CHSE Odisha Class 12 Logic Unit 4 Short & Long Answer Questions in Odia Medium

Odisha State Board CHSE Odisha Class 12 Logic Solutions Unit 4 ମିଲ୍‌ଙ୍କ ପରୀକ୍ଷଣ ପଦ୍ଧତି, ବୈଜ୍ଞାନିକ ବ୍ୟାଖ୍ୟାନ Short & Long Answer Questions.

CHSE Odisha Class 12 Logic Unit 4 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।

1. ନିରସନ ନିୟମ :
Answer:
(କ) ଯେଉଁ ପୂର୍ବବର୍ତ୍ତୀ ପରିସ୍ଥିତିକୁ ବାଦ୍ ଦେଲେ ମଧ୍ୟ ଗୋଟିଏ ଘଟଣା ବା କାର୍ଯ୍ୟ ଘଟିଥାଏ, ତାହା ଘଟଣାର କାରଣ ବା ଆଂଶିକ କାରଣ ହୋଇନଥାଏ ।
(ଖ) ଯେଉଁ ପୂର୍ବବର୍ତ୍ତୀ ପରିସ୍ଥିତିକୁ ବାଦ୍ ଦେବାରୁ କାର୍ଯ୍ୟର କାରଣ ଅନ୍ତର୍ଦ୍ଧାନ ହୁଏ ସେହି ପରିସ୍ଥିତି କାର୍ଯ୍ୟର କାରଣ ବା କାରଣଂଶ ଅଟେ ।
(ଗ) ଯଦି ଗୋଟିଏ ପୂର୍ବବର୍ତ୍ତୀ ପରିସ୍ଥିତି ଏବଂ କାର୍ଯ୍ୟ ମଧ୍ୟରେ ପରିମାଣତଃ ପରିବର୍ତ୍ତନ ଘଟୁଥାଏ, ତେବେ ଉଭୟ କାର୍ଯ୍ୟ କାରଣ ସୂତ୍ରରେ ସମ୍ବନ୍ଧାନ୍ବିତ ।

2. ଅନ୍ବୟ ପଦ୍ଧତିର ନିରସନ ନିୟମ :
Answer:
‘ଯେଉଁ ପୂର୍ବବର୍ତ୍ତୀ ପରିସ୍ଥିତିକୁ ବାଦ୍ ଦେଲେ ମଧ୍ୟ ଗୋଟିଏ ଘଟଣା ବା କାର୍ଯ୍ୟ ଘଟିଥାଏ, ତାହା ଘଟଣାର କାରଣ ବା ଆଂଶିକ କାରଣ ହୋଇନଥାଏ ।’’ ଅନ୍ବୟ ପଦ୍ଧତି ଏହି ୧ମ ନିରସନ ନିୟମ ଉପରେ ପର୍ଯ୍ୟବସିତ ।

3. ଅନ୍ବୟ ପଦ୍ଧତିର ପ୍ରତୀକ ଉଦାହରଣ :
Answer:
ପୁ ର୍ବ ଗ ————- ଅ ନୁ ଗ
କ ଖ ଗ ———— ପ ଫ ବ
କ ଚ ଛ ————- ପ ବ ଭ
ପ ର ଳ ————- କ ଜ ଝ
‘କ’ ହେଉଛି ‘ପ’ର କାରଣ ବା ‘ପ’ ହେଉଛି ‘କ’ର କାର୍ଯ୍ୟ ।

4. ଅନ୍ବୟ ପଦ୍ଧତିର ଲକ୍ଷଣ :
Answer:
(୧) ଅନ୍ବୟ ପଦ୍ଧତିକୁ ଏକଧା ଅନ୍ବୟ
(୨) ଅନ୍ବୟ ପଦ୍ଧତି ଗୋଟିଏ ପର୍ଯ୍ୟବେକ୍ଷଣ ପଦ୍ଧତି ।
(୩) ଅନ୍ବୟ ପଦ୍ଧତି ଗୋଟିଏ ଆବିଷ୍କାର ପଦ୍ଧତି ।
(୪) ଅନ୍ବୟ ପଦ୍ଧତିର ସିଦ୍ଧାନ୍ତ ସର୍ବଦା ସମ୍ଭାବନାମୂଳକ ଅଟେ ।

CHSE Odisha Class 12 Logic Unit 4 Short & Long Answer Questions in Odia Medium

5. ଅନ୍ବୟ ପଦ୍ଧତିର ସୁବିଧା :
Answer:
(୧) ଅନ୍ବୟ ପଦ୍ଧତିର ପ୍ରୟୋଗ କ୍ଷେତ୍ର ବ୍ୟାପକ ଅଟେ ।
(୨) ଅନ୍ବୟ ପଦ୍ଧତି କାର୍ଯ୍ୟରୁ କାରଣ ଓ କାରଣରୁ କାର୍ଯ୍ୟକୁ ଗତି କରିଥାଏ ।
(୩) ଅନ୍ବୟ ପଦ୍ଧତି ପ୍ରକଳ୍ପ ରଚନା କରେ ।

6. ଅନ୍ବୟ ପଦ୍ଧତିର ଅସୁବିଧା :
Answer:
(୧) ଅନ୍ବୟ ପଦ୍ଧତି ବହୁକାରଣତାବାଦଜନିତ ସଙ୍କଟରୁ ମୁକ୍ତ ନୁହେଁ ।
(୨) ଏହି ପଦ୍ଧତିରେ ଅନବେକ୍ଷଣ ଦୋଷ ରହିଥ‌ିବାର ସମ୍ଭାବନା ଥାଏ ।
(୩) ଏହି ପଦ୍ଧତି କାରଣ ଓ ଉପକାରଣ ମଧ୍ୟରେ ଥ‌ିବା ପାର୍ଥକ୍ୟ ସୁସ୍ପଷ୍ଟ କରିପାରେ ନାହିଁ ।

7. ବ୍ୟତିରେକ ପଦ୍ଧତିର ଲକ୍ଷଣ :
Answer:
(୧) ବ୍ୟତିରେକ ପଦ୍ଧତିକୁ ଏକଧା ବ୍ୟତିରେକ ପଦ୍ଧତି କୁହାଯାଏ ।
୨) ଏହା ଏକ ପରୀକ୍ଷଣ ପଦ୍ଧତି ।
(୩) ଏହା ଏକ ପ୍ରାମାଣିକ ପଦ୍ଧତି ।

8. ବ୍ୟତିରେକ ପଦ୍ଧତିର ସୁବିଧା :
Answer:
(୧) ବ୍ୟତିରେକ ପଦ୍ଧତିରେ ଦୁଇଟି ଦୃଷ୍ଟାନ୍ତ ଥାଏ ।
(୨) ଏହାର ସିଦ୍ଧାନ୍ତ ନିଶ୍ଚିତ ସତ୍ୟତାମୂଳକ ଅଟେ ।

9. ବ୍ୟତିରେକ ପଦ୍ଧତିର ଅସୁବିଧା :
Answer:
(୧) ବ୍ୟତିରେକ ପଦ୍ଧତି ବହୁକାରଣତାଜନିତ ଦୋଷରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ନୁହେଁ ।
(୨) ଏହାକୁ ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ କରାଯାଇ ନ ପାରେ ।
(୩) ଏହି ପଦ୍ଧତିରେ ‘ଅତଃ ପରଂ ତସ୍ମାଦତଃ’ ଦୋଷ ଜାତ ହେବାର ସମ୍ଭାବନା ଥାଏ ।

10. ସଂଯୁକ୍ତ ପଦ୍ଧତିର ଲକ୍ଷଣ :
Answer:
(୧) ସଂଯୁକ୍ତ ପଦ୍ଧତିକୁ ଦ୍ଵିଧାନ୍ବୟ ପଦ୍ଧତି କୁହାଯାଏ ।
(୨) ଏହା ଏକ ପର୍ଯ୍ୟବେକ୍ଷଣ ପଦ୍ଧତି ଅଟେ ।
(୩) ଏହାକୁ ଗୋଟିଏ ପ୍ରମାଣ ପଦ୍ଧତି ବୋଲି ବିବେଚନା କରାଯାଏ ।

11. ସଂଯୁକ୍ତ ପଦ୍ଧତିର ସୁବିଧା :
Answer:
(୧) ସଂଯୁକ୍ତ ପଦ୍ଧତିକୁ ପରୀକ୍ଷଣ କ୍ଷେତ୍ରରେ ପ୍ରୟୋଗ କରାଯାଇପାରେ ।
(୨) ଏହି ପଦ୍ଧତି ବହୁକାରଣତାବାଦଜନିତ ଦୋଷରୁ ମୁକ୍ତ ଅଟେ ।
(୩) ଏହାର ସିଦ୍ଧାନ୍ତ ଅଧ‌ିକ ବିଶ୍ଵାସଯୋଗ୍ୟ ଅଟେ ।

12. ସଂଯୁକ୍ତ ପଦ୍ଧତିର ଅସୁବିଧା :
Answer:
(୧) ସଂଯୁକ୍ତ ପଦ୍ଧତି କାରଣ ଓ ସହାବସ୍ଥିତି ମଧ୍ୟରେ ଥ‌ିବା ପାର୍ଥକ୍ୟ ନିର୍ଦ୍ଧାରଣ କରିବାରେ ଅସମର୍ଥ ହୋଇଥାଏ।
(୨) ଏହି ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ ହୋଇପାରେନାହିଁ ।
(୩) ଏହି ପଦ୍ଧତିକୁ କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ପ୍ରୟୋଗ କରିବା ସମ୍ଭବପର ନୁହେଁ ।

CHSE Odisha Class 12 Logic Unit 4 Short & Long Answer Questions in Odia Medium

13. ସହଚାରୀ ପରିବର୍ତ୍ତନ ପଦ୍ଧତିର ଲକ୍ଷଣ :
Answer:
(୧) ସହଚାରୀ ପରିବର୍ତ୍ତନ ପଦ୍ଧତିକୁ ‘ପରିସଂଖ୍ୟାନ ପଦ୍ଧତି’ ବା ‘ରେଖାଚିତ୍ର ପଦ୍ଧତି’ ବୋଲି କୁହାଯାଏ ।
(୨) ଏହି ପଦ୍ଧତି ଅନ୍ବୟ ବା ବ୍ୟତିରେକ ପଦ୍ଧତିର ରୂପାନ୍ତର ଅଟେ ।
(୩) ଏହା ଏକ ଆବିଷ୍କାର ପଦ୍ଧତି ଅଟେ ।

14. ସହଚାରୀ ପରିବର୍ତ୍ତନ ପଦ୍ଧତିର ସୁବିଧା :
Answer:
(୧) ସହଚାରୀ ପରିବର୍ତ୍ତନ ପଦ୍ଧତିକୁ ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ ।
(୨) ଏହା ଏକ ଆବିଷ୍କାର ପଦ୍ଧତି ଅଟେ ।
(୩) ଏହାର ସିଦ୍ଧାନ୍ତ ନିର୍ଭରଯୋଗ୍ୟ ଅଟେ ।

15. ସହଚାରୀ ପରିବର୍ତ୍ତନ ପଦ୍ଧତିର ଅସୁବିଧା :
Answer:
(୧) ଏହା ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ କାର୍ଯ୍ୟ କରିଥାଏ ।
(୨) ଏହାକୁ ଗୁଣାତ୍ମକ ପରିବର୍ତ୍ତନ କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ ନାହିଁ ।
(୩) ଏହି ପଦ୍ଧତି ବହୁକାରଣତାଜନିତ ଦୋଷରୁ ମୁକ୍ତ ନୁହେଁ ।

16. ପରିଶେଷ ପଦ୍ଧତିର ଲକ୍ଷଣ :
Answer:
(୧) ଏହା ଏକ ଆବିସ୍କାର ପଦ୍ଧତି ଅଟେ ।
(୨) ଏହାକୁ ବ୍ୟତିରେକ ପଦ୍ଧତିର ଏକ ବିଶେଷ ପ୍ରକାରଭେଦ ଭାବେ ସ୍ଵୀକାର କରାଯାଏ ।
(୩) ଏହା ଗୋଟିଏ ଅବରୋହ ପଦ୍ଧତି ଅଟେ ।

17. ପରିଶେଷ ପଦ୍ଧତିର ଅସୁବିଧା :
Answer:
(୧) ଏହା ସମ୍ପୂର୍ଣ୍ଣ ଭାବରେ ବହୁକାରଣତାଜନିତ ଦୋଷରୁ ମୁକ୍ତ ନୁହେଁ ।
(୨) ଏହାକୁ ସବୁ କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ ନାହିଁ ।

18. ବୈଜ୍ଞାନିକ ବ୍ୟାଖ୍ୟାନ :
Answer:
ବ୍ୟାଖ୍ୟାନର ଉଦ୍ଦେଶ୍ୟ ହେଲା କାର୍ଯ୍ୟ-କାରଣ ସମ୍ପର୍କକୁ ଆବିଷ୍କାର କରିବା । ଏହା ଲୌକିକ ବ୍ୟାଖ୍ୟାନଠାରୁ ପୃଥକ୍ ଅଟେ ।

19. ବୈଜ୍ଞାନିକ ବ୍ୟାଖ୍ୟାନର ଲକ୍ଷଣ :
Answer:
(୧) ବୈଜ୍ଞାନିକ ବ୍ୟାଖ୍ୟାନ ଘଟଣାଟି ବିଷୟରେ ଏକ ସ୍ପଷ୍ଟ ଧାରଣା ପ୍ରଦାନ କରେ ।
(୨) ବୈଜ୍ଞାନିକ ବ୍ୟାଖ୍ୟାନରେ ଘଟଣାଟିର କାରଣଟି ପ୍ରମାଣଯୋଗ୍ୟ ହୋଇଥାଏ ।
(୩) ଏହା ମୌଳିକ ସାଦୃଶ୍ୟ

B. ପାର୍ଥକ୍ୟ ଦର୍ଶାଅ ବା ବୁଝାଅ ।

1. କାହିଁକି ଅନ୍ବୟ ପଦ୍ଧତି ବହୁ କାରଣତାବାଦ କ୍ଷେତ୍ରରେ ବିଫଳ ହୁଏ ?
Answer:
ଯଦି ବିଭିନ୍ନ ଦୃଷ୍ଟାନ୍ତରେ କାର୍ଯ୍ୟ ଅନେକ କାରଣ ଯୋଗୁଁ ଉତ୍ପନ୍ନ ହୋଇଥାଏ, ତେବେ ଏହି ପଦ୍ଧତିଦ୍ଵାରା ସେହି । ଦଷ୍ଟାନ୍ତମାନଙ୍କ ମଧ୍ୟରେ ଗୋଟିଏ ସାଧାରଣ ପରିସ୍ଥିତି ଆବିଷ୍କାର କରିବା ସମ୍ଭବପର ହୋଇପାରେ ନାହିଁ । ତେଣୁ ଏହି ପଦ୍ଧତ କାର୍ଯ୍ୟର ବହୁକାରଣ ଥିବା କ୍ଷେତ୍ରରେ ବିଫଳ ହୋଇଥାଏ ଏବଂ ଏଠାରେ ଗୋଟିଏ ଆକସ୍ମିକ ପରସ୍ଥିତିକୁ କାରଣ ବୋଲି ଧରିନେବାର ସମ୍ଭାବନା ରହିଥାଏ ।

2. କାହିଁକି ବ୍ୟତିରେକ ପଦ୍ଧତିକୁ ଏକଧା ବ୍ୟତିରେକ ପଦ୍ଧତି କୁହାଯାଏ ?
Answer:
ବ୍ୟତିରେକ ପଦ୍ଧତିକୁ ମେଲୋନ୍ ଏବଂ କଫେ ଏକଧା ବ୍ୟତିରେକ ପଦ୍ଧତି ବୋଲି କହିଛନ୍ତି । ଏହାର କାରଣ ହେଉଛି ଦୁଇଟି ଦୃଷ୍ଟାନ୍ତରେ ସବୁ ପରିସ୍ଥିତି ସମାନ ରହିଲେ ମଧ୍ୟ କେବଳ ଗୋଟିଏ ପରିସ୍ଥିତିରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ, ଯାହା ଘଟଣାର କାର୍ଯ୍ୟକାରଣ ସମ୍ବନ୍ଧକୁ ପ୍ରମାଣିତ କରେ ।

