Odisha State Board CHSE Odisha Class 12 Logic Solutions Unit 1 ଅନୁମାନ – ଅନୁମାନର ପ୍ରକାରଭେଦ – ଅବ୍ୟବହିତ ଓ ବ୍ୟବହିତ Short & Long Answer Questions.
CHSE Odisha Class 12 Logic Unit 1 Short & Long Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
1. ଅବ୍ୟବହିତ ଅନୁମାନ
Answer:
ଯେଉଁ ଅନୁମାନରେ ଗୋଟିଏ ହେତୁବଚନରୁ ସିଦ୍ଧାନ୍ତ ନିଷ୍ପନ୍ନ ହୁଏ, ତାହାକୁ ଅବ୍ୟବହିତ ଅନୁମାନ କହନ୍ତି ।
ଯଥା- ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି । – ହେତୁବାକ୍ୟ
∴ କେତେକ ମରଣଶୀଳ ପ୍ରାଣୀ ମନୁଷ୍ୟ ଅଟନ୍ତି ।
ସମସ୍ତ କ ଖ ଅଟେ । ହେତୁବାକ୍ଯ
∴ କେତେକ ଖ କ ଅଟେ । ସିଦ୍ଧାନ୍ତ
ଏଥିରେ ହେତୁବଚନରେ ନିହିତ ତାତ୍ପର୍ଯ୍ୟ ସିଦ୍ଧାନ୍ତରେ ବିଭିନ୍ନ ଭାବରେ ପରିସ୍ଫୁଟ ହୁଏ । ତେଣୁ ଅବ୍ୟବହିତ ଅନୁମାନରେ ହେତୁବଚନ ଓ ସିଦ୍ଧାନ୍ତ ସମାର୍ଥବୋଧକ ଅଟନ୍ତି ।
2. ବ୍ୟବହିତ ବା ପରୋକ୍ଷ ଅନୁମାନ
Answer:
ଯେଉଁ ଯୁକ୍ତିରେ ଦୁଇଟି ହେତୁବଚନରୁ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଥାଏ, ତାହାକୁ ବ୍ୟବହିତ ବା ପରୋକ୍ଷ ଅନୁମାନ
କହନ୍ତି ।
ଏହାକୁ ତ୍ରିପଦୀ ଯୁକ୍ତି ମଧ୍ୟ କୁହାଯାଏ ।
3. ସମବର୍ତ୍ତନ
Answer:
ଯେଉଁ ଅବ୍ୟବହିତ ଅବରୋହାନୁମାନର ସିଦ୍ଧାନ୍ତରେ ହେତୁବାକ୍ୟର ଉଦ୍ଦେଶ୍ୟକୁ ବିଧେୟ ରୂପେ ଏବଂ ହେତୁବାକ୍ୟର ବିଧେୟକୁ ଉଦ୍ଦେଶ୍ୟ ରୂପେ ବ୍ୟବହାର କରି ହେତୁବାକ୍ୟ ଓ ସିଦ୍ଧାନ୍ତର ଯଥାଯଥ ସମ୍ବନ୍ଧ ନିରୂପଣ କରାଯାଏ, ତାହାକୁ ସମବର୍ତ୍ତନ କୁହାଯାଏ । ସମବର୍ତ୍ତନର ହେତୁବାକ୍ୟକୁ ସମବର୍ଣନୀୟ ଏବଂ ତାହାର ସିଦ୍ଧାନ୍ତକୁ ସମବର୍ଜିତ କୁହାଯାଏ ।
ଯଥା- କୌଣସି ପଶୁ ପକ୍ଷୀ ନୁହେଁ। – ସମବର୍ତ୍ତନୀୟ
∴ କୌଣସି ପକ୍ଷୀ ପଶୁ ନୁହେଁ । – ସମବର୍ତ୍ତିତ
କୌଣସି ଉ ବି ନୁହେଁ । – ସମବର୍ତ୍ତନୀୟ
କୌଣସି ବି ଉ ନୁହେଁ । – ସମବର୍ତ୍ତିତ
4. ସମବର୍ତ୍ତନର ନିୟମାବଳା
Answer:
(୧) ସମବର୍ତ୍ତନୀୟର ଉଦ୍ଦେଶ୍ୟ ସମବର୍ଷିତର ବିଧେୟ ହୁଏ ଏବଂ ସମବର୍ଣନୀୟର ବିଧେୟ ସମବର୍ତ୍ତିତର
ଉଦ୍ଦେଶ୍ୟ ହୁଏ ।
(୨) ସମବର୍ତ୍ତନୀୟ ଓ ସମବର୍ତ୍ତିତର ଗୁଣ ସମାନ ରହେ; ଯଥା- ସମବର୍ତ୍ତନୀୟ ସଦର୍ଥକ ହେଲେ, ସମବର୍ତ୍ତିତ
ମଧ୍ୟ ସଦର୍ଥକ ହୁଏ ଏବଂ ସମବର୍ଣନୀୟ ନଞର୍ଥକ ହେଲେ ସମବର୍ତ୍ତିତ ମଧ୍ୟ ନଞର୍ଥକ ହୁଏ ।
(୩) ଯେଉଁ ପଦ ସମବର୍ତ୍ତନୀୟରେ ଅବ୍ୟାପ୍ୟ, ତାହା ସମବର୍ଭିତରେ ବ୍ୟାପ୍ୟ ହୁଏ ନାହିଁ ।
5. ସରଳ ସମବର୍ତ୍ତନ
Answer:
ଯେଉଁ ସମବର୍ତ୍ତନରେ ସମବର୍ଣନୀୟ ଏବଂ ସମବର୍ତ୍ତିତ ମଧ୍ୟରେ ପରିମାଣଗତ ପ୍ରଭେଦ ନ ଥାଏ, ତାହାକୁ ସରଳ
ବିଶେଷ ତର୍କବାକ୍ୟ ହୋଇପାରନ୍ତି । ‘ଏ’ ତର୍କବାକ୍ୟର ସମବର୍ଷିତ ‘ଏ’ ଏବଂ ‘ଇ’ ତର୍କବାକ୍ୟର ସମବର୍ତ୍ତିତ ‘ଇ’ ହୋଇଥାଏ ।
6. ଅସରଳ ସମବର୍ତ୍ତନ
Answer:
ଯେଉଁ ସମବର୍ତ୍ତନରେ ସମବର୍ତ୍ତନୀୟ ଏବଂ ସମବର୍ଷିତ ମଧ୍ଯରେ ପରିମାଣଗତ ପ୍ରଭେଦ ଥାଏ, ତାହାକୁ ଅସରଳ ସମବର୍ତ୍ତନ କୁହାଯାଏ । ଅସରଳ ସମବର୍ତ୍ତନରେ ସମବର୍ତ୍ତନୀୟ ସାମାନ୍ୟ ତର୍କବାକ୍ୟ, କିନ୍ତୁ ସମବର୍ଜିତ ବିଶେଷ ତର୍କବାକ୍ୟ । ‘ଆ’- ତର୍କବାକ୍ୟର ସମବର୍ତ୍ତିତ ‘ଇ’ ଅଟେ । ତେଣୁ ଆ-ତର୍କବାକ୍ୟର ସମବର୍ତ୍ତନକୁ ଅସରଳ ସମବର୍ତ୍ତନ କୁହାଯାଏ ।
7. ବ୍ୟାବର୍ତ୍ତନ
Answer:
ବ୍ୟାବର୍ତ୍ତନ ହେଉଛି ଏକ ଅବ୍ୟବହିତ ଅନୁମାନ ଯେଉଁଥରେ ହେତୁବାକ୍ୟକୁ ବ୍ୟାବର୍ତ୍ତନୀୟ ଏବଂ ସିଦ୍ଧାନ୍ତକୁ ବ୍ୟାବର୍ଜିତ କୁହାଯାଏ । ଏହି ଅନୁମାନରେ ବ୍ୟାବର୍ତ୍ତନୀୟର ଉଦ୍ଦେଶ୍ୟ ପଦ ବ୍ୟାବର୍ଜିତର ଉଦ୍ଦେଶ୍ୟ ପଦ ହୋଇ ରହେ ମାତ୍ର ବ୍ୟାବର୍ତ୍ତନୀୟର
ବିଧେୟ ପଦର ବିରୁଦ୍ଧ ପଦ ବ୍ୟାବର୍ଷିତର ବିଧେୟ ହୁଏ ।
ବ୍ୟାବର୍ତ୍ତନୀୟ – ସମସ୍ତ କାକ କୃଷ୍ଣ ଅଟନ୍ତି । – ଆ
ବ୍ୟାବର୍ତ୍ତିତ – କୌଣସି କାକ ଅ-କୃଷ୍ଣ ନୁହନ୍ତି । – ଏ
ବ୍ୟାବର୍ତ୍ତନୀୟ – ସମସ୍ତ ଉ ବି ଅଟେ । – ଆ
ବ୍ୟାବର୍ତ୍ତିତ – କୌଣସି ଉ ଅ-ବି ନୁହେଁ । – ଏ
8. ସମବର୍ତ୍ତନର ନିୟମାବଳା
Answer:
(୧) ବ୍ୟାବର୍ତ୍ତନୀୟର ଉଦ୍ଦେଶ୍ୟ ପଦ ବ୍ୟାବର୍ଜିତରେ ଉଦ୍ଦେଶ୍ୟ ପଦ ରୂପେ ବ୍ୟବହୃତ ହୁଏ ।
(୨) ବ୍ୟାବର୍ତ୍ତନୀୟର ବିଧେୟ ପଦର ବିରୁଦ୍ଧ ପଦ ବ୍ୟାବର୍ଜିତର ବିଧେୟ ପଦ ରୂପେ ବ୍ୟବହୃତ ହୁଏ ।
(୩) ବ୍ୟାବର୍ତ୍ତନୀୟ ଓ ବ୍ୟାବର୍ଜିତର ଗୁଣ ସମାନ ରହେ ନାହିଁ ।
(୪) ବ୍ୟାବର୍ତ୍ତନୀୟ ଓ ବ୍ୟାବର୍ତ୍ତିତର ପରିମାଣ ସମାନ ହୁଏ ।
(୫) ବ୍ୟାବର୍ତ୍ତନୀୟରେ କୌଣସି ପଦ ଅବ୍ୟାପ୍ତ ହୋଇଥିଲେ ବ୍ୟାବର୍ଜିତରେ ତାହା ବ୍ୟାପ୍ତ ହୁଏ ନାହିଁ ।
9. ବସ୍ତୁଗତ ବ୍ୟାବର୍ତ୍ତନ
Answer:
ବେନ୍ଙ୍କ ମତରେ, ଗୋଟିଏ ଉଦ୍ଦେଶ୍ୟର ଗୋଟିଏ ବିଧେୟ ସହିତ ବାସ୍ତବ ସମ୍ବନ୍ଧର ଜ୍ଞାନରୁ ଉଦ୍ଦେଶ୍ୟର ବିପରୀତ ପଦ ସହିତ ବିଧେୟର ବିପରୀତ ବା ବିରୁଦ୍ଧ ପଦର ସମ୍ବନ୍ଧ ଅନୁମେୟ କରାଯାଏ । ଏହି ଅନୁମାନ ପଦ୍ଧତିକୁ ସେ ବସ୍ତୁଗତ ବ୍ୟାବର୍ତ୍ତନ ଆଖ୍ୟା ଦେଇଛନ୍ତି । ବସ୍ତୁଗତ ବ୍ୟାବର୍ତ୍ତନରେ ବ୍ୟାବର୍ତ୍ତନୀୟର ଉଦ୍ଦେଶ୍ୟର ବିପରୀତ ପଦ ବ୍ୟାବର୍ଜିତର ଉଦ୍ଦେଶ୍ୟ ହୁଏ, ବ୍ୟାବର୍ତ୍ତନୀୟର ବିଧେୟର ବିପରୀତ ଅଥବା ବିରୁଦ୍ଧ ପଦ ବ୍ୟାବର୍ଜିତର ବିଧେୟ ହୁଏ ଏବଂ ବ୍ୟାବର୍ତ୍ତନୀୟ ଓ ବ୍ୟାବର୍ତ୍ତିତ ମଧ୍ୟରେ ଗୁଣ ସମାନ ରହେ ।
ବ୍ୟାବର୍ତ୍ତନୀୟ- ଯୁଦ୍ଧ କ୍ଷତିକାରକ ।
ବ୍ୟାବର୍ତ୍ତିତ – ଶାନ୍ତି ମଙ୍ଗଳଦାୟକ ।
ବ୍ୟାବର୍ତ୍ତନୀୟ – ଦିବସ ଉତ୍ତପ୍ତ ଅଟେ ।
ବ୍ୟାବର୍ତ୍ତିତ – ରାତ୍ରି ଶୀତଳ ଅଟେ ।
10. ତ୍ରିପଦୀଯୁକ୍ତି
Answer:
ଯେଉଁ ବ୍ୟବହିତ ଅବରୋହାନୁମାନରେ ଦୁଇଟି ହେତୁବାକ୍ୟରେ ମିଳିତ ସମର୍ଥନରେ ଗୋଟିଏ ସିଦ୍ଧାନ୍ତ ପ୍ରତିପାଦିତ ହୁଏ, ତାହାକୁ ତ୍ରିପଦୀଯୁକ୍ତି କୁହାଯାଏ ।
11. ତ୍ରିପଦୀଯୁକ୍ତିର ବିଶେଷ ଲକ୍ଷଣ
Answer:
(୧) ଏହା ଏକ ବ୍ୟବହିତ ଅବରୋହାନୁମାନ ଅଟେ ।
(୨) ଗୋଟିଏ ତ୍ରିପଦୀଯୁକ୍ତିରେ ମାତ୍ର ତିନୋଟି ତର୍କବାକ୍ୟ ଓ ତିନୋଟି ପଦ ଥାଏ ।
(୩) ଏହି ତିନୋଟି ତର୍କବଚନ ମଧ୍ୟରୁ ଦୁଇଟି ହେଉଛି ହେତୁବାକ୍ୟ ଓ ଅନ୍ୟଟି ସିଦ୍ଧାନ୍ତ ଅଟେ ।
(୪) ଗୋଟିଏ ତ୍ରିପଦୀଯୁକ୍ତିର ସିଦ୍ଧାନ୍ତ ପ୍ରାକଳ୍ପିକ ଭାବରେ ହେତୁବାକ୍ୟମାନଙ୍କର ସମର୍ଥନକୁ ଅପେକ୍ଷା କରେ । (୫) ତ୍ରିପଦୀଯୁକ୍ତିର ସିଦ୍ଧାନ୍ତ ଏହାର ହେତୁବାକ୍ୟମାନଙ୍କଠାରୁ ବ୍ୟାପକତର ବା ସାଧାରଣ ହୋଇପାରିବ ନାହିଁ ।
12. ନ୍ୟାୟ-ସଂସ୍ଥାନ
Answer:
ହେତୁପଦର ସାଧାବୟବ ଓ ପକ୍ଷାବୟବରେ ଅବସ୍ଥାନ ଦୃଷ୍ଟିରୁ ତ୍ରିପଦୀଯୁକ୍ତି ବା ନ୍ୟାୟର ଯେଉଁ ବିଶିଷ୍ଟ ଆକାର ନିର୍ଣ୍ଣୀତ ହୁଏ, ତାହାକୁ ନ୍ୟାୟ-ସଂସ୍ଥାନ କୁହାଯାଏ । ଏହା ଚାରିପ୍ରକାର ଅଟେ; ଯଥା- ୧ମ ସଂସ୍ଥାନ,
13. ନ୍ଯାୟରୂପ
Answer:
ତ୍ରିପଦୀଯୁକ୍ତିର ହେତୁବାକ୍ୟ ଅଥବା ତାହାର ହେତୁବାକ୍ୟ ଏବଂ ସିଦ୍ଧାନ୍ତର ଗୁଣ ଓ ବ୍ୟାପକତା ଦୃଷ୍ଟିରୁ ଯେଉଁ ବିଶିଷ୍ଟ ଆକାର ନିର୍ଣ୍ଣୀତ ହୁଏ, ତାହାକୁ ନ୍ୟାୟରୂପ ବା ନ୍ୟାୟମୂର୍ତ୍ତି କୁହାଯାଏ । ଦାର୍ଶନିକମାନେ ସାଧାରଣତଃ ନ୍ୟାୟମୂର୍ତ୍ତିକୁ ତିନିଗୋଟି ଅର୍ଥରେ ବ୍ୟବହାର କରିଥା’ନ୍ତି ।
(୧) ବ୍ୟାପକତମ ଅର୍ଥରେ କୌଣସି ଏକ ନ୍ୟାୟମୂର୍ତ୍ତିରେ ହେତୁବାକ୍ୟଦ୍ୱୟ ଓ ସିଦ୍ଧାନ୍ତର ଗୁଣ ଓ ପରିମାଣକୁ ବିଚାରକୁ ନିଆଯାଏ । ଏଥିରେ ୬୪ × ୪ = ୨୫୬ଟି ନ୍ୟାୟରୂପ ସମ୍ଭବ ହୁଏ ।
(୨) ବ୍ୟାପକତର ଅର୍ଥରେ କେବଳ ହେତୁବଚନଦ୍ଵୟର ଗୁଣ ଓ ପରିମାଣ ଭେଦକୁ ସ୍ୱୀକାର କରି ନ୍ୟାୟମୂର୍ତ୍ତି ନିରୂପଣ କରିହୁଏ । ଏଥିରେ ୧୬ × ୪ = ୬୪ଟି ନ୍ୟାୟରୂପ ସମ୍ଭବ ହୁଏ ।
(୩) ସର୍ବନିମ୍ନ ଅର୍ଥରେ ତଥା ତାର୍କିକ ଦୃଷ୍ଟିକୋଣରୁ ନ୍ୟାୟମୂର୍ତ୍ତିଗୁଡ଼ିକ ଯୁକ୍ତିର ନିୟମାବଳୀଦ୍ୱାରା ନିରୂପିତ ହୁଏ । ଏହାଦ୍ଵାରା ୧୯ଟି ଶକ୍ତିଶାଳୀ ବା ସବଳ ଓ ୫ଟି ଦୁର୍ବଳ ନ୍ୟାୟରୂପ ଗଠନ ସମ୍ଭବ ହୁଏ ।
14. ଚତୁଷ୍ପଦୀ ଦୋଷ
Answer:
ଗୋଟିଏ ତ୍ରିପଦୀଯୁକ୍ତିର ପଦ ସଂଖ୍ୟା କେବଳ ତିନୋଟି ହେବା ଅନିବାର୍ଯ୍ୟ । ମାତ୍ର ଚାରିଗୋଟି ପଦବିଶିଷ୍ଟ କୌଣସି ଯୁକ୍ତିକୁ ତ୍ରିପଦୀଯୁକ୍ତି ବୋଲି ଗ୍ରହଣ କଲେ ଚତୁଷ୍ପଦୀ ଦୋଷ ଜାତ ହୁଏ; ଯଥା-
ଯଥା- ରାମଚନ୍ଦ୍ର ଦଶରଥଙ୍କ ପୁତ୍ର ଅଟନ୍ତି ।
ଲବ ରାମଚନ୍ଦ୍ରଙ୍କ ପୁତ୍ର ଅଟନ୍ତି ।
_____________________
ଲବ ଦଶରଥଙ୍କ ପୁତ୍ର ଅଟନ୍ତି । ଏହାର ସିଦ୍ଧାନ୍ତଟି ଦୋଷଯୁକ୍ତ ଅଟେ ।
15. ତ୍ରିପଦୀଯୁକ୍ତିର ସାଧାରଣ ନିୟମଗୁଡ଼ିକ ଉଲ୍ଲେଖ କର ।
Answer:
(୧) ପ୍ରତ୍ୟେକ ତ୍ରିପଦୀଯୁକ୍ତିରେ କେବଳ ତିନୋଟି ପଦ ରହିବା ଆବଶ୍ୟକ ।
(୨) ପ୍ରତ୍ୟେକ ତ୍ରିପଦୀଯୁକ୍ତିରେ କେବଳ ତିନୋଟି ତର୍କବାକ୍ୟ ରହିବା ଆବଶ୍ୟକ ।
(୩) ହେତୁବାକ୍ୟ ଦ୍ଵୟରେ ହେତୁପଦ ଅନ୍ତତଃ ଥରେ ବ୍ୟାପ୍ୟଆବଶ୍ୟକ ।
(୪) ଯେଉଁ ପଦ ହେତୁବାକ୍ୟରେ ଅବ୍ୟାପ୍ୟ, ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ନାହିଁ ।
(୫) ଦୁଇଟି ନଞର୍ଥକ ହେତୁବାକ୍ୟରୁ କୌଣସି ସିଦ୍ଧାନ୍ତ ମିଳେ ନାହିଁ ।
(୬) ଗୋଟିଏ ହେତୁବାକ୍ୟ ନଞର୍ଥକ ହେଲେ, ସିଦ୍ଧାନ୍ତ ମଧ୍ୟ ନଞର୍ଥକ ହୁଏ ।
(୭) ଉଭୟ ହେତୁବାକ୍ୟ ସଦର୍ଥକ ହେଲେ ସିଦ୍ଧାନ୍ତ ମଧ୍ୟ ସଦର୍ଥକ ହୁଏ ।
(୮) ଦୁଇଟି ବିଶେଷ ହେତୁବାକ୍ୟରୁ କୌଣସି ସିଦ୍ଧାନ୍ତ ମିଳେ ନାହିଁ ।
(୯) ଗୋଟିଏ ହେତୁବାକ୍ୟ ବିଶେଷ ହେଲେ, ସିଦ୍ଧାନ୍ତ ମଧ୍ୟ ବିଶେଷ ହୁଏ ।
(୧୦) ସାଧାବୟବ ବିଶେଷ ଏବଂ ପକ୍ଷାବୟବ ନଞର୍ଥକ ହେଲେ କୌଣସି ସିଦ୍ଧାନ୍ତ ମିଳେ ନାହିଁ ।
16. ପ୍ରଥମ ସଂସ୍ଥାନ
Answer:
ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବର ଉଦ୍ଦେଶ୍ୟ ଏବଂ ପକ୍ଷାବୟବର ବିଧେୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ପ୍ରଥମ ସଂସ୍ଥାନ କୁହାଯାଏ ।
