Odisha State Board BSE Odisha 8th Class Science Notes Chapter 15 କେତେକ ପ୍ରାକୃତିକ ଘଟଣା will enable students to study smartly.
BSE Odisha Class 8 Science Notes Chapter 15 କେତେକ ପ୍ରାକୃତିକ ଘଟଣା
ଉପକ୍ରମ :
ଖରାଦିନର ଘଣ୍ଟିବାୟୁ ଓ ଧୂଳିଝଡ଼ ଏବଂ ବର୍ଷାଦିନର ବନ୍ୟା ଓ ବାତ୍ୟା ତଥା ବଜ୍ରପାତ, ଭୂମିକମ୍ପ ଓ ସୁନାମି ଇତ୍ୟାଦି ଗୋଟିଏ, ଗୋଟିଏ ପ୍ରାକୃତିକ ଘଟଣା । ଏପରି ପ୍ରାକୃତିକ ଘଟଣାର ପ୍ରଭାବରେ ଅନେକ ଜୀବନହାନି ଘଟେ ଏବଂ ପ୍ରଭୃତ ଧନ ସମ୍ପତ୍ତି ନଷ୍ଟ ହୁଏ । ତେଣୁ ଏହି ବିପର୍ଯ୍ୟୟ ସମୟରେ ନିଜର ତଥା ଅନ୍ୟମାନଙ୍କର ଧନ, ଜୀବନ କିପରି ରକ୍ଷା କରି ପାରିବା,। ସେ ସମ୍ପର୍କରେ ସତର୍କତା ଓ ସଚେତନତା ଅତ୍ୟନ୍ତ ଜରୁରୀ ।
ବିଜୁଳି ଓ ଘଡ଼ଘଡ଼ି (Lightning) :
(i) ବିଜୁଳି ମାରିବାର ଠିକ୍ ପରେ ଘଡ଼ଘଡ଼ି ଶୁଭେ । ଏହାକୁ ବଜ୍ରପାତ କହନ୍ତି ।
(ii) ବିଜୁଳି ଓ ଘଡ଼ଘଡ଼ି ପ୍ରକୃତିରେ ଘଟୁଥିବା ଏକପ୍ରକାରର ଚାର୍ଜ । ବାୟୁମଣ୍ଡଳର ଗତିଶୀଳ ବାଦଲରେ ସୃଷ୍ଟ ଚାର୍ଜ- ଯୋଗୁଁ ବିଜୁଳି, ଘଡ଼ଘଡ଼ି ହୋଇଥାଏ ।
(iii) ବିଦ୍ୟୁତ୍ ଖୁଣ୍ଟରେ ବିଦ୍ୟୁତ୍ ତାରର ସଂଯୋଗ ଜିଲା ଥିଲେ ପବନବେଳେ ତାହା ଦୋହଲିବାରୁ ବିଦ୍ୟୁତ୍ ସ୍କୁଲିଙ୍ଗ ଦେଖାଯାଏ । ବିଦ୍ୟୁତ୍ ପ୍ଲଗକୁ ବିଦ୍ୟୁତ୍ ପରିପଥରେ ଲାଗିଥିବା ସକେଟରେ ସଂଯୋଗ କଲାବେଳେ ଯଦି ଜିଲାରହେ, ସେଠାରେ ମଧ୍ୟ ବିଦ୍ୟୁତ୍ ସାର୍କ ଦେଖାଯାଏ । ବିଜୁଳି, ଘଡ଼ଘଡ଼ି ପ୍ରକୃତିରେ ଘଟୁଥିବା ଏହିପରି ଏକ ସ୍ପାର୍କ ।
ରବିଂ ଦ୍ୱାରା ଚାର୍ଜ (Charging by Rubbing) :
(i) ପ୍ଲାଷ୍ଟିକ୍ ରିଫିଲ୍କୁ ଶୁଖୁଲା ପଲିଥ୍ଦ୍ୱାରା ଘଷିଲେ, ରିଫିଲ୍ ଓ ପଲିଥନ୍ ଉଭୟରେ ବିଦ୍ୟୁତ୍ ଚାର୍ଜ ସୃଷ୍ଟି ହୁଏ ।
(ii) ପ୍ଲାଷ୍ଟିକ୍ ପାନିଆରେ ମୁଣ୍ଡ କୁଣ୍ଡାଇବାବେଳେ ପାନିଆ ଓ କେଶରେ ମଧ୍ୟ କିଛି ଚାର୍ଜ ସୃଷ୍ଟି ହୁଏ । ଏଭଳି ପଦାର୍ଥକୁ ଚାର୍ଜଯୁକ୍ତ ପଦାର୍ଥ ବା ଚାର୍ଜିତ ପଦାର୍ଥ କୁହାଯାଏ ।
