CHSE Odisha Class 12 Logic Unit 2 Short Answer Questions in Odia Medium

Odisha State Board CHSE Odisha Class 12 Logic Solutions Unit 2 ବ୍ୟବହିତ ଅନୁମାନ ଓ ମିଶ୍ର ତ୍ରିପଦୀଯୁକ୍ତି Short Answer Questions.

CHSE Odisha Class 12 Logic Unit 2 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।

1. ପ୍ରଥମ ନ୍ୟାୟ ସଂସ୍ଥାନର ସ୍ବତନ୍ତ୍ର ନିୟମାବଳୀ
Answer:
(୧) ସାଧ୍ୟାବୟବ ସାମାନ୍ୟ ହୁଏ ।
(୨) ପକ୍ଷାବୟବ ସଦର୍ଥକ ହୁଏ ।

2. ଦ୍ଵିତୀୟ ନ୍ୟାୟ ସଂସ୍ଥାନର ସ୍ଵତନ୍ତ୍ର ନିୟମାବଳୀ
Answer:
(୧) ସାଧ୍ୟାବୟବ ସାମାନ୍ୟ ହୁଏ ।
(୨) ହେତୁବାକ୍ୟ ଦ୍ଵୟରୁ ଗୋଟିଏ ନଞର୍ଥକ ହୁଏ ।

3. ତୃତୀୟ ନ୍ୟାୟ ସଂସ୍ଥାନର ସ୍ଵତନ୍ତ୍ର ନିୟମାବଳୀ
Answer:
(୧) ପକ୍ଷାବୟବ ସଦର୍ଥକ ହୁଏ ।
(୨) ଅନ୍ତତଃ ଗୋଟିଏ ହେତୁବାକ୍ୟ ସାମାନ୍ୟ ହୁଏ ।
(୩) ସିଦ୍ଧାନ୍ତ ବିଶେଷ ହୁଏ ।

CHSE Odisha Class 12 Logic Unit 2 Short Answer Questions in Odia Medium

4. ଚତୁର୍ଥ ନ୍ୟାୟ ସଂସ୍ଥାନର ସ୍ଵତନ୍ତ୍ର ନିୟମାବଳୀ
Answer:
(୧) ସାଧାବୟବ ସଦର୍ଥକ ହେଲେ ପକ୍ଷାବୟବ ସାମାନ୍ୟ ତର୍କବାକ୍ୟ ହୁଏ ।
(୨) ପକ୍ଷାବୟବ ସଦର୍ଥକ ହେଲେ ସିଦ୍ଧାନ୍ତ ବିଶେଷ ତର୍କବାକ୍ୟ ହୁଏ ।
(୩) କୌଣସି ଏକ ହେତୁବଚନ ନଞର୍ଥକ ହେଲେ ସାଧାବୟବ ସାମାନ୍ୟ ତର୍କବାକ୍ୟ ହୁଏ ।
(୪) ଅନ୍ତତଃ ଗୋଟିଏ ହେତୁବାକ୍ୟ ସଦର୍ଥକ ହୁଏ ।
(୫) କୌଣସି ହେତୁବାକ୍ୟ ବିଶେଷ ନଞର୍ଥକ ‘ଓ’ ହୁଏ ନାହିଁ ।
(୬) ସିଦ୍ଧାନ୍ତ କଦାପି ସାର୍ବିକ ସଦର୍ଥକ ବା ‘ଆ’ ତର୍କବଚନ ହୋଇପାରିବ ନାହିଁ ।

5. ଆରିଷ୍ଟଟଲ୍‌ଙ୍କ ମୌଳିକ ସୂତ୍ର ବା ସର୍ବାସ୍ପିନାସ୍ତି ସୂତ୍ର
Answer:
ତ୍ରିପଦୀଯୁକ୍ତିମାନଙ୍କର ବୈଧତା ପ୍ରତିପାଦନ କରିବାପାଇଁ ଆରିଷ୍ଟଟଲ୍ ଯେଉଁ ମୌଳିକ ସୂତ୍ରର ଅବତାରଣା କରିଥିଲେ ତାହା ‘ସର୍ବାସ୍ପିନାସ୍ତି’ ସୂତ୍ର ନାମରେ ପରିଚିତ । ଏହି ସୂତ୍ରଟି ହେଲା – ଯାହା ଗୋଟିଏ ଜାତି ସମ୍ପର୍କରେ ସ୍ଵୀକାର ବା ଅସ୍ଵୀକାର କରାଯିବ ତାହା ତଦନ୍ତର୍ଗତ କୌଣସି ବ୍ୟକ୍ତି କିମ୍ବା ଉପଜାତି ସମ୍ପର୍କରେ ସ୍ଵୀକାର ବା ଅସ୍ଵୀକାର କରାଯାଇପାରିବ ।

ଉଦାହରଣ – ସମସ୍ତ ଅଧ୍ୟାପକ ବିଦ୍ୱାନ୍ ଅଟନ୍ତି ।
ରାମବାବୁ ଜଣେ ଅଧ୍ୟାପକ ।
_____________________
∴ ରାମବାବୁ ଜଣେ ବିଦ୍ବାନ୍ ଅଟନ୍ତି ।

ଅଥବା, କୌଣସି ସନ୍ଥ ନିର୍ଭୟ ନୁହଁନ୍ତି ।
ବଳରାମ ଦାସ ଜଣେ ସନ୍ଥ ଅଟନ୍ତି ।
____________________________
∴ ବଳରାମ ଦାସ ନିର୍ଭୟ ନୁହନ୍ତି ।

6. ରୂପାନ୍ତରୀକରଣ
Answer:
ଆରିଷ୍ଟଟଲ୍‌ଙ୍କ ମୌଳିକ ସୂତ୍ର ସାହାଯ୍ୟରେ ନ୍ୟାୟରୂପମାନଙ୍କର ପ୍ରାମାଣିକତା ପରୀକ୍ଷା କରିବା ନିମିତ୍ତ ରୂପାନ୍ତରୀକରଣ ଏକାନ୍ତ ଅପରିହାର୍ଯ୍ୟ । ସର୍ବାସ୍ଥିନାସ୍ତି ସୂତ୍ର ସାହାଯ୍ୟରେ ପ୍ରାମାଣିକତା ପରୀକ୍ଷା କରିବା ନିମିତ୍ତ ସଦୋଷ ସଂସ୍ଥାନର ନ୍ୟାୟରୂପମାନଙ୍କର ନିଘୋଷ ନ୍ୟାୟରୂପମାନଙ୍କୁ ‘ପରିବର୍ତ୍ତନ’ ବୋଲି କୁହାଯାଇପାରେ ।
ରୂପାନ୍ତରୀକରଣ ଦୁଇ ପ୍ରକାର ଅଟେ – (୧) ସାକ୍ଷାତ୍ (ଅପରୋକ୍ଷ) (୨) ଅସାକ୍ଷାତ୍ (ପରୋକ୍ଷ) ।

7. ସାକ୍ଷାତ୍ ରୂପାନ୍ତରୀକରଣ
Answer:
ଆବଶ୍ୟକ ସ୍ଥଳେ ସମବର୍ତ୍ତନ, ବ୍ୟାବର୍ତ୍ତନ ଇତ୍ୟାଦି ସାହାଯ୍ୟରେ ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ସଂସ୍ଥାନର ନ୍ୟାୟରୂପଗୁଡ଼ିକର ହେତୁବାକ୍ୟମାନଙ୍କରେ ନିହିତ ପଦଗୁଡ଼ିକର ସ୍ଥାନ ପରିବର୍ତ୍ତନ ଅଥବା ହେତୁବାକ୍ୟମାନଙ୍କର ପରିବର୍ତ୍ତନ (ସାଧାବୟବରୁ ପକ୍ଷାବୟବକୁ ଅଥବା ପକ୍ଷାବୟବରୁ ସାଧାବୟବକୁ) କରି ସେଗୁଡ଼ିକୁ ବାର୍ବାରା, ସେଲାରେଣ୍ଟ୍, ଡାରିଇ କିମ୍ବା ଫେରିଓରେ ପରିଣତ କରିବା ପ୍ରକ୍ରିୟାକୁ ସାକ୍ଷାତ୍ ବା ଅପରୋକ୍ଷ ରୂପାନ୍ତରୀକରଣ କୁହାଯାଏ ।

