାର ରାଉରକେଲା, ମଧ୍ୟପ୍ରଦେଶର ଭିଲାଇ, ପଶ୍ଚିମବଙ୍ଗର ଦୁର୍ଗାପୁର, ବିହାରର ବୋକାରୋ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ତାମିଲନାଡୁର ସାଲେମ୍ ଓ କର୍ଣ୍ଣାଟକର ବିଜୟନଗରଠାରେ ଗଢ଼ିଉଠିଛି ।
ଆମ ଦେଶର ପରିବହନ ବ୍ୟବସ୍ଥାକୁ ମୁଖ୍ୟତଃ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା- ସ୍ଥଳ ପରିବହନ, ଜଳ ପରିବହନ ଓ ଆକାଶ ପରିବହନ । ସ୍ଥଳ ପରିବହନ ମୁଖ୍ୟତଃ ସଡ଼କପଥ ଓ ରେଳପଥ ମାଧ୍ୟମରେ ହୁଏ । ସଡ଼କପଥକୁ ଚାରିଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା- ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲ୍ଲା ଓ ଗ୍ରାମ୍ୟ ସଡ଼କ । ଦେଶର ରେଳପଥକୁ ୧୬ ଗୋଟି ଜୋନ୍ରେ ବିଭକ୍ତ କରାଯାଇଛି ।
ଭାରତ ବହୁ ଜାତି, ଧର୍ମ, ସଂସ୍କୃତି ଓ ଭାଷାମୟ ରାଷ୍ଟ୍ର । ଏହା ବିବିଧତା ମଧ୍ୟରେ ଏକତା ବଜାୟ ରଖୁଛି ।
୩ । ଭାରତର ମୁଖ୍ୟ ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖୁ ପାର୍ବତ୍ୟାଞ୍ଚଳ ବିଷୟରେ ବିଶଦଭାବେ ବର୍ଣ୍ଣନା କର ।
Answer:
ଭାରତର ଉତ୍ତର ଗୋଲାର୍ଦ୍ଧରେ ଏବଂ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ । କର୍କଟକ୍ରାନ୍ତି ଏହାର ମଧ୍ୟ ଦେଇ କଳ୍ପିତ ହୋଇଅଛି । ଏହା ୮ ଡିଗ୍ରୀ ୪ ମିନିଟ୍ ଉତ୍ତର ଅକ୍ଷାଂଶରୁ ୩୭ ଡିଗ୍ରୀ ୬ ମିନିଟ୍ ଉତ୍ତର ଅକ୍ଷାଂଶ ଓ ୬୮ ଡିଗ୍ରୀ ୭ ମିନିଟ ପୂର୍ବ ଦ୍ରାଘିମାରୁ ୯୭ ଡିଗ୍ରୀ ୨୫ ମିନିଟ୍ ପୂର୍ବ ଦ୍ରାଘିମା ମଧ୍ଯରେ ଅବସ୍ଥିତ । ଭାରତର ଆକାର ପ୍ରାୟ ଏକ ତ୍ରିଭୁଜ ପରି । ଭାରତର କ୍ଷେତ୍ରଫଳ ୩, ୨୮୭,୨୯୩ ବର୍ଗ କି.ମି. । ଏହାର ଉତ୍ତରରୁ ଦକ୍ଷିଣକୁ ୨,୨୧୪ କି.ମି. ଏବଂ ପୂର୍ବ, ପଶ୍ଚିମକୁ ୨, ୯୩୩ କି.ମି. ବିସ୍ତୃତ । ଆୟତନ ଅନୁସାରେ ଭାରତ ପୃଥିବୀରେ ସପ୍ତମ ସ୍ଥାନ ଅଧିକାର କରିଛି ।
ଭାରତର ଭୂ-ପ୍ରକୃତି ସର୍ବତ୍ର ସମାନ ନୁହେଁ । ଏହାର ବିଭିନ୍ନ ଅଞ୍ଚଳରେ ଉଚ୍ଚ ପର୍ବତଶ୍ରେଣୀ, ମାଳଭୂମି, ଉର୍ବର ସମତଳଭୂମି ଓ ଅସଂଖ୍ୟ ନଦନଦୀ ଦେଖିବାକୁ ମିଳେ । ତେଣୁ ଭାରତୀୟ ଭୂଖଣ୍ଡକୁ ଭୂ-ପ୍ରକୃତିର ବିଭିନ୍ନତା ଅନୁସାରେ ଚାରିଗୋଟି ମୁଖ୍ୟ ବିଭାଗରେ ବିଭକ୍ତ କରାଯାଇଛି; ଯଥା- (କ) ଉତ୍ତରସ୍ଥ ପାର୍ବତ୍ୟାଞ୍ଚଳ, (ଖ) ବୃହତ୍ ସମତଳଭୂମି, (ଗ) ଦକ୍ଷିଣ ଭାରତ ମାଳଭୂମି, (ଘ) ଉପକୂଳବର୍ତ୍ତୀ ସମତଳଭୂମି ଓ ଦ୍ଵୀପସମୂହ ।
ଭାରତ ପୂର୍ବ-ପଶ୍ଚିମ ଭାବରେ ଲମ୍ବି ରହିଥିବା ବିସ୍ତୀର୍ଣ୍ଣ ପର୍ବତମାଳାକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା- (୧) ହିମାଳୟ ପର୍ବତମାଳା, (୨) ହିମାଳୟ ଅପରପାର୍ଶ୍ୱସ୍ଥ ପର୍ବତମାଳା, (୩) ପୂର୍ବାଞ୍ଚଳ ପାହାଡ଼ମାଳା । ଏହା ମଧ୍ୟରୁ ହିମାଳୟ ପର୍ବତମାଳା ଅନ୍ୟତମ ।
ଅଞ୍ଚଳରେ ଅରଣ୍ୟଭୂମି, ସ୍ୱଳ୍ପ ବୃଷ୍ଟିଯୁକ୍ତ ଅଞ୍ଚଳରେ ତୃଣଭୂମି ଓ ବୃଷ୍ଟିହୀନ ଅଞ୍ଚଳରେ ମରୁଭୂମି ଦେଖାଯାଏ । ଭାରତରେ ଚିରହରିତ୍, ମୌସୁମୀ, ଜୁଆରିଆ, ଗୁଳ୍ମ, ସରଳବର୍ଗୀୟ ଓ ଆଲ୍ପୟ ଅରଣ୍ୟମାନ ଦେଖାଯାଏ । ଭାରତର ଜନସଂଖ୍ୟା ପ୍ରାୟ ପୃଥିବୀର ଜନସଂଖ୍ୟାର ଶତକଡ଼ା ୧୬ ଭାଗ ହୋଇଥିବାବେଳେ ଆୟତନ ମାତ୍ର ୨.୪ ଭାଗ । ଭାରତ ଜନସଂଖ୍ୟା ଦୃଷ୍ଟିରୁ ପୃଥିବୀର ଦ୍ବିତୀୟ ବୃହତ୍ତମ ଦେଶ । ୧୯୯୧ ମସିହା ଜନଗଣନା ଅନୁସାରେ ୮୪.୪ କୋଟି ଏବଂ ବର୍ତ୍ତମାନ ୧୨୧ କୋଟିରୁ ଅଧିକ ହେଲାଣି ।
ଜନସଂଖ୍ୟାର ବିତରଣ ମୁଖ୍ୟତଃ ଜଳବାୟୁ, ଭୂମିରୂପ, ମୃତ୍ତିକା, ଖଣିଜ ସମ୍ପଦ, ସାମାଜିକ ତଥା ସାଂସ୍କୃତିକ କାରଣଗୁଡ଼ିକ ଉପରେ ପର୍ଯ୍ୟବସିତ । ପଶ୍ଚିମବଙ୍ଗରେ ଜନସଂଖ୍ୟାର ଘନତ୍ଵ ସର୍ବାଧିକ ଏବଂ କେରଳରେ ସାକ୍ଷରତା ଓ ନାରୀ ପୁରୁଷ ଅନୁପାତ ସର୍ବାଧିକ ରହିଅଛି । ଆମ ଦେଶରେ ଜନ୍ମହାର ମୃତ୍ୟୁହାର ତୁଳନାରେ ଅଧୂକ ହେଉଥିବାରୁ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଘଟୁଛି । ୧୯୬୧ ମସିହା ପରଠାରୁ ଜନସଂଖ୍ୟାର ଅତିମାତ୍ରାରେ ବୃଦ୍ଧିକୁ ଜନସଂଖ୍ୟାର ବିସ୍ଫୋରଣ କୁହାଯାଏ ।
ଭାରତର ସମୁଦାୟ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶରୁ ଅଧ୍ଵକ କୃଷି ଉପରେ ନିର୍ଭର କରିଥା’ନ୍ତି । ଭାରତର କୃଷି ମୌସୁମୀ ବାୟୁଜନିତ ବୃଷ୍ଟି ଉପରେ ନିର୍ଭର କରେ । ଦେଶର କୃଷିକୁ ସ୍ଥାନାନ୍ତରିତ କୃଷି, ସ୍ଥାନିକ କୃଷି ଓ ରୋପଣ କୃଷି ଆଦି ତିନିଭାଗରେ ବିଭକ୍ତ କରାଯାଇଛି । ଭାରତର ମୁଖ୍ୟ ଫସଲଗୁଡ଼ିକ ହେଲା ଧାନ, ଗହମ, କପା, ଚାହା ଓ ଆଖୁ । ଧାନ ଓ ଗହମ ଉଭୟ ଭାରତର ମୁଖ୍ୟ ଖାଦ୍ୟଶସ୍ୟ । କ୍ରାନ୍ତୀୟ ଅଞ୍ଚଳରେ ଧାନ ଓ ନାତିଶୀତୋଷ ମଣ୍ଡଳରେ ଗହମ ଚାଷ କରାଯାଏ ।
ଆମ ଦେଶର ଲୌହ ଓ ଇସ୍ପାତ୍ ଶିଳ୍ପ ଭାରତର ଅର୍ଥନୀତିର ମେରୁଦଣ୍ଡ ସ୍ଵରୂପ । ଲୌହଇସ୍ପାତ ଶିଳ୍ପମାନ ଓଡ଼ିଶାର ରାଉରକେଲା, ମଧ୍ୟପ୍ରଦେଶର ଭିଲାଇ, ପଶ୍ଚିମବଙ୍ଗର ଦୁର୍ଗାପୁର, ବିହାରର ବୋକାରୋ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ତାମିଲନାଡୁର ସାଲେମ୍ ଓ କର୍ଣ୍ଣାଟକର ବିଜୟନଗରଠାରେ ଗଢ଼ିଉଠିଛି ।
ଆମ ଦେଶର ପରିବହନ ବ୍ୟବସ୍ଥାକୁ ମୁଖ୍ୟତଃ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା- ସ୍ଥଳ ପରିବହନ, ଜଳ ପରିବହନ ଓ ଆକାଶ ପରିବହନ । ସ୍ଥଳ ପରିବହନ ମୁଖ୍ୟତଃ ସଡ଼କପଥ ଓ ରେଳପଥ ମାଧ୍ୟମରେ ହୁଏ । ସଡ଼କପଥକୁ ଚାରିଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା- ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲ୍ଲା ଓ ଗ୍ରାମ୍ୟ ସଡ଼କ । ଦେଶର ରେଳପଥକୁ ୧୬ ଗୋଟି ଜୋନ୍ରେ ବିଭକ୍ତ କରାଯାଇଛି ।
ଭାରତ ବହୁ ଜାତି, ଧର୍ମ, ସଂସ୍କୃତି ଓ ଭାଷାମୟ ରାଷ୍ଟ୍ର । ଏହା ବିବିଧତା ମଧ୍ୟରେ ଏକତା ବଜାୟ ରଖୁଛି ।
୩ । ଭାରତର ମୁଖ୍ୟ ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖୁ ପାର୍ବତ୍ୟାଞ୍ଚଳ ବିଷୟରେ ବିଶଦଭାବେ ବର୍ଣ୍ଣନା କର ।
Answer:
ଭାରତର ଉତ୍ତର ଗୋଲାର୍ଦ୍ଧରେ ଏବଂ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ । କର୍କଟକ୍ରାନ୍ତି ଏହାର ମଧ୍ୟ ଦେଇ କଚ୍ଛିତ ହୋଇଅଛି । ଏହା ୮ ଡିଗ୍ରୀ ୪ ମିନିଟ୍ ଉତ୍ତର ଅକ୍ଷାଂଶରୁ ୩୭ ଡିଗ୍ରୀ ୬ ମିନିଟ୍ ଉତ୍ତର ଅକ୍ଷାଂଶ ଓ ୬୮ ଡିଗ୍ରୀ ୭ ମିନିଟ ପୂର୍ବ ଦ୍ରାଘିମାରୁ ୯୭ ଡିଗ୍ରୀ ୨୫ ମିନିଟ୍ ପୂର୍ବ ଦ୍ରାଘିମା ମଧ୍ଯରେ ଅବସ୍ଥିତ । ଭାରତର ଆକାର ପ୍ରାୟ ଏକ ତ୍ରିଭୁଜ ପରି । ଭାରତର କ୍ଷେତ୍ରଫଳ ୩, ୨୮୭,୨୯୩ ବର୍ଗ କି.ମି. । ଏହାର ଉତ୍ତରରୁ ଦକ୍ଷିଣକୁ ୨,୨୧୪ କି.ମି. ଏବଂ ପୂର୍ବ, ପଶ୍ଚିମକୁ ୨,୯୩୩ କି.ମି. ବିସ୍ତୃତ । ଆୟତନ ଅନୁସାରେ ଭାରତ ପୃଥିବୀରେ ସପ୍ତମ ସ୍ଥାନ ଅଧିକାର କରିଛି ।
ଭାରତର ଭୂ-ପ୍ରକୃତି ସର୍ବତ୍ର ସମାନ ନୁହେଁ । ଏହାର ବିଭିନ୍ନ ଅଞ୍ଚଳରେ ଉଚ୍ଚ ପର୍ବତଶ୍ରେଣୀ, ମାଳଭୂମି, ଉର୍ବର ସମତଳଭୂମି ଓ ଅସଂଖ୍ୟ ନଦନଦୀ ଦେଖିବାକୁ ମିଳେ । ତେଣୁ ଭାରତୀୟ ଭୂଖଣ୍ଡକୁ ଭୂ-ପ୍ରକୃତିର ବିଭିନ୍ନତା ଅନୁସାରେ ଚାରିଗୋଟି ମୁଖ୍ୟ ବିଭାଗରେ ବିଭକ୍ତ କରାଯାଇଛି; ଯଥା- (କ) ଉତ୍ତରସ୍ଥ ପାର୍ବତ୍ୟାଞ୍ଚଳ, (ଖ) ବୃହତ୍ ସମତଳଭୂମି, (ଗ) ଦକ୍ଷିଣ ଭାରତ ମାଳଭୂମି, (ଘ) ଉପକୂଳବର୍ତ୍ତୀ ସମତଳଭୂମି ଓ ଦ୍ଵୀପସମୂହ ।
ଭାରତ ପୂର୍ବ-ପଶ୍ଚିମ ଭାବରେ ଲମ୍ବି ରହିଥିବା ବିସ୍ତୀର୍ଣ୍ଣ ପର୍ବତମାଳାକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା- (୧) ହିମାଳୟ ପର୍ବତମାଳା, (୨) ହିମାଳୟ ଅପରପାର୍ଶ୍ୱସ୍ଥ ପର୍ବତମାଳା, (୩) ପୂର୍ବାଞ୍ଚଳ ପାହାଡ଼ମାଳା । ଏହା ମଧ୍ୟରୁ ହିମାଳୟ ପର୍ବତମାଳା ଅନ୍ୟତମ ।
ହିମାଳୟ ପର୍ବତମାଳା – ହିମାଳୟ ପଶ୍ଚିମରେ ସିନ୍ଧୁନଦୀଠାରୁ ପୂର୍ବରେ ବ୍ରହ୍ମପୁତ୍ର ନଦୀ ପର୍ଯ୍ୟନ୍ତ ୨୪୦୦ କି.ମି ଧରି ବିସ୍ତୃତ । ଏହାର ପ୍ରସ୍ଥ କାଶ୍ମୀର ଅଞ୍ଚଳରେ ୫୦୦ କି.ମି.ରୁ ଅରୁଣାଚଳ ପ୍ରଦେଶ ଅଞ୍ଚଳରେ ୨୦୦ କି.ମି. ମଧ୍ଯରେ ବିସ୍ତୃତ । ଏହାର ପାଞ୍ଚଲକ୍ଷ ବର୍ଗ କି.ମି. । ହିମାଳୟ ପାର୍ବତ୍ୟାଞ୍ଚଳକୁ ତିନିଗୋଟି ସମାନ୍ତରାଳ ପର୍ବତ ଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା- ସିଲିକ୍, ହିମାଚଳ ଓ ହିମାଦ୍ରି ।
(୧) ସିୱାଲିକ୍ : ହିମାଳୟ ପାର୍ବତ୍ୟାଞ୍ଚଳର ସବୁଠାରୁ ବାହ୍ୟ ଶ୍ରେଣୀ ଓ ଦକ୍ଷିଣତମ ଅଞ୍ଚଳକୁ ସିଲିକ୍ କୁହାଯାଏ ଉତ୍ତର-ପଶ୍ଚିମରେ କାଶ୍ମୀର ଓ ପୂର୍ବରେ ତିସ୍ତା ନଦୀ ମଧ୍ୟରେ ଏହା ବିସ୍ତୃତ । ନରମ ସ୍ତରୀଭୂତ ଶିଳାରେ ଗଠିତ ଏହି ପର୍ବତଶ୍ରେଣୀର ଉଚ୍ଚତା ୬୦୦ ରୁ ୧୫୦୦ ମିଟର ମଧ୍ଯରେ ହୋଇଥାଏ । ସିଲିକ୍ର ଦକ୍ଷିଣ ପାର୍ଶ୍ଵ ତୀଖ ଢାଲୁ ଏବଂ ଆକୃତି ଦେଖୁବାକୁ ଘୁଷୁରି ପୃଷ୍ଠପରି । ନେପାଳର ଚିରିୟାଘାଟୀ ପାହାଡ଼, ଦୁନ୍ଦୁଆ ପର୍ବତଶ୍ରେଣୀ ଏବଂ ଆଙ୍ଗ ପର୍ବତଶ୍ରେଣୀ ସିଲିକ୍ ପର୍ବତଶ୍ରେଣୀର ଅଂଶବିଶେଷ ।
ତିସ୍ତା ଏବଂ ରେଡ଼କ ନଦୀର ଗଣ୍ଡ ଏକତ୍ର ମିଳିତ ହୋଇ ସିୱାଲିକ୍ରେ ଏକ ଫାଙ୍କ ସୃଷ୍ଟି କରିଛି । ଏକ ଚଟାଣ ବିଶିଷ୍ଟ ଉପତ୍ୟକାମାନ ସିୱାଲିକ୍ ପର୍ବତଶ୍ରେଣୀକୁ ହିମାଚଳଠାରୁ ପୃଥକ୍ କରୁଛି ଏହାକୁ ଡୁନସ୍ କୁହାଯାଏ । ଡେରାଡୁନ୍ ଉପତ୍ୟକା ଏହାର ଏକ ଅଂଶବିଶେଷ ।
(୨) ହିମାଚଳ : ହିମାଚଳ ପର୍ବତଶ୍ରେଣୀ ସିଲିକ୍ ପର୍ବତଶ୍ରେଣୀର ଉତ୍ତରକୁ ଅବସ୍ଥିତ । ଏହାର ପ୍ରସ୍ଥ ୬୦ରୁ ୮୦ କି.ମି. ଏବଂ ଉଚ୍ଚତା ୧୦୦୦ ରୁ ୪୫୦୦ ମିଟର ପର୍ଯ୍ୟନ୍ତ ବିସ୍ତୃତ । ଏହା ଅଧିକ ବନ୍ଧୁର ଏବଂ ଶୃଙ୍ଗର ଉଚ୍ଚତା ପ୍ରାୟ ୫୦୦୦ମି. ଏବଂ ଦେଖୁବାକୁ ଘୁଷୁରି ପିଠି ପରି । ଏହାର ଦକ୍ଷିଣ ଗଡ଼ାଣି ଅପେକ୍ଷାକୃତ ତୀଖ ଓ ନଗ୍ନ । ହିମାଚଳରେ ଥିବା ପର୍ବତଶ୍ରେଣୀ ମଧ୍ୟରେ କାଶ୍ମୀରର ପିପଞ୍ଜଲ ପର୍ବତଶ୍ରେଣୀ ପ୍ରଧାନ ।
ପିରପଞ୍ଜଲ୍ ପର୍ବତଶ୍ରେଣୀ ଏବଂ ପଶ୍ଚିମକୁ ଗତି କରୁଥିବା ହିମାଦ୍ରି ପର୍ବତଶ୍ରେଣୀ ମଧ୍ୟରେ କାଶ୍ମୀର ଉପତ୍ୟକା ଅବସ୍ଥିତ । ହିମାଚଳରେ ସିମଳା ଶୈଳନିବାସ ଓ କୁଲୁ ଉପତ୍ୟକା ଅବସ୍ଥିତ । ହିମାଚଳର ପୂର୍ବରେ ମସୌରୀ ଏବଂ ନାଗତିବା ପର୍ବତଶ୍ରେଣୀ ଅବସ୍ଥିତ । ମସୌରୀ, ନୈନିତାଲ ଏବଂ ରାଣୀକ୍ଷେତ ଆଦି ପ୍ରଧାନ ଶୈଳନିବାସଗୁଡ଼ିକ ହିମାଚଳ ପର୍ବତଶ୍ରେଣୀର ୧୫୦୦ ରୁ ୨୦୦୦ମି. ଉଚ୍ଚତା ମଧ୍ୟରେ ଅବସ୍ଥିତ ।
(୩) ହିମାଦ୍ରି : ହିମାଦ୍ରି ହେଉଛି ହିମାଳୟ ପର୍ବତମାଳାର ସବୁଠାରୁ ଉଚ୍ଚତମ ଏବଂ ସର୍ବାଧ୍ଵକ ନିରବଚ୍ଛିନ୍ନ ପର୍ବତମାଳା । ଏହାର ଅଭ୍ୟନ୍ତର ଗ୍ରାନାଇଟ ଶିଳା ଓ ବାହ୍ୟ ରୂପାନ୍ତରିତ ଶିଳାରେ ଗଠିତ । ଏହି ପର୍ବତଶ୍ରେଣୀ ଉତ୍ତର ପଶ୍ଚିମରେ ଗଙ୍ଗା ପର୍ବତର ସିନ୍ଧୁ ନଦୀରୁ ଉତ୍ତର-ପୂର୍ବରେ ଅରୁଣାଚଳ ପ୍ରଦେଶର ଦହାଙ୍ଗ ଗଣ୍ଡ ପର୍ଯ୍ୟନ୍ତ ବିସ୍ତୃତ । ଏହାର ହାରାହାରି ଉଚ୍ଚତା ୬୧୦୦ ମି. ହେଲେ ମଧ୍ୟ ଏହାର ଅଧିକାଂଶ ଗିରିଶୃଙ୍ଗ ୮୦୦୦ମି.ରୁ ଅଧିକ ଉଚ୍ଚ ।
