BSE Odisha 8th Class Geography Important Questions Chapter 3.1 କୃଷି

Odisha State Board BSE Odisha 8th Class Geography Important Questions Chapter 3.1 କୃଷି Important Questions and Answers.

BE Odisha Class 8 Geography Important Questions Chapter 3.1 କୃଷି

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସଘନ ପ୍ରୟୋଜନଭିତ୍ତିକ କୃଷି ବିଷୟରେ ସଂକ୍ଷେପର ଲେଖ ।
Answer:

  • ଛୋଟ ଛୋଟ ଜମିରେ ଉନ୍ନତ ବିହନ, ନିୟମିତ ଜଳସେଚନ, ନିର୍ଦ୍ଦିଷ୍ଟ ପରିମାଣର ସାର ପ୍ରୟୋଗ କରି ଅଧ୍ବକ ଶ୍ରମିକ ଦ୍ଵାରା ଋଷ କରି ଅଧୂକ ଫସଲ ଉତ୍ପାଦନକୁ ସଘନ ପ୍ରୟୋଜନ ଭିଭିକ କୃଷି କୁହାଯାଏ।
  • ଉର୍ବର ମ୍ପରିକା ଓ ଅନୁକୂଳ ଜଳବାୟୁରେ ଏକାଧିକ ଫସଲ ଉତ୍ପାଦନ ସମ୍ଭବ ହୁଏ ।
  • ଧାନ, ଗହମ, ମକା, ଡାଲିଜାତୀୟ ଶସ୍ୟ, ତୈଳବୀଜ ଆଦି ଋଷ କରାଯାଏ ।
  • ଭାରତର କୃଷକ ନିଜର ଋହିଦା ପୂରଣ କରିବାପାଇଁ ସଘନ ପ୍ରଣାଳୀରେ ବିଭିନ୍ନ ଶସ୍ୟ ଉତ୍ପାଦନ କରିଥାଏ।
  • ଦକ୍ଷିଣ, ଦକ୍ଷିଣ-ପୂର୍ବ ଏସିଆ ଓ ପୂର୍ବ ଏସିଆର ମୌସୁମୀ ଅଞ୍ଚଳ, ପଶ୍ଚିମ ଇଉରୋପ ଓ ଭୂମଧ୍ଯସାଗରୀୟ ଅଞ୍ଚଳରେ ସଘନ କୃଷି କରାଯାଇ ଅଧିକ ଫସଲ ଉତ୍ପାଦନ କରାଯାଇଥାଏ। ଧାନ ଏହି ଅଞ୍ଚଳର ମୁଖ୍ୟ ଫସଲ ।

BSE Odisha 8th Class Geography Important Questions Chapter 3.1 କୃଷି

Question 2.
ମିଶ୍ରିତ କୃଷି ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ଖାଦ୍ୟଶସ୍ୟ, ପଶୁଖାଦ୍ୟ ଉତ୍ପାଦନ ସହ ପଶୁପାଳନକୁ ମିଶ୍ରିତ କୃଷି କୁହାଯାଏ ।
  • ଏ ପ୍ରକାର କୃଷି ବିଶେଷତଃ କ୍ରାନ୍ତୀୟ ଜଳବାୟୁ ଅଞ୍ଚଳ; ଯଥା- ଏସିଆର ଥାଇଲାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବଭାଗ, ଦକ୍ଷିଣ ଆଫ୍ରିକା, ନିଉଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବାଶ, ଇଉରୋପ ଓ ଦକ୍ଷିଣ ଆମେରିକାର ଆର୍ଜେଣ୍ଟିନାରେ କରାଯାଏ।
  • ଏ ସବୁ ଅଞ୍ଚଳରେ ପଶୁମାନଙ୍କୁ ମକା, ଗହମ ଓ ଅନ୍ୟାନ୍ୟ ଖାଦ୍ୟ ଖୁଆଇ ହୃଷ୍ଟପୁଷ୍ଟ କରାଯାଇଥାଏ ।
  • ଯାନ୍ତ୍ରିକ ଉପାୟରେ ପଶୁମାନଙ୍କଠାରୁ ଦୁଗ୍ଧ, ମାଂସ ଓ ଲୋମ ସଂଗ୍ରହ କରି ବିଦେଶକୁ ରପ୍ତାନି କରାଯାଏ ।
  • ଯୁକ୍ତରାଷ୍ଟ୍ର ଆମେରିକାର ପଶୁଗରଣ ଭୂମିକୁ ‘ରାଞ୍ଚ’ କୁହାଯାଏ।

Question 3.
ଉଦ୍ୟାନ କୃଷି ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ସହର ଓ ବଡ଼ ବଡ଼ ନଗରରେ ବାସକରୁଥିବା ଲୋକମାନଙ୍କର ଆବଶ୍ୟକତା ପୂରଣ ପାଇଁ ତାହାର ଚତୁଃପାର୍ଶ୍ଵରେ ବିସ୍ତୃତ ଅଞ୍ଚଳରେ ପନିପରିବା ଓ ଫଳ ଫୁଲ ଇତ୍ୟାଦି ଋଷ କରାଯାଏ । ଏ ପ୍ରକାର କୃଷିକୁ ଉଦ୍ୟାନ କୃଷି କୁହାଯାଏ।
  • ସ୍ଵଳ୍ପ ବୃଷ୍ଟିପାତ ଅଞ୍ଚଳରେ ଗ୍ରୀଷ୍ମ ଓ ଶୀତ ଋତୁରେ ପନିପରିବା ଋଷ କରାଯାଇଥାଏ ।
  • ପନିପରିବା ସହ କଦଳୀ, ଆମ୍ବ, ପଣସ, ନଡ଼ିଆ ତଥା ଫୁଲ ଋଷ କରି ଋଷୀ ବିଶେଷ ଲାଭବାନ୍ ହୋଇଥାଏ । ଏହା ଏକ ଲାଭଜନକ କୃଷି ।
  • ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତର-ପୂର୍ବଂଶ ଓ ଭାରତର ଉପକୂଳବର୍ତୀ ଅଞ୍ଚଳରେ ଏହି ଋଷ ବିଶେଷ ଭାବରେ କରାଯାଏ ।
  • ବିଦେଶରେ ଭାରତର ଆମ୍ବ, ଓଡ଼ିଶାର ପାନ ଓ କେରଳର ନଡ଼ିଆ ବିଶେଷ ଋହିଦା ରହିଛି ଏବଂ ଏହା ବିଦେଶକୁ ରପ୍ତାନି କରାଯାଇଥାଏ ।

Question 4.
ଋହା ଋଷ ପାଇଁ କି ପ୍ରକାର ଜଳବାୟୁ, ମୃତ୍ତିକା, କେତେ ତାପମାତ୍ରା ଓ ବୃଷ୍ଟିପାତ ଆବଶ୍ୟକ ହୋଇଥାଏ ? ଭାରତର କେଉଁ ଅଞ୍ଚଳରେ ଏହି ଋଷ ବିଶେଷ ଭାବରେ କରାଯାଏ ?
Answer:

  • ଗହା ଋଷ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁ ଅଞ୍ଚଳରେ ବିଶେଷ ଭାବରେ କରାଯାଇଥାଏ । ଉଷ୍ମ ଓ ଆର୍ଦ୍ର ଜଳବାୟୁରେ ଋହା ଋଷ ଭଲ ହୁଏ ।
  • ପାହାଡ଼ିଆ ଗଢ଼ାଣିଆ ଅଂଶରେ ଧାଡ଼ି ଧାଡ଼ି କରି ଗହା ଚାଷ କରାଯାଏ। ଗଛମୂଳରେ ପାଣି ଜମିଲେ ଗହା ଗଛ ନଷ୍ଟ ହୋଇଥାଏ ।
  • ଋହା ଗଛର ଉପର କଅଁଳିଆ ପତ୍ରକୁ ଶୁଖାଇ ରହା ପ୍ରସ୍ତୁତ କରାଯାଏ। ।
  • ଏହା ପାଇଁ ଅଧିକ ଶ୍ରମିକ ଆବଶ୍ୟକ ହୋଇଥାଏ ।
  • ଭାରତର ଆସାମ, ପଶ୍ଚିମବଙ୍ଗର ଦାର୍ଜିଲିଂ, ଦକ୍ଷିଣ ଭାରତର ନୀଳଗିରି ଓ କେରଳରେ ଋହା ଋଷ କରାଯାଏ ।

Question 5.
ପ୍ରୟୋଜନଭିଭିକ କୃଷି ସମ୍ବନ୍ଧରେ ଆଲୋଚନା କର ।
Answer:

  • ପ୍ରୟୋଜନ ଭିଭିକ କୃଷି ସାଧାରଣତଃ କୃଷକ ଓ ତା’ର ପରିବାରର ଦୈନନ୍ଦିନ ଖାଦ୍ୟ ଆବଶ୍ୟକତା ପୂରଣ କରିଥାଏ ।
  • କୃଷକ ତା’ର ଛୋଟ ଜମିରେ ପାରମ୍ପରିକ ପୁରାତନ ପଦ୍ଧତିରେ ଚାଷ କାର୍ଯ୍ୟ କରିଥାଏ ।
  • ଚାଷୀ ଗରିବ ହୋଇଥିବାରୁ ଜମିରେ ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟର ପ୍ରୟୋଗ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କରିପାରେ ନାହିଁ ।
  • ଜଳସେଚନର ଅଭାବ ହେତୁ ତା’ର ଜମିରେ ଉତ୍ପାଦନ କମ୍ ହୋଇଥାଏ ।
  • ଭାରତ, ଚୀନ୍ ପ୍ରଭୃତି କେତେକ ବିକାଶୋନ୍ମୁଖୀ ଦେଶରେ ଏ ପ୍ରକାର କୃଷି ପଦ୍ଧତି ପ୍ରଚଳିତ ।

BSE Odisha 8th Class Geography Important Questions Chapter 3.1 କୃଷି

Question 6.
ପ୍ରୟୋଜନଭିଭିକ କୃଷି କେଉଁ କେଉଁ ପାରମ୍ପରିକ କୃଷି ପଦ୍ଧତିକୁ ବୁଝାଇଥାଏ ଲେଖ ।
Answer:

  • ପ୍ରୟୋଜନଭିଭିକ କୃଷି ପଦ୍ଧତି ତିନୋଟି ପାରମ୍ପରିକ କୃଷି ପଦ୍ଧତିକୁ ବୁଝାଇଥାଏ, ଯଥା – ପଶୁବାରଣ, ସ୍ଥାନାନ୍ତରିତ କୃଷି ଓ ସଘନ ପ୍ରୟୋଜନଭିଭିକ କୃଷି ।
  • ପଶୁ ଚାରଣ : ସାଧାରଣତଃ ଯାଯାବର ଶ୍ରେଣୀର ଲୋକମାନେ ମେଣ୍ଢା, ଛେଳି, ଗାଈ, ଓଟ, ଚମରୀଗାଈ ଆଦିକୁ ନେଇ ବିଭିନ୍ନ ତୃଣଭୂମି ଅଞ୍ଚଳରେ ବିଚରଣ କରନ୍ତି । ସେମାନେ ପଶୁମାନଙ୍କର ଚମଡ଼ା, ମାଂସ, ହାଡ଼, ଦୁଧ, ପଶମ ଇତ୍ୟାଦି ବିକି ପରିବାର ପୋଷଣ କରନ୍ତି ।
  • ସ୍ଥାନାନ୍ତରିତ କୃଷି; ପାହାଡ଼ିଆ ବା ଜଙ୍ଗଲ ଅଞ୍ଚଳରେ ରହୁଥିବା ଅଧିବାସୀମାନେ ଜଙ୍ଗଲର ଏକ ଅଂଶ ସଫାକରି ପୋଡ଼ି ଦୁଇ ତିନି ବର୍ଷ ଚାଷ କରନ୍ତି । ଜମିର ଉର୍ବରତା କମିଗଲେ ଜଙ୍ଗଲର ଅନ୍ୟ ଏକ ଅଂଶରେ ସେହିପରି ପୋଡ଼ି ଚାଷ କାର୍ଯ୍ୟ କରନ୍ତି ।
  • ସଘନ ପ୍ରୟୋଜନଭିଭିକ କୃଷି : ଏହି ପ୍ରକାର କୃଷିରେ ଛୋଟ ଛୋଟ ଜମିରେ ଉନ୍ନତ ବିହନ, ନିୟମିତ ଜଳସେଚନ, ନିର୍ଦ୍ଦିଷ୍ଟ ପରିମାଣର ସାର ପ୍ରୟୋଗରେ ଅଧିକ ଫସଲ ଉତ୍ପାଦନ ହୁଏ । ଧାନ, ମକା, ଗହମ, ଡାଲିଜାତୀୟ ଶସ୍ୟ, ତୈଳବୀଜ ଆଦି ଏହି ପ୍ରଣାଳୀରେ ଚାଷ କରାଯାଏ । ଦକ୍ଷିଣ, ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆର ମୌସୁମୀ ଅଞ୍ଚଳ, ପଶ୍ଚିମ ଇଉରୋପ ଓ ଭୂମଧ୍ଯସାଗରୀୟ ଅଞ୍ଚଳରେ ଏହି କୃଷି କରାଯାଏ ।

Question 7.
ବାଣିଜ୍ୟଭିତ୍ତିକ କୃଷିର ବିଶେଷତ୍ଵ ଲେଖ ।
Answer:

  • କୃଷି ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରିବା। ଏ ପ୍ରକାର କୃଷି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ।
  • ଦେଶର ଆବଶ୍ୟକତାକୁ ପୂରଣ କରିବା ସହ ବଳକା ଦ୍ରବ୍ୟକୁ ଅନ୍ୟ ଦେଶକୁ ରପ୍ତାନି କରାଯାଇ ଅର୍ଥ ଉପାର୍ଜନ କରାଯାଏ, ତେଣୁ ଏହାକୁ ମଧ୍ୟ ଅର୍ଥକରୀ କୃଷି କୁହାଯାଏ ।
  • ବାଣିଜ୍ୟ ଉଦ୍ଦେଶ୍ୟରେ ଉନ୍ନତ ଦେଶ; ଯଥା – ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଇଉକ୍ରେନ୍, ରୁଷିଆ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ପ୍ରଭୃତି ଦେଶରେ ଶସ୍ୟ ଉତ୍ପାଦନ ସହ ପଶୁପାଳନ, ମାଛଚାଷ, କୁକୁଡ଼ାଚାଷ, ରବର, ଚାହା, କଫି, ଫଳ, ପନିପରିବା ଚାଷ କରାଯାଏ ।
  • ସାଧାରଣତଃ ଏହି କୃଷି କାର୍ଯ୍ୟ, ଯଥା – ଜମିଚାଷ କରିବା, ବିହନ ବୁଣିବା, ସାର ପ୍ରୟୋଗ କରିବା, କୀଟନାଶକ ଦ୍ରବ୍ୟ ସିଞ୍ଚନ, ଜମିରେ ପାଣି ମଡ଼ାଇବା, ଶସ୍ୟ ଅମଳ ଆଦି ଯାନ୍ତ୍ରିକ ଉପାୟରେ କରାଯାଏ ।

Question 8.
ଧାନଚାଷ ପାଇଁ ଆବଶ୍ୟକ ଭୌତିକ ନିବେଶଗୁଡ଼ିକ ଲେଖ ।
Answer:
ଧାନଚାଷ ପାଇଁ ଆବଶ୍ୟକୀୟ ଅନୁକୂଳ ଅବସ୍ଥାଗୁଡ଼ିକ ହେଲା–

  • କ୍ରାନ୍ତୀମଣ୍ଡଳରେ ଧାନଚାଷ କରାଯାଇଥାଏ ।
  • ନଦୀ ଉପତ୍ୟକା ଓ ତ୍ରିକୋଣଭୂମି ଅଞ୍ଚଳର ମଟାଳ, ପଟୁ ଓ ଦୋରସା ମୃରିକାରେ ଅଧିକ ପରିମାଣରେ ଧାନ ଚାଷ କରାଯାଏ ।
  • ଧାନ ଚାଷପାଇଁ 27 ଡିଗ୍ରୀରୁ 30 ଡିଗ୍ରୀ ସେଲ୍‌ସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ଆବଶ୍ୟକ ହୋଇଥାଏ ।
  • 100ରୁ 200 ସେଣ୍ଟିମିଟର ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଧାନଚାଷ କରାଯାଏ ।
  • ଧାନଚାଷ ଅଧିକ ଆର୍ଦ୍ରତା ଓ ତାପମାତ୍ରା ଆବଶ୍ୟକ କରିଥାଏ ।

BSE Odisha 8th Class Geography Important Questions Chapter 3.1 କୃଷି

Question 9.
ଭାରତରେ ଗହମ ଋଷ ସଂପର୍କରେ ଉଲ୍ଲେଖ କର ।
Answer:

  • ଭାରତରେ ଗହମ ଏକ ରବି ଫସଲ ବା ଶୀତକାଳୀନ ଫସଲ ।
  • ଭାରତରେ ଗଙ୍ଗା-ସତଜ ସମତଳ ଅଞ୍ଚଳ ମୁଖ୍ୟ ଗହମ ଉତ୍ପାଦନ ଅଞ୍ଚଳ । ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଗହମ ଋଷ କରାଯାଏ ।
  • 10 ରୁ 15 ସେଲ୍‌ସିୟସ୍ ତାପମାତ୍ରା ଏହି ଚାଷ ପାଇଁ ଉପଯୁକ୍ତ, ମାତ୍ର ଅମଳ ସମୟରେ 20 ରୁ 25° ସେଲ୍‌ସିୟସ୍ ତାପମାତ୍ରା ଆବଶ୍ୟକ ।
  • ଗହମ ଉତ୍ପାଦନରେ ଭାରତ ବର୍ତ୍ତମାନ ଆତ୍ମନିର୍ଭରଶୀଳ।
  • ଦେଶର ଋହିଦା ପୂରଣ କରିବା ସହିତ ବିଦେଶକୁ ଗହମ ରପ୍ତାନି କରିବାରେ ଆମ ଦେଶ ସକ୍ଷମ ହୋଇଛି ।

Question 10.
ଝୋଟଚାଷ ପାଇଁ ଅନୁକୂଳ ଅବସ୍ଥାମାନ ଉଲ୍ଲେଖ କରି ଏହି ଚାଷରେ ଅଗ୍ରଣୀ ଭାରତର ରାଜ୍ୟର ନାମ ଲେଖ । ଭାରତର ଏହି ଚାଷର ଆର୍ଥିକ ଗୁରୁତ୍ବ ଉଲ୍ଲେଖ କର ।
Answer:

  • ଝୋଟଚାଷ ପାଇଁ ଉର୍ବର ପଟୁ ମୃରିକା, ଆର୍ଦ୍ର ଜଳବାୟୁ, ଅତ୍ୟଧିକ ବୃଷ୍ଟିପାତ ଅତ୍ୟନ୍ତ ଅନୁକୂଳ ।
  • ବାଂଲାଦେଶ ଓ ଭାରତ ମୁଖ୍ୟ ଝୋଟ ଉତ୍ପାଦନକାରୀ ଦେଶ ।
  • ଭାରତର ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା ଓ ଉତ୍ତର ପ୍ରଦେଶରେ ଝୋଟଚାଷ ଭଲ ହୁଏ ।
  • ଆର୍ଥିକ ଗୁରୁତ୍ଵ : ଭାରତରେ ତିଆରି ଝୋଟଜାତ ଦ୍ରବ୍ୟ ଦେଶ ବିଦେଶରେ ଆଦୃତ । ଭାରତ ଝୋଟରେ ତିଆରି ଅଖା, ସୁତୁଲି ଓ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ଜିନିଷ ରପ୍ତାନି କରି ବୈଦେଶିକ ମୁଦ୍ରା ଅର୍ଜନ କରେ ।

Question 11.
ଚାହା ଚାଷ ପାଇଁ ଆବଶ୍ୟକ ଅନୁକୂଳ ଭୌତିକ ନିବେଶଗୁଡ଼ିକ ଲେଖା।
Answer:

  • ଚାହାଚାଷ ସାଧାରଣତଃ ଉଷ୍ଣ ଓ ଆର୍ଦ୍ର ଜଳବାୟୁରେ କରାଯାଇଥାଏ ।
  • ଚାହାଚାଷ ନିମନ୍ତେ ଉଚ୍ଚ ଗଡ଼ାଣିଆ ଭୂମି ଓ ନିଗିଡ଼ା ଉର୍ବର ମୁଭିକା ଆବଶ୍ୟକ ହୋଇଥାଏ ।
  • 20 ରୁ 30° ସେଲ୍‌ସିୟସ୍ ମଧ୍ୟରେ ତାପମାତ୍ରା ଅନୁଭୂତ ହେଉଥ‌ିବା ଅଞ୍ଚଳରେ ଚାହା ଚାଷ କରାଯାଏ ।
  • ବାର୍ଷିକ ହାରହାରି ବୃଷ୍ଟିପାତର ପରିମାଣ 150 ସେ.ମି.ରୁ 200 ସେ.ମି. ଏହି ଚାଷ ପାଇଁ ଉପଯୁକ୍ତ ।
  • ଏହି ଚାଷ ନିମନ୍ତେ ପ୍ରଚୁର ବୃଷ୍ଟିପାତ ଆବଶ୍ୟକ ହେଉଥିଲେ ମଧ୍ୟ ଚାହା ଗଛ ମୂଳରେ ପାଣି ଜମିରହିଲେ ତାହା ମରିଯାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ସଂକ୍ଷେପରେ ଉତ୍ତର ଲେଖ ।

Question 1.
ପ୍ରାଥମିକ ପ୍ରକ୍ରିୟା କ’ଣ ଉଦାହରଣ ସହ ବୁଝାଅ ।
Answer:
ପ୍ରାକୃତିକ ପରିବେଶରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ; ଯଥା— ଜମିରୁ ଶସ୍ୟ ଉତ୍ପାଦନ, ନଦୀ, ଜଳାଶୟ ଓ ସମୁଦ୍ରରୁ ମତ୍ସ୍ୟ ସଂଗ୍ରହ, ଜଙ୍ଗଲରୁ କାଠ, ବାଉଁଶ, ଫଳ, ଝୁଣା, ମହୁ ଆଦି ଦ୍ରବ୍ୟ ସଂଗ୍ରହ, ଖଣିରୁ ଧାତୁ ଉତ୍ତୋଳନ, ପଶୁପାଳନ ଇତ୍ୟାଦି କାର୍ଯ୍ୟଗୁଡ଼ିକ ପ୍ରାଥମିକ ପ୍ରକ୍ରିୟାର ଅନ୍ତର୍ଭୁକ୍ତ ।

BSE Odisha 8th Class Geography Important Questions Chapter 3.1 କୃଷି

Question 2.
ଦ୍ଵିତୀୟକ ପ୍ରକ୍ରିୟା କ’ଣ ବୁଝାଇ ଲେଖ ।
Answer:
ବିଭିନ୍ନ ଦ୍ରବ୍ୟକୁ ଯାନ୍ତ୍ରିକ ପଦ୍ଧତିରେ ପରିବର୍ତ୍ତନ କରି ବ୍ୟବହାର ଉପଯୋଗୀ ସାମଗ୍ରୀରେ ପ୍ରସ୍ତୁତ କରିବା; ଯଥା – ଧାନରୁ
ଚାଉଳ, ଗହମରୁ ଅଟା, କପାରୁ ଲୁଗା, ଆଖୁରୁ ଚିନି, ବାଉଁଶରୁ କାଗଜ, ତୈଳବୀଜରୁ ତେଲ, ଖଣିଜଦ୍ରବ୍ୟରୁ ବିଭିନ୍ନ ଯନ୍ତ୍ରପାତି ତିଆରି ଇତ୍ୟାଦି ଦ୍ଵିତୀୟକ କାର୍ଯ୍ୟକଳାପର ଅନ୍ତର୍ଭୁକ୍ତ ।

Question 3.
କପାଚାଷ ପାଇଁ ଆବଶ୍ୟକୀୟ ମୃରିକା ଓ ଜଳବାୟୁ ବିଷୟରେ ଲେଖ ।
Answer:

  • ପଟୁ, ପଙ୍କ, ଜୈବସାର ଥିବା ଭଲ ହୁଏ । କୃଷ୍ଣକାର୍ପାସ ମୃର୍ତ୍ତିକା କପାଚାଷ ନିମନ୍ତେ ସର୍ବୋତ୍କୃଷ୍ଟ ।
  • ଅଧିକ ବୃଷ୍ଟିପାତ, ଅଧିକ ତାପମାତ୍ରା ଓ ଉତ୍ତମ ଜଳସେଚନ ଏହି ଚାଷ ପାଇଁ ଆବଶ୍ୟକ ହୋଇଥାଏ । କପାଗଛ ବଢ଼ିବା ଓ କପା ଫୁଟିବା ପାଇଁ ଉଜ୍ଜ୍ଵଳ ସୂର୍ଯ୍ୟକିରଣ ଓ ଖରାପାଗ ଦରକାର ହୋଇଥାଏ ।

Question 4.
ରୋପଣ କୃଷି କାହାକୁ କହନ୍ତି ? ଉଦାହରଣସହ ବୁଝାଅ ।
Answer:

  • ଫସଲ ରୋପଣଦ୍ୱାରା କରାଯାଉଥିବା କୃଷିକାର୍ଯ୍ୟକୁ ରୋପଣ କୃଷି କୁହାଯାଏ ।
  • କ୍ରାନ୍ତି ମଣ୍ଡଳର ବିସ୍ତୃତ ଅଞ୍ଚଳର ଏକକ ଫସଲ ଭାବରେ ଏହି କୃଷି କରାଯାଇଥାଏ । ଚାହା, କଫି, ଆଖୁ ଓ ରବର ଏହି କୃଷିରୁ ଉଦାହରଣ ।

Question 5.
ଗହମ ଉତ୍ପାଦନରେ ପୃଥ‌ିବୀରେ ଏବଂ ଭାରତରେ ଅଗ୍ରଣୀ ଦେଶ ତଥା ରାଜ୍ୟଗୁଡ଼ିକର ନାମ ଉଲ୍ଲେଖ କର ।
Answer:

  • ପୃଥ‌ିବୀରେ ଗହମ ଉତ୍ପାଦନରେ ଅଗ୍ରଣୀ ଦେଶଗୁଡ଼ିକ ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ।
  • ଭାରତରେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଗହମ ଉତ୍ପାଦନରେ ‘ଅଗ୍ରଣୀ ରାଜ୍ୟ ଅଟନ୍ତି ।

BSE Odisha 8th Class Geography Important Questions Chapter 3.1 କୃଷି

Question 6.
ଧାନ ଚାଷରେ ପୃଥ‌ିବୀ ଏବଂ ଭାରତର ଅଗ୍ରଣୀ ଦେଶ ଏବଂ ରାଜ୍ୟମାନଙ୍କର ନାମ ଲେଖ ।
Answer:
ଧାନଚାଷରେ ପୃଥ‌ିବୀରେ ପ୍ରସିଦ୍ଧିଲାଭ କରିଥିବା ଦେଶଗୁଡ଼ିକ ହେଲେ ଚୀନ୍, ଭାରତ, ଜାପାନ ଓ ଶ୍ରୀଲଙ୍କା । ଭାରତରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ତାମିଲନାଡୁ ଓ ଉତ୍ତରାଖଣ୍ଡ ଆଦି ରାଜ୍ୟ ଧାନଚାଷ ପାଇଁ ପ୍ରସିଦ୍ଧ ।

