Odisha State Board Plus Two First Year Sanskrit Optional Solutions Chapter 6 ଧୁବୋପାଖ୍ୟାନମ୍ Textbook Exercise Questions and Answers.
Plus Two First Year Sanskrit Optional Chapter 6 ଧୁବୋପାଖ୍ୟାନମ୍ Question Answer
अतिसंक्षेपेण उत्तरं लिखत
(क) बन्धनीमध्यात् शुद्धम् उत्तरं चित्वा लिखत-
Question 1.
स्वायंभुवस्य __________________________ प्रियव्रतोत्तानपादनामानौ दौ सुतावास्ताम्। (मनो:, भृगोः, भरद्वाजस्य)
Answer:
मनो:
Question 2.
सुनीत्यां राज्ञां __________________________ नाम तनयः संभूतः। (गौतम, उत्तम:, ध्रुवः)
Answer:
ध्रुवः
Question 3.
अङ्काराहणोत्सुकं ध्रुवं दृष्ट्वा __________________________ तमुवाच। (सुनीति:, सुरुचि:, सुमति:)
Answer:
सुरुचि:
Question 4.
वाल: पितरमुत्सृज्य कुपितः __________________________ मन्दिरं जगामः। (पितुः, मातु:, चण्डिकाया:)
Answer:
मातु:
Question 5.
यस्तेऽपराध्यति स किं तव __________________________ न जानाति। (गोत्रं, मातरं, पितरं)
Answer:
पितरं
Question 6.
त्वं __________________________ प्राणिहिते रतः सुशीलञ्च भव। (दुष्टात्मा, पापात्मा, धर्मात्मा)
Answer:
धर्मात्मा
Question 7.
__________________________ मम भ्राता पित्रा दत्तं राजासनमाप्नोतु। (उत्तम:, मध्यमः, अधमः)
Answer:
उत्तम:
Question 8.
ध्रुवः मातृगृहान्निर्गम्य नगराद् वहि: __________________________ ययौ। (काननं, उपवनं, श्मशानं)
Answer:
उपवनं
Question 9.
तत्र पूर्वगतान् __________________________ ददर्श। (त्रिकालदर्शीन, सप्तर्षीन्, देवान्)
Answer:
सप्तर्षीन्
Question 10.
ध्रुवोऽब्रवीत्-नाहं __________________________ राज्यं वेच्छामि। (धनं, धान्यं, अश्वं)
Answer:
धनं
Question 11.
अनाराधितगोविन्दैर्नरैः __________________________ स्थानं न प्राप्यते। (इष्टं, प्रेष्ठं, श्रेष्ठं)
Answer:
श्रेष्ठं
Question 12.
अखिलान् वाह्यार्थीन् विहाय मनो जगद्धाम्नि __________________________ निश्चलं कुरु। (विष्णौ, विभौ, साधौ)
Answer:
विष्णौ
Question 13.
ध्रुवस्तस्मादुपवनान्निर्गम्य __________________________ तटे मधुवनं गत्वा तपस्तेपे। (गङ्गा, यमुना, सरस्वती)
Answer:
यमुना
Question 14.
माता सुनीतिस्तस्य पुरतः स्थिता __________________________ वाचमुवाच। (कोमलां, करुणां, मधुरां)
Answer:
करुणां
Question 15.
माताब्रवीत्-पुत्र ! अयं ते __________________________ क्रीड़ायाश्च कालः। (गमनस्य, अध्ययनस्य, अध्यापनस्य)
Answer:
अध्ययनस्य
Question 16.
सर्वासु __________________________ विलीनासु देवा हरिं शरणं जग्मुः। (मायासु, जायासु, कायासु)
Answer:
मायासु
Question 17.
ब्रह्माद्येरपि तव __________________________ न ज्ञायते। (गति:, मतिः, स्थिति:)
Answer:
गति:
Question 18.
ततः प्राञ्जलिं ध्रुवं भगवान् विष्णुः __________________________ पस्पर्श। (चक्रप्रान्तेन, शङ्खप्रान्तेन, गदाप्रान्तेन)
Answer:
शङ्खप्रान्तेन
Question 19.
हे परमेश! त्वं __________________________ सर्वेशश्चासीत्। (भ्रमात्मकः, सर्वात्मकः, धर्मात्मकः)
Answer:
सर्वात्मकः
Question 20.
मद्दर्शनं तु नैव __________________________ जायते। (विफलं, कुफलं, सफलं)
Answer:
विफलं
Question 21.
भगवन्, त्वं सर्वभूतानां __________________________ तिष्ठसि। (शिरसि, हृदि, कुक्ष्यो)
Answer:
हृदि
Question 22.
यत्त्वाया __________________________ स्थानं तत्त्वं कृप्स्यसे। (प्रार्थितं, गल्पितं कथितं)
Answer:
प्रार्थितं
Question 23.
__________________________ ग्रहाणां नक्षत्राणां सप्तर्षीणां चाद्युपरि स्थानं मथा तुभ्यं दत्तम्। (शुभ्रदीनां, भौमादीनां, रौद्रादीनां)
Answer:
भौमादीनां
Question 24.
सुनीति __________________________ भूत्वा ध्रुव निकषा अतिष्ठत्। (तारका, चन्द्रमा, नन्दी)
Answer:
तारका
Question 25.
सुनीति तारका भूत्वा __________________________ निवत्स्यति। (निर्विकल्पं, अकल्पं, विकल्पं)
Answer:
अकल्पं
(ख) अतिसंक्षेपेण उत्तरं लिखत-
Question 1.
कस्य द्वे भार्य्ये वभूवतुः?
Answer:
ରାଜା ଉଦ୍ଭାନପାଦଙ୍କର
Question 2.
सुरूच्यां पुत्रः कः आसीत्?
Answer:
ଉତ୍ତମ
Question 3.
ध्रुवस्यमातुनीम किम्?
Answer:
ସୁନୀତି
Question 4.
पितुरङ्गमाश्रित्यं कं भ्रातरं दृष्ट्रा ध्रुवोऽपि तमारोढुं मतिं चक्रे?
Answer:
ଉତ୍ତମଙ୍କୁ
Question 5.
सुतवचनं निशम्य दुर्मनायमानां कीदृशी सुनीतिरवदत्?
Answer:
ଦୁଃଖ୍ତା
Question 6.
यस्य यावद्भाग्यप्राप्तं तेनैव कः सन्तोषमेति?
Answer:
ବୁଦ୍ଧିମାନ
Question 7.
कः प्राणिहिते रतः सुशीलश्च भव?
Answer:
ଧର୍ମାତ୍ମା
Question 8.
भवांस्तदा पुण्येपचये किं करोतु?
Answer:
ଯତ୍ନ
Question 9.
अम्व! मम प्रशमाय यत्त्वयोक्तं तन्मम कुत्र नान्तरं लभते?
Answer:
ହୃଦୟରେ
Question 10.
उत्तमो मम भ्राता केन दत्तं राजासनमाप्नोतु?
Answer:
ପିତାଙ୍କଦ୍ବାରା
Question 11.
ध्रुवः मातुर्गृहात् निर्गम्य कुत्र ययौ?
Answer:
ନଗରବାହାରେ ଉପବନକୁ
Question 12.
वत्स पञ्चवर्षीयो नृपनन्दनस्त्वं किंचित् किं न पश्यामः?
Answer:
ଉତ୍କଣ୍ଠାର କାରଣ
Question 13.
किं निमित्तस्ते कस्तत्कथ्यताम्?
Answer:
ବୈରାଗ୍ୟ
Question 14.
नाहं धनं किं वेच्छामि?
Answer:
ରାଜ୍ୟ
Question 15.
अखिलान् वाह्यार्थीन् विहाय मनो जगधाग्नि विष्णौ किं कुरु?
Answer:
ସ୍ଥିର କର/ନିଶ୍ଚଳ କର
Question 16.
ध्यायतः त्स्य भारमुवोढुमक्षमा का चचाल?
Answer:
ପୃଥ୍ବବୀ
Question 17.
अनन्यमनसा हरिं ध्यायतस्तस्य के परमं क्षोभं जग्मुः?
Answer:
ଦେବତାମାନେ
Question 18.
क्व च त्वं पञ्चवर्षीयः क्व चैतद्दारुणं किम्?
Answer:
ତପ
Question 19.
एवमुक्त्वा कीदृशी सुनीतिस्तिरोदधे?
Answer:
ଇନ୍ଦ୍ରମାୟାନିର୍ମିତା
Question 20.
शतशः के नेदुः?
Answer:
ବିଲୁଆ
Question 21.
यूयं विगतचिन्ता यात, तस्य किम् अहं संपादयिष्यामि?
Answer:
କାମନାକୁ
Question 22.
भगवान् कः ध्रुवस्य तपसा तोषितः?
Answer:
ବିଷ୍ଣୁ
Question 23.
वत्स ध्रुव ! तुष्टोऽहम्, किं वरय?
Answer:
ବର
Question 24.
ध्रुवः किरीटिनमच्युतमालोक्य केन प्रणनाम?
Answer:
ମସ୍ତକଦ୍ବାରା
Question 25.
देवदेव ! यदि मे तपसा भगवान् परमं तोषं गतस्तदा भगवन्तं किं कर्तुम् इच्छामि?
Answer:
ସ୍ତୁତି କରିବାକୁ
Question 26.
ध्रुव यत्त्वयाऽहं दृष्टः कस्य तत्फलं त्वया प्राप्तम्?
Answer:
ତପସ୍ୟାର
Question 27.
किं नैव विफलं जायते?
Answer:
ଭଗବାନଙ୍କର ଦର୍ଶନ
Question 28.
तस्मात् भो किम्भूतं वरम्?
Answer:
ଅଭିମତ
Question 29.
भगवन् ! त्वं केषां हृदि तिष्ठसि?
Answer:
ସମସ୍ତ ପ୍ରାଣୀଙ୍କର
Question 30.
केषां ग्रहाणां नक्षत्रादीनामुपरि स्थानं तुभ्यं दत्तम्?
Answer:
ମଙ୍ଗଳାଦି ଗ୍ରହମାନଙ୍କର
Question 31.
तव माता तारका भूत्वा कियत्कालं त्वत्सन्निधौ निवत्स्यति?
Answer:
କଚ୍ଛପର୍ଯ୍ୟନ୍ତ
Question 32.
तव नैव योग्यराजासनं योग्यमिति कस्याः सपत्नी मां गवदवदत्?
Answer:
ମାଆଙ୍କର
Question 33.
एवं कः भगवत् प्रसादात् दूरं स्थानमध्यास्त?
Answer:
ଧ୍ରୁବ
(ग) उत्कलभाषया अनुवादं कुरुत-
Question 1.
स्वायंभुवस्य मनोः प्रियव्रतोत्तानपादनामानौ दौ सुतावास्ताम्।
Answer:
ବ୍ରହ୍ମାଙ୍କ ପୁତ୍ର ପ୍ରଥମ ମନୁଙ୍କର ପ୍ରିୟବ୍ରତ ଓ ଉଦ୍ଭାନପାଦ ନାମକ ଦୁଇ ପୁତ୍ର ଥିଲେ।
Question 2.
अभीष्टायां सुरुच्यामुत्तमो नाम तस्यात्यन्तवल्लभः पुत्रो जज्ञे।
Answer:
ପ୍ରିୟା ସୁରୁଚିଙ୍କଠାରୁ ଉତ୍ତମ ନାମକ ତାଙ୍କର ଅତି ପ୍ରିୟ ପୁତ୍ରଟିଏ ଜାତ ହୋଇଥିଲା।
Question 3.
सुनीत्यां नामापरस्यां राज्ञयां ध्रुवो नाम तनयः संभूतः।
Answer:
ସୁନୀତି ନାମକ ଅନ୍ୟ ରାଣୀଙ୍କଠାରୁ ଧ୍ରୁବ ନାମକ ପୁତ୍ରଟିଏ ଜନ୍ମହେଲା।
Question 4.
अङ्कारोहणोत्सुकं ध्रुवं दृष्ट्वा सुरुचिस्तमुवाच।
Answer:
କୋଳ ଆରୋହଣ କରିବାକୁ ଆଗ୍ରହୀ ଧ୍ରୁବକୁ ଦେଖୁ ସୁରୁଚି ତାକୁ କହିଲେ।
Question 5.
तद्वचनं श्रुत्वा वालः पितरमुत्सृज्य कुपितो मातुर्मन्दिरं जगाम।
Answer:
ତାଙ୍କ କଥା ଶୁଣି ବାଳକଟି ପିତାଙ୍କୁ ଛାଡ଼ି ରାଗିଯାଇ ମାତାଙ୍କ ଗୃହକୁ ଚାଲିଗଲା।
Question 6.
इत्युक्तो ध्रुवो मात्रे सर्वं यथावृत्तं कथयामास।
Answer:
ଏହା କହି ଧ୍ରୁବ ମାତାଙ୍କୁ ସମସ୍ତ ଘଟଣା କହିଲେ।
Question 7.
राजासनं छत्रं वराश्वाश्च यस्यान्यजन्मकृतानि पुण्यानि तस्यैव भवन्ति।
Answer:
ଯାହାର ଅନ୍ୟ ଜନ୍ମକୃତ ପୁଣ୍ୟ ଥାଏ ରାଜସିଂହାସନ, ଛତ୍ର ଓ ଶ୍ରେଷ୍ଠ ଅଶ୍ଵଗୁଡ଼ିକ ତାହାର ହିଁ ହୋଇଥା’ନ୍ତି।
Question 8.
अहं तथा यतिष्ये यथा निखिलस्य जगतः पूजनीयमुत्तसोत्तमं स्थानं प्राप्स्यामि।
Answer:
ମୁଁ ସେହିପରି ଚେଷ୍ଟା କରିବି ଯେପରି ସମ୍ପୂର୍ଣ୍ଣ ଜଗତର ପୂଜନୀୟ ସର୍ବଶ୍ରେଷ୍ଠ ସ୍ଥାନଟିଏ ପାଇପାରିବି।
Question 9.
उत्तमो मम भ्राता पित्रा दत्तं राजासनमाप्नोतु।
Answer:
ମୋର ଭାଇ ଉତ୍ତମ ପିତାଙ୍କଦ୍ବାରା ପ୍ରଦତ୍ତ ରାଜସିଂହାସନ ପାଉ।
Question 10.
तन्निशम्य ऋषयः परस्परं प्रोचुः।
Answer:
ତାହା ଶୁଣି ଋଷିମାନେ ପରସ୍ପର କୁହାକୁହି ହେଲେ।
Question 11.
अखिलान्वाह्यार्थीन् विहाय मनो जगद्धाम्नि विष्णौ निश्चलं कुरु।
Answer:
ସମସ୍ତ ବାହ୍ୟ ବିଷୟ ବାସନା ଛାଡ଼ି ମନକୁ ଜଗତର ଆଧାର ବିଷ୍ଣୁଙ୍କଠାରେ ସ୍ଥିର କର।
Question 12.
इन्द्रस्तस्य समाधेर्भङ्गं कर्तुं विविधा माया आविश्कार।
Answer:
ଇନ୍ଦ୍ର ତାହାର ତପସ୍ୟା ଭଙ୍ଗ କରିବାକୁ ବିଭିନ୍ନ ମାୟା ରଚନା କଲେ।
Question 13.
क्व च त्वं पञ्चवर्षीयः क्व चैतदारूणं तपः।
Answer:
କେଉଁଠି ତୁମେ ପାଞ୍ଚବର୍ଷର ବାଳକ ଓ କେଉଁଠି ଏହି କଠୋର ତପସ୍ୟା।
Question 14.
एवमुक्त्वा इन्द्रमायानिर्मिता सुनीतिस्तिरोदधे।
Answer:
ଏହିପରି କହି ଇନ୍ଦ୍ରଙ୍କ ମାୟାନିର୍ମିତ ସୁନୀତି ଅନ୍ତର୍ଦ୍ଧାନ ହୋଇଗଲେ।
Question 15.
सर्वासु मायासु विलीनासु देवा हरिं शरणं जग्मुरुचुश्च।
Answer:
ସମସ୍ତ ମାୟା ସମ୍ପୂର୍ଣ୍ଣରୂପେ ନିଷ୍ଫଳ ହେବାପରେ ଦେବତାମାନେ ହରିଙ୍କ ଶରଣ ପଶିଲେ ଓ କହିଲେ।
Question 16.
भगवान् विष्णुर्धवस्य तपसा तोषितस्तं गत्वोवाच।
Answer:
ଭଗବାନ୍ ବିଷ୍ଣୁ ଧ୍ରୁବର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କ ନିକଟକୁ ଯାଇ କହିଲେ।
Question 17.
वरमेतं मह्यं प्रयच्छ।
Answer:
ଏହି ବର ମୋତେ ପ୍ରଦାନ କର।
Question 18.
ततः प्राञ्जलिं ध्रुवं भगवान्विष्णुः शङ्खप्रान्तेन पस्पर्श।
Answer:
ତାହାପରେ ହାତ ଯୋଡ଼ିଥିବା ଧ୍ରୁବକୁ ଭଗବାନ୍ ବିଷ୍ଣୁ ଶଙ୍ଖଧାରରେ ସ୍ପର୍ଶ କଲେ ।
Question 19.
सुनीतिरपि तव माता तारका भूत्वाऽऽकल्पं त्वन्संनिधौ निवत्स्यतीति।
Answer:
ତୁମ ମାତା ସୁନୀତି ମଧ୍ୟ ତାରା ହୋଇ କଳ୍ପାନ୍ତ ଯାଏ ତୁମ ନିକଟରେ ବାସ କରିବେ।
Question 20.
एवं ध्रुवो भगवत्प्रसादादूरं स्थानमध्यास्त।
Answer:
ଏହିପରି ଧ୍ରୁବ ଭଗବାନଙ୍କ ଅନୁଗ୍ରହରୁ ଶ୍ରେଷ୍ଠ ସ୍ଥାନରେ ରହିଅଛି।
संक्षेपेण उत्तरं लिखत-
Question 1.
किं दृष्ट्वा ध्रुवः पितुरङ्कमारोढुं मतिं चक्रे?
Answer:
ରାଜା ଉତ୍ତାନପାଦଙ୍କର ରାଣୀ ସୁନୀତିଙ୍କର ପୁତ୍ର ହେଉଛନ୍ତି ଧ୍ରୁବ । ପିତା ଉଦ୍ଭାନପାଦ ରାଜସିଂହାସନରେ ବସିଥା’ନ୍ତି । ତାଙ୍କର କୋଳରେ ରାଣୀ ସୁରୁଚିଙ୍କର ପୁତ୍ର ଉତ୍ତମ ବସିଥା’ନ୍ତି । ଏହି ଅବସରରେ ଧ୍ରୁବ ଭାଇ ଉତ୍ତମଙ୍କୁ ପିତା ଉଦ୍ଭାନପାଦଙ୍କ କୋଳରେ ବସିଥିବାର ଦେଖୁ ପିତାଙ୍କ କୋଳରେ ବସିବାକୁ ମନ ବଳାଇଲେ ।
Question 2.
भूपतिः कथं ध्रुवं नाभ्यनन्दत्?
Answer:
ରାଜା ଉଦ୍ଭାନପାଦଙ୍କର ଦୁଇରାଣୀ ସୁରୁଚି ଓ ସୁନୀତି । ରାଣୀ ସୁରୁଚିଙ୍କର ପୁତ୍ର ଉତ୍ତମ ଓ ସୁନୀତିଙ୍କର ପୁତ୍ର ଧ୍ରୁବ । ଥରେ ରାଜା ରାଜସିଂହାସନରେ ବସିଥିବାବେଳେ ତାଙ୍କ କୋଳରେ ସୁରୁଚିଙ୍କ ପୁତ୍ର ଉତ୍ତମ ବସିଥିଲା । ଏହା ଦେଖୁ ସୁନୀତିଙ୍କ ପୁତ୍ର ଧ୍ରୁବ ପିତାଙ୍କ କୋଳରେ ବସିବାକୁ ଇଚ୍ଛାକଲା । ହେଲେ ରାଜା ଉତ୍ତାନପାଦ ପ୍ରେୟସୀ ସୁରୁଚିଙ୍କ ଆଖ୍ ଆଗରେ ସ୍ନେହରେ କୋଳ ଆରୋହଣ କରିବାକୁ ଉତ୍ସୁକ ପୁତ୍ରକୁ ଅଭିନନ୍ଦନ କଲେ ନାହିଁ।
Question 3.
ध्रुवस्य कोपस्य को हेतु:?
Answer:
ଧ୍ରୁବ ପିତାଙ୍କ କୋଳରେ ବସିବାକୁ ଇଚ୍ଛା କରନ୍ତେ ସୁରୁଚି କହିଲେ– ରେ ପୁତ୍ର ! ଏତେ ବଡ଼ ଆଶା କାହିଁକି କରୁଛ । ଏହି ରାଜସିଂହାସନ ମୋ ପୁଅ ଉତ୍ତମ ପାଇଁ ଯୋଗ୍ୟ, ତୁମେ ନିଜକୁ କାହିଁକି କଷ୍ଟ ଦେଉଛ । ଏକଥା ସତ୍ୟ ଯେ ତୁମେ ଏହି ରାଜାଙ୍କର ପୁତ୍ର ଅଟ, କିନ୍ତୁ ମୋ ଗର୍ଭରୁ ଜାତ ହୋଇନାହିଁ । ସୁରୁଚିଙ୍କର ଏଭଳି କଥା ଶୁଣି ଧ୍ରୁବ ଅତ୍ୟନ୍ତ କ୍ରୋଧୃତ ହୋଇଥିଲେ ।
Question 4.
जननी स्वसुताय किं कथयामास?
