Odisha State Board CHSE Odisha Class 12 Foundation of Education Solutions Chapter 1 ମହାତ୍ମା ଗାନ୍ଧି Questions and Answers.
CHSE Odisha 12th Class Education Solutions Chapter 1 ମହାତ୍ମା ଗାନ୍ଧି
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. ମହାତ୍ମା ଗାନ୍ଧିଙ୍କର ଶିକ୍ଷା ବ୍ୟବସ୍ଥାରେ କେତେ କେତେ ବର୍ଷ ପର୍ଯ୍ୟନ୍ତ ଅବୈତନିକ ତଥା ବାଧ୍ୟତାମୂଳକ ଶିକ୍ଷା ଦେବାର ବ୍ୟବସ୍ଥା ଥିଲା ?
(i) ୫ ବର୍ଷରୁ ୧୪ ବର୍ଷ
(ii) ୬ ବର୍ଷରୁ ୧୪ ବର୍ଷ
(iii) ୭ ବର୍ଷରୁ ୧୪ ବର୍ଷ
(iv) ୮ ବର୍ଷରୁ ୧୪ ବର୍ଷ
Answer:
(iii) ୭ ବର୍ଷରୁ ୧୪ ବର୍ଷ
2. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗାନ୍ଧିଜୀଙ୍କ ‘ନୟୀ ତାଲିମ୍’ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରଯୁଜ୍ୟ ନୁହେଁ ?
(i) ଉତ୍ପାଦନଧର୍ମୀ
(ii) କର୍ମକୈନ୍ଦ୍ରିକ
(iii) ଧନ୍ଦାଭିଭିକ
(iv) ପାଠ୍ୟଖସଡ଼ା ବିହୀନ
Answer:
(iv) ପାଠ୍ୟଖସଡ଼ା ବିହୀନ
3. କେଉଁ ଶିକ୍ଷାବିତ୍ ଧନ୍ଦାକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତକ ଅଟନ୍ତି ?
(i) ମହାତ୍ମା ଗାନ୍ଧି
(ii) ବିବେକାନନ୍ଦ
(iii) ରବୀନ୍ଦ୍ରନାଥ ଠାକୁର
(iv) ଗୋପବନ୍ଧୁ ଦାସ
Answer:
(i) ମହାତ୍ମା ଗାନ୍ଧି
4. କେଉଁ ମସିହାରେ ମହାତ୍ମା ଗାନ୍ଧି ମାଗଣା ଏବଂ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରଚଳନ କରିଥିଲେ ?
(i) ୧୯୩୭
(ii) ୧୯୪୨
(iii) ୧୯୩୧
(iv) ୧୯୩୩
Answer:
(i) ୧୯୩୭
5. କେଉଁ ଶିକ୍ଷାବିତ୍ଙ୍କର ଧନ୍ଦାମୂଳକ ଶିକ୍ଷା ଉପରେ ଆସ୍ଥା ଥିଲା ?
(i) ମହାତ୍ମା ଗାନ୍ଧି
(ii) ଗୋପବନ୍ଧୁ
(iii) ଶ୍ରୀଅରବିନ୍ଦ
(iv) ରବୀନ୍ଦ୍ରନାଥ
Answer:
(i) ମହାତ୍ମା ଗାନ୍ଧି
6. କୁଟୀର ଶିଳ୍ପ ଶିକ୍ଷା କିଏ ପ୍ରବର୍ତ୍ତନ କରିଥିଲେ ?
(i) ଶ୍ରୀ ଅରବିନ୍ଦ
(ii) ରବୀନ୍ଦ୍ରନାଥ
(iii) ମହାତ୍ମା ଗାନ୍ଧି
(iv) ଗୋପବନ୍ଧୁ
Answer:
(iii) ମହାତ୍ମା ଗାନ୍ଧି
7. ନିମ୍ନଲିଖତ କେଉଁ ବିଷୟଟି ମହାତ୍ମା ଗାନ୍ଧିଙ୍କ ଶିକ୍ଷା ଦର୍ଶନର ଉପାଦାନ ନୁହେଁ ?
(i) ଧନ୍ଦାମୂଳକ ଶିକ୍ଷା
(ii) ଅହିଂସାଭିତ୍ତିକ ଶିକ୍ଷା
(iii) ଆନ୍ତର୍ଜାତିକ ଶିକ୍ଷା
(iv) ମାତୃଭାଷା ମାଧ୍ୟମରେ ଶିକ୍ଷା
Answer:
(iii) ଆନ୍ତର୍ଜାତିକ ଶିକ୍ଷା
8. ମୌଳିକ ଶିକ୍ଷାରେ ଗାନ୍ଧିଜୀ କେଉଁ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ ?
(i) ସମାଜକୈନ୍ଦ୍ରିକ ଶିକ୍ଷା
(ii) ଧନ୍ଦାକୈନ୍ଦ୍ରିକ ଶିକ୍ଷା
(iii) ପୁସ୍ତକକୈନ୍ଦ୍ରିକ ଶିକ୍ଷା
(iv) ଜ୍ଞାନକୈନ୍ଦ୍ରିକ ଶିକ୍ଷା
Answer:
(ii) ଧନ୍ଦାକୈନ୍ଦ୍ରିକ ଶିକ୍ଷା
9. କାହାର ମୃତ୍ୟୁପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ‘ଆଲୁଅ ଲିଭିଗଲା’’ ବୋଲି କହିଥିଲେ ?
(i) ଗୋପବନ୍ଧୁ ଦାସ
(ii) ମହାତ୍ମା ଗାନ୍ଧି
(iii) ଚିତ୍ତରଞ୍ଜନ ଦାସ
(iv) ଗୋପାଳକୃଷ୍ଣ ଗୋଖେଲ
Answer:
(ii) ମହାତ୍ମା ଗାନ୍ଧି
10. ନିମ୍ନୋକ୍ତ କେଉଁଟି ଗାନ୍ଧିଜୀଙ୍କୁ ମୌଳିକ ଶିକ୍ଷା ପାଇଁ ମାର୍ଗଦର୍ଶନ କରାଇନଥିଲା ?
(i) ମାବରମତୀ ଆଶ୍ରମର କାର୍ଯ୍ୟକ୍ରମ
(ii) ଟଲଷ୍ଟୟ ଫାର୍ମର ଅଭିଜ୍ଞତା
(iii) ସୋବାଗ୍ରାମର କାର୍ଯ୍ୟକ୍ରମ
(iv) ଆଇନ ଅମାନ୍ୟ ଆନ୍ଦୋଳନ
Answer:
(iv) ଆଇନ ଅମାନ୍ୟ ଆନ୍ଦୋଳନ
11. ୧୯୩୫ ମସିହାରେ ଗାନ୍ଧିଜୀ କେଉଁଠାରେ ଏକ ଆଶ୍ରମ ଓ ବିଦ୍ୟାଳୟ ସ୍ଥାପନ କରିଥିଲେ ?
(i) ପୋରବଦର
(ii) ମାବରମତୀ
(iii) ଓ୍ୱ।ଦ୍ଧା
(iv) କାଠିଆୱାଡ଼
Answer:
(iii) ଓ୍ୱ।ଦ୍ଧା
12. ଓଡ଼ିଶାର କେଉଁଠାରେ ଏକ ମୌଳିକ ଶିକ୍ଷା ତାଲିମ୍ କେନ୍ଦ୍ର ରହିଛି ?
(i) କଟକ
(ii) ପୁରୀ
(iii) ନୟାଗଡ଼
(iv) ଅନୁଗୁଳ
Answer:
(iv) ଅନୁଗୁଳ
13. କେଉଁ ଶିକ୍ଷାବିତ୍ଙ୍କ ମତରେ ଶିକ୍ଷା ଶରୀର, ମନ ଏବଂ ଆତ୍ମାର ସର୍ବାଙ୍ଗୀନ ଉନ୍ନତିକୁ ବୁଝାଏ ?
(i) ଗାନ୍ଧିଜା
(ii) ଶ୍ରୀଅରବିନ୍ଦ
(iii) ଗୋପବନ୍ଧୁ
(iv) ରବାତ୍ରନାଥ
Answer:
(i) ଗାନ୍ଧିଜା
14. କେଉଁ ପତ୍ରିକାରେ ମହାତ୍ମା ଗାନ୍ଧିଙ୍କର ଶିକ୍ଷାନୀତି ପ୍ରକାଶ ପାଇଥିଲା ?
(i) ସମାଜ
(ii) ଦି ହିନ୍ଦୁ
(iii) ସମ୍ବାଦ
(iv) ରବୀନ୍ଦ୍ରନାଥ
Answer:
(iv) ରବୀନ୍ଦ୍ରନାଥ
15. କେଉଁଟି ମୌଳିକ ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ ଥିଲା ?
(i) ପୁର୍ଶ୍ୱ।ଙ୍ଗ ଶିକ୍ଷା
(ii) ମୁକ୍ତାକାଶ ଶିକ୍ଷା
(iii) ଧର୍ମଗତ ଶିକ୍ଷା
(iv) ସ୍ଵାବଲମ୍ବନ ଶିକ୍ଷା
Answer:
(iv) ସ୍ଵାବଲମ୍ବନ ଶିକ୍ଷା
16. ଗାନ୍ଧିଙ୍କ ଶିକ୍ଷା ସଂଜ୍ଞାରେ କେଉଁ ବିଷୟଟିକୁ ଗୁରୁତ୍ବ ଦିଆଯାଇ ନାହିଁ ?
(i) ଅଧ୍ୟ।ମ୍କ
(ii) ଶାରୀରିକ ବିକାଶ
(iii) ସାମାଜିକ ବିକାଶ
(iv) ମାନସିକ ବିକାଶ
Answer:
(iii) ସାମାଜିକ ବିକାଶ
17. ‘କୁଟି ଖାଅ କାଟି ପିନ୍ଧ’ ଉକ୍ତିଟି କେଉଁ ଶିକ୍ଷାବିତ୍ କହିଥିଲେ ?
(i) ଗୋପବଦ୍ଧୁ
(ii) ଦଅରବି
(iii) ମହାତ୍ମା ଗାନ୍ଧି
(iv) ରବୀନ୍ଦ୍ରନାଥ
Answer:
(iii) ମହାତ୍ମା ଗାନ୍ଧି
18. କେଉଁଟି ମୌଳିକ ଶିକ୍ଷାର ବୈଶିଷ୍ଟ୍ୟ ନୁହେଁ ?
(i) ମୁକ୍ତ ବାୟୁରେ ଶିକ୍ଷା
(ii) କୁଟୀର ଶିଳ୍ପ | ଧନ୍ଦା ଭିତ୍ତିକ ଶିକ୍ଷା
(iii) ଅହିଂସାଭିତ୍ତିକ ଶିକ୍ଷା
(iv) ମାତୃଭାଷା ମାଧ୍ୟମରେ ଶିକ୍ଷା
Answer:
(i) ମୁକ୍ତ ବାୟୁରେ ଶିକ୍ଷା
19. କେଉଁଟି ମୌଳିକ ଶିକ୍ଷାର ଅନ୍ୟ ଅର୍ଥ ନୁହେଁ ?
(i) ନିୟାଦି ଶିକ୍ଷା
(ii) ବୁନିୟାଦି ଶିକ୍ଷା
(iii) ଓ୍ୱ।ଦ୍ଧା ଶିକ୍ଷା
(iv) ପୂର୍ଣାଙ୍ଗ ଶିକ୍ଷା
Answer:
(iv) ପୂର୍ଣାଙ୍ଗ ଶିକ୍ଷା
20. ନିମ୍ନସ୍ଥ କେଉଁଟି ମୌଳିକ ଶିକ୍ଷାର ଲକ୍ଷ୍ୟ ନୁହେଁ ?
(i) ଶିକ୍ଷାରେ ଶିଳ୍ପକୁ ପ୍ରଶ୍ରୟ ଦେବା
(ii) ଧନ୍ଦା ମାଧ୍ୟମରେ ଶିକ୍ଷା ଦେବା
(iii) ବାଧ୍ୟତାମୂଳକ ଶିକ୍ଷା ପ୍ରଚଳନ
(iv) ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ଵ
Answer:
(i) ଶିକ୍ଷାରେ ଶିଳ୍ପକୁ ପ୍ରଶ୍ରୟ ଦେବା
21. ନିମ୍ନଲିଖ୍ କେଉଁଟି ମହାତ୍ମା ଗାନ୍ଧିଙ୍କଦ୍ବାରା ପ୍ରବର୍ତ୍ତିତ ମୌଳିକ ଶିକ୍ଷା ବ୍ୟବସ୍ଥାରେ ବିଶେଷ ଭାବରେ ଉପଯୋଗ ହୁଏ ନାହିଁ ?
(i) ମାତୃଭାଷା
(ii) ନିର୍ଦ୍ଧାରିତ ପାଠ୍ୟପୁସ୍ତକ
(iii) ଶିକ୍ଷାଦାନରେ ସମନ୍ଵୟ
(iv) ହସ୍ତକର୍ମ
Answer:
(iii) ଶିକ୍ଷାଦାନରେ ସମନ୍ଵୟ
B. ଶୂନ୍ୟସ୍ଥାନ ପୂରଣ କର ।
1. ଜାକିର ହୁସେନ୍ ତାଙ୍କର ପୂର୍ଣାଙ୍ଗ ରିପୋର୍ଟ ___________ ମସିହାରେ ପ୍ରଦାନ କରିଥିଲେ ।
Answer:
୧୯୩୭
2. ଶିକ୍ଷାର ପ୍ରଥମ _________________ ବର୍ଷକୁ ନିମ୍ନ ବୁନିୟାଦି ଶିକ୍ଷା କୁହାଯାଏ ।
Answer:
୫
3. ନୟୀ ତାଲିମ୍ _____________ ଶିକ୍ଷାର ଅନ୍ୟନାମ ।
Answer:
ମୌଳିକ
4. ଧନ୍ଦାକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତକ ____________ ।
Answer:
ମହାତ୍ମା ଗାନ୍ଧି
5. ଶିକ୍ଷାରେ _____________ କୁ ପ୍ରଶ୍ରୟ ଦେବା ଗାନ୍ଧିଜୀଙ୍କ ମୌଳିକ ଶିକ୍ଷାର ଲକ୍ଷ୍ୟ ନ ଥିଲା ।
Answer:
ଶିକ୍ଘକୁ
6. ଶିକ୍ଷା ମାଧ୍ୟମରେ______________ ହେବା ଗାନ୍ଧି ଚାହୁଁଥିଲେ ।
Answer:
ଦାଣ୍ଡି ଯାତ୍ରା । ଆଇନ ଅମାନ୍ୟ ଆନ୍ଦୋଳନ
7. ବୁନିୟାଦି ଶିକ୍ଷା ______________ ପ୍ରଚଳନ କରିଥିଲେ ।
Answer:
ମହାତ୍ମା ଗାନ୍ଧି
8. ମୌଳିକ ଶିକ୍ଷାର ପ୍ରବର୍ତ୍ତକ ___________ ଥିଲେ ।
Answer:
ମହାତ୍ମା ଗାନ୍ଧି
9. ମହାତ୍ମା ଗାନ୍ଧି __________ ମାଧ୍ୟମରେ ଶିକ୍ଷା ଦେବାପାଇଁ ଚାହିଁଥିଲେ ।
Answer:
ମାତୃଭାଷା
10. ମୌଳିକ ଆବଶ୍ୟକତା ପୂରଣ କରିବା____________ ଶିକ୍ଷାର ଲକ୍ଷ୍ୟ ଥିଲା ।
Answer:
ମୌଳିକ
11. ମୌଳିକ ଶିକ୍ଷାର ଅନ୍ୟ ଏକ ନାମ ______________ ଅଟେ ।
Answer:
ଓ୍ୱ।ଦ୍ଧା ଶିକ୍ଷା
12. ମହାତ୍ମା ଗାନ୍ଧି ୧୮୬୯ ମସିହା _____________ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
Answer:
ଅକ୍ଟୋବର ୨
13. ମହାତ୍ମା ଗାନ୍ଧି ______________ ପତ୍ରିକାରେ ତାଙ୍କର ଶିକ୍ଷାନୀତି ପ୍ରକାଶ କରିଥିଲେ ।
Answer:
ହରିଜନ
14. ସର୍ବଭାରତୀୟ ଶିକ୍ଷା ସମ୍ମିଳନୀରେ ୧୯୩୭ ମସିହାରେ____________ ମୌଳିକ ଶିକ୍ଷା ପ୍ରବର୍ତ୍ତନ ପାଇଁ ସ୍ଥିର କରିଥିଲେ ।
Answer:
ଗାନ୍ଧିଇ।
15. ମୌଳିକ ଶିକ୍ଷା _____________ ମସିହାରେ ପ୍ରବର୍ତ୍ତିତ ହୋଇଥିଲା ।
Answer:
୧୯୩୭
C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।
1. ମହାତ୍ମା ଗାନ୍ଧି ୧୮୬୯ ମସିହା ଜାନୁୟାରୀ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
Answer:
ମହାତ୍ମା ଗାନ୍ଧି ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
2. ଈଶ୍ବରାନୁଭୂତି ଗାନ୍ଧିଜୀଙ୍କର ଉପଯୋଗିତାବାଦୀ ଲକ୍ଷ୍ୟ ଥିଲା ।
Answer:
ଈଶ୍ବରାନୁଭୂତି ଗାନ୍ଧିଜୀଙ୍କର ଚରମ ଲକ୍ଷ୍ୟ ଥିଲା ।
3. ଗାନ୍ଧିଜୀ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରିବାପାଇଁ ଗୁରୁତ୍ଵ ଦେଉଥିଲେ ।
Answer:
ଗାନ୍ଧିଜୀ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରିବାପାଇଁ ଗୁରୁତ୍ଵ ଦେଉଥିଲେ ।
4. ‘ବମ୍ବେ ସମାଚାର’ ପତ୍ରିକାରେ ମହାତ୍ମା ଗାନ୍ଧିଙ୍କ ଶିକ୍ଷାନୀତି ପ୍ରକାଶ ପାଇଥିଲା ।
Answer:
‘ହରିଜନ’ ପତ୍ରିକାରେ ମହାତ୍ମା ଗାନ୍ଧିଙ୍କ ଶିକ୍ଷାନୀତି ପ୍ରକାଶ ପାଇଥିଲା ।
5. ଶିକ୍ଷାବର୍ଷରେ ମୋଟ ୩୨୨ ଦିନ ମୌଳିକ ଶିକ୍ଷା ବ୍ୟବସ୍ଥାର କାର୍ଯ୍ୟଦିବସ ଥିଲା ।
Answer:
ଶିକ୍ଷାବର୍ଷରେ ମୋଟ ୨୮୮ ଦିନ ମୌଳିକ ଶିକ୍ଷା ବ୍ୟବସ୍ଥାର କାର୍ଯ୍ୟଦିବସ ଥିଲା ।
6. ଓଡ଼ିଶାର କଟକଠାରେ ମୌଳିକ ଶିକ୍ଷା ତାଲିମ୍ କେନ୍ଦ୍ର ରହିଛି ।
Answer:
ଓଡ଼ିଶାର ଅନୁଗୁଳଠାରେ ମୌଳିକ ଶିକ୍ଷା ତାଲିମ୍ କେନ୍ଦ୍ର ରହିଛି ।
7. କୁଟୀର ଶିଳ୍ପ ଶିକ୍ଷା ଗୋପବନ୍ଧୁ ପ୍ରବର୍ତ୍ତନ କରିଥିଲେ ।
Answer:
କୁଟିର ଶିଳ୍ପ ଶିକ୍ଷା ମହାତ୍ମା ଗାନ୍ଧି ପ୍ରବର୍ତ୍ତନ କରିଥିଲେ ।
8. ମୌଳିକ ଶିକ୍ଷାର ଅନ୍ୟନାମ ନୟୀ ସ୍କିମ୍ ।
Answer:
ମୌଳିକ ଶିକ୍ଷାର ଅନ୍ୟନାମ ୱାର୍ଷା ସ୍କିମ୍ ।
9. ‘ଆଲୁଅ ଲିଭିଗଲା’ ବୋଲି ଶ୍ରୀଅରବିନ୍ଦଙ୍କ ମୃତ୍ୟୁ ପରେ ଜବାହରଲାଲ ନେହେରୁ ଘୋଷଣା କରିଥିଲେ ।
Answer:
‘ଆଲୁଅ ଲିଭିଗଲା’ ବୋଲି ମହାତ୍ମା ଗାନ୍ଧିଙ୍କ ମୃତ୍ୟୁ ପରେ ଜବାହରଲାଲ ନେହେରୁ ଘୋଷଣା କରିଥିଲେ ।
10. ଶ୍ରୀ ଅରବିନ୍ଦ ମୌଳିକ ଶିକ୍ଷାର ପ୍ରବର୍ତ୍ତକ ଥିଲେ ।
Answer:
ମହାତ୍ମା ଗାନ୍ଧି ମୌଳିକ ଶିକ୍ଷାର ପ୍ରବର୍ତ୍ତକ ଥିଲେ ।
11. ଗାନ୍ଧିଙ୍କ ମତରେ ୬-୧୨ ବର୍ଷର ପିଲାଙ୍କୁ ମୌଳିକ ଶିକ୍ଷା ମିଳିବା ଉଚିତ ।
Answer:
ଗାନ୍ଧିଙ୍କ ମତରେ ୭-୧୪ ବର୍ଷର ପିଲାଙ୍କୁ ମୌଳିକ ଶିକ୍ଷା ମିଳିବା ଉଚିତ ।
D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।
1. ଶିକ୍ଷା ଶରୀର, ମନ ଓ ଆତ୍ମାର ବିକାଶକୁ ବୁଝାଏ ବୋଲି କିଏ କହିଥିଲେ ?
Answer:
ଶିକ୍ଷା ଶରୀର, ମନ ଓ ଆତ୍ମାର ବିକାଶକୁ ବୁଝାଏ ବୋଲି ଜାତିର ଜନକ ମହାତ୍ମା ଗାନ୍ଧି କହିଥିଲେ ।
2. ଧନ୍ଦାକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତକ କିଏ ଥିଲେ ?
