Odisha State Board CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା Questions and Answers.
CHSE Odisha 11th Class Political Science Solutions Chapter 4 ସ୍ଵତନ୍ତ୍ରତା
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ଲିବର୍ଟି (ସ୍ଵାଧୀନତା) ଶବ୍ଦଟି ଲାଟିନ୍ ଶବ୍ଦ ________ ରୁ ଆନୀତ ଓ ଏହାର ଅର୍ଥ _____________ ।
(କ) ଲିବର, ମୁକ୍ତି
(ଖ) ପଲିସ୍; ନଗର-ରାଜ୍ୟ
(ଗ) ନେସିଓ, ଜାତି
(ଘ) ଫୋଏଡ଼ସ୍, ଚୁକ୍ତି
Answer:
(କ) ଲିବର; ମୁକ୍ତି
୨ । ସ୍ଵତନ୍ତ୍ରତାର ଅର୍ଥ __________ ର ସମ୍ପୂର୍ଣ୍ଣ ଅନୁପସ୍ଥିତି ନୁହେଁ ।
(କ) ଅସ୍ଵୀକାର
(ଖ) ସମାନତା
(ଗ) ନ୍ୟାୟ
(ଘ) ନିୟନୃଣ
Answer:
(ଘ) ନିୟନୃଣ
୩ । ___________ ବିନା ରାଜନୈନିକ ସ୍ଵତନ୍ତ୍ରତା ମୂଲ୍ୟହୀନ ।
(କ) ସାମାଜିକ ସମାନତା
(ଖ) ସାମାଜିକ ଅଧୂକାର
(ଗ) ଅର୍ଥନୈତିକ ସମାନତା
(ଘ) ଧାର୍ମିକ ସ୍ଵତନ୍ତ୍ରତା
Answer:
(ଗ) ଅର୍ଥନୈତିକ ସମାନତା
୪ । ଚିରନ୍ତନ _________ ସ୍ୱତନ୍ତ୍ରତାର ମୂଲ୍ୟ ଅଟେ ।
(କ) ଜାଗୃତି/ ସତର୍କତା
(ଖ) ଆଦୃତି
(ଗ) ବିକାର
(ଘ) ଆବଶ୍ୟକତା
Answer:
(କ) ଜାଗୃତି /ସତର୍କତା
୫ । ସରକାର ଗଠନ, ନିୟନ୍ତ୍ରଣ ଓ ସମାଲୋଚନା କରିବା ___________ ସ୍ୱତନ୍ତ୍ରତା ଅଟେ ।
(କ) ସାମାଜିକ
(ଖ) ଅର୍ଥନୈତିକ
(ଗ) ରାଜନୈତିକ
(ଘ) ଧାମିିିକ
Answer:
(ଗ) ରାଜନୈତିକ
୬ । ___________ ସ୍ଵତନ୍ତ୍ରତା ପାଇଁ ପ୍ରଥମ ସର୍ଭ ଅଟେ ।
(କ) ନ୍ୟାୟ
(ଖ) ସମାନତା
(ଗ) ଆଇନ
(ଘ) ନ୍ୟାୟାଳୟ
Answer:
(ଗ) ଆଇନ
୭ । ଏକ __________ ସମ୍ବିଧାନ ସ୍ଵତନ୍ତ୍ରତାର ସୁରକ୍ଷା ପାଇଁ ଆବଶ୍ୟକ ।
(କ) ଲିଖୁତ ଓ ଅନମନୀୟ
(ଖ) ଅଲିଖତ ଓ ନମନୀୟ
(ଗ) ଲିଖୁତ ଓ ନମନୀୟ
(ଘ) ଅଲିଖତ ଓ ଅନମନୀୟ
Answer:
(କ) ଲିଖତ ଓ ଅନମନୀୟ
୮। __________ ବିନା ସ୍ଵାତନ୍ତ୍ର୍ୟ ଉପଭୋଗ କରାଯାଇପାରିବ ନାହିଁ ।
(କ) ଅର୍ଥନୈତିକ ନ୍ୟାୟ
(ଖ) ସାମାଜିକ ବ୍ୟବସ୍ଥା
(ଗ) ରାଜନୈତିକ ସଂଗଠନ
(ଘ) ସମାନତା
Answer:
(ଘ) ସମାନତା
(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।
୧। ଜାତୀୟ ସ୍ଵତନ୍ତ୍ରତା କାହାକୁ କହନ୍ତି ?
Answer:
ବୈଦେଶିକ ନିୟନ୍ତ୍ରଣରୁ ମୁକ୍ତିଲାଭ କରି ଗୋଟିଏ ରାଷ୍ଟ୍ର ସ୍ଵାଧୀନଭାବରେ ନିଜର କାର୍ଯ୍ୟପନ୍ଥା ସ୍ଥିର କଲେ ତାକୁ ଜାତୀୟ ସ୍ଵତନ୍ତ୍ରତା କୁହାଯାଏ ।
୨ । ରାଜନୈତିକ ସ୍ବତନ୍ତ୍ରତା କ’ଣ ?
Answer:
ନାଗରିକମାନଙ୍କୁ ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ଅଂଶଗ୍ରହଣର ସୁଯୋଗ ଦେବାକୁ ରାଜନୈତିକ ସ୍ଵତନ୍ତ୍ରତା କୁହାଯାଏ ।
୩ । ପ୍ରାକୃତିକ ସ୍ଵତନ୍ତ୍ରତା (Natural Liberty) କ’ଣ ?
Answer:
ମଣିଷ, ରାଷ୍ଟ୍ର ବା ସଭ୍ୟ ସମାଜ ସୃଷ୍ଟି ହେବା ପୂର୍ବରୁ ପ୍ରକୃତି କୋଳରେ ଯେଉଁ ସ୍ଵତନ୍ତ୍ରତାକୁ ଉପଭୋଗ କରାଯାଏ ତାହାକୁ ‘ପ୍ରାକୃତିକ ସ୍ଵତନ୍ତ୍ରତା’ କୁହାଯାଏ । ଏହି ସ୍ଵତନ୍ତ୍ରତା ମଣିଷର ସହଜାତ ବୋଲି ମନେକରାଯାଏ । ରାଷ୍ଟ୍ର ସୃଷ୍ଟି ପରେ ଏହା ନିରର୍ଥକ ହୋଇଯାଇଛି ।
୪ । ସ୍ଵତନ୍ତ୍ରତାର ସୁରକ୍ଷା କିପରି କରାଯାଇ ପାରିବ ?
Answer:
ଆଇନର ଶାସନ, ଗଣତାନ୍ତ୍ରିକ ସରକାର, ସ୍ଵାଧୀନ ନ୍ୟାୟପାଳିକା, ଅର୍ଥନୈତିକ ସମାନତା, କ୍ଷମତାର ବିକେନ୍ଦ୍ରୀକରଣ ଆଦି ମାଧ୍ୟମରେ ସ୍ଵତନ୍ତ୍ରତାର ସୁରକ୍ଷା କରାଯାଇ ପାରିବ ।
୫ । ସ୍ଵତନ୍ତ୍ରତାର ବିଭିନ୍ନ ପ୍ରକାରଭେଦ ସୂଚିତ କର ।
Answer:
ପ୍ରାକୃତିକ ସ୍ଵତନ୍ତ୍ରତା, ସାମାଜିକ ବା ବ୍ୟକ୍ତିଗତ ସ୍ଵତନ୍ତ୍ରତା, ରାଜନୈତିକ ସ୍ଵତନ୍ତ୍ରତା, ଅର୍ଥନୈତିକ ସ୍ଵତନ୍ତ୍ରତା ଜାତୀୟ ସ୍ଵତନ୍ତ୍ରତା ହେଉଛି ସ୍ଵତନ୍ତ୍ରତାର ବିଭିନ୍ନ ପ୍ରକାରଭେଦ ।
(C) ଗୋଟିଏ ଶବ୍ଦରେ ଉତ୍ତର ଦିଅ
୧ । ଅବାଧରେ ବା ବିନା ପ୍ରତିବନ୍ଧକରେ ଯେକୌଣସି କାର୍ଯ୍ୟ କରିବାର ସ୍ଵାଧୀନତାକୁ କ’ଣ କୁହାଯାଏ ?
Answer:
ନିରଙ୍କୁଶ ବା ନକାରାତ୍ମକ ସ୍ଵତନ୍ତ୍ରତା
୨ । ଯୁକ୍ତଯୁକ୍ତ ପ୍ରତିବନ୍ଧକ ସହ ଉପଲବ୍ଧ ବ୍ୟକ୍ତି ସ୍ଵତନ୍ତ୍ରତାକୁ କ’ଣ କୁହାଯାଏ ?
Answer:
ସକାରାତ୍ମକ ବା ବାସ୍ତବ ସ୍ଵତନ୍ତ୍ରତା
୩ । “ ସ୍ଵତନ୍ତ୍ରତା ହେଉଛି ଅତ୍ୟଧ୍ଵକ ଶାସନର ବିପରୀତ” ଏହା କିଏ କହିଥିଲେ ?