ଅନ୍ଧାର ଘରେ ପଶମ କିମ୍ବା ପଲିଷ୍ଟର ବସ୍ତ୍ର ଉତ୍ତାରୁଥିବାବେଳେ କିଛି କ୍ଷୀଣ ସ୍ୱାର୍କ ସହ ଚଡ଼ଚିଡ଼ ଶବ୍ଦ ଶୁଣାଯାଏ । ଶରୀରର ଲୋମ ମଧ୍ଯ ଠିଆହୋଇଯାଏ । କେତେକ ନିର୍ଦ୍ଦିଷ୍ଟ ଦୁଇଟି ପଦାର୍ଥ ବିପରୀତ ଭାବେ ଚାର୍ଜ ହେଉଥିବାରୁ ଏପରି ଘଟଣା ଘଟିଥାଏ ।
1752 ମସିହାରେ ଆମେରିକୀୟ ବୈଜ୍ଞାନିକ ଫ୍ରାଙ୍କ୍ଲିନ୍ (1706 – 1809) ଦର୍ଶାଇଥିଲେ ଯେ, ଏଭଳି ପୋଷାକ ଉତ୍ତାରିବାବେଳେ ସୃଷ୍ଟ ସ୍ପାର୍କ ଓ ବିଜୁଳି ଏକାପ୍ରକାରର ଘଟଣା ।
(Types of Charge and their Interaction) :
(i) ଚାର୍ଜ ଦୁଇପ୍ରକାରର; ଯଥା – ଯୁକ୍ତ ଚାର୍ଜ ଓ ବିଯୁକ୍ତ ଚାର୍ଜ ।
(ii) କାଚଦଣ୍ଡକୁ ରେଶମ କନାରେ ଘଷିଲେ କାଚଦଣ୍ଡରେ ସୃଷ୍ଟ ଚାର୍ଜକୁ ଯୁକ୍ତାତ୍ମକ ଚାର୍ଜ ଓ ରେଶମ କନାରେ ସୃଷ୍ଟ ଚାର୍ଜକୁ ବିଯୁକ୍ତାତ୍ମକ ଚାର୍ଜ କୁହାଯାଏ ।
(iii) ପରସ୍ପର ସହିତ ଘର୍ଷଣ ଯୋଗୁଁ ଗୋଟିଏ ବସ୍ତୁ ଯୁକ୍ତାତ୍ମକ ଭାବେ ଚାର୍ଜିତ ହେଉଥିବାବେଳେ ଅନ୍ୟଟି ବିଯୁକ୍ତାତ୍ମକଭାବେ ଚାର୍ଜିତ ହୋଇଥାଏ । ଉଭୟରେ ସୃଷ୍ଟ ଚାର୍ଜର ପରିମାଣ ସମାନ ଅଟେ ।
(iv) ସମପ୍ରକାର ଚାର୍ଜ ପରସ୍ପରକୁ ବିକର୍ଷଣ କରନ୍ତି ଓ ଅସମ ପ୍ରକାରର ଚାର୍ଜ ପରସ୍ପରକୁ ଆକର୍ଷଣ କରନ୍ତି ।
(v) ଘର୍ଷଣଜନିତ ପଦାର୍ଥରେ ସୃଷ୍ଟ ଚାର୍ଜକୁ ‘ସ୍ଥିର ବିଦ୍ୟୁତ୍ ଚାର୍ଜ’ କୁହାଯାଏ । ଏହି ଚାର୍ଜ ସ୍ଵତଃ ଗତିଶୀଳ ନୁହେଁ । କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏହାକୁ ଗତିଶୀଳ କରାଇଲେ ଏହାଦ୍ଵାରା ବିଦ୍ୟୁତ ସ୍ରୋତ ସୃଷ୍ଟି ହୁଏ ।
ତୁମପାଇଁ କାମ :
(i) ଗୋଟିଏ ବାୟୁପୂର୍ଣ୍ଣ ବେଲୁକୁ ପଶମ କନାରେ ଘଷି ଏକ ସୂତା ସାହାଯ୍ୟରେ କଣ୍ଟାରେ ଝୁଲାଇ ଦିଆଯାଉ ।
(ii) ଗୋଟିଏ ପ୍ଲାଷ୍ଟିକ୍ ରିଫିଲ୍କୁ ପଲିଥ୍ରେ ଘଷି ଝୁଲନ୍ତା ବେଲୁନ୍ ନିକଟକୁ ଅଣାଯାଉ । ଦେଖାଯିବ ଯେ ବେଲୁନ୍ ଓ ରିଫିଲ୍ ପରସ୍ପରକୁ ଆକର୍ଷଣ କରୁଛନ୍ତି । ପଶମ କନାରେ ଘଷାଯାଇଥିବା ବେଲୁନ୍ରେ ଯେଉଁ ଚାର୍ଜ ସୃଷ୍ଟି ହୋଇଛି, ପଲିଥରେ ଘଷାଯାଇଥିବା ରିଫିଲ୍ରେ ଭିନ୍ନ ଚାର୍ଜ ସୃଷ୍ଟି ହୋଇଛି । ଏଥୁରୁ ଜଣାଗଲା ଯେ
ଦେୟ ସ୍ଥାନାନ୍ତର (Transfer of charges):
