CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Odisha State Board CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର Textbook Exercise Questions and Answers.

CHSE Odisha Class 12 Odia Chapter 8 ପିଙ୍ଗଳାର ଅଭିସାର Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
ପିଙ୍ଗଳା କିଏ ?
(i) ପଲ୍ଲୀବଧୂ
(ii) କୁଳବଧୂ
(iii) ବାରବଧୂ
(iv) ନବବଧୂ
Answer:
(iii) ବାରବଧୂ.

Question ୨ ।
ପିଙ୍ଗଳା ଆଉ କେଉଁ ଦୀପ ଜାଳିବ ନାହିଁ ବୋଲି କହିଛି ?
(i) ସଞ୍ଜ ଦୀପ
(ii) ପୂଜା ଦୀପ
(iii) ଜ୍ଞାନ ଦୀପ
(iv) କେଳିଦୀପ
Answer:
(iv) କେଳିଦୀପ

Question ୩ ।
ପିଙ୍ଗଳା ରସିକ ନାଗରମାନଙ୍କୁ କି ଅଭିନୟ ଦେଖାଉଥିଲା ?
(i) ପୀରତିର ଅଭିନୟ
(ii) ଛଳନାର ଅଭିନୟ
(iii) ସ୍ତ୍ରୀର ଅଭିନୟ
(iv) ବାନ୍ଧବୀର ଅଭିନୟ
Answer:
(i) ପୀରତିର ଅଭିନୟ

Question ୪।
‘ମରତ ପଥର ଅମର ବନ୍ଧୁ ଥାନ୍ତରବିମାନ’- କାହା ଉଦ୍ଦେଶ୍ୟରେ କୁହାଯାଇଛି ?
(i) ପିଙ୍ଗଳାର ପ୍ରେମିକ
(ii) ଧନିକ ଯୁବକ
(iii) ରସିକ ନାଗର
(iv) ପରମ ପୁରୁଷ
Answer:
(iv) ପରମ ପୁରୁଷ

Question ୫ ।
ମୁକ୍ତା କେଉଁଠି ଫଳେ ?
(i) ଶୁକ୍ତି ଗର୍ଭରେ
(ii) ସାଗର ଗର୍ଭରେ
(iii) ଧରିତ୍ରୀ ଗର୍ଭରେ
(iv) ପଦ୍ମ ଗର୍ଭରେ
Answer:
(i) ଶୁକ୍ତି ଗର୍ଭରେ

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୬ ।
କେଉଁ ମାଳା ଦରକାର ନାହିଁ ବୋଲି ପିଙ୍ଗଳା କହିଛି ?
(i) ମଣିକାଞ୍ଚନ ମାଳା
(ii) ମରକତ ମାଳା
(iii) ବନପୁଷ୍ପର ମାଳା
(iv) ମଲ୍ଲୀମାଳା
Answer:
(i) ମଣିକାଞ୍ଚନ ମାଳା

Question ୭ ।
ସଚେତନ ପିଙ୍ଗଳାର ଅଙ୍ଗପୁଲକକୁ କାହା ସହିତ ତୁଳନା କରାଯାଇଛି ?
(i) ପ୍ରସ୍ଫୁଟିତ ପଦ୍ମ
(ii) ବରଷାର ନୀପ
(iii) କୋରକିତ କେତକୀ
(iv) ବିକଶିତ ମଲ୍ଲୀ
Answer:
(ii) ବରଷାର ନୀପ

Question ୮ ।
ଆତ୍ମଜ୍ଞାନ ଲାଭ ପରେ ପିଙ୍ଗଳା କାହା ପରି ଛୁଟି ଯିବାପାଇଁ ଚାହିଁଛି ?
(i) ମୁକ୍ତ ଚାରିଣୀ ତଟିନୀ
(ii) ବରଷାର ଧାରା
(iii) ଧୀର ସମୀରଣ
(iv) ଦକ୍ଷିଣା ପବନ
Answer:
(i) ମୁକ୍ତ ଚାରିଣୀ ତଟିନୀ

Question ୯ ।
ପିଙ୍ଗଳା କେଉଁ ନଗରର ନଟୀ ଥିଲା ?
(i) ଅବନ୍ତୀ
(ii) ଉଜ୍ଜୟିନୀ
(iii) ବିଦେହ
(iv) କୋଶଳ
Answer:
(iii) ବିଦେହ

Question ୧୦ ।
ପ୍ରେମର ସନ୍ନ୍ୟାସିନୀ ବୋଲି କବି କାହାକୁ କହିଛନ୍ତି ?
(i) ମଧୁମତ୍ତା
(ii) ପିଙ୍ଗଳା.
(iii) ଆମ୍ରପଲ୍ଲୀ
(iv) ମଧୁବ୍ରତା
Answer:
(ii) ପିଙ୍ଗଳା

Question ୧୧ ।
ଉତ୍ତରିତ ପିଙ୍ଗଳା କେଉଁଠି ଶୋଇବ ବୋଲି କହିଛି ?
(i) ଧରଣୀର ତୃଣ ତତ୍ପରେ
(ii) ଫୁଲ ଶଯ୍ୟାରେ
(iii) ତୂଳିତ ଶଯ୍ୟାରେ
(iv) ପଥରର ଚଟାଣରେ
Answer:
(i) ଧରଣୀର ତୃଣ ତନ୍ତ୍ରରେ

Question ୧୨ ।
ପୁଣ୍ୟ ମର୍ତ୍ତ୍ୟଭୂମିରେ ପିଙ୍ଗଳା କ’ଣ ସାଜିଛି ବୋଲି କହିଛି ?
(i) ପତିତା
(ii) ନେତ୍ରୀ
(iii) ପତିତା
(iv) ଗୃହିଣୀ
Answer:
(iii) ସାମ୍ରାଜ୍ଞୀ

(ଖ) ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ପିଙ୍ଗଳାର ଅଭିସାର’ କବିତାର କବି କିଏ ?
Answer:
‘ପିଙ୍ଗଳାର ଅଭିସାର’ କବିତାର କବି ରାଧାମୋହନ ଗଡ଼ନାୟକ ।

Question ୨ ।
କେଉଁ ପୁରାଣର ଉପାଖ୍ୟାନ ଆଧାରରେ ‘ପିଙ୍ଗଳାର ଅଭିସାର? କବିତାଟି ରଚିତ ହୋଇଛି ?
Answer:
ଶ୍ରୀମଦ୍ ଭାଗବତର ଉପାଖ୍ୟାନ ଆଧାରରେ ‘ପିଙ୍ଗଳାର ଅଭିସାର’ କବିତାଟି ରଚିତ ହୋଇଛି ।

Question ୩ ।
ପିଙ୍ଗଳା କେଉଁ ନଗରୀରେ ବାସ କରୁଥିଲା ?
Answer:
ପିଙ୍ଗଳା ବିଦେହ ନଗରୀରେ ବାସ କରୁଥିଲା ।

Question ୪ ।
ବାରବଧୂ ବୋଲି କବି କାହାକୁ କହିଛନ୍ତି ?
Answer:
ବାରବଧୂ ବୋଲି କବି ପିଙ୍ଗଳାକୁ କହିଛନ୍ତି ।

Question ୫ ।
ପିଙ୍ଗଳାର ମନରେ କାହିଁକି ବିରାଗ ଆସିଥିଲା ?
Answer:
ସମ୍ଭ୍ରାନ୍ତ ଧନୀଯୁବକ ସଙ୍କେତ ଦେଇ ନ ଆସିବାରୁ ପିଙ୍ଗଳାର ମନରେ ବିରାଗ ଆସିଥିଲା ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୬ ।
ଦିବ୍ୟ ପରମଧନ ବୋଲି କାହାକୁ କୁହାଯାଇଛି ?
Answer:
ଅମରବନ୍ଧୁ, ଅନ୍ତରବିମୋହନ ଭଗବାନଙ୍କୁ ଦିବ୍ୟ ପରମ ଧନ ବୋଲି କୁହାଯାଇଛି ।

Question ୭ ।
ମରତ ପଥର ଅମର ବନ୍ଧୁ କିଏ ?
Answer:
ମରତ ପଥର ଅମର ବନ୍ଧୁ ଭଗବତ୍ ସତ୍ତା ।

Question ୮ ।
ପିଙ୍ଗଳାର ପଙ୍କିଳ ଜୀବନରେ କ’ଣ ଫୁଟିଛି ବୋଲି କୁହାଯାଇଛି ?
Answer:
ପିଙ୍ଗଳାର ପଙ୍କିଳ ଜୀବନରେ ଶତଦଳ ଫୁଟିଛି ବୋଲି କୁହାଯାଇଛି ।

Question ୯ ।
ପିଙ୍ଗଳା କାହିଁକି ଧନ ସମ୍ପଦ ଲୋଡ଼ା ନାହିଁ ବୋଲି ସେ କହିଛି ?
Answer:
ଭଗବତ୍ ସତ୍ତାକୁ ଅନୁଭବ କଲାପରେ ପିଙ୍ଗଳାର ଧନସମ୍ପଦ ଲୋଡ଼ାନାହିଁ ବୋଲି ସେ କହିଛି ।

Question ୧୦ ।
ରସିକ ନାଗରମାନେ ଆଉ କାହିଁକି ପିଙ୍ଗଳା ପାଖକୁ ଆସିବେ ନାହିଁ ବୋଲି କୁହାଯାଇଛି ?
Answer:
ଭଗବତ୍ ସନ୍ଧାନରେ ଆସିଲାପରେ, ରସିକ ନଗରମାନେ ଆଉ ପିଙ୍ଗଳା ପାଖକୁ ଆସିବେ ନାହିଁ ବୋଲି କୁହାଯାଇଛି ।

Question ୧୧ ।
ମଧୁର ଲଗ୍ନରେ ଆକାଶରେ କିଏ ହସୁଥିଲେ ?
Answer:
ମଧୁର ଲଗ୍ନରେ ଆକାଶରେ ମୋହନ ଇନ୍ଦୁ ହସୁଥିଲେ ।

Question ୧୨।
‘ଶୁଭ୍ର, ଜୋଛନା ଶିରୀ’ କେଉଁଠି ଉଚ୍ଛୁଳି ପଡ଼ୁଥୁଲା ?
Answer:
ଦଶଦିଗକୁ ଶୁଭ୍ର ଜୋଛନା ଶିରୀ ଉଛୁଳି ପଡୁଥିଲା ।

Question ୧୩।
ପିଙ୍ଗଳାର ଅଙ୍ଗର ପୁଲକକୁ କାହା ସହିତ ତୁଳନା କରାଯାଇଛି ?
Answer:
ପିଙ୍ଗଳାର ଅଙ୍ଗର ପୁଲକକୁ ବରଷାର ନୀପ ସହିତ ତୁଳନା କରାଯାଇଛି ।

Question ୧୪ ।
ଜୀବନ ଯମୁନାରେ କିପରି ଜୁଆର ଆସେ ?
Answer:
ଜୀବନ ଯମୁନାରେ ଉଜାଣି ଜୁଆର ଆସେ ।

Question ୧୫ ।
ପ୍ରେମର ଧନକୁ କିପରି ଭେଟିବ ବୋଲି ପିଙ୍ଗଳା କହିଛି ?
Answer:
ଶତ ବନଗିରି କାନ୍ତାରେ ବୁଲି ପ୍ରେମର ଧନକୁ ଭେଟିବ ବୋଲି ପିଙ୍ଗଳା କହିଛି ।

Question ୧୬ ।
ମୁକ୍ତଚାରିଣୀ ତଟିନୀ ବୋଲି କାହାକୁ କୁହାଯାଇଛି ?
Answer:
ମୁକ୍ତଚାରିଣୀ ତଟିନୀ ବୋଲି ପିଙ୍ଗଳାକୁ କୁହାଯାଇଛି ।

Question ୧୭ ।
ପ୍ରେମରେ ସନ୍ନ୍ୟାସିନୀ କିଏ ?
Answer:
ପ୍ରେମର ସନ୍ନ୍ୟାସିନୀ ହେଉଛି ପିଙ୍ଗଳା ।

Question ୧୮ ।
ପିଙ୍ଗଳା ତା’ ପାପର କଳୁଷ କାଳିମା କିପରି ଧୋଇବ ବୋଲି ଭାବୁଛି ?
Answer:
ପିଙ୍ଗଳା ତା’ ପାପର କଳୁଷ କାଳିମା ତିକ୍ତ ଲୋତକ ଜଳରେ ଧୋଇବ ବୋଲି ଭାବୁଛି ।

Question ୧୯।
ପିଙ୍ଗଳା ପ୍ରିୟତମକୁ କିପରି ଧୂପ ଆରତି ଦେବ ?
Answer:
ପିଙ୍ଗଳା ପ୍ରିୟତମକୁ ପୀରତି ଅନଳେ ଧୂପ ଜାଳି ଆରତି ଦେବ ।