Answer:
ସିଲି
୪ । “ ସ୍ଵତନ୍ତ୍ରତାର ଅର୍ଥ ସମସ୍ତ ନିୟନ୍ତ୍ରଣର ଅନୁପସ୍ଥିତି ନୁହେଁ, ବରଂ ଅନୁଚିତ ଓ ଅବିବେକୀ ନିୟନ୍ତ୍ରଣ ପରିବର୍ତ୍ତେ ଉଚିତ ଓ ବିଚାରବନ୍ତ ନିୟନ୍ତ୍ରଣର ଉପସ୍ଥିତି ।”– ଏହି ଉକ୍ତି କାହାର ?
Answer:
ମେକେୱି
୫ । “ ଯେଉଁଠାରେ ଆଇନ ନାହିଁ, ସେଠାରେ ସ୍ଵତନ୍ତ୍ରତା ନାହିଁ ।” – ଏହା କାହାର ମତ ?
Answer:
ଜନ୍ ଲକ୍
୬ । “ ମଣିଷ ସ୍ଵାଧୀନ ହୋଇ ଜନ୍ମ ହୋଇଥିଲେ ମଧ୍ୟ ସବୁଠି ଶୁଙ୍ଖଳାବଦ୍ଧ ହୋଇଥାଏ ।”–ଏହା କାହାର ଉକ୍ତି ?
Answer:
ରଷୋ
(D) ଭ୍ରମ ସଂଶୋଧନ କର ।
୧ । ଚିରନ୍ତନ ସତର୍କତା ସ୍ଵତାନ୍ତ୍ରତାର ଶତ୍ରୁ ଅଟେ ।
Answer:
ଚିରନ୍ତନ ସତର୍କତା ସ୍ଵତାନ୍ତ୍ରତାର ମୂଲ୍ୟ ଅଟେ ।
୨ । ବ୍ୟକ୍ତିଗତ ସ୍ଵତନ୍ତ୍ରତା ରାଷ୍ଟ୍ର ବାହାରେ ମିଳିବା ସମ୍ଭବ ।
Answer:
ବ୍ୟକ୍ତିଗତ ସ୍ଵତନ୍ତ୍ରତା ରାଷ୍ଟ୍ର ବାହାରେ ମିଳିପାରେ ନାହିଁ ।
୩ । ରାଷ୍ଟ୍ରର ଆଇନ ସ୍ଵତନ୍ତ୍ରତାକୁ ସଙ୍କୁଚିତ କରେ ।
Answer:
ରାଷ୍ଟ୍ରର ଆଇନ ସ୍ଵତନ୍ତ୍ରତାକୁ ସୁରକ୍ଷା ପ୍ରଦାନ କରେ ।
୪ । ଆଇନ ଓ ସ୍ଵତନ୍ତ୍ରତା ପରସ୍ପରର ବିରୋଧୀ ।
Answer:
ଆଇନ ଓ ସ୍ଵତନ୍ତ୍ରତା ବିପରୀତ କ୍ରମେ ପରସ୍ପରର ସମାନୁପାତିକ ।
୫ । ଅର୍ଥନୈତିକ ସମାନତା ସ୍ଵତନ୍ତ୍ରତାର ବିଲୟ ଘଟାଇଥାଏ ।
Answer:
ଅର୍ଥନୈତିକ ସମାନତା ସ୍ଵତନ୍ତ୍ରତାର ସୁରକ୍ଷା କରିଥାଏ ।
୬ । ମୁକ୍ତ ଓ ନିରପେକ୍ଷ ଗଣମାଧ୍ଯମ ସହ ସ୍ୱତନ୍ତ୍ରତାର ସୁରକ୍ଷାର କୌଣସି ସଂପର୍କ ନାହିଁ ।
Answer:
ମୁକ୍ତ ଓ ନିରପେକ୍ଷ ଗଣମାଧ୍ଯମ ସ୍ଵତନ୍ତ୍ରତାର ସୁରକ୍ଷା ପାଇଁ ଆବଶ୍ୟକ ଅଟେ ।
(E) ଶୂନ୍ୟସ୍ଥାନ ପୂରଣ କର ।
୧ । ଆଇନ ଓ ସ୍ଵତନ୍ତ୍ରତା _______ ଭାବରେ ସମାନୁପାତିକ ।
Answer:
ବିପରାତ
୨ । ଆଇନ ଓ ସ୍ଵତନ୍ତ୍ରତା ପରସ୍ପରର _________ ।
Answer:
ପରିପୂରକ
୩ । ବାସ୍ତବ ସ୍ଵତନ୍ତ୍ରତା ଏକ _________ ନୁହେଁ ।
Answer:
ଲାଇସେନ୍ସ (ଅନୁମତି ପତ୍ର)
୪ । _________ ମାନଙ୍କ ପାଇଁ ସ୍ଵତନ୍ତ୍ରତାର ଅର୍ଥ ରାଷ୍ଟ୍ରର ବିଲୟ ଅଟେ ।
Answer:
ମାର୍କ୍ସବାଦୀ ବା ସାମ୍ୟବାଦୀ
୫ । _________ ମାନଙ୍କ ପାଇଁ ରାଷ୍ଟ୍ର ପରି ବିଭିନ୍ନ ସଂଘର କ୍ଷମତାଲାଭ ସ୍ଵତନ୍ତ୍ରତାର ମହତ୍ତ୍ଵ ପ୍ରତିଷ୍ଠା କରେ ।
Answer:
ବହୁଳବାଦୀ (Pluralist)
୬। __________ ମାନଙ୍କ ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ସ୍ଵତନ୍ତ୍ରତାକୁ ଉପଲବ୍ଧ କରାଇଥାଏ ।
Answer:
ଗଣତନୃବାଦା
୭ । ପ୍ରକୃତ ସ୍ୱତନ୍ତ୍ରତା _______ ନୁହେଁ ।
Answer:
ନିରଙ୍କୁଶ
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି/ ତିନୋଟି ବାକ୍ୟରେ ଉତ୍ତର ଦିଅ ।
୧ । ସ୍ବାତନ୍ତ୍ର୍ୟ କ’ଣ ?
Answer:
ଅନ୍ୟର ଅଧ୍ଯକାର କ୍ଷୁଣ୍ଣ ନକରି ସ୍ଵାଧିକାରକୁ ଆଇନଗତଭାବେ ଉପଭୋଗ କରିବା ହିଁ ସ୍ୱାତନ୍ତ୍ର୍ୟ, ଅର୍ଥାତ୍ ମନୁଷ୍ୟର ଜୀବନକୁ ପୂର୍ଣ୍ଣାଙ୍ଗ କରିବାପାଇଁ ଯେଉଁ ଆଇନଗତ ସୁବିଧା ସୁଯୋଗର ବ୍ୟବସ୍ଥା ପ୍ରଦାନ କରାଯାଏ, ତାହାକୁ ସ୍ବାତନ୍ତ୍ର୍ୟ କୁହାଯାଏ ।
୨ । ‘ଅସ୍ତିସୂଚକ ସ୍ବତନ୍ତ୍ରତା’ କ’ଣ ?
Answer:
ବାର୍କରଙ୍କ ମତରେ ସ୍ଵତନ୍ତ୍ରତା ବ୍ୟକ୍ତିର ନିରଙ୍କୁଶ ସ୍ଵତନ୍ତ୍ରତାକୁ ସୂଚିତ କରେନାହିଁ, ସ୍ୱତନ୍ତ୍ରତାକୁ ବୁଝାଇଥାଏ । ମେକଂଜିଙ୍କ ମତରେ ସ୍ଵତନ୍ତ୍ରତାର ଅର୍ଥ ସମସ୍ତ ପ୍ରକାର ନିୟନ୍ତ୍ରଣର ଅନୁପସ୍ଥିତି ନୁହେଁ, ବରଂ ଅନୁଚିତ ଓ ଅବିବେକୀ ନିୟନ୍ତ୍ରଣ ସ୍ଥାନରେ ଉଚିତ ଓ ବିଚାରଗତ ନିୟନ୍ତ୍ରଣ ଜାରି କରିବାକୁ ବୁଝାଇଥାଏ । ଅର୍ଥାତ୍ ରାଷ୍ଟ୍ରର ନିୟନ୍ତ୍ରଣ ସହ ଯେଉଁ ସ୍ଵତନ୍ତ୍ରତା ବ୍ୟକ୍ତି ଉପଯୋଗ କରେ, ତାକୁ ‘ଅସ୍ତିସୂଚକ ସ୍ଵତନ୍ତ୍ରତା’ ଅଟେ ।
(B) ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।
୧ । ଆଇନ ଓ ସ୍ବତନ୍ତ୍ରତା ପରସ୍ପର ବିରୋଧୀ କି ?
