+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Odisha State Board Plus Two First Year Optional Odia Question Answer Chapter 5 ବ୍ୟାକରଣ ବିଭାଗ Textbook Exercise Questions and Answers.

Plus Two First Year Optional Odia Chapter 5 ବ୍ୟାକରଣ ବିଭାଗ Question Answer

ପାଠ୍ୟପୁସ୍ତକସ୍ଥ ନମୁନା ପ୍ରଶ୍ନବଳୀ ଓ ଉତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ । ପ୍ରଦତ୍ତ ଚାରଟି ବିକଳ୍ପ ମଧ୍ୟରୁ ଠିକ ଉତ୍ତରଟି ବାଛ।

Question 1.
ବାକ୍ୟରେ ବ୍ୟବହୃତ ଶବ୍ଦକୁ କ’ଣ କହନ୍ତି?
(କ) ବାକ୍ୟାର୍ଥ
(ଖ) ପଦ
(ଗ) ଅର୍ଥ
(ଘ) ଅକ୍ଷର
Answer:
(ଖ) ପଦ

Question 2.
‘ସେମାନେ କାଲି ଆସିବେ’ ଏହି ବାକ୍ୟରେ ‘ସେମାନେ’ ପଦଟି କ’ଣ?
(କ) ଅବ୍ୟୟ
(ଖ) କ୍ରିୟା
(ଗ) କର୍ରା
(ଘ) ବିଶେଷଣ
Answer:
(ଗ) କର୍ତ୍ତା

Question 3.
ଗଦ୍ୟର ମୌଳିକ ଉପାଦାନ କ’ଣ?
(କ) ବାକ୍ଯ
(ଖ) ପଦ
(ଗ) ଚରଣ
(ଘ) ଧାଡ଼ି
Answer:
(ଖ) ପଦ

Question 4.
କ’ଣ ଭାବନାର ଗନ୍ତାଘର?
(କ) ମଣିଷର ମନ
(ଖ) ବହିର ପୃଷ୍ଠା
(ଗ) ଶିକ୍ଷକଙ୍କ କଥା
(ଘ) ଛାତ୍ରଙ୍କ ଉତ୍ତର
Answer:
(କ) ମଣିଷର ମନ

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 5.
ଗଠନ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର?
(କ) ପାଞ୍ଚ
(ଖ) ଦୁଇ
(ଗ) ଚାରି
(ଘ) ତିନି
Answer:
(ଘ) ତିନି

Question 6.
ଭାବ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର?
(କ) ଚାରି
(ଖ) ତିନି
(ଗ) ପାଞ୍ଚ
(ଘ) ଦୁଇ
Answer:
(କ) ଚାରି

Question 7.
‘‘ରବୀନ୍ଦ୍ରନାଥ ଠାକୁର ‘ଗୀତାଞ୍ଜଳି’ ପାଇଁ ନୋବେଲ ପୁରସ୍କାର ପାଇଥିଲେ ।’’ – ଏହା କି ପ୍ରକାର ବାକ୍ୟ?
(କ) ବିସ୍ମୟସୂଚକ
(ଖ) ଆଦେଶସୂଚକ
(ଗ) ବିବୃତ୍ତିସୂଚକ
(ଘ) ପ୍ରଶ୍ନସୂଚକ
Answer:
(ଗ) ବିବୃରିସୂଚକ

Question 8.
ଦୁଇ ବା ତତୋଧ‌ିକ ଖଣ୍ଡବାକ୍ୟର ସଂଯୋଗରେ ଗଠିତ ବାକ୍ୟକୁ କ’ଣ କହନ୍ତ?
(କ) ସରଳବାକ୍ଯ
(ଖ) ଜଟିଳବାକ୍ୟ
(ଗ) ଯୌଗିକ ବାକ୍ୟ
(ଘ) ଏଥରୁ କେଉଁଟି ନୁହେଁ
Answer:
(ଗ) ଯୌଗିକ ବାକ୍ୟ

Question 9.
ଓ, ଏବଂ, ମାତ୍ର, କିନ୍ତୁ ଇତ୍ୟାଦି ଅବ୍ୟୟ ଯୋଗରେ କି ପ୍ରକାର ବାକ୍ୟ ହୁଏ?
(କ) ଯୌଗିକ ବାକ୍ୟ
(ଖ) ଜଟିଳ ବାକ୍ୟ
(ଗ) ଯୌଗିକ ବାକ୍ୟ
(ଘ) ଏଥୁରୁ କେଉଁଟି ନୁହେଁ
Answer:
(ଘ) ଏଥୁରୁ କେଉଁଟି ନୁହେଁ

Question 10.
କେଉଁଟି ଏକ ଆଶ୍ରିତ ଅବ୍ୟୟ?
(କ) ଯେପରି
(ଖ) ଏବଂ
(ଗ) କିନ୍ତୁ
(ଘ) ମାତ୍ର
Answer:
(ଗ) କିନ୍ତୁ

(ଖ) ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଲେଖ । (୧ ନମ୍ବର ବିଶିଷ୍ଟ)

Question 1.
ବାକ୍ୟର ସଂଜ୍ଞା ଲେଖ?
Answer:
ଏକ ବା ଏକାଧ୍ଵକ ଶୃଙ୍ଖଳିତ ପଦଦ୍ୱାରା ଉପଯୁକ୍ତ ଭାବ ପ୍ରକାଶ କରୁଥିବା ଅଭିବ୍ୟକ୍ତି ହେଉଛି ବାକ୍ୟ ।

Question 2.
ଏକକ ପଦ ଥାଇ ଗୋଟିଏ ବାକ୍ୟର ଦୃଷ୍ଟାନ୍ତ ଦିଅ ।
Answer:
ହଉ ।

Question 3.
ବାକ୍ୟ ଭିତରେ ଥ‌ିବା ଶବ୍ଦକୁ କ’ଣ କହନ୍ତି?
Answer:
ବାକ୍ୟ ଭିତରେ ଶବ୍ଦକୁ ପଦ କହନ୍ତି ।

Question 4.
ଓଡ଼ିଆ ବାକ୍ୟରେ ସାଧାରଣତଃ କ’ଣ ପ୍ରଥମେ ରହେ?
Answer:
ଓଡ଼ିଆ ବାକ୍ୟରେ ସାଧାରଣତଃ ପ୍ରଥମେ କର୍ଷା ରହେ ।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 5.
ଗଠନ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାରର?
Answer:
ଗଠନ ଦୃଷ୍ଟିରୁ ବାକ୍ୟ ସାଧାରଣତଃ ତିନି ପ୍ରକାର ।

Question 6.
ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟ କେତେ ଭାଗରେ ବିଭକ୍ତ?
Answer:
ଭାବ ଓ ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟ ଚାରି ଭାଗରେ ବିଭକ୍ତ ।

Question 7.
‘‘ଧନୀ ଲୋକମାନେ ଅନ୍ୟକୁ ସାହାଯ୍ୟ କରିବା ଉଚିତ’’ । ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ?
Answer:
ଧନୀ ଲୋକମାନେ ଅନ୍ୟକୁ ସାହାଯ୍ୟ କରିବା ଉଚିତ । ଗଠନ ଦୃଷ୍ଟିରୁ ଏହା ସରଳ ବାକ୍ୟ ।

Question 8.
‘ମାନ ମହତଠାରୁ ବଡ଼ କିଛି ନାହିଁ?’ – ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ?
Answer:
ମାନମହତଠାରୁ ବଡ଼ କିଛି ନାହିଁ – ଭାବ ଦୃଷ୍ଟିରୁ ଏହା ବିବୃଭିସୂଚକ ବାକ୍ୟ ।

Question 9.
ଦୁଇଟି ସରଳ ବାକ୍ୟ ସଂଯୋଗରେ କି ପ୍ରକାର ବାକ୍ୟ ଗଠିତ ହୁଏ?
Answer:
ଦୁଇଟି ସରଳବାକ୍ୟର ସଂଯୋଗରେ ଯୌଗିକ ବାକ୍ୟ ଗଠିତ ହୁଏ ।

Question 10.
ପରସ୍ପର ନିର୍ଭରଶୀଳ ଦୁଇ ଖଣ୍ଡବାକ୍ୟ ମିଳନରେ କି ପ୍ରକାର ବାକ୍ୟ ଗଠିତ ହୁଏ?
Answer:
ପରସ୍ପର ନିର୍ଭରଶୀଳ ଦୁଇଖଣ୍ଡବାକ୍ୟର ମିଳନରେ ଜଟିଳ ବାକ୍ୟ ହୁଏ ।

Question 11.
ଗୋଟିଏ ବିସ୍ମୟ ସୂଚକ ବାକ୍ୟର ଦୃଷ୍ଟାନ୍ତ ଦିଅ ।
Answer:
ଡଃ କି ଥଣ୍ଡା ! – ଏକ ବିସ୍ମୟ ସୂଚକ ବାକ୍ୟ ।

Question 12.
ଆଦେଶସୂଚକ ବାକ୍ୟଟିଏ ଲେଖ?
Answer:
ବହିଟା ସେଇଠି ରଖ – ଆଦେଶସୂଚକ ବାକ୍ୟ ।

(ଗ) ନିର୍ଦ୍ଦେଶ ଅନୁସାରେ ଅର୍ଥ ନ ବଦଳାଇ ବାକ୍ୟଗୁଡ଼ିକ ପରିବର୍ତ୍ତନ କର । (୧ ନମ୍ବର ବିଶିଷ୍ଟ)

Question 1.
ମନ୍ଦିରମାଳିନୀ ସହର ଭୁବନେଶ୍ଵର ଅତୀବ ସୁନ୍ଦର । (ଜଟିଳ ବାକ୍ୟରେ ପ୍ରକାଶ କର)
Answer:
ଭୁବନେଶ୍ଵର ମନ୍ଦିରମାଳିନୀ, ଏଣୁ ଏହା ଅତୀବ ସୁନ୍ଦର ।

Question 2.
ଯେଉଁ ଅଧ୍ୟାପକ କାଲି ଇତିହାସ ପଢ଼ାଉଥିଲେ, ତାଙ୍କର ଚଷମା ହଜିଯାଇଛି । (ସରଳ ବାକ୍ୟରେ ପ୍ରକାଶ କର)
Answer:
ଇତିହାସ ପଢ଼ାଉଥବା ଅଧ୍ୟାପକଙ୍କ ଚଷମା ହଜିଯାଇଛି ।

Question 3.
ତୁମେ ଯଦି ମୋ ସହିତ ଆସିବ, ତେବେ ମୁଁ ଚାନ୍ଦିପୁର ବେଳାଭୂମି ବୁଲାଇଦେବି । (ଯୌଗିକ ବାକ୍ୟ କର)
Answer:
ତୁମେ ମୋ ସହିତ ଆସିବ ଓ ମୁଁ ତୁମକୁ ଚାନ୍ଦିପୁର ବେଳାଭୂମି ବୁଲାଇ ନେବି ।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 4.
କାଲି ସନ୍ଧ୍ୟାରେ ମିତାଲି ପାଠ ନପଢ଼ି ଚେସ୍ ଖେଳିଲା (ଯୌଗିକ ବାକ୍ୟ କର)
Answer:
କାଲି ସନ୍ଧ୍ୟାରେ ମିତାଲି ପାଠ ପଢ଼ିଲା ନାହିଁ, କିନ୍ତୁ ଚେସ୍ ଖେଳିଲା ।

Question 5.
ବେଳ ଥାଉଁ ବନ୍ଧ ବାନ୍ଧିବ ଓ ବିପଦରୁ ରକ୍ଷା ପାଇବ । (ସରଳ ବାକ୍ୟକୁ ପରିବର୍ତ୍ତନ କର)
Answer:
ବେଳ ଥାଉଁ ବନ୍ଧ ବାନ୍ଧି ବିପଦରୁ ରକ୍ଷା ପାଅ ।

Question 6.
ପରୀକ୍ଷାରେ କପି କରିବା କ’ଣ ଧର୍ତ୍ତବ୍ଯ ଅପରାଧ ନୁହେଁ? (ବିବୃଭିସୂଚକ ବାକ୍ୟ କର)
Answer:
ପରୀକ୍ଷାରେ କପି କରିବା ଧର୍ମବ୍ୟ ଅପରାଧ ।

Question 7.
ଗୁରୁଜନମାନଙ୍କୁ ଅସମ୍ମାନ କରିବା ଅନୁଚିତ । (ନାସ୍ତିସୂଚକ ବାକ୍ୟ କର)
Answer:
ଗୁରୁଜନମାନଙ୍କୁ ଅସମ୍ମାନ କରିବା ଉଚିତ ।

Question 8.
ଚାଷ କାର୍ଯ୍ୟକୁ ପୁଣି ଏତେ ଅବହେଳା ! (ପ୍ରଶ୍ନସୂଚକ ବାକ୍ୟରେ ପ୍ରକାଶ କର)
Answer:
ଚାଷ କାର୍ଯ୍ୟକୁ ଏତେ ଅବହେଳା?

Question 9.
ସଚେତନ ହେଲେ ସଡ଼କ ଦୁର୍ଘଟଣା ବଢ଼ିବ ନାହିଁ । (ବିବୃତ୍ତିସୂଚକ ବାକ୍ୟ କର)
Answer:
ସଚେତନ ହେଲେ ସଡ଼କ ଦୁର୍ଘଟଣା ରୋକାଯାଇ ପାରିବ ।

Question 10.
ଉପେନ୍ଦ୍ର ଭଞ୍ଜ ମହାନ କବି । (ବିସ୍ମୟସୂର୍ବକ ବାକ୍ୟ କର)
Answer:
ଉପେନ୍ଦ୍ର ଭଞ୍ଜ କି ମହାନ କବି !

