BSE Odisha 7th Class Science Important Questions Chapter 5 ପୋଷଣ

Odisha State Board BSE Odisha 7th Class Science Important Questions Chapter 5 ପୋଷଣ Important Questions and Answers.

BSE Odisha Class 7 Science Important Questions Chapter 5 ପୋଷଣ

Question 1.
ଆମିବାର ପୋଷଣ କ୍ରିୟା ସମ୍ପର୍କରେ ଲେଖ ।
Solution:
(i) ଆମିବା ଏକ ଏକକୋଷୀ ପ୍ରାଣୀ । ଏହାକୁ ଖାଲି ଆଖୁରେ ଦେଖୁହୁଏ ନାହିଁ । ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖୁହୁଏ ।
(ii) ଏହାର ଶରୀର ଏକ ପତଳା ଆବରଣଦ୍ବାରା ଘୋଡ଼େଇ ହୋଇ ରହିଛି । ଏହାର ଶରୀର ଭିତରେ ବଡ଼ ଗୋଲାକାର ନ୍ୟଷ୍ଟି ଅଛି । ଅନେକ ଛୋଟ ଛୋଟ ଗୋଲାକାର ପାଣିଫୋଟକା ପରି ରସଧାନୀ ଅଛି ।
(iii) ଆମିବା ନିଜ ଶରୀରକୁ ସବୁବେଳେ ବଦଳଉଥାଏ । ସେ ନିଜ ଶରୀରର ଆକାର ଛୋଟ କରି ଦୁଇଟି କୂଟପାଦ ବାହାର କରି ରହିଥାଏ । ଆମିବା ଛୋଟ ଛୋଟ କୀଟ ସବୁ ଖାଇଥାଏ ।
(iv) ଆମିବା ଖାଦ୍ୟ ଦେଖିଲାମାତ୍ରେ ନିଜ ଶରୀରରୁ ଦୁଇଟି କୂଟପାଦ ବାହାର କରି ଖାଦ୍ୟର ଚାରିପଟେ ଗୁଡ଼ାଇ ଦିଏ । ତା’ପରେ ଖାଦ୍ୟକୁ ଶରୀର ଭିତରକୁ ନେଇଯାଏ ।
(v) ଏହି ଖାଦ୍ୟ ଶରୀର ଭିତରେ ଥ‌ିବା ରସଧାନୀରେ ରହେ । ରସଧାନୀରୁ ପାଚକରସ ନିର୍ଗତ ହେବା ଫଳରେ ଖାଦ୍ୟ ହଜମ ହୋଇଯାଏ ବା ଖାଦ୍ୟର ସରଳୀକରଣ ହୋଇଥାଏ । ତା’ ପରେ ଏହାର ଆତ୍ମକରଣ ହୁଏ ।
(vi) ଏହିପରି ଖାଦ୍ୟ ଶୋଷିତ ହେବା ଫଳରେ ତା’ର ଶରୀରର ଅଭିବୃଦ୍ଧି ଘଟିଥାଏ ।

Question 1.
ଜିଭରେ ଥ‌ିବା ସ୍ଵାଦ ମୁକୁଳଗୁଡ଼ିକର ଅବସ୍ଥାନ ଓ କାର୍ଯ୍ୟ ଲେଖ ।
Solution:
(i) ଜିଭର ଅଗ୍ରଭାଗରେ ମିଠା ସ୍ଵାଦ ବାରିବା ମୁକୁଳ ଥାଏ ।
(ii) ଅଗ୍ରଭାଗରୁ ଟିକିଏ ପଛରେ ଲୁଣି ସ୍ଵାଦ ବାରିବା ମୁକୁଳ ଥାଏ ।
(iii) ପଶ୍ଚାତ୍ ଭାଗରେ ପିତା ସ୍ଵାଦ ବାରିବା ମୁକୁଳ ଥାଏ ।
(iv) ଦୁଇ ପାର୍ଶ୍ଵରେ ଖଟା ସ୍ଵାଦ ବାରିବା ମୁକୁଳ ଥାଏ ।

