Odisha State Board CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ Questions and Answers.
CHSE Odisha 11th Class Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ
ଅତିସଂକ୍ଷିପ୍ତ ଉତ୍ତରମୂଳକ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।
1. ଭାରତରେ ବୃତ୍ତିଗତ ଢାଞ୍ଚାରେ ମନ୍ଥର ପରିବର୍ତ୍ତନର କାରଣ ହେଲା :
(i) ଜନସଂଖ୍ୟାର ଚାପ
(ii) ଉଚ୍ଚ ବେକାରି ହାର
(iii) ଅଧ୍ଵ ଜନ୍ମହାର
(iv)ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ
2. ଭାରତୀୟ ଅର୍ଥବ୍ୟବସ୍ଥାରେ କେଉଁ ଉପାଦାନର ସ୍ଵଳ୍ପତା ଏକ ସମସ୍ୟାରୂପେ ଦେଖାଯାଇଥାଏ ?
(i) ଭୂମି
(ii) ଶ୍ରମ
(iii) ପୁଞ୍ଜି
(iv)ଉପରୋକ୍ତ ସମସ୍ତ
Answer:
(ii) ଶ୍ରମ
3. ଭାରତୀୟ ଅର୍ଥବ୍ୟବସ୍ଥାରେ କେଉଁ ଉପାଦାନର ବହୁଳତା ଦେଖାଯାଏ ?
(i) ଭୂମି
(ii) ଶ୍ରମ
(iii) ପୁଞ୍ଜି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ପୁଞ୍ଜି
4. ଆମ ଦେଶର ଜାତୀୟ ଆୟକୁ କେଉଁ କ୍ଷେତ୍ରର ଅବଦାନ ସର୍ବାଧିକ ?
(i) ପ୍ରାଥମିକ କ୍ଷେତ୍ର
(ii) ମାଧ୍ୟମିକ କ୍ଷେତ୍ର
(iii) ସେବା କ୍ଷେତ୍ର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ସେବା କ୍ଷେତ୍ର
5. 2005-06 ସୁଦ୍ଧା ଭାରତର ଜାତୀୟ ଆୟକୁ କୃଷି କ୍ଷେତ୍ରର ଅବଦାନ (ଅଂଶ) କେତେ ?
(i) 30 ପ୍ରତିଶତରୁ ଅଧିକ
(ii) 20 ପ୍ରତିଶତରୁ କମ୍
(iii) ପ୍ରାୟ 50 ପ୍ରତିଶତ
(iv) ପ୍ରାୟ 60 ପ୍ରତିଶତ
Answer:
(ii) 20 ପ୍ରତିଶତରୁ କମ୍
6. ଆବଶ୍ୟକତା ତୁଳନାରେ ଅଧିକ ଶ୍ରମିକ ନିଯୁକ୍ତି ପାଇବା ଜନିତ ପରିସ୍ଥିତିକୁ କ’ଣ କୁହାଯାଏ ?
(i) ସୁସ୍ପଷ୍ଟ ବେକାରୀ
(ii) ଋତୁଗତ ବେକାରୀ
(iii) ପ୍ରଚ୍ଛନ୍ନ ବେକାରୀ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ପ୍ରଚ୍ଛନ୍ନ ବେକାରୀ
7. ଦୁର୍ବଳ ମାନବିକ ପୁଞ୍ଜି କହିଲେ କ’ଣ ବୁଝାଯାଏ ?
(i) ଦକ୍ଷ ଶ୍ରମ ଶକ୍ତିର ଅଭାବ
(ii) ଲୋକମାନଙ୍କର ସ୍ଵଳ୍ପ ସଞ୍ଚୟ
(iii) ଲୋକମାନଙ୍କ ନିକଟରେ ସ୍ଵଳ୍ପ ପୁଞ୍ଜି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଦକ୍ଷ ଶ୍ରମ ଶକ୍ତିର ଅଭାବ
8. ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣ କରିବାର ବିଫଳତାକୁ କ’ଣ କୁହାଯାଏ ?
(i) ଅପେକ୍ଷିକ ଦାରିଦ୍ର୍ୟ
(ii) ବୈଷମ୍ୟତା
(iii) ଚରମ ଦାରିଦ୍ର୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଚରମ ଦାରିଦ୍ର୍ୟ
9. ଆମ ଦେଶରେ କେଉଁ କ୍ଷେତ୍ରରେ ଅପେକ୍ଷାକୃତ ଅଧିକ ଶ୍ରମିକ କାର୍ଯ୍ୟ କରନ୍ତି ?
(i) ମାଧ୍ୟମିକ କ୍ଷେତ୍ର
(ii) ସେବା କ୍ଷେତ୍ର
(iii) ପ୍ରାଥମିକ କ୍ଷେତ୍ର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ପ୍ରାଥମିକ କ୍ଷେତ୍ର
10. ଜାତିସଂଘ ବିକାଶ କାର୍ଯ୍ୟକ୍ରମଦ୍ୱାରା ପ୍ରସ୍ତୁତ ବିକାଶ ରିପୋର୍ଟ 2005ରେ ଭାରତ କେଉଁ ତମ ସ୍ଥାନରେ ରହିଛି ?
(i) 100 ତମ
(ii) 125 ତମ
(iii) 127 ତମ
(iv) 128 ତମ
Answer:
(iii) 127 ତମ
11. ବର୍ତ୍ତମାନ ସମସାମୟିକ ଅର୍ଥନୀତିରେ ଭାରତରେ ସେବାକ୍ଷେତ୍ରର ଅବଦାନ ଜାତୀୟ ଆୟକୁ
(i) ବୃଦ୍ଧି ପାଉଛି
(ii) ହ୍ରାସ ପାଉଛି
(iii) ସ୍ଥିର ଅଛି
(iv) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
Answer:
(i) ବୃଦ୍ଧି ପାଉଛି ।
12. କ୍ରୟମୂଲ୍ୟ ସମତା ଭିତ୍ତିରେ ଭାରତ ପୃଥିବୀରେ କେଉଁ ଅର୍ଥନୀତି ?
(i) ପ୍ରଥମ
(ii) ଦ୍ବିତୀୟ
(iii) ତୃତୀୟ
(iv)ଚତୁର୍ଥ
Answer:
(iii) ତୃତୀୟ
B. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ମୁଣ୍ଡପିଛା ଆୟ କ’ଣ ?
Answer:
ମୁଣ୍ଡପିଛା ଆୟ କହିଲେ, ବ୍ୟକ୍ତିପିଛା ହାରାହାରି ଆୟକୁ ବୁଝାଏ ଓ ଦେଶର ମୋଟ ଜାତୀୟ ଆୟକୁ ମୋଟ ଜନସଂଖ୍ୟାଦ୍ଵାରା ଭାଗ କରି ମୁଣ୍ଡପିଛା ଆୟ ନିର୍ଣ୍ଣୟ କରାଯାଏ ।
2. ଆମ ଅର୍ଥବ୍ୟବସ୍ଥାରେ କେଉଁ କ୍ଷେତ୍ରରେ ପ୍ରଚ୍ଛନ୍ନ ବେକାରୀ ଦେଖାଯାଏ ?
Answer:
ଆମ ଅର୍ଥବ୍ୟବସ୍ଥାରେ କୃଷି କ୍ଷେତ୍ରରେ ପ୍ରଚ୍ଛନ୍ନ ବେକାରୀ ଦେଖାଯାଏ ।
3. ଦ୍ଵୈତ ଅର୍ଥବ୍ୟବସ୍ଥା କ’ଣ ?
Answer:
ଦ୍ଵୈତ ଅର୍ଥବ୍ୟବସ୍ଥା କହିଲେ ପାରମ୍ପରିକ ଅର୍ଥବ୍ୟବସ୍ଥା ଓ ଆଧୁନିକ ଅର୍ଥବ୍ୟବସ୍ଥାର ସହାବସ୍ଥାନକୁ ବୁଝାଏ ।
4. ଦାରିଦ୍ର୍ୟରେଖା କ’ଣ ?
