Odisha State Board BSE Odisha 8th Class Science Notes Chapter 12 ଘର୍ଷଣ will enable students to study smartly.
BSE Odisha Class 8 Science Notes Chapter 12 ଘର୍ଷଣ
→ ଉପକ୍ରମ :
1. ଚାଲୁଥିବା ସାଇକେଲକୁ ବ୍ରେକ୍ ଦେଲେ ଏହାର ରବର ସାଇକେଲ ରିମ୍ ସହ ଘଷି ହୋଇ ସାଇକେଲର ଗତିକୁ ମନ୍ଥର କରିଦିଏ । କାରଣ ଏଥିରେ ବିପରୀତମୁଖୀ ବଳ କାର୍ଯ୍ୟ କରିଥାଏ ।
2. ସମତଳ ପିଚୁ ରାସ୍ତା ଅପେକ୍ଷା ଆବଡ଼ା ଖାବଡ଼ା ମାଟି ବା ଗୋଡ଼ି ରାସ୍ତାରେ ଚକା ଗଡ଼ିବା ସମୟରେ ଏକ ବିପରୀତମୁଖୀ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ।
3. ବିପରୀତ ଦିଗରେ କାର୍ଯ୍ୟକାରୀ ହୋଇଥାଏ । ଅର୍ଥାତ୍ ଏକ ବଳଦ୍ଵାରା ଗତିଶୀଳ ବସ୍ତୁଟି ସ୍ଥିର ଅବସ୍ଥାକୁ ଆସିଥାଏ ବା ସ୍ଥିର ଅବସ୍ଥାରୁ ଗତିଶୀଳ ହୋଇଥାଏ ।
→ ଘର୍ଷଣର ଶକ୍ତି (Force of Friction) :
ଦୁଇଟି ପୃଷ୍ଠ ମଧ୍ୟରେ ଆପେକ୍ଷିକ ଗତି ରହିଥିଲେ ଘର୍ଷଣ ଆପେ ଆପେ ସୃଷ୍ଟି ହୁଏ । ସେଥ୍ପାଇଁ ଘାସ ପଡ଼ିଆରେ ଫୁଟବଲ୍ଟିଏ ଠେଲି ଗଡ଼ାଇଲେ, ବଲ୍ ପୃଷ୍ଠ ଓ ପଡ଼ିଆର ପୃଷ୍ଠ ମଧ୍ଯରେ ଘର୍ଷଣ ବଳ ସୃଷ୍ଟିହୋଇ ଫୁଟବଲ୍ର ଗତି ଧୀରେ ଧୀରେ କମିଯାଏ
ଓ ଶେଷରେ ଏହା ସ୍ଥିର ହୋଇଯାଏ ।
ଘର୍ଷଣ, ପ୍ରଯୁକ୍ତ ବଳର ବିପରୀତ ଦିଗରେ କ୍ରିୟାଶୀଳ ହୁଏ । ଏହା ହିଁ ଘର୍ଷଣର ଧର୍ମ ।
ଦୁଇଟି ପୃଷ୍ଠ ମଧ୍ଯରେ ଆପେକ୍ଷିକ ଗତି ରହିଥିଲେ, ଘର୍ଷଣ ବଳ ସୃଷ୍ଟି ହୋଇଥାଏ ।
→ ଘର୍ଷଣକୁ ପ୍ରଭାବିତ କରୁଥିବା କାରକ (Factors Affecting Friction)
କୌଣସି ବସ୍ତୁ ଉପରେ ଦକ୍ଷିଣ ପାର୍ଶ୍ୱରୁ ବାମ ପାର୍ଶ୍ଵକୁ ବଳ ପ୍ରୟୋଗ କରି ଗତିଶୀଳ କରାଇଲେ ଏକ ଘର୍ଷଣ ବଳ ଦକ୍ଷିଣପଟରୁ ବାମପଟକୁ ବସ୍ତୁ ଉପରେ କାର୍ଯ୍ୟକରି ଏହାର ଗତିକୁ ସ୍ଥିର କରାଏ ।
