CHSE Odisha Class 12 Psychology Unit 1 Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Long Answer Questions

CHSE Odisha 12th Class Psychology Unit 1 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
କ୍ରମ-ବିକାଶ କ’ଣ ? ବିକାଶର ନିୟମାବଳୀଗୁଡ଼ିକ ଆଲୋଚନା କର ।
Answer:
ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ “ ବିକାଶ” କୁହାଯାଏ । ବିକାଶ ପରିବର୍ତ୍ତନ ଓ ଗତିର ଏପରି ଏକ ପ୍ରତିରୂପ ଯାହା ମାତୃ ଗର୍ଭରେ ସ୍ଥାପିତ ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗତିଶୀଳ ରହିଥାଏ । ଏହା ଉଭୟ ସକାରାତ୍ମକ ଓ ନକରାତ୍ମକ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଏ । ଏହା ଜୈବିକ, ସଜ୍ଞାନାତ୍ମକ ଏବଂ ସାମାଜିକ ସଂବେଗାତ୍ମକ ପ୍ରକ୍ରିୟାଗୁଡ଼ିକ ପରସ୍ପର ସମ୍ବନ୍ଧକୁ ନେଇ ଆକାର ପ୍ରାପ୍ତ ହୋଇଥାଏ ।

ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ଵତନ୍ତ୍ର ରୂପରେ ତଥା ସ୍ଵତନ୍ତ୍ର ପରିପ୍ରେକ୍ଷୀରେ ବୃଦ୍ଧି ଓ ବିକାଶ ଲାଭ କରିଥାନ୍ତି । ତଥାପି ବିକାଶର କେତେକ ମୂଳ ନିୟମ ରହିଛି ଏବଂ ଏଗୁଡ଼ିକ ବିକାଶର ମୌଳିକ ପ୍ରକ୍ରିୟାକୁ ରେଖାଙ୍କିତ କରିଥାଆନ୍ତି । ବିକାଶ ଏକ କ୍ରମିକ ଏବଂ ପୂର୍ବାନୁମାନ ପ୍ରକ୍ରିୟା । ଏହାର ଧାରା ଓ ଗତିରେ ଭିନ୍ନତା ଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ନୀତି ଓ ନିୟମ ନେଇ ଗତି କରିଥାଏ । ଉକ୍ତ ନୀତିଗୁଡ଼ିକୁ ବିକାଶର ନିୟମ କୁହାଯାଏ । ଉକ୍ତ ନିୟମଗୁଡ଼ିକ ହେଉଛି :-

(୧) ବିକାଶ ନିରବଚ୍ଛିନ୍ନ ଭାବରେ ଗତି କରେ ।
(୨) ବିକାଶ ଏକ ନିର୍ଦ୍ଦିଷ୍ଟ ଢଞ୍ଚାକୁ ଅନୁସରଣ କରେ ।
(୩) ବିକାଶ ସାଧାରଣରୁ ସ୍ଵତନ୍ତ୍ରତାକୁ ଗତି କରେ ।
(୪) ବିକାଶ ପ୍ରକ୍ରିୟା ହାରରେ ବ୍ୟକ୍ତିଗତ ଭିନ୍ନତା ଥାଏ ।
(୫) ବିକାଶର ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ ।
(୬) ବିକାଶ ହେଉଛି ଅନୁକ୍ରିୟା ସମୂହର ସମନ୍ଵୟ ।
(୭) ବିକାଶର ବିଭିନ୍ନ କ୍ଷେତ୍ର ଅନ୍ତଃ-ସମ୍ବନ୍ଧିତ ।
(୮) ବିକାଶ ଆତ୍ମକୈନ୍ଦ୍ରିକତାରୁ ପର-କୈନ୍ଦ୍ରିକତା ଆଡ଼କୁ ଗତି କରିଥାଏ ।
(୯) ବିକାଶ ପରାବଲମ୍ବନରୁ ସ୍ଵାବଲମ୍ବନ ଆଡ଼କୁ ଗତି କରେ ।
(୧୦) ବିକାଶ କ୍ଷେତ୍ରରେ ଅନେକ ଜଟିଳ ସମୟ ଆସିଥାଏ ।

CHSE Odisha Class 12 Psychology Unit 1 Long Answer Questions in Odia Medium

(୧) ବିକାଶ ନିରବଚ୍ଛିନ୍ନ ଭାବରେ ଗତି କରେ :- ବିକାଶ ପ୍ରକ୍ରିୟା ଭୃଣାବସ୍ଥାରୁ ଆରମ୍ଭ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଚାଲିଥାଏ । ମାତ୍ର ବିକାଶ ହାରରେ ଭିନ୍ନତା ଦେଖାଯାଏ। ଶାରୀରିକ ଓ ମାନସିକ ଲକ୍ଷଣଗୁଡ଼ିକ ସେମାନଙ୍କର ପୂର୍ଣ୍ଣତା ସୀମାରେ ପହଞ୍ଚିବା ଦିନ ପର୍ଯ୍ୟନ୍ତ ନିରନ୍ତର ଚାଲୁ ରହିଥାଆନ୍ତି । ଉଦାହରଣ ସ୍ୱରୂପ ଉଚ୍ଚତା, ଭାଷା, ଓଜନ, ବୁଦ୍ଧି, ଆବେଗ ଇତ୍ୟାଦି ।

(୨) ବିକାଶ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାକୁ ଅନୁସରଣ କରେ –
ଅନ୍ୟାନ୍ୟ ପ୍ରାଣୀମାନଙ୍କ ଭଳି ମନୁଷ୍ୟମାନଙ୍କ କ୍ଷେତ୍ରରେ ବିକାଶ ଏକ ନିର୍ଦ୍ଦିଷ୍ଟ କ୍ରମିକତା ଓ ପୂର୍ବାନୁମେୟ ଢାଞ୍ଚାକୁ ଅନୁସରଣ କରିଥାଏ । ବିକାଶର ଧାରା ପ୍ରତ୍ୟେକ ପୂର୍ବ ପର୍ଯ୍ୟାୟ ଦ୍ଵାରା ପ୍ରଭାବିତ ହୁଏ ଏବଂ ଏହା ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରଭାବିତ କରିଥାଏ । ଉଦାହରଣ ସ୍ଵରୂପ – ଶିଶୁଟିର ଚାଲିବା, ତା’ର ଗୁରୁଣ୍ଡିବା ଓ ବସିବା ଉପରେ ନିର୍ଭରଶୀଳ ଏବଂ ଶିଶୁଟିର ଦୌଡ଼ିବା, ତା’ର ଚାଲିବା ଉପରେ ପର୍ଯ୍ୟବସିତ । ଶିଶୁର ଶାରୀରିକ ବିକାଶ ମୁଖ୍ୟତଃ ଦୁଇଗୋଟି ଅନୁକ୍ରମ ଅନୁସାରେ ଅଗ୍ରସର ହୋଇଥାଏ ଯଥା :-

(କ) ଆମସ୍ତକ-ପାଦ ଅନୁକ୍ରମ (Cephalo-candal sequence)
(ଖ) ସମୀପ-ଦୂରାଭିମୁଖୀ ଅନୁକ୍ରମ (Proximodistal sequence)

(୩) ବିକାଶ ସାଧାରଣରୁ ସ୍ଵତନ୍ତ୍ରତା ଆଡ଼କୁ ଗତି କରେ – ଶିଶୁର ବିକାଶ ପ୍ରକ୍ରିୟାରେ ପ୍ରତ୍ୟେକ କ୍ରିୟାକଳାପ ସାଧାରଣରୁ ଆରମ୍ଭ ହୋଇ କ୍ରମଶଃ ସ୍ଵତନ୍ତ୍ରତା ଆଡ଼କୁ ଗତି କରିଥାଏ । ଏହା ଶିଶୁଟିର ମାନସିକ ବା ଶାରୀରିକ ବିକାଶ କ୍ଷେତ୍ରରେ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୁଏ । ଉଦାହରଣ ସ୍ଵରୂପ ଗୋଟିଏ ବସ୍ତୁକୁ ଧରିବାକୁ ପଡ଼ିଥାଏ, ସେ ତା’ର ସଂପୂର୍ଣ୍ଣ ଶରୀର ଚଳାୟମାନ କରିଥାଏ । କିନ୍ତୁ ଶରୀରର କେଉଁ ସ୍ୱତନ୍ତ୍ର ଅଂଶକୁ ଚଳାୟମାନ କଲେ ସେ ନିର୍ଦ୍ଧାରିତ ବସ୍ତୁଟିକୁ ଧରିପାରିବ ତାହା ପରେ ବିକଶିତ ହୋଇଥାଏ । ଠିକ୍ ସେହିପରି ଶିଶୁଟି ପ୍ରଥମେ ପ୍ରଥମେ ସାଧାରଣ ଶବ୍ଦ ଶିଖୁବା ଆରମ୍ଭ କରେ ଓ କ୍ରମଶଃ ସେ ସ୍ଵତନ୍ତ୍ର ଶବ୍ଦ ଓ ବାକ୍ୟମାନ ଶିଖୁଥାନ୍ତି ।

(୪) ବିକାଶ ପ୍ରକ୍ରିୟା ହାରରେ ବ୍ୟକ୍ତିଗତ ଭିନ୍ନତା ଥାଏ – ବିକାଶର ହାର ସମସ୍ତ ଶିଶୁମାନଙ୍କ ପାଇଁ ସମାନ ନୁହେଁ । କେତେକ ଶିଶୁଙ୍କର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିକାଶର ହାର ଶୀଘ୍ର ଥିବାବେଳେ କେତେକଙ୍କର ଧୀର ଓ ମନ୍ଥର ହୋଇଥାଏ ।

ଉଦାହରଣ ସ୍ଵରୂପ :- ସମାନ ବୟସର ସମସ୍ତ ଶିଶୁଙ୍କର କଥା କହି ଶିଖୁବା ଓ ଚାଲିବା ଶିଖୁବା । ଏକ ସମୟରେ ହୋଇ ନ ଥାଏ । କେତେକ ପିଲା ଶୀଘ୍ର କଥା କହିବା ଆରମ୍ଭ କରନ୍ତି ଓ ଅନ୍ୟ କେତେକ ପିଲା ଡେରିରେ କଥା କହିବା ଶିଖୁଥାନ୍ତି ।

(୫) ବିକାଶ ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ – ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପାଇଁ ବିକାଶ ହାର ସମାନ ନୁହେଁ । ବିଭିନ୍ନ ଅବସ୍ଥାରେ ମଧ୍ୟ ବିକାଶର ହାରରେ ଭିନ୍ନତା ଦେଖାଦେଇଥାଏ । ଶୈଶବ ଅବସ୍ଥାରୁ ଆରମ୍ଭ କରି ଯୁବକ ଅବସ୍ଥା ପର୍ଯ୍ୟନ୍ତ ଶାରୀରିକ ଅଭିବୃଦ୍ଧି କ୍ଷିପ୍ର ଭାବରେ ଦେଖା ଦେଇଥାଏ । ଯୁବକ ଅବସ୍ଥା ଠାରୁ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଧୀର ଭାବରେ ଦେଖାଯାଏ । ସେହିପରି ଶିଶୁଟିର ହୃତ୍‌ପିଣ୍ଡ ଓ ପାକତନ୍ତ୍ର ଇତ୍ୟାଦିର ବୃଦ୍ଧି ଶୈଶବାବସ୍ଥାରେ ଧୂମା ଥିବାବେଳେ ଯୁବାବସ୍ଥାରେ କ୍ଷିପ୍ର ହୋଇଥାଏ ।

(୬) ବିକାଶ ହେଉଛି ଅନୁକ୍ରିୟା ସମୂହର ସମନ୍ଵୟ – ଶିଶୁଟିର ସମସ୍ତ କାର୍ଯ୍ୟକଳାପ ଓ ବ୍ୟବହାର ଧୀରେ ଧୀରେ ଏକତ୍ରିତ ହୋଇଥାନ୍ତି । କ୍ରମଶଃ ସରଳ ଅନୁକ୍ରିୟା ସମୂହର ସମନ୍ଵୟ ଘଟିବା ଫଳରେ ଶିଶୁଟି ଜଟିଳ ବ୍ୟବହାର ସହିତ ନିଜକୁ ଖାପ ଖୁଆଇ ଚାଲିବାରେ ସକ୍ଷମ ହୋଇଥାଏ ।

ଉଦାହରଣ ସ୍ଵରୂପ :- ଶିଶୁଟି ଧୀରେ ଧୀରେ ବିଭିନ୍ନ ଶବ୍ଦ ଶିକ୍ଷା କରେ ଓ କ୍ରମଶଃ ଉକ୍ତ ଶବ୍ଦଗୁଡ଼ିକୁ ଏକତ୍ରିତ କରି ବିଭିନ୍ନ ସରଳ ଓ ଜଟିଳ ବାକ୍ୟମାନ ସୃଷ୍ଟି କରିଥାଏ ।

(୭) ବିକାଶର ବିଭିନ୍ନ କ୍ଷେତ୍ର ଅନ୍ତଃ-ସମ୍ବନ୍ଧିତ – ଶିଶୁର ଶାରୀରିକ ବିକାଶର ମାନସିକ ବିକାଶ ସହ ସକାରୀ ସହସମ୍ବନ୍ଧ ରହିଛି । ସାଧାରଣତଃ ସ୍ଵାସ୍ଥ୍ୟବାନ ଓ ବଳିଷ୍ଠ ଶିଶୁର ମାନସିକ ବିକାଶ ଉତ୍ତମ ହୋଇଥାଏ । ବିକାଶର ଗୋଟିଏ କ୍ଷେତ୍ର ଅନ୍ୟ କ୍ଷେତ୍ରମାନଙ୍କୁ ପ୍ରଭାବିତ କରିଥାଏ । ଶିଶୁମାନଙ୍କ ଉପରେ ପରୀକ୍ଷଣ କରି ଦେଖାଯାଉଛି ଯେ ବୁଦ୍ଧିର ବିକାଶ ମାନବର ବିଭିନ୍ନ ପ୍ରକ୍ରିୟା ଉପରେ ନିର୍ଭର କରେ ଓ ଏହା ପରିବର୍ତ୍ତନଶୀଳ । ଯେଉଁମାନେ ଶୀଘ୍ର ପରିପକ୍ବତା ମାନସିକ ବିକାଶରେ ବିଳମ୍ବରେ ପରିପକ୍ଵ ଲାଭ କରିଥିବା ସମବୟସ୍କ ଶିଶୁମାନଙ୍କ ଠାରୁ ଯଥେଷ୍ଟ ଉନ୍ନତ ।

CHSE Odisha Class 12 Psychology Unit 1 Long Answer Questions in Odia Medium

(୮) ବିକାଶ ଆତ୍ମକୈନ୍ଦ୍ରିକତାରୁ ପରକୈନ୍ଦ୍ରିକତା ଆଡ଼କୁ ଗତି କରିଥାଏ – ଶିଶୁମାନେ ସାଧାରଣତଃ ଆତ୍ମକୈନ୍ଦ୍ରିକ । ସେମାନେ ପ୍ରତ୍ୟେକଟି ଜିନିଷକୁ ନିଜ ଦୃଷ୍ଟିକୋଣରୁ ବିଚାର କରିଥାନ୍ତି । ଅନ୍ୟମାନଙ୍କର ଦୃଷ୍ଟିକୋଣରୁ ବିଚାର କରିବାର ଶକ୍ତି ସେମାନଙ୍କର ନ ଥାଏ । ଦୃଷ୍ଟିଗୋଚର ହେଉଥ‌ିବା ସମସ୍ତ ବସ୍ତୁ ତା’ ନିଜର ଏହିପରି ଭାବଧାରା ନେଇ ସେ ଗତି କରିଥାଏ ।

ଉଦାହରଣ ସ୍ଵରୂପ :- ଦୁଇବର୍ଷର ଗୋଟିଏ ଶିଶୁ ରାତି ଦୁଇଟାବେଳେ ଚକୋଲେଟ୍ ଖାଇବା ପାଇଁ ଜିଦ୍ କରି ପାଟିକରି କାନ୍ଦିପାରେ । ସେ ଜାଣି ନ ଥାଏ ଯେ ରାତିର ଏହି ସମୟରେ ତା’ର ଦାବି ପୂରଣ ହେବା ପୁରାପୁରି ଅସମ୍ଭବ । କିନ୍ତୁ ଛୁଆ ଟିକିଏ ବଡ଼ ହୋଇଗଲା ପରେ ତା’ର ଚିନ୍ତନ ଓ ବ୍ୟବହାର ଆତ୍ମକୈନ୍ଦ୍ରିକତା ଠାରୁ ସାମାଜିକତା ଆଡ଼କୁ ଅଗ୍ରସର ହୁଏ ଏବଂ ସେ ଅନ୍ୟର ଦୃଷ୍ଟିକୋଣରୁ ଦୁନିଆଁକୁ ଦେଖୁବା ରୂପରେ ନିଜକୁ ବଦଳାଇଥାଏ ।