(ଘ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । (୫ ନମ୍ବର-୧୫୦ ଶବ୍ଦ ମଧ୍ୟରେ)

Question 1.
ଗଠନ ଦୃଷ୍ଟିରୁ ବାକ୍ୟର ପ୍ରକାରଭେଦ ସଦୃଷ୍ଟାନ୍ତ ଦର୍ଶାଅ ।
Answer:
ଗଠନ ଦୃଷ୍ଟିରୁ ବାକ୍ୟ ସାଧାରଣତଃ ତିନି ପ୍ରକାର । ଯଥା – ସରଳ ବାକ୍ୟ, ଯୌଗିକ ବାକ୍ୟ ଓ ଜଟିଳ ବାକ୍ୟ ।
ଯଥା –
ସରଳ ବାକ୍ୟ – ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଏ, ତାହାକୁ ସରଳ ବାକ୍ୟ କହନ୍ତି ।
ଉଦାହରଣ – ମୁଁ ଭୁବନେଶ୍ଵର ଯିବି ।
ସେମାନେ କଲେଜରୁ ଫେରିଲେ ।
ଯୌଗିକ ବାକ୍ୟ – ଦୁଇ ବା ତତୋଧ୍ଵକ ସରଳ ବାକ୍ୟ ସଂଯୋଗରେ ଯେଉଁ ବାକ୍ୟ ଗଠିତ ହୋଇଥାଏ, ତାହାକୁ ଯୌଗିକ ବାକ୍ୟ କୁହାଯାଏ । ଏଠାରେ ଓ, ଏବଂ, କିନ୍ତୁ, ବା, କି, ନ ହେଲେ, ପୁଣି, ସିନା, ମାତ୍ର, ଆଉ ଇତ୍ୟାଦି ଅବ୍ୟୟ ଦ୍ବାରା ବାକ୍ୟଗୁଡ଼ିକ ସଂଯୁକ୍ତ ହୋଇଥାନ୍ତି ।
ଉଦାହରଣ – ମୁଁ ଯିବି ଓ ନାଚ ଦେଖୁଛି ।
ମୁଁ ହାଟକୁ ଗଲି ଓ ପରିବା ଆଣିଲି ।
ଜଟିଳ ବାକ୍ୟ – ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧୀକ ଖଣ୍ଡବାକ୍ୟର ସଂଯୋଗରେ ଗଠିତ ବାକ୍ୟକୁ ଜଟିଳ ବାକ୍ୟ କହନ୍ତି । ଯାହାର–ତାହାର, ଯେବେ–ତେବେ, ଯେତେବେଳେ-ସେତେବେଳେ, ଯାହା-ତାହା, ଯେ-ସେ, ଯଦି – ତାହେଲେ ଇତ୍ୟାଦି ଅଶ୍ରିତ ଅବ୍ୟୟ ଦ୍ବାରା ଜଟିଳ ବାକ୍ୟ ଗଠିତ ହୋଇଥାଏ ।
ଉଦାହରଣ – କଟକରୁ ଯାହା ଆଣିବ, ଏକା ଖାଇବନି, ମୋ ପାଇଁ ରଖୁବ ।
ଅନ୍ୟଠାରୁ ଯେତିକି ଆଶା କର, ଅନ୍ୟ ପ୍ରତି ସେହିପରି ବ୍ୟବହାର କର ।

Question 2.
ପ୍ରକାର୍ଯ୍ୟ ଦୃଷ୍ଟିରୁ ଉଦାହରଣ ଦେଇ ବାକ୍ୟର ପ୍ରକାରଭେଦ ଉଲ୍ଲେଖ କର ।
Answer:
ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟଗୁଡ଼ିକ ମୁଖ୍ୟତଃ ଚାରିପ୍ରକାର । ଯଥା – ବିବୃତ୍ତିସୂଚକ, ଆଦେଶାର୍ଥକ, ପ୍ରଶ୍ନସୂଚକ ଓ ବିସ୍ମୟସୂଚକ ।
ଯଥା –
କ – ବିବୃତ୍ତିସୂଚକ ବାକ୍ୟ – କୌଣସି ବାକ୍ୟରେ କେବଳ ଏକ ବିବୃତ୍ତି ବା ବକ୍ତବ୍ୟ ସୂଚିତ ହେଲେ, ତାହା ବିବୃତ୍ତି ସୂଚକ ବାକ୍ୟ ହୋଇଥାଏ ।
ଉଦାହରଣ – ବ୍ୟାୟାମ କଲେ ଶରୀର ସୁସ୍ଥ ରହେ ।
ରାଜା ଜଗନ୍ନାଥଙ୍କର ରାଉତ ମାତ୍ର ।

ଖ – ଆଦେଶସୂଚକ ବାକ୍ୟ – ଯେଉଁ ବାକ୍ୟରେ କୌଣସି ବିଷୟରେ ଆଦେଶ ଥାଏ, ତାହା ଆଦେଶସୂଚକ ବାକ୍ୟ ।
ଆଶିଷ ଓ ଅନୁରୋଧ ଥ‌ିବା ବାକ୍ୟ ମଧ୍ୟ ଏହି ପର୍ଯ୍ୟାୟର ।
ଉଦାହରଣ – ଏଇଠି ରଖୁଦିଅ ।
ତୁମେ ସେଠାକୁ ଯାଅ ।

ଗ – ପ୍ରଶ୍ନସୂଚକ ବାକ୍ୟ – ଯେଉଁ ବାକ୍ୟରେ କୌଣସି ବିଷୟରେ ପ୍ରଶ୍ନ ପଚରାଯାଇଥାଏ, ତାହା ପ୍ରଶ୍ନସୂଚକ ବାକ୍ୟ ।
ଉଦାହରଣ – ମାଛ କେତେ ଦାମ୍?
ତୁମେ କାଲି କେଉଁଠାକୁ ଯାଇଥିଲ?

ଘ – ବିସ୍ମୟସୂଚକ ବାକ୍ୟ – ଯେଉଁ ବାକ୍ୟରେ ବିସ୍ମୟ ବା ଆଶ୍ଚର୍ଯ୍ୟ ଭାବ ସୂଚିତ ହୁଏ, ତାହାକୁ ବିସ୍ମୟସୂଚକ ବାକ୍ୟ କହନ୍ତି ।
ଉଦାହରଣ – ଡଃ କି ବର୍ଷା !
ଆହା ! ଭିକାରୀଟି ଶୀତରେ କି କଷ୍ଟ ପାଉଛି ।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 3.
ପାଞ୍ଚଟି ଜଟିଳ ବାକ୍ୟ ଲେଖୁ ସେଗୁଡ଼ିକୁ ସରଳ ଓ ଯୌଗିକ ବାକ୍ୟରେ ପ୍ରକାଶ କର ।
Answer:
କ – ଜଟିଳ ବାକ୍ୟ – ଯେତେବେଳେ ପରୀକ୍ଷା ପାଖେଇ ଆସେ ସେତେବେଳେ ମଦନ ବହିପତ୍ର ଅଣ୍ଡାଳେ ।
ସରଳ ବାକ୍ୟ – ପରୀକ୍ଷା ପାଖେଇ ଆସିଲେ ମଦନ ବହିପତ୍ର ଅଣ୍ଡାଳେ ।
ଯୌଗିକ ବାକ୍ୟ – ପରୀକ୍ଷା ପାଖେଇ ଆସେ, ତେଣୁ ମଦନ ବହିପତ୍ର ଅଣ୍ଡାଳେ ।

ଖ – ଜଟିଳ ବାକ୍ୟ – କଟକରୁ ଯାହା ଆଣିବ, ନିଜେ ଖାଇବ ।
ସରଳ ବାକ୍ୟ – କଟକରୁ ଆଣିଥ‌ିବା ଜିନିଷ ନିଜେ ଖାଇବ ।
ଯୌଗିକ ବାକ୍ୟ – କଟକରୁ ଯାହା ଆଣିବ, ତାହା ନିଜେ ଖାଇବ ।

ଗ – ଜଟିଳ ବାକ୍ୟ – ଆରେ ତମେତ ସିଏ, ଯିଏ କାଲି ମତେ ଧମକାଇଥିଲା ।
ସରଳ ବାକ୍ୟ – କାଲି ତମେ ମତେ ଧମକାଇଥିଲ ।
ଯୌଗିକ ବାକ୍ୟ – କାଲି ତମେ ଆସିଲ ଓ ମତେ ଧମକାଇଥୁଲ ।

ଘ – ଜଟିଳ ବାକ୍ୟ – ସମୟ ଅଛି, ଏବେଠାରୁ ସଚେତନ ହୁଅ ।
ସରଳ ବାକ୍ୟ – ସମୟ ଥାଉଁ ଥାଉଁ ସଚେତନ ହୁଅ ।
ଯୌଗିକ ବାକ୍ୟ – ସମୟ ଅଛି, ଏଣୁ ସଚେତନ ହୁଅ ।

ଙ – ଜଟିଳ ବାକ୍ୟ – ମୁକୁନ୍ଦ ନୁହେଁ, ସେ ପରା କାଲି ଆସିବ ।
ସରଳ ବାକ୍ୟ – ମୁକୁନ୍ଦ କାଲି ଆସିବ ।
ଯୌଗିକ ବାକ୍ୟ – ମୁକନ୍ଦ ପରା କାଲି ଆସିବ ।

Question 4.
ପାଞ୍ଚଟି ବିବୃତ୍ତିସୂଚକ ବାକ୍ୟ ଲେଖୁ ସେଗୁଡ଼ିକୁ ପ୍ରଶ୍ନସୂଚକ ଓ ବିସ୍ମୟସୂଚକ ବାକ୍ୟରେ ପରିବର୍ତ୍ତନ କର ।
Answer:
କ – ବିବୃତ୍ତିସୂଚକ ବାକ୍ୟ : ପରିଶ୍ରମ କଲେ ସୁଫଳ ମିଳେ ।
ପ୍ରଶ୍ନସୂଚକ ବାକ୍ୟ ; ପରିଶ୍ରମ କଲେ କ’ଣ ସୁଫଳ ମିଳେ?
ବିସ୍ମୟସୂଚକ ବାକ୍ୟ : ପରିଶ୍ରମ କଲେ କି ସୁଫଳ ମିଳେ !

ଖ – ବିବୃତ୍ତିସୂଚକ ବାକ୍ୟ : ଦେଶ ମାଟିକୁ ଆଦର କରିବା ଆବଶ୍ୟକ ।
ପ୍ରଶ୍ନସୂଚକ ବାକ୍ୟ : ଦେଶମାଟିକୁ କ’ଣ ଅନାଦର କରିବା ଆବଶ୍ୟକ?
ବିସ୍ମୟସୂଚକ ବାକ୍ୟ : ଦେଶମାଟିକୁ ପୁଣି ଅନାଦର !

ଗ – ବିବୃତ୍ତିସୂଚକ ବାକ୍ୟ : ମିଥ୍ୟାବାଦୀକୁ ସମସ୍ତେ ଘୃଣା କରନ୍ତି ।
ପ୍ରଶ୍ନସୂଚକ ବାକ୍ୟ : ମିଥ୍ୟାବାଦୀକୁ କିଏ ଘୃଣା ନ କରନ୍ତି?
ବିସ୍ମୟସୂଚକ ବାକ୍ୟ : ମିଥ୍ୟାବାଦୀକୁ ପୁଣି ଘୃଣା ନ କରନ୍ତି !

ଘ – ବିବୃତ୍ତିସୂଚକ ବାକ୍ୟ : ମକର ଯାତ୍ରାପାଇଁ ମୟୂରଭଞ୍ଜ ବିଖ୍ୟାତ ।
ପ୍ରଶ୍ନସୂଚକ ବାକ୍ୟ : ମକର ଯାତ୍ରାପାଇଁ କ’ଣ ମୟୂରଭଞ୍ଜ ବିଖ୍ୟାତ?
ବିସ୍ମୟସୂଚକ ବାକ୍ୟ : ମକର ଯାତ୍ରାପାଇଁ ମୟୂରଭଞ୍ଜ ବିଖ୍ୟାତ !

ଙ – ବିବୃତ୍ତିସୂଚକ ବାକ୍ୟ : ଆମ ଶିକ୍ଷକ ଭଲ ଶିକ୍ଷା ଦିଅନ୍ତି ।
ପ୍ରଶ୍ନସୂଚକ ବାକ୍ୟ : ଆମ ଶିକ୍ଷକ କ’ଣ ଭଲ ଶିକ୍ଷା ଦିଅନ୍ତି?
ବିସ୍ମୟସୂଚକ ବାକ୍ୟ : ଆମ ଶିକ୍ଷକ ଭଲ ଶିକ୍ଷା ଦିଅନ୍ତି !

Question 5.
ପାଞ୍ଚଟି ନାସ୍ତିବାଚକ ବାକ୍ୟ ଉଲ୍ଲେଖ କରି ସେଗୁଡ଼ିକୁ ବିବୃତ୍ତିସୂଚକ ଓ ପ୍ରଶ୍ନସୂଚକ ବାକ୍ୟରେ ପରିଣତ କର ।
Answer:
କ – ନାସ୍ତିସୂଚକ ବାକ୍ୟ : ପଣ୍ଡିତ ଗୋପବନ୍ଧୁ ଆଦୌ ଦେଶସେବକ ନଥିଲେ ।
ବିବୃତ୍ତିସୂଚକ ବାକ୍ୟ : ପଣ୍ଡିତ ଗୋପବନ୍ଧୁ ଦେଶସେବକ ଥିଲେ ।
ପ୍ରଶ୍ନସୂଚକ ବାକ୍ୟ : ପଣ୍ଡିତ ଗୋପବନ୍ଧୁ କ’ଣ ଦେଶସେବକ ଥିଲେ ?