ଉଦାହରଣସ୍ୱରୂପ- ସମସ୍ତ ମନୁଷ୍ୟ ମରଣଶୀଳ ।
17. ଦ୍ଵିତୀୟ ସଂସ୍ଥାନ
Answer:
ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ବିଧେୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ଦ୍ଵିତୀୟ ସଂସ୍ଥାନ କୁହାଯାଏ ।
ଉଦାହରଣସ୍ୱରୂପ- ସମସ୍ତ ଛାତ୍ର ମନୁଷ୍ୟ ।
18. ତୃତୀୟ ସଂସ୍ଥାନ
Answer:
ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ଉଦ୍ଦେଶ୍ୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ତୃତୀୟ ସଂସ୍ଥାନ କୁହାଯାଏ ।
ସମସ୍ତ ପୁଷ୍ପ ସୁନ୍ଦର ।
19. ଚତୁର୍ଥ ସଂସ୍ଥାନ
Answer:
ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବର ବିଧେୟ ଏବଂ ପକ୍ଷାବୟବର ଉଦ୍ଦେଶ୍ୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ଚତୁର୍ଥ ସଂସ୍ଥାନ କୁହାଯାଏ ।
କୌଣସି ପତ୍ର ଫଳ ନୁହେଁ ।
20. ବ୍ୟର୍ଥକ ପକ୍ଷ ଦୋଷ
Answer:
ଯେଉଁ କ୍ଷେତ୍ରରେ ପକ୍ଷ ପଦଟି ଦୁଇଟି ଅର୍ଥରେ ବ୍ୟବହୃତ ହୋଇଥାଏ, ସେଠାରେ ଯୁକ୍ତିଟିକୁ ବ୍ୟର୍ଥକ ପକ୍ଷ ଦୋଷଦୁଷ୍ଟ ବୋଲି କୁହାଯାଏ ।
ଚନ୍ଦ୍ରାଲୋକ ନାରୀର ନାମ ନୁହେଁ ।
ଜ୍ୟୋତ୍ସ୍ନା ଚନ୍ଦ୍ରାଲୋକ ଅଟେ ।
_____________
∴ ଜ୍ୟୋତ୍ସ୍ନା ନାରୀର ନାମ ନୁହେଁ ।
ପକ୍ଷାବୟବରେ ‘ଜ୍ୟୋତ୍ସ୍ନା’ ଚନ୍ଦ୍ରାଲୋକକୁ ବୁଝାଉଥିବା ସ୍ଥଳେ ସିଦ୍ଧାନ୍ତରେ ଏହା ଗୋଟିଏ ଝିଅର ନାମକୁ ବୁଝାଉଅଛି ।
21. ବ୍ୟର୍ଥକ ସାଧଦୋଷ
Answer:
ଯେଉଁ କ୍ଷେତ୍ରରେ ସାଧପଦଟି ଦୁଇଟି ଅର୍ଥରେ ବ୍ୟବହୃତ ହୋଇଥାଏ, ସେଠାରେ ଯୁକ୍ତିଟିକୁ ବ୍ୟର୍ଥକ ସାଧ ଦୋଷଦୁଷ୍ଟ ବୋଲି କୁହାଯାଏ ।
ଯଥା- କୃଷ୍ଣ ପାଣ୍ଡବଙ୍କ ସଖା ।
କାକ ପାଣ୍ଡବଙ୍କ ସଖା ନୁହେଁ ।
________________
∴ କାକ କୃଷ୍ଣ ନୁହେଁ ।
22. ବ୍ୟର୍ଥକ ହେତୁଦୋଷ
Answer:
ଯେଉଁ କ୍ଷେତ୍ରରେ ହେତୁପଦଟି ଦୁଇଟି ଅର୍ଥରେ ବ୍ୟବହୃତ ହୋଇଥାଏ, ସେଠାରେ ଯୁକ୍ତିଟିକୁ ବ୍ୟର୍ଥକ ହେତୁ ଦୋଷ ଦୁଷ୍ଟ ବୋଲି କୁହାଯାଏ ।
ଯଥା- ଅରୁଣ ତିମିର ଧ୍ୱଂସକାରୀ ।
ଜବାପୁଷ୍ପ ଅରୁଣ ।
_______________________
∴ ଜବାପୁଷ୍ପ ତିମିର ଧ୍ୱଂସକାରୀ ।
ଏଠାରେ ହେତୁପଦ ସାଧାବୟବରେ ସୂର୍ଯ୍ୟଙ୍କୁ ବୁଝାଉଥିବା ସ୍ଥଳେ ପକ୍ଷାବୟବରେ ମନ୍ଦାର ଫୁଲର ଲାଲ୍ବର୍ଣ୍ଣକୁ ବୁଝାଉଅଛି ।
23. ଅବ୍ଯାପ୍ୟ ହେତୁକ ବା ଅବ୍ୟାପ୍ୟ ମଧ୍ୟପଦ ଦୋଷ
Answer:
ତ୍ରିପଦୀଯୁକ୍ତିର ସାଧାରଣ ନିୟମ ମଧ୍ୟରୁ ତୃତୀୟ ନିୟମ ଅନୁଯାୟୀ ହେତୁବାକ୍ୟ ଦ୍ଵୟରେ ହେତୁପଦ ଅନ୍ତତଃ ଥରେ ମାତ୍ର ବ୍ୟାପ୍ୟ ହେବା ଆବଶ୍ୟକ । ହେତୁପଦ ଉଭୟ ହେତୁବାକ୍ୟରେ ବ୍ୟାପ୍ୟ ହେଲେ ମଧ୍ୟ ଯୁକ୍ତିଟି ଭ୍ରମଯୁକ୍ତ ନୁହେଁ । ମାତ୍ର ଏହା ଥରେ ସୁଦ୍ଧା ବ୍ୟାପ୍ୟ ନ ହେଲେ ଅବ୍ୟାପ୍ୟ ହେତୁକ ଦୋଷ ବା ଅବ୍ୟାପ୍ୟ ମଧ୍ୟପଦ ଦୋଷ ଜାତ ହୁଏ ।
ଯଥା- ସମସ୍ତ ମନୁଷ୍ୟ ମରଣଶୀଳ । – ଆ
ସମସ୍ତ ପ୍ରାଣୀ ମରଣଶୀଳ । – ଆ
_________________________
∴ ସମସ୍ତ ପ୍ରାଣୀ ମନୁଷ୍ୟ । – ଆ
24. ଅବୈଧ ସାଧୁତା ଦୋଷ
କୌଣସି ତ୍ରିପଦୀଯୁକ୍ତିରେ ଯଦି ସାଧପଦ ସାଧାବୟବରେ ଅବ୍ୟାପ୍ୟ ଅଥଚ ସିଦ୍ଧାନ୍ତରେ ବ୍ୟାପ୍ୟ ହୁଏ, ତେବେ ଯୁକ୍ତିଟିରେ ଅବୈଧ ସାଧୁତା ଦୋଷ ଜାତ ହୁଏ ।
ଯଥା- ସମସ୍ତ ଦାର୍ଶନିକ ପଣ୍ଡିତ ଅଟନ୍ତି । – ଆ
କୌଣସି ଅସାମାଜିକ ବ୍ୟକ୍ତି ଦାର୍ଶନିକ ନୁହନ୍ତି । -ଏ
______________________________________
∴ କୌଣସି ଆସାମାଜିକ ବ୍ୟକ୍ତି ପଣ୍ଡିତ ନୁହନ୍ତି । -ଏ
25. ଅବୈଧ ପକ୍ଷତା ଦୋଷ
Answer:
କୌଣସି ତ୍ରିପଦୀଯୁକ୍ତିରେ ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ନହୋଇ ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇଥିଲେ ତାହାକୁ ଅବୈଧପକ୍ଷତା ଦୋଷ କୁହାଯାଏ ।
ଯଥା- କୌଣସି ଭାରତୀୟ ହିଂସାପ୍ରିୟ ନୁହନ୍ତି । – ଏ
ସମସ୍ତ ଭାରତୀୟ ଧର୍ମପରାୟଣ ଅଟନ୍ତି । – ଅ
__________________________________________
∴ କୌଣସି ଧର୍ମପରାୟଣ ବ୍ୟକ୍ତି ହିଂସାପ୍ରିୟ ନୁହନ୍ତି । – ଏ
26. ଉଭୟ ନଞ୍ଜର୍ଥକ ହେତୁବାକ୍ୟ ଦୋଷ
Answer:
ତ୍ରିପଦୀଯୁକ୍ତିର ସାଧାରଣ ନିୟମମାନଙ୍କ ମଧ୍ୟରୁ ପଞ୍ଚମ ନିୟମ ଅନୁଯାୟୀ ଦୁଇଟି ନଞର୍ଥକ ହେତୁବାକ୍ୟରୁ କୌଣସି ସିଦ୍ଧାନ୍ତ ମିଳେନାହିଁ । ତେଣୁ କୌଣସି ତ୍ରିପଦୀଯୁକ୍ତିରେ ଉଭୟ ହେତୁବାକ୍ୟ ନଞର୍ଥକ ହୋଇଥିଲେ ତାହାକୁ ଉଭୟ ନଞର୍ଥକ ହେତୁବାକ୍ୟ ଦୋଷ କୁହାଯାଏ ।
27. ଉଭୟ ବିଶେଷ ହେତୁବାକ୍ୟ ଦୋଷ
Answer:
ତ୍ରିପଦୀଯୁକ୍ତିର ସାଧାରଣ ନିୟମମାନଙ୍କ ମଧ୍ୟରୁ ଅଷ୍ଟମ ନିୟମ ଅନୁଯାୟୀ ଦୁଇଟି ବିଶେଷ ହେତୁବାକ୍ୟରୁ କୌଣସି ସିଦ୍ଧାନ୍ତ ମିଳେ ନାହିଁ । ତେଣୁ କୌଣସି ତ୍ରିପଦୀଯୁକ୍ତିରେ ଉଭୟ ହେତୁବାକ୍ୟ ବିଶେଷ ହୋଇଥିଲେ ତାହାକୁ ଉଭୟ ବିଶେଷ ହେତୁବାକ୍ୟ ଦୋଷ ବୋଲି କୁହାଯାଏ।
ଯଥା- କେତେକ ପୁଷ୍ପ ସୁଗନ୍ଧିଯୁକ୍ତ ।
କେତେକ ପୁଷ୍ପ ଧବଳ ।
____________________________
∴ କେତେକ ଧବଳ ପୁଷ୍ପ ସୁଗନ୍ଧିଯୁକ୍ତ ।
28. ପ୍ରଥମ ନ୍ୟାୟ ସଂସ୍ଥାନର ୪ଟି ମୁଖ୍ୟ ନ୍ୟାୟରୂପ
Answer:
(୧) ବାର୍ବାରା (୨) ସେଲାରେଣ୍ଟ୍ (୩) ଡାରିଇ (୪) ଫେରିଓ ।
29. ଦ୍ଵିତୀୟ ନ୍ୟାୟ ସଂସ୍ଥାନର ୪ଟି ମୁଖ୍ୟ ନ୍ୟାୟରୂପ
Answer:
(୧) ସାମେଷ୍ଟ୍ରେସ୍ (୨) ସେସାରେ (୩) ବାରୋକୋ (୪) ଫେଷ୍ଟିନୋ ।
30. ତୃତୀୟ ନ୍ୟାୟ ସଂସ୍ଥାନର ୬ଟି ସିଦ୍ଧ ନ୍ୟାୟରୂପ
Answer:
(୧) ଡାରାପ୍ଟି (୨) ଡାଟିସି (୩) ଡିସାମିସ୍ (୪) ଫେଲାପ୍ଟୋନ୍ (୫) ଫେରିସୋନ୍ (୬) ବୋକାର୍ଡ଼ ।
31. ଚତୁର୍ଥ ନ୍ୟାୟ ସଂସ୍ଥାନର ୫ଟି ସିଦ୍ଧ ନ୍ୟାୟରୂପ
Answer:
(୧) ବ୍ରାମାଣ୍ଟିପ୍ (୨) ସାମେନେସ୍ (୩) ଡିମାରିସ୍ (୪) ଫେସାପୋ (୫) ଫ୍ରେସିସୋନ୍ ।
B. ପାର୍ଥକ୍ୟ ଦର୍ଶାଅ ବା ବୁଝାଅ ବା ପ୍ରମାଣ କର ।
1. ଅବ୍ୟବହିତ ଓ ବ୍ୟବହିତ ଅନୁମାନ
Answer:
ଯେତେବେଳେ ସିଦ୍ଧାନ୍ତ ଗୋଟିଏ ହେତୁବାକ୍ୟରୁ ଗୃହୀତ ହୁଏ, ତାହାକୁ ଅବ୍ୟବହିତ ଅନୁମାନ କୁହାଯାଏ ।
ଯଥା- ସମସ୍ତ ମନୁଷ୍ୟ ମରଣଶୀଳ । – ହେତୁବାକ୍ୟ
∴ କେତେକ ମରଣଶୀଳ ପ୍ରାଣୀ ମନୁଷ୍ୟ । – ସିଦ୍ଧାନ୍ତ
ଯେତେବେଳେ ସିଦ୍ଧାନ୍ତଟି ଏକପ୍ରକାର ଏକାଧ୍ଵ ହେତୁବାକ୍ୟରୁ ଗୃହୀତ ହୁଏ, ତାହାକୁ ବ୍ୟବହିତ ଅନୁମାନ କୁହାଯାଏ ।
2. ସରଳ ଏବଂ ଅସରଳ ସମବର୍ତ୍ତନ
Answer:
ଯେଉଁ ସମବର୍ତ୍ତନରେ ସମବର୍ତ୍ତନୀୟ ଏବଂ ସମବର୍ତ୍ତିତ ମଧ୍ୟରେ ପରିମାଣଗତ ପ୍ରଭେଦ ନଥାଏ, ତାହାକୁ ସରଳ ସମବର୍ତ୍ତନ କୁହାଯାଏ । ସରଳ ସମବର୍ତ୍ତନରେ ସମବର୍ତ୍ତନୀୟ ଓ ସମବର୍ତ୍ତିତ ଉଭୟ ସାମାନ୍ୟ ତର୍କବାକ୍ୟ ହୋଇପାରନ୍ତି ଅଥବା ବିଶେଷ ତର୍କବାକ୍ୟ ହୋଇପାରନ୍ତି।
ଯଥା- ‘ଏ’ର ସମବର୍ଜିତ ‘ଏ’ ଏବଂ ‘ଇ’ର ସମବର୍ତ୍ତିତ ‘ଇ’ ହୁଏ ।
ଯେଉଁ ସମବର୍ତ୍ତନରେ ସମବର୍ଭନୀୟ ଓ ସମବର୍ତ୍ତିତ ମଧ୍ୟରେ ପରିମାଣଗତ ପ୍ରଭେଦ ଥାଏ, ତାହାକୁ ଅସରଳ ସମବର୍ତ୍ତନ କୁହାଯାଏ । ଅସରଳ ସମବର୍ତ୍ତନରେ ସମବର୍ତ୍ତନୀୟ ସାମାନ୍ୟ ତର୍କବାକ୍ୟ; କିନ୍ତୁ ସମବର୍ତ୍ତିତ ବିଶେଷ ତର୍କବାକ୍ୟ । ‘ଆ’ ତର୍କବାକ୍ୟର ସମବର୍ତ୍ତିତ ‘ଇ’ । ତେଣୁ ‘ଆ’ ତର୍କବାକ୍ୟର ସମବର୍ତ୍ତନକୁ ଅସରଳ ସମବର୍ତ୍ତନ କୁହାଯାଏ ।
3. କାହିଁକି ‘ଓ’-ତର୍କବାକ୍ୟର ସମବର୍ତ୍ତନ ସମ୍ଭବ ନୁହେଁ ? ବୁଝାଅ ।
Answer:
ସମବର୍ତ୍ତନୀୟ- କେତେକ କ ଖ ନୁହେଁ ।
ପ୍ରଥମ ଓ ଦ୍ୱିତୀୟ ନିୟମାନୁସାରେ ଓ-ତର୍କବାକ୍ୟର ଉଦ୍ଦେଶ୍ୟ ଏବଂ ବିଧେୟର ସ୍ଥାନ ପରିବର୍ତ୍ତନ କରି ଗୋଟିଏ ନଞର୍ଥକ ତର୍କବାକ୍ୟ ଗଠନ କଲେ ତାହାର ବିଧେୟ ବ୍ୟାପ୍ୟ ହେବା ନିଶ୍ଚିତ । କିନ୍ତୁ ସମବର୍ତ୍ତନୀୟ ଓ-ତର୍କବାକ୍ୟର ଉଦ୍ଦେଶ୍ୟ ଅଦ୍ୟାପ୍ୟ ହୋଇଥିବାରୁ ଏତଦ୍ଵାରା ତୃତୀୟ ନିୟମ ଲଙ୍ଘିତ ହେବ । ତେଣୁ ଓ-ତର୍କବାକ୍ୟର ସମବର୍ତ୍ତନ ସମ୍ଭବପର ନୁହେଁ ।
4. କାହିଁକି ବସ୍ତୁଗତ ବ୍ୟାବର୍ତ୍ତନକୁ ବ୍ୟାବର୍ତ୍ତନରୂପେ ଗ୍ରହଣ କରାଯାଇ ନ ପାରେ ? ବୁଝାଅ ।
Answer:
ବେନ୍ଙ୍କ ମତରେ, ଗୋଟିଏ ଉଦ୍ଦେଶ୍ୟର ଗୋଟିଏ ବିଧେୟ ସହିତ ବାସ୍ତବ ସମ୍ବନ୍ଧର ଜ୍ଞାନରୁ ଉଦ୍ଦେଶ୍ୟର ବିପରୀତ ପଦ ସହିତ ବିଧେୟର ବିପରୀତ ବା ବିରୁଦ୍ଧ ପଦର ସମ୍ବନ୍ଧ ଅନୁମେୟ । ଏହି ଅନୁମାନ ପଦ୍ଧତିକୁ ସେ ବସ୍ତୁଗତ ବ୍ୟାବର୍ତ୍ତନ ଆଖ୍ୟା ଦେଇଛନ୍ତି । ବସ୍ତୁଗତ ବ୍ୟାବର୍ତ୍ତନରେ ବ୍ୟାବର୍ତ୍ତନୀୟର ଉଦ୍ଦେଶ୍ୟର ବିପରୀତ ପଦ ବ୍ୟାବର୍ଜିତର ଉଦ୍ଦେଶ୍ୟ ହୁଏ । ବ୍ୟାବର୍ତ୍ତନୀୟର ବିଧେୟର ବିପରୀତ ଅଥବା ବିରୁଦ୍ଧ ପଦ ବ୍ୟାବର୍ତ୍ତିତର ବିଧେୟ ହୁଏ ଏବଂ ବ୍ୟାବର୍ତ୍ତନୀୟ ତଥା ବ୍ୟାବର୍ଜିତର ଗୁଣ ଅଭିନ୍ନ ରହେ ।
ଯଥା- (କ) ବ୍ୟାବର୍ତ୍ତନୀୟ – ଯୁଦ୍ଧ କ୍ଷତିକାରକ ।
ବ୍ୟାବର୍ତ୍ତତ – ଶାନ୍ତି ମଙ୍ଗଳକାରକ ।
ବ୍ୟାବର୍ତ୍ତନୀୟ – ଧାର୍ମିକ ସୁଖୀ ।
ବ୍ୟାବର୍ତ୍ତତ – ପାପୀ ଅସୁଖୀ ।
ଏପ୍ରକାର ବ୍ୟାବର୍ତ୍ତନ ଆପାତତଃ ଠିକ୍ ବୋଲି ଜଣାପଡ଼ୁଥିଲେ ମଧ୍ୟ ଏହା ବିଧ୍ଵବଦ୍ଧ ନୁହେଁ । କାରଣ ଏଠାରେ ବ୍ୟାବର୍ତ୍ତନୀୟ ବ୍ୟାବର୍ତ୍ତନୀୟ ଓ ବ୍ୟାବଭିତର ଗୁଣଗତ ପାର୍ଥକୀ ନାହିଁ । ଏସବୁ ଦୃଷ୍ଟିରୁ ଏପ୍ରକାର ବ୍ୟାବର୍ତ୍ତନ ନ୍ୟାୟସଙ୍ଗତ ନୁହେଁ । ନ୍ୟାୟମୂର୍ତ୍ତିମାନଙ୍କର ପ୍ରାମାଣିକତା କିପରି ନିର୍ଣ୍ଣୟ କରାଯାଏ ଲେଖ ।
5. ନ୍ୟାୟମୂର୍ତ୍ତିମାନଙ୍କର ପ୍ରାମାଣିକତା କିପରି ନିର୍ଣ୍ଣୟ କରାଯାଏ ଲେଖ ।
Answer:
ତ୍ରିପଦୀଯୁକ୍ତିର ସାଧାରଣ ନିୟମଦ୍ୱାରା ପ୍ରତିଷ୍ଠିତ ହୋଇଥିବା ନ୍ୟାୟମୂର୍ତ୍ତିଗୁଡ଼ିକ ସିଦ୍ଧ ବୋଲି କୁହାଯାଏ । ଏହି ନିୟମୂର୍ତ୍ତିଗୁଡ଼ିକ –
(୧) ତ୍ରିପଦୀଯୁକ୍ତିର ସାଧାରଣ ନିୟମ ।
(୨) ପ୍ରତ୍ୟେକ ସଂସ୍ଥାନର ସ୍ଵତନ୍ତ୍ର ନିୟମାବଳୀ ।
(୩) ଆରିଷ୍ଟଟଲ୍ଙ୍କର ମୌଳିକ ସୂତ୍ର ।
6. ପ୍ରଥମ ସଂସ୍ଥାନ ଓ ଚତୁର୍ଥ ସଂସ୍ଥାନ
Answer:
ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବର ଉଦ୍ଦେଶ୍ୟ ଏବଂ ପକ୍ଷାବୟବର ବିଧେୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ପ୍ରଥମ ସଂସ୍ଥାନ କୁହାଯାଏ;
ଯଥା – ସମସ୍ତ ମନୁଷ୍ୟ ମରଣଶୀଳ ।
ସମସ୍ତ ଛାତ୍ର ମନୁଷ୍ୟ ।
_____________________
∴ ସମସ୍ତ ଛାତ୍ର ମରଣଶୀଳ ।
ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବର ବିଧେୟ ଏବଂ ପକ୍ଷାବୟବର ଉଦ୍ଦେଶ୍ୟ ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ଚତୁର୍ଥ ସଂସ୍ଥାନ କୁହାଯାଏ; ଯଥା-
କୌଣସି ପତ୍ର ଫଳ ନୁହେଁ ।
କେତେକ ଫଳ ସବୁଜ ।
____________________________
∴ କେତେକ ସବୁଜ ବସ୍ତୁ ପତ୍ର ନୁହେଁ ।
7. ଦ୍ବିତୀୟ ସଂସ୍ଥାନ ଓ ତୃତୀୟ ସଂସ୍ଥାନ
Answer:
ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ବିଧେୟରୂପେ ବ୍ୟବହୃତ ହୋଇଥାଏ, ତାହାକୁ ଦ୍ବିତୀୟ ସଂସ୍ଥାନ କୁହାଯାଏ ।
ଯଥା- ସମସ୍ତ ପକ୍ଷୀ ଦ୍ବିପଦ ।
କୌଣସି ପଶୁ ଦ୍ବିପଦ ନୁହେଁ ।
_______________________
∴ କୌଣସି ପଶୁ ପକ୍ଷୀ ନୁହେଁ ।
ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁବାକ୍ୟର ଉଦ୍ଦେଶ୍ୟରୂପେ ବ୍ୟବହୃତ ହୋଇଥାଏ, ତାହାକୁ ତୃତୀୟ ସଂସ୍ଥାନ କୁହାଯାଏ ।
ଯଥା – ସମସ୍ତ ପୁଷ୍ପ ସୁନ୍ଦର ।
କେତେକ ପୁଷ୍ପ ଗନ୍ଧହୀନ ।
___________________________
∴ କେତେକ ଗନ୍ଧହୀନ ବସ୍ତୁ ସୁନ୍ଦର ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ସମବର୍ତ୍ତନ କାହାକୁ କହନ୍ତି ? ସମବର୍ତ୍ତନର ନିୟମଗୁଡ଼ିକ ବୁଝାଇ ଲେଖ ଓ ଉଦାହରଣ ମାଧ୍ୟମରେ ଆ, ଏ, ଇ ତର୍କବାକ୍ୟମାନଙ୍କର ସମବର୍ତ୍ତନ ଦିଅ । କାହିଁକି ‘ଓ’ ତର୍କବାକ୍ୟର ସମବର୍ତ୍ତନ ସମ୍ଭବ ନୁହେଁ ? ବୁଝାଅ ।
Answer:
ଯେଉଁ ଅବ୍ୟବହିତ ଅବରୋହାନୁମାନର ସିଦ୍ଧାନ୍ତରେ ହେତୁବାକ୍ୟର ଉଦ୍ଦେଶ୍ୟକୁ ବିଧେୟ ରୂପେ ଏବଂ ହେତୁବାକ୍ୟର ବିଧେୟକୁ ଉଦ୍ଦେଶ୍ୟ ରୂପେ ବ୍ୟବହାର କରି ହେତୁବାକ୍ୟ ଓ ସିଦ୍ଧାନ୍ତର ଯଥାଯଥ ସମ୍ବନ୍ଧ ନିରୂପଣ କରାଯାଏ, ତାହାକୁ ସମବର୍ତ୍ତନ କୁହାଯାଏ ।
ସମବର୍ତ୍ତନୀୟ – ସମବର୍ତ୍ତନର ହେତୁବାକ୍ୟକୁ ସମବର୍ଣନୀୟ କୁହାଯାଏ ।
ସମବର୍ତ୍ତିତ – ସମବର୍ତ୍ତନର ସିଦ୍ଧାନ୍ତକୁ ସମବର୍ପିତ କୁହାଯାଏ ।
ସମବର୍ତ୍ତନର ନିୟମାବଳୀ :
(କ) ସମବର୍ତ୍ତନୀୟର ଉଦ୍ଦେଶ୍ୟ ସମବର୍ଷିତର ବିଧେୟ ହୁଏ ଏବଂ ସମବର୍ତ୍ତନୀୟର ବିଧେୟ ସମବର୍ଗିତର ଉଦ୍ଦେଶ୍ୟ ହୁଏ ।
(ଖ) ସମବର୍ତ୍ତନୀୟ ଓ ସମବର୍ଷିତର ଗୁଣ ସମାନ ରହେ ଅର୍ଥାତ୍ ସମବର୍ତ୍ତନୀୟ ସଦର୍ଥକ ହେଲେ, ସମବର୍ତ୍ତିତ ମଧ୍ୟ ସଦର୍ଥକ ହୁଏ ଏବଂ ସମବର୍ଣନୀୟ ନଞର୍ଥକ ହେଲେ ସମବର୍ତ୍ତିତ ମଧ୍ୟ ନଞର୍ଥକ ହୁଏ ।
(ଗ) ସମବର୍ତ୍ତନୀୟ ଓ ସମବର୍ଷିତର ପରିମାଣ ସମାନ ରହେନାହିଁ । ସରଳ ସମବର୍ତ୍ତନରେ ଏହି ପରିମାଣ ସମାନ ଥିବା ସ୍ଥଳେ ସୀମିତ ସମବର୍ତ୍ତନରେ ଏହି ପରିମାଣ ଭିନ୍ନ ହୋଇଥାଏ ।
(ଘ) ଯେଉଁ ପଦ ସମବର୍ତ୍ତନୀୟରେ ଅବ୍ୟାପ୍ୟ ତାହା ସମବର୍ଭିତରେ ବ୍ୟାପ୍ୟ ହୋଇପାରେ ନାହିଁ ।
ଉପରୋକ୍ତ ନିୟମଗୁଡ଼ିକର ପ୍ରୟୋଗଦାୃରା
ଆ – ତର୍କବାକ୍ୟର ସମବର୍ଷିତ ଇ
ଇ – ତର୍କବାକ୍ୟର ସମବର୍ଷିତ ଇ
ଏ – ତର୍କବାକ୍ୟର ସମବର୍ଷିତ ଏ
ଓ – ତର୍କବାକ୍ୟର ସମବର୍ତ୍ତନ ହୋଇପାରେ ନାହିଁ ।
ନିୟମଗୁଡ଼ିକର ପ୍ରୟୋଗ
(୧) ଆ- ତର୍କବାକ୍ୟର ସମବର୍ତ୍ତନ
ସମବର୍ତ୍ତନୀୟ – ସମସ୍ତ କ ଖ । – ଆ
ସମବର୍ଷିତ – କେତେକ ଖ କ । ଇ
ସମବର୍ତ୍ତନୀୟ ସମସ୍ତ ମନୁଷ୍ୟ ମରଣଶୀଳ । – ଆ
ସମବର୍ଷିତ – କେତେକ ମରଣଶୀଳ ପ୍ରାଣୀ ମନୁଷ୍ୟ । – ଇ
ସମବର୍ତ୍ତନୀୟ – ସମସ୍ତ ପୁଷ୍ପ ସୁନ୍ଦର । – ଆ
ସମବର୍ଷିତ – କେତେକ ସୁନ୍ଦର ବସ୍ତୁ ପୁଷ୍ପ ! – ଇ
‘ଆ’ ତର୍କବଚନର ସମବର୍ତ୍ତନରେ ‘ଇ’ ତର୍କବଚନ ସିଦ୍ଧାନ୍ତ ଭାବେ ନିଷ୍ପନ୍ନ ହେବାଦ୍ଵାରା ସମବର୍ତ୍ତନର କୌଣସି ନିୟମ ଲଙ୍ଘନ ହେଉନାହିଁ । ପ୍ରଥମତଃ ସମବର୍ଣନୀୟ ଉଦ୍ଦେଶ୍ୟ ସମବର୍ଗିତରେ ବିଧେୟ ହୋଇଅଛି ଏବଂ ସମବର୍ତ୍ତନୀୟର ବିଧେୟ ସମବର୍ଗିତରେ ଉଦ୍ଦେଶ୍ୟ ଭାବେ ନିଆଯାଇଛି । ଉଭୟ ସମବର୍ତ୍ତନୀୟ ଓ ସମବର୍ଷିତର ଗୁଣ ସମାନ ରହିଅଛି । ମାତ୍ର ଏଠାରେ ଲକ୍ଷ୍ୟ କରାଯାଏ ଯେ ସମବର୍ତ୍ତନୀୟ ସାର୍କିକ ସଦର୍ଥକ ହୋଇଥିଲାବେଳେ ସମବର୍ତ୍ତିତ ଆଂଶିକ ସଦର୍ଥକ ହୋଇଅଛି । ମାତ୍ର ସିଦ୍ଧାନ୍ତଟି ଆଂଶିକ ତର୍କବଚନ ହେବାଦ୍ଵାରା କୌଣସି ତର୍କଦୋଷ ସଂଘଟିତ ହେଲାନାହିଁ । ଏହି ଦୃଷ୍ଟିରୁ ବିଚାର କଲେ ଚତୁର୍ଥ
ନିୟମଟି ମଧ୍ୟ ଲଙ୍ଘିତ ହେଲାନାହିଁ । ତେଣୁ ‘ଆ’ ତର୍କବାକ୍ୟର ସମବର୍ତ୍ତିତ ଇ ବୋଲି ଗୃହୀତ ହୁଏ ।
(୨) ‘ଇ’ ତର୍କବାକ୍ୟର ସମବର୍ତ୍ତନ :
ସମବର୍ତ୍ତନୀୟ – କେତେକ କ ଖ ଅଟେ । – ଇ
ସମବର୍ଷିତ – କେତେକ ଖ କ ଅଟେ । – ଇ
ସମବର୍ତ୍ତନୀୟ – କେତେକ ପୁଷ୍ପ ସୁଗନ୍ଧିଯୁକ୍ତ ଅଟନ୍ତି । – ଇ
ସମବର୍ଷିତ – କେତେକ ସୁଗନ୍ଧିଯୁକ୍ତ ପଦାର୍ଥ ପୁଷ୍ପ ଅଟନ୍ତି । – ଇ
ସମବର୍ତ୍ତନୀୟ – କେତେକ ଆମ୍ବ ମିଠା ଅଟେ । – ଇ
ସମବର୍ଷିତ – କେତେକ ମିଠା ବସ୍ତୁ ଆମ୍ବ ଅଟେ । – ଇ
ଏଠାରେ ପ୍ରଥମ ନିୟମ ଅନୁସାରେ ଉଦ୍ଦେଶ୍ୟ ଏବଂ ବିଧେୟର ପରସ୍ପର ସ୍ଥାନ ପରିବର୍ତ୍ତନ କରାଯାଇଅଛି । ଇ ସମବର୍ତ୍ତନୀୟ ଓ ସମବର୍ତ୍ତିତର ଗୁଣାତ୍ମକ ସାମ୍ୟତା ରହିଅଛି । ‘ଇ’ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟ ବ୍ୟାପ୍ୟ ନୁହେଁ । ତେଣୁ ୪ର୍ଥ ନିୟମ ଅନୁସାରେ ତାହାର ସିଦ୍ଧାନ୍ତର ଉଦ୍ଦେଶ୍ୟ କିମ୍ବା ବିଧେୟ ବ୍ୟାପ୍ୟ ହୋଇପାରିବ ନାହିଁ । ‘ଇ’ ତର୍କବାକ୍ୟର ସମବର୍ତ୍ତିତ ‘ଇ’ ହେଲେ କୌଣସି ନିୟମ ଲଙ୍ଘିତ ହେବାର ଆଶଙ୍କା ନାହିଁ । ତେଣୁ ଇ-ତର୍କବାକ୍ୟର ସମବର୍ତ୍ତିତ ‘ଇ’ ବୋଲି ଗୃହୀତ ହୁଏ ।
(୩) ‘ଏ’ ତର୍କବାକ୍ୟର ସମବର୍ତ୍ତନ :
ସମବର୍ତ୍ତନୀୟ – କୌଣସି କ ଖ ନୁହେଁ । – ଏ
ସମବର୍ଷିତ – କୌଣସି ଖ କ୍ ନୁହେଁ । – ଏ
ସମବର୍ତ୍ତନୀୟ – କୌଣସି ମନୁଷ୍ୟ ନୁହେଁ । – ଏ
ସମବର୍ତ୍ତିତ – କୌଣସି ବ୍ୟାଘ୍ର ମନୁଷ୍ୟ ବ୍ୟାଘ୍ର ନୁହେଁ । – ଏ
ସମବର୍ତ୍ତନୀୟ – କୌଣସି ଗୋରୁ ଘୋଡ଼ା ନୁହେଁ । – ଏ
ସମବର୍ଷିତ – କୌଣସି ଘୋଡ଼ା ଗୋରୁ ନୁହେଁ । – ଏ
ଏଠାରେ ଯଥମ ନିୟମାନୁସାରେ ଉଦ୍ଦେଶ୍ୟ ଏବଂ ବିଧେୟର ପରସ୍ପର ସ୍ଥାନ ପରିବର୍ତ୍ତନ କରାଯାଇଅଛି । ଏତର୍କବାକ୍ୟ ନଞର୍ଥକ ହୋଇଥିବାରୁ ତାହାର ସିଦ୍ଧାନ୍ତ ମଧ୍ଯ ନଞର୍ଥକ ହେବା ଉଚିତ । ‘ଏ’ ତର୍କବାକ୍ୟର ଉଭୟ ଉଦ୍ଦେଶ୍ୟ ଏବଂ ବିଧେୟ ବ୍ୟାପ୍ୟ । ତେଣୁ ଏହାର ସିଦ୍ଧାନ୍ତ ‘ଏ’ ହେଲେ ତୃତୀୟ ନିୟମ ଲଘିତ ହେବାର ଆଶଙ୍କା ନାହିଁ । ଏଣୁ ‘ଏ’ ତର୍କବାକ୍ୟର ସମ୍ବବର୍ତିତ ‘ଏ’ ବୋଲି ଗୃହୀତ ହୁଏ ।
(୪) ‘ଓ’ ତର୍କବାକ୍ୟର ସମବର୍ତ୍ତନ :
ସମବର୍ତ୍ତନୀୟ- କେତେକ କ ଖ ନୁହେଁ – ଏ
ପ୍ରଥମ ଓ ଦ୍ବିତୀୟ ନିୟମାନୁସାରେ ‘ଓ’ ତର୍କବାକ୍ୟର ଉଦ୍ଦେଶ୍ୟ ଏବଂ ବିଧେୟର ସ୍ଥାନ ପରିବର୍ତ୍ତନ କରି ଗୋଟିଏ ନଞର୍ଥକ ତର୍କବାକ୍ୟ ଗଠନ କଲେ ତାହାର ବିଧେୟ ବ୍ୟାପ୍ୟ ହେବା ସୁନିଶ୍ଚିତ । କିନ୍ତୁ ସମବର୍ତ୍ତନୀୟ ‘ଓ’ ତର୍କବାକ୍ୟର ଉଦ୍ଦେଶ୍ୟ ଅଦ୍ୟାପ୍ୟ ହୋଇଥିବାରୁ ଏତଦ୍ବାରା ଶେଷ ନିୟମ ଲଙ୍ଘିତ ହେବ । ତେଣୁ ଓ-ତର୍କବାକ୍ୟର ସମବର୍ତ୍ତନ ସମ୍ଭବ ନୁହେଁ । କେତେକ ତାର୍କିକ ‘ଓ’ ତର୍କବାକ୍ୟକୁ ପରୋକ୍ଷ ଭାବରେ ସମବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି ।
ଯଥା- ସମବର୍ତ୍ତନୀୟ- କେତେକ ଫଳ ମିଷ୍ଟ ନୁହନ୍ତି । – ଓ
ସମବର୍ତ୍ତନୀୟ – କେତେକ ଫଳ ଅ-ମିଷ୍ଟ ଅଟନ୍ତି । – ଇ
ସମବର୍ତ୍ତିତ – କେତେକ ଅ-ମିଷ୍ଟ ବସ୍ତୁ ଫଳ ଅଟେ । – ଇ
ଅଧିକାଂଶ ତାର୍କିକଙ୍କ ମତରେ, ନିଷେଧଭିଭିକ ସମବର୍ତ୍ତନକୁ ସମବର୍ତ୍ତନ ବୋଲି ଗ୍ରହଣ କରିବା ଯଥାର୍ଥ ନୁହେଁ । କାରଣ ଏଠାରେ ସମବର୍ତ୍ତନର ନିୟମଗୁଡ଼ିକ ଯଥାଯଥ ଭାବେ ପାଳିତ ହୁଏ ନାହିଁ ।
2. ବ୍ୟାବର୍ତ୍ତନ କାହାକୁ କହନ୍ତି ? ଏହାର ନିୟମଗୁଡ଼ିକ ଲେଖ୍ ଆ, ଏ, ଇ ଏବଂ ‘ଓ’ ତର୍କବାକ୍ୟମାନଙ୍କର ବ୍ୟାବର୍ତ୍ତିତ ରୂପମାନ ବୁଝାଅ ।
Answer:
ବ୍ୟାବର୍ତ୍ତନ :
ଯେଉଁ ଅବ୍ୟବହିତ ଅବରୋହାନୁମାନର ସିଦ୍ଧାନ୍ତରେ ହେତୁବାକ୍ୟର ଉଦ୍ଦେଶ୍ୟକୁ ଉଦ୍ଦେଶ୍ୟରୂପେ ଏବଂ ହେତୁବାକ୍ୟର ବିଧେୟର ବିରୁଦ୍ଧ ପଦକୁ ବିଧେୟ ରୂପେ ବ୍ୟବହାର କରି ହେତୁବାକ୍ୟ ଓ ସିଦ୍ଧାନ୍ତର ଯଥାଯଥ ସମ୍ବନ୍ଧ ନିରୂପଣ କରାଯାଏ, କୁହାଯାଏ ।
ବ୍ୟାବର୍ତ୍ତନୀୟ- ବ୍ୟାବର୍ତ୍ତନର ହେତୁବାକ୍ୟକୁ ବ୍ୟାବର୍ତ୍ତନୀୟ କୁହାଯାଏ ।
ବ୍ୟାବର୍ତ୍ତିତ – ବ୍ୟାବର୍ତ୍ତନର ସିଦ୍ଧାନ୍ତକୁ ବ୍ୟାବର୍ତ୍ତିତ କୁହାଯାଏ ।
ଯଥା- ସମସ୍ତ କ ଖ ଅଟେ । – ବ୍ୟାବର୍ତ୍ତନୀୟ – ଆ
∴ କୌଣସି କ ଅ-ଖ ନୁହଁନ୍ତି । – ବ୍ଯାବର୍ଷିତ – ଏ
ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି – ଆ
∴ କୌଣସି ମନୁଷ୍ୟ ଅ – ମରଣଶୀଳ ନୁହେଁ – ଏ – ବ୍ୟାବର୍ଜିତ
ବ୍ୟାବର୍ତ୍ତନର ନିୟମାବଳୀ :
(୧) ବ୍ୟାବର୍ତ୍ତନୀୟର ଉଦ୍ଦେଶ୍ୟ ପଦ ବ୍ୟାବର୍ଜିତର ଉଦ୍ଦେଶ୍ୟ ପଦ ରୂପେ ବ୍ୟବହୃତ ହୁଏ ।
(୨) ବ୍ୟାବର୍ତ୍ତନୀୟର ବିଧେୟ ପଦର ବିରୁଦ୍ଧ ପଦ ବ୍ୟାବର୍ତ୍ତିତର ବିଧେୟ ପଦ ରୂପେ ବ୍ୟବହୃତ ହୁଏ ।
(୩) ବ୍ୟାବର୍ତ୍ତନୀୟ ଓ ବ୍ୟାବଭିତର ଗୁଣ ସମାନ ରହେନାହିଁ ।
(୪) ବ୍ୟାବର୍ତ୍ତନୀୟ ଓ ବ୍ୟାବର୍ଜିତର ପରିମାଣ ସମାନ ହୁଏ ।
(୫) ବ୍ୟାବର୍ତ୍ତନୀୟରେ କୌଣସି ପଦ ଅବ୍ୟାପ୍ତ ହୋଇଥିଲେ ବ୍ୟାବର୍ଜିତରେ ତାହା ବ୍ୟାପ୍ତ ହୁଏ ନାହିଁ ।
ଆ – ତର୍କବାକ୍ୟର ବ୍ୟାବର୍ତ୍ତିତ – ଏ
ଇ ତର୍କବାକ୍ୟର ବ୍ୟାବର୍ଷିତ – ଓ
ଏ – ତର୍କବାକ୍ୟର ବ୍ୟାବର୍ଷିତ – ଆ
ଓ – ତର୍କବାକ୍ୟର ବ୍ୟାବର୍ତ୍ତିତ – ଇ ହୁଏ ।
ନିୟମମାନଙ୍କର ପ୍ରୟୋଗ :
(୧) ଆ-ତର୍କବାକ୍ୟର ବ୍ୟାବର୍ତ୍ତନ :
ବ୍ୟାବର୍ତ୍ତନୀୟଙ୍କ ସମସ୍ତ କ ଖ ଅଟେ । – ଆ.