Question 7.
ଚାହା ଉତ୍ପାଦନରେ ପୃଥ‌ିବୀ ଏବଂ ଭାରତର ଚାରିଗୋଟି ଅଗ୍ରଣୀ ଅଞ୍ଚଳର ନାମ ଲେଖ ।
Answer:
ପୃଥିବୀରେ ଚୀନ୍, ଭାରତ, ଶ୍ରୀଲଙ୍କା ଓ କେନିଆ ଚାହା ଉତ୍ପାଦନରେ ମୁଖ୍ୟ ସ୍ଥାନ ଅଧିକାର କରିଥିବାବେଳେ ଭାରତର ଆସାମ, ପଶ୍ଚିମବଙ୍ଗ, କେରଳ ଓ କର୍ଣ୍ଣାଟକ ରାଜ୍ୟଗୁଡ଼ିକ ପ୍ରସିଦ୍ଧିଲାଭ କରିଛନ୍ତି ।

Question 8.
ପୃଥ‌ିବୀ ଏବଂ ଭାରତର ମୁଖ୍ୟ ମକା ଉତ୍ପାଦନକାରୀ ଅଞ୍ଚଳର ନାମ ଲେଖ ।
Answer:

  • ପୃଥିବୀର ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ବ୍ରାଜିଲ, ଆର୍ଜେଣ୍ଟିନା, ମେକ୍‌ସିକୋ, ରୁଷିଆ, କାନାଡ଼ା ଆଦି ଦେଶରେ ମକା ପ୍ରଚୁର ପରିମାଣରେ ଚାଷ କରାଯାଏ ।
  • ଭାରତର ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର ଏବଂ ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ ଆଦି ରାଜ୍ୟମାନଙ୍କରେ ମକା ଅଧିକ ପରିମାଣରେ ଚାଷ କରାଯାଏ ।

Question 9.
ବାଜରା ଉତ୍ପାଦନରେ ପୃଥ‌ିବୀର ଅଗ୍ରଣୀ ଦେଶଗୁଡ଼ିକର ନାମ ଉଲ୍ଲେଖ କର ।
Answer:
ବାଜରା ଉତ୍ପାଦନରେ ପୃଥ‌ିବୀରେ ଭାରତ, ଚୀନ୍, ନାଇଜେରିଆ ଓ ନାଇଜର ଆଦି ଦେଶଗୁଡ଼ିକ ପ୍ରଧାନ ।

Question 10.
ବାଜରା ଉତ୍ପାଦନରେ ଭାରତ ଏବଂ ଓଡ଼ିଶାର ମୁଖ୍ୟ ଅଞ୍ଚଳଗୁଡ଼ିକର ନାମ ଉଲ୍ଲେଖ କର ।
Answer:
ବାଜରା ଉତ୍ପାଦନରେ ରାଜସ୍ଥାନ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ହରିୟାଣା ପ୍ରଧାନ ଅଞ୍ଚଳ ହୋଇଥିବାବେଳେ ଓଡ଼ିଶା ରାଜ୍ୟର ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅଧିକ ପରିମାଣରେ ଉତ୍ପାଦନ କରାଯାଏ ।

BSE Odisha 8th Class Geography Important Questions Chapter 3.1 କୃଷି

Question 11.
କପାଚାଷ ପାଇଁ ଭାରତର ଅଗ୍ରଣୀ ରାଜ୍ୟଗୁଡ଼ିକର ନାମ ଲେଖ ।
Answer:
ଭାରତରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ହରିୟାଣା ଅଞ୍ଚଳ କପାଚାଷରେ ଅଗ୍ରଣୀ ରାଜ୍ୟ ।

Question 12.
ଭାରତର କେଉଁ କେଉଁ ରାଜ୍ୟରେ ଝୋଟଚାଷ କରାଯାଏ ?
Answer:
ଭାରତର ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା ଓ ଉତ୍ତରପ୍ରଦେଶ ଆଦି ରାଜ୍ୟମାନଙ୍କରେ ଝୋଟଚାଷ କରାଯାଏ ।

Question 13.
ପୃଥ‌ିବୀ ଏବଂ ଭାରତରେ କଫିଚାଷ ହେଉଥିବା ଅଗ୍ରଣୀ ଅଞ୍ଚଳଗୁଡ଼ିକର ନାମ ଉଲ୍ଲେଖ କର ।
Answer:

  • ପୃଥିବୀରେ କଫି ଉତ୍ପାଦନରେ ଅଗ୍ରଣୀ ରାଷ୍ଟ୍ରଗୁଡ଼ିକ ହେଲେ ବ୍ରାଜିଲ, ପେରୁ, କେନିଆ, ଆଇଭରି କୋଷ୍ଟ, ମାଲାଗାସୀ, କଲମ୍ବିଆ, ଫିଲିପାଇନ୍ସ ।
  • ଭାରତର ରାଜ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ, ତାମିଲନାଡୁ ଓ କେରଳ କଫି ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ଅଟନ୍ତି ।

ଭୌଗୋଳିକ କାରଣ ଦର୍ଶାଅ ।

Question 1.
ବ୍ରାଜିଲରେ ପ୍ରଚୁର କଫିଚାଷ କରାଯାଏ ।
Answer:

  • କଫି ଚାଷ ଲାଭା ମୃରିକା, ଲାଟେରାଇଟ୍‌ ମୃରିକା, ଦୋରସା ଓ ବାଲିଆ ମାଟିରେ ଭଲ ହୁଏ । ଏହା ମଧ୍ଯ କ୍ରାନ୍ତୀମଣ୍ଡଳୀୟ ଏକ ରୋପଣ କୃଷି ।
  • ସମୁଦ୍ର ପତ୍ତନଠାରୁ 350 ମିଟରଠାରୁ 1830 ମିଟର ଉଚ୍ଚତା ବିଶିଷ୍ଟ ସ୍ଥାନମାନଙ୍କରେ କଫିଚାଷ ଭଲ ହୁଏ । ବ୍ରାଜିଲ୍‌ର ସାଓପାଓଲୋର ମାଳଅଞ୍ଚଳ ଗଡ଼ାଣିଆ ଭୂମି ଏହି ଚାଷପାଇଁ ଉପଯୋଗୀ ହୋଇଥିବାରୁ ଏଠାରେ ପ୍ରଚୁର କଫି ଚାଷ କରାଯାଏ ।

Question 2.
ଚାହା ଭାରତର ଏକ ପ୍ରଧାନ ପଣ୍ୟଦ୍ରବ୍ୟ ।
Answer:

  • ଭାରତର ଆସାମ, ପଶ୍ଚିମବଙ୍ଗର ଦାର୍ଜିଲିଂ ପାର୍ବତ୍ୟ ଅଞ୍ଚଳ, ଦକ୍ଷିଣ ଭାରତର ନୀଳଗିରି ଓ କେରଳରେ ଅଧିକ ଚାହାଚାଷ ହୁଏ ।
  • ଭାରତୀୟ ଚାହାର ବିଦେଶରେ ବିଶେଷ ଚାହିଦା ଥ‌ିବାରୁ ଗ୍ରେଟ୍ ବ୍ରିଟେନ୍, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ପ୍ରଭୃତି ଦେଶମାନଙ୍କୁ ରପ୍ତାନି ହୁଏ । ତେଣୁ ଚାହା ଭାରତର ଏକ ପ୍ରଧାନ ପଣ୍ୟଦ୍ରବ୍ୟ ।

BSE Odisha 8th Class Geography Important Questions Chapter 3.1 କୃଷି

Question 3.
ଚୀନ ଧାନ ଉତ୍ପାଦନରେ ପ୍ରଧାନ ସ୍ଥାନ ଅଧିକାର କରିଛି ।
Answer:

  • ଧାନ ଏକ କ୍ରାନ୍ତିମଣ୍ଡଳୀୟ ଫସଲ । ଚୀନ ଦେଶ ଜନବହୁଳ ହୋଇଥିବାରୁ କୃଷିକାର୍ଯ୍ୟ ନିମନ୍ତେ ଅଧୁକ ଶ୍ରମିକ ମିଳିଥା’ନ୍ତି । ଧାନଚାଷ ପାଇଁ ଆବଶ୍ୟକ ବୃଷ୍ଟିପାତ ଓ ତାପମାତ୍ରା ଏଠାରେ ଉପଲବ୍‌ଧ ହୋଇଥାଏ ।
  • ଚୀନର ଅଧିକାଂଶ ଅଞ୍ଚଳର ମୃରିକା ଦୋରସା, ପଟୁ ଓ ମଟାଳ ହୋଇଥିବାରୁ ଏଠାରେ ପ୍ରଚୁର ଧାନଚାଷ କରାଯାଏ ।

Question 4.
ପଶ୍ଚିମ ଭାରତରେ ଶୁଷ୍କ କୃଷି କାର୍ଯ୍ୟ କରାଯାଏ ।
Answer:

  • ପଶ୍ଚିମ ଭାରତରେ ସ୍ଵଳ୍ପ ବୃଷ୍ଟିପାତ ହୋଇଥାଏ । ସ୍ୱଳ୍ପ ବୃଷ୍ଟିପାତ ହେତୁ ଜମିକୁ ଗଭୀର ଋଷ କରାଯାଏ । ଜମିରେ ଅଧିକ ସମୟ ଜଳ ରହିବା ପାଇଁ ଜମିକୁ ଛୋଟ ଛୋଟ କିଆରିରେ ଭାଗ କରାଯାଇଛି ।
  • ଯଅ, ବାଜରା, ମାଣ୍ଡିଆ ଆଦି ଏ ଅଞ୍ଚଳର ପ୍ରଧାନ ଫସଲ।

Question 5.
ରୋପଣ କୃଷିକୁ ବାଣିଜ୍ୟଭିଭିକ କୃଷି କୁହାଯାଏ ।
Answer:

  • ଋହା, କଫି, ରବର, ଆଖୁ, ନଡ଼ିଆ, ସପୁରୀ, କଦଳୀ, କାଜୁ ଇତ୍ୟାଦି ଜମିରେ ଏକ ଋଷ ଭାବରେ ରୋପଣ କରାଯାଇଥାଏ।
  • ଏଗୁଡ଼ିକ ଅର୍ଥକରୀ ଫସଲ ହୋଇଥିବାରୁ ଏହାକୁ ବାଣିଜ୍ୟଭିଭିକ କୃଷି କୁହାଯାଏ।

Question 6.
ବାଙ୍ଗଲାଦେଶରେ ଝୋଟ ଋଷ ଅଧ୍ବକ କରାଯାଏ।
Answer:

  • ଝୋଟ ଋଷ ପାଇଁ ପଟୁ ମୃରିକା, ଆର୍ଦ୍ର ଜଳବାୟୁ ଓ ଅତ୍ୟଧିକ ବୃଷ୍ଟିପାତ ଆବଶ୍ୟକ ।
  • ବାଙ୍ଗଲାଦେଶର ନଦୀ ଜଳ ପ୍ଲାବିତ ପଟୁମାଟିରେ ବ୍ୟାପକ ଭାବରେ ଝୋଟ ଋଷ କରି ଝୋଟଜାତ ଦ୍ରବ୍ୟ ବିଦେଶକୁ ରପ୍ତାନି କରେ ।

ପାର୍ଥକ୍ୟ ଦର୍ଶାଅ ।

1. ଝୁମ୍ ଚାଷ ଓ ପୁନମ୍ ଚାଷ
Answer:
BSE Odisha 8th Class Geography Important Questions Chapter 3.1 କୃଷି 1

BSE Odisha 8th Class Geography Important Questions Chapter 3.1 କୃଷି
2. ପୋଡ଼ୁ ଚାଷ ଓ ରୋକା ଚାଷ :
Answer:
BSE Odisha 8th Class Geography Important Questions Chapter 3.1କୃଷି 26
3. ମିଶ୍ରିତ କୃଷି ଓ ଏକକ କୃଷି :
Answer:
BSE Odisha 8th Class Geography Important Questions Chapter 3.1 କୃଷି 3

4. ରାଞ୍ଚ୍ ଓ ସ୍ଵଷ୍ଠିତନ୍ତୁ :
Answer:
BSE Odisha 8th Class Geography Important Questions Chapter 3.1 କୃଷି 4

BSE Odisha 8th Class Geography Important Questions Chapter 3.1 କୃଷି

5. ଖରିଫ୍ ଫସଲ ଓ ରବି ଫସ୍‌ଲ :
Answer:
BSE Odisha 8th Class Geography Important Questions Chapter 3.1 କୃଷି 5

6. ମିଶ୍ରିତ କୃଷି ଓ ଉଦ୍ୟାନ କୃଷି :
Answer:
BSE Odisha 8th Class Geography Important Questions Chapter 3.1 କୃଷି 6

ପରୀକ୍ଷା ଉପଯୋଗୀ ସମ୍ଭାବିତ ପ୍ରଶ୍ନୋତ୍ତର
ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର

ଶୂନ୍ୟସ୍ଥାନ ପୂରଣ କର ।

1. ପୃଥ‌ିବୀର ବୃହତ୍ତମ କଫି ଋଷ ଅଞ୍ଚଳର ନାମ …………….
Answer: ସାଓପାଓଲୋ

2. ……………. ଦେଶରେ ପ୍ରଥମେ ଚାହାର ବ୍ୟବହାର କରାଯାଇଥିଲା ।
Answer: ଚୀନ୍

3. ……………. ଦେଶରେ ଏକର ପିଛା ସବୁଠାରୁ ବେଶୀ କପା ଋଷ କରାଯାଏ।
Answer: ଇଜିପ୍ଟ

BSE Odisha 8th Class Geography Important Questions Chapter 3.1 କୃଷି

4. ଭାରତର ଧାନ ଏକ ………….. ଫସଲ ଅଟେ ।
Answer: ଖରିଫ

5. ଆମ ଦେଶରେ ଧାନ ଋଷ …………. ଭିଭିକ ବୃତ୍ତି ଅଟେ।
Answer: ଶ୍ରମ

6. ପୃଥ‌ିବୀର ସର୍ବାଧ‌ିକ ଲୋକଙ୍କର ପ୍ରଧାନ ଖାଦ୍ୟଶସ୍ୟ, ………….. ଉତ୍ତର
Answer: ଧାନ

ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question 1.
କେଉଁ କାର୍ଯ୍ୟଗୁଡ଼ିକ ତୃତୀୟକ ପ୍ରକ୍ରିୟାର ଅନ୍ତର୍ଗତ ?
Answer:
ପରିବହନ, ବ୍ୟାଙ୍କ, ବୀମା, ବାଣିଜ୍ୟ, ଟେଲିଫୋନ, ବିଦ୍ୟୁତ୍ ଶକ୍ତି ଯୋଗାଣ ଇତ୍ୟାଦି ସେବା କାର୍ଯ୍ୟଗୁଡ଼ିକ ତୃତୀୟକ ପ୍ରକ୍ରିୟାର ଅନ୍ତର୍ଗତ।