ଏଥିରେ ଥିବା ଶୃଙ୍ଗ ମଧ୍ୟରୁ ଏଭେରେଷ୍ଟ ୮୮୪୮ ମିଟର ଅନ୍ୟତମ । ହିମାଦ୍ରି ପର୍ବତଶ୍ରେଣୀ ବର୍ଷସାରା ତୁଷାରାଚ୍ଛନ୍ନ ଥାଏ । ଏହାର ଅଧିକାଂଶ ତୁଷାରସ୍ରୋତ ୪ରୁ ୫କି.ମି. ଲମ୍ବ ହୋଇଥିଲେ ମଧ୍ୟ ଗଙ୍ଗୋତ୍ରୀ, ମିଲାସ୍ ଓ ଜେମ୍ବୁ ଭଳି ତୁଷାରସ୍ରୋତର ଦୈର୍ଘ୍ୟ ୨୦କି.ମି.ରୁ ଅଧୂକ ଥାଏ । ଏହି ପର୍ବତଶ୍ରେଣୀକୁ ମୁଖ୍ୟତଃ କାଶ୍ମୀରର ବୁର୍ଜିଲ ଓ ଜୋଜି-ଲା, ହିମାଚଳ ପ୍ରଦେଶର ବର-ଲାଚ-ଲା, ସିକିମ୍ର ନାଥୁ-ଲା ଇତ୍ୟାଦି ଗିରିପଥଗୁଡ଼ିକ ଅତିକ୍ରମ କରିଥାଏ ।
ହିମାଳୟ ଅପର ପାର୍ଶ୍ୱସ୍ଥ ପର୍ବତମାଳା :
ଏହି ପର୍ବତମାଳା ୮୦ ଡିଗ୍ରୀ ଦ୍ରାଘିମାଠାରୁ ହିମାଦ୍ରି ପର୍ବତମାଳାଠାରୁ ଅଲଗା ହୋଇ ତିବ୍ବତ ଆଡ଼କୁ ଗତି କରିଛି । ଏହା ମୁଖ୍ୟ ପର୍ବତମାଳାର ଉତ୍ତର ସହିତ ସମାନ୍ତ ଭାବରେ ଉତ୍ତର-ପଶ୍ଚିମ ଆଡ଼କୁ ବିସ୍ତୃତ । ଏହାକୁ ଯସକର ପର୍ବତମାଳା କୁହାଯାଏ । ଏହାର ହାରାହାରି ଉଚ୍ଚତା ୬୦୦୦ ମିଟର । ନଙ୍ଗା ପର୍ବତ, ଲଦାଖ-ପର୍ବତମାଳା ଏହି ପର୍ବତମାଳାର ଅନ୍ତର୍ଗତ । କାରାକୋରମ୍ ପର୍ବତଶ୍ରେଣୀ ଅନ୍ତର୍ଗତ K2, ଶୃଙ୍ଗ, ହିଡ଼େନ ଶୃଙ୍ଗ, ବ୍ରୋଡ଼ ଶୃଙ୍ଗ ଏହି ପର୍ବତମାଳାରେ ଅବସ୍ଥିତ । କାରାକୋରମ୍ ପର୍ବତଶ୍ରେଣୀ ପଶ୍ଚିମରେ ପାମରନଟ୍ରେ ମିଳିତ ହୋଇ ଦକ୍ଷିଣ ପୂର୍ବଦିଗକୁ କୈଳାସ ପର୍ବତମାଳା ନାମରେ ଜଣାଯାଏ ।
ପୂର୍ବାଞ୍ଚଳ ପର୍ବତମାଳା :
ଅରୁଣାଚଳ ପ୍ରଦେଶର ଦିହାଙ୍ଗ ଗଣ୍ଡର ପୂର୍ବରୁ ହିମାଳୟ ପର୍ବତମାଳାର ଦକ୍ଷିଣ ଦିଗକୁ ଅନେକ ଛୋଟ ବଡ଼ ପାହାଡ଼ ଶ୍ରେଣୀରେ ବିଭକ୍ତ ହୋଇ ଉତ୍ତର-ଦକ୍ଷିଣ ହୋଇ ବିସ୍ତୃତ । ଏହି ପର୍ବତଶ୍ରେଣୀ ଅରୁଣାଚଳର ପୂର୍ବଦିଗରୁ ଆରମ୍ଭ ହୋଇ ନାଗାଲ୍ୟାଣ୍ଡ, ମଣିପୁର, ମିଜୋରମ୍, ତ୍ରିପୁରା ଏବଂ ପୂର୍ବ ଆସାମ ହୋଇ ବିସ୍ତୃତ ହୋଇଛି । ଏହାର ହାରାହାରି ଉଚ୍ଚତା ୩୦୦୦ ମିଟର । ପଟାକାଇବସ୍, ନାଗା ହିଲ୍ମ, ସାରାମତି ଶୃଙ୍ଗ ଏହି ପୂର୍ବାଞ୍ଚଳର ସର୍ବୋଚ୍ଚ ଶିଖର ।
୪। ଭାରତର ମୁଖ୍ୟ ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖ୍ ଉପକୂଳସ୍ଥ ସମତଳଭୂମିର ବିଶଦ ଆଲୋଚନା କର ।
Answer:
ଭୂପ୍ରକୃତିର ବିବିଧତା ଦୃଷ୍ଟିରୁ ଭାରତର ଭୂରୂପକୁ ମୁଖ୍ୟତଃ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା- (୧) ପାର୍ବତ୍ୟ ଭୂମି, (୨) ସମତଳଭୂମି, (୩) ମାଳଭୂମି, (୪) ଉପକୂଳବର୍ତ୍ତୀ ସମତଳଭୂମି ।
ଅବସ୍ଥିତି ଓ ବିସ୍ତୃତି ଦୃଷ୍ଟିରୁ ଭାରତର ସମତଳଭୂମିଗୁଡ଼ିକ ସାଧାରଣତଃ ଦୁଇ ପ୍ରକାର । ଦକ୍ଷିଣ ଭାରତ ଉପସ୍ବୀପର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଉପକୂଳରେ ଥିବା ସଂକୀର୍ଣ୍ଣ ସମତଳଭୂମିକୁ ଉପକୂଳବର୍ତ୍ତୀ ସମତଳଭୂମି କୁହାଯାଏ । ଏହା ସାଗର ଢେଉ ଓ ନଦୀ ଆଦି କ୍ଷୟଜାତ ପଦାର୍ଥର ସଞ୍ଚୟ ଫଳରେ ସୃଷ୍ଟି ହୋଇଥାଏ । ବଙ୍ଗୋପସାଗର ଉପକୂଳସ୍ଥ ସମତଳଭୂମିକୁ ପୂର୍ବ ଉପକୂଳବର୍ତ୍ତୀ ସମତଳଭୂମି ଓ ଆରବସାଗର ଉପକୂଳସ୍ଥ ସମତଳଭୂମିକୁ ପଶ୍ଚିମ ଉପକୂଳବର୍ତ୍ତୀ ସମତଳଭୂମି କୁହାଯାଏ ।
ପୂର୍ବ ଉପକୂଳବର୍ତ୍ତୀ ସମତଳଭୂମି ଭାରତରେ ସୁବର୍ଣ୍ଣରେଖା ନଦୀଠାରୁ ଆରମ୍ଭ ହୋଇ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଲମ୍ବି ରହିଅଛି । ମହାନଦୀ, ଗୋଦାବରୀ, କୃଷ୍ଣା ଓ କାବେରୀ ଆଦି ନଦୀଗୁଡ଼ିକର ମୁଭିକା ସଞ୍ଚୟଦ୍ବାରା ଏହି ସମତଳଭୂମି ଗଠିତ । ଏହି ନଦୀଗୁଡ଼ିକର ତ୍ରିକୋଣଭୂମି ଏହି ସମତଳଭୂମିର ଅନ୍ତର୍ଗତ । ଏହି ସମତଳଭୂମିରେ ସୁବର୍ଣ୍ଣରେଖା ମୁହାଣରୁ ବିଶାଖାପାଟଣା ପର୍ଯ୍ୟନ୍ତ ଅଂଶକୁ ଓଡ଼ିଶା ଉପକୂଳ, ବିଶାଖାପାଟଣାରୁ ମାନ୍ଦ୍ରାଜ ପର୍ଯ୍ୟନ୍ତ ଅଂଶକୁ ଆନ୍ଧ୍ର ଉପକୂଳ ଏବଂ ମାନ୍ଦ୍ରାଜଠାରୁ ଦକ୍ଷିଣକୁ ଥିବା ଅଂଶକୁ କରମଣ୍ଡଳ ଉପକୂଳ କୁହାଯାଏ ।
ପଶ୍ଚିମ ଉପକୂଳବର୍ତ୍ତୀ ସମତଳଭୂମି ଉତ୍ତରରେ ନର୍ମଦା ମୁହାଣଠାରୁ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ । ସାବରମତୀ, ନର୍ମଦା ଓ ତାପୀ ଆଦି ନଦୀଗୁଡ଼ିକର ମୃତ୍ତିକା ସଞ୍ଚୟଦ୍ୱାରା ଏହି ସମତଳଭୂମି ଗଠିତ । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟ ରାଜ୍ୟଗୁଡ଼ିକର ଉପକୂଳ ଅଞ୍ଚଳ ଏହି ସମତଳଭୂମିର ଅଂଶବିଶେଷ ପଶ୍ଚିମଘାଟ ପର୍ବତମାଳାର ପାଦଦେଶରେ ଅବସ୍ଥିତ । ଏହି ସମତଳଭୂମି ଅତି ସଂକୀର୍ଣ୍ଣ । ମୁମ୍ବାଇଠାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ପଶ୍ଚିମ ଉପକୂଳର ଉତ୍ତରାଂଶକୁ କଙ୍କଣ ଉପକୂଳ ଏବଂ ମାଙ୍ଗାଲୋରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ ଦକ୍ଷିତାଂଶୁକୁ ମାଲାବାର ଉପକୂଳ କୁହାଯାଏ ।
୫। ଦକ୍ଷିଣ ଭାରତ ମାଳଭୂମିର ଏକ ଭୌଗୋଳିକ ବିବରଣୀ ପ୍ରଦାନ କର ।
Answer:
ଦକ୍ଷିର ଭାରତ ମାଳଭୂମି ଭାରତର ସର୍ବବୃହତ୍ ପ୍ରାକୃତିକ ବିଭାଗ । ଉପତ୍ୟକା ଓ ବେସିନ୍ଦ୍ୱାରା ପରସ୍ପରଠାରୁ ବିଚ୍ଛିନ୍ନ ଅନେକ ଛୋଟବଡ଼ ମାଳଭୂମି ଓ ପାହାଡ଼ମାଳା ଏଥିରେ ଦେଖିବାକୁ ମିଳେ । ଏହାର ଉତ୍ତର-ପଶ୍ଚିମ ସୀମାରେ ଆରାବଳୀ ପର୍ବତ ଓ ଉତ୍ତର ଏବଂ ଉତ୍ତର-ପୂର୍ବରେ ବୁନ୍ଦେଖଣ୍ଡ ଉଚ୍ଚଭୂମିର ଉତ୍ତରଧାରା, କୈମୁର ଓ ରାଜମହଲ ପାହାଡ଼ ଅବସ୍ଥିତ । ୨୨ ଡିଗ୍ରୀ ଉତ୍ତର ସମାକ୍ଷରେଖାର ଦକ୍ଷିଣକୁ ଏହି ମାଳଭୂମିର ପଶ୍ଚିମ ପ୍ରାନ୍ତରେ ସହ୍ୟାଦ୍ରି ଓ ପୂର୍ବ ପ୍ରାନ୍ତରେ ପୂର୍ବଘାଟ ପର୍ବତମାଳା,ବିଦ୍ୟମାନ ।
ଏହି ମାଳଭୂମିରେ ଥିବା ଅଧିକାଂଶ ମାଳଭୂମିର ପୃଷ୍ଠ ଦେଶ ୪୦୦ ମିଟରରୁ ଅଧ୍ଵ ଉଚ୍ଚ । ଏହି ମାଳଭୂମିର ଭୂପ୍ରକୃତିରେ ଥିବା ପାର୍ଥକ୍ୟଗୁଡ଼ିକ ବିଚାର କରି ଏହାକୁ ଛଅଗୋଟି ଉପବିଭାଗରେ ବିଭକ୍ତ କରାଯାଇଛି; ଯଥା— (୧) ଆରାବଳୀ -କେନ୍ଦ୍ରୀୟ ମାଳଭୂମି- ବିନ୍ଧ୍ୟ ସାତପୁରା, (୨) ପୂର୍ବସ୍ଥ ମାଳଭୂମିସମୂହ, (୩) କଚ୍ଛ କାଥୁଆୱାଡ଼, (୪) ସହ୍ୟାଦ୍ରି, (୫) ଦାକ୍ଷିଣାତ୍ୟର ମାଳଭୂମି, (୬) ପୂର୍ବଘାଟ ପର୍ବତମାଳା ।
(୧) ଆରାବଳୀ ପର୍ବତମାଳା : ଦିଲ୍ଲୀ ଓ ଗୁଜରାଟର ପାଲାପୁର ମଧ୍ୟରେ ଦକ୍ଷିଣ-ପଶ୍ଚିମରୁ ଉତ୍ତର-ପୂର୍ବ ଦିଗରେ ପ୍ରାୟ ୮୦୦ କି.ମି. ଧରି ଆରାବଳୀ ପର୍ବତମାଳା ବିସ୍ତୃତ । ଏହା ଉତ୍ତରକୁ ୪୦୦ ମିଟରରୁ କମ୍ ଉଚ୍ଚ ଓ ମଧ୍ୟଭାଗରେ ୯୦୦ ମିଟରରୁ ଅଧ୍ଵ ଉଚ୍ଚ । ଦକ୍ଷିଣରେ ଏହା ଅନେକଗୁଡ଼ିଏ ପାହାଡ଼ମାଳାରେ ବିଭକ୍ତ ଓ ୯୦୦ମି. ରୁ ଅଧିକ ଉଚ୍ଚ-ଆବୁ ପାହାଡ଼ର ଗୁରୁଶିଖର ଆରାବଳୀ ପର୍ବତମାଳାର ଉଚ୍ଚତମ ଶୃଙ୍ଗ ।
ଯମୁନା ଏବଂ ବିନ୍ଧ୍ୟ ଅଞ୍ଚଳ ମଧ୍ୟରେ ବୁନ୍ଦେଲଖଣ୍ଡ ନିଶ୍ର ଏବଂ କ୍ଷୟଜାତ ପୃଷ୍ଠଭୂମି ଦେଖିବାକୁ ମିଳେ । ଏହାକୁ ବୁନ୍ଦେଲଖଣ୍ଡ ଉଚ୍ଚଭୂମି କୁହାଯାଏ । ଏହା ଉତ୍ତର ପୂର୍ବକୁ ଗଡ଼ାଣିଆ । ଏହା କ୍ରମେ ଭାରତର ବୃହତ୍ ସମତଳଭୂମିରେ ମିଶିଯାଇଅଛି ।
ବିନ୍ଧ୍ୟ ପର୍ବତମାଳା ନର୍ମଦା ଶ୍ରେଣୀ ଗ୍ରସ୍ତ ଉପତ୍ୟକାର ପାର୍ଶ୍ବରେ ପୂର୍ବ-ପଶ୍ଚିମ ଦିଗରେ ବିସ୍ତୃତ । ଏହାର ପୂର୍ବାଞ୍ଚଳରେ କୈମୁର ପର୍ବତମାଳା ଏବଂ ଉତ୍ତର ପାର୍ଶ୍ଵରେ ସୋନ୍ ଉପତ୍ୟକା ଅବସ୍ଥିତ । ଏହାର ଉଚ୍ଚତା ୫୦୦ ମି. ରୁ ୬୦୦ ମି. ମଧ୍ଯରେ । ଉତ୍ତରରେ ନର୍ମଦା ଓ ଦକ୍ଷିଣରେ ତାପ୍ତି ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳରେ ସାତପୁରା ପର୍ବତମାଳା ଅବସ୍ଥିତ । ପଞ୍ଚମାରୀ ଏହାର ଉଚ୍ଚତମ ଅଂଶ।
(୨) ପୂର୍ବସ୍ଥ ମାଳଭୂମି ସମୂହ : ଏହି ମାଳଭୂମିରେ ଊର୍ଦ୍ଧ୍ବଭଙ୍ଗଯୁକ୍ତ ପାହାଡ଼ ଓ ନିମ୍ନ ଭଙ୍ଗଯୁକ୍ତ ଉପତ୍ୟକାମାନ ଦୃଷ୍ଟିଗୋଚର ହୁଏ । ବୈକାଲ ମାଳଭୂମିର ପୂର୍ବରୁ ବାଘେଲ ଖଣ୍ଡ ମାଳଭୂମି ଅବସ୍ଥିତ । ବାଘେଲଖଣ୍ଡ ମାଳଭୂମିର ଦକ୍ଷିଣକୁ ମହାନଦୀର ଉପର ଉପତ୍ୟକା ବା ଛତିଶଗଡ଼ ବେସିନ୍ କୁହାଯାଏ । ଏହାର ପୂର୍ବକୁ ଦକ୍ଷିଣ ବିହାରର ଛୋଟନାଗପୁର ମାଳଭୂମି ଅବସ୍ଥିତ ।
(୩) କାଥୁଆୱାଡ଼ କଚ୍ଛ ଉପଦ୍ୱୀପ : କାଥୁଆୱାଡ଼ ଉପଦ୍ୱୀପ ମୁଖ୍ୟତଃ ଦାକ୍ଷିଣାତ୍ୟ ଲାଭାଦ୍ୱାରା ଗଠିତ, ମାତ୍ର କଚ୍ଛ ଉପଦ୍ୱୀପ ଏକ ବ୍ୟବଚ୍ଛିନ୍ନ ମାଳଭୂମି । ଏଗୁଡ଼ିକ ଗୁଜରାଟରୁ ପଟୁ ସମତଳଦ୍ୱାରା ଦକ୍ଷିଣ ଭାରତୀୟ ମାଳଭୂମି ସହିତ ସଂଯୁକ୍ତ ।
(୪) ପଶ୍ଚିମଘାଟ ପର୍ବତମାଳା (ସହ୍ୟାଦ୍ରି) : ତାତ୍ରୀ ଉପତ୍ୟକାର ଦକ୍ଷିଣକୁ ମହାରାଷ୍ଟ୍ରର ଖନ୍ଦେଶଠାରୁ ଦାକ୍ଷିଣାତ୍ୟ ମାଳଭୂମିର ପଶ୍ଚିମଧାରାରେ ଭାରତର ପଶ୍ଚିମ ଉପକୂଳ ସହିତ ସମାନ୍ତର ଭାବରେ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ ପର୍ବତମାଳାକୁ ପଶ୍ଚିମଘାଟ ପର୍ବତମାଳା ବା ସହ୍ୟାଦ୍ରି କୁହାଯାଏ । ଏହାର ଦୈର୍ଘ୍ୟ ୧୬୦୦ କି.ମି. ଓ ଉଚ୍ଚତା ୯୨୦ ମିଟର । ପାଲଘାଟ ଫାଙ୍କ ନୀଳଗିରି ପର୍ବତର ଦକ୍ଷିଣକୁ ସହ୍ୟାଦ୍ରିର ନିରବଚ୍ଛିନ୍ନତାକୁ ଭାଗ କରେ । ସହ୍ୟାଦ୍ରିର ଶୀର୍ଷଦେଶ ଦାକ୍ଷିଣାତ୍ୟ ମାଳଭୂମିର ପ୍ରଧାନ ଜଳ ବିଭାଜିକା ।
(୫) ଦାକ୍ଷିଣାତ୍ୟ ମାଳଭୂମି : ଉତ୍ତରରେ ସାତପୁରା-ମହାଦେଓ ବୈକାଲ ପର୍ବତମାଳା, ପୂର୍ବରେ ପୂର୍ବଘାଟ ଓ ପଶ୍ଚିମରେ ସହ୍ୟାଦ୍ରି ପର୍ବତମାଳା ମଧ୍ଯରେ ଅବସ୍ଥିତ ଅଞ୍ଚଳକୁ ଦାକ୍ଷିଣାତ୍ୟ ମାଳଭୂମି କୁହାଯାଏ । ଏହାର ଉଚ୍ଚତା ପଶ୍ଚିମରେ ୯୦୦ ମିଟରକୁ ପୂର୍ବକୁ ୩୦୦ ମିଟର ମଧ୍ୟରେ ପରିବର୍ତ୍ତିତ ହୋଇଥାଏ । ଏହାର ଉତ୍ତରାଞ୍ଚଳକୁ ମହାରାଷ୍ଟ୍ର ମାଳଭୂମି କୁହାଯାଏ ।
(୬) ପୂର୍ବଘାଟ ପର୍ବତମାଳା : ପୂର୍ବଘାଟ ପର୍ବତମାଳା ଦାକ୍ଷିଣାତ୍ୟ ମାଳଭୂମିର ପୂର୍ବସୀମା ନିର୍ଦ୍ଧାରଣ କରିଥାଏ । ଏହାର ପ୍ରସ୍ଥ ଉତ୍ତରରେ ୨୦୦ କି.ମି. ଓ ଦକ୍ଷିଣରେ ୧୦୦ କି.ମି. ଏବଂ ହାରାହାରି ଉଚ୍ଚତା ୯୨୦ ମିଟର ହୋଇଥିଲେ ମଧ୍ୟ କେତେକ ଶୃଙ୍ଗ ୧୫୦୦ ମିଟରରୁ ଅଧିକ ଉଚ୍ଚ ।
୬ | ଭାରତୀୟ ସମାଜର ପ୍ରଜାତୀୟ ଗଠନକୁ ଲେଖ ।
Answer:
କେତେକ ସମାଜବିଜ୍ଞାନୀ ଭାରତବର୍ଷକୁ ‘ପ୍ରଜାତୀୟ ମିଳନ ସ୍ଥଳୀ’ ରୂପେ ବିବେଚନା କରିଛନ୍ତି । ଅନ୍ୟ କେତେକ ଏହାକୁ ପ୍ରଜାତିମାନଙ୍କର ଏକ ସଂଗ୍ରହାଳୟ ହିସାବରେ ଚିତ୍ରଣ କରିଛନ୍ତି । ପ୍ରଜାତୀୟ ଗଠନ ସମ୍ପର୍କରେ ହର୍ବର୍ଗ ରିସ୍, ଜି. ଏଚ୍. ହଟନ୍ ଏବଂ ବି. ଏସ୍. ଗୁହାଙ୍କ ମତ ବିଶେଷ ପ୍ରଣୀଧାନଯୋଗ୍ୟ ।
ରିସ୍ ଭାରତୀୟ ଜନସଂଖ୍ୟାକୁ ସାତଗୋଟି ପ୍ରଧାନ ପ୍ରଜାତୀୟ ସମୂହରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା ।
(୧) ଇଣ୍ଡୋ-ଆର୍ଯ୍ୟ ପ୍ରଜାତି – ଭାରତୀୟ ଜନସଂଖ୍ୟାର ଏକ ମୁଖ୍ୟ ଅଂଶ ଏହି ଶ୍ରେଣୀଭୁକ୍ତ । ଏହି ପ୍ରଜାତି ସମୂହ ପୂର୍ବ ପଞ୍ଜାବ, ରାଜସ୍ଥାନ, କାଶ୍ମୀର ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଦୃଷ୍ଟିଗୋଚର ହୋଇଥାଆନ୍ତି।