(୯) ବିକାଶ ପରାବଲମ୍ବନରୁ ସ୍ଵାବଲମ୍ବନ ଆଡ଼କୁ ଗତି କରେ – ଶୈଶବ ଅବସ୍ଥାରେ ଶିଶୁମାନେ ସେମାନଙ୍କର ଖାଦ୍ୟ, ପାନୀୟ ତଥା ତାଙ୍କର ସର୍ବାଙ୍ଗୀନ ଯତ୍ନ ନିମିତ୍ତ ଅନ୍ୟମାନଙ୍କ ଉପରେ ନିର୍ଭର କରିଥାନ୍ତି । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସେମାନେ ପରାବଲମ୍ବନରୁ ସ୍ଵାବଲମ୍ବନ ଆଡ଼କୁ ଅଗ୍ରସର ହେବାର ସୂଚନା ଦିଏ । ଅନ୍ୟର ସାହାଯ୍ୟ ବିନା ସେମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ନିଜେ ସମାପନ କରିପାରନ୍ତି ।

(୧୦) ବିକାଶ କ୍ଷେତ୍ରରେ ଅନେକ ଜଟିଳ ସମୟ ଆସିଥାଏ – ମନୋବିଜ୍ଞାନୀମାନଙ୍କ ମତରେ ବିକାଶ କ୍ଷେତ୍ରରେ ଅନେକ ଜଟିଳ ସମୟ ଆସିଥାଏ । ଏହାକୁ କ୍ରାନ୍ତିକ ପର୍ଯ୍ୟାୟର ପ୍ରଭାବ କୁହାଯାଏ । ଏହା ମନୁଷ୍ୟ କ୍ଷେତ୍ରରେ ବିଶେଷତଃ ବାଲ୍ୟାବସ୍ଥାରେ ଦେଖାଯାଇଥାଏ । ଉକ୍ତ ସମୟ କାଳକୁ ସମ୍ବେଦନଶୀଳ ଅବସ୍ଥା କୁହାଯାଏ । ଉକ୍ତ ସମୟ ମଧ୍ୟରେ ଉପଯୁକ୍ତ ଉଦ୍ଦୀପନା ଉପଲବ୍ଧ ହେଲେ ବିକାଶ ତ୍ବରାନ୍ବିତ ହୋଇଥାଏ । ଏପରିକି ଶିଶୁମାନେ ଏହି ସମୟରେ ଉପଯୁକ୍ତ ଶିକ୍ଷା ଦ୍ଵାରା ବିଭିନ୍ନ ଭାଷା ଉପରେ ଦକ୍ଷତା ହାସଲ କରିପାରିଥାନ୍ତି ।

Question ୨।
ବିକାଶର ବିଭିନ୍ନ ଅବସ୍ଥାଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ମାନବ ଜୀବନ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥା ଦେଇ ଅଗ୍ରସର ହୋଇଥାଏ । ପ୍ରତ୍ୟେକ ଅବସ୍ଥାରେ ବ୍ୟକ୍ତି ଗୋଟିଏ ବିଶେଷ ଲକ୍ଷ୍ୟ ଦିଗରେ ଅଗ୍ରସର ହୋଇଥାଏ ଏବଂ ଏହି ବିଶେଷ ଲକ୍ଷ୍ୟକୁ ଗୋଟିଏ ଅବସ୍ଥାରେ ପ୍ରାପ୍ତ କରି ସାରିବା ପରେ ଯାଇ ସେ ପରବର୍ତ୍ତୀ ଅବସ୍ଥାକୁ ଅଗ୍ରସର ହୋଇଥାଏ । ଗୋଟିଏ ଅବସ୍ଥାରୁ ପରବର୍ତ୍ତୀ ଅବସ୍ଥାରେ ପହଞ୍ଚିବା ପାଇଁ ନେଉଥୁବା ସମୟ ଓ ବିକାଶର ବେଗ ଭିନ୍ନ ଭିନ୍ନ ବ୍ୟକ୍ତି ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ଗୋଟିଏ ଅବସ୍ଥା ପରେ ପରବର୍ତୀ ଅବସ୍ଥା ଆସିଥାଏ । କିନ୍ତୁ ପୂର୍ବବର୍ତ୍ତୀ ଅବସ୍ଥାର ବ୍ୟବହାର ତଥା କ୍ରିୟାକଳାପ ପରବର୍ତ୍ତୀ ଅବସ୍ଥାରେ କିଛିମାତ୍ରାରେ ଦେଖା ଦେଇପାରେ । ଏମାନେ ଆଂଶିକ ଭାବରେ ପରସ୍ପର ସହିତ ସଂଯୁକ୍ତ ହୋଇଥାଆନ୍ତି ।
ବିକାଶର ବିଭିନ୍ନ ଅବସ୍ଥାଗୁଡ଼ିକ ହେଲା :-

(୧) ପ୍ରାକ୍-ଜନନ ଅବସ୍ଥା
(୨) ଶୈଶବାବସ୍ଥା
(୩) ବାଲ୍ୟାବସ୍ଥା
(୪) କିଶୋରାବସ୍ଥା
(୫) ପ୍ରୌଢ଼ାବସ୍ଥା
(୬) ବୃଦ୍ଧାବସ୍ଥା

(୧) ପ୍ରାକ୍-ଜନନ ଅବସ୍ଥା ଏହା ଗର୍ଭଧାରଣ ସମୟ ଠାରୁ ଆରମ୍ଭ ହୋଇ ଜନ୍ମ ହେବା ପର୍ଯ୍ୟନ୍ତ ଗତି କରିଥାଏ । ଏହାର ସାଧାରଣତଃ ସମୟସୀମା ୪୦ ସପ୍ତାହ ବା ୨୮୦ ଦିନ ଅଟେ । ଉକ୍ତ ଅବସ୍ଥାରେ ବିକାଶର ଧାରା କ୍ଷିପ୍ତ ହୋଇଥାଏ । ଏହା ଏତେ କ୍ଷିପ୍ର ଯେ ମାତୃ ଗର୍ଭରେ ଥିବା ଭ୍ରୂଣଟି ଉକ୍ତ ୨୮୦ ଦିନରେ ଏକ ପିକଣ୍ଟାର ମୁଣ୍ଡ ଆକାରରୁ ତିନି ଚାରି କିଲୋଗ୍ରାମର ପୂର୍ଣ ବିକଶିତ ଶିଶୁରେ ପରିଣତ ହୋଇଥାଏ । ପ୍ରାକ୍‌ଜନନ ଅବସ୍ଥା ମୁଖ୍ୟତଃ ତିନିଗୋଟି ଭାଗରେ ବିଭକ୍ତ ଯଥା :-

(କ) ଡିମ୍ବାବସ୍ଥା ବା ଅଙ୍କୁରଣ (Period of Ovum)
(ଖ) ଭୃଣାବସ୍ଥା (Period of Embryo)
(ଗ) ଗର୍ଭାବସ୍ଥା (Period of Fetus)

CHSE Odisha Class 12 Psychology Unit 1 Long Answer Questions in Odia Medium

(କ) ଡିମ୍ବାବସ୍ତୁ – ଉକ୍ତ ଅବସ୍ଥା ଶିଶୁଟିର ଜୀବନ ଧାରଣ ଦିନଠାରୁ ୨ ସପ୍ତାହ ଶେଷ ପର୍ଯ୍ୟନ୍ତ ଗତି କରିଥାଏ । ଡିମ୍ବାଣୁ ସହ ଶୁକ୍ରାଣୁର ମିଳନ ଡିମ୍ବବାହୀନଳୀରେ ହୋଇଥାଏ । ଉକ୍ତ ମିଳନ ଦ୍ଵାରା ଯୁଗ୍ମକ ସୃଷ୍ଟି ହୋଇଥାଏ । ଏହା ଧୀରେ ଧୀରେ ଡିମ୍ବବାହୁ ନଳୀରୁ ବାହାରି ଗର୍ଭାଶୟ ମଧ୍ୟକୁ ପ୍ରବେଶ କରିଥାଏ । ଗର୍ଭାଶୟରେ ଅବସ୍ଥାନ କଲାପରେ ଉକ୍ତ ଯୁଗ୍ମଜଟି ଭ୍ରୂଣର ରୂପ ନେଉଥାଏ ଓ ମା’ ଗର୍ଭରେ ଥିବା ରକ୍ତନଳୀ ସାହାଯ୍ୟରେ ଖାଦ୍ୟ ଗ୍ରହଣ କରି ବଞ୍ଚ ରହିଥାଏ । ଏହି ଭ୍ରୂଣଟିର ଆକାର ଏକ ପିକଣ୍ଟାର ମୁଣ୍ଡଭଳି ଦେଖାଯାଇଥାଏ ।

(ଖ) ଭୃଣାବସ୍ଥା – ଏହି ଅବସ୍ଥା ଗର୍ଭସଞ୍ଚାରର ୨ୟ ସପ୍ତାହଠାରୁ ୮ମ ସପ୍ତାହ ପର୍ଯ୍ୟନ୍ତ ଗତି କରିଥାଏ । ଉକ୍ତ ଅବସ୍ଥାରେ ଶିଶୁଟିର ସମସ୍ତ ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗର ବିକାଶ ଘଟିଥାଏ । ନିଷିକ୍ତ ଡିମ୍ବାଣୁ ସମୟଠାରୁ ଉକ୍ତ ଅବସ୍ଥାର ଶେଷ ସମୟ ବେଳକୁ ଯୁଗ୍ମଜଟିର ଆକାରରେ ଶତକଡ଼ା ଦୁଇ ମିଲିଅନ୍ ବୃଦ୍ଧି ଘଟିଥାଏ । ଉକ୍ତ ଅବସ୍ଥାରେ ଯୁଗ୍ମଜଟିର ଅନ୍ତରୀଣ ସମୂହ ତିନିଗୋଟି ସ୍ତରରେ ବିଭକ୍ତ ହୋଇଥାଏ । ଯଥା :-

  • ବାହ୍ୟ ଚର୍ମସ୍ତର (Ectoderm)
  • ମଧ୍ୟାଦିସ୍ତର (Mesoderm)
  • ଅନ୍ତଃଚର୍ମ ସ୍ତର (Endoderm)

(ଗ) ଗର୍ଭାବସ୍ଥା – ଉକ୍ତ ଅବସ୍ଥା ୮ମ ସପ୍ତାହର ଶେଷ ଠାରୁ ଆରମ୍ଭ ହୋଇ ଶିଶୁଟି ଜନ୍ମ ହେବା ପର୍ଯ୍ୟନ୍ତ ଗତି କରିଥାଏ । ଏହି ସମୟ ମଧ୍ୟରେ ମାଂସପେଶୀଗୁଡ଼ିକ କ୍ଷିପ୍ରଭାବରେ ବିକଶିତ ହୋଇଥାଏ ଏବଂ ସ୍ନାୟୁସଂସ୍ଥା ପୂର୍ଣ୍ଣ ଭାବରେ ପରିପକ୍ବ ଲାଭ କରିଥାଏ । ଚତୁର୍ଥ ମାସର ଶେଷ ବେଳକୁ ମା’ ନିଜ ଗର୍ଭରେ ଥିବା ଶିଶୁଟିର ଗତି ଅନୁଭବ କରିଥାଏ । ପଞ୍ଚମ ମାସ ସମୟକୁ ଶିଶୁଟିର ନଖ, ଲାଳଗ୍ରନ୍ଥି ଓ ମୋଟା ଚର୍ମ ଇତ୍ୟାଦିର ବିକାଶ ଘଟିଥାଏ । ଛଅ ମାସ ସମୟରେ ଶିଶୁଟି ମାତୃ ଗର୍ଭରେ ତା’ର ଆଖ୍ ଖୋଲିବା ବନ୍ଦ କରିବା କାର୍ଯ୍ୟ କରିଥାଏ । ପରବର୍ତୀ ଅବସ୍ଥାରେ ଶିଶୁଟିର ସମସ୍ତ ସ୍ନାୟୁସଂସ୍ଥା ଓ ନିଃଶ୍ଵାସ ପ୍ରଶ୍ଵାସ ନେବା ପ୍ରକ୍ରିୟାଗୁଡ଼ିକର ପରିପକ୍ବତା ଲାଭ କରିଥାଏ ।

(୨) ଶୈଶବାବସ୍ଥା – ଜନ୍ମ ହେବା ଦିନଠାରୁ ଆରମ୍ଭ କରି ୧୮ ମାସଠାରୁ ୨ ବର୍ଷ ପର୍ଯ୍ୟନ୍ତ ସମୟକୁ ଶୈଶବାବସ୍ଥା କୁହାଯାଏ । ଉକ୍ତ ଅବସ୍ଥାରେ ଶିଶୁଟିର ମାନସିକ ଓ ଶାରୀରିକ ପରିବର୍ତ୍ତନ ବ୍ୟାପକ ଭାବରେ ହୋଇଥାଏ। ଏହା ପରବର୍ତ୍ତୀ ବିକାଶର ମୂଳଦୁଆ ଭାବେ କାମ କରିଥାଏ । ଏହି ସମୟରେ ଶିଶୁଟି ଅନେକ କାର୍ଯ୍ୟ ନିଜେ କରିବା ପାଇଁ ଚେଷ୍ଟା କରିଥାଏ –

ଉଦାହରଣ ସ୍ୱରୂପ :- ବସିବା, ଛିଡ଼ା ହେବା, ଚାଲିବା ଓ ବିଭିନ୍ନ ବସ୍ତୁକୁ ନିଜ ଇଚ୍ଛା ଅନୁସାରେ ପରିଚାଳନା କରିବାରେ ସକ୍ଷମ ହୋଇଥାଏ। କ୍ରମଶଃ ଶିଶୁଟିର ଆତ୍ମନିର୍ଭରଶୀଳତା ବୃଦ୍ଧି ପାଉଥାଏ । ବିଭିନ୍ନ ଉଦ୍ଦୀପକ ପ୍ରତି ପ୍ରତିକ୍ରିୟା ପରିପ୍ରକାଶ କରିବା ଶିକ୍ଷା କରିଥାଏ । ଫଳରେ ଉକ୍ତ ଅବସ୍ଥାରେ ପରିବର୍ତ୍ତନ ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ ତୀବ୍ର ହୋଇଥାଏ । ଶୈଶବାବସ୍ଥାରେ ଶାରୀରିକ ବୃଦ୍ଧି ଦୁଇ ପ୍ରକାରର ଦେଖା ଦେଉଥାଏ। ଯଥା :-

  • ଆମସ୍ତକପାଦ (Cephalocaudal)
  • ସମୀପ-ଦୂରାଭିମୁଖୀ (Proximo-distal)

ଉକ୍ତ ଅବସ୍ଥାରେ ଶିଶୁଟିର ଶାରୀରିକ ବିକାଶ, ମାନସିକ ବିକାଶ, ସାଙ୍କେତିକ ଏବଂ ପ୍ରାତ୍ୟକ୍ଷିକ ବିକାଶ, ଜ୍ଞାନେନ୍ଦ୍ରିୟ ବା ସମ୍ବେଦନ ବିକାଶ ଇତ୍ୟାଦି ପ୍ରକାରର ବିକାଶ ଦେଖା ଦେଇଥାଏ । ଏହି ସମୟରେ ଶିଶୁଟି ମୁଖ୍ୟତଃ ବିଭିନ୍ନ ପ୍ରକାରର ପ୍ରତିବର୍ଷଗୁଡ଼ିକ ପ୍ରଦର୍ଶନ କରିଥାଏ, ଯଥା: ଆଖପତା ହଲାଇବା, ଚୁଚୁମିବା, ଗିଳିଦେବା ଇତ୍ୟାଦି । ଉକ୍ତ ପ୍ରତିବର୍ଷ କ୍ରିୟାଗୁଡ଼ିକ ଶିଶୁଟିର ଉଦ୍ଦୀପକମାନଙ୍କ ପ୍ରତି ଅନୈତିକ ପ୍ରତିକ୍ରିୟା ଅଟେ । କ୍ରମଶଃ ଉକ୍ତ ଅନୈତିକ ପ୍ରତିକ୍ରିୟାଗୁଡ଼ିକ ସ୍ଵଇଚ୍ଛାଚାଳିତ କ୍ରିୟାରେ ପରିବର୍ତ୍ତିତ ହୋଇଯାଇଥାଏ ।