8. ପରୋକ୍ଷ ରୂପାନ୍ତରୀକରଣ
Answer:
ଗୋଟିଏ ସଦୋଷ ନ୍ୟାୟରୂପର ସିଦ୍ଧାନ୍ତର ବିରୁଦ୍ଧ ତର୍କବାକ୍ୟ ଏବଂ ସେହି ନ୍ୟାୟରୂପର ଗୋଟିଏ ହେତୁବାକ୍ୟ ସାହାଯ୍ୟରେ ନିଘୋଷ ସଂସ୍ଥାନର ଗୋଟିଏ ପ୍ରମାଣିକ ନ୍ୟାୟରୂପ ଗଠନକୁ ପରୋକ୍ଷ ରୂପାନ୍ତରୀକରଣ କୁହାଯାଏ ।

9. ପ୍ରତ୍ୟକ୍ଷ ରୂପାନ୍ତରୀକରଣରେ ‘ବୋକାଡ଼ୋ’ ଏବଂ ‘ବାରୋକୋ’
Answer:
ବୋକାର୍ଡ଼ ଓ ବାରୋକୋ ନ୍ୟାୟମୂର୍ତ୍ତିଟି ପ୍ରତ୍ୟକ୍ଷଭାବରେ ରୂପାନ୍ତରୀକରଣ ହୋଇପାରିବ ନାହିଁ । ତେଣୁ ତାର୍କିକମାନେ ବୋକାଡ଼ୋର ଡୋକ୍‌ସାମୋସ୍ଟରୁ ଡାରିଇ ଓ ବାରୋକୋର ଫାକ୍‌କୋରୁ ଫେରିଓକୁ ରୂପାନ୍ତରୀକରଣ କରିଥା’ନ୍ତି ।

10. ଯଥୋପଯୋଗୀ ବା ମୌଳିକ ନ୍ୟାୟରୂପ
Answer:
ଯେଉଁ ପ୍ରାମାଣିକ ନ୍ୟାୟରୂପର ହେତୁବାକ୍ୟରେ ସିଦ୍ଧାନ୍ତ ପାଇବା ନିମିତ୍ତ ଅନ୍ତତଃ ଯେତିକି ପଦ ବ୍ୟାପ୍ୟ ହେବା ଆବଶ୍ୟକ କେବଳ ସେତିକି ପଦ ବ୍ୟାପ୍ୟ ହୋଇଥାଏ, ତାହାକୁ ଯଥୋପଯୋଗୀ ବା ମୌଳିକ ନ୍ୟାୟରୂପ କହନ୍ତି ।
ଯଥା – ବିଭିନ୍ନ ସଂସ୍ଥାନର ୨୪ଟି ପ୍ରାମାଣିକ ନ୍ୟାୟରୂପମାନଙ୍କ ମଧ୍ୟରୁ ୧୫ଟି ନ୍ୟାୟରୂପ ଯଥୋପଯୋଗୀ ।

CHSE Odisha Class 12 Logic Unit 2 Short Answer Questions in Odia Medium

11. ସବଳୀକୃତ ବା ଅତିବଳ ନ୍ୟାୟରୂପ
Answer:
ଯେଉଁ ପ୍ରାମାଣିକ ନ୍ୟାୟରୂପର ହେତୁବାକ୍ୟରେ ସିଦ୍ଧାନ୍ତ ପାଇବା ନିମିତ୍ତ ଅନ୍ତତଃ ଯେତିକି ପଦ ବ୍ୟାପ୍ୟ ହେବା ଆବଶ୍ୟକ ତହିଁରୁ ଅଧ‌ିକ ପଦ ବ୍ୟାପ୍ୟ ହୋଇଥାଏ ଏବଂ ଗୋଟିଏ ସାମାନ୍ୟ ହେତୁବାକ୍ୟ ପରିବର୍ତ୍ତେ ତଦନୁରୂପ ବିଶେଷ ତର୍କବାକ୍ୟକୁ ହେତୁବାକ୍ୟରୂପେ ଗ୍ରହଣ କଲେ ମଧ୍ୟ ସିଦ୍ଧାନ୍ତଟି ପାଇବା ସମ୍ଭବପର, ତାହାକୁ ସବଳୀକୃତ ବା ଅତିବଳ ନ୍ୟାୟରୂପ କୁହାଯାଏ । ବିଭିନ୍ନ ସଂସ୍ଥାନର ୨୪ଗୋଟି ପ୍ରାମାଣିକ ନ୍ୟାୟରୂପମାନଙ୍କ ମଧ୍ୟରୁ ୧୯ ଗୋଟିକୁ ସବଳ ନ୍ୟାୟରୂପ କହନ୍ତି ।

12. ଦୁର୍ବଳୀକୃତ ନ୍ୟାୟରୂପ
Answer:
ଯେଉଁ ପ୍ରାମାଣିକ ନ୍ୟାୟରୂପରେ ସାମାନ୍ୟ ସିଦ୍ଧାନ୍ତ ପାଇବା ସମ୍ଭବପର ହେଉଥିଲେ ହେଁ ତତ୍‌ପରିବର୍ତ୍ତେ ତଦନୁରୂପ ବିଶେଷ ତର୍କବାକ୍ୟକୁ ସିଦ୍ଧାନ୍ତରୂପେ ଗ୍ରହଣ କରାଯାଏ । ତାହାକୁ ଦୁର୍ବଳୀକୃତ ନ୍ୟାୟରୂପ କୁହାଯାଏ । ବିଭିନ୍ନ ସଂସ୍ଥାନର ୨୪ ଗୋଟି ପ୍ରାମାଣିକ ନ୍ୟାୟରୂପମାନଙ୍କ ମଧ୍ୟରୁ ୫ ଗୋଟି ନ୍ୟାୟରୂପ ଦୁର୍ବଳୀକୃତ ଅଟେ ।

13. ମିଶ୍ର ତ୍ରିପଦୀଯୁକ୍ତି :
Answer:
ଯେଉଁ ତ୍ରିପଦୀଯୁକ୍ତିର ଅବୟବତ୍ରୟରେ ଏକାଧ୍ଵ ପ୍ରକାରର ତର୍କବାକ୍ୟ ବ୍ୟବହୃତ ହୋଇଥାଏ, ତାହାକୁ ମିଶ୍ର ତ୍ରିପଦୀଯୁକ୍ତି କୁହାଯାଏ ।
ହୁଏତ କ ଖ ଅଟେ କିମ୍ବା ଗ ଘ ଅଟେ ।
କ ଖ ନୁହେଁ ।
___________
∴ ଗ ଘ ଅଟେ ।

ହୁଏତ ରାମ ଧନୀ କିମ୍ବା ଗରିବ ଅଟେ ।
ରାମ ଧନୀ ନୁହେଁ ।
___________
∴ ରାମ ଗରିବ ଅଟେ ।

14. ମିଶ୍ର ତ୍ରିପଦୀଯୁକ୍ତିର ପ୍ରକାରଭେଦ :
Answer:
ମିଶ୍ର ତ୍ରିପଦୀଯୁକ୍ତି ୪ ପ୍ରକାରର ଅଟେ; ଯଥା –
(କ) ମିଶ୍ର ପ୍ରାକଳ୍ପିକ – ନିରପେକ୍ଷ ଯୁକ୍ତି
(ଖ) ମିଶ୍ର ବୈକଳ୍ପିକ – ନିରପେକ୍ଷ ଯୁକ୍ତି
(ଗ) ମିଶ୍ର ବିଯୋଜକ – ନିରପେକ୍ଷ ଯୁକ୍ତି
(ଘ) ଦ୍ବିଶୃଙ୍ଗକ ଯୁକ୍ତି ବା କୂଟନ୍ୟାୟ

15. ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି :
Answer:
ଯେଉଁ ତ୍ରିପଦୀଯୁକ୍ତିର ସାଧାବୟବ ଗୋଟିଏ ପ୍ରାକଳ୍ପିକ ତର୍କବାକ୍ୟ, ପକ୍ଷାବୟବ ନିରପେକ୍ଷ ଏବଂ ସିଦ୍ଧାନ୍ତ ନିରପେକ୍ଷ ଅଟେ, ତାହାକୁ ମିଶ୍ର ପ୍ରାକଚ୍ଛିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଖ ହୁଏ ।
___________
∴ ଗ ଘ ହୁଏ ।

ଯଦି ସୂର୍ଯ୍ୟ ଥାଏ, ଆଲୋକ ଥାଏ ।
ସୂର୍ଯ୍ୟ ଅଛି ।
____________
∴ ଆଲୋକ ଅଛି ।

16. ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିର ନିୟମ :
Answer:
(୧) ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ; ମାତ୍ର ଏହାର ବିପରୀତ ନିୟମ ପ୍ରଣିଧାନଯୋଗ୍ୟ ନୁହେଁ ।
(୨) ସାଧାବୟବର ଅନୁଗକୁ ପକ୍ଷାବୟବରେ ଅସ୍ବୀକାର କଲେ, ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ; ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।

17. ଭାବାତ୍ମକ ପ୍ରାକଳ୍ପିକ ଯୁକ୍ତି :
Answer:
ଯେଉଁ ମିଶ୍ର ପ୍ରାକଚ୍ଛିକ-ନିରପେକ୍ଷ ଯୁକ୍ତିରେ ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କରାଯାଇ ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ, ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ; ତାହାକୁ ଭାବାତ୍ମକ ପ୍ରାକଳ୍ପିକ ଯୁକ୍ତି କୁହାଯାଏ ।
ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
କ ଖ ଅଟେ ।
______________
∴ ଗ ଘ ଅଟେ ।

ଯଦି ବର୍ଷା ହୁଏ, ତେବେ ବନ୍ୟା ହୁଏ ।
ବର୍ଷା ହୁଏ ।
____________
∴ ବନ୍ୟା ହୁଏ ।

CHSE Odisha Class 12 Logic Unit 2 Short Answer Questions in Odia Medium

18. ନିଷେଧାତ୍ମକ ପ୍ରାକଳ୍ପିକ ଯୁକ୍ତି :
Answer:
ଯେଉଁ ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିରେ ସାଧାବୟବର ଅନୁଗକୁ ପକ୍ଷାବୟବରେ ଅସ୍ବୀକାର କଲେ ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ, ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ, ତାହାକୁ ନିଷେଧାତ୍ମକ ପ୍ରାକଳ୍ପିକ ଯୁକ୍ତି କୁହାଯାଏ ।

ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଗ ଘ ନୁହେଁ ।
_____________
∴ କ ଖ ନୁହେଁ ।

ଯଦି ସେ ଆସେ, ତେବେ ମୁଁ ଯିବି ।
ମୁଁ ଯିବି ନାହିଁ ।
___________________
∴ ସେ ଆସିବ ନାହିଁ ।

19. ଅନୁଗ ସ୍ବୀକୃତିଭିଭିକ ଦୋଷ :
Answer:
ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିର ପ୍ରଥମ ନିୟମ ଅନୁଯାୟୀ ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କଲେ, ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ । ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।
ଯଦି କ ଖ ହୁଏ ତେବେ ଗ ଘ ହୁଏ ।
କ ଖ ହୁଏ ।
___________
∴ ଗ ଘ ହୁଏ ।

ମାତ୍ର ଏହି ନିୟମକୁ ଲଙ୍ଘନ କଲେ ଅର୍ଥାତ୍ ସାଧାବୟବର ଅନୁଗକୁ ପକ୍ଷାବୟବରେ ସ୍ଵୀକାର କରି ପୂର୍ବଗକୁ ସିଦ୍ଧାନ୍ତରେ ସ୍ଵୀକାର କଲେ ଏହି ତର୍କଦୋଷ ଜାତ ହୁଏ ।
ଉଦାହରଣ – ଯଦି କ ଖ ହୁଏ ତେବେ ଗ ଘ ହୁଏ ।
ଗ ଘ ହୁଏ ।
____________
∴ କ ଖ ହୁଏ ।

ଯଦି ସୂର୍ଯ୍ୟ ଥାଏ ତେବେ ଆଲୋକ ଥାଏ ।
ଆଲୋକ ଅଛି ।
_____________
∴ ସୂର୍ଯ୍ୟ ଅଛି ।

20. ପୂର୍ବଗ ଅସ୍ଵୀକୃତିଭିତ୍ତିକ ଦୋଷ :
Answer:
ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ଯୁକ୍ତିର ୨ୟ ନିୟମ ଅନୁଯାୟୀ ସାଧାବୟବର ଅନୁଗକୁ ପକ୍ଷାବୟବରେ ଅସ୍ଵୀକାର କଲେ ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ବୀକାର କରାଯାଏ । ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଗ ଘ ହୁଏ ନାହିଁ ।
_______________
∴ କ ଖ ହୁଏ ନାହିଁ ।

କିନ୍ତୁ ବିପରୀତ କ୍ରମେ ଯଦି ପକ୍ଷାବୟବଦ୍ଵାରା ପୂର୍ବଗ ଅସ୍ଵୀକୃତ ହୁଏ ଏବଂ ତାହାକୁ ଭିଭିକରି ସିଦ୍ଧାନ୍ତରେ ଅନୁଗକୁ ଅସ୍ଵୀକାର କରାଯାଏ, ତେବେ ଏହି ନିୟମ ଲଙ୍ଘିତ ହୁଏ ଏବଂ ଯୁକ୍ତିଟି ଦୋଷଯୁକ୍ତ ହୋଇଥାଏ । ଏହାକୁ ପୂର୍ବଗ ଅସ୍ଵୀକୃତିଭିତ୍ତିକ ଦୋଷ କହନ୍ତି ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
କ ଖ ହୁଏ ନାହିଁ ।
___________
∴ ଗ ଘ ହୁଏ ନାହିଁ ।

ଯଦି ସୂର୍ଯ୍ୟ ଥାଏ, ତେବେ ଆଲୋକ ଥାଏ ।
ସୂର୍ଯ୍ୟ ନାହିଁ ।
___________________
∴ ଆଲୋକ ନାହିଁ ।

CHSE Odisha Class 12 Logic Unit 2 Short Answer Questions in Odia Medium

21. ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିରେ ଗୋଟିଏ ହେତୁବାକ୍ୟ ବୈକଳ୍ପିକ, ଅପରଟି ନିରପେକ୍ଷ ଓ ସିଦ୍ଧାନ୍ତ ନିରପେକ୍ଷ ହୋଇଥାଏ, ତାହାକୁ ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଉଦାହରଣ – ହୁଏତ କ ଖ ଅଟେ କିମ୍ବା ଗ ଘ ଅଟେ ।
କ ଖ ଅଟେ ।
______________
∴ ଗ ଘ ନୁହେଁ ।

ହୁଏତ ହରି ସାଧୁ କିମ୍ବା ଅସାଧୁ ଅଟେ ।
ହରି ସାଧୁ ଅଟେ ।
__________________
∴ ହରି ଅସାଧୁ ନୁହେଁ ।

22. ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି :
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିରେ ସାଧାବୟବ ଗୋଟିଏ ବିଯୋଜକ ତର୍କବାକ୍ୟ, ପକ୍ଷାବୟବ ନିରପେକ୍ଷ ଓ ସିଦ୍ଧାନ୍ତ ନିରପେକ୍ଷ ଅଟେ, ତାହାକୁ ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଉଦାହରଣ – କ ଉଭୟ ଖ ଏବଂ ଗ ନୁହେଁ ।
କ ଖ ଅଟେ ।
_________________
∴ କ ଗ ନୁହେଁ ।

ରୀନା ଉଭୟ ସରଳା ଓ ନିଷ୍ଠୁର ନୁହେଁ ।
ରୀନା ସରଳା ଅଟେ ।
___________________
∴ ରୀନା ନିଷ୍ଠୁର ନୁହେଁ ।

23. ଦ୍ବିଶୃଙ୍ଗକ ଯୁକ୍ତି ବା କୂଟନ୍ୟାୟ :
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ସାଧାବୟବ ଦୁଇଟି ପ୍ରାକଳ୍ପିକ ତର୍କବାକ୍ୟର ସମଷ୍ଟି, ପକ୍ଷାବୟବ ଗୋଟିଏ ବୈକଳ୍ପିକ ତର୍କବାକ୍ୟ ଏବଂ ସିଦ୍ଧାନ୍ତ ନିରପେକ୍ଷ ଅଥବା ବୈକଳ୍ପିକ ତର୍କବାକ୍ୟ ହୋଇଥାଏ, ତାହାକୁ ଦ୍ବିଶୃଙ୍ଗକ ଯୁକ୍ତି ବା କୂଟନ୍ୟାୟ କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ଗ ଘ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
______________________________
∴ ଗ ଘ ହୁଏ ।

ଯଦି ପୁତ୍ର ଯୋଗ୍ୟ ହୁଏ ତେବେ ଧନ ସଞ୍ଚୟ ଅନାବଶ୍ୟକ ଏବଂ ଯଦି ପୁତ୍ର ଅଯୋଗ୍ୟ ହୁଏ ତେବେ ଧନ ସଞ୍ଚୟ
ଅନାବଶ୍ୟକ ।

ହୁଏତ ପୁତ୍ର ଯୋଗ୍ୟ ହୋଇପାରେ କିମ୍ବା ଅଯୋଗ୍ୟ ହୋଇପାରେ ।
∴ ଧନ ସଞ୍ଚୟ ଅନାବଶ୍ୟକ ।

24. ଦ୍ଵିଶୃଙ୍ଗକ ଯୁକ୍ତିର ନିୟମ :
Answer:
ଦ୍ବିଶୃଙ୍ଗକ ଯୁକ୍ତିର ଦୁଇଟି ନିୟମ ରହିଛି । ଏହାର ନିୟମ ଦୁଇଟି ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ଯୁକ୍ତି ଉପରେ ଆଧାରିତ ।
(୧) ସାଧାବୟବର ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକଭାବେ ସ୍ବୀକାର କଲେ, ତାହାର ଅନୁଗଦ୍ଵୟକୁ ସିଦ୍ଧାନ୍ତରେ ନୁହେଁ ।
(୨) ସାଧାବୟବର ଅନୁଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକଭାବେ ଅସ୍ବୀକାର କଲେ, ତାହାର ପୂର୍ବଗ ଦ୍ଵୟକୁ ସିଦ୍ଧାନ୍ତରେ ହୁଏତ ନିରପେକ୍ଷ କିମ୍ବା ବୈକଳ୍ପିକ ଭାବେ ଅସ୍ବୀକାର କରାଯାଏ; କିନ୍ତୁ ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।

25. ଦ୍ଵିଶୃଙ୍ଗକ ଯୁକ୍ତିର ପ୍ରକାରଭେଦ :
Answer:
ଦ୍ବିଶୃଙ୍ଗକ ଯୁକ୍ତିକୁ ୪ ଭାଗରେ ବିଭକ୍ତ କରାଯାଏ; ଯଥା –
(୧) ସରଳ ଭାବାତ୍ମକ
(୨) ଜଟିଳ ଭାବାତ୍ମକ
(୩) ସରଳ ନିଷେଧାତ୍ମକ
(୪) ଜଟିଳ ନିଷେଧାତ୍ମକ

26. ସରଳ ଭାବାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି :
Answer:
ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବରେ ଥ‌ିବା ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ସ୍ଵୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ନିରପେକ୍ଷ ଭାବେ ସ୍ଵୀକାର କରାଯାଏ, ତାହାକୁ ସରଳ ଭାବାତ୍ମକ ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ଗ ଘ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
_________________________________
∴ ଗ ଘ ହୁଏ ।

27. ସରଳ ନିଷେଧାତ୍ମକ ଦୃଶୃଙ୍ଗକ ଯୁକ୍ତି :
Answer:
ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବରେ ଥ‌ିବା ଅନୁଗଦ୍ଵୟକୁ ପକ୍ଷାବୟବରେ ଅସ୍ବୀକାର କରି ସିଦ୍ଧାନ୍ତରେ ପୂର୍ବଗଦ୍ଵୟକୁ ଅସ୍ଵୀକାର କରାଯାଏ ଏବଂ ପୂର୍ବଗଦ୍ଵୟରୁ ନିରପେକ୍ଷ ସିଦ୍ଧାନ୍ତ ଗ୍ରହଣ କରାଯାଏ, ତାହାକୁ ସରଳ ନିଷେଧାତ୍ମକ ବିଶୃଙ୍ଗକ ଯୁକ୍ତି କୁହାଯାଏ ।

ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି କ ଖ ହୁଏ, ତେବେ ଚ ଛ ହୁଏ ।
ହୁଏତ ଗ ଘ ହୁଏ ନାହିଁ କିମ୍ବା ଚ ଛ ହୁଏ ନାହିଁ ।
∴ କ ଖ ହୁଏ ନାହିଁ ।

28. ଜଟିଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତି :
Answer:
ଯେଉଁ ବିଶୃଙ୍ଗକ ଯୁକ୍ତିର ସାଧାବୟବର ପୂର୍ବଗ ଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ସ୍ଵୀକାର କଲେ ତାହାର ଅନୁଗଦ୍ଵୟକୁ ସିଦ୍ଧାନ୍ତରେ ବୈକଳ୍ପିକ ଭାବେ ସ୍ଵୀକାର କରାଯାଏ, ତାହାକୁ ଜଟିଳ ଭାବାତ୍ମକ ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
∴ ହୁଏତ ଗ ଘ ହୁଏ କିମ୍ବା ବ ଭ ହୁଏ ।

CHSE Odisha Class 12 Logic Unit 2 Short Answer Questions in Odia Medium

29. ଜଟିଳ ନିଷେଧାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି :
Answer:
ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବର ଅନୁଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ଅସ୍ଵୀକାର କଲେ ତାହାର ପୂର୍ବଗ ଦ୍ଵୟକୁ ସିଦ୍ଧାନ୍ତରେ ବୈକଳ୍ପିକ ଭାବେ ଅସ୍ବୀକାର କରାଯାଏ, ତାହାକୁ ଜଟିଳ ନିଷେଧାତ୍ମକ ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ ଗ ଘ ହୁଏ ନାହିଁ କିମ୍ବା . ହୁଏତ କ ଖ ହୁଏ ନାହିଁ କିମ୍ବା
ବ ଭ ହୁଏ ନାହିଁ ।
___________________
∴ ପ ଫ ହୁଏ ନାହିଁ ।