(୨) ଦ୍ରାବିଡ଼ୀୟ ପ୍ରଜାତି – ଦ୍ରାବିଡ଼ମାନଙ୍କୁ ଭାରତର ମୂଳ ପ୍ରଜାତି ରୂପେ ରିସ୍କେଲେ ବର୍ଣ୍ଣନା କରିଛନ୍ତି । ଭାରତୀୟ ଜନସଂଖ୍ୟାର ଶତକଡ଼ା ପ୍ରାୟ ୨୦ ଭାଗ ଲୋକ ଏହି ଶ୍ରେଣୀଭୁକ୍ତ । ଏହି ପ୍ରଜାତୀୟ ଲୋକମାନେ ଛୋଟନାଗପୁର, ମାନ୍ଦ୍ରାଜ ଓ ହାଇଦ୍ରାବାଦ ପ୍ରଭୃତି ଅଞ୍ଚଳରେ ବସବାସ କରନ୍ତି ।
(୩) ମଙ୍ଗୋଲୀୟ ପ୍ରଜାତି – ମଙ୍ଗୋଲୀୟ ପ୍ରଜାତି ଉତ୍ତର-ପୂର୍ବ ସୀମାନ୍ତ ଅଞ୍ଚଳ ତଥା ଆସାମରେ ବସବାସ କରିଥାଆନ୍ତି ।
(୪) ଆର୍ଯ୍ୟ-ଦ୍ରାବିଡ଼ୀୟ ପ୍ରଜାତି – ଆର୍ଯ୍ୟ-ଦ୍ରାବିଡ଼ୀୟ ପ୍ରଜାତି ଆର୍ଯ୍ୟ ଏବଂ ଦ୍ରାବିଡ଼ ପ୍ରଜାତିର ଏକ ଅପୂର୍ବ ସମ୍ମିଶ୍ରଣ । ଏହି ପ୍ରଜାତିର ଲୋକମାନେ ବିଶେଷଭାବରେ ଉତ୍ତରପ୍ରଦେଶ ଓ ବିହାରରେ ଦେଖାଯାଆନ୍ତି ।
(୫) ମଙ୍ଗୋଲ-ଦ୍ରାବିଡ଼ୀୟ ପ୍ରଜାତି – ଏହି ପ୍ରଜାତି ମଙ୍ଗୋଲୀୟ ପ୍ରଜାତି ଏବଂ ଦ୍ରାବଡ଼ି ପ୍ରଜାତିର ମିଶ୍ରଣ ଯୋଗୁଁ ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କଠାରେ ଏହି ପ୍ରଜାତୀୟ ଉପାଦାନ ନିହିତ ।
(୬) ସ୍କାଇଥୋ -ଦ୍ରାବିଡ଼ୀୟ ପ୍ରଜାତି – ଏହି ପ୍ରଜାତି ମଧ୍ୟ ଏସିଆରୁ ଆସିଥିବା ସ୍କାରଥୀୟ ଏବଂ ଦ୍ରାବିଡ଼ୀୟ ପ୍ରଜାତିର ସମ୍ମିଶ୍ରଣରେ ଗଠିତ । ସୌରାଷ୍ଟ୍ର, କୁର୍ଗ ଏବଂ ମଧ୍ୟପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ଏହି ପ୍ରଜାତି ବିଶେଷ ରୂପେ ଦୃଷ୍ଟିଗୋଚର
(୭) ତୁର୍କୀ-ଇରାନୀୟ ପ୍ରଜାତି – ତୁର୍କୀ-ଇରାନୀୟ ପ୍ରଜାତି ଅବିଭାଜିତ ଭାରତର ଆଫଗାନିସ୍ଥାନ ଏବଂ ବେଲୁଚିସ୍ଥାନରେ ମୁଖ୍ୟତଃ ଦେଖାଯାଇଥାନ୍ତି । ଏହି ଦୁଇ ରାଷ୍ଟ୍ର ବର୍ତ୍ତମାନ ଭାରତ ସୀମାରେ ଅନ୍ତର୍ଭୁକ୍ତ ହୋଇ ନଥିବାରୁ ଭାରତରେ ଏହି ପ୍ରଜାତୀୟ ଲକ୍ଷଣ ଦେଖିବାକୁ ମିଳି ନଥାଏ ।
ବି. ଏସ୍. ଗୁହା ଭାରତୀୟ ପ୍ରଜାତିଗୁଡ଼ିକୁ ମୁଖ୍ୟତଃ ଛଅଟି ସମୂହରେ ବିଭକ୍ତ କରିଅଛନ୍ତି ।
(୧) ନିଗ୍ରିଟୋ – ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ପ୍ରକୃତ ନିଗ୍ରିଟୋ ବସବାସ କରୁଥିବାର କେତେକ ସମାଜବିଜ୍ଞାନୀ ମତ ଦିଅନ୍ତି । ଆଉ କେତେକ ମତବ୍ୟକ୍ତ କରନ୍ତି ଯେ ଦକ୍ଷିଣ ଭାରତର ଜନଜାତିମାନଙ୍କ ଠାରେ ମଧ୍ୟ ନିଗ୍ରିଟୋ ଉପାଦାନ ପରିଲକ୍ଷିତ ହୁଏ । ଅଧୁନା ଭାରତରେ ଏହି ପ୍ରଜାତି ଦୃଷ୍ଟିଗୋଚର ହେଉନାହିଁ ।
(୨) ପ୍ରୋଟୋ-ଅଷ୍ଟ୍ରେଲୀୟ ପ୍ରଜାତି – ଏହି ପ୍ରଜାତି ପାକ୍-ଦ୍ରାବିଡ଼ୀୟ ପ୍ରଜାତି ଭାବେ ପରିଚିତ । ଭାରତର ଅଧିକାଂଶ ଜନଜାତି ଏହି ପ୍ରଜାତି ପର୍ଯ୍ୟାୟଭୁକ୍ତ । ମୁଣ୍ଡା, ସାନ୍ତାଳ, ଜୁଆଙ୍ଗ, ପରଜା ପ୍ରଭୃତି ଜନଜାତିମାନଙ୍କଠାରେ ଏହି ପ୍ରଜାତୀୟ ଉପାଦାନ ଦେଖୁବାକୁ ମିଳେ ।
(୩) ମଙ୍ଗୋଲୀୟ ପ୍ରଜାତି – ମଙ୍ଗୋଲୀୟ ପ୍ରଜାତିକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି । ସେମାନେ ହେଲେ ପାର୍ବତ୍ୟ ଅଞ୍ଚଳରେ ପାଲିଓ-ମଙ୍ଗୋଲୀୟ ପ୍ରଜାତି ଏବଂ ସିକିମ୍ ଓ ଭୁଟାନରେ ତିବ୍ଦତୀୟ ମଙ୍ଗୋଲୀୟ ପ୍ରଜାତି ବିଶେଷଭାବେ ମିଳେ ।
(୪) ମେଡ଼ିଟେରାନୀୟ ପ୍ରଜାତି – ଏହାକୁ ଭାରତର ଏକ ମୁଖ୍ୟ ପ୍ରଭାବଶାଳୀ ପ୍ରଜାତି ହିସାବରେ ବିବେଚନା କରାଯାଏ । ଏହି ପ୍ରଜାତି ମୁଖ୍ୟତଃ ତିନି ଭାଗରେ ବିଭକ୍ତ ; ଯଥା – (କ) ପାଲିଓ-ମେଡ଼ିଟେରାନୀୟ, (ଖ) ମେଡ଼ିଟେରାନୀୟ ଏବଂ (ଗ) ପ୍ରାକ୍- ଯେଡ଼ିଟେରାନୀୟ । ଦକ୍ଷିଣ ଭାରତର ତେଲୁଗୁ ଓ ତାମିଲ ବ୍ରାହ୍ମଣମାନେ ପାଲିଓ-ମେଡ଼ିଟେରାନୀୟ ପ୍ରଜାତିର ଅନ୍ତର୍ଭୁକ୍ତ । ସିନ୍ଧୁ ସଭ୍ୟତାର ସ୍ଥାପନ ଦିଗରେ ମେଡ଼ିଟେରାନୀୟ ପ୍ରଜାତିର ଲୋକମାନଙ୍କର ଯଥେଷ୍ଟ ଅବଦାନ ରହିଛି । ଦକ୍ଷିଣ ଭାରତୀୟ ଲୋକାମାନଙ୍କ ଛଡ଼ା ପଞ୍ଜାବ, କାଶ୍ମୀର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ମୁଖ୍ୟ ଜାତିସମୂହ ଏହି ପ୍ରଜାତି ପର୍ଯ୍ୟାୟଭୁକ୍ତ । କେବଳ ନାକର ଗଠନ ବ୍ୟତିରେକେ ପ୍ରାଚ୍ୟ ପ୍ରଜାତି ଏବଂ ମେଡ଼ିଟେରାନୀୟ ପ୍ରଜାତି ମଧ୍ୟରେ ଅନେକ ସମାନତା ରହିଛି ।
(୫) ପଶ୍ଚିମସ୍ଥ ବ୍ରାଚିସେଫାଲ୍ – ଏହି ଜାତୀୟ ପ୍ରଜାତି ମୁଖ୍ୟତଃ ତିନିଭାଗରେ ବିଭକ୍ତ । ସେମାନେ ହେଲେ (କ) ଆଲ୍ପିନଏଡ୍, (ଖ) ଡିନାରିକ୍ ଓ (ଗ) ଆର୍ମିନଏଡ୍ । ସୌରାଷ୍ଟ୍ର, ଗୁଜରାଟ ଓ ବଙ୍ଗଳାର ଅଧିବାସୀମାନେ ଆଲ୍ପିନଏଡ୍ ପ୍ରଜାତିର ଅନ୍ତର୍ଭୁକ୍ତ । ଓଡ଼ିଶା, ବଙ୍ଗଳା ଓ କୁର୍ଗ ଅଞ୍ଚଳରେ ଡିନାରିକ୍ ପ୍ରଜାତି ବିଶେଷ ରୂପେ ଦୃଷ୍ଟିଗୋଚର ହୋଇଥାଆନ୍ତି । ବମ୍ବେର ପାର୍ସିମାନେ ଆର୍ମିନଏଡ୍ ପ୍ରଜାତିର ପ୍ରକୃତ ପ୍ରତିନିଧି ବୋଲି ବିଶ୍ଵାସ କରାଯାଏ ।
(୬) ନର୍ଜିକ୍ ପ୍ରଜାତି – ଭାରତୀୟ ସାହିତ୍ୟ, ଦର୍ଶନ ତଥା ସଂସ୍କୃତିର ଅଭିବୃଦ୍ଧି ଦିଗରେ ନର୍ଦ୍ଦିକ୍ ପ୍ରଜାତିର ଅବଦାନ ଅନସ୍ବୀକାର୍ଯ୍ୟ । ଏହି ପ୍ରଜାତି ଉତ୍ତର ଭାରତ ଓ ପୂର୍ବ ବଙ୍ଗଳାରେ ବିଶେଷରୂପେ ଦୃଷ୍ଟିଗୋଚର ହୋଇଥାଆନ୍ତି ।
ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ନିଗ୍ରିଟୋ, ପ୍ରୋଟୋ- ଅଷ୍ଟ୍ରେଲୀୟ ଏବଂ ମଙ୍ଗୋଲୀୟର ମିଶ୍ରଣରେ ଭାରତୀୟ ଜନଜାତି ସମୂହଗୁଡ଼ିକ ଗଠିତ । ଅପରପକ୍ଷରେ ମେଡ଼ିଟେରାନୀୟ ଆଲ୍-ଡିନାରିକ ଓ ନଡିକ୍ ପ୍ରଜାତିଗୁଡ଼ିକୁ ନେଇ ଭାରତର ସାଧାରଣ ଜନସଂଖ୍ୟା ଗଠିତ ।
ଗୁଫ୍ରିଡ଼ା ରୁଗୋରୀ ଭାରତୀୟ ପ୍ରଜାତିଗୁଡ଼ିକୁ ମୁଖ୍ୟତଃ ଚାରିଗୋଟି ସମୂହରେ ବିଭକ୍ତ କରିଅଛନ୍ତି ।
(୧) ଜନଜାତି – ଦକ୍ଷିଣ ଭାରତର ଜଙ୍ଗଲୀ ଅଧ୍ବସୀମାନଙ୍କଠାରେ ଏହି ପ୍ରଜାତୀୟ ଉପାଦାନ ପରିଲକ୍ଷିତ ହୁଏ ।
(୨) ପ୍ରାକ୍-ଦ୍ରାବିଡ଼ୀୟ – ସାନ୍ତାଳ, ମୁଣ୍ଡା ଏବଂ ହୋ ପ୍ରଭୃତି ଜନଜାତୀୟ ଲୋକମାନେ ପ୍ରାକ୍-ଦ୍ରାବିଡୀୟ ପ୍ରଜାତି ରୂପେ ପରିଗଣିତ ହୁଅନ୍ତି।
(୩) ଦ୍ରାବିଡ଼ୀୟ – ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ତେଲୁଗୁ ଓ ତାମିଲ୍ ଭାଷାଭାଷୀ ଅଞ୍ଚଳରେ ଏହି ପ୍ରକାର ପ୍ରଜାତି ବିଶେଷରୂପେ ଦୃଷ୍ଟିଗୋଚର ହୋଇଥାଆନ୍ତି ।
(୪) ଡେଙ୍ଗା ଡୋଲିକୋ ସେଫାଲିକ୍ ଉପାଦାନ – ଭାରତର ଟୋଡ଼ା ଜନଜାତି ଏହିପ୍ରକାର ପ୍ରଜାତିର ଏକ ପ୍ରକୃଷ୍ଟ ଉଦାହରଣ ।
ସଂକ୍ଷେପରେ କହିଲେ ଆମ୍ଭେମାନେ ଏହି ସିଦ୍ଧାନ୍ତରେ ଉପନୀତ ହେଉ ଯେ ଭାରତୀୟ ଜନସଂଖ୍ୟା ବସ୍ତୁତଃ ପୃଥିବୀର ସମସ୍ତ ମୁଖ୍ୟ ପ୍ରଜାତିଗୁଡ଼ିକୁ ନେଇ ଗଠିତ । ତେଣୁ ଭାରତବର୍ଷକୁ ‘ପ୍ରଜାତିର ଏକ ଯାଦୁଘର’ କୁହାଯିବାର ଯଥାର୍ଥତା ରହିଛି ।
୭ ୮ ଭାରତୀୟ ସମାଜର ଧର୍ମୀୟ ଗଠନକୁ ଲେଖ ।
Answer:
ଭାରତ ବୋଧହୁଏ ପୃଥିବୀରେ ଏକମାତ୍ର ରାଷ୍ଟ୍ର ଯେଉଁଠି ସମସ୍ତ ଧାର୍ମିକ ସଂପ୍ରଦାୟର ଲୋକମାନେ ବାସ କରନ୍ତି । ଭାରତର ନିଜସ୍ୱ ରାଷ୍ଟ୍ରୀୟ ଧର୍ମ ନାହିଁ । ଅନ୍ୟପକ୍ଷରେ କହିବାକୁ ଗଲେ ଏହା ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଭାରତବର୍ଷରେ ଆଠଗୋଟି ଧାର୍ମିକ ସଂପ୍ରଦାୟର ଲୋକମାନେ ବସବାସ କରନ୍ତି ।
(୧) ହିନ୍ଦୁଧର୍ମ – ହିନ୍ଦୁଧର୍ମକୁ ଭାରତର ସଂଖ୍ୟାଧିକ ଲୋକମାନେ ଆଦରି ନେଇଛନ୍ତି । ଭାରତୀୟ ଜନସଂଖ୍ୟାର ଶତକଡ଼ା ୮୦ ଭାଗ ହେଉଛନ୍ତି ହିନ୍ଦୁଧର୍ମର ଅନୁଗାମୀ । ଏହି ଧର୍ମ କବିରପନ୍ଥୀ, ଶାକ୍ତ, ରାଧାସ୍ବାମୀ, ବ୍ରାହ୍ମ ସମାଜ ପ୍ରଭୃତି ବିଭିନ୍ନ ପନ୍ଥୀ ତଥା ସଂପ୍ରଦାୟକୁ ନେଇ ଗଠିତ ।
(୨) ଇସ୍ଲାମ୍ ଧର୍ମ – ସଂଖ୍ୟାଦୃଷ୍ଟିରୁ ବିଚାରକଲେ ଇସ୍ଲାମ୍ ଧର୍ମର ଲୋକସଂଖ୍ୟା ହେଉଛି ଦ୍ଵିତୀୟ । ନିକଟରେ ସଂଗଠିତ ଜନଗଣନା ଅନୁଯାୟୀ ଅଧୁନା ଭାରତରେ ୧୧% ମୁସଲମାନ ସଂପ୍ରଦାୟର ଲୋକମାନେ ବସବାସ କରୁଛନ୍ତି । ସୁନ୍ନି ଓ ସିହା ଏହି ଦୁଇଟି ସଂପ୍ରଦାୟକୁ ନେଇ ଇସ୍ଲାମ୍ ଧର୍ମ ଗଠିତ ।
(୩) ଖ୍ରୀଷ୍ଟଧର୍ମ – ଭାରତୀୟ ଜନସଂଖ୍ୟାର ଶତକଡ଼ା ୨.୪୫ ଭାଗ ଲୋକ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ । ସେମାନଙ୍କ ମଧ୍ୟରୁ ଅଧିକାଂଶ କେରଳବାସୀ ଏବଂ ଦଳିତଜାତି ଓ ଜନଜାତିର ଧର୍ମ ପରିବର୍ତ୍ତନକାରୀ ଅଟନ୍ତି । ରୋମୟ କ୍ୟାଥୋଲିକ୍ ଓ ପ୍ରୋଟେଷ୍ଟାଣ୍ଟ ସଂପ୍ରଦାୟକୁ ନେଇ ଖ୍ରୀଷ୍ଟଧର୍ମ ଗଠିତ ।
(୪) ଶିଖୁଧର୍ମ – ଶିଖୁଧର୍ମରେ ଅନେକ ଅନୁଗାମୀ ସମଗ୍ର ଭାରତରେ ବିଶେଷକରି ପଞ୍ଜାବ ଓ ଏହାର ସନ୍ନିକଟ ଅଞ୍ଚଳରେ ଦେଖାଯାଆନ୍ତି । ଏମାନେ ଭାରତୀୟ ଜନସଂଖ୍ୟାର ଶତକଡ଼ା ୨ ଭାଗ ।
(୫) ବୌଦ୍ଧଧର୍ମ – ଭାରତର ଜନସଂଖ୍ୟାର ଶତକଡ଼ା ୧ ଭାଗରୁ କମ୍ ଲୋକ ବୌଦ୍ଧଧର୍ମରେ ଦୀକ୍ଷିତ । ମହାରାଷ୍ଟ୍ର, ସିକିମ୍ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବହୁଳ ପରିମାଣରେ ବୌଦ୍ଧଧର୍ମାବଲମ୍ବୀମାନଙ୍କୁ ଦେଖିବାକୁ ମିଳେ । ହୀନଯାନ ଓ ମହାଯାନ ସଂପ୍ରଦାୟକୁ ନେଇ ଇସ୍ଲାମ୍ ଧର୍ମ ଗଠିତ ।
(୬) ଜୈନଧର୍ମ – ଜୈନଧର୍ମର ଅନୁଗାମୀମାନେ ଭାରତୀୟ ଜନସଂଖ୍ୟାର ୦.୪ ଭାଗ । ସେମାନେ ସାଧାରଣତଃ ନଗରବାସୀ ଏବଂ ପଞ୍ଜାବ, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରର ସହରୀ ଅଞ୍ଚଳରେ ବସବାସ କରିଥାଆନ୍ତି । ଜୈନଧର୍ମାବଲମ୍ବୀମାନେ ମୁଖ୍ୟତଃ ତିନୋଟି ସଂପ୍ରଦାୟରେ ବିଭକ୍ତ, ଯଥା – ଦିଗମ୍ବର, ଶ୍ଵେତାମ୍ବର ଓ ଧୂଣ୍ଡିଆ ।
(୭) ପାର୍ସିଧର୍ମ – ଏହି ଧର୍ମାନୁଗାମୀଙ୍କର ଜନସଂଖ୍ୟା ଏକଲକ୍ଷରୁ କିଛି ଅଧିକ । ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ମୁମ୍ବାଇ ସହରରେ ବସବାସ କରିଥାଆନ୍ତି ।
(୮) ଜୀବବାଦ – ଅଧିକାଂଶ ଜନଜାତି ସମୂହର ସଦସ୍ୟମାନେ ଏହି ଧର୍ମାନୁଗାମୀ । ପାହାଡ଼, ପର୍ବତ, ପଥର, ନଦୀ ଏବଂ ସର୍ବୋପରି ବୃକ୍ଷରେ ଈଶ୍ବରସତ୍ତା ଥିବାର ସେମାନେ ବିଶ୍ଵାସ କରନ୍ତି । ଭାରତରେ ପ୍ରାୟ ୩୦ ନିୟୁତ ଲୋକ ଜୀବବାଦରେ
୮। ଭାରତୀୟ ସମାଜର ଭାଷାଗତ ଗଠନକୁ ଲେଖ ।
Answer:
ଭାରତ ମୁଖ୍ୟତଃ ଏକ ବିବିଧ ଭାଷାଭାଷୀ ସମୂହ ସମାଜ । ଏ. ଆର୍. ଦେଶାଇ ଯଥାର୍ଥରେ କହିଛନ୍ତି ‘ଭାରତ ବିଭିନ୍ନ ଭାଷାର ଏକ ସଂଗ୍ରହାଳୟ’ । ଭାଷା ଭିତ୍ତିରେ ସମଗ୍ର ଭାରତୀୟ ସମାଜକୁ ବସ୍ତୁତଃ ଚାରୋଟି ଭାଷା ପରିବାରରେ ବିଭକ୍ତ କରାଯାଇପାରେ ।
(୧) ଆର୍ଯ୍ୟଭାଷା ପରିବାର – ଅନେକ ଭାଷା ଏହି ଭାଷା ପରିବାରର ପର୍ଯ୍ୟାୟଭୁକ୍ତ । ସେମାନଙ୍କ ମଧ୍ୟରୁ ସଂସ୍କୃତ ହେଉଛି ସର୍ବପ୍ରାଚୀନ ଏବଂ ଏହା ଅନ୍ୟ ସମସ୍ତ ଭାରତୀୟ ଭାଷାର ‘ମା’’ ରୂପେ ପରିଚିତ । ଭାରତୀୟ ସମ୍ବିଧାନ କିନ୍ତୁ ହିନ୍ଦୀ ଭାଷାକୁ ‘ଜାତୀୟ ଭାଷା’ର ମର୍ଯ୍ୟାଦା ଦେଇଛି । ଭାରତରେ ହିନ୍ଦୀଭାଷା କହୁଥିବା ସଦସ୍ୟଙ୍କ ସଂଖ୍ୟା ସମଗ୍ର ଜନସଂଖ୍ୟାର ଅର୍ଦ୍ଧାଧିକ । ଏହି ଭାଷା ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ହିମାଚଳପ୍ରଦେଶ ତଥା ହରିୟାଣା ପ୍ରଭୃତି ପ୍ରଦେଶର ମୁଖ୍ୟ ଭାଷା ଅଟେ ।
ଉର୍ଦୁ – ଉର୍ଦୁଭାଷା ମୁଖ୍ୟତଃ ମୁସଲମାନମାନଙ୍କର ଭାଷା ଅଟେ । ଏହା ସମଗ୍ର ଉତ୍ତର ଭାରତର ଏକ ଲୋକପ୍ରିୟ ଭାଷା ଅଟେ ।
ପଞ୍ଜାବୀ – ଏହି ଭାଷା ପଞ୍ଜାବ ଓ ହରିୟାଣାର କେତେକ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ମୁଖ୍ୟଭାଷା । ଏହି ଭାଷାର ଲିପିକୁ ଗୁରୁମୁଖୀ କହନ୍ତି ।
