Odisha State Board CHSE Odisha Class 12 Foundation of Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା Questions and Answers.
CHSE Odisha 12th Class Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କିଏ କହିଥିଲେ ‘‘ଜାତୀୟ ସଂହତି କେବଳ ନିହଣ ବା ହାତୁଡ଼ି ମାଧ୍ୟମରେ ହୁଏ ନାହିଁ । ଏହା କେବଳ ଶିକ୍ଷା ମାଧ୍ୟମରେ ଧୀରେ ଧୀରେ ବିକାଶଲାଭ କରିଥାଏ ।’
(i) ମହାତ୍ମା ଗାନ୍ଧି
(ii) ଗୋପବନ୍ଧୁ ଦାସ
(iii) ରବୀନ୍ଦ୍ରନାଥ
(iv) ରାଧାକ୍ରିଷ୍ଣନ୍
Answer:
(iv) ରାଧାକ୍ରିଷ୍ଣନ୍
2. କେଉଁଟି ଜାତୀୟ ସଂହତିର ପ୍ରତିବନ୍ଧକ ନୁହେଁ ?
(i) ସାମ୍ପ୍ରଦାୟିକତା
(ii) ଜାତୀୟ ଭାଷା
(iii) ବିଭିନ୍ନତା
(iv) ପ୍ରଚଳିତ ବହୁଭାଷା
Answer:
(ii) ଜାତୀୟ ଭାଷା
3. ଜାତୀୟ ସଂହତି ନିମିତ୍ତ ହୋଇଥିବା ଶିକ୍ଷା ପାଠ୍ୟକ୍ରମ ବିକାଶ କମିଟିର ଅଧ୍ୟକ୍ଷ କିଏ ଥିଲେ ?
(i) ଏସ୍. ରାଧାକ୍ରିଷ୍ଣନ୍
(ii) ଏସ୍. ମୁଦାଲିୟର
(iii) ଚିନ୍ମୟାନନ୍ଦ
(iv) ସମ୍ପୂର୍ଣ୍ଣାନନ୍ଦ
Answer:
(iv) ସମ୍ପୂର୍ଣ୍ଣାନନ୍ଦ
4. ଜାତୀୟ ସଂହତି ପାଇଁ କେଉଁଟି ଏକ ସହପାଠ୍ୟକ୍ରମ କାର୍ଯ୍ୟ ହୋଇପାରିବ ନାହିଁ ?
(i) ଜାତୀୟ ସଂହତି ଗାନ
(ii) ଏକ ଧର୍ମର ବିଶେଷତ୍ଵ ବର୍ଣ୍ଣନା
(iii) ପ୍ରାର୍ଥନା ଗାନ
(iv) ବିଭିନ୍ନ ସ୍ଥାନ ପରିଭ୍ରମଣ
Answer:
(iv) ବିଭିନ୍ନ ସ୍ଥାନ ପରିଭ୍ରମଣ
5. ବର୍ତ୍ତମାନ ଭାରତର ସମ୍ବିଧାନରେ କେତୋଟି ଭାଷା ସ୍ଥାନିତ ହୋଇଛି ?
(i) ୧୦
(ii) ୧୫
(iii) ୧୮
(iv) ୧୪
Answer:
(iii) ୧୮
6. ନଗର ବିଜ୍ଞାନ ଶିକ୍ଷାଦାନଦ୍ୱାରା କେଉଁ ମନୋଭାବର ଉଦ୍ରେକ ହେବ ?
(i) ଦେଶପ୍ରୀତି ଶିକ୍ଷା
(ii) ନାଗରିକତା ଶିକ୍ଷା
(iii) ରାଷ୍ଟ୍ରୀୟ ଚେତନା
(iv) ଏଥୁରୁ କେଉଁଟି ନୁହେଁ
Answer:
(ii) ନାଗରିକତା ଶିକ୍ଷା
7. ଜାତୀୟ ସଂହତି (National Integration) ପ୍ରତିଷ୍ଠା ପାଇଁ କାହାକୁ ମୁଖ୍ୟ ଅସ୍ତ୍ରରୂପେ ବ୍ୟବହାର କରାଯାଇପାରିବ ?
(i) ଧନ
(ii) ରାଜନୀତି
(iii) ଶିକ୍ଷା
(iv) କର୍ମତତ୍ପରତା
Answer:
(iii) ଶିକ୍ଷା
8. ନିମ୍ନୋକ୍ତ କେଉଁଟି ବିଦ୍ୟାଳୟରେ ଜାତୀୟ ମନୋଭାବ ସୃଷ୍ଟି କରିପାରିବନି ?
(i) ଜାତୀୟ ଦିବସ ପାଳନ
(ii) ଜାତୀୟ ନେତାଙ୍କର ଜନ୍ମଦିନ ପାଳନ
(iii) ସମାଜର ଗଣ୍ଡଗୋଳ ସମାଧାନ କରିବା
(iv) ଜାତୀୟ ଗଣ୍ଡଗୋଳ ସମାଧାନ କରିବା
Answer:
(iv) ଜାତୀୟ ଗଣ୍ଡଗୋଳ ସମାଧାନ କରିବା
9. ଦେଶର ଜାତୀୟ ସଂହତି ରକ୍ଷା କରିବା ପାଇଁ କେଉଁ ଉକ୍ତିଟି ଠିକ୍ ?
(i) ସମସ୍ତଙ୍କୁ ଏକ ଧର୍ମାବଲମ୍ବୀ କରାଇବା
(ii) ଗୋଟିଏ ଭାଷା ଉପରେ ପ୍ରାଧାନ୍ୟ ଦେବା
(iii) ସମସ୍ତଙ୍କ ମଧ୍ୟରେ ଐକ୍ୟ ଭାବନା ସୃଷ୍ଟି କରିବା
(iv) ଶାସନ ବ୍ୟବସ୍ଥାକୁ କେନ୍ଦ୍ରୀକରଣ କରିବା
Answer:
(iii) ସମସ୍ତଙ୍କ ମଧ୍ୟରେ ଐକ୍ୟ ଭାବନା ସୃଷ୍ଟି କରିବା
10. କେଉଁ ସ୍ତରରୁ ଜାତୀୟ ସଂହତିର ପାଠ ପଢ଼ାଯିବା ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ ?
(i) ମାଧ୍ୟମିକ
(ii) ଉଚ୍ଚ ପ୍ରାଥମିକ
(iii) ବିଶ୍ଵବିଦ୍ୟାଳୟ
(iv) ପ୍ରାଥମିକ
Answer:
(iv) ପ୍ରାଥମିକ
11. ବିଶ୍ଵର ସମସ୍ତ ରାଷ୍ଟ୍ର ମଧ୍ୟରେ ଏକତ୍ଵ ଭାବ ଜାଗ୍ରତ କରିବାର ଉଦ୍ୟମକୁ କ’ଣ କୁହାଯାଏ ?
(i) ଜାତୀୟ ସଂହତି
(ii) ଆବେଗିକ ସଂହତି
(iii) ଆନ୍ତର୍ଜାତିକ ବୁଝାମଣା
(iv) ଧର୍ମଗତ ସହିଷ୍ଣୁତା
Answer:
(iii) ଆନ୍ତର୍ଜାତିକ ବୁଝାମଣା
12. ପୃଥିବୀର ସମସ୍ତ ନାଗରିକମାନଙ୍କୁ ସମାନ ସୁବିଧା ସୁଯୋଗ ଓ ଅଧିକାର ପ୍ରଦାନ କରାଯିବାପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ହେଉଛି ଆନ୍ତର୍ଜାତିକ ସଦ୍ଭାବର ଏକ –
(i) ସୁଚିନ୍ତିତ ଯୋଜନା
(ii) ମୌଳିକ ନୀତି
(iii) ଉପାୟ
(iv) ଆଦର୍ଶ
Answer:
(ii) ମୌଳିକ ନୀତି
13. ନିମ୍ନୋକ୍ତ କେଉଁଟି ଆନ୍ତର୍ଜାତିକ ଶିକ୍ଷାର ଏକ ଲକ୍ଷ୍ୟ ?
(i) ସହଯୋଗିତା ଗୁଣର ବିକାଶ
(ii) ପରସ୍ପର ପ୍ରତି ଅସୂୟାଭାବ ପ୍ରଦର୍ଶନ
(iii) ଅନ୍ୟ ଦେଶକୁ ଧମକ ଦେବା
(iv) ଆନ୍ତର୍ଜାତିକ ବୁଝାମଣା ପ୍ରତି ବେଖାତିର ଭାବ
Answer:
(i) ସହଯୋଗିତା ଗୁଣର ବିକାଶ
14. ଆନ୍ତର୍ଜାତିକ ସଦ୍ଭାବ କହିଲେ ଆମେ କ’ଣ ବୁଝୁ ?
(i) ନିଜକୁ ନିଜ ପ୍ରଦେଶର ନାଗରିକ ବୋଲି ଭାବିବା
(ii) ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ପ୍ରୟାସ କରିବା
(iii) ନିଜକୁ ପୂର୍ବାଞ୍ଚଳର ଅଧିବାସୀ ବୋଲି ଭାବିବା
(iv) ନିଜକୁ ସମଗ୍ର ବିଶ୍ବର ନାଗରିକ ବୋଲି ଭାବିବା
Answer:
(iv) ନିଜକୁ ସମଗ୍ର ବିଶ୍ବର ନାଗରିକ ବୋଲି ଭାବିବା
15. ନିମ୍ନୋକ୍ତ ଆନ୍ତର୍ଜାତିକ ସଦ୍ଭାବନା ପ୍ରତିଷ୍ଠା ନିମିତ୍ତ ବିଦ୍ୟାଳୟର କେଉଁଟି ଗୋଟିଏ ଶୈକ୍ଷିକ କାର୍ଯ୍ୟକ୍ରମ ?
(i) ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ
(ii) ଜାତୀୟ ଦିବସ ପାଳନ
(iii) ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ
(iv) ସନ୍ଥମାନଙ୍କୁ ସମ୍ମାନ ପ୍ରଦର୍ଶନ
Answer:
(i) ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ
16. ‘ଆନ୍ତର୍ଜାତିକ ସଦ୍ଭାବନା ପ୍ରତିଷ୍ଠା ପାଇଁ ବିଭିନ୍ନ ଦେଶମାନଙ୍କର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ଓ ଅଧ୍ୟାପକଙ୍କର ବହୁସଂଖ୍ୟାରେ ବିନିମୟ ହେବା ଦରକାର’ ବୋଲି କିଏ ମତପ୍ରଦାନ କରିଥିଲେ ?
(i) ଆବେଗିକ କମିଟି
(ii) UNESCO
(iii) UNICEF
(iv) DPEP କର୍ତ୍ତୃପକ୍ଷ
Answer:
(ii) UNESCO
17. ‘‘ଆନ୍ତର୍ଜାତିକ ବୁଝାମଣା ଏକ ଭାବନା ବା ଧାରଣା ଯାହାଦ୍ୱାରା ବ୍ୟକ୍ତି ନିଜକୁ ନିଜ ରାଷ୍ଟ୍ରର ସଦସ୍ୟ ନ ଭାବି ନିଜକୁ ବିଶ୍ବର ଜଣେ ସଦସ୍ୟ ବୋଲି ଭାବିଥାଏ ।’’ ଏ ଉକ୍ତିଟି କାହାର ?
(i) ଓଲିଭର ଗୋଲ୍ଡସ୍ମିଥ୍
(ii) ଅଗଷ୍ଟ କମ୍
(iii) ଋଷୋ
(iv) ମହାତ୍ମା ଗାନ୍ଧି
Answer:
(i) ଓଲିଭର ଗୋଲ୍ଡସ୍ମିଥ୍
18. ଆନ୍ତର୍ଜାତିକ ବୁଝାମଣାର ଗୋଟିଏ ଆବଶ୍ୟକତା ହେଉଛି –
(i) ଦେଶର ବିଭିନ୍ନ ଅଞ୍ଚଳର ଏକତ୍ରୀକରଣ
(iii) ପ୍ରାଦେଶିକ ମନୋଭାବର ନିୟନ୍ତ୍ରଣ
(ii) ବିଶ୍ୱଯୁଦ୍ଧଗୁଡ଼ିକୁ ଏଡ଼େଇବା ପାଇଁ ପ୍ରୟାସ
(iv) ଜାତୀୟ ସଦ୍ଭାବନା ସୃଷ୍ଟି
Answer:
(iii) ପ୍ରାଦେଶିକ ମନୋଭାବର ନିୟନ୍ତ୍ରଣ
B. ଶୂନ୍ୟସ୍ଥାନ ପୂରଣ କର ।
1. ବିଭିନ୍ନ ତାରତମ୍ୟ ମଧ୍ୟରେ ଦେଶର ଏକତା ଭାବନାକୁ ___________ କୁହାଯାଏ ।
Answer:
ଜାତୀୟ ସଂହତି
2. ଜାତୀୟ ସଂହତି ପ୍ରତିଷ୍ଠାରେ ଜାତିପ୍ରଥା ଏକ ___________ ଅଟେ ।
Answer:
ପ୍ରତିବନ୍ଧକ
3. ଶିକ୍ଷାର୍ଥୀମାନଙ୍କୁ ଜାତୀୟ ଜୀବନସ୍ରୋତରେ ସାମିଲ କରିବା ଜାତୀୟ ସଂହତିର ଏକ ___________ ଅଟେ ।
Answer:
ଲକ୍ଷ୍ୟ
4. ଜାତୀୟ ସଂଗୀତ ଗାନଦ୍ୱାରା ଆମ ମନରେ ___________ ଭାବ ଜାଗ୍ରତ ହୁଏ ।
Answer:
ଆୟୋଗମ୍କ ସଂହତି
5. ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ___________ କୁ ମୁଖ୍ୟ ଅସ୍ତ୍ରରୂପେ ବ୍ୟବହାର କରାଯାଇପାରିବ ।
Answer:
ଶିକ୍ଷା
6. ଜାତୀୟ ସଂହତି ନିମନ୍ତେ ___________ କମିଟି ପ୍ରସ୍ତାବିତ ହୋଇଥିଲା ।
Answer:
ସଂପୂର୍ଣ୍ଣାନନଦ
7. ଜାତୀୟ ସଂହତି ନିମନ୍ତେ ସଂପୂର୍ଣ୍ଣାନନ୍ଦ କମିଟି ___________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୬୧
8. ୧୯୫୦ ମସିହାରେ ଭାରତକୁ ଏକ ___________ ରାଷ୍ଟ୍ରରୂପେ ଘୋଷଣା କରାଗଲା ।
Answer:
ସାଧାରଣତନ୍ତ୍ର
9. ଦେଶରେ ଥିବା ବିଭିନ୍ନତା ମଧ୍ୟରେ ଏକତା ମନୋଭାବକୁ ___________ କୁହାଯାଏ ।
Answer:
ଜାତୀୟ ସଂହତି
10. ଜାତୀୟ ସଂହତିର ଶ୍ରେଷ୍ଠ ଉପାଦାନଟି ___________ ।
Answer:
ଶିକ୍ଷା
11. ‘‘ଆନ୍ତର୍ଜାତିକ ବୁଝାମଣା ଏକ ଭାବନା ବା ଧାରଣା ଯାହାଦ୍ୱାରା ବ୍ୟକ୍ତି ନିଜକୁ ନିଜ ଦେଶର ନାଗରିକ ନ ଭାବି ସମଗ୍ର ବିଶ୍ଵର ସଦସ୍ୟ ବୋଲି ଭାବିଥାଏ’’ ___________ ଏହା ___________ କହିଥିଲେ ।
Answer:
ଓଲିଭର ଗୋଲ୍ଡସ୍ମିଥ୍
12. ‘ବିଶ୍ୱଯୁଦ୍ଧକୁ ଦୂରେଇଦେବା’, ଆନ୍ତର୍ଜାତିକ ସଦ୍ଭାବନାର ___________ ଅଟେ ।
Answer:
ଆବଶ୍ୟକତା
13. ___________ ମାଧ୍ୟମରେ ସମଗ୍ର ବିଶ୍ବରେ ଐକ୍ୟ ପ୍ରତିଷ୍ଠା ସମ୍ଭବପର ହୋଇପାରିବ ।
Answer:
ଆନ୍ତର୍ଜାତିକ ବୁଝାମଣା
14. ‘ସହଯୋଗିତା ଗୁଣର ବିକାଶ କରିବା’ ଏହା ଆନ୍ତର୍ଜାତିକ ବୁଝାମଣାର ମୁଖ୍ୟ ___________ ଅଟେ ।
Answer:
ଉଦ୍ଦେଶ୍ୟ
15. ଜାତିସଂଘ ଦିବସ ପାଳନ କରିବାଦ୍ୱାରା ମନରେ ___________ ଜାଗ୍ରତ ହୋଇଥାଏ ।
Answer:
ଆନ୍ତର୍ଜାତିକ ସଦ୍ଭାବନା
C. ଭୁଲ୍ ଥିଲେ ଠିକ୍ କରି ଲେଖ ।
1. ଗାନ୍ଧି କହିଥିଲେ, “ଜାତୀୟ ସଂହତି କେବଳ ନିହଣ ବା ହାତୁଡ଼ି ମାଧ୍ୟମରେ ହୁଏ ନାହିଁ, ଏହା କେବଳ ଶିକ୍ଷା ମାଧ୍ୟମରେ ଧୀରେ ଧୀରେ ବିକାଶଲାଭ କରିଥାଏ ।’