Answer:
ମହାତ୍ମା ଗାନ୍ଧି ଧନ୍ଦାକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତକ ଥିଲେ ।
3. ମହାତ୍ମା ଗାନ୍ଧିଙ୍କ ମୌଳିକ ଶିକ୍ଷା ପ୍ରଣୟନର ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ସେ ସମୟରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ, ସ୍ଵାବଲମ୍ବନଶୀଳ ନ କରି ଜ୍ଞାନକୈନ୍ଦ୍ରିକ କରାଯାଇଥିବାରୁ ଶିଶୁକୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଗାନ୍ଧି ମୌଳିକ ଶିକ୍ଷା ପ୍ରଣୟନ କରିଥିଲେ ।
4. କେବେ ୱାର୍ଣାଠାରେ ସର୍ବଭାରତୀୟ ଶିକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
Answer:
୧୯୩୭ ମସିହା ଅକ୍ଟୋବର ୨୨ ଏବଂ ୨୩ ତାରିଖରେ ୱାର୍ଣାଠାରେ ସର୍ବଭାରତୀୟ ଶିକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
5. ସର୍ବଭାରତୀୟ ଶିକ୍ଷା ସମ୍ମିଳନୀ – ୧୯୩୭ରେ କିଏ ନିଜର ଶିକ୍ଷାନୀତି ସ୍ଥିର କରିଥିଲେ ?
Answer:
ସର୍ବଭାରତୀୟ ଶିକ୍ଷା ସମ୍ମିଳନୀ – ୧୯୩୭ରେ ଗାନ୍ଧି ନିଜର ଶିକ୍ଷାନୀତି ସ୍ଥିର କରିଥିଲେ ।
6. ଗାନ୍ଧିଜୀଙ୍କୁ ବିଶିଷ୍ଟ ଭାରତୀୟ ଶିକ୍ଷାବିତ୍ ବୋଲି କୁହାଯାଏ କାହିଁକି ?
Answer:
ଗ୍ରାମର ବିକାଶ ପାଇଁ ଗ୍ରାମୀଣ ଶିକ୍ଷା ବ୍ୟବସ୍ଥା କରି ଗ୍ରାମାଞ୍ଚଳର ବିକାଶ ଘଟାଇଥିବା ଯୋଗୁଁ ଗାନ୍ଧିଙ୍କୁ ବିଶିଷ୍ଟ ଭାରତୀୟ ଶିକ୍ଷାବିତ୍ ବୋଲି କୁହାଯାଉଛି ।
7. ଓଡ଼ିଶାର କେଉଁ ଜାଗାରେ ଗୋଟିଏ ମୌଳିକ ଶିକ୍ଷା ତାଲିମକେନ୍ଦ୍ର ସ୍ଥାପିତ ହୋଇଥିଲା ?
Answer:
ଓଡ଼ିଶାର ଅନୁଗୁଳଠାରେ ଗୋଟିଏ ମୌଳିକ ଶିକ୍ଷା ତାଲିମକେନ୍ଦ୍ର ସ୍ଥାପିତ ହୋଇଥିଲା ।
8. ଧନ୍ଦାମୂଳକ ଶିକ୍ଷାର ଉଦ୍ଦେଶ୍ୟ କ’ଣ ?
Answer:
ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବନଶୀଳ ଓ ଆତ୍ମନିର୍ଭରଶୀଳ କରାଇବା ଧନ୍ଦାମୂଳକ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ।
9. ନୟୀ ତାଲିମ କ’ଣ ?
Answer:
ପାରମ୍ପରିକ ଶିକ୍ଷାର ଚିନ୍ତାଧାରାରେ ପରିବର୍ତ୍ତନ ଆଣି କିଛି ନୂଆ ଆଦର୍ଶରେ ପ୍ରଚଳିତ ନୂତନ ଶିକ୍ଷାକୁ ‘ନୟୀ ତାଲିମ’ କୁହାଯାଏ ।
10. ଭାରତରେ ମୌଳିକ ଶିକ୍ଷା କିଏ ପ୍ରଚଳନ କରିଥିଲେ ?
Answer:
ଜାତିର ଜନକ ମହାତ୍ମା ଗାନ୍ଧି ଭାରତରେ ମୌଳିକ ଶିକ୍ଷା ପ୍ରଚଳନ କରିଥିଲେ ।
11. ମୌଳିକ ଶିକ୍ଷାରେ କେଉଁ ଦୁଇ ଗୋଷ୍ଠୀ ଆତ୍ମନିର୍ଭରଶୀଳ ହେଉଥିଲେ ?
Answer:
ମୌଳିକ ଶିକ୍ଷାରେ ଛାତ୍ର ଓ ବିଦ୍ୟାଳୟ ବା ଶିକ୍ଷକଶ୍ରେଣୀ ଆତ୍ମନିର୍ଭରଶୀଳ ହେଉଥିଲେ ।
12. ମୌଳିକ ଶିକ୍ଷା ବିଫଳ ହେବାର ଏକ ମୁଖ୍ୟ କାରଣ ଦର୍ଶାଅ
Answer:
ପ୍ରଶିକ୍ଷିତ ଶିକ୍ଷକଙ୍କର ଅଭାବ ସହିତ ଅର୍ଥର ଅନଟନ କ୍ରମଶଃ ମୌଳିକ ଶିକ୍ଷାକୁ ବିଫଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
13. ପ୍ରଚଳିତ ପାଠ୍ୟକ୍ରମ ସହ ବାଧ୍ୟତାମୂଳକଭାବେ ମୌଳିକ ଶିକ୍ଷା ପ୍ରଚଳନ କଲେ କ’ଣ ହୁଅନ୍ତା ?
Answer:
ସମାଜରୁ ବେକାରି ସମସ୍ୟା ଦୂର ହୋଇଯାଆନ୍ତା ଓ ସମାଜ ବେକାରି ସମସ୍ୟାରୂପକ ବ୍ୟାଧରୁ ମୁକ୍ତିଲାଭ କରନ୍ତା ।
14. ମୌଳିକ ଶିକ୍ଷାର ପ୍ରଣେତା କିଏ ?
Answer:
ମହାତ୍ମା ଗାନ୍ଧି ମୌଳିକ ଶିକ୍ଷାର ପ୍ରଣେତା ଅଟନ୍ତି ।
15. ଗାନ୍ଧିଜୀଙ୍କ ମତରେ ଶିକ୍ଷାର ସଂଜ୍ଞା କ’ଣ ?
Answer:
ଜାତିର ଜନକ ମହାତ୍ମା ଗାନ୍ଧି ଶିକ୍ଷାର ସଂଜ୍ଞା ନିରୂପଣ କରିବାକୁ ଯାଇ କହିଥିଲେ, ‘ଶିକ୍ଷାଦ୍ବାରା ମୁଁ ବୁଝେ ଯେ ମନୁଷ୍ୟ ବା ଶିଶୁ ମଧ୍ୟରେ ଯାହା କିଛି ମହାନ୍ ତାହାକୁ ଉନ୍ମେଷଣ କରିବା, ତାହା ସହ ଦେହ ଓ ଆତ୍ମାର ସମ୍ପୂର୍ଣ୍ଣ ବିକାଶ କରିବା ।’’
16. ଗାନ୍ଧିଜୀଙ୍କର ଦାର୍ଶନିକ ଭିତ୍ତିଭୂମି କ’ଣ ?
Answer:
ସତ୍ୟ ଓ ଅହିଂସା ହେଉଛି ଗାନ୍ଧିଜୀଙ୍କର ଦାର୍ଶନିକ ଭିତ୍ତିଭୂମି ।
17. ମୌଳିକ ଶିକ୍ଷାର ଏକ ମୁଖ୍ୟ ଲକ୍ଷ୍ୟ ଲେଖ ।
Answer:
ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ହେଉଛି ମୌଳିକ ଶିକ୍ଷାର ଏକ ମୁଖ୍ୟ ଲକ୍ଷ୍ୟ ।
18. ଗାନ୍ଧି ତାଙ୍କ ଶିକ୍ଷାକୁ କାହିଁକି ମୌଳିକ ଶିକ୍ଷା ନାମ ଦେଇଥିଲେ ?
Answer:
ଗାନ୍ଧି ତାଙ୍କ ଶିକ୍ଷାକୁ ମୌଳିକ ଶିକ୍ଷା ନାମରେ ଆଖ୍ୟାୟିତ କରିଥିଲେ; କାରଣ ଏହି ଶିକ୍ଷା ମଣିଷର ମୌଳିକ ଆବଶ୍ୟକତାକୁ ପୂରଣ କରୁଥିଲା ।
19. ଗାନ୍ଧିଜୀଙ୍କ ମତାନୁସାରେ ଶିକ୍ଷାର ଗୋଟିଏ ଲକ୍ଷ୍ୟ ଲେଖ ।
Answer:
ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ବିକାଶ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ଯାହାଦ୍ୱାରା ବ୍ୟକ୍ତିର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ବିକାଶ ସାଧନ ହୋଇପାରିବ ।
20. ମୌଳିକ ଶିକ୍ଷାର ଗୋଟିଏ ଦୁର୍ବଳତା ଲେଖ ।
Answer:
ମୌଳିକ ଶିକ୍ଷା ବ୍ୟକ୍ତିର ସୃଜନୀ ଶକ୍ତି (Creativity) ବିକାଶକୁ ଅବହେଳା କରିଥାଏ ।
21. ମୌଳିକ ଶିକ୍ଷାର ଅନ୍ୟ ଗୋଟିଏ ନାମ ଲେଖ ।
Answer:
ମୌଳିକ ଶିକ୍ଷାର ଅନ୍ୟତମ ନାମ ହେଲା ୱାର୍ଷା ସ୍କିମ୍ (Wardha Scheme) ।
22. ଗାନ୍ଧିଜୀ କେଉଁ ଶିକ୍ଷାଦାନ ଉପରେ ଗୁରୁତ୍ଵ ଦେଉଥିଲେ ?
Answer:
ଗାନ୍ଧିଜୀ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ସହ ଧନ୍ଦାକୁ କେନ୍ଦ୍ରକରି ଶିକ୍ଷାଦେବା ଉପରେ ଗୁରୁତ୍ଵ ଦେଉଥିଲେ ।
23. ଧନ୍ଦାକୈନ୍ଦ୍ରିକ ଶିକ୍ଷା (Craft-centred Education) ର ଗୋଟିଏ ଗୁରୁତ୍ଵ ଲେଖ ।
Answer:
ଧନ୍ଦାକୈନ୍ଦ୍ରିକ ଶିକ୍ଷା ଶାରୀରିକ ମର୍ଯ୍ୟାଦା ବୃଦ୍ଧି କରିଥାଏ ।
24. କୁଟୀର ଶିଳ୍ପ ଶିକ୍ଷା କିଏ ପ୍ରବର୍ତ୍ତନ କରିଥିଲେ ?
Answer:
ମହାତ୍ମା ଗାନ୍ଧି କୁଟୀର ଶିଳ୍ପ ଶିକ୍ଷା ପ୍ରବର୍ତ୍ତନ କରିଥିଲେ ।
25. ମୌଳିକ ଶିକ୍ଷା (Basic Education)ର ରୂପରେଖ କେବେ ପ୍ରକାଶ ପାଇଲା ?
Answer:
ମୌଳିକ ଶିକ୍ଷାର ରୂପରେଖ ୧୯୩୭ ମସିହାରେ ପ୍ରକାଶ ପାଇଲା ।
26. ‘ଆଲୁଅ ଲିଭିଗଲା’ କାହାର ମୃତ୍ୟୁ ପରେ ଜବାହରଲାଲ ନେହେରୁ ଘୋଷଣା କରିଥିଲେ ?
Answer:
ମହାତ୍ମା ଗାନ୍ଧିଙ୍କ ମୃତ୍ୟୁପରେ ‘ଆଲୁଅ ଲିଭିଗଲା’ ବୋଲି ଜବାହରଲାଲ ନେହେରୁ ଘୋଷଣା କରିଥିଲେ ।
27. ମୌଳିକ ଶିକ୍ଷାର ଏକ ବୈଶିଷ୍ଟ୍ୟ ଲେଖ ।
Answer:
ମାତୃଭାଷା ମାଧ୍ୟମରେ ଶିକ୍ଷା ମୌଳିକ ଶିକ୍ଷାର ଏକ ବୈଶିଷ୍ଟ୍ୟ ଅଟେ ।
28. ଗାନ୍ଧିଜୀଙ୍କୁ ମୌଳିକ ଶିକ୍ଷା ପାଇଁ ମାର୍ଗ ଦେଖାଇଥିବା ଏକ ଉପାଦାନ ଲେଖ ।
Answer:
ଟଲଷ୍ଟୟ ଫାର୍ମର ଅଭିଜ୍ଞତା ଗାନ୍ଧିଜୀଙ୍କୁ ମୌଳିକ ଶିକ୍ଷାପାଇଁ ମାର୍ଗ ଦେଖାଇଥିଲା ।
29. ମୌଳିକ ଶିକ୍ଷାର ଏକ ଲକ୍ଷ୍ୟ ଲେଖ ।
Answer:
ଧନ୍ଦା ମାଧ୍ୟମରେ ଶିକ୍ଷା ମୌଳିକ ଶିକ୍ଷାର ଏକ ଲକ୍ଷ୍ୟ ଅଟେ ।
30. ଓ୍ୱାର୍ଦ୍ଧା ସ୍କିମ୍ କାହାର ଅନ୍ୟ ଏକ ନାମ ?
Answer:
ୱାର୍ଦ୍ଧା ସ୍କିମ୍ ମୌଳିକ ଶିକ୍ଷାର ଅନ୍ୟ ଏକ ନାମ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।
1.ମୌଳିକ ଶିକ୍ଷାର ତିନୋଟି ଲକ୍ଷ୍ୟ ଉଲ୍ଲେଖ କର ।
Answer:
ମୌଳିକ ଶିକ୍ଷାର ତିନୋଟି ଲକ୍ଷ୍ୟ ହେଲା :
(i) ଶିକ୍ଷା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରି ଏକ ଉତ୍ତମ ନାଗରିକ ହେବାରେ ସହାୟକ ହେବା ଆବଶ୍ୟକ ।
(ii) ଶିକ୍ଷା ବ୍ୟକ୍ତିକୁ ଉତ୍ତମ ଚରିତ୍ର ଗଠନ କରିବାପାଇଁ ସାହାଯ୍ୟ କରିବା ବିଧେୟ ।
(iii) ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ ବା ସ୍ବାବଲମ୍ବୀ ହେବାରେ ସହାୟକ ହେବା ଉଚିତ ।
2. ମୌଳିକ ଶିକ୍ଷାର ପାଠ୍ୟକ୍ରମ କ’ଣ ଥିଲା ?
Answer:
ମୌଳିକ ଶିକ୍ଷାର ଲକ୍ଷ୍ୟକୁ ହାସଲ କରିବାପାଇଁ ଗାନ୍ଧିଜୀ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ବିଦ୍ୟାଳୟରେ ସ୍ଥାନ ଦେଇଥିଲେ; ସେଗୁଡ଼ିକ ହେଲା, (କ) ମାତୃଭାଷା, (ଖ) ସାଧାରଣ ବିଜ୍ଞାନ, (ଗ) ଗଣିତ, (ଘ) ମୌଳିକ ଶିକ୍ଷା, (ଙ) ସମାଜ ବିଜ୍ଞାନ, (ଚ) ସଙ୍ଗୀତ ଓ ଚିତ୍ରାଙ୍କନ ।
3. ମୌଳିକ ଶିକ୍ଷାର ନାମକରଣର ଯଥାର୍ଥତା କ’ଣ ?
Answer:
ମୌଳିକ ଶିକ୍ଷା ବା Basic education, ‘Base’ ଶବ୍ଦରୁ ଆସିଛି, ଯାହାର ଅର୍ଥ ମୂଳଦୁଆ, ଯାହା ଉପରେ ସମସ୍ତ ଗଠନାତ୍ମକ କାର୍ଯ୍ୟ ନିର୍ଭର କରିଥାଏ । ଉକ୍ତ ଶିକ୍ଷାର ମୂଳ ଲକ୍ଷ୍ୟ ଥିଲା ଶିଶୁର ମୌଳିକ ଆବଶ୍ୟକତା; ଯଥା- ଖାଦ୍ୟ, ବସ୍ତ୍ର ଓ ବାସଗୃହ ଆଦି ସମସ୍ୟାର ସମାଧାନ କରିବା ।
4. ମୌଳିକ ଶିକ୍ଷା ଫଳପ୍ରଦ ନ ହେବାର ଦୁଇଟି କାରଣ ଲେଖ ।
Answer:
ମୌଳିକ ଶିକ୍ଷାର ଫଳପ୍ରଦ ନ ହେବାର ଦୁଇଟି କାରଣ ହେଲା –
(i) ଇଂରେଜୀକୁ ବାଦ୍ ଦେଇ କେବଳ ମାତୃଭାଷା ମାଧ୍ୟ ‘ରେ ଶିକ୍ଷା ଦିଆଗଲେ ଶିକ୍ଷାର୍ଥୀ ବାହ୍ୟ ବିଷୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିପାରିବେ ନାହିଁ ।
(ii) ସମସ୍ତ ବିଷୟରେ ଧନ୍ଦାମୂଳକ ଶିକ୍ଷାଦାନ କରିବା ଅସମ୍ଭବ ।
5. ମୌଳିକ ଶିକ୍ଷାର ଦୁଇଟି ବିଭାବ ଲେଖ ।
Answer:
(i) ମୌଳିକ ଶିକ୍ଷାର ଦୁଇଟି ବିଭାବ ହେଉଛି, ପ୍ରଥମତଃ ୭ ବର୍ଷରୁ ୧୪ ବର୍ଷ ବୟସ ମଧ୍ୟରେ ସମସ୍ତ ପିଲାମାନଙ୍କୁ ମାଗଣା ଓ ଅବୈତନିକ ଶିକ୍ଷାଦାନର ବ୍ୟବସ୍ଥା ଗ୍ରହଣ କରିବା ।
(ii) ଦ୍ଵିତୀୟତଃ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରିବା ।
6. ଗାନ୍ଧିଜୀଙ୍କ ଶିକ୍ଷା ଯୋଜନାକୁ ମୌଳିକ ଶିକ୍ଷା କୁହାଯାଏ କାହିଁକି ?
Answer:
‘ବୁନିୟାଦି ଶିକ୍ଷା’ କୁ ‘ମୌଳିକ ଶିକ୍ଷା’ ସହ ନୟୀ ତାଲିମ ମଧ୍ୟ କୁହାଯାଉଥିଲା । କାରଣ ଏହି ଶିକ୍ଷା ଦେଶବାସୀଙ୍କର ମୌଳିକ ସମସ୍ୟା; ଯଥା- ଖାଦ୍ୟ, ବସ୍ତ୍ର ଏବଂ ଗୃହ ସମସ୍ୟାର ସମାଧାନ କରିବାପାଇଁ ଉଦ୍ଦିଷ୍ଟ ଥିଲା । ବିଶେଷ କରି ବ୍ୟକ୍ତିର ସାମାଜିକ ପରିବେଶର ଆବଶ୍ୟକତା ପୂରଣ କରୁଥିଲା ।
7. ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ସମ୍ବନ୍ଧରେ ଗାନ୍ଧିଜୀଙ୍କ ଚିନ୍ତାଧାରା କ’ଣ ଥିଲା ?
Answer:
କେବଳ ମାତୃଭାଷା ମାଧ୍ୟମରେ ଶିଶୁ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିପାରେ, ଅନ୍ୟ କୌଣସି ଭାଷାରେ ନୁହେଁ । ତେଣୁ ଇଂରାଜୀ ଭାଷା ପରିବର୍ତ୍ତେ ମାତୃଭାଷାରେ ଶିକ୍ଷାଦାନ କରିବା ଉଚିତ ବୋଲି ମହାତ୍ମା ଗାନ୍ଧି ଗୁରୁତ୍ଵ ଦେଇଥିଲେ । ତେଣୁ ମାତୃଭାଷା ମୌଳିକ ବିଦ୍ୟାଳୟର ଶିକ୍ଷାର ମାଧ୍ୟମ ଥିଲା ।
8. ଗାନ୍ଧିଜୀଙ୍କ ମତ ଅନୁସାରେ ଶିକ୍ଷାର ଚରିତ୍ର ଗଠନ ଲକ୍ଷ୍ୟର ବିଭିନ୍ନ ଦିଗ ଉଲ୍ଲେଖ କର ।
Answer:
ଶିକ୍ଷାର ଚରିତ୍ର ଗଠନ ଲକ୍ଷ୍ୟର ଚରମ ଉଦ୍ଦେଶ୍ୟ ହେଉଛି ଆତ୍ମସାକ୍ଷାତ୍କାର, ଯାହା ଆଧ୍ୟାତ୍ମିକ ଶିକ୍ଷାରୁ ପ୍ରାପ୍ତ ହୁଏ । ଏଥିପାଇଁ ସତ୍ୟବାଦିତା, ନ୍ୟାୟପରାୟଣତା, ଭ୍ରାତୃଭାବ, ଆଧ୍ୟାତ୍ମିକତା, ଅହିଂସା ଇତ୍ୟାଦି ବିଷୟରେ ଶିକ୍ଷାଦାନ କରିବା ଉଚିତ ।
B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।
1. ମୌଳିକ ଶିକ୍ଷା କାହିଁକି ମୌଳିକ ମାନ୍ୟତା ପାଇଥିଲା ?