ଇଲେକ୍ଟ୍ରୋସ୍କୋପି ପ୍ରସ୍ତୁତି :
ପ୍ରସ୍ତୁତି :
(i) ଗୋଟିଏ ଖାଲି କାଚ ବୋତଲ ଓ ବୋତଲର ମୁହଁଠାରୁ ଅଳ୍ପ ବଡ଼ ଏକ କାର୍ଡ଼ବୋର୍ଡ଼ ନିଆଯାଉ ।
(ii) କାର୍ଡ଼ବୋର୍ଡ଼ ମଝିରେ ଏକ ରନ୍ଧ୍ର କରାଯାଉ ଯେପରି ଏକ ଧାତବ ପେପର କ୍ଲିପ୍ ଏହା ମଧ୍ୟଦେଇ ବୋତଲ ମଧ୍ୟକୁ ଯାଇପାରିବ ।
(iii) 4 ସେ.ମି. ଦୈର୍ଘ୍ୟ ଓ 1 ସେ.ମି. ପ୍ରସ୍ଥ ବିଶିଷ୍ଟ ଦୁଇଖଣ୍ଡ ଆଲୁମିନିୟମ୍ ଫଏଲ୍ ପେପର କ୍ଲିପରୁ ବୋତଲ ମଧ୍ଯରେ ଝୁଲାଯାଉ ।
(iv) ପେପର କ୍ଲିପ୍ର ଅନ୍ୟ ପ୍ରାନ୍ତଟି କାର୍ଡ଼ବୋର୍ଡ଼ର ରନ୍ଧ୍ର ମଧ୍ୟଦେଇ ବାହାରକୁ ନେଇ ଏହାକୁ କାର୍ଡ଼ବୋର୍ଡ଼ରୁ ଲମ୍ବ ଭାବରେ ଝୁଲାଇ ରଖାଯାଉ ।
ପରୀକ୍ଷଣ : 1
(i) ଗୋଟିଏ ପ୍ଲାଷ୍ଟିକ୍ ରିଫିଲ୍କୁ ପଲିଥୁନରେ ଘଷି ଯେପରି କ୍ଲପକୁ ସ୍ପର୍ଶ କରାଯାଉ ।
ଦେଖାଯିବ ଯେ, ପେପର କ୍ଲିପ ଝୁଲୁଥିବା ଆଲୁମିନିୟମ୍ ଫଳକଦ୍ବୟ ପରସ୍ପରଠାରୁ ବିକର୍ଷିତ ହେଉଛନ୍ତି । ଧାତୁ ସପରିବାହ ହୋଇଥବାର ଚାର୍ଜିତ ରିଫିଲର ଚାର୍ଜ ପେପର କ୍ଲିପ୍ ମାଧ୍ୟମରେ ଆଲୁମିନିୟମ୍ ଫଳକଦ୍ୱୟକୁ ସ୍ଥାନାନ୍ତରିତ ହୋଇଥାଏ । ଫଳକଦୟରେ ଏକାପ୍ରକାର ଚାର୍ଜ ରହିବାର ପରସ୍ପରକ ବିକର୍ଷଣ କରି ଦୂରେଇଯା’ନ୍ତି । ଉପରୋକ୍ତବ୍ୟବସ୍ଥା ବ୍ୟବହାର କରି ବସ୍ତୁଟି ଚାର୍ଜ ହୋଇଛି କି ନାହିଁ ଜାଣିହୁଏ । ଏହି ସାଧନକୁ ଇଲେକ୍ଟ୍ରୋସ୍କୋପ୍ କୁହାଯାଏ ।
ପରୀକ୍ଷଣ : 2
(i) ଉପରୋକ୍ତ ପରୀକ୍ଷଣଟି ପୁନର୍ବାର କରାଯାଉ; ଅର୍ଥାତ୍ ଧାତବ ପେପର କ୍ଲିପ୍ସହ ଚାର୍ଜିତ ରିଫିଲ୍କୁ ସ୍ପର୍ଶ କରାଯାଉ;
(ii) ବର୍ତ୍ତମାନ ହାତରେ ପେପର କ୍ଲିପ୍କୁ ସ୍ପର୍ଶ କରାଯାଉ ।
(iii) ଦେଖାଯିବ ଯେ ଆଲୁମିନିୟମ୍ ଫଳକଦ୍ବୟ ପରସ୍ପରର ନିକଟବର୍ତୀ ହେଉଛନ୍ତି ।
(iv) ଆମ ଶରୀର ବିଦ୍ୟୁତ୍ ସୁପରିବାହୀ ହୋଇଥିବାରୁ ଆଲୁମିନିୟମ୍ ଫଳକରୁ ଆମ ଶରୀର ମଧ୍ୟଦେଇ ଚାର୍ଜ ପୃଥିବୀକୁ ସ୍ଥାନାନ୍ତରିତ ହୋଇଥାଏ ।
ଏହି ପ୍ରକ୍ରିୟାଦ୍ବାରା ଚାର୍ଜିତ ବସ୍ତୁ ଚାର୍ଜ ହରାଇଥାଏ ଏବଂ ଏହାକୁ ବିଦ୍ୟୁତ୍ ବିସର୍ଜନ କୁହାଯାଏ ।
ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟି ହୁଏ କିପରି ?