CHSE Odisha Class 12 Logic Unit 4 Short & Long Answer Questions in Odia Medium

3. ସହଚାରୀ ପରିବର୍ତ୍ତନ ପଦ୍ଧତିକୁ କାହିଁକି ‘ରେଖାଚିତ୍ର’ ବା ‘ପରିସଂଖ୍ୟାନ’ ପଦ୍ଧତି କୁହାଯାଏ ?
Answer:
ସହଚାରୀ ପରିବର୍ତ୍ତନ ପଦ୍ଧତିକୁ ବିଜ୍ଞାନସମ୍ମତ ପଦ୍ଧତି ମଧ୍ୟ କହନ୍ତି । ପୂର୍ବବର୍ତ୍ତୀ ଏବଂ ଅନୁବର୍ତୀ ଘଟଣା ମଧ୍ଯରେ ଦର୍ଶାଇ ହେବ ଏବଂ ରେଖାଚିତ୍ରରେ ମଧ୍ୟ ସୂଚିତ କରିହେବ । ଏହାଦ୍ଵାରା ଜଣେ ଘଟଣାର ବିଶ୍ଳେଷଣ ଏବଂ ବ୍ୟାଖ୍ୟା କରି ଗୋଟିଏ ନିର୍ଭରଯୋଗ୍ୟ ସିଦ୍ଧାନ୍ତ ସ୍ଥାପନ କରିପାରନ୍ତି ।

4. କାହିଁକି ପରିଶେଷ ପଦ୍ଧତିକୁ ଗୋଟିଏ ଅବରୋହ ପଦ୍ଧତି କୁହାଯାଏ ?
Answer:
ପରିଶେଷ ପଦ୍ଧତିକୁ ଅନେକ ସମୟରେ ଅବରୋହ ପଦ୍ଧତି ମଧ୍ୟ କୁହାଯାଏ । କିନ୍ତୁ ଏହି ପ୍ରକାର କହିବାରେ କିଛି ଦୃଢ଼ କାରଣ ନାହିଁ । ଜଣେ କେବଳ ଏହା କହିପାରିବ ଯେ ପରିଶେଷ ପଦ୍ଧତି ଅନ୍ୟ ପରୀକ୍ଷଣ ପଦ୍ଧତିଠାରୁ ଅବରୋହ ପଦ୍ଧତିକୁ ଅଧ୍ଵ ପ୍ରୟୋଗ କରିଥାଏ ।

5. ଲୌକିକ ଓ ବୈଜ୍ଞାନିକ ବ୍ୟାଖ୍ୟାନ :
Answer:
ସାଧାରଣତଃ ଜଣେ ବ୍ୟକ୍ତି ନିଜର ବିଶ୍ଵାସ ବା ବିଚାର ଅନୁସାରେ ଘଟଣାର ବ୍ୟାଖ୍ୟାକରଣ କରିଥାଏ । ତାହାର ବ୍ୟାଖ୍ୟାନରେ ବିଜ୍ଞାନସମ୍ମତ ତଥ୍ୟ ବା ନିୟମାବଳୀର ଆବଶ୍ୟକତା ନ ଥାଏ । ସେ ନିଜର ଧାରଣା ଅନୁସାରେ ଘଟଣାକୁ ବ୍ୟାଖ୍ୟା କରିବାପାଇଁ ଚେଷ୍ଟାକରେ । ଏହାକୁ ଲୌକିକ ବ୍ୟାଖ୍ୟାନ କୁହାଯାଏ ।
ଉଦାହରଣସ୍ୱରୂପ – ରାହୁ ଗ୍ରାସଦ୍ୱାରା ଚନ୍ଦ୍ରଗ୍ରହଣର ବ୍ୟାଖ୍ୟା, କେତୁ ଗ୍ରାସଦ୍ୱାରା ସୂର୍ଯ୍ୟୋପରାଗର ବ୍ୟାଖ୍ୟା ଇତ୍ୟାଦି ।
ବିଜ୍ଞାନସମ୍ମତ ନିୟମାନୁସାରେ କୌଣସି ଘଟଣାର ବ୍ୟାଖ୍ୟାକରଣକୁ ବୈଜ୍ଞାନିକ ବ୍ୟାଖ୍ୟାନ କୁହାଯାଏ । ଏହାର ଉଦ୍ଦେଶ୍ୟ ସମ୍ପର୍କକୁ ଆବିଷ୍କାର କରିବା ।
ଉଦାହରଣସ୍ୱରୂପ, ଜଣେ ବିଜ୍ଞାନୀ, କେତେକ ନିୟମ ବା ପ୍ରମାଣଯୋଗ୍ୟ ତଥ୍ୟ ବା ଦୃଷ୍ଟାନ୍ତଦ୍ଵାରା ଘଟଣାଟିର ବ୍ୟାଖ୍ୟାକରଣ କରିଥାଏ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଅନ୍ବୟ ପଦ୍ଧତି ଉଲ୍ଲେଖ କରି ଏହାର ବ୍ୟାଖ୍ୟା ପ୍ରଦାନ କର ।
Answer:
ମିଲ୍‌ଙ୍କ ସଂଜ୍ଞା – ‘ଯଦି ତଦନ୍ତାଧୀନ ଘଟଣାର ଦୁଇ ବା ତତୋଽଧିକ ଦୃଷ୍ଟାନ୍ତ ମଧ୍ୟରେ କେବଳ ଗୋଟିଏ ପରିସ୍ଥିତି ସାଧାରଣ, ତେବେ ସେହି ସାଧାରଣ ପରିସ୍ଥିତି ଯେଉଁଥ‌ିରେ ସବୁ ଦୃଷ୍ଟାନ୍ତ ସମାନ, ତାହା ଘଟଣାର କାରଣ (ବା କାର୍ଯ୍ୟ) ଅଟେ ।’
ପ୍ରତୀକ ଉଦାହରଣ :
ପୁର୍ବଗାମା ଘଟଣା ଅନୁଗାମା ଘଟଣା
କ ଗ ଘ ————– ଖ ପ ଫ
କ ଗ ଛ ————– ଖ ବ ଭ
କ ଜ ଝ ————– ଖ ର ଳ
∴ ‘କ’ ‘ଖ’ ର କାରଣ ଅଥବା ‘ଖ’ ‘କ’ ର କାର୍ଯ୍ୟ ।

ମୂର୍ଖ ଉଦାହରଣ :
(୧) ମ୍ୟାଲେରିଆ ଜ୍ଵରର କାରଣ ଜାଣିବାପାଇଁ ମନୋନୀତ କରିଥିବା ସବୁ ଦୃଷ୍ଟାନ୍ତମାନଙ୍କରେ ଅପରିବର୍ତ୍ତନୀୟ ଭାବରେ ଦେଖାଗଲା ଯେ ରୋଗୀଙ୍କୁ ‘ଏନୋଫିଲିସ୍’ ମଶା କାମୁଡ଼ିବା ଯୋଗୁଁ ମ୍ୟାଲେରିଆ ଜ୍ଵର ହୋଇଥାଏ ।
(୨) ଗୋଟିଏ ଅଞ୍ଚଳରେ କୃଷି ଉତ୍ପାଦନ କମ୍ ହେବାର କାରଣ ଜାଣିବାପାଇଁ ମନୋନୀତ କରାଯାଇଥି ଦୃଷ୍ଟାନ୍ତମାନଙ୍କରେ ସାଧାରଣ ଭାବରେ ଦେଖାଗଲା ଯେ ସେଠାରେ ପାଣିର ଅଭାବ ରହିଛି । ତେଣୁ ପାଣିର ଅଭାବ କମ୍ ଉତ୍ପାଦନର କାରଣ ବା ଆଂଶିକ କାରଣ ଅଟେ ।

ନିରସନ ନିୟମ :
‘‘ଯେଉଁ ଘଟଣାର ଅନୁପସ୍ଥିତି ସତ୍ତ୍ଵେ କାର୍ଯ୍ୟ ସଙ୍ଘଟିତ ହୁଏ, ତାହା କାର୍ଯ୍ୟର କାରଣ ନୁହେଁ ।’’ ଏହି ନିରସନ ନିୟମ ଉପରେ ଅନ୍ବୟ ପଦ୍ଧତି ପ୍ରତିଷ୍ଠିତ ।

CHSE Odisha Class 12 Logic Unit 4 Short & Long Answer Questions in Odia Medium

ଅନ୍ବୟ ପଦ୍ଧତିର ଲକ୍ଷଣ :
(୧) ଅନ୍ବୟ ପଦ୍ଧତିକୁ ଏକଧା ଅନ୍ବୟ ପଦ୍ଧତି କୁହାଯାଏ ।
ଯଦି ଅନୁଭୂତି କରିଥ‌ିବା ଦୃଷ୍ଟାନ୍ତ ଗୋଟିକରୁ ଅଧ୍ଵ ପରିସ୍ଥିତିରେ ସମ୍ମତ, ତେବେ ତଦନ୍ତାଧୀନ ଘଟଣାର କାରଣ ଅନ୍ବୟ ପଦ୍ଧତିଦ୍ୱାରା ଆବିଷ୍କାର କରିହେବ ନାହିଁ । ଏହି ପଦ୍ଧତି କେବଳ ଗୋଟିଏ ପରିସ୍ଥିତି ଆବଶ୍ୟକ କରିଥାଏ; ଯାହା ସବୁ ଦୃଷ୍ଟାନ୍ତରେ ସାଧାରଣ ଭାବରେ ଅବସ୍ଥିତ । ଏହି ସାଧାରଣ ପରିସ୍ଥିତି ଘଟଣାର କାରଣ ହୋଇଥାଏ । ଯେହେତୁ ଅନ୍ବୟ ପଦ୍ଧତି ଦୃଷ୍ଟାନ୍ତମାନଙ୍କ ମଧ୍ୟରେ କେବଳ ଗୋଟିଏ ପରିସ୍ଥିତି ସମ୍ମତ ହେବା ଆବଶ୍ୟକ କରିଥାଏ, ସେଥ୍ପାଇଁ ତାକୁ ଏକଧା ଅନ୍ବୟ ପଦ୍ଧତି ମଧ୍ୟ କୁହାଯାଏ ।

(୨) ଅନ୍ବୟ ପଦ୍ଧତି ଗୋଟିଏ ପର୍ଯ୍ୟବେକ୍ଷଣ ପଦ୍ଧତି ।
ଅନ୍ବୟ ପଦ୍ଧତିରେ ତଦନ୍ତାଧୀନ ଘଟଣାର ଦୁଇଟି କିମ୍ବା ଅଧିକ ଦୃଷ୍ଟାନ୍ତ କେବଳ ପର୍ଯ୍ୟବେକ୍ଷଣଦ୍ବାରା ସଂଗ୍ରହ କରାଯାଉଥ‌ିବା ଯୋଗୁଁ ଏହି ପଦ୍ଧତିକୁ ପର୍ଯ୍ୟବେକ୍ଷଣ ପଦ୍ଧତି କୁହାଯାଏ । ଅନ୍ବୟ ପଦ୍ଧତି ଗୋଟିଏ ପର୍ଯ୍ୟବେକ୍ଷଣ ପଦ୍ଧତି ହେବା ଯୋଗୁଁ ତାହାର ପରିସର ଅତି ବ୍ୟାପକ ଅଟେ ।

(୩) ଅନ୍ବୟ ପଦ୍ଧତି ଗୋଟିଏ ଆବିଷ୍କାର ପଦ୍ଧତି ।
ଏହି ପଦ୍ଧତିଦ୍ଵାରା କାର୍ଯ୍ୟ-କାରଣ ସମ୍ବନ୍ଧ ପ୍ରମାଣିତ ହୁଏ ନାହିଁ । ଏହି ପଦ୍ଧତି ପର୍ଯ୍ୟବେକ୍ଷଣ କରିଥିବା ସମସ୍ତ ଦୃଷ୍ଟାନ୍ତ – ମାନଙ୍କ ମଧ୍ୟରେ ଥ‌ିବା ଗୋଟିଏ ସାଧାରଣ ପରିସ୍ଥିତିକୁ ଘଟଣାର କାରଣ ବୋଲି ଆବିଷ୍କାର କରିଥାଏ । ତେଣୁ ଅନ୍ବୟ ପଦ୍ଧତିକୁ ଆବିଷ୍କାର ପଦ୍ଧତି କୁହାଯାଏ।

ଅନ୍ବୟ ପଦ୍ଧତିର ଉତ୍କର୍ଷ :
(୧) ଅନ୍ବୟ ପଦ୍ଧତି ଗୋଟିଏ ପର୍ଯ୍ୟବେକ୍ଷଣ ପଦ୍ଧତି ହୋଇଥିବା ଯୋଗୁଁ ତା’ର ପରିସର ବ୍ୟାପକ ଅଟେ । ଯେଉଁ ପରସ୍ଥିତିରେ ପରୀକ୍ଷଣ ସମ୍ଭବ ହୋଇନଥାଏ, ସେଠାରେ ଏହି ପଦ୍ଧତିକୁ ପ୍ରୟୋଗ କରାଯାଇଥାଏ।
(୨) ଏହି ପଦ୍ଧତି କାର୍ଯ୍ୟକାରଣ ସମ୍ବନ୍ଧ ପ୍ରମାଣିତ ନ କଲେ ମଧ୍ୟ, ତାହା ଘଟଣାର କାରଣ ବିଷୟରେ କିଛି ସଙ୍କେତ ଦେଇଥାଏ ବା କାରଣକୁ ଆବିଷ୍କାର କରିଥାଏ ।
(୩) ଅନ୍ବୟ ପଦ୍ଧତିଦ୍ୱାରା ଘଟଣାର କାରଣ ଏବଂ କାର୍ଯ୍ୟ ଆବିଷ୍କାର କରିହେବ । ଆହୁରି ମଧ୍ୟ ଏଥରେ ଆମେ ଘଟଣାର କାରଣରୁ କାର୍ଯ୍ୟକୁ ଏବଂ କାର୍ଯ୍ୟରୁ କାରଣକୁ ଗତି କରିପାରିଥାଉ ।

ଅନ୍ବୟ ପଦ୍ଧତିର ଅପକର୍ଷ :
(୧) ଅନ୍ବୟ ପଦ୍ଧତି ବହୁ କାରଣତାବାଦ କ୍ଷେତ୍ରରେ ବିଫଳ ହୁଏ ।
ଯଦି ବିଭିନ୍ନ ଦୃଷ୍ଟାନ୍ତରେ କାର୍ଯ୍ୟ ଅନେକ କାରଣ ଯୋଗୁଁ ଉତ୍ପନ୍ନ ହୋଇଥାଏ, ତେବେ ଏହି ପଦ୍ଧତିଦ୍ଵାରା ସେହି ଦୃଷ୍ଟାନ୍ତମାନଙ୍କ ମଧ୍ୟରେ ଗୋଟିଏ ସାଧାରଣ ପରିସ୍ଥିତି ଆବିଷ୍କାର କରିବା ସମ୍ଭବ ହୋଇପାରେ ନାହିଁ । ତେଣୁ ଏହି ପଦ୍ଧତି କାର୍ଯ୍ୟର ବହୁକାରଣ ଥୁବା କ୍ଷେତ୍ରରେ ବିଫଳ ହୋଇଥାଏ ।

(୨) ଅନ୍ବୟ ପଦ୍ଧତିରେ ଅନବେକ୍ଷଣ ଦୋଷର ଆଶଙ୍କା ରହିଛି ।
ଥାଏ । ଏଠାରେ କେତେକ ପ୍ରାସଙ୍ଗିକ ଦୃଷ୍ଟାନ୍ତ ଏବଂ ପରିସ୍ଥିତିକୁ ପର୍ଯ୍ୟବେକ୍ଷଣ କରାଯାଇ ନଥିବାର ସମ୍ଭାବନା ରହିଛି । ତେଣୁ ଏହି ପଦ୍ଧତି ଅନବେକ୍ଷଣ ଦୋଷର ଶିକାର ହୋଇପାରେ । ଉଦାହରଣସ୍ୱରୂପ, କାମର ଅଭାବ ହିଁ ଦାରିଦ୍ର୍ୟତାର କାରଣ କହିବାରେ ଅନବେକ୍ଷଣ ଦୋଷ ରହିଛି । ଏହାର କାରଣ କେତେକ ବ୍ୟକ୍ତି ଏଭଳି ଅଛନ୍ତି, ଯେଉଁମାନେ କାମ କରୁଥିଲେ ମଧ୍ୟ ଗରିବ ଅଟନ୍ତି ।

(୩) ଅନ୍ବୟ ପଦ୍ଧତି କାରଣ ଏବଂ ଉପକାରଣ ମଧ୍ୟରେ ପ୍ରଭେଦ ନିରୂପଣ କରିପାରେ ନାହିଁ ।
ଏହି ପଦ୍ଧତି ଗୋଟିଏ ସାଧାରଣ ପୂର୍ବବର୍ତ୍ତୀ ପରିସ୍ଥିତି ବା ଉପକରଣକୁ ଘଟଣାର କାରଣ ବୋଲି ଆବିଷ୍କାର କରିଥାଏ । କିନ୍ତୁ କାରଣ ସବୁ ପ୍ରାସଙ୍ଗିକ ଉପକାରଣର ସମ୍ମିଶ୍ରଣ । ତେଣୁ ଗୋଟିଏ ପୂର୍ବବର୍ତ୍ତୀ ପରିସ୍ଥିତି କେବଳ କାରଣର ଅଂଶ ହୋଇପାରେ; କିନ୍ତୁ ତାକୁ ସମ୍ପୂର୍ଣ୍ଣ କାରଣ କହିବା ଉଚିତ ହେବ ନାହିଁ ।