Answer:
ମୌଳିକ ଶିକ୍ଷାକୁ ମୌଳିକ ମାନ୍ୟତା ପ୍ରଦାନ କରିବାର କାରଣଗୁଡ଼ିକ ହେଲା –
(i) ଏହି ଶିକ୍ଷା ଦେଶର ମୌଳିକ ସମସ୍ୟା; ଯଥା- ବେକାରୀ, ଦାରିଦ୍ର୍ୟ ଦୂରୀକରଣ ନିମିତ୍ତ ଉଦ୍ଦିଷ୍ଟ ଥିଲା ।
(ii) ଏହି ଶିକ୍ଷା ଦେଶର ମୌଳିକ କାର୍ଯ୍ୟ; ଯଥା – କୃଷି, କୁଟୀର ଶିଳ୍ପ ଓ ଧନ୍ଦା ଉପରେ ପର୍ଯ୍ୟବସିତ ଥିଲା ।
(iii) ଏହା ସାଧାରଣତଃ ସାଧାରଣ ଲୋକଙ୍କ ମୌଳିକ ଜ୍ଞାନର ବିକାଶ ନିମିତ୍ତ ୭ରୁ ୧୪ ବର୍ଷ ମଧ୍ୟରେ ମାତୃଭାଷା ମାଧ୍ୟମରେ ପ୍ରଦାନ କରାଯାଉଥିଲା ।
(iv) ବ୍ୟକ୍ତିର ମୌଳିକ ଅଭାବଗୁଡ଼ିକର ପୂରଣ ନିମିତ୍ତ ଏହା ଉଦ୍ଦିଷ୍ଟ ଥିଲା ।
2. ମୌଳିକ ଶିକ୍ଷାର ବିଫଳତାର କାରଣମାନ ଲେଖ ।
Answer:
ମୌଳିକ ଶିକ୍ଷା ନିମ୍ନ କାରଣଗୁଡ଼ିକ ଯୋଗୁଁ ବିଫଳ ହୋଇଥିଲା –
(i) ଏହା ମାତ୍ରାତ୍ମକ ଧନ୍ଦା, ବୃତ୍ତି ନିମନ୍ତେ ଉଦ୍ଦିଷ୍ଟ ଥିବାରୁ ଶିଶୁର ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହେଉଥିଲା ।
(ii) ଏହା ଗରିବ ତଥା ନିମ୍ନବର୍ଗ ଓ ସ୍ବଳ୍ପବୃଦ୍ଧିସମ୍ପନ୍ନ ପିଲାଙ୍କ ପାଇଁ ଉପଯୁକ୍ତ ଥିଲା । ତେଣୁ ଉଚ୍ଚବର୍ଗର ଛାତ୍ରଛାତ୍ରୀମାନେ ଏହା ପ୍ରତି ବିମୁଖ ଥିଲେ ।
(iii) ଏହା ଗ୍ରାମରେ ପ୍ରାଧାନ୍ୟ ପାଇଥିଲେ ହେଁ ସହରରେ ବହୁଳ ମାତ୍ରାରେ ପ୍ରଚଳିତ ନଥିଲା ।
(iv) ଏଥରେ ଇଂରାଜୀ ଭାଷାର ଗୁରୁତ୍ଵ କମ୍ବାରୁ ବିଶେଷଭାବେ ଆଦୃତ ହୋଇନଥିଲା ।
3. ମୌଳିକ ଶିକ୍ଷା ଯୋଜନା ସଫଳ ନ ହେବାର ପାଞ୍ଚଟି କାରଣ ଲେଖ ।
Answer:
ମହାତ୍ମା ଗାନ୍ଧିଙ୍କଦ୍ବାରା ପ୍ରଚଳିତ ମୌଳିକ ଶିକ୍ଷା ଯୋଜନା ସଫଳ ନ ହେବାର କାରଣଗୁଡ଼ିକ ହେଲା
(i) ମୌଳିକ ଶିକ୍ଷା ଅତ୍ୟଧ୍ୱ ଶିଳ୍ପକୈନ୍ଦ୍ରିକ ଥିଲା ।
(ii) ଶିକ୍ଷାର୍ଥୀର ସୃଜନଶୀଳତାର ବିକାଶ ପାଇଁ ଏଥିରେ କୌଣସି ସୁଯୋଗ ନଥୁଲା ।
(iii) ଏହି ଶିକ୍ଷାର ଅର୍ଥନୈତିକ ଆତ୍ମନିର୍ଭରଶୀଳତା କଳ୍ପନା ଏକାନ୍ତ ଅବାସ୍ତବ ଥିଲା ।
(iv) ଇଂରାଜୀ ଶିକ୍ଷାର ସ୍ଥାନ ନ ଥିବାରୁ ଉଚ୍ଚ ଶିକ୍ଷାରୁ ଶିକ୍ଷାର୍ଥୀମାନେ ବଞ୍ଚତ ହେଉଥିଲେ ।
(v) ମୌଳିକ ଶିକ୍ଷା ଗ୍ରାମ୍ୟ ପରିବେଶ ପାଇଁ ଉପଯୋଗୀ; ମାତ୍ର ସହରଗୁଡ଼ିକ ପାଇଁ ଉପଯୋଗୀ ନ ଥିଲା ।
4. ମୌଳିକ ଶିକ୍ଷାର ପାଞ୍ଚଟି ନୀତି ଉଲ୍ଲେଖ କର ।
Answer:
ଗାନ୍ଧିଜୀଙ୍କର ବୁନିୟାଦି ଶିକ୍ଷା ବା ମୌଳିକ ଶିକ୍ଷା, ଶିକ୍ଷାକ୍ଷେତ୍ରକୁ ଏକ ମହତ୍ତ୍ବପୂର୍ଣ୍ଣ ଅବଦାନ । ଏହି ମୌଳିକ ଶିକ୍ଷାର ନୀତିଗୁଡ଼ିକ ହେଲା,
(i) ଅବୈତନିକ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା
(ii) କୁଟୀର ଶିଳ୍ପକୈନ୍ଦ୍ରିକ ଶିକ୍ଷା
(iii) ଆତ୍ମନିର୍ଭରଶୀଳତା ଶିକ୍ଷା
(iv) ମାତୃଭାଷା ମାଧ୍ୟମରେ ଶିକ୍ଷା
(v) ନାରୀ ଶିକ୍ଷା ଓ ଉତ୍ତମ ନାଗରିକ ଗଠନ ।
5. ମୌଳିକ ଶିକ୍ଷାର ପାଞ୍ଚଟି ମୁଖ୍ୟ ବିଭାବ ଉଲ୍ଲେଖ କର ।
Answer:
ଜାତିର ଜନକ ମହାତ୍ମା ଗାନ୍ଧିଙ୍କଦ୍ବାରା ୧୯୩୭ ମସିହାରେ ଏକ ଶିକ୍ଷାନୀତି ପ୍ରଚଳିତ ହୋଇଥିଲା । ଏହାକୁ ମୌଳିକ ଶିକ୍ଷାନୀତି କୁହାଯାଏ । ଏହି ଶିକ୍ଷାନୀତି ଏକ ଉନ୍ନତ ଉଦ୍ଦେଶ୍ୟମୂଳକ ଶିକ୍ଷାନୀତିରୂପେ ପରିଗଣିତ ହୋଇଥିଲା । ଏହି ଶିକ୍ଷାର ମୁଖ୍ୟ ନୀତିଗୁଡ଼ିକ ହେଲା,
(i) କୁଟୀର ଶିଳ୍ପକୈନ୍ଦ୍ରିକ ଶିକ୍ଷା – ଗାନ୍ଧିଜୀ କହିଥିଲେ, ହସ୍ତଶିଳ୍ପ ମାଧ୍ୟମରେ ଶିକ୍ଷାଦାନ ହେଉଛି ଏକମାତ୍ର ପଥ । ହସ୍ତ, ପଦ, କର୍ଣ୍ଣ ପ୍ରଭୃତି ଇନ୍ଦ୍ରିୟମାନଙ୍କର ଉପଯୁକ୍ତ ବ୍ୟବହାରଦ୍ୱାରା ପ୍ରକୃତ ମାନସିକ ବା ବୌଦ୍ଧିକ ଶିକ୍ଷାଲାଭ ହୋଇଥାଏ ।
(ii) ଆତ୍ମନିର୍ଭରଶୀଳତା ଶିକ୍ଷା – ଗାନ୍ଧିଜୀ କହିଥିଲେ, ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳତା ପ୍ରଦାନ କରିବା ସହିତ ବ୍ୟକ୍ତିର ଉନ୍ନତି ନିମନ୍ତେ ସହଯୋଗ କରିବା ଆବଶ୍ୟକ ।
(iii) ମାତୃଭାଷା ମାଧ୍ୟମରେ ଶିକ୍ଷା – ଗାନ୍ଧିଜୀଙ୍କ ମତରେ, ମାତୃଭାଷା ମାଧ୍ୟମରେ ଶିକ୍ଷା ଶିକ୍ଷାର ସ୍ଵାଭାବିକ ଭିଭି ଅଟେ । ଇଂରାଜୀ ଭାଷାରେ ଶିକ୍ଷାଲାଭ କରିବା ଅର୍ଥ ନିଜକୁ ଦାସତ୍ଵ ଶୃଙ୍ଖଳରେ ଆବଦ୍ଧ କରି ଦେଶ ପ୍ରତି ବିଶ୍ୱାସଘାତକତା କରିବା ।
(iv) ଅହିଂସାଭିତ୍ତିକ ଶିକ୍ଷା – ଗାନ୍ଧିଜୀଙ୍କ ଶିକ୍ଷାନୀତି ଅନୁଯାୟୀ ଶିକ୍ଷାର୍ଥୀଙ୍କୁ ଅହିଂସାର ଅନ୍ତର୍ନିହିତ ନୀତି ଉପଲବ୍ କରାଇବା ସଙ୍ଗେ ସଙ୍ଗେ ତା’ର ଦୈନନ୍ଦିନ କର୍ମ, ସଂକଳ୍ପ ଓ ଚିନ୍ତା ଯେପରି ଉକ୍ତ ଅହିଂସା ନୀତିଦ୍ୱାରା ନିୟନ୍ତ୍ରିତ ହୁଏ, ଏଥପ୍ରତି ଦୃଷ୍ଟିଦେବା ଆବଶ୍ୟକ ।
(v) ସମନ୍ୱୟ ଶିକ୍ଷା – ସମସ୍ତ ମନୁଷ୍ୟକୁ ସମାନ ବିବେଚନା କରିବା ଓ ସତ୍ୟ,ଐକ୍ୟର ମହାନ୍ ଆଦର୍ଶର ପ୍ରତିଫଳନ ଏହି ମୌଳିକ ଶିକ୍ଷାନୀତିର ବିଶେଷତ୍ଵ ଅଟେ ।
6. ଧନ୍ଦାକୈନ୍ଦ୍ରିକ ଶିକ୍ଷାର ଗୁରୁତ୍ଵ ଉଲ୍ଲେଖ କର ।
Answer:
ମହାତ୍ମା ଗାନ୍ଧିଙ୍କଦ୍ୱାରା ପ୍ରଣୀତ ମୌଳିକ ଶିକ୍ଷା ହିଁ ଧନ୍ଦାକୈନ୍ଦ୍ରିକ ଶିକ୍ଷାଭାବେ ଅଭିହିତ । ଏହି ଶିକ୍ଷାର ଲକ୍ଷ୍ୟ ଥିଲା ମଣିଷର ଶାରୀରିକ ଓ ମାନସିକ ବିକାଶ । ଏହା ସହିତ ବିଭିନ୍ନ ପ୍ରକାର ଧନ୍ଦା ଶିକ୍ଷାଦ୍ଵାରା ପରବର୍ତ୍ତୀ ଜୀବନରେ ଶିକ୍ଷାର୍ଥୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଶିକ୍ଷାର୍ଥୀମାନେ କିପରି ସେମାନଙ୍କ ଶିକ୍ଷା ନିମିତ୍ତ ହେଉଥିବା ଖର୍ଚ୍ଚ ବହନ କରିପାରିବେ ତାହା ଧନ୍ଦାକୈନ୍ଦ୍ରିକ ଶିକ୍ଷାର ଉଦ୍ଦେଶ୍ୟ ଥିଲା । ତେଣୁ ଗାନ୍ଧିଜୀ ଏହା ଉପରେ ଗୁରୁତ୍ୱ ଦେଇଥିଲେ ।
ସେ କହୁଥିଲେ ହସ୍ତଶିଳ୍ପ ଶିଶୁମାନଙ୍କୁ ଶିକ୍ଷା ଦିଆଯିବ । ତାହାର ଉତ୍ପତ୍ତି, ଇତିହାସ ଓ ଉନ୍ନତି ବିଧାନ ସଙ୍ଗେ ସଙ୍ଗେ ଗ୍ରାମମାନଙ୍କର ମଧ୍ୟ ଉନ୍ନତି ହୋଇପାରିବ । ଏହି ପ୍ରକାର ନୂତନ ଶିକ୍ଷାର ତାଲିମ ପାଇଁ ଗାନ୍ଧିଜୀ ଚରଖାଦ୍ୱାରା ସୂତାକଟା ଆରମ୍ଭ କରିଥିଲେ । ଚରଖାକୁ ଭିଭିକରି ଏକ ସଂସ୍କୃତି ଗଢ଼ାଯାଇପାରିବ ବୋଲି ତାଙ୍କର ବିଶ୍ଵାସ ଥିଲା ।
7. ମୌଳିକ ଶିକ୍ଷାର ପାଠ୍ୟକ୍ରମ କ’ଣ ଥିଲା ?
Answer:
ମୌଳିକ ଶିକ୍ଷା ବିଶିଷ୍ଟ ଶିକ୍ଷାବିତ୍ ଓ ଜାତିର ପିତା ମହାତ୍ମା ଗାନ୍ଧିଙ୍କଦ୍ୱାରା ପ୍ରଣୟନ କରାଯାଇଥିଲା । ଗୋଟିଏ ସାଧାରଣ ପାଠ୍ୟକ୍ରମ ଅପେକ୍ଷା ମୌଳିକ ଶିକ୍ଷାର ପାଠ୍ୟକ୍ରମରେ ଅଧ୍ଵକ ସ୍ୱତନ୍ତ୍ରତା ପରିଲକ୍ଷିତ ହୁଏ । ମୌଳିକ ଶିକ୍ଷାର ପାଠ୍ୟକ୍ରମରେ ନିମ୍ନଲିଖ ବିଷୟମାନଙ୍କୁ ପରିସରଭୁକ୍ତ କରାଯାଇଥିଲା ।
(i) ମୌଳିକ ଶିକ୍ଷା
(ii) ସାଧାରଣ ବିଜ୍ଞାନ
(iii) ସାମାଜିକ ବିଜ୍ଞାନ, ଇତିହାସ, ନଗରବିଜ୍ଞାନ, ଭୂଗୋଳ, ବିଭିନ୍ନ ସାମ୍ପ୍ରତିକ ଘଟଣାବଳୀ
(iv) ମାତୃଭାଷା
(v) ହିନ୍ଦୁସ୍ଥାନୀ
(vi) ଗଣିତ
(vii) ସଙ୍ଗୀତ ଓ ଚିତ୍ରକଳା
8. ଗାନ୍ଧିଜୀଙ୍କର ଶିକ୍ଷାନୀତିକୁ କାହିଁକି ମୌଳିକ ଶିକ୍ଷା କୁହାଯାଏ ?
Answer:
(i) ମହାତ୍ମା ଗାନ୍ଧି ୱାର୍ଷାଠାରେ ଜାତୀୟ ଶିକ୍ଷା ଅଧ୍ବବେଶନ ୧୯୩୭ ମସିହା ଅକ୍ଟୋବର ୨୨ ଏବଂ ୨୩ରେ ଆହ୍ବାନ କରି ନିଜର ଶିକ୍ଷାପ୍ରତି ଆଭିମୁଖ୍ୟ ବର୍ଣନା କରିଥିଲେ । ସେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ବିଶେଷ ବିରୋଧୀ ଥିଲେ ।
(ii) ପ୍ରଚଳିତ ଶିକ୍ଷା ଶିକ୍ଷାର୍ଥୀର ଆବଶ୍ୟକତା ପୂରଣ କରିପାରି ନଥିବାରୁ ସେ ମୌଳିକ ଶିକ୍ଷା (Basic Education) ପ୍ରଚଳନ ପାଇଁ ନିଜର ଶିକ୍ଷାନୀତି ପ୍ରସ୍ତୁତ କରିଥିଲେ । ତାଙ୍କର ପ୍ରଚଳିତ ଶିକ୍ଷାନୀତି ଗ୍ରାମବାସୀମାନଙ୍କର ମୌଳିକ ବୃତ୍ତି (Basic Occupation) ଉପରେ ପର୍ଯ୍ୟବସିତ ଥିଲା
(iii) ତାହା ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟ ତାଲିମ ବ୍ୟତୀତ ନିଜର କୌଳିକ ବୃତ୍ତି ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବାରେ ସାହାଯ୍ୟ କରିବ ।
(iv) ମୌଳିକ ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ଆତ୍ମନିର୍ଭରଶୀଳ, ସ୍ଵାବଲମ୍ବୀ କରି ଗଢ଼ି ତୋଳିବା ସହ ସେମାନଙ୍କ ସ୍ବାଭିମାନ ରକ୍ଷା କରିବାରେ ସହାୟକ ହେବ ।
(v) ଏହି ଶିକ୍ଷା ମଣିଷର ମୌଳିକ ଆବଶ୍ୟକତା ପୂରଣ କରୁଥିବାରୁ ଏହାକୁ ମୌଳିକ ଶିକ୍ଷା କୁହାଯାଏ ।
9. ଶିକ୍ଷାକ୍ଷେତ୍ରକୁ ମହାତ୍ମା ଗାନ୍ଧିଙ୍କର ଅବଦାନ କ’ଣ ଥିଲା ?
