Odisha State Board CHSE Odisha Class 11 Logic Solutions Unit 5 ଭାରତୀୟ ଦର୍ଶନର ବୈଶିଷ୍ଟ୍ୟ, ଜୈନ୍ୟ ଦର୍ଶନ ଓ ବୌଦ୍ଧ ଦର୍ଶନ Short & Long Answer Questions.
CHSE Odisha Class 11 Logic Unit 5 Short & Long Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍ପଣୀ ଲେଖ
୧. ଦର୍ଶନ ଶବ୍ଦର ତାତ୍ପର୍ଯ୍ୟ;
Answer:
ଦର୍ଶନ ଶବ୍ଦଟି ‘ଦୃଶ୍’ ଧାତୁରୁ ଆସିଅଛି । ଏହାର ଅର୍ଥ ହେଉଛି ‘ଯାହା ଦ୍ବାରା ଦେଖାଯାଏ’ । ଏଠାରେ ଦେଖାଏର ଅର୍ଥ ଜ୍ଞାନ ପ୍ରାପ୍ତ ହୁଏ ବୋଲି ବୁଝିବାକୁ ହେବ । ଏଣୁ ଚକ୍ଷୁ ଆଦି ଇନ୍ଦ୍ରିୟ ଦ୍ବାରା ଯେଉଁ ଜ୍ଞାନ ପ୍ରାପ୍ତି ହୁଏ, ତାକୁ ଦର୍ଶନ କୁହାଯାଏ । ଯାହାଦ୍ୱାରା ଦେଖାଯାଏ, ଜାଣି ହୁଏ, ବୁଝି ହୁଏ ବା ପ୍ରକୃତ ତତ୍ତ୍ବ ହୃଦୟଙ୍ଗମ କରାଯାଏ, ତାହା ହିଁ ଦର୍ଶନ କୁହାଯାଏ । ଏଥିରୁ ସ୍ପଷ୍ଟ ହୁଏ, ଯେ ‘ଦର୍ଶନ’ କହିଲେ କେବଳ ଦର୍ଶନ କରିବା ବା ଦେଖୁବା ବୋଲି ନ ବୁଝି ସମ୍ୟକ୍ ରୂପେ ବୁଝିବା, ହୃଦୟଙ୍ଗମ କରିବା କିମ୍ବା ଜ୍ଞାନ ଲାଭ କରିବାକୁ ବୁଝିବାକୁ ହେବ ।
୨. ଦୁଃଖ ବା ନୈରାଶ୍ୟବାଦ:
Answer:
ଭାରତୀୟ ଦର୍ଶନର ପ୍ରଧାନ ଲକ୍ଷଣ ହେଉଛି ମାନବ ଜୀବନର କେତେ ଗୁଡ଼ିଏ ବାସ୍ତବ ସମସ୍ୟାକୁ ଆଲୋଚନା କରିବା ଓ ତା’ର ସମାଧାନ କରିବାକୁ ବୁଝାଇଥାଏ । ମାନବ ଜୀବନର ବିଭିନ୍ନ ବାସ୍ତବ ସମସ୍ୟା ମଧ୍ୟରୁ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଉଛି ଦୁଃଖ କଷ୍ଟର ସମସ୍ୟା ଏବଂ ଭାରତୀୟ ଦର୍ଶନରେ ଏହି ସମସ୍ୟାକୁ ହିଁ ଅଧିକ ଗୁରୁତ୍ଵ ଦେଇଥାଏ । ବୁଦ୍ଧଙ୍କର ଚାରିଗୋଟି ଆର୍ଯ୍ୟ ସତ୍ୟ ମଧ୍ୟରୁ ପ୍ରଥମ ଆର୍ଯ୍ୟ ସତ୍ୟ ହେଉଛି- ‘ସର୍ବଂ ଦୁଃଖ ଅର୍ଥାତ୍ ଏ ସଂସାରରେ ସବୁ କିଛି ଦୁଃଖପୂର୍ଣ୍ଣ । ଏହା ହିଁ ହେଉଛି ଦୁଃଖର ପ୍ରଥମ ଆର୍ଯ୍ୟ ସତ୍ୟ ଅଟେ ।
୩. ମୁର୍ତ୍ତିତତ୍ତ୍ବ :
Answer:
ଭାରତୀୟ ଦର୍ଶନରେ ଏହି ମୁକ୍ତି ବା ମୋକ୍ଷକୁ ପରମପୁରୁଷାର୍ଥ ବୋଲି କୁହାଯାଇଛି । ବୌଦ୍ଧ ଦର୍ଶନରେ ଏହାକୁ ନିର୍ବାଣ ଏବଂ ସାଂଖ୍ୟ ଦର୍ଶନରେ ଏହାକୁ କୌବଲ୍ୟ କୁହାଯାଇଛି । ସେହିପରି ନ୍ୟାୟବୈଶେଷିକ ଦର୍ଶନରେ ‘ଅପବର୍ଗ’ ବୋଲି କୁହାଯାଇଛି । ଶ୍ରୀମଦ୍ଭଗବଦ୍ଗୀତାରେ ସ୍ଥିତପ୍ରଜ୍ଞା ଓ ଦ୍ଵୈତ ବେଦାନ୍ତରେ ଜୀବନ୍ଧ ଭାବସ୍ଥା ବୋଲି କୁହାଯାଇଛି । ଭାରତୀୟ ଦର୍ଶନ ପରମ୍ପରାରେ ଦୁଃଖର ଆତ୍ୟନ୍ତକ ନିବୃତ୍ତିକ ବା ମୁକ୍ତି ହିଁ ଜୀବନର ପରମ ପୁରୁଷାର୍ଥ ଅଟେ । ଅନ୍ୟ ପୁରୁଷାର୍ଥ ଗୁଡ଼ିକ ହେଲା ଧର୍ମ, ଅର୍ଥ, କାମ ଓ ମୋକ୍ଷ । ଏଣୁ ମୋକ୍ଷକୁ ଲଗାଇ ମାନବ ଜୀବନର ଚାରିଗୋଟି ପୁରୁଷାର୍ଥ ଅଛି ବୋଲି କୁହାଯାଏ ।
୪. ଋତ
Answer:
ଋତ ହେଉଛି ଆର୍ଯ୍ୟ ଋଷିମାନଙ୍କର ଏକ ଶାଶ୍ବତ ତଥା ଅମୋଘ ନିୟମ ଅଟେ । ବୈଦିକ ଦେବତାମାନେ ଋତସ୍ୟଗୋପା ଅର୍ଥାତ୍ ଋତର ରକ୍ଷାକର୍ତ୍ତା ରୂପେ ପରିଚିତ । ‘ଋତସ୍ୟ ପନ୍ଥା ନ ତରନ୍ତି ଦୃଷ୍କୃତଃ’, ଋଗ୍ବେଦର ଏହି ମନ୍ତ୍ର ଭାରତୀୟ ଜୀବନଦର୍ଶନରେ ଏକ ମୌଳିକ ବିଶ୍ଵାସର ପ୍ରତୀକ ଅଟେ । ଏହାକୁ ଶାଶ୍ବତ ଓ ନୈତିକ ଅର୍ଥରେ ବ୍ୟବହୃତ ହୋଇଅଛି ।
୫. କର୍ମବାଦ
Answer:
କର୍ମବାଦର ସାର କଥା ହେଲା ‘ଯେଉଁଭଳି କର୍ମ ସେହିଭଳି ଫଳ’ । କର୍ମବାଦର ନିୟମ ଅନୁସାରେ କୃତ କର୍ମର ଫଳ ନଷ୍ଟ ହୁଏ ନାହିଁ କିମ୍ବା ଅକୃତ କର୍ମର ଫଳ ଲାଭ ମଧ୍ୟ ସମ୍ଭବ ନୁହେଁ । କାର୍ଯ୍ୟକାରଣ ନିୟମ ଅନୁସାରେ ଏହି କର୍ମବାଦ ପ୍ରତିଷ୍ଠିତ । ତା’ଛଡ଼ା ଗୋଟିଏ କାରଣରୁ କେବଳ ଗୋଟିଏ ମାତ୍ର କାର୍ଯ୍ୟ ହେବ ସମ୍ଭବ । ଏହି ଅନୁସାରେ କର୍ମ ହିଁ କାରଣ ଏବଂ ସୁଖ ଦୁଃଖ ତା’ର କାର୍ଯ୍ୟ ଅଟେ । ଏହି ନିୟମ ଅନୁସାରେ ଶୁଭ କର୍ମର ଫଳ ସୁଖ ଏବଂ ଦୁଷ୍କର୍ମର ଫଳ ଦୁଃଖ ହୋଇଥାଏ । ମାତ୍ର ଶୁଭ କର୍ମରୁ ଦୁଃଖ ଏବଂ ଦୁଃଷ୍କର୍ମରୁ ସୁଖ ଲାଭ ହେବା କେବେ ସମ୍ଭବ ନୁହେଁ ।
୬. ଅନେକାନ୍ତବାଦ
Answer:
ଅନେକାନ୍ତବାଦ ମତରେ ବସ୍ତୁ ଅନନ୍ତ ଧର୍ମାତ୍ମକ ଅଟେ । ଅର୍ଥାତ୍ ବସ୍ତୁର ଅନେକ ଧର୍ମ ରହିଛି । ଏଣୁ କୁହାଯାଇଛି- ‘ଅନନ୍ତ ଧର୍ମଙ୍କ ବସ୍ତୁ’’ ପ୍ରତ୍ୟେକ ବସ୍ତୁ ସତ୍ ତଥା ଅସତ୍ ଉଭୟ ଅଟେ । ବସ୍ତୁ ନିଜସ୍ବ ରୂପ ଦୃଷ୍ଟିରୁ ସତ୍ୟ ଅଟେ । ପଦାର୍ଥ ଭାବରୂପ ତଥା ଅଭାବରୂପ ଅଟେ । ସତ୍ ଏବଂ ଅସତ୍, ଭାବ ଓ ଅଭାବ ପରସ୍ପର ବିରୋଧ ବୋଲି ମନେ ହେଉଥିଲେ ହେଁ ବସ୍ତୁଠାରେ ଏହି ସମସ୍ତ ବିରୋଧୀ ଧର୍ମ ଦୃଷ୍ଟ ହୁଏ । ଏହାକୁ ଅନେକାନ୍ତବାଦୀ ଦର୍ଶନ କୁହାଯାଏ ।
୭. ସ୍ୱାଦ୍ଦ:
Answer:
ଜୈନ ବ୍ୟାଦ୍ବାଦ ଅନେକାନ୍ତବାଦର ଅନ୍ୟ ଏକ ପରିପ୍ରକାଶ ମାତ୍ର ଅଟେ । ତତ୍ତ୍ଵ ମୀମାଂସା ଦୃଷ୍ଟିରୁ ବସ୍ତୁର ଧର୍ମ ଅନେକ ଅଟେ । ଏହାକୁ ଅନେକାନ୍ତବାଦ ସିଦ୍ଧାନ୍ତ କହନ୍ତି । ଜ୍ଞାନ ମୀମାଂସା ଦୃଷ୍ଟିରୁ ଠିକ୍ ସେହି କାରଣରୁ ଆମ୍ଭେମାନେ ପଦାର୍ଥର କେତେକ ଧର୍ମ ମାତ୍ର ଜାଣିବା ସମ୍ଭବ ହେଉଥିବାରୁ ଜୈନ ମତରେ ସମସ୍ତ ପରାମର୍ଶ ସାପେକ୍ଷ ଅଟେ । ଏହାକୁ ସ୍ୟାଦ୍ବାଦ ସିଦ୍ଧାନ୍ତ କହନ୍ତି ।
୮. ସପ୍ତଭଙ୍ଗୀନୟ
Answer:
ଜୈନ ଧ୍ୟାଦ୍ବାଦ ଉପରେ ହିଁ ସପ୍ତଭଙ୍ଗୀନୟ ପ୍ରତିଷ୍ଠିତ । ସପ୍ତଭଙ୍ଗୀନୟ ସାତ ପ୍ରକାରର ବାକ୍ୟ ଅଟେ । ଏଥୁରୁ ବ୍ୟାଦ୍ବାଦର ଅଭିବ୍ୟକ୍ତି ହୁଏ । ବସ୍ତୁଠାରେ ଅନେକ ଧର୍ମ ବା ଗୁଣ ଥିଲେ ମଧ୍ୟ ସେ କେବଳ ସାତ ପ୍ରକାର ସମ୍ଭାବନା ଦେଖୁଛନ୍ତି । ଏହି ସାତ ପ୍ରକାର ପରାମର୍ଶ ଦ୍ବାରା ହିଁ ବସ୍ତୁର ଅନନ୍ତ ଧର୍ମକୁ ଅଭିବ୍ୟକ୍ତ ହେଉଅଛି ବୋଲି ବୁଝିବାକୁ ପଡ଼ିବ । ଏହି ସାତ ପ୍ରକାରର ବଚନ ଭଙ୍ଗ ଥିବାରୁ ଏହାକୁ ସପ୍ତଭଙ୍ଗୀନୟ କୁହାଯାଏ । ପ୍ରତ୍ୟେକ ଭଙ୍ଗ ଏକ ପ୍ରକାରର ପରାମର୍ଶ ବା ନୟ ବୋଲି ଅଭିହିତ ହୁଏ । (୧) ସ୍ୟାତ୍ ଅସ୍ଥି, (୨) ସ୍ୟାତ୍ ନାସ୍ତି, (୩) ସ୍ୟାତ୍ ଅସ୍ଥି ଚ ନାସ୍ତି ଚ, (୪) ସ୍ୟାତ୍ ଅବକ୍ତବ୍ୟମ୍, (୫) ସ୍ୟାତ୍ ଅସ୍ତି ଚ ଅବକ୍ତବ୍ୟ ଚ, (୬) ସ୍ୟାତ୍ ନାସ୍ତି ଚ ଅବକ୍ତବ୍ୟ ଚ, (୭) ସ୍ୟାତ୍ ଅସ୍ଥି ଚ ନାସ୍ତି ଚ ଅବକ୍ତବ୍ୟ ଚ ।
୯. ଆର୍ଯ୍ୟସତ୍ୟ :
Answer:
ଦୁଃଖରୁ କିଭଳି ସବୁଦିନ ପାଇଁ ମୁକ୍ତି ମିଳିବ, ଏହା ଥିଲା ଗୌତମ ବୁଦ୍ଧଙ୍କର ପରମ ଜିଜ୍ଞାସା । ଗଭୀର ଚିନ୍ତନ ଓ କଠୋର ସାଧନା ଫଳରେ ସେ ଚାରିଗୋଟି ଆର୍ଯ୍ୟ ସତ୍ୟ ଲାଭ କରିଥିଲେ । ତାହାକୁ (ଚତ୍ବାରି ଆର୍ଯ୍ୟ ସତ୍ୟାନି) ନାମରେ ନାମିତ କରାଯାଇଥିଲା । ବୁଦ୍ଧଦେବଙ୍କ ପ୍ରତିପାଦିତ ଚାରିଗୋଟି ଆର୍ଯ୍ୟ ସତ୍ୟ ଗୁଡ଼ିକ ହେଉଛି (୧) ଦୁଃଖ, (୨) ଦୁଃଖ ସମୁଦୟ, (୩) ଦୁଃଖ ନିରୋଧ, (୪) ଦୁଃଖ ନିରୋଧ ଗାମିନୀ ପ୍ରତିପତ୍ । ଏହାକୁ ସାଧାରଣ ଭାଷାରେ ବୁଝିଲେ ଜଣାଯାଏ (୧) ଜୀବନ ଦୁଃଖମୟ, (୨) ଦୁଃଖର କାରଣ ଅଛି, (୩) ଦୁଃଖର ବିବୃତ୍ତି ମଧ୍ୟ ସମ୍ଭବ, (୪) ଦୁଃଖ ନିବୃତ୍ତର ଉପାୟ ମଧ୍ଯ ଅଛି ।
୧୦. ଦୁଃଖ
Answer:
ବୁଦ୍ଧଙ୍କ ପ୍ରଥମ ଆର୍ଯ୍ୟସତ୍ୟ ହେଉଛି ଦୁଃଖ । ଅର୍ଥାତ୍ ସର୍ବଂଦୁଃଖ ସେ ଚାରିଗୋଟି ଦୃଶ୍ୟ ଯଥା- ରୋଗ, ଜରା, ମୃତ୍ୟୁର ଦୃଶ୍ୟ ଦେଖ୍ ଦୁଃଖରେ ମ୍ରିୟମାଣ ହୋଇଥିଲେ । ପରେ ସେ ସନ୍ନ୍ୟାସୀ ଦୃଶ୍ୟ ଦେଖୁ ଏହି ମାର୍ଗ ଉତ୍ତମ ମାର୍ଗ ବୋଲି ବାଛି ଥିଲେ ଓ କଠୋର ତପସ୍ୟା କରିଥିଲେ । ତାଙ୍କ ମତରେ ସମସ୍ତ ଦୁଃଖମୟ ଅର୍ଥାତ୍ ସର୍ବଦଂଦୁଃଖ ଜନ୍ମଦୁଃଖ, ଜରାଦୁଃଖ, ମରଣ ଦୁଃଖ, ଶୋକ କରିବା ଦୁଃଖ, ବିଳାପ କରିବା ଦୁଃଖ, ପୀଡା ଦୁଃଖ, ପ୍ରିୟ ବିୟୋଗ ଦୁଃଖ, ଅପ୍ରିୟ ସଂଯୋଗ ଦୁଃଖ । ଏଣୁ ପଞ୍ଚ ଉପାଦାନ ହିଁ ଦୁଃଖ ଅଟେ ।
୧୧. ଦୁଃଖ ସମୁଦୟ
Answer:
ବୁଦ୍ଧଙ୍କ ମତ ଅନୁଯାୟୀ ଦୁଃଖର ଅସ୍ତିତ୍ବ ଯେଉଁଭଳି ସତ୍ୟ, ଏହାର କାରଣ ଥିବା ମଧ୍ୟ ଠିକ୍ ସେହିଭଳି ସତ୍ୟ ଅଟେ । କାର୍ଯ୍ୟକାରଣ ନିୟମ ଉପରେ ହିଁ ଏହି ଦ୍ବିତୀୟ ଆର୍ଯ୍ୟସତ୍ୟ ପ୍ରତିଷ୍ଠିତ । କାର୍ଯ୍ୟକାରଣ ନିୟମ ଅନୁସାରେ କାରଣ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ଏଣୁ ଦୁଃଖର କାରଣ ଅଛି । ବୌଦ୍ଧ ମତ ଅନୁସାରେ ଏହି କାର୍ଯ୍ୟକାରଣ ନିୟମକୁ ପ୍ରତିତ୍ୟସମୁତ୍ଵପାଦ କହନ୍ତି । ପ୍ରତିତ୍ୟସମୁଦ୍ପାଦର ଅର୍ଥ ହେଉଛି ଗୋଟିଏ ବସ୍ତୁ ପାଇବା ପରେ ଅନ୍ୟ ବସ୍ତୁର ଉତ୍ପତ୍ତି ହୋଇଥାଏ ।
୧୨. ଦୁଃଖ ନିରୋଧ ବା ନିର୍ବାଣ
Answer:
ତୃତୀୟ ଆର୍ଯ୍ୟ ସତ୍ୟର ନାମ ହେଉଛି ଦୁଃଖ ନିରୋଧ ବା ନିର୍ବାଣ ଅଟେ । ପ୍ରତିତ୍ୟସମୁଦ୍ପାଦ ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ ବସ୍ତୁର ଉତ୍ପତ୍ତି କୌଣସି ନା କୌଣସି କାରଣ ଯୋଗୁଁ ହୋଇଥାଏ । ଏଣୁ ଏହି କାରଣର ଅନ୍ତ ହେଲେ କାର୍ଯ୍ୟ ମଧ୍ୟ ନଷ୍ଟ ହେବା ସମ୍ଭବ ଅଟେ । ଦୁଃଖର କାରଣ ନାଶ ହେଲେ ଦୁଃଖ ନିରୋଧ ବା ଦୁଃଖ ନିବୃତ୍ତି ହେବା ସମ୍ଭବ ହୁଏ । ଏହି ଦୁଃଖ ନିରୋଧ ଅବସ୍ଥାକୁ ବୌଦ୍ଧ ଦର୍ଶନରେ ନିର୍ବାଣ ଆଖ୍ୟା ଦିଆଯାଇଛି । ବୁଦ୍ଧଦେବ ସ୍ବୟଂ ନିର୍ବାଣ ଲାଭ କରିଥିଲେ ହେଁ ତାଙ୍କ ଜୀବନର ବିଲୋପ ଘଟି ନଥଲା । ଏଣୁ ଜୀବିତାବସ୍ଥାରେ ହିଁ ନିର୍ବାଣ ସମ୍ଭବ ବୋଲି ବୁଝିବାକୁ ହେବ ।
୧୩. ଦୁଃଖ ନିରୋଧ ମାର୍ଗ
Answer:
ବୁଦ୍ଧଦେବଙ୍କ ଚତୁର୍ଥ ଆର୍ଯ୍ୟ ସତ୍ୟ ହେଉଛି ଦୁଃଖନିରୋଧ ଗାମିନି ପ୍ରତିପତ୍ ବା ଦୁଃଖ ନିରୋଧମାର୍ଗ । କାରଣରୁ ହିଁ ଦୁଃଖର ଉତ୍ପତ୍ତି ଏବଂ ସେହି କାରଣ ମାନଙ୍କୁ ବିନାଶ କରିବାର ଉପାୟ ହିଁ ଦୁଃଖ ନିରୋଧ ଗାମିନୀ ପ୍ରତିପଦ୍ ନାମରେ ପରିଚିତ । ଏହାର ଆଠଟି ଅଙ୍ଗ ଥିବାରୁ ଏହାକୁ ଅଷ୍ଟାଙ୍ଗିକ ମାର୍ଗ କୁହାଯାଏ । ବୁଦ୍ଧଙ୍କ ଅଷ୍ଟାଙ୍ଗିକ ମାର୍ଗ ଗୁଡ଼ିକ ହେଉଛି (୧) ସମ୍ୟକ୍ ଦୃଷ୍ଟି, (୨) ସମ୍ୟକ୍ ସଂକଳ୍ପ, (୩) ସମ୍ୟକ୍ ବାକ୍, (୪) ସମ୍ୟକ୍ କର୍ମାନ୍ତ, (୫) ସମ୍ୟକ୍ ଅଜୀବ, (୬) ସମ୍ୟକ୍ ବ୍ୟାୟାମ୍, (୭) ସମ୍ୟକ୍ ସ୍ମୃତି ।
B. ପାର୍ଥକ୍ୟ ଦର୍ଶାଅ
୧. ଭାରତୀୟ ଦର୍ଶନ ଓ ପାଶ୍ଚାତ୍ୟ ଦର୍ଶନ
Answer:
ଭାରତୀୟ ଦର୍ଶନ ଆଧ୍ୟାତ୍ମବାଦୀ ଏବଂ ପାଶ୍ଚାତ୍ୟ ଦର୍ଶନ ଜଡ଼ବାଦୀ ଅଟେ । ମାତ୍ର ଏ ପ୍ରକାର ଧାରଣା ସର୍ବସାଧାରଣଙ୍କ ମନରେ ସୃଷ୍ଟି ହେବାର ଯଥେଷ୍ଟ କାରଣ ଥିଲେ ହେଁ ସୂକ୍ଷ୍ମ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ଉଭୟ ଜଡ଼ ଓ ଆଧ୍ୟାତ୍ମିକ ଉଭୟ ଦର୍ଶନରେ ମୂଳ ବିଷୟ ବସ୍ତୁ ଅଟେ । କିନ୍ତୁ ଭାରତୀୟ ଦର୍ଶନ ଏକ ମୌଳିକ ଚିନ୍ତାଧାରା ଉପରେ ପର୍ଯ୍ୟବସିତ ।
୨. ଆସ୍ତିକ ଓ ନାସ୍ତିକ
Answer:
ଭାରତୀୟ ଦର୍ଶନରେ ‘ଆସ୍ତିକ’ ଓ ‘ନାସ୍ତିକ’ ଦୁଇଟି ଶବ୍ଦ ପ୍ରୟୋଗ ହୋଇଥାଏ । ଆସ୍ତିକ କହିଲେ ଭାରତୀୟ ଦର୍ଶନରେ ବେଦ ମର୍ମ ଅଟେ । ତଥା ବେଦର ପ୍ରାମାଣିକତାରେ ବିଶ୍ୱାସୀ ଦର୍ଶନ ମାନଙ୍କୁ ବୁଝାଏ । ଯଥା- ନ୍ୟାୟ ଦର୍ଶନ ଏବଂ ଶେଷ ଦର୍ଶନ, ସାଂଖ୍ୟ ଦର୍ଶନ, ଯୋଗ ଦର୍ଶନ, ମୀମାଂସା ଓ ବେଦାନ୍ତ ଦର୍ଶନ । ନାସ୍ତିକ କହିଲେ ବେଦରେ ଆସ୍ଥା ସ୍ଥାପନ କରି ନଥିବା ସମସ୍ତ ଦର୍ଶନକୁ ବୁଝାଏ । ଯଥା- ଚାର୍ବାକ୍ ଦର୍ଶନ, ବୌଦ୍ଧ ଦର୍ଶନ, ଜୈନ ଦର୍ଶନ । ବେଦ ପ୍ରମାଣ ହେଲେ ହେଁ ବେଦର ପ୍ରକୃତ ଅର୍ଥ ନିରୂପଣ କରିବା ଲାଗି ମଧ୍ୟ ଯୁକ୍ତିର ଆଶ୍ରୟ ନେବାକୁ ପଡେ । ମାତ୍ର ବେଦ ବିରୋଧୀ ଦର୍ଶନ ମାନଙ୍କରେ ଯୁକ୍ତିତର୍କ ଯେଉଁଭଳି ଆବଶ୍ୟକ ଠିକ୍ ସେହିପରି ବୈଦିକ ଦର୍ଶନ ମାନଙ୍କର ମନନ ବା ବିଚାରର ମଧ୍ୟ ଆବଶ୍ୟକତା ରହିଛି ।
୩. ସ୍ୟାଦ୍ଦ ଓ ଅନେକାନ୍ତବାଦ
Answer:
ଜୈନ ଧ୍ୟାଦ୍ଦ ଅନେକାନ୍ତବାଦର ଏକ ପରିପ୍ରକାଶ ମାତ୍ର । ତତ୍ତ୍ଵମୀମାଂସା ଦୃଷ୍ଟିରୁ ବସ୍ତୁର ଧର୍ମ ଅନେକ ଅଟେ । ଜ୍ଞାନ ମୀମାଂସା ଦୃଷ୍ଟିରୁ ଆମ୍ଭେମାନେ ପଦାର୍ଥର କେତେକ ଧର୍ମ ମାତ୍ର ଜାଣିବା ସମ୍ଭବ ହେଉଥିବାରୁ ଜୈନ ମତରେ ସମସ୍ତ ପରମର୍ଥ ସାପେକ୍ଷ ଅଟେ । ଏହାକୁ ସ୍ୟାଦ୍ବାଦ ସିଦ୍ଧାନ୍ତ କହନ୍ତି ।
ଅନେକାନ୍ତବାଦ ମତରେ ବସ୍ତୁ ଅନନ୍ତ ଧର୍ମାତ୍ମକ ଅଟେ । ଅର୍ଥାତ୍ ବସ୍ତୁର ଅନେକ ଧର୍ମ ରହିଛି । ଏଣୁ କୁହାଯାଇଛି ଅନନ୍ତ ଧର୍ମଙ୍କ ବସ୍ତୁ’’ ପ୍ରତ୍ୟେକ ବସ୍ତୁ ସତ୍ ତଥା ଅସତ୍ ଉଭୟ ଅଟେ । ସତ୍ ଏବଂ ଅସତ୍, ଭାବ ଓ ଅଭାବ ପରସ୍ପର ବିରୋଧ ବୋଲି ମନେ ହେଉଥିଲେ ହେଁ ବସ୍ତୁଠାରେ ଏହି ସମସ୍ତ ବିରୋଧୀ ଧର୍ମ ଦୃଷ୍ଟ ହୁଏ । ଏହା ଅନେକାନ୍ତବାଦୀ ଦର୍ଶନ କହନ୍ତି ।
୪. ଦୁଃଖ ଓ ଦୁଃଖ ସମୁଦୟ
Answer:
ବୁଦ୍ଧଙ୍କ ପ୍ରଥମ ଆର୍ଯ୍ୟସତ୍ୟ ହେଉଛି ଦୁଃଖ । ଅର୍ଥାତ୍ ସର୍ବଂଦୁଃଖ ସେ ଚାରିଗୋଟି ଦୃଶ୍ୟ ଯଥା- ରୋଗ, ଜରା, ମୃତ୍ୟୁର ଦୃଶ୍ୟ ଦେଖ୍ ଦୁଃଖରେ ମ୍ରିୟମାଣ ହୋଇଥିଲେ । ପରେ ସେ ସନ୍ନ୍ୟାସୀ ଦୃଶ୍ୟ ଦେଖ୍ ଏହି ମାର୍ଗ ଉତ୍ତମ ମାର୍ଗ ବୋଲି ବାଛି ଥିଲେ ଓ କଠୋର ତପସ୍ୟା କରିଥିଲେ । ତାଙ୍କ ମତରେ ସମସ୍ତ ଦୁଃଖମୟ ଅର୍ଥାତ୍ ସର୍ବଦଂଦୁଃଖ ଜନ୍ମଦୁଃଖ, ଜରାଦୁଃଖ, ମରଣ ଦୁଃଖ, ଶୋକ କରିବା ଦୁଃଖ, ବିଳାପ କରିବା ଦୁଃଖ, ପୀଡା ଦୁଃଖ, ପ୍ରିୟ ବିୟୋଗ ଦୁଃଖ, ଅପ୍ରିୟ ସଂଯୋଗ ଦୁଃଖ । ଏଣୁ ପଞ୍ଚ ଉପାଦାନ ହିଁ ଦୁଃଖ ଅଟେ ।