(୩) ବାଲ୍ୟାବସ୍ଥା – ବାଲ୍ୟାବସ୍ଥା ସାଧାରଣତଃ ଦୁଇ ବର୍ଷ ଶେଷରୁ ଯୌନାବସ୍ଥା ପର୍ଯ୍ୟନ୍ତ ଗତି କରିଥାଏ । ଉକ୍ତ ଅବସ୍ଥାରେ ଶିଶୁର ଶାରୀରିକ ବିକାଶ ହୋଇଥାଏ, ତା’ର ଉଚ୍ଚତା ଓ ଓଜନ ବଢ଼ିଥାଏ, ସେ ଚାଲିବା, ଦୌଡ଼ିବା, ଡେଇଁବା, ଖେଳକୁଦ କରିବା ଆଦି ଶିକ୍ଷା କରିଥାଏ । ଏହି ଅବସ୍ଥାରେ ଶିଶୁଟି ଭଲମନ୍ଦ ବିଚାର କରିବା ଆରମ୍ଭ କରେ ।

ଏହି ଅବସ୍ଥାରେ ଶିଶୁଟିର ବୌଦ୍ଧିକ ବିକାଶ ଘଟିଥାଏ । ତା’ର ସାମାଜିକ ବିକାଶ ଗୃହ ମଧ୍ୟରେ ସୀମିତ ନ ରହି ଆସ୍ତେ ଆସ୍ତେ ସାଙ୍ଗସାଥୀ ଓ ଅନ୍ୟାନ୍ୟ ଶିଶୁମାନଙ୍କ ଆଡ଼କୁ ଅଗ୍ରସର ହେବାରେ ଲାଗେ । ଯେ କୌଣସି କାର୍ଯ୍ୟକୁ ଏକାକୀ ସମାଧାନ କରିବା ପାଇଁ ସେ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆରମ୍ଭ କରେ । ବାଲ୍ୟାବସ୍ଥାରେ କ୍ରାନ୍ତିକ ପର୍ଯ୍ୟାୟର ପ୍ରଭାବରେ ଦେଖାଯାଉଥିବା ସମୟ କାଳକୁ “ ସମ୍ବେଦନଶୀଳ ଅବସ୍ଥା” କୁହାଯାଏ । ବାଲ୍ୟାବସ୍ଥାରେ ସାଧାରଣତଃ ଶାରୀରିକ, ବିକାଶ, ସାମାଜିକ ବିକାଶ, ଜ୍ଞାନାତ୍ମକ ବିକାଶ ଓ ଭାଷାର ବିକାଶ ଘଟିଥାଏ ।

(୪) କିଶୋରାବସ୍ଥା – ଏହା ବାଲ୍ୟାବସ୍ଥା ଓ ପ୍ରୌଢ଼ାବସ୍ଥା ମଧ୍ୟରେ ଆସିଥାଏ । ଉକ୍ତ ଅବସ୍ଥା ସାଧାରଣତଃ ୧୨ବର୍ଷ ବୟସଠାରୁ ଆରମ୍ଭ ହୋଇ ପ୍ରଜନନ କ୍ଷମତା ପ୍ରାପ୍ତ ହେବା ପର୍ଯ୍ୟନ୍ତ ଗତି କରିଥାଏ । ଏହି ସମୟଟି ଶିଶୁଟିର ଜୀବନବ୍ୟାପୀ ବିକାଶର ଏକ ସମୟ ଅଟେ, କାରଣ ଉକ୍ତ ସମୟରେ ଶିଶୁର ପ୍ରମୁଖ ଶାରୀରିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ଘଟିଥାଏ ।

ଶିଶୁଟି ଏକ ଦାୟିତ୍ଵସଂପନ୍ନ ଯୁବକ କିମ୍ବା ଯୁବତୀ ଭାବରେ ନିଜକୁ ପରିପ୍ରକାଶ କରିବାର ଏହା ଏକ ପ୍ରକୃଷ୍ଟ ସମୟ ଅଟେ । ଏହି ସମୟରେ ଜୀବନକୁ ଏକ ନୂତନ ରୂପରେଖ ଦେବାର ଆହ୍ଵାନ ଓ ପ୍ରତ୍ୟେକ ସମସ୍ୟାକୁ ସଫଳତାପୂର୍ବକ ସାମ୍ନା କରିବାର ଆନନ୍ଦ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ । କିଶୋରାବସ୍ଥାର ପ୍ରମୁଖ ଶାରୀରିକ ବିକାଶ, ସାମାଜିକ ବିକାଶ, ଯୌନଗତ ବିକାଶ(Sexual development), ନୈତିକ ବିକାଶ ।

(୫) ପ୍ରୌଢ଼ାବସ୍ଥା ଏହା ପ୍ରତ୍ୟେକ ବ୍ୟକ୍ତିର ବିକାଶର ଏକ ମୁଖ୍ୟ ଅବସ୍ଥା । ଏହା ସାଧାରଣତଃ କିଶୋରାବସ୍ଥା ପରଠାରୁ ଅର୍ଥାତ୍ ସାଧାରଣତଃ ୨୫ ବର୍ଷଠାରୁ ୬୫ ବର୍ଷ ପର୍ଯ୍ୟନ୍ତ ଗତି କରିଥାଏ । ଏହି ଅବସ୍ଥାରେ ପ୍ରତ୍ୟେକ ଯୁବକ ଓ ଯୁବତୀ ସମାଜରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵବହନ କରିବା ପାଇଁ ସକ୍ଷମ ହୋଇଥାନ୍ତି ଓ ଅଧୁକାର ମଧ୍ୟ ଲାଭ କରିଥାନ୍ତି ।

ଏହି ସମୟରେ ଜଣେ ବୟସ୍କ ସମାଜରେ ଦାୟିତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିଜର ଆତ୍ମନିର୍ଭରଶୀଳତା, ପରିପକ୍ବତା ଓ ଅନ୍ୟମାନଙ୍କ ପ୍ରତି ଆତ୍ମୀୟତା ଭାବର ପରିପ୍ରକାଶ କରିଥାଏ । ତା’ର ବ୍ୟବହାର ଓ କାର୍ଯ୍ୟପ୍ରଣାଳୀ ମାଧ୍ୟମରେ ସେ ବିକାଶର ଧାରାକୁ ଦର୍ଶାଇଥାଏ । ଉକ୍ତ ଅବସ୍ଥାରେ ସାଧାରଣତଃ ଶାରୀରିକ ବିକାଶ, ସାମାଜିକ ବିକାଶ ଓ ଜୈବିକ ବିକାଶରେ ପରିବର୍ତ୍ତନ ପରିଲକ୍ଷିତ ହୁଏ ।

CHSE Odisha Class 12 Psychology Unit 1 Long Answer Questions in Odia Medium

ଏହି ଅବସ୍ଥାରେ ଆମ ଶରୀରର ପେଶୀୟ କ୍ଷମତା, ସମ୍ବେଦୀ ଦକ୍ଷତା, ହୃତ୍‌ପିଣ୍ଡର କାର୍ଯ୍ୟକଳାପ ଏପରିକି ଚକ୍ଷୁ, ଦାନ୍ତ ଓ କେଶ ଇତ୍ୟାଦିର ବୃଦ୍ଧି ଓ ଦକ୍ଷତା ଶୀର୍ଷସ୍ଥାନର ପହଞ୍ଚି ସାରିଥାନ୍ତି । ପ୍ରୌଢ଼ାବସ୍ଥାରେ ଗୃହରେ ନିଜର ପିତାମାତା, ଭାଇ ଭଉଣୀଙ୍କ ସହ ସୁସଂପର୍କ ସ୍ଥାପନ କରିବା ସହିତ ନିଜର ଚରିତ୍ର ଗଠନ, ବୃତ୍ତି ବାଛିବା, ବିବାହ କରିବା, ଅନ୍ୟମାନଙ୍କୁ ସହଯୋଗ କରିବା ଇତ୍ୟାଦି ଅନେକ ସାମାଜିକ କାର୍ଯ୍ୟ ତୁଲାଇବାକୁ ପଡ଼ିଥାଏ। ବୌଦ୍ଧିକ ବିକାଶର ଧାରା ଏହି ସମୟରେ ସଂପୂର୍ଣ୍ଣ ବୃଦ୍ଧି ପାଇ କ୍ରମଶଃ ଧୀରେ ଧୀରେ କମିବାରେ ଲାଗେ । ଏହି ସମୟରେ ମନୁଷ୍ୟ ନିଜର ବ୍ୟକ୍ତିଗତ ଲାଭ କ୍ଷତିକୁ ବିଚାରକୁ ନ ନେଇ ଦେଶ ଓ ଜାତିର କଲ୍ୟାଣ ନିମନ୍ତେ ଅଗ୍ରସର ହୋଇଥାଏ ।

(୬) ବୃଦ୍ଧାବସ୍ଥା ମନୋବିଜ୍ଞାନୀଙ୍କ ମତରେ ଏହା ଏକ ମାନସିକ ଅବସ୍ଥା । ଏହା କେତେକଙ୍କ କ୍ଷେତ୍ରରେ ଚାକିରିରୁ ଅବସର ଗ୍ରହଣ ପରେ ଆସିଥାଏ, କେତେକଙ୍କର ଆର୍ଥିକ ସମସ୍ୟାରୁ ଉତ୍ପନ୍ନ ହୋଇଥାଏ ଓ ଅନେକଙ୍କର ଶାରୀରିକ ଅକ୍ଷମତା ଉକ୍ତ ଅବସ୍ଥା ମଧ୍ୟରୁ ଗତିଶୀଳ କରାଉଥାଏ । ଯୋଜନାବଦ୍ଧ ମତବାଦ ଅନୁସାରେ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଏକ ଜୈବିକ ଧାରା ଗତିଶୀଳ ଯାହାକି ଆମର ଦୀର୍ଘାୟୁ ହେବା ସ୍ଥିର କରିଥାଏ । ଅନ୍ୟ ପକ୍ଷରେ ବୟୋବୃଦ୍ଧିର ଜୀର୍ଶନ- ।

ଚ୍ଛିନ୍ନନ ତତ୍ତ୍ଵ (Wears tear theory of Aging) ଅନୁସାରେ ବାରମ୍ବାର ବ୍ୟବହାର ହେବା ଦ୍ଵାରା ଆମ ଶରୀରରେ ଥିବା କୋଷ ଓ ଅଂଶଗୁଡ଼ିକ କ୍ଷୟ ହେବାର ଲାଗେ ଓ ମନୁଷ୍ୟ ବୃଦ୍ଧାବସ୍ଥାକୁ ଗତି କରିଥାଏ । ମାତ୍ର ଆମେ ଅନେକ ବ୍ୟକ୍ତିଙ୍କୁ ଅବସର ଗ୍ରହଣ କରେ । ଆର୍ଥିକ ଅନାଟନ ମଧ୍ୟରେ ମଧ୍ୟ ଚଳଚଞ୍ଚଳ ଜୀବନଯାପନ କରିବାର ଦେଖୁଥାଉ । ତେଣୁ ସାଧାରଣ ଭାବରେ ସମସ୍ତ ବିଷୟକୁ ବିଚାରକୁ ନେଇ ବର୍ତ୍ତମାନ ଅନ୍ତତଃ ୭୦ ବର୍ଷ ପରଠାରୁ ବୃଦ୍ଧାବସ୍ଥା ଆରମ୍ଭ ହୋଇଥାଏ । ଉକ୍ତ ସମୟରେ ଆମେ ବିଭିନ୍ନ ପ୍ରକାରର, ଶାରୀରିକ, ସାମାଜିକ ଓ ମାନସିକ ପରିବର୍ତ୍ତନ ଦେଖୁଥାଉ ।

ବୃଦ୍ଧାବସ୍ଥା ଶାରୀରିକ ପରିବର୍ତ୍ତନ ଓ ମୁଖ୍ୟ କାରଣ ଯୋଗୁଁ ହୋଇଥାଏ, ପ୍ରଥମତଃ ଇନ୍ଦ୍ରିୟ କାରକ ପରିବର୍ତ୍ତନ ଓ ଦ୍ଵିତୀୟତଃ ସ୍ନାୟବିକ ପରିବର୍ତ୍ତନ । ଉକ୍ତ ସମୟରେ ମନୁଷ୍ୟର ସମସ୍ତ ଇନ୍ଦ୍ରିୟଗୁଡ଼ିକର କ୍ଷମତା କମିବାରେ ଲାଗେ । ଏହାଦ୍ଵାରା ଶାରୀରିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଥାଏ । ସ୍ନାୟବିକ ପରିବର୍ତ୍ତନ ଫଳରେ ବ୍ୟକ୍ତିର ମାଂସପେଶୀଗୁଡ଼ିକର କ୍ଷମତା, ମସ୍ତିଷ୍କର ଦକ୍ଷତା, ବିଭିନ୍ନ ଗ୍ରନ୍ଥିଗୁଡ଼ିକର କ୍ରିୟା କଳାପରେ ଦ୍ରୁତ ମନ୍ଥରତା ଦେଖା ଦେଉଥାଏ। ଏହି ସମୟରେ ବ୍ୟକ୍ତି ନିଜର ଅଭିଜ୍ଞତା ଦ୍ଵାରା ଅନ୍ୟମାନଙ୍କର ସମସ୍ୟାଗୁଡ଼ିକ ସରଳ ଭାବରେ ସମାଧାନ କରିବାରେ ସାହାଯ୍ୟ କରିପାରେ । ଉକ୍ତ ସମୟରେ କେତେକଙ୍କ କ୍ଷେତ୍ରରେ ମାନସିକ ଅସ୍ଥିରତା, ଚିଡ଼ିଚିଡ଼ା ହେବା, ହାତାଶା ଭାବ ଅନୁଭୂତ ହେବା ଭଳି ମାନସିକ ସ୍ଥିତି ଉତ୍ପନ୍ନ ହୋଇଥାଏ ।

Question ୩।
ବ୍ୟକ୍ତିତ୍ଵର ସଂଜ୍ଞା ନିରୂପଣ କର । ବିଭିନ୍ନ ପ୍ରକାରର ବ୍ୟକ୍ତିତ୍ଵ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ବ୍ୟକ୍ତିର ବ୍ୟବହାର ଶୈଳୀ, ରୁଚି, ମନୋବୃଦ୍ଧି, ଅଭିବୃଦ୍ଧି, ବିଶ୍ଵାସଧାରା, ମୂଲ୍ୟବୋଧ, ସାମର୍ଥ୍ୟ, ଶାରୀରିକ ଗୁଣାବଳୀ, ବୁଦ୍ଧିମତ୍ତା ଏବଂ ଅଭିଜ୍ଞତା ଇତ୍ୟାଦିର ଏକ ଗତିଶୀଳ ସମନ୍ଵୟ ବା ସଂଗଠନକୁ ‘ବ୍ୟକ୍ତିତ୍ଵ’ କୁହାଯାଏ । ମନୋବୈଜ୍ଞାନିକ ଆଲପୋର୍ଟଙ୍କ ମତରେ “ ବ୍ୟକ୍ତିତ୍ଵ ହେଉଛି ବ୍ୟକ୍ତି ମଧ୍ୟରେ ଥିବା ମାନସ-ଭୌତିକ ପ୍ରଣାଳୀମାନଙ୍କର ଏକ ଗତିଶୀଳ ସଂଗଠନ ଯାହାକି ବ୍ୟକ୍ତିର ପରିବେଷ୍ଟନୀ ସହିତ ଅନ୍ୟାନ୍ୟ ଶୈଳୀର ଉପଯୋଜନକୁ ନିର୍ଦ୍ଧାରଣ କରେ ।”