ଖ – ନାସ୍ତିସୂଚକ ବାକ୍ୟ : ଅନ୍ଧାରରେ ଅଜଣା ରାସ୍ତାରେ ଚାଲିବା ଆଦୌ ଉଚିତ ନୁହେଁ ।
ବିବୃତ୍ତିସୂଚକ ବାକ୍ୟ : ଅନ୍ଧାରରେ ଅଜଣା ରାସ୍ତାରେ ଚାଲିବା ଅନୁଚିତ ।
ପ୍ରଶ୍ନସୂଚକ ବାକ୍ୟ : ଅନ୍ଧାରରେ କ’ଣ ଅଜଣା ରାସ୍ତାରେ ଚାଲିବା ଉଚିତ?

ଗ – ନାସ୍ତିସୂଚକ ବାକ୍ୟ : ଜ୍ଞାନୀମାନଙ୍କୁ କେହି ଅସମ୍ମାନ କରନ୍ତି ନାହିଁ ।
ବିବୃତ୍ତିସୂଚକ ବାକ୍ୟ : ଜ୍ଞାନୀମାନଙ୍କୁ କେହି ଅସମ୍ମାନ କରନ୍ତି ନାହିଁ ।
ପ୍ରଶ୍ନସୂଚକ ବାକ୍ୟ : ଜ୍ଞାନୀମାନଙ୍କୁ କ’ଣ କେହି ଅସମ୍ମାନ କରନ୍ତି?

ଘ – ନାସ୍ତିସୂଚକ ବାକ୍ୟ : କଷ୍ଟ କଲେବି କୃଷ୍ଣ ମିଳନ୍ତି ନାହିଁ ।
ବିବୃତ୍ତିସୂଚକ ବାକ୍ୟ : କଷ୍ଟ କଲେ କୃଷ୍ଣ ମିଳେ ।
ପ୍ରଶ୍ନସୂଚକ ବାକ୍ୟ ; କଷ୍ଟ କଲେ କି କୃଷ୍ଣ ମିଳନ୍ତି?

ଙ – ନାସ୍ତିସୂଚକ ବାକ୍ୟ : ବର୍ଷାକାଳରେ ରାସ୍ତା ଅବସ୍ଥା ଶୋଚନୀୟ ନୁହେଁ ।
ବିବୃତ୍ତିସୂଚକ ବାକ୍ୟ : ବର୍ଷାକାଳରେ ରାସ୍ତା ଅବସ୍ଥା ଶୋଚନୀୟ ।
ପ୍ରଶ୍ନସୂଚକ ବାକ୍ୟ : ବର୍ଷାକାଳରେ ରାସ୍ତା ଅବସ୍ଥା କେତେ ଶୋଚନୀୟ?

ଛନ୍ଦ

ପ୍ରାଚୀନ କାବ୍ୟକାର ବା କବି, ପଦ୍ୟ ବ୍ୟ କବିତା ରଚନା କରିବା ନିମିତ୍ତ ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଅନୁସରଣ କରୁଥିଲେ । ଏହି ନିର୍ଦ୍ଦିଷ୍ଟ ଶୈଳୀ ବା ନିୟମକୁ ଛନ୍ଦ କୁହାଯାଏ । ଏହାକୁ ପଦ୍ୟ ରଚନା କରିବାର ବୈଶିଷ୍ଟ୍ୟ ବୋଲି କୁହାଯାଇଥାଏ ।

ଛାନ୍ଦ – ପ୍ରାଚୀନ ପଦ୍ୟ ବା କବିତା ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବାରୁ ତାହାକୁ ଛାନ୍ଦ କୁହାଯାଏ ।
ଛନ୍ଦ ମୁଖ୍ୟତଃ ଦୁଇ ପ୍ରକାର; ଯଥା –

  • ମିତ୍ରାକ୍ଷର ଛନ୍ଦ,
  • ଅମିତ୍ରାକ୍ଷର ଛନ୍ଦ ।

ମିତ୍ରାକ୍ଷର ଛନ୍ଦ ଦୁଇଭାଗରେ ବିଭକ୍ତ; ଯଥା— ସମ ଛନ୍ଦ ଓ ବିଷମ ଛନ୍ଦ ।
ପଦ – ଦୁଇ ବା ତତୋଽଧ୍ଵକ ପାଦର ସମଷ୍ଟିରେ ପଦ ଗଠିତ ହୁଏ ।
ପାଦ – ପଦର ପ୍ରତ୍ୟେକ ପଂକ୍ତିକୁ ପାଦ କୁହାଯାଏ ।
ଯତିପାତ – ଛନ୍ଦର ଶୈଳୀକୁ ନେଇ ରଚନା କରାଯାଇଥିବା ପଦ୍ୟକୁ ଗାଇବା ସମୟରେ ପ୍ରତ୍ୟେକ ପାଦର ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ବା ଶ୍ଵାସଘାତ ହୋଇଥାଏ । ଏହି ଶ୍ବାସଘାତକୁ ଯତି ବା ଯତିପାତ କୁହାଯାଏ । ବିଭିନ୍ନ ଛନ୍ଦ ଅନୁସାରେ ପଦ, ପାଦ, ଯତି ଭିନ୍ନ ଭିନ୍ନ ହୋଇଥାଏ ।

ରାଗ : ତାଳ ଓ ଲୟଯୁକ୍ତ କବିତା ଗାନ କରିବାପାଇଁ ବିଭିନ୍ନ ରାଗ ନିର୍ଦ୍ଦେଶ କରାଯାଇଥାଏ । ଯଥା — ପଟ୍ଟ ମଞ୍ଜରୀ, ମାନବଗୋଡ଼ା, ରାମକେରୀ ଇତ୍ୟାଦି ବିଭିନ୍ନ ରାଗ ଅଟେ ।
ନିମ୍ନରେ କେତେକ ଛନ୍ଦ ଓ ଯତିପାତ ଉପରେ ଆଲୋଚନା କରାଯାଉଛି ।

(୧) ଦାଣ୍ଡିବୃତ୍ତ ବା ଛନ୍ଦ – ଏହାର ଦୁଇ ପାଦରେ ଏକପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ସମାନ ନୁହେଁ । ଏହାର ନିର୍ଦ୍ଦିଷ୍ଟ ଭାବରେ ଯତିପାତ ହୁଏନାହିଁ । ତେଣୁ ଗାୟକ ଗାଇବାବେଳେ ନିଜ ସୁବିଧା ଅନୁସାରେ ସ୍ଵର ଲମ୍ବାଇ ବିଶ୍ରାମ ନେଇ ଗାଇଥା’ନ୍ତି। ଓଡ଼ିଆ ସାହିତ୍ୟର ପ୍ରାଚୀନ କାବ୍ୟ; ଯଥା— ସାରଳା ଦାସଙ୍କ ‘ମହାଭାରତ’, ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ ଓ ଚୈତନ୍ଯ ଦାସଙ୍କ ‘ବିଷ୍ଣୁଗର୍ଭ ପୁରାଣ’ ଏହି ଦାଣ୍ଡିବୃତ୍ତରେ ରଚିତ ।

ଉଦାହରଣ –
(୧) ଏଥୁ ଅନନ୍ତରେ ଗୋ ପାର୍ବତୀ ଦେବୀ ଶୁଣ
ମାଲ୍ୟବନ୍ତ ପର୍ବତେ ରହିଲେ ରଘୁରାଣ । (ଦାଣ୍ଡି ରାମାୟଣ – ବଳରାମ ଦାସ)

(୨) ଏଥୁ ଅନନ୍ତରେ ଦ୍ରୋଣେ ବିଦ୍ଯାପୁତ୍ରନ୍ତ ହକାରି
ବାବୁ ତୁମ୍ଭେ ଯାଅରେ ମୃଗୟା ବନ ହେରି । (ମହାଭାରତ – ସାରଳା ଦାସ)

(୨) ନଟବାଣୀ ବା ବିଭାସ କେଦାର – ଦୁଇ ପାଦରେ ଏକ ପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ୧୨ ।
ପାଦର ତୃତୀୟ, ଷଷ୍ଠ, ନବମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।

ଉଦାହରଣ – ସୁଖ ବୋ’ଲି ଯାହା’ ଜନନେ’ତ୍ରେ ଦିଶେ’
ହାତେ ଆ’ ମୁଁ ହାତେ’ ପଡ଼ିବା’ ପାଇଁ ସେ’। (ଚିଲିକା)

(୩) ଚକ୍ରକେଳି – ଦୁଇ ପାଦରେ ଏକ ପଦ ହୁଏ । ପ୍ରତି ପାଦର ଅକ୍ଷର ସଂଖ୍ୟା ଏଗାର ।
ପ୍ରତି ପାଦର ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
ଉଦାହରଣ – ‘‘ଆହେ ଦୟାମୟ’ ବିଶ୍ବବିହାରୀ’
ଘେନ ଦୟାବହି’ ମୋର ଗୁହାରୀ’’ (ପ୍ରାର୍ଥନା) (ରାମକୃଷ୍ଣ ନନ୍ଦ)

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

(୪) ଭାଗବତ ବାଣୀ/ଗୁଜରୀ/ନବାକ୍ଷରୀ – ଦୁଇ ପାଦରେ ଏକ ପଦ ହୁଏ । ପ୍ରତି ପାଦର ଅକ୍ଷର ସଂଖ୍ୟା ୯ ।
ପ୍ରତି ପାଦର ତୃତୀୟ, ପଞ୍ଚମ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
ଉଦାହରଣ – ‘‘ଗୁରୁଙ୍କୁ ନ ମଣିବ ନର
ଗୁରୁ ହିଁ ସାକ୍ଷାତ ଈଶ୍ଵର ।’’
‘‘ଗୁରୁ ଚରଣ ସେବା କରି
ତାଙ୍କ ବଚନ ଶିରେ ଧରି ।’’
‘‘ଗୁରୁଙ୍କୁ ବିଷ୍ଣୁ ପ୍ରାୟେ ମଣି
ସେବା କରିବ ଦୃଢ଼େ ପୁଣି’’ (ଭାଗବତ – ଜଗନ୍ନାଥ ଦାସ)

(୫) ରାମକେରୀ – ଦୁଇ ପାଦରେ ଏକ ପଦ ହୁଏ । ପ୍ରତିପାଦର ଅକ୍ଷର ସଂଖ୍ୟା ଷୋହଳ । ପ୍ରତି ପାଦର ନବମ, ଏକାଦଶ ଓ ଷୋଡ଼ଶ ଅକ୍ଷର ଉପରେ ଯତିପାତ ହୁଏ ।
ଉଦାହରଣ – ‘‘ଖସି ପଡୁଛି କି ଆକାଶୁ କିଏ ଗଙ୍ଗା ଯମୁନା
ଖୂର ସଙ୍ଗେ ପ୍ରାଣ ଶୋଷିଲେ ନାଶକଲା ପୁତନା ।’’
‘‘ଗହନ କାନନ ବନରେ ଘୋର ବରଷା କାଳ
ଗିରି ବାମ କଲେ ଧରିଲେ ନନ୍ଦ ଯଶୋଦା ବାଳ ।’’
‘‘ଘରେ ନ ରହନ୍ତି ଗଉଡ଼େ ସେ ତ ଅଧମ ଜାତି
ଘେନି ବସ୍ତ୍ରାବୃନ୍ଦ ବାଳକେ ବନେ ବୁଲନ୍ତି ନିତି ।’’

(୬) ବଙ୍ଗଳାଶ୍ରୀ – ଦୁଇ ପାଦରେ ଏକ ପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା କୋଡ଼ିଏ ।
ପ୍ରତି ପାଦର ଷଷ୍ଠ, ଦ୍ଵାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
ଉଦାହରଣ – ‘‘ସ୍ଵାମୀଗୁରୁ ସ୍ୱାମୀ’ ପରମ ବାନ୍ଧବ’ ’ସ୍ଵାମୀ ସେବା ନାରୀ’ ଧର୍ମ
ସ୍ଵାମୀ ପଦେ ଭକ୍ତି’ ଅର୍ଜନାରେ ମତି’ ଅର୍ପି ତୁ କରିବୁ’ କର୍ମ ।’’ (ପ୍ରଣୟ ବଲ୍ଲରୀ – ଗଙ୍ଗାଧର ମେହେର)

(୭) ଶଙ୍କରାଭରଣ – ଚାରିପାଦରେ ଏକ ପଦ ହୁଏ । ପ୍ରଥମ, ଦ୍ଵିତୀୟ ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା ଆଠ ।
୧ମ, ୨ୟ ଓ ୪ର୍ଥ ପାଦର ଅଷ୍ଟମ, ଏକାଦଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ତୃତୀୟ ପାଦର ଦ୍ୱିତୀୟ, ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
ଉଦାହରଣ – ‘‘ନିର୍ମଳ ଚନ୍ଦ୍ର ମଣ୍ଡଳ ଶରଦେ ବିରାଜି
ଦିଶେ ଯଥା ଦର୍ପକ ଦର୍ପଣେ ଥିଲେ ମାଜି
ଚାହିଁ କୁମର କାତର
ଲେଖୁ ଆରମ୍ଭିଲା ବସି ବିନୟ ପତର ।’’
‘‘ଯେତେଦୂରେ ପତ୍ର ପଡ଼ିଥିଲେରେ ନବୀନା
ଚିହ୍ନିକି ନୁହଇ ଆନେ ବୃକ୍ଷ ନାମ କିନା
ବନ୍ଧୁ ତେମନ୍ତ ମୁଁ ତୋର
ସବୁଠାରେ କୁହାଉଛି ସୁନ୍ଦରୀ କୋୟର ।’’

(୮) କଳହଂସ କେଦାର – ଚାରି ପାଦରେ ଏକ ପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ୧୨ । ପ୍ରତି ପାଦର ସପ୍ତମ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ବେଳେବେଳେ ୪ର୍ଥ ଧାଡ଼ି ଶେଷରେ ଗୋ, ରେ, ହେ ଆଦି ସମ୍ବୋଧନ ପଦସୂଚକ ବର୍ଣ୍ଣ ମଧ୍ଯ ଥାଏ ।
ଉଦାହରଣ – ‘ଅନନ୍ତ ମହେଶ୍ଵରେ’ ମୋ ପ୍ରାଣ ସାଇଁ
ବୋଲି ରାଜିବ ସଦା’ ଥବି ଅନାଇଁ
ଶିଖାଅ ମୋତେ ସଦା’ ଏ ପୁଣ୍ଯ ବ୍ରତ’
ତୋର ଆଶିଷେ ପୂରୁ’ ମୋ ମନୋରଥ’ । (ପଦ୍ମ – ମଧୁସୂଦନ ରାଓ)