Answer:
ମାତା ସୁନୀତି ପୁତ୍ରମୁଖରୁ ସବୁକଥା ଶୁଣି କହିଲେ– ହେ ପୁତ୍ର ! ସୁରୁଚି ସତ କଥା କହିଛନ୍ତି, ତୁମେ ଅଭାଗ୍ୟବାନ୍ ଅଟ । ରେ ପୁତ୍ରକ ! ତୁମେ ଉଦ୍ବେଗ କରିବା ଅନୁଚିତ । ଯାହାର ଅନ୍ୟଜନ୍ମକୃତ ପୁଣ୍ୟ ଥାଏ, ରାଜସିଂହାସନ, ଛତ୍ର ଓ ଶ୍ରେଷ୍ଠ ଅଶ୍ଵଗୁଡ଼ିକ ତାହାର ହିଁ ହୋଇଥା’ନ୍ତି । ଏପରି ବିଚାରି ଶାନ୍ତ ହୁଅ । ତୁମେ ଦୁଃଖ କର ନାହିଁ । ଯାହା ଭାଗ୍ୟରେ ଯାହା ପ୍ରାପ୍ତି ଯୋଗ ଅଛି ସେ ସେତିକିରେ ସନ୍ତୁଷ୍ଟ ହେବା ଉଚିତ । ସୁରୁଚି କଥାରେ ଯଦି ତୁମେ ଅତି ଦୁଃଖ ତେବେ ପୁଣ୍ୟ ସଂଗ୍ରହରେ ଚେଷ୍ଟାକର । ତୁମେ ଧର୍ମାତ୍ମା, ପ୍ରାଣୀମାନଙ୍କ ହିତରେ ସଦା ରତ ଓ ସୁଚରିତ୍ରଯୁକ୍ତ ହୁଅ ।
Question 5.
धुव: मातरं किं प्रत्यवदत्?
Answer:
ଧ୍ରୁବ ମାତା ସୁନୀତିଙ୍କୁ ପ୍ରତ୍ୟୁତ୍ତର ଦେଇ କହିଲା– ହେ ମା’ ! ଶାନ୍ତି ନିମନ୍ତେ ତୁମେ ଯାହା କହିଲ ତାହା ତାଙ୍କ ଦୁଷ୍ଟ ବଚନଦ୍ଵାରା ବିଦୀର୍ଣ୍ଣ ହୃଦୟରେ ସ୍ଥାନ ପାଇନାହିଁ । ମୁଁ ଜଗତର ସର୍ବଶ୍ରେଷ୍ଠ ସ୍ଥାନ ପାଇବାପାଇଁ ପ୍ରଯତ୍ନ କରିବି । ମୁଁ ନିତ୍ୟ ବା ଚିରନ୍ତନ ସ୍ଥାନଟିଏ ପାଇବାର ପ୍ରଯତ୍ନ କରିବି ଯାହାକି ପିତାଙ୍କୁ ମଧ୍ଯ ପ୍ରାପ୍ତ ହୋଇନାହିଁ ।
Question 6.
भगवान् ध्रुवं किमुक्तवान्?
Answer:
ଭଗବାନ୍ ବିଷ୍ଣୁ ଧ୍ରୁବର ତପସ୍ୟାର ସନ୍ତୁଷ୍ଟ ହୋଇ ତାଙ୍କ ନିକଟକୁ ଯାଇ କହିଲେ– ହେ ବସ ଧ୍ରୁବ ! ଯେହେତୁ ବାହ୍ୟ ବିଷୟ ପ୍ରତି ନିସ୍ପୃହ ଚିରକୁ ତୁମେ ମୋଠାରେ ସ୍ଥାପନ କରିଛ ତଦ୍ବାରା ମୁଁ ପ୍ରୀତ । ବସ୍ତୁତଃ ଭଗବାନ୍ ବିଷ୍ଣୁ ଧ୍ରୁବର ଏକନିଷ୍ଠ ତପସ୍ୟାଦ୍ଵାରା ସନ୍ତୁଷ୍ଟ ହୋଇଥିଲେ ।
Question 7.
ध्रुवः भगवन्तं किं प्रार्थयामास?
Answer:
ଭଗବାନ୍ଙ୍କର ବରଯାଚନା କଥା ଶୁଣି ଧ୍ରୁବ ଦୁଇଆଖ୍ ଖୋଲି ଶଙ୍ଖ, ଚକ୍ର, ଗଦା, ଶାଙ୍ଖଧନୁ, ବର ଓ ଖଡ୍ଗ ଧାରଣ କରିଥିବା ମୁକୁଟଧାରୀ ବିଷ୍ଣୁଙ୍କୁ ଦେଖୁ ମୁଣ୍ଡ ନୁଆଇଁ ପ୍ରଣାମ କଲା ଓ କହିଲା– ହେ ଦେବଦେବ ! ଯଦି ମୋ ତପସ୍ୟାରେ ତୁମେ ଅତ୍ୟନ୍ତ ପ୍ରୀତ ତେବେ ତୁମକୁ ସ୍ତୁତି କରିବାକୁ ଇଚ୍ଛା କରୁଛି । ଏହି ବର ମୋତେ ପ୍ରଦାନ କରନ୍ତୁ ।
Question 8.
भगवत्प्रसादात् ध्रुवः किं लेभे?
Answer:
ଭଗବାନ୍ଙ୍କ ପ୍ରସାଦରୁ ଧ୍ରୁବ ଭଗବାନଙ୍କର ଶଙ୍ଖ-ଚକ୍ର-ଗଦା-ପଦ୍ମ ଧାରଣ କରିଥିବା ଚତୁର୍ଭୁଜ ରୂପର ସଂଦର୍ଶନ କଲା । ଭଗବାନଙ୍କର ଦର୍ଶନ ମାତ୍ରକେ ଧ୍ରୁବର ସକଳ ଅଭିଳାଷ ପୂର୍ଣ୍ଣ ହେଲା। ଭଗବାନ ଧ୍ରୁବକୁ ମଙ୍ଗଳ ପ୍ରଭୃତି ଗ୍ରହମାନଙ୍କର, ନକ୍ଷତ୍ରମାନଙ୍କର ଓ (ମରୀଚାଦି) ସପ୍ତର୍ଷିମାନଙ୍କର ଉର୍ଦ୍ଧସ୍ଥାନରେ ସ୍ଥାପନ କଲେ । ମାତା ସୁନୀତିଙ୍କୁ ମଧ୍ଯ ତାରା କରି ତାଙ୍କ ନିକଟରେ କଳ୍ପାନ୍ତ ଯାଏ ସ୍ଥାପନ କରାଇଲେ । ଆଜି ମଧ୍ୟ ଧ୍ରୁବ ଭଗବାନଙ୍କ ଅନୁଗ୍ରହରୁ ସେହି ଊର୍ଷ ସ୍ଥାନରେ ରହିଅଛି ।
दीर्घप्रश्नोत्तराणि
Question 1.
ध्रुवोपाख्यानस्य सारं संकलयत।
Answer:
ସ୍ୱାୟମ୍ଭୁବ ମନୁଙ୍କର ପ୍ରିୟବ୍ରତ ଓ ଉଦ୍ଭାନପଦ ନାମରେ ଦୁଇଜଣ ସନ୍ତାନ ଥିଲେ । ଉଦ୍ଭାନପାଦଙ୍କର ଦୁଇଜଣ ପତ୍ନୀ ଥିଲେ । ଅଭିଳଷିତା ପତ୍ନୀ ସୁରୁଚିଠାରୁ ଉତ୍ତମ ନାମକ ପୁତ୍ର ଜାତ ହେଲା। ସୁନୀତି ନାମକ ଅପରା ରାଣୀଙ୍କଠାରୁ ଧ୍ରୁବ ନାମକ ପୁତ୍ର ଜାତ ହେଲା । ଥରେ ପିତାଙ୍କ କ୍ରୋଡ଼ରେ ଧ୍ରୁବ ଭାଇ ଉତ୍ତମକୁ ବସିଥିବାର ଦେଖ୍ ବସିବାକୁ ଇଚ୍ଛାକଲେ । ରାଜା ନିଜର ପ୍ରେୟସୀ ସୁରୁଚି ସମ୍ମୁଖରେ କୋଳରେ ବସିବାକୁ ଉଦ୍ୟତ ହେଉଥିବା ପୁତ୍ରକୁ ବସାଇବାପାଇଁ ପସନ୍ଦ କରିନଥିଲେ । କୋଳରେ ବସିବାକୁ ଉଦ୍ୟତ ହୋଇଥିବା ଧ୍ରୁବଙ୍କୁ ଦେଖ୍ ସୁରୁଚି କହିଲା– ପୁତ୍ର ! ଏଭଳି ଅଭିଳାଷ କାହିଁକି କରୁଛ ? ଏହି ରାଜସିଂହାସନ ମୋର ପୁତ୍ର ପାଇଁ ଉଦ୍ଦିଷ୍ଟ, ଏଣୁ ଅଯଥାରେ କଷ୍ଟ ପାଉଛି । ସତ୍ୟ ଯେ ତୁମେ ଏ ରାଜାଙ୍କର ପୁତ୍ର, ହେଲେ ମୋ ଉଦରରୁ ଜାତ ହୋଇନାହଁ । ତାଙ୍କର କଥା ଶୁଣି ବାଳକ ଧ୍ରୁବ ପିତାଙ୍କୁ ପରିତ୍ୟାଗ କରି କ୍ରୋଧୃତ ହୋଇ ମାଆ ପାଖକୁ ଚାଲିଗଲା ।
ପୁତ୍ରକୁ କ୍ରୋଧୃତ ହୋଇ ଓଠ ଥରାଉଥିବାର ଦେଖୁ ମାତା ସୁନୀତି ତାକୁ କୋଳକରି କହିଲେ– ହେ ପୁତ୍ର ! କ୍ରୋଧର କାରଣ କ’ଣ ? ଯେ ତମର ଅପରାଧ କଲା ସେ କ’ଣ ତୁମ ପିତାଙ୍କୁ ଜାଣେ ନାହିଁ କି ? ଏହା କହନ୍ତେ ଧ୍ରୁବ ମାଆଙ୍କୁ ସମସ୍ତ କଥା କହିଲେ । ପୁଅର କଥା ଶୁଣି ମାଆ ସୁନୀତି କହିଲେ– ପୁଅ ! ସୁରୁଚି ସତ୍ୟ ହିଁ କହିଛନ୍ତି । ତୋର ଭାଗ୍ୟ ସ୍ଵଳ୍ପ ! ପିତାଙ୍କ ପ୍ରତି ଉଦ୍ବେଗ କରିବା ଉଚିତ ନୁହେଁ । ରାଜସିଂହାସନ, ଛତ୍ର, ଅଶ୍ବ ଏସବୁ ଅନ୍ୟଜନ୍ମର ସୁକୃତ ବା ପୁଣ୍ୟବଳରୁ ହିଁ ମିଳିଥାଏ । ଏକଥା ବିଚାରି ଶାନ୍ତ ହୁଅ । ସୁରୁଚିର ପୁତ୍ର ଅଧୁକ ପୁଣ୍ୟବାନ୍ ଓ ମୋର ପୁଅ ଅଳ୍ପ ପୁଣ୍ୟଶାଳୀ । ତଥାପି ଦୁଃଖ କରନାହିଁ । ଯାହାର ଭାଗ୍ୟ ଯାହା ପ୍ରାପ୍ତ କରାଏ ସେ ସେଥିରେ ସନ୍ତୁଷ୍ଟ ହେବା ଉଚିତ । ସୁରୁଚିର କଥାରେ ଯଦି ଦୁଃଖ୍ତ ହୋଇଛ ତେବେ ପୁଣ୍ୟସଞ୍ଚୟ ନିମନ୍ତେ ପ୍ରଯତ୍ନ କର । ଧର୍ମାତ୍ମା ସଦୈବ ପ୍ରାଣୀର ହିତ ନିମନ୍ତେ ରତ ହୁଏ ଓ ସୁଶୀଳଯୁକ୍ତ ହୁଏ ।
ଧ୍ରୁବ କହିଲା– ମାଆ ! ମୋର ଶାନ୍ତି ନିମନ୍ତେ ତୁମେ ଯାହା କହିଲ ସେହି ଦୁଷ୍ଟକଥା ବ୍ୟତିରେକେ ମୋର ହୃଦୟରେ ଅନ୍ୟ କିଛି ସ୍ଥାନ ପାଉ ନାହିଁ । ମୁଁ ସେହିପରି ପ୍ରଯତ୍ନ କରିବି ଯେଉଁଥରେ କି ଏ ନିଷ୍ଫଳ ସଂସାରରେ ପୂଜିତ ହୋଇ ସର୍ବଶ୍ରେଷ୍ଠ ସ୍ଥାନ ପ୍ରାପ୍ତ ହେବି । ଉତ୍ତମ ମୋର ଭାଇ, ପିତାଙ୍କଦ୍ବାରା ଦିଆଯାଇଥିବା ସିଂହାସନ ପ୍ରାପ୍ତ କରୁ, ପୁନଶ୍ଚ ମୁଁ ମୋର କର୍ମଦ୍ଵାରା ନିତ୍ୟସ୍ଥାନକୁ ଇଚ୍ଛା କରୁଛି ଯାହା ମୋର ପିତା ମଧ୍ଯ ପାଇନାହାଁନ୍ତି । ଏହା କହି ମା’ଙ୍କର ଗୃହରୁ ବାହାରି ନଗର ବାହାରେ ଉପବନକୁ ଯାଇ ସେଠାରେ ପୂର୍ବରୁ ଆସିଥିବା ସପ୍ତର୍ଷିଙ୍କୁ ଦେଖୁଲା । ସେ ରାଜପୁତ୍ର (ଧ୍ରୁବ) ସେମାନଙ୍କୁ ପ୍ରଣିପାତ କରି ବିନୟପୂର୍ବକ କହିଲା– ହେ ଋଷିଗଣ ! ମୋତେ ସୁନୀତିଠାରୁ ଜାତ ଉତ୍ତାନପାଦଙ୍କର ପୁତ୍ର ଧ୍ରୁବ ବୋଲି ଜାଣ । ଉପେକ୍ଷିତ ହୋଇ ମୁଁ ଆପଣଙ୍କ ନିକଟକୁ ଆସିଲି । ଋଷିମାନେ କହିଲେ– ବସ୍ତ୍ର ତୁମେ ପାଞ୍ଚବର୍ଷର ରାଜପୁତ୍ର ଓ ତୁମଠାରେ ଆମ୍ଭେମାନେ କୌଣସି ଉଦ୍ବେଗର କାରଣ ଦେଖୁନାହୁଁ । କ’ଣ ପାଇଁ ସେମାନେ ତୁମକୁ ଅଜ୍ଞାନ କଲେ ତାହା କୁହ । ତା’ପରେ ଧ୍ରୁବ ସେମାନଙ୍କୁ ସବୁକଥା କହିଲେ । ତାହା ଶୁଣି ଋଷିମାନେ ପରସ୍ପର କୁହାକୁହି ହେଲେ ।
ଆହେ କ୍ଷତ୍ରିୟପରକ ତେଜସ୍ଵୀ ବାଳକର ହୃଦୟରୁ ସଉତୁଣୀ ମାଆର କଥା’ମଧ୍ୟ ଦୂର ହେଉନାହିଁ । ସେମାନେ ଧ୍ରୁବକୁ କହିଲେ, ଆହେ କ୍ଷତ୍ରିୟ, ଅଜ୍ଞ ହୋଇ ବର୍ତ୍ତମାନ କ’ଣ କରିବାକୁ ଇଚ୍ଛା କରିଛ ତାହା ଆମକୁ କୁହ ଓ ଆମ୍ଭେମାନେ ତୁମକୁ କି ସାହାଯ୍ୟ କରିବୁ ତାହା ମଧ୍ୟ କୁହ । ଧ୍ରୁବ କହିଲା– ମୁଁ ଧନ ଅବା ରାଜ୍ୟ ଚାହେଁ ନାହିଁ । ଯେମିତି ପୂର୍ବରୁ କେହି ସେହି ସ୍ଥାନ ପାଇନଥୁବେ ସେପରି ସ୍ଥାନ ମୁଁ ଇଚ୍ଛା କରୁଛି । ମରୀଚି ଆଦି ସପ୍ତଋଷି କହିଲେ– ସମସ୍ତ ବାହ୍ୟବିଷୟକୁ ପରିତ୍ୟାଗ କରି ଜଗତ୍ପାଳକ ଭଗବାନ୍ ବିଷ୍ଣୁଙ୍କ ନିକଟରେ ମନୋନିବେଶ କର। ଏହିପରି ଏକାଗ୍ରଚିତ୍ତରେ ତନ୍ମୟ ହୋଇ ‘ଓଁ ବାସୁଦେବାୟ’ ବୋଲି ଜପ କରିବା ଉଚିତ ।
ଏହା ଶୁଣି ସେ ଋଷିମାନଙ୍କୁ ପ୍ରଣାମ କରି ଧ୍ରୁବ ସେହି ଉପବନରୁ ବାହାରି ଯମୁନାକୂଳରେ ମଧୁବନକୁ ଯାଇ ତପସ୍ୟା କଲେ । ଏକାନ୍ତ ଚିତ୍ତରେ ଭଗବାନ୍ ହରିଙ୍କୁ ଧ୍ୟାନ କରୁଥିବା ତା’ର (ଧ୍ରୁବର) ଭାରକୁ ସହ୍ୟ କରିବାକୁ ପୃଥିବୀ ଅସମର୍ଥ ହେଲା ଓ ଦେବତାମାନେ ଅତ୍ୟନ୍ତ କ୍ରୋଧିତ ହେଲେ । ଇନ୍ଦ୍ର ତାଙ୍କର ତପସ୍ୟା ଭଙ୍ଗ ନିମନ୍ତେ ନାନାପ୍ରକାର ମାୟା ପ୍ରଦର୍ଶନ କଲେ । ତା’ର ମାଆ ସୁନୀତି ତା’ ସମ୍ମୁଖରେ ରହି ଦୁଃଖରେ କହିଲେ– ପୁତ୍ର ! ଶରୀର ତାପରୁ ନିବୃତ୍ତ ହୁଅ, ଦୁଃଖ୍ନୀ ମୋତେ (ତୁମେ) ପରିତ୍ୟାଗ କରିବାକୁ ସମର୍ଥ ନୁହଁ । କାହିଁ ତୁମେ ପାଞ୍ଚବର୍ଷର ବାଳକ ଆଉ କାହିଁ ସେହି କଷ୍ଟସାଧ୍ୟ ତପସ୍ୟା । ଏ ହେଉଛି ତୁମର ପଢ଼ିବା ଓ ଖେଳିବାର ବେଳ । ଯଦି ଆଜି ତପସ୍ୟା ନ ଛାଡ଼ିବ, ତେବେ ତୁମରି ଆଗରେ ମୁଁ ମୋର ପ୍ରାଣତ୍ୟାଗ କରିବି । ଏହିପରି କହି ଇନ୍ଦ୍ରଙ୍କଦ୍ବାରା କୃତା ମାୟା ସୁନୀତି ଅନ୍ତର୍ଦ୍ଧାନ ହୋଇଗଲେ । ଏହାପରେ ଅସ୍ତ୍ରଶସ୍ତ୍ର ଧାରଣ କରି ରାକ୍ଷସମାନେ ଆବିର୍ଭୂତ ହେଲେ ଓ ଶହ ଶହ ବିଲୁଆ ରାବ କଲେ । ସେହି ରାକ୍ଷସମାନେ କରୁଥିବା ଭୀଷଣ ଶବ୍ଦ ଗୋବିନ୍ଦ ଆସକ୍ତମନା ଧ୍ରୁବର ଆଖୁଆଗକୁ ମଧ୍ୟ ଆସିଲା ନାହିଁ । ସମସ୍ତ ମାୟା ଲୀନ ବା ଅନ୍ତ ହୋଇଯା’ନ୍ତେ ଦେବତାମାନେ ଭଗବାନ୍ ହରିଙ୍କର ଶରଣାପନ୍ନ ହେଲେ ଓ କହିଲେ– ଦେବଦେବ ଜଗନ୍ନାଥ ଆମେ ଜାଣୁ ନାହିଁ ଯେ ନାହିଁ ଯେ ଧ୍ରୁବ ଇନ୍ଦ୍ରତ୍ଵ, ସୂର୍ଯ୍ୟତ୍ଵ ବା କୁବେରତ୍ଵକୁ ଇଚ୍ଛା କରୁଛି । ସେଥିପାଇଁ ଧ୍ରୁବକୁ ତପସ୍ୟାରୁ ନିବୃତ୍ତ କରାଅ । ଭଗବାନ୍ କହିଲେ– ଧ୍ରୁବ ଇନ୍ଦ୍ରତ୍ବାଦିକୁ ପ୍ରାପ୍ତ କରିବାପାଇଁ ତପସ୍ୟା କରୁନାହିଁ । ତୁମେମାନେ ଚିନ୍ତାଶୂନ୍ୟ ହୋଇଯାଅ, ତା’ର ଇଚ୍ଛା ମୁଁ ସମ୍ପାଦନ କରିବି ବା ପୂର୍ଣ୍ଣ କରିବି ।
ଭଗବାନ୍ ବିଷ୍ଣୁ ଧ୍ରୁବର ତପସ୍ୟାରେ ସନ୍ତୁଷ୍ଟ ହୋଇ ତା’ ନିକଟକୁ ଯାଇ କହିଲେ– ବସ୍ତ୍ର ଧ୍ରୁବ ! ଯେପରି ବାହ୍ୟବସ୍ତୁକୁ ପରିତ୍ୟାଗ କରି ତୁମେ ମୋଠାରେ ମନୋନିବେଶ କଲ, ତତ୍କାରା ମୁଁ ସନ୍ତୁଷ୍ଟ । ବର ଯାଚନା କର । ଏପରି ଭଗବାନଙ୍କର କଥା ଶୁଣି ଆଖୁ ଖୋଲି ଶଙ୍ଖ -ଚକ୍ର-ଗଦା-ପଦ୍ମଧାରା ଚତୁର୍ଦ୍ଧାମୂର୍ତ୍ତି ଅଚ୍ୟୁତଙ୍କୁ ଦେଖ୍ ମସ୍ତକ ଲଗାଇ ପ୍ରଣାମ କଲେ ଓ କହିଲେ– ହେ ଦେବ । ଯଦି ମୋର ତପସ୍ୟାଦ୍ୱାରା ପରମ ସନ୍ତୋଷ ପ୍ରାପ୍ତ କରିଛନ୍ତି, ତେବେ ଭଗବାନଙ୍କୁ ସ୍ତୁତି କରିବାକୁ ଇଚ୍ଛା କରୁଛି, ମୋତେ ଏହି ବର ପ୍ରଦାନ କର । ବ୍ରହ୍ମାଦି ମଧ୍ଯ ତୁମର ଗତି ଜାଣନ୍ତି ନାହିଁ । ତେଣୁ ମୁଁ ତ ବାଳକ ତୁମକୁ ସ୍ତୁତି କରିବାକୁ କିପରି ସକ୍ଷମ ହେବି । ଏହାପରେ ହାତ ଯୋଡ଼ିଥିବା ଧ୍ରୁବକୁ ଭଗବାନ୍ ବିଷ୍ଣୁ ଶଙ୍ଖର ପ୍ରାନ୍ତଭାଗରେ ସ୍ପର୍ଶ କଲେ । ସେହି ମୁହୂର୍ତ୍ତରେ ହିଁ ଆନନ୍ଦମନା ରାଜପୁତ୍ର (ଧ୍ରୁବ) ପ୍ରାଣୀମାନଙ୍କର ଧାରଣକର୍ତ୍ତା ଅଚ୍ୟୁତଙ୍କୁ ପ୍ରଣାମ କରି ସନ୍ତୋଷ ଲାଭକରି କହିଲା– ଭୂମି-ଜଳ-ଅଗ୍ନି-ବାୟୁ- ଆକାଶ-ମନ-ବୁଦ୍ଧି ଯାହାର ସ୍ବରୂପ ସେହି ପରମେଶ୍ଵରଙ୍କୁ ନମସ୍କାର କରୁଅଛି । ତୁମେ ସର୍ବଆତ୍ମାରେ ବିରାଜମାନ ଓ ସମସ୍ତଙ୍କର ପ୍ରଭୁ ଅଟ ।
ଭଗବାନ୍ କହିଲେ– ଯେଣୁ ତୁମେ ମୋତେ ଦର୍ଶନ କଲ, ତୁମ ତପସ୍ୟାର ଫଳ ପାଇଗଲ । ମୋର ଦର୍ଶନ କିନ୍ତୁ ବିଫଳ ଯାଏ ନାହିଁ । ସେହି ହେତୁରୁ ଅଭୀଷ୍ଟ ବର ମାଗ । ଧ୍ରୁବ କହିଲା– ଭଗବାନ୍ ! ତୁମେ ସମସ୍ତ ପ୍ରାଣୀଙ୍କର ହୃଦୟରେ ରହିଛ, ଯାହା ମୋର ଇଚ୍ଛା ତାହା କ’ଣ ତୁମକୁ ଅଜଣା । ତଥାପି ଅତି କଷ୍ଟରେ ବିନୟ ହୃଦୟରେ ମୁଁ ଯାହା ପ୍ରାର୍ଥନା କରିବି ତାହା ତୁମକୁ କହିବି । ‘ମୋ ଉଦରରୁ ଜାତ ହୋଇନଥିବା ତୁମର ଏ ରାଜସିଂହାସନ ଯୋଗ୍ୟ ନୁହେଁ” ବୋଲି ସପତ୍ନୀ ମାତା ମୋତେ ଗର୍ବର ସହ କହିଲେ । ଏଣୁ ଆପଣଙ୍କ ଦୟାରୁ ବା କୃପାରୁ ସେ ନିତ୍ୟ ସର୍ବୋତ୍କୃଷ୍ଟ ସ୍ଥାନକୁ ମୁଁ ପ୍ରାର୍ଥନା କରୁଛି । ଭଗବାନ୍ କହିଲେ– ଯାହା ତୁମେ ପ୍ରାର୍ଥନା କରୁଛ ସେ ସ୍ଥାନ ତୁମେ ପାଇବ । ମଙ୍ଗଳାଦି ଗ୍ରହ, ନକ୍ଷତ୍ର ଓ ସପ୍ତର୍ଷିମାନଙ୍କର ଊର୍ଦ୍ଧ୍ୱସ୍ଥାନକୁ ମୁଁ ତୁମକୁ ପ୍ରଦାନ କଲି । ତୁମର ମାଆ ସୁନୀତି ମଧ୍ୟ ତାରକା ହୋଇ ବହୁସମୟ ପର୍ଯ୍ୟନ୍ତ ତୁମ ନିକଟରେ ନିବାସ କରିବ । ଏହିପରି ଧ୍ରୁବ ଭଗବାନଙ୍କ ପ୍ରସାଦରୁ ବହୁଦୂର ସ୍ଥାନକୁ ପ୍ରାପ୍ତ ହେଲା, ଅର୍ଥାତ୍ ସୁଦୂର ଆକାଶରେ ଧ୍ରୁବ ନକ୍ଷତ୍ରଭାବେ ଶୋଭା ପାଇଲା ।
Question 2.