(i) ଗୋଟିଏ ପୃଷ୍ଠ ଅନ୍ୟ ଏକ ପୃଷ୍ଠର ସଂସ୍ପର୍ଶରେ ଥିବାବେଳେ ବଳ ପ୍ରୟୋଗ ଦ୍ୱାରା ଏହା ଗତିଶୀଳ ହେବାର ସମ୍ଭାବନା ଥିଲେ କିମ୍ବା ଗତିଶୀଳ ହେଉଥିଲେ, ଘର୍ଷଣ ବଳ କ୍ରିୟାଶୀଳ ହୁଏ ଏବଂ ଏହି ଘର୍ଷଣ ବଳ ଉଭୟ ପୃଷ୍ଠର ମସୃଣତା
(ii) ସଂସ୍ପର୍ଶରେ ଥିବା ଦୁଇଟି ପୃଷ୍ଠର ଅସମତଳତା ବା ବନ୍ଧୁରତା ଦ୍ଵାରା ଘର୍ଷଣ ପ୍ରଭାବିତ ହୁଏ । ତେଣୁ ଗୋଟିଏ ପୃଷ୍ଠ ଅନ୍ୟ ଏକ ପୃଷ୍ଠ ଉପରେ ଥିବାବେଳେ ଉଭୟ ପୃଷ୍ଠର ଖାଲଢିପଗୁଡ଼ିକ ପରସ୍ପର ଛନ୍ଦାଛନ୍ଦି ରହିବା ଯୋଗୁ ଘଷଣ ବଳ ଉତ୍ପନ୍ନ ହୁଏ । ଦୁଇ ପୃଷ୍ଠର ଏହି ଛନ୍ଦାଛନ୍ଦି ହେବା ପ୍ରକ୍ରିୟାକୁ ଇଣ୍ଟରଲକିଙ୍ଗ୍ (Interlocking) କୁହାଯାଏ ।
(iii) ବଳ ପ୍ରୟୋଗଦ୍ଵାରା ଗୋଟିଏ ପୃଷ୍ଠକୁ ଅନ୍ୟ ପୃଷ୍ଠଟି ଉପରେ ଗତିଶୀଳ କରିବାକୁ ଚେଷ୍ଟା କଲେ, ଘର୍ଷଣ ପ୍ରଯୁକ୍ତ ବଳକୁ ବିରୋଧ କରେ ଏବଂ ଅଧିକ ବଳ ପ୍ରୟୋଗଦ୍ଵାରା ସେହି ପୃଷ୍ଠଟି ଗତିଶୀଳ ହେଲେ ମଧ୍ୟ ସେତେବେଳେ ବି ଘର୍ଷଣ ବଳ କ୍ରିୟାଶୀଳ ରହିଥାଏ । ଲଗାଲଗି ରହିଥିବା ଦୁଇଟି ପୃଷ୍ଠ ଅଧ୍ଵ ଚାପି ହୋଇ ରହିଲେ ଏହି ଘର୍ଷଣ ବଳ ମଧ୍ଯ ଅଧିକ ହୁଏ ।
(iv) ଦୁଇଟି ପୃଷ୍ଠ ଅଧ୍ୱ ଚାପି ହୋଇଗଲେ ସେଗୁଡ଼ିକର ପୃଷ୍ଠ ଉପରେ ରହିଥିବା ଖାଲଢ଼ିପଗୁଡ଼ିକ ଅଧିକ ଛନ୍ଦି ହୋଇ ପରସ୍ପରକୁ ବେଶୀ ଜାବୁଡ଼ି ଧରନ୍ତି ଏବଂ ଉଭୟ ପୃଷ୍ଠ ଉପରେ ଥିବା ଅଣୁଗୁଡ଼ିକ ମଧ୍ୟରେ ଏକ ପ୍ରକାର ଆକର୍ଷଣ ସୃଷ୍ଟି ହୁଏ । ଏହି ଆକର୍ଷଣକୁ ଅସଂଜନ ବଳ (Force of adhesion) କହନ୍ତି ।
(v) ଅଠା ଲଗାଇ ଦୁଇଟି ବସ୍ତୁକୁ କିମ୍ବା ଦୁଇଟି ପୃଷ୍ଠକୁ ଯୋଡ଼ିଲେ ଅସଂଜନ ବଳ ଦ୍ବାରା ସେଗୁଡ଼କ ପରସ୍ପର ସହ ଲାଖ୍ ରହନ୍ତି ।
(vi) ସଂସ୍ପର୍ଶରେ ରହିଥିବା ଦୁଇଟି ପୃଷ୍ଠପାଇଁ ସର୍ବୋଚ୍ଚ ନୈତିକ ଘର୍ଷଣ ବଳ ବା ଚରମ ଘର୍ଷଣ ବଳର ପରିମାଣ (Force of limiting Friction) ଗତିଜ ଘର୍ଷଣ ବଳର ପରିମାଣଠାରୁ କିଛି ଅଧ୍ଵ ।