ଦୁଃଖ ସମୁଦୟ
ବୁଦ୍ଧଙ୍କ ମତ ଅନୁଯାୟୀ ଦୁଃଖର ଅସ୍ତିତ୍ଵ ଯେଉଁଭଳି ସତ୍ୟ, ଏହାର କାରଣ ଥିବା ମଧ୍ୟ ଠିକ୍ ସେହିଭଳି ସତ୍ୟ ଅଟେ । କାର୍ଯ୍ୟକାରଣ ନିୟମ ଉପରେ ହିଁ ଏହି ଦ୍ବିତୀୟ ଆର୍ଯ୍ୟସତ୍ୟ ପ୍ରତିଷ୍ଠିତ । କାର୍ଯ୍ୟକାରଣ ନିୟମ ଅନୁସାରେ କାରଣ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ଏଣୁ ଦୁଃଖର କାରଣ ଅଛି । ବୌଦ୍ଧ ମତ ଅନୁସାରେ ଏହି କାର୍ଯ୍ୟକାରଣ ନିୟମକୁ ପ୍ରତିତ୍ୟସମୁତ୍ପାଦ କହନ୍ତି । ପ୍ରତିତ୍ୟସମୁଦ୍ଦର ଅର୍ଥ ହେଉଛି ଗୋଟିଏ ବସ୍ତୁ ପାଇବା ପରେ ଅନ୍ୟ ବସ୍ତୁର ଉତ୍ପତ୍ତି ହୋଇଥାଏ ।
୫. ଦୁଃଖ ନିରୋଧ ଓ ଦୁଃଖ ନିରୋଧ ମାର୍ଗ
Answer:
ଦୁଃଖ ନିରୋଧ ବା ନିର୍ବାଣ
ତୃତୀୟ ଆର୍ଯ୍ୟ ସତ୍ୟର ନାମ ହେଉଛି ଦୁଃଖ ନିରୋଧ ବା ନିର୍ବାଣ ଅଟେ । ପ୍ରତିତ୍ୟସମୁଦ୍ପାଦ ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ ବସ୍ତୁର ଉତ୍ପତ୍ତି କୌଣସି ନା କୌଣସି କାରଣ ଯୋଗୁଁ ହୋଇଥାଏ । ଏଣୁ ଏହି କାରଣର ଅନ୍ତ ହେଲେ କାର୍ଯ୍ୟ ମଧ୍ୟ ନଷ୍ଟ ହେବା ସମ୍ଭବ ଅଟେ । ଦୁଃଖର କାରଣ ନାଶ ହେଲେ ଦୁଃଖ ନିରୋଧ ବା ଦୁଃଖ ନିବୃତ୍ତି ହେବା ସମ୍ଭବ ହୁଏ । ଏହି ଦୁଃଖ ନିରୋଧ ଅବସ୍ଥାକୁ ବୌଦ୍ଧ ଦର୍ଶନରେ ନିର୍ବାଣ ଆଖ୍ୟା ଦିଆଯାଇଛି । ବୁଦ୍ଧଦେବ ସ୍ବୟଂ ନିର୍ବାଣ ଲାଭ କରିଥିଲେ ହେଁ ତାଙ୍କ ଜୀବନର ବିଲୋପ ଘଟି ନଥିଲା । ଏଣୁ ଜୀବିତାବସ୍ଥାରେ ହିଁ ନିର୍ବାଣ ସମ୍ଭବ ବୋଲି ବୁଝିବାକୁ ହେବ ।
ଦୁଃଖ ନିରୋଧ ଗାମି
ବୁଦ୍ଧଦେବଙ୍କ ଚତୁର୍ଥ ଆର୍ଯ୍ୟ ସତ୍ୟ ହେଉଛି ଦୁଃଖନିରୋଧ ଗାମିନି ପ୍ରତିପତ୍ ବା ଦୁଃଖ ନିରୋଧମାର୍ଗ । କାରଣରୁ ହିଁ ଦୁଃଖର ଉତ୍ପତ୍ତି ଏବଂ ସେହି କାରଣ ମାନଙ୍କୁ ବିନାଶ କରିବାର ଉପାୟ ହିଁ ଦୁଃଖ ନିରୋଧ ଗାମିନୀ ପ୍ରତିପଦ୍ ନାମରେ ପରିଚିତ । ଏହାର ଆଠଟି ଅଙ୍ଗ ଥିବାରୁ ଏହାକୁ ଅଷ୍ଟାଙ୍ଗିକ ମାର୍ଗ କୁହାଯାଏ । ବୁଦ୍ଧଙ୍କ ଅଷ୍ଟାଙ୍ଗିକ ମାର୍ଗ ଗୁଡ଼ିକ ହେଉଛି (୧) ସମ୍ୟକ୍ ଦୃଷ୍ଟି, (୨) ସମ୍ୟକ୍ ସଂକଳ୍ପ, (୩) ସମ୍ୟକ୍ ବାକ୍, (୪) ସମ୍ୟକ୍ କର୍ମାନ୍ତ, (୫) ସମ୍ୟକ୍ ଅଜୀବ, (୬) ସମ୍ୟକ୍ ବ୍ୟାୟାମ୍, (୭) ସମ୍ୟକ୍ ସୂ ତି ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧. ଭାରତୀୟ ଦର୍ଶନର ବୈଶିଷ୍ଟ୍ୟ ଗୁଡ଼ିକ ଆଲୋଚନା କର ?
Answer:
‘ଦର୍ଶନ’ ଶବ୍ଦଟି ‘ଦୃଶ୍’ ଧାତୁରୁ ଆସିଅଛି । ଏହାର ଅର୍ଥ ହେଉଛି ଯାହା ଦ୍ୱାରା ଦେଖାଯାଏ । ଏଠାରେ ଦେଖାଯାଏର ଅର୍ଥ ଜ୍ଞାନ ପ୍ରାପ୍ତିକୁ ବୁଝାଇଥାଏ । ଚକ୍ଷୁ ଆଦି ଇନ୍ଦ୍ରିୟ ଦ୍ବାରା ଯେଉଁ ଜ୍ଞାନ ପ୍ରାପ୍ତ ହୁଏ, ତାକୁ ଦର୍ଶନ କୁହାଯାଏ । ଶ୍ରୀମଦ୍ ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି- ‘ଦିବ୍ୟ ବାଦାମିତେ ଚକ୍ଷୁଃ ପଶ୍ୟମେ ଯୋଗମେଶ୍ଵରମ୍’’- ଅର୍ଥାତ୍ ତୁମ୍ଭଙ୍କୁ ମୁଁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଅଛି । ତୁମେ ଏହାରି ସାହାଯ୍ୟରେ ଐଶ୍ଵରିକ ସତ୍ତାକୁ ଉପଲବ୍ କର ।
ଏଣୁ ଦିବ୍ୟ ନୟନ ଦ୍ବାରା ଅତି କ୍ଷୁଦ୍ରତମ ଜ୍ଞାନକୁ ଆହରଣ କରି ହୁଏ । ସାଧାରଣ ଭାଷାରେ କୁହାଯାଏ, ଯାହା ଦ୍ବାରା ଦେଖାଯାଏ, ଜାଣି ହୁଏ, ବୁଝି ହୁଏ ବା ପ୍ରକୃତ ତତ୍ତ୍ବ ହୃଦୟଙ୍ଗମ କରାଯାଏ ତାକୁ ହିଁ ଦର୍ଶନ କୁହାଯାଏ । ଦର୍ଶନ କହିଲେ ତତ୍ତ୍ବ ଦର୍ଶନ ବୋଲି ବୁଝିବାକୁ ହୁଏ । ଏହି ଦର୍ଶନରେ ତତ୍ତ୍ଵଭିଭିକ ଚିନ୍ତାଧାରା ପର୍ଯ୍ୟବସିତ ହୋଇଅଛି । ଏହାଦ୍ଵାରା ଜ୍ଞାନର ଅଭିବୃଦ୍ଧି ଘଟିଥାଏ ।
ନ୍ୟାୟଶାସ୍ତ୍ରରେ କୁହାଯାଇଛି, ଦର୍ଶନ ସମାଜକୁ ଶୃଙ୍ଖଳିତ କରିବାରେ ସହାୟକ ହୁଏ । ଏଣୁ ଦର୍ଶନ କହିଲେ କେବଳ ଦର୍ଶନ କରିବା ବା ଦେଖିବାକୁ ନ ବୁଝି ହୃଦୟଙ୍ଗମ କରିବା କିମ୍ବା ଜ୍ଞାନ ଲାଭ କରିବା ଅର୍ଥକୁ ବୁଝାଇଥାଏ । ଯୋଗ ସାହାଯ୍ୟରେ ଦର୍ଶନର ପୂର୍ଣ୍ଣତା ପ୍ରକାଶ ପାଇଥାଏ ।
(୧) ଦୁଃଖ ବା ନୈଶ୍ୟବାଦ : ଭାରତୀୟ ଦର୍ଶନର ନୈରାଶ୍ୟବାଦ ହେଉଛି ଗୋଟିଏ ପ୍ରଧାନ ଲକ୍ଷଣ ଯାହା ମାନବର କେତେଗୁଡ଼ିଏ ବାସ୍ତବ ସମସ୍ୟାକୁ ସମାଧାନ କରିବାରେ ସହାୟକ ହୋଇଥାଏ । ଏହା ବାସ୍ତବ ଜୀବନର ବହୁ ବିଭିନ୍ନ ସମସ୍ୟା ମଧ୍ୟରୁ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଉଛି ଦୁଃଖ କ୍ଳେଶର ସମସ୍ୟା । ଏପରିକି ଜଡ଼ବାଦୀ ଚାର୍ବାକ୍ ମଧ୍ଯ ଏ ଦୁଃଖର ପାଦୃଭାବ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଥାଆନ୍ତି ।
ଗୌତମ ବୁଦ୍ଧ ଚାରି ପ୍ରକାର ଆର୍ଯ୍ୟ ସତ୍ୟ ବିଷୟରେ ଉଲ୍ଲେଖ କରିଅଛନ୍ତି । ତାଙ୍କର ପ୍ରଥମ ଆର୍ଯ୍ୟ ସତ୍ୟଟି ହେଉଛି ସର୍ବଂଦୁଃଖ ଅର୍ଥାତ୍ ଏ ସଂସାର ହେଉଛି ଦୁଃଖପୂର୍ଣ୍ଣ । ତାଙ୍କ ମତରେ ଜନ୍ମ ଦୁଃଖ, ରୋଗ ଦୁଃଖପୂର୍ଣ୍ଣ, ମୃତ୍ୟୁ ଦୁଃଖପୂର୍ଣ୍ଣ ଇତ୍ୟାଦି । ସେହିପରି ସାଂଖ୍ୟ ଦର୍ଶନରେ ତିନି ପ୍ରକାର ଦୁଃଖର କଥା କୁହାଯାଇଛି । (୧) ଆଧ୍ୟାତ୍ମିକ, (୨) ଆଧୁଭୌତିକ, (୩) ଆଦୈବିକ ଦୁଃଖ । ଆଧ୍ୟାତ୍ମିକ ଦୁଃଖ ଉଭୟ ଶାରୀରିକ ତଥା ମାନସିକ ଦୁଃଖର ଅନ୍ତର୍ଭୁକ୍ତ ଯଥା- ଜ୍ଵର, ଭୟ, କ୍ରୋଧାଦି ।
ଆତ୍ମଭୌତିକ ଦୁଃଖ- ମନୁଷ୍ୟ, ପଶୁ, ପକ୍ଷୀ, ସର୍ପ ଦଂଶନ ଆଦି ପ୍ରାକୃତିକ କାରଣରୁ ଘଟିଥାଏ ଆଦୈବିକ ଦୁଃଖ- ଅଲୌକିକ ବା ଅପ୍ରାକୃତିକ କାରଣ ଯଥା- ଭୂତ, ପ୍ରେତ, ରାକ୍ଷସ ଆଦି ଜନିତ ଦୁଃଖକୁ ବୁଝାଏ । ଏଣୁ ଏଥିରୁ ସ୍ପଷ୍ଟ ଯେ ଉଭୟ ଆସ୍ତିକ ଓ ନାସ୍ତିକ ଦାର୍ଶନିକମାନେ ଜୀବନର ଦୁଃଖ କ୍ଳେଶ ସମ୍ପର୍କରେ ସଚେତନ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ସମସ୍ୟା ଉପରେ ସର୍ବାଧିକ ଗୁରୁତ୍ଵ ଦେଇଥାନ୍ତି ।
(୨) ମୁକ୍ତି ତତ୍ତ୍ଵ: ଦୁଃଖ କଷ୍ଟର ଅସ୍ତିତ୍ଵ ସ୍ବୀକାର କରିବା ସଙ୍ଗେ ସଙ୍ଗେ ଭାରତୀୟ ଦର୍ଶନ ମୁକ୍ତି ଲାଭର ଭରସା ମଧ୍ୟ ପ୍ରଦାନ କରେ । ଏହି ମୁକ୍ତି ବା ମୋକ୍ଷ ହିଁ ଭାରତୀୟ ଦର୍ଶନରେ ପରମ ପୁରୁଷାର୍ଥ ବୋଲି ବିବେଚିତ ହୋଇଅଛି । ବୌଦ୍ଧ ଦର୍ଶନରେ ଏହାକୁ ନିର୍ବାଣ ବୋଲି କୁହାଯାଇଛି । ସାଂଖ୍ୟ ଦର୍ଶନରେ ଏହାକୁ କୈବଲ୍ୟ, ନ୍ୟାୟବୈଶେଷିକ ଦର୍ଶନରେ ଅପବର୍ଗ ବୋଲି କୁହାଯାଇଅଛି । ଏଣୁ ଦୁଃଖରୁ ମୁକ୍ତି ମିଳିଲେ ଭଗବାନଙ୍କ ସାନିଧ୍ୟ ମିଳେ ବୋଲି କୁହାଯାଇଛି ।
