CHSE Odisha Class 12 Economics Chapter 4 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 4 ଉପଭୋଗର ନିୟମ Objective Questions.

CHSE Odisha 12th Class Economics Chapter 4 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଉପଭୋଗ ହେଉଛି :
(A) ଉପଯୋଗିତାର ସୃଷ୍ଟି
(B) ଉପଯୋଗିତାର ଅପଚୟ
(C) ଅଭାବର ପରିତୃପ୍ତି
(D) ଆନନ୍ଦ ଲାଭ
Answer:
(B) ଉପଯୋଗିତାର ଅପଚୟ

2. କୌଣସି ଦ୍ରବ୍ୟର ଅତିରିକ୍ତ ଏକକ ଉପଭୋଗ ଫଳରେ ସୀମାନ୍ତ ଉପଯୋଗିତା :
(A) ହ୍ରାସ ପାଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ପାଏ

3. ଉପଭୋଗ ବୃଦ୍ଧି ସହିତ ମୋଟ ଉପଯୋଗିତା :
(A) ହ୍ରାସ ପାଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ପ୍ରଥମେ ବୃଦ୍ଧି ହୋଇ ପରେ ହ୍ରାସ ହୁଏ
Answer:
(D) ପ୍ରଥମେ ବୃଦ୍ଧି ହୋଇ ପରେ ହ୍ରାସ ହୁଏ

4. ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲାବେଳେ ମୋଟ ଉପଯୋଗିତା :
(A) ସର୍ବାଧ‌ିକ ହୁଏ
(B) ସର୍ବନିମ୍ନ ହୁଏ
(C) ଋଣାତ୍ମକ ହୁଏ
(D) ଶୂନ୍ଯ ହୁଏ
Answer:
(A) ସର୍ବାଧ‌ିକ ହୁଏ

CHSE Odisha Class 12 Economics Chapter 4 Objective Questions in Odia Medium

5. ସୀମାନ୍ତ ଉପଯୋଗିତା ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(B) ଉଲ୍ଲମ୍ବ ହୋଇଥାଏ
(D) ନିମ୍ନଗାମୀ ହୋଇଥାଏ
Answer:
(D) ନିମ୍ନଗାମୀ ହୋଇଥାଏ

6. ନିମ୍ନୋକ୍ତ କେଉଁଟି କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ସର୍ଭ ନୁହେଁ ?
(A) ସ୍ଵାଭାବିକ ମାନସିକତା
(B) ସମଜାତୀୟ ଦ୍ରବ୍ୟ
(C) ଧାରାବାହିକ ଉପଭୋଗ
(D) ସ୍ଥିର ଜନସଂଖ୍ୟା
Answer:
(D) ସ୍ଥିର ଜନସଂଖ୍ୟା

7. ନିମ୍ନୋକ୍ତ କେଉଁ ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରିନଥାଏ ?
(A) ମଦ୍ୟପ
(B) ଶିକ୍ଷକ
(C) କିରାଣୀ
(D) ଶ୍ରମିକ
Answer:
(A) ମଦ୍ୟପ

8. ସର୍ବାଧ୍ଵ ପରିତୃପ୍ତି ନିମନ୍ତେ ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା :
(A) ହ୍ରାସ ପାଇବା ଆବଶ୍ୟକ
(B) ବୃଦ୍ଧି ଘଟିବା ଆବଶ୍ୟକ
(C) ସମାନ ହେବା ଆବଶ୍ୟକ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସମାନ ହେବା ଆବଶ୍ୟକ

9. ନିମ୍ନୋକ୍ତ କେଉଁ ଦ୍ରବ୍ୟର ସୀମାନ୍ତ ଉପଯୋଗିତା
ଶୂନ୍ୟ ହୁଏ ନାହିଁ ?
(A) ମୁଦ୍ରା
(B) ରସଗୋଲା
(C) ଆଇସକ୍ରିମ୍
(D) ଉପରୋକ୍ତ ସମସ୍ତ ଦ୍ରବ୍ୟ
Answer:
(A) ମୁଦ୍ରା

10. କେଉଁ ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର ମଧ୍ୟ କୁହାଯାଏ ?
(A) କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର
(B) ସମ-ସୀମାନ୍ତ ଉପଯୋଗିତା ସୂତ୍ର
(C) ଚାହିଦା ସୂତ୍ର
(D) ଯୋଗାଣ ସୂତ୍ର
Answer:
(B) ସମ-ସୀମାନ୍ତ ଉପଯୋଗିତା ସୂତ୍ର

11. ଉପଯୋଗିତାର ବିନାଶକୁ କ’ଣ କୁହାଯାଏ ?
(A) ଖାଦ୍ୟ
(B) ଉପଭୋଗ
(C) ପ୍ରାନ୍ତୀୟ ଉପଯୋଗିତା
(D) ପରିବ୍ୟୟ
Answer:
(B) ଉପଭୋଗ

12. ପ୍ରାନ୍ତୀୟ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତା :
(A) ବୃଦ୍ଧି ପାଏ
(B) ସର୍ବାଧ‌ିକ ହୁଏ
(C) ହ୍ରାସ ପାଏ
(D) ଶୂନ୍ୟ ହୋଇଥାଏ
Answer:
(C) ହ୍ରାସ ପାଏ

13. ଆଲ୍‌ଫ୍ରେଡ୍‌ ମାର୍ଶାଲ୍‌ଙ୍କ ସମପ୍ରାନ୍ତୀୟ ଉପଯୋଗିତା ନିୟମଟି କେଉଁ ସର୍ଭ ଉପରେ ନିର୍ଭର କରିଥାଏ ?
(A) ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତାର ସ୍ଥିରତା
(B) ସମଜାତୀୟ ଦ୍ରବ୍ୟ
(C) ସ୍ଵାଦ, ଅଭ୍ୟାସ ଏବଂ ରୁଚି ଇତ୍ୟାଦି ଅପରିବର୍ତ୍ତିତ ରହିବା ଆବଶ୍ୟକ
(D) ଉପରୋକ୍ତ ସମସ୍ତ ସର୍ଭ
Answer:
(D) ଉପରୋକ୍ତ ସମସ୍ତ ସର୍ଭ

14. ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତା କିପରି ନିର୍ଣ୍ଣୟ କରାଯାଏ ?
(A) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର
(B) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା – ଦ୍ରବ୍ୟର ଦର
(C) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର
(D) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା x ଦ୍ରବ୍ୟର ଦର
Answer:
(C) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର

15. କୌଣସି ଦ୍ରବ୍ୟକୁ ଅଧ‌ିକରୁ ଅଧିକ ଏକକ ଉପଭୋଗ କରାଗଲେ ପ୍ରତ୍ୟେକ ଦ୍ରବ୍ୟର ଅଧିକ ଏକକରୁ ମିଳୁଥ‌ିବା ପରିତୃପ୍ତି :
(A) ବୃଦ୍ଧି ପାଇଥାଏ
(B) ସ୍ଥିର ରହିଥାଏ
(C) କ୍ରମଶଃ ହ୍ରାସ ପାଇଥାଏ
(D) ଶୂନ୍ୟ ହୋଇଥାଏ
Answer:
(C) କ୍ରମଶଃ ହ୍ରାସ ପାଇଥାଏ

CHSE Odisha Class 12 Economics Chapter 4 Objective Questions in Odia Medium

16. କୌଣସି ଦ୍ରବ୍ୟକୁ ଅଧିକରୁ ଅଧ‌ିକ ଉପଭୋଗ କରାଗଲେ ପ୍ରତ୍ୟେକ ଏକ ଏକକର ଉପଭୋଗରୁ ମିଳୁଥ‌ିବା ଉପଯୋଗିତାକୁ :
(A) ଉପଯୋଗିତା କୁହାଯାଏ
(B) ଉପଭୋଗ କୁହାଯାଏ
(C) ମୋଟ ଉପଯୋଗିତା କୁହାଯାଏ
(D) ପ୍ରାନ୍ତୀୟ ଉପଯୋଗିତା କୁହାଯାଏ
Answer:
(D) ପ୍ରାନ୍ତୀୟ ଉପଯୋଗିତା କୁହାଯାଏ

B. ଶୂନ୍ୟସ୍ଥାନ ପୂରଣ କର ।

1. ଉପଭୋଗ ହେଉଛି ଉପଯୋଗିତାର ____________ ।
Answer:
ଅପଚୟ

2. ସାମାନ୍ତ ଉପଯୋଗିତା _____________ ହେଲେ, ମୋଟ ଉପଯୋଗିତାସର୍ବାଧ୍ଵ ହୁଏ ।
Answer:
ଶୂନ୍ୟ

3. କୌଣସି ଦ୍ରବ୍ୟ ଅଧ‌ିକରୁ ଅଧିକ ଉପଭୋଗ କଲେ ଏହାର ମୋଟ ଉପଯୋଗିତା _____________ ହୁଏ ।
Answer:
ପ୍ରଥମେ ବୃଦ୍ଧି ହୋଇ ହ୍ରାସ

4. ____________ ଏକକର ଉପଯୋଗିତାକୁ ସୀମାନ୍ତ ଉପଯୋଗିତା କୁହାଯାଏ ।
Answer:
ଶେଷ

5. ଗୋଟିଏ ଦ୍ରବ୍ୟ ଅଧ୍ୟକରୁ ଅଧିକ ଉପଭୋଗ କଲେ ତାହାର ସୀମାନ୍ତ ଉପଯୋଗିତା _____________ ହୁଏ ।
Answer:
ହ୍ରାସ

6. ସାମାନ୍ତ ଉପଯୋଗିତା ____________ ହେଲେ ମୋଟ ଉପଯୋଗିତା ହ୍ରାସ ପାଇବାକୁ ଲାଗେ ।
Answer:
ଋଣାତ୍ମକ

7. ଜଣେ ଉପଭୋକ୍ତା __________ ଉପଯୋଗିତାକୁ ସର୍ବାଧ୍ଵ କରିବାକୁ ଚେଷ୍ଟା କରେ ।
Answer:
ମୋଟ

8. ଯେତେବେଳେ ______________ ସର୍ଭଟି ପୂରଣ ହୋଇଥାଏ, ସେତେବେଳେ ଉପଭୋକ୍ତା ତା’ର ସୀମିତ ଆୟରୁ ସର୍ବାଧ୍ଵ ପରିତୃପ୍ତି ପାଇଥା’ନ୍ତି ।
Answer:
\(\frac{‘କ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘କ’ ଦ୍ରବ୍ୟର ଦର}\) = \(\frac{‘ଖ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘ଖ’ ଦ୍ରବ୍ୟର ଦର}\) = ମୁଦ୍ରାରୁ ସୀମାନ୍ତ ଉପଯୋଗିତା

9. ସମସୀମାନ୍ତ ଉପଯୋଗିତା ନିୟମର ଅନ୍ୟ ନାମ ____________ ।
Answer:
ସର୍ବାଧ‌ିକ ପରିତୃପ୍ତି ସୂତ୍ର

10. ବିଭିନ୍ନ ବିଭାଗ ମଧ୍ୟରେ ବ୍ୟୟର ବଣ୍ଟନ ଓ ବିଭିନ୍ନ ବର୍ଗର ଲୋକଙ୍କ ଉପରେ ଟିକସ ବସାଇବା ସମୟରେ ____________ ନିୟମକୁ ବିତ୍ତମନ୍ତ୍ରୀ ପାଳନ କରିଥା’ନ୍ତି । __________ ।
Answer:
ସମସୀମାନ୍ତ ଉପଯୋଗିତା ନିୟମ

11. ମୋଟ ଉପଯୋଗିତା _____________ ହାରରେ ବୃଦ୍ଧି ପାଏ ।
Answer:
କ୍ରମ ହ୍ରାସମାନ ହାରରେ

12. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଅଧୀନରେ ମୁଦ୍ରାର ସୀମାନ୍ତ ଉପଯୋଗିତା ____________ ବୋଲି ଧରାଯାକଅଛି । _________ ।
Answer:
ସ୍ଥିର

13. ଉପଭୋକ୍ତାଙ୍କର ସର୍ବାଧ‌ିକ ପରିତୃପ୍ତି ଲାଭ ଲକ୍ଷ୍ୟରେ ଦୁଇଟି ଦ୍ରବ୍ୟର ଦର ସମାନ ହେଲେ _____________ ସମାନ ହେବା ଆବଶ୍ୟକ ।
Answer:
ସୀମାନ୍ତ ଉପଯୋଗିତା

14. ମୁଦ୍ରାରୁ ପ୍ରାପ୍ତ ସୀମାନ୍ତ ଉପଯୋଗିତା _________ କିମାୃ _____________ ହେବ ନାହିଁ ।
Answer:
ଶୂନ୍ୟ, ଋଣାତ୍ମକ

15. ସୀମାନ୍ତ ଉପଯୋଗିତା ଓ ଦରର ଅନୁପାତକୁ ବ୍ୟୟିତ ___________ ର ସୀମାନ୍ତ ଉପଯୋଗିତା କୁହାଯାଏ ।
Answer:
ମୁଦ୍ରା

16. (ମୋଟ ଉପଯୋଗିତା)n = 40 ଏବଂ (ମୋଟ ଉପଯୋଗିତା)n-1 = 36 ହେଲେ, ସୀମାନ୍ତ ଉପଯୋଗିତା __________ ହେବ ।
Answer:
4

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଦ୍ରବ୍ୟର ଅଭାବ ମୋଚନକାରୀ କ୍ଷମତାକୁ ଉପଭୋଟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ଅଭାବ ମୋଚନକାରୀ କ୍ଷମତାକୁ ଉପଯୋଗିତା କୁହାଯାଏ ।

2. ଉପଯୋଗ ହେଉଛି ଉପଯୋଗିତାର ଅପଚୟ ।
Answer:
ଠିକ୍

CHSE Odisha Class 12 Economics Chapter 4 Objective Questions in Odia Medium

3. ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ହୋଇପାରିବ ।
Answer:
ଭୁଲ୍ ।
ଠିକ୍ – ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ହେଇପାରିବ ନାହିଁ ।

4. କୌଣସି ଏକ ଦ୍ରବ୍ୟର ଦର ଓ ସୀମାନ୍ତ ଉପଯୋଗିତା ମଧ୍ୟରେ ପରୋକ୍ଷ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – କୌଣସି ଏକ ଦ୍ରବ୍ୟର ଦର ଓ ସୀମାନ୍ତ ଉପଯୋଗିତା ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।

5. କୌଣସି ଦ୍ରବ୍ୟର ଉପଭୋଗ ବୃଦ୍ଧି ପାଇବା ବେଳେ ସୀମାନ୍ତ ଉପଯୋଗିତା ସ୍ଥିର ରହେ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଭୋଗ ବୃଦ୍ଧି ପାଇବାବେଳେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।

6. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରକୁ ସ୍ଥାନାପନ୍ନ ସୂତ୍ର ମଧ୍ୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସମସୀମାନ୍ତ ଉପଯୋଗିତା ସୂତ୍ରକୁ ସ୍ଥାନାପନ୍ନ ସୂତ୍ର ମଧ୍ୟ କୁହାଯାଏ ।

7. ସୀମାନ୍ତ ଉପଯୋଗିତା ରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ରେଖା ନିମ୍ନଗାମୀ ହୋଇଥାଏ ।

8. ସୀମାନ୍ତ ଉପଯୋଗିତା ଋଣାତ୍ମକ ହେବାବେଳେ ମୋଟ ଉପଯୋଗିତା ସର୍ବାଧିକ ହୁଏ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ଶୂନ୍ୟ ହେବାବେଳେ ମୋଟ ଉପଯୋଗିତା ସର୍ବାଧ୍ଵ ହୁଏ ।

9. ଉପଭୋଗଦ୍ଵାରା ଉପଯୋଗିତାର ବୃଦ୍ଧି ସାଧନ ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗଦ୍ଵାରା ଉପଯୋଗିତାର କ୍ଷୟ ସାଧନ ହୁଏ ।

10. କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ସମାନ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ଭିନ୍ନ ଭିନ୍ନ ।

11. କୌଣସି ଦ୍ରବ୍ୟର ଉପଯୋଗିତାର ପରିବର୍ତ୍ତନ ସମ୍ଭବ ନୁହେଁ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଯୋଗିତାର ପରିବର୍ତ୍ତନ ସମ୍ଭବ ।

12. ଜଣେ ବିବେକୀ ଉପଭୋକ୍ତା, କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ସୀମାନ୍ତ ଉପଯୋଗିତାକୁ ଦରଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।
Answer:
ଭୁଲ୍ ।
ଠିକ୍ – ଜଣେ ବିବେକୀ ଉପଭୋକ୍ତା, କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ଦରକୁ ସୀମାନ୍ତ ଉପଯୋଗିତାଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।

13. ମୁଦ୍ରାର ସୀମାନ୍ତ ଉପଯୋଗିତା କେବଳ ଧନାତ୍ମକ ।
Answer:
ଠିକ୍ ।

14. ଦ୍ରବ୍ୟର ସୀମାନ୍ତ ଉପଯୋଗିତା, ଅନ୍ୟାନ୍ୟ ଏକକରୁ ଉପଲବ୍‌ଧ ଉପଯୋଗିତାଠାରୁ କମ୍ ବା ବେଶୀ ହୋଇପାରେ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ସୀମାନ୍ତ ଉପଯୋଗିତା, ଅନ୍ୟାନ୍ୟ ଏକକରୁ ଉପଲବ୍‌ଧ ଉପଯୋଗିତାଠାରୁ ସର୍ବଦା କମ୍ ହୋଇପାରେ ।

15. ଦ୍ରବ୍ୟଗୁଡ଼ିକର ଦର ସମାନ ସ୍ଥଳେ କେବଳ ସୀମାନ୍ତ ଉପଯୋଗିତାର ସମାନତା ପ୍ରତ୍ୟକ୍ଷ ଭାବେ ସମ୍ଭବ ।
Answer:
ଠିକ୍ ।

16. ଶେଷ ଏକକରୁ ମିଳୁଥିବା ଉପଯୋଗିତାକୁ ପ୍ରାନ୍ତୀୟ ଉପଯୋଗିତା କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଏକକରୁ ମିଳୁଥିବା ଉପଯୋଗିତାକୁ ପ୍ରାନ୍ତୀୟ ଉପଯୋଗିତା କୁହାଯାଏ ।

17. ନିରବଚ୍ଛିନ୍ନ ଭାବେ କୌଣସି ଦ୍ରବ୍ୟର ଏକକ ସମୂହ ଉପଭୋଗ କଲେ ସମସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟକାରୀ ହୁଏ ।
Answer:
ଭୁଲ୍ ।
ଠିକ୍ – ନିରବଚ୍ଛିନ୍ନ ଭାବେ କୌଣସି ଦ୍ରବ୍ୟର ଏକକ ସମୂହ ଉପଭୋଗ କଲେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟକାରୀ ହୁଏ ।

18. ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ କ୍ରମହାସମାନ ସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ ସମ ସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।

19. ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ବିଭିନ୍ନ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହୁଏ ।
Answer:
ଠିକ୍ ।

20. ଦ୍ରବ୍ୟଟିର ଦର ତାହାର ମୋଟ ଉପଯୋଗିତା ଉପରେ ନିର୍ଭର କରେ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟଟିର ଦର ତାହାର ସୀମାନ୍ତ ଉପଯୋଗିତା ଉପରେ ନିର୍ଭର କରେ ।

21. ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ମଧ୍ୟ ଶୂନ୍ୟ ହୁଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ସର୍ବାଧ‌ିକ ହୁଏ ।

CHSE Odisha Class 12 Economics Chapter 4 Objective Questions in Odia Medium

22. ଉପଭୋଗର ପରିମାଣ ବୃଦ୍ଧି ହେଲେ ସୀମାନ୍ତ ଉପଯୋଗିତା ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗର ପରିମାଣ ବୃଦ୍ଧି ହେଲେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।

23. ମାନସିକ ସ୍ଵସ୍ଥ ଉପଭୋକ୍ତା କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ସୀମାନ୍ତ ଉପଯୋଗିତାକୁ ଦରଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।
Answer:ଭୁଲ୍ ।
ଠିକ୍ – ମାନସିକ ସ୍ବସ୍ଥ ଉପଭୋକ୍ତା କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ଦରକୁ ସୀମାନ୍ତ ଉପଯୋଗିତାଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।

24. ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ମଧ୍ୟ ଶୂନ୍ୟ ହୁଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ସର୍ବାଧ‌ିକ ହୁଏ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ମୋଟ ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ବିଭିନ୍ନ ଏକକ ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

2. ସୀମାନ୍ତ ଉପଯୋଗିତା କାହାକୁ କହନ୍ତି ?
Answer:
କୌଣସି ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ କରିବାଦ୍ୱାରା ମୋଟ ଉପଯୋଗିତାରେ ଯେଉଁ ପରିମାଣ ଯୋଗ ହୁଏ ତାହା ସୀମାନ୍ତ ଉପଯୋଗିତା ।

3. ମୋଟ ଉପଯୋଗିତା ହ୍ରାସ ପାଇବାବେଳେ ସୀମାନ୍ତ ଉପଯୋଗିତା କ’ଣ ହେବ ?
Answer:
ମୋଟ ଉପଯୋଗିତା ହ୍ରାସ ପାଇବାବେଳେ ସୀମାନ୍ତ ଉପଯୋଗିତା ଋଣାତ୍ମକ ହେବ ।

4. ଉପଭୋଗ କାହାକୁ କୁହାଯାଏ ?
Answer:
ଦ୍ରବ୍ୟର ଉପଯୋଗିତାର ଅପଚୟ କରିବା ପ୍ରକ୍ରିୟାକୁ ଉପଭୋଗ କୁହାଯାଏ ।

5. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ସଂଜ୍ଞା ପ୍ରଦାନ କର ।
Answer:
ପ୍ରଫେସର ମାର୍ଶାଲ୍ କହିଛନ୍ତି ଯେ ଜଣେ ବ୍ୟକ୍ତି ପାଖରେ ଥିବା କୌଣସି ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି, ତାହା ଦ୍ରବ୍ୟର ମୋଟ ପରିମାଣରେ ବୃଦ୍ଧି ହେବା ସହିତ କ୍ରମଶଃ ହ୍ରାସ ପାଏ ।

6. କେଉଁ ସୂତ୍ରର ଅନ୍ୟନାମ ସ୍ଥାନାପନ୍ନ ସୂତ୍ର ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ରର ଅନ୍ୟନାମ ସ୍ଥାନାପନ୍ନ ସୂତ୍ର ।

7.ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା କାହାକୁ କହନ୍ତି ?
Answer:
ସୀମାନ୍ତ ଉପଯୋଗିତା ଓ ଦରର ଅନୁପାତକୁ ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା କହନ୍ତି ।

8. ଜଣେ ଉପଭୋକ୍ତା କେତେବେଳେ ସର୍ବାଧ୍ଵ ପରିତୃପ୍ତି ପାଇଥା’ନ୍ତି ?
Answer:
ବିଭିନ୍ନ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ଥ‌ିବା ଅବସ୍ଥାରେ ଯଦି ଉପଭୋକ୍ତା ଉପଭୋଗ କରେ ସେ ସର୍ବାଧ‌ିକ ପରିତୃପ୍ତି ଲାଭ କରିପାରିବେ ।

9. ଜଣେ ଉପଭୋକ୍ତାଙ୍କ ଲକ୍ଷ୍ୟ କ’ଣ ?
Answer:
ଜଣେ ଉପଭୋକ୍ତାଙ୍କ ଲକ୍ଷ୍ୟ ହେଉଛି ସେ ତାଙ୍କର ସୀମିତ ଆୟକୁ ବିଭିନ୍ନ ଦ୍ରବ୍ୟ କ୍ରୟ କରିବାରେ କିଭଳି ଭାବରେ ବଣ୍ଟନ କଲେ ସର୍ବାଧ‌ିକ ପରିତୃପ୍ତି ଲାଭ କରିପାରିବେ ।

10. ସନ୍ତୁଳନ କହିଲେ କ’ଣ ବୁଝ ?
Answer:
ସନ୍ତୁଳନ ଶବ୍ଦଟିର ଅର୍ଥ ପରିବର୍ତ୍ତନ ଶୂନ୍ଯ ଅବସ୍ଥା; ଅର୍ଥାତ୍ ଯେତେବେଳେ ଜଣେ ଉପଭୋକ୍ତା ନିର୍ଦ୍ଦିଷ୍ଟ ଆୟକୁ ଖର୍ଚ୍ଚ କରି ସର୍ବାଧ୍ଵ ପରିତୃପ୍ତି ପାଏ, ସେ ସନ୍ତୁଳନ ହାସଲ କରିଛି ବୋଲି କୁହାଯାଏ ।

11. କେତେବେଳେ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ପରସ୍ପର ସମାନ ?
Answer:
କୌଣସି ଦ୍ରବ୍ୟର ପ୍ରଥମ ଏକକର ଉପଭୋଗ ସ୍ଥଳେ ଉଭୟ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ପରସ୍ପର ସମ୍ମାନ ।

12. ସୀମାନ୍ତ ଉପଯୋଗିତାର କ୍ରମ ହ୍ରାସ ଘଟେ କାହିଁକି ?
Answer:
ଅଭାବର ତୀବ୍ରତା କ୍ରମଶଃ ହ୍ରାସ ପାଉଥିବାରୁ ସୀମାନ୍ତ ଉପଯୋଗିତା କ୍ରମଶଃ ହ୍ରାସ ପାଇଥାଏ ।

13. ଜଣେ ଉପଭୋକ୍ତା ଅର୍ଥ ବ୍ୟୟ କରିବା
Answer:
ସମୟରେ କେଉଁ ସୂତ୍ରଦ୍ୱାରା ପରିଚାଳିତ ହୁଏ ? ଉ ଜଣେ ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ ସମସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।

14. ଜଣେ ଉପଭୋକ୍ତା କେଉଁ ଉପଯୋଗିତାକୁ ସର୍ବାଧ‌ିକ କରିବା ନିମନ୍ତେ ଉତ୍ସୁକ ଥାଏ ?
Answer:
ଜଣେ ଉପଭୋକ୍ତା ମୋଟ ଉପଯୋଗିତାକୁ ସର୍ବାଧ‌ିକ କରିବା ନିମନ୍ତେ ଉତ୍ସୁକ ଥାଏ ।

15. ସମପ୍ରାନ୍ତୀୟ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା କେଉଁ ସମୟରେ ସର୍ବାଧ‌ିକ ପରିତୃପ୍ତି ଲାଭ କରେ ?
Answer:
ଯଦି ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସେମାନଙ୍କ ଦାମ୍ ସହ ସମାନୁପାତୀ ହୁଏ, ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରେ ।

16. ଅର୍ଥନୈତିକ ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତା କେଉଁ ସମୟରେ ଉପଭୋଗ ବନ୍ଦ କରନ୍ତି ?
Answer:
ଯେଉଁ ସମୟରେ ଦ୍ରବ୍ୟରୁ ଲବ୍‌ଧ ସୀମାନ୍ତ ଉପଯୋଗିତା ଏହାର ଦାମ୍ ସହ ସମାନ ହୁଏ, ସେହି ସମୟରେ ଉପଭୋକ୍ତା ଉପଭୋଗ ବନ୍ଦ କରନ୍ତି ।

17. କେଉଁ ସୂତ୍ର ଅନୁସାରେ ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରିବାର ସୂଚନା ମିଳେ ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରିବାର ସୂଚନା ମିଳେ ।

18. କେଉଁ ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର କୁହାଯାଏ ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର କୁହାଯାଏ ।

19. ଦ୍ରବ୍ୟର ଦାମ୍ କେଉଁ ଉପଯୋଗିତା ଉପରେ ନିର୍ଭର କରେ ?
Answer:
ଦ୍ରବ୍ୟର ଦାମ୍ ସୀମାନ୍ତ ଉପଯୋଗିତା ଉପରେ ନିର୍ଭର କରେ ।

20. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର କାର୍ଯ୍ୟକାରିତା ପାଇଁ ଦୁଇଟି ସର୍ଭ ଲେଖ ।
Answer:
ସମଜାତୀୟ ଏକକ ଓ ଉପଭୋଗ ନିରବଚ୍ଛିନ୍ନ ଓ ଧାରାବାହିକ ହେବା ଉଚିତ ।

CHSE Odisha Class 12 Economics Chapter 4 Objective Questions in Odia Medium

21. କେଉଁ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ପ୍ରଯୁଜ୍ୟ ହୁଏ ନାହିଁ ?
Answer:
ମୁଦ୍ରା ଓ ବିରଳ ଦୁଶ୍ରାପ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ପ୍ରଯୁଜ୍ୟ ହୁଏ ନାହିଁ ।

22. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ଦୁଇଟି ଗୁରୁତ୍ଵ ଲେଖ ।
Answer:
ମୂଲ୍ୟର ବିରୋଧାଭାସ ସମସ୍ୟାର ସମାଧାନ ଓ କର ନୀତି ପ୍ରଣୟନ କ୍ଷେତ୍ରରେ ଏହି ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

23. ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା କେଉଁ ସମୟରେ ସର୍ବାଧ୍ୱ ପରିତୃପ୍ତି ଲାଭ କରେ ?
Answer:
ଯଦି ବିଭିନ୍ନ ଦ୍ରବ୍ୟରୁ ପ୍ରାପ୍ତ ହେଉଥ‌ିବା ସୀମାନ୍ତ ଉପଯୋଗିତା ସେମାନଙ୍କ ଦର ସହ ସମାନୁପାତୀ ହୁଏ, ତେବେ ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରେ ।

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

Odisha State Board BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର will enable students to study smartly.

BSE Odisha Class 8 Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ଉପକ୍ରମଣିକା (Introduction) :
(i) ଦୈନନ୍ଦିନ ଜୀବନରେ କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, ଅର୍ଥନୀତି, ବାଣିଜ୍ୟ, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଆମେ ସୂଚନା ପାଇଥାଉ । ଏଗୁଡ଼ିକୁ ତଥ୍ୟ କହନ୍ତି ।
(ii) ତଥାବଳୀ ସଂଗ୍ରହକରି ସ୍ଵତନ୍ତ୍ର ଉପସ୍ଥାପନାଶୈଳୀ ମାଧ୍ୟମରେ ବ୍ୟାଖ୍ୟା ଓ ବିଶ୍ଳେଷଣ କରି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବାର ପ୍ରୟାସ କରିଥା’ନ୍ତି ।

→ ତଥ୍ୟାବଳୀ (Data) :
(i) କେତେକ କ୍ଷେତ୍ରରେ ତଥ୍ୟାବଳୀ ମାଧ୍ୟମରେ କେତେକ ସୂଚନା ମିଳିଥାଏ; ଯଥା-
(କ) ତୁମ ଶ୍ରେଣୀର ଗତବର୍ଷ ବାର୍ଷିକ ପରୀକ୍ଷାରେ ଗଣିତରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରସଂଖ୍ୟା ଏବଂ

(ଖ) ଗତ ମାସରେ ତୁମେ ପଢ଼ିଥିବା କେତେକ ଗପବହିର ସଂଖ୍ୟା ।
ଉପରୋକ୍ତ ପ୍ରକାର ତଥ୍ୟଗୁଡ଼ିକୁ ସାଂଖ୍ୟକ ତଥ୍ୟ କୁହାଯାଏ ।

  • ‘ସାଂଖ୍ୟକ ତଥ୍ୟ’ ମାଧ୍ୟମରେ କୌଣସି ବିଷୟଗତ ସୂଚନା ମିଳିଥାଏ ।

(ii) କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଆଗରେରଖ୍ ସାଧାରଣତଃ କୌଣସି ବ୍ୟକ୍ତି, ସଂସ୍ଥା ବା ଅନୁଷ୍ଠାନରେ ତଥ୍ୟ ସଂଗ୍ରହକାରୀମାନେ ପ୍ରତ୍ୟକ୍ଷ ଭାବରେ ତଥ୍ୟ ସଂଗ୍ରହ କରିଥା’ନ୍ତି । ଏ ପ୍ରକାର ତଥ୍ୟକୁ ପ୍ରାଥମିକ ତଥ୍ୟ (Primary Data) କୁହାଯାଏ ।

(iii) ତଥ୍ୟ ସଂଗ୍ରହକାରୀଙ୍କ ଜରିଆରେ ତଥ୍ୟ ସଂଗ୍ରହ ନ କରି ପୁସ୍ତକାଗାର, ସରକାରୀ କାଗଜପତ୍ର, ଖବରକାଗଜ ବା ଟେଲିଭିଜନରେ ପ୍ରସାରିତ ଖବରରୁ ସଂଗୃହିତ ତଥ୍ୟକୁ ପରୋକ୍ଷ ତଥ୍ୟ (Secondary Data) କୁହାଯାଏ ।

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ତଥ୍ୟାବଳୀର ସଜ୍ଜୀକରଣ (Organisation of Data) :
(i) ସଂଗୃହୀତ ପ୍ରାଥମିକ ବା ପରୋକ୍ଷ ତଥ୍ୟକୁ ଲବ୍‌ଧାଙ୍କ (Score) କୁହାଯାଏ ।

(ii) ଏକାଧ୍ଵକବାର ରହିଥିବା ଲବ୍‌ଧାଙ୍କଗୁଡ଼ିକୁ ବାରମ୍ବାର ନଲେଖୁ ସେମାନଙ୍କ ସଂଖ୍ୟାକୁ ବାରମ୍ବାରତା (Fre- quency) କୁହାଯାଏ ।

(iii) ତଥ୍ୟ ସଜ୍ଜୀକରଣ ପାଇଁ ସୋପାନଗୁଡ଼ିକ ହେଲା-

  • ପ୍ରଥମ ସଂଗୃହୀତ ତଥ୍ୟଗୁଡ଼ିକୁ ଲେଖୁ ତାହାକୁ ଉର୍ଦ୍ଧ୍ବକ୍ରମ ବା ଅଧଃକ୍ରମରେ ଲେଖାଯାଏ ।
  • ଅଧ‌ିକ ସଂଖ୍ୟକ ଲଜ୍ଜାଙ୍କ ଥିଲେ ସେଗୁଡ଼ିକୁ ଉର୍ଦ୍ଧ୍ବ ବା ଅଧଃକ୍ରମରେ ଲେଖୁବା ସମୟସାପେକ୍ଷ ହେଉଥ‌ିବାରୁ ପ୍ରତ୍ୟେକ ଲଜ୍ଜାଙ୍କ ତଥ୍ୟାବଳୀରେ କେତେଥର
  • ରହିଛି ତାକୁ ବିଚାରକୁ ନେଇ ଲଜ୍ଜାଙ୍କର ବାରମ୍ବାରତା ନିରୂପଣ କରାଯାଏ ।
  • ଲବ୍ଧଙ୍କ ସହ ବାରମ୍ବାରତାକୁ ନେଇ ଯେଉଁ ସାରଣୀ ପ୍ରସ୍ତୁତ କରାଯାଏ, ତାକୁ ବାରମ୍ବାରତା-ବିତରଣ ସାରଣୀ (Frequency-distribution table) କହନ୍ତି ।

(a) ନିମ୍ନରେ ଦିଆଯାଇଥିବା ଲବ୍‌ଧାଙ୍କଗୁଡ଼ିକୁ ଊକ୍ରମରେ ସଜାଅ ।
(b) ଉକ୍ତ ଲବ୍‌ଧାଙ୍କଗୁଡ଼ିକୁ ନେଇ ଏକ ବାରମ୍ବାରତା-ବିତରଣ ସାରଣୀ ପ୍ରସ୍ତୁତ କର ।
(c) ସାରଣୀକୁ ଦେଖ୍ ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i)ସର୍ବନିମ୍ନ ଲବ୍‌ଧାଙ୍କ କେତେ ?
(ii) ସର୍ବୋଚ୍ଚ ଲବ୍‌ଧାଙ୍କ କେତେ ?
(iii) କେଉଁ ଲବ୍‌ଧାଙ୍କର ବାରମ୍ବାରତା ସର୍ବାଧ‌ିକ ?
(iv) କେଉଁ ଲବ୍‌ଧାଙ୍କର ବାରମ୍ବାରତା ସର୍ବନିମ୍ନ ?
(v) ଲବ୍‌ଧାଙ୍କମାନଙ୍କର ସଂଖ୍ୟା କେତେ ?
ସମାଧାନ :
(a) ଲବ୍ଧଙ୍କଗୁଡ଼ିକୁ ଊର୍ଦ୍ଧ୍ବକ୍ରମରେ ସଜାଇଲେ ହେବ ।
74, 62, 64, 72, 67, 73, 80, 78, 65, 69, 73, 84, 83, 73, 93
72, 62, 79, 88, 79, 61, 53, 87, 56, 87, 81, 42, 70, 45, 66

(b)
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 1

(c)
(i) ସର୍ବନିମ୍ନ ଲଚ୍ଛାଙ୍କଟି = 42
(ii) ସର୍ବୋଚ୍ଚ ଲବ୍ଧଙ୍କଟି = 93
(iii) ଲଜ୍ଜାଙ୍କ 73 ର ବାରମ୍ବାରତା ସର୍ବାଧିକ ।
(iv) ଅନେକ ଲଜ୍ଜାଙ୍କର ବାରମ୍ବାରତା ସର୍ବନିମ୍ନ !
(v) ଲବ୍‌ଧାଙ୍କମାନଙ୍କର ସଂଖ୍ୟା = 30

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ତଥ୍ୟ ଉପସ୍ଥାପନା (Presentation of Data) :
ତିନି ପ୍ରକାର ଗ୍ରାଫ୍ (ଲେଖଚିତ୍ର) ଦ୍ଵାରା ତଥ୍ୟ ଉପସ୍ଥାପନା କରାଯାଇପାରେ । ସେଗୁଡ଼ିକ ହେଲା–
(i) ଚିତ୍ର ଲେଖ (Pictograph / Picture graph)
(ii) ସ୍ତମ୍ଭ ଲେଖ (Bar graph) ଏବଂ
(iii) ଲେଖ (Circle graph / Pie Chart)

→ ଚିତ୍ରଲେଖ (Pictograph) :
ସଂଗୃହୀତ ତଥ୍ୟକୁ ଚିତ୍ର ମାଧ୍ୟମରେ ପ୍ରକାଶକଲେ ତାକୁ ଚିତ୍ରଲେଖ କୁହାଯାଏ ।
ଉଦାହରଣ :
ନିମ୍ନ ତଥ୍ୟକୁ ଚିତ୍ରଲେଖରେ ପ୍ରକାଶ କର ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 2
ସମାଧାନ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 3

ଉଦାହରଣ :
ନିମ୍ନ ତଥ୍ୟାବଳୀକୁ ଚିତ୍ରଲେଖରେ ପ୍ରକାଶ କର ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 4
ସମାଧାନ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 5

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ସ୍ତମ୍ଭ ଲେଖ (Bar graph):

  • ସ୍ତମ୍ଭ ଲେଖ ମାଧ୍ୟମରେ ତଥ୍ୟ ଉପସ୍ଥାପନ, ତଥ୍ୟ ଅନୁଶୀଳନ ଓ ତଥ୍ୟର ବ୍ୟାଖ୍ୟା ଅତି ସହଜ ହୋଇଥାଏ ।
  • ସମ ଓସାର (ପ୍ରସ୍ଥ) ଓ ସ୍ତମ୍ଭ ସ୍ତମ୍ଭ ମଧ୍ୟରେ ବ୍ୟବଧାନ ସମାନ ଥାଇ ସ୍ତମ୍ଭ ଲେଖ ସାଧାରଣ ଭାବରେ ସଫଳ ତଥ୍ୟ ଉପସ୍ଥାପନା ପାଇଁ ଆମର ଦୃଷ୍ଟି ଆକର୍ଷଣ କରିଥାଏ ।
  • ସ୍ତମ୍ଭ ଲେଖ ଗୋଟିଏ ସାଂଖ୍ୟକ ତଥ୍ୟକୁ ଭିଭିକରି ଅଙ୍କନ କରାଯାଇଥାଏ ।
  • ସ୍ତମ୍ଭ ଲେଖକୁ ଆନୁଭୂମିକ (Horizontal) ବା ଉଲ୍ଲମ୍ବ (Vertical) ଭାବରେ ଅଙ୍କନ କରାଯାଇପାରେ ।
  • ଦୁଇଟି ସ୍ତମ୍ଭକୁ ପାଖାପାଖୁ ରଖୁ ତଥ୍ୟ ଉପସ୍ଥାପନକଲେ ସେ ସ୍ତମ୍ଭ ଲେଖକୁ ଦ୍ଵିସ୍ତମ୍ଭ ଲେଖ (Double Bar Graph) କୁହାଯାଏ ।

→ ସ୍ତମ୍ଭଲେଖ ଅଙ୍କନ ସୋପାନଗୁଡ଼ିକ ହେଲା-
ପ୍ରଥମେ ଏକ ଲେଖ କାଗଜ ନେଇ ଗୋଟିଏ ଆନୁଭୂମିକ ଏବଂ ଉଲ୍ଲମ୍ବ ରେଖା ଅଙ୍କନ କର ଯେପରିକି ସେମାନେ ପରସ୍ପରକୁ ଲମ୍ବ ଭାବରେ ଛେଦକରିବେ ।
ଆନୁଭୂମିକ ରେଖାର ନିମ୍ନଭାଗରେ ବିଭିନ୍ନ ପ୍ରକାରର ମୋଟର କାର୍ ଏବଂ ଉଲ୍ଲମ୍ବ ରେଖାର ବାମପାର୍ଶ୍ଵରେ ମୋଟର କାର୍ ସଂଖ୍ୟାକୁ ଏକ ନିର୍ଦ୍ଦିଷ୍ଟ ସ୍କେଲ୍‌କୁ ଭିଭିକରି ଲେଖ ।
ଆନୁଭୂମିକ ରେଖାରେ ଓସାର ସମାନ ଏବଂ ବ୍ୟବଧାନକୁ ସମାନ ରଖ୍ ସ୍କେଲ୍ ନିର୍ଦ୍ଦିଷ୍ଟ କର । ଉଲ୍ଲମ୍ବ ରେଖାର ପ୍ରତି ପାଞ୍ଚଗୋଟି କିମ୍ବା ଦଶଗୋଟି ଛୋଟ ଘରକୁ ଏକ ଏକକ ଲେଖାଏଁ ନେଇ ସୂଚାଅ । (ଅବଶ୍ୟ ଆବଶ୍ୟକତା ଅନୁଯାୟୀ ନିଜେ ସ୍କେଲ୍ ଚୟନ କର ।)
ତତ୍ପରେ ସ୍ତମ୍ଭଲେଖ ଅଙ୍କନ କର ।

  • ଲେଖ କାଗଜର ବିନା ସହାୟତାରେ ଠିକ୍ ମାପ ବିଶିଷ୍ଟ ସ୍ତମ୍ଭ ଲେଖ ମଧ୍ଯ ଅଙ୍କନ କରାଯାଇପାରେ

ଉଦାହରଣ :
ନିମ୍ନ ତଥ୍ୟାବଳୀକୁ ନେଇ ଏକ ସ୍ତମ୍ଭ ଲେଖ ଅଙ୍କନ କର ।
ଏକ ସପ୍ତାହରେ ପ୍ରତ୍ୟେକ ଦିନ ବିକ୍ରିହୋଇଥିବା ଏକ ସ୍କୁଟରର ସଂଖ୍ୟା ନିମ୍ନରେ ଦିଆଯାଇଛି ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 6
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 7

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

ନିଜେ କର :
ଗୋଟିଏ ଛାତ୍ରର 2008-09 ଏବଂ 2009-10 ଦୁଇ ଶିକ୍ଷାବର୍ଷରେ ତା’ର ପାଠ ବିଷୟରେ ରଖୁଥ‌ିବା ମାର୍କ (ନିମ୍ନ ପ୍ରକାରରେ) ସାରଣୀରେ ଦିଆଯାଇଛି । ଏହାକୁ ଆଧାର କରି ଗୋଟିଏ ଦ୍ୱି-ସ୍ତମ୍ଭ-ଲେଖ ଅଙ୍କନ କର ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 8
ସମାଧାନ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 9

→ ବୃତ୍ତଲେଖ (Circle graph/Pie chart) :
(i) ଗୋଟିଏ ବୃତ୍ତ ମଧ୍ୟରେ ସାଂଖ୍ୟକ ତଥ୍ୟଗୁଡ଼ିକୁ ଉପସ୍ଥାପନା କରାଯାଇପାରିବ ।
(ii) ବୃତ୍ତ ମଧ୍ୟରେ ତଥ୍ୟ ଉପସ୍ଥାପନା କରାଗଲେ ଉକ୍ତ ଚିତ୍ରକୁ ବୃତ୍ତଲେଖ କୁହାଯାଏ ।
ବୃତ୍ତ ଲେଖରେ କେନ୍ଦ୍ରୀୟ କୋଣର ପରିମାଣ ଜଣାଥିଲେ ଆମେ ତଥ୍ୟଗୁଡ଼ିକୁ କହିପାରିବା ।

→ ମନେରଖ :

  • ବୃତ୍ତର ଯେ କୌଣସି ଦୁଇ ବ୍ୟାସାର୍ଦ୍ଧ ଏବଂ ଚାପକୁ ନେଇ ଗଠିତ ଚିତ୍ରକୁ ବୃତ୍ତକଳା କୁହାଯାଏ ।
  • ପାର୍ଶ୍ୱସ୍ଥ ଚିତ୍ରରେ OACB ଏକ ବୃତ୍ତକଳା ।
    BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 10
  • ବୃତ୍ତକଳାର କେନ୍ଦ୍ରରେ ଉତ୍ପନ୍ନ କୋଣର ପରିମାଣ 360° ର ଏକ ଭଗ୍ନାଂଶ ସହ ସମାନ ।
  • ବୃତ୍ତର କେନ୍ଦ୍ରରେ ବୃତ୍ତକଳାଗୁଡ଼ିକଦ୍ବାରା ଉତ୍ପନ୍ନ କୋଣମାନଙ୍କର ପରିମାଣର ସମଷ୍ଟି 360° ହେବ।

→ ବୃତ୍ତ ଲେଖି ଅଙ୍କନ ପ୍ରଣାଳୀ :
ପ୍ରଥମେ ଦତ୍ତ ତଥ୍ୟଗୁଡ଼ିକର ଆନୁପାତିକ ଅଂଶ ସ୍ଥିର କରାଯାଏ ।
ତତ୍ପରେ ପ୍ରତ୍ୟେକ ତଥ୍ୟକୁ ବୃତ୍ତଲେଖରେ ଉପସ୍ଥାପନା କରିବାପାଇଁ କେନ୍ଦ୍ରୀୟ କୋଣର ପରିମାଣ ସ୍ଥିର କରାଯାଏ । ଏକ ନିର୍ଦ୍ଦିଷ୍ଟ ବ୍ୟାସାଦ୍ଧବିଶିଷ୍ଟ ବୃତ୍ତ ଅଙ୍କନ କରାଯାଏ ।
ତତ୍ପରେ ବୃତ୍ତକଳାଗୁଡ଼ିକୁ କାର୍ଯ୍ୟ ବା ସୂଚନା ଅନୁଯାୟୀ ସୂଚାଯାଏ ।

ନିଜେ କର :
ଗୋଟିଏ ଛାତ୍ରାବାସରେ ରହୁଥ‌ିବା ଛାତ୍ରମାନେ କହିପାରୁଥିବା ଭାଷାମାନଙ୍କୁ ନେଇ ଏକ ସାରଣୀ ପ୍ରସ୍ତୁତ କରାଯାଇଛି । ଉକ୍ତ ତଥ୍ୟଗୁଡ଼ିକୁ ଆଧାର କରି ବୃତ୍ତ ଲେଖ ଅଙ୍କନ କର ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 11
ସମାଧାନ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 12

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ଭାଗ ବିଭକ୍ତ ବାରମ୍ବାରତା ବିତରଣ (Grouped Frequency Distribution) :

  • ତଥ୍ୟାବଳୀର ଉପସ୍ଥାପନା ନିମିତ୍ତ ଏବଂ ଏହାର ଉପସ୍ଥାପନା କିପରି ସରଳ ଓ ବୋଧଗମ୍ୟ ଏବଂ ସର୍ବୋପରି ସମୟସାପେକ୍ଷ ନ ହୋଇ କମ୍ ସ୍ଥାନ ମଧ୍ଯରେ ଉପସ୍ଥାପିତ ହୋଇପାରିବ, ସେଥ‌ିପାଇଁ ଏହାକୁ କେତେକ ଶ୍ରେଣୀ ବା ସଂଭାଗ (Class or group) ରେ ବିଭକ୍ତ କରାଯାଇଥାଏ ।
  • ତଥ୍ୟାବଳୀର ସର୍ବୋଚ୍ଚ ଓ ସର୍ବନିମ୍ନ ଲବ୍‌ଧାଙ୍କଦ୍ଵୟ ମଧ୍ୟରେ ଥ‌ିବା ଦୂରତ୍ବକୁ ତଥ୍ୟାବଳୀର ବିସ୍ତାର (Range) କୁହାଯାଏ ।
  • ସାଧାରଣତଃ ତଥ୍ୟାବଳୀର ବିସ୍ତାର ଅଧ୍ବକ ହୋଇଥିଲେ ତଥ୍ୟାବଳୀକୁ ବିଭିନ୍ନ ସଂଭାଗରେ ବିଭକ୍ତ କରାଯାଇଥାଏ ।
  • ଏକ ତଥ୍ୟାବଳୀର ସଂଭାଗରେ 0-5, 5-10, 10-15, 15-20 ………. ବା 10-20, 20-30, 30-40, …… କରାଯାଇଥାଏ ।
  • ‘10-20’ ସଂଭାଗର 10କୁ ସଂଭାଗଟିର ନିମ୍ନ ସୀମା (Lower limit) ଏବଂ 20କୁ ସଂଭାଗର ଉଚ୍ଚ ସୀମା (Upper limit) କୁହାଯାଏ ।
  • ସଂଭାଗର ଉଚ୍ଚ ସୀମା ଓ ନିମ୍ନ ସୀମା ଦ୍ବୟର ଅନ୍ତରଫଳକୁ ସଂଭାଗର ବିସ୍ତାର କୁହାଯାଏ ।
    0-5, 5-10, 10-15, … ଇତ୍ୟାଦି ସଂଭାଗୀକରଣରେ ସଂଭାଗ ବିସ୍ତାର = 5−0 = 10 —5 = …. = 5

ନିଜେ କର :
Question 1.
20 ଜଣ ଛାତ୍ରଙ୍କର ଓଜନର ଏକ ଭାଗ ବିଭକ୍ତ ବାରମ୍ବାରତା ବିତରଣ ସାରଣୀ ପ୍ରସ୍ତୁତ କର, ଯାହାର ବିସ୍ତାର 5 ହେବ ।
ଦତ୍ତ ତଥ୍ୟଗୁଡ଼ିକୁ – 40, 38, 33, 48, 60, 53, 31, 46, 34, 36, 49, 41, 55, 49, 65, 42, 44, 47, 38, 39 ।
ସମାଧାନ :
ଦତ୍ତ ତଥ୍ୟଗୁଡ଼ିକୁ ଊକ୍ରମରେ ସଜାଇଲେ –
31, 33, 34, 36, 38, 38, 39, 40, 41, 42, 44, 46, 47, 48, 49, 49, 53, 55, 60, 65 ।
ସର୍ବନିମ୍ନ ଲବ୍ଧଙ୍କ = 31 ଓ ସର୍ବୋଚ୍ଚ ଲବ୍ଧଙ୍କ = 65 ।
ସଂଭାଗ ବିସ୍ତାର = 65 – 31 + 1 = 35
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 13

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

Question 2.
ନିମ୍ନରେ ଦିଆଯାଇଥୁବା ଲବ୍ଧଙ୍କଗୁଡ଼ିକୁ (ତଥ୍ୟାବଳୀ) ନେଇ ଏକ ବାରମ୍ବାରତା ବିତରଣ ସାରଣୀ ପ୍ରସ୍ତୁତ କର, ଯାହାର ସଂଭାଗ ବିସ୍ତାର 10 ହେବ ।
21, 10, 30, 22, 33, 5, 37, 12, 25, 42,
15, 39, 26, 32, 18, 27, 28, 19, 29, 35,
31, 24, 36, 18, 20, 38, 22, 44, 16, 24,
10, 27, 39, 28, 49, 29, 32, 23, 31, 21,
34, 22, 23, 36, 24, 36, 33, 47, 48, 50,
39, 20, 07, 16. 36, 45, 47, 30, 22, 17
ସମାଧାନ :
ସର୍ବନିମ୍ନ ଲବ୍ଧଙ୍କ = 5 ଓ ସର୍ବୋଚ୍ଚ ଲକ୍ତାଙ୍କ = 50
ସଂଭାଗ ବିସ୍ତାର = 50 – 5 + 1 = 46
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 14

→ ହିଷ୍ଟୋଗ୍ରାମ୍ (Histogram):

  • ଭାଗବିଭକ୍ତ ବାରମ୍ବାରତା ମାଧ୍ୟମରେ ମଧ୍ୟ ପ୍ରକାଶ କରାଯାଇପାରେ ।
  • ହିଷ୍ଟୋଗ୍ରାମ୍ ପ୍ରସ୍ତୁତି ବେଳେ ସ୍ତମ୍ଭ ଲେଖ ଭାବେ ଅଙ୍କନ କରାଯାଏ; ମାତ୍ର ସ୍ତମ୍ଭ ଲେଖରେ ସ୍ତମ୍ଭମାନଙ୍କ ମଧ୍ୟରେ କିଛି ବ୍ୟବଧାନ ଥ‌ିବାବେଳେ ହିଷ୍ଟୋଗ୍ରାମିଂରେ କିଛି ବ୍ୟବଧାନ ନଥାଏ ।
    • ପ୍ରତ୍ୟେକ ହିଷ୍ଟୋଗ୍ରାମ୍ ଗୋଟିଏ ଗୋଟିଏ ସ୍ତମ୍ଭ ଲେଖ ।
  • ଲବ୍ଧଙ୍କଗୁଡ଼ିକର ସଂଭାଗୀକରଣ ବ୍ୟବସ୍ଥାରେ ଅଙ୍କିତ ସ୍ତମ୍ଭ ଲେଖକୁ ହିଷ୍ଟୋଗ୍ରାମ୍ କୁହାଯାଏ । ଅନ୍ୟ ପ୍ରକାରରେ କହିଲେ, ଭାଗବିଭକ୍ତ ତଥ୍ୟାବଳୀର ସ୍ତମ୍ଭ ଲେଖକୁ ହିଷ୍ଟୋଗ୍ରାମ୍ କୁହାଯାଏ ।

ନିଜେ କର :
Question 1.
ତୁମ ସ୍କୁଲର 25 ଜଣ ଶିକ୍ଷକଙ୍କର ବୟସକୁ ନିମ୍ନ ଭାଗ ବିଭକ୍ତ ବାରମ୍ବାରତା ବିତରଣ ସାରଣୀରେ ପ୍ରକାଶ କରାଯାଇଛି । ଏହାକୁ ବ୍ୟବହାର କରି ହିଷ୍ଟୋଗ୍ରାମ୍ ଅଙ୍କନ କର ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 15
ସମାଧାନ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 16

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ଲେଖଚିତ୍ର ସମ୍ବନ୍ଧୀୟ ପ୍ରାରମ୍ଭିକ ଧାରଣା (Introduction to Graphs) :
(i) ସପ୍ତଦଶ ଶତାବ୍ଦୀରେ ଗଣିତଜ୍ଞ ରେନେ ଡେସ୍‌କାର୍ଟେ (Rene Descartes) ଥରେ ଗୋଟିଏ ଛାତର ଏକ କୋଣରେ ଗୋଟିଏ ପୋକର ଚଳପ୍ରଚଳକୁ ଲକ୍ଷ୍ୟ କରୁଥିଲେ । ଏକ ନିର୍ଦ୍ଦିଷ୍ଟ ସମୟରେ ପୋକଟିର ଅବସ୍ଥାନକୁ ଜାଣିବା ପାଇଁ ସେ ଗୋଟିଏ ସମତଳରେ ଗୋଟିଏ ବିନ୍ଦୁରେ ଚିହ୍ନଟୀକରଣ କରିବାର ଉପାୟ ଉଦ୍ଭାବନ କରିଥିଲେ ।
(ii) ଡେସ୍‌କାର୍ଟେଙ୍କ ଉଦ୍ଭାବନ ଦୁଇଟି ମାପାଙ୍କଦ୍ୱାରା କିପରି ଏକ ବିନ୍ଦୁର ଚିହ୍ନଟ ସମ୍ଭବ ତାହା ସୂଚାଇଥିଲା ।
(iii) ମାପାଙ୍କଦ୍ଵୟ ମଧ୍ୟରୁ ଗୋଟିଏ ଆନୁଭୂମିକ (Horizontal) ମାପାଙ୍କ ଥିଲାବେଳେ ଅନ୍ୟଟି ଉଲ୍ଲମ୍ବ (Vertical) ମାପାଙ୍କ ଥିଲା । ତାଙ୍କରି ନାମାନୁସାରେ ଉକ୍ତ ବିନ୍ଦୁର ଚିହ୍ନଟୀକରଣର ପଦ୍ଧତିକୁ କାର୍ଟେଜୀୟ ପଦ୍ଧତି ବା (Cartesian System) କୁହାଯାଏ ।

→ ସରଳରେଖୀୟ ଲେଖଚିତ୍ର (Linear Graphs) :
(i) ନେଇଥାଏ । ଏପ୍ରକାର ଲେଖଚିତ୍ରକୁ ସରଳରେଖୀୟ ଲେଖଚିତ୍ର କୁହାଯାଏ ।
(ii) ସରଳରେଖୀୟ ଲେଖଚିତ୍ର ଅଙ୍କନ ପାଇଁ ଲେଖକାଗଜ ଉପରେ କେତେଗୁଡ଼ିଏ ବିନ୍ଦୁ ଚିହ୍ନଟ କରିବାକୁ ପଡ଼ିଥାଏ ।

→ ବିନ୍ଦୁର ଅବସ୍ଥିତି ନିରୂପଣ (Location of a Point) :
କଳାପଟାରେ ଏକ ବିନ୍ଦୁ ଚଦ୍ଵାରା ଦେଇ ଏହାର ଅବସ୍ଥିତି ସମ୍ପର୍କରେ ପଚାରିଲେ ଭିନ୍ନ ଭିନ୍ନ ଉତ୍ତର ଆସିବ; କିନ୍ତୁ କଳାପଟାର ଏକ କୋଣରୁ ଆନୁଭୂମିକ ରେଖାରେ ଡାହାଣକୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ (ମନେକର 60 ସେ.ମି.) ଆସି A ବିନ୍ଦୁରେ ପହଞ୍ଚିଲେ A ବିନ୍ଦୁର ଅବସ୍ଥାନ ନିର୍ଦ୍ଦିଷ୍ଟ ହେବ । A ବିନ୍ଦୁରୁ ଉପରକୁ 40 ସେ.ମି. ସିଧାଯାଇ ଯଦି ଆମେ P ବିନ୍ଦୁରେ ପହଞ୍ଚିବା; ତେବେ P ବିନ୍ଦୁର ଅବସ୍ଥାନ ନିର୍ଦ୍ଦିଷ୍ଟ ହେବ । P ବିନ୍ଦୁର ଅବସ୍ଥାନ ଡାହାଣକୁ 60 ସେ.ମି. ଆସି ଉପରକୁ 40 ସେ.ମି. ଯିବ । ତେଣୁ P ବିନ୍ଦୁକୁ (60, 40) ଦ୍ବାରା ସୂଚିତ କରିପାରିବା ।

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

ନିଜେ କର :
ନିମ୍ନ ବିନ୍ଦୁଗୁଡ଼ିକର ଅବସ୍ଥାନଗୁଡ଼ିକୁ ସଂକ୍ଷିପ୍ତରେ ଦର୍ଶାଯାଇଛି । ଏଗୁଡ଼ିକର ବିସ୍ତୃତ ବ୍ୟାଖ୍ୟା କର । (ମାପର ଏକକ ସେ.ମି.ରେ ଦିଆଯାଇଛି ।)
(a) M (16, 80)
(b) N (100, 35)
(c) R (80, 80)
ସମାଧାନ :
(a) M ବିନ୍ଦୁଟି ଏକ ଆରମ୍ଭ ବିନ୍ଦୁର ଆନୁଭୂମିକ ରେଖାରେ ଡାହାଣକୁ 16 ସେ.ମି. ଆସି ସେଠାରୁ ଉପରକୁ 80 ସେ.ମି. ଦୂରରେ ଅବସ୍ଥିତ ।
(b) N ବିନ୍ଦୁଟି ଏକ ଆରମ୍ଭ ବିନ୍ଦୁର ଆନୁଭୂମିକ ରେଖାରେ 100 ସେ.ମି. ଡାହାଣକୁ ଆସି ସେଠାରୁ ଉପରକୁ 35 ସେ.ମି. ଦୂରରେ ଅବସ୍ଥିତ ।
(c) R ବିନ୍ଦୁଟି ଆରମ୍ଭ ବିନ୍ଦୁର ଆନୁଭୂମିକ ରେଖାରେ ୫୦ ସେ.ମି. ଡାହାଣକୁ ଆସି ସେଠାରୁ ଉପରକୁ ୫୦ ସେ.ମି. ଦୂରରେ ଅବସ୍ଥିତ ।

ସପ୍ତଦଶ ଶତାବ୍ଦୀରେ ରେନେ ଡେସ୍‌କାଟେ (Rene Descartes) ସ୍ଥାନାଙ୍କ ଜ୍ୟାମିତି ଉଦ୍ଭାବନ କରିଥିଲେ ତାଙ୍କର ଉଦ୍ଭାବନ, ଦୁଇଟି ମାପାଙ୍କଦ୍ବାରା ଏକ ବିନ୍ଦୁକୁ ଚିହ୍ନଟ କରୁଥିଲା ।

→ ସ୍ଥାନାଙ୍କ (Co-ordinates):
(a) ମନେକର ଏକ ସିନେମାହଲକୁ ସିନେମା ଦେଖିବାକୁ ଯାଇଥିବାବେଳେ ବସିବାପାଇଁ ଟିକେଟ୍‌ରେ ଲେଖାହୋଇଛି ଅଷ୍ଟମ ଧାଡ଼ିର ସପ୍ତମ ସିଟ୍ । ତେଣୁ ସେଠାରେ ଅଷ୍ଟମ ଧାଡ଼ିକୁ ଯାଇ ସିସଂଖ୍ୟା ଗଣି ଠିକ୍ ସପ୍ତମ ସିଟ୍‌ରେ ବସିବାକୁ ହେବ ।
(b) ସେହିପରି କଳାପଟାରେ ଯେଉଁ ବିନ୍ଦୁ ଚିହ୍ନଟ କଲ ତାକୁ P(3, 4) ରୂପେ ଲେଖାଯାଏ । ଏହି (3, 4)କୁ ସ୍ଥାନାଙ୍କ କୁହାଯାଏ ।

→ ସମତଳରେ ବିନ୍ଦୁ ସଂସ୍ଥାପନ (Plotting of points on a plane) :
(i) ଲେଖ କାଗଜ (Graph paper) ରେ ଦୁଇଟି ଅକ୍ଷ; ଯଥା – ଆନୁଭୂମିକ (X-ଅକ୍ଷ) ଓ ଉଲ୍ଲମ୍ବ ଅକ୍ଷ (Y- ଅକ୍ଷ)ର ଆବଶ୍ୟକ ହୋଇଥାଏ । ଏହି ଦୁଇଟି ଅକ୍ଷ ପରସ୍ପର ପ୍ରତି ଲମ୍ବ ହୋଇଥ‌ିବା ଆବଶ୍ୟକ ।
(ii) X-ଅକ୍ଷ ଓ Y -ଅକ୍ଷର କେବଳ ଧନାତ୍ମକ ଅଂଶକୁ ନେଇ ଗଠିତ ସମତଳର ଅଂଶକୁ ଲେଖଚିତ୍ର ପାଇଁ ନେଇ ବି ନ୍ଦୁ କରାଯାଏ ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 17
(iii) ବିନ୍ଦୁଟି ଏକ ସ୍ଥାନଙ୍କ ଦ୍ୱାରା ନିରୂପିତ ହୁଏ । ବିନ୍ଦୁର ପ୍ରଥମ ଅଂଶଟିକୁ X-ଉପାଂଶ ଏବଂ ଦ୍ଵିତୀୟ ମୂଳବିନ୍ଦୁ ଅଂଶଟିକୁ Y-ଉପାଂଶ କୁହାଯାଏ ।

→ ସୂଚନା :
X-ଅକ୍ଷ ଓ Y-ଅକ୍ଷ ଗୋଟିଏ ଗୋଟିଏ ସଂଖ୍ୟାରେଖା । ସଂଖ୍ୟାରେଖାଦ୍ୱୟର କେବଳ 0 ରୁ ଆରମ୍ଭ କରି ଧନାତ୍ମକ ପୂର୍ଣ୍ଣସଂଖ୍ୟା ଅଂଶକୁ ଦର୍ଶାଯାଇଛି ।
X-ଅକ୍ଷରେ ‘3’ ଏକକ ମୂଳବିନ୍ଦୁରୁ ଡାହାଣକୁ ନିଆଯାଇଥିବାରୁ 3କୁ X-ସ୍ଥାନାଙ୍କ (X-Co-ordinate) ବା ଭୁଜ (abscissa) ଏବଂ Y-ଅକ୍ଷରେ ‘4’ ଏକକ ମୂଳବିନ୍ଦୁରୁ ଉପରକୁ ନିଆଯାଇଥିବାରୁ 4କୁ Y-ସ୍ଥାନାଙ୍କ (Y- Co-ordinate) ବା କୋଟି (ordinate) କୁହାଯାଏ ।
X-ଅକ୍ଷରେ ‘3’ ଏବଂ Y-ଅକ୍ଷରେ ‘4’ ଚିହ୍ନିତ ବିନ୍ଦୁଠାରେ ଅଙ୍କିତ ସରଳରେଖାଦ୍ବୟର ଛେଦବିନ୍ଦୁ ହେଉଛି P ଯାହାକୁ P(3, 4) ଦ୍ବାରା ସୂଚାଯାଇଥାଏ । ଏଠାରେ P ବିନ୍ଦୁର ସ୍ଥାନାଙ୍କ (3, 4) । 962/6 (Applications):

→ ପ୍ରୟୋଗ (Applications) :
(i) ଦୈନନ୍ଦିନ ଜୀବନରେ କେତେକ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟକୁ କିଣାବିକା କରାଯାଏ । ଦ୍ରବ୍ୟର ପରିମାଣ ଉପରେ ଦ୍ରବ୍ୟର ଦାମ୍ ନିର୍ଭର କରେ ।
(ii) ଦ୍ରବ୍ୟର ଦାମ୍ ଓ ଦ୍ରବ୍ୟର ପରିମାଣ ଉଭୟେ ଚଳପଦାର୍ଥ (Variable) । କିନ୍ତୁ ଏଠାରେ ଦ୍ରବ୍ୟର ଦାମ୍ ଦ୍ରବ୍ୟର ପରିମାଣ ଉପରେ ନିର୍ଭରକରେ ।
(iii) ଦ୍ରବ୍ୟର ପରିମାଣକୁ ସ୍ଵାଧୀନ ଚଳ (Independent Variable) ଓ ଦ୍ରବ୍ୟର ଦାମ୍‌କୁ ସାପେକ୍ଷ ଚଳ (Dependent Variable) କହନ୍ତି ।

ଉଦାହରଣ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 18

ଲେଖଚିତ୍ର ଅଙ୍କନ ପାଇଁ ସୂଚନା :
(i) ପ୍ରଥମେ ଲେଖକାଗଜରେ \(\overleftrightarrow{X’X}\) ଅକ୍ଷ ଆନୁ ଭୂମିକ ଅକ୍ଷ ଅନୁଭୂମିକ ଅଙ୍କନ କରାଯାଏ, କରାଯାଏ, ଯେପରି ବାମ ପାର୍ଶ୍ଵରେ X’ ଓ ଦକ୍ଷିଣ ପାର୍ଶ୍ଵରେ X ବିନ୍ଦୁ ରହିବ ।
(ii) ତତ୍ପରେ ଏହାପ୍ରତି ଲମ୍ବ ଭାବରେ YY’ ଅକ୍ଷ କରାଯାଉ ଯେପରି Y ବିନ୍ଦୁଟି ଉପର ପାର୍ଶ୍ଵକୁ ଓ Y’ ବିନ୍ଦୁଟି ତଳ ପାର୍ଶ୍ଵକୁ ରହୁ ।

(iii) \(\overleftrightarrow{XX’}\) ଓ \(\overleftrightarrow{YY’}\) ର ଛେଦବିନ୍ଦୁକୁ O ନାମରେ ନାମିତ କରାଯାଉ । “O” ବିନ୍ଦୁଟି ମୂଳବିନ୍ଦୁ ।
(iv) ସ୍ଵାଧୀନ ଚଳକୁ X ଅକ୍ଷରେ ଉପଯୁକ୍ତ ଏକକ ନେଇ ଓ ସାପେକ୍ଷ ଚଳକୁ Y ଅକ୍ଷରେ ଉପଯୁକ୍ତ ଏକକ ନେଇ ଚିହ୍ନିତ କରାଯାଉ ।
(v) ତତ୍ପରେ ଲେଖକାଗଜରେ ବିନ୍ଦୁ ସଂସ୍ଥାପନ କରାଯାଉ ।
(vi) ବିନ୍ଦୁମାନଙ୍କୁ କ୍ରମାନ୍ୱୟରେ ଯୋଗ କରି ଲେଖଚିତ୍ର ଅଙ୍କନ କରାଯାଏ ।

ନିଜେ କର :
Question 1.

