Odisha State Board BSE Odisha 8th Class Science Notes Chapter 11 ବଳ ଓ ଚାପ will enable students to study smartly.
BSE Odisha Class 8 Science Notes Chapter 11 ବଳ ଓ ଚାପ
→ଉପକ୍ରମ (Introduction) :
ଯାହା ସ୍ଥିର ବସ୍ତୁକୁ ଗତିଶୀଳ କରିପାରେ, ଗତିଶୀଳ ବସ୍ତୁକୁ ସ୍ଥିର କରିପାରେ, ଏହାର ଗତିର ବେଗ ବୃଦ୍ଧି କିମ୍ବା ହ୍ରାସ କରିପାରେ, କିମ୍ବା ଏହାର ଗତିର ଦିଗ ବଦଳାଇପାରେ ତାହାକୁ ବଳ କହନ୍ତି ।
→ଉଦାହରଣ :
- ପଡ଼ିଆରେ ଫୁଟବଲ୍ ଖେଳିବା ସମୟରେ ବଲ୍ଟି ଗୋଟିଏ ସ୍ଥାନରେ ସ୍ଥିର ରହେ । ଫୁଟବଲ୍କୁ ଗୋଇଠା ମାରିଲେ ଫୁଟବଲ୍ ଗତିଶୀଳ ହୋଇଥାଏ ।
- ହକି ଷ୍ଟିକ୍ରେ ହକିବଲ୍କୁ ଆଘାତକଲେ ହକିବଲ୍ଟି ଗତିକରେ । ଚଳନ୍ତା ବଲ୍କୁ ଧରି ପକାଇଲେ ବଲ୍ ସ୍ଥିର ହୁଏ ।
- ଅଧିକ ଜୋରରେ ସାଇକେଲ ପେଡ଼ାଲ୍ ମାରିଲେ ସାଇକେଲ ଅଧିକ ବେଗରେ ଗତିକରେ ।
- ସ୍କୁଟର ଚଳାଉଥିବାବେଳେ ଆକ୍ସିଲେଟରକୁ ବଢ଼ାଇ କିମ୍ବା କମାଇ ଗାଡ଼ିର ବେଗକୁ ଦ୍ରୁତ କିମ୍ବା ମନ୍ଥର କରାଯାଏ । ଏସବୁ କ୍ଷେତ୍ରରେ ବଳ ଆବଶ୍ୟକ । ବିଭିନ୍ନ ବଳ ବିଷୟରେ ଆଲୋଚନା କରାଯାଇଛି ।
→ଠେଲା କିମ୍ବା ଟଣା ଏକ ପ୍ରକାର ବଳ (Force-a Push or Pull) :
- ଗଛରୁ ଫୁଲ ତୋଳିବା ବେଳେ, ବନ୍ଦକବାଟର କିଳିଣି ଖୋଲିବାବେଳେ, ରଥଯାତ୍ରାରେ ରଥ ଟାଣିବାବେଳେ, କୂଅରୁ ବାଲ୍ଟିରେ ପାଣି ଉଠାଇବାବେଳେ, ଯେଉଁ ପ୍ରକାରର ବଳ ପ୍ରୟୋଗ କରାଯାଏ ତାହା ହେଉଛି ଟଣା (Pull) ବଳ ।
- ଝାଡ଼ୁରେ ଧୂଳି, ଅଳିଆ ଓଳାଇଲାବେଳେ, ବଡ଼ କାଠଖଣ୍ଡିକୁ ପେଲିଲାବେଳେ, ଫୁଟବଲ୍କୁ ଗୋଇଠା ମାରିବାବେଳେ, ଭଲିବଲ୍ ଖେଳିବାବେଳେ, କ୍ରିକେଟ୍ ବଲ୍ ବୋଲିଂ କରିବାବେଳେ ଏବଂ କ୍ରିକେଟ୍ ବଲ୍ ବ୍ୟାଟିଂ କରିବାବେଳେ ଯେଉଁ ପ୍ରକାର ବଳ ପ୍ରୟୋଗ କରାଯାଏ ତାହା ହେଉଛି ଠେଲା (Push) ବଳ ।
ଟଣା ବା ଠେଲା ବଳ ପ୍ରୟୋଗକରି ସ୍ଥିର ବସ୍ତୁକୁ ଗତିଶୀଳ କରାଯାଇପାରେ ।
→ତୁମପାଇଁ କାମ :
ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ କ୍ରିୟା ଠେଲା କିମ୍ବା ଟଣା ବଳ କିମ୍ବା ଉଭୟ ପ୍ରକାରର ଠିକ୍ ( ✓ ) ଚିହ୍ନ ଦେଇ ଚିହ୍ନାଅ ।
- ଚୁମ୍ବକଟିଏ ଲୁହାକୁ ଆକର୍ଷଣ କରିବା – ଟଣାବଳ ।
- ବିଷମ ମେରୁ ପରସ୍ପରକୁ ବିକର୍ଷଣ କରିବା – ଠେଲାବଳ ।
ବସ୍ତୁ ବସ୍ତୁ ମଧ୍ୟରେ ଆନ୍ତଃକ୍ରିୟା ଯୋଗୁ ବଳ ସୃଷ୍ଟି ହୋଇଥାଏ (Forces are due to interaction among objects) :
(a) ଅନ୍ତତଃ ଦୁଇଟି ବସ୍ତୁ ମଧ୍ୟରେ ପାରସ୍ପରିକ କ୍ରିୟା ବା ଆନ୍ତଃକ୍ରିୟା ଯୋଗୁଁ ବଳ ସୃଷ୍ଟି ହୋଇଥାଏ । ଏଥିରେ ପ୍ରତ୍ୟେକ ବସ୍ତୁ ଅନ୍ୟଟି ଉପରେ ବଳ ପ୍ରୟୋଗ କରିଥାଏ ।