Answer:
ରାଧାକ୍ରିଷ୍ଣନ୍ କହିଥିଲେ, “ଜାତୀୟ ସଂହତି କେବଳ ନିହଣ ବା ହାତୁଡ଼ି ମାଧ୍ୟମରେ ହୁଏ ନାହିଁ, ଏହା କେବଳ ଶିକ୍ଷା ମାଧ୍ୟମରେ ଧୀରେ ଧୀରେ ବିକାଶଲାଭ କରିଥାଏ ।’’
2. ଶିକ୍ଷା ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ।
Answer:
ସାମ୍ପ୍ରଦାୟିକତା ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ।
3. ଜାତୀୟ ସଂହତି ନିମିତ୍ତ ଗଠିତ ହୋଇଥିବା ଶିକ୍ଷା ପାଠ୍ୟକ୍ରମ ବିକାଶ କମିଟିର ଅଧ୍ୟକ୍ଷ ଥିଲେ ଏସ୍. ରାଧାକ୍ରିଷ୍ଣନ୍ ।
Answer:
ଜାତୀୟ ସଂହତି ନିମିତ୍ତ ଗଠିତ ହୋଇଥିବା ଶିକ୍ଷା ପାଠ୍ୟକ୍ରମ ବିକାଶ କମିଟିର ଅଧ୍ୟକ୍ଷ ଥିଲେ ସମ୍ପୂର୍ଣ୍ଣାନନ୍ଦ ।
4. ଜାତୀୟ ସଂହତି ପାଇଁ ଜାତୀୟ ସଙ୍ଗୀତ ଗାନ ଏକ ସହପାଠ୍ୟକ୍ରମ କାର୍ଯ୍ୟ ହୋଇପାରିବ ନାହିଁ ।
Answer:
ଜାତୀୟ ସଂହତି ପାଇଁ ଜାତୀୟ ସଙ୍ଗୀତ ଗାନ ଏକ ସହପାଠ୍ୟକ୍ରମ କାର୍ଯ୍ୟ ହୋଇପାରିବ ।
5. ନଗର ବିଜ୍ଞାନ ଶିକ୍ଷାଦାନଦ୍ୱାରା ରାଷ୍ଟ୍ରଚେତନା ମନୋଭାବର ଉଦ୍ରେକ ହେବ ।
Answer:
ନଗର ବିଜ୍ଞାନ ଶିକ୍ଷାଦାନଦ୍ୱାରା ନାଗରିକତା ଶିକ୍ଷା ମନୋଭାବର ଉଦ୍ରେକ ହେବ ।
6. ଦେଶରେ ଥିବା ବିଭିନ୍ନତା ମଧ୍ୟରେ ଐକ୍ୟ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ବୁଝାମଣା କୁହାଯାଏ ।
Answer:
ଦେଶରେ ଥିବା ବିଭିନ୍ନତା ମଧ୍ୟରେ ଐକ୍ୟ ପ୍ରତିଷ୍ଠାକୁ ଜାତୀୟ ସଂହତି କୁହାଯାଏ ।
7. ବିଶ୍ବଯୁଦ୍ଧଗୁଡ଼ିକୁ ଏଡ଼ାଇଦେବା, ଆନ୍ତର୍ଜାତିକ ସଦ୍ଭାବନା ସୃଷ୍ଟି ଦିଗରେ ପ୍ରତିବନ୍ଧକ ଅଟେ ।
Answer:
ବିଶ୍ବଯୁଦ୍ଧଗୁଡ଼ିକୁ ଏଡ଼ାଇଦେବା, ଆନ୍ତର୍ଜାତିକ ସଦ୍ଭାବନା ସୃଷ୍ଟି ଦିଗରେ ଆବଶ୍ୟକତା ଅଟେ ।
8. ବିଶ୍ବର ସମସ୍ତ ରାଷ୍ଟ୍ର ମଧ୍ୟରେ ଐକ୍ୟଭାବ ସୃଷ୍ଟି କରିବାକୁ ଜାତୀୟ ସଂହତି କୁହାଯାଏ ।
Answer:
ବିଶ୍ବର ସମସ୍ତ ରାଷ୍ଟ୍ର ମଧ୍ୟରେ ଐକ୍ୟଭାବ ସୃଷ୍ଟି କରିବାକୁ ଆନ୍ତର୍ଜାତିକ ସଦ୍ଭାବ କୁହାଯାଏ ।
9. ‘ସହଯୋଗିତା ଗୁଣର ବିକାଶ’ ଏହା ଜାତୀୟ ସଂହତିର ଗୋଟିଏ ଲକ୍ଷ୍ୟ ।
Answer:
‘ସହଯୋଗିତା ଗୁଣର ବିକାଶ’ ଏହା ଆନ୍ତର୍ଜାତିକ ସଦ୍ଭାବନାର ଏକ ଲକ୍ଷ୍ୟ ।
10. ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ କରିବା ଫଳରେ ଜାତୀୟ ସଂହତି ସୃଷ୍ଟି ହୁଏ ।
Answer:
ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ କରିବା ଫଳରେ ଆନ୍ତର୍ଜାତିକ ସଦ୍ଭାବନା ସୃଷ୍ଟି ହୁଏ ।
11. UNICEF ମତରେ, “ଆନ୍ତର୍ଜାତିକ ବୁଝାମଣା ପାଇଁ ବିଭିନ୍ନ ଦେଶର ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ବ୍ୟାପକ ବିନିମୟ ହେବା ଉଚିତ ।’’
Answer:
UNESCO ମତରେ, “ଆନ୍ତର୍ଜାତିକ ବୁଝାମଣା ପାଇଁ ବିଭିନ୍ନ ଦେଶର ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ବ୍ୟାପକ ବିନିମୟ ହେବା
ଉଚିତ ।’’
12. ଆନ୍ତର୍ଜାତିକ ସଭାବ କହିଲେ ଆମେ ନିଜକୁ ନିଜ ଦେଶର ନାଗରିକ ବୋଲି ବୁଝିଥାଉ ।
Answer:
ଆନ୍ତର୍ଜାତିକ ସଭାବ କହିଲେ ଆମେ ନିଜକୁ ସମଗ୍ର ବିଶ୍ବର ସଦସ୍ୟ ବୋଲି ବୁଝିଥାଉ ।
D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
1. ଜାତୀୟ ସଂହତି କ’ଣ ?
Answer:
ବିଭିନ୍ନତା ମଧ୍ୟରେ ଏକତାର ସୃଷ୍ଟିକୁ ଜାତୀୟ ସଂହତି କୁହାଯାଏ ।
2. ଶିକ୍ଷାଦ୍ବାରା ଜାତୀୟ ସଂହତି କିପରି ରକ୍ଷା କରାଯାଇପାରିବ ?
Answer:
ଶିକ୍ଷାଦ୍ବାରା ଶିକ୍ଷାର୍ଥୀର ମନରେ ଜାତୀୟତାବୋଧ, ଭାବାତ୍ମକ ଏକତା, ପରସ୍ପର ପ୍ରତି ସହଯୋଗିତା ଓ ଆବେଗିକ ସଂହତି ଅଣାଯାଇପାରିବ ।
3. ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଗୋଟିଏ ପ୍ରତିବନ୍ଧକ ଲେଖ ।
Answer:
ଜାତିଆଣ ମନୋଭାବ/ଧର୍ମାନ୍ଧତା ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ଅଟେ ।
4. ଜାତୀୟ ସଂହତିର ଆବଶ୍ୟକତା ମଧ୍ୟରୁ ଗୋଟିଏ ଉଲ୍ଲେଖ କର ।
Answer:
ଶାନ୍ତିରେ କାଳାତିପାତ କରିବାପାଇଁ ଜାତୀୟ ସଂହତିର ଆବଶ୍ୟକତା ରହିଛି ।
5. ଜାତୀୟ ସଂହତିର ଶ୍ରେଷ୍ଠ ଉପାଦାନ କ’ଣ ?
Answer:
ଜାତୀୟ ସଂହତିର ଶ୍ରେଷ୍ଠ ଉପାଦାନ ହେଉଛି ଶିକ୍ଷା ।
6. ଜାତୀୟ ସଂହତିର ଦୁଇଟି ଶୈକ୍ଷିକ କାର୍ଯ୍ୟ ଉଲ୍ଲେଖ କର ।
Answer:
ମହାପୁରୁଷଙ୍କ ଜୀବନୀ ଅଧ୍ୟୟନ ଏବଂ ପରିଭ୍ରମଣ ହେଉଛି ଜାତୀୟ ସଂହତିର ଦୁଇଟି ଶୈକ୍ଷିକ ଉପାଦାନ ।
7. ଜାତୀୟ ସଂହତି ପାଇଁ କେବେ କେଉଁ କମିଟି ସୁପାରିସ କରିଥିଲେ ?
Answer:
ଜାତୀୟ ସଂହତି ପାଇଁ ୧୯୬୧ ମସିହାରେ ସଂପୂର୍ଣ୍ଣାନନ୍ଦ କମିଟି ସୁପାରିସ କରିଥିଲେ ।
8. ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷାର୍ଥୀଙ୍କୁ କିପରି ଅନୁପ୍ରାଣିତ କରିବା ଉଚିତ ?
Answer:
ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷାର୍ଥୀଙ୍କୁ ଆବେଗିକ ସଂହତିର ଭାବାର୍ଥରେ ଅନୁପ୍ରାଣିତ କରିବା ଉଚିତ ।
9. ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷା କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ?
Answer:
ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷା ଶିକ୍ଷାର୍ଥୀମାନଙ୍କର ଜାତିପ୍ରୀତି, ବ୍ୟକ୍ତିତ୍ଵ, ଦାୟିତ୍ବବୋଧତା, ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟପରାୟଣତା ଇତ୍ୟାଦି ଗୁଣାବଳୀର ବିକାଶ ପାଇଁ ଧ୍ୟାନ ଦେବା ଉଚିତ ।
10. ଜାତୀୟ ସଂହତିର ସୁରକ୍ଷା ଦିଗରେ ବିଦ୍ୟାଳୟର କାର୍ଯ୍ୟକ୍ରମରୁ ଦୁଇଟି ଉଲ୍ଲେଖ କର ।
Answer:
ଜାତୀୟ ସଂହତିର ସୁରକ୍ଷା ନିମନ୍ତେ ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଶିକ୍ଷକ ଦିବସ, ଶିକ୍ଷାର୍ଥୀ ଦିବସ, ମହାପୁରୁଷଙ୍କ ଜୟନ୍ତୀ ପାଳନ, ସହପାଠ୍ୟକ୍ରମରେ ଅଂଶଗ୍ରହଣ ଇତ୍ୟାଦି ବିଦ୍ୟାଳୟ କାର୍ଯ୍ୟକ୍ରମ ରହିଛି ।
11. ଜାତୀୟ ଦିବସ କାହିଁକି ପାଳନ କରାଯାଏ ?
Answer:
ଶିକ୍ଷାର୍ଥୀଙ୍କ ମନରେ ଜାତୀୟ ଚେତନା ସୃଷ୍ଟି ପାଇଁ ଜାତୀୟ ଦିବସ ପାଳନ କରାଯାଏ ।
12. ବିଦ୍ୟାଳୟ ପୋଷାକ କାହିଁକି ପ୍ରଚଳିତ ?
Answer:
ଶିକ୍ଷାର୍ଥୀଙ୍କ ମନରେ ଏକତ୍ଵ ଭାବ ବା ଜାତୀୟତା ଭାବ ସୃଷ୍ଟି ପାଇଁ ବିଦ୍ୟାଳୟ ପୋଷାକ ପ୍ରଚଳିତ ।
13. ବିଦ୍ୟାଳୟରେ ଜାତୀୟ ସଂହତି ଉଦ୍ରେକ ନିମନ୍ତେ ଅନୁସୃତ ଗୋଟିଏ | ଦୁଇଟି ସହପାଠ୍ୟକ୍ରମର ଉଦାହରଣ ଦିଅ ।
Answer:
ବିଦ୍ୟାଳୟରେ ପରିଭ୍ରମଣ ଓ ଆଲୋଚନାଚକ୍ର/ଜାତୀୟ ଦିବସ ପାଳନ ଏବଂ ସମାଜସେବା ପ୍ରଭୃତି ସହପାଠ୍ୟକ୍ରମ ଜାତୀୟ ସଂହତି ଉଦ୍ରେକ ନିମନ୍ତେ ସାହାଯ୍ୟ କରେ ।
14. ୧୯୬୧ ମସିହାରେ ଭାରତ ସରକାରଙ୍କଦ୍ଵାରା ନିଯୁକ୍ତ ଜାତୀୟତା ଭାବନାତ୍ମକ ସଂହତି କମିଟିର ଅଧ୍ୟକ୍ଷ କିଏ ଥିଲେ ?
Answer:
୧୯୬୧ ମସିହାରେ ଭାରତ ସରକାରଙ୍କଦ୍ୱାରା ନିଯୁକ୍ତ ଜାତୀୟତା ଭାବନାତ୍ମକ ସଂହତି କମିଟିର ଅଧ୍ୟକ୍ଷ ଡ. ସମ୍ପର୍ଣ୍ଣାନନ୍ଦ ଥିଲେ ।
15. ଜାତୀୟ ସଙ୍ଗୀତ ଗାନଦ୍ଵାରା ମନରେ କେଉଁ ଭାବ ଜାଗ୍ରତ ହୁଏ ?
Answer:
ଜାତୀୟ ସଙ୍ଗୀତ ଗାନଦ୍ଵାରା ମନରେ ଜାତୀୟତା ଭାବ ବା ଜାତୀୟ ସଂହତି ସୃଷ୍ଟି ହୁଏ ।
16. ଆନ୍ତର୍ଜାତିକ ସଦ୍ଭାବ କହିଲେ କ’ଣ ବୁଝାଏ ?
Answer:
ଯାହା ମାଧ୍ୟମରେ ସମଗ୍ର ବିଶ୍ଵରେ ଐକ୍ୟ ପ୍ରତିଷ୍ଠା କରାଯାଏ, ତାହାକୁ ଆନ୍ତର୍ଜାତିକ ସଦ୍ଭାବ କୁହାଯାଏ ।
17. ଆନ୍ତର୍ଜାତିକ ସଭାବ ପ୍ରତିଷ୍ଠାର ଗୋଟିଏ ଆବଶ୍ୟକତା ଲେଖ ।
Answer:
ଦେଶ-ଦେଶ, ଜାତି-ଜାତି ମଧ୍ୟରେ ଯେଉଁ ବିବାଦ, କଳହ, ରକ୍ତପାତ ଓ ମତାନ୍ତର ସୃଷ୍ଟି ହେଉଛି ତାହାର ନିରାକରଣ ନିମନ୍ତେ ଆନ୍ତର୍ଜାତିକ ସଦ୍ଭାବ ପ୍ରତିଷ୍ଠାର ଆବଶ୍ୟକତା ରହିଛି ।
18. ଆନ୍ତର୍ଜାତିକ ସଦ୍ଭାବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ଲେଖ ।
Answer:
ଆନ୍ତର୍ଜାତିକ ସଦ୍ଭାବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନୁଷ୍ୟ ମଧ୍ୟରେ ପରସ୍ପର ପ୍ରତି ସହଯୋଗିତା ଗୁଣର ବିକାଶ କରିବା ।
19. ଆନ୍ତର୍ଜାତିକ ସଦ୍ଭାବ ସୃଷ୍ଟି ନିମିତ୍ତ ବିଦ୍ୟାଳୟର ଗୋଟିଏ ଶୈକ୍ଷିକ କାର୍ଯ୍ୟକ୍ରମ ଉଲ୍ଲେଖ କର ।
Answer:
ବିଦ୍ୟାଳୟଗୁଡ଼ିକରେ ରେଡକ୍ରସ ଦିବସ, ଜାତିସଂଘ ପ୍ରତିଷ୍ଠା ଦିବସ, ବିଶ୍ୱଶାନ୍ତି ପ୍ରତିଷ୍ଠା ଦିବସ ଭଳି ଅନ୍ତଃରାଷ୍ଟ୍ରୀୟ ଦିବସ ଆଦି ପାଳନ କରିବା ଆନ୍ତର୍ଜାତିକ ସଦ୍ଭାବ ସୃଷ୍ଟି ଦିଗରେ ସହାୟତା କରିଥାଏ ।
20. ଆନ୍ତର୍ଜାତିକ ବୁଝାମଣାର ଏକ ମୌଳିକ ନୀତି ଉଲ୍ଲେଖ କର ।
Answer:
ଆନ୍ତର୍ଜାତିକ ବୁଝାମଣାର ଏକ ମୌଳିକ ନୀତି ହେଉଛି ପୃଥିବୀର ସମସ୍ତ ନାଗରିକମାନଙ୍କୁ ସମାନ ସୁବିଧା ସୁଯୋଗ ଓ ଅଧିକାର ପ୍ରଦାନ କରିବାପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।
1. ଜାତୀୟ ସଂହତିର ଆବଶ୍ୟକତା କ’ଣ ?