ବ୍ୟାବର୍ତ୍ତିତ – କୌଣସି କ ଅ-ଖ ନୁହେଁ । – ଏ
ବ୍ୟାବର୍ତ୍ତନୀୟ- ସମସ୍ତ କାକ କୃଷ୍ଣ ଅଟନ୍ତି । – ଆ
ବ୍ୟାବର୍ତ୍ତିତ – କୌଣସି କାକ ଅ-କୃଷ୍ଣ ନୁହନ୍ତି । – ଏ
ଉପରୋକ୍ତ ବ୍ୟାବର୍ତ୍ତନରେ ବ୍ୟାବର୍ତ୍ତନର କୌଣସି ନିୟମ ଲଙ୍ଘନ କରାଯାଇନାହିଁ । କାରଣ ବ୍ୟାବର୍ତ୍ତନୀୟର ଉଦ୍ଦେଶ୍ୟ ପଦ ବ୍ୟାବର୍ଜିତର ଉଦ୍ଦେଶ୍ୟ ପଦ ରୂପେ ଏବଂ ବ୍ୟାବର୍ତ୍ତନୀୟର ବିଧେୟର ବିରୁଦ୍ଧ ପଦ ବ୍ୟାବର୍ତ୍ତିତର ବିଧେୟ ପଦ ରୂପେ ଗୃହୀତ ହୋଇଅଛି । ବ୍ୟାବର୍ଜିତର ଗୁଣ ବ୍ୟାବର୍ତ୍ତନୀୟଠାରୁ ଭିନ୍ନ ଅଟେ । ଏଠାରେ ବ୍ୟାବର୍ତ୍ତନୀୟ ସଦର୍ଥକ ଅଟେ; ମାତ୍ର ବ୍ୟାବର୍ତ୍ତିତ ନଞର୍ଥକ ଅଟେ । କୌଣସି ପଦ ବ୍ୟାବଭିତରେ ବ୍ୟାପ୍ତ ହୋଇ ବ୍ୟାବର୍ତ୍ତନୀୟରେ ଅବ୍ୟାପ୍ତ ହୁଏ ନାହିଁ । ଅବଶ୍ୟ ବ୍ୟାବର୍ତ୍ତନୀୟରେ ବିଧେୟ ପଦ ବ୍ୟାପ୍ତ ହୋଇନାହିଁ, କିନ୍ତୁ ଏହାର ବିରୁଦ୍ଧ ପଦ ବ୍ୟାବର୍ଜିତରେ ବ୍ୟାପ୍ତ ହୋଇଥିବାରୁ କୌଣସି ବାଧା ନାହିଁ ।
(୨) ଏ – ତର୍କବାକ୍ୟର ବ୍ୟାବର୍ତ୍ତନ :
ବ୍ୟାବର୍ତ୍ତନୀୟ – କୌଣସି କ ଖ ନୁହେଁ । – ଏ
ବ୍ୟାବର୍ତ୍ତିତ – ସମସ୍ତ କ ଅ-ଖ ଅଟେ । – ଆ
ବ୍ୟାବର୍ତ୍ତନୀୟ – କୌଣସି ମନୁଷ୍ୟ ଚତୁଷ୍ପଦ ନୁହଁନ୍ତି । – ଏ
ବ୍ୟାବର୍ତ୍ତିତ – ସମସ୍ତ ମନୁଷ୍ୟ ଅ-ଚତୁଷ୍ପଦ ଅଟନ୍ତି । – ଆ
ଏଠାରେ ମଧ୍ୟ ବ୍ୟାବର୍ତ୍ତନର କୌଣସି ନିୟମ ଲଙ୍ଘନ କରାଯାଇନାହିଁ । ଏଣୁ ‘ଏ’ ତର୍କବାକ୍ୟର ବ୍ୟାବର୍ତ୍ତିତ ରୂପ ‘ଆ’ ଅଟେ ।
(୩) ଇ – ତର୍କବାକ୍ୟର ବ୍ୟାବର୍ତ୍ତନ :
ବ୍ୟାବର୍ତ୍ତନୀୟ- କେତେକ କ ଖ ଅଟେ । – ଇ
ବ୍ୟାବର୍ତ୍ତିତ – .. କେତେକ କ ଅ-ଖ ନୁହେଁ । – ଓ
ବ୍ୟାବର୍ତ୍ତନୀୟ – କେତେକ ମନୁଷ୍ୟ ସାଧୁ ଅଟନ୍ତି । – ଇ
ବ୍ୟାବର୍ତ୍ତିତ – କେତେକ ମନୁଷ୍ୟ ଅ-ସାଧୁ ନୁହଁନ୍ତି । – ଓ
ଏଠାରେ ବ୍ୟାବର୍ତ୍ତନର ସମସ୍ତ ନିୟମ ଯଥାରୀତି ପାଳିତ ହୋଇଅଛି । ସେହି ଦୃଷ୍ଟିରୁ ଏହା ଏକ ନିର୍ଭୁଲ୍ ବ୍ୟାବର୍ତ୍ତନ ଅଟେ । ଏଥୁରୁ ପ୍ରମାଣିତ ହେଲା ଯେ ବ୍ୟାବର୍ତ୍ତନରେ ‘ଇ’ ତର୍କବାକ୍ୟ ‘ଓ’ ତର୍କବାକ୍ୟରେ ପରିଣତ ହୁଏ ।
(୪) ଓ – ତର୍କବାକ୍ୟର ବ୍ୟାବର୍ତ୍ତନ :
ବ୍ୟାବର୍ତ୍ତନୀୟ – କେତେକ କ ଖ ନୁହେଁ । – ଓ
ବ୍ୟାବର୍ତ୍ତିତ – କେତେକ କ ଅ-ଖ ଅଟେ । – ଇ
ବ୍ୟାବର୍ତ୍ତନୀୟ – କେତେକ ଫଳ ସ୍ଵାଦିଷ୍ଟ ନୁହେଁ । – ଓ
ବ୍ୟାବର୍ତ୍ତିତ – ∴ କେତେକ ଫଳ ଅ-ସ୍ୱାଦିଷ୍ଟ ଅଟେ । – ଇ
ଉକ୍ତ ବ୍ୟାବର୍ତ୍ତନରେ ସମସ୍ତ ନିୟମ ପାଳନ କରାଯାଇଅଛି । ତେଣୁ ବ୍ୟାବର୍ତ୍ତନରେ ‘ଓ’ ତର୍କବାକ୍ୟ ‘ଇ’ ତର୍କବାକ୍ୟରେ ପରିଣତ ହୁଏ ।
3. ବସ୍ତୁଗତ ବ୍ୟାବର୍ତ୍ତନ କାହାକୁ କହନ୍ତି ?
Answer:
ବେନ୍ଙ୍କ ମତରେ, ଗୋଟିଏ ଉଦ୍ଦେଶ୍ୟର ଗୋଟିଏ ବିଧେୟ ସହିତ ବାସ୍ତବ ସମ୍ବନ୍ଧର ଜ୍ଞାନରୁ ଉଦ୍ଦେଶ୍ୟର ବିପରୀତ ପଦ ସହିତ ବିଧେୟର ବିରୁଦ୍ଧ ବା ବିପରୀତ ପଦର ସମ୍ବନ୍ଧ ଅନୁମେୟ । ଏହି ଅନୁମାନ ପଦ୍ଧତିକୁ ସେ ବସ୍ତୁଗତ ବ୍ୟାବର୍ତ୍ତନ ଆଖ୍ୟା ଦେଇଛନ୍ତି । ବସ୍ତୁଗତ ବ୍ୟାବର୍ତ୍ତନରେ ବ୍ୟାବର୍ତ୍ତନୀୟର ଉଦ୍ଦେଶ୍ୟର ବିପରୀତ ପଦ ବ୍ୟାବର୍ତ୍ତିତର ଉଦ୍ଦେଶ୍ୟ ହୁଏ, ବ୍ୟାବର୍ତ୍ତନୀୟର ବିଧେୟର ବିପରୀତ ଅଥବା ବିରୁଦ୍ଧ ପଦ ବ୍ୟାବର୍ଜିତର ବିଧେୟ ହୁଏ ଏବଂ ବ୍ୟାବର୍ତ୍ତନୀୟ ତଥା ବ୍ୟାବର୍ତ୍ତିତର ଗୁଣ ଅଭିନ୍ନ ରହେ ।
ବ୍ୟାବର୍ତ୍ତନୀୟ- ଯୁଦ୍ଧ କ୍ଷତିକାରକ ।
ବ୍ୟାବର୍ତ୍ତିତ – ଶାନ୍ତି ମଙ୍ଗଳଦାୟକ ।
ବ୍ୟାବର୍ତ୍ତନୀୟ – ଧାର୍ମିକ ସୁଖୀ ।
ବ୍ୟାବର୍ତ୍ତିତ – ପାପୀ ଅସୁଖୀ ।
ବସ୍ତୁଗତ ବ୍ୟାବର୍ତ୍ତନକୁ ଯଥାର୍ଥ ବ୍ୟାବର୍ତ୍ତନ କୁହାଯାଏ ନାହିଁ, ଯେହେତୁ ଏହି ବ୍ୟାବର୍ତ୍ତନରେ ଯଥାର୍ଥ ବ୍ୟାବର୍ତ୍ତନରେ ନିୟମଗୁଡ଼ିକୁ ଯଥାଯଥ ଭାବରେ ଅନୁସରଣ କରାଯାଏ ନାହିଁ । କାରଣ ଯଥାର୍ଥ ବ୍ୟାବର୍ତ୍ତନରେ ଗୁଣର ପରିବର୍ତ୍ତନ କରାଯାଇଥାଏ । କିନ୍ତୁ ବସ୍ତୁଗତ ବ୍ୟାବର୍ତ୍ତନରେ ତାହା କରାଯାଏ ନାହିଁ ।
4. ଆରିଷ୍ଟଟଲ୍ଙ୍କର ସର୍ବାସ୍ତିନାସ୍ତି ସୂତ୍ରଟିକୁ ବ୍ୟାଖ୍ୟା କର ।
Answer:
ତିପଦୀଯୁକ୍ତିର ସିଦ୍ଧତା ଜାଣିବାପାଇଁ ଦଶଗୋଟି ସାଧାରଣ ନିୟମ ରହିଛି । ଏତଦ୍ବ୍ୟତୀତ ଆରିଷ୍ଟଟଲ୍ ତ୍ରିପଦୀଯୁକ୍ତିର ସିଦ୍ଧତା ପରୀକ୍ଷା କରିବାପାଇଁ ଆଉ ଏକ ନିୟମ ଉଲ୍ଲେଖ କରିଥିଲେ ଯାହାକୁ ‘ସର୍ବାସ୍ତିନାପ୍ତି ସୂତ୍ର’ କୁହାଯାଏ । ସୂତ୍ରଟିର ଅର୍ଥ ହେଲା- ‘ଯଦି କୌଣସି ବିଧେୟ କୌଣସି ଉଦ୍ଦେଶ୍ୟରେ ସମଗ୍ର ବାସ୍ୟାର୍ଥଠାରେ ସ୍ବୀକୃତ ବା ଅସ୍ଵୀକୃତ ହୋଇଥାଏ, ତେବେ ସେହି ଉଦ୍ଦେଶ୍ୟ ଅନ୍ତର୍ଗତ ପ୍ରତ୍ୟେକ ବସ୍ତୁଠାରେ ସେହି ବିଧେୟକୁ ଅନୁରୂପଭାବେ ସ୍ଵୀକାର ବା ଅସ୍ଵୀକାର କରାଯାଇପାରେ ।’’
ଉଦାହରଣ – (୧) ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି ।
ସମସ୍ତ କୃଷକ ମନୁଷ୍ୟ ଅଟନ୍ତି ।
∴ ସମସ୍ତ କୃଷକ ମରଣଶୀଳ ଅଟନ୍ତି ।
ଉଦାହରଣ – (୨) କୌଣସି ମନୁଷ୍ୟ ଅମର ନୁହଁନ୍ତି ।
ସମସ୍ତ କୃଷକ ମନୁଷ୍ୟ ଅଟନ୍ତି ।
∴ କୌଣସି କୃଷକ ଅମର ନୁହଁନ୍ତି ।
ପ୍ରଥମ ଉଦାହରଣରେ ‘ମରଣଶୀଳତା’କୁ ‘ମନୁଷ୍ୟ’ଠାରେ ସ୍ବୀକାର କରାଯାଇଛି । ଏଠାରେ ଉଦ୍ଦେଶ୍ୟ ପଦ ବ୍ୟାପ୍ୟ । ଦ୍ଵିତୀୟ ଉଦାହରଣରେ ‘ଅମରତ୍ୱ’କୁ ମନୁଷ୍ୟଠାରେ ସ୍ୱୀକାର କରାଯାଇଛି । ଏଠାରେ ଉଦ୍ଦେଶ୍ୟ ପଦ ‘ମନୁଷ୍ୟ’ ଯଦି ସୂତ୍ରଟିକୁ ବିଶ୍ଳେଷଣ କରାଯାଏ ତେବେ ଦେଖାଯାଏ ଯେ, ଏହି ନିୟମ ଅନୁସାରେ ସିଦ୍ଧ ତ୍ରିପଦୀଯୁକ୍ତିର (୧) ସାଧାବୟବ ଅବଶ୍ୟ ସାମାନ୍ୟ ହେବ ଓ (୨) ପକ୍ଷାବୟବ ସଦର୍ଥକ ହେବ । ସୂତ୍ର ଅନୁସାରେ ସାଧାବୟବର ଉଦ୍ଦେଶ୍ୟ ପଦଟିର ସମଗ୍ର ବାଚ୍ୟାର୍ଥରେ ବିଧେୟ ପଦ ସ୍ୱୀକୃତ ବା ଅସ୍ୱୀକୃତ, ଅର୍ଥାତ୍ ସାଧାବୟବର ଉଦ୍ଦେଶ୍ୟ ପଦଟି ବ୍ୟାପ୍ୟ; ଏହାର ଅର୍ଥ – ସାଧାବୟବଟି ଗୋଟିଏ ସାମାନ୍ୟ ତର୍କବାକ୍ୟ ହେବାକୁ ବାଧ୍ୟ । ପୁନଶ୍ଚ ପକ୍ଷାବୟବରେ ସ୍ପଷ୍ଟଭାବରେ ଦେଖାଇ ଦିଆଯାଇପାରେ ଯେ, ପକ୍ଷ ପଦଟି ସାଧ୍ୟାବୟବର ଉଦ୍ଦେଶ୍ୟ ପଦର ଅର୍ଥାତ୍ ହେତୁପଦର ଅନ୍ତର୍ଗତ ଅଟେ; ଏହାର ଅର୍ଥ ପକ୍ଷାବୟବ ନଞର୍ଥକ ହୋଇପାରିବ ନାହିଁ- ଏହା ସଦର୍ଥକ ହେବାକୁ ବାଧ୍ୟ ।
ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହେଲା ଯେ, ଆରିଷ୍ଟଟଲ୍ଙ୍କ ଏହି ସୂତ୍ର କେବଳ ପ୍ରଥମ ସଂସ୍ଥାନ ପ୍ରତି ପ୍ରଯୁଜ୍ୟ । ଅନ୍ୟ ଭାଷାରେ କହିବାକୁ ଗଲେ କେବଳ ପ୍ରଥମ ସଂସ୍ଥାନର ନ୍ୟାୟରୂପଗୁଡ଼ିକ- ବାର୍ବରା, ଡାରିଇ, ସେଲାରେଣ୍ଟ୍ ଓ ଫେରିଓ ପ୍ରାମାଣିକ । ତେଣୁ କେବଳ ପ୍ରଥମ ସଂସ୍ଥାନଟି ଆରିଷ୍ଟଟଲ୍ଙ୍କ ସୂତ୍ର ଅନୁସାରେ ନିଘୋଷ ସଂସ୍ଥାନ; ମାତ୍ର ଅନ୍ୟାନ୍ୟ ସଂସ୍ଥାନର ନ୍ୟାୟରୂପଗୁଡ଼ିକ ପ୍ରାମାଣିକ ନୁହଁନ୍ତି, ଅର୍ଥାତ୍ ଅନ୍ୟାନ୍ୟ ସଂସ୍ଥାନଗୁଡ଼ିକ ଦୋଷଯୁକ୍ତ ସଂସ୍ଥାନ ।
5. ଉଭୟ ହେତୁବାକ୍ୟ ବିଶେଷ ହୋଇଥିଲେ ସିଦ୍ଧାନ୍ତ ମିଳେନାହିଁ । – ପ୍ରମାଣ କର ।
Answer:
ଯଦି ଉଭୟ ହେତୁବାକ୍ୟ ବିଶେଷ ହୁଏ, ତେବେ ଇଇ, ଇଓ, ଓଇ ଏବଂ ଓଓ, ଏହି ଚାରିପ୍ରକାର ସମନ୍ଵୟ ମିଳେ । ଇଇ ସମନ୍ଵୟରେ କୌଣସି ପଦ ବ୍ଯାପ୍ୟ ନୁହେଁ । ନିୟମ ଅନୁସାରେ ହେତୁପଦ ଅନ୍ୟୁନ୍ୟ ଥରେ ବ୍ୟାପ୍ୟ ହେବା ଆବଶ୍ୟକ, ତେଣୁ କୌଣସି ସିଦ୍ଧାନ୍ତ ଆଣିଲେ ବ୍ୟାପ୍ୟ ହେତୁଦୋଷ ହୁଏ । ଇଓ ଏବଂ ଓଇ ସମନ୍ବୟରେ ଗୋଟିଏ ହେତୁବାକ୍ୟ ନଞର୍ଥକ ହୋଇଥିବାରୁ ସିଦ୍ଧାନ୍ତ ନର୍ଥକ ହୁଏ ଏବଂ ସାଧପଦ ସିଦ୍ଧାନ୍ତରେ ବ୍ୟାପ୍ୟ ।
ନିୟମାନୁସାରେ ମଧ୍ୟପଦ ଓ ହେତପଦ ହେତୁବାକ୍ୟରେ ବ୍ୟାପ୍ୟ ହେବା ଆବଶ୍ୟକ । ହେତୁବାକ୍ୟଦ୍ଵୟ ମଧ୍ୟରୁ ଗୋଟିଏ ‘ଇ’ । ଏଥରେ ଯଦି କୌଣସି ପଦ ବ୍ୟାପ୍ୟ ହୁଏ, ତେବେ ହେତୁପଦ ବ୍ୟାପ୍ୟ ହୋଇପାରେ ନାହିଁ; ତେଣୁ ଅବ୍ୟାପ୍ୟ ହେତୁ ଅବୈଧ ସାଧତା ଦୋଷ ହୁଏ । ଓଓ ସମନ୍ଵୟରେ ଉଭୟେ ହେତୁବାକ୍ୟ ନଞର୍ଥକ ହୋଇଥିବାରୁ କୌଣସି ସିଦ୍ଧାନ୍ତ ମିଳେନାହିଁ ।
6. ଗୋଟିଏ ହେତୁବାକ୍ୟ ବିଶେଷ ହେଲେ ସିଦ୍ଧାନ୍ତ ଅବଶ୍ୟ ବିଶେଷ ହେବ । – ପ୍ରମାଣ କର ।
Answer:
ଗୋଟିଏ ହେତୁବାକ୍ୟ ବିଶେଷ ହେଲେ ଅନ୍ୟଟି ନିଶ୍ଚୟ ସାମାନ୍ୟ ହେବ । କାରଣ ନିୟମାନୁସାରେ ଉଭୟ ହେତୁବାକ୍ୟ ସାମାନ୍ୟ ହୋଇପାରିବ ନାହିଁ । ଗୋଟିଏ ହେତୁବାକ୍ୟ ସାମାନ୍ୟ ଓ ଅନ୍ୟଟି ବିଶେଷ ହେଲେ, ଆଇ, ଏଇ, ଏଓ, ଇଆ, ଇଏ, ଓଆ ଏବଂ ଓଏ ସମନ୍ଵୟ ମିଳେ । ଏମାନଙ୍କ ମଧ୍ୟରୁ ଏଓ ଏବଂ ଓଏକୁ ବାଦ୍ ଦିଆଯାଇପାରେ, କାରଣ ଉଭୟ ହେତୁବାକ୍ୟ ନଞର୍ଥକ ହୋଇଥିବାରୁ କୌଣସି ସିଦ୍ଧାନ୍ତ ମିଳେ ନାହିଁ ।