(୪) ଅନ୍ବୟ ପଦ୍ଧତି କାରଣ ଏବଂ ସହକାର୍ଯ୍ୟ ମଧ୍ୟରେ ପ୍ରଭେଦ ନିର୍ଦ୍ଧାରଣ କରିପାରେ ନାହିଁ । ଏହି ପଦ୍ଧତିରେ ଦୁଇଟି ଘଟଣା ମଧ୍ୟରେ ଥ‌ିବା ଅପରିବର୍ତ୍ତନୀୟ ସମ୍ବନ୍ଧକୁ ଆମେ କାରଣିକତା ସମ୍ବନ୍ଧ ବୋଲି ଧରିନେଉ । କିନ୍ତୁ ବାସ୍ତବରେ ସେ ଦୁଇଟି ଘଟଣା ଗୋଟିଏ କାରଣର ସହକାର୍ଯ୍ୟ ହୋଇପାରନ୍ତି । ଉଦାହରଣସ୍ୱରୂପ, ଦିନ ରାତିର କାରଣ ନିଜ ଅକ୍ଷ ଚତୁଃପାର୍ଶ୍ବରେ ଆବର୍ତ୍ତନ କରୁଥିବା ଯୋଗୁଁ ଦିନ ଏବଂ ରାତି ଘଟିଥାଏ ।

(୫) ଅନ୍ବୟ ପଦ୍ଧତି କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ବିଫଳ ହୁଏ ।
ଏହି ପଦ୍ଧତି ଅନୁସାରେ ଗୋଟିଏ ପୂର୍ବବର୍ତ୍ତୀ ପରିସ୍ଥିତି ପାଇଁ ନିର୍ଦ୍ଦିଷ୍ଟ ଅନୁବର୍ତୀ ପରିସ୍ଥିତି ରହିଥାଏ । କିନ୍ତୁ କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ଅନେକ କାର୍ଯ୍ୟ ସମ୍ମିଳିତ ହୋଇ ଆଉ ଗୋଟିଏ କାର୍ଯ୍ୟ ଉତ୍ପନ୍ନ କରିଥା’ନ୍ତି । ଏହି ସ୍ଥିତିରେ ଅନ୍ବୟ ପଦ୍ଧତିଦ୍ୱାରା ଗୋଟିଏ ପୂର୍ବବର୍ତ୍ତୀ ପରିସ୍ଥିତିର କାର୍ଯ୍ୟ ଜାଣି ହେବ ନାହିଁ ।

(୬) ଅନ୍ବୟ ପଦ୍ଧତିରେ ସିଦ୍ଧାନ୍ତ କେବଳ ସମ୍ଭାବନାମୂଳକ ଅଟେ ।
ଏହି ପଦ୍ଧତିଦ୍ଵାରା ଆମେ କେତେକ ଦୃଷ୍ଟାନ୍ତମାନଙ୍କର ଅନୁଭୂତିରୁ ଘଟଣାର କାରଣ ଆବିଷ୍କାର କରିଥାଉ । କିନ୍ତୁ ଘଟଣା ସଂକ୍ରାନ୍ତୀୟ ଏଭଳି ଦୃଷ୍ଟାନ୍ତ ଥାଇପାରେ ଯାହା ପର୍ଯ୍ୟବେକ୍ଷଣ କରିଥିବା ଦୃଷ୍ଟାନ୍ତମାନଙ୍କଠାରୁ ଭିନ୍ନ ହୋଇଥା’ନ୍ତି । ଏଥୁଯୋଗୁଁ କରିଥିବା ଦୃଷ୍ଟାନ୍ତମାନଙ୍କର ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିଥାଏ ।

2. ବ୍ୟତିରେକ ପଦ୍ଧତି ଉଲ୍ଲେଖ କରି ଏହାର ବ୍ୟାଖ୍ୟା ପ୍ରଦାନ କର ।
Answer:
ମିଲ୍‌ଙ୍କ ସଂଜ୍ଞା – ‘ତଦନ୍ତାଧୀନ ଘଟଣା ଘଟୁଥ‌ିବା ଗୋଟିଏ ଦୃଷ୍ଟାନ୍ତ ଏବଂ ଘଟୁନଥ‌ିବା ଅନ୍ୟ ଏକ ଦୃଷ୍ଟାନ୍ତ ମଧ୍ୟରେ ଥ‌ିବା ସମସ୍ତ ପରିସ୍ଥିତି ସମାନ ଥାଇ କେବଳ ଏକମାତ୍ର ପରିସ୍ଥିତିରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ, ଯାହା ପ୍ରଥମ ଦୃଷ୍ଟାନ୍ତରେ ଉପସ୍ଥିତ ଏବଂ ପର ଦୃଷ୍ଟାନ୍ତରେ ଅନୁପସ୍ଥିତ ଥାଏ । ପରିସ୍ଥିତି ଯେଉଁଥରେ ଦୃଷ୍ଟାନ୍ତ ଦୁଇଟି ପୃଥକ୍ ହୋଇଥା’ନ୍ତି, ତାହା ଗୋଟିଏ କାର୍ଯ୍ୟ କିମ୍ବା କାରଣ କିମ୍ବା କାରଣର ଅଂଶ ହୋଇପାରେ ।’’

CHSE Odisha Class 12 Logic Unit 4 Short & Long Answer Questions in Odia Medium

ପ୍ରତୀକ ଉଦାହରଣ :
(୧) ପୂର୍ବଗାମୀ ଘଟଣା ଅନୁଗାମା ଘଟଣା
କ ଖ ଗ ——————- ପ ଫ ବ
ଖ ଗ ——————- ଫ ବ
∴ ‘କ’ ‘ପ’ ର କାରଣ ବା ଉପକାରଣ ଅଥବା ‘ପ’ ‘କ’ ର କାର୍ଯ୍ୟ ।
(୨) ପୂର୍ବଗାମୀ ଘଟଣା ଅନୁଗାମା ଘଟଣା
ଖ ଗ —————— ଫ ବ
କ ଖ ଗ ————— ପ ଫ ବ
∴ ‘କ’ ‘ପ’ର କାରଣ ବା ଉପକାରଣ ଅଥବା ‘ପ’ ‘କ’ ର କାର୍ଯ୍ୟ ।

ମୂର୍ଖ ଉଦାହରଣ :
(୧) ଜଣେ ଖେଳାଳିଙ୍କୁ କ୍ଳାନ୍ତ ଦେଖ୍ ଯଦି ତାଙ୍କ ପ୍ରଶିକ୍ଷକ ତାଙ୍କୁ କିଛି ପିଇବା ପାଇଁ ଦିଅନ୍ତି ଏବଂ ଖେଳାଳି ତାହା ପାନ କରି ନିଜକୁ ଶକ୍ତିସମ୍ପନ୍ନ ଅନୁଭବ କରନ୍ତି, ତେବେ ଖେଳାଳି ପିଇଥବା ଦ୍ରବ୍ୟ ତାଙ୍କ ତୁରନ୍ତ ଶକ୍ତିର କାରଣ ଅଟେ ।
(୨) ଗୋଟିଏ ତରକାରି ସ୍ବାଦିଷ୍ଟ ନଥାଏ । କିଛି ମସଲା ଦେବା ଯୋଗୁଁ ଯଦି ତା’ର ସ୍ବାଦ ବଢ଼ିଯାଏ, ତେବେ ତରକାରିରେ ମସଲା ଦେବା ତା’ର ସ୍ବାଦ ବଢ଼ିବାର କାରଣ ଅଟେ ।

ନିରସନ ନିୟମ :
‘‘କାର୍ଯ୍ୟର ବିନାଶ ସାଧନ ନ କରି ଯେଉଁ ଘଟଣାର ନିରାକରଣ ସମ୍ଭବପର ନୁହେଁ, ତାହା କାର୍ଯ୍ୟରେ କାରଣ ବା ଉପକାରଣ ।’’ ଏହି ନିରସନ ନିୟମ ଉପରେ ବ୍ୟତିରେକ ପଦ୍ଧତି ପ୍ରତିଷ୍ଠିତ ।

ବ୍ୟତିରେକ ପଦ୍ଧତିର ଲକ୍ଷଣ :
(୧) ବ୍ୟତିରେକ ପଦ୍ଧତିକୁ ଏକଧା ବ୍ୟତିରେକ ପଦ୍ଧତି କୁହାଯାଏ ।
ବ୍ୟତିରେକ ପଦ୍ଧତିକୁ ମେଲୋନ୍‌ ଏବଂ କଫେ ଏକଧା ବ୍ୟତିରେକ ପଦ୍ଧତି କହିଛନ୍ତି । କାରଣ ବିଚାରକୁ ନିଆଯାଇଥ‌ିବା ଦୁଇଟି ଦୃଷ୍ଟାନ୍ତରେ ସବୁ ପରିସ୍ଥିତି ସମାନ ରହିଲେ ମଧ୍ୟ କେବଳ ଗୋଟିଏ ପରିସ୍ଥିତିରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ଯାହା ଘଟଣାର କାର୍ଯ୍ୟ-କାରଣ ସମ୍ବନ୍ଧକୁ ପ୍ରମାଣିତ କରେ ।

(୨) ବ୍ୟତିରେକ ପଦ୍ଧତି ଗୋଟିଏ ପରୀକ୍ଷଣ ପଦ୍ଧତି ଅଟେ ।
ଏହି ପଦ୍ଧତିରେ ବିଚାରକୁ ନିଆଯାଇଥିବା ଦୁଇଟି ଦୃଷ୍ଟାନ୍ତକୁ ପର୍ଯ୍ୟବେକ୍ଷଣଦ୍ବାରା ସଂଗ୍ରହ କରିବା କଷ୍ଟକର ହୋଇଥାଏ । ତେଣୁ ଏହି ଦୃଷ୍ଟାନ୍ତଗୁଡ଼ିକୁ ପରୀକ୍ଷଣଦ୍ବାରା ମନୋନୟନ କରିବାକୁ ପଡ଼ିଥାଏ । ପରୀକ୍ଷଣରେ ସବୁକିଛି ପରୀକ୍ଷକଙ୍କ ନିୟନ୍ତ୍ରଣରେ ଥାଏ ଏବଂ ସେ ଦୃଷ୍ଟାନ୍ତ ଦୁଇଟିକୁ ଇଚ୍ଛାନୁସାରେ ମନୋନୟନ କରିଥା’ନ୍ତି । ଏଠାରେ ଦୃଷ୍ଟାନ୍ତ କେବଳ ପରୀକ୍ଷଣଦ୍ବାରା ମନୋନୟନ ହେଉଥ‌ିବା ଯୋଗୁଁ ଏହି ପଦ୍ଧତିକୁ ଗୋଟିଏ ପରୀକ୍ଷଣ ପଦ୍ଧତି କୁହାଯାଏ ।

(୩) ଏହା ଗୋଟିଏ ପ୍ରାମାଣିକ ପଦ୍ଧତି ।
ଅନ୍ବୟ ପଦ୍ଧତି ଘଟଣାର କାରଣ ଆବିଷ୍କାର କରିଥାଏ; କିନ୍ତୁ ତାହା କାର୍ଯ୍ୟ-କାରଣ ସମ୍ବନ୍ଧ ପ୍ରମାଣିତ କରି ନଥାଏ । ବ୍ୟତିରେକ ପଦ୍ଧତି ଏହି ସମ୍ବନ୍ଧକୁ ପରୀକ୍ଷଣଦ୍ଵାରା ପ୍ରମାଣିତ କରିଥାଏ । ଉଦାହରଣସ୍ୱରୂପ, ଅନ୍ବୟ ପଦ୍ଧତି ସୂଚିତ କରିଥାଏ ଯେ ମ୍ୟାଲେରିଆ ଏନୋଫିଲିସ୍ ମଶା କାମୁଡ଼ିବା ଯୋଗୁଁ ହୋଇଥାଏ ଏବଂ ତାହା ବ୍ୟତିରେକ ପଦ୍ଧତିଦ୍ୱାରା ପ୍ରମାଣିତ ହୋଇଥାଏ ।

(୪) ବ୍ୟତିରେକ ପଦ୍ଧତିର ପରିଣାମ ନିଶ୍ଚିତ ଅଟେ ।
ହୋଇପାରିଥାଏ । କିନ୍ତୁ ଯଦି ଆମେ ଗୋଟିଏ ବିଶେଷ ଘଟଣାକୁ ସାମାନ୍ୟକରଣରେ ସ୍ଥାପିତ କରିଥାଉ, ତେବେ ପରିଣାମ ନିଶ୍ଚିତ ହେବାରେ ବାଧା ସୃଷ୍ଟି ହୋଇଥାଏ ।

ବ୍ୟତିରେକ ପଦ୍ଧତିର ଉତ୍କର୍ଷ :
(୧) ଏହି ପଦ୍ଧତି କେବଳ ଦୁଇଟି ମାତ୍ର ଦୃଷ୍ଟାନ୍ତ ଆବଶ୍ୟକ କରୁଥିବା ଯୋଗୁଁ ଅନେକ ଦୃଷ୍ଟାନ୍ତ ସଂଗ୍ରହ କରିବାର ବାଧାରୁ ଆମେ ମୁକ୍ତ ଥାଉ।
(୨) ସଠିକ୍ ପରିସ୍ଥିତିରେ ଏହି ପଦ୍ଧତି ଦୁଇଟି ଘଟଣା ମଧ୍ଯରେ କାର୍ଯ୍ୟ – କାରଣ ସମ୍ବନ୍ଧ ନିଶ୍ଚିତ ଭାବରେ ସ୍ଥାପନ କରିପାରିଥାଏ ।
(୩) ଏହି ପଦ୍ଧତିଦ୍ଵାରା ସ୍ଥାପିତ ସିଦ୍ଧାନ୍ତ ନିର୍ଭରଯୋଗ୍ୟ ଅଟେ ।
(୪) ଏହି ପଦ୍ଧତି ଘଟଣାର ଅବାସ୍ତବ କାରଣଗୁଡ଼ିକୁ ବାଦ୍ ଦେଇ ବାସ୍ତବ କାରଣକୁ ସ୍ଥାପନ କରିଥାଏ ।

ବ୍ୟତିରେକ ପଦ୍ଧତିର ଅପକର୍ଷ :
(୧) ବ୍ୟତିରେକ ପଦ୍ଧତି ବହୁକାରଣତାବାଦ ସଙ୍କଟରୁ ମୁକ୍ତ ନୁହେଁ ।
ଗୋଟିଏ ବିଶେଷ କ୍ଷେତ୍ରରେ ଏହି ପଦ୍ଧତିକୁ ପ୍ରୟୋଗ କରି ଆମେ ଘଟଣା ବା କାର୍ଯ୍ୟର କାରଣ ପ୍ରମାଣ କରିଥାଉ; କିନ୍ତୁ କେବଳ ଏହି ପ୍ରମାଣିତ କାରଣ ଘଟଣାର ଏକମାତ୍ର କାରଣ ବୋଲି ସିଦ୍ଧ କରିପାରି ନ ଥାଉ । ଘଟଣାର ଆଉ କେତେକ କାରଣ ମଧ୍ୟ ରହିପାରେ ଯାହା ବିଷୟରେ ଏହି ପଦ୍ଧତି କିଛି ଉଲ୍ଲେଖ କରିପାରେ ନାହିଁ।

(୨) ବ୍ୟତିରେକ ପଦ୍ଧତି ‘ଅତଃ ପରଂ ତସ୍ମାଦତଃ’ ଦୋଷ କରିବାର ସମ୍ଭାବନା ରହିଛି ।
ଯଦି ଏହି ପଦ୍ଧତିରେ ବିଚାରକୁ ନିଆଯାଇଥବା ଦୁଇଟି ଦୃଷ୍ଟାନ୍ତ ମଧ୍ୟରେ ପାର୍ଥକ୍ୟ ଥିବା ପରିସ୍ଥିତି କେବଳ ଗୋଟିଏ ଅପ୍ରାସଙ୍ଗିକ ପୂର୍ବବର୍ତ୍ତୀ ପରିସ୍ଥିତି ହୋଇଥାଏ ଏବଂ ସେହି ପରିସ୍ଥିତିକୁ ଏହା ଘଟଣାର କାରଣ ବୋଲି ପ୍ରମାଣିତ କରିଥାଏ, ତେବେ ଅତଃ ପରଂ ତସ୍ମାଦତଃ ଦୋଷ ଘଟିଥାଏ, ଯାହାର ଅର୍ଥ ହେଉଛି ‘ଏହା ପରେ, ତେଣୁ ଏହି ହେତୁରୁ’ । ଏହାକୁ କାକତାଳୀୟ ଦୋଷ ମଧ୍ଯ କୁହାଯାଏ । ଉଦାହରଣସ୍ୱରୂପ, ଗୋଟିଏ ପିମ୍ପୁଡ଼ି ଗଛର ଡାଳକୁ ଚଢ଼ିଲା ପରେ ଯଦି ସେହି ଡାଳଟି ଭାଙ୍ଗିଥାଏ, ତେବେ ପିମ୍ପୁଡ଼ି ଡାଳକୁ ଚଢ଼ିବା ଡାଳଟି ଭାଙ୍ଗିଯିବାର କାରଣଭାବେ ବିବେଚନା କରିବାହେତୁ ଉପରୋକ୍ତ ଦୋଷର ସମ୍ଭାବନା ରହିଛି।

