CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

Odisha State Board CHSE Odisha Class 12 Foundation of Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା Questions and Answers.

CHSE Odisha 12th Class Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ, ତାହାକୁ କ’ଣ କୁହାଯାଏ ?
(i) ବୃତ୍ତିଗତ ଶିକ୍ଷା
(ii) ମନସ୍ତାତ୍ତ୍ଵିକ ଶିକ୍ଷା
(iii) ଜୀବନ ନୈପୁଣ୍ୟ ଶିକ୍ଷା
(iv) ସାମାଜିକ ଶିକ୍ଷା
Answer:
(iii) ଜୀବନ ନୈପୁଣ୍ୟ ଶିକ୍ଷା

2. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କେବେ ଜୀବନନୈପୁଣ୍ୟ ଶିକ୍ଷା ଉପରେ ମତ ପ୍ରଦାନ କରିଥିଲେ ?
(i) ୨୦୦୫ ମସିହା
(ii) ୧୯୮୦ ମସିହା
(iii) ୧୯୯୩ ମସିହା
(iv) ୧୯୯୦ ମସିହା
Answer:
(iii) ୧୯୯୩ ମସିହା

3. ସୁସ୍ଥ ଜୀବନ ଯାପନ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା, ଜୀବନ ନୈପୁଣ୍ୟ ଶିକ୍ଷାର ଏକ –
(i) ବୈଶିଷ୍ଟ୍ୟ
(ii) ଗୁରୁତ୍ବ
(iii) ଉପକାରିତା
(iv) ଉପାୟ
Answer:
(iv) ଉପାୟ

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

4. ଜୀବନ ନୈପୁଣ୍ୟ ଶିକ୍ଷା କହିଲେ ମନୁଷ୍ୟ ଜୀବନର କେଉଁ ବିଭବର ସମାହାରକୁ ବୁଝାଏ ?
(i) ଦକ୍ଷତା
(ii) ସୁଗୁଣ
(iii) ଦୁର୍ଗୁଣ
(iv) ଭଲ ଭାବନା
Answer:
(i) ଦକ୍ଷତା

5. ‘ଆତ୍ମ-ସଚେତନତା ଏକ ଦକ୍ଷତା’’ – ଏହା କାହାର ଉକ୍ତି ?
(i) ୟୁନିସେଫ
(ii) ବିଶ୍ୱସ୍ଵାସ୍ଥ୍ୟ ସଙ୍ଗଠନ
(iii) ବିଶ୍ଵ ବାଣିଜ୍ୟ ସଙ୍ଗଠନ
(iv) ନିରାପତ୍ତା ପରିଷଦ
Answer:
(iii) ବିଶ୍ଵ ବାଣିଜ୍ୟ ସଙ୍ଗଠନ

6. ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମତାନୁସାରେ ମଣିଷ ଜୀବନରେ କେତୋଟି ମୁଖ୍ୟ ଦକ୍ଷତା ରହିଛି ?
(i) ୫ଟି
(ii) ୭ଟି
(iii) ୯ଟି
(iv) ୧୦ଟି
Answer:
(iv) ୧୦ଟି

7. “ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର କୌଶଳ ଅଟେ” – ଏହି ମତ କିଏ ଦେଇଥିଲେ ?
(i) ୟୁନିସେଫ
(iii) ବିଶ୍ଵ ବାଣିଜ୍ୟ ସଙ୍ଗଠନ
(ii) ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ
(iv) ସାଧାରଣ ପରିଷଦ
Answer:
(i) ୟୁନିସେଫ

8. ଶିକ୍ଷକ-ଛାତ୍ର ସମ୍ପର୍କକୁ ମଜଭୁତ କରିବା, ଜୀବନ ନୈପୁଣ୍ୟ ଶିକ୍ଷାର ଏକ –
(i) ସାମାଜିକ ଉପକାରିତା
(ii) ସାଂସ୍କୃତିକ ଉପକାରିତା
(iii) ଶିକ୍ଷାଗତ ଉପକାରିତା
(iv) ଅର୍ଥନୈତିକ ଉପକାରିତା
Answer:
(iii) ଶିକ୍ଷାଗତ ଉପକାରିତା

B. ଶୂନ୍ୟସ୍ଥାନ ପୂରଣ କର ।

1. ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ ତାକୁ ___________ ଶିକ୍ଷା କୁହାଯାଏ ।
Answer:
ଜୀବନ ନୈପୁଣ୍ୟ

2. ଜୀବନ ନୈପୁଣ୍ୟ ଶିକ୍ଷା, ମନୁଷ୍ୟ ଜୀବନର ସମସ୍ତ ___________ ଗୁଡ଼ିକର ସମାହାରକୁ ବୁଝାଇଥାଏ ।
Answer:
ଦକ୍ଷତା

3. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ – ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ଉପରେ ମତ ପ୍ରଦାନ କରିଥିଲେ ।
Answer:
୧୯୯୩

4. ‘‘ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର ବିକାଶର କୌଶଳ ଅଟେ’’ – ଏହି ___________ ର ମତ ଥିଲା ।
Answer:
ୟୁନିସେଫ୍

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

5. ସମସ୍ୟା ସମାଧାନ ଦକ୍ଷତାର ଅଭିବୃଦ୍ଧି ଘଟାଇବା, ଜୀବନ ନୈପୁଣ୍ୟ ଶିକ୍ଷାର ___________ ଅଟେ ।
Answer:
ଗୁରୁତ୍ବ

6. ଛାତ୍ର-ଶିକ୍ଷକ ସମ୍ପର୍କକୁ ଦୃଢ଼ୀଭୂତ କରିବା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ___________ ଅଟେ ।
Answer:
ଉପଯୋଗିତା

7. ସମାଜରେ ମୂଲ୍ୟବୋଧର ସ୍ବଚ୍ଛତା ବଜାୟ ରଖୁବା ଜୀବନ ନୈପୁଣ୍ୟ ଶିକ୍ଷାର ___________ ଉପକାରିତା ଅଟେ ।
Answer:
ସାଂସ୍କୃତିକ