Answer:
ଜଣେ ବ୍ୟକ୍ତିକୁ ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବାପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ, ସେହି ଆୟକୁ ଦାରିଦ୍ର୍ୟ ରେଖା କୁହାଯାଏ ।
5. ପ୍ରଚ୍ଛନ୍ନ ବେକାରୀ କ’ଣ ?
Answer:
ପ୍ରଚ୍ଛନ୍ନ ବେକାରୀ କହିଲେ ସେହି ଅବସ୍ଥାକୁ ବୁଝାଏ, ଯେଉଁ କ୍ଷେତ୍ରରୁ କେତେକ ସଂଖ୍ୟକ ଶ୍ରମିକ ଅପସାରିତ ହେଲେ ମଧ୍ୟ ସେହି କ୍ଷେତ୍ରରେ ମୋଟ ଉତ୍ପାଦନ ଆଦୌ ହ୍ରାସ ପାଏ ନାହିଁ ।
6. ଭାରତ ଏକ ସମୃଦ୍ଧ ରାଷ୍ଟ୍ର, ମାତ୍ର ଭାରତୀୟମାନେ ଦରିଦ୍ର – ଏହି ଉକ୍ତିର ଅର୍ଥ କ’ଣ ?
Answer:
ଏହି ଉକ୍ତିର ଅର୍ଥ ହେଲା, ଭାରତ ପ୍ରାକୃତିକ ସମ୍ପଦରେ ଭରପୁର ସତ୍ୟ, ମାତ୍ର ସେସବୁର ସଦୁପଯୋଗ ନ ହୋଇ ପାରୁଥିବା ହେତୁ, ଦାରିଦ୍ର୍ୟ ଭାରତର ଚିର ସହଚର ହୋଇ ରହିଛି ।
C. ଶୂନ୍ୟସ୍ଥାନ ପୂରଣ କର :
1. ଭାରତୀୟ ଅର୍ଥବ୍ୟବସ୍ଥା ଏକ ________________ ଅର୍ଥବ୍ୟବସ୍ଥା ।
Answer:
ଅନୁନ୍ନତ
2. ମୁଣ୍ଡପିଛା ଆୟ ______________ ମୋଟ ଜାତୀୟ ଆୟ ।
Answer:
ମୋଟ ଜନସଂଖ୍ୟା
3. ଭାରତର ମୁଣ୍ଡପିଛା ଆୟ 2013 ମସିହାରେ ___________________ ଆମେରିକୀୟ ଡଲାର ଥିଲା ।
Answer:
1499
4. କୃଷି କ୍ଷେତ୍ରରୁ ମୋଟ ଜାତୀୟ ଆୟକୁ ମିଳୁଥିବା ଆୟ _____________________ ଶତାଂଶ ଥିଲା ।
Answer:
19.7
5. ମଫସଲ ଅଞ୍ଚଳରେ ଯେଉଁମାନେ ଦୈନିକ ____________________ କ୍ୟାଲୋରୀ ଓ ସହରାଞ୍ଚଳରେ ଯେଉଁମାନେ କ୍ୟାଲୋରି ଖାଦ୍ୟ ଖାଇବାକୁ ପାଉନାହାନ୍ତି, ସେମାନେ ଦାରିଦ୍ର୍ୟ ସୀମାରେଖାର ନିମ୍ନରେ ଅଛନ୍ତି ।
Answer:
2400, 2100
6. ________________________ ଓ ____________________ ବଣ୍ଟନରେ ବୈଷମ୍ୟ ଭାରତୀୟ ଅର୍ଥନୀତିର ପ୍ରଧାନ ବୈଶିଷ୍ଟ୍ୟ ।
Answer:
ଆୟ ଓ ସମ୍ପଦ,
7. ଭାରତରେ ଦାରିଦ୍ର୍ୟ _______________________ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି ।
Answer:
ଗ୍ରାମାଞ୍ଚଳ
8. ଦେଶର କୃଷିକ୍ଷେତ୍ରରେ _____________________ ଦାରିଦ୍ର୍ୟ ଦେଖାଯାଏ ।
Answer:
ପ୍ରଚ୍ଛନ୍ନ
9. ଭାରତୀୟ କୃଷିରେ ନିୟୋଜିତ ଶ୍ରମିକଙ୍କ ସଂଖ୍ୟା ______________________ ।
Answer:
ହ୍ରାସ ପାଉଛି
10. ଭାରତର ଜନସଂଖ୍ୟା ଇତିହାସରେ ________________________ ବର୍ଷକୁ ବୃହତ୍ ବିଭାଜନର ବର୍ଷ କୁହାଯାଏ ।
Answer:
1921
D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକସ୍ଥଳେ ସଂଶୋଧନ କର ।
1. ଭାରତୀୟ ଅର୍ଥନୀତିରେ ପୁଞ୍ଜିର ବହୁଳତା ରହିଛି ।
Answer:
ଭାରତୀୟ ଅର୍ଥନୀତିରେ ପୁଞ୍ଜିର ଅଭାବ ରହିଛି ।
2. ଆମ ଦେଶର ଅଧିକାଂଶ ଶ୍ରମଜୀବୀ ଶିଳ୍ପକ୍ଷେତ୍ରରେ ନିୟୋଜିତ ।
Answer:
ଆମ ଦେଶର ଅଧିକାଂଶ ଶ୍ରମଜୀବୀ କୃଷିକ୍ଷେତ୍ରରେ ନିୟୋଜିତ ।
3. ଶିଳ୍ପ କ୍ଷେତ୍ରରେ ସାଧାରଣତଃ ଲୁକ୍କାୟିତ ବେକାରୀ ଦେଖାଯାଏ ।
Answer:
କୃଷି କ୍ଷେତ୍ରରେ ସାଧାରଣତଃ ଲୁକ୍କାୟିତ ବେକାରୀ ଦେଖାଯାଏ ।
4. ଭାରତ ଏକ ବିକଶିତ ରାଷ୍ଟ୍ର ।
Answer:
ଭାରତ ଏକ ବିକାଶଶୀଳ ରାଷ୍ଟ୍ର ।
5. ଆମ ଦେଶର ମୁଣ୍ଡପିଛା ଆୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।
Answer:
ଆମ ଦେଶର ମୁଣ୍ଡପିଛା ଆୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।
6. ଦେଶର ଶିଳ୍ପକ୍ଷେତ୍ରରେ ପ୍ରଚ୍ଛନ୍ନ ଦାରିଦ୍ର୍ୟ ଦେଖାଯାଏ ।
Answer:
ଦେଶର କୃଷିକ୍ଷେତ୍ରରେ ପ୍ରଚ୍ଛନ୍ନ ଦାରିଦ୍ର୍ୟ ଦେଖାଯାଏ ।
7. ଭାରତ କୃଷି ପ୍ରଧାନ ରାଷ୍ଟ୍ର ହୋଇଥିବାରୁ ଏହାର ଅର୍ଥବ୍ୟବସ୍ଥା ଅନଗ୍ରସର ଗୁଣ ପ୍ରକାଶ କରେ ।
Answer:
ଠିକ୍
8. ସମ୍ପତ୍ତିଗତ ଅସମାନତା କ୍ଷେତ୍ରରେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ଅସମାନତା ତିବ୍ର ଅଟେ ।
Answer:
ସମ୍ପଭିଗତ ଅସମାନତା କ୍ଷେତ୍ରରେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ଅସମାନତା ତିବ୍ର ଅଟେ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ତିନୋଟି ବାକ୍ୟ ମଧ୍ଯରେ ଦିଅ ।
1. ମୁଣ୍ଡପିଛା ଆୟ କ’ଣ ?
