CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Odisha State Board CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ Textbook Exercise Questions and Answers.

CHSE Odisha Class 12 Odia Chapter 11 ପତାକା ଉତ୍ତୋଳନ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ପତାକା ଉତ୍ତୋଳନ’ ଗଳ୍ପଟି କେଉଁ ଦିବସର କଥା କହିଛି ?
୧୫ ଅଗଷ୍ଟ ୧୯୪୭, ୧୬ ଅଗଷ୍ଟ ୧୯୪୭, ୧୪ ଅଗଷ୍ଟ ୧୯୪୭, ୨୬ ଜାନୁଆରୀ ୧୯୫୦ ।
Answer:
୧୪ ଅଗଷ୍ଟ ୧୯୪୭

Question ୨ ।
ସୋମନାଥ ମହାପାତ୍ର କେଉଁ ଉପାଧ୍ ପାଇଥିଲେ ?
Answer:
ରାୟଚୌଧୁରୀ, ରାୟବାହାଦୂର, ରାୟସାହେବ, ରାୟମହାପାତ୍ର ।
Answer:
ରାୟବାହାଦୂର

Question ୩ ।
‘ଜୟ ସ୍ଵାଧୀନ ଭାରତ କି ଜୟ’ ଧ୍ଵନି ରାୟବାହାଦୂରଙ୍କୁ କିପରି ବିଦ୍ଧ କରୁଥୁଲା ?
ବନ୍ଧୁକ ଗୁଳି ରୂପେ, ସୁତୀକ୍ଷ୍ଣ ଶର ରୂପେ, ସୁତୀକ୍ଷ୍ଣ ଶଳାକା ରୂପେ, ସୁତୀକ୍ଷ୍ଣ ଛୁରୀକା ରୂପେ ।
Answer:
ସୁତୀକ୍ଷ୍ଣ ଶଳାକା ରୂପେ

Question ୪ ।
ବାହାରର କେଉଁ କଥା ଘର ଭିତରର ପ୍ରତ୍ୟେକ ଅନ୍ଧକାର କୋଣକୁ ଥରାଇ ଦେଉଥିଲା ?
ଗଣ୍ଡଗୋଳ, ସ୍ଲୋଗାନ, କୋଳାହଳ, ହୋହଲ୍ଲା ।
Answer:
କୋଳାହଳ

Question ୫ ।
ପଟୁଆରର ଅଗ୍ରଣୀ କିଏ ଥିଲେ ?
ବିଜୟ, ଅଜୟ, ସଞ୍ଜୟ, ମୃତ୍ୟୁଞ୍ଜୟ ।
Answer:
ବିଜୟ

Question ୬ ।
କେଉଁଟି ରାୟବାହାଦୁରଙ୍କର ଏକାନ୍ତ ନିଜସ୍ଵ ଥିଲା ବୋଲି କୁହାଯାଇଛି ?
ଭେଲଭେଟ୍ ବକ୍‌ସ, ଡ୍ରୟର୍ ଚେଷ୍ଟ, ଚାବିଲେନ୍ଥା, ସନନ୍ଦପତ୍ର ।
Answer:
ଡ୍ରୟର୍ ଚେଷ୍ଟ

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୭ ।
ରାୟବାହାଦୁର ଡ୍ରୟର ଭିତରୁ କାହା ଫଟୋଗ୍ରାଫ୍ କାଢ଼ିଥିଲେ ?
ଅଜୟ, ଅକ୍ଷୟ, ବିଜୟ, ଅରୁଣ ।
Answer:
ଅରୁଣ

Question ୮ ।
କାହା ଉପରେ ଗୋଟାଏ ହଳଦିଆ ଆସ୍ତରଣ ମାଡ଼ିଯାଇଥିଲା ବୋଲି କୁହାଯାଇଛି ?
ସନନ୍ଦପତ୍ର, ମେଡ଼ାଲ, ଫଟୋଗ୍ରାଫ୍, ଭେଲଭେଟ୍ ବାକ୍‌ ।
Answer:
ସନନ୍ଦପତ୍ର,

Question ୯।
ରାୟବାହାଦୁର ପଢ଼ୁଥ‌ିବା ସନନ୍ଦଟି ତାଙ୍କୁ କେଉଁ ସାଲରେ ପ୍ରଦତ୍ତ ହୋଇଥିଲା ?
୧୯୨୫, ୧୯୨୭, ୧୯୨୯, ୧୯୨୩ ।
Answer:
୧୯୨୩

Question ୧୦ ।
କେଉଁ ବିପ୍ଳବ ପରେ ଭାରତର ଜାତୀୟ ଆନ୍ଦୋଳନରେ ଏକ ନୂତନ ସ୍ପନ୍ଦନ ଦେଖାଦେଇଥିଲା ?
ଚଉରୀ ଚଉରା, ଜାଲିୱାନାବାଗ୍, ୱାଧା, ସାବରମତୀ ।
Answer:
ଚଉରୀ ଚଉରା

Question ୧୧ ।
ମନୁଷ୍ୟର ଜନ୍ମଗତ ଦାବି ବୋଲି କାହାକୁ କୁହାଯାଇଛି ?
ପବିତ୍ରତା, ମହନୀୟତା, ସ୍ଵାଧୀନତା, ମାନବିକତା ।
Answer:
ସ୍ଵାଧୀନତା

Question ୧୨ ।
ରାୟବାହାଦୁର ଅରୁଣକୁ କେଉଁଥ‌ିରେ ଆଘାତ କରିଥିଲେ ?
ବନ୍ଧୁକ, ଲାଠି, ବୁଟ୍, ଚାବୁକ୍ ।
Answer:
ଚାବୁକ୍

Question ୧୩ ।
ରାୟବାହାଦୁରଙ୍କ ପୁତ୍ରବଧୂର ନାମ କ’ଣ ଥିଲା ?
ଅପର୍ଣ୍ଣା, ସୁପର୍ଣ୍ଣା, ସୁକନ୍ୟା, ଋତୁପର୍ଣ୍ଣା ।
Answer:
ଅପର୍ଣ୍ଣା

Question ୧୪ ।
କିଏ କମଳନୟନର ନୀଳୋତ୍ପଳରେ ଦେବୀ ଆରାଧନା କରିଥିଲେ ?
ଶ୍ରୀକୃଷ୍ଣ, ଶ୍ରୀରାମଚନ୍ଦ୍ର, ଶ୍ରୀଗୋବିନ୍ଦ, ଶ୍ରୀଚୈତନ୍ୟ ।
Answer:
ଶ୍ରୀରାମଚନ୍ଦ୍ର

Question ୧୫ ।
ଜନତା ଫ୍ଲାଗଷ୍ଟାଫ୍ ଭାଙ୍ଗି କ’ଣ ଚିରି ଦେଇଥିଲେ ?
ନେସନାଲ ଜାକ୍, ଫେଡ଼େରାଲ ଜାକ୍, ୟୁନିୟନ ଜାକ୍, ଷ୍ଟେଟ୍‌ସ ଜାକ୍ ।
Answer:
ୟୁନିୟନ ଜାକ୍

Question ୧୬ ।
ଘର ଭିତରେ କାହାର ଶବ୍ଦ ଶୁଣି ରାୟବାହାଦୁର ହଠାତ୍ ଚମକି ଉଠିଲେ ?
ଘଣ୍ଟଧ୍ୱନି, ଶଙ୍ଖଧ୍ବନି, ପୂଜା ଆଳତି, ହୁଳହୁଳି ।
Answer:
ଶଙ୍ଖଧ୍ବନି

Question ୧୭ ।
ହେମମାଳୀ କେତେବର୍ଷ ଧରି ଏମିତି କାନ୍ଦ କାନ୍ଦି ନଥିଲେ ବୋଲି କୁହାଯାଇଛି ?
ପନ୍ଦର, କୋଡ଼ିଏ, ପଚିଶ, ବାଇଶି ।
Answer:
ପଚିଶ

Question ୧୮ ।
ରାତିସାରା କେଉଁଥରେ ମାତି ବିଜୟ ଘରକୁ ଫେରିଥିଲା ?
ସ୍ଵାଧୀନତା ଆନ୍ଦୋଳନ, ଜନତାଙ୍କ ଉତ୍ସବ, ମୁକ୍ତି ସଂଗ୍ରାମ, ସ୍ଵାଧୀନତା ଉତ୍ସବ ।
Answer:
ସ୍ଵାଧୀନତା ଉତ୍ସବ

Question ୧୯ ।
ବିଜୟ କାହାକୁ ବ୍ରିଟିଶର ଗୋଲାମ ବୋଲି କହିଛି ?
ଆଈଙ୍କୁ, ଜେଜେଙ୍କୁ, ଭାଇଙ୍କୁ, ବିଦ୍ରୋହୀଙ୍କୁ ।
Answer:
ଜେଜେଙ୍କୁ

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୨୦ ।
ସୋମନାଥ ଶେଷରେ କାହାକୁ ଆଶୀର୍ବାଦ କରିଥିଲେ ?
ଅପର୍ଣ୍ଣାକୁ, ହେମମାଳୀକୁ, ଅରୁକୁ, ବିଜୁକୁ ।
Answer:
ବିଜୁକୁ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
କାହାର ଐକ୍ୟତାନରେ ରାୟବାହାଦୁରଙ୍କ ଛାଇ ନିଦ ଭାଙ୍ଗିଯାଇଥିଲା ?
Answer:
ଶଙ୍ଖ, ଘଣ୍ଟ, ହୁଳହୁଳି ଓ ତୋପ ପ୍ରଭୃତିର ମିଳିତର ଐକତାନରେ ରାୟବାହାଦୂରଙ୍କ ଛାଇ ନିଦ ଭାଙ୍ଗିଗଲା ।

Question ୨ ।
ରାତିର ଶାନ୍ତ ନିରବ ମୁହୂଉଁ କେଉଁ ଧ୍ଵନି ଭିତରେ ଚଞ୍ଚଳ ହୋଇ ଉଠିଥିଲା ?
Answer:
ରାତିର ଶାନ୍ତ ନିରବ ମୁହୂର୍ତ୍ତ ‘ଜୟ ସ୍ଵାଧୀନ ଭାରତ କି ଜୟ’ ଧ୍ଵନି ଭିତରେ ଚଞ୍ଚଳ ହୋଇ ଉଠିଥିଲା ।

Question ୩ ।
ଝରକା କବାଟ ବନ୍ଦ କରି କାହାକୁ ରୁଦ୍ଧ କରିହୁଏନା ବୋଲି କୁହାଯାଇଛି ?
Answer:
ଝରକା କବାଟ ବନ୍ଦକରି ସ୍ପର୍ଷିତ, ଜୟନାଦକୁ ରୁଦ୍ଧ କରିହୁଏନା ବୋଲି କୁହାଯାଇଛି ।

Question ୪।
ଅରୁଣର ପୁତ୍ରର ନାମ କ’ଣ ?
Answer:
ଅରୁଣର ପୁତ୍ରର ନାମ ବିଜୟ ।

Question ୫ ।
ଅରୁଣର ଫଟୋଖଣ୍ଡିକ୍ କେଉଁଠି ସୁରକ୍ଷିତ ଥିଲା ।
Answer:
ଅରୁଣର ଫଟୋଖଣ୍ଡିକ ଭେଲ୍‌ଭେଟ୍‌ ବାକ୍ସରେ ଅତି ଯତ୍ନରେ ସୁରକ୍ଷିତ ଥିଲା ।

Question ୬ ।
ଅରୁଣର ପରିଚ୍ଛଦ କାହାପରି ଥିଲା ?
Answer:
ଅରୁଣର ପରିଚ୍ଛଦ ଅସହଯୋଗକାରୀ ସତ୍ୟାଗ୍ରହୀ ପରି ଥିଲା ।

Question ୭ ।
ରାୟବାହାଦୁର ତଳୁ ଫଟୋଟିକୁ ଉଠାଇନେଇ କ’ଣ କଲେ ?
Answer:
ରାୟବାହାଦୁର ତଳୁ ଫଟୋଟିକୁ ଉଠାଇନେଇ ପୁଣି ସେ ଭେଲଭେଟ୍ ବାକ୍ସରେ ରଖିଦେଲେ ।

Question ୮ ।
ରାୟବାହାଦୁରଙ୍କ ଆଖ୍ ଆଗରେ କିଏ ହଠାତ୍ କ’ଣ ଟାଣି ଦେଇଗଲା ପରି ଲାଗିଲା ?
Answer:
ରାୟବାହାଦୁରଙ୍କ ଆଖ୍ ଆଗରେ କିଏ ହଠାତ୍ କୁହୁଡ଼ିର ଗୋଟାଏ ପର୍ଲା ଟାଣି ଦେଇଗଲା ପରି ଲାଗିଲା

Question ୯ ।
ପଚିଶ ବର୍ଷ ତଳେ ରାୟବାହାଦୁର କେଉଁ ପଦବୀରେ ଥିଲେ ?
Answer:
ପଚିଶ ବର୍ଷ ତଳେ ରାୟବାହାଦୁର ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ପଦବୀରେ ଥିଲେ ।

Question ୧୦ ।
‘ବନ୍ଦେ ମାତରମ୍’ର ପରବର୍ତ୍ତୀ ପାଦଟି କ’ଣ ?
Answer:
‘ବନ୍ଦେ ମାତରମ୍’ର ପରବର୍ତୀ ପାଦଟି, ସୁଜଳା ସୁଫଳା ମଳୟଜ ଶୀତଳମ୍ ।

Question ୧୧ ।
କାହା କଣ୍ଠରେ ‘ବନ୍ଦେ ମାତରମ୍’’ ସଙ୍ଗୀତର ଆବୃତ୍ତି ଶୁଣି ରାୟବାହାଦୁର ଚମକି ପଡ଼ିଥିଲେ ?
Answer:
ଅରୁ କଣ୍ଠରେ ‘ବନ୍ଦେ ମାତରମ୍’ ସଙ୍ଗୀତର ଆବୃତ୍ତି ଶୁଣି ରାୟବାହାଦୁର ଚମକି ପଡ଼ିଥିଲେ ।

Question ୧୨ ।
କେଉଁ କଥା ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ?
Answer:
ଅନ୍ୟାୟ ଆଦେଶ ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ।

Question ୧୩ ।
କେଉଁ ସୁରରେ ରାତିର ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇ ଉଠିଥିଲା ?
Answer:
ଝିଙ୍କାରି କଣ୍ଠର ଝି-ଓଁ ସୁରରେ ରାତିର ମୁହୂଉଁଗୁଡ଼ିକ ଅନୁରଣିତ ହୋଇ ଉଠିଥିଲା ।

Question ୧୪ ।
ପୁଲିସ୍ ସାହେବଙ୍କୁ ରାୟବାହାଦୁର ନାଟକୀୟ ଭଙ୍ଗିରେ କ’ଣ ଜଣାଇଥିଲେ ?
Answer:
ପୁଲିସ ସାହେବଙ୍କୁ ରାୟବାହାଦୁର ନାଟକୀୟ ଭଙ୍ଗୀରେ କୁଣ୍ଡିସ ଜଣାଇଥିଲେ ।

Question ୧୫ ।
ରାୟବାହାଦୁରଙ୍କ ବନ୍ଧୁକରେ ଖରାପଡ଼ିଲେ କିପରି ଦେଖାଯାଏ ?
Answer:
ରାୟବାହାଦୁରଙ୍କ ବନ୍ଧୁକର ବେୟୋନେଟ୍‌ରେ ଖରାପଡ଼ିଲେ ଚକ୍ ଚକ୍ ଦେଖାଯାଏ ।

Question ୧୬ ।
ରାୟବାହାଦୁର କ୍ଷିପ୍ତ ପରି ଚିତ୍କାର କରି କ’ଣ କହିଥିଲେ ?
Answer:
ରାୟବାହାଦୁର କ୍ଷିପ୍ତ ପରି ଚିତ୍କାର କରି ‘ହଟୋ ହଟୋ ! ଶାଲେ ଲୋକ’ କହିଥିଲେ ।

Question ୧୭ ।
ପଟୁଆରରେ ଆସୁଥ‌ିବା ଜନତା କେଉଁକଥା କହି କୁହାଟୁଥିଲା ?
Answer:
ପଟୁଆରରେ ଆସୁଥ‌ିବା ଜନତା ‘ବନ୍ଦେ ମାରତମ୍’ କଥା କହି କୁହାଟୁଥିଲା ।

Question ୧୮ ।
ଶୋଭାଯାତ୍ରାରେ ଆସୁଥ‌ିବା ଜନତା କିପରି ଭୀଷଣ ଓ ଭୟଙ୍କର ହୋଇ ଉଠିଥିଲା ?
Answer:
ଶୋଭାଯାତ୍ରାରେ ଆସୁଥ‌ିବା ଜନତା ଝଞ୍ଜାକ୍ରାନ୍ତ ସମୁଦ୍ରପରି ଭୀଷଣ ଓ ଭୟଙ୍କର ହୋଇ ଉଠିଥିଲା ।

Question ୧୯ ।
ସୋମନାଥ ପ୍ରକୃତରେ କ’ଣ ଚାହିଁଥିଲେ ?
Answer:
ସୋମନାଥ ପ୍ରକୃତରେ ଫାଙ୍କା ଆବାଜ କରିବାକୁ ଚାହିଁଥିଲେ ।

Question ୨୦ ।
ସୋମନାଥଙ୍କ ପିସ୍ତଲ ଗୁଳି ଫୁଟିଲା ପରେ କ’ଣ ଘଟିଲା ?
Answer:
ସୋମନାଥଙ୍କ ପିସ୍ତଲ ଗୁଳି ଫୁଟିଲା ପରେ ଅରୁଣର ରକ୍ତାକ୍ତ ଶବ ତଳେ ଖସିପଡ଼ିଲା ।

Question ୨୧ ।
ହେମମାଳୀ କେଉଁ ଅବସ୍ଥାରେ ତଳେ ମୂର୍ତ୍ତିତା ହୋଇ ପଡ଼ିଥିଲେ ?
Answer:
ହେମମାଳୀ ଆବେଗ ଓ ଉତ୍ତେଜନାରେ ତଳେ ମୂର୍ତ୍ତିତା ହୋଇ ପଡ଼ିଥିଲେ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୨୨ ।
କେଉଁ ପତାକା ଏଠି ଉଡ଼ିପାରିବ ନାହିଁବୋଲି ବିଜୁ ଜେଜେଙ୍କୁ କହିଥିଲା ?
Answer:
ୟୁନିୟନ ଜାକ୍ ପତାକା ଏଠି ଉଡ଼ିପାରିବ ନାହିଁ ବୋଲି ବିଜୁ ଜେଜେଙ୍କୁ କହିଥିଲା ।

Question ୨୩ ।
ବିଜୟ ଝୁଙ୍କିପଡ଼ି ରାୟବାହାଦୁରଙ୍କୁ କେଉଁ କଣ୍ଠରେ ଡାକିଥିଲା ?
Answer:
ବିଜୟ ଝୁଙ୍କିପଡ଼ି ରାୟବାହାଦୁରଙ୍କୁ ଅପରାଧୀ କଣ୍ଠରେ ଡାକିଥିଲା ।

Question ୨୪ ।
ବିଜୟ କିପରି ପ୍ରଭାତର ସୂର୍ଯ୍ୟୋଦୀପ୍ତ ଆକାଶଆଡ଼େ ଚାହିଁ ରହିଥିଲା ?
Answer:
ବିଜୟ ପ୍ରାଣହୀନ ପାଷାଣ ପରି ପ୍ରଭାତରେ ସୂର୍ଯ୍ୟୋଦୀପ୍ତ ଆକାଶଆଡ଼େ ଚାହିଁ ରହିଥିଲା ।

Question ୨୫ ।
ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା କେଉଁ ପଟ୍ଟଭୂମିରେ ଫରଫର ହୋଇ ଉଡ଼ୁଥିଲା ?
Answer:
ଭାଦ୍ର ଆକାଶର ମେଘହୀନ, ସୁନୀଳ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା ଫରଫର ହୋଇ ଉଡ଼ୁଥିଲା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୧ ନମ୍ବର ।