Question ୨୦ ।
ପିଙ୍ଗଳା ମୁରଲୀର ଗୀତ କେଉଁଠି ଶୁଣିବି ବୋଲି କବି କହିଛନ୍ତି ?
Answer:
ପିଙ୍ଗଳା ମୁରଲୀର ଗୀତ ଗଗନେ ଭୁବନେ ପବନେ ପବନେ ଶୁଣିବ ବୋଲି କବି କହିଛନ୍ତି ।

Question ୨୧ ।
ଜ୍ୟୋତ୍ସ୍ନା ନିଶିର ପୁଲକରେ ପିଙ୍ଗଳା କ’ଣ ପିଇବ ବୋଲି କବି କହିଛନ୍ତି ?
Answer:
ଜ୍ୟୋସ୍ପାନିଶିର ପୁଲକରେ ପିଙ୍ଗଳା ବନ୍ଧୁର ହାସ ସୁଧା ପିଇବ ବୋଲି କବି କହିଛନ୍ତି ।

Question ୨୨ ।
ପ୍ରେମପାଗଳିନୀ ପିଙ୍ଗଳା କ’ଣ ଭୁଲିଯାଏ ବୋଲି କହିଛି ?
Answer:
ପ୍ରେମପାଗଳିନୀ ପିଙ୍ଗଳା ପ୍ରାଣର ଆକୁଳ ପିପାସା ଓ କ୍ଷୁଧାକୁ ଭୁଲିଯାଏ ବୋଲି କହିଛି ।

Question ୨୩ ।
ସଚେତନ ପିଙ୍ଗଳା କେଉଁଠି ଆନନ୍ଦରେ ଶୋଇପାରିବ ବୋଲି କହିଛି ?
Answer:
ସଚେତନ ପିଙ୍ଗଳା ଧରଣୀର ତୃଣତଳ୍ପ ଛ।ତିରେ ଆନନ୍ଦରେ ଶୋଇପାରିବ ବୋଲି କହିଛି ।

Question ୨୪ ।
କାହାର ସ୍ଵପ୍ନ ଦେଖି ପିଙ୍ଗଳା ଆନନ୍ଦରେ ଆଖି ବୁଜିବ ବୋଲି କହିଛି ?
Answer:
ଭଗବତ୍ ସତ୍ତା ଯାହାକୁ ବନ୍ଧୁଭାବରେ ଗ୍ରହଣ କରିନେଇଛି, ତାହାରି ସ୍ଵପ୍ନ ଦେଖି ପିଙ୍ଗଳା ଆନନ୍ଦରେ ଆଖି ବୁଜିବ ବୋଲି କହିଛି ।

Question ୨୫ ।
ପିଙ୍ଗଳାର ସ୍ଵପ୍ନ ଦେଖ୍ ଆଖ୍ ବୁଜିବାବେଳେ କେଉଁମାନେ ସାକ୍ଷୀ ରହିଥ‌ିବେ ?
Answer:
ପିଙ୍ଗଳାର ସ୍ଵପ୍ନ ଦେଖ୍ ଆଖ୍ ବୁଜିବାବେଳେ ଚନ୍ଦ୍ର, ତପନ, ଗଗନ, ଭୁବନ ସାକ୍ଷୀ ରହିଥ‌ିବେ ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୨୬ ।
‘ସରଗର ଅମର କନ୍ୟା’ ବୋଲି କବି କାହାକୁ କହିଛନ୍ତି ?
Answer:
ବିଦେହ ସଭାରେ ଉଦ୍‌ବେଳିତ ପିଙ୍ଗଳାକୁ ସରଗର ଅମର କନ୍ୟା ବୋଲି କବି କହିଛନ୍ତି ।

Question ୨୭ ।
କିଏ ପତିତାର ଜୀବନ ବିତାଉଥିଲା ?
Answer:
ପିଙ୍ଗଳା ପତିତାର ଜୀବନ ବିତାଉଥିଲା ।

Question ୨୮ ।
ଅମୃତ ପିଇବାପାଇଁ ଆସିଥିଲି ବୋଲି କିଏ କହିଛି ?
Answer:
ଅମୃତ ପିଇବାପାଇଁ ଆସିଥିଲି ବୋଲି ପିଙ୍ଗଳା କହିଛି ।

Question ୨୯ ।
ମଧୁର ମୁରଲୀର ଧ୍ଵନିରେ କିଏ ପିଙ୍ଗଳାକୁ ଡାକୁଥିଲେ ?
Answer:
ମଧୁର ମୁରଲୀ ଧ୍ଵନିରେ ପତିତପାବନ ବନ୍ଧୁ ପିଙ୍ଗଳାକୁ ଡାକୁଥିଲେ ।

Question ୩୦ ।
ପତିତପାବନ ବନ୍ଧୁ ବୋଲି କବି କାହାକୁ କହିଛନ୍ତି ?
Answer:
ପତିତପାବନ ବନ୍ଧୁ ବୋଲି କବି ଭଗବତ୍ ସତ୍ତାକୁ କହିଛନ୍ତି ।

Question ୩୧ ।
‘ବିଶ୍ୱ-ପରଶମଣି’ – କାହାକୁ କୁହାଯାଇଛି ?
Answer:
‘ବିଶ୍ଵ – ପରଶମଣି’ ବୋଲି ପତିତପାବନ ବନ୍ଧୁଙ୍କୁ କୁହାଯାଇଛି ।

Question ୩୨ ।
ପତିତପାବନଙ୍କ ପୁଣ୍ୟ ସ୍ପର୍ଶରେ ପିଙ୍ଗଳାର କ’ଣ ହେବ ବୋଲି କୁହାଯାଇଛି ?
Answer:
ପତିତପାବନଙ୍କ ପୁଣ୍ୟ ସ୍ପର୍ଶରେ ପିଙ୍ଗଳାର ଅପବିତ୍ର ଅଙ୍ଗ ସ୍ପର୍ଶ ହେବ ବୋଲି କୁହାଯାଇଛି ।

Question ୩୩ ।
ବିଦାୟ ବେଳାରେ ପିଙ୍ଗଳା ବିଦେହବାସୀଙ୍କୁ କ’ଣ ଭୁଲିଯିବାପାଇଁ ଅନୁରୋଧ କରିଛି ।
Answer:
ବିଦାୟ ବେଳାରେ ପିଙ୍ଗଳା ବିଦେହବାସୀଙ୍କୁ ତା’ର ଘୃଣ୍ୟ କଳୁଷରାଜିକୁ ଭୁଲିଯିବାପାଇଁ ଅନୁରୋଧ କରିଛି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ।

କବିତା – ପିଙ୍ଗଳାର ଅଭିସାର, କବି – ରାଧାମୋହନ ଗଡ଼ନାୟକ

Question ୧ ।
ପିଙ୍ଗଳା କାହିଁକି ପୀରତିର ଅଭିନୟ କରିବ ନାହିଁ ବୋଲି କହିଛି ?
Answer:
ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଉତ୍ତରଣ ହେଲାପରେ, ସେ ବାରବଧୂର ଜୀବନରୁ ଦୂରେଇ ଯାଇଛି ଏବଂ ଆଉ କାହା ପାଖରେ ପୀରତିର ଅଭିନୟ କରିବ ନାହିଁ ବୋଲି କହିଛି ।

Question ୨ ।
‘‘ରିକ୍ତ ଏ ମୋର ଶୁକ୍ତି ଗରଭେ ଫଳିଛି ମୁକ୍ତାଫଳ’’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ପିଙ୍ଗଳାର ଆଧ୍ୟାତ୍ମିକ ଉତ୍ତରଣ ହେଲାପରେ, ତା’ମନରେ ଆଶାର ସମ୍ଭାବନା ଦେଖାଦେଇଛି, ତେଣୁ ସେ ନିଜ ଉନ୍ନତି କଥା ବିଚାର କରିଛି । ଏହି ପ୍ରସଙ୍ଗରେ ‘ରିକ୍ତ ଏ ମୋର ଶୁକ୍ତି ଗରଭେ ଫଳିଛି ମୁକ୍ତାଫଳ’ ବୋଲି କୁହାଯାଇଛି ।

Question ୩ ।
ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ କ’ଣ ଲୋଡ଼ା ନାହିଁ ବୋଲି କହିଛି ?
Answer:
ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ ବିଳାସକୁଞ୍ଜ, ଚାରୁଚିତ୍ରଶାଳା ଲୋଡ଼ାନାହିଁ ବୋଲି କହିଛି ।

Question ୪ ।
ପିଙ୍ଗଳାର ଜୀବନ ଯମୁନାରେ ଉଜାଣି ଉଠିଲା କାହିଁକି ?
Answer:
କାହିଁ କେଉଁ ଦୂର ଦେଶର ମଞ୍ଜୁ ମୁରଲୀ ପିଙ୍ଗଳାକୁ ଶୁଣାଯିବାରୁ ତା’ର ଜୀବନ ଯମୁନାରେ ଉଜାଣି ଉଠିଛି ।

Question ୫।
‘ବନ୍ଧୁ ମୋ ପ୍ରେମ ସିନ୍ଧୁ’’ କିଏ କେଉଁ ପ୍ରସଙ୍ଗରେ କହିଛି ?
Answer:
ପିଙ୍ଗଳାର ଦିବ୍ୟଚେତନା ଜାଗ୍ରତ ହେଲାପରେ ସେ ପ୍ରେମର ଧନକୁ ଭେଟିବ ଏବଂ ସେହି ବନ୍ଧୁ ଯେ କି ତା’ ଜୀବନର ପ୍ରେମର ସିନ୍ଧୁ, ତାଙ୍କରି ଚରଣ ତଳେ ନିଜ ଜୀବନକୁ ସମର୍ପଣ କରିଦେବ ବୋଲି କହିଛି ।

Question ୬ ।
ପିଙ୍ଗଳା ଆପଣା ପ୍ରାଣର ଆକୁଳ ପିପାସା କିପରି ଭୁଲିବ ବୋଲି ମନେକରିଛି ?
Answer:
ଦିବ୍ୟଚେତନା ଆସିଲାପରେ ପିଙ୍ଗଳା ଜ୍ୟୋସ୍ପାନିଶିରେ ପୁଲକିତ ପ୍ରାଣରେ ପ୍ରିୟବନ୍ଧୁଙ୍କର ହାସ ସୁଧା ପାନକଲା ପରେ ଆପଣା ପ୍ରାଣର ଆକୁଳ ପିପାସା ଭୁଲିବ ବୋଲି ମନେକରିଛି ।

Question ୭ ।
ସନ୍ୟାସିନୀ ପିଙ୍ଗଳାର ଜୀବନ ଧାରଣ କିପରି ହେବ ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ସନ୍ନ୍ୟାସିନୀ ପିଙ୍ଗଳା ଦିବ୍ୟଚେତନା ଲାଭକଲା ପରେ ଜଗତର ବନ୍ଧୁ ପ୍ରିୟତମଙ୍କର ସ୍ୱପ୍ନ ଦେଖୁ ଦେଖୁ ଆଖିବୁଜି ଦେବ ବୋଲି କବି ବର୍ଣ୍ଣନା କରିଛନ୍ତି ।

Question ୮ ।
ପିଙ୍ଗଳା କାହିଁକି ନିଜକୁ ସର୍ପିଣୀ ବୋଲି କହିଛି ?
Answer:
ପିଙ୍ଗଳା ମନରେ ଅନୁଶୋଚନା ଆସିଥିବାରୁ, ସେ ମନେକରିଛି, ଅମୃତର ସନ୍ତାନ ହୋଇ ସେ ଧରାପୃଷ୍ଠକୁ ଆସିଥିଲେ ବି ସର୍ପିଣୀ ପରି ସୃଷ୍ଟିରେ ବିଷମ ବିଷ ଢାଳି ଦେଇଛି, ଯାହାଫଳରେ ନିଜକୁ ସେ ସର୍ପିଣୀ ବୋଲି କହିଛି ।

Question ୯ ।
ମଧୁର- ମୁରଲୀର ସ୍ଵରରେ କିଏ କାହାକୁ କାହିଁକି ଡାକୁଥୁଲା ?
Answer:
ମଧୁର ମୁରଲୀ ସ୍ଵରରେ ଜୀବନର ପ୍ରିୟତମ ପିଙ୍ଗଳାକୁ କଳୁଷ ଗତିରୁ ମୁକ୍ତି ଦେବାପାଇଁ ଡାକୁଥିଲା ।

Question ୧୦ ।
ବିଶ୍ଵ ପରଶମଣି ବୋଲି କବି କାହାକୁ କାହିଁକି କହିଛନ୍ତି ?
Answer:
ବିଶ୍ଵ ପରଶମଣି ବୋଲି କବି ପତିତପାବନ ଜଗତ୍ଵବନ୍ଧୁ ଭଗବତ୍ ସତ୍ତାକୁ କହିଛନ୍ତି, କାରଣ ତାଙ୍କରି ସ୍ପର୍ଶରେ ପିଙ୍ଗଳାର କାଳିମା ଦୂରେଇ ଯାଇ ସେ ପବିତ୍ର ହୋଇଯିବ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କପାଇଁ ୧ ନମ୍ବର । ଉତ୍ତର ପାଇଁ ୨ ନମ୍ବର ।