ଭାରତୀୟ ଦର୍ଶନ ଓ ପରମ୍ପରାରେ ଜୀବିତ ଅବସ୍ଥାରେ ଭଲ ମନ୍ଦ, ସୁଖ ଦୁଃଖ, ନୀତି ଅନୀତି ଏ ସବୁ ଦ୍ବନ୍ଦର ଉର୍ଦ୍ଧରେ ଅବସ୍ଥିତ ବୋଲି ଧାରଣା କରିଥିଲେ । ତାହାଛଡ଼ା କର୍ମ ବନ୍ଧନରୁ ମୁକ୍ତ ଏବଂ ପୁର୍ନଜନ୍ମ ଲାଭ ବୋଲି ଉପନିଷଦରେ ବ୍ୟାଖ୍ୟା କରାଯାଇଛି । ସେହିପରି ଭଗବତ୍ ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ ସ୍ଥିତପ୍ରଜ୍ଞ ଅବସ୍ଥାକୁ ବର୍ଣ୍ଣନା କରିଛନ୍ତି । ଯାହାକି ମାନବ ଜୀବନର ପରମ ଆଦର୍ଶ ରୂପେ ପରିଗଣିତ ହୋଇଅଛି । ସ୍ଥିତପ୍ରଜ୍ଞାର ଅର୍ଥ ହେଉଛି ସମସ୍ତ କାମନାରୁ ମୁକ୍ତ ହେବାକୁ ବୁଝାଇଥାଏ । ଏହି ପ୍ରକାର ମୁକ୍ତ ଅବସ୍ଥାକୁ ଜୀବନମୁକ୍ତ ବୋଲି କୁହନ୍ତି ।
(୩) ଋତ: ଋତ ହେଉଛି ଆର୍ଯ୍ୟ ଋଷିମାନଙ୍କର ଏକ ଶାଶ୍ୱତ ତଥା ଚିରନ୍ତନ ନିୟମ । ବୈଦିକ ଦେବତା ‘ଋତସ୍ୟ ଗୋପା’ ଅର୍ଥାତ୍ ଋତର ରକ୍ଷାକର୍ତ୍ତା ରୂପେ ପରିଚିତ । ‘ରତସ୍ୟ ପନ୍ଥା ନ ତରନ୍ତି ଦୁଷ୍କୃତଃ’’ ଅର୍ଥାତ୍ ଦୁଷ୍କର୍ମକାରୀ ସତ୍ୟପଥକୁ ଅତିକ୍ରମ କରିପାରେ ନାହିଁ । ରିଗ୍ବେଦର ଏହି ମନ୍ତ୍ର ଭାରତୀୟ ଜୀବନ ଦର୍ଶନରେ ଏକ ମୌଳିକ ବିଶ୍ଵାସର ପ୍ରତୀକ ଅଟେ ।
ପରସ୍ପର ବିରୋଧୀ ବିଭିନ୍ନ ପ୍ରାକୃତିକ ରୂପ ବା ବିକାଶ ମଧ୍ଯରେ ଯାହା କିଛି ଗୋଟିଏ ନିୟମରେ ସମସ୍ତ ନିୟନ୍ତ୍ରିତ କରି ରଖୁଛି ତାହା ହିଁ ଋତ । ଏହି ଋତ ଅନିବାର୍ଯ୍ୟ ଓ ଅଲଂଘନୀୟ ଅଟେ । ଋଗ୍ବେଦ ଅନୁଯାୟୀ ଋତର ମୂଳ ସୁଦୃଢ଼ ଅଟେ । ବିଶ୍ୱର ସମସ୍ତ ପଦାର୍ଥରେ ଋତ ରହିଅଛି । ଋତ ଯୋଗୁଁ ଏହି ପୃଥିବୀ ସମସ୍ତ କିଛି ଠିକ୍ ଭାବରେ ଚାଲୁଅଛି । ଋତ ଶବ୍ଦ ବେଦରେ ଅନେକ ସ୍ଥଳରେ ଦେଖିବାକୁ ମିଳେ ।
(୪) କର୍ମବାଦ: କର୍ମବାଦ ଭାରତୀୟ ଦର୍ଶନରେ ସୁପ୍ରସିଦ୍ଧ ତତ୍ତ୍ଵ ଅଟେ । କର୍ମବାଦର ସାରକଥା ହେଲା – ‘ଯେଉଁଭଳି କର୍ମ ସେହିଭଳି ଫଳ’ ଅର୍ଥାତ୍ କୃତ କର୍ମର ଫଳ ନଷ୍ଟ ହେବା ସମ୍ଭବ ନୁହେଁ । କାର୍ଯ୍ୟକାରଣ ନିୟମ ଅନୁଯାୟୀ ଗୋଟିଏ କାରଣରୁ ଗୋଟିଏ କାର୍ଯ୍ୟ ହୋଇଥାଏ । କର୍ମବାଦ ଅନୁସାରେ କର୍ମ ହେଉଛି ଶରଣ ଏବଂ ସୁଖ ଦୁଃଖ ତାର କାର୍ଯ୍ୟ । ଶୁଭକର୍ମର ଫଳ ସୁଖ ଏବଂ ଦୁଷ୍କର୍ମର ଫଳ ଦୁଃଖ ଅଟେ । ଏହି ନିୟମ ମଧ୍ଯ ଅଲଂଘନୀୟ ।
ଅର୍ଥାତ୍ ଶୁଭକର୍ମରୁ ଦୁଃଖ ବା ଦୁଷ୍କର୍ମରୁ ସୁଖ ଲାଭ ହେବା ବେଳେ ସମ୍ଭବ ନୁହେଁ । ଏହି କର୍ମବାଦ ଅନୁସାରେ ମନୁଷ୍ୟର ପୁର୍ନଜନ୍ମ ସମ୍ଭବ ବୋଲି କୁହାଯାଇଛି । ଏଣୁ ଚାବାଁକ୍ ଦର୍ଶନକୁ ଛାଡ଼ି ଦେଲେ ଅନ୍ୟ ଦର୍ଶନରେ କର୍ମବାଦ ଦ୍ବାରା ପୁର୍ନଜନ୍ମ ସମ୍ଭବ ବୋଲି ମତ ବ୍ୟକ୍ତ କରାଯାଇଅଛି । କର୍ମ ତିନି ପ୍ରକାର – (୧) ସତ ବା ପ୍ରାକ୍ତନ କର୍ମ, (୨) ପ୍ରାରବ୍ଧ, (୩) କ୍ରିୟମାଣ ଅଟେ ।
ପୂର୍ବ ଜନ୍ମରୁ ସଞ୍ଚତ ହୋଇଥିବା କର୍ମ ଯାହାର ଫଳ ଏ ପର୍ଯ୍ୟନ୍ତ ଭୋଗ ହୋଇନାହିଁ ସେ ସମସ୍ତ କର୍ମକୁ ପ୍ରାକ୍ତନ ବା ସଞ୍ଚତ କର୍ମ କହନ୍ତି । ପ୍ରାରବ୍ଧ କର୍ମ ହେଉଛି ସେହି କର୍ମ ଯାହାର ଫଳ ଦେବା ଆରମ୍ଭ ହୋଇଯାଇଛି । କ୍ରିୟମାଣ କର୍ମ ଏହି ପ୍ରାରବ୍ଧ କର୍ମର ଫଳ ସ୍ୱରୂପ ଆମ୍ଭେମାନେ ବର୍ତ୍ତମାନର ଶରୀର ଧାରଣ କରିଥାଉଁ । ଆମ୍ଭେମାନେ ବର୍ତ୍ତମାନ ଯେଉଁ ସବୁ କର୍ମ କରିଅଛୁ ତାକୁ କ୍ରିୟମାଣ କର୍ମ ବୋଲି ଆଖ୍ୟା ଦିଆଯାଇଛି ।
୨. ଜୈନଙ୍କର ଅନେକାନ୍ତବାଦ ସିଦ୍ଧାନ୍ତଟିକୁ ବୁଝାଇ ଦିଅ ?
Answer:
ଜୈନ ଧର୍ମର ପ୍ରବର୍ତ୍ତକ ହେଉଛନ୍ତି ବର୍ଦ୍ଧମାନ ମହାବୀର । ଜୈନ ଧର୍ମର ଚବିଶ ଜଣ ତୀର୍ଥଙ୍କର ଥିଲେ । ତାଙ୍କ ମଧ୍ୟରୁ ଋଷଭଦେବ ହେଉଛନ୍ତି ପ୍ରଥମ ତୀର୍ଥଙ୍କର ଏବଂ ଶେଷ ଦୁଇଜଣ ତୀର୍ଥଙ୍କର ପାର୍ଶ୍ଵନାଥ ଏବଂ ବର୍ଦ୍ଧମାନ ମହାବୀର । ବର୍ଷମାନ ମହାବୀର ଜୈନମାନଙ୍କର ମୁଖ୍ୟ ଗୁରୁ ବା ମହାପୁରୁଷ । ବର୍ତ୍ତମାନ ମହାବୀର କଠିନ ତପସ୍ୟା କରି ରାଗ, କ୍ରୋଧ, ମାୟା, ମୋହ ଓ ବନ୍ଧନ ଇତ୍ୟାଦି ଶତ୍ରୁମାନଙ୍କୁ ଜୟ କରି ଜୀନ ଉପାଧୀରେ ଭୂଷିତ ହୋଇଥିଲେ । ଜୀନ ଶବ୍ଦର ଅର୍ଥ ବିଜେତା ବା ଯେଉଁ ବ୍ୟକ୍ତି ନିଜର ବାସନା, କାମନା ତଥା ଇଚ୍ଛା ଉପରେ ବିଜୟ ଲାଭ କରିଛି । ତାକୁ ହିଁ ଜୈନ କହନ୍ତି । ଏଣୁ ଯିଏ ମୋକ୍ଷ ପ୍ରାପ୍ତି ହୋଇ ଜୀନେନ୍ଦ୍ର ହେଲା ତାକୁ ହିଁ କହନ୍ତି ଦେବତା । ବର୍ଦ୍ଧମାନ ମହାବୀର ଏହି ଜୀନେନ୍ଦ୍ର ଥିଲେ ।
ଜୈନ ଦର୍ଶନର ସିଦ୍ଧାନ୍ତ :
ଜୈନ ଦର୍ଶନର ଦୁଇଟି ପ୍ରଖ୍ୟାତ ସିଦ୍ଧାନ୍ତ ରହିଛି । (୧) ଅନେକାନ୍ତବାଦ, (୨) ସ୍ୟାଦ୍ଦ ।
ଅନ୍ଧ ଓ ହାତୀ ଗଛ
ଏହି ଅନେକାନ୍ତବାଦ ସିଦ୍ଧାନ୍ତଟିକୁ ବୁଝାଇବାକୁ ଯାଇ ଜୈନ ଗୋଟିଏ ହାତୀ ଓ କେତେଜଣ ଅନ୍ଧଙ୍କର ଦୃଷ୍ଟାନ୍ତ ଦେଇଛନ୍ତି । ହାତୀର ସ୍ୱରୂପ ବିବେଚନା କରିବା ପାଇଁ କେତେକ ଜଣ ଅନ୍ଧ ସେମାନଙ୍କ ତର୍କ ବିତର୍କରେ ନିମୋଜିତ ହେବା ସ୍ଵାଭାବିକ ଅଟେ । ଯିଏ ହାତୀର ପାଦ ସ୍ପର୍ଶ କରିବ ସେ ହାତୀକୁ ଖମ୍ବ ଭଳି, ଯେ ହାତୀର ଦେହ ସ୍ପର୍ଶ କରିଛି ସେ ଘରର ବାହୁ ଭଳି, ଯିଏ ହାତୀର କାନ ସ୍ପର୍ଶ କରିଛି ସେ ହାତୀକୁ ବିଞ୍ଚଣା ଭଳି, ଯିଏ ହାତୀର ଶୁଣ୍ଢକୁ ସ୍ପର୍ଶ କରିଛି, ସେ ହାତୀକୁ ଗୋଟିଏ ଅଜଗର ସାପ ଭଳି ଏବଂ ଯିଏ ହାତୀର ମୁଣ୍ଡକୁ ସ୍ପର୍ଶ କରିଛି ସେ ହାତୀକୁ ଗୋଟିଏ ପାହାଡ଼ ବୋଲି ଭାବିଥାନ୍ତି । ଏଭଳି ଭାବରେ ସେମାନେ ବିଭିନ୍ନ ମତରେ ପ୍ରବୃତ୍ତ ହେବା ସମ୍ଭବ ଅଟେ । କିନ୍ତୁ ହାତୀ ହେଉଛି ସତ୍ୟ, ପରମାର୍ଥ ହେଉଛି ଅନେକ । ଏ ପ୍ରକାର ସତ୍ୟକୁ ଜୈନଙ୍କ ଭାଷାରେ ବ୍ୟାଦ୍ବାଦ କହନ୍ତି ।
ଅନେକାନ୍ତବାଦ
ଅନେକାନ୍ତବାଦ ମତରେ ବସ୍ତୁ ଅନନ୍ତ ଧର୍ମାତ୍ମକ ଅଟେ ଅର୍ଥାତ୍ ବସ୍ତୁର ଅନନ୍ତ ଧର୍ମ ଅଛି । ‘ଅନନ୍ତ ଧର୍ମକଂ ବସ୍ତୁ’’ ପ୍ରତ୍ୟେକ ବସ୍ତୁ ସତ୍ ତଥା ଅସତ୍ ଉଭୟ ଅଟେ । ବସ୍ତୁ ନିଜସ୍ବ ରୂପ ଦୃଷ୍ଟିରୁ ସତ୍ ଅଟେ । କିନ୍ତୁ ନିଜ ସ୍ବରୂପ ଅତିରିକ୍ତ ଅନ୍ୟ ବସ୍ତୁର ସ୍ବରୂପ ଦୃଷ୍ଟିରୁ ଅସତ୍ ଅଟେ । ଏହି ପୃଥିବୀରେ ବସ୍ତୁ ଏବଂ ଦୀନ ହେଉଛନ୍ତି ପରସ୍ପର ପୃଥକ୍ ଏବଂ ସ୍ଵାଧୀନ । ବସ୍ତୁ ଭିତରେ ଯେପରି ପରମାଣୁ ରହିଛି, ଠିକ୍ ସେହିପରି ବ୍ୟକ୍ତି ଭିତରେ ଆତ୍ମା ରହିଛି, ଯାହାକି ପୃଥକ୍ ଭାବେ ସଭାକୁ ଉପଲବ୍ଧ କରିଛନ୍ତି ।