Answer:
(i) ମହାତ୍ମା ଗାନ୍ଧି ଯେ କି ଜାତିର ପିତା, ଶିକ୍ଷାକ୍ଷେତ୍ରକୁ ତାଙ୍କର ଅବଦାନ ଅତୁଳନୀୟ ଥିଲା । ଗାନ୍ଧିଙ୍କର ଶିକ୍ଷାକ୍ଷେତ୍ରକୁ ବୁନିୟାଦି ଶିକ୍ଷା ଏକ ମୁଖ୍ୟ ଅବଦାନ ।
(ii) ଏହି ବୁନିୟାଦି ଶିକ୍ଷା ମାଧ୍ୟମରେ ସେ ଶିଶୁର ସର୍ବାଙ୍ଗୀନ ବିକାଶ କରାଇବାର ସ୍ବପ୍ନ ଦେଖୁଥିଲେ ।
(iii) ଶିଶୁକୁ ସ୍ୱାବଲମ୍ବନଶୀଳ କରାଇ ଆତ୍ମସଂଯମ କରାଇବାରେ ପ୍ରେରଣା ଯୋଗାଇଥିଲେ ।
(iv) ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ବ୍ୟକ୍ତିକୁ ଭବିଷ୍ୟତ ଜୀବନରେ କର୍ମ ଯୋଗାଇ ଦେଇଥିଲେ ।
(v) ମାତୃଭାଷାରେ ଶିକ୍ଷାଦାନ ଉପରେ ସେ ଗୁରୁତ୍ଵ ଦେଇଥିଲେ । ଅବୈତନିକ ବାଧ୍ୟତାମୂଳକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାକୁ ସାର୍ବଜନୀନ କରାଇବାରେ ତାଙ୍କର ଅବଦାନ ଶିକ୍ଷାକ୍ଷେତ୍ରରେ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁମେୟ କରାଯାଇଥାଏ ।
10. ଗାନ୍ଧିଜୀଙ୍କର ବୁନିୟାଦି ଶିକ୍ଷାର ଲକ୍ଷ୍ୟ କ’ଣ ଥିଲା ସଂକ୍ଷେପରେ ଲେଖ ।
Answer:
ମହାତ୍ମା ଗାନ୍ଧିଙ୍କର ଚୁନିୟାଦି ଶିକ୍ଷା ଆଧୁନିକ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଅବଦାନ ଅଟେ । ଏହି ଶିକ୍ଷାର ଆଧୁନିକ ସମାଜରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି । ଏହି ଶିକ୍ଷାର ପ୍ରଧାନ ଲକ୍ଷ୍ୟ ହେଉଛି –
(i) ଛାତ୍ରକୁ ଆତ୍ମନିର୍ଭରଶୀଳତା ଓ ସ୍ଵାବଲମ୍ବୀ କରାଇବା ।
(ii) ଶିକ୍ଷା ମାଧ୍ୟମରେ ଦେଶ ତଥା ଜାତିର ସଂସ୍କୃତି ବିଷୟରେ ପିଲାମାନଙ୍କୁ ଅବଗତ କରାଇବା ।
(iii) ଶିକ୍ଷାଦ୍ଵାରା ଶିଶୁର ହସ୍ତ, ମନ ଓ ହୃଦୟର ଯଥାର୍ଥ ସମନ୍ଵୟ ରକ୍ଷା କରିବା ।
(iv) ଶିକ୍ଷା ମାଧ୍ୟମରେ ଉତ୍ତମ ଚରିତ୍ର ଗଠନ କରିବା ବୁନିୟାଦି ଶିକ୍ଷାର ଅନ୍ୟତମ ଲକ୍ଷ୍ୟ ଥିଲା ।
11. ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ଚୁନିୟାଦି ଶିକ୍ଷା ବିଫଳ ହେବାର କୌଣସି ଚାରୋଟି ମୁଖ୍ୟ କାରଣ ସଂକ୍ଷେପରେ ବୁଝାଅ ।
Answer:
ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ବୁନିୟାଦି ଶିକ୍ଷା ବିଫଳ ହେବାର କାରଣଗୁଡିକ ହେଲା-
(i) କୁଟୀର ଶିଳ୍ପ ଉପରେ ମାତ୍ରାଧିକ ପ୍ରାଧାନ୍ୟ ।
(ii) ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷକଙ୍କର ଅଭାବ ।
(iii) ପାଠ୍ୟପୁସ୍ତକର ଘୋର ଅଭାବ ।
(iv) ଉପଯୁକ୍ତ ପ୍ରଶାସନର ଅଭାବ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ମୌଳିକ ଶିକ୍ଷା କ’ଣ ? ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ବିଷୟରେ ଆଲୋଚନା କର ।
Answer:
ମହାତ୍ମା ଗାନ୍ଧି ନିଜର ଦର୍ଶନ ଓ ଶିକ୍ଷାଦର୍ଶନର ସମନ୍ଵୟରେ ଏକ ନୂତନ ଶିକ୍ଷା ନୀତି ସୃଷ୍ଟି କରିଥିଲେ, ଯାହାର ନାମ ଥିଲା ‘‘ମୌଳିକ ଶିକ୍ଷା ନୀତି’’ । ଏହି ଯୋଜନା ୧୯୩୭ ମସିହା ଅକ୍ଟୋବର ୨୨ ଓ ୨୩ ତାରିଖରେ ଡ. ଜାକିର ହୁସେନ୍ଙ୍କ ଅଧ୍ୟକ୍ଷତାରେ ୱାର୍ଷାଠାରେ ହୋଇଥିବା ସର୍ବଭାରତୀୟ ଶିକ୍ଷା ସମ୍ମିଳନୀରେ ଘୋଷଣା କରାଯାଇଥିଲା । ଏହି ମୌଳିକ ଶିକ୍ଷାକୁ ବୁନିୟାଦି ଶିକ୍ଷା ଓ ନୟୀ ତାଲିମ ଆଦି ନାମରେ ନାମିତ କରାଯାଇଅଛି ।
ମୌଳିକ ଶିକ୍ଷା ବା Basic education, ‘Base’ ଶବ୍ଦରୁ ଆସିଛି, ଯାହାର ଅର୍ଥ ମୂଳଦୁଆ, ଯାହା ଉପରେ ସମସ୍ତ ଗଠନାତ୍ମକ କାର୍ଯ୍ୟ ନିର୍ଭର କରିଥାଏ । ଉକ୍ତ ଶିକ୍ଷାର ମୂଳ ଲକ୍ଷ୍ୟ ଥିଲା ଶିଶୁର ମୌଳିକ ଆବଶ୍ୟକତା ପୂରଣ କରିବା; ଯଥା- ଖାଦ୍ୟ, ବସ୍ତ୍ର ଓ ବାସଗୃହ ସମସ୍ୟା ସମାଧାନର ମାର୍ଗ ନିରୂପଣ କରିବା ।
ଶିକ୍ଷାନୀତିକୁ ଅନୁମୋଦନ କଲେ ଏବଂ ସେହିଦିନଠାରୁ ଏହାକୁ Wardha Scheme of Basic Education ନାମରେ ଅଭିହିତ କରାଗଲା । ଏହି ମୌଳିକ ଶିକ୍ଷା ୭ ବର୍ଷରୁ ୧୪ ବର୍ଷ ମଧ୍ୟରେ ଥିବା ବାଳକବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ପିଲାଙ୍କ ପାଇଁ ଏହି ବ୍ୟବସ୍ଥାରେ ଅଧିକ ଗୁରୁତ୍ଵ ଦିଆଯାଉଥିଲା ।
ମୌଳିକ ଶିକ୍ଷାର ବୈଶିଷ୍ଟ୍ୟ – ମୌଳିକ ଶିକ୍ଷାର ନିମ୍ନଲିଖୁତ ବୈଶିଷ୍ଟ୍ୟସମୂହ ରହିଛି :
(i) ଶିଶୁ-କୈନ୍ଦ୍ରିକତା – ମୌଳିକ ଶିକ୍ଷା ଶିଶୁମାନଙ୍କର ଆଗ୍ରହ, ଆବଶ୍ୟକତା, ଶାରୀରିକ ଓ ମାନସିକ ଦକ୍ଷତା ଉପରେ ଆଧାରିତ ଥିଲା, ଯାହା ମୌଳିକ ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ ଥିଲା ।
(ii) କର୍ମାଭିମୁଖୀଶୀଳତା – ମୌଳିକ ଶିକ୍ଷାରେ ଶିକ୍ଷାର୍ଥୀମାନଙ୍କୁ ସର୍ବଦା ସକ୍ରିୟ ଭୂମିକା ଦିଆଯାଇଥାଏ । ‘କର୍ମ ମାଧ୍ୟମରେ ଶିକ୍ଷା’ (Learning by doing) ହେଉଛି ମୌଳିକ ଶିକ୍ଷାର ମୂଳନୀତି । ଶିକ୍ଷାର୍ଥୀମାନଙ୍କୁ କର୍ମତତ୍ପର ରଖୁବାପାଇଁ ବିଭିନ୍ନ ପ୍ରକାରର ଧନ୍ଦା ଓ କର୍ମରେ ସେମାନଙ୍କୁ ବ୍ୟସ୍ତ ରଖାଯାଏ । ସୂତା କାଟିବା, ବଗିଚା କାମ କରିବା, ପରିବେଶ ସଫା ରଖୁବା ପ୍ରଭୃତି ବିଭିନ୍ନ କାମରେ ସେମାନଙ୍କୁ ବିନିଯୋଗ କରାଯାଏ ।
(iii) ଧନ୍ଦାମୂଳକ ଶିକ୍ଷା – ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ମନରେ କର୍ମାନୁରାଗ (Love for work) ସୃଷ୍ଟି କରାଯାଇ ପ୍ରତ୍ୟେକ କାର୍ଯ୍ୟର ଉଚ୍ଚନୀଚ ଭେଦଭାବ ଦୂର କରାଯାଏ । ଶିକ୍ଷାର୍ଥୀ ମନରେ ‘କର୍ମ ହିଁ ସେବା’ (Work is worship) ମନୋଭାବ ଜାଗ୍ରତ କରାଇବାପାଇଁ ଧନୀ-ଦରିଦ୍ର ନିର୍ବିଶେଷରେ ପ୍ରତ୍ୟେକ ଶ୍ରେଣୀର ପିଲାମାନଙ୍କ ପାଇଁ ବିଭିନ୍ନପ୍ରକାର କର୍ମ ବା ବୃତ୍ତି ବ୍ୟବସ୍ଥା ରଖାଯାଇଥାଏ । ପିଲାମାନଙ୍କୁ ଭବିଷ୍ୟତ ଧନ୍ଦା ବା ବୃତ୍ତି ବିଷୟରେ ପ୍ରସ୍ତୁତ କରାଇବା ଏହାର ଉଦ୍ଦେଶ୍ୟ ଥିଲା । ଗାନ୍ଧିଜୀଙ୍କ ମତରେ, ‘ଭବିଷ୍ୟତରେ କେବେ କେହି ବେକାର ରହିବେ ନାହିଁ – ଏହା ଶିକ୍ଷାର ଚୁକ୍ତି ହେବା ଦରକାର ।’
(iv) ବୈଷୟିକ ସଂଯୋଗ ସ୍ଥାପନ – ବିଦ୍ୟାଳୟରେ ପଢ଼ାଯାଉଥିବା ବିଷୟଗୁଡ଼ିକ ଅଲଗା ଅଲଗାଭାବେ ପଢ଼ା ନ ଯାଇ ସେମାନଙ୍କ ମଧ୍ୟରେ ସମନ୍ଵୟ ବା ସଂଯୋଗ ସ୍ଥାପନ କରି ଶିକ୍ଷା ଦିଆଯିବା ଉପରେ ମୌଳିକ ଶିକ୍ଷାରେ ଗୁରୁତ୍ୱ ଦିଆଯାଇଛି । ଏକ ଧନ୍ଦା ମାଧ୍ୟମରେ ଏହି ସଂଯୋଗ ସ୍ଥାପନ କରାଯାଇ ଉଭୟ ଧନ୍ଦା ଓ ବିଷୟ ସମ୍ବନ୍ଧରେ ଜ୍ଞାନ ଦିଆଯାଉଥିଲା । ଇତିହାସ, ଭୂଗୋଳ, ଅଙ୍କ, ବିଜ୍ଞାନ, ସାହିତ୍ୟ ଓ କଳା ପ୍ରଭୃତି ବିଷୟଗୁଡ଼ିକୁ ଅଲଗା ଅଲଗା ପଢ଼ା ନଯାଇ ଏକ କର୍ମ ବା ଧନ୍ଦା ମାଧ୍ୟମରେ
(v) ଅବୈତନିକ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା – ଗାନ୍ଧୀଙ୍କ ବୁନିୟାଦି ଶିକ୍ଷା ମୁଖ୍ୟତଃ ୭ ବର୍ଷରୁ ୧୪ ବର୍ଷର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଦେଶର ପ୍ରତ୍ୟେକ ନାଗରିକଙ୍କୁ ସାକ୍ଷର କରିବାକୁ ହେଲେ ସେମାନଙ୍କୁ ବାଧ୍ୟତାମୂଳକଭାବରେ ପ୍ରାଥମିକ ଶିକ୍ଷା ବିନା ଖର୍ଚ୍ଚରେ ଦେବାକୁ ପଡ଼ିବ । ଗାନ୍ଧିଜୀଙ୍କର ଏହି ଚିନ୍ତାଧାରା ଆମ ସମ୍ବିଧାନର ୪୫ ଧାରାର ନିର୍ଦ୍ଦେଶନାମାରେ ସ୍ଥାନିତ କରାଯାଇଛି ।
(vi) କୁଟୀର ଶିଳ୍ପକୈନ୍ଦ୍ରିକ ଶିକ୍ଷା – ଗାନ୍ଧିଜୀଙ୍କ ମତରେ, ଧନ୍ଦା ଶିଶୁର ମାନସିକ, ଦୈହିକ, ସାମାଜିକ ଏପରିକି ଆଧ୍ୟାତ୍ମିକ ବିକାଶର ଉପଯୁକ୍ତ ମାଧ୍ୟମ । ଗାନ୍ଧିଜୀ ମଧ୍ୟ ପାରିପାର୍ଶ୍ବକ ପରିବେଷ୍ଟନୀ ଉପରେ ଗୁରୁତ୍ବ ଦେଇଛନ୍ତି । ଧନ୍ଦା ବା କର୍ମ ମାଧ୍ୟମରେ ଶିକ୍ଷାର୍ଥୀ ଓ ଶିକ୍ଷକ, ବୁଦ୍ଧିଜୀବୀ ଓ କର୍ମଜୀବୀ, ଜ୍ଞାନ ଓ କର୍ମ ମଧ୍ଯରେ ଯେଉଁ ବିରାଟ ବ୍ୟବଧାନ ରହିଛି ତାହା ଶୀଘ୍ର ସଙ୍କୁଚିତ ହୋଇଯିବ ବୋଲି ଗାନ୍ଧିଜୀ ବିଶ୍ଵାସ କରୁଥିଲେ । ଭାରତ ଭଳି ଏକ ଦରିଦ୍ର ଗ୍ରାମବହୁଳ ରାଷ୍ଟ୍ରର ଲୋକମାନଙ୍କୁ କର୍ମାଭିମୁଖୀ କରାଯାଇପାରିଲେ ଭାରତର ଅର୍ଥନୈତିକ ଦୁରବସ୍ଥାର ଦୂରୀକରଣ ହେବା ସଙ୍ଗେ ସଙ୍ଗେ ଲୋକମାନଙ୍କ ବୈୟକ୍ତିକ ଉନ୍ନତି ସାଧୂ ହୋଇପାରିବ ।
(vii) ଆତ୍ମନିର୍ଭରଶୀଳତା – ବିଦ୍ୟାଳୟ ଶିକ୍ଷା ପରିସର ମଧ୍ୟରେ ଯଦି ଶିକ୍ଷାର୍ଥୀମାନେ ନିଜେ କିଛି ରୋଜଗାର କରିପାରନ୍ତି ତା’ହେଲେ ସେହି ଶିକ୍ଷା ସେମାନଙ୍କ ଭବିଷ୍ୟତ ଜୀବନପାଇଁ ଉପଯୋଗୀ ହୋଇପାରିବ ଓ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ତେଣୁ ଗାନ୍ଧିଜୀ ‘Learning by doing and earning’ ଉପରେ ଗୁରୁତ୍ଵ ଦେଇଥିଲେ ।
(viii) ମାତୃଭାଷା ମାଧ୍ୟମରେ ଶିକ୍ଷା – ମାତୃଭାଷା ମାଧ୍ୟମରେ ଶିକ୍ଷା ଦେବାର ବ୍ୟବସ୍ଥା ନିମନ୍ତେ ଗାନ୍ଧିଜୀ ମତପୋଷଣ କରିଥିଲେ । କାରଣ ମାତୃଭାଷା ମାଧ୍ୟମରେ ବ୍ୟକ୍ତି ତା’ର ସମସ୍ତ ଚିନ୍ତାଧାରାକୁ ଭଲଭାବରେ ବ୍ୟକ୍ତ କରିପାରିବ ।
(ix) ଉତ୍ତମ ନାଗରିକ ଗଠନ – ଶିକ୍ଷା ମାଧ୍ୟମରେ ସର୍ବାଙ୍ଗୀନ ବିକାଶ ସଙ୍ଗେ ସଙ୍ଗେ ଛାତ୍ର/ଛାତ୍ରୀଙ୍କୁ ଏକ ପୂର୍ଣ୍ଣାଙ୍ଗ ମାନବରେ ପରିଣତ କରାଇ ତା’ର ନିଜର ବ୍ୟକ୍ତିଗତ ସ୍ଵାର୍ଥସିଦ୍ଧି ସଙ୍ଗେ ସଙ୍ଗେ ସେ ଦେଶ ଓ ଜାତିର ସମୂହ ଉନ୍ନତି ଦିଗରେ ନିଜକୁ କିପରି ନିୟୋଜିତ କରିପାରିବ ସେଥ୍ୟପ୍ରତି ଦୃଷ୍ଟିଦେବା ଆବଶ୍ୟକ । ତେଣୁ ଶିକ୍ଷା ମାଧ୍ୟମରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଉତ୍ତମ ନାଗରିକ ତିଆରି କରିବା ଦରକାର ।
(x) ସମନ୍ୱୟ ଶିକ୍ଷା – ଗାନ୍ଧିଜୀ ସମନ୍ଵୟ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କୃଷି, ସୂତା କାଟିବା, ବୁଣିବା, କାଠକାମ କରିବା ସମୟରେ ଶିକ୍ଷାର୍ଥୀ ଭୂଗୋଳ, ଇତିହାସ ଇତ୍ୟାଦି ଶିକ୍ଷାଲାଭ କରିବ । ଶିକ୍ଷାର୍ଥୀ ବିଭିନ୍ନ ବିଷୟ ସହ ସମନ୍ଵୟ ରକ୍ଷା କରି ଶିକ୍ଷାଲାଭ କରିବା ଉଚିତ ।
2. ଗାନ୍ଧିଜୀଙ୍କ ଶିକ୍ଷା ଦର୍ଶନରେ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କର ।
Answer:
ଗାନ୍ଧିଜୀ ଶିକ୍ଷା ସମ୍ପର୍କରେ ମତଦେଇ କହିଥିଲେ ଯେ- ‘ଶିକ୍ଷା କହିଲେ ମୁଁ ବୁଝେ ଶିଶୁ ଓ ମଣିଷର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିମାନଙ୍କର ସର୍ବୋତ୍ତମ ଓ ସାମଗ୍ରିକ ବିକାଶ ।’’ ମହାତ୍ମା ଗାନ୍ଧି ଶିକ୍ଷାଦ୍ବାରା ବିଦ୍ୟାର୍ଥୀମାନଙ୍କର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ସାମଗ୍ରିକ ବିକାଶ ପାଇଁ ମୌଳିକ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରିଥିଲେ । ସେ ପ୍ରଥମେ ତାଙ୍କର ଶିକ୍ଷାଦର୍ଶନକୁ ‘ହରିଜନ’ ନାମକ ଏକ ପତ୍ରିକାରେ ପ୍ରଥମେ ପ୍ରକାଶ କରିଥିଲେ ।
ୱାର୍ଦ୍ଧାଠାରେ ୧୯୩୭ ମସିହା ଅକ୍ଟୋବର ୨୨ ଓ ୨୩ ତାରିଖ ଦୁଇଦିନ ଧରି ଆଲୋଚନା ପରେ ଡକ୍ଟର ଜାକିର ହୁସେନଙ୍କୁ ମୌଳିକ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରକୃତ ଯୋଜନା ପ୍ରସ୍ତୁତ କରିବା ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେ ମଧ୍ୟ ଯୋଜନା ପ୍ରସ୍ତୁତ କରି ସେହିବର୍ଷ ଡିସେମ୍ବର ୨୨ ତାରିଖରେ ପ୍ରଦାନ କରିଥିଲେ । ସେହି ଯୋଜନା ଅନୁସାରେ ଶିକ୍ଷାର ଲକ୍ଷ୍ୟ, ଶିକ୍ଷକଙ୍କ ଭୂମିକା ଓ ଶୃଙ୍ଖଳା ପ୍ରଭୃତି ସ୍ଥିରୀକୃତ ହୋଇଥିଲା ।