କବିତା – ପିଙ୍ଗଳାର ଅଭିସାର, କବି – ରାଧାମୋହନ ଗଡ଼ନାୟକ ।

Question ୧ ।
ପିଙ୍ଗଳାର ମନରେ କାହିଁକି ବୈରାଗ୍ୟ ଭାବ ଜାତ ହେଲା ?
Answer:
ସନ୍ଧ୍ୟା ସମୟରେ ଧନୀପୁତ୍ରଟି ସଙ୍କେତ ଦେଇ, ରାତ୍ରିରେ ନ ଆସିବାରୁ ପିଙ୍ଗଳା ମନରେ ହତାଶା ଦେଖାଦେଇଛି । ସେହି ହତାଶାରୁ ତାହାର ଦେଖାଦେଇଛି ଆଧ୍ୟାତ୍ମିକ ଉତ୍ତରଣ । ତା’ ହୃଦୟରେ ଦିବ୍ୟଚେତନା ଜାଗ୍ରତ ହେବାରୁ ତା’ମନରେ ବୈରାଗ୍ୟ ଭାବ ଜାଗ୍ରତ ହୋଇଛି ।

Question ୨ ।
ମରତ ପଥର ଅମର ବନ୍ଧୁଙ୍କୁ ଲାଭ କରିବା ପରେ ପିଙ୍ଗଳା ଜୀବନରେ କ’ଣ ସବୁ କରିବ ନାହିଁ ବୋଲି କହିଛି ?
Answer:
ମରତ ପଥରେ ଅମର ବନ୍ଧୁଙ୍କୁ ଲାଭକରିବା ପରେ ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଭାବ ଦେଖାଦେଇଛି । ସେ ପୂର୍ବଭଳି ବାରବଧୂ ଭାବରେ ପ୍ରୀତି ଅଭିନୟ କରିବ ନାହିଁ, ରାତିସାରା ଜାଗ୍ରତ ହୋଇ ଫୁଲ ଶେଯ ଶେଯାଇବ ନାହିଁ କିମ୍ବା କେଳିଦୀପ ଜାଳିବ ନାହିଁ ବୋଲି କହିଛି ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୩ ।
ପିଙ୍ଗଳାର ବିଫଳ ଜୀବନ ସଫଳ ହେଲା ବୋଲି ସେ କିପରି ମନେ କରିଛି ?
Answer:
ଧନୀପୂତ୍ର ନ ଆସିବାରୁ ପିଙ୍ଗଳା ମନରେ ଆସିଥିଲା ପରିବର୍ତ୍ତନ । ସେ ଅନୁଭବ କରିଥିଲା, ତା’ପାଖରେ ରହିଛନ୍ତି ଅନ୍ତରବିମୋହନ ସଭା । ପୂର୍ବରୁ ସେ ବାରବଧୂଭାବରେ, ଧନଅର୍ଜନ କରିବାପାଇଁ, କେଳିଦୀପ ଜାଳି ପ୍ରୀତିର ଅଭିନୟ କରୁଥିଲା । ସେଭଳି ଜୀବନ ବ୍ୟର୍ଥ ଜୀବନ ବୋଲି ସେ ଜାଣିପାରିଲା । ମନରେ ଅମରବନ୍ଧୁଙ୍କ ଅନୁଭବ କଲାପରେ, ତା’ର ବିଫଳ ଜୀବନ ସଫଳ ହେଲା ବୋଲି ସେ ମନେ କରିଛି ।

Question ୪ ।
ପରିବର୍ତ୍ତିତ ପିଙ୍ଗଳା, ପ୍ରକୃତିକୁ କିପରି ଅନୁଭବ କରିଛି ?
Answer:
ପିଙ୍ଗଳା ମନରେ ପରିବର୍ତ୍ତନ ଓ ଆଧ୍ୟାତ୍ମିକ ଉତ୍ତରଣ ହେଲା ପରେ ଦେହ ଅପେକ୍ଷା ବିଦେହ ସତ୍ତାର ସୌନ୍ଦର୍ଯ୍ୟକୁ ସେ ମର୍ମେ ମର୍ମେ ଅନୁଭବ କରିଛି । ଧରଣୀର ପରିବେଶ ତା’ପାଇଁ ହୋଇଛି ମୁଲାୟମ । ଗଗନର ଇନ୍ଦୁ ଓ ତାରକାରାଶି ମୁଗ୍ଧ ଦୃଷ୍ଟିରେ ହସୁଥୁଲାଭଳି ତା’କୁ ମନେ ହୋଇଛନ୍ତି । ସବୁଆଡ଼େ ଯେଭଳି ଜ୍ୟୋତ୍ସ୍ନା ଓ ଧୀର ସମୀରର ଶୀତଳତା ଅନୁଭୂତ ହୋଇଛି ବୋଲି ପିଙ୍ଗଳା ଭାବିଛି ।

Question ୫ ।
“ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ’’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ପିଙ୍ଗଳା ମନରେ ଯେତେବେଳେ ଭଗବତ୍‌ସତ୍ତା ପ୍ରତି ଅନୁରକ୍ତି ଆସିଛି, ସେତେବେଳେ ସବୁଆଡ଼େ ସେ ସୁମଧୁର ସ୍ପର୍ଶ ଅନୁଭବ କରିଛି । ତା’ ଦେହରେ ଦେଖାଦେଇଛି ପୁଲକିତ ଭାବ । ସେ ଶୁଣିପାରିଛି ମଞ୍ଜୁଳ ମୁରଲୀ ଧ୍ଵନି । ଫଳରେ ତା’ ଜୀବନ ଯମୁନାରେ ଉଜାଣି ବହିଛି ଏବଂ ଜାଗତିକ ବନ୍ଧନରୁ ସେ ମୁକ୍ତ ହୋଇ ପ୍ରିୟ ପରମଙ୍କ ଅଭିସାର ପାଇଁ ପ୍ରସ୍ତୁତ ହୋଇଛି ।

Question ୬ ।
ସଚେତନ ପିଙ୍ଗଳା ତା’ର ପ୍ରିୟ ପରମଙ୍କର କିପରି ପୂଜା ଆରତି କରିବ ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ପିଙ୍ଗଳା ଯେତେବେଳେ ବାରବିଳାସିନୀ ନହୋଇ ପ୍ରେମର ସନ୍ନ୍ୟାସିନୀ ସାଜିଛି, ସେତେବେଳେ ସେ ନିଜର କଳୁଷକାଳିମାକୁ ଲୋତକ ଜଳରେ ଧୋଇଦେଇଛି । ନିଜର ଯୌବନ ଧନକୁ ଓ ରୂପ ପସରାକୁ ପ୍ରୀତି ଅନଳରେ ଜାଳିଦେଇ ପ୍ରିୟ ପରମଙ୍କ ପାଇଁ ଆରତି ଧୂପ ସଜାଡ଼ିଛି ।

Question ୭ ।
ଆପଣାର ଘୃଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳାର ଅନୁଭୂତିକୁ କବି କିପରି ବର୍ଣ୍ଣନା କରିଛନ୍ତି ?
Answer:
ଆପଣାର ଘୃଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳା ଅତୀତ ଜୀବନ ପାଇଁ ଅନୁତାପ କରିଛି । ନିଜକୁ ସେ ସରଗର ଅମର କନ୍ୟା, ନାରୀ ଓ ଦେବୀ ବୋଲି ମନେକରିଛି । ତା’ହୃଦୟରେ ନିନାଦିତ ହୋଇଛି ମଞ୍ଜୁଳ ମୁରଲୀ ଧ୍ଵନି । ସେ ପତିତପାବନ ବନ୍ଧୁଙ୍କୁ ପରଶମଣି ଭାବେ ମନେକରି, ତା’ଅଙ୍ଗକୁ ପବିତ୍ର କରିବ ବୋଲି ବିଚାର କରିଛି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ପିଙ୍ଗଳାର ଅଭିସାର’ କବିତାର ମର୍ମ ନିଜ ଭାଷାରେ ଲେଖ ।
Answer:
କବିତା କବି ହୃଦୟର ସ୍ଵତସ୍ପର୍ଭ ପରିପ୍ରକାଶ । କବିତା ମାଧ୍ୟମରେ କବି ନିଜର ଉଚ୍ଛସିତ ଭାବକୁ ପରିପ୍ରକାଶ କରେ । କବି ରାଧାମୋହନ ଗଡ଼ନାୟକ ‘ପିଙ୍ଗଳାର ଅଭିସାର’ କବିତାରେ ଜୀବନର ମୋହମୁକ୍ତ ଅନୁଭୂତିକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । କବିତାର କଥାବସ୍ତୁକୁ ଗାଥାଭାବରେ ଶ୍ରୀମଦ୍ ଭଗବତ୍ ଗ୍ରନ୍ଥରୁ ଗ୍ରହଣ କରିଥିଲେ ବି, ପିଙ୍ଗଳାର ମାନସିକ ଦୋଳନ, ଅତୀତ ଜୀବନର ଘୃଣ୍ୟକର୍ମ ପାଇଁ ଶୋଚନ ଓ ଅନୁତାପ, ହୃଦୟରେ ବିଦେହୀ ସଭାଙ୍କର ଅନୁଭବ ଓ ତାଙ୍କର ପାଇଁ ପ୍ରେମର ସନ୍ୟାସିନୀ ସାଜିବାକୁ ଅତି ଭାବପୂର୍ଣ୍ଣ ଭାବରେ କବି ଉପସ୍ଥାପିତ କରିଛନ୍ତି ।

ବାରବିଳାସିନୀ ପିଙ୍ଗଳା ଦେହଦାନ ପାଇଁ ପରପୁରୁଷକୁ ପ୍ରତୀକ୍ଷା କରି ପରିଶେଷରେ ଅବସାଦ ଓ ଅନାସକ୍ତ ହୋଇଛି । ପ୍ରେମିକ ଧନୀ ପୁରୁଷ ପ୍ରତି ଅଭିସାରିକା ବାରବଧୂ ପିଙ୍ଗଳା କରିଥିବା ରାତ୍ରିର ପ୍ରତୀକ୍ଷା କ୍ରମଶଃ ଭାବାନ୍ତର ଆଣିଦେଇଛି । ସ୍ଵୀକାର କରିଛି । କାହା ଆଗରେ ପ୍ରୀତିର ଅଭିନୟ କରିବ ନାହିଁ କିମ୍ବା କାହା ପାଇଁ ଫୁଲ ଶେଯ ଶେଯାଇବ ନାହିଁ । କାରଣ ପାର୍ଥିବ ସମ୍ଭୋଗ ଓ ଐଶ୍ବର୍ଯ୍ୟରୁ ମନ ତା’ର ଦୂରେଇ ଯାଇଛି । ପାପପଙ୍କିଳ ଜୀବନରେ ତା’ର ପ୍ରସ୍ଫୁଟିତ ହୋଇଛି ଶତଦଳ । ଶୂନ୍ୟ ଶାମୁକା ଗର୍ଭରେ ସଞ୍ଚାରିତ ହୋଇଛି ପ୍ରେମର ମୁକ୍ତା ।

ଶାଶ୍ବତ ପ୍ରେମର ସନ୍ଧାନ ପାଇଲା ପରେ, ସେ ମନେକରିଛି ଚତୁର୍ଦ୍ଦିଗ ଅମୃତମୟ । ଫଳରେ ଅତୀତ ଜୀବନର ରାତ୍ରି ଅପେକ୍ଷା, ବର୍ତ୍ତମାନର ରାତ୍ରି ହୋଇଛି ଯଥାର୍ଥ ମଧୁମୟ ଓ ପ୍ରୀତିପଦ । ଧରଣୀ ମନେ ହୋଇଛି ସ୍ନିଗ୍‌ଧ । ଆକାଶର ଚନ୍ଦ୍ରତାରା ଯେପରି ମୁଗ୍ଧ ନେତ୍ରରେ ତା’କୁ ଅନାଇ ହସୁଛନ୍ତି । ପରମପୁରୁଷଙ୍କ ସୁମଧୁର ସ୍ପର୍ଶ ତା’ ଦେହକୁ କରିଛି କଦମ୍ବ କୋରକିତ । ଜୀବନ ଯମୁନାରେ ତା’ର ଉଠିଛି ଉଜାଣି ଢେଉ । ମୁକ୍ତ ଓ ସ୍ବାଧୀନ ଚାରିଣୀ ତଟିନୀ ପରି ସେ ସବୁକିଛି ବାଧା ବନ୍ଧନକୁ ଡେଇଁ ପରମଧନକୁ ଭେଟିବାକୁ ଆଗେଇ ଯାଇଛି ।