ଜୈନଙ୍କ ମତରେ ଗୋଟିଏ ବସ୍ତୁ ଅନେକ ସଂଖ୍ୟକ, ଅସୀମ ଗୁଣ ବା ବୈଶିଷ୍ଟ୍ୟ ରହିଛି । ସେହି ବୈଶିଷ୍ଟ୍ୟ ଗୁଡ଼ିକ ଭାବ ଏବଂ ଅଭାବ ସୂଚକ ଅଟେ । ଗୋଟିଏ ବ୍ୟକ୍ତି ନିକଟରେ ଗୋଟିଏ ବସ୍ତୁର ସମ୍ୟକ୍ ଗୁଣ ଜାଣିବା ସମ୍ଭବ ଅଟେ । ମାତ୍ର ଜଣେ କେବଳୀ ବା ବର୍ଷମାନ ମହାବୀର ଗୋଟିଏ ବସ୍ତୁର ସମସ୍ତ ଗୁଣ ଗୁଣ ରହିଛି ବୋଲି ବିବେଚନା କରିଥାନ୍ତି । ଏଣୁ ଜୈନଙ୍କ ମତରେ ଯିଏ କୌଣସି ବସ୍ତୁର ସମସ୍ତ ଗୁଣକୁ ଜାଣିବା ସମ୍ଭବ ବୋଲି ସ୍ଥିର କରେ ସିଏ ସମ୍ୟକ୍ ଗୁଣ ବିଷୟରେ ନିଶ୍ଚିତ ଭାବେ ଜାଣିବା ସମ୍ଭବପର ଅଟେ ।
ମାନବ ଜ୍ଞାନ ହେଉଛି ସାପେକ୍ଷ ଓ ନିର୍ଦ୍ଦିଷ୍ଟ ସୀମାବଦ୍ଧ ମଧ୍ୟରେ ଆବଦ୍ଧ ଅଟେ । ତେଣୁ କୌଣସି ଏକ ବସ୍ତୁର ସମସ୍ତ ଗୁଣ ଜାଣିବା, ତା’ ନିକଟରେ ସମ୍ଭବପର ନୁହେଁ । ଜୈନଙ୍କ ମତରେ ତାର୍କିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ କେହି ଜଣେ ବ୍ୟକ୍ତି କେବଳ ସାତଟି ନ୍ୟାୟର ବଶବର୍ତ୍ତୀ ହୋଇପାରେ । ଏହି ଦୃଷ୍ଟିରୁ ଦୈନିକ ଶିକ୍ଷାରେ ଉଭୟ ଅନେକାନ୍ତବାଦ ଏବଂ ସପ୍ତଭଙ୍ଗୀନଯ ପରସ୍ପର ଓତୋପତୋ ଭାବେ ଜଡ଼ିତ ।
ଏହି ଦୁଇଟିକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ବିବେଚନା କରାଯାଏ । ଗୋଟିଏ ବସ୍ତୁର ଅନେକ ଗୁଣ ବା ଅନେକ ଧର୍ମ ସମ୍ଭବ ଅଟେ । ସେଗୁଡ଼ିକ ପରସ୍ପର ଭାବେ ପୃଥକ୍ ଅଟେ । ଏ ପ୍ରକାର ଗୁଣ ସମ୍ପନ୍ନ ସଭାକୁ ଜୈନଙ୍କ ମତରେ ଦ୍ରବ୍ୟ ବୋଲି ଆଖ୍ୟା ଦିଆଯାଇଛି । ଦ୍ରବ୍ୟରେ ଯେଉଁ ଅନେକ ଗୁଣର ସମ୍ଭବ ହୋଇପାରିଛି ସେମାନଙ୍କ ମଧ୍ୟରୁ କେତେକ ସ୍ଥାୟୀ ଏବଂ ଆଉ କେତେକ ଆବଶ୍ୟକ ଅଟେ । ଗୋଟିଏ ପଦାର୍ଥର ଉତ୍ପତ୍ତି, ବିଲୟ ଏବଂ ସ୍ଥାୟିତ୍ୱ ରହିଛି ।
ଏଣୁ ଜୈନଙ୍କ ଅନେକାନ୍ତବାଦ ଦର୍ଶନଟି ତର୍କଶାସ୍ତ୍ର ଦୃଷ୍ଟିରୁ ପ୍ରତିଷ୍ଠିତ ଅଟେ । ଜଶ ବିଜୟଙ୍କ ମତରେ, ଅନେକାନ୍ତବାଦ ଦର୍ଶନଟି ହେଉଛି ସମଧର୍ମୀ ନ୍ୟାୟ ବୋଲି ଆଖ୍ୟା ଦେଇଛନ୍ତି । ଗୋଟିଏ ପରିବାରର ପିତା, ମାତା ତାଙ୍କର ପିଲାମାନଙ୍କ ପ୍ରତି ସମଧର୍ମୀ ଭାବନାପୂର୍ଣ୍ଣ ହୋଇଥାଆନ୍ତି । ଠିକ୍ ସେହିପରି ଏହି ଅନେକାନ୍ତବାଦ ଦର୍ଶନଟି ଏକ ସମଧର୍ମୀ ଭାବାପନ୍ନ ଦର୍ଶନ ଅଟେ । ଅନେକାନ୍ତବାଦ ଦର୍ଶନରେ ସୁଖ, ଦୁଃଖ, ଶୁଭ ଅଶୁଭ ସ୍ଥିତି, ଅସ୍ଥିତି ହେଉଛି ଅସମ୍ଭବ ଅଟେ । ଜୈନମାନେ ଏହି ମତକୁ ଗ୍ରହଣ କଲେ ସୁଦ୍ଧା ଅନ୍ୟ ଦାର୍ଶନିକମାନେ ଗ୍ରହଣ କରନ୍ତି ନାହିଁ ।
୩. ଜୈନ ଦର୍ଶନରେ ସ୍ୟାତ୍ମବାଦ୍ କହିଲେ କ’ଣ ବୁଝ ? ଆଲୋଚନା କର ।
Answer:
ଜୈନ ଦର୍ଶନ – ଋଷଭଦେବ ହେଉଛନ୍ତି ଜୈନମତର ପ୍ରବର୍ତ୍ତକ ଅଟନ୍ତି ।
ଜୈନଧର୍ମରୁ ଚବିଶ ଜଣ ତୀର୍ଥଙ୍କର ଥିଲେ । ତୀର୍ଥଙ୍କର ଅର୍ଥ ହେଉଛି ଗୁରୁ ।
ଜୈନ ଧର୍ମର ଚବିଶଜଣ ତୀର୍ଥଙ୍କର ମଧ୍ୟରୁ ଋଷଭଦେବ ପ୍ରଥମ ତୀର୍ଥଙ୍କର ଅଟନ୍ତି ।
ଜୈନଙ୍କର ଚବିଶଜଣ ଗୁରୁ ବା ମହାପୁରୁଷମାନଙ୍କ ମଧ୍ୟରୁ ଶେଷ ଦୁଇଜଣ ତୀର୍ଥଙ୍କର ପାର୍ଶ୍ଵନାଥ ଏବଂ ବର୍ତ୍ତମାନ ମହାବୀର ଐତିହାସିକ ପୁରୁଷ ଅଟନ୍ତି ।
ବର୍ତ୍ତମାନ ମହାବୀର ଜୈନମାନଙ୍କର ଶେଷ ଗୁରୁ ରୂପେ ସୁବିଖ୍ୟାତ ଅଟନ୍ତି ।
ଜୈନ ଶବ୍ଦଟି ଜିନ୍ ଶବ୍ଦରୁ ଆସିଅଛି ।
ଜୈନ ଶବ୍ଦର ଅର୍ଥ ହେଉଛି ବିଜେତା ।
ବର୍ତମାନ ମହାବୀର କଠିନ ତପସ୍ୟା ବଳରେ ରାଗ, ଅହଂ, କ୍ରୋଧ, ମାୟା ଓ ବନ୍ଧନକୁ ଜୟ କରି ଜୈନ୍ୟ ଉପାଧ୍ଧରେ
ଭୂଷିତ ହୋଇଥିଲେ ।
ବର୍ତମାନ ମହାବୀର ଜୀତେନ୍ଦ୍ର ଥିଲେ ।
ଜୈନ ଧର୍ମ ଦୁଇ ଭାଗରେ ବିଭକ୍ତ ହେଲା (୧) ଶ୍ଵେତାମ୍ବର, (୨) ଦିଗମ୍ବର ।
ଶ୍ଵେତାମ୍ବର ଓ ଦିଗମ୍ବର ମଧ୍ୟରେ ଆଚାର ବିଚାର ସମ୍ବନ୍ଧୀୟ ଭେଦ ଦେଖାଯାଏ ।
ଶ୍ଵେତାମ୍ବରମାନେ ଶ୍ଵେତ ବସ୍ତ୍ର ପରିଧାନ କରୁଥିଲେ ଓ ଦିଗମ୍ବରମାନେ ଉଲଗ୍ନ ରହିବା ଯୁକ୍ତିଯୁକ୍ତ ମନେ କରୁଥିଲେ ।
ଜୈନ୍ୟ ଦର୍ଶନର ସିଦ୍ଧାନ୍ତ
ଜୈନ୍ୟ ଦର୍ଶନର ଦୁଇଟି ପ୍ରଖ୍ୟାତ ସିଦ୍ଧାନ୍ତ ରହିଛି । (୧) ଅନେକାନ୍ତବାଦ, (୨) ସ୍ୟାଦ୍ବାଦ ।
ଅନେକାନ୍ତବାଦର ଅର୍ଥ ହେଉଛି ବସ୍ତୁ ଅନନ୍ତ ଧର୍ମାତ୍ମକ ଅଟେ ଅର୍ଥାତ୍ ବସ୍ତୁର ଅନନ୍ତ ଧର୍ମ ଅଛି । ଅନନ୍ତ ଧର୍ମଙ୍କ ବସ୍ତୁ’’ ।
ବସ୍ତୁଠାରେ ସତ୍ ଏବଂ ଅସତ୍, ଭାବ ଓ ଅଭାବ ପରସ୍ପର ବିରୋଧୀ ବୋଲି ପ୍ରତୀତ ହେଉଥିଲେ ହେଁ, ସମସ୍ତ ବିରୋଧୀ ଧର୍ମ ଦୃଷ୍ଟ ହୁଏ । ଏହାକୁ ଅନେକାନ୍ତବାଦୀ ଦର୍ଶନ କୁହାଯାଏ ।
ଜୈନ୍ୟ ସ୍ୟାଦ୍ବାଦ ଅନେକାନ୍ତବାଦର ଏକ ପରିପ୍ରକାଶ ମାତ୍ର ଅଟେ ।
ସ୍ୟାତ୍ ଶବ୍ଦର ଅର୍ଥ ଆପେକ୍ଷିକ ରୂପରେ, କୌଣସି ପ୍ରକାରେ ବା କୌଣସି ଏକ ଦୃଷ୍ଟିକୋଣରୁ ବୋଲି ସୂଚା ଯାଇଥାଏ ।
ସ୍ୟାଦ୍ବାଦ ଦ୍ବାରା ହିଁ ବସ୍ତୁର ଅନନ୍ତ ଧର୍ମାତ୍ମକ ସ୍ୱରୂପ ସୂଚିତ ହୋଇଥାଏ ।
‘ସ୍ୟାଦ୍’ ଶବ୍ଦର ଅର୍ଥ ବୋଧହୁଏ ବା ସମ୍ଭବତଃ ବୋଲି ମନେ କରାଯାଏ ।
ସ୍ୟାଦ୍ବାଦକୁ ସାପେକ୍ଷବାଦୀ ସିଦ୍ଧାନ୍ତ ମଧ୍ୟ କୁହାଯାଏ ।
ଜୈନ ଧ୍ୟାଦ୍ବାଦ ଉପରେ ହିଁ ସପ୍ତଭଙ୍ଗୀୟ ପ୍ରତିଷ୍ଠିତ ।
ସପ୍ତଭଙ୍ଗୀୟ ସାତ ପ୍ରକାରର ବାକ୍ୟ ବିନ୍ୟାସ ଅଟେ ।
ବସ୍ତୁ ଅନନ୍ତ ଧର୍ମ ସମ୍ପନ୍ନ ହେଲେ ମଧ୍ୟ ଜୈନ୍ୟମାନେ ବସ୍ତୁର କେବଳ ସାତ ପ୍ରକାର ସମ୍ଭାବନା ଦେଖୁଛନ୍ତି ।
ସାତ ପ୍ରକାରର ବଚନ ଭଙ୍ଗ ଥିବାରୁ ଏହାକୁ ସପ୍ତଭଙ୍ଗୀୟ ନ୍ୟାୟ କୁହାଯାଏ ।
(୧) ସ୍ୟାଦ୍ ଅଣ୍ଡି
(୨) ସ୍ୟାଦ୍ ନାସ୍ତି
(୩) ସ୍ୟାଦ୍ ଅସ୍ତି ଚ ନାସ୍ତି ଚ
(୪) ସ୍ୟାଦ୍ ଅବକ୍ତବ୍ୟମ୍
(୫) ସ୍ୟାଦ୍ ଅସ୍ଥି ଚ ଅବକ୍ତବ୍ୟଂଚ
(୬) ସ୍ୟାଦ୍ ନାସ୍ତି ଚ ଅବକ୍ତବ୍ୟ ଚ
(୭) ସ୍ୟାଦ୍ ଅସ୍ଥି ଚ ନାସ୍ତି ଚ ଅବକ୍ତବ୍ୟ ଚ ସ୍ୟାଦ୍ବାଦ
ଜୈନ ଧ୍ୟାତ୍ମବାଦ ଅନେକାନ୍ତବାଦଠାରୁ ପୃଥକ୍ ଅଟେ । ଏଠାରେ ସ୍ୟାତ୍ ଶବ୍ଦର ଅତି ତାତ୍ପର୍ଯ୍ୟପୂର୍ଣ୍ଣ । ଏହା ଆପେକ୍ଷିକ ଓ ସମ୍ଭାବନା ଅର୍ଥରେ ବ୍ୟବହୃତ ହୋଇଥାଏ । ସ୍ୟାତ୍ ଶବ୍ଦର ଅର୍ଥ ଭ୍ରାନ୍ତ ଧାରଣା ସୃଷ୍ଟି କରିଥାଏ । କେହି କେହି ଧ୍ୟାତ୍ ଶବ୍ଦର ଅର୍ଥ ବୋଧହୁଏ ବୋଲି ମନେ କରନ୍ତି । ସ୍ୟାତ୍ର ପ୍ରକୃତ ଅର୍ଥ ହେଉଛି କୌଣସି ଏକ ଦୃଷ୍ଟିରୁ ଗୋଟିଏ ବସ୍ତୁ ଉଭୟ ଉଭୟ ସତ୍ ଓ ଅସତ୍ ହୋଇପାରେ ।
ଜୈନ ଧ୍ୟାତ୍ମବାଦ ହିଁ ଏହି ସପ୍ତଭଙ୍ଗୀନୟ ଉପରେ ପ୍ରତିଷ୍ଠିତ । ସପ୍ତଭଙ୍ଗୀନୟକୁ ସାତ ପ୍ରକାର ବାକ୍ୟ ବା ସ୍ୟାତ୍ମବାଦ ବୋଲି କୁହାଯାଏ । ସପ୍ତର ଅର୍ଥ ସାତ । ତେଣୁ ବସ୍ତୁରେ ଅନେକ ସଂଖ୍ୟକ ଗୁଣ ଥିଲେ ମଧ୍ୟ ଜୈନମାନେ କେବଳ ସାତ ପ୍ରକାର ସମ୍ଭାବନାକୁ ଦେଖୁଛନ୍ତି । ସାତପ୍ରକାର ବଚନ ଭଙ୍ଗ ଥିବାରୁ ଏହାକୁ ସପ୍ତଭଙ୍ଗୀନୟ ବୋଲି କୁହାଯାଏ । ପ୍ରତ୍ୟେକ ଭଙ୍ଗ ପରାମର୍ଶ ବା ଜୟ ବୋଲି ଅଭିହିତ ହୁଏ ଏବଂ ପ୍ରତ୍ୟେକ ନୟରେ ଖ୍ୟାତ୍ ଶବ୍ଦର ପ୍ରୟୋଗ ହୁଏ ।