8. ସଞ୍ଚୟର ଅଭିବୃଦ୍ଧି ଜୀବନ ନୈପୁଣ୍ୟ ଶିକ୍ଷାର ଏକ ___________ ଉପକାରିତା ଅଟେ ।
Answer:
ଅର୍ଥନୈତିକ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନପ୍ରଦାନ କରେ ତାକୁ ବୃତ୍ତିଗତ ଶିକ୍ଷା କୁହାଯାଏ ।
Answer:
ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ ତାହାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଏ ।

2. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ୨୦୦୦ ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ ।
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ ।

3. ସୁସ୍ଥ ଜୀବନଯାପନ ପାଇଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିବା, ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଉପକାରିତା ଅଟେ ।
Answer:
ସୁସ୍ଥ ଜୀବନଯାପନ ପାଇଁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଉପାୟ ଅଟେ ।

4. ଆତ୍ମସଚେତନତା ସୃଷ୍ଟି, ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଉପାୟ ଅଟେ ।
Answer:
ଆତ୍ମ ସଚେତନତା ସୃଷ୍ଟି ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଦକ୍ଷତା ଅଟେ ।

5. କ୍ରୋଧର ପରିଚାଳନା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ସାମାଜିକ ସମସ୍ୟା ଅଟେ ।
Answer:
କ୍ରୋଧର ପରିଚାଳନା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଆବେଗିକ ସମସ୍ୟା ଅଟେ ।

6. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନଙ୍କ ମତରେ ମନୁଷ୍ୟର ୫ଟି ମୁଖ୍ୟ ଦକ୍ଷତା ଅଛି ।
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମତରେ ମନୁଷ୍ୟର ୧୦ଟି ମୁଖ୍ୟ ଦକ୍ଷତା ଅଛି ।

7. ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ-ଜୀବନ ନୈପୁଣ୍ୟ ଶିକ୍ଷାର ସାମାଜିକ ଉପାଦେୟ ଅଟେ ।
Answer:
ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସମନ୍ବୟ ସ୍ଥାପନ – ଜୀବନ ନୈପୁଣ୍ୟ ଶିକ୍ଷାର ଏକ ସାଂସ୍କୃତିକ ଉପାଦେୟତା ଅଟେ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ଜୀବନ ନୈପୁଣ୍ୟ ଶିକ୍ଷା କହିଲେ କ’ଣ ବୁଝ ?
Answer:
ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନପ୍ରଦାନ କରୁଥିବା ଶିକ୍ଷାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଏ ।

2. ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କେବେ ଜୀବନ ନୈପୁଣ୍ୟ ଶିକ୍ଷା ବିଷୟରେ ମତବ୍ୟକ୍ତ କରିଥିଲେ ?
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ବିଷୟରେ ମତବ୍ୟକ୍ତ କରିଥିଲେ ।

3. ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିକୁ ସକ୍ଷମ କରିଥାଏ – କିପରି ?
Answer:
ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିର ଜ୍ଞାନ, ମନୋଭାବ, ଦକ୍ଷତା ଏବଂ ମୂଲ୍ୟବୋଧଗୁଡ଼ିକୁ କାର୍ଯ୍ୟରେ ପରିଣତ କରାଇ ତାକୁ ଅଧିକ ଦକ୍ଷ କରାଇଥାଏ ।

4. ଯୁବପିଢ଼ିମାନେ ସମ୍ମୁଖୀନ ହେଉଥ‌ିବା ଏକ ସମସ୍ୟା ଲେଖ ।
Answer:
ଯୁବପିଢ଼ିମାନେ ବିଭିନ୍ନ ମନସ୍ତାତ୍ତ୍ଵିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି; ଯଥା – ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

5. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନଦ୍ୱାରା ପ୍ରଦତ୍ତ ଜୀବନ-ନୈପୁଣ୍ୟ ଶିକ୍ଷାର ଗୋଟିଏ ମୁଖ୍ୟ କୌଶଳ ଲେଖ ।
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଦତ୍ତ ନୈପୁଣ୍ୟ ଶିକ୍ଷାର ଏକ କୌଶଳ ହେଉଛି – ସୃଜନଶୀଳ ଚିନ୍ତାଧାରାର ବିକାଶ କରିବା ।

6. ଜୀବନ ନୈପୁଣ୍ୟ ଶିକ୍ଷାର ଗୋଟିଏ ଅଭିଗୃହୀତ ଧାରଣା ଲେଖ ।
Answer:
ଜୀବନ ନୈପୁଣ୍ୟ ଶିକ୍ଷା ଯୁବପିଢ଼ିର ମୌଳିକ ଆବଶ୍ୟକତା ସମ୍ପର୍କିତ ସମସ୍ୟାର ସମାଧାନ କରାଇଥାଏ ।

7. ଜୀବନ ନୈପୁଣ୍ୟ ଶିକ୍ଷାର ଗୋଟିଏ ସ୍ଵାମାଜିକ ମୂଲ୍ୟବୋଧ ଲେଖ ।
Answer:
ଜୀବନ ନୈପୁଣ୍ୟ ଶିକ୍ଷା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାମାଜିକୀକରଣ ପ୍ରକ୍ରିୟାର ଅଭିବୃଦ୍ଧି ଘଟାଏ ।

8. ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଅର୍ଥନୈତିକ ଉପକାରିତା ଲେଖ ।
Answer:
ଜୀବନ ନୈପୁଣ୍ୟ ଶିକ୍ଷା ସଞ୍ଚୟର ଅଭିବୃଦ୍ଧି ଘଟାଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଜୀବନ ନୈପୁଣ୍ୟ ଶିକ୍ଷାର ଦୁଇଟି ଗୁରୁତ୍ଵ ଲେଖ ।
Answer:
(i) ଏହା ଶିକ୍ଷାର୍ଥୀମାନଙ୍କୁ ବାଲ୍ୟାବସ୍ଥାରୁ ପ୍ରାପ୍ତବୟସ୍କ ସୋପାନରେ ପହଞ୍ଚାଇବାରେ ସହାୟକ ହୁଏ ।
(ii) ଏହା ଶିକ୍ଷାର୍ଥୀମାନଙ୍କର ସାମାଜିକ ସମସ୍ୟା ସମାଧାନ ଦକ୍ଷତାର ଅଭିବୃଦ୍ଧି ଘଟାଏ ।

2. ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (WHO) ଙ୍କ ମତରେ ଜୀବନ ନୈପୁଣ୍ୟ ଶିକ୍ଷା କ’ଣ ?
Answer:
ବିଶ୍ୱସ୍ଵାସ୍ଥ୍ୟ ସଙ୍ଗଠନଙ୍କ ମତରେ ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ‘‘ସେହି ଉପଯୋଗୀ ତଥା ଯୁକାତ୍ମକ ବ୍ୟବହାର ଯାହାକି ବ୍ୟକ୍ତିକୁ ଜୀବନରେ ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାରେ ସକ୍ଷମ କରାଏ ।’’

3. ଜୀବନ ନୈପୁଣ୍ୟ ଶିକ୍ଷା କିପରି ବ୍ୟକ୍ତିକୁ ସକ୍ଷମ କରାଏ, ତାହାର ତିନୋଟି ଉପାୟ ଲେଖ ।
Answer:
(i) ଏହା ଜ୍ଞାନ, ମନୋଭାବ, ଦକ୍ଷତା ଏବଂ ମୂଲ୍ୟବୋଧଗୁଡ଼ିକୁ କାର୍ଯ୍ୟରେ ପରିଣତ କରାଏ ।
(ii) ଏହା ଆତ୍ମ-ବିଶ୍ଵାସ ସୃଷ୍ଟିରେ ସାହାଯ୍ୟ କରେ ।
(iii) ଅନ୍ୟମାନଙ୍କ ପ୍ରତି ସକାରାତ୍ମକ ବ୍ୟବହାର ପ୍ରଦର୍ଶନରେ ଏହା ସହାୟକ ହୁଏ ।

4. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଦ୍ଵାରା ପ୍ରଦତ୍ତ ତିନୋଟି ଜୀବନ କୌଶଳ (ନୈପୁଣ୍ୟ) ଲେଖ ।
Answer:
(i) ଆତ୍ମ ସଚେତନତା ବୃଦ୍ଧି ।
(ii) ନିଷ୍ପଭି ନେବାର ଦକ୍ଷତା ହାସଲ ।
(iii) ଆବେଗର ସୁପରିଚାଳନା ।

5. ଜୀବନ ନୈପୁଣ୍ୟ ଶିକ୍ଷାର ସାଂସ୍କୃତିକ ଉପାଦେୟତା କ’ଣ ?
Answer:
(i) ଏହା ବ୍ୟକ୍ତିକୁ ଅର୍ଥପୂର୍ଣ ସାଂସ୍କୃତିକ ଅଭ୍ୟାସର ଅଭିବୃଦ୍ଧିରେ ସାହାଯ୍ୟ କରେ ।
(ii) ଏହା ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବାରେ ସାହାଯ୍ୟ କରେ ।
(iii) ଏହା ସମାଜରେ ମୂଲ୍ୟବୋଧଗୁଡ଼ିକର ପ୍ରସାର ଘଟାଇବାରେ ସାହାଯ୍ୟ କରେ ।

6. ଜୀବନ ନୈପୁଣ୍ୟ ଶିକ୍ଷାର ଦୁଇଟି ଗୁରୁତ୍ଵ ଲେଖ ।
Answer:
(i) ଏହି ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ଆତ୍ମ ସଚେତନ କରାଇ ସେମାନଙ୍କୁ ଉତ୍ତମ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରେ ।
(ii) ଏହା ଶିକ୍ଷାର୍ଥୀଙ୍କର ନିଷ୍ପତ୍ତି ନେବାର ଦକ୍ଷତା ବୃଦ୍ଧି ଘଟାଇ ସେମାନଙ୍କ ସମସ୍ୟା ସମାଧାନରେ ସହାୟକ ହୁଏ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଜୀବନ ନୈପୁଣ୍ୟ ଶିକ୍ଷା କ’ଣ ସଂକ୍ଷେପରେ ବୁଝାଅ ।
Answer:
(i) ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ୍ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ, ତାହାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଏ ।
(ii) ଏହା ବ୍ୟକ୍ତିମାନଙ୍କୁ ନିଷ୍ପଭି ନେବା, ପରସ୍ପର ମଧ୍ୟରେ ସମ୍ପର୍କ ରକ୍ଷା ଏବଂ ଆତ୍ମପରିଚାଳନା ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ଏବଂ ସୁସ୍ଥ ଜୀବନ ଯାପନରେ ସାହାଯ୍ୟ କରେ ।
(iii) ଏହି ଶିକ୍ଷା ଆମ ଜୀବନକୁ ଫଳପ୍ରଦ କରିବାପାଇଁ ଆମେ ଆବଶ୍ୟକ କରୁଥିବା କୌଶଳ ଏବଂ ଦକ୍ଷତା ଯୋଗାଇଥାଏ ଯାହାକି ଆମର ଅଭିଳାଷ ପୂରଣ ଏବଂ ଅନ୍ତର୍ନିହିତ ଶକ୍ତିର ପୂର୍ଣ ବିକାଶରେ ସାହାଯ୍ୟ କରେ ।
(iv) ଯେକୌଣସି କୌଶଳ ବା ଦକ୍ଷତା ଆମ ଜୀବନରେ ଉପଯୋଗୀ ତାକୁ ଜୀବନ ନୈପୁଣ୍ୟ ଦକ୍ଷତା କୁହାଯାଇଥାଏ ।
(v) ଉଦାହରଣସ୍ୱରୂପ ପିଲାମାନେ ଜୋତାର ଲେସ୍ ବାନ୍ଧିବା, ସନ୍ତରଣ କରିବା ବା କମ୍ପ୍ୟୁଟର ଚଳାଇ ଶିଖିବା ଇତ୍ୟାଦି ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