ଆଇ କିମ୍ବା ଇଆ ସମନ୍ବୟରେ ଗୋଟିଏ ପଦ ବ୍ୟାପ୍ୟ । ନିୟମାନୁସାରେ ତାହା ହେତୁପଦ ହେବା ଆବଶ୍ୟକ । ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ନୁହେଁ, ତେଣୁ ସିଦ୍ଧାନ୍ତରେ ଅବ୍ୟାପ୍ୟ ହେବ । ପକ୍ଷପଦ ସିଦ୍ଧାନ୍ତରେ ଅବ୍ୟାପ୍ୟ ହେଲେ ସିଦ୍ଧାନ୍ତ ବିଶେଷ ହେବ । ଆଓ କିମ୍ବା ଓଆ ପଦ ସମନ୍ବୟରେ ଗୋଟିଏ ହେତୁବାକ୍ୟ ନଞ୍ଜର୍ଥକ, ତେଣୁ ସିଦ୍ଧାନ୍ତ ନଞର୍ଥକ । ନଞର୍ଥକ ସିଦ୍ଧାନ୍ତରେ ସାଧ୍ୟପଦ ବାପ୍ୟ । ଉଭୟ ହେତୁବାକ୍ୟରେ ଦୁଇଟି ପଦ ବ୍ୟାପ୍ୟ । ଏହି ଦୁଇଟି ପଦ ମଧ୍ୟରୁ ଗୋଟିଏ ସାଧ୍ୟପଦ ଓ ଅନ୍ୟଟି ହେତୁପଦ ହେବା ଆବଶ୍ୟକ । ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ନୁହେଁ; ତେଣୁ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ଅତଏବ ସିଦ୍ଧାନ୍ତ ବିଶେଷ ହେବ ।
ଏଇ କିମ୍ବା ଇଏ ସମନ୍ଵୟରେ ଦୁଇଟି ପଦ ବ୍ୟାପ୍ୟ କାରଣ ‘ଇ’ର କୌଣସି ପଦ ବ୍ୟାପ୍ୟ ନୁହେଁ । ‘ଏ’ର ଉଭୟ ଉଦ୍ଦେଶ୍ୟ ଓ ବିଧେୟ ବ୍ୟାପ୍ୟ । ଦୁଇଟି ପଦ ମଧ୍ୟରୁ ଗୋଟିଏ ହେତୁପଦ, ଅନ୍ୟଟି ସାଧପଦ ହେବା ଆବଶ୍ୟକ । କାରଣ ସାଧପଦ ସିଦ୍ଧାନ୍ତରେ ବ୍ୟାପ୍ୟ ହେତୁରୁ ସିଦ୍ଧାନ୍ତ ନଞର୍ଥକ । କାରଣ ଗୋଟିଏ ହେତୁବାକ୍ୟ ନଞର୍ଥକ ।
ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ନୁହେଁ; ତେଣୁ ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ସୁତରାଂ ସିଦ୍ଧାନ୍ତ ବିଶେଷ ହେବ ।
ଏଥୁରୁ ପ୍ରମାଣିତ ହେଲା ଯେ, ଗୋଟିଏ ହେତୁବାକ୍ୟ ବିଶେଷ ହୋଇଥିଲେ ସିଦ୍ଧାନ୍ତ ଅବଶ୍ୟ ବିଶେଷ ହେବ ।
7. ସାଧାବୟବ ବିଶେଷ ଓ ପକ୍ଷାବୟବ ନଞର୍ଥକ ହେଲେ କୌଣସି ସିଦ୍ଧାନ୍ତ ମିଳେ ନାହିଁ । – ପ୍ରମାଣ କର ।
Answer:
ସାଧାବୟବ ବିଶେଷ ଓ ପକ୍ଷାବୟବ ନଞର୍ଥକ ହେଲେ କୌଣସି ସିଦ୍ଧାନ୍ତ ମିଳେନାହିଁ । କାରଣ ନଞର୍ଥକ ସିଦ୍ଧାନ୍ତରେ ବିଧେୟ ବା ସାଧପଦ ବ୍ୟାପ୍ୟ । ନିୟମାନୁସାରେ ସାଧୁପଦ ସାଧାବୟବରେ ବ୍ୟାପ୍ୟ ହେବା ଆବଶ୍ୟକ; କିନ୍ତୁ ସାଧାବୟବରେ ସାଧ୍ୟପଦ ବ୍ୟାପ୍ୟ ନୁହେଁ । କାରଣ ସାଧାବୟବ ବିଶେଷ । ତେଣୁ ଅବୈଧ ସାଧଦୋଷ ଜାତ ହୁଏ ।
ଯଦି କୁହାଯାଏ ଯେ, ସାଧାବୟବ ନଞ୍ଜର୍ଥକ ହେଲେ ସାଧୁପଦ ଏଥିରେ ବ୍ୟାପ୍ୟ ହେବ; କିନ୍ତୁ ସାଧାବୟବ ନଞର୍ଥକ ହୋଇପାରିବ ନାହିଁ ଯେହେତୁ ପକ୍ଷାବୟବ ନଞର୍ଥକ । କାରଣ ଉଭୟ ହେତୁବାକ୍ୟ ନଞର୍ଥକ ହୋଇପାରିବ ନାହିଁ ।
8. ତ୍ରିପଦୀ ଯୁକ୍ତିର ଗଠନ କାହାକୁ କହନ୍ତି, ବୁଝାଅ ।
Answer:
ଯେଉଁ ବ୍ୟବହିତାନୁମାନରେ ଦୁଇଟି ହେତୁବାକ୍ୟର ମିଳିତ ସମର୍ଥନରେ ଗୋଟିଏ ସିଦ୍ଧାନ୍ତ ପ୍ରତିପାଦିତ ହୁଏ, ତାହାକୁ ତ୍ରିପଦୀଯୁକ୍ତି କୁହାଯାଏ।
ଡ.ଏ.କେ.ମୋଙ୍ଗାଙ୍କ ମତରେ, ‘ଯଦି ସିଦ୍ଧାନ୍ତ କେବଳ ଦୁଇଟି ବାକ୍ୟର ସମନ୍ବିତ ଅର୍ଥରୁ ନିଷ୍ପନ୍ନ ହୋଇଥାଏ, ତାହାକୁ ତ୍ରିପଦୀଯୁକ୍ତି କୁହାଯାଏ।
ଆରିଷ୍ଟଲ୍ ମତରେ, ‘ତ୍ରିପଦୀଯୁକ୍ତି ଏକ ପ୍ରକାର ଅନୁମାନ, ଯେଉଁଠି ଦୁଇଟି ତର୍କବାକ୍ୟର ନିହିତାର୍ଥରୁ ତୃତୀୟଟି ନିସୃତ ହୋଇଥାଏ।’’
ସିଲରଙ୍କ ଭାଷାରେ ‘ତିନୋଟି ସମନ୍ବିତ ତର୍କବାକ୍ୟରୁ ତୃତୀୟଟି ପ୍ରଥମ ଦୁଇଟିର ମିଳିତ ସମର୍ଥନରୁ ଅବଶ୍ୟ ଭାବେ ନିଷ୍ପନ୍ନ ହେଉଥିଲେ, ତାହାକୁ ତ୍ରିପଦୀଯୁକ୍ତି କୁହାଯାଏ।
ଉଦାହରଣ- ସମସ୍ତ ମନୁଷ୍ୟ ମରଣଶୀଳ ।
ସମସ୍ତ ରାଜା ମନୁଷ୍ୟ ।
______________________
∴ ସମସ୍ତ ରାଜା ମରଣଶୀଳ ।
ତ୍ରିପଦୀଯୁକ୍ତିରେ କେବଳ ତିନୋଟି ତର୍କବାକ୍ୟ ଥାଏ । ପ୍ରଥମ ଦୁଇଟିକୁ ହେତୁ ବାକ୍ୟ ଓ ଶେଷଟିକୁ ସିଦ୍ଧାନ୍ତ କୁହାଯାଏ । ଦୁଇଟି ହେତୁବାକ୍ୟ ପରିବର୍ତ୍ତେ ଗୋଟିଏ ହେତୁବାକ୍ୟରୁ ସିଦ୍ଧାନ୍ତ ନିଷ୍ପନ୍ନ ହେଲେ, ତାହା ବ୍ୟବହିତ ଅନୁମାନ ବା ତ୍ରିପଦୀଯୁକ୍ତି ନ ହୋଇ ଅବ୍ୟବହିତ ଅନୁମାନ ହୋଇଥାଏ । ଦୁଇରୁ ଅଧିକ ହେତୁବାକ୍ୟରୁ ଯଦି ସିଦ୍ଧାନ୍ତ ନିର୍ଣ୍ଣୟ କରାଯାଏ । ତେବେ ତାହା ତ୍ରିପଦୀଯୁକ୍ତ ନହୋଇ ତ୍ରିପଦୀଯୁକ୍ତିମାଳା ହୁଏ।
ନିମ୍ନରେ ତ୍ରିପଦୀ ଯୁକ୍ତିର ଗଠନ ବିଷୟରେ ଆଲୋଚନା ଉଦାହରଣ ମାଧ୍ୟମରେ କରାଯାଇଛି ।
ଉଦାହରଣ- ସମସ୍ତ ମନୁଷ୍ୟ ମରଣଶୀଳ ।
ସମସ୍ତ ରାଜା ମନୁଷ୍ୟ ।
∴ ସମସ୍ତ ରାଜା ମରଣଶୀଳ ।
ପ୍ରତ୍ୟେକ ତ୍ରିପଦୀଯୁକ୍ତିରେ କେବଳ ତିନିଗୋଟି ପଦଥାଏ । ମାତ୍ର ପ୍ରତ୍ୟେକ ତର୍କବାକ୍ୟରେ ଦୁଇଟି ପଦ ଥାଏ । ତେଣୁ ତ୍ରିପଦୀଯୁକ୍ତିରେ ସର୍ବମୋଟ ଛଅଗୋଟି ପଦ ରହିବା କଥା; ବାସ୍ତବରେ ତ୍ରିପଦୀଯୁକ୍ତିରେ ତିନିଗୋଟି ପଦ ଥାଏ । ଉପରୋକ୍ତ ଯୁକ୍ତିରେ ମନୁଷ୍ୟ, ମରଣଶୀଳ ଓ ରାଜା, ଏହିପରି ତିନିଗୋଟି ପଦ ଅଛି । କିନ୍ତୁ ପ୍ରତ୍ୟେକ ପଦ ଦୁଇଥର ବ୍ୟବହୃତ ହୋଇଅଛି । ଏହି ଉଦାହରଣରେ ମନୁଷ୍ୟଠାରେ ମରଣଶୀଳତାକୁ ପ୍ରମାଣ କରାଯିବାର ପ୍ରୟାସ କରାଯାଇଅଛି । ଏହି ଦୃଷ୍ଟିରୁ ନ୍ୟାୟ ଦାର୍ଶନକିକଗଣ ସିଦ୍ଧାନ୍ତର ଉଦ୍ଦେଶ୍ୟପଦକୁ ‘ପକ୍ଷ’ ଓ ବିଧେୟପଦକୁ ‘ସାଧ’ ବୋଲି କହିଛନ୍ତି ଏବଂ ପାଶ୍ଚାତ୍ୟ ତର୍କଶାସ୍ତ୍ରବିତ୍ମାନେ ଏହାକୁ ଯଥାକ୍ରମେ ଅପ୍ରଧାନ ପଦ (ପକ୍ଷ) ଓ ପ୍ରଧାନ ପଦ (ସାଧ୍ୟ) ବୋଲି କହିଛନ୍ତି ।
ଯେଉଁ ପଦ ହେତୁବାକ୍ୟରେ ଥାଏ ମାତ୍ର ସିଦ୍ଧାନ୍ତରେ ନଥାଏ ତାହାକୁ ହେତୁପଦ କୁହାଯାଏ । ଆରିଷ୍ଟଟଲ୍ଙ୍କ ମତରେ ତାହାକୁ ମଧ୍ୟମପଦ (ହେତୁ) କୁହାଯାଏ । ଏହି ହେତୁପଦଟି ପ୍ରଧାନ ପଦ ଓ ଅପ୍ରଧାନ ପଦ ମଧ୍ଯରେ ସମ୍ବନ୍ଧ ସ୍ଥାପନ କରିଥାଏ । ଅପ୍ରଧାନ ପଦର ବାତ୍ୟାର୍ଥ ସବୁଠାରୁ କମ୍ ଏବଂ ଏହାର ସାଙ୍କେତିକ ଚିହ୍ନ ‘ଅ’ । ପ୍ରଧାନ ପଦର ବାତ୍ୟାର୍ଥ ସବୁଠାରୁ ବେଶୀ ଏବଂ ଏହାର ସାଙ୍କେତିକ ଚିହ୍ନ ‘ପ’ ଅଟେ । ମଧ୍ୟମ ପଦର ବାତ୍ୟାର୍ଥ ମଧ୍ୟମ ଅଟେ ଏବଂ ଏହାର ସାଙ୍କେତିକ ଚିହ୍ନ ‘ମ’ ଅଟେ । ‘ହେତୁ’ ପକ୍ଷ ଓ ସାଧ୍ୟ ମଧ୍ଯରେ ମଧ୍ୟସ୍ଥତା କରେ । ହେତୁର ଦୁଇ ପ୍ରାନ୍ତରେ ଅର୍ଥାତ୍ ମଧ୍ୟମ ପଦର ଦୁଇ ପ୍ରାନ୍ତରେ ପକ୍ଷ ଓ ସାଧ୍ଯ ରହୁଥିବାରୁ ସେହି ଦୁଇଟିକୁ ପ୍ରତ୍ୟନ୍ତ ପଦ ବୋଲି କୁହାଯାଏ ।
ଯେଉଁ ହେତୁବାକ୍ୟରେ ସାଧ୍ୟ ବା ପ୍ରଧାନପଦ ଉପସ୍ଥିତ ରହେ ଅଥବା ହେତୁ ସହିତ ସାଧର ସମ୍ପର୍କ ଥାଏ, ହେତୁବାକ୍ୟକୁ ସାଧାବୟବ ବା ପ୍ରଧାନ ହେତୁବାକ୍ୟ କୁହାଯାଏ । ଯେଉଁ ହେତୁବାକ୍ୟରେ ପକ୍ଷ ବା ଅପ୍ରଧାନ ପଦ ଉପସ୍ଥିତ ରହେ ଅଥବା ହେତୁ ସହିତ ପକ୍ଷର ସମ୍ପର୍କ ଥାଏ, ସେହି ତର୍କବାକ୍ୟକୁ ପକ୍ଷାବୟବ ବା ଅପ୍ରଧାନ ହେତୁବାକ୍ୟ କୁହାଯାଏ । ଏଣୁ ତ୍ରିପଦୀଯୁକ୍ତିରେ ସାଧାବୟବ, ପକ୍ଷାବୟବ ଓ ସିଦ୍ଧାନ୍ତ ଏହିପରି ତିନିଗୋଟି ଅଂଶ ଥାଏ । ଏହାକୁ ନ୍ୟାୟର ଉପାଦାନ କୁହାଯାଏ । ହେତୁପଦ ସାଧାବୟବ ଓ ପକ୍ଷାବୟବରେ ଉପସ୍ଥିତ ଥିବାବେଳେ ସିଦ୍ଧାନ୍ତରେ ଅନୁପସ୍ଥିତ ଥାଏ ଏବଂ ସିଦ୍ଧାନ୍ତରେ କେବଳ ପକ୍ଷ ଓ ସାଧ୍ୟ ପରସ୍ପର ସହିତ ସମ୍ପର୍କିତ ହୋଇଥାଆନ୍ତି ।
9. ତ୍ରିପଦୀଯୁକ୍ତ କେତେ ପ୍ରକାରର ଅଟେ ? ଆଲୋଚନା କର ।
Answer:
ତ୍ରିପଦୀଯୁକ୍ତ ଦୁଇ ପ୍ରକାରର ଅଟେ; ଯଥା – (୧) ନିରପେକ୍ଷ ତ୍ରିପଦୀଯୁକ୍ତି, (୨) ମିଶ୍ର ତ୍ରିପଦୀଯୁକ୍ତି । ପୁଣି ନିରପେକ୍ଷ ତ୍ରିପଦୀଯୁକ୍ତ ଚାରି ପ୍ରକାରର ଅଟେ; ଯଥା – (୧) ନିରପେକ୍ଷ ତ୍ରିପଦୀଯୁକ୍ତି, (୨) ପ୍ରାକଳ୍ପିକ ତ୍ରିପଦୀଯୁକ୍ତି, (୩) ବୈକଚ୍ଛିକ ତ୍ରିପଦୀଯୁକ୍ତି, (୪) ବିଯୋଜକ ତ୍ରିପଦୀଯୁକ୍ତି ।
(୧) ନିରପେକ୍ଷ ତ୍ରିପଦୀଯୁକ୍ତି – ଯେଉଁ ତ୍ରିପଦୀଯୁକ୍ତିର ପ୍ରତ୍ୟେକ ତର୍କବାକ୍ୟ ନିରପେକ୍ଷ ହୋଇଥାଏ, ତାହାକୁ ନିରପେକ୍ଷ ତ୍ରିପଦୀଯୁକ୍ତି କୁହାଯାଏ ।
ଉ – ସମସ୍ତ ମନୁଷ୍ୟ ମରଣଶୀଳ ।
ସମସ୍ତ ଛାତ୍ର ମନୁଷ୍ୟ ।
_____________________
∴ ସମସ୍ତ ଛାତ୍ର ମରଣଶୀଳ ।
(୨) ପ୍ରାକଳ୍ପିକ ତ୍ରିପଦୀଯୁକ୍ତି – ଯେଉଁ ତ୍ରିପଦୀଯୁକ୍ତିରେ ପ୍ରତ୍ୟେକ ତର୍କବାକ୍ୟ ପ୍ରାକଚ୍ଛିକ ତର୍କବାକ୍ୟ ଅଟେ । ତାହାକୁ ପ୍ରାକଳ୍ପିକ ତ୍ରିପଦୀଯୁକ୍ତି କୁହାଯାଏ ।
ଉ – ଯଦି ବର୍ଷା ହୁଏ ତେବେ ବନ୍ୟା ହୁଏ ।
ଯଦି ବନ୍ୟା ହୁଏ ତେବେ ଫସଲହାନି ହୁଏ ।
_________________________________
∴ ଯଦି ବର୍ଷା ହୁଏ ତେବେ ଫସଲହାନି ହୁଏ ।
(୩) ବୈକଳ୍ପିକ ତ୍ରିପଦୀଯୁକ୍ତି – ଯେଉଁ ତ୍ରିପଦୀଯୁକ୍ତିରେ ପ୍ରତ୍ୟେକ ତର୍କବାକ୍ୟ ବୈକଳ୍ପିକ ତର୍କବାକ୍ୟ ଅଟେ ତାହାକୁ ବୈକଳ୍ପିକ ତ୍ରିପଦୀଯୁକ୍ତି କୁହାଯାଏ ।
ସମସ୍ତ ଚାକର ଉଭୟ ଶିକ୍ଷକ ଓ ବୁଦ୍ଧିମାନ ନୁହଁନ୍ତି ।
ସମସ୍ତ ଚାକର ଉଭୟ ଅ-ଶିକ୍ଷିତ ଓ ବିଶ୍ବସ୍ତ ନୁହଁନ୍ତି ।
_______________________________________
∴ ସମସ୍ତ ଚାକର ଉଭୟ ବିଶ୍ବସ୍ତ ଓ ବୁଦ୍ଧିମାନ ନୁହଁନ୍ତି ।
(୪) ବିଯୋଜକ ତ୍ରିପଦୀଯୁକ୍ତି – ଯେଉଁ ତ୍ରିପଦୀଯୁକ୍ତିରେ ପ୍ରତ୍ୟେକ ତର୍କବାକ୍ୟ ବିଯୋଜକ ଅଟେ, ତାହାକୁ ବିଯୋଜକ ତ୍ରିପଦୀଯୁକ୍ତି କହନ୍ତି ।
ଉ – ସମସ୍ତ ଶିକ୍ଷକ ସଟ କିମ୍ବା କଳାପ୍ରେମୀ ଅଟନ୍ତି ।
ସମସ୍ତ ଶିକ୍ଷକ ଅ-ସଟ କିମ୍ବା ପରିଶ୍ରମୀ ଅଟନ୍ତି ।
_____________________________________
ସମସ୍ତ ଶିକ୍ଷକ ପରିଶ୍ରମୀ କିମ୍ବା କଳାପ୍ରେମୀ ଅଟନ୍ତି ।
10. ସଂସ୍ଥାନ କାହାକୁ କହନ୍ତି ଓ କେତେ ପ୍ରକାରର ଅଟେ ?