କିମ୍ବା ,
“ ଆଇନ ହେଉଛି ସ୍ବତନ୍ତ୍ରତାର ଏକ ସର୍ଭ” ବୁଝାଅ ।
Answer:
ଆଇନ ଓ ସ୍ଵତନ୍ତ୍ରତା ମଧ୍ଯରେ ସମ୍ପର୍କ ଏକ ବିବଦମାନ ବିଷୟ ଅଟେ । କେତେକଙ୍କ ମତରେ, ଆଇନ ନିୟନ୍ତ୍ରଣର ମାଧ୍ୟମ ହୋଇଥିବାରୁ ଏହା ବ୍ୟକ୍ତିର ସ୍ଵତନ୍ତ୍ରତା ଉପରେ ଆଞ୍ଚ ଆଣେ ଏବଂ ଏହା ସଙ୍କୁଚିତ ହେବାଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଅନ୍ୟ ପକ୍ଷରେ, ଅନ୍ୟକେତେକ ରାଜନୀତିବିଜ୍ଞାନୀଙ୍କ ମତରେ, ଆଇନ ସ୍ଵେଚ୍ଛାଚାରିତାକୁ ନିୟନ୍ତ୍ରଣ କରେ, ସ୍ଵତନ୍ତ୍ରତାକୁ ନୁହେଁ । ଅତଏବ ସ୍ୱତନ୍ତ୍ରତା ଓ ଆଇନ ପରସ୍ପର ବିରୋଧୀ ନୁହନ୍ତି । ଆଇନ ମଧ୍ୟରେ ସ୍ଵତନ୍ତ୍ରତାକୁ ପ୍ରଦାନ କରାଯାଏ ଓ ସଂରକ୍ଷିତ ହୁଏ ।
ସ୍ଵତନ୍ତ୍ରତା ଏକ ଲାଇସେନ୍ସ ବା ସ୍ଵେଚ୍ଛାମୂଳକ ଅଧିକାର କିମ୍ବା ନାସ୍ତିସୂଚକ ପ୍ରକୃତିସମ୍ପନ୍ନ ନୁହେଁ ବୋଲି ଆଇନର ଯୁକ୍ତିଯୁକ୍ତ ମାନବୀୟ ନିୟନ୍ତ୍ରଣ ମାଧ୍ୟମରେ ପ୍ରତିପାଦନ କରାଯାଏ । ନିରଙ୍କୁଶ ସ୍ଵତନ୍ତ୍ରତା ପ୍ରକୃତ ସ୍ଵତନ୍ତ୍ରତାର ଅନୁପସ୍ଥିତିକୁ ସୂଚିତ କରିଥାଏ । ଏଣୁ ବାସ୍ତବତା ଦିଗରୁ ବିବେଚନା କଲେ ଆଇନ ଓ ସ୍ଵତନ୍ତ୍ରତା ପରସ୍କରର ବିରୋଧୀ ନୁହନ୍ତି । ଭିନ୍ନ ଭିନ୍ନ ରାଜନୈତିକ ପରିବେଶରେ ଆଇନ ଓ ସ୍ଵତନ୍ତ୍ରତାର ସମ୍ପର୍କ ଭିନ୍ନ ଭିନ୍ନ; କିନ୍ତୁ ଏ ଦୁହେଁ ପରସ୍ପରର ସହାୟକ ଅଟନ୍ତି ।
୨ । “ନିୟନ୍ତ୍ରଣର ଅନୁପସ୍ଥିତି ହିଁ ସ୍ଵତନ୍ତ୍ରତା ।” – ଏହା ସତ୍ୟ କି ?
କିମ୍ବା ,
ସ୍ବତନ୍ତ୍ରତା ସ୍ଵେଚ୍ଛାଚାର ବା ଲାଇସେନ୍ସ ନୁହେଁ । – ଏହା ପ୍ରମାଣ କର ।
Answer:
କେତେକ ରାଜନୀତି ବିଜ୍ଞାନୀଙ୍କ ମତରେ, ନିୟନ୍ତ୍ରଣର ଅନୁପସ୍ଥିତି ହିଁ ସ୍ଵତନ୍ତ୍ରତା । ଏହା ନାସ୍ତିସୂଚକ ସ୍ଵତନ୍ତ୍ରତା ଅଟେ । କିନ୍ତୁ ପ୍ରକୃତପକ୍ଷେ ନିୟନ୍ତ୍ରଣବିହୀନ ସ୍ଵତନ୍ତ୍ରତା ସ୍ଵେଚ୍ଛାଚାରିତାରେ ପରିଣତ ହୁଏ ଏବଂ ସ୍ଵତନ୍ତ୍ରତାର ଅନୁପସ୍ଥିତିକୁ ହିଁ ବୁଝାଏ । ଏଣୁ ସ୍ଵତନ୍ତ୍ରତା ନିରଙ୍କୁଶ ପରିଣତ ହେଲେ ତାହା ସ୍ଵତନ୍ତ୍ରତାର ବିଲୋପ ସାଧନ ପାଇଁ କ୍ଷେତ୍ର ପ୍ରସ୍ତୁତ କରେ । ଏଣୁ କୁହାଯାଏ ଯେ “My right to swing my hand ends, when other man’s nose begins” । ଏଣୁ ଆଇନ ଓ ସ୍ଵତନ୍ତ୍ରତା ପରସ୍ପର ବିରୋଧୀ ନୁହଁନ୍ତି | ଆଇନର ପରିସର ମଧ୍ୟରେ ସ୍ଵତନ୍ତ୍ରତା ଉପଭୋଗ କରାଯାଇପାରେ ।
୩ । ରାଜନୈତିକ ସ୍ଵତନ୍ତ୍ରତା (Political Liberty) କ’ଣ ?
Answer:
ଯେଉଁ ସ୍ଵତନ୍ତ୍ରତା ବ୍ୟକ୍ତିକୁ ରାଷ୍ଟ୍ରର ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣର ସୁଯୋଗ ଦିଏ, ତାହାକୁ ରାଜନୈତିକ ସ୍ୱତନ୍ତ୍ରତା କୁହାଯାଏ । ଭୋଟଦାନର ଅଧିକାର, ନିର୍ବାଚନରେ ଅଂଶଗ୍ରହଣର ଅଧିକାର, ସରକାରୀ ପଦପଦବୀ ଗ୍ରହଣର ଅଧିକାର, ସରକାରଙ୍କୁ ସମାଲୋଚନା କରିବାର ଅଧୁକାର ଆଦି ମାଧ୍ୟମରେ ରାଜନୈତିକ ସ୍ଵତନ୍ତ୍ରତା ପ୍ରଦାନ କରାଯାଇଥାଏ । ଅର୍ଥନୈତିକ ଅନୁକୂଳ ପରିବେଶ ସୃଷ୍ଟି କରେ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ସ୍ଵତନ୍ତ୍ରତା (Liberty) ର ସଂଜ୍ଞା ଓ ପ୍ରକୃତି ନିର୍ଦ୍ଧାରଣ କର । ଏହାର ପ୍ରକାରଭେଦ (Types) ସଂପର୍କରେ ଆଲୋଚନା କର ।
Answer:
ଇତିହାସର ପ୍ରାକ୍କାଳରୁ ବ୍ୟକ୍ତି ନିଜର ବ୍ୟକ୍ତିତ୍ଵର ବିକାଶ ପାଇଁ ଆଗ୍ରହ ପ୍ରକାଶ କରି ଆସୁଅଛି। ସେଥୁପାଇଁ ଆବଶ୍ୟକୀୟ ସୁବିଧା ଓ ସୁଯୋଗର ଉପସ୍ଥିତିକୁ ସ୍ଵତନ୍ତ୍ରତା ବା ସ୍ଵାଧୀନତା ନାମରେ ନାମିତ କରାଯାଇଥାଏ। ଏହି ସ୍ଵତନ୍ତ୍ରତାର ଉପଭୋଗ ପାଇଁ ମଣିଷ ବିପ୍ଳବ ଓ ଯୁଦ୍ଧ କରିବାପାଇଁ ମଧ୍ଯ ପଛଘୁଞ୍ଚା ଦିଏ ନାହିଁ । ସ୍ଵତନ୍ତ୍ରତା ଅତ୍ୟାଚାର, ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ ପାଇଁ ପ୍ରେରଣା ଦେଇଥାଏ। ସ୍ଵତନ୍ତ୍ରତାର ପ୍ରକୃତି ପରିବର୍ତ୍ତନ ହେଉଥିଲେ ମଧ୍ୟ ଏହାର ମୂଳଲକ୍ଷ୍ୟ ଅପରିବର୍ତ୍ତନୀୟ ଅଟେ ।