ଅଙ୍କିତ ଲେଖଚିତ୍ରକୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) 18 ଲିଟର ପେଟ୍ରୋଲ୍‌ର ଦାମ୍ କେତେ ?
ଉ – 900
(ii) 850 ଟଙ୍କାରେ କେତେ ଲିଟର ପେଟ୍ରୋଲ କିଣାଯାଇପାରିବ ?
ଉ – 17 ଲିଟର

Question 2.

ଅଙ୍କିତ ଲେଖଚିତ୍ରକୁ ଅନୁଧ୍ୟାନ କରି ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) 1 ଘଣ୍ଟା 36 ମିନିଟ୍ ସମୟରେ ଅଜିତ୍ ଅତିକ୍ରମ କରୁଥିବା ଦୂରତାକୁ କି.ମି.ରେ ପ୍ରକାଶ କର ।
ଉ – 48 କି.ମି.
(ii) 50 କି.ମି. ଅତିକ୍ରମ କରିବାରେ ଅଜିତକୁ କେତେ ସମୟ ଲାଗିବ ?
ଉ – 1 ଘଣ୍ଟା 40 ମିନିଟ୍

+2 1st Year Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା Question Answer

Odisha State Board Plus Two First Year Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା Textbook Exercise Questions and Answers.

Plus Two First Year Sanskrit Optional Chapter 4 ଚନ୍ଦ୍ରଭୂପତିକଥା Question Answer

अतिसंक्षेपेण उत्तरं लिखत

(क) बन्धनीमध्यात् शुद्धम् उत्तरं चित्वा लिखत-

Question 1.
कस्मिंश्चिन्नगरे ___________________ नाम भूपतिः प्रतिवसति स्म। (विक्रमः, चन्द्र:, सूर्यः)
Answer:
चन्द्र:

Question 2.
तस्मिन् राजगृहे लघुकुमारवाहनयोग्यं ___________________ अस्ति। (गजयूथम्, हयय्थम्, मेषयुथम्)
Answer:
मेषयुथम्

Question 3.
मेषः ___________________ प्रविशति। (मन्दिरे, गृहे, महानसे)
Answer:
महानसे

Question 4.
मेषसूपकारकलहोऽयं ___________________ क्षयाय भविष्यति। (मेषाणां, वानराणां, नराणां)
Answer:
वानराणां

Question 5.
___________________ प्रचुरः अयं मेषः। (उणी, केशा, दन्ता)
Answer:
उणी

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Question 6.
अयं मेषः स्वल्पेनापि ___________________ प्रज्वलिष्यति। (वारिणा वायुना, वह्निना)
Answer:
वह्निना

Question 7.
___________________ अश्वानां बह्रिदाहदोष: प्रशाम्यति। (गजवसया, वानरवसया, मृगवसया)
Answer:
वानरवसया

Question 8.
वानरवसया ___________________ वह्निदाहदोषः प्रशाम्यति। (अश्वानां, मूषिकाणां मृगाणां)
Answer:
अश्वानां

Question 9.
मदोद्धताः वानराः ___________________ गन्तुं न इच्छन्ति। (वृक्षं, वनं, गृहं)
Answer:
वनं

Question 10.
जाज्जन्यमान शरीर: मेष: ___________________ प्रलुठतः। (जले, शय्यायां, क्षितौ)
Answer:
क्षितौ

Question 11.
तस्य अश्रद्धेयं श्रुत्वा मदोद्धता वानराः प्रहस्य प्रोचुः। (वदनम्, रोदनम्, वचनम्)
Answer:
वचनम्

Question 12.
ते धन्याः ये कुलक्षयं न पश्यन्ति। (उरुभनं, देशभङ्गं, केशभनं)
Answer:
देशभङ्गं

Question 13.
वानरयूथपः कुलक्षयं ज्ञात्वा परं उपागतः। (हर्षम्, विषादम्, प्रसादम्)
Answer:
विषादम्

Question 14.
भ्रमता वृद्धवानरेण समासादितम्। (मन्दिर:, समुद्र:, सरः)
Answer:
सरः

Question 15.
नूनमंत्र ___________________ दुष्टग्राह्येण भाव्यम्। (स्थलान्ते, जलान्ते, जनपदान्ते)
Answer:
जलान्ते

Question 16.
वानरः ___________________ जलं पिवति। (पात्रेण, हस्तेन, नालेन)
Answer:
नालेन

Question 17.
जलमध्यात् ___________________ निष्क्रमति। (देव, राक्षसः, मानवः)
Answer:
राक्षसः

Question 18.
अत्र यः सलिले ___________________ करोति स मे भक्ष्यः। (प्रवेशं, निवेशं, स्नानं)
Answer:
प्रवेशं

Question 19.
राक्षस: ___________________ अधारयत्। (कुण्डलम्, मुकुटम्, रत्नमाला)
Answer:
रत्नमाला

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Question 20.
बाह्यतः ___________________ मां दूषयति। (सर्प, व्याघ्रः, शृगालः)
Answer:
शृगालः

Question 21.
अस्ति कुत्रचिदरण्ये गुप्ततरं महत्सरो ___________________। (धनदनिर्मितम्, वरदानिर्मितम्, शारदानिर्मितम्)
Answer:
धनदनिर्मितम्

Question 22.
तत्र सूर्येऽर्धेदिते ___________________ य: निमज्जति स रत्नमालाभूषितकण्ठो निःसरति। (चन्द्रवासरे, रविवासरे, शुक्रवासरे)
Answer:
रविवासरे

Question 23.
वानरोऽपि राज्ञा दोलादिरूदेन ___________________ आरोपितः सुखेन आनीयते। (स्वोत्सङ्ग, स्वस्कन्ध, दुरश्वेन)
Answer:
स्वोत्सङ्ग

Question 24.
अस्ति मे भूपतिना सहात्यन्तं ___________________। (मित्रताम्, वैरम्, द्वेषम्)
Answer:
वैरम्

Question 25.
रत्नमालादीप्त्या ___________________ अपि तिरस्करोति। (चन्द्रम्, पृथिवीम्, सूर्यम्)
Answer:
सूर्यम्

Question 26.
वानर: ___________________ समये राजानमुवाच। (प्रभात, प्रत्युष, सायं)
Answer:
प्रत्युष

Question 27.
राज्यस्थ ___________________ ईहते। (धनम्, जनम्, स्वर्गम्)
Answer:
स्वर्गम्

Question 28.
अर्धोदिते सूर्येऽत्र प्रविष्टानां ___________________भवति। (बृद्धि:, सिद्धि:, समृद्धिः)
Answer:
सिद्धि:

Question 29.
कृते ___________________ कुर्यात्। (अनुवृत्तिं, निवृतिं, प्रतिकृतिं)
Answer:
प्रतिकृतिं

Question 30.
दुष्टे ___________________ समाचरेत्। (शिष्टं, दुष्टं, रुष्टं)
Answer:
दुष्टं

Question 31.
राजा शोकाविष्टः ___________________ एकाकी यथायातमार्गेण निष्क्रान्तः। (वसति:, ददाति, पदाति:)
Answer:
पदाति:

Question 32.
नानास्वादितं तोयं साधु भो ___________________। (हटनागर, वटवानर, तटशूकर)
Answer:
वटवानर

(ख) अतिसंक्षेपेण उत्तरं लिखत-

Question 1.
कस्मिंश्चिन्नगरे कः नाम भूपतिः प्रतिवसति स्म?
Answer:
ଚନ୍ଦ୍ର

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Question 2.
भूपतेः चन्द्रस्य पुत्राः कीदृशक्रीड़ारता आसन्?
Answer:
ବାନରକ୍ରୀଡ଼ାପ୍ରିୟ

Question 3.
तस्मिन् राजगृहे लघुकुमारबाहनयोग्यं किम् अस्ति?
Answer:
ମେଣ୍ଢାପଲଟିଏ

Question 4.
मेष: निःशङ्कं कुत्र प्रविश्य यत् पश्यति तत्सर्वं भक्षयति?
Answer:
ରୋଷେଇଘରେ

Question 5.
के मेषान् ताड़यन्ति?
Answer:
ରୋଷେୟାମାନେ

Question 6.
मेषसूपकारकलहोऽयं केषां क्षयाय भविष्यति?
Answer:
ବାନରମାନଙ୍କର

Question 7.
यदि वस्तुनोऽभावात् कदाचिदुल्मुकेन ताड़यिष्यन्ति तदेर्णोप्रचुरोऽयं कः स्वल्पेनापि वह्निना प्रज्वलिष्यति?
Answer:
ମେଣ୍ଢାଟି

Question 8.
अश्वकुटी कस्य हेतोः ज्वलिष्यति?
Answer:
ପ୍ରଚୁର ତୃଣହେତୁ

Question 9.
कया अश्वानां वह्निदाहदोषः प्रशाम्यति?
Answer:
ବାନରମାନଙ୍କର ଚର୍ବି ବା ମଜ୍ଜାଦ୍ଵାରା

Question 10.
वानरवसया अश्वानां कः प्रशाम्यति?
Answer:
ଅଗ୍ନିଦାହଦୋଷ

Question 11.
एवं निश्चित्य सर्वान् कान् आहूय यूथपतिः रहसि प्रोवाच?
Answer:
ବାନରମାନଙ୍କୁ

Question 12.
कलहन्तानि कानि?
Answer:
ବଡ଼ ବଡ଼ ଗୃହମାନ

Question 13.
कुवाकयान्तं च किम्?
Answer:
ବନ୍ଧୁତା

Question 14.
भवतो वृद्धभावात् किं संजातम्?
Answer:
ବୁଦ୍ଧି ବିଭ୍ରାଟ

Question 15.
नित्यशः का स्रवति?
Answer:
ଲାଳ

Question 16.
तान् वानरान् परित्यज्य स यूथाधिपः कुत्र गतः?
Answer:
ବନକୁ

Question 17.
राजा तदाकर्ण्य कम् आदिष्टवान्?
Answer:
ସମସ୍ତ ବାନରଙ୍କୁ ବଧ କରିବାକୁ

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Question 18.
राजा सविषादः कान् आहूतवान्?
Answer:
ଶାଳିହୋତ୍ରନିଦାନ ଜାଣିଥ‌ିବା ବୈଦ୍ୟମାନଙ୍କୁ

Question 19.
वानरयूथपः ज्ञातिक्षयं ज्ञात्वा परं कम् उपागतः?
Answer:
ବିଷାଦଭାବକୁ

Question 20.
भ्रमता वृद्धवानरेण कीदृशं सरः समासादितम्?
Answer:
ପଦ୍ମଲତାମଣ୍ଡିତ

Question 21.
केषां पदपङ्क्ति प्रवेशोऽस्ति?
Answer:
ମନୁଷ୍ୟମାନଙ୍କର

Question 22.
मनुष्याणां पदपङ्क्ति प्रवेशोऽस्ति न किम्?
Answer:
ବାହାରି ଆସିବାର

Question 23.
नूनमत्र जलान्ते केन भाव्यम्?
Answer:
ଦୁଷ୍ଟଗ୍ରାହ୍ୟ ବା କୁମ୍ଭୀରଟିଏ

Question 24.
किम् आदाय दूरस्थोऽपि जलं पिवामि?
Answer:
ପଦ୍ମନାଡ଼ଟିଏ

Question 25.
जलमध्यात् कः निष्क्रान्तः?
Answer:
ରାକ୍ଷସ

Question 26.
कीदृश: राक्षस: जलमध्यात् निष्क्रान्तः?
Answer:
ରତ୍ନମାଳାରେ ବିଭୂଷିତ କଣ୍ଠବିଶିଷ୍ଟ

Question 27.
अत्र सलिले यः प्रवेशं करोति स मे कः?
Answer:
ଖାଦ୍ୟ

Question 28.
अस्ति मे भूपतिना सहात्यन्तं किम्?
Answer:
ଶତ୍ରୁତା

Question 29.
तं भूपतिं केन लोभयित्वात्र सरसि प्रवेशयामि?
Answer:
ବାକ୍‌ତୁରୀଦ୍ୱାରା

Question 30.
का दीप्त्या सूर्यमपि तिरस्करोति?
Answer:
ରତ୍ନମାଳା

Question 31.
रत्नमाला दीप्त्या कमपि तिरस्करोति?
Answer:
ସୂର୍ଯ୍ୟଙ୍କୁ

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Question 32.
क्वापि कीदृशं सरोऽस्ति?
Answer:
ରତ୍ନମାଳା ଥ‌ିବା

Question 33.
भूपतिना सह रत्नमालालोभेन सर्बे के प्रस्थिता:?
Answer:
ସ୍ତ୍ରୀ ଓ ଚାକରମାନେ

Question 34.
शती किम् इच्छति?
Answer:
ହଜାରେ ମୁଦ୍ରା

Question 35.
कस्य केशाः जीर्यन्ते?
Answer:
ଜରାଗ୍ରସ୍ତ ବ୍ୟକ୍ତିର

Question 36.
एका का तरुणायते?
Answer:
ତୃଷ୍ଣା

Question 37.
तत्सरः समासाद्य वानरः कदा राजानमुवाच?
Answer:
ପ୍ରତ୍ୟୁଷକାଳରେ

Question 38.
अथ प्रविष्टास्ते लोकाः सर्वे केन भक्षिता:?
Answer:
ରାକ୍ଷସଦ୍ବାରା

Question 39.
वानरः सत्वरं कम् आरुह्य राजानमुवाच?
Answer:
ବୃକ୍ଷକୁ

Question 40.
हिंसिते किं कुर्यात्?
Answer:
ପ୍ରତିହିଂସା

(ग) उत्कलभाषया अनुवादं कुरुत-

Question 1.
कस्मिंश्चिन्नगरे चन्द्रो नाम भूपतिः प्रतिवसति स्म।
Answer:
କୌଣସି ଏକ ନଗରରେ ଚନ୍ଦ୍ର ନାମକ ରାଜା ବାସ କରୁଥିଲେ ।

Question 2.
अथ तस्मिन् राजगृहे लघुकुमारवाहनयोग्यं मेषयूथमस्ति।
Answer:
ସେହି ରାଜପ୍ରାସାଦରେ ଛୋଟରାଜକୁମାରମାନଙ୍କର ବାହନଯୋଗ୍ୟ ମେଣ୍ଢାପଲଟିଏ ଥିଲା ।

Question 3.
सोऽपि वानरयूथपस्तद् दृष्ट्वा व्यचिन्तयत्।
Answer:
ସେ ବାନର ଦଳପତି ମଧ୍ୟ ତାହା ଦେଖ୍ ଚିନ୍ତାକଲା ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Question 4.
मेषसूपकारकलहोऽयं वानराणां क्षयाय भविष्यति।
Answer:
ମେଣ୍ଢା ଓ ରୋଷେୟାମାନଙ୍କର ଏହି କଳି ବାନରମାନଙ୍କର ବିନାଶ ନିମନ୍ତେ କାରଣ ହେବ।

Question 5.
यद्वानरवसया अश्वानां वह्निदाहदोषः प्रशाम्यति।
Answer:
ଯେ ବାନରମାନଙ୍କର ଚର୍ବି ବା ମଜ୍ଜାଦ୍ଵାରା ଅଶୁମାନଙ୍କର ଅଗ୍ନିଦାହ ଦୋଷ ଶାନ୍ତ ହେବ।

Question 6.
एवं निश्चित्य सर्वान् वानररानहूय रहसि प्रोवाच।
Answer:
ଏହିପରି ସ୍ଥିରକରି ସେ ସମସ୍ତ ବାନରମାନଙ୍କୁ ଡାକି ଏକାନ୍ତରେ କହିଲା।

Question 7.
भवतो वृद्धभावाद् वुद्धिवैकल्यं संजातं येनैतद्ब्रवीषि।
Answer:
ଯେହେତୁ ଏହା କହୁଛ, ତୁମର ବାର୍ଦ୍ଧକ୍ୟ ହେତୁ ବୁଦ୍ଧି ବିଭ୍ରମ ହେଲାଣି।

Question 8.
एवमभिधाय सर्वांस्तान् परित्यज्य स यूथाधिपोऽटव्यां गतः।
Answer:
ଏହିପରି କହି ସମସ୍ତ ବାନରମାନଙ୍କୁ ଛାଡ଼ି ସେ ବାନରଦଳପତି ବନକୁ ଚାଲିଗଲା।

Question 9.
अत्रान्तरे राजा सविषाद: शालिहात्रज्ञान् वैद्यानहूय प्रोवाच।
Answer:
ଏହାପରେ ରାଜା ବିଷାଦର ସହ ଶାଳିହୋତ୍ରନିଦାନ ଜାଣିଥିବା ବୈଦ୍ୟମାନଙ୍କୁ ଡାକି କହିଲେ।

Question 10.
तेऽपि शास्त्राणि विलोक्य प्रोचुः।
Answer:
ସେମାନେ ବି ଶାସ୍ତ୍ରଗୁଡ଼ିକୁ ଦେଖୁ କହିଲେ।

Question 11.
अथ तेन वृद्धवानरेण कुत्रचित् पिपासाकुलेन भ्रमता पद्मिनीखण्डमण्डितं सरः समासादितम्।
Answer:
ଏହାପରେ ତୃଷାରେ ବ୍ୟାକୁଳ ହୋଇ ସେଇ ବୃଦ୍ଧ ବାନରଟି ବୁଲୁ ବୁଲୁ ପଦ୍ମଲତାବିମଣ୍ଡିତ ପୁଷ୍କରିଣୀଟିଏ ପାଇଲା।

Question 12.
ततचिन्तितं नूनमत्र जलान्ते दृष्टग्राहेण भाव्यम्।
Answer:
ତାହାପରେ ଚିନ୍ତାକଲା ନିଶ୍ଚିତ ଏହି ଜଳ ମଧ୍ଯରେ ଦୁଷ୍ଟ କୁମ୍ଭୀରଟିଏ ଥାଇପାରେ।

Question 13.
तत् पद्मिनीनालमादाय दूरस्थोऽपि जलं पिवामि।
Answer:
ତେଣୁ ପଦ୍ମନାଡ଼ଟିଏ ଆଣି ଦୂରରୁ ଥାଇ ଜଳ ପାନ କରିବି।

Question 14.
भो अत्र यः सलिले प्रवेशं करोति स मे भक्ष्य इति।
Answer:
ହେ ! ଯିଏ ଏହି ଜଳରେ ପ୍ରବେଶ କରେ ସେ ମୋର ଖାଦ୍ୟ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Question 15.
तन्नास्ति धूर्ततरस्त्वत्समोऽन्यो यत्पानीयमनेन विधिना पिवसि।
Answer:
ଯେହେତୁ ତୁମେ ଜଳ ଏହି ଉପାୟରେ ପିଉଛ ତେଣୁ ତୁମ ପରି ଅତିଚତୁର ଅନ୍ୟ କେହି ନାହିଁ।

Question 16.
वानर आह-अस्ति मे भूपतिना सहात्यन्तं वैरम्।
Answer:
ବାନର କହିଲା – ମୋର ରାଜାଙ୍କ ସହ ଘୋର ଶତ୍ରୁତା ଅଛି।

Question 17.
अस्ति कुत्रचिदरण्ये गुप्ततरं महत्सरो धनदनिर्मितम्।
Answer:
କୌଣସି ଏକ ବନରେ କୁବେରଙ୍କ ନିର୍ମିତ ଅତିଗୁପ୍ତ ବଡ଼ ପୁଷ୍କରିଣୀଟିଏ ଅଛି।

Question 18.
रत्नमालासनाथं सरोऽस्ति क्वापि?
Answer:
କେଉଁଠି ରତ୍ନମାଳାଥୁବା ପୁଷ୍କରିଣୀଟିଏ ଅଛି କି?

Question 19.
तथानुष्ठिते भूपतिना सह रत्नमालालोभेन सर्वे कलत्रभृत्याः प्रस्थिताः।
Answer:
ସେହିପରି କରନ୍ତେ ରାଜାଙ୍କ ସହ ରତ୍ନମାଳା ଲୋଭରେ ସ୍ତ୍ରୀ ଓ ଚାକର ସମସ୍ତେ ପ୍ରସ୍ଥାନ କଲେ ।

Question 20.
देव! अर्धोदिते सूर्येऽत्र प्रविष्टानां सिद्धिर्भवति।
Answer:
ହେ ଦେବ ସୂର୍ଯ୍ୟ ଅର୍ଥ ଉଦିତ ହେଲେ ଏହି ପୁଷ୍କରିଣୀରେ ପ୍ରବିଷ୍ଟ ଲୋକର ସିଦ୍ଧି ହୋଇଥାଏ।

Question 21.
अथ प्रविष्टास्ते लोकाः सर्वे भक्षिता राक्षसेन।
Answer:
ଏହାପରେ ରାକ୍ଷସ ପୁଷ୍କରିଣୀରେ ପ୍ରବେଶ କରିଥିବା ସମସ୍ତ ଲୋକଙ୍କୁ ଭକ୍ଷଣ କଲା।

Question 22.
तत्त्वया मम कुलक्षयः कृतो मया पुनस्तवेति।
Answer:
ତେଣୁ ତୁମେ ମୋର ବଂଶନାଶ କଲ, ମୁଁ ବି ତୁମର କୁଳ ବା ବଂଶ ନାଶ କଲି।

संक्षेपेण उत्तरं लिखत-

Question 1.
चन्द्रभूपतेः पुत्राः नित्यं किं कुर्वन्ति?
Answer:
ଚନ୍ଦ୍ରଭୂପତିଙ୍କର ପୁତ୍ରମାନେ ପ୍ରତିଦିନ ରାଜପ୍ରାସାଦରେ ବାନରମାନଙ୍କ ସହିତ କ୍ରୀଡ଼ାରେ ରତ ରହୁଥିଲେ ଓ ସେମାନଙ୍କୁ ପ୍ରତିଦିନ ଅନେକ ପ୍ରକାରର ଖାଦ୍ୟଦ୍ରବ୍ୟ ଦେଇ ପୋଷଣ କରୁଥିଲେ। ସେହି ରାଜପୁରୀରେ ଛୋଟ ରାଜକୁମାରମାନଙ୍କର ବାହନଯୋଗ୍ୟ ଏକ ମେଷପଲ ମଧ୍ୟ ଥିଲା । ଏମାନଙ୍କ ସହ ପୁତ୍ରମାନେ କ୍ରୀଡ଼ାରତ ଥିଲେ ।

Question 2.
वानरयूथाधिपः वानरान् किमध्यापयति स्म?
Answer:
ବାନରଯୂଥାଧୂପତି ଶୁକ୍ର, ବୃହସ୍ପତି ଓ ଚାଣକ୍ୟଙ୍କର ନୀତିଶାସ୍ତ୍ରମାନ ଜାଣିଥିଲେ ଓ ତଦନୁସାରେ କାର୍ଯ୍ୟ କରୁଥିଲେ। ଏହିସବୁ ନୀତିଶାସ୍ତ୍ରମାନ ସେ ବାନରମାନଙ୍କୁ ମଧ୍ୟ ଶିକ୍ଷା ଦେଉଥିଲେ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Question 3.
मेष: महानसे किं करोति?
Answer:
ରାଜଉଆସରେ ଥ‌ିବା ମେଣ୍ଢାପଲ ମଧ୍ୟରୁ ଏକ ମେଣ୍ଢା ନିଜର ଜିହ୍ବାଲାଳସା ହେତୁରୁ ଦିନରାତି ରନ୍ଧନଶାଳାରେ ପଶି ଯାହାକିଛି ଦେଖୁଥିଲା, ତାହା ଖାଇଯାଉଥିଲା।

Question 4.
मेषसूपकारयोः कलहविषये वानरयूथपस्य का चिन्ता जाता?
Answer:
ମେଣ୍ଢା ଓ ପାଚକମାନଙ୍କ ମଧ୍ୟରେ ହେଉଥ‌ିବା କଳହ ବିଷୟରେ ବାନରଯୂଥର ଅଧୂପତି ଚିନ୍ତାକଲା ଯେ– ଅହୋ, ମେଷ ଓ ପାଚକଙ୍କର ଏହି କଳହ ଶେଷରେ ବାନରମାନଙ୍କର ବିନାଶର କାରଣ ହେବ ଏଥ‌ିରେ ତିଳେମାତ୍ର ସନ୍ଦେହ ନାହିଁ । ମେଷ ଅନ୍ନଭୋଜନ ପାଇଁ ଲୋଲୁପ ଓ ପାଚକମାନେ ନିତାନ୍ତ କ୍ରୋଧୃତ ହୋଇ ତାଙ୍କୁ ଯାହା ପାଉଛନ୍ତି ସେଥ‌ିରେ ପିଟୁଛନ୍ତି । ଯଦି କେବେ ଜଳନ୍ତା କାଠରେ ପିଟିବେ ତେବେ ପ୍ରଚୁର ଲୋମ ଥିବା ମେଷଟି ଜଳିଉଠିବ ଓ ନିକଟସ୍ଥ ଅଶ୍ୱଶାଳାରେ ପ୍ରବେଶ କରିବ ସେଠାରେ ପ୍ରଚୁର ତୃଣ ଥ‌ିବାରୁ ତାହା ଜଳିଉଠିବ । ଅଶ୍ଵମାନେ ମଧ୍ୟ ପୋଡ଼ିଯିବେ । ଅଶୁମାନଙ୍କର ଦାହଦୋଷ ପ୍ରଶମିତ ପାଇଁ ଶେଷରେ ମାଙ୍କଡ଼ମାନେ ହିଁ ମରାଯିବେ । ଏହିପରି ଚିନ୍ତା ବାନରଯୂଥପତିର ଜାତ ହୋଇଥିଲା ।

Question 5.
मदोद्धता वानराः यूधाधिपं किं प्रोचुः?
Answer:
ବାନରଯୂଥପତି ମେଷ ଓ ସୂପକାର କଳହରୁ ବାନରମାନଙ୍କର ବିନାଶ ଆଶଙ୍କା କରି ରାଜପ୍ରାସାଦ ଛାଡ଼ି ଚାଲିଯିବାକୁ ସମସ୍ତ ବାନରମାନଙ୍କୁ କହିଲା । ତାହାର ଏପରି ଅପ୍ରିୟ ବଚନ ଶୁଣି ମଦୋଦ୍ଧତ ବାନରମାନେ ଉଚ୍ଚହାସ୍ୟ କରି କହିଲେ– ‘‘ଓ ! ବାର୍ଦ୍ଧକ୍ୟ ହେତୁରୁ ତୁମର ବୁଦ୍ଧି ବିଚଳିତ ହେଲାଣି । ସେଥ‌ିପାଇଁ ଏପରି କହୁଛ । ଏହି ରାଜପ୍ରାସାଦରେ ସ୍ଵର୍ଗ ସମାନ ସୁଖଭୋଗ, ରାଜପୁତ୍ରମାନଙ୍କ ସ୍ୱହସ୍ତରେ ପ୍ରଦତ୍ତ ବିବିଧ ଅମୃତତୁଲ୍ୟ ଭୋଜ୍ୟଦ୍ରବ୍ୟ ତ୍ୟାଗକରି ଆମେମାନେ ବନ ମଧ୍ୟରେ କଷାୟ, କଟୁ, ତିକ୍ତ, କ୍ଷାର, ରୁକ୍ଷ ଫଳ ଖାଇପାରିବୁ ନାହିଁ ।’’

Question 6.
अश्वाः कथं दग्धशरीरः संजाताः?
Answer:
ପାଚକମାନଙ୍କଦ୍ୱାରା ଜଳନ୍ତା କାଷ୍ଠଖଣ୍ଡର ପ୍ରହାର ଖାଇ ମେଷଟି ଜ୍ଵଳନ୍ତ ଶରୀରରେ ଚିତ୍କାର କରି କରି ନିକଟବର୍ତ୍ତୀ ଅଶ୍ୱଶାଳାରେ ପ୍ରବେଶ କଲା । ସେଠାରେ ସେ ତୃଣପୂର୍ବ ଭୂମିରେ ଲୋଟିବାରୁ ସର୍ବତ୍ର ଏପରି ଅଗ୍ନିଶିଖା ଉଠିଲା ଯେ କେତେକ ଅଶ୍ଵ ଚକ୍ଷୁ ହରାଇ ମୃତ୍ୟୁମୁଖରେ ପଡ଼ିଲେ । କେତେକ ଅଶ୍ବ ବନ୍ଧନ ଛିନ୍ନକରି ଅର୍ଦ୍ଧଦଗ୍‌ଧ ଶରୀରରେ ହେସ୍ରାରାବ କରି ଇତସ୍ତତଃ ଧାଇଁବାକୁ ଲାଗିଲେ । ଏହିପରିଭାବେ ଅଶ୍ଵମାନେ ଦଗ୍ଧଶରୀରଯୁକ୍ତ ହୋଇଥିଲେ।

Question 7.
शालिहात्रेण अश्वदाहोपशमनविषये किमुक्तम्?
Answer:
ଶାଳିହୋତ୍ରଶାସ୍ତ୍ରଜ୍ଞ ବୈଦମାନେ ଅଶ୍ୱମାନଙ୍କର ଦାହଜନିତ ବ୍ୟଥାର ଉପଶମ ଉପାୟ ବିଷୟ ଶାସ୍ତ୍ର ଦେଖୁ କହିଲେ– ମହାରାଜ ! ଏ ବିଷୟରେ ଭଗବାନ୍ ଶାଳିହୋତ୍ର କହିଛନ୍ତି ଯେ– ‘‘ସୂର୍ଯ୍ୟୋଦୟ ହେଲେ ଅନ୍ଧକାର ଯେପରି ଦୂର ହୋଇଯାଏ । ବାନରମାନଙ୍କର ମେଦଦ୍ଵାରା ଅଶ୍ଵମାନଙ୍କର ଦାହଜନିତ ରୋଗ ସେହିପରି ବିନଷ୍ଟ ହୋଇଯାଏ । ତେଣୁ ଅତି ଶୀଘ୍ର ଏହି ଚିକିତ୍ସା କରାଯାଉ, ଯେପରିକି ଅଶୁମାନେ ଅଗ୍ନିଦାହ ଯୋଗୁଁ ମୃତ୍ୟୁମୁଖରେ ନ ପଡ଼ନ୍ତି।’’

Question 8.
वानरयूथपः कथं चन्द्रभूपतेः अपकृत्यं कर्त्तुम् ऐच्छत्?
Answer:
ବାନରଯୂଥପତି ପୁତ୍ର, ପୌତ୍ର, ଭ୍ରାତୃକ୍ଷୁତ୍ର, ଭାଗିନେୟ ପ୍ରଭୃତିଙ୍କର ମରଣ ଦେଖୁ ଗଭୀର ବିଷାଦରେ ମଗ୍ନ ହୋଇ ଅନାହାରରେ ରହି ବନରୁ ବନାନ୍ତର ଭ୍ରମଣ କରିବାକୁ ଲାଗିଲା । ଏହାପରେ ସେ ଏ ଅଧମ ରାଜାର ପ୍ରତିଶୋଧ ନେଇ କିପରି ତା’ର ଏବଂ ତା’ବଂଶର ଅନିଷ୍ଟ ସାଧନ କରିବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲା ।

Question 9.
राक्षसः किमर्थं वानरं धूर्त्ततर इत्युक्तवान्?
Answer:
ବୃଦ୍ଧ ବାନର ବନ ମଧ୍ୟରେ ପିପାସାକୁଳ ହୋଇ ଭ୍ରମଣ କରୁ କରୁ କମଳ ପରିପୂର୍ଣ୍ଣ ଏକ ସରୋବର ଦେଖୁଲା । ସେଠାରେ ସେ ବନବାସୀଜନଙ୍କର ପ୍ରବେଶ କରିବାର ପଦଚିହ୍ନ ଦେଖୁଲା ହେଲେ ଫେରିବାର ପଦଚିହ୍ନ ଦେଖୁଲା ନାହିଁ । ଏଥୁରୁ ସେ ଅନୁମାନ କଲା ଯେ କେହି ଦୁଷ୍ଟପ୍ରାଣୀ ପୁଷ୍କରିଣୀ ମଧ୍ୟରେ ରହିଛି । ତେଣୁ ଏକ ପଦ୍ମନାଡ଼ ଆଣି ଦୂରରେ ରହି ସେହି ପଦ୍ମନାଡ଼ ସାହାଯ୍ୟରେ ଜଳପାନ କଲା । ବାନରର ଏତାଦୃଶ କଳକୌଶଳକୁ ଦେଖୁ ପୁଷ୍କରିଣୀ ମଧ୍ୟରେ ଥିବା ରାକ୍ଷସ ତାକୁ ଅତ୍ୟନ୍ତ ଧୂର୍ଜ୍ଜତର ବା ଚତୁର ବୋଲି କହିଥିଲା।

Question 10.
रत्नमालाविषये वानरः नरपतिं किम् अवदत्?
Answer:
ରତ୍ନମାଳା ବିଷୟରେ ବାନର ରାଜାକୁ କହିଲା– ଗୋଟିଏ ଅରଣ୍ୟ ମଧ୍ୟରେ ଏକ ଅତି ଗୁପ୍ତ ସରୋବର ଅଛି । ତାହାକୁ ସ୍ବୟଂ କୁବେର ନିର୍ମାଣ କରିଅଛନ୍ତି । ରବିବାର ଦିନ ସୂର୍ଯ୍ୟୋଦୟ ସମୟରେ ଯଦି କେହି ଉକ୍ତ ସରୋବରରେ ବୁଡ଼ ପକାଏ ତେବେ ସେ କୁବେରଙ୍କ ପ୍ରସାଦରୁ ଏହିପରି ରତ୍ନମାଳାରେ କଣ୍ଠକୁ ସୁଶୋଭିତ କରି ଜଳରୁ ବାହାରି ଆସିବ ।

Question 11.
सरसि प्रविष्टाः जनाः कुत्र गता:?
Answer:
ଲୋକମାନେ ଜଳରେ ପ୍ରବେଶ କରନ୍ତେ ସରୋବର ମଧ୍ୟରେ ଥ‌ିବା ରାକ୍ଷସ ସମସ୍ତଙ୍କୁ ଭକ୍ଷଣ କଲା । ସେମାନେ ଅନେକବେଳ ପର୍ଯ୍ୟନ୍ତ ଜଳରୁ ନ ବାହାରିବାରୁ ରାଜା ବିଳମ୍ବର କାରଣ ପଚାରନ୍ତେ ବାନର କହିଲା– ଆରେ ଦୁଷ୍ଟ ରାଜା ! ଜଳ ମଧ୍ୟରେ ଥ‌ିବା ରାକ୍ଷସ ତୋର ପରିଜନକୁ ଖାଇସାରିଛି ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Question 12.
वानरेण भूपतिः कथं न विनाशित:?
Answer:
ବାନର ନିଜର କୁଳକ୍ଷୟଜନିତ ପ୍ରତିଶୋଧ ନେବାପାଇଁ ରାଜାଙ୍କର ସମସ୍ତ ପରିଜନକୁ ରାକ୍ଷସଦ୍ବାରା ମରାଇଥିଲା । ହେଲେ ସ୍ବୟଂ ରାଜା ବାନରର ପ୍ରଭୁ ହୋଇଥିବାରୁ ତାଙ୍କୁ ଜଳ ମଧ୍ୟରେ ପ୍ରବେଶ କରାଇଲା ନାହିଁ, ଅର୍ଥାତ୍ ମାରିଲା ନାହିଁ ।

दीर्घप्रश्नोत्तराणि

Question 1.
चन्द्र भूपतिकथासारं निजभाषया वर्णयत।
Answer:
ଗୋଟିଏ ନଗରରେ ଚନ୍ଦ୍ର ନାମକ ଜଣେ ରାଜା ବାସ କରୁଥିଲେ । ତାଙ୍କର ପୁତ୍ରମାନେ ବାନରମାନଙ୍କ ସହିତ କ୍ରୀଡ଼ାରେ ରତ ରହୁଥିଲେ ଓ ସେମାନଙ୍କୁ ପ୍ରତିଦିନ ଅନେକପ୍ରକାର ଖାଦ୍ୟଦ୍ରବ୍ୟ ଦେଇ ପୁଷ୍ଟ କରୁଥିଲେ । ଏହି ବାନରଯୂଥର ଅଧୂତି ଶୁକ୍ର, ବୃହସ୍ପତି ଓ ଚାଣକ୍ୟଙ୍କର ନୀତିଶାସ୍ତ୍ରମାନ ଜାଣିଥୁଲା ଓ ତଦନୁସାରେ କାର୍ଯ୍ୟ କରୁଥିଲା । ସେ ବାନରମାନଙ୍କୁ ମଧ୍ୟ ଶିକ୍ଷା ଦେଉଥିଲା । ସେହି ରାଜପୁରୀରେ ଛୋଟ ରାଜକୁମାରମାନଙ୍କର ବାହନଯୋଗ୍ୟ ଗୋଟିଏ ମେଷପଲ ଥିଲା । ସେହି ମେଷପଲ ମଧ୍ୟରୁ ଗୋଟିଏ ମେଷ ଜିହ୍ବାଲାଳସା ହେତୁରୁ ଦିବାରାତ୍ର ରନ୍ଧନଶାଳାରେ ପଶି ଯାହାକିଛି ଦେଖୁଥିଲା, ତାହା ଖାଇଯାଉଥିଲା । ପାଚକମାନେ କାଷ୍ଠ, ମୃତ୍ତିକାନିର୍ମିତ ପାତ୍ର, କାଂସ୍ୟପାତ୍ର ବା ତାମ୍ରପାତ୍ର ଯାହାକିଛି ପାଉଥିଲେ ସେଥ‌ିରେ ତାକୁ ପିଟୁଥିଲେ ।

ବାନରଯୂଥର ଅଧୂପତି ଏହା ଦେଖ୍ ଚିନ୍ତା କରିବାକୁ ଲାଗିଲା – ଅହୋ, ମେଷ ଓ ପାଚକଙ୍କର ଏହି କଳହ ଶେଷରେ ବାନରମାନଙ୍କର ବିନାଶର କାରଣ ହେବ । ଏ ମେଷଟି ଅନ୍ନଭୋଜନ ପାଇଁ ଲୋଲୁପ ଓ ପାଚକମାନେ ନିତାନ୍ତ କ୍ରୁଦ୍ଧ ହୋଇ ଯାହାକିଛି ନିକଟରେ ଦେଖୁଛନ୍ତି ସେଥ‌ିରେ ତାକୁ ପିଟୁଛନ୍ତି । ଯଦି କେବେ ପାଖରେ ଅନ୍ୟ କିଛି ନପାଇ ପାଚକମାନେ ଜଳନ୍ତା କାଷ୍ଠଖଣ୍ଡରେ ତାକୁ ପ୍ରହାର କରନ୍ତି ତେବେ ମେଷର ଦେହରେ ଥ‌ିବା ପ୍ରଚୁର ଲୋମରେ ସାମାନ୍ୟ ଅଗ୍ନି ଲାଗିଲେ ମଧ୍ୟ ପ୍ରଜ୍ବଳିତ ହୋଇଉଠିବ । ତା’ପରେ ସେ ନିକଟବର୍ତ୍ତୀ ଅଶ୍ମଶାଳାରେ ପ୍ରବେଶ କରିବ । ଅଶ୍ୱଶାଳାରେ ପ୍ରଚୁର ତୃଣ ଥ‌ିବାରୁ ତାହା ଜଳି ଉଠିବ । ଫଳରେ ଅଶ୍ଵମାନେ ଅଗ୍ନିରେ ପୋଡ଼ିଯିବେ । ଶାଳିହୋତ୍ର ଅଶ୍ୱଶାସ୍ତ୍ରରେ କହିଅଛନ୍ତି – ବାନରର ଚର୍ବିଦ୍ଵାରା ଅଶୁମାନଙ୍କର ଅଗ୍ନିଦାହ ପ୍ରଶମିତ ହୁଏ । ଏହିପରି ଦିନେ ଅବଶ୍ୟ ଘଟିବ । ଏକଥା ନିଶ୍ଚିତ ।

ଏହିପରି ବିଚାର କରି ସେ ବାନର ଯୂଥପତି ସବୁ ବାନରଙ୍କୁ ଡାକି ଏକାନ୍ତରେ କହିଲା –

ପାଚକମାନଙ୍କର ମେଷ ସହିତ ଯେଉଁ କଳହ ଚାଲିଛି, ତାହା ପରିଣାମରେ ଆମ ବାନରମାନଙ୍କର ଯେ କ୍ଷୟସାଧନ କରିବ ଏଥୁରେ ସନ୍ଦେହ ନାହିଁ । ୧ ।

ଯେଉଁ ଗୃହରେ ପ୍ରତିଦିନ ଅକାରଣରେ କଳହ ଲାଗିଥାଏ, ପ୍ରାଣ ରଖୁବାକୁ ଇଚ୍ଛା ଥିଲେ, ସେ ଗୃହକୁ ତ୍ୟାଗକରି ଚାଲିଯିବା ଉଚିତ । ୨ ।

ଆହୁରି ମଧ୍ୟ କଳହ ହେତୁ ଗୃହର, କୁବାକ୍ୟ ହେତୁ ବନ୍ଧୁତ୍ଵର, ଦୁଷ୍ଟରାଜାଙ୍କ ହେତୁରୁ ରାଜ୍ୟର ଓ କୁକର୍ମ ହେତୁରୁ ମନୁଷ୍ୟର ଯଶର ବିନାଶ ଘଟିଥାଏ । ୩ ।

ଅତଏବ ଆମ ସମସ୍ତଙ୍କର ବିନାଶ ହେବା ପୂର୍ବରୁ ଏ ରାଜନଅରକୁ ଛାଡ଼ି ବନକୁ ପଳାଇଯିବା । ତାହାର ଏହି ଅପ୍ରିୟ ବଚନ ଶୁଣି ମନ୍ଦୋଦ୍ଧତ ବାନରମାନେ ଉଚ୍ଚ ହାସ୍ୟ କରି କହିଲେ, ‘ଓ ! ବାର୍ଦ୍ଧକ୍ୟ ହେତୁରୁ ତୁମର ବୁଦ୍ଧି ବିଚଳିତ ହେଲାଣି । ସେଥ‌ିପାଇଁ ଏପରି କହୁଛ । କୁହାଯାଇଅଛି –

ବାଳକ ଓ ବୃଦ୍ଧ ଉଭୟଙ୍କର ମୁଖ ଦନ୍ତହୀନ; ଉଭୟଙ୍କ ମୁଖରୁ ସର୍ବଦା ଲାଳ ଝରୁଥାଏ । କୌଣସି ବିଷୟରେ ଏ ଦୁହିଁଙ୍କର ବିଶେଷତଃ ବୃଦ୍ଧର ବୁଦ୍ଧି ସ୍ତୁରେ ନାହିଁ । ୪ ।

ଏଠାରେ ସ୍ଵର୍ଗ ସମାନ ସୁଖଭୋଗ, ରାଜପୁତ୍ରମାନଙ୍କ ସ୍ୱହସ୍ତପ୍ରଦତ୍ତ ବିବିଧ ଅମୃତତୁଲ୍ୟ ଭୋଜ୍ୟଦ୍ରବ୍ୟ ତ୍ୟାଗକରି ଆମେମାନେ ବନ ମଧ୍ୟରେ କଷାୟ, କଟୁ, ତିକ୍ତ, କ୍ଷାର, ରୁକ୍ଷ ଫଳ ଖାଇପାରିବୁ ନାହିଁ ।’’ ଏହା ଶୁଣି ବାନରପତି ଅଶ୍ରୁପ୍ଲାବିତ ନେତ୍ରରେ କହିଲା – ଆରେ ରେ ମୂର୍ଖ ! ତୁମେମାନେ ଏ ସୁଖର ପରିଣାମ ଜାଣିପାରି ନାହିଁ । ପାପକର୍ମର ରସାସ୍ଵାଦନ ସଦୃଶ ଏ ସୁଖର ପରିଣାମ ବିଷମୟ ହେବ । କୁଳର ବିନାଶ ମୁଁ ନିଜେ ଦେଖୁପାରିବି ନାହିଁ । ମୁଁ ବର୍ତ୍ତମାନ ବନକୁ ଚାଲିଯାଉଛି । କୁହାଯାଇଛି – ମିତ୍ର ବିପଦଗ୍ରସ୍ତ ହେବା, ନିଜର ସ୍ଥାନ ଅନ୍ୟଦ୍ଵାରା ଉପୀଡ଼ିତ ହେବା, ଦେଶଭଙ୍ଗ, କୁଳକ୍ଷୟ – ଏସବୁ ଯେଉଁମାନେ ଦେଖନ୍ତି ନାହିଁ, ସେମାନେ ଧନ୍ୟ । ୫ ।

ପୃଥପତି ଏହା କହି, ସମସ୍ତ ବାନରଙ୍କୁ ତ୍ୟାଗକରି ବନକୁ ଚାଲିଗଲା ।
ସେ ଯିବାପରେ ଦିନେ ସେହି ମେଷଟି ରନ୍ଧନଶାଳାରେ ପ୍ରବେଶ କଲା । ପାଚକ ଅନ୍ୟ କିଛି ନପାଇ ଜଳନ୍ତା କାଷ୍ଠଖଣ୍ଡରେ ତାକୁ ପ୍ରହାର କରିବାରୁ ସେ ଜ୍ଵଳନ୍ତ ଶରୀରରେ ଚିତ୍କାର କରି କରି ନିକଟବର୍ତୀ ଅଶ୍ୱଶାଳାରେ ପ୍ରବେଶ କଲା । ସେଠାରେ ସେ ତୃଣପୂର୍ଣ୍ଣ ଭୂମିରେ ଲୋଟିବାରୁ ସର୍ବତ୍ର ଏପରି ବହ୍ନିଶିଖା ଉଠିଲା ଯେ କେତେକ ଅଶ୍ଵ ଚକ୍ଷୁ ହରାଇ ମୃତ୍ୟୁମୁଖରେ ପଡ଼ିଲେ । କେତେକ ଅଶ୍ୱ ବନ୍ଧନ ଛିନ୍ନକରି ଅର୍ଦ୍ଧଦଗ୍‌ଧ ଶରୀରରେ ବ୍ରେଷାରାବ କରି ଇତସ୍ତତଃ ଧାଇଁବାକୁ ଲାଗିଲେ । ଏହା ଫଳରେ ଲୋକମାନେ ବ୍ୟାକୁଳ ହୋଇପଡ଼ିଲେ ।

ଏହି ଅବସ୍ଥାରେ ରାଜା ବିଷଣ୍ଣ ହୋଇ ଶାଳିହୋତ୍ର ଶାସ୍ତ୍ରଜ୍ଞ ବୈଦ୍ୟମାନଙ୍କୁ ଡକାଇ କହିଲେ, ‘‘ଏହି ଅଶ୍ୱମାନଙ୍କର ଦାହଜନିତ ବ୍ୟଥାର ଉପଶମ ପାଇଁ କୌଣସି ଉପାୟ କୁହନ୍ତୁ ।’’ ସେମାନେ ଶାସ୍ତ୍ର ଦେଖୁ କହିଲେ, ମହାରାଜ ! ଏ ବିଷୟରେ ଭଗବାନ୍ ଶାଳିହୋତ୍ର କହିଅଛନ୍ତି –

ସୂର୍ଯ୍ୟୋଦୟ ହେଲେ ଅନ୍ଧକାର ଯେପରି ଦୂର ହୋଇଯାଏ, ବାନରମାନଙ୍କର ମେଦଦ୍ବାରା ଅଶ୍ଵମାନଙ୍କର ଦାହଜନିତ ରୋଗ ସେହିପରି ବିନଷ୍ଟ ହୋଇଯାଏ । ୬ ।

ତେଣୁ ଅତିଶୀଘ୍ର ଏହି ଚିକିତ୍ସା କରାଯାଉ, ଯେପରିକି ଅଶୁମାନେ ଅଗ୍ନିଦାହ ଯୋଗୁଁ ମୃତ୍ୟୁମୁଖରେ ନ ପଡ଼ନ୍ତି । ରାଜା ଏହା ଶୁଣି ସମସ୍ତ ବାନରଙ୍କୁ ବଧ କରିବାପାଇଁ ଆଦେଶ ଦେଲେ । ଅଧୂକ କହିବା ନିଷ୍ପ୍ରୟୋଜନ, ଯଷ୍ଟି, ପ୍ରସ୍ତର ପ୍ରଭୃତି ସାହାଯ୍ୟରେ ସମସ୍ତ ବାନର ନିହତ ହେଲେ ।

ବାନର ଯୂଥପତି ପୁତ୍ର, ପୌତ୍ର, ଭ୍ରାତୁମ୍ପୁତ୍ର, ଭାଗିନେୟ ପ୍ରଭୃତିଙ୍କର ମରଣ ଦେଖୁ ଗଭୀର ବିଷାଦରେ ମଗ୍ନହୋଇ ଅନାହାରରେ ରହି ବନରୁ ବନ୍ୟନ୍ତର ଭ୍ରମଣ କରିବାକୁ ଲାଗିଲା । ସେ ମନେ ମନେ ଚିନ୍ତାକଲା, ମୁଁ ଏ ଅଧମ ରାଜାର ପ୍ରତିଶୋଧ ନେଇ କିପରି ତା’ର ଅନିଷ୍ଟସାଧନ କରିବି । କୁହାଯାଇଛି –

ଏ ସଂସାରରେ ଯେଉଁ ଲୋକ ଭୟ ହେତୁରୁ ଅଥବା ଲୋଭ ହେତୁରୁ ନିଜ ନିଜ କୁଳ ପ୍ରତି ଶତ୍ରୁର ଅତ୍ୟାଚାରକୁ ସହିଯାଏ, ସେ ପୁରୁଷମାନଙ୍କ ମଧ୍ୟରେ ନିତାନ୍ତ ଅଧମ ଅଟେ । ୭ ।

ଏହାପରେ ସେହି ବୃଦ୍ଧ ବାନର ପିପାସାକୁଳ ହୋଇ ଭ୍ରମଣ କରୁ କରୁ କମଳ ପରିପୂର୍ଣ୍ଣ ଗୋଟିଏ ପୁଷ୍କରିଣୀ ନିକଟରେ ପହଞ୍ଚିଲା । ସେ ସୂକ୍ଷ୍ମଭାବରେ ନିରୀକ୍ଷଣ କରି ଦେଖିଲା ଯେ ବନବାସୀ ମନୁଷ୍ୟମାନଙ୍କର ସରୋବରରେ ପ୍ରବେଶ କରିବାର ପଦଚିହ୍ନମାନ ଅଛି, କିନ୍ତୁ ଫେରି ଆସିବାର ପଦଚିହ୍ନ ନାହିଁ । ତହୁଁ ସେ ଚିନ୍ତାକଲା – ଏହି ପୁଷ୍କରିଣୀରେ ନିଶ୍ଚୟ ଗୋଟିଏ ଦୁଷ୍ଟ କୁମ୍ଭୀର ଅଛି । ତେଣୁ ପଦ୍ମନାଡ଼ ଆଣି ଦୂରରେ ରହି ସେହି ପଦ୍ମନାଡ଼ ସାହାଯ୍ୟରେ ଜଳପାନ କରିବି । ସେହିପରି ଜଳପାନ କରନ୍ତେ ଗଳାରେ ରନୁମାଳା ପରିଧାନ କରିଥିବା ଗୋଟିଏ ରାକ୍ଷସ ପୁଷ୍କରିଣୀ ମଧ୍ଯରୁ ବାହାରି ଆସି କହିଲା, ଯେ କେହି ଏହି ପୁଷ୍କରିଣୀର ଜଳମଧ୍ୟରେ ପ୍ରବେଶ କରେ, ମୁଁ ତାକୁ ଭକ୍ଷଣ କରେ । କିନ୍ତୁ ଏପରି କୌଣସି ଚତୁର ଲୋକ ନାହିଁ, ଯେ କି ତୁମ ଭଳି ଏ ଉପାୟରେ ଜଳପାନ କରିବ ।

ତେଣୁ ମୁଁ ତୁମ ଉପରେ ସନ୍ତୁଷ୍ଟ ହୋଇଅଛି । ମନର ଅଭିଳାଷ ଅନୁସାରେ ବର ପ୍ରାର୍ଥନା କର । ବାନର କହିଲା, ତୁମର ଭୋଜନ କରିବାର ଶକ୍ତି କେତେ ? ରାକ୍ଷସ ଉତ୍ତର ଦେଲା, ଜଳରେ ପ୍ରବେଶ କଲେ ଶତ, ସହସ୍ର, ଅୟୁତ, ଲକ୍ଷ ପ୍ରାଣୀଙ୍କୁ ମଧ୍ୟ ଭୋଜନ କରିପାରିବି । ମାତ୍ର ବାହାରେ ଥିଲାବେଳେ ମୋତେ ସାମାନ୍ୟ ଶୃଗାଳ ମଧ୍ୟ ଅପମାନିତ କରିପାରେ । ବାନର କହିଲା, ଜଣେ ରାଜା ସହିତ ମୋର ଘୋର ଶତ୍ରୁତା ଅଛି । ଯଦି ତୁମେ ମୋତେ ତୁମର ଏହି ରହାରଟି ଦେବ, ତାହାହେଲେ ମୁଁ ମୋର କଥା ଚାତୁରୀରେ ଲୋଭ ଦେଖାଇ ସେ ରାଜାକୁ ତା’ର ପରିବାର ସହିତ ଏହି ପୁଷ୍କରିଣୀରେ ପ୍ରବେଶ କରାଇବି । ରାକ୍ଷସ ତାହାର ଏହି ଶ୍ରଦ୍ଧେୟ ବାକ୍ୟ ଶୁଣି ରହାରଟି ଦେଇ କହିଲା, ହେ ମିତ୍ର ! ଯାହା ଉଚିତ ମନେକରୁଛ, ତାହା କର ।

ବାନର ମଧ୍ଯ ରହାରରେ ନିଜର କଣ୍ଠଦେଶକୁ ସୁଶୋଭିତ କରି ବୃକ୍ଷ ଓ ରାଜପ୍ରାସାଦମାନଙ୍କ ଉପରେ ଭ୍ରମଣ କରିବାରୁ ଲୋକେ ତାହାକୁ ଦେଖୁ ପଚାରିଲେ, ହେ ବାନରଯୂଥପତି ! ତୁମେ ଏତେ କାଳ ହେଲା କେଉଁଠାରେ ଥିଲ ? ଏଡ଼େ ସୁନ୍ଦର ରମାଳା କାହୁଁ ପାଇଲ ? ଏହାର ତେଜ ସୂର୍ଯ୍ୟକିରଣକୁ ମଧ୍ଯ ତିରସ୍କାର କରୁଛି । ବାନର କହିଲା, ଗୋଟିଏ ଅରଣ୍ୟ ମଧ୍ୟରେ ଏକ ଅତି ଗୁପ୍ତ ସରୋବର ଅଛି । ତାହାକୁ ସ୍ଵୟଂ କୁବେର ନିର୍ମାଣ କରିଅଛନ୍ତି । ରବିବାର ଦିନ ସୂର୍ଯ୍ୟୋଦୟ ସମୟରେ ଯଦି କେହି ଉକ୍ତ ସରୋବରରେ ବୁଡ଼ପକାଏ ତେବେ ସେ କୁବେରଙ୍କ ପ୍ରସାଦରୁ ଏହିପରି ରନ୍‌ମାଳାରେ କଣ୍ଠକୁ ସୁଶୋଭିତ କରି ଜଳରୁ ବାହାରିଆସେ ।

ଏହାପରେ ରାଜା ଏହା ଶୁଣିପାରି ସେହି ବାନରକୁ ଡାକି ପଚାରିଲେ, ହେ ପୃଥାଧୂପ ! ଏ କଥା କ’ଣ ସତ୍ୟ ? ରନ୍‌ମାଳାରେ ପରିପୂର୍ଣ ପୁଷ୍କରିଣୀ କେଉଁଠାରେ ଅଛି ? ବାନର କହିଲା, ହେ ପ୍ରଭୁ ! ପ୍ରତ୍ୟକ୍ଷରେ ମୋ ଗଳାରେ ପଡ଼ିଥିବା ଏହି ରନ୍‌ମାଳା ଦେଖୁ ଆପଣଙ୍କର ବିଶ୍ଵାସ ହେବ । ତେଣୁ ଯଦି ଆପଣଙ୍କର ରନ୍ଧମାଳାର ପ୍ରୟୋଜନ ଥାଏ, ତାହାହେଲେ କାହାରିକୁ ମୋ ସଙ୍ଗେ ପଠାନ୍ତୁ ଯେ ଦେଖାଇଦେବି । ଏହା ଶୁଣି ରାଜା କହିଲେ, ସେପରି ହେଲେ ମୁଁ ନିଜେ ମୋର ସମସ୍ତ ପରିବାର ସହିତ ଯିବି । ତେବେ ଅନେକ ରନ୍‌ମାଳା ପାଇପାରିବୁ । ବାନର କହିଲା, ତାହାହିଁ କରନ୍ତୁ । ସେହିପରି କରାଯିବାରୁ ରନ୍ଥମାଳା ପାଇବା ଲୋଭରେ ରାଜାଙ୍କ ସହିତ ସବୁ ପନ୍ଥୀ ଓ ଭୃତ୍ୟ ପ୍ରଭୃତି ଚାଲିଲେ । ରାଜା ଦୋଳାରେ ବସି ଗଲେ । ବାନରକୁ ମଧ୍ୟ ରାଜାଙ୍କ କ୍ରୋଡ଼ରେ ବସାଇ ଅତି ସୁଖରେ ପ୍ରୀତିପୂର୍ବକ ନିଆଗଲା । ତେଣୁ ଯଥାର୍ଥରେ କୁହାଯାଇଛି –

‘‘ହେ ତୃଷ୍ଣାଦେବି ! ତୁମକୁ ନମସ୍କାର । ତୁମେ ଧନବନ୍ତ ଲୋକକୁ ମଧ୍ଯ ଅକରଣୀୟ କାର୍ଯ୍ୟରେ ନିୟୋଜିତ କରୁଛ; ଦୁର୍ଗମ ସ୍ଥାନରେ ମଧ୍ୟ ଭ୍ରମଣ କରାଉଅଛି’’ | ୮ |

ପୁଣି ମଧ୍ଯ – ଯେ ଶତମୁଦ୍ରାର ଅଧିକାରୀ, ସେ ସହସ୍ର ପାଇବାକୁ ଲାଳାୟିତ । ଯାହାର ସହସ୍ରମୁଦ୍ରା ଅଛି ସେ ଲକ୍ଷମୁଦ୍ରା କାମନା କରୁଅଛି । ଯେ ଲକ୍ଷାଧୂପତି ସେ ରାଜ୍ୟ ଅଭିଳାଷ କରୁଅଛି ଓ ଯେ ରାଜପଦରେ ପ୍ରତିଷ୍ଠିତ ହୋଇଅଛି ସେ ସ୍ୱର୍ଗକାମନା କରୁଅଛି । ୯ ।

ଜରାକ୍ରାନ୍ତ ବ୍ୟକ୍ତିର କେଶ ଶୁକ୍ଳ ହୋଇଯାଏ, ଦନ୍ତଗୁଡ଼ିକ ଝଡ଼ିପଡ଼ନ୍ତି, ଚକ୍ଷୁ ଦୃଷ୍ଟିଶକ୍ତି ହରାଏ, କର୍ମ ଶୁଣିପାରେ ନାହିଁ । କିନ୍ତୁ କେବଳ ତୃଷ୍ଣା ହିଁ ତରୁଣ ହେଉଥାଏ । ୧୦ ।

ଏହାପରେ ସେହି ପୁଷ୍କରିଣୀ ନିକଟରେ ଉପସ୍ଥିତ ହୁଅନ୍ତେ ବାନର ପ୍ରଭାତ କାଳରେ ରାଜାଙ୍କୁ କହିଲା, ଏଠାରେ ଅଧେ ସୂର୍ଯ୍ୟୋଦୟ ହେଲାବେଳକୁ ଯେଉଁମାନେ ଏହି ପୁଷ୍କରିଣୀରେ ପ୍ରବେଶ କରନ୍ତି, ସେମାନେ ସିଦ୍ଧିଲାଭ କରନ୍ତି । ତେଣୁ ସମସ୍ତେ ଏକ ସଙ୍ଗରେ ଜଳରେ ପ୍ରବେଶ କରନ୍ତୁ । ଆପଣ ପରେ ମୋ ସହିତ ଜଳରେ ପ୍ରବେଶ କରିବେ । ତାହାହେଲେ ମୁଁ ଆପଣଙ୍କୁ ପୂର୍ବଦୃଷ୍ଟ ସ୍ଥାନକୁ ନେଇ ପ୍ରଚୁର ରନ୍ଧମାଳା ଦେଖାଇଦେବି ।

ଏହାପରେ ଲୋକମାନେ ଜଳରେ ପ୍ରବେଶ କରନ୍ତେ ରାକ୍ଷସ ସେ ସମସ୍ତଙ୍କୁ ଭକ୍ଷଣ କଲା । ସେମାନେ ଅନେକବେଳ ପର୍ଯ୍ୟନ୍ତ ଜଳରୁ ନ ବାହାରିବାରୁ ରାଜା ବାନରକୁ କହିଲେ, ହେ ପୃଥପତି ! ମୋର ଲୋକମାନେ ଏତେ ବିଳମ୍ବ କରୁଛନ୍ତି କାହିଁକି? ଏହା ଶୁଣିଲାମାତ୍ରେ ବାନର ତତ୍‌କ୍ଷଣାତ୍‌ ଏକ ବୃକ୍ଷକୁ ଆରୋହଣ କରି ରାଜାଙ୍କୁ କହିଲା, ଆରେ ଦୁଷ୍ଟ ରାଜା ! ଜଳ ମଧ୍ୟରେ ଥ‌ିବା ରାକ୍ଷସ ତୋର ପରିଜନମାନଙ୍କୁ ଖାଇସାରିଛି । ମୁଁ କୁଳକ୍ଷୟଜନିତ ବୈରସାଧନ କରିଛି । ଏବେ ଯାଆ । ତୁ ମୋର ପ୍ରଭୁ ଥୁଲୁ ବୋଲି ତୋତେ ଜଳରେ ପ୍ରବେଶ କରାଇଲି ନାହିଁ । କଥ୍ତ ଅଛି –

କେହି ଉପକାର କଲେ ତା’ର ପ୍ରତ୍ଯୁପକାର ଓ ଅପକାର କଲେ ତା’ର ପ୍ରତ୍ୟପକାର କରିବ; କେହି ହିଂସା କଲେ ତା’ର ପ୍ରତିହିଂସା କରିବ; ଦୁଷ୍ଟ ସହିତ ଦୁଷ୍ଟ ଆଚରଣ କରିବ । ଏଥ‌ିରେ ମୁଁ କୌଣସି ଦୋଷ ଦେଖ୍ପାରୁନାହିଁ । ୧୧।

ତୁ ମୋର କୁଳକ୍ଷୟ କରିଥୁଲୁ; ମୁଁ ସେହିପରି ତୋର କୁଳକ୍ଷୟ କଲି । ଏହା ଶୁଣି ରାଜା କୋପାବିଷ୍ଟ ହୋଇ ପାଦରେ ଚାଲି ଚାଲି ଯେଉଁ ମାର୍ଗରେ ଆସିଥିଲେ ସେହି ମାର୍ଗରେ ଫେରିଗଲେ । ରାଜା ଚାଲିଯିବା ପରେ ରାକ୍ଷସ ତୃପ୍ତ ହୋଇ ଜଳ ମଧ୍ୟରୁ ବାହାରି ଆନନ୍ଦରେ କହିଲା–

ହେ ବାନର ତୁମେ ଧନ୍ୟ ! ପଦ୍ମନାଡ଼ ସାହାଯ୍ୟରେ ଜଳ ପିଇ ତୁମ ଶତ୍ରୁକୁ ବିନାଶ କରିଅଛ; ମୋତେ ମିତ୍ର କରିପାରିଛ ଓ ରନ୍ଥମାଳାକୁ ମଧ୍ୟ ହରାଇ ନାହଁ । ୧୨ ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Question 2.
चन्द्रभूपतिकथातः का शिक्षा लभ्यते?
Answer:
‘ଚନ୍ଦ୍ରଭୂପତିକଥା’ରୁ ମୁଖ୍ୟତଃ ଯେଉଁ ନୀତିଶିକ୍ଷା ମିଳେ ତାହା ହେଇଛି –
‘‘ଯୋ ଲୌଲ୍ୟାତ୍ କୁରୁତେ କର୍ମ ନୈବୋଦର୍କମବେକ୍ଷତେ ।
ବିଡ଼ମ୍ବନାମବାପ୍ଲୋତି ସ ଯଥା ଚନ୍ଦ୍ରଭୂପତିଃ ।।’’

ଅର୍ଥାତ୍, ଯେଉଁ ଲୋକ ଲୋଭପରବଶ ହୋଇ କାର୍ଯ୍ୟ କରେ ଓ ତା’ର ପରିଣାମ ବିଷୟରେ ଚିନ୍ତାକରେ ନାହିଁ, ସେ ଚନ୍ଦ୍ରଭୂପତି ପରି ବିଡ଼ମ୍ବନା ପ୍ରାପ୍ତ ହୁଏ । ରତ୍ନମାଳା ଲୋଭରେ ଚନ୍ଦ୍ରଭୂପତି ନିଜର ପରିବାର ସୃଜନମାନଙ୍କୁ ହରାଇଥିଲା । ବାନରଯୂଥପତି ସ୍ବବଂଶକ୍ଷକ୍ଷର ପ୍ରତିଶୋଧ ନେଇଥିଲା । ପୁନଶ୍ଚ ଏହି ବିଷୟରୁ ଯେଉଁ ଅନ୍ୟାନ୍ୟ ଶିକ୍ଷାମାନ ମିଳେ ତାହା ହେଉଛି –

  • ଦୁଇଜଣଙ୍କର କଳହ ତୃତୀୟ ବ୍ୟକ୍ତିର ହାନି ବା କ୍ଷତି ଘଟାଇଥାଏ । ଯେପରିକି ପାଚକ ଓ ମେଷମାନଙ୍କ ମଧ୍ୟରେ କଳହର ପରିଣାମସ୍ଵରୂପ ଶେଷରେ ବାନରମାନଙ୍କର କ୍ଷୟସାଧନ ହୋଇଥିଲା।
  • ଅକାରଣରେ ଯେଉଁ ଗୃହରେ କଳହ ହୁଏ, ପ୍ରାଣ ରକ୍ଷଣ ନିମନ୍ତେ ସେ ଗୃହକୁ ତ୍ୟାଗ କରିବା ଉଚିତ ।
  • ବାର୍ଦ୍ଧକ୍ୟ ହେତୁରୁ ବୃଦ୍ଧର ବୁଦ୍ଧିସ୍ଫୁରଣ ହୁଏ ନାହିଁ ବୋଲି ଯେଉଁ ଧାରଣା ରହିଛି ତାହା ଅମୂଳକ ।
  • ପାପକର୍ମର ରସାସ୍ଵାଦନ ସଦୃଶ ସୁଖର ପରିଣାମ ବିଷମୟ ହୁଏ ।
  • ମିତ୍ରର ବିପଦ, ସ୍ବସ୍ଥାନ ଅନ୍ୟଦ୍ୱାରା ଉପୀଡ଼ିତ ହେବା, ଦେଶଭଙ୍ଗ କୁଳକ୍ଷୟ– ଏସବୁ ନ ଦେଖୁଥ‌ିବା ବ୍ୟକ୍ତି ଧନ୍ୟ ଅଟେ।
  • ବାନରମାନଙ୍କର ମେଦଦ୍ୱାରା ଅଶ୍ଵମାନଙ୍କର ଦାହଜନିତ ଦୋଷ ଦୂରହେବା କଥା ଶାଳିହୋତ୍ରଙ୍କଦ୍ୱାରା କୁହାଯାଇଛି ।
  • ଏ ସଂସାରରେ ଯେଉଁ ଲୋକ ଭୟ ହେତୁରୁ ଅଥବା ଲୋଭ ହେତୁରୁ ନିଜ ନିଜ କୁଳ ପ୍ରତି ଶତ୍ରୁର ଅତ୍ୟାଚାରକୁ ସହିଯାଏ, ସେ ପୁରୁଷମାନଙ୍କ ମଧ୍ୟରେ ନିତାନ୍ତ ଅଧମ ଅଟେ ।
  • ତୃଷ୍ଣା ବା ଲୋଭ ଧନବନ୍ତକୁ ମଧ୍ଯ ଅକରଣୀୟ କାର୍ଯ୍ୟରେ ନିୟୋଜିତ କରେ ଓ ଦୁର୍ଗମ ସ୍ଥାନରେ ମଧ୍ୟ ଭ୍ରମଣ କରାଇଥାଏ । ତୃଷ୍ଣା ମନ ମଧ୍ୟରେ ଅଧିକ ପାଇବାର ଆଶା ବଢ଼ାଏ । ସବୁକିଛି ବୃଦ୍ଧତ୍ଵକୁ ପ୍ରାପ୍ତ ହୁଏ ହେଲେ ତୃଷ୍ଣା ହିଁ ତରୁଣ ହେଉଥାଏ ।
  • କେହି ଉପକାର କଲେ ତା’ର ପ୍ରତ୍ଯୁପକାର ଓ ଅପକାର କଲେ ତା’ର ପ୍ରତ୍ୟପକାର କରିବ, କେହି ହିଂସା କଲେ ତା’ର ପ୍ରତିହିଂସା କରିବ; ଦୁଷ୍ଟ ସହିତ ଦୁଷ୍ଟ ଆଚରଣ କରିବ । ଏଥ‌ିରେ କିଛି ଦୋଷ ନଥାଏ ।