→ ଘର୍ଷଣର ପ୍ରକାରେଭଦ:
(i) ପ୍ରଯୁକ୍ତ ବଳ ଥାଇ, ବସ୍ତୁଟି ଗତିଶୀଳ ହେଉନଥିବା ଅବସ୍ଥାରେ ପୃଷ୍ଠଟି ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ ଭୌତିକ ଘର୍ଷଣ (Static Friction) ବଳ କହନ୍ତି ।
(ii) ବସ୍ତୁଟି ଠିକ୍ ଗତିଶୀଳ ହେବାକୁ ଆରମ୍ଭ କରିବା ଅବସ୍ଥାରେ କ୍ରିୟାଶୀଳ ସର୍ବୋଚ୍ଚ ନୈତିକ ଘର୍ଷଣ ବଳକୁ ଚରମ adaan (Limiting frictional force al Force of Limiting Friction)
(iii) ବସ୍ତୁଟି ଗତିଶୀଳ ଥିବା ଅବସ୍ଥାରେ ଏହାର ପୃଷ୍ଠ ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ ଗତିଜ ଘର୍ଷଣ ବଳ (Kinetic frictional force ବା Dynamic frictional Force) କୁହାଯାଏ । ଘର୍ଷଣ ଗତିକୁ ପ୍ରତିରୋଧ କରେ, ଘର୍ଷଣ ତାପ ସୃଷ୍ଟିକରେ, ଘର୍ଷଣ କ୍ଷୟ କରେ ।
ସିଂ ବାଲାନ୍ସ ବା ସିଂ ତରାଜୁ –
(i) ଏକ ବସ୍ତୁ ଉପରେ କ୍ରିୟାଶୀଳ ହେଉଥିବା ବଳ ମାପିବାପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ର ବା ସାଧନ (Device) ମାନଙ୍କ ମଧ୍ୟରୁ ସିଂ ବାଲାନ୍ସ ଅନ୍ୟତମ ।
(ii) ଏହାର ଏକ ଧାତବ ଖୋଳ ଥାଏ ଯାହାର ସାମ୍ନା ପାଖଟି କଟାଯାଇ ସେ ସ୍ଥାନରେ ସ୍ୱଚ୍ଛକାଚ ବା ପ୍ଲାଷ୍ଟିକ୍ ଖଣ୍ଡିଏ ଖଞ୍ଜା ଯାଇଥାଏ ।
(iii) ଖୋଳ ଭିତରେ ଗୋଟିଏ ପ୍ରାନ୍ତରେ ଥିବା କଣ୍ଟା ସହିତ ଏକ ଚାପି ହୋଇଥବା କୁଣ୍ଡଳୀକୃତ ସିଂ ଦୃଢ଼ ଭାବେ ସଂଯୁକ୍ତ ଥିବାବେଳେ, ଖୋଳ ବାହାରକୁ ରହିଥିବା ଅନ୍ୟ ପ୍ରାନ୍ତଟିରେ ଏକ ଅଙ୍କୁଶ ବା ହୁକ୍ (Hook) ଲାଗିଥାଏ ।
(iv) ଏହି ହୁକ୍ ଉପରେ ବଳ ପ୍ରୟୋଗକରି ସ୍ତଂଟି ଟାଣିହୁଏ । ଟାଣି ହେବାବେଳେ ସିଂ ସହିତ ସଂଯୁକ୍ତ ଏକ ସୂଚକ ଖୋଳର ସ୍ବଚ୍ଛ ଅଂଶରେ ରହିଥିବା ସ୍କେଲ୍ ତଳେ ଗତିକରି ଯେଉଁ ସ୍ଥାନରେ ରହେ, ସେହି ସ୍ଥାନରେ ପାଠ୍ୟଙ୍କ (Reading) ରୁ ପ୍ରଯୁକ୍ତ ବଳର ପରିମାଣ ଜାଣିହୁଏ । ଖୋଳ ଉପରେ ଥିବା ସ୍କେଲ୍ଟି ବଳର ଏକକ ଦ୍ବାରା ଅଂଶାଙ୍କିତ ହୋଇଥାଏ ।