ଗଳ୍ପ – ପତାକା ଉତ୍ତୋଳନ, ଗାଳ୍ପିକ – ସୁରେନ୍ଦ୍ର ମହାନ୍ତି

Question ୧ ।
ବାହାରର ଜୟଧ୍ଵନି ଶୁଣି ରାୟବାହାଦୁର କ’ଣ କରିଥିଲେ ?
Answer:
ବାହାର ଜୟଧ୍ଵନି ଶୁଣି ରାୟବାହାଦୁର ଗୋଟି ଗୋଟି କରି ଘରର ଝରକା କବାଟ ସବୁ ବନ୍ଦ କରିଦେଲେ ।

Question ୨।
କେଉଁ କଥା ରାୟବାହାଦୁରଙ୍କ ଚରମ ପରାଜୟ ଘୋଷଣା କରୁଥିଲା ?
Answer:
ବାହାର ଜୟନାଦ ଏକ ସୁତୀକ୍ଷଣ ଶଳାକା ରୂପେ ରାୟବାହାଦୁରଙ୍କୁ ବିଦ୍ଧ କରୁଥିଲା ଏବଂ ତାହା ତାଙ୍କର ଚରମ ପରାଜୟ ଘୋଷଣା କରୁଥିଲା ।

Question ୩ ।
ରାୟବାହାଦୁର କ୍ଷିପ୍ତ ପରି କ’ଣ କରିଥିଲେ ଓ ଘର ଭିତରେ କ’ଣ ଅନୁଭବ କରିଥିଲେ ?
Answer:
ରାୟବାହାଦୁର କ୍ଷିପ୍ତପରି ଘରର ଝରକା କବାଟଗୁଡ଼ାକ ପୁଣି ଖୋଲିଦେଲେ ଓ ବାହାରର କୋଳାହଳ ଝଡ଼ପରି ଭିତରକୁ ପଶିଆସି ସ୍ତବ୍ଧ ଅନ୍ଧକାର କୋଣ ଥରାଇ ଦେଲାବୋଲି ସେ ଅନୁଭବ କରିଥିଲେ ।

Question ୪।
ରାୟବାହାଦୁର ତଳର ରାସ୍ତାକୁ ଚାହିଁ କ’ଣ ଦେଖ‌ିଲେ ?
Answer:
ରାୟବାହାଦୁର ତଳର ରାସ୍ତାକୁ ଚାହିଁ ଦେଖ‌ିଲେ, ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକାଧରି ଜୟଧ୍ବନି କରିଚାଲିଥିଲା ବିରାଟ ପଟୁଆର ।

Question ୫ ।
ରାୟବାହାଦୁର ଡ୍ରୟର ଭିତରୁ କ’ଣ କାଢ଼ିଥିଲେ ?
Answer:
ରାୟବାହାଦୁର ଡ୍ରୟର ଭିତରୁ ପରଲୋକଗତ ଅରୁଣର ଖଣ୍ଡେ ବହୁଦିନର ଫଟୋ କାଢ଼ିଥିଲେ ।

Question ୬ ।
ଅରୁଣର ଚେହେରା ଓ ପରିଚ୍ଛେଦ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଅରୁଣର ପ୍ରତିଭାଦୀପ୍ତ, ଆଦର୍ବୋତ୍କଳ ଚେହେରା ଏବଂ ପରିଚ୍ଛେଦ ଥିଲା ଅସହଯୋଗୀ ସତ୍ୟାଗ୍ରହୀର ।

Question ୭ ।
ଅରୁଣର ଫଟୋଖଣ୍ଡିକ ଦେଖ୍ ରାୟବାହାଦୁରଙ୍କୁ କ’ଣ ମନେ ହୋଇଥିଲା ?
Answer:
ଅରୁଣର ଫଟୋଖଣ୍ଡିକ ଦେଖ୍ ରାୟବାହାଦୁରଙ୍କୁ ବିଦ୍ୟୁତର ଆଘାତରେ ଯେପରି ଟଳିପଡ଼ିବାପରି ମନେ ହୋଇଥିଲା ।

Question ୮ ।
ପ୍ରକୃତିସ୍ଥ ହେବାପରେ ରାୟବାହାଦୁର କ’ଣ କହିଥିଲେ ?
Answer:
ପ୍ରକୃତିସ୍ଥ ହେବାପରେ ରାୟବାହାଦୁର ପୁଅର ଫଟୋଟି ତଳୁ ଉଠାଇ ନେଇ ପୁଣି ସେ ଭେଲ୍‌ଭେଟ୍ ବାକ୍ସ ଭିତରେ ବନ୍ଦକରି ରଖିଦେଲେ ।

Question ୯ ।
ରାୟବାହାଦୁର କାହିଁକି ଚମକି ପଡ଼ିଥିଲେ ?
Answer:
ଅରୁକଣ୍ଠରେ ‘ବନ୍ଦେ ମାତରମ୍’’ ସଙ୍ଗୀତର ଆବୃତ୍ତି ଠିକ୍ ଏହିପରି ଥିଲା ବୋଲି, ‘ବନ୍ଦେ ମାତରମ୍’ ସଙ୍ଗୀତ ଶୁଣି ରାୟବାହାଦୁର ଚମକି ପଡ଼ିଥିଲେ ।

Question ୧୦ ।
ଅରୁ କଣ୍ଠରେ ‘ବନ୍ଦେ ମାତରମ୍’ ଶୁଣି ରାୟବାହାଦୁର ତାକୁ କ’ଣ କହିଥିଲେ ?
Answer:
ଅରୁକଣ୍ଠରେ ‘ବନ୍ଦେ ମାତରମ୍’ ଶୁଣି ରାୟବାହାଦୁର, ‘ଅରୁଣ ! ତମେ ଅନ୍ୟାୟ କରୁଛ’ ବୋଲି କହିଥିଲେ ।

Question ୧୧ ।
‘ଏ କ’ଣ କରୁଚ ତମେ?’ – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଶୁଣି, ସ୍ତ୍ରୀ ହେବମାଳିନୀ ରନ୍ଧାଘରୁ ଦଉଡି଼ଆସି ବାପ ପୁଅର ମଝିରେ ଠିଆ ହୋଇ ଏହା କହିଥିଲେ ।

Question ୧୨ ।
ରାୟବାହାଦୁର ଅରୁଣକୁ କ’ଣ ଆଦେଶ ଦେଇଥିଲେ ?
Answer:
ରାୟବାହାଦୁର ଅରୁଣକୁ, ଏହି ମୁହୂର୍ତ୍ତରେ ଘରୁ ବାହାରିଯିବାକୁ ଆଦେଶ ଦେଇଥିଲେ ଓ ତେଜ୍ୟପୁତ୍ର ବୋଲି କହିଥିଲେ ।

Question ୧୩ ।
ରାୟବାହାଦୁରଙ୍କ ଆଦେଶ ସତ୍ତ୍ବେ ଅରୁଣ କ’ଣ କରିଥିଲା ?
Answer:
ରାୟବାହାଦୁରଙ୍କ ଆଦେଶ ସତ୍ତ୍ବେ, ଅରୁଣ ଘରୁ ବାହାରି ଯାଇଥିଲା ଏବଂ ଭୁଲ୍‌ରେ କେବେ ଫେରି ନ ଥିଲା ।

Question ୧୪ ।
ପୁଲିସ୍ ଥାନା ଆଗରେ କ’ଣ ଦେଖାଦେଇଥିଲା ?
Answer:
ପୁଲିସ୍ ଥାନା ଆଗରେ ବିରାଟ ନିରସ୍ତ୍ର ଜନତା ଓ ତାଙ୍କ ସାମନାରେ ସେମାନଙ୍କର ସଶସ୍ତ୍ର ପୁଲିସ ବାହିନୀ

Question ୧୫ ।
ରାୟବାହାଦୁରଙ୍କ ଚିତ୍କାର ଶୁଣି ଜନତା କେଉଁପରି କୁହାଟୁଥିଲେ ?
Answer:
ରାୟବାହାଦୁରଙ୍କ ଚିତ୍କାର ଶୁଣି ଜନତା ବନ୍ଦେ ମାତରମ୍ ଦେଇ କୁହାଟୁଥିଲେ ।

Question ୧୬ ।
କେଉଁ ପରିସ୍ଥିତିରେ ଜନତା ପୃଷ୍ଠଭଙ୍ଗ ଦେଇ ନଥିଲେ ?
Answer:
‘ବନ୍ଦେ ମାତରମ୍’ କୁହାଟୁଥିଲା ଜନତା ଲାଠି ଚାର୍ଜର ହୁକୁମ୍ ଆସିଲାପରେ ମଧ୍ୟ ପୃଷ୍ଠଭଙ୍ଗ ଦେଇ ନଥିଲେ ।

Question ୧୭ ।
ବିଶୃଙ୍ଖଳ ଜନତା ଭିତରୁ ଅରୁଣ କ’ଣ କହିଥିଲା ?
Answer:
ବିଶୃଙ୍ଖଳ ଜନତା ମଧ୍ୟରୁ ଅରୁଣ ଚିତ୍କାର କରି କହିଥିଲା, ‘‘ଏ ଲାଠି ମାଡ଼ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ, ବନ୍ଦେ ମାତରମ୍)…………. ।’’

Question ୧୮ ।
ଅରୁଣ ଅବିଚଳିତ କଣ୍ଠରେ ଜନତାଙ୍କୁ କ’ଣ ନିର୍ଦ୍ଦେଶ ଦେଇଥିଲା ?
Answer:
ଅରୁଣ ଅବିଚଳିତ କଣ୍ଠରେ ଜନତାଙ୍କୁ ନିର୍ଦ୍ଦେଶ ଦେଇଥିଲା, ‘ଭୟ ନାହିଁ, ଭୟ ନାହିଁ ଭାଇମାନେ ! ‘‘ଶ୍ରୀରାମଚନ୍ଦ୍ର କମଳନୟନର ନୀଳୋତ୍ପଳରେ କରିଥିଲେ ଦେବୀ ଆରାଧନା’’ କହି ଜନତାଙ୍କୁ ନିର୍ଦ୍ଦେଶ ଦେଇଥିଲା ।

Question ୧୯ ।
ପଚିଶ ବର୍ଷ ଧରି ରାୟବାହାଦୁର ନିଜକୁ କ’ଣ ସାନ୍ତନା ଦେଇ ଆସିଛନ୍ତି ?
Answer:
ପଚିଶ ବର୍ଷ ଧରି ରାୟବାହାଦୁର ନିଜକୁ ସାନ୍ତନା ଦେଇ ଆସିଛନ୍ତି, ଏ ପୁତ୍ର ହତ୍ୟା କର୍ତ୍ତବ୍ୟ ସାଧନ ନିର୍ମମ ହୋଇପାରେ; ମାତ୍ର ଅନ୍ୟାୟ ନୁହେଁ ।

Question ୨୦ ।
ରାୟବାହାଦୁର ପାଗଳ ପରି ଧାଇଁ ଯାଇ କ’ଣ କହିଥିଲେ ?
Answer:
ରାୟବାହାଦୁର ‘ପାଗଳ ପରି ଧାଇଁଯାଇ, ହେମମାଳୀଙ୍କ ହାତରୁ ଶଙ୍ଖଟା ଛଡ଼ାଇ ନେଇ କହିଥିଲେ, ‘ଏ କ’ଣ କରୁଚ ତମେ’’ ।

Question ୨୧ ।
ଗତ ପଚିଶ ବର୍ଷଧରି ହେମମାଳୀ କ’ଣ କେବେ କରି ନ ଥିଲେ ?
Answer:
ଗତ ପଚିଶ ବର୍ଷଧରି ହେମମାଳା ଭୋ ଭୋ ହୋଇ କାନ୍ଦି ନ ଥିଲେ ।

Question ୨୨ ।
ହେମମାଳୀ ଦର୍ଶିତାର କଣ୍ଠରେ କ’ଣ କହିଥିଲେ ?
Answer:
ହେମମାଳୀ ଦର୍ପିତାର କଣ୍ଠରେ କହିଲେ, ଯୋଉ ପତାକାପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ ।

Question ୨୩ ।
ରାୟବାହାଦୁର ଘର ଭିତରକୁ ଯାଇ କ’ଣ କହିଥିଲେ ?
Answer:
ରାୟବାହାଦୁର ଘର ଭିତରକୁ ଯାଇ ଅନେକ ଦିନର ସାଇତା ସିଲ୍‌କର ଗୋଟାଏ ୟୁନିୟନ୍ ଜାକ୍ ପତାକା କାଢ଼ି ଉଡ଼ାଇଲେ ସେଇ ତ୍ରିରଙ୍ଗା ପତାକା ସ୍ଥାନରେ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୨୪ ।
ପତାକାଟାକୁ ଝାମ୍ପିନେଇ ବିଜୟ କ’ଣ କରିଥିଲା ?
Answer:
ପତାକାଟାକୁ ଝାମ୍ପିନେଇ ବିଜୟ କହିଥିଲା, ‘ଏ ଦେଶ ଆମର । ବ୍ରିଟିଶର ଗୋଲାମପାଇଁ ସ୍ଥାନ ନାହିଁ ଏଠି ।’

Question ୨୫ ।
‘ଅଥଚ ଭାବୁଚ ଏ ପତାକା କ’ଣ’ ? ଏଠାରେ ପତାକା କ’ଣ ବୋଲି କୁହାଯାଇଛି ?
Answer:
‘ଅଥଚ ଭାବୁଚ ଏ ପତାକା କ’ଣ ? ଏଠାରେ ପତାକା ଖଣ୍ଡେ ରଙ୍ଗିନ୍ କନା ମାତ୍ର, ରଙ୍ଗ ଛାଡ଼ିଯିବ ତା’ର, ତଥାପି ତୋ’ର ପତାକାର ଜୟ ହେଉ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

ଗଳ୍ପ – ପତାକା ଉତ୍ତୋଳନ, ଗାଳ୍ପିକ – ସୁରେନ୍ଦ୍ର ମହାନ୍ତି

Question ୧ ।
ରାୟବାହାଦୁରଙ୍କ ନିଦ କାହିଁକି ଭାଙ୍ଗି ଯାଇଥିଲା ?
Answer:
୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତି ବାରଟା ପାଖାପାଖ୍ ହେବ । ସ୍ଵାଧୀନତା ଉତ୍ସବ ପାଳନପାଇଁ ହଠାତ୍ ଶଙ୍ଖ, ଘଣ୍ଟ, ହୁଳହୁଳି ଓ ତୋପ ପ୍ରଭୃତି ବାଜି ଉଠିଲା । ସେହି ବାଦ୍ୟର ଓ ତୋପର ଶବ୍ଦରେ ରାୟବାହାଦୁରଙ୍କ ନିଦ ଭାଙ୍ଗି ଯାଇଥିଲା ।

Question ୨ ।
କେଉଁ କଥା ରାୟବାହାଦୁରଙ୍କ ଚରମ ପରାଜୟ ଘୋଷଣା କରୁଥିଲା ?
Answer:
ସ୍ବାଧୀନତା ଉତ୍ସବରେ ବାଜୁଥିବା ଶଙ୍ଖ, ଘଣ୍ଟ, ହୁଳହୁଳି ଶବ୍ଦ ଶୁଣି ରାୟବାହାଦୁରଙ୍କ ନିଦ ଭାଙ୍ଗି ଯାଇଥିଲା । ‘ଜୟ ସ୍ଵାଧୀନ ଭାରତ କି ଜୟ’ ଧ୍ଵନିରେ ସେ ଅତିଷ୍ଟ ହୋଇ ପଡ଼ିଥିଲେ । ସେଥିରୁ ନିଷ୍ପତି ପାଇବା ପାଇଁ ଘରର ସବୁ ଝରକା କବାଟ ବନ୍ଦ କରିଦେଲେ । ତଥାପି ସେହି ଶବ୍ଦର ସୁତୀକ୍ଷ୍ଣ ଶଳାକା ଯେପରି ତାଙ୍କୁ ବିଦ୍ଧ କରୁଥିଲା ଏବଂ ତାହା ତାଙ୍କର ପରାଜୟର ଘୋଷଣା କରୁଥିଲା ।

Question ୩ ।
ଝରକା କବାଟ ବନ୍ଦ କରି ମଧ୍ୟ ରାୟବାହାଦୁରଙ୍କ ଅବସ୍ଥା କିପରି ଥିଲା ?
Answer:
ଝରକା କବାଟ ବନ୍ଦ କରି ମଧ୍ୟ ରାୟବାହାଦୁର ସ୍ଵାଧୀନତା ଉତ୍ସବର ବିଜୟ ଧ୍ଵନିରୁ ରକ୍ଷା ପାଇ ପାରିନଥିଲେ । ସେଥୁରୁ ମୁକ୍ତି ପାଇବା ପାଇଁ ସେ କାନରେ ଦୁଇଟି ଆଙ୍ଗୁଠି ଚାପି ଧରିଲେ । ତଥାପି ବନ୍ଧୁକ ଗୁଳିପରି ସେ ଜୟଧ୍ବନି ଯେପରି ବୃଦ୍ଧ ରାୟବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥି ଚୂର୍ଣ୍ଣ କରି ଦେଉଥିଲା ।

Question ୪।
ରାୟବାହାଦୁର ଝରକା କବାଟ ଖୋଲି କ’ଣ ଦେଖୁଥିଲେ ?
Answer:
ରାୟବାହାଦୂର ଝରକା କବାଟ ଖୋଲି ଦେଲାପରେ ବାହାରର କୋଳାହଳ ଝଡ଼ପରି ଘର ଭିତରକୁ ପଶି ଆସିଥିଲା । ସେ ଝରକା ବାଟେ ତଳ ରାସ୍ତାକୁ ଚାହିଁ ଦେଖୁଲେ । ରାସ୍ତାରେ ଜୟଧ୍ବନି କରି ଚାଲିଥିଲା ଏକ ବିରାଟ ପଟୁଆର, ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା ଧରି ।

Question ୫ ।
ଝରକା ପାଖରୁ ଚାଲିଆସି ରାୟବାହାଦୁର କ’ଣ କରିଥିଲେ ?
Answer:
ଝରକା ପାଖରୁ ଚାଲିଆସି ରାୟବାହାଦୁର, ସୁଇଚ୍ ଦେଇ ଆଲୁଅ ଜଳାଇଲେ ଓ ତକିଆ ତଳୁ ଚାବି ଲେନ୍ଥା କାଢ଼ିଲେ । ଘରର କଣରେ ଥ‌ିବା ଡ୍ରୟାର ଖୋଲି, ସେଥୁରୁ ପରଲୋକଗତ ପୁତ୍ର ଅରୁଣର ଫଟୋ କାଢ଼ି ଦେଖୁଥିଲେ ।

Question ୬ ।
ବାହାଦୁର ଆଘାତରେ ଟଳିପଡ଼ିବାପରି ରାୟବାହାଦୁରଙ୍କୁ କାହିଁକି ମନେ ହୋଇଥିଲା ?
Answer:
ରାୟ ବାହାଦୁର ନିଜ ଡ୍ରୟର ଭିତରେ ସାଇତି ରଖିବା ନିଜର ପରଲୋକଗତ ପୁତ୍ର ଅରୁଣର ଫଟୋ ଦେଖୁଥିଲେ । ସେ ଦେଖିଲେ ସେଇ ପ୍ରତିଭା ଦୀପ୍ତ, ଆଦର୍ବୋଜ୍ଜ୍ଵଳ ଚେହେରାକୁ । ପରିଧାନ ଥିଲା ଅସହଯୋଗକାରୀ ସତ୍ୟାଗ୍ରହୀର । ସେହି ଫଟୋକୁ ଦେଖିଲା ପରେ ବିଦ୍ୟୁତ୍ ଆଘାତରେ ଟଳିପଡ଼ିବା ପରି ତାଙ୍କୁ ଲାଗିଥିଲା ।

Question ୭ ।
ଡ୍ରୟର ଭିତରୁ ରାୟବାହାଦୁର କ’ଣ ସବୁ କାଢ଼ିଥିଲେ। ?
Answer:
ଡ୍ରୟର ଭିତରୁ ରାୟବାହାଦୁର, ପରଲୋକଗତ ଅରୁଣର ଖଣ୍ଡେ ଫଟୋଗ୍ରାଫ୍, ଗୁଡ଼ାଏ ମେଡ଼ାଲ ଆଉ ସନନ୍ଦ ପତ୍ରଗୁଡ଼ିକରେ ହଳଦିଆ ଆସ୍ତରଣ ବସିଯାଇଥିଲା ।