(i) ବିଜୁଳି ଓ ଘଡ଼ଘଡ଼ି ସହ ଝଡ଼ ହେଉଥୁବା ସମୟରେ ବାୟୁସ୍ରୋତ ଊର୍ଦ୍ଧ୍ବକୁ ଗତିଶୀଳ ହୁଏ ଓ ମେଘ ନିମ୍ନଗାମୀ ହୁଏ ।
(ii) ମେଘମାନଙ୍କର ବାୟୁ ସହ ଘର୍ଷଣ ଯୋଗୁଁ ମେଘରେ ଥିବା ଦୁଇ ପ୍ରକାର ଚାର୍ଜ ପରସ୍ପରଠାରୁ ପୃଥକ୍ ହୁଅନ୍ତା; ଫଳରେ ମେଘର ଉପର ସ୍ତରରେ ଯୁକ୍ତ ଚାର୍ଜ ଓ ତଳ ସ୍ତରରେ ବିଯୁକ୍ତ ଚାର୍ଜ ଜମା ହୁଏ ।
(iii) ମେଘରେ ସୃଷ୍ଟି ହୋଇଥିବା ବିଯୁକ୍ତ ଚାର୍ଜର ପ୍ରଭାବରେ ଭୂପୃଷ୍ଠ ଯୁକ୍ତଚାର୍ଜିତ ହୁଏ ।
(iv) ଏହି ଦୁଇ ବିପରୀତଧର୍ମୀ ଚାର୍ଜର ପରିମାଣ ଅଧିକ ହେଲେ, ସେମାନଙ୍କ ମଧ୍ୟରେ ପ୍ରବଳ ଆକର୍ଷଣ ସୃଷ୍ଟି ହୁଏ ।
(v) ଆକର୍ଷଣ ଯୋଗୁଁ ଏହି ଦୁଇପ୍ରକାର ଚାର୍ଜକୁ ପୃଥକ୍ ରଖୁଥିବା ବାୟୁସ୍ତରର କୁପରିବାହିତା ଦୁର୍ବଳ ହୋଇଯାଏ ଏବଂ ବାୟୁ ମଧ୍ୟଦେଇ ବିଯୁକ୍ତ ଚାର୍ଜ ଭୂପୃଷ୍ଠ ଆଡ଼କୁ ପ୍ରବଳ ବେଗରେ ଗତିଶୀଳ ହୋଇ ଭୂପୃଷ୍ଠର ଯୁକ୍ତଚାର୍ଜ ସହିତ
ମିଳିତ ହୁଏ ।
(vi) ଏହି ପ୍ରକ୍ରିୟାରେ ଉଜ୍ଜ୍ବଳ ଆଲୋକ ସହିତ ପ୍ରଚଣ୍ଡ ଶବ୍ଦ ଓ ଉତ୍ତାପ ସୃଷ୍ଟି ହୁଏ । ଏହି ପ୍ରକ୍ରିୟାକୁ ଏକ ବଡ଼ଧରଣର ସ୍ପାର୍କ ଓ ଏହାକୁ ବିଦ୍ୟୁତ୍ ବିସର୍ଜନ କୁହାଯାଏ । ଏହା ଘଟୁଥିବା ସମୟରେ ସୃଷ୍ଟି ହେଉଥିବା ଆଲୋକକୁ ବିଜୁଳି ଓ ଶବ୍ଦକୁ ଘଡ଼ଘଡ଼ି କୁହାଯାଏ ।
(vii) ବିଜୁଳି ଓ ଘଡ଼ଘଡ଼ି ଏକ ସମୟରେ ସୃଷ୍ଟି ହେଉଥିଲେ ମଧ୍ୟ ବିଜୁଳି ଦେଖାଯିବାର କିଛି ସମୟପରେ ଘଡ଼ଘଡ଼ି ଶବ୍ଦ ଶୁଣାଯାଏ । କାରଣ ବାୟୁ ମାଧ୍ୟମରେ ଆଲୋକର ବେଗ ଶବ୍ଦର ବେଗଠାରୁ ବହୁଗୁଣରେ ଅଧୂକ ।
(viii) ବିଦ୍ୟୁତ୍ ବିସର୍ଜନ ପ୍ରକ୍ରିୟା ଦୁଇ ବା ତହିଁରୁ ଅଧିକ ମେଘଖଣ୍ଡ ମଧ୍ୟରେ ସୃଷ୍ଟି ହୋଇପାରେ କିମ୍ବା ଭୂପୃଷ୍ଠ ନିକଟସ୍ଥ ମେଘ ଓ ଭୂପୃଷ୍ଠ ମଧ୍ୟରେ ସୃଷ୍ଟି ହୋଇପାରେ ।
ପ୍ରତି ମେଘ ଓ ପୃଥିବୀ ମଧ୍ଯରେ ବିଦ୍ୟୁତ୍ ବିସର୍ଜନ କୌଣସି ବୃକ୍ଷ, ମନୁଷ୍ୟ ଓ ଜୀବଜନ୍ତୁ ମାଧ୍ଯମରେ ସଂଘଟିତ ହୁଏ, ତାହାକୁ ବଜ୍ରଘାତ କୁହାଯାଏ ।
ବିଜୁଳି ଘଡ଼ଘଡ଼ି ସମୟରେ ନିରାପତ୍ତା ବ୍ୟବସ୍ଥା :
(i) ବିଜୁଳି ଘଡ଼ଘଡ଼ି ସମୟରେ କୌଣସି ଖୋଲା ସ୍ଥାନ ନିରାପଦ ନୁହେଁ ।
(ii) ଆକାଶରେ ମେଘ ଘୋଟିଥିବା ସମୟରେ ଖୋଲା ସ୍ଥାନରୁ ନିରାପଦ ସ୍ଥାନକୁ ଚାଲିଯିବା ଉଚିତ ।
(iii) ବିଜୁଳି ଘଡ଼ଘଡ଼ି ହେଉଥିବାବେଳେ ନିରାପଦ ସ୍ଥାନରେ କିଛି ସମୟ ଅପେକ୍ଷାକରିବା ଉଚିତ ।
(iv) ଏ ସମୟରେ କୌଣସି ଘର କିମ୍ବା କୋଠାଘର ନିରାପଦ ସ୍ଥାନ ଅଟେ ।
(v) କାର୍ କିମ୍ବା ବସ୍ ମଧ୍ୟରେ ଥିଲେ ଏହାର ଝରକା ଓ କବାଟକୁ ବନ୍ଦକରିବା
ନିରାପଦ ଅଟେ ବିଜୁଳି ଘଡ଼ଘଡ଼ି ସମୟରେ କ’ଣ କରିବା ?