ଏହି ସ୍ୟାତ୍ ପ୍ରୟୋଗ ଦ୍ବାରା ଆପେକ୍ଷିକତା ଗୁଡ଼ିକର ଆଂଶିକ ସତ୍ୟତା ଜ୍ଞାନ ଲବ୍ଧ ହୋଇଥାଏ । ଏହି ସାତ ପ୍ରକାର ନୟ ବା ନିଷ୍ପଭି ଗୁଡ଼ିକ ହେଲା : (୧) ସ୍ୟାତ୍ ଅସ୍ଥି, (୨) ସ୍ୟାତ୍ ନାସ୍ତି, (୩) ସ୍ୟାତ୍ ଅସ୍ଥି ଚ ନାସ୍ତି ଚ, (୪) ସ୍ୟାତ୍ ଅବ୍ୟକ୍ତବ୍ୟମ୍, (୫) ସ୍ୟାତ୍ ଅସ୍ଥି ଚ ଅବ୍ୟକ୍ତବ୍ୟଚ, (୬) ଖ୍ୟାତ୍ ନାସ୍ତି ଚ ଅବ୍ୟକ୍ତବ୍ୟ ଚ, (୭) ସ୍ୟାତ୍ ଅସ୍ଥି ଚ ନାସ୍ତି ଚ ଅବ୍ୟକ୍ତବ୍ୟ ଚ ।
(୧) ସ୍ୟାତ୍ ଅସ୍ଥି: କୌଣସି ଏକ ଦୃଷ୍ଟିରୁ ବା ଆପେକ୍ଷିକ ରୂପରେ ବସ୍ତୁଟିଏ ଅଛି ବୋଲି ବୁଝିବାକୁ ହେବ । ଉଦାହରଣସ୍ୱରୂପ ଗୋଟିଏ ଘଟ ନିଜର ଦ୍ରବ୍ୟ, କାଳ, କ୍ଷେତ୍ର ଭାବ ଆଦି ଅପେକ୍ଷାରେ ସତ୍ୟ ଅଟେ । କୌଣସି ବିଶେଷ ଦେଶ, କାଳ ଅବସ୍ଥାରେ ହିଁ ଘଟ ବିଦ୍ୟମାନ ଅଟେ ।
(୨) ସ୍ୟାତ୍ ନାସ୍ତି; କୌଣସି ଏକ ଦୃଷ୍ଟିରୁ ବସ୍ତୁ ଅସତ୍ ଅଟେ । ଘଟ ଅନ୍ୟ ପଦାର୍ଥର ଦ୍ରବ୍ୟ, କାଳ, କ୍ଷେତ, ଭାବ ଆଦି ଦୃଷ୍ଟିରୁ ନାହିଁ ବୋଲି ବୁଝିବାକୁ ହେବ । ଘଟ ଭିନ୍ନ ପଦାର୍ଥ ଦୃଷ୍ଟିରୁ ଘଟ ସତ୍ ନୁହେଁ । ଭିନ୍ନ ଦେଶ, କାଳ ଏବଂ ଅବସ୍ଥାରେ ଘଟ ନାହିଁ ।
(୩) ସ୍ୟାତ୍ ଅସ୍ଥି ଚ ନାସ୍ତି ଚ: ତୃତୀୟ ଦୃଷ୍ଟିକୋଣରୁ ଏହା ପ୍ରଥମ ଓ ଦ୍ବିତୀୟର ମିଶ୍ରଣ ଅଟେ । ଘଟଟି ବିଦ୍ୟମାନ ଓ ଅବିଦ୍ୟାମାନ ମଧ୍ଯ । ଏହା ଉଭୟ ସତ୍ ଏବଂ ଅସତ୍ ଅଟେ । ସ୍ଵରୂପ ଦୃଷ୍ଟିରୁ ଘଟ ଅଛି । ପର ରୂପ ଦୃଷ୍ଟିରୁ ଘଟ ନାହିଁ । ଏଣୁ ଘଟ ଉଭୟ ରୂପ ଅଟେ ।
(୪) ସ୍ୟାତ୍ ଅବ୍ୟକ୍ତବ୍ୟମ୍: ଚତୁର୍ଥ ଦୃଷ୍ଟିକୋଣରୁ ବସ୍ତୁ ଅବକ୍ତବ୍ୟ ଅଟେ । ଏକ ସମୟରେ ଅସ୍ତିତ୍ବ ଏବଂ ଅନସ୍ତିତ୍ବ ଉଭୟ କଥା କୁହାଯାଉଥିବାରୁ ଶବ୍ଦ ଦ୍ୱାରା ବସ୍ତୁର ସ୍ଵରୂପ ଅନିର୍ବଚନୀୟ ଅଟେ । ଗୋଟିଏ ଦେଶ, କାଳ ଏବଂ ଉଭୟ ଅବସ୍ଥା ଦୃଷ୍ଟିରୁ ଘଟ ଅଛି ଅନ୍ୟ ଏକ ଦେଶ କାଳ ଅବସ୍ଥା ଦୃଷ୍ଟିରୁ ଘଟ ନାହିଁ । ଏଣୁ ଆପେକ୍ଷିକ ରୂପରେ ଘଟ ଅବକ୍ତବ୍ୟ ଅଟେ ।
(୫) ଖ୍ୟାତ୍ ଅସ୍ଥି ଚ ଅବକ୍ତବ୍ୟ ଚ: ପ୍ରଥମ ଅବଧାରଣ ସଙ୍ଗେ ଚତୁର୍ଥ ଅବଧାରଣ ଯୋଗ କଲେ ପଞ୍ଚମ ଅବଧାରଣଟି ମିଳେ । କୌଣସି ଏକ ବିଶେଷ ଦେଶ, କାଳ ଏବଂ ଅବସ୍ଥାରେ ଘଟ ସତ୍ ଅଟେ ଏବଂ ଦେଶ, କାଳ, ଅବସ୍ଥା ନିରପେକ୍ଷ ଭାବରେ ଦେଖୁଲେ ଘଟ ଅବର୍ଣ୍ଣନୀୟ ବା ଅବକ୍ତବ୍ୟ ଅଟେ ।
(୬) ସ୍ୟାତ୍ ନାସ୍ତି ଚ ଅବକ୍ତବ୍ୟ ଚ: ଦ୍ଵିତୀୟ ଅବଧାରଣ ସଙ୍ଗେ ଚତୁର୍ଥ ଅବଧାରଣ ଯୁକ୍ତ କଲେ ଷଷ୍ଠ ଅବଧାରଣଟି ମିଳିଥାଏ । ଏକ ଭାବରେ ଘଟ ନାହିଁ ଏବଂ ଗୋଟିଏ ଭାବରେ ଏହା ଅବକ୍ତବ୍ୟ ମଧ୍ଯ ।
(୭) ସ୍ୟାତ୍ ଅସ୍ତି ଚ ନାସ୍ତି ଚ ଅବକ୍ତବ୍ୟ ଚ: ତୃତୀୟଟି ସହିତ ଚତୁର୍ଥଟି ଯୋଗ କଲେ ସପ୍ତମ ଅବଧାରଣ ମିଳେ । ଘଟଟି ଏକ ଦେଶ, କାଳ ଓ ଅବସ୍ଥାରେ ବିଦ୍ୟମାନ । ଭିନ୍ନ ଦେଶ, କାଳ ଓ ଅବସ୍ଥାରେ ଅବିଦ୍ୟମାନ ଏବଂ ଦେଶ, କାଳ ଅବସ୍ଥା ନିରପେକ୍ଷ ଭାବେ ଏହା ଅବର୍ଣ୍ଣନୀୟ ଅଟେ । ଏଣୁ ଘଟଟି ଅଛି ଏବଂ ଅନ୍ୟ ଏକ ଭାବରେ ଘଟଟି ନାହିଁ ଏବଂ ଏ ଭାବରେ ଘଟ ଅବକ୍ତବ୍ୟ ଅଟେ ।
ସମାଲୋଚନା:
(୧) ବୌଦ୍ଧ ଆଚାର୍ଯ୍ୟ ଧର୍ମ କୀର୍ତ୍ତି ଜୈନ ବ୍ୟାଦ୍ବାଦର ସମାଲୋଚନା କରି କହନ୍ତି ଯେ ଏହି ତତ୍ତ୍ଵକୁ ସତ୍ ଏବଂ ଅସତ୍ ଉଭୟ କହିବା ପ୍ରଳାପ ମାତ୍ର ଅଟେ ।
(୨) ଆଚାର୍ଯ୍ୟ ଶଙ୍କରଙ୍କ ମତରେ ଜୈନ ଧ୍ୟାତ୍ମବାଦ ଏବଂ ସପ୍ତଭଙ୍ଗୀନୟ ହେଉଛି ଅନିଶ୍ଚତା ଉପରେ ନିର୍ଭର କରେ । ତେଣୁ ଏହା ଅଣସ୍ବୀକାର୍ଯ୍ୟଯୁକ୍ତ ।
(୩) ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ମତରେ ଏକ ନିରପେକ୍ଷ ତତ୍ତ୍ଵକୁ ସ୍ବୀକାର ନ କରି ଆପେକ୍ଷିକ ସିଦ୍ଧାନ୍ତକୁ ତାର୍କିକ ଦୃଷ୍ଟିକୋଣରୁ ମାନି ହେବ ନାହିଁ ।
(୪) ଚନ୍ଦ୍ରଧର ଶର୍ମାଙ୍କ ମତରେ ଯେପରି ଗୋଟିଏ ମାଳା ତିଆରି କରିବା ପାଇଁ ପୁଷ୍ପର ଆବଶ୍ୟକତା ରହିଛି, ଠିକ୍ ସୂତାର ମଧ୍ୟ ଆବଶ୍ୟକ ରହିଛି । ଜୈନମାନେ ସେ ସୂତା ଖଣ୍ଡକୁ ପକାଇ ଦେଇଛନ୍ତି । ତେଣୁ ଏ ମାଳା ତିଆରି କରିବା ସମ୍ଭବ ନୁହେଁ ।
୪. ବୁଦ୍ଧଙ୍କର ଆର୍ଯ୍ୟ ସତ୍ୟ କହିଲେ କ’ଣ ବୁଝ ? ଆଲୋଚନା କର ।
Answer:
ଉପକ୍ରମ:
ଗୌତମ ବୁଦ୍ଧ ଥିଲେ ଏସିଆ ମହାଦେଶର ଆଲୋକ ସଦୃଶ । ତାଙ୍କର ବିଚାରଧାରା ଓ ଦର୍ଶନ ଉଭୟ ପରିପୂରକ ଥିଲା । ସେ ଥିଲେ ଜଣେ ରାଜ ପୁତ୍ର । କିନ୍ତୁ ତାଙ୍କର ସମସ୍ତ ରାଜକୀୟ ପରମ୍ପରାକୁ ପରିତ୍ୟାଗ କରି ସତ୍ୟର ଅନୁସନ୍ଧାନରେ ବ୍ରତୀ ହୋଇଥିଲେ । ସେ କଠୋର ତପସ୍ୟା ବଳରେ ସତ୍ୟର ଅନୁସନ୍ଧାନ କରିଥିଲେ । ତାଙ୍କର ଦର୍ଶନ ଓ ମୌଳିକ ଚିନ୍ତାଧାରା ଭାରତୀୟ ସଂସ୍କୃତି ଓ ସଭ୍ୟତା ଉପରେ ପର୍ଯ୍ୟବସିତ ।
ଗୌତମ ଚାରିଟି ଦୃଶ୍ୟ ଯଥା: ବୃଦ୍ଧି, ରୁଗ୍ଣ, ଶବ ଓ ସନ୍ନ୍ୟାସୀ ଦୃଶ୍ୟ ଦେଖ୍ ନିଜେ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ । ସନ୍ନ୍ୟାସୀ ଜୀବନଟି ତାଙ୍କ ଜୀବନର ଉଚିତ୍ ମାର୍ଗ ପ୍ରଦର୍ଶନ କରିବ ବୋଲି ଚିନ୍ତା କରି ଗୃହ ପରିତ୍ୟାଗ କରିଥିଲେ ଓ କଠୋର ତପସ୍ୟା ଫଳରେ ଏକ ସତ୍ୟର ଉପଲବ୍ ପାଇଥିଲେ । ଏହାକୁ ଆର୍ଯ୍ୟ ସତ୍ୟ ନାମରେ ପରିଚିତ କରିଥିଲା । ଏହାକୁ ଚତ୍ବାରି ଆର୍ଯ୍ୟ ସତ୍ୟାନି ନାମରେ ଚାରି ଆଡ଼େ ପ୍ରସାର ଲାଭ କରିଥିଲା ।
(୧) ଦୁଃଖ, (୨) ଦୁଃଖ ସମୁଦୟ, (୩) ଦୁଃଖ ନିରୋଧ, (୪) ଦୁଃଖ ନିରୋଧ ସଂଗୀତାରେ । ଏହାକୁ ସାଧାରଣ ଭାଷାରେ ବ୍ୟାଖ୍ୟା କଲେ ଜଣାଯାଏ (୧) ଜୀବନ ଦୁଃଖମୟ, (୨) ଦୁଃଖର କାରଣ ଅଛି, (୩) ଦୁଃଖର ନିବୃତ୍ତି ମଧ୍ୟ ସମ୍ଭବ, (୪) ଦୁଃଖ ନିବୃତ୍ତିର ଉପାୟ ମଧ୍ୟ ରହିଛି ।
(୧) ପ୍ରଥମ ଆର୍ଯ୍ୟସତ୍ଵ ବା ସର୍ବଂ ଦୁଃଖ
ବୁଦ୍ଧ ଘୋଷଣା କରିଥିଲେ ‘ସର୍ବ ଦୁଃଖ’ ଅର୍ଥାତ୍ ଚାରିଆଡେ ଦୁଃଖ, ରୋଗ, ଜରା ଓ ମୃତ୍ୟୁର ଦୃଶ୍ୟ ଦେଖ୍ ଅଧୂର ହୋଇ ଉଠିଥିଲେ । ସେ କହିଥିଲେ ଏ ପୃଥିବୀରେ ଜନ୍ମ ଦୁଃଖ, ଜରାଦୁଃଖ, ମରଣଦୁଃଖ, ଶୋକ କରିବା ଦୁଃଖ, ବିଳାପ କରିବା ଦୁଃଖ, ପୀଡା ଦୁଃଖ, ପ୍ରିୟଜନ ବିୟୋଗ ଦୁଃଖ, ଅପ୍ରିୟ ସଂଯୋଗ ଦୁଃଖ ଅର୍ଥାତ୍ ସଂକ୍ଷେପରେ କହିଲେ ପଞ୍ଚ ଉପାଦାନ ହିଁ ଦୁଃଖ ଅଟେ । ତେଣୁ ଦୁଃଖ ହେଉଛି ସର୍ବତ୍ର । ବୁଦ୍ଧଙ୍କର ଏ ପ୍ରକାର ଦୁଃଖ ବା ପ୍ରାଣୀମାନଙ୍କର ଏ ପ୍ରକାର ଦୁଃଖ କେଉଁ ଆଦିମ କାଳରୁ ରହି ଆସିଅଛି ।