Answer:
ଜାତୀୟ ସଂହତିର ଆବଶ୍ୟକତା :
(i) ଜାତୀୟ ଏକତା ବୃଦ୍ଧିକରି ଏକ ସୁସ୍ଥ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ରାଷ୍ଟ୍ର ଗଠନ କରିବା ।
(ii) ଦେଶରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରୁ ଜାତି, ଧର୍ମ ଓ ବର୍ଣ୍ଣ ଉପରେ ଆଧାରିତ ଭେଦଭାବ ଦୂର କରିବା ।
(iii) ନିଜ ଦେଶକୁ ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ।
(iv) ଏକ ସୁସ୍ଥ, ଶାନ୍ତି ଓ ସୁଖମୟ ଜୀବନଯାପନ ପ୍ରଣାଳୀରେ ସହାୟକ ହେବା ।
(v) ଜାତୀୟ ସଂସ୍କୃତି, ଭାଷା ଓ ସାହିତ୍ୟର ଉନ୍ନତି ସାଧନ କରିବା ।
2. ଜାତୀୟ ସଂହତି ରକ୍ଷାର ଦୁଇଟି ପ୍ରତିବନ୍ଧକ ଲେଖ ।
Answer:
ଜାତୀୟ ସଂହତି ରକ୍ଷାର ଦୁଇଟି ମୁଖ୍ୟ ପ୍ରତିବନ୍ଧକ ହେଉଛି :
(i) ଭାଷାଗତ ବିରୋଧ – ଭାରତରେ ବିଭିନ୍ନ ଭାଷାଭାଷୀ ଲୋକ ରହୁଥିବାରୁ ବେଳେବେଳେ ଏ ନେଇ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଅତୀତରେ ହିନ୍ଦୀକୁ ରାଷ୍ଟ୍ରଭାଷାର ମାନ୍ୟତା ଦେବାଲାଗି ବିରୋଧାଭାସ ଉଠିଥିଲା ।
(ii) ଧର୍ମଗତ ପାର୍ଥକ୍ୟ ବା ଧର୍ମାନ୍ଧତା – ଭାରତ ବିଭିନ୍ନ ଧର୍ମର ଲୋକଙ୍କୁ ସମଭାବରେ ଆଶ୍ରୟ ଦେଇଥିଲେ ମଧ୍ୟ ବେଳେବେଳେ ଉଚ୍ଚ ଧାର୍ମିକ ମନୋଭାବ ବା ଧର୍ମଗତ ମତପାର୍ଥକ୍ୟ ଯୋଗୁଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ । ତେଣୁ ଏହାଦ୍ଵାରା ଜାତୀୟ ସଂହତି ବହୁମାତ୍ରାରେ ବାଧା ପାଇଥାଏ ।
3. ଜାତୀୟ ସଂହତି ସୃଷ୍ଟି କରୁଥିବା ଦୁଇଟି ଉପାଦାନ ଲେଖ ।
Answer:
ଜାତୀୟ ସଂହତି ସୃଷ୍ଟିକାରୀ ଦୁଇଟି ମୁଖ୍ୟ ଉପାଦାନ :
(i) ଜାତୀୟ ଦିବସ ପାଳନ ।
(ii) ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନୀ ଅଧ୍ୟୟନ ।
4. ଯେକୌଣସି ଗୋଟିଏ ପାଠ୍ୟକ୍ରମର ଉଦାହରଣ ଦେଇ ତାହାଦ୍ୱାରା ଜାତୀୟ ସଂହତି କିପରି ବୃଦ୍ଧି କରାଯାଇପାରିବ ଲେଖ ।
Answer:
ନଗର ବିଜ୍ଞାନ (Civics) ଅଧ୍ୟୟନ ଶିକ୍ଷାର୍ଥୀମାନଙ୍କ ମନରେ ଜାତୀୟ ସଂହତି ସୃଷ୍ଟି କରିଥାଏ । ଏହା ସେମାନଙ୍କୁ ନାଗରିକର ଦାୟିତ୍ୱ, କର୍ତ୍ତବ୍ୟ ଏବଂ ଅଧିକାର ବିଷୟରେ ସଚେତନ କରିଥାଏ ଓ ଜାତୀୟ ସଂହତି ବୃଦ୍ଧିରେ ସହାୟକ ହୋଇଥାଏ ।
5. ଜାତୀୟ ସଂହତିର ଲକ୍ଷ୍ୟ କ’ଣ ?
Answer:
ଜାତୀୟ ସଂହତିର ଲକ୍ଷ୍ୟ
(i) ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରିବା ।
(ii) ଏକ ସୁସ୍ଥ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଦୃଢ଼ପରିକର ହେବା ।
6. ସମ୍ପୂର୍ଣ୍ଣାନନ୍ଦ କମିଟିଙ୍କ ମତରେ ଜାତୀୟ ସଂହତି କିପରି ଉଦ୍ରେକ କରାଯାଇପାରିବ ?
Answer:
୧୯୬୧ ମସିହାରେ ସମ୍ପୂର୍ଣାନନ୍ଦ କମିଟି ଗଠିତ ହୋଇଥିଲା । ଏହି କମିଟି ମତରେ ଶିକ୍ଷାଦ୍ବାରା ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିତ୍ଵ, ଐକ୍ୟଭାବ, ସହନଶୀଳତା ମନୋଭାବର ବିକାଶ ସାଧନ କରାଯାଇପାରିବ ।
7. ଜାତୀୟ ସଂହତି ବିକାଶ ପାଇଁ ଯେଉଁ କମିଟିଗୁଡ଼ିକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଟି କମିଟିର ନାମ ଲେଖ ।
Answer:
୧୯୬୧ ମସିହାରେ ସମ୍ପୂର୍ଣ୍ଣାନନ୍ଦ କମିଟି ଓ ୧୯୬୪-୬୬ ମସିହାର କୋଠାରୀ କମିଶନ ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ଶିକ୍ଷାର ଭୂମିକା ବିଷୟରେ ଅନୁଧ୍ୟାନ କରି ସୁପାରିସ କରିଥିଲେ ।
8. ଜାତୀୟ ସଂହତିର ଅର୍ଥ କ’ଣ ?
Answer:
ଜାତୀୟ ସଂହତିର ଅର୍ଥ ଜାତୀୟ ଐକ୍ୟ ବା ସମାନତା; ଅର୍ଥାତ୍ ଅନେକପ୍ରକାର ବୈଷମ୍ୟ ମଧ୍ଯରେ ସୁସଙ୍ଗଠିତ ଏକତାକୁ ଜାତୀୟ ସଂହତି କୁହାଯାଏ । ଏହା ସାମାଜିକ, ରାଜନୈତିକ, ଅର୍ଥନୈତିକ, ଧର୍ମଗତ, ଭାଷାଗତ ଓ ସାଂସ୍କୃତିକ ଏକତାକୁ ବୁଝାଏ । ଜାତୀୟ ଭାବଧାରା ଚିନ୍ତା, ଆଦର୍ଶ, ଆଚାର-ବ୍ୟବହାର ଓ ମୂଲ୍ୟବୋଧ ପ୍ରଭୃତିର ଅଭିନ୍ନତା, ସମାଜର ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ସମପ୍ରାଣତା ଓ ଐକ୍ୟବୋଧ ସୃଷ୍ଟି କରିଥାଏ । ଏହି ସମତା ଓ ଅଭିନ୍ନତାବୋଧଦ୍ୱାରା ଜାତୀୟ ସଂହତିର ଅକ୍ଷୁଣ୍ଣତା ତିଷ୍ଠି ରହେ । ଏହାଦ୍ୱାରା ବିଭିନ୍ନ ସଂସ୍କୃତି ମଧ୍ୟରେ ଏକ ଅନ୍ତର୍ନିହିତ ପରିବ୍ୟାପୀ ସମତା ଆଣିବା ସମ୍ଭବ ହୋଇଥାଏ ।
9. ଜାତୀୟ ସଂହତିର ବିକାଶ ନିମନ୍ତେ ବିଦ୍ୟାଳୟର ଦୁଇଗୋଟି ପାଠ୍ୟ କାର୍ଯ୍ୟ ଉଲ୍ଲେଖ କର ।
Answer:
ଜାତୀୟ ସଂହତିର ବିକାଶ ନିମନ୍ତେ ବିଦ୍ୟାଳୟରେ ନିମ୍ନଲିଖ ପାଠ୍ୟକାର୍ଯ୍ୟଗୁଡ଼ିକ ସାହାଯ୍ୟ କରିଥାଏ ।
(i) ଇତିହାସ (History) – ଯେଉଁ ପ୍ରସଙ୍ଗଗୁଡ଼ିକ ଜାତିଆଣ ଭାବ, ସାଂପ୍ରଦାୟିକତା ସୃଷ୍ଟି କରୁଛି ତାକୁ ବାଇ ଦେଶପ୍ରେମୀମାନଙ୍କର ତ୍ୟାଗ, ନିଷ୍ଠା ସମ୍ପର୍କିତ ପାଠ୍ୟବିଷୟଗୁଡ଼ିକୁ ସ୍ଥାନ ଦେବା ଉଚିତ ।
(ii) ନଗରବିଜ୍ଞାନ (Civics) – ଗଣତାନ୍ତ୍ରିକ ସରକାର, ନ୍ୟାୟାଳୟର କାର୍ଯ୍ୟ ଏବଂ ନାଗରିକମାନଙ୍କର ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ସହ ଦେଶ ପ୍ରତି ନିଜର କର୍ତ୍ତବ୍ୟବୋଧ ନଗରବିଜ୍ଞାନ ଅଧ୍ୟୟନରୁ ଛାତ୍ରଛାତ୍ରୀ ଜାଣିଥାଏ ।
10. ଜାତୀୟ ସଂହତି ଶିକ୍ଷାଦାନରେ ଶିକ୍ଷକଙ୍କର ଭୂମିକା ଲେଖ ।
Answer:
ଜାତୀୟ ସଂହତି ଶିକ୍ଷାଦାନରେ ଶିକ୍ଷକ କେନ୍ଦ୍ରବିନ୍ଦୁ ସ୍ବରୂପ କାର୍ଯ୍ୟ କରନ୍ତି । କେବଳ ବକ୍ତୃତା ବା ଉପଦେଶଦ୍ବାରା ଜାତୀୟ ସଂହତି ବିକଶିତ ହେବନାହିଁ । ତେଣୁ ଶିକ୍ଷକ ଶ୍ରେଣୀ ବାହାରେ ଓ ଶ୍ରେଣୀ ମଧ୍ୟରେ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ଜାତୀୟ ସଂହତି ବିଷୟରେ ଧାରଣା ଛାତ୍ରଛାତ୍ରୀଙ୍କ ମନରେ କ୍ରମେ କ୍ରମେ ପ୍ରବେଶ କରାଇବେ । ଶିକ୍ଷକ ଯଦି ବିଭେଦକାରୀ ଚିନ୍ତାଧାରା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଛାତ୍ରଛାତ୍ରୀମାନେ ବିଭେଦକାରୀ ଧାରଣାର ଶିକାର ହେବା ନିଶ୍ଚିତ; ତେଣୁ ଶିକ୍ଷକ ଏହାର ଦୃଢ଼ ପ୍ରତିରୋଧ କରିବା ବାଞ୍ଛନୀୟ ।
11. ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କଠାରେ ଜାତୀୟ ସଂହତି ମୂଲ୍ୟବୋଧ ସଞ୍ଚାରିତ କରିବାପାଇଁ ଯେକୌଣସି ତିନିଟି ଯୁକ୍ତିଯୁକ୍ତ ସହପାଠ୍ୟ କାର୍ଯ୍ୟକ୍ରମର ଉଦାହରଣ ବୁଝାଅ ।
Answer:
ପ୍ରାଥମିକ ବିଦ୍ୟାଳୟରେ ନିମ୍ନଲିଖିତ ସହପାଠ୍ୟ କାର୍ଯ୍ୟକ୍ରମଗୁଡ଼ିକଦ୍ୱାରା ଜାତୀୟ ସଂହତି ମନୋଭାବ ଜାଗ୍ରତ କରିହେବ; ଯଥା-
(i) ପରିଭ୍ରମଣ (ଅନ୍ୟ ରାଜ୍ୟ)
(iii) ଜାତୀୟ ଦିବସ ପାଳନ
(ii) ଜାତୀୟ ସଙ୍ଗୀତ ଗାନ
(iv) ମହାପୁରୁଷଙ୍କ ଜୟନ୍ତୀ ପାଳନ
12. ଜାତୀୟ ସଂହତିର ପରିସର ସଂକ୍ଷେପରେ ଉଲ୍ଲେଖ କର ।
Answer:
ବିଭିନ୍ନ ବୈଷମ୍ୟ ମଧ୍ୟରେ ଏକତା ହେଉଛି ଜାତୀୟ ସଂହତିର ମୂଳମନ୍ତ୍ର । ଜାତି, ବର୍ଣ୍ଣ, ଭାଷା ଓ ଧର୍ମଗତ ପାର୍ଥକ୍ୟ ନିର୍ବିଶେଷରେ ଆମମାନଙ୍କ ମଧ୍ୟରେ ଥିବା ଆବେଗିକ ସଂହତି ହିଁ ଆମକୁ ଭାରତୀୟ ବୋଲି ପରିଚୟ ଦେବାକୁ ପ୍ରେରଣା ଦେଇଥାଏ ଓ ଏଥିପାଇଁ ଆମେ ମଧ୍ୟ ଗର୍ବ ଅନୁଭବ କରିଥାଉ ।
13. କେବେ କୋଠାରୀ କମିଶନ ସାମାଜିକ ଏବଂ ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ସୁପାରିସ କରିଥିଲେ ? ସେଥିରୁ ଗୋଟିଏ କାର୍ଯ୍ୟକ୍ରମର ନାମ ଲେଖ ।
Answer:
୧୯୬୪-୬୬ ମସିହାରେ କୋଠାରୀ କମିଶନ ସାମାଜିକ ଏବଂ ଜାତୀୟ ସଂହତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ସୁପାରିସ କରିଥିଲେ । ଶିକ୍ଷାର ପ୍ରତ୍ୟେକ ସ୍ତରରେ ସାମାଜିକ ଓ ଜାତୀୟ ସେବାକୁ ଗୁରୁତ୍ବ ଦେବାପାଇଁ ସେ ମତ ଦେଇଥିଲେ ।
14. ଆନ୍ତର୍ଜାତିକ ସଦ୍ଭାବର ଦୁଇଟି ଆବଶ୍ୟକତା ଲେଖ ।
Answer:
ଆନ୍ତର୍ଜାତିକ ସଦ୍ଭାବ ସୃଷ୍ଟିର ଦୁଇଟି ଆବଶ୍ୟକତା ହେଉଛି –
(i) ବିଶ୍ୱଯୁଦ୍ଧର ଦୂରୀକରଣ କରିବା ।
(ii) ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା କରିବା ।
15. ଆନ୍ତର୍ଜାତିକ ସଦ୍ଭାବର ଦୁଇଟି ମୌଳିକ ନୀତି ଲେଖ ।
Answer:
ଆନ୍ତର୍ଜାତିକ ସଦ୍ଭାବର ଦୁଇଟି ମୌଳିକ ନୀତି ହେଲା –
(i) ପିଲାମାନଙ୍କୁ ବିଭିନ୍ନ ଦେଶ ସମ୍ବନ୍ଧରେ ଅଧିକ ବିଷୟ ଜଣାଇବାପାଇଁ ବିଭିନ୍ନ ଦେଶର ମୁଦ୍ରା ଓ ଡାକଟିକଟ ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ।
(ii) ବିଦ୍ୟାଳୟମାନଙ୍କରେ ରେଡ଼କ୍ରସ ଦିବସ, ଜାତିସଂଘ ପ୍ରତିଷ୍ଠା ଦିବସ, ବିଶ୍ୱଶାନ୍ତି ପ୍ରତିଷ୍ଠା ଦିବସ ପ୍ରଭୃତି ଆନ୍ତର୍ଜାତିକ ଦିବସ ପାଳନ କରିବା ।
16. ଆନ୍ତର୍ଜାତିକ ସଦ୍ଭାବ କ’ଣ ?