ବିଭିନ୍ନ ସମୟ ଅନ୍ତରାଳରେ ବିଭିନ୍ନ ପରିସ୍ଥିତିରେ ବ୍ୟକ୍ତିର ଯେଉଁ ସ୍ଵତନ୍ତ୍ର ଏବଂ ଅପେକ୍ଷାକୃତ ସ୍ଥିର ଗୁଣାବଳୀ ତା’ର ବ୍ୟବହାର ଶୈଳୀର ବୈଶିଷ୍ଟ୍ୟତାକୁ ବ୍ୟକ୍ତ କରେ ତାହାକୁ ବ୍ୟକ୍ତିତ୍ଵ ବୋଲି କୁହାଯାଇପାରେ । ମନୋବିଜ୍ଞାନ ସାହିତ୍ୟର ବ୍ୟକ୍ତିତ୍ଵରେ ଅନେକ ଶୀଳଗୁଣ ତଥା ପ୍ରକାରର ସିଦ୍ଧାନ୍ତ ଦେଖିବାକୁ ମିଳେ । ଏହି ସିଦ୍ଧାନ୍ତଗୁଡ଼ିକ ମାନବ ବ୍ୟବହାରକୁ କ୍ରମବଦ୍ଧ ପର୍ଯ୍ୟବେକ୍ଷଣ କରି ସେହି ଆଧାରରେ ବର୍ଗୀକୃତ କରନ୍ତି । ବ୍ୟକ୍ତିତ୍ଵର ପ୍ରତ୍ୟେକ ଶ୍ରେଣୀ ସ୍ଵତନ୍ତ୍ର ଅର୍ଥାତ୍ ପରସ୍ପରଠାରୁ ଭିନ୍ନ ।

ପ୍ରତ୍ୟେକ ଶ୍ରେଣୀ ବିଭିନ୍ନ ପରିସରଭୁକ୍ତ ଅଟନ୍ତି । ଅତଏବ ବ୍ୟକ୍ତିତ୍ଵର ପ୍ରକାର ଅନୁସାରେ ଲୋକମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ସମାନତା ଆଧାରରେ ସେମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ ।

(୧) ଚରକଙ୍କ ମତବାଦ –
ଭାରତୀୟ ଭେଷଜ ବିଜ୍ଞାନ ବା ଆୟୁର୍ବେଦର ଜନକ ହେଉଛନ୍ତି ଚରକ । ପ୍ରାଚୀନ କାଳରେ ତାଙ୍କ ଦ୍ଵାରା ରଚିତ “ ଚରକ ସଂହିତା”ରେ ମନୁଷ୍ୟ ଶରୀରରେ ଥ‌ିବା ତିନିଗୋଟି ମୌଳିକ, ଜୈବିକ ଉପାଦାନର ପ୍ରାବଲ୍ୟତା ଭିଭିରେ ବ୍ୟକ୍ତିତ୍ଵର ପ୍ରକୃତି ନିର୍ଦ୍ଧାରିତ ହୋଇଥାଏ । ଏହି ଉପାଦାନମାନଙ୍କୁ “ତ୍ରିଦୋଷ” କୁହାଯାଏ ଏବଂ ସେଗୁଡ଼ିକ ହେଲା – ବାତ, ପିତ୍ତ ଓ କଫ ।

(କ) ବାତ – ଆକାଶ ଓ ବାୟୁର ଅନ୍ତଃକ୍ରିୟାରୁ ବାତ ସୃଷ୍ଟି ହୁଏ। ଏହା ଶୀତଳ, ଶୁଷ୍କ, ହାଲୁକା, ସୂକ୍ଷ୍ମ, ସ୍ପଷ୍ଟ ଏବଂ ରୁକ୍ଷ ।
(ଖ) ପିତ୍ତ – ଏହା ବାୟୁ ଏବଂ ଅଗ୍ନିର ଅନ୍ତଃକ୍ରିୟାରୁ ଉତ୍ପତ୍ତି ହୋଇଥାଏ । ପିତ୍ତ ସାମାନ୍ୟ ତୈଳାକ୍ତ, ଅଳ୍ପ ହାଲୁକା, ଉଷ୍ମ, ଖର, ତରଳ, ଅମ୍ଳ, ଗତିଶୀଳ ଏବଂ କଟୁଯୁକ୍ତ ଅଟେ ।
(ଗ) କଫ – କଫର ଉତ୍ପତ୍ତି ଜଳ ଓ ପୃଷ୍ଠାର ସଂଯୁକ୍ତ କ୍ରିୟାରୁ ହୋଇଥାଏ । କଫର ବୈଶିଷ୍ଟ୍ୟତା ହେଲା ଏହା ଭାରୀ, ଶୀତଳ, କୋମଳ, ତୈଳାକ୍ତ, ମଧୁର, ସ୍ଥିର ଏବଂ ଅଠାଳିଆ ଅଟେ ।

ଚରକ ସଂହିତା ଅନୁସାରେ ବ୍ୟକ୍ତିମାନେ ଜାତ ଯୁକ୍ତ, ପିତ୍ତ ଯୁକ୍ତ ଓ କଫ ଯୁକ୍ତ ଏହି ପ୍ରକାରର ତିନୋଟି ଶ୍ରେଣୀରେ ବିଭକ୍ତ ହୋଇଥାଆନ୍ତି । ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିମାନଙ୍କ ସ୍ଵଭାବ ଅନ୍ୟ ଶ୍ରେଣୀର ବ୍ୟକ୍ତିମାନଙ୍କଠାରୁ ପୃଥକ ହୋଇଥାଏ ।

(୨) ହିପୋକ୍ରେଟସ୍‌ଙ୍କ ବର୍ଗୀକରଣ – ଗ୍ରୀକ୍ ଚିକିତ୍ସକ ହିପୋକ୍ରେଟସ୍‌ଙ୍କ ମତ ଅନୁସାରେ ମନୁଷ୍ୟ ଶରୀରରେ ଚାରିଗୋଟି ଦେହଦ୍ରବ ବା ତରଳ ରାସାୟନିକ ପଦାର୍ଥ ଥାଏ । ଏଗୁଡ଼ିକ ହେଉଛନ୍ତି ରକ୍ତ, କଫ, କୃଷ୍ଣ ପିତ୍ତ ଓ ଅମ୍ଳ ପିତ୍ତ । ହିପୋକ୍ରେଟସ୍କଙ୍କ ମତରେ ବ୍ୟକ୍ତିତ୍ଵକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ ଯଥା –

(i) ଆଶାବାଦୀ (Sanguine)
(ii) ଶ୍ଳେଷିକ (Phlegmatic)
(iii) ବିଷାଦମୁଖୀ (Melancholic)
(iv) କୋପଶୀଳ (Choleric)

CHSE Odisha Class 12 Psychology Unit 1 Long Answer Questions in Odia Medium

(i) ଆଶାବାଦୀ – ଶରୀରରେ ରକ୍ତର ପ୍ରାବଲ୍ୟତା ଅଧ‌ିକ ଥିବା ବ୍ୟକ୍ତି ଆଶାବାଦୀ ବ୍ୟକ୍ତିତ୍ଵର ଅଧୂକାରୀ ହୋଇଥାଆନ୍ତି । ଏ ପ୍ରକାର ବ୍ୟକ୍ତି ପ୍ରସନ୍ନ ଚିତ୍ତ, ସକ୍ରିୟ ଓ ଆଶାବାଦୀ ହୋଇଥାଆନ୍ତି ।
(ii) ଶ୍ଳେଷିକ – ଯାହାଙ୍କ ଠାରେ କଫ ଅଧ‌ିକ ଥାଏ ସେମାନଙ୍କୁ ଶ୍ଳେଷିକ ବା କଫ ପ୍ରଧାନ ବ୍ୟକ୍ତି କୁହାଯାଏ । ଅନାବେଗ ଭାବ ଏବଂ ଧୀରସ୍ଥିରତା ଏମାନଙ୍କର ସ୍ଵଭାବ ।
(iii) ବିଷାଦମୁଖୀ – କୃଷ୍ଣ ପିତ୍ତ ଥିବା ବ୍ୟକ୍ତିମାନେ ବିଷାଦମୁଖୀ ବ୍ୟକ୍ତିତ୍ଵର ଅଧୂକାରୀ ହୋଇଥାଆନ୍ତି । ଏମାନେ ଦୁଃଖୀ, ନିରାଶାବାଦୀ ଏବଂ ଧୀର ସ୍ଵଭାବର ହୋଇଥାନ୍ତି ।
(iv) କୋପଶୀଳ – ଅମ୍ଳପିତ୍ତର ମାତ୍ରା ଅଧ‌ିକ ଥିବା ବ୍ୟକ୍ତିକୁ କୋପଶୀଳ ବା କ୍ରୋଧୀ ଭାବେ ବର୍ଗୀକରଣ କରାଯାଉଛି । ସ୍ଵଭାବରେ ଏମାନେ ପରିଶ୍ରମୀ, ଉଦ୍ୟମୀ, ଉତ୍ତେଜନାଶୀଳ, ଚିଙ୍‌ଚିଡ଼ା ତଥା କ୍ରୋଧୀ ।

(୩) କ୍ରେଚମର୍‌ଙ୍କ ବର୍ଗୀକରଣ – କ୍ରେଚମର୍ ଶାରୀରିକ ଗଠନ ତଥା ଚେହେରା ଓ ମାନସିକ ରୋଗକୁ ଭିତ୍ତି କରି ବ୍ୟକ୍ତିତ୍ଵକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି ।
ଯଥା :-
(i) କୃଶକାୟ (Asthenic)
(ii) ସୁଗଠିତ କାୟ (Athletic)
(iii) ସ୍ଥୁଳକାୟ (Pyknic)

(i) କୃଶକାୟ – ଏମାନଙ୍କର ଶାରୀରିକ ଗଠନ କ୍ଷୀଣକାୟ ଓ ଦୀର୍ଘକାୟ ଅଟେ । ଏପରି ବ୍ୟକ୍ତିମାନେ ଲଜ୍ଜାଶୀଳ, ଅନ୍ତର୍ମୁଖୀ, କଳ୍ପନାବିଳାସୀ, ସମ୍ବେଦନଶୀଳ, ନମ୍ର, ପରିଶ୍ରମକାତର ହୋଇଥାନ୍ତି ।
(ii) ସୁଗଠିତ କାୟ – ଶରୀର ସୁସଂଗଠିତ ଓ ଦୃଢ଼ ମାଂସପେଶୀଯୁକ୍ତ । ଏହି ବ୍ୟକ୍ତିମାନେ ସହନଶୀଳ, ବାସ୍ତବବାଦୀ, କର୍ମଠ ଏବଂ ମେଳାପୀ ହୁଅନ୍ତି ।
(iii) ସ୍ଥୂଳକାୟ – ଏହି ବର୍ଷର ବ୍ୟକ୍ତିମାନେ ସାଧାରଣତଃ ଗେଡ଼ା ଓ ସ୍ଥୁଳକାୟ । ଏମାନେ ପ୍ରାୟତଃ ମେଳାପୀ, ସହନଶୀଳ, ଆମୋଦପ୍ରମୋଦ ପ୍ରିୟ ଏବଂ ବହିର୍ମୁଖୀ ହୋଇଥାଆନ୍ତି ।

(୪) ସେଲ୍ଫନ୍‌ଙ୍କ ବର୍ଗୀକରଣ – ଶରୀର ମନୋବିଜ୍ଞାନୀ ସେଲଡ଼ନ୍ ମନୁଷ୍ୟର ଶାରୀରିକ ଗଠନ ଆଧାରରେ ବ୍ୟକ୍ତିତ୍ଵକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି । ସେଗୁଡ଼ିକ ହେଲା :-
(କ) ସ୍ଥଳାକୃତି (Endomorphic)
(ଖ) ମଧ୍ୟମକାୟ (Mesomorphic)
(ଗ) କୃଶାକୃତି / ଲୟାକୃତି (Ectomorphic)

(କ) ସ୍ଥଳାକୃତି – ଏମାନେ ମୋଟା, କୋମଳ ତଥା ଗୋଲ ହୋଇଥାଆନ୍ତି । ସୁଳାକୃତି ବ୍ୟକ୍ତିମାନେ ସ୍ଵଭାବରେ ଆରାମପ୍ରିୟ, ମେଳାପୀ, ନିଦ୍ରା ଓ ଆହାର ପ୍ରିୟ, ଅସୁରକ୍ଷିତ ମନୋଭାବ, ଭୟାଳୁ ଏବଂ ସାମାଜିକ ପ୍ରଥା ଓ ପରମ୍ପରା ପ୍ରତି ଦୃଢ଼ବିଶ୍ଵାସୀ ହୋଇଥାଆନ୍ତି ।

(ଖ) ମଧ୍ୟମକାୟ – ଏହି ବର୍ଗର ବ୍ୟକ୍ତିମାନଙ୍କର ମାଂସପେଶୀ ସୁଗଠିତ ହୋଇଥାଏ । ଏମାନଙ୍କର ଶରୀର ଗଠନ ଆୟତାକାର ତଥା ମଜବୁତ୍ ହୋଇଥାଏ । ପ୍ରାୟତଃ ଏମାନେ ସାହସୀ, ଶକ୍ତିଶାଳୀ, ସହନଶୀଳ ଏବଂ କର୍ମଠ ଅଟନ୍ତି ।

(ଗ) ଲମ୍ବାକୃତି – ଏହି ବ୍ୟକ୍ତିମାନେ ଶରୀର ଗଠନରେ ଦୁର୍ବଳ, ପତଳା, ଲମ୍ବା ତଥା କ୍ଷୀଣ ହୋଇଥାଆନ୍ତି । ଏପରି ବ୍ୟକ୍ତି ଭୀରୁ, ଅନ୍ତର୍ମୁଖୀ, ପରିଶ୍ରମ କାତର ହୋଇଥାଆନ୍ତି ।

(୫) ୟୁଙ୍ଗଙ୍କ ବର୍ଗୀକରଣ – ବରିଷ୍ଠ ବ୍ୟକ୍ତିତ୍ଵ ତତ୍ତ୍ୱବିତ୍ ୟୁଙ୍ଗ୍ଙ୍କ ମତରେ ବ୍ୟକ୍ତିତ୍ଵ ଦୁଇଗୋଟି ଭିନ୍ନ ଏବଂ ବିପରୀତାମୁଖୀ ବର୍ଗରେ ବିଭକ୍ତ ଯଥା :-
(i) ଅନ୍ତର୍ମୁଖୀ (Introvert)
(ii) ବହିର୍ମୁଖୀ (Extrovert)

(i) ଅନ୍ତର୍ମୁଖୀ (Introvert) – ଅନ୍ତର୍ମୁଖୀ ବ୍ୟକ୍ତି ନିଜ ଭିତରେ କେନ୍ଦ୍ରିତ ରହିଥାଆନ୍ତି । ନିଜ ଚିନ୍ତାଧାରାରେ ଦୃଢ଼ ରହିବା, ସମାଲୋଚନାକୁ ସହ୍ୟ ନ କରିବା, ଅଧିକ ସମ୍ବେଦନଶୀଳତା, ସାମାଜିକ କ୍ରିୟାକଳାପରେ ଅନାଗ୍ରହ, ସଂକୋଚ ମନୋଭାବ ଅନ୍ୟ ପାଇଁ କଷ୍ଟବରଣ କରିବାରେ କୁଣ୍ଠାବୋଧ, ପରିବେଷ୍ଟନୀ ସହିତ ସମଯୋଜିତ ହେବାରେ ଏବଂ ନେତୃତ୍ଵ ନେବାରେ ଅକ୍ଷମତା ଇତ୍ୟାଦି ଅନ୍ତର୍ମୁଖୀ ବ୍ୟକ୍ତି ପାଖରେ ପରିଲକ୍ଷିତ ହୁଏ ।

(ii) ବହିର୍ମୁଖୀ (Extrovert) – ଏହି ବ୍ୟକ୍ତିମାନେ ବ୍ୟକ୍ତିଗତ ସ୍ଵାର୍ଥ ଓ ଲୋଭକୁ ଗୁରୁତ୍ଵ ନ ଦେଇ ଆବଶ୍ୟକ ସ୍ଥଳେ ଅନ୍ୟମାନଙ୍କ ନିମନ୍ତେ ଅକୁଣ୍ଠ ଚିତ୍ତରେ କାର୍ଯ୍ୟ କରିବା, କଷ୍ଟ ବରଣ କରିବା, ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବା, ନେତୃତ୍ଵ ନେବା, ଅନ୍ୟମାନଙ୍କ ପରାମର୍ଶ ନେବା, ସମାଲୋଚନାରେ ଅବିଚଳିତ ରହିବା ଏବଂ ଯେ କୌଣସି ପରିବେଷ୍ଟନୀରେ ଅନ୍ୟମାନଙ୍କ ସହିତ ସଫଳ ଭାବରେ ସମାଯୋଜିତ ହେବା ଲକ୍ଷ୍ୟ କରାଯାଏ । ବହିର୍ମୁଖୀ ବ୍ୟକ୍ତିମାନେ ପ୍ରାୟତଃ ପରମ୍ପରାବାଦୀ, ସାମାଜିକ ତଥା ମେଳାପୀ ଅଟନ୍ତି ।