ତାଙ୍କ ମତରେ ହେ ଭିକ୍ଷୁଗଣ ଏହି ମହାଯାତ୍ରାରେ ଇତଃସ୍ତତଃ ଭ୍ରମଣ କରି କଷ୍ଟ ସହି ଦୁଃଖରେ ତୁମେମାନେ ଯେତେ ଅଶ୍ରୁ ବୁହାଇବୁ ଏଥିପାଇଁ ତୁମକୁ ଯାହା ମିଳିଛି ତାହା କେବଳ ଘୃଣାଭାବ ଏବଂ ଯାହା ତୁମର ପ୍ରିୟ ତାହା ତୁମକୁ ମିଳି ନାହିଁ । ଏଣୁ ଏଠାରେ ଦୁଃଖ କଲେ କିଛି ଫଳ ମିଳେ ନାହିଁ । ଏହି ଦୁଃଖ ଦ୍ବାରା ଯେଉଁ ଅଣୁ ଜାତ ହୁଏ ତାହା ମହାସାଗରର ଜଳଠାରୁ ଅଧ୍ଵ ଅଟେ । ସଂସାରରେ ଯାହାକିଛି ଆପାତଃ ସୁଖର କଥା ଉଠେ ତାହା ହିଁ ଦୁଃଖମୟ ।
ତେଣୁ ସହିବାର ଅର୍ଥ ହେଉଛି ଦୁଃଖର ଉତ୍ପତ୍ତି ହେବା । ଏଣୁ ଯଥାର୍ଥରେ କୁହାଯାଇଛି ଯାହା କିଛି ଅନିତ୍ୟ ତାହା ଦୁଃଖମୟ ( ଯଦ୍ ଅନିତ୍ୟ ତଦ୍ ଦୁଃଖ) । ମଣିଷର ଜନ୍ମ ଦୁଃଖର କାରଣ ବୋଲି ବୁଦ୍ଧଦେବ ତାଙ୍କ ……… କହିଛନ୍ତି । ଏପରିସ୍ଥଳେ ବୁଦ୍ଧ ଜୀବନର ସୁଖ ଅନୁଭୂତି ସମ୍ପର୍କରେ ଆଦୌ ସଚେତନ ନଥିଲେ । ମାତ୍ର ପ୍ରକୃତରେ ତାହା ନୁହେଁ । ଯଦି ତାହା ହୁଅନ୍ତା, ତେବେ ଗୌତମଙ୍କର ବୁଦ୍ଧତ୍ବ ପ୍ରାପ୍ତି ଅଳିକ ବା କ୍ଷଣିକ ବୋଲି ମାନିବାକୁ ହୁଅନ୍ତା । ଗୌତମ ଯେ ଜୀବନର ସାଧାରଣ ଦୁଃଖ, ଭେଦ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ନଥିଲେ ଏବଂ ବ୍ୟବହାରିକ ଦୃଷ୍ଟିକୋଣରୁ ତାକୁ ଯଦି ସ୍ଵୀକାର କରାଯାଏ । ତେଣୁ ବୁଝିବାକୁ ହେବ ଯେ ଏ ସଂସାରରେ ସମସ୍ତ ବସ୍ତୁ ଦୁଃଖପୂର୍ଣ ।
(୨) ଦ୍ବିତୀୟ ଆର୍ଯ୍ୟସତ୍ୟ
ବୁଦ୍ଧଙ୍କ ମତ ଅନୁଯାୟୀ ଦୁଃଖର ଅସ୍ତିତ୍ୱ ଯେଭଳି ସତ୍ୟ, ଏହାର କାରଣ ଥିବା ମଧ୍ୟ ଠିକ୍ ସେହିଭଳି ସତ୍ୟ ଅଟେ । ସ୍ଵାଭାବିକ କାର୍ଯ୍ୟକାରଣ ନିୟମ ଉପରେ ହିଁ ଏହି ଦ୍ବିତୀୟ ଆର୍ଯ୍ୟ ସତ୍ୟ ପ୍ରତିଷ୍ଠିତ । କାର୍ଯ୍ୟକାରଣ ନିୟମ ଅନୁସାରେ କାରଣ ବ୍ୟତିରେକେ କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ଏଣୁ ଦୁଃଖର ମଧ୍ଯ କାରଣ ଅଛି । ବୁଦ୍ଧଙ୍କ ମତ ଅନୁସାରେ କାର୍ଯ୍ୟକାରଣର ଅନ୍ୟ ନାମ ହେଉଛି ପ୍ରତୀତ୍ୟସମୁଦ୍ପାଦ । ‘ପ୍ରତୀତ୍ୟ’ ଅର୍ଥାତ୍ ‘ଏହାକୁ ପାଇ ଏବଂ ସମୁପାଦ ଅର୍ଥାତ୍ ଉତ୍ପତ୍ତି ।
ଏଣୁ ପ୍ରତୀତ୍ୟସମୁଦ୍ଦର ଅର୍ଥ ଏହାକୁ ପାଇ ଉତ୍ପତ୍ତି ଅର୍ଥାତ୍ ଗୋଟିଏ ବସ୍ତୁରୁ ପ୍ରାପ୍ତି ହେବା ପରେ ଅନ୍ୟ ବସ୍ତୁର ଉତ୍ପତ୍ତି ହୋଇଥାଏ । କାରଣ ଆଧାର ଉପରେ ହିଁ କାର୍ଯ୍ୟ ଉତ୍ପନ୍ନ ହୁଏ । ‘ଅଶ୍ବିନ୍ ସତି ଇଦଂ ଭବତି’ ଅର୍ଥାତ୍ ଏହା ହେଲେ ତାହା ହୁଏ, ପୁଣି ଅସ୍ମିନ୍ ଅସତି ଇଦଂ ନ ଭବତି ଅର୍ଥାତ୍ ଏହା ନ ହୋଇ ତାହା ହୁଏ ନାହିଁ । ଏହା ପ୍ରତୀତ୍ୟସମୁଦ୍ଦ ନିୟମ ଏକ ସ୍ୱୟଂ ଚାଳିତ ନିୟମ । ଏହା ସ୍ୱତଃପୂର୍ଣ୍ଣ ଭାବରେ ସମଗ୍ର ବିଶ୍ବରେ ଅନବରତ କାର୍ଯ୍ୟ କରି ଚାଲିଛି । ବୁଦ୍ଧଦେବଙ୍କ ମତରେ ଏହି ପ୍ରତୀତ୍ୟସମୁଦ୍ପାଦ ‘ନିତ୍ୟତାବାଦ’ ଏବଂ ଉଚ୍ଛେଦବାଦର ଏକ ମଧ୍ୟବର୍ତ୍ତୀ ସିଦ୍ଧାନ୍ତ ଅଟେ । ଏହା ଦ୍ବାଦଶ ନିଦାନ ନାମରେ ପରିଚିତ ।
(୧) ଅବିଦ୍ୟା – ଅତାତ ଜୀବନ
(୨) ସଂସ୍କାର – ଅତାତ ଜୀବନ
(୩) ବିଜ୍ଞାନ – ବର୍ଉମାନ ଜୀବନ
(୪) ନାମ ରୂପ – ବର୍ଉମାନ ଜୀବନ
(୫) ଷଡ଼ାୟତନ – ବର୍ଉମାନ ଜୀବନ
(୬) ସ୍ପର୍ଶ – ବର୍ଉମାନ ଜୀବନ
(୭) ବେଦନା – ବର୍ଉମାନ ଜୀବନ
(୮) ତୃଷ୍ଣା – ବର୍ଉମାନ ଜୀବନ
(୯) ଉପାଦାନ – ବର୍ଉମାନ ଜୀବନ
(୧୦) ଭବ – ବର୍ଉମାନ ଜୀବନ
(୧୧) ଜାତି – ଭବିଷ୍ୟତ ଜୀବନ
(୧୨) ଜରାମରଣ – ଭବିଷ୍ୟତ ଜୀବନ
ଏହି ଦ୍ବାଦଶ ନିଦାନ ଯୋଗୁଁ ହିଁ ଜନ୍ମ-ମରଣ ଚକ୍ରରେ ବାରମ୍ବାର ଘୁରିବାକୁ ବାଧ୍ୟ ହୁଏ ଏବଂ ଜରାମରଣ ଆଦି ଯୋଗୁଁ ହିଁ ଦୁଃଖତା ଲାଗି ଅବଶ୍ୟମ୍ଭାବୀ ହୋଇଥାଏ ।
(୩) ତୃତୀୟ ଆର୍ଯ୍ୟସତ୍ୟ ବା ଦୁଃଖ ନିରୋଧ ବା ନିର୍ବାଣ
ପ୍ରତିତ୍ୟ ସମୁଦ୍ପାଦ ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ ବସ୍ତୁର ଉତ୍ପତ୍ତି କୌଣସି ନା କୌଣସି କାରଣରୁ ହୋଇଥାଏ । ତେଣୁ ସେହି କାରଣର ଅନ୍ତ ହେଲେ ତହିଁରୁ ଉତ୍ପନ୍ନ କାର୍ଯ୍ୟ ମଧ୍ୟ ନଷ୍ଟ ହୁଏ । ଦୁଃଖର କାରଣ ନାଶ ହେଲେ ଦୁଃଖ ନିରୋଧ ବା ଦୁଃଖ ନିବୃତ୍ତି ହେବା ସମ୍ଭବ ହୁଏ । ଏହି ଦୁଃଖ ନିରୋଧ ଅବସ୍ଥା ବୌଦ୍ଧ ଦର୍ଶନରେ ନିର୍ବାଣ ବୋଲି ଆଖ୍ୟା ଦିଆଯାଇଛି । ଏଣୁ ଦୁଃଖର ସ୍ଥିତି ବୌଦ୍ଧ ଦର୍ଶନରେ ଯେତିକି ସତ୍ୟ, ଦୁଃଖ ବିନାଶର ଦୁଃଖ ନିରୋଧ ଓ ଦୁଃଖ ନିରୋଧ ଉପାୟ ବା ଦୁଃଖ ନିରୋଧ ମାର୍ଗ ମଧ୍ୟ ସେତିକି ସତ୍ୟ ବୋଲି ବୁଝିବାକୁ ହେବ ।
ନିର୍ବାଣ ବା ଦୁଃଖ ନିରୋଧ ସ୍ଥିତିର ସ୍ଵରୂପ ଅତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅଟେ । ଅବଶ୍ୟ ଏଠାରେ ସଠିକ୍ ଭାବରେ କୁହାଯାଇପାରେ ଦୁଃଖର ଆତ୍ୟନ୍ତକ ନିବୃତ୍ତିର ଅବସ୍ଥା ହିଁ ନିର୍ବାଣ ଅଟେ । ନିର୍ବାଣର ଅନ୍ୟ ଏକ ଅର୍ଥ ହେଉଛି ଶାନ୍ତ ହୋଇଯିବା ବା ଥଣ୍ଡା ପଡ଼ିଯିବା । ବୌଦ୍ଧ ଦର୍ଶନରେ ଏହି ନିର୍ବାଣ ଅବସ୍ଥାକୁ ଶାନ୍ତ ଅବସ୍ଥା ବୋଲି ବର୍ଣ୍ଣନା କରାଯାଇଛି । ତେଣୁ ନିର୍ବାଣ ହେଉଛି ଲୋଭ, ମୋହ, ମାୟା ବନ୍ଧନରୁ ମୁକ୍ତି ହେବାକୁ ବୁଝାଏ ।
(୪) ଚତୁର୍ଥ ଆର୍ଯ୍ୟସତ୍ୟ ବା ଦୁଃଖ ନିରୋଧ ମାର୍ଗ
ବୁଦ୍ଧଙ୍କ ଚତୁର୍ଥ ଆର୍ଯ୍ୟ ସତ୍ୟ ହେଉଛି ଦୁଃଖ ନିରୋଧଗାମୀ ପ୍ରତିପତ୍ ବା ଦୁଃଖ ନିରୋଧ ମାର୍ଗ । ଯେଭଳି କୌଣସି ନା କୌଣସି କାରଣରୁ ଦୁଃଖର ଉତ୍ପତ୍ତି ଏବଂ ସେହି କାରଣ ମାନଙ୍କୁ ବିନାଶ କରିବାର ଉପାୟ ହେଉଛି ଦୁଃଖ ନିରୋଧଗାମୀ ପ୍ରତିପତ୍ ବୋଲି କୁହାଯାଏ । ଏହାର ଆଠଗୋଟି ଅଙ୍ଗଥବାରୁ ଏହା ଅଷ୍ଟାଙ୍ଗିକ ନାମରେ ପରିଚିତ । ବୁଦ୍ଧଙ୍କର ସମସ୍ତ ନୀତି ଏହି ଅଷ୍ଟାଙ୍ଗିକ ମାର୍ଗ ଜରିଆରେ ପ୍ରକାଶିତ ହୋଇଅଛି । ନୀତିଦର୍ଶନ ଭାବେ ବୌଦ୍ଧ ଦର୍ଶନ ମଧ୍ୟମ ପନ୍ଥା ରୂପେ ପରିଚିତ । ମନୁଷ୍ୟର କଲ୍ୟାଣ ଉଦ୍ଦେଶ୍ୟରେ ବୁଦ୍ଧଦେବ ଏହି ମଧ୍ୟମ ପନ୍ଥାର ପ୍ରଚାର କରିଛନ୍ତି । ଏହା କେବଳ ସାଧନା ବଳରେ ସମ୍ଭବ ହୋଇଥାଏ । ବୁଦ୍ଧଦେବଙ୍କର ଅଷ୍ଟାଙ୍ଗିକ ମାର୍ଗ ଗୁଡ଼ିକ ହେଲା –
(୧) ସମ୍ୟକ୍ ଦୃଷ୍ଟି
(୨) ସମ୍ୟକ୍ ସଂକଳ୍ପ
(୩) ସମ୍ୟକ୍ ବାକ୍
(୪) ସମ୍ୟକ୍ କର୍ମ
(୫) ସମ୍ୟକ୍ ଅଜୀବ
(୬) ବ୍ୟାୟାମ୍
(୭) ସ୍ମ ତି ସ୍ମୃତି
(୮) ସମାଧ୍
୫. ବୁଦ୍ଧଙ୍କର ପ୍ରତିତ୍ଵ ସମୁତ୍ପାଦ ସିଦ୍ଧାନ୍ତଟିକୁ ବୁଝାଇ ଦିଅ ?