BSE Odisha 7th Class Science Important Questions Chapter 5 ପୋଷଣ

Question 2.
ତାରା ମାଛର ପୋଷଣ କିପରି ହୋଇଥାଏ ?
Solution:
(i) ତାରା ମାଛର ମୁଖ୍ୟ ଖାଦ୍ୟ ଗେଣ୍ଡା ଓ ଶାମୁକା ।
(ii) ଗେଣ୍ଡା ଓ ଶାମୁକାର ବହିଃ ଆବରଣ କଠିନ କ୍ୟାଲସିୟମ୍ କାର୍ବୋନେଟ୍‌ରେ ଗଢ଼ା ।
(iii) ସେମାନଙ୍କ କଅଁଳ ମାଂସଳ ଦେହ ଗୋଟିଏ ମୋଟା ଖୋଳପା ଦ୍ଵାରା ଆବୃତ ହୋଇଥାଏ ।
(iv) ଗେଣ୍ଡା ଓ ଶାମୁକା ଯେତେବେଳେ ଖୋଳପା ଭିତରୁ ବାହାରି ଥାଆନ୍ତି, ସେତେବେଳେ ତାରାମାଛ ନିଜର ପାକସ୍ଥଳୀକୁ ବାହାରକୁ କାଢ଼ିଆଣି ସେମାନଙ୍କ କଅଁଳ ମାଂସକୁ ଖାଇଥାଏ ।

Question 3.
ଭିଲି କ’ଣ ? ଏହାର କାର୍ଯ୍ୟ ଲେଖ ।
Solution:
(i) କ୍ଷୁଦ୍ରାନ୍ତର ଭିତରପଟ ଆବରଣରେ ଆଙ୍ଗୁଳିପରି ଉଠିଥ‌ିବା ଅଂଶକୁ ଭିଲି କୁହାଯାଏ ।
(ii) ଭିଲିରେ ଥିବା ରକ୍ତକଣିକା ନଳୀଦ୍ବାରା ଖାଦ୍ୟସାର ଶୋସିତ ହୋଇଥାଏ ।

Question 4.
ଉଭିଦ କିପରି ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରେ ?
(i) ସବୁଜ ଉଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ସୂର୍ଯ୍ୟର ଆଲୋକ ଶକ୍ତିକୁ ଉପଯୋଗ କରି ନିଜ କୋଷର ହରିତ୍‌ ପ୍ରସ୍ତୁତ କରିଥାଏ ।
BSE Odisha 7th Class Science Important Questions Chapter 5 Img 3

Question 5.
ଲାଳଗ୍ରନ୍ଥିର ଅବସ୍ଥିତି ଓ କାର୍ଯ୍ୟ ଲେଖ ।
Solution:
(i) ଲାଲଗୃଚ୍ଚିଗୁଣିକ କିଭତକେ ଥାଏ |
(ii) ଲାଳଗ୍ରନ୍ଥିରୁ ନିର୍ଗତ ଲାଳ ଶ୍ୱେତସାର ଜାତୀୟ ପଦାର୍ଥକୁ ହଜମରେ ସାହାଯ୍ୟ କରେ । ଲାଳ ଖାଦ୍ୟ ସହିତ ମିଶିଥ‌ିବାରୁ ସହଜରେ ଗିଳି ହୁଏ ।

Question 6.
ପାଚକ ତନ୍ତ୍ରର ମୁଖ୍ୟ କାର୍ଯ୍ୟଗୁଡ଼ିକ ଲେଖ ।
Solution:
ପାଚକତନ୍ତ୍ରର ମୁଖ୍ୟ କାର୍ଯ୍ୟଗୁଡ଼ିକ ବ୍ରେଲା
(i) ଖାଦ୍ୟଗ୍ରହଣ
(ii) ପଚନ
(iii) ବିଶୋଷଣ
(iv) ନିଷ୍କାସନ

Question 7.
ମନୁଷ୍ୟ ଜିହ୍ଵାର ଏକ ଚିତ୍ର ଅଙ୍କନ କରି ସ୍ଵାଦ ବାରିବା ଅଂଶଗୁଡ଼ିକୁ ଚିହ୍ନିତ କର ।
Solution:
BSE Odisha 7th Class Science Important Questions Chapter 5 Img 2

ବସ୍ତୁନିଷ୍ଠ ପ୍ରଣୋଇର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ଉଭିଦ ନିଜ ପୃଷ୍ଠରେ ଥ‌ିବା ରନ୍ଧ୍ର __________ ଦେଇ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସଂଗ୍ରହ କରେ ।
(ii) __________ ସୂର୍ଯ୍ୟାଲୋକରୁ ଶକ୍ତି ଆହରଣ କରେ ।
(iii) ମଣ୍ଡଦ ଆୟୋଡ଼ିନ୍ ସଂସ୍ପର୍ଶରେ ଆସିଲେ __________ ବର୍ଷ ଧାରଣ କରେ ।
(iv) ବାୟୁମଣ୍ଡଳରେ ପ୍ରାୟ __________ ଅଂଶ ଯବଶାରଳାନ ଅନ୍ତି |
(v) __________ ଦ୍ୱାରା ବାୟୁମଣ୍ଡଲଭ ଯବଶରକାନ ବିତନେ ହେଲାଆଏ |
(vi) ଛତୁ ଓ ଫିମ୍ପିମାନଙ୍କୁ __________ କୁହାଯାଏ ।
(vii) ପେନ୍‌ସିଲିୟମ୍ କବକରୁ __________ ନାମକ ପ୍ରତିଜୀବୀ ମିଳିଥାଏ ।
(viii)ଲାଇକେର ବଂଶବିସ୍ତାର __________ ଦ୍ଵାରା ହୋଇଥାଏ ।
(ix) ଗେଣ୍ଡା ଓ ଶାମୁକା ଖୋଳପାର ମୁଖ୍ୟ __________ |
(x) ଆମ ପାଟି ଭିତରେ ସର୍ବାଧ‌ିକ __________ ଟି ଦାନ୍ତ ଥାଏ ।
Solution:
(i) ସ୍ତୋମ,
(ii) ସବୁଜକଣା,
(iii) ନାଲ
(iv) 3/4
(v) ନୀଳହରିତ୍‌ ଶୈବାଳ,
(vi) କବକ,
(vii) ପେନ୍ ସି ଲି ନ୍,
(viii) କବକ
(ix) କ୍ୟାଲସିୟମ୍ କାର୍ବୋନେଟ୍
(x) 32

BSE Odisha 7th Class Science Important Questions Chapter 5 ପୋଷଣ

II. ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ଶବ୍ଦର ସମ୍ପର୍କ ଉଲ୍ଲେଖ କର ।
(i) ରାଇଜୋବିୟମ୍ : ବ୍ୟାକ୍ଟେରିଆ :: ନଷ୍ଟକ : __________
(ii) ସବୁଜ ଉଭିଦ : ସ୍ଵଭୋଜୀ :: ଅଣୁଜୀବ : __________
(iii) ଶ୍ଵେତସାର : ଗୁ କୋଜ୍ :: ପୁଷ୍ଟିସାର : __________
(iv) ଇଷ୍ଟ : ମୃତୋପଜୀବୀ :: ମଲାଙ୍ଗ : __________
(v) ଝିଣ୍ଟିକା : ଶାକାହାରୀ :: ଅସରପା : __________
Solution:
(i) ନାଲହାଭିତ୍ ଶୈବାକ
(ii) ପରଭୋଜୀ,
(iii) ଆମିନୋ ଅମ୍ଳ,
(iv) ପରଜୀବୀ
(v) ସର୍ବାହାରୀ

III. ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଲାଟପତକମାନକୁ ଖାଇ ଯାଉଥିବା ଭରିବ ହେଉଛି ____________ (ନିର୍ମୂଳୀ, ଶୈବାଳ, କମଣ୍ଡଳୁ, ଛତୁ)
(ii) ଶୈବାଳ ଓ କବକ ମଧ୍ୟରେ ସହଜୀବୀ ଅବସ୍ଥା __________ ରେ ଦେଖାଯାଏ । (ଫିମ୍ପି, ଡାଲି ଜାତୀୟ, ପେନସିଲିୟମ, ଲାଇକେନ୍)
(iii) କ୍ଷୁଦ୍ରାନ୍ତ୍ରର ଉପର ଅଂଶକୁ __________ କୁହାଯାଏ । (ଅଗ୍ନ୍ୟାଶୟ, ଗ୍ରହଣୀ, ବୃହଦନ୍ତ୍ର, ଖାଦ୍ୟନଳୀ)
(iv) ଆମ ପାଟି ଭିତରେ ସର୍ବାଧ‌ିକ __________ ଟି ଦାନ୍ତ ଥାଏ । (୨୪, ୩୦, ୨୨, ୩୨)
(v) __________ ମୁଖଗହ୍ଵରର ଅଂଶ ବିଶେଷ ନୁହେଁ । (ପାଟି, ଦାନ୍ତ, ଓଠ, ଜିଭ)
(vi) ପରିପାକ ତନ୍ତ୍ରର ସବୁଠାରୁ ଓସାରିଆ ଅଂଶ __________ | (ଖାଦ୍ୟନଳୀ, ପାକସ୍ଥଳୀ, ବୃହଦନ୍ତ୍ର, କ୍ଷୁଦ୍ରାନ୍ତ୍ର)
(vii) କ୍ଷୁଦ୍ରାନ୍ତର ଲମ୍ବ ପ୍ରାୟ __________ ମିଟର । (୧.୫, ୭.୫, ୫.୧, ୫.୭)
Solution:
(i) କମଣ୍ଡଳୁ,
(ii) ଲାଇକେନ୍,
(iii) ଗ୍ରହଣୀ,
(iv) ୩୨,
(v) ଓଠ,
(vi) ପାକସ୍ଥଳୀ,
(vii) ୭.୫

IV. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ସୌର ଶକ୍ତିକୁ ବିନିଯୋଗ କରି ପତ୍ର ଅଙ୍ଗାରକାମ୍ଳ ଓ ଜଳକୁ ମିଶାଇ ପୁଷ୍ଟିସାର ଖାଦ୍ୟ ପ୍ରସ୍ତୁତ କରେ ।
(ii) ଲାଇକେନ୍ ଦ୍ବାରା ବାୟୁମଣ୍ଡଳର ଯବକ୍ଷାରଜାନ ବିବନ୍ଧନ ହୋଇଥାଏ ।
(iii) ପ୍ରାଣୀମାନଙ୍କ ଭିନ୍ନ ଭିନ୍ନ ପ୍ରକାର ଖାଇବାର ଅଭ୍ୟାସକୁ ପରିପାକ କ୍ରିୟା କୁହାଯାଏ ।
(iv) କ୍ଷୁଦ୍ରାନ୍ତର ଶେଷ ଅଂଶ ପାକସ୍ଥଳୀ ସହ ସଂଯୁକ୍ତ ।
(v) ସେଲ୍ୟୁଲୋଜ ଏକ ପ୍ରକାର ସ୍ନେହସାର ଜାତୀୟ ପଦାର୍ଥ ।
Solution:
(i) ସୌର ଶକ୍ତିକୁ ବିନିଯୋଗ କରି ପତ୍ର ଅଙ୍ଗାରକାମ୍ଳ ଓ ଜଳକୁ ମିଶାଇ ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରେ ।
(ii) କେତେକ ନୀଳହରିଣ ଶୈବାଳଦ୍ୱାରା ବାୟୁମଣ୍ଡଳର ଯବକ୍ଷାରଜାନ ବିବନ୍ଧନ ହୋଇଥାଏ ।
(iii)ପ୍ରାଣୀମାନଙ୍କ ଭିନ୍ନ ଭିନ୍ନ ପ୍ରକାର ଖାଇବାର ଅଭ୍ୟାସକୁ ଖାଦ୍ୟାଭ୍ୟାସ କୁହାଯାଏ ।
(iv) କ୍ଷୁଦ୍ରାନ୍ତର ଶେଷ ଅଂଶ ବୃହଦନ୍ତ୍ର ସହ ସଂଯୁକ୍ତ ।
(v) ସେଲ୍ୟୁଲୋଜ୍ ଏକ ପ୍ରକାର ଶ୍ଵେତସାର ଜାତୀୟ ପଦାର୍ଥ ।

V.
‘କ’ ପୃମରେ ଦିଆଯାଇଥିବା ପରିପାକତନ୍ତ୍ର ଅଶଗୁଡିକର ନାମ ମାହିତ ‘ଖ’ ସ୍ତମ୍ବରେ ଥିବା ସମକତ କାଯକ୍ତ ଯୋଶି ଲେଖ |
BSE Odisha 7th Class Science Important Questions Chapter 5 Img 1

VI. ଅସଂପୃକ୍ତ ପଦଟି ବାଛି ଲେଖ ।
(i) ସବୁଜ ଉଭିଦ, ନୀଳହରିତ୍ ଶୈବାଳ, ରସାୟଶ୍ଳେଷଣ ବୀଜାଣୁ, ଏମିବା । (ସ୍ଵଭୋଜୀ ପୋଷଣ ଅନୁଯାୟୀ)
(ii) ଏମିବା, ପାରାମେସିୟମ୍, ମାଛ, ବେଙ୍ଗ, ସାପ । (ପ୍ରାଣୀୟ ପୋଷଣ ଅନୁଯାୟୀ)
(iii) ପ୍ଲାଜ୍‌ମୋଡ଼ିୟମ୍, କବକ, ଅଙ୍କୁଶ କୃମି, ମଲାଙ୍ଗ, ନିର୍ମୂଳୀ (ପରଜୀବୀୟ
(iv) ମଲାଙ୍ଗ, ଛତୁ, ଫିମ୍ପି, କବକ (ମୃତୋପଜୀବୀୟ ପୋଷଣ ଅନୁଯାୟୀ) |
(v) ଗାଈ, ଛେଳି, ବେଙ୍ଗ, ହରିଣ, ଠେକୁଆ (ଶାକାହାରୀ ଅନୁଯାୟୀ)
Solution:
(i) ଏମିବା,
(ii) ପାରାମେସିୟମ୍,
(iii) କବକ,
(iv) ମଲାଙ୍ଗ
(v) ବେଙ୍ଗ

BSE Odisha 7th Class Science Important Questions Chapter 5 ପୋଷଣ

VII. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(i) ହରିଣ କେଉଁ ପ୍ରକାରର ପ୍ରାଣୀ ?
(ii) ଏମିବାର କେଉଁ ଅଂଶରେ ଖାଦ୍ୟ ହଜମ ହୋଇଥାଏ ?
(iii) ମୁଖଗହ୍ଵରରେ କେଉଁ ଖାଦ୍ୟ ଆଂଶିକଭାବେ ହଜମ ହୋଇଥାଏ ?
(iv) ମନୁଷ୍ୟ ଶରୀରର ସର୍ବବୃହତ୍ ଗ୍ରନ୍ଥିଟି କିଏ ?
(v) କମଣ୍ଡଳୁ ପରି ମାଂସାଶୀ ଉଭିଦ ତା’ର ଯବକ୍ଷାରଜାନ ଆବଶ୍ୟକତା କାହାଠାରୁ ପାଇଥାଏ ?
(vi) ଉଭିଦର ପତ୍ର ନିଜ ପୃଷ୍ଠରେ ଥ‌ିବା ଯେଉଁ ଛୋଟ ରନ୍ଧ୍ର ଦେଇ ବାୟୁରୁ ଅଙ୍ଗାରକାମ୍ଳ ଗ୍ରହଣ କରେ ତାକୁ କ’ଣ କହନ୍ତି ?
(vii) ଉଭିଦର କେଉଁ ଅଂଶ ସୂର୍ଯ୍ୟାଲୋକରୁ ଶକ୍ତି ଆହରଣ କରେ ?
(viii) ମଣ୍ଡଦ ଆୟୋଡ଼ିନ୍ ସଂସ୍ପର୍ଶରେ ଆସିଲେ କେଉଁ ବର୍ଷ ଧାରଣ କରେ ?
(ix) ବାୟୁମଣ୍ଡଳରେ ପ୍ରାୟ ଯବକ୍ଷାରଜାନର ଅଂଶ କେତେ ?
(x) କାହାଦ୍ଵାରା ବାୟୁମଣ୍ଡଳର ଯବକ୍ଷାରଜାନ ବିବନ୍ଧନ ହୋଇଥାଏ ?
(xi) ଛତୁ ଓ ଫିମ୍ପିମାନଙ୍କୁ କ’ଣ କୁହାଯାଏ ?
(xii) ପେନ୍‌ସିଲିୟମ୍ କବକରୁ କେଉଁ ନାମକ ପ୍ରତିଜୀବୀ ମିଳିଥାଏ ?
(xiii) ଲାଇକେନ୍‌ର ବଂଶବିସ୍ତାର କାହାଦ୍ଵାରା ହୋଇଥାଏ ?
(xiv) ଗେଣ୍ଡା ଓ ଶାମୁକା ଖୋଳପାର ମୁଖ୍ୟ ଉପାଦାନ କ’ଣ ?
(xv) ଆମ ପାଟି ଭିତରେ ସର୍ବାଧ‌ିକ କେତୋଟି ଦାନ୍ତ ଥାଏ ?
Solution:
(i) ରୋମନ୍ଥନ ପ୍ରାଣୀ
(ii) ରସଧାନୀ
(iii) ଶ୍ଵେତସାର ଖାଦ୍ୟ
(iv) ଯକୃତ
(v) କୀଟପତଙ୍ଗଙ୍କଠାରୁ
(vi) ସ୍ତୋମ୍
(vii) ସବୁଜକଣା
(viii) ନୀଳ
(ix) ତିନି-ଚତୁର୍ଥାଂଶ
(x) ନୀଳହରିତ୍‌ ଶୈବାଳ
(xi) କବକ
(xii) ପେନ୍‌ସିଲିନ୍
(xiii) କବକ
(xiv) କ୍ୟାଲସିୟମ୍ କାର୍ବୋନେଟ୍
(xv) 32

VIII. ଶରୀରର କେଉଁ କେଉଁ ଅଂଶରେ ନିମ୍ନଲିଖୂ ଖାଦ୍ୟଗୁଡ଼ିକର ହଜମ ହୋଇଥାଏ ଲେଖ ।
(i) ଶ୍ଵେତସାର କାତାଯ୍ ଖାଦ୍ୟ
(ii) ପୁଶୁସାର କାତାଯ୍ ଖାଦ୍ୟ
(iii) ଚର୍ବି ଜାତୀୟ ଖାଦ୍ୟ
(iv) ସମସ୍ତ ଖାଦ୍ୟସାର
Solution:
(i) ମୁଖଗହ୍ଵର ଓ କ୍ଷୁଦ୍ରାନ୍ତ୍ର
(ii) ପାକସ୍ଥଳୀ ଓ କ୍ଷୁଦ୍ରାନ୍ତ୍ର
(iii) ଅଗ୍ନାଶୟ ରସଦ୍ଵାରା କ୍ଷୁଦ୍ରାନ୍ତ୍ରରେ
(iv) ଶ୍ମଣ୍ଡାନ୍ତ

IX. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ଜୀବଜଗତ କାହାକୁ କୁହାଯାଏ ?
(ii) ଜୀବର ଜୀବନ ପ୍ରକ୍ରିୟା କ’ଣ ?
(iii) ଖାଦ୍ୟ ଶରୀରର କେଉଁ ଆବଶ୍ୟକତା ପୂରଣ କରେ ?
(iv) ମଣିଷକୁ ସର୍ବାହାରୀ କୁହାଯାଏ କାହିଁକି ?
(v) ଆମର ଖାଦ୍ୟ ମୁଖ୍ୟତଃ କେଉଁଠାରୁ ମିଳେ ?
(vi) ଉଭିଦର ପୋଷକମାନେ ମୂଳରୁ ପତ୍ର ପର୍ଯ୍ୟନ୍ତ କିପରି ଯାଆନ୍ତି ?
(vii) ସ୍ଵଭୋଜୀ ବା ସ୍ଵପୋଷୀ କାହାକୁ କହନ୍ତି ?
(viii)ଉଭିଦ କେଉଁ କେଉଁ ପ୍ରକାର ଖାଦ୍ୟ ପ୍ରସ୍ତୁତ କରେ ?
(ix) ତାରକା ମାଛ କ’ଣ ଖାଏ ?
(x) ଆମ ପାଟିରେ ସର୍ବାଧ୍ଵ ଦାନ୍ତସଂଖ୍ୟା କେତେ ?
Solution:
(i) ଉଭୟ ପ୍ରାଣୀଜଗତ ଓ ଉଭିଦଜଗତକୁ ଜୀବଜଗତ କୁହାଯାଏ ।
(ii) ଜୀବର ବୃଦ୍ଧି, ବିକାଶ, ଜନନ, ରେଚନ, ଚଳନ, ପୋଷଣ, ଶ୍ବସନ ଇତ୍ୟାଦି ଜୀବନ ପ୍ରକ୍ରିୟା ଅଟେ ।
(iii) ଖାଦ୍ୟ ଶରୀରର ବୃଦ୍ଧି, ଶକ୍ତି, ନୂତନ କୋଷ ସୃଷ୍ଟି, ରୋଗ ପ୍ରତିରୋଧକ ଶକ୍ତି, କ୍ଷୟପୂରଣ, ଜନନ, ରେଚନ, ଚଳନ, ପୋଷଣ, ଶ୍ୱସନ ଆଦି ଆବଶ୍ୟକତା ପୂରଣ କରେ |
(iv) ମଣିଷ ଉଭୟ ପ୍ରାଣୀଜାତ ଓ ଉଭିଦଜାତ ଖାଦ୍ୟ ଖାଉଥ‌ିବାରୁ ତାକୁ ସର୍ବାହାରୀ କୁହାଯାଏ ।
(v) ଆମର ଖାଦ୍ୟ ମୁଖ୍ୟତଃ ପ୍ରାଣୀଜାତ ଓ ଉଭିଦଜାତ ଉପାଦାନରୁ ମିଳେ ।
(vi) ଉଦ୍ଭିଦର ପୋଷକମାନେ ମୂଳରୁ ପତ୍ର ପର୍ଯ୍ୟନ୍ତ ସଂବାହୀ ନଳୀଦ୍ଵାରା ଯାଆନ୍ତି ।
(vii) ସ୍ବଭୋଜୀ ବା ସ୍ଵପୋଷୀ ସବୁଜ ଉଭିଦକୁ କହନ୍ତି ।
(viii)ଉଭିଦ ଶ୍ଵେତସାର, ପୁଷ୍ଟିସାର, ଜୀବସାର ଓ ସ୍ନେହସାର ଖାଦ୍ୟ.ପ୍ରସ୍ତୁତ କରେ ।
(ix) ତାରକା ମାଛ ଗେଣ୍ଡା ଓ ଶାମୁକା ଖାଏ ।
(x) ଆମ ପାଟିରେ ସର୍ବାଧିକ ଦାନ୍ତସଂଖ୍ୟା 32 |

Leave a Comment