2. ଜୀବନ ନୈପୁଣ୍ୟ ଶିକ୍ଷାର ସାମାଜିକ ଉପଯୋଗିତାଗୁଡ଼ିକ ଲେଖ ।
Answer:
(i) ଏହି ଶିକ୍ଷା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାମାଜିକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଏ ।
(ii) ଏହା ଶିକ୍ଷାର୍ଥୀମାନଙ୍କୁ ନିଜର ନିର୍ଭରଯୋଗ୍ୟ ଏବଂ ଭଲ ସାଙ୍ଗ ଚୟନ କରିବାରେ ସାହାଯ୍ୟ କରେ ।
(iii) ଏହା ପିଲାମାନଙ୍କର ଅବସର ସମୟର ସଠିକ୍ ବିନିଯୋଗ କରାଯାଏ ।
(iv) ଏହା ଶିକ୍ଷକ, ଶିକ୍ଷାର୍ଥୀ ଏବଂ ବିଦ୍ୟାଳୟ ସମୂହ ମଧ୍ଯରେ ଅର୍ଥପୂର୍ଣ ପାରସ୍ପରିକ ସମ୍ପର୍କ ସ୍ଥାପନରେ ସହାୟକ ହୁଏ ।
(v) ଏହା ଶିକ୍ଷାର୍ଥୀର ଚରିତ୍ର ଗଠନରେ ସହାୟକ ହୁଏ ।

3. ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିକୁ କିପରି ସକ୍ଷମ କରାଇଥାଏ ?
Answer:
ଏହି ଶିକ୍ଷା ବ୍ୟକ୍ତିକୁ ନିମ୍ନ ପ୍ରକାରେ ସକ୍ଷମ କରାଇଥାଏ –
(i) ଏହା ଜ୍ଞାନ, ମନୋଭାବ, ଦକ୍ଷତା ଏବଂ ମୂଲ୍ୟବୋଧଗୁଡ଼ିକୁ କାର୍ଯ୍ୟରେ ପରିଣତ କରାଏ ।
(ii) ଏହି ଶିକ୍ଷା ସୁସ୍ଥ ଜୀବନଯାପନ ପାଇଁ ଦାୟିତ୍ୱସମ୍ପନ୍ନ ଭୂମିକା ନିର୍ବାହ କରେ ।
(iii) ଏହା ଅନ୍ୟମାନଙ୍କ ପ୍ରତି ସକରାତ୍ମକ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗଏ ।
(iv) ଏହା ଶିକ୍ଷାର୍ଥୀ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରାଇଥାଏ ।
(v) ଏହା ଆତ୍ମସମ୍ମାନ ସୃଷ୍ଟିରେ ସହାୟକ ହୁଏ ।

4. ଯୁବପିଢ଼ିମାନେ ସମ୍ମୁଖୀନ ହେଉଥ‌ିବା ସମସ୍ୟାଗୁଡ଼ିକ ଲେଖ ।
Answer:
ଯୁବପିଢ଼ିମାନେ ନିମ୍ନଲିଖିତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଛନ୍ତି ।
(i) ବିଭିନ୍ନ ମନସ୍ତାତ୍ତ୍ଵିକ ସମସ୍ୟା; ଯଥା – ପରୀକ୍ଷାପାଇଁ ପ୍ରସ୍ତୁତ ହେବା ଏବଂ ସାଥୀଦଳର ବିଭିନ୍ନ ଚାପ ଇତ୍ୟାଦି ।
(ii) ସାମାଜିକ ସମସ୍ୟା; ଯଥା – ସାଥୀଦଳର ଚାପ, ଆନ୍ତ-ସମ୍ପର୍କ ଇତ୍ୟାଦି ।
(iii) ଅର୍ଥନୈତିକ ସମସ୍ୟା; ଯଥା – ପୁଞ୍ଜିର ଅଭାବ, ଆର୍ଥିକ ଅଭାବ, ମୌଳିକ ଆବଶ୍ୟକତା ଇତ୍ୟାଦି ।
(iv) ଆବେଗିକ ସମସ୍ୟା; ଯଥା – କ୍ରୋଧ ପରିଚାଳନା, ହରମୋନର ପ୍ରଭାବ ଇତ୍ୟାଦି ।
(v) ଆଧ୍ୟାତ୍ମିକ ସମସ୍ୟା; ଯଥା – ଧର୍ମୀୟ ବିଶ୍ଵାସରେ ଦ୍ବନ୍ଦ୍ବ ଇତ୍ୟାଦି ।

5. ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନଦ୍ୱାରା ପ୍ରଦତ୍ତ ମୁଖ୍ୟ ଜୀବନ କୌଶଳଗୁଡ଼ିକ ଲେଖ ।
Answer:
ବିଶ୍ଵସ୍ଵାସ୍ଥ୍ୟ ସଙ୍ଗଠନ WHO ମୁଖ୍ୟତଃ ୧୦ ଗୋଟି ଜୀବନ କୌଶଳ ବିଷୟରେ ମତ ପ୍ରଦାନ କରିଛନ୍ତି । ସେଗୁଡ଼ିକ ହେଲା –
(i) ଆତ୍ମ-ସଚେତନତା ।
(ii) ସମାଲୋଚନାମୂଳକ ଚିନ୍ତା କରିବା ।
(iii) ସମ୍ବେଦନ ଶକ୍ତିର ବିକାଶ ।
(iv) ସୃଜନଶୀଳ ଚିନ୍ତାଧାରା ।
(v) ନିଷ୍ପତ୍ତି ନେବାର ଦକ୍ଷତା ।
(vi) ସମସ୍ୟା ସମାଧାନ ।
(vii) ଫଳପ୍ରଦ ଯୋଗାଯୋଗ ।
(viii) ଆନ୍ତଃ ବ୍ୟକ୍ତିଗତ ସମ୍ପର୍କ ରକ୍ଷା ।
(ix) ମାନସିକ ଚାପର ନିୟନ୍ତ୍ରଣ ।
(x) ଆବେଗର ସୁପରିଚାଳନା ।