ପିଙ୍ଗଳା ବିଦେହ ନଗରରୁ ବିଦାୟ ନେଇଛି । ତାହାକୁ ଭୁଲିଯିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛି । କାରଣ ସେ ହୋଇଛି ପୂଣ୍ୟଭୂମିରେ ସ୍ଵର୍ଗର ଅମରକନ୍ୟା । ସେ ହୋଇଛି ନାରୀ, ପବିତ୍ରାଦେବୀ । ମର୍ତ୍ତ୍ୟରେ ଜନ୍ମନେଇ ଘୃଣ୍ୟ ପାର୍ଥିବ ଜୀବନଯାପନ କରି ପତିତା ସାଜିଥିବାରୁ ସେ ଲଜ୍ଜିତ ହୋଇଛି । ଅମୃତ ପାନକରି ଆସିଥିବା ଜୀବନ, ପାର୍ଥିବ ଧରାରେ କଳଙ୍କିତ କର୍ମ ପାଇଁ ସେ ଅନୁତପ୍ତ ହୋଇଛି । ବିଦେହ ନଗରରୁ ବିଦାୟ ନେଲାବେଳେ, ପିଙ୍ଗଳା କହିଛି –
‘‘ବିଦାୟ ନେଉଛି ବିଦେହ ନଗର, ବିଦାୟ ନେଉଛି ଆଜି,
ଭୁଲିଯାଅ ମତେ, ଭୁଲିଯାଅ ମୋର ଘୃଣ୍ୟ କଳୁଷରାଜି ।’’

Question ୨ ।
କାମନା ବାସନାର ପଙ୍କିଳ ଜୀବନରୁ ଚେତନାର ଉର୍ଦ୍ଧାୟନ ହେଉଛି ‘ପିଙ୍ଗଳାର ଅଭିସାର’ କବିତାର ମର୍ମବାଣୀ ଆଲୋଚନା କର ।
Answer:
କାମନା ଦେହର । ବାସନା ଇଚ୍ଛାର । ଭୋଗଭାଗ୍ୟ ପାର୍ଥିବ ଜଗତର । ଏସବୁଥରେ ଚିରନ୍ତନ ଭାବ ନଥାଏ । ଏହାକୁ ନେଇ ଜୀବନର ଶାଶ୍ବତ ମୂଲ୍ୟାୟନ କରାଯାଇ ନପାରେ । ବରଂ ଏହି ପାର୍ଥିବ ଭୋଗ, ଇନ୍ଦ୍ରିୟାନୁମୋଦିତ କର୍ମ ମଣିଷ ଜୀବନକୁ କଳିଙ୍କିତ କରେ । ଦୁଃଖର ଅମା ଅନ୍ଧକାର ଭିତରକୁ ଠେଲିଦିଏ । ମାତ୍ର ବେଳେବେଳେ ଏହି ପାର୍ଥିବ ସୁଖ ମଣିଷକୁ ଅସାର ଲାଗେ । ହୃଦୟରେ ଦେଖାଦିଏ ବୈରାଗଭାବ । ମନରେ ଆଣେ ଆଧ୍ୟାତ୍ମିକ ଉତ୍ତରଣ । ଦେହ ବିଦେହୀ ସଭାରେ ମିଶିଯିବାକୁ ଚାହେଁ । ଜୀବନର ଏହି ମୂଲ୍ୟାୟନକୁ କବି ରାଧାମୋହନ ଗଡ଼ନାୟକ ‘ପିଙ୍ଗଳାର ଅଭିସାର’ କବିତା ମାଧ୍ୟମରେ ଯଥାର୍ଥ ଭାବରେ ଦେଖାଇଅଛନ୍ତି ।

ପଙ୍ଗଳା ବିଦେହ ନଗରର ବାରବିଳାସିନୀ । ଧନୀପୁତ୍ର ଓ କାମୀପୁରୁଷଙ୍କୁ ପ୍ରୀତିସମ୍ଭାର ଉତ୍ସର୍ଗ କରି ଐଶ୍ବର୍ଯ୍ୟ ଠୁଳ କରିବା ତା’ର ଉଦ୍ଦେଶ୍ୟ । ପାର୍ଥିବ ସୁଖ ସମ୍ପଦରେ ବୁଡ଼ିରହିବା ତା’ର ଲକ୍ଷ୍ୟ । ସେ ଜଣେ ଧନୀ ରସିକ ପୁରୁଷକୁ ଦେହଦାନ କରି ଅଧୂକ ଅର୍ଥ ପାଇବାପାଇଁ ଇଚ୍ଛାକରିଛି । ଧନୀପୁରୁଷ ମଧ୍ୟ ଆସିବା ପାଇଁ ସଙ୍କେତ ଦେଇଛି । ବାସକ ସଜ୍ଜା ଭାବରେ ପିଙ୍ଗଳା ଅପେକ୍ଷା କରିଛି । ଯେତେବେଳେ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଧନୀପୁତ୍ର ଆସିନାହିଁ, ସେତେବେଳେ ପିଙ୍ଗଳା ମନରେ ଆସିଛି ହତାଶା । ସେହି ହତାଶାରୁ ତା’ର ମୋହମୁକ୍ତି ଘଟିଛି । କ୍ରମଶଃ ସେ ଅନାସକ୍ତ ଓ ବିରାଗଭାବସମ୍ପନ୍ନା ହୋଇଛି ।

କରିବାର ମଧୁମୟ ବାସନା ଜାଗିଛି । ଜାଗତିକ କାମନା ବାସନାରୁ ଊର୍ଦ୍ଧାୟିତ ହୋଇଛି ତା’ର ମନ । ତା’ର ପଙ୍କମୟ ଜୀବନରୂପକ ହୃଦୟରେ ଶାଶ୍ବତ ପ୍ରେମର ଶତଦଳ ଫୁଟିଉଠିଛି । ସେ ଆଉ କାହାର ପ୍ରେମିକା ପରି ପ୍ରୀତିର ଅଭିନୟ କରିବ ନାହିଁ ବୋଲି ସ୍ଥିର କରିଛି । ତା’ର ଅନ୍ତରରେ ସ୍ବର୍ଗୀୟ ଓ ଶାଶ୍ବତ ଧନ ସଞ୍ଚାରିତ ହୋଇଛି । ପାର୍ଥିବ ମୋହରୁ ତା’ର ମୁକ୍ତି ଘଟିଛି । ରିକ୍ତ ଶୁଭ୍ର ଗର୍ଭରୁ ତା’ର ମୁକ୍ତା ଫଳିଛି । ମରଣଶୀଳ ମର୍ତ୍ତ୍ୟ ଜୀବନପଥରେ ଚିରସାଥୀ ପରମପୁରୁଷଙ୍କ ସନ୍ଧାନ ପିଙ୍ଗଳା କରିଛି । ପ୍ରେମର ଶାଶ୍ଵତ ପଦ୍ମ ଫୁଟିଛି ତା’ର ଜୀବନର ପଙ୍କପୂର୍ଣ୍ଣ ପରିବେଶରେ । ଶାମୁକା ଗର୍ଭରେ ପବିତ୍ର ପ୍ରେମପୂର୍ଣ୍ଣ ମୁକ୍ତାଫଳ ସୃଷ୍ଟି ଲାଭକରିଛି । ପିଙ୍ଗଳା ହୋଇଛି ଚିରନ୍ତନ ଓ ଶାଶ୍ଵତର ସନ୍ଧାନୀ । ତା’ଜୀବନର ଯଥାର୍ଥ ମୂଲ୍ୟାଙ୍କନ ଘଟିଛି ।

ବାସ୍ତବିରେ କବି ଭାଗବତୀୟ ଚରିତ୍ର ମାଧ୍ୟମରେ ଜୀବନର ଯଥାର୍ଥ ମୂଲ୍ୟାୟନ କରିଛନ୍ତି ।

Question ୩ ।
ଅନ୍ତରର ଆହ୍ଵାନ ଆସିଲେ ବ୍ୟକ୍ତି ପାର୍ଥିବ କାମନା ବାସନାର ଜଟିଳ ଜଞ୍ଜାଳରୁ ମୁକ୍ତ ହୋଇଯାଏ – ପଠିତ ‘ପିଙ୍ଗଳାର ଅଭିସାର’ କବିତାରୁ ଏହାର ସତ୍ୟତା ବିଚାର କର ।
Answer:
ମଣିଷ ନିଜର ଦିଗ୍‌ଦର୍ଶକ ନିଜେ । ସେ ସାଂସାରିକ ଭୋଗଭାଗ୍ୟ ପାଇଁ ହୁଏତ ଅନ୍ୟର ପରାମର୍ଶ ଲୋଡ଼ିପାରେ, ମାତ୍ର ଶାଶ୍ଵତ ଜୀବନର ସନ୍ଧାନ ସେ ନିଜେ କରିଥାଏ । ପୁନଶ୍ଚ ସେ ଯେତେବେଳେ ବସ୍ତୁବାଦୀ ଭୋଗଭାଗ୍ୟ ଓ ସୁଖସମ୍ପଦରୁ ଓହରିଆସେ, ସେତେବେଳେ ଶୁଣିପାରେ ଅନ୍ତରର ଦିବ୍ୟ ଆହ୍ୱାନ। ଥରେ ଅନ୍ତରର ଆହ୍ଵାନ ଶୁଣିସାରିଲା ପରେ ପାର୍ଥିବ ସୁଖସମ୍ପଦ ତାକୁ ଅସାର ଲାଗେ । କାମନା ବାସନାର ଜଞ୍ଜାଳ ତା’ପାଇଁ ହୋଇଯାଏ ଜଟିଳ । ସେ କୌଣସି ପ୍ରକାରେ ସେଥୁରୁ ମୁକ୍ତହୋଇ ପରମପୁରୁଷଙ୍କ ସନ୍ଧାନରେ ବାହାରିଯାଏ । ଜୀବନରେ ଏଭଳି ଆଧ୍ୟାତ୍ମିକ ଉତ୍ତରଣ ହୋଇସାରିଲା ପରେ, ବାସ୍ତବ ଜୀବନର ରଙ୍ଗିନ୍ ଭାବ ଧୂସର ହୋଇଯାଏ ।

ଧନୀପୁତ୍ରଠାରୁ ମନକୁ ଫେରାଇ ଆଣିଲାପରେ ପିଙ୍ଗଳାର ବାରବଧୂ ଅବସ୍ଥାରୁ ମୋହମୁକ୍ତି ହୋଇଛି । ସେ ପରମ ପ୍ରେମମୟଙ୍କର ହୋଇଛି ପୂଜାରିଣୀ । ଫୁଲ ଶଯ୍ୟା ଶେଯାଇବାକୁ ସେ ତ୍ୟାଗକରିଛି । ଅଭିସାରିକା ସାଜିବା ମାନସିକତାରୁ ସେ ମନକୁ ଫେରାଇ ଆଣିଛି । ରାତ୍ରିର ଦୈହିକ ମିଳନକୁ ସେ ଅସାର୍ଥକ ମନେକରିଛି । ବାରବିଳାସିନୀ ଜୀବନ ତା’ପାଇଁ କଦର୍ଯ୍ୟଜୀବନ ହୋଇଉଠିଛି । ଜୀବନରେ ଦିବ୍ୟପ୍ରେମ ଭାବ ତା’ର ସୃଷ୍ଟି ହୋଇଛି । ପଙ୍କିଳ ଜୀବନରୂପକ ସରୋବରରେ ଫୁଟିଛି ଶତଦଳ । ଶାମୁକାରେ ମୁକ୍ତା ସଞ୍ଚାରିତ ହେଲାଭଳି ମନେହୋଇଛି । ପାର୍ଥିବ ଜୀବନର ସକଳ ଆସକ୍ତି ଓ ମୋହାକର୍ଷଣକୁ ହୋଇଛି । ସେ ନିଜକୁ ଆଉ ନର୍ତ୍ତକୀ, ବାରବିଳାସିନୀ, ବାରବଧୂ ବୋଲି ଭାବିପାରି ନାହିଁ । ଅମୃତର ସନ୍ତାନ ଭାବରେ ନିଜକୁ ଦେବୀ ବୋଲି ମନେକରିଛି । ଦିବ୍ୟ ଓ ଶାଶ୍ଵତ ଜୀବନ ପାଇଁ ସେ ହୋଇଛି ଆକାଂକ୍ଷିତ । ଅନ୍ତରର ଆହ୍ଵାନ ଶୁଣି ସାରିଲାପରେ ପ୍ରିୟତମ ପରମ ପ୍ରେମିକ ଉଦ୍ଦେଶ୍ୟରେ ସେ ପ୍ରଧାବିତ ହୋଇଛି । ସେ ହିଁ ପତିତପାବନ । ସେ ହିଁ ପିଙ୍ଗଳାର ବିଶ୍ଵ ପରଶମଣି । ପିଙ୍ଗଳାର ପାପପଙ୍କିଳ ଜୀବନ ପ୍ରଭୁଙ୍କର ସ୍ପର୍ଶରେ ଶୁଦ୍ଧ ସୁବର୍ଣ୍ଣ ହୋଇଯିବାର କାମନା କରାଯାଇଛି ।