सुनीते: ध्रुवस्य च कथोपकथनं वर्णयत।
Answer:
ଧ୍ରୁବ ପିତା ଉଭାନପାଦ ଓ ସପତ୍ନୀମାତା ସୁରୁଚିଠାରୁ ପ୍ରତ୍ୟାଖ୍ୟାତ ହେବାପରେ କାନ୍ଦି କାନ୍ଦି ଯାଇ ମାତା ସୁନୀତିଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ପୁତ୍ରକୁ ରାଗିଥିବାର ଦେଖ୍ ସୁନୀତି କୋଳରେ ବସାଇ ପଚାରିଲେ– ହେ ପୁତ୍ର ! ତୁମର ଏ କ୍ରୋଧର କାରଣ କ’ଣ ? ଯିଏ ତୁମର ଦ୍ରୋହ କରୁଛି ସେ କ’ଣ ତୁମ ପିତାଙ୍କୁ ଜାଣେ ନାହିଁ ? ଧ୍ରୁବ ମାଆଙ୍କୁ ସମସ୍ତ ଘଟଣା କହିଲେ ।
ସୁନୀତି ପୁଅ କଥା ଶୁଣି ଅତ୍ୟନ୍ତ ଦୁଃଖ୍ତା ହୋଇ କହିଲେ– ହେ ପୁତ୍ର ! ସୁରୁଚି ସତକଥା କହିଛନ୍ତି । ତୁମେ ଅଳ୍ପ ଭାଗ୍ୟବାନ୍ ଅଟ । ହେ ପୁତ୍ର ! ତୁମେ ଉଦ୍ବେଗ କରିବା ଅନୁଚିତ । ଯାହାର ଅନ୍ୟ ଜନ୍ମକୃତ ପୁଣ୍ୟ ଥାଏ ରାଜସିଂହାସନ, ଛତ୍ର ଓ ଶ୍ରେଷ୍ଠ ଅଶ୍ଵଗୁଡ଼ିକ ତାହାର ହିଁ ହୋଇଥା’ନ୍ତି । ଏକଥା ବିଚାରି ଶାନ୍ତ ହୁଅ । ତୁମେ ଅପୁଣ୍ୟବନ୍ତ, ତଥାପି ଦୁଃଖ କରିବା ଠିକ୍ ନୁହେଁ । ଯାହାର ଭାଗ୍ୟରେ ଯେତିକି ପ୍ରାପ୍ତ ହୁଏ ସେ ବୁଦ୍ଧିମାନ୍ ସେତିକିରେ ସନ୍ତୁଷ୍ଟ ହୋଇଥାଏ । ଏଣୁ ତୁମେ ପୁଣ୍ୟ ସଞ୍ଚୟ ପାଇଁ ଚେଷ୍ଟାକର । ତୁମେ ଧର୍ମାତ୍ମା, ପ୍ରାଣୀ ହିତରେ ରତ ହୁଅ ଓ ସୁନ୍ଦର ସ୍ଵଭାବବିଶିଷ୍ଟ ତଥା ସଚ୍ଚରିତ୍ର ହୁଅ ।
ମା’ଙ୍କ ଆଶ୍ଵାସନାଭରା କଥା ଶୁଣି ଧ୍ରୁବ କହିଲେ– ହେ ମା’ ! ମୋର ଶାନ୍ତି ନିମନ୍ତେ ତୁମେ ଯାହା କହିଲ ତାହା ତାଙ୍କ ଦୁଷ୍ଟବଚନଦ୍ଵାରା ବିଦୀର୍ଣ୍ଣ ହୃଦୟରେ ସ୍ଥାନ ପାଉନାହିଁ । ମୁଁ ସେହିପରି ଚେଷ୍ଟାକରିବି ଯେପରି ଇଚ୍ଛା କରୁଥିବା ସମଗ୍ର ଜଗତର ପୂଜନୀୟ ସର୍ବଶ୍ରେଷ୍ଠ ସ୍ଥାନଟିଏ ପାଇପାରିବି ଯାହା ମୋର ପିତା ମଧ୍ଯ ପାଇପାରି ନାହାଁନ୍ତି ।
ଏହିଭଳି ଭାବେ ମାତା ସୁନୀତି ଓ ପୁତ୍ର ଧ୍ରୁବ ମଧ୍ୟରେ କଥୋପକଥନ ହୋଇଛି । ପରସ୍ପର ଆଳାପଦ୍ବାରା ସେମାନଙ୍କର ଚାରିତ୍ରିକ ମହତ୍ତ୍ଵ ତଥା ବୈଶିଷ୍ଟ୍ୟ ପ୍ରତିପାଦିତ ହେଉଛି । ମାଆର ପ୍ରେରଣାରେ ଶେଷରେ ଧ୍ରୁବ ତପସ୍ୟାକରି ସପ୍ତର୍ଷିମଣ୍ଡଳର ଊର୍ଦ୍ଧ୍ବରେ ସ୍ଥାପିତ ହୋଇଛି । ମାଆ ସୁନୀତି ମଧ୍ୟ ତା’ ନିକଟରେ ରହିଛନ୍ତି ।
Question 3.
ध्रुवोपाख्यानस्य कस्तावत् सामाजिको मूल्यबोध:?
Answer:
ଭାରତୀୟ ସଂସ୍କୃତି ଓ ଭାରତୀୟ ଧର୍ମର ମୂଳଭୂତ ବ୍ୟାସପ୍ରଣୀତ ପୁରାଣଗୁଡ଼ିକ ମଧ୍ୟରେ ବିଷ୍ଣୁପୁରାଣ ପ୍ରସିଦ୍ଧ । ଏହି ପୁରାଣରେ ଧ୍ରୁବୋପାଖ୍ୟାନ ବର୍ଣ୍ଣିତ ହୋଇଛି । ବ୍ରହ୍ମାଙ୍କର ପୁତ୍ର ପ୍ରଥମ ମନୁଙ୍କର ପୁତ୍ର ଉତ୍ତାନପାଦଙ୍କର ଦୁଇରାଣୀ ସୁରୁଚି ଓ ସୁନୀତି । ସୁରୁଚିର ପୁତ୍ର ଉତ୍ତମ ଓ ସୁନୀତିର ପୁତ୍ର ଧ୍ରୁବ । ଦୁଇରାଣୀଙ୍କର ସ୍ଵଭାବ ସମ୍ପୂର୍ଣ୍ଣ ଭିନ୍ନ । ସୁରୁଚି ବିମାତାଭାବେ ଧ୍ରୁବକୁ ଅନାଦର କରିଛି । ଉଦ୍ଭାନପାଦଙ୍କର ସିଂହାସନ ତଥା କ୍ରୋଡ଼ କେବଳ ସୁରୁଚି ପୁତ୍ର ଉତ୍ତମ ପାଇଁ ଉଦ୍ଦିଷ୍ଟ ବୋଲି କହିଛି । ସତରେ ସମାଜରେ ଏଭଳି ଖଳ ପ୍ରବୃତ୍ତିର ବ୍ୟକ୍ତିର ସ୍ଵଭାବ ଆଉ କ’ଣ ଅବା ହୋଇପାରେ । ଅପରପକ୍ଷରେ ସୁନୀତି ନାମରେ ଯେପରି କାମରେ ମଧ୍ୟ ସେହିପରି । ସେ ପୁତ୍ରକୁ ଦୁଃଖ ନ କରିବା ପାଇଁ କହିଛି ଏବଂ ସାଧନା ବା ନିଷ୍ଠା ବଳରେ ଉଚ୍ଚପଦ ପ୍ରାପ୍ତି କରିବାପାଇଁ ପ୍ରେରଣା ଦେଇଛି । ସୁନୀତି ଧ୍ରୁବଙ୍କୁ ସମୁଚିତ ଶିକ୍ଷାଦେଇ ସମାଜରେ ଜଣେ ନୀତିଶୀଳା ମାଆର ଉପଯୁକ୍ତ ଚାରିତ୍ରିକ ବୈଶିଷ୍ଟ୍ୟ ପ୍ରତିପାଦିତ କରିଛି । ସମାଜରେ ପ୍ରତ୍ୟେକ ମାତା ତା’ର ପୁତ୍ରକୁ ଏଭଳି ସୁଶିକ୍ଷା ଦେବା ଉଚିତ ।
ସର୍ବୋପରି ଧ୍ରୁବର ନିଷ୍ଠା, ସାଧନା ଓ ତପସ୍ୟା ସମାଜରେ କୀର୍ତ୍ତିସ୍ଥାପନ କରିଛି । ପରମ ବୈରାଗୀ ଧ୍ରୁବଙ୍କୁ ସଂସାରରେ ସର୍ବଶ୍ରେଷ୍ଠ ସ୍ଥାନ ଲାଭ ନିମନ୍ତେ ଗୋବିନ୍ଦଙ୍କୁ ସ୍ମରଣ କରିବାପାଇଁ ସପ୍ତର୍ଷି ନିର୍ଦ୍ଦେଶ ଦେଇଛନ୍ତି । ମାଆର ପ୍ରେରଣା, ସପ୍ତର୍ଷିଙ୍କର ସହଯୋଗ ଧ୍ରୁବର ମନକୁ ଦୃଢ଼ କରିଛି । ସେ ତପସ୍ୟା କରି ‘ଓଁ ନମୋ ବାସୁଦେବାୟ’ ମନ୍ତ୍ର ଜପ କରିଛି । ଧ୍ରୁବର ଏକନିଷ୍ଠ ତପସ୍ୟା ସ୍ଵର୍ଗର ଦେବରାଜ ଇନ୍ଦ୍ର ତଥା ଅନ୍ୟାନ୍ୟ ଦେବତାଙ୍କୁ ବିଚଳିତ କରିଦେଇଛି । ଧ୍ରୁବର ଏକନିଷ୍ଠ ତପସ୍ୟା ଆଗରେ ଇନ୍ଦ୍ରଙ୍କର ମାୟା ହାର ମାନିଛି । ଏକ ପାଞ୍ଚ ବର୍ଷର ବାଳକ ହୋଇ ନିଜର ସ୍ଵାଭିମାନ, ନିଷ୍ଠା, ତପ ବଳରେ ଧ୍ରୁବ କେଉଁ କୀର୍ତ୍ତି ବା ଯଶ ଅର୍ଜନ କରିଛନ୍ତି ତାହା ସମାଜରେ ଏକାନ୍ତ ଶିକ୍ଷଣୀୟ ତଥା ଆଦର୍ଶସ୍ଥାନୀୟ ହୋଇପାରିଛି । ଶେଷରେ ଧ୍ରୁବ ଭଗବାନ୍ଙ୍କର ଦର୍ଶନ ଓ ବରଲାଭ ସ୍ୱରୂପ ଆକାଶରେ ସପ୍ତର୍ଷିମଣ୍ଡଳର ଊର୍ଦ୍ଧ୍ବରେ ଧ୍ରୁବତାରା ଭାବେ ସ୍ଥାପିତ ହୋଇଛି । ମା’ ସୁନୀତି ମଧ୍ୟ ତାରାଭାବେ ପୁତ୍ର ନିକଟରେ କଳ୍ପାନ୍ତ କାଳ କାଟିଛନ୍ତି । ଏହି ପ୍ରସଙ୍ଗରେ ଯେଉଁ ସାମାଜିକ ମୂଲ୍ୟବୋଧ ପ୍ରତିଫଳିତ ହୋଇଛି ତାହା ଯୁଗେ ଯୁଗେ ରହିଥିବ ।
+2 1st Year Sanskrit Optional Chapter 6 ଧ୍ରୁବୋପାଖ୍ୟାନମ୍ Summary
ବିଷୟ ପ୍ରବେଶ – ଆଲୋଚିତ ବିଷୟ ‘ଧର୍ମୋପାଖ୍ୟାନମ୍’ ମହର୍ଷି ବ୍ୟାସ ପ୍ରଣୀତ ଅଷ୍ଟାଦଶ ମହାପୁରାଣ ମଧ୍ଯରେ ବିଷ୍ଣୁପୁରାଣାନ୍ତର୍ଗତ । ଭାରତୀୟ ସଂସ୍କୃତିର ଓ ଭାରତୀୟ ଧର୍ମର ମୂଳ ହେଉଛି ପୁରାଣସାହିତ୍ୟ, ଏ ବିଷୟରେ ସମାଲୋଚକମାନଙ୍କର କୌଣସି ଦ୍ବିମତ ନାହିଁ । ଏହି ପ୍ରସଙ୍ଗ ବିଷ୍ଣୁପୁରାଣାନ୍ତର୍ଗତ ଧୁବୋପାଖ୍ୟାନରେ ବର୍ଣ୍ଣିତ ହୋଇଛି ।
ସାରକଥା – ସ୍ୱାୟମ୍ଭୁବ ମନୁଙ୍କର ପ୍ରିୟବ୍ରତ ଓ ଉତ୍ତାନପଦ ନାମରେ ଦୁଇଜଣ ସନ୍ତାନ ଥିଲେ । ଉଦ୍ଭାନପାଦଙ୍କର ଦୁଇଜଣ ପତ୍ନୀ ଥିଲେ । ଅଭିଳଷିତା ପତ୍ନୀ ସୁରୁଚିଠାରୁ ଉତ୍ତମ ନାମକ ପୁତ୍ର ଜାତ ହେଲା । ସୁନୀତି ନାମକ ଅପରା ରାଣୀଙ୍କଠାରୁ ଧ୍ରୁବ ନାମକ ପୁତ୍ର ଜାତ ହେଲା । ଥରେ ପିତାଙ୍କ କ୍ରୋଡ଼ରେ ଧ୍ରୁବ ଭାଇ ଉତ୍ତମକୁ ବସିଥିବାର ଦେଖୁ ବସିବାକୁ ଇଚ୍ଛାକଲେ । ରାଜା ନିଜର ପ୍ରେୟସୀ ସୁରୁଚି ସମ୍ମୁଖରେ କୋଳରେ ବସିବାକୁ ଉଦ୍ୟତ ହେଉଥିବା ପୁତ୍ରକୁ ବସିବାପାଇଁ ପସନ୍ଦ କରିନଥିଲେ । କୋଳରେ ବସିବାକୁ ଉଦ୍ୟତ ହୋଇଥୁବା ଧ୍ରୁବଙ୍କୁ ଦେଖ୍ ସୁରୁଚି କହିଲା– ପୁତ୍ର ! ଏଭଳି ଅଭିଳାଷ କାହିଁକି କରୁଛ ? ଏହି ରାଜସିଂହାସନ ମୋର ପୁତ୍ର ପାଇଁ ଉଦ୍ଦିଷ୍ଟ, ଏଣୁ ଅଯଥାରେ କଷ୍ଟ ପାଉଛି । ସତ୍ୟ ଯେ ତୁମେ ଏ ରାଜାଙ୍କର ପୁତ୍ର, ହେଲେ ମୋ ଉଦରରୁ ଜାତ ହୋଇନାହଁ । ତାଙ୍କର କଥା ଶୁଣି ବାଳକ ଧ୍ରୁବ ପିତାଙ୍କୁ ପରିତ୍ୟାଗ କରି କ୍ରୋଧୃତ ହୋଇ ମାଆ ପାଖକୁ ଚାଲିଗଲା ।
ପୁତ୍ରକୁ କ୍ରୋଧୃତ ହୋଇ ଓଠ ଥରାଉଥିବାର ଦେଖୁ ମାତା ସୁନୀତି ତାକୁ କୋଳକରି କହିଲେ– ହେ ପୁତ୍ର ! କ୍ରୋଧର କାରଣ କ’ଣ ? ଯେ ତମର ଅପରାଧ କଲା ସେ କ’ଣ ତୁମ ପିତାଙ୍କୁ ଜାଣେ ନାହିଁ କି ? ଏହା କହନ୍ତେ ଧ୍ରୁବ ମାଆଙ୍କୁ ସମସ୍ତ କଥା କହିଲେ । ପୁଅର କଥା ଶୁଣି ମାଆ ସୁନୀତି କହିଲେ– ପୁଅ ! ସୁରୁଚି ସତ୍ୟ ହିଁ କହିଛନ୍ତି । ତୋର ଭାଗ୍ୟ ସ୍ଵଳ୍ପ । ପିତାଙ୍କ ପ୍ରତି ଉଦ୍ବେଗ କରିବା ଉଚିତ ନୁହେଁ । ରାଜସିଂହାସନ, ଛତ୍ର, ଅଶ୍ଵ ଏସବୁ ଅନ୍ୟ ଜନ୍ମର ସୁକୃତ ବା ପୁଣ୍ୟବଳରୁ ହିଁ ମିଳିଥାଏ । ଏକଥା ବିଚାରି ଶାନ୍ତ ହୁଅ । ସୁରୁଚିର ପୁତ୍ର ଅଧିକ ପୁଣ୍ୟବାନ୍ ଓ ମୋର ପୁଅ ଅଳ୍ପ ପୁଣ୍ୟଶାଳୀ । ତଥାପି ଦୁଃଖ କରନାହିଁ । ଯାହାର ଭାଗ୍ୟ ଯାହା ପ୍ରାପ୍ତ କରାଏ ସେ ସେଥିରେ ସନ୍ତୁଷ୍ଟ ହେବା ଉଚିତ । ସୁରୁଚିର କଥାରେ ଯଦି ଦୁଃଖ୍ତ ହୋଇଛ ତେବେ ପୁଣ୍ୟସଞ୍ଚୟ ନିମନ୍ତେ ପ୍ରଯତ୍ନ କର । ଧର୍ମାତ୍ମା ସଦୈବ ପ୍ରାଣୀର ହିତ ନିମନ୍ତେ ରତ ହୁଏ ଓ ସୁଶୀଳଯୁକ୍ତ ହୁଏ ।
ଧ୍ରୁବ କହିଲା– ମାଆ ! ମୋର ଶାନ୍ତି ନିମନ୍ତେ ତୁମେ ଯାହା କହିଲ ସେହି ଦୁଷ୍ଟକଥା ବ୍ୟତିରେକେ ମୋର ହୃଦୟରେ ଅନ୍ୟ କିଛି ସ୍ଥାନ ପାଉନାହିଁ । ମୁଁ ସେହିପରି ପ୍ରଯତ୍ନ କରିବି ଯେଉଁଥିରେ କି ଏ ନିଷ୍ଫଳ ସଂସାରରେ ପୂଜିତ ହୋଇ ସର୍ବଶ୍ରେଷ୍ଠ ସ୍ଥାନ ପ୍ରାପ୍ତ କରିବି । ଉତ୍ତମ ମୋର ଭାଇ, ପିତାଙ୍କଦ୍ୱାରା ଦିଆଯାଇଥିବା ସିଂହାସନ ପ୍ରାପ୍ତ କରୁ, ପୁନଶ୍ଚ ମୁଁ ମୋର କର୍ମଦ୍ଵାରା ନିତ୍ୟସ୍ଥାନକୁ ଇଚ୍ଛା କରୁଛି ଯାହା ମୋର ପିତା ମଧ୍ଯ ପାଇନାହାଁନ୍ତି । ଏହା କହି ମା’ଙ୍କର ଗୃହରୁ ବାହାରି ନଗର ବାହାରେ ଉପବନକୁ ଯାଇ ସେଠାରେ ପୂର୍ବରୁ ଆସିଥିବା ସପ୍ତର୍ଷିଙ୍କୁ ଦେଖୁଲା । ସେ ରାଜପୁତ୍ର (ଧ୍ରୁବ) ସେମାନଙ୍କୁ ପ୍ରଣିପାତ କରି ବିନୟପୂର୍ବକ କହିଲା– ହେ ଋଷିଗଣ ! ମୋତେ ସୁନୀତିଠାରୁ ଜାତ ଉତ୍ତାନପାଦଙ୍କର ପୁତ୍ର ଧ୍ରୁବ ବୋଲି ଜାଣ । ଉପେକ୍ଷିତ ହୋଇ ମୁଁ ଆପଣଙ୍କ ନିକଟକୁ ଆସିଲି । ଋଷିମାନେ କହିଲେ– ବସ୍ତ୍ର ତୁମେ ପାଞ୍ଚବର୍ଷର ରାଜପୁତ୍ର ଓ ତୁମଠାରେ ଆମ୍ଭେମାନେ କୌଣସି ଉଦ୍ବେଗର କାରଣ ଦେଖୁନାହୁଁ । କ’ଣ ପାଇଁ ସେମାନେ ତୁମକୁ ଅଜ୍ଞାନ କଲେ ତାହା କୁହ । ତା’ପରେ ଧ୍ରୁବ ସେମାନଙ୍କୁ ସବୁକଥା କହିଲେ । ତାହା ଶୁଣି ଋଷିମାନେ ପରସ୍ପର କୁହାକୁହି ହେଲେ।