Question ୮ ।
ବ୍ରିଟିଶ ସରକାରଙ୍କଦ୍ଵାରା ପ୍ରଦତ୍ତ ସନନ୍ଦଟିରେ କ’ଣ ଲେଖାଯାଇଥିଲା ?
Answer:
୧୯୨୩ ସାଲରେ ବ୍ରିଟିଶ ସରକାର ରାୟବାହାଦୁରଙ୍କ ଉପରେ ସନ୍ତୁଷ୍ଟ ହୋଇ ଏକ ସନନ୍ଦ ଦେଇଥିଲେ । ସେଥ‌ିରେ ଲେଖାଥିଲା – ‘ବ୍ରିଟିଶ୍ ସିଂହାସନପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ ସମ୍ରାଟଙ୍କୁ ମୁଗ୍ଧ କରିଛି । ବ୍ରିଟିଶ ସିଂହାସନପ୍ରତି ଏ ଅତୁଳନୀୟ ଅନୁରକ୍ତିପାଇଁ ଆପଣ ନିଜର……. ।”’

Question ୯ ।
ଚଉରୀଚଉରା ବିପ୍ଳବ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଚଉରୀଚଉରା ବିପ୍ଳବ ଭାରତର ମନ୍ଥର ଜାତୀୟ ଆନ୍ଦୋଳନର ଜଡ଼ ନାଟିକାରେ ଜଗାଇ ଦେଇଥିଲା ନୂତନ ସ୍ୱନ୍ଦନ । ପୁନଶୃ ସନ୍ତି।ସବ।ଦ ଭାରତର ଜାତୀୟ ଆନ୍ଦେ।ଳନରେ ଆଣି ଦେଇଥିଲା ନୂତନ ଥାଭିମୁଖ୍ୟ । ସେତେବେଳେ ରାୟବାହାଦୁର ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ଥିଲେ ବି ତାଙ୍କୁ ଥାନା ଓ କଚେରୀର ସୁରକ୍ଷା ଦାୟିତ୍ଵ ଦିଆଯାଇଥିଲା ।

Question ୧୦ ।
କେଉଁ ଗାନ କ୍ରମେ ଅସ୍ପଷ୍ଟରୁ ଅସ୍ପଷ୍ଟତର ହେଉଥିଲା ?
Answer:
ବାହାରେ ଚାଲିଥ‌ିବା ‘ବନ୍ଦେ ମାତରମ୍’ ଗାନ ଠିକ୍ ଅରୁକଣ୍ଠସ୍ଵର ଭଳି ରାୟବାହାଦୁରଙ୍କୁ ମନେ ହୋଇଥିଲା । ତେଣୁ ସେ ଖୋଲା ଝରକା ପାଖକୁ ଛୁଟି ଯାଇଥଲେ ତାହା ଦେଖିବାକୁ । ମାତ୍ର ସେହି ‘ବନ୍ଦେ ମାତରମ୍’ ଐକତାନ କ୍ରମେ ଅସ୍ପଷ୍ଟରୁ ଅସ୍ପଷ୍ଟତର ହେଉଥିଲା ।

Question ୧୧ ।
ଅରୁଣ, ତା’ ବାପାଙ୍କୁ କାହିଁକି ବ୍ରିଟିଶ୍ ସରକାରଙ୍କ ‘ଗୋଲାମ ବୋଲି କହିଛି ?
Answer:
ଅରୁଣକୁ ଯେତେବେଳେ ତାଙ୍କ ବାପା ରାୟବାହାଦୁର, ବ୍ରିଟିଶ୍ ସରକାର ବିରୁଦ୍ଧରେ ଯିବାକୁ ମନାକରିଛି, ସେତେବେଳେ ଅରୁଣ କହିଛି । ସ୍ଵାଧୀନତା ହେଉଛି ମନୁଷ୍ୟର ଜନ୍ମଗତ ଅଧିକାର ଏବଂ ଏହା ତାହାର ପବିତ୍ରତମ ଦାବୀ । ତେଣୁ ବ୍ରିଟିଶ ସରକାରଙ୍କ ପାଇଁ ବାପା କହୁଥିବାରୁ, ଅରୁଣ ବାପାଙ୍କୁ ବ୍ରିଟିଶ ସରକାରଙ୍କ ଗୋଲାମ ବୋଲି କହିଛି ।

Question ୧୨ ।
‘‘ଆପଣ ଅନ୍ୟାୟ କରୁଛନ୍ତି ବାପା’’ – ଏହା କିଏ କାହାକୁ କାହିଁକି କହିଛି ?
Answer:
ରାୟବାହାଦୁର ପୁଅ ଅରୁଣ ଉପରେ କ୍ରୋଧାନ୍ବିତ ହୋଇ, ବ୍ରିଟିଶ ସରକାର ବିରୁଦ୍ଧରେ ନ ଯିବା ପାଇଁ ଆଦେଶ ଦେଇଛନ୍ତି । ଅରୁଣ ଆଦେଶ ଅମାନ୍ୟ କଲାପରେ ସେ ଉତ୍‌କ୍ଷିପ୍ତ ହୋଇ, ତାହାକୁ ଚାବୁକରେ ଆଘାତ କରିଛନ୍ତି । ତେଣୁ ଅରୁଣ ବାପା ରାୟବାହାଦୁରଙ୍କୁ, ଅବିଚଳିତ କଣ୍ଠରେ ଜବାବ ଦେଇଛି, ‘ଆପଣ ଅନ୍ୟାୟ କରୁଛନ୍ତି ବାପା’।

Question ୧୩ ।
ହେମମାଳୀ ଅନୁଯୋଗ ସ୍ୱରରେ କ’ଣ କହିଥିଲେ ଓ ରାୟବାହାଦୁରଙ୍କ ଉତ୍ତର କ’ଣ ଥିଲା ?
Answer:
ବାପା ପୁଅଙ୍କର ଯୁକ୍ତିତର୍କ ଏବଂ ବାପାଙ୍କର ପୁଅକୁ ଚାବୁକ୍‌ରେ ଆଘାତ କରିବା ଶୁଣିପାରି ହେମମାଳୀ ରନ୍ଧାଘର ଭିତରୁ ଦଉଡି଼ ଆସିଥିଲେ । ଅନୁଯୋଗ ସ୍ବରରେ ‘ଏ କ’ଣ କରୁଚ ତୁମେ’ ବୋଲି କହିଥିଲେ । ରାୟବାହାଦୁର ବିରକ୍ତି ପ୍ରକାଶ କରି ଉତ୍ତର ଦେଇଥିଲେ – ‘ଏଠୁ ଯାଅ ତମେ । ବାହାରର କଥା ନେଇ ମୁଣ୍ଡ ଖେଳେଇବାରେ ତମର କିଛି ଦରକାର ନାହିଁ । ଯାହାର ଦାନାଖାଇ ମୁଁ ମଣିଷ, ତା’ର ନିମକହାରାମ୍ ଅସମ୍ଭବ ।’

Question ୧୪ ।
ରାୟବାହାଦୁର ଅରୁଣକୁ କ’ଣ ପଚାରିଥିଲା ଓ କାହିଁକି ?
Answer:
ଇଂରେଜ ସରକାରଙ୍କ ନିକଟରେ ନିମକ ହାରାମ୍ ହୋଇପାରିବେ ନାହିଁ ବୋଲି ରାୟବାହାଦୁର କହିବାରୁ, ତାଙ୍କୁ ଅରୁଣ ପଚାରିଥିଲା, ‘‘କାହାର ଦାନା, କାହାର ପାଣି ପବନରେ ମଣିଷ ହୋଇଛନ୍ତି ଆପଣ ? ଭାରତର, ଏଇ ଗୋଲାମ ଭାରତର, ସ୍ଵାଧୀନତା ଯାହାର ଦାବୀ ।’’

Question ୧୫ ।
ରାୟବାହାଦୁର କ’ଣ ଉତ୍କର୍ଣ୍ଣ ହୋଇ ଶୁଣୁଥିଲେ ?
Answer:
ସ୍ଵାଧୀନତା ଉତ୍ସବର କୋଳାହଳ ମୁହୂର୍ଭକପାଇଁ ବନ୍ଦ ହୋଇ ଯାଇଥିଲା । ରାତିର ଲକ୍ଷ ଝିଙ୍କାରି କଣ୍ଠରେ ସେଇ ଏକ ଟଣା ହିଁ ହିଁ ସୁରରେ ରାତିର ନିରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇ ଉଠିଥିଲା । ରାୟବାହାଦୁର ସେହି ଶବ୍ଦକୁ ଉତ୍କର୍ଣ୍ଣ ହୋଇ ଶୁଣୁଥିଲେ । ଅନେକ ରାତିରେ ଏମିତି ଶୁଣିଥା’ନ୍ତି, କେବେ କେବେ ଅଧରାତିରେ ନିଦ ଭାଙ୍ଗିଗଲେ ମଧ୍ୟ ।

Question ୧୬ ।
ପୁଲିସ ସାହେବଙ୍କର କ’ଣ ହୁକୁମ ଥିଲା ?
Answer:
ଚଉରୀଚଉରା ଆନ୍ଦୋଳନ ପରେ ଓଡ଼ିଶାର ଜନତା ସ୍ଵାଧୀନତା ପାଇଁ ଜାଗି ଉଠିଥିଲା । ତେଣୁ ସେମାନେ ଥାନା, କଚେରୀଆଦି ଘେରାଉ କରିଥିଲେ । ପୁଲିସ ସାହେବଙ୍କର ହୁକୁମଥିଲା ‘ଦେଖ ମହାପାତ୍ର, ତମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କଥା ତମେ ଚଳେଇ ନେଇଛ । ଆଜି ଏକ ବିରାଟ ଜନତା ଆସୁଛି ଥାନା କଚେରୀ ସବୁ ଆକ୍ରମଣ କରିବାପାଇଁ । ସେମାନଙ୍କୁ ମୁକାବିଲା କରିବା ଦାୟିତ୍ଵ ତମର ।’’

Question ୧୭ ।
ପୁଲିସ୍ ଥାନା ଆଗରେ କେଉଁ ସବୁ ଘଟଣା ଘଟୁଥିଲା ?
Answer:
ପୁଲିସ୍ ଥାନା ଆଗରେ ନିରସ୍ତ ହୋଇ ବିରାଟ ଜନତା ରହିଥିଲା । ସେମାନଙ୍କ ସାମନାରେ ଥିଲା ସଶସ୍ତ୍ର ପୁଲିସ୍ ବାହିନୀ । ପୁଲିସ୍‌ମାନଙ୍କ ବେୟୋନେଟ୍‌ରେ ଖରାପଡ଼ି ଚିକ୍ ଚିକ୍ କରୁଥିଲା । ରାୟବାହାଦୁର କ୍ଷିପ୍ତହୋଇ ଚିତ୍କାର କରି କହିଲେ, ‘ହଟୋ ହଟୋ’, ‘ଶାଲେ ଲୋକ’ । ମାତ୍ର ଜନତା ଲାଠି ଚାର୍ଜକୁ ଖାତିର ନ କରି ‘ବନ୍ଦେ ମାତରମ୍’ ରେ କୁହାଟୁ ଥିଲେ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୧୮ ।
ସୋମନାଥ ହାତରୁ ପିସ୍ତଲ ଉଠାଇଥିଲେ କାହିଁକି ?
Answer:
ଥାନା ଓ କଚେରୀ ଆଗରେ ବିରାଟ ଜନତା ‘ବନ୍ଦେ ମାତରମ୍’ ଧ୍ଵନି ଦେଉଥିଲେ । ଲାଠି ଚାର୍ଜ ହେଲାପରେ ମଧ୍ୟ ସେମାନେ ହଟି ନ ଥିଲେ । ଏହି ସମୟରେ ଜନତାଙ୍କ ମଧ୍ୟରେ ଅରୁଣ ଲାଠି ଚାର୍ଜର ପ୍ରତିବାଦ ଜଣାଇଥିଲା । ଫଳରେ ଜନତା ଭୀଷଣ ଓ ଭୟଙ୍କର ହୋଇ ଉଠିଲେ । ଅରୁଣକୁ ଓ ଜନତାଙ୍କୁ ଭୟଭୀତ କରାଇବାପାଇଁ ସୋମନାଥ ହାତରୁ ପିସ୍ତଲ ଉଠାଇଥିଲେ ।

Question ୧୯ ।
ଅରୁଣର ନିର୍ଦ୍ଦେଶ ପାଇ ଜନତା କ’ଣ କରିଥିଲେ ?
Answer:
ଅରୁଣର ନିର୍ଦ୍ଦେଶ ପାଇ ଜନତାମାନେ ଶତସିଂହ ପରି ଗର୍ଜି ଉଠିଲେ । କେତେ ଜଣ ମଧ୍ଯ ଫ୍ଲାଷ୍ଟାଫ୍ ଭାଙ୍ଗି ତା’ ଉପରେ ଉଡ଼ୁଥ‌ିବା ୟୁନିୟନ୍ ଜାକ୍‌କୁ ଚିରି ଦେଇଥିଲେ ।

Question ୨୦ ।
ସୋମନାଥଙ୍କ ପିସ୍ତଲ ଫୁଟିଲା ପରେ କ’ଣ ଘଟିଥିଲା ?
Answer:
ସୋମନାଥ ଫାଙ୍କା ଆବାଜ କରିବାକୁ ଯାଇ ସତରେ ଗୁଳି ଫୁଟାଇ ଦେଇଥିଲେ । ଫଳରେ ତାଙ୍କ ପୁଅ ଅରୁଣ, ଯେ କି ଜନତାର ନେତୃତ୍ଵ ନେଇଥିଲା, ତାହାର ରକ୍ତାକ୍ତ ଶବ ତଳେ ଖସି ପଡ଼ିଥିଲା ।

Question ୨୧ ।
ରାୟବାହାଦୁର ହଠାତ୍ ଚମକି ଉଠିଥ୍ କାହିଁକି ?
Answer:
ରାୟବାହାଦୁର ଘରଭିତରୁ ଶଙ୍ଖଧ୍ବନି ଶୁଣି ହଠାତ୍ ଚମକି ଉଠିଥିଲେ । କାରଣ ହେମମାଳୀ ଦୋତାଲା ବାରଣ୍ଡାରେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ ଦେଇ, ତାହାର ପାଦତଳେ ଦୀପଟିଏ ଜାଳି ଶଙ୍ଖ ଧ୍ଵନି କରିଥିଲେ ।

Question ୨୨ ।
ହେମମାଳା ଭୋ ଭୋ ହୋଇ କାନ୍ଦି ଉଠିଥିଲେ କାହିଁକି ?
Answer:
ହେମମାଳା ଚିତ୍କାର କରି କହିଥିଲେ, ତୁମେ ମୋତେ ଛୁଅଁ ନାହିଁ । ମୋ’ ଅରୁ ଆଜି ମୋ’ କୋଳକୁ ଫେରିଆସିଛି । ଏହାପରେ ହେମମାଳା ଭୋ ଭୋ ହୋଇ କାନ୍ଦିଥିଲେ, ଯେଉଁ କାନ୍ଦ ସେ ପଚିଶ ବର୍ଷଭିତରେ କାନ୍ଦି ନ ଥିଲେ ।

Question ୨୩ ।
କେଉଁ ପତାକାର ପତନ ଅସମ୍ଭବ ବୋଲି ରାୟବାହାଦୁର କହିଥିଲେ ଓ କାହିଁକି ?
Answer:
ୟୁନିୟନ ଜାକ୍ ପତାକାର ପତନ ଅସମ୍ଭବ ବୋଲି ରାୟବାହାଦୁର କହିଥିଲେ । କାରଣ ଏହି ପତାକା ପାଇଁ ସେ ନିଜ ପୁଅ ଅରୁକୁ ଖୁନ୍ କରିଛନ୍ତି ଓ ଜୀବନସାରା ଇଂରେଜମାନଙ୍କର ଗୋଲାମୀ କରି ଆସିଛନ୍ତି ।

Question ୨୪ ।
ହେମମାଳା କ’ଣ କହି ମୂର୍ତ୍ତିତା ହୋଇ ତଳେ ପଡ଼ିଯାଇଥିଲେ ?
Answer:
ରାୟବାହାଦୁର ପତ୍ନୀ ହେମମାଳାଙ୍କ ନିକଟରୁ ତ୍ରିରଙ୍ଗା ପତାକାଟିକୁ କାଢ଼ି ଫିଙ୍ଗିଦେଲେ । ଏହା ଦେଖ୍ ହେମମାଳା ଦର୍ପିତା କଣ୍ଠରେ କହିଲେ, ‘ଯୋଉ ପତାକା ପାଇଁ ଅରୁ ପ୍ରାଣବଳୀ ଦେଇଛି, ସେ ପତାକା ଯୁଗେ ଯୁଗେ ଉନ୍ନତ ହୋଇ ରହିବ ।’ ଆବେଗ ଓ ଉତ୍ତେଜନାରେ ଏତିକି କହି ସେ ମୂର୍ତ୍ତିତା ହୋଇ ପଡ଼ିଗଲେ ।

Question ୨୫ ।
ସାରା ରାତି ସୋମନାଥ କ’ଣ କରୁଥିଲେ ?
Answer:
ସାରା ରାତି ସୋମନାଥଙ୍କ ଆଖ‌ିରେ ନିଦ ନଥିଲା । ସେ ଅତି ସତର୍କ ପ୍ରହରୀପରି ସାରା ରାତି ଚେଇଁ ବସିଥିଲେ ୟୁନିୟନ ଜାକ୍ ପତାକା ପାଖରେ ।

Question ୨୬ ।
‘‘ବ୍ରିଟିଶ୍ର ଗୋଲାମପାଇଁ ସ୍ଥାନ ନାହିଁ ଏଠି? ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ରାୟବାହାଦୁର ‘ୟୁନିୟନ ଜାକ୍’ ପତାକାକୁ ସାରାରାତି ଜଗି ରହିଥିଲେ; ମାତ୍ର ସକାଳୁ ସକାଳୁ ନାତି ବିଜୟ ଆସି ଏହାର ବିରୁଦ୍ଧାଚରଣ କରିଛି । ‘ଏ ପତାକା ଏଠି ଉଡ଼ିପାରିବ ନାହିଁ ବୋଲି କହିଛି । ରାୟବାହାଦୁରଙ୍କ ହାତରୁ ପତକାଟିକୁ ଝାମ୍ପି ନେଇ ବିଜୟ କହିଛି, ‘ଏ ଦେଶ ଆମର ବ୍ରିଟିଶର ଗୋଲାମପାଇଁ ସ୍ଥାନ ନାହିଁ ଏଠି ।’

Question ୨୭ ।
ସୋମନାଥଙ୍କ ମୁଣ୍ଡ ଓ ନାକ ଫାଟିଯିବାର କାରଣ କ’ଣ ଥିଲା ?
Answer:
ବିଜୟ, ୟୁନିୟନ୍ ଜାକ୍ ପତାକା ନେଇଗଲାପରେ, ସୋମନାଥ ପତାକାଟିକୁ ଛଡ଼ାଇବାକୁ ଯାଇ ଅତି ଅସ୍ଵାଭାବିକ ଭାବରେ ହିଂସ୍ର ଓ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ । ଫଳରେ ବିଜୟ ତାଙ୍କୁ ଠେଲି ଦେଇଥୁଲା ଓ ସେ ସିଡ଼ିରେ ଗଡ଼ିଗଡ଼ି ତଳମହଲା ଚଟାଣରେ ପଡ଼ିଥିଲେ । ସେହି ଦୁର୍ଘଟଣାରେ ସୋମନାଥଙ୍କ ମୁଣ୍ଡ ଓ ନାକ ଫାଟିଯାଇଥିଲା ।