(୯) ଚୋଖ୍ – ଚାରି ପାଦରେ ଏକପଦ ହୁଏ । ପ୍ରଥମ, ଦ୍ଵିତୀୟ ପାଦ ଦୁଇଟି ୨୯ ଅକ୍ଷର ବିଶିଷ୍ଟ । ତୃତୀୟ ପାଦ ୯ ଅକ୍ଷର ବିଶିଷ୍ଟ ଓ ଚତୁର୍ଥ ପାଦ ୧୩ ଅକ୍ଷର ବିଶିଷ୍ଟ । ପ୍ରଥମ ଓ ଦ୍ବିତୀୟ ପାଦର ଷଷ୍ଠ, ଅଷ୍ଟମ, ଚତୁର୍ଦ୍ଦଶ, ଷୋଡ଼ଶ, ଦ୍ୱାବିଂଶ, ଚତୁର୍ବିଂଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ତୃତୀୟ ପାଦର ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ଚତୁର୍ଥ ପାଦର ଷଷ୍ଠ ଓ ଅଷ୍ଟମ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ମନେରଖୁବାର ସହଜ ଉପାୟ –
ପ୍ରଥମ ଓ ଦ୍ୱିତୀୟ ପାଦର – ୬, ୮, ୧୪, ୧୬, ୨୨, ୨୪, ୨୯ ଅକ୍ଷର ଉପରେ ଯତିପାତ ।
ତୃତୀୟ ପାଦ – ୬, ୯ ଅକ୍ଷର ଉପରେ ଯତିପାତ ।
ଚତୁର୍ଥ ପାଦ – ୬, ୮, ୧୩ ଅକ୍ଷର ଉପରେ ଯତିପାତ।
ଉଦାହରଣ – ‘ବଧୂର ନୁହଇ’ ବୀର’ ବୋଇଲା ତହିଁ ଧୀ’ବର’
ଶୁଣିଲିଣି ପଥ’ରେ ପ’ଥର’ ଅବଳା’
ବାଲିପଡ଼ି ତୋ ଚରଣୁ’ ଆଶଙ୍କା ଉ’ପୁଜେ’ ଏଣୁ’
ନଉକା ନାୟିକା’ ହେଲେ’ ବୁଡ଼ି’ବ ଭେଳା’
ବୃତ୍ତି ଏ ମୋ ପୋଷେ’ କୁଟୁମ୍ବ”
ବସାଇ ନ ଦେବି’ ନାବେ ନ ଧୋଇ ପାଦ’ ।’’ (ବୈଦେହୀଶ ବିଳାସ – କବିସମ୍ରାଟ ଉପେନ୍ଦ୍ର ଭଞ୍ଜ)
‘‘ରସିକ ବିଚାର କରେ, ଦୀପଦାନ କୀର୍ତ୍ତିକରେ
ପ୍ରୟାଗେ ସ୍ନାନ ମକରେ ଯେହୁ ନ କରେ
ମିଶେ କି ସେ ଆଲୋକରେ, ଉତ୍ତମ ରାମା ଅଙ୍କରେ
ଘେନି ବସେ ପଲଙ୍କରେ କି ହିମକରେ
ପୂର୍ବେ ସେବିଥିଲେ ଶଙ୍କରେ
ସେ ଫଳୁ ଧରି ଉରଜ ଶ୍ରୀଫଳେ କରେ’’ (ରସିକ ହାରାବଳୀ – କବିସମ୍ରାଟ ଉପେନ୍ଦ୍ର ଭଞ୍ଜ)

(୧୦) ଆଷାଢ଼ ଶୁକ୍ଳବାଣୀ – ଛଅ ପାଦରେ ଏକ ପଦ ହୁଏ । ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଓ ଷଷ୍ଠ ପାଦ ଏଗାର ଅକ୍ଷର ବିଶିଷ୍ଟ । ଏହି ପାଦଗୁଡ଼ିକର ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ପଞ୍ଚମ ପାଦଟି ଛଅ ଅକ୍ଷର ବିଶିଷ୍ଟ । ଏହାର ଶେଷ ଅକ୍ଷର ଉପରେ ଯତିପାତ ହୁଏ ।
ଉଦାହରଣ – ‘‘ଅନଳ ନୁହଇ ଦେହ ଦହଇ’
ଅସ୍ତ୍ର ନୁହଇ ମରମେ ଭେଦଇ’
ନୁହଇ ତ ଜଳ’ ବୁଡ଼ାଏ କୁଳ
ନୁହଇ ମାଦକ’ କରେ ବିହ୍ବଳ’
ନୁହଇ ବଡ଼ଶୀ
ବଳେ ମନ ମୀନ’ କିଏ ଆକର୍ଷି ।’’ (ବିଦଗ୍ଧ ଚିନ୍ତାମଣି – ଅଭିମନ୍ୟୁ ସାମନ୍ତ ସିଂହାର )
‘‘ଯେଣେ ଚାହିଁଲେ ତେଣେ ସେହି ଦିଶେ
ଚକ୍ଷୁ ବୁଜିଲେ ହୃଦରେ ପ୍ରକାଶେ
ନିଦ୍ରା ଅଇଲେ ସ୍ଵପନେ ଦେଖଇ
ଜାଗ୍ରତେ ଥିଲେ ଜ୍ଞାନ ହିଁ ନଥାଇ
କାୟ ମନୋବାକ୍ଯ
ତା ବିନେ ସାର ନଗଣେ ତ୍ରିଲୋକ ।’’
(ବିଦଗ୍ଧ ଚିନ୍ତାମଣି) – ଅଭିମନ୍ୟୁ ସାମନ୍ତସିଂହାର

(୧୧) ରସକୁଲ୍ୟା – ଛଅ ପାଦରେ ଏକ ପଦ ହୁଏ । ପ୍ରଥମ, ଦ୍ୱିତୀୟ ଓ ତୃତୀୟପାଦ ଏଗାର ଅକ୍ଷର ବିଶିଷ୍ଟ । ଏହି ତିନୋଟି ପାଦର ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ଚତୁର୍ଥ ପାଦ ବାର ଅକ୍ଷର । ଏହାର ଷଷ୍ଠ, ଏକାଦଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ପଞ୍ଚମ ପାଦ ନଅ ଅକ୍ଷର ବିଶିଷ୍ଟ । ଏହାର ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ଷଷ୍ଠ ପାଦ ଏକୋଇଶ ଅକ୍ଷର ବିଶିଷ୍ଟ । ଏହାର ଷଷ୍ଠ, ଦ୍ବାଦଶ, ଅଷ୍ଟାଦଶ, ବିଂଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।

ମନେରଖୁବାର ସହଜ ଉପାୟ–
୧ମ, ୨ୟ, ୩ୟ ପାଦ – ୬, ୧୧ ଅକ୍ଷର ଉପରେ ଯତିପାତ
୪ର୍ଥ ପାଦ – ୬, ୧୧, ୧୨ ଅକ୍ଷର ଉପରେ ଯତିପାତ
୫ମ ପାଦ – ୬, ୮, ୯ ଅକ୍ଷର ଅକ୍ଷର ଉପରେ ଯତିପାଦ
୬ଷ୍ଠ ପାଦ – ୬, ୧୨, ୧୮, ୨୦, ୨୧ ଅକ୍ଷର ଉପରେ ଯତିପାତ

ଉଦାହରଣ–
ବିଧାନ ହୋଇଛି ଯା ନାମ ସୀତା
ବର୍ଣ୍ଣନେ ଶୋଭା ଅତି ମଧୁରତା
ବୁଡ଼ି ନେତ୍ର ଅଜ ହେବ ପବିତ୍ର
ବିଶେଷେ କର୍ଷି ଦେଇ ହୃଦକ୍ଷେତ୍ର ସେ
ବୁଣିଲାଣି ସ୍ନେହ ବୀଜ ଯେ
ବିଚାରୁ ଏମନ୍ତ ଜନକ ସମ୍ମତି ଶୁଣିଲେ ସଖୀ ସମାଜ ଯେ— (ବୈଦେହୀଶ ବିଳାସ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

ବେଶକାରୀ ଡାକି ପୀଠେ ବସାଇ
ବେଶ ବିରଚିଲେ ଚିଉ ର ସାଇ
ବିମ୍ବ ଦେଖାଇଲେ ଛାମୁରେ କେହି
ବିମ୍ବାଧରୀ ଆଡ଼ମ୍ବରକୁ ବହି ସେ
ବିବନ୍ଧ କଲେ କୁନ୍ତଳ ଯେ
ବନ୍ଦୀ ହୋଇଲା ମର୍କ କୁ ବେଣୀରେ ବନ୍ଦୀ ହେବେ ମନମୀନେ ଯେ – (ବୈଦେହୀଶ ବିଳାସ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

ପାଠ୍ୟପୁସ୍ତକସ୍ଥ ନମୁନା ପ୍ରଶ୍ନବଳୀ ଓ ଉତ୍ତର

(କ) ଏକ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ । ପ୍ରଦତ୍ତ ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛ ।

Question 1.
‘‘ଅକ୍ଷର ଗଣିବ ହସ୍ତରେ । ତେବେ ସେ ଲେଖୁବ ପତରେ’’ – ଏହା କେଉଁ କବିଙ୍କ ରଚନା?
(କ) ସାରଳା ଦାସ
(ଖ) ଉପେନ୍ଦ୍ର ଭଞ୍ଜ
(ଗ) ଭକ୍ତଚରଣ ଦାସ
(ଘ) ଦୀନକୃଷ୍ଣ ଦାସ
Answer:
(ଘ) ଦୀନକୃଷ୍ଣ ଦାସ

Question 2.
କବିତାର ଧାଡ଼ିକୁ କ’ଣ କହନ୍ତି?
(କ) ପାଦ
(ଖ) ପଦ
(ଗ) ଶବ୍ଦ
(ଘ) ଅକ୍ଷର
Answer:
(କ) ପାଦ

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 3.
କେଉଁଟି ଏକ ରାଗର ନାମ?
(କ) ଛାନ୍ଦମାଳା
(ଖ) ମାଳବଗୌଡ଼ା
(ଗ) ମାଳବ
(ଘ) ମେଳକ
Answer:
(ଖ) ମାଳବଗୌଡ଼ା

Question 4.
ନବାକ୍ଷରୀ ବୃତ୍ତର ଅନ୍ୟନାମ କ’ଣ?
(କ) ଚକ୍ରକେଳି
(ଖ) ରସକୁଲ୍ୟା
(ଗ) ଗୁଜ୍ଜରୀ
(ଘ) ମାଳାଶ୍ରୀ
Answer:
(ଗ) ଗୁଜ୍ଜରୀ

Question 5.
ମିତ୍ରାକ୍ଷର ଛନ୍ଦ କେତେ ଭାଗରେ ବିଭକ୍ତ?
(କ) ଦୁଇ
(ଖ) ତିନି
(ଗ) ଛଅ
(ଘ) ଚାରି
Answer:
(କ) ଦୁଇ

Question 6.
‘ନଟବାଣୀ’ କି ପ୍ରକାର ଛନ୍ଦ?
(କ) ଅମିତ୍ରାକ୍ଷର ଛନ୍ଦ
(ଖ) ବିଷମଛନ୍ଦ
(ଗ) ସମଚ୍ଛନ୍ଦ
(ଘ) ଏଥରୁ କେଉଁଟି ନୁହେଁ
Answer:
(ଗ) ସମଚ୍ଛନ୍ଦ

Question 7.
ଚୋଖ୍ ଛନ୍ଦରେ ପ୍ରତି ପଦରେ କେତେ ପାଦ ଥାଏ?
(କ) ଚାରି
(ଖ) ପାଞ୍ଚ
(ଗ) ଦୁଇ
(ଘ) ଛଅ
Answer:
(କ) ଚାରି

Question 8.
କେଉଁଟି ବିଷମଛନ୍ଦ ନୁହେଁ?
(କ) ରସ୍‌କୁଲ୍ଯା
(ଖ) ବଙ୍ଗଳାଶ୍ରୀ
(ଗ) ଚୋଖ୍
(ଘ) ଶଙ୍କରାଭରଣ
Answer:
(ଖ) ବଙ୍ଗଳାଶ୍ରୀ

Question 9.
ରାଧାନାଥଙ୍କ ‘ଚିଲିକା’ କେଉଁ ଛନ୍ଦରେ ରଚିତ?
(କ) ଚକ୍ରକେଳି
(ଖ) ବଙ୍ଗଳାଶ୍ରୀ
(ଗ) ଚୋଖ୍
(ଘ) ନଟବାଣୀ
Answer:
(ଘ) ନଟବାଣୀ

Question 10.
ଓଡ଼ିଆ କାବ୍ୟକବିତାରେ ବ୍ୟବହୃତ କେଉଁ ଛନ୍ଦଟି ପାରମ୍ପରିକ ନୁହେଁ?
(କ) ଚକ୍ରକେଳି
(ଖ) ଅମିତ୍ରାକ୍ଷର
(ଗ) ନବାକ୍ଷରୀ
(ଘ) ରସକୁଲ୍ଯା
Answer:
(ଖ) ଅମିତ୍ରାକ୍ଷର

(ଖ) ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ । (୧ ନମ୍ବର ବିଶିଷ୍ଟ)