ଏହିଭଳି ବିବିଧ ପ୍ରକାର ଶିକ୍ଷଣୀୟ ପ୍ରସଙ୍ଗମାନ ଉକ୍ତ ବିଷୟରେ ଉଲ୍ଲେଖ ହୋଇଛି।

Question 3.
वानरयूथपतेः वैशिष्ट्यं प्रतिपाद्यताम्।
Answer:
ବାନରଯୂଥପତି ଶୁକ୍ର, ବୃହସ୍ପତି ଓ ଚାଣକ୍ୟଙ୍କର ନୀତିଶାସ୍ତ୍ରମାନ ଜାଣିଥିଲା ଓ ତଦନୁସାରେ କାର୍ଯ୍ୟ ମଧ୍ୟ କରୁଥିଲା । ସେ ବାନରମାନଙ୍କୁ ମଧ୍ୟ ଶିକ୍ଷା ଦେଉଥିଲା । ମେଷ ଓ ସୂପକାରଙ୍କ ମଧ୍ୟରେ ପ୍ରତିଦିନ ହେଉଥିବା କଳହକୁ ଦେଖୁ ବାନରଯୂଥପତି ଏହା ବାନରମାନଙ୍କର କ୍ଷୟସାଧନ କରିବ ବୋଲି ଅନୁମାନ କରିଛି । ଏଥ‌ିପାଇଁ ବାନରଯୂଥପତି ସମସ୍ତ ବାନରମାନଙ୍କୁ ରାଜଭବନ ପରିତ୍ୟାଗ କରି ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଛି । ହେଲେ କେହି ତା’ କଥା ନ ଶୁଣିବାରୁ ସେ ଏକାକୀ ନିଜ କୁଳର କ୍ଷୟ ଦେଖୁବାକୁ ଇଚ୍ଛାନକରି ଦୁଃଖ୍ତମନା ହୋଇ ବନ ମଧ୍ଯକୁ ଚାଲିଯାଇଛି । ସେ ଯିବାପରେ ତା’ର ଅନୁମାନ ସତ୍ୟରେ ପରିଣତ ହୋଇଛି ଓ ବାନରକୁଳର ବିନାଶ ଘଟିଛି । ବାନରଯୂଥପତି ସ୍ବବଂଶର ବିନାଶ ଦେଖୁ ଗଭୀର ବିଷାଦମନା ହୋଇ ଅନାହାରରେ ବନକୁ ବନାନ୍ତର ଭ୍ରମଣ କରି ଅଧମ ରାଜାର ପ୍ରତିଶୋଧ ନେବାପାଇଁ ଚିନ୍ତାକରିଛି ।

ଏଥିରୁ ପ୍ରତୀୟମାନ ହୁଏ ଯେ ବାନରଯୂଥପତି ଅତ୍ୟନ୍ତ ବୁଦ୍ଧିମାନ୍ ଥିଲା । ବନ ମଧ୍ୟରେ ସେ ଏକ ସରୋବର ନିକଟରେ ପହଞ୍ଚିଛି । ସେଠାରେ ସେ ମନୁଷ୍ୟମାନଙ୍କର ଯିବାର ପାଦଚିହ୍ନ ଦେଖୁଛି ମାତ୍ର ଫେରିବାର ପାଦଚିହ୍ନ ଦେଖୁ ନପାରି ସେଠାରେ ଏକ ଦୁଷ୍ଟ କୁମ୍ଭୀର ଥିବାର ଅନୁମାନ କରି ଏକ ପଦ୍ମନାଡ଼ରେ ଜଳପାନ କରିଛି । ଏହା ଦେଖୁ ସରୋବରସ୍ଥ ରାକ୍ଷସ ରତ୍ନମାଳା ଧାରଣ କରି ପ୍ରତ୍ୟକ୍ଷ ହୋଇ ବାନରଯୂଥପତି ପ୍ରତି ସନ୍ତୋଷହୋଇ ବର ପ୍ରାର୍ଥନା କରିବାକୁ କହିଛି । ରାକ୍ଷସଠାରୁ ରତ୍ନମାଳା ନେଇ ରାଜାଙ୍କୁ ଲୋଭଦେଖାଇ ସପରିବାରେ ପୁଷ୍କରିଣୀକୁ ଅଣାଇଛି ଓ ଶେଷରେ ରାକ୍ଷସଦ୍ବାରା ଭକ୍ଷଣ କରାଇଛି । ଏହିପରିଭାବେ ବାନରଯୂଥପତି ନିଜର କୁଳକ୍ଷୟଜନିତ ପ୍ରତିଶୋଧ ନେଇଛି । ଦୁଷ୍ଟ ସହ ସେ ଦୁଷ୍ଟ ଆଚରଣ ହିଁ କରିଛି ।

ଶେଷରେ ରାକ୍ଷସ ବାନରଯୂଥପତିର ପ୍ରଶଂସା କରି କହିଛି –
“ ହତଃ ଶତଃ କୃତଂ ମିତ୍ର ରତ୍ନମାଳା ନ ହାରିତା ।
ନାଳେନାସ୍ୱାଦିତଂ ତୋୟଂ ସାଧୁ ଭୋ ବଟବାନର! ॥’’

ଅର୍ଥାତ୍ ହେ ବାନର ତୁମେ ଧନ୍ୟ ! ପଦ୍ମନାଡ଼ ସାହାଯ୍ୟରେ ଜଳ ପିଇ ତୁମ ଶତ୍ରୁକୁ ବିନାଶ କରିଅଛ, ମୋତେ ମିତ୍ର କରିପାରିଛ ଓ ରତ୍ନମାଳାକୁ ମଧ୍ଯ ହରାଇ ନାହିଁ । ବାନରଯୂଥପତିର ଏତାଦୃଶ ବୈଶିଷ୍ଟ୍ୟ ଅତ୍ୟନ୍ତ ଶିକ୍ଷଣୀୟ ହୋଇପାରିଛି ।

+2 1st Year Sanskrit Optional Chapter 4 ଚନ୍ଦ୍ରଭୂପତିକଥା Summary

ଲେଖକ ପରିଚୟ – କଥାସାହିତ୍ୟର ଅମୂଲ୍ୟ ଗ୍ରନ୍ଥ ହେଉଛି ‘ପଞ୍ଚତନ୍ତ୍ର’ । ଏହାର ଲେଖକ ହେଉଛନ୍ତି ଉତ୍କଳୀୟ ବିଦ୍ୱାନ୍ ବିଷ୍ଣୁଶର୍ମା । ସେ ବ୍ରାହ୍ମଣ କୁଳରେ ଜନ୍ମିଥିଲେ । ରାଜା ଅମରଶକ୍ତିଙ୍କର ତିନୋଟି ପୁତ୍ରଙ୍କୁ ଛଅମାସ ମଧ୍ଯରେ ନୀତିଶାସ୍ତ୍ରରେ ଅଭିଜ୍ଞ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ, ତଥା ପଶ୍ଚିତ କରାଇ ଦେଇଥିଲେ । ଏଥୁରୁ ତାଙ୍କର ଗଭୀର ପାଣ୍ଡିତ୍ୟର ପରିଚୟ ମିଳୁଛି । ତାଙ୍କର ସମୟ ପଞ୍ଚମ ବା ଷଷ୍ଠ ଶତାବ୍ଦୀ ବୋଲି ସମାଲୋଚକମାନେ ମତ ଦିଅନ୍ତି ଏବଂ ସେ ଓଡ଼ିଶାର ବିଦ୍ବାନ୍ ବୋଲି କହିଥା’ନ୍ତି । ସ୍ଵରଚିତ ଗ୍ରନ୍ଥରେ ଛାତ୍ରମାନଙ୍କୁ ଶିକ୍ଷାଦେବାର ଉପଯୁକ୍ତ କୌଶଳ ତାଙ୍କୁ ଜଣାଥିବାରୁ ସେ ଉତ୍ତମ ଶିକ୍ଷକରୂପେ ତଦାନୀନ୍ତନ ସମାଜରେ ସୁପରିଚିତ ଥିଲେ ।

ବିଷୟ ପ୍ରବେଶ – ଆଲୋଚିତ ଗଳ୍ପଟି କଥାସାହିତ୍ୟ ‘ପଞ୍ଚତନ୍ତ୍ର’ର ଅଂଶବିଶେଷ । ୫ଟି ତନ୍ତ୍ର ବା ବିଭାଗକୁ ନେଇ ‘ପଞ୍ଚତନ୍ତ୍ର’ର ରଚନା କରାଯାଇଛି । ଏହି ପାଞ୍ଚଗୋଟି ବିଭାଗ ହେଲା –

  • ମିତ୍ରଭେଦ
  • ମିତ୍ରସଂପ୍ରାପ୍ତି
  • କାକୋଲ୍ହ କୀୟ
  • ଲବ୍‌ଧପ୍ରଣାଶ ଓ
  • ଅପରୀକ୍ଷିତକାରକ।

‘ମିତ୍ରଭେଦ’ରେ ୨୨ ଗୋଟି, ‘ମିତ୍ରସଂପ୍ରାପ୍ତି’ରେ ୮ ଗୋଟି, ‘କାକୋଲ୍ କୀୟ’ରେ ୧୭ ଗୋଟି, ‘ଲବ୍‌ଧପ୍ରଣାଶ’ରେ ୧୪ ଗୋଟି ଓ ‘ଅପରୀକ୍ଷିତକାରକ’ରେ ୧୫ ଗୋଟି କାହାଣୀ ବିଦ୍ୟମାନ । ଏହି ଗ୍ରନ୍ଥରେ ଅତ୍ୟନ୍ତ ସରଳ ଭାଷାରେ ବିଭିନ୍ନ ପଶୁପକ୍ଷୀଙ୍କର କାହାଣୀ ମାଧ୍ୟମରେ ନୀତିଶିକ୍ଷା ପ୍ରଦାନ କରାଯାଇଅଛି । ଆଲୋଚିତ ‘ଚନ୍ଦ୍ରଭୂପତିକଥା’ ‘ପଞ୍ଚତନ୍ତ୍ର’ର ପଞ୍ଚମ ତନ୍ତ୍ର ‘ଅପରୀକ୍ଷିତକାରକ’ର କାହାଣୀ ଯାହାର ପ୍ରାରମ୍ଭ ଏହିପ୍ରକାର କରାଯାଇଛି; ଯଥା – ଲୋକେ ଲୋଭଗ୍ରସ୍ତ ହେଲେ ବିଡ଼ମ୍ବିତ ହୋଇ କଷ୍ଟଭୋଗ କରିଥା’ନ୍ତି । କଥ୍ତ ଅଛି –

‘‘ଯୋ ଲୌଲ୍ୟାତ୍ କୁରୁତେ କର୍ମ ନୈବୋଦର୍କମବେକ୍ଷତେ ।
ବିଡ଼ମ୍ବନାମବାସ୍ତୋତି ସ ଯଥା ଚନ୍ଦ୍ରଭୂପତିଃ ।’’

ଅର୍ଥାତ୍ ଯେଉଁ ଲୋକ ଲୋଭପରବଶ ହୋଇ କାର୍ଯ୍ୟ କରେ ଓ ତା’ର ପରିଣାମ ବିଷୟରେ ଚିନ୍ତା କରେ ନାହିଁ, ସେ ଚନ୍ଦ୍ରଭୂପତି ପରି ବିଡ଼ମ୍ବନା ପ୍ରାପ୍ତ ହୁଏ ।

ସାରକଥା – ଗୋଟିଏ ନଗରରେ ଚନ୍ଦ୍ର ନାମକ ଜଣେ ରାଜା ବାସ କରୁଥିଲେ । ତାଙ୍କର ପୁତ୍ରମାନେ ବାନରମାନଙ୍କ ସହିତ କ୍ରୀଡ଼ାରେ ରତ ରହୁଥିଲେ ଓ ସେମାନଙ୍କୁ ପ୍ରତିଦିନ ଅନେକପ୍ରକାର ଖାଦ୍ୟଦ୍ରବ୍ୟ ଦେଇ ପୁଷ୍ଟ କରୁଥିଲେ । ଏହି ବାନରୟୂଥର ଅଧୂପତି ଶୁକ୍ର, ବୃହସ୍ପତି ଓ ଚାଣକ୍ୟଙ୍କର ନୀତିଶାସ୍ତ୍ରମାନ ଜାଣିଥୁଲା ଓ ତଦନୁସାରେ କାର୍ଯ୍ୟ କରୁଥିଲା । ସେ ବାନରମାନଙ୍କୁ ମଧ୍ୟ ଶିକ୍ଷା ଦେଉଥିଲା । ସେହି ରାଜପୁରୀରେ ଛୋଟ ରାଜକୁମାରମାନଙ୍କର ବାହନଯୋଗ୍ୟ ଗୋଟିଏ ମେଷପଲ ଥିଲା । ସେହି ମେଷପଲ ମଧ୍ୟରୁ ଗୋଟିଏ ମେଷ ଜିହ୍ବାଲାଳସା ହେତୁରୁ ଦିବାରାତ୍ର ରନ୍ଧନଶାଳାରେ ପଶି ଯାହାକିଛି ଦେଖୁଥିଲା, ତାହା ଖାଇଯାଉଥିଲା । ପାଚକମାନେ କାଷ୍ଠ, ମୃତ୍ତିକାନିର୍ମିତ ପାତ୍ର, କାଂସ୍ୟପାତ୍ର ବା ତାମ୍ରପାତ୍ର ଯାହାକିଛି ପାଉଥିଲେ ସେଥିରେ ତାକୁ ପିଟୁଥିଲେ ।

ବାନରଯୂଥର ଅଧୂପତି ଏହା ଦେଖୁ ଚିନ୍ତା କରିବାକୁ ଲାଗିଲା – ଅହୋ, ମେଷ ଓ ପାଚକଙ୍କର ଏହି କଳହ ଶେଷରେ ବାନରମାନଙ୍କର ବିନାଶର କାରଣ ହେବ । ଏ ମେଷଟି ଅନ୍ନଭୋଜନ ପାଇଁ ଲୋଲୁପ ଓ ପାଚକମାନେ ନିତାନ୍ତ କ୍ରୁଦ୍ଧ ହୋଇ ଯାହାକିଛି ନିକଟରେ ଦେଖୁଛନ୍ତି ସେଥୁରେ ତାକୁ ପିଟୁଛନ୍ତି । ଯଦି କେବେ ପାଖରେ ଅନ୍ୟ କିଛି ନପାଇ ପାଚକମାନେ ଜଳନ୍ତା କାଷ୍ଠଖଣ୍ଡରେ ତାକୁ ପ୍ରହାର କରନ୍ତି ତେବେ ମେଷର ଦେହରେ ଥିବା ପ୍ରଚୁର ଲୋମରେ ସାମାନ୍ୟ ଅଗ୍ନି ଲାଗିଲେ ମଧ୍ୟ ପ୍ରଜ୍ଜ୍ୱଳିତ ହୋଇଉଠିବ । ତା’ପରେ ସେ ନିକଟବର୍ତ୍ତୀ ଅଶ୍ୱଶାଳାରେ ପ୍ରବେଶ କରିବ । ଅଶ୍ୱଶାଳାରେ ପ୍ରଚୁର ତୃଣ ଥିବାରୁ ତାହା ଜଳି ଉଠିବ । ଫଳରେ ଅଶ୍ଵମାନେ ଅଗ୍ନିରେ ପୋଡ଼ିଯିବେ । ଶାଳିହୋତ୍ର ଅଶ୍ମଶାସ୍ତ୍ରରେ କହିଅଛନ୍ତି – ବାନରର ଚର୍ବିଦ୍ଵାରା ଅଶୁମାନଙ୍କର ଅଗ୍ନିଦାହ ପ୍ରଶମିତ ହୁଏ । ଏହିପରି ଦିନେ ଅବଶ୍ୟ ଘଟିବ । ଏକଥା ନିଶ୍ଚିତ ।

ଏହିପରି ବିଚାର କରି ସେ ବାନର ଯୂଥପତି ସବୁ ବାନରଙ୍କୁ ଡାକି ଏକାନ୍ତରେ କହିଲା –

ପାଚକମାନଙ୍କର ମେଷ ସହିତ ଯେଉଁ କଳହ ଚାଲିଛି, ତାହା ପରିଣାମରେ ଆମ ବାନରମାନଙ୍କର ଯେ କ୍ଷୟସାଧନ କରିବ ଏଥିରେ ସନ୍ଦେହ ନାହିଁ । ୧ ।

ଯେଉଁ ଗୃହରେ ପ୍ରତିଦିନ ଅକାରଣରେ କଳହ ଲାଗିଥାଏ, ପ୍ରାଣ ରଖୁବାକୁ ଇଚ୍ଛା ଥିଲେ, ସେ ଗୃହକୁ ତ୍ୟାଗକରି ଚାଲିଯିବା ଉଚିତ । ୨ ।

ଆହୁରି ମଧ୍ୟ – କଳହ ହେତୁ ଗୃହର, କୁବାକ୍ୟ ହେତୁ ବନ୍ଧୁତ୍ଵର, ଦୁଷ୍ଟରାଜାଙ୍କ ହେତୁରୁ ରାଜ୍ୟର ଓ କୁକର୍ମ ହେତୁରୁ ମନୁଷ୍ୟର ଯଶର ବିନାଶ ଘଟିଥାଏ । ୩ ।

ଅତଏବ ଆମ ସମସ୍ତଙ୍କର ବିନାଶ ହେବା ପୂର୍ବରୁ ଏ ରାଜନଅରକୁ ଛାଡ଼ି ବନକୁ ପଳାଇଯିବା । ତାହାର ଏହି ଅପ୍ରିୟ ବଚନ ଶୁଣି ମନ୍ଦୋଦ୍ଧତ ବାନରମାନେ ଉଚ୍ଚ ହାସ୍ୟ କରି କହିଲେ, ‘‘ଓ ! ବାର୍ଦ୍ଧକ୍ୟ ହେତୁରୁ ତୁମର ବୁଦ୍ଧି ବିଚଳିତ ହେଲାଣି । ସେଥ‌ିପାଇଁ ଏପରି କହୁଛ । କୁହାଯାଇଅଛି –

ବାଳକ ଓ ବୃଦ୍ଧ ଉଭୟଙ୍କର ମୁଖ ଦନ୍ତହୀନ; ଉଭୟଙ୍କ ମୁଖରୁ ସର୍ବଦା ଲାଳ ଝରୁଥାଏ । କୌଣସି ବିଷୟରେ ଏ ଦୁହିଁଙ୍କର ବିଶେଷତଃ ବୃଦ୍ଧର ବୁଦ୍ଧି ସ୍ତୁରେ ନାହିଁ । ୪ ।

ଏଠାରେ ସ୍ଵର୍ଗ ସମାନ ସୁଖଭୋଗ, ରାଜପୁତ୍ରମାନଙ୍କ ସ୍ୱହସ୍ତପ୍ରଦତ୍ତ ବିବିଧ ଅମୃତତୁଲ୍ୟ ଭୋଜ୍ୟଦ୍ରବ୍ୟ ତ୍ୟାଗକରି ଆମେମାନେ ବନ ମଧ୍ୟରେ କଷାୟ, କଟୁ, ତିକ୍ତ, କ୍ଷାର, ରୁକ୍ଷ ଫଳ ଖାଇପାରିବୁ ନାହିଁ ।’’ ଏହାଶୁଣି ବାନରପତି ଅଶ୍ରୁପ୍ଲାବିତ ନେତ୍ରରେ କହିଲା – ଆରେ ରେ ମୂର୍ଖ ! ତୁମେମାନେ ଏ ସୁଖର ପରିଣାମ ଜାଣିପାରି ନାହଁ । ପାପକର୍ମର ରସାସ୍ଵାଦନ ସଦୃଶ ଏ ସୁଖର ପରିଣାମ ବିଷମୟ ହେବ । କୂଳର ବିନାଶ ମୁଁ ନିଜେ ଦେଖିପାରିବି ନାହିଁ । ମୁଁ ବର୍ତ୍ତମାନ ବନକୁ ଚାଲିଯାଉଛି । କୁହାଯାଇଛି – ମିତ୍ର ବିପଦଗ୍ରସ୍ତ ହେବା, ନିଜର ସ୍ଥାନ ଅନ୍ୟଦ୍ୱାରା ଉପୀଡ଼ିତ ହେବା, ଦେଶଭଙ୍ଗ, କୁଳକ୍ଷୟ – ଏସବୁ ଯେଉଁମାନେ ଦେଖନ୍ତି ନାହିଁ, ସେମାନେ ଧନ୍ୟ । ୫ ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

ଯୂଥପତି ଏହା କହି, ସମସ୍ତ ବାନରଙ୍କୁ ତ୍ୟାଗକରି ବନକୁ ଚାଲିଗଲା ।

ସେ ଯିବାପରେ ଦିନେ ସେହି ମେଷଟି ରନ୍ଧନଶାଳାରେ ପ୍ରବେଶ କଲା । ପାଚକ ଅନ୍ୟ କିଛି ନପାଇ ଜଳନ୍ତା କାଷ୍ଠଖଣ୍ଡରେ ତାକୁ ପ୍ରହାର କରିବାରୁ ସେ ଜ୍ଵଳନ୍ତ ଶରୀରରେ ଚିତ୍କାର କରି କରି ନିକଟବର୍ତ୍ତୀ ଅଶ୍ଵଶାଳାରେ ପ୍ରବେଶ କଲା । ସେଠାରେ ସେ ତୃଣପୂର୍ଣ୍ଣ ଭୂମିରେ ଲୋଟିବାରୁ ସର୍ବତ୍ର ଏପରି ବହ୍ନିଶିଖା ଉଠିଲା ଯେ କେତେକ ଅଶ୍ବ ଚକ୍ଷୁ ହରାଇ ମୃତ୍ୟୁମୁଖରେ ପଡ଼ିଲେ । କେତେକ ଅଶ୍ୱ ବନ୍ଧନ ଛିନ୍ନକରି ଅର୍ଦ୍ଧଦଗ୍‌ଧ ଶରୀରରେ ଫ୍ରେଷାରାବ କରି ଇତସ୍ତତଃ ଧାଇଁବାକୁ ଲାଗିଲେ । ଏହା ଫଳରେ ଲୋକମାନେ ବ୍ୟାକୁଳ ହୋଇପଡ଼ିଲେ ।

ଏହି ଅବସ୍ଥାରେ ରାଜା ବିଷଣ୍ଣ ହୋଇ ଶାଳିହୋତ୍ର ଶାସ୍ତ୍ରଜ୍ଞ ବୈଦ୍ୟମାନଙ୍କୁ ଡକାଇ କହିଲେ, ‘‘ଏହି ଅଶ୍ୱମାନଙ୍କର ଦାହଜନିତ ବ୍ୟଥାର ଉପଶମ ପାଇଁ କୌଣସି ଉପାୟ କୁହନ୍ତୁ ।’’ ସେମାନେ ଶାସ୍ତ୍ର ଦେଖୁ କହିଲେ, ମହାରାଜ ! ଏ ବିଷୟରେ ଭଗବାନ୍ ଶାଳିହୋତ୍ର କହିଅଛନ୍ତି –

ସୂର୍ଯ୍ୟୋଦୟ ହେଲେ ଅନ୍ଧକାର ଯେପରି ଦୂର ହୋଇଯାଏ, ବାନରମାନଙ୍କର ମେଦଦ୍ବାରା ଅଶୁମାନଙ୍କର ଦାହଜନିତ ରୋଗ ସେହିପରି ବିନଷ୍ଟ ହୋଇଯାଏ । ୬ ।

ତେଣୁ ଅତିଶୀଘ୍ର ଏହି ଚିକିତ୍ସା କରାଯାଉ, ଯେପରିକି ଅଶୁମାନେ ଅଗ୍ନିଦାହ ଯୋଗୁଁ ମୃତ୍ୟୁମୁଖରେ ନ ପଡ଼ନ୍ତି । ରାଜା ଏହା ଶୁଣି ସମସ୍ତ ବାନରଙ୍କୁ ବଧ କରିବାପାଇଁ ଆଦେଶ ଦେଲେ । ଅଧୂକ କହିବା ନିଷ୍ପ୍ରୟୋଜନ । ଯଷ୍ଟି, ପ୍ରସ୍ତର ପ୍ରଭୃତି ସାହାଯ୍ୟରେ ସମସ୍ତ ବାନର ନିହତ ହେଲେ ।

ବାନର ଯୂଥପତି ପୁତ୍ର, ପୌତ୍ର, ଭ୍ରାତୁଷ୍ଟୁତ୍ର, ଭାଗିନେୟ ପ୍ରଭୃତିଙ୍କର ମରଣ ବିଷୟ ଜାଣି ଗଭୀର ବିଷାଦରେ ମଗ୍ନହୋଇ ଅନାହାରରେ ରହି ବନରୁ ବନାନ୍ତର ଭ୍ରମଣ କରିବାକୁ ଲାଗିଲା । ସେ ମନେ ମନେ ଚିନ୍ତାକଲା, ମୁଁ ଏ ଅଧମ ରାଜାର ପ୍ରତିଶୋଧ ନେଇ କିପରି ତା’ର ଅନିଷ୍ଟସାଧନ କରିବି । କୁହାଯାଇଛି –

ଏ ସଂସାରରେ ଯେଉଁ ଲୋକ ଭୟ ହେତୁରୁ ଅଥବା ଲୋଭ ହେତୁରୁ ନିଜ ନିଜ କୁଳ ପ୍ରତି ଶତ୍ରୁର ଅତ୍ୟାଚାରକୁ ସହିଯାଏ, ସେ ପୁରୁଷମାନଙ୍କ ମଧ୍ୟରେ ନିତାନ୍ତ ଅଧମ ଅଟେ । ୭ |
ଏହାପରେ ସେହି ବୃଦ୍ଧ ବାନର ପିପାସାକୁଳ ହୋଇ ଭ୍ରମଣ କରୁ କରୁ କମଳ ପରିପୂର୍ଣ୍ଣ ଗୋଟିଏ ପୁଷ୍କରିଣୀ ନିକଟରେ ପହଞ୍ଚିଲା । ସେ ସୂକ୍ଷ୍ମଭାବରେ ନିରୀକ୍ଷଣ କରି ଦେଖୁଲା ଯେ ବନବାସୀ ମନୁଷ୍ୟମାନଙ୍କର ସରୋବରରେ ପ୍ରବେଶ କରିବାର ପଦଚିହ୍ନମାନ ଅଛି, କିନ୍ତୁ ଫେରି ଆସିବାର ପଦଚିହ୍ନ ନାହିଁ । ତହୁଁ ସେ ଚିନ୍ତାକଲା – ଏହି ପୁଷ୍କରିଣୀରେ ନିଶ୍ଚୟ ଗୋଟିଏ ଦୁଷ୍ଟ କୁମ୍ଭୀର ଅଛି । ତେଣୁ ପଦ୍ମନାଡ଼ ଆଣି ଦୂରରେ ରହି ସେହି ପଦ୍ମନାଡ଼ ସାହାଯ୍ୟରେ ଜଳପାନ କରିବି । ସେହିପରି ଜଳପାନ କରନ୍ତେ ଗଳାରେ ରନ୍ଧମାଳା ପରିଧାନ କରିଥିବା ଗୋଟିଏ ରାକ୍ଷସ ପୁଷ୍କରିଣୀ ମଧ୍ୟରୁ ବାହାରି ଆସି କହିଲା, ଯେ କେହି ଏହି ପୁଷ୍କରିଣୀର ଜଳ ମଧ୍ୟରେ ପ୍ରବେଶ କରେ, ମୁଁ ତାକୁ ଭକ୍ଷଣ କରେ । କ

ିନ୍ତୁ ଏପରି କୌଣସି ଚତୁର ଲୋକ ନାହିଁ, ଯେ କି ତୁମ ଭଳି ଏ ଉପାୟରେ ଜଳପାନ କରିବ । ତେଣୁ ମୁଁ ତୁମ ଉପରେ ସନ୍ତୁଷ୍ଟ ହୋଇଅଛି । ମନର ଅଭିଳାଷ ଅନୁସାରେ ବର ପ୍ରାର୍ଥନା କର । ବାନର କହିଲା, ତୁମର ଭୋଜନ କରିବାର ଶକ୍ତି କେତେ ? ରାକ୍ଷସ ଉତ୍ତର ଦେଲା, ଜଳରେ ପ୍ରବେଶ କଲେ ଶତ, ସହସ୍ର, ଅୟୁତ, ଲକ୍ଷ ପ୍ରାଣୀଙ୍କୁ ମଧ୍ୟ ଭୋଜନ କରିପାରିବି । ମାତ୍ର ବାହାରେ ଥିଲାବେଳେ ମୋତେ ସାମାନ୍ୟ ଶୃଗାଳ ମଧ୍ୟ ଅପମାନିତ କରିପାରେ । ବାନର କହିଲା, ଜଣେ ରାଜା ସହିତ ମୋର ଘୋର ଶତ୍ରୁତା ଅଛି । ଯଦି ତୁମେ ମୋତେ ତୁମର ଏହି ରହାରଟି ଦେବ, ତାହାହେଲେ ମୁଁ ମୋର କଥାଚାତୁରୀରେ ଲୋଭ ଦେଖାଇ ସେ ରାଜାକୁ ତା’ର ପରିବାର ସହିତ ଏହି ପୁଷ୍କରିଣୀରେ ପ୍ରବେଶ କରାଇବି । ରାକ୍ଷସ ତାହାର ଏହି ଶ୍ରଦ୍ଧେୟ ବାକ୍ୟ ଶୁଣି ରହାରଟି ଦେଇ କହିଲା, ହେ ମିତ୍ର ! ଯାହା ଉଚିତ ମନେକରୁଛ, ତାହା କର ।

ବାନର ମଧ୍ଯ ରହାରରେ ନିଜର କଣ୍ଠଦେଶକୁ ସୁଶୋଭିତ କରି ବୃକ୍ଷ ଓ ରାଜପ୍ରାସାଦମାନଙ୍କ ଉପରେ ଭ୍ରମଣ କରିବାରୁ ଲୋକେ ତାହାକୁ ଦେଖୁ ପଚାରିଲେ, ହେ ବାନର ଯୂଥପତି ! ତୁମେ ଏତେ କାଳ ହେଲା କେଉଁଠାରେ ଥିଲ ? ଏଡ଼େ ସୁନ୍ଦର ରନ୍ଥମାଳା କାହୁଁ ପାଇଲ ? ଏହାର ତେଜ ସୂର୍ଯ୍ୟକିରଣକୁ ମଧ୍ଯ ତିରସ୍କାର କରୁଛି । ବାନର କହିଲା, ଗୋଟିଏ ଅରଣ୍ୟ ମଧ୍ୟରେ ଏକ ଅତି ଗୁପ୍ତ ସରୋବର ଅଛି । ତାହାକୁ ସ୍ଵୟଂ କୁବେର ନିର୍ମାଣ କରିଅଛନ୍ତି । ରବିବାର ଦିନ ସୂର୍ଯ୍ୟୋଦୟ ସମୟରେ ଯଦି କେହି ଉକ୍ତ ସରୋବରରେ ବୁଡ଼ ପକାଏ ତେବେ ସେ କୁବେରଙ୍କ ପ୍ରସାଦରୁ ଏହିପରି ରମାଳାରେ କଣ୍ଠକୁ ସୁଶୋଭିତ କରି ଜଳରୁ ବାହାରିଆସେ ।

ଏହାପରେ ରାଜା ଏହା ଶୁଣିପାରି ସେହି ବାନରକୁ ଡାକି ପଚାରିଲେ, ହେ ଯୂଥାଧୂପ ! ଏ କଥା କ’ଣ ସତ୍ୟ ? ରନ୍‌ମାଳାରେ ପରିପୂର୍ଣ ପୁଷ୍କରିଣୀ କେଉଁଠାରେ ଅଛି ? ବାନର କହିଲା, ହେ ପ୍ରଭୁ ! ପ୍ରତ୍ୟକ୍ଷରେ ମୋ ଗଳାରେ ପଡ଼ିଥିବା ଏହି ରନ୍ଥମାଳା ଦେଖୁ ଆପଣଙ୍କର ବିଶ୍ୱାସ ହେବ । ତେଣୁ ଯଦି ଆପଣଙ୍କର ରମାଳାର ପ୍ରୟୋଜନ ଥାଏ, ତାହାହେଲେ କାହାରିକୁ ମୋ ସଙ୍ଗେ ପଠାନ୍ତୁ ଯେ ଦେଖାଇଦେବି । ଏହା ଶୁଣି ରାଜା କହିଲେ, ସେପରି ହେଲେ ମୁଁ ନିଜେ ମୋର ସମସ୍ତ ପରିବାର ସହିତ ଯିବି । ତେବେ ଅନେକ ରନ୍ଧମାଳା ପାଇପାରିବୁ । ବାନର କହିଲା, ତାହାହିଁ କରନ୍ତୁ । ସେହିପରି କରାଯିବାରୁ ରନ୍‌ମାଳା ପାଇବା ଲୋଭରେ ରାଜାଙ୍କ ସହିତ ସବୁ ପତ୍ନୀ ଓ ଭୃତ୍ୟ ପ୍ରଭୃତି ଚାଲିଲେ । ରାଜା ଦୋଳାରେ ବସି ଗଲେ । ବାନରକୁ ମଧ୍ୟ ରାଜାଙ୍କ କ୍ରୋଡ଼ରେ ବସାଇ ଅତି ସୁଖରେ ପ୍ରୀତିପୂର୍ବକ ନିଆଗଲା । ତେଣୁ ଯଥାର୍ଥରେ କହ୍ଲାଯାଇଛି –

‘‘ହେ ତୃଷ୍ଣାଦେବି ! ତୁମକୁ ନମସ୍କାର । ତୁମେ ଧନବନ୍ତ ଲୋକକୁ ମଧ୍ଯ ଅକରଣୀୟ କାର୍ଯ୍ୟରେ ନିୟୋଜିତ କରୁଛ; ଦୁର୍ଗମ ସ୍ଥାନରେ ମଧ୍ୟ ଭ୍ରମଣ କରାଉଅଛି’’ || ୮ ||

ପୁଣି ମଧ୍ୟ – ଯେ ଶତମୁଦ୍ରାର ଅଧିକାରୀ, ସେ ସହସ୍ର ପାଇବାକୁ ଲାଳାୟିତ । ଯାହାର ସହସ୍ରମୁଦ୍ରା ଅଛି ସେ ଲକ୍ଷମୁଦ୍ରା କାମନା କରୁଅଛି । ଯେ ଲକ୍ଷାଧୂପତି ସେ ରାଜ୍ୟ ଅଭିଳାଷ କରୁଅଛି ଓ ଯେ ରାଜପଦରେ ପ୍ରତିଷ୍ଠିତ ହୋଇଅଛି ସେ ସ୍ୱର୍ଗକାମନା କରୁଅଛି । ୯ ।

ଜରାକ୍ରାନ୍ତ ବ୍ୟକ୍ତିର କେଶ ଶୁକ୍ଳ ହୋଇଯାଏ, ଦନ୍ତଗୁଡ଼ିକ ଝଡ଼ିପଡ଼ନ୍ତି, ଚକ୍ଷୁ ଦୃଷ୍ଟିଶକ୍ତି ହରାଏ, କର୍ଣ୍ଣ ଶୁଣିପାରେ ନାହିଁ; କିନ୍ତୁ କେବଳ ତୃଷ୍ଣା ହିଁ ତରୁଣ ହେଉଥାଏ । ୧୦ ।

ଏହାପରେ ସେହି ପୁଷ୍କରିଣୀ ନିକଟରେ ଉପସ୍ଥିତ ହୁଅନ୍ତେ ବାନର ପ୍ରଭାତ କାଳରେ ରାଜାଙ୍କୁ କହିଲା, ଏଠାରେ ଅଧେ ସୂର୍ଯ୍ୟୋଦୟ ହେଲାବେଳକୁ ଯେଉଁମାନେ ଏହି ପୁଷ୍କରିଣୀରେ ପ୍ରବେଶ କରନ୍ତି, ସେମାନେ ସିଦ୍ଧିଲାଭ କରନ୍ତି । ତେଣୁ ସମସ୍ତେ ଏକ ସଙ୍ଗରେ ଜଳରେ ପ୍ରବେଶ କରନ୍ତୁ । ଆପଣ ପରେ ମୋ ସହିତ ଜଳରେ ପ୍ରବେଶ କରିବେ । ତାହାହେଲେ ମୁଁ ଆପଣଙ୍କୁ ପୂର୍ବଦୃଷ୍ଟ ସ୍ଥାନକୁ ନେଇ ପ୍ରଚୁର ରନ୍ଧମାଳା ଦେଖାଇଦେବି ।

ଏହାପରେ ଲୋକମାନେ ଜଳରେ ପ୍ରବେଶ କରନ୍ତେ ରାକ୍ଷସ ସେ ସମସ୍ତଙ୍କୁ ଭକ୍ଷଣ କଲା । ସେମାନେ ଅନେକବେଳ ପର୍ଯ୍ୟନ୍ତ ଜଳରୁ ନ ବାହାରିବାରୁ ରାଜା ବାନରକୁ କହିଲେ, ହେ ଯୂଥପତି ! ମୋର ଲୋକମାନେ ଏତେ ବିଳମ୍ବ କରୁଛନ୍ତି କାହିଁକି ? ଏହା ଶୁଣିଲାମାତ୍ରେ ବାନର ତତ୍‌କ୍ଷଣାତ୍ ଏକ ବୃକ୍ଷକୁ ଆରୋହଣ କରି ରାଜାଙ୍କୁ କହିଲା, ଆରେ ଦୁଷ୍ଟ ରାଜା ! ଜଳ ମଧ୍ୟରେ ଥିବା ରାକ୍ଷସ ତୋର ପରିଜନମାନଙ୍କୁ ଖାଇସାରିଛି । ମୁଁ କୁଳକ୍ଷୟଜନିତ ବୈରସାଧନ କରିଛି । ଏବେ ଯାଆ । ତୁ ମୋର ପ୍ରଭୁ ଥୁଲୁ ବୋଲି ତୋତେ ଜଳରେ ପ୍ରବେଶ କରାଇଲି ନାହିଁ । କଥାତ ଅଛି –

କେହି ଉପକାର କଲେ ତା’ର ପ୍ରତ୍ଯୁପକାର ଓ ଅପକାର କଲେ ତା’ର ପ୍ରତ୍ଯୁପକାର କରିବ; କେହି ହିଂସା କଲେ ତା’ର ପ୍ରତିହିଂସା କରିବ; ଦୁଷ୍ଟ ସହିତ ଦୁଷ୍ଟ ଆଚରଣ କରିବ । ଏଥିରେ ମୁଁ କୌଣସି ଦୋଷ ଦେଖିପାରୁ ନାହିଁ । ୧୧ ।

ତୁ ମୋର କୁଳକ୍ଷୟ କରିଥିଲୁ; ମୁଁ ସେହିପରି ତୋର କୁଳକ୍ଷୟ କଲି । ଏହା ଶୁଣି ରାଜା କୋପାବିଷ୍ଟ ହୋଇ ପାଦରେ ଚାଲି ଚାଲି ଯେଉଁ ମାର୍ଗରେ ଆସିଥିଲେ ସେହି ମାର୍ଗରେ ଫେରିଗଲେ। ରାଜା ଚାଲିଯିବା ପରେ ରାକ୍ଷସ ତୃପ୍ତ ହୋଇ ଜଳ ମଧ୍ୟରୁ ବାହାରି ଆନନ୍ଦରେ କହିଲା –

ହେ ବାନର ତୁମେ ଧନ୍ୟ ! ପଦ୍ମନାଡ଼ ସାହାଯ୍ୟରେ ଜଳ ପିଇ ତୁମ ଶତ୍ରୁକୁ ବିନାଶ କରିଅଛ; ମୋତେ ମିତ୍ର କରିପାରିଛ ଓ ରନ୍ଥମାଳାକୁ ମଧ୍ୟ ହରାଇ ନାହଁ । ୧୨ ।

Text – 1

कस्मिंश्चिन्नगरे ……………………………….. तेनाशु ताड़यन्ति।

ଶବ୍ଦାର୍ଥ – କବିଂଶ୍ଚିନ୍ନଗରେ = କୌଣସି ଏକ ନଅରରେ । ଭୂପତିଃ = ରାଜା । ବାନରକ୍ରୀଡ଼ାରତା = ମାଙ୍କଡ଼ମାନଙ୍କ ସହ କ୍ରୀଡ଼ାରତ । ବାନରଯୂଥମ୍ = ମାଙ୍କଡ଼ପଲକୁ । ନିତ୍ୟମ୍ = ପ୍ରତିଦିନ । ପୁଷ୍ଟିମ୍ = ପୋଷଣ । ଅଥ = ଏହାପରେ । ବାନରଯୂଥାଧୂପ = ବାନରଦଳପତି । ଔଶନସମ୍ = ଶୁକ୍ର । ବାର୍ହସ୍ପତ୍ୟମ୍ = ବୃହସ୍ପତିପ୍ରଣୀତ ଧର୍ମଶାସ୍ତ୍ର । ଅଧ୍ୟାପୟତି ସ୍ମ = ପଢ଼ାଉଥିଲେ । ରାଜଗୃହେ = ରାଜପ୍ରାସାଦରେ । ଲଘୁ = ହ୍ରସ୍ଵ ବା ଛୋଟ । ମେଷଯୂଥମ୍ = ମେଣ୍ଢାପଲ । ଜିହ୍ବାଲୌଲ୍ୟାତ୍ = ଭୋଜନ ଲୋଭରୁ । ଅହର୍ନିଶମ୍ = ଦିନରାତି । ନିଃଶଙ୍କମ୍ = ବିନା ଭୟରେ ବା ନିର୍ଭୟରେ । ମହାନସେ = ରୋଷଶାଳାରେ । ଯତ୍ = ଯାହା । ସୂପକାରା ରୋଷେଇଆମାନେ । ମୃଣ୍ମୟମ୍ = ମାଟିର । ଭାଜନମ୍ = ପାତ୍ର । ଆଶୁ = ଶୀଘ୍ର । ତାଡ଼ୟନ୍ତି = ମାରନ୍ତି ବା ପିଟନ୍ତି ।

ଅନୁବାଦ – କୌଣସି ଏକ ନଗରରେ ଚନ୍ଦ୍ର ନାମକ ଜଣେ ରାଜା ବାସ କରୁଥିଲେ । ତାଙ୍କର ପୁତ୍ରମାନେ ମାଙ୍କଡ଼ମାନଙ୍କ ସହ କ୍ରୀଡ଼ାରତ ରହୁଥିଲେ ଓ ସେମାନଙ୍କୁ ପ୍ରତିଦିନ ଅନେକପ୍ରକାରର ଖାଦ୍ୟଦ୍ରବ୍ୟ ଦେଇ ପରିପୁଷ୍ଟ କରୁଥିଲେ । ଏହାପରେ ବାନରମାନଙ୍କର ଦଳପତି ଯିଏକି ଶୁକ୍ର, ବୃହସ୍ପତି ଓ ଚାଣକ୍ୟଙ୍କର ନୀତିଶାସ୍ତ୍ରମାନ ଜାଣିଥିଲା ଓ ତାକୁ ସମସ୍ତଙ୍କୁ ମଧ୍ୟ ଶିଖାଉଥିଲା । ଏହାପରେ ସେହି ରାଜପ୍ରାସାଦରେ ଛୋଟ ରାଜକୁମାରମାନଙ୍କର ବାହନଯୋଗ୍ୟ ଏକ ମେଣ୍ଢାପଲ ଥିଲା । ସେମାନଙ୍କ ମଧ୍ୟରୁ ଏକ ମେଣ୍ଢା ଜିହ୍ବାଲାଳସା ହେତୁରୁ ଦିନରାତି ରନ୍ଧନଶାଳାରେ ପଶି ଯାହା ଦେଖୁଥିଲା ତାହାସବୁ ଖାଇଯାଉଥିଲା । ସେହି ରୋଷେଇଆମାନେ କାଷ୍ଠ, ମାଟିପାତ୍ର, କଂସାପାତ୍ର ବା ତମ୍ବାପାତ୍ର ଯାହାକିଛି ପାଉଥିଲେ ସେଥ‌ିରେ ତାକୁ ଶୀଘ୍ର ପିଟୁଥିଲେ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – କଟିଂଷ୍ଟିନ୍ନଗରେ = କସ୍ମିନ୍ + ଚିତ୍ + ନଗରେ । ନିତ୍ୟମେବାନେକଭୋଜନଭର୍ଯ୍ୟାଦିର୍ଭି = ନିତ୍ୟମ୍ + ଏବ + ଅନେକଭୋଜନଭକ୍ଷ୍ୟ + ଆଦିଭିଂ । ବାନରଯୂଥାଧୂପଃ = ବାନରଯୂଥ + ଅଧ୍ୟାପଃ । ମତବିତ୍ତଦନୁଷ୍ଠାତା = ମତବିତ୍ + ତତ୍ + ଅନୁଷ୍ଠାତା । ସର୍ବାନପ୍ୟଧ୍ୟାପୟତି = ସର୍ବାନ୍ + ଅପି + ଅଧ୍ୟାପୟତି । ମେଷଯୂଥମସ୍ତି = ମେଷଯୂଥମ୍ + ଅସ୍ତି । ତନ୍ମଧାଦେକ = ତତ୍ + ମଧ୍ୟାତ୍ + ଏକଃ । ଜିହ୍ବାଲୌଲ୍ୟାଦହର୍ନିଶମ୍ = ଜିହ୍ବାଲୌଲ୍ୟାତ୍ + ଅହର୍ନିଶମ୍ । ତେନାଶୁ = ତେନ + ଆଶୁ ।

ସମାସ – ଭୂପତିଃ = ଭୁନଃ ପତିଃ (ଷଷ୍ଠୀ ତତ୍ତ୍ଵପୁରୁଷ) । ବାନରକ୍ରୀଡ଼ାରତଃ = ବାନରଃ କ୍ରୀଡ଼ାରତା (୩ୟା ତତ୍ତ୍ଵପୁରୁଷ) । ବାନରଯୂଥମ୍ = ବାନରାମାଂ ଯୂଥମ୍ (ଷଷ୍ଠୀ ତତ୍ତ୍ଵପୁରୁଷ) । ବାନରଯୂଥାଧୂପଃ = ବାନରାଣା ଯୂଥମ୍ (ଷଷ୍ଠୀ ତତ୍‌ପୁରୁଷ) ତସ୍ୟ ଅଧୂପ (ଷଷ୍ଠୀ ତତ୍‌ପୁରୁଷ) । ରାଜଗୃହେ = ରାଜ୍ଞ ଗୃହମ୍, ତସ୍ମିନ୍ (ଷଷ୍ଠୀ ତତ୍‌ପୁରୁଷ) । ଜିହ୍ଵାଲୌଲ୍ୟାତ୍ = ଜିହ୍ବାୟା ଲୌଲ୍ୟମ୍, ତସ୍ମାତ୍ (ଷଷ୍ଠୀ ତତ୍‌ପୁରୁଷ) । ଅହର୍ନିଶମ୍ = ଅହଃ ଚ ନିଶା ଚ (ଇତରେତର ବୃଦଃ) । ସୂପକାରା = ସୂପଂ କରୋତି ଇତି, ତେ (ଉପପଦ ତତ୍‌ପୁରୁଷ) । କାଂସ୍ୟପାତ୍ରମ୍ = କାଂସ୍ୟ ନିର୍ମିତଂ ପାତ୍ରମ୍ (ମଧ୍ୟପଦଲୋପୀ କର୍ମଧାରୟ) । ତାମ୍ରପାତ୍ରମ୍ = ତାମ୍ର ନିର୍ମିତଂ ପାତ୍ରମ୍ (ମଧ୍ୟପଦଲୋପୀ କର୍ମଧାରୟ)।

ସକାରଣବିଭକ୍ତି – ଚନ୍ଦ୍ର = ନାମ ଅବ୍ୟୟ ଯୋଗେ ୧ମା । ଭୂପତିଃ, ପୁତ୍ରା, ଯଃ, ସ, ମେଷଯୂଥମ୍, ଏକଃ, ତେ, ସୂପକାରା = କଉଁରି ୧ମା । ପୁଷ୍ଟି, ତାନ୍, ସର୍ବାନ୍, ସର୍ବଂ, କାଷ୍ଠ, ମୃଣ୍ମୟଭାଜନଂ, କାଂସ୍ୟପାତ୍ର, ତାମ୍ରପାତ୍ରମ୍ = କର୍ମଣି ୨ୟା । ଅନେକଭୋଜନଭର୍ଯ୍ୟାଦିଭି, ତେନ = କରଣେ ୩ୟା । ତନ୍ମଧ୍ୟାତ୍ = ଅପାଦାନେ ୫ମୀ । ଜିହ୍ବାଲୌଲ୍ୟାତ୍ = ହେତୌ ୫ମୀ। ତସ୍ୟ = ସମ୍ବନ୍ଧ ୬ଷ୍ଠୀ । ନଗରେ, ତସ୍ମିନ୍, ରାଜଗୃହେ, ମହାନସେ = ଅଧିକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ପୁଷ୍ଟିମ୍ = ପୂଷ୍ + ଭିନ୍ । ପ୍ରବିଶ୍ୟ = ପ୍ର + ବିଶ୍ + ଲ୍ୟାପ୍।

Text – 2

सोऽपि वानरयूथपस्तद् ………………………….. रहसि प्रोवाच।

ଶବ୍ଦାର୍ଥ – ଅପି = ମଧ୍ୟ । ବାନରଯୂଥପ = ବାନରମାନଙ୍କର ଦଳପତି । ଦୃଷ୍ଟା = ଦେଖୁ । ବ୍ୟଚିନ୍ତୟତ୍ = ଚିନ୍ତାକଲା । କ୍ଷୟାୟ = ନାଶ ନିମନ୍ତେ । ଲମ୍ପଟ = ଆସକ୍ତ । ମେଷ = ମେଣ୍ଢା । ମହାକୋପା = ମହାରାଗୀ । ପ୍ରହରନ୍ତି = ପିଟନ୍ତି । ଆସନ୍ତ = ସମୀପବର୍ତୀ । ଉଲ୍ଲେ କେନ = ଜଳନ୍ତା କାଠଖଣ୍ଡଦ୍ବାରା । ଭଣ୍ଡା = ଲୋମ । ବହ୍ନିନା = ଅଗ୍ନିଦ୍ଵାରା । ଦସ୍ୟମାନଃ = ଜଳୁଥିବା। କୁଟ୍ୟାମ୍ = କୁଟୀରକୁ । ତତଃ = ତାହାପରେ । ଶାଳିହୋତ୍ରେଣ = ଅଶ୍ଵଚିକିତ୍ସକଦ୍ବାରା । ପୁନଃ = ପୁଣି । ବସୟା = ମାଂସଜାତ ଦେହସ୍ଥ ଧାତୁ ବିଶେଷଦ୍ଵାରା । ପ୍ରଶାମ୍ୟତି = ଶାନ୍ତ ହେବ । ନୂନମ୍ = ନିଶ୍ଚୟ । ଏବମ୍ = ଏହିପରି । ସର୍ବାନ୍ = ସମସ୍ତଙ୍କୁ । ଆହୂୟ = ଡାକି । ରହସି = ଏକାନ୍ତରେ । ପ୍ରୋବାଚ = କହିଲା ।

ଅନୁବାଦ – ସେହି ମାଙ୍କଡ଼ମାନଙ୍କର ଦଳପତି ମଧ୍ୟ ତାହା ଦେଖୁ ଚିନ୍ତାକଲା, ଆହେ ! ମେଣ୍ଢା ଓ ପାଚକମାନଙ୍କ ମଧ୍ୟରେ ଏହି କଳହ ମାଙ୍କଡ଼ମାନଙ୍କର ବିନାଶର ନିମିତ୍ତ ହେବ, ଯେହେତୁ ଏହି ମେଣ୍ଟାଟି ଅନ୍ନାସ୍ବାଦ ନିମନ୍ତେ ଆସକ୍ତ ଏବଂ ପାଚକମାନେ ଅତ୍ୟନ୍ତ କ୍ରୂର ବା କ୍ରୋଧୀ, ଯେକୌଣସି ବସ୍ତୁଦ୍ବାରା ପିଟିପାରନ୍ତି । ଯଦି କେବେ କୌଣସି ବସ୍ତୁ ଅଭାବରୁ ଜଳନ୍ତା କାଠଖଣ୍ଡଦ୍ୱାରା ବାଡ଼େଇବେ ତେବେ ପ୍ରଚୁର ଲୋମଯୁକ୍ତ ଏହି ମେଣ୍ଟାଟି ଅତିଅଳ୍ପ ଅଗ୍ନିଦ୍ଵାରା ମଧ୍ୟ ପ୍ରଜ୍ଜ୍ୱଳିତ ହୋଇଉଠିବ । ତାହା ଜ୍ବଳମାନ ହୋଇ ପୁନଶ୍ଚ ଘୋଡ଼ାଶାଳା ନିକଟରେ ପ୍ରବେଶ କରିବ । ଘୋଡ଼ାଶାଳାରେ ପ୍ରଚୁର ଘାସ ଥିବାରୁ ତାହା ଜଳିଉଠିବ । ଫଳରେ ଘୋଡ଼ାମାନେ ନିଆଁରେ ପୋଡ଼ିଯିବେ । ଅଶୁମାନଙ୍କର ଚିକିତ୍ସକ (ଶାଳିହୋତ୍ର)ଙ୍କଦ୍ୱାରା ପୁଣି ଏହା କୁହାଯାଇଛି ଯେ, ମାଙ୍କଡ଼ମାନଙ୍କର ବସାଦ୍ୱାରା (ମାଂସାଶ୍ରିତ ଦେହସ୍ଥ ଧାତୁବିଶେଷ) ଘୋଡ଼ାମାନଙ୍କର ଅଗ୍ନିଜନିତ ଜ୍ଵଳନଦୋଷ ଶାନ୍ତ ହେବ ବା ପ୍ରଶମିତ ହେବ । ତେଣୁ ଏହିପରି ଦିନେ ଅବଶ୍ୟ ଘଟିବ । ଏହିପରି ନିଶ୍ଚିତ କରି (ମାଙ୍କଡ଼ମାନଙ୍କର ଦଳପତି) ସମସ୍ତ ମାଙ୍କଡ଼ମାନଙ୍କୁ ଡାକି ଏକାନ୍ତରେ କହିଲା।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

ବ୍ୟାକରଣ
ସନ୍ଧିବିଚ୍ଛେଦ – ସୋଽପି = ନଃ + ଅପି । ବାନରଯୂଥପସ୍ତଦ୍ = ବାନରଯୂଥପଃ + ତଦ୍ । ବ୍ୟଚିନ୍ତୟତ୍ = ବି + ଅଚିନ୍ତୟତ୍ । ମେଷସୂପକାରକଳହୋଽୟମ୍ = ମେଷସୂପକାରକଳହଃ + ଅୟମ୍ । ଯତୋଽସ୍ବାଦଲମ୍ପଟୋଽୟମ୍ = ଯତଃ + ଅନ୍ନ + ଆସ୍ବାଦଲମ୍ପରଃ + ଅୟମ୍ । ମହାକୋପାଣ୍ଡ = ମହାକୋପଃ + ଚ । ଯଥାସନ୍ନବସ୍ତୁନା = ଯଥା + ଆସନ୍ନବସ୍ତୁନା । ବସ୍ତୁନୋଽଭାବାତ୍ = ବସ୍ତୁନଃ + ଅଭାବାତ୍ । କଦାଚିଦୁଲୁ କେନ = କଦାଚିତ୍ + ଉଲ୍ଲେ କେନ । ତଦୋଣ୍ଡାପ୍ରଚୁରୋଽୟମ୍ = ତଦା + ଭଣ୍ଡାପ୍ରଚୁରଃ + ଅୟମ୍ । ସ୍ଵଜେନାପି = ସ୍ଵନ + ଅପି । ତଦ୍ଦନ୍ଦ୍ୟମାନଃ = ତତ୍ + ଦସ୍ୟୁମାନଃ । ପୁନରଶୁକୁଟ୍ୟାମ୍ = ପୁନଃ + ଅଶ୍ଵକୁଟ୍ୟାମ୍ । ସାପି = ସା + ଅପି । ତୃଣପ୍ରାଚୁର୍ଯ୍ୟାଜ୍ବଳିଷ୍ୟତି = ତୃଣପ୍ରାଚୁର୍ଯ୍ୟାତ୍ + ଜ୍ଜ୍ବଳିଷ୍ୟତି । ତତୋଽଶ୍ୱ = ତତଃ + ଅଶ୍ୱା । ବହ୍ନିଦାହମବାପ୍‌ସ୍ୟନ୍ତି = ବହ୍ନିଦାହମ୍ + ଅବାପ୍‌ସ୍ୟନ୍ତ । ପୁନରେତଦୁକ୍ତମ୍ = ପୁନଃ + ଏତତ୍ + ଉକ୍ତମ୍ । ଯଦ୍ମାନରବସୟା = ଯତ୍ + ବାନରବସୟା । ତନ୍ତୁନମେତନ = ତତ୍ + ନୂନମ୍ + ଏତେନ । ଭାବ୍ୟମିତ୍ର = ଭାବ୍ୟମ୍ + ଅତ୍ର । ନିଶ୍ଚୟ = ନିଃ + ଚୟ । ବାନରାନାହ୍‌ୟ = ବାନରାନ୍ + ଆହୂୟ । ପ୍ରୋବାଚ = ପ୍ର + ଉବାଚ।

ସମାସ – ମେଷସୂପକାରକଳହଃ = ମେଷ ଚ ସୂପକାରଃ ଚ (ଦ୍ବଦୁଃ) ତ କଳହଃ (ଷଷ୍ଠୀ ତତ୍ତ୍ଵପୁରୁଷ) । ମହୋକୋପା = ମହାନ୍ କୋପଃ, ତେ (କର୍ମଧାରୟ) । ଅଶ୍ଵକୁଟ୍ୟାମ୍ = ଅଶ୍ୱିନାଂ କୁଟୀ, ତସ୍ୟାମ୍ (ଷଷ୍ଠୀ ତତ୍‌ପୁରୁଷ) । ବହ୍ନିଦାହମ୍ = ବହ୍ନିନା ଦାହମ୍ (ତୃତୀୟା ତତ୍‌ପୁରୁଷ) । ବାନରବସୟା = ବାନରାମାଂ ବସା, ତୟା (ଷଷ୍ଠୀ ତତ୍‌ପୁରୁଷ)।

ସକାରଣବିଭକ୍ତି – ବାନରଯୂଥପଃ, ଅୟଂ, ମେଷ, ସୂପକାରାଃ, ମହାକୋପା, ଉଶ୍ୱପ୍ରଚୁରଃ, ଦସ୍ୟମାନଃ, ଅଶ୍ୱ = କଉଁରି ୧ ମା । ଏତତ୍, ବହ୍ନିଦାହଦୋଷ = ଉକ୍ତ କର୍ମଣି ୧ ମା । ସା = ଅପି ଅବ୍ୟୟ ଯୋଗେ ୧ମା । ଅହୋ ! = ସମ୍ବୋଧନେ ୧ମ । ବହ୍ନିଦାହମ୍, ସର୍ବାନ୍, ବାନରାନ୍ = କର୍ମଣି ୨ୟା । ଆସନ୍ନବସ୍ତୁନା, ଉଲୁ କେନ, ସ୍ଵନ, ବହ୍ନିନା, ଏତେନ = କରଣେ ୩ୟା । ଶାଳିହୋତ୍ରେଣ, ବାନରବସୟା = ଅନୁସ୍ତେ କଉଁରି ୩ୟା । କ୍ଷୟାୟ = ନିମିତ୍ତାର୍ଥେ ୪ର୍ଥୀ । ଅଭାବାତ୍, ତୃଣପ୍ରାଚୁର୍ଯ୍ୟାତ୍ = ହେତେ ୫ମୀ । ବାନରାଣା, ବସ୍ତୁନଃ = ସମ୍ବନ୍ଧ ୬ଷ୍ଠୀ । ଅଶ୍ଵକୁଟିଂ, ସମୀପବର୍ଜିନ୍ୟାମ୍ = ଅଧିକରଣେ ୭ମୀ।

ପ୍ରକୃତିପ୍ରତ୍ୟୟ – ଦୃଷ୍ଟି = ଦୃଶ୍ + ଷ୍ଟ୍ରାଚ୍ । ଆସନ୍ନ = ଆ + ସଦ୍ + କ୍ତ । ଦଶ୍ୟମାନଃ = ଦହ୍ + ଶାନବ । ଉକ୍ତମ୍ = ବଚ୍ + କ୍ତ । ଦୋଷ = ଦୁଷ୍ + ଘଞ୍ଚ୍ ନିଶ୍ଚିତ୍ୟ = ନିଃ + ଚି + ଲ୍ୟାପ୍।

Text – 3

ଶ୍ଳୋକ :
यत्-
मेषेण सूपकाराणां कलहो यत्र जायते।
स भविष्यत्यसंदिग्धं वानराणां क्षयावहः ॥ १ ॥

ଯତ୍ –
ମେଷେଣ ସୂପକାରାଣା କଳହୋ ଯତ୍ର ଜାୟତେ ।
ସ ଭବିଷ୍ୟତ୍ୟସଂଦିଗ୍ଧ ବାନରାମାଂ କ୍ଷୟାବହିଃ ॥ ୧ ||

ଅନ୍ବୟ – ସୂପକାରାମାଂ ମେଷେଣ କଳତଃ ଯତ୍ର ଜାୟତେ, ସ୍ୱ ବାନରାଣା କ୍ଷୟାବହିଃ ଭବିଷ୍ୟତି (ଅତ୍ର) ଅସଂଦିଗ୍‌ମ୍ । ଶବ୍ଦାର୍ଥ – ସୂପକାରାଣାମ୍ = ପାଚକମାନଙ୍କର । ମେଷେଣ ମେଷ ସହିତ । କଳତଃ = କଳି । ଯତ୍ର = ଯେଉଁଠି । ଜାୟତେ = ଜାତ ହୋଇଛି ବା ଚାଲିଛି । ବାନରାଣାମ୍ = ବାନରମାନଙ୍କର । କ୍ଷୟାବହିଃ = କ୍ଷୟସାଧନ । ଅସଂଦିଗ୍‌ଧର୍ମ = ଏଥ‌ିରେ ସନ୍ଦେହ ନାହିଁ ।

ଅନୁବାଦ – ଯେଣୁ ପାଚକମାନଙ୍କର ମେଷ ସହିତ ଯେଉଁ କଳହ ଚାଲିଛି, ତାହା ପରିଣାମରେ ଆମ ବାନରମାନଙ୍କର ଯେ କ୍ଷୟସାଧନ କରିବ ଏଥ‌ିରେ ସନ୍ଦେହ ନାହିଁ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – କଳହୋ ଯତ୍ର = କଳହଃ + ଯତ୍ର । ଭବିଷ୍ୟତ୍ୟସଂଦିଗ୍‌ଧମ୍ = ଭବିଷ୍ୟତି + ଅସଂଦିଗ ଧମ୍ । କ୍ଷୟାବହିଃ = କ୍ଷୟ + ଆବହିଃ ।

ସମାସ – ଅସଂଦିଗ୍‌ଧମ୍ = ନ ସଂଦିଗ୍‌ଧମ୍ (ନତ୍ ତତ୍‌ପୁରୁଷ) । କ୍ଷୟାବହିଃ = କ୍ଷୟମ୍ ଆବହତି ଇତି (ଉପପଦ ତପୁରୁଷ) ।

ସକାରଣ ବିଭକ୍ତି – ସ୍ୱ, କଳତଃ = କଉଁରି ୧ ମା । ସୂପକାରାଣା, ବାନରାଣାମ୍ = ଶେଷ ୬ଷ୍ଠୀ । ମେଷେଣ = ସହାର୍ଥେ ୩ୟା ।

Text – 4

ଶ୍ଳୋକ :
तस्मात्स्यात् कलहो यत्र गृहे नित्यमकारणः।
तद्गृहं जीवितं वाञ्छन् दूरतः परिवर्जयेत् ॥ २ ॥

ତସ୍ମାସ୍ୟାତ୍ କଳହୋ ଯତ୍ର ଗୃହେ ନିତ୍ୟମକାରଣ ।
ତଦ୍‌ଗୃହଂ ଜୀବିତଂ ବାଞ୍ଛନ୍ ଦୂରତଃ ପରିବର୍ଜୟେତ୍ ॥ ୨ ||

ଅନ୍ବୟ – ତସ୍ମାତ୍ ଯତ୍ର ଗୃହେ ନିତ୍ୟମ୍ ଅକାରଣଂ କଳତଃ ସ୍ୟାତ୍ । ଜୀବିତଂ ବାଞ୍ଛନ୍ (ନରଃ) ତଦ୍‌ଗୃହଂ ଦୂରତଃ ପରିବର୍ଜୟେତ୍ । ଶବ୍ଦାର୍ଥ – ତସ୍ମାତ୍ = ସେହି ହେତୁରୁ । ଯତ୍ର = ଯେଉଁଠାରେ । ଗୃହେ = ଘରେ । ନିତ୍ୟମ୍ = ପ୍ରତିଦିନ । ଅକାରଣ = ବିନା କାରଣରେ । ସ୍ୟାତ୍ = ହୋଇପାରେ । ଜୀବିତମ୍ = ଜୀବନ । ବାଞ୍ଛନ୍ = ଇଚ୍ଛା ଥିଲେ । ତଦ୍‌ଗୃହମ୍ = ସେହି ଘରକୁ । ଦୂରତଃ = ଦୂରରୁ । ପରିବର୍ଜୟେତ୍ = ପରିତ୍ୟାଗ କରିବା ଉଚିତ ।

ଅନୁବାଦ – ସେହେତୁ ଯେଉଁ ଗୃହରେ ପ୍ରତିଦିନ ଅକାରଣରେ କଳହ ଲାଗିଥାଏ, ପ୍ରାଣ ରଖୁବାକୁ ଇଚ୍ଛା ଥିଲେ, ସେ ଗୃହକୁ ତ୍ୟାଗକରି ଚାଲିଯିବା ଉଚିତ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ତସ୍ମାସ୍ୟାତ୍ = ତସ୍ମାତ୍ + ସ୍ୟାତ୍ । କଳହୋ ଯତ୍ର = କଳହଃ + ଯତ୍ର । ନିତ୍ୟମକାରଣ = ନିତ୍ୟମ୍ + ଅକାରଣ । ତଦ୍‌ଗୃହମ୍ = ତତ୍ + ଗୃହମ୍ ।

ସମାସ – ଅକାରନଃ = ନ କାରଣ (ନଵ ତତ୍ତ୍ଵପୁରୁଷ) । ତଦ୍‌ଗୃହମ୍ = ତସ୍ୟ ଗୃହମ୍, ତତ୍ (ଷଷ୍ଠୀ ତତ୍‌ପୁରୁଷ) ।

ସକାରଣବିଭକ୍ତି – ତସ୍ମାତ୍ = ହେତୌ ୫ମୀ । ଗୃହେ = ଅଧିକରଣେ ୭ମୀ । ଅକାରନଃ, କଳହଃ କଉଁରି ୧ମା । ଜୀବିତଂ, ବାଞ୍ଛନ୍ = କଉଁରି ୧ମା । ତଦ୍‌ଗୃହମ୍ = କର୍ମଣି ୨ୟା । ଦୂରତଃ = ଅପାଦାନେ ୫ମୀ ।

ପ୍ରକୃତିପ୍ରତ୍ୟୟ – ଜୀବିତମ୍ = ଜୀବ୍ + ଶତ୍ରୁ । ବାଞ୍ଛନ୍ = ବାଞ୍ଚ୍ + ଶତୃ ।

Text – 5

ଶ୍ଳୋକ :
तथा च-
कलहान्तानि हर्म्याणि कुवाक्यान्तं च सौहृदम्।
कुराजान्तानि राष्ट्राणि कुकर्मान्तं यशो नृणाम् ॥ ३॥

ତଥା ଚ-
କଳହାନ୍ତାନି ହର୍ମାଣି କୁବାକ୍ୟନ୍ତ ଚ ସୌହୃଦମ୍ ।
କୁରାଜାନ୍ତାନି ରାଷ୍ଟ୍ରାଣି କୁକର୍ମାନ୍ତ ଯଶୋ ନୃଣାମ୍ ॥ ୩ ॥

ଅନ୍ବୟ – କଳହାନ୍ତାନି ହର୍ମାଣି କୁବାକ୍ୟାନ୍ତ ସୌହୃଦଂ କୁରାଜାନ୍ତାନି ରାଷ୍ଟ୍ରାଣି, କୁକର୍ମାନ୍ତ ନୃଣା ଯଶଃ ଚ (ବିନଶ୍ୟତି) । ଶବ୍ଦାର୍ଥ – ହର୍ମାଣି = ଗୃହମାନ । ସୌହୃଦମ୍ = ବନ୍ଧୁତ୍ଵ । ରାଷ୍ଟ୍ରାଣି = ରାଜ୍ୟମାନ । ନୃଣାମ୍ = ମନୁଷ୍ୟମାନଙ୍କର । ଯଶଃ = କୀର୍ତି ।

ଅନୁବାଦ – କଳହ ହେତୁ ଗୃହର, କୁବାକ୍ୟ ହେତୁ ବନ୍ଧୁତ୍ଵର, ଦୁଷ୍ଟରାଜାଙ୍କ ହେତୁରୁ ରାଜ୍ୟର ଓ କୁକର୍ମ ହେତୁରୁ ମନୁଷ୍ୟମାନଙ୍କ ଯଶର ବିନାଶ ଘଟିଥାଏ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – କଳହାନ୍ତାନି = କଳହ + ଅନ୍ତାନି । କୁବାକ୍ୟାନ୍ତମ୍ = କୁବାକ୍ୟ + ଅନ୍ତମ୍ଭ । କୁରାଜାନ୍ତାନି = କୁରାଜ + ଅନ୍ତାନି । କୁକର୍ମାନ୍ତମ୍ = କୁକର୍ମ + ଅନ୍ତମ୍ । ଯଶୋନ୍ଧଣାମ୍ = ଯଶଃ + ନୃଣାମ୍ ।