Answer:
ନ୍ୟାୟ ଅନୁମାନର ଦୁଇଟି ହେତୁବାକ୍ୟରେ ହେତୁପଦ ଉଦ୍ଦେଶ୍ୟ ବା ବିଧେୟ ରୂପରେ ଅବସ୍ଥାନ କରିଥାଏ । ଅର୍ଥାତ୍ ହେତୁପଦ ସାଧାବୟବରେ ଉଦ୍ଦେଶ୍ୟ ବା ବିଧେୟ ଏବଂ ପକ୍ଷାବୟବରେ ମଧ୍ୟ ଉଦ୍ଦେଶ୍ୟ ବା ବିଧେୟ ହୋଇ ରହିଥାଏ । ତ୍ରିପଦୀଯୁକ୍ତିର ହେତୁବାକ୍ୟ ଦୁଇଟିରେ ହେତୁପଦର ଅବସ୍ଥାନର ଭିନ୍ନତା ଦୃଷ୍ଟିରୁ ନ୍ୟାୟର ଯେଉଁ ଭିନ୍ନ ଭିନ୍ନ ଆକାର ସୃଷ୍ଟି ହୁଏ, ତାହାକୁ ନ୍ୟାୟ ସଂସ୍ଥାନ କୁହାଯାଏ । ଏହି ଦୁଇ ହେତୁବାକ୍ୟରେ ହେତୁପଦର ଉପସ୍ଥିତି ଚାରି ପ୍ରକାର ହେଉଥିବାରୁ ତ୍ରିପଦୀଯୁକ୍ତିର ଚାରିପ୍ରକାର ସଂସ୍ଥାନ ସମ୍ଭବ ହୋଇଥାଏ ଏବଂ ସେଗୁଡ଼ିକୁ ପ୍ରଥମ ସଂସ୍ଥାନ, ଦ୍ବିତୀୟ ସଂସ୍ଥାନ, ତୃତୀୟ ସଂସ୍ଥାନ ଓ ଚତୁର୍ଥ ସଂସ୍ଥାନ ନାମରେ ନାମିତ କରାଯାଇଛି।
ପ୍ରଥମ ସଂସ୍ଥାନ :
ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବରେ ଉଦ୍ଦେଶ୍ୟ ଓ ପକ୍ଷାବୟବରେ ବିଧେୟ ସ୍ଥାନରେ ଅବସ୍ଥାନ କରେ ତାହାକୁ ପ୍ରଥମ ସଂସ୍ଥାନ କୁହାଯାଏ ।
ସମସ୍ତ ମ ପ ଅଟେ ।
ସମସ୍ତ ଆ ମ ଅଟେ ।
__________________
∴ ସମସ୍ତ ଅ ପ ଅଟେ ।
ସମସ୍ତ ମନୁଷ୍ୟ ମରଣଶୀଳ ।
ସମସ୍ତ ଛାତ୍ର ମନୁଷ୍ୟ ।
_____________________
∴ ସମସ୍ତ ଛାତ୍ର ମରଶଶୀଳ ।
ଦ୍ବିତୀୟ ସଂସ୍ଥାନ
ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବ ଓ ପକ୍ଷାବୟବରେ ବିଧେୟ ସ୍ଥାନରେ ଅବସ୍ଥାନ କରେ ତାହାକୁ କୁହାଯାଏ ।
ସମସ୍ତ ପ ମ ଅଟେ ।
କୌଣସି ଆ ମ ନୁହେଁ ।
___________________
∴ କୌଣସି ଅ ପ ନୁହେଁ ।
ସମସ୍ତ ପକ୍ଷୀ ଦ୍ବିପଦ ।
କୌଣସି ପଶୁ ଦ୍ବିପଦ ନୁହେଁ ।
_______________________
∴ କୌଣସି ପଶୁ ପକ୍ଷୀ ନୁହେଁ ।
ଦ୍ବିତୀୟ ସଂସ୍ଥାନ
ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବ ଓ ପକ୍ଷାବୟବରେ ଉଦ୍ଦେଶ୍ୟ ସ୍ଥାନରେ ଅବସ୍ଥାନ କରେ ତାହାକୁ ତୃତୀୟ ସଂସ୍ଥାନ କହନ୍ତି ।
କେତେକ ମ ପ ଅଟେ ।
କେତେକ ମ ଅ ଅଟେ ।
____________________
∴ କେତେକ ଅ ପ ଅଟେ ।
କେତେକ ଶିକ୍ଷକ ଉଚ୍ଚାଭିଳାଷୀ ।
କେତେକ ଶିକ୍ଷକ ଖେଳାଳି ।
___________________________
∴ କେତେକ ଖେଳାଳି ଉଚ୍ଚାଭିଳାଷୀ ।
ଚତୁର୍ଥ ସଂସ୍ଥାନ
ଯେଉଁ ସଂସ୍ଥାନରେ ହେତୁପଦ ସାଧାବୟବରେ ବିଧେୟ ଓ ପକ୍ଷାବୟବରେ ଉଦ୍ଦେଶ୍ୟ ସ୍ଥାନରେ ରହେ ତାହାକୁ ଚତୁର୍ଥ ସଂସ୍ଥାନ କହନ୍ତି ।
କୌଣସି ପ ମ ନୁହେଁ ।
କେତେକ ମ ଅ ଅଟେ ।
___________________
∴ କେତେକ ଅ ପ ନୁହେଁ ।
କୌଣସି ଶ୍ବାନ ମାର୍ଜାର ନୁହେଁ ।
କେତେକ ମାର୍ଜାର ଗୃହପାଳିତ ପଶୁ ।
________________________________
∴ କେତେକ ଗୃହପାଳିତ ପଶୁ ଶ୍ଵାନ ନୁହେଁ ।
11. ନ୍ୟାୟରୂପ କାହାକୁ କହନ୍ତି ? ବୁଝାଅ ।
Answer:
ତ୍ରିପଦୀଯୁକ୍ତିରେ ହେତୁବାକ୍ୟମାନଙ୍କର ଗୁଣ ଓ ପରିମାଣ ଭେଦରେ ଯୁକ୍ତି ବା ନ୍ୟାୟର ଆକାରଗତ ପ୍ରକାରତାକୁ ନ୍ୟାୟରୂପ କୁହାଯାଏ । ସାଧାରଣତଃ ଏହା ତିନୋଟି ଅର୍ଥରେ ବ୍ୟବହୃତ ହୋଇଥାଏ ।
(୧) ବ୍ୟାପକତମ ଅର୍ଥ, (୨) ବ୍ୟାପକତର ଅର୍ଥ, (୩) ସର୍ବନିମ୍ନ ଅର୍ଥ
(୧) ବ୍ୟାପକତମ ଅର୍ଥ – ଉଭୟ ହେତୁବାକ୍ୟ ଓ ସିଦ୍ଧାନ୍ତର ଗୁଣ ଓ ପରିମାଣଭେଦକୁ ବିଚାର କରି ନ୍ୟାୟରୂପର ସଂଖ୍ୟା ନିରୂପଣ କରାଯାଏ । ଏହି ଅର୍ଥରେ ପ୍ରତ୍ୟେକ ସଂସ୍ଥାନରେ ୧୬ × ୪ = ୬୪ଟି ନ୍ୟାୟରୂପ ଏବଂ ୪ଟି ସଂସ୍ଥାନରେ ୬୪ × ୪ = ୨୫୬ଟି ନ୍ୟାୟ ରୂପ ସମ୍ଭବପର ହୋଇଥାଏ ।
(୨) ବ୍ୟାପକତର ଅର୍ଥ – ଏହି ଅର୍ଥରେ କେବଳ ହେତୁବାକ୍ୟ ଦ୍ଵୟର ଗୁଣ ଓ ପରିମାଣଭେଦକୁ ବିଚାର କରି ନ୍ୟାୟରୂପର ସଂଖ୍ୟା ନିରୂପଣ କରାଯାଏ । ଯଦି ଆ, ଏ, ଇ ଏବଂ ଓ ଏହିପରି ଚାରୋଟି ତର୍କବାକ୍ୟକୁ ନେଇ ନ୍ୟାୟରୂପ ଗଠନ କରାଯାଏ । ତେବେ ବ୍ୟାପକତର ଅର୍ଥରେ ପ୍ରତ୍ୟେକ ସଂସ୍ଥାନରେ ୪ × ୪ = ୧୬ଟି ନ୍ୟାୟରୂପ ଓ ୪ଟି ସଂସ୍ଥାନରେ ୧୬ × ୪ = ୬୪ଟି ନ୍ୟାୟରୂପ ସମ୍ଭବ ହୋଇଥାଏ ।
(୩) ସର୍ବନିମ୍ନ ଅର୍ଥ – ଏହି ଅର୍ଥରେ କେବଳ ୧୯ଟି ସିଦ୍ଧ ନ୍ୟାୟରୂପ ସମ୍ଭବପର ହୋଇଥାଏ ।
13. ତ୍ରିପଦୀଯୁକ୍ତିର ସାଧାରଣ ନିୟମମାନ ଲେଖ ।
Answer:
(୧) ପ୍ରତ୍ୟେକ ତ୍ରିପଦୀଯୁକ୍ତିରେ କେବଳ ତିନୋଟି ପଦ ରହିବା ଆବଶ୍ୟକ ଅଟେ ।
(୨) ପ୍ରତ୍ୟେକ ତ୍ରିପଦୀଯୁକ୍ତିରେ କେବଳ ତିନିଗୋଟି ତର୍କବାକ୍ୟ ରହିବା ଆବଶ୍ୟକ ।
(୩) ହେତୁବାକ୍ୟଦ୍ୱୟରେ ହେତୁପଦ ଅନ୍ତତଃ ପକ୍ଷେ ଥରେ ମାତ୍ର ବ୍ୟାପ୍ୟ ହେବା ବିଧେୟ ଅଟେ ।
(୪) କୌଣସି ପଦ ହେତୁବାକ୍ୟରେ ଅବ୍ୟାପ୍ତ ହୋଇଥିଲେ ସିଦ୍ଧାନ୍ତରେ ବ୍ୟାପ୍ତ ହୋଇପାରିବ ନାହିଁ ।
(୫) ଦୁଇଟି ନଞର୍ଥକ ହେତୁବାକ୍ୟରୁ କୌଣସି ସିଦ୍ଧାନ୍ତ ମିଳେନାହିଁ ।
(୬) ଯେକୌଣସି ଗୋଟିଏ ହେତୁବାକ୍ୟ ନଞ୍ଜର୍ଥକ ହେଲେ, ସିଦ୍ଧାନ୍ତ ମଧ୍ୟ ନଞର୍ଥକ ହୁଏ ।
(୭) ଉଭୟ ହେତୁବାକ୍ୟ ସଦର୍ଥକ ହେଲେ ସିଦ୍ଧାନ୍ତ ମଧ୍ୟ ସଦର୍ଥକ ହୁଏ ।
(୮) ଦୁଇଟି ବିଶେଷହେତୁବାକ୍ୟରୁ କୌଣସି ସିଦ୍ଧାନ୍ତ ନିଷ୍ପନ୍ନ ହୁଏ ନାହିଁ ।
(୧୦) ସାଧାବୟବ ବିଶେଷ ଏବଂ ପକ୍ଷାବୟବ ନଞର୍ଥକ ହେଲେ କୌଣସି ସିଦ୍ଧାନ୍ତ ମିଳେନାହିଁ ।
13. ପ୍ରମାଣ କର ଯେ, ପ୍ରତ୍ୟେକ ତ୍ରିପଦୀଯୁକ୍ତିରେ କେବଳ ତିନୋଟି ପଦ ରହିବା ଆବଶ୍ୟକ । (ପ୍ରଥମ ନିୟମ)
Answer:
ତ୍ରିପଦୀଯୁକ୍ତିର ଗଠନ ପ୍ରଣାଳୀରୁ ଏହା ସ୍ପଷ୍ଟ ଯେ ପ୍ରତ୍ୟେକ ତ୍ରିପଦୀଯୁକ୍ତିରେ ତିନୋଟି ପଦ ରହିବା ଆବଶ୍ୟକ ଅଟେ । ଏହି ତିନୋଟି ପଦ ହେଲା – (୧) ସାଧପଦ, (୨) ପକ୍ଷପଦ, (୩) ହେତୁପଦ । ଏହାର ଅର୍ଥ ହେଉଛି ତ୍ରିପଦୀଯୁକ୍ତିର ପଦ ତିନୋଟିରୁ ଅଧିକ ଓ କିମ୍ବା ତିନୋଟିରୁ କମ୍ ହେବା ଆବଶ୍ୟକ ନୁହେଁ । ଯଦି ତିନୋଟି ପଦରୁ କମ୍ ପଦ ବା ଦୁଇଟି ପଦ ଥାଏ ତେବେ ଏହାକୁ ଅବ୍ୟବହିତ ଅନୁମାନ କୁହାଯାଏ । କାରଣ ଅବ୍ୟବହିତ ଅନୁମାନରେ ଦୁଇଟି ପଦ ଥାଏ ।
ଯଥା- ସମସ୍ତ ମନୁଷ୍ୟ ମରଣଶୀଳ ।
∴ କେତେକ ମରଣଶୀଳ ପ୍ରାଣୀ ମନୁଷ୍ୟ ।
ଯଦି ଗୋଟିଏ ତ୍ରିପଦୀଯୁକ୍ତିରେ ତିନୋଟି ପଦରୁ ଅଧିକ ପଦ ବା ଚାରୋଟି ପଦ ରହିଥାଏ ତାକୁ ଚତୁଷ୍ପଦୀପଦ କୁହାଯାଏ ।
ଯଥା-
ମୋ ହସ୍ତ ଟେବୁଲ୍ ଉପରେ ଅଛି ।
ଟେବୁଲ୍ ଭୂମି ଉପରେ ଅଛି ।
________________________
∴ ମୋ ହସ୍ତ ଭୂମି ଉପରେ ଅଛି ।
ରାମଚନ୍ଦ୍ର ଦଶରଥଙ୍କ ପୁତ୍ର ।
∴ ଲବ ରାମଚନ୍ଦ୍ରଙ୍କ ପୁତ୍ର ।
________________
ଲବ ଦଶରଥଙ୍କ ପୁତ୍ର ।
ଏଠାରେ ଲବ, ରାମଚନ୍ଦ୍ର, ଦଶରଥ ଓ ପୁତ୍ର ଏହିପରି ଚାରୋଟି ପଦ ଥିବା ଯୋଗୁଁ ଏହାକୁ ଚତୁଷ୍ପଦୀ ଦୋଷ କୁହାଯାଏ । ଏତଦ୍ବ୍ୟତୀତ କୌଣସି ଯୁକ୍ତିରେ ଯଦି କୌଣସି ପଦ ଏକାଧିକ ଅର୍ଥରେ ବ୍ୟବହୃତ ହୋଇଥାଏ ତେବେ ଏହି ପ୍ରକାର ଦୋଷକୁ ବ୍ୟର୍ଥକ ପଦଦୋଷ ବୋଲି କୁହାଯାଏ । ବ୍ୟର୍ଥକ ପଦଦୋଷ ତିନି ପ୍ରକାରର ହୋଇଥାଏ; ଯଥା- ବ୍ୟର୍ଥକ ସାଧଦୋଷ, ବ୍ୟର୍ଥକ ପକ୍ଷଦୋଷ ଓ ବ୍ୟର୍ଥକ ହେତୁଦୋଷ ।
ବ୍ୟର୍ଥକ ସାଧଦୋଷ – ଯଦି ସାଧୂପଦ ଉଭୟ ସାଧାବୟବ ଓ ସିଦ୍ଧାନ୍ତରେ ଏକାଧିକ ଅର୍ଥରେ ବ୍ୟବହୃତ ହୁଏ ତାହା ଏକ ତର୍କଦୋଷ ସୃଷ୍ଟିକରେ । ସେହି ତର୍କଦୋଷକୁ ବ୍ୟର୍ଥକ-ସାଧଦୋଷ କୁହାଯାଏ ।
ଉଦାହରଣ ସ୍ଵରୂପ – ସରକାରୀ ରାଜସ୍ଵ କର ଅଟେ ।
ମୋ ହସ୍ତ ରାଜସ୍ଵ ନୁହେଁ ।
___________________
∴ ମୋ ହସ୍ତ କର ନୁହେଁ ।
ଏହି ଉଦାହରଣରେ ‘କର’ ପଦଟିକୁ ଦୁଇଟି ଅର୍ଥରେ ବ୍ୟବହାର କରାଯାଇଥିବାରୁ ସିଦ୍ଧାନ୍ତ ଠିକ୍ ହୋଇନାହିଁ । ସାଧାବୟବରେ ଏହାର ଅର୍ଥ ‘ଖଜଣା’ ଏବଂ ସିଦ୍ଧାନ୍ତରେ ଏହାର ଅର୍ଥ ‘ହାତ’ ଭାବରେ ନିଆଯାଇଛି । ତେଣୁ ଯୁକ୍ତିଟି ଅବୈଧ ।
ବ୍ୟର୍ଥକ – ହେତୁପଦ ଦୋଷ : ଯଦି ହେତୁପଦ ଉଭୟ ସାଧାବୟବ ଓ ପକ୍ଷାବୟବରେ ଏକାଧ୍ଯକ ଅର୍ଥରେ ବ୍ୟବହୃତ ହୁଏ ତେବେ ତାହା ଦୋଷଯୁକ୍ତ ହୁଏ । ସେହି ତର୍କଦୋଷକୁ ବ୍ୟର୍ଥକ ହେତୁଦୋଷ କହନ୍ତି । ଯଥା-
ଲୌହ ଗୁରୁ ଅଟେ ।
ଗୁରୁ ଭଗବାନଙ୍କ ଅବତାର ।
________________________
∴ ଲୌହ ଭଗବାନଙ୍କ ଅବତାର ।
ଏଠାରେ ହେତୁପଦ ‘ଗୁରୁ’ ଦୁଇଟି ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଛି । ସାଧାବୟବରେ ଏହା ‘ଭାରି’ ଅର୍ଥରେ ଏବଂ ପକ୍ଷାବୟବରେ ଏହା ‘ଶିକ୍ଷକ’ ଅର୍ଥରେ ବ୍ୟବହାର କରାଯାଇଛି । ଏହି ବ୍ୟର୍ଥକ ହେତୁପଦ ଦୋଷଯୁକ୍ତ ଅଟେ ।
ବ୍ୟର୍ଥକ ପକ୍ଷପଦ ଦୋଷ – ଯେଉଁ ତ୍ରିପଦୀଯୁକ୍ତିରେ ପକ୍ଷପଦ ଦୁଇ ଅର୍ଥ ବିଶିଷ୍ଟ ହୋଇଥାଏ, ତାହାକୁ ବ୍ୟର୍ଥକ ପକ୍ଷପଦ ଦୋଷଯୁକ୍ତ କୁହାଯାଏ ; ଯଥା-
କାକ ଦେବତା ନୁହେଁ ।
କାକ କୃଷ୍ଣ ଅଟେ ।
__________________
∴ କୃଷ୍ଣ ଦେବତା ନୁହେଁ ।
ଏହି ତ୍ରିପଦୀଯୁକ୍ତିରେ ପକ୍ଷପଦ ‘କୃଷ୍ଣ’ ଦୁଇଟି ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଛି । ପକ୍ଷାବୟବରେ ଏହାର ଅର୍ଥ ‘କଳା’ ଏବଂ ସିଦ୍ଧାନ୍ତରେ ଏହା ଭଗବାନ୍ ଶ୍ରୀକୃଷ୍ଣଙ୍କ ଅର୍ଥରେ ନିଆଯାଇଛି । ଏହା ଅବୈଧ ଏବଂ ବ୍ୟର୍ଥକ ପକ୍ଷପଦ ଦୋଷଯୁକ୍ତ ଅଟେ ।
14. ପ୍ରମାଣ କର ଯେ, ହେତୁବାକ୍ୟ ଦ୍ଵୟରେ ହେତୁପଦ ଅନ୍ତତଃ ପକ୍ଷେ ଥରେମାତ୍ର ବ୍ୟାପ୍ୟ ହେବା ବିଧେୟ ଅଟେ । (ତୃତୀୟ ନିୟମ)
Answer:
ହେତୁପଦ ସାଧପଦ ଓ ପକ୍ଷପଦ ମଧ୍ୟରେ ସମ୍ପର୍କର ସେତୁ ରୂପେ କାର୍ଯ୍ୟ କରିଥାଏ । ପଦର ବ୍ୟାପକତାର ଅର୍ଥ ସେହି ପଦଦ୍ୱାରା ଚିହ୍ନିତ ସମସ୍ତ ବସ୍ତୁ ବା ବ୍ୟକ୍ତି ଅର୍ଥାତ୍ ସେହି ପଦର ସମ୍ପୂର୍ଣ୍ଣ ବାତ୍ୟାର୍ଥ ଅଟେ । ହେତୁପଦ ସାଧାବୟବରେ ସାଧ୍ଯ ସହିତ ଓ ପକ୍ଷାବୟବରେ ପକ୍ଷପଦ ସହିତ ସମ୍ବନ୍ଧ ସ୍ଥାପନ କରିଥାଏ । ଯଦି ସାଧାବୟବରେ ହେତୁପଦ ବ୍ୟାପ୍ତ ନ ହୁଏ ସାଧପଦ ହେତୁପଦର ଗୋଟିଏ ଅଂଶ ସହିତ ସମ୍ପର୍କିତ ହେବ । ସେହିପରି ଯଦି ପକ୍ଷାବୟବରେ ହେତୁପଦ ବ୍ୟାପ୍ତ ନ ହୁଏ ତେବେ ପକ୍ଷପଦ ମଧ୍ୟ ହେତୁପଦର ଗୋଟିଏ ଅଂଶ ସହିତ ସମ୍ପର୍କିତ ହେବ । ଏପରି ସ୍ଥଳେ ସେମାନେ ହେତୁପଦର ସମାନ ଅଂଶ ସହିତ ସମ୍ପର୍କିତ ହୋଇ ନପାରନ୍ତି ।
ଅର୍ଥାତ୍ ସାଧ୍ୟପଦ ଏହାର ଗୋଟିଏ ଅଂଶ ସହିତ ଏବଂ ପକ୍ଷପଦ ଅନ୍ୟ ଏକ ଅଂଶ ସହିତ ସମ୍ପର୍କିତ ହୋଇପାରେ । ଯାହାଫଳରେ କି ସାଧ୍ୟ ଓ ପକ୍ଷ ମଧ୍ୟରେ ସମ୍ପର୍କ ସ୍ଥାପନ ସମ୍ଭବ ହେବନାହିଁ । ଏଣୁ ସିଦ୍ଧାନ୍ତ ଆସିବ ନାହିଁ । କିନ୍ତୁ ଯଦି ହେତୁପଦ କୌଣସି ଗୋଟିଏ ହେତୁବାକ୍ୟରେ ଅନ୍ତତଃ ଥରେ ବ୍ୟାପ୍ତ ହୋଇପାରନ୍ତା ତେବେ ହେତୁପଦର ସମଗ୍ର ବାତ୍ୟାର୍ଥ ସାଧ୍ଯ ହେଉ ବା ପକ୍ଷ ହେଉ କାହାରି ସହିତ ସମ୍ପର୍କିତ ହୋଇପାରନ୍ତା ଏବଂ ଅନ୍ୟ ପଦଟି ସମ୍ପର୍କିତ ନ ହେଲେ ମଧ୍ୟ ସିଦ୍ଧାନ୍ତ ସମ୍ଭବ ହୁଅନ୍ତା ।