ଶିକ୍ଷାର ଲକ୍ଷ୍ୟ ଶିକ୍ଷାର ଦୁଇଟି ମୁଖ୍ୟ ଲକ୍ଷ୍ୟ ଉପରେ ଗାନ୍ଧିଜୀ ଗୁରୁତ୍ୱ ଆରୋପ କରୁଥିଲେ । ସେଥୁମଧ୍ୟରୁ ଗୋଟିଏ ହେଉଛି – (କ) ତାତ୍କାଳିକ ବା ପ୍ରତ୍ୟକ୍ଷ ଲକ୍ଷ୍ୟ ଏବଂ ଅନ୍ୟଟି (ଖ) ଅନ୍ତିମ ଲକ୍ଷ୍ୟ । ତାତ୍କାଳିକ ଲକ୍ଷ୍ୟ ଦୈନନ୍ଦିନ ଜୀବନର ଆବଶ୍ୟକତା ପରିପୂରଣରେ ସହାୟକ ହୋଇଥିଲା ଏବଂ ଏହା କେବଳ ଶିକ୍ଷାଦ୍ଵାରା ପୂରଣ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ବୃତ୍ତିଗତ, ସାଂସ୍କୃତିକ, ଚରିତ୍ରଗଠନ, ଆତ୍ମନିର୍ଭରଶୀଳତା ଇତ୍ୟାଦି ତାତ୍କାଳିକ ଲକ୍ଷ୍ୟର ଅନ୍ତର୍ଭୁକ୍ତ । ଅନ୍ତିମ ଲକ୍ଷ୍ୟ ହେଉଛି ଈଶ୍ୱରଙ୍କ ସତ୍ତାକୁ ଉପଲବ୍ଧ କରିବା । ଏହାହିଁ କେବଳ ସତ୍ୟ ଓ ଅହିଂସା ମାର୍ଗରେ ପରିଚାଳିତ ହେଲେ ସମ୍ଭବ ହୋଇପାରିବ ।
ଶିକ୍ଷାର ଉଦ୍ଦେଶ୍ୟ :
(i) ସର୍ବାଙ୍ଗୀଣ ବିକାଶ : ଗାନ୍ଧିଜୀଙ୍କ ମତରେ, ବ୍ୟକ୍ତିତ୍ଵର ସର୍ବାଙ୍ଗୀଣ ବିକାଶ କହିଲେ ଦେହ, ମନ ଓ ଆତ୍ମାର ବିକାଶକୁ ହିଁ ବୁଝାଏ । ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ଘଟିଲେ ବ୍ୟକ୍ତି ଜୀବନର ପ୍ରତ୍ୟେକ ପରିସ୍ଥିତିକୁ ମୁକାବିଲା କରିବାପାଇଁ ସକ୍ଷମ ହୋଇପାରିବ ଓ ସେ ପୂର୍ଣ୍ଣ ନାଗରିକ ଭାବରେ ସମାଜରେ ପ୍ରତିଷ୍ଠିତ ହୋଇପାରିବ ।
(ii) ଚରିତ୍ର ଗଠନ : ବ୍ୟକ୍ତିର ଚରିତ୍ର ସମାଜରେ ବଞ୍ଚି ରହିବାର ଏକ ଭୂଷଣ । ଏକ ଉତ୍ତମ ଚରିତ୍ର ବ୍ୟକ୍ତିର ଅନ୍ତର ମଧ୍ୟରେ ସତ୍ୟ, ଅହିଂସା, ଆଧ୍ୟାତ୍ମିକତା, ନ୍ୟାୟପରାୟଣତା ଇତ୍ୟାଦି ସୁଗୁଣଗୁଡିକ ଉଦ୍ରେକ ହୋଇଥାଏ । ଜଣେ ଚରିତ୍ରବାନ୍ ବ୍ୟକ୍ତି ସର୍ବଦା ସମାଜର ଉନ୍ନତି ଓ ମଙ୍ଗଳ ଚିନ୍ତା କରିଥାଏ; ତେଣୁ ଗାନ୍ଧିଜୀ ଚରିତ୍ର ଗଠନ ଉପରେ ଗୁରୁତ୍ଵ ଦେଇଥିଲେ ।
(iii) ସାଂସ୍କୃତିକ ଉଦ୍ଦେଶ୍ୟ : ପ୍ରତ୍ୟେକ ସମାଜରେ ପ୍ରଗତି ଓ ବିକାଶ ହେଉଛି ତା’ର ସଂସ୍କୃତି । ସେହି ସମାଜ ସଂସ ହୋଇଥାଏ, ଯେଉଁ ସମାଜ ତା’ର ସଂସ୍କୃତିକୁ ବଜାୟ ରଖ୍ଯାରେ ନାହିଁ । ତେଣୁ ଶିକ୍ଷାର ପ୍ରଥମ ଲକ୍ଷ୍ୟ ତା’ର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖୁବା ଓ ଏହାର ମାନ ବୃଦ୍ଧି କରି ବିଶ୍ବ ଦରବାରରେ ଏହାର ଯଥାର୍ଥତା ପ୍ରତିପାଦନ କରିବା ।
(iv) ସ୍ଵାବଲମ୍ବନ : ଗାନ୍ଧିଜୀ କହିଲେ, ‘କୁଟି ଖାଅ, କାଟି ପିନ୍ଧ’ । ନିଜ ପେଟ ପାଇଁ ନିଜ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ ଉପରେ ସେ ଗୁରୁତ୍ଵ ଦେଉଥିଲେ । ଅନ୍ୟ ଉପରେ ନିର୍ଭର ନକରି ବ୍ୟକ୍ତି କିପରି ନିଜେ ନିଜ ଗୋଡ଼ରେ ଠିଆହେବା ସହିତ ଆତ୍ମନିର୍ଭରଶୀଳ ହୋଇପାରିବ ତାହା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ । ତେଣୁ ସେ ଶିଳ୍ପକୈନ୍ଦ୍ରିକ ଓ ଶିଶୁକୈନ୍ଦ୍ରିକ ଶିକ୍ଷା ଉପରେ ସେ ଗୁରୁତ୍ଵ ଦେଉଥିଲେ ।
(v) ନୈତିକ ଗୁଣର ବିକାଶ : ଗାନ୍ଧିଜୀଙ୍କ ମତରେ ଶିକ୍ଷା ମାଧ୍ୟମରେ ସ୍ନେହ, ପ୍ରେମ, ସହନଶୀଳତା ଓ ପାରସ୍ପରିକ ସହଯୋଗ ଭାବର ଉଦ୍ରେକ ହେବା ଉଚିତ । ସମସ୍ତଙ୍କ ମଧ୍ୟରେ ସଭାବାପନ୍ନ ଚିନ୍ତାଧାରା, ଧର୍ମବିଶ୍ଵାସ, ନ୍ୟାୟପରାୟଣତା ଆଦି ନୈତିକ ଗୁଣର ବିକାଶ ହେବା ଉଚିତ; ଯାହାଦ୍ୱାରା ସେ ନିଜର ଠିକ୍ ଓ ଭୁଲ୍ର ମାର୍ଗକୁ ସଠିକ୍ ଭାବରେ ନିରୂପଣ କରିପାରିବ ।
(vi) ବ୍ୟାବହାରିକ ଉଦ୍ଦେଶ୍ୟ : ମୌଳିକ ଶିକ୍ଷା ବ୍ୟବସ୍ଥାରେ ବ୍ୟକ୍ତି ନିଜେ ଅଧ୍ୟୟନ କରିବା ସହିତ ସମାଜର ଆବଶ୍ୟକତା ପୂରଣ କରିବା ନିମିତ୍ତ କିଛି ଉତ୍ପାଦନ କରିବାକୁ ସମର୍ଥ ହୋଇଥାଏ । ଏହାଦ୍ୱାରା ବିଦ୍ୟାର୍ଥୀ ନିଜର ବିଦ୍ୟାଧ୍ୟୟନ ପାଇଁ ହେଉଥିବା ଖର୍ଚ୍ଚକୁ ଭରଣା କରିବାରେ ସଫଳ ହୁଏ । ବିଦ୍ୟାଧ୍ୟୟନ ସମୟରେ ନିଜର ଭରଣପୋଷଣ ଦାୟିତ୍ୱ ସେ ନିଜେ ବହନ କରିପାରିଥାଏ । ଏଣୁ ଉକ୍ତ ଲକ୍ଷ୍ୟଗୁଡିକ ଯଦି ଉପଯୁକ୍ତ ଭାବରେ ବିଚାରକୁ ନିଆଯାଏ, ତେବେ ତାହା ସମାଜର ପ୍ରଗତିରେ ସହାୟକ ହେବ ।
3. ମୌଳିକ ଶିକ୍ଷାର ପତନର ମୁଖ୍ୟ କାରଣଗୁଡ଼ିକ ଆଲୋଚନା କର ।
Answer:
ମୌଳିକ ଶିକ୍ଷାର ପତନର ମୁଖ୍ୟ କାରଣଗୁଡ଼ିକ ନିମ୍ନରେ ସୂଚିତ ହୋଇଛି ।
(i) ଆଦର୍ଶବାଦୀ ଦୃଷ୍ଟିକୋଣ ଉପରେ ମାତ୍ରାଧିକ ଗୁରୁତ୍ଵ – ମୌଳିକ ଶିକ୍ଷାର ଚିନ୍ତାଧାରାଗୁଡ଼ିକ ଆଦର୍ଶବାଦୀ ଦୃଷ୍ଟିକୋଣ ଉପରେ ଆଧାରିତ ଥିଲା । ଗାନ୍ଧିଜୀଙ୍କଦ୍ବାରା ପ୍ରବର୍ତ୍ତିତ ଧନ୍ଦାମୂଳକ ଶିକ୍ଷାରେ ଧନୀ-ଦରିଦ୍ର ନିର୍ବିଶେଷରେ ସବୁ ଶ୍ରେଣୀର ପିଲାମାନଙ୍କ ପାଇଁ ବାଧ୍ୟତାମୂଳକ ଅଂଶଗ୍ରହଣକୁ ଧନିକଶ୍ରେଣୀ ଓ ସମ୍ଭ୍ରାନ୍ତଶ୍ରେଣୀର ଶିକ୍ଷିତ ଲୋକମାନେ ସହଜରେ ଗ୍ରହଣ କରିପାରିଲେ ନାହିଁ ।
(ii) ଆର୍ଥିକ ଦୃଷ୍ଟିକୋଣ ଉପରେ ଅହେତୁକ ଗୁରୁତ୍ଵ – ଶିକ୍ଷକମାନେ ଅଧିକ ଉପାର୍ଜନ କରିବାପାଇଁ ପିଲାମାନଙ୍କୁ ପାଠ ନ ପଢ଼ାଇ କେବଳ ବଗିଚା କାମ ଓ ଅନ୍ୟାନ୍ୟ କାମରେ ଲଗାଇଲେ । ପିଲାମାନଙ୍କୁ କିଛି ନ ଦେଇ ଅସାଧୁ ଉପାୟରେ ଉତ୍ପାଦିତ ପଦାର୍ଥକୁ ନିଜ ଘରକୁ ନେଇଗଲେ ।
(iii) ମୌଳିକ ଶିକ୍ଷାର ସୀମିତ ପ୍ରଚଳନ – ଏହି ବିଦ୍ୟାଳୟଗୁଡ଼ିକ କେବଳ ଗ୍ରାମାଞ୍ଚଳରେ ପ୍ରତିଷ୍ଠା କରାଗଲା । ସମଗ୍ର ଦେଶ ପାଇଁ ବାଧ୍ୟତାମୂଳକଭାବେ ଏହି ଶିକ୍ଷାକୁ ପ୍ରଚଳନ କରିଥିଲେ ବୋଧହୁଏ ଏହାର ସ୍ଥାୟିତ୍ଵ ରହିଥା’ନ୍ତା କିନ୍ତୁ ସୀମିତ ଅଞ୍ଚଳରେ ଯେଉଁ ପରୀକ୍ଷାନିରୀକ୍ଷା କରାଗଲା, ତାହା ଲକ୍ଷ୍ୟ ହାସଲ ଦିଗରେ ବିଫଳ ହେଲା ।
(iv) ପାଠ୍ୟ-ପୁସ୍ତକର ଅଭାବ- ମୌଳିକ ଶିକ୍ଷାର ଚିନ୍ତାଧାରା ଓ ଶିକ୍ଷାପଦ୍ଧତି ଅବଲମ୍ବନରେ କୌଣସି ପାଠ୍ୟପୁସ୍ତକ ଲେଖା ନ ଯାଇ କେବଳ ପ୍ରତ୍ୟକ୍ଷ କର୍ମାନୁଭୂତି (Direct work experience) ମାଧ୍ୟମରେ ଶିକ୍ଷା ଦିଆଗଲା; ଫଳରେ ପିଲାମାନଙ୍କର ବୌଦ୍ଧିକ ବିକାଶ ଓ ବୈଷୟିକ ଜ୍ଞାନ ବହୁ ପରିମାଣରେ ବାଧାପ୍ରାପ୍ତ ହେଲା ।
(v) ଅଣତାଲିମପ୍ରାପ୍ତ ଶିକ୍ଷକ- ମୌଳିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କର ଆବଶ୍ୟକୀୟ ଯୋଗ୍ୟତା ଓ ତାଲିମର ଅଭାବ ଥିଲା । ତେଣୁ ଶିକ୍ଷାର ସୁଫଳ ମିଳିପାରି ନଥିଲା ।
(vi) ଖର୍ଚ୍ଚବହୁଳତା – ମୌଳିକ ବିଦ୍ୟାଳୟ ପ୍ରତିଷ୍ଠା କରି ତା’ ମଧ୍ୟରେ ବିଭିନ୍ନ ଧନ୍ଦା ଅନୁଯାୟୀ ଉପକରଣ ଓ ପ୍ରକୋଷ୍ଠ ଯୋଗାଇବା ଅତ୍ୟଧ୍ୱ ବ୍ୟୟବହୁଳ ଥିଲା ।
(vii) ରକ୍ଷଣଶୀଳ ମୌଳବାଦୀମାନଙ୍କ ପ୍ରତିରୋଧ – ରକ୍ଷଣଶୀଳ, ଧନୀ ଓ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଚାହୁଁ ନ ଥିଲେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ସାଧାରଣ ଲୋକମାନେ ପାଠ ପଢ଼ି ମଣିଷ ହୁଅନ୍ତୁ । କାରଣ ଏହାଦ୍ୱାରା ତାଙ୍କର ଆଧ୍ୟାତ୍ୟ କମିଯିବ । ତେଣୁ ସେମାନେ ଏହି ଶିକ୍ଷା ବ୍ୟବସ୍ଥାକୁ ବିରୋଧ କରୁଥିଲେ ।
(viii) ଦୋଷଯୁକ୍ତ ପରିଦର୍ଶନ- ଏହି ବିଦ୍ୟାଳୟଗୁଡ଼ିକର ପରିଦର୍ଶନ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରା ନ ଯାଇ ଶିକ୍ଷାବିଭାଗର ନିର୍ଦ୍ଦେଶକ ତାଙ୍କ ମୂଳ ଦାୟିତ୍ଵ ସହ ମୌଳିକ ବିଦ୍ୟାଳୟଗୁଡ଼ିକର ପରିଚାଳନା ଓ ପରିଦର୍ଶନ ଦାୟିତ୍ବରେ ଆସିଲେ; ଫଳରେ ଶିକ୍ଷା ବିଭାଗର ନିର୍ଦ୍ଦେଶକମାନେ ଆଦୌ ଏହି ଅତିରିକ୍ତ ଦାୟିତ୍ବ ଉପରେ ଗୁରୁତ୍ଵ ଦେଲେନାହିଁ ।
(ix) ଭାବପ୍ରବଣତା – ଗାନ୍ଧିଙ୍କ ମୃତ୍ୟୁ ପରେ ପରେ ଏହି ଶିକ୍ଷାକୁ ବଞ୍ଚାଇ ରଖିବାପାଇଁ କେହି ପୃଷ୍ଠପୋଷକତା ଦେଲେ ନାହିଁ । ତେଣୁ କ୍ରମେ କ୍ରମେ ଏହି ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ଭୁଶୁଡ଼ି ପଡ଼ିଲା । ତେଣୁ ଏଥୁରୁ ପ୍ରମାଣିତ ହେଲା ଯେ, ମୌଳିକ ଶିକ୍ଷା ନିଜର ସଫଳତା ପାଇଁ ନୁହେଁ, ବରଂ ଗାନ୍ଧିଙ୍କ ପ୍ରତି ଥିବା ଭାବ ଓ ଭକ୍ତଜନିତ ଭାବପ୍ରବଣତା ପାଇଁ ଏହି ଶିକ୍ଷାବ୍ୟବସ୍ଥା ଭାରତବର୍ଷରେ କିଛି ବର୍ଷ ପ୍ରଚଳିତ ଥିଲା ।
4. ଶିକ୍ଷାକ୍ଷେତ୍ରକୁ ଗାନ୍ଧିଜୀଙ୍କର ଅବଦାନ କ’ଣ ? ଏହାର ନୀତିଗୁଡ଼ିକ ବିଷୟରେ ଆଲୋଚନା କର ।
Answer:
ଗାନ୍ଧିଜୀଙ୍କର ଶିକ୍ଷାକ୍ଷେତ୍ରକୁ ଦାନ ଅତୁଳନୀୟ । ଶିକ୍ଷାର ଅର୍ଥ ସ୍ପଷ୍ଟ କରିବାକୁ ଯାଇ ଗାନ୍ଧିଜୀ ଶରୀର ଏବଂ ଆତ୍ମାର ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶିଶୁର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ହିଁ ଶିକ୍ଷା । ମୌଳିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରତି ଏକ ଅତୁଳନୀୟ ଦାନ । ଏହାକୁ ନୟୀ-ତାଲିମ (Nai-Talim), କୁଟୀରଶିଳ୍ପ-କୈନ୍ଦ୍ରିକ ଶିକ୍ଷା (Craft-centred Education) ଏବଂ ବୁନିୟାଦି ଶିକ୍ଷା (Buniyadi Siksha) ବୋଲି କୁହାଯାଇଥାଏ । ନିମ୍ନରେ ବୁନିୟାଦି ଶିକ୍ଷାନୀତିର ନିୟମଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଛି ।
(i) ଅବୈତନିକ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା- ଗାନ୍ଧୀଙ୍କ ଚୁନିୟାଦି ଶିକ୍ଷା ମୁଖ୍ୟତଃ ୭ ବର୍ଷରୁ ୧୪ ବର୍ଷର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଦେଶର ପ୍ରତ୍ୟେକ ନାଗରିକଙ୍କୁ ସାକ୍ଷର କରିବାକୁ ହେଲେ ସେମାନଙ୍କୁ ବାଧ୍ୟତାମୂଳକଭାବରେ ପ୍ରାଥମିକ ଶିକ୍ଷା ବିନା ଖର୍ଚ୍ଚରେ ଦେବାକୁ ପଡ଼ିବ । ଗାନ୍ଧିଜୀଙ୍କର ଏହି ଚିନ୍ତାଧାରା ଆମ ସମ୍ବିଧାନର ୪୫ ଧାରାର ନିର୍ଦେଶନାମାରେ ସ୍ଥାନିତ କରାଯାଇଛି ।
(ii) କୁଟୀର ଶିଳ୍ପକୈନ୍ଦ୍ରିକ ଶିକ୍ଷା – ଗାନ୍ଧିଜୀଙ୍କ ମତରେ, ଧନ୍ଦା ଶିଶୁର ମାନସିକ, ଦୈହିକ, ସାମାଜିକ ଏପରିକି ଆଧ୍ୟାତ୍ମିକ ବିକାଶର ଉପଯୁକ୍ତ ମାଧ୍ୟମ । ଗାନ୍ଧିଜୀ ମଧ୍ଯ ପାରିପାଶ୍ୱିକ ପରିବେଷ୍ଟନୀ ଉପରେ ଗୁରୁତ୍ବ ଦେଇଛନ୍ତି । ଧନ୍ଦା ବା କର୍ମ ମାଧ୍ୟମରେ ଶିକ୍ଷାର୍ଥୀ ଓ ଶିକ୍ଷକ, ବୁଦ୍ଧିଜୀବୀ ଓ କର୍ମଜୀବୀ, ଜ୍ଞାନ ଓ କର୍ମ ମଧ୍ଯରେ ଯେଉଁ ବିରାଟ ବ୍ୟବଧାନ ରହିଛି ତାହା ଶୀଘ୍ର ସଙ୍କୁଚିତ ହୋଇଯିବ । ଭାରତ ଭଳି ଏକ ଦରିଦ୍ର ଗ୍ରାମବହୁଳ ରାଷ୍ଟ୍ରର ଲୋକମାନଙ୍କୁ ବୈୟକ୍ତିକ ଉନ୍ନତି ସାଧୃତ ହୋଇପାରିବ ।
(iii) ଆତ୍ମନିର୍ଭରଶୀଳତା – ବିଦ୍ୟାଳୟ ଶିକ୍ଷା ପରିସର ମଧ୍ୟରେ ଯଦି ଶିକ୍ଷାର୍ଥୀମାନେ ନିଜେ କିଛି ରୋଜଗାର କରିପାରନ୍ତି ତା’ହେଲେ ସେହି ଶିକ୍ଷା ସେମାନଙ୍କ ଭବିଷ୍ୟତ ଜୀବନପାଇଁ ଉପଯୋଗୀ ହୋଇପାରିବ ଓ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ତେଣୁ ଗାନ୍ଧିଜୀ ‘Learning by doing and earning’ ର ମତ ଦେଇଥିଲେ ।
(iv) ମାତୃଭାଷା ମାଧ୍ୟମରେ ଶିକ୍ଷା – ମାତୃଭାଷା ମାଧ୍ୟମରେ ଶିକ୍ଷା ଦେବାର ବ୍ୟବସ୍ଥା ପାଇଁ ଗାନ୍ଧିଜୀ ମତପୋଷଣ କରିଥିଲେ । କାରଣ ମାତୃଭାଷା ମାଧ୍ୟମରେ ବ୍ୟକ୍ତି ତା’ର ସମସ୍ତ ଚିନ୍ତାଧାରାକୁ ଭଲଭାବରେ ବ୍ୟକ୍ତ କରିପାରିବ ।
(v) ଉତ୍ତମ ନାଗରିକ ଗଠନ – ଶିକ୍ଷା ମାଧ୍ୟମରେ ସର୍ବାଙ୍ଗୀନ ବିକାଶ ସଙ୍ଗେ ସଙ୍ଗେ ଛାତ୍ର/ଛାତ୍ରୀଙ୍କୁ ଏକ ମାନବରେ ପରିଣତ କରାଇ ତା’ର ନିଜର ବ୍ୟକ୍ତିଗତ ସ୍ଵାର୍ଥସିଦ୍ଧି ସଙ୍ଗେ ସଙ୍ଗେ ସେ ଦେଶ ଓ ଜାତିର ସମୂହ ଉନ୍ନତି ଦିଗରେ ନିଜକୁ କିପରି ନିୟୋଜିତ କରିପାରିବ ସେଥ୍ୟପ୍ରତି ଦୃଷ୍ଟିଦେବା ଆବଶ୍ୟକ । ତେଣୁ ଶିକ୍ଷା ମାଧ୍ୟମରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଉତ୍ତମ ନାଗରିକ ତିଆରି କରିବା ଦରକାର ।