(୬) ଆଧୁନିକ ବର୍ଗୀକରଣ – ହୃଦ୍ ବିଶେଷଜ୍ଞ ମେୟର ଫ୍ରିଡ଼ମ୍ୟାନ ଓ ରେୟ ରୋଜେନ୍‌ମ୍ୟାନ୍ ହୃଦୟ-ଧମନୀ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କର ବ୍ୟବହାରାତ୍ମକ ଲକ୍ଷଣମାନଙ୍କୁ ଅନୁଧ୍ୟାନ କରି ବ୍ୟକ୍ତିତ୍ଵକୁ ଦୁଇଟି ବର୍ଗରେ ବିଭକ୍ତ କରିଅଛନ୍ତି ।
ଯଥା –
(i) A – ପ୍ରକାର ବ୍ୟକ୍ତିତ୍ଵ
(ii) B – ପ୍ରକାର ବ୍ୟକ୍ତିତ୍ଵ

CHSE Odisha Class 12 Psychology Unit 1 Long Answer Questions in Odia Medium

(i) A – ପ୍ରକାର ବ୍ୟକ୍ତିତ୍ଵ – ତଥା କର୍ମନିଷ୍ଠ । ଏମାନେ କମ୍ ସମୟ ମଧ୍ୟରେ ଅଧୂକ କାର୍ଯ୍ୟ କରିବାରେ ଓ ଅଧ‌ିକ ଉପଲବ୍ଧ କରିବା ପାଇଁ ନିରନ୍ତର ଚେଷ୍ଟା କରନ୍ତି । A – ପ୍ରକାର ବ୍ୟକ୍ତି ଅଧ‌ିକ ଆକ୍ରମଣାତ୍ମକ, କ୍ରୋଧୀ, ଉତ୍ତେଜିତ, କଠୋର ତଥା ଅନ୍ତଃକ୍ରିୟାର ବିରୋଧାତ୍ମକତା ପ୍ରଦର୍ଶନ କରନ୍ତି । A – ପ୍ରକାର ବ୍ୟକ୍ତି ହୃଦୟ-ଧମନୀ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।

(ii) B – ପ୍ରକାର ବ୍ୟକ୍ତିତ୍ଵ – ଏପରି ବ୍ୟକ୍ତିତ୍ଵର ବ୍ୟକ୍ତିମାନଙ୍କର ବ୍ୟବହାରାତ୍ମକ ଉଷ୍ଣତା A – ପ୍ରକାରର ସଂପୂର୍ଣ ବିପରୀତ । B – ପ୍ରକାର ବ୍ୟକ୍ତି ଆରାମପ୍ରିୟ, ଗୋଟିଏ କାର୍ଯ୍ୟକୁ ସଂପୂର୍ଣ୍ଣ କରି ଅନ୍ୟ କାର୍ଯ୍ୟ ହାତକୁ ନେବା, ଧୀରେ ସୁସ୍ଥ କାର୍ଯ୍ୟ କରିବା, ସହଯୋଗ ମନୋଭାବ, ଆମୋଦ ପ୍ରମୋଦରେ ଭାଗ ନେବା, ତତ୍‌କ୍ଷଣାତ୍ ଶାନ୍ତି ଅନୁଭବ କରିବା ତଥା ଜୀବନର ସୁଖଶାନ୍ତି ଉପରେ ଅଧ‌ିକ ଧ୍ୟାନ ଦେଇଥାଆନ୍ତି ।

ଗବେଷଣା ଜନିତ ଫଳାଫଳରୁ ମୋରିସ୍ ନାମକ ଚିକିତ୍ସକ ଏକ ନୂତନ ପ୍ରକାରର ବ୍ୟକ୍ତିତ୍ଵ ଚିହ୍ନଟ କରିଅଛନ୍ତି | ଏହା ହେଉଛି C – ପ୍ରକାରର ବ୍ୟକ୍ତିତ୍ଵ । ଏପରି ବ୍ୟକ୍ତିତ୍ଵର ବ୍ୟକ୍ତିମାନେ ରୋଗରେ ପୀଡ଼ିତ ହେବାର ଲକ୍ଷ୍ୟ କରାଯାଉଛି । ଏହି ପ୍ରକାରର ବ୍ୟକ୍ତି ସହଯୋଗଶୀଳ, ଦୃଢ଼ ତଥା ଧୈର୍ଯ୍ୟବାନ ହୋଇଥାନ୍ତି ।

ଏମାନେ ବରିଷ୍ଠମାନଙ୍କ ଆଦେଶ ଓ ଉପଦେଶକୁ ପାଳନ କରୁଥିବାରୁ ନିଜର କ୍ରୋଧ ତଥା ଏବର ମନୋଭାବ ପରି ନକରାତ୍ମକ ଆବେଗକୁ ନିଜ ମନ ଭିତରେ ଚାପି ରଖନ୍ତି । ଫଳରେ ଏମାନଙ୍କର ମସ୍ତିଷ୍କରୁ ଏକ ପ୍ରକାର ଜୈବ ରସାୟନ ନିର୍ଗତ ହୋଇଥାଏ । ଏହି ଜୈବ ରସାୟନ ଶରୀର ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବା କ୍ଷମତାକୁ ଦୁର୍ବଳ କରିଦେଇଥାଏ । ଫଳତଃ C – ପ୍ରକାରର ବ୍ୟକ୍ତିଙ୍କୁ ଫୁସ୍‌ଫୁସ୍‌ କର୍କଟ ହେବାର ଆଶଙ୍କା ସୃଷ୍ଟି ହୁଏ ।

Question ୪।
ବ୍ୟକ୍ତିତ୍ବର ଶୀଳଗୁଣ ଆଭିମୁଖ୍ୟ ବର୍ଣନା କର ।
Answer:
ବ୍ୟକ୍ତିତ୍ଵର ତାତ୍ତ୍ଵିକ ଅଧ୍ୟୟନ କ୍ଷେତ୍ରରେ ଶୀଳଗୁଣ ଆଭିମୁଖ୍ୟ ଏକ ପ୍ରମୁଖ ସିଦ୍ଧାନ୍ତ ଅଟେ । ଏହି ଆଭିମୁଖ୍ୟ ଅନୁଯାୟୀ ବ୍ୟକ୍ତିର ବ୍ୟକ୍ତିତ୍ଵ ପ୍ରମୁଖ ସଦ୍‌ଜାତ ପ୍ରବୃତ୍ତିମାନଙ୍କୁ ନେଇ ସଂରଚିତ ହୋଇଥାଏ । ଗୋଟିଏ ବ୍ୟକ୍ତି ଅନ୍ୟ ବ୍ୟକ୍ତିଠାରୁ ଯେଉଁ ଅର୍ଥରେ ଅପେକ୍ଷାକୃତ ସ୍ଥାୟୀ ଭାବରେ ଭିନ୍ନ ହୋଇଥାଏ, ତାହାକୁ “ଶୀଳଗୁଣ” କୁହାଯାଏ ।

ବିଭିନ୍ନ ଶୀଳଗୁଣମାନଙ୍କର ଅନ୍ତଃକ୍ରିୟା ଓ ସମାହାରରୁ ଏକ ବ୍ୟକ୍ତିବିଶେଷର ଅନନ୍ୟ ତଥା ସ୍ଵତନ୍ତ୍ର ବ୍ୟକ୍ତିତ୍ଵଟିଏ ସୃଷ୍ଟି ହୁଏ ବ୍ୟକ୍ତିବିଶେଷଙ୍କର ବ୍ୟକ୍ତିତ୍ଵ ଗୁଣାବଳୀର ଚିହ୍ନଟକରଣ ଓ ପରିମାପନକୁ ଗୁରୁତ୍ଵ ପ୍ରଦାନ କରେ ଏହି ଶୀଳଗୁଣ ଆଭିମୁଖ୍ୟ । ବ୍ୟକ୍ତିତ୍ଵର ବର୍ଣନା ଏବଂ ବିଶ୍ଳେଷଣ ପାଇଁ ଶୀଳଗୁଣର ଉପଯୋଗ ବହୁତ ଅଧିକ ପ୍ରଚଳିତ । ଏହି ପରିପ୍ରେକ୍ଷୀରେ କେତେଗୁଡ଼ିଏ ସିଦ୍ଧାନ୍ତ ବିକଶିତ ହୋଇଅଛି । ବ୍ୟକ୍ତିତ୍ଵ ଅଧ୍ୟୟନର କେତେକ ପ୍ରମୁଖ ଶୀଳଗୁଣ ସିଦ୍ଧାନ୍ତ ସମ୍ବନ୍ଧରେ ନିମ୍ନରେ ବାସ୍ତବିକତା ଏହି ଶୀଳଗୁଣଗୁଡ଼ିକରେ ହିଁ ନିହିତ ଥାଏ ।

(୧) ଆଲ୍‌ପୋର୍ଟର ଶୀଳଗୁଣ ସିଦ୍ଧାନ୍ତ :- ଆଲପୋର୍ଟଙ୍କୁ ଶୀଳଗୁଣ ଉପାଗମର ପ୍ରଧାନ ସମର୍ଥକ ରୂପେ ବିବେଚନା କରାଯାଏ । ତାଙ୍କ ମତରେ ଶୀଳଗୁଣଗୁଡ଼ିକ ବ୍ୟକ୍ତି ମଧ୍ୟରେ ଥାଏ ଏବଂ ବ୍ୟକ୍ତିର ମାନସିକ ସଂଗଠନର ମୌଳିକ ବାସ୍ତବିକତା ଏହି ଶୀଳଗୁଣଗୁଡ଼ିକରେ ହିଁ ନିହିତ ଥାଏ ।
ଆଲ୍‌ପୋର୍ଟର ମତରେ ବ୍ୟକ୍ତିତ୍ଵର ରଚନା କରୁଥିବା ତିନିଗୋଟି ମୁଖ୍ୟ ପ୍ରକାରର ଶୀଳଗୁଣଗୁଡ଼ିକ ହେଲା –

(କ) ମୂଳଭୂତ ବା ପ୍ରମୁଖ ଲକ୍ଷଣ (Cardinal Traits)
(ଖ) କେନ୍ଦ୍ରୀୟ ଶୀଳଗୁଣ (Central Traits)
(ଗ) ଗୌଣ ଶୀଳଗୁଣ (Secondary Traits)

(କ) ମୂଳଭୂତ ବା ପ୍ରମୁଖ ଲକ୍ଷଣ – ଯେଉଁ ପ୍ରମୁଖ ଶୀଳଗୁଣଟି ବ୍ୟକ୍ତିବିଶେଷଙ୍କର ସଂପୂର୍ଣ୍ଣ ଜୀବନକୁ ଏପରି ଭାବରେ ପ୍ରଭାବିତ କରେ ଯେ ସେହି ଶୀଳଗୁଣକୁ ନେଇ ବ୍ୟକ୍ତି ଅନ୍ୟମାନଙ୍କ ନିକଟରେ ଏକ ପରିଚୟ ସୃଷ୍ଟି କରେ ତାହାକୁ “ ପ୍ରମୁଖ ଶୀଳଗୁଣ” କୁହାଯାଏ । ଏହା ଅତ୍ୟଧିକ ବ୍ୟାପକ ମନୋବୃତ୍ତିକୁ ନିର୍ଦ୍ଦିଷ୍ଟ କରେ । ଉଦାହରଣ ସ୍ଵରୂପ ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମାଗାନ୍ଧି, ଆଶୋକଚକ୍ର ପ୍ରାପ୍ତ ଅବଦୁଲ୍-ହମିଦଙ୍କର ସାହସିକତା ଓ ଦେଶ ପାଇଁ ବଳିଦାନ, ମଦର ଟେରେସାଙ୍କ ମାନବୀୟତା, ଲତା ମଙ୍ଗେସକରଙ୍କର ଶ୍ରୁତିମଧୁର ସଂଗୀତ ଗାନ ଇତ୍ୟାଦି ।

(ଖ) କେନ୍ଦ୍ରୀୟ ଶୀଳଗୁଣ – କେନ୍ଦ୍ରୀୟ ଶୀଳଗୁଣଗୁଡ଼ିକ ପ୍ରଭାବ ପକାଇବାରେ କମ୍ ବ୍ୟାପକ; କିନ୍ତୁ ସବୁବେଳେ ସାଧାରଣ ପ୍ରବୃତ୍ତି ହୋଇଥାଏ । ଯେଉଁ ପାଞ୍ଚଗୋଟି ‘ଠାରୁ ୧୦ ଗୋଟି ଶୀଳଗୁଣର ବିନ୍ୟାସ ଜଣେ ବ୍ୟକ୍ତି ବ୍ୟକ୍ତିତ୍ବକୁ ବର୍ଣ୍ଣନା କରିବା ନିମନ୍ତେ ପର୍ଯ୍ୟାପ୍ତ ସେହି ଶୀଳଗୁଣମାନଙ୍କୁ ମଧ୍ୟବର୍ତ୍ତୀ ବା କେନ୍ଦ୍ରୀୟ ଶୀଳଗୁଣ ବୋଲି କରାଯାଏ । ଉଦାହରଣ ସ୍ଵରୂପ – ଜଣେ ବ୍ୟକ୍ତିର ବନ୍ଧୁବତ୍ସଳ, ନମ୍ର, ଦୟାଳୁ, ଆମୋଦପ୍ରିୟ, ସାଧୁ, କର୍ତ୍ତବ୍ୟନିଷ୍ଠ, ଦାୟିତ୍ଵସଂପନ୍ନ ସଦୃଶ କେତେକ ସାଧାରଣ ଶୀଳଗୁଣ ଭିଭିରେ ବର୍ଣ୍ଣନା କରାଯାଇପାରେ ।

(ଗ) ଗୌଣ ଶୀଳଗୁଣ – ଅଧୂକ ସ୍ଵତନ୍ତ୍ର ତଥା ସଂକୀର୍ଣ୍ଣ ଶୀଳଗୁଣଗୁଡ଼ିକୁ ଗୌଣ ଶୀଳଗୁଣ କୁହାଯାଏ । ଏପରି ଶୀଳଗୁଣମାନେ ବ୍ୟକ୍ତିର ମନୋବୃତ୍ତି ଓ ରୁଚି ସହିତ ସଂପୃକ୍ତ ଏବଂ କେବଳ ନିର୍ଦ୍ଦିଷ୍ଟ ପରିସ୍ଥିତି ବା ଅବସ୍ଥାରେ ପରିଦୃଷ୍ଟ ହୋଇଥାଆନ୍ତି ।

(୨) କ୍ୟାଟେଲଙ୍କ ସିଦ୍ଧାନ୍ତ – ରେମଣ୍ଡ ବି. କ୍ୟାଟେଲ ବିଶ୍ଵାସ କରନ୍ତି ଯେ ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ଏକ ସାର୍ବଜନୀନ ସଂରଚନା ରହିଥାଏ ଯାହାକୁ କି ଅନୁଭବିକ ଉପାୟରେ ସ୍ଥିର କରାଯିବା ଉଚିତ୍ । ସେ କାରକ ବିଶ୍ଳେଷଣ ପଦ୍ଧତି ପ୍ରୟୋଗ କରି ୧୬ ଗୋଟି ଶୀଳଗୁଣକୁ ସମସ୍ତ ବ୍ୟକ୍ତିତ୍ଵର ମୂଳ ଲକ୍ଷଣ ଭାବେ ବିଚାର କରିଛନ୍ତି । ଏହି ପ୍ରାଥମିକ ବା ମୂଳ ଲକ୍ଷଣମାନଙ୍କର ଅନ୍ତଃକ୍ରିୟାରୁ ୩୫ ଗୋଟି ପୃଷ୍ଠ ଲକ୍ଷଣ ସୃଷ୍ଟି ହୋଇଥାଏ । ପୃଷ୍ଠ ଲକ୍ଷଣମାନେ ସ୍ଥିର ।

ଏମାନେ ବ୍ୟକ୍ତିତ୍ଵର ସ୍ପଷ୍ଟ ଲକ୍ଷଣ ଅଟନ୍ତି । କ୍ୟାଟେଲ ମୂଳ ବା ସ୍ରୋତ ଶୀଳଗୁଣଗୁଡ଼ିକୁ ବିରୋଧୀ-ପ୍ରବୃତ୍ତି ରୂପେ ବ୍ୟାଖ୍ୟା କରିଅଛନ୍ତି । ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ ପାଇଁ କ୍ୟାଟେଲ ୧୬ PF କାରକ ପ୍ରଶ୍ନବଳୀ ନିର୍ମାଣ କରିଅଛନ୍ତି । କ୍ୟାଟେଲଙ୍କ ଦ୍ଵାରା ପ୍ରଦତ୍ତ ମୂଳ ଲକ୍ଷଣ ହେଉଛି – ବିଚଳିତ -ଶାନ୍ତ, ଦୁର୍ବଳମନା-ପ୍ରଭାବୀ, ବିଶ୍ୱାସନୀୟତା-ସନ୍ଦେହ, ଶାନ୍ତି-ଉତ୍ତେଜନା ଇତ୍ୟାଦି।