CHSE Odisha Class 12 Logic Unit 4 Short & Long Answer Questions in Odia Medium

(୩) ଏହି ପଦ୍ଧତି କାରଣ ଏବଂ ଉପକାରଣ ମଧ୍ୟରେ ପ୍ରଭେଦ ନିର୍ଦ୍ଧାରଣ କରିପାରେ ନାହିଁ ।
ଏହି ପଦ୍ଧତିରେ ଆମେ ଗୋଟିଏ ପୂର୍ବବର୍ତ୍ତୀ ପରିସ୍ଥିତି ବା ଉପକାରଣ ଯାହା ଦୁଇଟି ଦୃଷ୍ଟାନ୍ତ ମଧ୍ୟରେ ପୃଥକ୍ ଥାଏ, ତାକୁ ଘଟଣାର କାରଣ ବୋଲି ପ୍ରମାଣିତ କରିଥାଉ । ଅର୍ଥାତ୍‌, ଗୋଟିଏ ଉପକାରଣକୁ ଘଟଣାର କାରଣ ରୂପରେ ଧରି ନେଇଥାଉ ।

(୪) ବ୍ୟତିରେକ ପଦ୍ଧତିଦ୍ୱାରା ଆମେ କାର୍ଯ୍ୟରୁ କାରଣକୁ ଗତି କାରିପାରିବା ନାହିଁ ।
ବ୍ୟତିରେକ ପଦ୍ଧତି ଗୋଟିଏ ପରୀକ୍ଷଣ ପଦ୍ଧତି ହୋଇଥିବା ଯୋଗୁଁ ଏହି ପଦ୍ଧତିରେ ଆମେ କେବଳ କାରଣରୁ କାର୍ଯ୍ୟକୁ ଗତି କରିପାରିଥାଉ; କିନ୍ତୁ କାର୍ଯ୍ୟରୁ କାରଣକୁ ଗତି କରିବା ସମ୍ଭବ ହୋଇପାରି ନଥାଏ ।

(୫) ଏହି ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ ହୋଇପାରେ ନାହିଁ ।
ବାୟୁ, ଉତ୍ତାପ, ଚାପ, ଆର୍ଦ୍ରତା ଇତ୍ୟାଦିକୁ ଏହି ପଦ୍ଧତିଦ୍ୱାରା ସମ୍ପୂର୍ଣ୍ଣରୂପେ ଅପସାରଣ କରିହୁଏ ନାହିଁ । ତେଣୁ ଏହି ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରୟୋଗ ହୋଇପାରେ ନାହିଁ । ଉଦାହରଣସ୍ୱରୂପ, ଗତି କରୁଥିବା ବସ୍ତୁ ଉପରେ ଗତି ନିୟମ ପ୍ରୟୋଗ କରିଲାବେଳେ ନିୟତ କାରଣ; ଯଥା- ଉତ୍ତାପ, ଚାପ, ଆର୍ଦ୍ରତା ଇତ୍ୟାଦିକୁ ଅପସାରଣ କରିହେବ ନାହିଁ ।

(୬) ଏହି ପଦ୍ଧତିର ପରିସର ସୀମିତ ଅଟେ ।
ବ୍ୟତିରେକ ପଦ୍ଧତି ଗୋଟିଏ ପରୀକ୍ଷଣ ପଦ୍ଧତି ହୋଇଥିବା ଯୋଗୁଁ ତା’ର ପରିସର ସୀମିତ ଅଟେ । ଏହି ପଦ୍ଧତି ଆବଶ୍ୟକ କରୁଥିବା ଦୁଇଟି ଦୃଷ୍ଟାନ୍ତର ସଂଗ୍ରହ କରିବା କଷ୍ଟକର ହୋଇଥାଏ ଏବଂ ଏହି ପଦ୍ଧତି ବହୁ କ୍ଷେତ୍ରରେ ପ୍ରୟୋଗ ହୋଇପାରି ନ ଥାଏ ।

3. ସଂଯୁକ୍ତ ପଦ୍ଧତିର ବ୍ୟାଖ୍ୟା କର ।
Answer:
ମିଲ୍‌ଙ୍କ ସଂଜ୍ଞା- ‘ଯଦି ତଦନ୍ତାଧୀନ ଘଟଣା ଘଟୁଥିବା ଦୁଇ ବା ତତୋଽଧ୍ଵକ ଦୃଷ୍ଟାନ୍ତମାନଙ୍କ ମଧ୍ୟରେ କେବଳ ପରିସ୍ଥିତିଗୁଡ଼ିକ ପୃଥକ୍ ହେଲେ ମଧ୍ୟ ଉପରୋକ୍ତ ସାଧାରଣ ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ଅନୁପସ୍ଥିତ ଥାଏ, ତେବେ ସେହି ପରିସ୍ଥିତି ଯୋଗୁଁ ସଦର୍ଥକ ଏବଂ ନଞର୍ଥକ ଦୃଷ୍ଟାନ୍ତମାନଙ୍କ ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ତାହା ଘଟଣାର କାର୍ଯ୍ୟ ଅଥବା କାରଣ ଅଥବା କାରଣର ଏକ ଅପରିହାର୍ଯ୍ୟ ଅଂଶ ।

ପ୍ରତୀକ ଉଦାହରଣ :
ସଦର୍ଥକ ଦୃଷ୍ଟାନ୍ତାବଳୀ :
ପୂର୍ବଗାମୀ ଘଟଣା ଅନୁଗାମା ଘଟଣା
କ ଗ ଘ ————- ଖ ପ ଫ
କ ଚ ଛ ————- ଖ ବ ଭ
କ ଜ ଝ ————- ଖ ର ଳ
ନଞର୍ଥକ ଦୃଷ୍ଟାନ୍ତାବଳୀ :
ପୂର୍ବଗାମୀ ଘଟଣା ଅନୁଗାମା ଘଟଣା
ଗ ଘ ଚ ————- ପ ଫ ବ
ଘ ଚ ଛ ————- ଫ ବ ଭ
ଛ ଜ ଝ ————- ଭର ଳ
∴ ‘କ’ ‘ଖ’ ର କାରଣ ବା ଉପକାରଣ ଅଥବା ‘ଖ’ ‘କ’ ର କାର୍ଯ୍ୟ ।

ମୂର୍ତ୍ତ ଉଦାହରଣ :
(୧) ଯେଉଁ ଦୃଷ୍ଟାନ୍ତମାନଙ୍କରେ ମ୍ୟାଲେରିଆ ଜ୍ଵର ଦେଖାଯାଇଥାଏ, ସେଠାରେ ରୋଗୀଙ୍କୁ ଏନୋଫିଲିସ୍ ମଶା କାମୁଡ଼ିଥାଏ ଏବଂ ଯେଉଁ ଦୃଷ୍ଟାନ୍ତମାନଙ୍କରେ ମ୍ୟାଲେରିଆ ଜ୍ଵର ଦେଖାଯାଇ ନ ଥାଏ, ସେଠାରେ ରୋଗୀଙ୍କୁ ଏନୋଫିଲିସ୍ ମଶା କାମୁଡ଼ି ନ ଥାଏ । ତେଣୁ ରୋଗୀଙ୍କୁ ଏନୋଫିଲିସ୍ ମଶା କାମୁଡ଼ିବା ମ୍ୟାଲେରିଆ ଜ୍ଵରର କାରଣ ଅଟେ ।
(୨) ଯେଉଁ ଦୃଷ୍ଟାନ୍ତମାନେ କୃଷିକ୍ଷେତ୍ରରେ ଅଧ୍ବକ ଉର୍ବରତା ଥ‌ିବା ଦର୍ଶାଯାଇଥାଏ, ସେଠାରେ ଆଧୁନିକ ଯନ୍ତ୍ରପାତିଗୁଡ଼ିକର ପ୍ରୟୋଗ ହୋଇଥାଏ ଏବଂ ଯେଉଁ ଦୃଷ୍ଟାନ୍ତମାନଙ୍କର ଏଭଳି ଦର୍ଶାଯାଇନଥାଏ, ସେଠାରେ କୌଣସି ଆଧୁନିକ ଯନ୍ତ୍ରପାତିର ପ୍ରୟୋଗ ହୋଇନଥାଏ । ତେଣୁ ଆଧୁନିକ ଯନ୍ତ୍ରପାତିର ପ୍ରୟୋଗ କୃଷିକ୍ଷେତ୍ରରେ ଅଧ୍ବକ ଉର୍ବରତାର କାରଣ ଅଟେ ।

ନିରସନ ନିୟମ :
‘‘ଯେଉଁ ଘଟଣାର ଅନୁପସ୍ଥିତି ସତ୍ତ୍ଵେ କାର୍ଯ୍ୟ ସଙ୍ଘଟିତ ହୁଏ, ତାହା କାର୍ଯର କାରଣ ନୁହେଁ ଏବଂ କାର୍ଯ୍ୟର ବିନାଶ ସାଧନ ନକରି ଯେଉଁ ଘଟଣାର ନିରାକରଣ ସମ୍ଭବପର ନୁହେଁ, ତାହା କାର୍ଯ୍ୟର କାରଣ ବା ଉପକାରଣ ।’’ ଏହି ଉଭୟ ନିରସନ ନିୟମ ଉପରେ ସଂଯୁକ୍ତ ପଦ୍ଧତି ପ୍ରତିଷ୍ଠିତ ।

ସଂଯୁକ୍ତ ପଦ୍ଧତିର ଲକ୍ଷଣ :
(୧) ଏହା ଗୋଟିଏ ମୌଳିକ ପଦ୍ଧତି ନୁହେଁ, ଏହା ଗୋଟିଏ ଦ୍ଵିଧାନ୍ବୟ ପଦ୍ଧତି ।
ସଂଯୁକ୍ତ ପଦ୍ଧତିକୁ ଦ୍ଵିଧାନ୍ବୟ ପଦ୍ଧତି କୁହାଯାଏ, କାରଣ ଏହି ପଦ୍ଧତି ଅନ୍ବୟ ପଦ୍ଧତିକୁ ଦୁଇଥର ପ୍ରୟୋଗ କରିଥାଏ । ସଦର୍ଥକ ଦୃଷ୍ଟାନ୍ତସମୂହରେ ଗୋଟିଏ ପରିସ୍ଥିତି ସାଧାରଣ ଭାବରେ ଉପସ୍ଥିତ ଥିବାର ସମ୍ମତ ଏବଂ ନଞର୍ଥକ ଦୃଷ୍ଟାନ୍ତସମୂହର ସେହି ସାଧାରଣ ପରିସ୍ଥିତି ଅନୁପସ୍ଥିତ ଥିବାର ସମ୍ମତ । ତେଣୁ ଫାଉଲର ଏହି ପଦ୍ଧତିକୁ ଦୋହରା ଅନ୍ଵୟ ପଦ୍ଧତି ଏବଂ ବେନ୍ ଏହାକୁ ବିଧାନ୍ବୟ ପଦ୍ଧତି ବୋଲି କହିଛନ୍ତି ।

CHSE Odisha Class 12 Logic Unit 4 Short & Long Answer Questions in Odia Medium

ସଂଯୁକ୍ତ ପଦ୍ଧତିକୁ ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପ ମଧ୍ଯ କହନ୍ତି । ବ୍ୟତିରେକ ପଦ୍ଧତି ଦୁଇଟି ଦୃଷ୍ଟାନ୍ତ ଆବଶ୍ୟକ କରିଥାଏ । ଗୋଟିଏ ସଦର୍ଥକ ଏବଂ ଅନ୍ୟଟି ନଞର୍ଥକ । ସେହିପରି ସଂଯୁକ୍ତ ପଦ୍ଧତି ଦୁଇଟି ଦୃଷ୍ଟାନ୍ତ ଆବଶ୍ୟକ କରିଥାଏ । ଗୋଟିଏ ସଦର୍ଥକ ଏବଂ ଅନ୍ୟଟି ନଞର୍ଥକ । ତେଣୁ ସଂଯୁକ୍ତ ପଦ୍ଧତିକୁ ପରୋକ୍ଷ ବ୍ୟତିରେକ ପଦ୍ଧତି କହନ୍ତି କାରଣ ଏହି ପଦ୍ଧତିରେ ନଞର୍ଥକ ଦୃଷ୍ଟାନ୍ତସମୂହକୁ କେବଳ ପରୋକ୍ଷ ଭାବରେ ସଂଗ୍ରହ କରାଯାଇଥାଏ । ଯେକୌଣସି ସ୍ଥିତିରେ ମଧ୍ୟ ନଞର୍ଥକ ଦୃଷ୍ଟାନ୍ତ- ସମୂହ ପ୍ରତ୍ୟକ୍ଷ ଭାବରେ ପରୀକ୍ଷଣଦ୍ବାରା ସଂଗ୍ରହ କରିହେବ ନାହିଁ ।

(୨) ଏହା ଗୋଟିଏ ପର୍ଯ୍ୟବେକ୍ଷଣ ପଦ୍ଧତି ।
ଏହି ପଦ୍ଧତିରେ ଦୃଷ୍ଟାନ୍ତଗୁଡ଼ିକୁ ପର୍ଯ୍ୟବେକ୍ଷଣଦ୍ବାରା ସଂଗ୍ରହ କରାଯାଇଥାଏ । ସଂଗ୍ରହ କରିଥିବା ସଦର୍ଥକ ଦୃଷ୍ଟାନ୍ତସମୂହ ଘଟଣାର କାରଣ ସୂଚିତ କରିଥାଏ ଏବଂ ନଞର୍ଥକ ଦୃଷ୍ଟାନ୍ତସମୂହ କାର୍ଯ୍ୟ-କାରଣ ସମ୍ବନ୍ଧକୁ ପ୍ରମାଣିତ କରିଥାଏ । ଉଭୟ ସଦର୍ଥକ ଏବଂ ନଞର୍ଥକ ଦୃଷ୍ଟାନ୍ତସମୂହ ପର୍ଯ୍ୟବେକ୍ଷଣଦ୍ଵାରା ସଂଗ୍ରହ ହେବା ଯୋଗୁଁ ସମ୍ପୃକ୍ତ ପଦ୍ଧତିକୁ ଗୋଟିଏ ପର୍ଯ୍ୟବେକ୍ଷଣ ପଦ୍ଧତି ବା ପରିହାର ପଦ୍ଧତି କହନ୍ତି ।

(୩) ଏହା ଗୋଟିଏ ପ୍ରାମାଣିକ ପଦ୍ଧତି ।
ସଦର୍ଥକ ଦୃଷ୍ଟାନ୍ତସମୂହ ଘଟଣାର କାରଣ ସୂଚିତ କରିଥାଏ ଏବଂ ନଞର୍ଥକ ଦୃଷ୍ଟାନ୍ତସମୂହ କାର୍ଯ୍ୟ-କାରଣ ସମ୍ବନ୍ଧକୁ ପ୍ରମାଣିତ କରିଥାଏ । ଏଠାରେ କାର୍ଯ୍ୟ-କାରଣ ସମ୍ବନ୍ଧ ପ୍ରମାଣିତ ହେବା ଯୋଗୁଁ ଏହି ପଦ୍ଧତିକୁ ପ୍ରାମାଣିକ ପଦ୍ଧତି ବୋଲି କୁହାଯାଏ ।