ସମାସ – କୁବାକ୍ୟମ୍ = କୁତ୍ସିତଂ ବାକ୍ୟମ୍‌ (କର୍ମଧାରୟ) । କୁକର୍ମ = କୁତ୍ସିତ କର୍ମ (କର୍ମଧାରୟ) । କୁରାଜା କୁତ୍ସିତ ରାଜା (କର୍ମଧାରୟ ) ।

ସକାରଣବିଭକ୍ତି – କଳହାନ୍ତାନି, ହର୍ମାଣି, କୁରାଜାନ୍ତାନି, ରାଷ୍ଟ୍ରାଣି = କର୍ଭରି ୧ମା । ସୌହୃଦମ୍, ଯଶଃ = କଉଁରି ୧ମା । ନୃଣାମ୍ = ଶେଷ ୬ଷ୍ଠୀ ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Text – 6

तन्न यावत् सर्वेषां …………………………….. ये नैतद्ब्रवीषि।

ଶବ୍ଦାର୍ଥ – ଯାବତ୍ = ଯେ ପର୍ଯ୍ୟନ୍ତ । ସର୍ବେଷାମ୍ = ସମସ୍ତଙ୍କର । ସଂକ୍ଷୟ = ବିନାଶ । ତାବତ୍ = ସେ ପର୍ଯ୍ୟନ୍ତ । ସଂତ୍ୟଜ୍ୟ = ସଂପୂର୍ଣ୍ଣ ତ୍ୟାଗକରି । ବନମ୍ = ବଣକୁ । ଅଥ = ଏହାପରେ । ବଚନମ୍ = କଥାକୁ । ଅଶ୍ରଦ୍ଧେୟମ୍ = ଅପ୍ରିୟ । ଶୁଦ୍ୱା = ଶୁଣି । ମଦୋଦ୍ଧତା = ଦୁଷ୍ଟପ୍ରବୃତ୍ତିଯୁକ୍ତ । ପ୍ରହସ୍ୟ = ହସି ହସି । ପ୍ରୋଚୁ = କହିଲା । ବୁଦ୍ଧିବୈକଲ୍ୟାମ୍ = ବୁଦ୍ଧି ବିଚଳିତ । ସଂଜାତମ୍ = ହୋଇଅଛି ।

ଅନୁବାଦ – ତେଣୁ ଯେପର୍ଯ୍ୟନ୍ତ ସମସ୍ତଙ୍କର ବିନାଶ ନ ହୋଇଛି ସେ ପର୍ଯ୍ୟନ୍ତ ଏହି ରାଜଗୃହକୁ ପରିତ୍ୟାଗ କରି ବଣକୁ ଚାଲିଯିବା । ଏହାପରେ ତାହାର ଏହି ଅପ୍ରିୟ ବଚନ ଶୁଣି ମନ୍ଦୋଦ୍ଧତ ବାନରମାନେ ଉଚ୍ଚସ୍ୱରରେ ହସି କହିଲେ – ଆହେ ! ତୁମର ବୃଦ୍ଧତ୍ଵ ହେତୁ ବୁଦ୍ଧି ବିଚଳିତ ହୋଇଅଛି ଯଦ୍ବାରା ଏପରି କହୁଅଛି ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ତନ୍ତ୍ର = ତତ୍ + ନ । ତାବଦେତଦ୍ରାଜଗୃହମ୍ = ତାବତ୍ + ଏତତ୍ + ରାଜଗୃହମ୍ । ତତ୍ତସ୍ୟ = ତତ୍ + ତସ୍ୟ । ବଚନମଶ୍ରଦ୍ଧେୟମ୍ = ବଚନମ୍ + ଅଶ୍ରଦ୍ଧେୟମ୍ । ପ୍ରୋତୁଃ = ପ୍ର + ଉ । ଯେନୈତଦ୍‌ବ୍ରବୀର୍ଷି = ଯେନ + ଏତତ୍ + ବ୍ରବୀଷି ।

ସମାସ – ସଂକ୍ଷୟ = ସମ୍ୟକ୍ କ୍ଷୟ (ପ୍ରାଦି ତତ୍ତ୍ଵପୁରୁଷ) । ରାଜଗୃହମ୍ = ରାଜ୍ଞ ଗୃହଂ, ତମ୍ (ଷଷ୍ଠୀ ତତ୍ତ୍ଵପୁରୁଷ) । ଅଶ୍ରଦ୍ଧେୟମ୍ = ନ ଶ୍ରଦ୍ଧେୟମ୍ (ନୡ ତତ୍‌ପୁରୁଷ) । ମନ୍ଦୋଦ୍ଧତା = ମଦେନ ଉଦ୍ଧତଃ, ତେ (ତୃତୀୟା ତତ୍‌ପୁରୁଷ) । ବୃଦ୍ଧଭାବାତ୍ = ବୃଦ୍ଧସ୍ୟ ଭାବ, ତସ୍ମାତ୍ (ଷଷ୍ଠୀ ତତ୍ତ୍ଵପୁରୁଷ) । ବୁଦ୍ଧିବୈକଲ୍ୟାମ୍ = ବୁଦ୍ଧେ ବୈକଲ୍ୟମ୍ (ଷଷ୍ଠୀ ତତ୍‌ପୁରୁଷ) ।

ସକାରଣବିଭକ୍ତି – ସଂକ୍ଷୟ, ମଦୋଦ୍ଧତା, ବାନରା = କର୍ଭରି ୧ ମା । ଭୋ ! = ସମ୍ବୋଧନେ ୧ମା । ରାଜଗୃହଂ, ବନଂ, ବଚନଂ, ଅଶ୍ରଦ୍ଧେୟମ୍ = କର୍ମଣି ୨ୟା । ଯେନ = କରଣେ ୩ୟା । ବୃଦ୍ଧଭାବାତ୍ = ହେତୌ ୫ମୀ । ସର୍ବେଷା, ତସ୍ୟ, ଭବତଃ = ସମ୍ବନ୍ଧ ୬ଷ୍ଠୀ ।

ପ୍ରକୃତି ପ୍ରତ୍ୟୟ – ସଂତ୍ୟଜ୍ୟ = ସମ୍ + ତ୍ୟଜ୍ + ଲ୍ୟାପ୍ । ବଚନମ୍ = ବଚ୍ + ଲ୍ୟୁଟ୍ । ଶୁଡ଼ା = ଶୁ + ସ୍କାଚ୍ । ପ୍ରହସ୍ୟ = ପ୍ର + ହସ୍ + ଲ୍ୟାପ୍ । ସଂଜାତମ୍ = ସମ୍ + ଜନ୍ + କ୍ତ ।

Text – 7

ଶ୍ଳୋକ :
उक्तं च-
वदनं दशनैर्हीनं लाला स्रवति नित्यशः ।
न मतिः स्फुरति क्वापि वाले वृद्धे विशेषतः ॥ ४ ॥

ଉଲଂ ଚ –
ବଦନଂ ଦଶନୈହୀନଂ ଲାଳା ସୁବତି ନିତ୍ୟଶଃ ।
ନ ମତିଃ ସ୍ଫୁରତି କ୍ୱାପି ବାଳେ ବୃଦ୍ଧ ବିଶେଷତଃ ॥ ୪ ॥

ଅନ୍ୱୟ – (ବାଳବୃଦ୍ଧ) ବଦନଂ ଦଶନିଃ ହୀନଂ, ନିତ୍ୟଶଃ ଲାଳା ସୁବତି । କ୍ବାପି (ବିଷୟ) ବିଶେଷତଃ ବାଳେ ବୃଦ୍ଧ (ଚ) ମତିଃ ନ ସ୍ଫୁରତି ।

ଶବ୍ଦାର୍ଥ – ବଦନମ୍ = ମୁଖ । ଦର୍ଶନଃ = ଦାନ୍ତଦ୍ବାରା । ନିତ୍ୟଶଃ = ସର୍ବଦା । ସୁବତି = ଝରିଥାଏ । ମତିଃ = ବୁଦ୍ଧି । ସ୍ଫୁରତି = ସ୍ଫୁରଣ ହୁଏ ।

ଅନୁବାଦ – କୁହାଯାଇଛି – (ବାଳକ ଓ ବୃଦ୍ଧ ଉଭୟଙ୍କର ) ମୁଖ ଦନ୍ତହୀନ, ଉଭୟଙ୍କର ମୁଖରୁ ସର୍ବଦା ଲାଳ ଝରୁଥାଏ । କୌଣସି ବିଷୟରେ ମଧ୍ୟ ଏ ଦୁହିଁଙ୍କର ବିଶେଷତଃ ବାଳକଠାରେ ଓ ବୃଦ୍ଧଠାରେ ବୁଦ୍ଧି ସ୍ତୁରେ ନାହିଁ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ଦଶନୈହୀନମ୍ = ଦଶନିଃ + ହୀନମ୍ । କ୍ଵାପି = କୃ + ଅପି ।

ସକାରଣବିଭକ୍ତି – ବଦନଂ, ଲାଳା, ମଶଃ = କଉଁରି ୧ମ । ଦଶତିଃ = ହୀନ ଯୋଗେ ୩ୟା । ବାଳେ, ବୃଦ୍ଧି = ଅଧିକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ମତିଃ = ମନ୍ + ସ୍କ୍ରିନ୍ ।

Text – 8

न वयं स्वर्गसमानो ……………… वनं यास्यामि।

ଶବ୍ଦାର୍ଥ – ବୟଂ = ଆମ୍ଭେମାନେ । ନାନାବିଧାନ୍ = ଅନେକ ପ୍ରକାରର । ରାଜପୁତ୍ରୈ = ରାଜପୁତ୍ରଙ୍କଦ୍ବାରା । ପରିତ୍ୟଜ୍ୟ = ପରିତ୍ୟାଗ କରି । ଅଟବ୍ୟାମ୍ = ଅରଣ୍ୟରେ । କ୍ଷାରମ୍ = ଲବଣଯୁକ୍ତ । ତିକ୍ତମ୍ = ରାଗ । ରୂକ୍ଷ = କର୍କଶ ବା ଚିକ୍‌କଣ – ରହିତ । ଶ୍ରୁତ୍ଵା = ଶୁଣି । ପରିଣାମମ୍ = ଫଳାଫଳକୁ । କୁଳକ୍ଷୟମ୍ = ବଂଶନାଶ । ସ୍ଵୟମ୍ = ନିଜେ । ସାଂପ୍ରତମ = ବର୍ତ୍ତମାନ । ଯାସ୍ୟାମି = ଚାଲିଯିବି ।

ଅନୁବାଦ – ଏଠାରେ ସ୍ବର୍ଗ ସମାନ ସୁଖଭୋଗକୁ, ରାଜପୁତ୍ରମାନଙ୍କ ସ୍ୱହସ୍ତରେ ପ୍ରଦତ୍ତ ବିବିଧ ଅମୃତତୁଲ୍ୟ ଭୋଜ୍ୟଦ୍ରବ୍ୟ ତ୍ୟାଗ କରି ଆମେମାନେ ବନ ମଧ୍ୟରେ କଷାୟ, କଟୁ, ତିକ୍ତ, କ୍ଷାର, ରୂକ୍ଷ ଫଳମାନ ଖାଇପାରିବୁ ନାହିଁ । ତାହା ଶୁଣି ଅଶ୍ରୁପ୍ଲାବିତ ଦୃଷ୍ଟିରେ ସେ ( ବାନର ଅଧୂପତି) କହିଲା – ଆରେ ରେ ମୂର୍ଖ ! ତୁମେମାନେ ଏ ସୁଖର ପରିଣାମ ଜାଣିନାହଁ ? ପାପକର୍ମର ରସାସ୍ଵାଦନ ସଦୃଶ ଏ ସୁଖର ପରିଣାମ ବିଷମୟ ହେବ । ତେଣୁ କୁଳର ବିନାଶ ମୁଁ ନିଜେ ଦେଖିପାରିବି ନାହିଁ, ବର୍ତ୍ତମାନ ବଣକୁ ଚାଲିଯାଉଛି ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ତମ୍ରାଟବ୍ୟାମ୍ = ତତ୍ର + ଅଟବ୍ୟାମ୍ । ତତ୍ତ୍ଵତ୍ୱାଶୁକଳୁଷାମ୍ = ତତ୍ + ଶୁକ୍ଳା + ଅଶୁକଳୁଷାମ୍ । ୟୂୟମେତସ୍ୟ ୟୂୟମ୍ + ଏତସ୍ୟ । ପାପର ସାସ୍ଵାଦନ ପ୍ରାୟମେତ ସୁଖମ୍ = ପାପର ସ + ଆସ୍ବାଦନ ପ୍ରାୟମ୍ + ଏତତ୍ + ସୁଖମ୍ । ବିଷବଦ୍ଭବିଷ୍ୟତି = ବିଷବତ୍ + ଭବିଷ୍ୟତି । ତଦହମ୍ = ତତ୍ + ଅହମ୍ । ନାବଲୋକୟିଷ୍ୟାମି = ନ + ଅବଲୋକୟିଷ୍ୟାମି ।

ସମାସ – ରାଜପୁ : = ରାଜ୍ଞ ପୁନଃ, ତୈ (ଷଷ୍ଠୀ ତତ୍‌ପୁରୁଷ) । ସ୍ଵହସ୍ତଦଭାନ୍ = ସ୍ୱସ୍ୟ ହସ୍ତୀ ( ଷଷ୍ଠୀ ତତ୍ତ୍ଵପୁରୁଷ), ତାଭ୍ୟ ଦତ୍ତମ୍, ତାନ୍ (୩ୟା ତତ୍ତ୍ଵପୁରୁଷ) । ଅଶୁକଳୁଷାମ୍ = ଅଶ୍ରୁଭି କଳୁଷ, ତାମ୍ (ତୃତୀୟା ତତ୍‌ପୁରୁଷ) । କୁଳକ୍ଷୟମ୍ = କୁଳସ୍ୟ କ୍ଷୟମ୍ (ଷଷ୍ଠୀ ତତ୍ତ୍ଵପୁରୁଷ) ।

ସକାରଣବିଭକ୍ତି – ବୟଂ, ସ୍ୱ, ସୂୟଂ, ଅହମ୍ = କଉଁରି ୧ ମା । ରେ ରେ ମୂର୍ଖ =ସମ୍ବୋଧନେ ୧ମା । ସ୍ୱର୍ଗସମାଦୋପଭୋଗାନ୍, ନାନାବିଧାନ୍, ଭକ୍ଷବିଶେମାନ୍, ସ୍ଵହସ୍ତଦତ୍ତାନ୍, ଅମୃତକଳ୍ପାନ୍, ଫଳାନି, ଦୃଷ୍ଟି, ପରିଣାମଂ, କୁଳକ୍ଷୟଂ, ବନମ୍ = କର୍ମଣି ୨ୟା । ରାଜପୁତ୍ରୈ = କରଣେ ୩ୟା । ଏତସ୍ୟ, ସୁଖସ୍ୟ = ସମ୍ବନ୍ଧ ୬ଷ୍ଠୀ । ଅଟବ୍ୟା, ପରିଣାମେ ଅଧ୍ଵରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ଭୋଗ = ଭୁଞ୍ଜ୍ + ଘଣ୍ଟ୍ । ବିଶେଷ = ବି + ଶିଷ୍ + ଘଞ୍ଚେ । ପରିତ୍ୟଜ୍ୟ = ପରି + ତ୍ୟଜ୍ + ଲ୍ୟପ୍ । ଶ୍ରୁତ୍ଵା = ଶୁ + ସ୍କାଚ୍ । ଦୃଷ୍ଟିମ୍ = ଦୃଶ୍ + ଭିନ୍ । କୃତ୍ୱା = କୃ + କ୍ଲାବ୍‌।

Text – 9

ଶ୍ଳୋକ :
उक्तं च- मित्रं व्यसनसंप्राप्तं स्वस्थानं परपीडितम्।
धन्यास्ते ये न पश्यन्ति देशभङ्ग कुलक्षयम् ॥ ५ ॥

ଉକ୍ତ ଚ – ମିତ୍ର ବ୍ୟସନସଂପ୍ରାପ୍ତ ସ୍ଵସ୍ଥାନଂ ପରପୀଡ଼ିତମ୍ ।
ଧନ୍ୟାସ୍ତେ ଯେ ନ ପଶ୍ୟନ୍ତି ଦେଶଭଙ୍ଗ କୁଳକ୍ଷୟମ୍ ॥ ୫ ॥

एवमभिधाय सर्वांस्तान् परित्यज्य स यूथाधिपोऽटव्यां गतः।

ଅନ୍ବୟ – ମିତ୍ର ବ୍ୟସନସଂପ୍ରାଫ୍ର ସ୍ଵସ୍ଥାନଂ ପରପୀଡ଼ିତଂ କୁଳକ୍ଷୟମ୍ – ଯେ ନ ପଶ୍ୟନ୍ତ ତେ ଧନ୍ୟା।

ଶବ୍ଦାର୍ଥ – ମିତ୍ରମ୍ = ବନ୍ଧୁ । ବ୍ୟସନ = ଦୁଃଖ ବା ବିପଦ । ପର = ଅନ୍ୟ ବା ଶତ୍ରୁ । କୁଳକ୍ଷୟମ୍ = ବଂଶନଷ୍ଟ । ଯେ = ଯେଉଁମାନେ । ତେ = ସେମାନେ । ଏବମ୍ = ଏହିପରି । ଅଭିଧାୟ = କହି । ପୃଥାଧୂପ = ଦଳପତି ।

ଅନୁବାଦ – ବନ୍ଧୁ ବିପଦରେ ପଡ଼ିବା, ନିଜର ସ୍ଥାନ ଅନ୍ୟଦ୍ଵାରା ଉପୀଡ଼ିତ ହେବା, ଦେଶଭଙ୍ଗ, କୁଳକ୍ଷୟ – ଏସବୁ ଯେଉଁମାନେ ଦେଖନ୍ତି ନାହିଁ, ସେମାନେ ଧନ୍ୟ । ଏହିପରି କହି ସେହି ସମସ୍ତ ବାନରମାନଙ୍କୁ ପରିତ୍ୟାଗ କରି ସେ ଦଳପତି ଅରଣ୍ୟକୁ ଚାଲିଗଲା ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ଧନ୍ୟାସ୍ତେ = ଧନ୍ୟା + ତେ । ଏବମଭିଧାୟ = ଏବମ୍ + ଅଭିଧାୟ । ଯୂଥାଧୂପୋଽଟବ୍ୟାମ୍ = ପୃଥ + ଅଧୂପଃ + ଅଟବ୍ୟାମ୍ ।

ସମାସ – ସ୍ୱସ୍ଥାନମ୍ = ସ୍ଵସ୍ୟ ସ୍ଥାନମ୍ (ଷଷ୍ଠୀ ତତ୍ତ୍ଵପୁରୁଷ) । ପରପୀଡ଼ିତମ୍ = ପରେଣ ପୀଡ଼ିତମ୍ (ତୃତୀୟା ତତ୍‌ପୁରୁଷ) । ଦେଶଭଙ୍ଗମ୍ = ଦେଶସ୍ୟ ଭଙ୍ଗମ୍ (ଷଷ୍ଠୀ ତତ୍‌ପୁରୁଷ) । କୁଳକ୍ଷୟମ୍ = କୁଳସ୍ୟ କ୍ଷୟମ୍ (ଷଷ୍ଠୀ ତତ୍ତ୍ଵପୁରୁଷ) । ଯୂଥାଧୂପଃ = ଯୂଥସ୍ୟ ଅଧୂପ (ଷଷ୍ଠୀ ତତ୍‌ପୁରୁଷ) ।

ସକାରଣବିଭକ୍ତି – ଯେ, ତେ = କଉଁରି ୧ ମା । ମିତ୍ର, ବ୍ୟସନସଂପ୍ରାପ୍ତ, ସ୍ଵସ୍ଥାନଂ, ପରପୀଡ଼ିତ୍ୟ, ଦେଶଭଙ୍ଗ, କୁଳକ୍ଷୟମ୍ : କର୍ମଣି ୨ୟା । ଅଟବ୍ୟାମ୍ = ଅଧୂକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ପ୍ରାପ୍ତମ୍ = ପ୍ର + ଆପ୍ + କ୍ତ । ଗତଃ = ଗମ୍ + କ୍ତ । ଅଭିଧାୟ = ଅଭି + ଧା + ଲ୍ୟାପ୍ । ପରିତ୍ୟଜ୍ୟ = ପରି + ତ୍ୟଜ୍ + ଲ୍ୟାପ୍ ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Text – 10

अथ तस्मिन् गते ……………………………… जनसमूहमाकुलीचक्रुः।

ଶବ୍ଦାର୍ଥ – ଅଥ = ଏହାପରେ । ଅହନି = ଦିନରେ । ମେଷ = ମେଣ୍ଢା । ମହାନସେ = ରୋଷେଇଶାଳରେ । ସୂପକାରେଣ = ପାଚକଦ୍ବାରା । କିଂଚିତ୍ କିଛି । ସମାସାଦିତମ୍ = ପାଇବା । ତାଲ୍ୟମାନମ୍ = ବାଡ଼େଇ । ଅଶ୍ଵକୁଟ୍ୟାମ୍ = ଅଶ୍ୱଶାଳାକୁ । ପ୍ରବିଷ୍ଟ = ପ୍ରବେଶ କଲା । କ୍ଷିତୌ = ଭୂମିରେ । ପ୍ରଭୁପତଃ = ଲୋଟିବାରୁ । ପଞ୍ଚତ୍ୱମ୍ = ମୃତ୍ୟୁକୁ । ତ୍ରୋଟୟିତ୍ୱ = ଫିଟାଇ ବା ଛିଡ଼ାଇ । ଇତଶ୍ଚେତଶ୍ଚ = ଏଣେତେଣେ । ତ୍ରେଷାୟମାଣା = ଘୋଡ଼ାଦ୍ଵାରା କରାଯାଉଥ‌ିବା ଶବ୍ଦ ।

ଅନୁବାଦ – ଏହାପରେ ସେ ଚାଲିଯା’ନ୍ତେ ଦିନେ ସେହି ମେଣ୍ଟାଟି ରନ୍ଧନଶାଳାରେ ପ୍ରବେଶ କଲା । ପାଚକ ଅନ୍ୟ କିଛି ନପାଇ ଜଳନ୍ତା କାଷ୍ଠଖଣ୍ଡରେ ତାକୁ ପ୍ରହାର କରିବାରୁ ସେ ଜ୍ଵଳନ୍ତ ଶରୀରରେ ଚିତ୍କାର କରି କରି ନିକଟବର୍ତ୍ତୀ ଅଶ୍ୱଶାଳାରେ ପ୍ରବେଶ କଲା । ସେଠାରେ ସେ ତୃଣପୂର୍ଣ୍ଣ ଭୂମିରେ ଲୋଟିବାରୁ ସର୍ବତ୍ର ଏପରି ଅଗ୍ନିଶିଖା ଉଠିଲା ଯେ କେତେକ ଅଶ୍ଵ ଚକ୍ଷୁ ହରାଇ ମୃତ୍ୟୁମୁଖରେ ପଡ଼ିଲେ । କେତେକ ଅଶ୍ବ ବନ୍ଧନ ଛିନ୍ନକରି ଅର୍ଦ୍ଧଦଗ୍‌ଧ ଶରୀରରେ ବ୍ରେଷାରାବ କରି ଏଣେତେଣେ ଧାଇଁବାକୁ ଲାଗିଲେ । ଏହାଫଳରେ ଲୋକମାନେ ବ୍ୟାକୁଳ ହୋଇପଡ଼ିଲେ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ଗତେଽନ୍ୟ ସ୍ମିନ୍ନହନି = ଗତେ + ଅନ୍ୟସ୍ଥିନ୍ + ଅହନି । ନାନ୍ୟତ୍ = ନ + ଅନ୍ୟତ୍ । ତାବଦର୍ଧଜ୍ଜ୍ବଳିତକାଷ୍ଟେନ = ତାବତ୍ + ଅର୍ଧଜ୍ବଳିତକାଷ୍ଟେନ । ଶବ୍ଦାୟମାନୋଽଶ୍ଵକୁଟ୍ୟାମ୍ = ଶବ୍ଦାୟମାନଃ + ଅଶ୍ଵକୁଟ୍ୟାମ୍ । ପ୍ରତ୍ୟାସନ୍ନବର୍ଲିନ୍ୟାମ୍ = ପ୍ରତି + ଆସନ୍ନବର୍ଷିନ୍ୟାମ୍ । ସର୍ବତ୍ରାପି = ସର୍ବତ୍ର + ଅପି । ବହ୍ନିଜ୍ଵାଳାସ୍ତଥା = ବହ୍ନିଜ୍ୱାଳା + ତଥା । କେଚିଦଶଃ = କେଚିତ୍ + ଅଶ୍ୱ । ଇତଶ୍ଵେତଶ୍ଚ = ଇତଃ + ଚ + ଇତଃ + ଚ । ସର୍ବମପି = ସର୍ବମ୍ + ଅପି । ଜନସମୂହମାକୁଳୀଚତୁଃ = ଜନସମୂହମ୍ + ଆକୁଳୀଚତୁଃ ।

ସମାସ – ସୂପକାରେଣ = ସୂପିଂ କରୋତି ଇତି, ତେନ (ଉପପଦ ତତ୍‌ପୁରୁଷ) । ଅଶ୍ଵକୁଟ୍ୟାମ୍ = ଅଶ୍ୱସ୍ୟ କୁଟୀ, ତସ୍ୟାମ୍ (ଷଷ୍ଠୀ ତତ୍‌ପୁରୁଷ) । ବହ୍ନିଜ୍ୱାଳା = ବହିଃ ଜ୍ଵାଳା (ଷଷ୍ଠୀ ତତ୍ତ୍ଵପୁରୁଷ) । ଜନସମୂହମ୍ = ଜନାନାଂ ସମୂହଃ, ତମ୍ (ଷଷ୍ଠୀ ତତ୍ତ୍ଵପୁରୁଷ) ।

ସକାରଣବିଭକ୍ତି – ସ୍ୱ, ମେଷ, ଅଶ୍ଳୀ, ସ୍ଫୁଟିତଲୋଚନା, ଅର୍ଦ୍ଧଦଗ୍‌ଧଶରୀରା, ଶ୍ଳେଷାୟମାଣା, ଧାବମାନଃ = କଉଁରି ୧ ମା । ତାତ୍ସ୍ୟମାନଃ, ଜାଜ୍ୱଲ୍ୟମାନଶରୀରଃ = ଉକ୍ତ କର୍ମଣି ୧ ମା । ସୂପକାରେଣ, ଅର୍ଧଜ୍ବଳିତକାଷ୍ଟେନ = ଅନୁସ୍ତେ କଉଁରି ୩ୟା । ପଞ୍ଚତ୍ୱ, ଜନସମୂହଂ, ବନ୍ଧନାନି = କର୍ମଣି ୨ୟା । ପ୍ରଭୁପତଃ = ଅପାଦାନେ ୫ମୀ । ତସ୍ୟ = ସମ୍ବନ୍ଧ ୬ଷ୍ଠୀ । ତସ୍ମିନ୍, ଗତେ = ଭାବେ ୭ମୀ । ଅନ୍ୟସ୍ମିନ୍, ଅହନି, ମହାନସେ, ଅଶ୍ବକୁଟିଂ, ଆସନ୍ନବର୍ଷିନ୍ୟା, ତୃଣପ୍ରାଚୁର୍ଯ୍ୟଯୁକ୍ତାୟାଂ, କ୍ଷିତୌ = ଅଧ୍ଵରଣେ ୭ମୀ ।

ପ୍ରକୃତି ପ୍ରତ୍ୟୟ – ପ୍ରବିଷ୍ଟ = ପ୍ର + ବିଶ୍ + କ୍ତ । ସମାସାଦିତମ୍ = ସମ୍ + ଆ + ସଦ୍ + ଣିଚ୍ + କ୍ତ । ଗତଃ = ଗମ୍ + କ୍ତ । ତ୍ରୋଟୟିତ୍ୱ = ତ୍ରୁଟ୍ + ଣିଚ୍ + କ୍ସାଚ୍ । ଧାବମାନଃ = ଧାବ୍‌ + ଶାନଚ୍ ।

Text – 11

अत्रान्तरे राजा ……………………………….. शालिहोत्रेण यत्-

ଶବ୍ଦାର୍ଥ – ଅଶ୍ରାନ୍ତରେ = ଏହାପରେ । ସବିଷାଦଃ = ଦୁଃଖପୂର୍ଣ୍ଣ । ଶାଳିହୋତ୍ରଜ୍ଞାନ୍ = ଘୋଡ଼ାମାନଙ୍କର ଚିକିତ୍ସକମାନଙ୍କୁ । ଆହୂୟ = ଡାକି । ପ୍ରୋଚ୍ୟତାମ୍ = କୁହନ୍ତୁ । ଉପାୟ = କୌଶଳ । ତେ = ସେମାନେ । ଅପି = ମଧ୍ୟ । ବିଲୋକ୍ୟ = ଦେଖ୍ । ଅତ୍ର = ଏଠାରେ ।

ଅନୁବାଦ – ଏହି ଅବସରରେ ରାଜା ବିଷଣ୍ଣ ହୋଇ ଶାଳିହୋତ୍ରଶାସ୍ତ୍ରଜ୍ଞ ବୈଦ୍ୟମାନଙ୍କୁ ଡକାଇ କହିଲେ – ଆହେ ! ଏହି ଅଶ୍ଵମାନଙ୍କର ଦାହଜନିତ ବ୍ୟଥାର ଉପଶମ ପାଇଁ କୌଣସି ଉପାୟ କୁହ । ସେମାନେ ମଧ୍ୟ ଶାସ୍ତ୍ରମାନ ଦେଖୁ କହିଲେ – ହେ ମହାରାଜ ! ଏ ବିଷୟରେ ଭଗବାନ୍ ଶାଳିହୋତ୍ର କହିଅଛନ୍ତି ଯେ –

ବ୍ୟାକରଣ
ସନ୍ଧିବିଚ୍ଛେଦ – ଅତ୍ରାନ୍ତରେ = ଅତ୍ର + ଅନ୍ତରେ । ବୈଦ୍ୟାନାହ୍‌ୟ = ବୈଦ୍ୟାନ୍ + ଆହୂୟ । ପ୍ରୋଚ୍ୟତାମେଷାମଶ୍ଵାନାମ୍ = ପ୍ରୋଚ୍ୟତାମ୍ + ଏଷାମ୍ + ଅଶ୍ବିନାମ୍ । କଣ୍ଟିଦ୍ଦାହୋପଶ୍ଚିମନୋପାୟଃ = କଶ୍ଚିତ୍ + ଦାହ + ଉପଶମନ + ଉପାୟ । ତେଽପି = ତେ + ଅପି । ପ୍ରୋକ୍ତମତ୍ର = ପ୍ରୋକ୍ତମ୍ + ଅତ୍ର ।

ସମାସ – ସବିଷାଦଃ = ବିଷାଦେନ ସହ ବର୍ତ୍ତମାନଃ (ସହାର୍ଥ ବହୁବ୍ରୀହିଃ) ।

ସକାରଣବିଭକ୍ତି – ରାଜା, ତେ = କଉଁରି ୧ ମା । ଭୋ !, ଦେବ ! = ସମ୍ବୋଧନେ ୧ମା । ଶାଳିହୋତ୍ରଜ୍ଞାନ୍, ବୈଦ୍ୟାନ୍, ଶାସ୍ତ୍ରାଣି = କର୍ମଣି ୨ୟା । ଭଗବତା, ଶାଳିହୋତ୍ରେଣ = ଅନୁସ୍ତେ କଉଁରି ୩ୟା । ଏଷାମ୍, ଅଶ୍ଵାନାମ୍ = ସମ୍ବନ୍ଧ ୬ଷ୍ଠୀ । ବିଷୟ = ଅଧିକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ବିଷାଦ = ବି + ଷଦ୍ + ଘଞ୍ଜ୍ । ବିଲୋକ୍ୟ = ବି + ଲୋକ୍ + ଲ୍ୟାପ୍ । ପ୍ରୋକ୍ତମ୍ = ପ୍ର + ବଚ୍ + କ୍ତ ।

Text – 12

ଶ୍ଳୋକ :
कपीनां मेदसा दोषो वह्निदाहसमुद्भवः।
अश्वानां नाशमभ्येति तमः सूर्य्योदये यथा ॥ ६ ॥

କପୀନାଂ ମେଦସା ଦୋଷେ ବହ୍ନିଦାହସମୁଦ୍‌ଭବାଃ ।
ଅଶ୍ଵାନାଂ ନାଶମସ୍ତେତି ତମଃ ସୂର୍ଯ୍ୟୋଦୟେ ଯଥା || ୬ ||

ଅନ୍ବୟ – ସୂର୍ଯ୍ୟୋଦୟେ ଯଥା ତମ ନାଶମ୍ ଅଭ୍ୟତି, (ତଥା) କପୀନାଂ ମେଦସା ଅଶ୍ଵାନାଂ ବହ୍ନିଦାହସମୁଦ୍‌ଭବାଃ ଦୋଷ ନାଶମ୍ ଅଜ୍ୟୋତି ।

ଶବ୍ଦାର୍ଥ – ଯଥା = ଯେପରି । ତମଃ = ଅନ୍ଧକାର । ନାଶମ୍ = ନଷ୍ଟ । ଅଭ୍ୟତି = ହୋଇଥାଏ । କପୀନାମ୍ = ମାଙ୍କଡ଼ମାନଙ୍କର । ମେଦସା = ମେଦଦ୍ୱାରା ।

ଅନୁବାଦ – ସୂର୍ଯ୍ୟୋଦୟ ହେଲେ ଅନ୍ଧକାର ଯେପରି ଦୂର ହୋଇଥାଏ, ବାନରମାନଙ୍କର ମେଦଦ୍ଵାରା ଅଶୁମାନଙ୍କର ଦାହଜନିତ ରୋଗ ସେହିପରି ବିନଷ୍ଟ ହୋଇଥାଏ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ନାଶମଜ୍ୟୋତି = ନାଶମ୍ + ଅଭ୍ୟତି ।

ସମାସ – ସୂର୍ଯ୍ୟୋଦୟେ = ସୂର୍ଯ୍ୟସ୍ୟ ଉଦୟଃ, ତସ୍ମିନ୍ (ଷଷ୍ଠୀ ତତ୍‌ପୁରୁରଃ) ।

ସକାରଣବିଭକ୍ତି – ବହ୍ନିଦାହସମୁଦ୍‌ଭବାଃ, ଦୋଷୀ = କଉଁରି ୧ ମା । ମେଦସା = କରଣେ ୩ୟା । ଅଶ୍ୱିନାଂ, କପୀନାମ୍ = ସମ୍ବନ୍ଧ ୬ଷ୍ଠୀ । ସୂର୍ଯ୍ୟୋଦୟେ = ଅଧୀକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ଦୋଷୀ = ଦୁଷ୍ + ଘଞ୍ଚ।

Text – 13

तत्क्रियताम् ……………………………….. व्यापादिता इति।

ଶବ୍ଦାର୍ଥ – ଦ୍ରାଗ୍ = ଶୀଘ୍ର । ଆକର୍ୟ୍ଯ = ଶୁଣି । ଆଦିଷ୍ଟବାନ୍ = ଆଦେଶ ଦେଲେ । ଲଗୁଡ଼ = ବାଡ଼ି । ପାଷାଣ = ପଥର । ବ୍ୟାପାଦିତା = ମରିଗଲେ ।

ଅନୁବାଦ – ତେଣୁ ଅତିଶୀଘ୍ର ଏହି ଚିକିତ୍ସା କରାଯାଉ, ଯେପରିକି ଅଶୁମାନେ ଅଗ୍ନିଦାହ ଯୋଗୁଁ ମୃତ୍ୟୁମୁଖରେ ନ ପଡ଼ନ୍ତି । ସେ ମଧ୍ୟ ତାହା ଶୁଣି ସମସ୍ତ ବାନରମାନଙ୍କୁ ମାରିବାପାଇଁ ଆଦେଶ ଦେଲେ । ଅଧୂକ କହିବା ନିଷ୍ପ୍ରୟୋଜନ । ସେ ସମସ୍ତ ବାନରମାନେ ମଧ୍ୟ ବିଭିନ୍ନ ଅସ୍ତ୍ର, ବାଡ଼ି, ପଥରାଦିଦ୍ୱାରା ନିହତ ହେଲେ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ତକ୍ରିୟତାମେତଚିକିତ୍ସିତମ୍ = ତତ୍ + କ୍ରିୟତାମ୍ + ଏତତ୍ + ଚିକିତ୍ସିତମ୍ । ଯାବନୈତେ = ଯାବତ୍ + ନ + ଏତେ । ସୋଽପି = ଡଃ + ଅପି । ତଦାକର୍ୟ୍ଯ ତତ୍ + ଆକର୍ୟ୍ୟ । ସର୍ବେଽପି = ସର୍ବେ + ଅପି । ବିବିଧାୟୁଧଲଗୁଡ଼ପାଷାଣାଦିଭିବ୍ୟାପାଦିତା = ବିବଧ + ଆୟୁଧଲଗୁଡ଼ପାଷାଣ + ଆଦିଭଃ + ବ୍ୟାପାଦିତା ।

ସମାସ – ଦାହଦୋଷେଣ = ଦାହଜନିତ ଦୋଷୀ, ତେନ (ମଧ୍ୟପଦଲୋପୀ କର୍ମଧାରୟ) । ବାନରବଧମ୍ = ବାନରାମାଂ ବଧମ୍ (ଷଷ୍ଠୀ ତତ୍ତ୍ଵପୁରୁଷ) ।

ସକାରଣବିଭକ୍ତି – ଏତେ, ବାନରାଃ = କଉଁରି ୧ମା । ସ୍ୱ, ସର୍ବେ = ଅପି ଅବ୍ୟୟ ଯୋଗେ ୧ମା । ବଧମ୍ = କର୍ମଣି ୨ୟା । ଦାହଦୋଷଣ, ବିବିଧାୟୁଧଲଗୁଡ଼ପାଷାଣାଦିଭି, ଅଟବ୍ୟାମ୍ = କରଣେ ୩ୟା ।

ପ୍ରକୃତିପ୍ରତ୍ୟୟ – ଆକର୍ୟ୍ଯ = ଆ + କଣ୍ଠ + ଲ୍ୟାପ୍ । ଆଦିଷ୍ଟବାନ୍ = ଆ + ଦିଶ୍ + କ୍ତବତୁ । ବ୍ୟାପାଦିତଃ = ବି + ଆ + ପଦ୍ + ଣିଚ୍ + କ୍ତ ।

Text – 14

अथ सोऽपि ………………………………. करिष्यामि? उक्तंच-

ଶବ୍ଦାର୍ଥ – ଅଥ = ଏହାପରେ । ଅପି = ମଧ୍ୟ । ସୁତ = ପୁତ୍ର । ସଂକ୍ଷୟମ୍ = ମୃତ୍ୟୁ । ବିଷାଦମ୍ = ଦୁଃଖକୁ । ବନାଦ୍ : ବଣରୁ । ପର୍ଯ୍ୟଟତି = ଭ୍ରମଣ କରିଛି । ଅପସଦସ୍ୟ = ଅଧମର । ଅପକୃତ୍ୟମ୍ = ଅନିଷ୍ଟକୁ ।

ଅନୁବାଦ – ଏହାପରେ ସେ ବାନରଦଳପତି ମଧ୍ୟ ସେହି ପୁଅ, ନାତି, ଭାଇର ପୁଅ, ଭଉଣୀ ପୁଅ ଆଦିଙ୍କର ନିଧନକୁ ଜାଣି ଅତ୍ୟନ୍ତ ଦୁଃଖୁତ ହେଲା । ସେ ଆହାର ତ୍ୟାଗକରି ବଣରୁ ବଣକୁ ବୁଲିଛି ଓ ଚିନ୍ତା କରିଛି, କିପରି ମୁଁ ସେହି ଅଧମ ରାଜାର ପ୍ରତିଶୋଧ ନେଇ ତା’ର ଅନିଷ୍ଟ ସାଧନ କରିବି ? କୁହାଯାଇଛି –

ବ୍ୟାକରଣ
ସନ୍ଧିବିଚ୍ଛେଦ – ସୋଽପି = ନଃ + ଅପି । ବାନରଯୂଥପସ୍ତମ୍ଭ = ବାନରଯୂଥପଃ + ତମ୍ । ବିଷାଦମୁପାଗତଃ = ବିଷାଦମ୍ + ଉପାଗତଃ । ତ୍ୟକ୍ତାହାରକ୍ରିୟ = ତ୍ୟକ୍ତ + ଆହାରକ୍ରିୟା । ବନାଦ୍‌ନମ୍ = ବନାତ୍ + ବନମ୍ । ଅଚିନ୍ତୟଜ = ଅଚିନ୍ତୟତ୍ + ଚ । କଥମହମ୍ = କଥମ୍ + ଅହମ୍ । ନୃପାପସଦସ୍ୟାମୃଣତାକୃତ୍ୟେନାପକୃତ୍ୟମ୍ ନୃପ + ଅପସଦସ୍ୟ + ଅନ୍ଧଣତା + ଅକୃତ୍ୟେନ + ଅପକ୍ବତ୍ୟମ୍ ।

ସର୍ମାସ – ବାନରଯୂଥପଃ = ବାନରାଣା ପୃଥୀ (ଷଷ୍ଠୀ ତତ୍‌ପୁରୁଷ), ତଂ ପାତି ଇତି (ଉପପଦ ତତ୍‌ପୁରୁଷ) । ତ୍ୟକ୍ତାହାରକ୍ରିୟଃ = ତ୍ୟକ୍ତା ଆହାରକ୍ରିୟା ଯେନ ଡଃ (ବହୁବ୍ରୀହିଃ) ।

ସକାରଣବିଭକ୍ତି – ବାନରଯୂଥପଃ, ସ୍ୱ, ତ୍ୟକ୍ତଆହାରକ୍ରିୟା, ଅହମ୍ = କଉଁରି ୧ମା । ତଂ, ସଂକ୍ଷୟଂ, ବିଷାଦଂ, ବନଂ, ଅପକୃତ୍ୟମ୍ = କର୍ମଣି ୨ୟା । ବନାତ୍ = ଅପାଦାନେ ୫ମୀ । ତସ୍ୟ = ସମ୍ବନ୍ଧ ୬ଷ୍ଠୀ ।

ପ୍ରକୃତିପ୍ରତ୍ୟୟ – ଜ୍ଞାତ୍ମା = ଜ୍ଞା + ସ୍କାଚ୍ । ତ୍ୟକ୍ତା = ତ୍ୟଜ୍ + କ୍ତ ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Text – 15

ଶ୍ଳୋକ :
मर्षयेद्धर्षणां योऽत्र वंशजां परनिर्मिताम्।
भयद्वा यदि वा कामात् स ज्ञेयः पुरुषाधमः ॥ ७ ॥

ମର୍ଷୟେଦ୍ଧର୍ଷଣଂ ଯୋଽତ୍ରବଂଶଂ ପରନିର୍ମିତାମ୍ ।
ଭୟଦ୍‌ ଯଦି ବା କାମାତ୍ ସ ଜ୍ଞେୟଃ ପୁରୁଷାଧମଃ ॥ ୭॥

ଅନ୍ୱୟ – ଅତ୍ର ଯଃ ଭୟାତ୍ ବା କାମାତ୍ ବା ଯଦି ବଂଶଜା ପରନିର୍ମିତାଂ ଧର୍ଷଣା ମର୍ଷୟେତ୍ ଡଃ ପୁରୁଷାଧମଃ ଜ୍ଞେୟଃ । ଶବ୍ଦାର୍ଥ – ଅତ୍ର = ଏଠାରେ (ସଂସାରରେ) । ଭୟାତ୍ = ଭୟ ହେତୁରୁ । କାମାତ୍ = କାମ ହେତୁରୁ । ବଂଶଜାମ୍ = ନିଜର ବଂଶଜମାନଙ୍କର । ପର = ଶତ୍ରୁ । ଧର୍ଷଣାମ୍ = ଅତ୍ୟାଚାରକୁ । ମର୍ଷୟେତ୍ = ସହିଯାଇପାରେ । ଜ୍ଞେୟଃ = ବୋଲାଏ ବା ଜଣାପଡ଼େ ।

ଅନୁବାଦ – ଏ ସଂସାରରେ ଯେଉଁ ଲୋକ ଭୟ ହେତୁରୁ ଅଥବା ଲୋଭ ହେତୁରୁ ନିଜ ନିଜ କୁଳ ପ୍ରତି ଶତ୍ରୁର ଅତ୍ୟାଚାରକୁ ସହିଯାଏ, ସେ ପୁରୁଷମାନଙ୍କ ମଧ୍ୟରେ ନିତାନ୍ତ ଅଧମରୂପେ ପରିଗଣିତ ହୁଏ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ମର୍ଷୟେଦ୍ଧର୍ଷଣାମ୍ = ମର୍ଷୟେତ୍ + ଧର୍ଷଣାମ୍ । ଯୋଽତ୍ର = ଯଃ + ଅତ୍ର । ଭୟାଦ୍‌ବା = ଭୟାତ୍ + ବା । ପୁରୁଷାଧମଃ = ପୁରୁଷ + ଅଧମଃ ।

ସମାସ – ପରନିର୍ମିତାମ୍ = ପରଃ ନିର୍ମିତଃ, ତେଷାମ୍ (ତୃତୀୟା ତତ୍‌ପୁରୁଷ) ।

ସକାରଣବିଭକ୍ତି – ଯଃ, ସ୍ୱ, ପୁରୁଷାଧମଃ = କଉଁରି ୧ ମା । ଭୟାତ୍, କାମାତ୍ = ହେତୌ ୫ମୀ । ଧର୍ଷଣା, ବଂଶଜଂ, ପରନିର୍ମିତାମ୍ = ସମ୍ବନ୍ଧ ୬ଷ୍ଠୀ ।

ପ୍ରକୃତିପ୍ରତ୍ୟୟ – ଜ୍ଞେୟଃ = ଜ୍ଞା + ଯତ୍ !

Text – 16

अथ तेन वृद्धवानरेण ……………………… तत् कर्त्तव्यमिति।

ଶବ୍ଦାର୍ଥ – ପିପାସା = ତୃଷା । ସରଃ = ପୁଷ୍କରିଣୀ । ପଦପଂକ୍ତି = ପାଦଚିହ୍ନ । ନିଷ୍କ୍ରମଣମ୍ = ଲେଉଟିବା ବା ଫେରିବା । ନୂନମ୍ = ନିଶ୍ଚୟ । ପଦ୍ମିନୀନାଳମ୍ = ପଦ୍ମନାଡ଼ । ନିଷ୍କ୍ରମ = ବାହାରି । ସଲିଳେ = ଜଳରେ । ମେ = ମୋର । ଧୂନଃ = ଶଠ । ତୁଷ୍ଟ = ସନ୍ତୁଷ୍ଟ । ବାଞ୍ଛମ୍ = ଇଚ୍ଛିତ । କପି = ମାଙ୍କଡ଼ । ବାହ୍ୟତଃ = ବାହାରୁ । ଆହ = କହିଲା । ବୈରମ୍ = ଶତ୍ରୁତା । ଭୂପତିମ୍ = ରାଜାଙ୍କୁ । ବାକ୍ସପ୍ରପଞ୍ଚେନ = କଥା ଛଳରେ । ଶ୍ରୁତ୍ୱା = ଶୁଣି । ଦତ୍ତା = ଦେଇ ।

ଅନୁବାଦ – ଏହାପରେ ସେହି ବାନର ତୃଷାତୁର ହୋଇ ଭ୍ରମଣ କରୁ କରୁ କମଳ ପରିପୂର୍ଣ୍ଣ ଏକ ପୁଷ୍କରିଣୀ ନିକଟରେ ପହଞ୍ଚିଲା । ସେ ସୂକ୍ଷ୍ମଭାବରେ ନିରୀକ୍ଷଣ କରି ଦେଖୁଲା ଯେ ବନବାସୀ ମନୁଷ୍ୟମାନଙ୍କର ସରୋବରରେ ପ୍ରବେଶ କରିବାର ପାଦଚିହ୍ନ ରହିଛି; କିନ୍ତୁ ଫେରିଆସିବାର ପାଦଚିହ୍ନ ନାହିଁ । ତେଣୁ ସେ ଚିନ୍ତାକଲା ଯେ ନିଶ୍ଚୟ ଏଠାରେ ଜଳ ମଧ୍ଯରେ ଏକ ଦୁଷ୍ଟଗ୍ରାହ ରହିଅଛି । ତେଣୁ ପଦ୍ମନାଡ଼ ଧରି ଦୂରରୁ ରହି ଜଳପାନ କରିବି । ସେହିପରି କରନ୍ତେ ସେ ମଧ୍ୟରୁ ଏକ ରାକ୍ଷସ ବାହାରି କଣ୍ଠରେ ରନ୍ଧମାଳା ଧାରଣ କରି ତାକୁ କହିଲା – ଆହେ ଏଠାରେ ଯେ ପାଣି ମଧ୍ୟରେ ପ୍ରବେଶ କରେ ସେ ମୋର ଭକ୍ଷଣୀୟ ହୋଇଥାଏ । କିନ୍ତୁ ଏପରି କୌଶଳୀ ଚତୁର ଲୋକ ନାହିଁ, ଯେକି ତୁମ ଭଳି ଏ ଉପାୟରେ ଜଳପାନ କରିବ, ତେଣୁ ମୁଁ ସନ୍ତୁଷ୍ଟ । ମନର ଇଚ୍ଛାନୁସାରେ ବର ପ୍ରାର୍ଥନା କର । ମାଙ୍କଡ଼ କହିଲା – ଆହେ ! ତୁମର ଭୋଜନ କରିବାର ଶକ୍ତି କେତେ ? ସେ କହିଲା ଜଳରେ ପ୍ରବେଶ କରୁଥିବା ଶତ, ସହସ୍ର, ଅୟୁତ, ଲକ୍ଷ ପ୍ରାଣୀଙ୍କୁ ମଧ୍ୟ ଭକ୍ଷଣ କରିପାରେ, ବାହାରୁ ଶୃଗାଳ ମଧ୍ୟ ମୋତେ ଅପମାନିତ କରିଥାଏ । ବାନର କହିଲା, ଜଣେ ରାଜା ସହିତ ମୋର ଘୋର ଶତ୍ରୁତା ରହିଛି । ଯଦି ଏହି ରମାଳାଟିକୁ ମୋତେ ପ୍ରଦାନ କରିବ ତେବେ ସପରିବାର ମଧ୍ୟ ସେହି ରାଜାଙ୍କୁ କଥାଛଳରେ ଲୋଭ ଦେଖାଇ ଏହି ପୁଷ୍କରିଣୀରେ ଯେପରି ପ୍ରବେଶ କରିବେ ସେହିପରି କରିବି । ସେ ରାକ୍ଷସ ମଧ୍ୟ ତା’ର ଶ୍ରଦ୍ଧାପୂର୍ଣ୍ଣ ବଚନ ଶୁଣି ରନ୍ଥମାଳାଟି ଦେଇ କହିଲା – ହେ ମିତ୍ର ! ଯାହା ଉଚିତ ମନେକରୁଛ, ତାହା କରିବା ଉଚିତ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ପିପାସାକୁଳେନ = ପିପାସା + ଆକୁଳେନ । ତଦ୍‌ବସୂକ୍ଷେକ୍ଷିକୟାବଲୋକୟତି = ତତ୍ + ଯାବତ୍ + ସୂକ୍ଷ୍ମ + ଇକ୍ଷିକୟା + ଅବଲୋକୟତି । ତାବଦ୍‌ବନଚର = ତାବତ୍ + ବନଚର । ପଦପଂକ୍ତିପ୍ରବେଶୋଽସ୍ତି = ପଦପଂକ୍ତିପ୍ରବେଶଃ + ଅସ୍ତି । ତତଶ୍ଚିନ୍ତିତମ୍ = ତତଃ + ଚିନ୍ତିତମ୍ । ନୂନମତ୍ର = ନୂନମ୍ + ଅତ୍ର । ପଦ୍ମିନୀନାଳମାଦାୟ = ପଦ୍ମିନୀନାଳମ୍ + ଆଦାୟ । ଦୂରସ୍ପୋଽପି ଦୂରହଃ + ଅପି । ତଥାନୁଷ୍ଠିତେ = ତଥା + ଅନୁଷ୍ଠିତେ । ତନ୍ମଧ୍ୟାଦ୍ରାକ୍ଷକଃ = ତତ୍ + ମଧ୍ୟାତ୍ + ରାକ୍ଷମଃ । ରମାଳାବିଭୂଷିତକଣ୍ଠସ୍ତମୁବାଚ = ରତ୍ନମାଳାବିଭୂଷିତକଣ୍ଠ + ତମ୍ + ଉବାଚ । ତନ୍ନାସ୍ତି = ତତ୍ + ନ + ଅସ୍ଥି । ଧୂର୍ରତରତ୍ୱମୋଽନ୍ୟା = ଧୂରତରଃ + ତ୍ଵତ୍ଵସମଃ + ଅନ୍ୟ । ଯତ୍ପାନୀୟମନେନ = ଯତ୍ + ପାନୀୟମ୍ + ଅନେନ । ତତସ୍ତୁଷ୍ଟୋଽହମ୍ = ତତଃ + ତୁଷ୍ଟ + ଅହମ୍ । କପିରାହ = କପି + ଆହ । ଶୃଗାଳୋଽପି = ଶୃଗାଳ + ଅପି । ସହାତ୍ୟନ୍ତମ୍ = ସହ + ଅତ୍ୟନ୍ତମ୍ଭ । ଯଦ୍ୟନାମ୍ = ଯଦି + ଏନାମ୍ । ସୋଽପି = ପଃ + ଅପି । ବଚସ୍ତସ୍ୟ = ବତଃ + ତଥ୍ୟ । କର୍ତ୍ତବ୍ୟମିତି କର୍ତ୍ତବ୍ୟମ୍ + ଇତି ।

ସମାସ – ବୃଦ୍ଧିବାନରେଣ = ବୃଦ୍ଧ ବାନରଃ, ତେନ (କର୍ମଧାରୟ) । ପିପାସାକୁଳେନ = ପିପାସୟା ଆକୁଳ, ତେନ (ତୃତୀୟା ତତ୍ତ୍ଵପୁରୁଷ) । ବନଚର = ବନେ ଚରତି ଇତି (ଉପପଦ ତତ୍ତ୍ଵପୁରୁଷ) । ଜଳାନ୍ତେ = ଜଳସ୍ୟ ଅନ୍ତଃ, ତସ୍ମିନ୍ (ଷଷ୍ଠୀ ତପୁରୁଷ ) । ଦୂରସ୍ଥ = ଦୂରେ ତିଷ୍ଠତି ଇତି (ଉପପଦ ତତ୍‌ପୁରୁରଃ) । ଭୂପତିନା = ଭୂନଃ ପତିଃ, ତେନ (ଷଷ୍ଠୀ ତତ୍‌ପୁରୁଷ) । ରନ୍ଧମାଳାମ୍ = ରନ୍‌ସ୍ୟ ମାଳା, ତାମ୍ ( ଷଷ୍ଠୀ ତତ୍‌ପୁରୁଷ) । ସପରିବାରମ୍ = ପରିବାରେଣ ସହ ବର୍ତ୍ତମାନମ୍ (ସହାର୍ଥ ବହୁବ୍ରୀହିଃ) । ବାକ୍ସପ୍ରପଞ୍ଚେନ = ବାସ୍ୟା ପ୍ରପଞ୍ଚମ୍, ତେନ (ଷଷ୍ଠୀ ତତ୍ତ୍ଵପୁରୁଷ) ।

ସକାରଣବିଭକ୍ତି – ପଦପଂକ୍ତିପ୍ରବେଶଃ, ରାକ୍ଷସ୍ୱ, ଯଃ, ସ୍ୱ, ଅହଂ, କପି, ଭକ୍ଷଣଶନ୍ତଃ, ବାନରଃ = କଉଁରି ୧ମା । ଭୋ !, ଭୋ ମିତ୍ର ! = ସମ୍ବୋଧନେ ୧ମା । ପଦ୍ମିନୀଖଣ୍ଡମଣ୍ଡିତଃ, ସରଃ = ଉକ୍ତ କର୍ମଣି ୧ ମା । ଦୂରସ୍ଥ, ଶୃଗାଳୀ, ସ = ଅପି ଅବ୍ୟୟ ଯୋଗେ ୧ମା । ପଦ୍ମିନୀ ନାନଂ, ଜଳଂ, ପ୍ରବେଶଂ, ମାଂ, ଏକାଂ, ରନୁମାଳା, ତଂ, ଭୂପତଂ, ଶ୍ରଦ୍ଧେୟଂ, ବତଃ = କର୍ମଣି ୨ୟା । ତେନ, ବୃଦ୍ଧବାନରେଣ = ଅନୁସ୍ତେ କଉଁରି ୩ୟା । ପିପାସାକୁଳେନ, ଭ୍ରମତା, ଦୁଷ୍ଟଗ୍ରାହେଣ, ଅନେନ, ବିଧ, ବାକ୍ସପ୍ରପଞ୍ଚେନ = କରଣେ ୩ୟା । ଭୂପତିନା = ସହ ଯୋଗେ ୩ୟା । ମେ = ସଂପ୍ରଦାନେ ୪ର୍ଥୀ । ତନ୍ମଧ୍ୟାତ୍ = ଅପାଦାନେ ୫ମୀ । ମନୁଷ୍ୟାମାଂ, ତେ = ସମ୍ବନ୍ଧ ୬ଷ୍ଠୀ । ଅନୁଷ୍ଠିତେ = ଭାବେ ସପ୍ତମୀ । ଜଳାନ୍ତେ, ସଲିଳେ, ସରସି = ଅଧୂକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ସମାସାଦିତମ୍ = ସମ୍ + ଆ + ସଦ୍ + ଣିଚ୍ + କ୍ତ । ନିଷ୍କ୍ରମ୍ୟ = ନିଃ + କ୍ରମ୍ + ଲ୍ୟାପ୍ । ପାନୀୟମ୍ = ପା + ଆନୀୟର୍ । ତୁଷ୍ଟୀ = ତ୍ରୁଷ୍ + କ୍ତ । ଶକ୍ତି = ଶକ୍ + ଭିନ୍ । ପ୍ରବିଷ୍ଟ = ପ୍ର + ବିଶ୍ + କ୍ତ । ଲୋଭୟିତ୍ୱ = ଲୁଭ୍ + ଣିଚ୍ + କ୍ଵାଚ୍ । ଶୁଦ୍ଧା = ଶୁ + କ୍ଵାଚ୍ । ଦତ୍ତା = ଦା + ଷ୍ଟ୍ରାଚ୍ ! କର୍ତ୍ତବ୍ୟମ୍ = କୃ + ତଥ୍ୟ।

Text – 17

वानरोऽपि …………………………….. निःसरति।

ଶବ୍ଦାର୍ଥ – ଜନଃ = ଲୋକମାନଙ୍କଦ୍ବାରା । ଯୂଥପ ! = ହେ ଦଳପତି ! କୁତ୍ର = କେଉଁଠାରେ । ଲଜ୍ଜା = ପାଇଲେ । ତିରସ୍କରୋତି = ନିନ୍ଦା କରିଥାଏ । ଗୁପ୍ତତରମ୍ = ଗୋପନୀୟ । ମହରଃ = ବଡ଼ ପୁଷ୍କରିଣୀ । ଧନଦଃ = କୁବେର । ନିମଜ୍ଜତି = ବୁଡ଼େ ବା ଡୁବେ । ନିଃସରତି = ବାହାରେ ।

ଅନୁବାଦ – ବାନର ମଧ୍ଯ ରହାରରେ ନିଜର କଣ୍ଠଦେଶକୁ ସୁଶୋଭିତ କରି ବୃକ୍ଷ ଓ ରାଜପ୍ରାସାଦମାନଙ୍କ ଉପରେ ଭ୍ରମଣ କରିବାରୁ ଲୋକେ ତାହାକୁ ଦେଖୁ ପଚାରିଲେ, ହେ ବାନରଯୂଥପତି ! ତୁମେ ଏତେ କାଳ ହେଲା କେଉଁଠି ଥିଲ ? ଏଡ଼େ ସୁନ୍ଦର ରନ୍ଥମାଳା କେଉଁଠୁ ପାଇଲ ? ଏହାର ତେଜ ସୂର୍ଯ୍ୟକିରଣକୁ ମଧ୍ଯ ତିରସ୍କାର କରୁଛି । ବାନର କହିଲା – ଗୋଟିଏ ଅରଣ୍ୟ ମଧ୍ୟରେ କୁବେରଦ୍ଵାରା ନିର୍ମିତ ଏକ ଅତି ଗୁପ୍ତ ସରୋବର ଅଛି । ରବିବାର ଦିନ ସୂର୍ଯ୍ୟୋଦୟ ସମୟରେ ଯଦି କେହି ଉକ୍ତ ସରୋବରରେ ବୁଡ଼ ପକାଏ ତେବେ ସେ କୁବେରଙ୍କ ପ୍ରସାଦରୁ ଏହିପରି ରନ୍‌ମାଳାରେ କଣ୍ଠକୁ ସୁଶୋଭିତ କରି ଜଳରୁ ବାହାରି ଆସେ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ବାନରୋଽପି = ବାନରଃ + ଅପି । ଜନୈର୍ଦ୍ଧିଷ୍ଟ = ଜନିଃ + ଦୃଷ୍ଟୀ । ପୃଷ୍ଟଣ୍ଟ = ପୃଷ୍ଟୀ + ଚ। ଭବାନିୟନ୍ତମ୍ = ଭବାନ୍ + ଇୟନ୍ତମ୍ । ଭବତେଦୂଗ୍ରନ୍ଥମାଳା = ଭବତା + ଇଦୃକ୍ + ରମାଳା । ସୂର୍ଯ୍ୟମପି = ସୂର୍ଯ୍ୟମ୍ + ଅପି । କୁତ୍ରଚିଦରଣ୍ୟ = କୁତ୍ରଚିତ୍ + ଅରଣ୍ୟ । କଣ୍ଟିନିମମ୍ମତି = କଶ୍ଚିତ୍ + ନିମଜ୍ଜତି ।

ସମାସ – ବୃକ୍ଷପ୍ରାସାଦେଷୁ = ବୃକ୍ଷ ଚ ପ୍ରାସାଦଃ ଚ, ତେଷୁ (ଦ୍ବନ୍ଦ୍ବ) । ମହସରଃ = ମହାନ୍‌ ସରଃ ( କର୍ମଧାରୟ) । ଧନଦନିର୍ମିତମ୍ = ଧନଂ ଦଦାତି ଇତି, ଧନଦଃ (ଉପପଦ ତତ୍‌ପୁରୁଷ), ତେନ ନିର୍ମିତମ୍ (ତୃତୀୟା ତତ୍‌ପୁରୁଷ) । ରବିବାସରେ = ରବି ନାମ ବାସରଃ, ତସ୍ମିନ୍ (ମଧ୍ୟପଦଲୋପୀ କର୍ମଧାରୟ) ।

ସକାରଣବିଭକ୍ତି – ରମାଳାବିଭୂଷିତକଣ୍ଠ, ଭବାନ୍, ଯା, ବାନରଃ, ମହତ୍ଵରଃ, ଯଃ, କଃ = କଉଁରି ୧ମା । ଭୋ ଯୂଥପ ! = ସମ୍ବୋଧନେ ୧ମା । ବାନରଃ = ଅପି ଅବ୍ୟୟ ଯୋଗେ ୧ମା । ରନ୍‌ମାଳା = ଉକ୍ତ କର୍ମଣି ୧୩ । ସୂର୍ଯ୍ୟ, ଗୁପ୍ତତରମ୍ = କର୍ମଣି ୨ୟା । ଜନୈ, ଭବତା = ଅନୁସ୍ତେ କଉଁରି ୩ୟା । ବୃକ୍ଷପ୍ରାସାଦେଷୁ, ଦୀପ୍ତି, ଅରଣ୍ୟ, ରବିବାସରେ = ଅଧିକରଣେ ୭ମୀ । ସୂର୍ଯ୍ୟ, ଅର୍ବୋଦିତେ = ଭାବେ ୭ମୀ ।

ପ୍ରକୃତିପ୍ରତ୍ୟୟ – ଭ୍ରମନ୍ = ଭ୍ରମ୍ + ଶତୃ । ଦୃଷ୍ଟି = ଦୃଶ୍ + କ୍ତ । ପୃଷ୍ଠ = ପ୍ରଚ୍ଛ + କ୍ତ । ସ୍ଥିତଃ = ସ୍ଥା + କ୍ତ । ଲଜ୍ଜା = ଲଭ୍ + ୬ + ଟାପ୍ । ନିର୍ମିତମ୍ = ନିର୍ + ମା + ଲୁ ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Text – 18

अथ भूभुजा तदाकर्ण्य …………………………………. साध्विदमुच्यते-

ଶବ୍ଦାର୍ଥ – ଭୂଭୁଜା = ରାଜା । ତଦାକର୍ଯ୍ୟ = ତାହା ଶୁଣି । ସମାହୂତଃ = ଡକାହେଲା । ସରଃ = ପୁଷ୍କରିଣୀ । କହିଃ = ମାଙ୍କଡ଼ । ପ୍ରତ୍ୟୟଃ = ବିଶ୍ୱାସ । ପ୍ରେଷୟ = ପଠାଅ । ତଚ୍ଛତ୍ମା = ତାହା ଶୁଣି । ନୃପତିଃ = ରାଜା । ଆହ = କହିଲେ । ସପରିଜନଃ = ପରିବାର ସହିତ । ଏଷ୍ୟାମି = ଆସିବି । ପ୍ରଭୃତା = ପ୍ରଚୁର । ତଥାନୁଷ୍ଠିତେ = ସେପରି କରନ୍ତେ । କଳତ୍ର = ପନ୍ଥୀ ।

ଅନୁବାଦ – ଏହାପରେ ରାଜା ଏହା ଶୁଣିପାରି ସେହି ବାନରକୁ ଡାକି ପଚାରିଲେ, ହେ ଯୂଥାଧୂପ ! ଏ କଥା କ’ଣ ସତ୍ୟ ? ରନ୍‌ମାଳାରେ ପରିପୂର୍ଣ୍ଣ ପୁଷ୍କରିଣୀ କେଉଁଠାରେ ଅଛି ? ବାନର କହିଲା, ହେ ପ୍ରଭୁ ! ପ୍ରତ୍ୟକ୍ଷରେ ମୋ ଗଳାରେ ପଡ଼ିଥ‌ିବା ଏହି ରନ୍ଥମାଳା ଦେଖୁ ଆପଣଙ୍କର ବିଶ୍ଵାସ ହେବ । ତେଣୁ ଯଦି ଆପଣଙ୍କର ରନ୍ଧମାଳାର ପ୍ରୟୋଜନ ଥାଏ, ତାହାହେଲେ କାହାକୁ ମୋ ସଙ୍ଗେ ପଠାନ୍ତୁ ଯେ ଦେଖାଇଦେବି । ଏହା ଶୁଣି ରାଜା କହିଲେ, ସେପରି ହେଲେ ମୁଁ ନିଜେ ମୋର ସମସ୍ତ ପରିବାର ସହିତ ଯିବି ଯଦ୍ବାରା ଅନେକ ରନ୍ଥମାଳା ପାଇପାରିବୁ । ବାନର କହିଲା, ହେ ପ୍ରଭୁ ! ଏହିପରି କରନ୍ତୁ । ସେହିପରି କରାଯା’ନ୍ତେ ରନ୍ଗମାଳା ପାଇବା ଲୋଭରେ ରାଜାଙ୍କ ସହିତ ସମସ୍ତ ପନ୍ଥୀ ଓ ଭୃତ୍ୟ ପ୍ରଭୃତି ଚାଲିଲେ । ବାନର ମଧ୍ଯ ରାଜାଙ୍କଦ୍ୱାରା କ୍ରୋଡ଼ରେ ବସାଇ ଅତି ସୁଖରେ ପ୍ରୀତିପୂର୍ବକ ନିଆଗଲା । ଅଥବା ଯଥାର୍ଥରେ କୁହାଯାଇଛି –

ବ୍ୟାକରଣ
ସନ୍ଧିବିଚ୍ଛେଦ – ତଦାକର୍ୟ୍ଯ = ତତ୍ + ଆକର୍ୟ୍ୟ । ପୃଷ୍ଟଶ୍ଚ = ପୃଷ୍ଟୀ + ଚ । ଯୂଥାଧୂପ = ଯୂଥ + ଅଧୂପ । ସତ୍ୟମେତତ୍ = ସତ୍ୟମ୍ + ଏତତ୍ । ସରୋଽ = ସରଃ + ଅସ୍ଥି । କ୍ଵାପି = କୃ + ଅପି । କପିରାହ = କହିଃ + ଆହ । ପ୍ରତ୍ୟୟସ୍ତେ ପ୍ରତ୍ୟୟଃ + ତେ । ତଦ୍ୟଦି = ତତ୍ + ଯଦି । ତନ୍ମୟା = ତତ୍ + ମୟା । କମପି = କମ୍ + ଅପି । ତଛୁଡା଼ = ତତ୍ + ଶୁଦ୍ଧା । ନୃପତିରାହ = ନୃପତିଃ + ଆହ । ଯଦେବମ୍ = ଯଦି + ଏବମ୍ । ତଦହମ୍ = ତତ୍ + ଅହମ୍ । ସ୍ବୟମେଷ୍ୟାମି = ସ୍ବୟମ୍ + ଏଷ୍ୟାମି । ତଥାନୁଷ୍ଠିତେ = ତଥା + ଅନୁଷ୍ଠିତେ । ବାନରୋଽପି = ବାନରଃ + ଅପି । ସ୍ମୋସଙ୍ଗ = ସ୍କୃ + ଉତ୍ସଙ୍ଗ । ପ୍ରୀତିପୂର୍ବମାନୀୟତେ = ପ୍ରୀତିପୂର୍ବମ୍ + ଆନୀୟତେ । ସାଧ‌ିଦମୁଚ୍ୟତେ = ସାଧୁ + ଇଦମ୍ + ଉଚ୍ୟତେ ।