(i) ରାସ୍ତା ମଝିରେ ଥିବା ଏକ ଇଂଜନ ଖରାପଥିବା କାର୍କୁ ରାସ୍ତାକଡ଼କୁ ଠେଲି ଠେ ଲି ଅଣାଯାଇପାରିବ ।
(ii) ଦୁଇଟି ଝିଅ ପରସ୍ପର ମଧ୍ୟରେ ଲଢ଼ାଲଢ଼ି ହେଲେ ଗୋଟିଏ‘ ଝିଅ ଅନ୍ୟଟି ଉପରେ ବଳ ପ୍ରୟୋଗ କରେ ।
(iii) ଦୁଇଟି ଝିଅ ପରି ସ୍ପର କୁ ଟାଣିଲେ ମଧ୍ୟ ଗୋଟିଏ ଅନ୍ୟଟି ଉପରେ ବଳ ପ୍ରୟୋଗ କରେ ।
(iv) ଗାଈଟିର ଇଚ୍ଛାନାହିଁ ଆସିବାକୁ । ତାକୁ ଟାଣିଟାଣି ଆଣିଲାବେଳେ ମଣିଷଟି ଗାଈକୁ ଟାଣୁଛି ଓ ଗାଈଟି ମଣିଷକୁ ଟାଣୁଛି । ଗାଈଟି ମଣିଷ ଉପରେ ବଳପ୍ରୟୋଗ କରୁନାହିଁ; କିନ୍ତୁ ମଣିଷ ଗାଈ ଉପରେ ବଳପ୍ରୟୋଗ କରୁଛି ।
ତୁମପାଇଁ କାମ :
ଭର୍ତ୍ତିକରାଯାଉ ! ବାକ୍ସଟିକୁ ଠେଲ । ମନେକର ଠେଲିଦେଇ ପାରିଲ । ତେବେ ସେଥିରେ ଆଉ କିଛି ଓଜନିଆ ଦ୍ରବ୍ୟ ପୁରାଅ । ବର୍ତ୍ତମାନ ବାକ୍ସଟିକୁ ଏକାକୀ ପେଲିଲେ ବାକ୍ସଟି ଘୁଞ୍ଚି ନାହିଁ । ତୁମ ସାଙ୍ଗକୁ ଏହି କାମରେ ସାହାଯ୍ୟ କରିବାକୁ କୁହ । ଉଭୟେ ଠେଲିଲେ ବାକ୍ସଟି ଘୁଞ୍ଚଲା । ଏହାର କାରଣ ହେଲା ଉଭୟେ ବାକ୍ସଟିକୁ ଏକଦିଗରେ ଠେଲିଲ ।
(a) ବର୍ତ୍ତମାନ ବାକ୍ସଟିକୁ ହାଲୁକାକରି ତୁମେ ଓ ଠେଲ । ତୁମର ବଳ ଅଧ୍ଵ ଥିଲେ ବାକ୍ସଟି ତୁମ ସାଙ୍ଗ ଆଡ଼କୁ ଠେଲିହୋଇ ଯିବ । ତୁମ ସାଙ୍ଗ ଆଡ଼କୁ ଠେଲିହୋଇ ଯିବ । ତୁମର ସାଙ୍ଗର ବଳ ଅଧିକ ଥିଲେ ବାକ୍ସଟି ତୁମ ଆଡ଼କୁ ଠେଲି ହୋଇଯିବ ।
ଯଦି ଦୁଇଟି ବଳ ପରସ୍ପରର ବିପରୀତ ଦିଗରୁ ପ୍ରୟୋଗ କରାଯାଏ ତେବେ ପରିଣାମୀ ବଳ ପ୍ରଯୁକ୍ତ ବଳଦ୍ଵୟର ଅନ୍ତରଫଳ ହିଁ ହୋଇଥାଏ ।
(b) ଟଗ୍ ଅଫ୍ ୱାର୍ ରେ ଦୁଇଦଳ ଦଉଡ଼ିଟିକୁ ଟାଣନ୍ତି । ଯେଉଁ ଦଳର ପରିଣାମୀ ବଳ ବେଶୀ ସେହି ଦଳ।
(c) ଟଅଫ୍ ୱାର୍ ଖେଳରେ ଦୁଇଦଳ ବରଡ଼ିଟିକୁ ସମପରିମାଣ ବଳଦ୍ଵାରା ନିଜ ଆଡ଼କୁ ଟାଣିଲେ ଦଉଡ଼ିଟି କୌଣସି ଦିଗରେ ବି ଗତିଶୀଳ ହୁଏନାହିଁ । କାରଣ ଏହାର ପରିଣାମୀ ବଳ ଶୂନ ହୁଏ ।
(d) ଏକ ବଳ ଅନ୍ୟ ଏକ ବଳଠାରୁ ପରିମାଣରେ ବୃହତ୍ତର ବା କ୍ଷୁଦ୍ରତମ ହୋଇପାରେ । ବଳର ପରିମାଣଦ୍ୱାରା ହିଁ ଏହାର କାର୍ଯ୍ୟକାରିତା ପ୍ରକାଶିତ ହୁଏ ।
(e) ବଳ ଏକ ସଦିଶ ରାଶି (Vector quantity) । ଏଣୁ ଏହାର ପରିମାଣ ସହିତ ଏହା ପ୍ରଯୁକ୍ତ ହେଉଥିବା ଦିଗର ସୂଚନା ମଧ୍ୟ ଆବଶ୍ୟକ । ଏଣୁ ବଳର ପରିମାଣ ଓ ଦିଗ ମଧ୍ୟରୁ ଯେକୌଣସି ଗୋଟିଏ ବଦଳିଲେ ବା ଉଭୟ ବଦଳିଲେ ଏହାର ପ୍ରଭାବ ବଦଳିଥାଏ ।
(f) ସାଧାରଣଭାବେ ବସ୍ତୁ ଉପରେ ଏକାଧ୍ଵକ ବଳ କ୍ରିୟାଶୀଳ ହୋଇପାରନ୍ତି । ମାତ୍ର ସେହି ସମସ୍ତ ବଳର ପରିଣାମୀ ବଳ ପ୍ରଭାବରେ ହିଁ ବସ୍ତୁଟି ଗତିଶୀଳ ହୁଏ କିମ୍ବା ସେହିପରି ସମ୍ଭାବନା ସୃଷ୍ଟି କରିଥାଏ ।
→ବଳ ଗତିର ଅବସ୍ଥାରେ ପରିବର୍ତ୍ତନ ଆଣିପାରେ (A force can change the state of motion) :
ତୁମପାଇଁ କାମ :
ବସ୍ତୁ ଉପରେ ଏକ ବଳ କ୍ରିୟାଶୀଳ ହେଲେ, କ’ଣ ହେବ ?