Question ୨୮ ।
ସୋମନାଥ କ୍ଷୀଣକଣ୍ଠରେ ବିଜୟକୁ କ’ଣ କହିଥିଲେ ?
Answer:
ସୋମନାଥ ସିଡ଼ି ଉପରୁ ତଳକୁ ଖସିପଡ଼ିଲେ । ମୁଣ୍ଡ ଓ ନାକ ତାଙ୍କର ଫାଟିଗଲା ପରେ, ରକ୍ତର ସୁଅ ଛୁଟିଲା । ବିଜୟ ଅପରାଧୀ ପରି ଜେଜେ ଡାକିବାରୁ, ସୋମନାଥ କ୍ଷୀଣ କଣ୍ଠରେ କହିଲେ, ‘ତୋତେ ଆଶୀର୍ବାଦ କରୁଛି ବିଜୁ । ମୁଁ ଅନ୍ତତଃ ଶାନ୍ତିରେ ମରି ପାରିବି ଏଥର । ଏଇ ପତାକା ପାଇଁ କେତେ ରାଜ୍ୟ ରକ୍ତପାତ ହୋଇଛି । ମୁଁ ମୋ ନିଜ ହାତରେ ପୁଅ ଅରୁଣକୁ ମାରିଛି ଏବଂ ତୁ ତୋର ବୁଢ଼ା ଉଚ୍ଛନ୍ନ ହୋଇଛି ଏବଂ ଯୁଦ୍ଧ ଜେଜେଙ୍କୁ ଆଘାତ କରିଛୁ । ମାତ୍ର ଏ ପତାକା ଖଣ୍ଡେ ରଙ୍ଗିନ୍ କନାମାତ୍ର । ରଙ୍ଗ ଛାଡ଼ିଯିବ । ତଥାପି ତୋର ପତାକାର ଜୟ ହେଉ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
ପତାକା ଉତ୍ତୋଳନ ଗଳ୍ପରୁ ରାୟବାହାଦୁରଙ୍କ ଚରିତ୍ର ଚିତ୍ରଣ କର ।
Answer:
କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପରଚନାର ସ୍ବତନ୍ତ୍ର ବିଶେଷତ୍ଵ ହେଉଛି ଚରିତ୍ର ଚିତ୍ରଣ । ଚରିତ୍ର ସୃଜନରେ, ସେ ଚରିତ୍ର ଅନ୍ତରାଳରେ ରହିଥ‌ିବା ଇତିହାସକୁ ସାର୍ଥକ ଭାବରେ ଉପସ୍ଥାପନ କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’ରେ ଗାଳ୍ପିକ ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଚରିତ୍ର ମାଧ୍ୟମରେ ଜଣେ ଦେଶଦ୍ରୋହୀ, କ୍ଷମତାଲିପସୁ, ସ୍ବାର୍ଥପର ମଣିଷର ମାନସିକତାକୁ ଯଥାର୍ଥ ଭାବରେ ପ୍ରକାଶ କରିଛନ୍ତି । ତାଙ୍କ ପାଖରେ କ୍ଷମତା ଓ ଅର୍ଥ ଆଗରେ ପାରିବାରିକ ଆବେଦନ ତୁଚ୍ଛବୋଲି ସେ ପ୍ରମାଣ ଦେଇଛନ୍ତି ।

୧୯୪୭ ମସିହା ଅଗଷ୍ଟ ମାସରେ ଭାରତ ବର୍ଷ ବହୁକଷ୍ଟରେ ଇଂରେଜ ଶାସନ କବଳରୁ ମୁକ୍ତି ପାଇଥିଲା । ଏହି ମୁକ୍ତିପାଇଁ ଏ ଦେଶର ଯେପରି ନିଷ୍ଠାପର ଦେଶଭକ୍ତ ଥିଲେ, ସେହିପରି କେତେକ ଦେଶଦ୍ରୋହୀ ମଧ୍ୟ ସ୍ଵାଧୀନତା ପ୍ରାପ୍ତିରେ ଅନ୍ତରାୟ ସୃଷ୍ଟି କରୁଥିଲେ । ସେହି ଦେଶଦ୍ରୋହୀମାନେ ନିଜର ସ୍ଵାର୍ଥ, କ୍ଷମତା ଏବଂ ଅର୍ଥ ଲାଳସରେ ଇଂରେଜମାନଙ୍କର ଗୋଲାମ ହୋଇ ରହିବାକୁ ପସନ୍ଦ କରୁଥିଲେ । ଗାଳ୍ପିକ ମହାନ୍ତି ସୋମନାଥ ମହାପାତ୍ର ଚରିତ୍ର ମାଧ୍ୟମରେ ବ୍ରିଟିଶ ଶାସକର ପଦଲେହନକାରୀ ସ୍ଵାର୍ଥ ସର୍ବସ୍ଵ କର୍ମଚାରୀର ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ।

ସୋମନାଥ ବ୍ରିଟିଶ ଶାସକଙ୍କର ଗୋଲାମୀ ହୋଇ ଅବସର ନେଇଛନ୍ତି । ମାତ୍ର ବ୍ରିଟିଶ ଶାସକଙ୍କ ପ୍ରତି ତାଙ୍କ ମନରୁ ଆନୁଗତ୍ୟ ଯାଇନାହିଁ । ଫଳରେ ସମଗ୍ର ଭାରତବର୍ଷ ସ୍ଵାଧୀନତାର ଉତ୍ସବ ପାଳନ କରୁଥିଲାବେଳେ, ଏହା ତାଙ୍କ ପାଇଁ ଅସହ୍ୟ ମନେ ହୋଇଛି । ତେଣୁ ସେ ଘରେ ରହି, ନିଜ ଅତୀତର ସ୍ମୃତି ସ୍ମାରକୀ ପଦକ ଓ ସନନ୍ଦ ପତ୍ରକୁ ଦେଖୁଛନ୍ତି । ଗୋଲାମୀ ମୋହରେ ସେ ନିଜର ପୁତ୍ରକୁ ଚାବୁକ୍‌ରେ ପିଟିଛନ୍ତି, ଘରୁ ବାହାର କରି ଦେଇଛନ୍ତି ଏବଂ ସତ୍ୟାଗ୍ରହୀମାନଙ୍କୁ ଦମନ କରିବାକୁ ଯାଇ ନିଜ ପୁତ୍ରକୁ ଗୁଳିକରି ହତ୍ୟା କରିଛନ୍ତି । ଫଳସ୍ଵରୂପ ଉପରିସ୍ଥ ଅଫିସରଙ୍କ ନିକଟରେ ସେ ନିଜର ପାରିବାର ପଣକୁ ପ୍ରମାଣ କରିଛନ୍ତି । ପୁତ୍ରର ମୃତ୍ୟୁପରେ ପୁତ୍ରବଧୂ ଅପର୍ଣ୍ଣା ବିଧବା ହେଲେ ବି ସେ ସେତେଟା ଶୋଚନା କରିନାହାଁନ୍ତି । ବହୁ ଅର୍ଥ ଓ କ୍ଷମତାର ଅଧିକାରୀ ହୋଇ, ପୁତ୍ରହରା ଦୁଃଖକୁ ଭୁଲି ଯାଇଛନ୍ତି ।

ସ୍ଵାଧୀନତା ଉତ୍ସବ ଦିନ ନିଜ ଘରଭିତରେ, ପତ୍ନୀ ହେମମାଳୀଙ୍କର ତ୍ରିରଙ୍ଗା ପତାକା ଉଡ଼ାଇବାକୁ ସେ ସହ୍ୟ କରିପାରି ନାହାଁନ୍ତି । ବରଂ ଅତି ନିଷ୍ଠୁର ଭାବରେ ପୁତ୍ରହରା ପତ୍ନୀକୁ ଆହୁରି ଆଘାତ ଦେଲାଭଳି କଥା ହେମମାଳୀ ୟୁନିୟନ୍ ଜ୍ୟାକ୍ ପତାକାକୁ ଓହ୍ଲାଇଦେବ, ସେଥ‌ିପାଇଁ ବିକଳ ଭାବରେ ସଜାଗ ପ୍ରହରୀ ଭଳି ତା’କୁ ଜଗି ରହିଛନ୍ତି । ପରଦିନ ସକାଳୁ ନାତି ବିଜୟ, ୟୁନିୟନ ଜ୍ୟାକ୍ ପତାକାର ବିରୁଦ୍ଧାଚାରଣ କରିବାରୁ, ସେ ତାହା ସହିତ ପ୍ରତିବାଦ କରିଛନ୍ତି । ପରିଣତି ନାତିଠାରୁ ଠେଲାଖାଇ, ସିଡ଼ି ପାହାଚତଳେ ପଡ଼ିଛନ୍ତି ।

ଜୀବନର ଶେଷ ସମୟରେ ସୋମନାଥ ନିଜର ଭୁଲ୍ ବୁଝିପାରିଛନ୍ତି । ନାତି ବିଜୟକୁ ଡାକି ଆଶୀର୍ବାଦ କରିଛନ୍ତି । ଥରିଲା କଣ୍ଠରେ କହିଛନ୍ତି, ପତାକାଟା ସାଧାରଣ କନାଖଣ୍ଡେ, ଏହାର ରଙ୍ଗ ମଧ୍ୟ ଉଡ଼ି ଯାଇପାରେ, କିନ୍ତୁ ଏଥ‌ିପାଇଁ କେତେ ଦେଶ ଓ କେତେ ପ୍ରାଣବାୟୁ ଉଡ଼ିଯାଇଛି ।

ସୋମନାଥ ଜୀବନର ଘଟଣାକୁ ଗାଳ୍ପିକ କେବଳ ଦେଖାଇ ନାହାଁନ୍ତି, ସେ ପତ୍ନୀ ହେମମାଳୀ ଯେପରି ଅପମାନିତ କରିଛନ୍ତି, ପୁତ୍ରବଧୂ ଅପର୍ଣ୍ଣାର ଦୁଃଖକୁ ଯେଭଳି ଭୁଲିଛନ୍ତି, ତାହା ତାଙ୍କର ବ୍ରିଟିଶ ଶାସକମାନଙ୍କ ପ୍ରତି ଘୋର ଆନୁଗତ୍ୟର ସୂଚନା ଦିଏ ।

ଗଳ୍ପଟିରେ ଗାଳ୍ପିକ ଖଳନାୟକକୁ ନାୟକ କରି, ଚରିତ୍ରଚିତ୍ରଣର ମହତ୍ତ୍ଵ ପ୍ରତିପାଦନ କରିଛନ୍ତି ।

Question ୨ ।
ପଠିତ ଗଳ୍ପ ଆଧାରରେ ସ୍ଵାଧୀନତା ଆନ୍ଦୋଳନରେ ଅରୁଣର ଭୂମିକା ନିର୍ଣ୍ଣୟ କର ।
Answer:
ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଯେଉଁ କେତେଜଣ ଗାଳ୍ପିକ ସେମାନଙ୍କ ଗଳ୍ପ ସୃଷ୍ଟିରେ ସମାଜର ବିଭିନ୍ନ ଘଟଣା ଓ ବିଭିନ୍ନ ଦିଗକୁ ବର୍ଣ୍ଣନା କରିଛନ୍ତି, ସେମାନଙ୍କ ମଧ୍ୟରେ କଥାକାର ସୁରେନ୍ଦ୍ର ମହାନ୍ତି ହେଉଛନ୍ତି ଅନ୍ୟତମ । କଥାକାର ମହାନ୍ତି ତାଙ୍କର ଅନେକ ଗଳ୍ପରେ ଆଧୁନିକ ସହରୀ ଜୀବନର ଅସହାୟତା ବୋଧକୁ ଚିତ୍ରିତ କରିଥିଲେ ହେଁ, ସ୍ଵାଧୀନତା ସଂଗ୍ରାମୀମାନଙ୍କର ବାସ୍ତବ ଜୀବନକୁ ସେ ଯଥାର୍ଥ ଭାବେ ଉପସ୍ଥାପନ କରିଥିଲେ । ଦୀର୍ଘଦିନ ଧରି ଭାରତ ବ୍ରିଟିଶ ସରକାରଙ୍କ ଛତ୍ରଛାୟାତଳେ ପରାଧୀନ ହୋଇ ରହିଲା ପରେ, ଗାନ୍ଧିଜୀ ଭଳି ଅନେକ ନେତାଙ୍କ ନେତୃତ୍ଵର ଯୁବସମ୍ପ୍ରଦାୟ ସ୍ବାଧୀନତା ସଂଗ୍ରାମରେ ଝାସଦେଇ, ଦେଶକୁ ସ୍ୱାଧୀନ କରିବାପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଦେଶପାଇଁ ସେହି ସଂଗ୍ରାମୀ ବୀରମାନଙ୍କୁ ଘର ଓ ପରିବାର ଛାଡ଼ିବାକୁ ହୋଇଥିଲା । ପିତାମାତାଙ୍କର ଅବାଧ୍ଯ ହୋଇ, ସେମାନେ ଦେଶ ମାତୃକାର ସେବାରେ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ପରିଣାମରେ ସେମାନଙ୍କୁ ଜେଲ୍, ଜୋରିମାନା, ଲାଠିପ୍ରହାର ଏପରିକି ବନ୍ଧୁକ ମୁନରେ ଜୀବନ ଦେବାକୁ ହୋଇଥିଲା । ଦେଶପାଇଁ ସେମାନେ ସହୀଦ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଥିଲେ । ଶେଷରେ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଜୟ ହେଲା । ଭାରତ ହେଲା ସ୍ଵାଧୀନ । ବିଦେଶୀ ଇଂରେଜମାନେ ତାଙ୍କ ଦେଶକୁ ଫେରିଗଲେ । ଏହି ସ୍ଵାଧୀନତା ସଂଗ୍ରାମ ଓ ଦେଶ ସ୍ଵାଧୀନତା ଦିବସ ପାଳନ କରିବା ପୃଷ୍ଠଭୂମିରେ ‘ପତାକା ଉତ୍ତୋଳନ’ ଗଳ୍ପର ପରିକଳ୍ପନା କରାଯାଇଛି ।

ଅରୁଣ ଥୁଲା, ଇନ୍ସପେକ୍ଟର ସୋମନାଥ ମହାପାତ୍ରଙ୍କର ଏକମାତ୍ର ସନ୍ତାନ । ସୋମନାଥ ମହାପାତ୍ର ଇଂରେଜମାନଙ୍କ ନିକଟରେ ଚାକିରି କରି, ସେମାନଙ୍କର ଏକରମକ ଗୋଲାମ ପାଲଟି ଯାଇଥିଲା । ଫଳରେ ପୁତ୍ର ଅରୁଣ ସ୍ଵାଧୀନତା ସଂଗ୍ରାମରେ ଯୋଗଦେବାରୁ, ସେ ତାହାକୁ ସେପରି କରିବାକୁ ବାଧା ଦେଇଥିଲେ । ଅରୁଣ ବାପାଙ୍କ କଥାର ପ୍ରତିବାଦ କରିବାରୁ, ମହାପାତ୍ର ତାଙ୍କୁ ଚାବୁକ୍‌ରେ ଆଘାତ କରିଥିଲେ । ଯେତେ ପ୍ରତିରୋଧ କଲେବି ଅରୁଣ ବାପାଙ୍କ କଥାରେ

ରାଜି ହୋଇ ନଥିଲା, ବରଂ ପ୍ରତିବାଦ କରିଥିଲା । ସୋମନାଥ ମହାପାତ୍ରଙ୍କୁ ପଚାରିଥିଲା – ‘‘କାହାର ଦାନା, ପାଣି ପବନରେ ମଣିଷ ହୋଇଛନ୍ତି ଆପଣ ? ଭାରତର, ଏଇ ଗୋଲାମ-ଭାରତର, ସ୍ଵାଧୀନତା ଯାହାର ଦାବି ।’’ ରାୟବାହାଦୁର ରାଗିଯାଇ ଅରୁଣକୁ ଆଦେଶ ଦେଇଥିଲେ ଏଇ ମୁହୂର୍ତ୍ତରେ ଏ ଘରୁ ତମେ ବାହାରିଯାଅ ଅରୁଣ ! ତମେ ଆଜିଠାରୁ ମୋର ତେଜ୍ୟପୁତ୍ର ।’’

ଅରୁଣ ଘରୁ ବାହାରି ଗଲାପରେ ସଂଗ୍ରାମୀ ଭାବରେ ଜୀବନ କାଟିଛି । ଚୌରୀଚୌରା ଆନ୍ଦୋଳନ ପରେ ସେ ବିରାଟ ଜନତାର ନେତୃତ୍ଵ ନେଇଛି । ବନ୍ଦେ ମାତରମ୍ ଡାକରେ ସମସ୍ତଙ୍କୁ ପ୍ରଭାବିତ କରିଛି । ଲାଠି ଚାର୍ଜ ହେବାରୁ ତାହାର ପ୍ରତିବାଦ କରିଛି । ସଂଗ୍ରାମୀମାନଙ୍କୁ ପ୍ରେରଣା ଦେବାପାଇଁ ଅରୁଣ କହିଛି – ‘ଭୟ ନାହିଁ । ଭୟ ନାହିଁ ଭାଇମାନେ, ଶ୍ରୀ ରାମଚନ୍ଦ୍ର କମଳ ନୟନର ନୀଳୋତ୍ପଳ ଦେବୀ ଆରାଧନା କରିଥିଲେ ।’’ ଆମେ ସେହିପରି ଜୀବନ ଦେବା । ଜନତାଙ୍କୁ ଘଉଡ଼ାଇବାକୁ ଯାଇ ଫାଙ୍କା ଗୁଳିଚାଳନା କରିବା ବେଳେ, ସୋମନାଥଙ୍କ ଗୁଳିରେ ଅରୁଣ ଟଳି ପଡ଼ିଛି ।

ସ୍ଵାଧୀନତା ସଂଗ୍ରାମରେ ଅରୁଣର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଛି ।

Question ୩ ।
ସୋମନାଥ ମହାପାତ୍ର କିପରି ସବ୍-ଇନ୍ସପେକ୍ଟରରୁ ଇନ୍ସପେକ୍ଟର ହୋଇପାରିଥିଲେ – ଉଲ୍ଲେଖ କର ।
Answer:
କଥାକାର ସୁରେନ୍ଦ୍ର ମହାନ୍ତି ଜଣେ ଜୀବନଧର୍ମୀ କଥାଶିଳ୍ପୀ । ଜୀବନର ପ୍ରତ୍ୟେକ ଦିଗକୁ ସେ ତାଙ୍କର କଳ୍ପିତ ଚରିତ୍ର ମାଧ୍ୟମରେ ପ୍ରକାଶ କରିଥା’ନ୍ତି । ମଣିଷ ଜୀବନର ଚିନ୍ତା ଚେତନା ଓ ସ୍ଵାର୍ଥନ୍ୱେଷୀ ମନୋଭାବକୁ ସେ ଭଲଭାବରେ ବୁଝିଥା’ନ୍ତି ଓ କାହାଣୀ ମାଧ୍ୟମରେ ଉପସ୍ଥାପିତ କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’ ଗଳ୍ପ ମାଧ୍ୟମରେ ଜୀବନରେ ମଣିଷ କିପରି ନିଜର ଉନ୍ନତିପାଇଁ ଏବଂ ନିଜକୁ ଅନ୍ୟପାଖରେ ଦାସ ଭାବରେ ବିକ୍ରି କରିଦେଲା ପରେ କିପରି ହିତାହିତ ଜ୍ଞାନଶୂନ୍ୟ ହୋଇଯାଏ, ତାହା ସୋମନାଥ ମହାପାତ୍ର ଚରିତ୍ର ମାଧ୍ୟମରେ ଦେଖାଇ ଦେଇଛନ୍ତି । ସେହି ଦାସ ମନୋଭାବ କିପରି ଜୀବନସାରା ସଂକ୍ରମିତ କରି ରଖୁଥାଏ, ତାହା ମଧ୍ୟ ଉଲ୍ଲେଖ କରିଛନ୍ତି ।