Question 2.
ନିବେଶ କାହାକୁ କୁହାଯାଏ ?
Answer:
ଦ୍ରବ୍ୟ ଉତ୍ପାଦନରେ ବ୍ୟବହାର କରାଯାଉଥିବା ଆବଶ୍ୟକୀୟ ଉପାଦାନକୁ ନିବେଶ କୁହାଯାଏ।

Question 3.
କୃଷିକାର୍ଯ୍ୟ ପାଇଁ କେଉଁସବୁ ଉପଯୁକ୍ତ ପରିବେଶ ଆବଶ୍ୟକ ହୋଇଥାଏ ?
Answer:
ସୌରତାପ, ବୃଷ୍ଟିପାତ, ଭୂମିର ଗଠନ, ଉପଯୋଗୀ ମ୍ପରିକା ଇତ୍ୟାଦି କୃଷିକାର୍ଯ୍ୟ ପାଇଁ ଆବଶ୍ୟକ ।

BSE Odisha 8th Class Geography Important Questions Chapter 3.1 କୃଷି

Question 4.
କେଉଁ କାର୍ଯ୍ୟଗୁଡ଼ିକ ପ୍ରାକୃତିକ ନିବେଶ ଅଟେ ?
Answer:
ସୂର୍ଯ୍ୟାଲୋକ, ଉତ୍ତାପ, ବୃଷ୍ଟିପାତ, ଭୂମିର ଗଠନ ଓ ମୃତ୍ତିକା ପ୍ରାକୃତିକ ନିବେଶ ଅଟେ।

Question 5.
କେଉଁ ଦେଶମାନଙ୍କରେ ପ୍ରୟୋଜନଭିଭିକ କୃଷିକାର୍ଯ୍ୟ ବିଶେଷ ଭାବରେ ପ୍ରଚଳିତ ?
Answer:
ଭାରତ ଓ ଚୀନରେ ପ୍ରୟୋଜନଭିଭିକ କୃଷିକାର୍ଯ୍ୟ ବିଶେଷ ଭାବରେ ପ୍ରଚଳିତ।

Question 6.
ପ୍ରୟୋଜନଭିତ୍ତିକ କୃଷିରେ ଉତ୍ପାଦନ କମ୍ ହେବାର କାରଣ କ’ଣ ?
Answer:
ଏକ ପ୍ରକାର କୃଷି କାର୍ଯ୍ୟ କରୁଥିବା ଚାଷୀ ଗରିବ ହେତୁ ଜମିରେ ରାସାୟନିକ ସାର, କୀଟନାଶକ ଦ୍ରବ୍ୟର ପ୍ରୟୋଗ ଓ ଅଧିକ ଅମଳକ୍ଷମ ବିହନ ବ୍ୟବହାର କରିପାରେ ନାହିଁ। ଜଳସେଚନର ଅଭାବ ହେତୁ ଜମିର ଉତ୍ପାଦନ କମ୍ ହୁଏ।

Question 7.
ସ୍ଥାନାନ୍ତରିତ କୃଷିକୁ କର୍ଜନ ଓ ଦହନ କୃଷି କୁହାଯାଏ କାହିଁକି ?
Answer:
ଜଙ୍ଗଲ କାଟି ଓ ପୋଡ଼ି ଜମିରେ ଚାଷ କରାଯାଉଥିବାରୁ ଏହାକୁ ‘ କର୍ତ୍ତନ ଓ ଦହନ’ କୃଷି ବୋଲି କୁହାଯାଏ।’

Question 8.
ଝୁମ୍ କାହାକୁ କୁହାଯାଏ ?
Answer:
ଉତ୍ତର-ପୂର୍ବ ଭାରତରେ ସ୍ଥାନାନ୍ତରିତ କୃଷିକୁ ଝୁମ୍ କୁହାଯାଏ।

Question 9.
‘ ରୋକୋ’ କେଉଁ ଦେଶର ସ୍ଥାନାନ୍ତରିତ କୃଷି ?
Answer:
‘ରୋକୋ’ ବ୍ରାଜିଲ୍‌ର ସ୍ଥାନାନ୍ତରିତ କୃଷି ।

BSE Odisha 8th Class Geography Important Questions Chapter 3.1 କୃଷି

Question 10.
ସଘନ ପ୍ରୟୋଜନଭିଭିକ କୃଷି କାହାକୁ କୁହାଯାଏ ?
Answer:
ଛୋଟ ଛୋଟ ଜମିରେ ଉନ୍ନତ ବିହନ, ନିୟମିତ ଜଳସେଚନ, ନିର୍ଦ୍ଦିଷ୍ଟ ପରିମାଣରେ ସାର ପ୍ରୟୋଗ କରି ଅଧ୍ବକ ଶ୍ରମିକଦ୍ଵାରା ଚାଷ କରି ଅଧୂକ ଫସଲ ଉତ୍ପାଦନକୁ ସଘନ ପ୍ରୟୋଜନ ଭିତ୍ତିକ କୃଷି କୁହାଯାଏ|

Question 11.
କେଉଁ କୃଷିଗୁଡ଼ିକ ସଘନ ପ୍ରୟୋଜନଭିଭିକ କୃଷିର ଅନ୍ତର୍ଗତ ?
Answer:
ଗହମ, ମକା, ଡାଲିଜାତୀୟ ଶସ୍ୟ, ତୈଳବୀଜ ଇତ୍ୟାଦି ସଘନ ପ୍ରୟୋଜନଭିଭିକ କୃଷିର ଅନ୍ତର୍ଗତ।

Question 12.
ଅର୍ଥକରୀ କୃଷି କାହାକୁ କୁହାଯାଏ ?
Answer:
ଯେଉଁ କୃଷି ଦେଶର ଆବଶ୍ୟକତା ପୂରଣ ପରେ ବିଦେଶକୁ ରପ୍ତାନି କରାଯାଇ ସେଥୁରୁ ଅର୍ଥୋପାର୍ଜନ କରାଯାଏ, ତାକୁ ଅର୍ଥକରୀ ଫସଲ କୁହାଯାଏ ।

Question 13.
ଭାରତର କେଉଁ ରାଜ୍ୟରେ ଗହମ ଚାଷ କରାଯାଇ ରପ୍ତାନି କରାଯାଏ ?
Answer:
ଭାରତର ପଞ୍ଜାବ ଓ ହରିୟାଣା ରାଜ୍ୟରେ ଗହମ ଚାଷ କରାଯାଇ ରପ୍ତାନି କରାଯାଏ।

Question 14.
ମିଶ୍ରିତ କୃଷି କାହାକୁ କୁହାଯାଏ ?
Answer:
ଖାଦ୍ୟଶସ୍ୟ, ପଶୁଖାଦ୍ୟ ଉତ୍ପାଦନ ସହ ପଶୁପାଳନକୁ ମିଶ୍ରିତ କୃଷି କୁହାଯାଏ ।

Question 15.
ମିଶ୍ରିତ କୃଷି କେଉଁ ଜଳବାୟୁ ଅଞ୍ଚଳରେ ହୋଇଥାଏ ?
Answer:
ମିଶ୍ରିତ କୃଷି କ୍ରାନ୍ତୀୟ ଜଳବାୟୁ ଅଞ୍ଚଳରେ ହୋଇଥାଏ।

BSE Odisha 8th Class Geography Important Questions Chapter 3.1 କୃଷି

Question 16.
ରାଞ୍ଚ୍ କ’ଣ ?
Answer:
ଯୁକ୍ତରାଷ୍ଟ୍ର ଆମେରିକାର ପଶୁଚାରଣ ଭୂମିକୁ ରାଞ୍ଚ୍ କୁହାଯାଏ।

Question 17.
କେଉଁ କୃଷିଗୁଡ଼ିକ ଉଦ୍ୟାନ କୃଷିର ଅନ୍ତର୍ଗତ ?
Answer:
କଦଳୀ, ଆମ୍ବ, ପଣସ, ନଡ଼ିଆ ଓ ଫୁଲଚାଷ ଉଦ୍ୟାନ କୃଷିର ଅନ୍ତର୍ଗତ ।

Question 18.
ଓଡ଼ିଶାରୁ କେଉଁ କୃଷିଜାତ ଦ୍ରବ୍ୟ ବିଦେଶକୁ ରପ୍ତାନି ହୁଏ ?
Answer:
ଓଡ଼ିଶାରୁ ପାନ ବିଦେଶକୁ ରପ୍ତାନି ହୁଏ।

Question 19.
ଭାରତର କେଉଁ ରାଜ୍ୟରୁ ନଡ଼ିଆ ବିଦେଶକୁ ରପ୍ତାନି ହୁଏ ?
Answer:
ଭାରତର କେରଳରୁ ନଡ଼ିଆ ବିଦେଶକୁ ରପ୍ତାନି ହୁଏ।

Question 20.
କେଉଁ ଦେଶ ଚାହା ଉତ୍ପାଦନରେ ଅଗ୍ରଣୀ ?
Answer:
ଭାରତ ଓ ଶ୍ରୀଲଙ୍କା ଚାହା ଉତ୍ପାଦନରେ ଅଗ୍ରଣୀ।

Question 21.
ବ୍ରାଜିଲ କେଉଁ ରୋପଣ କୃଷି ପାଇଁ ଅଗ୍ରଣୀ ?
Answer:
କଫି ରୋପଣ କୃଷି ପାଇଁ ବ୍ରାଜିଲ୍ ଅଗ୍ରଣୀ।

BSE Odisha 8th Class Geography Important Questions Chapter 3.1 କୃଷି

Question 22.
ଆଖୁ ଚାଷରେ କେଉଁ ଦେଶ ଅଗ୍ରଣୀ ?
Answer:
କ୍ୟୁବା ଆଖୁଚାଷରେ ଅଗ୍ରଣୀ।

Question 23.
ଶୁଷ୍କ କୃଷି ଅଞ୍ଚଳରେ କେଉଁ ଫସଲମାନ କରାଯାଏ ?
Answer:
ଶୁଷ୍କ କୃଷି ଅଞ୍ଚଳରେ ଯଅ, ବାଜରା, ମାଣ୍ଡିଆ ଓ କମ୍ ଜଳ ଆବଶ୍ୟକ କରୁଥିବା ଫସଲ କରାଯାଏ।

Question 24.
କେଉଁ ଅଞ୍ଚଳରେ ଶୁଷ୍କ କୃଷି କାର୍ଯ୍ୟ କରାଯାଇଥାଏ ?
Answer:
ମଧ୍ୟ ପ୍ରାଚ୍ୟ ଓ ପଶ୍ଚିମ ଭାରତରେ ଶୁଷ୍କ କୃଷି କାର୍ଯ୍ୟ କରାଯାଇଥାଏ।

Question 25.
ଆର୍ଦ୍ର କୃଷି କାହାକୁ କୁହାଯାଏ ?
Answer:
ଅଧିକ ବୃଷ୍ଟିପାତ ଅଞ୍ଚଳରେ କରାଯାଉଥିବା କୃଷିକୁ ଆର୍ଦ୍ର କୃଷି କୁହାଯାଏ; ଯଥା ଧାନ ଓ ନଳିତା ।

Question 26.
ଗହମ କେଉଁ ଅଞ୍ଚଳରେ ଚାଷ କରାଯାଏ ?
Answer:
ନାତିଶୀତୋଷ୍ଣ ମଣ୍ଡଳରେ ଥିବା ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ଗହମ ଚାଷ କରାଯାଏ।

Question 27.
ଧାନ ଚାଷ ପାଇଁ କି ପ୍ରକାର ଜଳବାୟୁ ଆବଶ୍ୟକ ?
Answer:
ଧାନ ଫସଲ ଅଧିକ ଉତ୍ତାପ, ଅଧିକ ଆର୍ଦ୍ରତା ଓ ଅଧ‌ିକ ବୃଷ୍ଟି ଦରକାର କରେ।

BSE Odisha 8th Class Geography Important Questions Chapter 3.1 କୃଷି

Question 28.
କେଉଁ ପ୍ରକାର ମାଟିରେ ଧାନ ଚାଷ ଭଲ ହୁଏ ?
Answer:
ମଟାଳ, ପଟୁ ଓ ଦୋରସା ମାଟିରେ ଧାନ ଚାଷ ଭଲ ହୁଏ।

Question 29.
ମକା ଉତ୍ପାଦନରେ କେଉଁ ଦେଶ ପୃଥ‌ିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ମକା ଉତ୍ପାଦନରେ ପୃଥ‌ିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି ।

Question 30.
ଭାରତର କେଉଁ ରାଜ୍ୟ ବାଜରା ଉତ୍ପାଦନରେ ଅଗ୍ରଣୀ ?
Answer:
ଭାରତର ରାଜସ୍ଥାନ ବାଜରା ଉତ୍ପାଦନରେ ଅଗ୍ରଣୀ

Question 31.
କେଉଁ ମୃଭିକାରେ କପାଚାଷ ଅଧିକ କରାଯାଏ ?
Answer:
କୃଷ୍ଣ ମୃତ୍ତିକାରେ କପାଚାଷ ଅଧିକ କରାଯାଏ।

Question 32.
କେଉଁ ଦେଶରେ ଦୀର୍ଘ ତନ୍ତୁଯୁକ୍ତ କପା ଉତ୍ପାଦନ କରାଯାଏ ?
Answer:
ଇଜିପ୍ଟରେ ଦୀର୍ଘ ତନ୍ତୁଯୁକ୍ତ କପା ଉତ୍ପାଦନ କରାଯାଏ।