30. ଦ୍ଵିଶୃଙ୍ଗକ ଯୁକ୍ତିର ପ୍ରତିରୋଧ :
Answer:
କୌଣସି ଏକ ଜଟିଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତିକୁ ଅପ୍ରାମାଣିକ ବୋଲି ପ୍ରତିପାଦନ କରିବାର ତୃତୀୟ ପନ୍ଥା ହେଉଛି, ଦତ୍ତ ଯୁକ୍ତିକୁ ଏକ ପ୍ରତିରୋଧୀ ଯୁକ୍ତି ସାହାଯ୍ୟରେ ଖଣ୍ଡନ କରି ଏହାର ମୂଳ ଦ୍ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତଟି ଅଯଥାର୍ଥ ବୋଲି ପ୍ରମାଣିତ କରିବା । କାରଣ ପ୍ରତିରୋଧୀ ଦ୍ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ ଦତ୍ତ ସିଦ୍ଧାନ୍ତର ବିପରୀତ ହୁଏ । ଏହାକୁ ଦ୍ବିଶୃଙ୍ଗକ ଯୁକ୍ତିର ପ୍ରତିରୋଧୀ କୁହାଯାଏ ।

31. ଦ୍ଵିଶୃଙ୍ଗକ ଯୁକ୍ତିର ପ୍ରତିରୋଧ ପ୍ରଣାଳୀ :
Answer:
(କ) ପ୍ରଥମେ ଗୋଟିଏ ଜଟିଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତି ନିଆଯାଉ ।
(ଖ) ସାଧାବୟବର ଅନୁଗଦ୍ଵୟର ସ୍ଥାନ ପରିବର୍ତ୍ତନ କରାଯାଉ ।
(ଗ) ସ୍ଥାନ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ସେହି ଅନୁଗଦ୍ଵୟର ଗୁଣ ମଧ୍ୟ ପରିବର୍ତ୍ତିତ ହେବା ସମ୍ଭବ ଅଟେ ।

32. ପ୍ରତିରୋଧାତ୍ମକ ଦ୍ବିଶୃଙ୍ଗକ ଯୁକ୍ତିର ଉଦାହରଣ :
Answer:
ଦତ୍ତ ଦ୍ବିଶୃଙ୍ଗକ ଯୁକ୍ତି
ଯଦି କ ଖ ହୁଏ ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ ତେବେ ବ ଭ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
_______________________________
∴ ହୁଏତ ଗ ହୁଏ କିମ୍ବା ବ ଭ ହୁଏ ।

ପ୍ରତିରୋଧୀ ଦ୍ବିଶୃଙ୍ଗକ ଯୁକ୍ତି :
ଯଦି କ ଖ ହୁଏ ତେବେ ବ ଭ ହୁଏ ନାହିଁ ଏବଂ ଯଦି ପ ଫ ହୁଏ ତେବେ ଗ ଘ ହୁଏ ନାହିଁ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
______________________________________
∴ ହୁଏତ ବ ଭ ହୁଏ ନାହିଁ କିମ୍ବା ଗ ଘ ହୁଏ ନାହିଁ ।

33. ଶୃଙ୍ଗିକ ଅଭିମର୍ଦ୍ଦନାତ୍ମକ ପରିତ୍ରାଣ :
Answer:
ଏହି ପ୍ରଣାଳୀରେ ସାଧାବୟବର ଗୋଟିଏ ପ୍ରାକଳ୍ପିକ ତର୍କବାକ୍ୟକୁ ମିଥ୍ୟା ବୋଲି ପ୍ରତିପାଦିତ କରାଯାଏ । ଅର୍ଥାତ୍ ଗୋଟିଏ ପ୍ରାକଳ୍ପିକ ତର୍କବାକ୍ୟର ପୂର୍ବଗ ଓ ଅନୁଗ ମଧ୍ୟରେ ଥ‌ିବା ସମ୍ପର୍କ ଅବାସ୍ତବ ବୋଲି ପ୍ରମାଣ କରି ବିଶୃଙ୍ଗକ ଯୁକ୍ତିକୁ ଖଣ୍ଡନ କରାଯାଏ । ଯଦି ଅନୁଗ ଯଥାଯଥ ଭାବରେ ପୂର୍ବଗରୁ ନିଃସୃତ ହେଉନଥାଏ ଅଥବା ପୂର୍ବଗର ଅନୁଗାମୀ ହୋଇନଥାଏ, ତେବେ ଶୃଙ୍ଗଟି ଦୁର୍ବଳ ବୋଲି ଜଣାଯାଏ । ପୂର୍ବଗକୁ ସ୍ଵୀକାର କଲେ ମଧ୍ୟ ଅନୁଗଟି ସ୍ବୀକୃତ ହୁଏ ନାହିଁ ।

ଉଦାହରଣ –
ଯଦି ଭାଗ୍ୟରେ ଆରୋଗ୍ୟ ହେବାର ଥାଏ, ଚିକିତ୍ସକ ପରାମର୍ଶ ଅନାବଶ୍ୟକ ଏବଂ ଯଦି ଭାଗ୍ୟରେ ଆରୋଗ୍ୟ ହେବାର ନଥାଏ, ଚିକିତ୍ସକ ପରାମର୍ଶ ଅନାବଶ୍ୟକ ।
ହୁଏତ ଭାଗ୍ୟରେ ଆରୋଗ୍ୟ ହେବାର ଅଛି ଅଥବା ଭାଗ୍ୟରେ ଆରୋଗ୍ୟ ହେବାର ନାହିଁ ।
_____________________________________________________________________
∴ ଚିକିତ୍ସକ ପରାମର୍ଶ ଅନାବଶ୍ୟକ ।

34. ଶୃଙ୍ଗଦ୍ଵୟ ଅଭିମର୍ଦ୍ଦନାତ୍ମକ ପରିତ୍ରାଣ
Answer:
ଉଭୟ ପ୍ରାକଳ୍ପିକ ହେତୁବାକ୍ୟର ଅନୁଗ ବସ୍ତୁତଃ ପୂର୍ବଗର ଅନୁଗାମୀ ନୁହେଁ ବୋଲି ପ୍ରଦର୍ଶନ କଲେ ତାହାକୁ ଶୃଙ୍ଗଦ୍ଵୟ ଅଭିମର୍ଦ୍ଦନାତ୍ମକ ପରିତ୍ରାଣ କୁହାଯାଏ ।
ଉଦାହରଣ –
ଯଦି ମୋର ମରିବାର ଥ‌ିବ, ତେବେ ଔଷଧ ଖାଇବା ନିରର୍ଥକ ଏବଂ ଯଦି ମୋର ବଞ୍ଚିବାର ଥ‌ିବ, ତେବେ ଔଷଧ
ଖାଇବା ନିରର୍ଥକ ।
ହୁଏତ ମୋର ମରିବାର ଅଥବା ବଞ୍ଚିବାର ଥ‌ିବ ।
_____________________________________
∴ ଔଷଧ ଖାଇବା ନିରର୍ଥକ ।

35. ଶୃଙ୍ଗଦ୍ଵୟାନ୍ତରାଳେ ପଳାୟନ :
Answer:
ଦ୍ବିଶୃଙ୍ଗକ ଯୁକ୍ତି ସୂଚିତ ସଙ୍କଟରୁ ପରିତ୍ରାଣ ପାଇବାପାଇଁ ପକ୍ଷାବୟବ ବସ୍ତୁତଃ ଅସମ୍ପୂର୍ଣ୍ଣ ବୋଲି ପ୍ରଦର୍ଶନ କଲେ ଅର୍ଥାତ୍ ଯୁକ୍ତି ପ୍ରଦତ୍ତ କଳ୍ପଦ୍ଵୟ ବ୍ୟତୀତ ଅନ୍ୟ ଏକ କଳ୍ପର ସମ୍ଭାବନା ଦର୍ଶାଇ ପାରିଲେ, ତାହାକୁ ଶୃଙ୍ଗାଦ୍ଵୟାନ୍ତରାଳେ ପଳାୟନ ବୋଲି କୁହାଯାଏ ।