(vi) ସମନ୍ୱୟ ଶିକ୍ଷା – ଗାନ୍ଧିଜୀ ସମନ୍ୱୟ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କୃଷି, ସୂତା କାଟିବା, ବୁଣିବା, କାଠକାମ କରିବା ସମୟରେ ଶିକ୍ଷାର୍ଥୀ ଭୂଗୋଳ, ଇତିହାସ ଇତ୍ୟାଦି ଶିକ୍ଷାଲାଭ କରିବ । ଶିକ୍ଷାର୍ଥୀ ବିଭିନ୍ନ ବିଷୟ ସହ ସମନ୍ଵୟ ରକ୍ଷା କରି ଶିକ୍ଷାଲାଭ କରିବା ଉଚିତ ।
5. ମୌଳିକ ଶିକ୍ଷା କାହାଦ୍ଵାରା ପରିକଳ୍ପିତ ଏବଂ ପ୍ରୟୋଜିତ ହୋଇଥିଲା ? ବ୍ୟାପକ ଭାବେ ଏହା କାର୍ଯ୍ୟକାରୀ ନ ହୋଇ ପାରିବାର ଯେ କୌଣସି ଚାରୋଟି କାରଣ ବୁଝାଅ ।
Answer:
ମୌଳିକ ଶିକ୍ଷା ଗାନ୍ଧିଜୀଙ୍କଦ୍ୱାରା ପରିକଳ୍ପିତ ଓ ପ୍ରାୟୋଜିତ ହୋଇଥିଲା । ଗାନ୍ଧିଜୀଙ୍କ ମତରେ, ‘ଶିକ୍ଷାର ଅର୍ଥ ହେଲା, ମନୁଷ୍ୟ ବା ଶିଶୁ ମଧରେ ଯାହାକିଛି ମହାନ୍ ତାହାକୁ ଉନ୍ମେଷଣ କରିବା, ତାହାର ଦେହ, ମନ ଓ ଆତ୍ମାର ସଂପୂର୍ଣ୍ଣ ବିକାଶ କରିବା ।’’ ଗାନ୍ଧିଜୀଙ୍କ ଜୀବନ-ଦର୍ଶନ ସଂପୂର୍ଣ୍ଣଭାବରେ ବାସ୍ତବବାଦ ଉପରେ ଆଧାରିତ ଥିଲା । ସେ ତାଙ୍କ ଜୀବନର ଆଦର୍ଶ ଓ ଲକ୍ଷ୍ୟ ମାଧ୍ୟମରେ ସଂପର୍କ ସ୍ଥାପନ କରି ଶିକ୍ଷାକୁ ବାସ୍ତବ ଜୀବନରେ ବିନିଯୋଗ କରିବାପାଇଁ ଶିକ୍ଷାର ନୂତନ ରୂପ ପ୍ରଦାନ କରିଥିଲେ ।
- ମୌଳିକ ଶିକ୍ଷା- ୧୯୩୭ ମସିହାର ମୌଳିକ ଶିକ୍ଷାନୀତି ଏକ ଉନ୍ନତ ଉଦ୍ଦେଶ୍ୟମୂଳକ ଶିକ୍ଷାନୀତିରୂପେ ପରିଗଣିତ ହୋଇଥିଲା।
- ମୌଳିକ ଶିକ୍ଷାର ଲକ୍ଷ୍ୟ- ‘ଅବୈତନିକ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା’ଥିଲା ମୌଳିକ ଶିକ୍ଷାର ପ୍ରଧାନ ଓ ପ୍ରଥମ ଲକ୍ଷ୍ୟ । ୭ ବର୍ଷରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ବାଳକବାଳିକାମାନଙ୍କୁ ବିନା ଖର୍ଚ୍ଚରେ ପ୍ରାଥମିକ ଶିକ୍ଷା ଦେବା ଥିଲା ଗାନ୍ଧିଜୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ।
- ମୌଳିକ ଶିକ୍ଷାର ଅନ୍ୟ ଏକ ଲକ୍ଷ୍ୟ ଥିଲା କୁଟୀର ଶିଳ୍ପକୈନ୍ଦ୍ରିକ ଶିକ୍ଷା ।
- ହସ୍ତଶିଳ୍ପକୁ ଯାନ୍ତ୍ରିକ ପଦ୍ଧତିରେ ଶିକ୍ଷା ନ ଦେଇ ବୈଜ୍ଞାନିକ ପଦ୍ଧତିରେ ଶିକ୍ଷା ଦେବା ଉଚିତ ।
- ଇଂରେଜୀ ଭାଷାକୁ ଗାନ୍ଧିଜୀ ଭାରତୀୟ ଶିକ୍ଷାନୀତିର ମାଧ୍ୟମରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । ତାଙ୍କ ମତରେ, ମାତୃଭାଷା ଶିକ୍ଷାର ମାଧ୍ୟମ ହେବା ଆବଶ୍ୟକ । କାରଣ ମାତୃଭାଷାଦ୍ୱାରା ମଣିଷ ସହଜରେ ଭାବ ପ୍ରକାଶ ଓ ଭାବ ବିନିମୟ କରିପାରେ । ମାତୃଭାଷା ଶିକ୍ଷାର ମାଧ୍ୟମ ହୋଇପାରିଲେ ଶିକ୍ଷାଗ୍ରହଣ ସହଜ ହୁଏ, ଏହା ଗାନ୍ଧିଜୀ ବିଶ୍ଵାସ କରୁଥିଲେ
- ଗାନ୍ଧିଜୀ ତାଙ୍କର ମୌଳିକ ଶିକ୍ଷାରେ ନାରୀଶିକ୍ଷା ଉପରେ ମଧ୍ୟ ବିଶେଷ ଗୁରୁତ୍ଵ ଦେଇଥିଲେ । ମା’ ହେଉଛନ୍ତି ଭବିଷ୍ୟତ ନାଗରିକମାନଙ୍କର ପ୍ରଥମ ଶିକ୍ଷାଦାତ୍ରୀ
- ଗାନ୍ଧିଜୀଙ୍କର ମୌଳିକ ଶିକ୍ଷାନୀତି ଜାତୀୟ ଶିକ୍ଷାନୀତି ଭାବରେ ପ୍ରବର୍ତ୍ତନ କରାଯାଇଥିଲା । ମହାତ୍ମା ଗାନ୍ଧି ଇଚ୍ଛା କରିଥିଲେ ଯେ ତାଙ୍କର ଏହି ଶିକ୍ଷାନୀତି ନିଶ୍ଚୟ ଦେଶର ପ୍ରତ୍ୟେକ ନାଗରିକ ଉପଲବ୍ଧ କରି ସେମାନଙ୍କ ଭବିଷ୍ୟତ ଜୀବନରେ ଏହାର ବ୍ୟାବହାରିକ ମୂଲ୍ୟବୋଧ ହୃଦୟଙ୍ଗମ କରିପାରିବେ; କିନ୍ତୁ ଗାନ୍ଧିଜୀଙ୍କର ସ୍ବପ୍ନ ସ୍ୱପ୍ନରେ ହିଁ ରହିଗଲା ।
- ମୌଳିକ ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ:
(1) ଅବୈତନିକ ଓ ବାଧ୍ୟତାମୂଳକ ସାର୍ବଜନୀନ ପ୍ରାଥମିକ ଶିକ୍ଷା (୭-୧୪ ବର୍ଷର ପିଲାମାନଙ୍କ ପାଇଁ)
(2) ମାତୃଭାଷା ମାଧ୍ୟମରେ ଶିକ୍ଷା
(3) ଆତ୍ମନିର୍ଭରଶୀଳତା ହିଁ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ
(4) କୁଟୀର ଶିଳ୍ପ ତଥା ଧନ୍ଦାକୈନ୍ଦ୍ରିକ ଶିକ୍ଷା
(5) ଅହିଂସାଭିଭିକ ଶିକ୍ଷା
(6) ଅନୁବନ୍ଧ ମାଧ୍ୟମରେ ଶିକ୍ଷାଦାନ
(7) ନାରୀଶିକ୍ଷା ତଥା ସମାଜ ସଚେତନତା
(8) ଉନ୍ନତ ନାଗରିକତା ଶିକ୍ଷା
ଏହା କାର୍ଯ୍ୟକାରୀ ନ ହୋଇ ପାରିବାର ଚାରୋଟି କାରଣ ହେଲା –
(a) ମୌଳିକ ଶିକ୍ଷା ଧନ୍ଦା ଉପରେ ଅତ୍ୟଧିକ ଗୁରୁତ୍ୱ ଆରୋପ କରିବା କାରଣରୁ ଯେଉଁଥିପାଇଁ ଏହାକୁ ଉଚ୍ଚବର୍ଗର ଶିକ୍ଷାର୍ଥୀ ତଥା ପିତାମାତାମାନେ ନିମ୍ନ ଦୃଷ୍ଟିରେ ଦେଖୁଥିଲେ ।
(b) ଉପଯୁକ୍ତ କୌଶଳୀ ଶିକ୍ଷକ ତଥା ତାଲିମ ପ୍ରଦାନକାରୀଙ୍କ ଅଭାବ ଏବଂ ତତ୍ ସହିତ ଉପଯୁକ୍ତ ପାଠ୍ୟପୁସ୍ତକର ଅଭାବ ଓ ପ୍ରଶାସନିକ ଦୁର୍ବଳତା ମୌଳିକ ଶିକ୍ଷାର ଅଧଃପତନ ପାଇଁ ମୁଖ୍ୟତଃ ଦାୟୀ ହୋଇଥିଲା ।
(c) ଆତ୍ମନିର୍ଭରତା ଉପରେ ଅଧିକ ଗୁରୁତ୍ଵ :
ମୌଳିକ ଶିକ୍ଷା ଆତ୍ମନିର୍ଭରତା ଉପରେ ଅଧିକ ଗୁରୁତ୍ଵ ଦେବାଦ୍ଵାରା ଉଚ୍ଚବର୍ଗର ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅନିଚ୍ଛା ପ୍ରକାଶ କରିଥିଲେ ।
(d) ମାତୃଭାଷା ଉପରେ ଅଧିକ ଗୁରୁତ୍ଵ :
ଇଂରାଜୀ ଶିକ୍ଷାର ସେ ସମୟର ଅନେକ ଗୁରୁତ୍ଵ ଥିଲା । ତେଣୁ ମାତୃଭାଷା ଶିକ୍ଷାଦାନ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା କଷ୍ଟକର ବ୍ୟାପାର ଥିଲା ।
6. ଗାନ୍ଧିଜୀଙ୍କ ନୀତି ଅନୁଯାୟୀ ଶିକ୍ଷାର ସ୍ବରୂପ ଏବଂ ଲକ୍ଷ୍ୟାବଳୀ ଆଲୋଚନା କର ।
Answer:
ଗାନ୍ଧିଜୀ ଶିକ୍ଷା ସମ୍ପର୍କରେ ମତଦେଇ କହିଥିଲେ ଯେ- ‘ଶିକ୍ଷା କହିଲେ ମୁଁ ବୁଝେ ଶିଶୁ ଓ ମଣିଷର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିମାନଙ୍କର ସର୍ବୋତ୍ତମ ଓ ସାମଗ୍ରିକ ବିକାଶ ।’’ ମହାତ୍ମା ଗାନ୍ଧି ଶିକ୍ଷାର୍ଥୀମାନଙ୍କର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ସାମଗ୍ରିକ ବିକାଶ ପାଇଁ ମୌଳିକ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରିଥିଲେ । ସେ ପ୍ରଥମେ ତାଙ୍କର ଶିକ୍ଷାଦର୍ଶନକୁ ‘ହରିଜନ’ ନାମକ ଏକ ପତ୍ରିକାରେ ପ୍ରକାଶ କରିଥିଲେ ।
ୱାର୍ଣାଠାରେ ୧୮୩୭ ମସିହା ଅକ୍ଟୋବର ୨୨ ଓ ୨୩ ତାରିଖ ଦୁଇଦିନ ଧରି ଆଲୋଚନା ପରେ ଡକ୍ଟର ଜାକିର ହୁସେନଙ୍କୁ ମୌଳିକ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରକୃତ ଯୋଜନା ପ୍ରସ୍ତୁତ କରିବା ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେ ମଧ୍ୟ ଯୋଜନା ପ୍ରସ୍ତୁତ କରି ସେହିବର୍ଷ ଡିସେମ୍ବର ୨୨ ତାରିଖରେ ରିପୋର୍ଟ ପ୍ରଦାନ କରିଥିଲେ । ସେହି ଯୋଜନା ଅନୁସାରେ ଶିକ୍ଷାର ଲକ୍ଷ୍ୟ, ପାଠ୍ୟକ୍ରମ, ଶିକ୍ଷକଙ୍କ ଭୂମିକା ଓ ଶୃଙ୍ଖଳା ପ୍ରଭୃତି ସ୍ଥରୀକୃତ ହୋଇଥିଲା ।
ଶିକ୍ଷାର ଲକ୍ଷ୍ୟ – ଶିକ୍ଷାର ଦୁଇଟି ମୁଖ୍ୟ ଲକ୍ଷ୍ୟ ଉପରେ ଗାନ୍ଧିଜୀ ଗୁରୁତ୍ୱ ଆରୋପ କରୁଥିଲେ ସେଥୁମଧ୍ୟରୁ ଗୋଟିଏ ହେଉଛି – (କ) ତାତ୍କାଳିକ ବା ପ୍ରତ୍ୟକ୍ଷ ଲକ୍ଷ୍ୟ ଏବଂ ଅନ୍ୟଟି (ଖ) ଅଭ୍ରମ ଲକ୍ଷ୍ୟ । ତାତ୍କାଳିକ ଲକ୍ଷ୍ୟ ଦୈନନ୍ଦିନ ଜୀବନର ଆବଶ୍ୟକତା ପରିପୂରଣରେ ସହାୟକ ହୋଇଥିଲା ଏବଂ ଏହା କେବଳ ଶିକ୍ଷାଦ୍ଵାରା ପୂରଣ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ବୃତ୍ତିଗତ, ସାଂସ୍କୃତିକ, ଚରିତ୍ରଗଠନ, ଆତ୍ମନିର୍ଭରଶୀଳତା ଇତ୍ୟାଦି ତାତ୍କାଳିକ ଲକ୍ଷ୍ୟର ଅନ୍ତର୍ଭୁକ୍ତ । ଅନ୍ତିମ ଲକ୍ଷ୍ୟ ହେଉଛି ଈଶ୍ୱରଙ୍କ ସତ୍ତାକୁ ଉପଲବ୍ଧ କରିବା । ଏହାହିଁ କେବଳ ସତ୍ୟ ଓ ଅହିଂସା ମାର୍ଗରେ ପରିଚାଳିତ ହେଲେ ସମ୍ଭବ ହୋଇପାରିବ ।
ପାଠ୍ୟକ୍ରମ : ଇଂରାଜୀ ଶିକ୍ଷା ବ୍ୟବସ୍ଥାକୁ ବିରୋଧ କରି ସ୍ବାଧୀନ ଭାରତର ଜନସାଧାରଣଙ୍କ ପାଇଁ ଏକ ନୂତନ ଶିକ୍ଷାର ପରିକଳ୍ପନା ଥିଲା ଗାନ୍ଧିଜୀଙ୍କ ମୌଳିକ ଶିକ୍ଷାବ୍ୟବସ୍ଥା । ଏହି ଶିକ୍ଷାବ୍ୟବସ୍ଥାରେ ପ୍ରତିଦିନ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପ୍ରତ୍ୟେକଟି ବିଷୟ ନିର୍ଦ୍ଦିଷ୍ଟ ସମୟ ଭିତରେ ଶିକ୍ଷାଦାନ ଦେବାପାଇଁ ମଧ୍ୟ ବ୍ୟବସ୍ଥା ଥିଲା ।
ବିଷୟ ସମୟ
ମାତୃଭାଷା – ୪୦ ମିନିଟ୍
ସାମାଜିକ ପାଠ ଓ ସାଧାରଣ ଜ୍ଞାନ – ୩୦ ମିନିଟ୍
ଗଣିତ, ଚିତ୍ରାଙ୍କନ ଓ ସଙ୍ଗୀତ – ୪୦ ମିନିଟ୍
ଶାରୀରିକ ଶିକ୍ଷା – ୧୦ ମିନିଟ୍
ମୌଳିକ ଧଦା – ୧୦ ମିନିଟ୍
ଅବସର – ୧୦ ମିନିଟ୍
ମୋଟ- ୨ ଘଣ୍ଟା ୩୦ ମିନିଟ୍
ଏତଦ୍ବ୍ୟତୀତ ମୌଳିକ ଧନ୍ଦାମୂଳକ ଶିକ୍ଷା ୩ ଘଣ୍ଟା ଦିଆଯାଇ ବିଦ୍ୟାଳୟର ଦୈନିକ ସମୟ ୫ ଘଣ୍ଟା ୩୦ ମିନିଟ୍ ଧାର୍ଯ୍ୟ ହେଉଥିଲା ।
ପାଠ୍ୟକ୍ରମରେ ସୂତାକଟା, ଲୁଗାବୁଣା,ବଗିଚା କାମ, କୃଷିକାର୍ଯ୍ୟ, ବହିବନ୍ଧେଇ, ଚମଡ଼ା କାମ, ମାଛଚାଷ, ଗୃହକର୍ମ ଇତ୍ୟାଦି ମୌଳିକ ବିଷୟ ଅନ୍ତର୍ଭୁକ୍ତ ଥୁଲା । ପ୍ରତ୍ୟେକ ଶିକ୍ଷାବର୍ଷରେ ୨୮୮ ଦିନ ଶିକ୍ଷାଦାନ କାର୍ଯ୍ୟ ପରିଚାଳନାର ବ୍ୟବସ୍ଥା ଥିଲା ।
ଶିକ୍ଷକଙ୍କର ଭୂମିକା – ଶିକ୍ଷକମାନେ ସତ୍ୟ ଓ ଅହିଂସାର ପୂଜାରୀ ହେବା ଉଚିତ । ସେମାନେ ଛାତ୍ରବତ୍ସଳତା, ତ୍ୟାଗପୂତ ଜୀବନ, ସ୍ନେହ, ପ୍ରେମ ପ୍ରଭୃତି ମାନବୀୟ ଗୁଣର ଅଧିକାରୀ ହେବା ଉଚିତ । ମୌଳିକ ଶିକ୍ଷା ପାଠ୍ୟକ୍ରମକୁ କାର୍ଯ୍ୟକାରୀ କରିବାପାଇଁ ସେମାନଙ୍କୁ ମଧ୍ୟ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଉଥିଲା ।
ଶିକ୍ଷାଦାନ ପଦ୍ଧତି – କାର୍ଯ୍ୟ ସମ୍ପାଦନ ମାଧ୍ୟମରେ ଶିକ୍ଷାଲାଭ କରିବା ଉପରେ ପ୍ରାଧାନ୍ୟ ଦିଆଯାଉଥିଲା । ଏହି ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ଧନ୍ଦାକୈନ୍ଦ୍ରିକ ବା କୁଟୀରଶିଳ୍ପ କୈନ୍ଦ୍ରିକ ଥିଲା । ଏହାବ୍ୟତୀତ ଅନୁଭୂତି ଶିକ୍ଷା, ସହସମ୍ପର୍କ ପ୍ରଣାଳୀ, ପ୍ରଶ୍ନୋତ୍ତର ପ୍ରଣାଳୀ ଏବଂ ଆଲୋଚନା ପ୍ରଣାଳୀ ପ୍ରଭୃତି ଶିକ୍ଷାଦାନ କ୍ଷେତ୍ରରେ ଅନୁସୃତ ହେଉଥିଲା ।
ଶୃଙ୍ଖଳା – ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ କରିବାପାଇଁ କୌଣସି ବାହ୍ୟ ଚାପର ଆବଶ୍ୟକତା ନଥିଲା । କେବଳ ଆତ୍ମଶୃଙ୍ଖଳାଦ୍ଵାରା ପ୍ରକୃତ ଶୃଙ୍ଖଳା ରକ୍ଷା କରାଯାଇପାରୁଥିଲା ।
BSE Odisha Class 12 Education Notes
ବିଷୟଭିତ୍ତିକ ସୂଚନା
ମହାତ୍ମା ଗାନ୍ଧିଙ୍କ ଜୀବନୀ : ମହାତ୍ମା ଗାନ୍ଧି କେବଳ ଯେ ଜଣେ ରାଜନୈତିକ ନେତା ଥିଲେ ତାହା ନୁହେଁ, ସେ ଏକାଧାରରେ ଜଣେ ଦାର୍ଶନିକ, ସମାଜ ସଂସ୍କାରକ, ଶିକ୍ଷାବିତ୍ ଏବଂ ସତ୍ୟ ଓ ଅହିଂସାର ମୂର୍ତ୍ତିମନ୍ତ ଅବତାର ଥିଲେ । ଆଧୁନିକ ଭାରତରେ ମହାତ୍ମା ଗାନ୍ଧି ଏକାଧାରରେ ଜଣେ ଦାର୍ଶନିକ, ରାଜନୀତିଜ୍ଞ, ସମାଜ ସଂସ୍କାରକ ଓ ଶିକ୍ଷାବିତ୍ ଭାବରେ ସୁପରିଚିତ । ସେ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜରାଟର କାଥୁଆୱାଡ଼ ଜିଲ୍ଲାର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ ।
ସେ ମୋହନ ଦାସ କରମଚାନ୍ଦ ଗାନ୍ଧି ନାମରେ ପରିଚିତ ଥିଲେ । ତାଙ୍କ ପିତାଙ୍କ ନାମ କାବା ଗାନ୍ଧି ଓ ମାତାଙ୍କ ନାମ ପୁତ୍ବାଈ । କସ୍ତୁରବାଙ୍କୁ ସେ ୧୩ ବର୍ଷ ବୟସରେ ବିବାହ କରିଥିଲେ । ୧୮୮୭ ମସିହାରେ ମାଟ୍ରିକ୍ୟୁଲେସନ ପାସ୍ କରିବା ପରେ ଆଇନ ପାଠ ପଢ଼ିବା ଉଦ୍ଦେଶ୍ୟରେ ଗାନ୍ଧି ଇଂଲଣ୍ଡ ଯାତ୍ରା କରିଥିଲେ । ୧୮୯୧ ମସିହାରେ ଆଇନ ପାଠପଢ଼ା ଶେଷ କରି ସେ ଭାରତକୁ ଫେରିଥିଲେ ଏବଂ ରାଜକୋଟଠାରେ ଆଇନ ବ୍ୟବସାୟ କରିଥିଲେ ।