(i) ସମତଳ ପୃଷ୍ଠ ବିଶିଷ୍ଟ କଂକ୍ରିଟ ଚଟାଣ ଉପରେ ରଖ୍ ରବର ବଲ୍ଟିକୁ ଧୀରେ ଠେଲିଦେଲେ ବଲ୍ ଗତି କରିବ । ଧୀରେ ଗତି କରୁଥିବା ବଲ୍କୁ ଆଉଟିକେ ଠେଲିଦେଲେ ବଲ୍ର ବେଗ ବଢ଼ିଯିବ । ଏହାପରେ ତୁମ ହାତପାପୁଲି ବଲ୍ ଗଡୁଥିବା ଚାରିପାଖରେ ସିଧାଭାବରେ ରଖ । ବଲ୍ ଟି ଏଥରେ ବାଜିବାକ୍ଷଣି ପାପୁଲିଟି କାଢ଼ିନିଅ । ତୁମ ପାପୁଲି ବଲ୍ଟ ପରେ ଏକ ବିପରୀତମୁଖୀ ବଳ ପ୍ରୟୋଗ କଲେ ବଲ୍ର ବେଗ କମିଯିବ । ତୁମ ପାପୁଲିରେ ଯଦି ବଲ୍ ଧରିପକାଇ ଥାଆନ୍ତ ତେବେ ବଲ୍ଟି ସ୍ଥିର ଅବସ୍ଥାକୁ ଚାଲିଆସିଥାନ୍ତା ।
(ii) ସ୍ଥିରଥିବା ବସ୍ତୁଉପରେ ବଳ ପ୍ରୟୋଗକଲେ ଏହା ଗତି କରିବାକୁ ଆରମ୍ଭ କରେ । ଗତିଶୀଳ ବସ୍ତୁଟି ଆଗରେ କିଛି ପ୍ରତିବନ୍ଧକ ରଖୁଲେ ତାହାର ବେଗ କମିଯାଏ, ଗତିର ଦିଗ ମଧ୍ୟ ବଦଳିପାରେ ।
(iii) ଫୁଟବଲ୍ ଖେଳରେ ପେନାଲ୍ଟି ଷ୍ଟ୍ରୋକ୍ ମାରିବାବେଳେ ଫୁଟବଲ ଉପରେ ଠେଲାବଳ ପ୍ରୟୋଗକରି କିକ୍ ମାରନ୍ତି । ବଲ୍ଟି ଗତିକରି ଗୋଲ୍ପୋଷ୍ଟ ଆଡ଼କୁ ଯାଏ । ଗୋଲ ରକ୍ଷକ ବଲ୍ଟିକୁ ଯଦି ଧରିପକାନ୍ତି ତେବେ ବଲ୍ର ବେଗ ଶୂନ ହୋଇଯାଏ । ଗୋଲ୍ରକ୍ଷକ ଯଦି ବଲ୍କୁ ବିପରୀତ ଦିଗରୁ କେବଳ ଠେଲିଦିଅନ୍ତି ତେବେ ବଲ୍ର ଗତିର ଦିଗ ବଦଳିଯାଏ ।
ବଳ ପ୍ରୟୋଗଦ୍ଵାରା ବସ୍ତୁର ବେଗ ଓ ଗତିର ଦିଗ ପରିବର୍ତ୍ତନ ହୁଏ । ଯଦି ପ୍ରଯୁକ୍ତ ବଳ ଗତିଶୀଳ ବସ୍ତୁର ଗତିଦିଗରେ ପ୍ରୟୋଗ ହୁଏ ତେବେ ବସ୍ତୁଟିର ବେଗ ବୃଦ୍ଧିପାଏ । ମାତ୍ର ଯଦି ଉକ୍ତ ବଳ ଗତିର ବିପରୀତ ଦିଗରେ ପ୍ରୟୋଗ କରାଯାଏ ତେବେ ଏହାର ବେଗ ହ୍ରାସପାଏ ।
ତୁମପାଇଁ କାମ :
ଏକ ସମତଳ ଟେବୁଲ ଉପରେ କାଚଗୁଲିଟିଏ ରଖାଯାଉ । ହାତରେ ଆଘାତ କରି କାଚଗୁଲିଟିକୁ ଗଡ଼ାଇଲେ କାଚଗୁଲି ଏକ ନିର୍ଦ୍ଦିଷ୍ଟ ଦିଗରେ ଗଡ଼ିବ । ଏହାର ସମ୍ମୁଖଭାଗରେ ଏକ ସ୍କେଲ୍ ରଖ ଯେପରି ଗଡୁଥିବା କାଚଗୁଲିଟି ସ୍କେଲ୍ରେ ନିଶ୍ଚୟ ବାଜିବ । ସ୍କେଲ୍ରେ ବାଜିବାପରେ କାଚଗୁଲିର ଦିଗ ବଦଳିଯିବ । ଏହି ପରୀକ୍ଷାଟିକୁ ଏକାଧ୍ଵକ ବାର କର । ପ୍ରତିଥର
ଉଦାହରଣ :
(ii) ପିଲାଟିଏ ଭଙ୍ଗା ସାଇକେଲ୍ ରିମୂଟିଏ ପାଇଲେ ତାହା ଗଡ଼ାଇ ଖେଳିବାବେଳେ ଏହାର ବେଗ ଓ ଗତିର ଦିଗ
(iii) କ୍ରିକେଟ୍ ଖେଳରେ ବ୍ୟାଟସ୍ମ୍ୟାନ୍ ବୋଲର୍ ଫିଙ୍ଗିଥିବା ବଲ୍ ଉପରେ ବଳ ପ୍ରୟୋଗ କରି ଏହାକୁ ଭିନ୍ନ ଭିନ୍ନ
(iv) ସାଇକେଲ୍ ଚଳାଇବାବେଳେ ବ୍ରେକ୍ ସାହାଯ୍ୟରେ ଏହାର ଗତି ଧୀର ହୋଇଥାଏ ଜୋର୍ରେ ପ୍ୟାଡ଼ଲିଂ କରି ଏହାର ବେଗ ବଢ଼ାଯାଇଥାଏ ଏବଂ ହ୍ୟାଣ୍ଡଲ୍ ମୋଡ଼ି ଏହାର ଗତିର ଦିଗ ବଦଳା ଯାଇଥାଏ ।
(v) ଗତିଶୀଳ ବସ୍ତୁର ବେଗରେ କିମ୍ବା ଏହାର ଗତିର ଦିଗରେ କିମ୍ବା ଉଭୟ, ଏହାର ଗତିର ବେଗ ଓ ଗତିର ଦିଗରେ ପରିବର୍ତ୍ତନ ଘଟିଲେ, ଏହାକୁ ବସ୍ତୁଟିର ଗତି ଅବସ୍ଥାରେ ପରିବର୍ତ୍ତନ କହନ୍ତି ।
ବଳଦ୍ଵାରା ବସ୍ତୁଟିର ଗତି ଅବସ୍ଥାରେ ପରିବର୍ତ୍ତନ ସୃଷ୍ଟି ହୁଏ ।
→ଗତିର ଅବସ୍ଥା (State of Motion):
ଏକ ବସ୍ତୁର ବେଗ ଓ ଗତିର ଦିଗଦ୍ଵାରାହିଁ ବସ୍ତୁଟିର ଗତି ଅବସ୍ଥା ସୂଚିତ ହୋଇଥାଏ ।
