BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Odisha State Board BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ Textbook Exercise Questions and Answers.

BSE Odisha Class 6 Odia Solutions Chapter 10 ଦେଶପ୍ରେମୀ କଏଦୀ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ସଭକର୍ ବନ୍ଦୀ ହେବାର କାରଣ କ’ଣ ?
Answer:
ଭାରତରୁ ଇଂରେଜ ଶାସନ ଲୋପ କରିବାପାଇଁ ସଂଗ୍ରାମ କରି ସଭର୍‌କର୍‌ ରାଜନୈତିକ ଅପରାଧରେ ବନ୍ଦି ହୋଇଥିଲେ ।

(ଖ) ଇଂରେଜ ସାମ୍ବାଦିକ ସଭକର୍‌ଙ୍କୁ କ’ଣ କହିଥିଲେ ?
Answer:
ଇଂରେଜ ସାମ୍ବାଦିକ ସଭର୍‌କରଙ୍କୁ କହିଥିଲେ, ‘ତୁମେ ତ ଏକା ନୁହଁ, ତୁମର ଆଉ ଦୁଇଜଣ ଭାଇଙ୍କୁ ମଧ୍ୟ ଜେଲ୍‌କୁ ନିଆଗଲାଣି ।’’

(ଗ) ବିପ୍ଳବୀ ଯୁବକ ବୀରଦର୍ପରେ କି ଉତ୍ତର ଦେଇଥିଲେ ?
Answer:
ବିପ୍ଳବୀ ଯୁବକ ବୀରଦର୍ପରେ ଉତ୍ତର ଦେଇଥିଲେ, ‘ଏ ତ ଗୌରବର କଥା । ମୋର ସୌଭାଗ୍ୟ ଯେ ଆମ ପରିବାରର ସମସ୍ତେ ଜନ୍ମଭୂମିର ପରାଧୀନତା ଶୃଙ୍ଖଳକୁ ଛିନ୍ନ କରିବା ଲାଗି ବଦ୍ଧପରିକର, ସର୍ବସ୍ଵ ତ୍ୟାଗ କରିବାପାଇଁ କୃତସଂକଳ୍ପ ।’

(ଘ) ଜାହାଜରୁ ଡେଇଁ ପଡ଼ିଥ‌ିବା କଏଦୀ ଜଣକ କିଏ ଥିଲେ ?
Answer:
ଜାହାଜରୁ ଡେଇଁ ପଡ଼ିଥିବା କଏଦୀ ଜଣକ ଥିଲେ ବିପ୍ଳବୀ ବିନାୟକ ଦାମୋଦର ସଭର୍‌କର୍ ।

(ଙ) ସଭର୍‌କର୍ କେଉଁ ଦଳ ଗଠନ କରିଥିଲେ ?
Answer:
ସଭକର୍ ‘ମିତ୍ରମେଳା’ ନାମରେ ଏକ ଦଳ ଗଠନ କରିଥିଲେ ।

(ଚ) ସମ୍ବାଦପତ୍ରରୁ ସଭର୍‌କର୍‌ଙ୍କ ଭାଷଣ ପଢ଼ି ତିଳକ କ’ଣ କହିଥିଲେ ?
Answer:
ସମ୍ବାଦପତ୍ରରୁ ସଭକର୍‌ଙ୍କ ଭାଷଣ ପଢ଼ି ତିଳକ କହିଥିଲେ, ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ !’’

(ଛ) ସଭର୍‌କର୍ କାହିଁକି ଲଣ୍ଡନ ଯାଇଥିଲେ ?
Answer:
ସଭର୍‌କର୍‌ ଆଇନ ଅଧ୍ୟୟନ ପାଇଁ ଲଣ୍ଡନ ଯାଇଥିଲେ ।

(ଜି) ସଭର୍‌କର୍ ଆଣ୍ଡାମାନ ଜେଲ୍‌ରେ କେତେ ବର୍ଷ କଟାଇଥିଲେ ?
Answer:
ସଭର୍‌କର୍‌ ଆଣ୍ଡାମାନ ଜେଲ୍‌ରେ ଦଶବର୍ଷ କାଳ କଟାଇଥିଲେ ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୨।
ଉତ୍ତର ଲେଖ ।
(କ) ବନ୍ଦୀ ନିଜ ଦେହରୁ ଜାମାଟି କାଢ଼ି ଦର୍ପଣ ଆଗରେ କାହିଁକି ଝୁଲେଇ ଦେଲେ ?
Answer:
ସ୍ନାନାଗାରର ଦର୍ପଣଟି ଏପରି ଭାବେ ଲାଗିଥିଲା ଯେ ବନ୍ଦୀ ଭିତରେ ଯାହା କରିବ, ପ୍ରହରୀ ବାହାରେ ଥାଇ ସବୁ ଦେଖିପାରିବ । ବନ୍ଦୀ ଜଣକ ସମୁଦ୍ରକୁ ଡେଇଁପଡ଼ି ପଳାଇବାକୁ ଚାହୁଁଥିବାରୁ ତା’ର କାର୍ଯ୍ୟକଳାପ ପ୍ରହରୀ ନ ଦେଖୁରିବା ପାଇଁ ସେ ଦେହରୁ ଜାମାଟି କାଢ଼ି ଦର୍ପଣ ଆଗରେ ଝୁଲାଇଦେଲେ ।

(ଖ) କେଉଁ ଉଦ୍ଦେଶ୍ୟରେ ସଭର୍‌କର୍‌ ଜାହାଜରୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ ?
ସଭର୍‌କର୍ ଭାବିଥିଲେ ଜାହାଜରୁ ଖସିପଳାଇବେ ଓ ପୁନର୍ବାର ଇଂରେଜ ସରକାରଙ୍କ ବିରୋଧରେ ବିଦ୍ରୋହ କରିବେ । ତେଣୁ ସେ ଜାହାଜରୁ ସମୁଦ୍ରକୁ ଡେଇଁଥିଲେ ।

(ଗ) ମିତ୍ରମେଳାର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକଦିବସ ପାଳନ କଲେ ନାହିଁ କାହିଁକି ?
Answer:
ସଭର୍‌କର୍ ମିତ୍ରମେଳାର ବୈଠକରେ କହିଥିଲେ ଯେ ଆମ ଶତ୍ରୁଦେଶର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁରେ ଆମେ ଶୋକଦିବସ ପାଳନ କରିବା ଦରକାର ନାହିଁ । ତେଣୁ ମିତ୍ରମେଳାର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକଦିବସ ପାଳିଲେ ନାହିଁ ।

(ଘ) ସଭର୍‌କର୍‌ଙ୍କୁ କେଉଁ କାରଣରୁ ଆଣ୍ଡାମାନ ପଠାଯାଇଥିଲା ?
Answer:
ବନ୍ଦୀ ଅବସ୍ଥାରେ ଜାହାଜରୁ ଫେରାର ହେବା ଅପରାଧ ଯୋଗୁଁ ସଭର୍‌କରଙ୍କର ପୁଣି ବିଚାର ହୋଇ ଅଧ୍ୟକ କଠୋର ଦଣ୍ଡବିଧାନ କରାଗଲା । ସାରା ଜୀବନ ବନ୍ଦୀଭାବେ ଅତିବାହିତ କରିବା ପାଇଁ ତାଙ୍କୁ ‘କଳାପାଣି’ ପାରି କରାଇ ସୁଦୂର ଆଣ୍ଡାମାନ ଦ୍ଵୀପରେ ଥିବା ଜେଲ୍‌କୁ ପଠାଇ ଦିଆଗଲା ।

(ଙ) ଆଣ୍ଡାମାନରେ କଏଦୀମାନଙ୍କୁ କିପରି ଦଣ୍ଡଭୋଗ କରିବାକୁ ପଡୁଥିଲା ?
Answer:
ଆଣ୍ଡାମାନର ଜଳବାୟୁ ଖୁବ୍‌ ଅସ୍ବାସ୍ଥ୍ୟକର ଥିଲା । ବନ୍ଦୀମାନେ ବଳଦପରି ଘଣା ପେଲୁଥିଲେ । କଠିନ ଶ୍ରମ କରିବାକୁ ରାଜି ନ ହେଲେ ଚାବୁକ୍ ପାହାର ଖାଉଥିଲେ । ଦିନକୁ ସେମାନେ ପନ୍ଦର ସେର ତେଲ ପେଡ଼ିବାକୁ ବାଧ୍ୟ । କମ୍ ହେଲେ ଛୁଟି ମିଳେ ନାହିଁ । ଟିକେ ଠିଆହେଲେ ଠେଙ୍ଗିଣି ମାଡ଼ ବସେ । ଲୁହ ବୋହିଲେ ବି ଆଖ୍ ପୋଛିବାକୁ ମନା । ଦିନକୁ ଦୁଇତାଟିଆ ପାଣିରୁ ଅଧ୍ଵ କେହି ପିଇପାରିବେ ନହେଁ । ସ୍ନାନ କରିବା ସେମାନଙ୍କ ପାଇଁ ସ୍ବପ୍ନର କଥା । ଏହିପରି ଅକଥନୀୟ ଅତ୍ୟାଚାର ଭିତରେ କଏଦୀମାନଙ୍କୁ ଦଣ୍ଡଭୋଗ କରିବାକୁ ପଡୁଥିଲା।

(ଚ) ଜେଲ୍ ଯିବା ଗୌରବର କଥା ବୋଲି ସଭର୍‌କର୍ କାହିଁକି କହିଥିଲେ ?
Answer:
ସଭର୍‌କର୍‌ ଥିଲେ ଜଣେ ନିଃସ୍ବାର୍ଥପର ଦେଶପ୍ରେମୀ । ତେଣୁ ଦେଶକୁ ପରାଧୀନତାରୁ ମୁକ୍ତ କରିବାପାଇଁ ଜେଲ୍‌କୁ ଯିବା ଗୌରବର କଥା ବୋଲି ସଭର୍‌କରୁ କହିଥିଲେ ।