Question 1.
ଛନ୍ଦ କହିଲେ କ’ଣ ବୁଝ ?
Answer:
ପଦ୍ୟ ବା କବିତାରଚନାର ଶୃଙ୍ଖଳା ହେଉଛି ଛନ୍ଦ ।

Question 2.
ଛନ୍ଦର ପ୍ରତିଶବ୍ଦ କ’ଣ?
Answer:
ଛନ୍ଦର ପ୍ରତିଶବ୍ଦ ହେଉଛି ବୃତ୍ତ ।

Question 3.
ଛନ୍ଦ ଓ ଛାନ୍ଦ ଭିତରେ କି ପାର୍ଥକ୍ୟ ରହିଛି?
Answer:
ଛନ୍ଦ ହେଉଛି ପଦ୍ୟ ରଚନାର ଶୃଙ୍ଖଳା, ଛନ୍ଦଦ୍ୱାରା କବିତା ଆବଦ୍ଧ ହେଲେ ଛନ୍ଦ ହୁଏ ।

Question 4.
କବିତାର ପାଦ ଓ ପଦ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଦୁଇ ବା ତତୋଽଧୂକ ଧାଡ଼ି ପୂର୍ବଭାବ ବ୍ୟକ୍ତକଲେ ତାହାକୁ ପଦ କୁହାଯାଏ । ମାତ୍ର ପଦ୍ୟ ବା କବିତାର ପ୍ରତିଟି ଧାଡ଼ି ହେଉଛି ପାଦ ।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 5.
ଯତିପାତ କ’ଣ?
Answer:
କବିତା ଆବୃତ୍ତି କରିବା କାଳର ବିରାମ ହେଉଛି ଯତିପାତ ।

Question 6.
କେଉଁ ଛନ୍ଦର ଅନ୍ୟନାମ ବିଭାସକେଦାର?
Answer:
ନଟବାଣୀ ଛନ୍ଦର ଅନ୍ୟନାମ ବିଭାସକେଦାର ।

Question 7.
ଅକ୍ଷର ଓ ମାତ୍ରାକୁ ଭିତ୍ତିକରି କେତେ ପ୍ରକାର ଓ କ’ଣ କ’ଣ ଛନ୍ଦ ହୁଏ?
Answer:
ଅକ୍ଷର ଓ ମାତ୍ରାକୁ ଭିଭିକରି ଛନ୍ଦ ଦୁଇପ୍ରକାର । ଯଥା – ମିତ୍ରାକ୍ଷର ଛନ୍ଦ ଓ ଅମିତ୍ରାକ୍ଷର ଛନ୍ଦ । ମିତ୍ରାକ୍ଷର ସମଚ୍ଛନ୍ଦ ଓ ବିଷମଚ୍ଛନ୍ଦ ଭେଦରେ ଦୁଇଭାଗରେ ବିଭକ୍ତ ।

Question 8.
ଗୁଜରୀ ଛନ୍ଦର ଲକ୍ଷଣ କ’ଣ?
Answer:
ପ୍ରତିପାଦରେ ନଅ ଅକ୍ଷର ଥ‌ିବା ଦୁଇ ପାଦରେ ସମ୍ପୂର୍ଣ୍ଣ ହେଉଥ‌ିବା ଛନ୍ଦ ହେଉଛି ଗୁଜ୍ଜରୀଛନ୍ଦା ।

Question 9.
ଗୁଜରୀ ଛନ୍ଦକୁ କାହିଁକି ଭାଗବତବୃତ୍ତ କୁହାଯାଏ?
Answer:
ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଏଇ ଛନ୍ଦରେ ରଚିତ ହୋଇଥିବାରୁ ଗୁଜରୀ ଛନ୍ଦର ନାମ ଭାଗବତ ବୃତ୍ତ କୁହାଯାଏ ।

Question 10.
ସମଛନ୍ଦ କ’ଣ?
Answer:
ଦୁଇ ବା ଚାରିଚରଣ ବିଶିଷ୍ଟ ପଦର ପ୍ରତିପାଦର ଅକ୍ଷର ସଂଖ୍ୟା ସମାନ ରହିଲେ ସମଚ୍ଛନ୍ଦ ହୁଏ ।

Question 11.
ବିଷମ ଛନ୍ଦର ବୈଶିଷ୍ଟ୍ୟ ଦର୍ଶାଅ ।
Answer:
ପାଦ ଓ ଅକ୍ଷର ସଂଖ୍ୟା ଅସମାନ ଥୁବା ଛନ୍ଦ ହେଉଛି ବିଷମ ଛନ୍ଦ ।

Question 12.
ଗୋଟିଏ ସମଚ୍ଛନ୍ଦର ନାମ ଉଲ୍ଲେଖ କର ।
Answer:
‘ନଟବାଣୀ’ ସମଚ୍ଛନ୍ଦର ଏକ ଦୃଷ୍ଟାନ୍ତ ।

Question 13.
ଶଙ୍କରାଭରଣ କି ପ୍ରକାର ଛନ୍ଦ?
Answer:
ଶଙ୍କରାଭରଣ ହେଉଛି ସମଚ୍ଛନ୍ଦ ।

Question 14.
ଅମ୍ରିତାକ୍ଷର ଛନ୍ଦର ଲକ୍ଷଣ ସୂଚାଅ ।
Answer:
ପଦର ପ୍ରାନ୍ତ ମିଳନ ନଥ‌ିବା ଅଣପାରମ୍ପରିକ ଛନ୍ଦ ହେଉଛି ଅମିତ୍ରାକ୍ଷର ଛନ୍ଦ ।

Question 15.
ବଙ୍ଗଳାଶ୍ରୀ ଛନ୍ଦର କେଉଁ କେଉଁ ଅକ୍ଷରରେ ଯତିପାତ ହୁଏ?
Answer:
ବଙ୍ଗଳାଶ୍ରୀର ଯତିପାତ କ୍ରମ ହେଉଛି –
୬ + ୬ + ୬ + ୨
୬ + ୬ + ୬ + ୨

Question 16.
ଉତ୍କଳ କମଳା ବିଳାସ ଦୀର୍ଘକା
ମରାଳ ମାଳିନୀ ନୀଳାମ୍ବୁ ଚିଲିକା – ଏହା କି ପ୍ରକାର ଛନ୍ଦରେ ରଚିତ?
Answer:
ଉତ୍କଳ କମଳା ବିଳାସ ଦୀର୍ଘକା । ମରାଳମାଳିନୀ ନୀଳାମ୍ବୁ ଚିଲିକା ।
ଏହା ନଟବାଣୀ ଛନ୍ଦରେ ରଚିତ ।

Question 17.
ଚୋଖ୍ ଛନ୍ଦର ପାଦ ସଂଖ୍ୟା କେତେ?
Answer:
ଚୋଖ୍ ଛନ୍ଦରେ ଚାରିପାଦ ଥାଏ ।

Question 18.
କବିସୂର୍ଯ୍ୟ ବଳଦେବ ରଥଙ୍କର ‘ସର୍ପଜଣାଣ’ କବିତାଟି କେଉଁ ଛନ୍ଦରେ ରଚିତ?
Answer:
ପ୍ରଶ୍ନଟି ପାଠ୍ୟ ପ୍ରସଙ୍ଗ ବହିର୍ଭୂତ ।

Question 19.
ସାମ୍ପ୍ରତିକ କବିତାରେ ମୁଖ୍ୟତଃ କେଉଁ ଛନ୍ଦ ବ୍ୟବହୃତ ହେଉଛି?
Answer:
ସାଂପ୍ରତିକ କବିତାରେ ମୁଖ୍ୟତଃ ମୁକ୍ତଛନ୍ଦ ବ୍ୟବହୃତ ହେଉଛି ।

Question 20.
ରସକୁଲ୍ୟା ଛନ୍ଦର ଯତିପାତ ନିୟମ ଲେଖ ।
Answer:
ରସକୁଲ୍ୟା ଛନ୍ଦର ଯତିପାତ ନିୟମ – ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।

(ଗ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । (୫ ନମ୍ବର ବିଶିଷ୍ଟ)

Question 1.
ମିତ୍ରାକ୍ଷର ଓ ଅମିତ୍ରାକ୍ଷର ଛନ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ଦୃଷ୍ଟାନ୍ତ ସହ ବୁଝାଇ ଦିଅ ।
Answer:
ମିତ୍ରାକ୍ଷର ଛନ୍ଦ – ଯେଉଁ ସବୁ ଛନ୍ଦରେ ପ୍ରାନ୍ତ ମିଳନ ଥାଏ, ତାହାକୁ ମିତ୍ରାକ୍ଷର କହନ୍ତି । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଯଥା – ସମଛନ୍ଦ ଓ ବିଷମଛନ୍ଦ ।
ଗୁଜ୍ଜରୀ, ଚକ୍ରକେଳି, ନଟବାଣୀ, ବଙ୍ଗଳାଶ୍ରୀ, ଇତ୍ୟାଦି ଏହି ଶ୍ରେଣୀର ଅଟନ୍ତି ।
ଉଦାହରଣ – ମୁଁ ଅଧିକ ଯେ ଲୋଡ଼ନ୍ତି । ଚୋର ସମାନେ ଦଣ୍ଡପା’ନ୍ତି ।
ଏଠାରେ ‘ଛି’ ଓ ‘ନ୍ତ’ ପ୍ରାନ୍ତମେଳ । ତେଣୁ ଯତିପାତ ଠିକ୍ ଅଛି ।
ଅମିତ୍ରାକ୍ଷର ଛନ୍ଦ – ଯେଉଁ ପଦରେ ପ୍ରାନ୍ତ ମିଳନ ନଥାଏ, ତାହାକୁ ଅମିତ୍ରାକ୍ଷର ଛନ୍ଦ କୁହାଯାଏ । ଏହାର ଯତିପାତରେ ମଧ୍ୟ ସେଭଳି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଆବୃତ୍ତି କଲାବେଳେ ପାଠକ ନିଜ ସୁବିଧା ଅନୁସାରେ ଯତି ପକାଇଥାଏ ।
ଉଦାହରଣ–
୧ – ‘ସତେ ହୋଇଥା’ତି ଯେବେ ନୃପତି ନନ୍ଦିନୀ
୨ – ଥାଆନ୍ତା ଶକତି ମମ ଥାଆନ୍ତା ବିଭବ
୩ – କହନ୍ତି ପରାଣେ ପଣ ନାରୀ ଶିକ୍ଷା ଲାଗି
୪ – ବସାନ୍ତି ନାଳନ୍ଦା ସମ ମହାବିଦ୍ୟାଳୟ ।
ଏଇ ଚାରିପାଦ ବିଶିଷ୍ଟ ଛନ୍ଦର କୌଣସିଟି ପାଦରେ ପ୍ରାନ୍ତମେଳ ରହୁନାହିଁ, ଏଣୁ ଏହା ବିଷମଛନ୍ଦ ।

Question 2.
ସମଛନ୍ଦ ଓ ବିଷମଛନ୍ଦ ମଧ୍ୟରେ ଥ‌ିବା ପାର୍ଥକ୍ୟ ସଦୃଷ୍ଟାନ୍ତ ବୁଝାଅ ।
Answer:
‘ସମଛନ୍ଦ – ଦୁଇ ବା ଚାରିପାଦ ବିଶିଷ୍ଟ ପଦର ପ୍ରତି ପାଦରେ ଅକ୍ଷର ସଂଖ୍ୟା ସମାନ ହେଲେ ତାହାକୁ ସମଛନ୍ଦ କୁହାଯାଏ । ଗୁଜରି, ଚକ୍ରକେଳି, ବଙ୍ଗଳାଶ୍ରୀ ଇତ୍ୟାଦି ଏହାର ଦୃଷ୍ଟାନ୍ତ ।
ବିଷମଛନ୍ଦ – ପାଦର ଅକ୍ଷର ସଂଖ୍ୟା ସମାନ ନଥୁଲେ ତାହାକୁ ବିଷମ ଛନ୍ଦ କୁହାଯାଏ । ଚୋଖ୍, ଶଙ୍କରାଭରଣ, ରସକୁଲ୍ୟା ପ୍ରଭୃତି ଏହାର ଦୃଷ୍ଟାନ୍ତ ।

Question 3.
ଚକ୍ରକେଳି ଛନ୍ଦର ଉଦାହରଣ ଦେଇ ତାର ଲକ୍ଷଣ ଉଲ୍ଲେଖ କର ।
Answer:
ଚକ୍ରକେଳି ଛନ୍ଦ – ଏହି ଛନ୍ଦରେ ଦୁଇ ପାଦରେ ଏକ ପଦ ହୁଏ । ପ୍ରତି ପାଦରେ ଅକ୍ଷର ସଂଖ୍ୟା ଏଗାର । ଏହାର ପ୍ରତିପାଦର ଷଷ୍ଠ ଅକ୍ଷର ଓ ଶେଷ ଅକ୍ଷରରେ ଯତିପାତ ହୋଇଥାଏ । ଯଥା –
ଜୟ ଗୋବିନ୍ଦ ଗୋ’କୁଳ ସୁନ୍ଦର’ ।
ଜୟ ରାମ ଅନୁ’ଜ ଦାମୋଦର’ । (ମଥୁରା ମଙ୍ଗଳ) – ଭକ୍ତ ଚରଣ ଦାସ
‘‘ଆହେ ଦୟାମୟ’ ବିଶ୍ଵବିହାରୀ’
ଘେନ ଦୟାବହି’ ମୋର ଗୁହାରୀ’’ (ପ୍ରାର୍ଥନା) (ରାମକୃଷ୍ଣ ନନ୍ଦ)
ଯତିପାତ କ୍ରମ : ୬ + ୫ = ୧୧
୬ + ୫ = ୧୧ ।