ଏହା ବ୍ୟତୀତ ଭାରତର ଅନ୍ୟ କେତେକ ଭାଷା ଆର୍ଯ୍ୟଭାଷା ପରିବାରର ପର୍ଯ୍ୟାୟଭୁକ୍ତ । ସେଗୁଡ଼ିକ ହେଉଛି ଅସମୀୟା, ବଙ୍ଗାଳୀ, ଓଡ଼ିଆ, ଗୁଜରାଟୀ, ମରାଠୀ ଏବଂ କାଶ୍ମୀରୀ । ଅସମୀୟା ଆସାମର ଭାଷା । ଭାରତୀୟ ଜନସଂଖ୍ୟାର ଶତକଡ଼ା ୧.୫ ଭାଗ ଏହି ଭାଷା କହିଥା’ନ୍ତି । ଭାରତୀୟ ଜନସଂଖ୍ୟାର ଶତକଡ଼ା ୭.୮ ଭାଗ ବଙ୍ଗଳା କହିଥା’ନ୍ତି । ଏହା ପଶ୍ଚିମବଙ୍ଗ ଲୋକମାନଙ୍କର ମୁଖ୍ୟ ଭାଷା ଅଟେ । ଭାରତୀୟ ଜନସଂଖ୍ୟାର ଶତକଡ଼ା ୪ ଭାଗ ଓଡ଼ିଆ କହନ୍ତି । ଏହା ଓଡିଶାବାସୀଙ୍କର ମାତୃଭାଷା ଅଟେ । ଗୁଜରାଟୀ ଗୁଜୁରାଟ ରାଜ୍ୟର ପ୍ରଧାନ ଭାଷା । ଶତକଡ଼ା ୫.୧ ଭାଗ ଲୋକ ଏହି ଭାଷାରେ କଥାବାର୍ତ୍ତା କରନ୍ତି । ମରାଠୀ ମହାରାଷ୍ଟ୍ରବାସୀଙ୍କର ମୁଖ୍ୟଭାଷା ଅଟେ । ଭାରତୀୟ ଜନସଂଖ୍ୟାର ଶତକଡ଼ା ୮.୩ ଭାଗ ଏହି ଭାଷା କହନ୍ତି ।
(୨) ଦ୍ରାବିଡ଼ ଭାଷା ପରିବାର – ଦକ୍ଷିଣ ଭାରତର ଚାରୋଟି ପ୍ରମୁଖ ଭାଷା ଦ୍ରାବିଡ଼ ଭାଷା ପରିବାରର ଅନ୍ତର୍ଭୁକ୍ତ । ତେଲୁଗୁ – ତେଲୁଗୁ ଆନ୍ଧ୍ରପ୍ରଦେଶ ଅଧିବାସୀମାନଙ୍କର ମାତୃଭାଷା । ଭାରତୀୟ ଜନସଂଖ୍ୟାର ଶତକଡ଼ା ୧୦.୨ ଭାଗ ଲୋକ ତେଲୁଗୁ ଭାଷା ପରିବାରର ପର୍ଯ୍ୟାୟଭୁକ୍ତ ।
ତାମିଲ – ତାମିଲନାଡୁର ଲୋକମାନଙ୍କର ମୁଖ୍ୟ ଭାଷା ହେଉଛି ତାମିଲ । ଭାରତୀୟ ଜନସଂଖ୍ୟାର ଶତକଡ଼ା ୮.୨ ଭାଗ ଏହି ଭାଷା କହିଥା’ନ୍ତି ।
କନ୍ନଡ଼ – କନ୍ନଡ଼ କର୍ଣାଟକ ଅଧିବାସୀମାନଙ୍କର ପ୍ରଧାନ ଭାଷା । ଭାରତର ମୋଟ ଜନସଂଖ୍ୟାର ଶତକଡ଼ା ୪.୫ ଭାଗ ଲୋକ କନ୍ନଡ଼ ଭାଷା ବ୍ୟବହାର କରିଥାଆନ୍ତି ।
ମାଲାୟାଲାମ୍ – ମାଲାୟାଲାମ୍ କେରଳୀମାନଙ୍କର ମାତୃଭାଷା । ଭାରତୀୟ ଜନସଂଖ୍ୟାର ଶତକଡ଼ା ୪.୧ ଭାଗ ଏହି ଭାଷା ବ୍ୟବହାର କରିଥା’ନ୍ତି ।
(୩) ଅଷ୍ଟ୍ରିଭାଷା ପରିବାର – କେନ୍ଦ୍ରୀୟ ଭାରତରେ ବସବାସ କରୁଥିବା ଜନଜାତିମାନେ ଅଷ୍ଟ୍ରିକ୍ ଭାଷା ପରିବାର ପର୍ଯ୍ୟାୟଭୁକ୍ତ ।
(୪) ତିବ୍ଦତୀ-ସିନୋ ଭାଷା ପରିବାର – ଭାରତର ଉତ୍ତର ଓ ପୂର୍ବାଞ୍ଚଳରେ ବସବାସ କରୁଥିବା ଜନଜାତିମାନେ ଏହି ଭାଷା ବ୍ୟବହାର କରିଥାଆନ୍ତି । ଭାରତୀୟ ଜନସଂଖ୍ୟାର ଶତକଡ଼ା ୩.୨ ଭାଗ ଲୋକ ଅଷ୍ଟ୍ରିକ୍ ଓ ସିନୋ-ତିବ୍ବତୀୟ ଭାଷାଗତ ପରିବାର ଅନ୍ତର୍ଭୁକ୍ତ ଭାଷାଗୁଡ଼ିକ ପ୍ରୟୋଗ କରିଥାଆନ୍ତି ।
୯। ବିଭିନ୍ନତାରେ ଏକତାର ଏକ ସୁନ୍ଦର ଉଦାହରଣ ହେଉଛି ଭାରତ । ଆଲୋଚନା କର ।
Answer:
କ ବହୁପୁରାତନ ସଭ୍ୟତା ଭାବେ ବିଭିନ୍ନତାରେ ଏକତାର ଏକ ସୁନ୍ଦର ସମନ୍ୱୟ ଭାରତରେ ଦେଖାଯାଏ । ଭାରତୀୟ ସମାଜର ଏହି ମୌଳିକ ବୈଶିଷ୍ଟ୍ୟ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ସଠିକ୍ ଭାବେ ରକ୍ଷା କରାଯାଇ ପାରିଛି । ତେଣୁ ଭାରତର ଏକ ବୃହତ୍ ସାଂସ୍କୃତିକ ପରମ୍ପରାକୁ ବୁଝିବାକୁ ହେଲେ ଆମକୁ ଏହାର ବିଭିନ୍ନତା ଓ ଏକତା ପାଇଁ ଦାୟୀ ବିଭିନ୍ନ କାରଣଗୁଡ଼ିକୁ ପର୍ଯ୍ୟାଲୋଚନା କରିବାକୁ ହେବ ।
ବିଭିନ୍ନତାର କାରକ (Element of diversity) : ପ୍ରକୃତ ଅର୍ଥରେ ଦେଖିଲେ ଭାରତ ଏକ ଅନେକ ବିଭିନ୍ନତାର ଦେଶ । ଅନେକ ପ୍ରକାରର ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ପ୍ରଜାତୀୟ ଲକ୍ଷଣର ଏହା ଏକ ସଂଶ୍ଳେଷଣ । ବିଭିନ୍ନତା କହିଲେ ଆମେ ସାଧାରଣତଃ ଜୈବିକ, ଧାର୍ମିକ ଓ ଭାଷାଗତ ଲକ୍ଷଣ ଉପରେ ପର୍ଯ୍ୟବସିତ ଲୋକମାନଙ୍କ ମଧ୍ୟରେ ଥିବା ସାମୂହିକ ପାର୍ଥକ୍ୟକୁ ବୁଝିଥାଉ । ଭାରତରେ ବିଭିନ୍ନ ପ୍ରଜାତି, ଧର୍ମ, ଭାଷାଭାଷୀ ଲୋକ ବସବାସ କରୁଥିବାରୁ ଏହାକୁ ଏକ ବିଭିନ୍ନତାର ଦେଶ ବୋଲି କୁହାଯାଏ । ଏଠାରେ ନିମ୍ନଲିଖ୍ ବିଭିନ୍ନତାଗୁଡ଼ିକ ପରିଲକ୍ଷିତ ହୋଇଥାଏ ।
(୧) ପ୍ରଜାତୀୟ ବିଭିନ୍ନତା (Racial diversity) : ପ୍ରଜାତୀୟ ଦୃଷ୍ଟିକୋଣରୁ ଭାରତ ଏକ ବିଭିନ୍ନତାର ଦେଶ । ପୃଥିବୀର ପ୍ରାୟ ସମସ୍ତ ପ୍ରକାରର ପ୍ରଜାତି ଏଠାରେ ପରଲକ୍ଷିତ ହୋଇଥା’ନ୍ତି । କେତେକ ସ୍ବତନ୍ତ୍ର ଜୈବିକ ଲକ୍ଷଣ ଥିବା ଲୋକମାନଙ୍କର ଏକ ସମଷ୍ଟିକୁ ପ୍ରଜାତି କୁହାଯାଏ । ଅନେକ ନୃବିଜ୍ଞାନୀ ଭାରତୀୟ ଜନସଂଖ୍ୟାକୁ ବିଭିନ୍ନ ପ୍ରକାରରେ ବିଭାଜିତ କରିଛନ୍ତି । ସେହି ପ୍ରଜାତୀୟ ପ୍ରକାରଗୁଡ଼ିକ ମଧ୍ୟରୁ ରିସ୍ ଓ ଗୁହାଙ୍କ ବର୍ଗୀକରଣ ଗ୍ରହଣୀୟ ଅଟେ । ସେମାନଙ୍କ ବ୍ୟତୀତ ଜେ.ଏଚ୍.ହଟନ, ଏ.ସି.ହଡ଼ନ୍ ଓ ଡି.ଏନ୍.ମଜୁମଦାର ମଧ୍ୟ ଭାରତୀୟ ଜନସଂଖ୍ୟାର ପ୍ରଜାତୀୟ ବିଭାଜନ ପ୍ରଦାନ କରିଛନ୍ତି ।
ସାର୍ ହର୍ବର୍ଗ ରିସ୍ଲେ ଭାରତୀୟ ଜନସଂଖ୍ୟାକୁ ମୁଖ୍ୟତଃ ୭ଟି ପ୍ରଜାତୀୟ ପ୍ରକାରରେ ବିଭାଜିତ କରିଛନ୍ତି । ତାଙ୍କର ସେହି ପ୍ରକାରଗୁଡ଼ିକ ହେଉଛି (୧) ତୁର୍କୀ-ଇରାନିଆନ୍, (୨) ଇଣ୍ଡୋ-ଆର୍ଯ୍ୟ, (୩) ସ୍କାଥେ ଦ୍ରାବିଡ଼ିଆନ୍, (୪) ଆର୍ଯ୍ୟ- ଦ୍ରାବିଡ଼ିଆନ୍, (୫) ମଙ୍ଗୋଲୋ ଦ୍ରାବିଡ଼ିଆନ୍, (୬) ମଙ୍ଗୋଲଏଡ, (୭) ଦ୍ରାବିଡ଼ିଆନ୍ ।
ସେହିପରି ବି.ଏସ୍. ଗୁହା ମଧ୍ଯ ଭାରତୀୟ ଜନସଂଖ୍ୟାକୁ ୬ଟି ପ୍ରକାରରେ ବିଭାଜିତ କରିଛନ୍ତି; ଯଥା- (୧) ନିଗ୍ରିଟୋ, (୨) ପ୍ରୋଟୋ ଅଷ୍ଟ୍ରାଲଏଡ, (୩) ମଙ୍ଗୋଲଏଡ, (୪) ମେଡ଼ିଟେରାନିଆନ୍, (୫) ପାଶ୍ଚାତ୍ୟ ବ୍ରୋସିସେଫାଲ, (୬) ନଡ଼ିକ୍ ଇତ୍ୟାଦି ।
(୨) ଭାଷାଗତ ବିଭିନ୍ନତା (Linguistic diversity) : ପ୍ରଜାତୀୟ ବିଭିନ୍ନତା ପରି ଭାରତ ମଧ୍ୟ ଭାଷା ଦୃଷ୍ଟିରୁ ଏକ ବିଭିନ୍ନତାର ଦେଶ । ଭାରତରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ବ ପ୍ରକାରର ଭାଷା ଦେଖିବାକୁ ମିଳିଥାଏ । ତେଣୁ ଭାରତକୁ ଭାଷାର ଏକ ସଂଗ୍ରହାଳୟ ବୋଲି କୁହାଯାଏ । ୧୯୬୧ ଜନଗଣନା ଅନୁସାରେ ଭାରତରେ ୧୬୫୬ ପ୍ରକାରର ଭାଷା ରହିଛି । ଆମ ସମ୍ବିଧାନ ମଧ୍ୟ ୧୮ଟି ଭାଷାକୁ ସ୍ବୀକୃତି ପ୍ରଦାନ କରିଛି । ଏତଦ୍ବ୍ୟତୀତ ଗୋଟିଏ ଭାଷାକୁ ମଧ୍ୟ ଲୋକମାନେ ଭିନ୍ନ ଭିନ୍ନ ଭାବେ ଉଚ୍ଚାରଣ କରିଥାନ୍ତି; ଯଥା- ଓଡ଼ିଆ ଭାଷା-ବାଲେଶ୍ଵରୀ, ସମ୍ବଲପୁରୀ ଇତ୍ୟାଦି । ହିନ୍ଦୀ ଭାରତର ରାଷ୍ଟ୍ର ଭାଷା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ଏହାକୁ ରାଷ୍ଟ୍ରଭାଷା ଭାବେ ଗ୍ରହଣ କରିପାରିନାହାଁନ୍ତି । ତେଣୁ ଭାଷାଗତ ବିଭିନ୍ନତା ଭାରତରେ ଅତ୍ୟନ୍ତ ଜଟିଳ ଅଟେ ।
(୩) ଧାର୍ମିକ ବିଭିନ୍ନତା (Religious deiversity) : ଭାରତ ଏକ ଧାର୍ମିକ ବିଭିନ୍ନତାର ଦେଶ ଅଟେ । ଏହା ଧର୍ମନିରପେକ୍ଷ ନୀତି ଗ୍ରହଣ କରିଥିବାରୁ ଏଠାରେ ପ୍ରାୟ ବିଶ୍ବର ସବୁ ପ୍ରକାର ଧର୍ମ ପରିଲକ୍ଷିତ ହୋଇଥାଏ । ତେଣୁ ଧାର୍ମିକ ବିଭିନ୍ନତା ଭାରତର ଏକ ମୌଳିକ ବୈଶିଷ୍ଟ୍ୟ ଅଟେ । ପୁନଶ୍ଚ ପ୍ରତ୍ୟେକ ଧର୍ମର ଏକାଧିକ ସଂପ୍ରଦାୟ ମଧ୍ୟ ରହିଛି । ଏଠାରେ ଲୋକମାନେ ସେମାନଙ୍କ ଦେଶ ଅପେକ୍ଷା ସେମାନଙ୍କ ଧର୍ମ ପ୍ରତି ଅଧ୍ବକ ଆନୁଗତ୍ୟ ପ୍ରକାଶ କରିଥାନ୍ତି । ଏହି ଧାର୍ମିକ ଆନୁଗତ୍ୟ ଯୋଗୁ ସାଂପ୍ରଦାୟିକତାବାଦ ଦେଖାଯାଇଥାଏ । ଭାରତରେ ଦେଖାଯାଉଥିବା ପ୍ରମୁଖ ଧର୍ମଗୁଡ଼ିକ ହେଉଛି- ହିନ୍ଦୁ, ଇସ୍ଲାମ୍, ଖ୍ରୀଷ୍ଟ, ଶିଖ୍, ବୌଦ୍ଧ, ଜୈନ, ଜୋରାଷ୍ଟିଆନ୍ ଇତ୍ୟାଦି । ତେଣୁ ଏକାଧିକ ଧର୍ମ ଓ ସଂପ୍ରଦାୟର ଅବସ୍ଥିତି ଯୋଗୁଁ ଏଠାରେ ଧାର୍ମିକ ବିଭିନ୍ନତା ପରିଲକ୍ଷିତ ହୋଇଥାଏ ।
ଏକତାର କାରକ – ଉପରୋକ୍ତ ବିଭିନ୍ନତା ସତ୍ତ୍ଵେ ଭାରତରେ ଦୃଢ଼ ଏକତା ମଧ୍ୟ ପରିଲକ୍ଷିତ ହୋଇଥାଏ । ଉପରୋକ୍ତ ବିଭିନ୍ନତା ମଧ୍ଯରେ ଦୃଢ଼ ଏକତାର ଏକ ଅନ୍ତଃସ୍ରୋତ ପ୍ରବାହିତ ହେଉଛି । ଏତଦ୍ବ୍ୟତୀତ ଏକ ଏକତ୍ରିତ ଭାରତର ପ୍ରତିଷ୍ଠା ପ୍ରତ୍ୟେକ ଭାରତୀୟ ଯଥା- ଶାସକ, ଚିନ୍ତାନାୟକ ଓ ପ୍ରଶାସକମାନଙ୍କର ଲକ୍ଷ୍ୟ ଥିଲା । ତେବେ ଯାହାହେଉ ଭାରତରେ ନିମ୍ନଲିଖ ଏକତା ପରିଲକ୍ଷିତ ହୋଇଥାଏ ।
(୧) ଐତିହାସିକ ଏକତା (Historical unity) : ଐତିହାସିକ କାରକ ଭାରତୀୟ ସମାଜରେ ଏକତା ଆଣିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ! ଭାରତ ଏକ ବହୁ ପୁରାତନ ଦେଶ ହୋଇଥିବାରୁ ଏହାର ପ୍ରାଚୀନ ଐତିହାସିକ ଅବସ୍ଥିତି ଐତିହାସିକ ଏକତା ସୃଷ୍ଟି କରିଥାଏ । ସିନ୍ଧୁ ଉପତ୍ୟକାର ସଭ୍ୟତା ବିଶ୍ବର ଏକ ବହୁ ପୁରାତନ ସଭ୍ୟତା ଅଟେ ଓ ସେହି ମହାନ୍ ପ୍ରାଚୀନ ସମାଜର ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧ ମଧ୍ଯ ଭାରତୀୟମାନଙ୍କ ମଧ୍ୟରେ ଏକତା ଭାବ ସୃଷ୍ଟି କରିଥାଏ ।
(୨) ଭୌଗୋଳିକ ଏକତା (Geographical unity) : ଭାରତରେ ଭୌଗୋଳିକ ବିଭିନ୍ନତା ପରିଲକ୍ଷିତ ହେଉଥୁଲେ ମଧ୍ୟ ସେହି ଭୌଗୋଳିକ କାରକ ଭାରତୀୟ ସମାଜରେ ଦୃଢ଼ ଏକତା ଭାବ ସୃଷ୍ଟି କରିଥାଏ । ଭୌଗୋଳିକ ବିରାଟତା ସତ୍ତ୍ବେ ଭାରତର ଚତୁଃପାର୍ଶ୍ଵରେ ଥିବା ପ୍ରାକୃତିକ ପରିସୀମା ଭୌଗୋଳିକ ଏକତା ସୃଷ୍ଟି କରିଥାଏ । ଭାରତର ଭୌଗୋଳିକ ଏକାକୀତ୍ଵ ଏଠାରେ ଏକତା ଆଣିଥାଏ । ଅତୀତର ରାଜା ମହାରାଜାମାନେ ଭାରତର ଏହି ବିରାଟ ଭୂଖଣ୍ଡକୁ ଏକ ଶାସନାଧୀନ କରିବାପାଇଁ ଚେଷ୍ଟା କରି ରାଜଚକ୍ରବର୍ତ୍ତୀ ଉପାଧ୍ ହାସଲ କରି ଏହାର ଏକତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
(୩) ସାଂସ୍କୃତିକ ଏକତା (Cultural unity) : ସାଂସ୍କୃତିକ ବିଭିନ୍ନତା ସତ୍ତ୍ଵେ ଭାରତରେ ସାଂସ୍କୃତିକ ଏକତା ମଧ୍ଯ ପରିଲକ୍ଷିତ ହୋଇଥାଏ । ଭାରତର ସଂସ୍କୃତି ବିଶ୍ୱରେ ଅଦ୍ବିତୀୟ ଅଟେ । ଭାରତର ପବିତ୍ର ଭୌଗୋଳିକ ସ୍ଥାନଗୁଡ଼ିକ ମଧ୍ୟ ଏହାର ସାଂସ୍କୃତିକ ଏକତା ପାଇଁ ଦାୟୀ ଅଟେ । ବିଭିନ୍ନ ପର୍ବପର୍ବାଣି, ଧାର୍ମିକ ଉତ୍ସବ, କଳା, ସାହିତ୍ୟ ଇତ୍ୟାଦି ମଧ୍ଯ ସାଂସ୍କୃ ପ୍ରତିଷ୍ଠାରେ ସହାୟକ ହୋଇଥାଏ । କେତେକ ପ୍ରଥା, ପରମ୍ପରା, ସାମାଜିକ ଅନୁଷ୍ଠାନ ଯଥା- ଜାତିପ୍ରଥା, ଯୌଥ ପରିବାର ଇତ୍ୟାଦ ସର୍ବଭାରତୀୟ ପ୍ରକାରର ହୋଇଥିବାରୁ ଏହା ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ଏକତା ଆଣିଥାଏ ।
ଏତଦ୍ବ୍ୟତୀତ ସାଂସ୍କୃତିକ ଏକତା ଭାରତୀୟ ସାମାଜିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ । ପୁନଶ୍ଚ ଦୁଇ ମହାନ୍ ପୁରାଣ ଯଥା ରାମାୟଣ ଓ ମହାଭାରତ ସାରା ଭାରତରେ ସମାନ ସମ୍ମାନ ଓ ଭକ୍ତିରେ ଅଧ୍ୟୟନ କରାଯାଇଥାଏ ଓ ପ୍ରତ୍ୟେକ ଭାଷାରେ ଏହା ଅନୁବାଦିତ ହୋଇଛି । ଏସବୁ ଭାରତୀୟମାନଙ୍କ ମଧ୍ୟରେ ଏକତାଭାବ ସୃଷ୍ଟି କରିଥାଏ ।
(୪) ଧାର୍ମିକ ଏକତା (Religious unity) : ଭାରତ ଏକ ବହୁ ଧର୍ମର ଦେଶ । ଏକଥା ସତ । କିନ୍ତୁ ଧାର୍ମିକ ବିଭିନ୍ନତା ସତ୍ତ୍ବେ ଭାରତରେ ସୁଦୃଢ଼ ଧାର୍ମିକ ଏକତା ମଧ୍ୟ ପରିଲକ୍ଷିତ ହୋଇଥାଏ । ପ୍ରତ୍ୟେକ ଧର୍ମ ଓ ସଂପ୍ରଦାୟ ମଧ୍ୟରେ ଏକତାର ଏକ ଅନ୍ତଃସ୍ରୋତ ପ୍ରବାହିତ ହୋଇ ଦେଶରେ ଧାର୍ମିକ ଏକତା ସୃଷ୍ଟି କରୁଛି । ସେଥିପାଇଁ ବୋଧହୁଏ ପ୍ରଫେସର ଶ୍ରୀନିବାସ ଭାରତର ଏକତା ମୁଖ୍ୟତଃ ଏକ ଧାର୍ମିକ ଏକତା ବୋଲି ମତ ଦେଇଥିଲେ ।