Question 33.
କାହାକୁ ସ୍ଵଷ୍ଠିତରୁ କୁହାଯାଏ ?
Answer:
ଝୋଟକୁ ସ୍ଵତନ୍ତୁ କୁହାଯାଏ।

BSE Odisha 8th Class Geography Important Questions Chapter 3.1 କୃଷି

Question 34.
କେଉଁ ଦେଶମାନଙ୍କରେ ଝୋଟଚାଷ ଅଧ୍ଵକ କରାଯାଏ ?
Answer:
ବାଙ୍ଗଲାଦେଶ ଓ ଭାରତରେ ଝୋଟି ଚାଷ ଅଧ୍ଵକ କରାଯାଏ।

Question 35.
ଭାରତର କେଉଁ ଅଞ୍ଚଳରେ ଚାହା ବଗିଚା ଅଧ୍ବକ ଦେଖାଯାଏ ?
Answer:
ଆସାମ ଓ ପଶ୍ଚିମବଙ୍ଗର ଦାର୍ଜିଲିଂ ପାର୍ବତ୍ୟାଞ୍ଚଳରେ ଚାହା ବଗିଚା ଅଧିକ ଦେଖାଯାଏ ।

Question 36.
ପୃଥ‌ିବୀର କେଉଁ ଅଞ୍ଚଳ ବୃହତ୍ କଫି ଚାଷ ଅଞ୍ଚଳ ଅଟେ ?
Answer:
ବ୍ରାଜିଲ୍ ଦେଶର ସାଓପାଓଲୋ ମାଳ ଅଞ୍ଚଳ ବୃହତ୍ କଫି ଚାଷ ଅଞ୍ଚଳ ଅଟେ।

Question 37.
ଭାରତରେ ଶତକଡ଼ା କେତେ ଭାଗ କଫି ଉତ୍ପାଦନ କରାଯାଏ ?
Answer:
ଭାରତରେ ଶତକଡ଼ା ୪ ଭାଗ କଫି ଉତ୍ପାଦନ କରାଯାଏ।

Question 38.
କେଉଁ ମହାଦେଶରେ ଭାରତର କଫିର ଚାହିଦା ଅଧ୍ବକ ?
Answer:
ଇଉରୋପ ଓ ଅଷ୍ଟ୍ରେଲିଆ ମହାଦେଶରେ ଭାରତର କଫିର ଚାହିଦା ଅଧିକ ।

Question 39.
ଭାରତର କେଉଁ ରାଜ୍ୟରେ କଫି ଚାଷ କରାଯାଏ ?
Answer:
କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ କଫି ଚାଷ କରାଯାଏ।

Question 40.
ଓଡ଼ିଶାର କେଉଁଠାରେ କଫିଚାଷ କରାଯାଉଛି ?
Answer:
ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁରଠାରେ କଫିଚାଷ କରାଯାଉଛି ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ସ୍ଥାନାନ୍ତରିତ କୃଷିର ଅନ୍ୟନାମ କ’ଣ ?
Answer:
କର୍ଜନ ଓ ଦହନ କୃଷି

BSE Odisha 8th Class Geography Important Questions Chapter 3.1 କୃଷି

Question 2.
କେରଳରେ ପୁନମ୍ କେଉଁମାନେ କରିଥାନ୍ତି ?
Answer:
ଆଦିବାସୀ

Question 3.
ଯୁକ୍ତରାଷ୍ଟ୍ର ଆମେରିକାର ପଶୁଗରଣ ଭୂମିକୁ କ’ଣ କୁହାଯାଏ ?
Answer:
ରାଞ୍ଚ୍

Question 4.
ଓଡ଼ିଶାର ପାନ ଚାଷ କେଉଁ କୃଷିର ଅନ୍ତର୍ଭୁକ୍ତ ?
Answer:
ଉଦ୍ୟାନ କୃଷି

Question 5.
ଜଳସେଚନଦ୍ଵାରା କରାଯାଉଥିବା କୃଷିକାର୍ଯ୍ୟକୁ କ’ଣ କୁହାଯାଏ ?
Answer:
ସେଚିତ କୃଷି

Question 6.
କେଉଁ କୃଷି ପାଇଁ ଅଧିକ ପୁଞ୍ଜି, ବିସ୍ତୃତ ଭୂମି ଓ ଅଧିକ ଶ୍ରମିକ ଆବଶ୍ୟକ ?
Answer:
ରୋପଣ

BSE Odisha 8th Class Geography Important Questions Chapter 3.1 କୃଷି

Question 7.
ଶୁଷ୍କ କୃଷି ଭାରତର କେଉଁ ଭାଗରେ କରାଯାଏ ?
Answer:
ପଶ୍ଚିମ

Question 8.
ଭାରତର ମୁଖ୍ୟ ଗହମ ଉତ୍ପାଦନ ଅଞ୍ଚଳର ନାମ କ’ଣ ?
Answer:
ଗଙ୍ଗା-ସତଲେଜ ସମତଳ ଅଞ୍ଚଳ

Question 9.
ଭାରତର ଶସ୍ୟାଗାର ଅଞ୍ଚଳରେ ଋଷ କରାଯାଉଥିବା ଶସ୍ୟର ନାମ କ’ଣ ?
Answer:
ଗହମ

Question 10.
କେଉଁ ଦେଶରେ କୃଷିକ ଏକ ଶିଳ୍ପ ରୂପେ ଗଣନା କରାଯାଏ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା

ଭୌଗୋଳିକ ଶବ୍ଦଗୁଡ଼ିକୁ ଗୋଟିଏ ଗୋଟିଏ ବାକ୍ୟରେ ଲେଖ।

Question 1.
ରବି ଫସଲ :
Answer:
ଶୀତଋତୁରେ ବୁଣାଯାଇ ଗ୍ରୀଷ୍ମଋତୁ ଆରମ୍ଭରେ ଅମଳ କରାଯାଉଥ‌ିବା ଫସଲ ।

Question 2.
ଅର୍ଥକରୀ କୃଷି :
Answer:
ଅନ୍ୟ ଦେଶକୁ ରପ୍ତାନି କରିବା ଲକ୍ଷ୍ୟନେଇ କରାଯାଉଥ‌ିବା କୃଷି।

BSE Odisha 8th Class Geography Important Questions Chapter 3.1 କୃଷି

Question 3.
ଆର୍ଦ୍ର କୃଷି
Answer:
50 ସେ.ମି.ରୁ ଅଧିକ ବୃଷ୍ଟି ପାଉଥିବା ଅଞ୍ଚଳର କୃଷି ।

Question 4.
ପ୍ରୟୋଜନ ଭିଭିକ କୃଷି :
Answer:
ନିଜର ଚାହିଦା ପୂରଣ କରିବା ପାଇଁ ଜମିରୁ ଶସ୍ୟ ଉତ୍ପାଦନ ବ୍ୟବସ୍ଥା ।

Question 5.
ରୋପଣ କୃଷି :
Answer:
ଫସଲ ରୋପଣ କରାଯାଇ ହେଉଥିବା କୃଷି ।

Question 6.
ସଘନମିଶ୍ରିତ କୃଷି :
Answer:
ଫସଲ ଉତ୍ପାଦନ ସହିତ ପଶୁପାଳନ ।

Question 7.
ସ୍ଥାନାନ୍ତରିତ କୃଷି :
Answer:
ପୃଥ‌ିବୀର କ୍ରାନ୍ତୀୟ ଅଞ୍ଚଳରେ ଜଙ୍ଗଲ ପୋଡ଼ି ଓ ସଫା କରି କରାଯାଉଥିବା କୃଷି ।

Question 8.
ଝୁ ମ୍ ଚାଷ :
Answer:
ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳରେ ଆଦିବାସୀ ଲୋକମାନଙ୍କଦ୍ୱାରା କରାଯାଉଥ‌ିବା କୃଷିକାର୍ଯ୍ୟ ।

Question 9.
ପୋଡ଼ୁ ଚାଷ :
Answer:
ଓଡ଼ିଶାର ସ୍ଥାନାନ୍ତରିତ କୃଷିର ଅନ୍ୟନାମ ।

Question 10.
ପୁନମ୍
Answer:
କେରଳରେ ସ୍ଥାନାନ୍ତରିତ କୃଷିର ଅନ୍ୟନାମ ।

Question 11.
ମିଶ୍ରିତ କୃଷି :
Answer:
ଖାଦ୍ୟଶସ୍ୟ ଉତ୍ପାଦନସହ ପଶୁପାଳନ ।

BSE Odisha 8th Class Geography Important Questions Chapter 3.1 କୃଷି

Question 12.
କଫି :
Answer:
ଆନାମାଲାଇ ଓ ମାଲାବାର ପାର୍ବତ୍ୟ ଅଞ୍ଚଳରେ ବ୍ୟାପକ ଭାବେ ଚାଷକରାଯାଉଥିବା ଏକ ଫସଲ ।

Question 13.
ସାଓପାଓଲୋ ମାଳ ଅଞ୍ଚଳ :
Answer:
ପୃଥ‌ିବୀର ବୃହତ୍ କଫିଚାଷ ଅଞ୍ଚଳ ।

Question 14.
ତାମିଲନାଡୁର ତ୍ରିକୋଣ ଭୂମି ଅଞ୍ଚଳ:
Answer:
ଭାରତର ପ୍ରାଚୀନତମ କପାଚାଷ ଅଞ୍ଚଳ ।

Question 15.
ଇଜିପ୍ଟ ବା ମିଶର :
Answer:
ଦୀର୍ଘ ତନ୍ତୁଯୁକ୍ତ କପା ଉତ୍ପାଦନକାରୀ ଅଗ୍ରଣୀ ଦେଶ ।

Question 16.
ଝୋଟ :
Answer:
ସ୍ଵତନ୍ତୁ ରୂପେ ପରିଚିତ ଏକ ତନ୍ତୁଜାତୀୟ ଫସଲ ।

Question 17.
ରାଜସ୍ଥାନ :
Answer:
ଭାରତରେ ବାଜରା ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ।

Question 18.
ଚୀନ୍ :
Answer:
ଧାନ ଉତ୍ପାଦନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦେଶ ।

Question 19.
ଯୁକ୍ତରାଷ୍ଟ୍ର ଆମେରିକା :
Answer:
ମକା ଉତ୍ପାଦନରେ ପୃଥମ ସ୍ଥାନ ଅଧିକାର କରିଥିବା ଦେଶ ।

Question 20.
ବାଜରା :
Answer:
ଅନୁର୍ବର ମୃରିକାରେ ହେଉଥ‌ିବା ଏକ ଖାଦ୍ୟଶସ୍ୟ ।

BSE Odisha 8th Class Geography Important Questions Chapter 3.1 କୃଷି

Question 21.
ସେଚିତ କୃଷି :
Answer:
ସ୍ୱଳ୍ପ ବୃଷ୍ଟିପାତ ହେଉଥବା ଅଞ୍ଚଳରେ ଜଳସେଚନଦ୍ଵାରା କରାଯାଉଥିବା କୃଷି ।

ଅସଂପର୍କିତ ଶବ୍ଦଟିକୁ ବାଛ ।

Question 1.
ମତ୍ସ୍ୟ ସଂଗ୍ରହ, ଜଙ୍ଗଲରୁ କାଠ, ଗହମରୁ ଅଟା, ମହୁ ସଂଗ୍ରହ ।
Answer:
ଗହମରୁ ଅଟା

Question 2.
ଧାନରୁ ଋଉଳ, ଧାତୁ ଉତ୍ତୋଳନ, ଆଖୁରୁ ଚିନି, ବାଉଁଶରୁ କାଗଜ ।
Answer:
ଧାତୁ ଉତ୍ତୋଳନ

Question 3.
କପାରୁ ଲୁଗା, ବ୍ୟାଙ୍କ, ବୀମା, ବାଣିଜ୍ୟ ।
Answer: କପାରୁ ଲୁଗା

Question 4.
ପଶୁପାଳନ, ମତ୍ସ୍ୟଋଷ, ମହୁଋଷ, ଖଣିଜ ଧାତୁ ଉତ୍ତୋଳନ।
Answer:
ଖଣିଜ ଧାତୁ | ଉତ୍ତୋଳନ

Question 5.
ବିହନ, ସୂର୍ଯ୍ୟାଲୋକ, ଉତ୍ତାପ, ବୃଷ୍ଟିପାତ।
Answer:
ବିହନ

Question 6.
କୃଷି ଯନ୍ତ୍ରପାତି, ବିହନ, ଶ୍ରମ, ମୃରିକା ।
Answer:
ମୁଭିକା

Question 7.
ଝୁମ୍, ପୁନମ୍, ରାଞ୍ଚି, ପୋଡୁ ।
Answer:
ରାଞ୍ଚ

BSE Odisha 8th Class Geography Important Questions Chapter 3.1 କୃଷି

Question 8.
ପଶୁଗରଣ, ମିଶ୍ରିତ କୃଷି, ସ୍ଥାନାନ୍ତରିତ କୃଷି, ସଘନ ପ୍ରୟୋଜନଭିଭିକ କୃଷି ।
Answer:
ପଶୁଚାରଣ