ସମାସ – ଭୂଭୁଜା = ଭୁବଂ ଭୁଜନ୍ତି ଇତି, ତେନ (ଉପପଦ ତତ୍ତ୍ଵପୁରୁଷ) । ଯୂଥାଧୂପ = ପୃଥକ୍ୟ ଅଧ୍ଯ (ଷଷ୍ଠୀ ତତ୍ତ୍ଵପୁରୁଷ) । ମତ୍କଣ୍ଠସ୍ଥିତୟା = ମମ କଣ୍ଠୀ (ଷଷ୍ଠୀ ତତ୍‌ପୁରୁଷ), ତସ୍ମିନ୍ ସ୍ଥିତଃ, ତୟା (ସପ୍ତମୀ ତତ୍ତ୍ଵପୁରୁଷ) । ନୃପତିଃ = ନୃଣା ପତିଃ (ଷଷ୍ଠୀ ତତ୍ତ୍ଵପୁରୁଷ) । ସପରିଜନଃ = ପରିଜନେନ ସହ ବର୍ତ୍ତମାନଃ (ସହାର୍ଥ ବହୁବ୍ରୀହିଃ) । ଭୂପତିନା = ଭୁବ ପତିଃ, ତେନ (ଷଷ୍ଠୀ ତତ୍‌ପୁରୁଷ) । ରମାଳାଲୋଭେନ = ରସ୍ୟ ମାଳା (ଷଷ୍ଠୀ ତତ୍‌ପୁରୁଷ), ତସ୍ୟା ଲୋଭଃ, ତେନ (ସପ୍ତମୀ ତତ୍ତ୍ଵପୁରୁଷ) । କଳତ୍ରଭୃତି = କଳରଂ ଚ ଭୃତ୍ୟ ଚ, ତେ (ଦ୍ବନ୍ଦ୍ବ) । ସ୍ମୋସଙ୍ଗ = ସ୍ୱସ୍ୟ ଉତ୍ସଙ୍ଗ ( ଷଷ୍ଠୀ ତତ୍‌ପୁରୁଷ) ।

ସକାରଣବିଭକ୍ତି – କିଂ, ସତ୍ୟ, ଏତତ୍, ସରଃ, କପି, ଏଷ, ନୃପତିଃ, ଅହଂ, ସପରିଜନଃ, ପ୍ରଭୃତା, ରମାଳା, ବାନରଃ, ସର୍ବେ, କଳତ୍ରଭୃତ୍ୟା = କର୍ଭରି ୧ ମା । ଭୋ !, ଯୂଥାଧୂପ !, ସ୍ବାମିନ୍ ! = ସମ୍ବୋଧନେ ୧ମା । ବାନରଃ = ଅପି ଅବ୍ୟୟ ଯୋଗେ ୧ମା । ସ୍ୱ, ବାନରଃ, ସ୍ଵସ୍ଵଭଙ୍ଗ, ଆରୋପିତଃ = ଉକ୍ତ କର୍ମଣି ୧ ମା । ଭୂଭୁଜା, ରାଜ୍ଞା = ଅନୁସ୍ତେ କଉଁରି ୩ୟା । ପ୍ରତ୍ୟକ୍ଷତୟା, ମତ୍କଣ୍ଠସ୍ଥିତୟା, ରନ୍‌ମାଳୟା, ରନ୍‌ମାଳାଲୋଭେନ, ଦୋଳାଧ୍ଵରୂଢ଼େନ, ଯେନ = କରଣେ ୩ୟା । ସୁଖେନ = ପ୍ରକୃତ୍ୟାଦିତ୍ୟ ଉପସଂଖ୍ୟାନମ୍ ଯୋଗେ ୩ୟା । ମୟା, ଭୂପତିନା = ସହ ଯୋଗେ ୩ୟା । ଅନୁଷ୍ଠିତେ = ଭାବେ ୭ମୀ ।

ପ୍ରକୃତି ପ୍ରତ୍ୟୟ – ଆକର୍ୟ୍ଯ = ଆ + କର୍ଣ୍ଣ + ଲ୍ୟାପ୍ । ସମାହୂତଃ = ସମ୍ + ଆ + ହେ + କ୍ତ । ପୃଷ୍ଟୀ = ପ୍ରଚ୍ଛ + କ୍ତ । ସତ୍ୟମ୍ = ସତ୍ + ଯତ୍ । ଶୁଦ୍ଧା = ଶୁ + ସ୍କାଚ୍ । ଲୋଭଃ = ଲୁଭ୍ + ଘଞ୍ଚେ । ପ୍ରସ୍ଥିତଃ = ପ୍ର + ସ୍ଥା + କ୍ତ ।

Text – 19

ଶ୍ଳୋକ :
तृष्णे देवि नमस्तुभ्यं यया वित्तान्विता अपि।
अकृत्येषु नियोज्यन्ते भ्राम्यन्ते दुर्गमेष्वपि ॥ ८ ॥

ତୃଷେ ଦେବି ନମସ୍ତୁଭ୍ୟ ଯୟା ବିଭାନ୍ବିତା ଅପି ।
ଅକୃତ୍ୟେଷୁ ନିୟୋଜ୍ୟନ୍ତେ ଭ୍ରାମ୍ୟନ୍ତେ ଦୁର୍ଗମେଶ୍ୱପି ॥ ୮॥

ଅନ୍ବୟ – ତୃଷେ ଦେବି ! ତୁଭ୍ୟ ନମଃ । ବିଭାନ୍ବିତା ଅପି ଯୟା ଅକୃତ୍ୟେଷୁ ନିୟୋଜ୍ୟନ୍ତେ ଦୁର୍ଗମେଷୁ ଅପି ଭ୍ରାମ୍ୟନ୍ତେ ।

ଶବ୍ଦାର୍ଥ – ତୁଭ୍ୟମ୍‌ = ତୁମକୁ । ବିଭାନ୍ବିତା = ଧନବନ୍ତ ଲୋକମାନେ । ଅପି = ମଧ୍ୟ । ଯୟା = ଯାହାଦ୍ୱାରା । ଅକୃତ୍ୟେଷୁ = ଅକରଣୀୟ କାର୍ଯ୍ୟରେ । ନିୟୋଜ୍ୟନ୍ତେ = ନିଯୁକ୍ତ ହୋଇଥା’ନ୍ତି । ଦୁର୍ଗମେଷୁ = ଦୁର୍ଗମ ସ୍ଥାନରେ । ଗ୍ରାମ୍ୟନ୍ତେ = ଭ୍ରମଣ କରିଥା’ନ୍ତି ।

ଅନୁବାଦ – ହେ ତୃଷ୍ଣାଦେବି ! ତୁମକୁ ନମସ୍କାର । ଯାହାଙ୍କଦ୍ୱାରା ଧନ୍ତବନ୍ତ ଲୋକମାନେ ମଧ୍ୟ ଅକରଣୀୟ କାର୍ଯ୍ୟରେ ନିୟୋଜିତ ହୋଇଥା’ନ୍ତି ଓ ଦୁର୍ଗମ ସ୍ଥାନରେ ମଧ୍ୟ ଭ୍ରମଣ କରିଥା’ନ୍ତି ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ନମସ୍ତୁଭ୍ୟମ୍ = ନମଃ + ତୁଭ୍ୟମ୍ । ବିଭାନ୍ବିତା = ବିତ୍ତ + ଅନ୍ବିତା । ଦୁର୍ଗମେଷ୍ଠପି = ଦୁର୍ଗମେଷୁ + ଅପି ।

ସମାସ – ବିଭାନ୍ବିତଃ = ବିଭେନ ଅଦ୍ଵିତଃ, ତେ (ତୃତୀୟା ତତ୍‌ପୁରୁଷ) । ଅକୃତ୍ୟେଷୁ = କୃତ୍ୟ, ତେଷୁ (ନଞ୍ଜ୍ ତପୁରୁଷ) ।

ସକାରଣବିଭକ୍ତି – ବିଭାନ୍ବିତା = ଉକ୍ତ କର୍ମଣି ୧ମା । ତୃଷେ, ଦେବି ! = ସମ୍ବୋଧନେ ୧ମା । ତୁଭ୍ୟମ୍ = ନମଃ ଯୋଗେ ୪ର୍ଥୀ । ଅକୃତ୍ୟେଷୁ, ଦୁର୍ଗମେଷୁ = ଅଧିକରଣେ ୭ମୀ ।

Text – 20

ଶ୍ଳୋକ :
तथाच – इच्छति शती सहस्रं सहस्री लक्षमीहते।
लक्षाधिपस्तथा राज्यं राज्यस्थः स्वर्गमीहते ॥ ९ ॥

ତଥା ଚ – ଇଚ୍ଛତି ଶତୀ ସହସ୍ର ସହସ୍ତୀ ଲକ୍ଷମୀହତେ ।
ଲକ୍ଷାଧୂପସ୍ତଥା ରାଜ୍ୟ ରାଜ୍ୟସ୍ଥ ସ୍ୱର୍ଗମୀହତେ ॥ ୯ ॥

ଅନ୍ୱୟ – ଶତୀ ସହସ୍ର ଇଚ୍ଛତି, ସହସ୍ତୀ ଲକ୍ଷମ୍ ଈହତେ ତଥା ଲକ୍ଷାଧୂପଃ ରାଜ୍ୟ (ଈହତେ), ରାଜ୍ୟସ୍ଥ ସ୍ବର୍ଗମ୍ ଈହତେ । ଶବ୍ଦାର୍ଥ – ଶତୀ = ଶତମୁଦ୍ରାର ଅଧିକାରୀ । ସହସ୍ରମ୍ = ହଜାରକୁ । ଇଚ୍ଛତି = ଇଚ୍ଛାକରେ । ଈହତେ = ଇଚ୍ଛାକରେ । ରାଜ୍ୟସ୍ଥ = ରାଜପଦରେ ପ୍ରତିଷ୍ଠିତ।

ଅନୁବାଦ – ସେହିପରି – ଯେ ଶତମୁଦ୍ରାର ଅଧିକାରୀ, ସେ ସହସ୍ର ପାଇବାକୁ ଇଚ୍ଛାକରେ, ‘ଯାହାର ସହସ୍ର ମୁଦ୍ରା ଅଛି ସେ ଲକ୍ଷମୁଦ୍ରା କାମନା କରୁଅଛି । ପୁନଶ୍ଚ ଯେ ଲକ୍ଷାଧୂପତି ସେ ରାଜ୍ୟ ଅଭିଳାଷ କରୁଅଛି ଓ ଯେ ରାଜପଦରେ ପ୍ରତିଷ୍ଠିତ ହୋଇଅଛି ସେ ସ୍ୱର୍ଗକାମନା କରୁଅଛି ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ଲକ୍ଷମିଚ୍ଛତି = ଲକ୍ଷମ୍ + ଇଚ୍ଛତି । ଲକ୍ଷାଧ୍ଵସ୍ତଥା = ଲକ୍ଷାଧୂପଃ + ତଥା । ସ୍ୱର୍ଗମୀହତେ = ସ୍ବର୍ଗମ୍ + ଈହତେ ।

ସମାସ – ଶତୀ = ଶତମ୍ ଇଚ୍ଛତି ଇତି (ଉପପଦ ତତ୍ତ୍ଵପୁରୁଷ) । ସହସ୍ତୀ = ସହସ୍ରମ୍ ଇଚ୍ଛତି ଇତି (ଉପପଦ ତତ୍ତ୍ଵପୁରୁଷ ) । ରାଜ୍ୟସ୍ଥ = ରାଜ୍ୟ ତିଷ୍ଠତି ଇତି (ଉପପଦ ତତ୍‌ପୁରୁଷ) ।

ସକାରଣବିଭକ୍ତି – ଶତୀ, ସହସ୍ତୀ, ଲକ୍ଷାଧୂପ, ରାଜ୍ୟସ୍ଥ = କଉଁରି ୧ ମା । ସହସ୍ର, ଲକ୍ଷମଂ, ରାଜ୍ୟ, ସ୍ଵର୍ଗମ୍ = କର୍ମଣି ୨ୟା ।

Text – 21

ଶ୍ଳୋକ :
तथा च- जीर्य्यन्ते जीर्य्यतः केशा दन्ता जीर्य्यन्ति जीर्य्यतः ।
जीर्य्यतश्चक्षुषी श्रोत्रे तृष्णेका तरुणायते ॥ १० ॥

ଜୀର୍ଯ୍ୟନ୍ତେ ଜୀର୍ଯ୍ୟତଃ କେଶ ଦନ୍ତା ଜୀର୍ଯ୍ୟନ୍ତ ଜୀର୍ଯ୍ୟତଃ ।
ଜୀର୍ଯ୍ୟତଣ୍ଢ କ୍ଷୁଷୀ ଶ୍ରୋତ୍ରେ ତୃଷ୍ଣିକା ତରୁଣାୟତେ ॥ ୧୦ ||

ଅନ୍ବୟ – ଜୀର୍ଯ୍ୟତଃ କେଶା ଜୀର୍ଯ୍ୟନ୍ତେ, ଜୀର୍ଯ୍ୟତଃ ଦନ୍ତା ଜୀର୍ଯ୍ୟନ୍ତ । କୀର୍ଯ୍ୟତଃ ଚକ୍ଷୁଷୀ (ଜୀର୍ଯ୍ୟନ୍ତେ) (ଜୀର୍ଯ୍ୟତଃ) ଶ୍ରୋତ୍ରେ (କୀର୍ଯ୍ୟନ୍ତି) । ଏକା ତ୍ରିଷ୍ଣା ତରୁଣାୟତେ ।

ଶବ୍ଦାର୍ଥ – କୀର୍ଯ୍ୟତଃ = ଜରାକ୍ରାନ୍ତ ବ୍ୟକ୍ତିର । କୀର୍ଯ୍ୟନ୍ତେ = ଶୁକ୍ଳ ହୋଇଯାଏ । ତରୁଣାୟତେ ତରୁଣ ହୋଇଥାଏ ।

ଅନୁବାଦ – ଜରାକ୍ରାନ୍ତ ବ୍ୟକ୍ତିର କେଶ ଶୁକ୍ଳ ହୋଇଯାଏ, ଦନ୍ତଗୁଡ଼ିକ ଝଡ଼ିପଡ଼ନ୍ତି, ଚକ୍ଷୁ ଦୃଷ୍ଟିଶକ୍ତି ହରାଏ, କର୍ଷ ଶୁଣିପାରେ ନାହିଁ, କିନ୍ତୁ କେବଳ ତୃଷ୍ଣା ହିଁ ତରୁଣ ହୋଇଥାଏ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ଜୀର୍ଯ୍ୟତଶ୍ଚକ୍ଷୁଷୀ = ଜୀର୍ଯ୍ୟତଃ + ଚକ୍ଷୁଷୀ । ତୃଷ୍ଣିକା = ତୃଷ୍ଣା + ଏକା ।

ସକାରଣବିଭକ୍ତି – କେଶଃ, ଦନ୍ତା, ଏକା, ତୃଷ୍ଣା = କଉଁରି ୧ ମା । ଜୀର୍ଯ୍ୟତଃ = ସମ୍ବନ୍ଧ ୬ଷ୍ଠୀ । ଚକ୍ଷୁଷୀ, ଶ୍ରୋତ୍ରେ = ଅଧିକରଣେ ୭ମୀ ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Text – 22

अथ तत्सरः ………………………………….. दर्शयामि।

ଶବ୍ଦାର୍ଥ – ଅଥ = ଏହାପରେ । ସମାସାଦ୍ୟ = ନିକଟରେ ପହଞ୍ଚି । ପ୍ରତ୍ୟୁଷ = ପ୍ରଭାତ । ଉବାଚ = କହିଲା । ଅପି = ମଧ୍ୟ । ଏବ = ହିଁ । ଯେନ = ଯଦ୍ବାରା । ଆସାଦ୍ୟ = ପାଇ । ପ୍ରଭୂତଃ = ପ୍ରଚୁର ।

ଅନୁବାଦ – ଏହାପରେ ସେହି ପୁଷ୍କରିଣୀ ନିକଟରେ ପହଞ୍ଚି ବାନର ପ୍ରଭାତ ସମୟରେ ରାଜାଙ୍କୁ କହିଲା । ହେ ମହାରାଜ ! ଏଠାରେ ଅଧେ ସୂର୍ଯ୍ୟୋଦୟ ହେଲାବେଳକୁ ଯେଉଁମାନେ ଏହି ପୁଷ୍କରିଣୀରେ ପ୍ରବେଶ କରନ୍ତି, ସେମାନେ ସିଦ୍ଧିଲାଭ କରନ୍ତି । ତେଣୁ ସମସ୍ତ ଲୋକ ଏକାଠି ହିଁ ପ୍ରବେଶ କରନ୍ତୁ, ପୁନଶ୍ଚ ତୁମେ ମୋ ସହିତ ପ୍ରବେଶ କରିବ, ତାହାହେଲେ ମୁଁ ଆପଣଙ୍କୁ ପୂର୍ବଦୃଷ୍ଟ ସ୍ଥାନକୁ ନେଇ ପ୍ରଚୁର ରତ୍ନମାଳା ଦେଖାଇଦେବି ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ସମାସାଦ୍ୟ = ସମ୍ + ଆସାଦ୍ୟ । ରାଜାନମୁବାଚ = ରାଜାନମ୍ + ଉବାଚ । ଅର୍ଥୋଦିତେ = ଅର୍ଷ + ଉଦିତେ । ସୂର୍ଯ୍ୟତ୍ର = ସୂର୍ଯ୍ୟୋ + ଅତ୍ର । ସିଦ୍ଧିର୍ଭବତି = ସିଦ୍ଧି + ଭବତି । ସର୍ବୋଽପି = ସର୍ବ + ଅପି । ଏକଦୈବ = ଏକଦା + ଏବ । ପୁନର୍ମୟା = ପୁନଃ + ମୟା । ପ୍ରଭୃତ୍ୟସ୍ତେ = ପ୍ରଭୂତଃ + ତେ ।

ସମାସ – ପୂର୍ବଦୃଷ୍ଟ = ପୂର୍ବ ଦୃଷ୍ଟ (କର୍ମଧାରୟ) ।

ସକାରଣବିଭକ୍ତି – ସରଃ, ବାନରଃ, ସିଦ୍ଧା, ଜନଃ = କଉଁରି ୧ ମା । ଦେବ ! = ସମ୍ବୋଧନେ ୧ମା । ସର୍ବ = ଅପି ଅବ୍ୟୟ ଯୋଗେ ୧ମା । ରାଜାନମ୍, ସ୍ଥାନମ୍, ରତ୍ନମାଳା = କର୍ମଣି ୨ୟା । ଯେନ = କରଣେ ୩ୟା । ତୃୟା = ଅନୁକ୍ତ କର୍ଜରି ୩ୟା । ମୟା = ସହ ଯୋଗେ ୩ୟା । ତେ = ସଂପ୍ରଦାନେ ୪ର୍ଥୀ । ପ୍ରବିଷ୍ଟାନାମ୍ = ସମ୍ବନ୍ଧ ୬ଷ୍ଠୀ । ପ୍ରତ୍ୟୁଷସମୟେ = ଅଧିକରଣେ ୭ମୀ । ଅର୍ଥୋଦିତେ, ସୂର୍ଯ୍ୟ = ଭାବେ ୭ମୀ ।

ପ୍ରକୃତିପ୍ରତ୍ୟୟ – ସମାସାଦ୍ୟ = ସମ୍ + ଆ + ସଦ୍ + ଲ୍ୟାପ୍ । ସିଦ୍ଧି = ସିଧ୍ + ଭିନ୍ । ପ୍ରବେଷ୍ଟବ୍ୟମ୍ = ପ୍ର + ବିଶ୍ + ତବ୍ୟମ୍ । ଦୃଷ୍ଟି = ଦୃଶ୍ + କ୍ତ । ସ୍ଥାନମ୍ = ସ୍ଥା + ଲୁଟ୍ ।

Text – 23

अथ प्रबिष्टास्तेः ………………………… नात्र प्रवेशितः।

ଶବ୍ଦାର୍ଥ – ତଚ୍ଛତ୍ମା = ତାହା ଶୁଣି । ସତୁରମ୍ = ଶୀଘ୍ର । ଆରୁହ୍ୟ = ଚଢ଼ି । ପରିଜନଃ = ପରିବାର ଲୋକେ, ଆତ୍ମୀୟ ଜନ । ବୈରମ୍ = ଶତ୍ରୁ । ମତ୍ସ୍ୟ = ମନେକରି ।

ଅନୁବାଦ – ଏହାପରେ (ଜଳ ମଧ୍ୟରେ) ପ୍ରବେଶ କରିଥିବା ସେହି ସମସ୍ତ ଲୋକମାନଙ୍କୁ ରାକ୍ଷସ ଭକ୍ଷଣ କଲା । ଏହାପରେ ବହୁସମୟ ପର୍ଯ୍ୟନ୍ତ ସେମାନେ ନ ଫେରିବାରୁ ରାଜା ବାନରକୁ କହିଲେ– ଆହେ ଦଳପତି ! ମୋର ଲୋକମାନେ ଏତେ ବିଳମ୍ବ କରୁଛନ୍ତି କାହିଁକି ? ତାହା ଶୁଣି ବାନର ଅତିଶୀଘ୍ର ଗଛକୁ ଚଢ଼ିଯାଇ ରାଜାଙ୍କୁ କହିଲା– ଆହେ ଦୁଷ୍ଟ ରାଜା ! ରାକ୍ଷସ ଜଳ ମଧ୍ୟରେ ତୁମର ସମସ୍ତ ପରିଜନଙ୍କୁ ଭକ୍ଷଣ କରିଛି, କୁଳକ୍ଷୟଜନିତ ଶତ୍ରୁତା ମୋଦ୍ଵାରା ସାଧୁତ ହୋଇଛି । ତେଣୁ ଏବେ ଯାଅ । ତୁମେ ମୋର ପ୍ରଭୁ ଅଟ ବୋଲି ତୁମକୁ ଜଳ ମଧ୍ୟରେ ପ୍ରବେଶ କରାଇଲି ନାହିଁ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ପ୍ରବିଷ୍ଟାସ୍ତେ = ପ୍ରବିଷ୍ଟା + ତେ । ବାନରମାହ = ବାନରମ୍ + ଆହ । ପୃଥାଧୂପ = ଯୂଥ + ଅଧୂପ । କିମିତି = କିମ୍ + ଇତି । ତଚ୍ଛତ୍ମା = ତତ୍ + ଶୁଦ୍ଧା । ବୃକ୍ଷମାରୁହ୍ୟ = ବୃକ୍ଷମ୍ + ଆରୁହ୍ୟ । ରାଜାନମୁବାଚ = ରାଜାନମ୍ + ଉବାଚ । ରାକ୍ଷସେନାରଃ = ରାକ୍ଷସେନ + ଅନ୍ତଃ । ଋକ୍ଷିତସ୍ତେ = ଊକ୍ଷିତଃ + ତେ । ତଦ୍‌ଗମ୍ୟତାମ୍ = ତତ୍ + ଗମ୍ୟତାମ୍ । ସ୍ଵାମୀତି = ସ୍ଵାମୀ + ଇତି । ନାତ୍ର = ନ + ଅତ୍ର ।

ସମାସ – ନରପତେ ! = ନରାନାଂ ପତିଃ, ସମ୍ବୋଧନେ ( ଷଷ୍ଠୀ ତତ୍‌ପୁରୁଷ) । କୁଳକ୍ଷୟଜମ୍ = କୁଳସ୍ୟ କ୍ଷୟଂ (ଷଷ୍ଠୀ ତତ୍‌ପୁରୁଷ) ତସ୍ମିନ୍ ଜାୟତେ ଇତି (ଉପପଦ ତତ୍ତ୍ଵପୁରୁଷ) ।

ସକାରଣବିଭକ୍ତି – ରାଜା, ଜନଃ, ବାନରଃ, ତ୍ଵମ୍ = କଉଁରି ୧ ମା । ତେ, ଲୋକା, ସର୍ବେ, ପରିଜନଃ, କୁଳକ୍ଷୟଜମ୍, ବୈରମ୍ = ଉଲ୍ଲେ କର୍ମଣି ୧ ମା । ଭୋ ଯୂଥାଧୂପ !, ଭୋ ଦୁଷ୍ଟନରପତେ ! = ସମ୍ବୋଧନେ ୧ମା । ବାନରମ୍, ବୃକ୍ଷମ୍, ରାଜାନମ୍ = କର୍ମଣି ୨ୟା । ସତ୍ଵରମ୍ = କ୍ରିୟା ବିଶେଷଣେ ୨ୟା । ରାକ୍ଷସେନ, ସଲିଳସ୍ଥିତେନ, ମୟା = ଅନୁସ୍ତେ କଉଁରି ୩ୟା । ମେ = ସମ୍ବନ୍ଧ ୬ଷ୍ଠୀ । ତେଷୁ, ଚିରାୟମାଶେଷୁ = ଭାବେ ୭ମୀ ।

ପ୍ରକୃତିପ୍ରତ୍ୟୟ – ପ୍ରବିଷ୍ଟ = ପ୍ର + ବିଶ୍ + କ୍ତ । ଶୁଦ୍ଧା = ଶୁ + କ୍ଳାଚ୍ । ଆରୁନ୍ୟ = ଆ + ରୁହ୍ + ଲ୍ୟାପ୍ । ଦୁଷ୍ଟ ଦୁଷ୍ + କ୍ତ । ସାଧୁମ୍ = ସାଧ୍ + ଣିଚ୍ + କ୍ତ । ମତ୍ସ୍ୟ = ମନ୍ + ସ୍କାଚ୍ ।

Text – 24

ଶ୍ଳୋକ :
उक्तं च-
कृते प्रतिकृतिं कुर्य्यात् हिंसिते प्रतिहिंसितम्।
न तत्र दोषं पश्यामि दुष्टे दुष्टं समाचरेत् ॥ ११ ॥

କୃତେ ପ୍ରତିକୃତଂ କୁର୍ଯ୍ୟାତ୍ ହିଂସିତେ ପ୍ରତିହିଂସିତମ୍ ।
ନ ତତ୍ର ଦୋଷ ପଶ୍ୟାମି ଦୁଷ୍ଟ ଦୁଷ୍ଟ ସମାଚରେତ୍ || ୧୧ ||

ଅନ୍ବୟ – କୃତେ ପ୍ରତିକୃତଂ କୁର୍ଯ୍ୟାତ୍ ହିଂସିତେ ପ୍ରତିହିଂସିତଂ (କୁର୍ଯ୍ୟାତ୍‌) । ଦୁଷ୍ଟ ଦୁଷ୍ଟ ସମାଚରେତ୍ ତତ୍ର ଦୋଷ ନ ପଶ୍ୟାମି ।

ଶବ୍ଦାର୍ଥ – କୃତେ = ଉପକାରରେ । ପ୍ରତିକୃତିମ୍ = ପ୍ରତ୍ୟୁପକାର । କୁର୍ଯ୍ୟାତ୍ = କରିବା ଉଚିତ । ସମାଚରେତ୍ = ସମ୍ୟକ୍ ଆଚରଣ କରିବା ଉଚିତ।

ଅନୁବାଦ – କେହି ଉପକାର କଲେ ତା’ର ପ୍ରତ୍ୟୁପକାର ଓ ଅପକାର କଲେ ତା’ର ପ୍ରତ୍ୟପକାର କରିବା ଉଚିତ, କେହି ହିଂସା କଲେ ତା’ର ପ୍ରତିହିଂସା କରିବା ଉଚିତ । ଦୁଷ୍ଟ ସହିତ ଦୁଷ୍ଟ ଆଚରଣ କରିବା ଉଚିତ । ଏଥ‌ିରେ (ମୁଁ) କୌଣସି ଦୋଷ ଦେଖୁନାହିଁ ।

ବ୍ୟାକରଣ
ସକାରଣବିଭକ୍ତି – ଦୁଷ୍ଟ, ପ୍ରତିକୃତି, ପ୍ରତିହିଂସିତାଂ, ଦୋଷମ୍ = କର୍ମଣି ୨ୟା । କୃତେ, ହିଂସିତେ, ଦୁଷ୍ଟ = ଅଧିକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – କୃତିମ୍ = କୃ + ସ୍କ୍ରିନ୍ । ଦୋଷମ୍ = ଦୁଷ୍ + ଘଞ୍ଜ୍ । ଦୁଷ୍ଟମ୍ = ଦୁଷ୍ + କ୍ତ ।

Text – 25

तत्त्वया ……………………………. सानन्दमिदमाह-

ଶବ୍ଦାର୍ଥ – କୁଳକ୍ଷୟଃ = ବଂଶନାଶ । ପୁନଃ = ପୁଣି । ଆକର୍ୟ୍ଯ = ଶୁଣି । ଶୋକାବିଷ୍ଟ = ମନଦୁଃଖରେ । ଯଥାଯାତମାର୍ଗେଣ = ଯେଉଁ ବାଟରେ ଯାଇଥିଲେ । ନିଷ୍ଠାନ୍ତଃ = ଫେରିଲେ । ତୃପ୍ତ = ଆନନ୍ଦିତ ହେଲା । ନିଷ୍କ୍ରମ = ବାହାରି । ସାନନ୍ଦମ୍ = ଆନନ୍ଦର ସହିତ । ଆହ = କହିଲା ।

ଅନୁବାଦ – ତୁ ମୋର ବଂଶନାଶ କରିଥିଲୁ, ମୁଁ ସେହିପରି ତୋର ବଂଶନାଶ କଲି । ଏହା ଶୁଣି ରାଜା କୋପାବିଷ୍ଟ ହୋଇ ପାଦରେ ଚାଲି ଚାଲି ଯେଉଁ ମାର୍ଗରେ ଆସିଥିଲେ ସେହି ମାର୍ଗରେ ଫେରିଗଲେ । ରାଜା ଚାଲିଯିବା ପରେ ରାକ୍ଷସ ତୃପ୍ତ ହୋଇ ଜଳ ମଧ୍ୟରୁ ବାହାରି ଆନନ୍ଦରେ କହିଲା –

ବ୍ୟାକରଣ
ସନ୍ଧିବିଚ୍ଛେଦ – ପୁନସ୍ତବେତି = ପୁନଃ + ତବ + ଇତି । ଅଥୈତଦାକର୍ୟ୍ଯ = ଅଥ + ଏତତ୍ + ଆକର୍ଯ୍ୟ । ଶୋକାବିଷ୍ଟ = ଶୋକ + ଆଦିଷ୍ଟ । ପଦାତିରେକାକୀ = ପଦାତିଃ + ଏକାକୀ। ରାକ୍ଷସପ୍ତା = ରାକ୍ଷତଃ + ତୃପ୍ତ । ଜଳାନିଷ୍କ୍ରମ୍ୟ ଜଳାତ୍ + ନିଷ୍କ୍ରମ । ସାନନ୍ଦମିଦମାହ = ସାନନ୍ଦମ୍ + ଇଦମ୍ + ଆହ ।

ସମାସ – କୁଳକ୍ଷୟୀ = କୁଳସ୍ୟ କ୍ଷୟଃ ( ଷଷ୍ଠୀ ତତ୍‌ପୁରୁଷ) । ଶୋକାବିଷ୍ଟ = ଶୋକେନ ଆବିଷ୍ଟୀ (ତୃତୀୟା ତତ୍ତ୍ଵପୁରୁଷ) । ସାନନ୍ଦମ୍ = ଆନନ୍ଦେନ ସହ ବର୍ତ୍ତମାନମ୍ ( ସହାର୍ଥ ବହୁବ୍ରୀହିଃ) ।

ସକାରଣବିଭକ୍ତି – ରାଜା, ଶୋକାବିଷ୍ଟ, ପଦାତିଃ, ଏକାକୀ, ରାକ୍ଷସ = କଉଁରି ୧ ମା । କୁଳକ୍ଷୟ = ଉକ୍ତ କର୍ମଣି ୧ମା । ତୃୟା, ମୟା = ଅନୁସ୍ତେ କଉଁରି ୩ୟା । ମାର୍ଗଣ = ମାର୍ଗବାଚକ ଶବ୍ଦଯୋଗେ ୩ୟା । ଜଳାତ୍ = ଅପାଦାନେ ୫ମୀ । ତସ୍ମିନ୍, ଭୂପତୌ, ଗତେ = ଭାବେ ୭ମୀ।

ପ୍ରକୃତିପ୍ରତ୍ୟୟ – କୃତଃ = କୃ + କ୍ତ । ଆକର୍ୟ୍ଯ = ଆ + କର୍ଣ୍ଣ + ଲ୍ୟାପ୍ । ଆବିଷ୍ଟ = ଆ + ବିଶ୍ + କ୍ତ । ନିଦ୍ରାତଃ = ନିଃ + କ୍ରମ୍ + କ୍ତ । ତୃପ୍ତ = ତୃପ୍ + କ୍ତ । ନିଷ୍କ୍ରମ୍ୟ = ନିଃ + କ୍ରମ୍ + ଲ୍ୟାପ୍ ।

CHSE Odisha Class 11 Sanskrit Optional Solutions Chapter 4 ଚନ୍ଦ୍ରଭୂପତିକଥା

Text – 26

हतः शत्रुः कृतं मित्रं रत्नमाला न हारिता ।
नानास्वादितं तोयं साधु भो बटवानर ! ॥ १२ ॥

ହତଃ ଶତ୍ରୁ କୃତଂ ମିରଂ ରତ୍ନମାଳା ନ ହାରିତା ।
ନାଳେନାସ୍ୱାଦିତଂ ତୋୟଂ ସାଧୁ ଭୋ ବଟବାନର ! ॥ ୧୨ ॥

ଅନ୍ୱୟ – ଭୋ ବଟବାନର ! ସାଧୁ, ନାଳେନ ତୋୟମ୍ ଆସ୍ବାଦିତଂ, ଶତଃ ହତଃ, ମିତ୍ର କୃତମ୍, ରତ୍ନମାଳା ନ ହାରିତା (ଚ୍ଚ)।

ଶବ୍ଦାର୍ଥ – ସାଧୁ = ଉତ୍ତମ ବା ଧନ୍ୟ । ନାଳେନ = ପଦ୍ମନାଡ଼ଦ୍ଵାରା । ତୋୟମ୍ = ଜଳ । ଆସ୍ଵାଦିତମ୍ = ପିଇଅଛି । ହତଃ = ମରାଯାଇଛି । ନ ହାରିତା = ହରାଇ ନାହିଁ ।

ଅନୁବାଦ – ହେ ବାନର ତୁମେ ଧନ୍ୟ ! ପଦ୍ମନାଡ଼ ସାହାଯ୍ୟରେ ଜଳ ପିଇ ତୁମ ଶତ୍ରୁକୁ ବିନାଶ କରିଅଛ । ମୋତେ ମିତ୍ର କରିପାରିଛି ଓ ରତ୍ନମାଳାକୁ ମଧ୍ଯ ହରାଇ ନାହଁ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ନାଳେନାସ୍ୱାଦିତମ୍ = ନାଜେନାସ୍ୱାଦିତମ୍ = ନାଳେନ + ଆସ୍ଵାଦିତମ୍ ।

ସମାସ – ରତ୍ନମାଳା = ରତ୍ନସ୍ୟ ମାଳା (ଷଷ୍ଠୀ ତତ୍‌ପୁରୁଷ) ।

ସକାରଣବିଭକ୍ତି – ଭୋ ବଟବାନର ! , ସାଧୁ ! = ସମ୍ବୋଧନେ ୧ମା । ଶତ୍ରୁ, ମିତ୍ର, ରତ୍ନମାଳା = ଉକ୍ତ କର୍ମଣି ୧ ମା । ଆସ୍ଵାଦିତଂ, ତୋୟମ୍ = କର୍ମଣି ୨ୟା । ନାଜେନ = କରଣେ ୩ୟା ।

ପ୍ରକୃତିପ୍ରତ୍ୟୟ – ହତଃ = ହନ୍ + କ୍ତ । କୃତମ୍ = କୃ + କ୍ତ । ହାରିତା = ଦୃ + ଣିଚ୍ + କ୍ତ + ଟାପ୍ ।

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ

Odisha State Board BSE Odisha 8th Class Geography Solutions Chapter 5 ମାନବ ସମ୍ବଳ Textbook Exercise Questions and Answers.

BSE Odisha Class 8 Geography Solutions Chapter 5 ମାନବ ସମ୍ବଳ

1. ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ପ୍ରାୟ 40 ଟି ଶବ୍ଦ ମଧ୍ଯରେ ଉତ୍ତର ଦିଅ ।

(i) ଲୋକମାନଙ୍କୁ କାହିଁକି ସମ୍ବଳ କୁହାଯାଏ ?
Answer:

  • ଲୋକମାନେ ସେମାନଙ୍କର ଆବଶ୍ୟକତା ଓ ସାମର୍ଥ୍ୟ ଭିତ୍ତିରେ ପ୍ରାକୃତିକ ପଦାର୍ଥକୁ ସମ୍ବଳରେ ପରିଣତ କରିଥାନ୍ତି ।
  • ମାନବ ନିଜର ଶିକ୍ଷା, ବୟସ, ଜ୍ଞାନ, ଦକ୍ଷତା ଓ କୌଶଳର ବିନିଯୋଗ ବଳରେ ସମ୍ବଳକୁ ବିକଶିତ କରେ । ତେଣୁ ମାନବ ହେଉଛି ପ୍ରାଥମିକ ସମ୍ବଳ ।

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ

(iii) ପୃଥ‌ିବୀରେ ଜନସଂଖ୍ୟା ବିତରଣରେ ଅସମାନତା ଦେଖାଯାଏ କାହିଁକି ?
Answer:
ପୃଥ‌ିବୀରେ ଜନସଂଖ୍ୟା ବିତରଣରେ ଅସମାନତା ଦେଖାଯାଏ । କାରଣ –

  • ଜନସଂଖ୍ୟାକୁ ପ୍ରଭାବିତ କରୁଥିବା କାରକଗୁଡ଼ିକ; ଯଥା – ଭୂମିରୂପ, ଜଳବାୟୁ, ମୃରିକା, ଜଳର ସୁଲଭତା, ଖଣିଜପଦାର୍ଥର ଅବସ୍ଥିତି ଆଦି ପୃଥ‌ିବୀର ସବୁଠାରେ ସମାନ ନୁହେଁ ।
  • ଏତଦ୍‌ବ୍ୟତୀତ ସାମାଜିକ, ସାଂସ୍କୃତିକ ତଥା ଆର୍ଥିକ କାରଣ ମଧ୍ଯ ଜନସଂଖ୍ୟାର ବିତରଣରେ ଅସମାନତା ଆଣିଥାଏ।

(iii) ପୃଥ‌ିବୀର ଜନସଂଖ୍ୟା ଦୃତ ବୃଦ୍ଧି ପାଉଛି କାହିଁକି ?
Answer:

  • ଜନ୍ମସଂଖ୍ୟା ଓ ମୃତ୍ୟୁସଂଖ୍ୟାରେ ପରିବର୍ତ୍ତନ ହିଁ ଜନସଂଖ୍ୟା ବୃଦ୍ଧିର ପ୍ରଧାନ କାରଣ।
  • ଉନ୍ନତ ଖାଦ୍ୟ ଯୋଗାଣ ତଥା ଔଷଧ ବ୍ୟବହାର ଯୋଗୁ ମୃତ୍ୟୁହାର ହ୍ରାସ ପାଇବାବେଳେ ଜନ୍ମସଂଖ୍ୟା ପୂର୍ବଭଳି ଅଧ‌ିକ ରହିବା ଅତ୍ୟଧ‌ିକ ଜନସଂଖ୍ୟା ବୃଦ୍ଧିର କାରଣ ।
  • ଅର୍ଥାତ୍ ପ୍ରାକୃତିକ ଅଭିବୃଦ୍ଧି ହାରରେ ଆଧକ୍ୟ ହିଁ ପୃଥ‌ିବୀର ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ।
  • ସେହିପରି ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ଜନସଂଖ୍ୟାର ସ୍ଥାନାନ୍ତରଣ ଯୋଗୁ ଅର୍ଥାତ୍ ବିଦେଶାଗତ ଲୋକଙ୍କଦ୍ୱାରା ଜନସଂଖ୍ୟା ବୃଦ୍ଧି ଘଟୁଛି ।

(iv) ଜନସଂଖ୍ୟା ପରିବର୍ତ୍ତନରେ ଯେକୌଣସି ଦୁଇଟି କାରଣର ଭୂମିକା ଆଲୋଚନା କର ।
Answer:

  • ଜନସଂଖ୍ୟା ପରିବର୍ତ୍ତନର ଦୁଇଟି କାରଣ ହେଉଛି ଜନସଂଖ୍ୟା ଓ ମୃତ୍ୟୁସଂଖ୍ୟାର ପରିବର୍ତ୍ତନ ଏବଂ ସ୍ଥାନାନ୍ତରଣ ।
  • 1800 ମସିହା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧାରେ ଅଭାବ ଓ ଉପଯୁକ୍ତ ଖାଦ୍ୟ ଆବଶ୍ୟକତା ପୂରଣ ନ ହେବା ଯୋଗୁ ଅକାଳ ଶିଶୁମୃତ୍ୟୁ ହେଉଥିଲା। ଫଳରେ ଧୀରମନ୍ଥର ଗତିରେ ଜନସଂଖ୍ୟା ବୃଦ୍ଧି ହେଉଥିଲା ।
  • ଉନ୍ନତ ଖାଦ୍ୟ ଯୋଗାଣ ତଥା ଔଷଧର ବ୍ୟବହାର ଯୋଗୁ ମୃତ୍ୟୁସଂଖ୍ୟା ହ୍ରାସ ଓ ଜନ୍ମସଂଖ୍ୟା ଅଧିକ ହେବା ଫଳରେ ଜନସଂଖ୍ୟା ବୃଦ୍ଧି ଘଟିଲା ।
  • ସେହିପରି ସ୍ଥାନାନ୍ତରଣ ଯୋଗୁ ଜନସଂଖ୍ୟାର ପରିବର୍ତ୍ତନ ଘଟିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ବାହାର ଦେଶର ଲୋକ ବା ବିଦେଶାଗତ ଲୋକଙ୍କ ଯୋଗୁ ‘ତାହାର ଜନସଂଖ୍ୟା ବୃଦ୍ଧି ପାଉଛି । ପ୍ରକାରାନ୍ତରେ ସୁଦାନ ଦେଶରେ ପ୍ରବାସ ଗମନ ଯୋଗୁ ଜନସଂଖ୍ୟା ହ୍ରାସ ପାଇଛି ।

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ

(v) ଜନସଂଖ୍ୟା ଗଠନ କହିଲେ କ’ଣ ବୁଝାଏ ?
Answer:

  • ସମ୍ବଳ ହିସାବରେ ଲୋକମାନଙ୍କର ଭୂମିକା ବୁଝିବାକୁ ହେଲେ ସେମାନଙ୍କ ବୟସ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ସ୍ୱାସ୍ଥ୍ୟବସ୍ଥା, ବୃଷ୍ଟି ତଥା ଆୟ ପରିମାଣକୁ ବିଚାରକୁ ନିଆଯାଏ
  • ଏହିଭଳି ଲୋକଙ୍କ ଗୁଣାବଳୀ ସମ୍ବନ୍ଧୀୟ ତଥା ଜାଣିବା ପାଇଁ ଜନସଂଖ୍ୟାର ଗଠନର ଆବଶ୍ୟକତା ରହିଛି ।
  • ତେଣୁ ଜନସଂଖ୍ୟାର ଗଠନ କହିଲେ ଜନସଂଖ୍ୟା ସଂରଚନା କୁହାଯାଏ I ଜନସଂଖ୍ୟା ଗଠନରୁ ପୁରୁଷ-ସ୍ତ୍ରୀ ସଂଖ୍ୟା, ସେମାନଙ୍କ ବୟସ ଶ୍ରେଣୀ, ଶିକ୍ଷାଗତ ଯୋଗ୍ୟତା, ସ୍ୱାସ୍ଥ୍ୟବସ୍ଥା, ବୃତ୍ତର ପ୍ରକାର ଓ ଆୟବର୍ଗ ଆଦି ସଂପର୍କରେ ଜଣାପଡ଼େ ।
  • ଜନସଂଖ୍ୟା ପିରାମିଡ୍ରୁ କୌଣସି ଦେଶର ଜନସଂଖ୍ୟା ଗଠନସଂବନ୍ଧରେ ଅଧ୍ୟୟନ କରିବା ଏକ ସୁବିଧାଜନକ ।

(vi) ଜନସଂଖ୍ୟା ପିରାମିଡ୍ କ’ଣ ? କୌଣସି ଦେଶର ଲୋକଙ୍କ ସଂବନ୍ଧରେ ଜାଣିବାରେ ଏହା କିପରି ସାହାଯ୍ୟ କରେ ?
Answer:

  • ଜନସଂଖ୍ୟା ପିରାମିଡ୍ ହେଉଛି ଜନସଂଖ୍ୟା ଗଠନ ଦର୍ଶାଉଥ‌ିବା ଏକ ଜ୍ୟାମିତିକ ଚିତ୍ର । ଏଥୁରେ ସମୁଦାୟ ଜନସଂଖ୍ୟା 5–9 ବର୍ଷ, 10–14 ବର୍ଷ, 15–19 ବର୍ଷ, 55–59 ବର୍ଷ, 60– 64 ବର୍ଷ, 65-69 ବର୍ଷ, 70–74 ବର୍ଷ, 75–79 ବର୍ଷ, 80–84 ବର୍ଷ, 85+ ବର୍ଷ- ଏହିପରି ଭିନ୍ନ ଭିନ୍ନ ବୟସ ଶ୍ରେଣୀର ବିଭକ୍ତ ହୋଇଥାଏ ।
  • କୌଣସି ଦେଶର ଲୋକଙ୍କ ସଂବନ୍ଧରେ ଏହା ନିମ୍ନୋକ୍ତ ତଥ୍ୟ ଜାଣିବାରେ ସାହାଯ୍ୟ କରେ।
    (a) ପ୍ରତ୍ୟେକ ବୟସ ଶ୍ରେଣୀର ପୁରୁଷ-ସ୍ତ୍ରୀ ସଂଖ୍ୟା ଓ ମୋଟ୍ ଜନସଂଖ୍ୟାରେ ଏମାନଙ୍କର ଶତକଡ଼ା ସଂଖ୍ୟା ।
    (b) ଏହା ଜନ୍ମହାର ଓ ମୃତ୍ୟୁହାର ସୂଚିତ କରେ।
    (c) ନିର୍ଭରଶୀଳ ଜନସଂଖ୍ୟା ଓ କାର୍ଯ୍ୟକ୍ଷମ ଜନସଂଖ୍ୟା ସଂବନ୍ଧରେ ତଥ୍ୟ ଜଣାପଡ଼େ ।

2. ଠିକ୍ ଉତ୍ତରରେ ( ✓ ) ଚିହ୍ନ ଦିଅ ।

(i) ଜନସଂଖ୍ୟା ବିତରଣ କହିଲେ କ’ଣ ବୁଝାଏ ?
(କ) କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନସଂଖ୍ୟାରେ ପରିବର୍ତ୍ତନ
(ଖ) କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନ୍ମିତ ବ୍ୟକ୍ତିଙ୍କ ତୁଳନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା
(ଗ) କୌଣସି ଅଞ୍ଚଳରେ ଯେଉଁପରି ଭାବେ ଲୋକମାନେ ବାଣ୍ଟି ହୋଇ ରହିଥାନ୍ତି
(ଘ) କୌଣସି ଅଞ୍ଚଳରେ ଜନ୍ମିତ ଶିଶୁମାନଙ୍କ ସଂଖ୍ୟା
Answer:
(ଗ) କୌଣସି ଅଞ୍ଚଳରେ ଯେଉଁପରି ଭାବେ ଲୋକମାନେ ବାଣ୍ଟି ହୋଇ ରହିଥାନ୍ତି

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ

(ii) ଜନସଂଖ୍ୟା ପରିବର୍ତ୍ତନ କେଉଁ ତିନୋଟି କାରଣରୁ ହୋଇଥାଏ ?
(କ) ଜନ୍ମ, ମୃତ୍ୟୁ, ବିବାହ
(ଖ) ଜନ୍ମ, ମୃତ୍ୟୁ, ସ୍ଥାନାନ୍ତରଣ
(ଗ) ଜନ୍ମ, ମୃତ୍ୟୁ, ହାରାହାରି ବଞ୍ଚୁବା ବୟସ
(ଘ) ଜନ୍ମ, ବିବାହ, ସ୍ଥାନାନ୍ତରଣ
Answer:
(ଖ) ଜନ୍ମ, ମୃତ୍ୟୁ, ସ୍ଥାନାନ୍ତରଣ

(iii) 1999 ରେ ପୃଥ‌ିବୀର ଜନସଂଖ୍ୟା କେତେ ହୋଇଥିଲା ?
(କ) 180 କୋଟି
(ଖ) 300 କୋଟି
(ଗ) 600 କୋଟି
(ଘ) 700 କୋଟି
Answer:
(ଗ) 600 କୋଟି

(iv) ଜନସଂଖ୍ୟା ପିରାମିଡ୍ କ’ଣ ?
(କ) କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖକ ଚିତ୍ର
(ଖ) ଜନସଂଖ୍ୟା ବୃଦ୍ଧି ଯୋଗୁ ଲୋକମାନେ ରହୁଥିବା ବହୁତଳ ବିଶିଷ୍ଟ କୋଠାଘର
(ଗ) କୌଣସି ଜନସଂଖ୍ୟାର ବୟସଭିଭିକ ରୈଖକ ଚିତ୍ର
(ଙ) କୌଣସି ଜନସଂଖ୍ୟାର ଲିଙ୍ଗଗତ ରେଖକ ଚିତ୍ର
Answer:
(କ) କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖକ ଚିତ୍ର

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ

3. ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର ।

(ଜନବିରଳ, ଅନୁକୂଳ, ପଡ଼ିଆ ଜମି, କୃତ୍ରିମ, ଉର୍ବର, ପ୍ରାକୃତିକ, ଚରମ, ଘନତ୍ଵ)

କୌଣିସ ଅଞ୍ଚଳରେ ଅଧିକ ଲୋକ ବସବାସ କଲେ ଜନସଂଖ୍ୟାର _________ ବୃଦ୍ଧି ପାଏ।
ଏହାକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ମଧ୍ୟରେ ____________ ଜଳବାୟୁ, _________ ସମ୍ବଳର ଉପଯୁକ୍ତ ଉପଲବ୍‌ଧ୍ଵ ଓ _________ ଭୂମି ପ୍ରଧାନ ।
Answer:
କୌଣସି ଅଞ୍ଚଳରେ ଅଧିକ ଲୋକ ବସବାସ କଲେ ଜନସଂଖ୍ୟାର ଘନତା ବୃଦ୍ଧି ପାଏ।
ଏହାକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ମଧ୍ୟରେ ଅନୁକୂଳ ଜଳବାୟୁ, ପ୍ରାକୃତିକ ସମ୍ବଳ ଉପଯୁକ୍ତ ଉପଲବଧୂ ଓ ଉର୍ବର ଭୂମି ପ୍ରଧାନ। .

BSE Odisha 8th Class Geography Notes Chapter 5 ମାନବ ସମ୍ବଳ

ମାନବ ସମ୍ବଳ :

  • ଲୋକମାନେ ଦେଶର ସର୍ବଶ୍ରେଷ୍ଠ ସମ୍ବଳ। ପ୍ରାକୃତିକ ସମ୍ବଳକୁ ବ୍ୟବହାର ଉପଯୋଗୀ ପଦାର୍ଥରେ ପରିଣତ କରିବାରେ ମାନବ ସମ୍ବଳର ଭୂମିକା ଗୁରୁତ୍ବପୂର୍ଣ ।
  • ଆମ ଦେଶ ଭାରତରେ ମାନବର କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ‘ମାନବ ସମ୍ବଳ ବିକାଶ’ ନାମକ ଏକ ସ୍ଵତନ୍ତ୍ର ମନ୍ତ୍ରଣାଳୟ ରହିଛି ।

ଜାଣିବା କଥା
ମାନବ ସମ୍ବଳ ହିଁ ପ୍ରାଥମିକ ସମ୍ବଳ ।

ଜନସଂଖ୍ୟା ବିତରଣ :
ଆମ ପୃଥ‌ିବୀର ସର୍ବତ୍ର ଅର୍ଥାତ୍ ସ୍ଥଳଭାଗରେ ଜନସଂଖ୍ୟାର ବିତରଣ ସମାନ ନୁହେଁ ।

ଜନବହୁଳ ଅଞ୍ଚଳ

  • ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଏସିଆ
  • ଇଉରୋପ ଓ ଉତ୍ତର ଆମେରିକାର ଉତ୍ତର-ପୂର୍ବାଶ

ଜନବିରକ ଅଞ୍ଚଳ

  • ଉଚ୍ଚ ଅକ୍ଷାଂଶ ଅଞ୍ଚଳ, କ୍ରାନ୍ତୀୟ ମରୁଭୂମି
  • ଉଚ୍ଚ ପାର୍ବତ୍ୟଭୂମି ଓ ବିଷୁବମଣ୍ଡଳୀୟ ଅରଣ୍ୟ

ପୃଥ‌ିବୀର 10 ଟି ଜନବହୁଳ ଦେଶର ପ୍ରତ୍ୟେକର ଜନସଂଖ୍ୟା ପ୍ରାୟ’ 100 ନିୟୁତରୁ ଅଧ୍ବକ ।

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ

ଜାଣିବା କଥା
10 ଭାଗ ସ୍ଥଳଭାଗ ଉପରେ ସମୁଦାୟ ଜନସଂଖ୍ୟାର ଶତକଡ଼ା ୨୦ ଭାଗ ଲୋକ ବାସ କରନ୍ତି ।

  • ନିମ୍ନପ୍ରଦତ୍ତ ଚିତ୍ରରୁ ପୃଥ‌ିବୀର ବିଭିନ୍ନ ମହାଦେଶରେ ଜନସଂଖ୍ୟା ସଂବନ୍ଧରେ କିଛି ତଥ୍ୟ ଜାଣିବା

ଚିତ୍ରକୁ ଅନୁଧ୍ୟାନ କରି ବିଭିନ୍ନ ମହାଦେଶର ଜନସଂଖ୍ୟା ଜାଣିବା:
BSE Odisha 8th Class Geography Solutions Chapter 5 ମାନବ ସମ୍ବଳ 1

  • କେବଳ 8 ଭାଗ ଲୋକ ବାସ କରୁଥିବା ମହାଦେଶ – ଦକ୍ଷିଣ ଆମେରିକା ।
  • କେବଳ 13 ଭାଗ ଲୋକ ବାସ କରୁଥିବା ମହାଦେଶ – ଆଫ୍ରିକା
  • କେବଳ 1 ଭାଗ ଲୋକ ବାସ କରୁଥିବା ମହାଦେଶ — ଅଷ୍ଟ୍ରେଲିଆ
  • କେବଳ 12 ଭାଗ ଲୋକ ବାସ କରୁଥିବା ମହାଦେଶ — ଇଉରୋପ
  • କେବଳ 61 ଭାଗ ଲୋକ ବାସ କରୁଥିବା ମହାଦେଶ – ଏସିଆ

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ 2

  • ପୂର୍ବପୃଷ୍ଠାର ଚିତ୍ରରେ ଏସିଆ ମହାଦେଶର ଭାରତ, ଚୀନ, ଇଣ୍ଡୋନେସିଆ, ଜାପାନ, ବାଂଲାଦେଶ, ପାକିସ୍ତାନ ଜନବହୁଳ ରାଷ୍ଟ୍ର।
  • ବ୍ରାଜିଲ, ଦକ୍ଷିଣ ଆମେରିକା ଓ ନାଇଜେରିଆ, ଆଫ୍ରିକା ମହାଦେଶ ଅନ୍ତର୍ଗତ ଜନବହୁଳ ରାଷ୍ଟ୍ର। ରୁଷିଆ ଉଭୟ ଏସିଆ ଓ ଇଉରୋପ ମହାଦେଶରେ ବିସ୍ତୃତ ।

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ

ଜାଣିବା କଥା
ଭାରତର ଜନସଂଖ୍ୟାର ହାରାହାରି ଘନତ୍ 324 ।

ଜନସଂଖ୍ୟାର ଘନତ୍ଵ :

  • ପ୍ରତି ବର୍ଗ କିଲୋମିଟର ଅଞ୍ଚଳରେ ବାସ କରୁଥିବା ହାରାହାରି ଜନସଂଖ୍ୟାକୁ ଜନସଂଖ୍ୟାର ଘନତ୍ଵ କୁହାଯାଏ।
  • ପୃଥ‌ିବୀ ଦକ୍ଷିଣ-କେନ୍ଦ୍ରୀୟ ଏସିଆ ସର୍ବାଧ‌ିକ ଘନତ୍ବ ବିଶିଷ୍ଟ ଅଞ୍ଚଳ ।

ଜନସଂଖ୍ୟାର ଘନତ୍ବକୁ ପ୍ରଭାବିତ କରୁଥିବା କାରକ :
BSE Odisha 8th Class Geography Solutions Chapter 5 ମାନବ ସମ୍ବଳ 3
ଭୂମିରୂପ : ସମତଳ ଅଞ୍ଚଳରେ ମାଳ ବା ପାର୍ବତ୍ୟାଞ୍ଚଳ ଅପେକ୍ଷା ଅଧ୍ବକ ଜନବହୁଳ ।
ଉଦାହରଣ : – ଗାଙ୍ଗେୟ ସମତଳ ଅଞ୍ଚଳ।

ଜଳବାୟୁ : ଅତ୍ୟଧିକ ଉଷ୍ଣ ବା ଶୀତଳ ଅଞ୍ଚଳ ଜନବିରଳ।
ଉଦାହରଣ – ରୁଷିଆ ଓ କାନାଡ଼ାର ମରୁ ଅଞ୍ଚଳ, ସାହାରା ମରୁଭୂମି ଓ ବିଷୁବ ମଣ୍ଡଳୀୟ ଘଞ୍ଚ ଅରଣ୍ୟ ଅଞ୍ଚଳ।

ମୃତ୍ତିକା : ଉର୍ବର ପଟୁସଞ୍ଚ ସମତଳଭୂମି ଜନବହୁଳ।
ଉଦାହରଣ – ଗାଙ୍ଗେୟ ସମତଳ ଭୂମି, ନୀଳନଦୀ ଉପତ୍ୟକା,
ହ୍ମାଙ୍ଗ-ହୋ ଓ ଚାଙ୍ଗ୍‌ଜିଆଙ୍ଗ ସମତଳଭୂମି।

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ

ଜଳ : ମଧୁର ଜଳ ଥିବା ଅଞ୍ଚଳ ଜନସଂଖ୍ୟାକୁ ପ୍ରଭାବିତ କରେ।
ଉଦାହରଣ – ନଦୀ ଉପତ୍ୟକା ଅଞ୍ଚଳ।

ଖଣିଜ ପଦାର୍ଥ : ଖଣିଜ ପଦାର୍ଥ ଅଞ୍ଚଳରେ ଜନବସତି ଗଢ଼ିଉଠେ।
ଉଦାହରଣ – ଆଫ୍ରିକାର ହୀରା ଖଣି ଓ ମଧ୍ୟପ୍ରାଚ୍ୟର ପେଟ୍ରୋଲିୟମ୍ ଉତ୍ତୋଳନ ଅଞ୍ଚଳ।

ସାମାଜିକ କାରଣ : ଉତ୍ତମ ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଥିବା ଅଞ୍ଚଳ ଜନବହୁଳ।
ଉଦାହରଣ – ପୁଣେ ଓ ଭୁବନେଶ୍ଵର ।
ସାଂସ୍କୃତିକ କାରଣ : ପୁରୀ, ବାରଣାସୀ, ଜେରୁଜେଲମ୍ ଆଦି ଧର୍ମାୟ ଗୁରୁତ୍ଵ ଥିବା ସହର ଜନବହୁଳ।

ଆର୍ଥିକ କାରଣ : ଶିଳ୍ପାଞ୍ଚଳ ସହରଗୁଡ଼ିକ ଅଧୂକ ଘନ ଜନବସତି ବିଶିଷ୍ଟ ଅଞ୍ଚଳ।
ଉଦାହରଣ – ମୁମ୍ବାଇ, ରାଉରକେଲା, ଓସାକା ।

ଜନସଂଖ୍ୟା ପରିବର୍ତ୍ତନ :

ପୃଥ‌ିବୀର ଜନସଂଖ୍ୟା କେବେ ସ୍ଥିର ନୁହେଁ।
ଜନସଂଖ୍ୟାର ପରିବର୍ତ୍ତନର ହାର ଜନ୍ମସଂଖ୍ୟା ଓ ମୃତ୍ୟୁସଂଖ୍ୟାରେ ପରିବର୍ତ୍ତନ ଯୋଗୁ ଘଟିଥାଏ।

ଜାଣିବା କଥା
1820 ମସିହାରେ ପୃଥିବୀର ଜନସଂଖ୍ୟା 100 କୋଟି ଥିବାବେଳେ 1970 ମସିହାରେ 300 କୋଟି ଥିଲା । ଏହାକୁ ଜନସଂଖ୍ୟା ବିସ୍ଫୋରଣ କୁହାଯାଏ।

  • 1800 ମସିହା ପର୍ଯ୍ୟନ୍ତ ଜନସଂଖ୍ୟାର ପରିବର୍ତ୍ତନ ଧୀର ଗତିରେ ବୃଦ୍ଧି ପାଉଥିଲା । ମାତ୍ର ପରେ ଜନସଂଖ୍ୟାର ଦୃତ ପରିବର୍ତ୍ତନ ଘଟିଥିଲା ।
  • ସେହିପରି ସ୍ନାନାନ୍ତରଣ ଯୋଗୁ ଜନସଂଖ୍ୟାରେ ପରିବର୍ତ୍ତନ ଘଟିଥାଏ।
  • ସହରାଞ୍ଚଳରେ ନିଯୁକ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଥିବାରୁ ଗ୍ରାମାଞ୍ଚଳରୁ ଲୋକେ ସହରାଭିମୁଖୀ ହୋଇଥାନ୍ତି, ଫଳରେ ସହରାଞ୍ଚଳ ଜନସଂଖ୍ୟା ବୃଦ୍ଧି ଘଟେ।

ମନେରଖ

  • ବିଦେଶାଗତ ଲୋକଙ୍କଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆର ଜନସଂଖ୍ୟା ବୃଦ୍ଧି ପାଉଛି ।
  • କେନିଆରେ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ଘଟୁଥୁଲାବେଳେ ବ୍ରିଟେନ୍‌ରେ ଜନସଂଖ୍ୟା ଅଭିବୃଦ୍ଧି ହାର କମ୍ ରହିଛି ।

ଜନସଂଖ୍ୟା ଗଠନ :

  • ଜନସଂଖ୍ୟା ଗଠନ କହିଲେ ଜନସଂଖ୍ୟାର ସଂରଚନାକୁ ବୁଝାଏ।
  • ଏଥୁରୁ ପୁରୁଷ-ସ୍ତ୍ରୀ ସଂଖ୍ୟା, ସେମାନଙ୍କ ବୟସ, ଶ୍ରେଣୀ, ଶିକ୍ଷାଗତ ଯୋଗ୍ୟତା, ସ୍ୱାସ୍ଥ୍ୟବସ୍ଥା, ବୃତ୍ତର ପ୍ରକାର ଓ ଆୟବର୍ଗ ଆଦି ସଂବନ୍ଧରେ ସୂଚନା ମିଳେ।
  • ଜନସଂଖ୍ୟା ପିରାମିଡ୍‌ରୁ କୌଣସି ଦେଶର ଜନସଂଖ୍ୟା ଗଠନ ସଂବନ୍ଧରେ ଜଣାପଡ଼େ ।

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ

ଜନସଂଖ୍ୟା ପିରାମିଡ୍ :

  • ଜନସଂଖ୍ୟା ପିରାମିଡ୍ 15 ବର୍ଷରୁ କମ୍ ବୟସର ପିଲାମାନଙ୍କ ସଂଖ୍ୟା ନିମ୍ନ ଅଂଶରେ ଏବଂ 65 ବର୍ଷରୁ ଊର୍ଦ୍ଧ୍ଵ ଜନସଂଖ୍ୟା ଏହାର ଉପର ଅଂଶରେ ସୂଚିତ ହୋଇଥାଏ।

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ 4

  • ଏହି ପିରାମିଡ୍ରୁ ନିର୍ଭରଶୀଳ ଜନସଂଖ୍ୟା (15 ବର୍ଷ ବୟସରୁ କମ୍ ଓ 65 ବର୍ଷ ବୟସରୁ ଊର୍ଦ୍ଧ୍ବ )ଏବଂ କାର୍ଯ୍ୟକ୍ଷମ ଜନସଂଖ୍ୟା ସଂବନ୍ଧୀୟ ତଥ୍ୟ ଜଣାପଡ଼େ ।

ଜାଣିବା କଥା

  • ଜନ୍ମହାର ଓ ମୃତ୍ୟୁହାର ଅଧିକ ହେଲେ ପିରାମିଡ୍‌ର ନିମାଂଶ ପ୍ରଶସ୍ତ ଓ ଉପରାଂଶ ଶୀଘ୍ର ଅଣଓସାରିଆ ହୁଏ ।
  • ଉଦାହରଣ : କେନିଆ। ଶିଶୁ ମୃତ୍ୟୁହାର ହ୍ରାସ ପାଇଲେ ପିରାମିଡ୍‌ର ନିଗ୍ନାଂଶ ପ୍ରଶସ୍ତ ସହ – ପ୍ରାପ୍ତବୟସ୍କଙ୍କ ସଂଖ୍ୟା ଅଧିକ ରହେ ।
  • ଉଦାହରଣ : ଭାରତ। ଜନ୍ମହାର କମ୍ ଥିଲେ ପିରାମିଡ୍‌ର ନିମାଂଶ ସଂକୀର୍ଷ ରହେ । ଉଦାହରଣ: ଜାପାନ।

ଭୌଗୋଳିକ ଶବ୍ଦାବଳୀ

  • ଜନସଂଖ୍ୟା ବିତରଣ : ଲୋକମାନେ ପୃଥ‌ିବୀ ସାରା ଯେଉଁପରି ଭାବେ ବିଛେଇ ହୋଇ ରହିଛନ୍ତି, ତାକୁ ଜନସଂଖ୍ୟା ବିତରଣ କୁହାଯାଏ।
  • ଜନସଂଖ୍ୟା ଘନତ୍ଵ : କୌଣସି ନିର୍ଦ୍ଦିଷ୍ଟ ଏକକ ପରିମିତ ଅଞ୍ଚଳରେ ବାସକରୁଥିବା ଲୋକଙ୍କ ସଂଖ୍ୟା ।
  • ଜନସଂଖ୍ୟା ପରିବର୍ତ୍ତନ : କୌଣସି ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଜନସଂଖ୍ୟାରେ ଘଟିଥିବା ହ୍ରାସବୃଦ୍ଧି ।
  • ଜନ୍ମହାର : ବାର୍ଷିକ ପ୍ରତି ଏକ ହଜାର ଜନସଂଖ୍ୟାରେ ଜନ୍ମିତ ଜୀବନ୍ତ ଶିଶୁସଂଖ୍ୟା ।
  • ମୃତ୍ୟୁହାର : ବାର୍ଷିକ ପ୍ରତି ଏକ ହଜାର ଜନସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟା ।
  • ପ୍ରାକୃତିକ ଅଭିବୃଦ୍ଧି ହାର : କୌଣସି ଦେଶର ଜନ୍ମ ହାର ଓ ମୃତ୍ୟୁହାରରେ ଥିବା ପାର୍ଥକ୍ୟ

BSE Odisha 8th Class Geography Solutions Chapter 5 ମାନବ ସମ୍ବଳ

  • ପ୍ରବାସୀ : ଯେଉଁମାନେ ନିଜ ଦେଶ ଛାଡ଼ି ଅନ୍ୟଦେଶକୁ ଯାଇଥାନ୍ତି, ତାଙ୍କୁ ପ୍ରବାସୀ କୁହାଯାଏ ।
  • ବିଦେଶାଗତ : ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟ ଦେଶରେ ପ୍ରବେଶ କରେ।
  • ସ୍ନାନାନ୍ତରଣ : କୌଣସି ଅଞ୍ଚଳ ବାହାରକୁ ବା ଅଞ୍ଚଳ ଭିତରେ ଚାଲିଯିବାକୁ ସ୍ଥାନାନ୍ତରଣ କୁହାଯାଏ ।
  • ନିର୍ଭରଶୀଳ ଜନସଂଖ୍ୟା : 15 ବର୍ଷ ବୟସରୁ କମ୍ ଓ 65 ବର୍ଷ ବୟସରୁ ଉର୍ଦ୍ଧ୍ୱ ଜନସଂଖ୍ୟାକୁ ନିର୍ଭରଶୀଳ ଜନସଂଖ୍ୟା କୁହାଯାଏ ।

BSE Odisha 8th Class Geography Solutions Chapter 4 ଶିଳ୍ପ

Odisha State Board BSE Odisha 8th Class Geography Solutions Chapter 4 ଶିଳ୍ପ Textbook Exercise Questions and Answers.