ସୋମନାଥ ମହାପାତ୍ର ଥିଲେ ଇଂରେଜ ଅଧୀନରେ ଜଣେ ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ମାତ୍ର । ଶାସନ ପ୍ରତି ରହିଥୁଲା ଅହେତୁକ ସମର୍ପଣ ଭାବ । ସେ ଏକରକମ୍ ଦେହରେ ଭାରତୀୟ ହେଲେ ବି ମାନସିକ ସ୍ତରରେ ଥିଲେ ନିଷ୍ଠୁର ଇଂରେଜ ସରକାରଙ୍କ ସଚା ଗୋଲାମ । ତେଣୁ ସେ ଏକମାତ୍ର ପୁତ୍ର ଅରୁଣକୁ ଇଂରେଜ ସରକାର ବିରୁଦ୍ଧରେ ନ ଯିବାକୁ କହିଛନ୍ତି । ଆଦେଶ ଦେବା ଭଙ୍ଗୀରେ କହିଛନ୍ତି, ‘ଅରୁଣ ! ତମେ ଅନ୍ୟାୟ କରୁଛ । ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ତମର ଏ ଦ୍ରୋହାଚାର କେବଳ ଅନ୍ୟାୟ ନୁହେଁ…….. ।’ ଅରୁଣ ଯେତେ ବୁଝାଇଲେ ମଧ୍ୟ ବାପା ତା’ର ବୁଝି ନ ଥିଲେ । ବରଂ କ୍ଷିପ୍ତ ହୋଇ ଅରୁଣକୁ ଚାବୁକ୍‌ରେ ଆଘାତ କରିଥିଲେ । ଶେଷରେ ପତ୍ନୀଙ୍କର କୌଣସି କଥା ନ ଶୁଣି ପୁଅକୁ ସେ ବାହାର କରି ଦେଇଛନ୍ତି । ତେଜ୍ୟପୁତ୍ର କରିଛନ୍ତି । ଅରୁଣ ଘର ଛାଡ଼ି ଚାଲିଯାଇଛି ଏବଂ ସତ୍ୟାଗ୍ରହୀ ଭାବରେ ସ୍ଵାଧୀନତା ଆନ୍ଦୋଳନରେ ସାମିଲ୍ ହୋଇଛି ।

ଚୌରୀ ଚୌରା ଆନ୍ଦୋଳନ ପରେ, ଏହାର ପ୍ରଭାବ ଓଡ଼ିଶାରେ ଦେଖାଦେଇଛି । ବିରାଟ ଜନତା ଥାନା ଓ କଚେରିକି ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ପୁଲିସ୍ ସାହେବ, ମହାପାତ୍ରଙ୍କୁ ହୁକୁମ ଦେଇ କହିଛନ୍ତି – ‘ତମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କାମ ତମେ ଚଳେଇ ନେଇଛ । ଆଜି ଏ ବିରାଟ ଜନତା ଆସୁଛି ସହରର ଥାନା କଚେରୀ ସବୁ ଆକ୍ରମଣ କରିବା ପାଇଁ । ସେମାନଙ୍କୁ ମୁକାବିଲା କରିବାର ଦାୟିତ୍ଵ ତମର ।’’ ସେହି ଦାୟିତ୍ବ ନେଇ ଚାର୍ଜ କରାଇଛନ୍ତି । ଏହା ସତ୍ତ୍ବେ ଜନତା ପୃଷ୍ଠଭଙ୍ଗ ଦେଇନାହାଁନ୍ତି । ସେହି ଆନ୍ଦୋଳନର ନେତୃତ୍ଵ ନେଇଥାଏ, ତାଙ୍କ ପୁଅ ଅରୁଣ । ଲୋକମାନଙ୍କୁ ପ୍ରେରଣା ଦେଇ ଆଗକୁ ଯିବାପାଇଁ କହୁଥାଏ । ଏହିଠାରେ ପିତା ପୁତ୍ର ସମ୍ମୁଖୀନ ହେଲେ । ସୋମନାଥ ମହାପାତ୍ର ଫାଙ୍କା ଗୁଳିଚାଳନା କରିବାକୁ ଯାଇ, ଅରୁଣକୁ ଗୁଳି କରିଦେଲେ । ଗାଳ୍ପିକଙ୍କ ଭାଷାରେ ‘ସାବାସ୍ ମହାପାତ୍ର । ବ୍ରିଟିଶ ସମ୍ରାଟ ଏ ଅତୁଳନୀୟ କର୍ତ୍ତବ୍ୟ ନିଷ୍ଠାର ମହତ୍ତ୍ଵକୁ ଯଥାଯୋଗ୍ୟ ପୁରସ୍କୃତ କରିବେ ।’’ ତା’ ପରଦିନ ସୋମନାଥ ହୋଇଥିଲେ ସବ୍‌ଇନିସ୍ପେକ୍ଟରରୁ ଇନିସ୍ପେକ୍ଟର ।

ବାସ୍ତବରେ କଥାଣିଳ୍ପୀ କ୍ଷମତାଲେଲୀଭି ମଣିଷର ପ୍ରକୃତି ସ୍ଵରୂପ ସେ।ମନାଥ ମହ।ପାତ୍ରଙ୍କ ମାଧ୍ୟମରେ ଦେଖ।ଇଛନ୍ତି ।

Question ୪।
ହେମମାଳୀ ଓ ସୋମନାଥଙ୍କ ପାରିବାରିକ ଜୀବନରେ ଘଟିଥ‌ିବା ଘଟଣାଗୁଡ଼ିକ ସମ୍ପର୍କରେ ସୂଚନା ଦିଅ ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ପ୍ରଥଯଶା ସ୍ରଷ୍ଟାଭାବେ ସୁରେନ୍ଦ୍ର ମହାନ୍ତି ଅଶେଷ ସିଦ୍ଧିର ଅଧିକାରୀ ହୋଇଛନ୍ତି । ସେ ତାଙ୍କର ଗଳ୍ପରେ ପାରିବାରିକ ଜୀବନର ଅନେକ ସମସ୍ୟାକୁ କଳ୍ପିତ ଚରିତ୍ର ମାଧ୍ୟମରେ ଦେଖାଇଛନ୍ତି । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’ରେ ଜଣେ ବ୍ୟକ୍ତି ସର୍ବସ୍ଵ ଇଂରେଜଙ୍କ ଅଧୀନରେ ପୋଲିସ୍ ଚାକିରି କରିଥିବା, ସୋମନାଥ ମହାପାତ୍ର ଥିଲେ ଇଂରେଜ ସରକାରଙ୍କର ସଚା ଗୋଲାମୀ । ଗୋଲାମୀର ସବାର ନେଇ ସେ ଆଦେଶ ଦେଇଛନ୍ତି ବ୍ରିଟିଶମାନଙ୍କ ବିରୁଦ୍ଧରେ ନ ଯିବାପାଇଁ । ଅରୁଣ ଅମାନ୍ୟ ହେବାରୁ ସେ ତାହାକୁ ଚାବୁକରେ ଆଘାତ କରିଛନ୍ତି । ପିତାପୁତ୍ରଙ୍କର ଏଭଳି ଗଣ୍ଡଗୋଳରେ ହେମମାଳୀ ପ୍ରତିବାଦ ଜଣାଇଛନ୍ତି । ପୁଅଟିକୁ କୌଣସି ପ୍ରକାରେ ସେ ମୁଣ୍ଡ ଖେଳେଇବାରେ ତମର କିଛି ଦରକାର ନାହିଁ । ଯାହାର ଦାନା ଖାଇ ମୁଁ ମଣିଷ, ତା’ର ନିମହାରାମି ଅସମ୍ଭବ ।’’ ଅରୁଣ ଏହାର ପ୍ରତିବାଦ କରିବାରୁ ସେ ତାହାକୁ ତେଜ୍ୟପୁତ୍ର କରିଛନ୍ତି, ଘରୁ ବାହାରିଯିବାକୁ ଆଦେଶ ଦେଇଛନ୍ତି । କୌଣସି ପ୍ରତିକାର କରିନାହାଁନ୍ତି । ବରଂ ନିଜ ଜିଦରେ ଅଟଳ ରହିଛନ୍ତି ।

ଅଗଷ୍ଟ ୧୪, ୧୯୪୭ ରେ ସ୍ଵାଧୀନତା ଦିବସ ସାରା ଭାରତ ପାଳନ କରୁଥିଲା ବେଳେ ସେ ଏହାକୁ ସହ୍ୟ ଏହାର ସେ ଦୃଢ଼ ପ୍ରତିବାଦ କରିଛନ୍ତି । ହେମମାଳ ଅତି କରୁଣ ଭାବରେ କାନ୍ଦିଛନ୍ତି । ଦୀର୍ଘ ପଚିଶ ବର୍ଷ ଭିତରେ ସେ ପୁଅ ପାଇଁ ଏପରି କାନ୍ଦନଥିଲେ । ମାତ୍ର ରାୟବାହାଦୁର ତ୍ରିରଙ୍ଗା ପତାକାକୁ କାଢ଼ି ଫିଙ୍ଗିଦେଇ, ସେ ସ୍ଥାନରେ ୟୁନିୟନ ଜାକ୍ ପତାକାକୁ ଉଡ଼ାଇଛନ୍ତି ଏବଂ ରାତିସାରା ତାହାକୁ ଜଗି ରହିଛନ୍ତି । ୟୁନିୟନ ଜାକ୍ ପତାକାପାଇଁ ମହାପାତ୍ର ନାତି ବିଜୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ସେଥ‌ିପାଇଁ ବିଜୟ ଠେଲି ଦେଲାପରେ, ମହାପାତ୍ର ସିଡ଼ି ତଳକୁ ଖସି ପଡ଼ିଛନ୍ତି । ଶେଷ ଅବସ୍ଥାରେ ସେ ନାତିକୁ ଆଶୀର୍ବାଦ କରିଛନ୍ତି, ତ୍ରିରଙ୍ଗା ପତାକାର ଜୟଗାନ କରିଛନ୍ତି ।

ଗଳ୍ପଟିରେ ସୋମନାଥ ଓ ହେମମାଳୀଙ୍କ ଅସଜଡ଼ା ପାରିବାରିକ ଜୀବନର ଚିତ୍ର ପ୍ରଦାନ କରାଯାଇଛି ।

Question ୫ ।
‘‘ତଥାପି ତୋର ପତାକାର ଜୟ ହେଉ’’ ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି – ବିଶ୍ଳେଷଣ କର ।
Answer:
କାହାଣୀ ମାଧ୍ୟମରେ ସମାଜକୁ କିଛି ସନ୍ଦେଶ ଦେବାର ଅନ୍ୟତମ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି । ତାଙ୍କ ଦ୍ଵାରା ରଚିତ ‘ପତାକା ଉତ୍ତୋଳନ’ ଗଳ୍ପ ସ୍ଵାଧୀନତା ପୂର୍ବ ଅଗଷ୍ଟ, ୧୪ ତାରିଖ ୧୯୪୭ ମସିହା ରାତି ଓ ତା’ପରଦିନ ଚରିତ୍ର ରାୟବାହାଦୁର ସୋମନାଥ ମହାପାତ୍ର ଯେ କି ଇଂରେଜ ସରକାରଙ୍କ ନିକଟରେ ଗୋଲାମି କରି, ନିଜର ନିଜତ୍ଵକୁ ହରାଇ ବସିଛନ୍ତି । ନିଜକୁ ସେ ବ୍ରିଟିଶ ଶାସନ ଛତ୍ରଛାୟାତଳେ ରହି ଆତ୍ମ ସନ୍ତୋଷ ଲାଭ କରିଛନ୍ତି । ଅନୁଗତ ପୋଲିସ ଅଫିସର୍ ଭାବରେ ଦେଶପାଇଁ ଓ ପରିବାର ପାଇଁ ଯେ କିଛି କର୍ତ୍ତବ୍ୟ ରହିଛି, ସେ ତାହା ଭୁଲିଯାଇଛନ୍ତି । ଦ୍ଵିତୀୟ ପୀଢ଼ି ଅରୁଣ, ଯେ କି ସ୍ଵାଧୀନତା ସଂଗ୍ରାମୀ । ଦେଶ ପାଇଁ, ଜାତିପାଇଁ ପରିବାର ଛାଡ଼ି, ନିଜର ସୁଖ ସମୃଦ୍ଧି ଛାଡ଼ିଛି । ସେ ଦେଶପାଇଁ ଆତ୍ମବଳୀ ଦେଇଛି । ମାତ୍ର ଶେଷପୀଢ଼ି ବିଜୟ ଯେ କି ସ୍ଵାଧୀନତାକୁ ଉପଭୋଗ କରିଛି । ସେ ଆଉ ଅରୁଣ ପରି ସବୁ ଅତ୍ୟାଚାରକୁ ମୁଣ୍ଡପାତି ସହିଯାଇ ନାହିଁ, ବରଂ ସଂଗ୍ରାମ କରି ନିଜର ଅଧିକାର ଛଡ଼ାଇ ନେବାକୁ କହିଛା

ସୋମନାଥ ମହାପାତ୍ରଙ୍କୁ ଛାଇନିଦ ଲାଗି ଆସିଥୁଲାବେଳେ, ବାହାରେ ସ୍ଵାଧୀନତା ଉତ୍ସବର ଶବ୍ଦଶୁଣିଛନ୍ତି । ସେ ଉଠିପଡ଼ି ସେହି ଶବ୍ଦରୁ ମୁକ୍ତି ପାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ସେଥୁରୁ ସେ ମୁକ୍ତି ପାଇନାହାଁନ୍ତି । ଏଣେ ଘର ଭିତରୁ ଶଙ୍ଖଧ୍ୱନି ଶୁଣିଲା ପରେ ସେ ଆସି ଦେଖୁଛନ୍ତି, ସ୍ତ୍ରୀ ହେମମାଳୀ ତ୍ରିରଙ୍ଗା ପତାକା ଉଡ଼ାଇ ତା’ ତଳେ ଦୀପଟିଏ ଜାଳିଦେଇଛି । ମହାପାତ୍ର ସ୍ତ୍ରୀଙ୍କ ପାଖରୁ ତ୍ରିରଙ୍ଗା ପତାକା ଛଡ଼ାଇ ନେଇ, ତା’ ସ୍ଥାନରେ ‘ୟୁନିୟନ ଜାକ୍‌’ ପତାକା ଉଡ଼ାଇଛନ୍ତି । ସେହି ପତାକାକୁ ସେ ରାତିସାରା ଜଗିରହିଛନ୍ତି । କାରଣ ଏହି ପତାକାର ମର୍ଯ୍ୟାଦାପାଇଁ ସେ ନିଜର ଏକମାତ୍ର ପୁତ୍ରକୁ ଗୁଳି କରିଛନ୍ତି ।

ସାରାରାତି ସ୍ଵାଧୀନତା ଉତ୍ସବରେ ମାତି ବିଜୟ ଘରକୁ ଫେରିଛି । ଘରେ ୟୁନିୟନ ଜାକ୍ ପତାକା ଉଡ଼ୁଥିବାର ଦେଖୁ ସେ ସ୍ତମ୍ବିତ ହୋଇଯାଇଛି । ଜେଜେଙ୍କୁ ଏଥିପାଇଁ ପ୍ରଶ୍ନ କରିଛି । ଏ ପତାକା ଉଡ଼ି ପାରିବ ନାହିଁ ବୋଲି ଜେଜେଙ୍କ ହାତରୁ ପତାକାକୁ ଛଡ଼ାଇ ନେଇଛି । ଦୃଢ଼ସ୍ୱରରେ କହିଛି – ‘ଏ ଦେଶ ଆମର ବ୍ରିଟିଶର ଗୋଲାମ ପାଇଁ ସ୍ଥାନ ନାହିଁ ଏଠି ।’’ ସୋମନାଥ ହିଂସ୍ର ଓ ଉତ୍‌କ୍ଷିପ୍ତ ହୋଇ ପତାକାଟିକୁ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି । ବିଜୟ ଦୁଇହାତରେ ଜେଜେଙ୍କୁ ଠେଲି ଦେଇଛି । ସୋମନାଥ ତଳେ ପଡ଼ିଛନ୍ତି ଏବଂ ତାଙ୍କର ମୁଣ୍ଡ ଓ ନାକ ଫାଟି ତଳେ ରକ୍ତର ସୁଅ ଛୁଟିଛି ବିଜୟ ଅପରାଧୀ ପରି ଜେଜେଙ୍କୁ ଡାକିଲେ ମଧ୍ୟ କେତେ ତା’କୁ ଆଶୀର୍ବାଦ କରିଛନ୍ତି । ଶେଷକଥା ଜଣାଇ କହିଛନ୍ତି, ‘‘ଏହି ପତାକା ଖଣ୍ଡେ କପଡ଼ା ହେଲେ ବି ମୁଁ ଏହାପାଇଁ ପୁଅ ଅରୁଣକୁ ମାରିଛି ଏବଂ ତୁ ତୋ ଜେଜେଙ୍କୁ ଆଘାତ କରିଛୁ । ତଥାପି ତୋ’ ପତାକାର ଜୟ ହେଉ ବୋଲି କହିଛନ୍ତି ।’’

ଗଳ୍ପର ଶେଷଭାଗରେ ରାୟବାହାଦୁରଙ୍କ କଣ୍ଠରେ ଏହି ସଂଳାପ ବେଶ୍ ମନୋଜ୍ଞ ହୋଇଛି ।

Question ୬ ।
‘ପତାକା ଉତ୍ତୋଳନ’ ଗଳ୍ପର ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ସାରସ୍ଵତ ସୃଷ୍ଟି କ୍ଷେତ୍ରରେ ନାମକରଣର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ନାମକରଣ କରିବାରେ ସ୍ରଷ୍ଟା ଯଥେଷ୍ଟ ନାମକରଣ ସତର୍କତା ଅବଲମ୍ବନ କରିଥା’ନ୍ତି । ବିଶେଷ କ୍ଷେତ୍ରରେ ସୃଜନ କରିସାରିବା ପରେ ହିଁ ସାହିତ୍ୟିକ ଏହାର ନାମକରଣ କରିଥା’ନ୍ତି । କଥାସାହିତ୍ୟ ବା ଗଳ୍ପର ନାମକରଣ କରିବା ସମୟରେ ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇଥାଏ । ଅନେକ ସମୟରେ ଏହାର କଥାବସ୍ତୁ ଅଥବା ଚରିତ୍ରକୁ ନେଇ ନାମକରଣ କରାଯାଇଥାଏ । ପୁଣି ବେଳେବେଳେ ନାମକରଣ କରାଯିବା ସମୟରେ ପ୍ରତୀକ ପ୍ରୟୋଗ କରାଯାଇଥାଏ । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’କୁ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି କଥାବସ୍ତୁକ ନେଇ ନାମକରଣ କରିଛନ୍ତି।

ଗଳ୍ପଟିକୁ ଗାଳ୍ପିକ ମହାନ୍ତି ୧୯୪୭ ମସିହା ଅଗଷ୍ଟ ମାସରେ ଏହାକୁ ରଚନା କରିଛନ୍ତି । ଏହି ସମୟରେ ଭାରତବର୍ଷ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ସେମାନେ ନିଜର ପ୍ରତିଷ୍ଠା ଓ କ୍ଷମତାର ମୋହପାଇଁ ନିଜ ପରିବାରର ଆବେଦନକୁ ମଧ୍ୟ ତୁଚ୍ଛ ମନେକରୁଥିଲେ, ଏହିଭଳି ଏକ ପ୍ରେକ୍ଷାପଟ ଉପରେ ଗଳ୍ପଟି ରଚନା କରାଯାଇଛି ।

ସ୍ଵାଧୀନତା ଆସିବାର ପୂର୍ବଦିନ ରାତିରୁ ସାରା ଭାରତବର୍ଷରେ ଲାଗିରହିଛି ସ୍ଵାଧୀନତାର ଜୟଯାତ୍ରା । ମାତ୍ର ଦୀର୍ଘଦିନ ଧରି ଇଂରେଜ ପାଖରେ ଗୋଲାମୀ କରି ଆସିଥିବା ସୋମନାଥ ମହାପାତ୍ରଙ୍କୁ ଏହା ହୋଇଛି ଅସହ୍ୟ । ବାହାରେ ସ୍ଵାଧୀନତାର ଜୟଯାତ୍ରା ଚାଲିଥିଲା ବେଳେ, ସେ ଘରଭିତରେ ଅତୀତର ସ୍ମୃତିକୁ ଦେଖୁଛନ୍ତି । ବ୍ରିଟିଶ ଶାସକଙ୍କ ପ୍ରଦତ୍ତ ପଦକ, ପ୍ରଶଂସା ପତ୍ର ସହିତ ନିଜ ମୃତ ପୁତ୍ର ଅରୁଣର ଫଟୋକୁ ପରଖ୍ ନେଇଛନ୍ତି । ଘରଭିତରୁ ଶଙ୍ଖଧ୍ଵନି ଶୁରି ଚମକି ପଡ଼ିଛନ୍ତି । ଦେଖୁଛନ୍ତି ପତ୍ନୀ ହେମମାଳୀ ଜାତୀୟ ପତାକା ତ୍ରିରଙ୍ଗା ପତାକା ଉଡ଼ାଇ, ତାହାତଳେ ଦୀପଟିଏ ଥୋଇ ମୁଣ୍ଡିଆ ମାରୁଛନ୍ତି । ମହାପାତ୍ରଙ୍କ ପକ୍ଷେ ଏହା ଅସହ୍ୟ ମନେ ହୋଇଛି । ସେ ଜୋର୍‌କରି ତ୍ରିରଙ୍ଗା ପତାକା ସ୍ଥାନରେ ୟୁନିୟନ ଜ୍ୟାକ୍ ବ୍ରିଟିଶ ଶାସନର ପତାକାକୁ ଉଡ଼ାଇଛନ୍ତି । କାଳେ ହେମମାଳୀ ଏହାକୁ ଓହ୍ଲାଇ ଦେବ, ସେଥ‌ିପାଇଁ ଅତି ବିକଳ ଭାବରେ ସଜାଗ ପ୍ରହରୀ ପରି ତା’କୁ ଜଗି ରହିଛନ୍ତି ।