Question 9.
ଆମ୍ବ, ପଣସ, ରବର, କଦଳୀ ।
Answer:
ରବର

Question 10.
ଋହା, କଫି, ଆଖୁ, ନଡ଼ିଆ।
Answer:
ନଡ଼ିଆ

Question 11.
ଧାନ, କପା, ଗହମ, ବାଜରା ।
Answer: କପା

Question 12.
ମୁମ୍ବାଇ, ସୁରତ, ଗୁଡ଼ଗାଓଁ, ଅହମଦାବାଦ
Answer:
ଗୁଡ଼ଗାଓଁ

Question 13.
ପାନ, ନଡ଼ିଆ, ଆମ୍ବ, ଆଖୁ।
Answer:
ଆଖୁ

ଠିକ୍ ଉଢି ପାଖରେ ଠିକ୍ ଚିହ୍ନ ( ✓ ) ଭୁଲ୍ ଭକ୍ତ ପାଖରେ ଭୁଲ୍ ଚିହ୍ନ ( ✗ ) ଦିଅ।

1. କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳର ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଗହମ । —- ଚିହ୍ନ ( ✗ )
2. ଝୋଟ ଋଷ ଆର୍ଦ୍ର କୃଷି ଅନ୍ତର୍ଗତ । —- ଠିକ୍ ( ✓ )
3. କେରଳରୁ ପାନ ବହୁଦେଶକୁ ରପ୍ତାନୀ କରାଯାଏ। —- ଚିହ୍ନ ( ✗ )
4. କୃଷିର ପ୍ରକ୍ରିୟା କରଣ କାରଖାନା ନିକଟସ୍ଥ କୃଷି ଭୂମିରେ ସ୍ଥାପନ କରାଯାଇଥାଏ । —- ଠିକ୍ ( ✓ )
5. କାଜୁ ଉଦ୍ୟାନ କୃଷିର ଅନ୍ତର୍ଭୁକ୍ତ । —- ଚିହ୍ନ ( ✗ )
6. ଉତ୍ତର-ପୂର୍ବ ଭାରତର ସ୍ଥାନାନ୍ତରିତ କୃଷିକୁ ରୋକା କୁହାଯାଏ । —- ଚିହ୍ନ ( ✗ )
7. ଚୀନ୍ ଏକ ବିକାଶୋନ୍ମୁଖୀ ଦେଶ। —- ଠିକ୍ ( ✓ )
8. ମହୁ ସଂଗ୍ରହ ଏକ ଦ୍ଵିତୀୟକ ପ୍ରକ୍ରିୟା। —- ଚିହ୍ନ ( ✗ )

BSE Odisha 8th Class Geography Important Questions Chapter 3.1 କୃଷି

Objective Type Questions With Answers
ସ୍ତମ୍ଭ ମିଳନ କର 

Question 1.
BSE Odisha 8th Class Geography Important Questions Chapter 3.1କୃଷି 27
Answer:
BSE Odisha 8th Class Geography Important Questions Chapter 3.1କୃଷି 28

Question 2.
BSE Odisha 8th Class Geography Important Questions Chapter 3.1କୃଷି 29
Answer:
BSE Odisha 8th Class Geography Important Questions Chapter 3.1କୃଷି 30

Question 3.
BSE Odisha 8th Class Geography Important Questions Chapter 3.1କୃଷି 31
Answer:
BSE Odisha 8th Class Geography Important Questions Chapter 3.1କୃଷି 32

Question 4.
BSE Odisha 8th Class Geography Important Questions Chapter 3.1କୃଷି 33
Answer:
BSE Odisha 8th Class Geography Important Questions Chapter 3.1କୃଷି 34

BSE Odisha 8th Class Geography Important Questions Chapter 3 କୃଷି

Question 5.
BSE Odisha 8th Class Geography Important Questions Chapter 3.1କୃଷି 35
Answer:
BSE Odisha 8th Class Geography Important Questions Chapter 3.1କୃଷି 36

Question 6.
BSE Odisha 8th Class Geography Important Questions Chapter 3.1କୃଷି 37
Answer:
BSE Odisha 8th Class Geography Important Questions Chapter 3.1କୃଷି 38

Question 7.
BSE Odisha 8th Class Geography Important Questions Chapter 3.1କୃଷି 40
Answer:
BSE Odisha 8th Class Geography Important Questions Chapter 3.1କୃଷି 41

BSE Odisha 8th Class Geography Important Questions Chapter 3.1 କୃଷି

Question 8.
BSE Odisha 8th Class Geography Important Questions Chapter 3.1କୃଷି 42
Answer:
BSE Odisha 8th Class Geography Important Questions Chapter 3.1କୃଷି 43

Question 9.
BSE Odisha 8th Class Geography Important Questions Chapter 3.1କୃଷି 44
Answer:
BSE Odisha 8th Class Geography Important Questions Chapter 3.1କୃଷି 45

ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

1. ପୃଥ‌ିବୀର ଶତକଡ଼ା ______ ଭାଗ ଲୋକ କୃଷିକୁ ଜୀବିକା ରୂପେ ଗ୍ରହଣ କରିଛନ୍ତି ।
(୫୦%, ୫୫%, ୬୦%, ୬୫%)
Answer: ୬୫%

2. ଭାରତର ଦୁଇ-ତୃତୀୟାଂଶ ଲୋକ ________ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି।
(ଶିଳ୍ପ, ଶିକ୍ଷା, କୃଷି, ସ୍ଵାସ୍ଥ୍ୟ)
Answer: କୃଷି

3. ________ ର ଉନ୍ନତି ଦେଶର ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ବିକାଶକୁ ପ୍ରଭାବିତ କରିଥାଏ।
(କୃଷି, ଶିକ୍ଷା, ପରିବହନ, ଯୋଗାଯୋଗ)
Answer: କୃଷି

BSE Odisha 8th Class Geography Important Questions Chapter 3.1 କୃଷି

4. ପ୍ରୟୋଜନଭିଭିକ କୃଷି _____ ଦେଶରେ ବିଶେଷଭାବେ ପ୍ରଚଳିତ।
(ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ଓ ଭାରତ, ଶ୍ରୀଲଙ୍କା ଓ ମିଆଁମାର, ଇଂଲଣ୍ଡ ଓ ଜର୍ମାନୀ)
Answer: ଚୀନ ଓ ଭାରତ

5. ଭାରତର _____ ରାଜ୍ୟରେ ଯାଯାବର ଶ୍ରେଣୀର ଲୋକମାନେ ପଶୁସ୍କରଣ କରୁଥିବାର ଦେଖାଯାଏ ।
(ଓଡ଼ିଶା ଓ ପଶ୍ଚିମବଙ୍ଗ, ଆସାମ ଓ ବିହାର, ଛତିଶଗଡ଼ ଓ ପଞ୍ଜାବ, ରାଜସ୍ଥାନ ଓ ଜାମ୍ମୁ-କାଶ୍ମୀର)
Answer: ରାଜସ୍ଥାନ ଓ ଜାମ୍ମୁ-କାଶ୍ମୀର

6. ‘ କର୍ଜନ ଓ ଦହନ’ _____ କୃଷିର ଅନ୍ତର୍ଗତ ।
(ପ୍ରୟୋଜନଭିଭିକ, ସ୍ଥାନାନ୍ତରିତ, ବାଣିଜ୍ୟଭିତ୍ୟିକ, ଅର୍ଥକରୀ)
Answer: ସ୍ଥାନାନ୍ତରିତ

7. ଦକ୍ଷିଣ ଆମେରିକାର ଆମାଜନ ନଦୀ ଅବବାହିକା ଓ ଆଫ୍ରିକାର କ୍ରାନ୍ତି ଅଞ୍ଚଳରେ __________ ପ୍ରକାର କୃଷି କାର୍ଯ୍ୟ କରାଯାଏ।
(ସ୍ଥାନାନ୍ତରିତ କୃଷି, ପ୍ରୟୋଜନଭିଭିକ କୃଷି, ସଘନ କୃଷି, ବ୍ୟାପକ କୃଷି)
Answer: ସ୍ଥାନାନ୍ତରିତ କୃଷି

8. ଦକ୍ଷିଣ-ପୂର୍ବ ଏସିଆ ଓ ଉତ୍ତର-ପୂର୍ବ ଭାରତର କେତେକାଞ୍ଚଳରେ __________ ପ୍ରକାର କୃଷି କାର୍ଯ୍ୟ କରାଯାଏ।
(ବାଣିଜ୍ୟଭିଭିକ, ପ୍ରୟୋଜନଭିଭିକ, ସଘନ, ସ୍ଥାନାନ୍ତରିତ)
Answer: ସ୍ଥାନାନ୍ତରିତ

9. ଓଡ଼ିଶାର ସ୍ଥାନାନ୍ତରିତ କୃଷିକୁ __________ କୁହାଯାଏ ।
(ପୋଡୁ, ଝୁମ୍, ପୁନମ୍, ରୋକା)
Answer: ପୋଡୁ

10. __________ କୁ ‘ସ୍ଵତନ୍ତୁ’ କୁହାଯାଏ।
(କପା, ଝୋଟ, ରେଶମ, ପଶମ)
Answer: ଝୋଟ

BSE Odisha 8th Class Geography Important Questions Chapter 3.1 କୃଷି

11. ପୃଥ‌ିବୀର __________ ଦେଶରେ ଝୋଟ ଋଷ ଅଧ‌ିକ ହୋଇଥାଏ।
(ଚୀନ ଓ ଇଣ୍ଡୋନେସିଆ, ପେରୁ ଓ ଚିଲି, ଭାରତ ଓ ବାଂଲାଦେଶ, ନାଇଜେରିଆ ଓ ଇଜିପ୍ଟ)
Answer: ଭାରତ ଓ ବାଂଲାଦେଶ

12. ପାହାଡ଼ର ଗଡାଣିଆ ଅଂଶରେ ଧାଡି ଧାଡ଼ି କରି __________ ଋଷ କରାଯାଇଥାଏ।
(ଧାନ, ଗହମ, ଝୋଟ, ସ୍କନ୍ଦା)
Answer: ସ୍କନ୍ଦା

13. ________ ଇଂରେଜମାନଙ୍କ ଦ୍ବାରା ସର୍ବପ୍ରଥମେ ଦେଶର ଉତ୍ତର- ପୂର୍ବ ଅଞ୍ଚଳରେ ପାର୍ବତ୍ୟ ଗଡାଣି ଆ ଭାଗରେ ଋହାଋଷ କରାଯାଇଥିଲା ।
(1829 ଖ୍ରୀ:ଅ., 1830 ଖ୍ରୀ:ଅ., 1831 ଖ୍ରୀ:ଅ.,1832 ଖ୍ରୀ:ଅ.)
Answer: 1829 ଖ୍ରୀ:ଅ

14. ଭାରତର ________ ରାଜ୍ୟର ପାର୍ବତ୍ୟାଞ୍ଚଳରେ ଋହା ବଗିରମାନ ଅଛି ।
(ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ, ଛତିଶଗଡ଼ ଓ ବିହାର, ଆସାମ ଓ ପଶ୍ଚିମବଙ୍ଗ)
Answer: ଆସାମ ଓ ପଶ୍ଚିମବଙ୍ଗ

15. ଦକ୍ଷିଣ ଭାରତର ________ ଅଞ୍ଚଳରେ ଋହାଋଷ କରାଯାଏ।
(ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତମାଳା, ନୀଳଗିରି ଓ କେରଳ, ତାମିଲନାଡୁ ଓ ପୂର୍ବଘାଟ, କର୍ଣାଟକ ଓ ପଶ୍ଚିମଘାଟ ପର୍ବତମାଳା)
Answer: ନୀଳଗିରି ଓ କେରଳ

16. ସମୁଦ୍ର ପତ୍ତନଠାରୁ 350 ମିଟରରୁ 1830 ମିଟର ଉଚ୍ଚତା ମଧ୍ୟରେ ________ ଋଷ କରାଯାଏ ।
(ଝୋଟ, ଆଖୁ, ଋହା, କଫି)
Answer: କଫି

17. ________ ଦେଶ କଫି ଋଷରେ ଅଗ୍ରଣୀ।
(ଭାରତ, ବ୍ରାଜିଲ, ବାଂଲାଦେଶ, କେନିଆ)
Answer: ବ୍ରାଜିଲ

BSE Odisha 8th Class Geography Important Questions Chapter 3.1 କୃଷି

18. ପୃଥ‌ିବୀରେ ଉତ୍ପନ୍ନ ହେଉଥ‌ିବା କଫି ଫସଲର ଶତକଡ଼ା ________ ଭାଗ ଭାରତରେ କରାଯାଏ ।
(ଏକ, ଦୁଇ, ତିନି, ଊରି)
Answer: ଊରି

19. _______ ମହାଦେଶରେ ଭାରତ କଫିର ଋହିଦା ଅଧ୍ବକ ।
(ଏସିଆ ଓ ଇଉରୋପ, ଇଉରୋପ ଓ ଅଷ୍ଟ୍ରେଲିଆ, ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା, ଆଫ୍ରିକା ଓ ଏସିଆ)
Answer: ଇଉରୋପ ଓ ଅଷ୍ଟ୍ରେଲିଆ

20. _______ ରାଜ୍ୟରେ କଫିଋଷ କରାଯାଏ ନାହିଁ ।
(କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ)
Answer: ଆନ୍ଧ୍ରପ୍ରଦେଶ

21. ଓଡ଼ିଶାର _______ ଠାରେ କଫିଋଷ କରାଯାଏ।
(କୋରାପୁଟ ଓ ନବରଙ୍ଗରପୁର, ରାୟଗଡ଼ା ଓ ବ୍ରହ୍ମପୁର, ଛତ୍ରପୁର ଓ ବାରିପଦା, ରାଉରକେଲା ଓ ଭଦ୍ରକ)
Answer: କୋରାପୁଟ ଓ ନବରଙ୍ଗରପୁର

22. _______ ନୁହେଁ ରାଷ୍ଟ୍ର ବାଣିଜ୍ୟଭିଭିକ କୃଷି ଉତ୍ପାଦନରେ ଅଗ୍ରଣୀ ରାଷ୍ଟ୍ର
(ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଶ୍ରୀଲଙ୍କା, ଇଉକ୍ରେନ)
Answer: ଶ୍ରୀଲଙ୍କା

23. ଭାରତର _______ ରାଜ୍ୟରେ ବ୍ୟାପକ ଭାବରେ ଗହମ ଋଷ କରାଯାଏ ।
(ପଞ୍ଜାବ ଓ ହରିଆଣା, ଗୁଜରାଟ ଓ ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଓଡ଼ିଶା, ଆସାମ ଓ ବିହାର )
Answer: ପଞ୍ଜାବ ଓ ହରିଆଣା