Question 4.
ରସକୁଲ୍ୟା ଓ ଆଷାଢ଼ ଶୁକ୍ଳ ଛନ୍ଦର ପାର୍ଥକ୍ୟ ସଦୃଷ୍ଟାନ୍ତ ବୁଝାଇଦିଅ ।
Answer:
ରସକୁଲ୍ୟା ; ଏହି ଛନ୍ଦରେ ଛଅ ପାଦରେ ଏକ ପଦ ହୁଏ । ଏହାର ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା ଏଗାର । ଏଗୁଡ଼ିକରେ ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ଏହାର ପଞ୍ଚମ ପାଦ ଆଠ ଅକ୍ଷର ଓ ଶେଷପାଦ ୨୧ ଅକ୍ଷର ବିଶିଷ୍ଟ ।
ଯଥା—
ବିଭୂଷଣ ପୁଷ୍ପ’ ଯା କାନ୍ତି ଜାଣ’
ବିଭୂଷଣ କରି’ କନ୍ୟାକୁ ଆଣ’
ବାରଣ ଶିରେ ପ’ଦ ଦେଇ ଆସୁ’
ବରଣ କରି ରା’ମ ମନ ତୋଷୁ’ ସେ
ବୋଳି ଦେଲେ କଉ’ଶିକୁ’ ଯେ,
ବୋଳିଦେଲା ପ୍ରାୟେ’ ଗୋଳି ଚନ୍ଦନକୁ’ ହୋଇଲେ ରଘୁବଂ’ଶିକ ଯେ ।
ଆଷାଢ଼ଶୁକ୍ଳ : ଏହା ଛଅ ପାଦରେ ଏକ ପଦ ହୋଇଥାଏ । ଏହାର ପ୍ରଥମ, ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ଷଷ୍ଠ ପାଦ ଏଗାର ଅକ୍ଷର ବିଶିଷ୍ଟ । ଏଗୁଡ଼ିକର ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ । ପଞ୍ଚମ ପାଦଟି ଛଅ ଅକ୍ଷର ବିଶିଷ୍ଟ ଓ ଏହାର ଶେଷ ଅକ୍ଷରରେ ଯତିପାତ ହୁଏ । ଯଥା –
ଅନଳ ନୁହ’ଇ ଦେହ ଦହଇ’
ଅସ୍ତ୍ର ନୁହଇ’ ମରମ ଭେଦଇ’
ନୁହଇ ତ ଜ’ଳ ବୁଡ଼ାଏ କୁଳ’
ନୁହଇ ମାଦ’କ କରେ ବିହ୍ବଳ’
ନୁହଇ ବଡ଼ଶୀଗା’
ବଳେ ମନ ମୀ’ନ ନିଏ ଆକର୍ଷି’ । (ବିଦଗ୍‌ଧ ଚିନ୍ତାମଣି) – ଅଭିମନ୍ୟୁ ସାମନ୍ତସିଂହାର

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 5.
ଦୃଷ୍ଟାନ୍ତ ସହ ‘ଚୋଖ୍’ର ବିଶେଷତ୍ଵ ବର୍ଣ୍ଣନା କର ।
Answer:
ଚୋଖ୍ – ଏଥରେ ଚାରିପାଦରେ ଏକ ପଦ ହୋଇଥାଏ । ପ୍ରଥମ ଓ ଦ୍ବିତୀୟ ପାଦ ଅଣତିରିଶ ଅକ୍ଷର ବିଶିଷ୍ଟ, ତୃତୀୟ ପାଦ ନଅ ଅକ୍ଷର ବିଶିଷ୍ଟ । ଚତୁର୍ଥ ପାଦ ତେର ଅକ୍ଷର ବିଶିଷ୍ଟ । ପ୍ରଥମ ଦୁଇଟି ପାଦର ଷଷ୍ଠ, ଅଷ୍ଟମ, ଚତୁର୍ଦ୍ଦଶ, ଷୋଡ଼ଶ, ଦ୍ୱାବିଂଶ, ଚତୁର୍ବିଂଶ ଓ ଶେଷ ଅକ୍ଷରରେ ଯତିପାତ ହୋଇଥାଏ । ତୃତୀୟ ପାଦରେ ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ଚତୁର୍ଥ ପାଦରେ ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
– ତୁହି ମା’ ଜନମ’ ଭୂମି’ ପବିତ୍ର ଭାରତ’ ଭୂମି’
ତୋହର ସନ୍ତାନ’ ଆମ୍ଭେ’ ଅର୍ବୁ ସରବେ’
ତୋର ଶ୍ରୀ ଚରଣେ’ ସେବା’ ପାଇଁ ମନ ପ୍ରାଣ’ ଦେବା’
ଗାଇବା ତୋହର’ ନାମ’ ଆନନ୍ଦ ରବେ’
ତୋ ଆନନ୍ଦେ ହୋଇ’ ବା ସୁଖୀ’
କାନ୍ଦିବା ଦୁଃଖରେ’ ତୋର’ ହୋଇଣ ଦୁଃଖୀ’ (ଜନ୍ମଭୂମି) – ମଧୁସୂଦନ ରାଓ
ଏହାର ଯତିପାତକ୍ରମ ହେଉଛି –
୬ + ୨ + ୬ + ୨ + ୬ + ୨ + ୫
୬ + ୨ + ୬ + ୨ + ୬ + ୨ + ୫
୬ + ୩
୬ + ୨ + ୫

+2 1st Year Odia Optional Chapter 5 ବ୍ୟାକରଣ ବିଭାଗ Summary

ବାକ୍ୟର ପ୍ରକାରଭେଦ ଓ ପରିବର୍ତ୍ତନ

(କ) ବାକ୍ୟ ସଂଜ୍ଞା ଓ ସ୍ଵରୂପ:
ସମଗ୍ର ବିଶ୍ଵରେ ମଣିଷ ଏକମାତ୍ର ଜୀବ ଯେକି ଆପଣାର ମନର ଭାବନାକୁ ମୁଖର ଭାଷାରେ ପ୍ରକାଶ କରିପାରେ । ତେବେ ଆପଣାକୁ ପ୍ରକାଶିତ କରିବାର ସର୍ବପ୍ରଧାନ ଉପାଦାନ ହେଲା ବାକ୍ୟ । ପ୍ରତିଟି ବାକ୍ୟ ଗୋଟିଏ ଗୋଟିଏ ସାର୍ଥକ ଓ ସ୍ଵାଧୀନ ଉକ୍ତି । ସାର୍ଥକ କହିବାର ଉଦ୍ଦେଶ୍ୟ ହେଲା ଏଗୁଡ଼ିକ ନିଜେ ନିଜେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥପ୍ରକାଶ କରିବାକୁ ସମର୍ଥ । ଏହି ବାକ୍ୟରେ ବ୍ୟବହୃତ ପଦସମୂହକୁ ମନଇଚ୍ଛା ପରିବର୍ତ୍ତନ କଲେ ବା ଭାଙ୍ଗିଲେ ବାକ୍ୟଟି ଆଦୌ ସୁନ୍ଦର ହେବ ନାହିଁ । ତେଣୁ ମନେ ରଖୁବାକୁ ହେବ, କେତେଗୁଡ଼ିଏ ପଦ ମିଳିତ ହୋଇ ମନର ପୂର୍ଣଭାବକୁ ସ୍ଵୟଂ ସମ୍ପୂର୍ଣ୍ଣଭାବେ ପ୍ରକାଶ କଲେ ତାହାହିଁ ବାକ୍ୟ ପଦବାଚ୍ୟ ହୁଏ । ସାଧାରଣତଃ ଏକ ବିଶୁଦ୍ଧ ବାକ୍ୟରେ ତିନିଗୋଟି ଲକ୍ଷଣ ଦେଖାଯାଏ; ଯଥା – (କ) ଆକାଙ୍‌କ୍ଷା, (ଖ) ଯୋଗ୍ୟତା, (ଗ) ଆସରି

I. ଆକାଙ୍‌କ୍ଷା
ପୂର୍ଣ୍ଣ ଅର୍ଥବୋଧ ନିମିତ୍ତ ଯଦି ଅନ୍ୟ ପଦ ସହ ମିଳିତ ହେବାପାଇଁ ଅପେକ୍ଷା ରଖେ ତାହାହିଁ ଆକାଙ୍‌କ୍ଷା ।

ଉଦାହରଣ ସ୍ଵରୂପ:

  • ବୃକ୍ଷଟି ବାତ୍ୟାଦ୍ୱାରା,
  • ଅନ୍ଧକାର ରାତ୍ରିରେ ପଥୁକଟି,
  • ଜୀବନରେ ଅନେକ

II. ଯୋଗ୍ଯତା
ବାକ୍ୟରେ ବ୍ୟବହୃତ ହେଉଥ‌ିବା ଶବ୍ଦ ଶବ୍ଦ ମଧ୍ୟରେ ଅର୍ଥଗତ ସମ୍ବନ୍ଧ ଥାଏ । ସମ୍ବନ୍ଧ ନ ରହିଲେ ତାହା ଯଥାର୍ଥ ବାକ୍ୟରୂପ ନିଏ ନାହିଁ ।

ଦୃଷ୍ଟାନ୍ତ ସ୍ଵରୂପ:

  • ଘରଟି ଦଉଡୁ ଅଛି ।
  • ସେ ନିଆଁ ପିଇଲା ।
  • ଗଧ ପର୍ବତରେ ଉଡୁଅଛି ।

ଯଦିଓ ଏହା ଗୋଟିଏ ବାକ୍ୟ; କିନ୍ତୁ ପୂର୍ବ ଅର୍ଥବୋଧ ନୁହେଁ । ବାକ୍ୟଟି ନିମ୍ନୋକ୍ତ ପ୍ରାୟ ହେଲେ ତାହାହିଁ ଯଥାର୍ଥରେ ବାକ୍ୟ ପଦବାଚ୍ୟ ହେବ ।

  • ଘରଟି ଛପର ହେଉଅଛି ।
  • ସେ ନିଆଁ ଲଗାଇଲା ।
  • ଗଧ ପର୍ବତ ଉପରକୁ ଉଠିବାକୁ ଚେଷ୍ଟା କରୁଅଛି ।

[ବି.ଦ୍ର – ସ୍ଥଳବିଶେଷରେ ଦୈବୀଶକ୍ତି ସୂଚନା କରିବାପାଇଁ ଯୋଗ୍ୟତା ଅଭାବରେ ଅସମ୍ଭବ ସମ୍ଭାବନାରେ ମଧ୍ୟ ବାକ୍ୟ ହୋଇଥାଏ ।]

ଉଦାହରଣ ସ୍ଵରୂପ:
ଭଗବାନଙ୍କ ଦୟାରେ ପଙ୍ଗୁ ପର୍ବତ ଲଙ୍ଘନ କରିପାରେ ଓ ଅନ୍ଧ ସବୁ ଦେଖୁପାରେ ।

III. ଆସଭି
ଗୋଟିଏ ବାକ୍ୟରେ ଏକ ପଦ ପାଖରେ ଅନ୍ୟପଦର ଉଚିତ ବସାଣ ବା ପ୍ରକୃଷ୍ଟ ବସାଣହିଁ ଆସରି ନାମରେ ପରିଚିତ । ଏ ବାକ୍ୟଟି ଶ୍ରବଣଦ୍ୱାରା ମଣିଷର ଜ୍ଞାନର ଧାରା କ୍ରମଶଃ ବୃଦ୍ଧି ପାଏ । ପରବର୍ତ୍ତୀ ପଦ କ’ଣ ହେବା ଉଚିତ, ସେ ଜାଣିନିଏ । ତେଣୁ ପଦ ପରେ ଯେଉଁପଦ ବସିଥାଏ, ତା’ର ଉପଯୁକ୍ତ ବିନ୍ୟାସପାଇଁ ଲାଗିପଡ଼େ ।

ଦୃଷ୍ଟାନ୍ତ ସ୍ଵରୂପ:

  • ଗୁଣ ବିଶିଷ୍ଟ ସୃଷ୍ଟି ବିଶ୍ୱସ୍ରଷ୍ଟା ବିଭିନ୍ନ ବିଭିନ୍ନ ବ୍ୟକ୍ତିଙ୍କୁ କରିଅଛନ୍ତି ।
  • ନକରେ ପୁତ୍ର କୁଳାଙ୍ଗାର ଭକ୍ତ ତାକୁ ପିତାମାତାଙ୍କୁ ଯେଉଁ ବୋଲିବାକୁ ହେବ ।

ଏହାର ଯଥାର୍ଥ ଉତ୍ତର ହେବ:

  • ବିଶ୍ୱସ୍ରଷ୍ଟା ବିଭିନ୍ନ ବିଭିନ୍ନ ଗୁଣବିଶିଷ୍ଟ ବ୍ୟକ୍ତିଙ୍କୁ ସୃଷ୍ଟି କରିଅଛନ୍ତି ।
  • ଯେଉଁ ପୁତ୍ର ପିତାମାତାଙ୍କୁ ଭକ୍ତି ନ କରେ ତାଙ୍କୁ କୁଳାଙ୍ଗାର ବୋଲିବାକୁ ହେବ ।

ବାକ୍ୟ ମଧ୍ଯରେ ପଦବିନ୍ୟାସର ସାଧାରଣ ନିୟମ;
ନିୟମ: ‘‘ସାଧାରଣତଃ କର୍ରାପଦ ବାକ୍ୟର ଆରମ୍ଭରେ ଓ ସମାପିକା କ୍ରିୟା ଶେଷରେ ଥାଏ ।’’

ଉଦାହରଣ: ରାମ ଭାତ ଖାଇ ସ୍କୁଲକୁ ଗଲା ।
ତେବେ ପ୍ରଶ୍ନ ଉଠେ, ବାକ୍ୟ ସାଧାରଣତଃ କେତେ ପ୍ରକାର?