Answer:
ଆନ୍ତର୍ଜାତିକ ସଦ୍ଭାବ କହିଲେ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ୱାସ ଓ ସମ୍ମାନକୁ ବୁଝାଇଥାଏ । ଯେତେବେଳେ ମନୁଷ୍ୟ ନିଜକୁ ନିଜ ଦେଶର ନାଗରିକ ନଭାବି ସମଗ୍ର ବିଶ୍ବର ନାଗରିକ ବୋଲି ଭାବେ, ସେତେବେଳେ ତା’ ମନରେ ସୃଷ୍ଟି ହେଉଥିବା ଭାବନା ବା ଧାରଣାକୁ ଆନ୍ତର୍ଜାତିକ ସଦ୍ଭାବ କୁହାଯାଏ ।
17. ଆନ୍ତର୍ଜାତିକ ଶିକ୍ଷାର ୩ଟି ଲକ୍ଷ୍ୟ ଲେଖ ।
Answer:
ଆନ୍ତର୍ଜାତିକ ଶିକ୍ଷାର ୩ଟି ଲକ୍ଷ୍ୟ ହେଉଛି –
(i) ସ୍ଵାଧୀନ ଚିନ୍ତାଧାରାର ବିକାଶ ସାଧନ କରିବା
(ii) ଦେଶାତ୍ମବୋଧକ ମନୋଭାବର ବିକାଶ କରିବା
(iii) ସହଯୋଗିତା ଗୁଣର ବିକାଶ କରିବା
18. UNESCOଙ୍କ ମତରେ ୨ଟି ଶୈକ୍ଷିକ କାର୍ଯ୍ୟକ୍ରମ କ’ଣ ହେବା ଉଚିତ ?
Answer:
(i) ବିଭିନ୍ନ ଦେଶଗୁଡ଼ିକର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ଓ ଅଧ୍ୟାପକଙ୍କର ବହୁସଂଖ୍ୟାରେ ବିନିମୟ ହେବା ଉଚିତ ।
(ii) ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ଶୈକ୍ଷିକ, ବୈଜ୍ଞାନିକ ତଥା ସାଂସ୍କୃତିକ ପ୍ରଗତି ବିଷୟକ ଜ୍ଞାନ, କୌଶଳ ଇତ୍ୟାଦିର ବିନିମୟ ହେବା ଉଚିତ ।
19. UNESCOଙ୍କ ମତରେ ଆନ୍ତର୍ଜାତିକ ସଦ୍ଭାବ ପ୍ରତିଷ୍ଠା ପାଇଁ କେଉଁ ଶୈକ୍ଷିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ?
Answer:
UNESCOଙ୍କ ମତରେ ଆନ୍ତର୍ଜାତିକ ସଦ୍ଭାବ ପ୍ରତିଷ୍ଠା ପାଇଁ ପୃଥିବୀର ବିଭିନ୍ନ ଦେଶମାନଙ୍କର ଶୈକ୍ଷିକ, ବୈଜ୍ଞାନିକ ତଥା ସାଂସ୍କୃତିକ ପ୍ରଗତି ବିଷୟକ ଜ୍ଞାନକୌଶଳ ଓ ମନୋଭାବର ବିନିମୟ କରିବା ନିମନ୍ତେ ବିଭିନ୍ନ ଦେଶଗୁଡ଼ିକର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ଓ ଅଧ୍ୟାପକଙ୍କର ବହୁସଂଖ୍ୟାରେ ବିନିମୟ ହେବା ଦରକାର । ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀଙ୍କର ମଧ୍ୟରେ କିପରି ବିଶ୍ୱଭ୍ରାତୃତ୍ୱ ସୃଷ୍ଟି କରାଯାଇପାରିବ ସେଥୂପାଇଁ ବିଦ୍ୟାଳୟମାନଙ୍କରେ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ଓ ଉତ୍ତମ ପରିବେଶ ସୃଷ୍ଟି କରିବା ଆବଶ୍ୟକ ।
20. ଆନ୍ତର୍ଜାତିକ ସଦ୍ଭାବ ପ୍ରତିଷ୍ଠାର ତିନୋଟି ମୌଳିକ ନୀତି ଉଲ୍ଲେଖ କର ।
Answer:
(i) ଆନ୍ତର୍ଜାତିକ ସଦ୍ଭାବ ପ୍ରତିଷ୍ଠାପାଇଁ ସହାୟକ କେତୋଟି ମୌଳିକ ନୀତି ହେଉଛି – ପ୍ରଥମତଃ ପୃଥିବୀର ସମସ୍ତ ନାଗରିକମାନଙ୍କୁ ସମାନ ସୁବିଧା, ସୁଯୋଗ ଓ ଅଧିକାର ପ୍ରଦାନ କରାଯିବା ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ।
(ii) ଦ୍ବିତୀୟତଃ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାପାଇଁ ଉପଯୁକ୍ତ ମନୋଭାବ ଓ ଦକ୍ଷତା ପ୍ରତ୍ୟେକ ବ୍ୟକ୍ତିଠାରେ ସୃଷ୍ଟି କରିବା ।
(iii) ତୃତୀୟତଃ ସ୍ଵାଧୀନ ଓ ନିର୍ଭିକ ଭାବରେ ଚିନ୍ତା କରିବାର ମନୋଭାବ ଓ ଦକ୍ଷତା ପ୍ରତ୍ୟେକ ବ୍ୟକ୍ତିଠାରେ ସୃଷ୍ଟି କରିବା ।
B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଦିଅ ।
1. ଜାତୀୟ ସଂହତି କ’ଣ ?
Answer:
ଆଧୁନିକ ସମାଜରେ ବୈଷମ୍ୟର ମାତ୍ରା ଏତେ ବେଶି ଯେ, ବୈଷମ୍ୟ ମଧ୍ୟରେ ଏକତା ଆଣିବା ଏକ ପ୍ରଧାନ ଆବଶ୍ୟକତା ହୋଇଉଠିଛି । ଏହି ବୈଷମ୍ୟ ମଧ୍ୟରେ ଏକତାକୁ ଆମେ ଜାତୀୟ ସଂହତି ବୋଲି କହିଥାଉ । ଆମର ଭାରତବର୍ଷ ଏହାର ଏକ ଜ୍ଵଳନ୍ତ ଉଦାହରଣ । ଏହା ବହୁ ବାଧାବିଘ୍ନ ଦେଇ ଗତି କରିଆସିଛି । ଏଠାରେ ବିଭିନ୍ନ ଭାଷା, ଧର୍ମ, ଜାତି, ଗୋଷ୍ଠୀ ଆଦି ଏକତ୍ର ବାସ କରନ୍ତି । ଏମାନଙ୍କ ମଧ୍ୟରେ ଏକତା ଆଣିବାପାଇଁ ଅତୀତରୁ ଚେଷ୍ଟା ହୋଇଆସୁଛି ଏବଂ ବର୍ତ୍ତମାନ ମଧ୍ୟ ଅହରହ ଚେଷ୍ଟା ଚାଲିଅଛି । ଏହି ଜାତୀୟ ସଂହତି ସଂରକ୍ଷଣରେ ବହୁ ବାଧା ସୃଷ୍ଟି ହୋଇଥାଏ ।
ଶିକ୍ଷା ଜାତୀୟ ସଂହତିର ପ୍ରଧାନ ପୃଷ୍ଠପୋଷକ । ଜାତୀୟ ସଂହତିର ବିକାଶ ଦିଗରେ ଶିକ୍ଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଅନୈକ୍ୟ ମଧ୍ୟରେ ଐକ୍ୟ ପ୍ରତିଷ୍ଠା, ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ସମ୍ପୂର୍ଣ ଶିକ୍ଷା ଉପରେ ନିର୍ଭର କରିଥାଏ । ଏ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବାର ଦାୟିତ୍ଵ ଶିକ୍ଷାର । ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ମନରେ ସେମାନଙ୍କ ପଡ଼ୋଶୀମାନଙ୍କ ଚାଲିଚଳଣ, ଚିନ୍ତା ଓ ଭାବନା, ଭାଷା ଓ ସାହିତ୍ୟ ଆଦି ସମ୍ପର୍କରେ ଧାରଣା ଦେଇଥାଏ । ବିଭିନ୍ନ ଦେଶ ଓ ଜାତି, ଜାତି ଓ ଜାତି ମଧ୍ୟରେ ରହିଥିବା ଭାବାତ୍ମକ ସଂହତି ଓ ସମ୍ପର୍କ ବିଷୟରେ ଶିକ୍ଷାଦ୍ଵାରାହିଁ ଶିକ୍ଷାର୍ଥୀକୁ ସଚେତନ କରାଯାଇଥାଏ ।
2. ଜାତୀୟ ସଂହତି ପଥରେ କେତୋଟି ପ୍ରତିବନ୍ଧକ ଲେଖ ।
Answer:
ଜାତୀୟ ସଂହତି ପ୍ରତିଷ୍ଠାର ମୁଖ୍ୟ ପ୍ରତିବନ୍ଧକଗୁଡ଼ିକ ହେଉଛି :
(i) ଭାଷାଗତ ବିରୋଧ – ଭାରତରେ ବିଭିନ୍ନ ଭାଷାଭାଷୀ ଲୋକ ରହୁଥିବାରୁ ବେଳେବେଳେ ଏ ନେଇ ଦେଶର ସଂହତି ପ୍ରତି ଅସୁବିଧା ସୃଷ୍ଟି ହୋଇଥାଏ । ଅତୀତରେ ହିନ୍ଦୀକୁ ରାଷ୍ଟ୍ରଭାଷାର ମାନ୍ୟତା ଦେବାଲାଗି ବିରୋଧାଭାସ ଉଠିଥିଲା ।
(ii) ଧର୍ମଗତ ପାର୍ଥକ୍ୟ ବା ଧର୍ମାନ୍ଧତା – ଭାରତ ବିଭିନ୍ନ ଧର୍ମର ଲୋକଙ୍କୁ ସମଭାବରେ ଆଶ୍ରୟ ଦେଇଥିଲେ ମଧ୍ୟ ବେଳେବେଳେ ଉଚ୍ଚଧାର୍ମିକ ମନୋଭାବ ବା ଧର୍ମଗତ ମତପାର୍ଥକ୍ୟ ଯୋଗୁଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ । ତେଣୁ ଏହାଦ୍ଵାରା ଜାତୀୟ ସଂହତି ବହୁମାତ୍ରାରେ ବାଧା ପାଇଥାଏ ।
(iii) ଅର୍ଥନୈତିକ ଅବସ୍ଥା – ସ୍ଵାଧୀନତାପ୍ରାପ୍ତି ପରେ ୬୦ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦେଶରୁ ଦାରିଦ୍ର୍ୟ, ବେକାରୀ, ଅଜ୍ଞାନତା ଆଦି କମିନାହିଁ । ଫଳସ୍ବରୂପ ଦେଶର ଅର୍ଥନୀତି ବହୁତ ପଛରେ ପଡ଼ିଛି । ଲୋକମାନଙ୍କର ଜୀବନଧାରଣର ମାନ ଅନୁନ୍ନତ ଓ ଧନୀ ଗରିବଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହୁଥିବାରୁ ଦେଶର ଏକତା ପ୍ରତି ଏହା ବିପଦ ସୃଷ୍ଟି କରୁଛି ।
3. ଜାତୀୟ ସଂହତିର ପାଞ୍ଚଟି ଆବଶ୍ୟକତା ଉଲ୍ଲେଖ କର ।
Answer:
ଭାରତ ପରି ବୈଷମ୍ୟ ବିଭବମୟ ଦେଶ ପାଇଁ ଓ ବିଶେଷକରି ସମଗ୍ର ବିଶ୍ବରେ ଐକ୍ୟ, ଶାନ୍ତି, ମୈତ୍ରୀ, ପ୍ରୀତିସମ୍ପନ୍ନ ମାନବ ସଭ୍ୟତାର ପ୍ରତିଷ୍ଠା ପାଇଁ ଜାତୀୟ ସଂହତିର ନିମ୍ନଲିଖ୍ ଆବଶ୍ୟକତା ରହିଛି ।
(i) ସାଂପ୍ରଦାୟିକତା ମନୋଭାବର ଦୂରୀକରଣ ।
(ii) ସାମାଜିକ ଓ ସାଂସ୍କୃତିକ ବ୍ୟାପାରର ପୁନର୍ଜାଗରଣ ।
(iii) ଜାତିଆଣ ମନୋଭାବର ବିଲୋପ ।
(iv) ପ୍ରାଦେଶିକ ମନୋଭାବର ଦୂରୀକରଣ ଓ ଶାନ୍ତି ସ୍ଥାପନ ।
(v) ଅର୍ଥନୈତିକ ସମାନତା ପ୍ରଦାନ ଓ ଜାତୀୟ ଶିକ୍ଷାନୀତିର ତାରତମ୍ୟ ଦୂରକରି ଶିକ୍ଷାର ଲକ୍ଷ୍ୟ ସମ୍ପାଦନ ।
4. ଜାତୀୟ ସଂହତିର ବିକାଶ ନିମନ୍ତେ ବିଦ୍ୟାଳୟର ଦୁଇଟି କାର୍ଯ୍ୟ ଲେଖ ।
Answer:
ଜାତୀୟ ସଂହତିର ବିକାଶ ପାଇଁ ବିଦ୍ୟାଳୟର ଦୁଇଟି କାର୍ଯ୍ୟ ହେଲା –
(i) ଶୈକ୍ଷିକ କାର୍ଯ୍ୟ :
(a) ଛାତ୍ରଛାତ୍ରୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ସୃଷ୍ଟି କରିବା ।
(b) ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି ନେଇ ଖେଳିବା, ବୁଲିବା, ପଢ଼ିବା, କାମ କରିବାପାଇଁ ସୁଯୋଗ ସୃଷ୍ଟି କରିବା ।
(ii) ବାଧ୍ୟତାମୂଳକ କାର୍ଯ୍ୟ : ରାଷ୍ଟ୍ରୀୟ ଦିବସଗୁଡ଼ିକ ପାଳନ କରିବା; ଯଥା – ସାଧାରଣତନ୍ତ୍ର ଦିବସ, ସ୍ଵାଧୀନତା ଦିବସ ଇତ୍ୟାଦି ।
5. ଜାତୀୟ ସଂହତି ସୃଷ୍ଟି କରିବାରେ ଶିକ୍ଷକଙ୍କର ଭୂମିକା କ’ଣ ?
Answer:
(i) ଶିକ୍ଷାବ୍ୟବସ୍ଥା ଆନୁଷ୍ଠାନିକ ବା ଅନୌପଚାରିକ ହେଲେ ମଧ୍ୟ ଜାତୀୟ ସଂହତି ରକ୍ଷା କରିବା ଦିଗରେ ଶିକ୍ଷା ଏକ ମୁଖ୍ୟ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ ।
(ii) ଶିକ୍ଷାବ୍ୟବସ୍ଥା ଯେପରି ହେଉନା କାହିଁକି ଶିକ୍ଷକଙ୍କର ଭୂମିକା ଏଥରେ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଅଟେ ।
(iii) ଶିକ୍ଷକ ଯଦି ଅବହେଳା କରନ୍ତି ତେବେ କୌଣସି ବ୍ୟବସ୍ଥା ଏହାର ପ୍ରକୃତ ଲକ୍ଷ୍ୟ ହାସଲ କରିପାରିବ ନାହିଁ ।
(iv) ତେଣୁ ଶିକ୍ଷକ ବିଭିନ୍ନ ସମୟରେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବାପାଇଁ ଗୁରୁତ୍ୱ ଦେବା ଆବଶ୍ୟକ ।
ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଯେପରି ଗଢ଼ନ୍ତି ଛାତ୍ରଛାତ୍ରୀମାନେ ସେପରି ହୋଇଥା’ନ୍ତି । ଏଣୁ ଜାତୀୟ ସଂହତି ରକ୍ଷା କରିବାରେ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ ।
6. ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ସଂହତି ସୃଷ୍ଟି ନିମନ୍ତେ କେଉଁସବୁ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ହାତକୁ ନିଆଯାଇପାରେ ?