(ଛ) ଶେଷ ଜୀବନରେ ମଧ୍ୟ ସଭର୍‌କର୍‌ଙ୍କୁ ଆଉଥରେ କାହିଁକି କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା ?
Answer:
ନଜରବନ୍ଦୀରୁ ମୁକ୍ତ ହୋଇ ସଭର୍‌କର୍‌ ଦେଶସାରା ଭ୍ରମଣ କଲେ ଓ ମୁକ୍ତିକାମୀ ଜନତାଙ୍କୁ ଇଂରେଜ ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ କରିବାକୁ ଆହ୍ଵାନ ଦେଲେ । ତେଣୁ ତାଙ୍କୁ ଜୀବନର ଶେଷ ପର୍ଯ୍ୟାୟରେ ମଧ୍ୟ ଆଉଥରେ କାରାବରଣ କରିବାକୁ ପଡ଼ିଥିଲା ।

(ଜି) ସ୍ଵାଧୀନତା ପରେ ଭାରତ ଦୁଇଭାଗ ହେବାରୁ କେଉଁ ନୂତନ ଦେଶଟି ସୃଷ୍ଟି ହେଲା ?
Answer:
ସ୍ଵାଧୀନତା ପରେ ଭାରତ ଦୁଇ ଭାଗ ହେବାରୁ ପାକିସ୍ତାନ ନାମକ ନୂତନ ଦେଶଟି ସୃଷ୍ଟି ହେଲା ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୩।
ନିମ୍ନଲିଖ ଉକ୍ତିଗୁଡ଼ିକ କିଏ କେତେବେଳେ କହିଛି ଲେଖ ।
(କ) ‘‘ବିଲାତର ରାଣୀ ଭିକ୍ଟୋରିଆ ଆମ ଶଙ୍ଖଦେଶର ରାଣୀ । ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା ???
Answer:
ଯେତେବେଳେ ବିଲାତର ରାଣୀଙ୍କ ମୃତ୍ୟୁରେ ଭାରତରେ ସର୍ବତ୍ର ଶୋକ ପାଳିତ ହେଲା, ସେହି ସମୟରେ ସଭର୍‌କର୍ ମିତ୍ରମେଳାର ସଦସ୍ୟମାନଙ୍କର ଏକ ବୈଠକ ଡାକି ଏହି କଥା କହିଥିଲେ ।

(ଖ) ‘‘ଆରେ ତାତ୍ୟା, ତୁ ଏଠାକୁ ଆସିଲୁ କିପରି ???
Answer:
ଦିନେ ଘଣା ପେଲିସାରି ସଭର୍‌କର୍‌ ନିଜର କୋଠରିକୁ ଫେରୁଥିଲେ । ହଠାତ୍ ସେଠାରେ କଏଦୀ ଥ‌ିବା ତାଙ୍କର ବଡ଼ଭାଇ ଗଣେଶଙ୍କ ସହିତ ଦେଖାହେଲା । ସେ ସଭକର୍‌ଙ୍କୁ ଆଲିଙ୍ଗନ କରି ଏହି କଥା କହିଥିଲେ ।

Question ୪।
ସରଳ ଭାଷାରେ ବୁଝାଇ ଲେଖ ।
(କ) ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ !
Answer:
ମହାରାଷ୍ଟ୍ରରେ ……………………………….. ଗ୍ରହଣ କଲେ !
ଶଂସିତ ଗଦ୍ୟାଶଟି ରାମପ୍ରସାଦ ମହାନ୍ତିଙ୍କ ଲିଖ୍ ‘ଦେଶପ୍ରେମୀ କଏଦୀ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ବାଳଗଙ୍ଗାଧର ତିଳକ ସଭର୍‌କର୍‌ଙ୍କର ସାହସିକତାରେ ମୁଗ୍‌ଧ ହୋଇ ଯେଉଁ ମନ୍ତବ୍ୟ ଦେଇଥିଲେ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତ୍ରା ଅଠର ବର୍ଷ ବୟସରେ ସଭର୍‌କର୍ ମିତ୍ରମେଳା ନାମକ ଏକ ବିପ୍ଳବୀ ଦଳ ଗଢ଼ିଥିଲେ । ୧୯୦୧ ମସିହାରେ ବିଲାତର ରାଣୀ ଭିକ୍ଟୋରିଆଙ୍କର ମୃତ୍ୟୁ ହେଲା । ଭାରତର ସବୁଆଡ଼େ ଶୋକ ପାଳିତ ହେଲା । ମାତ୍ର ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳି ନଥିଲେ । ସଭର୍‌କର୍ ଏକ ବୈଠକ ଡାକି ଶତ୍ରୁଦେଶର ରାଣୀ ଭିକ୍ଟୋରିଆଙ୍କର ମୃତ୍ୟୁରେ ଶୋକ ନ ପାଳିବାକୁ ନିଜର ଓଜସ୍ବିନୀ ଭାଷଣରେ କହିଥିଲେ ।

ତାଙ୍କର ଏହି ଭାଷଣ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଲା । ସରକାର କ୍ଷୁବ୍‌ଧ ହୋଇ ତାଙ୍କୁ କଲେଜରୁ ବହିଷ୍କୃତ କଲେ । ଏହି ସମ୍ବାଦ ପଢ଼ି ଲୋକମାନ୍ୟ ତିଳକଙ୍କ ମୁଖରୁ ସ୍ଵତଃ ବାହାରି ପଡ଼ିଲା, ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ‘ଗ୍ରହଣ କଲେ ।’ ଶିବାଜୀଙ୍କ ପରି ଅଦ୍ବିତୀୟ ବୀର ଓ ସାହସୀ ଆଉ କେହି ନଥିଲେ । ଠିକ୍ ସେପରି ସାହସିକତାର ପରିଚୟ ଦେଇଥିବାରୁ ତିଳକ ସଭର୍‌କର୍‌ଙ୍କୁ ଲକ୍ଷ୍ୟ କରି ଏପରି କହିଥିଲେ । ବାସ୍ତବରେ ତିଳକଙ୍କର ଏହି ଉକ୍ତି ସଭର୍‌କର୍‌ଙ୍କ ପାଇଁ ଯଥାର୍ଥ ଅଟେ ।

(ଖ) ମହାବଳବାନ୍ ସିଂହକୁ ପିଞ୍ଜରାମୁକ୍ତ କରି କିଏ ବା ନିଶ୍ଚିନ୍ତ ହୋଇପାରିବ ।
Answer:
ମହାବଳବାନ୍ ……………………………. ହୋଇପାରିବ ।
ଉଦ୍ଧୃତାଂଶଟି ରାମପ୍ରସାଦ ମହାନ୍ତିଙ୍କ ଲିଖ୍ ‘ଦେଶପ୍ରେମୀ କଏଦୀ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ସଭରକର୍‌ଙ୍କ ସିଂହବିକ୍ରମ ସମ୍ପର୍କରେ ବର୍ଣ୍ଣନା କରିଛନ୍ତ୍ରି । ସଭରକରୁ ଆଣ୍ଡାମାନ ଦ୍ଵୀପରେ ‘କଳାପାଣି’ ଦଣ୍ଡାଦେଶ ପାଇ ଦୁଃଖଦ ଜୀବନ କାଟୁଥିବାବେଳେ ହଠାତ୍ ଦିନେ ବଡ଼ଭାଇ ଗଣେଶଙ୍କୁ ଦେଖ‌ିଲେ । ଦୁଇଭାଇ ବହୁ ସମୟ କାନ୍ଦିଲେ । ପରସ୍ପରକୁ ଆଲିଙ୍ଗନ କଲେ, କଥାବାର୍ତ୍ତା ହେଲେ; ମାତ୍ର ପ୍ରହରୀ ସେମାନଙ୍କୁ ଅଧିକ କଥାବାର୍ତ୍ତା ପାଇଁ ସୁଯୋଗ ଦେଲା ନାହିଁ । ଦୁଇଭାଇ ସେଠାରେ ଦଶବର୍ଷ କାଳ ଦଣ୍ଡ ଭୋଗକରି ଏକସଙ୍ଗେ ମୁକ୍ତ ହୋଇ ଫେରିଆସିଲେ ନିଜ ଦେଶକୁ । ସଭକର୍‌ଙ୍କ ଉପରେ ଇଂରେଜ ସରକାର ଦୃଢ଼ ନଜର ରଖୁଥାଆନ୍ତି ।

ତାଙ୍କର ସରକାର ବିରୋଧୀ କାର୍ଯ୍ୟକଳାପ ଶାସକଙ୍କ ମନରେ ଆତଙ୍କ ସୃଷ୍ଟି କରିଥାଏ । ଭାରତକୁ ପରାଧୀନତାରୁ ମୁକ୍ତ କରିବାପାଇଁ ସେ ଆନ୍ଦୋଳନାତ୍ମକ କାର୍ଯ୍ୟ କରୁଥିଲେ । ତେଣୁ ଇଂରେଜ ସରକାର ତାଙ୍କୁ କାରାମୁକ୍ତ କରି ନିଶ୍ଚିନ୍ତ ନଥିଲେ ।
ସର୍ବଦା ତାଙ୍କର ଚାଲିଚଳନକୁ ଲକ୍ଷ୍ୟ କରୁଥିଲେ । ତାଙ୍କୁ ପୁନର୍ବାର ବନ୍ଦି କରାଯାଇ ଅଲିପୁର ଜେଲ୍‌ରେ ନଜରବନ୍ଦୀଭାବେ ରଖାଗଲା।