ବସ୍ତୁଟିର ବେଗ ଶୂନ ହେଲେ, ସେହି ଅବସ୍ଥାକୁ ବସ୍ତୁଟିର ସ୍ଥିରାବସ୍ଥା କହନ୍ତି । ଯେକୌଣସି ସମୟରେ ବସ୍ତୁଟିଏ ସ୍ଥିର ବା ଗତିଶୀଳ ଅବସ୍ଥାରେ ଥାଏ । ଉଭୟ ଅବସ୍ଥାକୁ ବସ୍ତୁର ଗତି ଅବସ୍ଥା କୁହାଯାଏ ।
ସବୁକ୍ଷେତ୍ରରେ ବଳପ୍ରୟୋଗଦ୍ଵାରା ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ ସମ୍ଭବ ନୁହେଁ; ଯଥା-
- ଠେଲାଠେଲି କରି ଏକ କାନ୍ଥକୁ ଘୁଞ୍ଚାଇହେବ ନାହିଁ ।
- ଠେଲାଠେଲି କରି ଏକ ପର୍ବତକୁ ଘୁଞ୍ଚାଇହେବ ନାହିଁ ।
→ବସ୍ତୁ ଉପରେ ବଳ ପ୍ରୟୋଗ ଜନିତ ପ୍ରଭାବର ଆଲୋଚନା :
→ବଳ, ବସ୍ତୁର ଆକୃତି ପରିବର୍ତ୍ତନ କରିପାରେ (Force can change the Shape of an Object) :
ବଳ ପ୍ରୟୋଗଦ୍ଵାରା ବସ୍ତୁର ଆକୃତି ମଧ୍ୟ ପରିବର୍ତ୍ତନ କରାଯାଇପାରେ ।
ବଳର ପ୍ରଭାବ ସମ୍ପର୍କୀୟ ତଥ୍ୟ ଗୁଡ଼ିକ ହେଲା-
ବଳ :
- ସ୍ଥିରଥ ବସ୍ତୁକୁ ଗତିଶୀଳ କରିପାରେ ।
- ଗତିଶୀଳ ବସ୍ତୁର ବେଗ ପରିବର୍ତ୍ତନ କରିପାରେ ।
- ଗତିଶୀଳ ବସ୍ତୁର ଗତିର ଦିଗ ବଦଳାଇପାରେ
- ବସ୍ତୁର ଆକୃତିରେ ପରିବର୍ତ୍ତନ ଘଟାଇପାରେ ।
- ଗତିଶୀଳ ବସ୍ତୁର ଗତିର ଦିଗ ବଦଳାଇପାରେ ।
ଅର୍ଥାତ୍ ବଳ ପ୍ରୟୋଗଦ୍ଵାରା ବସ୍ତୁର ଗତି ଅବସ୍ଥା ବା ଆକୃତି କିମ୍ବା ଉଭୟ ଗତି ଅବସ୍ଥା ଓ ଆକୃତିରେ ପରିବର୍ତ୍ତନ ଘଟିପାରେ ।
→ସଂସ୍ପର୍ଶ ବଳ (Contact forces) :
- ଠେଲାବଳ ଓ ଟଣାବଳ ପ୍ରୟୋଗବେଳେ ଆମ ଶରୀର ପ୍ରତ୍ୟକ୍ଷରେ ହେଉ ବା, ପରୋକ୍ଷରେ ହେଉ ବସ୍ତୁଟିର ସଂସ୍ପର୍ଶରେ ଆସିଥାଏ । ମାଂସପେଶୀର ସାମର୍ଥ୍ୟ ଯୋଗୁ ଏହି ବଳ ସମ୍ଭବ ହୋଇଥାଏ । ତେଣୁ ଏ ପ୍ରକାର ବଳକୁ ମାଂସପେଶୀୟ ବଳ କହନ୍ତି । ଏହା ଏକ ପ୍ରକାର ସଂସ୍ପର୍ଶ ବଳ ।
- ମାଂସପେଶୀୟ ବଳଦ୍ଵାରା ଶରୀରକୁ ବଙ୍କାଇ ହୁଏ । ଚାଲିବା, ଦୌଡ଼ିବା, ଖେଳିବା, ବ୍ୟାୟାମ କରିବା, ପହଁରିବା ଓ ବିଲବାଡ଼ି ତଥା କଳକାରଖାନାରେ ଶାରୀରିକ ଶ୍ରମ କରିବା ଆଦି କାର୍ଯ୍ୟ ବଳଯୋଗୁଁ ସମ୍ଭବ ହୁଏ । ପରିପାକ କ୍ରିୟାବେଳେ ଖାଦ୍ୟନଳୀର ସଂକୋଚନ ଓ ପ୍ରସାରଣବେଳେ ମାଂସପେଶୀୟ ବଳ କାର୍ଯ୍ୟକରେ ।
- ଭାରବାହୀ ପଶୁମାନେ ମାଂସପେଶୀୟ ବଳଦ୍ଵାରା ବୋଝ ବୋହିବାକୁ ସମର୍ଥ ହୋଇଥାଆନ୍ତି । ଏ ପ୍ରକାର ବଳ ସାହାଯ୍ୟରେ ବଳଦ ହଳକରେ, ଗାଡ଼ିଟାଣେ, ଘୋଡ଼ା ମଧ୍ଯ ଘୋଡ଼ାଗାଡ଼ି ଟାଣେ, ଗଧ ଭାର ବହନ କରେ, ଓଟ ମଧ୍ୟ ଭାର ବହନ କରେ ।
→ଘର୍ଷଣ ବଳ (Friction) :
- ସ୍ଥିର ହୋଇଯାଏ । ଏ ସମସ୍ତ କ୍ଷେତ୍ରରେ ସିଧାସଳଖ କୌଣସି ବଳ ବସ୍ତୁ ଉପରେ କ୍ରିୟାଶୀଳ ହୁଏନାହିଁ, ମାତ୍ର
- କିନ୍ତୁ ଆମେ ଆଗରୁ ଜାଣିଛୁ ଯେ ବଳ ପ୍ରୟୋଗ ବିନା ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ ଅସମ୍ଭବ । ତେଣୁ ନିଶ୍ଚିତଭାବେ କୌଣସି ଲୁକ୍କାୟିତ ବଳ ବସ୍ତୁଟି ଉପରେ କ୍ରିୟାଶୀଳ ହୋଇ ଏହାର ଗତି ଅବସ୍ଥାକୁ ପରିବର୍ତ୍ତନ କରୁଛି । ଏହି ଅଦୃଶ୍ୟବଳଟି ଘର୍ଷଣ ବଳ ।
- ଯେକୌଣସି ବସ୍ତୁ ଅନ୍ୟ ଏକ ପୃଷ୍ଠ ଉପରେ ଗତି କରୁଥିବାବେଳେ ଏହି ବଳ ଗତି ଦିଗରେ ବିପରୀତ ଦିଗରେ ବସ୍ତୁଟି ଉପରେ କ୍ରିୟାଶୀଳ ହୁଏ । ସେଥିପାଇଁ ଉପରୋକ୍ତ ପ୍ରତ୍ୟେକ ଉଦାହରଣରେ ଗତିଶୀଳ ବସ୍ତୁଟିର ଗତି ଅବସ୍ଥାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ ।