Answer:
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ସଂହତି ସୃଷ୍ଟି ନିମନ୍ତେ ବିଦ୍ୟାଳୟରେ ସଙ୍ଗଠିତ ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ହେଉଛି –
(i) ବିଦ୍ୟାଳୟରେ ବିଭିନ୍ନ ଜାତୀୟ ଦିବସ ପାଳନ କରିବା ।
(ii) ବିଭିନ୍ନ ପ୍ରକାରର ସମାଜ ଓ ଗୋଷ୍ଠୀ ଉନ୍ନୟନ ନିମନ୍ତେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବା ।
(iii) ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନ କରିବା ।
(iv) ବିଭିନ୍ନ ଜାତୀୟ ଗୁରୁତ୍ୱସମ୍ପନ୍ନ ବ୍ୟକ୍ତିଙ୍କର ଜନ୍ମଦିନ ପାଳନ କରିବା ଇତ୍ୟାଦି ।
7. ଆନ୍ତର୍ଜାତୀୟ ସଦ୍ଭାବ ପ୍ରତିଷ୍ଠା କରିବାର କି ଆବଶ୍ୟକତା ରହିଛି ?
Answer:
ବିଭିନ୍ନ ଆନ୍ତର୍ଜାତିକ ଦ୍ବନ୍ଦ୍ବ, ଦେଶଗୁଡ଼ିକ ସମ୍ପର୍କରେ ଭ୍ରାନ୍ତ ଧାରଣା, ଅନ୍ଧବିଶ୍ୱାସର ଦୂରୀକରଣ ନିମନ୍ତେ ଆନ୍ତର୍ଜାତିକ ବୁଝାମଣାର ଆବଶ୍ୟକତା ରହିଛି । ଦେଶ ଦେଶ ମଧ୍ୟରେ ସଦ୍ଭାବ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ସଦ୍ଭାବ କୁହାଯାଏ ।
ଦେଶ ଦେଶ ମଧ୍ୟରେ ସଂଘର୍ଷ ଓ ଶତ୍ରୁତା ଦୂର କରି ବିଶ୍ୱଭ୍ରାତୃତ୍ଵ ଓ ଈଶ୍ୱରଙ୍କ ପିତୃତ୍ଵ ମନୋଭାବ ଉଦ୍ରେକ କରିବା, ଲୋକମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ଓ ବୈଜ୍ଞାନିକ ସହଯୋଗ ନିମିତ୍ତ ସଂକୀର୍ଣ୍ଣ ଜାତୀୟତା ଭାବ ଦୂର କରିବା ଏବଂ ବିଶ୍ୱଶାନ୍ତି ପ୍ରତିଷ୍ଠା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମିତ୍ତ ଆନ୍ତର୍ଜାତିକ ସଦ୍ଭାବ ଓ ବୁଝାମଣାର ଆବଶ୍ୟକତା ରହିଛି ।
ସେହିପରି ବିଭିନ୍ନ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା, ବିଶ୍ୱଯୁଦ୍ଧକୁ ଟାଳିବା, ପଛୁଆ ରାଷ୍ଟ୍ରର ଉନ୍ନତି ସାଧନ ଓ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ଯୋଗାଯୋଗ ସ୍ଥାପନ ପାଇଁ ଆନ୍ତର୍ଜାତିକ ସଦ୍ଭାବର ଯଥେଷ୍ଟ ଆବଶ୍ୟକତା ରହିଛି ।
8. ଆନ୍ତର୍ଜାତିକ ସଦ୍ଭାବ ପ୍ରତିଷ୍ଠା ଦିଗରେ ଶିକ୍ଷକଙ୍କର କି ଭୂମିକା ରହିଛି ?
Answer:
ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ସଦ୍ଭାବ ପ୍ରତିଷ୍ଠା କ୍ଷେତ୍ରରେ ଶିକ୍ଷକଙ୍କର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ଶିକ୍ଷାର୍ଥୀମାନଙ୍କର କ୍ରମବର୍ଦ୍ଧମାନ ସ୍ଵାଧୀନ ଚେତନା, ଆତ୍ମନିର୍ଭରଶୀଳତା, ଦାୟିତ୍ବବୋଧ ତଥା ସହନଶୀଳତା ଇତ୍ୟାଦି ଗୁଣଗୁଡ଼ିକୁ ହୃଦୟଙ୍ଗମ କରି ସେମାନଙ୍କ ମନରେ ବିଶ୍ଵ ଐକ୍ୟ ମନୋଭାବକୁ ଜାଗ୍ରତ କରିବା ହେଉଛି ଶିକ୍ଷକଙ୍କର ପ୍ରଧାନ କର୍ତ୍ତବ୍ୟ ।
ଶିକ୍ଷକଙ୍କର ଉତ୍ତମ ଚରିତ୍ର, ବ୍ୟକ୍ତିତ୍ଵ, ସୁଦୂରପ୍ରସାରୀ ମନୋଭାବ ଏବଂ ସହନଶୀଳତା ଆଦି ଗୁଣ ଉପରେ ଭିତ୍ତିକରି ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିତ୍ଵ ଓ ଚରିତ୍ର ଗଠନ ହୋଇଥାଏ । ତେଣୁ ଶିକ୍ଷକ ସର୍ବଦା ବିଭିନ୍ନ ଜାତି, ବର୍ଣ୍ଣ ଓ ଧର୍ମଗତ ବାଛବିଚାର ଊର୍ଦ୍ଧ୍ବରେ ରହିବା ଉଚିତ । ଶିକ୍ଷକ ନିଜର ରୁଚିକର ଭାଷା, ବୈଜ୍ଞାନିକ ବିଶ୍ଳେଷଣ, ନିରପେକ୍ଷ ବିଚାର, ସୃଜନାତ୍ମକ କଳ୍ପନାଶକ୍ତି ସାହାଯ୍ୟରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ସଭାବର ଉଦ୍ରେକ କରାଇପାରିବେ ।
9. ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ UNESCOଙ୍କ ମତ ସଂକ୍ଷେପରେ ଆଲୋଚନା କର ।
Answer:
ପ୍ରକୃତ ବିଶ୍ବମୈତ୍ରୀ ଓ ସଦ୍ଭାବ ପ୍ରତିଷ୍ଠା କ୍ଷେତ୍ରରେ ମନୁଷ୍ୟର ସଂକୀର୍ଣ୍ଣ ମନୋଭାବହିଁ ପ୍ରଧାନ ପ୍ରତିବନ୍ଧକ । ତେଣୁ ମନୁଷ୍ୟ ଯେତେଦିନ ପର୍ଯ୍ୟନ୍ତ ନିଜ ମନ ଭିତରୁ ସଂକୀର୍ଣ୍ଣ ମନୋବୃତ୍ତିକୁ ପରିହାର ନ କରିଛି ସେତେଦିନ ପର୍ଯ୍ୟନ୍ତ ବିଶ୍ୱଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ ।
ଯୁଦ୍ଧର କାରଣ ଓ ନିରାକରଣ ପନ୍ଥା ସମ୍ପର୍କରେ ମତଦେଇ UNESCO କହନ୍ତି ଯେ, ଯୁଦ୍ଧ ମନୁଷ୍ୟ ମନରେ ଆରମ୍ଭ ହୁଏ, ତେଣୁ ସେହି ମନୁଷ୍ୟ ମନରେ ହିଁ ଶାନ୍ତରକ୍ଷା ପାଇଁ ଉଦ୍ୟମ ହେବା ଆବଶ୍ୟକ । ଶାନ୍ତି ପାଇଁ ଏହି ବ୍ୟାକୁଳତା ମନୁଷ୍ୟ ମନରେ ପ୍ରଥମରୁ ସ୍ଥାନ ପାଇବା ଦରକାର । ତେବେଯାଇ କେବଳ ବିଶ୍ବ ଶାନ୍ତି ପ୍ରତିଷ୍ଠା ହୋଇପାରିବ ।
10. ଆନ୍ତର୍ଜାତିକ ସଦ୍ଭାବ ସ୍ଥାପନା ନିମନ୍ତେ ବିଦ୍ୟାଳୟରେ ସଂଘଟିତ କେତୋଟି ଶୈକ୍ଷିକ କାର୍ଯ୍ୟକ୍ରମ ଲେଖ ।
Answer:
ଆନ୍ତର୍ଜାତିକ ସଦ୍ଭାବ ସ୍ଥାପନ ନିମନ୍ତେ ବିଦ୍ୟାଳୟରେ ଅନେକ ଶୈକ୍ଷିକ କାର୍ଯ୍ୟକ୍ରମ ସଂଘଟିତ ହୋଇଥାଏ ।
ସେଗୁଡ଼ିକ ହେଲା –
(i) ବିଦ୍ୟାଳୟମାନଙ୍କର ରେଡ଼କ୍ରସ୍ ଦିବସ, ଜାତିସଂଘ ପ୍ରତିଷ୍ଠା ଦିବସ, ବିଶ୍ୱଶାନ୍ତି ପ୍ରତିଷ୍ଠା ଦିବସ ପ୍ରଭୃତି ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ଦିବସ ପାଳିତ ହେବା ଉଚିତ ।
(ii) ପୃଥିବୀର ବିଭିନ୍ନ ମହାପୁରୁଷଙ୍କ ଜନ୍ମ ଓ ମୃତ୍ୟୁ ଦିବସ ପାଳନ କରିବା ଉଚିତ ।
(iii) ପିଲାମାନଙ୍କୁ ବିଭିନ୍ନ ଦେଶ ସମ୍ବନ୍ଧରେ ଅଧିକ ବିଷୟ ଜଣାଇବାପାଇଁ ବିଭିନ୍ନ ଦେଶର ମୁଦ୍ରା ଓ ଡାକଟିକଟ ପିଲାମାନଙ୍କ ମଧ୍ୟରେ ବିତରଣ କରିବା ଆବଶ୍ୟକ ।
(iv) ଛାତ୍ରଛାତ୍ରୀମାନଙ୍କୁ ଦୈନିକ ଖବରକାଗଜ କିମ୍ବା ରେଡ଼ିଓ ମାଧ୍ୟମରେ ପୃଥିବୀର ବିଭିନ୍ନ ଅଞ୍ଚଳର ଖବର ସଂଗ୍ରହ ପାଇଁ ଶିକ୍ଷକମାନେ ଉତ୍ସାହିତ କରିବା ଆବଶ୍ୟକ ।
(v) ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ଦେଶର ପିଲାମାନଙ୍କ ସହିତ ପତ୍ରବନ୍ଧୁ ସମ୍ପର୍କ ସ୍ଥାପନ କରିବା ନିମିତ୍ତ ଉତ୍ସାହ ଦେବା ବାଞ୍ଛନୀୟ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ଜାତୀୟ ସଂହତି କ’ଣ ? ଜାତୀୟ ସଂହତିର ପ୍ରତିବନ୍ଧକଗୁଡ଼ିକ ଲେଖ ।
କିମ୍ବା, ଜାତୀୟ ସଂହତି କହିଲେ କ’ଣ ବୁଝାଯାଏ ? କେଉଁ କେଉଁ କାରଣରୁ ଆମର ଜାତୀୟ ସଂହତି ବାଧାପ୍ରାପ୍ତ ହେଉଛି – ଉଲ୍ଲେଖ କର ।
Answer:
ଜାତୀୟ ସଂହତିର ଅର୍ଥ – ପୃଥିବୀରେ ମାନବଜାତି କେତେଗୁଡ଼ିଏ ଦେଶ ସୃଷ୍ଟି କଲେ । ସେହି ଦେଶଗୁଡ଼ିକରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଆଦିର ବିକାଶ ଘଟିଲା । ନିଜର ମତବ୍ୟକ୍ତ କରିବାପାଇଁ ମଣିଷ ବିଭିନ୍ନ ଭାଷାର ଆଶ୍ରୟ ନେଲା । ବିଭିନ୍ନ ଜାତି ସେମାନଙ୍କର ସ୍ଵତନ୍ତ୍ର ଭାବଧାରା, ଚିନ୍ତା, ଆଦର୍ଶ, ମୂଲ୍ୟବୋଧ, ବିଶ୍ଵାସ ଆଦି ସୃଷ୍ଟି କଲେ । ଫଳରେ ବୈଷମ୍ୟର ସୃଷ୍ଟି ହେଲା । ଏହି ବିଭିନ୍ନତା ଓ ବୈଷମ୍ୟ ଜାତୀୟ ଏକତାର ପ୍ରତିବନ୍ଧକ ହେଲା ।
ଜାତୀୟ ସଂହତି ଅର୍ଥ ଜାତୀୟ ଐକ୍ୟ ବା ସମାନତା; ଅର୍ଥାତ୍ ଅନେକପ୍ରକାର ବୈଷମ୍ୟ ମଧ୍ଯରେ ସୁସଙ୍ଗଠିତ ଏକତାକୁ ଜାତୀୟ ସଂହତି କୁହାଯାଏ । ଏହା ସାମାଜିକ, ରାଜନୈତିକ, ଅର୍ଥନୈତିକ, ଧର୍ମଗତ, ଭାଷାଗତ ଓ ସାଂସ୍କୃତିକ ଏକତାକୁ କୁହାଯାଏ । ଜାତୀୟ ଭାବଧାରା, ଚିନ୍ତା, ଆଦର୍ଶ, ଆଚାର, ବ୍ୟବହାର ଓ ମୂଲ୍ୟବୋଧ ପ୍ରଭୃତିର ଅଭିନ୍ନତା ସମାଜର ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ମଧ୍ୟରେ ସମପ୍ରାଣତା ବା ଐକ୍ୟବୋଧ ସୃଷ୍ଟି କରିଥାଏ ।
ଏହି ସମତା ଓ ଅଭିନ୍ନତାବୋଧଦ୍ବାରା ଜାତୀୟ ସଂହତିର ଅକ୍ଷୁଣ୍ଣତା ସୃଷ୍ଟି ହୋଇଥାଏ । ଏହାଦ୍ୱାରା ସଂସ୍କୃତି ମଧ୍ୟରେ ଏକ ଅନ୍ତର୍ନିହିତ ଦେଶବ୍ୟାପୀ ସମତା ଆଣିବା ସମ୍ଭବ ହୋଇଥାଏ । ଆମର ଭାରତବର୍ଷ ଏହାର ଏକ ଜ୍ଵଳନ୍ତ ଉଦାହରଣ । ଏହା ବହୁ ବାଧାବିଘ୍ନ ଦେଇ ଗତି କରୁଛି । ଏଠାରେ ବିଭିନ୍ନ ଭାଷା, ଧର୍ମ, ଜାତି, ଗୋଷ୍ଠୀ ଆଦି ଏକତ୍ର ବାସକରନ୍ତି । ଏମାନଙ୍କ ମଧ୍ୟରେ ଏକତା ଆଣିବାପାଇଁ ଅତୀତରୁ ଚେଷ୍ଟା ହୋଇ ଆସୁଅଛି । କେତେକ କାରଣ ଯୋଗୁଁ ଜାତୀୟ ସଂହତି ସଂରକ୍ଷଣରେ ବହୁ ବାଧା ସୃଷ୍ଟି ହୋଇଥାଏ । ନିମ୍ନରେ କେତେଗୁଡ଼ିଏ ଉଦାହରଣ ଦିଆଗଲା ।
ଜାତୀୟ ସଂହତି ପ୍ରତିଷ୍ଠାର ପ୍ରତିବନ୍ଧକଗୁଡ଼ିକ ହେଲା :
(i) ଭାଷାଗତ ବିରୋଧ – ଭାଷାଗତ ପାର୍ଥକ୍ୟ ହେତୁ ଦେଖାଯାଉଥିବା ଭାଷାଗତ ବିରୋଧ ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ଅଟେ ।
(ii) ସ୍ଥାନଗତ ବିରୋଧ – ଗୋଟିଏ ଦେଶରେ ଥିବା ବିଭିନ୍ନ ରାଜ୍ୟର ବିଭିନ୍ନ ଗୋଷ୍ଠୀର ଲୋକମାନଙ୍କ ମଧ୍ୟରେ ସ୍ଥାନ ଅଧିକାର ନିମନ୍ତେ ସର୍ବଦା ସଂଘର୍ଷ ଚାଲିଛି । ଏହାଫଳରେ ଦେଶରେ ସାଂପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି ହେଉଛି । ଏହାହିଁ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ଅନ୍ତରାୟ ସୃଷ୍ଟି କରେ ।
