Class 6 Social Science Chapter 12 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୩: ସହରାଞ୍ଚଳରେ ସ୍ଥାନୀୟ ସରକାର

Go through Class 6 Social Science Solutions Odia Medium and Class 6 Social Science Chapter 12 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୩: ସହରାଞ୍ଚଳରେ ସ୍ଥାନୀୟ ସରକାର to understand textbook questions more clearly.

6th Class Social Science Chapter 12 Question Answer Odia Medium

Class 6 Social Science Chapter 12 Odia Medium

ପ୍ରଶ୍ନ, ଅଭ୍ୟାସ କାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ତୁମେ ସ୍କୁଲଯିବା ବାଟରେ, ତୁମେ ଏବଂ ତୁମ ସାଙ୍ଗମାନେ ଦେଖୁଲ ଯେ ଏକ ପାଣି ପାଇପ୍ ଲିକ୍ ହେଉଛି, ଲିକ୍ ଯୋଗୁଁ ବହୁ ପରିମାଣରେ ପାଣି ନଷ୍ଟ ହେଉଛି । ଏଭଳି ପରିସ୍ଥିତିରେ ତୁମେ ଏବଂ ତୁମ ସାଙ୍ଗମାନେ କ’ଣ କରିବ ?
Answer:
ପାଣି ଲିକ୍ ହେଉଥ‌ିବା ଦେଖି ଆମ୍ଭେମାନେ ନିମ୍ନଲିଖତ ପଦକ୍ଷେପ ନେଇପାରିବୁ ।

  1. ଆମ୍ଭେମାନେ ତୁରନ୍ତ ସ୍ଥାନୀୟ ବୟସ୍କ ଲୋକ, ଶିକ୍ଷକମାନଙ୍କୁ କିମ୍ବା ସ୍କୁଲର ଅଧିକାରୀମାନଙ୍କୁ ଜଣାଇବୁ । `
  2. ହେଲପ୍ ଲାଇନ୍ ନମ୍ବରରେ ସ୍ଥାନୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବୁ ।
  3. ସ୍ଥାନୀୟ ବାସିନ୍ଦରାମାନଙ୍କୁ ଲିକ୍‌ଣିକୁ ସଂଗ୍ରହ କରିବାକୁ ଉତ୍ସାହିତ କରିବୁ ।
  4. ହ୍ଵାଟସ୍ଵପ୍ ମାଧ୍ୟମରେ ସ୍ଥାନୀୟ ଲୋକମାନେ ଲିକ୍ ହେଉଥୁବା ପାଇପୁର ଫଟୋ ଉଠାଇ ସେୟାର କରିବାକୁ ଅନୁରୋଧ କରିବୁ ।
  5. ପାଇପ୍‌ର ଲିକ୍ ହେଉଥ‌ିବା ସ୍ଥାନକୁ ବନ୍ଦ କରିବାପାଇଁ ଯଥାସାଧ୍ଯ ଉଦ୍ୟମ କରିବୁ ।

Question 2.
ତୁମ ଶ୍ରେଣୀକୁ ତୁମ ନିକଟସ୍ଥ ଏକ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ସଦସ୍ୟଙ୍କୁ ନିମନ୍ତ୍ରଣ କର । ସେମାନଙ୍କ ସହ ସେମାନଙ୍କ ଭୂମିକା ଓ ଦାୟିତ୍ଵ ସମ୍ପର୍କରେ ଆଲୋଚନା କର । ସେମାନଙ୍କୁ ପଚାରିବାପାଇଁ ଏକ ପ୍ରଶ୍ନ ପତ୍ର ପ୍ରସ୍ତୁତ କର ଯାହାଦ୍ଵାରା ବୈଠକ ଫଳପ୍ରଦ ହେବ ।
Answer:
ସ୍ଥାନୀୟ କାଉନ୍ସିଲର୍ ମିସେସ୍ ରାଖୀ ସିହ୍ନାଙ୍କୁ ସ୍କୁଲ ତରଫରୁ ନିମନ୍ତ୍ରଣ କରାଯାଇଥିଲା । ସେ ଆସି ତାଙ୍କର ଅଭିଜ୍ଞତା, ଭୂମିକା, କାର୍ଯ୍ୟ ଏବଂ ଆଗାମୀ ଦିନର ପରିକଳ୍ପନା ସମ୍ପର୍କରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶ୍ରେଣୀର ଛାତ୍ରଛାତ୍ରୀମାନେ ତାଙ୍କ ପାଇଁ ଏକ ପ୍ରଶ୍ନବଳୀ ପ୍ରସ୍ତୁତ କରିଥିଲେ ଯାହା ନିମ୍ନରେ ପ୍ରଦତ୍ତ କରାଯାଇଛି ।
(i) ଦୟାକରି ଆପଣ ନିଜର ପରିଚୟ ପ୍ରଦାନ କରନ୍ତୁ ।
(ii) ଆପଣଙ୍କର ପୌର ପରିଷଦରେ ନିର୍ଦ୍ଦିଷ୍ଟ ଭୂମିକା କ’ଣ ?
(ii) ଆପଣ ଆପଣଙ୍କରର ମୁଖ୍ୟ କର୍ତ୍ତବ୍ୟ ଓ ଦାୟିତ୍ଵଗୁଡ଼ିକୁ କହିବେ କି ?
(iv) ଆପଣଙ୍କ ଭୂମିକାର କେଉଁ ବିଭାଗକୁ ଆପଣ ଭଲ ଭାବରେ ଉପଭୋଗ କରନ୍ତି ?
(v) ଆପଣ କର୍ଭବ୍ୟ କଲାବେଳେ କେଉଁସବୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି ?
(vi) ଆପଣ ଆପଣଙ୍କର ନିଜସ୍ୱ ୱାର୍ଡ଼କୁ ସବୁଠାରୁ ଉତ୍କୃଷ୍ଟ କରିବାପାଇଁ କ’ଣ ଯୋଜନାମାନ କରିଛନ୍ତି ?
(vii) ଏକ ଭାଗିଦାରୀ ସରକାରରେ ଆପଣ ସ୍ଥାନୀୟ ନାଗରିକମାନଙ୍କୁ କିପରି ବିନିଯୋଗ କରନ୍ତି ?
(vii) ଦୟାକରି କହିବେ କି ଛାତ୍ରଛାତ୍ରୀମାନେ ପୌରପାଳିକାର କାର୍ଯ୍ୟରେ କିପରି ଯୋଗଦାନ କରାଇପାରିବେ ?
(ix) ରାସ୍ତାରେ ଫୋପଡ଼ା ହେଉଥ‌ିବା ଅଳିଆ ଆବର୍ଜନାକୁ କିପରି ବନ୍ଦ କରିହେବ ?
(x) ରାଜନୀତିରେ ଆପଣଙ୍କର ଭବିଷ୍ୟତ ଯୋଜନା କ’ଣ ?
(xi) ସ୍ଵଚ୍ଛ ରାଜନୀତିରେ ଯୋଗ ଦେବାପାଇଁ ଆପଣ ପିଲାମାନଙ୍କୁ କିପରି ପ୍ରବର୍ତ୍ତାଇବେ ?

Question 3.
ତୁମ ପରିବାର ଏବଂ ପଡ଼ୋଶୀ ପ୍ରାପ୍ତ ବୟସ୍କ ସଦସ୍ୟମାନଙ୍କ ସହିତ ଆଲୋଚନା କର ଏବଂ ସହରାଞ୍ଚଳର ସ୍ଥାନୀୟ ଶାସନ ସଂସ୍ଥାଠାରୁ ସେମାନଙ୍କର ଆବଶ୍ୟକତାର ଏକ ତାଲିକା ପ୍ରସ୍ତୁତ କର ।
Answer:
ମୁଁ ମୋର ଦାଦା ଏବଂ ଜଣେ ପଡ଼ୋଣୀ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଠାରୁ ସେମାନଙ୍କର ଆବଶ୍ୟକତା ବିଷୟରେ ପଚାରି ଏକ ତାଲିକା ପ୍ରସ୍ତୁତ କରି ନିମ୍ନରେ ଉଲ୍ଲେଖ କରିଛି ।

  1. ନିୟମିତ ପିଇବାପାଣିର ଯୋଗାଣ ।
  2. ସବୁଜ ପାର୍କ ଏବଂ ଚାଲିବା ସ୍ଥାନଗୁଡ଼ିକର ସୁପରିଚାଳନା ।
  3. ନିୟମିତ ଭାବରେ ଅଳିଆ ଆବର୍ଜନାର ନିଷ୍କାସନ କାର୍ଯ୍ୟ ।
  4. ରାସ୍ତା ଏବଂ ଲୋକଚଲା ପଥ ସଫାସୁତୁରା ରଖୁବା ବ୍ୟବସ୍ଥା ।
  5. ସହର ଭିତରେ ଗୋରୁଗାଈଙ୍କ ଅବାଧ ପ୍ରବେଶକୁ ନିୟନ୍ତ୍ରଣ କରିବା ।
  6. ସହରରେ ଗୁରୁତ୍ଵପୂର୍ଣ ଦିନଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟମାନ ଅନୁଷ୍ଠିତ କରାଇବା ।
  7. କ୍ଷତିଗ୍ରସ୍ତ ଇଲେଟ୍ରିକ୍ ପୋଲ ଏବଂ ଇଲେଟ୍ରିକ ଝୁଲନ୍ତା ତାରକୁ ଠିକ୍ କରାଇବା ।
  8. ପିଲାମାନଙ୍କ ପାଇଁ ଖେଳକୁଦ ସ୍ଥାନ ସଂରକ୍ଷଣ କରିବା ।
  9. ସହରରେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଇବା ।

Question 4.
ଏକ ଉତ୍ତମ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍କାର ବୈଶିଷ୍ଟ୍ୟଗୁଡ଼ିକର ତାଲିକା ପ୍ରସ୍ତୁତ କର ।
Answer:
ଏକ ଉତ୍ତମ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ବୈଶିଷ୍ଟ୍ୟଗୁଡ଼ିକ ହେଲା!

  1. ନାଗରିକମାନଙ୍କ ସର୍ବବିଧ ଉନ୍ନତି ନିମିତ୍ତ ତତ୍ପର ।
  2. ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ସକ୍ରିୟ ମନୋଭାବ ।
  3. ଏକ ନାଗରିକ ଅଧିକାର ପତ୍ର ଯେଉଁଥିରେ କର୍ଭବ୍ୟ ଏବଂ ଦାୟିତ୍ଵ ଲିଖୁତଥାଏ ।
  4. ମୋବାଇଲ ଆପ୍ ଏବଂ ପ୍ରଯୁକ୍ତିବିଦ୍ୟାର ବହୁଳ ଉପଯୋଗ ।
  5. ଜନସାଧାରଣ ଅଭିଯୋଗ ଶୁଣିବା ପାଇଁ ଏକ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ।
  6. ସାଧାରଣ ଲୋକ ସ୍ଥାନୀୟ ସଂସ୍ଥାରେ ଏକ ଅଂଶ ହେବାପାଇଁ ସୁବିଧା ସୁଯୋଗ ପ୍ରଦାନ ।

Question 5.
ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
(i) ପଞ୍ଚାୟତି ର। ଜ ଏବଂ ସହରାଞ୍ଚଳ ସରକାର ମଧ୍ୟରେ କିଛି ପାର୍ଥକ୍ୟ ପରି ଲକ୍ଷି ତ ହୋଇଥାଏ । ଗ୍ରାମାଞ୍ଚଳର ପରିବେଶ ସରଳ ଥିଲାବେଳେ ସହରାଞ୍ଚଳର ପରିବେଶ ଜଟିଳ ଏବଂ ବିବିଧ ଥାଏ ।

(ii) ପଞ୍ଚାୟତରାଜରେ ତ୍ରିସ୍ତରୀୟ ବ୍ୟବସ୍ଥା, ଯଥା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ଥ‌ିବାବେଳେ ସହରାଞ୍ଚଳ ସରକାରରେ ମାତ୍ର ଏକ ସ୍ତରୀୟ ବା ଦ୍ଵିସ୍ତରୀୟ ସରକାର ଥାଏ ।

(iii) ପଞ୍ଚାୟତରାଜ ସରକାରଙ୍କରର ସମ୍ବଳ ସହରାଞ୍ଚଳ ସରକାର ତୁଳନାରେ ସୀମିତ ହୋଇଥାଏ !

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକ କ’ଣ ଏବଂ ସେମାନଙ୍କର କାର୍ଯ୍ୟ କ’ଣ ?
Answer:
ସମ୍ବିଧାନ ଅନୁଯାୟୀ ସହରାଞ୍ଚଳରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସରକାର ଗଠନ କରାଯାଇଛି । ସହରାଞ୍ଚଳର ଆକାର ଓ ଜନସଂଖ୍ୟା ଅନୁସାରେ ସାଧାରଣତଃ ସ୍ଥାନୀୟ ସରକାରଙ୍କୁ ୩ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା, ମହାନଗର ନିଗମ, ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ।

ମହାନଗର ନିଗମ : ଯେଉଁ ସହରଗୁଡ଼ିକରେ ଜନସଂଖ୍ୟା ୧୦ ଲକ୍ଷରୁ ଅଧୁକ ଥାଏ, ସେହି ସହରଗୁଡ଼ିକରେ ମ୍ୟୁନିସ୍‌ପାଲ କର୍ପୋରେସନ ବା ମହାନଗର ନିଗମ କାର୍ଯ୍ୟ କରିଥାଏ ।

ପୌର ପରିଷଦ : ଯେଉଁ ସହରଗୁଡ଼ିକରେ ଲୋକସଂଖ୍ୟା ଏକ ଲକ୍ଷରୁ ୧୦ ଲକ୍ଷ ମଧ୍ୟରେ ଥାଏ ସେହି ସହରଗୁଡ଼ିକୁ ପୌର ପରିଷଦ ବା ନଗରପାଳିକା କାର୍ଯ୍ୟ କରିଥାଏ ।

ବିଜ୍ଞାପିତ ଅଞ୍ଚଳ ପରିଷଦ : ଯେଉଁ ସହରଗୁଡ଼ିକରେ ଜନସଂଖ୍ୟା ଏକ ଲକ୍ଷରୁ କମ୍ ଥାଏ, ସେହି ସହରଗୁଡ଼ିକୁ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟ କରିଥାଏ ।

ସେମାନଙ୍କର କାର୍ଯ୍ୟ : ସହରାଞ୍ଚଳରେ ଥିବା ସ୍ଥାନୀୟ ସରକାରଙ୍କର ଅନେକ କାର୍ଯ୍ୟ ଥାଏ, ସେଗୁଡ଼ିକ ହେଲା – ଭିତ୍ତିଭୂମିର ଯନ୍ ନେବା, ଶ୍ମଶାନ ରକ୍ଷଣାବେକ୍ଷଣ, ଆବର୍ଜନା ସଂଗ୍ରହ ଓ ଏହାର ପରିଚାଳନା ତଥା ନିଷ୍କାସନ, ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାର ସଠିକ୍ ଯାଞ୍ଚ, ସ୍ଥାନୀୟ ଟିକସ ଏବଂ ଜରିମାନା ଆଦାୟ, ଜଳଯୋଗାଣ, ସ୍ଵାସ୍ଥ୍ୟସେବା, ପ୍ରାଥମିକ ଶିକ୍ଷା, ସ୍ଥାନୀୟ ଟିକସ ଆଦାୟ ଇତ୍ୟାଦି ।

Question 2.
ଗଣତନ୍ତ୍ରରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ କାହିଁକି ?
Answer:
ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକ ସରକାରଙ୍କର ଏକ ଅଂଶ ଭାବରେ କାର୍ଯ୍ୟ କରିଥାନ୍ତି । ସେମାନେ ସହରବାସୀଙ୍କର ଦୈନନ୍ଦିନ ଆବଶ୍ୟକତା ତଥା ଜଳଯୋଗାଣ, ଅଳିଆ ଆବର୍ଜନା ନିଷ୍କାସନ, ପାର୍କର ପରିଚାଳନା, ଶ୍ମଶାନ ସ୍ଥଳର ରକ୍ଷଣାବେକ୍ଷଣ ଇତ୍ୟାଦି କାର୍ଯ୍ୟକୁ ସାମୂହିକ ଭାବରେ ସ୍ଥାନୀୟ ଲୋକଙ୍କ ସହଯୋଗରେ କରିଥା’ନ୍ତି । ତେଣୁ ଏକ ଭାଗିଦାରୀ ଗଣତନ୍ତ୍ର ବ୍ୟବସ୍ଥା ଏଠାରେ ଦେଖିବାକୁ ମିଳିଥାଏ । ନୂତନ ନିୟମ ଅନୁସାରେ ଏକ ତୃତୀୟାଂଶ ସଂରକ୍ଷଣ ସ୍ଥାନୀୟ ସରକାରରେ ମହିଳାମାନଙ୍କୁ ମିଳିଅଛି । ସୁତରାଂ ମହାନଗର ନିଗମ, ନଗରପାଳିକା କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମହିଳାମାନଙ୍କର ଯୋଗଦାନ ଫଳରେ ପ୍ରଶାସନିକ ସ୍ତରରେ ସକ୍ରିୟତା ଦେଖାଦେଇଛି । ସହରାଞ୍ଚଳରେ ସ୍ଥାନୀୟ ସରକାରଙ୍କର କାର୍ଯ୍ୟ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବୋଝ ହାଲ୍‌କା ହେବାସହ ଅଧିକ ଫଳଦାୟକ ହୋଇଛି ।

Question 3.
ଏକ ମହାନଗର ନିଗମ କିପରି ନଗରପାଳିକା ଏବଂ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦଠାରୁ ଭିନ୍ନ ଅଟେ ?
Answer:
ଗୋଟିଏ ମହାନଗର ନିଗମ ଗୋଟିଏ ନଗରପାଳିକା ଏବଂ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରୁ ଭିନ୍ନ ଅଟେ ।

  1. ମହାନଗର ନିଗମରେ ଜନସଂଖ୍ୟା ସବୁବେଳେ ଦଶଲକ୍ଷରୁ ଉର୍ଦ୍ଧ୍ଵ ଥାଏ । କିନ୍ତୁ ଏକ ନଗରପାଳିକାରେ ଜନସଂଖ୍ୟା ଦଶଲକ୍ଷରୁ କମ୍ ଥିଲାବେଳେ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦରେ ତାହା ଏକ ଲକ୍ଷରୁ କମ୍ ଥାଏ ।
  2. ମହାନଗର ନିଗମରେ ଅନେକ କାର୍ଯ୍ୟ ଓ ସମସ୍ୟା ଥାଏ ।
  3. ନଗରପାଳିକାରେ ଜନସଂଖ୍ୟା ଏକଲକ୍ଷରୁ ଦଶଲକ୍ଷ ମଧ୍ୟରେ ଥିବାରୁ ସାଧାରଣତଃ ଏଥୁରେ ଗଠନ ପ୍ରକ୍ରିୟା ସରଳ ଏବଂ ଦାୟିତ୍ଵ କମ୍ ଥାଏ ।
  4. ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ଯ ଜନସଂଖ୍ୟା ଏକ ଲକ୍ଷରୁ କମ୍ ଥିବାରୁ ପ୍ରଶାସନିକ ସଂସ୍ଥା ଅତ୍ୟାବଶ୍ୟକୀୟ ଜିନିଷ ଉପରେ ଗୁରୁତ୍ଵ ଦେଇପାରିଥାଏ ଏବଂ ସମସ୍ୟା ମଧ୍ୟ କମ୍ ଥାଏ ।
  5. ଆମ ଦେଶ ଭାରତରେ ଦିଲ୍ଲୀ, କୋଲକତା, ଚେନ୍ନାଇ, ପୁନା, କୋଚିଂ ପ୍ରଭୃତି ଅନେକ ମହାନଗର ନିଗମ ରହିଅଛି ଏଠାରେ ଦଶଲକ୍ଷରୁ ଅଧ‌ିକ ଜନସଂଖ୍ୟା ଅଛନ୍ତି ।

Class 6 Social Science Chapter 12 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୩: ସହରାଞ୍ଚଳରେ ସ୍ଥାନୀୟ ସରକାର

Question 4.
ନଗରଗୁଡ଼ିକରେ କାହିଁକି ମହାନଗର ନିଗମ ରହିଛି ?
Answer:
ଆମ ଦେଶ ଭାରତରେ ଚେନ୍ନାଇ, ନୁଆଦିଲ୍ଲୀ କୋଲକତା ଇତ୍ୟାଦିରେ ମହାନଗର ନିଗମ ପ୍ରତିଷ୍ଠା କରାଯାଇଛି । ଜନବହୁଳ ନଗରଗୁଡ଼ିକରେ ମହାନଗର ନିଗମର ଆବଶ୍ୟକତା ନିମ୍ନୋକ୍ତ କାରଣରୁ ହୋଇଥାଏ ।
(i) ବିବିଧ ସହରାଞ୍ଚଳ ଜନସଂଖ୍ୟାକୁ ଉତ୍ତମ ପ୍ରଶାସନ ଏବଂ ସ୍ଥାନୀୟ ସମସ୍ୟାର ସଠିକ୍ ସମାଧାନ ପାଇଁ ମହାନଗର ନିଗମ ଆବଶ୍ୟକ ହୋଇଥାଏ ।

(ii) ଏହିଭଳି ନଗରଗୁଡ଼ିକରେ ରାଜ୍ୟ ସରକାର ବା କେନ୍ଦ୍ର ସରକାର ସିଧାସଳଖ ସ୍ଥାନୀୟ ସମସ୍ୟାକୁ ବୁଝିବା କଷ୍ଟକର ହୋଇଥାଏ ।

(iii) ବିଭିନ୍ନ ଘଟଣା ଯଥା ସହରର ଭିଭିଭୂମିର ଯନ୍ ନେବା, ସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟିକରିବା, ଜଳ ଯୋଗାଣ, ସ୍ଵାସ୍ଥ୍ୟସେବା, ଆବର୍ଜନା ସଂଗ୍ରହ ଓ ଏହାର ପରିଚାଳନା, ନିଷ୍କାସନ, ସ୍ଥାନୀୟ ଟିକସ ଏବଂ ଜୋରିମାନା ଆଦାୟ ଏବଂ ସର୍ବୋପରି ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାର ସଠିକ୍ ଯାଞ୍ଚ ଇତ୍ୟାଦି କରିବାକୁ ପଡ଼ିଥାଏ ।

(iv) ମହାନଗର ନିଗମ ବିକେନ୍ଦ୍ରୀକରଣ ପ୍ରକ୍ରିୟାର ଏକ କ୍ଷମତା କେନ୍ଦ୍ର ରୂପେ କାର୍ଯ୍ୟ କରିଥାଏ, ଯାହା ଗଣତନ୍ତ୍ର ଶାସନକୁ ଦୃଢ଼ୀଭୂତ କରିଥାଏ ।

ଆସ ଅନୁସନ୍ଧାନ କରିବା :

Question 1.
କୋଲକତା, ଚେନ୍ନାଇ କିମ୍ବା ମୁମ୍ବାଇ ଭଳି ନଗରଗୁଡ଼ିକ ଗାଁ କିମ୍ବା ଅନ୍ୟାନ୍ୟ ସହର ଅପେକ୍ଷା ଅଧିକ ଜଟିଳ ଏବଂ ବିବିଧ କାହିଁକି ?
Answer:
(i) କୋଲକତା, ଚେନ୍ନାଇ ଏବଂ ମୁମ୍ବାଇ ଭଳି ନଗର ଗ୍ରାମ କିମ୍ବା ଅନ୍ୟାନ୍ୟ ସହର ଅପେକ୍ଷା ଅଧିକ ଜଟିଳ ଏବଂ ବିବିଧ ଅଟେ । ଏହାର କାରଣ ହେଉଛି, ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ଧର୍ମ ଓ ଜାତିର ଲୋକ ଏବଂ ସେମାନଙ୍କର ଆର୍ଥିକ ସ୍ଥିତି ।

(ii) ଏହି ନଗରମାନଙ୍କରେ ବହୁଳ ଚାକିରିର ସୁଯୋଗ, ଉତ୍ତମ ଭିତ୍ତିଭୂମି ସାଧାରଣ ଜନତାକୁ ଆକର୍ଷିତ କରିଥାଏ ।

(iii) ନଗରମାନଙ୍କରେ ବସ୍, ଟ୍ରେନ୍ ଓ ମେଟ୍ରୋସେବା ଯାତାୟାତ ଓ ପରିବହନ କ୍ଷେତ୍ରରେ ବିଶେଷ ସହାୟତା କରିଥାଏ ।

(iv) ଏଠାରେ ବିଭିନ୍ନ ରାଜ୍ୟର ଲୋକମାନେ ଏକତ୍ର ରୁହନ୍ତି ଏବଂ ସେମାନଙ୍କ ସଂସ୍କୃତି, ଖାଦ୍ୟାଭ୍ୟାସ, ପର୍ବପର୍ବାଣି, ବେଶଭୂଷା ଓ ପାରମ୍ପରିକ ଜୀବନଶୈଳୀରେ ଭିନ୍ନତା ରହିଥାଏ । ସୁତରାଂ ଜଟିଳତା ଓ ବିବିଧତା ପ୍ରତ୍ୟେକ କ୍ଷେତ୍ରରେ ଦେଖ‌ିବାକୁ ମିଳିଥାଏ । କିନ୍ତୁ ଏଭଳି ଜଟିଳତା ଗ୍ରାମାଞ୍ଚଳରେ ନଥାଏ ।

Question 2.
ତୁମ ସହପାଠୀଙ୍କ ସହଯୋଗ ନେଇ ତୁମ ପରିଚିତ ସହରରେ ରହୁଥ‌ିବା ବିଭିନ୍ନ ଗୋଷ୍ଠୀର ଏକ ତାଲିକା ପ୍ରସ୍ତୁତ କର । ତୁମେ କେତେଜଣଙ୍କୁ ତାଲିକାଭୁକ୍ତ କରିବାକୁ ସକ୍ଷମ ହେଲ ? ତୁମେ ତାଲିକାରେ ଆଉ କ’ଣ ଦେଖୁଛ ?
Answer:
ଆମ ସହପାଠୀଙ୍କର ସହଯୋଗ ନେଇ କଥାହେଲେ ଭିନ୍ନ ଭିନ୍ନ ସହରରେ ଚିତ୍ର ଅଲଗା ଆସିବ, କିନ୍ତୁ ଉଦାହରଣ ସ୍ଵରୂପ ଆମ ଦେଶର ରାଜଧାନୀ ନୂଆଦିଲ୍ଲୀ କଥା ବିଚାରକୁ ନେଇ ସେ ସମ୍ପର୍କରେ ଏକ ତାଲିକା ପ୍ରସ୍ତୁତ କରିବା ।

ରାଜଧାନୀ ଦିଲ୍ଲୀକୁ ଲକ୍ଷ୍ୟକଲେ ଅନେକ ବିବିଧତା ଦେଖିବାକୁ ମିଳିଥାଏ । ଭାରତବର୍ଷର ସମସ୍ତ ରାଜ୍ୟର ଲୋକ ବିଶେଷକରି ତାମିଲନାଡୁ, କେରଳ, ରାଜସ୍ଥାନ, ସିକିମ୍, ମଣିପୁର, ତ୍ରିପୁରା, ପଶ୍ଚିମବଙ୍ଗ, ପଞ୍ଜାବ, ବିହାର, ଓଡ଼ିଶା, ଜାମୁକାଶ୍ମୀର ଓ ଉତ୍ତରପ୍ରଦେଶର ଲୋକଙ୍କୁ ଦେଖିବାକୁ ମିଳିଥାଏ । ଏତଦ୍‌ବ୍ୟତୀତ ବିଦେଶ ଦେଶଗୁଡ଼ିକ ଯଥା – ନେପାଳ, ବାଙ୍ଗଲାଦେଶ, ଚେନ୍ନାଇ, ବ୍ରିଟେନ୍, ଫ୍ରାନ୍ସର ଲୋକମାନେ ମଧ୍ଯ ଦିଲ୍ଲୀରେ ବାସ କରନ୍ତି ।

ଏହାଦ୍ଵାରା ଦିଲ୍ଲୀ ଏକ ବିଶ୍ଵବ୍ୟାପୀ, ବିଶ୍ଵ ସଂସ୍କୃତି ଥିବା ସହର ଭାବରେ ପ୍ରସିଦ୍ଧିଲାଭ କରିଛି । ଏଠାରେ ବିଭିନ୍ନ ଧର୍ମ, ବିଭିନ୍ନ ଭାଷାଭାଷୀ ଓ ବିଭିନ୍ନ ଜାତି ଓ ଭିନ୍ନ ଭିନ୍ନ ଆର୍ଥିକ ସ୍ଥିତିର ଲୋକ ଶାନ୍ତିପୂର୍ଣ୍ଣ ଭାବରେ ବାସ କରିଥା’ନ୍ତି । ଏହା ଦିଲ୍ଲୀ ନଗରକୁ ସାଂସ୍କୃତିକ କେନ୍ଦ୍ର କରିଥାଏ ।

Question 3.
ଚିତ୍ର ୧୨.୨ରେ ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସରକାର ମଧ୍ୟରେ କ’ଣ ସମାନତା ଏବଂ ପାର୍ଥକ୍ୟ ରହିଛି ବୋଲି ତୁମେ ଭାବୁଛ ?
Class 6 Social Science Chapter 12 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୩ ସହରାଞ୍ଚଳରେ ସ୍ଥାନୀୟ ସରକାର-1
Answer:
ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସରକାର ମଧ୍ୟରେ ସମାନତା –

  1. ଉଭୟ ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସରକାର ବିକେନ୍ଦ୍ରୀକରଣ ଢାଞ୍ଚାରେ ଗଢ଼ାଯାଇଛି ।
  2. ଉଭୟ ସ୍ଥାନୀୟ ଜନସାଧାରଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କାର୍ଯ୍ୟ କରିଥା’ନ୍ତି ।
  3. ଉଭୟ ସଂସ୍ଥାର ସଦସ୍ୟମାନେ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚିତ ହୋଇଥା’ନ୍ତି ।
  4. ଉଭୟଙ୍କ ସରକାରରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ।

ପାର୍ଥକ୍ୟ :
(i) ପଞ୍ଚାୟତିରାଜ ଏବଂ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସରକାର ମଧ୍ୟରେ ପାର୍ଥକ୍ୟ ମଧ୍ୟ ପରିଲକ୍ଷିତ ହୋଇଥାଏ । ଗ୍ରାମାଞ୍ଚଳର ପରିବେଶ ସରଳ ଥିଲାବେଳେ ସହରାଞ୍ଚଳର ପରିବେଶ ଜଟିଳ ଏବଂ ବିବିଧତାପୂର୍ଣ୍ଣ ହୋଇଥାଏ ।

(ii) ପଞ୍ଚାୟତିରାଜରେ ତ୍ରିସ୍ତରୀୟ ବ୍ୟବସ୍ଥା, ଯଥା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ଥ‌ିବାବେଳେ ସହରାଞ୍ଚଳ ସରକାରରେ ମାତ୍ର ଏକ ସ୍ତରୀୟ ବା ଦ୍ଵିସ୍ତରୀୟ ସରକାର ଥାଏ ।

(iii) ପଞ୍ଚାୟତରାଜ ସରକାରଙ୍କରର ସମ୍ବଳ ସହରାଞ୍ଚଳ ସରକାର ତୁଳନାରେ ସୀମିତ ଥାଏ ।

Question 4.
ତୁମେ ଆଉ ଚାରି କିମ୍ବା ପାଞ୍ଚଟି କର୍ତ୍ତବ୍ୟ ସମ୍ପର୍କରେ କହିପାଁରବ କି ? ଯାହାକୁ ସହରର ନାଗରିକମାନେ ସେମାନଙ୍କ ଅଞ୍ଚଳର ଉନ୍ନତି କରିପାରିବେ ?
Answer:
ସହରର ଦାୟିତ୍ଵପୂର୍ଣ୍ଣ ନାଗରିକମାନେ ସହର ବା ନଗରର ଉନ୍ନତି ପାଇଁ ନିମ୍ନଲିଖୂତ କର୍ତ୍ତବ୍ୟମାନ କରିପାରିବେ ।

  1. ବୃକ୍ଷରୋପଣ ଏବଂ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିପାରିବେ ।
  2. ପ୍ରଦୂଷଣ କମାଇବାପାଇଁ ସରକାରୀ ଗମନାଗମନ ବ୍ୟବସ୍ଥାରେ ଯାତାୟାତ କରିପାରିବେ ।
  3. ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ନକରି ତା’ପରିବର୍ତ୍ତେ କପଡ଼ା ଏବଂ ଝୋଟରେ ନିର୍ମିତ ବ୍ୟାଗ୍ ବ୍ୟବହାର କରିପାରିବେ ।
  4. ସହରରେ ପିଲାମାନଙ୍କୁ ଏବଂ ଅନ୍ୟାନ୍ୟ ଗୋଷ୍ଠୀର ସଦସ୍ୟମାନଙ୍କୁ ସଚେତନ କରାଇପାରିବେ ।
  5. ବିଦ୍ୟୁତ୍ ବଲ୍ ଜଳାଇବାପାଇଁ ସୂର୍ଯ୍ୟଶକ୍ତି ବା ସୋଲାର୍ ଏନାର୍ଜିର ବ୍ୟବହାର କରିପାରିବେ ।
  6. ବ୍ୟବହାର୍ଯ୍ୟ ଜଳକୁ ପୂର୍ଣ୍ଣ ବ୍ୟବହାର ନିମନ୍ତେ ବା ରିସାଇକେଲିଂ ପ୍ରକ୍ରିୟାରେ ଗଛରେ ପାଣି ଦେବା, ବାସନ ମାଜିବା, ଗାଡ଼ି ଧୋଇବା ଏପରିକି ଲୁଗା ସଫେଇ କାର୍ଯ୍ୟରେ ଲଗାଇପାରିବେ ।

Question 5.
ତୁମେ ରାଜ୍ୟରୁ ଏବଂ ପଡ଼ୋଶୀ ରାଜ୍ୟରୁ କିଛି ସହର ଚୟନ କର । ଏଥୁରେ ତୁମେ ରହୁଥ‌ିବା ସହର କିମ୍ବା ତୁମ ଗାଁ ନିକଟସ୍ଥ ସହର ଅନ୍ତର୍ଭୁକ୍ତ ହୋଇପାରେ । ତୁମେ କିପରି ଜାଣିବ ଯେ ସେଗୁଡ଼ିକ ନଗର ପଞ୍ଚାୟତ, ପୌରପାଳିକା ଓ ପୌର ନିଗମ ମଧ୍ୟରୁ କେଉଁ ଶ୍ରେଣୀର ଶାସନକୁ ବ୍ୟବସ୍ଥା ରହିଅଛି । ସେହି ସହରଗୁଡ଼ିକର ନାମ ଏବଂ ସେଠାରେ ପ୍ରଚଳିତ ସ୍ୱାୟତ୍ତ ଶାସନର ପ୍ରକାର ଭେଦକୁ ନେଇ ଏକ ଟେବୁଲ୍ ପ୍ରସ୍ତୁତ କର ।
Answer:
ଏହି ପ୍ରଶ୍ନ ଅନୁଯାୟୀ ଆମ ରାଜ୍ୟ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଭାବେ ଆନ୍ଧ୍ରପ୍ରଦେଶକୁ ନେଇ ଉଭୟ ରାଜ୍ୟରେ ଥ‌ିବା ନଗର ପଞ୍ଚାୟତ, ପୌରପାଳିକା ଏବଂ ପୌର ନିଗମ ଥିବା ସହରକୁ ଚୟନ କରିବା ।
ପ୍ରଥମେ ଆମ ରାଜ୍ୟ ଓଡ଼ିଶାକୁ ବିଚାରକୁ ନେବା ।
ରାଜ୍ୟ – ୧ : ଓଡ଼ିଶା,
ସହର – କେଉଁ ପ୍ରକାର ସ୍ଥାନୀୟ ସରକାର
କଟକ : ପୌର ନିଗମ
ପୁରୀ : ପୌର ପାଳିକା
କୋଣାର୍କ : ନଗର ପଞ୍ଚାୟତ

ରାଜ୍ୟ – ୨ : ଆନ୍ଧ୍ରପ୍ରଦେଶ
ଗୁଣ୍ଠୁର : ପୌର ନିଗମ
ତାଦିପତ୍ରି : ପୌର ନିଗମ
ଗୋଲାପ୍ରୋଲୁ : ନଗର ପଞ୍ଚାୟତ

Question 6.
ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକ ସେମାନଙ୍କ କାର୍ଯ୍ୟକ୍ରମପାଇଁ ବା ଅର୍ଥ କିପରି ଯୋଗାଡ଼ କରିଥାନ୍ତି ? ସୂଚନା : ଚିତ୍ର ୧୨.୪ରେ ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ୍‌ଦ୍ୱାରା ସମ୍ପାଦିତ କାର୍ଯ୍ୟର ଚିତ୍ରଗୁଡ଼ିକୁ ଧ୍ୟାନର ସହ ଦେଖ । ସେଗୁଡ଼ିକ ମଧ୍ୟରୁ କିଛି ସେବା ଦେୟପ୍ରାପ୍ତ କି ?
Answer:
(i) ସହରର ସ୍ଥାନୀୟ ସଂସ୍ଥାଗୁଡ଼ିକ ସେମାନଙ୍କର ପାଣ୍ଠି ବା ଅର୍ଥ ବିଭିନ୍ନ ମାଧ୍ୟମରୁ ଯୋଗାଡ଼ କରିଥା’ନ୍ତି । ସେଗୁଡ଼ିକ ହେଲା, ସମ୍ପତ୍ତି କର, ଜଳକର, ଆବର୍ଜନା ବସ୍ତୁ ପରିଚାଳନା ଦେୟ, ବ୍ୟବସାୟ, ବୀମା ଦେୟ ଏବଂ ରାଜ୍ୟ ସରକାରଙ୍କଠାରୁ ଗ୍ରହଣ କରୁଥିବା ଅନୁଦାନ ।

(ii) ଏତଦ୍‌ବ୍ୟତୀତ, ସେମାନେ ସ୍ଥାନୀୟ ସରକାର ଭାବରେ ଯୋଗାଉଥ‌ିବା କିଛି ସେବାର ଦେୟ ଅର୍ଥ ଭାବରେ ପାଇଥା’ନ୍ତି, ଯଥା- ପାଣି ଟ୍ୟାଙ୍କର ଦେୟ, ଅଡ଼ିଟୋରିୟମ ଭଡ଼ା, ସେଫଟିକ୍ ଟାଙ୍କି ସଫା କରିବା ଖର୍ଚ୍ଚ ଇତ୍ୟାଦି ଏହି ସବୁଥୁରେ ପୌର ନିଗମ କିମ୍ବା ପୌର ପାଳିକା କିମ୍ବା ନଗର ପଞ୍ଚାୟତ ସେମାନଙ୍କର ପାଣ୍ଠି ଯୋଗାଡ଼ କରିଥାନ୍ତି ।

ଏହା ବିଷୟରେ ଚିନ୍ତା କର :

Question 1.
ମଧ୍ୟପ୍ରଦେଶର ଇନ୍ଦୋରକୁ ସ୍ୱଚ୍ଛ ସର୍ବେକ୍ଷଣ ସରକାରୀ ଯୋଜନାରେ କ୍ରମାଗତ ୭ ବର୍ଷ ଧରି ଭାରତର ସବୁଠାରୁ ସ୍ଵଚ୍ଛ ସହର ଭାବେ ପୁରସ୍କୃତ କରାଯାଇଛି । ଏହି ସଫଳତାରେ ଇନ୍ଦୋର ନାଗରିକଙ୍କ ଭୂମିକା କ’ଣ ହୋଇଥିବ ?
Answer:
ମଧ୍ୟପ୍ରଦେଶର ଇନ୍ଦୋରକୁ ସ୍ୱଚ୍ଛ ସର୍ବେକ୍ଷଣ ସରକାରୀ ଯୋଜନାରେ କ୍ରମାଗତ ୭ ବର୍ଷ ଧରି ସବୁଠାରୁ ସ୍ଵଚ୍ଛ ସହରଭାବେ ପୁରସ୍କୃତ କରିବା ପଛରେ ଇନ୍ଦେରାର ନାଗରିକମାନଙ୍କର ଭୂମିକା ବାସ୍ତବରେ ପ୍ରଶଂସାଯୋଗ୍ୟ । ଏହା ସତ୍ୟ ଯେ ସରକାର ନାଗରିକମାନଙ୍କର ସୁଖଶାନ୍ତି ପାଇଁ ଓ ଜନମଙ୍ଗଳ ପାଇଁ କାର୍ଯ୍ୟ କରିଥା’ନ୍ତି । କିନ୍ତୁ ତାହା ଯଥେଷ୍ଟ ହୋଇନଥାଏ । ବାସ୍ତବରେ ଇନ୍ଦୋର ସହର କ୍ଷେତ୍ରରେ ଜନସାଧାରଣଙ୍କର ସମର୍ଥକ ଏବଂ ସହଯୋଗ ସହରକୁ ସ୍ୱଚ୍ଛ କରିବାରେ ବିଶେଷ ସହାୟକ ହୋଇଅଛି ।
(i) ଇନ୍ଦୋରର ବାସିନ୍ଦା ଅଳିଆ ଆବର୍ଜନା ସଂଗ୍ରହ ଏବଂ ତା’ର ନିଷ୍କାସନ ନିୟମକୁ କଠୋର ଭାବରେ ପାଳନ କରିଥା’ନ୍ତି । ସେମାନେ ଅଳିଆକୁ ଇତସ୍ତତ ଭାବେ ଫୋପାଡ଼ିଥାନ୍ତି । ଆବର୍ଜନା ଗଦା କରିବା ପାଇଁ ସରକାରଙ୍କଦ୍ଵାରା ଉଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନେ ଅଳିଆ ଗଦା କରିଥା’ନ୍ତି ।

(ii) ସେମାନେ ପ୍ଲାଷ୍ଟିକ୍‌ର ସର୍ବନିମ୍ନ ବ୍ୟବହାର କରିଥାନ୍ତି । ବ୍ୟକ୍ତିଗତ ଯାନବାହନ ବଦଳରେ ସରକାରୀ ଗମନାଗମନ ବ୍ୟବସ୍ଥାକୁ ବ୍ୟବହାର କରି ସହରର ପ୍ରଦୂଷଣକୁ କମାଇଥା’ନ୍ତି ।

(iii) ଦାୟିତ୍ଵପୂର୍ଣ୍ଣ ନାଗରିକମାନେ ଲୋକମାନଙ୍କୁ ସହରର ମଙ୍ଗଳପାଇଁ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥା’ନ୍ତି । ସେଥ‌ିପାଇଁ ସେମାନେ ବୁଲିବୁଲି ଲୋକମାନଙ୍କୁ ବୁଝାଇଥା’ନ୍ତି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭାଗିଦାରୀ ଗଣତନ୍ତ୍ରର ଧାରଣା କହିଲେ କ’ଣ ବୁଝ ?
Answer:
ଉତ୍ତମ ପ୍ରଶାସନର ଉଦ୍ଦେଶ୍ୟ ହେଉଛି ଦେଶ ଚଳାଇବାରେ ନାଗରିକମାନଙ୍କୁ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାପାଇଁ ଉତ୍ସାହିତ କରିବା । ଏହା ଗ୍ରାମାଞ୍ଚଳ, ସହରାଞ୍ଚଳ, ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ କରାଯିବା ଉଚିତ। ଭାଗିଦାରୀ ଗଣତନ୍ତ୍ରରେ ଜନସାଧାରଣ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସହିତ ଦେଶର ଆଇନ ଶୃଙ୍ଖଳାକୁ ମାନିବା ଉଚିତ୍ ।

Question 2.
ସ୍ଥାନୀୟ ସରକାର କ୍ଷମତା ବିକେନ୍ଦ୍ରୀକରଣର ଏକ ଅଂଶ ବୋଲି ତୁମେ କାହିଁକି ଭାବୁଛ ?
Answer:
ସ୍ଥାନୀୟ ସରକାର କ୍ଷମତା ବିକେନ୍ଦ୍ରୀକରଣର ଏକ ଅଂଶ ଅଟେ । ଏହାର କାରଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥାନୀୟ ସ୍ତରରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିବାପାଇଁ ପଞ୍ଚାୟତିରାଜ ଏବଂ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ଉପରେ ନିର୍ଭରଶୀଳ ହୋଇଥା’ନ୍ତି । ସେଥ‌ିପାଇଁ କ୍ଷମତାର ବିଭାଜନ କରିବାକୁ ପଡ଼ିଥାଏ । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅଧିବାସୀମାନେ ସେମାନଙ୍କର ଦୈନନ୍ଦିନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସରକାରଙ୍କ ଉପରେ ନିର୍ଭର କରିଥା’ନ୍ତି ।

Question 3.
ୱାର୍ଡ଼ କମିଟିର କାର୍ଯ୍ୟଗୁଡ଼ିକ ଉଲ୍ଲେଖ କର ।
Answer:
ସହରାଞ୍ଚଳରେ ଥ‌ିବା ୱାର୍ଡ଼ କମିଟିଗୁଡ଼ିକ ବିଭିନ୍ନ ପ୍ରକାର କାର୍ଯ୍ୟ ପରିଚାଳନା କରିଥା’ନ୍ତି ଯଥା- ସ୍ଵାସ୍ଥ୍ୟ ସଚେତନତା ଶିବିର, ପ୍ଲାଷ୍ଟିକ୍‌ ବ୍ୟବହାର ବିରୁଦ୍ଧରେ ଅଭିଯାନ, ବିଭିନ୍ନ ସ୍ଥାନକୁ ସ୍ୱଚ୍ଛ ରଖୁବା ଇତ୍ୟାଦି ଅନେକ କାର୍ଯ୍ୟ କରନ୍ତି । ଏତଦ୍‌ବ୍ୟତୀତ ସେମାନେ ମଧ୍ୟ ଜଳଯୋଗାଣ ପାଇପ୍ ଲିକ୍ ଏବଂ ଅପରୋଧ ହୋଇଥିବା ଡ୍ରେନ୍, କ୍ଷତିଗ୍ରସ୍ତ ରାସ୍ତା ଇତ୍ୟାଦି ସମସ୍ୟା ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଅଧିକାରୀଙ୍କ ଜରିଆରେ କରିଥାନ୍ତି ।

Class 6 Social Science Chapter 12 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୩: ସହରାଞ୍ଚଳରେ ସ୍ଥାନୀୟ ସରକାର

Question 4.
ଭାଗିଦାରୀ ଗଣତନ୍ତ୍ରର ଦୁଇଟି ଗୁରୁତ୍ଵ ସମ୍ପର୍କରେ ଲେଖ ।
Answer:

  1. ଭାଗିଦାରୀ ଗଣତନ୍ତ୍ରର ଦୁଇଟି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା, ଏହା ଜନସାଧାରଣଙ୍କୁ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥାଏ ।
  2. ଏହା ଜନସାଧାରଣଙ୍କ ମର୍ଯ୍ୟାଦାକୁ ବୃଦ୍ଧି କରିଥାଏ ।
  3. ଏହା ନିର୍ବାଚନ ପ୍ରକ୍ରିୟାରେ ଜନସାଧାରଣଙ୍କ ମାଧ୍ୟମରେ ଗଣତନ୍ତ୍ରକୁ ମଜ୍‌ବୁତ କରିଥାଏ ।

Question 5.
ସହରାଞ୍ଚଳ ସ୍ଥାନୀୟ ସରକାରଙ୍କର ଦାୟିତ୍ଵଗୁଡ଼ିକ ବ୍ୟାଖ୍ୟା କର ।
Answer:
ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା କୁହାଯାଏ । ଏହା ସହରବାସୀଙ୍କ ସ୍ଵାର୍ଥପାଇଁ କାର୍ଯ୍ୟ କରିଥାଏ । ସେହି କାର୍ଯ୍ୟଗୁଡ଼ିକ ହେଲା –
(୧) ମୁଖ୍ୟତଃ ସହରର ଭିତ୍ତିପ୍ରସ୍ତର ନିର୍ମାଣ ଓ ତା’ର ପରିଚାଳନା
(୨) ଶ୍ମଶାନ ସ୍ଥଳର ରକ୍ଷଣାବେକ୍ଷଣ
(୩) ଆବର୍ଜନା ସଂଗ୍ରହ ଏବଂ ଏହାର ପରିଚାଳନା ଓ ନିଷ୍କାସନ
(୪) ନିୟମିତ ଜଳ ଯୋଗାଣ
(୫) ପ୍ରାଥମିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା
(୬) ସମ୍ପତ୍ତି କର ଆଦାୟ
(୭) ସ୍ଥାନୀୟ ଟିକସ ଏବଂ ଜୋରିମାନା ଆଦାୟ
(୮) ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାର ସଠିକ୍ ଯାଞ୍ଚ ।

Question 6.
ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର କର୍ତ୍ତବ୍ୟ ଏବଂ ଦାୟିତ୍ଵ ନିର୍ବାହରେ ସାଧାରଣ ଲୋକଙ୍କ ସମର୍ଥନର ଏକ ତାଲିକା ପ୍ରସ୍ତୁତ କର ।
Answer:
(i) ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର କର୍ତ୍ତବ୍ୟ ଓ ଦାୟିତ୍ଵ ପାଳନରେ ଜନସାଧାରଣଙ୍କ ସମର୍ଥନ ନିହାତି ଆବଶ୍ୟକ ।

(ii) ସୁନ୍ଦର ଏବଂ ସ୍ଵାସ୍ଥ୍ୟକର ପରିବେଶ ପାଇଁ ସହରର ପରିମଳ ବ୍ୟବସ୍ଥାରେ ଜନସାଧାରଣଙ୍କ ସକ୍ରିୟ ଭୂମିକା ଆହ୍ଵାନଯୋଗ୍ୟ । ସେମାନେ ନିଜ ଘରର ଅଳିଆକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା, ଠିକ୍ ସମୟରେ ନିଜ ଘରର କର ଦେବା, ଅଳିଆ ଆବର୍ଜନାକୁ ରାସ୍ତାଘାଟରେ ଗଦା କରିବାକୁ ନିବୃତ୍ତ ରହିବା, ସହରର ସମସ୍ୟାକୁ ଅଧିକାରୀଙ୍କ ଦୃଷ୍ଟିଗୋଚରକୁ ନେବା ଇତ୍ୟାଦି କାର୍ଯ୍ୟ ସେମାନଙ୍କଦ୍ୱାରା ନିହାତି କରାଯିବା ଆବଶ୍ୟକ । ଏତଦ୍‌ବ୍ୟତୀତ ଜଳର ବ୍ୟବହାରକୁ ଉଚିତ୍ ଉପାୟରେ କରି ଜଳ ସଂରକ୍ଷଣ କରିବା, ନିଦ ପାଳିତ ପଶୁର ସଠିକ୍ ଯନ୍ ନେବା ପ୍ରଭୃତି କାର୍ଯ୍ୟ କରିବା ଉଚିତ୍ ।

ଗୋଟିଏ ବାକ୍ୟ / ଶବ୍ଦରେ ଉତ୍ତର ଦିଅ ।

Question 1.
ସହରାଞ୍ଚଳମାନଙ୍କରେ ସ୍ଥାନୀୟ ସଂସ୍ଥାକୁ କ’ଣ କୁହାଯାଏ ?
Answer:
ସହରାଞ୍ଚଳରେ ଥ‌ିବା ସ୍ଥାନୀୟ ସଂସ୍ଥାକୁ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କୁହାଯାଏ । ଉଦାହରଣ ସ୍ୱରୂପ, ମହାନଗର ନିଗମ, ପୌର ପରିଷଦ ବା ନଗର ପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ।

Question 2.
ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାର ସବୁଠାରୁ ଛୋଟ ଏକକ କ’ଣ ?
Answer:
ସ୍ଥାନୀୟ ସ୍ଵାୟତ୍ତ ସଂସ୍ଥାର ସବୁଠାରୁ ଛୋଟ ଏକକ ହେଉଛି ୱାର୍ଡ଼ ।

Question 3.
ୱାର୍ଡ଼ କହିଲେ କ’ଣ ବୁଝ ?
Answer:
ଏକ ନଗର ବା ସହରରେ ପ୍ରଶାସନିକ ବ୍ୟବସ୍ଥାକୁ ସୁନ୍ଦର ଏବଂ କ୍ରିୟାଶୀଳ କରିବାପାଇଁ ସମଗ୍ର ସହରକୁ ଅନେକଗୁଡ଼ିଏ ଅଂଶରେ ବିଭକ୍ତ କରାଯାଇଛି, ଯାହାକୁ ୱାର୍ଡ଼ କୁହାଯାଏ ।

Question 4.
ଉତ୍ତମ ପ୍ରଶାସନର ଦୁଇଟି ଉଦ୍ଦେଶ୍ୟ ଲେଖ ।
Answer:
ଉତ୍ତମ ପ୍ରଶାସନର ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ସଶକ୍ତିକରଣ କରିବା ଯାହାଫଳରେ ସେମାନେ ଦେଶର କାର୍ଯ୍ୟରେ ସକ୍ରିୟଭାବେ ଅଂଶ ଗ୍ରହଣ କରିପାରିବେ ଏବଂ ଜଣେ ଦାୟିତ୍ଵସମ୍ପନ୍ନ ନାଗରିକ ହୋଇପାରିବେ ।

Question 5.
ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ମୁଖ୍ୟ କାର୍ଯ୍ୟଗୁଡ଼ିକ କ’ଣ ?
Answer:
ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ବିଭିନ୍ନ କାର୍ଯ୍ୟ ସ୍ଥଳର ରକ୍ଷଣାବେକ୍ଷଣ, ଆବର୍ଜନା ସଂଗ୍ରହ ଏବଂ କରିଥାଏ, ଯଥା- ଭିତ୍ତିଭୂମିର ଯନ୍ ନେବା, ଶ୍ମସାନ ଏହାର ପରିଚାଳନା ଓ ନିଷ୍କାସନ, ଜଳ ଓ ବିଦ୍ୟୁତ୍ ଯୋଗାଣ, ସ୍ଵାସ୍ଥ୍ୟସେବା, ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାର ସଠିକ୍ ଯାଞ୍ଚ, ସ୍ଥାନୀୟ ଟିକସ ଏବଂ ଜରିମନା ଆଦାୟ ଇତ୍ୟାଦି ।

Question 6.
ଦଶଲକ୍ଷ ଏବଂ ତାଠାରୁ ଊର୍ଦ୍ଧ୍ବ ଜନସଂଖ୍ୟାଥୁବା ସହରର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ କ’ଣ କୁହାଯାଏ ?
Answer:
ମହାନଗର ନିଗମ

Question 7.
ଭାରତର ସବୁଠାରୁ ସ୍ଵଚ୍ଛ ସହରର ନାମ ଲେଖ ଏବଂ ଏହା କେଉଁ ରାଜ୍ୟରେ ଅଛି ?
Answer:
ଇନ୍ଦୋର, (ମଧ୍ୟପ୍ରଦେଶ)

Question 8.
ବମ୍ବେ ମହାନଗର ନିଗମ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୮୬୫ ଖ୍ରୀ.ଅ.

Question 9.
ଚେନ୍ନାଇ ମହାନଗର ନିଗମ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୬୮୮ ଖ୍ରୀ.ଅ. ସେପ୍ଟେମ୍ବର ୨୯

Question 10.
ଇନ୍ଦୋର ମହାନଗର ନିଗମର ଅନନ୍ୟତାର ଯେକୌଣସି ଗୋଟିଏ କାରଣ ଲେଖ ।
Answer:
ଇନ୍ଦୋର ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବାରେ ନାଗରିକମାନଙ୍କର ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ ଭାବରେ ଇନ୍ଦୋର ମହାନଗର ନିଗମର ଅନନ୍ୟତାର ଏକ ବଳିଷ୍ଠ କାରଣ ଅଟେ ।

Question 11.
ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକ ସେମାନଙ୍କର ବିଭିନ୍ନ କାର୍ଯ୍ୟଗୁଡ଼ିକପାଇଁ କିପରି ପାଣ୍ଠି ଯୋଗାଢ଼ କରନ୍ତି ?
Answer:
ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକ ସେମାନଙ୍କର କାର୍ଯ୍ୟପାଇଁ ବିଭିନ୍ନ ମାଧ୍ୟମରୁ ଅର୍ଥ ବା ପାଣ୍ଠି ଯୋଗାଡ଼ କରିଥାନ୍ତି । ସେଗୁଡ଼ିକ ହେଲା- ସମ୍ପତ୍ତି କର, ଜଳ କର ଏବଂ ସରକାରୀ ଅନୁଦାନ ।

ନିମ୍ନଲିଖତ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।

Question 1.
ମୁମ୍ବାଇ ମହାନଗର ନିଗମ କେବେ ପ୍ରତିଷ୍ଠା ହୋଇଥିଲା ?
(କ) ୧୮୬୫
(ଖ) ୧୯୬୫
(ଗ) ୧୮୬୬
(ଘ) ୧୯୫୧
Answer:
(କ) ୧୮୬୫

Question 2.
ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ସର୍ବୋଚ୍ଚ ସ୍ତର କେଉଁଟି ?
(କ) ମହାନଗର ନିଗମ
(ଖ) ଏନ୍.ଏ.ସି.
(ଗ) ପୌର ପରିଷଦ
(ଘ) ଜିଲ୍ଲା ପରିଷଦ
Answer:
(କ) ମହାନଗର ନିଗମ

Question 3.
ଭାଗିଦାରୀ ଗଣତନ୍ତ୍ରରେ କେଉଁମାନେ ଅଂଶ ଗ୍ରହଣ କରନ୍ତି ?
(କ) ମହିଳାମାନେ
(ଖ) ତାମିଲ୍‌ନାଡୁ
(ଗ) ବୟସ୍କ ଲୋକମାନେ
(ଘ) ଉପରୋକ୍ତ ସମସ୍ତେ
Answer:
(ଘ) ଉପରୋକ୍ତ ସମସ୍ତେ

Question 4.
ଭାରତରେ ସର୍ବପୁରାତନ ମହାନଗର ନିଗମ କିଏ ?
(କ) ଦିଲ୍ଲୀ ମହାନଗର ନିଗମ
(ଖ) କଲିକତା ମହାନଗର ନିଗମ
(ଗ) ବମ୍ବେ ମହାନଗର ନିଗମ
(ଘ) ଚେନ୍ନାଇ ମହାନଗର ନିଗମ
Answer:
(ଘ) ଚେନ୍ନାଇ ମହାନଗର ନିଗମ

Question 5.
ଚେନ୍ନାଇ ମହାନଗର ନିଗମ ନିମ୍ନୋକ୍ତ କେଉଁ ରାଜ୍ୟରେ ଅବସ୍ଥିତ ?
(କ) କେରଳ
(ଖ) ପିଲାମାନେ
(ଗ) ପଶ୍ଚିମବଙ୍ଗ
(ଘ) ମହାରାଷ୍ଟ୍ର
Answer:
(ଖ) ପିଲାମାନେ

Question 6.
ନିମ୍ନୋକ୍ତ କେଉଁ ମହାନଗର ନିଗମ ଭାରତର ଆର୍ଥିକ ରାଜଧାନୀ ରୂପେ ପରିଚିତ ?
(କ) କୋଲକତା
(ଖ) ଚେନ୍ନାଇ
(ଗ) ଦିଲ୍ଲୀ
(ଘ) ବମ୍ବେ
Answer:
(ଘ) ବମ୍ବେ

Question 7.
ଏକ ମହାନଗର ନିଗମ ହେବାପାଇଁ ଗୋଟିଏ ସହରର ଜନସଂଖ୍ୟା କେତେ ହେବା ଆବଶ୍ୟକ ।
(କ) ଏକଲକ୍ଷରୁ ୧୦ ଲକ୍ଷ ମଧ୍ଯରେ
(ଖ) ଦଶ ଲକ୍ଷରୁ ଊର୍ଦ୍ଧ୍ବ
(ଗ) ଏକଲକ୍ଷରୁ କମ୍
(ଘ) ଏହା ମଧ୍ୟରୁ କେଉଁଟି ନୁହେଁ
Answer:
(ଖ) ଦଶ ଲକ୍ଷରୁ ଊର୍ଦ୍ଧ୍ବ

Question 8.
କୋଲକତା, ନଏଡ଼ା, ମୁମ୍ବାଇ ଆଦି ନଗରଗୁଡ଼ିକରେ କାହିଁକି ମହାନଗର ନିଗମ ଅଛି ?
(କ) ବିଦେଶୀମାନେ ଏଠାରେ ବସବାସ କରନ୍ତି
(ଖ) ଏଗୁଡ଼ିକ ମେଟ୍ରୋ ନଗର
(ଗ) ଏଗୁଡ଼ିକର ଜନସଂଖ୍ୟା ଦଶଲକ୍ଷରୁ ଅଧିକ
(ଘ) ଏଗୁଡ଼ିକର ବିଭିନ୍ନ ଧର୍ମର ଲୋକ ବସବାସ କରନ୍ତି
Answer:
(ଗ) ଏଗୁଡ଼ିକର ଜନସଂଖ୍ୟା ଦଶଲକ୍ଷରୁ ଅଧିକ

Question 9.
ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକର ନିମ୍ନୋକ୍ତ କେଉଁଟି ମୁଖ୍ୟ କାର୍ଯ୍ୟ ଅଟେ ?
(କ) ଗ୍ରାମାଞ୍ଚଳର କୃଷିକୁ ସାହାଯ୍ୟ କରିବା
(ଖ) ସହରାଞ୍ଚଳକୁ ପରିଚାଳନା ଓ ସେବା ଯୋଗାଇଦେବା
(ଗ) ସହରାଞ୍ଚଳରୁ ଆଇନ ଶୃଙ୍ଖଳା ରକ୍ଷା କରିବା
(ଘ) ନିର୍ବାଚନ କରାଇବା
Answer:
(ଖ) ସହରାଞ୍ଚଳକୁ ପରିଚାଳନା ଓ ସେବା ଯୋଗାଇଦେବା

Question 10.
ଭାରତର କେଉଁ ସହରକୁ ସ୍ୱଚ୍ଛ ସର୍ବେକ୍ଷଣଦ୍ଵାରା ସର୍ବୋତ୍ତମ ସ୍ଵଚ୍ଛ ସହରଭାବେ ଘୋଷଣା କରାଯାଇଛି ?
(କ) ହାଇଦ୍ରାବାଦ
(ଖ) ଇନ୍ଦୋର
(ଗ) ବାଙ୍ଗାଲୋର
(ଘ) ଗୁଜୁରାଟ
Answer:
(ଖ) ଇନ୍ଦୋର

Class 6 Social Science Chapter 12 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୩: ସହରାଞ୍ଚଳରେ ସ୍ଥାନୀୟ ସରକାର

Question 11.
ସହରାଞ୍ଚଳ ସ୍ଥାନୀୟ ସରକାର ପାଇଁ ରାଜସ୍ଵର ଉତ୍ସ କ’ଣ ?
(କ) ସମ୍ପଭି କର
(ଖ) ସ୍ଥାନୀୟ ଟିକସ ଏବଂ ସେବା କର
(ଗ) ଜଳ କର
(ଘ) ଉପରୋକ୍ତ ସମସ୍ତ
Answer:
(ଘ) ଉପରୋକ୍ତ ସମସ୍ତ

Question 12.
କେଉଁ ସହରର ଲୋକସଂଖ୍ୟା ୧୦ ଲକ୍ଷରୁ କମ୍ ତାକୁ କ’ଣ କୁହାଯାଏ ?
(କ) ପୌର ପରିଷଦ
(ଗ) ବିଜ୍ଞାପିତ ଅଞ୍ଚଳ ପରିଷଦ
(ଖ) ମହାନଗର ନିଗମ
(ଘ) ଜିଲ୍ଲା ପରିଷଦ
Answer:
(କ) ପୌର ପରିଷଦ

ଶୂନ୍ୟସ୍ଥାନ ପୂରଣ କର ।

Question 1.
ଦଶଲକ୍ଷରୁ ଊର୍ଦ୍ଧ୍ଵ ଜନସଂଖ୍ୟା ଥିବା ନଗରକୁ _____________ ଶାସନ କରେ ।
Answer:
ମହାନଗର ନିଗମ

Question 2.
___________ ପଦ୍ଧତିଦ୍ଵାରା ସ୍ଥାନୀୟ ସ୍ତରରେ ସହଯୋଗିତାରେ ନିଷ୍ପତ୍ତି ନିଆଯାଏ ।
Answer:
ୱାର୍ଡ଼ କମିଟି

Question 3.
____________ ମହାନଗର ନିଗମ ଭାରତର ସବୁଠାରୁ ସର୍ବପୁରାତନ ମହାନଗର ନିଗମ ଅଟେ ।
Answer:
ମାଡ୍ରାସ୍

Question 4.
ଭାରତରେ ତ୍ରିସ୍ତରୀୟ ସରକାରରେ ସର୍ବନିମ୍ନ ସ୍ତର ___________ |
Answer:
ସ୍ଥାନୀୟ ସରକାର

Question 5.
ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ପ୍ରତି ___________ ବର୍ଷରେ ନିର୍ବାଚିତ ହୁଏ ।
Answer:
୫

Question 6.
ଏକଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରରେ __________ ସ୍ୱାୟତ୍ତ ଶାସନ ସଂସ୍ଥା କାର୍ଯ୍ୟ କରେ ।
Answer:
ବିଜ୍ଞାପିତ ଅଞ୍ଚଳ ପରିଷଦ

Question 7.
ମହାନଗର ନିଗମର ମୁଖ୍ୟ ___________ ଅଟନ୍ତି ।
Answer:
ମେୟର

Question 8.
ଓଡ଼ିଶାରେ _____________ ଟି ମହାନଗର ନିଗମ ଅଛି ।
Answer:
୫

Question 9.
ପୌରପାଳିକାର ସଭ୍ୟଙ୍କୁ __________ କୁହାଯାଏ ।
Answer:
କାଉନ୍ସିଲର

ସତ୍ୟ କିମ୍ବା ମିଥ୍ୟା ଦର୍ଶାଅ ।

Question 1.
ବମ୍ବେ ମହାନଗର ନିଗମର ନୂତନ ନାମ ମୁମ୍ବାଇ ମହାନଗର ନିଗମ ଅଟେ ।
Answer:
ସତ୍ୟ

Question 2.
ସହରାଞ୍ଚଳର ସ୍ଥାନୀୟ ଶାସନ ସଂସ୍ଥା କେନ୍ଦ୍ରୀୟ ଅଧିକାରୀଙ୍କ ଅଧୀନରେ କାମ କରେ ।
Answer:
ମିଥ୍ୟା

Question 3.
ସହରାଞ୍ଚଳର ସ୍ଥାନୀୟ ଶାସନ ସଂସ୍ଥା ଗ୍ରାମାଞ୍ଚଳରେ କାର୍ଯ୍ୟ କରେ ।
Answer:
ମିଥ୍ୟା

Question 4.
ବିଜ୍ଞାପିତ ଅଞ୍ଚଳ ପରିଷଦର ଲୋକସଂଖ୍ୟା ଏକଲକ୍ଷରୁ ଅଧିକ ।
Answer:
ମିଥ୍ୟା

Question 5.
ମହାନଗର ନିଗମରେ ଏକଲକ୍ଷରୁ କମ୍ ଲୋକ ବାସ କରନ୍ତି ।
Answer:
ମିଥ୍ୟା

Question 6.
ସ୍ଥାନୀୟ ଶାସନ ବ୍ୟବସ୍ଥା ବିକେନ୍ଦ୍ରୀକରଣ ଏବଂ ଉତ୍ତମ ପ୍ରଶାସନକୁ ସହାୟତା କରେ ।
Answer:
ସତ୍ୟ

Answer:7.
ମୁମ୍ବାଇ ମହାନଗର ନିଗମ ଭାରତର ସର୍ବପୁରାତନ ମହାନଗରନିଗମ ଅଟେ ।
Answer:
ମିଥ୍ୟା

Question 8.
ସହରାଞ୍ଚଳ ସ୍ଥାନୀୟ ସରକାରର ରାଜସ୍ଵର ମୁଖ୍ୟ ଉତ୍ସ ହେଉଛି ଘରୋଇ କମ୍ପାନୀଙ୍କଠାରୁ ସଂଗ୍ରହ କରାଯାଉଥ‌ିବା ଟିକସ ।
Answer:
ମିଥ୍ୟା

‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଦଶଲକ୍ଷରୁ ଊର୍ଦ୍ଧ୍ବ ଲୋକ ନଗର ପାଳିକା
ଏକଲକ୍ଷରୁ ଦଶଲକ୍ଷ ମଧ୍ଯରେ ଜନସଂଖ୍ୟା ମହାନଗର ନିଗମ
ଏକଲକ୍ଷରୁ କମ୍ ଲୋକସଂଖ୍ୟା ଇନ୍ଦୋର
ସବୁଠାରୁ ସ୍ଵଚ୍ଛ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଦଶଲକ୍ଷରୁ ଊର୍ଦ୍ଧ୍ବ ଲୋକ ମହାନଗର ନିଗମ
ଏକଲକ୍ଷରୁ ଦଶଲକ୍ଷ ମଧ୍ଯରେ ଜନସଂଖ୍ୟା ନଗର ପାଳିକା
ଏକଲକ୍ଷରୁ କମ୍ ଲୋକସଂଖ୍ୟା ବିଜ୍ଞାପିତ ଅଞ୍ଚଳ ପରିଷଦ
ସବୁଠାରୁ ସ୍ଵଚ୍ଛ ସହର ଇନ୍ଦୋର