ଆହେ କ୍ଷତ୍ରିୟପରକ ତେଜସ୍ଵୀ ବାଳକର ହୃଦୟରୁ ସଉତୁଣୀ ମାଆର କଥା ମଧ୍ୟ ଦୂର ହେଉନାହିଁ । ସେମାନେ ଧ୍ରୁବକୁ କହିଲେ, ଆହେ କ୍ଷତ୍ରିୟ, ଅଜ୍ଞ ହୋଇ ବର୍ତ୍ତମାନ କ’ଣ କରିବାକୁ ଇଚ୍ଛା କରିଛ ତାହା ଆମକୁ କୁହ ଓ ଆମ୍ଭେମାନେ ତୁମକୁ କି ସାହାଯ୍ୟ କରିବୁ ତାହା ମଧ୍ୟ କୁହ । ଧ୍ରୁବ କହିଲା– ମୁଁ ଧନ ଅବା ରାଜ୍ୟ ଚାହେଁ ନାହିଁ । ଯେମିତି ପୂର୍ବରୁ କେହି ସେହି ସ୍ଥାନ ପାଇନଥୁବେ ସେପରି ସ୍ଥାନ ମୁଁ ଇଚ୍ଛା କରୁଛି । ମରୀଚି ଆଦି ସପ୍ତଋଷି କହିଲେ– ସମସ୍ତ ବାହ୍ୟବିଷୟକୁ ପରିତ୍ୟାଗ କରି ଜଗତ୍ପାଳକ ଭଗବାନ ବିଷ୍ଣୁଙ୍କ ନିକଟରେ ମନୋନିବେଶ କର । ଏହିପରି ଏକାଗ୍ରଚିତ୍ତରେ ତନ୍ମୟ ହୋଇ ‘ଓଁ ବାସୁଦେବାୟ’ ବୋଲି ଜପ କରିବା ଉଚିତ ।
ଏହା ଶୁଣି ସେ ଋଷିମାନଙ୍କୁ ପ୍ରଣାମ କରି ଧ୍ରୁବ ସେହି ଉପବନରୁ ବାହାରି ଯମୁନାକୂଳରେ ମଧୁବନକୁ ଯାଇ ତପସ୍ୟା କଲେ । ଏକାନ୍ତ ଚିତ୍ତରେ ଭଗବାନ୍ ହରିଙ୍କୁ ଧ୍ୟାନ କରୁଥିବା ତା’ର (ଧ୍ରୁବର) ଭାରକୁ ସହ୍ୟ କରିବାକୁ ପୃଥିବୀ ଅସମର୍ଥ ହେଲା ଓ ଦେବତାମାନେ ଅତ୍ୟନ୍ତ କ୍ରୋଧିତ ହେଲେ । ଇନ୍ଦ୍ର ତାଙ୍କର ତପସ୍ୟା ଭଙ୍ଗ ନିମନ୍ତେ ନାନାପ୍ରକାର ମାୟା ପ୍ରଦର୍ଶନ କଲେ । ତା’ର ମାଆ ସୁନୀତି ତା’ ସମ୍ମୁଖରେ ରହି ଦୁଃଖରେ କହିଲେ– ପୁତ୍ର ! ଶରୀର ତାପରୁ ନିବୃତ୍ତ ହୁଅ, ଦୁଃଖ୍ ମୋତେ (ତୁମେ) ପରିତ୍ୟାଗ କରିବାକୁ ସମର୍ଥ ନୁହଁ । କାହିଁ ତୁମେ ପାଞ୍ଚବର୍ଷର ବାଳକ ଆଉ କାହିଁ ସେହି କଷ୍ଟସାଧ୍ୟ ତପସ୍ୟା । ଏ ହେଉଛି ତୁମର ପଢ଼ିବା ଓ ଖେଳିବାର ବେଳ । ଯଦି ଆଜି ତପସ୍ୟା ନ ଛାଡ଼ିବ, ତେବେ ତୁମରି ଆଗରେ ମୁଁ ମୋର ପ୍ରାଣତ୍ୟାଗ କରିବି । ଏହିପରି କହି ଇନ୍ଦ୍ରଙ୍କଦ୍ବାରା କୃତା ମାୟା ସୁନୀତି ଅନ୍ତର୍ଦ୍ଧାନ ହୋଇଗଲେ ।
ଏହାପରେ ଅସ୍ତ୍ରଶସ୍ତ୍ର ଧାରଣ କରି ରାକ୍ଷସମାନେ ଆବିର୍ଭୂତ ହେଲେ ଓ ଶହ ଶହ ବିଲୁଆ ରାବ କଲେ । ସେହି ରାକ୍ଷସମାନେ କରୁଥିବା ଭୀଷଣ ଶବ୍ଦ ଗୋବିନ୍ଦ ଆସକ୍ତମନା ଧ୍ରୁବର ଆଖୁଆଗକୁ ମଧ୍ୟ ଆସିଲା ନାହିଁ । ସମସ୍ତ ମାୟା ଲୀନ ବା ଅନ୍ତ ହୋଇଯା’ନ୍ତେ ଦେବତାମାନେ ଭଗବାନ୍ ହରିଙ୍କର ଶରଣାପନ୍ନ ହେଲେ ଓ କହିଲେ– ଦେବଦେବ ଜଗନ୍ନାଥ ଆମେ ଜାଣୁ ନାହିଁ ଯେ ନାହିଁ ଯେ ଧ୍ରୁବ ଇନ୍ଦ୍ରତ୍ଵ, ସୂର୍ଯ୍ୟତ୍ଵ ବା କୁବେରତ୍ଵକୁ ଇଚ୍ଛା କରୁଛି । ସେଥିପାଇଁ ଧ୍ରୁବକୁ ତପସ୍ୟାରୁ ନିବୃତ୍ତ କରାଅ । ଭଗବାନ୍ କହିଲେ– ଧ୍ରୁବ ଇନ୍ଦ୍ରତ୍ବାଦିକୁ ପ୍ରାପ୍ତ କରିବାପାଇଁ ତପସ୍ୟା କରୁନାହିଁ । ତୁମେମାନେ ଚିନ୍ତାଶୂନ୍ୟ ହୋଇଯାଅ, ତା’ର ଇଚ୍ଛା ମୁଁ ସମ୍ପାଦନ କରିବି ବା ପୂର୍ଣ୍ଣ କରିବି ।
ଭଗବାନ୍ ବିଷ୍ଣୁ ଧ୍ରୁବର ତପସ୍ୟାରେ ସନ୍ତୁଷ୍ଟ ହୋଇ ତା’ ନିକଟକୁ ଯାଇ କହିଲେ– ବସ ଧ୍ରୁବ ! ଯେପରି ବାହ୍ୟବସ୍ତୁକୁ ପରିତ୍ୟାଗ କରି ତୁମେ ମୋଠାରେ ମନୋନିବେଶ କଲ, ତତ୍କାରା ମୁଁ ସନ୍ତୁଷ୍ଟ । ବର ଯାଚନା କର । ଏପରି ଭଗବାନଙ୍କର କଥା ଶୁଣି ଆଖୁ ଖୋଲି ଶଙ୍ଖ-ଚକ୍ର-ଗଦା-ପଦ୍ମଧାରା ଚତୁର୍ଦ୍ଧାମୂର୍ତ୍ତି ଅଚ୍ୟୁତଙ୍କୁ ଦେଖ୍ ମସ୍ତକ ଲଗାଇ ପ୍ରଣାମ କଲେ ଓ କହିଲେ– ହେ ଦେବ । ଯଦି ମୋର ତପସ୍ୟାଦ୍ଵାରା ପରମ ସନ୍ତୋଷ ପ୍ରାପ୍ତ କରିଛନ୍ତି, ତେବେ ଭଗବାନ୍ଙ୍କୁ ସ୍ତୁତି କରିବାକୁ ଇଚ୍ଛା କରୁଛି, ମୋତେ ଏହି ବର ପ୍ରଦାନ କର । ବ୍ରହ୍ମାଦି ମଧ୍ଯ ତୁମର ଗତି ଜାଣନ୍ତି ନାହିଁ । ତେଣୁ ମୁଁ ତ ବାଳକ ତୁମକୁ ସ୍ତୁତି କରିବାକୁ କିପରି ସକ୍ଷମ ହେବି । ଏହାପରେ ହାତ ଯୋଡ଼ିଥିବା ଧ୍ରୁବକୁ ଭଗବାନ ବିଷ୍ଣୁ ଶଙ୍ଖର ପ୍ରାନ୍ତଭାଗରେ ସ୍ପର୍ଶ କଲେ । ସେହି ମୁହୂର୍ଭରେ ହିଁ ଆନନ୍ଦମନା ରାଜପୁତ୍ର (ଧ୍ରୁବ) ପ୍ରାଣୀମାନଙ୍କର ଧାରଣକର୍ତ୍ତା ଅଚ୍ୟୁତଙ୍କୁ ପ୍ରଣାମ କରି ସନ୍ତୋଷ ଲାଭକରି କହିଲା– ଭୂମି-ଜଳ-ଅଗ୍ନି-ବାୟୁ- ଆକାଶ-ମନ-ବୁଦ୍ଧି ଯାହାର ସ୍ଵରୂପ ସେହି ପରମେଶ୍ଵରଙ୍କୁ ନମସ୍କାର କରୁଅଛି । ତୁମେ ସର୍ବାଆତ୍ମାରେ ବିରାଜମାନ ଓ ସମସ୍ତଙ୍କର ପ୍ରଭୁ ଅଟ ।
ଭଗବାନ୍ କହିଲେ– ଯେଣୁ ତୁମେ ମୋତେ ଦର୍ଶନ କଲ, ତୁମ ତପସ୍ୟାର ଫଳ ପାଇଗଲ । ମୋର ଦର୍ଶନ କିନ୍ତୁ ବିଫଳ ଯାଏ ନାହିଁ । ସେହି ହେତୁରୁ ଅଭୀଷ୍ଟ ବର ମାଗ । ଧ୍ରୁବ କହିଲା– ଭଗବାନ୍ ! ତୁମେ ସମସ୍ତ ପ୍ରାଣୀଙ୍କର ହୃଦୟରେ ରହିଛି, ଯାହା ମୋର ଇଚ୍ଛା ତାହା କ’ଣ ତୁମକୁ ଅଜଣା । ତଥାପି ଅତି କଷ୍ଟରେ ବିନୟ ହୃଦୟରେ ମୁଁ ଯାହା ପ୍ରାର୍ଥନା କରିବି ତାହା ତୁମକୁ କହିବି । ‘ମୋ ଉଦରରୁ ଜାତ ହୋଇନଥିବା ତୁମର ଏ ରାଜସିଂହାସନ ଯୋଗ୍ୟ ନୁହେଁ” ବୋଲି ସପତ୍ନୀ ମାତା ମୋତେ ଗର୍ବର ସହ କହିଲେ । ଏଣୁ ଆପଣଙ୍କ ଦୟାରୁ ବା କୃପାରୁ ସେ ନିତ୍ୟ ସର୍ବୋତ୍କୃଷ୍ଟ ସ୍ଥାନକୁ ମୁଁ ପ୍ରାର୍ଥନା କରୁଛି । ଭଗବାନ୍ କହିଲେ– ଯାହା ତୁମେ ପ୍ରାର୍ଥନା କରୁଛ ସେ ସ୍ଥାନ ତୁମେ ପାଇବ । ମଙ୍ଗଳାଦି ଗ୍ରହ ନକ୍ଷତ୍ର ଓ ସପ୍ତର୍ଷିମାନଙ୍କର ଊର୍ଦ୍ଧ୍ୱସ୍ଥାନକୁ ମୁଁ ତୁମକୁ ପ୍ରଦାନ କଲି । ତୁମର ମାଆ ସୁନୀତି ମଧ୍ୟ ତାରକା ହୋଇ ବହୁସମୟ ପର୍ଯ୍ୟନ୍ତ ତୁମ ନିକଟରେ ନିବାସ କରିବ । ଏହିପରି ଧ୍ରୁବ ଭଗବାନଙ୍କ ପ୍ରସାଦରୁ ବହୁଦୂର ସ୍ଥାନକୁ ପ୍ରାପ୍ତ ହେଲା, ଅର୍ଥାତ୍ ସୁଦୂର ଆକାଶରେ ଧ୍ରୁବ ନକ୍ଷତ୍ରଭାବେ ଶୋଭା ପାଇଲା ।
Text – 1
स्वायंभुवस्य मनो: ………………………………. मातुर्मन्दिरं जगाम।
ଶବ୍ଦାର୍ଥ – ସୁତୌ = ଦୁଇ ପୁତ୍ର । ଭାର୍ଯ୍ୟ = ଦୁଇ ପତ୍ନୀ । ରାସ୍ୟାମ୍ = ରାଣୀଙ୍କର । ତନୟ = ପୁତ୍ର । ସଂଭୂତଃ ଜନ୍ମହେଲା । ଏକଦା = ଏକଦିନେ ବା ଥରେ । ଅଙ୍କମ୍ = କୋଳକୁ । ଦୃଷ୍ଟା = ଦେଖୁ । ଆରୋକ୍ଟ୍ରମ୍ = ଆରୋହଣ କରିବାକୁ । ପ୍ରେୟସ୍ୟା = ପ୍ରେୟସୀର ବା ପ୍ରିୟତମାର । ସମକ୍ଷମ୍ = ଆଗରେ ବା ସମ୍ମୁଖରେ । କୈଶ୍ୟତେ = କଷ୍ଟ ଦେଉଛ । ଶୁଦ୍ଧା = ଶୁଣି । ଉତ୍ସୃଜ୍ୟ = ତ୍ୟାଗ କରି । କୁପତିଃ = ରାଗିଯାଇ । ଜଗାମ = ଚାଲିଗଲା ।
ଅନୁବାଦ – ସ୍ବାୟଂଭୁବ ମନୁଙ୍କର ପ୍ରିୟବ୍ରତ ଓ ଉଦ୍ଭାନପାଦ ନାମରେ ଦୁଇ ପୁଅ ଥିଲା । ଉତ୍ତାନପାଦଙ୍କର ଦୁଇଜଣ ପତ୍ନୀ ଥିଲେ । ପ୍ରିୟତମା ସୁରୁଚିଠାରୁ ଉତ୍ତମ ନାମକ ତାଙ୍କର ଅତ୍ୟନ୍ତ ପ୍ରିୟ ପୁତ୍ର ଜାତ ହେଲା । ସୁନୀତି ନାମକ ଅନ୍ୟରାଣୀଙ୍କଠାରୁ ଧ୍ରୁବ ନାମକ ପୁତ୍ର ଜାତ ହେଲା । ଥରେ ରାଜସିଂହାସନରେ ପିତାଙ୍କ କୋଳରେ ବସିଥିବା ଭାଇ ଉତ୍ତମକୁ ଦେଖ୍ ଧ୍ରୁବ ମଧ୍ୟ ତାକୁ (ସିଂହାସନକୁ) ଚଢ଼ିବାକୁ ମନକଲା । ରାଜା କିନ୍ତୁ ପ୍ରିୟତମା ସୁରୁଚିର ଆଗରେ ସ୍ନେହରେ ଆସିଥିବା ଓ କୋଳରେ ବସିବାକୁ ଉତ୍ସାହୀ ଥିବା ପୁତ୍ରକୁ ଅଭିନନ୍ଦନ କଲେ ନାହିଁ । କୋଳରେ ବସିବାକୁ ଉତ୍ସୁକ ଧ୍ରୁବକୁ ଦେଖୁ ସୁରୁଚି ତାକୁ କହିଲେ– ପୁତ୍ର ! ଏପରି ମହାନ୍ ଅଭିଳାଷ କାହିଁକି କରିଛୁ । ଏହି ରାଜସିଂହାସନ ମୋର ପୁତ୍ରର ହିଁ ଯୋଗ୍ୟ, କ’ଣ ପାଇଁ ନିଜକୁ କଷ୍ଟଦେଉଛୁ । ଏହା ସତ୍ୟ ଯେ ତୁମେ ଏହି ରାଜାଙ୍କର ପୁତ୍ର ଅଟ, ପୁନଶ୍ଚ ମୋର ଉଦରରୁ ଜାତ ହୋଇନାହଁ । ତା’ର କଥାକୁ ଶୁଣି ପୁତ୍ର ଧ୍ରୁବ ପିତାଙ୍କୁ ଛାଡ଼ି ରାଗିଯାଇ ମାଆଙ୍କ ଗୃହକୁ ଚାଲିଗଲା ।
ବ୍ୟାକରଣ
ସନ୍ଧିବିଚ୍ଛେଦ – ପ୍ରିୟବ୍ରତୋତ୍ତାନପାଦନାମାନୌ = ପ୍ରିୟବ୍ରତ + ଉଦ୍ଭାନପାଦନାମାନୌ । ସୁତାବାସ୍ତାମ୍ = ସୁତୌ + ଆସ୍ତାମ୍ । ସୁରୁଚ୍ୟାମୁତ୍ତମଃ = ସୁରୁଡ୍ୟାମ୍ + ଉତ୍ତମଃ । ତସ୍ୟାତାନ୍ତବଲ୍ଲଭ = ତସ୍ୟ + ଅତ୍ୟନ୍ତବଲ୍ଲଭଃ । ନାମାପରାସ୍ୟାମ୍ : ନାମ + ଅପରାସ୍ୟାମ୍ । ରାଜାସନସ୍ଥିତସ୍ୟ = ରାଜା + ଆସନସ୍ଥିତସ୍ୟ । ପିତୁରଙ୍କମାଶ୍ରିତମ୍ = ପିତୁଃ + ଅଙ୍କମ୍ + ଆଶ୍ରିତମ୍ । ଭ୍ରାତରମୁତ୍ତମମ୍ = ଭ୍ରାତରମ୍ + ଉତ୍ତମମ୍ । ଧ୍ରୁବୋଽପି = ଧ୍ରୁନଃ + ଅପି । ତମାରୋକ୍ଟ୍ରମ୍ = ତମ୍ + ଆରୋଜୁମ୍ । ଭୂପତିସ୍ତୁ = ଭୂପତିଃ + ତୁ । ପ୍ରଣୟନାଗତମୁସ୍ଥଙ୍ଗାରୋହଣେ ସୁକମ୍ = ପ୍ରଣୟନ + ଆଗତମ୍ + ଉତ୍ସଙ୍ଗ + ଆରୋହଣ + ଉତ୍ସୁକମ୍ । ସୁରୁଚିସ୍ତମୁବାଚ = ସୁରୁଚି + ତମ୍ + ଉବାଚ । ମହାତ୍ମନୋରଥ = ମହାନ୍ + ମନୋରଥ । ଏତଦ୍ରାଜାସନମ୍ = ଏତତ୍ + ରାଜାସନମ୍ । ମମୈବ = ମମ + ଏବ । କିମାତ୍ମା = କିମ୍ + ଆତ୍ମା । ତୁମସ୍ୟ = ତୁମ୍ + ଅସ୍ୟ । ସୁତୋଽସି = ସୁତଃ + ଅସି । ପୁନର୍ମଦୁଦରାଜାତଃ = ପୁନଃ + ମତ୍ + ଉଦରାତ୍ + ଜାତଃ । ତଦବଚନମ୍ = ତତ୍ + ବଚନମ୍ । ପିତରମୁଜ୍ୟ ପିତରମ୍ + ଉଜ୍ୟ । ମାତୁର୍ମନ୍ଦିରମ୍ = ମାତୁଃ + ମନ୍ଦିରମ୍ ।
ସମାସ – ରାଜାସନସ୍ଥିତସ୍ୟ = ରାଜ୍ଞ ଆସନମ୍ (ଷଷ୍ଠୀ ତତ୍ତ୍ଵପୁରୁଷ), ତସ୍ମିନ୍ ସ୍ଥିତଃ, ତସ୍ୟ (ସପ୍ତମୀ ତତ୍ପୁରୁଷ) । ସମକ୍ଷମ୍ = ଅକ୍ଷ ସମୀପମ୍ (ଅବାୟୀଭାବାଃ) । ଭୂପତିଃ = ଭୁନଃ ପତିଃ (ଷଷ୍ଠୀ ତତ୍ତ୍ଵପୁରୁଷ) । ରାଜାସନମ୍ = ରାଜ୍ଞ ଆସନମ୍ (ଷଷ୍ଠୀ ତତ୍ପୁରୁଷ) । ତଦ୍ବଚନମ୍ = ତସ୍ୟ ବଚନମ୍ (ଷଷ୍ଠୀ ତତ୍ତ୍ଵପୁରୁଷ) ।
ସକାରଣବିଭକ୍ତି – ପ୍ରିୟବ୍ରତେୱାନପାଦନାମାନୌ, ସୁତୌ, ଭାର୍ଯ୍ୟ, ବଲ୍ଲଭଃ, ପୁନଃ, ତନୟ, ଭୂପତିଃ, ସୁରୁଚି, ମହାମନୋରଥ, ସୁତଃ, ବାଳୀ, କୁପିତଃ, = କଉଁରି ୧ମା। ଉତ୍ତମଃ, ଧ୍ରୁବ = ନାମ ଅବ୍ୟୟ ଯୋଗେ ୧ମା । ବସ୍ତ୍ର = ସମ୍ବୋଧନେ ୧ମା । ଆତ୍ମା = ଉକ୍ତ କର୍ମଣି ୧ମା । ଅଙ୍କମାଶ୍ରିତଂ, ଭ୍ରାତରଂ, ଉତ୍ତମଂ, ତଂ, ଆରୋଙ୍ଗୁ, ମତଂ, ଆଗତଂ, ଉତ୍ସୁକିଂ, ପୁତ୍ର, ଧ୍ରୁବଂ, ରାଜାସନଂ, ବଚନଂ, ପିତରଂ, ମନ୍ଦିରମ୍ = କର୍ମଣି ୨ୟା । ପ୍ରଣୟେନ = ସହାର୍ଥେ ୩ୟା । ତ୍ରୟା = ଅନୁସ୍ତେ କଉଁରି ୩ୟା । ମତ୍, ଉଦରାତ୍ = ‘ଜନିକତଃ ପ୍ରକୃତିଃ’ ଯୋଗେ ୫ମୀ। ସ୍ୱୟଂଭୁବସ୍ୟ, ମନୋ, ଉତ୍ତାନପାଦସ୍ୟ, ତଥ୍ୟ, ରାଜାସନସ୍ଥିତସ୍ୟ, ପ୍ରେୟସ୍ୟା, ସୁରୁଚ୍ୟା, ପୁତ୍ରସ୍ୟ, ଅସ୍ୟ, ରାଜ୍ଞ, ମାତୁଃ = ସମ୍ବନ୍ଧ ୬ଷ୍ଠୀ । ଅଭୀଷ୍ଟାୟାଂ, ସୁରୁଚିଂ, ସୁନୀତାଂ, ଅପରସ୍ୟା, ରାଜ୍ଞାମ୍ = ଅଧିକରଣେ ୭ମୀ ।