(iii) ଧର୍ମଗତ ବିରୋଧ – ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ବିଭିନ୍ନ ଧର୍ମାବଲମ୍ବୀ ଲୋକମାନେ ବାସ କରନ୍ତି । ଧର୍ମଗତ ପ୍ରଭାବକୁ କେନ୍ଦ୍ରକରି ସୃଷ୍ଟି ହେଉଥିବା କଳହସବୁ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ଅନ୍ତରାୟ ସୃଷ୍ଟି କରେ ।
(iv) ରାଜନୈତିକ ବିରୋଧ – ବର୍ତ୍ତମାନ ସୃଷ୍ଟି ହେଉଥିବା ରାଜନୈତିକ ଦ୍ବନ୍ଦ୍ବ ଓ ମତଭେଦ ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଅନ୍ୟତମ ପ୍ରତିବନ୍ଧକ ଅଟେ ।
(v) ଅର୍ଥନୈତିକ ବିରୋଧ – ଜନବହୁଳ ଭାରତବର୍ଷରେ ଦାରିଦ୍ର୍ୟର ସୀମାରେଖା ତଳେ ବହୁଲୋକ ନିଷ୍ପେଷିତ । ଶିଳ୍ପାନ୍ନତି କ୍ଷେତ୍ରରେ ମଧ୍ୟ ଭାରତର ସ୍ଥାନ ବହୁ ପଛରେ । ତେଣୁ ଅର୍ଥନୈତିକ ବୈଷମ୍ୟ ହେତୁ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ, ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ସଂହତି ଆଣିବା ସମ୍ଭବ ହେଉନାହିଁ ।
2. ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଜାତୀୟ ସଂହତି କିପରି ବୃଦ୍ଧି କରାଯାଇପାରିବ, ଆଲୋଚନା କର ।
କିମ୍ବା, ବିଦ୍ୟାଳୟରେ କେଉଁ କାର୍ଯ୍ୟକ୍ରମଦ୍ୱାରା ଆମେ ଜାତୀୟ ସଂହତି ମନୋଭାବ ସୃଷ୍ଟି କରିପାରିବା, ଆଲୋଚନା କର ।
କିମ୍ବା, ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆବେଗାତ୍ମକ ସଂହତି କିପରି ବୃଦ୍ଧି କରାଯାଇପାରିବ, ଆଲୋଚନା କର ।
Answer:
ବିଶ୍ବମାନବୀୟ ଭାବଧାରାରେ ସମଗ୍ର ବିଶ୍ବକୁ ଅବଗାହିତ କରିହୁଏ । ଶାନ୍ତି, ଐକ୍ୟ, ମୈତ୍ରୀ, ପ୍ରୀତିର ପ୍ରତିଷ୍ଠାକୁ ଜାତୀୟ ସଂହତି କୁହାଯାଏ । ଜାତୀୟ ସଂହତି ବ୍ୟତୀତ ପୃଥିବୀପୃଷ୍ଠରେ ମାନବ ସଭ୍ୟତା ତିଷ୍ଠି ରହିବା ଅସମ୍ଭବ । ସାଂପ୍ରତିକ ପରିପ୍ରେକ୍ଷୀରେ ସମଗ୍ର ମାନବଜାତି ପାଇଁ ଜାତୀୟ ସଂହତି ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା । ଶିକ୍ଷା ଜାତୀୟ ସଂହତିର ପ୍ରଧାନ ପୃଷ୍ଠପୋଷକ । ଜାତୀୟ ସଂହତିର ବିକାଶ ଦିଗରେ ଶିକ୍ଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
ଅନୈକ୍ୟ ମଧ୍ୟରେ ଐକ୍ୟ ପ୍ରତିଷ୍ଠା, ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ସମ୍ପୂର୍ଣ ଶିକ୍ଷା ଉପରେ ନିର୍ଭର କରିଥାଏ । ଏ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଅଟେ । ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପଡ଼ୋଶୀ ରାଜ୍ୟ ବା ଦେଶର ଶିକ୍ଷା, ସଂସ୍କୃତି, ଐତିହ୍ୟ ସମ୍ପର୍କରେ ଅବଗତ କରାଏ । ସେମାନଙ୍କର ଚିନ୍ତା, ଭାବନା, ଭାଷା ଓ ସାହିତ୍ୟର ଅନୁଭବ ପ୍ରଦାନ କରେ । ବିଭିନ୍ନ ଦେଶ ଓ ଜାତି ମଧ୍ୟରେ ରହିଥିବା ଆବେଗାତ୍ମକ ସଂହତି ଓ ସମ୍ପର୍କ ବିଷୟରେ ଶିକ୍ଷା ସଚେତନ କରାଏ ।
ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଜାତୀୟ ସଂହତିର ବୃଦ୍ଧି ନିମନ୍ତେ ନିମ୍ନଲିଖୁତ ପଦକ୍ଷେପଗୁଡ଼ିକ ନିତାନ୍ତରୂପେ ଗ୍ରହଣଯୋଗ୍ୟ ।
ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟରେ ଏଗୁଡ଼ିକୁ ଅନ୍ତର୍ଭୁକ୍ତ ହେବା ଏକାନ୍ତ ଅପରିହାର୍ଯ୍ୟ । ସେଗୁଡ଼ିକ ହେଲା –
(i) ଜାତୀୟ ଚେତନାର ଅଭିବୃଦ୍ଧି
(ii) ସୁନାଗରିକତା ଶିକ୍ଷା
(iii) ସାର୍ବଜନୀନ ଶିକ୍ଷା
(iv) ଯୁବ ଶିକ୍ଷା
(v) ବୃତ୍ତିମୂଳକ ଶିକ୍ଷା
(vi) ସହପାଠ୍ୟକ୍ରମ
(i) ଜାତୀୟ ଚେତନାର ଅଭିବୃଦ୍ଧି – ଜାତୀୟ ଚେତନାର ଅଭିବୃଦ୍ଧିଦ୍ୱାରା ଶିକ୍ଷାର୍ଥୀମାନଙ୍କ ମନରେ ଜାତୀୟ ସଂହତିର ବୀଜ ବପନ ସମ୍ଭବ ହୋଇଥାଏ । ତେଣୁ ଜାତୀୟ ଚେତନାର ଅଭିବୃଦ୍ଧି ଶିକ୍ଷାର ଏକ ପ୍ରଧାନ ଲକ୍ଷ୍ୟ ହେବା ଆବଶ୍ୟକ । ଏଥିପାଇଁ ପ୍ରତ୍ୟେକ ଛାତ୍ର ନିଜ ଦେଶର୍ ବିଭିନ୍ନ ଅଞ୍ଚଳ ଓ ସମ୍ପ୍ରଦାୟ ସେମାନଙ୍କର ସଂସ୍କୃତି ସମ୍ପର୍କରେ ବ୍ୟାପକଭାବରେ ଜାଣିବା ଉଚିତ ।
ନିଜର ସାଂସ୍କୃତିକ ପରମ୍ପରାକୁ ଠିକ୍ଭାବରେ ବୁଝି ଓ ସେସବୁର ପୁନଃମୂଲ୍ୟାୟନ କରିବାଦ୍ୱାରା ହିଁ ଜାତୀୟ ଚେତନାର ଅଭିବୃଦ୍ଧି ସମ୍ଭବ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ ବୁଝିବେ ଯେ, ରାଷ୍ଟ୍ରର ଅସ୍ତିତ୍ଵ ଓ ପ୍ରଗତି ଉପରେ ବୈଭିକ ଅସ୍ତିତ୍ଵ ଓ ପ୍ରଗତି ନିର୍ଭର କରେ, ସେତେବେଳେ ପ୍ରକୃତ ଜାତୀୟତାବୋଧ ଜାଗ୍ରତ ହେବ ।
ସୁତରାଂ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଏପରି ପ୍ରସ୍ତୁତ ହେବା ଆବଶ୍ୟକ ଯାହା ଫଳରେ ଜାତୀୟ ସଂହତି ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟ ସୁଦୃଢ଼ ହେବ ।
(ii) ସୁନାଗରିକତା ଶିକ୍ଷା – ବ୍ୟକ୍ତି ରାଷ୍ଟ୍ର ପ୍ରତି ନିଜର ଅଧିକାର ସମ୍ପର୍କରେ ସଚେତନ ହୋଇପାରିଲେ ଯାଇ ଜଣେ ସୁନାଗରିକଭାବେ ବିବେଚିତ ହୋଇପାରେ । ତେଣୁ ପ୍ରତ୍ୟେକ ନାଗରିକକୁ ତା’ର କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପର୍କରେ ସଚେତନ କରାଇବା ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ । ଆତ୍ମତ୍ୟାଗ, ଗଣତାନ୍ତ୍ରିକ ବିଶ୍ଵାସ, ସହଯୋଗିତା, ସହିଷ୍ଣୁତା ପ୍ରଭୃତି ସୁନାଗରିକର ଲକ୍ଷଣ । ଜାତୀୟ ସଂହତି ରକ୍ଷା ପାଇଁ ଏ ସମସ୍ତ ଉପାଦାନର ଯଥେଷ୍ଟ ଆବଶ୍ୟକତା ରହିଛି ।
ସୁତରାଂ ଶିକ୍ଷା ଏପରି ହେବା ଆବଶ୍ୟକ ଯାହା ଶିକ୍ଷାର୍ଥୀଙ୍କୁ ଦେଶପ୍ରେମ, ସହଯୋଗ ଓ ସହନଶୀଳତା ଆଦି ଗୁଣଗୁଡ଼ିକ ଶିକ୍ଷା ଦେବ । ସୁନାଗରିକ ଏହି ଲକ୍ଷ୍ୟ ପ୍ରାପ୍ତ ହୋଇ ଜାତୀୟ ସଂହତିର ପ୍ରତିଷ୍ଠା ଓ ସୁରକ୍ଷା ପାଇଁ ସାହାଯ୍ୟ କରିଥାଏ ।
(iii) ସାର୍ବଜନୀନ ବାଧ୍ୟତାମୂଳକ ଶିକ୍ଷା – ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ସାର୍ବଜନୀନ ବାଧ୍ୟତାମୂଳକ ଶିକ୍ଷା ଏକାନ୍ତ ଅପରିହାର୍ଯ୍ୟ । ଶିକ୍ଷା ବିନା ଗଣତନ୍ତ୍ରର ସଫଳତା ଅସମ୍ଭବ । ଜାତୀୟ ସଂହତି ଓ ସାର୍ବଜନୀନ ଶିକ୍ଷା ଅଙ୍ଗାଙ୍ଗୀଭାବେ ଜଡ଼ିତ । ଗଣତନ୍ତ୍ରର ଉପଯୋଗରେ ଜାତୀୟ ସଂହତି ପ୍ରତିଷ୍ଠାର ଲକ୍ଷ୍ୟ ନେଇ ଶିକ୍ଷା ଅଭିପ୍ରେତ ହେବା ଆବଶ୍ୟକ । ସାର୍ବଜନୀନ ଶିକ୍ଷା ମାଧ୍ୟମରେ ସାଧାରଣ ବିଦ୍ୟାଳୟ ବ୍ୟବସ୍ଥାର ପ୍ରଗତି ଓ ଉନ୍ନତି ଜାତୀୟ ଲକ୍ଷ୍ୟରୂପେ ଗୃହୀତ ହେବା ଆବଶ୍ୟକ ।
(iv) ଯୁବ ଶିକ୍ଷା – ଯୁବ ଶିକ୍ଷାଦ୍ଵାରା ଜାତୀୟ ସଂହତି ସ୍ଥାୟୀ ଓ ସୁଦୃଢ଼ ହୋଇଥାଏ । ଯୁବକମାନେ ବିଭିନ୍ନ ଗଠନମୂଳକ କାର୍ଯ୍ୟଦ୍ବାରା ଜାତୀୟ ସଂହତିର ପରିବାହକ ହୋଇଥା’ନ୍ତି । ତେଣୁ ଉପଯୁକ୍ତ ଗଠନମୂଳକ ଯୁବଶିକ୍ଷା ଜାତୀୟ ସଂହତିର ପ୍ରଧାନ ସହାୟକ ହୋଇଥାଏ ।
(v) ବୃତ୍ତିମୂଳକ ଶିକ୍ଷା – ବୃତ୍ତିମୂଳକ ଶିକ୍ଷା ମଧ୍ୟ ଜାତୀୟ ସଂହତି ଗଠନରେ ସହାୟକ ହୋଇଥାଏ । ଏହି ଶିକ୍ଷାଦ୍ବାରା ଜୀବିକାର୍ଜନ ସମସ୍ୟା ସମାଧାନ ହେବା ସଙ୍ଗେ ସଙ୍ଗେ ଦେଶର ଆର୍ଥିକ ବିକାଶ ସଂଗଠିତ ହୋଇଥାଏ । ଏହା ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ସାହାଯ୍ୟ କରେ ।
(vi) ସହ-ପାଠ୍ୟକ୍ରମ – ବିଦ୍ୟାଳୟ ପାଠ୍ୟକ୍ରମରେ ଥିବା ଅନେକ ପାଠ୍ୟବିଷୟ ସହପାଠ୍ୟ କାର୍ଯ୍ୟକ୍ରମ ଜାତୀୟ ସଂହତି ସ୍ଥାପନରେ ସାହାଯ୍ୟ କରିଥାଏ । ବିଦ୍ୟାଳୟରେ ଜାତୀୟ ଦିବସ; ଯଥା – ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସ, ଶିକ୍ଷକ ଦିବସ ଓ ଶିକ୍ଷାର୍ଥୀ ଦିବସ ଇତ୍ୟାଦି ପାଳନଦ୍ୱାରା ଶିକ୍ଷାର୍ଥୀ ହୃଦୟରେ ଜାତୀୟତା ଭାବ ସୃଷ୍ଟି ହୋଇଥାଏ ।
ଜାତୀୟ ସଙ୍ଗୀତ ଗାନ ବା ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ, ବିଭିନ୍ନ ଦେଶାତ୍ମବୋଧ କବିତା, ସଙ୍ଗୀତ ଆଦି ଗାୟନଦ୍ୱାରା ଶିକ୍ଷାର୍ଥୀ ହୃଦୟରେ ମଧ୍ୟ ଜାତୀୟତାବୋଧ ସୃଷ୍ଟି ହୋଇଥାଏ । ଦେଶର ମହାନ୍ ନେତା, ମହାପୁରୁଷ, ସ୍ଵାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ପାଠଦ୍ଵାରା ଶିକ୍ଷାର୍ଥୀମାନେ ସେମାନଙ୍କ ଆଦର୍ଶ ଓ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହୋଇଥା’ନ୍ତି । ଏହିସବୁ ମହାପୁରୁଷମାନଙ୍କର ଜନ୍ମ ଦିବସ ପାଳନଦ୍ୱାରା ଶିକ୍ଷାର୍ଥୀମାନେ ଜାତୀୟ ଐକ୍ୟର ଆବଶ୍ୟକତା ଉପଲବ୍ଧି କରିଥା’ନ୍ତି ।
ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ସହିତ ଶିକ୍ଷାର୍ଥୀମାନଙ୍କ ପାଇଁ ସବୁ ସ୍ତରରେ ସାମାଜିକ ଓ ଜାତୀୟ ସେବା ବାଧ୍ୟତାମୂଳକ ହେବା ଦରକାର । ଜାତୀୟ ସଂହତିର ବିକାଶ ନିମିତ୍ତ ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାର ସମାଜସେବା ଓ ଉନ୍ନୟନମୂଳକ ପ୍ରୋଜେକ୍ଟଗୁଡ଼ିକରେ ଅଂଶଗ୍ରହଣ କରିବା ଆବଶ୍ୟକ । ଏହାଦ୍ଵାରା ସେମାନଙ୍କ ଐକ୍ୟ ଭାବର ଅନୁଭୂତି ସୃଷ୍ଟି ହୁଏ ।
ଏହି ସମସ୍ତ ଶିକ୍ଷାଦ୍ବାରା ଶିକ୍ଷାର୍ଥୀମାନଙ୍କ ଜାତୀୟ ସଂହତି ବୃଦ୍ଧି କରାଯାଇପାରିବ ।