ସଂଯୁକ୍ତ ପଦ୍ଧତିର ଉତ୍କର୍ଷ :
(୧) ଏହା ଗୋଟିଏ ପର୍ଯ୍ୟବେକ୍ଷଣ ପଦ୍ଧତି ହେବା ଯୋଗୁଁ ସଂଯୁକ୍ତ ପଦ୍ଧତିର ପରିସର ବ୍ୟାପକ ଅଟେ ।
(୨) ସଂଯୁକ୍ତ ପଦ୍ଧତି ଅନ୍ବୟ ପଦ୍ଧତିଠାରୁ ଅଧ‌ିକ ନିର୍ଭରଯୋଗ୍ୟ କାରଣ କାର୍ଯ୍ୟ-କାରଣ ସମ୍ବନ୍ଧ ଯାହା ସଦର୍ଥକ ଦୃଷ୍ଟାନ୍ତ – ସମୂହ ସୂଚିତ କରିଥାଏ, ତାହା ନଞର୍ଥକ ଦୃଷ୍ଟାନ୍ତସମୂହଦ୍ଵାରା ପ୍ରମାଣିତ ହୋଇଥାଏ ।
(୩) ସଂଯୁକ୍ତ ପଦ୍ଧତି ବ୍ୟତିରେକ ପଦ୍ଧତିଠାରୁ ଅଧ‌ିକ ବିଶ୍ବସନୀୟ ଏବଂ ନିର୍ଭରଯୋଗ୍ୟ । ବ୍ୟତିରେକ ପଦ୍ଧତି ଦୁଇଟି ଦୃଷ୍ଟାନ୍ତ – ଗୋଟିଏ ସଦର୍ଥକ, ଅନ୍ୟଟି ନଞର୍ଥକ ଆବଶ୍ୟକ କରୁଥିବାବେଳେ ସଂଯୁକ୍ତ ପଦ୍ଧତି ଦୁଇଟି ଦୃଷ୍ଟାନ୍ତ ଗୋଟିଏ ସଦର୍ଥକ ଏବଂ ଅନ୍ୟଟି ନଞର୍ଥକ ଆବଶ୍ୟକ କରିଥାଏ । ତେଣୁ ସଂଯୁକ୍ତ ପଦ୍ଧତିରେ କାର୍ଯ୍ୟ-କାରଣ ସମ୍ବନ୍ଧକୁ ଅଧିକ ନିଶ୍ଚିତତା ସହିତ ପ୍ରତିପାଦନ କରିହେବ ।

ସଂଯୁକ୍ତ ପଦ୍ଧତିର ଅପକର୍ଷ :
(୧) ସଂଯୁକ୍ତ ପଦ୍ଧତି ବହୁକାରଣତାବାଦ ଦୋଷରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ନୁହେଁ ।
ସଦର୍ଥକ ଦୃଷ୍ଟାନ୍ତସମୂହ ଘଟଣାର କାରଣ ସୂଚିତ କରିଥାଏ ଏବଂ ସେହି କାରଣ ନଞ୍ଜର୍ଥକ ଦୃଷ୍ଟାନ୍ତ ସମୂହଦ୍ଵାରା ପ୍ରମାଣିତ ଏହିପରି ପରିସ୍ଥିତି ନାହିଁ ଯାହା ଘଟଣାର କାରଣ ହୋଇପାରେ । ତେଣୁ ଏହି ପଦ୍ଧତି ବହୁକାରଣତାବାଦ ଦୋଷରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ନୁହେଁ ।
(୨) ଏହି ପଦ୍ଧତି କାରଣ ଏବଂ ଉପକାରଣ ମଧ୍ୟରେ ପ୍ରଭେଦ ନିର୍ଦ୍ଧାରଣ କରିପାରେ ନାହିଁ ।
ଏଠାରେ ସଦର୍ଥକ ଦୃଷ୍ଟାନ୍ତସମୂହରେ ଉପସ୍ଥିତ ଥିବା ଗୋଟିଏ ସାଧାରଣ ପରିସ୍ଥିତି ବା ଉପକାରଣ ଯାହା ନଞ୍ଜର୍ଥକ ଦୃଷ୍ଟାନ୍ତସମୂହର ସମ୍ପୂର୍ଣ୍ଣ ଭାବରେ ଅନୁପସ୍ଥିତ ଥାଏ, ତାହା ଘଟଣାର କାରଣ ବୋଲି ପ୍ରମାଣିତ ହୋଇଥାଏ । ତେଣୁ ସଂଯୁକ୍ତ ପଦ୍ଧତି ଗୋଟିଏ ପୂର୍ବବର୍ତ୍ତୀ ପରିସ୍ଥିତି ବା ଉପକାରଣକୁ ଘଟଣାର କାରଣ ବୋଲି ଧରିନିଏ ।
(୩) ଏହି ପଦ୍ଧତି କାରଣ ଏବଂ ସହକାର୍ଯ୍ୟ ମଧ୍ୟରେ ପ୍ରଭେଦ ନିର୍ଦ୍ଧାରଣ କରିପାରେ ନାହିଁ ।
(୪) ସଂଯୁକ୍ତ ପଦ୍ଧତି କାରଣ ଏବଂ ସହାବସ୍ଥାନ ମଧ୍ୟରେ ପ୍ରଭେଦ ନିର୍ଦ୍ଧାରଣ କରିପାରେ ନାହିଁ । ଅନେକ ସମୟରେ ଦୁଇଟି ଘଟଣାର ସହାବସ୍ଥାନ ଘଟିଥାଏ । ଏଥିଯୋଗୁଁ ସେମାନଙ୍କ ମଧ୍ୟରେ କାର୍ଯ୍ୟ-କାରଣ ସମ୍ବନ୍ଧ ଅନୁମାନ କରିବା ଉଚିତ ହେବ ନାହିଁ । କିନ୍ତୁ ସଂଯୁକ୍ତ ପଦ୍ଧତିରେ ଏହି ପ୍ରକାର ଅନୁମାନ କରିବାର ସମ୍ଭାବନା ରହିଛି ।
(୫) ଏହି ପଦ୍ଧତି ନିୟତ କାରଣ କ୍ଷେତ୍ରରେ ବିଫଳ ହୋଇଥାଏ ।
ସଂଯୁକ୍ତ ପଦ୍ଧତିଦ୍ୱାରା ନିୟତ କାରଣ କ୍ଷେତ୍ରରେ ନଞର୍ଥକ ଦୃଷ୍ଟାନ୍ତସମୂହ ସଂଗ୍ରହ କରିବା ସମ୍ଭବପର ନୁହେଁ । ତେଣୁ ଏହି ପଦ୍ଧତି ନିୟତ କାରଣ କ୍ଷେତ୍ରରେ ବିଫଳ ହୋଇଥାଏ ।
(୬) ସଂଯୁକ୍ତ ପଦ୍ଧତି କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ବିଫଳ ହୋଇଥାଏ ।
ଏହି ପଦ୍ଧତି ଉପଯୋଗୀ ହୋଇଥାଏ ଯେତେବେଳେ ପୂର୍ବବର୍ତ୍ତୀ ଏବଂ ଅନୁବର୍ତୀ ପରିସ୍ଥିତି ମଧ୍ୟରେ ପ୍ରଭେଦ ଥାଏ । କିନ୍ତୁ ଯଦି ଦୁଇ କିମ୍ବା ଅଧିକ ଅନୁବର୍ତୀ ପରିସ୍ଥିତି ମିଶ୍ରିତ ହୋଇ ଗୋଟିଏ କାର୍ଯ୍ୟରେ ପରିଣତ ହୁଅନ୍ତି, ତେବେ ଏହି ପଦ୍ଧତି ଉପଯୋଗୀ ହୋଇପାରେ ନାହିଁ ।

4. ସହଚାରୀ ପରିବର୍ତ୍ତନ ପଦ୍ଧତିର ବ୍ୟାଖ୍ୟା ଓ ସମୀକ୍ଷା କର ।
Answer:
ମିଲ୍‌ଙ୍କ ସଂଜ୍ଞା- ‘ଯଦି ଗୋଟିଏ ଘଟଣା କିଛି ନିର୍ଦ୍ଦିଷ୍ଟ ଭାବରେ ପରିବର୍ତ୍ତନ ହେଲାବେଳେ ଅନ୍ୟ ଗୋଟିଏ ଘଟଣାର କୌଣସି ପ୍ରକାର ପରିବର୍ତ୍ତନ ଘଟେ, ତେବେ ତାହା ଅନୁବର୍ତୀ ଘଟଣାଟିର କାରଣ ବା କାର୍ଯ୍ୟ ବା ଏହି ଘଟଣା ସହିତ କୌଣସି ପ୍ରକାର କାର୍ଯ୍ୟ-କାରଣ ସମ୍ବନ୍ଧରେ ସଂଯୁକ୍ତ ।’’

ପ୍ରତୀକ ଉଦାହରଣ :
(୧) ପୂର୍ବଗାମୀ ଘଟଣା ଅନୁଗାମା ଘଟଣା
କୃ ଖ ଗ ————– ପୂ ଫ ବ
କୃ ଖ ଗ ————– ପୃ ଫ ବ
କୃ ଖ ଗ ————– ପୂ ଫ ବ
∴ ‘କ’ ‘ପ’ ର କାରଣ ଅଥବା ‘ପ’ ‘କ’ ର କାର୍ଯ୍ୟ ।
(୨) ପୂର୍ବଗାମୀ ଘଟଣା ଅନୁଗାମା ଘଟଣା
କୃ ଗ ଘ ————- ଖୂ ପ ଫ
କୃ ଚ ଛ ————- ଖୂ ବ ଭ
କୃ ଜ ଝ ————- ଖୂ ର ଳ
∴ ‘କ’ ‘ଖ’ ର କାରଣ ଅଥବା ‘ପ’ ‘କ’ ର କାର୍ଯ୍ୟ ।

CHSE Odisha Class 12 Logic Unit 4 Short & Long Answer Questions in Odia Medium

ମୂର୍ଖ ଉଦାହରଣ :
(୧) ଗୋଟିଏ ବସ୍ତୁର ମୂଲ୍ୟ ହ୍ରାସ ହେବା ଯୋଗୁଁ ତାହାର ଚାହିଦା ବୃଦ୍ଧି ପାଏ ଏବଂ ବସ୍ତୁର ମୂଲ୍ୟ ବୃଦ୍ଧି ଯୋଗୁଁ ତାହାର ଚାହିଦା ହ୍ରାସ ପାଏ । ତେଣୁ ବସ୍ତୁର ମୂଲ୍ୟ ଏବଂ ତାହାର ଚାହିଦା ମଧ୍ୟରେ କାର୍ଯ୍ୟ ।
(୨) ଗୋଟିଏ ବେଲୁନ୍‌ର ଆକାର ବୃଦ୍ଧି କରିବାଦ୍ୱାରା ତା’ ଭିତରେ ଥିବା ଆକାର ହ୍ରାସ କରିବାଦ୍ୱାରା ବାଷ୍ପର ଚାପ ବୃଦ୍ଧି ପାଇଥାଏ । ବେଲୁନ୍‌ର ଆକାର ଏବଂ ପରିବର୍ତ୍ତନ ଦେଖାଦେବା ଯୋଗୁଁ ସେମାନେ କାର୍ଯ୍ୟ-କାରଣ ସମ୍ବନ୍ଧରେ ଆବଦ୍ଧ ।

ନିରସନ ନିୟମ :
‘ଯେଉଁ ଘଟଣା ପରିମାଣତଃ ପରିବର୍ତ୍ତିତ ହେଲେ ପରିମାଣତଃ କାର୍ଯ୍ୟ ପରିବର୍ତ୍ତିତ ହୁଏ, ତାହା କାର୍ଯ୍ୟ ସହିତ କାର୍ଯ୍ୟ- କାରଣ ସୂତ୍ରରେ ସମ୍ବନ୍ଧାନ୍ବିତ ।’’ ଏହି ନିରସନ ନିୟମ ଉପରେ ସହଚାରୀ ପରିବର୍ତ୍ତନ ପଦ୍ଧତି ପ୍ରତିଷ୍ଠିତ ।

ସହଚାରୀ ପରିବର୍ତ୍ତନ ପଦ୍ଧତିର ଲକ୍ଷଣ :
(୧) ଏହା ଅନ୍ବୟ ପଦ୍ଧତି କିମ୍ବା ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ବୁପ। ସହଚାରୀ ପରିସ୍ଥିତିରେ ମଧ୍ୟ ସେହି ଅନୁପାତରେ ପରିବର୍ତ୍ତନ ଥାଏ ଯାହା ପରିମାଣତଃ ପରିବର୍ତ୍ତିତ ହେବା ଯୋଗୁଁ ଅନୁବର୍ତୀ ଦେଖାଯାଇଥାଏ ଏବଂ ଅନ୍ୟ ସବୁ ପରିସ୍ଥିତି ଦୃଷ୍ଟାନ୍ତରୁ ଦୃଷ୍ଟାନ୍ତକୁ ଭିନ୍ନ ଥା’ନ୍ତି ।

ଏହି ପଦ୍ଧତିକୁ ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପ ବୋଲି ମଧ୍ୟ କୁହାଯାଏ । ଯେତେବେଳେ କେବଳ ଗୋଟିଏ ପରିସ୍ଥିତିର ଦୃଷ୍ଟାନ୍ତମାନଙ୍କ ମଧ୍ୟରେ ଥ‌ିବା କେବଳ ଗୋଟିଏ ପରସ୍ଥିତିରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ, ତେବେ ଏହି ପଦ୍ଧତିକୁ ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପ ହୋଇଥାଏ ।

(୨) ସହଚାରୀ ପରିବର୍ତ୍ତନ ପଦ୍ଧତି କାରଣିକତାର ପରିମାଣତଃ ଲକ୍ଷଣ ଉପରେ ଆଧାରିତ ।
ଏହି ପଦ୍ଧତି ପୂର୍ବବର୍ତୀ ଏବଂ ଅନୁବର୍ତୀ ପରିସ୍ଥିତି ମଧ୍ୟରେ ପରିମାଣତଃ ପରିବର୍ତ୍ତନକୁ ନେଇ କାର୍ଯ୍ୟ-କାରଣ ସମ୍ବନ୍ଧ ସ୍ଥାପନ କରିବାକୁ ଚେଷ୍ଟା କରିଥାଏ । କିନ୍ତୁ କୌଣସି ପ୍ରକାରରେ ଏହି ପଦ୍ଧତି ଘଟଣାର ଗୁଣାତ୍ମକ ଲକ୍ଷଣ ଉପରେ ନିର୍ଭର କରିନଥାଏ । ତେଣୁ ଏହି ପଦ୍ଧତି କାରଣିକତାର ପରିମାଣତଃ ଲକ୍ଷଣ ଉପରେ ଆଧାରିତ ବୋଲି କୁହାଯାଏ । ପୂର୍ବବର୍ତ୍ତୀ ଏବଂ ଅନୁବର୍ତୀ ପରିସ୍ଥିତି ମଧ୍ୟରେ ପରିମାଣତଃ ପରିବର୍ତ୍ତନକୁ ତାଲିକାବଦ୍ଧ ରୂପେ ଦର୍ଶାଇହେବ ଏବଂ ରେଖାଚିତ୍ର ସାହାଯ୍ୟରେ ସୂଚିତ କରିହେବ । ତେଣୁ ଏହି ପଦ୍ଧତିକୁ ପରିସଂଖ୍ୟାନମୂଳକ ପଦ୍ଧତି ମଧ୍ୟ କୁହାଯାଏ ।

(୩) ସହଚାରୀ ପରିବର୍ତ୍ତନ ପଦ୍ଧତି ଗୋଟିଏ ଆବିଷ୍କାର ପଦ୍ଧତି ଅଟେ ।
ଏହି ପଦ୍ଧତି ଗୋଟିଏ ପୂର୍ବବର୍ତ୍ତୀ ଏବଂ ତାହାର ଅନୁବର୍ତୀ ପରିସ୍ଥିତି ମଧ୍ୟରେ ଥିବା ପରିମାଣତଃ ପରିବର୍ତ୍ତନକୁ ଆଧାର କରି ସେ ଦୁଇଟି ମଧ୍ୟରେ ଥ‌ିବା କାର୍ଯ୍ୟ-କାରଣ ସମ୍ବନ୍ଧକୁ କେବଳ ସୂଚିତ କରିଥାଏ । ତେଣୁ ଏହି ପଦ୍ଧତି ଗୋଟିଏ ଆବିଷ୍କାର ପଦ୍ଧତି ଅଟେ ।

