BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Odisha State Board BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର Important Questions and Answers.

BE Odisha Class 7 Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭୂତ୍ଵକ୍ ସମ୍ପର୍କରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:

  1. ପୃଥ‌ିବୀର ଅଭ୍ୟନ୍ତରର ସବା ଉପରସ୍ତର ହେଉଛି ଭୂତ୍ଵକ୍ ।
  2. ଶରୀରକୁ ଚର୍ମ ଢାଙ୍କି ରହିବା ଭଳି ଏହା ପୃଥ‌ିବୀକୁ ଢାଙ୍କି ରହିଛି । ଏହା କଠିନ ସ୍ତର ଏବଂ ପତଳା ।
  3. ମହାଦେଶୀୟ ଭୂତ୍ଵକ୍‌ର ଗଭୀରତା ପ୍ରାୟ ୫୦ କି.ମି. ଥ‌ିବାବେଳେ ମହାସାଗରୀୟ ଭୂତ୍ଵକ୍‌ର ଗଭୀରତା ପ୍ରାୟ ୫ କି.ମି. ।
  4. ଭୂତ୍ଵକ୍‌ର ମହାଦେଶୀୟ ଅଂଶ ସିଲିକା ଓ ଆଲୁମିନାରେ ଗଠିତ, ତେଣୁ ଏହାକୁ ସିଆଲ (ସିଲିକା + ଆଲୁମିନା) ସ୍ତର କୁହାଯାଏ ।
  5. ମହାସାଗରୀୟ କୃତ୍ବକୁ ମୁଖ୍ୟତଃ ସିଲିକା ଓ ମାଗ୍ନେସିୟମ୍‌ରେ ଗଠିତ ହୋଇଥିବାରୁ ଏହାକୁ ସିମା (ସିଲିକା + ମ୍ୟାଗ୍ନେସିୟମ୍) କୁହାଯାଏ

Question 2.
କୋର୍ ବା କେନ୍ଦ୍ରମଣ୍ଡଳ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କର ।
Answer:

  1. ପୃଥ‌ିବୀର ଅଭ୍ୟନ୍ତରର ସବୁଠାରୁ ଭିତରେ ଥିବା ସ୍ତରକୁ କୋର୍ ବା କେନ୍ଦ୍ରମଣ୍ଡଳ କୁହାଯାଏ ।
  2. ଏହି ସ୍ତରର ବ୍ୟାସାର୍ଦ୍ଧ ପ୍ରାୟ ୩୫୦୦ କିଲୋମିଟର ।
  3. ଏହା ମୁଖ୍ୟତଃ ଲୁହା ଓ ନିକେଲ ଭଳି ଭାରି ଧାତୁରେ ଗଠିତ ।
  4. ତେଣୁ ଏହି ସ୍ତରକୁ ନିଫେ (ନିକେଲ + ଫେରସ୍) ସ୍ତର କୁହାଯାଏ ।
  5. ଏଠାରେ ଅତ୍ୟଧିକ ତାପମାତ୍ରା ଓ ଅତ୍ୟଧିକ ଚାପ ରହିଥ‌ିବାର ଜଣାଯାଏ ।

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Question 3.
ଆଗ୍ନେୟ ଶିଳା କିପରି ସୃଷ୍ଟି ହୁଏ ? ଏହି ଶିଳାର ପ୍ରକାରଭେଦ ଆଲୋଚନା କର ।
Answer:

  1. ଭୂତ୍ଵକୁ ତଳେ ଥିବା ତରଳ ବା ଅତରଳ ଶିଳାକୁ ମାଗ୍ନା କୁହାଯାଏ । ଭୂପୃଷ୍ଠରେ ପ୍ରବାହିତ ମାଗ୍ନାକୁ ଲାଭା କୁହାଯାଏ । ଲାଭା କ୍ରମେ ଶୀତଳ ଓ କଠିନ ହୋଇ ଆଗ୍ନେୟଶିଳାରେ ପରିଣତ ହୁଏ ।
  2. ଆଗ୍ନେୟ ଶିଳା ୨ ପ୍ରକାରର, ଯଥା- ନିଃସ୍ରବଜ ଆଗ୍ନେୟଶିଳା ଓ ଅନ୍ତର୍ଭେଦୀ ଆଗ୍ନେୟଶିଳା ।
  3. ଜ୍ଵାଳାମୁଖୀରୁ ନିର୍ଗତ ଅତି ଉତ୍ତପ୍ତ ତଥା ତରଳ ମାଗ୍ନା ଭୂପୃଷ୍ଠରେ ଲାଭା ଆକାରରେ ଜମା ହୁଏ ଏବଂ ଶୀଘ୍ର ଶୀତଳ ଓ କଠିନ ହୋଇ ଶିଳାରେ ପରିଣତ ହୋଇଥାଏ । ଏହାକୁ ନିଃସ୍ରବଜ ଆଗ୍ନେୟଶିଳା କୁହାଯାଏ ।
  4. ଏହି ଶିଳାଗୁଡ଼ିକ ଅତି ଛୋଟ ଛୋଟ ରେଣୁଦ୍ଵାରା ଗଠିତ । ବାସାଲ୍ଟ ଏ ପ୍ରକାର ଶିଳାର ଏକ ଉଦାହରଣ ।
  5. ବେଳେବେଳେ ମାତ୍ମା ଭୂତ୍ଵକ୍ ଶିଳାସ୍ତରରେ ଧୀରେ ଧୀରେ ଶୀତଳ ଓ କଠିନ ହୋଇ ଶିଳାରେ ପରିଣତ ହୁଏ । ଏହାକୁ ଅନ୍ତର୍ଭେଦୀ ଆଗ୍ନେୟଶିଳା କୁହାଯାଏ । ଏ ପ୍ରକାର ଶିଳାରେ ବଡ଼ ବଡ଼ ସ୍ଫଟିକ ବା ଦାନା ରହିଥାଏ । ଗ୍ରାନାଇଟ୍‌ ଏ ପ୍ରକାର ଶିଳାର ଏକ ଉଦାହରଣ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭୂତ୍ଵକ୍‌ର ମହାଦେଶୀୟ ଅଂଶ କେଉଁଥିରେ ଗଠିତ ? ଏହାକୁ କ’ଣ କୁହାଯାଏ ?
Answer:

  • ଭୂତ୍ଵକ୍‌ର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ ।
  • ଏଣୁ ଏହାକୁ ସିଆଲ (ସିଲିକା + ଆଲୁମିନା) ସ୍ତର କୁହାଯାଏ ।

Question 2.
ଭୂତ୍ଵକ୍‌ର ମହାସାଗରୀୟ ଅଂଶର ଗଠନ ବିଷୟରେ ଲେଖ ।
Answer:

  • ଭୂତ୍ଵକ୍‌ର ମହାସାଗରୀୟ ଅଂଶ ସିଲିକା ଓ ମ୍ୟାଗ୍ନେସିୟମ୍‌ରେ, ଗଠିତ ।
  • ତେଣୁ ଏହାକୁ ସଂକ୍ଷେପରେ ସିମା କୁହାଯାଏ ।

Question 3.
ନିଫେ ସ୍ତର କ’ଣ ବୁଝାଅ ।
Answer:

  • ସବୁଠାରୁ ଗଭୀରତମ ସ୍ତର ହେଉଛି କୋର୍ ।
  • ଏହା ମୁଖ୍ୟତଃ ଲୁହା ଓ ନିକେଲ୍‌ ଭଳି ଭାରୀ ଧାତୁରେ ଗଠିତ
  • ଏହାକୁ ସଂକ୍ଷେପରେ ନିପେ (ନିକେଲ + ଫେରସ୍) ସ୍ତର କୁହାଯାଏ ।

Question 4.
ନିଃସ୍ରବଳ ଆଗ୍ନେୟ ଶିଳା କିପରି ସୃଷ୍ଟି ହୁଏ ?
Answer:

  • ଭୂତ୍ଵକ୍ ତଳେ ଥ‌ିବା ଉତ୍ତପ୍ତ ତଥା ତରଳ ମାଗ୍ନା ଜ୍ଵାଳାମୁଖୀ ଦେଇ ଭୂପୃଷ୍ଠରେ ଲାଭା ଆକାରରେ ଜମା ହୁଏ ।
  • ଏହା ଶୀଘ୍ର ଶୀତଳ ଓ କଠିନ ହୋଇ ନିଃସ୍ରବଜ ଆଗ୍ନେୟ ଶିଳାରେ ପରିଣତ ହୁଏ ।

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Question 5.
ଶିଳାଚକ୍ର କହିଲେ କ’ଣ ବୁଝ ?
Answer:

  • ପ୍ରତ୍ୟେକ ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ଶିଳାରେ ପରିଣତ ହୁଏ । ଏହି ପରିବର୍ତ୍ତନ ଏକ ନିୟମିତ ଧାରାରେ ହୋଇଥାଏ । ଏହାକୁ ଶିଳାଚକ୍ର କୁହାଯାଏ ।
  • ଉଦାହରଣ : ଆଗ୍ନେୟ ଶିଳା ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇ ଅବକ୍ଷିପ୍ତ ଶିଳାରେ ପରିଣତ ହୁଏ । ସେହି ପରି ରୂପାନ୍ତରିତ ଶିଳା ଅତ୍ୟଧିକ ତାପ ପ୍ରଭାବରେ ଅର୍ଦ୍ଧତରଳ ମାମ୍ନାରେ ଓ ମାତ୍ମା ପୁନଶ୍ଚ ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୁଏ ।

Question 6.
ରୂପାନ୍ତରିତ ଶିଳା କ’ଣ ଉଦାହରଣ ସହ ବୁଝାଅ ।
Answer:

  • ଭୂତ୍ଵକ୍ ଅଭ୍ୟନ୍ତରରେ ଅତ୍ୟଧିକ ତାପ ଓ ଚାପ ପ୍ରଭାବରେ କେତେକ ଆଗ୍ନେୟ ଶିଳା ଓ ଅବକ୍ଷିପ୍ତ ଶିଳା ରାଶି ନୂତନ ଶିଳାରେ ପରିଣତ ହୋଇଥାନ୍ତି । ଏହାକୁ ରୂପାନ୍ତରିତ ଶିଳା କୁହାଯାଏ ।
  • କର୍ଦ୍ଦମ ଶିଳା ରୂପାନ୍ତରିତ ହୋଇ ସ୍ଟ୍ରେଟ୍‌ରେ ଓ ଚୂନପଥର ମାର୍ବଲରେ ପରିଣତ ହୋଇଥାଏ ।

Question 7.
ଅବକ୍ଷିପ୍ତ ଶିଳା କିପରି ସୃଷ୍ଟି ହୁଏ ?
Answer:

  • ବଡ଼ ବଡ଼ ଶିଳାଖଣ୍ଡମାନ ଫାଟିଯାଇ ଛୋଟ ଛୋଟ ଶିଳା ଓ ପରେ ଏଗୁଡ଼ିକ କ୍ଷୟିତ ହୋଇ ଛୋଟ ଛୋଟ ଗୋଡ଼ି, ବାଲି ଓ ଧୂଳିରେ ପରିଣତ ହୁଏ ।
  • ଏଗୁଡ଼ିକ ଜଳସ୍ରୋତ ଓ ପବନ ଦ୍ବାରା ପରିବାହିତ ହୋଇ ଅନ୍ୟତ୍ର ସ୍ତର ସ୍ତର ହୋଇ ଜମାହୁଏ ଓ କଠିନ ଶିଳାରେ ପରିଣତ ହୁଏ ।
  • ଏପ୍ରକାର ଶିଳାକୁ ଅବକ୍ଷିପ୍ତ ଶିଳା କୁହାଯାଏ । ଉଦାହରଣ : ବାଲିପଥର ।

Question 8.
ଭୂକ୍‌ର ତଳ ସ୍ତରକୁ କ’ଣ କୁହାଯାଏ ? ଏଥିରେ କେଉଁ କେଉଁ ଧାତବ ପଦାର୍ଥ ଥିବାର ଜଣାଯାଏ ?
Answer:

  • ଭୂତ୍ଵକ୍‌ର ତଳ ସ୍ତରକୁ ମାଣ୍ଡଲ୍‌ ବା ମାଧମଣ୍ଡଳ କୁହାଯାଏ । ଏହା ପ୍ରାୟ ୨୯୦୦ କି.ମି. ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ ।
  • ଏହି ସ୍ତରରେ ସିଲିକା, ମାଗ୍ନେସିୟମ୍ ସହ ବିଭିନ୍ନ ଧାତବ ପଦାର୍ଥ ଥ‌ିବାର ଜଣାପଡ଼େ । କାରଣ ଦର୍ଶାଅ

Question 9.
ଆଗ୍ନେୟ ଶିଳାକୁ ପ୍ରାଥମିକ ଶିଳା କୁହାଯାଏ ।
Answer:

  • ଭୂ-ସ୍ଵକ୍‌ରେ ଥିବା ଶିଳା ତରଳ ବା ଅତରଳ ଅବସ୍ଥାରେ ଥାଏ । ଏହାକୁ ମାତ୍ମା କୁହାଯାଏ ।
  • ବେଳେବେଳେ ଏହା ଭୂପୃଷ୍ଠ ଆଡ଼କୁ ପ୍ରବାହିତ ହୁଏ । ଭୂପୃଷ୍ଠରେ ଏହାକୁ ଲାଭା କୁହାଯାଏ । ଲାଭା ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୁଏ । ଏହା ପ୍ରଥମେ ସୃଷ୍ଟି ହେଉଥ‌ିବାରୁ ଏହାକୁ ପ୍ରାଥମିକ ଶିଳା କୁହାଯାଏ ।

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Question 10.
ମାନବ ସମାଜ ପାଇଁ ଖଣିଜ ଦ୍ରବ୍ୟର ଯଥେଷ୍ଟ ଗୁରୁତ୍ଵ ରହିଛି ।
Answer:

  • ମାନବ ସମାଜ ପାଇଁ ଖଣିଜ ଦ୍ରବ୍ୟର ଯଥେଷ୍ଟ ଗୁରୁତ୍ଵ ରହିଛି; ଯଥା- କୋଇଲା, ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ୍
  • ଲୁହା, ବକ୍‌ସାଇଟ୍ ଓ ସୁନା ପ୍ରଭୃତି ଖଣିଜ ଦ୍ରବ୍ୟ ଶିଳ୍ପରେ ବ୍ୟବହାର କରାଯାଏ ଏବଂ ବିଭିନ୍ନ ରାସାୟନିକ ସାର ଓ ଔଷଧ ଶିଳ୍ପରେ ମଧ୍ଯ ଖଣିଜ ଦ୍ରବ୍ୟର ବ୍ୟବହାର ରହିଛି ।

ପାର୍ଥକ୍ୟ ଦର୍ଶାଅ

1. ମାଲ୍ଗା ଓ ଲାଭା
Answer:
BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 1

2. ସିଆଲ ଓ ସିମା
Answer:
BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 2

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଗୋଟିଏ ବାକ୍ୟରେ ଉତ୍ତର ଦିଅ।

Question i.
ଭୂ-ବକ୍ କାହାକୁ କୁହାଯାଏ ?
Answer:
ପୃଥ‌ିବୀର ସବା ଉପରେ ଥିବା ସ୍ତରକୁ ଭୁ ତ୍ଵକ କୁହାଯାଏ ।

Question ii.
ସିଆଲ କାହାକୁ କୁହାଯାଏ ?
Answer:
ଭୂ-କ୍‌ର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ ହୋଇଥିବାରୁ ଏହାକୁ ସିଆଲ ସ୍ତର କୁହାଯାଏ ।

Question iii.
ମହାସାଗରୀୟ ଭୂତ୍ଵକ୍ କେଉଁଥିରେ ଗଠିତ ?
Answer:
ମହାସାଗରୀୟ ଭୂତ୍ଵକୁ ମୁଖ୍ୟତଃ ସିଲିକା ଓ ମାଗ୍ନେସିୟମଦ୍ୱାରା ଗଠିତ ।

Question iv
ପୃଥିବୀରେ ଗଭୀରତମ ଖଣି କେଉଁଠି ରହିଛି ?
Answer:
ପୃଥ‌ିବୀର ଗଭୀରତମ ଖଣି ଦକ୍ଷିଣ ଆଫ୍ରିକାରେ ରହିଛି, ଯାହାର ଗଭୀରତା ପ୍ରାୟ ୪ କି.ମି. ।

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Question v.
ପୃଥ‌ିବୀର କେନ୍ଦ୍ରରେ ପହଞ୍ଚିବା ପାଇଁ ଆମକୁ କେତେ ଗଭୀର ଗାତ ଖୋଳିବାକୁ ପଡ଼ିବ ?
Answer:
ପୃଥ‌ିବୀର କେନ୍ଦ୍ରରେ ପହଞ୍ଚିବା ପାଇଁ ଆମକୁ ସମୁଦ୍ର ନିମ୍ନରୁ ପ୍ରାୟ ୬୩୦୦ କି.ମି. ଗଭୀର ଗାତ ଖୋଳିବାକୁ ପଡ଼ିବ।

Question vi.
ମଧ୍ଯମଣ୍ଡଳ କାହାକୁ କୁହାଯାଏ ?
Answer:
ଭୂତ୍ଵକ୍‌ର ତଳକୁ ଥିବା ସ୍ତରକୁ ମାଣ୍ଟାଲ୍ ବା ମଧ୍ଯମଣ୍ଡଳ କୁହାଯାଏ ।

Question vii.
କେନ୍ଦ୍ରମଣ୍ଡଳ କାହାକୁ କୁହାଯାଏ ?
Answer:
ପୃଥ‌ିବୀର ସବୁଠାରୁ ଭିତରେ ଥିବା ସ୍ତରକୁ କୋର ବା କେନ୍ଦ୍ରମଣ୍ଡଳ କୁହାଯାଏ।

Question viii.
କେନ୍ଦ୍ରମଣ୍ଡଳ ବା କୋର୍ ଅଞ୍ଚଳ ମୁଖ୍ୟତଃ କେଉଁଥିରେ ଗଠିତ ?
Answer:
କେନ୍ଦ୍ରମଣ୍ଡଳ ମୁଖ୍ୟତଃ ଲୁହା ଓ ନିକେଲ ଭଳି ଭାରୀ ଧାତୁରେ ଗଠିତ ।

ପ୍ରତ୍ୟେକ ଉତ୍ତର ଗୋଟିଏ ଦୁଇଟି ବାକ୍ୟରେ ପ୍ରକାଶ କର ।

i. ଭୂତକ୍
Answer:
ପୃଥ‌ିବୀର ସବା ଉପରେ ଥିବା କଠିନ ଓ ପତଳା ସ୍ତରଟିକୁ ଭୂତ୍ଵକ୍ କୁହାଯାଏ ।

ii. ସିଆଲ
Answer:
ଭୂତ୍ଵକ୍‌ର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ ହୋଇଥିବାରୁ ଏହାକୁ ସିଆଲ (ସିଲିକା + ଆଲୁମିନା) ସ୍ତର କୁହାଯାଏ ।

iii. ସିମା
Answer:
ଭୂତ୍ବକ୍‌ର ମହାସାଗରୀୟ ଅଂଶ ମୁଖ୍ୟତଃ ସିଲିକା ଓ ମାଗ୍ନେସିୟମ୍‌ରେ ଗଠିତ ହୋଇଥିବାରୁ ତାହାକୁ ସିମା (ସିଲିକା + ମାଗ୍ନେସିୟମ୍) ସ୍ତର କୁହାଯାଏ ।

iv. ନିଫେ ବା କୋର୍ ବା କେନ୍ଦ୍ରମଣ୍ଡଳ
Answer:
ପୃଥ‌ିବୀର ଅଭ୍ୟନ୍ତରରେ ସବୁଠାରୁ ଭିତରେ ଥିବା ପ୍ରାୟ ୩୫୦୦ କି.ମି. ବ୍ୟାସାର୍କ ବିଶିଷ୍ଟ ସ୍ତରକୁ ନିଫେ ବା କୋର୍ ବା କେନ୍ଦ୍ରମଣ୍ଡଳ କୁହାଯାଏ ।

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

v. ମାଣ୍ଡଲ
Answer:
ଭୂତ୍ଵକ୍‌ର ତଳକୁ ଥିବା ପ୍ରାୟ ୨୯୦୦ କି.ମି. ଗଭୀରତା ବିଶିଷ୍ଟ ସ୍ତରକୁ ମାଣ୍ଡଲ ବା ମଧ୍ଯମଣ୍ଡଳ କୁହାଯାଏ ।

vi. ଆଗ୍ନେୟ ଶିଳା
Answer:
ତରଳ ଲାଭା ଭୂପୃଷ୍ଠରେ ଓ ତରଳ ମାଗ୍ନା କୂଅଭ୍ୟନ୍ତରରେ ଶୀଘ୍ର ଶୀତଳ ଓ କଠିନ ହୋଇ ସୃଷ୍ଟି ହୋଇଥିବା ଶିଳାକୁ ଆଗ୍ନେୟ ଶିଳା କୁହାଯାଏ ।

vii. ଅବକ୍ଷିପ୍ତ ଶିଳା
Answer:
କ୍ଷୟିତ ଶିଳା ରାଶି ଜଳସ୍ରୋତ, ପବନ ଆଦି ଦ୍ଵାରା ପରିବାହିତ ହୋଇ ଅନ୍ୟତ୍ର ଜମା ହୋଇ କାଳକ୍ରମେ ସୃଷ୍ଟି ହେଉଥିବା ଶିଳାକୁ ଅବକ୍ଷିପ୍ତ ଶିଳା କୁହାଯାଏ ।

viii. ଶିଳାଚକ୍ର
Answer:
ପ୍ରତ୍ୟେକ ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ଶିଳାରେ ଏକ ନିୟମିତ ଧାରାରେ ପରିଣତ ହେବା ପ୍ରକ୍ରିୟାକୁ ଶିଳାଚକ୍ର କୁହାଯାଏ ।

ix. ଜୀବାଶ୍ମ
Answer:
ଶିଳାସ୍ତର ମଧ୍ଯରେ ଥ‌ିବା ମୃତ ପ୍ରାଣୀ ଓ ଉଦ୍ଭଦଙ୍କର ନଷ୍ଟ ବିଶେଷକୁ ଜୀବାଶ୍ମ କୁହାଯାଏ ।

ପ୍ରତ୍ୟେକ ବାକ୍ୟାଶକୁ ଗୋଟିଏ ଲେଖାଏଁ ଭୌଗୋଳିକ ଶବ୍ଦରେ ପ୍ରକାଶ କର ।

  1. ସିଲିକା ଓ ଆଲୁମିନାରେ ଗଠିତ ହୋଇଥିବା ସ୍ତରର ସଂକ୍ଷିପ୍ତ ନାମ ।
  2. ସିଲିକା ଓ ମାଗ୍ନେସିୟମ୍ ଥ‌ିବା ସ୍ତରର ସଂକ୍ଷିପ୍ତ ନାମ ।
  3. ଜୀବାଶ୍ମ ସିଞ୍ଚିତ ହୋଇ ରହିଥିବା ଶିଳା ।
  4. ନିର୍ଦ୍ଦିଷ୍ଟ ରାସାୟନିକ ଗୁଣ ଥିବା ଶିଳା ।
  5. ଭୂତ୍ଵକୁ ତଳେ ଥିବା ଅଦ୍ଧତରଳ ଶିଳା ।

Answer:

  1. ସିଆଲ୍
  2. ସିମା
  3. ଅବକ୍ଷିପ୍ତ ଶିଳା
  4. ଖଣିଜ ଦ୍ରବ୍ଯ
  5. ମାତ୍ମା

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

ଠିକ୍ ଉତ୍ତରଟି ବାଛି ଲେଖ ।

Question i.
ଅଦ୍ଧତରଳ ମାଙ୍ଗାରୁ କେଉଁ ଶିଳା ସୃଷ୍ଟି ହୋଇଥାଏ ?
(କ) ଆଗ୍ନେୟ
(ଖ) ଅବକ୍ଷିପ୍ତ
(ଗ) ରୂପାନ୍ତରିତ
Answer:
(କ) ଆଗ୍ନେୟ

Question ii.
ପୃଥ‌ିବୀର ଗଭୀରତମ ସ୍ତରକୁ କ’ଣ କୁହାଯାଏ ?
(କ) ଭୂତ୍ଵକ୍
(ଖ) ମାଣ୍ଡଲ୍
(ଗ) କୋର୍
Answer:
(ଗ) କୋର୍

Question iii.
ସୁନା, ପେଟ୍ରୋଲିୟମ୍ ଓ କୋଇଲା କ’ଣ ?
(କ) ଶିଳା
(ଖ) ଖଣିଜ
(ଗ) ଜୀବାଶ୍ମ
Answer:
(ଖ) ଖଣିଜ

Question iv.
କେଉଁଟି ଜୀବାଶ୍ମ ଥ‌ିବା ଶିଳା ?
(କ) ଅବକ୍ଷିପ୍ତ
(ଖ) ରୂପାନ୍ତରିତ
(ଗ) ଆଗ୍ନେୟ
Answer:
(କ) ଅବକ୍ଷିପ୍ତ

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Question v.
କେଉଁ ସ୍ତରଟି ପୃଥ‌ିବୀର ସବୁଠାରୁ ପତଳା ସ୍ତର ?
(କ) ଭୂତ୍ଵକ୍
(ଖ) ମାଣ୍ଡଲ୍
(ଗ) କୋର୍
Answer:
(କ) ଭୂତ୍ଵକ୍

Question vi.
ମହାଦେଶ ତଳେ ଥିବା ଭୂତ୍ଵକ୍‌ର ଗଭୀରତା କେତେ ?
(କ) ୨୦ କି.ମି.
(ଗ) ୫୦ କି.ମି.
(ଖ) ୪୦ କି.ମି.
(ଘ) ୬୦ କି.ମି.
Answer:
(ଗ) ୫୦

Question vii.
ମହାସାଗର ତଳେ ଭୂତ୍ଵକର ମୋଟେଇ ପ୍ରାୟ କେତେ ?
(କ) ୫ କି.ମି.
(ଗ) ୧୫ କି.ମି.
(ଖ) ୧୦ କି.ମି.
(ଘ) ୨୦ କି.ମି.
Answer:
(କ) ୫ କି.ମି.

Question viii.
ସିଲିକା ଓ ମାଗ୍ନେସିୟମରେ ଗଠିତ ସ୍ତରକୁ କ’ଣ କୁହାଯାଏ ?
(କ) ସିଆଲ
(ଖ) ସିମା
(ଗ) ମାଣ୍ଡଲ୍
(ଘ) ନିଫେ
Answer:
(ଖ) ସିମା

Question ix.
ପୃଥ‌ିବୀର ଗଭୀରତମ ଖଣି କେଉଁ ଦେଶରେ ରହିଛି ?
(କ) ଭାରତ
(ଖ) ଜାପାନ
(ଗ) ଯୁକ୍ତରାଷ୍ଟ୍ର ଆମେରିକା
(ଘ) ଦକ୍ଷିଣ ଆଫ୍ରିକା
Answer:
(ଘ) ଦକ୍ଷିଣ ଆଫ୍ରିକା

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Question x.
ପୃଥ‌ିବୀର ବ୍ୟାସାର୍ଦ୍ଧ କେତେ ?
(କ) ୩୬୭୨ କି.ମି.
(ଖ) ୬୩୭୧ କି.ମି.
(ଗ) ୩୭୬୧ କି.ମି.
(ଘ) ୭୩୬୧ କି.ମି.
Answer:
(ଖ) ୬୩୭୧ କି.ମି.

Question xi.
ପୃଥ‌ିବୀର ମୋଟ ଘନଫଳର କେତେ ଭାଗ ଭୂତ୍ଵକୁ ?
(କ) ୦.୫
(ଖ) ୦.୬
(ଗ) ୦.୭
(ଘ) ୦.୮
Answer:
(କ) ୦,୫

Question xii.
ପୃଥ‌ିବୀର ମୋଟ ଘନଫଳର ଭାଗ ମାଣ୍ଟଲ୍‌ ?
(କ) ୧୫
(ଖ) ୧୬
(ଗ) ୧୭
(ଘ) ୧୮
Answer:
(ଖ) ୧୬

Question xiii.
ପୃଥ‌ିବୀର ମୋଟ ଘନଫଳର କେତେ ଭାଗ କୋର୍ ?
(କ) ୮୦
(ଖ) ୮୧
(ଗ) ୮୨
(ଘ) ୮୩
Answer:
(ଘ) ୮୩

Question xiv.
କେଉଁଟି ମାର୍ବଲରେ ପରିଣତ ହୁଏ ?
(କ) କର୍ଦ୍ଦମ ଶିଳା
(ଗ) ଗ୍ରାନାଇଟ୍
(ଖ) ବାଲିପଥର
(ଘ) ଚୂନପଥର
Answer:
(ଘ) ଚୂନପଥର

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Question xv.
କେଉଁ ସ୍ତର ଲୁହା ଭଳି ଭାରି ଧାତୁରେ ଗଠିତ ?
(କ) ସିମା
(ଗ) ନିଫେ
(ଖ) ସିଆଇ
(ଘ) ଭୂତ୍ବକ୍
Answer:
(ଗ) ନିଫେ

ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

1. ଜ୍ଵାଳାମୁଖୀରୁ ସୃଷ୍ଟି ଆଗ୍ନେୟଶିଳାକୁ _______ କୁହାଯାଏ ।. (ନିଃସ୍ରବଜ, ଅନ୍ତର୍ଭେଦୀ, ରୂପାନ୍ତରିତ, ଆଗ୍ନେୟ)
Answer:
ନିଃସ୍ରବଳ

2. ଗ୍ରାନାଇଟ୍ _______ ଶିଳାର ଅନ୍ତର୍ଗତ। (ଅବକ୍ଷିପ୍ତ, ରୂପାନ୍ତରିତ, ଅନ୍ତର୍ଭେଦୀ, ନିଃସ୍ରବଜ)
Answer:
ଅନ୍ତର୍ଭେଦୀ

3. ମାର୍ବଲ _______ ଶିଳାର ଅନ୍ତର୍ଗତ । (ନିଃସ୍ରବଜ, ଅନ୍ତର୍ଭେଦୀ, ଅବକ୍ଷିପ୍ତ, ରୂପାନ୍ତରିତ)
Answer:
ରୂପାନ୍ତରିତ

4. ______ ଶିଳାରେ ଜୀବାଶ୍ମ ସଞ୍ଚିତ ହୋଇ ରହିଥାଏ। (ଅନ୍ତର୍ଭେଦୀ, ଅବକ୍ଷିପ୍ତ, ରୂପାନ୍ତରିତ, ନିଃସ୍ରବଜ)
Answer:
ଅବକ୍ଷିପ୍ତ

5. ଉପତ୍ୟକା _______ ଶ୍ରେଣୀର ଭୂମିରୂପ ଅଟେ। (ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ)
Answer:
ତୃତୀୟ

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

6. ପର୍ବତ ଓ ମାଳଭୂମି ______ ଶ୍ରେଣୀର ଭୂମିରୂପ ଅଟେ । (ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ)
Answer:
ଦ୍ବିତୀୟ

7. ମହାଦେଶ ଓ ମହାସାଗର _____ ଶ୍ରେଣୀର ଭୂମିରୂପ ଅଟେ। (ପ୍ରଥମ, ଦ୍ଵିତୀୟ, ତୃତୀୟ ଚତୁର୍ଥ)
Answer:
ପ୍ରଥମ

ପ୍ରଥମ ଯୋଡ଼ିକୁ ଦେଖୁ ଦ୍ଵିତୀୟ ଯୋଡ଼ି ପୂରଣ କର ।

(i) ନିଃସ୍ରବଜ ଶିଳା : ମାଗ୍ନା : : ଅନ୍ତର୍ଭେଦୀ ଶିଳା : _____ ।
Answer:
ଗ୍ରାନାଇଟ୍

(ii) ଅବକ୍ଷିପ୍ତ ଶିଳା : ବାଲିପଥର : : ରୂପାନ୍ତରିତ ଶିଳା : _____ ।
Answer:
ମାର୍ବଲ

BSE Odisha 7th Class Geography Important Questions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

(iii) ତାଜମହଲ : ରୂପାନ୍ତରିତ ଶିଳା : : କୋଣାର୍କ : _____ ।
Answer:
ଅବକ୍ଷିପ୍ତ ଶିଳା

Leave a Comment