6. ଜୀବନ ନୈପୁଣ୍ୟ ଶିକ୍ଷାର ଅଭିଗୃହୀତ ଧାରଣା ବିଷୟରେ ଲେଖ ।
Answer:
(i) ଶିକ୍ଷାର୍ଥୀମାନେ ଆବଶ୍ୟକତା ଅନୁସାରେ ତଥ୍ୟ, କୌଶଳ ଏବଂ ମନୋଭାବ ଗ୍ରହଣ କରିପାରିଲେ ଗଠନମୂଳକ ନିଷ୍ପତ୍ତି
ନେଇପାରିବେ ।
(ii) ଜୀବନ ନେପୁଣ୍ୟ ଶିକ୍ଷା ବିଭିନ୍ନ ସାମାଜିକ – ସାଂସ୍କୃତିକ ସମସ୍ୟା; ଯଥା – HIV ଏବଂ AIDS, ନିଶାଦ୍ରବ୍ୟର ଭୁଲ ବିନିଯୋଗ ଇତ୍ୟାଦିର ସମାଧାନ କରିଥାଏ ।
(iii) ସେହିପରି ଏହା ଯୁବପିଢ଼ିର ମୌଳିକ ଆବଶ୍ୟକତା ସମ୍ବନ୍ଧୀୟ ସମସ୍ୟା ସମାଧାନରେ ସାହାଯ୍ୟ କରେ ।
(iv) ଯଦି ଶିକ୍ଷାର୍ଥୀର ବାସ୍ତବ ଜୀବନ ଅଭିଜ୍ଞତା ଉପରେ ପର୍ଯ୍ୟବସିତ ହୁଏ, ତେବେ ଜୀବନ ନୈପୁଣ୍ୟ ଦକ୍ଷତାର ବିକାଶ ସମ୍ଭବପର
ହେବ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଜୀବନ ନୈପୁଣ୍ୟ ଶିକ୍ଷା କ’ଣ ? ଏହାର ଗୁରୁତ୍ଵ ଉଲ୍ଲେଖ କର ।
Answer:
ବର୍ତ୍ତମାନ ସମୟରେ ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟାପକ ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଏହାକୁ ଆମ୍ଭେମାନେ ସର୍ବଦା ଜୀବିକା ନୈପୁଣ୍ୟ ଅର୍ଥରେ ବ୍ୟବହାର କରୁଅଛୁ । କିନ୍ତୁ ଜୀବନ ନୈପୁଣ୍ୟ ଶିକ୍ଷା ଏବଂ ଜୀବିକା ନୈପୁଣ୍ୟ ଦୁଇଟି ଭିନ୍ନ ପ୍ରତ୍ୟୟ । ଜୀବିକା ଦକ୍ଷତା ଆମର ରୋଜଗାର ବୃଦ୍ଧିକରିବା ସହିତ ବ୍ୟକ୍ତିଗତ ଅର୍ଥନୈତିକ ଲକ୍ଷ୍ୟ ପୂରଣରେ ସହାୟକ ହୁଏ । ଏହି ଦକ୍ଷତାଗୁଡ଼ିକ ମୁଖ୍ୟତଃ ବୃତ୍ତିଗତ ନୈପୁଣ୍ୟ ଏବଂ ବ୍ୟବସାୟ ପରିଚାଳନା ଦକ୍ଷତା ସହ ଜଡ଼ିତ ।

କିନ୍ତୁ ଜୀବନ ନୈପୁଣ୍ୟ ମନୁଷ୍ୟ ଜୀବନର ସମସ୍ତ ଦକ୍ଷତାକୁ ପରିସରଭୁକ୍ତ କରିଥାଏ । ଏହା ଅର୍ଥନୈତିକ, ସାମାଜିକ କିମ୍ବା ମନସ୍ତାତ୍ତ୍ଵିକ ଦକ୍ଷତା ହୋଇପାରେ । ଜୀବନ ନୈପୁଣ୍ୟର ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା ଯାହା ପ୍ରାକ୍-ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ସାରା ଜୀବନ ଚାଲୁରହିଥାଏ । ଏହି ପ୍ରକ୍ରିୟା ମୁଖ୍ୟତଃ ଦୁଇଟି ଦକ୍ଷତା ଯଥା – ମନସ୍ତାତ୍ତ୍ଵିକ ଏବଂ ସାମାଜିକ ଦକ୍ଷତା ଉପରେ ଅଧ୍ଵକ ଗୁରୁତ୍ଵ ପ୍ରଦାନ କରିଥାଏ ।

ମନସ୍ତାତ୍ତ୍ଵିକ – ଏହି ଦକ୍ଷତାଗୁଡ଼ିକ ମାନସିକ ପ୍ରକ୍ରିୟା ଏବଂ କାର୍ଯ୍ୟକ୍ରମ ସହ ଜଡ଼ିତ; ଯଥା – ସମସ୍ୟା ସମାଧାନ ଦକ୍ଷତା ।
ସାମାଜିକ – ଏହି ଦକ୍ଷତା ଜଣକୁ ନିଜ ସହ, ଅନ୍ୟମାନଙ୍କ ସହ ଏବଂ ପରିବେଶ ସହ ଆନ୍ତଃକରଣ ପ୍ରକ୍ରିୟାକୁ ବୁଝାଏ ।

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ମତ ଦେଇଥିଲେ ଯେ, ‘ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ସେହି ଉପଯୋଗୀ ତଥା ଯୁକ୍ତାତ୍ମକ ବ୍ୟବହାର ଯାହା ବ୍ୟକ୍ତିକୁ ଜୀବନର ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାକୁ ସକ୍ଷମ କରାଏ ।’’