ବାସ୍ତବରେ ଅନ୍ତରର ଆହ୍ଵାନ ହିଁ ଯଥାର୍ଥ ଆହ୍ବାନ, ଯାହାକି ମଣିଷକୁ ଦିବ୍ୟଚେତନାରେ ପରିପୂର୍ଣ୍ଣ କରିଦିଏ ।

Question ୪ ।
ଭାଗବତର ମିଥ୍ ଆଧାରରେ ‘‘ପିଙ୍ଗଳାର ଅଭିସାର’’ କବିତା ରଚିତ ହୋଇଥିଲେ ହେଁ ଏହାର ଏକ ଚିରନ୍ତନ ମୂଲ୍ୟ ରହିଛି – ଆଲୋଚନା କର ।
Answer:
‘ପିଙ୍ଗଳାର ଅଭିସାର’ କବିତାଟି କବି ରାଧାମୋହନ ଗଡ଼ନାୟକଙ୍କ ଏକ ମିଥ୍ କବିତା । ଏଥ‌ିରେ କବି ପିଙ୍ଗଳା ଚରିତ୍ର ମାଧ୍ୟମରେ ମୋହମୁକ୍ତ ଅନୁଭୂତି ଓ ଜୀବନର ପ୍ରକୃତ ମୂଲ୍ୟବୋଧକୁ ଯଥାର୍ଥ ଭାବରେ ପ୍ରକାଶ କରିଛନ୍ତି, ଯାହାକି ଜୀବନର ସର୍ବକାଳୀନ ମୂଲ୍ୟବୋଧକୁ ପରିପ୍ରଚାର କରେ । ପାର୍ଥିବ ଆକର୍ଷଣରୁ ମୁକ୍ତ ହୋଇ ଶାଶ୍ଵତ ଆକର୍ଷଣ ପ୍ରତି ସେ ଉନ୍ମୁଖ ହେବାପାଇଁ ସୂଚନା ଦେଇଛନ୍ତି । ପିଙ୍ଗଳା ମାଧ୍ୟମରେ କବି ଜୈବିକ ସମ୍ଭୋଗ ଅପେକ୍ଷା ନାରୀତ୍ଵର ମହନୀୟ ଗରିମାକୁ ପ୍ରକାଶ କରିଛନ୍ତି । ଶ୍ରୀମଦ୍ ଭାଗବତର ବର୍ଣ୍ଣିତ ୨୪ ଗୁରୁଙ୍କ ମଧ୍ୟରୁ ପିଙ୍ଗଳା ବେଶ୍ୟା ଏକ ଗୁରୁ, ଯାହାଙ୍କଠାରୁ ଅବଧୂତ ଜୀବନର ଯଥାର୍ଥତାକୁ ନିରେଖି ଦେଖିଛନ୍ତି । ସେହି ଭାବକୁ ଭାବବିଭୋର ଭାବରେ କବି ଗ୍ରହଣ କରିଛନ୍ତି ଏବଂ ଅତି ଆବେଗାତ୍ମକ ଭାବରେ ଉଲ୍ଲେଖ କରିଛନ୍ତି ।

କବି ପିଙ୍ଗଳା ମାଧ୍ୟମରେ ଦେଖାଇଛନ୍ତି, ନାରୀ କେବଳ ବାରବିଳାସିନୀ, ପୁରୁଷଭୋଗ୍ୟ ନୁହେଁ । ସେ ମଧ୍ୟ ଜୀବନରେ ଭଗବତ୍ ସନ୍ଧାନରେ । ଯାଇପାରେ କବିତାରେ ନାରୀତ୍ଵକୁ ସମ୍ମାନ ଦିଆଯାଇଛି । ଧନୀପୁରୁଷଠାରୁ ଉପେକ୍ଷିତ ହେଲାପରେ ପିଙ୍ଗଳା ମନରେ ଆସିଛି ପରିବର୍ତ୍ତନ । ଦୀର୍ଘଦିନ ଧରି ଭୋଗରେ ବଞ୍ଚି ଆସିଥିବାରୁ ହୃଦୟରେ ଆସିଛି ଶୋଚନା । ସେ ବୋଲି ସେ କାମନା କରିଛି । ତାଙ୍କରି ମଧୁର ମୁରଲୀ ସ୍ଵନ ଶୁଣି ଶୁଣି, ଜ୍ୟୋତ୍ସ୍ନା ରାତ୍ରିର ଶୋଭା ମଧ୍ୟରେ ପରମ ପ୍ରିୟ ପୁରୁଷଙ୍କ ହାସ୍ୟସୁଧାକୁ ପାନକରି ରୋମାଞ୍ଚିତ ହେବାର କାମନା ସେ କରିଛି ।

ଶେଷରେ ପିଙ୍ଗଳା ଭାବିଛି ଜୀବନର ପ୍ରିୟତମ ପରମପୁରୁଷ ତାକୁ ମୁରଲୀ ଧ୍ଵନିରେ ଆହ୍ଵାନ କରୁଛନ୍ତି । ସେ ପତିତପାବନ । ସେ ବିଶ୍ଵ ପରଶମଣି । ସେ ତାଙ୍କର ସ୍ପର୍ଶରେ ପବିତ୍ର ଓ ଶୁଦ୍ଧ ହେବ ବୋଲି ବିଚାର କରିଛି । ସେ ବିଦେହ ନଗରରୁ ଶୁଭ ବିଦାୟ ନେଇଛି ଏବଂ ତା’ର ଅତୀତ ଯାହାକି ପାପପଙ୍କିଳ, ତାହାକୁ ଭୁଲିଯିବାପାଇଁ କହିଛି ।

ପରିବେଶ ଓ ପରିସ୍ଥିତି ଦସ୍ୟୁ ରତ୍ନାକରକୁ ବାଲ୍ମୀକିରେ ପରିଣତ କଲାପରି, ବିଦେହର ବାରବଧୂ ମଧ୍ଯ ପ୍ରିୟ ପରମଙ୍କର ପ୍ରିୟତମା ହୋଇପାରେ । ଏଥ‌ିରେ କୌଣସି ବିଚିତ୍ରତା ନାହିଁ । କବି ଏଥରେ ଜୀବନର ମୂଲ୍ୟାୟନ କରି ସର୍ବକାଳୀନ ସତ୍ୟକୁ ଉଦଘାଟନ କରିଛନ୍ତି।

Question ୫ ।
ଦୈହିକ ଭୋଗଲାଳସା ନୁହେଁ, ବରଂ ଆତ୍ମାର ଆହ୍ଵାନ ହିଁ ‘ପିଙ୍ଗଳାର ଅଭିସାର’ କବିତାର ମୁଖ୍ୟସ୍ୱର – ପ୍ରମାଣ କର ।
Answer:
ମନ ଓ ବିବେକ ମଣିଷକୁ ଉଚିତ ଅନୁଚିତର ପରାମର୍ଶ ଦେଇଥାଏ । ସବୁମଣିଷଙ୍କ ଭିତରେ ଭଲମନ୍ଦ ବିଚାର କରିବାର ଶକ୍ତି ଥାଏ । ମାତ୍ର ମଣିଷ ଯେତେବେଳେ ପାର୍ଥିବ ଭୋଗ ବିଳାସରେ ବୁଡ଼ି ରହିବାକୁ ଚାହେଁ, ଇନ୍ଦ୍ରିୟାନୁମୋଦିତ କର୍ମ କରେ, ସେତେବେଳେ ତା’ ଜୀବନରେ କାମନା ଫର୍ଘ ଅଧ‌ିକରୁ ଅଧ୍ଵତର ହୁଏ । ମାତ୍ର ବିବେକାନୁମୋଦିତ ମଣିଷ ମନରେ ଆଧ୍ୟାତ୍ମିକ ଉତ୍ତରଣ ହୁଏ । ଜୀବନର ଶାଶ୍ଵତ ମୂଲ୍ୟବୋଧକୁ ସେ ସମୀକ୍ଷା କରେ । ଭୁଲ୍ କର୍ମ ପାଇଁ ଅନୁତାପ କରେ ଓ ଉଚିତ ମାର୍ଗରେ ପରିଚାଳିତ ହୁଏ । କବି ରାଧାମୋହନ ଗଡ଼ନାୟକ ‘ପିଙ୍ଗଳାର ଅଭିସାର’ କବିତା ମାଧ୍ୟମରେ ଜୀବନର ଏହି ଚିରନ୍ତନ ସତ୍ୟକୁ ଉଦ୍‌ଘାଟନ କରିଛନ୍ତି । ପିଙ୍ଗଳା ମାଧ୍ୟମରେ ସେ ଦେଖାଇଛନ୍ତି, ବ୍ୟକ୍ତି ନିଜର ପରିବର୍ତ୍ତନ ଚାହିଁଲେ, ସେ ପରିବର୍ତ୍ତନ ହେବ । ସେଭଳି ପରିବର୍ତ୍ତନରେ କେହି ତା’ର ପଥରୋଧ କରିପାରିବେ ନାହିଁ ।

ବିଦେହ ବାରବଧୂ ପିଙ୍ଗଳା । ସେ ରାଜଧାନୀର ରାଜପୁରୁଷ ଓ ଧନୀପୁରୁଷଙ୍କୁ ଦେହଦାନ କରି ପ୍ରଚୁର ଅର୍ଥ ରୋଜଗାର କରେ । କ୍ରମଶଃ ସେ ହୁଏ ବହୁ ଐଶ୍ଵର୍ଯ୍ୟର ଅଧିକାରିଣୀ । ଦିନେ ଜଣେ ଧନୀପୁରୁଷଙ୍କ ପାଇଁ ଅପେକ୍ଷା କରିଛି ପିଙ୍ଗଳା । ଧନୀପୁରୁଷ ତା’କୁ ସଙ୍କେତ ଦେଇଯାଇଛନ୍ତି । ନିଜକୁ ଅପରୂପା ଅଭିସାରିକା ଭାବରେ ସେ ସଜାଇଛି । ପ୍ରତୀକ୍ଷା କରିଛି ଦୀର୍ଘ ସମୟ । ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଧନୀପୁତ୍ର ନ ଆସିବାରୁ ପିଙ୍ଗଳା ମନରେ ଆସିଛି ବୈରାଗ୍ୟ । ବୈରାଗ୍ୟରୁ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଉତ୍ତରଣ । ସେ ଘୃଣ୍ୟବୃତ୍ତିକୁ ତ୍ୟାଗକରି ପରମ ପ୍ରେମମୟ ପୁରୁଷଙ୍କ ନିକଟରେ ହୋଇଛି ସମର୍ପିତ । ତା’ର ସମର୍ପିତ ଭାବକୁ ଗ୍ରହଣ କରିଛନ୍ତି ପତିତପାବନ ଜଗତ୍ଵବନ୍ଧୁ ।

ପିଙ୍ଗଳା ଯେତେବେଳେ ନିଜକୁ ବଦଳାଇଛି, ସେତେବେଳେ ପାପପ୍ରଣୟ ପରିବର୍ତ୍ତେ ସେ ହୋଇଛି ଦିବ୍ୟପ୍ରଣୟ ଅଧିକାରିଣୀ । ପାପ ଓ କଳଙ୍କମୟ ଜୀବନରୂପକ ବକ୍ଷସ୍ଥଳରେ ଶାଶ୍ଵତ ପ୍ରେମର ଶତଦଳ ବିକଶିତ ହୋଇଛି । ଶୂନ୍ୟ ଶାମୁକାରେ ମୁକ୍ତା ସଞ୍ଚାର ହେଲାଭଳି ଲାଗିଛି । ସେ ଜୀବନର ପରମ ପ୍ରେମିକଙ୍କ ସ୍ପର୍ଶରେ ବିଚିତ୍ର ପୁଲକରେ ପୁଲକିତ ହୋଇଛି । ସେ ହୋଉଛି ତପସ୍ବିନୀ । ସନ୍ୟାସିନୀ ଭାବରେ ପ୍ରିୟପରମଙ୍କ ସନ୍ଧାନରେ ସେ ମାନସିକ ସ୍ତରରେ, ପାର୍ଶ୍ଵବ ଜଗତରୁ ଦୂରେଇଯାଇଛି । ଅତୀତର ଘୃଣ୍ୟ ଜୀବନ ଆଉ ତାକୁ ଅଟକାଇ ପାରିନାହିଁ ।

ପିଙ୍ଗଳା ମଧ୍ୟମରେ କବି ଦେଖାଇଛନ୍ତି, ଜଣେ ନିଜେ ଚାହିଁଲେ ନିଜର କୁପଥକୁ ବଦଳାଇ ସତ୍ଵପଥରେ ପରିଚାଳିତ କରିପାରିବ।