(ଖ) ବାକ୍ୟର ପ୍ରକାର ଭେଦ:
ବାକ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ଯଥା – ଗଠନଗତ ଓ ଭାବ ବା ପ୍ରକାର୍ଯ୍ୟଗତ ।
ଗଠନଗତ ଦୃଷ୍ଟିରୁ ବାକ୍ୟ ସାଧାରଣତଃ ତିନି ପ୍ରକାରର; ଯଥା –

  • ସରଳ,
  • ଯୌଗିକ,
  • ଜଟିଳ

ଭାବ ବା ପ୍ରକାର୍ଯ୍ୟଗତ ଦୃଷ୍ଟିରୁ ବାକ୍ୟ ଚାରି ପ୍ରକାର । ଯଥା – ବିବୃତିସୂଚକ, ଆଦେଶସୂଚକ, ପ୍ରଶ୍ନସୂଚକ ଓ ବିସ୍ମୟସୂଚକ ।

ବାକ୍ୟର ଗଠନଗତ ପ୍ରକାରଭେଦ

(୧) ସରଳ ବାକ୍ୟ (Simple Sentence)
ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଏ, ତାହା ‘ସରଳ ବାକ୍ୟ’ ନାମରେ ନାମିତ ।
ଉଦାହରଣ :

  • ସେ ଭୁବନେଶ୍ଵର ଗଲେ ।
  • ରାମ ଭାତ ଖାଇ ଶୋଇଲା ।

(୨) ଯୌଗିକ ବାକ୍ୟ (Compound Sentence)
ଦୁଇ ବା ତତୋଽଧ୍ଵ ପରସ୍ପର ନିରପେକ୍ଷ ସରଳ ବାକ୍ୟର ସଂଯୋଗରେ ଯେଉଁ ବାକ୍ୟ ଗଠିତ ହୋଇଥାଏ, ତାହାକୁ ଯୌଗିକ ବାକ୍ୟ କହନ୍ତି ।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

ଉଦାହରଣ :
ସକାଳ ହେଲା, ସୂର୍ଯ୍ୟ ଉଦିତ ହେଲେ ଏବଂ ପକ୍ଷୀମାନେ ମଧୁର କାକଳିରେ ସକାଳକୁ ସ୍ଵାଗତ କଲେ ।
ସାଧାରଣତଃ ଯୌଗିକ ବାକ୍ୟରେ ସରଳ ବାକ୍ୟଗୁଡ଼ିକ ‘କିନ୍ତୁ’ ଓ ‘ଏବଂ’ ଅବ୍ୟୟ ପଦଦ୍ୱାରା ସଂଯୁକ୍ତ ହୋଇଥା’ନ୍ତି ।

ଅନ୍ୟ ଗୋଟିଏ ଦୃଷ୍ଟାନ୍ତ :
ମୁଁ ହାଟକୁ ଗଲି ଓ ପରିବା ଆଣିଲି । ତା’ପରେ ଭାତ ଖାଇ କଲେଜ ଗଲି ।

(୩) ଜଟିଳ ବାକ୍ୟ (Complex sentence):
ପରସ୍ପର ସାପେକ୍ଷ ଦୁଇ ବା ତତୋଽକ ଖଣ୍ଡ ବାକ୍ୟ ମିଳନରେ ଯେଉଁ ବାକ୍ୟ ଗଢ଼ା ହୋଇଥାଏ, ତାହାକୁ ଜଟିଳ ବାକ୍ୟ କହନ୍ତି । ଏହି ଜଟିଳ ବାକ୍ୟରେ ଗୋଟିଏ ପ୍ରଧାନ ବାକ୍ୟ (Principal Clause) ଥାଏ ଓ ଅନ୍ୟଗୁଡ଼ିକ ଅପ୍ରଧାନ ଖଣ୍ଡବାକ୍ୟ (Subordinate Clause) ସେହି ପ୍ରଧାନ ବାକ୍ୟକୁ ଆଶ୍ରୟ କରି ରହିଥା’ନ୍ତି ।

ଦୃଷ୍ଟାନ୍ତ :

  • କେହି ସୁଦ୍ଧା ସ୍ବପ୍ନରେ ଭାବି ନଥିଲେ, ଶ୍ରୀଜଗନ୍ନାଥର ଦେଶ ମହାବାତ୍ୟାରେ ସମ୍ମୁଖୀନ ହୋଇ ଏପରି ଶ୍ରୀହୀନ ହେବ ।
  • ସାଧାରଣତଃ ଅନ୍ୟର ମଙ୍ଗଳପାଇଁ ଯାହାର ଚିନ୍ତା ଓ ଚେତନା, ତାକୁ ଭଗବାନ୍ ସାହାଯ୍ୟ କରନ୍ତି ।
  • ସୁକର୍ମ କୁରଥିବା ବ୍ୟକ୍ତି ଶ୍ରୀମଦ୍ ଭଗବଦ୍ ଗୀତା ଅନୁଯାୟୀ ନିଜ କର୍ମଫଳ ଉପରେ ଆଶା ରଖୁବା ଉଚିତ ନୁହେଁ ।

(୪) ମିଶ୍ର ବାକ୍ୟ (Mixed Sentence):
ଯେଉଁ ବାକ୍ୟରେ ଯୌଗିକ, ସରଳ, ଜଟିଳ, ସବୁ ଧରଣର ବାକ୍ୟ ମିଶିକରି ରହିଥାଏ, ତାକୁ ‘ମିଶ୍ର ବାକ୍ୟ’ କୁହାଯାଏ ।

ଉଦାହରଣ ସ୍ଵରୂପ:
ଯେତେବେଳେ ଦ୍ରୋଣ ଜାଣିଲେ ବିଚାର ନକରି ଏକଲବ୍ୟ ନିରୀହ କୁକୁରଟିର ମୁହଁକୁ ଶରମାରି ବନ୍ଦ କରି ଦେଇଛି ସେତେବେଳେ ସେ ନିଶ୍ଚଳ ହୋଇଗଲେ; କିନ୍ତୁ ଏକଲବ୍ୟ ଯେ ଧନୁ ବିଦ୍ୟାରେ ଧୂରୀଣ ଏକଥା ତାଙ୍କୁ ଅଛପା ରହିଲାନି ଏବଂ ସେ ଭାବିଲେ, ଏକଲବ୍ୟର ଶକ୍ତି ଊଣାହେବା ଉଚିତ ।

ଭାବ ବା ପ୍ରକାର୍ଯ୍ୟଗତ ପ୍ରକାର ଭେଦ

  • ବିବୃତି ସୂଚକ ବାକ୍ୟ – ଗୋଟିଏ ବିଷୟରେ ନିର୍ଦ୍ଦିଷ୍ଟ ବକ୍ତବ୍ୟ ବା ବିବୃତିଟିଏ ଏହି ଧରଣର ବାକ୍ୟରେ ଦିଆଯାଇଥାଏ । ଏହି ବାକ୍ୟର ବାକ୍ୟ ଶେଷରେ ପୂର୍ଣ୍ଣଛେଦ (।) ଦିଆଯାଏ ।
    ଯଥା – ‘‘ରାଜା ଜଗନ୍ନାଥଙ୍କ ରାଉତ ମାତ୍ର ।’’
  • ଆଦେଶ ସୂଚକ ବାକ୍ୟ – କୌଣସି ବିଷୟରେ ଆଦେଶ ପ୍ରଦାନ କରିବାପାଇଁ ଯେଉଁ ବାକ୍ୟ ବ୍ୟବହୃତ ହୁଏ ତାହା ଆଦେଶ ସୂଚକ ବାକ୍ୟ । ଏହି ବାକ୍ୟର ବାକ୍ୟ ଶେଷରେ ପୂର୍ଣ୍ଣଛେଦ (।) ଦିଆଯାଏ । ଯଥା – ‘‘ଏଥର କଥାମାନି ଥରୁଟିଏ ଭାଗବତ ପଢ଼ି ଆସ’’ ।
  • ପ୍ରଶ୍ନ ସୂଚକ ବାକ୍ୟ – ଯେଉଁ ବାକ୍ୟରେ ଜିଜ୍ଞାସା ସୂଚିତ ହୁଏ ତାହା ପ୍ରଶ୍ନ ସୂଚକ ବାକ୍ୟ । ଏହି ବାକ୍ୟର ବାକ୍ୟ ଶେଷରେ ପ୍ରଶ୍ନବାଚକ ଚିହ୍ନ (?) ଦିଆଯାଏ ।
    ଯଥା- ଏଇଟି କ’ଣ ସେଇ ଅମୃତ ଫଳ?
  • ବିସ୍ମୟ ସୂଚକ ବାକ୍ୟ – କୌଣସି ପ୍ରସଙ୍ଗରେ ଆଶ୍ଚର୍ଯ୍ୟ, ବିସ୍ମୟ, ରହସ୍ୟ, ଅଦ୍ଭୁତ ଭାବପ୍ରକାଶ ପାଇଲେ ସେହି ଭାବପ୍ରକାଶର ବାକ୍ୟଟିକୁ ବିସ୍ମୟସୂଚକ ବାକ୍ୟ କୁହାଯାଏ । ଏହି ବାକ୍ୟର ବାକ୍ୟ ଶେଷରେ ବିସ୍ମୟସୂଚକ ଚିହ୍ନ (!) ଦିଆଯାଏ ।
    ଯଥା – ବାଃ ! କୋଣାର୍କର ପଥର ସତରେ ଗୀତ ଗାଉଛି, ଓ କି ନାଚ ନାଚୁନି ସତେ !!

(୬) ବାକ୍ୟର ରୂପାନ୍ତରଣ :
ଆମେ ପରସ୍ପର ମଧ୍ୟରେ କଥୋପକଥନ କରିବା ସମୟରେ ବେଳେବେଳେ ଗୋଟିଏ ଭାବକୁ ବିଭିନ୍ନ ଭାବରେ ପ୍ରକାଶ କରିଥାଉ । ଯେପରି,

  • ଶ୍ରେଣୀର ଭଲ ପିଲାଟିକୁ ମୁଁ ଜାଣିଛି ।
  • ଶ୍ରେଣୀର ଯେଉଁ ପିଲାଟି ଭଲ, ତାହାକୁ ମୁଁ ଜାଣିଛି ।

ପ୍ରଥମ ବାକ୍ୟଟି ଦ୍ଵିତୀୟ ବାକ୍ୟଠାରୁ ଗଠନରେ ଭିନ୍ନ । ମାତ୍ର ଉଭୟ ବାକ୍ୟରେ ଅର୍ଥଗତ ସାମ୍ୟ ରହିଛି । ଉପରୋକ୍ତ ବାକ୍ୟ ଦୁଇଟି ପରସ୍ପରର ରୂପାନ୍ତର ଅର୍ଥାତ୍ ଗୋଟିଏ ବାକ୍ୟ ଅନ୍ୟ ଏକ ବାକ୍ୟର ଆଉ ଏକ ରୂପ ବା ରୂପାନ୍ତର । ଯେତେବେଳେ ବାକ୍ୟର ଅର୍ଥ ବଦଳିଯିବ, ସେତେବେଳେ ବାକ୍ୟଟି ବଦଳି ଯାଇଥବା ବାକ୍ୟର ରୂପାନ୍ତର ହେବ ନାହିଁ । ସୁତରାଂ ଅର୍ଥକୁ ଅପରିବର୍ତ୍ତିତ ରଖ୍ ଗୋଟିଏ ବାକ୍ୟକୁ ଅନ୍ୟ ଗୋଟିଏ ରୂପରେ ପ୍ରକାଶ କରାଗଲେ, ତାହାକୁ ବାକ୍ୟର ରୂପାନ୍ତର କୁହାଯାଏ । ରୂପାନ୍ତର ହେବାର ପଦ୍ଧତିକୁ ରୂପାନ୍ତରଣ କୁହାଯାଏ ।

ଗଠନ ଦୃଷ୍ଟିରୁ ବାକ୍ୟ ପରିବର୍ତ୍ତନ :
ସରଳ ବାକ୍ୟକୁ କିପରି ଯୋଗିକ ବାକ୍ୟରେ ପରିଣତ କରିବ?
ଦୃଷ୍ଟାନ୍ତ : ସିଦ୍ଧାର୍ଥ ରାଜବେଶ ପରିତ୍ୟାଗ କରି ସନ୍ନ୍ୟାସୀ ବେଶ ଧାରଣ କଲେ ।
ପରିବର୍ତ୍ତିତ ଯୋଗିକ ବାକ୍ୟ: ସିଦ୍ଧାର୍ଥ ରାଜବେଶ ପରିତ୍ୟାଗ କଲେ ଓ ସନ୍ୟାସୀ ବେଶ ଧାରଣ କରେ ।
ସରଳ : କବୀର ପୁରୀରେ ଛତା ପୋତିବାରୁ ସମୁଦ୍ର ପାଣି ବେଢ଼ା ଭିତରକୁ ପଶିଲା ନାହିଁ ।
ଯୌଗିକ : କବୀର ପୁରୀରେ ପହଞ୍ଚି ଯେଉଁଠାରେ ଛତା ପୋଲିଲେ, ସେହିଠାରୁ ସମୁଦ୍ର ପାଣି ବେଢ଼ା ଭିତରକୁ ପଶିଲା ନାହିଁ ।

(୧) ସରଳ ବାକ୍ୟକୁ ଜଟିଳ ବାକ୍ୟରେ ରୂପାନ୍ତରିତ କରିବା:
ଦୃଷ୍ଟାନ୍ତ : ଧନୁର୍ଦ୍ଧର ରାମଚନ୍ଦ୍ର ରାବଣଙ୍କୁ ନିଧନ କଲେ । (ସରଳ ବାକ୍ୟ)
ଜଟିଳ ବାକ୍ୟର ଦୃଷ୍ଟାନ୍ତ: ଯେଉଁ ରାମଚନ୍ଦ୍ର ଧନୁର୍ଧାରଣ କରିଥିଲେ, ସେ ରାବଣକୁ ନିଧନ କଲେ ।
ଅନ୍ୟ ଏକ ଦୃଷ୍ଟାନ୍ତ : ପର୍ଶୁରାମ ଏକୋଇଶ ଥର କ୍ଷତ୍ରିୟ ନିଧନ କରିଥିଲେ । (ସରଳ ବାକ୍ୟ)
ଜଟିଳ: ଯେଉଁ ପର୍ଶୁରାମ ପରଶୁ ଧାରଣ କରିଥିଲେ, ସେ ଏକୋଇଶି ବାର ପୃଥ‌ିବୀରୁ କ୍ଷତ୍ରିୟମାନଙ୍କୁ ନିଧନ କରିଥିଲେ ।