24. ଖାଦ୍ୟଶସ୍ୟ, ପଶୁଖାଦ୍ୟ ଉତ୍ପାଦନ ସହ ପଶୁପାଳନକୁ _______ କୃଷି କୁହାଯାଏ ।
(ପ୍ରୟୋଜନଭିଭିକ କୃଷି, ସ୍ଥାନାନ୍ତରିତ କୃଷି, ସଘନ ପ୍ରୟୋଜନଭିତ୍ତିକ କୃଷି, ମିଶ୍ରିତ କୃଷି)
Answer: ମିଶ୍ରିତ

25. _______ ଦେଶର ପଶୁସ୍କରଣ ଭୂମିକୁ ‘ରାଞ୍ଚ’ କୁହାଯାଏ।
(ଭାରତ, ନିଉଜିଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା)
Answer: ଯୁକ୍ତରାଷ୍ଟ୍ର ଆମେରିକା

26. ଭାରତର _______ ରହିବା ବିଦେଶରେ ରହିଛି।
(କଦଳୀ, ସପୁରୀ, ଆମ୍ବ, ନଡିଆ)
Answer: ଆମ୍ବ

27. ଓଡ଼ିଶାରୁ _______ ବହୁ ପରିମାଣରେ ଦେଶକୁ ରପ୍ତାନି କରାଯାଇଥାଏ ।
(ସପୁରୀ, ପାନ, ନଡ଼ିଆ, କଦଳୀ)
Answer: ପାନ

BSE Odisha 8th Class Geography Important Questions Chapter 3.1 କୃଷି

28. କେରଳରୁ _______ ବିଦେଶକୁ ରପ୍ତାନି କରାଯାଇଥାଏ।
(ନଡିଆ, ଆମ୍ବ, ପଣସ, କଦଳୀ)
Answer: ନଡିଆ

29. _______ ଦେଶ ଋହା ଋଷରେ ପୃଥ‌ିବୀରେ ଅଗ୍ରଣୀ ରାଷ୍ଟ୍ର ।
(ଭାରତ ଓ ଶ୍ରୀଲଙ୍କା, ଚୀନ ଓ ଜାପାନ, ନେପାଳ ଓ ପାକିସ୍ତାନ, ଜର୍ମାନୀ ଓ ଇଂଲଣ୍ଡ)
Answer: ଭାରତ ଓ ଶ୍ରୀଲଙ୍କା

30. _______ ଦେଶ କପ୍ତି ଉତ୍ପାଦନରେ ଅଗ୍ରଣୀ।
(କାନାଡା, ସୁଇଜରଲ୍ୟାଣ୍ଡ, ବ୍ରାଜିଲ, ଭାରତ)
Answer: ବ୍ରାଜିଲ

31. ମାଲୟେସିଆ _______ ରୋପଣ କୃଷି ପାଇଁ ପ୍ରସିଦ୍ଧ ।
(ଋହା, କଫି, ଆଖୁ, ରବର)
Answer: ରବର

32. ଆଖୁ ଋଷରେ _______ ଦେଶ ଅଗ୍ରଣୀ।
(ମାଲୟେସିଆ, କ୍ୟୁବା, ବ୍ରାଜିଲ, ଜାପାନ)
Answer: କ୍ୟୁବା

BSE Odisha 8th Class Geography Important Questions Chapter 3.1 କୃଷି

33. ଉତ୍ତର ଗୋଲାର୍ଦ୍ଧର ନାତିଶୀତୋଷ୍ଠ ଅଞ୍ଚଳରେ ପୃଥ‌ିବୀର ଶତକଡ଼ା _______ ଭାଗ ଗହମ ଉତ୍ପାଦନ ହୋଇଥାଏ।
(୬୦%, ୭୦%, ୮୦%, ୯୦%)
Answer: ୯୦%

34. ଧାନଋଷ ପାଇଁ _______ଡିଗ୍ରୀ ତାପମାତ୍ରା ଆବଶ୍ୟକ ହୋଇଥାଏ।
(୨୫° ରୁ ୩୦, ୨୬ ରୁ ୩୦,୨୭ ରୁ ୩୦, ୨୮° ରୁ ୩୦)
Answer: ୨୭ ରୁ ୩୦

35. ଧାନ ଉତ୍ପାଦନରେ _______ ଦେଶ ପୃଥ‌ିବୀରେ ପ୍ରଥମ ସ୍ଥାନ ଅଧିକାର କରିଅଛି ।
(ଭାରତ, ବାଂଲାଦେଶ, ଚୀନ, ଶ୍ରୀଲଙ୍କା)
Answer: ଚୀନ

36. _______ ଶସ୍ୟ ଉଭୟ ମନୁଷ୍ୟ ଖାଦ୍ୟ ଓ ପଶୁଖାଦ୍ୟ ରୂପେ ବ୍ୟବହାର କରାଯାଏ ।
(ଧାନ, ଗହମ, ଯଅ, ମକା),
Answer: ମକା

37. ମକା ଉତ୍ପାଦନରେ _______ ଦେଶ ପୃଥ‌ିବୀରେ ପ୍ରଥମ ସ୍ଥାନ ଅସ୍ଵୀକାର କରିଛି ।
(ଚୀନ, ଭରୁଗୁଏ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ)
Answer: ଯୁକ୍ତରାଷ୍ଟ୍ର ଆମେରିକା

38. _______ ଦେଶ ମକା ଉତ୍ପାଦନରେ ପୃଥ‌ିବୀରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ।
(ଆଲାସ୍କା, କଲମ୍ବିଆ, ଚିଲି, ଚୀନ)
Answer: ଚୀନ

39. ଓଡ଼ିଶାର ଗଞ୍ଜାମ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ _______ ଋଷ ଅଧିକ ହୁଏ।
(ଗହମ, ମକା, ଯଅ, ବାଜରା)
Answer: ମକା

BSE Odisha 8th Class Geography Important Questions Chapter 3.1 କୃଷି

40. ଭାରତର ________ ରାଜ୍ୟରେ ବାଜରା ଋଷ ଅଧ୍ବକ କରାଯାଏ ।
(ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ)
Answer: ରାଜସ୍ଥାନ

41. ________ ମୃତ୍ତିକାରେ କପାଋଷ ଅଧ୍ବକ ହୋଇଥାଏ।
(ପଟୁ, ଲାଟେରାଇଟ୍, କୃଷ୍ଣ, ଅରଣ୍ୟ)
Answer: କୃଷ୍ଣ

ସମ୍ଭାବ୍ୟ ଉତ୍ତର ବାଛି ଲେଖ ।

Question 1.
କେଉଁଟି ପ୍ରାଥମିକ ପ୍ରକ୍ରିୟାର ଅନ୍ତର୍ଗତ ନୁହେଁ ?
(A) ଶସ୍ୟ ଉତ୍ପାଦନ
(B) ମତ୍ସ୍ୟ ସଂଗ୍ରହ
(C) ବାଉଁଶରୁ କାଗଜ
(D) ଜଙ୍ଗଲରୁ କାଠ ସଂଗ୍ରହ
Answer:
(C) ବାଉଁଶରୁ କାଗଜ

Question 2.
କେଉଁଟି ପ୍ରାଥମିକ ପ୍ରକ୍ରିୟାର କ୍ରମ ଅଟେ ?
(A) ଫଳ, ଝୁଣା, ମହୁ ସଂଗ୍ରହ
(B) ଧାନରୁ ଋଜ୍ଜଳ, ଗହମରୁ ଅଟା, କପାରୁ ଲୁଗା
(C) ଆଖୁରୁ ଚିନି, ବାଉଁଶରୁ କାଗଜ, ତୈଳବୀଜରୁ ତୈଳ
(D) ଖଣିଜ ଦ୍ରବ୍ୟରୁ ଯନ୍ତ୍ରପାତି, ବ୍ୟାଙ୍କ, ବୀମା
Answer:
(A) ଫଳ, ଝୁଣା, ମହୁ ସଂଗ୍ରହ

Question 3.
କେଉଁଟି ଦ୍ଵିତୀୟକ ପ୍ରକ୍ରିୟାର ଅନ୍ତର୍ଗତ ନୁହେଁ ?
(A) ଧାନରୁ ଋଭଳ
(B) ଗହମରୁ ଅଟା
(C) ପଶୁପାଳନ
(D) ଆଖୁରୁ ଚିନି
Answer:
(C) ପଶୁପାଳନ

Question 4.
କେଉଁ ସ୍ତରଟି ତୃତୀୟକ ପ୍ରକ୍ରିୟା ଅଟେ ?
(A) ଧାନରୁ ଋଜ୍ଜଳ, ଗହମରୁ ଅଟା, ଆଖୁରୁ ଚିନି
(B) ଫଳ, ଝୁଣା, ମହୁ ସଂଗ୍ରହ
(C) ଶସ୍ୟ ଉତ୍ପାଦନ, ମତ୍ସ୍ୟସଂଗ୍ରହ, ପଶୁପାଳନ
(D) ପରିବହନ, ବ୍ୟାଙ୍କ, ବୀମା
Answer:
(D) ପରିବହନ, ବ୍ୟାଙ୍କ, ବୀମା

BSE Odisha 8th Class Geography Important Questions Chapter 3.1 କୃଷି

Question 5.
କେଉଁ ସ୍ତରଟି କୃଷିକାର୍ଯ୍ୟର ଅନ୍ତର୍ଗତ ?
(A) ପଶୁପାଳନ, ମତ୍ସ୍ୟଋଷ, ମହୁଋଷ
(B) ପରିବହନ, କଳକାରଖାନା, କୋଠାବାଡ଼ି
(C) ଜାହାଜନିର୍ମାଣ, ଯୋଗାଯୋଗ, ପରିବହନ
(D) ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ
Answer:
(A) ପଶୁପାଳନ, ମତ୍ସ୍ୟଋଷ, ମହୁଋଷ

Question 6.
କେଉଁଟି କୃଷି କାର୍ଯ୍ୟ ପାଇଁ ପ୍ରାକୃତିକ ପରିବେଶ ନୁହେଁ ?
(A) ସୌରତାପ
(B) ବୃଷ୍ଟିପାତ
(C) ଭୂମିର ଗଠନ
(D) ଶ୍ରମ
Answer:
(D) ଶ୍ରମ

Question 7.
କେଉଁଟି କୃଷି କାର୍ଯ୍ୟ ପାଇଁ ମାନବୀୟ ନିବେଶ ନୁହେଁ ?
(A) ବିହନ
(B) ମୃଭିକା
(C) କୃଷି ଯନ୍ତ୍ରପାତି
(D) ରାସାୟନିକ ସାର
Answer:
(B) ମୃଭିକା

Question 8.
କେଉଁଟି ପ୍ରୟୋଜନଭିଭିକ କୃଷିର ଲକ୍ଷଣ ନୁହେଁ ?
(A) ପୁରାତନ ପଦ୍ଧତିରେ ଋଷ
(B) କଳସେଚନର ଅଭାବ
(C) ଅର୍ଥକରୀ ଫସଲ ଉତ୍ପାଦନ
(D) ଋଷୀ ଗରିବ
Answer:
(C) ଅର୍ଥକରୀ ଫସଲ ଉତ୍ପାଦନ

BSE Odisha 8th Class Geography Important Questions Chapter 3.1 କୃଷି

Question 9.
ସ୍ଥାନାନ୍ତରିତ କୃଷି ଦୃଷ୍ଟିରୁ କେଉଁ ଯୋଡ଼ିଟି ଭିନ୍ନ ଅଟେ ?
(A) ଝୁମ୍ – ଉତ୍ତର-ପୂର୍ବ ଭାରତ
(B) ପୁନମ୍ – କେରଳ
(C) ଓଡ଼ିଶା – ଦହନ
(D) ରୋକା – ବ୍ରାଜିଲ
Answer:
(C) ଓଡ଼ିଶା – ଦହନ

Question 10.
କେଉଁଟି ସ୍ଥାନାନ୍ତରିତ କୃଷିର ମୁଖ୍ୟ ଋଷ ?
(A) ଧାନ ଓ ଗହମ
(B) ଋ ଓ କଫି
(C) ମକା ଓ ଦେଶୀଆଳୁ
(D) ଫୁଲ ଓ ଫଳ
Answer:
(C) ମକା ଓ ଦେଶୀଆଳୁ

Question 11.
ଛୋଟ ଛୋଟ ଜମିରେ ଉନ୍ନତ ବିହନ, ନିୟମିତ ଜଳସେଚନ, ନିର୍ଦ୍ଦିଷ୍ଟ ପରିମାଣରେ ସାର ପ୍ରୟୋଗ କରି ଅଧୁକ ଶ୍ରମିକ ଦ୍ଵାରା ଋଷ କରି ଅଧ୍ବକ ଫସଲ ଉତ୍ପାଦନକୁ କେଉଁ କୃଷି କୁହାଯାଏ ?
(A) ପ୍ରୟୋଜନ ଭିଭିକ କୃଷି
(B) ସଘନ ପ୍ରୟୋଜନଭିଭିକ କୃଷି
(C) ସ୍ଥାନାନ୍ତରିତ କୃଷି
(D) ଉଦ୍ୟାନ କୃଷି
Answer:
(B) ସଘନ ପ୍ରୟୋଜନଭିଭିକ କୃଷି

Question 12.
କେଉଁଟି ସଘନ ପ୍ରୟୋଜନଭିଭିକ କୃଷି ଅଞ୍ଚଳର ମୁଖ୍ୟ ଫସଲ ?
(A) ଧାନ
(B) ଗହମ
(C) ମକା
(D) ବାଜରା
Answer:
(A) ଧାନ

BSE Odisha 8th Class Geography Important Questions Chapter 3.1 କୃଷି

Question 13.
ନିମ୍ନୋକ୍ତ କେଉଁ ଦେଶରେ ସଘନ ପ୍ରୟୋଜନଭିତ୍ତିକ କୃଷିକାର୍ଯ୍ୟ କରାଯାଏ ?
(A) ଜାପାନ
(B) ଶ୍ରୀଲଙ୍କା
(C) ବାଙ୍ଗଲାଦେଶ
(D) ଭାରତ
Answer:
(D) ଭାରତ