(କ) କବି ପରିଚିତି :

ଓଡ଼ିଆ କବିତାରେ ଛନ୍ଦ ସୃଷ୍ଟିର ଏକ ଅଭିନବ ଦିଶ ସୃଷ୍ଟି କରିବାରେ କବି ରାଧାମୋହନ ଗଡ଼ନାୟକଙ୍କ ଭୂମିକା ବେଶ୍ ଉଲ୍ଲେଖଯୋଗ୍ୟ । ଛନ୍ଦର ମାଧୁର୍ଯ୍ୟ ଓ ନୂତନତା, ପଦ-ସାରଲ୍ୟ ତଥା କୋମଳ ଭାଷାର ବ୍ୟବହାରରେ ତାଙ୍କ କବିତା ସ୍ନିଗ୍ଧ ଓ ସରସ । ଏହି ପ୍ରତିଭାଧର କବିଙ୍କ ଜନ୍ମ ହୁଏ ୧୯୧୧ ମସିହାରେ, ସେ ସମୟର ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ଅନ୍ତର୍ଗତ କଲଣ୍ଡାପାଳ ଗ୍ରାମରେ । ତାଙ୍କ ପିତାଙ୍କ ନାମ ମହାଦେବ ଗଡ଼ନାୟକ ଓ ମାତାଙ୍କ ନାମ ଗୋଲମଣି ଦେବୀ । ରାଧାମୋହନ ଛାତ୍ରାବସ୍ଥାରୁ ଥିଲେ ମେଧାବୀ । ସେ ଉଚ୍ଚ ପ୍ରାଥମିକ ପରୀକ୍ଷାରେ ବୃତ୍ତିଲାଭ କରିଥିଲେ । ଆର୍ଥିକ ଅସ୍ବଚ୍ଛଳତା ହେତୁ ସେ ପାଠପଢ଼ାରେ ବିଶେଷ ମନଯୋଗୀ ହୋଇପାରି ନଥିଲେ । ଏହାର ପରିଣତିସ୍ଵରୂପ ତାଙ୍କୁ ଘରୋଇ ଭାବରେ ମାଟ୍ରିକ୍ ପରୀକ୍ଷା ଦେବାକୁ ହୋଇଥିଲା । ସେ ୧୯୩୪ ମସିହାରେ ଘରୋଇ ଭାବେ ମାଟ୍ରିକ୍ ପାସ୍ କଲେ । ଉଚ୍ଚଶିକ୍ଷା ପାଇଁ କଟକର ଖ୍ରୀଷ୍ଟ କଲେଜରେ ନାମ ଲେଖାଇଥିଲେ, ମାତ୍ର ତତ୍‌କାଳୀନ ରାଜନୈତିକ ଘନଘଟା ତାଙ୍କର ଜୀବନର ଗତିକୁ ପରିବର୍ତ୍ତନ କରିଦେଲା । ୧୯୩୮ ମସିହାରେ ସେ ଓଡ଼ିଶାର ଗଡ଼ଜାତ ଆନ୍ଦୋଳନରେ ସକ୍ରିୟ ରୂପେ ଅଂଶଗ୍ରହଣ କରି ଅଧ୍ୟୟନରେ ପୂର୍ଣ୍ଣଛେଦ ପକାଇଥିଲେ ।

କବି ରାଧାମୋହନ ଗଡ଼ନାୟକ ବିଭିନ୍ନ ସମୟରେ ସରକାରୀ ତଥା ବେସରକାରୀ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ଥିଲେ । ୧୯୫୬ ମସିହାରେ ସେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ପ୍ରଡ଼କ୍ସନ ଅଫିସର ଭାବେ କିଛିଦିନ ଦାୟିତ୍ଵ ବହନ କରିଥିଲେ । ଓଡ଼ିଶା ସାହିତ୍ୟ ଥିଲେ ଓତପ୍ରୋତ ଭାବେ ଜଡ଼ିତ । ସେ ତିନିବର୍ଷ ଧରି ‘ଉତ୍କଳ ସାହିତ୍ୟ ଏକାଡ଼େମୀ ଓ ଉତ୍କଳ ସାହିତ୍ୟ ସମାଜ ସହିତ ସେ ସମାଜ’ର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ ।

କବି ଗଡ଼ନାୟକ ସାହିତ୍ୟ ସାଧନାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । ସେ ଥିଲେ ଐଶୀ ପ୍ରତିଭାର ଅଧିକାରୀ । ବାଲ୍ୟକାଳରୁ କବି ହେବାପାଇଁ ତାଙ୍କ ମନରେ ଥିଲା ଉଦାତ୍ତ ଆଶା । ସେଥ‌ିପାଇଁ ସେ ଲେଖିଥିଲେ –
‘‘କବି ହେବାପାଇଁ ବାସନା ମୋର
କବିତା ଲେଖେ ମୁଁ କବିତା ଲେଖେ
କବିତା ପରମ ପ୍ରେୟସୀ ମୋର
କବିତା ପରମ ଶ୍ରେୟସୀ ମୋର.
ଅନ୍ତରେ ତା’ର ମୂରତି ଦେଖେ ।’’
ଜୀବନର ପ୍ରାରମ୍ଭିକ କାଳରୁ ସେ କବିତା ରଚନାରେ ବ୍ରତୀ ହୋଇଥିଲେ । ଯେତେବେଳେ ସେ ୧୬|୧୭ ବର୍ଷର ତରୁଣ, ସେତେବେଳେ ତାଙ୍କ କବିତା ତତ୍କାଳର ଖ୍ୟାତିସଂପନ୍ନ ପତ୍ରିକା ‘ସହକାର’ ଓ ‘ନବପ୍ରଭା’ରେ ପ୍ରକାଶିତ ହୋଇଥିଲା । ତାଙ୍କ ଲିଖିତ ସେହିସବୁ କବିତାମାନ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା । ଫଳରେ ସେହି ସମୟରୁ ହିଁ ସେ କାବ୍ୟମୋଦୀ ପାଠକଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

କବି ରାଧାମୋହନଙ୍କ କବିତାରାଜିର ଭାବ, ଭାଷା, ଶବ୍ଦ ସଂଯୋଜନା ଓ ଛନ୍ଦଯୋଜନା ଅତ୍ୟନ୍ତ ଚମତ୍କାର । ଜଣେ ଗାଥାକବି ଭାବେ ସେ ଓଡ଼ିଆ ସାହିତ୍ୟରେ ବେଶ୍ ଯଶସ୍ବୀ । ତାଙ୍କ ଛନ୍ଦଯୋଜନା ସମ୍ବନ୍ଧରେ ନିମ୍ନୋକ୍ତ ଉଦ୍ଧୃତିରୁ ପରିଚୟ ମିଳେ ।
‘‘ଦେଖିଛ ନଗନ ଉଦାର ଗଗନ ସୁନାର ସନ୍ଧ୍ୟା ଉଷା,
ଦେଖିଛ ଛଇଳ ଯୌବନ ଧାରା ଧାରାର ମଞ୍ଜୁ ଭାଷା ।
ସେବିତ ସୁନୀଳ ଶୈଳବନାନୀ ନଦନଦୀ ହ୍ରଦଝର,
ସେବିତ ବିପୁଳ ମହାସିନ୍ଧୁର ବନ୍ଧୁର ବୁକୁତଳ ।’’
କବି ରାଧାମୋହନଙ୍କ ସାରସ୍ଵତ ସୃଷ୍ଟି ଅତ୍ୟନ୍ତ ପର୍ଯ୍ୟାପ୍ତ ଓ ବୈଚିତ୍ରପୂର୍ଣ୍ଣ । ତାହାଙ୍କ ପ୍ରକାଶିତ ଗ୍ରନ୍ଥରାଜି ନିମ୍ନମତେ ଲକ୍ଷଶୀୟ।
(୧) ଉତ୍କଳିକା
(୨) ସ୍ମରଣିକା
(୩) ବିପ୍ଳବୀ ରାଧାନାଥ
(୪) କାଳିଦାସ
(୫) କାବ୍ୟନାୟିକା
(୬) ଶାମୁକାର ସ୍ଵପ୍ନ
(୭) ପଶୁପକ୍ଷୀର କାବ୍ୟ
(୮) ଧୂସର ଭୂମିକା
(୯) କୈଶୋରିକା
(୧୦) ଦୀପଶିଖା ।
କବି ଗଡ଼ନାୟକଙ୍କ ମୌଳିକ କୃତି ପରି ତାଙ୍କର ଅନୁବାଦ ମଧ୍ଯ ଖୁବ୍ ମର୍ମସ୍ପର୍ଶୀ । ତାଙ୍କ ଅନୁଦିତ ‘ମେଘଦୂତ’, ‘କୁମାରସମ୍ଭବ’, ‘ସୋରାବ ଓ ରୁସ୍ତମ୍’ ଆଦି ଗ୍ରନ୍ଥ ବେଶ୍ ଜନପ୍ରିୟତା ଲାଭ କରିଛି । ୧୯୫୫ ମସିହାରେ କବିଙ୍କଦ୍ଵାରା ‘ଏକଚକ୍ର’ ନାମକ ଏକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇଥିଲା । କିଛିକାଳ ପରେ ଏହାର ପରିଚାଳନାଗତ ତ୍ରୁଟି, ଆର୍ଥିକ ଅସ୍ବଚ୍ଛଳତା ହେତୁ ଏହା ବନ୍ଦ ହୋଇଯାଇଥିଲା ।

ଆଧୁନିକ କାବ୍ୟ ଜଗତରେ କବି ରାଧାମୋହନ ଏକ ସମୁଜ ଆସନର ଅଧିକାରୀ । ତାଙ୍କର ମନ୍ମୟ କାବ୍ୟସାଧନା ଓଡ଼ିଆ ସାହିତ୍ୟରେ ଯେପରି ଅନନ୍ୟ, ସେହିପରି ଉଲ୍ଲେଖଯୋଗ୍ୟ । ବିଶେଷକରି ଛନ୍ଦୋବଦ୍ଧ କାବ୍ୟକବିତା ରଚନାରେ ତାଙ୍କର ସିଦ୍ଧି ନିହିତ ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

(ଖ) କବିତାର ପୃଷ୍ଠଭୂମି :

କବିତାଟିର କଥାବସ୍ତୁକୁ କବି ଗଡ଼ନାୟକ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧ ନବମ ଅଧ୍ୟାୟରୁ ସଂଗ୍ରହ କରିଛନ୍ତି । ଅବଧୂତ ଯଦୁରାଜାଙ୍କୁ ତାହାର ଚବିଶ ଗୁରୁ ପ୍ରସଂଗ ବର୍ଣ୍ଣନା କଲାବେଳେ, ପିଙ୍ଗଳା ବେଶ୍ୟାକୁ ଗୁରୁ କରିଥିବା କଥା ଉଲ୍ଲେଖ କରିଚନ୍ତି । ସେହି ପିଙ୍ଗଳା ବେଶ୍ୟା ମନରେ ଯେଭଳି ଭାବାନ୍ତର ଦେଖାଦେଇଛି କବି ତାହାକୁ ଆହୁରି ଚମତ୍କାର ଭାବରେ ପ୍ରକ।ଶ କରିଛନ୍ତି ।

ବିଦେହ ନଗରର ରୂପଜୀବୀ ପିଙ୍ଗଳା । ସେ ଧନ ଅର୍ଜନ ଉଦ୍ଦେଶ୍ୟରେ ଧନୀପୁତ୍ରମାନଙ୍କୁ ଆମନ୍ତ୍ରଣ କରେ । ସେମାନଙ୍କୁ ଅଙ୍ଗସୁଖ ଦେଇ ନିଜେ ଚଳିବାର ସାମର୍ଥ୍ୟ ସଂଗ୍ରହ କରେ । ଥରେ ପିଙ୍ଗଳା ଏକ ଧନୀପୁଅକୁ ନିଜ ଗୃହକୁ ଆସିବାପାଇଁ ସଙ୍କେତ ଦେଲା । ଧନୀପୁତ୍ର ମଧ୍ୟ ଆସିବାପାଇଁ ସ୍ବୀକୃତି ଦେଲା ।