Question ୫।
ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ କର ।
କୃତସଂକଳ୍ପ, ଆହ୍ଵାନ, ପ୍ରତ୍ୟାବର୍ତ୍ତନ, ଅବିସ୍ମରଣୀୟ, ଉନ୍ମତ୍ତ, ଓଜସ୍ବିନୀ, ଆଭାସ
Answer:
କୃତସଂକଳ୍ପ – କାର୍ଯ୍ୟଟିକୁ ସଫଳ କରିବାପାଇଁ ରାମ କୃତସଂକଳ୍ପ ହୋଇଛି ।
ଆହ୍ବାନ – ମହାତ୍ମାଗାନ୍ଧୀଙ୍କ ଆହ୍ବାନରେ ଦେଶବାସୀ ଏକଜୁଟ ହୋଇଥିଲେ ।
ପ୍ରତ୍ୟାବର୍ତ୍ତନ – ସନ୍ଧ୍ୟାରେ ପକ୍ଷୀମାନେ ବସାକୁ ପ୍ରତ୍ୟାବର୍ତ୍ତନ କରନ୍ତି ।
ଅବିସ୍ମରଣୀୟ – ଗୋପବନ୍ଧୁ ଆମ୍ଭମାନଙ୍କର ଅବିସ୍ମରଣୀୟ ହୋଇ ରହିଛନ୍ତି ।
ଉନ୍ମତ୍ତ – ଲୋକଟି ଉନ୍ମତ୍ତ ପରି ଘୂରି ବୁଲୁଛି ।
ଓଜସ୍ବିନୀ – ଗାନ୍ଧିଜୀଙ୍କ ଓଜସ୍ବିନୀ ଭାଷଣ ଲୋକଙ୍କୁ ମୁଗ୍‌ଧ କଲା ।
ଆଭାସ – ତାଙ୍କ ମୁହଁରୁ ଚିନ୍ତାର ଆଭାସ ଜଣାପଡୁଛି ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୬।
ନିମ୍ନରେ କେତୋଟି ଶବ୍ଦ ଦିଆଯାଇଛି । ସେଗୁଡ଼ିକର ଡାହାଣ ପାଖରେ ‘ରତ’ ଶବ୍ଦ ଯୋଗକରି ନୂଆ ଶବ୍ଦ ଲେଖ ଓ ସେଇ ନୂଆ ଶବ୍ଦକୁ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ଗଠନ କର ।
ସଂଗ୍ରାମ, କାର୍ଯ୍ୟ, ଅଧ୍ୟୟନ, ସାଧନା
Answer:
ସଂଗ୍ରାମରତ – ନିଜର ଦାବି ହାସଲ ପାଇଁ ହରି ସର୍ବଦା ସଂଗ୍ରାମରତ ରହିଛି ।
କାର୍ଯ୍ୟରତ – କାର୍ଯ୍ୟରତ ମନୁଷ୍ୟ ହାରିଯାଏ ନାହିଁ ।
ଅଧ୍ୟୟନରତ – ଛାତ୍ର ସଫଳତା ପାଏ ।
ସାଧନାରତ – ଶିଳ୍ପୀ ନିଜର କଳାନିପୁଣତା ପ୍ରଦର୍ଶନ କଲେ ।

Question ୭।
ନିମ୍ନ ଗଦ୍ୟାଶରେ ଥ‌ିବା ଭିନ୍ନ ଭିନ୍ନ ମାତ୍ରା ଓ ଫଳାଗୁଡ଼ିକୁ ଚିହ୍ନଟ କର :
୧୯୦୧ ମସିହାରେ ଯେତେବେଳେ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁହେଲା ଭାରତରେ ସର୍ବତ୍ର ଶୋକ ପାଳିତ ହେଲା କିନ୍ତୁ, ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍‌କର୍ ଗୋଟିଏ ବୈଠକ ଡାକି ସେଥ‌ିରେ ଓଜସ୍ବିନୀ ଭାଷଣ ଦେଲେ । ସେ କହିଲେ ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁଦେଶର ରାଣୀ ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା ।
Answer:
ଉକ୍ତ ଗଦ୍ୟାଂଶରେ ଥିବା

ମାତ୍ରା ଫଳା
‘ଏ’ କାର, ‘ଇ’ କାର, ‘ଈ’ କାର, ‘ଆ’ କାର, ‘ଉ’ କାର, ‘ଓ’ କାର, ‘ଐ’ କାର ‘ୟ’ ଫଳା, ‘ର’ ଫଳା, ‘ବ’ ଫଳା, ‘ର’ ଫଳା, ‘ଟ’ ଫଳା

Question ୮।
‘ଲୋକମାନେ ଶୋକ ପାଳନ କଲେ ।’ ଏହି ବାକ୍ୟକୁ ଭବିଷ୍ୟତ କାଳରେ ପରିବର୍ତ୍ତନ କଲେ ହେବ– ‘ଲୋକମାନେ ଶୋକ ପାଳନ କରିବେ ।’ ସେହିପରି ନିମ୍ନଲିଖ୍ ବାକ୍ୟଗୁଡ଼ିକୁ ଭବିଷ୍ୟତ କାଳରେ ପରିବର୍ତ୍ତନ କରି ଲେଖ ।
(କ) ସିପାହୀମାନେ ତାଙ୍କ ପାଖରେ ପହଞ୍ଚିଗଲେ ।
(ଖ) ସରକାର ତାଙ୍କ ଉପରୁ କଟକଣା ଉଠାଇନେଲେ ।
(ଗ) ରାଜଦ୍ରୋହ ଅପରାଧରେ ତାଙ୍କୁ ବନ୍ଦୀ କରାଗଲା ।
(ଘ) ସେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ ।
Answer:
(କ) ସିପାହୀମାନେ ତାଙ୍କ ପାଖରେ ପହଞ୍ଚିଯିବେ ।
(ଖ) ସରକାର ତାଙ୍କ ଉପରୁ କଟକଣା ଉଠାଇନେବେ ।
(ଗ) ରାଜଦ୍ରୋହ ଅପରାଧରେ ତାଙ୍କୁ ବନ୍ଦୀ କରାଯିବ ।
(ଘ) ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବେ ।

Question ୯।
‘ବଳ’ ଶବ୍ଦରେ ‘ବାନ୍’ ଲଗାଇଲେ ‘ବଳବାନ୍’ ହେବ । ସେହିପରି ନିମ୍ନଲିଖ୍ ଶବ୍ଦରେ ‘ବାନ୍’ ଲଗାଇ ନୂଆ ଶବ୍ଦ ଲେଖ ।
ଧନ, ମୂଲ୍ୟ, ଜ୍ଞାନ, ଶ୍ରଦ୍ଧା, ନ୍ୟାୟ
Answer:
ଧନ – ଧନବାନ୍
ମୂଲ୍ୟ – ମୂଲ୍ୟବାନ୍
ଜ୍ଞାନ – ଜ୍ଞାନବାନ୍
ଶ୍ରଦ୍ଧା – ଶ୍ରଦ୍ଧାବାନ୍
ନ୍ୟାୟ – ନ୍ୟାୟବାନ୍

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୧୦।
‘‘କଳାପାଣି ନାଆଁ ଶୁଣିଲେ ଅନେକ ବନ୍ଦୀଙ୍କ ସେ ସ୍ନାନ କରିବ ।”’
ପାଠର ଏହି ଅନୁଚ୍ଛେଦଟି ପଢ଼ । ଏପରି ପ୍ରଶ୍ନଗୁଡ଼ିଏ ତିଆରି କର, ଯେଉଁଗୁଡ଼ିକର ଉତ୍ତର ସେହି ଅନୁଚ୍ଛେଦରୁ ହିଁ ମିଳିବ ।
Answer:
(୧) କଳାପାଣି ନାଁ ଶୁଣି ବନ୍ଦୀଙ୍କ ହୃତସ୍ପନ୍ଦନ ବଢ଼ି ଯାଉଥୁଲା କାହିଁକି ?
(୨) ବନ୍ଦୀମାନେ ସେଠାରେ କି କାର୍ଯ୍ୟ କରୁଥିଲେ ?
(୩) କଏଦୀଙ୍କ ପିଠିରେ ଚାବୁକ ପ୍ରହାର ବସୁଥିଲା କାହିଁକି ?
(୪) ପ୍ରତିଦିନ ଜଣେ କଏଦୀଙ୍କୁ କେତେ ତେଲ ପେଡ଼ିବାକୁ ପଡୁଥିଲା ?
(୫) ଦୈନିକ କେତେ ଜଳ ପିଇବାକୁ ମିଳୁଥିଲା ?
(୬) ଠେଙ୍ଗିଣି ମାଡ଼ କାହିଁକି ବସୁଥିଲା ?
(୭) କଏଦୀମାନେ କିପରି ସ୍ନାନ କରୁଥିଲେ ?