ଲାଟିନ୍ ଶବ୍ଦ ‘ଲିବର’ (Liber) ରୁ ସ୍ଵତନ୍ତ୍ରତା (Liberty) ଶବ୍ଦଟି ଉଦ୍ଧୃତ ହୋଇଛି। ଏହାର ସାଧାରଣ ଅର୍ଥ ‘ମୁକ୍ତ’ (Free) ବା କୌଣସି ବନ୍ଧନର ଅନୁପସ୍ଥିତି। ଏଣୁ କେତେକ ଦାର୍ଶନିକଙ୍କ ମତରେ, ସ୍ଵତନ୍ତ୍ରତାର ଅର୍ଥ ହେଉଛି ନିୟନ୍ତ୍ରଣହୀନ ଅବାଧ ସ୍ଵାଧୀନତା । ଏହାକୁ ନାସ୍ତିସୂଚକ ସ୍ଵତନ୍ତ୍ରତା (Negative Liberty) ବୋଲି କୁହାଯାଏ; କିନ୍ତୁ ଏହା ସ୍ଵତନ୍ତ୍ରତାର ପ୍ରକୃତ ଅର୍ଥ ନୁହେଁ । ପ୍ରକୃତ ସ୍ୱତନ୍ତ୍ରତା ଯୁକ୍ତିଯୁକ୍ତ ଓ ଆଇନଗତ ନିୟନ୍ତ୍ରଣ ସହ ଉପଭୋଗ କରାଯାଇଥାଏ। ଅନ୍ୟଥା ସ୍ଵତନ୍ତ୍ରତା ଏକ ଅନୁମତିପତ୍ର (Licence) ରେ ପରିଣତ ହୋଇଥାଏ। ଏହାକୁ ଆସ୍ତିସୂଚକ ସ୍ଵତନ୍ତ୍ରତା (Positive Liberty) କୁହାଯାଏ । ସ୍ଵତନ୍ତ୍ରତା ସମାଜଦ୍ଵାରା ସ୍ଵୀକୃତିପ୍ରାପ୍ତ ଓ ରାଷ୍ଟ୍ରଦ୍ୱାରା ଆଇନ ମାଧ୍ୟମରେ ପ୍ରଦତ୍ତ ଓ ସୁରକ୍ଷିତ ହେଉଥିବାରୁ ଏହା ସମସ୍ତ ନିୟନ୍ତ୍ରଣରୁ ମୁକ୍ତ ରହି ନିରଙ୍କୁଶ ହେବା ସମ୍ଭବପର ନୁହେଁ ।
ଲାସ୍କଙ୍କ ମତରେ, ସ୍ଵତନ୍ତ୍ରତା ଏଭଳି ବାତାବରଣ ସୃଷ୍ଟି କରେ ଯେଉଁଥରେ ମନୁଷ୍ୟ ନିଜର ପୂର୍ଣ୍ଣ ବିକାଶ ପାଇଁ ସୁଯୋଗପ୍ରାପ୍ତ ହୋଇଥାଏ । ଶିଲେଙ୍କ ମତରେ, “ସ୍ଵତନ୍ତ୍ରତା ଅତ୍ୟଧିକ ଶାସନର ବିପରୀତ ରୂପ ଅଟେ” । କୌଣସି ପ୍ରତିବନ୍ଧକ ନଥାଇ ନିଜର ବ୍ୟକ୍ତିତ୍ଵକୁ ବିକାଶ କରିବାର ଅଧିକାରକୁ ସ୍ଵତନ୍ତ୍ରତା କୁହାଯାଏ ବୋଲି ଜି.ଡି.ଏଚ୍.କୋଲେ ମତବ୍ୟକ୍ତ କରିଥାଆନ୍ତି। ବର୍ଷସ୍ ମତରେ, “ ନିଜ ବ୍ୟକ୍ତିତ୍ଵ ତଥା ଯୋଗ୍ୟତାର ପୂର୍ଣ୍ଣ ବିକାଶକୁ ବ୍ୟକ୍ତିର ସ୍ଵତନ୍ତ୍ରତା ବୋଲି କୁହାଯାଏ” । ମହାତ୍ମାଗାନ୍ଧିଙ୍କ ଭାଷାରେ, “ସ୍ଵତନ୍ତ୍ରତାର ଅର୍ଥ ନିୟନ୍ତ୍ରଣର ଅଭାବ ନୁହେଁ, ବରଂ ଏହା ବ୍ୟକ୍ତିତ୍ଵର ବିକାଶ ପାଇଁ ଉଚିତ ବାତାବରଣ ସୃଷ୍ଟି କରିଥାଏ।”
ସ୍ବତନ୍ତ୍ରତାର ପ୍ରକୃତି :
(୧) ସ୍ଵତନ୍ତ୍ରତା ନିୟନ୍ତ୍ରଣହୀନ ଓ ନିରଙ୍କୁଶ ନୁହେଁ ।
(୨) ଏହା ଉଭୟ ନାସ୍ତିସୂଚକ ଓ ଅସ୍ତିସୂଚକ ଅଟେ ।
(୩) ଏହା ବ୍ୟକ୍ତିର ପ୍ରାକୃତିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଥାଏ।
(୪) ଏହା ବ୍ୟକ୍ତିର କର୍ତ୍ତବ୍ୟ ଉପରେ ପର୍ଯ୍ୟବସିତ ହୋଇଥାଏ।
ସ୍ୱତନ୍ତ୍ରତାର ପ୍ରକାରଭେଦ :
(୧) ପ୍ରାକୃତିକ ସ୍ଵତନ୍ତ୍ରତା (Natural Liberty) – ପ୍ରାକୃତିକ ଅବସ୍ଥାର କାଳ୍ପନିକ ଚିତ୍ର ଆମ୍ଭେମାନେ ହବସ୍, ଲକ୍ ଏବଂ ରୁଷୋଙ୍କ ରାଜନୀତି ଦର୍ଶନରେ ଦେଖିବାକୁ ପାଉ । ଏହି ତିନିଜଣ ରାଜନୀତି ବିଶାରଦ ତିନି ବିଭିନ୍ନଭାବରେ ପ୍ରାକୃତିକ ବ୍ୟବସ୍ଥା (State of Nature) ର ଚିତ୍ର ବର୍ଣ୍ଣନା କରିଛନ୍ତି। ହବସ୍ଙ୍କ ମତରେ, ପ୍ରାକୃତିକ ଅବସ୍ଥାରେ ଲୋକମାନଙ୍କ ଜୀବନ ପରସ୍ପର ସହିତ ସୀମାହୀନ ଯୁଦ୍ଧ ଓ ସଂଘର୍ଷ ଯୋଗୁଁ ଅତ୍ୟନ୍ତ ଜଘନ୍ୟ, ଦୁଃଖପ୍ରଦ ଓ କ୍ଷଣିକ ଥଲା। ସେଠାରେ ପଶୁବଳର ଶାସନ ଥିଲା ଏବଂ ଯେ ଯାହା ପାରିଲା ଅନ୍ୟଠାରୁ ଛଡ଼ାଇ ନେଉଥିଲା। ସେଠାର ସଭ୍ୟତା ସମ୍ଭବ ନଥିଲା ବା ସୁସ୍ଥ ଜୀବନଯାପନର କୌଣସି ସମ୍ଭାବନା ନଥୁଲା। ଅନ୍ୟପକ୍ଷରେ ଲକ୍ ପ୍ରାକୃତିକ ଅବସ୍ଥାର ଏକ ରଙ୍ଗିନ ଚିତ୍ର ଦେଇ ସେଠାରେ ଲୋକମାନେ ପ୍ରାକୃତିକ ଆଇନ (Natural Law) ଦ୍ଵାରା ଶାସିତ ହେଉଥିଲେ ଏବଂ ଜୀବନ, ସ୍ଵତନ୍ତ୍ରତା ଓ ସଂପରି ପ୍ରତି ସେମାନେ ଏହି ପ୍ରାକୃତିକ ଆଇନରୁ ଅଧିକାରପ୍ରାପ୍ତ ହୋଇଥିଲା ବୋଲି ବର୍ଣ୍ଣନା କରିଛନ୍ତି ।
ଏହା ସତ୍ୟର ଅପଳାପ ବ୍ୟତୀତ ଅନ୍ୟ କିଛି ନୁହେଁ। ବ୍ୟକ୍ତିର ଅଧୁକାର କେବଳ ରାଷ୍ଟ୍ରରେ ସମ୍ଭବ। ପ୍ରାକୃତିକ ଅବସ୍ଥାରେ ଯେହେତୁ ରାଷ୍ଟ୍ର ନଥିଲା ସେଠାରେ ବ୍ୟକ୍ତି କୌଣସି ସ୍ଵତନ୍ତ୍ରତା ଉପଭୋଗ କରିବାର ପ୍ରଶ୍ନହିଁ ଉଠୁନାହିଁ । ବ୍ୟକ୍ତି ସ୍ଵତନ୍ତ୍ରଭାବରେ ଜନ୍ମ ହୋଇଥିଲା; କିନ୍ତୁ ପରବର୍ତୀ ସମୟରେ ରାଷ୍ଟ୍ରର ସୃଷ୍ଟି ଯୋଗୁ ସେ ସର୍ବତ୍ର ବନ୍ଧନରେ ବାନ୍ଧି ହୋଇଗଲା ବୋଲି ରୁଷୋ ଯେଉଁ ମତପ୍ରକାଶ କରିଛନ୍ତି ତାହା କାବ୍ୟକ ଅର୍ଥରେ ସତ୍ୟ ହୋଇପାରେ; କିନ୍ତୁ ବାସ୍ତବ ଦୃଷ୍ଟିରୁ ଆଦୌ ନୁହେଁ ।
