Odisha State Board CHSE Odisha Class 12 Optional Odia Solutions Chapter 10 ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ Textbook Exercise Questions and Answers.
+2 2nd Year Odia Optional Chapter 10 ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ Question Answer
(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)
Question ୧।
ମହାଭାରତ ଯୁଦ୍ଧର ଘଟଣାବଳୀ ଧୃତରାଷ୍ଟ୍ରଙ୍କ ଆଗରେ କିଏ ବର୍ଣ୍ଣନା କରୁଥିଲେ ?
(କ) ସଞ୍ଜୟ
(ଖ) ଅର୍ଜୁନ
(ଗ) ଯୁଧ୍ର
(ଘ) ଶ୍ରୀକୃଷ୍ଣ
ଉ –
(କ) ସଞ୍ଜୟ ।
Question ୨।
ସଞ୍ଜୟ କାହାବଳରେ ଦୂରରେ ଘଟୁଥିବା ମହାଭାରତ ସମରକୁ ଦେଖିପାରୁଥିଲେ ?
(କ) ଶୋନଦୃଷ୍ଟି
(ଖ) ଅଗ୍ନି ଦୃଷ୍ଟି
(ଗ) ଦିବ୍ୟଦୃଷ୍ଟି
(ଘ) ଅନ୍ତଦୃଷ୍ଟି
ଉ –
(ଗ) ଦିବ୍ୟଦୃଷ୍ଟି ।
Question ୩।
ସଞ୍ଜୟ କାହା ଆଗରେ ମହାଭାରତ ଯୁଦ୍ଧକଥା ବର୍ଣ୍ଣନା କରୁଥିଲେ ?
କ) ପଣ୍ଡୁ
(ଖ) ଗାନ୍ଧାରୀ
(ଗ) କୁନ୍ତୀ
(ଘ) ଧୃତରାଷ୍ଟ୍ର
ଉ –
(ଘ) ଧୃତରାଷ୍ଟ୍ର ।
Question ୪ ।
କାହାର ଶିକ୍ଷା ଅତି ଚମତ୍କାର ବୋଲି କୁହାଯାଇଛି ?
(କ) ସଞ୍ଜୟଙ୍କର
(ଖ) ଧୃତରାଷ୍ଟ୍ରଙ୍କର
(ଗ) ଶ୍ରୀକୃଷ୍ଣଙ୍କର
(ଘ) ଅର୍ଜୁନଙ୍କର
ଉ –
(ଗ) ଶ୍ରୀକୃଷ୍ଣଙ୍କର ।
Question ୫।
କାହା ଦୃଷ୍ଟିରୁ ଅନ୍ଧାରର ଘୋର ପ୍ରହେଳିକା ଧ୍ଵଂସ ହୋଇଗଲା ?
(କ) ଅର୍ଜୁନଙ୍କର
(ଖ) ଧୃତରାଷ୍ଟ୍ରଙ୍କର
(ଗ) ସଞ୍ଜୟଙ୍କର
(ଘ) ଗାନ୍ଧାରୀଙ୍କର
ଉ –
(କ) ଅର୍ଜୁନଙ୍କର ।
Question ୬ ।
ମୋହରୂପୀ ଅନ୍ଧାରକୁ କାହା ସହିତ ତୁଳନା କରାଯାଇଛି ?
(କ) ଅଜ୍ଞତା
(ଖ) ପ୍ରହେଳିକା
(ଗ) ମୂର୍ଖତା
(ଘ) ଅହଙ୍କାର
ଉ –
(ଖ) ପ୍ରହେଳିକା ।
Question ୭।
ଅର୍ଜୁନଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ଶିକ୍ଷା କେଉଁଭଳି ଥିଲା ?
(କ) ମହାଜ୍ଞାନଲୋକ
(ଖ) ଆନନ୍ଦାଲୋକ
(ଗ) ସୂର୍ଯ୍ୟାଲୋକ
(ଘ) ଚନ୍ଦ୍ରାଲୋକ
ଉ –
(କ) ମହାଜ୍ଞାନଲୋକ ।
Question ୮।
ଅର୍ଜୁନଙ୍କର ହାତମୁଠା କେଉଁପରି ଟାଣ ହୋଇଗଲା ?
(କ) ମାଟି ପରି
(ଖ) ପଥର ପରି
(ଗ) ବଜ୍ର ପରି
(ଘ) କାଠ ପରି
ଉ –
(ଗ) ବଜ୍ର ପରି ।
Question ୯ ।
ତାଙ୍କ ହୃଦୟ କ’ଣ ପରି କଠିନ ହୋଇଗଲା ?
(କ) ମୃତ୍ତିକାପିଣ୍ଡ ପରି
(ଖ) ଲୌହପିଣ୍ଡ ପରି
(ଗ) କରକାପିଣ୍ଡ ପରି
(ଘ) ବରଫପିଣ୍ଡ ପରି
ଉ –
(ଖ) ଲୌହପିଣ୍ଡ ପରି ।
Question ୧୦ ।
ବନ୍ଧୁ ଜ୍ଞାତି ନରହତ୍ୟା କେଉଁ ଧର୍ମସମ୍ମତ ?
(କ) ବ୍ରାହ୍ମଣ
(ଖ) କ୍ଷତ୍ରିୟ
(ଗ) ବୈଶ୍ୟ
(ଘ) ଶୂଦ୍ର
ଉ –
(ଖ) କ୍ଷତ୍ରିୟ ।
Question ୧୧ ।
କିଏ ଆପଣଙ୍କୁ (ଭଗବାନ୍ ଶ୍ରୀକୃଷ୍ଣଙ୍କୁ) ଛିନ୍ନ କରେ ନାହିଁ ?
(କ) ଶସ୍ତ୍ର
(ଖ) ଶତ୍ରୁ
(ଗ) ମିତ୍ର
(ଘ) ମନ
ଉ –
(କ) ଶସ୍ତ୍ର ।
Question ୧୨ ।
ଅଗ୍ନି କାହାକୁ ଭସ୍ମ କରିପାରେ ନାହିଁ ?
(କ) ପରମାତ୍ମାରୂପୀ ଶ୍ରୀକୃଷ୍ଣଙ୍କୁ
(ଖ) ପଥରକୁ
(ଗ) ପାହାଡ଼କୁ
(ଘ) ଦେହକୁ
ଉ –
(କ) ପରମାତ୍ମାରୂପୀ ଶ୍ରୀକୃଷ୍ଣଙ୍କୁ ।
Question ୧୩ ।
ସତ୍ୟ ସତ୍ୟ ଏକମାତ୍ର ସତ୍ୟ କିଏ ?
(କ) ବାସୁଦେବ ଶ୍ରୀକୃଷ୍ଣ
(ଖ) ମଣିଷ
(ଗ) ପାହାଡ଼କୁ
(ଘ) ଦେହକୁ
ଉ –
(କ) ବାସୁଦେବ ଶ୍ରୀକୃଷ୍ଣ ।
Question ୧୪ ।
କୁରୁ ସୈନ୍ୟ ବ୍ୟୁହଆଡ଼େ କିଏ ରଥ ଧୀରେ ମୁଁହାଇଲେ ?
(କ) ଅର୍ଜୁନ
(ଖ) ଶ୍ରୀକୃଷ୍ଣ
(ଗ) ଯୁଧ୍ୱର
(ଘ) କର୍ଣ୍ଣ
ଉ –
(ଖ) ଶ୍ରୀକୃଷ୍ଣ ।
Question ୧୫ ।
ସେତେବେଳେ ଅର୍ଜୁନଙ୍କ ଚକ୍ଷୁ କିପରି ଥିଲା ?
(କ) ଦୟାର୍ଦ୍ର
(ଖ) ସଲ୍ଲଜ
(ଗ) ନିଷ୍ଠୁର
(ଘ) କରୁଣାର୍ଦ୍ର
ଉ –
(ଗ) ନିଷ୍ଠୁର ।
Question ୧୬ ।
କାହାର ଦୃଷ୍ଟିହୀନ ପରିବ୍ୟାପ୍ତ ଅନ୍ଧକାର ଥିଲା ?
(କ) ଅର୍ଜୁନଙ୍କର
(ଖ) ଅର୍ଜୁନ
(ଗ) ଧୃତରାଷ୍ଟ୍ର
(ଘ) ଯୁଧ୍ୱର
ଉ –
(ଖ) ଧୃତରାଷ୍ଟ୍ରଙ୍କର ।
Question ୧୭ ।
କିଏ ବୀରଗାଥା ବୀରଧର୍ମ ଜାଣିବାକୁ ଆଗ୍ରହୀ ଥିଲେ ?
(କ) ଶ୍ରୀକୃଷ୍ଣ
(ଖ) ଅର୍ଜୁନ
(ଗ) ଧୃତରାଷ୍ଟ୍ର
(ଘ) ଯୁଧ୍ୱର
ଉ –
(ଗ) ଧୃତରାଷ୍ଟ୍ର ।
Question ୧୮ ।
ମହାରାଜା ବୋଲି କାହାକୁ ସମ୍ବୋଧନ କରାଯାଇଛି ?
(କ) ଦ୍ଵାରକାଧୂପତି ଶ୍ରୀକୃଷ୍ଣ
(ଖ) ଧୃତରାଷ୍ଟ୍ର
(ଗ) ଧର୍ମରାଜ ଯୁଧୁଷ୍ଠିର
(ଘ) ସ୍ବର୍ଗକୁ
ଉ –
(ଖ) ଧୃତରାଷ୍ଟ୍ର ।
Question ୨୦ ।
ରାଜା, ପ୍ରଜା, ସେନାପତି, ସୈନ୍ୟ ଓ ସାମନ୍ତ କେଉଁଠାକୁ ବାରମ୍ବାର ଫେରୁଥୁବେ ?
(କ) ସମୁଦ୍ରକୁ
(ଖ) ଧୃତରାଷ୍ଟ୍ର
(ଗ) ପୃଥିବୀକୁ
(ଘ) ସ୍ବର୍ଗକୁ
ଉ –
(ଗ) ପୃଥିବୀକୁ ।
(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question ୧।
ଧୃତରାଷ୍ଟ୍ର କାହାଠାରୁ ମହାଭାରତ ଯୁଦ୍ଧର ବର୍ଣ୍ଣନା ଶୁଣୁଥିଲେ ?
ଉ –
ଧୃତରାଷ୍ଟ୍ର ସଞ୍ଜୟଙ୍କଠାରୁ ମହାଭାରତ ଯୁଦ୍ଧର ବର୍ଣ୍ଣନା ଶୁଣୁଥିଲେ ।
Question ୨ ।
କବିତାରେ ମହାଶୟ ବୋଲି କାହାକୁ ସମ୍ବୋଧନ କରାଯାଇଛି ?
ଉ –
କବିତାରେ ଶ୍ରୀକୃଷ୍ଣଙ୍କୁ ବୋଲି କାହାକୁ ସମ୍ବୋଧନ କରାଯାଇଛି ।
Question ୩ ।
କାହାର ବକ୍ତୃତାରେ ଅକାଟ୍ୟ ଯୁକ୍ତି ଥିଲା ?
ଉ –
ଶ୍ରୀକୃଷ୍ଣଙ୍କର ବକ୍ତୃତାରେ ଅକଟ୍ୟ ଯୁକ୍ତି ଥିଲା ।
Question ୪।
ଅନ୍ଧାରର ଘୋର ପ୍ରହେଳିକା କେଉଁଠାରୁ ଧ୍ବଂସ ହେଲା ?
ଉ –
ଅର୍ଜୁନଙ୍କ ଦୃଷ୍ଟିରୁ ଅନ୍ଧାରର ଘୋର ପ୍ରହେଳିକା ଧ୍ଵଂସ ହେଲା ।
Question ୫।
କିଏ ମହାଜ୍ଞାନାଲୋକ ପାଇଲେ ?
ଉ –
ଅର୍ଜୁନ ମହାଜ୍ଞାନାଲୋକ ପାଇଲେ ।
Question ୭ ।
କାହାର ତୀବ୍ର ଦହନରେ ଅର୍ଜୁନଙ୍କ ହାତମୁଠା ଟାଣ ହୋଇଗଲା ?
ଉ –
ଅର୍ଜୁନ ମହାଜ୍ଞାନାଲୋକ ପାଇଲେ ।
Question ୬ ।
କେଉଁ ଉଦ୍ଦେଶ୍ୟରେ ଲୌହପିଣ୍ଡ କଥା କୁହାଯାଇଛି ?
ଉ –
ଅର୍ଜୁନ ଜ୍ଞାନଲୋକ ପାଇଲା ପରେ, ତାଙ୍କୁ ହୃଦୟ ଲୌହପିଣ୍ଡ ପରି ହୋଇଗଲା ବୋଲି କୁହାଯାଇଛି ।
Question ୮।
କ୍ଷତ୍ରିୟର ଧର୍ମ କ’ଣ ?
ଉ –
କ୍ଷତ୍ରିୟର ଧର୍ମ ବନ୍ଧୁଜ୍ଞାତି ନରହତ୍ୟା ।
Question ୯।
ମହାଭାରତ ଯୁଦ୍ଧରେ କିଏ ଅର୍ଜୁନଙ୍କୁ ଶିକ୍ଷା ଦେଲେ ?
ଉ –
ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶିକ୍ଷା ଦେଲେ ।
Question ୧୦ ।
ଶ୍ରୀକୃଷ୍ଣ ଶଙ୍ଖଧ୍ବନି କେଉଁଠାରେ ଅର୍ଜୁନ ଶୁଣିଲେ ?
ଉ –
ଶ୍ରୀକୃଷ୍ଣଙ୍କ ଶଙ୍ଖଧ୍ଵନି ମହାଭାରତ ସମରରେ ଅର୍ଜୁନ ଶୁଣିଲେ ।
Question ୧୧।
ଶସ୍ତ୍ର କାହାକୁ ଛିନ୍ନ କରେ ନାହିଁ ?
ଉ –
ଶସ୍ତ୍ର ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଛିନ୍ନ କରେ ନାହିଁ ।
Question ୧୨ ।
ଘୋଡ଼ାର ରବକୁ କ’ଣ କହନ୍ତି ?
ଉ –
ଘୋଡ଼ାର ରବକୁ ବ୍ରେଷାରବ କହନ୍ତି ।
Question ୧୩ ।
କବନ୍ଧନାଚ କହିଲେ କ’ଣ ବୁଝ ?
ଉ –
ମସ୍ତକହୀନ ଜୀବନ୍ତ ଦେହର ନାଚ ହେଉଛି କବନ୍ଧ ନାଚ ।
Question ୧୪ ।
କାହାର ଉକ୍ତିରେ କୃଷ୍ଣ ବାସୁଦେବ ନିତାନ୍ତ ବିରକ୍ତ ହେଲେ ?
ଉ –
ଅର୍ଜୁନଙ୍କ ଉକ୍ତିରେ କୃଷ୍ଣ ବାସୁଦେବ ନିତାନ୍ତ ବିରକ୍ତ ହେଲେ ।
Question ୧୫ ।
ପେପ୍ଟକ୍ କହିଲେ କ’ଣ ବୁଝାଯାଏ ?
ଉ –
ପେପ୍ଟକ୍ କହିଲେ ଉତ୍ସାହପୂର୍ଣ୍ଣ କାବ୍ୟକୁ ବୁଝାଇଥାଏ ।
Question ୧୬ ।
ଅର୍ଜୁନଙ୍କ ଚକ୍ଷୁ କେତେବେଳେ ଜ୍ଵଳନ୍ତ ହୋଇଉଠିଲା ?
ଉ –
ମୋହ ଦୂରେଇ ଗଲାପରେ ଓ ଶ୍ରୀକୃଷ୍ଣ କୌରବ ସେନାଆଡ଼କୁ ରଥ ତାଙ୍କର ଚକ୍ଷୁ ଜ୍ବଳନ୍ତ ହୋଇଉଠିଲା ।
Question ୧୭ ।
ଧୃତରାଷ୍ଟ୍ର କ’ଣ ଜାଣିବାକୁ ଆଗ୍ରହୀ ଥିଲେ ?
ଉ –
ଧୃତରାଷ୍ଟ୍ର ବୀରଗାଥା ବୀରଧର୍ମ ଜାଣିବାକୁ ଆଗ୍ରହୀ ଥିଲେ ।
Question ୧୮ ।
କାହାର ସୁଦୂର ପ୍ରସାରିତ ଦୃଷ୍ଟି ଥିଲା ?
ଉ –
ସଞ୍ଜୟଙ୍କର ସୁଦୂର ପ୍ରସାରିତ ଦୃଷ୍ଟି ଥିଲା ।
Question ୧୯ ।
ସଞ୍ଜୟ କାହାଠାରୁ ଦିବ୍ୟଦୃଷ୍ଟି ଲାଭ କରିଥିଲେ ?
ଉ –
ସଞ୍ଜୟ ବ୍ୟାସଦେବଙ୍କଠାରୁ ଦିବ୍ୟଦୃଷ୍ଟି ଲାଭ କରିଥିଲେ ।
Question ୨୦ ।
ପୃଥିବୀକୁ କିଏ ବାରମ୍ବାର ଫେରୁଥିବେ ?
ଉ –
ରାଜା, ପ୍ରଜା, ସେନାପତି, ସୈନ୍ୟସାମନ୍ତ ସମସ୍ତେ ପୃଥିବୀକୁ ବାରମ୍ବାର ଫେରୁଥିବେ ।
Question ୨୧ ।
ଭବିଷ୍ୟତରେ କୁରୁକ୍ଷେତ୍ର କେଉଁଥିରେ ଜର୍ଜରିତ ହେବ ?
ଉ –
ଭବିଷ୍ୟତରେ କୁରୁକ୍ଷେତ୍ର ପିତାପୁତ୍ର ପିତୃବ୍ୟ ହତ୍ୟାରେ ଜର୍ଜରିତ ହେବ ।
Question ୨୨ ।
କବିତାରେ ଅନ୍ତହୀନ ବୋଲି କାହାକୁ କୁହାଯାଇଛି ?
ଉ –
କବିତାରେ ଅନ୍ତହୀନ ବୋଲି ସମୟକୁ କୁହାଯାଇଛି ।
Question ୨୩ ।
ବାସୁଦେବ କୃଷ୍ଣଙ୍କର ଆତ୍ମହତ୍ୟା କଥା କିଏ ବୁଝି ପାରୁନଥିଲେ ?
ଉ –
ବାସୁଦେବ କୃଷ୍ଣଙ୍କ ଆତ୍ମହତ୍ୟା କଥା ସଞ୍ଜୟ ବୁଝିପାରୁ ନଥିଲେ ।
Question ୨୪ ।
ବାସୁଦେବ କିଏ ?
ଉ –
ବାସୁଦେବ ହେଉଛନ୍ତି ଶ୍ରୀକୃଷ୍ଣ ।
Question ୨୫ ।
କୁରୁକ୍ଷେତ୍ର କ’ଣ ପାଇଁ ପ୍ରସିଦ୍ଧ ?
ଉ –
କୁରୁକ୍ଷେତ୍ର କୌରବ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ଥାନ ବୋଲି ପ୍ରସିଦ୍ଧ ।
Question ୨୬ ।
କବିତାରେ ଆପଣଙ୍କୁ କାହା ପାଇଁ ବ୍ୟବହୃତ ?
ଉ –
କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)
Question ୧।
କାହାର ଶିକ୍ଷା ? କାହା ପ୍ରତି ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ‘ଆପଣଙ୍କ ଶିକ୍ଷା ଅତି ଚମତ୍କାର’ ଏହା ଭଗବାନ୍ ଶ୍ରୀକୃଷ୍ଣଙ୍କର ଶିକ୍ଷା ଅର୍ଜୁନଙ୍କ ପ୍ରତି ।
Question ୨।
ଅର୍ଜୁନଙ୍କ ହୃଦୟ ଲୌହପିଣ୍ଡ ପରି କାହିଁକି ହେଲା ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଶ୍ରୀକୃଷ୍ଣଙ୍କଠାରୁ ମହାଜ୍ଞାନାଲୋକର ଶିକ୍ଷା ପାଇଲା ପରେ ଅର୍ଜୁନଙ୍କ ହୃଦୟ ଲୌହପିଣ୍ଡ ପରି ଟାଣ ହେଲା ।
Question ୩ ।
କାହା ଧନୁର ତୀର କେତେବେଳେ ତୀକ୍ଷ୍ଣଣରୁ ଆହୁରି ତୀକ୍ଷ୍ଣଣ ହେଲା ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଶ୍ରୀକୃଷ୍ଣଙ୍କଠାରୁ ମହାଜ୍ଞାନାଲୋକର ଶିକ୍ଷା ପାଇଲା ପରେ, ଅର୍ଜୁନଙ୍କ ମୋହ ଭଙ୍ଗ ହୋଇଥିଲା ଏବଂ ତାଙ୍କର ତୀର ତୀକ୍ଷ୍ଣଣରୁ ଆହୁରି ତୀକ୍ଷ୍ଣଣ ହେଲା ।
Question ୪ ।
ମୋର ତୀରର ତୀକ୍ଷ୍ଣଣ ମୁନ ଭିତରେ ଆପଣ କାହାର ? କିଏ ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ‘ମୋର ତୀରର ତୀକ୍ଷ୍ଣଣର ମୁନ ଭିତରେ ଆପଣ’ ଏଠାରେ ଅର୍ଜୁନଙ୍କ ତୀର ଭିତରେ ଶ୍ରୀକୃଷ୍ଣ ରହିଛନ୍ତି ବୋଲି କୁହାଯାଇଛି ।
Question ୫ ।
ଘୋଡ଼ାର ହୁଷାରବ ଓ ବିଧବାର କୋହ ଯନ୍ତ୍ରଣା ଭିତରେ କିଏ ଦେଖାଯାଉଥିଲେ ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଘୋଡ଼ାର ବ୍ରେଷାରବ ଓ ବିଧବାର କୋହ ଯନ୍ତ୍ରଣା ଭିତରେ ଶ୍ରୀକୃଷ୍ଣ ଦେଖାଯାଉଥିଲେ ।
Question ୬ |
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଯୁଦ୍ଧରେ ଅନେକ ସୈନ୍ୟ ସେନାପତିଙ୍କର ଶରୀରରୁ ମସ୍ତକ ଅଲଗା ହୋଇ ଯାଇଥିଲା, ମାତ୍ର ସେଥିରେ ମଧ୍ୟ ଅର୍ଜୁନ
Question ୭ ।
ମାତୁଳ ପିତୃବ୍ୟ ହତ୍ୟାର ପ୍ରଚ୍ଛଦପଟରେ କିଏ ଅଛନ୍ତି ବୋଲି କୁହାଯାଇଛି ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ମାତୁଳ ପିତୃବ୍ୟ ହତ୍ୟାର ପ୍ରଚ୍ଛଦପଟରେ ଆପଣ ଅର୍ଥାତ୍ ଏକମାତ୍ର ଶ୍ରୀକୃଷ୍ଣ ରହିଛନ୍ତି ବୋଲି କୁହାଯାଇଛି ।
Question ୮ ।
କିଏ କାହାକୁ ପେପ୍ଟକ୍ ଦେଇଥିଲେ ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଭଗବାନ୍ ଶ୍ରୀକୃଷ୍ଣ, ଅର୍ଜୁନଙ୍କ ମୋହଭଙ୍ଗ କରିବାପାଇଁ ପେପ୍ଟକ ବା ଉତ୍ସାହପୂର୍ଣ୍ଣ ବାକ୍ୟ ଦେଇଥିଲେ ।
Question ୯।
ଧୃତରାଷ୍ଟ୍ର ସଞ୍ଜୟଙ୍କଠାରୁ ମହାଭାରତ ଯୁଦ୍ଧ କଥା କାହିଁକି ଶୁଣୁଥିଲେ ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଧୃତରାଷ୍ଟ୍ରଙ୍କ ମନରେ ବୀରଗାଥ ବୀରଧର୍ମ ଶୁଣିବାପାଇଁ ଆଗ୍ରହ ଥିବାରୁ, ସେ ସଞ୍ଜୟଙ୍କଠାରୁ ମହାଭାରତ ଯୁଦ୍ଧକଥା ଶୁଣୁଥିଲେ ।
Question ୧୦ ।
ସଞ୍ଜୟଙ୍କ ଦୃଷ୍ଟିର ସ୍ଵରୂପ କ’ଣ ଥିଲା ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ସଞ୍ଜୟଙ୍କ ଦୃଷ୍ଟିର ସ୍ଵରୂପ ସୁଦୂର ପ୍ରସାରିତ ଥିଲା ଯାହାକି ଅନ୍ତହୀନ ଦିଗ୍ବଳୟ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ।
Question ୧୧ ।
କିଏ କେଉଁଠିକୁ ବାରମ୍ବାର ଫେରୁଥିବେ ବୋଲି କୁହାଯାଇଛି ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ରାଜା, ପ୍ରଜା, ସେନାପତି, ସୈନ୍ୟ, ସାମନ୍ତ ସମସ୍ତେ ପୃଥିବୀକୁ ବାରମ୍ବାର ଫେରୁଥୁବେ ବୋଲି କୁହାଯାଇଛି ।
Question ୧୨ ।
କେଉଁ ଯୁକ୍ତିରେ କୁରୁକ୍ଷେତ୍ର ବାରମ୍ବାର ଜର୍ଜରିତ ହେବ ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଧର୍ମ, ଜାତି ଆଉ ଆଦର୍ଶ ଯୁକ୍ତିରେ, ପିତାପୁତ୍ର ପିତୃବ୍ୟ ହତ୍ୟାରେ କୁରୁକ୍ଷେତ୍ର ବାରମ୍ବାର ଜର୍ଜରିତ ହେବ ।
(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)
Question ୧।
ଅର୍ଜୁନଙ୍କ ଦୃଷ୍ଟିରୁ ମୋହରୂପୀ ଅନ୍ଧକାର କିପରି ଦୂରୀଭୂତ ହେଲା ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ମହାଭାରତ ଯୁଦ୍ଧରେ ଆତ୍ମୀୟ ସ୍ଵଜନଙ୍କୁ ଦେଖ୍ ପାଣ୍ଡବପକ୍ଷର ଅର୍ଜୁନଙ୍କ ମନରେ ବିଷାଦଭାବ ଦେଖା ଦେଇଥିଲା । ସେ ମୋହରୂପୀ ଅନ୍ଧକାରରେ ଅନ୍ଧୀଭୂତ ହୋଇ ଯୁଦ୍ଧକରିବା ପାଇଁ ପରମୁଖ ହୋଇଥିଲେ । ଅର୍ଜୁନଙ୍କର ଏତାଦୃଶ ଭାବ ଦେଖୁ ଶ୍ରୀକୃଷ୍ଣ ଉତ୍ସାହ ଓ ଉଦ୍ବୋଧନ ଦେଇଥିଲେ । ଶ୍ରୀକୃଷ୍ଣଙ୍କ ଶିକ୍ଷା, ବକ୍ତୃତା ଓ ଅକାଟ୍ୟ ଯୁକ୍ତିରେ ଅର୍ଜୁନଙ୍କ ଦୃଷ୍ଟିରୁ ମୋହମରୂପୀ ଅନ୍ଧକାର ଦୂରୀଭୂତ ହୋଇଥିଲା ଓ ସେ ଯୁଦ୍ଧ କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
Question ୨।
କିଏ କାହାକୁ ମହାଜ୍ଞାନାଲୋକ ଦେଇଥିଲେ ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ମହାଭାରତ ମହାସମରରେ ଅର୍ଜୁନ ନିଜର ଜ୍ଞାତି, କୁଟୁମ୍ବ ଓ ପ୍ରିୟ ପରିଜନଙ୍କୁ ଦେଖିଲାପରେ ତାଙ୍କ ମନରେ ବିଷାଦଭାବ ଦେଖାଦେଇଥିଲା । ସେ ମୋହଗ୍ରସ୍ତ ହୋଇପଡ଼ିଥିଲେ । ଅର୍ଜୁନଙ୍କ ମନରୁ ମୋହରୂପୀ ଅନ୍ଧକାରକୁ ଦୂରେଇ ଦେବାପାଇଁ ହାତମୁଠା ବଜ୍ର ପରି ଟାଣ ହୋଇଯାଇଥିଲା ।
Question ୩ ।
ହାତମୁଠା ଟାଣ ଏହାର ତାତ୍ପର୍ଯ୍ୟ କ’ଣ ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ମହାଭାରତ ମହାଭାରତ ମହାସମରରେ ଅର୍ଜୁନ ନିଜର ଜ୍ଞାତି, କୁଟୁମ୍ବ ଓ ପ୍ରିୟ ପରିଜନଙ୍କୁ ଦେଖିଲାପରେ ତାଙ୍କ ମନରେ ବିଷାଦଭାବ ଦେଖାଦେଇଥିଲା । ବିଷାଦଭାବ । ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନଙ୍କ ମନରୁ ମୋହ ଦୂରେଇ ଦେବାପାଇଁ ଯେଉଁ ଜ୍ଞାନାଲୋକ ଶିକ୍ଷା ଦେଇଥିଲେ ସେଥିରେ ଅର୍ଜୁନଙ୍କ ମନରୁ ବିଷାଦ ଦୂରେଇ ଯାଇଥିଲା । ଜ୍ଞାନାଲୋକରେ ଉଦ୍ଭାସିତ ହୋଇ, ଯୁଦ୍ଧ କରିବାପାଇଁ ତାଙ୍କର ହାତମୁଠା ବଜ୍ର ପରି ଟାଣ ହୋଇଯାଇଥିଲା ।
Question ୪ ।
କାହା ପାଇଁ କ’ଣ ମହାଯୋଗର ସାଧନା ଥିଲା ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଯୁଦ୍ଧକ୍ଷେତ୍ରରେ ମୋହଗ୍ରସ୍ତ ହୋଇଥିବା ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଜ୍ଞାନାଲୋକ ଶିକ୍ଷା ଦେଇଥିଲେ । ଫଳରେ ଅର୍ଜୁନ ନିଜର ଧର୍ମ ସମ୍ପର୍କରେ ସଚେତନ ହୋଇଥିଲେ । ସେ ବୁଝିଥିଲେ ବନ୍ଧୁଜ୍ଞାତି ନରହତ୍ୟା ହେଉଛି କ୍ଷତ୍ରିୟ ଧର୍ମ । ଅର୍ଜୁନଙ୍କ ପାଇଁ ଅନନ୍ତମୁକ୍ତିର ଦ୍ବାର ଭେଦ କରିବା ମହାଯୋଗର ସାଧନା ଥିଲା ।
Question ୫।
‘ମୋ ଧନୁର ହୁଙ୍କାରରେ ଆପଣଙ୍କ ଶଙ୍ଖଧ୍ୱନି’ – ପ୍ରସଙ୍ଗ ନିରୂପଣ କର ।
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଶ୍ରୀକୃଷ୍ଣଙ୍କର ଶିକ୍ଷା ଓ ଜ୍ଞାନାଲୋକ ପ୍ରଦାନରେ ଅର୍ଜୁନଙ୍କ ବିଗଳିତ ଅବସ୍ଥା ଅପସରି ଯାଇଛି । ତାଙ୍କର ହାତମୁଠା ବଜ୍ର ପରି ଟାଣ ହୋଇଯାଇଛି ଏବଂ ହୃଦୟ ଲୌହପିଣ୍ଡ ପରି କଠିନ ହୋଇଛି । ସେ କ୍ଷତ୍ରିୟ ଧର୍ମପାଳନ କରିବା ପାଇଁ ଚାହିଁଛନ୍ତି । ସେ ବୁଝିଛନ୍ତି ଶ୍ରୀକୃଷ୍ଣ ସର୍ବତ୍ର ବିଦ୍ୟମାନ । ସେ ଅଛନ୍ତି ତାଙ୍କ ତୀରର ତୀକ୍ଷ୍ଣମୁନରେ । ସେହି ଶ୍ରୀକୃଷ୍ଣଙ୍କର ଶଙ୍ଖଧ୍ୱନି ଶୁଣାଯାଇଛି ଅର୍ଜୁନଙ୍କ ଧନୁର ହୁଙ୍କାରରେ ।
Question ୬ |
‘ଆପଣ ହିଁ ବିକଳାଙ୍ଗ ଆହତ ସୈନିକ’ – କିଏ କାହାକୁ କହିଛି ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଅର୍ଜୁନଙ୍କ ମନରୁ ମୋହ ଅନ୍ଧକାର ଦୂରେଇଗଲା ପରେ, ସେ ଜାଣିଛି ଭଗବାନ୍ ଶ୍ରୀକୃଷ୍ଣ ସର୍ବତ୍ର ବିଦ୍ୟମାନ । ସେ ଅଛନ୍ତି ତାଙ୍କର ତୀକ୍ଷ୍ଣଣ ମୁନରେ । ସେ ମଧ୍ୟ ରହିଛନ୍ତି ତାଙ୍କର ଧନୁର ହୁଙ୍କାରରେ । ବିକଳାଙ୍ଗ ଆହତ ସୈନିକର ଆଉଁଚିତ୍କାର ଭିତରେ ସେ ରହିଛନ୍ତି । ତାଙ୍କର ନିର୍ଦ୍ଦୟ ଅସିଘାତ ରକ୍ତ ଭିତରେ ମଧ୍ଯ ଭଗବାନ୍ ଶ୍ରୀକୃଷ୍ଣ ରହିଛନ୍ତି ବୋଲି ଅର୍ଜୁନ ବୁଝିପାରିଛନ୍ତି ।
Question ୭।
‘ଆପଣ କରିବେ ହତ୍ୟା ଆପଣଙ୍କୁ’ କହିବାର ଉଦ୍ଦେଶ୍ୟ କ’ଣ ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଅର୍ଜୁନଙ୍କ ମନରୁ ମୋହ ଦୂରେଇ ଯାଇଛି ଶ୍ରୀକୃଷ୍ଣଙ୍କ ଶିକ୍ଷାଦାନରେ । ଅର୍ଜୁନ ଜାଣିଛନ୍ତି, ସବୁକିଛି ଭଗବାନ୍ ଶ୍ରୀକୃଷ୍ଣ କରୁଛନ୍ତି ସମସ୍ତଙ୍କ ଭିତରେ ରହି । ସୁତରାଂ ମାରୁଥିବା ଓ ମରୁଥିବା ଉଭୟ ବ୍ୟକ୍ତି ହିଁ ଭଗବାନ୍ ଶ୍ରୀକୃଷ୍ଣ । ଏହି ପରିପ୍ରେକ୍ଷୀରେ ‘ଆପଣ’ ଶବ୍ଦ ଶ୍ରୀକୃଷ୍ଣଙ୍କ ପାଇଁ ହିଁ ବ୍ୟବହାର କରାଯାଇଛି ।
Question ୮ |
‘ସତ୍ୟ ସତ୍ୟ ଏକାମାତ୍ର ସତ୍ୟ’ର ତାତ୍ପର୍ଯ୍ୟ ଉଲ୍ଲେଖ କର ।
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଅର୍ଜୁନଙ୍କ ମନରୁ ମୋହ ଦୂରେଇ ଗଲାପରେ, ସେ ଜାଣିପାରିଛନ୍ତି, ମହାଭାରତ ଯୁଦ୍ଧ ଏକ ମିଥ୍ୟା, ମାୟା ମୋହର ପ୍ରହେଳିକା ମାତ୍ର । ଏହା ମଧ୍ୟରେ ଏକମାତ୍ର ସତ୍ୟ ହେଉଛନ୍ତି ଭଗବାନ୍ ଶ୍ରୀକୃଷ୍ଣ । ଏପରିକି ବନ୍ଧୁ, ଜ୍ଞାତି, ସହୋଦର, ମାତୁଳ, ପିତୃବ୍ୟ ଆଦି ସମସ୍ତଙ୍କ ହତ୍ୟା ଭିତରେ ଶ୍ରୀକୃଷ୍ଣ ଓ ହତ୍ୟାକାରୀ ବି ଶ୍ରୀକୃଷ୍ଣ । ଉକ୍ତିଟିରେ ଶ୍ରୀକୃଷ୍ଣଙ୍କ ସର୍ବବ୍ୟାପକତାକୁ ବ୍ୟବହାର କରାଯାଇଛି ।
Question ୯।
ଅର୍ଜୁନଙ୍କ ଚକ୍ଷୁ ଜ୍ଵଳନ୍ତ ଓ ନିଷ୍ଠୁର କାହିଁକି ହୋଇଗଲା ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଅର୍ଜୁନଙ୍କ ମନରୁ ବିଷାଦଭାବ ଦୂରେଇ ଗଲାପରେ, ସେ ଶ୍ରୀକୃଷ୍ଣ ମହାଜ୍ଞାନାଲୋକର ମହତ୍ତ୍ବ ବୁଝିପାରିଛନ୍ତି । ସେ ଜାଣି ପାରିଛନ୍ତି, ଶ୍ରୀକୃଷ୍ଣ ହେଉଛନ୍ତି ଏକମାତ୍ର ସତ୍ୟ ଏବଂ ଅନ୍ୟସବୁ ମିଥ୍ୟା ପ୍ରହେଳିକା । ଅର୍ଜୁନଙ୍କର ଏଭଳି ଭାବକୁ ସଞ୍ଜୟ ଲକ୍ଷ୍ୟ କରିଛନ୍ତି ଏବଂ ଧୃତରାଷ୍ଟ୍ରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ ସାରିଲାପରେ ସେ କୁରୁସୈନ୍ୟ ଆଡ଼କୁ ରଥ ବାହିନେଲେ । ସେତେବେଳକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅର୍ଜୁନଙ୍କ ଚକ୍ଷୁ ଜ୍ଵଳନ୍ତ ନିଷ୍ଠୁର ହୋଇଯାଇଥିଲା ।
Question ୧୦ ।
ଧୃତରାଷ୍ଟ୍ରଙ୍କ ପାଇଁ କ’ଣ ଅତି ସ୍ଵାଭାବିକ ଥିଲା ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଦିବ୍ୟଦୃଷ୍ଟି ପ୍ରଦାନ ବଳରେ, ସଞ୍ଜୟ ମହାଭାରତ ମହାସମର ଦେଖୁଛନ୍ତି ! ସେହି ସମରର ବୃତ୍ତାନ୍ତ ଧୃତରାଷ୍ଟ୍ରଙ୍କ ନିକଟରେ ଉଲ୍ଲେଖ କରିଛନ୍ତି । ସର୍ବକାଳୀକ ଦୃଷ୍ଟିଭଙ୍ଗୀ ନେଇ ସଞ୍ଜୟ କହିଛନ୍ତି, ଆପଣ ଦୃଷ୍ଟିହୀନ ହୋଇଥିବାରୁ ବୀରଗାଥା, ବୀର ଧର୍ମ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ଅତ୍ୟନ୍ତ ସ୍ଵାଭାବିକ । ମାତ୍ର ଏ ଯୁଦ୍ଧର କେବେହେଲେ ଅନ୍ତ ନାହିଁ । ସବୁଦିନ ଏ ପୃଥିବୀ ଏଭଳି ରକ୍ତାକ୍ତ ହେଉଥିବ । ଅନ୍ୟଭାବରେ ପ୍ରକାଶ କଲେ ଧୃତରାଷ୍ଟ୍ରଙ୍କ ପାଇଁ ବୀରଗାଥା, ବୀରଧର୍ମ ଜାଣିବାର ଇଚ୍ଛା ଅତି ସ୍ଵାଭାବିକ ଥିଲା ।
Question ୧୧।
ବହୁଶ୍ରମ, ବହୁଚେଷ୍ଟା, ବହୁଯୁଗ, ଘାତ ପ୍ରତିଘାତ – କେଉଁ ଉଦ୍ଦେଶ୍ୟରେ କୁହାଯାଇଛି ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଶ୍ରୀକୃଷ୍ଣଙ୍କ ଶିକ୍ଷା, ଉଦ୍ବୋଧନ ଓ ଉତ୍ସାହ ବାକ୍ୟଦ୍ୱାରା ଅର୍ଜୁନଙ୍କର ମୋହଭଙ୍ଗ ହୋଇଥିଲା ଓ ପାଣ୍ଡବମାନେ ଯୁଦ୍ଧରେ ଜୟଯୁକ୍ତ ହୋଇଥିଲେ । ଧୃତରାଷ୍ଟ୍ରଙ୍କୁ ଯୁଦ୍ଧ ସମ୍ବାଦ ଦେଉଥିବା ସଞ୍ଜୟ କିନ୍ତୁ ତା’ର ବହୁ ଆଗକୁ ଭବିଷ୍ୟତ ଦେଖୁଥିଲେ । ସେ କହିଥିଲେ, ଯୁଦ୍ଧ, ହିଂସା, ରକ୍ତପାତ, ଭୟ ଯନ୍ତ୍ରଣାର କେବେ ପରିସମାପ୍ତି ଆସୁନାହିଁ । ବହୁଶ୍ରମ, ବହୁଚେଷ୍ଟା, ବହୁଯୁଗ, ଘାତ ପ୍ରତିଘାତ ସତ୍ତ୍ବେ ବି ଶେଷରେ ସେହି ଭୟ, ସେହି ହତ୍ୟା ଓ ମଣିଷର ରକ୍ତାକ୍ତ ଯନ୍ତ୍ରଣା ହୋଇ ଚାଲିଥବ ।
Question ୧୨ ।
କେଉଁଥିପାଇଁ ବାରମ୍ବାର ପିତା, ପୁତ୍ର, ପିତୃବ୍ୟର ହତ୍ୟାହେବ ?
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ କବି ଗୁରୁପ୍ରସାଦ ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ମହାଭାରତ ମହାସମର ଦେଖୁଥିବାବେଳେ, ସଞ୍ଜୟ ବହୁ ଆଗକୁ ଭବିଷ୍ୟତ ଦେଖୁଛନ୍ତି । ଏହି ଯୁଦ୍ଧର କେବେବି ପରିସମାପ୍ତି ନାହିଁ ବୋଲି କହିଛନ୍ତି । କାରଣ ସେ ଦେଖୁଛନ୍ତି, ରାଜା, ପ୍ରଜା, ସୈନ୍ୟ, ସାମନ୍ତ ଓ ସମରସଜ୍ଜାର ଅନ୍ତ ଘଟୁନାହିଁ ବରଂ ଧର୍ମ ପାଇଁ, ଜାତି ପାଇଁ, ଦେଶ ପାଇଁ, ଆଦର୍ଶ ପାଇଁ ବାରମ୍ବାର ପିତା, ପୁତ୍ର ଓ ପିତୃବ୍ୟଙ୍କ ହତ୍ୟାରେ ଏ ପୃଥିବୀ କୁରୁକ୍ଷେତ୍ରରେ ପରିଣତ ହେଉଥିବ ।
(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
Question ୧।
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାର ଭାବଧର୍ମ ବିଶ୍ଳେଷଣ କର ।
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାଟି କବି ଗୁରୁପ୍ରସାଦ ମହାନ୍ତିଙ୍କର ‘ଆଶ୍ଚର୍ଯ୍ୟ ଅଭିସାର’ କବିତା ସଂକଳନର ଅନ୍ୟତମ କବିତା । କବିତାଟିରେ କବି ମହାଭାରତ ମହାସମର କୁରୁପାଣ୍ଡବଙ୍କ ମଧ୍ୟରେ ଘଟିଯାଇଥିବା ଭୟଙ୍କର ଯୁଦ୍ଧକୁ ମିଥୁରୂପେ ଗ୍ରହଣ କରିଛନ୍ତି । ଏହି କବିତାରେ ସେ ଉଲ୍ଲେଖ କରିବାକୁ ଚାହିଁଛନ୍ତି, ମନୁଷ୍ୟର ଯୁଦ୍ଧ ପ୍ରବୃତ୍ତି ଚିରନ୍ତନ । ଧର୍ମ, ଜାତି ଓ ଦେଶ ତଥା ଆଦର୍ଶର ଦ୍ବାହିରେ ପୃଥିବୀରେ ଚିରକାଳ କୁରୁକ୍ଷେତ୍ର ଯୁଦ୍ଧ ଅନୁଷ୍ଠିତ ହେଉଛି । ଏହି ଯୁଦ୍ଧ ହୋଇଥିଲା ଏବଂ ଚିରକାଳ ପାଇଁ ହେଉଥବ ମଧ୍ୟ । ସବୁକିଛିକୁ ନିୟନ୍ତ୍ରଣ କରୁଛନ୍ତି ଭଗବାନ୍ ନିଜେ । ମିଥ୍ୟା ପ୍ରହେଳିକା ପରି ସେସବୁ ଆମକୁ ଜଣାଗଲେ ମଧ୍ଯ ପ୍ରକୃତରେ ଯାହା ହୋଇଥିଲା, ତାହାହିଁ ହେଉଛି ଏବଂ ଆଗକୁ ମଧ୍ୟ ତାହା ହେବ । କବିତାଟିରେ କବି ମାନବର ସର୍ବକାଳୀନ ମାନସିକତାକୁ ଦେଖାଇଛନ୍ତି ।
ଧୃତରାଷ୍ଟ୍ର ଦେଖିପାରୁ ନାହାଁନ୍ତି । ମାତ୍ର ବ୍ୟାସଦେବଙ୍କ ପ୍ରସାଦରୁ ସଞ୍ଜୟ ଦିବ୍ୟଦୃଷ୍ଟି ଲାଭ କରିଥିବାରୁ ସେ ଯୁଦ୍ଧର ସବୁକିଛି ଘଟଣା ଦେଖୁଛନ୍ତି । ସେହି ଘଟଣାକୁ ସେ ଧୃତରାଷ୍ଟ୍ରଙ୍କୁ ବୁଝାଇ କହୁଥିଲେ ।
କବିତାର ପ୍ରଥମ ପର୍ଯ୍ୟାୟରେ ସଞ୍ଜୟ ଦେଖୁଛନ୍ତି, ଯୁଦ୍ଧକ୍ଷେତ୍ରରେ ଅର୍ଜୁନ ଆତ୍ମୀୟ ସ୍ବଜନଙ୍କୁ ଦେଖ୍ ଯୁଦ୍ଧ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ମାତ୍ର ଶ୍ରୀକୃଷ୍ଣଙ୍କ ଶିକ୍ଷା, ଉଦ୍ବୋଧନ ଓ ପ୍ରରୋଚନରେ, ଅର୍ଜୁନଙ୍କର ମୋହଭଙ୍ଗ ହୋଇଛି । ସେ ପୁଣି କ୍ଷତ୍ରିୟ ଭାବରେ ଯୁଦ୍ଧ କରିବାକୁ ଚାହିଁଛନ୍ତି । କାରଣ ଅର୍ଜୁନ ଦିବ୍ୟଜ୍ଞାନ ବଳରେ ଜାଣିପାରିଛନ୍ତି, ସେ କିଛି କରୁନାହାଁନ୍ତି କିମ୍ବା ତାଙ୍କଦ୍ୱାରା କିଛି ହେଉନାହିଁ । ଯାହାକିଛି କରୁଛନ୍ତି ସବୁହେଉଛି ଭଗବାନଙ୍କର ଲୀଳା ଓ ପ୍ରହେଳିକା ।
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି, ଶ୍ରୀକୃଷ୍ଣଙ୍କ ଅକାଟ୍ୟ ଯୁକ୍ତି ଓ ଶିକ୍ଷା ପ୍ରଦାନରେ, ଅର୍ଜୁନଙ୍କ ମନରୁ ମୋହରୂପୀ ଅନ୍ଧକାର ଦୂରେଇ ଯାଇଛି । ଯୁଦ୍ଧରେ ନରହତ୍ୟାକୁ ଭୃକ୍ଷେପ ନକରି ଅର୍ଜୁନ ବୁଝିଛନ୍ତି, ଏହା ମହାଯୋଗୀର ମୁକ୍ତି ସାଧନାଭଳି କଠୋର ହେଲେ ହେଁ କରଣୀୟ । ସେ ଜାଣିଛନ୍ତି ଶ୍ରୀକୃଷ୍ଣ ସର୍ବତ୍ର ବିଦ୍ୟମାନ । ସେ ଅଛନ୍ତି ଅର୍ଜୁନଙ୍କ ତୀରର ତୀକ୍ଷ୍ଣଣ ମୁନରେ । ଅର୍ଜୁନଙ୍କ ଧନୁର ଟଙ୍କାରରେ ତାଙ୍କର ଶଙ୍ଖଧ୍ୱନି ଶୁଣାଯାଉଛି । ଅର୍ଥାତ୍ ମରୁଥିବା ଓ ମାରୁଥିବା ଉଭୟ ବ୍ୟକ୍ତି ହିଁ ଭଗବାନ୍ ଶ୍ରୀକୃଷ୍ଣ ।
ସେହି ଯୁଦ୍ଧର ଦୃଶ୍ୟ ଦେଖୁବା ଭିତରେ ସଞ୍ଜୟ ବହୁଆଗକୁ ବା ଭବିଷ୍ୟତକୁ ଦେଖୁଛନ୍ତି । ତେଣୁ ସେ କହିଛନ୍ତି, ଏ ଯୁଦ୍ଧ, ହିଂସା, ରକ୍ତପାତ, ଭୟ, ଯନ୍ତ୍ରଣାର ପରିସମାପ୍ତି କେବେ ହୋଇପାରିବ ନାହିଁ । ମହାଭାରତ ଯୁଦ୍ଧ ପରେ ମଧ୍ୟ ଏ ପୃଥିବୀରେ ବାରମ୍ବାର ଯନ୍ତ୍ରଣା, ହିଂସା, ରକ୍ତପାତ ହୋଇ ଚାଲିଥ୍ବ ।
କବିତାଟିରେ ଯୁଦ୍ଧକାଳୀନ ଅନୁଚିନ୍ତା କିପରି ମଣିଷ ମନରେ ବସାବାନ୍ଧି ରହିଛି ଏବଂ ଭଗବାନ୍ କିପରି ମଣିଷମାନଙ୍କ ମାଧ୍ୟମରେ ସବୁକିଛି କରୁଛନ୍ତି, ତାହାହିଁ ବର୍ଣ୍ଣିତ ହୋଇଛି ।
Question ୨ ।
ପଠିତ କବିତାନୁଯାୟୀ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଯାହା ବୁଝାଇଥିଲେ – ତାହା ନିଜ ଭାଷାରେ ବୁଝାଇ ଲେଖ ।
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବି ଗୁରୁପ୍ରସାଦ ମହାନ୍ତିଙ୍କର ଏକ ଚମତ୍କାର ସୃଷ୍ଟି । ଉକ୍ତ କବିତାଟିରେ କବି ମହାଭାରତ ଯୁଦ୍ଧକୁ ଏକ ମିଥ୍ୟାଭାବେ ଗ୍ରହଣ କରି, ମଣିଷର ସର୍ବକାଳୀନ ମାନସିକତାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ସେ ଜଣାଇଦେବାକୁ ଚାହିଁଛନ୍ତି ଯେ ମନୁଷ୍ୟର ଯୁଦ୍ଧ ପ୍ରବୃତ୍ତି ଚିରନ୍ତନ । ଧର୍ମ, ଜାତି ଓ ଦେଶ ତଥା ଆଦର୍ଶର ଦ୍ଵାହିରେ ପୃଥିବୀରେ ଚିରକାଳ କୁରୁକ୍ଷେତ୍ର ଲାଗିରହିଛି । ଯୁଦ୍ଧରେ ପରସ୍ପର ପରସ୍ପରକୁ ଆକ୍ରମଣ କଲେ ବା ମୃତ୍ୟୁ ଦେଲେ ବି ସମସ୍ତଙ୍କ ଭିତରେ ରହିଛି ଭଗବତ୍ ସତ୍ତା । ସୁତରାଂ ସେହି ଭଗବାନ୍ ହିଁ ସମସ୍ତଙ୍କୁ ମାରୁଛନ୍ତି ଏବଂ ମରୁଛନ୍ତି ମଧ୍ୟ ।
ମହାଭାରତର ଯୁଦ୍ଧରେ ଯେଉଁସବୁ ଘଟଣା ଘଟିଯାଉଥିଲା, ସେସବୁକୁ ଧୃତରାଷ୍ଟ୍ର ଅନ୍ଧ ଥିବାରୁ ଦେଖିପାରୁ ନଥିଲେ । ମାତ୍ର ବ୍ୟାସଦେବଙ୍କ ପ୍ରସାଦରୁ ସଞ୍ଜୟ ଦିବ୍ୟଦୃଷ୍ଟି ଲାଭ କରିଥିବାରୁ, ସେ ଯୁଦ୍ଧର ସବୁଘଟଣା ଦେଖୁଥିଲେ ଏବଂ ତାହାକୁ ଧୃତରାଷ୍ଟ୍ରଙ୍କ ନିକଟରେ ପ୍ରକାଶ କରୁଥିଲେ । ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ମନରେ ମୋହ ଓ ବିଷାଦଭାବ ସୃଷ୍ଟି ହେବାରୁ ସେ ଆଉ ଯୁଦ୍ଧ କରିବାକୁ ଚାହିଁନଥିଲେ । କିନ୍ତୁ ଶ୍ରୀକୃଷ୍ଣଙ୍କ ଶିକ୍ଷା, ଉଦ୍ବୋଧନ ଓ ପ୍ରରୋଚନାରେ ଅର୍ଜୁନଙ୍କ ମନରୁ ଜଡ଼ତା ଅପସରି ଯାଇଥିଲା । ସେ ପୁଣି କ୍ଷତ୍ରିୟ ଧର୍ମ ପାଳନ କରିବାପାଇଁ ଆଗୁସାର ହୋଇଥିଲେ ।
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି, ଶ୍ରୀକୃଷ୍ଣଙ୍କ ଶିକ୍ଷା ଓ ଅକାଟ୍ୟ ଯୁକ୍ତିରେ ଅର୍ଜୁନଙ୍କ ଦୃଷ୍ଟିରୁ ମୋହରୂପୀ ଅନ୍ଧକାରର
ଯୁଦ୍ଧକ୍ଷେତ୍ରରେ ପାଣ୍ଡବମାନେ ଜୟଯୁକ୍ତ ହୋଇଛନ୍ତି । ସଞ୍ଜୟ କିନ୍ତୁ ତା’ର ବହୁ ଆଗକୁ ଭବିଷ୍ୟ ଦେଖ୍ କହିଛନ୍ତି, ହିଂସା, ଯୁଦ୍ଧ, ରକ୍ତପାତ, ଭୟ ଓ ଯନ୍ତ୍ରଣାର ପରିସମାପ୍ତି କେବେ ବି ହୋଇପାରିବ ନାହିଁ । ମହାଭାରତ ଯୁଦ୍ଧ ପରେ ମଧ୍ୟ ଏ ପୃଥିବୀ ବାରମ୍ବାର ଯନ୍ତ୍ରଣା, କ୍ଷତ, ଆଘାତ, ରକ୍ତପାତ ଓ ବିପ୍ଳବର ବଶବର୍ତ୍ତୀ ହୋଇଛି । ରାଜା, ପ୍ରଜା, ସୈନ୍ୟସାମନ୍ତଙ୍କର ସମରସଜ୍ଜା ଲାଗିରହିଛି । ଏହି ସମରମସଜ୍ଜାର ଅନ୍ତଘଟୁନାହିଁ । ବରଂ ଧର୍ମ ପାଇଁ, ଜାତି ପାଇଁ, ଦେଶ ପାଇଁ, ଆଦର୍ଶପାଇଁ ଏସବୁ ଯୁଦ୍ଧ କରାଯାଉଛି । ପରିଣତିରେ ପିତା, ପୁତ୍ର ଓ ପିତୃବ୍ୟଙ୍କ ହତ୍ୟାରେ ଏ ପୃଥିବୀ ବାରମ୍ବାର କୁରୁକ୍ଷେତ୍ରରେ ପରିଣତ ହେଉଛି । ଭଗବାନ୍ ଶ୍ରୀକୃଷ୍ଣ ଧର୍ମର ପରିପ୍ରଚାର ପାଇଁ, ଶାନ୍ତି ପ୍ରତିଷ୍ଠା ପାଇଁ ବାରମ୍ବାର ଧରାବତରଣ କରୁଛନ୍ତି । ମାତ୍ର ଏହି ସମସ୍ୟାର ସମାଧାନ ହେଉନାହିଁ । ଦିବ୍ୟଜ୍ଞାନରେ ବିଭୋର ସଞ୍ଜୟ କହିଛି, ଭଗବାନ୍ ଶ୍ରୀକୃଷ୍ଣ ବାସୁଦେବ ନିଜେ କେତେଥର ଏହିପରି ଆତ୍ମହତ୍ୟା କରୁଥିବେ । କାରଣ ଏଠାରେ ମାରୁଥିବା ଓ ମରୁଥିବା ଲୋକ ଉଭୟଙ୍କ ଭିତରେ ଭଗବାନ୍ ହିଁ ଅଛନ୍ତି ।
କବିତାରେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କେବଳ ଯୁଦ୍ଧର ବିବରଣୀ ବୁଝାଇ ନାହାଁନ୍ତି ବରଂ ଏହି ଯୁଦ୍ଧର ସର୍ବକାଳୀନତା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।
Question ୩।
ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଯେଉଁ ଶିକ୍ଷା ଦେଇଥିଲେ, ତାହା ନିଜ ଭାଷାରେ ଲେଖ ।
ଉ
ବିଷାଦଯୋଗ ଖଣ୍ଡନ ପ୍ରସଙ୍ଗ ବର୍ଣ୍ଣନା କରାଯାଇ, ଭଗବାନ୍ଙ୍କର ସର୍ବବ୍ୟାପକତାକୁ ପ୍ରମାଣ କରାଯାଇଛି । କବି ମହାଭାରତର ପ୍ରସଙ୍ଗକୁ ମିଥ୍ ଭାବରେ ଗ୍ରହଣ କରି, ମହାଜ୍ଞାନାଲୋକର ସ୍ଵରୂପ ଉଦ୍ଘାଟନ କରିଛନ୍ତି ।
ଯୁଦ୍ଧକ୍ଷେତ୍ରରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ବିଷାଦଭାବ ଦୂରକରିବା ନିମନ୍ତେ ଯେଉଁ ଶିକ୍ଷା ଦେଇଥିଲେ, ତାହାକୁ ସଞ୍ଜୟ ଧୃତରାଷ୍ଟ୍ରଙ୍କ ଆଗରେ କହିଛନ୍ତି । ଶ୍ରୀକୃଷ୍ଣ ଶିକ୍ଷା ଥିଲା ଅତି ଚମତ୍କାର । ଯୁକ୍ତି ଥିଲା ନିହାତି ଅକାଟ୍ୟ । ବକ୍ତୃତା ଥିଲା ହୃଦୟସ୍ପର୍ଶୀ । ସେହି ଶିକ୍ଷା, ସେହି ଯୁକ୍ତି ଓ ସେହି ବକ୍ତୃତା ଶୁଣି ଅର୍ଜୁନଙ୍କ ମନୋଭାବ ବଦଳିଯାଇଛି । ତାଙ୍କ ମନରୁ ମୋହରୂପୀ ଅନ୍ଧକାର ଦୂରେଇ ଯାଇଛି । ସମ୍ପର୍କର ପ୍ରହେଳିକାରେ ପଡ଼ି ସେ ଆଉ ବ୍ୟତିବ୍ୟସ୍ତ ହୋଇନାହାଁନ୍ତି । କାରଣ ଶ୍ରୀକୃଷ୍ଣଙ୍କ ଯୁକ୍ତି ଥିଲା ଅର୍ଜୁନଙ୍କ ପାଇଁ ମହାଜ୍ଞାନାଲୋକ ସଦୃଶ । ଜ୍ଞାନାଲୋକରେ ଉଦ୍ଭାସିତ ହେଲାପରେ ଅର୍ଜୁନଙ୍କ ହାତମୁଠା ଟାଣ ହୋଇଯାଇଛି । ତାଙ୍କ ହୃଦୟରୁ କୋମଳତା ଦୂରେଇଯାଇ ତାହା ଲୌହପିଣ୍ଡ ପରି ଟାଣ ହୋଇଯାଇଛି । ଅର୍ଜୁନଙ୍କୁ ମନେହୋଇଛି, ତାଙ୍କ ଧନୁର ତୀର ତୀକ୍ଷ୍ଣଣରୁ ଆହୁରି ତୀକ୍ଷ୍ଣତର ହୋଇଉଠିଛି । ଶ୍ରୀକୃଷ୍ଣଙ୍କ ପ୍ରେରଣାରେ ସେ ଜାଣିପାରିଛନ୍ତି, ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇସାରିବାପରେ କ୍ଷତ୍ରିୟର ଧର୍ମ ଯେ ଯୁଦ୍ଧ କରିବା, ତାହା ସେ ଅନୁଭବ ତାହା କରଣୀୟ ବୋଲି ଅର୍ଜୁନ ବୁଝି ପାରିଛନ୍ତି ।
କୃଷ୍ଣଙ୍କ ଶିକ୍ଷାରେ ଶିକ୍ଷିତ, ପ୍ରେରଣାରେ ଅନୁପ୍ରାଣିତ ଅର୍ଜୁନ ସତେଯେପରି ଦିବ୍ୟମନ୍ତ୍ରରେ ଅଭିମନ୍ତ୍ରିତ ହୋଇଛନ୍ତି । ସେ ବୁଝିପାରିଛନ୍ତି, କୃଷ୍ଣ କେବଳ ତାଙ୍କ ରଥରେ ନାହାଁନ୍ତି, ସେ ସର୍ବତ୍ର ବିଦ୍ୟମାନ । ସେ ଅଛନ୍ତି ଅର୍ଜୁନଙ୍କ ତୀରର ତୀକ୍ଷ୍ଣଣ ମୁନରେ । ଅର୍ଜୁନଙ୍କ ଧନୁର ହୁଙ୍କାରରେ ଶ୍ରୀକୃଷ୍ଣଙ୍କ ଶଙ୍ଖଧ୍ୱନି ଶୁଣାଯାଉଛି । ଶ୍ରୀକୃଷ୍ଣ ରହିଛନ୍ତି ବିକଳାଙ୍ଗ ଆହତ ସୈନିକର ଆଉଁଚିତ୍କାର ଭିତରେ । ସେ ମଧ୍ୟ ଅଛନ୍ତି, ଅର୍ଜୁନର ନିର୍ଦ୍ଦୟ ଅସୀଘାତରେ କ୍ଷତ ଓ ରକ୍ତ ଭିତରେ । ଅର୍ଜୁନ ବୁଝିଛନ୍ତି, ଏ ଯୁଦ୍ଧକ୍ଷେତ୍ରରେ କେହି କାହାକୁ ମାରୁନାହାଁନ୍ତି କିମ୍ବା କେହି ମରୁନାହାଁନ୍ତି । ସମସ୍ତଙ୍କ ମଧ୍ୟରେ ରହିଛନ୍ତି ଏକମାତ୍ର ଶ୍ରୀକୃଷ୍ଣ । ସୁତରାଂ ମାରୁଥିବା ଓ ମରୁଥିବା ଉଭୟ ବ୍ୟକ୍ତି ହିଁ ଭଗବାନ୍ ଶ୍ରୀକୃଷ୍ଣ ।
ଶ୍ରୀକୃଷ୍ଣଙ୍କ ଶିକ୍ଷାଦ୍ଵାରା ସେ ଜାଣିଛନ୍ତି, ଶ୍ରୀକୃଷ୍ଣ ସବୁଥିରେ ଥିଲେ ମଧ୍ୟ ତାଙ୍କୁ ଶସ୍ତ୍ର ଛିନ୍ନ କରିପାରେ ନାହିଁ, ଅଗ୍ନି ମଧ୍ୟ ଦହନ କରିପାରେ ନାହିଁ । ତେଣୁ ଏ ଯୁଦ୍ଧର କୌଣସି ସତ୍ୟତା ନାହିଁ, ଏସବୁ ମିଥ୍ୟା ପ୍ରହେଳିକା ।
ବାସ୍ତବିକ ଅର୍ଜୁନଙ୍କୁ କୃଷ୍ଣ ଯେଉଁ ଶିକ୍ଷା ଦେଇଛନ୍ତି, ତାହା ଅତ୍ୟନ୍ତ ମାର୍ମିକ ହୋଇଛି ।
Question ୪।
ସଞ୍ଜୟ ଓ ଧୃତରାଷ୍ଟ୍ରଙ୍କ କଥୋପକଥନର ସ୍ଵରୂପ ଉଲ୍ଲେଖ କର ।
ଉ –
କବି ମହାଭାରତ ଯୁଦ୍ଧକୁ ଏକ ମିଥ୍ୟାଭାବେ ଗ୍ରହଣ କରି, ମଣିଷର ସର୍ବକାଳୀନ ମାନସିକତାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ସେ ଜଣାଇ ଦେବାକୁ ଚାହିଁଛନ୍ତି ଯେ ମନୁଷ୍ୟର ଯୁଦ୍ଧ ପ୍ରବୃତ୍ତି ଚିରନ୍ତନ । ଧର୍ମ, ଜାତି ଓ ଦେଶ ତଥା ଆଦର୍ଶର ଦ୍ଵାହିରେ ପୃଥିବୀରେ ଚିରକାଳ କୁରୁକ୍ଷେତ୍ର ଲାଗିରହିଛି । ଯୁଦ୍ଧରେ ପରସ୍ପର ପରସ୍ପରକୁ ଆକ୍ରମଣ କଲେ ବା ମୃତ୍ୟୁ ଦେଲେ ବି ସମସ୍ତଙ୍କ ଭିତରେ ରହିଛି ଭଗବତ୍ ସତ୍ତା । ସୁତରାଂ ସେହି ଭଗବାନ୍ ହିଁ ସମସ୍ତଙ୍କୁ ମାରୁଛନ୍ତି ଏବଂ ମରୁଛନ୍ତି ମଧ୍ୟ ।
ମହାଭାରତର ଯୁଦ୍ଧରେ ଯେଉଁସବୁ ଘଟଣା ଘଟିଯାଉଥିଲା, ସେସବୁକୁ ଧୃତରାଷ୍ଟ୍ର ଅନ୍ଧ ଥିବାରୁ ଦେଖାରୁ ନଥିଲେ ।
ଧୃତରାଷ୍ଟ୍ରଙ୍କ ନିକଟରେ ପ୍ରକାଶ କରୁଥିଲେ । ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ମନରେ ମୋହ ଓ ବିଷାଦଭାବ ସୃଷ୍ଟି ହେବାରୁ ସେ ଆଉ ଯୁଦ୍ଧ କରିବାକୁ ଚାହିଁନଥିଲେ । କିନ୍ତୁ ଶ୍ରୀକୃଷ୍ଣଙ୍କ ଶିକ୍ଷା, ଉଦ୍ବୋଧନ ଓ ପ୍ରରୋଚନାରେ ଅର୍ଜୁନଙ୍କ ମନର ଜଡ଼ତା ଅପସରି ଯାଇଥିଲା । ସେ ପୁଣି କ୍ଷତ୍ରିୟ ଧର୍ମ ପାଳନ କରିବାପାଇଁ ଆଗୁସାର ହୋଇଥିଲେ ।
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି, ଶ୍ରୀକୃଷ୍ଣଙ୍କ ଶିକ୍ଷା ଓ ଅକାଟ୍ୟ ଯୁକ୍ତିରେ ଅର୍ଜୁନଙ୍କ ଦୃଷ୍ଟିରୁ ମୋହରୂପୀ ଅନ୍ଧକାରର ପ୍ରହେଳିକା ଦୂରୀଭୂତ ହୋଇଥିଲା । ଯୁଦ୍ଧରେ ନରହତ୍ୟାକୁ ଭୂକ୍ଷେପ ନକରି ଆଗକୁ ଅଗ୍ରସର ହେବା ମହାଯୋଗୀର ମୁକ୍ତିସାଧନା ଭଳି କଠୋର ହେଲେ ହେଁ କରଣୀୟ ବୋଲି ସେ ବୁଝିପାରିଲେ ।
ଯୁଦ୍ଧକ୍ଷେତ୍ରରେ ପାଣ୍ଡବମାନେ ଜୟଯୁକ୍ତ ହୋଇଛନ୍ତି । ସଞ୍ଜୟ କିନ୍ତୁ ତା’ର ବହୁ ଆଗକୁ ଭବିଷ୍ୟ ଦେଖୁ କହିଛନ୍ତି, ହିଂସା, ଯୁଦ୍ଧ, ରକ୍ତପାତ, ଭୟ ଓ ଯନ୍ତ୍ରଣାର ପରିସମାପ୍ତି କେବେ ବି ହୋଇପାରିବ ନାହିଁ । ମହାଭାରତ ଯୁଦ୍ଧ ପରେ ମଧ୍ୟ ଏ ପୃଥିବୀ ବାରମ୍ବାର ଯନ୍ତ୍ରଣା, କ୍ଷତ, ଆଘାତ, ରକ୍ତପାତ ଓ ବିପ୍ଳବର ବଶବର୍ତ୍ତୀ ହୋଇଛି । ରାଜା, ପ୍ରଜା, ସୈନ୍ୟସାମନ୍ତଙ୍କର ସମରସଜ୍ଜା ଲାଗିରହିଛି । ଏହି ସମରମସଜ୍ଜାର ଅନ୍ତ ଘଟୁନାହିଁ । ବରଂ ଧର୍ମ ପାଇଁ, ଜାତି ପାଇଁ, ଦେଶ ପାଇଁ, ଆଦର୍ଶ ପାଇଁ ଏସବୁ ଯୁଦ୍ଧ କରାଯାଉଛି । ପରିଣତିରେ ପିତା, ପୁତ୍ର ଓ ପିତୃବ୍ୟଙ୍କ ହତ୍ୟାରେ ଏ ପୃଥିବୀ ବାରମ୍ବାର କୁରୁକ୍ଷେତ୍ରରେ ପରିଣତ ହେଉଛି । ଭଗବାନ୍ ଶ୍ରୀକୃଷ୍ଣ ଧର୍ମର ପରିପ୍ରଚାର ପାଇଁ, ଶାନ୍ତି ପ୍ରତିଷ୍ଠା ପାଇଁ ବାରମ୍ବାର ଧରାବତରଣ କରୁଛନ୍ତି । ମାତ୍ର ଏହି ସମସ୍ୟାର ସମାଧାନ ହେଉନାହିଁ । ଦିବ୍ୟଜ୍ଞାନରେ ବିଭୋର ସଞ୍ଜୟ କହିଛି, ଭଗବାନ୍ ଶ୍ରୀକୃଷ୍ଣ ବାସୁଦେବ ନିଜେ କେତେଥର ଏହିପରି ଆତ୍ମହତ୍ୟା କରୁଥିବେ । କାରଣ ଏଠାରେ ମାରୁଥିବା ଓ ମରୁଥିବା ଲୋକ ଉଭୟଙ୍କ ଭିତରେ ଭଗବାନ୍ ହିଁ ଅଛନ୍ତି ।
କବିତାରେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କେବଳ ଯୁଦ୍ଧର ବିବରଣୀ ବୁଝାଇ ନାହାଁନ୍ତି ବରଂ ଏହି ଯୁଦ୍ଧର ସର୍ବକାଳୀନତା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।
Question ୫।
ମହାଭାରତର ଯୁଦ୍ଧକ୍ଷେତ୍ରରେ ଅର୍ଜୁନ ଶ୍ରୀକୃଷ୍ଣଙ୍କଠାରୃ ଯେଉଁ ମହାଜ୍ଞାନା ଲୋକ ପାଇଥିଲେ ତାହାର ସ୍ୱରୂପ ବର୍ଣ୍ଣନା କର ।
ଉ –
କବି ଗୁରୁପ୍ରସାଦ ମହାନ୍ତିଙ୍କର ‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାରେ ଶ୍ରୀମଦ୍ଭାଗବଦ୍ ଗୀତାର ମହାଭାରତର ପ୍ରସଙ୍ଗକୁ ମିଥ୍ ଭାବରେ ଗ୍ରହଣ କରି, ମହାଜ୍ଞାନାଲୋକର ସ୍ଵରୂପ ଉଦ୍ଘାଟନ କରିଛନ୍ତି ।
ଯୁଦ୍ଧକ୍ଷେତ୍ରରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ବିଷାଦଭାବ ଦୂରକରିବା ନିମନ୍ତେ ଯେଉଁ ଶିକ୍ଷା ଦେଇଥିଲେ, ତାହାକୁ ସଞ୍ଜୟ ଧୃତରାଷ୍ଟ୍ରଙ୍କ ଆଗରେ କହିଛନ୍ତି । ଶ୍ରୀକୃଷ୍ଣ ଶିକ୍ଷା ଥିଲା ଅତି ଚମତ୍କାର । ଯୁକ୍ତି ଥିଲା ନିହାତି ଅକାଟ୍ୟ । ବକ୍ତୃତା ଥିଲା ହୃଦୟସ୍ପର୍ଶୀ । ସେହି ଶିକ୍ଷା, ସେହି ଯୁକ୍ତି ଓ ସେହି ବକ୍ତୃତା ଶୁଣି ଅର୍ଜୁନଙ୍କ ମନୋଭାବ ବଦଳିଯାଇଛି । ତାଙ୍କ ମନରୁ ମୋହରୂପୀ ଅନ୍ଧକାର ଦୂରେଇ ଯାଇଛି । ସମ୍ପର୍କର ପ୍ରହେଳିକାରେ ପଡ଼ି ସେ ଆଉ ବ୍ୟତିବ୍ୟସ୍ତ ହୋଇନାହାଁନ୍ତି । କାରଣ ହାତମୁଠା ଟାଣ ହୋଇଯାଇଛି । ତାଙ୍କ ହୃଦୟରୁ କୋମଳତା ଦୂରେଇଯାଇ ତାହା ଲୌହପିଣ୍ଡ ପରି ଟାଣ ହୋଇଯାଇଛି । ଜାଣିପାରିଛନ୍ତି, ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇସାରିବାପରେ କ୍ଷତ୍ରିୟର ଧର୍ମ ଯେ ଯୁଦ୍ଧ କରିବା, ତାହା ସେ ଅନୁଭବ କରିଛନ୍ତି । ଜାଗତିକ ସମ୍ପର୍କକୁ ସେ କ୍ରମଶଃ ବିସ୍ତୃତ ହୋଇଛନ୍ତି । ମହାଯୋଗୀର ମୁକ୍ତିସାଧନା କଠୋର ହେଲେ ହେଁ, ତାହା କରଣୀୟ ବୋଲି ଅର୍ଜୁନ ବୁଝି ପାରିଛନ୍ତି ।
କୃଷ୍ଣଙ୍କ ଶିକ୍ଷାରେ ଶିକ୍ଷିତ, ପ୍ରେରଣାରେ ଅନୁପ୍ରାଣିତ ଅର୍ଜୁନ ସତେଯେପରି ଦିବ୍ୟମନ୍ତ୍ରରେ ଅଭିମନ୍ତ୍ରିତ ହୋଇଛନ୍ତି । ସେ ବୁଝିପାରିଛନ୍ତି, କୃଷ୍ଣ କେବଳ ତାଙ୍କ ରଥରେ ନାହାଁନ୍ତି, ସେ ସର୍ବତ୍ର ବିଦ୍ୟମାନ । ସେ ଅଛନ୍ତି ଅର୍ଜୁନଙ୍କ ତୀରର ତୀକ୍ଷ୍ଣଣ ମୁନରେ । ଅର୍ଜୁନଙ୍କ ଧନୁର ହୁଙ୍କାରରେ ଶ୍ରୀକୃଷ୍ଣଙ୍କ ଶଙ୍ଖଧ୍ୱନି ଶୁଣାଯାଉଛି । ଶ୍ରୀକୃଷ୍ଣ ରହିଛନ୍ତି ବିକଳାଙ୍ଗ ଆହତ ସୈନିକର ଆଉଁଚିତ୍କାର ଭିତରେ । ସେ ମଧ୍ୟ ଅଛନ୍ତି, ଅର୍ଜୁନର ନିର୍ଦ୍ଦୟ ଅସିଘାତରେ କ୍ଷତ ଓ ରକ୍ତ ଭିତରେ । ଅର୍ଜୁନ ବୁଝିଛନ୍ତି, ଏ ଯୁଦ୍ଧକ୍ଷେତ୍ରରେ କେହି କାହାକୁ ମାରୁନାହାଁନ୍ତି କିମ୍ବା କେହି ମରୁନାହାଁନ୍ତି । ସମସ୍ତଙ୍କ ମଧ୍ୟରେ ରହିଛନ୍ତି ଏକମାତ୍ର ଶ୍ରୀକୃଷ୍ଣ । ସୁତରାଂ ମାରୁଥିବା ଓ ମରୁଥିବା ଉଭୟ ବ୍ୟକ୍ତି ହିଁ ଭଗବାନ୍ ଶ୍ରୀକୃଷ୍ଣ ।
ଶ୍ରୀକୃଷ୍ଣଙ୍କ ଶିକ୍ଷାଦ୍ଵାରା ସେ ଜାଣିଛନ୍ତି, ଶ୍ରୀକୃଷ୍ଣ ସବୁଥିରେ ଥିଲେ ମଧ୍ୟ ତାଙ୍କୁ ଶସ୍ତ୍ର ଛିନ୍ନ କରିପାରେ ନାହିଁ, ଅଗ୍ନି ମଧ୍ୟ ଦହନ କରିପାରେ ନାହିଁ । ତେଣୁ ଏ ଯୁଦ୍ଧର କୌଣସି ସତ୍ୟତା ନାହିଁ, ଏସବୁ ମିଥ୍ୟା ପ୍ରହେଳିକା ।
ବାସ୍ତବିକ ଅର୍ଜୁନଙ୍କୁ କୃଷ୍ଣ ଯେଉଁ ଶିକ୍ଷା ଦେଇଛନ୍ତି, ତାହା ଅତ୍ୟନ୍ତ ମାର୍ମିକ ହୋଇଛି ।
Question ୬ ।
ସଞ୍ଜୟ ଦେଖୁଥିବା ମହାଭାରତ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାର ଚିତ୍ର ପ୍ରଦାନ କର ।
ଉ –
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାଟି କବି ଗୁରୁପ୍ରସାଦ ମହାନ୍ତିଙ୍କର ଏକ ମିଥ୍ଧର୍ମୀ କବିତା । କବିତାରେ ମହାଭାରତ ଯୁଦ୍ଧ ସମୟର ବର୍ଣ୍ଣନା, ଅର୍ଜୁନଙ୍କ ବିଷାଦଯୋଗ ଖଣ୍ଡନ, ଆତ୍ମାର ଶାଶ୍ୱତ ଭାବ, ମାନବର ଯୁଦ୍ଧ ମାନସିକତାକୁ ଦେଖାଇ ଦିଆଯାଇଛି, ଏଥିରେ ଧର୍ମ, ଜାତି ଓ ଦେଶକୁ ନେଇ ଲାଗିଥିବା ଦ୍ଵହଭାବକୁ ସୂଚାଇ ଦିଆଯାଇଛି ।
ଯୁଦ୍ଧକ୍ଷେତ୍ରରେ ନିଜର ଜ୍ଞାତି, ବନ୍ଧୁ, ପ୍ରିୟପରିଜନଙ୍କୁ ଦେଖିଲା ପରେ ଅର୍ଜୁନଙ୍କ ମନରେ ଦେଖାଦେଇଛି ହତାଶାଭାବ । ମାତ୍ର ଶ୍ରୀକୃଷ୍ଣଙ୍କର ଶିକ୍ଷା, ଉଦ୍ବୋଧନ ପାଇଲାପରେ ଅର୍ଜୁନଙ୍କ ମନରୁ ବିଷାଦ ଭାବ ଦୂରେଇଯାଇଛି । ସେ କ୍ଷତ୍ରିୟ ଧର୍ମ ପାଳନ କରିବାପାଇଁ ପ୍ରବୃତ୍ତ ହୋଇଛନ୍ତି । ତାଙ୍କ ମୁହଁରେ ଦେଖାଦେଇଛି କ୍ରୂର ହସ । ଚକ୍ଷୁରେ ଦେଖାଦେଇଛି ନିଷ୍ଠୁରତାର ଜ୍ଵଳନ୍ତ ପ୍ରକାଶ ଭଙ୍ଗୀ ।
କବିତାର ଦ୍ଵିତୀୟ ପର୍ଯ୍ୟାୟରେ ସଞ୍ଜୟ ଧୃତରାଷ୍ଟ୍ରଙ୍କ ଆଗରେ ଉପସ୍ଥାପନ କରିଛନ୍ତି ଦିବ୍ୟ ଦୃଷ୍ଟିଭଙ୍ଗୀର ଭାବକୁ ।
ଓ ଉତ୍ସାହ ବାକ୍ୟଦ୍ଵାରା ମହାଭାରତ ଯୁଦ୍ଧର ପରିସମାପ୍ତି ହୋଇଛି । କୌରବ ପକ୍ଷ ବିରୁଦ୍ଧରେ ପାଣ୍ଡବ ପକ୍ଷର ବିଜୟ ହୋଇଛି । ସଞ୍ଜୟ କିନ୍ତୁ ଯୁଦ୍ଧର ପ୍ରାସଙ୍ଗିକତାକୁ ଅନୁଶୀଳନ କରି ବହୁ ଆଗକୁ ଦେଖିଛନ୍ତି । ଯୁଦ୍ଧର ଭବିଷ୍ୟତ ବଖାଣି ବସିଛନ୍ତି । ସେ ଧୃତରାଷ୍ଟ୍ରଙ୍କୁ କହିଛନ୍ତି, ଯୁଦ୍ଧ, ହିଂସା, ରକ୍ତପାତ, ଭୟ ଓ ଯନ୍ତ୍ରଣାର ପରିସମାପ୍ତି କେବେ ଆସୁନାହିଁ । ମହାରାଜା ଧୃତରାଷ୍ଟ୍ର ଦୃଷ୍ଟିହୀନ ଥିବାରୁ ତାଙ୍କର ଦର୍ଶନଶକ୍ତି ପରିବ୍ୟାପ୍ତ ଅନ୍ଧାରତଳେ ରହିଥିବାରୁ ସେ ହୁଏତ ବୀରଗାଥା, ବୀରଧର୍ମ ଜାଣିବାକୁ ଆଗ୍ରହ କରିପାରନ୍ତି । ମାତ୍ର ସବୁକିଛି ହେଉଛି ସର୍ବକାଳୀକ । ମହାଭାରତ ଯୁଦ୍ଧ ପରେ ମଧ୍ୟ ଏ ପୃଥିବୀ ବାରମ୍ବାର ଯନ୍ତ୍ରଣା, କ୍ଷତ, ଆଘାତ, ରକ୍ତପାତ ଓ ବିପ୍ଳବର ବଶବର୍ତ୍ତୀ ହୋଇଛି । ଏଥୁରୁ ମୁକ୍ତି ପାଇବାପାଇଁ ବହୁଶ୍ରମ, ବହୁଚେଷ୍ଟା, ଯୁଗଯୁଗ ଧରି ଚାଲିଆସିଛି । କିନ୍ତୁ ମଣିଷକୁ ଏଥୁରୁ ନିସ୍ତାର ମିଳିନାହିଁ । ବରଂ ଶେଷରେ ସେହି ଭୟ, ସେହି ହତ୍ୟା ଓ ମଣିଷର ଯନ୍ତ୍ରଣା ଅବିରତ ପରିଦୃଶମାନ ହେଉଛି ।
ସଞ୍ଜୟ ଦେଖୁଛନ୍ତି, ରାଜା, ପ୍ରଜା, ସୈନ୍ୟ, ସାମନ୍ତ ଓ ସମରସଜ୍ଜାର ଅନ୍ତ ଘଟୁନାହିଁ । ସମସ୍ତେ ଯାଉଛନ୍ତି ଓ ବାରମ୍ବାର ପୃଥିବୀକୁ ଫେରି ଆସୁଛନ୍ତି । ପୃଥିବୀକୁ ଫେରି ଆସିଲା ପରେ ସମସ୍ତେ ମହାସମରରେ ଉପନୀତ ହେଉଛନ୍ତି । ଧର୍ମ ପାଇଁ, ଜାତି ପାଇଁ, ଦେଶ ପାଇଁ, ଆଦର୍ଶ ପାଇଁ ପିତାପୁତ୍ର ଓ ପିତୃବ୍ୟଙ୍କ ହତ୍ୟାରେ ଏ ପୃଥିବୀ ବାରମ୍ବାର କୁରୁକ୍ଷେତ୍ରରେ ପରିଣତ ହେଉଛି । ଶେଷର ସଞ୍ଜୟ କହିଛନ୍ତି, ସବୁ ଯୁକ୍ତି, ସବୁ ତର୍କ, ସବୁ ବକ୍ତୃତା ଓ ଉଦ୍ବୋଧନ ନାହିଁ । କାରଣ ସବୁମୂଳରେ ରହିଛନ୍ତି ଭଗବାନ୍ କୃଷ୍ଣ ବାସୁଦେବ । ସେହି ବାସୁଦେବ କୃଷ୍ଣ ପୃଥିବୀରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ, ନିଜେ ବହୁବାର ଧରାବତରଣ କରି ଆତ୍ମହତ୍ୟା କରୁଥିବେ । କାରଣ, ମାରୁଥିବା ଲୋକ ଓ ମରୁଥିବା ଲୋକ ଉଭୟଙ୍କ ଭିତରେ ଭଗବାନ୍ ହିଁ ଅଛନ୍ତି, ଯେହେତୁ ସେ ସର୍ବବିଦ୍ୟମାନ ।
ସଞ୍ଜୟ ମହାଭାରତ ଯୁଦ୍ଧ ପରବର୍ତୀ ବର୍ଣ୍ଣନାକୁ ଯଥାର୍ଥ ଭାବରେ ପ୍ରକାଶ କରିଛନ୍ତି ।
Question ୭ ।
ପଠିତ କବିତା ଅବଲମ୍ବନରେ ସଞ୍ଜୟଙ୍କର ଆତ୍ମ ଜିଜ୍ଞାସାର ସ୍ଵରୂପ ଆକଳନ କର ।
ଉ –
୬ନଂ ପ୍ରଶ୍ନର ଉତ୍ତର ଦ୍ରଷ୍ଟବ୍ୟ ।
Question ୮ ।
‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାର ସାର୍ଥକତା ନିରୂପଣ କର ।
ଉ –
ଆଧୁନିକ କବି ଗୁରୁପ୍ରସାଦ ମହାନ୍ତି ଓଡ଼ିଆ ସାହିତ୍ୟକୁ ନୂତନ ଆଙ୍ଗିକ ଓ ନୂତନ ଶୈଳୀର ନବ ଉନ୍ମେଷର ଋଦ୍ଧିମନ୍ତ କରିଛନ୍ତି । ତାଙ୍କର ଏହି ଶୈଳୀ ହେଉଛି ମେଟାଫିଜିକାଲ ଶୈଳୀ । ଏହି ଶୈଳୀର ବୈଶିଷ୍ଟ୍ୟ ଯେ, ଏହା ଆବେଗ ସହିତ ମନନଶୀଳତାର ଗଭୀର ସମନ୍ବୟରେ ପରିପୁଷ୍ଟ ହୋଇଥାଏ । ଭାବାବେଗକୁ ଯୁକ୍ତିନିଷ୍ଠଭାବରେ ପରିପ୍ରକାଶ କରିବାହିଁ ମେଟାଫିଜିକାଲ ଶୈଳୀର ସ୍ଵାତନ୍ତ୍ର୍ୟ । କବିଙ୍କ ରଚିତ ‘କାଳପୁରୁଷ’ କାବ୍ୟ ଏହି ଶୈଳୀର ଅନ୍ତର୍ଭୁକ୍ତ, ଯାହାର ଜୀବନ୍ତ ମନୋଜ୍ଞ ଶୈଳୀ ନେଇ କାବ୍ୟଟିକୁ ଥରେ ପଢ଼ିଲେ ମଧ୍ୟ ତୃପ୍ତି ଆସେ ନାହିଁ । ଭାଷାର କ୍ଲିଷ୍ଟତା ପରିବର୍ତ୍ତେ ସାବଲୀଳତା ଏବଂ ଭାବର ଆବେଗରେ ବୌଦ୍ଧିକତା, ଯୁକ୍ତିନିଷ୍ଠତା ‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତାଟିକୁ ଶ୍ରୀସମ୍ପନ୍ନ ପାଠକଲେ ଖୁବ୍ କମ୍ ସମୟରେ ସମଗ୍ର କବିତାର ଭାବଧାରାକୁ ସହଜରେ ମଧ୍ୟ ହୃଦୟଙ୍ଗମ କରି ପାରିଥାଏ ।
ଯୁଦ୍ଧରେ ଅର୍ଜୁନଙ୍କ ବିଷାଦ ଯୋଗଖଣ୍ଡନ, ସଞ୍ଜୟଙ୍କ ଦିବ୍ୟଦୃଷ୍ଟିରେ ମଣିଷର ସର୍ବକାଳୀନ ଯୁଦ୍ଧଚିନ୍ତାକୁ ସ୍ୱଚ୍ଛଳ, ସାବଲୀଳ ଭାବରେ ପ୍ରକାଶ କରାଯାଇଛି । କବିତାର ପ୍ରଥମ ପର୍ଯ୍ୟାୟରେ ଅର୍ଜୁନଙ୍କ ମନରୁ ମୋହଭାବ ଦୂରେଇ ଗଲାପରେ, ତାଙ୍କ ଜୀବନକୁ ସେ ଭିନ୍ନ ଭାବରେ ମୂଲ୍ୟାୟନ କରିଛନ୍ତି । କାରଣ ତାଙ୍କର କୌଣସି ବିଚାରବୋଧ ନାହିଁ । ବରଂ କୃଷ୍ଣଙ୍କ ଶିକ୍ଷା, ବକ୍ତୃତା ଓ ଅକାଟ୍ୟ ଯୁକ୍ତି, ତାଙ୍କ ମନରୁ ମୋହରୂପୀ ଅନ୍ଧକାରକୁ ଦୂରେଇ ଦେଇଛି । ଫଳରେ ତାଙ୍କ ମନରେ ଆସିଥିବା କ୍ଲବତା, ଜଡ଼ତା ଅପସରି ଯାଇଛି । ହାତ ହୋଇଛି ତାଙ୍କର ବଜ୍ର ପରି, ଛାତି ହୋଇଛି ତାଙ୍କର ଲୌହପିଣ୍ଡ ପରି । କବି ଏହାକୁ ସ୍ପଷ୍ଟକରି କହିଛନ୍ତି –
“ମହାଶୟ
ବର୍ତ୍ତମାନ ମୁଁ ବୁଝୁଛି, ବନ୍ଧୁଜ୍ଞାତି ନରହତ୍ୟା ଧର୍ମ କ୍ଷତ୍ରିୟର
ଅନନ୍ତ ମୁକ୍ତିର ଦ୍ଵାର ଭେଦ କରିଯିବା ପାଇଁ
ଏତ ମହାଯୋଗର ସାଧନା ।”
କବିତାର ଦ୍ବିତୀୟ ପର୍ଯ୍ୟାୟରେ, ସଞ୍ଜୟ ସର୍ବକାଳୀନ ଦୃଷ୍ଟିଭଙ୍ଗୀ ନେଇ ବିଚାର କରିଛନ୍ତି । ସେ କହିଛନ୍ତି ମନୁଷ୍ୟର ଯୁଦ୍ଧକାଳୀନ ପ୍ରବୃତ୍ତି ଚିରନ୍ତନ । ଧର୍ମ, ଜାତି ଓ ଦେଶ ତଥା ଆଦର୍ଶର ଦ୍ଵାହିରେ ପୃଥିବୀରେ ଚିରକାଳ କୁରୁକ୍ଷେତ୍ର ଯୁଦ୍ଧ ଅନୁଷ୍ଠିତ ହୋଇଛି ଓ ହେଉଥିବ । ଏ ଯୁଦ୍ଧର ମୂଳ ହେଉଛନ୍ତି ଶ୍ରୀକୃଷ୍ଣ । କାରଣ ସବୁର ମଧ୍ୟରେ ସେ ବିଦ୍ୟମାନ ହୋଇ, ସବୁକିଛି କରିଥା’ଛି ।
କବିତାଟି କେବଳ ଆର୍ଥିକ ଦୃଷ୍ଟିରୁ ସାର୍ଥକ ନୁହେଁ, ଆଙ୍ଗିକ ଦୃଷ୍ଟିରୁ ମଧ୍ୟ ଏହାର ସାର୍ଥକତା ବିଚାର କରାଯାଇପାରେ, ଆଙ୍ଗିକ ଦୃଷ୍ଟିରୁ ଏଥରେ ମିଥ୍, ଚିତ୍ରକଳ୍ପ ଓ ଗଦ୍ୟଛନ୍ଦର ବ୍ୟବହାର କରାଯାଇଛି । ‘ଶିକ୍ଷା’, ‘ବକ୍ତୃତା’, ‘ଯୁକ୍ତି’ ଶବ୍ଦକୁ ସ୍ବତନ୍ତ୍ର ଭାବରେ ପ୍ରୟୋଗ କରାଯାଇଛି । ‘ମୋହରୂପୀ ଅନ୍ଧାରର ଘୋର ପ୍ରହେଳିକା’, ‘ତା’ର ତୀବ୍ର ଦହନରେ ହାତମୁଠା ଟାଣ ମୋର ହୋଇଆସେ ବଜ୍ରପରି’, ‘ମୋ ହୃଦୟ ଲୌହପିଣ୍ଡପରି’, ‘ମୋ ଧନୁର ହୁଙ୍କାରରେ ଆପଣଙ୍କ ଶଙ୍ଖଧ୍ୱନି’ –
“ବାରମ୍ବାର ପିତା ପୁତ୍ର ପିତୃବ୍ୟ ହତ୍ୟାରେ
ଜର୍ଜରିତ କୁରୁକ୍ଷେତ୍ର ଫେରୁଥୁବ ପୃଥିବୀକୁ
ଅନ୍ତହୀନ ସମୟର ରୋଗଗ୍ରସ୍ତ ବିକୃତି ବ୍ୟାପ୍ତିରେ ।
ମୋଟ ଉପରେ କବିତାଟିରେ କବି ‘ମଣିଷର ଯୁଦ୍ଧ ପ୍ରବୃତ୍ତି’, ‘ମାରୁଥିବା ଲୋକ ଏବଂ ମରୁଥିବା ଲୋକ ଉଭୟଙ୍କ ଭିତରେ ଭଗବାନ୍ଙ୍କର ଅବସ୍ଥିତି’ ଆଦି ଯଥାର୍ଥ ଭାବେ ପ୍ରକାଶ କରିଛନ୍ତି । ନାମକରଣ ଦୃଷ୍ଟିରୁ କବିତାଟି ମଧ୍ୟ ସାର୍ଥକ ବୋଲି ବିଚାର କରାଯାଇପାରେ ।
କବି ପରିଚିତି :
କବି ଗୁରୁପ୍ରସାଦ ମହାନ୍ତି ୧୯୨୪ ମସିହାରେ ଜଗତ୍ସିଂହପୁରର ନାଗବାଲିଠାରେ ଜନ୍ମଗ୍ରହଣ କରି ୨୦୦୪ ମସିହାରେ ଇହଲୀଳା ସମ୍ବରଣ କରିଥିଲେ । ଜଣେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଭାବରେ ସେ ପ୍ରତିଷ୍ଠିତ ମାତୃଭାଷାର ମୋହକୁ ସେ ଅତି ନିବିଡ଼ଭାବରେ ଜାବୁଡ଼ି ଧରିଥିଲେ । ଓଡ଼ିଆ ସାହିତ୍ୟରେ କବିଙ୍କର ଅଗାଧ ପାଣ୍ଡିତ୍ୟ ଓ ମାତୃଭାଷା ପ୍ରତି ଅସୀମ ପ୍ରୀତି ହିଁ ତାଙ୍କୁ ଜଣେ ଲବ୍ଧପ୍ରତିଷ୍ଠ କବିର ଗୌରବରେ ଗୌରବାନ୍ବିତ କରିଥିଲା । କବିଙ୍କର କବିତ୍ଵର ଆଦ୍ୟସ୍ତବକ ଥିଲା ‘ନୂତନ କବିତା’ ନାମରେ ତାଙ୍କର ଏକ କବିତା ସଙ୍କଳନ । ୧୯୪୮ ରୁ ୧୯୫୫ ମଧ୍ୟରେ ଲିଖ୍ କବିଙ୍କର ସମସ୍ତ କବିତାର ଏହା ଏକ ସାମଗ୍ରିକ ରୂପ ।
ଏହାର ପରବର୍ତ୍ତୀ ପର୍ଯ୍ୟାୟରେ କବିଙ୍କର ଅନ୍ୟ ଏକ ସାହିତ୍ୟିକ କୃତି ହୁଏ ‘ସମୁଦ୍ରସ୍ନାନ’ ନାମକ ଏକ କବିତାଗ୍ରନ୍ଥ । ଏହି କବିତା ସଙ୍କଳନରେ କବିଙ୍କର ‘କାଳପୁରୁଷ’ ନାମରେ ଏକ ସୁଦୀର୍ଘ ଓ ମନୋଜ୍ଞ କବିତା ରହିଅଛି; ଯାହା କବି ଗୁରୁପ୍ରସାଦଙ୍କର ସର୍ବଶ୍ରେଷ୍ଠ ସାର୍ଥକକୃତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି କବିତାର ବୈଶିଷ୍ଟ୍ୟ ଓ ସ୍ଵାତନ୍ତ୍ର୍ୟ ପାଇଁ କବି କାଳଜୟୀ ହୋଇଛନ୍ତି । ଏହା ଏକ ସୁଦୀର୍ଘ କବିତା ହେଲେ ମଧ୍ୟ ଏହାର ଚମତ୍କାରିତା ଏପରି ଯେ ଥରେ ପଢ଼ିଲେ ମଧ୍ୟ ତୃପ୍ତି ଆସେ ନାହିଁ । ପାଠକ ବାରମ୍ବାର ଏହି କବିତାକୁ ଆବୃତ୍ତି କରିବାପାଇଁ ଆଗ୍ରହୀ ହୁଏ । ଗୁରୁପ୍ରସାଦଙ୍କର ଏହି କବିତାରେ ଶୈଳୀ ଆଧୁନିକ ମେଟାଫିଜିକାଲ ଶୈଳୀ ଓ ଆଙ୍ଗିକରେ ନୂତନ ରୂପରେଖ ନେଇ ଏହା ଏତେ ଜୀବନ୍ତ ଯେ ପାଠକର ପଠନ ରୁଚିକୁ ଏହା ଅଭିବୃଦ୍ଧି କରିଦିଏ । ଗୁରୁପ୍ରସାଦ ଯଦି ଅନ୍ୟକୌଣସି କବିତା ନଲେଖୁ ଏକମାତ୍ର ଏହି ଗୋଟିଏ କବିତାରେ ସ୍ରଷ୍ଟା ଥା’ନ୍ତେ, ତେବେ ମଧ୍ୟ ତାଙ୍କର ପ୍ରତିଷ୍ଠା ଓ ଗୌରବ ଅମ୍ଳାନ ରହିଥା’ନ୍ତା ।
ଓଡ଼ିଆ ସାହିତ୍ୟରେ ନୂତନ ଶୈଳୀ ଓ ଭାବଧାରାର ପ୍ରଚଳନ ପାଇଁ କବି ଗୁରୁପ୍ରସାଦଙ୍କ ସାର୍ଥକ ସୃଷ୍ଟି ଏହି ‘କାଳପୁରୁଷ’ ଅନନ୍ୟ । ମେଟାଫିଜିକାଲ ଶୈଳୀକୁ ହିଁ କବି କବିତା ରଚନା କ୍ଷେତ୍ରରେ ପ୍ରଶସ୍ତ ଶୈଳୀରୂପେ ଗ୍ରହଣ କରିଛନ୍ତି । ସମଗ୍ର ଓଡ଼ିଆ ସାହିତ୍ୟକୁ ଏହି ଶୈଳୀ ନବଦିଗନ୍ତର ସୂଚନା ପ୍ରଦାନ କରିଅଛି । ଗୁରୁପ୍ରସାଦଙ୍କ ପୂର୍ବରୁ କବି ସଚ୍ଚି ରାଉତରାୟ ଏହି ଶୈଳୀକୁ ଆଧାର କରି କବିତା ରଚନା କରୁଥିଲେ ମଧ୍ୟ ଗୁରୁପ୍ରସାଦଙ୍କ କବିତାର ଗୀତିମୟତା ଓ ଛନ୍ଦରେ ନୂତନ ରସବୋଧ ପାଇଁ ସେ ଏକ ସ୍ଵତନ୍ତ୍ର ଶ୍ରେଣୀ ଚେତନାରେ ପ୍ରତିଷ୍ଠିତ ହୋଇଛନ୍ତି ।
ପ୍ରାଚ୍ୟ ଓ ପାଶ୍ଚାତ୍ୟ ସମ୍ମିଳିତ ଭାବଧାରାକୁ ନେଇ କବି ଗୁରୁ ମହାନ୍ତିଙ୍କ ସମସ୍ତ ସୃଷ୍ଟି ଆଧୁନିକ ଜୀବନର ଅବସାଦ, ଉଦ୍ବିଗ୍ନତା, ଅନିଶ୍ଚିତତା, ଅବକ୍ଷୟତା ପ୍ରଭୃତିର ବାସ୍ତବ ରୂପଚିତ୍ରକୁ ପରିସ୍ଫୁଟିତ କରିଥାଏ । ଆଧୁନିକ ମାନବ ଦୁଶ୍ଚିନ୍ତା, ଆଶଙ୍କା, ହିଂସା, ଦ୍ବେଷ, ଭୟ ଓ ପରଶ୍ରୀକାତରତାର ଶିକାର ହୋଇପଡ଼ିଛି । ଯୁଦ୍ଧର ବିଭୀଷିକା ସୁନ୍ଦର ପୃଥିବୀକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଛି । ମାନବିକତାର ମହତ୍ତ୍ବ ବିପର୍ଯ୍ୟସ୍ତ । ଯୁଦ୍ଧର ଆଶାଙ୍କାରେ ପୃଥିବୀର ଶାନ୍ତି ବ୍ୟାହତ ।
ମଣିଷ ନରପିଶାଚ ହୋଇ ଦାନବୀୟ ଗୁଣଗୁଡ଼ିକୁ ଆଦରି ନେଇଛି । ସ୍ନେହ, ଶ୍ରଦ୍ଧା, ମୈତ୍ରୀ ଓ କରୁଣାକୁ ନିର୍ବାସନ ହୋଇଛି । ଈଶ୍ଵରପ୍ରୀତି, ସାଂସ୍କୃତିକ ମୂଲ୍ୟବୋଧ ଓ ନୈତିକତାର ମାନଦଣ୍ଡ ହ୍ରାସ ପାଇଛି । ଦୁଇ ଦୁଇଟା ବିଶ୍ୱଯୁଦ୍ଧର ବିଭୀଷିକାରେ ମାନବ ବ୍ୟସ୍ତ ବିବ୍ରତ ହୋଇପଡ଼ିଛି । ମାନବ ସମାଜର ଏହି କରୁଣ ପରିଣତିକୁ ସମ୍ବେଦନଶୀଳ ଦୃଷ୍ଟିକୋଣ ବଳବତ୍ତର ରହିଛି । କବିଙ୍କର ସାହିତ୍ୟ ସୃଷ୍ଟି ମଧ୍ୟରେ କବିତାଗ୍ରନ୍ଥ ‘ସମୁଦ୍ରସ୍ନାନ’ ଏକ ଅଭୂତପୂର୍ବ ସୃଷ୍ଟି । ଏଥରେ ସ୍ଥାନିତ ଶାନ୍ତି ବ୍ୟାହତ ।
କବିତାର ପୃଷ୍ଠଭୂମ :
‘ସଞ୍ଜୟ ଓ ଧୃତରାଷ୍ଟ୍ର’ ସମ୍ବାଦ କବିତାଟି କବିଙ୍କର ‘ଆଶ୍ଚର୍ଯ୍ୟ ଅଭିସାର’ କବିତା ପୁସ୍ତକର ଅନ୍ୟତମ କବିତା । ମହାଭାରତ ମହାସମରରେ ଘଟିଯାଇଥିବା ଯୁଦ୍ଧ ଓ ତାହାର ଭୟଙ୍କର ପରିବେଶ ଧୃତରାଷ୍ଟ୍ର ଅନ୍ଧ ଥିବାରୁ ଦେଖିପାରୁନଥିଲେ । ମାତ୍ର ବ୍ୟାସଦେବଙ୍କ ପ୍ରସାଦରୁ ସଞ୍ଜୟ ଦିବ୍ୟଦୃଷ୍ଟି ଲାଭ କରିଥିବାରୁ, ସେ ଯୁଦ୍ଧର ସମସ୍ତ ଘଟଣାକୁ ଦେଖିପାରୁଥିଲେ ଏବଂ ତାହାକୁ ଧୃତରାଷ୍ଟ୍ରଙ୍କୁ ଶୁଣାଉଥିଲେ । ଏହି ପୃଷ୍ଠଭୂମି ଉପରେ ଗୁରୁପ୍ରସାଦ ରଚନା କରିଛନ୍ତି ‘ସଞ୍ଜୟ ଓ ଧୃତରାଷ୍ଟ୍ର ସମ୍ବାଦ’ କବିତା । ଏଥିରେ କବି ଯୁଦ୍ଧର ମିଥ୍ ବ୍ୟବହାର କରି ପ୍ରତିପାଦନ କରିଛନ୍ତି ଯେ ମନୁଷ୍ୟର ଯୁଦ୍ଧ ପ୍ରବୃତ୍ତି ଚିରନ୍ତନ । ଧର୍ମ, ଜାତି ଓ ଦେଶ ତଥା ଆଦର୍ଶର ଦ୍ଵାହିରେ ପୃଥିବୀର ଚିରକାଳ କୁରୁକ୍ଷେତ୍ର ଯୁଦ୍ଧ ଅନୁଷ୍ଠିତ ହୋଇଛି ଓ ହେଉଥିବ ।
କବିତାର ସାରକଥା :
ମହାଭାରତ ଯୁଦ୍ଧ ଚାଲିଛି । ସେହି ଯୁଦ୍ଧରେ କୌରବ ଓ ପାଣ୍ଡବମାନେ ପରସ୍ପରର ସମ୍ମୁଖୀନ ହୋଇଛନ୍ତି । ଅର୍ଜୁନଙ୍କ ରଥରେ ସାରଥ ସାଜିଛନ୍ତି, ଯୁଦ୍ଧର ବାସ୍ତବ ନିୟନ୍ତ୍ରଣକାରୀ ଶ୍ରୀକୃଷ୍ଣ । ଅର୍ଜୁନ ଦେଖୁଛନ୍ତି ଯୁଦ୍ଧକ୍ଷେତ୍ରରେ ପ୍ରିୟ ପରିଜନଙ୍କୁ । ପ୍ରିୟ ପରିଜନ ଓ ତାଙ୍କର ନିଜର ମଣିଷଙ୍କୁ ମାରି ଯୁଦ୍ଧରେ ଜୟଲାଭ କରିବାକୁ ସେ ଚାହିଁନାହାଁନ୍ତି । ତାଙ୍କ ମନରେ ଆସିଛି ଦୁଃଖ ଓ ହତାଶାଭାବ । ସେ ବିଷାଦ ଭାବରେ ଶ୍ରୀକୃଷ୍ଣଙ୍କୁ କହିଛନ୍ତି, ଆଉ ଏ ଯୁଦ୍ଧ ସେ କରିପାରିବେ ନାହିଁ । ପ୍ରିୟଜନଙ୍କୁ ସେ ଯୁଦ୍ଧରେ ମାରିପାରିବେ ନାହିଁ । ଯୁଦ୍ଧରେ ପ୍ରିୟଜନଙ୍କୁ ମାରି ରାଜ୍ୟ ଭୋଗ କରିବାର ଅଭିଳାଷ ତାଙ୍କର ନାହିଁ । ଅର୍ଜୁନଙ୍କର ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ ପ୍ରତି ଏତାଦୃଶ ବିମୁଖତା ଦେଖ୍ ଶ୍ରୀକୃଷ୍ଣ ତାଙ୍କୁ ଯୁଦ୍ଧ କରିବା ନିମନ୍ତେ ଉତ୍ସାହିତ କରିଛନ୍ତି । ଦିବ୍ୟଜ୍ଞାନ ଦେଇ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେବାପାଇଁ ଉଦ୍ବୋଧନ ଦେଇଛନ୍ତି । ଶ୍ରୀକୃଷ୍ଣଙ୍କ ଶିକ୍ଷା, ଉଦ୍ବୋଧନ ଓ ପ୍ରରୋଚନାରେ ଅର୍ଜୁନଙ୍କ ବିଷାଦଭାବ ଖଣ୍ଡିତ ହୋଇଛି । ତାଙ୍କ ମନରେ ଯେଉଁ ଜଡ଼ ଭାବ ସୃଷ୍ଟି ହୋଇଥୁଲା, ତାହା ଅପସରି ଯାଇଛି । ସେ ପୁନର୍ବାର ଯୁଦ୍ଧ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଛନ୍ତି । ଫଳରେ ସେ ମହାସମରରେ ପ୍ରକୃତ କ୍ଷତ୍ରିୟର ଭାବ ପରିପ୍ରକାଶ କରିଛନ୍ତି ।
‘ଶ୍ରୀମଦ୍ଭଗବଦ୍ଗୀତା’ରେ ଏହି ପ୍ରସଙ୍ଗ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି । ଶ୍ରୀକୃଷ୍ଣ କିପରି ଅର୍ଜୁନଙ୍କ ବିଷାଦଭାବକୁ ଦୂରେଇ ଦେଇଛନ୍ତି, ତାହା ଉଲ୍ଲେଖ କରାଯାଇଛି । ଆଲୋଚ୍ୟ କବିତାର ପ୍ରଥମ ପର୍ଯ୍ୟାୟରେ, ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଯାହା କହିଛନ୍ତି, ତାହାକୁ କବି ଯଥାର୍ଥ ଭାବରେ ବର୍ଣ୍ଣନା କରିଛନ୍ତି । ଅର୍ଜୁନଙ୍କର ଏହି ବକ୍ତବ୍ୟକୁ ସଞ୍ଜୟ ଧୃତରାଷ୍ଟ୍ରଙ୍କ ନିକଟରେ ଅବିକଳ ପରିପ୍ରକାଶ କରିଛନ୍ତି ।
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଛନ୍ତି, ଶ୍ରୀକୃଷ୍ଣ ଶିକ୍ଷା ଥିଲା ଅତି ଚମତ୍କାର । ଯୁକ୍ତି ଥିଲା ନିହାତି ଅକାଟ୍ୟ । ବକ୍ତୃତା ଥିଲା ମର୍ମସ୍ପର୍ଶୀ । ସେହି ଶିକ୍ଷା, ସେହି ଯୁକ୍ତି ଓ ସେହି ବକ୍ତୃତାରେ ଅର୍ଜୁନଙ୍କ ଦୃଷ୍ଟିଭଙ୍ଗୀ ବଦଳିଯାଇଛି । ତାଙ୍କ ମନରୁ ମୋହରୂପୀ ଅନ୍ଧକାର ଦୂରେଇଯାଇଛି । ସମ୍ପର୍କର ପ୍ରହେଳିକା ତାଙ୍କ ମନରେ ଆଉ ସ୍ଥିର ହୋଇ ରହିନାହିଁ । କାରଣ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ଶିକ୍ଷା ଦେଇଛନ୍ତି, ଯେଉଁ ଯୁକ୍ତି ବତାଇଛନ୍ତି, ତାହା ଥିଲା ମହାଜ୍ଞାନାଲୋକ ସଦୃଶ । ସେହି ଜ୍ଞାନାଲୋକରେ ଅର୍ଜୁନଙ୍କର ବିଗଳିତ ଅବସ୍ଥା ଅପସରିଯାଇଛି । ଯେଉଁ ହାତମୁଠା ମୋହର ପ୍ରଭାବରେ ଶିଥୁଳ ହୋଇଯାଇଥିଲା, ତାହା ହୃଦୟର ତୀବ୍ର ଦହନରେ ଟାଣ ହୋଇଯାଇଛି । କୋମଳ ମନ, ହୃଦୟ ଓ ଶରୀର ବଜ୍ର ଭଳି କଠିନ ହୋଇଯାଇଛି । ହୃଦୟ ଲୌହପିଣ୍ଡ ପରି ଶକ୍ତ ହୋଇଛି । ଧନୁର ତୀର ସବୁ ତୀକ୍ଷ୍ଣଣରୁ ଆହୁରି ତୀକ୍ଷ୍ଣତର ହୋଇଉଠିଛି । ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇସାରିବା ପରେ କ୍ଷତ୍ରିୟର ଧର୍ମ ଯେ ଯୁଦ୍ଧ କରିବା, ତାହା ତାଙ୍କୁ ବିମୋହିତ କରିଛି । ଜାଗତିକ ସମ୍ପର୍କକୁ ସେ ଭୁଲିଯାଇଛନ୍ତି । ଯୁଦ୍ଧରେ ନରହତ୍ୟାକୁ ସେ ଭୂକ୍ଷେପ ନକରି ଆଗକୁ ଅଗ୍ରସର ହେବାପାଇଁ ମନ ବଳାଇଛନ୍ତି । କବିଙ୍କ ଭାଷାରେ ଅର୍ଜୁନ ବୁଝିଛନ୍ତି –
“ବର୍ତ୍ତମାନ ମୁଁ ବୁଝିଛି, ବନ୍ଧୁ ଜ୍ଞାତି ନରହତ୍ୟା ଧର୍ମ କ୍ଷତ୍ରିୟର
ଅନନ୍ତ ମୁକ୍ତିର ଦ୍ଵାର ଭେଦକରି ଯିବାପାଇଁ
ଏ ତ ମହାଯୋଗର ସାଧନା ।”
ମହାଯୋଗୀର ମୁକ୍ତିସାଧନା କଠୋର ହେଲେ ହେଁ, ବରଣୀୟ ବୋଲି ଅର୍ଜୁନ ବୁଝିପାରିଛନ୍ତି ।
କୃଷ୍ଣଙ୍କ ପ୍ରେରଣାରେ ଅନୁପ୍ରାଣିତ, କୃଷ୍ଣଙ୍କ ଦିବ୍ୟମନ୍ତ୍ରରେ ଅଭିମନ୍ତ୍ରିତ ଅର୍ଜୁନ ବୁଝିଛନ୍ତି, କୃଷ୍ଣ କେବଳ ତାଙ୍କ ରଥରେ ନାହାଁନ୍ତି, ସେ ସର୍ବତ୍ର ବିଦ୍ୟମାନ । ସେ ଅଛନ୍ତି ଅର୍ଜୁନଙ୍କ ତୀରର ତୀକ୍ଷ୍ଣଣ ମୁନରେ, ଅର୍ଜୁନଙ୍କ ଧନୁର ହୁଙ୍କାରରେ, ଶ୍ରୀକୃଷ୍ଣଙ୍କ ଶଙ୍ଖଧ୍ବନି, ବିକଳାଙ୍ଗ ଆହତ ସୈନିକର ଆଉଁଚିତ୍କାର ଭିତରେ ସେ ରହିଛନ୍ତି । ସେ ମଧ୍ୟ ଅଛନ୍ତି, ଅର୍ଜୁନର ନିର୍ଭୟ ଅସୀଘାତରେ କ୍ଷତ ଓ ରକ୍ତ ଭିତରେ। ଅତଏବ ଏ ଯୁଦ୍ଧକ୍ଷେତ୍ରରେ କେହି ମରୁନାହାଁନ୍ତି କିମ୍ବା କେହି କାହାକୁ ମାରୁନାହାଁନ୍ତି; ସମସ୍ତଙ୍କ ଭିତରେ ରହିଛନ୍ତି, ଏକମାତ୍ର ଶ୍ରୀକୃଷ୍ଣ। ସୁତରାଂ ମାରୁଥିବା ଓ ମରୁଥିବା ଉଭୟ ବ୍ୟକ୍ତିହିଁ ଭଗବାନ୍ ଶ୍ରୀକୃଷ୍ଣ ।
ଆତ୍ମାର ଅମରସତ୍ତାକୁ ପ୍ରକାଶ କରିଛନ୍ତି ଅର୍ଜୁନ । ସେ ଶ୍ରୀକୃଷ୍ଣଙ୍କ ଶିକ୍ଷାରେ ଶିକ୍ଷିତ ହୋଇ ଜାଣିପାରିଛନ୍ତି, ଶ୍ରୀକୃଷ୍ଣ ସବୁଥରେ ଥିଲେ ବି ତାଙ୍କୁ ଶସ୍ତ୍ର ଛିନ୍ନ କରିପାରେ ନାହିଁ, ଅଗ୍ନି ମଧ୍ୟ ତାଙ୍କୁ ତା’ର ଦାହିକା ଶକ୍ତିରେ ଭସ୍ମ କରିଦେଇ ପାରେ ନାହିଁ । ତେଣୁ ଏ ମହାଭାରତ ଯୁଦ୍ଧର କୌଣସି ସତ୍ୟତା ନାହିଁ । ଆସନ୍ନ ଭୟାବହ ପରିସ୍ଥିତି, ରକ୍ତପାତ ଓ ଅସୀଘାତଜନିତ ଯନ୍ତ୍ରଣା ସବୁକିଛି ମିଛ । ମହାଭାରତ ଯୁଦ୍ଧ ଏକ ମିଥ୍ୟା, ମାୟା ମୋହର ପ୍ରହେଳିକା ମାତ୍ର । ସେହି ଯୁଦ୍ଧରେ ଏକମାତ୍ର ସତ୍ୟ ହେଉଛନ୍ତି ଭଗବାନ୍ ଶ୍ରୀକୃଷ୍ଣ । ସେ ହିଁ ସବୁରି ଭିତରେ ନିଜର ସତ୍ତା ପରିପ୍ରକାଶ ଓ ପରିପ୍ରଚାର କରିଥା’ନ୍ତି । ଯୁଦ୍ଧକ୍ଷେତ୍ରରେ ଘୋଡ଼ାର ଫ୍ରେଷାରବରେ, ବିଧବାର କୋହଯନ୍ତ୍ରଣାରେ, ଅସହାୟ ଶିଶୁର କ୍ରନ୍ଦନରେ ଅଥବା କବନ୍ଧ ନାଚରେ ଏପରିକି ପ୍ରିୟ ପରିଜନ, ବନ୍ଧୁଜ୍ଞାତି, ସଖା ସହୋଦର, ମାତୁଳ ପିତୃବ୍ୟ ଆଦି ସମସ୍ତଙ୍କ ଭିତରେ ସେ ରହିଛନ୍ତି । ସେ ରହିଛନ୍ତି ସମସ୍ତଙ୍କ ହତ୍ୟା ଭିତରେ । ଶ୍ରୀକୃଷ୍ଣ ସମସ୍ତଙ୍କଠାରେ ଓ ହତ୍ୟାକାରୀ ଭାବରେ ମଧ୍ୟ ସେ ନିଜେ । କବିଙ୍କ ଭାଷାରେ –
“ସତ୍ୟ ସତ୍ୟ ଏକମାତ୍ର ସତ୍ୟ ହିଁ ଆପଣ
ବନ୍ଧୁଜ୍ଞାତି ସହୋଦର, ମାତୁଳ, ପିତୃବ୍ୟ
ସମସ୍ତେ ଆପଣା ପୁଣି, ସମସ୍ତଙ୍କ ହତ୍ୟାରେ ଆପଣ ।”
ହୋଇଛନ୍ତି । ଅର୍ଜୁନଙ୍କ ମାନସିକତା ବଦଳିଯିବା ପରେ ଭଗବାନ୍ ଶ୍ରୀକୃଷ୍ଣ କୁରୁସୈନ୍ୟ ଆଡ଼କୁ ରଥ ବାହି ନେଇଛନ୍ତି । ସେତେବେଳକୁ ଅର୍ଜୁନଙ୍କ ମୁହଁରୁ ବିଷାଦର କାଳିମା ଦୂରେଇ ଯାଇଛି । ତାଙ୍କ ମୁହଁରେ ଦେଖାଦେଇଛି କ୍ରୂର ହସ । ଚକ୍ଷୁରେ ଦେଖାଦେଇଛି ନିଷ୍ଠୁରତାର ଜ୍ଵଳନ୍ତ ପ୍ରକାଶଭଙ୍ଗୀ ।
କବିତାର ଶେଷ ପର୍ଯ୍ୟାୟରେ ସଞ୍ଜୟ ଧୃତରାଷ୍ଟ୍ରଙ୍କ ଆଗରେ ଉପସ୍ଥାପିତ କରିଛନ୍ତି ନିଜସ୍ବ ଉକ୍ତ । ସେ ଯୁଦ୍ଧର ରହସ୍ୟ ଓ ସର୍ବକାଳୀନତାକୁ ନିଜ ଦୃଷ୍ଟିଭଙ୍ଗୀରେ ବିଚାର କରିଛନ୍ତି । ଶ୍ରୀକୃଷ୍ଣଙ୍କ ବକ୍ତୃତା, ଉଦ୍ବୋଧନ ଓ ଉତ୍ସାହ ବାକ୍ୟ (ପେପ୍ଟକ) ଦ୍ଵାରା ମହାଭାରତ ଯୁଦ୍ଧର ପରିସମାପ୍ତି ହୋଇଛି । କୌରବପକ୍ଷ ବିରୁଦ୍ଧରେ ପାଣ୍ଡବପକ୍ଷର ବିଜୟ ହୋଇଛି । ସଞ୍ଜୟ କିନ୍ତୁ ଯୁଦ୍ଧର ପ୍ରାସଙ୍ଗିକତା ଅନୁଶୀଳନ କରି ବହୁଆଗକୁ ଦେଖୁଛନ୍ତି । ଯୁଦ୍ଧର ଭବିଷ୍ୟତ ବଖାଣି ବସିଛନ୍ତି । ସେ କହିଛନ୍ତି, ଯୁଦ୍ଧ, ହିଂସା, ରକ୍ତପାତ, ଭୟ ଓ ଯନ୍ତ୍ରଣାର ପରିସମାପ୍ତି କେବେ ଆସୁନାହିଁ । ଧୃତରାଷ୍ଟ୍ର ଦୃଷ୍ଟିହୀନ ଥିବାରୁ ତାଙ୍କର ଦର୍ଶନ ଶକ୍ତି ପରିବ୍ୟାପ୍ତ ଅନ୍ଧାର ତଳେ ରହିଥିବାରୁ, ସେ ହୁଏତ ବୀରଗାଥା, ବୀରଧର୍ମ ଜାଣିବାକୁ ଆଗ୍ରହ ପ୍ରକାଶ କରିପାରନ୍ତି । ମାତ୍ର ସବୁକିଛି ସର୍ବକାଳୀନ ବୋଲି ସଞ୍ଜୟ ଅନୁମାନ କରି ନେଇଛନ୍ତି । ମହାଭାରତ ଯୁଦ୍ଧ ପରେ ମଧ୍ୟ ଏ ପୃଥିବୀ ବାରମ୍ବାର ଯନ୍ତ୍ରଣା, କ୍ଷତ, ଆଘାତ, ରକ୍ତପାତ ଓ ବିପ୍ଳବର ବଶବର୍ତ୍ତୀ ହୋଇଛି । ଏଥୁରୁ ମୁକ୍ତି ପାଇବାପାଇଁ ବହୁ ଶ୍ରମ, ବହୁ ଚେଷ୍ଟା, ଯୁଗଯୁଗ ଧରି ଚାଲିଛି । ମାତ୍ର ଶେଷରେ ସେହି ଭୟ, ସେହି ହତ୍ୟା ଓ ମଣିଷର ଯନ୍ତ୍ରଣା ଅବିରତ ପରିତୃଶ୍ୟମାନ ହେଉଛି ।
ସଞ୍ଜୟ ଦେଖୁଛନ୍ତି, ଏ ସମରର ଅନ୍ତ ଘଟୁନାହିଁ । ବରଂ ରାଜା, ପ୍ରଜା, ସୈନ୍ୟ, ସାମନ୍ତ ଓ ସମରସଜ୍ଜାର ଅନ୍ତ ଘଟୁନାହିଁ । ସମସ୍ତେ ଯାଉଛନ୍ତି ଓ ବାରମ୍ବାର ପୃଥିବୀକୁ ଫେରି ଆସୁଛନ୍ତି, ମହାସମରରେ ଉପନୀତ ହେବାପାଇଁ । ଧର୍ମ ପାଇଁ, ଜାତି ପାଇଁ, ଦେଶ ପାଇଁ, ଆଦର୍ଶ ପାଇଁ, ପିତା, ପୁତ୍ର ଓ ପିତୃବ୍ୟଙ୍କ ହତ୍ୟାରେ ଏ ପୃଥିବୀ ବାରମ୍ବାର କୁରୁକ୍ଷେତ୍ରରେ ପରିଣତ ହେଉଛି । ଶେଷରେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଛନ୍ତି, ସବୁ ଯୁକ୍ତି, ସବୁ ତର୍କ, ସବୁ ବକ୍ତୃତା ଓ ସବୁ ଉଦ୍ବୋଧନର କୌଣସି ମୂଲ୍ୟ ନାହିଁ । କାରଣ ସବୁ ମୂଳରେ ରହିଛନ୍ତି ଭଗବାନ୍ କୃଷ୍ଣ ବାସୁଦେବ । ସେହି ବାସୁଦେବ କୃଷ୍ଣ ପୃଥିବୀରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ, ନିଜେ କେତେଥର ଏହିପରି ଆତ୍ମହତ୍ୟା କରୁଥିବେ ? କାରଣ ଏଭଳି ଉକ୍ତିରେ କବି ସ୍ଵୀକାର କରିଛନ୍ତି, ମାରୁଥିବା ଲୋକ ଏବଂ ମରୁଥିବା ଲୋକ ଉଭୟଙ୍କ ଭିତରେ ଭଗବାନ୍ ହିଁ ଅଛନ୍ତି; ଯେହେତୁ ସେ ମାତ୍ର ଶେଷରେ ସେହି ଭୟ, ସେହି ହତ୍ୟା ଓ ମଣିଷର ଯନ୍ତ୍ରଣା ଅବିରତ ପରିତୃଶ୍ୟମାନ ହେଉଛି ।
କଠିନ ଶବ୍ଦାର୍ଥ ଓ ସୂଚନା :