ରାତିସାରା ସ୍ଵାଧୀନତା ଉତ୍ସବରେ ମାତିରହି, ସୋମନାଥଙ୍କ ନାତି ବିଜୟ ଆସି ଘରେ ପହଞ୍ଚିଛି ଓ ଦେଖୁଛି ଘରେ ବ୍ରିଟିଶ ପତାକାକୁ । ପତାକାକୁ ନେଇ ଜେଜେ ନାତିଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ବିଜୟ ଜେଜେ ସୋମନାଥଙ୍କୁ ଠେଲି ଦେଇଛି । ସୋମନାଥ ସିଡ଼ି ପାହାଚରେ ପଡ଼ି ଜୀବନର ଶେଷ ସମୟରେ ନିଜର ଭୁଲ୍ ବୁଝି ପାରିଛନ୍ତି । ସେ ସ୍ଵୀକାର କରିଛନ୍ତି – ‘ପତାକାଟା ସାଧାରଣ କନା ଖଣ୍ଡେ, ଏହାର ରଙ୍ଗ ଉଡ଼ି ଯାଇପାରେ, କିନ୍ତୁ ଏଥ‌ିପାଇଁ କେତେ ଦେଶ ଓ କେତେ ପ୍ରାଣବାୟୁ ଉଡ଼ିଯାଇଛି ।’’ ୟୁନିୟନ ଜ୍ୟାକ୍ ଏବଂ ତ୍ରିରଙ୍ଗା ପତାକା ଭିତରେ କେବଳ ରଙ୍ଗଗତ ଫରକ ନାହିଁ, ରହିଛି ଜାତିଗତ ଫରକ । ଗଳ୍ପଟିରେ କଥାବସ୍ତୁ ଓ ଚରିତ୍ରଗୁଡ଼ିକର ସ୍ଥିତି ଏଇ ପତାକା ଉତ୍ତୋଳନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି । ଗଳ୍ପଟିର ଅନ୍ତରାଳରେ ରହିଛି, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ ।

ଗଳ୍ପଟିକୁ ଆକଳନ କଲେ, ଏହାର ନାମକରଣର ସାର୍ଥକତା ରହିଛି ।

Additional Multiple Choice Questions (Mcqs) With Answers

Question ୧।
କେଉଁ କଥା ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ?
(i) ଘର ଛାଡ଼ିଯିବା
(ii) ଅନ୍ୟାୟ ଆଦେଶ
(iii) ଆନ୍ଦୋଳନ ବନ୍ଦ କରିବା
(iv) ପିସ୍ତଲ ଧରିବା
Answer:
(ii) ଅନ୍ୟାୟ ଆଦେଶ

Question ୨ ।
କିଏ କମଳନୟନର ନୀଳୋତ୍ପଳରେ ଦେବୀ ଆରାଧନା କରିଥିଲେ ?
(i) ଶ୍ରୀକୃଷ୍ଣ
(ii) ଶ୍ରୀରାମଚନ୍ଦ୍ର
(iii) ଶ୍ରୀଗୋବିନ୍ଦ
(iv) ଶ୍ରୀଚୈତନ୍ୟ
Answer:
(ii) ଶ୍ରୀରାମଚନ୍ଦ୍ର

Question ୩ ।
‘ପତାକା ଉତ୍ତୋଳନ’ ଗଳ୍ପରେ ମୁଖ୍ୟ ଉପଜୀବ୍ୟ କ’ଣ ?
(i) ପତାକା ଉଡ଼ାଇବା
(ii) ପତାକା ଉତ୍ତୋଳନ କରିବା
(iii) ଜାତୀୟ ପତାକାର ମର୍ଯ୍ୟାଦା
(iv) ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଅଧିକାର
Answer:
(iv) ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଅଧିକାର

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୪ ।
ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ କେଉଁ ବରପୁତ୍ରଙ୍କ ଜୀବନୀ ଉପରେ ଆଧାରିତ ?
(i) ଗୋପବନ୍ଧୁ ଦାସ
(ii) ମଧୁସୂଦନ ଦାସ
(iii) ନୀଳକଣ୍ଠ ଦାସ
(iv) ହରେକୃଷ୍ଣ ମହତାବ
Answer:
(ii) ମଧୁସୂଦନ ଦାସ

Question ୫ ।
ସୁରେନ୍ଦ୍ର ମହାନ୍ତି କେଉଁ ଶୈଳୀପାଇଁ ଓଡ଼ିଆ ସାହିତ୍ୟରେ ବିପୁଳ ଶ୍ରଦ୍ଧା ଲାଭ କରିଛନ୍ତି ?
(i) ବ୍ୟଙ୍ଗ ଶୈଳୀ
(ii) ଅଭିଜାତପୂର୍ଣ୍ଣ କଥନ ଶୈଳୀ
(iii) ନାଟକୀୟ ଶୈଳୀ
(iv) ସରଳ ଭାଷା ଓ ଲଘୁହାସ୍ୟ ଶୈଳୀ
Answer:
(ii) ଅଭିଜାତପୂର୍ଣ୍ଣ କଥନ ଶୈଳୀ

Question ୬ ।
ନିମ୍ନୋକ୍ତ କେଉଁଟି ଶ୍ରୀଯୁକ୍ତ ମହାନ୍ତିଙ୍କ ରଚନା ନୁହେଁ ?
(i) ହଂସଗୀତି
(ii) ମାଂସର କୋଣାର୍କ
(iii) ଅରଣ୍ୟ ଫସଲ
(iv) ମହାନିର୍ବାଣ
Answer:
(iii) ଅରଣ୍ୟ ଫସଲ

Question ୭ ।
ଗାଳ୍ପିକ କେଉଁ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ?
(i) ନୀଳଶୈଳ
(ii) ନିଳାଦ୍ରୀ ବିଜୟ
(iii) କୃଷ୍ଣାବେଣୀରେ ସନ୍ଧ୍ୟା
(iv) ସବୁଜପତ୍ର ଓ ଧୂସର ଗୋଲାପ
Answer:
(i) ନୀଳଶୈଳ

Question ୮ ।
ରାୟବାହାଦୁର ମହାପାତ୍ରଙ୍କ ପତ୍ନୀଙ୍କ ନାମ କ’ଣ ?
(i) ଜୟମାଳା
(ii) ହେମମାଳା
(iii) କଲ୍ୟାଣମାଳିନୀ
(iv) କମଳିନୀ
Answer:
(ii) ହେମମାଳା

Question ୯ ।
କିଏ ସଦ୍ୟ ବିଧବା ହୋଇ ବୃକୁଚିରା କାନ୍ଦ କାନ୍ଦିଥିଲା ?
(i) ପୂର୍ଣ୍ଣିମା
(ii) ଅପର୍ଣ୍ଣା
(iii) ଅନିମା
(iv) ଅର୍ଣ୍ଣପୂର୍ଣ୍ଣା
Answer:
(ii) ଅପର୍ଣ୍ଣା

Question ୧୦ ।
ରାୟବାହାଦୁର କୁଣ୍ଡିସ ଜଣାଇଲେ – ରେଖାଙ୍କିତ ଶବ୍ଦର ଅର୍ଥ କ’ଣ ?
(i) ସସପ୍ତମ ସଲାମ
(ii) ନମସ୍କାର
(iii) ପ୍ରଣାମ
(iv) ସମ୍ମାନ
Answer:
(i) ସସପ୍ତମ ସଲାମ

Question ୧୧ ।
ଗଳ୍ପର ଚରିତ୍ରମାନେ କେତୋଟି ପିଢ଼ିର ପ୍ରତିନିଧ୍ୟ କରୁଛନ୍ତି ?
(i) ଗୋଟିଏ
(ii) ଦୁଇଟି
(iii) ତିନୋଟି
(iv) କୌଣସିଟି ନୁହେଁ
Answer:
(iii) ତିନୋଟି

Question ୧୨ ।
ବିଜୟ କେଉଁ ପିଢ଼ିର ପ୍ରତିନିଧ୍ୟ କରୁଛି ?
(i) ବ୍ରିଟିଶ୍ ସରକାରଙ୍କ ଅନୁଗତ
(ii) ସ୍ଵାଧୀନତା ସଂଗ୍ରାମ
(iii) ସ୍ଵାଧୀନତାକୁ ଉପଭୋଗ କରୁଥିବା ପିଢ଼ି
(iv) କୌଣସିଟି ନୁହେଁ
Answer:
(iii) ସ୍ଵାଧୀନତାକୁ ଉପଭୋଗ କରୁଥିବା ପିଢ଼ି

Question ୧୩ ।
କେଉଁ ପଟ୍ଟଭୂମିରେ ସ୍ବାଧୀନ ଭାରତର ତ୍ରିରଙ୍ଗା ଫରଫର ହୋଇ ଉଡୁଥୁଲା ?
(i) ଆଷାଢ଼ର ମେଘୁଆ ଆକାଶରେ
(ii) ଭାଦ୍ରବର ନିର୍ମେଘ ସୁନୀଳ ଆକାଶରେ
(iii) ଚୈତ୍ରର ମେଘହୀନ ଧବଳ ଆକାଶରେ
(iv) କୌଣସିଟି ନୁହେଁ
Answer:
(ii) ଭାଦ୍ରବର ନିର୍ମେଘ ସୁନୀଳ ଆକାଶରେ

Question ୧୪ ।
ପୁଲିସ୍ ଥାନା ଆଗରେ ବିରାଟ ଜନତାକୁ ମୁକାବିଲା କରିବାର ଦାୟିତ୍ଵ ରାୟ ବାହାଦୁରଙ୍କୁ କିଏ ପ୍ରଦାନ କରିଥିଲେ ?
(i) ପୁଲିସ୍ ସାହେବ
(ii) ଅରୁଣ
(iii) ବିଜୟ
(iv) ବ୍ରିଟିଶ ସରକାର
Answer:
(i) ପୁଲିସ୍ ସାହେବ

ସ୍ରଷ୍ଟା ପରିଚିତି :

କଥାକାର ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଏକ ବଳିଷ୍ଠ ପ୍ରତିଭା । ତାଙ୍କର ପ୍ରତିଭା ଏକମୁଖୀ ନୁହେଁ, ବରଂ ତାହା ବହୁଦିଗପ୍ରସାରୀ । ସେ ପ୍ରବୀଣ କଥାକାର ଭାବରେ ଯେପରି ଖ୍ୟାତି ଅର୍ଜନ କରିଛନ୍ତି, ସେହିଭଳି ନିର୍ଭିକ ସମାଲୋଚକ ରୂପେ ସମସ୍ତଙ୍କ ନିକଟରେ ପରିଚିତ ହୋଇପାରିଛନ୍ତି । ବିଚକ୍ଷଣ ବକ୍ତାରୂପେ ତାଙ୍କର ସୁନାମ ସର୍ବଜନବିଦିତ । ସାଂପ୍ରତିକ ରାଜନୀତି କ୍ଷେତ୍ରରେ କଥାକାର ମହାନ୍ତିଙ୍କର କୃତିତ୍ଵପୂର୍ଣ୍ଣ ଅବଦାନ ଆଦୌ ଉପେକ୍ଷଣୀୟ ନୁହେଁ । ବିଗତ ସମୟରେ ‘କଳିଙ୍ଗ’ ଏବଂ ବର୍ତ୍ତମାନ ପ୍ରକାଶିତ ହେଉଥ‌ିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ସମ୍ପାଦନା କରି ସେ ମଧ୍ୟ ଉତ୍କୃଷ୍ଟ ସାମ୍ବାଦିକ ଓ ପ୍ରତିଭାବାନ ସମ୍ପାଦକ ରୂପେ ନିଜର ପରିଚୟ ପ୍ରଦାନ କରିଯାଇଛନ୍ତି । ସମ୍ପାଦନା କରି ସେ ମଧ୍ୟ ଉତ୍କୃଷ୍ଟ ସାମ୍ବାଦିକ ଓ ପ୍ରତିଭାବାନ ସମ୍ପାଦକ ରୂପେ ନିଜର ପରିଚୟ ପ୍ରଦାନ କରିଯାଇଛନ୍ତି ।

କଥା ସାହିତ୍ୟର ବିଶିଷ୍ଟ ବିଭାଗ ଉପନ୍ୟାସ ସୃଷ୍ଟିରେ ବଳିଷ୍ଠ ରଚନାରୀତି, ଉନ୍ନତ ଚରିତ୍ରଚିତ୍ରଣ, ନୂତନ ରୂପକଳ୍ପ ଓ ଉପମା ପ୍ରୟୋଗରେ ଅନନ୍ୟ କୁଶଳତା ସାର୍ବଜନୀନ ସ୍ଵୀକୃତିଲାଭ କରିଅଛି । ଯେପରି ଗଗନମଣ୍ଡଳ ଅକଳନ୍ତି ନକ୍ଷତ୍ରର ସମଭିବ୍ୟାହରରେ ପ୍ରାଣବନ୍ତ ହୋଇଥିଲେ ହେଁ ତନ୍ମଧ୍ୟରୁ ନିର୍ଦ୍ଦିଷ୍ଟ କେତୋଟିର ଔଜ୍ଜଲ୍ୟ ବିଶେଷ ଭାବରେ ଅନୁଭୂତ ହୁଏ, ସେହିପରି ଭାବରେ ଗୋଟିଏ ସାହିତ୍ୟିକ ଯୁଗ ବିଭିନ୍ନ ସ୍ରଷ୍ଟାର ସୃଷ୍ଟିରେ ସମୃଦ୍ଧ ହୋଇଥିଲେ ହେଁ ସେମାନଙ୍କ ମଧ୍ୟରୁ ନିର୍ଦ୍ଦିଷ୍ଟ କେତେକଙ୍କର ପ୍ରତିଭା ହିଁ ଆମକୁ ବିଶେଷଭାବରେ ଅଭିଭୂତ କରିଥାଏ । ଏହି ପରିପ୍ରେକ୍ଷୀରେ ସୁରେନ୍ଦ୍ର ମହାନ୍ତି ଓଡ଼ିଶାର ସାରସ୍ଵତ ଦରବାରରେ ଜଣେ ଖ୍ୟାତନାମା କଳାକାର ।

ଶ୍ରୀଯୁକ୍ତ ମହାନ୍ତିଙ୍କଦ୍ବାରା ରଚିତ ଏକ ରାଜନୀତିକ ଉପନ୍ୟାସ ହେଉଛି ‘ଅନ୍ଧ ଦିଗନ୍ତ’ । ସ୍ଵାଧୀନତା ପୂର୍ବବର୍ତୀ ଗଣତାନ୍ତ୍ରିକ ରାଜନୀତିରେ ପରିଲକ୍ଷିତ ହୋଇଥିବା କ୍ଷମତା ବିଳାସ ଓ ବାସ୍ତବ ଦୁନିଆରେ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଅସହାୟତାକୁ ଏଥିରେ ସେ ବିଶେଷ ଭାବରେ ରୂପାୟିତ କରିପାରିଛନ୍ତି । ସ୍ଵାଧୀନୋତ୍ତର ଭାରତୀୟ ରାଜନୀତିର ତଥା ବଳିଷ୍ଠ ପ୍ରତିଭାର ସ୍ବାକ୍ଷର ବହନ କରିଛି ‘ନୀଳଶୈଳ’ ଉପନ୍ୟାସ । ଏଥ‌ିରେ ଓଡ଼ିଆ ଜାତିର ଗୌରବମୟ ଇତିହାସ, ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକତା ବିଶେଷଭାବେ ପ୍ରତିଫଳିତ । କେବଳ ଓଡ଼ିଆ ଜାତି କାହିଁକି ସମଗ୍ର ବିଶ୍ବର ପତିତପାବନ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଏହା ପରିବର୍ଦ୍ଧିତ । ଉପନ୍ୟାସର ଦ୍ଵିତୀୟ ଖଣ୍ଡ ହେଉଛି ‘ନିଳାଦ୍ରୀ ବିଜୟ’ । ଏଥ‌ିରେ ଶ୍ରୀଜଗନ୍ନାଥ ନୀଳାଚଳ କ୍ଷେତ୍ରକୁ ଓ ରନୁ ସିଂହାସନକୁ ପୁନର୍ବାର ଆଗମନ କରିଛନ୍ତି । ‘କୃଷ୍ଣାବେଣୀରେ ସନ୍ଧ୍ୟା’ ମଧ୍ୟ ତାଙ୍କର ଅନ୍ୟତମ ଐତିହାସିକ ଉପନ୍ୟାସ ।

ଜୀବନର ପ୍ରତ୍ୟେକ ଦିଗକୁ ସେ ତାଙ୍କର ଉପନ୍ୟାସରେ ଚିତ୍ରିତ କରିବାକୁ ଚେଷ୍ଟା କରିଛନ୍ତି । ଜଡ଼ବାଦୀ ମଣିଷର ଆଧ୍ୟାତ୍ମିକ ଭାବସ୍ପନ୍ଦନ ‘କାଳାନ୍ତର’ ଉପନ୍ୟାସରେ ପ୍ରକାଶ ପାଇଛି । ଚରିତ୍ରପ୍ରଧାନ ଉପନ୍ୟାସ ଭାବରେ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ସେ ରଚନା କରିଛନ୍ତି ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୂଳବୃଦ୍ଧ’ ଉପନ୍ୟାସ । ଓଡ଼ିଆ ଗଦ୍ୟଶିଳ୍ପର ଅନ୍ୟତମ ସାର୍ଥକ ବିଭାଗ ହେଉଛି ଭ୍ରମଣ କାହାଣୀ । କଥାକାର ସୁରେନ୍ଦ୍ର ମହାନ୍ତି ‘ପେକଂ ଡାଏରୀ’ ନାମକ ଭ୍ରମଣ କାହାଣୀ ରଚନା କରି ବେଶ୍ ସିଦ୍ଧିଲାଭ କରିଛନ୍ତି ।