ଘର ବାହାରେ ଥୁଲେ :
(i) ଖୋଲା ଯାନବାହନ, ମୋଟର ବାଇକ୍, ଟ୍ରାକ୍ଟର, ରାସ୍ତାତିଆରି ଯନ୍ତ୍ର, ଖୋଲା କାର୍ କିମ୍ବା ଜିପ୍, ଶଗଡ଼ଗାଡ଼ି ଇତ୍ୟାଦିରେ ଯାତ୍ରା କରିବା ଆଦୌ ନିରାପଦ ନୁହେଁ ।
(ii) ଖୋଲାପଡ଼ିଆ, ଡେଙ୍ଗାଗଛ, ପାର୍କ ମଧ୍ୟରେ ଥିବା ଆଶ୍ରୟସ୍ଥଳୀ, ଉଚ୍ଚ ସ୍ଥାନ ପ୍ରଭୃତି ମଧ୍ୟ ବିଜୁଳି ଆଘାତରୁ ରକ୍ଷାପାଇବା ପାଇଁ ନିରାପଦ ସ୍ଥାନ ନୁହେଁ ।
(iii) ବିଜୁଳି ଘଡ଼ଘଡ଼ି ସହ ବର୍ଷାବେଳେ ଛତା ଧରାଯିବା ବିପଦ ।
(iv) ଜଙ୍ଗଲ ମଧ୍ୟରେ ଥିଲେ ବଡ଼ ଗଛ ତଳେ ଆଶ୍ରୟ ନ ନେଇ ଛୋଟ ଗଛତଳେ ଆଶ୍ରୟ ନେବା ଅଧୂକ ନିରାପଦ
(v) ଖୋଲାପଡ଼ିଆରେ ଥିଲେ ଗଛଠାରୁ ଦୂରରେ ରହିବା ଉଚିତ
(vi) ଧାତବ ପଦାର୍ଥ ଓ ଧାତବ ଖୁଣ୍ଟଠାରୁ ଦୂରରେ ରହିବା ଉଚିତ ।
(vii) ପଡ଼ିଆରେ ସିଧାଭାବେ ଶୋଇରହିବା ପରିବର୍ତ୍ତେ ନିଜ ମୁଣ୍ଡକୁ ଆଣ୍ଠୁ ଓ ଦୁଇହାତ ମଝିରେ ରଖ୍ ବସିରହିବା ଅଧ୍ଵ ନିରାପଦ ।
ଘରଭିତରେ ଥିଲେ :
(i) ଟେଲିଫୋନ୍ ତାର, ବିଦ୍ୟୁତ୍ ତାର ଓ ଧାତବ ପାଣି ପାଇପ୍କୁ ଛୁଇଁବା ଅନୁଚିତ ।
(ii) ମୋବାଇଲ୍ ଫୋନ୍ ଓ ତାରବିହୀନ ଫୋନ୍ ବ୍ୟବହାର କରିବା ଅଧ୍ଵ ନିରାପଦ ।
(iii) ଟ୍ୟାପ୍ ଖୋଲି ଗାଧୋଇବା ଅନୁଚିତ ।
(iv) କମ୍ପ୍ୟୁଟର, ଟିଭି, ଫ୍ରିଜ୍ ଆଦି ବିଦ୍ୟୁତ୍ ସଂରଜାମରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ଆବଶ୍ୟକ ।
(v) ବଜ୍ରପାତରୁ ରକ୍ଷାପାଇବା ପାଇଁ କୋଠାଘରଗୁଡ଼ିକରେ ବିଜୁଳି ଚାଳକ ସଂଯୋଗ କରିବା ଆବଶ୍ୟକ ।
ବିଜୁଳି ଚାଳକ (Lightning Conductor) :
କୋଠାଘରମାନଙ୍କରେ କାନ୍ଥର ଉଚ୍ଚତାଠାରୁ ଅଧିକ ଉଚ୍ଚର ଏକ ତମ୍ବା ଦଣ୍ଡ ଘରର ବାହାର ପଟ କାନ୍ଥ ରେ ଲଗାଯାଇଥାଏ । ଏହାର ଏକ ପ୍ରାନ୍ତ ଗଭୀର ମାଟି ଭିତରକୁ ପୋତାଯାଇଥାଏ ଓ ଅନ୍ୟ ପ୍ରାନ୍ତଟି ବାୟୁ ମଧ୍ୟକୁ ଖୋଲାଥାଏ । ଏହି ଧାତବ ଦଣ୍ଡର ଅଗ୍ରଭାଗ ମୁନିଆ ଥିଲେ ବିଦ୍ୟୁତ୍ ବିସର୍ଜନ ପ୍ରକ୍ରିୟା ସହଜ ହୁଏ । ବିଦ୍ୟୁତ୍ ଚାର୍ଜକୁ ବାୟୁମଣ୍ଡଳରୁ ଗ୍ରହଣ କରି ଭୂମିକୁ ସ୍ଥାନାନ୍ତରଣ କରିବାପାଇଁ ଏହା ଏକ ସହଜ ପଥ ସୃଷ୍ଟି କରେ ।