Answer:
ମୁଣ୍ଡପିଛା ଆୟ କହିଲେ ବ୍ୟକ୍ତିପିଛା ହାରାହାରି ଆୟକୁ ବୁଝାଏ । ଦେଶର ମୋଟ ଜାତୀୟ ଆୟକୁ ମୋଟ ଜନସଂଖ୍ୟାଦ୍ଵାରା ଭାଗ କରି ମୁଣ୍ଡପିଛା ଆୟ ନିର୍ଣ୍ଣୟ କରାଯାଏ । ଭାରତର ମୁଣ୍ଡପିଛା ଆୟ 2005 ମସିହାରେ 530 ଆମେରିକୀୟ ଡଲାର ଥିଲା । ଉନ୍ନତ ଦେଶମାନଙ୍କର ମୁଣ୍ଡପିଛା ଆୟ ଭାରତ ତୁଳନାରେ ଯଥେଷ୍ଟ ଅଧ୍ଵ । ସ୍ଵିଜରଲାଣ୍ଡରେ ଜଣପିଛା ଆୟ ଭାରତର ଜଣପିଛା ଆୟର 75ଗୁଣ । ସ୍ଵଳ୍ପ ମୁଣ୍ଡପିଛା ଆୟ ଦେଶର ଉତ୍କଟ ଦାରିଦ୍ର୍ୟତାର ସୂଚନା ଦେଇଥାଏ ।
2. ଅର୍ଥବେକାରୀ କ’ଣ ?
Answer:
ବେକାରୀ ଓ ଅର୍ବବେକାରୀ ଭାରତୀୟ ଅର୍ଥ ବ୍ୟବସ୍ଥାର ଏକ ପୁରାତନ ଲକ୍ଷଣ । ଯେତେବେଳେ ଶ୍ରମିକମାନେ ପୂରା ସମୟ ନିମିତ୍ତ କର୍ମନିଯୁକ୍ତିର ସୁବିଧା ପାଇପାରନ୍ତି ନାହିଁ, ତାହାକୁ ଅର୍ବବେକାରୀ କୁହାଯାଏ । ଏପ୍ରକାର ବେକାରୀ, ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରରେ ଦେଖାଯାଏ । ଏହାଦ୍ଵାରା ଦେଶର ଅଜସ୍ର ମାନବଶକ୍ତିର ଅପଚୟ ହୋଇଥାଏ । ଭାରତର ବେକାରି ସମସ୍ୟା ଅପେକ୍ଷା ଅର୍ବବେକାରି ସମସ୍ୟା ଅଧିକ ଗୁରୁତର ।
3. ଋତୁଗତ ବେକାରି କ’ଣ ?
Answer:
ବର୍ଷର ବାରମାସ କାମ ନ ପାଇ କେତେକ ନିର୍ଦ୍ଦିଷ୍ଟ ଋତୁରେ କାମଧନ୍ଦା ନ ପାଇବାକୁ ଋତୁଗତ ବେକାରି କୁହାଯାଏ । ଏହି ପ୍ରକାର ବେକାରି ମୁଖ୍ୟତଃ କୃଷି ଓ ତତ୍ସଂଲଗ୍ନ ଶିଳ୍ପଗୁଡ଼ିକରେ ଦେଖାଯାଏ । ଭାରତରେ ବହୁଫସଲି ବ୍ୟବସ୍ଥା ବହୁଳଭାବରେ ପ୍ରଚଳିତ ହେଉନଥିବାରୁ ଅନେକ ସମୟରେ ଚାଷୀ ଚାଷ ମଜୁରିଆମାନେ ବର୍ଷର କେତୋଟି ନିର୍ଦ୍ଦିଷ୍ଟ ମାସରେ କାମ କରି ଅନ୍ୟ ମାସଗୁଡ଼ିକରେ ବସିରହିଥା’ନ୍ତି । ଏହାଦ୍ଵାରା ଦେଶରେ ବହୁତ ମାନବ ଶକ୍ତି ନଷ୍ଟ ହୁଏ ।
4. ଦ୍ୱୈତ ଅର୍ଥନୀତି କହିଲେ କ’ଣ ବୁଝ ?
Answer:
ଭାରତର ଅର୍ଥନୀତିକୁ ଦ୍ୱୈତ ଅର୍ଥନୀତି ମଧ୍ୟ କୁହାଯାଏ । ଦ୍ୱୈତ ଅର୍ଥନୀତି କହିଲେ ପାରମ୍ପରିକ ଅର୍ଥବ୍ୟବସ୍ଥା ଓ ଆଧୁନିକ ଅର୍ଥ ବ୍ୟବସ୍ଥାର ସହାବସ୍ଥାନକୁ ବୁଝାଏ । ଏହି ବ୍ୟବସ୍ଥାର ଗ୍ରାମାଞ୍ଚଳର ପାରମ୍ପରିକତା ସହ ସହରାଞ୍ଚଳର ଆଧୁନିକତାର ସମନ୍ୱୟ ଅନଗ୍ରସରତାର ମାତ୍ରା ବୃଦ୍ଧି କରାଇଥାଏ । ଏଠାରେ ଆଧୁନିକ ମୁଦ୍ରା ଅର୍ଥ ବ୍ୟବସ୍ଥା ଓ କୃଷିଭିତ୍ତିକ ପଣ୍ୟ ବିନିମୟର ପରିଲକ୍ଷିତ ହୁଏ ।
5. ସମ୍ବଳର ସ୍ଵଳ୍ପ ନିୟୋଜନ କ’ଣ ?
Answer:
ଭାରତ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ । କିନ୍ତୁ ଆମ ଦେଶର ଜଳସମ୍ପଦ, ବନ ସମ୍ପଦ ଓ ଖଣିଜ ସମ୍ପଦ ପ୍ରଭୃତି ପ୍ରାକୃତିକ ସମ୍ପଦ ସଦୁପଯୋଗ ହୋଇପାରିନାହିଁ । ଦେଶର ଖଣିଜ ସମ୍ପଦ ଦେଶର ଶିଳ୍ପ ବିକାଶରେ ନିୟୋଜିତ ନ ହୋଇ ମୁଖ୍ୟତଃ ରପ୍ତାନି ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି । ଦେଶର ଆର୍ଥନୀତିକ ବିକାଶ ଓ ଶିଳ୍ପ ବିକାଶ ପାଇଁ ଏସବୁ ପ୍ରାକୃତିକ ସମ୍ପଦର ପୂର୍ଣ୍ଣ ଉପଯୋଗ ହେବା ବାଞ୍ଛନୀୟ । ଏଗୁଡ଼ିକର ସ୍ଵଳ୍ପ-ନିୟୋଜନ ହେବାଦ୍ଵାରା ଦେଶର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରି ନାହିଁ ।
6. ପୁଞ୍ଜିର ସ୍ଵଳ୍ପତା କହିଲେ କ’ଣ ବୁଝ ?
Answer:
ଭାରତୀୟ ଅର୍ଥନୀତିରେ ପୁଞ୍ଜର ସ୍ଵଚ୍ଛତା ଏକ ଚିରନ୍ତନ ବୈଶିଷ୍ଟ୍ୟ ହୋଇ ରହିଆସିଛି । ଗୋଟିଏ ଦେଶର ବିକାଶ ନିମନ୍ତେ ଯଥେଷ୍ଟ ପୁଞ୍ଜିର ଆବଶ୍ୟକତା ରହିଛି । ଆମ ଦେଶର ମୁଣ୍ଡ ପିଛା ଆୟ କମ୍, ଖର୍ଚ୍ଚ ବେଶୀ, ତେଣୁ ସଞ୍ଚୟ ମଧ୍ଯ କମ୍ । ଯାହାଫଳରେ ଦେଶର ନିଜସ୍ୱ ପୁଞ୍ଜିର ଦରିଦ୍ର ନୁହେଁ, ମାନବିକ ପୁଞ୍ଜିରେ ମଧ୍ୟ ଦରିଦ୍ର । ଭାରତରେ ମାନବିକ ପୁଞ୍ଜିର ମାନନିକୃଷ୍ଟ । ମାନବିକ ପୁଞ୍ଜିର ଗଠନ ଦେଶର ଶିକ୍ଷା, ସାକ୍ଷରତା, ସ୍ୱାସ୍ଥ୍ୟ, ଗବେଷଣା ଓ ତାଲିମ ସୁବିଧା ଉପରେ ନିର୍ଭର କରେ ।
7. ଆୟର ବୈଷମ୍ୟତା କହିଲେ କ’ଣ ବୁଝ ?