ଧନୁପୁଅ ଆସିବ ଏବଂ ସେ ତା’ଠାରୁ ଅଧିକ ଧନ ସଂଗ୍ରହ କରିବ, ସେହି ଉଦ୍ଦେଶ୍ୟରେ ସେ ନିଜକୁ ଅପେକ୍ଷାକୃତ ଅଧ୍ଵ ସଜେଇଲା । ସୁନ୍ଦର ବସ୍ତ୍ରରେ ନିଜକୁ ଆକର୍ଷଣୀୟ କଲା । ସନ୍ଧ୍ୟାରେ ଧନୀପୁତ୍ରକୁ ଅପେକ୍ଷା କରିଥିବା ସମୟରେ, ତା’ନିକଟରେ ଅନେକ କାମୀପୁରୁଷ ପହଞ୍ଚିଲେ । ମାତ୍ର ଅଧିକ ଧନ ପାଇବା ଆଶାରେ ସେ କାହାକୁ ଗ୍ରହଣ କଲାନାହିଁ । ମାତ୍ର ସ୍ବୀକୃତି ଦେଇ ଧନୀପୁତ୍ର ଆସିଲା ନାହିଁ । ଦୀର୍ଘ ସମୟ ଅପେକ୍ଷାକରି, ପିଙ୍ଗଳା ବ୍ୟସ୍ତ ହୋଇପଡ଼ିଲା । ଘରେ ନିଶ୍ଚିନ୍ତରେ ରହିପାରିଲା ନାହିଁ କିମ୍ବା ଦୁଆରେ ବସି ଅପେକ୍ଷା କରିପାରିଲା ନାହିଁ । ଘରବାହାର ବୁଲି ବୁଲି ସେ ଅସ୍ଥିର ହୋଇପଡ଼ିଲା । ରଜନୀ ଅର୍ଦ୍ଧେକ ଭୋଗହେଲା ପରେ ମଧ୍ୟ ଧନୀପୁତ୍ର ନ ଆସିବାରୁ ପିଙ୍ଗଳା ମନଦୁଃଖରେ ଘରେ ବସି ରହିଲା ।

ପିଙ୍ଗଳା ମନର ଦୁଃଖ ଓ ହତାଶ ଭାବରୁ, ବୈରାଗ୍ୟ ସୃଷ୍ଟି ହେଲା । ସେ ମନସ୍ଥିର କରି ନିଜର ଅନ୍ତର ଭିତରେ ପରମାତ୍ମାଙ୍କର ସତ୍ତାକୁ ଅନୁଭବ କଲା । ନିଜ ଜୀବନର ଅତୀତକୁ ମନେପକାଇ ଅନୁତାପ କଲା । ସେ ଅନୁଭବ କଲା ତା’ନିକଟରେ ବିରାଜମାନ କରିଛନ୍ତି ପ୍ରକୃତ ପ୍ରିୟତମ, ଯାହାକୁ ପାଇ ସେ ଜୀବନର ପ୍ରକୃତ ମୂଲ୍ୟାୟନ କରିପାରିବ । ସୁନ୍ଦର ଶରୀର ପ୍ରତି ତା’ର ବିତୃଷ୍ଣା ଆସିଲା । ରକ୍ତମାଂସ, ମଳମୂତ୍ର, କଫ-ବାତ-ପିତ୍ତ, ଅସ୍ଥିପଞ୍ଜରା, ନଖ, ଲୋମ ଓ କେଶର ଶରୀରକୁ ସେ ଘୃଣା କଲା । ସେ ସର୍ବଜୀବଆତ୍ମା ନିର୍ଗୁଣ ମହାତ୍ମାଙ୍କୁ ନିଜର ଭତ୍ତା ରୂପେ ଗ୍ରହଣ କରି ଜୀବନକୁ ସାର୍ଥକ କରିବ ବୋଲି ବିଚାର କଲା ।

ଭାଗବତର ଏହି କଥାବସ୍ତୁକୁ ଆହୁରି, କାବ୍ୟକ, ଆକର୍ଷଣୀୟ କରି କବି ଗଡ଼ନାୟକ ରଚନା କରିଛନ୍ତି ‘ପିଙ୍ଗଳାର ଅଭିସା’ ।

(ଗ) କବିତାର ସାରକଥା :

ବାରବିଳାସିନୀ ପିଙ୍ଗଳା ମନରେ ଆସିଛି ଦୁଃଖ ଓ ଶୋଚନା । ଜୀବନର ମୂଲ୍ୟବାନ୍ ସମୟକୁ ସେ କେବଳ ଭୋଗ ଭାଗ୍ୟରେ ବିତାଇ ଦେଇଥ‌ିବାରୁ କରିଛି ଅନୁତାପ । ସେହି ଦୁଃଖ, ଶୋଚନା ଓ ଅନୁତାପରୁ ହୋଇଛି ତା’ର ଆଧ୍ୟାତ୍ମିକ ଉତ୍ତରଣ । ସେ ମନେ ମନେ ବିଚାର କରିଛି, ମୋ ଘରକୁ ଆଉ କେବେହେଲେ ଦେହଭୋଗୀ ରସିକନାଗରମାନେ ଆସିବେ ନାହିଁ । ଜୀବନରେ ବାରବଧୂ, ବାରଭୋଗ୍ୟ ହୋଇଥିଲେ ବି ମୋ ଚିନ୍ତାଧାରା ବଦଳିଯାଇଛି । ମୁଁ ଅଗ୍ରଗାମୀ ହୋଇଛି ସୀମାତୀତ ପୁରୁଷର ସନ୍ଧାନରେ । ମୁଁ ମାନସିକ ସ୍ତରରେ ବହୁ ଦୂରକୁ ଚାଲିଯାଇଛି । ମୁଁ ଆଉ ରସିକ ଧନୀପୁରୁଷଙ୍କ ଉଦ୍ଦେଶ୍ୟରେ ଫୁଲଶେଯ ଶେଯାଇବି ନାହିଁ କିମ୍ବା ସେମାନଙ୍କ ମନୋହାରିଣୀ ଭାବରେ ରାତି ରାତି ବସି ଉଜାଗର ରହିବି ନାହିଁ । ପୁନଶ୍ଚ ମୋ ଘରକୁ କେଳିକୁଞ୍ଜକରି ସ୍ତମିତ ଆଲୋକରେ ବ୍ୟର୍ଥ ସୁହାଗରେ ମସ୍‌ଗୁଲ ହେବି ନାହିଁ । କାରଣ ସେଭଳି ସୁହାଗ, ସ୍ନେହର କୌଣସି ମୂଲ୍ୟ ନାହି । ତାହା କେବଳ କାର୍ଯ୍ୟଘେନା ଦେହଭୋଗୀ ମାନସିକତା ବ୍ୟତୀତ ଅନ୍ୟକିଛି ନୁହେଁ ।

ଅନୁତାପଦଗ୍ଧ ପିଙ୍ଗଳା ପୁଣି ବିଚାର କରିଛି ଅର୍ଥ ପାଇଁ ମୁଁ ଆଉ କାହା ପାଖରେ ପ୍ରିୟତମା ଭାବରେ ପ୍ରୀତିର ଅଭିନୟ ଦେଖାଇବି ନାହିଁ । କାରଣ ରାତ୍ରିର ସ୍ଵପ୍ନଭଳି ତାହା ପୁଣି ଲିଭିଯିବ । ବାସ୍ତବ ସୃଷ୍ଟିରେ ତାହାର କୌଣସି ମୂଲ୍ୟ ନାହିଁ । କାରଣ ମୋ ମନ ଆଜି ଦିବ୍ୟରତ୍ନର ସନ୍ଧାନ ପାଇଛି । ଯେଉଁ ରତ୍ନ ମୋ ମନକୁ ପୂର୍ଣ୍ଣତାରେ ଭରିଦେବ । ଅସାର ଦୁନିଆରେ, ଭଙ୍ଗୁର ପଥରେ ମୋ ମନରେ ପ୍ରିୟ ପରମ ପ୍ରିୟତମଙ୍କ ସନ୍ଧାନ ମୁଁ ଆଜି ପାଇସାରିଛି । ସେ ହୋଉଛନ୍ତି ମୋ ଜୀବନର ଅମରବନ୍ଧୁ, ଅନ୍ତରର ବିମୋହନ ସତ୍ତା ।

ପରମସତ୍ତା ସନ୍ଧାନୀ ପିଙ୍ଗଳା ଭାବିଛି, ମୋ ଜୀବନ ଥିଲା କଳୁଷମୟ । ସେହି କଳୁଷ ପଙ୍କରୁ ଆଜି ସୃଷ୍ଟି ହୋଇଛି ଶତଦଳ । ଶତଦଳ ବା ପ୍ରସ୍ଫୁଟିତ ପଦ୍ମରୁ ମୁଁ ଜୀବନର ପ୍ରକୃତ ମୂଲ୍ୟ ବୁଝିପାରିଛି । ସୁତରାଂ ମୋ’ ଜୀବନ ପୂର୍ଣ୍ଣତାରେ ଭରିଯାଇଛି । ତେଣୁ ମୋ’ପାଇଁ ଆଉ କୌଣସି ଧନ ସମ୍ପଦ, ମଣିକାଞ୍ଚନର ଆବଶ୍ୟକତା ନାହିଁ । ମୋ’ପାଇଁ ବିଳାସକୁଞ୍ଜର ମାଦକତା ଅସାର ମନେହୋଇଛି । ସୁନ୍ଦର ଚିତ୍ରିତ, ବିଭୋରିତ କରିବାର ଚିତ୍ର ମୋ ମନରେ ଆଉ କୌଣସି ପ୍ରଭାବ ପକାଇପାରିବ ନାହିଁ । ମୋ ପାଖକୁ ଆଉ କୌଣସି ଧନୀ ପୁରୁଷ ଆସିବାର ଆବଶ୍ୟକତା ନାହିଁ । ମୁଁ ମାନସିକ ସ୍ତରରେ ଏହି ବ୍ୟର୍ଥ ଜୀବନରୁ ଦୂରେଇ ଯାଇ, ସମର୍ଥ ଜୀବନର ସନ୍ଧାନରେ ରହିଯାଇଛି ।

ଦେହବାଦୀ ଦୁନିଆରୁ ବିଦେହୀ ସତ୍ତାପ୍ରତି ସମର୍ପିତ ହୋଇଯିବାରୁ ପିଙ୍ଗଳା ମନରେ ଆସିଛି ଆଧ୍ୟାତ୍ମିକ ଉତ୍ତରଣ । ତେଣୁ ସେ ବିଚାର କରିଛି, ଆଜି ମୋ’ପାଇଁ ରାତ୍ରି ହୋଇଛି ମଧୁମୟ ଲଗ୍ନ । ସାରା ଧରଣୀ ମୋ’ପାଇଁ ହୋଇଛି କୋମଳ ଓ ଆନନ୍ଦମୟ । ମୋ ଜୀବନ ଆକାଶରେ ସୁଖର ଚାନ୍ଦ ଉଇଁଛି । ମୁଗ୍ଧ ତାରକା ସମ ମୁଁ ପ୍ରିୟତମଙ୍କୁ ପାଇ ବିଭୋର ହୋଇଛି । ଜୀବନରୁ ମୋର କଳୁଷତାର ଅମାଅନ୍ଧାର ଦୂରେଇ ଯାଇଛି । ମୋର ସବୁଆଡ଼େ ବିଛାଡ଼ି ହୋଇ ପଡ଼ିଛି ଶୁଭ୍ରଜ୍ୟୋତ୍ସ୍ନାର ସୌନ୍ଦର୍ଯ୍ୟ । ପ୍ରବାହିତ ହେଉଛି ଥରି ଥରି ସମୀର । ସେହି ସମୀରର ପ୍ରଭାବ ମୋ ପାଇଁ ହୋଇଛି ସ୍ନିଗ୍ଧ କୋମଳ । ମୋ ଜୀବନର ପ୍ରିୟତମ, ପରମବନ୍ଧୁଙ୍କର ସୁମଧୁର ସ୍ପର୍ଶ ମୋ ନିକଟକୁ ଭାସି ଆସୁଛି । ମୋ ଦେହରେ ଦେହରେ ଦେଖାଦେଇଛି ପୁଲକର ଶିହରଣ । ମୋ ଲୋମ ଟାଙ୍କୁରି ଉଠୁଛି ଠିକ୍ ବର୍ଷାର ସ୍ପର୍ଶପାଇ କଦମ୍ବ କୋରକିତ ହେଲାପରି ।