(୩) ଆଇଜେଙ୍କ ମତବାଦ – ବ୍ରିଟିଶ ମନୋବୈଜ୍ଞାନିକ ହାନସ୍ ଆଇଜେଙ୍କ ବ୍ୟକ୍ତିତ୍ଵର ଏକ ତ୍ରିମାତ୍ରିକ ମତବାଦ ପ୍ରଦାନ କରିଛନ୍ତି । ତାଙ୍କ ମତରେ ବ୍ୟକ୍ତିତ୍ଵ ତିନିଗୋଟି ସାର୍ବଜନୀନ ଶୀଳଗୁଣ ଆଧାରରେ ଗଠିତ ହୋଇଥାଏ । ସେଗୁଡ଼ିକ ହେଲା –

CHSE Odisha Class 12 Psychology Unit 1 Long Answer Questions in Odia Medium

(କ) ବହିର୍ମୁଖତା-ଅନ୍ତର୍ମୁଖତା (Extraversion – Intraversion) –
ଅନ୍ତର୍ମୁଖତା ନିଜର ଅନ୍ତରୀଣ ଅନୁଭୂତି ମଧ୍ୟରେ ସୀମିତ ହେବାର ଗୁଣକୁ ବ୍ୟକ୍ତ କରେ । ଏହାର ବିପରୀତ ଭାବେ ନିଜର ବାହ୍ୟିକ ପରିବେଶ ଓ ସମାଜରେ ମନୋନିବେଶ କରିବା ଗୁଣକୁ ବହିର୍ମୁଖତା କୁହାଯାଏ । ଯେଉଁ ବ୍ୟକ୍ତି ଅନ୍ତର୍ମୁଖୀ ସେ ଶାନ୍ତ ଓ ଗମ୍ଭୀର ହୋଇଥାଆନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ଅଧ୍ବକ ବହିର୍ମୁଖୀ ସେ ଅତ୍ୟନ୍ତ ମେଳାପୀ, ଆବେଗୀ, ସକ୍ରିୟ ତଥା ରୋମାଞ୍ଚକୁ ପସନ୍ଦ କରନ୍ତି ।

(ଖ) ମନସ୍ତାପ ପ୍ରବୃତ୍ତି – ସାଂବେଗିକ ସ୍ଥିରତା (Neuroticism – Emotional stability) –
ଅତ୍ୟଧ‌ିକ ଆବେଗାତ୍ମକ ଅନୁଭୂତି ବା ମାନସିକ ଅସ୍ଥିରତା ଦ୍ଵାରା କବଳିତ ହେବା ପ୍ରବୃତ୍ତିକୁ ମନସ୍ତାପ ପ୍ରବୃତ୍ତି କୁହାଯାଏ । ବିଭିନ୍ନ ପରିସ୍ଥିତିରେ ମାନସିକ ନିୟନ୍ତ୍ରଣ ନ ହରାଇ ଆବେଗିକ ସ୍ଥିରତା ବଜାୟ ରଖୁବା ମଧ୍ୟ ଏକ ପ୍ରବୃତ୍ତି । ଅତ୍ୟଧ୍ବକ ମନସ୍ତାପୀ ବ୍ୟକ୍ତିମାନେ ଉଦ୍‌ବେଗୀ ଚିଡ଼ଚିଡ଼ା, ଅତି ସମ୍ବେଦନଶୀଳ, ଅସ୍ଥିର ତଥା ସହଜରେ ଆତ୍ମ ନିୟନ୍ତ୍ରଣ ହରାଉଥିବା ବ୍ୟକ୍ତି ଅଟନ୍ତି । ଯେଉଁ ବ୍ୟକ୍ତିମାନେ ଶାନ୍ତ ସ୍ଵଭାବର, ବିଶ୍ଵାସନୀୟ ତଥା ନିଜ ଆବେଗ ଉପରେ ନିୟନ୍ତ୍ରଣ ରକ୍ଷା କରିପାରନ୍ତି ସେପରି ବ୍ୟକ୍ତି ସାଂବେଗିକ ସ୍ଥିରତା ପରିସରରେ ଅବସ୍ଥାନ କରନ୍ତି ।

(ଗ) ଅତିବାତୁଳତା ବା ମନୋବିକ୍ଷିପ୍ତତା (Psychotism) –
ବିଭିନ୍ନ ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଅଧ୍ୟୟନ କରି ଆଇଜେଙ୍କ ବ୍ୟକ୍ତିତ୍ଵର ଏହି ତୃତୀୟ ଦିଗଟିକୁ ତାଙ୍କ ମତବାଦରେ ସ୍ଥାନିତ କରିଛନ୍ତି । ଯେଉଁ ବ୍ୟକ୍ତିଙ୍କର ଏହି ପ୍ରବୃତ୍ତି ଅଧିକ ଥାଏ ପ୍ରାୟତଃ ସେ ବାସ୍ତବତାଠାରୁ ଦୂରେଇଯାଆନ୍ତି, ସେ ବ୍ୟକ୍ତି ଅଧିକ ଆକ୍ରାମକ, ଆତ୍ମକେନ୍ଦ୍ରିତ ତଥା ଅସାମାଜିକ ହୋଇଥାଆନ୍ତି । ସେ ଅନ୍ୟମାନଙ୍କ ମନୋଭାବକୁ ଉପଲବ୍ଧ କରିପାରନ୍ତି ନାହିଁ ଏବଂ ତାଙ୍କର କ୍ରିୟାକଳାପ ସମ୍ବନ୍ଧରେ ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର ।

(୪) ବୃହତ୍ ପଞ୍ଚକାରକୀୟ ମତବାଦ – ପଲକୋଷ୍ଟା ଓ ରୋବେର୍ଟ ମାକ୍‌ ନାମକ ଦୁଇଜଣ ମନୋବିଜ୍ଞାନୀ ଶୀଳଗୁଣ ଉପରେ ଅଧ୍ବକ ଗବେଷଣା କରି ବ୍ୟକ୍ତିତ୍ଵର ସମସ୍ତ ଶୀଳଗୁଣକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି । ଏହାକୁ “ ବୃହତ୍ ପଞ୍ଚକାରକୀୟ ” ମତବାଦ ରୂପେ ନାମିତ କରାଯାଉଛି । ଏହି ଶୀଳଗୁଣ କାରକମାନଙ୍କର ପାରସ୍ପରିକ କ୍ରିୟାରୁ ବ୍ୟକ୍ତିତ୍ଵର ସୃଷ୍ଟି । ଏହି ମୁଖ୍ୟ କାରକମାନେ ହେଉଛନ୍ତି –

(କ) ଅନୁଭବ/ ଅଭିଜ୍ଞତା ପାଇଁ ଉନ୍ମୁକ୍ତତା (Openness to experience) ଏହା ବାହ୍ୟ ଜଗତ ପ୍ରତି ବ୍ୟକ୍ତିର ସମ୍ବେଦନଶୀଳତାର ମାତ୍ରାକୁ ସୂଚିତ କରେ । ଏହି ଗୁଣ ଅଧିକ ଥିବା ବ୍ୟକ୍ତି ଜିଜ୍ଞାସୁ, କଳ୍ପନାଶୀଳ, ସୃଜନଶୀଳ ଏବଂ ନୂତନ ଉପଲବଧୂ ବା ଅଭିଜ୍ଞତା ଅର୍ଜନ ନିମନ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି । ବିପରୀତ ଭାବେ ଅଭିଜ୍ଞତା ଆହରଣ ନିମନ୍ତେ ଉନ୍ମୁକ୍ତଶୀଳତା କମ୍ ଥିବା ବ୍ୟକ୍ତି ଚିରାଚରିତ ଚିନ୍ତାଧାରାର ବଶବର୍ତ୍ତୀ ହୋଇ ଅନ୍ୟମାନଙ୍କର ଦୃଷ୍ଟିଭଙ୍ଗୀ, ରୁଚି, ମତାମତ ଇତ୍ୟାଦିକୁ ଗୁରୁତ୍ଵ ଦିଅନ୍ତି ନାହିଁ ।

(ଖ) ବିବେକଶୀଳତା (Consciousness) – ବ୍ୟକ୍ତିତ୍ଵର ଏହି ଦିଗଟି ଆତ୍ମ ଶୃଙ୍ଖଳା ଓ ଦାୟିତ୍ୱସମ୍ପନ୍ନତାକୁ ସୂଚିତ କରିଥାଏ । ଏହି ଗୁଣର ମାତ୍ରା ଅଧ୍ବକ ଥିବା ବ୍ୟକ୍ତି ବିଶ୍ଵାସଯୋଗ୍ୟ, ଦାୟିତ୍ବବାନ, ପରିଣାମଦର୍ଶୀ, ବିବେକୀ ଏବଂ ଶୃଙ୍ଖଳିତ ହୋଇଥାନ୍ତି । ଅନ୍ୟ ପକ୍ଷରେ ଏହାର ମାତ୍ରା କମ୍ ଥୁବା ବ୍ୟକ୍ତି ଅବିଶ୍ଵାସନୀୟ, ଦାୟିତ୍ବହୀନ, ଅପରିଣାମଦର୍ଶୀ, ଅବିବେକୀ ଏବଂ ବିଶୃଙ୍ଖଳିତ ହୋଇଥାଆନ୍ତି ।

(ଗ) ବହିର୍ମୁଖତା (Extraversion) – ଏପରି ବ୍ୟକ୍ତିମାନେ ସମାଜିକ ରୂପରେ ସକ୍ରିୟ, ନିଶ୍ଚୟାତ୍ମକ, ମେଳାପୀ, ଆମୋଦ ପ୍ରମୋଦ ପ୍ରିୟ, କଥାବାର୍ତ୍ତା ପ୍ରିୟ ଅଟନ୍ତି । ଏମାନେ ଲଜ୍ଜାଶୀଳ ନୁହଁନ୍ତି ।

(ଘ) ସହମତିଶୀଳତା (Agreeableness) – ଏହି କାରକ ସାହାଯ୍ୟକାରୀ, ସହଯୋଗୀ, ମିତ୍ରଭାବ, ଅନ୍ୟ ପ୍ରତି ଧ୍ୟାନ ରଖୁଥିବା ତଥା ଅନ୍ୟକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ଶୀଳଗୁଣର ପ୍ରତିନିଧ୍ୟ କରିଥାଏ । ଏପରି ବ୍ୟକ୍ତି ଆତ୍ମକେନ୍ଦ୍ରିତ ତଥା ଆକ୍ରୋଶ ମନୋଭାବ ରଖୁଥ‌ିବା ବ୍ୟକ୍ତିର ବିପରୀତ ହୋଇଥାନ୍ତି ।

(ଙ) ମନସ୍ତାପ ପ୍ରବୃତ୍ତି (Neuroticism) ଏହି କାରକଟି ବ୍ୟକ୍ତିତ୍ଵର ଆବେଗିକ ସ୍ଥିରତା ବା ଅବ୍ୟବସ୍ଥିତ ମନନତାର ମାତ୍ରାକୁ ନିର୍ଦ୍ଦେଶିତ କରିଥାଏ । ଏପରି ବ୍ୟକ୍ତି ଭାବାତ୍ମକ ରୂପରେ ଅସ୍ଥିର, ଚିନ୍ତାଗ୍ରସ୍ତ, ଭୟାଳୁ, ଚିଡ଼ଚିଡ଼ା ତଥା ରକ୍ତଚାପାଧୁଗ୍ରସ୍ତ ହୋଇଥାଆନ୍ତି । ଏମାନେ ପରିସ୍ଥିତି ସହିତ ଉପଯୁକ୍ତ ଭାବେ ସମାଯୋଜିତ ହୋଇପାରନ୍ତି ନାହିଁ ଏବଂ ଉପଯୋଜନକ୍ଷମ ବ୍ୟବହାର ପ୍ରଦର୍ଶନ କରିପାରନ୍ତି ନାହିଁ । ଏପରି ବ୍ୟକ୍ତିମାନଙ୍କର ବିପରୀତ ବ୍ୟକ୍ତିମାନେ ସୁସମାଯୋଜିତ ହୋଇଥାଆନ୍ତି ।

Question ୫।
ବ୍ୟକ୍ତିତ୍ଵର ମୂଲ୍ୟାୟନ ନିମିତ୍ତ ବିଭିନ୍ନ ପଦ୍ଧତି ସଂକ୍ଷେପରେ ଆଲୋଚନା କର ।
Answer:
ବ୍ୟକ୍ତିତ୍ଵର ଔପଚାରିକ ବିଶ୍ଳେଷଣ ତଥା ମାପନର ପ୍ରୟାସକୁ ମୂଲ୍ୟାଙ୍କନ କୁହାଯାଇଥାଏ । କେତେକ ବିଶେଷ ଲକ୍ଷଣର ଆଧାରରେ ବ୍ୟକ୍ତିତ୍ଵର ଆକଳନ ତଥା ପ୍ରଭେଦୀକରଣକୁ ‘ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ’ କୁହାଯାଏ । ନ୍ୟୁନତମ ତ୍ରୁଟି ତଥା ଅଧ୍ଵକତମ ପରିଶୁଦ୍ଧତା ମୂଲ୍ୟାଙ୍କନର ଲକ୍ଷ୍ୟ ହୋଇଥାଏ । ବିଭିନ୍ନ ପ୍ରକାର ଉଦ୍ଦେଶ୍ୟକୁ ନେଇ ବ୍ୟକ୍ତିତ୍ଵକୁ ମୂଲ୍ୟାଙ୍କନ କରାଯାଇଥାଏ । ଏହା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବିବିଧତା ଅଧ୍ୟୟନ କରିବାରେ, ପରିବର୍ତ୍ତୀମାନଙ୍କ ମଧ୍ୟରେ ସମ୍ବନ୍ଧ ଜାଣିବାରେ, ବିକାଶାତ୍ମକ ପରିବର୍ତ୍ତନ ଅଧ୍ୟୟନ କରିବାରେ, ନିଦାନ, ସ୍ଥାପନା ତଥା ପରାମର୍ଶ ଇତ୍ୟାଦିରେ ଉପଯୋଗ କରାଯାଇଥାଏ । ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ ପାଇଁ ମନୋବିଜ୍ଞାନୀମାନେ ଅନେକ ବିଧୂର ବିକାଶ କରିଅଛନ୍ତି । ସେଗୁଡ଼ିକ ମଧ୍ୟରେ –

(i) ପ୍ରେକ୍ଷକ ପ୍ରତିବେଦନ
(ii) ବସ୍ତୁନିଷ୍ଠ ପରୀକ୍ଷଣ ଓ
(iii) ପ୍ରକ୍ଷେପଣ ପରୀକ୍ଷଣ କୌଶଳଗୁଡ଼ିକ ପ୍ରଧାନ ।

CHSE Odisha Class 12 Psychology Unit 1 Long Answer Questions in Odia Medium

(i) ପ୍ରେକ୍ଷକ ପ୍ରତିବେଦନ (Observer Reports) –
ବିଭିନ୍ନ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କର ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରି ତାଙ୍କର ବ୍ୟକ୍ତିତ୍ଵ ସମ୍ବନ୍ଧରେ ଏକ ଧାରଣା ସୃଷ୍ଟି କରିବା ଏକ ସରଳ ପନ୍ଥା । ସାକ୍ଷାତକାର, ପର୍ଯ୍ୟବେକ୍ଷଣ, ମୂଲ୍ୟ-ନିର୍ଦ୍ଧାରଣ, ନାମାଙ୍କନ, ପାରିସ୍ଥିତିକ ପରୀକ୍ଷଣ ଇତ୍ୟାଦି ପଦ୍ଧତିମାନଙ୍କରେ ବ୍ୟବହାରର ପର୍ଯ୍ୟବେକ୍ଷଣାତ୍ମକ ତଥ୍ୟକୁ ମୂଲ୍ୟାଙ୍କନ ନିମନ୍ତେ ବିନିଯୋଗ କରାଯାଉଥାଏ ।