ପ୍ରକୃତି ପ୍ରତ୍ୟୟ– ଇଷ୍ଟାୟାମ୍ = ଇଷ୍ଟ୍ + କ୍ତ + ଟାପ୍ । ସଂଭୂତଃ = ସମ୍ + ଭୂ + କ୍ତ । ଆଶ୍ରିତମ୍ = ଆ + ଶ୍ରୀ + କ୍ତ । ଦୃଷ୍ଟା = ଦୃଶ୍ + ଷ୍ଟାଚ୍ । ଆରୋକ୍ଟ୍ରମ୍ = ଆ + ରୁହ୍ + ତୁମୁନ୍ । ମତିମ୍ = ମନ୍ + ଭିନ୍ନ । ଆଗତମ୍ = ଆ + ଗମ୍ + କ୍ତ । ସତ୍ୟମ୍ = ସତ୍ + ଯତ୍ । ଜାତଃ = ଜନ୍ + କ୍ତ । ବଚନମ୍ = ବଚ୍ + ଲୁଟ୍ । ଶୁଣ୍ଢା = ଶୁ + ଲ୍କାଚ୍ । ଉତ୍ସୃଜ୍ୟ = ଉତ୍ + ସୃଜ୍ + ଲ୍ୟାପ୍ । କୁପିତଃ = କୃପ୍ + ଣିଚ୍ + କ୍ତ ।
Text – 2
पुत्रं कुपितम् …………………………………….. भवेति
ଶବ୍ଦାର୍ଥ— କୁପିତମ୍ = ରାଗିଥିବା । ଇଷତ୍ରିତାଧରମ୍ = ଅଳ୍ପ ଓଠକୁ ଥରାଉଥିବା । ଆରୋପ୍ୟ = ବସାଇ । ଅଭାଷତ = କହିଲେ । କୋପହେତୁଃ = କ୍ରୋଧର କାରଣ । ଅପରାଧତି = ଦ୍ରୋହ କରୁଛି । ଯଥାବୃତ୍ତମ୍ = ସମସ୍ତ ଘଟଣା । କଥୟାମାସ = କହିଲେ । ସୁତବନମ୍ = ପୁଅ କଥାକୁ । ନିଶମ୍ୟ = ଶୁଣି । ଦୁର୍ମନାୟମାନା = ଉଦ୍ବିଗ୍ନଚିତ୍ତ ହୋଇ । ଦୀନା = ଦୁଃଖ୍ନୀ । ସ୍ଵଳ୍ପଭାଗ୍ୟ = ଅତିଅଳ୍ପ ଭାଗ୍ୟବିଶିଷ୍ଟ । ଉଦ୍ବେଗ = ଉତ୍କଣ୍ଠା । ବରାହାଃ = ଉତ୍କୃଷ୍ଟ ଅଶ୍ୱଗୁଡ଼ିକ । ଅନ୍ୟଜନ୍ମକୃତାନି = ଅନ୍ୟଜନ୍ମରେ କୃତ । ବିଚାର୍ଯ୍ୟ = ବିଚାର କରି । ଶାଚିଂ ବ୍ରଜ = ଶାନ୍ତି ପାଅ । ଅଳ୍ପପୁଣ୍ୟ = ଅଳ୍ପ ପୁଣ୍ୟବିଶିଷ୍ଟ । ଭାଗ୍ୟପ୍ରାପ୍ତମ୍ = ଭାଗ୍ୟ ହେତୁରୁ ମିଳିଛି । ବଚସା = କଥାରେ । ପୁଣ୍ୟାପଚୟ = ପୁଣ୍ୟ ସଂଗ୍ରହରେ । ଯତ୍ନମ୍ = ଚେଷ୍ଟା । ପ୍ରାଣିହିତେ = ପ୍ରାଣୀମାନଙ୍କର କଲ୍ୟାଣରେ । ସୁଶୀତଃ = ଉତ୍ତମ ଭାବଯୁକ୍ତ ।
ଅନୁବାଦ– ପୁଅକୁ କ୍ରୋଧୃତ ଓ ଓଠ ଥରାଉଥିବାର ଦେଖୁ ମାତା ସୁନୀତି କୋଳରେ ବସାଇ ତାକୁ ପଚାରିଲେ– ହେ ପୁତ୍ର ! ତୁମର ଏ କ୍ରୋଧର କାରଣ କିଏ ? ଯିଏ ତୁମର ଦ୍ରୋହ କରୁଛି ସେ କ’ଣ ତୁମ ପିତାକୁ ଜାଣେ ନାହିଁ ? ଏତକ କହନ୍ତେ ଧ୍ରୁବ ମାଆଙ୍କୁ ସବୁ ଘଟଣା କହିଲା । ପୁଅ କଥା ଶୁଣି ଉଦ୍ବିଗ୍ନମନା ଦୁଃଖୁତା ସୁନୀତି କହିଲେ– ହେ ପୁତ୍ର ! ସୁରୁଚି ସତ କଥା କହିଛନ୍ତି, ତୁମେ ଅଳ୍ପ ଭାଗ୍ୟବାନ୍ ଅଟ । ରେ ପୁଅ ! ତୁମେ ଉଦ୍ବେଗ କରିବା ଅନୁଚିତ । ଯାହାର ଅନ୍ୟ ଜନ୍ମକୃତ ପୁଣ୍ୟ ଥାଏ ରାଜସିଂହାସନ, ଛତ୍ର ଓ ଶ୍ରେଷ୍ଠ ଅଶ୍ଵଗୁଡ଼ିକ ତାହାର ହିଁ ହୋଇଥା’ନ୍ତି । ଏହିପରି ବିଚାର କରି ଶାନ୍ତ ହୁଅ । ସୁରୁଚିଙ୍କର ପୁତ୍ର ଉତ୍ତମ ପୁଣ୍ୟସମୂହଯୁକ୍ତ, ମୋର ପୁତ୍ର ତୁମେ ଅଳ୍ପ ପୁଣ୍ୟବନ୍ତ ଅଟ । ତଥାପି ଦୁଃଖ କରିବା ଠିକ୍ ନୁହେଁ । ଯାହାର ଯେତିକି ଭାଗ୍ୟ ହେତୁ ପ୍ରାପ୍ତ ସେତିକିରେ ବୁଦ୍ଧିମାନ ଜନ ସନ୍ତୁଷ୍ଟ ହୋଇଥାଏ । ସୁରୁଚିଙ୍କ କଥାରେ ଯଦି ତୁମେ ଅତି ଦୁଃଖତ, ତେବେ ପୁଣ୍ୟସଂଗ୍ରହରେ ଚେଷ୍ଟା କର । ତୁମେ ଧର୍ମାତ୍ମା, ପ୍ରାଣିମାନଙ୍କ ହିତରେ ରତ ଓ ସୁନ୍ଦର ସ୍ଵଭାବ ବିଶିଷ୍ଟ ହୁଅ ।
ବ୍ୟାକରଣ
ସନ୍ଧିବିଚ୍ଛେଦ– କୁପିତମୀଷତ୍ରିତାଧରମ୍ = କୁପିତମ୍ + ଈଷତ୍ରିତ + ଅଧରମ୍ । ସୁନୀତିରଙ୍କମାରୋପ୍ୟ ସୁନୀତିଃ + ଅଙ୍କମ୍ + ଆରୋପ୍ୟ । ତମଭାଷତ = ତମ୍ + ଅଭାଷିତ । କୋପହେତୁସ୍ତେ = କୋପହେତୁଃ + ତେ । ଯସ୍ତବାପରାଧତି = ଯଃ + ତବ + ଅପରାଧତି । ଜାନାତୀତି = ଜାନାତି + ଇତି । ଇତୁତଃ = ଇତି + ଉକ୍ତ । ସୁନୀତିରବଦତ୍ = ସୁନୀତିଃ + ଅବଦତ୍ । ସତ୍ୟମେବାହ = ସତ୍ୟମ୍ + ଏବ + ଆହ । ସ୍ଵଳ୍ପଭାଗ୍ୟଽସି = ସ୍ଵଳ୍ପଭାଗ୍ୟ + ଅସି । ନୈବ = ନ + ଏବ । ତ୍ଵଦ୍ବେଗ = ତ୍ରୟା + ଉଦ୍ବେରଃ । ରାଜାସନମ୍ = ରାଜା + ଆସନମ୍ । ବରାଷ୍ଟ୍ରାଣ୍ଟ = ବର + ଅଶ୍ୱା + ଚ । ଯସ୍ୟାନ୍ୟଜନ୍ମକୃତାନି = ଯସ୍ୟ + ଅନ୍ୟଜନକୃତାନି । ତସୈବ = ତଥ୍ୟ + ଏବ । ପୁତ୍ରସ୍ତୁ = ପୁନଃ + ତୁ । ଭବାନଳ୍ପପୁଣ୍ୟ = ଭାବାନ୍ + ଅଳ୍ପପୁଣ୍ୟ । ତଥାପି = ତଥା + ଅପି । ନାହଁସି = ନ + ଅର୍ହସି । ଯାବଦ୍ଭାଗ୍ୟପ୍ରାପ୍ତମ୍ = ଯାବତ୍ + ଭାଗ୍ୟପ୍ରାପ୍ତମ୍ । ତେନୈବ = ତେନ + ଏବ । ସଂତୋଷମେତି = ସଂତୋଷମ୍ + ଏତି । ଚେଦତ୍ୟର୍ଥମ୍ = ଚେତ୍ + ଅତି + ଅର୍ଥମ୍ । ଭବାଂସ୍ତଦା = ଭବାନ୍ + ତଦା । ସୁଶୀଳଶ୍ଚ = ସୁଶୀଳା + ଚ ।
ସମାସ– ଈଷତ୍ରିତାଧରମ୍ = ଈଷତ୍ ସ୍କୁରିତଃ (ସୁପ୍ସୁପା), ତାଦୃଶଃ ଅଧରଃ ଯସ୍ୟ ସ୍ୱ, ତମ୍ (ବହୁବ୍ରୀହିଃ) । କୋପହେତୁଃ = କୋପସ୍ୟ ହେତୁଃ (ଷଷ୍ଠୀ ତତ୍ପୁରୁଷ) । ଯଥାବୃତ୍ତମ୍ = ବୃତ୍ତମ୍ ଅନତିକ୍ରମ୍ୟ (ଅବ୍ୟୟୀଭାବ) । ସୁତବଚନମ = ସୁତସ୍ୟ ବଚନମ୍, ତତ୍ (ଷଷ୍ଠୀ ତତ୍ପୁରୁରଃ) । ସ୍ଵଳ୍ପଭାଗ୍ୟ = ସ୍ଵଚ୍ଛ ଭାଗ୍ୟ ଯସ୍ୟ ଡଃ ( ବହୁବ୍ରୀହିଃ) । ରାଜାସନମ୍ = ରାଜ୍ଞ ଆସନମ୍ (ଷଷ୍ଠୀ ତତ୍ପୁରୁଷ) । ବରାହାଃ = ବରା ଅହାଃ ( କର୍ମଧାରୟ ) । ଅନ୍ଯଜନ୍ମକୃତାନି = ଅନ୍ୟତ୍ ଜନ୍ମ ( କର୍ମଧାରୟ), ତତ୍ର କୃତାନି (ସୁପ୍ସୁପା) । ପୁଣ୍ୟାପଚୟସମ୍ପନ୍ନ = ପୁଣ୍ୟାନାମ୍ ଉପଚୟଃ (ଷଷ୍ଠୀ ତତ୍ତ୍ଵପୁରୁଷ), ତେନ ସମ୍ପନଃ (ତୃତୀୟା ତପୁରୁଷ ) । ଅଳ୍ପପୁଣ୍ୟ = ଅଳ୍ପ ପୁଣ୍ୟ ଯସ୍ୟ ଡଃ (ବହୁବ୍ରୀହିଃ) । ଯାବଦ୍ଭାଗ୍ୟପ୍ରାପ୍ତମ୍ = ଯାବତ୍ ଭାଗ୍ୟ (ସୁପ୍ସୁପା), ତେନ ପ୍ରାପ୍ତମ୍ (ତୃତୀୟା ତତ୍ପୁରୁଷ) । ଅତ୍ୟର୍ଥମ୍ = ଅର୍ଥମ୍ ଅତିକ୍ରାନ୍ତମ୍ (ପ୍ରାଦି ତତ୍ପୁରୁଷ) । ଧର୍ମାତ୍ମା = ଧର୍ମ ଆତ୍ମା ଯସ୍ୟ ସ୍ୱୀ (ବହୁବ୍ରୀହିଃ ) । ପ୍ରାଣିହିତେ = ପ୍ରାଣିଭିଂ ହିତମ୍, ତସ୍ମିନ୍ (ଚତୁର୍ଥୀ ତତ୍ପୁରୁଷ) । ସୁଶୀକଃ = ଶୋଭନଂ ଶୀଳଂ ଯସ୍ୟ ସ୍ୱ (ବହୁବ୍ରୀହିଃ) ।
ସକାରଣବିଭକ୍ତି– ସୁନୀତିଃ, କଃ, କୋପହେତୁଃ, ସ୍ୱ, ଧ୍ରୁବ, ଦୁର୍ମନାୟମାନା, ଦୀନା, ତ୍ୱ, ସ୍ୱଚ୍ଛଭାଗ୍ୟ, ରାଜାସନଂ, ଛତ୍ର, ବରାଶ୍ରା, ଅନ୍ୟଜନ୍ମକୃତାନି, ପୁଣ୍ୟାନି, ପୁତ୍ର, ଉତ୍ତମ, ପୁଣ୍ୟାପଚୟସମ୍ପନ୍ନ, ଭବାନ୍, ଅଳ୍ପପୁଣ୍ୟ, ବୁଦ୍ଧିମାନ୍, ଧର୍ମାତ୍ମା, ସୁଶୀନଃ = କଉଁରି ୧ମା । ବସ୍ତ୍ର, ପୁତ୍ର, ତାତ = ସମ୍ବୋଧନ ୧ମା । ଉଦ୍ବେଗ = ଉକ୍ତ କର୍ମଣି ୧ ମା । ପୁତ୍ର, କୁପିତଂ, ଈଷତ୍ରିତାଧରଂ, ଅଙ୍କ, ତଂ, ପିତରଂ, ସୁତେଚନଂ, ଶାରିଂ, ଦୁଃଖ, ସନ୍ତୋଷ, ଯତ୍ନମ୍ = କର୍ମଣି ୨ୟା । ତ୍ରୟା = ଅନୁସ୍ତେ କଉଁରି ୩ୟା । ବଚସା = ହେତୌ ୩ୟା । ତେ = ‘ଦ୍ରୋହାର୍ଥନ ଅପରାଧତି’ କ୍ରିୟା ଯୋଗେ ୪ର୍ଥୀ । ମାତ୍ରେ = ସମ୍ପ୍ରଦାନେ ୪ର୍ଥୀ । ସୁରୁଷ୍ୟା, ଯସ୍ୟ, ତଥ୍ୟ = ସମ୍ବନ୍ଧ ୬ଷ୍ଠୀ । ପୁଣ୍ୟାପଚୟେ, ପ୍ରାଣିହିତେ = ଅଧୀକରଣେ ୭ମୀ ।
ପ୍ରକୃତି ପ୍ରତ୍ୟୟ– ଦୃଷ୍ଟି = ଦୃଶ୍ + ଲ୍କାଚ୍ । ଆରୋପ୍ୟ = ଆ + ରୁହ୍ + ଣିଚ୍ + ଲ୍ୟାପ୍ । କୋପଃ = କୁପ୍ + ଘଞ୍ଚ । ଉକ୍ତ = ବଚ୍ + କ୍ତ । ବଚନମ୍ = ବଚ୍ + ଲୁଟ୍ । ନିଶମ୍ୟ = ନି + ଶମ୍ + ଲ୍ୟାପ୍ । ଉଦ୍ବେଗ = ଉତ୍ + ବିଜ୍ + ଘଞ୍ଚ । କାର୍ଯ୍ୟ = କୃ + ଣ୍ୟତ୍ । ବିଚାର୍ଯ୍ୟ = ବି + ଚର୍ + ଣିଚ୍ + ଲ୍ୟାପ୍ । ଶାନ୍ତିମ୍ = ଶମ୍ + ସ୍କ୍ରିନ୍ + ଅମ୍ । ଉପଚୟ = ଉପ + ଚି + ଅବ୍ । ସମ୍ପନ୍ତଃ = ସମ୍ + ପଦ୍ + କ୍ତ । ସଞ୍ଜାତଃ = ସମ୍ + ଜନ୍ + କ୍ତ । କର୍ଭୁମ୍ = କୃ + ତୁମୁନ୍ । ବୁଦ୍ଧିମାନ୍ = ବୁଦ୍ଧି + ମତୁପ୍ । ସନ୍ତୋଷମ୍ = ସମ୍ + ତୁଷ୍ + ଘଞ୍ଚ୍ + ଅପ୍ । ପ୍ରାପ୍ତମ = ପ୍ର + ଆମ୍ + କ୍ତ । ରତଃ = ରମ୍ + କ୍ତ ।
Text – 3
ध्रुवः प्रत्यवदत् ……………………………………….. जप्तव्यमिति।
ଶବ୍ଦାର୍ଥ– ପ୍ରତ୍ୟବଦତ୍ = ପ୍ରତ୍ୟୁତ୍ତର ଦେଲା । ପ୍ରଶମାୟ = ଶାନ୍ତି ନିମନ୍ତେ । ତଦୁଷ୍ଟବଚସା = ତା’ର ଦୁଷ୍ଟ ବଚନରେ । ଭିନ୍ନେ = ଭଗ୍ନ । ଅନ୍ତରମ୍ = ସ୍ଥାନ । ଯତିଷ୍ୟ = ଚେଷ୍ଟା କରିବି । ନିଷ୍ଫଳସ୍ୟ = ସମଗ୍ର । ପୂଜନୀୟମ୍ = ପୂଜନୀୟ । ଉତ୍ତମୋତ୍ତମମ୍ = ସର୍ବଶ୍ରେଷ୍ଠ । ଶାଶ୍ୱତମ୍ = ଚିରନ୍ତନ । ଉପବନମ୍’ = ଉଦ୍ୟାନକୁ । ପୂର୍ବାଗତାନ୍ = ପୂର୍ବରୁ ଆସିଥିବା । ଦଦର୍ଶ = ଦେଖୁଲା । ପ୍ରଣିପତ୍ୟ = ପ୍ରଣାମ କରି । ପ୍ରଶ୍ରୟାବନତଃ = ଅତି ସ୍ନେହରେ ଅବନତ । ନିର୍ବେଦାତ୍ = ପରମ ବୈରାଗ୍ୟ ହେତୁରୁ । ଅନ୍ତଃକମ୍ = ନିକଟକୁ । ପ୍ରାପ୍ତମ୍ = ଆସିଛି । ନିର୍ବୋଧତ = ଜାଣନ୍ତୁ । ପଞ୍ଚବର୍ଷୀୟ = ପାଞ୍ଚବର୍ଷର । ନୃପନନ୍ଦନଃ = ରାଜକୁମାର । ଉଦ୍ବେଗକାରଣମ୍ = ଉତ୍କଣ୍ଠାର କାରଣ । ଶଶଂସ = କହିଲା । ଅପସର୍ପତି = ଦୂର ହେଉଛି । ବ୍ୟବସିତମ୍ = ସ୍ଥିର କରିଛି । ଅନାରାଧ୍ୱଗୋବି = ଗୋବିନ୍ଦଙ୍କୁ ଆରାଧନା କରିନଥୁବା । ଅଚ୍ୟୁତମ୍ = ଭଗବାନ୍ ବିଷ୍ଣୁଙ୍କୁ । ଅଖ୍ଳାନ୍ = ସମସ୍ତ । ବାହ୍ୟାର୍ଥାନ୍ = ବାହ୍ୟ ବିଷୟାଭିଳାଷକୁ । ଜଗଦ୍ଧାତ୍ମି = ଜଗତର ଆଧାର । ନିଶ୍ଚଳମ୍ = ଅଚଳ ବା ସ୍ଥିର । ଏକାଗ୍ରଚିତ୍ତେନ = ସ୍ଥିରମନା । ତନ୍ମୟେନ = ତନୟରେ । ଜଦ୍ରବ୍ୟମ୍ = ଜପକରିବା ଉଚିତ ।