ହିନ୍ଦୁ ଧର୍ମ ଭାରତର ଏକ ପ୍ରମୁଖ ଓ ପ୍ରଭାବଶାଳୀ ଧର୍ମ ଭାବେ ଭାରତର ଏକତାର ଭିତ୍ତିଭୂମି ଭାବେ କାର୍ଯ୍ୟ କରୁଛି । ଭାରତରେ ଅନେକ ଧର୍ମ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅନେକ ସମାନତା ପରିଲକ୍ଷିତ ହୋଇଥାଏ ଯାହାକି ଭାରତର ଧାର୍ମିକ ଏକତା ପ୍ରତିଷ୍ଠାରେ ସହାୟକ ହୋଇଥାଏ । ଏତଦ୍ବ୍ୟତୀତ, ବିଷ୍ଣୁ, ଶିବ, ଗଣେଶଙ୍କ ପୂଜା ସାରା ଭାରତରେ କରାଯାଇଥାଏ । ପୁନଶ୍ଚ ବିଭିନ୍ନ ପୂଜା ସ୍ଥାନ, ମନ୍ଦିର ଓ ପିଲିଗ୍ରିମ୍ କେନ୍ଦ୍ର ଭାରତର ବିଭିନ୍ନ ସ୍ଥାନରେ ଅବସ୍ଥିତ ଯାହାକି ଭାରତୀୟମାନଙ୍କ ମଧ୍ୟରେ ଧାର୍ମିକ ଏକତା ଭାବ ସୃଷ୍ଟି କରିଥାଏ ।
ପୁନଶ୍ଚ ହିମାଳୟ ପରି ପର୍ବତ, ଗଙ୍ଗା, ଯମୁନା, ଗୋଦାବରୀ ଆଦି ନଦୀ ଭାରତରେ ପ୍ରବାହିତ ହୋଇ ଏହାରପ୍ରତ୍ୟେକ ଅଞ୍ଚଳକୁ ପବିତ୍ର କରି ଲୋକମାନଙ୍କ ମଧ୍ୟରେ ଧାର୍ମିକ ଏକତା ଭାବ ସୃଷ୍ଟି କରିଛି । ଏହିସବୁ ଦୃଷ୍ଟିରୁ ବିଚାର କଲେ ଭାରତ ବିଭିନ୍ନତାରେ ଏକତାର ଏକ ସୁନ୍ଦର ଉଦାହରଣ ବୋଲି ନିର୍ବିବାଦରେ କହିହେବ ।
୧୦ । ଭାରତୀୟ ସମାଜର ବିଭିନ୍ନତାର କାରଣଗୁଡ଼ିକୁ ଆଲୋଚନା କର ।
କିମ୍ବା, ଭାରତରେ ବିଭିନ୍ନତାର ଉପାଦାନଗୁଡ଼ିକ ଆଲୋଚନା କର ।
Answer:
ଭାରତ ଏକ ବହୁ ପୁରାତନ ଦେଶ । ଏଠାରେ ବିଭିନ୍ନ ପ୍ରଜାତି, ଧର୍ମ, ଜାତି ଓ ଭାଷାଭାଷୀ ଲୋକମାନେ ବସବାସ କରିଥା’ନ୍ତି । ଫଳରେ ଏଠାରେ ଅନେକ ପ୍ରକାରର ବିଭିନ୍ନତା ପରିଲକ୍ଷିତ ହୋଇଥାଏ । ଜୈବିକ, ଧାର୍ମିକ, ଭାଷାଗତ ଲକ୍ଷଣ ଉପରେ ପର୍ଯ୍ୟବସିତ ଲୋକମାନଙ୍କ ମଧ୍ୟରେ ଥିବା ସାମୂହିକ ପାର୍ଥକ୍ୟକୁ ବିଭିନ୍ନତା କୁହାଯାଏ ।
(୧) ପ୍ରଜାତୀୟ ବିଭିନ୍ନତା (Racial diversity) – ପ୍ରଜାତୀୟ ଦୃଷ୍ଟିକୋଣରୁ ଭାରତ ଏକ ବିଭିନ୍ନତାର ଦେଶ । ଭାରତରେ ଏକାଧିକ ପ୍ରକାରର ପ୍ରଜାତି ଦେଖିବାକୁ ମିଳିଥାଏ । ପ୍ରାୟ ପୃଥିବୀର ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରଜାତିଗୁଡ଼ିକ ଭାରତରେ ଦେଖିବାକୁ ମିଳିଥାଏ ।
ସାର୍ ହରବର୍ଟ ରିସ୍ଲେ ଭାରତୀୟ ଜନସଂଖ୍ୟାକୁ ୭ଟି ପ୍ରଜାତୀୟ ସମୂହରେ ବିଭାଜିତ କରିଛନ୍ତି; ଯଥା- (୧) ତୁର୍କୋ ଇରାନିଆନ୍, (୨) ଇଣ୍ଡୋ-ଆର୍ଯ୍ୟ, (୩) ସ୍କାଇଥୋ-ଦ୍ରାବିଡ଼ିଆନ୍, (୪) ଆର୍ଯ୍ୟ-ଦ୍ରାବିଡ଼ିଆନ୍,
(୫) ମଙ୍ଗୋଲ-ଦ୍ରାବିଡ଼ିଆନ୍, (୬) ମଙ୍ଗୋଲଏଡ୍ ଏବଂ (୭) ଦ୍ରାବିଡ଼ିଆନ୍ । କିନ୍ତୁ ଏହି ସାତଟି ପ୍ରକାରକୁ ତିନୋଟି ପ୍ରସୁଖ ସମୂହରେ ବିଭାଜିତ କରାଯାଇପାରିବ । କିନ୍ତୁ ଅନେକ ରିସ୍ଙ୍କ ବର୍ଗୀକରଣକୁ ବିଭିନ୍ନ ଦୃଷ୍ଟିରୁ ସମାଲୋଚନା କରିଛନ୍ତି ।
ଅନ୍ୟ ଜଣେ ନୃବିଜ୍ଞାନୀ ବି.ଏସ୍.ଗୁହା ଭାରତୀୟ ଜନସଂଖ୍ୟାକୁ ୬ଟି ପ୍ରଜାତୀୟ ପ୍ରକାରରେ ବିଭାଜିତ କରିଛନ୍ତି; ଯଥା- ନିଗ୍ରିଟୋ, ପ୍ରୋଟୋ ଅଷ୍ଟ୍ରେଲଏଡ, ମଙ୍ଗୋଲଏଡ୍, ମେଡ଼ିଟେରାନିଆନ୍, ପାଶ୍ଚାତ୍ୟ ବ୍ରାଚି ସେଫାଲ ଏବଂ ନଡ଼ିକ ଇତ୍ୟାଦି । ଗୁହାଙ୍କ ପ୍ରଜାତୀୟ ବର୍ଗୀକରଣ ଅନ୍ୟ ପ୍ରଜାତୀୟ ବର୍ଗୀକରଣ ଅପେକ୍ଷା ଅଧିକ ଗ୍ରହଣୀଓ ଓ ଆଧୁନିକ ।
ସେହିପରି ଅନ୍ୟ ଜଣେ ନୃବିଜ୍ଞାନୀ ଏ.ସି.ହଡ଼ନ୍ ଭାରତୀୟ ଜନସଂଖ୍ୟାକୁ ୫ଟି ପ୍ରଜାତୀୟ ପ୍ରକାରରେ ବିଭାଜିତ କରିଛନ୍ତି; – ଗ୍ରୀକ୍ ଦ୍ରାବିଡ଼ିଆନ୍, ଦ୍ରାବିଡ଼ିଆନ୍, ଇଣ୍ଡୋ-ଆର୍ଯ୍ୟ, ଇଣ୍ଡୋଆଲପାଇନ୍ ଏବଂ ମଙ୍ଗୋଲିଆନ୍ ଇତ୍ୟାଦି ।
(୨) ଭାଷାଗତ ବିଭିନ୍ନତା (Linguistic diversity) : ଭାରତରେ ଭାଷାଗତ ବିଭିନ୍ନତା ମଧ୍ୟ ପରିଲକ୍ଷିତ ହୋଇଥାଏ । ଭାରତରେ ୨୦୦୦ରୁ ଊର୍ଦ୍ଧ୍ବ ସଂଖ୍ୟକ ଭାଷା ଦେଖିବାକୁ ମିଳିଥାଏ । ଏହି ଭାଷାଗତ ବହୁଳତାକୁ ବିଚାରକୁ ନେଇ ସମାଜବିଜ୍ଞାନୀ ଏ.ଆର୍.ଦେଶାଇ ଭାରତକୁ ଭାଷାର ଏକ ସଂଗ୍ରହାଳୟ ଆଖ୍ୟା ଦେଇଛନ୍ତି । ଭାଷା ସାଧାରଣତଃ କେତେକ ପ୍ରତୀକ ବା ଚିହ୍ନକୁ ବୁଝାଏ ଯାହାର ଅର୍ଥ ଏହାକୁ ବ୍ୟବହାର କରୁଥିବା ଲୋକଙ୍କୁ ଜଣାଥାଏ ।
ପ୍ରତ୍ୟେକ ଭାଷାର ଲିଖ୍ ଓ ମୌଖୁ ଦିଗ ରହିଛି । ୧୯୬୧ ଜନଗଣନା ଅନୁସାରେ ୧୬୫୨ ପ୍ରକାର ଭାଷା ରହିଛି । ଭାରତରେ ଥିବା ସମସ୍ତ ଭାଷାକୁ ମୁଖ୍ୟତଃ ଚାରିଗୋଟି ଭାଷା ପରିବାରରେ ଅନ୍ତର୍ଭୁକ୍ତ କରାଯାଇପାରେ । ସେହି ଭାଷା ପରିବାରଗୁଡ଼ିକ ହେଉଛି – (୧) ଇଣ୍ଡୋଆର୍ଯ୍ୟ ଭାଷା ପରିବାର, (୨) ଦ୍ରାବିଡ଼ିଆନ୍ ଭାଷା ପରିବାର, (୩) ଅଷ୍ଟ୍ରିକ୍ ଭାଷା ପରିବାର,
(୪) ସିନୋ ତିବେତାନ୍ ଭାଷା ପରିବାର ।
ଆମ ସମ୍ବିଧାନ ମଧ୍ଯ ୧୮ଟି ଭାଷାକୁ ସ୍ୱୀକୃତି ପ୍ରଦାନ କରିଛି । ସେହି ଭାଷାଗୁଡ଼ିକ ହେଉଛି ଆସାମିଜ, ବେଙ୍ଗଲୀ, ଗୁଜରାଟୀ, ହିନ୍ଦୀ, କନ୍ନଡ଼, କାଶ୍ମୀର, କୋନ୍କାନୀ, ମାଲାୟାଲାମ୍, ମଣିପୁରୀ, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ସିନ୍ଧୀ, ତାମିଲ, ତେଲୁଗୁ ଏବଂ ଊର୍ଦ୍ଧ୍ଵ । ଏହି ଭାଷାଗୁଡ଼ିକ ମଧ୍ୟରୁ ହିନ୍ଦୀ ଆମର ରାଷ୍ଟ୍ରଭାଷା ହୋଇଥିବାରୁ ଅଧିକାଂଶ ଲୋକ ହିନ୍ଦୀରେ କଥା ହୋଇଥା’ନ୍ତି ।
ଏହି ଭାଷାଗତ ବିଭିନ୍ନତା ଭାଷାଗତ ଦଙ୍ଗା ସୃଷ୍ଟି କରିଥାଏ, ଯାହାକି ଅନେକ ସମସ୍ୟା ସୃଷ୍ଟି କରେ । ଏହି ଭାଷା ସମସ୍ୟା ଭାରତରେ ଏତେ ତୀବ୍ର ହେଲେ ଯେ ଭାଷା ଭିତ୍ତିରେ ହିଁ ରାଜ୍ୟ ଗଠନ ହେଲା । ଏହି ଭାଷାଗତ ବିଭିନ୍ନତା ଭାରତର ଏକତା ଓ ସଂହତି ପ୍ରତି ପ୍ରଧାନ ଭୟ ହୋଇ ଦେଖାଦେଇଛି ।
(୩) ଧାର୍ମିକ ବିଭିନ୍ନତା (Religious diversity) : ଭାରତରେ ଧାର୍ମିକ ବିଭିନ୍ନତା ମଧ୍ୟ ପରିଲକ୍ଷିତ ହୋଇଥାଏ । ଭାରତ ବିଶ୍ଵର ଏକ ପ୍ରାଚୀନ ସଭ୍ୟତା ଓ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏଠାରେ ବିଶ୍ବର ପ୍ରାୟ ସମସ୍ତ ପ୍ରକାରର ଧର୍ମ ସେମାନଙ୍କର ଅନୁଗାମୀମାନଙ୍କଦ୍ୱାରା ବିନା ବାଧାରେ ଅଭ୍ୟାସ କରାଯାଉଛି । ଧର୍ମ ମୁଖ୍ୟତଃ ଏକ ଅତିମାନବୀୟ ଶକ୍ତିରେ ବିଶ୍ୱାସକୁ ବୁଝାଇଥାଏ । ଭାରତରେ ଦେଖାଯାଇଥିବା ପ୍ରମୁଖ ଧର୍ମଗୁଡ଼ିକ ହେଉଛି ହିନ୍ଦୁ, ଇସ୍ଲାମ୍, ଖ୍ରୀଷ୍ଟ, ବୌଦ୍ଧ, ଜୈନ, ଶିଖ୍, ଜୀବବାଦ, ଜୋରାଷ୍ଟର ଇତ୍ୟାଦି ।
ଏତଦ୍ବ୍ୟତୀତ ପ୍ରତ୍ୟେକ ଧର୍ମର ଏକାଧିକ ସଂପ୍ରଦାୟ ମଧ୍ୟ ରହିଛି । ଏହି ସମସ୍ତ ଧର୍ମ ଏକ ପ୍ରମୁଖ ପ୍ରଭାବଶାଳୀ ଧର୍ମ ଅଟେ ଓ ଏହାର ଏକାଧ୍ୱ ସଂପ୍ରଦାୟ ରହିଛି; ଯଥା- ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, କବୀରପନ୍ଥୀ, ଆର୍ଯ୍ୟ ସମାଜ ଓ ବ୍ରାହ୍ମ ସମାଜ ଇତ୍ୟାଦି । ଏହି ଏକାଧ୍ଵକ ଧର୍ମ ଗୋଟିଏ ଧର୍ମରେ ଏକାତ୍ମକ ସଂପ୍ରଦାୟ ରହିଥିବାରୁ ଏହା ଲୋକମାନଙ୍କ ମଧ୍ୟରେ ଅନେକ ସାମାଜିକ ଓ ସାଂସ୍କୃତିକ ପାର୍ଥକ୍ୟ ସୃଷ୍ଟି କରିଥାଏ, ଯାହାକି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟରେ ଭିନ୍ନ ହୋଇଥାଏ ।
ଏହି ଧାର୍ମିକ ବିଭିନ୍ନତା ଭାରତୀୟ ସମାଜର ଏକତା ଓ ସଂହତି ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି । ସଂପ୍ରତି ଧର୍ମ ରାଜନୀତିକ ଓ ଅର୍ଥନୈତିକ ଜୀବନରେ ପ୍ରବେଶ କରିବାରୁ ଏହା ଅଧିକ ସମସ୍ୟା ସୃଷ୍ଟି କରିଛି । ଉପରୋକ୍ତ ବିଭିନ୍ନତା ସତ୍ତ୍ଵେ ଭାରତରେ ଜାତିଗତ ଓ ଭୌଗୋଳିକ ବିଭିନ୍ନତା ମଧ୍ଯ ଦେଖାଯାଇଥାଏ ।
(୪) ଭୌଗୋଳିକ ବିଭିନ୍ନତା – ବିଶାଳ ଭାରତ ଦେଶରେ ରହିଛି ପ୍ରାକୃତିକ ବିଭବର ବିଭିନ୍ନତା । କେଉଁଠି ରହିଛି ସୁଦୂରପ୍ରସାରୀ ଉର୍ବର ସମତଳଭୂମି, କେଉଁଠି ରହିଛି ଅନୁର୍ବର ଶୁଷ୍କ ଭୂମି, କେଉଁଠି ତୁଷାରାବୃତ୍ତ ପର୍ବତ ରାଜି, ଘଞ୍ଚ ଅରଣ୍ୟ ବା ନଦୀର ଅବବାହିକା । ସୈନ୍ଧବ ଗାଙ୍ଗେୟ ସମତଳଭୂମି ଉର୍ବର ହେବାବେଳେ, ରାଜସ୍ଥାନରେ ବ୍ୟାପିରହିଛି ଥର ମରୁଭୂମି । ଭାରତର ଜଳବାୟୁ ଭିନ୍ନ ଭିନ୍ନ । ଏଠାରେ ଅନୁଭୂତ ହୁଏ ତିନି ପ୍ରକାର ଜଳବାୟୁ – ମେରୁଦେଶୀୟ (Polar), ନାତିଶୀତୋଷ୍ଣ (Temperate) ଓ କ୍ରାନ୍ତୀୟ (Tropical) ।
କାଶ୍ମୀରରେ ଅତ୍ୟଧିକ ଥଣ୍ଡା ଥିବାବେଳେ ପଞ୍ଜାବରେ ଥାଏ ଅଧିକ ଗ୍ରୀଷ୍ମ । ହିମାଳୟ ପର୍ବତମାଳାରେ ହିମ ବୋହିବା ବେଳେ ରାଜସ୍ଥାନରେ ଅସୀମ ଗ୍ରୀଷ୍ମ ପ୍ରବାହ ହୁଏ । ଏଠି ପ୍ରକୃତି ଅତି ବିଚିତ୍ର । ଶୀତ ଆସିଲେ ପତ୍ର ଝଡ଼ିଯାଏ, ଗ୍ରୀଷ୍ମ ଆସିଲେ ଘାସଗଛ ଲୁଚିଯାଏ । ପୁଣି ବସନ୍ତ ଆସିଲେ ପତ୍ର କଅଁଳେ ଏବଂ ବର୍ଷାର ଆଗମନ ଦେଖୁ ଘାସ ଗଛ ମଥା ଟେକେ ।
ଏ ଦେଶରେ ପ୍ରତ୍ୟେକ ଅଞ୍ଚଳରେ ମଧ୍ୟ ସମଭାବରେ ବୃଷ୍ଟିପାତ ହୁଏ ନାହିଁ । ଆସାମର ଚେରାପୁଞ୍ଜିଠାରେ ୪୬୦” ବୃଷ୍ଟି ହେଉଥିବାବେଳେ ରାଜସ୍ଥାନରେ ହୁଏ ମାତ୍ର ୩” ବୃଷ୍ଟି । ଜଳବାୟୁର ବିଭିନ୍ନତା ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରାଣୀ ଓ ଉଦ୍ଭଦ ସୃଷ୍ଟି କରେ । ୨୦୦ ସେ.ମି.ରୁ ଅଧିକ ବୃଷ୍ଟି ହେଉଥିବା ସ୍ଥାନରେ ଦେଖାଯାଏ କ୍ରାନ୍ତୀୟ ଚିରହରିତ୍ ଆର୍ଦ୍ର ଅରଣ୍ୟ । ବୃକ୍ଷଗୁଡ଼ିକର ଉଚ୍ଚତା ହୁଏ ୬୦ ମିଟର । ସାଗୁଆନ, ଶାଳ ଓ ରୋଜଉଡ଼ ଏହି ଶ୍ରେଣୀର ବୃକ୍ଷ ।
ଏ ପ୍ରକାର ଅରଣ୍ୟ ପଶ୍ଚିମଘାଟ ପର୍ବତମାଳାର ଗଡ଼ାଣିଆ ଅଞ୍ଚଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳର ପଶ୍ଚିମାଞ୍ଚଳ ଏବଂ ପୂର୍ବ ହିମାଳୟର ଗଡ଼ାଣିଆ ଅଞ୍ଚଳରେ ଦେଖାଯାଏ । ସେହିପରି ୨୫ ସେ.ମି. ଠାରୁ କମ୍ ବୃଷ୍ଟିପାତ ଅଞ୍ଚଳରେ, ଅର୍ଥାତ୍ ପଶ୍ଚିମ ରାଜସ୍ଥାନ, ପଞ୍ଜାବର ଶୁଷ୍କ ଅଞ୍ଚଳ ଓ ଦାକ୍ଷିଣାତ୍ୟ ମାଳଭୂମିର ଅତି ଶୁଷ୍କ ଅଞ୍ଚଳରେ କଣ୍ଟାବୁଦା ଏବଂ ମୁନିଆକଣ୍ଟା ଥବା ବଡ଼ ବଡ଼ ବାବୁଲ ଗଛ ଦେଖାଯାଏ । ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପଶୁପକ୍ଷୀମାନେ ବାସ କରନ୍ତି । ଘଞ୍ଚ ଜଙ୍ଗଲରେ ବାଘ, ସିଂହ, ହସ୍ତୀ ଓ ହରିଣ ବାସ କରୁଥିବାବେଳେ ପାର୍ବତ୍ୟ ଅଞ୍ଚଳରେ ତଟୁଘୋଡ଼ା ଓ ମରୁ ଅଞ୍ଚଳରେ ଓଟମାନେ ରହିଥା’ନ୍ତି । ପ୍ରତ୍ୟେକ ସ୍ଥାନରେ ବାସକରନ୍ତି ମାଙ୍କଡ଼, ଗାଈ, ଛେଳି ଓ ମଇଁଷି ଆଦି ଜୀବ ।
୧୧ । ଭାରତୀୟ ସମାଜର ଏକତାର ବନ୍ଧନ ବା ଏକତାର କାରକଗୁଡ଼ିକୁ ଆଲୋଚନା କର । କିମ୍ବା, ଭାରତରେ ଏକତା ସୃଷ୍ଟିକାରୀ ବିଭିନ୍ନ କାରକଗୁଡ଼ିକ ସମ୍ବନ୍ଧରେ ଆଲୋଚନା କର । କିମ୍ବା, ଭାରତରେ ଦେଖାଯାଉଥିବା ଏକତାର କାରକଗୁଡ଼ିକ ଲେଖ ।
Answer:
ବିଭିନ୍ନତା ମଧ୍ୟରେ ଐକ୍ୟ ହେଉଛି ମହାନ୍ ଭାରତୀୟ ସଂସ୍କୃତି । ରାଧାକୁମୁଦ ମୁଖାର୍ଜୀ କୁହନ୍ତି ଯେ ଜଣେ ଉପର ଠାଉରିଆ ଅନୁଭବକାରୀ ଭାରତୀୟ ଅନ୍ତର୍ନିହିତ ଏକତାକୁ ଅନୁଭବ କରିପାରିବେ ନାହିଁ । ତାଙ୍କ କଥାରେ, ଅନେକଙ୍କ ମଧ୍ୟରେ ଜଣେ, ସମୂହ ମଧ୍ଯରେ ଅଭିନ୍ନ, ଏକତ୍ର ମଧ୍ୟରେ ଏକ, ଏହା ଆବିଷ୍କାର କରିବାକୁ ସେ ସଫଳ ହୁଅନ୍ତି ନାହିଁ । କେତେକ ପଣ୍ଡିତ ଅନୁଭବ କରନ୍ତି ଯେ ବ୍ରିଟିଶ ଶାସକମାନଙ୍କ ଚେଷ୍ଟା ଯୋଗୁଁ ଭାରତରେ ଏକତାର ଅଭିବୃଦ୍ଧି ଘଟିଥିଲା, ମାତ୍ର ଏପରି ମତାମତ ସମ୍ପୂର୍ଣ୍ଣରୂପେ ଠିକ୍ ନୁହେଁ । ବହୁ ପୁରାକାଳରୁ ମଧ୍ଯ ଭାରତରେ ଏକତାର ଭାବ ଅନୁଭୂତ ହେଉଥିଲା । ନିମ୍ନଲିଖ୍ କେତେକ ମୌଳିକ ବିଷୟରୁ ଭାରତୀୟ ଏକତା ଉପଲବ୍ଧ କରିହୁଏ ।