Answer:
ଲକ୍ଷ୍ୟ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏହା ଏଯାବତ୍ ସମ୍ଭବ ହୋଇପାରିନାହିଁ । ଦେଶର ଶତକଡ଼ା ପ୍ରାୟ 51 ଭାଗ ପରିବାର ମୋଟ ସମ୍ପଦର 8 ଭାଗ ନିଜ ଅଧିକାରରେ ରଖୁଛନ୍ତି ମାତ୍ର 4 ଶତାଂଶ ପରିବାର ମୋଟ ସମ୍ପଦର 31ଭାଗ ନିଜ ମାଲିକାନାରେ ରଖୁଛନ୍ତି । ଏହି ପରିସଂଖ୍ୟାନରୁ ଆୟ ବୈଷମ୍ୟର ମାତ୍ରା ବିଷୟରେ ସମ୍ୟକ୍ ସୂଚନା ମଳିଥାଏ ।
F. ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
1. ବେକାରୀ ଓ ଅର୍ଷବେକାରୀ ।
Answer:
ଯେତେବେଳେ ବହୁ କାର୍ଯ୍ୟକ୍ଷମ ଲୋକ ନିଯୁକ୍ତିପାଇଁ ଆଗ୍ରହୀ ଓ ସକ୍ଷମ ଥାଇ ମଧ୍ୟ ପ୍ରଚଳିତ ମଜୁରିରେ କର୍ମନିଯୁକ୍ତ ହୋଇପାରନ୍ତି ନାହିଁ, ସେତେବେଳେ ସେମାନଙ୍କୁ ବେକାର ବୋଲି ଅଭିହିତ କରାଯାଏ । ତେଣୁ କେବଳ କାର୍ଯ୍ୟକ୍ଷମ ଲୋକମାନଙ୍କର ନିଯୁକ୍ତିହୀନତାକୁ ବେକାରି ଆଖ୍ୟା ଦିଆଯାଇଥାଏ । ଦେଶର ବର୍ଦ୍ଧିତ ଜନସଂଖ୍ୟାର ଗୁରୁଚାପ ହେତୁ ଶ୍ରମିକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବର୍ତ୍ତମାନ ଶ୍ରମଶକ୍ତିପାଇଁ ଲାଭଜନକ କର୍ମନିଯୁକ୍ତିର ସୁବିଧା ପର୍ଯ୍ୟାପ୍ତ ପରିମାଣରେ ବୃଦ୍ଧି ପାଉନାହିଁ, ଫଳରେ ଶ୍ରମିକ ବେକାର ରହୁଛି ।
ଯେଉଁ ଶ୍ରମିକମାନେ ନିଯୁକ୍ତି ପାଇ ମଧ୍ୟ ଉତ୍ପାଦନରେ ତାଙ୍କର ପୂର୍ଣ୍ଣ ସାମର୍ଥ୍ୟ ବିନିଯୋଗ କରିପାରନ୍ତି ନାହିଁ ସେମାନଙ୍କୁ ଅର୍ଥ ବେକାର ବୋଲି ଅଭିହିତ କରାଯାଏ । ଏ ପ୍ରକାର ବେକାରି ବର୍ଷସାରା କାର୍ଯ୍ୟ ପାଇନଥ’ନ୍ତି । ବର୍ଷର କେତେକ ନିର୍ଦ୍ଦିଷ୍ଟ ଦିବସରେ ଏମାନେ ନିଯୁକ୍ତି ସୁଯୋଗ ଲାଭ କରିଥିବା ବେଳେ ଅନ୍ୟାନ୍ୟ ସମୟ କୌଣସି କାର୍ଯ୍ୟ ନପାଇ ବସି ରହିଥା’ନ୍ତି । ଏହି ପ୍ରକାର ସମସ୍ୟା ମୁଖ୍ୟତଃ କୃଷି, ଆତ୍ମନିଯୁକ୍ତି ଓ ଦିନ ମଜୁରିଆ ଶ୍ରେଣୀ ଶ୍ରମିକମାନଙ୍କ କ୍ଷେତ୍ରରେ ବିଶେଷ ପରିଲକ୍ଷିତ ହୋଇଥାଏ ।
2. ଅର୍ଷବେକାରୀ ଓ ପ୍ରଚ୍ଛନ୍ନ ବେକାରୀ ।
Answer:
ଯେଉଁ ଶ୍ରମିକମାନେ ନିଯୁକ୍ତି ପାଇ ମଧ୍ୟ ଉତ୍ପାଦନରେ ତାଙ୍କର ପୂର୍ବ ସାମର୍ଥ୍ୟ ବିନିଯୋଗ କରିପାରନ୍ତି ନାହିଁ ସେମାନଙ୍କୁ ‘ ଅର୍ଥ ବେକାର ବୋଲି କୁହାଯାଏ । ଏହି ଶ୍ରେଣୀର ବେକାରି ଅଧିକ ଥିବା ଦେଶଗୁଡ଼ିକ ଶ୍ରମଦକ୍ଷତାର ପୂର୍ବ ଉପଯୋଗ କରିବାକୁ ଅସମର୍ଥ ହୋଇଥାନ୍ତି । ଭାରତର କୃଷିକ୍ଷେତ୍ରରେ ଏହି ସମସ୍ୟା ଅଧ୍ବକ ଦେଖାଯାଏ ।
ଉତ୍ପାଦନ ପ୍ରକ୍ରିୟାକୁ ଯେଉଁ ଶ୍ରମିକର କୌଣସି ଅବଦାନ ନଥାଏ ଏବଂ ଯାହାର ନିଯୁକ୍ତି ସମାପ୍ତ କରିଦିଆଗଲେ ମଧ୍ୟ ଉତ୍ପାଦନ ହ୍ରାସ ପାଏନାହିଁ, ତାହାକୁ ପ୍ରଚ୍ଛନ୍ନ ବେକାର ଆଖ୍ୟା ଦିଆଯାଏ । ଭାରତ ଭଳି କୃଷିପ୍ରଧାନ ଦେଶମାନଙ୍କରେ ଏଭଳି ବେକାରି ଅଧ୍ବକ ମାତ୍ରାରେ ଦେଖାଦେଇଥାଏ । କୃଷି କ୍ଷେତ୍ରରେ ଆବଶ୍ୟକ ସଂଖ୍ୟକ ଶ୍ରମିକମାନଙ୍କଠାରୁ ଅଧିକ ସଂଖ୍ୟକ ଶ୍ରମିକ ନିୟୋଜିତ ହୋଇଥିବାରୁ ଏପରି ଅବସ୍ଥା ଦେଖାଯାଏ ।
3. ଚରମ ଦାରିଦ୍ର୍ୟ ଓ ଆପେକ୍ଷିକ ଦାରିଦ୍ର୍ୟ ।
Answer:
ଯେଉଁ ଲୋକମାନେ ବଞ୍ଚୁରହିବାପାଇଁ ଜୀବନର ମୌଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ, ସେମାନଙ୍କ କ୍ଷେତ୍ରରେ ଚରମ ଦାରିଦ୍ର୍ୟ ବା ଉତ୍କଟ ଦାରିଦ୍ର୍ୟ ଦେଖାଯାଏ । ତେଣୁ ସର୍ବନିମ୍ନ ଖାଦ୍ୟସାର, ବସ୍ତ୍ର, ବାସଗୃହ ଭିତ୍ତିରେ ଚରମ ଦାରିଦ୍ର୍ୟତା ନିର୍ଣ୍ଣୟ ହୋଇଥାଏ । ଦାରିଦ୍ର୍ୟତାକୁ ମାପିବାପାଇଁ ଆମେ ଚରମ ଦାରିଦ୍ର୍ୟକୁ ମାପିଥାଉ ।