ପୁଣି ସେହି ଆଦିମ ଯୁଗକୁ ଫେରିଯିବା ପାଇଁ ରୁଷୋଙ୍କ ନିବେଦନ ଅନ୍ଧାର, ଅଶିକ୍ଷା ଓ ଆଦିମତା ପ୍ରତି ଏକ ଅର୍ଥହୀନ ଆବେଗ ବ୍ୟତୀତ ଅନ୍ୟ କିଛି ନୁହେଁ । କାରଣ ସମାଜକୁ ଛାଡ଼ି ମନୁଷ୍ୟର ଶିକ୍ଷା, ସଭ୍ୟତା ଓ ସଂସ୍କୃତି ସମ୍ଭବ ନୁହେଁ । ତାହାର ପ୍ରଗତି ଓ ବ୍ୟକ୍ତିତ୍ଵର ବିକାଶ ମଧ୍ଯ ସମ୍ଭବ ନୁହେଁ । ସାମାଜିକ ପ୍ରାଣୀ ହିସାବରେ ଚଳିବାକୁ ହେଲେ ମନୁଷ୍ୟକୁ ସମାଜର ନିୟନ୍ତ୍ରଣ ଭିତରେ କାର୍ଯ୍ୟ କରିବାକୁ ହେବ।
(୨) ସାମାଜିକ ସ୍ବତନ୍ତ୍ରତା (Civil Liberty) – ସାମାଜିକ ସ୍ଵତନ୍ତ୍ରତାର ଅର୍ଥ ପ୍ରତ୍ୟେକ ସମାଜରେ ଜାତି, ଧର୍ମ, ବର୍ଣ୍ଣ ସୁବିଧାଭୋଗୀ ଗୋଷ୍ଠୀ ଏହାକୁ ଉପଭୋଗ କରୁଥିଲେ ତାହାକୁ ବାସ୍ତବରେ ସାମାଜିକ ସ୍ଵତନ୍ତ୍ରତା ବୋଲି କୁହାଯାଇପାରିବ। ଦକ୍ଷିଣ ଆଫ୍ରିକାର ବର୍ଷଭେଦ ନୀତି, ଆମେରିକାର ନିଗ୍ରୋମାନଙ୍କ ବିରୁଦ୍ଧରେ ଭେଦଭାବ ବା ଭାରତରେ ଛୁଆଁ-ଅଛୁଆଁ ଭେଦଭାବ ଏ ସମସ୍ତ ସାମାଜିକ ସ୍ଵତନ୍ତ୍ରତାର ଘୋର ବିରୋଧୀ।
ବାର୍କରଙ୍କ ଭାଷାରେ ତିନୋଟି ଅଧିକାରକୁ ନେଇ ସାମାଜିକ ସ୍ଵତନ୍ତ୍ରତା ଗଠିତ । ଯଥା-
(i) ଜୀବନ ପ୍ରତି ବିପଦ ଆପଦରୁ ଶାରୀରିକ ମୁକ୍ତି, ସୁସ୍ଥ ଏବଂ କାର୍ଯ୍ୟକାରୀ ଶରୀର ଧାରଣା।
(ii) ଚିନ୍ତାମୂଳକ ସ୍ଵତନ୍ତ୍ରତା ତଥା ବାକ୍ ସ୍ଵତନ୍ତ୍ରତା ଏବଂ ଧର୍ମ ସ୍ଵତନ୍ତ୍ରତା ଇତ୍ୟାଦି।
(iii) ଅନ୍ୟ ଲୋକମାନଙ୍କ ସହିତ ସମ୍ପର୍କ ରକ୍ଷା କରିବା ଏବଂ ନିଜ ରଚି ବା ମନୋନୀତ କାର୍ଯ୍ୟରେ ଅନ୍ୟସହିତ ଚୁକ୍ତିବଦ୍ଧ ହେବା।
ସାମାଜିକ ସ୍ଵତନ୍ତ୍ରତା ମଧ୍ଯରେ ନିମ୍ନଲିଖତ ସ୍ଵତନ୍ତ୍ରତା ଅନ୍ତର୍ଭୁକ୍ତ –
(i) ଜୀବନ ଧାରଣ କରିବା, (ii) ସମାନତା, (iii) ବାକ୍ ସ୍ଵତନ୍ତ୍ରତା, (iv) ଯିବା ଆସିବା କରିବା, (v) ଚୁକ୍ତି, (vi) ସଭାସମିତି ଗଠନ କରିବା, (vii) ଟ୍ରେଡ୍ ୟୁନିୟନ ଗଠନ କରିବା, (viii) ବ୍ୟବସାୟ କରିବା, (ix) ବିବାହ କରିବା, (x) ଚୁକ୍ତି କରିବା ଇତ୍ୟାଦି।
(୩) ବ୍ୟକ୍ତିଗତ ସ୍ବତନ୍ତ୍ରତା (Personal Liberty) – ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନରେ କେତେକ ସ୍ଵତନ୍ତ୍ରତା ଉପଭୋଗ କରେ ଏବଂ ସେଥିରେ ସେ କାହାର ହସ୍ତକ୍ଷେପକୁ ଗ୍ରହଣ କରିବାପାଇଁ ପ୍ରସ୍ତୁତ ନୁହେଁ । ପ୍ରତ୍ୟେକ ବ୍ୟକ୍ତି ତାହାର ବେଶଭୂଷା, ଚାଲିଚଳଣ, ଖାଦ୍ୟ, ବିବାହ ବନ୍ଧନ ଏବଂ ନିଜର ବୃତ୍ତି ଅବଲମ୍ବନ କ୍ଷେତ୍ରରେ କାହାର ହସ୍ତକ୍ଷେପ ବିନା ନିଜର ରୁଚି ଓ ପସନ୍ଦ ଅନୁଯାୟୀ ନିଜେ ନିଷ୍ପତ୍ତି ନେବାକୁ ଚାହେଁ । ଏସବୁ କ୍ଷେତ୍ରରେ ଅନ୍ୟପ୍ରତି କୌଣସି ସମସ୍ୟା ସୃଷ୍ଟି ନ କଲେ ତାହାକୁ ଏହି ଅଧିକାରଗୁଡ଼ିକ ଦେବାରେ କୌଣସି ଅସୁବିଧା ନାହିଁ। ବ୍ୟକ୍ତିର ବିକାଶ ପାଇଁ ଏସବୁ ବ୍ୟକ୍ତିଗତ ସ୍ଵତନ୍ତ୍ରତାର୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।
(୪) ରାଜନୀତିକ ସ୍ବତନ୍ତ୍ରତା (Political Liberty) – ନିଜ ଦେଶରେ ନିଜ ସରକାର ଗଠନ ଓ ତାହାର ପରିଚାଳନାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ରାଜନୀତିକ ସ୍ଵତନ୍ତ୍ରତା ବୋଲି କୁହାଯାଏ। ଏହି ଦୃଷ୍ଟିରୁ ପ୍ରତ୍ୟେକ ସାବାଳକକୁ ଭୋଟାଧ୍ଵର ଦିଆଯିବା ଉଚିତ। ଏହି ମତଦାନର ଅଧିକାରପ୍ରାପ୍ତ ହେଲେ ଯାଇ ବ୍ୟକ୍ତି ପୂର୍ଣ୍ଣ ନାଗରିକତା ପ୍ରାପ୍ତ ବୋଲି କୁହାଯିବ । କେତେକ ରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି କେତେକ ଲୋକ ଅଛନ୍ତି ଯେଉଁମାନଙ୍କୁ ସେହି ରାଷ୍ଟ୍ର ଭୋଟାଧ୍ଧକାରରୁ ବଞ୍ଚିତ କରିଛି । ଏହି ବ୍ୟକ୍ତିମାନେ ରାଜନୈତିକ ଅଧ୍ଧକାରରୁ ବଞ୍ଚିତ ହୋଇଥିବା ଯୋଗୁଁ ରାଷ୍ଟ୍ର ସେମାନଙ୍କର ସୁଖ, ଦୁଃଖ ପ୍ରତି କୌଣସି ଗୁରୁତ୍ଵ ଦିଏ ନାହିଁ । ଲିକକ୍ଙ୍କ ମତରେ, “ ରାଜନୀତିକ ସ୍ଵତନ୍ତ୍ରତା ସାମ୍ବିଧାନିକ ସ୍ବତନ୍ତ୍ରତା ଅଟେ ଏବଂ ଏହାର ଅର୍ଥ ସ୍ପଷ୍ଟ କ୍ବୋଲି କୁହାଯାଏ।
ନିମ୍ନଲିଖତ ସ୍ଵତନ୍ତ୍ରତାଗୁଡ଼ିକ ରାଜନୈତିକ ସ୍ଵତନ୍ତ୍ରତାର ପରିସରଭୁକ୍ତ ଅଟେ; ଯଥା –