ଭୂକମ୍ପ (Earthquake):
(i) ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟର କୌଣସି ପୂର୍ବାନୁମାନ କରାଯାଇପାରୁ ନାହିଁ ।
(ii) ପୃଥିବୀପୃଷ୍ଠ ହଠାତ୍ ଥରିବାକୁ ଆରମ୍ଭ କରିବାଦ୍ଵାରା ଭୂକମ୍ପ ଅନୁଭୂତ ହୁଏ । ଏହା ଅଳ୍ପ କିଛି ମୁହୂର୍ତ୍ତ ପାଇଁ ମାତ୍ର ସ୍ଥାୟୀ ହୋଇଥାଏ ।
(iii) ପୃଥିବୀର ଅଭ୍ୟନ୍ତର ଅଞ୍ଚଳରେ କୌଣସି କାରଣରୁ କିଛି ପରିବର୍ତ୍ତନ ଘଟିଲେ, ତାର ପ୍ରଭାବରୁ ଭୂପୃଷ୍ଠରେ କମ୍ପନ ସୃଷ୍ଟି ହୁଏ ।
(iv) ଭୂକମ୍ପର ପ୍ରଭାବରେ ବନ୍ୟା, ଭୂସ୍ଖଳନ ଓ ସୁନାମି ଇତ୍ୟାଦି ମଧ୍ଯ ସୃଷ୍ଟି ହୋଇଥାଏ ।
ଭୂମିକମ୍ପର କାହିଁକି ହୁଏ ?
(i) କୂଅଭ୍ୟନ୍ତରସ୍ଥ କେତେକ ଉପର ସ୍ତରମାନଙ୍କ ସାଜସଜ୍ଜାରେ କିଛି ବ୍ୟତିକ୍ରମ ଘଟିଲେ ଭୂପୃଷ୍ଠରେ କଂପନ ସୃଷ୍ଟି ହୁଏ ।
(ii) ଏହାର ବାହ୍ୟ ଆବରଣ ଅନେକ ସ୍ତରରେ ବିଭକ୍ତ । ପ୍ରତ୍ୟେକ ସ୍ତରକୁ ପ୍ଲେଟ୍ କହନ୍ତି । ଏହି ପ୍ଲେଗୁଡ଼ିକ ସର୍ବଦା ଗତିଶୀଳ ଅବସ୍ଥାରେ ଥାଆନ୍ତି । ଯେତେବେଳେ ଗୋଟିଏ ପ୍ଲେଟ୍ ଅନ୍ୟଟି ଉପରେ ଘଷି ହୁଏ କିମ୍ବା ତାହା ସହିତ ଧକ୍କା ଖାଏ, ସେତେବେଳେ ଭୂତ୍ବକ୍ରେ ବିଚଳନ ସୃଷ୍ଟି ହୁଏ । ଏହି ବିଚଳନ ଏକ ଅସ୍ଥିର ଅବସ୍ଥା ଏବଂ ଏହା ଭୂମିକମ୍ପ ରୂପେ ଦେଖାଦିଏ । ଅଧିକାଂଶ ଭୂକମ୍ପନ ପୃଥିବୀର ବାହ୍ୟ ସ୍ତରର ଥିବା ପ୍ଲେଗୁଡ଼ିକର ଚଳନ ଯୋଗୁଁ ସୃଷ୍ଟି ହୋଇଥାଏ ।
(iii) ଆଗ୍ନେୟଗିରି ଉଦ୍ଗିରଣ, ପୃଥିବୀସହ ବୃହତ୍ କାୟ ଉଲ୍ କାର ସଂଘର୍ଷ କିମ୍ବା
(iv) ପ୍ଲେଗୁଡ଼ିକର ଚଳନ ଭୂମିକମ୍ପର କାରଣ ହୋଇଥିବାରୁ ଉକ୍ତ ପ୍ଲେଟ୍ ପରିସୀମାରେ ଥିବା ଦୁର୍ବଳ ଅଞ୍ଚଳଗୁଡ଼ିକରେ ପ୍ରାୟତଃ ଭୂମିକମ୍ପ ହେବାର ସମ୍ଭାବନା ଅଧ୍ଵ । ଏହି ଦୁର୍ବଳ ଜୋନ୍ଗୁଡ଼ିକୁ ସେସିମିକ୍ ଜୋନ୍ ବା ତ୍ରୁଟି ଜୋନ୍ କୁହାଯାଏ ।