3. ଆନ୍ତର୍ଜାତିକ ସଦ୍ଭାବ କହିଲେ କ’ଣ ବୁଝ ? ଏହାର ଗୁରୁତ୍ଵ ବର୍ଣ୍ଣନା କର ।
Answer:
ଏହି ବିଶାଳ ବିଶ୍ବରେ ମଣିଷର ସ୍ଥିତି କେବଳ ନିଜ ଦେଶର ସଂକୀର୍ଣ୍ଣ ସୀମା ମଧ୍ୟରେ ସୀମାବଦ୍ଧ ନୁହେଁ । ବର୍ତ୍ତମାନ ଯୁଗରେ ସେ ସମଗ୍ର ପୃଥିବୀର ଜଣେ ଅଧସୀ ଭାବରେ ପରିଗଣିତ ହେଉଛି । ବିଜ୍ଞାନର ଉନ୍ନତି ଫଳରେ ପୃଥିବୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି ।
ଦେଶ ଦେଶ ମଧ୍ୟରେ ଯାତାୟାତର ସୁବିଧା, ରେଡ଼ିଓ, ଟେଲିଭିଜନ ଓ ଅନ୍ୟାନ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ପୃଥିବୀର ଅତି ଦୂରସ୍ଥାନରେ ଥିବା ଲୋକେ ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେଉଛନ୍ତି । ସୁତରାଂ ସାଂପ୍ରତିକ ବିଶ୍ଵରେ କୌଣସି ଦେଶ ଏକୁଟିଆ ହୋଇ ରହିପାରିବ ନାହିଁ । କାରଣ ଗୋଟିଏ ଦେଶର ଘଟଣାବଳୀ ଖୁବ୍ ଶୀଘ୍ର ଅନ୍ୟ ଦେଶବାସୀ ଜାଣିପାରୁଛନ୍ତି ।
ଏହା କେବଳ ଆନ୍ତର୍ଜାତିକ ବୁଝାମଣା ଯୋଗୁଁ ସମ୍ଭବ ହୋଇପାରୁଛି । ଏକବିଂଶ ଶତାବ୍ଦୀରେ ମାନବଜାତିର ଏକ ସ୍ବପ୍ନ ହେଉଛି ଜାତି, ଧର୍ମ, ବର୍ଣ୍ଣ ଓ ଗୋଷ୍ଠୀର ବୈଷମ୍ୟ ସତ୍ତ୍ଵେ ଏକ ଅଖଣ୍ଡ ବିଶ୍ବ ଗଠନ କରିବା । ତେଣୁ ଯଥାର୍ଥରେ ଦେଶ-ଦେଶ ଓ ଜାତି-ଜାତି ମଧ୍ୟରେ ସଦ୍ଭାବ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ସଦ୍ଭାବ କୁହାଯାଏ ।
ଆନ୍ତର୍ଜାତିକ ସଦ୍ଭାବ କହିଲେ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ଵାସ ଓ ସମ୍ମାନକୁ ବୁଝାଏ । ଯେତେବେଳେ ମନୁଷ୍ୟ ନିଜକୁ ନିଜ ଦେଶର ନାଗରିକ ନଭାବି ସମଗ୍ର ପୃଥିବୀର ନାଗରିକ ବୋଲି ଭାବିଥାଏ, ସେତେବେଳେ ହିଁ ଆନ୍ତର୍ଜାତିକ ସଦ୍ଭାବର ସୃଷ୍ଟି ହୋଇଥାଏ ।
ମନୁଷ୍ୟ ଯେତେବେଳେ ଭାବେ ଯେ, ପୃଥିବୀର ସମସ୍ତ ଅଧିବାସୀ ଗୋଟିଏ ଈଶ୍ୱରଙ୍କ ସନ୍ତାନ ଏବଂ ସମଗ୍ର ପୃଥିବୀ ଗୋଟିଏ ପରିବାର ସଦୃଶ, ସେତେବେଳେ ତା’ ମନରେ ବିଶ୍ଵମନୋଭାବ ସୃଷ୍ଟି ହୋଇଥାଏ । ଏହାଦ୍ଵାରା ତା’ ମନରେ ‘ବସୁଧୈବ କୁଟୁମ୍ବକମ୍’ ଧାରଣା ଦୃଢ଼ୀଭୂତ ହୋଇଥାଏ ।
ଆନ୍ତର୍ଜାତିକ ସଦ୍ଭାବରେ ଅର୍ଥ ନିରୂପଣ କରିବାକୁ ଯାଇ ଡଃ. ୱାଲ୍ଟର କହନ୍ତି, “ଆନ୍ତର୍ଜାତିକ ବୁଝାମଣା ଏକ ଦକ୍ଷତା’’ ଯାହାକି ସାଂସ୍କୃତିକ ଓ ଜାତୀୟ ବୈଷମ୍ୟ ନିର୍ବିଶେଷରେ ବିଶ୍ଵର ପ୍ରତି ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ବକୁ ଗ୍ରହଣ କରିଥାଏ । ଏହାଦ୍ୱାରା ଜଣେ ବ୍ୟକ୍ତି ନିଜକୁ ନିଜ ସଂସ୍କୃତି ଓ ଜାତୀୟ ନୀତିନିୟମଠାରୁ ଦୂରେଇ ନେଇ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ରର ଅଧିବାସୀଙ୍କୁ ସମାନ ଦୃଷ୍ଟିରେ ବିଚାର କରିଥାଏ ।
ତେଣୁ ଆମେ ଏହି ଆନ୍ତର୍ଜାତିକ ମନୋଭାବର ପ୍ରତିଷ୍ଠା, ବିଶ୍ବ ପରିବାର ଓ ବିଶ୍ବ ନାଗରିକତା ଗଠନ ନିମନ୍ତେ ଶିକ୍ଷା ଦେବା ଉଚିତ । ଆଧୁନିକ ଯୁଗରେ ଉପଯୁକ୍ତ ଶିକ୍ଷା ହିଁ ଦେଶପ୍ରୀତି ଓ ଆନ୍ତର୍ଜାତିକ ସଦ୍ଭାବରେ ମଧ୍ଯରେ ଯଥାର୍ଥ ସମନ୍ଵୟ ପ୍ରତିଷ୍ଠା କରିଥାଏ ।
ଓଲିଭର ଗୋଲ୍ଡସ୍ମିଥଙ୍କ ମତରେ ‘‘ଏହା ଏକ ଭାବନା ବା ଧାରଣା, ଯାହାଦ୍ୱାରା ବ୍ୟକ୍ତି ନିଜକୁ ନିଜ ରାଷ୍ଟ୍ରର ସଦସ୍ୟ ନ ଭାବି ନିଜକୁ ବିଶ୍ବର ଜଣେ ସଦସ୍ୟ ବୋଲି ଭାବିଥାଏ ।’’
ଆନ୍ତର୍ଜାତିକତା ବର୍ତ୍ତମାନ ଶତାବ୍ଦୀର ଏକ ଆଦର୍ଶ ରୂପେ ପରିଗଣିତ । ଏହି ଭାବନା ପ୍ରାୟତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗଭୀର ଭାବରେ ଅନୁଭୂତ ହୋଇଛି । ଆଜିର ବିଶ୍ଵ ପରମାଣୁ ଶକ୍ତି ପରି ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରହିଛି । ତେଣୁ ପୃଥିବୀରେ ଦୀର୍ଘସ୍ଥାୟୀ ‘ଶାନ୍ତି’ର ଆବଶ୍ୟକତା ରହିଛି । ଏଥପାଇଁ ଆନ୍ତର୍ଜାତିକ ବୁଝାମଣା ଅନିବାର୍ଯ୍ୟ । ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରର ନେତୃବୃନ୍ଦ ଏକତ୍ଵର ଭାବନା ନେଇ କାର୍ଯ୍ୟକଲେ, ଆନ୍ତର୍ଜାତିକ ସଦ୍ଭାବ ସମ୍ଭବ ହୋଇପାରିବ ।
ଆନ୍ତର୍ଜାତିକ ସଦ୍ଭାବର ଅନେକ କାରକମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥାଏ । ଯେମିତିକି ବିଜ୍ଞାନ ଓ କାରିଗରୀ ବିଦ୍ୟାର ଅଗ୍ରଗତି ଧ୍ୱଂସକାରୀ ମାରଣାସ୍ତ୍ର ପ୍ରସୂତିରେ ସାହାଯ୍ୟ କରୁଛି । ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସୀମା ଓ ନାଗାସାକୀ ଧ୍ୱଂସକାରୀ ଦୃଶ୍ୟ ଏବେବି ଲୋକମାନଙ୍କ ମଧ୍ୟରେ ଜୀବିତ ହୋଇ ରହିଛି । ଆନ୍ତର୍ଜାତିକ ସଦ୍ଭାବର ଗୁରୁତ୍ଵ ଓ ଆବଶ୍ୟକତା ନିମ୍ନଲିଖ୍ କାରଣଗୁଡ଼ିକ ରହିଛି ।
(କ) ବିଶ୍ୱଯୁଦ୍ଧଗୁଡ଼ିକୁ ଦୁରେଇବା
(ଖ) ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା କରିବ
(ଗ) ପଛୁଆ ରାଷ୍ଟ୍ରଗୁଡ଼ିକର ଉନ୍ନତି ସାଧନ କରିବା
(ଘ) ଗୋଟିଏ ରାଷ୍ଟ୍ର ସହ ଅନ୍ୟ ରାଷ୍ଟ୍ରର ଯୋଗାଯୋଗର ଉନ୍ନତିକରଣ କରିବ ।
ଦେଶମାନଙ୍କ ମଧ୍ୟରେ ସମ୍ପର୍କରେ ଭ୍ରାନ୍ତ ଧାରଣା ଦୂର କରିବାପାଇଁ ଏହାର ଆବଶ୍ୟକତା ରହିଛି । ଦେଶ, ଦେଶ ମଧ୍ୟରେ ସଂଘର୍ଷ ଓ ଶତ୍ରୁତା ଦୂର କରି ବିଶ୍ବଭ୍ରାତୃତ୍ୱ ମନୋଭାବ ଉଦ୍ରେକ କରିବା, ଦେଶ-ଦେଶମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଅର୍ଥନୈତିକ ରାଜନୈତିକ ଓ ବୈଜ୍ଞାନିକ ସହଯୋଗ ନିମିତ୍ତ ସଂକୀର୍ୟ ଜାତୀୟତା ଆଦି ଦୂର କରିବାପାଇଁ ବିଶ୍ୱଭାବନାର ଆବଶ୍ୟକତା ରହିଛି ।
4. ଆନ୍ତର୍ଜାତିକ ସଦ୍ଭାବ ପ୍ରତିଷ୍ଠା କ୍ଷେତ୍ରରେ ଶିକ୍ଷାର ଭୂମିକା ଆଲୋଚନା କର ।
Answer:
ଆନ୍ତର୍ଜାତିକ ସଦ୍ଭାବ କହିଲେ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ଵାସ ଓ ସମ୍ମାନକୁ ବୁଝାଇଥାଏ । ଯେତେବେଳେ ବ୍ୟକ୍ତି ନିଜକୁ ନିଜ ରାଷ୍ଟ୍ରର ନାଗରିକ ବୋଲି ନ ଭାବି ସମଗ୍ର ବିଶ୍ଵର ସଦସ୍ୟ ବୋଲି ବିବେଚନା କରେ, ସେତେବେଳେ ଆନ୍ତର୍ଜାତିକ ବୁଝାମଣା ସମ୍ଭବ ହୋଇଥାଏ ।
ମନୁଷ୍ୟ ଯେତେବେଳେ ଭାବେ ଯେ, ପୃଥିବୀର ସମସ୍ତ ଅଧ୍ବବାସୀ ଗୋଟିଏ ଈଶ୍ବରଙ୍କ ସନ୍ତାନ, ସମଗ୍ର ପୃଥିବୀ ଗୋଟିଏ ପରିବାର ପରି ଓ ପୃଥିବୀର ସମସ୍ତ ମନୁଷ୍ୟ ଭାଇଭଉଣୀ ପରି, ସେତେବେଳେ ତା’ମନରେ ବିଶ୍ବମନୋଭାବ ଉଦ୍ରେକ ହୋଇଥାଏ । ଏହାଦ୍ଵାରା ସେ ସମଗ୍ର ବିଶ୍ୱକୁ “ବସୁଧୈବ କୁଟୁମ୍ବକମ୍’’ ନୀତିରେ ଆପଣାର ମଣେ । ତେଣୁ ଏହି ମନୋଭାବକୁ ପୃଥିବୀର ସମସ୍ତ ଲୋକଙ୍କ ମନରେ ସୃଷ୍ଟି କରିବାପାଇଁ ବିଭିନ୍ନ ବିଶ୍ବ ସଂସ୍ଥା ଯଥା ଜାତିସଂଘ ଉଦ୍ୟମ କରି ଆସୁଛି ।
ସମସ୍ତଙ୍କ ମନରେ ବିଶ୍ବଭ୍ରାତୃତ୍ଵ ଭାବ ଉଦ୍ରେକ କରାଇବାରେ ଶିକ୍ଷା ମହତ୍ତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ଶିକ୍ଷା ବିଶ୍ଵ ଏକତା ଆନୟନର ଏକ ମୁଖ୍ୟ ଆୟୁଧ ସଦୃଶ କାର୍ଯ୍ୟକରେ । ପୃଥିବୀରେ ଭୌଗୋଳିକ ଓ ପ୍ରାକୃତିକ କାରଣଗୁଡ଼ିକ ଯୋଗୁଁ ବିଭିନ୍ନ ଅଞ୍ଚଳ ମଧ୍ୟରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଏହାକୁ ଦୂର କରିବାରେ ଶିକ୍ଷାହିଁ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ । ଏ ସମ୍ପର୍କରେ UNESCO ମତ ପ୍ରଦାନ କରିଛନ୍ତି ଯେ, ଯୁଦ୍ଧ ମନୁଷ୍ୟ ମନରେ ଆରମ୍ଭ ହୁଏ ।
ତେଣୁ ସେହି ମନୁଷ୍ୟ ମନରେ ହିଁ ଶାନ୍ତିରକ୍ଷା ପାଇଁ ଉଦ୍ୟମ ହେବା ଉଚିତ । ଶାନ୍ତି ପାଇଁ ଏକ ବ୍ୟାକୁଳତା ମନୁଷ୍ୟ ମନରେ ପ୍ରଥମରୁ ସ୍ଥାନ ପାଇବା ଆବଶ୍ୟକ, ତଦ୍ବାରା କେବଳ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ମିଳିତ ଜାତିସଂଘ ଭଳି ସଙ୍ଗଠନ ଗଠନ କରାଯାଇଛି । ଏସବୁ ସତ୍ତ୍ଵେ ଯଦି ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂର ନ ହୁଏ ସବୁପ୍ରକାର ପ୍ରଚାର ସଙ୍ଗଠନ ବିଶ୍ୱଶାନ୍ତି ପ୍ରତିଷ୍ଠାରେ ବିଫଳ ହେବେ । ଏହି ସଂକୀର୍ଣ୍ଣତା ଦୂର କରିବାରେ ଶିକ୍ଷାହିଁ ସାହାଯ୍ୟ କରିଥାଏ ।
ଶିକ୍ଷା ମାଧ୍ୟମରେ ଶିଶୁ ମନରେ ପୃଥିବୀର ସମସ୍ତ ଅଧିବାସୀ ଏକ ଓ ଅବିଚ୍ଛିନ୍ନ ଏବଂ ସମସ୍ତେ ଭାଇଭଉଣୀ ସଦୃଶ, ଏହି ମନୋଭାବ ଉଦ୍ରେକ କରାଇବା ସମ୍ଭବ ହୋଇଥାଏ । ଆନ୍ତର୍ଜାତିକ ସଦ୍ଭାବ ପ୍ରତିଷ୍ଠା ପାଇଁ ନିମ୍ନଲିଖ ଶୈକ୍ଷିକ ପଦକ୍ଷେପମାନ ଗ୍ରହଣ କରାଯିବା ଆବଶ୍ୟକ ।
(କ) ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକଗୁଡ଼ିକର ପୁନର୍ଗଠନ – ବିଦ୍ୟାଳୟରେ ପ୍ରତ୍ୟେକ ସ୍ତରରେ ଶିକ୍ଷା ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକଗୁଡ଼ିକର ପୁନର୍ଗଠନର ଆବଶ୍ୟକତା ରହିଛି । ବିଭିନ୍ନ ପାଠ୍ୟ ବିଷୟ ଯଥା – ଇତିହାସ, ଭୂଗୋଳ, ବିଜ୍ଞାନ ଓ ଭାଷାରେ ବିଶ୍ଵ ସମ୍ବନ୍ଧୀୟ ଜ୍ଞାନ, ସମସ୍ୟା ଓ ତାହାର ସମାଧାନ ଇତ୍ୟାଦି ସ୍ଥାନ ପାଇବା ବିଧେୟ । ଏହି ପୁନର୍ଗଠିତ ପାଠ୍ୟକ୍ରମ ଜରିଆରେ ଶିକ୍ଷାର୍ଥୀମାନେ ନିମ୍ନଲିଖ ଜ୍ଞାନ ହାସଲ କରିପାରିବେ ।
- ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତା ବିଷୟରେ ଜ୍ଞାନ ହାସଲ କରିବା ।
- ବିଭିନ୍ନ ଦେଶଗୁଡ଼ିକର ଧର୍ମ ସମ୍ବନ୍ଧରେ ଅବଗତ ହେବା ।
- ପୃଥିବୀର ବିଭିନ୍ନ ସଂସ୍କୃତି ବିଷୟରେ ଅବଗତ ହେବା ।
- ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ଲୋକମାନଙ୍କର ପ୍ରୟାସ ବିଷୟରେ ଜାଣିବା ।
(ଖ) ସଠିକ୍ ସହପାଠ୍ୟକ୍ରମ ପରିଚାଳିତ କରିବା – ଆନ୍ତର୍ଜାତିକ ବୁଝାମଣା ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ମାଧ୍ୟମରେ ସୃଷ୍ଟି କରାଯାଇପାରେ । ଯେପରିକି, ପୃଥିବୀର ପ୍ରସିଦ୍ଧ ଲୋକମାନଙ୍କର ଜନ୍ମ ଦିବସ ପାଳନ କରିବା, ବିଭିନ୍ନ ଆନ୍ତର୍ଜାତିକ ଦିବସ ଯଥା ଜାତିସଂଘ ପ୍ରତିଷ୍ଠା ଦିବସ, ମାନବାଧିକାର ଦିବସ, ପୃଥିବୀ ସ୍ଵାସ୍ଥ୍ୟ ଦିବସ ଇତ୍ୟାଦି ପାଳନ କରିବା ଆବଶ୍ୟକ ।
(ଗ) ସାଂସ୍କୃତିକ ଭାବ ବିନିମୟ କାର୍ଯ୍ୟକ୍ରମ : ସାଂସ୍କୃତିକ ଭାବ ବିନିମୟ ଯଥା – ବିଭିନ୍ନ ଶିକ୍ଷକ, ଛାତ୍ର, ଶିକ୍ଷାବିତ୍, କଳାକାର, ଲେଖକ ଏବଂ କବି ଇତ୍ୟାଦିଙ୍କୁ ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ପଠାଯିବା ଆବଶ୍ୟକ । ସେହିପରି ଆମ୍ଭେମାନେ ମଧ୍ୟ ପାଶ୍ଚାତ୍ୟ ଶିକ୍ଷାବିତ୍, ଦାର୍ଶନିକ, ଲେଖକ ଇତ୍ୟାଦିଙ୍କୁ ଆମ ଦେଶକୁ ନିମନ୍ତ୍ରଣ କରିବା ଉଚିତ । ଏହାଦ୍ଵାରା ଆମ ସଂସ୍କୃତିରେ ଥିବା ଭ୍ରମାତ୍ମକ ଚିନ୍ତାଧାରା ଦୂରୀଭୂତ ହୋଇପାରିବ ।
(ଘ) ଶିକ୍ଷାର୍ଥୀମାନଙ୍କୁ ଦୈନିକ ଖବରକାଗଜ, ଦୂରଦର୍ଶନ କିମ୍ବା ରେଡ଼ିଓ ମାଧ୍ୟମରେ ପୃଥିବୀର ବିଭିନ୍ନ ଅଞ୍ଚଳ ବିଷୟରେ ଖବର ସଂଗ୍ରହ ପାଇଁ ଶିକ୍ଷକମାନେ ଉତ୍ସାହିତ କରିବା ଉଚିତ ।
(ଙ) ବିଶ୍ବର ବିଭିନ୍ନ ଲୋକଙ୍କର ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଶିକ୍ଷକ ଜ୍ଞାନ ପ୍ରଦାନ କରିବା ଉଚିତ ।
(ଚ) ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ଦେଶର ପିଲାମାନଙ୍କ ସହ ପତ୍ରବନ୍ଧୁ ସମ୍ପର୍କ ସ୍ଥାପନକୁ ଉତ୍ସାହିତ କରିବା ଉଚିତ ।
(ଛ) ଆନ୍ତର୍ଜାତିକ ସଦ୍ଭାବ ପ୍ରତିଷ୍ଠା ଦିଗରେ ଶିକ୍ଷକଙ୍କର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ଶିକ୍ଷାର୍ଥୀମାନଙ୍କର କ୍ରମବର୍ଷମାନ ସ୍ଵାଧୀନ ଚେତନା, ଆତ୍ମନିର୍ଭରଶୀଳତା, ଦାୟିତ୍ୱବୋଧ ତଥା ସହନଶୀଳତା ଇତ୍ୟାଦି ଗୁଣଗୁଡ଼ିକୁ ହୃଦୟଙ୍ଗମ କରି ସେମାନଙ୍କ ମଧ୍ୟରେ ବିଶ୍ଵ ଐକ୍ୟ ମନୋଭାବକୁ ଜାଗ୍ରତ କରିବା ଶିକ୍ଷକଙ୍କର ପ୍ରଧାନ କାର୍ଯ୍ୟ ହେବା ଉଚିତ ।
BSE Odisha Class 12 Education Notes
ବିଷୟଭିତ୍ତିକ ସୂଚନା
ଜାତୀୟ ସଂହତି :
ଏକ ରାଷ୍ଟ୍ରର ଅଖଣ୍ଡତା, ସମୃଦ୍ଧି ଏହାର ଐକ୍ୟ ବା ଜାତୀୟ ସଂହତି ଉପରେ ପର୍ଯ୍ୟବସିତ । ଭାରତ ଏକ ଏପରି ରାଷ୍ଟ୍ର ଯେଉଁଠି ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ବିଶ୍ବାସର ଲୋକ ଏକାଠି କେଉଁ ପ୍ରାଚୀନ କାଳରୁ ରହିଆସୁଛନ୍ତି । ସେମାନଙ୍କ ମଧ୍ୟରେ ବିଭିନ୍ନତା ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ବିଶ୍ଵାସ, ଦେଶପ୍ରୀତି, ଭ୍ରାତୃଭାବ ପ୍ରତ୍ୟେକ ଭାରତୀୟଙ୍କୁ ଏକତାର ମନ୍ତ୍ରରେ ବାନ୍ଧିରଖୁଛି । ବିଭିନ୍ନତା ହିଁ ପତନର ମୂଳବିନ୍ଦୁ । ତେଣୁ ଶିକ୍ଷାରେ ଜାତୀୟ ସଂହତି ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି । କୋମଳମତି ଛାତ୍ରଛାତ୍ରୀମାନେ ନିଜ ଦେଶର ବିଭିନ୍ନତାକୁ ବିଶ୍ଳେଷଣ କରି ଅହିଂସା ଓ ସଂହତିର ପଥ ଅନୁସରଣ କରି ଦେଶକୁ ଅଖଣ୍ଡ ଓ ବିକାଶଶୀଳ କରିବା ନିମନ୍ତେ ବ୍ରତୀ ହେବାପାଇଁ ଏହା ଏକାନ୍ତ ଆବଶ୍ୟକ ।
ଜାତୀୟ ସଂହତିର ଅର୍ଥ ଜାତୀୟ ଐକ୍ୟ ବା ସମାନତା । ଅର୍ଥାତ୍ ଅନେକ ପ୍ରକାର ବୈଷମ୍ୟ ମଧ୍ୟରେ ସୁସଂଗଠିତ ଏକତାକୁ ଜାତୀୟ ସଂହତି କୁହାଯାଏ । ଏହା ସାମାଜିକ, ରାଜନୈତିକ, ଅର୍ଥନୈତିକ, ଧର୍ମଗତ, ଭାଷାଗତ ଓ ସାଂସ୍କୃତିକ ଏକତାକୁ ବୁଝାଏ । ଜାତୀୟ ଭାବଧାରା, ଆଦର୍ଶ, ଆଚାର-ବ୍ୟବହାର ଓ ମୂଲ୍ୟବୋଧ ପ୍ରଭୃତିର ଅଭିନ୍ନତା, ସମାଜର ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ସମପ୍ରାଣତା ବା ଐକ୍ୟବୋଧ ସୃଷ୍ଟି କରିଥାଏ । ଏହି ସମତା ଓ ଅଭିନ୍ନତାବୋଧଦ୍ଵାରା ଜାତୀୟ ସଂହତିର ଅକ୍ଷୁଣ୍ଣତା ତିଷ୍ଠି ରହେ । ଏହାଦ୍ୱାରା ବିଭିନ୍ନ ସଂସ୍କୃତି ମଧ୍ୟରେ ଏକ ଅନ୍ତର୍ନିହିତ ପରିବ୍ୟାପ୍ତ ସମତା ଆଣିବା ସମ୍ଭବ ହୋଇଥାଏ ।
1. ଜାତୀୟ ସଂହତି ରକ୍ଷାର ଆବଶ୍ୟକତା
(i) ଦେଶର ପ୍ରତିରକ୍ଷା (Security of the nation): ଦେଶର ପ୍ରତିରକ୍ଷା ପାଇଁ ଆମ ଦେଶରେ ଜାତୀୟ ସଂହତି ରକ୍ଷା ଏକାନ୍ତ ଆବଶ୍ୟକ ।
(ii) ଆଭ୍ୟନ୍ତରୀଣ ଶୃଙ୍ଖଳା (Internal Discipline)
(iii) ଆର୍ଥିକ ସମୃଦ୍ଧତା (Economic Prosperity)
2. ଜାତୀୟ ସଂହତି ରକ୍ଷାର ପ୍ରତିବନ୍ଧକ :
(i) ସାମାଜିକ ଓ ସାଂସ୍କୃତିକ ବୈଷମ୍ୟ
(ii) ଜାତିଆଣ ମନୋଭାବ
(iii) ଧର୍ମଗତ ପାର୍ଥକ୍ୟ ଓ ସାମ୍ପ୍ରଦାୟିକତା
(iv) ଭାଷାଗତ ବୈଷମ୍ୟ
(v) ଭୌଗୋଳିକ ପାର୍ଥକ୍ୟ
(vi) ଆଦର୍ଶ ଓ ସୁସ୍ଥ ନେତୃତ୍ଵର ଅଭାବ
(vii) ରାଜନୈତିକ ବୈଷମ୍ୟ
(viii)ବେକାର ସମସ୍ୟା
3. ଜାତୀୟ ସଂହତିର ପ୍ରତିଷ୍ଠା ପାଇଁ ଏକ ସୁସଙ୍ଗଠିତ କାର୍ଯ୍ୟକ୍ରମ :
(i) ସାଧାରଣ ବିଦ୍ୟାଳୟ ବ୍ୟବସ୍ଥା
(ii) ଭାଷା ଶିକ୍ଷା
(iii) ଶିକ୍ଷାନୁଷ୍ଠାନରେ ଦୈନନ୍ଦିନ କାର୍ଯ୍ୟାବଳୀ
(iv) ସମାଜସେବା ଓ ସମୂହ କାର୍ଯ୍ୟ
(v) ସମାଜ ଉପଯୋଗୀ ପାଠ୍ୟକ୍ରମ
(vi) ସହପାଠ୍ୟକ୍ରମ ବ୍ୟବସ୍ଥା
ଆନ୍ତର୍ଜାତିକ ବୁଝାମଣା :
ଏହି ବିଶାଳ ବିଶ୍ବରେ ମଣିଷର ସ୍ଥିତି କେବଳ ନିଜ ଦେଶରେ ସଂକୀର୍ଣ୍ଣ ସୀମା ମଧ୍ୟରେ ସୀମାବଦ୍ଧ ନୁହେଁ । ବର୍ତ୍ତମାନ ଯୁଗରେ ସେ ସମଗ୍ର ପୃଥିବୀର ଜଣେ ଅଧ୍ବବାସୀ ଭାବରେ ପରିଗଣିତ ହେଉଛି । ବିଜ୍ଞାନର ଉନ୍ନତି ଫଳରେ ପୃଥିବୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଦେଶ ଦେଶ ମଧ୍ୟରେ ଯାତାୟାତର ସୁବିଧା, ରେଡ଼ିଓ, ଟେଲିଭିଜନ ଓ ଅନ୍ୟାନ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ପୃଥିବୀର ଅତି ଦୂରସ୍ଥାନରେ ଥିବା ଲୋକେ ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେଉଛନ୍ତି । ସୁତରାଂ ସାଂପ୍ରତିକ ବିଶ୍ଵରେ କୌଣସି ଦେଶ ଏକୁଟିଆ ହୋଇ ରହିପାରିବ ନାହିଁ । କାରଣ ଗୋଟିଏ ଦେଶର ଘଟଣାବଳୀ ଖୁବ୍ ଶୀଘ୍ର ଅନ୍ୟଦେଶବାସୀ ଜାଣିପାରୁଛନ୍ତି । ଏହା କେବଳ ଆନ୍ତର୍ଜାତିକ ବୁଝାମଣା ଯୋଗୁଁ ସମ୍ଭବ ହୋଇପାରୁଛି । ଏକବିଂଶ ଶତାବ୍ଦୀରେ ମାନବଜାତିର ଏକ ସ୍ବପ୍ନ ହେଉଛି ଜାତି, ଧର୍ମ, ବର୍ଣ୍ଣ ଓ ଗୋଷ୍ଠୀର ବୈଷମ୍ୟ ସତ୍ତ୍ଵେ ଏକ ଅଖଣ୍ଡ ବିଶ୍ଵ ଗଠନ କରିବା । ତେଣୁ ଯଥାର୍ଥରେ ଦେଶ-ଦେଶ ଓ ଜାତି-ଜାତି ମଧ୍ୟରେ ସଦ୍ଭାବ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ସଦ୍ଭାବ କୁହାଯାଏ ।
ଆନ୍ତର୍ଜାତିକ ସଦଭାବ :
ଆନ୍ତର୍ଜାତିକ ସଦ୍ଭାବ କ୍ଷେତ୍ରରେ ୟୁନେସ୍କୋ (UNESCO)ର ଭୂମିକା : ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ, ସାଂସ୍କୃତିକ ସଙ୍ଗଠନ (UNESCO) ୧୯୪୬ ମସିହା ନଭେମ୍ବର ୪ ତାରିଖରେ ଗଠିତ ହୋଇଛି । ମିଳିତ ଜାତିସଂଘର ବାଣୀକୁ ଆନ୍ତର୍ଜାତିକ ସଦ୍ଭାବ ସୃଷ୍ଟି କରିବା ନିମନ୍ତେ ଏହି UNESCO (ୟୁନେସ୍କୋ) ସୃଷ୍ଟି କରାଯାଇଛି ।
UNESCO ର ଲକ୍ଷ୍ୟ –
(i) ରାଷ୍ଟ୍ରମାନଙ୍କ ମଧ୍ୟରେ ସଂହତି ବୃଦ୍ଧି କରିବା, ଶାନ୍ତି ଓ ସଦିଚ୍ଛା ବଜାୟ ରଖୁ ।
(ii) ଜାତି, ବର୍ଣ୍ଣ, ଧର୍ମ, ଭାଷା ନିର୍ବିଶେଷରେ ପୃଥିବୀର ସମସ୍ତ ଜନସାଧାରଣଙ୍କୁ ମୌଳିକ ସ୍ବାଧୀନତା ପ୍ରଦାନ କରିବା ।
(iii) ଶିକ୍ଷାର ପରିସରକୁ ପ୍ରସାରିତ କରିବା ।
(iv) ଆନ୍ତର୍ଜାତିକ ସ୍ତରରେ ସାଂସ୍କୃତିକ ବିନିମୟକୁ ଉତ୍ସାହିତ କରିବା ।
(v) ଆନ୍ତର୍ଜାତିକ ସଂସ୍କୃତି ଓ ତଥା ଉତ୍ସର୍ଗୀକୃତ ତଥ୍ୟକୁ ବିଶ୍ବବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ।
ଆନ୍ତର୍ଜାତିକ ସଦ୍ଭାବ କହିଲେ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ୱାସ ଓ ସମ୍ମାନକୁ ବୁଝାଏ । ଯେତେବେଳେ ମନୁଷ୍ୟ ନିଜକୁ ନିଜ ଦେଶର ନାଗରିକ ନଭାବି ସମଗ୍ର ପୃଥିବୀର ନାଗରିକ ବୋଲି ଭାବିଥାଏ, ସେତେବେଳେ ହିଁ ଆନ୍ତର୍ଜାତିକ ସଦ୍ଭାବର ସୃଷ୍ଟି ହୋଇଥାଏ । ମନୁଷ୍ୟ ଯେତେବେଳେ ଭାବେ ଯେ, ପୃଥିବୀର ସମସ୍ତ ଅଧ୍ବବାସୀ ଗୋଟିଏ ଈଶ୍ବରଙ୍କ ସନ୍ତାନ ଏବଂ ସମଗ୍ର ପୃଥିବୀ ଗୋଟିଏ ପରିବାର ସଦୃଶ, ସେତେବେଳେ ତା’ ମନରେ ବିଶ୍ଵ ମନୋଭାବ ସୃଷ୍ଟି ହୋଇଥାଏ । ଏହାଦ୍ଵାରା ତା’ ମନରେ ‘ବୁସୁଧୈବ କୁଟୁମ୍ବକମ୍’ ଧାରଣା ଦୃଢ଼ୀଭୂତ ହୋଇଥାଏ ।