(କ) ସାକ୍ଷାତକାର (Interview) – ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ ନିମନ୍ତେ ସାକ୍ଷାତକାର ଏକ ପ୍ରମୁଖ କୌଶଳ ଅଟେ । ଯେଉଁ ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ କରାଯିବ ତାକୁ ସାକ୍ଷାତକାର ନେଉଥିବା ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ସାକ୍ଷାତ କରି କୌଣସି ପ୍ରସଙ୍ଗ ଭିଭିକ ପ୍ରଶ୍ନବଳୀ ଉପସ୍ଥାପନ କରନ୍ତି ଏବଂ ବ୍ୟକ୍ତିଙ୍କର ଅନୁକ୍ରିୟାକୁ ଅଧାର କରି ତାଙ୍କ ବ୍ୟକ୍ତିତ୍ଵ ସମ୍ବନ୍ଧରେ ଏକ ଅବଧାରଣା କରିଥାନ୍ତି । ସାକ୍ଷାତ୍‌କାର ଦୁଇ ପ୍ରକାର ଶୈଳୀରେ କରାଯାଇପାରେ ଯଥା :-

  • ସଂରଚିତ ବା ଔପଚାରିକ
  • ଅସଂରଚିତ ବା ଅନୌପଚାରିକ

ସଂରଚିତ ଶୈଳୀରେ କେତେକ ସ୍ଵତନ୍ତ୍ର ପ୍ରଶ୍ନ ପଚରା ଯାଇଥାଏ ଏବଂ ସ୍ଵତନ୍ତ୍ର ପ୍ରକ୍ରିୟା ଅନୁସରଣ କରାଯାଉଥାଏ । କିନ୍ତୁ ଅସଂରଚିତ ଶୈଳୀରେ ସାକ୍ଷାତକାର ନେଇଥିବା ବ୍ୟକ୍ତି ଯେ କୌଣସି ପ୍ରଶ୍ନ କରିପାରନ୍ତି ଏବଂ ସାକ୍ଷାତକାର ଦେଉଥିବା ବ୍ୟକ୍ତି ତାଙ୍କର ଅନୁକ୍ରିୟାକୁ ବିସ୍ତୃତ ଭାବେ ଉପସ୍ଥାପିତ କରିବା ନିମନ୍ତେ ସ୍ଵାଧୀନତା ପାଉଥାନ୍ତି । ସଂରଚିତ ଶୈଳୀ ଅପେକ୍ଷା ଅସଂରଚିତ ଶୈଳୀର ସାକ୍ଷାତ୍‌କାର ଅଧିକ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ ।

(ଖ) ପର୍ଯ୍ୟବେକ୍ଷଣ (Observation) – ବ୍ୟକ୍ତିତ୍ଵର ଆକଳନ କରିବା ପାଇଁ ବ୍ୟବହାରାତ୍ମକ ପର୍ଯ୍ୟବେକ୍ଷଣର ନମନାମାନଙ୍କ ପର୍ଯ୍ୟବେକ୍ଷଣ କରି ତାଙ୍କ ନିକଟରେ ଥରା ଉଦ୍ଦିଷ୍ଟ ଶୀଇଗଣମାନଙ୍କ ଚିହ୍ନଟ କରାଯାଇଥାଏ । ମହାଭରଣ ନମୁନାମାନଙ୍କୁ ପର୍ଯ୍ୟବେକ୍ଷଣ କରି ତାଙ୍କ ନିକଟରେ ଥିବା ଉଦ୍ଦିଷ୍ଟ ଶୀଳଗୁଣମାନଙ୍କୁ ଚିହ୍ନଟ କରାଯାଇଥାଏ । ଉଦାହରଣ ସ୍ଵରୂପ : ଜଣେ ବ୍ୟକ୍ତି, ପରିବାର, ସାଂଗମେଳ ଏବଂ କାର୍ଯ୍ୟପରିସର ମଧ୍ୟରେ ଅନ୍ୟ ବ୍ୟକ୍ତିମାନଙ୍କ ସହ ମିଳିତ ହେବା ବ୍ୟବହାରମାନଙ୍କୁ ପର୍ଯ୍ୟବେକ୍ଷଣ କରି ବ୍ୟକ୍ତିତ୍ଵର ଆକଳନ କରାଯାଇପାରେ ।

(ଗ) ମୂଲ୍ୟନିର୍ଦ୍ଧାରଣ (Rating) – ଶୀଳଗୁଣର ମାତ୍ରା ଓ ପରିମାଣକୁ ଏକ ସାଂଖ୍ୟକ ମୂଲ୍ୟରେ ବ୍ୟକ୍ତ କରିବା ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ । ଶୈକ୍ଷିକ ଓ ଔଦ୍ୟୋଗିକ ପରିବେଶରେ ମୂଲ୍ୟ ନିର୍ଦ୍ଧାରଣ ବିଧିରେ ବିଶେଷ ଭାବରେ ଉପଯୋଗ କରାଯାଇଥାଏ । ଏହି ବିଧୁକୁ ପ୍ରୟୋଗ କରିବା ପାଇଁ ଶୀଳଗୁଣକୁ ସ୍ଵତନ୍ତ୍ର ଅର୍ଥରେ ସ୍ପଷ୍ଟ ଭାବରେ ପରିଭାଷିତ କରାଯିବା ଉଚିତ୍ । ମୂଲ୍ୟ-ନିର୍ଦ୍ଧାରଣ ଏକ ସରଳ ବିଧ୍ଵ ଓ ବହୁତ କମ୍ ସମୟ ମଧ୍ୟରେ ଏହାକୁ ପ୍ରସ୍ତୁତ କରାଯାଇପାରେ ଓ କମ୍ ସମୟ ମଧ୍ୟରେ ଏହାକୁ ପ୍ରୟୋଗ କରି ଫଳାଫଳ ଜାଣି ହୋଇଥାଏ । ଏହି ପଦ୍ଧତିରେ ଏକ ମାପକ ଗଠନ କରାଯାଇ ଏକ ନିର୍ଦ୍ଦିଷ୍ଟ ଶୀଳଗୁଣରେ ବ୍ୟକ୍ତି କେଉଁଠାରେ ସ୍ଥାନନ ପାଉଛି ତାହା ଗଣନା କରାଯାଇ ଲିପିବଦ୍ଧ କରାଯାଏ ।

(ଘ) ନାମାଙ୍କନ (Nomination) – ଗୋଟିଏ ସାଙ୍ଗମେଳର ସଦସ୍ୟମାନେ ନାମାଙ୍କନ ବା ମନୋନୟନ ପଦ୍ଧତିରେ ସାଂଗମାନଙ୍କର ବ୍ୟକ୍ତିତ୍ଵକୁ ମୂଲ୍ୟାଙ୍କନ କରିଥାନ୍ତି । ପ୍ରତ୍ୟେକ ସଦସ୍ୟଙ୍କୁ ଅନ୍ୟ ସଦସ୍ୟମାନଙ୍କୁ ନିର୍ଦ୍ଦିଷ୍ଟ ଶୀଳଗୁଣ ଆଧାରରେ ମନୋନୟନ ବା ନାମାଙ୍କନ କରିବାକୁ କୁହାଯାଏ । ଅଧିକବାର ମନୋନୀତ ହୋଇଥିବା ସଦସ୍ୟଙ୍କ ନିକଟରେ ଶୀଳଗୁଣର ପରିମାଣ ଅଧ‌ିକ ବୋଲି ବିବେଚନା କରାଯାଇଥାଏ ।

(ଙ) ପାରିସ୍ଥିତିକ ପରୀକ୍ଷଣ (Situational Test) – ଗୋଟିଏ କୃତ୍ରିମ ନମୁନାମୂଳକ ପରିସ୍ଥିତି ପ୍ରସ୍ତୁତ କରି ଜଣେ ବ୍ୟକ୍ତି ସେ ପରିସ୍ଥିତିର ଆହ୍ଵାନକୁ କିପରି ଭାବେ ସମ୍ମୁଖୀନ ହେଉଛନ୍ତି ତାହା ପର୍ଯ୍ୟବେକ୍ଷଣ କରି ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵର ସଂପନ୍ନ କରିବା ନିମନ୍ତେ କୁହାଯାଏ । ସେ କାର୍ଯ୍ୟଗୁଡ଼ିକ କେତେ ସଠିକତା ସହକାରେ ସୀମିତ ସମୟ ମଧ୍ୟରେ ଓ ଦାୟିତ୍ଵସଂପନ୍ନ ଭାବେ ସଂପାଦନ କରୁଛେ ତାହାକୁ ପର୍ଯ୍ୟବେକ୍ଷଣ କରି ବ୍ୟକ୍ତିତ୍ଵର କେତେକ ଶୀଳଗୁଣମାନଙ୍କ ସମ୍ବନ୍ଧରେ ଧାରଣା ସୃଷ୍ଟି କରାଯାଇପାରେ ।

(ii) ବସ୍ତୁନିଷ୍ଠ ପରୀକ୍ଷଣ (Objective Test) – ବସ୍ତୁନିଷ୍ଠ ପରୀକ୍ଷଣ ପଦ୍ଧତିରେ ବ୍ୟକ୍ତିତ୍ଵର ମୂଲ୍ୟାୟନ କରାଯାଉଥିବା ବ୍ୟକ୍ତିଙ୍କୁ ଏକାଧ୍ଵକ ପ୍ରଶ୍ନଥୁବା ଏକ ପ୍ରଶ୍ନବଳୀ ଦିଆଯାଏ । କେତେକ ପ୍ରଶ୍ନବଳୀରେ ବ୍ୟକ୍ତିରୁ ହଁ ବା ନାହିଁ, ସତ୍ୟ-ମିଥ୍ୟା, ରାଜି-ଅରାଜି, ଭଲ ଲାଗେ – ଭଲ ଲାଗେ ନାହିଁ ଜରିଆରେ ଉତ୍ତର ଦେବାକୁ କୁହାଯାଇଥାଏ ଓ ଅନ୍ୟ କେତେକ ପ୍ରଶ୍ନବଳୀରେ ତିନୋଟି ବା ଚାରୋଟି ଉତ୍ତର ମଧ୍ୟରୁ ଗୋଟିକୁ ବାଛିବାକୁ କୁହାଯାଉଥାଏ । ଉତ୍ତରଦାତାଙ୍କ ଅନୁକ୍ରିୟାକୁ ମୂଲ୍ୟାଙ୍କନ କରାଯାଇ ବ୍ୟକ୍ତିତ୍ଵର ଆକଳନ କରାଯାଇଥାଏ ।

ବସ୍ତୁନିଷ୍ଠ ପରୀକ୍ଷଣମାନଙ୍କ ମଧ୍ୟରେ ଅନେକ ଆତ୍ମ-ବିବରଣ ସୂଚୀ ଅଟନ୍ତି । ବହୁଳଭାବରେ ବ୍ୟବହୃତ ବ୍ୟକ୍ତିତ୍ଵ- ସୂଚୀମାନଙ୍କ ମଧ୍ୟରେ ମିନେସୋଟା ମଲ୍ଟିଫାଜିକ୍ ପରସନାଲିଟ୍ ଇନ୍‌ଭେଷ୍ଟୋରୀ, କାଲିଫର୍ନିଆ ସାଇକୋଲଜିକାଲ ଇନ୍‌ଭେଣ୍ଟୋରୀ, ଆଇଜେଙ୍କ ବ୍ୟକ୍ତିତ୍ଵ ଅନୁସୂଚୀ, ୧୬-କାରକୀୟ ବ୍ୟକ୍ତିତ୍ଵ ଅନୁସୂଚୀ ତଥା ତ୍ରିପାଠୀ ବ୍ୟକ୍ତିଗତ ପସନ୍ଦ ଅନୁସୂଚୀ ଇତ୍ୟାଦି ପ୍ରଧାନ ଅଟନ୍ତି ।

(କ) ମିନେସୋଟା ବହୁପକ୍ଷୀୟ ବ୍ୟକ୍ତିତ୍ବ ସୂଚୀ (Minnesota Multiphasic personality inventory) – ଏହି ପରୀକ୍ଷଣଟି ଷ୍ଟାର୍କ ହାଥ ଓ ମାକ୍ କିନଲେଙ୍କ ଦ୍ଵାରା ବିକଶିତ ହୋଇଥିଲା । ଏଥ‌ିରେ ୫୫୦ଟି ବାକ୍ୟ (ଏକାଂଶ) ସତ୍ୟ । ମିଥ୍ୟା । କହିପାରିବ ନାହିଁ ଆକାରରେ ରହିଥାଏ । ଏହି ପରୀକ୍ଷଣ ଦ୍ବାରା ଉଦ୍‌ବେଗ, କ୍ରୋଧ, ଭ୍ରାନ୍ତ ପ୍ରତ୍ୟକ୍ଷ, ଅଯୌକ୍ତିକ ଭୟ ଓ ଆତ୍ମହତ୍ୟା କରିବା ମନୋଭାବ ଇତ୍ୟାଦିକୁ ନିର୍ଦ୍ଧାରଣ କରାଯାଉଥାଏ । ଏହି ପରୀକ୍ଷଣଟି ଅତି ବ୍ୟାପକ ଓ ବ୍ୟକ୍ତିତ୍ଵର ବିଭିନ୍ନ ବିଭାଗକୁ ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ ।

CHSE Odisha Class 12 Psychology Unit 1 Long Answer Questions in Odia Medium

ଏହି ମାନକୀକୃତ ପରୀକ୍ଷଣ ଦ୍ଵାରା ଜଣେ ସାଧାରଣ ବ୍ୟକ୍ତିଙ୍କୁ ମାନସିକ ରୋଗୀଠାରୁ ଭିନ୍ନ ବୋଲି ଚିହ୍ନଟ କରାଯାଇପାରେ । ଏହି ପରୀକ୍ଷଣର ପରିବର୍ତ୍ତିତ ସଂସ୍କରଣ 1989ରେ ପ୍ରକାଶିତ ହୋଇଅଛି । ଏହି ପରୀକ୍ଷଣର ଭାରତୀୟ ସଂସ୍କରଣ ହେଉଛି ଯୋଧପୁର ବହୁପକ୍ଷୀୟ ବ୍ୟକ୍ତିତ୍ଵ ସୂଚୀ ଯାହାକି ମଲ୍ଲିକ ଓ ଯୋଶୀଙ୍କ ଦ୍ଵାରା ବିକଶିତ ହୋଇଅଛି ।

(ଖ) ଆଇଜେଙ୍କ ବ୍ୟକ୍ତିତ୍ଵ ଅନୁସୂଚୀ (Eyesenck Personality Questionaire) – ବ୍ୟକ୍ତିତ୍ଵର ଦୁଇଗୋଟି ମୌଳିକ ଦିଗ ଯଥା – ଅନ୍ତର୍ମୁଖତା – ବହିର୍ମୁଖତା ଓ ଆବେଗିକ ସ୍ଥିରତା – ଆବେଗିକ ଅସ୍ଥିରତାର ଆକଳନ ନିମନ୍ତେ ଆଇଜେର ୩୨ ଗୋଟି ଶୀଳଗୁଣକୁ ଭିତ୍ତି କରି ଏକ ଅନୁସୂଚୀ ବିକଶିତ କରିଥିଲେ । ପରବର୍ତ୍ତୀ ଗବେଷଣା ପରିପ୍ରେକ୍ଷୀରେ ସେ ତା’ର ମାପକରେ ମନୋବିକ୍ଷିପ୍ତତା ପରି ଅନ୍ୟ ଏକ ଦିଗକୁ ଅନ୍ତର୍ଭୁକ୍ତ କରିଥିଲେ ।

ଏହା ମାନସିକ ବ୍ୟାଧ୍ ସହିତ ସମ୍ବନ୍ଧିତ ଅଟେ ଏବଂ ଅନ୍ୟମାନଙ୍କ ପ୍ରତି ମନୋଭାବର ଅଭାବ, ଅନ୍ୟମାନଙ୍କ ସହିତ କଥାବାର୍ତ୍ତାରେ ରୁକ୍ଷ ମନୋଭାବ ଏବଂ ସାମାଜିକ ପରମ୍ପରାଗୁଡ଼ିକ ନ ମାନିବାର ପ୍ରବୃତ୍ତି ପରି ଲକ୍ଷଣଗୁଡ଼ିକ ଏହି ବ୍ୟାଧ୍ଧରେ ପୀଡ଼ିତ ବ୍ୟକ୍ତିମାନଙ୍କଠାରୁ ଦେଖାଯାଉଥାଏ । ଏହି ପରୀକ୍ଷଣରେ ଅଧିକ ଫଳାଙ୍କ ପ୍ରାପ୍ତ କରୁଥିବା ବ୍ୟକ୍ତି ଆକ୍ରାମକ, ଆତ୍ମକେନ୍ଦ୍ରିତ ତଥା ଅସାମାଜିକ ହୋଇଥାନ୍ତି ।