BSE Odisha Class 8 Geography Solutions Chapter 4 ଶିଳ୍ପ

1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଲେଖ ।

(କ) ‘ଶିଳ୍ପ’ କହିଲେ କ’ଣ ବୁଝାଯାଏ ?
Answer:
(i) ଯେଉଁ ଆର୍ଥନୀତିକ କାର୍ଯ୍ୟକଳାପ ଦ୍ବାରା ନୂତନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଖଣିଜ ଦ୍ରବ୍ୟ ଉତ୍ତୋଳନ ତଥା ସେବା ଯୋଗାଇ ଦିଆଯାଏ ତାହାକୁ ଶିଳ୍ପ କୁହାଯାଏ।
(ii) ଉଦାହରଣ ସ୍ୱରୂପ :

  • ଲୌହ – ଇସ୍ପାତ ଶିଳ୍ପରୁ ବିଭିନ୍ନ ଇସ୍ପାତ ସାମଗ୍ରୀ ପ୍ରସ୍ତୁତ କରାଯାଏ।
  • କୋଇଲା ଖନନ ଶିଳ୍ପରେ କୋଇଲା ଉତ୍ପାଦନ କରାଯାଏ।
  • ପରିବହନ, ଯୋଗାଯୋଗ, ପର୍ଯ୍ୟଟନ ଆଦି ମଧ୍ଯ ସେବାଭିଭିକ ଶିଳ୍ପ ।

BSE Odisha 8th Class Geography Solutions Chapter 4 ଶିଳ୍ପ

(ଖ) ଶିଳ୍ପ ପ୍ରତିଷ୍ଠା ପାଇଁ କେଉଁ କେଉଁ କାରକଗୁଡ଼ିକ ମୁଖ୍ୟତଃ ଦାୟୀ ?
Answer:
ଶିଳ୍ପ ପ୍ରତିଷ୍ଠା ପାଇଁ ନିମ୍ନୋକ୍ତ କାରକଗୁଡ଼ିକ ମୁଖ୍ୟତଃ ଦାୟୀ । ସେଗୁଡ଼ିକ ହେଲା –

  • କଞ୍ଚାମାଲର ଉପଲବ୍ଧ
  • ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି
  • ଜଳ
  • କୁଶଳୀ ଓ ଶସ୍ତା ଶ୍ରମିକ, ଶକ୍ତି, ପୁଞ୍ଜି, ପରିବହନ ଓ ବଜାର ଇତ୍ୟାଦି
  • ଏତଦ୍‌ବ୍ୟତୀତ ସରକାରଙ୍କଦ୍ବାରା ରିହାତି ଦରରେ ଉପରୋକ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇଦେବା ଆବଶ୍ୟକ ।

(ଗ) କେଉଁ ଶିଳ୍ପକୁ ଆଧୁନିକ ଶିଳ୍ପର ମେରୁଦଣ୍ଡ ବୋଲି କୁହାଯାଏ ଏବଂ କାହିଁକି ?
Answer:

  • ଲୌହ-ଇସ୍ପାତ ଶିଳ୍ପକୁ ଆଧୁନିକ ଶିଳ୍ପର ମେରୁଦଣ୍ଡ ବୋଲି କୁହାଯାଏ
  • କାରଣ ଏହା ଏକ ମୌଳିକ ଶିଳ୍ପ । ଏହାର ଉତ୍ପାଦକୁ ଅନ୍ୟାନ୍ୟ ଶିଳ୍ପରେ କଞ୍ଚାମାଲ ରୂପେ ବ୍ୟବହାର କରାଯାଏ।
  • ଜଳଜାହାଜ, ରେଳଗାଡ଼ି, ଟ୍ରକ, ବସ୍, ଅଟୋ, ସାଇକେଲ ଆଦି ଯାନବାହନଗୁଡ଼ିକ ଲୌହ-ଇସ୍ପାତରେ ତିଆରି।
  • ଛୁଞ୍ଚିରୁ ଆରମ୍ଭ କରି ସେଫ୍‌ଟିପିନ୍ ପର୍ଯ୍ୟନ୍ତ ଅନେକ ଘରକରଣା ଜିନିଷ, ତୈଳଖଣି ଖନନ ପାଇଁ ଯନ୍ତ୍ରପାତି, ଚାଷକାର୍ଯ୍ୟ, ସୁଉଚ୍ଚ ଅଟ୍ଟାଳିକାରେ ବ୍ୟବହୃତ ଇସ୍ପାତ ଫ୍ରେମ୍ ଆଦି ଇସ୍ପାତରୁ ତିଆରି।

(ଘ) କାର୍ପାସ ବୟନଶିଳ୍ପ ମୁମ୍ବାଇରେ ପ୍ରତିଷ୍ଠା ଏବଂ ସମୃଦ୍ଧ ହେବାର କାରଣ କଣ ?
Answer:

  • 1954 ମସିହାରେ ବମ୍ବେ (ମୁମ୍ବାଇ) ଠାରେ ଭାରତର ପ୍ରଥମ ଆଧୁନିକ କାର୍ପାସ ବୟନ ଶିଳ୍ପ କେନ୍ଦ୍ର ସ୍ଥାପିତ ହୋଇଥିଲା ।
  • ମୁମ୍ବାଇଠାରେ ବୟନ ଶିଳ୍ପର ଅନୁକୂଳ ପରିବେଶ, ଯଥା- ଉଷ୍ଣ- ଆର୍ଦ୍ର ଜଳବାୟୁ, ଯନ୍ତ୍ରପାତି ଆମଦାନୀ ପାଇଁ ବନ୍ଦର ସୁବିଧା ଥିଲା ।
  • ଏହାବ୍ୟତୀତ କଞ୍ଚାମାଲ ରୂପେ ଉତ୍ପାଦନ ପାଇଁ ମହାରାଷ୍ଟ୍ରର କୃଷ୍ଣମ୍ପରିକା ଅଞ୍ଚଳ ଓ କଞ୍ଚାମାଲ ପରିବହନ ପାଇଁ ଗମନାଗମନ ସୁବିଧା ତଥା ସୁଲଭ ମୂଲ୍ୟରେ କୁଶଳୀ ଶ୍ରମିକ ଯୋଗୁ ମୁମ୍ବାଇରେ କାର୍ପାସ ବୟନ ଶିଳ୍ପର ପ୍ରତିଷ୍ଠା ଓ ସମୃଦ୍ଧ ହୋଇଥିଲା ।

BSE Odisha 8th Class Geography Solutions Chapter 4 ଶିଳ୍ପ

(ଙ) ବେଙ୍ଗାଲୁରୁ ଏବଂ ସିଲିକନ୍ ଉପତ୍ୟକା ମଧ୍ଯରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କେଉଁ କେଉଁ ସାମଞ୍ଜସ୍ୟ ଦେଖାଯାଏ ?
Answer:
ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବେଙ୍ଗାଲୁରୁ ଓ ସିଲିକନ୍ ଉପତ୍ୟକା ମଧ୍ୟରେ ନିମ୍ନୋକ୍ତ ସାମଞ୍ଜସ୍ୟ ଦେଖାଯାଏ:
BSE Odisha 8th Class Geography Solutions Chapter 4 ଶିଳ୍ପ 9

2. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଲେଖ।

(କ) ଭାରତର ପ୍ରଧାନ ପ୍ରଧାନ ଲୌହ-ଇସ୍ପାତ କାରଖାନାର ନାମ ଏବଂ ସେଗୁଡ଼ିକ କେଉଁ କେଉଁ ରାଜ୍ୟରେ ଅବସ୍ଥିତ ଲେଖ ।
Answer:
BSE Odisha 8th Class Geography Solutions Chapter 4 ଶିଳ୍ପ 10

(ଖ) କଞ୍ଚାମାଲ ଉପରେ ଆଧାରିତ ଚାରୋଟି ଶିଳ୍ପର ନାମ ଉଦାହରଣ ସହ ଲେଖ ।
Answer:
(i) କଞ୍ଚାମାଲ ଉପରେ ଆଧାରିତ ଚାରୋଟି ଶିଜର ନାମ ହେଲା – କୃଷିଭିତ୍ତିକ, ଖଣିଜଭିଭିକ, ଜଙ୍ଗଲଭିଭିକ ଏବଂ ସମୁଦ୍ରଭିଭିକ ଶିଳ୍ପ ।

(ii) ପ୍ରାଣୀ ଓ ଉଭିଦ ଆଧାରିତ ବସ୍ତୁକୁ ବ୍ୟବହାର କରି କୃଷିଭିତ୍ତିକ ଶିଳ୍ପ ଗଢ଼ି ଉଠେ ।
ଉଦାହରଣ- ଖାଦ୍ୟ ପ୍ରକ୍ରିୟାକରଣ, ଖାଇବା ତେଲ ଉତ୍ପାଦନ, କାର୍ପାସ ବୟନ, ଦୁଗ୍‌ଧଜାତ ପଦାର୍ଥ ପ୍ରସ୍ତୁତି |

BSE Odisha 8th Class Geography Solutions Chapter 4 ଶିଳ୍ପ

(iii) ଖଣିଜ ପଦାର୍ଥକୁ କଞ୍ଚମାଲ ଭାବେ ନେଇ ଖଣିଜ ଭିଭିକ ଶିଳ୍ପ ଗଢ଼ି ଉଠେ।
ଉଦାହରଣ – ଲୌହ-ଇସ୍ପାତ ଶିଳ୍ପ।

(iv) ଜଙ୍ଗଲଜାତ ପଦାର୍ଥକୁ କଞ୍ଚାମାଲ ଭାବେ ନେଇ ଗଢ଼ି ଉଠିଥିବା ଶିଳ୍ପକୁ ଜଙ୍ଗଲଭିଭିକ ଶିଳ୍ପ କୁହାଯାଏ।
ଉଦାହରଣ – କାଠମଣ୍ଡ ଓ କାଗଜ ଶିଳ୍ପ, ଆସବାବ ଓ ଗୃହ ନିର୍ମାଣ ଶିଳ୍ପ ।

(v) ସାଗର ଓ ମହାସାଗରରୁ ଉପଲବ୍‌ଧ ପଦାର୍ଥକୁ ନେଇ ସମୁଦ୍ରଭିତ୍ତିକ ଶିଳ୍ପ ସ୍ଥାପିତ ହୁଏ ।
ଉଦାହରଣ – ସାମୁଦ୍ରିକ ଖାଦ୍ୟ ଉଦ୍ୟୋଗ ଏବଂ ମାଛତେଲ ଉଦ୍ୟୋଗ ।

(ଗ) ଗୋଟିଏ ଦେଶପାଇଁ ଶିଳ୍ପର ବିକାଶ କାହିଁକି ମହତ୍ତ୍ଵପୂର୍ଣ୍ଣ ? ଦୁଇଟି
କାରଣ ଲେଖ ।
Answer:

  • ଶିଳ୍ପ ପ୍ରତିଷ୍ଠାଦ୍ୱାରା ଲୋକମାନଙ୍କୁ କର୍ମସଂସ୍ଥାନ ମିଳିଥାଏ ।
  • ଏହାଦ୍ଵାରା ବ୍ୟବସାୟ ଓ ବାଣିଜ୍ୟ କାରବାର ବୃଦ୍ଧିପାଏ ଏବଂ ଦେଶର ଆୟ ମଧ୍ୟ ବଢ଼େ ।
  • ଜଣେ ଶିଳ୍ପ ଶ୍ରମିକ ଜଣେ କୃଷି ଶ୍ରମିକଠାରୁ ଅଧ୍ବକ ମଜୁରି ପାଏ।
  • ଶିଳ୍ପାୟନ ଦେଶକୁ ଅର୍ଥନୀତି କ୍ଷେତ୍ରରେ ସମୃଦ୍ଧ କରେ।

BSE Odisha 8th Class Geography Solutions Chapter 4 ଶିଳ୍ପ

(ଘ) ଭାରତର ଚାରୋଟି ଶିଳ୍ପାଞ୍ଚଳର ନାମ ଲେଖ ।
Answer:
ଭାରତର ଚାରୋଟି ମୁଖ୍ୟ ଶିଳ୍ପାଞ୍ଚଳଗୁଡ଼ିକ ହେଲା –

  • ମୁମ୍ବାଇ-ପୁଣେ ଶିଳ୍ପାଞ୍ଚଳ
  • ବେଙ୍ଗାଲୁରୁ-ତାମିଲନାଡୁ ଅଞ୍ଚଳ
  • ହୁଗୁଳି ଅଞ୍ଚଳ ଓ
  • ଅହମ୍ମଦବାଦ – ଭଦୋଦରା ଶିଳ୍ପାଞ୍ଚଳ

(ଙ) ବେଙ୍ଗାଲୁରୁ ସହର ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରଗତି କରିବାର ବିଭିନ୍ନ କାରଣଗୁଡ଼ିକ ଉଲ୍ଲେଖ କର ।
Answer:

  • ବେଙ୍ଗାଲୁରୁରେ ସର୍ବାଧ‌ିକ ଶିକ୍ଷାନୁଷ୍ଠାନ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଦାନ କରୁଥିବା ଶିକ୍ଷାକେନ୍ଦ୍ର ଅବସ୍ଥିତ।
  • ଏହି ସହରଟିରେ ବର୍ଷସାରା ମୃଦୁ ଜଳବାୟୁ ଅନୁଭୂତ ହେବା ସଙ୍ଗେ ସଙ୍ଗେ ସହରଟି ଧୂଳିଧୂଆଁ ମୁକ୍ତ ଏବଂ ସ୍ଵଭଡ଼ାରେ ବାସଗୃହ ଏବଂ ନିର୍ବିଘ୍ନରେ ଜୀବିକାର୍ଜନ ସମ୍ଭବ ହୁଏ ।
  • ଏହି ସହରରେ ଉପଯୁକ୍ତ ଯୋଗ୍ୟତାସଂପନ୍ନ ଓ କର୍ମକୁଶଳୀ ମାନବ ସମ୍ବଳ ବିପୁଳ ମାତ୍ରାରେ ଉପଲବ୍‌ଧ ।
  • ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିଶ୍ବସ୍ତରୀୟ କେନ୍ଦ୍ର ସହିତ ବେଙ୍ଗାଲୁରୁର ସୁଦୃଢ଼ ସଂବନ୍ଧ ଅଛି ।
  • 1992 ମସିହାରେ କର୍ଣ୍ଣାଟକ ରାଜ୍ୟ ସରକାର ସର୍ବପ୍ରଥମେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ପ୍ରଣୟନ କରିଥିଲେ। ଉପରୋକ୍ତ କାରଣଗୁଡ଼ିକ ଯୋଗୁ ବେଙ୍ଗାଲୁରୁ ସହର ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରଗତି କରିଅଛି ।

3. ଠିକ୍ ଉତ୍ତର ବାଛି ଲେଖ ।

(i) ସିଲିକନ୍ ଉପତ୍ୟକା କେଉଁଠାରେ ଅବସ୍ଥିତ ?
(କ) ବେଙ୍ଗାଲୁରୁ
(ଖ) କାଲିଫର୍ଣିଆ
(ଗ) ଅହମ୍ମଦାବାଦ
(ଘ) ହାଇଦ୍ରାବାଦ
Answer:
(ଖ) କାଲିଫର୍ଣିଆ

(ii) କେଉଁଟି ପ୍ରାକୃତିକ ବସ୍ତୁ ?
(କ) ନାଇଲନ୍
(ଖ) ଟେରିଲିନ
(ଗ) ଝୋଟ
(ଘ) ଡେକ୍ରନ
Answer:
(ଗ) ଝୋଟ

(iii) କେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଶିଳ୍ପ ପାଇଁ କଞ୍ଚାମାଲ ରୂପେ
ବ୍ୟବହୃତ ହୁଏ ?
(କ) ମୌଳିକ
(ଗ) ଉପଭୋକ୍ତା
(ଖ) ବୃହତ୍
(ଘ) କ୍ଷୁଦ୍ର
Answer:
(କ) ମୌଳିକ

BSE Odisha 8th Class Geography Solutions Chapter 4 ଶିଳ୍ପ

(iv) ଗୋଟିଏ ସ୍ଥାନରେ ଅନେକଗୁଡ଼ିଏ ଶିଳ୍ପ ପ୍ରତିଷ୍ଠା ହେଲେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଢ଼ି ଉଠେ ?
(କ) ଶିଳ୍ପାୟନ
(ଖ) ଶିଳ୍ପାଞ୍ଚଳ
(ଗ) ଶିଳ୍ପକେନ୍ଦ୍ର
(ଘ) ଶିଳ୍ପସଂସ୍ଥା
Answer:
(ଖ) ଶିଳ୍ପାଞ୍ଚଳ

4. ପାର୍ଥକ୍ୟ ଦର୍ଶାଅ ।

(i) ସରକାରୀ ସଂସ୍ଥା ଓ ମିଳିତ ସଂସ୍ଥା :
BSE Odisha 8th Class Geography Solutions Chapter 4 ଶିଳ୍ପ 11

(ii) ଆଧାରିକ ସଂରଚନା ଓ ପ୍ରକ୍ରିୟାକରଣ :
BSE Odisha 8th Class Geography Solutions Chapter 4 ଶିଳ୍ପ 12
(iii) ନିବେଶ ଓ ଉତ୍ପାଦ :
BSE Odisha 8th Class Geography Solutions Chapter 4 ଶିଳ୍ପ 14

6. ପ୍ରତ୍ୟେକର ଦୁଇଟି ଲେଖାଏଁ ଉଦାହରଣ ଦିଅ ।

(କ) କଞ୍ଚାମାଲ : _______ ଏବଂ ________|
Answer:
ତୁଳା ଏବଂ ଲୁହାପଥର

(ଖ) ଉତ୍ପାଦ : _______ ଏବଂ ________|
Answer:
ବସ୍ତ୍ର ଏବଂ ଇସ୍ପାତ

(ଗ) କୁଟୀରଶିଳ୍ପ : __________ ଏବଂ ________|
Answer:
ଝୁଡ଼ିବୁଣା ଏବଂ ମାଟିହାଣ୍ଡି ତିଆରି।

(ଘ) ସମବାୟ ସଂସ୍ଥା : __________ ଏବଂ ________|
Answer:
ସମ୍ବଲପୁରୀ ଶିଳ୍ପ ଏବଂ ଅମୂଲ, ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା

(ଡ) ସେବାକ୍ଷେତ୍ର : __________ ଏବଂ ________|
Answer:  ବ୍ୟାଙ୍କ୍ ଏବଂ ପର୍ଯ୍ୟଟନ ।

BSE Odisha 8th Class Geography Solutions Chapter 4 ଶିଳ୍ପ

BSE Odisha 8th Class Geography Notes Chapter 4 ଶିଳ୍ପ

ଉପକ୍ରମ

  • କେତେକ ପ୍ରକୃତିରୁ ମିଳିଥିବା ଦ୍ରବ୍ୟ; ଯଥା- ଫଳ, ମୂଳ ପ୍ରତ୍ୟକ୍ଷ ରୂପେ ବ୍ୟବହାର କରାଯାଏ । ମାତ୍ର ଅଧିକାଂଶ ଦ୍ରବ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ ଆମର ବ୍ୟବହାର ଉପଯୋଗୀ ହୋଇଥାନ୍ତି ।
  • ଦ୍ଵିତୀୟକ କାର୍ଯ୍ୟକଳାପ କଞ୍ଚାମାଲକୁ ଉପଭୋକ୍ତାମାନଙ୍କ ପାଇଁ ଉପଯୋଗୀ ଦ୍ରବ୍ୟରେ ପରିଣତ କରିଥାଏ ।
  • ବିଭିନ୍ନ ଶିଳ୍ପ ସଂସ୍ଥାରେ କଞ୍ଚାମାଲରୁ ଆବଶ୍ୟକ ସାମଗ୍ରୀମାନ ପ୍ରସ୍ତୁତ କରାଯାଏ ।

ଜାଣିବା କଥା
ଯେଉଁ ପ୍ରକୃତି ଦର ଜିନିଷଗୁଡ଼ିକୁ ପ୍ରତ୍ୟକ୍ଷ ଭାବରେ ବ୍ୟବହାର ହୋଇପାରେ ସେଗୁଡ଼ିକୁ ପ୍ରାଥମିକ ଉତ୍ପାଦ କୁହାଯାଏ।

BSE Odisha 8th Class Geography Solutions Chapter 4 ଶିଳ୍ପ

ଶିଳ୍ପ, ବିଭିନ୍ନ ପ୍ରକାରର, ଯଥା-

  • ଲୌହ ଇସ୍ପାତ ଶିଳ୍ପ
  • ବୟନ ଶିଳ୍ପ
  • କାଗଜ ଶିଳ୍ପ
  • ଆଲୁମିନିୟମ୍ ଶିଳ୍ପ
  • ସିମେଣ୍ଟ ଶିଳ୍ପ
  • ପର୍ଯ୍ୟଟନ ଶିଳ୍ପ
  • ପରିବହନ ଶିଳ୍ପ
  • କୋଇଲା ଖନନ ଇତ୍ୟାଦି

ଜାଣିବା କଥା
ଯେଉଁ ଆର୍ଥନୀତିକ କାର୍ଯ୍ୟକଳାପଦ୍ବାରା ନୂତନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଖଣିଜ ଦ୍ରବ୍ୟ ଉତ୍ତୋଳନ ତଥା ସେବା ଯୋଗାଇ ଦିଆଯାଏ, ତାହାକୁ ଶିଳ୍ପ କୁହାଯାଏ ।

ଶିଳ୍ପ ପ୍ରତିଷ୍ଠାର ଉପକାରିତା :

  • ବିଭିନ୍ନ ଶିଳ୍ପଜାତ ପ୍ରସ୍ତୁତ ଦ୍ରବ୍ୟ ମିଳିଥାଏ।
  • କର୍ମସଂସ୍ଥାନ ମିଳେ ।
  • ବାଣିଜ୍ୟ କାରବାର ବୃଦ୍ଧି ହୁଏ ।
  • ଦେଶର ଅର୍ଥନୀତି ସମୃଦ୍ଧ ହୁଏ ।

ଶିଳ୍ପର-ଶ୍ରେଣୀ ବିଭାଗ

(i) କଞ୍ଚାମାଲକୁ ଭିଭିକରି →

  • କୃଷିଭିଭିକ
  • ଖଣିଜଭିଭିକ
  • ସମୁଦ୍ର ଭିରିକ
  • ଜଙ୍ଗଲଭିରିକ

(ii) ଆକାର ଦୃଷ୍ଟିରୁ →

  • କୁଟୀର ଶିଳ୍ପ
  • ବୃହତ୍ ଶିଳ୍ପ

BSE Odisha 8th Class Geography Solutions Chapter 4 ଶିଳ୍ପ

(iii) ମାଲିକାନା ଭିତ୍ତିରେ →

  • ଘରୋଇ ଶିଳ୍ପ
  • ଦ୍ୱୈତ ଶିଳ୍ପ
  • ସରକାରୀ ଶିଳ୍ପ
  • ସମବାୟ ଶିଳ୍ପ

କଞ୍ଚାମାଲକୁ ଭିତ୍ତିକରି ଶିଳ୍ପସଂସ୍ଥା :

  • କୃଷିଭିତ୍ତିକ ଶିଳ୍ପ : ଖାଦ୍ୟ ପ୍ରକ୍ରିୟାକରଣ, ଖାଇବା ତେଲ, କାର୍ପାସ ବୟନ, ଦୁଗ୍‌ଧଜାତ ପଦାର୍ଥ ପ୍ରସ୍ତୁତ, ଚମଡ଼ା ଶିଳ୍ପ ।
  • ଖଣିଜ ଭିତ୍ତିକ ଶିଳ୍ପ : ଲୌହଶିଳ୍ପ, ଆଲୁମିନିୟମ୍ ଶିଳ୍ପ ।
  • ସମୁଦ୍ର ଭିତ୍ତିକ ଶିଳ୍ପ : ସାମୁଦ୍ରିକ ଖାଦ୍ୟ ଉଦ୍ୟୋଗ, ମାଛ ତେଲ ଉଦ୍ୟୋଗ ।
  • ଜଙ୍ଗଲ ଭିତ୍ତିକ ଶିଳ୍ପ : କାଠମଣ୍ଡ ଓ କାଗଢ଼ଶିଳ୍ପ, ଔଷଧ ପ୍ରସ୍ତୁତିକାରୀ ଶିଳ୍ପ, ଆସବାବ ଓ ଗୃହନିର୍ମାଣ ଶିଳ୍ପ ।

ଆକାର ଦୃଷ୍ଟିରୁ ଶିଳ୍ପସଂସ୍ଥା :

  • କୁଟୀର ଶିଳ୍ପ (କ୍ଷୁଦ୍ର ଶିଳ୍ପ) : ଝୁଡ଼ି ବୁଣା, ମାଟିହାଣ୍ଡି ପ୍ରସ୍ତୁତି, ଘଣ୍ଟା, ରେଡ଼ିଓ, ଟିଭି ଇତ୍ୟାଦି ।
  • ବୃହତ୍ ଶିଳ୍ପ : ଅଧ‌ିକ ପୁଞ୍ଜିନିବେଶ ଓ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଦରକାର କରେ; ଯଥା – ଭାରୀ ଯନ୍ତ୍ରପାତି, ମଟରଗାଡ଼ି, ଲୌହ ଇସ୍ପାତ ।

ମାଲିକାନାକୁ ଭିତ୍ତିକରି ଶିଳ୍ପସଂସ୍ଥା :

  • ଘରୋଇ ମାଲିକାନା ଟାଟା ଲୌହ ଇସ୍ପାତଶିଳ୍ପ, ଜିନ୍ଦଲ ଷ୍ଟିଲ, ରିଲାଏନ୍ସ ଶିଳ୍ପ ।
  • ସରକାରୀ ମାଲିକାନା : ହାଲ୍ (ହିନ୍ଦୁସ୍ତାନ ଏଗୋନଟିକ୍‌ ଲିମିଟେଡ୍), ଭାରତୀୟ ଇସ୍ପାତ ନିଗମ (ସେଲ୍) ।
  • ଦ୍ଵୈତ ମାଲିକାନା (ସରକାରୀ ଓ ଘରୋଇ) : ମାରୁତି ଉଦ୍ୟୋଗ
  • ସମବାୟ ସଂସ୍ଥା : ସମ୍ବଲପୁରୀ ବସ୍ତ୍ର, ଅମୁଲ (ଆନନ୍ଦ ମିଲ୍‌କ ଇଉନିୟନ ଲିମିଟେଡ) ଆଦି ।

ଶିଳ୍ପ ପ୍ରତିଷ୍ଠାନକୁ ପ୍ରଭାବିତ କରୁଥିବା କାରକ ସମୂହ :
BSE Odisha 8th Class Geography Solutions Chapter 4 ଶିଳ୍ପ 1

ଶିଳ୍ପ ବ୍ୟବସ୍ଥା :
BSE Odisha 8th Class Geography Solutions Chapter 4 ଶିଳ୍ପ 3

  • ଶିଳ୍ପ ବ୍ୟବସ୍ଥା (i) ନିବେଶ, (ii) ପ୍ରକ୍ରିୟାକରଣ ଓ (iii) ଉତ୍ପାଦକୁ ନେଇ ଗଠିତ ।
  • କଞ୍ଚାମାଲ, ଶ୍ରମିକ, ଭୂମି, ପରିବହନ, ଶକ୍ତି ଆଦି ସାଧାରଣ ସଂରଚନା ଓ ବିକାଶ ନିମନ୍ତେ ପୁଞ୍ଜିକୁ ନିବେଶ କୁହାଯାଏ ।
  • କଞ୍ଚାମାଲର ବିଭିନ୍ନ କାର୍ଯ୍ୟପନ୍ଥା ମାଧ୍ୟମରେ ପ୍ରକ୍ରିୟାକରଣ କରାଯାଇ ସେଥୁରୁ ବାହାରୁଥିବା ସର୍ବଶେଷ ଦ୍ରବ୍ୟକୁ ଉତ୍ପାଦ କୁହାଯାଏ।

BSE Odisha 8th Class Geography Solutions Chapter 4 ଶିଳ୍ପ

ଜାଣିବା କଥା
ଶିଳ୍ପ ପ୍ରତିଷ୍ଠାନ ପାଇଁ ଆବଶ୍ୟକୀୟ ଭିଭିଭୂମି, ଯଥା- ବିଦ୍ୟୁତିକରଣ, ଯୋଗାଯୋଗ, ସଡ଼କ ଓ ରେଳପଥ, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ବ୍ୟବସ୍ଥାକୁ । ଆଧାରିକ ସଂରଚନା କୁହାଯାଏ ।

ମୁଖ୍ୟ ଶିଳ୍ପାଞ୍ଚଳ :
ପୃଥ‌ିବୀର ମୁଖ୍ୟ ଶିଳ୍ପାଞ୍ଚଳ :

  • ଉତ୍ତର ଆମେରିକାର ପୂର୍ବାଶ
  • ପଶ୍ଚିମ ଓ କେନ୍ଦ୍ରୀୟ ଇଉରୋପ
  • ପୂର୍ବ ଇଉରୋପ
  • ପୂର୍ବ ଏସିଆ

ଭାରତର ମୁଖ୍ୟ ଶିଳ୍ପାଞ୍ଚଳ

  • ମୁମ୍ବାଇ – ପୁଣେ ଶିଳ୍ପାଞ୍ଚଳ
  • ବେଙ୍ଗାଲୁରୁ – ତାମିଲନାଡୁ ଅଞ୍ଚଳ
  • ଅହମ୍ମଦାବାଦ – ଭଦୋଦରା ଅଞ୍ଚଳ
  • ଛୋଟନାଗପୁର ଅଞ୍ଚଳ
  • ଗୁଡ଼ଗାଓଁ – ଦିଲ୍ଲୀ- ମିରଟ୍ ଅଞ୍ଚଳ
  • କୋଲାମ୍ – ଥୁରୁଅନନ୍ତପୁରମ୍ ଅଞ୍ଚଳ

ଶିଳ୍ପ ଦୁର୍ଘଟଣା
BSE Odisha 8th Class Geography Solutions Chapter 4 ଶିଳ୍ପ 4

ଶିଳ୍ପ ଦୁର୍ଘଟଣା ହ୍ରାସ ନିମନ୍ତେ ଆମ୍ଭେମାନେ କେତେକ ପଦକ୍ଷେପ ନେବା ନିତାନ୍ତ ଜରୁରୀ।

ଶିଳ୍ପ ଦୁର୍ଘଟଣା ହ୍ରାସ ନିମନ୍ତେ ପଦକ୍ଷେପ:

  • ଜନବସତିଠାରୁ ଦୂରରେ ଶିଳ୍ପାଞ୍ଚଳ ସ୍ଥାପନ ।
  • ଉନ୍ନତ ଅଗ୍ନି ନିର୍ବାପନ ବ୍ୟବସ୍ଥା।
  • ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଅଧୂବାସୀଙ୍କୁ ସମ୍ଭାବ୍ୟ ବିପଦ ସଂପର୍କରେ ସଚେତନ କରିବା ।
  • ବିଷାକ୍ତ ପଦାର୍ଥର ଭଣ୍ଡାର ସୀମିତ କରିବା ।
  • ଶିଳ୍ପ ପ୍ରଦୂଷଣର ଅପସାରଣ ବ୍ୟବସ୍ଥାର ଉନ୍ନତିକରଣ ।

BSE Odisha 8th Class Geography Solutions Chapter 4 ଶିଳ୍ପ

ମୁଖ୍ୟ ଶିଳ୍ପ ସଂସ୍ଥାର ବିତରଣ :
BSE Odisha 8th Class Geography Solutions Chapter 4 ଶିଳ୍ପ 5

ଲୌହ ଇସ୍ପାତ ଶିଳ୍ପ :

  • ନିବେଶ : ଲୁହାପଥର, କୋଇଲା ଓ ଚୂନପଥର ଆଦି କଞ୍ଚାମାଲ, ଶ୍ରମ, ପୁଞ୍ଜି, ଭୂମି ତଥା ଅନ୍ୟାନ୍ୟ ଆଧାରିତ ସଂରଚନା। .
  • ପ୍ରକ୍ରିୟାକରଣ : ବ୍ଲାଷ୍ଟ ଫର୍ମେସ୍‌ରେ ଲୁହାପଥର ତରଳାଯିବା, ବିଶୁଦ୍ଧିକରଣ
  • ଉତ୍ପାଦ : ଇସ୍ପାତ ।

ଭାରତର ଲୌହ-ଇସ୍ପାତ ଶିଳ୍ପ :
BSE Odisha 8th Class Geography Solutions Chapter 4 ଶିଳ୍ପ 8

ଜାଣିବା କଥା
ଜାମସେଦପୁର ଲୌହ-ଇସ୍ପାତ କାରଖାନା 1907 ମସିହାରେ ସାକ୍‌ଠାରେ ପ୍ରତିଷ୍ଠା କରାଯାଇଥିଲା। ଟାଟା-ଲୌହ-ଇସ୍ପାତ କାରଖାନାକୁ ସଂକ୍ଷେପରେ TISCO (ଟିସ୍କୋ) କୁହାଯାଏ।

  • ଜାମ୍‌ଦ୍‌ଜୀ ଟାଟାଙ୍କ ନାମାନୁସାରେ ସାକ୍‌କୁ ଜାମସେଦପୁର ନାମରେ ନାମିତ କରାଗଲା ।

ପିଟ୍ସବର୍ଗ ଲୌହ-ଇସ୍ପାତ କାରଖାନା :
ଯୁକ୍ତରାଷ୍ଟ୍ର ଆମେରିକାର ପିଟ୍‌ସବର୍ଗ ଲୌହଇସ୍ପାତ କାରଖାନା ଏହାର ଭୌଗୋଳିକ ଅବସ୍ଥିତି ପାଇଁ ପ୍ରସିଦ୍ଧ ।
ଯଥା
ନିକଟସ୍ଥ ମିନେସୋଟା ଲୁହାପଥର ଖଣି,
ଶସ୍ତା ପରିବହନ ପାଇଁ ବୃହତ୍ ହ୍ରଦ ଜଳପଥର ବ୍ୟବସ୍ଥା,
ଓହିଓ, ମନୋଗାହେଲା ଓ ଆଲଘେନି ନଦୀର ଜଳ ଇତ୍ୟାଦି।

କାର୍ପାସ ବୟନ ଶିଳ୍ପ !
ବିତରଣ : ଗ୍ରେଟ୍ ବ୍ରିଟେନ, ଭାରତ, ଚୀନ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକାରେ ପୃଥ‌ିବୀର ମୁଖ୍ୟ କାର୍ପାସ ବୟନ ଶିଳ୍ପ କେନ୍ଦ୍ର ଅବସ୍ଥିତ ।
ଭାରତ ଅହମ୍ମଦାବାଦ, ମୁମ୍ବାଇ, କୋଲକାତା, ଲୁଧୁନା,ଚେନ୍ନାଇ, ପୁଡୁଚେରୀ, ପାନିପତ୍ର, କୋଏମ୍ବାଟୁର, କାନପୁର କାର୍ପାସ ବୟନ ଶିଳ୍ପକେନ୍ଦ୍ର ପାଇଁ ପ୍ରସିଦ୍ଧ ।

BSE Odisha 8th Class Geography Solutions Chapter 4 ଶିଳ୍ପ

ଜାଣିବା କଥା
ବିଟ୍ରିଶ୍ ଶାସନ ପୂର୍ବରୁ ଭାରତର ଢାକାର ମସ୍‌ଲିନ୍, ମସ୍‌ଲିପଟ୍ଟନମ୍‌ର ଚିନ୍‌ଜେନ୍, କାଲିକ୍‌ଟର କାଲିକୋ, ସୁରତ୍ ଓ ଭଦୋଦରାର ସୁନାକରି ବସ୍ତ୍ର ପୃଥ‌ିବୀ ପ୍ରସିଦ୍ଧ ଥିଲା ।

  • ଅନୁକୂଳ ଭୌଗୋଳିକ ପରିବେଶ :
    ଉଷ୍ଣ-ଆର୍ଦ୍ର ଜଳବାୟୁ, କୃଷ୍ଣ କାର୍ପାସ ମୃତ୍ତିକା ଓ ଗମନାଗମନ ସୁବିଧା, ଜଳର ସୁବିଧା ତଥା କୁଶଳୀ ଶ୍ରମିକ ସୁଲଭତା ଯୋଗୁ ଭାରତର ମୁମ୍ବାଇ, ଅହମ୍ମଦାବାଦରେ କାର୍ପାସ ଶିଳ୍ପକେନ୍ଦ୍ର ଗଢ଼ି ଉଠିଥିଲା।

ଅହମ୍ମଦାବଦ ଓ ଓସାକା ବୟନ ଶିଳ୍ପକେନ୍ଦ୍ର ମଧ୍ୟରେ ତୁଳନାତ୍ମକ ବିବରଣୀ:

BSE Odisha 8th Class Geography Solutions Chapter 4 ଶିଳ୍ପ 6
ଅହମ୍ମଦାବାଦକୁ ‘ଭାରତର ମାଞ୍ଚେଷ୍ଟ’ ଓ ଓସାକାକୁ ‘ଜାପାନର ମାଞ୍ଚେଷ୍ଟର’ କୁହାଯାଏ।

ସୂଚନା ପ୍ରଯୁକ୍ତି ବିଦ୍ୟା :
ଯୁକ୍ତରାଷ୍ଟ୍ର ଆମେରିକା ସିଲିକନ୍ ଉପତ୍ୟକା ଓ ଭାରତର ବେଙ୍ଗାଲୁରୁ ସୂଚନା ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ପାଇଁ ବିଶ୍ଵପ୍ରସିଦ୍ଧ ।

ଜାଣିବା କଥା ।

  • ସୂଚନା ପ୍ରଯୁକ୍ତି ବିଦ୍ୟା ସୂଚନା ସଂରକ୍ଷଣ, ପ୍ରକ୍ରିୟାକରଣ ଓ ପ୍ରସାରଣ ସହ ସଂପୃକ୍ତ ।
  • ସୂଚନା ପ୍ରଯୁକ୍ତି ବିଦ୍ୟା ‘ ସୂର୍ଯ୍ୟୋଦୟ ଶିଳ୍ପ’ ଭାବେ ପରିଗଣିତ । ସିଲିକନ୍ ଉପତ୍ୟକା ଓ ବେଙ୍ଗାଲୁରୁ ମଧ୍ଯରେ ତୁଳନା :

BSE Odisha 8th Class Geography Solutions Chapter 4 ଶିଳ୍ପ 7

ଭୌଗୋଳିକ ଶବ୍ଦାବଳୀ

  • ପ୍ରାଥମିକ ଉତ୍ପାଦ : ଯେଉଁ ପ୍ରକୃତିଦତ୍ତ ଜିନିଷଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ବ୍ୟବହାର ହୋଇପାରେ।
  • ଶିଚ୍ଛ : ଯେଉଁ ଆର୍ଥନୀତିକ କାର୍ଯ୍ୟକଳାପଦ୍ବାରା ନୂତନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଖଣିଜ ଦ୍ରବ୍ୟ ଉତ୍ତୋଳନ ତଥା ସେବା ଯୋଗାଇ ଦିଆଯାଏ
  • ଶିଳ୍ପାୟନ : ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା କରି ଦେଶର ଅର୍ଥନୈତିକ ବିକାଶ ସାଧନ କରିବାକୁ ଶିଳ୍ପାୟନ କୁହା
  • କ୍ଷୁଦ୍ରଶିଳ୍ପ : ଅଳ୍ପ ପୁଞ୍ଜି ନିବେଶ ଓ ସୀମିତ ପ୍ରଯୁକ୍ତି ବିଦ୍ୟା ବ୍ୟବହୃତ ଶିଳ୍ପ ।
  • ବୃହତ୍ ଶିଳ୍ପ : ଅଧ୍ବକ ପୁଞ୍ଜିନିବେଶ ଓ ଉନ୍ନତ ପ୍ରଯୁକ୍ତି ବିଦ୍ୟା ବ୍ୟବହୃତ ଶିଳ୍ପ ।
  • କୁଟୀର ଶିଳ୍ପ : କାରିଗର ତଥା ପରିବାରର ଲୋକେ ହାତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ କରାଯାଉଥିବା ଶିଳ୍ପ ।
  • ବ୍ୟକ୍ତି ମାଲିକାନା ଶିଳ୍ପ : କୌଣସି ବ୍ୟକ୍ତି ବା ଏକାଧ୍ଵକ ବ୍ୟକ୍ତିଙ୍କ ମିଳିତ ମାଲିକାନାରେ ଚାଲୁଥିବା ଶିଳ୍ପ ସଂସ୍ଥା।
  • ବା ଘରୋଇ ଶିଳ୍ପ : ଯେଉଁ ଶିଳ୍ପର ମାଲିକାନା ଓ ପରିଚାଳନା ସରକାରଙ୍କଦ୍ଵାରା ହୋଇଥାଏ।

BSE Odisha 8th Class Geography Solutions Chapter 4 ଶିଳ୍ପ

  • ସରକାରୀ ଶିଳ୍ପ : ଯେଉଁ ଶିଳ୍ପର ମାଲିକାନା ଓ ପରିଚାଳନା ସରକାରଙ୍କଦ୍ଵାରା ହୋଇଥାଏ।
  • ଦ୍ଵୈତ ମାଲିକାନା ଶିଳ୍ପ: ଯେଉଁ ଶିଳ୍ପ ସଂସ୍ଥାର ଉଭୟ ସରକାରୀ ଓ କୌଣସି ବ୍ୟକ୍ତି ବା ଏକାଧିକ ବ୍ୟକ୍ତିଙ୍କ ମିଳିତ ତତ୍ତ୍ଵାବଧାନ ଓ ମାଲିକାନାରେ ପରିଚାଳିତ ହୁଏ।
  • ସମବାୟ ଶିଳ୍ପ । ସଂସ୍ଥା: କଞ୍ଚାମାଲ ଉତ୍ପାଦନକାରୀ ବା ଯୋଗାଣକାରୀ ଶ୍ରମିକ କିମ୍ବା ଉଭୟଙ୍କ ମାଲିକାନାରେ ପରିଚାଳିତ ଶିଳ୍ପସଂସ୍ଥା ।
  • ବୃହତ୍ ହ୍ରଦ ଅଞ୍ଚଳ : ସୁପରିଅର, ହ୍ୟୁରନ, ଓଣ୍ଟାରିଓ, ମିଚିଗାନ୍ ଏବଂ ଇରି ହ୍ରଦକୁ ନେଇ ଗଠିତ ପାର୍ଶ୍ଵବର୍ତୀ ଅଞ୍ଚଳ।
  • ସୂର୍ଯ୍ୟୋଦୟ ଶିଳ୍ପ : ନୂତନ ଭାବେ ଗଢ଼ି ଉଠିଥ‌ିବା ଶିଳ୍ପକୁ ସୂର୍ଯ୍ୟୋଦୟ ଶିଳ୍ପ କୁହାଯାଏ।

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ

Odisha State Board BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ Textbook Exercise Questions and Answers.

BSE Odisha Class 8 Geography Solutions Chapter 3.2 କୃଷି ଊନ୍ନୟନ

1. ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ପ୍ରାୟ 50 ଟି ଶବ୍ଦରେ ଉତ୍ତର ଦିଅ।

(କ) କୃଷି ଉନ୍ନୟନ କହିଲେ କ’ଣ ବୁଝାଏ ?
Answer:

  • ଆମର ସୀମିତ ଜମି, ଜଳ ଓ ଜଙ୍ଗଲର ବ୍ୟବହାରଦ୍ଵାରା ପ୍ରୟୋଜନ ହେଉଥିବା ଅଧୁକ ଖାଦ୍ୟଶସ୍ୟ ଉତ୍ପାଦନର ପ୍ରୟାସକୁ କୃଷି ଉନ୍ନୟନ’ କୁହାଯାଏ।
  • କୃଷି ଉନ୍ନୟନ ପାଇଁ କୃଷି ଜମିର ଆକାର ବୃଦ୍ଧି, ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ, ଜଳସେଚନର ସୁବନ୍ଦୋବସ୍ତ, ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର, ନୂତନ କୃଷି କୌଶଳ, ରାସାୟନିକ ସାର ପ୍ରୟୋଗ, ଅଧୁକ ଅମଳକ୍ଷମ ବିହନର ବ୍ୟବହାର ଆବଶ୍ୟକତା ଅଛି ।
  • କୃଷି ଉନ୍ନୟନର ମୂଳଲକ୍ଷ୍ୟ ହେଲା ଖାଦ୍ୟ ସୁରକ୍ଷା।

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ

(ଖ) ଭାରତରେ କୃଷିର ଉନ୍ନତି ପାଇଁ ସରକାରୀ ସ୍ତରରେ କି କି ପଦକ୍ଷେପ ନିଆଯାଇଛି ?
Answer:
କୃଷିର ଉନ୍ନତିପାଇଁ ସରକାରୀ ସ୍ତରରେ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି :

  • ଜମିର ଚକବନ୍ଦୀ, ସମବାୟ ଚାଷ ଓ ଜମିଦାରୀ ଇତ୍ୟାଦି ଭୂସଂସ୍କାର ଆଇନର ପ୍ରବର୍ତ୍ତନ
  • କୃଷିବୀମା ପ୍ରଚଳନ
  • ଗ୍ରାମୀଣ ବ୍ୟାଙ୍କ ସ୍ଥାପନ
  • ସମବାୟ ସଂସ୍ଥା ଗଠନ
  • ସ୍ଵଳ୍ପ ହାରରେ ଋଣ ବ୍ୟବସ୍ଥା
  • ଅଳ୍ପ ମୂଲ୍ୟରେ ସାର ଓ ବିହନ ଯୋଗାଣ ଇତ୍ୟାଦିର ବ୍ୟବସ୍ଥା
  • କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ । ନିର୍ଦ୍ଧାରଣ
  • ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ପାଣିପାଗରେ ପୂର୍ବାନୁମାନ ଓ ଚାଷ ସମ୍ବନ୍ଧରେ ସୂଚନା ପ୍ରଦାନ।

(ଗ) ଯୁକ୍ତରାଷ୍ଟ୍ର ଆମେରିକାର କୃଷିଫାର୍ମ ବିଷୟରେ ଆଲୋଚନା କର ।
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତ୍ୟେକ କୃଷିଫାର୍ମ ପ୍ରାୟ 250 ହେକ୍ଟର ବା ତଦୂର୍ଣ୍ଣ ହୋଇଥାଏ ।
  • ଜମି ଚାଷ କରିବା, ବିହନ ବୁଣିବା, ଶସ୍ୟ ଅମଳ କରିବା, ରାସାୟନିକ ସାର ପ୍ରୟୋଗ କରିବା ଇତ୍ୟାଦି ସମସ୍ତ କାର୍ଯ୍ୟରେ ଯାନ୍ତ୍ରିକ ଉପକରଣ ବ୍ୟବହାର କରାଯାଇଥାଏ।
  • ଚାଷ ପୂର୍ବରୁ ମାଟିର ଉର୍ବରତା ଜାଣିବା ପାଇଁ ପରୀକ୍ଷାଗାରରେ ଏହାର ପରୀକ୍ଷା କରାଯାଏ ଓ ସେହି ଅନୁସାରେ ରାସାୟନିକ ସାର ପ୍ରୟୋଗ ହୁଏ।
  • କଂପ୍ୟୁଟର ଓ ଉପଗ୍ରହ ସେବା ମାଧ୍ୟମରେ ଜମିର ମାଟିର ଫସଲ ଉତ୍ପାଦନ କରିବାର ଦକ୍ଷତା ଜଣାପଡ଼େ ।
  • ହେଲିକପ୍ଟର ସାହାଯ୍ୟରେ ଆକାଶମାର୍ଗରୁ ଶସ୍ୟରେ କୀଟନାଶକ ଦ୍ରବ୍ୟ ସିଞ୍ଚନ କରାଯାଏ।

(ଘ) ଯୁକ୍ତରାଷ୍ଟ୍ର ଆମେରିକାର ମକାକୁ ମାଂସ ଆକାରରେ ବିକ୍ରି କରାଯାଏ । ଏହାର ତାତ୍ପର୍ଯ୍ୟ ବୁଝାଅ।
Answer:

  • ପୃଥ‌ିବୀରେ ଉତ୍ପାଦନ ହେଉଥିବା ମକାର ମୋଟ୍ ପରିମାଣରୁ ଅର୍ବାଧିକ ଉତ୍ପାଦନ ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥାଏ।
  • ଯୁକ୍ତରାଷ୍ଟ୍ର ଆମେରିକାରେ ମକାକୁ ମୁଖ୍ୟତଃ ପଶୁଖାଦ୍ୟ ରୂପେ ବ୍ୟବହାର କରାଯାଏ।
  • ମକା ଏକ ଶ୍ଵେତସାର ଯୁକ୍ତ ଖାଦ୍ୟ, ତେଣୁ ଗୋରୁ, ଘୁଷୁରି ଆଦି ପଶୁମାନେ ଏହାକୁ ଖାଇ ହୃଷ୍ଟପୁଷ୍ଟ ହୁଅନ୍ତି।
  • ସେମାନଙ୍କ ମାଂସ ବିଦେଶକୁ ରପ୍ତାନି କରାଯାଏ। ଏଣୁ କୁହାଯାଏ ଯୁକ୍ତରାଷ୍ଟ୍ର ଆମେରିକାର ମକାକୁ ମାଂସ ଆକାରରେ ବିକ୍ରି କରାଯାଏ।

2. ସଂକ୍ଷେପରେ ଲେଖ। (ପ୍ରାୟ 20 ଟି ଶବ୍ଦରେ)

(କ) ଜୈବିକ ଚାଷ :
Answer:

  • ଜୈବିକ ଚାଷରେ ପ୍ରାକୃତିକ ଓ ଜୈବିକ ଉପାଦାନ ପ୍ରୟୋଗ କରାଯାଇଥାଏ ।
  • ରାସାୟନିକ ସାର ପରିବର୍ତ୍ତେ ସବୁଳସାର, ଜୀବାଣୁ ସାର, ପଶୁଖତ, ପିଡ଼ିଆ ଏବଂ ରାସାୟନିକ କୀଟନାଶକ ପରିବର୍ତ୍ତେ ପାଉଁଶ, ଅମରୀ ଓ ବେଗୁନିଆ ପତ୍ର, ନିମ୍ବ ଓ କରଞ୍ଜ ଗଛର ଛେଲି, ଫୁଲପତ୍ର, ଗୋମୂତ୍ର, ମିତ୍ରକୀଟ ପ୍ରୟୋଗ କରାଯାଏ।

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ

(ଖ) ଖାଦ୍ୟ ସୁରକ୍ଷା :
Answer:

  • ସୁସ୍ଥ, ନୀରୋଗ ଓ କର୍ମଠ ଜୀବନଯାପନ ପାଇଁ ପ୍ରତ୍ୟେକ ମନୁଷ୍ୟର ନ୍ୟୁନତମ ପୁଷ୍ଟିସାର ଖାଦ୍ୟ ଆବଶ୍ୟକ ।
  • ଏହା ପୂରଣ ହୋଇପାରିଲେ ‘ ଖାଦ୍ୟ ସୁରକ୍ଷା’ ବ୍ୟବସ୍ଥା ସମ୍ଭବ ହୋଇପାରିବ ।

(ଗ) ଗହମ ବିପ୍ଳବ :
Answer:

  • ଭାରତର ପଞ୍ଜାବ, ହରିୟାଣା ରାଜ୍ୟମାନଙ୍କରେ ନୂତନ କୃଷି କୌଶଳଦ୍ଵାରା ଗହର୍ମ ଉତ୍ପାଦନରେ ଅଧିକ ସଫଳତା ଲାଭ କରିଛି ।
  • ତେଣୁ ଏହାକୁ ଭାରତରେ ‘ଗହମ ବିପ୍ଳବ’ କୁହାଯାଏ ।

3. ନିମ୍ନଲିଖୂତ ଉତ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) କୃଷି ଉନ୍ନୟନର ମୂଳଲକ୍ଷ୍ୟ ହେଉଛି କ’ଣ ?
(i) ଅଧିକ ଜଳସେଚନର ବନ୍ଦୋବସ୍ତ
(ii) କୃଷିଜମିର ଆକାର ବୃଦ୍ଧି
(iii) ଅଧିକ ଅମଳକ୍ଷମ ବିହନର ବ୍ୟବହାର
(iv) ଖାଦ୍ୟ ସୁରକ୍ଷା
Answer:
(iv) ଖାଦ୍ୟ ସୁରକ୍ଷା

(ଖ) କେଉଁ ଶସ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟାପକ ଭାବରେ ଚାଷ କରାଯାଏ ନାହିଁ ?
(i) ମକା
(ii) ଝୋଟ୍
(iii) ଗହମ
(iv) କପା
Answer:
(ii) ଝୋଟ୍

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ

(ଗ) ଭାରତର କୃଷି ମୁଖ୍ୟତଃ – ବାଣିଜ୍ୟଭିରିକ
(i) ବାଣିଜ୍ୟଭିରିକ
(ii) ପ୍ରୟୋଜନଭିରିକ
(iii) ସଘନ ମିଶ୍ରିତ
(iv) ବଜାର ଉଦ୍ୟାନରିରିକ
Answer:
(ii) ପ୍ରୟୋଜନଭିରିକ

4. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ ………. ର ଉନ୍ନତି ପାଇଁ
ଗୁରୁତ୍ଵ ଦିଆଯାଇଥିଲା ।
(i) ଶିକ
(ii) କୃଷି
(iii) ଯୋଗାଯୋଗ ଓ ପରିବହନ
(iv) ଖଣିଜ ଓ ଶକ୍ତି ସଂପଦ
Answer:
(ii) କୃଷି

(ଖ) ଓଡ଼ିଶାର ହୀରାକୁଦ ନଦୀବନ୍ଧ ନିର୍ମାଣ …………. ପଞ୍ଚବାର୍ଷିକ ଯୋଜନା କାଳରେ କରାଯାଇଥିଲା ।
(i) ପ୍ରଥମ
(ii) ତୃତୀୟ
(ii) ଦ୍ଵିତୀୟ
(iv) ଚତୁର୍ଥ
Answer:
(i) ପ୍ରଥମ

(ଗ) ଗହମ ଉତ୍ପାଦନରେ ଯୁକ୍ତରାଷ୍ଟ୍ର ଆମେରିକା ପୃଥ‌ିବୀରେ ————- ସ୍ଥାନ ଅଧିକାର କରିଅଛି ।
(i) ପ୍ରଥମ
(ii) ଦ୍ବିତୀୟ
(iii) ତୃତୀୟ
(iv) ଚତୁର୍ଥ
Answer:
(ii) ଦ୍ବିତୀୟ

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ

(ଘ) ଯୁକ୍ତରାଷ୍ଟ୍ର ଆମେରିକାରେ ——– ଶସ୍ୟ ମୁଖ୍ୟତଃ ପଶୁଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।
(i) ଗହମ
(ii) ବାଜରା
(iii) ମକା
(iv) ଯଅ
Answer:
(iii) ମକା

5. ‘କ’ ତାଲିକାରେ ଥିବା କୃଷିଦ୍ରବ୍ୟ ସହ ସଂପୃକ୍ତ ‘ଖ’ ତାଲିକାରେ ଥ‌ିବା ମୁଖ୍ୟ କୃଷି ଅଞ୍ଚଳଗୁଡ଼ିକରୁ ଠିକ୍ ଉତ୍ତର ବାଛି ଲେଖ।

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ 1
Answer:
BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ 2

6. ଯୁକ୍ତରାଷ୍ଟ୍ର ଆମେରିକା କୃଷି ଓ ଭାରତର କୃଷି :

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ 3

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ 4

ଉପରୋକ୍ତ ସୂର୍ଯ୍ୟ ଦୁଇଟିର ଥ‌ିବା ସ୍ଥାନଗୁଡ଼ିକୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତର କୃଷି ସଂବନ୍ଧୀୟ ଶବ୍ଦ ମାଧ୍ୟମରେ ପୂରଣ କର। ପରିଶେଷରେ ଏହି ଶବ୍ଦ ପୁଞ୍ଜି ଗୁଡ଼ିକୁ ବ୍ୟବହାର କରି ଦୁଇ ଦେଶର କୃଷି ଉପରେ ସଂକ୍ଷିପ୍ତ ବିବରଣୀ ଲେଖୁ ଶ୍ରେଣୀରେ ରଖ।

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ 5

ଯୁକ୍ତରାଷ୍ଟ୍ର ଆମେରିକାର କୃଷି :

  • ଯୁକ୍ତରାଷ୍ଟ୍ର ଆମେରିକାର କୃଷି ବାଣିଜ୍ୟଭିତ୍ତିକ କୃଷି ।
  • ଯୁକ୍ତରାଷ୍ଟ୍ରରେ ଚାଷଜମି ବୃହତ୍ ଆକାରର ଅର୍ଥାତ୍ ଗୋଟିଏ ସାଧାରଣ ଜମି ପ୍ରାୟ 250) ହେକ୍ଟର ।
  • କୃଷକମାନେ ସାଧାରଣତଃ ଉଚ୍ଚଶିକ୍ଷିତ ।
  • କୃଷିକାର୍ଯ୍ୟ ପ୍ରାୟ ଯାନ୍ତ୍ରିକ ପଦ୍ଧତିରେ କରାଯାଏ ।
  • ଉନ୍ନତ କୃଷି କୌଶଳ ପ୍ରୟୋଗରେ କୃଷି ଉତ୍ପାଦନ ଅଧିକ ହୋଇଥାଏ ।
  • କୃଷକମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରାଯାଏ ।
  • ଯୁକ୍ତରାଷ୍ଟ୍ରରେ କୃଷିର ଉନ୍ନତି ତଥା ଗବେଷଣା କାର୍ଯ୍ୟପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ।

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ

ଭାରତର କୃଷି :

  • ଭାରତର କୃଷି ପ୍ରୟୋଜନଭିତ୍ୟିକ କୃଷି।
  • ଭାରତରେ ଚାଷ ଜମି ପ୍ରାୟ କ୍ଷୁଦ୍ର ଅଥବା ମଧ୍ୟମଧରଣର ଅର୍ଥାତ୍ ପ୍ରତ୍ୟେକ ଚାଷଜମିର ପରିମାଣ 1.5 ହେକ୍ଟର ।
  • କୃଷକମାନେ ଗରିବ, ନିରକ୍ଷର ଅଥବା ଅଳ୍ପଶିକ୍ଷିତ।
  • କୃଷିକାର୍ଯ୍ୟ ପ୍ରାୟ ପାରମ୍ପରିକ ପଦ୍ଧତିରେ କରାଯାଏ। ଅନିୟମିତ ବର୍ଷା,
  • ଜଳସେଚନର ଅଭାବ, ଚାଷୀ ଗରିବ ହେତୁ କୃଷି ଉତ୍ପାଦନ ଯଥେଷ୍ଟ ହୁଏ ନାହିଁ ।
  • ଏବେ ସରକାରଙ୍କ ତରଫରୁ କୃଷକମାନଙ୍କ ପାଇଁ ଋଣ ସହାୟତା, କୃଷି ବୀମା ଆଦି କାର୍ଯ୍ୟକାରୀ କରାଯାଉଛି ।
  • କୃଷିର ଉନ୍ନତି ପାଇଁ ବିଭିନ୍ନ ଭୂସଂସ୍କାର ବ୍ୟବସ୍ଥା, ଅଳ୍ପ ମୂଲ୍ୟରେ ସାର, କୀଟନାଶକ ଦ୍ରବ୍ୟ, ବିହନ ଯୋଗାଇ ଦିଆଯାଉଛି ।

7. ଉତ୍ତର ଆମେରିକା ମହାଦେଶର ରେଖାଙ୍କିତ ମାନଚିତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାର ସୀମା ଚିହ୍ନାଅ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମକା ଓ ଗହମ ଚାଷ ହେଉଥିବା ଅଞ୍ଚଳକୁ ସଙ୍କେତ ମାଧ୍ୟମରେ ଦର୍ଶାଅ ।
BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ 6

BSE Odisha 8th Class Geography Notes Chapter 3.2 କୃଷି ଊନ୍ନୟନ

କୃଷି ଉନ୍ନୟନ :

  • ଆମର ସୀମିତ ଜମି, ଜଳ ଓ ଜଙ୍ଗଲର ବ୍ୟବହାର ଦ୍ଵାରା ପ୍ରୟୋଜନ ହେଉଥ‌ିବା ଅଧୁକ ଖାଦ୍ୟଶସ୍ୟ ଉତ୍ପାଦନର ପ୍ରୟାସକୁ କୃଷି ଉନ୍ନୟନ ବା କୃଷି ବିକାଶ କୁହାଯାଏ ।
  • ଖାଦ୍ୟ ସୁରକ୍ଷା କୃଷି ଉନ୍ନୟନର ମୂଳ ଲକ୍ଷ୍ୟ।
  • କୃଷି ଉନ୍ନୟନ ପାଇଁ ଆବଶ୍ୟକ ବ୍ୟବସ୍ଥା :
    (i) କୃଷିଜମିର ଆକାର ବୃଦ୍ଧି
    (ii) ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ
    (iii) ଉନ୍ନତ କୃଷି କୌଶଳ
    (iv) ନୂତନ କୃଷି କୌଶଳ
    (v) ରାସାୟନିକ ସାର ପ୍ରୟୋଗ
    (vi) ଅଧିକ ଅମଳକ୍ଷମ ବିଞ୍ଚନର ବ୍ୟବହାର

ଜାଣିବା କଥା

  • ସୁସ୍ଥ, ନୀରୋଗ ଓ କର୍ମଠ ଜୀବନଯାପନ ପାଇଁ ପ୍ରତ୍ୟେକ ମନୁଷ୍ୟର ନ୍ୟୁନତମ ପୁଷ୍ଟିସାର ଖାଦ୍ୟ ଆବଶ୍ୟକତା ପୂରଣ କରିବା ହିଁ ଖାଦ୍ୟ ସୁରକ୍ଷା ।
  • 2021ମସିହା ସୁଦ୍ଧା ଭାରତର ଜନସଂଖ୍ୟା 150 କୋଟି ହେବାର ଆକଳନ କରାଯାଇଛି।

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ

ଜୈବିକ ଚାଷ :

  • ଜନବହୁଳ ଦେଶରେ ଅଧିକ ଶସ୍ୟ ଉତ୍ପାଦନ ପାଇଁ ଜୈବିକ ଚାଷ କରାଯାଉଛି ।
  • ସବୁଜ ସାର, ଜୀବାଣୁ ସାର, ପଶୁଖତ, ପିଡ଼ିଆ ଏବଂ ପାଉଁଶ, ଅମରୀ ଓ ବେଗୁନିଆ ପତ୍ର, ନିମ୍ବ ଓ କରଞ୍ଜ ଗଛର ଛେଲି, ଫୁଲ ଓ ପତ୍ର, ଗୋ-ମୂତ୍ର, ମିତ୍ରକୀଟ ଆଦି ପ୍ରାକୃତିକ ଓ ଜୈବିକ ଉପାଦାନର ପ୍ରୟୋଗରେ ଜୈବିକ ଚାଷ କରାଯାଇଥାଏ।
  • ସବୁଜ ବିପ୍ଳବ ମାଧ୍ୟମରେ ମଧ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି କରାଯାଉଛି ।

ଜାଣିବା କଥା
ରାସାୟନିକ ସାର, କୀଟନାଶକ ଔଷଧ ଓ ଉନ୍ନତ କୃଷି କୌଶଳ ପ୍ରୟୋଗଦ୍ଵାରା ଅଧିକ ଅମଳକ୍ଷମ ବିହନ ବ୍ୟବହାର କରାଯାଇ କୃଷି ଉତ୍ପାଦନ ବୃଦ୍ଧି କରାଯିବାକୁ ସବୁଜ ବିପ୍ଳବ କୁହାଯାଏ ।

ଭାରତର କୃଷି :

  • ଭାରତରେ କୃଷକ ମୌସୁମୀ ବର୍ଷା ଓ ଜମିର ଉର୍ବରତା ଉପରେ ନିର୍ଭର କରି କୃଷିକାର୍ଯ୍ୟ କରିଥାଏ।
  • ମୌସୁମୀ ବର୍ଷା ଅନିଶ୍ଚିତ ଓ ଜମିର ଉର୍ବରତା ହ୍ରାସ ଯୋଗୁ ଭାରତର କୃଷି ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ।

ଭାରତ ସରକାରଙ୍କଦ୍ୱାରା କୃଷିର ଉନ୍ନତିପାଇଁ କେତେକ ବ୍ୟବସ୍ଥା ବିଭିନ୍ନ ସମୟରେ ପ୍ରବର୍ତ୍ତନ କରାଯାଇଛି ।

କୃଷିର ଉନ୍ନତିମୂଳକ ବ୍ୟବସ୍ଥା :

  • ଚକବନ୍ଦୀ ବ୍ୟବସ୍ଥା
  • ସମବାୟ ଚାଷ
  • ଜମିଦାରୀ ଉଚ୍ଛେଦ
  • କୃଷିବୀମା ପ୍ରଚଳନ
  • ଗ୍ରାମୀଣ ବ୍ୟାଙ୍କ୍ ପ୍ରତିଷ୍ଠା
  • ସମବାୟ ସଂସ୍ଥା ଗଠନ
  • ଦୂରଦର୍ଶନ ଓ ରେଡ଼ିଓରେ ପାଣିପାଗ ଓ କୃଷି ସୂଚନା
  • ସ୍ଵ ଋଣହାର ବ୍ୟବସ୍ଥା
  • ସ୍ଵଳ୍ପ ମୂଲ୍ୟରେ ସାର ଓ ବିହନ ଯୋଗାଣ
  • କୃଷି ଦ୍ରବ୍ୟର ନ୍ୟୁନତମ ସହାୟକ ମୂଲ୍ୟ ନିର୍ଦ୍ଧାରଣ
  • ପଞ୍ଜାବ ଓ ହରିୟାଣାରେ ସବୁଜ ବିପ୍ଳବ ‘ଗହମ -ବିପ୍ଳବ’ରେ ପରିଣତ ହୋଇଛି ।
  • ଅଧିକ ଅମଳକ୍ଷମ ବିହନ, ଉନ୍ନତ କୃଷି କୌଶଳ, କୃଷିଋଣର ସୁବିଧା, ଶସ୍ୟ ସଂରକ୍ଷଣ ପାଇଁ ଗୋଦାମ ଘର ବ୍ୟବସ୍ଥା, ବୁନ୍ଦା ଓ ସିଞ୍ଚା ଜଳସେଚନ କୌଶଳ ପ୍ରୟୋଗ ଦ୍ବାରା ଏ ଅଞ୍ଚଳରେ ଶସ୍ୟ ଉତ୍ପାଦିତା ବୃଦ୍ଧି ହୋଇଛି ।

ଜାଣିବା କଥା
ପଞ୍ଜାବ ଓ ହରିୟାଣା ରାଜ୍ୟରେ ଅଧ‌ିକ ଗହମ ଉତ୍ପାଦନ ହେଉଥ‌ିବାରୁ ଏହାକୁ ଭାରତର ଶସ୍ୟାଗାର କୁହାଯାଏ ।

BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ

ଯୁକ୍ତରାଷ୍ଟ୍ର ଆମେରିକାର କୃଷି :

  • ଯୁକ୍ତରାଷ୍ଟ୍ର ଆମେରିକାରେ କୃଷିକୁ ଏକ ଶିଳ୍ପ ଭାବରେ ଗଣନା- କରାଯାଏ ।
  • ଏଠାରେ କୃଷିକାର୍ଯ୍ୟରେ ଯାନ୍ତ୍ରିକ ଉପକରଣ ବ୍ୟବହାର କରାଯାଏ।
  • ଯୁକ୍ତରାଷ୍ଟ୍ର ଆମେରିକାର କୃଷି ପଦ୍ଧତିରେ ଆଧୁନିକ ଜ୍ଞାନକୌଶଳ, କଂପ୍ୟୁଟରର ବ୍ୟବହାର, ହେଲିକପ୍ଟର ସାହାଯ୍ୟରେ କୀଟନାଶକ ସିଞ୍ଚନ ଆଦି କରାଯାଏ।
  • ମକା, ଗହମ, କପା, ଧୂଆଁପତ୍ର, ସୋୟାବିନ୍ ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ କୃଷିଜାତ ଦ୍ରବ୍ୟ ।

ଯୁକ୍ତରାଷ୍ଟ୍ର ଆମେରିକାର କୃଷି ଅଞ୍ଚଳ :
BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ 7

ଭୌଗୋଳିକ ଶବ୍ଦାବଳୀ

  • କୃଷି ଉନ୍ନୟନ : ସୀମିତ ଜମି, ଜଳ ଓ ଜଙ୍ଗଲର ବ୍ୟବହାରଦ୍ଵାରା ପ୍ରୟୋଜନ ହେଉଥ‌ିବା ଅଧୁକ ଖାଦ୍ୟଶସ୍ୟ ଉତ୍ପାଦନର ପ୍ରୟାସକୁ କୃଷି ଉନ୍ନୟନ । କୃଷି ବିକାଶ କୁହାଯାଏ।
  • ଖାଦ୍ୟ ସୁରକ୍ଷା : ସୁସ୍ଥ ନୀରୋଗ ଓ କର୍ମଠ ଜୀବନଯାପନ ପାଇଁ ପ୍ରତ୍ୟେକ ମନୁଷ୍ୟର ନ୍ୟୁନତମ ପୁଷ୍ଟିସାର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ବ୍ୟବସ୍ଥା କରିବାକୁ ଖାଦ୍ୟ ସୁରକ୍ଷା କୁହାଯାଏ ।
  • ଜୈବିକ ଚାଷ : ରାସାୟନିକ ସାର ବଦଳରେ ସବୁଜ ସାର, ଜୀବାଣୁ ସାର, ପଶୁଖତ, ପିଡ଼ିଆ ଏବଂ ରାସାୟନିକ କୀଟନାଶକ ବଦଳରେ ପାଉଁଶ, ଅମରୀ ଓ ବେଗୁନିଆ ପତ୍ର, ନିମ୍ବ ଓ କରଞ୍ଜ ଗଛର ଫୁଲ ଓ ପତ୍ର, ଗୋମୂତ୍ର, ମିତ୍ରକୀଟ ଆଦି ପ୍ରାକୃତିକ ଓ ଜୈବିକ ଉପାଦାନ ପ୍ରୟୋଗ କରାଯାଉଥିବା କୃଷିକୁ ଜୈବିକ ଚାଷ କୁହାଯାଏ ।
  • ସବୁଳ ବିପ୍ଳବ : ଜଳ ଉପଲବ୍‌ଧ ଅଞ୍ଚଳଗୁଡ଼ିକରେ ରାସାୟନିକ ସାର, କୀଟନାଶକ ଔଷଧ ଓ ଉନ୍ନତ କୃଷି- କୌଶଳ ପ୍ରକ୍ରିୟାକୁ ସବୁଜ ବିପ୍ଳବ କୁହାଯାଏ।
  • ଗହମ ବିପ୍ଳବ : ନୂତନ କୃଷି କୌଶଳଦ୍ୱାରା ଗହମ ଉତ୍ପାଦନରେ ଅଧିକ, ସଫଳତାକୁ ଉତ୍ତର ଭାରତରେ “ ଗହମ ବିପ୍ଳବ’ କୁହାଯାଏ।

BSE Odisha 8th Class Maths Notes Algebra Chapter 9 ଚଳନ

Odisha State Board BSE Odisha 8th Class Maths Notes Algebra Chapter 9 ଚଳନ will enable students to study smartly.