Question 14.
କେଉଁ ସ୍ତରଟି ଭାରତର ମୁଖ୍ୟ କପାଋଷ ରାଜ୍ୟ ଅଟେ ?
(A) ମହାରାଷ୍ଟ୍ର, କର୍ଣାଟକ, ତାମିଲନାଡୁ
(B) ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ
(C) ବିହାର, ପଶ୍ଚିମବଙ୍ଗ, ତ୍ରିପୁରା
(D) ହରିୟାଣା, ପଞ୍ଜାବ, ଗୁଜରାଟ
Answer:
(A) ମହାରାଷ୍ଟ୍ର, କର୍ଣାଟକ, ତାମିଲନାଡୁ

Question 15.
କେଉଁ ସ୍ତରଟି ପୃଥ‌ିବୀର ଋହା ଉତ୍ପାଦନକାରୀ ରାଷ୍ଟ୍ର ଅଟେ ?
(A) ମିଶର, ଇଜିପ୍ଟ, ନିଉଜିଲ୍ୟାଣ୍ଡ, ବ୍ରାଜିଲ
(B) କାନାଡା, ମେକ୍‌ସିକୋ, କଲମ୍ବିଆ, ପେରୁ
(C) ଚୀନ, ଭାରତ, ଶ୍ରୀଲଙ୍କା, କେନିଆ
(D) ନେପାଳ, ପାକିସ୍ତାନ, ଆଫଗାନିସ୍ଥାନ, ଇରାକ
Answer:
(C) ଚୀନ, ଭାରତ, ଶ୍ରୀଲଙ୍କା, କେନିଆ

Question 16.
କେଉଁ କୃଷିକୁ ଅର୍ଥକରୀ କୃଷି କୁହାଯାଏ ?
(A) ପ୍ରୟୋଜନଭିଭିକ କୃଷି
(B) ସ୍ଥାନାନ୍ତରିତ କୃଷି
(C) ସଘନ ପ୍ରୟୋଜନଭିଭିକ କୃଷି
(D) ବାଣିଜ୍ୟଭିଭିକ କୃଷି
Answer:
(D) ବାଣିଜ୍ୟଭିଭିକ କୃଷି

BSE Odisha 8th Class Geography Important Questions Chapter 3.1 କୃଷି

Question 17.
କେଉଁଟି ଉଦ୍ୟାନ କୃଷିର ଅନ୍ତର୍ଗତ ନୁହେଁ ?
(A) ଧାନ
(B) କଦଳୀ
(C) ଆମ୍ବ
(D) ପଣସ
Answer:
(A) ଧାନ

Question 18.
କେଉଁଟି ରୋପଣ କୃଷିର ଅନ୍ତର୍ଗତ ନୁହେଁ ?.
(A) ଇହା
(B) କଫି
(C) ରବର
(D) ଗହମ
Answer:
(D) ଗହମ

Question 19.
କେଉଁଟି ଶୁଷ୍କ ଅଞ୍ଚଳର କୃଷି ନୁହେଁ ?
(A) ଯଅ
(C) ମାଣ୍ଡିଆ
(B) ବାଜରା
(D) ଧାନ
Answer:
(D) ଧାନ

Question 20.
କେଉଁଟି ଆର୍ଦ୍ର ଅଞ୍ଚଳର କୃଷି ଅଟେ ?
(A) ଯଅ ଓ ବାଜରା
(B) ବାଜରା ଓ ମାଣ୍ଡିଆ
(C) ଧାନ ଓ ନଳିତା
(D) ଧାନ ଓ ଗହମ
Answer:
(C) ଧାନ ଓ ନଳିତା

Question 21.
ଭାରତ, ବାଂଲାଦେଶ, ମିଆଁମାର ଦେଶରେ ବ୍ୟାପକ ଭାବରେ କେଉଁ କୃଷି କରାଯାଏ ?
(A) ଗୋପଣ
(B) ଶୁଷ୍କ
(C) ଆର୍ଦ୍ର
(D) ସେଚିତ
Answer:
(C) ଆର୍ଦ୍ର

BSE Odisha 8th Class Geography Important Questions Chapter 3.1 କୃଷି

Question 22.
ଭାରତର କେଉଁ ରାଜ୍ୟରେ ସେଚିତ ଜଳସେଚନଦ୍ୱାରା ଅଧିକ ପରିମାଣରେ ଫସଲ ଉତ୍ପାଦନ କରାଯାଏ ?
(A) ପଞ୍ଜାବ ଓ ହରିୟାଣା
(B) ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ
(C) ବିହାର ଓ ଗୋଆ
(D) ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ
Answer:
(C) ଆର୍ଦ୍ର

Question 23.
କେଉଁ କ୍ରମଟି ପୃଥ‌ିବୀର ବିସ୍ତୃତ ଗହମ ଉତ୍ପାଦନ ଅଞ୍ଚଳ ଅଟେ ?
(A) ନାଇଜର, ଇଜିପ୍‌ଟ, କେନିଆ
(B) କାନାଡା, ଗ୍ରୀନଲ୍ୟାଣ୍ଡ, ହଲାଣ୍ଡ
(C) ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ରୁଷିଆ
(D) ଆଲାସ୍କା, ଦକ୍ଷିଣ ଆଫ୍ରିକା, ବ୍ରାଜିଲ
Answer:
(C) ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ରୁଷିଆ

Question 24.
ଭାରତର କେଉଁ ରାଜ୍ୟରେ ଗହମ ଉତ୍ପାଦନ ଅଧିକ କରାଯାଇଥାଏ ?
(A) ପଞ୍ଜାବ ଓ ହରିୟାଣା
(B) ତାମିଲନାଡୁ ଓ କେରଳ
(C) ବିହାର ଓ ଛତିଶଗଡ଼
(D) ତ୍ରିପୁରା ଓ ଆସାମ
Answer:
(A) ପଞ୍ଜାବ ଓ ହରିୟାଣା

Question 25.
ଧାନ ଋଷପାଇଁ କେତେ ବୃଷ୍ଟିପାତ ଆବଶ୍ୟକ ହୋଇଥାଏ ?
(A) ୧୦୦ ସେ.ମି.ରୁ ୨୦୦ ସେ.ମି.
(B) ୨୦୦ ସେ.ମି.ରୁ ୨୫୦ ସେ.ମି.
(C) ୨୦୦ ସେ.ମି.ରୁ ୩୦୦ ସେ.ମି.
(D) ୧୦୦ ସେ.ମି.ରୁ ୧୫୦ ସେ.ମି.
Answer:
(A) ପଞ୍ଜାବ ଓ ହରିୟାଣା

Question 26.
ଓଡ଼ିଶାର କେଉଁ ଜିଲ୍ଲାରେ ବାଜରା ଓ ମାଣିଆ ଋଷ କରାଯାଇଥାଏ ?
(A) ଗଜପତି ଓ ଗଞ୍ଜାମ
(B) କଟକ ଓ କେନ୍ଦ୍ରାପଡା
(C) ନୟାଗଡ଼ ଓ କନ୍ଧମାଳ
(D) ଭଦ୍ରକ ଓ ବାଲେଶ୍ଵର
Answer:
(A) ଗଜପତି ଓ ଗଞ୍ଜାମ

BSE Odisha 8th Class Geography Important Questions Chapter 3.1 କୃଷି

Question 27.
କେଉଁ ଦେଶର କପା ଦୀର୍ଘତନ୍ତୁ ଯୁକ୍ତ ଅଟେ ?
(A) ଇଜିପ୍ଟ
(C) ଉରୁଗୁଏ
(B) ପାରାନା ପାରାଗୁଏ
(D) ଆର୍ଜେଣ୍ଟିନା
Answer:
(A) ଇଜିପ୍ଟ

Question 28.
କେଉଁଟି ଭାରତର ପ୍ରାଚୀନତମ କପାଋଷ ଅଞ୍ଚଳ ?
(A) ଓଡ଼ିଶା
(B) ଆନ୍ଧ୍ରପ୍ରଦେଶ
(C) ତାମିଲନାଡୁ
(D) କେରଳ
Answer:
(C) ତାମିଲନାଡୁ

Question 29.
କେଉଁ ଦେଶର ସ୍ଥାନାନ୍ତରିତ କୃଷିକୁ ରୋକା କୁହାଯାଏ ?
(A) ବ୍ରାଜିଲ
(B) ଭାରତ
(C) କାନାଡ଼ା
(D) ଯୁକ୍ତରାଷ୍ଟ୍ର
Answer:
(A) ବ୍ରାଜିଲ

Question 30.
କେଉଁ ଦେଶ ଝୋଟ ଉତ୍ପାଦନରେ ଅଗ୍ରଣୀ ?
(A) କେନିଆ
(B) ଆର୍ଜେଣ୍ଟିନା
(C) ଉଗାଣ୍ଡା
(D) ବାଂଲାଦେଶ
Answer:
(D) ବାଂଲାଦେଶ

Question 31.
ନିମ୍ନୋକ୍ତ କେଉଁଟି ରବି ଫସଲର ଅନ୍ତର୍ଗତ ନୁହେଁ ?
(A) ଧାନ
(B) ମୁଗ
(C) ହରଡ଼
(D) ସୋରିଷ
Answer:
(A) ଧାନ

BSE Odisha 8th Class Geography Important Questions Chapter 3.1 କୃଷି

Question 32.
ଦାର୍ଜିଲିଂ ଚାହା ଚାଷ ଅଞ୍ଚଳ କେଉଁ ରାଜ୍ୟରେ ଅବସ୍ଥିତ ?
(A) ଆସାମ
(B) ପଶ୍ଚିମବଙ୍ଗ
(C) ମେଘାଳୟ
(D) ତାମିଲନାଡୁ
Answer:
(B) ପଶ୍ଚିମବଙ୍ଗ

Question 33.
କଫିଚାଷ ଅଞ୍ଚଳ ସାଓପାଓଲୋ କେଉଁ ଦେଶରେ ଅବସ୍ଥିତ ?
(A) ବ୍ରାଜିଲ
(B) ଭଗାଣ୍ଡା
(C) କେନିଆ
(D) ଆଙ୍ଗୋଲା
Answer:
(A) ବ୍ରାଜିଲ

Question 34.
କେଉଁଟି ଭାରତର ଏକ ପ୍ରଧାନ ପଣ୍ୟଦ୍ରବ୍ୟ ?
(A) ଚାହା
(B) କଫି
(C) ତୁଳା
(D) ଗହମ
Answer:
(A) ଚାହା

Question 35.
ପୋଡୁଚାଷ କେଉଁ କୃଷିର ଅନ୍ତର୍ଗତ ?
(A) ସ୍ଥାନାନ୍ତରିତ କୃଷି
(B) ସେଚିତ କୃଷି
(C) ଏକକ କୃଷି
(D) ଶୁଷ୍କ କୃଷି
Answer:
(A) ସ୍ଥାନାନ୍ତରିତ କୃଷି

Quiestion 36.
କେଉଁ ନଦୀକୂଳରେ ଅନେକ ଝୋଟକଳ ଅଛି ?
(A) ହୁଗୁଳି
(B) ଭାଗିରଥୀ
(C) ମହାନଦୀ
(D) ଯମୁନା
Answer:
(A) ହୁଗୁଳି

Question 37.
ପୃଥ‌ିବୀର କେଉଁ ଦେଶ ତୁଳା ଉତ୍ପାଦନରେ ଅଗ୍ରଣୀ ?
(A) ଭାରତ
(B) ଚୀନ୍
(C) ଯୁକ୍ତରାଷ୍ଟ୍ର ଆମେରିକା
(D) ଇଜିପ୍‌ଟ
Answer:
(D) ଇଜିପ୍‌ଟ

BSE Odisha 8th Class Geography Important Questions Chapter 3.1 କୃଷି

Question 38.
କେଉଁଟି ଏକ ଉଦ୍ୟାନ କୃଷି ?
(A) ଚାହାଚାଷ
(B) ପନିପରିବା ଚାଷ
(C) ଗୋପାଳନ
(D) ମାଛଚାଷ
Answer:
(B) ପନିପରିବା ଚାଷ

Question 39.
କେଉଁ ଚାଷଟି ଅନ୍ୟମାନଙ୍କଠାରୁ ଭିନ୍ନ ?
(A) ଧାନ
(B) ଗହମ
(C) ମକା
(D) କପା
Answer:
(D) କପା

Question 40.
ଉତ୍ତର-ପୂର୍ବ ଭାରତରେ କରାଯାଉଥିବା ସ୍ଥାନାନ୍ତରିତ କୃଷିର ନାମ କ’ଣ ?
(A) ଝୁମ୍
(B) ପୁନମ୍
(C) ପୋଡ଼ୁ
(D) ରୋକା
Answer:
(D) କପା

Question 41.
ପୁନମ୍ କେଉଁ ଅଞ୍ଚଳର ଏକ ସ୍ଥାନାନ୍ତରିତ କୃଷି ?
(A) କେରଳ
(B) ଓଡ଼ିଶା
(C) ବ୍ରାଜିଲ
(D) ଉତ୍ତର-ପୂର୍ବ ଭାରତ
Answer:
(A) କେରଳ

Question 42.
ସର୍ବପ୍ରଥମେ ଯେଉଁ ଦେଶରେ ଚାହା ଏକ ପାନୀୟରୂପେ ବ୍ୟବହାର ହୋଇଥିଲା ?
(A) ଆମେରିକା
(B) ପାକିସ୍ତାନ
(C) ଭାରତ
(D) ବୀନ୍
Answer:
(D) ବୀନ୍

BSE Odisha 8th Class Geography Important Questions Chapter 3.1 କୃଷି

Question 43.
କେଉଁଟି ପୃଥବୀର ସର୍ବାଧିକ ଲୋକଙ୍କର ପ୍ରଧାନ ଖାଦ୍ୟଶସ୍ୟ
(A) ଧାନ
(B) ଗହମ
(C) ଜଓ୍ବାର
(D) ମକା
Answer:
(B) ଗହମ

 

Leave a Comment