- ଲଗାଲଗି ଦୁଇଟି ପୃଷ୍ଠମଧ୍ୟରେ ଆପେକ୍ଷିକ ଗତି (Relative motion) ହିଁ ଘର୍ଷଣର କାରଣ । ଏହି ଆପେକ୍ଷିକ ଗତି ସମୟରେ ଗୋଟିଏ ପୃଷ୍ଠ ଅନ୍ୟ ପୃଷ୍ଠକୁ ସ୍ପର୍ଶ କରୁଥିବାରୁ ଏହି ବଳ ମଧ୍ଯ ଏକ ସଂସ୍ପର୍ଶ ବଳ ।
- ସଂସ୍ପର୍ଶ ବଳର କାରକ ଓ ବସ୍ତୁ ପରସ୍ପରକୁ ସ୍ପର୍ଶ କରନ୍ତି ।
→ଅସଂସ୍ପର୍ଶ ବଳ (Non Contact Force) :
କାରକ ଓ ବସ୍ତୁ ମଧ୍ୟରେ ସ୍ପର୍ଶ ନକରି ମଧ୍ୟ ସେମାନଙ୍କ ମଧ୍ୟରେ ଆନ୍ତଃକ୍ରିୟା (Interaction)
→ଘଟିପାରେ । ଚୁମ୍ବକୀୟ ବଳ (Magnetic Force) :
- ଦୁଇଟି ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଓ ବିଷମ ମେରୁ ପରସ୍ପରକୁ ଆକର୍ଷଣ କରନ୍ତି ।
- ଚୁମ୍ବକଦ୍ବୟ ପରସ୍ପରକୁ ସ୍ପର୍ଶ ନକଲେ ମଧ୍ୟ ଆକର୍ଷଣ ବଳ ଓ ବିକର୍ଷଣ ବଳ କ୍ରିୟାଶୀଳ ହୁଅନ୍ତି । ଚୁମ୍ବକର ଆକର୍ଷଣ ବଳ ଟଣାବଳ ସଦୃଶ ଓ ବିକର୍ଷଣ ବଳ ଠେଲାବଳ ସଦୃଶ । ମାତ୍ର ଏପରି ବଳ କ୍ରିୟାଶୀଳ ହେବାବେଳେ ଚୁମ୍ବକଦ୍ବୟ ପରସ୍ପରକୁ ସ୍ପର୍ଶକରନ୍ତି ନାହିଁ ।
- ଦୁଇଟି ଚୁମ୍ବକ ମଧ୍ୟରେ ଆନ୍ତଃକ୍ରିୟା ବଳଯୋଗୁଁ ଚୁମ୍ବକୀୟ ବଳ ସମ୍ଭବ ହୋଇଥାଏ, ତାହା ଅସଂସ୍ପର୍ଶ ବଳ । ଚୁମ୍ବକ ମଧ୍ୟ ଚୁମ୍ବକୀୟ ବସ୍ତୁକୁ ସ୍ପର୍ଶ ନ କରି ଆକର୍ଷଣ କରେ, ତାହା ମଧ୍ୟ ଅସଂସ୍ପର୍ଶ ବଳ ।
→ଇଲେକ୍ଟ୍ରୋଷ୍ଟାଟିକ୍ ଫୋର୍ସ (Electrostatic Force):
ତୁମପାଇଁ କାମ :
(i) ଏକ ଶୁଖୁଲା ପତଳା ପ୍ଲାଷ୍ଟିକ୍ ଷ୍ଟ୍ର (straw) ନେଇ ଏହାକୁ ସମାନ ଦୁଇଭାଗରେ ବିଭକ୍ତ କର । ଟେବୁଲ ଧାରରେ ଛୋଟ ଲୁହା କଣ୍ଟାଟିଏ ପୋତି ସେଥିରୁ ସୂତାଦ୍ୱାରା ଖଣ୍ଡେ ଷ୍ଟ୍ର ଝୁଲାଅ । ଅନ୍ୟ ଷ୍ଟ୍ର ଖଣ୍ଡର ଗୋଟିଏ ପ୍ରାନ୍ତକୁ ଶୁଖ ଭଲଭାବରେ ଭଲଭାବରେ ଘଷ ଓ ସେହି ପ୍ରାନ୍ତକୁ ଝୁଲୁଥିବା ଷ୍ଟୁଟିର ମୁକ୍ତ ପ୍ରାନ୍ତ ପାଖରେ ଦେଖାଅ ଯେପରି ଷ୍ଟ୍ରଦ୍ଵୟ ପରସ୍ପରକୁ ସ୍ପର୍ଶ ନ କରନ୍ତି । ଧରିଥିବା ଷ୍ଟୁଟି ଝୁଲୁଥ୍ ଷ୍ଟ୍ରର ମୁକ୍ତପ୍ରାନ୍ତକୁ ଆକର୍ଷଣ କରିବ ।
(ii)ଏହାପରେ ଝୁଲୁଥିବା ଷ୍ଟୁଟିର ମୁକ୍ତପ୍ରାନ୍ତଟି ଶୁଖୁଲା କାଗଜରେ ଘଷିଦିଅ । ଅନ୍ୟ ଷ୍ଟ୍ରଟିର ଘଷାଯାଇଥିବା ପ୍ରାନ୍ତଟି ଝୁଲୁଥିବା ଷ୍ଟ୍ରର ଘଷାପ୍ରାନ୍ତ ନିକଟରେ ଦେଖାଇଲେ ଷ୍ଟ୍ରଦ୍ଵୟ ପରସ୍ପରକୁ ବିକର୍ଷଣ କରିବେ ।
ଚାର୍ଜିତ ବସ୍ତୁ ସମଚାର୍ଜିତ ବସ୍ତୁକୁ ବିକର୍ଷଣ କରେ; ମାତ୍ର ଚାର୍ଜିତ ବସ୍ତୁ ବା ଅଚାର୍ଜିତ ବସ୍ତୁ ମଧ୍ୟରେ ଆକର୍ଷଣ ବଳ କ୍ରିୟାଶୀଳ ହୁଏ । ଏହି ପ୍ରକାର ବଳକୁ ସ୍ଥିର ବିଦ୍ୟୁତ୍ ବଳ (Electrostatic Force) କହନ୍ତି ।
(iii) ଦୁଇଟି ଚାର୍ଜିତ ବସ୍ତୁ ପରସ୍ପରକୁ ସ୍ପର୍ଶ ନକରୁଥିଲେ ମଧ୍ୟ ଏହି ବଳ କ୍ରିୟାଶୀଳ ହୋଇଥାଏ । ଏକ ଚାର୍ଜିତ ବସ୍ତୁ ଓ ଅନ୍ୟ ଏକ ଚାର୍ଜିତ ବସ୍ତୁ ମଧ୍ୟରେ ବି ସ୍ଥିର ବିଦ୍ୟୁତ୍ ବଳ କ୍ରିୟାଶୀଳ ହୋଇପାରେ । ସ୍ଥିର ବିଦ୍ୟୁତ୍ ବଳ ଚୁମ୍ବକୀୟ ବଳପରି ଏକା ପ୍ରକାର ଅସଂସ୍ପର୍ଶ ବଳ ।
(iv) ଘର୍ଷଣ ଦ୍ଵାରା ଦୁଇଟି ଅଲଗା ଅଲଗା ପଦାର୍ଥକୁ ବିପରୀତ ଭାବେ ଚାର୍ଜିତ କରାଯାଇପାରେ ।
→ମହାକର୍ଷଣ ବଳ (Gravitational Force) :