Question ୧୧।
ଯେପରି ଉଚ୍ଚ ଉଚ୍ଚତର ଉଚ୍ଚତମ ସେହିପରି ତଳ ଶବ୍ଦଗୁଡ଼ିକ କ’ଣ ହେବ ଲେଖ ।
କ୍ଷୁଦ୍ର, ପ୍ରିୟ, ଲଘୁ
Answer:
କ୍ଷୁଦ୍ର, – କ୍ଷୁବ୍ରତର- କ୍ଷୁଦ୍ରତମ
ପ୍ରିୟ, – ପ୍ରିୟତର – ପ୍ରିୟତମ
ଲଘୁ – ଲଘୁତର – ଲଘୁତମ

Question ୧୨।
‘ମହାରାଣୀ’ ଶବ୍ଦକୁ ପୁଂଲିଙ୍ଗରେ ଲେଖିଲେ ହେବ ‘ମହାରାଜା’ । ସେହିପରି ନିମ୍ନଲିଖ୍ ଶବ୍ଦଗୁଡ଼ିକର ପୁଂଲିଙ୍ଗ ରୂପ କ’ଣ ହେବ ଲେଖ ।
ସାହେବାଣୀ, ମୂଲିଆଣୀ, ସମୁଦୁଣୀ, ବାଘୁଣୀ, ଭିକାରୁଣୀ
Answer:
ସାହେବାଣୀ – ସାହେବ
ବାଘୁଣୀ – ବାଘ
ମୂଲିଆଣୀ – ମୂଲିଆ
ଭିକାରୁଣୀ – ଭିକାରି
ସମୁଦୁଣୀ – ସମୁଦି

Question ୧୩।
ତଳଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ସଭର୍‌କର୍‌ଙ୍କ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
ଓଜସ୍ବିନୀ, ବହିଷ୍କାର, କ୍ଷୁବ୍ଧ, ସ୍ଵଦେଶ, ଆହ୍ଵାନ
Answer:
ସଭର୍‌କର୍ ଗୋଟିଏ ବୈଠକ ଡାକି ସେଥ୍ରେ ଓଜସ୍ବିନୀ ଭାଷଣ ଦେଲେ । ତାଙ୍କର ଭାଷଣ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଲା । ସରକାର କ୍ଷୁବ୍‌ଧ ହୋଇ ଏହି ଯୁବକଙ୍କୁ କଲେଜରୁ ବହିଷ୍କାର କରିଦେଲେ । ଦିନେ ସଭର୍‌କର୍ ଲୋକମାନ୍ୟ ତିଳକଙ୍କଠାରୁ ଏକ ବାର୍ତ୍ତା ପାଇ ତାଙ୍କୁ ସାକ୍ଷାତ୍ କଲେ । ତାଙ୍କ ପାଦ ସ୍ପର୍ଶକରି ସ୍ଵଦେଶ ପାଇଁ କାମ କରିବାକୁ ସେ ତାଙ୍କର ଆଶୀର୍ବାଦ ଭିକ୍ଷାକଲେ । ଦେଶରେ ସ୍ଵାଧୀନତା ଆନ୍ଦୋଳନ ଚାଲିଥାଏ । ବିଦେଶୀ ଦ୍ରବ୍ୟ ବ୍ୟବହାର ନ କରିବାକୁ ଗାନ୍ଧିଜୀ ଆହ୍ବାନ ଦେଉଥା’ନ୍ତି । ସଭର୍‌କର୍ ସେହି ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ସାଜିଥିଲେ ।

ତୁମ ପାଇଁ କାମ:

୧। ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥ‌ିବା କିଛି ବିପ୍ଳବୀଙ୍କର ଏକ ତାଲିକା ପ୍ରସ୍ତୁତ କର ।
୨। ବାଳଗଙ୍ଗାଧର ତିଳକଙ୍କର ଜୀବନୀ ସଂଗ୍ରହ କରି ପଢ଼ ।
୩ । ସଭର୍‌କର୍‌ଙ୍କ ଜୀବନୀ ସଂଗ୍ରହ କରି ପଢ଼ ।

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ‘ସାୟାହ୍ନ’ର ଅର୍ଥ – ରାତ୍ରିକାଳ / ସନ୍ଧ୍ୟାକାଳ / ସକାଳ ସନ୍ଧ୍ୟାକାଳ

(ଖ) ବନାନ ଠିକ୍ କରି ଲେଖ ।
Answer:
(୧) ଓଜସ୍ବିନୀ – ଓଜସ୍ବିନୀ
(୨) ବହିସ୍ତୃତ – ବହିଷ୍କୃତ

(ଗ) ଘନ ସବୁଜ ବିସ୍ତୃତ ଅରଣ୍ୟରେ ଏହା ଆଚ୍ଛନ୍ନ । ଏହି ବାକ୍ୟରେ ‘ବନାନୀ’ ବ୍ୟବହାର କରି ବାକ୍ୟଟି
Answer:
ଘନ ସବୁଜ ବନାନୀରେ ଏହା ଆଚ୍ଛନ୍ନ ।

(ଘ) ବିପରୀତ ଶବ୍ଦ ଲେଖ ।
Answer:
(୧) ଜନାକୀର୍ୟ – ଜନବିରଳ
(୨) ମିତ୍ର – ଶତ୍ରୁ
(୩) ବୀର – ଭୀରୁ
(୫) ଆତ୍ମଗୋପନ – ଆତ୍ମପ୍ରକାଶ
(୪) ନିଶ୍ଚଳ – ଚଞ୍ଚଳ
(୬) ଅନୁଜ – ଅଗ୍ରଜ
(୭) ତ୍ୟାଗ – ଭୋଗ
(୮) ପିଞ୍ଜରାବଦ୍ଧ – ପିଞ୍ଜରାମୁକ୍ତ

(ଙ) ଲମ୍ଫ ପ୍ରଦାନର ଅର୍ଥ – ଡେଇଁବା / କୁଦା ମାରିବା / ଦୌଡ଼ିବା
Answer:
କୁଦା ମାରିବା

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଦେଶ ସ୍ଵାଧୀନ ହେଲା ପରେ ମଧ୍ୟ ସଭର୍‌କର୍‌ କାହିଁକି ଶାନ୍ତି ପାଇପାରିଲେ ନାହିଁ ?
Answer:
ଜୀବନସାରା ଜେଲ୍ସଦଣ୍ଡ ସହି, ବହୁ ସଂଗ୍ରାମ କରି ସଭର୍‌କର୍ ମାତୃଭୂମିକୁ ସ୍ଵାଧୀନ କରିବାକୁ ଚାହିଁଥିଲେ । ଭାରତ ସ୍ଵାଧୀନ ହେଲା ସତ, କିନ୍ତୁ ପାକିସ୍ତାନ ଓ ଭାରତ ଏହିପରି ଦୁଇ ଭାଗରେ ବିଭକ୍ତ ହେଲା । ଦେଶର ବିଭାଜନ ହେତୁ ସଭକର୍‌ ଶାନ୍ତି ପାଇପାରିଲେ ନାହିଁ ।

(ଖ) ସଭର୍‌କର୍ ବନ୍ଦୀ ଅବସ୍ଥାରେ ବିଲାତରୁ ଭାରତ ଆସୁଥ‌ିବା ଜାହାଜଟିର ନାମ କ’ଣ ଥିଲା ?
Answer:
ସଭର୍‌କର୍‌ ବନ୍ଦୀ ଅବସ୍ଥାରେ ବିଲାତରୁ ଭାରତ ଆସୁଥିବା ଜାହାଜଟିର ନାମ ‘ମେରିଆ’ ଥିଲା ।

(ଗ) ସଭର୍‌କର୍ ବିଲାତରେ ବନ୍ଦୀ ହୋଇଥିଲେ କାହିଁକି ?
Answer:
ଆଇନ ଅଧ୍ୟୟନ ନିମନ୍ତେ ସଭକର୍ ବିଲାତ ଯାଇ ସେଠାରେ ମଧ୍ୟ ଭାରତରୁ ଇଂରେଜ ଶାସନ ଲୋପ କରିବା ନିମନ୍ତେ ଉଦ୍ୟମ କରିଥିଲେ । ତେଣୁ ରାଜନୈତିକ ଅପରାଧରେ ସେ ସେଠାରେ ବନ୍ଦୀ ହୋଇଥିଲେ ।

(ଘ) ଇଂରେଜ ସାମ୍ବାଦିକ ଜଣକ କାହିଁକି ଜେଲ୍ସଦଣ୍ଡ ଭୋଗିଲେ ?
Answer:
ସଭର୍‌କର୍‌ଙ୍କର ନିଜର ଜନ୍ମଭୂମି ପ୍ରତି ମମତା ଓ ସର୍ବସ୍ଵ ତ୍ୟାଗ କରିବାର ସଙ୍କଳ୍ପ ଦେଖୁ ଇଂରେଜ ସାମ୍ବାଦିକ ବିସ୍ମୟାନ୍ଵିତ ହେଲେ ଏବଂ ତାଙ୍କର ଦେଶପ୍ରେମର ବିବରଣୀ ସେ ପ୍ରଶଂସାର ସହିତ ସମ୍ବାଦପତ୍ରରେ ପ୍ରକାଶ କରିଥିଲେ । ତେଣୁ ସରକାର ରାଗିଯାଇ ତାଙ୍କୁ ବନ୍ଦୀ କରିଥିଲେ ଓ ସଭର୍‌କର୍ ରହୁଥ‌ିବା ଜେଲ୍‌ରେ ଜେଣ୍ଡ ଭୋଗିବାକୁ ପଠାଇ ଦେଇଥିଲେ ।

(ଙ) ସ୍ଵାଧୀନତା ଆନ୍ଦୋଳନରେ କିପରି ସଭର୍‌କର୍ ଅଂଶଗ୍ରହଣ କରିଥିଲେ ?
Answer:
ଲୋକମାନ୍ୟ ବାଳ ଗଙ୍ଗାଧର ତିଳକଙ୍କୁ ସାକ୍ଷାତ୍ କରି ସଭର୍‌କର୍ ସ୍ବଦେଶ ପାଇଁ କାମ କରିବା ଲାଗି ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ସେତେବେଳକୁ ସ୍ଵାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା । ବିଦେଶୀ ଦ୍ରବ୍ୟ ବର୍ଜନ କରିବା, ବିଲାତି ବସ୍ତ୍ରରେ ନିଆଁ ଲଗାଇବା ଇତ୍ୟାଦି କାର୍ଯ୍ୟ ଦେଶସାରା ଚାଲିଥିଲା । ଯୁବକ ସଭର୍‌କର ଏହି ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ଥିଲେ ।