୧୮୯୩ ମସିହାରେ କୌଣସି ଏକ ଗୁରୁତ୍ଵପୂର୍ଣ୍ଣ କେସ୍ରେ ଲଢ଼ିବାପାଇଁ ସେ ଦକ୍ଷିଣ ଆଫ୍ରିକା ଯାଇଥିଲେ ଏବଂ ସେଠାରେ ୧୯୧୪ ମସିହା ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ଦକ୍ଷିଣ ଆଫ୍ରିକାରେ ରହିବା ସମୟରେ ସେଠାରେ ଅବସ୍ଥାନ କରୁଥିବା ଭାରତୀୟମାନଙ୍କର କରୁଣ ଓ ଦୟନୀୟ ଅବସ୍ଥା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ୧୯୧୯ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ସେ ସଂଘର୍ଷ, ତ୍ୟାଗ, ଯନ୍ତ୍ରଣା, ନିର୍ଯାତନା ଓ ବନ୍ଦୀ ଜୀବନଯାପନ କରିଥିଲେ । ପରିଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ତାଙ୍କ ନେତୃତ୍ୱରେ ଭାରତ ସ୍ଵାଧୀନତା ଲାଭ କଲା । ଜନସାଧାରଣଙ୍କ ନିକଟରେ ସେ ବାପୁ ବା ବାପୁଜୀ ନାମରେ ପରିଚିତ ଥିଲେ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ତାଙ୍କ କର୍ମମୟ ଜୀବନର ଅବସାନ ଘଟିଥିଲା ।
ଜୀବନ ଦର୍ଶନ :
ଗାନ୍ଧିଜୀଙ୍କ ଜୀବନ ଦର୍ଶନର ବିଭିନ୍ନ ଦିଗଗୁଡ଼ିକ ହେଲା –
(i) ସତ୍ୟ : ଗାନ୍ଧିଜୀଙ୍କ ଜୀବନ ଦର୍ଶନର ମୁଖ୍ୟ ଉପାଦାନ ସତ୍ୟ ଅଟେ । ଏହାହିଁ ତାଙ୍କ ଜୀବନର ସର୍ବୋଚ୍ଚ ନୀତି ଅଟେ । ତାଙ୍କ ସାରା ଜୀବନ ମଧ୍ୟ ‘ସତ୍ୟ’ର ଅନୁସନ୍ଧାନରେ ଅତିବାହିତ ହୋଇଥିଲା । ସେ ଅନୁଭବ କରିଥିଲେ ଯେ ସତ୍ୟ ଏବଂ ଈଶ୍ଵର ଏକ ।
(ii) ଅହିଂସା : ପ୍ରତ୍ୟେକ ଧର୍ମର ଭିଭି ଅହିଂସା ଅଟେ । ଅହିଂସା ମାଧ୍ୟମରେ ହିଁ ସତ୍ୟକୁ ଜାଣିବା ସମ୍ଭବ ଅଟେ । ହିଂସା ମଣିଷ ମନରେ କ୍ରୋଧ, ଘୃଣା ଓ ଭୟ ଜାତ କରିଥାଏ ।
(iii) ସତ୍ୟାଗ୍ରହ : ଗାନ୍ଧିଜୀଙ୍କ ଜୀବନଦର୍ଶନର ଏହା ଏକ ନୂତନ ଆଲୋକ ଅଟେ । ସେ କହିଥିଲେ ଯେ, ଅନ୍ୟାୟ ଓ ଅସତ୍ୟ ବିରୋଧରେ ଅହିଂସା ମାର୍ଗ ଅବଲମ୍ବନ କରି ସଂଗ୍ରାମ କଲେ ନ୍ୟାୟ ଓ ସତ୍ୟ ହାସଲ କରିହେବ ।
(iv) ଈଶ୍ବର : ଈଶ୍ବରଙ୍କ ଉପରେ ତାଙ୍କର ପ୍ରଗାଢ଼ ଭକ୍ତି ଓ ବିଶ୍ଵାସ ଥିଲା । ଈଶ୍ବରଙ୍କର ବିଦ୍ୟମାନତା ଜାଣିବାର କୌଣସି ପ୍ରକାର ଆବଶ୍ୟକତା ନାହିଁ । ଏହା ଏକ ଅସ୍ପଷ୍ଟ ଶକ୍ତି ଯାହାକି ସର୍ବବ୍ୟାପୀ ଓ ସର୍ବବିଦ୍ୟମାନ ।
ଶିକ୍ଷା ଦର୍ଶନ :
ଗାନ୍ଧିଜୀଙ୍କ ଜୀବନଦର୍ଶନରେ ପ୍ରକୃତିବାଦ, ଆଦର୍ଶବାଦ ଓ ପ୍ରୟୋଗବାଦ ଦର୍ଶନଗୁଡ଼ିକର କେତେକ ନୀତି ଓ ଆଦର୍ଶ ସାମଗ୍ରିକ ଭାବରେ ପ୍ରତିଫଳିତ ହୋଇଥାଏ ।
ବ୍ରିଟିଶ୍ ସରକାରଙ୍କଦ୍ବାରା ଅବହେଳିତ ଶିକ୍ଷାବ୍ୟବସ୍ଥାର ମାନକୁ ବୃଦ୍ଧି କରିବାପାଇଁ ସେ ୧୯୧୪ରୁ ଏକପ୍ରକାର ନୂତନ ଶିକ୍ଷାପ୍ରଣାଳୀର ପ୍ରବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ । ଶେଷରେ ୧୯୩୭ ମସିହାରେ ସେ ତାଙ୍କର ପ୍ରଣୀତ ‘ମୌଳିକ ଶିକ୍ଷା’ (Basic Education) ପ୍ରକାଶିତ କରିଥିଲେ । ଗାନ୍ଧିଜୀଙ୍କ ଶିକ୍ଷାଦର୍ଶନ ତାଙ୍କ ନିଜ ଜୀବନ-ଦର୍ଶନ ଓ ପୁରାତନ ଭାରତର ସଂସ୍କୃତି ଓ ଐତିହ୍ୟ ଉପରେ ପର୍ଯ୍ୟବସିତ । ତାଙ୍କର ଶିକ୍ଷାଦର୍ଶନ ସତ୍ୟ ଓ ଅହିଂସା ଉପରେ ପ୍ରତିଷ୍ଠିତ ।
ଗାନ୍ଧିଜୀ ତାଙ୍କର ମୌଳିକ ଶିକ୍ଷା ମାଧ୍ୟମରେ ଭାରତୀୟ ଶିକ୍ଷାକ୍ଷେତ୍ରକୁ କେତେଗୁଡ଼ିଏ ନୂତନ ଚିନ୍ତାଧାରା ପ୍ରଦାନ କରିଯାଇଛନ୍ତି । ଅବୈତନିକ ପ୍ରାଥମିକ ଶିକ୍ଷା ମହାତ୍ମା ଗାନ୍ଧିଙ୍କର ମୌଳିକ ଶିକ୍ଷାର ପ୍ରଧାନ ଅବଦାନ । ଦେଶର ପ୍ରତ୍ୟେକ ନାଗରିକଙ୍କୁ ସାକ୍ଷର କରିବା ଥିଲା ମୌଳିକ ଶିକ୍ଷାର ମୂଳ ଲକ୍ଷ୍ୟ । ବିନାଖର୍ଚ୍ଚରେ କିପରି ସେମାନଙ୍କୁ ପ୍ରାଥମିକ ଶିକ୍ଷା ଦିଆଯାଇପାରିବ, ସେଥ୍ପାଇଁ ସେ ବିଶେଷ ଚେଷ୍ଟା କରିଥିଲେ । ଗାନ୍ଧିଜୀଙ୍କର ମୌଳିକ ଶିକ୍ଷା ୭ରୁ ୧୪ ବର୍ଷ ବୟସର ବାଳକ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏହି ଶିକ୍ଷାର ପ୍ରଥମ ପାଞ୍ଚବର୍ଷକୁ ନିମ୍ନ ବୁନିୟାଦି ଓ ଶେଷ ତିନିବର୍ଷକୁ ଉଚ୍ଚ ବୁନିୟାଦି ବୋଲି କୁହାଯାଉଥିଲା ।
ଶିକ୍ଷା ପରିବର୍ତ୍ତେ ଭାରତୀୟ ଐତିହ୍ୟ ଓ ସଂସ୍କୃତି ଉପରେ ପର୍ଯ୍ୟବସିତ ଏହି ମୌଳିକ ଶିକ୍ଷାର ବାଧ୍ୟତାମୂଳକ ପ୍ରବର୍ତ୍ତନ ଗାନ୍ଧିଜୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଗାନ୍ଧିଜୀଙ୍କ ମତରେ, ଧନ୍ଦା ଶିଶୁର ମାନସିକ, ଦୈହିକ, ସାମାଜିକ ଏପରିକି ଆଧ୍ୟାତ୍ମିକ ବିକାଶର ଉପଯୁକ୍ତ ମାଧ୍ୟମ । ଶିଶୁ ନିମନ୍ତେ ଧନ୍ଦାଭିତ୍ତିକ କାର୍ଯ୍ୟକ୍ରମ ତାହାର ପାରିପାର୍ଶ୍ଵକ ଅବସ୍ଥାକୁ ନେଇ ସ୍ଥିର କରାଯିବା ଉଚିତ । ଏହାଦ୍ଵାରା ଶିକ୍ଷା ଓ ସମାଜ, ବୁଦ୍ଧିଜୀବୀ ଓ କର୍ମଜୀବୀ, ଜ୍ଞାନ ଓ କର୍ମ ମଧ୍ୟରେ ଯେଉଁ ବିରାଟ ବ୍ୟବଧାନ ରହିଛି ତାହା ଅତି ଶୀଘ୍ର ସଙ୍କୁଚିତ ହୋଇଯିବ- ଏହା ଥିଲା ଗାନ୍ଧିଜୀଙ୍କର ଦୃଢ଼ ବିଶ୍ୱାସ ।
ତାଙ୍କଦ୍ୱାରା ଲିଖ୍ ‘ହରିଜନ’ ପତ୍ରିକାରେ ସେ ଲେଖିଥିଲେ, ହସ୍ତଶିଳ୍ପ ମାଧ୍ୟମରେ ଶିକ୍ଷାଦାନ ଯେ ଏକମାତ୍ର ଉପଯୁକ୍ତ ପଥ ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ । ସେ ବିଶ୍ଵାସ କରୁଥୁଲେ ଯେ ହସ୍ତ, ପଦ, କର୍ଣ୍ଣ, ଚକ୍ଷୁ ପ୍ରଭୃତି ଇନ୍ଦ୍ରିୟମାନଙ୍କର ଉପଯୁକ୍ତ ବ୍ୟବହାରରେ ଶିଶୁର ପ୍ରକୃତ ମାନସିକ ବା ବୌଦ୍ଧିକ ଶକ୍ତିର ବିକାଶ ହୋଇପାରିବ ।
ଶିଶୁ ଯଦି ତାହାର ଦୈହିକ ଯନ୍ତ୍ରଗୁଡ଼ିକ ବୁଦ୍ଧିମତ୍ତା ସହିତ ବ୍ୟବହାର କରିବାକୁ ଶିକ୍ଷାକରେ, ତେବେ ତାହାର ବୁଦ୍ଧି ଓ ମାନସିକ ବୃତ୍ତିର ଦୃଢ଼ ବିକାଶ ସାଧୂ ହୁଏ । ଶରୀର ଶିକ୍ଷା ଓ ମସ୍ତିଷ୍କର ଶିକ୍ଷା ପୃଥକ୍ – ଏହା ସମ୍ପୂର୍ଣ ଭ୍ରାନ୍ତ ଧାରଣା ବୋଲି ଗାନ୍ଧିଜୀଙ୍କର ବିଶ୍ଵାସ ଥିଲା । ‘ଚରଖା’ ବୁନିୟାଦି ଶିକ୍ଷାର ପ୍ରଥମ କାର୍ଯ୍ୟସୂଚୀ । ଗ୍ରାମ୍ୟ ଶିଳ୍ପର ବିବର୍ତ୍ତନ ଥିଲା ତାଙ୍କର ଲକ୍ଷ୍ୟ ।
ଶିକ୍ଷାଦ୍ବାରା ମଣିଷ କିପରି ଆତ୍ମନିର୍ଭରଶୀଳ ହୋଇପାରିବ ସେଥପ୍ରତି ମହାତ୍ମା ଗାନ୍ଧି ଦୃଷ୍ଟି ଦେଇଥିଲେ । ଶିକ୍ଷାକୁ ଆତ୍ମନିର୍ଭରଶୀଳ ଓ ଆତ୍ମପ୍ରତ୍ୟୟ କରି ଗଢ଼ିତୋଳିବାକୁ ଗାନ୍ଧିଜୀ ପ୍ରୟାସ କରିଥିଲେ । ଇଂରେଜ ସମୟର କିରାଣି ଶିକ୍ଷା ପରିବର୍ତ୍ତେ ଏକ ବ୍ୟାବହାରିକପୂର୍ଣ୍ଣ ଶିକ୍ଷାର ପ୍ରଚଳନ ପାଇଁ ଗାନ୍ଧିଜୀ ଚିନ୍ତା କରୁଥିଲେ । ଏହା ଫଳରେ ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟ ଶିକ୍ଷା ପ୍ରତି ଯେଉଁ ଶୁଷ୍କ ମନୋଭାବ ରହିଅଛି, ତାହାର ଦୂରୀକରଣ ହୋଇପାରିବ ।
ବିଦ୍ୟାଳୟର ଶିକ୍ଷା ପରିସର ମଧ୍ୟରେ ଛାତ୍ରଛାତ୍ରୀମାନେ ଯଦି କିଛି ରୋଜଗାର କରିପାରନ୍ତି, ତା’ହେଲେ ସେହି ଶିକ୍ଷା ସେମାନଙ୍କ ଭବିଷ୍ୟତ ଜୀବନ ପାଇଁ ଉପଯୋଗୀ ହୋଇପାରିବ । ତେଣୁ ଗାନ୍ଧିଜୀ ‘Learning by doing and earning’ ସପକ୍ଷରେ ମତ ଦେଇଥିଲେ । ଗାନ୍ଧିଜୀ ମାତୃଭାଷାକୁ ଶିକ୍ଷାର ସ୍ବାଭାବିକ ଭିତ୍ତି ବୋଲି ବିଚାରୁଥିଲେ । ମାତୃଭାଷା ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧ କରିବା ହେଉଛି ସମସ୍ତଙ୍କର ପ୍ରଧାନ କର୍ତ୍ତବ୍ୟ । ଗାନ୍ଧିଜୀଙ୍କର ଧାରଣା ଥିଲା ଇଂରାଜୀ ଭାଷାକୁ ପ୍ରାଧାନ୍ୟ ଦେବା ଅର୍ଥ ଦେଶ ପ୍ରତି ବିଶ୍ଵାସଘାତକତା କରିବା ।
ମାତୃଭାଷା ମାଧ୍ୟମରେ ବ୍ୟକ୍ତି ନିଜର ମନୋଭାବକୁ ଯେପରି ନିର୍ଭୁଲ୍ଭାବରେ ଅନ୍ୟ ଆଗରେ ପ୍ରକାଶ କରିପାରିବ, ଅନ୍ୟ କୌଣସି ଭାଷା ମାଧ୍ୟମରେ ସେ ସେପରି କରିପାରେ ନାହିଁ । ତେଣୁ ଗାନ୍ଧିଜୀ ମାତୃଭାଷା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି ।
ଗାନ୍ଧିଜୀଙ୍କଦ୍ଵାରା ପ୍ରବର୍ତ୍ତିତ ମୌଳିକ ଶିକ୍ଷା ଯେ କେବଳ ପୁରୁଷକୈନ୍ଦ୍ରିକ ଥୁଲା, ତାହା ନୁହେଁ । ନାରୀଶିକ୍ଷା ଉପରେ ଗାନ୍ଧିଜୀ ବିଶେଷ ଗୁରୁତ୍ଵ ଦେଇଥିଲେ । ସମାଜରେ ପୁରୁଷର ଯେତିକି କ୍ଷମତା ଓ ଅଧିକାର ଅଛି, ନାରୀର ମଧ୍ୟ ସେତିକି କ୍ଷମତା ଓ ଅଧିକାର ଅଛି । ବୈଦିକ ଯୁଗରେ ମାତୃଶକ୍ତିକୁ ଉଚ୍ଚ ଆସନ ଦିଆଯାଉଥିଲା । ତେଣୁ ନାରୀଶିକ୍ଷାର ବହୁଳ ପ୍ରସାର ବର୍ତ୍ତମାନ ଯୁଗରେ ଆବଶ୍ୟକ । ମା’ମାନେ ହେଉଛନ୍ତି ଭବିଷ୍ୟତ ନାଗରିକମାନଙ୍କର ପ୍ରଥମ ଶିକ୍ଷାଦାତ୍ରୀ । ସ୍ତ୍ରୀଲୋକମାନେ କେବଳ ସାଧାରଣ ଶିକ୍ଷାଲାଭ କରିବା ଉଚିତ ନୁହେଁ । ସାଧାରଣ ଶିକ୍ଷା ସହିତ ଗୃହବିଜ୍ଞାନ, ଶିଶୁର ଯତ୍ନ, ସ୍ଵାସ୍ଥ୍ୟରକ୍ଷା ଇତ୍ୟାଦି ଶିକ୍ଷା ନାରୀମାନେ ଲାଭ କରିବା ଉଚିତ ।
ମୌଳିକ ଶିକ୍ଷାଦ୍ଵାରା ଶିଶୁ ତା’ର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହୋଇପାରିବ । ଏହି ଶିକ୍ଷାଦ୍ଵାରା ଶିଶୁ ସମାଜ, ଜାତି ଓ ଦେଶ ପାଇଁ ତା’ର କର୍ତ୍ତବ୍ୟବୋଧକୁ ଉପଲବ୍ଧ କରି ତା’ର ଭବିଷ୍ୟତ ପଥରେ ଆଗେଇପାରିବ, ଦେଶର ଏକ ସୁନାଗରିକରୂପେ ନିଜକୁ ନିଜେ ଗଢ଼ି ତୋଳିପାରିବ ।
ମୌଳିକ ଶିକ୍ଷାନୀତିର ଏକ ବୈଶିଷ୍ଟ୍ୟ ହେଉଛି, ସବୁ ମନୁଷ୍ୟକୁ ସମାନ ବିବେଚନା କରିବା । ସତ୍ୟ ଓ ମହାନ୍ ଆଦର୍ଶ ଏହି ଶିକ୍ଷାନୀତିରେ ପ୍ରତିଫଳିତ ହୋଇଥିଲା । ଭାରତବାସୀଙ୍କ ମଧ୍ୟରେ ସଂହତି ଓ ସମନ୍ଵୟ ରକ୍ଷା କରିବା ମୌଳିକ ଶିକ୍ଷାନୀତିର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା ।
ଶିକ୍ଷାର ଅର୍ଥ :
ଗାନ୍ଧିଜୀଙ୍କ ମତରେ, ‘ଶିକ୍ଷାର ଅର୍ଥ ହେଲା, ମନୁଷ୍ୟ ବା ଶିଶୁ ମଧ୍ୟରେ ଯାହାକିଛି ମହାନ୍ ତାହାକୁ ଉନ୍ମେଷଣ କରିବା, ତାହାର ଦେହ, ମନ ଓ ଆତ୍ମାର ସଂପୂର୍ଣ୍ଣ ବିକାଶ କରିବା ।’’ ଗାନ୍ଧିଜୀଙ୍କ ଜୀବନ-ଦର୍ଶନ ସଂପୂର୍ଣ୍ଣଭାବରେ ବାସ୍ତବବାଦ ଉପରେ ଆଧାରିତ ଥିଲା । ସେ ତାଙ୍କ ଜୀବନର ଆଦର୍ଶ ଓ ଲକ୍ଷ୍ୟ ମଧ୍ୟରେ ସଂପର୍କ ସ୍ଥାପନ କରି ଶିକ୍ଷାକୁ ବାସ୍ତବ ଜୀବନରେ ବିନିଯୋଗ କରିବାପାଇଁ ଶିକ୍ଷାକୁ ନୂତନ ରୂପ ପ୍ରଦାନ କରିଥିଲେ । ଯେପରି ବୈଦିକ ଯୁଗରେ ଛାତ୍ରମାନେ ଗୁରୁକୁଳ ଆଶ୍ରମରେ ରହି ଗୁରୁଙ୍କ ଆଦର୍ଶକୁ ଅନୁକରଣ କରିବାରେ ଆଗ୍ରହୀ ହେଉଥିଲେ ଓ ସତ୍କର୍ମ ସାଧନ ବଳରେ ଆତ୍ମସନ୍ତୋଷ ଲାଭ କରୁଥିଲେ, ସେହିପରି ଆଧୁନିକ ଯୁଗରେ ଶିକ୍ଷାର୍ଥୀ ନିଜର ଇନ୍ଦ୍ରିୟମାନଙ୍କୁ କାର୍ଯ୍ୟରେ ଲଗାଇ ପାରିଲେ ସେମାନେ ନିଜକୁ ଏକ ଉତ୍ତମ ମଣିଷ ଭାବରେ ଗଠନ କରିପାରିବେ ।
ତେଣୁ ଗାନ୍ଧିଜୀ ତାଙ୍କର ମୌଳିକ ଶିକ୍ଷାକୁ ସେହି ବୈଦିକ ଯୁଗର ଗୁରୁକୁଳ ଆଶ୍ରମର ଶିକ୍ଷାନୀତି ସହିତ ସମାନ କରିବାକୁ ଚେଷ୍ଟା କରିଥିଲେ । ଏହାଦ୍ଵାରା ସମାଜ ତଥା ଜାତି ଓ ଦେଶର ଉନ୍ନତି ହୋଇପାରିବ ବୋଲି ଗାନ୍ଧିଜୀଙ୍କ ଦୃଢ଼ବିଶ୍ଵାସ ଥିଲା ।
ମୌଳିକ ଶିକ୍ଷା – ୧୯୩୭ ମସିହାର ମୌଳିକ ଶିକ୍ଷାନୀତି ଏକ ଉନ୍ନତ ଉଦ୍ଦେଶ୍ୟମୂଳକ ଶିକ୍ଷାନୀତିରୂପେ ପରିଗଣିତ ହୋଇଥିଲା । ଗାନ୍ଧିଜୀଙ୍କର ଜୀବନ-ଦର୍ଶନ ତାଙ୍କ ଶିକ୍ଷା-ଦର୍ଶନ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ । ମୌଳିକ ଶିକ୍ଷାର ବିଭିନ୍ନ ଲକ୍ଷ୍ୟ ବିଷୟରେ ଆଲୋକପାତ କରି ଗାନ୍ଧିଜୀ ତାଙ୍କର ସାମ୍ୟଧର୍ମ, ମହନୀୟତା, ଦୂରଦୃଷ୍ଟିର ପ୍ରସାରତା, ମାନବ ଜୀବନର ବିଭିନ୍ନ ଦିଗ ପ୍ରତି ସମ୍ୟକ୍ ଦୃଷ୍ଟି ପ୍ରଦାନ କରିଛନ୍ତି ।
ମୌଳିକ ଶିକ୍ଷାର ଲକ୍ଷ୍ୟ – ‘ଅବୈତନିକ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା’ ଥିଲା ମୌଳିକ ଶିକ୍ଷାର ପ୍ରଧାନ ଓ ପ୍ରଥମ ଲକ୍ଷ୍ୟ । 7 ବର୍ଷରୁ 14 ବର୍ଷ ବୟସ ମଧ୍ୟରେ ଥିବା ବାଳକବାଳିକାମାନଙ୍କୁ ବିନା ଖର୍ଚ୍ଚରେ ପ୍ରାଥମିକ ଶିକ୍ଷା ଦେବା ଥିଲା ଗାନ୍ଧିଜୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ।