(୧) ଭୌଗୋଳିକ ଏକତା (Geographical Unity) : ସ୍ମରଣାତୀତ କାଳରୁ ଭାରତ ଏକ ଦେଶ ରୂପେ ବିଦିତ ହୋଇଛି । ଏହା ଭାରତବର୍ଷ – ଯେଉଁ ନାମରେ ଗୁନ୍ଥା ହୋଇଛି ଭାରତୀୟ ଏକତା । ଭାରତର ଉତ୍ତରରେ ହିମାଳୟ, ଅନ୍ୟ ତିନି ପାର୍ଶ୍ବରେ ସମୁଦ୍ର । ତେଣୁ ପ୍ରକୃତି ଏ ଦେଶକୁ ଅନ୍ୟ ଦେଶମାନଙ୍କଠାରୁ ବିଚ୍ଛିନ୍ନ କରିରଖୁଛି ଏବଂ ଭାରତୀୟ ଏକତା ନିମିତ୍ତ ବାଟ ସୁଗମ କରିଛି । ସମସ୍ତଙ୍କ କଣ୍ଠରେ ଗୋଟିଏ କଥା – ଭାରତ ହେଉଛି କାଶ୍ମୀରଠାରୁ କନ୍ୟାକୁମାରୀ ଯାଏ । ଏପରିକି ଭାରତୀୟ ଋଷିମାନଙ୍କର ଅନୁଭବ ଏହାହିଁ ଥିଲା । ବିଷ୍ଣୁ ପୁରାଣ ଗାଏ –
- ଉତ୍ତରମ୍ ଯତ୍ ସମୁଦ୍ରସ୍ୟ, ହିମାଦ୍ରେଶ୍ଵେବ ଦକ୍ଷିଣମ୍
- ବର୍ଷମ୍ ତଦ୍ ଭାରତନାମା, ଭାରତୀ ଯତ୍ର ସନ୍ତତିଃ ।
ତେଣୁ ସେହି ଭାରତବର୍ଷର ଅଧିବାସୀମାନଙ୍କୁ ଭାରତ ସନ୍ତତି ନାମରେ ବର୍ଣ୍ଣନା କରାଯାଇଛି । ଏକତାର ଏପରି ବିଚାରବୋଧ ଧର୍ମତତ୍ତ୍ବବିଦ୍, ରାଜନୈତିକ ଦାର୍ଶନିକ, ସଂସ୍କାରକ ଓ କବିମାନେ ଲୋକମାନଙ୍କ ମଧ୍ୟରେ ପ୍ରଚାର କରୁଛନ୍ତି । ପାହାଡ଼ ପର୍ବତ, ନଦୀ ନାଳ, ମୌସୁମୀବାୟୁ, ଜଳବାୟୁ ସବୁ ଭାରତୀୟ ଏକତାର ଶକ୍ତି ରୂପେ କାର୍ଯ୍ୟ କରନ୍ତି ।
(୨) ଜାତିଗତ ଏକତା (Racial Unity) : ଭାରତରେ ବହୁ ଜାତିର ଓ ବହୁ ଦେଶର ଲୋକ ବାସକରନ୍ତି । ବାହାର ଦେଶର ଲୋକମାନେ ଭାରତରେ ନିଜ ନିଜର ଅସ୍ତିତ୍ବ ରଖୁରି ନାହାନ୍ତି । ଏହିପରି ଗ୍ରୀକ୍, ଶକ, କୁଶାଣ, ହୁଣ, ମଙ୍ଗୋଲ ଆଦି ଭାରତରେ ହିନ୍ଦୁ ଜୀବନଧାରା ସହିତ ସଭା ହରାଇଥିଲେ । ମଧ୍ୟଯୁଗରେ ମୁସଲିମ୍ନମାନେ ଭାରତକୁ ଆସି ପୃଥକ୍ ଭାବରେ ନିଜର ଅସ୍ତିତ୍ବ ନରଖୁରି ଭାରତୀୟ ବୋଲି ଗଣ୍ୟ ହେଲେ । ଭାରତରେ ଆଗନ୍ତୁକମାନେ ଯେଉଁ ସ୍ଥାନରେ ବାସ କଲେ ମଧ୍ୟ ସେମାନଙ୍କୁ ଭାରତୀୟ କୁହାଗଲା ।
ପ୍ରତ୍ୟେକ ବ୍ୟକ୍ତି ଭାରତମାତା ନାମରେ ଗର୍ବ ଅନୁଭବ କଲେ । କିନ୍ତୁ ଦୁଃଖର କଥା ଯେଉଁ ହିନ୍ଦୁ ଓ ମୁସଲିମ୍ମାନେ ମିଶି ଏକତାର ମନ୍ତ୍ର ପଢ଼ିଥିଲେ, ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାପାଇଁ ଗୋଟିଏ ଶକ୍ତି କାର୍ଯ୍ୟ କରୁଛି । ସାମ୍ପ୍ରଦାୟିକ ଦଙ୍ଗା ଭାରତରେ ଆଭ୍ୟନ୍ତରୀଣ ବିପଦ ସୃଷ୍ଟିକରିବା ସହିତ ବିଦେଶୀ ଶତ୍ରୁକୁ ଉତ୍ତେଜିତ କରିଚାଲିଛି । ମନେରଖୁବାକୁ ହେବ, ବାବ୍ରି ମସଜିଦ୍ ହେଉ, ଆଫଜଲ ଖାଁଙ୍କ କବର ହେଉ ବା କୌଣସି ପ୍ରସିଦ୍ଧ ମନ୍ଦିର ହେଉ, ଏସବୁ ଭାରତୀୟ ସଂସ୍କୃତିକୁ ପ୍ରତିନିଧ୍ୱ କରେ ।
(୩) ଭାଷାଗତ ଏକତା (Linguistic Unity) : ଭାଷାଗତ ବିଭିନ୍ନତା ସତ୍ତ୍ଵେ ବହୁ ପୁରାକାଳରୁ ଭାରତୀୟ ଏକତା ରକ୍ଷା ଦିଗରେ ଭାଷା ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛି । ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ‘ପ୍ରାକୃତ ଭାଷା’ ଏକ ସାଧାରଣ ଭାଷାରୂପେ ଆଦୃତ ଥିଲା । ରାୟଚୌଧୁରୀଙ୍କ ଭାଷାରେ, ପ୍ରାକୃତ ଥିଲା ଗୋଟିଏ ଏକକ ଭାଷା, ଯାହା ସମଗ୍ର ବିଶାଳ ସାମ୍ରାଜ୍ୟରେ ରାଜାଙ୍କ ଧର୍ମ ପ୍ରଚାରକମାନଙ୍କଦ୍ଵାରା ଅଧ୍ଵତର ନମ୍ର ପ୍ରଜାଙ୍କ ଦ୍ବାର ନିକଟରେ ପହଞ୍ଚାଇବାକୁ ଯଥେଷ୍ଟ ଥିଲା । ଦେଶର ବିଭିନ୍ନ ସ୍ଥାନରେ ଥିବା ଅଶୋକଙ୍କ ଶିଳାଲିପି ପ୍ରାକୃତ ଭାଷାରେ ଲିଖ୍ । ପ୍ରାକୃତ ପରେ ସଂସ୍କୃତ ଭାଷା ସର୍ବସାଧାରଣଙ୍କ ଭାଷାରୂପେ ଭାରତୀୟ ଏକତା ରକ୍ଷାକଲା ।
କାଳକ୍ରମେ ସଂସ୍କୃତ ଭାଷାରୁ ହିନ୍ଦୀ, ବଙ୍ଗଳା, ଓଡ଼ିଆ, ମରାଠୀ, ଗୁଜରାଟୀ, ତେଲୁଗୁ, ତାମିଲ୍ ପ୍ରଭୃତି ଭାଷା ସୃଷ୍ଟି ହୋଇ ଆଞ୍ଚଳିକ ଭାଷାର ମର୍ଯ୍ୟାଦା ଲାଭ କଲା । ତଥାପି ସଂସ୍କୃତ ଭାଷାର ଏକତା ରକ୍ଷାକରିବାରେ ଅବଦାନ କମ୍ ନୁହେଁ । ମଧ୍ୟଯୁଗରେ ସଂସ୍କୃତ ଭାଷା ମୁସଲିମ୍ ଶାସକମାନଙ୍କଠାରୁ ପୃଷ୍ଠପୋଷକତା ପାଇ ନଥିଲେ ମଧ୍ୟ ଦକ୍ଷିଣ ଭାରତର ରାଜାମାନଙ୍କଦ୍ୱାରା ଉତ୍ସାହିତ ହେଉଥିଲା । ଇଂରେଜ ମାନେ ଶାସନ କ୍ଷେତ୍ରରେ ଇଂରାଜୀଭାଷା ଚଳାଇଲେ । ଏହିପରି ଭାଷାଗୁଡ଼ିକ ଭାରତୀୟ ଏକତା ରକ୍ଷା କରିବା ଦିଗରେ ସହାୟକ ହେଲା ।
ଲିପିଗୁଡ଼ିକ ମଧ୍ୟ ଭାରତୀୟ ଏକତା ରକ୍ଷା କରିଥିଲା । ପ୍ରାୟତଃ ସମସ୍ତ ଲିପି ବ୍ରାହ୍ମୀ ଲିପିରୁ ଉଦ୍ଭବ ହୋଇଛି । ବିଭିନ୍ନ ଭାରତୀୟ ଭାଷାର ସାହିତ୍ୟ ମଧ୍ୟ ସଂସ୍କୃତ ସାହିତ୍ୟରୁ ପ୍ରେରଣା ଲାଭକରି ଏକତା ରକ୍ଷା କରୁଛି । ଗୋଟିଏ ଆଞ୍ଚଳିକ ଭାଷା ଅନ୍ୟ ଆଞ୍ଚଳିକ ଭାଷାକୁ ଅନୁବାଦ କରାଯାଉଛି । ବେଦ, ପୁରାଣ, ଧର୍ମଶାସ୍ତ୍ର, ଉପନିଷଦ୍ ପ୍ରଭୃତି ସଂସ୍କୃତ ଭାଷାରେ ଲିଖ୍ । ଏଗୁଡ଼ିକୁ ଦେଶର ବିଭବ ରୂପେ ବିବେଚନା କରାଯାଏ ।
(୪) ରାଜନୈତିକ ଏକତା (Political Unity) : ପ୍ରାଚୀନ କାଳରେ ଶକ୍ତିଶାଳୀ ରାଜାମାନେ କ୍ଷୁଦ୍ର ରାଜ୍ୟଗୁଡ଼ିକ ଜୟକରି ଏକ ବିଶାଳ ସାମ୍ରାଜ୍ୟ ଗଢ଼ିବା ନିମିତ୍ତ ପ୍ରୟାସ କରୁଥିଲେ । ସେମାନେ ନିଜକୁ ରାଜଚକ୍ରବର୍ତ୍ତୀ, ଅଧୁରାଜ, ରାଜାଧୁରାଜ, ସମ୍ରାଟ, ଏକରାଟ ପ୍ରଭୃତି ଉପାଧିରେ ଭୂଷିତ କରୁଥିଲେ । କୌଟିଲ୍ୟ କହୁଥିଲେ, ଯେତେବେଳେ ଜଣେ ରାଜା ସମଗ୍ର ଦେଶରେ ତାଙ୍କର କ୍ଷମତା ଓ ପ୍ରଭୁତ୍ୱ ବିସ୍ତାର କରିବାରେ ସକ୍ଷମ ହୁଅନ୍ତି, ତାଙ୍କୁ ଚକ୍ରବର୍ତ୍ତୀ ରୂପେ ବିଚାର କରାଯାଏ । ସାଧାରଣତଃ କେତେକ ଧର୍ମବିଧ ଓ ଯଜ୍ଞ ଅନୁଷ୍ଠିତ ହେବାରେ ସଫଳ ହେଲେ ଜଣେ ରାଜା ଏ ପ୍ରକାର ଉପାଧ୍ ଲାଭ କରିଥା’ନ୍ତି ।
ପ୍ରାଚୀନ କାଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ଖାରବେଳ, ସମୁଦ୍ରଗୁପ୍ତ, ହର୍ଷବର୍ଦ୍ଧନ ଓ ମଧ୍ୟ-ଯୁଗରେ ଆଲାଉଦ୍ଦିନ୍ ଓ ଆଉରଙ୍ଗଜେବ ଆଦି ସମ୍ରାଟମାନେ ସର୍ବଭାରତୀୟ ସାମ୍ରାଜ୍ୟ ଗଠନ କରିଥିଲେ । ଏହି ମୁସ୍ଲିମ୍ ରାଜାମାନେ ସେମାନଙ୍କ ସାମ୍ରାଜ୍ୟରେ ଏକ ପ୍ରକାର ଶାସନ ନୀତି, ଆଇନ ଓ ମୁଦ୍ରା ପ୍ରଚଳନ କରି ରାଜନୈତିକ ଏକତା ଆଣିବାରେ ସଫଳ ହୋଇଥିଲେ । ଶେଷରେ ଇଂରେଜମାନେ ଏକ ଅଖଣ୍ଡ ଓ ବିଶାଳ ସାମ୍ରାଜ୍ୟ ଗଠନ କରି ଭାରତୀୟ ଏକତାକୁ ଦୃଢ଼ୀଭୂତ କରିଥିଲେ । ସ୍ଵାଧୀନତା ଲାଭ ପରେ ଭାରତୀୟ ସଂଘରେ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ଘଟିଲା, ଫଳରେ ସମଗ୍ର ଭାରତ ରାଜନୈତିକ ଏକତାରେ ବାନ୍ଧି ହୋଇଗଲା।
(୫) ସାମାଜିକ ଏକତା (Social Unity) : ଭାରତର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ସାମାଜିକ ରୀତିନୀତି ପ୍ରାୟ ସମାନ ଧରଣର ଅଟେ । ଲୋକମାନଙ୍କର ଖାଦ୍ୟ ଓ ପୋଷାକ ମଧ୍ୟ ଏକ ଧରଣର । ସମଗ୍ର ଦେଶରେ ଏକ ପ୍ରକାର ଉତ୍ସବ ଓ ପର୍ବପର୍ବାଣି, ଯଥା – ଦଶହରା, ଦୀପାବଳି, ହୋଲି ଓ ରକ୍ଷାବନ୍ଧନ ପାଳନ କରାଯାଇ ସାମାଜିକ ଏକତାକୁ ଦୃଢ଼ କରାଯାଇଛି । କର୍ମକୁ କେନ୍ଦ୍ରକରି ଭାରତରେ ଜାତି ବିଭାଗ ସୃଷ୍ଟି ହୋଇଥିଲା । ଏହାଦ୍ଵାରା ଲୋକମାନଙ୍କ ଆର୍ଥିକ ଅବସ୍ଥା ଉନ୍ନତି ହେଲା । ଜାତି ବିଭାଗ ସତ୍ତ୍ବେ ମାନବିକ ସୌହାର୍ଯ୍ୟ ଉପରେ ଅଧ୍ଯକ ଗୁରୁତ୍ଵ ଦିଆଯାଇଥିଲା ।
ଭି. ଏ. ସ୍ମିଥଙ୍କ କଥାରେ, ‘ଆବଶ୍ୟକୀୟ ମୌଳିକ ଭାରତୀୟ ଏକତା ଏହି ବାସ୍ତବତା ଉପରେ ଆଧାରିତ ହୁଏ ଯେ ଭାରତର ଭିନ୍ନ ଭିନ୍ନ ଲୋକେ, ପୃଥିବୀର ଯେକୌଣସି ପ୍ରକାର ଲୋକମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଅଭୁତ ସଂସ୍କୃତି ଓ ସଭ୍ୟତାର ବିକାଶ ଘଟାଇଛନ୍ତି ଏବଂ ସେହି ସଭ୍ୟତାକୁ ସଂକ୍ଷେପରେ ହିନ୍ଦୁସ୍ଥାନୀ ସଭ୍ୟତା ନାମରେ ଅଭିହିତ କରାଯାଇପାରେ ।’’
(୬) ଧର୍ମଗତ ଏକତା (Religious Unity) : ଭାରତ ଏକ ହିନ୍ଦୁ ରାଷ୍ଟ୍ର । ଭାରତୀୟ ଜୀବନଧାରାରେ ଆଧ୍ୟାତ୍ମିକତାକୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି । ବର୍ଣ୍ଣ, ଧର୍ମ ଓ ଆଶ୍ରମ ବ୍ୟବସ୍ଥା ସହିତ ଏହାର ସଂସ୍କୃତି ସନ୍ନିହିତ । ସବୁ ଧର୍ମ ଓ ମତବାଦ ଆଧ୍ୟାତ୍ମିକ ଜୀବନ ଉପରେ ବିଶ୍ୱାସ ରଖୁବା ସଙ୍ଗେ ସଙ୍ଗେ ନୈତିକ ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରିଥା’ନ୍ତି । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଭାଷାରୂପେ ଆଦୃତ ଥିଲା ।
ରାୟଚୌଧୁରୀଙ୍କ ଭାଷାରେ, ପ୍ରାକୃତ ଥିଲା ଗୋଟିଏ ଏକକ ଭାଷା, ଯାହା ସମଗ୍ର ବିଶାଳ ସାମ୍ରାଜ୍ୟରେ ରାଜାଙ୍କ ଧର୍ମ ପ୍ରଚାରକମାନଙ୍କଦ୍ଵାରା ଅଧ୍ଵକତର ନମ୍ର ପ୍ରଜାଙ୍କ ଦ୍ବାର ନିକଟରେ ପହଞ୍ଚାଇବାକୁ ଯଥେଷ୍ଟ ଥିଲା । ଦେଶର ବିଭିନ୍ନ ସ୍ଥାନରେ ଥିବା ଅଶୋକଙ୍କ ଶିଳାଲିପି ପ୍ରାକୃତ ଭାଷାରେ ଲିଖ୍ । ପ୍ରାକୃତ ପରେ ସଂସ୍କୃତ ଭାଷା ସର୍ବସାଧାରଣଙ୍କ ଭାଷାରୂପେ ଭାରତୀୟ ଏକତା ରକ୍ଷାକଲା । କାଳକ୍ରମେ ସଂସ୍କୃତ ଭାଷାରୁ ହିନ୍ଦୀ, ବଙ୍ଗଳା, ଓଡ଼ିଆ, ମରାଠୀ, ଗୁଜରାଟୀ, ତେଲୁଗୁ, ତାମିଲ୍ ପ୍ରଭୃତି ଭାଷା ସୃଷ୍ଟି ହୋଇ ଆଞ୍ଚଳିକ ଭାଷାର ମର୍ଯ୍ୟାଦା ଲାଭ କଲା ତଥାପି ସଂସ୍କୃତ ଭାଷାର
ଏକତା ରକ୍ଷାକରିବାରେ ଅବଦାନ କମ୍ ନୁହେଁ । ମଧ୍ୟଯୁଗରେ ସଂସ୍କୃତ ଭାଷା ମୁସଲିମ୍ ଶାସକମାନଙ୍କଠାରୁ ପୃଷ୍ଠପୋଷକତା ପାଇ ନଥିଲେ ମଧ୍ୟ ଦକ୍ଷିଣ ଭାରତର ରାଜାମାନଙ୍କଦ୍ୱାରା ଉତ୍ସାହିତ ହେଉଥିଲା । ଇଂରେଜ ମାନେ ଶାସନ କ୍ଷେତ୍ରରେ ଇଂରାଜୀଭାଷା ଚଳାଇଲେ । ଏହିପରି ଭାଷାଗୁଡ଼ିକ ଭାରତୀୟ ଏକତା ରକ୍ଷା କରିବା ଦିଗରେ ସହାୟକ ହେଲା ।
ଲିପିଗୁଡ଼ିକ ମଧ୍ୟ ଭାରତୀୟ ଏକତା ରକ୍ଷା କରିଥିଲା । ପ୍ରାୟତଃ ସମସ୍ତ ଲିପି ବ୍ରାହ୍ମୀ ଲିପିରୁ ଉଦ୍ଭବ ହୋଇଛି । ବିଭିନ୍ନ ଭାରତୀୟ ଭାଷାର ସାହିତ୍ୟ ମଧ୍ୟ ସଂସ୍କୃତ ସାହିତ୍ୟରୁ ପ୍ରେରଣା ଲାଭକରି ଏକତା ରକ୍ଷା କରୁଛି । ଗୋଟିଏ ଆଞ୍ଚଳିକ ଭାଷା ଅନ୍ୟ ଆଞ୍ଚଳିକ ଭାଷାକୁ ଅନୁବାଦ କରାଯାଉଛି । ବେଦ, ପୁରାଣ, ଧର୍ମଶାସ୍ତ୍ର, ଉପନିଷଦ୍ ପ୍ରଭୃତି ସଂସ୍କୃତ ଭାଷାରେ ଲିଖ୍ । ଏଗୁଡ଼ିକୁ ଦେଶର ବିଭବ ରୂପେ ବିବେଚନା କରାଯାଏ ।
(୪) ରାଜନୈତିକ ଏକତା (Political Unity) : ପ୍ରାଚୀନ କାଳରେ ଶକ୍ତିଶାଳୀ ରାଜାମାନେ କ୍ଷୁଦ୍ର ରାଜ୍ୟଗୁଡ଼ିକ ଜୟକରି ଏକ ବିଶାଳ ସାମ୍ରାଜ୍ୟ ଗଢ଼ିବା ନିମିତ୍ତ ପ୍ରୟାସ କରୁଥିଲେ । ସେମାନେ ନିଜକୁ ରାଜଚକ୍ରବର୍ତ୍ତୀ, ଅଧୁରାଜ, ରାଜାଧୁରାଜ, ସମ୍ରାଟ, ଏକରାଟ ପ୍ରଭୃତି ଉପାଧିରେ ଭୂଷିତ କରୁଥିଲେ । କୌଟିଲ୍ୟ କହୁଥିଲେ, ଯେତେବେଳେ ଜଣେ ରାଜା ସମଗ୍ର ଦେଶରେ ତାଙ୍କର କ୍ଷମତା ଓ ପ୍ରଭୁତ୍ୱ ବିସ୍ତାର କରିବାରେ ସକ୍ଷମ ହୁଅନ୍ତି, ତାଙ୍କୁ ଚକ୍ରବର୍ତୀ ରୂପେ ବିଚାର କରାଯାଏ ।
ସାଧାରଣତଃ କେତେକ ଧର୍ମବିଧ୍ ଓ ଯଜ୍ଞ ଅନୁଷ୍ଠିତ ହେବାରେ ସଫଳ ହେଲେ ଜଣେ ରାଜା ଏ ପ୍ରକାର ଉପାଧ୍ ଲାଭ କରିଥା’ନ୍ତି । ପ୍ରାଚୀନ କାଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ଖାରବେଳ, ସମୁଦ୍ରଗୁପ୍ତ, ହର୍ଷବର୍ଦ୍ଧନ ଓ ମଧ୍ୟ-ଯୁଗରେ ଆଲାଉଦ୍ଦିନ୍ ଓ ଆଉରଙ୍ଗଜେବ ଆଦି ସମ୍ରାଟମାନେ ସର୍ବଭାରତୀୟ ସାମ୍ରାଜ୍ୟ ଗଠନ କରିଥିଲେ । ଏହି ମୁସ୍ଲିମ୍ ରାଜାମାନେ ସେମାନଙ୍କ ସାମ୍ରାଜ୍ୟରେ ଏକ ପ୍ରକାର ଶାସନ ନୀତି, ଆଇନ ଓ ମୁଦ୍ରା ପ୍ରଚଳନ କରି ରାଜନୈତିକ ଏକତା ଆଣିବାରେ ସଫଳ ହୋଇଥିଲେ ।