→ ଘର୍ଷଣ : ଆମର ବନ୍ଧୁ ଏବଂ ଶତ୍ରୁ (Friction : A necessary Evil):
ଅନେକ କ୍ଷେତ୍ରରେ ଘର୍ଷଣ ବନ୍ଧୁ ପରି ଆମ କାର୍ଯ୍ୟରେ ସହାୟତା କରେ ଏବଂ ଆଉ କେତେକ କ୍ଷେତ୍ରରେ ଏହା ଆମର ଶତ୍ରୁତୁଲ୍ୟ କିଛି କ୍ଷତି ମଧ୍ଯ ସାଧନ କରିଥାଏ।
→ ଘର୍ଷଣ ଆମର ବନ୍ଧୁ:
ନିମ୍ନ କ୍ଷେତ୍ରରେ ଘର୍ଷଣ ଆମକୁ ସାହାଯ୍ୟ କରିଥାଏ:
(i) ଘର୍ଷଣ ନଥିଲେ ଚାଲିବା ସମ୍ଭବ ହୁଅନ୍ତା ନାହିଁ । ଆମେ ଗୋଟିଏ ପାଦ ସ୍ଥିର ରଖ୍ ଅନ୍ୟ ପାଦଟି ଆଗକୁ ପକାଇଥାଉ । ଭୂମି ଓ ପାଦ ମଧ୍ୟରେ ଥିବା ଘର୍ଷଣ ବଳ ଯୋଗୁଁ ଗୋଟିଏ ପାଦ ସ୍ଥିର ରହିଲେ ହିଁ ଅନ୍ୟ ପାଦଟି ଆଗକୁ ପକାଇ ହୁଏ । ସେଥ୍ପାଇଁ ପାଣି କିମ୍ବା ତେଲ ପଡ଼ିଥିବା ରାସ୍ତାରେ ଘର୍ଷଣ କମିଯିବାରୁ ଚାଲିଲାବେଳେ କିମ୍ବା ଗାଡ଼ି ଚପଲ ଇତ୍ୟାଦିର ସୋଲ୍ ମଧ୍ୟ ଏହିପରି ଘୋରି ହୋଇ ଶୀଘ୍ର ନଷ୍ଟ ହୁଏ ।
(ii) କାଗଜ ଓ କଲମ ମଧ୍ୟରେ କିଛି ଘର୍ଷଣ ନଥିଲେ କାଗଜ ଉପରେ ଲେଖ୍ ହୁଅନ୍ତା ନାହିଁ ।
(iii) କଳାପଟାଟି ପୂରାପୂରି ଚିକ୍କଣ ନ ହୋଇ ଟିକିଏ ଖଦଡ଼ିଆ ଥିଲେ ଚକ୍ ଦ୍ଵାରା ସେଥିରେ ଭଲ ଲେଖ୍ ହୁଏ ।
(iv) କାନ୍ଥ ଓ ଲୁହାକଣ୍ଟା ମଧ୍ୟରେ କିଛି ଘର୍ଷଣ ରହିଥିଲେ ହିଁ କଣ୍ଟାଟି କାନ୍ଥରେ ପୋତି ହୁଏ ।
(v) ଦିଆସିଲି କାଠିକୁ ଦିଆସିଲି ବାକ୍ସରେ ଘଷିବାବେଳେ ଉଭୟ ମଧ୍ୟରେ ଥିବା ଘର୍ଷଣ ବିରୁଦ୍ଧରେ କିଛି କାର୍ଯ୍ୟ କରିବାକୁ ପଡ଼େ । ସେହି କାର୍ଯ୍ୟ ଉତ୍ତାପ ଜାତକରି ଦିଆସିଲି କାଠିଟିକୁ ଜଳିବାରେ ସାହାଯ୍ୟ କରେ ।
(vi) ଗାଡ଼ିର ଚକ ଓ ରାସ୍ତା ମଧ୍ୟରେ ଥିବା ଘର୍ଷଣ ବଳ ଯୋଗୁଁ ଗାଡ଼ିଟି ଖସି ନଯାଇ ଠିକ୍ ଭାବରେ ଚାଲେ । ସେଥିପାଇଁ ଏହାକୁ ଇଚ୍ଛାନୁସାରେ ଧୀରେ କିମ୍ବା ଅଧିକ ଗତିରେ ଚଳାଇ ହୁଏ ।