ଯଦି ଶିଶୁକୁ ପ୍ରାଥମିକ ଅବସ୍ଥାରେ ଠିକ୍ଭାବରେ ଶିକ୍ଷା ନ ଦିଆଯାଏ, ତେବେ ପରବର୍ତ୍ତୀ ଅବସ୍ଥାରେ ତା’ର ମାନସିକ ବିକାଶ ହୋଇପାରିବ ନାହିଁ, ଯାହାଦ୍ୱାରା ସେ ଭବିଷ୍ୟତରେ ସମାଜରେ ପୂରି ରହିଥିବା ଅନ୍ଧବିଶ୍ୱାସକୁ ନିଜ ମନରୁ ଦୂର କରିପାରିବ ନାହିଁ । ଶିଶୁର ଶାରୀରିକ ତଥା ମାନସିକ ବିକାଶ ହିଁ ମୌଳିକ ଶିକ୍ଷାର ଉଦ୍ଦେଶ୍ୟ । ଏହି ଶିକ୍ଷାର ପ୍ରଥମ ପାଞ୍ଚବର୍ଷକୁ ନିମ୍ନ ଚୁନିୟାଦି ଓ ଶେଷ ତିନିବର୍ଷକୁ ଉଚ୍ଚ ବୁନିୟାଦି ବୋଲି କୁହାଯାଉଥିଲା ।
ଗାନ୍ଧିଜୀ ସାରା ଭାରତ ଭ୍ରମଣ କରି ଗ୍ରାମମାନଙ୍କରେ ପଡ଼ିରହିଥିବା ନିରକ୍ଷର ଜନସାଧାରଣଙ୍କର ଅବସ୍ଥାକୁ ପ୍ରତ୍ୟକ୍ଷଭାବରେ ଅନୁଭବ କରିପାରିଥିଲେ । କେବଳ ଅବୈତନିକ ଶିକ୍ଷା ଦେଲେ ତାହାର କିଛି ମୂଲ୍ୟ ନାହିଁ । କାରଣ ଗାନ୍ଧିଜୀ ହୃଦୟଙ୍ଗମ କରିଥିଲେ ଯେ, ଗ୍ରାମମାନଙ୍କରେ ରହିଥିବା ନିରକ୍ଷର ପିତାମାତା ଶିକ୍ଷାର ମୂଲ୍ୟ କ’ଣ ଜାଣନ୍ତି ନାହିଁ । ତେଣୁ ଅବୈତନିକ ଭାବରେ ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରାଯିବା ଉଚିତ । ତାଙ୍କର ମୌଳିକ ଶିକ୍ଷାରେ ଏହି ନୀତିକୁ ଦୃଢ଼ଭାବରେ ଗ୍ରହଣ କରାଯାଇଥିଲା ।
⇒ ମୌଳିକ ଶିକ୍ଷାର ଅନ୍ୟ ଏକ ଲକ୍ଷ୍ୟ ଥିଲା କୁଟୀର ଶିଳ୍ପକୈନ୍ଦ୍ରିକ ଶିକ୍ଷା । ଏହାଦ୍ଵାରା ମଣିଷର ଶାରୀରିକ ଓ ମାନସିକ ବିକାଶ ହୋଇପାରିବ । ଧନ୍ଦା ହେଉଛି ମୌଳିକ ଶିକ୍ଷାର ଉଦ୍ଦେଶ୍ୟ । ହସ୍ତଶିଳ୍ପକୁ ଯାନ୍ତ୍ରିକ ପଦ୍ଧତିରେ ଶିକ୍ଷା ନ ଦେଇ ବୈଜ୍ଞାନିକ ପଦ୍ଧତିରେ ଶିକ୍ଷା ଦେବା ଉଚିତ । ଏହାର ଅର୍ଥ ଯେଉଁ ହସ୍ତଶିଳ୍ପ ଶିଶୁମାନଙ୍କୁ ଶିକ୍ଷା ଦିଆଯିବ ତାହାର ଉତ୍ପତ୍ତି, ଇତିହାସ ଓ ଉପଯୋଗିତା ପ୍ରଭୃତି ବିଷୟରେ ସେମାନଙ୍କର ଜାଣିବା ଅତ୍ୟନ୍ତ ଆବଶ୍ୟକ । ଭାରତୀୟ କୁଟୀର ଶିଳ୍ପର ଉନ୍ନତି ବିଧାନ ସଙ୍ଗେ ସଙ୍ଗେ ଗ୍ରାମମାନଙ୍କର ମଧ୍ୟ ଉନ୍ନତି ହୋଇପାରିବ ।
ଏହାଦ୍ୱାରା ସେ ନିଜକୁ ଆତ୍ମନିର୍ଭରଶୀଳ କରିପାରିବ । ଏହି ପ୍ରକାର ନୂତନ ଶିକ୍ଷାର ତାଲିମ ପାଇଁ ଗାନ୍ଧିଜୀ ଚରଖାଦ୍ୱାରା ସୂତାକଟା ଆରମ୍ଭ କରିଥିଲେ । ଚରଖାକୁ ଭିଭିକରି ଏକ ଶାନ୍ତିର ସଂସ୍କୃତି ଗଢ଼ାଯାଇପାରିବ ବୋଲି ତାଙ୍କର ବିଶ୍ଵାସ ଥିଲା।
⇒ ଅନ୍ୟ ଉପରେ ନିର୍ଭର କରି ଚଳିବାକୁ ଗାନ୍ଧିଜୀ ସମ୍ପୂର୍ଣ୍ଣଭାବରେ ଘୃଣା କରୁଥିଲେ । ଛାତ୍ରଛାତ୍ରୀମାନଙ୍କୁ ଏପରି ଶିକ୍ଷା ଦିଆଯିବା ଉଚିତ, ଯାହାଦ୍ୱାରା ସେମାନେ ନିଜର ଅଧ୍ୟୟନ ସମୟରୁ ଆତ୍ମନିର୍ଭରଶୀଳ ହୋଇପାରିବେ । ବିଦ୍ୟାଳୟ ପରିତ୍ୟାଗ କଲା ପରେ ସେମାନେ ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଆତ୍ମନିର୍ଭରଶୀଳ ହୋଇପାରିବେ । ଏହାଦ୍ଵାରା ସେମାନେ ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ପିତାମାନଙ୍କୁ ମଧ୍ୟ ଖର୍ଚ୍ଚରୁ ବଞ୍ଚିତ କରିବେ ।
⇒ ଇଂରାଜୀ ଭାଷାକୁ ଗାନ୍ଧିଜୀ ଭାରତୀୟ ଶିକ୍ଷାନୀତିର ମାଧ୍ୟମରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । ମାତୃଭାଷା ଶିକ୍ଷାର ମାଧ୍ୟମ ହେବା ଆବଶ୍ୟକ । କାରଣ ମାତୃଭାଷାଦ୍ଵାରା ମଣିଷ ଭାବ ପ୍ରକାଶ, ଭାବ ବିନିମୟ ପାଇଁ ସକ୍ଷମ ହୋଇପାରେ । ମାତୃଭାଷା ଶିକ୍ଷାର ମାଧ୍ୟମ ହୋଇପାରିଲେ ଶିକ୍ଷାଗ୍ରହଣ ସହଜ ହୁଏ – ଏହା ଗାନ୍ଧିଜୀ ବିଶ୍ଵାସ କରୁଥିଲେ । ଇଂରାଜୀ ଭାଷା ଶିକ୍ଷା କରିବାଦ୍ୱାରା ମଣିଷର ନିଜ ଦେଶ ପ୍ରତି ଘୃଣାଭାବ ଓ ବିଶ୍ୱାସଘାତକତା ମନୋଭାବ ସୃଷ୍ଟି ହୁଏ ।
ସତ୍ୟ ଧର୍ମ ଉପରେ ଆଧାରିତ ଗାନ୍ଧିଜୀଙ୍କର ଏହି ମୌଳିକ ଶିକ୍ଷାନୀତି ଅହିଂସାଭିଭିକ ଥିଲା । ମୌଳିକ ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀକୁ ଅହିଂସାର ଅନ୍ତର୍ନିହିତ ନୀତି ଉପଲବ୍ଧ କରାଇବା ସଙ୍ଗେ ସଙ୍ଗେ ତା’ର ଦୈନନ୍ଦିନ କର୍ମ, ସଙ୍କଳ୍ପ ଓ ଚିନ୍ତା ଯେପରି ଉକ୍ତ ଅହିଂସା ନୀତିଦ୍ୱାରା ନିୟନ୍ତ୍ରିତ ହୁଏ, ସେଥ୍ୟପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଥିଲା । ମୌଳିକ ଶିକ୍ଷା ମାଧ୍ୟମରେ ଏକ ନୂତନ ସମାଜ ଓ ଉତ୍ତମ ନାଗରିକ ଗଢି଼ବାପାଇଁ ଗାନ୍ଧିଜୀ ଆଶାପୋଷଣ କରିଥିଲେ ।
ଗାନ୍ଧିଜୀଙ୍କ ଶିକ୍ଷାନୀତିର ଅନ୍ୟ ଏକ ପ୍ରଧାନ ଲକ୍ଷ୍ୟ ଥିଲା ସବୁ ମଣିଷକୁ ସମାନ ବିବେଚନା କରିବା । ଭାରତର ଯେଉଁ ସୁସମୃଦ୍ଧ ଭାବଧାରା ଭାରତବାସୀଙ୍କ ମଧ୍ୟରେ ଯୁଗ ଯୁଗ ଧରି ସଂହତି ଓ ସମନ୍ଵୟ ରକ୍ଷାକରି ଆସିଥିଲା ତାକୁ ସେ ମୌଳିକ ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ନିକଟରେ ପହଞ୍ଚାଇବାକୁ ସେ ଆପ୍ରାଣ ଉଦ୍ୟମ କରିଥିଲେ ।
⇒ ଗାନ୍ଧିଜୀ ତାଙ୍କର ମୌଳିକ ଶିକ୍ଷାରେ ନାରୀଶିକ୍ଷା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଥିଲେ । ମା’ ହେଉଛନ୍ତି ଭବିଷ୍ୟତ ନାଗରିକମାନଙ୍କର ପ୍ରଥମ ଶିକ୍ଷାଦାତ୍ରୀ । ତେଣୁ ସେମାନଙ୍କର ଶିକ୍ଷାର ବହୁଳ ପ୍ରସାରପାଇଁ ମଧ୍ୟ ପାଠ୍ୟକ୍ରମ ନିର୍ଦ୍ଧାରଣ କରାହୋଇଥିଲା । ସେମାନେ ବିଦ୍ୟାଳୟରେ ଶିକ୍ଷା ଦିଆଯାଉଥିବା ବିଷୟବସ୍ତୁ ସହିତ ଗୃହବିଜ୍ଞାନ, ଶିଶୁର ଯତ୍ନ, ସିଲେଇ ପ୍ରଭୃତି ଶିକ୍ଷା ଗ୍ରହଣ କରିବେ । ଏହାଦ୍ୱାରା ସେମାନଙ୍କର ଜୀବନର ମୂଲ୍ୟବୋଧ ସେମାନେ ନିଶ୍ଚୟ ଉପଲବ୍ କରିପାରିବେ ।
⇒ ମହାତ୍ମା ଗାନ୍ଧି ମୌଳିକ ଶିକ୍ଷାର ପ୍ରବର୍ତ୍ତନ ପାଇଁ ନୂତନ ଧରଣର ପାଠ୍ୟକ୍ରମ ପ୍ରବର୍ତ୍ତନ କରିଥିଲେ । ମୌଳିକ ଶିକ୍ଷାର ପାଠ୍ୟକ୍ରମ ମଧ୍ୟରେ ହସ୍ତକର୍ମ ଥିଲା ପ୍ରଥମ । ଛାତ୍ରଛାତ୍ରୀମାନେ ଲୁଗାବୁଣା, ସୂତାକଟା, କୃଷି, କାଠକାମ ଇତ୍ୟାଦି ହସ୍ତକର୍ମ ଶିକ୍ଷା କରୁଥିଲେ । ସମସ୍ତ ଶିକ୍ଷାଦାନ ମାତୃଭାଷା ମାଧ୍ୟମରେ ଦିଆଯାଉଥିଲା । ଗଣିତ, ସାମାଜିକ ବିଜ୍ଞାନ, ସାଧାରଣ ବିଜ୍ଞାନ, ରସାୟନ ବିଜ୍ଞାନ, ଶରୀରତତ୍ତ୍ବ, ଜ୍ୟୋତିଷଶାସ୍ତ୍ର, ପ୍ରାଣୀ ବିଜ୍ଞାନ ଓ ଉଭିଦ ବିଜ୍ଞାନ, ଚିତ୍ରାଙ୍କନ, ସଙ୍ଗୀତଶିକ୍ଷା, ବାଧ୍ୟତାମୂଳକ ଶାରୀରିକ ଶିକ୍ଷା ଥିଲା ମୌଳିକ ଶିକ୍ଷା ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ।
⇒ ଗାନ୍ଧିଜୀଙ୍କର ମୌଳିକ ଶିକ୍ଷାନୀତି ଜାତୀୟ ଶିକ୍ଷାନୀତି ଭାବରେ ପ୍ରବର୍ତ୍ତନ କରାଯାଇଥିଲା । ମହାତ୍ମା ଗାନ୍ଧି ଇଚ୍ଛା କରିଥିଲେ ତାଙ୍କର ଏହି ଶିକ୍ଷାନୀତି ନିଶ୍ଚୟ ଦେଶର ପ୍ରତ୍ୟେକ ନାଗରିକ ଉପଲବ୍ କରି ସେମାନଙ୍କ ଭବିଷ୍ୟତ ଜୀବନରେ ଏହାର ବ୍ୟାବହାରିକ ମୂଲ୍ୟବୋଧ ହୃଦୟଙ୍ଗମ କରିପାରିବେ; କିନ୍ତୁ ଗାନ୍ଧିଜୀଙ୍କର ସ୍ବପ୍ନ ସ୍ୱପ୍ନରେ ହିଁ ରହିଗଲା । ତାଙ୍କର ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଆମ୍ଭେମାନେ ସକ୍ଷମ ହୋଇପାରିଲୁ ନାହିଁ । ତାଙ୍କ ମୃତ୍ୟୁ ପରେ ତାଙ୍କର ଏହି ଶ୍ରେଷ୍ଠ ଦାନ ମୌଳିକ ଶିକ୍ଷାର ପତନ ଘଟିଥିଲା ।
⇒ ଶିକ୍ଷାଦର୍ଶନର ମୌଳିକ ନୀତି :
- ଶିକ୍ଷା କେବଳ ସାକ୍ଷରତା ଭିତରେ ସୀମିତ ନୁହେଁ, ଏହା ଶିଶୁର ସର୍ବାଙ୍ଗୀନ ବିକାଶକୁ ବୁଝାଇଥାଏ ।
- ଶିଶୁର ଅନ୍ତର୍ନିହିତ ଗୁଣାବଳୀମାନଙ୍କର ବିକାଶକୁ ଶିକ୍ଷା କୁହାଯାଏ ।
- ମାତୃଭାଷା ଶିକ୍ଷାର ମାଧ୍ୟମ ଅଟେ ।
- ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ୭ରୁ ୧୪ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବା ଆବଶ୍ୟକ ।
⇒ ମୌଳିକ ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ
(1) ଅବୈତନିକ ଓ ବାଧ୍ୟତାମୂଳକ ସାର୍ବଜନୀନ ପ୍ରାଥମିକ ଶିକ୍ଷା (୭-୧୪ ବର୍ଷର ପିଲାମାନଙ୍କ ପାଇଁ) ।
(2) ମାତୃଭାଷା ମାଧ୍ୟମରେ ଶିକ୍ଷା
(3) ଆତ୍ମନିର୍ଭରଶୀଳତା ଶିକ୍ଷା
(4) କୁଟୀର ଶିଳ୍ପକୈନ୍ଦ୍ରିକ ଶିକ୍ଷା
(5) ଅହିଂସାଭିତ୍ତିକ ଶିକ୍ଷା
(6) ଅନୁବନ୍ଧ ମାଧ୍ୟମରେ ଶିକ୍ଷାଦାନ
(7) ନାରୀଶିକ୍ଷା ତଥା ସମାଜ ସଚେତନତା
(8) ଉନ୍ନତ ନାଗରିକତା ଶିକ୍ଷା
⇒ ମୌଳିକ ଶିକ୍ଷାର ପାଠ୍ୟକ୍ରମ : ଗାନ୍ଧିଜୀ ନିମ୍ନୋକ୍ତ ବିଷୟବସ୍ତୁଗୁଡ଼ିକୁ ମୌଳିକ ଶିକ୍ଷା ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରିଛନ୍ତି;
- ମୌଳିକ ଧନ୍ଦା, ସମାଜ ବିଜ୍ଞାନ,
- ସଙ୍ଗୀତ, ସାଧାରଣ ବିଜ୍ଞାନ
- ଗଣିତ ଓ ମାତୃଭାଷା
⇒ ମୌଳିକ ଶିକ୍ଷାର ମୂଲ୍ୟାୟନ : ମୌଳିକ ଶିକ୍ଷାଦ୍ବାରା ନିମ୍ନୋକ୍ତ ଉପକାର ସାଧୂତ ହୋଇଥାଏ ।
(1) ଶିକ୍ଷାର୍ଥୀ ଆତ୍ମସନ୍ତୋଷ ଲାଭ କରିଥାଏ ।
(2) ବ୍ୟକ୍ତି ଓ ଶିଶୁର ସର୍ବାଙ୍ଗୀନ ଉନ୍ନତି ସାଧୂତ ହୋଇଥାଏ ।
(3) ଶିକ୍ଷା ବୃତ୍ତିଭିତ୍ତିକ ଥିବାରୁ ବେକାରୀ ସମସ୍ୟା ଦୂର ହୋଇଥାଏ ।
(4) ଏହା ସୃଜନଶକ୍ତିର ବିକାଶ ସାଧନ କରି ବିଭିନ୍ନ ଧନ୍ଦା ପାଇଁ ପଥ ପ୍ରଦର୍ଶନ କରିଥାଏ ।
(5) ମାତୃଭାଷା ଶିକ୍ଷାର ମାଧ୍ୟମ ହୋଇଥିବାରୁ ଏହା ଶିକ୍ଷାର୍ଥୀ ଓ ବିଦ୍ୟାଳୟ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ରଖୁବାର ମାଧ୍ୟମ ରୂପେ ପରିଗଣିତ ହୋଇଥାଏ ।
(6) ସାମାଜିକ ଚରିତ୍ର ଗଠନ, କୁସଂସ୍କାରର ମୂଳୋତ୍ପାଟନ ଏହାର ଏକ ମୁଖ୍ୟ ଦିଗ ଅଟେ ।
(7) ନାରୀଶିକ୍ଷା, ଦେଶଗଠନ ତଥା ଦେଶପ୍ରୀତିର ଭାବ ଉଦ୍ରେକ ମୌଳିକ ଶିକ୍ଷା ମାଧ୍ୟମରେ ସହଜ ହୋଇଥାଏ ।
ଶିକ୍ଷାଦାନ ପଦ୍ଧତି :
- କାର୍ଯ୍ୟ ମାଧ୍ୟମରେ ଶିକ୍ଷଣ ପଦ୍ଧତି
- ସହ-ସମ୍ପର୍କ ପଦ୍ଧତି
- ଜୀବନକୈନ୍ଦ୍ରିକ ପଦ୍ଧତି
- ଅନୁଭୂତି ପଦ୍ଧତି
⇒ ବିଦ୍ୟାଳୟ : ଗୋଷ୍ଠୀର ଏକ ପ୍ରମୁଖ କେନ୍ଦ୍ର ଭାବରେ ବିଦ୍ୟାଳୟ କାର୍ଯ୍ୟ କରିବା ଆବଶ୍ୟକ । ଏହି ଅନୁଷ୍ଠାନ ଶିକ୍ଷାର୍ଥୀମାନଙ୍କର ସାମଗ୍ରିକ ବିକାଶ ସାଧନ କରିବା ସହିତ ସେମାନଙ୍କୁ ସ୍ଵାବଲମ୍ବନଶୀଳ କରିପାରିବ ।
⇒ ଶିକ୍ଷକ : ଗାନ୍ଧିଜୀଙ୍କ ଶୈକ୍ଷିକ ଯୋଜନାରେ ଶିକ୍ଷକଙ୍କୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦିଆଯାଇଥିଲା । ଶିକ୍ଷକମାନେ ସ୍ବତନ୍ତ୍ର ଗୁଣର ଅଧିକାରୀ ଥିଲେ । ଏହି ଗୁଣମାନଙ୍କ ମଧ୍ୟରେ ସତ୍ୟ, ଅହିଂସା, ନ୍ୟାୟ, ସହାନୁଭୂତି, ସହନଶୀଳତା, ଚରିତ୍ରବାନ୍, କର୍ତ୍ତବ୍ୟପରାୟଣ, ଧୈର୍ଯ୍ୟ, ପରିଶ୍ରମ ଓ ସ୍ୱ-ନିୟନ୍ତ୍ରଣ ପ୍ରଭୃତି ଅନ୍ତର୍ଭୁକ୍ତ । ଶିକ୍ଷକ ଶିଶୁମାନଙ୍କ ପାଇଁ ଏକ ‘ମୂର୍ତିମନ୍ତ ପ୍ରତୀକ’ ଥିଲେ ।
⇒ ଶିକ୍ଷାର୍ଥୀ : ଉତ୍ତମ ଆଚରଣ ପ୍ରଦର୍ଶନ ପାଇଁ ଶିକ୍ଷା ଏକାନ୍ତ ଆବଶ୍ୟକ । ଶିକ୍ଷାର୍ଥୀମାନେ ନିୟମିତ ଜୀବନ ଶୈଳୀରେ ଉତ୍ତମ ଆଚରଣ ପ୍ରଦର୍ଶନ ଓ ନିଜକୁ ବିଭିନ୍ନ କ୍ଷେତ୍ରରେ ନିୟନ୍ତ୍ରଣ କରିବା ଉଚିତ । ଗାନ୍ଧିଜୀଙ୍କ ମତରେ ଶିକ୍ଷାର୍ଥୀ ଜଣେ ଶୃଙ୍ଖଳିତ, ଭଦ୍ର, ଶାନ୍ତିପ୍ରିୟ, କୌତୂଳହଳପ୍ରିୟ, ଦେଶପ୍ରେମୀ, ଆତ୍ମନିର୍ଭରଶୀଳ ଏବଂ ସମାଜସେବୀ ହେବା ଉଚିତ ।
⇒ ଶୃଙ୍ଖଳା : ନିଜକୁ ନିୟନ୍ତ୍ରଣ କରିପାରିଲେ ଶୃଙ୍ଖଳା ଆପେ ଆପେ ସଂଗଠିତ ହେବ । ବାହ୍ୟଚାପ ପ୍ରୟୋଗ କରି ଶୃଙ୍ଖଳା ବିଧାନର ସେ ଘୋର ବିରୋଧୀ ଥିଲେ । ଶୁଦ୍ଧ ଜୀବନଯାପନ, ତ୍ୟାଗ, ଆତ୍ମସଂଯମତା ତଥା ସହଯୋଗିତା ଉପରେ ଗାନ୍ଧିଜୀ ଗୁରୁତ୍ୱ ଆରୋପ କରୁଥିବାରୁ ଶିକ୍ଷାର୍ଥୀମାନେ ଏହାକୁ ଅବଲମ୍ବନ କରି ସୁଶୃଙ୍ଖଳିତ ହେଉଥିଲେ ।
⇒ ଶିକ୍ଷାକ୍ଷେତ୍ରକୁ ଅବଦାନ : ଗାନ୍ଧିଜୀ ତାଙ୍କର ଜୀବନ ଦର୍ଶନ ଓ ଶିକ୍ଷା ଦର୍ଶନ ଆଧାରରେ ଏକ ଶିକ୍ଷାବ୍ୟବସ୍ଥା ପରିକଳ୍ପନା କରିଥିଲେ । ଏହି ବ୍ୟବସ୍ଥାଟି ମୌଳିକ ଶିକ୍ଷା ନାମରେ ପରିଚିତ । ୧୯୩୫ ମସିହାରେ ‘ହରିଜନ’ ନାମକ ଏକ ପତ୍ରିକାରେ ସେ ମୌଳିକ ଶିକ୍ଷା ଉପରେ ନିଜର ଚିନ୍ତାଧାରାକୁ ପରିପ୍ରକାଶ କରିଥିଲେ ।