ଶେଷରେ ଇଂରେଜମାନେ ଏକ ଅଖଣ୍ଡ ଓ ବିଶାଳ ସାମ୍ରାଜ୍ୟ ଗଠନ କରି ଭାରତୀୟ ଏକତାକୁ ଦୃଢ଼ୀଭୂତ କରିଥିଲେ । ସ୍ଵାଧୀନତା ଲାଭ ପରେ ଭାରତୀୟ ସଂଘରେ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ଘଟିଲା, ଫଳରେ ସମଗ୍ର ଭାରତ ରାଜନୈତିକ ଏକତାରେ ବାନ୍ଧି ହୋଇଗଲା ।
(୫) ସାମାଜିକ ଏକତା (Social Unity) : ଭାରତର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ସାମାଜିକ ରୀତିନୀତି ପ୍ରାୟ ସମାନ ଧରଣର ଅଟେ । ଲୋକମାନଙ୍କର ଖାଦ୍ୟ ଓ ପୋଷାକ ମଧ୍ୟ ଏକ ଧରଣର । ସମଗ୍ର ଦେଶରେ ଏକ ପ୍ରକାର ଉତ୍ସବ ଓ ପର୍ବପର୍ବାଣି, ଯଥା – ଦଶହରା, ଦୀପାବଳି, ହୋଲି ଓ ରକ୍ଷାବନ୍ଧନ ପାଳନ କରାଯାଇ ସାମାଜିକ ଏକତାକୁ ଦୃଢ଼ କରାଯାଇଛି । କର୍ମକୁ କେନ୍ଦ୍ରକରି ଭାରତରେ ଜାତି ବିଭାଗ ସୃଷ୍ଟି ହୋଇଥିଲା । ଏହାଦ୍ଵାରା ଲୋକମାନଙ୍କ ଆର୍ଥିକ ଅବସ୍ଥା ଉନ୍ନତି ହେଲା । ଜାତି ବିଭାଗ ସତ୍ତ୍ଵେ ମାନବିକ ସୌହାର୍ଘ୍ୟ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥିଲା ।
ଭି. ଏ. ସ୍ମିଥଙ୍କ କଥାରେ, ‘ଆବଶ୍ୟକୀୟ ମୌଳିକ ଭାରତୀୟ ଏକତା ଏହି ବାସ୍ତବତା ଉପରେ ଆଧାରିତ ହୁଏ ଯେ ଭାରତର ଭିନ୍ନ ଭିନ୍ନ ଲୋକେ, ପୃଥିବୀର ଯେକୌଣସି ପ୍ରକାର ଲୋକମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଅଦ୍ଭୁତ ସଂସ୍କୃତି ଓ ସଭ୍ୟତାର ବିକାଶ ଘଟାଇଛନ୍ତି ଏବଂ ସେହି ସଭ୍ୟତାକୁ ସଂକ୍ଷେପରେ ହିନ୍ଦୁସ୍ଥାନୀ ସଭ୍ୟତା ନାମରେ ଅଭିହିତ କରାଯାଇପାରେ ।’’
(୬) ଧର୍ମଗତ ଏକତା (Religious Unity) : ଭାରତ ଏକ ହିନ୍ଦୁ ରାଷ୍ଟ୍ର । ଭାରତୀୟ ଜୀବନଧାରାରେ ଆଧାୟିକତାକୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି । ବର୍ଷ, ଧର୍ମ ଓ ଆଶ୍ରମ ବ୍ୟବସ୍ଥା ସହିତ ଏହାର ସଂସ୍କୃତି ସନ୍ନିହିତ । ସବୁ ଧର୍ମ ଓ ମତବାଦ ଆଧାମ୍ବିକ ଜୀବନ ଉପରେ ବିଶ୍ୱାସ ରଖୁବା ସଙ୍ଗେ ସଙ୍ଗେ ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥା’ନ୍ତି । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତ ଭାରତୀୟ ଈଶ୍ୱର, ଆତ୍ମା, କର୍ମବାଦ ଓ ମୋକ୍ଷ ପ୍ରଭୃତି ନୀତିକୁ ବିଶ୍ୱାସ କରିଥା’ନ୍ତି ।
ବେଦ, ପୁରାଣ, ଉପନିଷଦ୍, ରାମାୟଣ, ମହାଭାରତ ଆଦି ଗ୍ରନ୍ଥ ପ୍ରାଚୀନ କାଳରୁ ଲୋକପ୍ରିୟ ହୋଇ ଭାରତୀୟ ଚିନ୍ତାଧାରା ଓ ବିଶ୍ୱାସକୁ ଅନେକାଂଶରେ ପ୍ରଭାବିତ କରିଥାଏ । ଏସବୁ ଗ୍ରନ୍ଥ ଭାରତୀୟମାନଙ୍କୁ ଏକ ତାନ୍ତ୍ରିକ ମୂଲ୍ୟବୋଧ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଏକତାର ରଜ୍ଜୁରେ ବାନ୍ଧି ରଖୁଥା’ନ୍ତି । ସମସ୍ତ ଭାରତୀୟ ହିନ୍ଦୁ ଦେବଦେବୀଙ୍କୁ ପୂଜା କରିଥା’ନ୍ତି ଯଦିଚ ସେମାନଙ୍କୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ନାମରେ ନାମିତ କରାଯାଇଥାଏ । ରାମ ଓ କୃଷ୍ଣଙ୍କୁ ଉଚ୍ଚାସନ ଦେବା ସହିତ ବୁଦ୍ଧଙ୍କୁ ଅବତାର ଭାବରେ ହିନ୍ଦୁମାନେ ପୂଜା କରନ୍ତି ।
ଜୈନଧର୍ମ ମଧ୍ଯ ଭାରତରେ ବଳବତ୍ତର ଅଛି । କବୀର, ଚୈତନ୍ୟ ଓ ନାନକ ଦେଶର ଧର୍ମଗୁଡ଼ିକ ସହିତ ସମନ୍ଵୟ ରକ୍ଷା କରିଛନ୍ତି । ଶଙ୍କରାଚାର୍ଯ୍ୟ ତାଙ୍କର ବାଣୀ ଦକ୍ଷିଣରୁ ଉତ୍ତରକୁ ବହନ କରି ନେଇଥିଲେ ।
ପ୍ରାଚୀନ ଋଷିଗଣ ଭାରତ ପ୍ରତି ଭକ୍ତିଭାବ ସଞ୍ଚାର କରିବା ନିମନ୍ତେ ନାନା ବିଶ୍ୱାସ ସୃଷ୍ଟି କଲେ । ସେଥିପାଇଁ ହିମାଳୟ ଓ ବିନ୍ଧ୍ୟ ପର୍ବତକୁ ପବିତ୍ରତାର ପ୍ରତୀକ ବୋଲି ଧରି ସେମାନେ ଗଙ୍ଗାନଦୀକୁ ମା’ ଆଖ୍ୟା ଦେଲେ ।
ପ୍ରାତଃକାଳରେ ସ୍ନାନବେଳେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ଵତୀ, ନର୍ମଦା, ସିନ୍ଧୁ, କାବେରୀ ନଦୀମାନଙ୍କୁ ସ୍ମରଣ କରିବା ସହିତ ଭାରତୀୟମାନେ ଏକ ଭାରତୀୟ ମାନସିକତାରେ ଉଭୂତ ହୋଇଥା’ନ୍ତି । ମଥୁରା, ଗୟା, କାଶୀ, ଅଯୋଧ୍ୟା, ଅବନ୍ତୀ, ସାଞ୍ଚି,ପୁରୀ ଆଦି ପ୍ରସିଦ୍ଧ ଧର୍ମପୀଠଗୁଡ଼ିକ ଦେଶର ଚାରିଦିଗରେ ରହି ଧର୍ମପ୍ରାଣ ଭାରତୀୟମାନଙ୍କୁ ଆକୃଷ୍ଟ କରୁଛି ।
(୭) ସାଂସ୍କୃତିକ ଏକତା (Cultural Unity) : କଳା, ସ୍ଥାପତ୍ୟ, ସାହିତ୍ୟ, ସଙ୍ଗୀତ, ନୃତ୍ୟ ପ୍ରଭୃତି ଆଞ୍ଚଳିକ ସ୍ତରରେ ବିକାଶ ଲାଭ କରିଥିଲେ ମଧ୍ୟ, ସବୁ ଏକ ଭାରତୀୟ ସଂସ୍କୃତିରେ ଗୁନ୍ଥା । ମୌର୍ଯ୍ୟ ସ୍ଥାପତ୍ୟ କଳା, ଗାନ୍ଧାର ଓ ମଥୁରା ପାରମ୍ପରିକ କଳା, ଇଣ୍ଡୋ-ଇସଲାମୀୟ କଳା ଭିନ୍ନ ଭିନ୍ନ ସମୟରେ ସାରା ଭାରତରେ ପୁଷ୍ଟି ଲାଭ କରିଅଛି । ଉଦାହରଣ ଦିଆଯାଇପାରେ ଯେ ଭାରତରେ ନାଗର, ବେସର, ଦ୍ରାବିଡ ଓ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଗଢ଼ା ମନ୍ଦିରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଦେବଦେବୀ ଉପାସନା ।
ସେହିପରି ମଣିପୁରୀ, ଓଡ଼ିଶୀ, ଭାରତନାଟ୍ୟମ୍, କଥକ ଓ କଥାକଳି ପ୍ରଭୃତି ନୃତ୍ୟଶୈଳୀ ଆଞ୍ଚଳିକ ସ୍ତରରେ ବିକାଶ ଲାଭ କରିଥିଲେ ମଧ୍ୟ ସମଗ୍ର ଭାରତରେ ଆଦର ଲାଭ କରିଛି । ସୃଜନୀ ଶକ୍ତିଦ୍ଵାରା ଦେଶର ସମସ୍ତ ଅଞ୍ଚଳରେ ଭାରତୀୟ ସଂସ୍କୃତିର ପରିପୁଷ୍ଟ ଘଟିଛି । ରାମାୟଣ, ମହାଭାରତ ବା ରଘୁବଂଶ ସମଗ୍ର ଭାରତବର୍ଷର ଲୋକ ଚରିତ୍ର ନେଇ ଲିଖ୍ ହୋଇଛି । ଦକ୍ଷିଣ ଭାରତର ସନ୍ୟାସୀ ଶଙ୍କରାଚାର୍ଯ୍ୟ ଲିଙ୍ଗ ଓ ଜ୍ୟୋତି ସମ୍ବଳିତ ପବିତ୍ର ପୀଠମାନ ନିର୍ମାଣ କରି ଧର୍ମୀୟ ଓ ସାଂସ୍କୃତିକ ଏକତାର ଚିତ୍ର ଆଙ୍କିଥିଲେ ।
ଭାରତୀୟ ସଂସ୍କୃତିର ଅନ୍ୟ ଏକ ବୈଶିଷ୍ଟ୍ୟ ଯେ ଭାରତୀୟମାନେ ଭାରତକୁ ଜନ୍ମଭୂମି ବା ପୁଣ୍ୟଭୂମି ବୋଲି କଳ୍ପନା କରିଛନ୍ତି । ଭାରତକୁ ଭାରତମାତା ରୂପେ ଚିତ୍ରଣ କରି ତା’ର ବନ୍ଦନା ନିମିତ୍ତ ‘ବନ୍ଦେ ମାତରମ୍’ ଓ ‘ଜନ-ଗଣ-ମନ’ ଜାତୀୟ ସଙ୍ଗୀତ ସୃଷ୍ଟି କରାଯାଇଛି । ସବୁ ପ୍ରକାର ବିଭିନ୍ନତା ସତ୍ତ୍ବେ ଭାବଗତ ସମନ୍ୱୟ ଭାରତୀୟ ସଂସ୍କୃତିକୁ ଏକତା ପ୍ରଦାନ କରେ ।
(୮) ଐତିହାସିକ ଏକତା (Historical Unity) : ଭାରତର ଅତୀତ ଗୌରବ କଥା ମନେ ପକାଇଲେ ହୃଦୟରେ ଏକତାର ଭାବ ସ୍ପନ୍ଦିତ ହୁଏ । ରାଜା, ଶାସକ, ସନ୍ନ୍ୟାସୀ ଓ ସଂସ୍କାରକ, ଶାସ୍ତ୍ରାକାର, କବି, ଭାବୁକ, ଦାର୍ଶନିକ ଓ ପୁରୋହିତ ପ୍ରଭୃତି ଯେଉଁ ମହାନ୍ ଦାନ ଦେଇଗଲେ, ସେ ସମସ୍ତ ଭାରତୀୟ ସଂସ୍କୃତି ଉପରେ ଆଧାରିତ । ବିଦେଶୀ ସଂସ୍କୃତି ନିଜକୁ ଭାରତୀୟ ସଂସ୍କୃତିଠାରୁ ପୃଥକ୍ ରଖୁରିନାହିଁ । କେବଳ ଇଂରେଜମାନଙ୍କର ସାମ୍ପ୍ରଦାୟିକ ନୀତି ଧର୍ମ ନାମରେ ଭାରତରୁ ପାକିସ୍ତାନ ରାଷ୍ଟ୍ର ବିଚ୍ଛିନ୍ନ କରିଦେବାରେ ସହାୟକ ହୋଇଥିଲା ।
କିନ୍ତୁ ଯେଉଁ ମୁସଲିମ୍ମାନେ ପାକିସ୍ତାନକୁ ନଯାଇ ଭାରତ ଭିତରେ ରହିଗଲେ, ସେମାନେ ଭାରତକୁ ଜନ୍ମଭୂମି ରୂପେ ଆଦରି ନେଲେ । ଆଜି ସନ୍ତ୍ରାସବାଦୀମାନେ ହତ୍ୟା ଓ ନାରକୀୟ କାଣ୍ଡ ଘଟାଇ ଏବଂ ଜେହାଦ ଡାକରାଦେଇ କାଶ୍ମୀରକୁ ଛଡ଼ାଇ ନେବାକୁ ବସିଛନ୍ତି ଏବଂ ଭାରତ ଏକତାର ବଳିଷ୍ଠ ମନ୍ତ୍ର ଅବଲମ୍ବନ କରି ତାକୁ ଧରିରଖ୍ଯାରିଛି ।
ଏହିପରି ବିଭିନ୍ନତା ମଧ୍ୟରେ ଐକ୍ୟର ପ୍ରକାଶ ହେଉଛି ଭାରତର ଅଦ୍ଭୁତ ପରମ୍ପରା ଓ ଆଦର୍ଶ । ଜବାହରଲାଲ ନେହେରୁ କହିଛନ୍ତି, ‘ଭାରତୀୟ ଏକତା ବାହ୍ୟ ଶକ୍ତି ବା ମତବାଦଦ୍ୱାରା ପ୍ରଭାବିତ ହୋଇନାହିଁ । ଏହାର ଉତ୍ସ ଅତ୍ୟନ୍ତ ଗଭୀର ଏବଂ ଏହା ଭାରତୀୟ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ମାତ୍ର । ଏକ ପକ୍ଷରେ ଭାରତୀୟ ସଭ୍ୟତାର ଅନ୍ୟ ସଭ୍ୟତା ପ୍ରତି ଅଭିନିବିଷ୍ଟଭାବ ଏବଂ ଅନ୍ୟ ପକ୍ଷରେ ଜୀବନର ଆଦର୍ଶ ଓ ମୂଲ୍ୟବୋଧ ଜ୍ଞାନ, ଏହାକୁ ପୃଥିବୀର ଅନ୍ୟ ସଭ୍ୟତାଠାରୁ ଯଥେଷ୍ଟ ଉଚ୍ଚ ସ୍ଥାନ ପ୍ରଦାନ କରିଛି ।’’ ଭାରତୀୟ ସଂସ୍କୃତି କେବଳ ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ସମଗ୍ର ମାନବ ଜାତିର ସାମାଜିକ, ଧର୍ମୀୟ ଓ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ।
୧୨ । ଭାରତୀୟ ଜନସଂଖ୍ୟାର ସଂରଚନା ସମ୍ବନ୍ଧରେ ଏକ ପ୍ରବନ୍ଧ ଲେଖ ।
Answer:
ଭାରତୀୟ ଜନସଂଖ୍ୟା ସଂରଚନା ମୁଖ୍ୟତଃ ଜନସଂଖ୍ୟାର ଘନତା, ବୟସାନୁକ୍ରମିକ ଗଠନ, ଲିଙ୍ଗ ସଂରଚନା, ସାକ୍ଷରତା, ଭାଷା ଓ ଧର୍ମ ସଂରଚନା, ଜନଜାତି ସ୍ୱରୂପ ଏବଂ ଗ୍ରାମାଞ୍ଚଳ ଜନସଂଖ୍ୟାର ଅନୁପାତ ଆଦି ସହିତ ସଂଶ୍ଳିଷ୍ଟ । ଜନସଂଖ୍ୟାର ଏହି ଦିଗସବୁକୁ ଆମେ ଆଲୋଚନା କରିବା ।
(୧) ଜନସଂଖ୍ୟାର ଘନତା – ଜନସଂଖ୍ୟାର ଘନତା ହେଉଛି ଗୋଟିଏ ଦେଶର ଜନସଂଖ୍ୟାର ଏକ ଜନସଂଖ୍ୟାର ଘନତା ହେଉଛି ଗୋଟିଏ ଦେଶର ଜନସଂଖ୍ୟାର ଏକ ଗୁରୁତ୍ଵପୂର୍ଣ ଜନସାଂଖ୍ୟକ ଲକ୍ଷଣ । ଏହା ଭୂମି ଓ ମାନବ ସମ୍ବଳର ଅନୁପାତକୁ ଦର୍ଶାଇଥାଏ । ପ୍ରତି ବର୍ଗ କି.ମି ଅଞ୍ଚଳରେ ବାସ କରୁଥିବା ହାରାହାରି ଜନସଂଖ୍ୟାକୁ ଜନସଂଖ୍ୟାର ଘନତା କୁହାଯାଏ ।
ଲାଗିଛି ।
୧୯୦୧ ମସିହାବେଳକୁ ଜନସଂଖ୍ୟାର ଘନତା ବର୍ଗ କି.ମି. ପ୍ରତି ୭୭ରେ ସୀମିତ ଥିବାବେଳେ ୧୯୫୧ ବେଳକୁ ତାହା ୧୧୭ କୁ ବୃଦ୍ଧି ପାଇଥିଲା । ୨୦୧୧ ମସିହା ସୁଦ୍ଧା ଦେଶର ଜନସଂଖ୍ୟାର ଘନତା ବର୍ଗ କି.ମି. ପ୍ରତି ୩୮୪ ଜଣ ବୋଲି ଆକଳନ କରାଯାଇଛି । ଅର୍ଥାତ୍ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ତାହା ୫୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଶେଷାର୍ଦ୍ଧରେ ସେଥିରେ ପ୍ରାୟ ୧୭୭ ପ୍ରତିଶତ ବୃଦ୍ଧି ସଂଘଟିତ ହୋଇଛି ।
ଭାରତର ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜନସଂଖ୍ୟାର ଘନତା ମଧ୍ଯ କ୍ରମାଗତଭାବେ ବୃଦ୍ଧି ପାଇବାରେ ଭାରତର ବିଭିନ୍ନ ରାଜ୍ୟମାନଙ୍କ ମଧ୍ୟରେ ବିହାର ହେଉଛି ସବୁଠାରୁ ଅଧିକ ଜନବହୁଳ ରାଜ୍ୟ ଯେଉଁଠାରେ କି ବର୍ଗ କି.ମି ପ୍ରତି ୧୧୦୨ ଜଣ ଲୋକ ବାସ କରିଥା’ନ୍ତି । ଅନ୍ୟାନ୍ୟ ଘନଜନ ବହୁଳ ରାଜ୍ୟମାନଙ୍କ ମଧ୍ୟରେ ରହିଛି ପଶ୍ଚିମବଙ୍ଗ୍ (୧୦୨୯), କେରଳ (୮୫୯) ଓ ଉତ୍ତରପ୍ରଦେଶ (୮୨୮) ଇତ୍ୟାଦି । ଅରୁଣାଚଳ ପ୍ରଦେଶ ହେଉଛି ଦେଶର ସବୁଠାରୁ କମ୍ ଘନତା ବିଶିଷ୍ଟ ରାଜ୍ୟ, ଯେଉଁଠାରେ ବର୍ଗ କି.ମି. ପ୍ରତି ମାତ୍ର ୧୭ ଜଣ ଲୋକ ବାସ କରୁଥିବାର ଜଣାଯାଏ ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଦିଲ୍ଲୀ ହେଉଛି ସର୍ବାଧିକ ଜନବହୁଳ ଅଞ୍ଚଳ, ଯେଉଁଠି ବର୍ଗ କି.ମି. ପ୍ରତି ସର୍ବାଧ୍ଵ ୧୧୨୯୭ ଜଣ ଲୋକ ବାସ କରନ୍ତି । ଆମ ରାଜ୍ୟ ଓଡ଼ିଶାର ଜନସଂଖ୍ୟାର ଘନତା ୧୯୯୧ ମସିହାରେ ୨୦୩ ଥିବାବେଳେ ତାହା ୨୦୧୧ ବେଳକୁ ବର୍ଗ କି.ମି ପ୍ରତି ୨୬୯ ଜଣକୁ ବୃଦ୍ଧିପାଇଛି ।