(i) ଆକାଶରେ ଥିବା ଜଳବିନ୍ଦୁ ଭୂପୃଷ୍ଠରେ ପଡ଼େ । ଗଛରୁ ଆମ୍ବ ଓ ଶୁଖୁଲା ପତ୍ର ତଳକୁ ଝଡ଼େ । ଏପରି ତଳକୁ ଖସିବାଦ୍ୱାରା ସେଗୁଡ଼ିକର ଗତି ଅବସ୍ଥା ପରିବର୍ତ୍ତିତ ହୁଏ ।
(ii) ଗତି ଅବସ୍ଥାରେ ପରିବର୍ତ୍ତନ ଏକ ବା ଏକାଧ୍ଵ ବଳର କ୍ରିୟାଶୀଳତା ଯୋଗୁଁହିଁ ସମ୍ଭବ ହୁଏ । ତେଣୁ ଆଲୋଚିତ ଉଦାହରଣଗୁଡ଼ିକ କ୍ଷେତ୍ରରେ ନିଶ୍ଚିତଭାବେ ଏକ ବଳ ବସ୍ତୁ ସବୁକୁ ଉଚ୍ଚରୁ ଭୂପୃଷ୍ଠ ଆଡ଼କୁ ଟାଣେ । ଏପରି ବଳକୁ ମାଧ୍ୟାକର୍ଷଣ ବଳ (Force of gravity) କହନ୍ତି ।
(iii) ମାଧ୍ୟାକର୍ଷଣ ବଳ ଏକ ବଳ ଯାହା ପୃଥିବୀପୃଷ୍ଠ ବା ପୃଷ୍ଠଦେଶରୁ କିଛି ଉଚ୍ଚତାରେ ଥିବା ସମସ୍ତ ବସ୍ତୁ ଉପରେ କ୍ରିୟାଶୀଳ ହୁଏ । ଏହାକୁ ଓଜନ (Weight) କହନ୍ତି । ଏହି ବଳ ଯୋଗୁଁ ଜଳ ସର୍ବଦା ଉଚ୍ଚ ପତ୍ତନରୁ ନିମ୍ନ ପତ୍ତନ ଆଡ଼କୁ ଗତି କରିଥାଏ ।
(iv) ସାର୍ ଆଇଜାକ୍ ନିଉଟନ୍ (Sir Isac Newton) ଗବେଷଣା କରି ଏ ସମ୍ପର୍କରେ ଏକ ତଥ୍ୟ ଆବିଷ୍କାର କରିଥିଲେ ।
‘‘ବିଶ୍ବରେ ବଡ଼ କିମ୍ବା ସାନ ଯେକୌଣସି ଦୁଇଟି ବସ୍ତୁ ପରସ୍ପରକୁ ସ୍ପର୍ଶ ନ କରି ମଧ୍ୟ ଆକର୍ଷଣ କରନ୍ତି । ଏହି ଆକର୍ଷଣକୁ ମହାକର୍ଷଣ ବଳ କହନ୍ତି । ଏହି ବଳ ବସ୍ତୁଦ୍ଵୟର ବସ୍ତୁତ୍ଵ ଓ ସେମାନଙ୍କ ମଧ୍ୟରେ ଥିବା ଦୂରତା ଉପରେ ନିର୍ଭର କରିଥାଏ ।’’
1. ମାଧ୍ୟାକର୍ଷଣ ବଳ ମଧ୍ଯ ଏକ ମହାକର୍ଷଣ ବଳ ।
2. ମହାକର୍ଷଣ ବଳ ମଧ୍ଯ ଏକ ଅସଂସ୍ପର୍ଶ ବଳ ।
ମହାକର୍ଷଣ ବଳ ଯୋଗୁ ଗ୍ରହମାନେ ସୂର୍ଯ୍ୟ ଚାରିପଟେ ଓ ଉପଗ୍ରହ ଗୁଡ଼ିକ ଗ୍ରହ ଚାରିପଟେ ପରିକ୍ରମଣ କରନ୍ତି । ବିଶ୍ଵରେ ସର୍ବତ୍ର ଏହି ବଳ କ୍ରିୟାଶୀଳ ହୋଇଥାଏ ।
ଏହି ବଳର ପରିମାଣ ବସ୍ତୁଦ୍ବୟର ବସ୍ତୁତ୍ଵମାନଙ୍କର ଗୁଣଫଳ ସହ ସମାନୁପାତୀ ଓ ସେମାନଙ୍କ ମଧ୍ୟରେ ଥିବା ଦୂରତାର ବର୍ଗସହ ପ୍ରତିଲୋମାନୁପାତୀ ହୋଇଥାଏ ।
→ଚାପ (Pressure):
(i) ଘୂଣ୍ଠିବାତ୍ୟା କିମ୍ବା ଝଡ଼ ଲଘୁଚାପର ପ୍ରଭାବରେ ହୁଏ ।
(ii) ଦୁଇଟି ଭିନ୍ନ ଭିନ୍ନ ସ୍ଥାନ ମଧ୍ୟରେ ବାୟୁମଣ୍ଡଳୀୟ ଚାପ ପାର୍ଥକ୍ୟକୁ ଲଘୁଚାପ କହନ୍ତି ।
ଚାପ ହେଉଛି ଏକକ କ୍ଷେତ୍ରଫଳ ପ୍ରତି ପ୍ରଯୁକ୍ତ ବଳ ।
ତୁମପାଇଁ କାମ :
(a) ଖଣ୍ଡେ କଣ୍ଟାର ଗୋଲାକାର ମୁଣ୍ଡଟି ହାତରେ ଧରି ମୁନିଆଁ ମୁଣ୍ଡଟିକୁ ଏକ କାଠପଟାରେ ସିଧାଭାବରେ ଧରି ଗୋଲାକାର ମୁଣ୍ଡଟିକୁ ହାତୁଡ଼ିରେ ପିଟିଲେ କଣ୍ଟାଟି ସହଜରେ କାଠପଟା ମଧ୍ୟରେ ପ୍ରବେଶ କରିଯିବ । କିନ୍ତୁ କଣ୍ଟାଟିକୁ ଓଲଟାଇ ଦେଇ ମୁନିଆଁ ମୁଣ୍ଡକୁ ପିଟିଲେ କଣ୍ଟାଟି କାଠମଧ୍ୟରେ ପ୍ରବେଶ କରିବ ନାହିଁ ।
(b) ଧାର ନଥିବା ଦନ୍ତରା ଛୁରୀ ବା ପନିକିରେ ସହଜରେ ଫଳ କାଟିହୁଏ ନାହିଁ ।
(c) ଦୁଇ ତିନୋଟି କାଗଜ ଗୁଛି ରଖୁବାପାଇଁ ଆମେ ମୁନିଆଁ ଆଲପିନ୍ ବ୍ୟବହାର କରୁ ।
(iii) ଉପରୋକ୍ତ ଉଦାହରଣମାନଙ୍କରେ ଆମେ ସବୁ କାମ ସହଜରେ କରିବାକୁ ଚାହୁଁ । ଏହା କେବଳ ପ୍ରୟୋଗ ନିର୍ଭର କରେ ।
(iv) କଣ୍ଟା ବାଡ଼େଇବା କ୍ଷେତ୍ରରେ ହାତୁଡ଼ିଦ୍ୱାରା ପ୍ରଯୁକ୍ତ ବଳ F, କଣ୍ଟାଟିର ଗୋଲାକାର ମୁଣ୍ଡର କ୍ଷେତ୍ରଫଳ A ଉପରେ କାର୍ଯ୍ୟକାରୀ ହୋଇ କଣ୍ଟାଟିକୁ କାଠ ପଟା ମଧ୍ୟକୁ ପ୍ରବେଶ କରାଉଛି । ମାତ୍ର ଏହା ସହଜ ହେଉନାହିଁ । କିନ୍ତୁ ସେହି ବଳ F, କଣ୍ଟାଟିର ମୁନିଆ ମୁଣ୍ଡର କ୍ଷେତ୍ରଫଳ à ଉପରେ କାର୍ଯ୍ୟକାରୀ ହେଲେ ଉକ୍ତ କାର୍ଯ୍ୟଟି ସହଜରେ ହୋଇଯାଉଛି ।