ସେହିପରି ୟୁନିସେଫ୍ (UNICEF) ଙ୍କ ମତରେ “ଏହା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର ବିକାଶର କୌଶଳ ଅଟେ; ଯାହାକି ତିନୋଟି ବିଷୟ; ଯଥା – ଜ୍ଞାନ, ମନୋଭାବ ଏବଂ ଦକ୍ଷତା ମଧ୍ଯରେ ଭାରସାମ୍ୟ ରକ୍ଷାକରେ ।’’

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

ଏଥୁରୁ ସ୍ପଷ୍ଟ ଯେ ଜୀବନ ନୈପୁଣ୍ୟଗୁଡ଼ିକ ହେଉଛି ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ଯାହାକି ବ୍ୟକ୍ତିବିଶେଷର ନିଷ୍ପତି ନେବା, ପରସ୍ପର ମଧ୍ୟରେ ସମ୍ପର୍କ ରକ୍ଷା ଓ ଆତ୍ମପରିଚାଳନା ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ଏବଂ ବ୍ୟକ୍ତିକୁ ସୁସ୍ଥ ଜୀବନଯାପନରେ ସାହାଯ୍ୟ କରେ । ଏହି ଶିକ୍ଷା ଆମ ଜୀବନକୁ ଫଳପ୍ରଦ କରିବାପାଇଁ ଆମେ ଆବଶ୍ୟକ କରୁଥିବା କୌଶଳ ଏବଂ ଦକ୍ଷତା ଅଟେ ।

ସେହି ଦକ୍ଷତାଗୁଡ଼ିକ ଆମର ଅଭିଳାଷ ପୂରଣ ଏବଂ ଅନ୍ତର୍ନିହିତ ଶକ୍ତିର ପୂର୍ଣ୍ଣ ବିକାଶରେ ସାହାଯ୍ୟ କରନ୍ତି । ତେଣୁ ଯେକୌଣସି କୌଶଳ ବା ଦକ୍ଷତାଗୁଡ଼ିକ ଆମ ଜୀବନରେ ଉପଯୋଗୀ ତାକୁ ଜୀବନ ନୈପୁଣ୍ୟ କୁହାଯାଇପାରେ । ଉଦାହରଣସ୍ୱରୂପ – ଜୋତାର ଲେସ୍ ବାନ୍ଧିବା, ସନ୍ତରଣ କରିବା, କାର୍‌ ଚଳାଇ ଶିଖିବା ଏବଂ କମ୍ପ୍ୟୁଟର ଚଳାଇବା ଇତ୍ୟାଦି ।

ଏହି ଶିକ୍ଷା ବିଭିନ୍ନ ସାମାଜିକ – ସାଂସ୍କୃତିକ ସମସ୍ୟା ଯଥା HIV ଏବଂ AIDS, ନିଶାସେବନ ଏବଂ ଶିକ୍ଷରେ ଅପଚୟ ଏବଂ ଆବଦ୍ଧତା ଇତ୍ୟାଦି ସମାଧାନରେ ସାହାଯ୍ୟ କରେ । ଏହି ଶିକ୍ଷା ଯୁବସମାଜର ନିଷ୍ପଭିମୂଳକ ଆବଶ୍ୟକତା ଅଟେ । ଯେତେବେଳେ ଏହି ଶିକ୍ଷା ଶିକ୍ଷାର୍ଥୀର ବାସ୍ତବ ଜୀବନର ଅଭିଜ୍ଞତାଭିଭିକ ହୋଇଥାଏ, ସେତେବେଳେ ଏହାର ସଠିକ୍ ବିକାଶ ହୋଇପାରିଥାଏ ।

ଜୀବନ ନୈପୁଣ୍ୟ ଶିକ୍ଷାର ଗୁରୁତ୍ଵ – ଏହି ଶିକ୍ଷାର ନିମ୍ନଲିଖିତ ଗୁରୁତ୍ଵମାନ ରହିଛି –
(i) ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିକୁ ବାଲ୍ୟାବସ୍ଥାରୁ ପ୍ରାପ୍ତବୟସ୍କ ସୋପାନରେ ପହଞ୍ଚାଇବା ପାଇଁ ସାହାଯ୍ୟ କରେ । ଏହା କେବଳ ସାମାଜିକ ଏବଂ ଆବେଗିକ ଦକ୍ଷତାର ସୁସ୍ଥ ବିକାଶ ମାଧ୍ୟମରେ ସମ୍ଭବ ହୁଏ ।
(ii) ଏହା ସାମାଜିକ ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ।
(iii) ଏହା ପରିସ୍ଥିତି ଏବଂ ସମସ୍ୟାମୂଳକ ବ୍ୟବହାର ମଧ୍ଯରେ ଯୋଗସୂତ୍ର ଭଳି କାର୍ଯ୍ୟକରେ ।
(iv) ଏହା ଯୁକ୍ତାତ୍ମକ ସାମାଜିକ ନୀତିନିୟମ ଯଥା ଜଣେ ପ୍ରାପ୍ତବୟସ୍କର ସ୍ବାସ୍ଥ୍ୟ ସେବା, ବିଦ୍ୟାଳୟ ଏବଂ ପରିବାରର ଉନ୍ନତି ଆଣିବାରେ ସାହାଯ୍ୟ କରେ ।
(v) ଏହା ଜଣେ କିଶୋରକୁ ଗୋଟିଏ ପରିସ୍ଥିତି ବିଷୟରେ ଶୁଣିବା ଓ ଦେଖିବା ମଧ୍ୟରେ ଥ‌ିବା ପାର୍ଥକ୍ୟକୁ ହୃଦୟଙ୍ଗମ କରିବାରେ ସାହାଯ୍ୟ କରେ ।
(vi) ଏହା ଟବାକୋ ଏବଂ ମଦ୍ୟପାନ କରିବାର ବୟସକୁ ବିଳମ୍ବିତ କରାଏ ।
(vii) ଏହା ଯୁକ୍ତତ୍ମକ ଆତ୍ମ-ସମ୍ମାନ ଏବଂ ଶିକ୍ଷକଙ୍କର କ୍ରୋଧ ନିୟନ୍ତ୍ରଣରେ ଉନ୍ନତି ଘଟାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ଯେଉଁଠାରେ ଜୀବନ ନୈପୁଣ୍ୟ ଶିକ୍ଷା ଯେତେ ଅଧ୍ବକ ଉନ୍ନତ ଏବଂ ବ୍ୟାବହାରିକ ସେଠାରେ ଏହା ସେତିକି ପରିମାଣରେ ଉନ୍ନତି ଆଣେ ଏବଂ ବ୍ୟକ୍ତି ସୁସ୍ଥ ଜୀବନଯାପନ ନିମିତ୍ତ ସକ୍ଷମ ହୁଏ ।