(୨) ଜନସଂଖ୍ୟାର ବୟସାନୁକ୍ରମିକ ଗଠନ – ଜନସଂଖ୍ୟାରେ ରହିଥିବା ବିଭିନ୍ନ ବୟସ-ଗୋଷ୍ଠୀର ଲୋକଙ୍କ ଉପରେ ସଂଗ୍ରହ କରାଯାଇଥିବା ତଥ୍ୟାବଳୀରୁ ଦେଶର ଶ୍ରମଶକ୍ତିର ଆକାର ସମ୍ବନ୍ଧରେ ସର୍ବଶେଷ ବିବରଣୀ ମିଳେ । ବୟସକ୍ରମରେ ଦେଶର ଜନସଂଖ୍ୟାକୁ ସାଧାରଣତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା ୧୫ ବର୍ଷରୁ କମ୍ ବୟସର ଶିଶୁ, ୧୫-୬୦ ବର୍ଷ ବୟସର କାର୍ଯ୍ୟକ୍ଷମ ଲୋକ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବୃଦ୍ଧବୃଦ୍ଧା । ଶିଶୁ ଓ ବୟସ୍କ ଲୋକମାନଙ୍କୁ କାର୍ଯ୍ୟକ୍ଷମ ବ୍ୟକ୍ତିଭାବେ ଗଣନା କରାଯାଇନଥାଏ । ଏହି ଗୋଷ୍ଠୀର ଜନସଂଖ୍ୟା କାର୍ଯ୍ୟକ୍ଷମ ଲୋକଙ୍କ ଉପରେ ପ୍ରାୟତଃ ନିର୍ଭରଶୀଳ ।
ଭାରତୀୟ ଜନସଂଖ୍ୟାର ବୟସାନୁକ୍ରମିକ ଗଠନର ଅନୁଶୀଳନ କଲେ ଜଣାଯାଏ ଯେ, ଆମ ମୋଟ ଜନସଂଖ୍ୟାର ପ୍ରାୟ ୩୫ ଶତାଂଶ ହେଉଛନ୍ତି ୧୫ ବର୍ଷରୁ କମ୍ ବୟସର ଶିଶୁ । ପୂର୍ବ ଦଶନ୍ଧି ତୁଳନାରେ ଏହା ହ୍ରାସ ପାଇଥିଲେ ମଧ୍ୟ ବିକଶିତ ରାଷ୍ଟ୍ରମାନଙ୍କ ତୁଳନାରେ ଏହା ଯେ ଖୁବ୍ ଅଧିକ ଏଥିରେ ସନ୍ଦେହ ନାହିଁ । ଉନ୍ନତ ଦେଶମାନଙ୍କରେ ଶିଶୁମାନଙ୍କର ଅନୁପାତ ୨୦ରୁ ୨୫ ପ୍ରତିଶତରେ ସୀମିତ ଥିବାବେଳେ ଆମ ଦେଶରେ ଏହା ଯଥେଷ୍ଟ ଉଚ୍ଚ ସ୍ତରରେ ରହିଛି । ଏପରି ହେବାର ମୁଖ୍ୟ କାରଣ ହେଉଛି ଉଚ୍ଚ ଜନ୍ମହାର ।
ଆମ ଜନସଂଖ୍ୟାର ବୟସାନୁକ୍ରମିକ ଗଠନର ଆଉ ଏକ ବିଶେଷ ଲକ୍ଷଣ ହେଉଛି ନିର୍ଭରଶୀଳ ଜନସଂଖ୍ୟାର ଉଚ୍ଚ ଅନୁପାତ । ଭାରତରେ ମୋଟ ଜନସଂଖ୍ୟାର ୫୮.୭ ଭାଗ ହେଉଛନ୍ତି କାର୍ଯ୍ୟକ୍ଷମ ଲୋକ ଓ ଏହାକୁ ନେଇ ଦେଶର ଶ୍ରମଶକ୍ତି ଗଠିତ ଅର୍ଥାତ୍ ଦେଶର ୪୧.୩ ପ୍ରତିଶତ ଲୋକ ହେଉଛନ୍ତି ଅନୁତ୍ପାଦୀ ଉପଭୋକ୍ତା, ଯେଉଁମାନେ କି ଉତ୍ପାଦନକ୍ଷମ ଲୋକଙ୍କ ଉପରେ ନିର୍ଭରଶୀଳ ।
(୩) ଆୟୁ ସମ୍ଭାବନା – ରାଷ୍ଟ୍ରରେ ଉଚ୍ଚତର ଆୟୁ ସମ୍ଭାବନା ଉଚ୍ଚ ମାନବ ବିକାଶର ଏକ ମୁଖ୍ୟ ସୂଚକ ହିସାବରେ ପରିଗଣିତ ହୋଇଥାଏ । ଗୋଟିଏ ନବଜାତ ଶିଶୁର ହାରାହାରି ପ୍ରତ୍ୟାଶିତ ଜୀବନକାଳକୁ ହିଁ ଆୟୁ ପ୍ରତ୍ୟାଶା ବା ଆୟୁ ସମ୍ଭାବନା କହନ୍ତି । ଏହାକୁ ମଧ୍ୟ ମନୁଷ୍ୟର ଜୀବନକାଳ ବା ହାରାହାରି ପରମାୟୁ କୁହାଯାଏ । ସ୍ବାଧୀନ ଭାରତରେ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି ହେତୁ ବିଗତ ଦଶନ୍ଧିଗୁଡ଼ିକରେ ମୃତ୍ୟୁହାର ଦ୍ରୁତ ଗତିରେ ହ୍ରାସ ପାଇଛି ।
ଫଳରେ ଭାରତୀୟମାନଙ୍କର ହାରାହାରି ପରମାୟୁ ବା ଆୟୁ ପ୍ରତ୍ୟାଶା ବୃଦ୍ଧି ପାଇବାରେ ଲାଗିଛି । ଯୋଜନାକାଳର ଆରମ୍ଭରେ (୧୯୫୧-୫୨) ଏହା ପ୍ରାୟ ୩୩ ବର୍ଷ ଥିବାବେଳେ ୧୯୯୧ ବେଳକୁ ତାହା ୫୯ ବର୍ଷକୁ ବୃଦ୍ଧିପାଇଥିଲା । ୨୦୦୧ ବେଳକୁ ଭାରତୀୟମାନଙ୍କ ଆୟୁ ପ୍ରତ୍ୟାଶା ପ୍ରାୟ ୬୫ ବର୍ଷ ଥିବାବେଳେ ୨୦୧୧ ବେଳକୁ ଏହା ବୃଦ୍ଧି ପାଇ ପ୍ରାୟ ୭୦ ବର୍ଷ ଥୁବାର ଜଣାଯାଏ ।
ଏପରି ସ୍ଵଳ୍ପ ଆୟୁ ପ୍ରତ୍ୟାଶାର ମୁଖ୍ୟ କାରଣ ହେଉଛି ଉଚ୍ଚତର ଶିଶୁ ମୃତ୍ୟୁହାର, ଯାହାକି ଏବେ ହଜାର ପ୍ରତି ୬୦ ବୋଲି ଆକଳନ କରାଯାଇଛି । ବିକଶିତ ରାଷ୍ଟ୍ରମାନଙ୍କରେ ଏହା ମାତ୍ର ୧୦ ଜଣ ହୋଇଥିବାର ଜଣାଯାଏ । ଓଡ଼ିଶାରେ ଶିଶୁ ମୃତ୍ୟୁହାର ସର୍ବାଧିକ ୮୩ ଜଣ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୮୨ ଜଣ, କିନ୍ତୁ କେରଳରେ ଏହା ମାତ୍ର ୧୧ ଜଣ ବୋଲି ଜଣାଯାଇଛି ।
(୪) ଜନସଂଖ୍ୟାର ଲିଙ୍ଗ ସଂରଚନା – ପ୍ରତି ଏକ ହଜାର ପୁରୁଷ ପ୍ରତି ମହିଳାମାନଙ୍କ ଅନୁପାତ ଲିଙ୍ଗ ସଂରଚନା ଦର୍ଶାଇଥାଏ । ଆମ ଦେଶର ଜନସଂଖ୍ୟାର ପୁରୁଷ ଓ ମହିଳାଙ୍କ ସଂଖ୍ୟା ବିଚାରକଲେ ପୁରୁଷଙ୍କ ଅନୁପାତ ଅଧିକ ଥିବାର ଜଣାଯାଏ ଓ ସେମାନଙ୍କର ଅନୁପାତ କ୍ରମେ କ୍ରମେ ବୃଦ୍ଧି ପାଉଥିବାର ଲକ୍ଷ୍ୟ କରାଯାଏ ଅର୍ଥାତ୍ ଦେଶର ଲିଙ୍ଗ ସଂରଚନାରେ ପୁରୁଷମାନଙ୍କ ଅନୁପାତ ଅପେକ୍ଷାକୃତ ଅଧ୍ବକ ଓ ଏହା ମହିଳାଙ୍କ ବିରୁଦ୍ଧରେ ରହିଛି । ୧୯୦୧ ମସିହାରେ ପ୍ରତି ୧୦୦୦ ପୁରୁଷରେ ୯୭୨ ମହିଳା ରହିଥିବାବେଳେ ୧୯୮୧, ୧୯୯୧ ଓ ୨୦୧୧ ରେ ଯଥାକ୍ରମେ ୯୩୪, ୯୨୭ ଓ ୯୩୩ ମହିଳା ଥିଲେ ।
ମାତ୍ର ୨୦୧୧ ମସିହା ଜନଗଣନା ରିପୋର୍ଟ ଅନୁସାରେ ଦେଶରେ ପ୍ରତି ୧୦୦୦ ପୁରୁଷରେ ୯୪୦ ଜଣ ମହିଳା ଥିବାର ଜଣାଯାଏ, ଯାହାକି ପୂର୍ବ ଜନଗଣନା ତୁଳନାରେ ସାମାନ୍ୟ ବୃଦ୍ଧି ପାଇଥିବାର ଦେଖାଯାଏ । ଦେଶର ମୋଟ ଜନସଂଖ୍ୟା (୧୨୧.୦୨ କୋଟି) ମଧ୍ୟରୁ ପ୍ରାୟ ୬୨.୩୭ କୋଟି ପୁରୁଷ (୫୧.୫ ପ୍ରତିଶତ) ଓ ବାକି ୫୮.୬୫ କୋଟି ମହିଳା (୪୮.୫ ପ୍ରତିଶତ) ହୋଇଥବାର ଆକଳନ କରାଯାଇଛି ।
ଦେଶର ମୋଟ ଜନସଂଖ୍ୟାରେ ମହିଳାମାନଙ୍କର ଅପେକ୍ଷାକୃତ କମ୍ ଅନୁପାତ ଏକ ଉଦ୍ବେଗର କାରଣ ହୋଇଛି । ଉନ୍ନତ ଦେଶମାନଙ୍କରେ ଏହି ପୁରୁଷ-ମହିଳା ଅନୁପାତ ମହିଳାମାନଙ୍କ ସପକ୍ଷରେ ଯାଉଥିବାବେଳେ ଆମ ଦେଶରେ ଏହାର ବ୍ୟତିକ୍ରମ ଦେଖାଯାଏ । ରୁଷିଆ, ଜାପାନ, ବ୍ରାଜିଲ ଓ ଆମେରିକା ପରି ଦେଶମାନଙ୍କରେ ପ୍ରତି ହଜାର ପୁରୁଷରେ ଯଥାକ୍ରମେ ୧୧୬୭, ୧୦୫୫, ୧୦୪୨ ଏବଂ ୧୦୨୫ ଜଣ ମହିଳା ରହିଥିବାବେଳେ ଆମ ଦେଶରେ ମାତ୍ର ୯୪୦ ଜଣ ରହିଛନ୍ତି, ଯାହାକି ନିଶ୍ଚିତପକ୍ଷେ ନ୍ୟୁନ ନାରୀ ଅନୁପାତର ପ୍ରତିଫଳନ ।
ଦେଖିବାକୁ ଗଲେ ବିକଶିତ ରାଷ୍ଟ୍ରମାନଙ୍କରେ ଲିଙ୍ଗାନୁପାତ ମହିଳାମାନଙ୍କ ଦୁର୍ବଳ ଅର୍ଥକ ତଥା ସାମାଜିକ ସ୍ଥିତି, କନ୍ୟା ଭୃଣହତ୍ୟା, କନ୍ୟା ଶିଶୁମାନଙ୍କର ଉପଯୁକ୍ତ ଯତ୍ନର ଅଭାବଜନିତ ମୃତ୍ୟୁ, ମହିଳାମାନଙ୍କର ସଅଳ ବିବାହ ଓ ପ୍ରସୂତିଜନିତ ମୃତ୍ୟୁ, ତଥା ନିରକ୍ଷରତା ଏବଂ ସଚେତନତାର ଅଭାବ ଇତ୍ୟାଦି ବିଷୟ ଭାରତରେ ପ୍ରତିକୂଳ ଲିଙ୍ଗାନୁପାତର କେତେକ ଗୁରୁତ୍ଵପୂର୍ଣ୍ଣ କାରଣ ।
ଭାରତରେ ବିଭିନ୍ନ ରାଜ୍ୟମାନଙ୍କ ମଧ୍ୟରେ କେରଳ ଏପରି ଏକମାତ୍ର ରାଜ୍ୟ ଯେଉଁଠି ମହିଳାମାନଙ୍କର ଅନୁପାତ ଅଧିକ ଅଟେ । ଏହି ରାଜ୍ୟରେ ପ୍ରତି ୧୦୦୦ ପୁରୁଷ ପ୍ରତି ୧୦୮୪ ଜଣ ମହିଳା ରହିଥିବାର ଜଣାଯାଏ । କେରଳରେ ମହିଳାମାନଙ୍କ ଅନୁପାତ ଅଧିକ ହୋଇଥିବାବେଳେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣାଟକ, ଓଡ଼ିଶା, ଆସାମ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ମେଘାଳୟ, ମଣିପୁର ପ୍ରଭୃତି ରାଜ୍ୟରେ ଲିଙ୍ଗାନୁପାତ ଜାତୀୟ ହାରାହାରି ଲିଙ୍ଗାନୁପାତଠାରୁ ଅଧିକ ।
ମାତ୍ର ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଜାମ୍ମୁ କାଶ୍ମୀର ପରି ବଡ଼ ବଡ଼ ରାଜ୍ୟମାନଙ୍କ ଭାରତର ହାରାହାରି ଲିଙ୍ଗାନୁପାତଠାରୁ ନ୍ୟୁନ ମହିଳା ଅନୁପାତ ମହିଳାମାନଙ୍କ ବିପକ୍ଷରେ ହୋଇଥାଏ । ପୁଣି ଏହିସବୁ ରାଜ୍ୟରେ ମହିଳା ଅନୁପାତ ଦିନକୁ ଦିନ ହ୍ରାସ ପାଉଥିବାର ଦେଖାଯାଏ, ଯାହାକି ବାସ୍ତବରେ ଏକ ଚିନ୍ତାଜନକ ବିଷୟ । ଦାରିଦ୍ର୍ୟ ଏବଂ ଶିକ୍ଷା ଓ ସଚେତନତାର ଅଭାବ ଏ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକଭାବେ ଦେଖାଦେଇଥାଏ ।
(୫) ଗ୍ରାମ ସହରାଞ୍ଚଳ ଜନସଂଖ୍ୟାର ଅନୁପାତ –
ବିଗତ କେତେ ଶଦନ୍ଧି ଧରି ସହରାଞ୍ଚଳ ବାସିନ୍ଦାଙ୍କ ସଂଖ୍ୟା ଓ ଅନୁପାତ କ୍ରମଶଃ ବୃଦ୍ଧି ପାଉଥିଲେ ମଧ୍ୟ ଭାରତ ଏବେ ମଧ୍ୟ ଏକ ଗ୍ରାମପ୍ରଧାନ ଦେଶ ହୋଇ ରହିଛି । ୧୯୦୧ ମସିହାରେ ଭାରତର ମୋଟ ଜନସଂଖ୍ୟାରେ ସହରାଞ୍ଚଳ ବାସିନ୍ଦାଙ୍କ ଶତକଡ଼ା ହାର ମାତ୍ର ୧୦.୮ ପ୍ରତିଶତ ଥିବାବେଳେ ୧୯୫୧ ବେଳକୁ ତାହା ୧୭.୩ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଦେଶ ସ୍ବାଧୀନତା ଲାଭ କଲାପରେ ଶିଳ୍ପ ବିକାଶ ଉପରେ ପ୍ରାଧାନ୍ୟ ଦିଆଗଲା ଓ ଶିଳ୍ପ ବିକାଶ ପ୍ରକ୍ରିୟା ସହିତ ଦ୍ରୁତ ସହରୀକରଣ ପ୍ରକ୍ରିୟାର ସୂତ୍ରପାତ ହେଲା ।
୨୦୦୧ ମସିହା ଜନଗଣନା ତଥ୍ୟ ଅନୁସାରେ ଦେଶର ସହରୀୟ ଜନସଂଖ୍ୟାର ମାତ୍ରା ୨୭.୮ ପ୍ରତିଶତ ଓ ୨୦୧୧ ଜନଗଣନା ତଥ୍ୟ ଅନୁସାରେ ଏହା ୩୧.୨ ପ୍ରତିଶତକୁ ବୃଦ୍ଧି ପାଇଥିବାର ଜଣାଯାଏ । ଆମ ଦେଶରେ ସହରାଞ୍ଚଳ ଜନସଂଖ୍ୟାର କ୍ରମାଗତ ବୃଦ୍ଧି ସଂଘଟିତ ହୋଇଥିବାବେଳେ ଗ୍ରାମାଞ୍ଚଳର ଜନସଂଖ୍ୟା କ୍ରମାନ୍ୱୟରେ ହ୍ରାସ ପାଇବାରେ ଲାଗିଛି । ୨୦୧୧ ମସିହା ସୁଦ୍ଧା ଦେଶର ୩୧.୨୦ ପ୍ରତିଶତ ଲୋକ ସହରାଞ୍ଚଳଗୁଡ଼ିକରେ ବାସ କରୁଥିବାବେଳେ ବାକି ୬୮.୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ହିଁ ବାସ କରୁଥିବାର ଜଣାଯାଏ ।
ସଂପ୍ରତି ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି, ଅର୍ଥକାରୀ ବୃଦ୍ଧିର ଅଭାବ, ମୌସୁମୀବାୟୁର ଅନିଶ୍ଚିତତା, କୃତ୍ରିମ ଜଳସେଚନର ଅସୁବିଧା ଓ ସ୍ଵଚ୍ଛ କୃଷି ଉତ୍ପାଦନ ଏବଂ ଋତୁକାଳୀନ ବେକାରୀ ଆଦି ସମସ୍ୟା ଗ୍ରାମାଞ୍ଚଳ ବାସିନ୍ଦାମାନଙ୍କ ମନରେ ବିମୁଖତା ଆଣିଦେଇଛି । ଅନ୍ୟପକ୍ଷରେ ସହରାଞ୍ଚଳର ଚାକଚକ୍ୟପୂର୍ଣ୍ଣ ପରିବେଶ, ଉନ୍ନତ ଶିକ୍ଷା ତଥା ସ୍ୱାସ୍ଥ୍ୟସେବା ଏବଂ କର୍ମନିଯୁକ୍ତି ଆଶାରେ ଆଜିକାଲି ଅଧୁକରୁ ଅଧୂକ ଲୋକ ସହରାଭିମୁଖୀ ହେଉଥିବା କଥା ଆମେ ସମସ୍ତେ ଜାଣୁ ।
ଜନସଂଖ୍ୟାର ସ୍ଥାନାନ୍ତରଣ ଏବଂ ଦ୍ରୁତ ସହରୀକରଣ ଫଳରେ ଆମ ଦେଶର ଜନସଂଖ୍ୟାରେ ଅସ୍ଵାଭାବିକ ଅଭିବୃଦ୍ଧି ସଂଘଟିତ ହୋଇଛି । ଭାରତରେ ଜନସଂଖ୍ୟାର ବ୍ୟାପକ ସ୍ଥାନାନ୍ତରଣ ଓ ଦ୍ରୁତ ସହରୀକରଣ ସତ୍ତ୍ବେ ଆମ ଦେଶ ଏବେ ମଧ୍ୟ ଗ୍ରାମୀଣ ଭାରତ ହୋଇ ରହିଛି ।
ଭାରତରେ ସଂଘଟିତ ହୋଇଥିବା ବ୍ୟାପକ ସ୍ଥାନାନ୍ତରଣ ଓ ନଗରୀୟ ଜନସଂଖ୍ୟା ବୃଦ୍ଧିର ଆଉ ଏକ ବିଶେଷତ୍ଵ ହେଉଛି ବଡ଼ ବଡ଼ ସହରର ଜନସଂଖ୍ୟାର ଦୃତ ଆନୁପାତିକ ଅଭିବୃଦ୍ଧି । ଛୋଟ ଛୋଟ ସହର ତୁଳନାରେ ଦେଶର ବଡ଼ ବଡ଼ ସହରରେ ଦ୍ରୁତ ତଥା ଅସ୍ଵାଭାବିକ ଜନସଂଖ୍ୟାବୃଦ୍ଧି ସଂଘଟିତ ହୋଇଥିବା ଦୃଷ୍ଟିରୁ ଦେଶର ମୋଟ ନଗରୀୟ ଜନସଂଖ୍ୟାର ପରିମାଣ ବିଶେଷ ବୃଦ୍ଧି ପାଇଥବା କଥା ଜଣାଯାଏ । ୧୯୫୧ ମସିହାରେ ଆମ ଦେଶରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଜନସଂଖ୍ୟାବିଶିଷ୍ଟ ୭୫ଟି ସହର ରହିଥିବାବେଳେ ୨୦୦୧ ମସିହାବେଳକୁ ତାହା ୩୮୪ କୁ ବୃଦ୍ଧି ପାଇଥିଲା ।
ଏବେ ଆମ ଦେଶରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟାବିଶିଷ୍ଟ ୩୫ଟି ନଗର ରହିଛି ଓ ମୁମ୍ବାଇ ହେଉଛି ସବୁଠାରୁ ଅଧିକ ଜନସଂଖ୍ୟାବିଶିଷ୍ଟ ନଗର, ଯେଉଁଠି ପ୍ରାୟ ୧୬.୫ ନିୟୁତରୁ ଅଧ୍ଵ ଲୋକ ବାସ କରନ୍ତି । କୋଲକତା ଓ ଦିଲ୍ଲୀର ଜନସଂଖ୍ୟା ଯଥାକ୍ରମେ ୧୩.୩ ନିୟୁତ ଓ ୧୩ ନିୟୁତ ବୋଲି ଜଣାଯାଏ ।
ଦ୍ରୁତ ସହରୀକରଣ ଓ ନଗରୀୟ ଜନସଂଖ୍ୟାର ବ୍ୟାପକ ଅଭିବୃଦ୍ଧି ପରିବେଶ ତଥା ପରିମଳ ବ୍ୟବସ୍ଥା ଉପରେ ବ୍ୟାପକ ଚାପ ପକାଇଛି । ପରିବେଶର ଦ୍ରୁତ ଅବକ୍ଷୟ ଘଟିବାରୁ ସହରୀ ଜୀବନ ଦୁର୍ବିସହ ହୋଇପଡ଼ିଛି । ଲୋକମାନେ ରହିବାପାଇଁ ଭଲ ବାସଗୃହ, ପିଇବା ପାଇଁ ଶୁଦ୍ଧ ପାନୀୟ ଜଳ ଓ ଏପରିକି ପ୍ରଶ୍ଵାସ ପାଇଁ ଶୁଦ୍ଧ ବାୟୁ ପାଇପାରୁ ନାହାନ୍ତି ।