(i) ଭୋଟ ଦେବା, (ii) ରାଜନୈତିକ ଓ ପ୍ରଶାସନିକ ପଦବୀ ମଣ୍ଡନ କରିବା, (iii) ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା, (iv) ଆପରି ଅଭିଯୋଗ କରିବା, (v) ସଭାସମିତିରେ ଯୋଗଦାନ କରିବା, (vi) ଶୋଭାଯାତ୍ରା, ସଂଗଠନରେ ଯୋଗଦାନ କରିବା, (vii) ଆନ୍ଦୋଳନ କରିବା ଏବଂ ବିରୁଦ୍ଧ ମତର ପ୍ରଚାର କରିବା, ସ୍ବତନ୍ତ୍ରତା ଆଦି ଅନ୍ତର୍ଭୁକ୍ତ।
(୫) ଆର୍ଥିକ ସ୍ଵତନ୍ତ୍ରତା (Economic Liberty) – ଆର୍ଥିକ ସ୍ଵତନ୍ତ୍ରତାର ଅର୍ଥ ଏହା ଯେ ଲୋକମାନଙ୍କ ନିଜସ୍ଵ ଇଚ୍ଛାରେ କାମଧନ୍ଦା, ବୃତ୍ତି, ଅର୍ଥ ଉପାର୍ଜନର ବିକଳ୍ପ ଉପାୟ ବାଛିବାପାଇଁ ଅଧିକାର ଦିଆଯିବା ଉଚିତ। ଏଥୁରେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ। ଆର୍ଥିକ ସ୍ଵତନ୍ତ୍ରତା ବିନା ରାଜନୀତିକ ସ୍ଵତନ୍ତ୍ରତାର କୌଣସି ଅର୍ଥ ନଥାଏ। ଯେଉଁ ବ୍ୟକ୍ତି ଦୁଇମୁଠା ପେଟପୂରା ଖାଇବାକୁ ପାଏ ନାହିଁ ତାହାପାଇଁ କିଏ ସରକାର ଗଢ଼ିଲା ଏବଂ କେଉଁ ଦଳର ମତବାଦ କ’ଣ ତାହାର କୌଣସି ମାନେ ନଥାଏ। ଆର୍ଥିକ ସ୍ଵତନ୍ତ୍ରତାର ଅର୍ଥ ଏହା ଯେ ଦେଶରେ ପ୍ରତ୍ୟେକ ନାଗରିକ ନିଜର ଜୀବିକା ଅର୍ଜନ ପାଇଁ ସୁରକ୍ଷା ଏବଂ ସୁବିଧା, ସୁଯୋଗ ପ୍ରାପ୍ତ ହେବା ଉଚିତ।
(୬) ରାଷ୍ଟ୍ରୀୟ ସ୍ଵତନ୍ତ୍ରତା (National Liberty) – ରାଷ୍ଟ୍ରୀୟ ସ୍ଵତନ୍ତ୍ରତା କହିଲେ ପ୍ରତ୍ୟେକ ଦେଶର ସ୍ଵତନ୍ତ୍ରତାକୁ ବୁଝାଏ। ରାଷ୍ଟ୍ରୀୟ ସ୍ଵତନ୍ତ୍ରତା ବିନା କୌଣସି ଦେଶର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ନୁହେଁ। ପୂର୍ବକାଳରେ ସବୁଦେଶ ସାମ୍ରାଜ୍ୟ ବିସ୍ତାରରେ ଲାଗି ପଡ଼ିଥିଲେ। ଯେଉଁ ଦେଶ ଯେତେ ଅଧିକ ଦେଶ ଜୟକରି ନିଜର ସାମ୍ରାଜ୍ୟ ବିସ୍ତୃତି କରିପାରୁଥିଲା ତାହାକୁ ସେତେ ଶକ୍ତିଶାଳୀ ରାଷ୍ଟ୍ର ବୋଲି କୁହାଯାଉଥିଲା। ବର୍ତ୍ତମାନ ଯୁଗରେ କେଲୋଗ-ବ୍ରାଏଣ୍ଡ ଚୁକ୍ତି ଯୁଦ୍ଧକୁ ବେଆଇନ ଘୋଷଣା କରିଛି। ଜାତିସଂଘର ସନନ୍ଦରେ ଯୁଦ୍ଧକୁ କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ସହିତ ବିବାଦ ସମାଧାନର ପନ୍ଥାରୂପେ ବ୍ୟବହାର କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।
ଅବଶ୍ୟ ଗୋଟିଏ ପରାଧୀନ ରାଷ୍ଟ୍ର ନିଜର ସ୍ଵତନ୍ତ୍ରତା ପ୍ରାପ୍ତି ପାଇଁ ଔପନିବେଶିକ ଶକ୍ତି ବିରୋଧରେ ଯୁଦ୍ଧ କରିପାରେ । ଇଂଲଣ୍ଡ ବିରୋଧରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ଵରେ ସଂଗ୍ରାମ ଆରମ୍ଭ ହୋଇଥିଲା । ସେହିପରିଭାବେ ଊନବିଂଶ ଶତାବ୍ଦୀରେ ଅଷ୍ଟ୍ରିଆର ବିଦେଶୀ ଶାସନ ବିରୋଧରେ ଇଟାଲୀରେ ସ୍ଵାଧୀନତା ସଂଗ୍ରାମ ଜୋର୍ସୋର୍ଭାବେ ଆରମ୍ଭ ହୋଇଥିଲା। ବିଂଶ ଶତାବ୍ଦୀରେ ବହୁ ଏସୀୟ ଏବଂ ଆଫ୍ରିକୀୟ ଦେଶରେ ମୁକ୍ତିର ସଂଗ୍ରାମ ଜୋର୍ସୋର୍ଭାବେ ଆରମ୍ଭ ହେଲା । ସାମ୍ରାଜ୍ୟବାଦୀ ଶକ୍ତିଗୁଡ଼ିକ ବାଧ୍ୟ ହୋଇ ଏହି ସ୍ଵାଧୀନତା ସଂଗ୍ରାମ ନିକଟରେ ହାର ମାନିଲେ ଏବଂ ଅନେକ ନୂତନ ସ୍ଵତନ୍ତ୍ର ଦେଶ ସୃଷ୍ଟି ହେଲା।
(୭) ଆନ୍ତର୍ଜାତିକ ସ୍ବତନ୍ତ୍ରତା (International Liberty) – ଆନ୍ତର୍ଜାତିକ ସ୍ଵତନ୍ତ୍ରତା ସମଗ୍ର ବିଶ୍ଵକୁ ନିଜ ପରିସର ମଧ୍ୟରେ ଅନ୍ତର୍ଭୁକ୍ତ କରିଥାଏ। ଏହା ବିଶ୍ବଯୁଦ୍ଧର ବିରୋଧ କରେ, ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଉପରେ ନିୟନ୍ତ୍ରଣ ଜାରି କରିଥାଏ। ଏ ପ୍ରତ୍ୟେକ ଦେଶର ସାମରିକ ଶକ୍ତି ଉପରେ ନିୟନ୍ତ୍ରଣ ଜାରି କରେ ଯାହା ଫଳରେ ସେହି ଅଞ୍ଚଳର ବା ଅନ୍ୟ ଦେଶର ଜନସାଧାରଣଙ୍କର ସ୍ଵତନ୍ତ୍ରତା କ୍ଷୁଣ୍ଣ ହୁଏ ନାହିଁ । ଦେଶ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ କରିବା ପାଇଁ ଯୁକ୍ତି ବାଢ଼ିଥାଏ।
୨ । ଆଇନ (Law) ଓ ସ୍ବତନ୍ତ୍ରତା (Liberty) ମଧ୍ୟରେ ସଂପର୍କର ତର୍ଜମା କର ।
Answer:
ବ୍ୟକ୍ତିର ସ୍ଵାର୍ଥକୈନ୍ଦ୍ରିକ ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରି ତା’ର ବ୍ୟକ୍ତିତ୍ଵର ଯଥାର୍ଥ ବିକାଶ କରାଇବାପାଇଁ ଯେଉଁ ମାଧ୍ୟମକୁ ରାଷ୍ଟ୍ର ବ୍ୟବହାର କରିଥାଏ, ତାହାକୁ ଆଇନ କୁହାଯାଏ। ଅନ୍ୟପକ୍ଷରେ ସ୍ଵତନ୍ତ୍ରତା ବ୍ୟକ୍ତିର ସେହି ସମସ୍ତ ଦାବିକୁ ସୂଚିତ କରେ ଯାହା ସମାଜଦ୍ଵାରା ସ୍ଵୀକୃତିପ୍ରାପ୍ତ ଓ ରାଷ୍ଟ୍ରଦ୍ଵାରା ଆଇନ ମାଧ୍ୟମରେ ପ୍ରଦତ୍ତ ଓ ସୁରକ୍ଷିତ ହୋଇଥାଏ। ଏହାର ଉପସ୍ଥିତି ଫଳରେ ବ୍ୟକ୍ତି ନିଜର ବ୍ୟକ୍ତିତ୍ଵର ବିକାଶ ପାଇଁ ଅନୁକୂଳ ପରିବେଶ ପ୍ରାପ୍ତ ହୋଇଥାଏ।
ଆଇନ ଓ ସ୍ଵତନ୍ତ୍ରତା ମଧ୍ଯରେ ସଂପର୍କ :
(କ) ଆଇନ ଓ ସ୍ବତନ୍ତ୍ରତା ପରସ୍ପର ବିରୋଧୀ ଅଟନ୍ତି – ଜେ.ଏସ୍.ମିଲଙ୍କ ପରି ବ୍ୟକ୍ତିବାଦୀ ଓ ପ୍ରୋଧନ, ବାକୁନିବଙ୍କ ପରି ବିଶୃଙ୍ଖଳାବାଦୀଙ୍କ ମତରେ ଆଇନ ଓ ସ୍ଵତନ୍ତ୍ରତା ପରସ୍କରର ବିରୋଧୀ ଅଟନ୍ତି। ରାଷ୍ଟ୍ର ନିଜର ସାର୍ବଭୌମତ୍ଵ ଓ କର୍ତ୍ତୃତ୍ଵର ବ୍ୟାପକ ପ୍ରୟୋଗ ଫଳରେ ଯେଉଁ ଆଇନ ପ୍ରଣୟନ କରେ ତାହା ବ୍ୟକ୍ତି ସ୍ଵାତନ୍ତ୍ର୍ୟକୁ ନିୟନ୍ତ୍ରିତ ଓ ସଂକୁଚିତ କରିଥାଏ ଓ ଏହାଫଳରେ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକଶିତ ହୋଇପାରେ ନାହିଁ । ପୁରାତନ ବ୍ୟକ୍ତିବାଦୀମାନେ ରାଷ୍ଟ୍ରକୁ ଏକ ‘କୁ-ଆବଶ୍ୟକତା’ (Necessary-evil) ରୂପରେ ଚିତ୍ରଣ କରିଛନ୍ତି । ଏହି ରାଷ୍ଟ୍ର ଏକ ପୋଲିସ୍ ବା ‘ ନାସ୍ତିସୂଚକ’ ରାଷ୍ଟ୍ର ଅଟେ । ଏହି ବ୍ୟକ୍ତିବାଦୀମାନଙ୍କ ମତରେ, ଯେଉଁ ରାଷ୍ଟ୍ର ଯେତେ କମ୍ ଶାସନ କରେ ବା ହସ୍ତକ୍ଷେପ କରେ ତାହା ବ୍ୟକ୍ତି ସ୍ଵତନ୍ତ୍ରତା ଦୃଷ୍ଟିରୁ ସେତେ ଉନ୍ନତ ଓ ଗୁରୁତ୍ଵପୂର୍ଣ୍ଣ ଅଟେ ।
ବିଶୃଙ୍ଖଳାବାଦୀ ଓ ସଂଘବାଦୀମାନଙ୍କ ମତରେ, ବ୍ୟକ୍ତିର ସ୍ଵତନ୍ତ୍ରତାକୁ କ୍ଷୁଣ୍ଣ କରୁଥିବାରୁ ରାଷ୍ଟ୍ରର ବିଲୋପସାଧନ ଆବଶ୍ୟକ । ବସ୍ତୁବାଦୀମାନଙ୍କ ମତରେ, ରାଷ୍ଟ୍ର ନିରଙ୍କୁଶ ସାର୍ବଭୌମତ୍ବର ଅଧ୍ଯକାରୀ ହେଲେ ବ୍ୟକ୍ତିସ୍ୱାତନ୍ତ୍ର୍ୟ କ୍ଷୁଣ୍ଣ ହୁଏ ଓ ବ୍ୟକ୍ତିତ୍ଵ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଏଣୁ ସେମାନେ ସାର୍ବଭୌମତ୍ଵର ବିଭାଜନ ଓ ରାଷ୍ଟ୍ର ପରି ବିଭିନ୍ନ ସଂଘ ମଧ୍ଯରେ ଏହାର ବଣ୍ଟନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥା’ନ୍ତି। ଏହି ମତବାଦ ଅନୁଯାୟୀ ନିରଙ୍କୁଶ ବ୍ୟକ୍ତିସ୍ଵାତନ୍ତ୍ର୍ୟକୁ ଆଇନର ସଂପୂର୍ଣ୍ଣ ଅନୁପସ୍ଥିତିରେ ଉପଭୋଗ କରାଯାଇପାରେ। ଏହା ନାସ୍ତିସୂଚକ ସ୍ଵତନ୍ତ୍ରତା (Negative Liberty) ଅଟେ ।
(ଖ) ଆଇନ ଓ ସ୍ବତନ୍ତ୍ରତା ପରସ୍ପରର ପରିପୂରକ ଅଟନ୍ତି – ଆଧୁନିକ ଉଦାରବାଦୀ ଦାର୍ଶନିକ; ଯଥା– ଗ୍ରୀନ୍, ଲାସ୍କି, ବାର୍କର ଏବଂ ଆଦର୍ଶବାଦୀ ଦାର୍ଶନିକ; ଯଥା- ରୁଷୋ, ହିଗେଲ, ବୋସାଙ୍ଗେ ଇତ୍ୟାଦିଙ୍କ ମତରେ, ଆଇନ ଓ ସ୍ଵତନ୍ତ୍ରତା ପରସ୍ପର ପ୍ରତି ସମ୍ବେଦନଶୀଳ ଅଟନ୍ତି । ରାଷ୍ଟ୍ରର ଆଇନ ମାଧ୍ଯମରେ ବ୍ୟକ୍ତିସ୍ଵତନ୍ତ୍ରତା ପରସ୍ପର ପ୍ରତି ସମ୍ବେଦନଶୀଳ ଅଟନ୍ତି । ରାଷ୍ଟ୍ରର ଆଇନ ମାଧ୍ୟମରେ ବ୍ୟକ୍ତିସ୍ଵତନ୍ତ୍ରତା ପ୍ରଦତ୍ତ ଓ ସୁରକ୍ଷିତ ହୋଇଥାଏ। ଲକ୍ଙ୍କ ମତରେ, ଆଇନର ଲକ୍ଷ୍ୟ ନୁହେଁ ସ୍ଵାଧୀନତାର ଲୋପ ବା ସଙ୍କୋଚନ, ବରଂ ଏହାର ସଂରକ୍ଷଣ ଓ ପରିବର୍ତ୍ତନ। ସମାଜବାଦୀମାନେ ବ୍ୟକ୍ତିର ସ୍ଵତନ୍ତ୍ରତା ପାଇଁ ରାଷ୍ଟ୍ରର ସ୍ଥିତି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମତପ୍ରକାଶ କରିଛନ୍ତି ।
ଆଇନ ବ୍ୟକ୍ତିର ସ୍ଵାର୍ଥକୈନ୍ଦ୍ରିକ ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରି ଏକ ସାମାଜିକ ପରିବେଶରେ ସ୍ଵତନ୍ତ୍ରତାର ଉପଭୋଗ ପାଇଁ କ୍ଷେତ୍ର ପ୍ରସ୍ତୁତ କରେ । ଆଇନର ଅନୁପସ୍ଥିତିରେ ସ୍ବତନ୍ତ୍ରତା ଏକ ଅନୁମତିପତ୍ର ବା ଲାଇସେନ୍ସରେ ପରିଣତ ହୋଇଥାଏ ଓ ସ୍ଵତନ୍ତ୍ରତା ମୂଲ୍ୟହୀନ ହୋଇପଡ଼େ। ରଚେଙ୍କ ମତରେ, “ ଆଇନ ହେଉଛି ସ୍ଵତନ୍ତ୍ରତାର ପ୍ରଥମ ସର୍ଭ।” ଏହା ‘ଅସ୍ତିସୂଚକ ସ୍ଵତନ୍ତ୍ରତା’ (Positive Liberty) ଅଟେ ।
ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ କେତେକ ଆଇନ ବ୍ୟକ୍ତିସ୍ଵାତନ୍ତ୍ର୍ୟକୁ ସଙ୍କୁଚିତ କରୁଥିଲେ ମଧ୍ୟ ସାମଗ୍ରିକ ଦୃଷ୍ଟିରୁ ଆଲୋଚନା କଲେ ଆଇନ ମଧ୍ୟରେ ବ୍ୟକ୍ତିସ୍ଵତନ୍ତ୍ରତା ସ୍ବୀକୃତିପ୍ରାପ୍ତ ଓ ସଂରକ୍ଷିତ ହୋଇଥାଏ। ଉଇଲର୍ଙ୍କ ମତରେ, “ ନିୟନ୍ତ୍ରଣର ପରିବେଶ ମଧ୍ୟରେ ସ୍ଵାଧୀନତାର ଉପଭୋଗ ସମ୍ଭବ ଅଟେ।” ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ ଓ ସ୍ଵତନ୍ତ୍ରତା ପରସ୍ପର ବିରୋଧୀ ନ ହୋଇ ପରସ୍ପର ପରିପୂରକ ରୂପେ କାର୍ଯ୍ୟ କରିଥା’ନ୍ତି ।
୩ । ସ୍ଵତନ୍ତ୍ରତା କିପରି ସୁରକ୍ଷିତ ରହିପାରିବ ଦର୍ଶାଅ।
Answer:
ସ୍ୱତନ୍ତ୍ରତା ବ୍ୟକ୍ତିର ବ୍ୟକ୍ତିତ୍ଵର ବିକାଶ ପାଇଁ ଏକ ଆବଶ୍ୟକୀୟ ସର୍ଭେ ଅଟେ । ଏହା ଏକ ସାମାଜିକ ବିଷୟ ଯାହା
ଆଇନଗତ ନିରାପତ୍ତାର ପରିବେଶରେ ଉପଭୋଗ କରାଯାଇପାରେ । କେତେକ ବସ୍ତୁନିଷ୍ଠ ଓ ଆନୁଷ୍ଠାନିକ ବ୍ୟବସ୍ଥା ବ୍ୟତିରେକ ଏହାର ଉପଭୋଗ ସମ୍ଭବ ନୁହେଁ । ସ୍ଵତନ୍ତ୍ରତାର ସୁରକ୍ଷା ପାଇଁ ନିମ୍ନଲିଖତ ଉପାଦାନ ଉପରେ ଗୁରୁତ୍ଵ ଦିଆଯାଇଥାଏ-
(୧) ରାଷ୍ଟ୍ରର ସମ୍ବିଧାନରେ ମୌଳିକ ଅଧୁକାର ସ୍ଥାନିତ ହୋଇ ଘୋଷିତ ହେବା ଆବଶ୍ୟକ। ଏହି ଅଧିକାର ସରକାରଙ୍କ କ୍ଷମତା ଉପରେ ଅଙ୍କୁଶ ବସାଇଥାଏ ଓ ସାଧାରଣତଃ ଅନମନୀୟ ଅଟେ।
(୨) ଏକ ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟାଳୟ ସ୍ଵତନ୍ତ୍ରତାକୁ ସୁରକ୍ଷା କବଚ ପ୍ରଦାନ କରିଥାଏ।
(୩) ପ୍ରତିନିଧ୍ଵମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ବିଧାନିକ ଶାସନ, ସହିଷ୍ଣୁତା ନୀତି ଆଦିର ପରିବେଶ ମଧ୍ୟରେ ଶାସକର ସ୍ଵେଚ୍ଛାଚାରୀ ଶାସନନୀତିର କୁପ୍ରଭାବରୁ ସ୍ଵତନ୍ତ୍ରତାକୁ ରକ୍ଷା କରାଯାଇପାରେ ।
(୪) କାର୍ଯ୍ୟାବଳୀ ବା ଭୂଖଣ୍ଡୀୟ କ୍ଷମତା ବିକେନ୍ଦ୍ରୀକରଣ ନୀତି ଫଳରେ ଶାସନର ବିଭିନ୍ନ ସୋପାନ ସୃଷ୍ଟି ହୁଏ ଓ ଏକ ପରସ୍ପରର ନିୟନ୍ତ୍ରଣ ଓ ସହଯୋଗଯୁକ୍ତ ବ୍ୟବସ୍ଥାରେ ବ୍ୟକ୍ତିସ୍ଵତନ୍ତ୍ରତା ଅଧିକ ସୁରକ୍ଷିତ ହୋଇଥାଏ।
(୫) କ୍ଷମତା ପୃଥକୀକରଣ ତତ୍ତ୍ଵ ଫଳରେ କ୍ଷମତା କ୍ଷମତାକୁ ନିୟନ୍ତ୍ରଣ କରିଥାଏ, ଫଳରେ ବ୍ୟକ୍ତିସ୍ୱତନ୍ତ୍ରତା ସୁରକ୍ଷିତ ରହିଥାଏ ।
(୬) ଆଇନର ଶାସନ ବ୍ୟକ୍ତିକୁ ଆଇନ ସମ୍ମୁଖରେ ସମାନତା ଓ ସମାନ ନିରାପତ୍ତା ପ୍ରଦାନ କରି ସ୍ଵତନ୍ତ୍ରତାର ସୁରକ୍ଷା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ ।
(୭) ସାମାଜିକ ନ୍ୟାୟ ଓ ଅର୍ଥନୈତିକ ନିରାପତ୍ତାର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଏକ ‘ମୁକ୍ତ ସମାଜ’ରେ ପ୍ରତ୍ୟେକ ବ୍ୟକ୍ତିର ସ୍ଵତନ୍ତ୍ରତା ସୁରକ୍ଷିତ ରହିଥାଏ। ଆଧୁନିକ ଜନମଙ୍ଗଳ ରାଷ୍ଟ୍ର ନିର୍ଦ୍ଦିଷ୍ଟ ଅସ୍ତିସୂଚକ ପଦକ୍ଷେପ ନେଇ ଆୟ ଓ ସମ୍ପଭିଗତ ଅସମାନତା ଦୂର କରିଥାଏ ଯାହା ସ୍ଵତନ୍ତ୍ରତା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ।
(୮) ଏକ ଦ୍ଵିଦଳୀୟ ବ୍ୟବସ୍ଥା, ଏକ ଦାୟିତ୍ଵଶୀଳ ଦୃଢ଼ ବିରୋଧୀ ଦଳ, ବଳିଷ୍ଠ ଦଳୀୟ ଦର୍ଶନ ଓ କାର୍ଯ୍ୟକ୍ରମ ଆଦି ସରକାରୀ କର୍ତ୍ତୃତ୍ଵର ଅପବ୍ୟବହାର ରୋକିଥାଏ ଏବଂ ସ୍ଵତନ୍ତ୍ରତା ପାଇଁ ସୁରକ୍ଷାର ଦୃଢ଼ ବଳୟ ସୃଷ୍ଟି କରେ।
(୯) ସୁସ୍ଥ ଜନମତ ଓ ଏକ ମୁକ୍ତ ସମ୍ବାଦସଂସ୍ଥା ଲୋକମାନଙ୍କୁ କ୍ଷମତାର ଅପବ୍ୟବହାର ସମ୍ପର୍କରେ ସଚେତନ କରି ସ୍ଵତନ୍ତ୍ରତାର ସୁରକ୍ଷୀ ପାଇଁ ସାହାଯ୍ୟ କରିଥାଏ।
(୧୦) ଶାସକଦଳ କ୍ଷମତାର ଅପବ୍ୟବହାର କରିବା ଏକ ସାଧାରଣ ଘଟଣା ହୋଇଥିବାରୁ ଜନ ଜାଗୃତି, ବିରୋଧ ଓ ପ୍ରତିରୋଧ କରିବାର ସାହସ ଆଦି ବ୍ୟବସ୍ଥାଦ୍ଵାରା ସ୍ଵତନ୍ତ୍ରତାର ସୁରକ୍ଷା କରାଯାଇପାରିବ।
(୧୧) ରାଜନୈତିକ ଶିକ୍ଷା ଓ ରାଜନୈତିକ ସଚେତନଶୀଳତା ଜନସାଧାରଣଙ୍କୁ ସେମାନଙ୍କର ସ୍ୱତନ୍ତ୍ରତା, କର୍ତ୍ତବ୍ୟ ଆଦି ସମ୍ପର୍କରେ ସଚେତନ କରିବା ଫଳରେ ସ୍ଵତନ୍ତ୍ରତାର ସୁରକ୍ଷା ପାଇଁ ଜନଜାଗୃତି ଦେଖାଦେଇଥାଏ ।
ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଗଲେ ସ୍ଵତନ୍ତ୍ରତା ସୁରକ୍ଷିତ ହୋଇପାରିବ । ଏହି କ୍ଷେତ୍ରରେ ‘ଶାଶ୍ଵତ ଅନ୍ତଃଦୃଷ୍ଟି ସଂ ଉପାଦାନଟି ବିଶେଷ ଗୁରୁତ୍ଵପୂର୍ଣ ।