ମାତ୍ର ଯଦି ହେତୁପଦ ହେତୁବାକ୍ୟଦ୍ୱୟରେ ଥରେ ବି ସୁଦ୍ଧା ବ୍ୟାପ୍ତ ନ ହୁଏ ତେବେ ଅବ୍ୟାପ୍ତ ହେତୁପଦ ଦୋଷ ଜାତ ହେବ ।
ଉଦାହରଣ – ଆ- ସମସ୍ତ ମନୁଷ୍ୟ ମରଣଶୀଳ ।
ଆ- ସମସ୍ତ ପ୍ରାଣୀ ମରଣଶୀଳ ।
______________________
∴ ଆ- ସମସ୍ତ ପ୍ରାଣୀ ମନୁଷ୍ୟ
ଏଠାରେ ସମସ୍ତ ତର୍କବାକ୍ୟଗୁଡ଼ିକ ‘ଆ’ ତର୍କବାକ୍ୟ ହୋଇଥିବାରୁ ବିଧେୟପଦ ଅବ୍ୟାପ୍ୟ ଅଟେ । ଏଠାରେ ‘ମରଣଶୀଳ’ ବିଧେୟ ପଦ ହୋଇଥିବାରୁ ଅବ୍ୟାପ୍ତ ହେତୁ ପଦ ଦୋଷ ଜାତ ହୋଇଅଛି ।
15. ପ୍ରମାଣ କର ଯେ କୌଣସି ପଦ ହେତୁବାକ୍ୟରେ ଅବ୍ୟାପ୍ତ ହୋଇଥିଲେ ସିଦ୍ଧାନ୍ତରେ ବ୍ୟାପ୍ତ ହୋଇପାରିବ ନାହିଁ । (ଚତୁର୍ଥ ନିୟମ)
Answer:
ସିଦ୍ଧାନ୍ତରେ ପକ୍ଷପଦ ଓ ସାଧପଦ ଦୁଇଟି ଯଥାକ୍ରମେ ଉଦ୍ଦେଶ୍ୟ ଓ ବିଧେୟ ଭାବେ ରହିଥାଏ । ଯଦି ଏହି ପଦଦ୍ୱୟ ମଧ୍ୟରୁ କୌଣସି ପଦ ସିଦ୍ଧାନ୍ତରେ ବ୍ୟାପ୍ତ ହୋଇ ହେତୁବାକ୍ୟରେ ଅବ୍ୟାପ୍ତ ରହେ, ତେବେ ବୁଝିବାକୁ ହେବ ଯେ ସିଦ୍ଧାନ୍ତରେ ଏହିପଦର ସମସ୍ତ ବାତ୍ୟାର୍ଥ ପ୍ରକାଶିତ ହୋଇଥିବାବେଳେ ହେତୁବାକ୍ୟରେ କେତେକ ବାତ୍ୟାର୍ଥ ପ୍ରକାଶିତ ହୋଇଥାଏ । ଏହା ଅବରୋହାନୁମାନର ନିୟମକୁ ଉଲ୍ଲଙ୍ଘନ କରୁଅଛି । ଆଂଶିକ ବ୍ୟାପ୍ତ ବିଷୟରୁ ସଂପୂର୍ଣ୍ଣ ବ୍ୟାପ୍ତ ବିଷୟ ସିଦ୍ଧାନ୍ତରୂପେ ନିଷ୍ପନ୍ନ ହୋଇପାରିବ ନାହିଁ । ଅବରୋହାନୁମାନରେ ସମସ୍ତରୁ କେତେକକୁ ଗତିକରିବା ସ୍ବୀକୃତ ମାତ୍ର କେତେକରୁ ସମସ୍ତକୁ ଗତି କରିବା ସ୍ୱୀକୃତ ନୁହେଁ । ଏହାଦ୍ୱାରା ଯୁକ୍ତି ଦୋଷଯୁକ୍ତ ହୋଇଥାଏ । ଅପରପକ୍ଷରେ ଯଦି ପକ୍ଷପଦ ଅଥବା ସାପଦ ଯଥାକ୍ରମେ ପକ୍ଷାବୟବ ଓ ସାଧାବୟବରେ ବ୍ୟାପ୍ତ ନ ହୋଇ ସିଦ୍ଧାନ୍ତରେ ବ୍ୟାପ୍ତ ହୁଅନ୍ତି ତେବେ ଏହି ନିୟମଟି ଲଙ୍ଘନ କରିବାରେ ଯୁକ୍ତିଟି ଦୁଇପ୍ରକାରର ଅବୈଧ ଦୋଷରେ ଦୋଷଯୁକ୍ତ ହୋଇଥାଏ; ଯଥା- ଅବୈଧ ସାଧ୍ୟତା ଦୋଷ ଓ ଅବୈଧ ପକ୍ଷତା ଦୋଷ ।
ଅବୈଧ ସାଧ୍ୟତା ଦୋଷ :
ତ୍ରିପଦୀଯୁକ୍ତିରେ ସାଧ୍ୟପଦ ସାଧାବୟବରେ ବ୍ୟାପ୍ତ ନ ହୋଇ ସିଦ୍ଧାନ୍ତରେ ବ୍ୟାପ୍ତ ହୋଇଥିଲେ ଏହି ତର୍କଦୋଷକୁ ଅବୈଧ ସାଧ୍ୟତା ଦୋଷ କୁହାଯାଏ ।
ସମସ୍ତ ମ ପ ଅଟେ । – ଆ
∴ କୌଣସି ଅ ମ ନୁହେଁ । – ଏ
_______________________
∴ କୌଣସି ଅ ମ ନୁହେଁ । – ଏ
ସମସ୍ତ ମନୁଷ୍ୟ ପ୍ରାଣୀ ଅଟନ୍ତି । – ଆ
କୌଣସି ଗାଈ ମନୁଷ୍ୟ ନୁହଁନ୍ତି । – ଏ
___________________________
∴ କୌଣସି ଗାଈ ପ୍ରାଣୀ ନୁହଁନ୍ତି ! – ଏ
ଏହି ଯୁକ୍ତିରେ ସାଧ୍ୟପଦ ‘ପ୍ରାଣୀ’ ସାଧାବୟବରେ ବ୍ୟାପ୍ତ ନ ହୋଇ ସିଦ୍ଧାନ୍ତରେ ବ୍ୟାପ୍ତ ହୋଇଥିବାରୁ ଯୁକ୍ତିଟି ଅବୈଧ ସାଧୁତା ଦୋଷଦୃଷ୍ଟ ହୋଇଅଛି ।
ଅବୈଧ ପକ୍ଷତା ଦୋଷ :
ତ୍ରିପଦୀଯୁକ୍ତିରେ ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ତ ନ ହୋଇ ସିଦ୍ଧାନ୍ତରେ ବ୍ୟାପ୍ତ ହୋଇଥିଲେ ଏହି ତର୍କଦୋଷକୁ ଅବୈଧ ପକ୍ଷତା ଦୋଷ କୁହାଯାଏ ।
ସମସ୍ତ ମ ପ ଅଟେ। – ଆ
ସମସ୍ତ ମ ଅ ଅଟେ । – ଆ
____________________
∴ ସମସ୍ତ ଅ ପ ଅଟେ । ଆ
ସମସ୍ତ ଛାତ୍ର ସତ୍ୟବାଦୀ । – ଆ
ସମସ୍ତ ଛାତ୍ର ସାଧୁ । – ଆ
_______________________________
∴ ସମସ୍ତ ସାଧୁ ବ୍ୟକ୍ତି ସତ୍ୟବାଦୀ । – ଆ
ଏହି ଯୁକ୍ତିରେ ପକ୍ଷପଦ ‘ସାଧୁ’ ପକ୍ଷାବୟବରେ ଅଦ୍ୟାପ୍ତ ରହି ସିଦ୍ଧାନ୍ତରେ ବ୍ୟାପ୍ତ ହୋଇଥିବାରୁ ଯୁକ୍ତିଟି ଅବୈଧ ପକ୍ଷତା ଦୋଷରେ ଦୁଷ୍ଟ ହୋଇଅଛି ।
16. ପ୍ରମାଣ କର ଯେ ଦୁଇଟି ନଞର୍ଥକ ହେତୁବାକ୍ୟରୁ କୌଣସି ସିଦ୍ଧାନ୍ତ ନିଷ୍ପନ୍ନ ହୁଏନାହିଁ । (ପଞ୍ଚମ ନିୟମ)
Answer:
ତର୍କବାକ୍ୟଟି ନଞର୍ଥକ ହୋଇଥିଲେ ଏହାର ଉଦ୍ଦେଶ୍ୟପଦର ବାତ୍ୟାର୍ଥ ବିଧେୟ ପଦର ବାତ୍ୟାର୍ଥଠାରୁ ସମ୍ପୂର୍ଣ୍ଣ ବହିର୍ଭୂତ ହୋଇଥାଏ । ଅର୍ଥାତ୍ ନଞର୍ଥକ ତର୍କବାକ୍ୟରେ ଉଦ୍ଦେଶ୍ୟପଦ ସହିତ ବିଧେୟର କୌଣସି ସମ୍ପର୍କ ନଥାଏ । ଦୁଇଟିଯାକ ହେତୁବାକ୍ୟ ନଞର୍ଥକ ହୋଇଥିଲେ ହେତୁପଦ ଉଭୟ ସାଧ୍ୟପଦ ଓ ପକ୍ଷପଦ ସହିତ ସମ୍ପର୍କହୀନ ହୋଇଯାଏ । ଫଳରେ ସିଦ୍ଧାନ୍ତରେ ଦୁଇଟି ପଦ ଯଥା ସାପଦ ଓ ପକ୍ଷପଦ ମଧ୍ୟରେ କୌଣସି ସମ୍ପର୍କ ସ୍ଥାପିତ ହୋଇପାରେ ନାହିଁ । ତେଣୁ ସିଦ୍ଧାନ୍ତ ସ୍ଥାପନ କରିବା ଅସମ୍ଭବ ହୁଏ ।
ଯଥା- କୌଣସି ରାଜନୀତିଜ୍ଞ ସାଧୁ ନୁହଁନ୍ତି । – ଏ
କେତେକ ଛାତ୍ର ସାଧୁ ନୁହଁନ୍ତି । – ଓ
କେତେକ ଛାତ୍ର ରାଜନୀତିଜ୍ଞ ନୁହଁନ୍ତି । – ଓ
ଏହି ଯୁକ୍ତିରେ ହେତୁପଦ ‘ସାଧୁ’ ସହିତ ପ୍ରତ୍ୟନ୍ତ ପଦ ‘ରାଜନୀତିଜ୍ଞ’ ଓ ‘ଛାତ୍ର’ର ସମ୍ପର୍କକୁ ଅସ୍ଵୀକାର କରାଯାଇଛି । ତେଣୁ ପ୍ରତ୍ୟନ୍ତ ପଦଦ୍ଵୟ ମଧ୍ଯରେ କୌଣସି ସମ୍ପର୍କ ପ୍ରତିଷ୍ଠା ହୋଇପାରିନଥିବାରୁ ସିଦ୍ଧାନ୍ତ ନିର୍ଣ୍ଣୟ କରିବା ଅସମ୍ଭବ ହୋଇଥାଏ । ତେଣୁ ଯୁକ୍ତିଟି ଦୁଇ ନଞର୍ଥକ ହେତୁବାକ୍ୟ ଦୋଷଦୁଷ୍ଟ ହୋଇଥିବାରୁ ଅବୈଧ ଅଟେ । ଏଣୁ ଏଥିରୁ ପ୍ରମାଣିତ ଯେ ଉଭୟ ହେତୁବାକ୍ୟ ନଞର୍ଥକ ହୋଇପାରିବ ନାହିଁ । ଯେକୌଣସି ଗୋଟିଏ ହେତୁବାକ୍ୟ ଅବଶ୍ୟ ସଦର୍ଥକ ହେବ ।
17. ପ୍ରଥମ ସଂସ୍ଥାନର ନ୍ୟାୟରୂପମାନଙ୍କର ତ୍ରିପଦୀଯୁକ୍ତିର ସାଧାରଣ ନିୟମାବଳୀ ସାହାଯ୍ୟରେ ସିଦ୍ଧତା ନିର୍ଣ୍ଣୟ କର ।
Answer:
ପ୍ରଥମ ସଂସ୍ଥାନର ଆଠଟି ନ୍ୟାୟରୂପକୁ ବିଚାର କରି ସିଦ୍ଧତା ନିର୍ଣ୍ଣୟ କରାଯାଇପାରେ । ପ୍ରଥମ ସଂସ୍ଥାନରେ ହେତୁପଦ ସାଧାବୟବରେ ଉଦ୍ଦେଶ୍ୟ ଓ ପକ୍ଷାବୟବରେ ବିଧେୟ ସ୍ଥାନରେ ଥାଏ ।
(୧) ଅ ଆ :
ଆ – ସମସ୍ତ ମ ପ ଅଟେ ।
ଆ – ସମସ୍ତ ଅ ମ ଅଟେ ।
____________________
∴ ଆ – ସମସ୍ତ ଅ ପ ଅଟେ ।
ଏହି ନ୍ୟାୟରୂପଟି ତ୍ରିପଦୀଯୁକ୍ତିର ସମସ୍ତ ନିୟମକୁ ମାନ୍ୟକରି ସିଦ୍ଧାନ୍ତରେ ଉପନୀତ ହୋଇଥିବାରୁ ଏହା ଏକ ସିଦ୍ଧ ନ୍ୟାୟରୂପ । କାରଣ ହେତୁପଦ ସାଧାବୟବର ଉଦ୍ଦେଶ୍ୟରେ ବ୍ୟାପ୍ତ, ପକ୍ଷ ଉଭୟ ହେତୁବଚନ ଓ ସିଦ୍ଧାନ୍ତରେ ବ୍ୟାପ୍ତ । ଦୁଇଟି ହେତୁବଚନ ସଦର୍ଥକ ହୋଇଥିବାରୁ ସିଦ୍ଧାନ୍ତ ମଧ୍ୟ ସଦର୍ଥକ । ତେଣୁ ସିଦ୍ଧାନ୍ତ ସହ ପ୍ରଥମ ସଂସ୍ଥାନରେ ଏହା ସିଦ୍ଧ ନ୍ୟାୟରୂପ-ଆ ଆ ଆ । ଏହାର ସାଙ୍କେତିକ ନାମ ବାର୍ବାରା ।
ଆ – ସମସ୍ତ ଅ ମ ଅଟେ ।
ଆ – ସମସ୍ତ ମ ପ ଅଟେ ।
______________________
∴ ଇ – କେତେକ ଅ ପ ଅଟେ ।
ଏହି ନ୍ୟାୟରୂପ ଆଆଇ ମଧ୍ୟ ଆଆଆ ଭଳି ଏକ ସିଦ୍ଧ ନ୍ୟାୟରୂପ । ଏହାକୁ ବାର୍ବାରି ନାମ ଦିଆଯାଇଛି । ଏଠାରେ ମନେ କରାଯାଇପାରେ ଯେ ଯେଉଁ ନ୍ୟାୟରୂପରେ ସାମାନ୍ୟ ସିଦ୍ଧାନ୍ତ ମିଳିପାରେ ସେଠାରେ ବିଶେଷ ତର୍କବାକ୍ୟ ନିଶ୍ଚିତ ରୂପରେ ସିଦ୍ଧାନ୍ତ ହୋଇପାରେ । ବିଶେଷ ତର୍କବାକ୍ୟଟି ସଗୁଣ ହୋଇଥିବା ଆବଶ୍ୟକ । ତେଣୁ ଏଠାରେ ବାର୍ବାରା ମୁଖ୍ୟ ନ୍ୟାୟରୂପ ଏବଂ ବାର୍କାରି ଗୌଣ ନ୍ୟାୟରୂପ ଅଟେ ।
(୨) ଆଏ :
ଆ – ସମସ୍ତ ମ ପ ଅଟେ ।
ଏ – କୌଣସି ଅ ମ ନୁହେଁ ।
ଏହି ସଂଯୋଗରେ ଗୋଟିଏ ହେତୁବଚନ ନଞର୍ଥକ । ତେଣୁ ସିଦ୍ଧାନ୍ତ ନଞ୍ଜର୍ଥକ ହେବ । ନଞର୍ଥକ ସିଦ୍ଧାନ୍ତରେ ସାଧପଦ ବିଧେୟ ସ୍ଥାନରେ ବ୍ୟାପ୍ତ ହେବ ଯାହାକି ସାଧାବୟବରେ ଆ ତର୍କବାକ୍ୟର ବିଧେୟ ହୋଇଥିବାରୁ ଅବ୍ୟାପ୍ତ । ଫଳରେ ଯଦି ଏହି ଦୁଇ ତର୍କବାକ୍ୟରୁ ସିଦ୍ଧାନ୍ତ ଗଠନ କରାଯାଏ ତେବେ ତାହା ଅବୈଧ ସାଧତା ଦୋଷଦୁଷ୍ଟ ହେବ । ତେଣୁ ପ୍ରଥମ ସଂସ୍ଥାନରେ ଆଏ
ସଂଯୋଗ ଅବୈଧ ଅଟେ ।
(୩) ଆଇ :
ଆ – ସମସ୍ତ ମ ପ ଅଟେ ।
ଇ – କେତେକ ଅ ମ ଅଟେ ।
______________________
∴ ଇ – କେତେକ ଅ ପ ଅଟେ ।
ସମସ୍ତ ସାଧାରଣ ନିୟମାବଳୀ ଅନୁସରଣ କରି ପ୍ରଥମ ସଂସ୍ଥାନରେ ଆଇଇ ଏକ ସିଦ୍ଧ ନ୍ୟାୟରୂପ । କାରଣ ଉଭୟ ହେତୁବଚନ ସଦର୍ଥକ ହୋଇଥିବାରୁ ସିଦ୍ଧାନ୍ତ ସଦର୍ଥକ ଅଟେ । ଗୋଟିଏ ହେତୁବଚନ ବିଶେଷ ହୋଇଥିବାରୁ ସିଦ୍ଧାନ୍ତ ମଧ୍ୟ ବିଶେଷ ଅଟେ । ଏକମାତ୍ର ବ୍ୟାପ୍ତ ପଦ ‘ପ’ ହେତୁପଦ ହୋଇଥିବାରୁ ଅବ୍ୟାପ୍ତ ମଧ୍ୟପଦ ଦୋଷରୁ ସୁରକ୍ଷିତ । ତେଣୁ ଏହା ସିଦ୍ଧ ଏବ ଏହାକୁ ଡାରିଇ କୁହାଯାଏ ।
(୪) ଆଓ:
ଆ – ସମସ୍ତ ମ ପ ଅଟେ ।
ଓ – କେତେକ ଅ ମ ନୁହେଁ ।
ଏହି ଆଓ ସଂଯୋଗରେ ଗୋଟିଏ ହେତୁବଚନ ନଞର୍ଥକ ହୋଇଥିବାରୁ ସିଦ୍ଧାନ୍ତ ନଞର୍ଥକ ହେବ । ନଞର୍ଥକ ସିଦ୍ଧାନ୍ତ ବିଧେୟରେ ସାଧ୍ୟପଦ ବ୍ୟାପ୍ତ କରେ ଯାହାକି ସାଧାବୟବରେ ଆ ର ବିଧେୟ, ତେଣୁ ଅବ୍ୟାପ୍ତ । ଏହାର ସିଦ୍ଧାନ୍ତ ଗଠିତ ହେଲେ ଯୁକ୍ତିଟି ଅବୈଧ ସାଧପଦ ଦୋଷଯୁକ୍ତ ହେବ । ତେଣୁ ଆଓ ପ୍ରଥମ ସଂସ୍ଥାନରେ ସିଦ୍ଧ ନ୍ୟାୟରୂପ ନୁହେଁ ।
(୫) ଏଆ:
ଏ – କୌଣସି ମ ପ ନୁହେଁ ।
ଆ – ସମସ୍ତ ଅ ମ ଅଟେ ।
______________________
∴ ଏ – କୌଣସି ଅ ପ ନୁହେଁ ।
ପ୍ରଥମ ସଂସ୍ଥାରେ ଏହା ଏକ ସିଦ୍ଧ ନ୍ୟାୟରୂପ । କାରଣ ଗୋଟିଏ ହେତୁବାକ୍ୟ ନଞର୍ଥକ ହୋଇଥିବାରୁ ସିଦ୍ଧାନ୍ତ ନର୍ଥକ । ସାଧାବୟବର ଉଦ୍ଦେଶ୍ୟରେ ହେତୁପଦ ବ୍ୟାପ୍ତ ଅଟେ । ସମସ୍ତ ନିୟମ ଅନୁସରଣ କରିଥିବା ହେତୁ ଏଆଏ ପ୍ରଥମ ସଂସ୍ଥାନରେ ସିଦ୍ଧ ଅଟେ ଏବଂ ଏହାକୁ ସେଲାରେଣ୍ଟ କୁହାଯାଏ । ଏହାଛଡ଼ା ସିଦ୍ଧାନ୍ତ ‘ଓ’ ହେଲେ ଏକ ଗୌଣ ସିଦ୍ଧ ନ୍ୟାୟରୂପ ମିଳିପାରେ । ତାହାକୁ ସେଲାରୋଣ୍ଟ କୁହାଯାଏ ।
(୬) ଏଇ :
ଏ – କୌଣସି ମ ପ ନୁହେଁ ।
ଇ – କେତେକ ଅ ମ ଅଟେ ।
_____________________
∴ ଓ – କେତେକ ଅ ପ ନୁହେଁ ।
ପ୍ରଥମ ସଂସ୍ଥାନରେ ଏହି ନ୍ୟାୟରୂପ ଏଇଓ ସିଦ୍ଧ ଅଟେ । ଏହାର ଗୋଟିଏ ହେତୁବଚନ ବିଶେଷ ହୋଇଥିବାରୁ ଏବଂ ଗୋଟିଏ ହେତୁବଚନ ନଞର୍ଥକ ହୋଇଥିବାରୁ ସିଦ୍ଧାନ୍ତ ବିଶେଷ ନଞର୍ଥକ, ଅର୍ଥାତ୍ ଓ ଅଟେ । ହେତୁପଦ ସାଧାବୟବରେ ବ୍ୟାପ୍ତ ଏବଂ ସାଧ୍ୟ ଉଭୟ ସିଦ୍ଧାନ୍ତ ଓ ହେତୁବଚନରେ ବ୍ୟାପ୍ତ । ତେଣୁ ଏହା ସମସ୍ତ ନିୟମ ପାଳନ କରିଛି । ଏହି ସିଦ୍ଧ ନ୍ୟାୟରୂପକୁ ଫେରିଓ କୁହାଯାଏ ।
(୭) ଇଆ :
ଇ – କେତେକ ମ ପ ଅଟେ ।
ଆ – ସମସ୍ତ ଅ ମ ଅଟେ ।
ପ୍ରଥମ ସଂସ୍ଥାନର ଏହି ସଂଯୋଗରୁ କୌଣସି ସିଦ୍ଧାନ୍ତ ମିଳିବା ସମ୍ଭବ ନୁହେଁ । କାରଣ ହେତୁପଦ ଉଭୟ ସ୍ଥାନରେ ଅବ୍ୟାପ୍ତ । ତେଣୁ ଏହା ସିଦ୍ଧ ନ୍ୟାୟରୂପ ହୋଇପାରିବ ନାହିଁ ।
(୮) ଓଆ:
ଓ – କେତେକ ମ ପ ନୁହେଁ ।
ଆ – ସମସ୍ତ ଅ ମ ଅଟେ |
ହେତୁପଦ ବ୍ୟାପ୍ତ ହୋଇନଥିବାରୁ ଏହା ସିଦ୍ଧ ନ୍ୟାୟରୂପ ନୁହେଁ । କାରଣ ଏଥିରେ ଅବ୍ୟାପ୍ତ ମଧ୍ୟପଦ ଦୋଷ ଜାତ ହୁଏ । ଅତଏବ, ତ୍ରିପଦୀ ଯୁକ୍ତିର ସାଧାରଣ ନିୟମାବଳୀ ପ୍ରୟୋଗ କରି ପ୍ରଥମ ସଂସ୍ଥାନରେ ଚାରିଗୋଟି ସିଦ୍ଧ ନ୍ୟାୟରୂପ ଯଥା-
ବାର୍ବାରା (ଆ ଆ ଆ)
ସେଲାରେଣ୍ଟ (ଏ ଆ ଏ)
ଡାରିଇ (ଆ ଇ ଇ) ଏବଂ
ଫେରିଓ (ଏ ଇ ଓ)
ଏହି ଚାରୋଟି ମୁଖ୍ୟ ନ୍ୟାୟରୂପ । ଏହାଛଡ଼ା ଦୁଇଟି ଗୌଣ ନ୍ୟାୟରୂପ ରହିଛି । ସେମାନେ ହେଲେ-ବାର୍ବାରି (ଆ ଆ ଇ) ଏବଂ ସୋଲରୋଣ୍ଟ (ଏ ଆ ଓ) ।