ଯେତେବେଳେ ଦୁଇଜଣ ବ୍ୟକ୍ତି ବା ଦୁଇ ଗୋଷ୍ଠୀ ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ନେଇ ତୁଳନା କରାଯାଏ, ସେତେବେଳେ ଆମେ ଆପେକ୍ଷିକ ଦାରିଦ୍ର୍ୟ କଥା କହିଥାଉ । ତେଣୁ ଆପେକ୍ଷିକ ଦାରିଦ୍ର୍ୟତା କହିଲେ ଆୟର ବୈଷମ୍ୟକୁ ବୁଝାଏ । ଆୟ ଓ ସମ୍ପଦର ବଣ୍ଟନରେ ଅସମତା ଦେଶର ଆପେକ୍ଷିକ ଦାରିଦ୍ର୍ୟତା ସୃଷ୍ଟିକରେ । ଆପେକ୍ଷିକ ଦାରିଦ୍ର୍ୟତା ସବୁ ଦେଶରେ ଦେଖାଯାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ବର୍ଣ୍ଣନା କର ।
Answer:
ପ୍ରାଚୀନ ଉନ୍ନତ ସଂସ୍କୃତିସମ୍ପନ୍ନ ତଥା ପ୍ରାକୃତିକ ସମ୍ବଳ ପରିପୂର୍ଣ୍ଣ ରାଷ୍ଟ୍ର ହୋଇଥିଲେ ହେଁ ଭାରତ ପୃଥିବୀର ଏକ ଦରିଦ୍ରତମ ଅନୁନ୍ନତ ରାଷ୍ଟ୍ରଭାବେ ପରିଗଣିତ ହେଉଅଛି । ଅନୁନ୍ନତ ରାଷ୍ଟ୍ରମାନଙ୍କର ସମସ୍ତ ବୈଶିଷ୍ଟ୍ୟବଳୀ ଭାରତୀୟ ଅର୍ଥବ୍ୟବସ୍ଥାରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଅଛି । ସ୍ୱାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ କ୍ଷେତ୍ରରେ ପ୍ରଗତି ହାସଲ କରିଥିଲେ ହେଁ ଏକ ଉନ୍ନତ ରାଷ୍ଟ୍ରଭାବରେ ବିବେଚିତ ହେବାର ଯୋଗ୍ୟତା ନିମନ୍ତେ ଏହା ପର୍ଯ୍ୟାପ୍ତ ନୁହେଁ । ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ଦ୍ଵାରା ପ୍ରସ୍ତୁତ ବିକାଶ ରିପୋର୍ଟ 2005ରେ ଭାରତ 127ତମ ସ୍ଥାନରେ ରହିବା ଏହାର ଆର୍ଥିକ ଅନଗ୍ରସରତା ତଥା ସ୍ଵଚ୍ଛ ବିକାଶର ଜ୍ଵଳନ୍ତ ନିଦର୍ଶନ ।
ପରନ୍ତୁ ଅଧୁନା ସମସାମୟିକ ଭାରତୀୟ ଅର୍ଥନୀତିରେ ଦୀର୍ଘ ଛଅ ଦଶନ୍ଧିର ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଯୋଗୁଁ ଅନଗ୍ରସରତାରୁ ସୁଧୁରି ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି । ଅର୍ଥନୀତି ଦୃଷ୍ଟିକୋଣରୁ ଭାରତ ପୃଥିବୀରେ ଏକ ସ୍ଵତନ୍ତ୍ର ସ୍ଥାନ ନେଇ ମହାଶକ୍ତିର ପରିଚୟ ପାଇଛି । ଏହି ପରିପ୍ରେକ୍ଷୀରେ ‘ସମସାମୟିକ ଭାରତୀୟ ଅର୍ଥନୀତିରେ ମୌଳିକ ବୈଶିଷ୍ଟ୍ୟଗୁଡ଼ିକୁ ଆଲୋଚନା କରିବା ବିଧେୟ । ନିମ୍ନରେ ଏହି ବିଷୟ ବର୍ଣ୍ଣନା କରାଯାଇଛି ।
ବୈଶିଷ୍ଟ୍ୟ ବୈଶିଷ୍ନ୍ୟ।ବଳୀ (Characteristics):
ଭାରତୀୟ ଅର୍ଥବ୍ୟବସ୍ଥାରେ ସାଧାରଣତଃ ନିମ୍ନଲିଖ୍ ବୈଶିଷ୍ଟ୍ୟ ସମୂହ ପରିଲକ୍ଷିତ ହୁଏ ।
(i) ସ୍ଵଚ୍ଛ ମୁଣ୍ଡପିଛା ଆୟ (Low per-capita Income) : ଭାରତୀୟ ଅର୍ଥବ୍ୟବସ୍ଥାର ଏକ ମୌଳିକ ଲକ୍ଷଣ ହେଉଛି ସ୍ଵଳ୍ପ ମୁଣ୍ଡପିଛା ଆୟ । ମୁଣ୍ଡପିଛା ଆୟ କହିଲେ ବ୍ୟକ୍ତିପିଛା ହାରାହାରି ଆୟକୁ ବୁଝାଏ । ଦେଶର ମୋଟ ଜାତୀୟ ଆୟକୁ ମୋଟ ଜନସଂଖ୍ୟାଦ୍ଵାରା ଭାଗ କରି ମୁଣ୍ଡପିଛା ଆୟ ନିର୍ଣ୍ଣୟ କରାଯାଏ ।
ଅର୍ଥାତ୍ ଯଦି ମୋଟ ଜାତୀୟ ଆୟର ବୃଦ୍ଧି, ଜନସଂଖ୍ୟାର ବୃଦ୍ଧି ତୁଳନାରେ ଅଧ୍ଵ ହୁଏ ତେବେ ମୁଣ୍ଡପିଛା ଆୟର ବୃଦ୍ଧି ଘଟେ । ମାତ୍ର ଭାରତରେ ଜନସଂଖ୍ୟାର ଦ୍ରୁତ ବୃଦ୍ଦି ଯୋଗୁଁ ମୁଣ୍ଡପିଛା ଆୟ ବୃଦ୍ଧି ପାଇପାରୁନାହିଁ । ଭାରତର ମୁଣ୍ଡପିଛା ଆୟ 2005 ମସିହାର 530 ଆମେରିକୀୟ ଡଲାର ଥିଲା ବୋଲି ହିସାବ କରାଯାଇଛି ।
ଉନ୍ନତ ଦେଶମାନଙ୍କର ମୁଣ୍ଡପିଛା ଆୟ ଭାରତ ତୁଳନାରେ ଯଥେଷ୍ଟ ଅଧିକ । ତେଣୁ ଭାରତର ବାସ୍ତବ ଜାତୀୟ ଆୟର ହାରାହାରି ବାଧ୍ଯ ଅଭିବୃଦ୍ଧି ଶତକଡ଼ା 4 ରହିବା ବେଳେ ଜନସଂଖ୍ୟାର ହାରାହାରି ବାର୍ଷିକ ବୃଦ୍ଧି ଶତକଡ଼ା 2 ରହିଥିଲା । ଫଳରେ ଜାତୀୟ ଆୟ ଓ ମୁଣ୍ଡପିଛା ଆୟର ଏହି ବୃଦ୍ଧି ଅନ୍ୟାନ୍ୟ ଉନ୍ନତ ରାଷ୍ଟ୍ରମାନଙ୍କ ତୁଳନାରେ ଯଥେଷ୍ଟ କମ୍ ଅଟେ ।