CHSE Odisha Class 12 Logic Unit 2 Short Answer Questions in Odia Medium

ଯଥା – ଯଦି ମୁଁ ବିଦ୍ୟାଳୟକୁ ସମୟ ହେବା ପୂର୍ବରୁ ଆସେ, ତେବେ ସାଙ୍ଗମାନେ ଉପହାସ କରନ୍ତି ଏବଂ ମୁଁ ଯଦି ବିଦ୍ୟାଳୟକୁ ସମୟ ହେବା ପରେ ଆସେ, ତେବେ ଶିକ୍ଷକ ଦଣ୍ଡ ଦିଅନ୍ତି ।
ହୁଏତ ମୁଁ ବିଦ୍ୟାଳୟକୁ ସମୟ ହେବା ପୂର୍ବରୁ ଅଥବା ପରେ ଆସେ ।
________________________________________________________________
∴ ହୁଏତ ସାଙ୍ଗମାନେ ମୋତେ ଉପହାସ କରନ୍ତି ଅଥବା ଶିକ୍ଷକ ଦଣ୍ଡ ଦିଅନ୍ତି ।

B. ପାର୍ଥକ୍ୟ ଦର୍ଶାଅ ବା ବୁଝାଅ ବା ପ୍ରମାଣ କର ।

1. ସାକ୍ଷାତ୍ ଓ ଅସାକ୍ଷାତ୍‌ ରୂପାନ୍ତରୀକରଣ
Answer:
ସାକ୍ଷାତ୍ ରୂପାନ୍ତରୀକରଣ – ଆବଶ୍ୟକତା ଅନୁଯାୟୀ ହେତୁବାକ୍ୟଦ୍ୱୟର ପରସ୍ପର ସ୍ଥାନ ପରିବର୍ତ୍ତନ ତଥା ଯୁକ୍ତିଯୁକ୍ତ ତର୍କବାକ୍ୟମାନଙ୍କରେ ଅବ୍ୟବହିତାନୁମାନର ପ୍ରୟୋଗଦ୍ଵାରା ଗୋଟିଏ ନ୍ୟାୟରୂପକୁ ଅନ୍ୟ ଏକ ନ୍ୟାୟରୂପରେ ପରିଣତ କରିବା ପ୍ରକ୍ରିୟାକୁ ସାକ୍ଷାତ୍ ରୂପାନ୍ତରୀକରଣ କୁହାଯାଏ ।

ଅସାକ୍ଷାତ୍ ରୂପାନ୍ତରୀକରଣ – ଗୋଟିଏ ସଦୋଷ ନ୍ୟାୟରୂପର ସିଦ୍ଧାନ୍ତର ବିରୁଦ୍ଧ ତର୍କବାକ୍ୟ ଏବଂ ସେହି ନ୍ୟାୟରୂପର ଗୋଟିଏ ହେତୁବାକ୍ୟ ସାହାଯ୍ୟରେ ନିଘୋଷ ସଂସ୍ଥାନର ଗୋଟିଏ ପ୍ରାମାଣିକ ନ୍ୟାୟରୂପ ଗଠନକୁ ଅସାକ୍ଷାତ୍ ରୂପାନ୍ତରୀକରଣ କୁହାଯାଏ ।

2. ଯଦି ପକ୍ଷପଦ ହେତୁବାକ୍ୟରେ ବିଧେୟ ହୁଏ, ସିଦ୍ଧାନ୍ତ ‘ଆ’ ହୋଇନପାରେ । ପ୍ରମାଣ କର ।
Answer:
ପ୍ରମାଣ – ଯଦି ପକ୍ଷପଦ ପକ୍ଷାବୟବରେ ବିଧେୟ ହୁଏ, ତେବେ ତାହା ବ୍ୟାପ୍ୟ ବା ଅବ୍ୟାପ୍ୟ ହୋଇପାରେ । ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ହେଲେ ପକ୍ଷାବୟବ ନଞ୍ଜର୍ଥକ ହୁଏ । କାରଣ ପକ୍ଷପଦ ବିଧେୟ । ନଞର୍ଥକ ତର୍କବାକ୍ୟରେ ବିଧେୟ ସମାନ ବ୍ୟାପ୍ୟ ହୋଇଥିବାରୁ ପକ୍ଷାବୟବ ନଞର୍ଥକ ହେଲେ ସିଦ୍ଧାନ୍ତ ନଞର୍ଥକ ହୁଏ । ତେଣୁ ସିଦ୍ଧାନ୍ତ ‘ଆ’ ହୋଇପାରିବ ନାହିଁ ।

ଯଦି ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ନହୁଏ ତେବେ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ପକ୍ଷପଦ ସିଦ୍ଧାନ୍ତରେ ଉଦ୍ଦେଶ୍ୟ ଏବଂ ଏଥିରେ ଅବ୍ୟାପ୍ୟ । କେବଳ ବିଶେଷ ତର୍କବାକ୍ୟରେ ଉଦ୍ଦେଶ୍ୟ ଅଦ୍ୟାପ୍ୟ । ଅତଏବ ସିଦ୍ଧାନ୍ତ ‘ଆ’ ହୋଇପାରିବ ନାହିଁ ।

3. ଯଦି ସାଧପଦ ବିଧେୟ ହୁଏ, ତେବେ ପକ୍ଷାବୟବ ସଦର୍ଥକ ହେବ । ପ୍ରମାଣ କର ।
Answer:
ପ୍ରମାଣ – ଯଦି ସାଧପଦ ସାଧାବୟବରେ ବିଧେୟ ହୁଏ ତେବେ ତାହା ବ୍ୟାପ୍ୟ କିମ୍ବା ଅବ୍ୟାପ୍ୟ ହୋଇପାରେ । ସାଧ୍ୟପଦ ସାଧାବୟବରେ ବ୍ୟାପ୍ୟ ହେଲେ ସାଧାବୟବ ନଞ୍ଜର୍ଥକ ହୁଏ ଏବଂ ପକ୍ଷାବୟବ ସଦର୍ଥକ ହୁଏ । କାରଣ ଉଭୟ ହେତୁବାକ୍ୟ ନଞର୍ଥକ ହୋଇପାରିବ ନାହିଁ ।

ସାଧାବୟବରେ ସାଧୁପଦ ଅବ୍ୟାପ୍ୟ ହେଲେ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ସିଦ୍ଧାନ୍ତରେ ସାଧ୍ୟପଦ ବିଧେୟ । ସିଦ୍ଧାନ୍ତରେ ବିଧେୟ ଅଦ୍ୟାପ୍ୟ ହେଲେ ସିଦ୍ଧାନ୍ତ ସଦର୍ଥକ, କାରଣ ସଦର୍ଥକ ତର୍କବାକ୍ୟରେ ବିଧେୟ ଅଦ୍ୟାପ୍ୟ । ସିଦ୍ଧାନ୍ତ ସଦର୍ଥକ ହେଲେ ହେତୁବାକ୍ୟଦ୍ବୟ ସଦର୍ଥକ ହେବେ । ଅତଏବ ପକ୍ଷାବୟବ ସଦର୍ଥକ ହେବ ।

4. ଯଦି ହେତୁପଦ ଦୁଇଥର ବ୍ୟାପ୍ୟ ହୁଏ ତେବେ ସିଦ୍ଧାନ୍ତ ବିଶେଷ ହୁଏ । ପ୍ରମାଣ କର ।
Answer:
ପ୍ରମାଣ – ଯଦି ହେତୁପଦ ଉଭୟ ହେତୁବାକ୍ୟରେ ଦୁଇଥର ବ୍ୟାପ୍ୟ ହୋଇଥାଏ, ହେତୁବାକ୍ୟ ଦୁଇଟି ‘ଆ’ ହୋଇପାରନ୍ତି କିମ୍ବା ଗୋଟିଏ ‘ଆ’ ଏବଂ ଅନ୍ୟଟି ‘ଏ’ ହୋଇପାରେ । ଉଭୟ ହେତୁବାକ୍ୟ ‘ଆ’ ହୋଇଥିଲେ ହେତୁପଦ ଦୁଇଟି ଏଥରେ ବ୍ୟାପ୍ୟ ହୋଇଥାଏ । ଅନ୍ୟ କୌଣସି ପଦ ହେତୁବାକ୍ୟରେ ବ୍ୟାପ୍ୟ ନୁହେଁ । ତେଣୁ ଅନ୍ୟ କୌଣସି ପଦ ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ତେଣୁ ସିଦ୍ଧାନ୍ତ ବିଶେଷ ହେବ ।