2. ଜୀବନ ନୈପୁଣ୍ୟ ଶିକ୍ଷାର ଉପକାରିତା ଆଲୋଚନା କର ।
Answer:
ଯେଉଁ ଶିକ୍ଷା ଦକ୍ଷତା ବା ନିପୁଣତାଗୁଡ଼ିକର ବିକାଶ ଘଟାଇ ମନୁଷ୍ୟ ଜୀବନରେ ସମସ୍ତ ଦିଗଗୁଡ଼ିକୁ ସମୃଦ୍ଧ କରିବାରେ ସାହାଯ୍ୟ କରେ ତାହାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଇଥାଏ । ଏହା ଏକ ଜୀବନବ୍ୟାପି ପ୍ରକ୍ରିୟା । ଏହା ପ୍ରାକ୍-ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ଜୀବନସାରା ଚାଲୁ ରହିଥାଏ । ଏହି ଦକ୍ଷତା ମୁଖ୍ୟତଃ ଦୁଇଟି ବିଷୟ; ଯଥା – ସାମାଜିକ ଏବଂ ମନସ୍ତାତ୍ତ୍ଵିକ ନିପୁଣତା ଉପରେ ଗୁରୁତ୍ଵ ପ୍ରଦାନ କରେ ।

ଏହି ଶିକ୍ଷାର ଅର୍ଥ ପ୍ରକାଶ କରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ମତ ପ୍ରକାଶ କରିଥିଲେ ଯେ, “ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ସେହି ଉପଯୋଗୀ ତଥା ଯୁକ୍ତାତ୍ମକ ବ୍ୟବହାର ଯାହା ବ୍ୟକ୍ତିକୁ ଜୀବନର ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାକୁ ସକ୍ଷମ କରାଏ ।’’

ଜୀବନ ନୈପୁଣ୍ୟ ଶିକ୍ଷାର ଅନେକ ଉପକାରିତା ରହିଛି, ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।
(କ) ଶିକ୍ଷାଗତ ଉପକାରିତା :
(i) ଏହା ଶିକ୍ଷକ-ଛାତ୍ର ସମ୍ପର୍କକୁ ଦୃଢ଼ୀଭୂତ କରେ ।
(ii) ଏହା ବ୍ୟବହାରରେ ଆଶାନୁରୂପ ପରିବର୍ତନ ଆଣିଥାଏ ।
(iii) ଏହା ବିଦ୍ୟାଳୟଗୁଡ଼ିକରେ ଶୃଙ୍ଖଳା ବୃଦ୍ଧି କରାଏ ।
(iv) ଏହା ଶିକ୍ଷାର୍ଥୀର ସମସ୍ୟାଗୁଡ଼ିକୁ ହ୍ରାସ କରାଏ ।
(v) ଏହା ଶିକ୍ଷାର୍ଥୀମାନଙ୍କର ଶିକ୍ଷଣକୁ ଫଳପ୍ରଦ କରାଏ ।

(ଖ) ସାମାଜିକ ଉପକାରିତା :
(i) ଏହା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାମାଜିକୀକରଣ ପ୍ରକ୍ରିୟାକୁ ଦ୍ରୁତତର କରାଏ ।
(ii) ଏହା ଶିକ୍ଷାର୍ଥୀମାନଙ୍କୁ ନିଜର ଭଲ ଏବଂ ନିର୍ଭରଯୋଗ୍ୟ ବନ୍ଧୁ ବାଛିବାରେ ସାହାଯ୍ୟ କରେ ।
(iii) ଏହା ଶିକ୍ଷାର୍ଥୀମାନଙ୍କର ଅବସର ସମୟରେ ସଠିକ୍ ବିନିଯୋଗ କରାଇଥାଏ ।
(iv) ଏହା ଶିକ୍ଷାର୍ଥୀ, ଶିକ୍ଷକ ଏବଂ ବିଦ୍ୟାଳୟ ସଙ୍ଗଠନ ମଧ୍ୟରେ ଅର୍ଥପୂର୍ଣ ପାରସ୍ପରିକ ସମ୍ପର୍କ ସ୍ଥାପନ କରାଏ ।
(v) ଏହା ଚରିତ୍ର ଗଠନରେ ସାହାଯ୍ୟ କରେ ।

(ଗ) ସ୍ଵାସ୍ଥ୍ୟଗତ ଉପକାର :
(i) ଏହା ବିଭିନ୍ନ ରୋଗ; ଯଥା – HIV ଏବଂ AIDS ର ନିରାକରଣ ବା ଉପଶମରେ ସାହାଯ୍ୟ କରେ ।
(ii) ଏହା ବ୍ୟକ୍ତିର ଶାରୀରିକ, ମାନସିକ, ଆବେଗିକ ଏବଂ ସାମାଜିକ ମଙ୍ଗଳ ସାଧନରେ ସହାୟକ ହୁଏ ।
(iii) ଏହା ପ୍ରତ୍ୟେକ ବ୍ୟକ୍ତିକୁ ନିଜର ତଥା ଅନ୍ୟମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ଦାୟିତ୍ୱ ନେବାକୁ ପ୍ରେରଣା ପ୍ରଦାନ କରେ ।