(vii) ବଳ ଯଦି ପୃଷ୍ଠପ୍ରତି ଲମ୍ବଭାବରେ କ୍ରିୟାଶୀଳ ହୁଏ ତେବେ ଚାପ ସହଜରେ କଳନା କରିହୁଏ । ବୋଝ ବୁହାଳି ବ୍ୟକ୍ତିଟିଏ ଓଜନିଆ ବୋଝ ମୁଣ୍ଡାଇ ନେଲାବେଳେ ଗୋଲାକାର ଠେକା ମୁଣ୍ଡରେ ଦେଇଥାଏ । ଏପରି କରିବାଦ୍ୱାରା ବୋଝଟିର ଓଜନ ଠେକାର କ୍ଷେତ୍ରଫଳ ଉପରେ କାର୍ଯ୍ୟକାରୀ ହୁଏ, ତେଣୁ ମୁଣ୍ଡ ଉପରେ କମ୍ ଚାପ ପଡ଼େ ।
(viii) ସମପରିମାଣର ବଳ ପାଇଁ କମ୍ କ୍ଷେତ୍ରଫଳ ଥିବା ପୃଷ୍ଠ ଉପରେ ଚାପ ଅଧିକ ହୁଏ ଏବଂ ଅଧିକ କ୍ଷେତ୍ରଫଳ ଥିବା ପୃଷ୍ଠ ଉପରେ ଚାପ କମ୍ ହୁଏ ।
(ix) ଛାତ୍ରଛାତ୍ରୀମାନେ କାନ୍ଧରେ ପକାଇ ଆସୁଥିବା ବ୍ୟାଗଗୁଡ଼ିକରେ ଚଉଡ଼ା ଫିତା ଲାଗିଥାଏ । ଏହାଦ୍ଵାରା କାନ୍ଧ ଉପରେ ବ୍ୟାଗ୍ଟିର ଓଜନ କମ୍ ହୁଏ ।
→ତରଳ ଓ ଗ୍ୟାସୀୟ ପଦାର୍ଥର ଚାପ (Pressure exerted by Liquids and Gases) :
ତୁମପାଇଁ କାମ :
(i) ଏକ ପାତ୍ର ମଧ୍ୟରେ ରହିଥିବା କୌଣସି ତରଳ ପଦାର୍ଥ ଉକ୍ତ ପାତ୍ରର ଭୂମି ଉପରେ ଚାପ ପ୍ରଦାନ କରିଥାଏ ଓ ଏହି ଚାପ ପାତ୍ର ମଧ୍ୟସ୍ଥ ତରଳର ଉଚ୍ଚତା ବୃଦ୍ଧିସହ ବୃଦ୍ଧିପାଏ ।
ପରୀକ୍ଷା :
(a) ପ୍ରାୟ 15 ସେ.ମି. ଲମ୍ବ ଓ 5 ସେ.ମିରୁ 7.5 ସେ.ମି. ବ୍ୟାସବିଶିଷ୍ଟ ଏକ ସ୍ବଚ୍ଛ କାଚନଳ ବା ପ୍ଲାଷ୍ଟିକ୍ ନଳ ବା ଉତ୍ତମମାନର ପତଳା ରବର ଖଣ୍ଡିଏ ସଂଗ୍ରହ କରି । ଉକ୍ତ ରବର ଖଣ୍ଡିକ କାଚ ବା ପ୍ଲାଷ୍ଟିକ୍ ନଳର ଗୋଟିଏ ପ୍ରାନ୍ତରେ ବିଛାଇ ତାହାକୁ ଶକ୍ତଭାବେ ବାନ୍ଧିଦିଅ । ନଳଟିକୁ ଖୋଲାମୁହଁଟି ଉପରକୁ ରହିବ ।
(b) ବର୍ତ୍ତମାନ ଅନ୍ୟ ହାତରେ ନଳ ଭିତରକୁ କିଛି ଜଳ ଢାଳ । ବନ୍ଧାଯାଇଥବା ରବରଟି ଟିକିଏ ଫୁଲିଉଠିବ । ନଳରେ କିଛି ଉଚ୍ଚତାରେ ଜଳରଖ୍ ସେଠାରେ ଏକ କାଳି ଚିହ୍ନଦିଅ । ଖୋଲାମୁହଁଟି ଉପରକୁ ରହିବ ଆଉ ଏକ ଚିହ୍ନ ଦିଅ । ରବରଟି ଅଧୂକ ଫୁଲିବ । ଥରକୁ ଥର ଏହିପରି ଅଳ୍ପ ଅଳ୍ପ ଜଳ ଢାଳି ପ୍ରତିଜଳ ପତ୍ତନରେ ଗୋଟିଏ ଚିହ୍ନଦିଅ ଏବଂ ବେଲୁନ୍ ପ୍ରତ୍ୟେକ ଥର ଅଧ୍ଵରୁ ଅଧ୍ଵ ଫୁଲିଯାଏ ।
(c) ଜଳର ପରିଣାମ ଅଧିକ ହେବାରୁ ପ୍ରସାରିତ ରବରର ଆକାର ମଧ୍ୟ ବୃଦ୍ଧିପାଉଛି ।
ତୁମପାଇଁ କାମ :
(ii) ଜଳପରି ଯେକୌଣସି ତରଳ ଆଧାର ପାତ୍ରର ପାର୍ଶ୍ଵପୃଷ୍ଠତଳ ଉପରେ ମଧ୍ୟ ଚାପ ପ୍ରଦାନ କରିଥାଏ ଏବଂ ଏହି ଚାପ ଉକ୍ତ ତରଳ ସ୍ତମ୍ଭର ଉଚ୍ଚତା ସହ ବୃଦ୍ଧିପାଏ । ଏହି ଚାପ ମଧ୍ୟ ଏକ ନିର୍ଦ୍ଦିଷ୍ଟ ପତ୍ତନରେ ସବୁ ଦିଗରେ ସମାନ ଭାବରେ ପଡ଼ିଥାଏ । ଏକ ବ୍ୟବହୃତ ହୋଇସାରିଥିବା ପ୍ଲାଷ୍ଟିକ୍ ବୋତଲ ନିଅ । ପ୍ରାୟ 10 ସେ.ମି. ବା 15 ସେ.ମି. ଲମ୍ବର ଏକ ସରୁ କାଚନଳୀଟିଏ ସଂଗ୍ରହ କର ।
ଏହାର ଗୋଟିଏ ପାର୍ଶ୍ବ ତତାଇ ପ୍ଲାଷ୍ଟିକ୍ ବୋତଲର ନିମ୍ନଦେଶରେ ପ୍ରବେଶ କରାଅ । ବର୍ତ୍ତମାନ କିଛି ତରଳ ଅଧିକ ଜଳ ବୋତଲ ମଧ୍ୟକୁ ଢାଳି ବେଲୁନ୍କୁ ଲକ୍ଷ୍ୟକର, ତାହା ଅଧ୍ଵରୁ ଅଧିକ ଫୁଲିବ । ତେଣୁ ବୋତଲର ପାର୍ଶ୍ଵପୃଷ୍ଠତଳ ଉପରେ ଜଳ ଚାପ ପ୍ରଦାନ କରୁଛି । ଏହି ଚାପ ଉକ୍ତ ତରଳ ସ୍ତମ୍ଭର ଉଚ୍ଚତା ସହିତ କ୍ରମେ ବୃଦ୍ଧିପାଉଛି । ଜଳ ବଦଳରେ ତରଳ ପଦାର୍ଥ ନେଲେ ମଧ୍ୟ ଅନୁରୂପ ସିଦ୍ଧାନ୍ତ ମିଳିବ ।