(ଚ) ସଭର୍‌କରଙ୍କ ପୂରାନାମ କ’ଣ ?
Answer:
ସଭର୍‌କରଙ୍କ ପୂରାନାମ ବିନାୟକ ଦାମୋଦର ସଭର୍‌କର୍ ।

(ଛ) ଲୋକମାନ୍ୟ ତିଲକଜୀ ଯୁବକ ସଭକର୍‌ଙ୍କୁ କାହିଁକି ଡକାଇଥିଲେ ?
Answer:
ସ୍ଵାଧୀନତା ଆନ୍ଦୋଳନର ଗୋଟିଏ ପର୍ଯ୍ୟାୟରେ ମହାତ୍ମାଗାନ୍ଧି ବିଦେଶୀ ଦ୍ରବ୍ୟ ବର୍ଜନ କରି ସ୍ଵଦେଶୀ ଜିନିଷ ବ୍ୟବହାର କରିବା ପାଇଁ ଡାକରା ଦେଇଥା’ନ୍ତି । ବିଦେଶୀ ଲୁଗା ଓ ଅନ୍ୟାନ୍ୟ ଜିନିଷମାନ ଲୋକେ ପୋଡ଼ି ଦେଉଥାନ୍ତି । ଏହି ପ୍ରବଳ ଜନ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳିତ କରିବା ପାଇଁ ସଭର୍‌କର୍‌ଙ୍କ ପରି ଦେଶପ୍ରେମୀ ଯୁବକଙ୍କ ଆବଶ୍ୟକତା ଅନୁଭବ କରି ସେତେବେଳର ଆମ ଭାରତର ଅନ୍ୟତମ ବରେଣ୍ୟ ନେତା ଲୋକମାନ୍ୟ ବାଲଗଙ୍ଗାଧର ତିଳକ ସଭର୍‌କର୍‌ଙ୍କୁ ଡକାଇଥିଲେ ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୩ ।
ସରଳାର୍ଥ ଲେଖ ।
(କ) ଦେଶ ସ୍ଵାଧୀନ ହେଲା ପରେ ମଧ୍ୟ ସେ ଶାନ୍ତିଲାଭ କରିପାରିଲେ ନାହିଁ, କାରଣ ତାଙ୍କ ସ୍ଵପ୍ନର
ଭାରତ ଦ୍ୱିଖଣ୍ଡିତ ହୋଇଯାଇଥିଲା
Answer:
ଦେଶ ସ୍ଵାଧୀନ ………………………………… ହୋଇଯାଇଥିଲା ।
ଉଦ୍ଧୃତାଂଶଟି ରାମପ୍ରସାଦ ମହାନ୍ତିଙ୍କ ଲିଖ୍ ‘ଦେଶପ୍ରେମୀ କଏଦୀ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ଦେଶ ସ୍ଵାଧୀନ ଓ ବିଭାଜନ ହେବା ସମ୍ପର୍କରେ ସଭର୍‌କରଙ୍କ ମନର ଅବସ୍ଥାକୁ ରୂପ ଦେଇଛନ୍ତି । ସଭର୍‌କର୍‌ ଥିଲେ ଦେଶପ୍ରେମୀ । ଦେଶକୁ ମୁକ୍ତ କରିବାପାଇଁ ବାରମ୍ବାର ଆନ୍ଦୋଳନ ଓ ବିପ୍ଳବର ଅଗ୍ରଦୂତ ସାଜି ସେ ଜେଲ୍ ଭୋଗିଥିଲେ । ଦେଶପାଇଁ ତାଙ୍କର ତ୍ୟାଗ ଅବିସ୍ମରଣୀୟ । ଦେଶର ସ୍ଵାଧୀନତାପାଇଁ ତାଙ୍କୁ ସାରାଜୀବନ ବିଦେଶୀ ସରକାରର ନିର୍ମମ ନିର୍ଯାତନା ଭୋଗିବାକୁ ପଡ଼ିଥିଲା । ଦେଶ ସ୍ଵାଧୀନ ହେଲା । ସୁଚତୁର ଇଂରେଜ ଶାସକ ବିଶାଳ ଭାରତ ଭୂଖଣ୍ଡକୁ ଦୁଇଭାଗରେ ବିଭକ୍ତ କରିଦେଲେ । ତାଙ୍କ ସ୍ବପ୍ନର ଭାରତ ଆଉ ପୂର୍ବଭଳି ଅଖଣ୍ଡ ରହିପାରିଲା ନାହିଁ । ପାକିସ୍ତାନ ସୃଷ୍ଟିକରି ଇଂରେଜମାନେ ଭାରତବର୍ଷକୁ ବିଭାଜିତ କରିଦେଲେ । ଫଳରେ ସ୍ଵାଧୀନତାର ଆନନ୍ଦ ସଭର୍‌କରଙ୍କୁ ଶାନ୍ତି ପ୍ରଦାନ କରିପାରିଲା ନାହିଁ । ଦେଶ ବିଭାଜନ ହେବା ଘଟଣାରେ ସେ ମର୍ମାହତ ହେଲେ ।

(ଖ) ‘ଦୁହେଁ ପରସ୍ପରକୁ ଚାହିଁ କିଛି ସମୟ ମୂକଭଳି ଠିଆହୋଇ ରହିଲେ ।’’
Answer:
‘ଦୁହେଁ ପରସ୍ପରକୁ …………………………….. ରହିଲେ ।’’
ଉକ୍ତ ଗଦ୍ୟାଶଟି ଆମ ସାହିତ୍ୟ ବହିର ‘ଦେଶ ପ୍ରେମୀ କଏଦୀ’ ବିଷୟରୁ ଆନୀତ । ଏଠାରେ ଲେଖକ ରାମଚନ୍ଦ୍ର ମହାନ୍ତି ସଭର୍‌କର୍‌ ଓ ତାଙ୍କ ବଡ଼ ଭାଇ ଗଣେଶଙ୍କର କିପରି ନାଟକୀୟ ଭାବରେ ଜେଲ୍ ଭିତରେ ଦେଖା ସାକ୍ଷାତ୍ ହୋଇଗଲା, ତାହା ବର୍ଣ୍ଣନା କରିଛନ୍ତି । ସଭର୍‌କର୍ ଓ ତାଙ୍କ ବଡ଼ଭାଇ ଗଣେଶ ଉଭୟ ଦେଶବତ୍ସଳ । ସେତେବେଳେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଇଂରେଜ ସରକାର ଦୃଢ଼ ହସ୍ତରେ ଦମନ କରୁଥିଲେ । ନିଜର ଅତି ଆପଣାର ଦେଶ ଭାରତକୁ ସ୍ଵାର୍ଥପର ଇଂରେଜ ସରକାରଙ୍କ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରୁଥିବା ଯୋଗୁ ସଭର୍‌କର କଳାପାଣି ପାରହୋଇ ଆଣ୍ଡାମାନ ଜେଲରେ ନିର୍ଯ୍ୟାତନା ଭୋଗୁଥା’ନ୍ତି ।

ସେତେବେଳେ ସେ ଜେଲ ଭିତରେ ଥାଇ ବାହ୍ୟ ଜଗତର କିଛି ଖୋଜଖବର ରଖ୍ଯାରୁ ନଥିଲେ । ତାଙ୍କର ବଡ଼ଭାଇ ମଧ୍ୟ ଦେଶପ୍ରେମୀର ଅପରାଧ ନେଇ ସେହି ଏକା ଜେଲ୍‌ରେ ଥା’ନ୍ତି; କିନ୍ତୁ କେହି କାହାର ଖବର ଜାଣିପାରୁନାହାନ୍ତି, ଦିନେ ହଠାତ୍ ଘଣା ପେଲିସାରି ନିଜ କୋଠରିକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଏକ ନାଟକୀୟ ଭାବରେ ସଭର୍‌କରଙ୍କର ବଡ଼ଭାଇ ଗଣେଶଙ୍କ ସହ ଦେଖାହେଲା । କେହି କାହାରିକୁ ଜାଣି ନଥିବାରୁ ପ୍ରଥମେ ଦୁଇଭାଇ ପରସ୍ପରକୁ ଦେଖ୍ ବିସ୍ମିତ ହେଲେ । କାହାରି ପାଟିରୁ କଥା ବାହାରିଲା ନାହିଁ । ବଡ଼ଭାଇ ଗଣେଶ ଭାବିଥିଲେ, ସଭର୍‌କର୍ ହୁଏତ ଲଣ୍ଡନ କିମ୍ବା ପ୍ୟାରିସ୍‌ ଥ‌ିବା ଦେଶର ସ୍ଵାଧୀନତା ପାଇଁ ସେ ନିଶ୍ଚୟ ସେଠାରେ ସଂଗ୍ରାମ ଚଳାଉଥ‌ିବ ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୪।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଶେଷ ଜୀବନରେ ସଭର୍‌କରଙ୍କୁ କାହିଁକି ଆଉଥରେ କାରାବରଣ କରିବାକୁ ପଡ଼ିଥିଲା ?
Answer:
ଆଣ୍ଡାମାନରୁ ମୁକ୍ତହେବା ପରେ ସଭର୍‌କର୍ ସ୍ଵଦେଶକୁ ଫେରିଥିଲେ । ତଥାପି ସଭର୍‌କର୍‌ଙ୍କ ପ୍ରତି ଇଂରେଜମାନଙ୍କର ଖୁବ୍ ଭୟ ଥାଏ । ତେଣୁ ତାଙ୍କୁ ପୁନର୍ବାର ବନ୍ଦୀ କରାଯାଇ ବଙ୍ଗପ୍ରଦେଶର ଅଲିପୁର ଜେଲ୍‌କୁ ପଠାଇ ନଜରବନ୍ଦୀ ଭାବେ ରଖାଗଲା। ଏହାର ଷୋଳବର୍ଷ ପରେ ତାଙ୍କୁ ମୁକ୍ତ କରିଦିଆଗଲା । ବାର୍ଦ୍ଧକ୍ୟ ହେତୁ ସଭକର୍ କ୍ଳାନ୍ତ ଓ ଅବସନ୍ନ ହୋଇପଡ଼ିଥିବେ ବୋଲି ଇଂରେଜ ସରକାର ଭାବିଥିଲେ । ମାତ୍ର ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ସଭର୍‌କର୍ ଦେଶସାରା ଭ୍ରମଣ କଲେ ଓ ସଶସ୍ତ୍ର ସଂଗ୍ରାମ ପାଇଁ ଲୋକମାନଙ୍କୁ ଆହ୍ଵାନ ଦେଲେ । ତେଣୁ ଇଂରେଜ ସରକାର ତାଙ୍କୁ ଆଉଥରେ ବନ୍ଦୀକଲେ । ତେଣୁ ତାଙ୍କୁ ଶେଷ ଜୀବନରେ ଆଉଥରେ କାରାବରଣ କରିବାକୁ ପଡ଼ିଥିଲା ।