(ଘ) ସାଂସ୍କୃତିକ ଉପକାରିତା :
(i) ଏହା ଲୋକମାନଙ୍କୁ ଅର୍ଥପୂର୍ଣ ସାଂସ୍କୃତିକ ପ୍ରଥାକୁ ବିଶ୍ୱାସ କରିବା ଏବଂ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂର କରିବାରେ ସାହାଯ୍ୟ କରେ ।
(ii) ଏହା ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସୁସ୍ଥ ସହଯୋଗିତା ସ୍ଥାପନ କରାଇବାରେ ସହାୟକ ହୁଏ ।
(iii) ଏହା ସମାଜରେ ମୂଲ୍ୟବୋଧ ସ୍ବଚ୍ଛତା ବଜାୟ ରଖିବାରେ ସାହାଯ୍ୟ କରେ ।

(ଙ) ଅର୍ଥନୈତିକ ଉପାଦେୟତା :
(i) ଏହା ଏକ ଅଭିପ୍ରେରିତ, ଦୃଢ଼ ଏବଂ ଶକ୍ତିଶାଳୀ କର୍ମଜୀବୀ ବଳ ମାଧ୍ୟମରେ ଉତ୍ପାଦିତା ଶକ୍ତି ବୃଦ୍ଧି ଘଟାଏ ।
(ii) ଏହା ସଞ୍ଚୟ ବୃଦ୍ଧିରେ ସାହାଯ୍ୟ କରେ ।
(iii) ଏହା ନିଶାଦ୍ରବ୍ୟର ଦୁରୁପଯୋଗକୁ ରୋକିବାରେ ସାହାଯ୍ୟ କରେ ।
(iv) ଏହା କ୍ଷତିଗ୍ରସ୍ତ ସମ୍ପଭିର ମରାମତି ବା ପୁନରୁଦ୍ଧାର କରାଏ ।
(v) ଏହା ଶିକ୍ଷାଦାନ-ଶିକ୍ଷଣ ସାମଗ୍ରୀ କିଣିବାକୁ ପ୍ରୋତ୍ସାହିତ କରେ ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ବର୍ତ୍ତମାନ ସମୟରେ ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟାପକ ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଏହାକୁ ଆମ୍ଭେମାନେ ସର୍ବଦା ଜୀବିକା ନୈପୁଣ୍ୟ ଅର୍ଥରେ ବ୍ୟବହାର କରୁଅଛୁ । କିନ୍ତୁ ଜୀବନ ନୈପୁଣ୍ୟ ଶିକ୍ଷା ଏବଂ ଜୀବିକା ନୈପୁଣ୍ୟ ଦୁଇଟି ଭିନ୍ନ ପ୍ରତ୍ୟୟ । ଜୀବିକା ଦକ୍ଷତା ଆମର ରୋଜଗାର ବୃଦ୍ଧିକରିବା ସହିତ ବ୍ୟକ୍ତିଗତ ଅର୍ଥନୈତିକ ଲକ୍ଷ୍ୟ ପୂରଣରେ ସହାୟକ ହୁଏ । ଏହି ଦକ୍ଷତାଗୁଡ଼ିକ ମୁଖ୍ୟତଃ ବୃତ୍ତିଗତ ନୈପୁଣ୍ୟ ଏବଂ ବ୍ୟବସାୟ ପରିଚାଳନା ଦକ୍ଷତା ସହ ଜଡ଼ିତ ।

କିନ୍ତୁ ଜୀବନ ନୈପୁଣ୍ୟ ମନୁଷ୍ୟ ଜୀବନର ସମସ୍ତ ଦକ୍ଷତାକୁ ପରିସରଭୁକ୍ତ କରିଥାଏ । ଏହା ଅର୍ଥନୈତିକ, ସାମାଜିକ କିମ୍ବା ମନସ୍ତାତ୍ତ୍ଵିକ ଦକ୍ଷତା ହୋଇପାରେ । ଜୀବନ ନୈପୁଣ୍ୟର ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା ଯାହା ପ୍ରାକ୍-ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ସାରା ଜୀବନ ଚାଲୁରହିଥାଏ । ଏହି ପ୍ରକ୍ରିୟା ମୁଖ୍ୟତଃ ଦୁଇଟି ଦକ୍ଷତା ଯଥା – ମନସ୍ତାତ୍ତ୍ଵିକ ଏବଂ ସାମାଜିକ ଦକ୍ଷତା ଉପରେ ଅଧ‌ିକ ଗୁରୁତ୍ୱ ପ୍ରଦାନ କରିଥାଏ ।

ମନସ୍ତାତ୍ତ୍ଵିକ – ଏହି ଦକ୍ଷତାଗୁଡ଼ିକ ମାନସିକ ପ୍ରକ୍ରିୟା ଏବଂ କାର୍ଯ୍ୟକ୍ରମ ସହ ଜଡ଼ିତ; ଯଥା – ସମସ୍ୟା ସମାଧାନ ଦକ୍ଷତା ।
ସାମାଜିକ – ଏହି ଦକ୍ଷତା ଜଣକୁ ନିଜ ସହ, ଅନ୍ୟମାନଙ୍କ ସହ ଏବଂ ପରିବେଶ ସହ ଆନ୍ତଃକରଣ ପ୍ରକ୍ରିୟାକୁ ବୁଝାଏ ।

ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ମତ ଦେଇଥିଲେ ଯେ, ‘ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ସେହି ଉପଯୋଗୀ ତଥା ଯୁକ୍ତାତ୍ମକ ବ୍ୟବହାର ଯାହା ବ୍ୟକ୍ତିକୁ ଜୀବନର ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାକୁ ସକ୍ଷମ କରାଏ ।’’

ସେହିପରି ୟୁନିସେଫ୍ (UNICEF) ଙ୍କ ମତରେ ‘ଏହା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର ବିକାଶର କୌଶଳ ଅଟେ; ଯାହାକି ତିନୋଟି ବିଷୟ; ଯଥା – ଜ୍ଞାନ, ମନୋଭାବ ଏବଂ ଦକ୍ଷତା ମଧ୍ଯରେ ଭାରସାମ୍ୟ ରକ୍ଷାକରେ ।’’

Leave a Comment