BSE Odisha Class 8 Maths Notes Algebra Chapter 9 ଚଳନ

→ ଚଳନ (Variation):
ବାରମ୍ବାର ପରିବର୍ତ୍ତନ ହେଉଥ‌ିବା ରାଶିକୁ ଚଳରାଶି କୁହାଯାଏ ।
ଉଦାହରଣ – 5ଟି କଲମର ଦାମ୍ 25 ଟଙ୍କା ହେଲେ,
10ଟି କଲମର ଦାମ୍ 50 ଟଙ୍କା ହେବ ।
ଏଠାରେ କଲମ ସଂଖ୍ୟା ପରିବର୍ତ୍ତନ ହେଲେ, ଟଙ୍କାର ପରିମାଣ ପରିବର୍ତ୍ତନ ହୋଇଥାଏ ।

  • ଯେଉଁ ପ୍ରକ୍ରିୟାଦ୍ଵାରା ଚଳରାଶିମାନଙ୍କର ପରିବର୍ତ୍ତନ ଘଟିଥାଏ, ତାହାକୁ ଚଳନ କୁହାଯାଏ ।

→ ସଳଖ ଚଳନ (Direct Variation) :
(i) ଅନ୍ୟଟିର ହ୍ରାସ ହୁଏ । ରାଶିମାନଙ୍କ ମଧ୍ୟରେ ଏ ପ୍ରକାର ସମ୍ବନ୍ଧକୁ ‘ସଳଖ ଚଳନ’ କୁହାଯାଏ।

(ii) x ଓ y ରାଶିଦ୍ଧୟ ମଧ୍ୟରେ
xର ମାନ ବୃଦ୍ଧିପାଇଲେ ଦୂର ମାନ ବୃଦ୍ଧିପାଏ ଏବଂ
xର ମାନ ହ୍ରାସପାଇଲେ ଦୂର ମାନ ହ୍ରାସପାଏ ।
କିନ୍ତୁ ପ୍ରତ୍ୟେକ ସ୍ଥଳରେ \(\frac{x}{y}\) ର ମାନ ସମାନ ରହେ ।

(iii) ଯଦି x ର ପରିବର୍ତ୍ତିତ ମାନ x1କୁ ଏବଂ ପରମୁହୂରରେ x2; y ର ପରିବର୍ତ୍ତିତ ମାନ y1କୁ ଏବଂ
ପରମୁହୂର୍ତ୍ତରେ y2 ହୁଏ । ଯେଉଁଠାରେ \(\frac{x_1}{y_1}=\frac{x_2}{y_2}=K\) ହେବ ।

(iv) x ଓ ଦୂର ଏପ୍ରକାର ଚଳନକୁ ସଳଖ ଚଳନ (Direct Variation) କୁହାଯାଏ । ଏହାକୁ x ∝ y ରୂପେ ଲେଖାଯାଏ ଏବଂ “x varies directly as y” ପଢ଼ାଯାଏ ।
x ∝ y ⇒ x = Ky ⇒ \(\frac{x}{y}\) = K ଏବଂ \(\frac{x}{y}=\frac{x_1}{y_1}=\frac{x_2}{y_2}=K\)

BSE Odisha 8th Class Maths Notes Algebra Chapter 9 ଚଳନ

ନିଜେ କର :
Question 1.
ନିମ୍ନସ୍ଥ ସାରଣୀକୁ ଦେଖ୍ x ଓ y ଚଳରାଶିଦ୍ଵୟ ସଳଖ ଚଳନରେ ଅଛନ୍ତି କି ନାହିଁ ପରୀକ୍ଷା କରି ଦେଖ ।
(a)

X 20 17 14 11 8 5 2
y 40 34 28 22 16 10 4

(b)

X 6 10 14 18 22 26 30
y 4 8 12 16 20 24 28

(c)

X 6 10 14 18 22 26
y 4 8 12 16 20 24

ସମାଧାନ :
(a) ପ୍ରତ୍ୟେକ ସ୍ଥଳରେ \(\frac{x}{y}=\frac{20}{40}=\frac{17}{34}=\frac{14}{28}=\frac{11}{22}=\frac{8}{16}=\frac{5}{10}=\frac{2}{4}=\frac{1}{2}\)
ଅର୍ଥାତ୍ ପ୍ରତ୍ୟେକ ସ୍ଥଳରେ \(\frac{x}{y}=\frac{1}{2}\) । ତେଣୁ ଏହା ଏକ ସଳଖ ଚଳନ ।

(b) \(\frac{6}{4}=\frac{10}{8}\) ଅର୍ଥାତ୍ ପ୍ରତ୍ୟେକ ସ୍ଥଳରେ \(\frac{x}{y}\)ର ମାନ ସମାନ ନୁହେଁ । ତେଣୁ ଏହା ସଳଖ ଚଳନ ନୁହେଁ ।

(c) \(\frac{x}{y}=\frac{5}{15}=\frac{8}{24}=\frac{12}{36} \neq \frac{15}{60}=\frac{18}{72} \neq \frac{20}{100}\)

Question 2.
x ଓ y ଚଳରାଶିଦ୍ଵୟ ସଳଖ ଚଳନରେ ଥିଲେ ନିମ୍ନ ସାରଣରୁ p ଓ ୟୁର ମାନ ସ୍ଥିର କର ।

X 5 P 10
y 8 32 q

ସମାଧାନ :
ଏଠାରେ x ∝ y ⇒ \(\frac{5}{8}=\frac{P}{32}=\frac{10}{q} \Rightarrow \frac{5}{8}=\frac{P}{32} \Rightarrow 8 P=32 \times 5 \Rightarrow P=\frac{32 \times 5}{8}=20\)
\(\frac{5}{8}=\frac{10}{q} \Rightarrow 5 q=80 \Rightarrow q=\frac{80}{5}=16\)

ଉଦାହରଣ :
ସମାନ ଆକାରର 4ଟି ମହମବତିର ମୂଲ୍ୟ 10 ଟଙ୍କା ହେଲେ, 15ଟି ମହମବତିର ମୂଲ୍ୟ କେତେ ?
ସମାଧାନ :
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,

ମହମବତି ସଂଖ୍ୟା (x) 4(x1) 15(x2)
ମହମବତିର ଦାମ୍ (y) (ଟଙ୍କାରେ) 10(y1)  y2

ଲକ୍ଷ୍ୟକର, x ∝ y । ଏଠାରେ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ର ଅନୁଯାୟୀ, \(\frac{x_1}{y_1}=\frac{x_2}{y_2} \Rightarrow \frac{4}{10}=\frac{15}{y_2} \Rightarrow 4 y_2=10 \times 15\)
⇒ \(y_2=\frac{10 \times 15}{4}=\frac{75}{2}=37.50\)
∴ 15ଟି ମହମବତିର ମୂଲ୍ୟ ଟ.37.50 |

→ ପ୍ରତିଲୋମୀ ଚଳନ (Inverse Variation):
(i) ଦୁଇଟି ରାଶି ମଧ୍ୟରେ ଗୋଟିଏ ରାଶିର ବୃଦ୍ଧି ଘଟିଲେ ଅନ୍ୟ ରାଶିର ହ୍ରାସ ଘଟେ ବା ପ୍ରଥମ ରାଶିର ହ୍ରାସ ହେଲେ ଦ୍ଵିତୀୟ ରାଶିର ବୃଦ୍ଧି ଘଟେ। ଚଳରାଶିମାନଙ୍କ ମଧ୍ୟରେ ଥ‌ିବା ଏହି ସମ୍ବନ୍ଧକୁ ପ୍ରତିଲୋମୀ ଚଳନ କୁହାଯାଏ ।
(ii) ଯଦି x ଓ y ଚଳରାଶି ଏବଂ x ଓ y ମଧ୍ୟରେ ପ୍ରତିଲୋମୀ ଚଳନ ହୁଏ; ତେବେ x ∝ \(\frac{1}{y}\) ଏହାକୁ x varies inversely as y ବୋଲି ପଢ଼ାଯାଏ ।

  • ଯଦି x ∝ \(\frac{1}{y}\) ହୁଏ; ତେବେ x = \(\frac{K}{y}\) ବା xy = K ହେବ ।

(iii) x ର ମାନ x1 ରୁ x2 କୁ ଏବଂ yର ମାନ y1 ରୁ y2କୁ ପରିବର୍ତ୍ତିତ ହେଲେ, ପ୍ରତିଲୋମୀ ଚଳନ ଅନୁସାରେ
xy = x1y1 = x2y2 = K ଅଥବା x1y1 = x2y2 ହେବ ।

BSE Odisha 8th Class Maths Notes Algebra Chapter 9 ଚଳନ

ନିଜେ କର :
Question 1.
ନିମ୍ନସ୍ଥ ସାରଣୀକୁ ଦେଖ୍ x ଓ y ଚଳରାଶିଦ୍ଵୟ ପ୍ରତିଲୋମୀ ଚଳନରେ ଅଛନ୍ତି କି ନାହିଁ ପରୀକ୍ଷା କରି ଦେଖ ।
(a)

X 50 40 30 20
y 5 6 7 8

(b)

X 100 200 300 400
y 60 30 20 15

(c)

X 90 60 45 30 20 5
y 10 15 20 25 30 35

ସମାଧାନ :
(a) xy = 50 × 5 ≠ 40 × 6 ≠ 30 × 7 ≠ 20 × 8
ଏଣୁ ଏହା ପ୍ରତିଲୋମୀ ଚଳନରେ ନାହିଁ ।

(b) xy = 100 × 60 = 200 × 30 = 300 × 20 = 400 × 15 = 6000
ତେଣୁ ଏହା ପ୍ରତିଲୋମୀ ଚଳନରେ ଅଛନ୍ତି ।

(c) xy = 90 × 10 = 60 × 15 = 45 × 20 ≠ 30 × 25 ≠ 5 × 35
ତେଣୁ ଏହା ପ୍ରତିଲୋମୀ ଚଳନରେ ନାହିଁ ।

Question 2.
x ଓ y ଚଳରାଶିଦ୍ଵୟ ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ । ନିମ୍ନ ସାରଣୀରୁ p ଓ q ର ମାନ ସ୍ଥିର କର ।

X 6 5 q
y 80 P 24

ସମାଧାନ :
ଏଠାରେ x ∝ \(\frac{1}{y}\) ⇒ 6 × 80 = 5 × p = q × 24
ବର୍ତ୍ତମାନ 6 × 80 = 5 × p ⇒ p = \(\frac{6 \times 80}{5}\) = 96
ପୁନଶ୍ଚ 5 × 80 = 6 × 24 ⇒ q = \(\frac{6 \times 80}{24}\) = 20
∴ p = 96 ଓ q = 20

BSE Odisha 8th Class Maths Notes Algebra Chapter 9 ଚଳନ

ଉଦାହରଣ :
ଗୋଟିଏ ମହମବତି ଦୈନିକ \(\frac{1}{2}\) ଘଣ୍ଟା ଜଳିଲେ 8 ଦିନ ଯାଏ । ତେବେ ଦିନକୁ 2 ଘଣ୍ଟା ପାଇଁ ଜାଳିଲେ ଉକ୍ତ ମହମବତିଟି କେତେ ଦିନ ଜଳିବ ?
ସମାଧାନ :
ଦତ୍ତ ତଥ୍ୟକୁ ଗୋଟିଏ ସାରଣୀରେ ସନ୍ନିବେଶ କରାଇଲେ ପାଇବା,
BSE Odisha 8th Class Maths Notes Algebra Chapter 9 ଚଳନ - 1
ଏଠାରେ ମହମବତି ଜଳିବା ସମୟ ଓ ଦିନ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ।
∴ ପ୍ରତିଲୋମୀ ଚଳନର ସୂତ୍ରାନୁଯାୟୀ x1y1 = x2y2 ⇒ \(\frac{3}{2}\) ×8 = 2y2 ⇒ 12 = 2y2 ⇒ y2 = \(\frac{12}{2}\) = 6
ଦିନକୁ 2 ଘଣ୍ଟା ପାଇଁ ଜାଳିଲେ ଉକ୍ତ ମହମବତିଟି 6 ଦିନ ଜଳିବ ।

BSE Odisha 8th Class Maths Notes Algebra Chapter 9 ଚଳନ

→ ଯୌଥ ଚଳନ (Joint Variation):

  • ତିନି ବା ତତୋଽଧୂକ ଅଣଶୂନ୍ୟ ଚଳରାଶି ମଧ୍ୟରୁ ଗୋଟିଏ ରାଶି ଅନ୍ୟ ରାଶିମାନଙ୍କର ଗୁଣଫଳ ସହିତ ସଳଖ ଚଳନରେ ରହିଲେ, ପ୍ରଥମ ରାଶିଟି ଅନ୍ୟ ରାଶିମାନଙ୍କ ସହ ଯୌଥ ଚଳନରେ ରହିବ ।

ମନେକର, x, y ଓ z ତିନୋଟି ଅଣଶୂନ୍ୟ ଚଳରାଶି ।
(i) ଯଦି x ∝ y (z ଅପରିବର୍ତ୍ତିତ) ଓ x ∝ z (y ଅପରିବର୍ତ୍ତିତ)
ତେବେ x ∝ yz (y ଓ z ଉଭୟେ ପରିବର୍ତ୍ତନଶୀଳ)
ଏ କ୍ଷେତ୍ରରେ x, y ଓ z ସହିତ ଯୌଥ ଚଳନରେ ରହୁଛି ବୋଲି କହିବା ।

(ii) ଯଦି x ∝ y, (z ଅପରିବର୍ତ୍ତିତ) ଏବଂ x ∝ \(\frac{1}{z}\) (y ଅପରିବର୍ତ୍ତିତ)
ତେବେ x ∝ \(\frac{y}{z}\) (y ଓ z ଉଭୟେ ପରିବର୍ତ୍ତନଶୀଳ)
ଏହା ମଧ୍ଯ x ସହିତ y ଓ z ଏକ ଯୌଥ ଚଳନ ।
ଯଦି x1 ଓ x2, x ର ଦୁଇଟି ନିର୍ଦ୍ଦିଷ୍ଟ ମାନ ; y1 ଓ y2 , y ର ଦୁଇଟି ନିର୍ଦ୍ଦିଷ୍ଟ ମାନ ଏବଂ z1 ଓ z2, z ର ଦୁଇଟି ନିର୍ଦ୍ଦିଷ୍ଟ ମାନ ହୁଏ ।

ନିଜେ କର
15 ସେ.ମି. ଦୈର୍ଘ୍ୟ ଓ 12 ସେ.ମି. ପ୍ରସ୍ଥ ବିଶିଷ୍ଟ ଆୟତକ୍ଷେତ୍ରରେ ଉପରୋକ୍ତ ଚଳନଗୁଡ଼ିକର ସତ୍ୟତା ନିରୂପଣ କରିବାକୁ ଚେଷ୍ଟା କର ।
ମନେରଖ :
ଯଦି x1 ଓ x2, xର ଦୁଇଟି ନିର୍ଦ୍ଦିଷ୍ଟ ମାନ y1 ଓ y2, yର ନିର୍ଦ୍ଦିଷ୍ଟ ମାନ ଏବଂ z1 ଓ z2, zର ଦୁଇଟି ନିର୍ଦ୍ଦିଷ୍ଟ ମାନ ହୁଏ ।
ଯୌଥ ଚଳନ x ∝ yz ପାଇଁ \(\frac{x_1}{x_2}=\frac{y_1}{y_2} \times \frac{z_1}{z_2}\) ହେବ ।
ଯୌଥ ଚଳନ x ∝ \(\frac{y}{z}\) ପାଇଁ\(\frac{x_1}{x_2}=\frac{y_1}{y_2} \times \frac{z_2}{z_1}\) ହେବ ।

BSE Odisha 8th Class Maths Notes Algebra Chapter 9 ଚଳନ

ଉଦାହରଣ :
6 ଜଣ ପରୀକ୍ଷକ 40 ଘଣ୍ଟାରେ 750 ଖାତା ଦେଖିପାରନ୍ତି; ତେବେ 4 ଜଣ ପରୀକ୍ଷକ କେତେ ଘଣ୍ଟାରେ 800 ଖାତା ଦେଖପାରିବେ ?
ସମାଧାନ :
BSE Odisha 8th Class Maths Notes Algebra Chapter 9 ଚଳନ - 2
ଏଠାରେ ଖାତା ସଂଖ୍ୟା ସ୍ଥିର ରହିଲେ, ଖାତା ଦେଖିବା ସମୟ ଓ ପରୀକ୍ଷକଙ୍କ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ହେବେ ।
ଅର୍ଥାତ y ∝ \(\frac{1}{x}\) ହେବ । ……….(i)
ପରୀକ୍ଷକଙ୍କ ସଂଖ୍ୟା ସ୍ଥିର ରହିଲେ, ଖାତା ଦେଖା ସମୟ ଓ ଖାତା ସଂଖ୍ୟା ସଳଖ ଚଳନର ଅନ୍ତର୍ଭୁକ୍ତ ହେବେ
y ∝ z ହେବ । ……….(ii)
Eqn. (i) ଓ Eqn. (ii)ରୁ ପାଇବା x, y ଓ z ମଧ୍ୟରେ ଥିବା ଚଳନ ଯୌଥ ଚଳନ ହୋଇଥିବାରୁ y ∝ \(\frac{z}{x}\) ହେବ ।
\(\frac{y_1}{y_2}=\frac{z_1}{z_2} \times \frac{x_2}{x_1} \Rightarrow y_2=\frac{x_1 y_1 z_2}{z_1 x_2} \Rightarrow y_2=\frac{6 \times 40 \times 800}{750 \times 4}=\) = 64 ଘଣ୍ଟା
4 ଜଣ ପରୀକ୍ଷକ 800 ଖାତା ଦେଖିବାପାଇଁ 64 ଘଣ୍ଟା ସମୟ ନେବେ ।

CHSE Odisha Class 12 Political Science Chapter 3 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 3 ଭାରତରେ ସଂଘୀୟବାଦ Objective Questions.

CHSE Odisha 12th Class Political Science Chapter 3 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ଭାରତ ରାଷ୍ଟ୍ରମାନଙ୍କର ଏକ ________ ।
(i) ସମ୍ମଳନ ବା ସମଷ୍ଟି
(ii) ସଂଘ
(iii) ଗୋଷ୍ଠୀ
(iv) ସମୁଦାୟ
Answer:
(i) ସମ୍ମଳନ ବା ସମଷ୍ଟି

୨ । ଭାରତ ଆକାରରେ _________ ହେଲେ ମଧ୍ୟ ପ୍ରକୃତିରେ _________ ।
(i) ଐକିକ, ସଂଘୀୟ
(i) ସଂଘୀୟ, ଐକିକ
(ii) ବ୍ୟାପକ, ସୀମିତ
(iv) ସୀମିତ, ବ୍ୟାପକ
Answer:
(iii) ସଂଘୀୟ, ଐକିକ

CHSE Odisha Class 12 Political Science Chapter 3 Objective Questions in Odia Medium

୩ । କେନ୍ଦ୍ର ତାଲିକାରେ _________ ଟି ବିଷୟ ଅଛି ।
(i) ୯୮
(ii) ୯୯
(iii) ୯୭
(iv) ୯୬
Answer:
(ii) ୯୯

୫ । ଯୁଗ୍ମ ତାଲିକାରେ __________ ଟି ବିଷୟ ଅଛି ।
(i) ୫୨
(ii) ୫୩
(iii) ୫୦
(iv) ୫୧
Answer:
(i) ୫୨

୬ । ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ପ୍ରଣୀତ କେନ୍ଦ୍ର ଓ ରାଜ୍ୟ ଆଇନ ମଧ୍ୟରେ ସଂଘର୍ଷ ହେଲେ _________ ଆଇନ ବଳବତ୍ତର ରୁହେ ।
(i) କେନ୍ଦ୍ର
(ii) ରାଜ୍ୟ
(ii) ଉଭୟ
(iv) କାହାରି ନୁହେଁ
Answer:
(i) କେନ୍ଦ୍ର

୭ । ଭାରତ ଏକ ________ ପ୍ରକାର ସଂଘୀୟ ରାଷ୍ଟ୍ର ।
(i) କେନ୍ଦ୍ରାପସାରୀ
(i) କେନ୍ଦ୍ରାଭିମୁଖୀ
(ii) ଐକିକ
(iv) ଗଣତାନ୍ତ୍ରିକ
Answer:
(i) କେନ୍ଦ୍ରାପସାରୀ

୮। କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକାରେ ଅନ୍ତର୍ଭୁକ୍ତ ନ ଥୁବା ବିଷୟଗୁଡ଼ିକ ________ କ୍ଷମତାର ପରିସରଭୁକ୍ତ ।
(i) ଅବଶେଷ
(ii) ବିଶେଷ
(iii) ଅର୍ଥନୈତିକ
(iv) ରାଜନୈତିକ
Answer:
(i) ଅବଶେଷ

୯ । ଭାରତରେ ଅବଶେଷ କ୍ଷମତା _________ କୁ ଦିଆଯାଇଛି ।
(i) ରାଜ୍ୟ
(ii) କେନ୍ଦ୍ର
(iii) ଉଭୟ ରାଜ୍ୟ ଓ କେନ୍ଦ୍ର
(iv) ଉଚ୍ଚତମ ନ୍ୟାୟାଳୟ
Answer:
(ii) କେନ୍ଦ୍ର

CHSE Odisha Class 12 Political Science Chapter 3 Objective Questions in Odia Medium

୧୦ । ଦ୍ଵୈତ ସରକାର _________ ରାଷ୍ଟ୍ରରେ ଦେଖିବାକୁ ମିଳେ ।
(i) ସଂଘୀୟ
(ii) ଐକିକ
(iii) ଋଣତାନ୍ତ୍ରିକ
(iv) ସମାଜବାଦୀ
Answer:
(i) ସଂଘୀୟ

୧୧ । ଅର୍ଥ କମିଶନ _________ ଧାରା ଅନୁସାରେ ___________ ଙ୍କ ଦ୍ବାରା ନିଯୁକ୍ତି ପାଇଥାଏ ।
(i) ୨୫୦, ରାଷ୍ଟ୍ରପତି
(ii) ୨୮୧, ପ୍ରଧାନମନ୍ତ୍ରୀ
(iii) ୨୮୦, ପ୍ରଧାନମନ୍ତ୍ରୀ
(iv) ୨୮୦, ରାଷ୍ଟ୍ରପତି
Answer:
(iv)୨୮୦, ରାଷ୍ଟ୍ରପତି

୧୨ । _________ କୁ ସୁପର କ୍ୟାବିନେଟ୍ କୁହାଯାଏ ।
(i) ଅର୍ଥ କମିଶନ
(iI) ଯୋଜନା କମିଶନ
(ii) ନିର୍ବାଚନ କମିଶନ
(iv) ସଂସଦ କମିଶନ
Answer:
(ii) ଯୋଜନା କମିଶନ

୧୩ । ଜରୁରିକାଳୀନ କ୍ଷମତା ପ୍ରୟୋଗ ହୋଇଥିଲାବେଳେ ___________ ସରକାର ଅଧିକ କ୍ଷମତାଶାଳୀ ହୋଇଉଠେ ।
(i) କେନ୍ଦ୍ର
(ii) ରାଜ୍ୟ
(iii) ଉଭୟ କେନ୍ଦ୍ର ଓ ରାଜ୍ୟ
(iv) କେହି ହୁଅନ୍ତି ନାହିଁ
Answer:
(i) କେନ୍ଦ୍ର

୧୪ । ହିସାବରକ୍ଷକ ଓ ମହାସମୀକ୍ଷକଙ୍କୁ __________ ନିଯୁକ୍ତି ଦେଇଥାଆନ୍ତି ।
(i) ପ୍ରଧାନମନ୍ତ୍ରୀ
(ii) ଅର୍ଥମନ୍ତ୍ରୀ
(iii) ରାଷ୍ଟ୍ରପତି
(iv) ମୁଖ୍ୟ ବିଚାରପତି
Answer:
(iii) ରାଷ୍ଟ୍ରପତି

୧୫। ________ ଧାରା ଅନୁସାରେ କେନ୍ଦ୍ର ସରକାର ନଦୀଜଳ ବଣ୍ଟନ ବିଷୟରେ ନିଷ୍ପତ୍ତି ନେଇଥାଏ ।
(i) ୨୬୦
(ii)୨୫୯
(i) ୨୬୪
(iv) ୨୬୨
Answer:
(iv) ୨୬୨

CHSE Odisha Class 12 Political Science Chapter 3 Objective Questions in Odia Medium

୧୬ । ରାଜ୍ୟ ବିଧାନସଭାଦ୍ଵାରା ପ୍ରଣୀତ କୌଣସି ଆଇନକୁ _________ ଙ୍କ ଅନୁମୋଦନ ପାଇଁ _________ ସଂରଷିତ ରଖୂପାରନ୍ତି ।
(i) ରାଜ୍ୟପାଳ, ରାଷ୍ଟ୍ରପତି
(ii) ରାଷ୍ଟ୍ରପତି, ରାଜ୍ୟପାଳ
(iii) ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
(iv) ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ
Answer:
(ii) ରାଷ୍ଟ୍ରପତି, ରାଜ୍ୟପାଳ

୧୭ । _________ ଙ୍କ ମତରେ ଭାରତ ଏକ _________ ରାଷ୍ଟ୍ରସଂଘ ।
(i) ସିଲି, ଐକିକ
(ii) ବ୍ରାଇସି, କେନ୍ଦ୍ରୀଭୂତ
(iii) ଗେଟ୍‌ଲି, ନମନୀୟ
(iv) କେ.ସି. ହୋୟାର, ପ୍ରାୟକଳ୍ପ।
Answer:
(iv) କେ.ସି. ହୋୟାର, ପ୍ରାୟକଳ୍ପ ।

୧୮ । __________ ଧାରା ଅନୁସାରେ ରାଜ୍ୟସଭା ସର୍ବଭାରତୀୟ ଚାକିରି ସୃଷ୍ଟି କରେ ।
(i) ୩୧୪
(ii) ୩୧୨
(iii) ୩୧୫
(iv) ୩୧୮
Answer:
(ii) ୩୧୨

୧୯ । କେନ୍ଦ୍ର ଓ ରାଜ୍ୟର ସମ୍ପର୍କ ପାଇଁ ୧୯୮୩ ମସିହାରେ ________ କମିଶନ ଗଠନ ହୋଇଥିଲା ।
(i) ସରକାରିଆ
(ii) ରାଜମାନ୍ନାର
(iii) ମେହେଟ୍ଟା
(iv) ପାୱାର୍
Answer:
(i) ସରକାରିଆ

୨୦ । ଶିକ୍ଷା _______ ତାଲିକାଭୁକ୍ତ ବିଷୟ ଅଟେ ।
(i) କେନ୍ଦ୍ର
(ii) ରାଜ୍ୟ
(iii) ଯୁଗ୍ମ
(iv) କୌଣସି ତାଲିକାଭୁକ୍ତ ନୁହେଁ
Answer:
(iii) ଯୁଗ୍ମ

CHSE Odisha Class 12 Political Science Chapter 3 Objective Questions in Odia Medium

୨୧ । ଭାରତୀୟ ରାଷ୍ଟ୍ରସଂଘରେ _______ ଗୋଟି ରାଜ୍ୟ ଅଛି ।
(i) ୨୫
(ii) ୨୬
(iii) ୩୦
(iv) ୨୯
Answer:
(iv) ୨୯

୨୨ । _________ ଯୋଜନା ଆୟୋଗର ଅଧ୍ୟକ୍ଷ ଅଟନ୍ତି |
(i) ପ୍ରଧାନମନ୍ତ୍ରୀ
(ii) ରାଷ୍ଟ୍ରପତି
(iii) ଅର୍ଥମନ୍ତ୍ରୀ
(iv) ଉପରାଷ୍ଟ୍ରପତି
Answer:
(i) ପ୍ରଧାନମନ୍ତ୍ରୀ

୨୩ । ଭାରତ ହେଉଛି _________ ରାଜ୍ୟମାନଙ୍କର ଏକ ଅବିଲୋପୀୟ ସମାହାର ।
(i) ବିଲୋପୀୟ
(ii) ଅବିଲୋପୀୟ
(iii) ଦୃଢ଼
(iv) ଦୁର୍ବଳ
Answer:
(i) ବିଲୋପୀୟ

୨୪ । ସଂସଦ କେନ୍ଦ୍ର ତାଲିକା ଓ __________ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିଥାଏ ।
(i) କେନ୍ଦ୍ର
(ii) ରାଜ୍ୟ
(iii) ଯୁଗ୍ମ
(iv) କୌଣସିଟି ନୁହେଁ
Answer:
(iii) ଯୁଗ୍ମ

୨୫ । ସପ୍ତମ ଅନୁସୂଚୀରେ ________ ଗୋଟି ତାଲିକା ରହିଛି ।
(i) ତିନି
(ii) ଚାରି
(iii) ପାଞ୍ଚ
(iv) ସାତ
Answer:
(i) ତିନି

CHSE Odisha Class 12 Political Science Chapter 3 Objective Questions in Odia Medium

୨୬ । ଭାରତ ସମ୍ବିଧାନରେ ଯୁଗ୍ମ ତାଲିକା ରଖୁବା ବ୍ୟବସ୍ଥା ପୃଥ‌ିବୀର କେଉଁ ସମ୍ବିଧାନର ପ୍ରଭାବକ୍ରମେ ଅନ୍ତର୍ଭୁକ୍ତ କରାଯାଇଛି ?
(i) ଆୟାରଲ୍ୟାଣ୍ଡ
(ii) ବ୍ରିଟେନ୍
(iii) ଅଷ୍ଟ୍ରେଲିଆ
(iv) କାନାଡ଼ା
Answer:
(iii) ଅଷ୍ଟ୍ରେଲିଆ

୨୭ । କେନ୍ଦ୍ର ସରକାର ନିମ୍ନୋକ୍ତ କେଉଁ ତାଲିକା କ୍ଷେତ୍ରରେ ସର୍ବାଧ‌ିକ ତଥା ଏକକ କ୍ଷମତା ଉପଭୋଗ କରନ୍ତି ?
(i) ଯୁଗ୍ମ ତାଲିକା
(ii) ରାଜ୍ୟ ତାଲିକା
(iii) କେନ୍ଦ୍ର ତାଲିକା
(iv) ସଂଘୀୟ ତାଲିକା
Answer:
(iii) କେନ୍ଦ୍ର ତାଲିକା

୨୮ । ସାମାଜିକ ନିରାପତ୍ତା ଓ ସାମାଜିକ ବୀମା କେଉଁ ତାଲିକାଭୁକ୍ତ ବିଷୟ ଅଟେ ?
(i) ଯୁଗ୍ମ ତାଲିକା
(ii) କେନ୍ଦ୍ର ତାଲିକା
(iii) ଅବଶେଷ କ୍ଷମତା
(iv) ରାଜ୍ୟ ତାଲିକା
Answer:
(i) ଯୁଗ୍ମ ତାଲିକା

୨୯ । ସରକାରଙ୍କଦ୍ଵାରା ସଙ୍ଗଠିତ ଲଟେରୀ କେଉଁ ତାଲିକାଭୁକ୍ତ ଅଟେ ?
(i) କେନ୍ଦ୍ର ତାଲିକା
(ii) ରାଜ୍ୟ ତାଲିକା
(iii) ଯୁଗ୍ମ ତାଲିକା
(iv) ସଂଘୀୟ ତାଲିକା
Answer:
(ii) ରାଜ୍ୟ ତାଲିକା

୩୦ । କେଉଁ ସମ୍ବିଧାନ ସଂଶୋଧନ ଆଇନ ବଳରେ ଶିକ୍ଷା ବିଷୟ ରାଜ୍ୟ ତାଲିକାରୁ ଯୁଗ୍ମ ତାଲିକାକୁ ସ୍ଥାନାନ୍ତରିତ ହୋଇଛି ?
(i) ୨୪ ତମ
(ii) ୪୨ତମ
(iii) ୪୪ତମ
(iv) ୫୨ତମ
Answer:
(ii) ୪୨ତମ

CHSE Odisha Class 12 Political Science Chapter 3 Objective Questions in Odia Medium

୩୧ । ଆନ୍ତଃ-ରାଜ୍ୟ ପରିଷଦ ସମ୍ବିଧାନର କେଉଁ ଧାରା ବଳରେ ସ୍ଥାପିତ ହୋଇଥାଏ ?
(i) ୨୬୩ ଧାରା
(ii) ୨୮୩ ଧାରା
(ii) ୨୯୨ ଧାରା
(iv) ୩୫୨ ଧାରା
Answer:
(i) ୨୬୩ ଧାରା

୩୨ । ଭାରତରେ କେତେଗୋଟି ଆଞ୍ଚଳିକ ପରିଷଦ ରହିଛି ?
(i) ୩
(ii) ୫
(iii) ୭
(iv) ୬
Answer:
(ii) ୫

୩୩ । ଏକ ସଂଘୀୟ ରାଷ୍ଟ୍ରରେ କିଏ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ କରିଥାଏ ?
(i) କେନ୍ଦ୍ର ସରକାର
(ii) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସମିତି
(ii) ଲିଖୁତ ସମ୍ବିଧାନ
(iv) ଉଚ୍ଚତମ ନ୍ୟାୟାଳୟ
Answer:
(iii) ଲିଖ୍ତ ସମ୍ବିଧାନ

୩୪ । କେଉଁ ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅର୍ଥ ଯୋଗାଇ ଦିଅନ୍ତି ?
(i) ରଣ
(ii) ବିନିଯୋଗ ପତ୍ର
(iii) ଲେଟର ଅଫ୍ କ୍ରେଡ଼ିଟ୍
(iv) ଅନୁଦାନ
Answer:
(iv) ଅନୁଦାନ

(B) ଶୂନ୍ୟସ୍ଥାନ ପୂରଣ କର ।

୧ | ଭାରତରେ ଏକ ଲିଖୁତ ସମ୍ବିଧାନ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ କରିଥିବାରୁ ଭାରତ ଏକ _________ ରାଷ୍ଟ୍ର ।
Answer:
ସଂଘୀୟ

୨ । ଭାରତରେ ଅବଶିଷ୍ଟ କ୍ଷମତାକୁ ________ ଦିଆଯାଇଛି ଓ ଏଥରେ ________ ଆଇନ ପ୍ରଣୟନ କରିଥାଏ ।
Answer:
କେନ୍ଦ୍ର ; ସଂସଦ

CHSE Odisha Class 12 Political Science Chapter 3 Objective Questions in Odia Medium

୩ । _________ ରାଷ୍ଟ୍ରରେ କେବଳ ଗୋଟିଏ ସରକାର ଥାଏ ।
Answer:
ଐକିକ

୪ । ସମ୍ବିଧାନର ୧ ଧାରା ଅନୁଯାୟୀ ଭାରତ ରାଜ୍ୟମାନଙ୍କର ଏକ _______ ।
Answer:
ସମ୍ମଳନ

୫ । ଏକକ ସମ୍ବିଧାନ ଓ ଏକକ ନାଗରିକତା ________ ରାଷ୍ଟ୍ରର ଲକ୍ଷଣ ଅଟେ |
Answer:
ଐକିକ

୬ । କେ.ସି. ହୋୟାରଙ୍କ ମତରେ ଭାରତ ଏକ ________ ସଂଘୀୟ ରାଷ୍ଟ୍ର ଅଟେ |
Answer:
ଅର୍ଦ୍ର

୭ । ଯୁଗ୍ମ ତାଲିକାଭୁକ୍ତ ବିଷୟକୁ ନେଇ କେନ୍ଦ୍ର ଓ ରାଜ୍ୟ ଆଇନ ମଧ୍ୟରେ ବିବାଦ ଦେଖାଗଲେ ________ ଆଇନ ବଳବତ୍ତର ରୁହେ ।
Answer:
କେନ୍ଦ୍ରୀୟ

୮ । ଶିକ୍ଷା _________ ତାଲିକାଭୁକ୍ତ ବିଷୟ ଅଟେ ।
Answer:
ଯୁଗ୍ମ

୯ । _________ ସମୟରେ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିପାରେ ।
Answer:
ଜରୁରିକାଳୀନ

CHSE Odisha Class 12 Political Science Chapter 3 Objective Questions in Odia Medium

୧୦ । କେନ୍ଦ୍ର ନୀତି (NITI) ଆୟୋଗର ଅଧ୍ଯକ୍ଷ ________ ଅଟନ୍ତି ଓ ଏହା _______ ଆୟୋଗର ଉଚ୍ଛେଦ ପରେ ସୃଷ୍ଟି ହୋଇଛି ।
Answer:
ପ୍ରଧାନମନ୍ତ୍ରୀ; ଯୋଜନା

୧୧ । କେନ୍ଦ୍ର ତାଲିକାରେ ________ ଗୋଟି, ରାଜ୍ୟ ତାଲିକାରେ ________ ଗୋଟି ଓ ଯୁଗ୍ମ ତାଲିକାରେ _________ ଗୋଟି ବିଷୟ ରହିଛି ।
Answer:
୯୯; ୬୧; ୫୨

୧୨ । ଭାରତ ହେଉଛି _________ ରାଜ୍ୟ ମାନଙ୍କର ଏକ ବିଲୋପୀୟ ସମାହାର ।
Answer:
ବିଲୋପୀୟ

୧୩ । ଭାରତ ଆକାରରେ ________ ହେଲେ ମଧ୍ୟ ପ୍ରକୃତିରେ _______ ଅ
Answer:
ସଂଘୀୟ; ଐକିକ

୧୪। ପୃଥ‌ିବୀର ସର୍ବପୁରାତନ ସଂଘୀୟ ରାଷ୍ଟ୍ର ଅଟେ ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୫ । ସଂଘୀୟ ଶବ୍ଦଟି ଏକ ଲାଟିନ ଶବ୍ଦ ‘ଫୋଏଡ଼ସ୍’ରୁ ଉଦ୍ଧୃତ ଯାହାର ଅର୍ଥ ________ ।
Answer:
ଚୁକ୍ତି ବା ରାଜିନାମା

(C) ଭ୍ରମ ସଂଶୋଧନ କର ।

୧ । ଭାରତରେ ରାଜ୍ୟମାନଙ୍କୁ ଅବଶେଷ କ୍ଷମତା ଦିଆଯାଇଛି ।
Answer:
ଭାରତରେ କେନ୍ଦ୍ରକୁ ଅବଶେଷ କ୍ଷମତା ଦିଆଯାଇଛି ।

CHSE Odisha Class 12 Political Science Chapter 3 Objective Questions in Odia Medium

୨ । ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ କେବଳ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରିବ ।
Answer:
ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ଉଭୟ କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ଆଇନ ପ୍ରଣୟନ କରିପାରିବ ।

୩ । ଲୋକସଭାର ସୁପାରିସକ୍ରମେ ରାଜ୍ୟ ତାଲିକାଭୁକ୍ତ ବିଷୟରେ ସଂସଦ ଆଇନ ପ୍ରଣୟନ କରିପାରେ ।
Answer:
ରାଜ୍ୟସଭାର ସୁପାରିସ କ୍ରମେ ରାଜ୍ୟ ତାଲିକାଭୁକ୍ତ ବିଷୟରେ ସଂସଦ ଆଇନ ପ୍ରଣୟନ କରିପାରେ ।

୪ । ଭାରତରେ ରାଷ୍ଟ୍ରପତି ଅର୍ଥ ଆୟୋଗକୁ 6 ବର୍ଷ ପାଇଁ ନିଯୁକ୍ତ କରନ୍ତି ।
Answer:
ଭାରତରେ ରାଷ୍ଟ୍ରପତି ଅର୍ଥ ଆୟୋଗକୁ ୫ (ପାଞ୍ଚ) ବର୍ଷ ପାଇଁ ନିଯୁକ୍ତ କରନ୍ତି ।

୫ । ଶାସନ କ୍ଷମତାର ବିକେନ୍ଦ୍ରୀକରଣ ହୋଇଥିବା ରାଷ୍ଟ୍ରକୁ ଐକିକ ରାଷ୍ଟ୍ର କୁହାଯାଏ ।
Answer:
ଶାସନ କ୍ଷମତାର ବିକେନ୍ଦ୍ରୀକରଣ ହୋଇଥିବା ରାଷ୍ଟ୍ରକୁ ସଂଘୀୟ ରାଷ୍ଟ୍ର କୁହାଯାଏ ।

(D) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧ । ଯୁଗ୍ମ ତାଲିକା କହିଲେ କ’ଣ ବୁଝ ?
Answer:
ଯେଉଁ ତାଲିକାଭୁକ୍ତ ବିଷୟଗୁଡିକ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କର୍ତ୍ତୃତ୍ଵ ଥାଏ ତାକୁ ଯୁଗ୍ମ ତାଲିକା କୁହାଯାଏ । ଉଦାହରଣ ସ୍ଵରୂପ, ବିବାହ ଓ ବିଚ୍ଛେଦ, ସମ୍ବାଦପତ୍ର, ଶ୍ରମିକ କଲ୍ୟାଣ ଇତ୍ୟାଦି । କିନ୍ତୁ କେନ୍ଦ୍ରୀୟ ଆଇନ ଓ ରାଜ୍ୟ ଆଇନ ମଧ୍ୟରେ ବିବାଦ ଦେଖାଗଲେ କେନ୍ଦ୍ର ଆଇନ ବଳବତ୍ତର ରୁହେ ।

CHSE Odisha Class 12 Political Science Chapter 3 Objective Questions in Odia Medium

୨ । ଅବଶିଷ୍ଟ କ୍ଷମତା (Residuary Power) କ’ଣ ?
Answer:
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ କ୍ଷେତ୍ରରେ ଯେଉଁ ବିଷୟଗୁଡ଼ିକ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକାରେ ସ୍ଥାନ ପାଇ ନ ଥାଏ ସେଗୁଡ଼ିକୁ ଅବଶିଷ୍ଟ କ୍ଷମତା କୁହାଯାଏ । ଏହା ସମ୍ବିଧାନର ୨୪୮ ଧାରାରେ ବର୍ଣ୍ଣିତ ହୋଇ କେନ୍ଦ୍ର ହାତରେ ନ୍ୟସ୍ତ ହୋଇଛି ।

୩ । କେନ୍ଦ୍ର ତାଲିକା କ’ଣ ?
Answer:
କେନ୍ଦ୍ର ଓ ରାଜ୍ୟ ବ୍ୟବସ୍ଥାପିକା ମଧ୍ୟରେ ଆଇନ ପ୍ରଣୟନ କ୍ଷମତା ବିଭାଜନ ସଂକ୍ରାନ୍ତୀୟ ତିନିଗୋଟି ତାଲିକା ମଧ୍ୟରୁ କେନ୍ଦ୍ର ତାଲିକା ଅନ୍ୟତମ । ଏହି ତାଲିକାଭୁକ୍ତ ୯୯ଗୋଟି ବିଷୟ ଉପରେ ଆଇନ ପ୍ରଣୟନର ଏକକ କ୍ଷମତା କେନ୍ଦ୍ରୀୟ ସଂସଦ ଉପରେ ନ୍ୟସ୍ତ ହୋଇଛି । ମୁଦ୍ରା ବ୍ୟବସ୍ଥା, ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ଡାକ ଓ ତାର ଆଦି ଏହି ତାଲିକାଭୁକ୍ତ ବିଷୟ ଅଟେ ଯେଉଁଥିରେ ଦେଶସାରା ଏକ ପ୍ରକାର ଆଇନ ପ୍ରଣୟନର ଆବଶ୍ୟକତା ରହିଛି ।

୪ । ରାଜ୍ୟ ତାଲିକା କ’ଣ ?
Answer:
ରାଜ୍ୟ ତାଲିକାଭୁକ୍ତ ୬୧ଗୋଟି ବିଷୟ ଉପରେ ଆଇନ ପ୍ରଣୟନର କ୍ଷମତା ରାଜ୍ୟ ବ୍ୟବସ୍ଥାପିକାକୁ ଦିଆଯାଇଛି । ଆଇନ ଶୃଙ୍ଖଳା, ସ୍ୱାୟତ୍ତ ଶାସନ, କୃଷି, ସ୍ବାସ୍ଥ୍ୟ ଓ ପରିମଳ, ପୋଲିସ ଆଦି ଆଞ୍ଚଳିକ ସ୍ଵାର୍ଥଯୁକ୍ତ ବିଷୟ ଏହି ତାଲିକାଭୁକ୍ତ ଅଟେ । ଜରୁରୀ ପରିସ୍ଥିତି (୨୫୦ ଧାରା), ରାଜ୍ୟସଭାର ସ୍ବତନ୍ତ୍ର ପ୍ରସ୍ତାବ (୨୪୯ ଧାରା), ଦୁଇ ବା ଅଧୁକ ରାଜ୍ୟଙ୍କ ଅନୁରୋଧ (୨୫୨ ଧାରା), ଆନ୍ତର୍ଜାତୀୟ ଚୁକ୍ତିର କାର୍ଯ୍ୟକାରିତା (୨୫୩ ଧାରା) କ୍ଷେତ୍ରରେ ଏହି ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରେ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 2 ଭାରତରେ ରାଜନୈତିକ ଦଳୀୟ ବ୍ୟବସ୍ଥା Long Answer Questions.

CHSE Odisha 12th Class Political Science Chapter 2 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ | ଭାରତୀୟ ଦଳୀୟ ବ୍ୟବସ୍ଥାର ପ୍ରକୃତି ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ଆଲୋଚନା କର ।
Answer:
ଜନସଂଖ୍ୟାର ଅପ୍ରାକୃତିକ ବୃଦ୍ଧି ଓ ରାଷ୍ଟ୍ରର କାର୍ଯ୍ୟ ପରିସର ଅସୀମିତ ହେବା ଫଳରେ ବର୍ତ୍ତମାନ ଗୋଟିଏ ଦେଶର ପ୍ରତ୍ୟେକ ଲୋକ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବା ସମ୍ଭବ ନୁହେଁ । ଏତଦ୍‌ବ୍ୟତୀତ ଉପଯୁକ୍ତ ବୈଷୟିକ ଜ୍ଞାନର ଅଭାବ ତଥା ସମୟର ସ୍ଵଳ୍ପତା ମଧ୍ୟ ଏହି ଅଂଶଗ୍ରହଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଏଣୁ ପ୍ରତ୍ୟକ୍ଷ ଗଣତନ୍ତ୍ରର ବିକଳ୍ପ ଭାବେ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାର ରୂପ ବର୍ଣ୍ଣନା କରାଯାଇଛି । ସୀମିତ ସମୟ ପାଇଁ ନିର୍ବାଚିତ ଏହି ପ୍ରତିନିଧୁମାନେ ଲୋକମାନଙ୍କ ନିକଟରେ ଉତ୍ତରଦାୟୀ ରହିଥା’ନ୍ତି । ଏହି ନିର୍ବାଚନ ପାଇଁ ସୁସଙ୍ଗଠିତ ଦଳ ବା ଗୋଷ୍ଠୀର ଆବଶ୍ୟକତା ରହିଛି । ଏହି ଗୋଷ୍ଠୀ ବା ଦଳର ମୁଖ୍ୟ ଉଦ୍ଦେଶ୍ୟ ରାଜନୈତିକ କ୍ଷମତା ଭୋଗ ହୋଇଥିବାରୁ ଏମାନଙ୍କୁ ରାଜନୈତିକ ଦଳ କୁହାଯାଏ ।

ରାଜନୈତିକ ଦଳମାନେ ଜନମତର ସୃଷ୍ଟି ପାଇଁ ଅନେକାଂଶରେ ଦାୟୀ କାରଣ ସଂଖ୍ୟାଧ‌ିକ ଜନମତ ବଳରେ ସେମାନେ ରାଜନୈତିକ କ୍ଷମତା ଉପଭୋଗ କରିବାକୁ ସକ୍ଷମ ହୋଇପାରନ୍ତି । ଜନସାଧାରଣ ଓ ସରକାରଙ୍କ ପ୍ରତିନିଧ୍ ଦଳ ମଧ୍ୟରେ ଯୋଗସୂତ୍ର ସ୍ଥାପନ ପାଇଁ ରାଜନୈତିକ ଦଳ ହିଁ ଏକ ଅପରିହାର୍ଯ୍ୟ ବ୍ୟବସ୍ଥା । ରାଜନୈତିକ ଆଧୁନିକୀକରଣ ପ୍ରକ୍ରିୟାରେ ରାଜନୈତିକ ଦଳର ଗୁରୁତ୍ଵ ବୃଦ୍ଧି ପାଇଛି । ଉପରୋକ୍ତ ଆବଶ୍ୟକତା ଦୃଷ୍ଟିରୁ ଭାରତ ପରି ପୃଥ‌ିବୀର ବୃହତ୍ତମ ପ୍ରତିନିଧୁମୂଳକ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୈତିକ ଦଳର ପ୍ରକୃତି ଓ ଗୁରୁତ୍ଵକୁ ଆଲୋଚନା କରିବାର ଯଥାର୍ଥତା ଯଥେଷ୍ଟ ଅଧ‌ିକ । ୧୮୮୩ ମସିହାରେ ‘ଭାରତୀୟ ସଂଘ’ (Indian Association) ଦ୍ଵାରା ଆହୂତ ଜାତୀୟ କଂଗ୍ରେସର ଅଧ୍ଵବେଶନରେ ଏକ ‘ଜାତୀୟ ସଂଗଠନ’ର ସ୍ଥାପନା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ ଏହାର ଫଳସ୍ଵରୂପ ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠିତ ହେଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ସେହିଦିନଠାରୁ ବିଭିନ୍ନ ସ୍ତର ଦେଇ ଗତି କରୁଥିବା ଭାରତୀୟ ଦଳୀୟ ବ୍ୟବସ୍ଥାରେ ନିମ୍ନଲିଖୂତ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ପ୍ରଥମତଃ, କେତେକ ସଂକୀର୍ଣ୍ଣମନା ସ୍ଵାର୍ଥାନ୍ଵେଷୀ ଲୋକଙ୍କର ଅସଂଯୋଜିତ ଚିନ୍ତାଧାରାରୁ ରାଜନୈତିକ ଦଳଟିଏ ସୃଷ୍ଟି ହୁଏ ନାହିଁ; ବରଂ ପ୍ରତ୍ୟେକ ଦଳର ସୃଷ୍ଟି ମୂଳରେ କିଛି ନିର୍ଦ୍ଦିଷ୍ଟ ଦର୍ଶନ, ଆଦର୍ଶ, ନୀତି ବା କାର୍ଯ୍ୟକ୍ରମ ରହିଥାଏ; ଯାହା ପ୍ରତ୍ୟେକ ଦଳକୁ ପରସ୍ପରଠାରୁ ପୃଥକ୍ କରିଥାଏ । ଭାରତୀୟ ଜାତୀୟ କଂଗ୍ରେସଠାରୁ ଆରମ୍ଭ କରି ଭାରତୀୟ ଜନତା ଦଳ ବା ଶିବସେନା ପର୍ଯ୍ୟନ୍ତ ପ୍ରତ୍ୟେକ ରାଜନୈତିକ ଦଳ କ୍ଷେତ୍ରରେ ଏହା ଏକ ପ୍ରତିଷ୍ଠିତ ସତ୍ୟ ଅଟେ । ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥୁବା ଓ ଏକ ଦୁର୍ବଳ ଦର୍ଶନର ଭିତ୍ତିଭୂମି ଉପରେ ମୁଣ୍ଡ ଟେକିଥିବା ରାଜନୈତିକ ଦଳର ମୃତ୍ୟୁ ଅବଶ୍ୟମ୍ଭାବୀ । ଓଡ଼ିଶା ଜନତା ଦଳ, ଜାଗ୍ରତ ଓଡ଼ିଶା ଇତ୍ୟାଦିର ଉଦାହରଣ ଗ୍ରହଣ କରାଯାଇପାରେ ।

ଦ୍ଵିତୀୟତଃ, ଦଳୀୟ ସଂଗଠନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ଉପରେ ନିର୍ଭର କରିଥାଏ । ଦୃଢ଼ ଦଳୀୟ ଶୃଙ୍ଖଳା ନୀତି ବ୍ୟତୀତ ଦଳର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । କିନ୍ତୁ ବର୍ତ୍ତମାନ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ନାମରେ ଆନ୍ତର୍ଦଳୀୟ ରାଜନୀତିର ସୂତ୍ରପାତ ହୋଇଛି ଓ ସଂକୀର୍ଣ୍ଣ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀ ଦଳ ମଧ୍ୟରେ ବିଭେଦତା ଓ ଅସ୍ଥିରତା ସୃଷ୍ଟି କରି ଦଳଗତ ପ୍ରଚେଷ୍ଟା କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ଏହା ଦଳକୁ ଦୁର୍ବଳ କରିଦେଉଛି । ‘ଅସନ୍ତୁଷ୍ଟ ବିଧାୟକ’ ଶବ୍ଦଟି ସଂସଦ ମଧ୍ଯରେ ଦଳୀୟ ରାଜନୀତିକୁ ଅନେକ ମାତ୍ରାରେ କଳୁଷିତ କରୁଛି । ଚତୁର୍ଥ ସାଧାରଣ ନିର୍ବାଚନ ପରଠାରୁ ଏହି ପ୍ରକୃତିର ଅସମ୍ଭବ ବୃଦ୍ଧି ଘଟି ବର୍ତ୍ତମାନ ପ୍ରତ୍ୟେକ ରାଜନୈତିକ ଦଳ ଏହି ରୋଗରେ ପୀଡ଼ିତ । ଦୁର୍ବଳ ନେତୃତ୍ଵ ଓ ବ୍ୟକ୍ତିଗତ ରାଜନୈତିକ ଆକାଂକ୍ଷା ଏଥ‌ିପାଇଁ ଖୋରାକ୍ ଯୋଗାଇଥାଏ ।

ଏଥ୍ ନିମନ୍ତେ ଦଳ-ବିଭାଜନ ଘଟିଥାଏ । ୧୯୬୯ ଓ ୧୯୭୮ ମସିହାରେ କଂଗ୍ରେସ ଦଳ ଏବଂ ୧୯୯୦ ମସିହାରେ ଜନତା ଦଳର ବିଭାଜନ ଏହି କାରଣରୁ ହୋଇଥିଲା । ତୃତୀୟତଃ, ଭାରତୀୟ ରାଜନୈତିକ ଦଳଗୁଡ଼ିକ ଦଳର ନେତାଙ୍କର ବ୍ୟକ୍ତିତ୍ଵକୁ ନିଜର ଭିତ୍ତିଭୂମିରୂପେ ଗ୍ରହଣ କରିଆସୁଛନ୍ତି । ଦଳର ନେତାଙ୍କର ବ୍ୟକ୍ତିତ୍ଵ ଓ ଆଦର୍ଶରେ ଦଳ ପରିଚାଳିତ ହେବା ଉଚିତ । ମାତ୍ର ତାଙ୍କର ବ୍ୟକ୍ତିତ୍ଵ ଉପରେ ଦଳର ସ୍ଥିତି ନିର୍ଭର କରିବା ସମୀଚୀନ ନୁହେଁ । ଦଳର ନେତାଙ୍କ ନାମରେ ରାଜନୈତିକ ଦଳମାନ ପ୍ରତିଷ୍ଠା କରାଯାଉଛି । ୧୯୭୭-୭୮ ମସିହାରେ କଂଗ୍ରେସ (ଇନ୍ଦିରା) ପ୍ରତିଷ୍ଠିତ ହେବା ପରଠାରୁ ଅନେକ ରାଜନୈତିକ ଦଳ ବ୍ୟକ୍ତିବିଶେଷଙ୍କ ନାମରେ ପ୍ରତିଷ୍ଠା କରାଯାଉଛି ।

କଂଗ୍ରେସ ଦଳରେ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କର ଭୂମିକା ଓ ଆନ୍ନା ଡି.ଏମ୍.କେ ଦଳରେ ଏମ୍.ଜି. ରାମଚନ୍ଦ୍ରନଙ୍କ ଭୂମିକା ଓ ସେମାନଙ୍କର ମୃତ୍ୟୁପରେ ଦଳରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ବିଚାରକୁ ନିଆଯାଇପାରେ । ପୁନଶ୍ଚ ତେଲଗୁଦେଶମ୍ ଦଳରେ ଏନ୍.ଟି. ରାମାରାଓ, ମାର୍କସବାଦୀ କମ୍ୟୁନିଷ୍ଟ ଦଳରେ ଜ୍ୟୋତି ବସୁ, ଆନ୍ନା.ଡି.ଏମ୍.କେ. ଦଳରେ ଜୟଲଳିତାଙ୍କ ଭୂମିକା ଏହାର ନିଚ୍ଛକ ପ୍ରମାଣ ଅଟେ । ଚତୁର୍ଥତଃ, ୧୯୬୭ ମସିହାର ଚତୁର୍ଥ ସାଧାରଣ ନିର୍ବାଚନ ପରଠାରୁ ଲୋକମାନେ କେନ୍ଦ୍ର ପାଇଁ ଗୋଟିଏ ରାଜ୍ୟମାନଙ୍କ ପାଇଁ ଅନ୍ୟ ଗୋଟିଏ ରାଜନୈତିକ ଦଳକୁ ସମର୍ଥନ କରୁଛନ୍ତି; ଏଣୁ ଜାତୀୟ ଦଳ ସହ ଅନେକ ଆଞ୍ଚଳିକ ଦଳ ମଧ୍ୟ ମୁଣ୍ଡ ଟେକିଛନ୍ତି ।

ଆସାମରେ ଆସାମ ଗଣ ପରିଷଦ, ତାମିଲନାଡୁରେ ଆନ୍ନା.ଡି.ଏମ୍.କେ., ପଶ୍ଚିମବଙ୍ଗରେ ବାମପନ୍ଥୀ ସାମ୍ମୁଖ୍ୟ, ଜାମ୍ମୁ ଓ କାଶ୍ମୀରରେ ନ୍ୟାସନାଲ କନ୍‌ଫରେନ୍ସ ଦଳର ଗୁରୁତ୍ଵ ଯଥେଷ୍ଟ ଅଧିକ ଅଟେ । ଲୋକମାନେ ଜାତୀୟ ଐକ୍ୟ ଓ ଆଞ୍ଚଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖୁ ସେମାନଙ୍କର ଜନମତକୁ ବିଭାଜିତ କରୁଛନ୍ତି | ପଞ୍ଚମତଃ, ରାଜନୈତିକ ଦଳମାନେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜର ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମ କରିବା ଆବଶ୍ୟକ; କିନ୍ତୁ ବର୍ତ୍ତମାନ ଭାରତରେ ନିଜର ସ୍ବାର୍ଥ ହାସଲ ପାଇଁ ସାଂପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି କରି, ନିର୍ବାଚନରେ ଅର୍ଥ, କ୍ଷମତା, ବାହୁବଳ ଇତ୍ୟାଦିର ପ୍ରୟୋଗ କରୁଛନ୍ତି । ବର୍ତ୍ତମାନର ରାଜନୈତିକ ଦଳ ଧନିକ ଶ୍ରେଣୀ ବା ପୁଞ୍ଜିପତି ଓ ଶିଳ୍ପପତିଙ୍କ ହାତରେ କ୍ରୀଡ଼ାପୁତ୍ତଳିକା ଅଟେ ।

ଷଷ୍ଠତଃ, ଭାରତୀୟ ରାଜନୈତିକ ପରିବେଶରେ ସି.ପି.ଆଇ., ସି.ପି.ଆଇ (ଏମ୍), ଫରୱାର୍ଡ଼ ବ୍ଲକ୍ ଆଦି ପରି ବାମପନ୍ଥୀ ଦଳ ରହିଛନ୍ତି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ହିନ୍ଦୁ ମହାସଭା, ଅକାଳୀ ଦଳ, ମୁସ୍‌ଲିମ୍ ଲିଗ୍ ଇତ୍ୟାଦି ଧର୍ମଭିଭିକ ରାଜନୈତିକ ଦଳ ଅଟନ୍ତି । ଭାରତରେ ଏକ ବହୁଦଳୀୟ ରାଜନୈତିକ ବ୍ୟବସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ବାସ୍ତବରେ ତର୍ଜମା କଲେ ଜଣାଯାଏ ଯେ, ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଧୁକ ପ୍ରଭାବ ରହିଥାଏ । କେନ୍ଦ୍ରରେ ୧୯୭୭ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳର, ୧୯୮୦ ମସିହା ପର୍ଯ୍ୟନ୍ତ ଜନତା ଦଳର, ୧୯୮୦ ଠାରୁ ୧୯୮୯ ମସିହା ପର୍ଯ୍ୟନ୍ତ କଂଗ୍ରେସ (ଇନ୍ଦିରା) ର ପ୍ରତିଷ୍ଠିତ ଭୂମିକା ଥିଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ପଶ୍ଚିମବଙ୍ଗରେ ବାମପନ୍ଥୀ ସାମ୍ମୁଖ୍ୟ, ତାମିଲନାଡୁରେ ୧୯୯୧ ମସିହାରୁ ଆନ୍ନା.ଡି.ଏମ୍.କେ. ଦଳର, ବିହାର ଓ ଓଡ଼ିଶାରେ ଜନତା ଦଳର ଦୃଢ଼ ସ୍ଥିତି ପ୍ରତିଷ୍ଠିତ ହୋଇଛି ଏବଂ ଏହା ଏକ ଏକଦଳୀୟ ଏକଚ୍ଛତ୍ରବାଦକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ । ଦୁଇ ଦଶନ୍ଧି ପୂର୍ବରୁ ଭାରତୀୟ ରାଜନୈତିକ ଦଳମାନଙ୍କୁ ଅନୁଧ୍ୟାନ କରି ପାମର୍ ମତ ଦେଇଥିଲେ ଯେ, ଭାରତକୁ ଏକଦଳୀୟ ରାଷ୍ଟ୍ରରୂପେ ବର୍ଣ୍ଣନା କରିବା ଅଯୌକ୍ତିକ ହୋଇଥିଲେ ମଧ୍ୟ ଜାତୀୟ ରାଜନୈତିକ ପରିବେଶକୁ ବିଶ୍ଳେଷଣ କଲେ ଏଥୁଁରେ କିଛି ସତ୍ୟତା ରହିଛି ବୋଲି ସହଜରେ ଅନୁମାନ କରିହେବ । ରାଜନୈତିକ ଦଳବଦଳ ରାଜନୈତିକ ଦଳମାନଙ୍କର ପ୍ରକୃତିକୁ ବିକୃତ କରିଛି ଓ ଶାସନ ବ୍ୟବସ୍ଥାରେ ଦକ୍ଷତା ହ୍ରାସ, ଅସ୍ଥିରତା ଇତ୍ୟାଦି ପ୍ରକାଶିତ ହୋଇଛି; ଏଣୁ ଏକ ବଳିଷ୍ଠ ଆଦର୍ଶ, ରାଜନୈତିକ ଦର୍ଶନ, ଦୃଢ଼ ସଂଗଠନ, ଦୃଢ଼ ଶୃଙ୍ଖଳା ନୀତି ଇତ୍ୟାଦି ଫଳରେ ରାଜନୈତିକ ଦଳ ସୁସଂଗଠିତ ହେବ ଓ ରାଜନୈତିକ ବ୍ୟବସ୍ଥା ମଧ୍ୟ ବଳିଷ୍ଠ ଓ ଦକ୍ଷ ହେବ ।

୨ | ଭାରତୀୟ ଦଳୀୟ ବ୍ୟବସ୍ଥାର ସମସ୍ୟାଗୁଡ଼ିକ କ’ଣ ଆଲୋଚନା କର ।
Answer:
ଭାରତୀୟ ଦଳୀୟ ବ୍ୟବସ୍ଥା ବହୁ ସମସ୍ୟାର ସମ୍ମୁଖୀନ । ଏହି ସମସ୍ୟାଗୁଡ଼ିକର ସମାଧାନ ନ ହେଲେ ଭାରତୀୟ ରାଜନୀତି ବିଶୃଙ୍ଖଳିତ ହୋଇ ରହିବ ।

  • ଦୃଢ଼ ବିରୋଧୀ ଦଳର ଆବଶ୍ୟକତା – ଭାରତରେ ବହୁଦଳୀୟ ବ୍ୟବସ୍ଥା ପ୍ରଚଳିତ । ନିର୍ବାଚନରେ ଭୋଟଗୁଡ଼ିକ ଭାଗ ଭାଗ ହୋଇଯାଉଛି । ଏହା ଫଳରେ ବିରୋଧୀ ଦଳ ସଂଗଠିତ ହୋଇପାରୁନାହାନ୍ତି । ବିଭିନ୍ନ କାରଣରୁ କେତେକ ବିରୋଧୀ ଦଳ ସରକାରୀ ଦଳର ଗୋଡ଼ାଣିଆ ସାଜୁଛନ୍ତି । ବିରୋଧୀ ଦଳ ଦୃଢ଼ ନ ହେଲେ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ ।
  • ଦଳବଦଳ – ଦଳବଦଳ ଭାରତୀୟ ରାଜନୀତିରେ ଏକ ମାରାତ୍ମକ ବ୍ୟାଧ୍ଵ । କୌଣସି ନୀତି ଆଦର୍ଶରେ ବିଶ୍ବାସ ନ ରଖ୍ କେତେକ ରାଜନୀତିକ ଦଳର ସଭ୍ୟ ନିଜର ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ଗୋଟିଏ ଦଳ ତ୍ୟାଗକରି ଅନ୍ୟ ଦଳ ସହ ମିଶି ଯାଉଛନ୍ତି । ଯାହା ଫଳରେ ଶାସନରେ ଅସ୍ଥିରତା ଦିନକୁ ଦିନ ବଢ଼ି ବଢ଼ି ଯାଉଛି । ଭାରତରେ ଦଳବଦଳ ଆଇନ ୧୯୮୫ ଠାରୁ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ପୂର୍ଣ୍ଣମାତ୍ରାରେ ଦଳବଦଳକୁ ରୋକି ପାରିନାହିଁ ।
  • ବ୍ୟକ୍ତିପ୍ତଜା – ଭାରତରେ ରାଜନୀତିକ ଦଳଗୁଡ଼ିକ ବ୍ୟକ୍ତିକୈନ୍ଦ୍ରିକ ନୀତି-ଆଦର୍ଶ ଅପେକ୍ଷା ବ୍ୟକ୍ତିର ପ୍ରାଧାନ୍ୟକୁ ଆମେ ଅନେକ ଗୁରୁତ୍ଵ ଦେଇଛୁ । କୌଣସି ବ୍ୟକ୍ତିର ଆକର୍ଷଣୀୟ ବ୍ୟକ୍ତିତ୍ବ ଅନେକ ସଂଖ୍ୟକ ଅନୁଗାମୀ ସୃଷ୍ଟି କରେ; ପଣ୍ଡିତ ଜବାହାରଲାଲ ନେହେରୁ, ଶ୍ରୀମତୀ ଇନ୍ଦିରା ଗାନ୍ଧି, ବିଜୁ ପଟ୍ଟନାୟକ ଇତ୍ୟାଦି ।
  • କଳାଧନର ପ୍ରଭାବ – ମିଥ୍ୟା ପ୍ରତିଶ୍ରୁତି ଦେଇ ବଡ଼ ବଡ଼ କମ୍ପାନୀରୁ ବା ବିଦେଶୀ ରାଷ୍ଟ୍ରରୁ ଚାନ୍ଦା ଆଦାୟ କରିବାରେ ଭାରତୀୟ ରାଜନୀତିକ ଦଳମାନେ ସମ୍ପୃକ୍ତ । ଏହାକୁ କଳାଧନ କୁହାଯାଏ । ଭାରତ ରାଜନୀତିରେ ଏହାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ବିଦେଶୀ ରାଷ୍ଟ୍ରମାନେ ବିଭିନ୍ନ ଦଳକୁ ନିର୍ବାଚନ ସମୟରେ କଳାଧନ ଦେଇ ସାହାଯ୍ୟ କରନ୍ତି । ଏହା ଦେଶ ପାଇଁ କ୍ଷତିକାରକ ।
  • ଆର୍ଥିକ ଦୁରବସ୍ଥା – ନିର୍ବାଚନ କମିଶନ୍ ଯେତେ ଅଙ୍କୁଶ ଲଗାଇଲେ ମଧ୍ୟ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି । ଯାତାୟାତ, ଯୋଗାଯୋଗ ଓ ପ୍ରଚାର କାର୍ଯ୍ୟ ବିନା ଅର୍ଥରେ କରାଯାଇପାରୁ ନାହିଁ । ଗୋଟିଏ ନିର୍ବାଚନ ମଣ୍ଡଳୀର ଲୋକସଂଖ୍ୟା ଓ ଆୟତନ ଏତେ ବ୍ୟାପକ ଯେ ଜଣେ ପ୍ରାର୍ଥୀ ତା’ର ସମସ୍ତ ଭୋଟରଙ୍କୁ ଭେଟିବା ସମ୍ଭବପର ହେଉନାହିଁ । ସ୍ଵଳ୍ପ ସମୟ ମଧ୍ୟରେ ପ୍ରାର୍ଥୀଙ୍କୁ ପ୍ରଚାର କାର୍ଯ୍ୟ ଶେଷ କରିବାକୁ ପଡ଼ୁଥିବାରୁ ପ୍ରାର୍ଥୀଙ୍କ ନିକଟରେ ଯଥେଷ୍ଟ ସଂଖ୍ୟକ ଗାଡ଼ି, ହ୍ୟାଣ୍ଡବିଲ୍, ପ୍ରଚାରପତ୍ର ଆଦି ଆବଶ୍ୟକ । ଏଣୁ ଆର୍ଥିକ ଦୁରବସ୍ଥା ଯୋଗୁଁ ଅନେକ ଦଳ ତିଷ୍ଠି ପାରୁନାହିଁ । ଭାରତୀୟ ରାଜନୀତିରେ ଯେତେ ଯେତେ ସମସ୍ୟା ସୃଷ୍ଟି ହୋଇଛି ସେଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଦଳ ମୁକ୍ତ ହୃଦୟରେ ଆଗେଇ ଆସିବା ଆବଶ୍ୟକ । ଏ ଦିଗରେ ସବୁଠାରୁ ବଳିଷ୍ଠ ପଦକ୍ଷେପ ହେବ ଦ୍ଵିଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ । ସମାନ ଆଦର୍ଶରେ ବିଶ୍ଵାସ କରୁଥିବା ଦଳମାନେ ଏକଜୁଟ ହେଲେ ଭାରତୀୟ ଦଳୀୟ ବ୍ୟବସ୍ଥାର ଉନ୍ନତି ହେବ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