(ଖ) ଆଣ୍ଡାମାନର କଏଦୀମାନଙ୍କୁ କିପରି ଦଣ୍ଡ ଭୋଗ କରିବାକୁ ପଡୁଥିଲା ?
Answer:
ଆଣ୍ଡାମାନର ଜଳବାୟୁ ଖୁବ୍‌ ଅସ୍ବାସ୍ଥ୍ୟକର ଥିଲା । ବନ୍ଦୀମାନେ ବଳଦ ପରି ଘଣା ପେଲୁଥିଲେ । କଠିନ ଶ୍ରମ କରିବାକୁ ରାଜି ନ ହେଲେ ଚାବୁକ ପାହାର ଖାଉଥିଲେ । ଦିନକୁ ସେମାନେ ପନ୍ଦର ସେର ତେଲ ପେଡ଼ିବାକୁ ବାଧ୍ୟ । କମ୍ ହେଲେ ଛୁଟି ମିଳେ ନାହିଁ । ଟିକେ ଠିଆହେଲେ ଠେଙ୍ଗିଣି ମାଡ଼ ବସେ । ଲୁହ ବୋହିଲେ ବି ଆଖ୍ ପୋଛିବାକୁ ମନା । ଦିନକୁ ଦୁଇତାଟିଆ ପାଣିରୁ ଅଧ‌ିକ କେହି ପିଇପାରିବେ ନାହିଁ । ସ୍ନାନ କରିବା ସେମାନଙ୍କ ପାଇଁ ସ୍ୱପ୍ନର କଥା । କଏଦୀ ଘଣା ପେଲୁଥ‌ିବାବେଳେ ଯଦି ଭାଗ୍ୟକୁ ବର୍ଷା ହୁଏ, ତେବେ ସେ ସେହି ବର୍ଷାଜଳରେ ସ୍ନାନ କରୁଥିଲା । ଏହିପରି ଅକଥନୀୟ ଅତ୍ୟାଚାର ଭିତରେ କଏଦୀମାନଙ୍କୁ ଦଣ୍ଡ ଭୋଗ କରିବାକୁ ପଡୁଥିଲା ।

(ଗ) ‘‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ’’ ଏକଥା କିଏ କାହିଁକି କହିଥିଲେ ?
Answer:
ସଭର୍‌କର୍ ଆବାଲ୍ୟରୁ ଦେଶପ୍ରେମୀ ଥିଲେ । କଲେଜରେ ପଢୁଥିବାବେଳେ ମାତ୍ର ଅଠରବର୍ଷ ବୟସରେ ସେ ‘ମିତ୍ରମେଳା’ ନାମକ ଏକ ବିପ୍ଳବୀ ଦଳ ଗଢ଼ିଥିଲେ । ୧୯୦୧ ମସିହାରେ ଯେତେବେଳେ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ହେଲା, ସେତେବେଳେ ଭାରତରେ ସର୍ବତ୍ର ଶୋକ ପାଳନ କରାଗଲା; ମାତ୍ର ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍‌କର୍ ଏକ ବୈଠକ ଡାକି ସେଥ୍ରେ ଓଜସ୍ବିନୀ ଭାଷଣ ଦେଲେ । ସେ କହିଲେ ଯେ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ ହୋଇଥିବାରୁ ତାଙ୍କ ବିୟୋଗରେ ଆମର ଶୋକ ପାଳିବା ଆବଶ୍ୟକ ନାହିଁ । ତାଙ୍କ ଭାଷଣ ସମ୍ବାଦପତ୍ରଗୁଡ଼ିକରେ ପ୍ରକାଶିତ ହେଲା । ସରକାର କ୍ଷୁବ୍ଧ ହୋଇ ତାଙ୍କୁ କଲେଜରୁ ବହିଷ୍କାର କଲେ । ସେତେବେଳେ ଦେଶର ବିଶିଷ୍ଟ ନେତା ବାଳ ଗଙ୍ଗାଧର ତିଳକ ଏହି ସମ୍ବାଦ ପଢ଼ିଥିଲେ । ତାଙ୍କ ଦେଶପ୍ରୀତି ଓ ସାହସିକତା ବିଷୟରେ ପଢ଼ି ତାଙ୍କ ପାଟିରୁ ସ୍ଵତଃ ବାହାରି ପଡ଼ିଥିଲା – ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ ।’’

(ଘ) ସଭର୍‌କର୍ ଗଢ଼ିଥ‌ିବା ବିପ୍ଳବୀ ଦଳର ନାମ କ’ଣ ଥିଲା ? ଏହି ଦଳର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକଦିବସ ପାଳିଲେ ନାହିଁ କାହିଁକି ?
Answer:
ଦଳ ଗଢ଼ିଥିଲେ । ସେହି ଦଳର ନାମ ଥିଲା ‘ମିତ୍ରମେଳା’ । ୧୯୦୧ ମସିହାରେ ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ହେଲା । ସେଥ‌ିପାଇଁ ଭାରତରେ ସର୍ବତ୍ର ଶୋକ ପାଳିତ ହେଲା । କିନ୍ତୁ ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍‌କର୍ ମିତ୍ରମେଳାର ଏକ ବୈଠକ ଡାକି ସେଥ‌ିରେ ଓଜସ୍ବିନୀ ଭାଷଣ ଦେଇଥିଲେ । ସେ କହିଲେ ଯେ ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁଦେଶର ରାଣୀ । ତେଣୁ ତାଙ୍କ ମୃତ୍ୟୁରେ ଆମର ଶୋକ ପାଳିବାର ଆବଶ୍ୟକତା ନାହିଁ ।

(ଙ) ସଭକର୍‌ଙ୍କୁ କେଉଁ କାରଣରୁ ଆଣ୍ଡାମାନ ପଠା-ଯାଇଥିଲା ?
Answer:
କଲେଜ ଶିକ୍ଷା ଶେଷକଲା ପରେ ସଭକର୍‌ ଆଇନ ପଢ଼ିବାପାଇଁ ଲଣ୍ଡନ ଯାଇଥିଲେ । ବିଲାତରେ ଥାଇ ମଧ୍ୟ ସେ ଭାରତମାତାକୁ ସ୍ଵାଧୀନ କରିବାର ସ୍ବପ୍ନ ଦେଖୁଥା’ନ୍ତି । ସେ ବିଲାତରେ ସଙ୍ଗଠନ ଆରମ୍ଭ କରି ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ ଚଳାଇଲେ । ତେଣୁ ତାଙ୍କୁ ରାଜଦ୍ରୋହ ଅପରାଧରେ ବନ୍ଦୀ କରାଗଲା ଓ ଜାହାଜରେ ଭାରତର କୌଣସି ଏକ କାରାଗାରକୁ ପଠାଇ ଦିଆଗଲା । କିନ୍ତୁ ସେ ଜାହାଜରୁ ସମୁଦ୍ରକୁ ଡେଇଁପଡ଼ି ପଳାଇଯିବାକୁ ଚେଷ୍ଟାକରି ଧରାପଡ଼ିଗଲେ । ବନ୍ଦୀ ଅବସ୍ଥାରେ ଫେରାର ହେବା ତାଙ୍କ ପ୍ରତି ଅଧ‌ିକ କଠୋର ଦଣ୍ଡବିଧାନ କରାଯାଇ କଳାପାଣି ପାରିକରି ଆଣ୍ଡାମାନ ଜେଲକୁ ପଠାଇ ଦିଆଗଲା ।

ଲେଖକ ପରିଚୟ:

ରାମପ୍ରସାଦ ମହାନ୍ତି (୧୯୨୦) ପୁରୀ ଜିଲ୍ଲାର ନିମାପଡ଼ା ଥାନା ଅନ୍ତର୍ଗତ କରିଲୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ । ସେ ଅନେକ ଦିନ ଧରି ‘ମୀନାବଜାର’ ଓ ‘ଶିଶୁଲେଖା’ ଆଦି ଶିଶୁ ପତ୍ରିକାର ସମ୍ପାଦକ ଥିଲେ । ବହୁ ଗଳ୍ପ ଓ କବିତାର ସେ ରଚୟିତା । ‘ଲୁଲୁ ଆମ ପାରିବାର’, ‘ଦେଶପ୍ରେମୀ କଏଦୀର କାହାଣୀ’ ଆଦି ଗଳ୍ପଗୁଡ଼ିକ ତାଙ୍କ ରଚନା । ତାଙ୍କ ରଚିତ ଶିଶୁସାହିତ୍ୟ ପୁସ୍ତକ ‘ବଜାରେ ବଜା’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି।

ବିଷୟ ସୂଚନା:

ଲେଖା ଜରିଆରେ ଲୋକଙ୍କ ମନରେ ଦେଶପ୍ରେମ ସୃଷ୍ଟି କରିବା ଲେଖକଙ୍କର ଉଦ୍ଦେଶ୍ୟ । କଏଦୀ’ ବିଷୟରେ ସ୍ଵାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସଭର୍‌କରଙ୍କ ମାତୃଭୂମିର ମୁକ୍ତା ଆନ୍ଦୋଳନରେ ନିଃସ୍ୱାର୍ଥପର ସେବା ଓ ତ୍ୟାଗର କାହାଣୀ ବର୍ଣ୍ଣିତ ହୋଇଛି ।

ସାରକଥା:

ଦାମୋଦର ସଭର୍‌କର୍ ଜଣେ ସ୍ଵାଧୀନତା ସଂଗ୍ରାମୀ । ସେ ଜଣେ ଦେଶଭକ୍ତ ଏବଂ ବିପ୍ଳବୀ ଯୁବକ ଥିଲେ । ଜନ୍ମଭୂମିପାଇଁ ଜୀବନସାରା ଦୁଃଖ ସହିଥିଲେ । ବିଲାତରେ ଆଇନ ପଢ଼ିବା ପାଇଁ ଯାଇ ସେ ମାତୃଭୂମିକୁ ଶୃଙ୍ଖଳମୁକ୍ତ କରିବା ପାଇଁ ଉଦ୍ୟମ କରୁଥିବା ଅପରାଧରେ ରାଜନୈତିକ ବନ୍ଦୀ ସାଜି ଜାହାଜ ଯୋଗେ ଭାରତର ଏକ ଜେଲକୁ ଚାଲାଣ ହେଉଥାଆନ୍ତି । ସମୁଦ୍ରରେ ଜାହାଜ ଆସୁଥାଏ । ବନ୍ଦୀ ଜଣଙ୍କର ମୁହଁରେ ଅଜସ୍ର ଚିନ୍ତାର ଚିହ୍ନ । ତାଙ୍କୁ ଜାହାଜର ଯେଉଁ ପ୍ରକୋଷ୍ଠରେ ରଖାଯାଇଥାଏ, ସେହି ପ୍ରକୋଷ୍ଠ ଆଗରେ ସଶସ୍ତ୍ର ପ୍ରହରୀ ପଦଚାରଣ କରୁଥା’ନ୍ତି ।

ବିଲାତରେ ଗିରଫ ହୋଇ ସେ ଯେତେବେଳେ ହାଜତକୁ ଗଲେ, ସେତେବେଳେ ଜଣେ ଇଂରେଜ ସାମ୍ବାଦିକ ତାଙ୍କୁ ଜଣାଇଥିଲେ ଯେ, ତାଙ୍କର ଅନ୍ୟ ଦୁଇଭାଇଙ୍କୁ ମଧ୍ୟ ଜେଲ୍‌କୁ ନିଆଗଲାଣି । ଏହା ଶୁଣି ସେ ଆନନ୍ଦରେ କହିଲେ ଏ ତ ଗୌରବର କଥା । ମୋର ସୌଭାଗ୍ୟ ଯେ ଆମ ପରିବାରର ସମସ୍ତେ ଜନ୍ମଭୂମିର ପରାଧୀନତା ଶୃଙ୍ଖଳକୁ ଛିନ୍ନ କରିବାଲାଗି

ସଭର୍‌କର୍‌ଙ୍କ ପିଲାଦିନର ନାମ ଥିଲା ତାତ୍ୟା । ସେ ମହାରାଷ୍ଟ୍ରର ନାସିକ ଜିଲ୍ଲା ଅନ୍ତର୍ଗତ ଭଗ୍ନର ନାମକ ଗାଆଁରେ ୧୮୮୩ ମସିହା ମଇମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ପଛ ସଭର୍‌କର୍ । ମାଆଙ୍କ ନାମ ରାଧାବାଈ । ତାଙ୍କର ବଡ଼ଭାଇ ଥିଲେ ଗଣେଶ ଦାମୋଦର ଓ ସାନଭାଇ ନାରାୟଣ ରାଓ । ତାଙ୍କର ମାତୃଭୂମି ପ୍ରତି ଏପରି ମମତା ଓ ସାହସିକତା ଦେଖୁ ସାମ୍ବାଦିକ ଜଣକ ପ୍ରଶଂସା କରି ଏକ ଲେଖା ଲେଖିଥିଲେ । ଫଳରେ ସାମ୍ବାଦିକଙ୍କୁ ମଧ୍ୟ ତାଙ୍କ ସହିତ ଏକ ଜେଲ୍‌ରେ ରହିବାକୁ ପଡ଼ିଥିଲା । ଜାହାଜରେ ଆସୁଥିବାବେଳେ ତାଙ୍କ ମନରେ ଅନେକ ସ୍ମୃତି ଉଙ୍କି ମାରୁଥାଏ । ସେ ଉଠି ସ୍ନାନାଗାରକୁ ଗଲେ । ସେଠାରେ ଗୋଟିଏ ଦର୍ପଣ ଏପରି ଭାବରେ ଲାଗିଥାଏ ଯେ, ଭିତରେ ଯିଏ ବଦ୍ଧପରିକର, ସର୍ବସ୍ଵ ତ୍ୟାଗ କରିବାପାଇଁ କୃତସଂକଳ୍ପ ।’’

ସଭର୍‌କର୍‌ଙ୍କ ପିଲାଦିନର ନାମ ଥିଲା ତାତ୍ୟା । ସେ ମହାରାଷ୍ଟ୍ରର ନାସିକ ଜିଲ୍ଲା ଅନ୍ତର୍ଗତ ଭଗୁର ନାମକ ଗାଆଁରେ ୧୮୮୩ ମସିହା ମଇମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ପଛ ସଭର୍‌କର୍‌ । ମାଆଙ୍କ ନାମ ରାଧାବାଈ । ତାଙ୍କର ବଡ଼ଭାଇ ଥିଲେ ଗଣେଶ ଦାମୋଦର ଓ ସାନଭାଇ ନାରାୟଣ ରାଓ । ତାଙ୍କର ମାତୃଭୂମି ପ୍ରତି ଏପରି ମମତା ଓ ସାହସିକତା ଦେଖୁ ସାମ୍ବାଦିକ ଜଣକ ପ୍ରଶଂସା କରି ଏକ ଲେଖା ଲେଖିଥିଲେ । ଫଳରେ ସାମ୍ବାଦିକଙ୍କୁ ମଧ୍ୟ ତାଙ୍କ ସହିତ ଏକ ଜେଲ୍‌ରେ ରହିବାକୁ ପଡ଼ିଥିଲା । ଜାହାଜରେ ଆସୁଥିବାବେଳେ ତାଙ୍କ ମନରେ ଅନେକ ସ୍ମୃତି ଉଙ୍କି ମାରୁଥାଏ । ସେ ଉଠି ସ୍ନାନାଗାରକୁ ଗଲେ । ସେଠାରେ ଗୋଟିଏ ଦର୍ପଣ ଏପରି ଭାବରେ ଲାଗିଥାଏ ଯେ, ଭିତରେ ଯିଏ

ଯାହା କରିବ ବାହାରେ ଥ‌ିବା ପ୍ରହରୀ ସବୁ ଦେଖୁରିବ । ସେ ଚତୁରତାର ସହ ଦର୍ପଣ ଉପରେ ନିଜର ଜାମା କାଢ଼ି ଟାଙ୍ଗିଦେଲେ, ଫଳରେ ବାହାରକୁ କିଛି ଦିଶିଲା ନାହିଁ । ସେହି ଅବସରରେ ସେ ସମୁଦ୍ରକୁ ଲମ୍ଫ ଦେଇ ପଳାଇଯିବାକୁ ଚେଷ୍ଟାକଲେ । ପ୍ରହରୀ ଲମ୍ଫ ଦେବା ଶବ୍ଦ ଶୁଣି ଶୀଘ୍ରଯାଇ ପ୍ରକୋଷ୍ଠରେ ଦେଖିଲା ଯେ କଏଦୀ ନାହିଁ । ସମୁଦ୍ରକୁ ଚାହିଁ ଦେଖୁଲା ଦ୍ରୁତଗତିରେ କଏଦୀଜଣକ ପହଁରି ପଳେଇ ଯାଉଛି । ସେ ଗୁଳି ଚଳେଇଲା; ମାତ୍ର ଗୁଳି ଲକ୍ଷ୍ୟଭେଦ କରିପାରିଲା ନାହିଁ ।

ସଭର୍‌କର୍‌ କିଛି ଦୂର ଯାଇ ଗୋଟିଏ ଟାପୁରେ ଲାଗିଲେ । ଆତ୍ମଗୋପନ କରିବାପାଇଁ ସେଠାରେ କୌଣସି ସ୍ଥାନ ନଥିଲା । ଫଳରେ ଯନ୍ତ୍ରଚାଳିତ ନୌକାରେ ତାଙ୍କର ପିଛା କରୁଥିବା ସିପାହୀମାନେ ତାଙ୍କୁ ଧରି ଜାହାଜକୁ ଆଣିଲେ, ତାଙ୍କର ହାତ ଓ ପାଦରେ ବେଡ଼ି ପକାଇଦେଲେ । ବନ୍ଦୀ ଅବସ୍ଥାରେ ଜାହାଜରୁ ଫେରାର ହେବା ଅପରାଧର ବିଚାର ହୋଇ ତାଙ୍କୁ କଠୋର ଦଣ୍ଡ ଦିଆଗଲା ।