ସହଚାରୀ ପରିବର୍ତ୍ତନ ପଦ୍ଧତିର ଉତ୍କର୍ଷ :
(୧) ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପରେ ଏହି ପଦ୍ଧତିର ପରିଣାମ ନିର୍ଭରଯୋଗ୍ୟ ।
ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପରେ ସହଚାରୀ ପରିବର୍ତ୍ତନ ପଦ୍ଧତିକୁ ଗୋଟିଏ ପ୍ରାମାଣିକ ପଦ୍ଧତି ବୋଲି କୁହାଯାଏ । ଏହି ପରିବର୍ତ୍ତିତ ରୂପରେ ସହଚାରୀ ପରିବର୍ତ୍ତନ ପଦ୍ଧତିର ପରିଣାମ ଅଧ୍ଵ ବା କମ୍ ନିଶ୍ଚିତ ଏବଂ ନିର୍ଭରଯୋଗ୍ୟ ।
(୨) ଏହି ପଦ୍ଧତି ନିୟତ କାରଣ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରେ ।
ଏହି ପଦ୍ଧତିରେ ନିୟତ କାରଣ; ଯଥା- ଉତ୍ତାପ, ତାପ, ବାୟୁ ଇତ୍ୟାଦିକୁ ପ୍ରୟୋଗ କରି ସେଗୁଡ଼ିକର ପରିମାଣତଃ ପରିବର୍ତ୍ତନ ଯୋଗୁଁ କାର୍ଯ୍ୟ ନିର୍ଦ୍ଧାରଣ କରାଯାଇପାରେ ।
(୩) ସହଚାରୀ ପରିବର୍ତ୍ତନ ପଦ୍ଧତି କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ମଧ୍ୟ ଉପଯୋଗୀ ହୁଏ ।
(୪) ଏହା ଏକମାତ୍ର ପଦ୍ଧତି ଯାହା ଘଟଣାର ପରିମାଣତଃ ପରିବର୍ତ୍ତନରୁ କାର୍ଯ୍ୟ-କାରଣ ସମ୍ବନ୍ଧ ନିର୍ଦ୍ଧାରଣ କରିଥାଏ । ଯେଉଁ କ୍ଷେତ୍ରରେ ଘଟଣାର ପୂର୍ବବର୍ତ୍ତୀ ଏବଂ ଅନୁବର୍ତୀ ପରିସ୍ଥିତି ମଧ୍ୟରେ ପରିମାଣତଃ ପରିବର୍ତ୍ତନ ଘଟିଥାଏ, ସେହି କ୍ଷେତ୍ରରେ ସହଚାରୀ ପରିବର୍ତ୍ତନ ପଦ୍ଧତି ଏକମାତ୍ର ପଦ୍ଧତି ଯାହା କାର୍ଯ୍ୟ-କାରଣ ସମ୍ବନ୍ଧକୁ ସଠିକ୍ ଭାବରେ ସୂଚିତ କରିପାରିଥାଏ ।
(୫) ସହଚାରୀ ପରିବର୍ତ୍ତନ ପଦ୍ଧତି ବିଜ୍ଞାନସମ୍ମତ ।
ଏବଂ ଅନୁବର୍ତୀ ପରିସ୍ଥିତି ମଧ୍ୟରେ ପରିମାଣତଃ ପରିବର୍ତ୍ତନକୁ ତାଲିକାବଦ୍ଧ ରୂପେ ଦର୍ଶାଇହେବ ଏବଂ ରେଖାଚିତ୍ରରେ ମଧ୍ୟ ସୂଚିତ କରିହେବ । ଏହାଦ୍ଵାରା ଜଣେ ଘଟଣାର ବିଶ୍ଳେଷଣ ଏବଂ ବ୍ୟାଖ୍ୟା କରି ଗୋଟିଏ ନିର୍ଭରଯୋଗ୍ୟ ସିଦ୍ଧାନ୍ତ ସ୍ଥାପନ କରିପାରିବ ।

ସହଚାରୀ ପରିବର୍ତ୍ତନ ପଦ୍ଧତିର ଅପକର୍ଷ :
(୧) ଅନେକ କ୍ଷେତ୍ରରେ ସହଚାରୀ ପରିବର୍ତ୍ତନ ପଦ୍ଧତି ଗୋଟିଏ ନିର୍ଦ୍ଦିଷ୍ଟ ସୀମା ବାହାରେ କାର୍ଯ୍ୟକାରୀ ହୁଏ ନାହିଁ।
(୨) ସହଚାରୀ ପରିବର୍ତ୍ତନ ପଦ୍ଧତି ଗୁଣଗତ ପରିବର୍ତ୍ତନ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରେ ନାହିଁ ।
(୩) ସହଚାରୀ ପରିବର୍ତ୍ତନ ପଦ୍ଧତି କାରଣ ଏବଂ ସହକାର୍ଯ୍ୟ ବା ଉପକାରଣ ବା ସହାବସ୍ଥାନ ମଧ୍ୟରେ ପ୍ରଭେଦ ନିର୍ଦ୍ଧାରଣ କରିପାରେ ନାହିଁ।
(୪) ସହଚାରୀ ପରିବର୍ତ୍ତନ ପଦ୍ଧତି ବହୁକାରଣତାବାଦ ଦୋଷରୁ ମୁକ୍ତ ନୁହେଁ ।
(୫) ଅନ୍ବୟ ପଦ୍ଧତି ଏବଂ ବ୍ୟତିରେକ ପଦ୍ଧତିର ଯାହାସବୁ ସମସ୍ୟା ରହିଛି, ସହଚାରୀ ପରିବର୍ତ୍ତନ ପଦ୍ଧତି ଅନ୍ଵୟ କିମ୍ବା ବ୍ୟତିରେକ ପଦ୍ଧତିର ପରିବର୍ତ୍ତିତ ରୂପ ହୋଇଥ‌ିବା ଯୋଗୁଁ ଏହି ପଦ୍ଧତିରେ ସେହିସବୁ ସମସ୍ୟାମାନ ରହିଛି।

CHSE Odisha Class 12 Logic Unit 4 Short & Long Answer Questions in Odia Medium

5. ପରିଶେଷ ପଦ୍ଧତିର ଉଲ୍ଲେଖ କରି ସବିଶେଷ ଆଲୋଚନା କର ।
Answer:
ମିଲ୍‌ଙ୍କ ସଂଜ୍ଞା – ‘ପ୍ରଦତ୍ତ ଘଟଣାରୁ ତାହାର କେତେକ ଅଂଶ ଯାହା ପୂର୍ବବର୍ତ୍ତୀ ପରିସ୍ଥିତିର କାର୍ଯ୍ୟ ବୋଲି ଆରୋହାନୁମାନଦ୍ଵାରା ପୂର୍ବରୁ ସ୍ଥାପିତ ହୋଇଥାଏ, ସେଗୁଡ଼ିକୁ ବାଦ୍ ଦେଲେ ପ୍ରଦତ୍ତ ଘଟଣାର ଅବଶିଷ୍ଟ୍ୟଶ ଅବଶିଷ୍ଟ ପୂର୍ବବର୍ତ୍ତୀ ପରିସ୍ଥିତି କାର୍ଯ୍ୟ ଅଟେ ।’’

ପ୍ରତୀକ ଉଦାହରଣ :
(୧) ପୂର୍ବଗାମୀ ଘଟଣା ଅନୁଗାମା ଘଟଣା
କ ଖ ଗ ————— ପ ଫ ବ
ଖ —————- ‘ଫ’ ର କାରଣ ।
ଗ —————- ‘ବ’ ର କାରଣ ।
ଖ ଗ ————– ‘ଫ’ ‘ବ’ ର କାରଣ ।
∴ ‘କ’ ‘ପ’ ର କାରଣ ।

ମୂର୍ଖ ଉଦାହରଣ :
(୧) ରାମ ବଜାରକୁ ଟ. ୧୦୦,୦୦ ନେଇ ଟ. ୫୫.୦୦ରେ ପରିବା ଏବଂ ଟ. ୧୦,୦୦ ରେ କଲମ କିଣିଲା । ତେବେ ତାଙ୍କ ପାଖରେ ଆଉ ଅବଶିଷ୍ଟ ଟ. ୩୫.୦୦ ରହିଛି ।
(୨) ଗୋଟିଏ ପେଡ଼ିର ବସ୍ତୁ ସହିତ ଓଜନ ୭୫୦ ଗ୍ରାମ୍ । ବସ୍ତୁଗୁଡ଼ିକର ମୋଟ ଓଜନ ୫୦୦ ଗ୍ରାମ୍ । ତେଣୁ ପେଡ଼ିର ଓଜନ ୨୫୦ ଗ୍ରାମ୍।

ନିରସନ ନିୟମ :
ପରିଶେଷ ପଦ୍ଧତି ବ୍ୟତିରେକ ପଦ୍ଧତିର ଏକ ପ୍ରକାରଭେଦ ବୋଲି ବିବେଚିତ ହୁଏ । ଏହି ଦୃଷ୍ଟିରୁ ତାହା ବ୍ୟତିରେକ ପଦ୍ଧତିର ନିରସନ ନିୟମ ଉପରେ ପ୍ରତିଷ୍ଠିତ ବୋଲି କୁହାଯାଇପାରେ ।
ଜୋସେଫ୍‌ଙ୍କ ମତରେ ‘‘ଯାହା ଗୋଟିଏ ଘଟଣାର କାରଣ ବୋଲି ଜ୍ଞାତ, ତାହା ଅନ୍ୟ କୌଣସି ଘଟଣାର କାରଣ ହୋଇ ନ ପାରେ ।’’

ପରିଶେଷ ପଦ୍ଧତିର ଲକ୍ଷଣ :
(୧) ଘଟଣାର କିଛି ଅଂଶର କାର୍ଯ୍ୟକାରଣ ସମ୍ବନ୍ଧୀୟ ଜ୍ଞାନ ବିନା ପରିଶେଷ ପଦ୍ଧତି ପ୍ରଯୁଜ୍ୟ ହୋଇପାରେ ନାହିଁ । ତଦନ୍ତାଧୀନ ଘଟଣାର ଅଂଶର କାରଣ ସଂକ୍ରାନ୍ତୀୟ ଜ୍ଞାନ ବିନା ଏହି ପଦ୍ଧତି ପ୍ରଯୁଜ୍ୟ ନୁହେଁ । ଅର୍ଥାତ୍ ପୂର୍ବବର୍ତୀ ଏବଂ ଅନୁବର୍ତୀ ମଧ୍ୟରେ ଥ‌ିବା କାର୍ଯ୍ୟ-କାରଣ ସମ୍ବନ୍ଧରେ କିଛି ଜ୍ଞାନ ରହିବା ଆବଶ୍ୟକ । ଏହି ଜ୍ଞାନ କେତୋଟି ପୂର୍ବବର୍ତୀ ଏବଂ ପାଉ । ବିୟୋଗ କରିବା ପରେ ଅବଶିଷ୍ଟ ପୂର୍ବବର୍ତ୍ତୀ ପରିସ୍ଥିତି ଏବଂ ଘଟଣାର ଅବଶିଷ୍ଟ୍ୟଶ ମଧ୍ୟରେ କାର୍ଯ୍ୟ – କାରଣ ସମ୍ବନ୍ଧ ଆବିଷ୍କାର ହୋଇଥାଏ ।

(୨) ପରିଶେଷ ପଦ୍ଧତିକୁ ଗୋଟିଏ ଆବିଷ୍କାର ପଦ୍ଧତି କୁହାଯାଏ ।
ଗୋଟିଏ ଜଟିଳ ଘଟଣାର କିଛି ଅଂଶର ବ୍ୟାଖ୍ୟା ତା’ର କାରଣଦ୍ଵାରା କରିହେବ । କିନ୍ତୁ ଘଟଣାର ଅବଶିଷ୍ଟାଶର କାରଣ ଅଜ୍ଞ ଥ‌ିବା ଯୋଗୁଁ, ତାହାର ବ୍ୟାଖ୍ୟା ହୋଇପାରି ନଥାଏ । କାର୍ଯ୍ୟ – କାରଣ ସମ୍ବନ୍ଧରେ ଜ୍ଞାନ ଥ‌ିବା ପୂର୍ବବର୍ତ୍ତୀ ଏବଂ କାରଣ ସମ୍ବନ୍ଧ ଆବିଷ୍କାର ହୋଇଥାଏ ।

(୩) ପରିଶେଷ ପଦ୍ଧତିକୁ ବ୍ୟତିରେକ ପଦ୍ଧତିର ଗୋଟିଏ ବିଶେଷ ପ୍ରକାରଭେଦ କୁହାଯାଏ । ନିମ୍ନଲିଖ୍ ଦୁଇଟି କାରଣ ଯୋଗୁଁ ଏହି ପଦ୍ଧତିକୁ ବ୍ୟତିରେକ ପଦ୍ଧତିର ଗୋଟିଏ ବିଶେଷ ପ୍ରକାରଭେଦ କୁହାଯାଏ ।
(କ) ଉଭୟ ପରିଶେଷ ପଦ୍ଧତି ଏବଂ ବ୍ୟତିରେକ ପଦ୍ଧତିରେ କେବଳ ଦୁଇଟି ମାତ୍ର ଦୃଷ୍ଟାନ୍ତ ଆବଶ୍ୟକ ହୋଇଥାଏ ।
(ଖ) ଉଭୟ ପଦ୍ଧତିର ତଦନ୍ତାଧୀନ ଘଟଣା ଗୋଟିଏ ଦୃଷ୍ଟାନ୍ତରେ ଘଟି ଅନ୍ୟ ଦୃଷ୍ଟାନ୍ତରେ ଘଟି ନଥାଏ ।
(ଗ) ଏହି ପଦ୍ଧତିକୁ ଗୋଟିଏ ଅବରୋହ ପଦ୍ଧତି କୁହାଯାଏ । ପରିଶେଷ ପଦ୍ଧତିକୁ ଅନେକ ସମୟରେ ଅବରୋହ ପଦ୍ଧତି ମଧ୍ୟ କୁହାଯାଏ । କିନ୍ତୁ ଏହି ପ୍ରକାର କହିବାରେ କିଛି ଦୃଢ଼ କାରଣ ନାହିଁ । ଜଣେ କେବଳ ଏହା କହିପାରିବ ଯେ ପରିଶେଷ ପଦ୍ଧତି ଅନ୍ୟ ପରୀକ୍ଷଣ ପଦ୍ଧତିଠାରୁ ଅବରୋହ ପଦ୍ଧତିକୁ ଅଧ‌ିକ ପ୍ରୟୋଗ କରିଥାଏ ।

ପରିଶେଷ ପଦ୍ଧତିର ଉତ୍କର୍ଷ :
(୧) ସମଜାତୀୟ କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ କେତେକ କାର୍ଯ୍ୟର କାରଣ ଆବିଷ୍କାର କରିବା ପାଇଁ ଏହି ପଦ୍ଧତି ଉପଯୋଗୀ ।
(୨) ଯଦି ଏହି ପଦ୍ଧତିରେ ବିଚାରକୁ ନିଆଯାଇଥିବା ଦୃଷ୍ଟାନ୍ତମାନଙ୍କର ସଂଗ୍ରହ ପରୀକ୍ଷଣଦ୍ବାରା କରାଯାଇଥାଏ, ତେବେ ଏହି ପଦ୍ଧତି କାର୍ଯ୍ୟ-କାରଣ ସମ୍ବନ୍ଧକୁ ପ୍ରମାଣିତ କରିଥାଏ ।

ପରିଶେଷ ପଦ୍ଧତିର ଅପକର୍ଷ :
(୧) କାର୍ଯ୍ୟ ସମ୍ମିଶ୍ରଣ କ୍ଷେତ୍ରରେ ଯଦି ଜଟିଳ ଘଟଣାଟି (କାର୍ଯ୍ୟଟି) ବିଶ୍ଳେଷଣଯୋଗ୍ୟ ହୋଇ ନଥାଏ, ତେବେ ଏହି ପଦ୍ଧତି ଉପଯୋଗୀ ହୋଇ ନ ପାରେ ।
(୨) ଯଦି ଜଟିଳ ଘଟଣାର କିଛି ଅଂଶର କାରଣ ସମ୍ବନ୍ଧୀୟ ଜ୍ଞାନ ନଥାଏ, ତେବେ ଏହି ପଦ୍ଧତି ଉପଯୋଗୀ ହୋଇପାରେ ନାହିଁ ।
(୩) ପରିଶେଷ ପଦ୍ଧତି ବହୁକାରଣତାବାଦ ଦୋଷରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ନୁହେଁ ।
(୪) ପରିଶେଷ ପଦ୍ଧତିର ପରିଣାମ କେବଳ ସମ୍ଭାବନାମୂଳକ ଅଟେ ।

6. ବୈଜ୍ଞାନିକ ବ୍ୟାଖ୍ୟାନର ଲକ୍ଷଣଗୁଡ଼ିକୁ ବର୍ଣ୍ଣନା କର ।
Answer:
ବିଜ୍ଞାନସମ୍ମତ ନିୟମାନୁସାରେ କୌଣସି ଘଟଣାର ବ୍ୟାଖ୍ୟାକରଣକୁ ବୈଜ୍ଞାନିକ ବ୍ୟାଖ୍ୟାନ କୁହାଯାଏ । ଏହା କୌଣସି ପ୍ରଥା, ମତ, କୁସଂସ୍କାର ବା ଅନ୍ଧବିଶ୍ଵାସର ବଶବର୍ତ୍ତୀ ନୁହେଁ । ଆମର ଜ୍ଞାତ ବିଷୟ ସହିତ ଘଟଣାଟିକୁ ସମ୍ବନ୍ଧିତ କରି ବିଷୟବସ୍ତୁକୁ ସରଳ, ଯଥାଯଥ ଓ ବୋଧଗମ୍ୟ କରିବାର ପ୍ରୟାସକୁ ବୈଜ୍ଞାନିକ ବ୍ୟାଖ୍ୟାନ ବୋଲି କୁହାଯାଏ । ବୈଜ୍ଞାନିକ ବ୍ୟାଖ୍ୟାନର ଉଦ୍ଦେଶ୍ୟ ହେଲା କାର୍ଯ୍ୟ – କାରଣ ସମ୍ପର୍କକୁ ଆବିଷ୍କାର କରିବା । ଜଣେ ବିଜ୍ଞାନୀ କେତେକ ନିୟମ ବା ପ୍ରମାଣଯୋଗ୍ୟ ତଥ୍ୟ ବା ଦୃଷ୍ଟାନ୍ତଦ୍ୱାରା ଘଟଣାଟିର ବ୍ୟାଖ୍ୟାକରଣ କରିଥାଏ; କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ନିଜର ଧାରଣା ବା ବିଶ୍ୱାସକୁ ନେଇ ଘଟଣାର ବ୍ୟାଖ୍ୟାକରଣ କରିଥାଏ ।