ଅନୁବାଦ – ଧ୍ରୁବ ପ୍ରତ୍ୟୁତ୍ତର ଦେଇ କହିଲା– ହେ ମା’ ! ମୋର ଶାନ୍ତି ନିମନ୍ତେ ତୁମେ ଯାହା କହିଲ ତାହା ତାଙ୍କ ଦୁଷ୍ଟ ବଚନଦ୍ୱାରା ବିଚ୍ୟୁତ ହୃଦୟରେ ସ୍ଥାନ ପାଉନାହିଁ । ମୁଁ ସେହିପରି ଚେଷ୍ଟା କରିବି ଯେପରି ସମସ୍ତ ଜଗତର ପୂଜନୀୟ ସର୍ବଶ୍ରେଷ୍ଠ ସ୍ଥାନଟିଏ ପାଇପାରିବି । ମୋର ଭାଇ ଉତ୍ତମ ପିତାଙ୍କ ପ୍ରଦତ୍ତ ରାଜସିଂହାସନ ପାଉ, ମୁଁ କିନ୍ତୁ ନିଜ କର୍ମଦ୍ୱାରା ନିତ୍ୟସ୍ଥାନଟିଏ ଇଚ୍ଛା କରୁଛି ଯାହା ମୋର ପିତା ମଧ୍ୟ ପାଇପାରି ନାହାନ୍ତି । ଏତକ କହି ମା’ଙ୍କ ଘରୁ ବାହାରି ନଗରର ବାହାରେ ଥିବା ଉଦ୍ୟାନକୁ ଗଲା ଓ ସେଠି ପୂର୍ବରୁ ଆସି ପହଞ୍ଚୁଥୁବା ମରୀଚି ଆଦି ସପ୍ତଋଷିଙ୍କୁ ଦେଖୁଲା । ସେହି ରାଜକୁମାର ସେ ସମସ୍ତଙ୍କୁ ପ୍ରଣାମ କରି ସ୍ନେହପୂର୍ବକ ଅବନତ ହୋଇ କହିଲା– ହେ ଋଷିମାନେ ! ପରମବୈରାଗ୍ୟ ହେତୁରୁ ଆପଣମାନଙ୍କ ନିକଟକୁ ଆସିଥିବା ମୋତେ ସୁନୀତିଙ୍କଠାରୁ ଜାତ ଉଭାନପାଦଙ୍କ ପୁତ୍ର ଧ୍ରୁବ ବୋଲି ଜାଗନ୍ତୁ । ଋଷିମାନେ କହିଲେ– ହେ ବତ୍ସ ! ତୁମେ ତ ପାଞ୍ଚବର୍ଷର ରାଜକୁମାର ଓ କୌଣସି ଉଦ୍ବେଗର କାରଣ ଆମେ ଦେଖୁନାହୁଁ । କେଉଁଥିପାଇଁ ତୁମର ଏ ବୈରାଗ୍ୟ ତାହା କୁହ । ତାହାପରେ ଧ୍ରୁବ ସେମାନଙ୍କୁ ସମସ୍ତ କଥା କହିଲା । ତାହା ଶୁଣି ଋଷିମାନେ ପରସ୍ପର କୁହାକୁହି ହେଲେ– ଅହୋ ! କ୍ଷତ୍ରିୟୋଚିତ ଖୁବ୍ ତେଜ ଯୋଗୁଁ ବାଳକଟିଏ ହେଲେ ବି ହୃଦୟରୁ ସପତ୍ନୀ ମାତାଙ୍କ ବଚନ ଦୂର ହେଉ ନାହିଁ । ସେମାନେ ଧ୍ରୁବକୁ କହିଲେ– ହେ କ୍ଷତ୍ରିୟ ! ବୈରାଗ୍ୟ ହେତୁରୁ ତୁମେ ଏବେ ଯାହା କରିବାକୁ ସ୍ଥିର କରିଛ ତାହା ଆମକୁ କୁହ ଓ ଆମକୁ ତୁମର କି ସାହାଯ୍ୟ କରିବାକୁ ହେବ ତାହା ମଧ୍ୟ କୁହ । ଧ୍ରୁବ କହିଲା– ମୁଁ ଧନ ଅବା ରାଜ୍ୟ ଇଚ୍ଛା କରୁନାହିଁ । କିନ୍ତୁ ଯାହା ପୂର୍ବରୁ ଅନ୍ୟ କେହି ପାଇନାହାନ୍ତି ସେହି ସ୍ଥାନଟିକୁ କେବଳ କାମନା କରୁଛି । କିପରି ଏହି ପ୍ରକାର ସ୍ଥାନ ପ୍ରାପ୍ତ ହୁଏ ତାହା ଆପଣମାନେ ମୋତେ କୁହନ୍ତୁ । ମରୀଚି ଆଦି ସପ୍ତଋଷିମାନେ କହିଲେ– ଗୋବିନ୍ଦଙ୍କୁ ଆରାଧନା ନ କରି ଲୋକମାନେ ଶ୍ରେଷ୍ଠସ୍ଥାନ ପାଇପାରି ନ’ଥାନ୍ତି, ତେଣୁ ବିଷ୍ଣୁଙ୍କୁ ଆରାଧନା କର । ତାଙ୍କ ଆରାଧନା ମୁଁ କିପରି କରିବି ବୋଲି ଧ୍ରୁବ ପଚାରନ୍ତେ ସପ୍ତଋଷିମାନେ କହିଲେ– ସକଳ ବାହ୍ୟ ବିଷୟ ବାସନା ଛାଡ଼ି ମନକୁ ଜଗତର ଆଧାର ବିଷ୍ଣୁଙ୍କଠାରେ ସ୍ଥିର କର । ଏହିପରି ଏକାଗ୍ର ହୃଦୟରେ ତନ୍ମୟ ହୋଇ ତୁମେ ‘ଓଁ ନମୋ ବାସୁଦେବାୟ’– ବୋଲି ଜପକର ।
ବ୍ୟାକରଣ
ସନ୍ଧିବିଚ୍ଛେଦ– ପ୍ରତ୍ୟବଦତ୍ = ପ୍ରତି + ଅବଦତ୍ । ଯଭ୍ରମ୍ = ଯତ୍ + ତ୍ରୟା + ଉକ୍ତମ୍ । ତଦୁଷ୍ଟବଚସା = ତତ୍ + ଦୁଷ୍ଟବଚସା । ନାନ୍ତରମ୍ = ନ + ଅନ୍ତରମ୍ । ପୂଜନୀୟମୁତ୍ତମୋତ୍ତମମ୍ = ପୂଜନୀୟମ୍ + ଉତ୍ତମ + ଉତ୍ତମମ୍ । ରାଜାସନମାପ୍ଳୁତୁ = ରାଜା + ଆସନମ୍ + ଆପ୍ରୋତୁ । ସ୍ଥାନମିଚ୍ଛାମି = ସ୍ଥାନମ୍ + ଇଚ୍ଛାମି । ଯନ୍ମମ = ଯତ୍ + ମମ । ପିତାଽପି = ପିତା + ଅପି । ଇଣ୍ଟ୍ରାକ୍ସା = ଇତି + ଭଲ୍କା । ମାତୁଗୃହାନିର୍ଗମ୍ୟ = ମାତୁଃ + ଗୃହାତ୍ + ନିର୍ଗମ୍ୟ । ନଗରାଦ୍ବହିରୁପବନମ୍ = ନଗରାତ୍ + ବହିଃ + ଉପବନମ୍ । ପୂର୍ବାଗତାନ୍ = ପୂର୍ବ + ଆଗତାନ୍ । ସପ୍ତର୍ଷୀନ୍ଦଦର୍ଶ = ସପ୍ତ + ଋଷିନ୍ + ଦଦର୍ଶ । ପ୍ରଶ୍ରୟାବନତୋଽଭ୍ୟଭାଷତ = ପ୍ରଶ୍ରୟ + ଅବନତଃ + ଅଭି + ଅଭାଷତ୍ । ନିର୍ବେଦାଦ୍ୟୁଷ୍ମାକମନ୍ତ୍ରିକମ୍ = ନିର୍ବେଦ + ଆଦି + ଯୁକ୍ଷ୍ମାକମ୍ । ନିବୋଧତେତି = ନିବୋଧତ + ଇତି । ନୃପନନ୍ଦନଷ୍ଟମ୍ = ନୃପନନ୍ଦନଃ + ତ୍ୱମ୍ । କିଂଚିଦୁଦ୍ବେଗକାରଣମ୍ = କିଂଚିତ୍ + ଉଦ୍ବେଗକାରଣମ୍ । ନିମିତ୍ତସ୍ତେ = ନିମିରଃ + ତେ । ନିର୍ବେଦସ୍ତତ୍ୱକଥ୍ୟତାମିତି = ନିର୍ବେଦଃ + ତତ୍ + କଥ୍ୟତାମ୍ + ଇତି । ଧ୍ରୁବସ୍ତେଭ୍ୟ = ଧ୍ରୁନଃ + ତେଭିଂ । ତନ୍ନିଶମ୍ୟ = ତତ୍ + ନିଶମ୍ୟ । ଯଦ୍ବାଳସ୍ୟାଽପି = ଯତ୍ + ବାଳସ୍ୟ + ଅପି । ମାତୃରୁକ୍ତମ୍ = ମାତୁଃ + ଉକ୍ତମ୍ । ନାପସର୍ପିତୀତି = ନ + ଅପସର୍ପତି + ଇତି । ଧ୍ରୁବମଭାଷନ୍ତଃ = ଧ୍ରୁବମ୍ + ଅଭାଷନ୍ତଃ । ନିର୍ବେଦାଦ୍ୟତ୍ୱୟାଧୁନା = ନିର୍ବେଦ + ଆଦ୍ୟ + ତ୍ରୟା + ଅଧୁନା । ତଦସ୍କଭ୍ୟମ୍ = ତତ୍ + ଅସ୍ମଭ୍ୟମ୍ । ଯକ୍ଷ୍ମାସ୍ମାଭିସ୍ତବ = ଯତ୍ + ଚ + ଅସ୍ଵାଭି + ତବ । ତଦପି = ତତ୍ + ଅପି । ବୃହୀତି = ବୁହି + ଇତି । ଧ୍ରୁବୋଽବ୍ରବୀତ୍ = ଧ୍ରୁବ + ଅଦ୍ରବୀତ୍ । ବେଚ୍ଛାମି = ବା + ଇଚ୍ଛାମି । ଯପ୍ ରାଽନ୍ୟନ = ଯତ୍ + ପୁରା + ଅନ୍ୟନ । ତଦେବୈକମ୍ = ତତ୍ + ଏବ + ଏକମ୍ । କଥମେତାଦୃଶମ୍ = କଥମ୍ + ଏତାଦୃଶମ୍ । ମରୀଚ୍ୟାଦୟଃ = ମରୀଚି + ଆଦୟଃ । ଗୋବିନ୍ଦିରଃ = ଗୋବି + ନରଃ । ତସ୍ମାଦଚ୍ୟୁତମାରାଧୟେତି = ତସ୍ମାତ୍ + ଅଚ୍ୟୁତମ୍ + ଆରାଧୟ + ଇତି । ତସ୍ୟାରାଧନମ୍ = ତଥ୍ୟ + ଆରାଧନମ୍ । କର୍ତ୍ତବ୍ୟମିତି = କର୍ତ୍ତବ୍ୟମ୍ + ଇତି । ଅଖ୍ଳାନବାହ୍ୟାର୍ଥାନ୍ = ଅଶ୍ବିନ୍ + ବାହ୍ୟ + ଅର୍ଥାନ୍ତି । ଜଗଦ୍ଧାମି = ଜଗତ୍ + ଧାର୍ମି । ତନ୍ମୟେନ : ତତ୍ + ମୟନ । ଜପ୍ତବ୍ୟମିତି = ଜପ୍ତବ୍ୟମ୍ + ଇତି ।
ସମାସ– ତଦୁଷ୍ଟବଚସା = ଦୁଷ୍ଟ ବଡଃ ( କର୍ମଧାରୟ), ତସ୍ୟା ଦୁଷ୍ଟବତଃ, ତେନ (ଷଷ୍ଠୀ ତତ୍ତ୍ଵପୁରୁଷ ) । ଉତ୍ତମୋତ୍ତମମ୍ = ଉତ୍ତମେଷୁ ଉତ୍ତମମ୍ (ସପ୍ତମୀ ତତ୍ପୁରୁଷ) । ସ୍ଵକର୍ମଣା = ସ୍ଵଂ କର୍ମ, ତେନ (କର୍ମଧାରୟ) ବା ସ୍ବସ୍ୟ କର୍ମ, ତେନ (୬ଷ୍ଠୀ ତତ୍ପୁରୁଷ) । ପୂର୍ବାଗତାନ୍ = ପୂର୍ବମ୍ ଆଗତା, ତାନ୍ (ଦ୍ବିତୀୟା ତତ୍ପୁରୁଷ) । ସପ୍ତର୍ଷୀନ୍ = ସପ୍ତ ଚ ତେ ଋଷୟ, ତାନ୍ (କର୍ମଧାରୟ ) । ରାଜପୁନଃ = ରାଜ୍ଞ ପୁନଃ (୬ଷ୍ଠୀ ତତ୍ପୁରୁଷ) । ପ୍ରଶ୍ରୟାବନତଃ = ପ୍ରଶ୍ରୟଣ ଅବନତଃ (ତୃତୀୟା ତତ୍ପୁରୁଷ ) । ଉଦ୍ଭାନପାଦତନୟମ୍ = ଉତ୍ତାନପାଦସ୍ୟ ତନୟ, ତମ୍ (୬ଷ୍ଠୀ ତତ୍ପୁରୁଷ) । ନୃପନନ୍ଦନଃ = ନୃପସ୍ୟ ନନ୍ଦନଃ (୬ଷ୍ଠୀ ତତ୍ପୁରୁଷ) । ଉଦ୍ବେଗକାରଣମ୍ = ଉଦ୍ବେଗସ୍ୟ କାରଣମ୍, ତତ୍ (ଷଷ୍ଠୀ ତତ୍ପୁରୁଷ) । କିଂନିମିତ୍ତ = କିଂ ନିମିତ୍ତ ଯସ୍ୟ ଡଃ (ବହୁବ୍ରୀହିଃ) । ସପଦ୍ମା = ସମାନଃ ପତିଃ ଯସ୍ୟା ସା, ତସ୍ୟା (ବହୁବ୍ରୀହିଃ) । ମରୀଶ୍ୟାଦୟ = ମରୀଚି ଆଦି ଯେତାଂ ତେ ( ବହୁବ୍ରୀହିଃ) । ଅନାରାଧୂତଗୋବିନ୍ଧି = ନ ଆରାଧ୍ଵତଃ, ଅନାରାଧ୍ୱତଃ (ନ ତତ୍ପୁରୁଷ), ଅନାରାଧ୍ଵତଃ ଗୋବିନ୍ଦ ଯଃ ତେ, ତିଃ (ବହୁବ୍ରୀହିଃ) । ଅଚ୍ୟୁତମ୍ = ନାସ୍ତି ବ୍ୟତଂ (ସ୍ଵପଦାତ୍) ଯସ୍ୟ ଡଃ, ତମ୍ (ନଞ୍ଜ୍ ବହୁବ୍ରୀହିଃ) । ବାହ୍ୟାର୍ଥାନ୍ = ବାହ୍ୟ ଅର୍ଥ, ତାନ୍ (କର୍ମଧାରୟ) । ଜଗଦ୍ଧାଗ୍ନି = ଜଗତଃ ଧାମ, ତସ୍ମିନ୍ (୬ଷ୍ଠ ତତ୍ତ୍ଵପୁରୁଷ) । ନିଶ୍ଚଳମ୍ = ନାସ୍ତି ଚଳ ଯସ୍ୟ, ତତ୍ (ନଞ୍ଜ୍ ବହୁବ୍ରୀହିଃ) । ଏକାଗ୍ରଚିତ୍ତେନ = ଏକାଗ୍ର ଚିତ୍ତ ଯସ୍ୟ ସ୍ୱ, ତେନ (ବହୁବ୍ରୀହିଃ) ।
ସକାରଣବିଭକ୍ତି– ଧ୍ରୁନଃ, ଅହଂ, ଉତ୍ତମ, ଭ୍ରାତା, ପିତା, ସ, ରାଜପୁନଃ ପ୍ରଶ୍ରୟାବନତଃ, ଋଷୟଃ, ପଞ୍ଚବର୍ଷୀୟଃ, ନୃପନନ୍ଦନଃ, ଭବନ୍ତଃ, ମରୀଚ୍ୟାଦୟ, ସପ୍ତର୍ଷୟଃ = କଉଁରି ୧ ମା । ଅମ୍ବ, ଭୋ ଋଷୟ, ବସ୍ତ୍ର, ଭୋ କ୍ଷତ୍ରିୟ = ସମ୍ବୋଧନେ ୧ମା । ସାହାଯ୍ୟ, ଏତାଦୃଶଂ, ସ୍ଥାନଂ, ଶ୍ରେଷ୍ଠ, ଆରାଧନମ୍ = ଉକ୍ତ କର୍ମଣି ୧ମା । ଅନ୍ତରଂ, ପୂଜନୀୟଂ, ଉତ୍ତମୋତ୍ତମଂ, ସ୍ଥାନଂ, ଉପବନଂ, ପୂର୍ବାଗତାନ୍, ସପ୍ତର୍ଷୀନ୍, ଉତ୍ତାନପାଦତନୟଂ, ଧ୍ରୁବଂ, ଉଦ୍ବେଗକାରଣଂ, ଅଚ୍ୟୁତଂ, ବାହ୍ୟାର୍ଥାନ୍, ନିଶ୍ଚଳ, ମନଃ = କର୍ମଣି ୨ୟା । ପିତ୍ରା, ଦ୍ବୟା, ଅସ୍ମାଭିଂ, ଅନ୍ୟନ, ନରଃ, ଗୋବିନ୍ଦେ, ମୟା, ଧୁବେଶ, ଏକାଗ୍ରଚିତ୍ତେନ, ତନ୍ମୟେନ = ଅନୁସ୍ତେ କଉଁରି ୩ୟା । ତେଭ୍ୟ = ଜ୍ଞାପନାର୍ଥକ ‘ଶଶଂସ’ ଧାତୁଯୋଗେ ୪ର୍ଥୀ । ଅସୃଭ୍ୟମ୍ = କଥୟ ଧାତୁ ଯୋଗେ ୪ର୍ଥୀ । ବାସୁଦେବାୟ = ‘ନମଃ’ ପଦ ଯୋଗେ ୪ର୍ଥୀ । ଗୃହାତ୍ = ଅପାଦାନେ ୫ମୀ । ନଗରାତ୍ = ବହିଃ ଯୋଗେ ୫ମୀ । ସୁନୀତ୍ୟା = ‘ଜନକତୁଃ ପ୍ରକୃତିଃ’ ଯୋଗେ ୫ମୀ । ନିର୍ବେଦାତ୍, ତସ୍ମାତ୍ = ହେତୌ ୫ମୀ । ମମ, ମାତୁଃ, ବାଳସ୍ୟ, ତବ = ଶେଷେ ୬ଷ୍ଠୀ । ଯୁକ୍ଷ୍ମାକମ୍ = ଅନ୍ତଃକ ଯୋଗେ ୬ଷ୍ଠୀ । ସପଦ୍ମା =କୃତ୍ ଯୋଗେ କଉଁରି ୬ଷ୍ଠୀ । ହୃଦୟେ, ବିକ୍ଷୌ = ଅଧୀକରଣେ ୭ମୀ । ପୃଷ୍ଠ = ଭାବେ ୭ମୀ ।
ପ୍ରକୃତିପ୍ରତ୍ୟୟ – ଭିନ୍ନ = ଭିଦ୍ + କ୍ତ । ପୂଜନୀୟମ୍ = ପୂଜ୍ + ଅନୀୟର୍ । ସ୍ଥାନମ୍ = ସ୍ଥା + ଲୁଟ୍ । ଦରମ୍ = ଦା + କ୍ତ । ଉକ୍ସା = ବଚ୍ + କ୍ଵାଚ୍ । ନିର୍ଗମ୍ୟ = ନିର୍ + ଗମ୍ + ଲ୍ୟାପ୍ । ପ୍ରଣିପତ୍ୟ = ପ୍ର + ନି + ପତ୍ + ଲ୍ୟାପ୍ । ନିର୍ବେଦଃ = ନିର୍ + ବିଦ୍ + ଘଞ୍ଚ । ପ୍ରାପ୍ତମ୍ = ପ୍ର + ଆପ୍ + କ୍ତ । କ୍ଷାତ୍ରମ୍ = କ୍ଷତ୍ର + ଅଶ୍ I କର୍ତ୍ତମ୍ = କୃ + ତୁମୁନ୍ । ବ୍ୟବସିତମ୍ = ବି + ଅବ + ସୋ + କ୍ତ । ଆରାଧନମ୍ = ଆ + ରାମ୍ + ଲ୍ୟୁଟ୍ । କର୍ତ୍ତବ୍ୟମ୍ = କୃ + ତଥ୍ୟ । ପୃଷ୍ଠ = ପ୍ରଚ୍ଛ + କ୍ତ + ଡି । ବିହାୟ = ବି + ହା + ଲ୍ୟାପ୍ । ତନ୍ମୟେନି : ତଦ୍ + ମୟଟ୍ + ଟା । ଜଦ୍ରବ୍ୟମ୍ = ଜପ୍ + ତଥ୍ୟ ।
Text – 4
एतनिशम्य ………………………………………. संपादयिष्यामीति।