18. ଦ୍ୱିତୀୟ ସଂସ୍ଥାନର ନ୍ୟାୟରୂପଗୁଡ଼ିକର ତ୍ରିପଦୀଯୁକ୍ତିର ସାଧାରଣ ନିୟମାବଳୀ ସାହାଯ୍ୟରେ ସିଦ୍ଧତା ନିର୍ଣ୍ଣୟ କର ।
Answer:
ସେହି ଆଠଗୋଟି ସଂଯୋଗକୁ ଦ୍ବିତୀୟ ସଂସ୍ଥାନରେ ବିଚାର କରି ସିଦ୍ଧତା ନିର୍ଣ୍ଣୟ କରାଯାଇପାରେ । ଦ୍ଵିତୀୟ ସଂସ୍ଥାନରେ ହେତୁପଦ ଉଭୟ ହେତୁବଚନରେ ବିଧେୟ ସ୍ଥାନରେ ରହିଥାଏ ।
(୧) ଆଆ :
ଆ – ସମସ୍ତ ପ ମ ଅଟେ।
ଆ – ସମସ୍ତ ଅ ମ ଅଟେ ।
ଏହି ସଂଯୋଗର ଦ୍ବିତୀୟ ସଂସ୍ଥାନରେ କୌଣସି ସିଦ୍ଧାନ୍ତ ମିଳିବ ନାହିଁ । କାରଣ ହେତୁପଦ ଉଭୟ ହେତୁବଚନରେ ବିଧେୟ ହୋଇଥିବାରୁ ଅବ୍ୟାପ୍ତ । ତେଣୁ ଏହା ଅସିଦ୍ଧ ।
(୨) ଆଏ :
ଆ – ସମସ୍ତ ପ ମ ଅଟେ ।
ଏ – କୌଣସି ଅ ମ ନୁହେଁ ।
∴ ଏ – କୌଣସି ଅ ପ ନୁହେଁ ।
ଦ୍ବିତୀୟ ସଂସ୍ଥାନରେ ଆ ଏ ଏ ଏକ ସିଦ୍ଧ ନ୍ୟାୟରୂପ । ଏହାର ଗୋଟିଏ ହେତୁବଚନ ନଞର୍ଥକ ହୋଇଥିବାରୁ ସିଦ୍ଧାନ୍ତ ନଞର୍ଥକ । ହେତୁପଦ ପକ୍ଷାବୟବର ବିଧେୟରେ ବ୍ୟାପ୍ତ । ସାଧପଦ ଓ ପକ୍ଷପଦ ଉଭୟେ ସିଦ୍ଧାନ୍ତରେ ବ୍ୟାପ୍ତ । କିନ୍ତୁ ସେମାନେ ହେତୁବଚନରେ ମଧ୍ୟ ବ୍ୟାପ୍ତ ହୋଇଥିବାରୁ କୌଣସି ନିୟମ ଭଙ୍ଗ ହୋଇନାହିଁ । ତେଣୁ ଏହା ଏକ ସିଦ୍ଧ ନ୍ୟାୟରୂପ ଏବଂ ଏହାକୁ ସାମେଷ୍ଟ୍ରେସ୍ କୁହାଯାଏ ।
ଦ୍ବିତୀୟ ସଂସ୍ଥାନରେ ଏହି ଆଏ ସଂଯୋଗ ସହିତ ଓ ସିଦ୍ଧାନ୍ତ ନେଲେ ମଧ୍ୟ ଏକ ସିଦ୍ଧ ନ୍ୟାୟରୂପ ମିଳିଥାଏ । କିନ୍ତୁ ଏହାର ସିଦ୍ଧାନ୍ତ ବିଶେଷ ତର୍କବାକ୍ୟ ଓ ହୋଇଥିବାରୁ ଏହା ଗୌଣ ନ୍ୟାୟରୂପ ଏବଂ ଏହାକୁ ସାମେଷ୍ଟୋପ କୁହାଯାଏ । ସେହି ସଂଯୋଗରୁ ସାମାନ୍ୟ ସିଦ୍ଧାନ୍ତ ଯୋଗୁଁ ସାମେଷ୍ଟ୍ରେସ୍ ମୂଖ୍ୟ ନ୍ୟାୟରୂପ ଅଟେ ।
(୩) ଆଇ :
ଆ – ସମସ୍ତ ପ ମ ଅଟେ ।
ଇ – କେତେକ ଅ ମ ଅଟେ ।
ଦ୍ବିତୀୟ ସଂସ୍ଥାନରେ ଏହି ସଂଯୋଗରେ ସିଦ୍ଧ ନ୍ୟାୟରୂପ ମିଳିବାର ସମ୍ଭାବନା ନାହିଁ । କାରଣ ହେତୁପଦ ମ ଉଭୟ ହେତୁବାକ୍ୟରେ ଅବ୍ୟାପ୍ତ ।
(୪) ଆଓ :
ଆ – ସମସ୍ତ ପ ମ ଅଟେ ।
ଓ – କୌଣସି ଅ ମ ନୁହେଁ ।
______________________
∴ ଓ – କୌଣସି ଅ ପ ନୁହେଁ ।
ସମସ୍ତ ନିୟମ ଅନୁସରଣ କରି ଦ୍ୱିତୀୟ ସଂସ୍ଥାନରେ ଏହା ଏକ ସିଦ୍ଧ ନ୍ୟାୟରୂପ । ଏଠାରେ ଗୋଟିଏ ହେତୁବଚନ ନଞର୍ଥକ ହୋଇଥିବାରୁ ସିଦ୍ଧାନ୍ତ ନର୍ଥକ ଏବଂ ଗୋଟିଏ ବିଶେଷ ହୋଇଥିବାରୁ ସିଦ୍ଧାନ୍ତ ବିଶେଷ ହୋଇଛି । ପକ୍ଷାବୟବରେ ହେତୁପଦ ବ୍ୟାପ୍ତ ହୋଇଛି । ସିଦ୍ଧାନ୍ତରେ ବ୍ୟାପ୍ତ ସାଧୁପଦ ପ ସାଧାବୟବରେ ମଧ୍ୟ ବ୍ୟାପ୍ତ ହୋଇଅଛି । କୌଣସି ନିୟମ ଲଂଘନ କରି ନଥିବାରୁ ଆଓଓ ଏକ ସିଦ୍ଧ ନ୍ୟାୟରୂପ । ପରିଭାଷାରେ ଏହାକୁ ବାରୋକୋ କୁହାଯାଏ ।
(୫) ଏଆ :
ଏ – କୌଣସି ପ ମ ନୁହେଁ ।
ଆ – ସମସ୍ତ ଅ ମ ଅଟେ ।
______________________
∴ ଏ – କୌଣସି ଅ ପ ନୁହେଁ ।
ଦ୍ବିତୀୟ ସଂସ୍ଥାନରେ ଏଥାଏ ମଧ୍ଯ ଏକ ସିଦ୍ଧ ନ୍ୟାୟରୂପ । ହେତୁପଦ ମ ସାଧାବୟବରେ ବ୍ୟାପ୍ତ । ଉଭୟ ସାଧପଦ ଓ ପକ୍ଷପଦ ସିଦ୍ଧାନ୍ତରେ ବ୍ୟାପ୍ତ । ଏହି ଦୁଇଟି ପଦ ହେତୁବାକ୍ୟରେ ମଧ୍ୟ ବ୍ୟାପ୍ତ । ତେଣୁ ସମସ୍ତ ପ୍ରକାର ତର୍କଦୋଷରୁ ଏହା ମୁକ୍ତ । ଗୋଟିଏ ହେତୁବାଚ୍ୟ ନଞର୍ଥକ ହୋଇଥିବାରୁ ସିଦ୍ଧାନ୍ତ ମଧ୍ୟ ନଞର୍ଥକ । ତେଣୁ ଏହା ଏକ ପ୍ରାମାଣିକ ନ୍ୟାୟରୂପ ଏବଂ ଏହାକୁ ସେସାରେ କୁହାଯାଏ । ଏହି ସଂଯୋଗରେ ବିଶେଷ ସିଦ୍ଧାନ୍ତ ନେଲେ ଏକ ଗୌଣ ନ୍ୟାୟରୂପ ସେସାରୋ (ଏଆଓ) ସିଦ୍ଧ ନ୍ୟାୟରୂପ ଆସେ ।
(୬) ଏଇ :
ଏ – କୌଣସି ପ ମ ନୁହେଁ ।
ଇ – କେତେକ ଅ ମ ଅଟେ ।
______________________
∴ ଓ – କେତେକ ଅ ପ ନୁହେଁ ।
ଏହା ମଧ୍ୟ ଏକ ସିଦ୍ଧ ନ୍ୟାୟରୂପ । ତର୍କବାକ୍ୟଦ୍ୱୟରୁ ଗୋଟିଏ ବିଶେଷ ଏବଂ ଗୋଟିଏ ନଞ୍ଜର୍ଥକ ବିଶିଷ୍ଟ ହୋଇଥିବାରୁ ଓ । ହେତୁପଦ ସାଧାବୟବରେ ବ୍ୟାପ୍ତ । ସିଦ୍ଧାନ୍ତର ବିଧେୟରେ ସାଧ୍ୟପଦ ପ ବ୍ୟାପ୍ତ । ଏହା ସାଧାବୟବରେ ମଧ୍ୟ ବ୍ୟାପ୍ତ । ପକ୍ଷପଦ ଉଭୟ ପକ୍ଷ ଏବଂ ସିଦ୍ଧାନ୍ତରେ ଅବ୍ୟାପ୍ତ । ତେଣୁ ଅବୈଧପକ୍ଷତା ଦୋଷର ପ୍ରଶ୍ନ ଉଠୁନାହିଁ ।
(୭) ଇଆ :
ଇ – କେତେକ ପ ମ ଅଟେ ।
ଆ – ସମସ୍ତ ଅ ମ ଅଟେ ।
ହେତୁପଦ ମ ଉଭୟ ହେତୁବାକ୍ୟରେ ଅବ୍ୟାପ୍ତ ରହୁଥିବାର ଏହା ପ୍ରାମାଣିକ ନ୍ୟାୟରୂପ ହୋଇପାରିବ ନାହିଁ । ଦ୍ଵିତୀୟ ସଂସ୍ଥାନ ତେଣୁ ଇଆ ସିଦ୍ଧ ନ୍ୟାୟରୂପ ନୁହେଁ ।
(୮) ଓଆ :
ଓ – କେତେକ ପ ମ ନୁହେଁ ।
ଆ – ସମସ୍ତ ଅ ମ ଅଟେ ।
ଦ୍ବିତୀୟ ସଂସ୍ଥାନରେ ଓ ଆ ସଂଯୋଗରେ ମଧ୍ୟ ସିଦ୍ଧ ନ୍ୟାୟରୂପ ହୋଇପାରିବ ନାହିଁ । କାରଣ ସାଧାବୟବ ବିଶେଷ ନଞର୍ଥକ ହୋଇଥିବାରୁ ସିଦ୍ଧାନ୍ତ ମଧ୍ୟ ବିଶେଷ ନଞର୍ଥକ ହେବ ଯାହାକି ବିଧେୟରେ ସାଧପଦକୁ ବ୍ୟାପ୍ତ କରେ । କିନ୍ତୁ ସାଧପଦ ସାଧାବୟବରେ ବ୍ୟାପ୍ତ ନୁହେଁ । ଏହା ଅବୈଧ ସାଧୁତା ଦୋଷ । ତେଣୁ ଏହା ପ୍ରାମାଣିକ ନୁହେଁ ।
ତ୍ରିପଦୀଯୁକ୍ତିର ନିୟମାବଳୀ ପ୍ରୟୋଗ କରି ଏହିପରି ଭାବରେ ଆମେ ଦ୍ବିତୀୟ ସଂସ୍ଥାନରେ ଚାରିଗୋଟି ସିଦ୍ଧ ନ୍ୟାୟରୂପ ପାଇଥାଉ । ସେଗୁଡ଼ିକ ହେଲେ-
ସାମେଷ୍ଟ୍ରେସ୍ (ଆଏଏ)
ସେସାରେ (ଏଆଏ)
ବାରୋକୋ (ଆଓଓ) ଏବଂ
ଫେଷ୍ଟିନୋ (ଏଇଓ)
ଏହି ଚାରୋଟି ମୁଖ୍ୟ ନ୍ୟାୟରୂପ । ଏହାଛଡ଼ା ଦୁଇଟି ଗୌଣ ନ୍ୟାୟରୂପ ହେଲେ-
ସାମେଷ୍ଟ୍ରୋପ (ଆଏଓ) ଏବଂ
ସେସାରୋ (ଏଆଓ)
19. ତୃତୀୟ ସଂସ୍ଥାନର ନ୍ୟାୟରୂପଗୁଡ଼ିକ ତ୍ରିପଦୀଯୁକ୍ତିର ସାଧାରଣ ନିୟମାବଳୀ ସାହାଯ୍ୟରେ ସିଦ୍ଧତା ନିର୍ଣ୍ଣୟ କର ।
Answer:
ତୃତୀୟ ସଂସ୍ଥାନରେ ହେତୁପଦ ଉଭୟ ହେତୁବଚନରେ ଉଦ୍ଦେଶ୍ୟ ସ୍ଥାନରେ ରହିଥାଏ । ଆଲୋଚିତ ଆଠଟି ସଂଯୋଗ ଏହି ସଂସ୍ଥାନରେ ପରୀକ୍ଷା କରାଯାଇପାରେ ।
(୧) ଆଆ :
ଆ – ସମସ୍ତ ମ ପ ଅଟନ୍ତି ।
ଆ – ସମସ୍ତ ମ ଅ ଅଟନ୍ତି ।
_____________________
∴ ଆ – ସମସ୍ତ ଅ ପ ଅଟନ୍ତି ।
ତୃତୀୟ ସଂସ୍ଥାନରେ ଆଆ ସଂଯୋଗରେ ଯଦି ସିଦ୍ଧାନ୍ତ ଆ ନିଆଯାଏ ତେବେ ଏହା ଅସିଦ୍ଧ ହେବ । କାରଣ ପକ୍ଷପଦ ଆ ପକ୍ଷାବୟବରେ ବ୍ୟାପ୍ତ ନହୋଇ ସିଦ୍ଧାନ୍ତରେ ଉଦ୍ଦେଶ୍ୟ ସ୍ଥାନରେ ବ୍ୟାପ୍ତ ହେବ । ଏହା ଅବୈଧପକ୍ଷତା ଦୋଷ ଜାତ କରେ । କିନ୍ତୁ ଏହି ସଂଯୋଗରେ ସିଦ୍ଧାନ୍ତ ଇ ହୋଇପରେ –
ଆ – ସମସ୍ତ ମ ଅ ଅଟେ ।
ଆ – ସମସ୍ତ ମ ପ ଅଟେ |
______________________
∴ ଇ – କେତେକ ଅ ପ ଅଟେ ।
ଯେହେତୁ ଇ ତର୍କବାକ୍ୟ କୌଣସି ପଦ ବ୍ୟାପ୍ତ କରେ ନାହିଁ । ତେଣୁ ଏହା କୌଣସି ନିୟମ ଲଙ୍ଘନ କରୁନାହିଁ । ହେତୁପଢ଼ ଉଭୟ ହେତୁବଚନରେ ବ୍ୟାପ୍ତ । ତେଣୁ ତୃତୀୟ ସଂସ୍ଥାନରେ ଆଆଇ ଏକ ସିଦ୍ଧ ନ୍ୟାୟରୂପ । ଏହାକୁ ପରିଭାଷାରେ ଢାରାପ୍ କୁହାଯାଏ ।
(୨) ଆଏ :
ଆ – ସମସ୍ତ ମ ପ ଅଟେ ।
ଏ – କୌଣସି ମ ଅ ନୁହେଁ ।
ତୃତୀୟ ସଂସ୍ଥାନରେ ଆଏ ସଂଯୋଗରେ ନ୍ୟାୟରୂପ ସିଦ୍ଧ ହୋଇପାରିବ ନାହିଁ । କାରଣ ଗୋଟିଏ ହେତୁବଚନ ନର୍ଥକ ହେବ । ନଞର୍ଥକ ସିଦ୍ଧାନ୍ତରେ ସାଧପଦ ବିଧେୟରେ ବ୍ୟାପ୍ତ ହେବ । କିନ୍ତୁ ସାଧପଦ ସାଧାବୟବରେ ବ୍ୟାପ୍ତ ହୋଇନଥିବାରୁ ଅବୈଧ ସାଧ୍ୟତା ଦୋଷଜାତ ହେବ ।
(୩) ଆଇ :
ଆ – ସମସ୍ତ ମ ପ ଅଟେ ।
ଇ – କେତେକ ମ ଅ ଅଟେ ।
______________________
∴ ଇ – କେତେକ ଅ ପ ଅଟେ ।
ତୃତୀୟ ସଂସ୍ଥାନରେ ଏହା ଏକ ସିଦ୍ଧ ନ୍ୟାୟରୂପ । ଗୋଟିଏ ହେତୁବଚନ ବିଶେଷ ଥିବାରୁ ସିଦ୍ଧାନ୍ତ ମଧ୍ୟ ବିଶେଷ ତର୍କବାକ୍ୟ । · ହେତୁପଦ ଉଭୟ ସ୍ଥାନରେ ବ୍ୟାପ୍ତ । ସିଦ୍ଧାନ୍ତରେ ସାଧ ଓ ପକ୍ଷ ବ୍ୟାପ୍ତ ନଥିବାରୁ ପ୍ରାତ୍ୟଧିକ ଅବୈଧତା ଦୋଷ ଜାତ ହୁଏନାହିଁ । ତେଣୁ ତୃତୀୟ ସଂସ୍ଥାନରେ ଆଇଇ ପ୍ରାମାଣିକ ଏବଂ ଏହାକୁ ଡାଟିସି କୁହାଯାଏ ।
(୪) ଆଓ:
ଆ – ସମସ୍ତ ମ ପ ଅଟେ ।
ଓ – କେତେକ ମ ଅ ଅଟେ ।
ତୃତୀୟ ସଂସ୍ଥାନରେ ଏହି ଆ ଓ ସଂଯୋଗ ସିଦ୍ଧ ନ୍ୟାୟରୂପ ଦେବାକୁ ଅସମର୍ଥ । କାରଣ ଏହାର ସିଦ୍ଧାନ୍ତ ବିଶେଷ ନଞର୍ଥକ ହେବ । ତେଣୁ ସିଦ୍ଧାନ୍ତରେ ସାଧପଦ ବ୍ୟାପ୍ତ ହେବ ଯାହାକି ସାଧାବୟବରେ ବ୍ୟାପ୍ତ ନୁହେଁ ।
(୫) ଏଆ :
ଏ – କୌଣସି ମ ପ ନୁହେଁ ।
ଆ – ସମସ୍ତ ମ ଅ ଅଟେ ।
______________________
∴ ଓ – କେତେକ ଅ ପ ଅଟେ ।
ତୃତୀୟ ସଂସ୍ଥାନର ଏଆ ସଂଯୋଗରେ ସାର୍ବିକ ସିଦ୍ଧାନ୍ତ ନେଲେ ତାହା ଅବୈଧପକ୍ଷତା ଦୋଷ ସୃଷ୍ଟି କରିବ । କିନ୍ତୁ ସିଦ୍ଧାନ୍ତ ବିଶେଷ ନଞର୍ଥକ ହେଲେ ଏହା ଏକ ସିଦ୍ଧ ନ୍ୟାୟରୂପ ହୁଏ । ଉଭୟ ହେତୁପଦ ବ୍ୟାପ୍ତ ଏବଂ ସାଧ୍ୟପଦ ମଧ୍ୟ ଉଭୟ ସ୍ଥାନରେ ବ୍ୟାପ୍ତ । ସିଦ୍ଧାନ୍ତରେ ପକ୍ଷପଦ ବ୍ୟାପ୍ତ ନହୋଇଥିବାରୁ କୌଣସି ନିୟମର ବ୍ୟତିକ୍ରମ ହୁଏନାହିଁ । ତେଣୁ ତୃତୀୟ ସଂସ୍ଥାନରେ ଏଆଓ ଏକ ସିଦ୍ଧ ନ୍ୟାୟରୂପ ଏବଂ ପରିଭାଷାରେ ଏହାକୁ ଫେଲାପ୍ଟୋନ୍ କୁହାଯାଏ ।
(୬) ଏଇ :
ଏ – କୌଣସି ମ ପ ନୁହେଁ ।
ଇ – କେତେକ ମ ଅ ଅଟେ ।
______________________
∴ ଓ – କେତେକ ଅ ପ ନୁହେଁ ।
ଏହା ଏକ ସୁସିଦ୍ଧ ନ୍ୟାୟରୂପ । ଗୋଟିଏ ହେତୁବଚନ ବିଶେଷ ଓ ଅନ୍ୟଟି ନଞର୍ଥକ ହୋଇଥିବାରୁ ସିଦ୍ଧାନ୍ତ ବିଶେଷ ନଞର୍ଥକ ଓ ତର୍କବାକ୍ୟ । ସାଧୁପଦ ପ ଉଭୟ ସିଦ୍ଧାନ୍ତ ଏବଂ ସାଧାବୟବରେ ବ୍ୟାପ୍ତ । ସଂଯୋଗଟି କୌଣସି ନିୟମ ଲଂଘନ । କରୁନାହିଁ । ତେଣୁ ତୃତୀୟ ସଂସ୍ଥାନରେ ଏଇଓ ଏକ ସିଦ୍ଧ ନ୍ୟାୟରୂପ ଏବଂ ପରିଭାଷାରେ ଏହାକୁ ଫେରିସୋଡ୍ କୁହାଯାଏ ।
(୭) ଇଆ :
ଇ – କେତେକ ମ ପ ଅଟେ ।
ଆ – ସମସ୍ତ ମ ଅ ଅଟେ ।
______________________
∴ ଇ – କେତେକ ଅ ପ ଅଟେ ।
ଏହା ଏକ ସିଦ୍ଧ ନ୍ୟାୟରୂପ । ଗୋଟିଏ ହେତୁବଚନ ବିଶେଷ ହୋଇଥିବାରୁ ସିଦ୍ଧାନ୍ତ ମଧ୍ୟ ବିଶେଷ ତର୍କବାକ୍ୟ । ହେତୁପଦ ବ୍ୟାପ୍ତ; ମାତ୍ର ସାଧ୍ୟ ଏବଂ ପକ୍ଷ ସିଦ୍ଧାନ୍ତରେ ବ୍ୟାପ୍ତ ନୁହନ୍ତି । ତେଣୁ ଏଗୁଡ଼ିକ ହେତୁବଚନରେ ବ୍ୟାପ୍ତ ନହେଲେ ମଧ୍ୟ କୌଣସି ନିୟମ ଲଙ୍ଘନ କରୁନାହିଁ । ତୃତୀୟ ସଂସ୍ଥାନରେ ଇଆଇ ସଂଯୋଗ ସିଦ୍ଧ ଏବଂ ଏହି ନ୍ୟାୟରୂପକୁ ପରିଭାଷାରେ ଡିସାମିସ୍ କୁହାଯାଏ ।
(୮) ଓଆ:
ଅ – କେତେକ ମ ପ ନୁହେଁ ।
ଆ – ସମସ୍ତ ମ ଅ ଅଟେ ।
______________________
∴ ଓ – କେତେକ ଅ ପ ନୁହେ ।
ତୃତୀୟ ସଂସ୍ଥାନରେ ଏହା ମଧ୍ୟ ଏକ ସିଦ୍ଧ ନ୍ୟାୟରୂପ । ଗୋଟିଏ ହେତୁବଚନ ବିଶେଷ ନଞର୍ଥକ ହୋଇଥିବା ହେତୁ ସିଦ୍ଧାନ୍ତ ମଧ୍ୟ ବିଶେଷ ନଞର୍ଥକ । ସାଧପଦ ଉଭୟ ସିଦ୍ଧାନ୍ତ ଏବଂ ସାଧାବୟବରେ ବ୍ୟାପ୍ତ । ହେତୁପଦ ଉଭୟ ସ୍ଥାନରେ ବ୍ୟାପ୍ତ । ତେଣୁ ଏହି ସଂସ୍ଥାନରେ ଓଆଓ ଏକ ସିଦ୍ଧ ନ୍ୟାୟରୂପ ଏବଂ ପରିଭାଷାରେ ଏହାକୁ ବୋକାର୍ଡ଼ କୁହାଯାଏ ।
ତ୍ରିପଦୀଯୁକ୍ତି ନିୟମାବଳୀ ଅନୁସାରେ ତୃତୀୟ ସଂସ୍ଥାନରେ ନିମ୍ନୋକ୍ତ ଛଅଟି ସିଦ୍ଧ ନ୍ୟାୟରୂପ –
ଡାରାପ୍ (ଆ ଆ ଇ)
ଡାଟିସି (ଆ ଇ ଇ) ଡିସାମିସ୍ (ଇ ଆ ଇ)
ଫେଲାପ୍ଟୋନ (ଏ ଆ ଓ)
ଫେରିସୋନ (ଏ ଇ ଓ) ଏବଂ
ବୋକାର୍ଡ଼ (ଓ ଆ ଓ)