(iii) ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ତରଳର ଚାପ ସବୁ ଦିଗକୁ ସମପରିମାଣରେ କାର୍ଯ୍ୟକାରୀ ହୁଏ ।
ତୁମପାଇଁ କାମ :
ଗୋଟିଏ ଟେବୁଲ ଉପରେ ଏକ ଗୋଲାକାର ପ୍ଲାଷ୍ଟିକ୍ ବୋତଲ ନେଇ ଏଥରେ ଭୂମିଠାରୁ ନିର୍ଦ୍ଦିଷ୍ଟ ଉଚ୍ଚତାରେ ସମାନ ଆକାର ବିଶିଷ୍ଟ ଚାରିପଟେ ଚାରୋଟି ଛିଦ୍ର କର । ବର୍ତ୍ତମାନ ବୋତଲ ମଧ୍ୟକୁ ଜଳ ଢାଳ । ପ୍ରତ୍ୟେକ ଛିଦ୍ରରୁ ଜଳ ସମାନ ଦୂରତାରେ ଚଟାଣରେ ପଡ଼ିବାର ଦେଖୁବ । ବୋତଲ ମଧ୍ଯରେ ଜଳପତ୍ତନ ବୃଦ୍ଧିକଲେ ଛିଦ୍ରରୁ ଜଳ ଅର୍ଧକ ଦୂରରେ ପଡ଼ିବ ।
(iv) ତରଳ ପଦାର୍ଥ ପରି ଗ୍ୟାସୀୟ ପଦାର୍ଥ ମଧ୍ଯ ଚାପ ପ୍ରଦାନ କରେ ।
(v) ଚାପ ପ୍ରଦାନ କରିଥାଏ । ଏହି ଚାପ ପାତ୍ର ମଧ୍ୟସ୍ଥ ଗ୍ୟାସୀୟ ପଦାର୍ଥର ଓଜନ ଉପରେ ନିର୍ଭର କରେ । ସାଇକେଲ୍ ଟାୟାର ମଧ୍ୟସ୍ଥ ଟିଉବ୍ ମଧ୍ୟରେ କଣା ହୋଇଗଲେ ବାୟୁଚାପ ବାହାରକୁ ଚାଲିଯାଏ । ଏହାକୁ ଆମେ ଚକା ପମ୍ପଚର ହୋଇଛି ବୋଲି କହୁ । ଫୁଟବଲ୍ ବ୍ଲାଡ଼ର ମଧ୍ୟରେ ଲିକ୍ ଥିଲେ ବଲ୍କୁ ଖେଳି ହୁଏ ନାହିଁ ।
→ବାୟୁମଣ୍ଡଳୀୟ ଚାପ (Atmospheric pressure) :
(i) ପୃଥିବୀ ଚାରିପଟେ ଏକ ବାୟୁମଣ୍ଡଳ ଘେରି ରହିଛି । ଭୂପୃଷ୍ଠଠାରୁ ଏହା 1000) କି.ମି. ପର୍ଯ୍ୟନ୍ତ ବିସ୍ତୃତ । ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ଵାରା ଆକର୍ଷିତ ହୋଇ ଏହା ଭୂପୃଷ୍ଠ ସହ ଲାଗିଥିବାରୁ ଏହାର ଓଜନ ଅଛି ।
(ii) ଏହି ଓଜନ ଏକ ବଳ ଯାହା ଭୂପୃଷ୍ଠର କ୍ଷେତ୍ରଫଳ ଉପରେ କ୍ରିୟାଶୀଳ ହୁଏ । ତେଣୁ ଭୂପୃଷ୍ଠର ସର୍ବତ୍ର ବାୟୁର ଚାପ ରହିଥାଏ । ଏହାକୁ ବାୟୁମଣ୍ଡଳୀୟ ଚାପ କହନ୍ତି ।
(iii) ଚାପ ହେଉଛି ଏକକ କ୍ଷେତ୍ରଫଳ ବିଶିଷ୍ଟ ଜାଗା ଉପରେ ଲମ୍ବ ଭାବରେ କ୍ରିୟାଶୀଳ ହେଉଥିବା ବଳ । ଏକକ କ୍ଷେତ୍ରଫଳ ବିଶିଷ୍ଟ ଭୂପୃଷ୍ଠ ଉପରିସ୍ଥ ସ୍ଥାନ ଉପରେ ଥିବା ବାୟୁସ୍ତରର ଓଜନ ହେଉଛି ବାୟୁମଣ୍ଡଳୀୟ ଚାପର ମାପ ।
ମାନକ ତାପମାତ୍ରା (Normal temperature) ବା (°C ତାପମାତ୍ରାରେ ଏକ ବର୍ଗସେ.ମି. କ୍ଷେତ୍ରଫଳ ବିଶିଷ୍ଟ ସ୍ଥାନ ଉପରେ ପଡୁଥିବା ବାୟୁର ବଳ l କି.ଗ୍ରା. ଓଜନ ସହ ସମାନ । ସପ୍ତଦଶ ଶତାବ୍ଦୀର ଜର୍ମାନ ବୈଜ୍ଞାନିକ ଅଟୋଭର୍କୀ (Ottovon Guericke) ଗୋଟିଏ ପମ୍ପ୍ ଉଦ୍ଭାବନ କରିଥିଲେ, ଯାହାଦ୍ୱାରା କୌଣସି ପାତ୍ର ମଧ୍ୟରୁ ବାୟୁ କାଢ଼ିହେବ । ସେହି ପମ୍ପ ସାହାଯ୍ୟରେ ନାଟକୀୟ ଭାବରେ ସେ ଦର୍ଶାଇ ଦେଇଥିଲେ ବାୟୁମଣ୍ଡଳର ଚାପଦ୍ବାରା ବଳ କେତେ ବେଶି ହୁଏ ।
ସେ ନେଇଥିଲେ ସମାନ ଆକାର ବିଶିଷ୍ଟ ଦୁଇଟି ଫମ୍ପା ଅନ୍ଧଗୋଲକ । ପ୍ରତ୍ୟେକର ବ୍ୟାସ ଥିଲା ପ୍ରାୟ 51 ସେ.ମି. । ଉକ୍ତ ଅର୍ଦ୍ଧଗୋଲକ ଦୁଇଟି ଭଲଭାବେ ବ୍ୟବସ୍ଥା ଥୁଲା ଯେପରି ପ୍ରତି ଅଦ୍ଧଗୋଲକକୁ ଶକ୍ତ ଦଉଡି଼ ଦ୍ବାରା ଟାଣିହେବ । ଦେଖାଗଲା, ଗୋଲକଟି ଉପରେ ବାୟୁଚାପ ଜନିତ ବଳ ଏତେବେଶି ଥିଲା ଯେ, ଷୋହଳଟି ଅଶ୍ୱଙ୍କର ବଳ ମଧ୍ଯ ଅର୍ଷଗୋଲକ ଦ୍ଵୟକୁ ପୃଥକ କରିପାରିଲା ନାହି ।
→ବିଷୟଭିଭିକ ଶବ୍ଦାବଳୀ :