ବ୍ୟତୀତ ଅନ୍ୟ ପଦଟି ହେତୁବାକ୍ୟରେ ବ୍ୟାପ୍ୟ ହୋଇଥାଏ ଏବଂ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରେ । ଗୋଟିଏ ହେତୁବାକ୍ୟ ନଞର୍ଥକ ହେଲେ ସିଦ୍ଧାନ୍ତ ନଞ୍ଜର୍ଥକ ହୁଏ ଏବଂ ସାଧ୍ୟପଦ ଏଥ‌ିରେ ବ୍ୟାପ୍ୟ ହୁଏ । କିନ୍ତୁ ପକ୍ଷପଦ ବ୍ୟାପ୍ୟ ହୋଇପାରିବ ନାହିଁ । ଅତଏବ ସିଦ୍ଧାନ୍ତ ‘ଓ’ ହେବ, ‘ଏ’ ହୋଇପାରିବ ନାହିଁ । ଅତଏବ ହେତୁପଦ ଦୁଇଥର ବ୍ୟାପ୍ୟ ହେଲେ ସିଦ୍ଧାନ୍ତ ସାମାନ୍ୟ ହୋଇପାରେ ନାହିଁ । ଅତଏବ ସିଦ୍ଧାନ୍ତ ବିଶେଷ ହେବ ।

5. ପ୍ରମାଣ କର ଯେ ଯଦି ସିଦ୍ଧାନ୍ତ ସାମାନ୍ୟ ହୁଏ, ତେବେ ହେତୁପଦ କେବଳ ଥରେ ମାତ୍ର ବ୍ୟାପ୍ୟ ହୋଇପାରିବ ।
Answer:
(1) ଯଦି ସିଦ୍ଧାନ୍ତ ସାମାନ୍ୟ ହୁଏ, ତେବେ ତାହା ଆ କିମ୍ବା ଏ ହୋଇଥାଏ । ଯଦି ସିଦ୍ଧାନ୍ତ ଆ ହୁଏ, ତେବେ ଉଭୟ ହେତୁବାକ୍ୟ ଆ ହୁଅନ୍ତି ଏବଂ କେବଳ ଦୁଇଟି ପଦ ସେଥୁରେ ବ୍ୟାପ୍ୟ ହୁଏ । ଏହି ଦୁଇଟି ପଦ ମଧ୍ୟରୁ ଗୋଟିଏ ପକ୍ଷପଦ ହେବ । କାରଣ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ଏବଂ ଅନ୍ୟ ପଦଟି ହେତୁପଦ ହେବ, ଅର୍ଥାତ୍ ହେତୁପଦ ଦୁଇଥର ବ୍ୟାପ୍ୟ ହୋଇପାରିବ ନାହିଁ ।
(2) ଯଦି ସିଦ୍ଧାନ୍ତ ଏ ହୁଏ, ତେବେ ଗୋଟିଏ ହେତୁବାକ୍ୟ ଆ ଏବଂ ଅନ୍ୟଟି ଏ ହେବ ଏବଂ ଏପରି ହେତୁବାକ୍ୟ ଦୁଇଟିରେ କେବଳ ତିନିଗୋଟି ପଦ ବ୍ୟାପ୍ୟ ହୁଏ । ସେଥୁମଧ୍ୟରୁ ଗୋଟିଏ ପକ୍ଷପଦ ଓ ଅନ୍ୟଟି ସାଧପଦ ହେବ । କାରଣ ଏହି ପଦ ଦୁଇଟି ସିଦ୍ଧାନ୍ତରେ ବ୍ୟାପ୍ୟ । ଅବଶିଷ୍ଟ ଗୋଟିଏ ବ୍ୟାପ୍ୟପଦ ରହିଲା ଯାହାକି ହେତୁପଦ ଅଟେ ।

6. ପ୍ରମାଣ କର ଯେ ଯଦି ତ୍ରିପଦୀଯୁକ୍ତିରେ ସାଧପଦ ତା’ର ହେତୁବାକ୍ୟରେ ବିଧେୟ ହୁଏ, ପକ୍ଷାବୟବ ସଦର୍ଥକ ହେବ ।
Answer:
ସାଧ୍ୟପଦ ସାଧାବୟବରେ ବିଧେୟ ହେଲେ ତାହା ବ୍ୟାପ୍ୟ କିମ୍ବା ଅବ୍ୟାପ୍ୟ ହୋଇପାରେ । ଯଦି ସାଧ୍ୟ ତା’ର ହେତୁବାକ୍ୟରେ ବ୍ୟାପ୍ୟ ହୁଏ, ତେବେ ତାହା ନଞର୍ଥକ ହେବ । ଦୁଇଟି ହେତୁବାକ୍ୟ ଏକସଙ୍ଗରେ ନଞର୍ଥକ ହୋଇପାରିବ ନାହିଁ; ତେଣୁ ପକ୍ଷାବୟବଟି ସଦର୍ଥକ ହେବାକୁ ବାଧ୍ୟ ।

ଯଦି ସାଧପଦଟି ତା’ର ହେତୁବାକ୍ୟରେ ଅବ୍ୟାପ୍ୟ ହୁଏ, ତେବେ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ତେଣୁ ସିଦ୍ଧାନ୍ତ ସଦର୍ଥକ ହେବ । ସିଦ୍ଧାନ୍ତ ସଦର୍ଥକ ହେଲେ ଉଭୟ ହେତୁବାକ୍ୟ ସଦର୍ଥକ ହେବେ ଅର୍ଥାତ୍ ପକ୍ଷାବୟବ ସଦର୍ଥକ ହେବ । ଏଣୁ ଏଥୁରୁ ପ୍ରମାଣିତ ହେଲା ଯେ ସାଧୁପଦ ସାଧାବୟବରେ ବିଧେୟ ହେଲେ ପକ୍ଷାବୟବ ଅବଶ୍ୟ ସଦର୍ଥକ ହେବ ।

CHSE Odisha Class 12 Logic Unit 2 Short Answer Questions in Odia Medium

7. ପ୍ରମାଣ କର ଯେ ଉଭୟ ହେତୁବାକ୍ୟରେ ଯଦି ହେତୁପଦ ବ୍ୟାପ୍ୟ ହୁଏ ତେବେ ସିଦ୍ଧାନ୍ତ ସାମାନ୍ୟ ହୋଇପାରିବ ନାହିଁ ।
Answer:
ଯଦି ଉଭୟ ହେତୁବାକ୍ୟ ସଦର୍ଥକ ହୋଇଥାଏ ଏବଂ ହେତୁପଦ ଉଭୟରେ ବ୍ୟାପ୍ୟ ହୁଏ, ତେବେ ହେତୁବାକ୍ୟଦ୍ୱୟ ଅବଶ୍ୟ ଆ ହେବେ । ଆ ତର୍କବାକ୍ୟରେ କେବଳ ଉଦ୍ଦେଶ୍ୟ ବ୍ୟାପ୍ୟ । ହେତୁବାକ୍ୟଦ୍ୱୟରେ ଅନ୍ୟ କୌଣସି ପଦ ବ୍ୟାପ୍ୟ ହୋଇ ସିଦ୍ଧାନ୍ତରେ ତାହା ବ୍ୟାପ୍ୟ ହୋଇପାରିବ ନାହିଁ । ଅର୍ଥାତ୍ ସିଦ୍ଧାନ୍ତ ଇ ବିଶେଷ ସଦର୍ଥକ ହେବ । କାରଣ ଇ ତର୍କବାକ୍ୟରେ କୌଣସି ପଦ ବ୍ଯାପ୍ୟ ନୁହେଁ ।