(ii) ବିଶାଳ ଅର୍ଥବ୍ୟବସ୍ଥା ଓ ସ୍ଵଳ୍ପ ମୁଣ୍ଡପିଛା ଆୟ – ଉତ୍ପାଦନ କ୍ଷେତ୍ର (କୃଷି, ଶିଳ୍ପ ଓ ସେବା)ରେ ଉଲ୍ଲେଖନୀୟ ଅଭିବୃଦ୍ଧି ଫଳରେ ଭାରତର ଅର୍ଥନୀତି ଆଦି ପୃଥିବୀରେ ୱେଲ୍ଥ୍ ରିପୋର୍ଟ ଆଧାରରେ 2012 ଅନୁସାରେ ଚତୁର୍ଥ ବୃହତ୍ତମ ରାଷ୍ଟ୍ର ଏବଂ କ୍ରୟମୂଲ୍ୟ ସମତା ଭିତ୍ତିରେ ପୃଥିବୀରେ ଭାରତ ତୃତୀୟ ବୃହତ୍ ଅର୍ଥନୀତି; କିନ୍ତୁ ଏହାର ମୁଣ୍ଡପିଛା ଆୟ ବିଶ୍ଵ ମୁଣ୍ଡପିଛା ଆୟର ଏକ ଷତାଂଶ । 2013 ମସିହା ଅନୁଯାୟୀ ଭାରତର ମୁଣ୍ଡପିଛା ଆୟ 1499 ଡଲାର ଯାହାର ଆମେରିକାଠାରୁ ଦଶଗୁଣା କମ୍ ।
(iii) ଦ୍ରୁତ ଜନସଂଖ୍ୟା ବୃଦ୍ଧି (Rapid growth of population) – ଭାରତରେ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଏହାର ଅନଗ୍ରସରତାର ଅନ୍ୟ ଏକ ମୁଖ୍ୟ କାରଣ । ସମୁଦାୟ ଭୂଭାଗର ମାତ୍ର 2.4 ପ୍ରତିଶତ ସ୍ଥାନ ଭାରତ ଦଖଲ କରିଥିଲାବେଳେ, ବିଶ୍ୱଜନସଂଖ୍ୟାର ପ୍ରାୟ 17 ପ୍ରତିଶତ ବାସକରୁଥିବାର ଜଣାଯାଏ । 2011 ଜନଗଣନା ଅନୁସାରେ ଭାରତର ମୋଟ ଜନସଂଖ୍ୟା 121.02 କୋଟି ଥିବାବେଳେ, ଏହାର ବୃଦ୍ଧିର ହାର ଥିଲା ଶତକଡ଼ା 1.93 ଭାଗ ଯଦିଓ ଅନ୍ୟବର୍ଷ ତୁଳନାରେ ଭାରତର ଜନସଂଖ୍ୟା ବୃଦ୍ଧିର ହାର ହ୍ରାସ ପାଇଛି ତଥାପି ଉନ୍ନତ ରାଷ୍ଟ୍ରମାନଙ୍କ ତୁଳନାରେ ଏହି ବୃଦ୍ଧିର ହାର ଯଥେଷ୍ଟ ଅଧିକ । ଜନବିସ୍ଫୋରଣ ଭାରତର ଅର୍ଥବ୍ୟବସ୍ଥାର ଅନ୍ୟଏକ ଭୟାବହ ବୈଶିଷ୍ଟ୍ୟ ।
(iv) କୃଷିର ପ୍ରଧାନ୍ୟ (Predominance of Agriculture) – ଭାରତର ଅର୍ଥବ୍ୟବସ୍ଥାରେ କୃଷିର ପ୍ରଧାନ୍ୟ ଦେଖାଯାଏ । ଯଦିଓ ଜାତୀୟ ଆୟକୁ କୃଷିର ଅବଦାନ ହ୍ରାସ ପାଇଛି, ତଥାପି କୃଷି, ଆମ ଅର୍ଥନୀତିର ମେରୁଦଣ୍ଡ ସଦୃଶ କାମ କରୁଛି । 1941ରେ ଜାତୀୟ ଆୟକୁ କୃଷିର ଅବଦାନ 70 ଶତାଂଶ ଥିଲା କିନ୍ତୁ 2013-14 ସୁଦ୍ଧା ଏହା 15 ଶତାଂଶକୁ ହ୍ରାସ ପାଇଛି ।
ଦେଶର ମୋଟ ଶ୍ରମିକମାନଙ୍କ ମଧ୍ୟରେ 50 ପ୍ରତିଶତ ଶ୍ରମିକ ଏହି କ୍ଷେତ୍ରରେ ନିଯୁକ୍ତ ହୋଇଥାନ୍ତି । ଯୁକ୍ତରାଷ୍ଟ୍ର ଓ ଇଂଲଣ୍ଡ ପ୍ରଭୃତି ଉନ୍ନତ ଦେଶମାନଙ୍କରେ କୃଷି ଉପରେ ନିର୍ଭର କରୁଥିବା ଲୋକସଂଖ୍ୟା ମାତ୍ର 3 ଶତାଂଶରୁ 4 ଶତାଂଶ ମଧ୍ୟରେ । ତେଣୁ କୃଷିର ପ୍ରାଧାନ୍ୟ ଭାରତର ଅର୍ଥନୀତିରେ ଅବ୍ୟାହତ ରହିଛି ।
(v) ବେକାରୀ ଓ ଅର୍ବବେକାରୀ (Unemployment and Underemployment) – ବେକାରୀ ଓ ଅର୍ବବେକାରୀ ଭାରତୀୟ ଅର୍ଥବ୍ୟବସ୍ଥାର ଏକ ଅତି ପୁରାତନ ଲକ୍ଷଣ । ଦେଶର କେତେକ ଶ୍ରମିକ ବେକାର ରହିବା ସହିତ କେତେକ ମଧ୍ୟ ପୁରା ସମୟ ନିମିତ୍ତ କର୍ମନିଯୁକ୍ତିର ସୁବିଧା ପାଇପାରନ୍ତି ନାହିଁ । ପ୍ରଥମ ଶ୍ରେଣୀର ଶ୍ରମିକମାନଙ୍କୁ ବେକାରୀ ଓ ଦ୍ୱିତୀୟ ଶ୍ରେଣୀର ଶ୍ରମିକମାନଙ୍କୁ ଅର୍ବବେକାରୀ କୁହାଯାଏ । ଏମାନଙ୍କ ମଧ୍ୟରୁ କେତେକ ଶ୍ରମିକମାନଙ୍କୁ ମଧ୍ୟ ପ୍ରଚ୍ଛନ ବେକାରୀ କୁହାଯାଏ ।
ଏପ୍ରକାର ବେକାରୀ ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରରେ ଦେଖାଯାଏ । ପ୍ରଚ୍ଛନ୍ନ ବେକାରୀ ସେହି ଅବସ୍ଥାକୁ ବୁଝାଏ । ଯେଉଁ କ୍ଷେତ୍ରରୁ କେତେକ ସଂଖ୍ୟକ ଶ୍ରମିକ ଅପସାରିତ ହେଲେ ମଧ୍ୟ, ସେହି କ୍ଷେତ୍ରରେ ମୋଟ ଉତ୍ପାଦନ ହ୍ରାସ ହୁଏନାହିଁ । ତେଣୁ ବେକାରୀ ସମସ୍ୟା ବର୍ତ୍ତମାନ ଦେଶପାଇଁ ଏକ ଭୟାଭୟ ସମସ୍ୟା ରୂପେ ଦେଖାଦେଇଛି ।
(vi) ପୁଞ୍ଜି ଗଠନରେ ଉନ୍ନତି (Development in Capital Formation) – ପୁଞ୍ଜିର ସ୍ପକ୍ପତାହି ଭାରତୀୟ ଅର୍ଥନୀତିର ଏକ ମୁଖ୍ୟ ଚରିତ୍ର । ଯଦ୍ବାରା ଭାରତର ଆର୍ଥିକ ଅଭିବୃଦ୍ଧି ପାଇଁ ଆବଶ୍ୟକ ଥିବା ସମସ୍ତ ସମ୍ବଳ; ଯଥା – ପ୍ରାକୃତିକ ସମ୍ବଳ, ମାନବସମ୍ବଳ ମହଜୁଦ୍ ଥିବା ସତ୍ତ୍ବେ ବିକାଶ ସମ୍ଭବ ନ ଥିଲା । ଏହି ଅବସ୍ଥା ସ୍ଵାଧୀନତା ପରେ ଦୀର୍ଘ ତିରିଶ ବର୍ଷ ଜାରି ରହିଲା । 1950-51ରେ ମୋଟ ପୁଞ୍ଜି ଗଠନ ଚଳନ୍ତି ବଜାର ଦରରେ ମୋଟ ଘରୋଇ ଉତ୍ପାଦର 8.7% ଥିଲା ।
ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ 2014-15 ଅନୁଯାୟୀ ଭାରତର ମୋଟ ପୁଞ୍ଜି ଗଠନର ହାର 2012-13 ମସିହାରେ 32.3% ଥିବାବେଳେ 2013-14 ମସିହାରେ 36.6% ପହଞ୍ଚେ ରେକର୍ଡ଼ କରିଥିଲା । ତେଣୁ ଏହା ଭାରତୀୟ ଅର୍ଥନୀତିରେ ପୁଞ୍ଜିଗଠନର ହାର ବୃଦ୍ଧି ବିକାଶର ସଙ୍କେତ ବହନ କରୁଛି । ତଥାପି ଭାରତର ଅର୍ଥନୀତି ଏସିଆର ଚୀନ୍, କୋରିଆ ଆଦି ଦେଶଠାରୁ ନିମ୍ନରେ ଅଛି ।
(vii) ନ୍ୟୁନମାନର ବୈଷୟିକ କୌଶଳ (Low level of technology) – ଭାରତର ଅନଗ୍ରସରତାର ଅନ୍ୟତମ କାରଣ ହେଲା ନ୍ୟୁନମାନର ବୈଷୟିକ କୌଶଳର ଅବଲମ୍ବନ । ଆମ ଦେଶରେ ପାରମ୍ପରିକ ପୂରାତନ ଉତ୍ପାଦନ ପଦ୍ଧତି ଅବଲମ୍ବନ କରାଯାଇଥାଏ । ଆମ ଦେଶରେ ବ୍ୟବହାର କରାଯାଉଥିବା ଉତ୍ପାଦନ କୌଶଳ ଉନ୍ନତ ଦେଶମାନଙ୍କଭଳି ସୁଦୂରପ୍ରସାରୀ ନୁହେଁ । ଉନ୍ନତ ପ୍ରଯୁକ୍ତି ବିଦ୍ୟା ଉତ୍ପାଦନ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ ।
ନୂତନ ଉତ୍ପାଦନ କୌଶଳର ବହୁଳ ବ୍ୟବହାର, ପୁଞ୍ଜି ଓ ତାଲିମପ୍ରାପ୍ତ କୁଶଳୀ କାରିଗରଙ୍କ ସୁଲଭତା ଉପରେ ଉତ୍ପାଦନ ବୃଦ୍ଧି ନିର୍ଭର କରେ । ଭାରତ ପରି ଅଳ୍ପ ବିକଶିତ ଦେଶମାନଙ୍କରେ ପୁଞ୍ଜି ଓ କୁଶଳୀ ଶ୍ରମିକଙ୍କର ଅଭାବ, ଆଧୁନିକ ଉତ୍ପାଦନ କୌଶଳ ଅବଲମ୍ବନ କରିବାରେ ଅନ୍ତରାୟ ସୃଷ୍ଟିକରେ । କୃଷିକ୍ଷେତ୍ରରେ ପାରମ୍ପରିକ ପୁରାତନ ପଦ୍ଧତି ପ୍ରଚଳନ ଓ ଶିଳ୍ପ କ୍ଷେତ୍ରରେ ନିକୃଷ୍ଟ କୌଶଳର ଅବଲମ୍ବନ ଯୋଗୁଁ ଉତ୍ପାଦନ କମ୍ ଓ ଉତ୍ପାଦନ ପରିବ୍ୟୟ ଅଧିକ ହୋଇଥାଏ ।
(viii) ଦୁର୍ବଳ ମାନବିକ ପୁଞ୍ଜି (Weak Human Capital) – ଆମ ଦେଶର ଜନଶକ୍ତି ବିପୁଳ । ମାତ୍ର ଉତ୍ପାଦିକା ଶକ୍ତି ଦୃଷ୍ଟି ଦେଖୁଲେ, ଦେଶର ଶ୍ରମିକମାନଙ୍କ କାର୍ଯ୍ୟଦକ୍ଷତା ସ୍ଵଳ୍ପ ଅଟେ । ଦୁର୍ବଳ ମାନବିକ ପୁଞ୍ଜିର କାରଣ ମୁଖ୍ୟତଃ ନିରକ୍ଷରତା । 2011 ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର ମୋଟ ଜନସଂଖ୍ୟାର ପ୍ରାୟ 74 ଶତାଂଶ ଏବଂ 26% ନିରକ୍ଷର । ନିରକ୍ଷରତା ହିଁ ଅର୍ଥନୈତିକ ବିକାଶର ପ୍ରତିବନ୍ଧକ ।
(ix) ଚରମ ଦାରିଦ୍ର୍ୟ (Abject Poverty) – ଭାରତୀୟ ଅର୍ଥବ୍ୟବସ୍ଥାରେ ଦାରିଦ୍ର୍ୟ ଏକ ସାଧାରଣ ବୈଶିଷ୍ଟ୍ୟ । ଭାରତର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦାରିଦ୍ର୍ୟ ଉତ୍କଟ ରୂପ ଧାରଣ କରିଛି ଯଦିଓ ଗ୍ରାମାଞ୍ଚଳରେ ଏହାର ମାତ୍ରା ଅପେକ୍ଷାକୃତ ଅଧିକ । 1999-2000 ମସିହାର ଯୋଜନା କମିଶନଙ୍କ ହିସାବରୁ ଜଣାଯାଏ ଯେ ଏବେବି ଭାରତରେ 26.1 ଶତାଂଶ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି । ତେନ୍ଦୁଲକର ପଦ୍ଧତି ଅନୁଯାୟୀ 2011-12 ମସିହାରେ ଓଡ଼ିଶାରେ ଦାରିଦ୍ର୍ୟତାର ସୀମାରେଖା ତଳେ 32.6% ଲୋକ ବାସକରନ୍ତି ଏବଂ ବହାରରେ 33.7% ଲୋକ ବାସକରନ୍ତି ।
ଗ୍ରାମାଞ୍ଚଳରେ ଯେଉଁମାନେ ଦୈନିକ 2400 କ୍ୟାଲୋରି ଓ ସହରାଞ୍ଚଳରେ ଯେଉଁମାନେ 2100 କ୍ୟାଲୋରି ଓ ସହରାଞ୍ଚଳରେ ଯେଉଁମାନେ 2100 କ୍ୟାଲୋରି ଖାଦ୍ୟ ଖାଇବାକୁ ପାଇନାହାନ୍ତି, ସେମାନେ ଦାରିଦ୍ର୍ୟ ସୀମାରେଖାର ନିମ୍ନରେ ଅଛନ୍ତି ବୋଲି କୁହାଯାଏ । ଭାରତୀୟ ଯୋଜନା 62 ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦାରିଦ୍ର୍ୟର ମାତ୍ରାରେ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇନାହିଁ ।