(vii) ଘର୍ଷଣ ଯୋଗୁଁ ଶୀତ ସକାଳେ ଦୁଇହାତ ପାପୁଲି ଘଷିଲେ ଉଷୁମ ଲାଗେ ।
(viii) ଘର୍ଷଣ ଯୋଗୁଁ ହିଁ ଦଉଡ଼ିରେ କିମ୍ବା ସୂତାରେ ଗଣ୍ଠି ପକାଇ ହୁଏ ।
→ ଘର୍ଷଣ ଆମର ଶତ୍ରୁ :
ନିମ୍ନ କ୍ଷେତ୍ରରେ ଘର୍ଷଣ ଯୋଗୁଁ ଅସୁବିଧା ସୃଷ୍ଟି ହୁଏ । :
(i) ଆବଡ଼ାଖାବଡ଼ା ରାସ୍ତାରେ ଚାଲିବା କିମ୍ବା ସାଇକେଲ୍ ଚଳାଇବା ପାଇଁ କଷ୍ଟ ହୋଇଥାଏ । ରାସ୍ତା ଓ ପାଦ କିମ୍ବା ରାସ୍ତା ଓ ସାଇକେଲ୍ ଟାୟାର୍ ମଧ୍ୟରେ ଅଧିକ ଘର୍ଷଣ ଏହାର କାରଣ । ଏହାଦ୍ବାରା ସାଇକେଲ୍ ଟାୟାର ଚଞ୍ଚଳ ଘୋରି ହୋଇଯାଏ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ମଧ୍ୟ ପରସ୍ପର ସହିତ ଅଧ୍ଵ ଘଷି ହୋଇ ଶୀଘ୍ର ନଷ୍ଟ ହୁଏ । ଯୋତା ଓ ଚପଲ ଇତ୍ୟାଦିର ସୋଲ୍ ମଧ୍ଯ ଏହିପରି ଘୋରି ହୋଇ ଶୀଘ୍ର ନଷ୍ଟ ହୁଏ ।
(ii) ଅଧିକ ଘର୍ଷଣ ଯୋଗୁଁ ବିଭିନ୍ନ ଯନ୍ତ୍ରରେ ଲାଗିଥିବା ସ୍କୁ, ଗାଡ଼ି, ମଟର ଇତ୍ୟାଦିରେ ଲାଗିଥିବା ନଟ୍ ଓ ବୋଲ୍ଟ, ଚକର ଅକ୍ଷ ଓ ଚକରେ ଖଞ୍ଜା ଯାଇଥିବା ବଲ୍, ବିୟରିଂ ଇତ୍ୟାଦି ଶୀଘ୍ର ନଷ୍ଟ ହୁଏ ।
(iii) ସାଇକେଲ, ଗାଡ଼ି-ମଟର ଓ ବିଭିନ୍ନ ଯନ୍ତ୍ରପାତିରେ ଧୂଳି ମଇଳା ଜମି ଅଧିକ ଘର୍ଷଣ ସୃଷ୍ଟି କରେ । ତେଣୁ ଆମେ ବ୍ୟବହାର କରୁଥିବା ସାଇକେଲ୍, ସ୍କୁଟର ଇତ୍ୟାଦି ନିୟମିତ ଭାବେ ପୋଛାପୋଛି ଓ ନୂଆଧୋଇ କରି ପରିଷ୍କାର ରଖୁବା ଉଚିତ୍ । ବିଭିନ୍ନ ଯନ୍ତ୍ରପାତି ଓ ଗାଡ଼ି, ମଟର ଇତ୍ୟାଦି ଠିକ୍ ସମୟରେ ସର୍ଭିସିଙ୍ଗ୍ କରିବା ଉଚିତ୍ ଏବଂ ଉଚିତ ।
(iv) କ୍ୟାରମ୍ଭ ବୋର୍ଡ଼ ପାଲିସ୍ ନଥାଇ ଖଦଡ଼ିଆ ଥିଲେ କ୍ୟାରମ୍ ଖେଳିବାବେଳେ ଅସୁବିଧା ହୋଇଥାଏ । ସେଥିପାଇଁ ଆମେ ମଝିରେ ମଝିରେ ପାଉଡ଼ର ବିଖ୍ ବୋର୍ଡ଼କୁ ପାଲିସ୍ କରିଥାଉ ।