ଆକର୍ଷଣୀୟ । ଉପନ୍ୟାସ ଅଧ୍ୟୟନ ଓ ରସିଆସ୍ବାଦନ ସମୟସାପେକ୍ଷ ହୋଇପାରେ, ମାତ୍ର ତାଙ୍କଦ୍ବାରା ରଚିତ ଗଳ୍ପଗୁଡ଼ିକ ସଦାସର୍ବଦା ପାଠକକୁ ଅନନ୍ତ ଭାବରାଜ୍ୟରେ ଉପନୀତ କରାଏ । ତାଙ୍କ ଗଳ୍ପଗୁଡିକର ଉପସ୍ଥାପନା ଯେପରି ମନୋରଞ୍ଜନଧର୍ମୀ, ସେହିପରି ଆକର୍ଷଣୀୟ ମଧ୍ୟ । ପାରମ୍ପରିକ ରୀତିରେ ସେ ଗଳ୍ପ ରଚନା କରିବାକୁ ଇଚ୍ଛା କରନ୍ତି ନାହିଁ, ବରଂ ସ୍ୱତନ୍ତ୍ରଶୈଳୀକୁ ସର୍ବଦା ଗ୍ରହଣ କରିନେବାକୁ ଆଗ୍ରହ ପ୍ରକାଶ କରନ୍ତି । ଫଳରେ ତାଙ୍କର ଗଳ୍ପ ଅପୂର୍ବ ନାହିଁ, ବରଂ ସ୍ଵତନ୍ତ୍ରଶୈଳୀକୁ ସର୍ବଦା ଗ୍ରହଣ କରିନେବାକୁ ଆଗ୍ରହ ପ୍ରକାଶ କରନ୍ତି । ଫଳରେ ତାଙ୍କର ଗଳ୍ପ ଅପୂର୍ବ ଯାଦୁକରୀ କୌଶଳର ଅଧିକାରୀ ହୋଇଥାଏ । ପରିବେଶର ବୈଚିତ୍ର ବର୍ଣ୍ଣନାରେ ତାଙ୍କର ଦୃଷ୍ଟିକୋଣ ସୁଦୂରପ୍ରସାରୀ । ସମାଜ ପ୍ରତି ତାଙ୍କର ଦୃଷ୍ଟି ଅତି ତୀକ୍ଷ୍ଣଣ ଓ ତୀର୍ଯ୍ୟକ । ତାଙ୍କ ଗଳ୍ପର ପ୍ରାୟ ଅଧ୍ୟାକାଂଶ ଚରିତ୍ର ଅଭିଜାତ ରୁଚିସମ୍ପନ୍ନ ଓ ଉଚ୍ଚ ବଂଶଜ । ସେହିସବୁ ଚରିତ୍ରମାନଙ୍କର ଅନ୍ତର୍ନିହିତ ସ୍ବରୂପ ପ୍ରକାଶ କରିବାରେ, ଗାଳ୍ପିକ ବ୍ୟଙ୍ଗାଶ୍ରୟୀ ଶୈଳୀ ଅନୁସରଣ କରିଥାନ୍ତି । ସେ ଉଭୟ ନାରୀ ଓ ପୁରୁଷଙ୍କ ମନର ଗୋପନ ଭାବରାଶିକୁ ଅତି ସ୍ପଷ୍ଟ ଭାବେ ପାଠକ ନିକଟରେ ଉନ୍ମୋଚନ କରିଦିଅନ୍ତି । ପୁଣି ସେହିସବୁ ଅଭିଜାତ ଚରିତ୍ରଙ୍କ ହୃଦୟବ୍ୟଥା ଓ ଦରଜକୁ ସାଉଁଳେଇ ନେବାକୁ ଚେଷ୍ଟା କରନ୍ତି, ଯାହାକୁ ଅନୁଭବ କରି ପାଠକ ଦିବ୍ୟ ଓ ଶାଶ୍ଵତ ରସାସ୍ଵାଦନର ସୁଯୋଗ ନେଇଥାଏ ।

ଗାଳ୍ପିକ ଶ୍ରୀଯୁକ୍ତ ମହାନ୍ତିଙ୍କ ଗଳ୍ପର ପରିସର ପରିବ୍ୟାପ୍ତ । ତାଙ୍କର ଗଳ୍ପଗୁଡିକ କୌଣସି ନିର୍ଦ୍ଦିଷ୍ଟ ସମୟର ସ୍ଵରକୁ ନିନାଦିତ କରେ ନାହିଁ । କାରଣ ତାଙ୍କର ସୃଷ୍ଟି ପ୍ରାଚୀନ ବୌଦ୍ଧ ଯୁଗଠାରୁ ଆରମ୍ଭ କରି ସାଂପ୍ରତିକ କାଳର ପରମାଣୁ ଯୁଗର ସାମାଜିକ ରୀତି ଓ ମାନବ ଚେତନାର ପରିସୀମାକୁ ନେଇ ପରିପୁଷ୍ଟ । କେବେକେବେ ପୌରାଣିକ କଥାବସ୍ତୁକୁ ସର୍ବକାଳୀନ ମୂଲ୍ୟଦେଇ ଅତି ଚମତ୍କାର ଭାବେ ପରିବେଷଣ କରନ୍ତି । ସାଂପ୍ରତିକ ମଣିଷର ଦ୍ଵିଧାବୋଧ, ମନସ୍ତତ୍ତ୍ଵ, ପ୍ରଣୟର ସୁବିସ୍ତୃତ ମାୟାଜାଲ, ଧୂର୍ଭ ପ୍ରତାରଣାର କୁଟିଳ ଆସ୍ତରଣ, କ୍ରୂର ପ୍ରତିହିଂସାର ଦାବାଗ୍ନି, ଚରମ ସ୍ୱାର୍ଥପରତା, ଅତ୍ୟାଧୁନିକ ସଭ୍ୟତା ମଞ୍ଚରେ କୃତ୍ରିମ ଅଭିନୟ ଓ ଉପହସିତ ଆଚରଣ ପ୍ରଭୃତି ସୁରେନ୍ଦ୍ର ମହାନ୍ତିଙ୍କ କଥାସାଗର ଅସୁମାରି ଉପାଦାନ ପ୍ରାୟ ପ୍ରତ୍ୟେକ ଗଳ୍ପର ଛତ୍ରେଛତ୍ରେ ପରିପ୍ରକାଶିତ ।

ଉପନ୍ୟାସ ବା ଗଳ୍ପର କାହିଁକି ଓଡ଼ିଆ ସମାଲୋଚନା ସାହିତ୍ୟରେ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନ ଆଦୌ ଉପେକ୍ଷଣୀୟ ନୁହେଁ । ସମାଲୋଚନା କ୍ଷେତ୍ରରେ ସୃଷ୍ଟି ତାଙ୍କର ସୀମିତ ହୋଇପାରେ, ମାତ୍ର ଦୃଷ୍ଟି ପରିବ୍ୟାପ୍ତ ଭଳି ମନେହୁଏ ।

ନିକିତି ମୁନରେ ତଉଲିଲା ଭଳି ସେ ‘ଫକୀର ମୋହନ ସମୀକ୍ଷା’ରେ ଫକୀରମୋହନଙ୍କ ସାରସ୍ବତ ସୃଷ୍ଟିକୁ ସୂକ୍ଷ୍ମ ଦୃଷ୍ଟିରେ ମୂଲ୍ୟାୟନ କରିଛନ୍ତି । ‘ଓଡ଼ିଆ ସାହିତ୍ୟର ଆଦିପର୍ବ’ ଓ ‘ଓଡ଼ିଆ ସାହିତ୍ୟର ମଧ୍ୟପର୍ବ’ରେ, ଓଡ଼ିଆ ସାହିତ୍ୟର ଇତିହାସକୁ ନୂତନ ଅନୁଚିନ୍ତା ନେଇ ପରିପ୍ରକାଶ କରିଛନ୍ତି । ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’ରେ ସାହିତ୍ୟ ଇତିହାସର ଧାରାକୁ ସମୀକ୍ଷା କଷଟିରେ ତନ୍ନତନ୍ନ କରି ପରୀକ୍ଷା କରିଛନ୍ତି । ମୋଟ ଉପରେ ସାରସ୍ଵତ ସମୀକ୍ଷା ଅବକାଶରେ ତାଙ୍କର ଲେଖନୀ ଗତାନୁଗତିକତାର ସମର୍ଥକ ନୁହେଁ ବା ଯୁକ୍ତିହୀନ ମାଧ୍ୟମିକ ପନ୍ଥାର ଅନୁସରଣ କରେ ନାହିଁ । ବରଂ ତାଙ୍କର ନିରପେକ୍ଷ ଲେଖନୀ ଯୁକ୍ତିସିଦ୍ଧତା, ବିଚାର ନୈପୁଣ୍ୟ ଓ ଗଭୀର ଅନ୍ତଦୃଷ୍ଟିର ପୃଷ୍ଠପୋଷକ ।

‘ଅଚଳାୟତନ’, ‘କୃଷ୍ଣାବେଣୀରେ ସନ୍ଧ୍ୟା’, ‘ନୀଳଶୈଳ’, ‘ନୀଳାଦ୍ରିବିଜୟ’, ‘ଶତାବ୍ଦୀର ସୂର୍ଯ୍ୟ’, ‘କୁଳବୃଦ୍ଧ’, ‘ଅନ୍ଧଦିଗନ୍ତ’, ‘ବଧୂ ଓ ପ୍ରିୟା’, ‘ହଂସଗୀତି’, ‘କାଳାନ୍ତର’, ‘ନେତିନେତି’ ଆଦି ଉପନ୍ୟାସର ଔପନ୍ୟାସିକ ମହାନ୍ତିଙ୍କର ଉଚ୍ଚକୋଟୀର କୃତି । ‘ନୀଳଶୈଳ’ ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ସେ ମଧ୍ୟ ‘କୁଳବୃଦ୍ଧ’ ଚରିତ ଉପନ୍ୟାସ ପାଇଁ ପ୍ରଥମ ସାରଳା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତାଙ୍କର ଗଳ୍ପ ସଂକଳନ ମଧ୍ୟରେ ‘କୃଷ୍ଣଚୂଡା’, ‘ମହାନଗରୀର ରାତ୍ରି’, ‘ସବୁଜପତ୍ର ଓ ଧୂସର ଗୋଲାପ’, ‘ରୁଟି ଓ ଚନ୍ଦ୍ର’, ‘ଶେଷ କବିତା’, ‘ମରାଳର ମୃତ୍ୟୁ’, ‘ଓକାଲକାଟା’, ‘ଦୁଇସୀମାନ୍ତ’, ‘କବି ଓ ନର୍ତ୍ତକୀ’, ‘ମାଂସର କୋଣାର୍କ’, ‘ମହାନିର୍ବାଣ’ ଓ ‘ଯଦୁବଂଶ’ ଇତ୍ୟାଦି ପ୍ରଧାନ ।

ସାରସ୍ଵତ ସାଧକ ସୁରେନ୍ଦ୍ର ମହାନ୍ତି କଟକ ଜିଲ୍ଲାର ସାଲେପୁର ନିକଟବର୍ତ୍ତୀ ପୁରୁଷୋତ୍ତମପୁରଠାରେ ୧୯୨୨ ୧୯୨୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ସ୍ନାତକ ଶିକ୍ଷାଲାଭ କରିସାରିବା ପରେ ରାଜନୀତିରେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ସହିତ ସେ ଲୋକସଭା ଓ ରାଜ୍ୟସଭାର ସଦସ୍ୟରୂପେ ଓଡି଼ଶା ତରଫରୁ ପ୍ରତିନିଧ୍ୟ କରିଥିଲେ ଏତଦ୍‌ଭିନ୍ନ ବିଭିନ୍ନ ସମୟରେ ବିଭିନ୍ନ ସଂସ୍ଥାର ସଂପାଦକ ଓ ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ସେହି ଅମର ସ୍ରଷ୍ଟା ତା୨୧.୧୨.୧୯୯୦ରେ ଅମର ପଥର ଯାତ୍ରୀ ହୋଇଥିଲେ ।

ଗଳ୍ପର ସାରକଥା :

ରାୟବାହାଦୂର ଶ୍ରୀ ସୋମନାଥ ମହାପାତ୍ର, ଆଇ.ପି. (ରିଟାୟାର୍ଡ଼), ସି.ବି.ଇ, ଓ.ବି.ଇ, କେ.ସି.ଆଇ.ଇ. ଥିଲେ ଜଣେ ରିଟାୟାର୍ଡ଼ ପୋଲିସ ଅଫିସର । ଭାରତବର୍ଷରେ ଯେତେବେଳେ ବ୍ରିଟିଶ୍ ଶାସନ ଚାଲିଥିଲା, ସେତେବେଳେ ସେ ଥିଲେ ଜଣେ ବ୍ରିଟିଶ୍ ଶାସକର ନିମକସଚ୍ଚା ପୋଲିସ୍ ଅଫିସର । ରାତି ସେତେବେଳକୁ ବାରଟା ପାଖାପାଖୁ । ରାୟସାହେବଙ୍କୁ ଛାଇନିଦ ଲାଗି ଆସିଥିଲା । ସେହି ସମୟରେ ଶଙ୍ଖ, ଘଣ୍ଟା, ଘଣ୍ଟ ଓ ଉଚ୍ଛସିତ ହୁଳହୁଳି ଧ୍ଵନିରେ ତାଙ୍କର ନିଦ ଭାଙ୍ଗିଗଲା । ଆଖ୍ ମଳିମଳି ସେ ବିଛଣା ଉପରେ ବସି ପଡ଼ିଲେ । ରାତିର ଶାନ୍ତ, ନୀରବ ମୁହୂର୍ତ୍ତରେ ଶୁଣାଯାଉଥିଲା, ‘ଜୟ ସ୍ଵାଧୀନ ଭାରତ କୀ ଜୟ’ର ଉଚ୍ଛସିତ ଧ୍ଵନି ।

ବାହାରୁ ଶୁଣାଯାଉଥବା ଏହି କୋଳାହଳ କ୍ରମଶଃ ନିକଟତର ହୋଇ ଆସୁଥିବା ଜଣାଯାଉଥିଲା । ରାୟବାହାଦୂରଙ୍କ ଦେହରେ ଏହି କୋଳାହଳ ଧ୍ବନି ଯେମିତି ଗୋଟିଏ କଣ୍ଟା ଫୋଡ଼ି ପକାଉଥିଲା । ରାୟବାହାଦୂର ବିରକ୍ତ ହୋଇ ଗୋଟିଗୋଟି କରି ସବୁ ଝରକା କବାଟ ବନ୍ଦ କରି ଦେଇଥିଲେ । ତଥାପି ଶୁଣାଯାଉଥିଲା କୋଳାହଳ । ସେହି କୋଳାହଳରୁ ରକ୍ଷା ପାଇବାପାଇଁ ରାୟବାହାଦୂର ବିକଳରେ ନିଜର କାନ ଦୁଇଟିକୁ ଦୁଇ ହାତରେ ଯେମିତି ଚାପି ଧରିଥିଲେ । ବନ୍ଧୁକର ଗୁଳିଭଳି ସେହି ଶବ୍ଦ ଯେପରି ତାଙ୍କର ସମଗ୍ର ଶରୀରକୁ ବିଦ୍ଧ କରି ପକାଉଥିଲା । କ’ଣ କରିବେ ନ କରିବେ ବିଚାର କରିନପାରି ସେ ପୁଣିଥରେ ଝରକା ଖୋଲିଲେ । ଝରକା ଖୋଲିଲାପରେ ଏହି କୋଳାହଳ ଯେପରି ଘର ଭିତରେ ପ୍ରବେଶ କରି ଘରର ପ୍ରତିଟି କୋଣ ଓ ଅନୁକୋଣକୁ ଥରାଇ ଦେଇଥିଲା ।

ରାୟବାହାଦୂର ଝରକାବାଟେ ତଳକୁ ଚାହିଁଲେ । ସେ ଦେଖ‌ିଲେ ରାସ୍ତାରେ ଜୟଧ୍ବନି କରି ଚାଲିଛି ଗୋଟିଏ ବିରାଟ ପଟୁଆର । ଆଗରେ ଅଛି ସ୍ବାଧୀନ ଭାରତର ତ୍ରିରଙ୍ଗା ପତାକା । ପଟୁଆରର ନେତୃତ୍ୱ ନେଇଛି ତାଙ୍କର ପରଲୋକଗତ ଜ୍ୟେଷ୍ଠପୁତ୍ରର ଏକମାତ୍ର ପୁତ୍ର ବିଜୟ । ଅଗ୍ରଣୀ ଭାବରେ ସେ ଧରିଛି ହାତରେ ତ୍ରିରଙ୍ଗା ପତାକା ।.

ରାୟବାହାଦୂର ଝରକା ପାଖରୁ ଚାଲିଆସି ଘରର ଆଲୁଅ ଜାଳିଲେ । ସେ ତାଙ୍କର ତକିଆତଳୁ ବାହାରକଲେ ଡ୍ରୟରର ଚାବିନେନ୍ଥା । ଏହି ଚାବିନେନ୍ଥାକୁ ସେ କେବେ ହାତଛଡ଼ା କରନ୍ତି ନାହିଁ । ଡ୍ରୟର ଖୋଲି ସେ କାଢ଼ିଲେ ନିଜର ମୃତ ପୁତ୍ର ଅରୁଣର ଖଣ୍ଡେ ବହୁଦିନର ଫଟୋଗ୍ରାଫ୍, ଯାହାକୁ କି ସେ ଭେଲଭେଟ୍ ବାକ୍‌ସରେ ଅତି ଯତ୍ନରେ ସାଇତି ରଖୁଥିଲେ । ଅରୁଣର ଫଟୋକୁ ସ୍ପଷ୍ଟଭାବେ ଦେଖ‌ିଲେ ବାରି ହୋଇପଡୁଥିଲା, ଗୋଟିଏ ସତ୍ୟାଗ୍ରହୀ ପ୍ରତିଭାଦୀପ୍ତ ଚେହେରା । ସେହି ଫଟୋକୁ ଦେଖୁଦେଖୁ ରାୟବାହାଦୂରଙ୍କ ଦେହରେ ଦେଖାଦେଲା ଅସମ୍ଭବ ପ୍ରକାର କମ୍ପନ । ତାଙ୍କର ହାତରୁ ଫଟୋଟି ତଳେ ପଡ଼ିଗଲା । ଏହାପରେ ସେ ପୁନର୍ବାର ଡ୍ରୟରରୁ କାଢ଼ିଲେ ଗୋଟିଏ ସନନ୍ଦପତ୍ର । ସେଥୁରେ କେମିତି ଗୋଟାଏ ବହଳିଆ ଆସ୍ତରଣ ମାଡ଼ି ଯାଇଥିଲା । ଅତୀତରେ ପ୍ରାପ୍ତ ହୋଇଥ‌ିବା ସେହି ସନନ୍ଦ ପତ୍ରଟି କାଢ଼ି କମ୍ପିତ ହାତରେ ପଢ଼ିବାକୁ ଆରମ୍ଭ କଲେ । ସେଥ‌ିରେ ଲେଖାଥିଲା-

‘‘ବ୍ରିଟିଶ୍ ସିଂହାସନ ପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ୍ ସମ୍ରାଟଙ୍କୁ ମୁଗ୍‌ଧ କରିଛି । ବ୍ରିଟିଶ୍ ସିଂହାସନ ପ୍ରତି ଏ ଅତୁଳନୀୟ ଅନୁରକ୍ତି ପାଇଁ ଆପଣ ନିଜର ….’’

ହାତରୁ ତାଙ୍କର ସନନ୍ଦ ପତ୍ରଟି ଖସି ପଡ଼ିଲା । ଆଖ୍ ଆଗକୁ ଚାଲି ଆସିଲା ବିଗତ ପଚିଶବର୍ଷ ତଳର ଘଟଣା ।

ପରାଧୀନ ଭାରତବର୍ଷରେ ଅତ୍ୟାଚାରୀ ବ୍ରିଟିଶ୍ ଶାସକଙ୍କର ଥିଲେ ନିମକସଚ୍ଚା କର୍ମଚାରୀ । ଚାକିରି ଆରମ୍ଭରେ ସେ ଥିଲେ ଅସ୍ଥାୟୀ ପୋଲିସ କର୍ମଚାରୀ, ସବ୍‌ଇନିସ୍ପେକ୍ଟର। ଚଉରୀଚଉରାଠାରେ ଦେଖା ଦେଇଥିଲା ଗୋଟିଏ ବିରାଟ ବିପ୍ଳବ । ଭାରତୀୟମାନେ ସ୍ଵାଧୀନତାପାଇଁ ଆପ୍ରାଣ ଉଦ୍ୟମ ଜାରି ରଖୁଥିଲେ । ‘ବନ୍ଦେ ମାତରମ୍’ ଧ୍ଵନିରେ ସାରା ଭାରତବର୍ଷର ଗଗନ ପବନ ହୋଇ ପଡ଼ୁଥିଲା ମୁଖରିତ ।

ଚମକି ପଡ଼ିଲେ ରାୟବାହାଦୂର । ବନ୍ଦେ ମାତରମ୍ ଧ୍ଵନି ତାଙ୍କପାଇଁ ଯେପରି ଅସହ୍ୟ ହୋଇ ପଡୁଥିଲା । ସେହି ଅବସରରେ ସେ ସ୍ମରଣ କରିଥିଲେ ପୁଅ ଅରୁଣର କଥାକୁ । ଅରୁଣକୁ ସେ ଦେଖିଲେ ସତ୍ୟାଗ୍ରହୀର ପୋଷାକରେ । ସେହି ପୋଷାକରେ ସେ ଘରକୁ ପ୍ରବେଶ କରିଥିଲା ।

ଅରୁଣର ଏହି ବେଶ ଦେଖ୍ ରାୟବାହାଦୂର ଯେମିତି କ୍ରୋଧରେ ଫାଟି ପଡ଼ିଥିଲେ । ଅରୁଣ ଯେ ବ୍ରିଟିଶ୍ ସରକାରଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରୁଛି । ଏହା ସେ ସହ୍ୟ କରିପାରୁ ନ ଥିଲେ । ଅରୁଣ ଅନ୍ୟାୟ କରୁଛି ବୋଲି ଦୃଢ଼ କଣ୍ଠରେ କହିଥିଲେ । ଅରୁଣ ପ୍ରତିବାଦ କରିବାରୁ ରାୟବାହାଦୂର ବାପା ଭାବରେ ନୁହେଁ ବରଂ ଇଂରେଜ ସରକାରଙ୍କ ଗୋଲାମ ଭାବରେ ନିଷ୍ଠୁର ଆଚରଣ ପ୍ରଦର୍ଶନ କରିଥିଲେ । ରାୟବାହାଦୂର ଚାହୁଁଥିଲେ ଅରୁଣ ତାଙ୍କର ଏ ସ୍ଵାଧୀନତା ସଂଗ୍ରାମରେ ଯୋଗ ନ ଦେଉ । ଅରୁଣ କିନ୍ତୁ ସ୍ପଷ୍ଟ ଭାବରେ ଏପରି ଆଦେଶକୁ ପାଳନ କରିବ ନାହିଁ ବୋଲି କହିଥିଲା । ଏହାପରେ ରାୟବାହାଦୂର ଉତ୍‌କ୍ଷିପ୍ତ ହୋଇ ଅରୁଣକୁ ଚାବୁକରେ ପ୍ରହାର କରିଥିଲେ । ଏହା ଭିତରେ ରୋଷେଇଘରୁ କହିଥିଲେ- ‘ଯାହାର ଦାନା ଖାଇ ମୁଁ ମଣିଷ, ତା’ର ନିମକହାରାମୀ ଅସମ୍ଭବ ।’ ଅରୁଣ ଏଭଳି କଥାର ଉତ୍ତର ଦେଇ କହିଥିଲା- ‘କାହାର ଦାନା; କାହାର ପାଣି ପବନରେ ମଣିଷ ଆପଣ ? ଭାରତର, ଏଇ ଗୋଲାମ ଭାରତର- ସ୍ଵାଧୀନତା ଯାହାର ଦାବୀ ?’ ଏହାପରେ ରାୟବାହାଦୂର ଅରୁଣକୁ ଘରୁ ତଡ଼ି ଦେଇଥିଲେ । ତାଙ୍କ ବିଚାରରେ ବ୍ରିଟିଶ୍ ସେବକର ଘରେ ଅରୁଣ ଭଳି ସତ୍ୟାଗ୍ରହୀର ସ୍ଥାନ ନାହିଁ । ଏହାପରେ ଅରୁଣ ଘରଛାଡ଼ି ଚାଲି ଯାଇଥିଲା ଆଉ ଫେରି ନ ଥିଲା ।

ଭାରତର ଚାରିଆଡେ ଶୁଭୁଥିଲା ‘ବନ୍ଦେ ମାତରଂ’ର ଶବ୍ଦ । ସମସ୍ତଙ୍କ ମନରେ ଜାଗ୍ରତ ହୋଇଥିଲା ସ୍ଵାଧୀନତା ସଂଗ୍ରାମର ଡାକରା । ଭାରତୀୟମାନେ ଚାହୁଁଥିଲେ ସ୍ଵାଧୀନତା, ମାତ୍ର ବ୍ରିଟିଶ୍ ସରକାର ଚାହୁଁଥିଲା ଏହାକୁ ଯେକୌଣସି ଉପାୟରେ ଦବାଇ ଦେବାକୁ । ପୋଲିସ ରାୟବାହାଦୂରଙ୍କୁ ସେଦିନ ହୁକୁମ ହୋଇଥିଲା- ‘ଦେଖ ମହାପାତ୍ର, ତୁମେ ଭାରି ପାରିବାର ଲୋକ । ଅନେକ ବଡ଼ବଡ଼ କଥା ତୁମେ ତୁଲେଇ ନେଇଛ । ଆଜି ଏକ ବିରାଟ ନେତା ଆସୁଛି ସହରରଥାନା, କଚେରି ସବୁ ଆକ୍ରମଣ କରିବାପାଇଁ । ସେମାନଙ୍କୁ ସାଫ୍ କରିବାର ଦାୟିତ୍ଵ ତୁମର ।’’ ଗୋଲାମଧାରୀ ଚାକର ଭାବରେ ରାୟବାହାଦୂର ସେଥ‌ିରେ ସମ୍ମତି ପ୍ରକାଶ କରିଥିଲେ ।

ଥାନା ଆଗରେ ସେଦିନ ଜନଗହଳି କରିଥିଲା ଗୋଟାଏ ବିରାଟ ଜନତାର ପଟୁଆର । ରାୟବାହାଦୂରଙ୍କ ବନ୍ଧୁକ ମୁନରେ ଖରାପଡ଼ି ଚକ୍ରଚକ୍ କରୁଥିଲା । ସେହି ସଂଗ୍ରାମୀ ଜନତାଙ୍କୁ ଦମନ କରିବାପାଇଁ ରାୟ ବାହାଦୂର କହୁଥିଲେ, ‘ହଟଯାଓ, ହଟଯାଓ ଶାଲେ ।’ ମାତ୍ର ଜନତା ରାୟବାହାଦୂରଙ୍କର କୌଣସି କଥାକୁ ଶୁଣୁ ନ ଥିଲେ । ବରଂ ସମସ୍ତଙ୍କ କଣ୍ଠରୁ ଶୁଣାଯାଉଥିଲା ବନ୍ଦେ ମାତରଂର ଉଚ୍ଛସିତ ସ୍ଵର । ଏହାପରେ ପୋଲିସ ଲାଠିମାଡ଼ ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ହଠାତ୍ କୁଆଡୁ ଆସି ଅରୁଣ ଚିତ୍କାର କରି କହିଲା ଯେ ଏଭଳି ଲୋକମାନଙ୍କୁ ଦମନ କରିବା ଅନ୍ୟାୟ । ଲାଠିମାଡ଼ କରିବା ଅନ୍ୟାୟ । କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ । ଏହାପରେ ଉପସ୍ଥିତ ଜନତା ଉଚ୍ଛସିତ ଧ୍ଵନିରେ, ଅଧ୍ଵ ଉତ୍ସାହରେ ଆଗେଇ ଆସିଲେ ।

ଏଇ ଉତ୍‌କ୍ଷିପ୍ତ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଶେଷରେ ସୋମନାଥ ମହାପାତ୍ର ପିସ୍ତଲ ଉଠାଇଲେ । ପୁତ୍ର ବିରୋଧରେ ପିତାର ଏ ଅଭିଯାନ । ଅରୁଣ ଅବିଚଳିତ ଭାବରେ ଜନତାଙ୍କୁ ନିର୍ଦ୍ଦେଶ ଦେଉଥିଲା, ‘ଭୟ ନାହିଁ, ଭୟ ନାହିଁ ଭାଇମାନେ ! ଶ୍ରୀରାମଚନ୍ଦ୍ର କମଳନୟନର ନୀଳୋତ୍ପଳରେ କରିଥିଲେ ଦେବୀ ଆରାଧନା ।’

ଜନତା ଏଥର ଆହୁରି ଉତ୍ସାହରେ ଶତସିଂହର ବଳ ନେଇ ଗର୍ଜନ କରିଉଠିଲେ । କେତେଜଣ ଏହାଭିତରେ ଯାଇ, ଥାନା ଉପରେ ଲାଗିଥିବା ୟୁନିୟନ୍ ଜାକ୍‌କୁ ଚିରି ପକାଇଲେ । ସୋମନାଥ ଏଥର ଆଉ ପରିସ୍ଥିତିକୁ ସମ୍ଭାଳି ପାରିଲେ ନାହିଁ । ପିସ୍ତଲ ଉଠାଇ ଗୁଳି ଚଳାଇଲେ ।

ସୋମନାଥ ଆଶା କରିଥିଲେ ସତ୍ୟାଗ୍ରହୀମାନଙ୍କୁ ଦମନ କରିବାପାଇଁ ଗୋଟାଏ ଫାଙ୍କା ଫାୟାର ଦରକାର । କିନ୍ତୁ ଏ କ’ଣ ହେଲା ? ସେହି ପିସ୍ତଲର ଗୁଳିରେ, ତାଙ୍କର ପୁଅ ଅରୁଣ ରକ୍ତାକ୍ତ ଅବସ୍ଥାରେ ତଳେ ଲୋଟି ପଡ଼ିଲା । ବ୍ରିଟିଶ୍ ସରକାର ତାଙ୍କର ଏହି ପୁତ୍ର ହତ୍ୟାକୁ ଭିନ୍ନ ଭାବରେ ବିଚାର କଲେ । ସେ ବିଚାର କଲେ ସୋମନାଥଙ୍କର ଅତୁଳନୀୟ ଇଂରେଜ ସରକାରଙ୍କ ପ୍ରତି ଭକ୍ତିଭାବକୁ । କର୍ତ୍ତବ୍ୟନିଷ୍ଠାପାଇଁ ଯଥାଯୋଗ୍ୟ ପୁରସ୍କୃତ କଲେ । କିନ୍ତୁ ପୁତ୍ରବଧୂ ଅପର୍ଣ୍ଣା ହେଲା ବିଧବା । ତା’ ହାତରୁ କାଚ ବାହାର କଲାବେଳେ ସେ ଅନୁଭବ କଲେ ଅକଥନୀୟ ବେଦନା । ଏହା ପରଦିନ ସୋମନାଥ ମହାପାତ୍ର ହେଲେ ପୋଲିସ୍ ଇନିସ୍ପେକ୍ଟର । ପରବର୍ତୀ ସମୟରେ ସୋମନାଥଙ୍କ ଘରକୁ ଆସିଲା ବିପୁଳ ଅର୍ଥ ଓ ପ୍ରତିପତ୍ତି । ସେ ହେଲେ ମର୍ଯ୍ୟାଦାବନ୍ତ ଅଫିସର୍ । ମାତ୍ର ଲକ୍ଷ୍ମୀ ତାଙ୍କ ଘରୁ ନେଲେ ଚିର ବିଦାୟ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

ସେଦିନ ସୋମନାଥ ମହାପାତ୍ର ମନେ ମନେ ଭାବୁଥିଲେ ବିଗତ ପଚିଶବର୍ଷ ତଳର ଏହି ଘଟଣାକୁ । ବିଚାର କରୁଥିଲେ କର୍ଭବ୍ୟର ସାଧନା ନିର୍ମମ ନିଶ୍ଚୟ; ମାତ୍ର ସେ ପୁତ୍ର ହତ୍ୟାକରି କିଛି ଅନ୍ୟାୟ କରି ନଥିଲେ। ହଠାତ୍ ଘରଭିତରୁ ଶୁଣାଗଲା ଶଙ୍ଖଧ୍ବନି । ସେହି ଶଙ୍ଖଧ୍ବନି ଶୁଣି ରାୟବାହାଦୂର ଚମକି ପଡ଼ିଥିଲେ । ସେ ଦେଖ‌ିଲେ ହେମମାଳା ଘରେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ, ଏହା ତଳେ ଦୀପଜାଳି ଶଙ୍ଖଧ୍ବନି କରୁଛନ୍ତି । ଏଭଳି ଦୃଶ୍ୟ ରାୟବାହାଦୂରଙ୍କୁ ଅସହ୍ୟ ମନେହେଲା । ସେ ପାଗଳଙ୍କ ପରି ତାଙ୍କ ହାତରୁ ଛଡ଼ାଇ ଆଣିଥିଲେ ସେଇ ଶଙ୍ଖଟିକୁ । ହେମମାଳୀ ଚିତ୍କାର କରି ଉଠିଲେ- ‘‘ମୋତେ ଛୁଅଁନା, ଛୁଅଁନା ତୁମେ । ମୋ’ ଅରୁ ଫେରି ଆସିଛି ମୋ’ କୋଳକୁ ।’ ଏହାପରେ ହେମମାଳୀ ଖୁବ୍ ଜୋର୍‌ରେ କାନ୍ଦି ଉଠିଲେ ।

ରାୟବାହାଦୂରଙ୍କ ଦୁଇଆଟ୍‌ରେ ମଧ୍ୟ ଲୁହ ଜକେଇ ଆସୁଥିଲା । ଏହାକୁ ସେ କୌଣସି ପ୍ରକାରେ ସମ୍ବରଣ କରି କହିଲେ – ‘ଯେଉଁ ୟୁନିୟନ୍ ଜାକ୍‌ପାଇଁ ଅରୁକୁ ଖୁନ୍ କରିଛି, ସେ ପତାକାର ପତନ ଅସମ୍ଭବ ।’ ରାୟବାହାଦୂରଙ୍କ କଥାର ପ୍ରତିବାଦ କରି ହେମମାଳୀ ଦର୍ପିତାର କଣ୍ଠରେ କହିଲେ, ‘ଯୋଉ ପତାକାପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ।’ ହେମମାଳୀ ଆବେଗ ଓ ଉତ୍ତେଜନାରେ ତଳେ ମୂର୍ତ୍ତିତା ହୋଇ ପଡ଼ିଗଲେ । ବହୁଦିନରୁ ସାଇତି ରଖ୍ ୟୁନିୟନ୍ ଜାକ୍‌ଟିକୁ ଉଡ଼ାଇ ଦେଲେ । ରାତିସାରା ସେଇ ପତାକା ପାଖରେ ସେ ସତତ ପ୍ରହରୀ ଭଳି ଜଗି ରହିଲେ ।

ସାରାରାତି ସ୍ଵାଧୀନତା ଉତ୍ସବରେ ମାତିରହି, ପରଦିନ ସକାଳକୁ ବିଜୟ ଫେରିଲା ଘରକୁ । ଘରେ ପାଦ ଦେଇ ଏ ବିଚିତ୍ର ଦୃଶ୍ୟରେ ସେ ସ୍ତମ୍ଭିତ ହୋଇଗଲା । ଜେଜେ ସୋମନାଥ ମହାପାତ୍ରଙ୍କୁ ସେ ପ୍ରଶ୍ନ କଲା, ‘ଏ କ’ଣ ହେଉଛି ଜେଜେ ? ଆଜି ….. ୟୁନିୟନ୍ ଜାକ୍……. ।’ ସୋମନାଥ ଦୃପ୍ତ କଣ୍ଠରେ କହିଲେ ଦୁନିଆ ନିମକହାରାମ ହୋଇଯାଇପାରେ; ମାତ୍ର ସେ ନିଜେ ନୁହଁନ୍ତି । ବିଜୟ ଦୃଢ଼କଣ୍ଠରେ ଜେଜେଙ୍କ କଥାର ପ୍ରତିବାଦ କଲା । ‘ଏ ପତାକା ଉଡ଼ିପାରିବ ନାହିଁ ବୋଲି କହିଲା । ସୋମନାଥ ମଧ୍ୟ ସାଙ୍ଗେସାଙ୍ଗେ ଜଣାଇଲେ, ଯେ ସେ ବଞ୍ଚିବା ପର୍ଯ୍ୟନ୍ତ, ଏ ପତାକା ନିଶ୍ଚୟ ଉଡ଼ିବ । ବିଜୟ କହିଲା, ‘ଏ ଦେଶ ଆମର, ବ୍ରିଟିଶ୍ ଗୋଲାମର ଏ ଘରେ ସ୍ଥାନ ନାହିଁ ।’’

ବିଜୟ ୟୁନିୟନ୍ ଜ୍ୟାକ୍ ପତାକାଟିକୁ ଝାମ୍ପି ଉଠାଇ ନେଲା । ସୋମନାଥ ବିଜୟ ହାତରୁ ପତାକାଟିକୁ ଛଡ଼ାଇବାକୁ ଚେଷ୍ଟାକଲେ । ଅତି ଅସ୍ଵାଭାବିକ ଭାବେ ସେ କିପରି ହୋଇ ଉଠିଥିଲେ ହିଂସ୍ର ଓ ଉତ୍‌କ୍ଷିପ୍ତ । ବିଜୟ ପତାକା ନ ଦେବା ପାଇଁ ତାଙ୍କୁ ହାତରେ ଠେଲିଦେଲା । ସୋମନାଥ ସିଡ଼ି ପାହାଚରେ ଗଡ଼ଗଡ଼ି ତଳ ମହଲାର ଚଟାଣରେ ପଡ଼ିଗଲେ । ମୁଣ୍ଡ ଓ କାନ ଫାଟି ତଳେ ଧାରଧାର ରକ୍ତ ଛୁଟିଥିଲା । ବିଜୟ ନିଜକୁ ଘୋର ଅପରାଧୀ ମନେକରି ଧୀର କଣ୍ଠରେ ଡାକିଥିଲା, ଜେଜେ ! ସୋମନାଥଙ୍କ ବାକ୍ ଶକ୍ତି ରୁଦ୍ଧ ହୋଇ ଆସୁଥିଲା। ସେ କ୍ଷୀଣ କଣ୍ଠରେ କହିଲେ –

‘‘ତୋତେ ଆଶୀର୍ବାଦ କରୁଛି ବିଜୁ; ମୁଁ ଅନ୍ତତଃ ଶାନ୍ତିରେ ମରିପାରିବି ଏଥର । ଏହି ପତାକାପାଇଁ କେତେ ରାଜ୍ୟ ଉଚ୍ଛନ୍ନ ହୋଇଛି; କେତେ ଯୁଦ୍ଧ ଓ ରକ୍ତପାତ ବା ନ ଘଟିଛି ! ଏହି ପତାକାପାଇଁ ନିଜ ହାତରେ ମୁଁ ଗୁଳିକରି ମାରିଛି ଅରୁଣକୁ । ଏହି ପତାକା ପାଇଁ ତୁ ତୋ’ର ବୁଢ଼ା ଜେଜେକୁ ମଧ୍ୟ ଆଘାତ କରିଛୁ । ଅଥଚ ଭାବୁଚି, ଏ ପତାକା କଅଣ ? ଖଣ୍ଡେ ରଙ୍ଗୀନ୍ କନା – ରଙ୍ଗ ଛାଡ଼ିଯିବ ତା’ର । ତଥାପି ତୋ’ର ପତାକାର ଜୟ ହେଉ । ହେମ ….’

ଏହାପରେ ରାୟବାହାଦୂର ସୋମନାଥ ମହାପାତ୍ରଙ୍କ ପାଟି ପଡ଼ିଗଲା । ଇଂରେଜ ଗୋଲାମୀକୁ ପାଥେୟ କରି ଜୀବନର ଭୁଲ୍‌କୁ ସଜାଡ଼ିବାକୁ ପରାମର୍ଶ ଦେଇଗଲେ; ଉତ୍ତରାଧ୍ୟାକାରୀ ନାତି ବିଜୟକୁ । ଯେଉଁ ପନ୍ଥୀକୁ ହେୟକରି ଆସିଥିଲେ, ତାଙ୍କୁ ମଧ୍ୟ ସ୍ମରଣ କଲେ । ବିଜୟ ମଧ୍ଯ ପ୍ରାଣହୀନ ପାଷାଣ ପରି ଚାହିଁ ରହିଥିଲା ପ୍ରଭାତର ସୂର୍ଯ୍ୟୋଦୀପ୍ତ ଆକାଶକୁ । ଭାଦ୍ର ଆକାଶର ମେଘହୀନ ସୁନୀଳ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା ଫରଫର ହୋଇ ଉଡୁଥ୍ଲଲା ।

ଗଳ୍ପର ଶେଷ ପର୍ଯ୍ୟାୟରେ ଗାଳ୍ପିକ, ଅତି ଚମତ୍କାର ଭାବେ ସ୍ବାଧୀନ ଭାରତର ସମ୍ଭାବନାମୟ ଦିଗକୁ ଦେଖାଇଛନ୍ତି ।

Leave a Comment