Answer:
ଉପକ୍ରମ:
ବୁଦ୍ଧଙ୍କର ମତ ଅନୁଯାୟୀ ଦୁଃଖର ଅସ୍ତିତ୍ୱ ଯେପରି ସତ୍ୟ, ଏହାର କାରଣ ମଧ୍ୟ ସତ୍ୟ ଅଟେ । ପ୍ରତ୍ୟେକ ଦୁଃଖର କାରଣ ରହିଛି । ତେଣୁ ଏହି ପ୍ରତିତ୍ଵସମୁଦ୍ଦଟି କାର୍ଯ୍ୟ କାରଣ ନିୟମ ଉପରେ ପ୍ରତିଷ୍ଠିତ । ବୁଦ୍ଧଙ୍କର ଦ୍ୱିତୀୟ ଆର୍ଯ୍ୟସତ୍ୟଟି ପ୍ରତିତ୍ୟସମୁଦ୍ପାଦ ନାମରେ ପ୍ରତିଷ୍ଠିତ । ପ୍ରତିତ୍ଵର ଅର୍ଥର ‘ଏହାକୁ ପାଇ’ ଏବଂ ସମୁଦ୍ପାଦର ଅର୍ଥ ଉତ୍ପତ୍ତି । ଏଣୁ ପ୍ରତିତ୍ଵସମୁଦ୍ପାଦର ଅର୍ଥ ଏହାକୁ ପାଇ ଅର୍ଥାତ୍ ଗୋଟିଏ ବସ୍ତୁର ପ୍ରାପ୍ତି ହେବା ପରେ ଅନ୍ୟ ବସ୍ତୁର ଉତ୍ପତ୍ତି ହୋଇଥାଏ । କାରଣର ଆଧାର ଉପରେ ହିଁ କାର୍ଯ୍ୟ ଉତ୍ପନ୍ନ ହୁଏ । ତେଣୁ କୁହାଯାଇଛି ଅସ୍ଥିନ ସତି ଇଦଂ ଭବତି ଅର୍ଥାତ୍ ଏହା ହେଲେ ତାହା ହୁଏ । ପୁଣି କୁହାଯାଇଛି ଅସ୍ଥିନ୍ ଅସତି ଇଦଂ ନ ଭବତି ଅର୍ଥାତ୍ ଏହା ନ ହେଲେ ତାହା ହୁଏ ନାହିଁ । ଏହି ପ୍ରତିତ୍ୱସମୁପାଦ ହେଉଛି ଏକ ସ୍ବୟଂ ଚାଳିତ ନିୟମ । ଏହା ସ୍ଵଭ ପ୍ରବୃତ୍ତ ଭାବରେ ଏ ସଂସାରରେ ଅନବରତ ଭାବରେ କାର୍ଯ୍ୟ କରିଚାଲିଛି ।
ଏହି କାର୍ଯ୍ୟକାରଣ ନିୟମ ଈଶ୍ବରଙ୍କ ଦ୍ଵାରା ପରିଚାଳିତ ନୁହେଁ । ଏହା ବିଶ୍ଵରେ ଏକ ସ୍ଵାଭାବିକ ନିୟମ । ବୁଦ୍ଧଦେବଙ୍କ ମତରେ ଏହି ପ୍ରତିତ୍ବସମୁଦ୍ପାଦ ହେଉଛି ନିତ୍ୟତାବାଦ ଏବଂ ଉଚ୍ଛେଦବାଦର ଏକ ମଧ୍ୟବର୍ତ୍ତୀ ସିଦ୍ଧାନ୍ତ ଅଟେ । ନିତ୍ୟତାବାଦ ଅନୁସାରେ ଏପରି ଏକ ସତ୍ତ୍ବ ରହିଛି ଯାହା ନିତ୍ୟ ଓ କାରଣ ରହିଛି । ତାହାଛଡ଼ା କୌଣସି ବସ୍ତୁର ସମ୍ପୂର୍ଣ୍ଣ ବିଦାୟ ମଧ୍ଯ ସମ୍ଭବ ନୁହେଁ । କାରଣ ପ୍ରତ୍ୟେକ ବସ୍ତୁ ବିନଷ୍ଟ ହେବା ପୂର୍ବରୁ କୌଣସି ନା କୌଣସି କାର୍ଯ୍ୟ ଉତ୍ପାଦନ କରିବା ନିଶ୍ଚିତ । ବୁଦ୍ଧଙ୍କର ଏ ମତବାଦରେ ମଧ୍ଯମପନ୍ଥୀ ଦର୍ଶନ କରନ୍ତି ।
ପ୍ରତିତ୍ୟସମୁଦ୍ପାଦ ଉପରେ ହିଁ ବୁଦ୍ଧ ବିଶେଷ ଭାବରେ ଗୁରୁତ୍ୱ ଆରୋପ କରିଛନ୍ତି । ବୁଦ୍ଧ ଏହାକୁ ଧର୍ମ ନାମରେ ମଧ୍ୟ ଅଭିହିତ କରିଛନ୍ତି । ସେ କହୁଥିଲେ, ଯେ ପ୍ରତିତ୍ୟସମୁଦ୍ପାଦକୁ ଜାଣେ ସେ ଧର୍ମକୁ ଜାଣେ, ଯେ ଧର୍ମର ଜ୍ଞାତା, ସେ ପ୍ରତିତ୍ୟସମୁଦ୍ଦର ଜ୍ଞାତା ଅଟେ । ରୂପବେଦନା, ସଂଜ୍ଞା, ସଂସ୍କାର ଓ ବିଜ୍ଞାନ ଏହି ପାଞ୍ଚଗୋଟି ପ୍ରତ୍ୟୟ ଗୁଡ଼ିକରୁ ଯାହା ଉତ୍ପନ୍ନ ହୁଏ ତାକୁ ପ୍ରତିତ୍ୟସମୁଦ୍ପାଦ କହନ୍ତି । କେତେକ ଦାର୍ଶନିକ ଏହି ପ୍ରତିତ୍ୟସମୁଦ୍ପାଦକୁ ଶୂନ୍ୟବାଦୀ ସିଦ୍ଧାନ୍ତ ରୂପେ ଗ୍ରହଣ କରିଛନ୍ତି ।
ଦାର୍ଶନିକ ନାଗାର୍ଜୁନ ଶୂନ୍ୟବାଦୀ ଦର୍ଶନର ଆଧାରକୁ ଗ୍ରହଣ କରି ପ୍ରତ୍ୟସମୁଦ୍ପାଦ ଓ ଶୂନ୍ୟତାକୁ ଏକ ତତ୍ତ୍ବ ବୋଲି ବର୍ଣ୍ଣନା କରିଛନ୍ତି । ଏହା ସାହାଯ୍ୟରେ ବୁଦ୍ଧ ଦେବ ଦୁଃଖର କାରଣ ଏବଂ ଦୁଃଖ ନିବୃତ୍ତିର ଉପାୟ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଜରାମରଣ ଆଦି ଦୁଃଖର କାରଣ । ଜାତି ଅର୍ଥାତ୍ ଜନ୍ମ । ମନୁଷ୍ୟ ଜନ୍ମ ଗ୍ରହଣ ନ କଲେ ଦୁଃଖଭୋଗ ସମ୍ଭବ ହୁଅନ୍ତା ନାହିଁ । ତେଣୁ ଜନ୍ମ ହିଁ ଦୁଃଖର କାରଣ । ପୁଣି ବୁଦ୍ଧ ଦେବଙ୍କ ମତରେ ଏହି ଜନ୍ମର କାରଣ ହେଉଛି ପୁନର୍ବାର ଜନ୍ମ ଲାଭର ବାସନା ।
ଏହି ବାସନାର କାରଣ ହେଉଛି ଉପାଦାନ ଅର୍ଥାତ୍ ପୃଥିବୀର ଜାଗତିକ ବସ୍ତୁ ପ୍ରତି ନିଜର ଆସକ୍ତି ଲାଭ କରିବା । ଏହି ଆସନ୍ତି ହୁଏ ତୃଷ୍ଣା ଅର୍ଥାତ୍ ଇନ୍ଦ୍ରିୟାନୁଭୂତିକୁ । ତୃଷ୍ଣାର କାରଣ ହେଉଛି ବେଦନା । ଅର୍ଥାତ୍ ଅତୀତର ଇନ୍ଦ୍ରୟ ସୁଖ । ସେହି ଇନ୍ଦ୍ରିୟଗୁଡ଼ିକ ନଥିଲେ ଯଥା- ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା, ଚର୍ମ ଓ ମନ । ଏ ସମସ୍ତ ନଥିଲେ ସ୍ପର୍ଶ ସମ୍ଭବ ହୁଏ ନାହିଁ । ସ୍ପର୍ଶର କାରଣ ହେତୁ ଏହି ଷଷ୍ଠ ଇନ୍ଦ୍ରିୟର ବୋଲି ବୁଝିବାକୁ ହେବ । ତେଣୁ ଦେହ ଓ ମନର ସଂଗଠନ ନଥିଲେ ଏହା ଷଡ଼ ଆୟତନର କାର୍ଯ୍ୟ ସମ୍ପାଦନା ହୁଅନ୍ତା ନାହିଁ ।
ପୁଣି ବୌଦ୍ଧ ଦର୍ଶନରେ ଏହି ଦେହ ଓ ମନର ସଙ୍ଗଠନକୁ ନାମ ରୂପ ବୋଲି ଆଖ୍ୟା ଦିଆଯାଇଛି । ଏହି ନାମ ରୂପର କାରଣ ହେଉଛି ବିଜ୍ଞାନ । ଏହି ଦେହ ଓ ମନର ସଙ୍ଗଠନ ଚେତନାହୀନ ହୋଇଥିଲେ ମାତୃଗର୍ଭରେ ବର୍ଷିତ ହୋଇ ନଥାଆନ୍ତା । ଏହି ବିଜ୍ଞାନ ବା ଚେତନାର କାରଣ ପୁଣି ପୂର୍ବ ଜୀବନର ସଂସ୍କାର ଉପରେ ନିର୍ଭର କରେ । ପୂର୍ବଜନ୍ମର କୃତ କର୍ମରୁ ଓ ସଂସ୍କାର ଆବିର୍ଭାବ ହୋଇଥାଏ । ପୁଣି ଏ ସଂସ୍କାରର କାରଣ ଅବିଦ୍ୟା ବା ଅଜ୍ଞାନ ବୋଲି କୁହାଯାଇଥାଏ ।
ଏଣୁ ଅଜ୍ଞାନ ହିଁ ଜରାମରଣ ଆଦିର ମୂଳକାରଣ । ଏହି ପ୍ରତିତ୍ଵସମୁଦ୍ଦ ବା କାର୍ଯ୍ୟକାରଣ ନିୟମ ଦ୍ବାରା ଆବଧ ହୋଇଥିବାରୁ ଏହାକୁ ଦ୍ବାଦଶ ନିଦାନ ବୋଲି କୁହାଯାଏ । କେହି କେହି ଏହାକୁ ମଧ୍ୟ ଜନ୍ମମରଣ ଚକ୍ର ବା ଭାବଚକ୍ର ବା କାଳଚକ୍ର ଇତ୍ୟାଦି ଅଭିହିତ କରିଛନ୍ତି । ଏହି ଦ୍ବାଦଶ ନିଦାନ ଗୁଡ଼ିକ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଜୀବନ ସହିତ ସମ୍ପୃକ୍ତ ହୋଇଅଛି ।
(୧) ଅବିଦ୍ୟା – ଅତୀତ ଜୀବନ
(୨) ସଂସ୍କାର – ଅତୀତ ଜୀବନ
(୩) ବିଜ୍ଞାନ – ବର୍ଉମାନ ଜୀବନ
(୪) ନାମ ରୂପ – ବର୍ଉମାନ ଜୀବନ
(୫) ଷଡ଼ାୟତନ – ବର୍ଉମାନ ଜୀବନ
(୬) ସ୍ପର୍ଶ – ବର୍ଉମାନ ଜୀବନ
(୭) ବେଦନା – ବର୍ଉମାନ ଜୀବନ
(୮) ତୃଷ୍ଣା – ବର୍ଉମାନ ଜୀବନ
(୯) ଉପାଦାନ – ବର୍ଉମାନ ଜୀବନ
(୧୦) ଭବ – ବର୍ଉମାନ ଜୀବନ
(୧୧) ଜାତି – ଭବିଷ୍ୟତ ଜୀବନ
(୧୨) ଜରାମରଣ – ଭବିଷ୍ୟତ ଜୀବନ
ଏହି ଦ୍ବାଦଶ ନିଦାନ ଯୋଗୁଁ ମନୁଷ୍ୟ ଜନ୍ମମରଣ ଚକ୍ରରେ ବାରମ୍ବାର ଘୂରିବାକୁ ବାଧ୍ୟ ହୁଏ ଏବଂ ଜରାମରଣ ଆଦି ଦୁଃଖ ତା ଲାଗି ଅବସମ୍ଭାଦି ହୋଇଥାଏ ।
ସମାଲୋଚନା: କେତେକ ଦାର୍ଶନିକ ମତରେ ବୁଦ୍ଧଙ୍କର ପ୍ରଚଳିତ ଏହି ପ୍ରତିତ୍ଵସମୁତ୍ପାଦ ସିଦ୍ଧାନ୍ତଟି ଜଡ଼ବାଦୀ ଦର୍ଶନର ଏକ ଅଂଶ ବିଶେଷ । ଏହା କାର୍ଯ୍ୟକାରଣ ନିୟମ ହୋଇଥିବାରୁ ନିୟତବାଦ କ୍ଷେତ୍ରରେ ଏହା ପରସ୍ପର ବିରୋଧ ଅଟେ । ଏହି ପ୍ରତିତ୍ଵସମୁପାଦ ଏକ ଅଜ୍ଞତା ଯାହାକି ମନୁଷ୍ୟ ଜୀବନର ମୂଳ କାରଣକୁ ବିଲୋପ କରିବାରେ ସହାୟକ ହୋଇଥାଏ । ତେଣୁ ଏହି ଅଜ୍ଞାନ ପ୍ରକୃତ ଜ୍ଞାନୀଙ୍କ ଦ୍ୱାରା ବିଲୋପ ସାଧନ ହୋଇପାରେ । ନାଗାର୍ଜୁନ ଯେ କି ବୁଦ୍ଧଙ୍କର ଜଣେ ମହାନ ଅନୁଗତ ଅଟନ୍ତି ।