ଭାରତର ଭୂମିକମ୍ପପ୍ରବଣ ଅଞ୍ଚଳ :
କାଶ୍ମୀର, ପଶ୍ଚିମ ଓ କେନ୍ଦ୍ର ହିମାଳୟ, ଉତ୍ତର-ପୂର୍ବାଞ୍ଚଳ, କଚ୍ଛର ରାନ୍ ଅଞ୍ଚଳ, ରାଜସ୍ଥାନ ଓ ସୈନ୍ଧବ ଗାଙ୍ଗେୟ ସମତଳ ଓ ଦକ୍ଷିଣ ଭାରତର କିଛି ଅଞ୍ଚଳ ଭୂମିକମ୍ପ ପାଇଁ ବିପଦସଂକୁଳ ଜୋନ୍ ଭାବେ ଚିହ୍ନଟ କରାଯାଇଛି ।
ଭୂମିକମ୍ପର ମାପ :
(i) ଭୂମିକମ୍ପର କ୍ଷମତା ମାତ୍ରାକୁ ରିକ୍ଟର ସ୍କେଲ୍ରେ ପ୍ରକାଶକରାଯାଏ । ଏହି ମାତ୍ରା ରିକ୍ଟର ସ୍କେଲ୍ରେ 7 ରୁ ଅଧ୍ଵ ହେଲେ ଭୂମିକମ୍ପ ଦ୍ବାରା ଅନେକ କ୍ଷୟକ୍ଷତି ଘଟେ ।
(ii) ଭୂକମ୍ପନ ଯୋଗୁଁ ଭୂପୃଷ୍ଠରେ ସୃଷ୍ଟି ହେଉଥିବା ଏକପ୍ରକାର ତରଙ୍ଗକୁ ସେସ୍କ୍ ତରଙ୍ଗ କୁହାଯାଏ । ଏହି ତରଙ୍ଗକୁ ସେସ୍ଟୋଗ୍ରାଫ୍ ନାମକ ଯନ୍ତ୍ରଦ୍ୱାରା ରେକର୍ଡ଼ କରାଯାଏ ।
ସେସ୍ମୋଗ୍ରାଫ୍ର ଗଠନ :
(i) ଏହି ଯନ୍ତ୍ରରେ କମ୍ପନଶୀଳ ରଡ୍ ଓ ଏକ ପେଣ୍ଡୁଲମ୍ ଥାଏ ।
(ii) ଭୂପୃଷ୍ଠରେ କମ୍ପନ ସୃଷ୍ଟି ହେଲେ ସେହି ରଡ୍ ଓ ପେଣ୍ଡୁଲମ୍ କମ୍ପିତ ହୁଏ ।
(iii) ଏହା ସହିତ ସଂଲଗ୍ନ କଲମ୍ ଏହା ତଳେ ଚଳମାନ ଅବସ୍ଥାରେ ଥିବା କାଗଜ ଉପରେ ଏହି କମ୍ପନକୁ ଲିପିବଦ୍ଧ କରେ ।
(iv) ଏହି ଲିପିବଦ୍ଧ ତରଙ୍ଗର ଆକୃତି ଅନୁଧ୍ୟାନ କରି ବୈଜ୍ଞାନିକମାନେ ଭୂମିକମ୍ପର ଏକ ନକ୍ସା ପ୍ରସ୍ତୁତ କରିପାରନ୍ତି ।
(v) ଭୂମିକମ୍ପର ତୀବ୍ରତା ବିଷୟରେ ଏଥୁରୁ ଅନୁମାନ କରିହୁଏ ।
ରିଚ୍ଟର୍ ସ୍କେଲ୍ (Richter Scale) :
(i) ରିକ୍ଟର ସ୍କେଲ୍ରେ ମାପ ଏକ ଭିନ୍ନ ଧରଣର ମାପ ।
(ii) ମନେକରାଯାଉ ଦୁଇଟି ଭିନ୍ନ ଭିନ୍ନ ଭୂମିକମ୍ପର ମାତ୍ରା ରିକ୍ଟର ସ୍କେଲ୍ରେ 4 ଓ 6 ।
ଅଧିକାଂଶ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ମାପ କରାଯାଏ । ଏହି ଯନ୍ତ୍ରକୁ ଚାର୍ଲସ୍ ଏଫ୍ ରିକ୍ସର 1934 ମସିହାରେ
(iii) ଏଠାରେ ଦ୍ଵିତୀୟ ଭୂମିକମ୍ପର ପ୍ରଭାବ ପ୍ରଥମ ତୁଳନାରେ 1000 ଗୁଣ ଅଧିକ । ତେଣୁ ଦ୍ଵିତୀୟ ଭୂମିକମ୍ପ ଦ୍ବାରା ସଂଘଟିତ କ୍ଷୟକ୍ଷତି ପ୍ରଥମଟିର ତୁଳନାରେ 1000 ଗୁଣ ଅଧିକ ହୋଇପାରେ ।