→ ଘର୍ଷଣ ବୃଦ୍ଧି ଓ ହ୍ରାସ ପାଇଁ ବ୍ୟବସ୍ଥା (Increasing and Reducing Friction) –
ଦୈନନ୍ଦିନ ଜୀବନରେ ବ୍ୟବହାର କରିଥିବା କେତେକ ଜିନିଷରେ ଘର୍ଷଣ ବଢ଼ାଇବା ପାଇଁ ଏବଂ ଆଉ କେତେକ ଜିନିଷରେ ଘର୍ଷଣ କମାଇବାପାଇଁ ବ୍ୟବସ୍ଥାମାନ ଥାଏ ।
→ ଘର୍ଷଣ ବୃଦ୍ଧିପାଇଁ ବ୍ୟବସ୍ଥା : କେଉଁ କେଉଁ କ୍ଷେତ୍ରରେ ଘର୍ଷଣ ବୃଦ୍ଧି ପାଇଁ ବ୍ୟବସ୍ଥା ରହିଥାଏ :
(i) ଆମେ ପିନ୍ଧୁଥିବା ଜୋତା କିମ୍ବା ଚପଲର ସୋଲ୍ରେ କଟା କଟା ଚିହ୍ନ ଥାଏ, କାରଣ ସେଗୁଡ଼ିକ ରାସ୍ତା ଓ ଜୋତା ମଧ୍ୟରେ ଘର୍ଷଣ ବୃଦ୍ଧି ପାଇଁ କରାଯାଇଥାଏ । ତଦ୍ବାରା ଚାଲିବାବେଳେ ପାଦ ଖସିଯାଏ ନାହିଁ ।
(ii) ଉପରୋକ୍ତ କାରଣ ପାଇଁ ସାଇକେଲ୍, ସ୍କୁଟର, ମଟର ସାଇକେଲ୍, କାର୍, ବସ୍, ଟ୍ରାକ୍ଟର ଇତ୍ୟାଦିର ଟାୟାରଗୁଡ଼ିକର ପୃଷ୍ଠ କଟାକଟା ହୋଇଥାଏ । ତଦ୍ବାରା ସେହି ଯାନଗୁଡ଼ିକ ରାସ୍ତାରେ ଚାଲୁଥିବାବେଳେ ଚକ ଓ
(iii) ଚଳନ୍ତା ଯାନଗୁଡ଼ିକୁ ଦରକାରବେଳେ ଅଟକାଇବାପାଇଁ ସେ ସବୁର ବ୍ରେକ୍ ବ୍ୟବସ୍ଥାରେ ବ୍ରେକ୍ ଗଦି (Brakepad)
(iv) ଚକଟି ବୁଲୁଥିବାବେଳେ ବ୍ରେକ୍ରେ ଲାଗିଥ୍ ରବରଗଦି ଓ ସାଇକେଲ୍ ରିମ୍ ମଧ୍ୟରେ କିଛି ଫାଙ୍କ ଥାଏ । ହାତ ପାଖରେ ଥିବା ବ୍ରେକ୍କୁ ସାଇକେଲ୍ର ହ୍ୟାଣ୍ଡଲ୍ ଆଡ଼କୁ ଦବାଇବା ଦ୍ଵାରା ରବର ଗଦିଟି ରିମ୍ରେ ଘଷିହୋଇ ଏହାର ଗତି କମାଇ ଥାଏ। ବ୍ରେକ୍ ଛାଡ଼ିଦେଲେ ସାଇକେଲ ପୂର୍ବପରି ଗଡ଼େ ।
(v) ଘର୍ଷଣ ବୃଦ୍ଧିପାଇଁ କବାଡ଼ି ଖେଳାଳିମାନେ ସେମାନଙ୍କ ହାତ ପାପୁଲି ଥରକୁ ଥର ମାଟିରେ ଘଷୁଥାଆନ୍ତି । ତଦ୍ବାରା ପ୍ରତିଯୋଗିତାରେ ସେମାନଙ୍କର ହାତ ପାପୁଲିରେ ଏକ ପ୍ରକାର ଖଦଡ଼ିଆ ପଦାର୍ଥ ଲଗାଇଥାଆନ୍ତି ।
→ ଘର୍ଷଣ ହ୍ରାସପାଇଁ ବ୍ୟବସ୍ଥା : କେଉଁ କ୍ଷେତ୍ରରେ କାହିଁକି ଓ କିପରି ଘର୍ଷଣ କମାଇବାପାଇଁ ବ୍ୟବସ୍ଥା କରାଯାଇଥାଏ :
(i) କଲାପରେ ଯୋଡ଼ା ହୋଇଥିବା ସନ୍ଧି ସ୍ଥଳରେ ଧୂଳି, ମଇଳା ଜମି କିମ୍ବା ଘୋରି ହୋଇ ଘର୍ଷଣ ଅଧିକ ହୁଏ । ଅଧିକ ଘର୍ଷଣ ଯୋଗୁଁ ସେସବୁ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ । ତେଣୁ ସେ ସମସ୍ତ ସ୍ଥାନରେ ତେଲ, ଗ୍ରୀଜ୍ ତେଲ, ଗ୍ରୀଜ୍, ଗ୍ରାଫାଇଟ୍, ପାଉଡ଼ର ଇତ୍ୟାଦି ଘର୍ଷଣ ହ୍ରାସକ ପଦାର୍ଥ ଅଟେ ।
(ii) କ୍ୟାରମ୍ ବୋର୍ଡ଼ ଓ କ୍ୟାରମ୍ ଡଟ୍ ମଧ୍ୟରେ ଘର୍ଷଣ କମାଇବା ପାଇଁ କ୍ୟାରମ୍ ବୋର୍ଡ଼ରେ ବୋରିକ୍ ପାଉଡ଼ର ପକାଯାଇଥାଏ ।
(iii) ପୃଷ୍ଠତଳକୁ ଅଧିକ ପାଲିସ୍ କରିବା ଦ୍ବାରା ଏହା ଅଧ୍ଵରୁ ଅଧ୍ଵ ମସୃଣ ହେବାରୁ ଘର୍ଷଣ କମିଥାଏ ।
(iv) ଗତିକରୁଥିବା ଯାନମାନଙ୍କରେ ଘର୍ଷଣ କମାଇଲେ ବେଗ ବୃଦ୍ଧି ପାଏ । ସେଥିପାଇଁ ଗାଡ଼ି ଗୁଡ଼ିକରେ ଓ କାରଖାନାରେ ଥିବା କେତେକ ଯନ୍ତ୍ରରେ ଚକ ଲାଗିଥାଏ । ବାକ୍ସ ଓ ଆଟାଚି ଇତ୍ୟାଦିରେ ଛୋଟ ଛୋଟ ଚକ ଲଗାଇଲେ ସେଗୁଡ଼ିକୁ ନ ଘୋଷାରି, ସହଜରେ ଗଡ଼ାଇ ନେଇହୁଏ ।
(v) ଓଜନିଆ ମେସିନ୍ଗୁଡ଼ିକୁ ସିଲିଣ୍ଡରାକୃତି କାଠଗଣ୍ଡି କିମ୍ବା ଲୁହା ପାଇପ୍ ଉପରେ ରଖ୍ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇହୁଏ । ଏକ ବସ୍ତୁ ଅନ୍ୟ ଏକ ପୃଷ୍ଠ ଉପରେ ଗଡ଼ିବାବେଳେ କ୍ରିୟାଶୀଳ ଘର୍ଷଣ ବଳକୁ ଗଡ଼ାଣି
ଲାଗିଥାଏ । ପିଚୁରାସ୍ତା ତିଆରି ବେଳେ ବଡ଼ ଲୁହା ରୋଲର୍ ଗଡ଼ାଇ ରାସ୍ତା ତିଆରି ଓ ସମାନ କରାଯାଏ ।
(vi) ଆଟାଚି ଓ ଲଗେଜ୍ ବାକ୍ସଗୁଡ଼ିକରେ ଚକ ଲାଗିଥିଲେ ସେଗୁଡ଼ିକ ଟେକି ଟେକି ନେବା ଅପେକ୍ଷା ଗଡ଼ାଇ ଗଡ଼ାଇ ନେବା ସହଜ ହୁଏ ।
(vii) ଶଗଡ଼, ସାଇକେଲ୍, ମଟରଗାଡ଼ି, ଇତ୍ୟାଦିରେ ଚକ ଲାଗିଥିବାରୁ ସେ ସବୁ ଅଳ୍ପ ବଳ ପ୍ରୟୋଗ ଦ୍ୱାରା ଶୀଘ୍ର ଗତି କରିପାରନ୍ତି; କାରଣ ଏଗୁଡ଼ିକରେ ଚକଥିବା ଯୋଗୁଁ ଘର୍ଷଣ ବଳର ପରିମାଣ କମିଯାଏ ।
ଗଡ଼ୁଥିବା ଘର୍ଷଣ (Rolling Friction) ସ୍ଲାଇଡିଂ ଘର୍ଷଣ (Sliding Friction) ବହୁତ କମ୍ ହୋଇଥିବାରୁ କଳକାରଖାନା ଓ ଅଧିକାଂଶ ସ୍ଥାନରେ ଚକ ଲଗାଯାଇଥାଏ ।
(viii) ଚକଗୁଡ଼ିକ ଅକ୍ଷ ଚାରିପଟେ ସହଜରେ ବୁଲିବା ପାଇଁ ବଲ୍ ଓ ବିୟରିଂ ବ୍ୟବସ୍ଥା ରହିଥାଏ । ଅନେକ ଯନ୍ତ୍ରରେ
→ ତରଳ ଘର୍ଷଣ (Fluid Friction) :
(i) ବିଜ୍ଞାନରେ ଉଭୟ ତରଳ ଓ ଗ୍ୟାସୀୟ ପଦାର୍ଥକୁ ପ୍ରବହ (Fluid) କହନ୍ତି ।
(ii) ଗତିଶୀଳ ବସ୍ତୁଟି ଉପରେ କ୍ରିୟାଶୀଳ ହୋଇଥାଏ । ଏହାକୁ ସାଧାରଣ ଭାବେ ପ୍ରବହ ଘର୍ଷଣ (Fluid friction) କୁହାଯାଏ ।
(iii) ପ୍ରବହ ମଧ୍ୟରେ ଗତିକରୁଥିବା ବସ୍ତୁ ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ ଡ୍ରଗ୍ (Drag) ମଧ୍ୟ କହନ୍ତି । ପ୍ରବହ ଘର୍ଷଣ ନିମ୍ନଲିଖ୍ କେତେକ କାରକ ଉପରେ
→ ନିର୍ଭର କରେ । ଯଥା –
(a) ପ୍ରବହ ମଧ୍ୟରେ ବସ୍ତୁର ବେଗ
(b) ବସ୍ତୁର ଆକୃତି
(c) ପ୍ରବହର ପ୍ରକୃତି ବା ଧର୍ମ
(iv) ପ୍ରବହ ମଧ୍ୟରେ ଗତିଶୀଳ ହେବାପାଇଁ ବସ୍ତୁମାନଙ୍କୁ ପ୍ରବହ ଘର୍ଷଣ ଅତିକ୍ରମ କରିବାକୁ ପଡ଼େ । ତଦ୍ବାରା ଗତିଶୀଳ ବସ୍ତୁଟିର କିଛି ଶକ୍ତି ହ୍ରାସ ପାଏ ।
(v) ପ୍ରବହ ( ଗ୍ୟାସୀୟ କିମ୍ବା ତରଳ ମାଧ୍ୟମ) ମଧ୍ୟରେ ଗତିଶୀଳ ବସ୍ତୁଗୁଡ଼ିକ ଯଥାର୍ଥ ଆକୃତି ପ୍ରଦାନ କଲେ ପ୍ରବହ ଘର୍ଷଣ କମ୍ କରିହୁଏ ।
(vi) ପକ୍ଷୀ, ମାଛ ଓ କଇଁଛମାନେ ଚଳପ୍ରଚଳ ପାଇଁ ପ୍ରକୃତିରୁ ଦାନ ସୂତ୍ରରେ ସେହିଭଳି ଭାବେ ଶରୀର ପାଇଥାନ୍ତି । ବୈଜ୍ଞାନିକମାନେ ପ୍ରକୃତିରୁ ଏହି ସୂଚନାଟି ପାଇ ସେହିପରି ଆକୃତି ବିଶିଷ୍ଟ ଉଡ଼ାଜାହାଜ, ହେଲିକପ୍ଟର ଇତ୍ୟାଦି କମିଯାଏ । ତେଣୁ ଯାନଟିର ଗତିପାଇଁ ଅଳ୍ପ ଶକ୍ତି ବିନିଯୋଗ କରିବାକୁ ପଡ଼େ କମିଯାଏ । ତେଣୁ ଯାନଟିର ଗତିପାଇଁ ଅଳ୍ପ ଶକ୍ତି ବିନିଯୋଗ କରିବାକୁ ପଡ଼େ ।
→ ବିଷୟଭିତ୍ତିକ ଶବ୍ଦାବଳୀ :