(ଗ) ୧୬ – କାରକୀୟ ବ୍ୟକ୍ତିତ୍ବ ଅନୁସୂଚୀ – (16 – Personality Factors Inventory) – ଏହି ପରୀକ୍ଷଣଟି ମନୋବିଜ୍ଞାନୀ କ୍ୟାଟେଲ ବିକଶିତ କରିଥିଲେ । ଏହା ବାସ୍ତବ ଅନୁଭୂତିମୂଳକ ଆଧାର ସାମଗ୍ରୀ ଉପରେ ପର୍ଯ୍ୟବସିତ । କାରକ ବିଶ୍ଳେଷଣ ନାମକ ଏକ ସାଂଖ୍ୟକୀୟ ପଦ୍ଧତିର ସାହାଯ୍ୟ ନେଇ କ୍ୟାଟେଲ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ବ୍ୟକ୍ତିତ୍ଵ ୧୬ଟି ପ୍ରାଥମିକ ଶୀଳଗୁଣ ଦ୍ଵାରା ଗଠିତ ।

ଏଣୁ ଏହି ବ୍ୟକ୍ତିତ୍ଵ ସୂଚୀରେ ୧୬ଗୋଟି ମାପକ ସହିତ ୪ ଗୋଟି ଗୌଣବର୍ଗର ସୂଚକ ରହିଛି । ବର୍ତ୍ତମାନ ଏହି ପରୀକ୍ଷଣ ୫ ଗୋଟି ଭିନ୍ନ ଭିନ୍ନ ପ୍ରକାରରେ ଉପଲବ୍ଧ । ପ୍ରତ୍ୟେକ ପ୍ରକାରର ୧୦୫ଟି ଲେଖାଏଁ କଥନ ରହିଛି । ଏହାର ପ୍ରୟୋଗ ଉଚ୍ଚ ବିଦ୍ୟାଳୟ ସ୍ତରର ଛାତ୍ରମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କର ବ୍ୟକ୍ତିତ୍ଵ ଆକଳନ ନିମନ୍ତେ ବ୍ୟବହାର କରାଯାଉଛି । ଏହି ପରୀକ୍ଷଣଟି କ୍ୟାରିୟର ନିର୍ଦ୍ଦେଶନ ତଥା ବ୍ୟବସାୟିକ ଚୟନ ଆଦି କ୍ଷେତ୍ରରେ ବିଶେଷ ଭାବରେ ଉପଯୋଗ କରାଯାଇଥାଏ ।

(iii) ପ୍ରକ୍ଷେପଣ ପରୀକ୍ଷଣ (Projective Tests) – ଗୋଟିଏ ବ୍ୟକ୍ତିର ଯେଉଁ ଶୀଳଗୁଣଗୁଡ଼ିକ ବହୁଳ ଜଟିଳ ଏବଂ ଯାହା ସମ୍ବନ୍ଧରେ ବ୍ୟକ୍ତି ସଂପୂର୍ଣ୍ଣ ରୂପେ ସଚେତନ ନ ଥାଏ ସେହି ଶୀଳଗୁଣଗୁଡ଼ିକୁ ମାପିବା ପାଇଁ ପ୍ରକ୍ଷେପଣ ପରୀକ୍ଷଣର ଉପଯୋଗ କରାଯାଇଥାଏ । ନିଜ ଅଜାଣତରେ ବିଭିନ୍ନ ଶୀଳଗୁଣକୁ ବ୍ୟକ୍ତି ପରୀକ୍ଷଣ ଅନୁକ୍ରିୟା ମାଧ୍ୟମରେ ପ୍ରକ୍ଷେପ କରୁଥିବାରୁ ଏହାକୁ ପ୍ରକ୍ଷେପଣ ପରୀକ୍ଷଣ କୁହାଯାଏ । ସିଗମଣ୍ଡ ଫ୍ରଏଡ଼ଙ୍କ ପରି କେତେକ ପ୍ରଖ୍ୟାତ ମନୋବିଜ୍ଞାନୀଙ୍କ ମତରେ ବ୍ୟକ୍ତିର ବ୍ୟବହାର ଓ କଥନରେ ତା’ର ବ୍ୟକ୍ତିତ୍ଵ ପ୍ରକ୍ଷେପିତ ହୋଇଥାଏ ।

ଏହା ବ୍ୟକ୍ତିର ସଚେତନତାରେ ହସ୍ତକ୍ଷେପ କରିପାରେ ନାହିଁ । ତେଣୁ ବ୍ୟକ୍ତିତ୍ଵର ସଠିକ୍ ମୂଲ୍ୟାୟନ ନିମନ୍ତେ ପ୍ରକ୍ଷେପଣ ପରୀକ୍ଷଣ ପଦ୍ଧତି ଉପାଦେୟ ହୋଇପାରିଛି । ବ୍ୟକ୍ତିତ୍ଵର ଆକଳନ କରିବା ପାଇଁ ମନୋବିଜ୍ଞାନୀମାନେ ଭିନ୍ନ ଭିନ୍ନ ପ୍ରକାରର ଉଦ୍ଦୀପକ ସାମଗ୍ରୀର ଉପଯୋଗ କରି ଅନେକ ପ୍ରକାରର ପ୍ରକ୍ଷେପଣ ପରୀକ୍ଷଣର ବିକାଶ କରିଅଛନ୍ତି । ସେଗୁଡ଼ିକ ହେଲା –

(କ) ରୋର୍ଶାକ୍ କାଳିଛାପ ପରୀକ୍ଷଣ (Rorschach Ink Blot Test) – ସ୍ଵିଜରଲାଣ୍ଡର ମନୋଚିକିତ୍ସକ ରୋର୍ଶାକ୍ ୧୯୨୧ ମସିହାରେ ଏହି ପରୀକ୍ଷଣର ବିକାଶ କରିଥିଲେ । ଏହି ପରୀକ୍ଷଣରେ ୧୦ ଗୋଟି ସମରୂପୀ କାଳିଛାପ କାର୍ଡ଼ ବ୍ୟବହାର କରାଯାଏ । ଏହି କାର୍ଡ଼ମାନଙ୍କ ମଧ୍ୟରୁ ପାଞ୍ଚଗୋଟି କଳାଧଳା ଓ ଅନ୍ୟ ପାଞ୍ଚଗୋଟି ରଙ୍ଗିନ ଅଟେ । ପ୍ରତ୍ୟେକ କାଳିଛପା 7’x 10” ର ଧଳା କାର୍ଡ଼-ବୋର୍ଡ଼ର ମଧ୍ୟସ୍ଥଳରେ ଛପା ଯାଇଥାଏ । ଖଣ୍ଡେ କାଗଜରେ କିଛି କାଳି ଢାଳି ଦେଇ ଏହି କାଗଜକୁ ମଝିରୁ ଦୁଇ ଭାଗ କରି ଦୁଇଟି ଭାଗକୁ ଚାପି ଦେଲେ, ଦୁଇ ଭାଗରେ ଯେଉଁ ଚିତ୍ର ହୋଇଯାଏ ତାହାକୁ କାଳିଛାପ ଚିତ୍ର କୁହାଯାଏ ।

ଏହି ପରୀକ୍ଷଣ ଆରମ୍ଭରେ ଗୋଟି ଗୋଟି କରି ପ୍ରତ୍ୟେକ କାର୍ଡ଼କୁ ବ୍ୟକ୍ତିଙ୍କୁ ଦେଖାଯାଏ ଏବଂ ସେ କ’ଣ ଆକୃତିର କଳ୍ପନା କରୁଛନ୍ତି ପ୍ରଶ୍ନ କରାଯାଏ । ପ୍ରତ୍ୟେକ କାଳିଛପା ଚିତ୍ର ପାଇଁ ପରୀକ୍ଷାର୍ଥୀ ବ୍ୟକ୍ତି ନିଜର ଅନୁକ୍ରିୟା ଦିଅନ୍ତି ଓ ଏଗୁଡ଼ିକୁ ପରୀକ୍ଷକଙ୍କ ଦ୍ଵାରା ଲିପିବଦ୍ଧ କରାଯାଇଥାଏ । ପରୀକ୍ଷଣର ଏହି ପ୍ରଥମ ସୋପାନକୁ ମୂଳ ନିଷ୍ପାଦନ ବା ମୁଖ୍ୟ ପ୍ରଶାସନ କୁହାଯାଏ । ଦ୍ଵିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ କାର୍ଡ଼ର କାଳିଛାପକୁ ନେଇ ଯେଉଁ ଆକୃତିର କଳ୍ପନା -ବ୍ୟକ୍ତି କରିଥିଲେ ତାହା ସେ କେଉଁଠାରେ, କିପରି ଓ କାହିଁକି କଲେ ଅନୁସନ୍ଧାନ କରାଯାଇଥାଏ । ଏହାକୁ ଅନ୍ଵେଷଣ ପର୍ଯ୍ୟାୟ କୁହାଯାଏ । ବ୍ୟକ୍ତିଙ୍କର ଅନୁକ୍ରିୟାକୁ ଭିଭି କରି ପ୍ରଶିକ୍ଷିତ ମୂଲ୍ୟାୟନକାରୀ ବ୍ୟକ୍ତିତ୍ଵର ଆକଳନ କରିଥାନ୍ତି ।

CHSE Odisha Class 12 Psychology Unit 1 Long Answer Questions in Odia Medium

(ଖ) କଥାବସ୍ତୁ ସଂପ୍ରତ୍ୟକ୍ଷ ପରୀକ୍ଷଣ (Thermatic Apperception Test (TAT) – ମରେ ଓ ମର୍ମାନ୍ ୧୯୩୫ ମସିହାରେ ଏହି ପରୀକ୍ଷଣର ବିକାଶ କରିଥିଲେ । ଏଥିରେ ୩୦ଟି ଚିତ୍ରର ଏକ ଶୃଙ୍ଖଳା ସହିତ ଗୋଟିଏ ଖାଲି ସାଧାକାର୍ଡ଼କୁ ନେଇ କଥାବସ୍ତୁ ସଂପ୍ରତ୍ୟକ୍ଷ ପରୀକ୍ଷଣ ଗଠିତ । ଏଥ‌ି ମଧ୍ୟରୁ କେତେକ କାର୍ଡ଼ କେବଳ ପୁରୁଷ, କେବଳ ମହିଳା, କେବଳ ବାଳକ, କେବଳ ବାଳିକା ଏବଂ କେତେକ ସଂଯୁକ୍ତ ରୂପରେ ଉପଯୋଗ କରାଯାଉଥାଏ । ପ୍ରତ୍ୟେକ କାର୍ଡ଼ର ଚିତ୍ରକୁ ଦେଖ୍ ବିଷୟୀଙ୍କୁ ଅନୁକ୍ରିୟା ପ୍ରଦାନ କରିବା ନିମନ୍ତେ ସୁଯୋଗ ଦିଆଯାଏ ।

ତାଙ୍କୁ ପଚାରିବାକୁ ହୁଏ ଚିତ୍ରରେ ଦୃଶ୍ୟ ଘଟଣାର କ’ଣ ସମ୍ଭାବିତ କାରଣ ଥାଇପାରେ ? ଚିତ୍ରରେ କ’ଣ ଘଟୁଥିବାର ଦେଖୁଛି ? ଚିତ୍ରରେ ପ୍ରସ୍ତୁତ କରାଯାଇଥିବା ପାତ୍ର-ପାତ୍ରୀ କ’ଣ ଅନୁଭବ ବା ଚିନ୍ତା କରୁଛନ୍ତି ? ଘଟଣାର ପରିଣାମ କ’ଣ ହେବ ? ଏ ସମସ୍ତ ପ୍ରଶ୍ନର ଉତ୍ତରମାନଙ୍କୁ ବିଶ୍ଳେଷଣ କରି ବ୍ୟକ୍ତିତ୍ଵ ସମ୍ବନ୍ଧରେ ମୂଲ୍ୟାୟନ କରାଯାଏ । ଏହି ମୂଲ୍ୟାୟନ ନିମନ୍ତେ ୫ ଗୋଟିରୁ ୨୦ ଗୋଟି କାର୍ଡ଼ ବ୍ୟବହାର କରାଯାଇପାରେ ।

(ଗ) ସଚିତ୍ର ବ୍ୟର୍ଥତା ପରୀକ୍ଷଣ (Picture Frustration Study (P.F Study) – ରୋଜେନ୍‌ଜ୍ ଏହି ପରୀକ୍ଷଣ ବିକଶିତ କରିଥିଲେ । ଏହି ପରୀକ୍ଷଣ ବ୍ୟର୍ଥତା ଓ ଅକ୍ରାମକ ପ୍ରବୃଭିକୁ ଗୁରୁତ୍ଵ ଦିଏ । ଏଥିରେ କ୍ରମାନ୍ଵୟରେ କେତେକ କାର୍ଟୁନ୍ ଚିତ୍ର ପ୍ରଦର୍ଶିତ କରାଯାଏ । ଚିତ୍ରରେ ଜଣେ ଅନ୍ୟ ଜଣଙ୍କୁ ହତାଶ କରୁଥିବାର ଦୃଶ୍ୟ ଥାଏ କିମ୍ବା ଏହା ହତାଶା ପୂର୍ଣ୍ଣ ପରିସ୍ଥିତି ଦିଗକୁ ଦୃଷ୍ଟିକୋଣ ନିମନ୍ତେ ପ୍ରଚେଷ୍ଟା କରୁଥାଏ । ଆକ୍ରମଣ୍ୟତାର ପ୍ରକାର ଓ ଦିଗ ଆଧାରରେ ବ୍ୟକ୍ତି ଅନୁକ୍ରିୟାମାନଙ୍କୁ ବିଶ୍ଳେଷଣ କରାଯାଏ ।

(ଘ) ବାକ୍ୟ ପୂରଣ ପରୀକ୍ଷଣ (Sentence Completion Test) – ଏହି ପ୍ରକାର ପରୀକ୍ଷଣରେ କେତେଗୋଟି ଅସଂପୂର୍ଣ୍ଣ ବାକ୍ୟକୁ ପୂରଣ କରିବାକୁ ପଡ଼େ । ବ୍ୟକ୍ତି ପୂରଣ କରୁଥିବା ଶବ୍ଦାବଳୀରୁ ତାଙ୍କର ଅଭିପ୍ରେରଣ, ଦ୍ଵନ୍ଦୁ, ମନୋବୃତ୍ତି ଇତ୍ୟାଦି ପ୍ରକ୍ଷେପିତ ହୋଇପାରେ ବୋଲି ଆଶା କରାଯାଏ । ଉଦାହରଣ ସ୍ଵରୂପ –
ମୋ ମାଆଙ୍କୁ ________________ ।
ମୁଁ ଏକାକୀ ଥିବାବେଳେ _________________।
ଦୋଷ କରିଛି ଭାବିଲେ __________________।

(ଙ) ବ୍ୟକ୍ତି ଅଙ୍କନ ପରୀକ୍ଷଣ (Draw a Person Test) ପ୍ରଥମେ ଏହାକୁ ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ କରିବା ପାଇଁ ଉପଯୋଗ କରିଥିଲେ । ଏହି ପରୀକ୍ଷଣରେ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଜଣେ ବ୍ୟକ୍ତିଙ୍କର ଚିତ୍ର ଅଙ୍କନ କରିବାକୁ କୁହାଯାଏ । ତା’ପରେ ବିପରୀତ ଲିଙ୍ଗଧାରୀ ଅନ୍ୟ ଜଣେ ବ୍ୟକ୍ତିଙ୍କର ଚିତ୍ର ଅଙ୍କନ କରିବାକୁ କୁହାଯାଏ । ଶେଷରେ ଉଭୟ ଚିତ୍ରକୁ ପାତ୍ର ଓ ପାତ୍ରୀଭାବେ ବିବେଚନା କରି ଗୋଟିଏ ଗଛ ଲେଖୁବାକୁ କୁହାଯାଏ । ଏହି ଗାଳ୍ପିକ ବର୍ଣ୍ଣନାର ମନୋବିଶ୍ଳେଷଣ ପଦ୍ଧତିରେ ଅନୁଶୀଳନ କରି ବ୍ୟକ୍ତିତ୍ଵର ଆକଳନ କରାଯାଏ ।

Leave a Comment