(୨) ଯୌଗିକ ବାକ୍ୟକୁ ସରଳ ବାକ୍ୟରେ ପରିଣତ କରିବା:
(କ) ସେ ଚୋରି କଲା ଏବଂ ଦଣ୍ଡ ପାଇଲା । (ଯୌଗିକ)
ସେ ଚୋରି କରି ଦଣ୍ଡ ପାଇଲା । (ସରଳ)

(ଖ) ସେ ଘରକୁ ଗଲା ଓ ଭୋଗ ନେଇ ମନ୍ଦିରକୁ ଗଲା । (ଯୌଗିକ)
ସେ ଘରକୁ ଯାଇ ଭୋଗନେଇ ମନ୍ଦିରକୁ ଗଲା । (ସରଳ)

(୩) ଯୌଗିକ ବାକ୍ୟକୁ ଜଟିଳ ବାକ୍ୟରେ ପରିଣତ କରିବା :
ସନ୍ଧ୍ୟା ହେଲା ଓ ପକ୍ଷୀମାନେ ନିଜ ନିଜର ନୀଡ଼କୁ ଫେରିଆସିଲେ । (ଯୌଗିକ)
ରୂପାନ୍ତରିତ ବାକ୍ୟ : ଯେତେବେଳେ ସନ୍ଧ୍ୟା ହେଲା, ସେତେବେଳେ ପକ୍ଷୀମାନେ ନିଜ ନିଜର ନୀଡ଼କୁ ଫେରିଆସିଲେ । (ଜଟିଳ)

(୪) ଜଟିଳ ବାକ୍ୟକୁ ଯୌଗିକ ବାକ୍ୟରେ ପରିଣତ କରିବା:
ଯଦି ତୁମେ ଏକାଗ୍ର ଚିତ୍ତରେ ଭଗବାନ୍‌ଙ୍କୁ ପ୍ରାର୍ଥନା କରିବ, ତେବେ ସେ ତୁମର ଦୁର୍ଦ୍ଦଶା ଦୂର କରିବେ । (ଜଟିଳ)

ରୂପାନ୍ତରିତ ବାକ୍ୟ :
ଏକାଗ୍ର ଚିତ୍ତରେ ଭଗବାନଙ୍କୁ ପ୍ରାର୍ଥନା କର, ତେବେ ସେ ତୁମର ଦୁର୍ଦ୍ଦଶା ଦୂର କରିବେ ।
ଏକାଧିକ ସରଳ ବାକ୍ୟକୁ ଗୋଟିଏ ସରଳ ବାକ୍ୟରେ ପ୍ରକାଶ କରିବା:
ଦୃଷ୍ଟାନ୍ତ : (କ) ଚନ୍ଦ୍ର ଉଦିତ ହେଲେ । ଆକାଶ ନିର୍ମଳ ଦେଖାଗଲା ।
ଗୋଟିଏ ସରଳ ବାକ୍ୟ: ଚନ୍ଦ୍ରୋଦୟରେ ଆକାଶ ନିର୍ମଳ ଦେଖାଗଲା ।

(ଖ) ସକାଳ ହେଲା । ପକ୍ଷୀମାନେ ଉଡ଼ିଲେ ।
ଗୋଟିଏ ସରଳ ବାକ୍ୟ; ସକାଳ ହେବାରୁ ପକ୍ଷୀମାନେ ଉଡ଼ିଲେ ।

(ଗ) ବାବର ଜଣେ ବୀର ଥିଲେ । ତାଙ୍କୁ ଅଳ୍ପ ବୟସ ହୋଇଥିଲା ।
ସେ ପାନିପଥ ଯୁଦ୍ଧରେ ଜୟୀ ହେଲେ । (ଏଠାରେ ତିନୋଟି ସରଳ ବାକ୍ୟ ଅଛି ।)

(ଘ) ଏହି ବାଳକଟି ବିଦ୍ୟାଳୟରେ ପଢେ । ତାହାର ପିତା ବା ମାତା ନାହାନ୍ତି ।
ସେ ବଡ଼ ଦରିଦ୍ର । ସେ ପ୍ରତ୍ୟହ ବିଦ୍ୟାଳୟକୁ ଆସେ । ସେ ଭଲରୂପେ ପଢ଼େ ।
ରୂପାନ୍ତରିତ ସରଳ ବାକ୍ୟ : ଏହି ପିତୃମାତୃହୀନ ଦରିଦ୍ର ବାଳକଟି ପ୍ରତ୍ୟହ ବିଦ୍ୟାଳୟକୁ ଆସି ଭଲରୂପେ ପଢ଼େ ।

(ଙ) କାଶୀରେ ଅନେକ କବିରାଜ ଅଛନ୍ତି । ସେମାନେ ଉତ୍ତମ ପ୍ରତିଷ୍ଠାଲାଭ କରିଅଛନ୍ତି । ଭାରତର ଚାରିଆଡ଼େ ସେମାନଙ୍କର ନାମ ଶୁଣାଯାଏ । ସେମାନେ ଶହ ଶହ ଛାତ୍ରଙ୍କୁ ଶିକ୍ଷା ଦିଅନ୍ତି । ଯେଉଁ ପ୍ରଣାଳୀରେ ଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଏ, ତାହା ଆୟୁର୍ବେଦରେ ଉଲ୍ଲେଖ ଅଛି । (ଏକାଧ୍ଵ ସରଳ ବାକ୍ୟ)

ରୂପାନ୍ତରିତ ସରଳ ବାକ୍ୟ : କାଶୀରେ ଅନେକ ଲବ୍ଧପ୍ରତିଷ୍ଠ ଭାରତ ବିଖ୍ୟାତ ବଡ଼ ବଡ଼ କବିରାଜ ଶତ ଶତ ଛାତ୍ରମାନଙ୍କୁ ଆୟୁର୍ବେଦୋକ୍ତ ପ୍ରଣାଳୀରେ ଶିକ୍ଷା ଦିଅନ୍ତି।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

ନିମ୍ନରେ କେତେକ ସରଳ ବାକ୍ୟ ପ୍ରଦତ୍ତ ହୋଇଛି । ତାକୁ ଯୌଗିକ ବାକ୍ୟରେ ପରିଣତ କରାଯିବ ।

  • ସେ ଧନୀ। ସେ ସୁଖୀ ନୁହନ୍ତି । (ଏକାଧ୍ଯକ ସରଳ ବାକ୍ୟ)
    ସେ ଧନୀ, ମାତ୍ର ସୁଖୀ ନୁହନ୍ତି । (ଯୌଗିକ ବାକ୍ୟ)
  • ସେ ପୁରୀ ଯାଇଥବ । ସେ କଟକ ଯାଇଥିବ । (ଏକାଧିକ ସରଳ ବାକ୍ୟ)
    ସେ ପୁରୀ ଯାଇଥବ କିମ୍ବା କଟକ ଯାଇଥିବ । (ଯୌଗିକ ବାକ୍ୟ)
  • ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟଠାରୁ ଆଲୋକ ପାଇ ଆଲୋକିତ ହୁଏ । (ଏକାଧିକ ସରଳ ବାକ୍ୟ)
    ଚନ୍ଦ୍ରର ଆଲୋକ ନାହିଁ, ମାତ୍ର ଏହା ସୂର୍ଯ୍ୟଠାରୁ ଆଲୋକପାଇ ଆଲୋକିତ ହୁଏ । (ଯୌଗିକ ବାକ୍ୟ)

ଏକାଧିକ ସରଳ ବାକ୍ୟକୁ ଜଟିଳ ବାକ୍ୟରେ ପରିବର୍ତ୍ତନ କରିବା:
ଉଦାହରଣ:
(କ) ଥରେ ଅଯୋଧ୍ୟାର ରାଜା ଦଶରଥ ପାର୍ଶ୍ଵଚରଠାରୁ ଶୁଣିବାକୁ ପାଇଲେ । ଏକ ଶାଗୁଣାପକ୍ଷୀ ତାଙ୍କର ଚନ୍ଦ୍ରଶାଳା ଉପରେ ବସିଅଛି । ଶ୍ରୀରାମଚନ୍ଦ୍ରଙ୍କର ସେଦିନ ଅଭିଷେକ ହେବାର ଥାଏ । ମନ୍ତ୍ରୀ ଏହା ଅଶୁଭ ବୋଲି ପରାମର୍ଶ ଦେଲେ ।
ଜଟିଳ : ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ଦିନ ଏକ ଶାଗୁଣାପକ୍ଷୀ (ଜଟାୟୁ) ଅଯୋଧ୍ୟାର ରାଜା ଦଶରଥଙ୍କ ଚନ୍ଦ୍ରଶାଳା ଉପରେ ବସିବାରୁ, ମନ୍ତ୍ରୀ ରାଜାଙ୍କୁ ଏହା ଅଶୁଭ ବୋଲି କହିଲେ ।

(ଖ) ସରଳ ବାକ୍ୟ : ତୁମ୍ଭେ ମୋତେ ଦେଇଥ‌ିବା ଖାତାଟି ନିଅ ।
ଜଟିଳ ବାକ୍ୟ : ତୁମ୍ଭେ ମୋତେ ଖାତାଟିଏ ଦେଇଥଲ, ସେ ଖାତାଟି ନିଅ ।

(ଗ) ଜଟିଳ ବାକ୍ୟ : ସେ କେବଳ ବିଦ୍ଵାନ ନୁହନ୍ତି, ଦୟାଳୁ ମଧ୍ଯ ।
ସରଳ ବାକ୍ୟ : ସେ ବିଦ୍ଵାନ ଓ ଦୟାଳୁ ।

(ଘ) ଏକାଧ୍ଵକ ସରଳ ବାକ୍ୟ : ଶିକ୍ଷକ ସବୁ ଛାତ୍ରକୁ ଉପଦେଶ ଦିଅନ୍ତି । ଅଳ୍ପ ଛାତ୍ର ସେ ଉପଦେଶ ଗ୍ରହଣ କରନ୍ତି ।
ଯୌଗିକ ବାକ୍ୟ : ଶିକ୍ଷକ ସବୁ ଛାତ୍ରଙ୍କୁ ଉପଦେଶ ଦିଅନ୍ତି, ମାତ୍ର ଅଳ୍ପ ଛାତ୍ର ତାହା ଗ୍ରହଣ କରନ୍ତି ।

(ଙ) ଜଟିଳ ବାକ୍ୟ : ସିଂହଟି କ୍ଷୁଧାତୁର ଥିଲା, ତଥାପି ସେ ଆନ୍ଦ୍ରୋକ୍ଲିସ୍‌ ଭକ୍ଷଣ କଲାନାହିଁ ।
ସରଳ ବାକ୍ୟ : ସିଂହଟି କ୍ଷୁଧାତୁର ଥିଲା । ସିଂହଟି ଆବ୍ରୋକ୍ଲିସ୍‌କୁ ଭକ୍ଷଣ କଲାନାହିଁ।

(ଚ) ଜଟିଳ ବାକ୍ୟ : ଅନ୍ୟଠାରୁ ଯେପରି ଆଶା କର, ଅନ୍ୟପ୍ରତି ସେହିପରି ବ୍ୟବହାର କର ।
ଯୌଗିକ ବାକ୍ୟ : ଅନ୍ୟଠାରୁ ଯେପରି ଆଶା କର ତାକୁ ସେପରି ବ୍ୟବହାର କର ।

ଯୌଗିକ ବାକ୍ୟ : ମନୁଷ୍ୟ ହାତକୁ ଧନ ଆସେ ଏବଂ ଅଳ୍ପକାଳ ପରେ ତାହା ହାତରୁ ଚାଲିଯାଏ ।
ସରଳ ବାକ୍ୟ : ମନୁଷ୍ୟ ହାତକୁ ଧନ ଆସେ। ଅଳ୍ପ କାଳ ପରେ ତାହା ଚାଲିଯାଏ ।

ଭାବ ବା ଅର୍ଥ ଦୃଷ୍ଟିରୁ ବାକ୍ୟ ପରିବର୍ତ୍ତନ :
(ଜ) କୋଣାର୍କର ପ୍ରସ୍ତର ଚିତ୍ର ଅପୂର୍ବ । (ବିବୃତିସୂଚକ ବାକ୍ୟ) ଏକ ବାକ୍ୟଟିକୁ ପ୍ରଶ୍ନସୂଚକ, ବିସ୍ମୟସୂଚକ ବାକ୍ୟରେ ପରିଣତ କର ।
ପ୍ରଶ୍ନ ସୂଚକ ବାକ୍ୟ – କୋଣାର୍କର ପ୍ରସ୍ତର ଚିତ୍ର ଅପୂର୍ବ କି?
ବିସ୍ମୟ ସୂଚକ ବାକ୍ୟ – ବାଃ, କୋଣାର୍କର ପ୍ରସ୍ତର ଚିତ୍ର କି ଅପୂର୍ବ ହୋଇଛି ।

(ଝ) ଓ ମହାଭାରତ ପଢ଼ିବାବେଳେ ହୋଇଛି । (ଏହାକୁ ଆଦେଶ ସୂଚକ ଓ ପ୍ରଶ୍ନ ସୂଚକ ବାକ୍ୟରେ ପରିଣତ କର)
ପ୍ରଶ୍ନ ସୂଚକ ବାକ୍ଯ – ଓ, ମହାଭାରତ, ପଢ଼ିଲା ପରି ହୋଇଛି ତ?
ଆଦେଶ ସୂଚକ – ଓ, ମହାଭାରତ, ପଢ଼ି ପଢ଼ ।

Leave a Comment