CHSE Odisha Class 12 Logic Unit 4 Short & Long Answer Questions in Odia Medium

ବୈଜ୍ଞାନିକ ବ୍ୟାଖ୍ୟାନର ଲକ୍ଷଣ :
(୧) ବୈଜ୍ଞାନିକ ବ୍ୟାଖ୍ୟାନ ଘଟଣାଟିର ଏକ ସ୍ପଷ୍ଟ ଧାରଣା ପ୍ରଦାନ କରେ – ଗୋଟିଏ ଘଟଣା ସହିତ ଆଉ ଗୋଟିଏ ଘଟଣାକୁ ସମ୍ବନ୍ଧିତ କରି ସେଥ‌ିରେ ଥିବା କାର୍ଯ୍ୟ-କାରଣ ସମ୍ପର୍କକୁ ଆବିଷ୍କାର କରିବା ହିଁ ବୈଜ୍ଞାନିକ ବ୍ୟାଖ୍ୟାନର ଲକ୍ଷ୍ୟ । ପ୍ରକୃତିର କୋପ ବନ୍ୟାର କାରଣ ନୁହେଁ । ଏହା ଅନ୍ୟ ଏକ ଘଟଣାର ପରିଣତି ଲଗାଣ ବର୍ଷାହିଁ ବନ୍ୟାର କାରଣ । ଏହା ଅନେକ ଦୃଷ୍ଟାନ୍ତରୁ ପରୀକ୍ଷିତ ଓ ପ୍ରମାଣିତ । ଲଗାଣବର୍ଷା ଓ ବନ୍ୟା ମଧ୍ୟରେ ଥିବା କାରଣଗତ ସମ୍ପର୍କଟି ବିଭିନ୍ନ ଦୃଷ୍ଟାନ୍ତଦ୍ୱାରା ପ୍ରମାଣିତ ହୋଇ ପାରୁଥୁବାରୁ ଏହା ସାର୍ବଜନୀନ ସତ୍ୟରୂପେ ପ୍ରତିଷ୍ଠିତ ହୋଇପାରିଛି ।

(୨) ବୈଜ୍ଞାନିକ ବ୍ୟାଖ୍ୟାନରେ ଘଟଣାର କାରଣଟି ପ୍ରମାଣଯୋଗ୍ୟ ହୋଇଥାଏ – କୌଣସି ଘଟଣାର ସ୍ବରୂପ ଜାଣିବାପାଇଁ ଆମେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥାଉ ଏବଂ ସେହି ତଥ୍ୟଦ୍ଵାରା ସମର୍ଥିତ ହେଲେ ପ୍ରକଳ୍ପଟି ପ୍ରମାଣିତ ହୋଇଥାଏ ଏବଂ ତାହାକୁ ଘଟଣାର ଯଥାର୍ଥ କାରଣ ବୋଲି ସ୍ଵୀକାର କରାଯାଏ । କୌଣସି ବସ୍ତୁକୁ ଉପରକୁ ଫୋପାଡ଼ିଲେ ତାହା ତଳକୁ ଖସେ । ଏହା ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ସମ୍ଭବ ହେଉଛି ବୋଲି ବୈଜ୍ଞାନିକ ପରୀକ୍ଷାଦ୍ୱାରା ପ୍ରମାଣିତ ଓ ପ୍ରତିଷ୍ଠିତ ହୋଇପାରିଛି ।

(୩) ବୈଜ୍ଞାନିକ ବ୍ୟାଖ୍ୟାନରେ ଭୌତିକ ଘଟଣାଗୁଡ଼ିକ ଭୌତିକ ବସ୍ତୁ ବା ସତ୍ତାଦ୍ୱାରା ବ୍ୟାଖ୍ୟା କରାଯାଇଥାଏ- ବୈଜ୍ଞାନିକ ବ୍ୟାଖ୍ୟାନରେ ଅନ୍ଧବିଶ୍ଵାସ, କୁ-ସଂସ୍କାର, କଳାବିଦ୍ୟା, ଦୈବବାଣୀ ଉପରେ ଆସ୍ଥା ସ୍ଥାପନ କରାଯାଏ ନାହିଁ । ଯାହା ଇନ୍ଦ୍ରିୟଗ୍ରାହ୍ୟ ତାହାହିଁ ବିଶ୍ୱାସଯୋଗ୍ୟ । ଯାହା ଇନ୍ଦ୍ରିୟାତୀତ ତାହା ବିଶ୍ୱାସଯୋଗ୍ୟ ନୁହେଁ । ମହାମାରୀ ରୋଗ କୌଣସି ଦେବୀଙ୍କର କ୍ରୋଧଜନିତ ନୁହେଁ ବରଂ ଏହା ଏକପ୍ରକାର ଭୂତାଣୁଦ୍ବାରା ସଂକ୍ରମିତ ହୋଇଥାଏ ।

(୪) ବୈଜ୍ଞାନିକ ବ୍ୟାଖ୍ୟାନ ମୌଳିକ ସାଦୃଶ୍ୟ ଉପରେ ନିର୍ଭରଶୀଳ ନୁହେଁ । ଦୁଇଟି ଘଟଣା ମଧ୍ୟରେ ଥ‌ିବା ଗ୍ରହଣଯୋଗ୍ୟ ହୋଇଥାଏ । କୌଣସି ଘଟଣା ସହିତ ଅନ୍ୟ ବ୍ୟାଖ୍ୟାକରଣ । ଉପରେ ପର୍ଯ୍ୟବସିତ- ବୈଜ୍ଞାନିକ ବ୍ୟାଖ୍ୟାନ ବାହ୍ୟ ସାଦୃଶ୍ୟ ମୌଳିକ ଗୁଣକୁ ଲକ୍ଷ୍ୟକରି ସିଦ୍ଧାନ୍ତ ନିର୍ଣ୍ଣୟ କରିବା ଯୁକ୍ତିସଂଗତ ଓ ଏକ ଘଟଣା ବା ନିୟମର ସାମଞ୍ଜସ୍ୟକୁ ଲକ୍ଷ୍ୟରଖ୍ ବ୍ୟାଖ୍ୟାକରଣ କରିବା ହିଁ ବିଜ୍ଞାନସମ୍ମତ ଏବଂ ଯୁକ୍ତିଯୁକ୍ତ । ଗ୍ରହମାନଙ୍କର ଗତିବିଧ‌ିକୁ ମାଧ୍ୟାକର୍ଷଣ ନିୟମାନୁସାରେ ବ୍ୟାଖ୍ୟା କରିବା ହିଁ ବୈଜ୍ଞାନିକ ହୋଇଥାଏ ।

(୫) ବୈଜ୍ଞାନିକ ବ୍ୟାଖ୍ୟାନ ହିଁ ବୈଜ୍ଞାନିକ ଗବେଷଣାର ଏକ ଅପରିହାର୍ଯ୍ୟ ଅଙ୍ଗ – ବୈଜ୍ଞାନିକ ଗବେଷଣା ବା ଉପକରଣଗୁଡ଼ିକ ଏଥ୍ ସହିତ ଜଡ଼ିତ, ସେ ବିଷୟରେ ସ୍ପଷ୍ଟ ଧାରଣା ପାଇବା ବୈଜ୍ଞାନିକ ବ୍ୟାଖ୍ୟାନର ଉଦ୍ଦେଶ୍ୟ । ଏହାଦ୍ଵାରା ଅନୁସନ୍ଧାନ କାର୍ଯ୍ୟଟି ତା’ର ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହୋଇଥାଏ । ମ୍ୟାଲେରିଆ ଜ୍ଵରର କାରଣ ଜାଣିବା ପୂର୍ବରୁ ତାହା କ’ଣ, ତା’ର ଲକ୍ଷଣ କ’ଣ, ଏସବୁ ବିଷୟରେ ଆମର ଜ୍ଞାନ ରହିବା ଆବଶ୍ୟକ । ଏହି ଜ୍ଞାନ ହାସଲ ପାଇଁ ଯେଉଁ ପ୍ରୟାସ ଦରକାର ତାହାହିଁ ବୈଜ୍ଞାନିକ ବ୍ୟାଖ୍ୟାନ ।

(୬) ବୈଜ୍ଞାନିକ ବ୍ୟାଖ୍ୟାନ ପ୍ରକଳ୍ପ ସହିତ ଜଡ଼ିତ- ପ୍ରକଳ୍ପଟି ଅନୁସନ୍ଧାନ କାର୍ଯ୍ୟର ପଥ ପରିଷ୍କାର କରେ । ପ୍ରାଥମିକ ଅବସ୍ଥାରେ ଏହା ମାର୍ଗଦର୍ଶକ ରୂପେ କାର୍ଯ୍ୟ କରେ । କିନ୍ତୁ ବୈଜ୍ଞାନିକ ବ୍ୟାଖ୍ୟାନ ବିନା ପ୍ରକଳ୍ପ ରଚନା କରିବା ସମ୍ଭବପର ନୁହେଁ । ଉଦାହରଣସ୍ୱରୂପ, ମ୍ୟାଲେରିଆ ଜ୍ଵରର ଲକ୍ଷଣଗୁଡ଼ିକ ସମ୍ପୂର୍ଣ୍ଣଭାବରେ ବ୍ୟାଖ୍ୟା କରାଯାଇ ପାରିଲେ, ମାଈ ଏନୋଫିଲିସ୍ ମଶାର ଦଂଶନ ହିଁ ତାହାର କାରଣ ବୋଲି ଆମେ ଏକ ପ୍ରକଳ୍ପ ରଚନା କରିଥାଉ ।

(୭) ବୈଜ୍ଞାନିକ ବ୍ୟାଖ୍ୟାନ ନିଗମନ ପଦ୍ଧତିକୁ ଗ୍ରହଣ କରେ- କାର୍ପେଥ୍ ରୀଡ୍‌ଙ୍କ ଭାଷାରେ, ‘ବୈଜ୍ଞାନିକ ବ୍ୟାଖ୍ୟାନ ଘଟଣାବଳୀ ସହିତ ସଂପୃକ୍ତ ନିୟମର ଆବିଷ୍କାର, ନିଃସରଣ ଓ ଏକୀକରଣ କରିଥାଏ’ । କୌଣସି ଘଟଣାର ଯଥାଯଥ ବ୍ୟାଖ୍ୟାକରଣରେ ଆମେ ପ୍ରଥମେ ତାହାର କାରଣଗତ ନିୟମଟିକୁ ଆବିଷ୍କାର କରିବାପାଇଁ ଚେଷ୍ଟା କରିଥାଉ । ଯଦି ତାହା ଆମକୁ ଅଜଣା ଥାଏ, ତେବେ ପ୍ରକଳ୍ପ ରଚନା କରିଥାଉ ଏବଂ ପ୍ରକଳ୍ପରୁ କେତେକ ସିଦ୍ଧାନ୍ତ ନିର୍ଣ୍ଣୟ କରିଥାଉ । ଏଣୁ ବୈଜ୍ଞାନିକ ବ୍ୟାଖ୍ୟାନଦ୍ୱାରା ଆମେ ବହୁତ ଜଟିଳ ସମସ୍ୟା ସମାଧାନ କରିଥାଉ ଏବଂ ଘଟଣାର ରହସ୍ୟଟିକୁ ଜାଣିବାରେ ସମର୍ଥ ହୋଇଥାଉ ।

7. ମିଲ୍ ଓ କାର୍ପେଥ୍ ରୀଡ୍‌ଙ୍କ ବୈଜ୍ଞାନିକ ବ୍ୟାଖ୍ୟାନର ପ୍ରକାରଭେଦ ଉଦାହରଣ ସହ ବୁଝାଅ ।
Answer:
ମିଲ୍ ଓ କାର୍ପେଥ୍ ରୀଡ଼ଙ୍କ ମତାନୁସାରେ ବୈଜ୍ଞାନିକ ବ୍ୟାଖ୍ୟାନ ତିନି ପ୍ରକାରର ହୋଇପାରେ; ଯଥା – ବିଶ୍ଳେଷଣ,
(୧) ବିଶ୍ଳେଷଣ ବିଶ୍ଳେଷଣର ଅର୍ଥ ହେଲା ଏକ ଜଟିଳ ବିଷୟର ବିଭିନ୍ନ ଅଂଶଗୁଡ଼ିକୁ ପୃଥକ୍ କରି ପରସ୍ପର ସମ୍ପର୍କ ଦର୍ଶାଇବା । କୌଣସି ଘଟଣାକୁ ପୁଙ୍ଖାନୁପୁଙ୍ଖଭାବେ ପରୀକ୍ଷା କରି ଦେଖୁବାକୁ ମଧ୍ୟ ବିଶ୍ଳେଷଣ କୁହାଯାଏ । କୌଣସି ଘଟଣାର ବୈଜ୍ଞାନିକ ବ୍ୟାଖ୍ୟାକରଣରେ ଆମେ ଘଟଣା ସହିତ ସଂପୃକ୍ତ ବିଭିନ୍ନ ଉପକାରଣଗୁଡ଼ିକୁ ବିଶେଷ ଭାବରେ ପରୀକ୍ଷା କରିଥାଉ । ଘଟଣାର ସ୍ୱରୂପକୁ ଜାଣିବାରେ ଏହା ଏକ ଆବଶ୍ୟକୀୟ ଉପାୟ ଚାରାଗଛର ବୃଦ୍ଧି ପାଇଁ ଉପଯୁକ୍ତ ମୃର୍ତ୍ତିକା, ଜଳ, ପରିବେଶ, ଆଲୋକ, ସାର ଆଦିର ଆବଶ୍ୟକତା ରହିଛି । ତେଣୁ ଏହିସବୁ ଉପକାରଣଗୁଡ଼ିକୁ ନେଇ ବୃଦ୍ଧିର କାରଣ ସମ୍ପର୍କରେ ବୈଜ୍ଞାନିକ ବ୍ୟାଖ୍ୟାକରଣ କରାଯାଇଥାଏ।

(୨) ସଂଯୁକ୍ତକରଣ – କୌଣସି ବସ୍ତୁ ବା ଘଟଣାଟିକୁ ପ୍ରତ୍ୟକ୍ଷ ଭାବରେ ବ୍ୟାଖ୍ୟା କରିବା ସର୍ବଦା ସମ୍ଭବପର ହୋଇନଥାଏ । ଅର୍ଥାତ୍ ଆମର ଇନ୍ଦ୍ରିୟାନୁଭୂତିଦ୍ୱାରା ଘଟଣାର ବ୍ୟାଖ୍ୟାକରଣ ବା ତାହାର ସ୍ବରୂପ ଜାଣିବା ସମ୍ଭବପର ନୁହେଁ । ତେଣୁ ପରୋକ୍ଷଭାବରେ ଆମେ ତାହା ହାସଲ କରିଥାଉ । କାର୍ଯ୍ୟ ଓ କାରଣ ମଧ୍ୟରେ କେତେଗୁଡ଼ିଏ ମଧ୍ୟବର୍ତ୍ତୀ ସଂଯୋଗକାରୀ କେତେକ ମଧ୍ୟବର୍ତୀ ଉପକାରଣ ରହିଛି, ଯାହାର ସଂଯୋଗଦ୍ଵାରା କାର୍ଯ୍ୟଟି ଘଟିଥାଏ । ଆନ୍ଦୋଳନ ହେବାଦ୍ଵାରା ଛାତ୍ରମାନେ ନିୟମିତ ଭାବରେ ଶ୍ରେଣୀରେ ଅନୁପସ୍ଥିତ ରହିଲେ ଏବଂ ଠିକ୍‌ଭାବରେ ଶିକ୍ଷାଦାନ କାର୍ଯ୍ୟ ହୋଇପାରିଲା ନାହିଁ କି ବିଷୟବସ୍ତୁ କରିପାରିଲେ ନାହିଁ । ତେଣୁ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ ।