ଯଦି ହେତୁପଦ ଉଭୟ ହେତୁବାକ୍ୟରେ ବ୍ୟାପ୍ୟ ହୋଇଥବ ଏବଂ ଗୋଟିଏ ହେତୁବାକ୍ୟ ନଞ୍ଜର୍ଥକ ହୋଇଥବ (କାରଣ ଉଭୟ ହେତୁବାକ୍ୟ ନଞର୍ଥକ ଏକ ସମୟରେ ହୋଇପାରିବ ନାହିଁ। ତେବେ ସିଦ୍ଧାନ୍ତଟି ନଞର୍ଥକ ହେବ ଏବଂ ଏପରି ସଂଯୋଗରେ ହେତୁବାକ୍ୟଦ୍ୱୟରେ ଖୁବ୍ ବେଶି ହେଲେ ତିନୋଟି ପଦ ବ୍ୟାପ୍ୟ ହୋଇପାରେ । ଏହି ତିନୋଟି ପଦରୁ ଦୁଇଟି ପଦ ହେତୁପଦ ଓ ତୃତୀୟ ପଦଟି ସାଧ୍ୟପଦ ହେବା ଦରକାର; କାରଣ ନଞର୍ଥକ ହେତୁବାକ୍ୟ ଯୋଗୁଁ ସିଦ୍ଧାନ୍ତ ନଞର୍ଥକ ଏବଂ ସେଥ‌ିରେ ସାଧୁପଦ ବ୍ୟାପ୍ୟ । ଅତଏବ ଏଥ‌ିରେ ମଧ୍ୟ ପକ୍ଷପଦ ବ୍ୟାପ୍ୟ ହୋଇପାରିବ ନାହିଁ । ତେଣୁ ଏଥୁରୁ ପ୍ରମାଣିତ ହେଲା ଯେ ସିଦ୍ଧାନ୍ତଟି ବିଶେଷ ହେବ ମାତ୍ର ସାମାନ୍ୟ ହୋଇପାରିବ ନାହିଁ ।

ଏଥୁରୁ ପ୍ରମାଣିତ ହେଲା ଯେ, ଯଦି ହେତୁପଦ ହେତୁବାକ୍ୟରେ ବ୍ୟାପ୍ୟ ହୁଏ, ତେବେ ସିଦ୍ଧାନ୍ତ ସାମାନ୍ୟ ହୋଇପାରିବ ନାହିଁ ।

8. ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି ଓ ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି :
Answer:
ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି – ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ସାଧାବୟବ ଗୋଟିଏ ବୈକଳ୍ପିକ ତର୍କବାକ୍ୟ, ପକ୍ଷାବୟବ ନିରପେକ୍ଷ ଓ ସିଦ୍ଧାନ୍ତ ନିରପେକ୍ଷ ହୋଇଥାଏ, ତାହାକୁ ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଯଥା – ‘କ’ ହୁଏତ ‘ଖ’ କିମ୍ବା ‘ଗ’ ଅଟେ ।
କ ଖ ନୁହେଁ ।
_______________
∴ କ ଗ ଅଟେ ।
ରାମ ହୁଏତ ସାଧୁ କିମ୍ବା ଅସାଧୁ ହୋଇପାରେ ।
ରାମ ଅସାଧୁ ନୁହେଁ ।
_________________
∴ ସେ ସାଧୁ ଅଟେ ।

ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି – ଯେଉଁ ମିଶ୍ର ତ୍ରିପଦୀଯୁକ୍ତିରେ ସାଧାବୟବ ଗୋଟିଏ ବିଯୋଜକ ତର୍କବାକ୍ୟ, ପକ୍ଷାବୟବ ନିରପେକ୍ଷ ଓ ସିଦ୍ଧାନ୍ତ ନିରପେକ୍ଷ ହୋଇଥାଏ, ତାହାକୁ ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଯଥା – କ ଉଭୟ ଖ ଏବଂ ଗ ନୁହେଁ ।
କ ଖ ଅଟେ ।
_____________
∴ କ ଗ ନୁହେଁ ।

ସୀତା ଉଭୟ ସୁନ୍ଦରୀ ଏବଂ ଅସୁନ୍ଦରୀ ନୁହେଁ ।
ସୀତା ସୁନ୍ଦରୀ ଅଟେ ।
_____________________
∴ ସେ ଅସୁନ୍ଦରୀ ନୁହେଁ ।

CHSE Odisha Class 12 Logic Unit 2 Short Answer Questions in Odia Medium

9. ସରଳ ଭାବାତ୍ମକ ଯୁକ୍ତି ଓ ସରଳ ନିଷେଧାତ୍ମକ ଯୁକ୍ତି :
Answer:
ସରଳ ଭାବାତ୍ମକ ଯୁକ୍ତି – ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବର ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ସ୍ଵୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ନିରପେକ୍ଷ ଭାବେ ସ୍ଵୀକାର କରାଯାଏ, ତାହାକୁ ସରଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତି କୁହାଯାଏ ।
ହୁଏତ କ ଖ ହୁଏ ଅଥବା ଚ ଛ ହୁଏ ।
_____________________________
∴ ଗ ଘ ହୁଏ ।

ସରଳ ନିଷେଧାତ୍ମକ ଯୁକ୍ତି – ଯେଉଁ ବିଶୃଙ୍ଗକ ଯୁକ୍ତିର ସାଧାବୟବର ଅନୁଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକଭାବେ ଅସ୍ଵୀକାର କଲେ, ତାହାର ପୂର୍ବଗକୁ ସିଦ୍ଧାନ୍ତରେ ନିରପେକ୍ଷ ଭାବେ ଅସ୍ବୀକାର କରାଯାଏ, ତାହାକୁ ସରଳ ନିଷେଧାତ୍ମକ ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ଯଥା – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି କ ଖ ହୁଏ, ତେବେ ଚ ଛ ହୁଏ ।
ହୁଏତ ଗ ଘ ନୁହେଁ କିମ୍ବା . କ ଖ ନୁହେଁ ।
________________________________
∴ ଚ ଛ ନୁହେଁ ।

10. ଜଟିଳ ଭାବାତ୍ମକ ଯୁକ୍ତି ଓ ଜଟିଳ ନିଷେଧାତ୍ମକ ଯୁକ୍ତି :
Answer:
ଜଟିଳ ଭାବାତ୍ମକ ଯୁକ୍ତି – ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବର ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ସ୍ଵୀକାର କଲେ ତାହାର ଅନୁଗଦ୍ଵୟକୁ ବୈକଳ୍ପିକ ଭାବେ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ, ତାହାକୁ ଜଟିଳ ଭାବାତ୍ମକ ଯୁକ୍ତି କୁହାଯାଏ ।
ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
________________________________
∴ ହୁଏତ ଗ ଘ ହୁଏ କିମ୍ବା ବ ଭ ହୁଏ ।

ଜଟିଳ ନିଷେଧାତ୍ମକ ଯୁକ୍ତି – ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବର ଅନୁଗଦ୍ଵୟକୁ ବୈକଳ୍ପିକ ଭାବେ ପକ୍ଷାବୟବରେ ଅସ୍ଵୀକାର କରାଯାଏ ଏବଂ ତାହାର ପୂର୍ବଗଦ୍ଵୟକୁ ସିଦ୍ଧାନ୍ତରେ ବୈକଳ୍ପିକ ଭାବେ ଅସ୍ବୀକାର କରାଯାଏ, ତାହାକୁ ଜଟିଳ ନିଷେଧାତ୍ମକ ଯୁକ୍ତି କୁହାଯାଏ ।
ଯଥା – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ ଗ ଘ ନୁହେଁ କିମ୍ବା ବ ଭ ନୁହେଁ ।
________________________________
∴ ହୁଏତ କ ଖ ନୁହେଁ କିମ୍ବା ପ ଫ ନୁହେଁ ।

Leave a Comment