ଶବ୍ଦାର୍ଥ— ଉପବନାତ୍ = ଉଦ୍ୟାନରୁ । ଯମୁନାତଟେ = ଯମୁନା କୂଳରେ । ତପଃ = ତପସ୍ୟା । ତେପେ = ଅନୁଷ୍ଠାନ କଲା । ଅନନ୍ୟମନସା = ଏକାଗ୍ରଚିତ୍ତରେ । ଭଗବତଂ, ହରିମ୍ = ଭଗବାନ ହରିଙ୍କୁ ଧାୟତଃ = ଧ୍ୟାନ କରୁଥିବା । ଭାରମ୍ = ଭାରକୁ । ଉଦ୍ବୋକ୍ଟ୍ରମ୍ = ବହନ କରିବାକୁ । ଅକ୍ଷମା = ଅସମର୍ଥ । ଚଚାଲ = ଚାଲିଲା । କ୍ଷୋଭିଂ ଜମଃ = କ୍ଷୁବ୍ଧ ହେଲେ । ସମାଧେ = ତପ ସମାଧୂର । ବିବିଧା = ବିଭିନ୍ନ ପ୍ରକାର । ଆବିଷ୍ଟକାର = ଆବିଷ୍କାର କଲେ । କରୁଣାମ୍ = ଦୟାକୁ । ବାଚମ୍ = ବାକ୍ୟ । ଶରୀରବ୍ୟୟାତ୍ = ଦେହ ବିନାଶରୁ । ନିବର୍ତସ୍ଵ = ନିବୃତ୍ତ ହୁଅ । ଦୀନାମ୍ = ଦୁଃଖୁନୀକୁ । ପରିତ୍ୟକ୍ତ୍ରମ୍ = ଛାଡ଼ି ଚାଲିଯିବାକୁ । ଦାରୁଣମ୍ = କଠିନ । ତ୍ୟକ୍ଷାମି = ତ୍ୟାଗ କରିବି । ଇନ୍ଦ୍ରମାୟାନିର୍ମିତା = ଇନ୍ଦ୍ରଙ୍କ ମାୟାସଂଭୂତ । ତିରୋଦ = ଅନ୍ତର୍ଦ୍ଧାନ ହୋଇଗଲେ । ଅଦ୍ଭୁଦ୍ୟତୋଗ୍ରଶସ୍ତ୍ରାଣି = ଭୟଙ୍କର ଶସ୍ତ୍ରଗୁଡ଼ିକ ଉଠାଇ ପ୍ରସ୍ତୁତ ହେଉଥିବା । ରକ୍ଷାସି = ରାକ୍ଷସମାନେ । ଆବିର୍ବିଭୁନଃ = ଆବିର୍ଭୂତ ହେଲେ । ଶତଶଃ = ଶହ ଶହ ସଂଖ୍ୟାରେ । ଶିବା = ଶୃଗାଳମାନେ । ନେଦୁଃ = ଶବ୍ଦ କଲେ । ଭୀଷଣା = ଭୟଙ୍କର । ନାଦା = ଶବ୍ଦମାନ । ଗୋବିନ୍ଦାସକ୍ତଚିତ୍ତସ୍ୟ = ବିଷ୍ଣୁଙ୍କଠାରେ ଆସକ୍ତମନା । ନୟନଗୋଚରତାମ୍ = ଦୃଷ୍ଟିଗୋଚରତାକୁ । ବିଲୀନାସୁ = ନଷ୍ଟ ହୁଅନ୍ତେ । ଶକ୍ରତ୍ଵମ୍ = ଇନ୍ଦ୍ରପଦ । ସୂର୍ଯ୍ୟତ୍ୱମ୍ = ସୂର୍ଯ୍ୟପଦ । କୁବେରପ୍ଟମ୍ = କୁବେର ପଦ । ବିନିବର୍ଭୟ = ନିବୃତ୍ତ କରାଅ । ଶକ୍ତତ୍ବାଦିକମ୍ = ଇନ୍ଦ୍ରପଦାଦିଙ୍କୁ । ବିଗତଚିନ୍ତା = ନିଶ୍ଚିନ୍ତ । ସଂପାଦୟିଷ୍ୟାମି = ପୂରଣ କରିବି ।
ଅନୁବାଦ– ଏହା ଶୁଣି ସେହି ଋଷିମାନଙ୍କୁ ପ୍ରଣାମ କରି ଧ୍ରୁବ ସେହି ଉଦ୍ୟାନରୁ ବାହାରି ଯମୁନା କୂଳରେ ମଧୁବନକୁ ଯାଇ ତପସ୍ୟା କଲା । ଏକାଗ୍ର ମନରେ ଭଗବାନ୍ ହରିଙ୍କୁ ଧ୍ୟାନ କରୁଥିବା ତାହାଙ୍କର ଭାରକୁ ବହନ କରିବାକୁ ଅସମର୍ଥ ପୃଥୁବୀ ଚାଲିବାକୁ ଲାଗିଲା ଓ ଦେବତାମାନେ ଅତ୍ୟନ୍ତ କ୍ଷୁକ୍ତ ହେଲେ । ଇନ୍ଦ୍ର ତାହାର ତପସ୍ୟା ଭଗ୍ନ କରିବାକୁ ବିଭିନ୍ନ ମାୟା ରଚନା କଲେ । ତାଙ୍କର ମାତା ସୁନୀତି ତାଙ୍କ ଆଗରେ ଠିଆହୋଇ କରୁଣ ବଚନ କହିଲେ – ହେ ପୁତ୍ର ! ଏହି ଶରୀର ବିନାଶରୁ ନିବୃତ୍ତ ହୁଅ । ଦୁଃଖୁନୀ ମୋତେ ଛାଡ଼ି ଚାଲିଯିବା ତୁମର ଠିକ୍ ନୁହେଁ । କେଉଁଠି ତୁମେ ପାଞ୍ଚବର୍ଷର ବାଳକ ଆଉ କେଉଁଠି ଏ କଠୋର ତପସ୍ୟା । ଏବେ ତୁମର ପଢ଼ିବା ଓ ଖେଳିବାର ବେଳ । ଯଦି ଆଜି ତୁମେ ତପସ୍ୟା କରିବା ନ ଛାଡୁଛ ତେବେ ତୁମ ଦେଖୁ ଦେଖୁ ମୁଁ ଏହି ପ୍ରାଣ ତ୍ୟାଗ କରିବି । ଏହିପରି କହି ଇନ୍ଦ୍ରଙ୍କ ମାୟାନିର୍ମିତ ସୁନୀତି ଅନ୍ତର୍ଦ୍ଧାନ ହୋଇଗଲେ । ତାହାପରେ ଭୟଙ୍କର ଶସ୍ତ୍ର ଧରି ଉଦ୍ୟତ ହୋଇଥବା ରାକ୍ଷସମାନେ ଆବିର୍ଭୂତ ହେଲେ ଓ ଶହ ଶହ ସଂଖ୍ୟାରେ ବିଲୁଆମାନେ ଶବ୍ଦ କଲେ । ସେହି ରାକ୍ଷସମାନେ ଓ ସେମାନଙ୍କ କୃତ ଭୀଷଣ କୋଳାହଳ ଶବ୍ଦମାନ ବିଷ୍ଣୁଙ୍କଠାରେ ଆସକ୍ତମନା ସେହି ଧ୍ରୁବଙ୍କର ଦୃଷ୍ଟିଗୋଚର ହେଲା ନାହିଁ । ସମସ୍ତ ମାୟା ସମ୍ପୂର୍ଣ୍ଣରୂପେ ନିଷ୍ଫଳ ହେବାପରେ ଦେବତାମାନେ ହରିଙ୍କ ଶରଣ ପଶିଲେ ଓ କହିଲେ– ହେ ଦେବଦେବ ଜଗତର ନାଥ ! ଧ୍ରୁବ ଇନ୍ଦ୍ରପଦ ଅବା ସୂର୍ଯପଦ ବା କୁବେରପଦ ଇଚ୍ଛାକରୁଛି ତାହା ଆମେ ଜାଣୁନା । ତେଣୁ ଆପଣ ଧ୍ରୁବକୁ ତପସ୍ୟାରୁ ନିବୃତ୍ତ କରାନ୍ତୁ । ଭଗବାନ୍ ବିଷ୍ଣୁ କହିଲେ– ଧ୍ରୁବ ଇନ୍ଦ୍ରପଦାଦି ପ୍ରାର୍ଥନା କରୁନାହିଁ । ତୁମେମାନେ ନିଶ୍ଚିନ୍ତ ହୁଅ, ତାହାର ଇଚ୍ଛା ମୁଁ ପୂରଣ କରିବି ।
ବ୍ୟାକରଣ
ସନ୍ଧିବିଚ୍ଛେଦ– ଏତନ୍ନିଶମ୍ୟ = ଏତତ୍ + ନିଶମ୍ୟ । ତାନୁଷୀନପ୍ରଣମ୍ୟ = ତାନ୍ + ଋଷୀନ୍ + ପ୍ରଣମ୍ୟ । ତପସ୍ତେପେ = ତପଃ + ତେପେ । ଧ୍ୟାୟତସ୍ତସ୍ୟ = ଧ୍ୟାୟତଃ + ତସ୍ୟ । ଭାରମୁଦ୍ବୋଢ଼ୁମକ୍ଷମା ଭାରମ୍ + ଉଦ୍ବୋଢୁମ୍ + ଅକ୍ଷମା । ଦେବାଶ୍ଚ = ଦେବାଃ + ଚ । ଇନ୍ଦ୍ରସ୍ତସ୍ୟ = ଇନ୍ଦ୍ର + ତଥ୍ୟ । ସମାଧେର୍ଭଙ୍ଗମ୍ = ସମାଧଃ + ଭଙ୍ଗମ୍ । ଆବିଷ୍ଟକାର = ଆବି + ଚକାର । ସୁନୀତସ୍ତସ୍ୟ = ସୁନୀତିଃ + ତଥ୍ୟ । ବାଚମୁବାଚ = ବାଚମ୍ + ଉବାଚ । ଅସ୍ମାଚ୍ଛରୀରବ୍ୟାୟାନିବର୍ତ = ଅସ୍ମାନ୍ + ଶରୀରବ୍ୟଯାତ୍ + ନିବର୍ତସ୍ଵ । ନାହଁସି = ନ + ଅର୍ହସି । ଚୈତଦ୍ଦାରୁଣମ୍ = ଚ + ଏତତ୍ + ଦାରୁଣମ୍ । ତେଽଧ୍ୟୟନସ୍ୟ = ତେ + ଅଧ୍ୟୟନସ୍ୟ । କ୍ରୀଡ଼ାୟାଣ୍ଟ = କ୍ରୀଡ଼ାୟା + ଚ । ଯଦ୍ୟଦ୍ୟ ଯଦି + ଅଦ୍ୟ । ପଶ୍ୟତସ୍ତ ବେମାନ୍ପ୍ରାଣୀନହମ୍ ପଶ୍ୟତଃ + ତବ + ଇମାପ୍ରାଣୀନ୍ + ଅହମ୍ । ତ୍ୟକ୍ଷ୍ୟଗୀତି = ତ୍ୟକ୍ଷାମି + ଇତି । ଏବମୁକ୍ତା = ଏବମ୍ + ଉକ୍ସା । ସୁନୀତିଷ୍ଠିରୋଦ = ସୁନୀତିଃ + ତିରୋଦ । ତତୋଽଭ୍ଯୁଦ୍ୟତୋଗ୍ରଶସ୍ତ୍ରାଣି = ତତଃ + ଅଭି + ଉଦ୍ୟତ + ଉଗ୍ରଶସ୍ତ୍ରାଣି । ରକ୍ଷାଂସ୍ୟାବର୍ବଭୂତୁଃ = ରକ୍ଷାସି + ଅବିର୍ଭୂଭୂବାଃ । ଶତଶଶ୍ଚ = ଶତପଃ + ଚ । ନାଦାଶ୍ଚ = ନାଦଃ + ଚ । ଗୋବିନ୍ଦାସକ୍ତଚିତ୍ତସ୍ୟ = ଗୋବିନ୍ଦ + ଆସକ୍ତଚିତ୍ତସ୍ୟ । ନୈବ = ନ + ଏବ । ଜନ୍ମରୁଚୁଶ୍ଚ = ଜମ୍ମୁ + ଉପଃ + ଚ । ଜଗନ୍ନାଥ = ଜଗତ୍ + ନାଥ । ତସ୍ମାଦ୍ଧ୍ରୁବମ୍ = ତସ୍ମାତ୍ + ଧ୍ରୁବମ୍ । ଭଗବାନୁବାଚ = ଭଗବାନ୍ + ଉବାଚ। ଶକ୍ରତ୍ୱାଦିକମ୍ = ଶକ୍ରତ୍ୱ + ଆଦିକମ୍ । କାମମହମ୍ କାମମ୍ + ଅହମ୍ ।
ସମାସ– ଯମୁନାତଟେ = ଯମୁନାୟା ତଟମ୍, ତସ୍ମିନ୍ (୬ଷ୍ଠୀ ତତ୍ପୁରୁଷ) । ମଧୁବନମ୍ = ମଧୁନଃ ବନମ୍, ତତ୍ (୬ଷ୍ଠୀ ତତ୍ପୁରୁଷ ) । ଅନନ୍ୟମନସା = ଅନନ୍ୟ ମନଃ, ତେନ (କର୍ମଧାରୟ) । ଅକ୍ଷମା = ନ କ୍ଷମା (ନଞ୍ଚ୍ ତତ୍ପୁରୁଷ) । ଶରୀରବ୍ୟୟାତ୍ = ଶରୀରସ୍ୟ ବ୍ୟୟ, ତସ୍ମାତ୍ ( ୬ଷ୍ଠୀ ତତ୍ପୁରୁଷ) । ଇନ୍ଦ୍ରମାୟାନିର୍ମିତା = ଇନ୍ଦ୍ରସ୍ୟ ମାୟା ( ୬ଷ୍ଠୀ ତତ୍ପୁରୁଷ), ତୟା ନିର୍ମିତା (ତୃତୀୟା ତତ୍ପୁରୁଷ) । ଅଦ୍ଭୁଦ୍ୟତୋଗ୍ରଶସ୍ତ୍ରାଣି = ଉଗ୍ରାଣି ଶାସ୍ତ୍ରାଣି (କର୍ମଧାରୟ), ଅଦ୍ଭୁଦ୍ୟତାନି ଉଗ୍ରଶସ୍ତ୍ରାଣି ଯଃ, ତାନି (କର୍ମଧାରୟ) । ଗୋବିନ୍ଦାସକ୍ତଚିତ୍ତସ୍ୟ = ଗୋବିନ୍ଦ ଆସକ୍ତମ୍ (ସୁପ୍ସୁପା), ତାଦୃଶଂ ଚିରଂ ଯସ୍ୟ ସ୍ୱ, ତସ୍ୟ (ବହୁବ୍ରୀହିଃ ) । ନୟନଗୋଚରତାମ୍ = ନୟନୟୋ ଗୋଚରତା, ତାମ୍ (୬ଷ୍ଠୀ ତତ୍ପୁରୁଷ) । ଦେବଦେବ = ଦେବାନାଂ ଦେବାଃ, ସମ୍ବୋଧନେ ( ୬ଷ୍ଠୀ ତତ୍ତ୍ଵପୁରୁଷ) । ଜଗନ୍ନାଥ = ଜଗତଃ ନାହଃ, ସମ୍ବୋଧନେ (୬ଷ୍ଠୀ ତତ୍ପୁରୁଷ) । ଶକ୍ରତ୍ବାଦିକମ୍ = ଶକ୍ରତ୍ୱମ୍ ଆଦି ଯେକ୍ଷାଂ, ତତ୍ (ବହୁବ୍ରୀହିଃ) । ବିଗତଚିନ୍ତା = ବିଗତା ଚିନ୍ତା ଯେତାଂ ତେ (ବହୁବ୍ରୀହିଃ) ।
ସକାରଣବିଭକ୍ତି– ଧ୍ରୁବ, ଧରଣୀ, ସୁନୀତିଃ, ଇନ୍ଦ୍ରମାୟାନିର୍ମିତା, ଅଦ୍ଭୁଦ୍ୟତୋଗ୍ରଶସ୍ତ୍ରାଣି, ରକ୍ଷାଂସି, ଶିବା, ତତ୍କତା, ନାଦା = କଉଁରି ୧ ମା । ଦେବଦେବ, ଜଗନ୍ନାଥ = ସମ୍ବୋଧନେ ୧ମା । ମଧୁବନଂ, ତପଃ, ଭଗବତଂ, ହରିଂ, ଭାରଂ, ପରମଂ, କ୍ଷୋଭାଂ, ଭଙ୍ଗ, ବିବିଧା, ମାୟା, କରୁଣା, ବାଚଂ, ପ୍ରାଣାନ୍, ଶରଣଂ, ଶକ୍ରତ୍ୱ, ଶକ୍ରତ୍ବାଦିକଂ, କାମମ୍ = କର୍ମଣି ୨ୟା । ଅନନ୍ୟମନସା = କରଣେ ୩ୟା । ତସ୍ମାତ୍, ଉପବନାତ୍, ଶରୀରବ୍ୟୟାତ୍, ତପସ୍ୱ = ଅପାଦାନେ ୫ମୀ । ଧାୟତଃ = କୃଦ୍ଯୋଗେ ୬ଷ୍ଠୀ । ନୟନଗୋଚରତାମ୍ ତସ୍ୟ, ତେ, ଅଧ୍ୟୟନସ୍ୟ, କ୍ରୀଡ଼ାୟା = ଶେଷ ୬ଷ୍ଠୀ । ସମାଧୀ = କୃଦ୍ ଯୋଗେ ୬ଷ୍ଠୀ । ତଥ୍ୟ = ‘ପୁରତଃ’ ଯୋଗେ ୬ଷ୍ଠୀ । ଯମୁନାତଟେ = ଅଧିକରଣେ ୭ମୀ ସର୍ବାସୁ, ମାୟାସୁ, ବିଲୀନାସୁ = ଭାବେ ୭ମୀ ।
ପ୍ରକୃତି ପ୍ରତ୍ୟୟ– ଗତ୍ମା = ଗମ୍ + କ୍ଵାଚ୍ । ଧାୟତଃ = ଧୈ + ଶତୃ + ଙସ୍ । ଉଦ୍ବୋକ୍ଟ୍ରମ୍ = ଉତ୍ + ବହ୍ + ତୁମୁନ୍ । କ୍ଷୋଭମ୍ = କ୍ଷୁଭ୍ + ଘଞ୍ଚ୍ + ଆମ୍ । ସମାଧଃ = ସମ୍ + ଆ + ଧା + ସ୍କ୍ରିନ୍ । ଭଙ୍ଗମ୍ = ଭନଜ୍ + ଘଞ୍ଚ୍ + ଅମ୍ । କର୍ଭୁମ୍ = କୃ + ତୁମୁନ୍ । ସ୍ଥିତା = ସ୍ଥା + କ୍ତ + ଟାପ୍ । ପରିତ୍ୟକ୍ତମ୍ = ପରି + ତ୍ୟଜ୍ + ତୁମୁନ୍ । ପଶ୍ୟତଃ = ଦୃଶ୍ + ଶତୃ + ଡସ୍ । ଗୋଚରତା = ଗୋଚର + ତଳ୍ + ଟାପ୍ । ଶରଣମ୍ = ଶୂ + ଲୁଟ୍ + ଅମ୍ ।
Text – 5
भगवान् विष्णुः ………………………………….. सर्वेशश्चासीति।
ଶବ୍ଦାର୍ଥ— ତପସା = ତପସ୍ୟାଦ୍ଵାରା । ତୋଷିତଃ = ସନ୍ତୁଷ୍ଟ । ବାହ୍ୟାର୍ଥନିରପେକ୍ଷମ୍ = ବାହ୍ୟବିଷୟରୁ ନିବୃତ୍ତ । ଆହିତମ୍ = ନିହିତ । ତୁଷ୍ଟ = ସନ୍ତୁଷ୍ଟ । ଚକ୍ଷୁଷୀ = ନେତ୍ରଦ୍ଵୟକୁ । ଉନ୍ମାଲ୍ୟ = ଖୋଲି । ଶଙ୍ଖଚକ୍ରଗଦାଶାଇଁବରାସିଧରମ୍ = ଶଙ୍ଖ, ଚକ୍ର, ଗଦା, ଶାଇଁଧନୁ, ବର ଓ ଖଡ୍ଗ ଧରିଥିବା । କିରୀଟିନମ୍ = ମୁକୁଟଧାରୀ । ଆଲୋକ୍ୟ = ଦେଖ୍ । ପ୍ରଣତାମ = ପ୍ରଣାମକଲା । ଜଗାଦ = କହିଲା । ପ୍ରଯଚ୍ଛ = ପ୍ରଦାନ କର । ଶଯ୍ୟାମି = ସମର୍ଥ ହେବି । ପ୍ରାଞ୍ଜଳିମ୍ = ଯୋଡ଼ହସ୍ତରେ । ଶଙ୍ଖପ୍ରାନ୍ତେନ = ଶଙ୍ଖଧାରରେ । ପସ୍ପର୍ଶ = ସ୍ପର୍ଶ କଲେ । ଭୂତଧାତାରମ୍ = ପ୍ରାଣୀଧାରକ । ତୁଷ୍ଟାବ = ସନ୍ତୁଷ୍ଟ ହେଲା । ଆପ = ଜଳ । ଅନଳ = ଅଗ୍ନି । ଖମ୍ = ଆକାଶ । ପରମେଶମ୍ = ପରମେଶ୍ବରଙ୍କୁ । ସର୍ବାମୁକଃ = ସମସ୍ତଙ୍କ ଆତ୍ମା । ସର୍ବେଶଃ = ସର୍ବେଶ୍ୱର । ଅସି = ଅଟେ ।
ଅନୁବାଦ– ଭଗବାନ ବିଷ୍ଣୁ ଧ୍ରୁବର ତପସ୍ୟାର ସନ୍ତୁଷ୍ଟ ହୋଇ ତାଙ୍କ ନିକଟକୁ ଯାଇ କହିଲେ– ହେ ବସ୍ତ୍ର ଧ୍ରୁବ ! ଯେହେତୁ ବାହ୍ୟ ବିଷୟ ପ୍ରତି ନିସ୍ପୃହ ଚିତ୍ତକୁ ତୁମେ ମୋଠାରେ ସ୍ଥାପନ କରିଛ, ତଦ୍ବାରା ମୁଁ ପ୍ରୀତ । ବର ମାଗ । ଭଗବାନ୍ଙ୍କର ଏହି କଥା ଶୁଣି ଧ୍ରୁବ ଦୁଇଆଖି ଖୋଲି ଶଙ୍ଖ, ଚକ୍ର, ଗଦା, ଶାଙ୍ଖଧନୁ, ବର ଓ ଖଡ଼ଗ ଧାରଣ କରିଥିବା ମୁକୁଟଧାରୀ ବିଷ୍ଣୁଙ୍କୁ ଦେଖ୍ ମୁଣ୍ଡ ନୁଆଁଇ ପ୍ରଣାମ କଲା ଓ କହିଲା– ହେ ଦେବଦେବ ! ଯଦି ମୋ ତପସ୍ୟାରେ ତୁମେ ଅତ୍ୟନ୍ତ ପ୍ରୀତ ତେବେ ତୁମକୁ ସ୍ତୁତି କରିବାକୁ ଇଚ୍ଛା କରୁଛି । ଏହି ବର ମୋତେ ପ୍ରଦାନ କର । ବ୍ରହ୍ମା ପ୍ରଭୃତି ବି ତୁମର ଗତିକୁ ଜାଣିପାରନ୍ତି ନାହିଁ, ତେଣୁ ମୁଁ ବାଳକଭାବେ ତୁମକୁ ସ୍ତୁତି କରିବାକୁ କିପରି ସମର୍ଥ ହେବି । ତା’ପରେ ହାତଯୋଡ଼ିଥିବା ଧ୍ରୁବକୁ ଭଗବାନ୍ ବିଷ୍ଣୁ ଶଙ୍ଖଧାରରେ ସ୍ପର୍ଶ କଲେ । ତତ୍କ୍ଷଣାତ୍ ରାଜକୁମାର ପ୍ରସନ୍ନମୁଖ ହୋଇ ପ୍ରାଣୀପାଳକ ବିଷ୍ଣୁଙ୍କୁ ପ୍ରଣାମ କରି ସନ୍ତୁଷ୍ଟ ହେଲା । ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ ଓ ବୁଦ୍ଧି ଯାହାଙ୍କର ରୂପ ସେହି ପରମେଶ୍ୱରଙ୍କୁ ନମସ୍କାର କରୁଛି । ତୁମେ ସମସ୍ତଙ୍କର ଆତ୍ମା ଓ ସର୍ବେଶ୍ୱର ଅଟେ ।