(୩) ଅନ୍ତର୍ଗତକରଣ – ପ୍ରକୃତିର ଘଟଣାଗୁଡ଼ିକ ନିୟମାନୁବଦ୍ଧ । ବିଭିନ୍ନ ବିଭାଗରେ ବିଭିନ୍ନ ନିୟମମାନ ରହିଛି । ନିମ୍ନସ୍ତରର ନିୟମଗୁଡ଼ିକ ଉଚ୍ଚସ୍ତରର ନିୟମଗୁଡ଼ିକର ଅନ୍ତର୍ଗତ ହୋଇଥାଆନ୍ତି । ଏହିପରି ଭାବରେ ପ୍ରକୃତିରେ ଏକ ସଂହତି ରକ୍ଷା ହୋଇଥାଏ ଏବଂ ପ୍ରକୃତି ତା’ର ଏକରୂପତା ବଜାୟ ରଖେ । ଆମେ କୌଣସି ଘଟଣାର ବ୍ୟାଖ୍ୟାକରଣ କରିବାକୁ ଯାଇ ପ୍ରକୃତିର ନିୟମକୁ ସତ୍ୟତା ପ୍ରତିପାଦନ କ୍ଷେତ୍ରରେ ଆମେ ପ୍ରଥମେ ବ୍ୟାବହାରିକ କିମ୍ବା କେତେକ ସାଧାରଣ ନିୟମକୁ ଅନୁସରଣ କରିଥାଉ ଏବଂ ଆମେ ଜୁଆର-ଭଟ୍ଟା ନିୟମ ଓ ଗ୍ରହମାନଙ୍କର ଗତିବିଧ‌ିକୁ ବ୍ୟାଖ୍ୟା କରିବାରେ ସଫଳ ହୋଇଥାଉ ।

8. ନାଗେଲ୍‌ଙ୍କ ବୈଜ୍ଞାନିକ ବ୍ୟାଖ୍ୟାନର ପ୍ରକାରଭେଦ ଉଦାହରଣ ସହ ବୁଝାଅ ।
Answer:
ନାଗେଶ୍‌ଙ୍କ ମତରେ, ବୈଜ୍ଞାନିକ ବ୍ୟାଖ୍ୟାନ ଚାରିପ୍ରକାରର । ସେଗୁଡ଼ିକ ନିମ୍ନରେ ପ୍ରଦତ୍ତ ହୋଇଅଛି ।

(୧) ଅବରୋହାତ୍ମକ ବ୍ୟାଖ୍ୟାନ – ବୈଜ୍ଞାନିକ ବ୍ୟାଖ୍ୟାନ ଅବରୋହ ପଦ୍ଧତିକୁ ଅନୁସରଣ କରିଥାଏ । ଉଚ୍ଚତର ସତ୍ୟ ବା ନିୟମରୁ ଅନେକ ନିୟମ ନିଃସୃତ ହୋଇଥାଏ ଏବଂ ସେହି ନିୟମଗୁଡ଼ିକରୁ ଆହୁରି ଅନେକ ନିମ୍ନସ୍ତରର ନିୟମ ମଧ୍ୟ ନିଃସୃତ ହୋଇଥାଆନ୍ତି । ସର୍ବନିମ୍ନ ସ୍ତରର ନିୟମଗୁଡ଼ିକ ତଥ୍ୟ ବା ଦୃଷ୍ଟାନ୍ତମାନଙ୍କଦ୍ୱାରା ସମର୍ଥିତ ହୋଇଥାଆନ୍ତି । ଏହିପରି ଭାବରେ ଏକ ନିୟମତନ୍ତ୍ର ଗଠିତ ହୋଇଥାଏ । ତେଣୁ ଘଟଣା ସହିତ ସଂପୃକ୍ତ ନିୟମକୁ ଅନୁସରଣ କରି ଆମେ ଯେପରି ଏକ ଉଚ୍ଚତର ନିୟମରେ ଉପନୀତ ହେଉ, ସେହିପରି ଉଚ୍ଚତର ନିୟମରୁ ଅନ୍ୟ ନିୟମଗୁଡ଼ିକୁ ନିଃସୃତ କରି ଘଟଣାର ବ୍ୟାଖ୍ୟାକରଣ କରାଯାଇପାରେ ।

(୨) ସମ୍ଭାବନାମୂଳକ ବ୍ୟାଖ୍ୟାନ – ଏପ୍ରକାର ବ୍ୟାଖ୍ୟାକରଣରେ ଆମେ ଅବରୋହ ପଦ୍ଧତି ଅବଲମ୍ବନ ନକରି ଘଟଣାଟିକୁ ଅନ୍ୟ ଏକ ଘଟଣା ସହିତ ସମ୍ବନ୍ଧିତ କରିଥାଉ । ଏ କ୍ଷେତ୍ରରେ ସିଦ୍ଧାନ୍ତଟି ସର୍ବଦା ସମ୍ଭାବନାମୂଳକ ହୋଇଥାଏ । ପୁତ୍ରଟି ଦୀର୍ଘକାୟ ହେବାର କାରଣ ଦର୍ଶାଇବାକୁ ଯାଇ ଆମେ ତାହାର ପିତା ଦୀର୍ଘକାୟ ବୋଲି କହିଥାଉ । ଏହା ଏକ ବଂଶପରମ୍ପରାଗତ ଗୁଣ ହେଲେ ବି ସବୁକ୍ଷେତ୍ରରେ ଠିକ୍ ହୋଇ ନଥାଏ । ତେଣୁ ପିତାମାତା ଦୀର୍ଘକାୟ ହୋଇଥିଲେ ପୁତ୍ରକନ୍ୟା ନିଶ୍ଚିତଭାବରେ ଦୀର୍ଘକାୟ ହେବାର ସମ୍ଭାବନା ସର୍ବଦା ଫଳବତୀ ହୁଏନାହିଁ ।

(୩) ଉଦ୍ଦେଶ୍ୟମୂଳକ ବ୍ୟାଖ୍ୟାନ – କୌଣସି ଲକ୍ଷ୍ୟ ବା ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖ୍ ଘଟଣାଟିର ବ୍ୟାଖ୍ୟାକରଣ କରିବାକୁ ଉଦ୍ଦେଶ୍ୟମୂଳକ ବ୍ୟାଖ୍ୟାନ କୁହାଯାଏ । ପ୍ରତ୍ୟେକ କାର୍ଯ୍ୟରେ କୌଣସି ଉଦ୍ଦେଶ୍ୟ ନିହିତ ଥାଏ । ପୁତ୍ର କନ୍ୟାର ମଙ୍ଗଳ ପାଇଁ ପିତାମାତା ଅନେକ କଷ୍ଟ ସ୍ୱୀକାର କରିଥା’ନ୍ତି । ଅନେକ କ୍ଷେତ୍ରରେ କାର୍ଯ୍ୟ ପ୍ରଣାଳୀକୁ ଲକ୍ଷ୍ୟରଖ୍ ଘଟଣାଟିର ବ୍ୟାଖ୍ୟାକରଣ କରାଯାଇଥାଏ ।

(୪) ପ୍ରକ୍ରିୟାଗତ ବ୍ୟାଖ୍ୟାନ – ବେଳେବେଳେ ଆମେ ଅଗ୍ରଗତିର କ୍ରମ ବା ଧାରାକୁ ଲକ୍ଷ୍ୟ କରି ଘଟଣାର ବ୍ୟାଖ୍ୟାକରଣ କରିଥାଉ । ଏହି କ୍ଷେତ୍ରରେ ଆମେ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦେଇଥାଉ । କାର୍ଯ୍ୟ କରିବାର ପଦ୍ଧତି ବା ପ୍ରକ୍ରିୟାରୁ ଆମେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଧଃପତନ ଘଟିବ ବୋଲି ଅନୁମାନ କରିଥାଉ । ଉଦାହରଣସ୍ୱରୂପ, ସାଧାରଣ ଜ୍ଵର ମଧ୍ୟ ଧୀରେ ଧୀରେ ବଢ଼ି ବଢ଼ି ସାଙ୍ଘାତିକ ଜ୍ଵରରେ ପରିଣତ ହୋଇଥାଏ । ଏହିପ୍ରକାର ପ୍ରକ୍ରିୟା ବା ଅଗ୍ରଗତିର ଧାରାକୁ ଲକ୍ଷ୍ୟ କରି ଘଟଣାର ବ୍ୟାଖ୍ୟାକରଣ କରିବାକୁ ପ୍ରକ୍ରିୟାଗତ ବ୍ୟାଖ୍ୟାନ କୁହାଯାଏ ।

CHSE Odisha Class 12 Logic Unit 4 Short & Long Answer Questions in Odia Medium

9. ଭ୍ରମାତ୍ମକ ବ୍ୟାଖ୍ୟାନଗୁଡ଼ିକ ଉଦାହରଣ ସହ ଆଲୋଚନା କର ।
Answer:
ବୈଜ୍ଞାନିକ ବ୍ୟାଖ୍ୟାନର ନିୟମ ବା ଲକ୍ଷଣଗୁଡ଼ିକୁ ଲଙ୍ଘନ କଲେ ଆମର ବ୍ୟାଖ୍ୟାନଟି ଦୋଷଯୁକ୍ତ ବା ଭ୍ରମାତ୍ମକ ହୋଇଥାଏ । ସେଗୁଡ଼ିକ ବ୍ୟାଖ୍ୟାନ ପରି ଆପାତତଃ ଜଣାଯାଉଥିଲେ ବି ପ୍ରକୃତରେ ବ୍ୟାଖ୍ୟାନ ଉପଯୋଗୀ ହୋଇନଥା’ନ୍ତି । ଲୌକିକ ବ୍ୟାଖ୍ୟାନଗୁଡ଼ିକ ଅନେକ କ୍ଷେତ୍ରରେ ଦୋଷଯୁକ୍ତ ବା ଭ୍ରମାତ୍ମକ ହୋଇଥାଆନ୍ତି । ନିମ୍ନଲିଖୁ କାରଣଯୋଗୁଁ ବ୍ୟାଖ୍ୟାନ ଭ୍ରମାତ୍ମକ ହୋଇଥାଏ ।

(୧) ବାହ୍ୟ ସାଦୃଶ୍ୟ ଉପରେ ପର୍ଯ୍ୟବସିତ ବ୍ୟାଖ୍ୟାନ ଭ୍ରମାତ୍ମକ ହୋଇଥାଏ – ଦୁର୍ବଳ ଉପମାକୁ ନେଇ ଘଟଣାର ବ୍ୟାଖ୍ୟାକରଣ କଲେ ସେହି ବ୍ୟାଖ୍ୟାନଟି ଭ୍ରମାତ୍ମକ ହୋଇଥାଏ । ଦେବଦେବୀଙ୍କର କ୍ରୋଧ ସହିତ ସାଧାରଣ ମଣିଷର କ୍ରୋଧକୁ ତୁଳନା କରିବା ଏବଂ କୌଣସି ବିପରି ହିଁ ଦେବଦେବୀଙ୍କର କ୍ରୋଧର ପରିଣତି ବୋଲି ବ୍ୟାଖ୍ୟା କରିବା ଦୋଷଯୁକ୍ତ ବ୍ୟାଖ୍ୟାନ ଅଟେ ।

(୨) ପ୍ରତିଶବ୍ଦ ବା ସମାର୍ଥବାଚକ ଶବ୍ଦଦ୍ବାରା ଘଟଣାଟିର ବ୍ୟାଖ୍ୟାନ ଭ୍ରମାତ୍ମକ ହୋଇଥାଏ – ଯେତେବେଳେ ଆମେ କୌଣସି ବସ୍ତୁ ବା ଘଟଣାକୁ ସମାର୍ଥବାଚକ ପଦଦ୍ୱାରା ବ୍ୟାଖ୍ୟା କରୁ ତାହା ଦୋଷଯୁକ୍ତ ହୋଇଥାଏ । ଏହାକୁ ଚକ୍ରକ ବ୍ୟାଖ୍ୟାନ ବୋଲି କୁହାଯାଏ । କାଚଟି ସ୍ବଚ୍ଛ, କାରଣ କାଚ ମଧ୍ୟଦେଇ ଆମେ ଅପରପାର୍ଶ୍ୱସ୍ଥ ବସ୍ତୁକୁ ଦେଖିପାରୁ । ଏପ୍ରକାର ବ୍ୟାଖ୍ୟାନଗୁଡ଼ିକ ଭ୍ରମାତ୍ମକ ।

(୩) ଅନୁଚିତ ହେତୁବାକ୍ୟ ସ୍ଵୀକାର କଲେ ବ୍ୟାଖ୍ୟାନଟି ଭ୍ରମାତ୍ମକ ହୋଇଥାଏ – ବେଳେବେଳେ ଆମେ ଆମର ବ୍ୟାଖ୍ୟାନରେ ଏକ ଅନୁଚିତ ହେତୁବାକ୍ୟକୁ ସ୍ଵୀକାର କରି ସିଦ୍ଧାନ୍ତ ନିର୍ଣ୍ଣୟ କରିଥାଉ, ଯାହା ଦୋଷଯୁକ୍ତ ହୋଇଥାଏ । ଉଦାହରଣସ୍ୱରୂପ, ଯିଏ ଡାକ୍ତରଖାନାକୁ ଯାଏ, ସେ ଜଣେ ରୋଗୀ । ମୁଁ ଡାକ୍ତରଖାନା ଯାଏ, ତେଣୁ ମୁଁ ଜଣେ ରୋଗୀ । ଏପ୍ରକାର ଯୁକ୍ତି ଭ୍ରମାତ୍ମକ ଅଟେ ।

(୪) ଜ୍ଞାତ ବିଷୟ ବା ଘଟଣାଗୁଡ଼ିକୁ ଅତି ସାଧାରଣ ବା ନଗଣ୍ୟରୂପେ ବିଚାର କରିବାଦ୍ୱାରା ବ୍ୟାଖ୍ୟାନ ଭ୍ରମାତ୍ମକ ହୋଇଥାଏ – ପଥରଟିଏ ଉପରକୁ ଫିଙ୍ଗିଲେ ତାହା ତଳକୁ ଆସେ । ଏହା ଏକ ଅତି ସାଧାରଣ ଘଟଣା । ‘ସମସ୍ତ ମନୁଷ୍ୟ ମରଣଶୀଳ’ କହି ଆମେ ଏପ୍ରକାର ଘଟଣାର ଗୁରୁତ୍ବକୁ ଉପଲବ୍‌ଧ୍ୱ କରିପାରୁନା । କିନ୍ତୁ ନିଉଟନ୍ ଓ ବୁଦ୍ଧଦେବ ସାଧାରଣ ସାଧାରଣ ସତ୍ୟର ଆବିଷ୍କାର କରିଥିଲେ । ରୋଗ, ଜରା, ମୃତ୍ୟୁ ଆଦି ବୁଦ୍ଧଙ୍କ ସମ୍ମୁଖରେ ଏକ ସମସ୍ୟାରୂପେ ପ୍ରତୀୟମାନ ହେବାରୁ ସେ ସମସ୍ୟାର ସମାଧାନ ପାଇଁ ତାହାର କାରଣ ଜାଣିବାକୁ ଚାହିଁଲେ ଏବଂ ଶେଷରେ କାମନା ହିଁ ଦୁଃଖର କାରଣ ବୋଲି ଅବଗତ ହେଲେ ।

(୫) କୌଣସି ସ୍ପଷ୍ଟ ବସ୍ତୁ ବା ଘଟଣାଟି ଯଦି ଆମର ବ୍ୟାଖ୍ୟାନଦ୍ଵାରା ଅସ୍ପଷ୍ଟ ବା ଦୁର୍ବୋଧ ହୁଏ ତେବେ ବ୍ୟାଖ୍ୟାନଟି ଭ୍ରମାତ୍ମକ ହୋଇଥାଏ – ଅସ୍ପଷ୍ଟ ବା ଦୁର୍ବୋଧ ଭାଷାଦ୍ୱାରା ବସ୍ତୁ ବା ଘଟଣାଟିର ବ୍ୟାଖ୍ୟାକରଣ କଲେ ସରଳ ଘଟଣାଟି ଧୀରେ ଧୀରେ ଜଟିଳ ହୋଇଥାଏ । ଯାହା ଅଚିନ୍ତନୀୟ ତାହା ଯଦି ଚିନ୍ତା କରାଯାଏ, ଯାହା ଅବର୍ଣ୍ଣନୀୟ ତାହାକୁ ଯଦି ବର୍ଣ୍ଣନା କରିବାକୁ ଚେଷ୍ଟା କରାଯାଏ, ତେବେ ଆମର ବ୍ୟାଖ୍ୟାନଟି ଭ୍ରମାତ୍ମକ ହୋଇଥାଏ । ଏପରିକି ଆମେ ଆଳଙ୍କାରିକ ଭାଷା ପ୍ରୟୋଗ କରି କୌଣସି ଘଟଣାର ବ୍ୟାଖ୍ୟା କରିଥାଉ, ଯାହା ସହଜରେ ହୃଦୟଙ୍ଗମ କରିହୁଏ ନାହିଁ । ଯଦି ଆମେ ମୌଳିକ ସତ୍ୟର ବ୍ୟାଖ୍ୟା କରୁ, ତେବେ ଆମର ବ୍ୟାଖ୍ୟାନଟି ଦୋଷଯୁକ୍ତ ବା ଭ୍ରମାତ୍ମକ ହୋଇଥାଏ ।

Leave a Comment