ଭୂମିକମ୍ପରୁ ସୁରକ୍ଷା :
(i) ଭୂକମ୍ପପ୍ରବଣ ଅଞ୍ଚଳରେ ବଡ଼ଧରଣର ଭୂକମ୍ପନ ସହ୍ୟ କରିପାରୁଥିବା କୋଠାଘର ଆଦି ନିର୍ମାଣ କରିବାପାଇଁ ଆବଶ୍ୟକୀୟ ଆଧୁନିକ କାରିଗରୀ ବିଦ୍ୟାର ସହାୟତା ନେବାକୁ ହେବ । ଏହି ଗୃହଗୁଡ଼ିକର ଭିଭି ମଜଭୁତ୍ ଓ ଗଠନ ସରଳ ହେବା ଆବଶ୍ୟକ ।
(ii) ଅତି ଭୂକମ୍ପପ୍ରବଣ ଅଞ୍ଚଳରେ ମାଟି ଓ କାଠର ଘର ଅଧିକ ନିରାପଦ ଏବଂ ଏହାର ଛାତ ହାଲୁକା ପଦାର୍ଥରେ
(iii) କାନ୍ଥ ସହ କପ୍ବୋର୍ଡ଼ ଓ ଥାକସବୁ ଥିଲେ ତାହା ସହଜରେ ଭାଙ୍ଗେ ନାହିଁ ।
(iv) କେତେକ କୋଠାଘରେ ନିଆଁ ଲାଗିଯିବାର ସମ୍ଭାବନା ଥିବାରୁ ସେଠାରେ ଅଗ୍ନିଶମ ଯନ୍ତ୍ର କାର୍ଯ୍ୟକ୍ଷମ ଅବସ୍ଥାରେ ରଖୁବା ଉଚିତ !
(v) କାନ୍ଥରେ ଓଜନିଆ ବସ୍ତୁ ଝୁଲାଇ ରଖୁବା ଅନୁଚିତ । କାରଣ ଭୂମିକମ୍ପ ବେଳେ ସେଗୁଡ଼ିକ ଲୋକଙ୍କ ଉପରେ ପଡ଼ି ବିପଦ ସୃଷ୍ଟି କରିପାରେ ।
(vi) କେନ୍ଦ୍ରୀୟ କୋଠାଘର ଗବେଷଣା ଅନୁଷ୍ଠାନ ରୁର୍କିର ପରାମର୍ଶ ଅନୁଯାୟୀ ଗୃହ ନିର୍ମାଣ କଲେ ଭୂମିକମ୍ପ ସମୟରେ କ୍ଷୟକ୍ଷତି କମ୍ ହୋଇଥାଏ ।
ଭୂମିକମ୍ପବେଳେ କ’ଣ କରିବା ?
ଘରେ ରହିଥିଲେ :
(i) କମ୍ପନ ବନ୍ଦହେବା ପର୍ଯ୍ୟନ୍ତ ଟେବୁଲ କିମ୍ବା ଖଟ ତଳେ ଆଶ୍ରୟ ନେବା ଆବଶ୍ୟକ ।
(ii) ଉଚ୍ଚ ଓ ଓଜନିଆ ବସ୍ତୁଠାରୁ ଦୂରରେ ରହିବା ଆବଶ୍ୟକ ।
(iii) ବିଛଣାରେ ଥିଲେ ନ ଉଠି ମୁଣ୍ଡ ଉପରେ ତକିଆ ଥୋଇ ଶୋଇରହିବା ଆବଶ୍ୟକ ।
ଘର ବାହାରେ ଥୁଲେ :
(i) ଗଛ, କୋଠାଘର ଓ ବିଦ୍ୟୁତ୍ ଲାଇନ୍ଠାରୁ ଦୂରରେ ରହି ଖୋଲାସ୍ଥାନରେ ଭୂମି ଉପରେ ଆଣ୍ଠୁ ମଝିରେ ମୁହଁ
(ii) ବସ୍ କିମ୍ବା କାର୍ରେ ଥିଲେ ବାହାରକୁ ନ ବାହାରି ଧୀରେ ଧୀରେ ଗାଡ଼ି ଚଳାଇ ଖୋଲାସ୍ଥାନକୁ ଯାଇ ଭୂମିକମ୍ପ ବନ୍ଦ ନ ହେବା ପର୍ଯ୍ୟନ୍ତ ଗାଡ଼ି ଭିତରେ ବସିରହିବା ଉଚିତ ।
→ ବିଷୟଭିତ୍ତିକ ଶବ୍ଦୀବ୍ଦଳ: