Go through BSE Odisha Class 6 Social Science Notes Odia Medium Chapter 5 ଇଣ୍ଡିଆ, ଅର୍ଥାତ୍ ଭାରତ to understand important topics more clearly.
6th Class Social Science Chapter 5 Notes Odia Medium
BSE Odisha Class 6 Social Science Chapter 5 Notes Odia Medium
‘ଭାରତର ପ୍ରାରମ୍ଭିକ ସମୟରେ ଆଧାୟିକ ଏବଂ ସାଂସ୍କୃତିକ ଏକତା ସମ୍ପୂର୍ଣ୍ଣ ହୋଇଥିଲା ଏବଂ ହିମାଳୟ ଓ ଦୁଇ ସମୁଦ୍ର ମଧ୍ୟରେ ମାନବ ଜାତିର ମହାନ ଭଡାନ ଘଟିଥିଲା ।’
ଶ୍ରୀ ଅରବିନ୍ଦ
ବିଷୟଭିତ୍ତିକ ସୂଚନା ଓ ବିଶ୍ଳେଷଣ

ପୃଥିବୀ ପୃଷ୍ଠରେ ଆମ ଦେଶ ଭାରତ ଏକ ଯୁଗାନ୍ତକାରୀ ଗୌରବମୟ ଦେଶ ଯାହା ମାନବ ସଭ୍ୟତାର ଅନ୍ୟତମ ସର୍ବପ୍ରାଚୀନ ଦେଶ ।
ଶ୍ରୀଅରବିନ୍ଦଙ୍କ ଭାଷାରେ ‘ଭାରତରେ ପ୍ରାରମ୍ଭିକ ସମୟରେ’’ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଏକତା ସମ୍ପୂର୍ଣ୍ଣ ହୋଇଥିଲା ଏବଂ ହିମାଳୟ ଓ ଦୁଇ ସମୁଦ୍ର ମଧ୍ୟରେ ମାନବ ଜାତିର ଉତ୍ଥାନ ଘଟିଥିଲା ।’’
ବର୍ତ୍ତମାନ ଭାରତ ଏକ ଆଧୁନିକ ରାଷ୍ଟ୍ର ଯାହାର ନିର୍ଦ୍ଦିଷ୍ଟ ସୀମା, ନିର୍ଦ୍ଦିଷ୍ଟ ରାଜ୍ୟସମୂହ ଏବଂ ଏକ ଜ୍ଞାତ ଜନସଂଖ୍ୟା ରହିଛି ।
କିନ୍ତୁ ୨୦୦୦ ରୁ ୫୦୦୦ ବର୍ଷ ପୂର୍ବେ ପୃଥିବୀର ଏହି ଅଞ୍ଚଳ ଥିଲା ଭିନ୍ନ ଏବଂ ଭିନ୍ନ ଭିନ୍ନ ନାମରେ ନାମିତ ହୋଇଥିଲା । ଆକାର ଦୃଷ୍ଟିରୁ ଏହା ଏକ ଉପମହାଦେଶ ।


ଅଧ୍ୟାବାସୀ (Inhabitants) – ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସବାସ କରନ୍ତି ।
ଭାରତୀୟମାନେ କିପରି ଭାରତର ନାମକରଣ କରିଥିଲେ ?
ଋକ୍ବେଦ ଅନୁସାରେ ଭାରତ ଉପମହାଦେଶର ଉତ୍ତର-ପଶ୍ଚିମ ଅଞ୍ଚଳକୁ ‘ସପ୍ତ ସିନ୍ଧବ’ ଅର୍ଥାତ୍ ‘ସାତଟି ନଦୀର ଭୂମି’ ବୋଲି ନାମିତ କରାଯାଇଛି । ‘ସିନ୍ଧବ’ ଶବ୍ଦ ‘ସିନ୍ଧୁ’ରୁ ଆସିଛି, ଯାହା ସିନ୍ଧୁ ନଦୀକୁ ବୁଝାଏ, କିମ୍ବା ବେଳେବେଳେ ସାଧାରଣତଃ କୌଣସି ଏକ ନଦୀକୁ ବୁଝାଏ ।
ମହାଭାରତ ଗ୍ରନ୍ଥରେ କାଶ୍ମୀର (ଆଜିର କାଶ୍ମୀର ), କୁରୁକ୍ଷେତ୍ର ( ଆଜି ହରି ୟାଣାର କିଛି ଅଂଶ), ବକ୍ସ (ବଙ୍ଗଳାର କିଛି ଅଂଶ), ପ୍ରାଗ୍ ଜ୍ୟୋତିଷ (ପ୍ରାୟ ଆଜିର ଆସାମ), କଚ୍ଛ ( ଆଜିର କୁ ଚ୍ଛ), କେରଳ (ପ୍ରାୟତଃ ଆଜିର କେରଳ) ଆଦି ଅନେକ ଅଞ୍ଚଳକୁ ତାଲିକାଭୁକ୍ତ କରାଯାଇଛି ।

ଭାରତ ଇତିହାସରେ ଏହାର ନାମକରଣ ଅନେକ ପ୍ରକାରର ହୋଇଛି । ମହାଭାରତରେ ଏହାର ନାମ ଭାରତବର୍ଷ ଏବଂ ଜମ୍ବୁଦୀପ ନାମରେ ବର୍ଣ୍ଣନା କରାଯାଇଛି ।
‘ଭାରତବର୍ଷ’ର ଅର୍ଥ ହେଉଛି ‘ଭରତଙ୍କ ଦେଶ’ । ‘ଭରତ’ ହେଉଛି ଏକ ନାମ ଯାହ ପ୍ରଥମେ ଋକ୍ବେଦରେ ଉଲ୍ଲିଖତ, ଯାହା ଏକ ମୁଖ୍ୟ ବୈଦିକ ଗୋଷ୍ଠୀର ଲୋକଙ୍କୁ ସୂଚିତ କରେ । ପରବର୍ତୀ ସାହିତ୍ୟରେ ‘ଭରତ’ ନାମରେ ଅନେକ ରାଜାଙ୍କ ନାମ ଉଲ୍ଲେଖ ରହିଛି ।
‘ଜମ୍ବୁଦ୍ଵୀପ’ର ଅର୍ଥ ହେଉଛି ‘ଜାମୁ-କୋଳି ଗଛର ଦ୍ଵୀପ’ । ଏହା ପ୍ରକୃତରେ ଭାରତର ଏକ ସାଧାରଣ ବୃକ୍ଷ, ଯାହାକୁ ‘ଜମ୍ବୁଲ ଗଛ’, ‘ମାଲାବାର ଗଛ’ ଇତ୍ୟାଦି ମଧ୍ୟ କୁହାଯାଏ । ‘ଜମ୍ବୁଦ୍ଵୀପ’ ଅର୍ଥ ଭାରତୀୟ ଉପମହାଦେଶକୁ ଅବିହିତ କରାଯାଇଥିଲା ।
ଅଶୋକଙ୍କ ଶିଳାଲିପି ମଧ୍ୟରୁ ଗୋଟିଏ ଶିଳାଲିପିରେ ‘ଭାରତବର୍ଷ’କୁ ବର୍ଣ୍ଣନା କରିବା ପାଇଁ ଅଶୋକ ସମାନ ନାମ ‘ଜମ୍ବୁଦ୍ଵୀପ’ ବ୍ୟବହାର କରିଥିଲେ, ଯେଉଁଥିରେ ସେତେବେଳେ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନର କିଛି ଅଂଶ ସାମିଲ ଥିଲା । ଏହାର କିଛି ଶତାବ୍ଦୀ ପରେ ଭାରତୀୟ ଉପମହାଦେଶ ପାଇଁ ସାଧାରଣତଃ ବ୍ୟବହୃତ ନାମ ହେଲା ‘ଭାରତ’ । ବିଷପୁରାଣରେ ଏ ବିଷୟରେ ଆମେ ପଢ଼ିଛୁ ।
![]()
‘ଭାରତ’ ନାମ ଆଜି ମଧ୍ୟ ବ୍ୟବହୃତ ହେଉଛି । ଉତ୍ତର ଭାରତରେ ଏହାକୁ ସାଧାରଣତଃ ‘ଭାରତ’ ନାମରେ ଲେଖାଯାଇଥିବାବେଳେ ଦକ୍ଷିଣ ଭାରତରେ ଏହାକୁ ପ୍ରାୟତଃ ‘ଭାରତମ୍’ ଭାବରେ ଲେଖାଯାଏ ।
୨୦୦୦ ବର୍ଷ ପୂର୍ବେ ପ୍ରାଚୀନ ତାମିଲ ସାହିତ୍ୟର ଏକ କବିତା, ଜଣେ ରାଜାଙ୍କ ପ୍ରଶଂସାରେ ର ଚି ତ ହୋଇଥିଲା । ଯାହାଙ୍କ ନାମ ‘ଦକ୍ଷିଣରେ କୁମାରୀ ଅନ୍ତରୀପ (କେପ୍)ଠାରୁ, ଉତ୍ତରରେ ଥିବା ମହାନ ପର୍ବତ ସହିତ ପୂର୍ବ ଏବଂ ପଶ୍ଚିମରେ ଥିବା ସମୁଦ୍ର’’ ଯାଏ ଖ୍ୟାତ ଥିଲେ ।
ଆମ ଭାରତର ସମ୍ବିଧାନ ପ୍ରଥମେ ଇଂରାଜୀରେ ଲେଖାଯାଇଥିଲା । ଯାହାର ଆରମ୍ଭରେ ‘ଇଣ୍ଡିଆ’, ଅର୍ଥାତ୍ ‘ଭାରତ’ ଶବ୍ଦ ବ୍ୟବହାର କରାଯାଇଛି । ସେହିଭଳି ସମ୍ବିଧାନର ହିନ୍ଦୀ ସଂସ୍କରଣରେ ମଧ୍ୟ ଏହା ‘ଭାରତ ଅର୍ଥାତ୍ ଇଣ୍ଡିଆ’ ବୋଲି ଉଲ୍ଲେଖ କରାଯାଇଛି ।
ବିଦେଶୀମାନେ ଭାରତର ନାମକରଣ କିପରି କଲେ ?
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଜଣେ ପାର୍ସୀ ସମ୍ରାଟ ସାମରିକ ଅଭିଯାନ ଆରମ୍ଭ କରି ସିନ୍ଧୁ ନଦୀର ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇଥିଲେ, ଯାହାକୁ ପୂର୍ବରୁ ସିନ୍ଧୁ କୁହାଯାଉଥିଲା । ପଥର ଶିଳାଲେଖରେ ପାରସୀମାନେ ଭାରତକୁ ‘ହିନ୍ଦ’, ‘ହିନ୍ଦୁ’ କିମ୍ବା ‘ହିନ୍ଦୁ’ ବୋଲି ସମ୍ବୋଧତ କରିଥିଲେ, ଯାହାକି ତାଙ୍କ ଭାଷାରେ ‘ସିନ୍ଧୁ’ର ରୂପାନ୍ତରଣ ମାତ୍ର ।
ପ୍ରାଚୀନ ଗ୍ରୀକ୍ମାନେ ଭାରତକୁ ଇଣ୍ଡିଆ, ଇଣ୍ଡୋଇ କିମ୍ବା ‘ଇଣ୍ଡିକେ’ ବୋଲି କହୁଥିଲେ । ଏହି ଅକ୍ଷର ସେମାନଙ୍କ ଗ୍ରୀକ୍ ଭାଷାରେ ନଥୁବାରୁ ସେମାନେ ‘ହିନ୍ଦୁ’ର ପ୍ରାରମ୍ଭିକ ଅକ୍ଷର ‘ହ’ ଛାଡ଼ି ଦେଇଥିଲେ । ସିନ୍ଧୁ → ହିନ୍ଦୁ →ଇଣ୍ଡୋଇ / ଇଣ୍ଡିକେ
ଚୀନାମାନେ ଭାରତକୁ ‘ୟିଣ୍ଟୁ’ କିମ୍ବା ‘ୟିନ୍ଦୁ’ ବୋଲି କହୁଥିଲେ । ଏହି ଶବ୍ଦଟି ମଧ୍ୟ ନିମ୍ନଲିଖୂତ ଢଙ୍ଗରେ ‘ସିନ୍ଧୁ’ରୁ ଆସିଛି ।
ସିନ୍ଧୁ ହିନ୍ଦୁ → ଇନ୍ଦୁ → ୟିନ୍ଦୁ
ସମ୍ବିଧାନ (Constitution) – ଏକ ଦସ୍ତାବିଜ୍ ଯେଉଁଥରେ ମୌଳିକ ସିଦ୍ଧାନ୍ତ ଏବଂ ଏକ ରାଷ୍ଟ୍ରର ନିୟମଗୁଡ଼ିକୁ ବର୍ଣନା କରାଯାଇଛି । ଆମ ଦେଶର ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା ।
ଜୁଆନଜାଙ୍ଗ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଚୀନ୍ରୁ ଭାରତକୁ ଯାତ୍ରା କରିଥିଲେ । ସେ ଭାରତରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ, ପଣ୍ଡିତମାନଙ୍କୁ ଭେଟିଥିଲେ, ବୌଦ୍ଧ ପୁସ୍ତକ ସଂଗ୍ରହ କରିଥିଲେ ଏବଂ ୧୭ ବର୍ଷ ପରେ ଚୀନକୁ ଫେରିଥିଲେ । ସେଠାରେ ସେ ନିଜ ସହ ନେଇଥିବା ପାଣ୍ଡୁଲିପିଗୁଡ଼ିକୁ ସଂସ୍କୃତରୁ ଚାଇନିଜ୍ ଭାଷାରେ ଅନୁବାଦ କରିଥିଲେ । ଶତାବ୍ଦୀ ଶତାବ୍ଦୀ ଧରି ଚୀନ୍ର ଅନେକ ପଣ୍ଡିତମାନେ ଭାରତ ଗସ୍ତରେ ଆସିଥିଲେ ।
ଆଉ ଏକ ଚାଇନିଜ୍ ଶବ୍ଦ, ଯାହା ‘ସିନ୍ଧୁ’ରୁ ମଧ୍ୟ ଉତ୍ପନ୍ନ ହୋଇଛି, ତାହା ହେଲା! ‘ଡିଆଟୁ’ କିନ୍ତୁ ଏହି ଶବ୍ଦକୁ ‘ଦିବ୍ୟ ଗୁରୁ’ ଭାବରେ ମଧ୍ୟ ବୁଝାଯାଇପାରେ । ବୁଦ୍ଧଙ୍କ ଦେଶ ଭାବରେ ଭାରତ ପ୍ରତି ପ୍ରାଚୀନ ଚୀନର ସମ୍ମାନ ଏହି ଶବ୍ଦରୁ ପ୍ରତିଫଳିତ ହୁଏ ।
୧୮୦୦ ବର୍ଷ ପୂର୍ବେ ଏକ ପାର୍ସି ଶିଳାଲେଖରେ ‘ହିନ୍ଦୁସ୍ତାନ’ ଶବ୍ଦ ପ୍ରଥମ ଥରପାଇଁ ଲେଖା ଯାଇଥିଲା ।
ଏହାପରେ ଭାରତକୁ ଆସିଥିବା ଅଧିକାଂଶ ଆକ୍ରମଣକାରୀ ଏହି ହିନ୍ଦୁସ୍ତାନ ନାମ ବ୍ୟବହାର କରିଛନ୍ତି ।
ବିଷୟ ସାରାଂଶ
ଭାରତ ଏକ ପ୍ରାଚୀନ ଭୂମି, ଯାହାର ଇତିହାସରେ ଅନେକ ନାମ ରହିଛି ।
ଭାରତର ପ୍ରାଚୀନ ଅଧ୍ଵବାସୀମାନଙ୍କଦ୍ଵାରା ଦିଆଯାଇଥିବା ନାମଗୁଡ଼ିକ ହେଲା ‘ଜମ୍ବୁଦ୍ଵୀପ’ ଏବଂ ‘ଭାରତ’ ଅନ୍ତର୍ଭୁକ୍ତ । ପରବର୍ତୀ ସମୟରେ ଏହା ବ୍ୟାପକ ହୋଇଥିଲା ଏବଂ ଅଧିକାଂଶ ଭାରତୀୟ ଭାଷାରେ ଏହାର ନାମ ଭାରତ ଅଟେ ।
![]()
ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ଓ ଆକ୍ରମଣକାରୀମାନେ ମୁଖ୍ୟତଃ ସିନ୍ଧୁ ବା ଇଣ୍ଡୁ ନଦୀରୁ ଉତ୍ପନ୍ନ ନାମ ଗ୍ରହଣ କରିଥିଲେ, ଫଳରେ ‘ହିନ୍ଦୁ’, ‘ଇଣ୍ଡୋଇ’ ଏବଂ ଶେଷରେ ‘ଇଣ୍ଡିଆ’ ଭଳି ନାମ ପ୍ରକାଶ ପାଇଥିଲା ।