କଲେଜରେ ପଢୁଥ‌ିବାବେଳେ ସଭର୍‌କର୍ ଗୋଟିଏ ବିପ୍ଳବୀ ଦଳ ଗଢ଼ିଥିଲେ । ତା’ର ନାମ ଥିଲା ‘ମିତ୍ରମେଳା’ । ୧୯୦୧ ମସିହାରେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଚାରିଆଡ଼େ ଶୋକ ପାଳିତ ହେଉଥିବାବେଳେ ମିତ୍ରମେଳାର ସଦସ୍ୟମାନେ ଶୋକ ପାଳିଲେ ନାହିଁ, କାରଣ ଶତ୍ରୁ ଦେଶର ରାଣୀଙ୍କପାଇଁ ସେମାନେ ଶୋକ କରିବେ ନାହିଁ । ତାଙ୍କର ଏହି କାର୍ଯ୍ୟ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଲୋକମାନ୍ୟ ବାଳଗଙ୍ଗାଧର ତିଳକ ବିସ୍ମିତହୋଇ କହିଲେ – ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ ।’’ କେତେବର୍ଷ ପରେ ଲୋକମାନ୍ୟଙ୍କ ପତ୍ରପାଇ ସଭର୍‌କର୍ ତାଙ୍କୁ ସାକ୍ଷାତ୍ କଲେ ଓ ଦେଶ ପାଇଁ କାମ କରିବାକୁ ଆଶୀର୍ବାଦ ଭିକ୍ଷାକଲେ । ସେତେବେଳେ ସ୍ଵାଧୀନତା ଆନ୍ଦୋଳନ ଚାଲିଥିଲା ଓ ବିଦେଶୀ ଦ୍ରବ୍ୟ ବର୍ଜନ କାମ ଚାଲିଥାଏ । ବିଭିନ୍ନ ସ୍ଥାନରେ ବିଦେଶୀ ଦ୍ରବ୍ୟ ପୋଡ଼ା ଯାଉଥାଏ । ସେହି କାର୍ଯ୍ୟରେ ଅଗ୍ରଣୀ ଥିଲେ ସଭକର୍ । ଲଣ୍ଡନରେ ଆଇନ ପଢ଼ିଲାବେଳେ ବିଦ୍ରୋହ କରି ରାଜଦ୍ରୋହ ଅପରାଧରେ ପ୍ରଥମେ ବନ୍ଦୀ ଓ ପରେ ଜାହାଜରୁ ଖସିଯିବା ଅପରାଧ ବିଚାରରେ ତାଙ୍କୁ କଳାପାଣି ପାରି କରାଇ ଆଣ୍ଡାମାନ ଦ୍ଵୀପର ଜେଲ୍‌କୁ ପଠାଗଲା ।

ସେଠାକାର ଜଳବାୟୁ ଅସ୍ଵାସ୍ଥ୍ୟକର ଥିଲା । ବନ୍ଦୀମାନେ ବଳଦ ପରି ଘଣାପେଲି ଜଣକେ ଦିନକୁ ପନ୍ଦର ସେର ତେଲ ବାହାର କରୁଥିଲେ । କମ୍ ହେଲେ ଛୁଟି ମିଳେ ନାହିଁ । ପିଠିରେ ଚାବୁକ୍‌ମାଡ଼ ବସେ । ଆଖୁ ଲୁହ ବୋହିଲେ ପୋଛିବାକୁ ମନା । ଦିନକୁ ଦି’ ତାଟିଆ ପାଣି ମିଳୁଥୁଲା ପିଇବାକୁ । ସ୍ନାନ ଥିଲା ସ୍ବପ୍ନ । ବର୍ଷାହେଲେ ଘଣା ପେଲୁଥିବା ଲୋକ ସେଥ‌ିରେ ଓଦା ହୋଇଯାଆନ୍ତି । ସଭର୍‌କର ଖୁବ୍ କଷ୍ଟରେ ସେହି ଜୀବନ ଅତିବାହିତ କଲେ । ହଠାତ୍ ଦିନେ ସେ ତାଙ୍କର ବଡ଼ଭାଇ ଗଣେଶଙ୍କୁ ମଧ୍ୟ ସେଠାରେ ଦେଖ‌ିଲେ । ଦୁଇଭାଇ ପରସ୍ପରକୁ ଦେଖ୍ ଅଶ୍ରୁ ଢାଳିଲେ, ଆଲିଙ୍ଗନ କଲେ । ପ୍ରହରୀ ସେମାନଙ୍କୁ ଅଲଗା କରି ନେଇଗଲା । ଦଶବର୍ଷ ପରେ ଦୁଇଭାଇ ଏକାଠି ବନ୍ଦିଶାଳାରୁ ମୁକ୍ତ ହୋଇଥିଲେ ।

ମୁକ୍ତ ହେଲାପରେ ମଧ୍ୟ ସଭର୍‌କର୍‌ଙ୍କୁ ଇଂରେଜ ସରକାର ଖୁବ୍ ଡରୁଥିଲେ, ତେଣୁ ପୁଣି ତାଙ୍କୁ ବନ୍ଦୀ କରାଗଲା । ଅଲିପୁର ଜେଲ୍‌ରେ ତାଙ୍କୁ ନଜରବନ୍ଦୀରେ ରଖାଗଲା । ଏହାର ଷୋହଳ ବର୍ଷ ପରେ ସରକାର ତାଙ୍କ ଉପରୁ କଟକଣା ଉଠାଇଦେଲେ । ବୟସର ଆଧ‌ିକ୍ୟ ହେତୁ କ୍ଳାନ୍ତ ଓ ଅବସନ୍ନ ହୋଇପଡ଼ିଥ‌ିବେ ଭାବି ଇଂରେଜ ସରକାର ତାଙ୍କୁ ମୁକ୍ତ କରିଦେଲେ; ମାତ୍ର ଏହି ଧାରଣାକୁ ଭ୍ରମାତ୍ମକ ପ୍ରମାଣ କରି ସଭର୍‌କର୍‌ ଦେଶସାରା ଘୂରିବୁଲି ମୁକ୍ତିକାମୀ ଜନତାଙ୍କୁ ସଶସ୍ତ୍ର ସଂଗ୍ରାମ କରିବାପାଇଁ ପ୍ରେରଣା ଯୋଗାଇଲେ । ସେଥ‌ିପାଇଁ ତାଙ୍କୁ ପୁନର୍ବାର କାରାବରଣ କରିବାକୁ ହେଲା ।

ଦେଶପ୍ରେମର ଉଜ୍ଜଳ ଦୃଷ୍ଟାନ୍ତ ଏହି ମହାପୁରୁଷଙ୍କଠାରୁ ମିଳେ । ଦେଶର ସ୍ଵାଧୀନତା ପାଇଁ ଲଢ଼ି ତାଙ୍କୁ ସାରାଜୀବନ ବିଦେଶୀ ସରକାରର ନିର୍ମମ ନିର୍ଯାତନା ଭୋଗ କରିବାକୁ ପଡ଼ିଥିଲା । ସାରା ଜୀବନ ଇଂରେଜ ସରକାରଙ୍କ ସହିତ ଲଢ଼ି ଶେଷରେ ୧୯୬୬ ମସିହା ଫେବୃଆରୀ ୩ ତାରିଖରେ ୮୩ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ ।

କଠିନ ଶବ୍ଦାର୍ଥ:

  • ବଦ୍ଧପରିକର – ସଂକଳ୍ପବଦ୍ଧ, ପ୍ରତିଜ୍ଞାବଦ୍ଧ ।
  • କୃତସଂକଳ୍ପ – ଦୃଢ଼ପ୍ରତିଜ୍ଞ ।
  • ଓଜସ୍ବିନୀ – ଶକ୍ତିଶାଳୀ ।
  • ନଜରବନ୍ଦୀ – ଯେଉଁ ବ୍ୟକ୍ତିକୁ ବନ୍ଦୀଶାଳା ବାହାରେ ରଖାଯାଇଥିଲେ ହେଁ ତା’ର ଗତିବିଧ‌ି ପ୍ରତି ସତର୍କ ଦୃଷ୍ଟି ରଖାଯାଇଥାଏ ।
  • ସାୟାହ୍ନ – ସନ୍ଧ୍ୟାକାଳ ।
  • କଳାପାଣି – ଅସ୍ବାସ୍ଥ୍ୟକର ଆଣ୍ଡାମାନ ଦ୍ବୀପକୁ ଘେରି ରହିଥିବା ଜଳରାଶି ।
  • ଅନୁଜ – ସାନଭାଇ ।
  • ମହାରାଣୀ ଭିକ୍ଟୋରିଆ – ବ୍ରିଟେନ୍‌ର ରାଣୀ ଓ ପରାଧୀନ ଭାରତର ମହାରାଣୀ ।
  • ଅବିସ୍ମରଣୀୟ – ଯାହା ଭୁଲିବାର ନାହିଁ ।
  • ପ୍ରକୋଷ୍ଠ – କୋଠରି ।
  • ନିଶ୍ଚଳ – ସ୍ଥିର, ଯାହା ଚଳଚଞ୍ଚଳ ନହେଁ ।
  • ସଶସ୍ତ୍ର – ଶସ୍ତ୍ର ସହିତ ।
  • କଏଦୀ – ବନ୍ଦୀ ।
  • ରାଜନୈତିକ – ରାଜନୀତି ସମ୍ବନ୍ଧୀୟ ।
  • ଛିନ୍ନ – ଛିଣ୍ଡାଇବା ।
  • ସର୍ବସ୍ଵ – ସବୁକିଛି ।
  • କ୍ରୋଧାନ୍ବିତ – ରାଗିଯାଇ ।
  • କକ୍ଷ – ବଖରା ।
  • ସଂଲଗ୍ନ – ସଂଯୁକ୍ତ, ଯୋଗ
  • ବେଡ଼ି – ଶିକୁଳି ।
  • ସର୍ବତ୍ର – ଚାରିଆଡ଼େ ।
  • କ୍ଷୁବ୍‌ଧ ହୋଇ – ରାଗିଯାଇ ।
  • ବିୟୋଗ – ମୃତ୍ୟୁ ।
  • ପୁନର୍ଜନ୍ମ – ପୁଣିଥରେ ଜନ୍ମନେବା ।
  • ଅଗ୍ରଣୀ – ଆଗୁଆ ।
  • ତୃଷ୍ଣା – ଶୋଷ ।
  • ପ୍ରତ୍ୟାବର୍ତ୍ତନ – ଫେରିଯିବା ।
  • ନିବଦ୍ଧ – ଲାଖୁରହିବା ।
  • ବାର୍ତ୍ତାଳାପ – ଖବର ଆଲୋଚନା ।
  • ଅତିବାହିତ – ବିତାଇବା ।
  • ଉନ୍ମତ୍ତ – ବିହ୍ଵଳ ।
  • ମୁକ୍ତିକାମୀ – ମୁକ୍ତି ଇଚ୍ଛା କରୁଥିବା ।

Leave a Comment