(x) ସମ୍ପଦ ବଣ୍ଟନରେ ଅସମତା (Inequality in the Distribution of wealth) – ଭାରତୀୟ ଅର୍ଥବ୍ୟବସ୍ଥାରେ ସମ୍ପଦ ବଣ୍ଟନରେ ବୈଷମ୍ୟ ପରିଲକ୍ଷିତ ହୋଇଥାଏ । 1980-81 ମସିହାର କୃଷି ଗଣନା ଅନୁସାରେ ଶତକଡ଼ା 10 ଭାଗ ଚାଷୀ ହାତରେ ଶତକଡ଼ା 49 ଭାଗ ଜମି ରହିଥିବାବେଳେ, ଶତକଡ଼ା ୨୦ ଭାଗ ଚାଷୀ ହାତରେ 51 ଭାଗ ଜମି ରହିଥିବାର ଦେଖାଯାଇଥିଲା । ଶିଳ୍ପ କ୍ଷେତ୍ରରେ ମଧ୍ୟ ବଡ଼ ବଡ଼ ଶିଳ୍ପପତିମାନଙ୍କ ହାତରେ ବିପୁଳ ପରିମାଣର ସମ୍ପଦ ଠୁଳ ହୋଇ ରହିଥିବାର ଦେଖାଯାଏ ।
(xi) ସମ୍ବଳର ଅର୍ଥ ନିୟୋଜନ (Underutilisation of Resources) – ଭାରତ ହେଉଛି ପ୍ରାକୃତିକ ସମ୍ବଳରେ ସମୃଦ୍ଧ । ମାତ୍ର ସେସବୁର ସଦୁପଯୋଗ ହୋଇପାରୁ ନାହିଁ । ଭାରତରେ ଲୌହ, ମାଙ୍ଗାନିଜ୍, ବକ୍ସାଇଟ୍, କୋଇଲା ଆଦି ପ୍ରଚୁର ପରିମାଣରେ ରହିଛି । ମାତ୍ର ଏହି ଖଣିଜ ସମ୍ପଦର ଯଥାଯଥ ବିନିଯୋଗ କରାଯାଇପାରୁ ନାହିଁ । ଫଳରେ ଭାରତ ଏକ ଦରିଦ୍ର ରାଷ୍ଟ୍ରଭାବେ ବିବେଚିତ ହେଉଛି । ପୁଞ୍ଜିର ଅଭାବ ଯୋଗୁଁ ଏହି ଖଣିଜ ସମ୍ପଦଗୁଡ଼ିକୁ ଦେଶର ଆର୍ଥନୀତିକ ବିକାଶ ଓ ଶିଳ୍ପ ବିକାଶ ପାଇଁ ଏସବୁ ପ୍ରାକୃତିକ ସମ୍ପଦର ପୂର୍ଣ୍ଣ ଉପଯୋଗ ହେବା ବାଞ୍ଛନୀୟ ।
(xii) ଦ୍ଵୈତ ଅର୍ଥନୀତି (Dualistic Economy) – ଦ୍ଵୈତ ଅର୍ଥବ୍ୟବସ୍ଥା କହିଲେ ପାରମ୍ପରିକ ଅର୍ଥ ବ୍ୟବସ୍ଥା ଓ ଆଧୁନିକ ଅର୍ଥବ୍ୟବସ୍ଥାର ସହାବସ୍ଥାନକୁ ବୁଝାଏ । ଭାରତର ଅର୍ଥନୀତିକୁ ଦ୍ୱୈତ ଅର୍ଥନୀତି କୁହାଯାଏ, କାରଣ ଏଠାରେ ଆଧୁନିକ ମୁଦ୍ରା ଅର୍ଥବ୍ୟବସ୍ଥା ଓ କୃଷିଭିତ୍ତିକ ପଣ୍ୟ ବିନିମୟର ସହାବସ୍ଥାନ ପରିଲକ୍ଷିତ ହୁଏ ।
(xiii) ବୈଦେଶିକ ବାଣିଜ୍ୟର ଦ୍ରୁତ ଅଭିବୃଦ୍ଧି (Rapid growth of foreign trade) – ସମସାମୟିକ ଅର୍ଥନୀତିରେ ଭାରତର ବୈଦେଶିକ ବାଣିଜ୍ୟ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଜଗତୀକରଣ ଯୋଗୁ ବୈଦେଶିକ ବାଣିଜ୍ୟ ଏବଂ ମୋଟ ଘରୋଇ ଉତ୍ପାଦର ଅନୁପାତ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଭାରତର ମୋଟ ଘରୋଇ ଉତ୍ପାଦର 2014 ଅନୁଯାୟୀ 50% ଚୀନ୍ରେ 41.5% ଥିଲା । ଏହା ସୂଚନା ପ୍ରଦାନ କରେକି ଭାରତୀୟ ଅର୍ଥନୀତି ପୃଥିବୀ ଅର୍ଥନୀତି ସହ ସଂଯୁକ୍ତ ହେବାରେ ଲାଗିଛି ।
ଅନୁପଯୁକ୍ତ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା (Unsuitable Social and Political System) ଆମ ଦେଶର ଆର୍ଥିକ ବିକାଶର ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ଏହାର ଅନୁପଯୁକ୍ତ ସାମାଜିକ ରାଜନୈତିକ ଅବସ୍ଥା, ଆଜି ମଧ୍ୟ ସମାଜରେ ବଞ୍ଚିରହିବା କୁସଂସ୍କାର, ଅନ୍ଧବିଶ୍ଵାସ, ପରମ୍ପରାଗତ ଚିନ୍ତାଧାରା ବିକାଶର କଣ୍ଠରୋଧ କରିଛି । ସର୍ବୋପରି ଦେଶରେ ଶାସନ ବ୍ୟବସ୍ଥା ରାଜନୈତିକ ବ୍ୟବସ୍ଥା ଦୁର୍ନୀତି, ଅପରାଧ ଏବଂ ଆତଙ୍କବାଦରେ ଜର୍ଜରିତ, ଯଦ୍ବାରା ଅନେକ ଯୋଜନା ସତ୍ତ୍ବେ ବିକାଶର ପଥରେଧ କରୁଛି ।
ଘରୋଇ କ୍ଷେତ୍ରରେ ବିସ୍ତାର (Development in Private Sector) – ଅର୍ଥନୀତି ସଂସ୍କାର ପ୍ରକ୍ରିୟାରେ ବିଶେଷ ଭୂମିକା ଗ୍ରହଣ କରୁଥିବା ଘରୋଇକରଣ ବ୍ୟବସ୍ଥା ଓ ପ୍ରୋସାହନ ଯୋଗୁ ଘରୋଇ କ୍ଷେତ୍ରରେ ବିଶେଷ ବିସ୍ତାର ଘଟିଛି । ଖୋଲା ବଜାର ବ୍ୟବସ୍ଥା ଯୋଗୁ ବହୁଦେଶୀୟ କମ୍ପାନୀମାନଙ୍କର ଆବିର୍ଭାବ ଘଟିଛି । ପୁଞ୍ଜିନିବେଶ ସଙ୍ଗେ ସଙ୍ଗେ ଏହା ଘରୋଇ କ୍ଷେତ୍ରର ଦକ୍ଷତା ଏବଂ ଗୁଣବତ୍ତାର ପ୍ରତିଯୋଗୀ ହେବାରେ ସହାୟକ ହୁଏ । ଘରୋଇକ୍ଷେତ୍ରରେ ଉନ୍ନତି ଘଟିଲେ ଭାରତୀୟ ଅର୍ଥନୀତିର ବିକାଶ ଖୁବ୍ ସହଜ ହେବ ।