ପଙ୍ଗଳା ବିଚାର କରିଛି, ସମର୍ପିତ ଭାବ ଆସିଲା ପରେ ମୁଁ ଶୁଣିପାରୁଛି ବିଦେହୀ ସତ୍ତାଙ୍କର ସୁମଧୁର ମୂରଲୀ ଧ୍ଵନିକୁ । ଯେଉଁ ଧ୍ଵନିକୁ ଶ୍ରବଣ କଲାପରେ ମୋ ଜୀବନ ଯମୁନା ଉଜାଣି ବହୁଛି । ନିଶାଗ୍ରସ୍ତ ଭଳି ମୁଁ ବିଭୋର ହୋଇଛି । ଦେହବାଦୀ ପାଷାଣ କାରାଗାରରୁ ମୁଁ ଯେଭଳି ମୁକ୍ତି ପାଇଲାଭଳି ଲାଗୁଛି । ଫଳରେ ମୁଁ ଆଜି ପ୍ରିୟତମଙ୍କ ସହ ଅଭିସାର ପାଇଁ ବ୍ୟଗ୍ର ହୋଇଉଠୁଛି । ମୋ ଜୀବନର ସବୁପ୍ରକାର ବାଧାବନ୍ଧନର ବେଢ଼ି ଆଜି ଖୋଲିଯାଇଛି । ମୁଁ ହୋଇଛି ମୁକ୍ତଚାରିଣୀ । ତଟିନୀ ଯେପରି ବ୍ୟଗ୍ର ଭାବରେ, କୂଳଲଙ୍ଘନ କରି, ଶହ ଶହ ବନଗିରି କାନ୍ତାର ଅତିକ୍ରମକରି ସାଗର ସନ୍ଧାନରେ ବହିଚାଲେ, ଠିକ୍ ସେହିପରି ମୁଁ ଆଜି ଆଗେଇଯିବି । ସାଗରରୂପୀ ପ୍ରିୟପରମଙ୍କ ପାଦତଳେ ନିଜକୁ ସମର୍ପଣ କରି, ଜୀବନର ପ୍ରକୃତ ମୂଲ୍ୟକୁ ଆକଳନ କରିବି ।

ପ୍ରକୃତ ପ୍ରିୟତମଙ୍କ ପାଖରେ ନିଜକୁ ସମର୍ପଣ କରିସାରିବା ପରେ, ହୃଦୟ ମଧ୍ଯରେ ହୃଦୟେଶ୍ଵରଙ୍କୁ ସ୍ଥାପନ କରିସାରିବା ପରେ, ମୁଁ ଆଉ ବିଦେହ ନଗରର ନଟୀ ନୁହେଁ ବୋଲି ପିଙ୍ଗଳା ବିଚାର କରିଛି । ସେ ଆଉ ବାରବିଳାସିନୀ ବୋଲି ନିଜକୁ ଭାବି ନାହିଁ; ବରଂ ଏ ଜଗତ ପଥରେ ସେ ସାଜିଛି ପ୍ରେମର ସନ୍ନ୍ୟାସିନୀ । ସେ ଆଉ ଜାଗତିକ ସୁଖ ବନ୍ଧନରେ ବାନ୍ଧିହେବାକୁ ଚାହିଁନାହିଁ, ବରଂ ସେ ମାନସିକ ସ୍ତରରେ ମୁକ୍ତ ହୋଇ, ମୁକ୍ତ ଆକାଶରେ ଉଡ଼ିବୁଲିବ । ତା’ର ଜୀବନ ଯୌବନ ପୂର୍ଣ ହେବ ଏବଂ ରୂପର ସାର୍ଥକତା ଅନୁଭବ ହେବ, ଯେତେବେଳେ ପ୍ରୀତିର ନିଆଁରେ ପ୍ରିୟତମ ଲାଗି ସେ ଆରତି ଧୂପ ହୋଇପାରିବ ।

ଆହୁରି ମଧ୍ୟ ପିଙ୍ଗଳା ମନେ ମନେ ଭାବିଛି ପ୍ରଭାତର ନିରୋଳାରେ, ଗୋଧୂଳିର ଅପୂର୍ବ ବେଳାରେ ମୁଁ ମୋର ପ୍ରିୟତମ ବନ୍ଧୁଙ୍କର ରୂପର ଶୋଭାକୁ ଦେଖିବି । ଗଗନ ପବନର ମଧୁର ହିଲ୍ଲୋଳରେ ମୁଁ ସେହି ବନ୍ଧୁଙ୍କର ମୂରଲୀର ଧ୍ଵନିକୁ ଶୁଣୁଥ‌ିବି । ଚନ୍ଦ୍ରିକା ଚର୍ଚ୍ଚିତ ରଜନୀର ଶୋଭାରେ ବନ୍ଧୁଙ୍କର ହାସ ସୁଧାକୁ ଆସ୍ବାଦନ କରି ପୁଲକିତ ହେବି । ମୋ ଜୀବନର କଳଙ୍କିତ ଅତୀତକୁ ମୁଁ ତାଙ୍କରି ପାଇଁ ବିସ୍ମୃତ ହେବି ଏବଂ ପ୍ରାଣର କ୍ଷୁଧାକୁ ପରିପୂରଣ କରିବି । ତାଙ୍କ ପାଇଁ ମୋ ମନରେ ଆଉ କୌଣସି ପ୍ରକାର ପିପାସା ରହିବ ନାହିଁ । ମୁଁ ମୋ ହୃଦୟର ଅସରନ୍ତି କ୍ଷୁଧାକୁ ଭୁଲିଯିବି ।

ବିଦେହୀ ସତ୍ତା ପ୍ରତି ପୂର୍ଣ୍ଣ ସମର୍ପଣ ଭାବ ଆସିଯିବା ପରେ, ମୁକ୍ତିକାଂକ୍ଷୀ ପିଙ୍ଗଳା ଭାବିଛି, ମୁଁ ଆଉ ମୋ କୋଠରିର ତୂଳିତ ଶଯ୍ୟାରେ ଶୋଇ ରହିବାକୁ ଚାହେଁ ନାହିଁ । କାରଣ ସେଥ‌ିରେ ରହିଛି ସଂକୀର୍ଣ୍ଣ ପରିସର ଓ ପରିବେଶ ; ବରଂ ମୁଁ ଧରଣୀର ମୁଲାୟମ ତୃଣଶଯ୍ୟାରେ ହରଷ ମନରେ ଶୋଇରହିବି । ଚାହିଁରହିବି ଗଗନର ଅନନ୍ତ ନୀଳିମାକୁ । ସେହି ଗଗନର ବ୍ୟାପ୍ତିକୁ ମୁଁ ମୁଗ୍ଧନେତ୍ରରେ ଅନାଇ ରହିବି । ଦିବାରାତ୍ରିର ଏହି ଭାବକୁ ଦେଖୁ ଦେଖୁ ସୁମଧୁର ସ୍ଵପ୍ନଳ ଭାବରେ ମୋର ଏହି ସମର୍ପିତ ଭାବକୁ କେବଳ ଚନ୍ଦ୍ର, ସୂର୍ଯ୍ୟ, ଗଗନ, ଭୁବନ ସାକ୍ଷୀ ହୋଇ ଚାହିଁରହିବେ ।

ପିଙ୍ଗଳା ଥିଲା ବିଦେହର ବାରବଧୂ। ରୂପର ପସରା ମେଲି ସେ ନିଜକୁ ପ୍ରତିଷ୍ଠିତ କରିଥିଲା । ଜୀବନର ପ୍ରକୃତ ମୂଲ୍ୟବୋଧକୁ ବୁଝିସାରିବା ପରେ, ସେ ବିଦେହ ନଗରରୁ ବିଦେହୀ ସଭାକୁ ଚାଲିଯାଉଥିବାରୁ, ସମସ୍ତଙ୍କ ପାଖରୁ ମେଲାଣି ନେଉଛି । ସମସ୍ତେ ତାକୁ ଭୁଲିଯାଆନ୍ତୁ ବୋଲି କହିଛି । ତା’ର ଘୃଣ୍ୟ ଜୀବନ ଓ କଳୁଷକାଳିମାକୁ ସମସ୍ତେ ବିସ୍ତୃତ ହୁଅନ୍ତୁ ବୋଲି ସେ ଅନୁରୋଧ କରିଛି । ସେ ନିଜର ପ୍ରକୃତ ମୂଲ୍ୟକୁ ମୂଲ୍ୟାୟନ କରିପାରିଛି । ତେଣୁ ସେ ନିଜକୁ ଅମର କନ୍ୟା, ନାରୀ ଓ ଦେବୀ ବୋଲି ବିଚାର କରିଛି । କାରଣ ଅମର କନ୍ୟା ଭାବରେ ସେ କେବଳ ସ୍ଵର୍ଗୀୟ ସୁଖକୁ ଆକଳନ କରିବ । ନାରୀ ଭାବରେ ସମର୍ପିତ ଭାବ ନେଇ ସମସ୍ତଙ୍କର ମଙ୍ଗଳ କରିବ । ଜନନୀ, ଭଗିନୀ ଭାବରେ ସେ ସମସ୍ତଙ୍କର ସହାୟକ ହୋଇପାରିବ । ପୁନଶ୍ଚ ସେ ଦେବୀଭାବରେ ସେ ପଶୁଶକ୍ତିକୁ ପରାସ୍ତ କରି ଦୈବୀଭାବର ପରିପ୍ରଚାର କରିବ । ମାତ୍ର ଏହି ପୁଣ୍ୟ ଧରାରେ ସେ ପତିତା ଜୀବନ ଯାପନ କରି ଘୃଣ୍ୟ ଜୀବନକୁ ଆପଣେଇ ନେଇଥିବାର ଅନୁତାପ କରିଛି ।

ଅନୁତାପ ନିଆଁରେ ଜଳି ଜଳି ପିଙ୍ଗଳା ଭାବିଛି, ମୁଁ ଥୁଲି ଅମୃତର ସନ୍ତାନ । ଅମୃତମୟ ସଭାରୁ ମୁଁ ସୃଷ୍ଟି ହୋଇ, ଅମୃତ ପାନକରି ଧରାପୃଷ୍ଠକୁ ଆସିଥିଲି । ମୋ ସୃଷ୍ଟିର ଉଦ୍ଦେଶ୍ୟ ଥିଲା ମହତ୍ଵ; ମାତ୍ର ଅମୃତପାନ କରି ଆସିଥିଲେ ମଧ୍ୟ, ସବୁଆଡ଼େ କାଳିମାର ବିଷ ବିଛାଇ ଦେଲି । ସର୍ପିଣୀପରି ଏ ମଧୁମୟ ସୃଷ୍ଟିକୁ ବିଷମ ବିଷରେ ଜାଳିଦେବାକୁ ଚେଷ୍ଟାକଲି । ମୋ ରୂପର ବିଷରେ, ଚାହାଣିର ହଳାହଳରେ ଜଗତ ପ୍ରଲୁବ୍ଧ ହେଲା । ବିଷର ଜ୍ଵାଳାରେ ଏ ଜଗତ ନଷ୍ଟ ହୋଇଗଲା ଏବଂ ନିଜେ ମୁଁ ମଧ୍ୟ ସେଥ‌ିରେ ନଷ୍ଟ ହୋଇଗଲି । ମୁଁ ଜଗତରେ, ପୁଣ୍ୟ ଜୀବନକୁ ମୁଁ ନଖୋଜି କେବଳ ପାପରେ ସମସ୍ତଙ୍କୁ ନଷ୍ଟ କରିଦେଲି, ଜାଳିଦେଲି । ମୋ ଯୋଗୁ ସବୁ ଯେପରି ଧ୍ୱଂସ ହୋଇଗଲା ।

ଆଧ୍ୟାତ୍ମିକ ଉତ୍ତରଣ ହେବାରୁ ପିଙ୍ଗଳା ମନେ ମନେ ବିଚାର କରିଛି ମୋତେ ଏଭଳି କଳୁଷଗତିରୁ ମୁକ୍ତି ଦେବାପାଇଁ ପତିତପାବନ, ମୂରଲୀଧର ମୋ ପ୍ରତି ଦୟା କରିଛନ୍ତି । ମୋତେ ଏହି ନଷ୍ଟପଥରୁ ଦୂରେଇ ନେଇ ଶିଷ୍ଟ ପଥରେ ଚାଲିବାପାଇଁ ସୂଚନା ଦେଇଛନ୍ତି । କାରଣ ମୁଁ କଳୁଷ ପଥରୁ ଦୂରେଇ ଯିବାପାଇଁ ସଦାସର୍ବଦା ତାଙ୍କର ମଞ୍ଜୁଳ ମୂରଲୀ ଧ୍ଵନିର ଆହ୍ଵାନକୁ ଶୁଣିପାରିଛି । ମୋ ଜୀବନର ବନ୍ଧୁ, ପତିତପାବନ, ଯେ କି ବିଶ୍ଵର ପରଶମଣି ତାଙ୍କରି ସ୍ପର୍ଶ ପାଇ ମୋ ଜୀବନର କାଳିମା ଦୂରେଇ ଯାଇଛି । ମୁଁ ହୋଇଛି ସୁବର୍ଣ୍ଣଦେହୀ, କଳୁଷ କାଳିମାମୁକ୍ତ ପବିତ୍ର ସତ୍ତାଟିଏ । ପବିତ୍ର ପ୍ରିୟତମଙ୍କର ସତ୍ତାକୁ ପୂର୍ଣ୍ଣପ୍ରାଣରେ ଅନୁଭବ କରି ସାରିବାପରେ, ପିଙ୍ଗଳା ବିଦେହ ନଗରରୁ ବିଦାୟ ନେଇଛି । ବିଦାୟ ନେଇଛି ଘୃଣା କଳୁଷ ଜୀବନରୁ ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର 1

Leave a Comment