CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ

Odisha State Board CHSE Odisha Class 12 Odia Solutions Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ Exercise Questions and Answers.

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ

କବିତାଂଶ – ୧

୧। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ କ ଗଦ୍ୟାଂଶ 1
ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ଭବରଙ୍ଗ ଭୂମିରେ କ’ଣ ହୋଇଥାଏ ?
୨। ଐର ନରପତିଙ୍କ ସମ୍ପର୍କରେ କ’ଣ କୁହାଯାଇଛି ?
୩ । ଉତ୍କଳଗୌରବ ରବି ବୋଲି କାହାକୁ କୁହାଯାଇଛି ?
୪ । ରାଜାମାନଙ୍କ ଜୀର୍ଣ୍ଣ ପ୍ରାସାଦ ଏବେ କେଉଁ ଅବସ୍ଥାରେ ଅଛି ?
୫ । ପ୍ରାଚୀନ ପ୍ରାସାଦମାନଙ୍କରେ ଅନ୍ଧାରରେ ଚମଚଟାମାନେ କ’ଣ କରୁଥିଲେ ?

ସମ୍ଭାବ୍ୟ ଉତ୍ତର :
୧। ଭବରଙ୍ଗ ଭୂମିରେ କେହି ଚିରକାଳ ରହିନଥା’ନ୍ତି । ସମସ୍ତେ ନିଜ ନିଜ ଅଭିନୟ ସାରି ସମୟାନୁସାରେ ବାହୁଡ଼ି ଯାଆନ୍ତି ।
୨। ଅନନ୍ତ କୀର୍ତ୍ତିମାନ ଐର ନରପତି ଖାରବେଳ ମଧ୍ଯ କାଳ ତୁଣ୍ଡରେ କବଳିତ ହେଲେ ।
୩ । ନରପତି ଇନ୍ଦ୍ରଦ୍ୟୁମ୍ନଙ୍କୁ ଉତ୍କଳ ଗୌରବ ରବି ବୋଲି କୁହାଯାଇଛି ।
୪। ରାଜାମାନଙ୍କ ଜୀର୍ଣ୍ଣସୌଧ ଏବେ ବାଘ ଭାଲୁଙ୍କ ବସାରେ ପରିଣତ ହୋଇଛି ।
୫। ପ୍ରାଚୀନ ପ୍ରାସାଦମାନଙ୍କରେ ଚମଚଟାମାନେ ଅନ୍ଧାରର ମଞ୍ଜି ବୁଣୁଥିଲେ ବୋଲି କବି କହିଛନ୍ତି ।

କବିତାଂଶ – ୨

୨। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଦେଖୁଲି ସଂସାରେ ବସିଛି ହାଟ,
ଲୋକ ଗହଳିରେ ନ ମିଳେ ବାଟ ।
ଦୋକାନ ପଶରା ଧାଡ଼ିକି ଧାଡ଼ି
ବାଟ ଦୁଇ ପାଶ ବସଛି ମାଡ଼ି ।
ଭୁଲାଇବା ପାଇଁ ଗହକି ମନ,
ହାଟୁଆଙ୍କ ଦେଖ କେଡ଼େ ଯତନ ।
ହାଟୁଆ ବାଟୁଆ ଅଛନ୍ତି ଧାଇଁ, ହାଟେ କିଣାବିକା କରିବା ପାଇଁ ।
X X X X
ବୁଲିବୁଲି ହାଟେ ମୁଁ କ୍ରମେ କ୍ରମେ
ଗୋଟାଏ ଦୋକାନ ଗଲି ପ୍ରଥମେ ।
ଏହି ଦୋକାନଟା ଭାରି ଗହଳ,
ଧାଇଁଛନ୍ତି ଲୋକ ଦଳକୁ ଦଳ ।
ହାତେ ବିଶାକାଠି ଦୋକାନୀ ଧରି,
ବସିଛନ୍ତି ଯମରାଜାଙ୍କ ପରି ।
ଦୋକାନରେ ମାଲ ନ୍ୟାୟବିଚାର,
କିଣେ ସେ କପାଳ ଫାଟେ ଯାହାର ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ସଂସାର ମଧ୍ଯରେ ବସିଥିବା ହାଟକୁ କବି କିପରି ଦେଖୁଛନ୍ତି ?
୨। ଗହକିଙ୍କ ମନ ଭୁଲାଇବାପାଇଁ ହାଟୁଆମାନେ କ’ଣ କରିଛନ୍ତି ?
୩ । ଲୋକେ ଦଳକୁ ଦଳ କେଉଁଠିକି ଧାଇଁଛନ୍ତି ବୋଲି କବି କହିଛନ୍ତି ?
୪। ବିଶାକାଠି ହାତରେ ଧରି ଦୋକାନୀ କେଉଁପରି ବସିଛନ୍ତି ?
୫। ପ୍ରଥମ ଦୋକାନରେ କେଉଁ ମାଲ ମିଳେ ବୋଲି କୁହାଯାଇଛି ?

ସମ୍ଭାବ୍ୟ ଉତ୍ତର :
୧। ସଂସାର ମଧ୍ଯରେ ବସିଥିବା ହାଟରେ ଲୋକଗହଳିରେ ବାଟ ମିଳୁ ନ ଥ‌ିବା କବି ଦେଖୁଛନ୍ତି ।
୨। ଗହକିଙ୍କ ମନ ନେବାପାଇଁ ହାଟୁଆମାନେ କେତେପ୍ରକାର ଯତ୍ନ କରିଛନ୍ତି ।
୩ । ଲୋକେ ଦଳକୁ ଦଳ ହାଟରେ ପ୍ରଥମ ଦୋକାନକୁ ନ୍ୟାୟବିଚାର କିଣିବା ପାଇଁ ଧାଇଁଛନ୍ତି ।
୪। ବିଶାକାଠି ହାତରେ ଧରି ଦୋକାନୀ ଯମରାଜାଙ୍କ ପରି ବସିଛନ୍ତି ।
୫। ପ୍ରଥମ ଦୋପାନରେ ନ୍ୟାୟବିଚାର ମାଲ ମିଳେ ବୋଲି କୁହାଯାଇଛି ।

କବିତାଂଶ – ୩

୩। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଡାଆଣ୍ଟିଆ ଖରା ପଡ଼ିଛି ବେଳ ଯାଉଛି ବୁଡ଼ି,
କି ସୁନ୍ଦର ପାରା ଯୋଡ଼ିକ ଯାଉଅଛନ୍ତି ଉଡ଼ି ।
ଆସ ଆସ ପାରା ଯୋଡ଼ିକ ମୋର ପିଣ୍ଡାରେ ବସ,
ଖାଇବାକୁ ଦେବି ତୁମ୍ଭଙ୍କୁ ମୁହଁ ନଡ଼ିଆ-ରସ ।
ପିଇବାକୁ ଦେବି ତୁମ୍ଭକୁ ପଦ୍ମ-ପୋଖରୀ-ପାଣି,
ଶୋଇବାକୁ ଦେବି ଖଟୁଲି ମାଳୀଘରୁ ମୁଁ ଆଣି ।
ମାଳୀଘର ଖଟୁଲିରେ ଯେ ବାଉଁଶର ପାତିଆ,
ମାଆ-ଝୁଅଙ୍କର ଗୋଡ଼ରେ ରତନର ଝୁଣ୍ଟିଆ।
ଶାରୀ ପଚାରିଲା ଶୁଆରେ କେଉଁ ଦାଣ୍ଡରେ ଯିବା,
ଶୁଆ ବୋଲେ ଶାରୀ ଚାଲଗୋ ବଡ଼ଦାଣ୍ଡରେ ଯିବା ।
ବଡ଼ଦାଣ୍ଡେ ଦାଣ୍ଡେ ଯାଆନ୍ତେ ପାଉଁ ଗୋବର ଲଣ୍ଡି
ଲିପି ପୋଛି ଦେଇ ଯାଅ ମା’ ପୂଜି ମଙ୍ଗଳଚଣ୍ଡୀ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧ । ପାରା ଯୋଡ଼ିକୁ କ’ଣ ଖାଇବାକୁ ଓ ପିଇବାକୁ ଦେବାକୁ କବି କହିଛନ୍ତି ?
୨। ମାଳୀଘର ଖଟୁଲି କେଉଁଥୁରେ ତିଆରି ?
୩ । ପାରା ଯୋଡ଼ିକ କେଉଁ ସମୟରେ ଉଡ଼ିଯାଉଥିଲେ ?
୪। କେଉଁ ଦାଣ୍ଡରେ ଯିବାପାଇଁ ଶୁଆ ଶାରୀକୁ କହିଛି ?
୫। ଗୋବର ଲଣ୍ଡିକୁ କ’ଣ କରିବାପାଇଁ କବି କହିଛନ୍ତି ?

ସମ୍ଭାବ୍ୟ ଉତ୍ତର :
୧। ପାରା ଯୋଡ଼ିକୁ ନଡ଼ିଆ ରସ ଖାଇବାକୁ ଓ ପଦ୍ମ ପୋଖରୀ ପାଣି ପିଇବାକୁ ଦେବାକୁ କବି କହିଛନ୍ତି ।
୨। ମାଳୀଘର ଖଟୁଲି ବାଉଁଶ ପାତିଆରେ ତିଆରି ।
୩ । ପାରା ଯୋଡ଼ିକ ବେକ ବୁଡ଼ି ଯାଉଥିବା ସମୟରେ ଉଡ଼ିଯାଉଥ୍ନଲୋ
୪। ବଡ଼ଦାଣ୍ଡରେ ଯିବାପାଇଁ ଶୁଆ ଶାରୀକୁ କହିଛି ।
୫। ଗୋବର ଲଣ୍ଡିକୁ ନେଇ ଲିପାପୋଛା କରି ମଙ୍ଗଳା ପୂଜିବାକୁ କବି କହିଛନ୍ତି ।

କବିତାଂଶ – ୪

୪। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ନୀରବ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,
ନୀରବେ ଆକାଶେ ଉଦେ ରବି ଶଶି ପରା,
ନୀରବ ନିଷ୍ଫଳ ବିଶ୍ଵ ନିରୂଢ଼ ମନ୍ତର ।
ସଦା କାଳ-ପାରାବାର-ଅନନ୍ତ ଗରଭେ
ମିଶଇ ସମୟ-ସ୍ରୋତ ସତତ ନୀରବେ,
ନୀରବେ ଜଗତ କରେ ନିଜ କକ୍ଷେ ଗତି
ନୀରବ ନିଷ୍ଫଳ ବିଶ୍ଵ ନିଗୂଢ଼ ଶକତି ।
ନୀରବେ ସରସୀ ବକ୍ଷେ ହସେ ଶତଦଳ
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ଵାସ
ସୁଖେ ଦୁଃଖେ ପରାଣର ନୀରବ ଆଶ୍ଵାସ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ନୀରବରେ କିଏ ବଢ଼ିଥାଏ ?
୨। ନୀରବରେ କିଏ ବଢ଼ିଥାଏ ?
୩। କାଳ ପାରାବାର ସଂପର୍କରେ କ’ଣ କୁହ।ଯାଇଛା ?
୪। ନୀରବରେ ପ୍ରେମିକର ନେତ୍ର ଓ ସରସୀର ବକ୍ଷରେ କ’ଣ ଘଟିଥାଏ ?
୫। ନିରାଶ ହୃଦୟରେ ନୀରବରେ କ’ଣ ଘଟିଥାଏ ?

ସମ୍ଭାବ୍ୟ ଉତ୍ତର :
୧। ନୀରବରେ ଦିବ୍ୟ ଜ୍ୟୋତିଧାରା ପ୍ରସାରିତ ହୋଇଥାଏ ।
୨। ନୀରବରେ ତରୁଲତା ମହୀଧର ବଢ଼ିଥାଏ ।
୩ । ନୀରବରେ ସମୟ ସ୍ରୋତ ସର୍ବଦା କାଳ-ପାରାବାରର ଅନନ୍ତ ଗର୍ଭରେ ମିଶିଥାଏ ।
୪। ନୀରବରେ ପ୍ରେମିକର ନେତ୍ର ଅଶ୍ରୁ ଢଳଢ଼ଳ ହୋଇଥାଏ ଓ ସରସୀର ବକ୍ଷରେ ଶତଦଳ ହସୁଥାଏ ।
୫। ନିରାଶ ହୃଦୟରେ ନୀରବରେ ଦୀର୍ଘଶ୍ବାସ ବହିଥାଏ ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

କବିତାଂଶ – ୫

୫। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଧର୍ମ ରଖୁଛି ଧରି ଜଗତକୁ ଶୁଣିଲି ବ୍ୟାଖ୍ୟା ବହୁ
ଖୋଜିଲି ଶାସ୍ତ୍ର ଚାଖୁବାକୁ ଏତେ ଧର୍ମ-ମଧୁର ମହୁ ।
ଜଡ଼ ଅକ୍ଷରେ ଭିତରେ ଜଡ଼ିତ ଆଚାର ନିୟମ ଥୋଡ଼ା
ନ ପାଇଲି ଖୋଜି, ଅଛି ଅବା ତହିଁ ଆଉ କେଉଁ ହାତୀଘୋଡ଼ା ।
ନଗରେ ନଗରେ ପଥେ ଜନପଦେ ଧର୍ମ ଦେଖିବା ପାଇଁ
ହାତ ବଢ଼ାଇଲି ଧରିବି ବୋଲି ମୁଁ ପୁଛିଲି କେତେ କାହିଁ ।
ଦେଉଳେ ଦେଖିଲି ଧର୍ମ ଯା ଅଛି, ଗୀର୍ଜାରେ ସେ ତ ଆନ
କିଏ ଅବା ଛେଳି, କଏ ପୁଣି ଗୋରୁ କାଟିବା ପାଇଁ କି ଥାନ ।
କିଛି ନ କାଟିବା ପାଇଁ ଯେଉଁଠାରେ କହିଲେ ଧର୍ମଗୁରୁ
ଲକ୍ଷ୍ୟ ସେଠାରେ ମଣିଷର ବେକ ମଣିଷର ପାଦଊରୁ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। କେଉଁ ବିଷୟରେ ଥିବା ବ୍ୟାଖ୍ୟାକୁ କବି ଶୁଣିଛନ୍ତି ?
୨। ଶାସ୍ତ୍ର ଭିତରେ କବି କ’ଣ ଦେଖୁଛନ୍ତି ?
୩ । କବି କେଉଁଠାରେ ଧର୍ମ ଦେଖିବାପାଇଁ ହାତ ବଢ଼ାଇଛନ୍ତି ?
୪। ଦେଉଳରେ ଓ ଗୀର୍ଜାରେ କବି କେଉଁ ଧର୍ମ ଦେଖୁଛନ୍ତି ?
୫। ଧର୍ମଗୁରୁ କେଉଁ କଥା କହିଛନ୍ତି ଓ ସେଠାରେ ଲକ୍ଷ୍ୟ କ’ଣ ଅଛି ?

ସମ୍ଭାବ୍ୟ ଉତ୍ତର :
୧। ଧର୍ମ ଜଗତକୁ ଧରି ରଖୁଛି – ଏହି ବିଷୟରେ ଥିବା ବ୍ୟାଖ୍ୟା କବି ଶୁଣିଛନ୍ତି ।
୨। ଶାସ୍ତ୍ର ଭିତରେ ଜଡ଼ ଅକ୍ଷରରେ କିଛି ନିୟମ କାନୁନ୍ ଲେଖାହୋଇଥବା କବି ଦେଖୁଛନ୍ତି ।
୩ । ନଗର, ରାସ୍ତା ଓ ଜନପଦମାନଙ୍କର ଧର୍ମ ଦେଖୁପାଇଁ କବି ହାତ ବଢ଼ାଇଛନ୍ତି ।
୪ । ଦେଉଳ ଓ ଗୀର୍ଜାରେ କବି ଅଲଗା ଅଲଗା ପ୍ରକାର ଧର୍ମ ଦେଖୁଛନ୍ତି ।
୫। ମଣିଷର ବେକ ଅର୍ଥାତ୍ ମୁଣ୍ଡପାତି ସହିନେବା ଏବଂ ପାଦଊରୁ ଅର୍ଥାତ୍ ଧର୍ମର ସୀମାକୁ ନ ଡେଇଁବା ଲକ୍ଷ୍ୟ ରଖାଯାଇଛି; ଯାହାକୁ କି ଧର୍ମଗୁରୁ କହିଛନ୍ତି।

କବିତାଂଶ – ୬

୬ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଶିଳଗୃହ-ଅନ୍ଧକାରବାସୀ ମୁଁ, ଜନନୀ !
ଉତ୍କଳ, ନ ଥୁଲି ଜାଣି, ଅଛି ଲୋ ତୋ ପୁରେ
ଏମନ୍ତ ରୂପର ଲୀଳା; ନ ବାହୁଁ ତରଣୀ
ଆଜି ଏ ଜ୍ୟୋତ୍ସ୍ନାରେ ନୀଳ ମହାନଦୀ ପୂରେ ।
ଆହ କି ବିପୁଳ ଶୋଭା ଭାସେ ଆଖୁ ଆଗେ,
କେମନ୍ତେ ବର୍ଣ୍ଣିବି ମୋର ମୁଗ୍‌ଧ ଅନୁଭବ,
ଚକ୍ଷୁ ମୋର ଅନ୍ଧ ହୁଏ ଜ୍ୟୋଛନା-ପରାଗେ,
ବାଣୀ ମୋର ନାହିଁ ଫୁଟେ ମାନି ପରାଭବ ।
ଧବଳ ଉତ୍ତରୀ ସମ ରଜନୀ-ବଧୂର,
ଜ୍ୟୋଛନା ବ୍ୟାପିଛି ଦୂର ଦିଗଚକ୍ର ଲାଗି,
ତଳେ ତା’ର ଏ ଧରଣୀ, ପ୍ରକୃତି-ମଧୁର
ହୋଇଛି ମଧୁରତର ତା’ ପରଶେ ଜାଗି ।
ଅ।କ।ଶର ଖଣ୍ତ ସମ ମହନଦୀ ବାରି
ଚନ୍ଦ୍ରିକା ଚୁମ୍ବନ ପାଇ ଧବଳ ଚପଳ,
ତରଳ ମୁକୁର ଅବା ଦେଇଛି କେ ପାରି,
ଦେଖିବେ ବଦନ ନଭୁ-ସୀମନ୍ତିନୀଦଳ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ଉତ୍କଳର କେଉଁ କଥା କବି ଜାଣି ନ ଥିଲେ ବୋଲି କହିଛନ୍ତି ?
୨। କବିଙ୍କର ଚକ୍ଷୁ କେଉଁ କଥାରେ ଅନ୍ଧ ହୋଇଛି ?
୩। ଦୂର ଦିଗଚକ୍ରକୁ ଲାଗି କ’ଣ ବ୍ୟାପି ରହିଛି ?
୪। ପ୍ରକୃତି କିପରି ମଧୁରତର ମନେ ହୋଇଛି ?
୫। ନଭଃ ସୀମନ୍ତିନୀଦଳ କେଉଁଥିରେ ମୁଖମଣ୍ଡଳ ଦେଖୁବେ ବୋଲି କୁହାଯାଇଛି ?

ସମ୍ଭାବ୍ୟ ଉତ୍ତର :
୧। ଉତ୍କଳପୁରରେ ରହିଥ‌ିବା ଏପରି ଅପୂର୍ବ ରୂପର ଲୀଳାଥୁବା କଥା କବି ଜାଣି ନ ଥିଲେ ବୋଲି କହିଛନ୍ତି ।
୨। କବିଙ୍କର ଚକ୍ଷୁ ଜ୍ୟୋତ୍ସ୍ନାର ଉଜ୍ଜ୍ବଳ ପ୍ରଭାରେ ଅନ୍ଧ ହୋଇଛି ।
୩ । ଦୂର ଦିଗଚକ୍ରକୁ ଲାଗି ଜ୍ୟୋଛନା ବା ଚନ୍ଦ୍ରକିରଣ ବ୍ୟାପି ରହିଛି ।
୪। ଜ୍ୟୋତ୍ସ୍ନାର ସ୍ପର୍ଶ ପାଇ ମଧୁର ପ୍ରକୃତି ମଧୁରତର ହୋଇଛି ।
୫। ଚନ୍ଦ୍ରିକାର ସ୍ପର୍ଶ ପାଇ ମହାନଦୀ ବାରି ତରଳ ମୁକୁର ପରି ହୋଇଥିବାରୁ ସେଥ‌ିରେ ନଭ ସୀମନ୍ତିନୀଦଳ ମୁଖମଣ୍ଡଳ ଦେଖୁବେ ବୋଲି କୁହାଯାଇଛି ।

କବିତାଂଶ – ୭

୭ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ପୁସ୍ତକ ଡାକି କହେ – ହେ ପାଠକ, ଗ୍ରାହକ ମୋର !
ଭିତର ଖୋଲ
ଲେଖନୀ ମୁନର କର କି ମୂଲ !
ପଇସା ଦେଲ !
ଣସ୍ତା ଅଜି ଏ ଛାପାଖାନା ତଳେ ବେପାର ଚାଲେ
ଦୋକାନ ତଳେ,
ଭାଷା ତୁଲେ ନାହିଁ ଛନ୍ଦ ମିଳେ,
ଭାବନା ଭୁଲେ !!
ରଙ୍ଗୀନ୍ ଛବି କାଗଜ ମେଲି
ଦେଖୁଛ ବୋଲି ?
ଭୂଷଣ-ପ୍ରଧାନ ବେଶ ପରିଧାନ ସନ୍ଥଜନ
ଯାହାରେ ମଣ,
ଭିତରୁ କି ତା’ର ବଚନ ଶୁଣ
ଉଖାରି ଗୁଣ ?
ପରିଧାନ ତଳେ ଚୋର ତସ୍କର ବିଷମ ଅତି
ଓଲଗା ରାତି
ବାହାର ଦିବସ ଭିତର ରାତି
ନକଲି ଯତି !

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ପୁସ୍ତକ କ’ଣ ଡାକି କହିଥାଏ ?
୨। ଭାଷା ତୁଳନାରେ କେଉଁ କଥା ମିଳୁନାହିଁ ବୋଲି କବି କହିଛନ୍ତି ?
୩ । ସଭ୍ୟତା ଆଜି କିପରି ଚାଲିଛି ?
୪। ସନ୍ଥଜନ ବିଷୟରେ କବି କେଉଁ ମତ ଦେଇଛନ୍ତି ?
୫। ନକଲି-ଯତି କହିଲେ କ’ଣ ବୁଝ ?

ସମ୍ଭାବ୍ୟ ଉତ୍ତର :
୧। ପୁସ୍ତକ ପାଠକଙ୍କୁ ଡାକି ଲେଖନୀ ମୁନର ମୂଲ୍ୟାୟନ କରିବାକୁ କହିଥାଏ ।
୨। ଭାଷା ତୁଳନାରେ ଛନ୍ଦ ମିଳୁନାହିଁ ବୋଲି କବି କହିଛନ୍ତି ।
୩ । ସଭ୍ୟତା ଆଜି ମଲାଟ ଉପରେ ଚାଲିଛି।
୪। ସନ୍ତଜନମାନେ ବେଶ ଓ ଭୂଷଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି, ମାତ୍ର ସେମାନଙ୍କର ଦିବ୍ୟ ବଚନ ନାହିଁ ।
୫। ଯତି ଭଳି ପରିଧାନ ପିନ୍ଧି, ଚୋର ତସ୍କର ଭଳି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ନକଲି-ଯତି ବୋଲି କୁହାଯାଇଛି ।

କବିତାଂଶ – ୮

୮। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଭଗବାନ ଅଛ କାହିଁ
ଆକାଶ ପବନ ଗର୍ଜି ମୋ କାନେ
କହିଯାଏ ନାହିଁ ନାହିଁ ।
ଯହିଁ ମୁଁ ଫେରାଏ ଆଜି ବେନି ଆଖ୍
ତହିଁ ଦେଖେ ଖାଲି ଦୀନ, ନିରିମାଖୁ,
ଅନ୍ନ ବିହୁନେ ମଣିଷ ଆତ୍ମା
କରିଅଛି ହାଇ, ହାଇ ।
ଭଗବାନ ଅଛ କାହିଁ ?
ଚାରିଆଡ଼େ ଦେଖେ ଧନାର ଶୋଷଣ
ଧର୍ମ ନାଆଁରେ ଯାବତ କଷଣ
‘ବହୁ’ର ଲହୁତ ଶୋଷିନିଏ ଏକ
ମୁଖେ ହରିନାମ ଗାଇ ।
ଭଗବାନ ଅଛ କାହିଁ ?
ରାଜା ଦେବତାଠୁ ବଡ଼ ଶହେଗୁଣ,
ପୂରବ ଜନମୁ ଜାତ ଧନୀ ପୁଣ
ଧନାର ଶାସ୍ତ ଏହି କଥା କହି
(ଆମ) ମୁଡ଼ଟା ଦିଏ ଖାଇ ।
ଭଗବାନ ଅଛ କାହିଁ ?
ଧନୀର ଶୋଷଣ ନୁହଁଇ ଶୋଷଣ
ଦେବତା ଅଂଶୁ ତାର ଯେ ଜନମ,
ସବୁ ଅବତାର ଧନୀର ଦୁଲାଳ
ମାନିବାକୁ ହେବ ଭାଇ ।
ଭଗବାନ ଅଛ କାହିଁ ?

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ଆକାଶ ପବନ କବିଙ୍କ କାନରେ କେଉଁ କଥା କହିଛନ୍ତି ?
୨। ବେନି ଆଜ୍‌ରେ କବି କ’ଣ ଦେଖୁଛନ୍ତି ?
୩। ଚାରିଆଡ଼େ କବି କ’ଣ ଦେଖୁଛନ୍ତି ବୋଲି କହିଛନ୍ତି ?
୪। ଧନୀର ଶାସ୍ତ୍ରରେ କ’ଣ କୁହାଯାଇଛି ?
୫। ଧନୀର ଶୋଷଣ ବିଷୟରେ କ’ଣ କୁହାଯାଇଛି ?

ସମ୍ଭାବ୍ୟ ଉତ୍ତର :
୧। ଆକାଶ ପବନ କବିଙ୍କ କାନରେ, ଭଗବାନ୍ କେଉଁଠାରେ ଅଛନ୍ତି ବୋଲି କହିଛନ୍ତି ।
୨। ବେନି ଆଖୁରେ କବି ଦୀନ ନିରିମାଙ୍କୁ ଦେଖୁଛନ୍ତି, ଯେଉଁମାନେ ଅନ୍ନ ବିନା ଡହଳ ବିକଳ ହେଉଛନ୍ତି ।
୩। ଚାରିଆଡ଼େ କବି ଧନୀର ଶୋଷଣ ଦେଖୁଛନ୍ତି ବୋଲି କହିଛନ୍ତି ।
୪। ପୂର୍ବ ଜନ୍ମରେ ସୁକର୍ମ କରିଥିବାରୁ, ଏ ଜନ୍ମରେ ଧନୀ ହୋଇଛନ୍ତି ବୋଲି, ଧନୀମାନଙ୍କ ଶାସ୍ତ୍ରରେ କୁହାଯାଇଛି ।
୫। ଯେହେତୁ ଧନୀମାନେ ଦେବତା ଅଂଶରୁ ଜନ୍ମ ନେଇଛନ୍ତି, ସେଥ‌ିପାଇଁ ଧନୀର ଶୋଷଣ ଶୋଷଣ ନୁହେଁ ବୋଲି କୁହାଯାଇଛି ।

କବିତାଂଶ – ୯

୯ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ କ ଗଦ୍ୟାଂଶ 2
ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ସୁପ୍ତ ବନାନୀ ସମ୍ପର୍କରେ କ’ଣ କୁହାଯାଇଛି ?
୨। ଛନ୍ଦକ କିପରି ବୁଦ୍ଧଙ୍କ ଚରଣ ଧରି ଉଭା ହୋଇଥିଲା ବୋଲି କବି କହିଛନ୍ତି ?
୩ । ଛନ୍ଦକ ବୁଦ୍ଧଙ୍କୁ କ’ଣ କହିଛନ୍ତି ?
୪। କିଏ ବନ୍ଧୁର ପରିପଦରେ ଉଜାଣି ରଚନା କରେ ନାହିଁ ?
୫ । ବୁଦ୍ଧ ସ୍ମିତ ହସ ହସି କ’ଣ କହିଥିଲେ ?

ସମ୍ଭାବ୍ୟ ଉତ୍ତର :
୧। ସୁପ୍ତ ବନାନୀ ଶୀତଳ ସମୀରର ସ୍ପର୍ଶ ପାଇ ଧୀରେ କଡ଼ ଲେଉଟାଇଲା ଭଳି ମନେ ହୋଇଛି ।
୨। ଦୁର୍ମଦ ସ୍ରୋତ ସମ୍ମୁଖରେ ଏକ ପଥରବନ୍ଧ ପରି ଛନ୍ଦକ ବୁଦ୍ଧଙ୍କ ଚରଣ ଧରି ଉଭା ହୋଇଥିଲା ବୋଲି କବି କହିଛନ୍ତି ।
୩ । ରାତ୍ରିର ଘନ ଅନ୍ଧକାରରେ ଏକାକୀ ଏ ବିଶାଳ ରାଜ୍ୟ, ପ୍ରଜାପୁଞ୍ଜ ଓ ସ୍ବର୍ଣ୍ଣ ମୁକୁଟିକୁ ଛାଡ଼ି ଘୋର ଦୁର୍ଗମ ବଣ୍ଟନ ପଥରେ କାହିଁକି ଯାଉଛ ବୋଲି ଛନ୍ଦକ ବୁଦ୍ଧଙ୍କୁ କହିଛନ୍ତି ।
୪। ଅମ୍ବୁଧ କୋଳରେ ମିଶିବାକୁ ହିଲ୍ଲୋଳ ଭାବରେ ଧାଉଁଥୁବା ତଟିନୀ ବନ୍ଧୁର ଗିରିପଦରେ ଉଜାଣି ରଚନା କରେ ନାହିଁ ।
୫ । ବୁଦ୍ଧ ସ୍ମିତ ହସ ହସି କହିଲେ, ‘ସଂସାରକୁ ବାହୁଡ଼ିବା ଆଉ ସମ୍ଭବ ନୁହେଁ ଏବଂ ସେଭଳି କଥା ମତେ କୁହ ନାହିଁ’ ।

କବିତାଂଶ – ୧୦

୧୦ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ସବୁ ସୁନ୍ଦରିଆ ଜୀବଙ୍କ ଭିତରେ
ତୁ ନିଶ୍ଚୟ ଫାଷ୍ଟ୍ ।
ତୋତେ ଦେଖ‌ିଲେ ଲାଗେ
ହଳଦୀଗୁରୁଗୁରୁ ଗାଁ ବୋହୂଟିଏ
ଅବା ହଳଦୀ ମାଝୀ, କଜ୍ଵଳ ନାଇ
କଅଁଳ ଖରାରେ ଖେଳୁଥିବା କଅଁଳ ଛୁଆଟେ ।
ତୋ ରାବ କଅଁଳ ଛୁଆର କାନ୍ଦ
ନୂଆବୋହୂଟିର ଚୁପି ଚୁପି କଥା
ଥରେ ଶୁଣିଲେ ଆଉ କ’ଣ ରହିହୁଏ
କାମଦାମ ଛାଡ଼ି ତୋତେ ନ ଦେଖ‌ିବା ଯାଏ
ଏ ଜନ୍ମରେ ନହେଲେ ଅନ୍ତତଃ ଆରଜନ୍ମରେ ।
ତୋ ପରି ସୁନ୍ଦରିଆଟେ ହେଇ ମନ ଖୁସିରେ ଉଡ଼ିବୁଲନ୍ତି ।
ସୂର୍ଯ୍ୟକୁ ଆହୁରି ସୂର୍ଯ୍ୟକରି ଗଛର ଅନ୍ଧାର ଭିତରେ ଲୁଚିଯା’ନ୍ତି
ଛୁଆସବୁ ମୋତେ ଦେଖ୍ ଖୁସିହୁଅନ୍ତେ
ମୋ’ ପଛରେ ଧାଆନ୍ତେ
ଆଉ ମୋତେ ଖାଲି ଟିକେ ଦେଖିବାକୁ
କେହି ତ ଜଣେ ତା’ ବସିବା ଥାନରୁ ଉଠି ଆସନ୍ତା ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ହଳଦୀବସନ୍ତକୁ ଦେଖ‌ିଲେ କବିଙ୍କୁ କ’ଣ ଲାଗେ ?
୨। ହଳଦୀବସନ୍ତର କେଉଁ କଥା ଥରେ ଶୁଣିଲେ ଆଉ ରହିହୁଏ ନାହିଁ ?
୩ । କେବେ ହଳଦୀବସନ୍ତ ହେବାକୁ କବିଙ୍କର ମନ ହୋଇଛି ?
୪ । କ’ଣ କରି ଗଛର ଅନ୍ଧାର ଭିତରେ କବି ଲୁଚିଯିବାକୁ ଚାହିଁଛନ୍ତି ?
୫। କାହିଁକି ଜଣେ ତା ବସିବା ଥାନରୁ ଉଠିଆସନ୍ତା ବୋଲି କବି କହିଛନ୍ତି ?

ସମ୍ଭାବ୍ୟ ଉତ୍ତର :
୧ । ହଳଦୀ ବସନ୍ତକୁ ଦେଖ‌ିଲେ କବିଙ୍କୁ ହଳଦୀ ଗୁରୁଗୁରୁ ଗାଁ ବୋହୂଟିଏ ଅଥବା ହଳଦୀମାଖୁ କଜ୍ଜଳ ପିନ୍ଧି କଅଁଳ ଖରାରେ ଖୋଳୁଥିବା କଅଁଳ ଝୁଆଟେ ପରି ଲାଗେ ।
୨। ହଳଦୀବସନ୍ତର କଅଁଳାଛୁଆର କାନ୍ଦ କିମ୍ବା ନୂଆବୋହୂର ଚୁପି ଚୁପି କଥା ଭଳି ରାବ ଥରେ ଶୁଣିଲେ ଆଉ ରହିହୁଏ ନାହିଁ ।
୩ । ଏ ଜନ୍ମରେ ସମ୍ଭବ ନହେଲେ ଅନ୍ତତଃ ଆରଜନ୍ମରେ ହଳଦୀବସନ୍ତ ହେବାକୁ କବିଙ୍କ ମନ ହୋଇଛି ।
୪। ସୂର୍ଯ୍ୟଙ୍କୁ ଆହୁରି ସୂର୍ଯ୍ୟ କରି ଗଛରଅନ୍ଧାର ଭିତରେ କି ଲୁଚିଯିବାକୁ ଚାହିଁଛନ୍ତି ।
୫। ସୂର୍ଯ୍ୟଙ୍କୁ ଆହୁରି ସୁର୍ଯ୍ୟକରି ଗଛର ଅନ୍ଧାର ଭିତରେ କବି ଲୁଚିଯିବାକୁ ଚାହିଁଛନ୍ତି ।
୬ | କବି କହିଛନ୍ତି, ସେ ଆରଜନ୍ମରେ ହଳଦୀବସନ୍ତ ହୋଇ ଖୁସିରେ ଉଡ଼ୁଥିଲାବେଳେ, ଛୁଆମାନେ ତାଙ୍କୁ ଦେଖ୍ ଖୁସିହୁଅନ୍ତେ ଓ ତାଙ୍କ ପଛରେ ଧାଆନ୍ତେ, ଆଉ ତାଙ୍କୁ ଦେଖିବାକୁ କେହି ଜଣେ ତା’ ବସିବା ସ୍ଥାନରୁ ଉଠିଆସନ୍ତା ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

ଅନୁଚ୍ଛେଦ ସମ୍ବଳିତ ପ୍ରଶ୍ନୋତ୍ତର

ଅନୁଚ୍ଛେଦ – ୧

ଦେଶ ଛାଡ଼ି ଜଣେ ଯଦି ବିଦେଶରେ କୋଡ଼ିଏ ବର୍ଷ ରହିଯାଏ ତେବେ ସେଇ ବିଦେଶଟା ତାଙ୍କର ଦ୍ବିତୀୟ ଘର ହୋଇଯାଏ । ସବୁ ଅପ୍ରୀତିକର ସ୍ମୃତିକୁ ଭୁଲିଯାଇ ମୋହନ ଦକ୍ଷିଣ ଆଫ୍ରିକାର ଗୋଟିଏ ସୁନ୍ଦର ଚିତ୍ର ହୃଦୟରେ ଧରି ଫେରିଛନ୍ତି । ତାଙ୍କର ବିଦାୟକାଳୀନ ସଭାରେ ଭାରତୀୟଙ୍କ ସହିତ ଅନେକ ଇଂରେଜ ଉପସ୍ଥିତ ଥିଲେ । ବିଦାୟ ସମ୍ବର୍ଦ୍ଧନାର ଉତ୍ତର ଦେଇ ଗାନ୍ଧିଜୀ କହିଥିଲେ, ‘ଯଦି ମାତୃଭୂମି ପରେ କେଉଁ ଦେଶ ମୋର ଅଧ‌ିକ ପ୍ରିୟ, ପବିତ୍ର ହୋଇଥାଏ ତେବେ ତାହା ହେଉଛି ଦକ୍ଷିଣ ଆଫ୍ରିକା । ମୁଁ ଦୁଃଖର ସହିତ ଏ ଦେଶ ଛାଡ଼ୁଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଓ ମୋ ଭିତରେ ଯେଉଁ ବ୍ୟବଧାନ ରହିବ ତାହା ବରଂ ମତେ ଏ ଦେଶ ଆଡ଼କୁ ଆକର୍ଷିତ କରିବ । ଦକ୍ଷିଣ ଆଫ୍ରିକାର କଲ୍ୟାଣ ଦେଖୁବାକୁ ମୁଁ ସର୍ବଦା ବ୍ୟାକୁଳିତ ହେଉଥବି । ଏଠି ମୋର ଦେଶବାସୀଙ୍କଠାରୁ ଯେଉଁ ଶ୍ରଦ୍ଧା ପାଇଛି ଏବଂ ୟୁରୋପୀୟମାନେ ମତେ ଉଦାରଭାବେ ସାହାଯ୍ୟ କରିବାକୁ ଯେଭଳି ଆଗେଇ ଆସିଛନ୍ତି, ତାହା ମୋର ସବୁଦିନେ ସ୍ମରଣ ରହିବ ।’’

କହିବା ବାହୁଲ୍ୟ, ଗୋଟିଏ ସ୍ଥାନରେ ନୁହେଁ, ପ୍ରାୟ ପନ୍ଦରଟି ସ୍ଥାନରେ ଗାନ୍ଧୀ ବା’ଙ୍କ ସହିତ ବିଦାୟ ନେବାକୁ ପହଞ୍ଚିଥିଲେ । ଦୁହିଁଙ୍କୁ ଅତି ଆନ୍ତରିକ ସମ୍ବର୍ଦ୍ଧନା ମିଳୁଥିଲା । କେତେ ସ୍ଥାନରେ ସେ କହୁଥିଲେ, ଯେଉଁ ଯୁବକମାନେ ଆନ୍ଦୋଳନରେ ପ୍ରାଣ ଦେଇଛନ୍ତି ସେମାନେ ତାଙ୍କଠାରୁ ମହାନ୍ । ଆଠବର୍ଷ ସତ୍ୟାଗ୍ରହ ସଂଗ୍ରାମ ଚାଲିଛି । ଭାରତୀୟମାନେ ସାହସର ସହିତ ଲଢ଼ିଛନ୍ତି । ୟୁରୋପୀୟମାନେ ପଛରେ ପଡ଼ିନାହାନ୍ତି । ଯାହାହେଉଛି ଏବେ ଯୁଦ୍ଧ ସରିଲା । ଉଭୟ ପକ୍ଷର କ୍ଷତ ଶୀଘ୍ର ଆରୋଗ୍ୟ ହେଉ ବୋଲି ସେ କାମନା କରୁଥିଲେ । ତାଙ୍କର କ୍ଳାନ୍ତ ଦେହ ମନ ଦେଶକୁ ଫେରି କିଛିଦିନ ବିଶ୍ରାମ ନେବାକୁ ବ୍ୟାକୁଳ ଥିଲା । ମାତ୍ର ଗୋଖିଲେ ତାଙ୍କୁ ଡକାଇଲେ । ସେତେବେଳେ ଗୋଖଲେ ଲଣ୍ଡନରେ । ଅଗତ୍ୟା ଯିବାକୁ ହେବ । ସାଙ୍ଗରେ କ୍ୟାଲେନ୍‌ବାକ୍ ଯାଉଥିବାରୁ ମୋହନ ଆଶ୍ଵସ୍ତ ହେଲେ ।

ଜାହାଜରେ ପଶିବା ପୂର୍ବରୁ ମୋହନ ସ୍ମିସନ ଓ ପୋଲାକଙ୍କ ହାତରେ ସ୍କଙ୍କ ପାଖକୁ ଗୋଟିଏ ଉପହାର ପଠାଇଥିଲେ । ତାହା ହେଉଛି ହଳେ ଚପଲ ଯାହାକୁ ଜେଲ୍‌ରେ ଥିବା ସମୟରେ ମୋହନ ଯତ୍ନର ସହିତ ତିଆରି କରିଥିଲେ । ସ୍କଟ୍ସ ତାଙ୍କ କୃଷି ଫାର୍ମରେ ଖରାଦିନେ ସନ୍ଧ୍ୟାବେଳେ ପ୍ରତିଦିନ ଏହି ଚପଲ ପିନ୍ଧି ବୁଲନ୍ତି । ୧୯୩୯ରେ ଗାନ୍ଧିଜୀଙ୍କର ସତୁରୀତମ ଜନ୍ମୋତ୍ସବ ଉପଲକ୍ଷେ ଗୋଟିଏ ସ୍ମାରକୀ ଗ୍ରନ୍ଥ ପ୍ରକାଶ ପାଉଥାଏ । ସେଥ‌ିରେ ଗୋଟିଏ ଲେଖା ଦେବାପାଇଁ ଆୟୋଜକମାନେ ସ୍କଙ୍କୁ ଅନୁରୋଧ କଲେ ।

ଏହି ସ୍ମାରକୀରେ ସ୍କ ସମସ୍ତ ତିକ୍ତତା ଭୁଲି ଗାନ୍ଧିଜୀଙ୍କ ସମ୍ପର୍କରେ ଶ୍ରଦ୍ଧା ଓ ଆନ୍ତରିକତାପୂର୍ବ କେତୋଟି ଧାଡ଼ି ଲେଖୁଥିଲେ । ସେ ଆରମ୍ଭ କଲେ, ‘ଗୋଟିଏ ପୁରୁଷ ପୂର୍ବେ ମୁଁ ଗାନ୍ଧୀଙ୍କ ଶତ୍ରୁପକ୍ଷ ଥିଲି ।’’ ସ୍କଟ୍‌ ମୁକ୍ତକଣ୍ଠରେ କହିଥିଲେ, ‘ମହାତ୍ମାଙ୍କ ପରି ମଣିଷ ଆମକୁ ଘଷରା, ତୁଚ୍ଛ ଓ ନିରର୍ଥକ ଜୀବନରୁ ଟାଣି ଆଣନ୍ତି ଏବଂ ସେ ଅକ୍ଳାନ୍ତ ଭାବେ ଦୀନଦୁଃଖୀଙ୍କ ସେବାରେ ଉତ୍ସର୍ଗ କରିବାକୁ ଆମକୁ ଅନୁପ୍ରାଣିତ କରନ୍ତି ।’’

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ମୋହନ ଦକ୍ଷିଣ ଆଫ୍ରିକାରୁ କ’ଣ ନେଇ ଫେରିଲେ ?
(୨) ଗାନ୍ଧିଜୀଙ୍କ ସ୍ମରଣରେ ସବୁଦିନେ କ’ଣ ରହିବ ?
(୩) ମାତୃଭୂମି ପରେ କେଉଁ ଦେଶ ତାଙ୍କର ଅଧ୍ବକ ପ୍ରିୟ ବୋଲି ଗାନ୍ଧିଜୀ କହିଥିଲେ ?
(୪) ଦକ୍ଷିଣ ଆଫ୍ରିକା ଛାଡ଼ିବାବେଳେ ଗାନ୍ଧିଜୀ ବା’ଙ୍କ ସହିତ ପ୍ରାୟ କେତୋଟି ସ୍ଥାନରୁ ବିଦାୟ ନେବାକୁ ପହଞ୍ଚିଥିଲେ ?

(ଖ) ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) କେଉଁମାନେ ଗାନ୍ଧିଜୀଙ୍କଠାରୁ ମହାନ୍ତି ?
(୨) ସ୍କଙ୍କ ପାଖକୁ ମୋହନ କି ଉପହାର ପଠାଇଥିଲେ ?
(୩) ସ୍କସଙ୍କ ସ୍ମାରକୀ ବକ୍ତୃତାରେ ସେ ଗାନ୍ଧିଜୀଙ୍କ ପ୍ରତି କି ପ୍ରକାର ମନୋଭାବ ପୋଷଣ କରିଥିଲେ ?

ସମ୍ଭାବ୍ୟ ଉତ୍ତର
(କ) (୧) ମୋହନ ସମସ୍ତ ପ୍ରକାର ଅପ୍ରୀତିକର ଘଟଣାର ସ୍ମୃତିକୁ ଭୁଲିଯାଇ ନିଜର ପ୍ରିୟ ଓ ପବିତ୍ର ଦେଶ ଦକ୍ଷିଣ ଆଫ୍ରିକାର
(୨) ଦକ୍ଷିଣ ଆଫ୍ରିକାରେ ଭାରତୀୟ ବାସିନ୍ଦାଙ୍କଠାରୁ ସେ ଯେଉଁ ଶ୍ରଦ୍ଧା ପାଇଛନ୍ତି ଏବଂ ୟୁରୋପୀୟମାନେ ଉଦାର ଭାବରେ ତାଙ୍କୁ ଯେପରି ସାହାଯ୍ୟ କରିଛନ୍ତି ତାହା ଗାନ୍ଧିଜୀଙ୍କର ସ୍ମରଣରେ ସବୁଦିନେ ରହିବ ।
(୩) ମାତୃଭୂମି ପରେ ଦକ୍ଷିଣ ଆଫ୍ରିକା ତାଙ୍କର ଅଧ୍ଵ ପ୍ରିୟ ବୋଲି ଗାନ୍ଧିଜୀ କହିଥିଲେ ।
(୪) ଦକ୍ଷିଣ ଆଫ୍ରିକା ଛାଡ଼ିବାବେଳେ ଗାନ୍ଧିଜୀ ବା’ଙ୍କ ସହିତ ପ୍ରାୟ ପନ୍ଦରଟି ସ୍ଥାନରୁ ବିଦାୟ ନେବାକୁ ପହଞ୍ଚିଲେ ।

(ଖ) (୧) ଦକ୍ଷିଣ ଆଫ୍ରିକାରେ ଆଠବର୍ଷକାଳ ସତ୍ୟାଗ୍ରହ ସଂଗ୍ରାମ ଚାଲିଥିଲା । ଯେଉଁ ଯୁବକମାନେ ଆନ୍ଦୋଳନରେ ପ୍ରାଣ ଦେଇଛନ୍ତି ସେମାନେ ତାଙ୍କଠାରୁ ମହାନ୍ ବୋଲି ଗାନ୍ଧିଜୀ କହିଥିଲେ ।
(୨) ଜେଲ୍‌ରେ ଥିବା ସମୟରେ ଯତ୍ନର ସହିତ ଗାନ୍ଧିଜୀ ହଳେ ଚପଲ ତିଆରି କରିଥିଲେ । ସ୍କଟ୍ସଙ୍କ ପାଖକୁ ତାହାକୁ ସେ ଉପହାରସ୍ବରୂପ ପଠାଇଥିଲେ ।
(୩) ସ୍କଟ୍‌ ତାଙ୍କ ସ୍ମାରକୀ ବକ୍ତୃତାରେ ସମସ୍ତ ତିକ୍ତତା ଭୁଲି ଆନ୍ତରିକତାପୂର୍ଣ୍ଣ କଥା କହିଥିଲେ । ସେ କହିଥିଲେ, ମହାତ୍ମାଙ୍କ ପରି ମଣିଷ ଆମକୁ ଘଷରା, ତୁଚ୍ଛ ଓ ନିରର୍ଥକ ଜୀବନରୁ ଟାଣିଆଣନ୍ତି ଏବଂ ସେ ଅକ୍ଳାନ୍ତଭାବେ ଦୀନଦୁଃଖୀଙ୍କ ସେବାରେ ଉତ୍ସର୍ଗ କରିବାକୁ ଆମକୁ ଅନୁପ୍ରାଣିତ କରନ୍ତି ।

ଅନୁଚ୍ଛେଦ – ୨

ଅଧିକାଂଶ ଲୋକେ ଲୋକମତକୁ ଭାରି ଡରନ୍ତି, କାଳେ ଲୋକେ କଅଣ କହିବେ ପରା ! କିନ୍ତୁ ‘ଲୋକମତ’ ଜିନିଷଟା କିମାକାର ବସ୍ତୁ, ଭଲା କେତେ ଲୋକ ତଦାରଖ କରନ୍ତି ? ଏହି ଜାନୁଆରକୁ କିଏ କେତେ ଭାବରେ ଚିତ୍ରି ଯାଇଅଛନ୍ତି । ରାମଚନ୍ଦ୍ର ସୀତାଙ୍କୁ ନିର୍ବାସନ ଦଣ୍ଡ ବିଧାନ କରିଥିଲେ, କେବଳ ଏହି ଜନ୍ତୁକୁ ଭୟ କରି । ଲୋକାପବାଦ ଓ ଲୋକମତର ପରାକ୍ରମ ଢେର୍ ବେଶି; କିନ୍ତୁ ଟିକିଏ ଥୟ କରି ଦେଖ‌ିଲେ ଜାଣିପାରିବ ଯେ, ଏ ଗୋଟିଏ ‘ହୋ’ । ଗୋଟିଏ ତାରକୁ ଦୁଇଆଡ଼େ ଟାଣି ବାନ୍ଧିଦିଅ, ଗୋଟିଏ ଅଂଶରେ ଟିକିଏ ଟଂ କରି ଆଘାତ କରିଦିଅ ଦେଖୁବ ଯେ, ଶବ୍ଦଟି ତାର ତମାମ ବ୍ୟାପିଯିବ ଓ ତାରଟି ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଶବ୍ଦମୟ ହୋଇଯିବ । ପୂର୍ବରୁ ଏଥରେ ଗୋଟିଏ ଉଦାହରଣ ଅଛି, ତାହା ଅବଶ୍ୟ ଅଧିକାଂଶ ପାଠକ ଜାଣନ୍ତି ।

ଯେଉଁମାନେ ଜାଣନ୍ତି ନାହିଁ, ସେମାନଙ୍କ ଉପକାର ନିମନ୍ତେ ପୁନରୁକ୍ତି ଦୋଷ ମାର୍ଜନୀୟ । ଏକ ରାଜାଙ୍କ ଉଆସରେ ଜଣେ ଧୋବା ଥିଲା । ସେ ଧୋବାର ଲୁଗାବୁହା ଗଧଟିର ନାମ ବୁଧୂ । ଦିନେ ସେ ଗଧଟି ମରିଗଲା । ଧୋବାର କାର୍ଯ୍ୟ ଅଚଳ ହେଲା । ସେ ଗଧକୁ ବାହୁନିକରି ଧୋବା କାନ୍ଦୁଥାଏ । ରାଜାଙ୍କର ଜଣେ ପାଖଲୋକ ଧୋବାକୁ କାନ୍ଦିବାର କାରଣ ପଚାରିବାରୁ ଧୋବା କାନ୍ଦି କାନ୍ଦି ଉତ୍ତର ଦେଲା, ‘ବୁଧୂଟି ମରିଗଲା’ । ଭୃତ୍ୟ ଏହା ଶୁଣି କାନ୍ଦି କାନ୍ଦି ନଅରକୁ ଆସି ସମସ୍ତ ଭୃତ୍ୟଙ୍କୁ କହିଲା, ‘ବୁଧୂଟି ମରିଗଲା’ । ଭୃତ୍ୟଯାକ ସମସ୍ତେ ବୁଧୂକୁ ବାହୁନିକରି କାନ୍ଦିଲେ । ରାଣୀମହଲରେ ଏ ଖବର ପହଞ୍ଚିଲାରୁ ରାଣୀଯାକ ମଧ୍ୟ ବୁଧୂ ନାଁ ଧରି କାନ୍ଦିଲେ । ରାଜା ଶୁଣିଲେ, ସେ ମଧ୍ୟ ବୁଧୂ ଯୋଗୁଁ କେତେ କାନ୍ଦିଲେ । ନଅରବ୍ୟାପୀ କୋଳାହଳ ବୁଧୂ ଯୋଗୁଁ ପଡ଼ିଗଲା । ଯେଉଁଠାରେ ଶୁଣ, ବୁଧୁର ବିୟୋଗ ହେତୁ ଶୋକ ।

ଏହି ଶୋକ ସମ୍ବାଦ ମନ୍ତ୍ରୀଙ୍କ କାନରେ ପଡ଼ିବାରୁ ମନ୍ତ୍ରୀ ନଅରକୁ ଆସି ଦେଖ‌ିଲେ, ଏପରି ସମାଚାର ! ସେ ରାଜାଙ୍କୁ ପଚାରିଲେ, କାନ୍ଦୁଛନ୍ତି ସେ ବୁଧୂ କିଏ ? ରାଣୀମାନେ ଭୃତ୍ୟ ମହଲକୁ ସମ୍ବାଦ ଦେଲେ, ଭୃତ୍ୟମାନେ ପ୍ରଥମ ଭୃତ୍ୟକୁ ପଚାରିଲେ; ପ୍ରଥମ ଭୃତ୍ୟ ଉପାୟାନ୍ତର ନ ଦେଖ୍ ଧୋବା ନିକଟକୁ ଯାଇ ଶେଷରେ ସ୍ଥିର କରିଆସିଲା ଯେ ଧୋବାର ମୃତ ଗଧଟିର ନାମ ବୁଧୂ । ଉପାଦାନରେ ଗଠିତ । ଆମର ଏ କଥାକୁ ବିଶ୍ଵାସ ନ କରି ସୁଦ୍ଧା ସାଧାରଣତଃ ପରୀକ୍ଷା କରିଦେଲେ ସନ୍ଦେହ ତୁଟିଯିବ । ତୁମ୍ଭେ ଦାଣ୍ଡରେ ପାଟିକରି ଦଉଡ଼ ‘ ଆରେ ! ଚୋର ଗଲାରେ ! ଆରେ ଚୋର ଗଲାରେ’’ – ଦେଖୁ, ଦଣ୍ଡକ ମଧ୍ୟରେ ଶତାଧ୍ଵ ଲୋକ ତୁମର ଅନୁଗାମୀ ହେବେ ଓ ଚିତ୍କାର କରିବେ । କିନ୍ତୁ ଶତକଡ଼ା ଜଣେ ସୁଦ୍ଧା ତୁମ ପଛରେ ଦଉଡ଼ିବା ପୂର୍ବରୁ ତୁମ୍ଭଙ୍କୁ ପ୍ରଥମେ ଚୋରର ବୃତ୍ତାନ୍ତ ବା ତଥ୍ୟ ପଚାରିବାକୁ ଯିବେ ନାହିଁ । ଅଳଂକାଂଶ ଲୋକାପବାଦ, ଜନରବ, ଜେଜେକାର, ଜନମତ କେବଳ ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ୟ, ଅନୁମାନ, ବିଚାରହୀନ ଅନୁସରଣର ଫଳ ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ଲୋକାପବାଦକୁ ଲେଖକ କେଉଁ ଦୃଷ୍ଟିରେ ଦେଖୁଛନ୍ତି ?
(୨) ‘ପୁନରୁକ୍ତି ଦୋଷ’ କ’ଣ ?
(୩) ଅଧିକାଂଶ ଲୋକେ କାହାକୁ ଭାରି ଡରନ୍ତି ?
(୪) ବୁଧୂ କିଏ ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ସମଗ୍ର ରାଜ୍ୟରେ ଶୋକର କାରଣ କ’ଣ ଥିଲା ?
(୨) ଜନରବ ଓ ଜନମତ କାହାର ଅନୁସରଣ ମାତ୍ର ?
(୩) ଲୋକମତି ଗଠନର ଉପାଦାନ କ’ଣ ?

ସମ୍ଭାବ୍ୟ ଉତ୍ତର
(କ) (୧) ଲେଖକ ଲୋକାପବାଦକୁ ଏକ ତଦାରଖଶୂନ୍ୟ କିମାକାର ବସ୍ତୁ ଭାବରେ ବିବେଚନା କରି ଏହାକୁ ଗୋଟିଏ
(୨) ପୂର୍ବରୁ କଥ୍ତ ବିଷୟ ଓ ଜଣାଶୁଣା ପ୍ରସଙ୍ଗକୁ ପୁନର୍ବାର କହିବା ହେଉଛି ‘ପୁନରୁକ୍ତି ଦୋଷ’ ।
(୩) ଅଧିକାଂଶ ଲୋକେ ଲୋକମତକୁ ଭାରି ଡରନ୍ତି ।
(୪) ରାଜାଙ୍କ ଉଆସରେ ଥ‌ିବା ଧୋବାର ଲୁଗାବୁହା ଗଧଟିର ନାମ ବୁଧୁ

(ଖ) (୧) ‘ବୁଧୂର ବିୟୋଗ’ ସମଗ୍ର ରାଜ୍ୟରେ ଶୋକର କାରଣ ଥିଲା । ଏହି ବୁଧୂ ରାଜ ଉଆସରେ ଥ‌ିବା ଧୋକାର
(୨) ଜନରବ ଓ ଜନମତ କେବଳ ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ୟ, ଅନୁମାନ ଓ ବିଚାରହୀନ ପ୍ରସଙ୍ଗର ଅନୁସରଣ ଫଳ ମାତ୍ର । ଏହାର ପରାକ୍ରମ ଢେର ବେଳ, କ୍ଷଣକରେ ଏହା ଚତୁର୍ଦ୍ଦିଗକୁ ବ୍ୟାପିଥାଏ ।
(୩) ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ଯ ଅନୁମାନ, ବିଚାରହୀନ ଅନୁସରଣ ଆଦି ଲୋକମତ ଗଠନର ଉପାଦାନ । ଏହାର ପଛରେ ଥ‌ିବା ସତ୍ୟତାକୁ ଜାଣିବାର ପ୍ରୟାସ କେହି ପ୍ରାୟତଃ କରିନଥା’ନ୍ତି ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

ଅନୁଚ୍ଛେଦ – ୩

ଅଗଷ୍ଟ ପନ୍ଦରରେ ଆଜି ମନେପଡ଼େ ନୃଶଂସ ଜେନେରାଲ୍ ଡାୟାର । ଜାଲିଆନାୱାଲା ବାଗ୍‌ରେ ଆଜି ଯେଉଁ ନଭଶ୍ଚୁମ୍ବୀ ସ୍ମରଣ ସ୍ତମ୍ଭ ଠିଆହୋଇଛି, ଠିକ୍ ସେଇଠି ମଶାମାଛି ପରି ମଣିଷକୁ ମାରିଥିଲା ଜେନେରାଲ୍ ଡାୟାର । ପୁଣି କେତେବର୍ଷ ପରେ ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କର ଗୁଳି ଚାଲିଲା ପାଞ୍ଚଶହ ଅଠତିରିଶ ଥର । ମରିଥିଲେ ଏକ ହଜାର ଅଠାଇଶି, ଆହତ ହେଲେ ବତିଶ ଶହ; ତା’ଛଡ଼ା ଜେଲ୍, ଜୋରିମାନା, ମାଡ଼, ଗାଳି, ଅତ୍ୟାଚାରର ସୀମା ରହିଲା ନାହିଁ ।

ଦାରୁଣ ଅତ୍ୟାଚାର । ନିରନ୍ଧ୍ର ନିଭୃତ କୋଠରି; ମଶା, ମାଛି, ମୂଷାମାନଙ୍କର ଉପଦ୍ରବ । କୋଟିପତି ମୋତିଲାଲଙ୍କ ପୁଅ ଜବାହାର, ହାରୋ-ଏଟନର ରାଜକୁମାର ଜବାହାର । କାହାଣୀ ପରି ଲାଗେ – ନାଭା ଜେଲ୍‌ରେ ଶୟନ, ମୁହଁ ଉପରେ ମଶାମାନଙ୍କର ବେହରଣ । ଶୋଇବା: ନହେଲେ ଉଠିବସି ଭାରତର ଭବିଷ୍ୟତ କଥା ଭାବିଲେ ଅମୃତପୁତ୍ର ଜବାହାର । ବହୁବାର ଜେଲ୍ ଜୋରିମାନାର ସମ୍ମୁଖୀନ ହୋଇ ଆଧୁନିକ ଭାରତର ଭାଗ୍ୟବିଧାତା ବ୍ରିଟିଶ୍ ଜଜମାନଙ୍କୁ ଯାହା ଶୁଣାଇଥିଲେ, ମନେପଡ଼ିଲେ ଅନ୍ତର ଆଜି ଗୌରବରେ ଭରିଯାଏ । ଥରେ କଚେରିରେ ତାଙ୍କ ବିଚାର ଚାଲିଥିଲାବେଳେ ଜଣେ ଜଜଙ୍କୁ ସେ ଶୁଣାଇଥିଲେ – ‘‘ସ୍ଵାଧୀନତା ସଂଗ୍ରାମରେ ଭାରତର ସେବା କରିବାଠୁଁ ବଳି ସୌଭାଗ୍ୟ ଆଉ କିଛି ହୋଇପାରେନା । ତା’ଛଡ଼ା ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ କାମ କରିବା ଏକ ପରମ ସୌଭାଗ୍ୟ । ଦେଶର ପୂର୍ଣ ସ୍ଵାଧୀନତା ପାଇଁ ଲଢ଼ୁ ଲଢ଼ୁ ଦେଶ ପାଇଁ ଆତ୍ମବଳି ଦେବାଠାରୁ ଅଧିକ ଗୌରବ ଆଉ ମଣିଷର କ’ଣ ଥାଇପାରେ ?’’ ଆଜି ଏସବୁ ଇତିହାସ । ଯେଉଁମାନେ ମୁହାଁମୁହିଁ ଠିଆହୋଇ ରକ୍ତମାଂସର ଶରୀର ନେଇ ଏସବୁ ସହ୍ୟ କରିଥିଲେ, ସେମାନେ ଏବେ ଇତିହାସର କଥାବସ୍ତୁ । ସେହିମାନଙ୍କ ଚରମ ତ୍ୟାଗର ମୂଲ୍ୟରେ ଏହି ଦେଶକୁ ବହିଆଣିଥିଲେ ସ୍ଵାଧୀନତାର ଉଜ୍ଜ୍ୱଳ ଆଲୋକ ।

ଯେଉଁମାନେ ସ୍ବାଧୀନତା ଆଣିଥିଲେ, ସେମାନେ ତାଙ୍କ କାମ ସାରିଦେଇ ଚାଲିଯାଇଛନ୍ତି । ତାକୁ ରଖୁବାର ଦାୟିତ୍ୱ ବର୍ତ୍ତମାନ ଆମ୍ଭମାନଙ୍କର, ବିଶେଷତଃ ଆମ ଯୁବକ ବନ୍ଧୁମାନଙ୍କର । ଯେ କୌଣସି ଦାୟିତ୍ଵ ପାଇଁ ବାର୍ଦ୍ଧକ୍ୟର ପ୍ରଜ୍ଞା ଓ ଯୌବନର ଶକ୍ତି ଦରକାର । ଗାନ୍ଧୀ ଥିଲେ ଏ ଦେଶର ପ୍ରଜ୍ଞା ଓ ନେହେରୁ ଥିଲେ ଯୌବନର ପ୍ରତୀକ ସାହସ ଓ ଶକ୍ତି । ସେହି ମହାପୁରୁଷମାନେ ଏ ଦେଶର ଯେଉଁ ଦୃଢ଼ ଭିଭି ସ୍ଥାପନ କରିଯାଇଛନ୍ତି, ତାକୁଇ ରକ୍ଷାକରିବା ବର୍ତ୍ତମାନ ଜାତିର କର୍ତ୍ତବ୍ୟ । ଜାତି ଯୁବକମାନଙ୍କ ଶକ୍ତି ଉପରେ ବେଶି ନିର୍ଭର କରୁଥିବାରୁ ଯୁବକମାନେହିଁ ଏହି ମୁହୂର୍ତ୍ତରେ ସବୁଠୁ ବେଶି ଜାଗ୍ରତ ହେବା ଦରକାର । ଜାଗୃତିର ଅର୍ଥ ଅସଂଯତ ଉନ୍ମାଦ ନୁହେଁ, ସଂଯତ କର୍ମବାଦ ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ଜାଲିଆନାୱାଲାବାଗ୍ କାହିଁକି ସ୍ମରଣରେ ଆସେ ?
(୨) ସ୍ଵାଧୀନତା ସଂଗ୍ରାମୀଙ୍କ ଉପରେ କିପରି ଅତ୍ୟାଚାର କରାଯାଉଥିଲା ?
(୩) ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କ ଗୁଳି କେତେ ଥର ଚାଲିଥିଲା ?
(୪) ଜେଲ୍‌ରେ ଶୋଇ ନ ହେଲେ ଜବାହାର କ’ଣ କରୁଥିଲେ ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ବ୍ରିଟିଶ୍ ଅତ୍ୟାଚାର ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ କିପରି ପରମ ସୌଭାଗ୍ୟ ଥିଲା ?
(୨) ଦେଶକୁ ସ୍ଵାଧୀନତା କିପରି ଆସିଲା ?
(୩) ସାଂପ୍ରତିକ ଭାରତର ଯୁବକ-ଯୁବତୀଙ୍କପାଇଁ ପ୍ରାବନ୍ଧିକଙ୍କ ବାର୍ତ୍ତା କ’ଣ ?

ସମ୍ଭାବ୍ୟ ଉତ୍ତର
(କ) (୧) ଆଜି ଯେଉଁଠାରେ ଜାଲିଆନାଓ୍ବାଲାବାଗ୍‌ର ନଭଶ୍ଚୁମ୍ଭୀ ସ୍ମରଣ ସ୍ତମ୍ଭ ଅଛି, ସେଠାରେ ଜେନେରାଲ ଡାୟାର ମଶାମାଛି ପରି ମଣିଷଙ୍କୁ ମାରିଥିଲେ ଯାହା ଲେଖକଙ୍କ ସ୍ମରଣରେ ଆସିଥାଏ ।
(୨) ସ୍ଵାଧୀନତା ସଂଗ୍ରାମୀଙ୍କୁ ହତ୍ୟାକରି, ମାଡ଼ଗାଳି ଦେଇ, ଜେଦଣ୍ଡ ଦେଇ, ଜୋରିମାନା କରି, ମଶା-ମାଛି-ମୂଷାଙ୍କ ଉପଦ୍ରୁତ କାରାଗାରରେ ରଖୁ ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା ।
(୩) ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କ ଗୁଳି ପାଞ୍ଚ ଶହ ଅଠତିରିଶ ଥର ଚାଲିଥିଲା (୪) ଜେଲ୍‌ରେ ଶୋଇ ନ ହେଲେ ଜବାହାର ଉଠି ବସି ଭାରତର ଭବିଷ୍ୟତ କଥା ଭାବୁଥିଲେ ।

(ଖ) (୧) ଭାରତୀୟ ଜନତା ଉପରେ ବ୍ରିଟିଶ୍ ଅତ୍ୟାଚାର ଫଳରେ ଦେଶରେ ସ୍ଵାଧୀନତା ସଂଗ୍ରାମ କ୍ରିୟାଶୀଳ ହୋଇଥିଲା । ସେହି ସ୍ଵାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ କାମ କରିବା ପରମ ସୌଭାଗ ଥିଲା ।
(୨) ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ ସ୍ଵାଧୀନତା ପାଇଁ ସ୍ଵାଧୀନତା ସଂଗ୍ରାମୀମାନେ ଲଢ଼େଇ କରିଥିଲେ । ଇଂରେଜ ଅତ୍ୟାଚାର ସହି ସହି ଆତ୍ମବଳି ଦେବା ଓ ରକ୍ତ ମାଂସର ଶରୀର ନେଇ ବ୍ରିଟିଶ୍ ନିର୍ଯାତନା ସହିବାଦ୍ୱାରା ଦେଶକୁ ସ୍ଵାଧୀନତା ଆସିଲା ।
(୩) ଦେଶ ଓ ଜାତି ଯୁବକମାନଙ୍କ ଉପରେ ବିଶେଷ ନିର୍ଭରଶୀଳ । ଅସଂଯତ ଉନ୍ମାଦ ନହୋଇ ସଂଯତ କର୍ମବାଦ ମଧ୍ୟରେ ଜାଗ୍ରତ ହୋଇ ମହାପୁରୁଷମାନେ ଦେଶର ଯେଉଁ ଦୃଢ଼ ସ୍ଵାଧୀନ ଭିଭି ସ୍ଥାପନ କରିଛନ୍ତି ତାହାକୁ ରକ୍ଷା କରିବାହିଁ ସାଂପ୍ରତିକ ଭାରତର ଯୁବକ-ଯୁବତୀଙ୍କ ପାଇଁ ପ୍ରାବନ୍ଧିକଙ୍କର ବାର୍ତ୍ତା ଅଟେ ।

ଅନୁଚ୍ଛେଦ – ୪

ଯୋଗକୁ ହେଉ ବା ହେଉ କୁରୁକୁଳର ଆଚାର୍ଯ୍ୟ ଦ୍ରୋଣ ଓ ପ୍ରତ୍ୟାଖ୍ୟାତ ଏକଲବ୍ୟ ମଧ୍ଯରେ ପୁଣି ଥରେ ସାକ୍ଷାତ୍‌ ହୋଇଚି । ଗୁରୁଙ୍କୁ ଚକିତକରି ଏକଲବ୍ୟ ତା’ର ବିଦ୍ୟାର ପରିଚୟ ଦେଇଚି । ଅସବର୍ଣ୍ଣ ବା ଅପାଂକ୍ତେୟ ହେଲେ ମଧ୍ୟ ଜଣେ ବିଦ୍ୟାକାମୀ ଆପଣାର ଶ୍ରଦ୍ଧା ଏବଂ ବିଶ୍ଵାସ ବଳରେ କିପରି ପରମ୍ପରାଗତ ସକଳ ନିୟନ୍ତ୍ରଣକୁ ଲଂଘନ କରିଯାଇପାରେ, ଦ୍ରୋଣାଚାର୍ଯ୍ୟଙ୍କୁ ଏକଲବ୍ୟ ତାହାରି ପରିଚୟ ଦେଇଚି । ଯେକୌଣସି ଆଚାର୍ଯ୍ୟ ଏଥରେ ଗୌରବାନ୍ବିତ ଅନୁଭବ କରିବାର କଥା । ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ଦ୍ରୋଣ ସେଦିନ ଏକଲବ୍ୟକୁ କୁଣ୍ଢାଇ ଧରିଥାନ୍ତେ । ଗୁରୁ ଛାତ୍ରଠାରୁ ଶିଖାନ୍ତା, ପରମ୍ପରାର ନିର୍ମୋକ ଖସି ପଡ଼ିଥାନ୍ତା; ଦ୍ରୋଣାଚାର୍ଯ୍ୟଙ୍କ ଭିତରେ ଥ‌ିବା ଅସଲ ଗୁରୁ ସେଦିନ ନବଜନ୍ମ ଲାଭ କରିଥାଆନ୍ତା । କିନ୍ତୁ ମହାଭାରତକାର ବ୍ୟାସଦେବଙ୍କର କାବ୍ୟଦୃଷ୍ଟିରେ ହୁଏତ ଏତକ ସାହସ ନଥିଲା । ସାମାଜିକ ପ୍ରେୟ ଉପରେ ମାନବିକ (ଆଧ୍ୟାତ୍ମିକ ?) ଶ୍ରେୟର ବିପୁଳତାକୁ ଚିହ୍ନିନେବା ଲାଗି ସାହିତ୍ୟ ଦୃଷ୍ଟିରେ ଯେଉଁ ସାହସ ରହିବା ଦରକାର, ବ୍ୟାସଦେବଙ୍କର ହୁଏତ ସେହି ସାହସ ନଥିଲା । ତେଣୁ ଏକଲବ୍ୟର ସାହସ ତାଙ୍କୁ ପ୍ରଧାନତଃ ଦୁଃସାହସ ବୋଲି ହିଁ ମନେହେଲା ଓ ସେ ଏହି ଦୁଃସାହସର ଶାସ୍ତି ଦେବାକୁ ଏକ ସାହିତ୍ୟିକ ନ୍ୟାୟ ଖୋଜିବସିଲେ । ଏହି ଶାସ୍ତ୍ରକୁ ଏକ ଆବଶ୍ୟକତା ବୋଲି ଦେଖାଇବା ଉଦ୍ଦେଶ୍ୟରେ ଦ୍ରୋଣାଚାର୍ଯ୍ୟଙ୍କୁ ଆଚାର୍ଯ୍ୟର ଆସନରୁ ତଳକୁ ଓହ୍ଲାଇ ଆଣିବାକୁ ପଡ଼ିଲା । ତେବେ ଯାଇ ଏକଲବ୍ୟ କଥା ସମ୍ପୂର୍ଣ୍ଣ ହେଲା । କୌଳିକତା ଜିତିଲା, କୁଳୀନତା ଜିତିଲା; କିନ୍ତୁ ଆଚାର୍ଯ୍ୟ ପଦର ଅପମାନ କରାଗଲା ।

ଫଳତଃ, ଜ୍ଞାନୀ-ଦ୍ରୋଣ ଦେଷୀ-ଦ୍ରୋଣରେ ରୂପାନ୍ତରିତ ହେଲେ । ଆଚାର୍ଯ୍ୟ ଦ୍ରୋଣ ଆପଣାର ପ୍ରଧାନତମ ଆଚାରଧର୍ମ ଭୁଲି ଜଣେ ବିଦ୍ୟାର୍ଥୀର ଉତ୍କର୍ଷରେ ଈର୍ଷା ପ୍ରକାଶ କଲେ । ତାଙ୍କ ଈର୍ଷା ତାଙ୍କର ଶ୍ରଦ୍ଧାଶୀଳତାକୁ ମାରିଦେଲା । ତାହାର ବଦଳରେ ସେ ଚତୁରତାକୁ ଆପଣାର ସର୍ବୋପାଦେୟ ସନ୍ତକ ରୂପେ ବ୍ୟବହାର କରିବାକୁ ବାହାରିଲେ । ଏକଲବ୍ୟକୁ ସେ ଗୁରୁଦକ୍ଷିଣା ମାଗିଲେ । ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ୟରେ ଏକ ଧାତୁମୂଳ ସମ୍ବନ୍ଧ ରହିଚି । କିନ୍ତୁ ଏକଲବ୍ୟ ଓ ଦ୍ରୋଣଙ୍କର ଉପାଖ୍ୟାନରେ ଏଣିକି ଯେଉଁ ଦକ୍ଷିଣା ମାଗିବା ଓ ଦକ୍ଷିଣା ଦେବାର ଅଭିନୟ କରାଗଲା, ସେଥୁରେ ଦାକ୍ଷିଣ୍ୟ ଲାଗି କୌଣସି ସ୍ଥାନହିଁ ନଥ୍‌ଲା । ଦ୍ରୋଣ ଆଙ୍ଗୁଠି ମାଗିଲେ । ଏକଲବ୍ୟ ଆପଣା ହାତର ଆଙ୍ଗୁଠି କାଟିକରି ତାଙ୍କୁ ଦେଲା ।

ମହାଭାରତର ରଚୟିତା ବ୍ୟାସଦେବ କେଉଁ ଉଦ୍ଦେଶ୍ୟର ସାଧନ ବା କେଉଁ ଯୁକ୍ତିର ପ୍ରତିଷ୍ଠା ଲାଗି ଏପରି ଏକ ଦୃଶ୍ୟର ଅବତାରଣା କରାଇଲେ କେଜାଣି ? ଭାରତୀୟ ଶାସ୍ତ୍ରରେ ଗୁରୁଙ୍କୁ ପିତା ବୋଲି କୁହାଯାଇଛି । କେଉଁ ପିତା ପୁତ୍ରଠାରୁ ଆଙ୍ଗୁଠି ମାଗିଥାନ୍ତା ? ଯେଉଁ କବି ବା କଥାକାର ଆପଣାର କାବ୍ୟଗ୍ରନ୍ଥରେ ଏପରି ଏକ ଅଭିଆଣର ଭିଆଣ କରାଇଲେ, ସେହି କବି ପ୍ରକୃତରେ କେଉଁ ସାଂସ୍କୃତିକ ପରମ୍ପରାର ପ୍ରତିନିଧ୍ଵ କରୁଥିଲେ ? ଏ ଦେଶର ଇତିହାସରେ ପ୍ରକୃତରେ ଯଦି ସେପରି କୌଣସି ପରମ୍ପରା କୌଣସି ଯୁଗରେ ସମାଜର ସ୍ଵୀକୃତି ପାଇଥୁଲା, ଆଜି ସେହି ପରମ୍ପରାକୁ ଆପଣାର ବୋଲି କହି ମୁଁ କେତେଦୂର ଗର୍ବ ବା ଗୌରବ ଅନୁଭବ କରିପାରିବି ? ମୋର ସମାଜ ସହିତ ସମ୍ମିଳିତ ହେବା ଲାଗି ଏହି ପରମ୍ପରା ମୋତେ ପ୍ରକୃତରେ କେତେଦୂର ସରଣା ଦେଇପାରିବ ? – ଅନେକ ସମୟରେ ମୁଁ ଆପଣାକୁ ଏହିପରି ନାନା ପ୍ରଶ୍ନ ପଚାରିବି ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ପରମ୍ପରାର ନିୟନ୍ତ୍ରଣକୁ କିପରି ଲଙ୍ଘନ କରାଯାଇପାରିବ ?
(୨) ମହାଭାରତରେ ବ୍ୟାସଦେବଙ୍କଠାରେ କେଉଁ ପ୍ରକାର ସାହସ ନଥିଲା ?
(୩) ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ସେ ସେଦିନ କ’ଣ କରିଥା’ନ୍ତି ?
(୪) ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ଯରେ କି ସମ୍ପର୍କ ରହିଛି ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ଜ୍ଞାନୀ-ଦ୍ରୋଣ ଦେଷୀ-ଦ୍ରୋଣରେ ପରିଣତ ହେଲେ କାହିଁକି ?
(୨) କେଉଁ ଅଭିଆଣ କଥା ବ୍ୟାସଦେବ ଭିଆଇଲେ ?
(୩) ଲେଖକ କେଉଁ ପ୍ରଶ୍ନ ଆପଣାକୁ ପଚାରିବାକୁ କହିଛନ୍ତି ?

ସମ୍ଭାବ୍ୟ ଉତ୍ତର
(କ) (୧) ଅସବର୍ଣ୍ଣ ବା ଅପାଂକ୍ତେୟ ହେଲେ ମଧ୍ୟ ଏକଲବ୍ୟ ପରି ଜଣେ ବିଦ୍ୟାକାମୀ ଆପଣାର ଶ୍ରଦ୍ଧା ଓ ବିଶ୍ୱାସ ବଳରେ ପରମ୍ପରାର ସକଳ ନିୟନ୍ତ୍ରଣକୁ ଲଙ୍ଘନ କରିଯାଇପାରେ ।
(୨) ମହାଭାରତର ରଚୟିତା କବି ବ୍ୟାସଦେବଙ୍କଠାରେ ସାମାଜିକ ପ୍ରେୟ ଉପରେ ମାନବିକ ଅଥବା ଆଧ୍ୟାତ୍ମିକ ଶ୍ରେୟର ବିପୁଳତାକୁ ଚିହ୍ନି ନେବାର ଯେଉଁ ସାହିତ୍ୟିକ ଦୃଷ୍ଟିର ସାହସ ରହିବା ଉଚିତ, ସେହି ପ୍ରକାର କାବ୍ୟଦୃଷ୍ଟିକ ସାହସ ନଥିଲା ।
(୩) ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ସେ ସେଦିନ ଏକଲବ୍ୟକୁ କୁଣ୍ଢାଇ ଧରିଥା’ନ୍ତେ ।
(୪) ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ୟରେ ଧାତୁମୂଳ ସମ୍ବଳ ରହିଛି ।

(ଖ) (୧) ଦ୍ରୋଣାଚାର୍ଯ୍ୟ ଗୁରୁ ଓ ଆଚାର୍ଯ୍ୟ ପଦର ଅପମାନ କରି ତଳକୁ ଓହ୍ଲାଇ ଆଚାର୍ଯ୍ୟ ଧର୍ମ ଭୁଲି ଜଣେ ବିଦ୍ୟାର୍ଥୀର ଉତ୍କର୍ଷରେ ଈର୍ଷା ପ୍ରକାଶ କରି ଏକଲବ୍ୟକୁ ଆଙ୍ଗୁଠିକୁ ଗୁରୁ ଦକ୍ଷିଣା ଭାବରେ ମାଗିଲେ । ଫଳରେ ଜ୍ଞାନୀ- ଦ୍ରୋଣ ଦ୍ବେଷୀ -ଦ୍ରୋଣରେ ପରିଣତ ହେଲେ ।
(୨) ଭାରତୀୟ ଶାସ୍ତ୍ରରେ ଗୁରୁ ପିତାବତ୍ । ଦ୍ରୋଣ ଗୁରୁ ପିତା ହୋଇ ପୁତ୍ରରୂପୀ ଶିଷ୍ୟ ଏକଲବ୍ୟଠାରୁ ଆଙ୍ଗୁଠି ମାଗିବା ପ୍ରସଙ୍ଗକୁ ଏକ ଅଭିଆଣ କଥା ଯାହା ବ୍ୟାସଦେବ ନିଜର କାବ୍ୟ-ଗ୍ରନ୍ଥରେ ଭିଆଇଲେ ।
(୩) ପିତାରୂପୀ ଗୁରୁ ପୁତ୍ରରୂପୀ ଶିଷ୍ୟଠାରୁ ଆଙ୍ଗୁଠି ଦକ୍ଷିଣା ମାଗି ନେଇପାରେ – ଏହି ଅଭିଆଣ ପରମ୍ପରାକୁ ଆପଣାର କହି ଜଣେ କେତେଦୂର ଗର୍ବ ଅନୁଭବ କରିପାରିବ ବୋଲି ଲେଖକ ପଚାରିଛନ୍ତି । ପୁନଶ୍ଚ ସମାଜ ସହ ସମ୍ମିଳିତ ହେବାରେ ଏ ପରମ୍ପରା କେତେଦୂର ସହ ପ୍ରେରଣା ପ୍ରଦାନ କରିପାରିବ ବୋଲି ପ୍ରଶ୍ନ ଲେଖକ ଆପଣାକୁ ପଚାରିବାକୁ କହିଛନ୍ତି ।

ଅନୁଚ୍ଛେଦ – ୫

ପରବର୍ତ୍ତୀ କାଳରେ ଅର୍ଥାତ୍ ସ୍ବାଧୀନତାପ୍ରାପ୍ତି ପରେ ତାଙ୍କ ସହିତ ଯେଉଁମାନେ କାମ କରିବାକୁ ଆସିଲେ ସେମାନେ ପ୍ରକୃତ ରମାଦେବୀଙ୍କୁ ଜାଣିବାର ସୁଯୋଗ ପାଇଲେ ନାହିଁ । ପାଇବା ସମ୍ଭବ ନଥିଲା । ସେମାନେ ଥିଲେ ତାଙ୍କ ସୁଖର ସାଥୀ । ଅବଶ୍ୟ ଏହାର ବ୍ୟତିକ୍ରମ ଅଛି । ବାଲେଶ୍ଵରର ଲବଣ ଆଇନ ଅମାନ୍ୟ କ୍ଷେତ୍ରରେ ରମାଦେବୀ ଆଗେ ଆଗେ ଚାଲିଛନ୍ତି । ୫୦୦ ଗାଉଁଲୀ ଝିଅ, ବୋହୂ, ବୁଢ଼ୀ ପୁଲିସର ଉପସ୍ଥତିକୁ ଭ୍ରୂକ୍ଷେପ ନ କରି ଚାଲିଛନ୍ତି । ସେହି ବେଶରେ ତାଙ୍କୁ ଯିଏ ଦେଖୁଛି ସେ ତାଙ୍କ ବିଷୟରେ ଯେମିତି କହିବ ଅନ୍ୟମାନେ କିଭଳି ବା କହିବେ ? ଯେଉଁମାନେ ତାଙ୍କୁ ପ୍ରକୃତ ଅର୍ଥରେ ଜାଣନ୍ତି, ସେମାନଙ୍କ ଭିତରୁ ଯିଏସବୁ ଲେଖ୍ ଜାଣନ୍ତି ତାଙ୍କରି ଭିତରୁ କେହି ଜଣେ ତାଙ୍କ ଜୀବନୀ ଲେଖୁଦେଲେ ଓଡ଼ିଆ ଭାଷାରେ ତାହା ହୋଇଯାଆନ୍ତା ଗୋଟିଏ ଉଲ୍ଲେଖଯୋଗ୍ୟ ଜୀବନୀ ପୁସ୍ତକ । ସେଭଳି ଉଦ୍ୟମ ଏ ପର୍ଯ୍ୟନ୍ତ ହେଲା ନାହିଁ । ଯେଉଁମାନେ ଦେଶପ୍ରେମରେ ଉଦ୍‌ବୁଦ୍ଧ, ଦେଶର ମୁକ୍ତି ସଂଗ୍ରାମରେ ଯୋଗଦେଇ କିଛି ତ୍ୟାଗ କରିଛନ୍ତି; ଦରିଦ୍ରର ଭାଷା ବୁଝିପାରନ୍ତି, ଜାତି, ଧର୍ମ, ଭାଷାର ଊର୍ଦ୍ଧ୍ବକୁ ଯାଇ ନିଜକୁ ମାନବଧର୍ମୀ ବୋଲି ବିଚାରିବାକୁ କିଛିଦୂର ସମର୍ଥ ହୋଇଛନ୍ତି – ସେହିମାନଙ୍କ ଭିତରୁ କେହି ଜଣେ ତାଙ୍କ ଜୀବନୀ ଲେଖୁବେ ବୋଲି ମୁଁ ତ ଏହି ୧୯୮୩ ପର୍ଯ୍ୟନ୍ତ ଆଶା ରଖୁଛି ।

ସେ ଆଶା ପୂରଣ ହେବ କି ନାହିଁ ତାହା ଭବିଷ୍ୟତହିଁ କହିବ । ଏବେ ସେ ଗୋଟିଏ ସାପ୍ତାହିକ ପତ୍ରିକାରେ ତାଙ୍କ କଥା ଲେଖୁଛନ୍ତି । ତାହାର ଆବଶ୍ୟକତା ନିଶ୍ଚୟ ରହିଛି । ସେ ଗୋଟାଏ ଖୁବ୍ ଭଲ କାମ କରୁଛନ୍ତି; କିନ୍ତୁ ସେଇଟା ତାଙ୍କ ଜୀବନୀ ନୁହେଁ । ରଙ୍ଗମଞ୍ଚରେ ଅଭିନୟ କଲାବେଳେ ଦର୍ଶକହିଁ କହିପାରିବେ ସେ କିଭଳି କ’ଣ କରୁଚି – ସେ ନିଜେ ଯେତେ ଉଦ୍ୟମ କଲେ ବି କହିପାରିବ ନାହିଁ । ରମାଦେବୀ ନିଜ ବିଷୟରେ କେତେଦୂର କ’ଣ ଲେଖୁବେ ? ଏମିତି ହୋଇପାରେ ଯେ, ସେ କେତେକ ଦୃଷ୍ଟିରୁ ନିଜକୁ ଚିହ୍ନି ନାହାନ୍ତି; ଅର୍ଥାତ୍ ତାଙ୍କ ସାଧନା ଓ କର୍ମର ଫଳ ନାହିଁ । ଲେଖକର ଯେଉଁ ଯୋଗ୍ୟତା ଏହି ସମ୍ପର୍କରେ ଏଠାରେ ଉଲ୍ଲେଖ କରି ସେହି ଯୋଗ୍ୟତା ନଥ‌ିବା ଜଣେ ପ୍ରସିଦ୍ଧ ଲେଖକ ଯେତେ କସରତ କଲେ ମଧ୍ୟ ସଫଳ ହୋଇପାରିବ ନାହିଁ । ଓଡ଼ିଆ ଭାଷାରେ ପ୍ରକାଶିତ କେତୋଟି ଜୀବନୀ ଅତି ଖରାପ ହୋଇଛି, ତାହା ଆମେ ସମସ୍ତେ ଊଣା ଅଧିକେ ଜାଣୁ ।

ଏ ପୁସ୍ତକରେ ମୁଁ ରମାଦେବୀଙ୍କ ଜୀବନୀ ବା ତାଙ୍କ କୃତି ବିଷୟରେ ଲେଖୁନାହିଁ । ତାଙ୍କ ସହିତ ମିଶି ଓ ତାଙ୍କ ନିର୍ଦ୍ଦେଶ ବା ଇଚ୍ଛା ଅନୁସାରେ କାମ କରିବାର ସୁଯୋଗ ମତେ ମିଳିଛି ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ସ୍ଵାଧୀନତାପ୍ରାପ୍ତି ପରେ ରମାଦେବୀଙ୍କୁ ଜାଣିବାପାଇଁ କେଉଁମାନେ ସୁଯୋଗରୁ ବଞ୍ଚିତ ହେଲେ ?
(୨) ରମାଦେବୀଙ୍କ ଜୀବନୀ ପୁସ୍ତକ କିଏ ଲେଖୁବା ଉଚିତ ?
(୩) ବାଲେଶ୍ବରରେ ଲବଣ ଆଇନ ଅମାନ୍ୟ ବେଳେ ତାଙ୍କ ପଛରେ କେଉଁମାନେ ପୁଲିସର ଉପସ୍ଥିତିକୁ ଭୃକ୍ଷେପ ନ କରି ଚାଲିଥିଲେ ?
(୪) ଲେଖକର ଯୋଗ୍ୟତା ନ ଥାଇ ଜଣେ ଲେଖିଲେ କ’ଣ ହୁଏ ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ଜୀବନୀର ସ୍ଥାନ କାହିଁକି ପୂରଣ ହୋଇପାରିବ ନାହିଁ ?
(୨) ଆତ୍ମଜୀବନୀ କହିଲେ କ’ଣ ବୁଝାଏ ?
(୩) ଓଡ଼ିଆ ଭାଷାରେ ରଚିତ କେତେକ ଜୀବନୀ ଗ୍ରନ୍ଥ ଖରାପ ହେବାର କାରଣ କ’ଣ ?

ସମ୍ଭାବ୍ୟ ଉତ୍ତର
(କ) (୧) ସ୍ଵାଧୀନତାପ୍ରାପ୍ତି ପରେ ରମାଦେବୀଙ୍କୁ ଜାଣିବାପାଇଁ ତାଙ୍କ ସହିତ ଯେଉଁମାନେ ସୁଖର ସାଥୀ ରୂପରେ କାମ କରିବାକୁ ଆସିଥିଲେ ସେହିମାନେ ପ୍ରକୃତ ରମାଦେବୀଙ୍କୁ ଜାଣିବାର ସୁଯୋଗ ପାଇଲେ ନାହିଁ ।
(୨) ବାଲେଶ୍ଵରର ଲବଣ ଆଇନ ଅମାନ୍ୟ କ୍ଷେତ୍ରରେ ନେତୃତ୍ବ ନେଇ ଆଗେ ଆଗେ ଚାଲିଥିବା ରମାଦେବୀଙ୍କୁ ଯେଉଁମାନେ ପ୍ରକୃତ ଅର୍ଥରେ ଜାଣନ୍ତି ଓ ପ୍ରତ୍ୟକ୍ଷ ଦେଖୁଛନ୍ତି ଯେଉଁମାନେ ଦେଶପ୍ରେମୀ, ତ୍ୟାଗୀ,
(୩) ବାଲେଶ୍ଵରରେ ଲବଣ ଆଇନ ଅମାନ୍ୟବେଳେ ତାଙ୍କ ପଛରେ ୫୦୦ ଗାଉଁଲୀ ଝିଅ, ବୋହୂ, ବୁଢ଼ୀ ପୁଲିସର ଉପସ୍ଥିତିକୁ ଭୂକ୍ଷେପ ନ କରି ଚାଲିଥିଲେ ।
(୪) ଲେଖକର ଯୋଗ୍ୟତା ନ ଥାଇ ଜଣେ ଯେତେ କସରତ କଲେ ମଧ୍ୟ ଲେଖକ ଭାବରେ ସଫଳ ହୋଇପାରିବ ନାହିଁ ।

(ଖ) (୧) ନିଜେ ନିଜକୁ ଜଣେ ଯେତିକି ଜାଣିଛି ବା ଚିହ୍ନିଛି ତାହାର ବର୍ଣ୍ଣନା । ତାହା କେବେ ହେଲେ ଜୀବନୀର ସ୍ଥାନ ପୂରଣ କରିପାରିବ ନାହିଁ, କାରଣ ଆତ୍ମଜୀବନୀ ଲେଖକ ନିଜକୁ କେତେକ ଦୃଷ୍ଟିରୁ ଚିହ୍ନିପାରି ନଥା’ନ୍ତି ।
(୨) ଆତ୍ମଜୀବନୀ ହେଉଛି ନିଜେ ଲେଖକ ନିଜକୁ ନିଜେ ଯେପରି ଦେଖୁଛି, ଯାହା ନିଜ ବିଷୟରେ ଜାଣିଛି ତାହାର ବର୍ଣ୍ଣନା ମାତ୍ର । ଏଥରେ ନିଜ ସମ୍ବନ୍ଧୀୟ ଅନେକ କଥା ସେ ଜାଣି ନଥ‌ିବାରୁ ସେ ସବୁର ଉଲ୍ଲେଖ ନଥାଏ ।
(୩) ଜଣେ ଲେଖକର ଯେଉଁ ଯୋଗ୍ୟତା ରହିବା କଥା ତାହା ନଥିଲେ ସେ ଯେତେ ଉଦ୍ୟମ କଲେ ମଧ୍ୟ ଭଲ ଜୀବନୀ ଗ୍ରନ୍ଥ ଲେଖୁପାରିବ ନାହିଁ । ଏହି କାରଣରୁ ଓଡ଼ିଆ ଭାଷାରେ ରଚିତ କେତେକ ଜୀବନୀଗ୍ରନ୍ଥ ଖରାପ ହୋଇଛି ।

Leave a Comment