ବ୍ୟାକରଣ
ସନ୍ଧିବିଚ୍ଛେଦ– ବିଷ୍ଣୁର୍ଧବସ୍ୟ = ବିଷ୍ଣୁ + ଧ୍ରୁବସ୍ୟ । ତୋଷିତସ୍ତମ୍ = ତୋଷିତଃ + ତମ୍ । ଗଙ୍ଗୋବାଚ = ଗଡା଼ + ଉବାଚ । ଚିତ୍ତମାହିତମ୍ = ଚିତ୍ତମ୍ + ଆହିତମ୍ । ତୁଷ୍ଟୋଽହମ୍ = ତୁଷ୍ଟ + ଅହମ୍ । କିରୀଟିନଚ୍ୟୁତମାଲୋକ୍ୟ = କିରୀଟିନମ୍ + ଅଚ୍ୟୁତମ୍ + ଆଲୋକ୍ୟ । ଗତସ୍ତଦା = ଗତଃ + ତଦା । ସ୍ତୋତ୍ରୁମିଚ୍ଛାମି = ସ୍ତୋତ୍ରମ୍ + ଇଚ୍ଛାମି । ବରମେତମ୍ = ବରମ୍ + ଏତମ୍ । ବ୍ରହ୍ମାଦୈରପି = ବ୍ରହ୍ମା + ଆଦୌ + ଅପି । ତଦହମ୍ = ତତ୍ + ଅହମ୍ । ବାଳକମ୍ = ବାଳକଃ + ଡ୍ୟାମ୍ । ଶଯ୍ୟାମୀତି = ଶଯ୍ୟାମି + ଇତି । ଭଗବାନବିଷ୍ଣୁ = ଭଗବାନ୍ + ବିଷ୍ଣୁ । ତତ୍କ୍ଷଣମେବ = ତତ୍କ୍ଷଣମ୍ + ଏବ । ଭୂତଧାତାରମତ୍ସ୍ୟତମ = ଭୂତଧାତାରମ୍ + ଅଚ୍ୟୁତମ୍ । ଭୂମିରାପୋଽନକଃ = ଭୂମି + ଆପଃ + ଅନମଃ । ବୁଦ୍ଧିଷ୍ଟ = ବୁଦ୍ଧି + ଚ । ପରମେଶମ୍ = ପରମ + ଈଶମ୍ । ନତୋଽସ୍ମି = ନତଃ + ଅଗ୍ନି । ସର୍ବାତ୍ମକଃ = ସର୍ବ + ଆତ୍ମକ । ସର୍ବେଶଶ୍ଚାସୀତି = ସର୍ବ + ଈଶଃ + ଚ + ଅସି + ଇତି ।
ସମାସ– ବାହ୍ୟାର୍ଥନିରପେକ୍ଷମ୍ = ବାହ୍ୟ ଅର୍ଥ (କର୍ମଧାରୟ); ତସ୍ମିନ୍ ନିରପେକ୍ଷମ୍, ତତ୍ (ସୁପ୍ସୁପା) । ଶଙ୍ଖଚକ୍ରଗଦାଶାଙ୍ଗବରାସିଧରମ୍ = ଶଙ୍ଖଶ୍ଚ ଚକ୍ରଞ୍ଚ ଗଦା ଚ ଶାଇଁଞ୍ଚ ବରଞ୍ଚ ଅସିଷ୍ଟ (ଇତରେତର ଦ୍ବନ୍ଦ୍ବ), ତାନ୍ ଧାରୟତି ଇତି ଯଃ, ତମ୍ (ଉପପଦ ତତ୍ପୁରୁଷ) । ଦେବଦେବ = ଦେବାନାଂ ଦେବ, ସମ୍ବୋଧନେ (୬ଷ୍ଠୀ ତତ୍ତ୍ଵପୁରୁଷ) । ବ୍ରହ୍ମାଦୈ = ବ୍ରହ୍ମା ଆଦ୍ୟ ଯେଷା ତେ, ତୈ ( ବହୁବ୍ରୀହିଃ) । ପ୍ରାଞ୍ଜଳିମ୍ = ପ୍ରକୃଷ୍ଟ ଅଞ୍ଜଳି ଯସ୍ୟ ସ୍ୱ, ତମ୍ (ବହୁବ୍ରୀହିଃ) । ଶଙ୍ଖପ୍ରାନ୍ତେନ = ଶଙ୍ଖସ୍ୟ ପ୍ରାତଃ, ତେନ (୬ଷ୍ଠୀ ତତ୍ପୁରୁଷ) । ପ୍ରସନ୍ନବଦନଃ = ପ୍ରସନିଂ ବଦନଂ ଯସ୍ୟ ଡଃ ( ବହୁବ୍ରୀହିଃ) । ଭୂତଧାତାରମ୍ = ଭୂତାନାଂ ଧାତା, ତମ୍ (୬ଷ୍ଠୀ ତତ୍ପୁରୁଷ) । ପରମେଶମ୍ = ପରମଃ ଈଶଃ, ତମ୍ (କର୍ମଧାରୟ) । ସର୍ବାତ୍ମକଃ = ସର୍ବେଷାମ୍ ଆତ୍ମା ଯଃ କଃ (ବହୁବ୍ରୀହିଃ) । ସର୍ବେଶଃ = ସର୍ବେଷାମ୍ ଈଶଃ (୬ଷ୍ଠୀ ତତ୍ତ୍ଵପୁରୁଷ) ।
ସକାରଣବିଭକ୍ତି– ଭଗବାନ୍, ବିଷ୍ଣୁ, ପ୍ରସନ୍ନବଦନଃ, ନୃପନନ୍ଦନଃ, ତ୍ୱମ୍, ସର୍ବାତ୍ମକ, ସର୍ବେଶଃ କଉଁରି ୧ ମା । ବାହ୍ୟାର୍ଥନିରପେକ୍ଷାଂ, ଚିରଂ, ଗତିଃ = ଉକ୍ତ କର୍ମଣି ୧ ମା । ଦେବଦେବ = ସମ୍ବୋଧନେ ୧ମା । ବଚନଂ, ଚକ୍ଷୁଷୀ, ତୋଷ, ପ୍ରାଞ୍ଜଳି, ଧ୍ରୁବଂ, ଭୂତଧାତାରଂ, ଅଚ୍ୟୁତଂ, ପରମେଶମ୍ = କର୍ମଣି ୨ୟା । ତତ୍କ୍ଷଣାତ୍ = ‘କାଳାଧ୍ଵନ୍ରତ୍ୟନ୍ତସଂଯୋଗେ’ ୨ୟା । ତପସ୍ୟା, ଶଙ୍ଖ ପ୍ରାନ୍ତେନ = କରଣେ ୩ୟା । ତ୍ଵୟା, ବ୍ରହ୍ମାଦୈ = ଅନୁସ୍ତେ କଉଁରି ୩ୟା । ମହାମ୍ = ସଂପ୍ରଦାନେ ୪ର୍ଥୀ । ଧ୍ରୁବସ୍ୟ, ଭଗବତଃ = ଶେଷ ୬ଷ୍ଠୀ । ମୟି = ଅଧିକରଣେ ୭ମୀ ।
ପ୍ରକୃତିପ୍ରତ୍ୟୟ— ତୋଷିତଃ = ତୁଷ୍ + ଣିଚ୍ + କ୍ତ । ଆହିତମ୍ = ଆ + ଧା + କ୍ତ । ତୁଷ୍ଟ = ତୁଷ୍ + କ୍ତ । ବଚନମ୍ = ବଚ୍ + ଲ୍ୟୁଟ୍ । ନିଶମ୍ୟ = ନି + ଶମ୍ + ଲ୍ୟାପ୍ । ଉନ୍ମାଲ୍ୟ = ଉତ୍ + ମୀର୍ + ଲ୍ୟାପ୍ । ଆଲୋକ୍ୟ = ଆ + ଲୋକ୍ + ଲ୍ୟପ୍ । ତୋଷମ୍ = ତୁଷ୍ +ଘଞ୍ଚ+ମ୍ । ସ୍ତୋତୁମ୍ = ସ୍ତୁ + ତୁମୁନ୍ । ଗତଃ = ଗମ୍ + ଭିନ୍ । ନତଃ = ନମ୍ + କ୍ତ ।
Text – 6
भगवानुवाच …………………………………. स्थानमध्यास्त।
ଶବ୍ଦାର୍ଥ– ଅଭୀମତମ୍ = ଅଭୀଷ୍ଟ । ବରୟ = ବରଣ କର । ବ୍ୟାଜହାର = କହିଲା । ସର୍ବଭୂତାନାମ୍ = ସମସ୍ତ ପ୍ରାଣୀଙ୍କର । ହୃଦି = ହୃଦୟରେ । ଇପ୍ସିତମ୍ = ଅଭିଳାଷ । ପରୋକ୍ଷମ୍ = ଅଜଣା । ଦୁର୍ବିନୀତହୃଦୟେନ = ଉଦ୍ଧତମନା । ଅଜାତସ୍ୟ = ଜନ୍ମ ହୋଇ ନଥିବା । ଗର୍ବାତ୍ = ଅହଂକାର ହେତୁ । ତ୍ୱତ୍ ପ୍ରସାଦାତ୍ = ତୁମ ଅନୁଗ୍ରହରୁ । ଅବ୍ୟୟମ୍ = ନିତ୍ୟ ବା ଚିରସ୍ଥାୟୀ। ପ୍ରାର୍ଥୟେ = ପ୍ରାର୍ଥନା କରୁଛି । ଈପ୍ସ୍ୟସେ = ପାଇବ । ଭୌମାଦୀନାମ୍ = ମଙ୍ଗଳ ଆଦିର । ତାରକା = ନକ୍ଷତ୍ର । ଆକଳ୍ପମ୍ = କଳ୍ପାନ୍ତ ଯାଏଁ । ତ୍ତ୍ଵନ୍ନିଧୌ = ତୁମ ନିକଟରେ । ନିବସ୍ପତି = ନିବାସ କରିବେ ।
ଅନୁବାଦ– ଭଗବାନ୍ କହିଲେ– ହେ ଧ୍ରୁବ ! ତୁମେ ମୋତେ ଯେଉଁ ଦର୍ଶନ କଲ, ତଦ୍ବାରା ତପସ୍ୟାର ସେହି ଫଳ ତୁମେ ପାଇସାରିଛ । ମୋର ଦର୍ଶନ କେବେ ନିଷ୍ଫଳ ହୁଏ ନାହିଁ । ତେଣୁ ଅଭୀଷ୍ଟ ବର ମାଗ । ଧ୍ରୁବ କହିଲା– ହେ ଭଗବାନ୍ ! ତୁମେ ସବୁ ପ୍ରାଣୀଙ୍କର ହୃଦୟରେ ବିରାଜମାନ, ଯାହା ମୋର ଅଭୀଷ୍ଟ ତାହା କ’ଣ ତୁମକୁ ଅଜଣା । ତଥାପି ଉଦ୍ଧତମନା ମୁଁ ଯାହା ପ୍ରାର୍ଥନା କରୁଛି ତାହା ତୁମକୁ କହିବି । ‘ମୋ ଗର୍ଭରୁ ଜନ୍ମ ହୋଇ ନଥିବା ତୁମର ରାଜସିଂହାସନ ପ୍ରାପ୍ତିଯୋଗ୍ୟ ନୁହେଁ’ ବୋଲି ମାତାଙ୍କର ସପତ୍ନୀ ମୋତେ ଗର୍ବହେତୁରୁ କହିଲେ । ଏଣୁ ତୁମ ଅନୁଗ୍ରହରୁ ସବୁଠାରୁ ଶ୍ରେଷ୍ଠ ସ୍ଥାନଟିଏ ମୁଁ ପ୍ରାର୍ଥନା କରୁଛି । ଭଗବାନ୍ କହିଲେ– ଯାହା ତୁମର ଅଭିଳଷିତ ସ୍ଥାନ ତାହା ତୁମେ ଲାଭ କରିବ । ମଙ୍ଗଳ ପ୍ରଭୃତି ଗ୍ରହମାନଙ୍କର, ନକ୍ଷତ୍ରମାନଙ୍କର ଓ ସପ୍ତର୍ଷିମାନଙ୍କର ଉପର ସ୍ଥାନଟିକୁ ମୁଁ ତୁମକୁ ପ୍ରଦାନ କଲି । ତୁମ ମାତା ସୁନୀତି ମଧ୍ୟ ତାରା ହୋଇ କଳ୍ପାନ୍ତ ଯାଏ ତୁମ ନିକଟରେ ବାସ କରିବେ । ଏହିପରି ଧ୍ରୁବ ଭଗବାନ୍ଙ୍କ ଅନୁଗ୍ରହରୁ ଶ୍ରେଷ୍ଠ ସ୍ଥାନରେ ରହିଅଛି ।
ବ୍ୟାକରଣ
ସନ୍ଧିବିଚ୍ଛେଦ– ଭଗବାନୁବାଚ = ଭଗବାନ୍ + ଉବାଚ । ଯର୍ୟାଽହମ୍ = ଯତ୍ + ତ୍ରୟା + ଅହମ୍ । ଦୃଷ୍ଟସ୍ତପସସ୍ତତ୍ଫଳମ୍ = ଦୃଷ୍ଟି + ତପନଃ + ତତ୍ଫଳମ୍ । ମଦର୍ଶନମ୍ = ମତ୍ + ଦର୍ଶନମ୍ । ତସ୍ମାଦଭିମତମ୍ = ତସ୍ମାତ୍ + ଅଭିମତମ୍ । ଯନ୍ମମପ୍ସିତମ୍ = ଯତ୍ + ମମ + ଈପ୍ସିତମ୍ । ତଥାପି = ତଥା + ଅପି । ତତ୍ତୁଭ୍ୟମ୍ = ତତ୍ + ତୁଭ୍ୟମ୍ । ମମୋଦରାଦଜାତସ୍ୟ = ମମ + ଉଦରାତ୍ + ଜାତସ୍ୟ । ନୈତଦ୍ରାଜାସନମ୍ = ନ + ଏତତ୍ + ରାଜା + ଆସନମ୍ । ଯୋଗ୍ୟମିତି = ଯୋଗ୍ୟମ୍ + ଇତି । ଗର୍ବାଦବଦତ୍ = ଗର୍ବାତ୍ + ଅବଦତ୍ । ଅତପ୍ରସାଦାଦବ୍ୟୟମ୍ = ଅତଃ + ତୃପ୍ରସାଦାତ୍ + ଅବ୍ୟୟମ୍ । ସର୍ବେଷାମୁତ୍ତମମ୍ = ସର୍ବେଷାମ୍ + ଉତ୍ତମମ୍ । ସ୍ଥାନମହମ୍ = ସ୍ଥାନମ୍ + ଅହମ୍ । ଯୟା = ଯତ୍ + ତ୍ରୟା । ତତ୍ତ୍ଵମ୍ = ତତ୍ + ତ୍ୱମ୍ । ଚାପ୍ୟୁପରି = ଚ + ଅପି + ଉପରି । ସୁନୀତିରପି = ସୁନୀତିଃ + ଅପି । ଭୂତ୍ବାଽକଳ୍ପମ୍ = ଭୂତ୍ଵା + ଆକଳ୍ପମ୍ । ତ୍ନସଂନିଧୌ = ତ୍ବତ୍ + ସଂନିଧୌ । ନିବସ୍ୟତୀତି = ନିବସ୍ୟାତି + ଇତି । ସ୍ଥାନମଧ୍ଯାସ୍ତ = ସ୍ଥାନମ୍ + ଅଧ୍ + ଆସ୍ତ ।
ସମାସ– ମଦର୍ଶନମ୍ = ମମ ଦର୍ଶନମ୍, ତତ୍ (୬ଷ୍ଠ ତତ୍ତ୍ଵପୁରୁଷ) । ବିଫଳମ୍ = ବିଗତଂ ଫଳଂ ଯସ୍ୟ ତତ୍ (ପ୍ରାଦି ବହୁବ୍ରୀହିଃ ) । ସର୍ବଭୂତାନାମ୍ = ସର୍ବାଣି ଭୂତାନି, ତେଷାମ୍ (କର୍ମଧାରୟ) । ପରୋକ୍ଷମ୍ = ଅକ୍ଷ ପରମ୍ (ଅବ୍ୟୟୀଭାବ ) । ଦୁର୍ବିନୀତହୃଦୟେନ = ଦୁର୍ବିନୀତଂ ହୃଦୟଂ ଯସ୍ୟ ସ୍ୱ, ତେନ (ବହୁବ୍ରୀହିଃ) । ଅଜାତସ୍ୟ = ନ ଜାତଃ, ତସ୍ୟ (ନଞ୍ଚ୍ ତତ୍ପୁରୁଷ) । ତୃପ୍ରସାଦାତ୍ = ତବ ପ୍ରସାଦଃ, ତସ୍ମାତ୍ (୬ଷ୍ଠୀ ତତ୍ପୁରୁଷ) । ଅବ୍ୟୟମ୍ = ଅବିଦ୍ୟମାନଃ ବ୍ୟୟ ଯସ୍ୟ ତତ୍ (ବହୁବ୍ରୀହିଃ) । ଭୌମାଦୀନାମ୍ = ଭୌମ ଆଦି ଯୋଷା ତେ, ତେଷାମ୍ (ବହୁବ୍ରୀହିଃ) । ତୃତ୍ସଂନ୍ନିଧୌ = ତବ ସଂଧଃ, ତସ୍ମିନ୍ (୬ଷ୍ଠୀ ତତ୍ପୁରୁଷ) । ଭଗବପ୍ରସାଦାତ୍ = ଭଗବତଃ ପ୍ରସାଦଃ, ତସ୍ମାତ୍ (୬ଷ୍ଠୀ ତତ୍ପୁରୁଷ) ।
ସକାରଣବିଭକ୍ତି– ମଦର୍ଶନମ୍, ଭଗବାନ୍, ଧ୍ରୁନଃ, ନଂ, ସପତ୍ନୀ, ଅହଂ, ସୁନୀତିଃ, ମାତା, ତାରକା = କଉଁରି ୧ମା । ଅହଂ, ତତ୍ଫଳମ୍ = ଉଲ୍ଲେ କର୍ମଣି ୧ ମା । ଭଗବନ = ସମ୍ବୋଧନେ ୧ମା । ଅଭିମତଂ, ବରଂ, ଅବ୍ୟୟଂ, ସ୍ଥାନମ୍ = କର୍ମଣି ୨ୟା । ତ୍ୟା, ମୟା, ଦୁର୍ବିନୀତହୃଦୟନ = ଅନୁସ୍ତେ କଉଁରି ୩ୟା । ତୁଭ୍ୟମ୍ = କଥନାର୍ଥକ କ୍ରିୟା ଯୋଗେ ୪ର୍ଥୀ । ତୁଭ୍ୟମ୍ = ସମ୍ପ୍ରଦାନେ ୪ର୍ଥୀ । ଉଦାରାତ୍ = ‘ଜନିକର୍ତ୍ତା ପ୍ରକୃତିଃ’ ଯୋଗେ ୫ମୀ । ଗର୍ବାତ୍, ତୃପ୍ରସାଦାତ୍, ଭଗବପ୍ରସାଦାତ୍ = ହେତୋ ୫ମୀ । ସର୍ବଭୂତାନାମ୍, ମାତୁଃ ଶେଷ ୬ଷ୍ଠୀ । ସର୍ବେଷାମ୍ = ନିର୍ଦ୍ଧାରଣେ ୬ଷ୍ଠୀ । ନକ୍ଷତ୍ରାଣାମ୍, ସପ୍ତର୍ଷିଣାମ୍ = ‘ଉପରି’ ଯୋଗେ ୬ଷ୍ଠୀ । ହୃଦି, ତ୍ଵତ୍ସନ୍ନିଧୌ = ଅଧୀକରଣେ ୭ମୀ ।
ପ୍ରକୃତିପ୍ରତ୍ୟୟ– ଦୃଷ୍ଟି = ଦୃଶ୍ + କ୍ତ । ପ୍ରାପ୍ତମ୍ = ପ୍ର + ଆପ୍ + କ୍ତ । ଅଭିମତମ୍ = ଅଭି + ମନ୍ + କ୍ତ + ଅମ୍ । ଈପ୍ସିତମ୍ = ଆପ୍ + ସନ୍ + କ୍ତ । ଯୋଗ୍ୟମ୍ = ୟୁଜ୍ + ଯତ୍ । ପ୍ରାର୍ଥିତମ୍ = ପ୍ର + ଅର୍ଥ + କ୍ତ । ଦରମ୍ = ଦା + କ୍ତ ।