୩ । ଭାରତରେ ବିରୋଧୀ ଦଳର ଭୂମିକା ସମ୍ପର୍କରେ ସଂକ୍ଷେପରେ ବୁଝାଇ ଲେଖ ।
Answer:
ରାଷ୍ଟ୍ରରେ ନାଗରିକମାନଙ୍କର ଆର୍ଥିକ ଓ ରାଜନୈତିକ ଜୀବନର ବିକାଶ ଲକ୍ଷ୍ୟ ନେଇ ରାଜନୈତିକ କ୍ଷମତାକୁ ଗଣତାନ୍ତ୍ରିକ ନିର୍ବାଚନ ମାଧ୍ୟମରେ ସାମ୍ବିଧାନିକ ଉପାୟରେ ଗ୍ରହଣ କରିବାପାଇଁ ରାଜନୈତିକ ଦଳର ସୃଷ୍ଟି । ଜନସଂଖ୍ୟା ଓ ରାଷ୍ଟ୍ରର କାର୍ଯ୍ୟ ପରିସରରେ ମାତ୍ରାଧ‌ିକ୍ୟ ବୃଦ୍ଧି ଯୋଗୁଁ ପ୍ରତ୍ୟକ୍ଷ ଗଣତନ୍ତ୍ର ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ରରେ ରୂପାନ୍ତରିତ ହୋଇଯାଇଛି । ଏହି ନୂତନ ବ୍ୟବସ୍ଥାରେ ଲୋକମାନଙ୍କଦ୍ୱାରା ନିର୍ବାଚିତ ବ୍ୟକ୍ତି ଓ ସଂଖ୍ୟାତ୍ମକ ଜନମତ ପାଉଥବା ରାଜନୈତିକ ଦଳର ଭୂମିକା ବୃଦ୍ଧି ପାଇଛି । ନିର୍ବାଚନରେ ସଂଖ୍ୟାଧ୍ଵକ ଜନମତ ପାଇଥିବା ଦଳ ଶାସକଦଳ ଓ ସଂଖ୍ୟାନ୍‌ନ ଜନମତ ପାଇଥବା ଦଳ ବିରୋଧୀ ଦଳ ହିସାବରେ କାର୍ଯ୍ୟ କରନ୍ତି । ଭାରତରେ ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠିତ ହୋଇ ରାଜନୈତିକ ଦଳର ଇତିହାସ ସ୍ଥାପନା କଲା ।

ଆଲାନ୍ ଅନ୍ଧାଭିଆନ୍ ହ୍ୟୁମ୍‌ଙ୍କଦ୍ବାରା ପ୍ରତିଷ୍ଠିତ ଏହି ଦଳ ପ୍ରାଥମିକ ଅବସ୍ଥାରେ ଏକ ସମାଜସେବୀ ଅନୁଷ୍ଠାନ ରୂପେ କାର୍ଯ୍ୟ କରୁଥିଲା । ବ୍ରିଟିଶ୍ ସରକାର ଓ ଭାରତୀୟମାନଙ୍କ ମଧ୍ୟରେ ସହଯୋଗର ସୂତ୍ର ପ୍ରତିଷ୍ଠା ଏହାର ଲକ୍ଷ୍ୟ ଥିଲା । ଭାରତର ସ୍ଵାଧୀନତା ସଂଗ୍ରାମର ଇତିହାସରେ ଏହାର ନେତୃତ୍ଵ ଓ ଭୂମିକା ଅନସ୍ବୀକାର୍ଯ୍ୟ । ପ୍ରାଦେଶିକ ସରକାର ଓ ମଧ୍ୟବର୍ତ୍ତୀ ସରକାରରେ ପ୍ରାୟତଃ ଏହାର ନେତୃତ୍ୱ ପ୍ରତିଷ୍ଠିତ ଥିଲା । ସେତେବେଳେ ଶାସକ ଦଳର ମଧ୍ୟ ବିଶେଷ ଗୁରୁତ୍ଵ ଓ ସ୍ଵାଧୀନତା ନଥିବାରୁ ବିରୋଧୀ ଦଳ ମଧ୍ଯ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁନଥିଲା । କିନ୍ତୁ କଂଗ୍ରେସ ଭିନ୍ନ ମୁସଲିମ ଲିଗ୍, କମ୍ୟୁନିଷ୍ଟ, ପ୍ରଜା ସୋସାଲିଷ୍ଟ, ସ୍ଵରାଜ, ଫରୱାର୍ଡ଼ ବ୍ଲକ୍ ଆଦି ଅନ୍ୟାନ୍ୟ ଦଳ ମଧ୍ଯ ରହିଥିଲା । ମୂଳରୁ ଭାରତ ଏକ ବହୁଦଳୀୟ ରାଜନୀତିକ କ୍ଷେତ୍ର ରୂପେ ନିଜର ସ୍ଥିତି ପ୍ରକାଶ କରିଛି ।

ଭାରତରେ ଗଣତନ୍ତ୍ର ଶାସନକୁ ସୁଦୃଢ଼ ଓ ଦକ୍ଷ କରିବାପାଇଁ ଏକ ଶାସକ ଦଳ ସହ ଏକ ସୁସଂଗଠିତ ଦକ୍ଷ ବିରୋଧୀ ଦଳର ମଧ୍ୟ ଆବଶ୍ୟକତା ଅଛି । ଦେଶରେ ହୋଇଥିବା ନିର୍ବାଚନଗୁଡ଼ିକରେ ଯେ ପ୍ରାୟ କଂଗ୍ରେସ ଦଳ ୧୯୫୨ ମସିହାଠାରୁ ୧୯୭୬-୭୭ ମସିହା ପର୍ଯ୍ୟନ୍ତ ନିରବଚ୍ଛିନ୍ନଭାବେ ଶାସକ ଦଳ ଆସନରେ ଓ ଅନ୍ୟ ରାଜନୈତିକ ଦଳଗୁଡ଼ିକ ବିରୋଧୀ ଦଳ ଆସନରେ ବସିଥିଲେ । ଚତୁର୍ଥ ସାଧାରଣ ନିର୍ବାଚନରେ କେରଳ ସମେତ କେତେକ ରାଜ୍ୟରେ ଅଣକଂଗ୍ରେସ ସରକାର ଗଠିତ ହେବା ଫଳରେ ସେହି ରାଜ୍ୟମାନଙ୍କରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହିସାବରେ କାର୍ଯ୍ୟ କରିଥିଲା । ୧୯୭୭ ମସିହାରେ ପ୍ରଥମ ଥରପାଇଁ ଜୟପ୍ରକାଶ ନାରାୟଣ ଇତ୍ୟାଦିଙ୍କ ଆହ୍ଵାନରେ ସାତଟି ରାଜନୈତିକ ଦଳର ସହଯୋଗରେ ଗଠିତ ଜନତା ଦଳ ମୋରାରଜୀ ଦେଶାଇଙ୍କ ନେତୃତ୍ଵରେ କେନ୍ଦ୍ରରେ ଏକ ଅଣ-କଂଗ୍ରେସ ସରକାର ପ୍ରତିଷ୍ଠା କଲା ।

କଂଗ୍ରେସ ବିରୋଧୀ ଦଳ ଆସନରେ ବସିଲା ଓ ବିଭାଜିତ ହୋଇ ମୁଖ୍ୟ ଅଂଶ କଂଗ୍ରେସ (ଇନ୍ଦିରା) ନାମରେ ପରିଚିତ ହେଲା । ଶାସକଦଳ ମଧ୍ୟରେ ଗୋଷ୍ଠୀବିବାଦ ଓ ବୁଝାମଣାର ଅଭାବରୁ ଜନତା ଦଳ ସରକାରର ପତନ ହେଲା ଓ ୧୯୮୦ ମସିହାରେ ଅନୁଷ୍ଠିତ ନିର୍ବାଚନରେ ଇନ୍ଦିରା କଂଗ୍ରେସ ଦଳ ସରକାର ଗଠନ କରି ୧୯୮୯ ମସିହା ପର୍ଯ୍ୟନ୍ତ କ୍ଷମତାରେ ରହିଲା । ୧୯୮୯ ମସିହାରେ ଏକ ମିଳିତ ସରକାର ବିରୋଧୀ ଦଳମାନଙ୍କର ସହଯୋଗରେ ସମ୍ଭବ ହେବା ଫଳରେ କଂଗ୍ରେସ ବିରୋଧୀ ଦଳର ଦାୟିତ୍ଵ ନେଲା । ପୁନଶ୍ଚ ୧୯୯୧ ମସିହା ନିର୍ବାଚନରେ କଂଗ୍ରେସ (ଇ) ଶାସକ ଦଳ ଓ ଅନ୍ୟ ସମସ୍ତ ଦଳ ବିରୋଧୀ ଦଳର ଭୂମିକା ଗ୍ରହଣ କଲେ । ୧୯୯୬ ନିର୍ବାଚନରେ ବି.ଜେ.ପି. ଏକକ ସଂଖ୍ୟାଗରିଷ୍ଠ ଦଳ ହେଲେ ମଧ୍ୟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ଅଭାବରୁ ସରକାର ଗଠନ କରିପାରିଲା ନାହିଁ । ରାଜନୈତିକ ଅସ୍ଥିରତା ଲାଗିରହିଲା । ଦୃଢ଼ ସରକାରର ଅଭାବ ପରିଲକ୍ଷିତ ହେଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ପରେ କଂଗ୍ରେସର ସମର୍ଥନରେ ରାଷ୍ଟ୍ରୀୟ ମୋର୍ଚ୍ଚା ସରକାର ପ୍ରତିଷ୍ଠିତ ହେବା ଫଳରେ ବି.ଜେ.ପି. ପ୍ରମୁଖ ବିରୋଧୀ ଦଳ ହେଲା । ୧୯୯୮ ମସିହାରେ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ସାମିଲ ହୋଇଥବା ଅନେକ ଆଞ୍ଚଳିକ ଦଳର ନେତୃତ୍ୱ ବି.ଜେ.ପି. ନେଇ କେନ୍ଦ୍ରରେ ସରକାର ପ୍ରତିଷ୍ଠା କରିଥିଲା । କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇଥିବାବେଳେ ରାଷ୍ଟ୍ରୀୟ ଜନତାଦଳ, ସମାଜବାଦୀ ଦଳ, ବହୁଜନ ସମାଜପାର୍ଟି, ସି.ପି.ଆଇ ଓ ସି.ପି.ଏମ୍. ନେତୃତ୍ଵରେ ବାମ ସାମ୍ମୁଖ୍ୟ, ଆନ୍ନା.ଡି.ଏମ୍.କେ. ଆଦି ବିରୋଧୀଦଳ ହିସାବରେ କେନ୍ଦ୍ରରେ କାର୍ଯ୍ୟ ସମ୍ପାଦନ କରିଥିଲେ । ବର୍ତ୍ତମାନ ମିଳିତ ସରକାର ବ୍ୟବସ୍ଥାର ବିକାଶ ଫଳରେ ଆଞ୍ଚଳିକ ଦଳର ପ୍ରାଧାନ୍ୟ ବୃଦ୍ଧିପାଉଛି, ଶାସନଗତ ରାଜନୈତିକ ଅସ୍ଥିରତା ଦେଖାଯାଇ ଶାସନର ଦକ୍ଷତା ହ୍ରାସ ପାଉଛି । ଏହିଭଳି ପରିସ୍ଥିତିରେ ବିରୋଧୀ ଦଳମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

ବିରୋଧୀ ଦଳର ମୁଖ୍ୟ କାର୍ଯ୍ୟାବଳୀ :

  • ସରକାରଙ୍କ ଅଗଣତାନ୍ତ୍ରିକ, ଅଣସାମ୍ବିଧାନିକ, ଲୋକସ୍ଵାର୍ଥବିରୋଧୀ ନୀତି ଓ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନା ।
  • ସରକାରଙ୍କ ଦୋଷତ୍ରୁଟିକୁ ଲୋକଲୋଚନକୁ ଆଣିବା ଓ ଏକକ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଥ‌ିବା ଦଳକୁ ପଦଚ୍ୟୁତ କରି ଶାସନ କ୍ଷମତା ନିଜ ହାତକୁ ନେଇ ବିକଳ୍ପ ସରକାର ପ୍ରତିଷ୍ଠା କରିବା ।
  • ଜନମତକୁ ଜାଗ୍ରତ ଓ ସଚେତନ ରଖୁବା ।
  • ରାଜନୈତିକ ସଭାସମିତି, ଆଲୋଚନା, ପ୍ରଚାରପତ୍ର ଆଦି ମାଧ୍ୟମରେ ଲୋକମାନଙ୍କୁ ରାଜନୈତିକ ଶିକ୍ଷା ପ୍ରଦାନ ।
  • ଶାସକ ଦଳର ସଂହତି ରକ୍ଷାକାରୀ, ଜନସ୍ଵାର୍ଥ ଉପଯୋଗୀ, ରାଷ୍ଟ୍ରୀୟ ସ୍ଵାର୍ଥ ଓ ସମ୍ମାନ ଜଡ଼ିତ ନୀତିକୁ ସମର୍ଥନ ଓ ସହଯୋଗ ପ୍ରଦାନ ଏବଂ ସରକାରଙ୍କ ପରାମର୍ଶଦାତା ରୂପେ କାର୍ଯ୍ୟ ସମ୍ପାଦନ ।

ଭାରତୀୟ ରାଜନୀତିରେ ଶାସକ ଦଳ ଓ ବିରୋଧୀ ଦଳଗୁଡ଼ିକ ପ୍ରାୟ ରୁଗ୍ଣ ଅବସ୍ଥାକୁ ଆସିଯାଇଛନ୍ତି | ଏହା ଗଣତନ୍ତ୍ରର ସଫଳତା ପାଇଁ ଶୁଭ ସଙ୍କେତ ନୁହେଁ । କଳାଧନର ଆକର୍ଷଣ, ଦୁର୍ନୀତି, ବ୍ୟାପକ ଦଳବଦଳ, ନିର୍ଦ୍ଦିଷ୍ଟ ଦାର୍ଶନିକ ଲକ୍ଷ୍ୟ ଓ ଆଦର୍ଶର ଅନୁପସ୍ଥିତି, ଆଞ୍ଚଳିକତାବାଦ, ବାହୁବଳ ଓ ହିଂସାର ବ୍ୟାପକ କୁପ୍ରଭାବ ଉଭୟ ଶାସକ ଦଳ ଓ ବିରୋଧୀ ଦଳକୁ ଦୁର୍ବଳ କରିଦେଇଛି । ଏଣୁ ପ୍ରାୟ ପ୍ରତ୍ୟେକ ଦଳ ନିର୍ବାଚନର ଫଳାଫଳକୁ ଯେକୌଣସି ଉପାୟରେ ନିଜ ସପକ୍ଷରେ ନେବାପାଇଁ ଅନେକ ମିଥ୍ୟା ପ୍ରତିଶ୍ରୁତି, ଅସାଧୁ ମେଣ୍ଟ, ଅର୍ଥ ଓ ବାହୁବଳର ପ୍ରୟୋଗ ଆଦିର ଉପଯୋଗ କରି ରାଜନୀତିକୁ କଳୁଷିତ ଓ ଶାସନକୁ ଦକ୍ଷତାଶୂନ୍ୟ କରୁଛନ୍ତି । ଏଣୁ ଅନେକ ବୁଦ୍ଧିଜୀବୀ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଦ୍ଵିଦଳୀୟ ବ୍ୟବସ୍ଥାର ପ୍ରଚଳନ ସପକ୍ଷରେ ମତ ଦିଅନ୍ତି । ଏହାଫଳରେ ଏକ ଦୃଢ଼ ଶାସନ ଓ ଦୃଢ଼ ବିରୋଧୀ ଦଳ ଗଠିତ ଦିଗରେ ବିରୋଧୀ ଦଳ ତା’ର ଗୁରୁଦାୟିତ୍ଵ ସମ୍ଭାଳି ପାରିଲେ ଗଣତନ୍ତ୍ର ସୁଦୃଢ଼ ଓ ଦକ୍ଷ ହୋଇପାରିବ ।

୪ । ଭାରତରେ ରାଜନୈତିକ ଦଳ ଅଛି କିନ୍ତୁ ଦଳୀୟ ବ୍ୟବସ୍ଥା ନାହିଁ – ଆଲୋଚନା କର ।
Answer:
ଲାସ୍ଟିଙ୍କ ଭାଷାରେ ‘ଏକ ଆଧୁନିକ ରାଷ୍ଟ୍ରରେ ଏକଚ୍ଛତ୍ରବାଦ ଭିନ୍ନ ଅନ୍ୟ କୌଣସି ବ୍ୟବସ୍ଥାରେ ଦଳୀୟ ସରକାରର ବିକଳ୍ପ ନାହିଁ ।’’ ଏହାର ସ୍ପଷ୍ଟୀକରଣ ଦେଇ ବେଜହଟ୍ ମତ ଦେଇଛନ୍ତି ଯେ ପ୍ରତିନିଧୂମୂଳକ ସରକାର ଦଳୀୟ ସରକାରର ନୀତି ଉପରେ ହିଁ ଆଧାରିତ । ଅଗ୍ ଓ ଜିଙ୍କ୍‌ଙ୍କ ମତାନୁଯାୟୀ ‘ଯେକୌଣସି ପ୍ରତିନିଧୁମୂଳକ ସରକାରର କାର୍ଯ୍ୟଧାରା ବହୁ ପରିମାଣରେ ଏହାକୁ କାର୍ଯ୍ୟକାରୀ କରାଉଥିବା ରାଜନୈତିକ ଦଳମାନଙ୍କର ପ୍ରକୃତିଦ୍ଵାରା ନିର୍ଦ୍ଧାରିତ ହୋଇଥାଏ ।’’ ରାଜନୈତିକ ଦଳର ସଂଖ୍ୟା ଦୃଷ୍ଟିରୁ ଏହାକୁ ଏକଦଳୀୟ, ଦ୍ଵିଦଳୀୟ ଓ ବହୁଦଳୀୟ ବ୍ୟବସ୍ଥାରେ ବିଭାଜନ କରାଯାଇଥାଏ । ଏହି ଦୃଷ୍ଟିରୁ ଭାରତରେ ଦୁଇରୁ ଅଧ୍ଵକ ରାଜନୈତିକ ଦଳ କାର୍ଯ୍ୟ କରୁଥିବାରୁ ଏହା ଏକ ବହୁଦଳୀୟ ବ୍ୟବସ୍ଥା ଅଟେ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଏଠାରେ ଜାତୀୟ ଓ ଆଞ୍ଚଳିକ ବା ରାଜ୍ୟଭିଭିକ ଦଳ ନାମରେ ଦୁଇ ଶ୍ରେଣୀୟ ରାଜନୈତିକ ଦଳ ରହିଛି । ଭାରତରେ ଏକ ବିବିଧତାଭରା ସଂସ୍କୃତି ରହିଥିବାରୁ ଏଠାରେ ଜାତି, ଆଞ୍ଚଳିକ ଉପାଦାନ, ଧର୍ମ, ବ୍ୟକ୍ତିତ୍ଵବାଦ ଆଦି ବିବିଧ ଉପାଦାନଦ୍ଵାରା ରାଜନୈତିକ ଦଳମାନେ ପ୍ରଭାବିତ ହେଉଛନ୍ତି । ରାଜନୈତିକ ଦଳ ସୃଷ୍ଟି ପାଇଁ ନିର୍ବାଚନ ଆୟୋଗର ସ୍ବୀକୃତି ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ ଏଠାରେ ‘କାର୍ଡ-ବୋର୍ଡ’ ରାଜନୈତିକ ଦଳର ସ୍ଥିତି ଦେଖ‌ିବାକୁ ମିଳେ । ରାଜନୈତିକ ଦଳର ଜନ୍ମ ଓ ମୃତ୍ୟୁ ଅଚାନକ ହୋଇଥାଏ ଯେଉଁଥରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଗୋଷ୍ଠୀ ବା ଅଞ୍ଚଳର ସଂକୀର୍ଣ୍ଣ ସ୍ବାର୍ଥ ନିହିତ ଥାଏ । ସ୍ଵାର୍ଥାନ୍ଧ କ୍ଷମତାଲିପ୍‌ସୁ ରାଜନୈତିକ ନେତାମାନେ ନିଜ ସ୍ଵାର୍ଥସାଧନ ପାଇଁ ରାଜନୈତିକ ଦଳ ସୃଷ୍ଟି କରନ୍ତି ଓ କ୍ଷମତା ସଂଘର୍ଷରେ ଅବତୀର୍ଣ୍ଣ ହୋଇଥା’ନ୍ତି ।

କେତେକ ନିର୍ଦ୍ଦିଷ୍ଟ ଦଳକୁ ଛାଡ଼ିଦେଲେ ଅନେକ କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶବାଦ, ଦର୍ଶନ, କାର୍ଯ୍ୟକ୍ରମ, ସଂଗଠନ ବ୍ୟତିରେକ ରାଜନୈତିକ ଦଳମାନେ ଜନ୍ମ ନେଉଛନ୍ତି ଯେଉଁମାନଙ୍କର ଅକାଳ ମୃତ୍ୟୁ ମଧ୍ୟ ସମ୍ଭବ ହେଉଛି । ଭାରତରେ ବହୁଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ଏଠାରେ ଏକ ପ୍ରକାରର ଏକ-ଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଛି । ଏଠାରେ କଂଗ୍ରେସଦଳ ଏକାକୀ ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ନିଜର ଆଧ୍ଵପତ୍ୟକୁ ୧୯୭୭ ମସିହା ପର୍ଯ୍ୟନ୍ତ ପ୍ରତିଷ୍ଠା କରିଥିଲା । ଏହା ନିଜ ମଧ୍ୟରେ ବିରୋଧୀ ଗୋଷ୍ଠୀକୁ ସାମିଲ କରି ଦଳୀୟ ବ୍ୟବସ୍ଥାକୁ ପ୍ରାୟତଃ ଏକଦଳୀୟ ସ୍ଵରୂପ ପ୍ରଦାନ କରିଥିଲା । ସେହିପରି ୧୯୯୦ର ପରବର୍ତ୍ତୀ ସମୟରେ ମିଳିତ ସରକାର ସମୟରେ ମଧ୍ୟ ଏନ୍.ଡି.ଏ ଅର୍ଥାତ୍ ଜାତୀୟ ଗଣତାନ୍ତ୍ରିକ ମେଣ୍ଟରେ ଭାରତୀୟ ଜନତା ପାର୍ଟିର ପ୍ରାଧାନ୍ୟ ଓ ପରବର୍ତ୍ତୀକାଳର ‘ଉପା’ ଅର୍ଥାତ୍ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରରେ କଂଗ୍ରେସ(ଇ)ର ପ୍ରାଧାନ୍ୟ ବା ବିଭିନ୍ନ ରାଜ୍ୟରେ ଚାଲିଥିବା ମେଣ୍ଟ ସରକାରରେ ମୁଖ୍ୟ ଭାଗିଦାରୀ ରାଜନୈତିକ ଦଳର ପ୍ରାଧାନ୍ୟକୁ ‘ଏକ-ଦଳ-ପ୍ରଧାନ୍ୟ ବ୍ୟବସ୍ଥା’ ରୂପରେ ଗ୍ରହଣ କରାଯାଉଛି ।

ସଂଖ୍ୟାଗରିଷ୍ଠତା ଆଳରେ ଏହି ଏକକ ରାଜନୈତିକ ଦଳ ବା ମେଣ୍ଟଭୁକ୍ତ ଦଳଗୁଡିକ ବିରୋଧୀ ଦଳର ଗୁରୁତ୍ଵ ହ୍ରାସ କରୁଛନ୍ତି । ମେଣ୍ଟଭୁକ୍ତ ଦଳ ମଧ୍ୟରେ ଆନ୍ତଃ-ବିରୋଧୀ ଗୋଷ୍ଠୀ ଓ ସନ୍ତୁଳନ ବ୍ୟବସ୍ଥା କାର୍ଯ୍ୟ କରୁଥିବାର ପ୍ରମାଣ ଉପା ସରକାରରେ ବାମପନ୍ଥୀମାନଙ୍କ ଭୂମିକାରୁ ମିଳୁଛି । ପୁନଶ୍ଚ ବହୁଦଳୀୟ ବ୍ୟବସ୍ଥା ସତ୍ତ୍ବେ, ନବେ ଦଶକର ପରବର୍ତ୍ତୀ ସମୟରେ ‘ମେଣ୍ଟ ସରକାର’ର ଆବିର୍ଭାବ ହେତୁ ବର୍ତ୍ତମାନ ଏକ ଶାସକ ଗୋଷ୍ଠୀ ଓ ସୁସଂଗଠିତ ବିରୋଧୀ ଗୋଷ୍ଠୀର ସ୍ବରୂପ ଦେଖ‌ିବାକୁ ମିଳୁଛି । ଏହା ଦ୍ବିଦଳୀୟ ବ୍ୟବସ୍ଥାର ବାହ୍ୟ ସ୍ୱରୂପକୁ ପ୍ରଦାନ କରୁଛି । ଏକଦଳୀୟ ପ୍ରାଧାନ୍ୟ ବ୍ୟବସ୍ଥାରୁ ବର୍ତ୍ତମାନ ଦ୍ବିଦଳୀୟ ବ୍ୟବସ୍ଥା ମଧ୍ୟରେ ଭାରତୀୟ ରାଜନୈତିକ ବ୍ୟବସ୍ଥା ଚାଲିଛି ।

ଅତୀତରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବରେ ଥିବା ’ଉପା’ ସରକାର ଓ ଭାରତୀୟ ଜନତା ପାର୍ଟି ନେତୃତ୍ବରେ ଥିବା ବିରୋଧୀ ମେଣ୍ଟ, ଓଡିଶାରେ ବିଜେଡ଼ି-ବିଜେପିର ମେଣ୍ଟ ସରକାର ଏବଂ କଂଗ୍ରେସ ନେତୃତ୍ୱରେ ଥ‌ିବା ବିରୋଧୀ ମେଣ୍ଟକୁ ଏହାର ନମୁନା ରୂପେ ଗ୍ରହଣ କରାଯାଇପାରେ । ରାଜନୈତିକ ଦଳଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଆଦର୍ଶବାଦ ଉପରେ ପ୍ରତିଷ୍ଠିତ ହେବା ଉଚିତ । କିନ୍ତୁ ଭାରତରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଦେଖାଯାଏ ନାହିଁ । ପ୍ରାୟ ପ୍ରତ୍ୟେକ ରାଜନୈତିକ ଦଳର ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ସମାନ ଅଟେ । ଭୋଟ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳ ଊଣା ଅଧିକେ ଏକ ପ୍ରକାରର କାର୍ଯ୍ୟକ୍ରମ ଗ୍ରହଣ କରିଥା’ନ୍ତି ।

ରାଜନୈତିକ ଦଳଗୁଡ଼ିକରେ ପୁଞ୍ଜିପତି, ଶିଳ୍ପପତି, ଧନିକଗୋଷ୍ଠୀ, ମଧ୍ୟବିତ୍ତ ଶ୍ରେଣୀର ପ୍ରାଧାନ୍ୟ ପରିଦୃଷ୍ଟ ହେବା ଫଳରେ ଦଳୀୟ ସଂଗଠନ ତୃଣମୂଳ ସ୍ତରରେ ସୁପ୍ରତିଷ୍ଠିତ ହୋଇପାରୁନାହିଁ । ଏହାକୁ ‘ହାଇ-କମାଣ୍ଡ’ ସଂସ୍କୃତି ନୀତିରେ ଉପରୁ ତୃଣମୂଳ ସଂଗଠନ ଉପରେ ବିଭିନ୍ନ ନିଷ୍ପଭି ପ୍ରାୟତଃ ଲଦି ଦିଆଯାଉଛି । ରାଜନୈତିକ ଦଳମାନଙ୍କର ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରାୟତଃ ନାହିଁ । ଏହି ସମସ୍ତ ଦୃଷ୍ଟିକୋଣରୁ ଭାରତରେ ରାଜନୈତିକ ଦଳମାନେ ରହିଛନ୍ତି; କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଦଳୀୟ ବ୍ୟବସ୍ଥା ନାହିଁ ବୋଲି କୁହାଯାଇଥାଏ । ଏନ୍.ଡି.ପାମର ଯଥାର୍ଥରେ ମତ ଦେଇଛନ୍ତି ଯେ ‘ଭାରତକୁ ଗଣତାନ୍ତ୍ରିକ ଧାରାରେ ଗତି କରିବାକୁ ହେଲେ, ଏକ ସୁସ୍ଥ ଦଳୀୟ ବ୍ୟବସ୍ଥା ସୃଷ୍ଟି କରିବାକୁ ପଡିବ ।’’

CHSE Odisha Class 12 Political Science Chapter 2 Long Answer Questions in Odia Medium

୫ | ଭାରତରେ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ଆବିର୍ଭାବର କାରଣ ଓ ସେମାନଙ୍କର କ୍ରମବର୍ତ୍ତମାନ ଭୂମିକା ସମ୍ପର୍କରେ ଆଲୋଚନା କର ।
Answer:
ଭାରତରେ ବହୁଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଛି । ଏକଦଳୀୟ ଆଧ୍ଵପତ୍ୟର ଅବସାନ ଘଟିଛି । ଜନପ୍ରିୟ କ୍ଷମତାର କେନ୍ଦ୍ରୀକରଣ ପରିବର୍ତ୍ତେ ତାହାର ବିକେନ୍ଦ୍ରୀକରଣ ହୋଇଛି । ସଂଘୀୟୀ ବ୍ୟବସ୍ଥାରେ ‘ରାଜନୈତିକ ମୂଲଚାଲ’ (Political bargaining) ବୃଦ୍ଧି ପାଇଛି । କେନ୍ଦ୍ର-ରାଜ୍ୟ ସଂପର୍କର ପୁନର୍ବିନ୍ୟାସ ଘଟିଛି । ଆଞ୍ଚଳିକ ବିକାଶ କ୍ଷେତ୍ରରେ ପ୍ରତିଯୋଗିତା ଓ ସଚେତନତା ବୃଦ୍ଧି ପାଉଛି । ଏହା ଜାତୀୟ ରାଜନୈତିକ ଦଳଙ୍କ ସହ ସମାନ ଗୁରୁତ୍ଵପୂର୍ଣ୍ଣ ସ୍ଥିତିରେ ଥ‌ିବା ଆଞ୍ଚଳିକ ରାଜନୈତିକ ଦଳମାନ ସୃଷ୍ଟି ହେବାରେ ସହାୟକ ହୋଇଛି । ଭାରତରେ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ୍ ପାର୍ଟି, ପଞ୍ଜାବରେ ଅକାଳୀ ଦଳ, ଓଡ଼ିଶାରେ ବିଜୁ ଜନତା ଦଳ, ଜାମ୍ମୁ ଓ କାଶ୍ମୀରରେ ନେସ୍‌ନାଲ କନ୍‌ଫରେନସ୍, ତାମିଲନାଡୁରେ ଡି.ଏମ୍.କେ.,ଆନ୍ନା.ଡି.ଏମ୍.କେ. ଆଦି ପ୍ରମୁଖ ଆଞ୍ଚଳିକ ଦଳର ମର୍ଯ୍ୟାଦା ବହନ କରୁଛନ୍ତି ।

ଆଞ୍ଚଳିକ ରାଜନୈତିକ ଦଳର ଉତ୍ଥାନରେ ସହାୟକ କାରଣ :

  • ସାଂସ୍କୃତିକ ବହୁଳତାବାଦ (Cultural Pluralism)- ଭାରତୀୟ ସମାଜରେ ବିବିଧ ସାଂସ୍କୃତିକ-ଧାର୍ମିକ- ଭାଷାଗତ-ଜାତିଗତ ଗୋଷ୍ଠୀ ରହିଥିବାରୁ ଡି.ଏମ୍.କେ., ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ମିଜୋ ନ୍ୟାସନାଲ ଫ୍ରଣ୍ଟ ଆଦି ଆଞ୍ଚଳିକ ଦଳର ସୃଷ୍ଟି ସମ୍ଭବ ହୋଇଛି ।
  • ଧାର୍ମିକ ଉପାଦାନ – ଭାରତରେ ବିଭିନ୍ନ ଧାର୍ମିକ ସଂପ୍ରଦାୟ ଥିବାରୁ ବିଭିନ୍ନ ଆଞ୍ଚଳିକ ଦଳ ଯଥା – ମୁସଲିମ୍ ଲିଗ୍, ହିନ୍ଦୁ ମହାସଭା, ଅକାଳୀ ଦଳ ଆଦିର ଜନ୍ମ ହୋଇଛି ।
  • ଆଞ୍ଚଳିକ ବୈଷମ୍ୟ – ଭାରତୀୟ ସଂଘୀୟ ବ୍ୟବସ୍ଥାରେ ବିଭିନ୍ନ ଅଞ୍ଚଳର ଉନ୍ନତି କ୍ଷେତ୍ରରେ ପାତର ଅନ୍ତର ନୀତି, ବ୍ୟାପକ ତାରତମ୍ୟ ଦେଖାଯାଉଥ‌ିବାରୁ ଏହିସବୁର ପ୍ରତିଫଳନ ତଥା ସୁରକ୍ଷା ପାଇଁ ଆସାମ ଗଣପରିଷଦ, ନେସ୍‌ନାଲ୍ କନ୍‌ଫରେନସ୍ ଆଦି ଆଞ୍ଚଳିକ ଦଳର ସ୍ଥିତି ସମ୍ଭବ ହୋଇଛି ।
  • ରାଜନୈତିକ ବିଭାଜନ (Political Splits)- ଜାତୀୟ ଦଳର ଆଞ୍ଚଳିକ ସଙ୍ଗଠନରେ ଅସନ୍ତୁଷ୍ଟମାନେ ଦଳ ବିଭାଜନ କରି ଆଞ୍ଚଳିକ ସ୍ତରରେ ସ୍ଵତନ୍ତ୍ର ପରିଚୟ ସହ ଆଞ୍ଚଳିକ ସ୍ଵାର୍ଥରକ୍ଷା ପାଇଁ କାର୍ଯ୍ୟକରିବା ଫଳରେ ଆଞ୍ଚଳିକ ଦଳ ସୃଷ୍ଟି ହେଉଛି । କେରଳ କଂଗ୍ରେସ, ତୃଣମୂଳ କଂଗ୍ରେସ, ସଂଯୁକ୍ତ ଜନତା ଦଳ, ବିଜୁ ଜନତା ଦଳ ଆଦି ଏହାର ଉଦାହରଣ ଅଟେ ।
  • ବ୍ୟକ୍ତିତ୍ଵ କନ୍ଦଳ (Personality Cult)- ବିଭିନ୍ନ ଜାତୀୟ ଦଳରେ ନେତୃତ୍ୱ କନ୍ଦଳ ଦେଖାଯିବା ଫଳରେ କେତେକ ନେତା ନିଜସ୍ବ ପରିଚୟ ପାଇଁ ଆଞ୍ଚଳିକ ଦଳ ଗଠନ କରୁଛନ୍ତି । ଶରଦ ପାୱାରଙ୍କ ନେତୃତ୍ବରେ ମହାରାଷ୍ଟ୍ରରେ, ମମତା ବାନାର୍ଜୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ବିଭିନ୍ନ ଆଞ୍ଚଳିକ ଦଳ ସୃଷ୍ଟି ହୋଇଛି ।
  • ଜାତିଗତ ଉପାଦାନ- ଭାରତୀୟ ରାଜନୀତିରେ ଜାତିର ପ୍ରଭାବ ତୀବ୍ର ଅଟେ । ‘ଜାତି’ ଏକ ପ୍ରମୁଖ ରାଜନୈତିକ ଦଳ ହିସାବରେ ଗୃହୀତ ହୋଇଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ଜାତିର ପ୍ରାଧାନ୍ୟକୁ ବିଚାରକୁ ନେଇ ଆଞ୍ଚଳିକ ଦଳ ସୃଷ୍ଟି ହେଉଛି । ବହୁଜନ ସମାଜ ପାର୍ଟି ରିପବ୍ଲିକାନ୍ ପାର୍ଟି, ଆଦି ଏହାର ଉଦାହରଣ ଅଟେ ।
  • କ୍ଷମତା ବିକେନ୍ଦ୍ରୀକରଣ ନୀତି – ଭାରତୀୟ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ପ୍ରାଧାନ୍ୟ ଯୋଗୁଁ କେନ୍ଦ୍ରୀକରଣ ନୀତି ବିରୁଦ୍ଧରେ କ୍ଷମତାର ବିକେନ୍ଦ୍ରୀକରଣ ଲକ୍ଷ୍ୟରେ ଆଞ୍ଚଳିକ ଦଳମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଉଛି । ଏହି ଦଳଗୁଡ଼ିକ ରାଜ୍ୟମାନଙ୍କ ପାଇଁ ଅଧିକ କ୍ଷମତା ଦାବି କରୁଛନ୍ତି । ଡି.ଏମ୍.କେ., ତେଲୁଗୁ ଦେଶମ୍ ପାର୍ଟି, ଆକାଳୀ ଦଳ, ଆସାମ ଗଣ ପରିଷଦ ଆଦି ଏହାର ଉଦାହରଣ ଅଟନ୍ତି ଓ ସେମାନେ ନିଜ ନିଜ ରାଜ୍ୟରେ ଅତ୍ୟନ୍ତ ପ୍ରଭାବଶାଳୀ ଅଟନ୍ତି ।
  • ବଳିଷ୍ଠ ଆଦର୍ଶଗତ ପାର୍ଥକ୍ୟହୀନତା- ଉଭୟ ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ପ୍ରାୟତଃ ଦେଖାଯାଏ ନାହିଁ । କେତେକ ଜାତୀୟ ଦଳ ଆଞ୍ଚଳିକ ସ୍ତରରେ ନିଜର ଦୃଢ଼ ଭିଭି ପାଇଁ ଆଞ୍ଚଳିକ ଦଳ ପରି ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଆଞ୍ଚଳିକ ଦଳର ଭୂମିକା :
ଡ.କେ.ଆର୍. ବମ୍ବୁଆଲାଙ୍କ ମତରେ ଆଞ୍ଚଳିକ ଦଳଗୁଡ଼ିକ ଭାରତରେ ରାଜନୀତିର ନୂତନ ସମୀକରଣ କରାଇଛନ୍ତି ଓ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିଛି । ପ୍ରଥମତଃ, ଭାରତରେ ଥିବା ଏକ ଦଳ ପ୍ରାଧାନ୍ୟ ବ୍ୟବସ୍ଥାର ଅନ୍ତଃ ଘଟି ମେଣ୍ଟ-ରାଜନୀତି ସହ ଆଞ୍ଚଳିକ ଦଳଗୁଡ଼ିକର ନିର୍ଣ୍ଣୟକାରୀ ଭୂମିକା ବୃଦ୍ଧି ପାଇଛି । ଦ୍ଵିତୀୟତଃ, ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବରୁ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ରାଜ୍ୟମାନେ ମଧ୍ୟ ବିଶେଷ କ୍ଷମତା ଉପଭୋଗ କରି ସଂଘୀୟ ବ୍ୟବସ୍ଥାକୁ ମଡ୍‌ବୁତ କରିପାରିଛନ୍ତି । ଏହା ଫଳରେ କେନ୍ଦ୍ର-ରାଜ୍ୟ ସଂପର୍କ ଅଧିକ ଉନ୍ନତ ହୋଇପାରିଛି । ତୃତୀୟତଃ, ଉଦାରବାଦୀ-ଗଣତନ୍ତ୍ରିକ ବ୍ୟବସ୍ଥାରେ ତୃଣମୂଳ ସ୍ତରରେ ରାଜନୈତିକ ପ୍ରକ୍ରିୟାରେ ଜନପ୍ରିୟ ଅଂଶଗ୍ରହଣର ଅଧିକ ସୁଯୋଗ ସୃଷ୍ଟି ପାଇଁ ଆଞ୍ଚଳିକ ଦଳଗୁଡ଼ିକ ସକ୍ଷମ ହୋଇଛନ୍ତି । ଆଞ୍ଚଳିକ ଦଳମାନଙ୍କର ସଂଖ୍ୟା ଓ ନିର୍ବାଚନ ରାଜନୀତିରେ ସେମାନଙ୍କର ପ୍ରଭାବକୁ ବିଚାରକୁ ନେଇ ଜାତି-ଗଠନ ପ୍ରକ୍ରିୟାରେ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠାର ଲକ୍ଷ୍ୟ ହାସଲ କ୍ଷେତ୍ରରେ ସେମାନଙ୍କର ଗୁରୁତ୍ଵପୂର୍ଣ ଭୂମିକାକୁ ସ୍ବତଃ ସ୍ଵୀକାର କରାଯାଉଛି । ଅଧିକାଂଶ ରାଜ୍ୟ-ନିର୍ବାଚନରେ ଆଞ୍ଚଳିକ ଦଳମାନେ ସେମାନଙ୍କର ନେତୃତ୍ବ ପ୍ରତିପାଦନ କରିଥିବାବେଳେ କେନ୍ଦ୍ରର ମେଣ୍ଟ-ରାଜନୀତିରେ ମଧ୍ୟ ସେମାନଙ୍କର ଭୂମିକା ବୃଦ୍ଧି ପାଉଛି ।

୬ | ଭାରତରେ ଜାତୀୟ ରାଜନୈତିକ ଦଳଗୁଡ଼ିକର କ୍ରମହ୍ରାସମାନ ଲୋକସମ୍ପର୍କର କାରଣ ବର୍ଣ୍ଣନା କର ।
Answer:
ରାଜନୈତିକ ଦଳ ଓ ଦଳୀୟ ବ୍ୟବସ୍ଥା ବ୍ୟତିରେକ ଗଣତନ୍ତ୍ର ଶାସନ ବିଷୟ ପରିକଳ୍ପନା କରିବା ବୃଥା । ଏହି ଦଳଗୁଡ଼ିକ ଆଦର୍ଶ ଭିତ୍ତିରେ ସଙ୍ଗଠିତ ହୋଇଥା’ନ୍ତି ଏବଂ ନିଜର ନିଜର ନୀତି ଓ ଆଦର୍ଶ ଭିରିରେ ଜନମତକୁ ଆକର୍ଷିତ କରିଥା’ନ୍ତି । ଭାରତୀୟ ରାଜନୀତିରେ ବହୁଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ ହେଉଥ‌ିବାରୁ ଏଠାରେ ଅନେକଗୁଡ଼ିଏ ଜାତୀୟ ଓ ଆଞ୍ଚଳିକ ଦଳ ରାଜନୀତି ଓ ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରିଥା’ନ୍ତି । ମାତ୍ର, ଆଞ୍ଚଳିକ ଦଳଗୁଡ଼ିକ ଗୋଟିଏ ବା ଦୁଇଟି ରାଜ୍ୟରେ ପ୍ରଭାବ ବିସ୍ତାର କରିଥା’ନ୍ତି ଏବଂ ଆଞ୍ଚଳିକ ବିକାଶ ନାମରେ ଲୋକମାନଙ୍କର ସମର୍ଥନ ହାସଲ କରିଥା’ନ୍ତି । ବିଗତ ୧୫ ବର୍ଷର ଜାତୀୟ ରାଜନୈତିକ ଇତିହାସକୁ ଅନୁଧ୍ୟାନ କଲେ ଆମେ ଜାତୀୟ ରାଜନୈତିକ ଦଳଗୁଡ଼ିକର ପ୍ରାଧାନ୍ୟ ଓ ଜନ ସମର୍ଥନ ହ୍ରାସ ପାଉଥିବାର ଲକ୍ଷ୍ୟ କରିବା ଏବଂ ଆଞ୍ଚଳିକ ଦଳଗୁଡ଼ିକର ପ୍ରାଧାନ୍ୟ ବୃଦ୍ଧି ପାଉଥିବାର ଅନୁଭବ କରିବା ।

ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ (ଇ), ବି.ଜେ.ପି., ଭାରତୀୟ କମ୍ୟୁନିଷ୍ଟ ଦଳ, ମାର୍କସପନ୍ଥୀ କମ୍ୟୁନିଷ୍ଟ ଦଳକୁ ବାଦ୍ ଦେଲେ ଅନ୍ୟ କୌଣସି ଜାତୀୟ ଦଳ ଅଛି ବୋଲି ଅନୁଭବ କରିପାରିବ ନାହିଁ । ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁପରେ କଂଗ୍ରେସ କିଛିଦିନ ରାଜୀବ ଗାନ୍ଧିଙ୍କୁ ଭରସା କରି ତିଷ୍ଠି ରହିଲା । ତାଙ୍କ ପରେ କଂଗ୍ରେସ ବିଭାଜିତ ହୋଇଛି ଏବଂ ଲୋକ ସମର୍ଥନ ହରାଇ ବସିଛି । ମାତ୍ର, ଆଶ୍ଚର୍ଯ୍ୟଜନକ ଭାବେ ବି.ଜେ.ପି. ବା ଅନ୍ୟ କୌଣସି ଅଣ-କଂଗ୍ରେସ ଜାତୀୟ ଦଳ ଏଥୁରୁ ଫାଇଦା ନେଇ ପାରିନାହାନ୍ତି ବରଂ କଂଗ୍ରେସ୍ ଭୋଗୁଡ଼ିକ ଆଞ୍ଚଳିକ ଦଳମାନେ ହାସଲ କରିଛନ୍ତି । ୧୯୮୯ ପରେ କୌଣସି ଗୋଟିଏ ଦଳ ଏକକ ସଂଖ୍ୟାଗରିଷ୍ଠତା ଲାଭ କରିନି କି ଏକାକୀ ମନ୍ତ୍ରିମଣ୍ଡଳ ଗଠନ କରିନାହିଁ । ଏଣୁ ଆଞ୍ଚଳିକ ଦଳଗୁଡ଼ିକ ରାଜ୍ୟର ସୀମା ଅତିକ୍ରମ କରି ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଛନ୍ତି । ଭାରତୀୟ ରାଜନୀତିରେ ଜାତୀୟ ଦଳଗୁଡ଼ିକର ପ୍ରଭାବ ହ୍ରାସ ଓ ଆଞ୍ଚଳିକ ଦଳଗୁଡ଼ିକ ପ୍ରାଧାନ୍ୟ ବୃଦ୍ଧିର କାରଣ ସବୁ ନିମ୍ନମତେ ବ୍ୟାଖ୍ୟା କରାଯାଇପାରେ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

  • ଭାରତର ସ୍ଵାଧୀନତା ପରେ ରାଜନୈତିକ ନେତୃବୃନ୍ଦ ଦଳୀୟ ସାର୍ଥ ଦୃଷ୍ଟିରୁ କାଶ୍ମୀର, ପଞ୍ଜାବ ଓ ତାମିଲନାଡୁ ପ୍ରଭୃତି ରାଜ୍ୟରେ ଆଞ୍ଚଳିକ ଦଳ ସୃଷ୍ଟି କରିଥିଲେ ଯାହାର ପରିଣତି ସରୂପ ଜାତୀୟ ଦଳଗୁଡ଼ିକର ପତନ ହୋଇଛି ଏବଂ ଅନ୍ୟାନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଆଞ୍ଚଳିକ ଦଳ ଗଠିତ ହୋଇ ବେଶ୍ ସଫଳ ହୋଇଛନ୍ତି ।
  • ଭାରତର ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ସାମ୍ପ୍ରଦାୟିକ ଭେଦଭାବ ହେତୁ ଆଞ୍ଚଳିକତା ମନୋଭାବର ବିକାଶ ଘଟିଛି ଏବଂ ଜାତୀୟ ଦଳ ପ୍ରତି ଲୋକମାନଙ୍କର ଅସ୍ଥା ହ୍ରାସ ପାଇଛି । ପଞ୍ଜାବର ଅକାଳୀ ଦଳ, ତାମିଲନାଡୁରେ ଡି.ଏମ୍.କେ., ମହାରାଷ୍ଟ୍ରରେ ଶିବସେନା, ଝାଡ଼ଖଣ୍ଡ ଓ ତେଲଗୁଦେଶମ୍ ପ୍ରଭୃତିରେ ଆଞ୍ଚଳିକ ଦଳ ପ୍ରାଧାନ୍ୟ ବିସ୍ତାର କରିବା ଫଳରେ ଜାତୀୟ ଦଳଗୁଡ଼ିକର ସ୍ଥିତି ଦୁର୍ବଳ ହୋଇପଡ଼ିଛି ।
  • ଜାତୀୟ ଦଳଗୁଡ଼ିକରେ ନେତୃତ୍ବ ପାଇଁ କନ୍ଦଳ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ପୂର୍ବେ ଦକ୍ଷ ନେତୃତ୍ଵ ହେତୁ ଲୋକମାନେ ନେତାଙ୍କୁ ଲକ୍ଷ୍ୟ କରି ନିର୍ବାଚନରେ ଭୋଟ୍ ଦେଉଥିଲେ । ନେହେରୁ ଇନ୍ଦିରା ଗାନ୍ଧି ପ୍ରଭୃତିଙ୍କ ନେତୃତ୍ବଙ୍କୁ ଆଗରେ ରଖୁ ଦଳ ନିର୍ବାଚନରେ ସମର୍ଥନ ପାଇଥିଲା । ଏବେ ସେପରି ବ୍ୟକ୍ତିତ୍ଵର ଅଭାବ ରହିଛି ଏବଂ ପ୍ରତି ଦଳ ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ହେବା ଫଳରେ ଜନ ସମର୍ଥନ ହରାଇ ବସିଛି । ଏଣୁ ଲୋକମାନେ ଜାତୀୟ ସମସ୍ୟାକୁ ବିଚାରକୁ ନେଇ ଭୋଟ୍ ଦେବା ପରିବର୍ତ୍ତେ ଆଞ୍ଚଳିକ ଦୃଷ୍ଟିକୋଣରୁ ଭୋଟ୍ ଦେଉଛନ୍ତି । ଏହା ମଧ୍ୟ ଜାତୀୟ ଦଳଗୁଡ଼ିକର ପ୍ରଭାବ ହ୍ରାସର ମୁଖ୍ୟ କାରଣ ।
  • ଅନେକଗୁଡ଼ିଏ ରାଜ୍ୟର ଆର୍ଥିକ ଦୁର୍ବଳ ସ୍ଥିତି ହେତୁ ସେଠାକାର ଜନସାଧାରଣ ଆଞ୍ଚଳିକ ମନୋଭାବାପନ୍ନ ହେଉଛି ଏବଂ ଆଞ୍ଚଳିକ ଦଳକୁ ବିଜୟୀ କରୁଛନ୍ତି, ଯଦ୍ବାରା ଜାତୀୟ ଦଳର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଛି ।

ମୋଟ ଉପରେ କହିବାକୁ ଗଲେ, ଯୋଗ୍ୟ ଓ ଦକ୍ଷ ନେତୃତ୍ବରେ ଅଭାବ, ଦଳୀୟ ନେତାଙ୍କର ମନମୁଖୀ ଆଚରଣ, ଦଳବଦଳ, ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ସହଯୋଗ ଓ ସମନ୍ଵୟ ଅଭାବରୁ ଜାତୀୟ ରାଜନୈତିକ ଦଳଗୁଡ଼ିକର ସମର୍ଥନ ହ୍ରାସ ପାଇ ଆଞ୍ଚଳିକ ଦଳଗୁଡ଼ିକ ପ୍ରତି ଲୋକ ସମର୍ଥନ ବୃଦ୍ଧି ପାଇଛି । ଏହା ଭାରତୀୟ ରାଜନୀତିର ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ ।

୭ । ଭାରତରେ ମିଳିତ ବା ମେଣ୍ଟ ରାଜନୀତିର ଭରି ଓ କାର୍ଯ୍ୟକାରିତା
Answer:
ଭାରତୀୟ ରାଜନୀତିରେ ୧୯୪୬ ଠାରୁ ୧୯୬୭ ମସିହା ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କଂଗ୍ରେସ ଦଳର ପ୍ରାଧାନ୍ୟ ଥିବା ସତ୍ତ୍ବେ ଏହା ମଧ୍ୟ ଏକ ବୃହତ୍ ମେଣ୍ଟର ଚରିତ୍ର ଗ୍ରହଣ କରିଥିଲା । କଂଗ୍ରେସର ଆଦର୍ଶକୁ ବାମପନ୍ଥୀ ତଥା ଅନ୍ୟାନ୍ୟ ଗୋଷ୍ଠୀ ଓ ରାଜନୈତିକ ଦଳମାନେ ମଧ୍ୟ ସମ୍ମାନ ଦେଇଥିଲେ । କଂଗ୍ରେସ ସଙ୍ଗଠନର ମେଣ୍ଟ ପ୍ରକୃତି ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତଃଦଳୀୟ ପ୍ରତିଯୋଗିତାମୂଳକ ମେଣ୍ଟ ଢାଞ୍ଚାର ରୂପାୟନ କରିଥିଲା । ଅଣ-କଂଗ୍ରେସ ଦଳମାନେ କଂଗ୍ରେସ ଦଳ ମଧ୍ୟରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀ ସହ କରିଥିବା ମେଣ୍ଟର ପ୍ରମାଣ ୧୯୬୯ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କର ପରାଜୟରୁ ମିଳିଥାଏ । କିନ୍ତୁ ଭାରତରେ ଏହି ମେଣ୍ଟ ରାଜନୀତିର ପ୍ରଭାବରୁ ଗଠିତ ସରକାରର ମୂଳଭିଭି ପ୍ରାକ୍-ସାଧୀନତା ସମୟରେ ମଧ୍ୟ ରହିଥିଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

୧୯୪୬ ମସିହା ଅକ୍ଟୋବର ୨୫ ତାରିଖରେ କଂଗ୍ରେସ ଓ ମୁସଲିମ୍ ଲିଗ୍‌ର ୧୪ ଜଣିଆ ମେଣ୍ଟ ସରକାର ମଧ୍ୟବର୍ତ୍ତିକାଳୀନ ସରକାର ହିସାବରେ କାର୍ଯ୍ୟ ସମ୍ପାଦନ କରିଥିଲା । ସାଧୀନତା ପରେ ୧୯୬୯ ମସିହାରେ କଂଗ୍ରେସ ଦଳରେ ବିଭାଜନ ପରେ କେନ୍ଦ୍ର ସ୍ତରରେ ଶାସକ କଂଗ୍ରେସ, ସି.ପି.ଆଇ. ଓ ଡି.ଏମ୍.କେ. ମଧ୍ଯରେ ଏକ ସ୍ଥିର ମେଣ୍ଟ ପ୍ରତିଷ୍ଠିତ ହୋଇଥିଲା । କିନ୍ତୁ ବିଧ୍ଵବଦ୍ଧଭାବେ କେନ୍ଦ୍ରରେ ପ୍ରଥମ ମେଣ୍ଟ ସରକାର ମାର୍ଚ୍ଚ ୨୪, ୧୯୭୭ରୁ ମାର୍ଚ୍ଚ ୨୮,୧୯୭୯ ପର୍ଯ୍ୟନ୍ତ ମୋରାର୍‌ଜୀ ଦେଶାଇଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ତାତ୍ତ୍ୱିକ ଦୃଷ୍ଟିରୁ ବିବେଚନା କଲେ ଏହା ଏକ ମେଣ୍ଟ ସରକାର ନଥୁଲା, କାରଣ ଜନତାଦଳର ଚାରିଗୋଟି ଅଂଶୀଦାର ଦଳ ନିର୍ବାଚନ ପୂର୍ବରୁ ଏକାଠି ମିଶି ଜନତାଦଳର ନାମରେ ଗୋଟିଏ ନିର୍ବାଚନ ସଙ୍କେତ ଓ ଇସ୍ତାହାରରେ ନିର୍ବାଚନ ଲଢ଼ି କ୍ଷମତାକୁ ଆସିଥିଲେ ।

ଦ୍ଵିତୀୟ ମେଣ୍ଟ ସରକାର ଚରଣ ସିଂହଙ୍କ ନେତୃତ୍ୱରେ ଜୁଲାଇ ୨୮, ୧୯୭୯ ଜାନୁୟାରୀ ୧୪, ୧୯୮୦ ମଧ୍ୟରେ କାର୍ଯ୍ୟ କରିଥିବାବେଳେ ତୃତୀୟ ମେଣ୍ଟ ସରକାର ଡିସେମ୍ବର ୨,୧୯୮୯ ନଭେମ୍ବର ୧୦, ୧୯୯୦୮ ମଧ୍ୟରେ ଭି.ପି. ସିଂହଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଭି.ପି. ସିଂହଙ୍କ ସରକାର ଆସ୍ଥା ଭୋଟରେ ପରାଜିତ ହେବାପରେ ଚତୁର୍ଥ ମେଣ୍ଟ ସରକାର ଚନ୍ଦ୍ର ଶେଖରଙ୍କ ନେତୃତ୍ୱରେ ଗଠିତ ହୋଇ ୧୯୯୦ ନଭେମ୍ବର ୧୧ ରୁ ୧୯୯୧ ଜୁଲାଇ ୨୧ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲା । ପଞ୍ଚମ ମେଣ୍ଟ ସରକାର ଏଚ୍.ଡି.ଦେବେଗୌଡ଼ାଙ୍କ ନେତୃତ୍ବରେ ସଂଯୁକ୍ତ ସାମ୍ମୁଖ୍ୟ ସରକାର ନାମରେ ୧୯୯୬ ଜୁନ୍ ୧ ରୁ ୧୯୯୭ ଏପ୍ରିଲ ୨୦ ପର୍ଯ୍ୟନ୍ତ କେନ୍ଦ୍ରରେ କାର୍ଯ୍ୟରତ ଥିଲା । ବି.ଜେ.ପି. କ୍ଷମତାକୁ ବଳୟ ମଧ୍ୟରୁ ବାହାରେ ରଖୁବାର ଲକ୍ଷ୍ୟନେଇ ୧୩ ଗୋଟି ଦଳର ମିଶ୍ରଣରେ ସଂଯୁକ୍ତ ସାମ୍ମୁଖ୍ୟ ଗଠିତ ହୋଇଥିଲା ।

କିନ୍ତୁ ରାଜନୈତିକ ଉଦ୍ଦେଶ୍ୟରେ କଂଗ୍ରେସର ସମର୍ଥନ ପ୍ରତ୍ୟାହାର ବିଷୟ ସୀତାରାମ କେଶରୀ ଘୋଷଣା କରିବା ଏବଂ ନିଜ ଦଳର ଅନ୍ତଃ-ବିବାଦ ଫଳରେ ଦେବେଗୌଡ଼ା ସରକାରର ପତନ ଘଟିଲା । ଷଷ୍ଠ ମେଣ୍ଟ ସରକାର ଇନ୍ଦର୍ କୁମାର ଗୁଜୁରାଲଙ୍କ ନେତୃତ୍ବରେ ୧୯୯୭ ଏପ୍ରିଲ୍ ୨୧ ଠାରୁ ୧୯୮୮ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଦ୍ବିତୀୟ ତଥା ଏକ ନୂତନ ସଂଯୁକ୍ତ ସାମ୍ମୁଖ୍ୟ ମେଣ୍ଟ ରୂପରେ କଂଗ୍ରେସର ସମର୍ଥନ ପ୍ରତ୍ୟାହାର, ଷ୍ଟିଅରିଂ କମିଟିର ମାତ୍ରାଧ୍ୟକ ହସ୍ତକ୍ଷେପ ଆଦି ଗୁଜୁରାଲ ସରକାରର ପତନ ପାଇଁ ପଥ ଉନ୍ମୁକ୍ତ କରିଦେଲା । ସପ୍ତମ ମେଣ୍ଟ ସରକାର ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ଵରେ ଦ୍ଵାଦଶ ଲୋକସଭା ପରିପ୍ରେକ୍ଷୀରେ ୧୯୮୮ ମାର୍ଚ୍ଚ ୧୯ରେ ଗଠିତ ମେଣ୍ଟ ଭାରତରେ ମେଣ୍ଟ ରାଜନୀତିରେ କେତେକ ପରିବର୍ତ୍ତନ ଓ ନୂତନତ୍ବ ଆଣିଥିଲା । ନିର୍ବାଚନ ପୂର୍ବବର୍ତୀ ମେଣ୍ଟ ଓ ଏକ ବୃହତ୍ ଦଳର ନେତୃତ୍ବରେ ଗଠିତ ମେଣ୍ଟର ସ୍ଥାୟିତ୍ଵ ଅଧୁକ ବୋଲି ପ୍ରମାଣ ହେଲା ।

କିନ୍ତୁ ୧୯୯୯ ଫେବୃୟାରୀ ମାସରେ ଓମ୍ ପ୍ରକାଶ ଚୌତାଲଙ୍କ ନେତୃତ୍ବାଧୀନ ଭାରତୀୟ ଜାତୀୟ ଲୋକଦଳ ଓ ସେହି ବର୍ଷ ଏପ୍ରିଲ ୧୪ ତାରିଖରେ ଜୟଲଳିତାଙ୍କ ନେତୃତ୍ବାଧୀନ ଆନ୍ନା ଡି.ଏମ୍.କେ.ର ସମର୍ଥନ ପ୍ରତ୍ୟାହାର ଫଳରେ ବାଜପେୟୀ ସରକାର ଆସ୍ଥା ଭୋଟରେ ୨୬୯-୨୭୦ ଭୋଟରେ ପରାଜିତ ହୋଇ କ୍ଷମତାଚ୍ୟୁତ ହେଲା । ଅଷ୍ଟମ ମେଣ୍ଟ ସରକାର ତ୍ରୟୋଦଶ ଲୋକସଭା ପରିପ୍ରେକ୍ଷୀରେ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୯୯୯ ଅକ୍ଟୋବର ୧୧ ତାରିଖଠାରୁ କାର୍ଯ୍ୟ ଆରମ୍ଭ କଲା । ଏହା ବିଜେପି ନେତୃତ୍ୱରେ ପରିଚାଳିତ ଏକ ୨୪ ଦଳିଆ ମେଣ୍ଟ ସରକାର ଅଟେ । ସପ୍ତମ ମେଣ୍ଟ ସରକାରରେ ଏକ ବିକଳ୍ପ ଆଶାରେ ଜୟଲଳିତାଙ୍କ ସମର୍ଥନ ପ୍ରତ୍ୟାହାର କରିଥିବାବେଳେ ଅଷ୍ଟମ ମେଣ୍ଟ ସରକାରରେ ସମର୍ଥନ ପ୍ରତ୍ୟାହାର କେବଳ ବାଜପେୟୀ ସରକାରର ପତନ ଓ ନୂତନ ନିର୍ବାଚନପାଇଁ ପଥ ଉନ୍ମୁକ୍ତ କରିବା ଭୟରେ ଏହା ପ୍ରାୟତଃ ସ୍ଥିର ଓ ଦୃଢ଼ ରହିଥିଲା ।

ଭାରତର ପ୍ରମୁଖ ରାଜ୍ୟମାନଙ୍କରେ ମେଣ୍ଟ ରାଜନୀତିର ସ୍ଵରୂପ :
‘ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ଯୋଗେଶ ବାଜପେୟୀଙ୍କ ପ୍ରକାଶିତ ଏକ ପ୍ରବନ୍ଧରୁ ଏହା ସୂଚିତ ହୁଏ ଯେ ୧୯୭୭ ମାର୍ଚ୍ଚ ମାସରୁ ୧୯୯୬ ମାର୍ଚ୍ଚ ମାସ ମଧ୍ୟରେ ଗଠିତ ୧୩୮ଟି ରାଜ୍ୟ ସରକାରଙ୍କ ମଧ୍ୟରୁ ୮୪ ଗୋଟି ଏକଦଳୀୟ ସରକାର ହାରାହାରି ୪୧ ମାସ କାର୍ଯ୍ୟରତ ରହିଥିବାବେଳେ ୪୦ ଗୋଟି ମେଣ୍ଟ ସରକାରର ହାରାହାରି କାର୍ଯ୍ୟକାଳ ୨୬ ମାସ କାର୍ଯ୍ୟରତ ଥିଲା । ଏହା ମେଣ୍ଟ ସରକାରର ଦୁର୍ବଳ ସ୍ଥିତିକୁ ସୂଚିତ କରିଥାଏ । କିନ୍ତୁ ପଶ୍ଚିମବଙ୍ଗ, କେରଳ ଓ ତ୍ରିପୁରାରେ ଗଠିତ ପ୍ରାକ୍-ନିର୍ବାଚନୀ ମେଣ୍ଟ ସେଠାରେ ମେଣ୍ଟ ସରକାର ଦୀର୍ଘ ସ୍ଥାୟିତ୍ଵ ଓ ସ୍ଥିରତାକୁ ପ୍ରମାଣିତ କରିଥାଏ । ହରିୟାନାରେ ଏକ ସଂଯୁକ୍ତ ସାମ୍ମୁଖ୍ୟ ମେଣ୍ଟ ସରକାର ରାଓ ବୀରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ୧୯୬୬ରେ ଗଠିତ ହୋଇ ଅନେକ ରାଜନୈତିକ ଦଳବଦଳ ସତ୍ତ୍ବେ ୧୯୬୭ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ କ୍ଷମତା ଆସନରେ ରହିଥିଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପରେ ଦଳବଦଳର ଶିକାର ହୋଇ ବିଧାନସଭା ଭଙ୍ଗ ହୋଇ ସାନି ନିର୍ବାଚନ ହେବା ଫଳରେ ୧୯୭୨ ଜାନୁୟାରୀ ମାସରେ କଂଗ୍ରେସ ସଂଖ୍ୟାଧ‌ିକ ସମର୍ଥନ ପାଇ ବଂଶୀଲାଲଙ୍କ ନେତୃତ୍ଵରେ ମନ୍ତ୍ରୀମଣ୍ଡଳ ଗଠନ କଲା ଓ ମେଣ୍ଟ ରାଜନୀତିର ପରିସମାପ୍ତି ଘଟିଲା । ହରିୟାନାରେ ମେଣ୍ଟ ମନ୍ତ୍ରୀମଣ୍ଡଳ ରାଜନୈତିକ ଅସ୍ଥିରତା, ପ୍ରଶାସନିକ ବିଶୃଙ୍ଖଳା, ଅନିର୍ଦ୍ଦିଷ୍ଟତା, ଦୁର୍ନୀତି ଆଦିର ପରିଚାୟକ ଅଟେ । ୧୯୬୭ରେ ମେହାନଲାଲ ସୁଖାଡ଼ିଆଙ୍କ ନେତୃତ୍ଵରେ ଗଠିତ ମନ୍ତ୍ରୀମଣ୍ଡଳ ଏକ ଅସ୍ଥିର ମେଣ୍ଟ ସରକାରର କୁପ୍ରଭାବରୁ ରାଜସ୍ତାନକୁ ମୁକ୍ତ କରିପାରିଥିଲେ ମଧ୍ୟ ୧୯୭୭ରେ ବି.ଏସ୍.ଶେଖାଓ୍ବାତ୍‌ଙ୍କ ନେତୃତ୍ବରେ ଓ ୧୯୯୦ରେ ପୁନଶ୍ଚ ତାଙ୍କ ନେତୃତ୍ଵରେ ଏକ ନୂତନ ମେଣ୍ଟ ସରକାର କ୍ଷମତାସୀନ ହୋଇଥିଲା ।

ମଧ୍ୟପ୍ରଦେଶରେ ୧୯୬୭ ମସିହାରେ ଏକ ୨୫ ଦଫା ସର୍ବନିମ୍ନ କାର୍ଯ୍ୟକ୍ରମ ଭିତ୍ତିରେ ଗଠିତ ମେଣ୍ଟ ଜି.ଏନ୍.ସିଂହଙ୍କ ନେତୃତ୍ଵରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲା । ୧୯୭୭ରେ ସେଠାରେ ଗଠିତ ଜନତାଦଳର ସରକାର ଜନସଂଘ ଓ ସମାଜବାଦୀ ଦଳର ମେଣ୍ଟ ସରକାର ଥିଲା । ଓଡ଼ିଶାରେ ଚତୁର୍ଥ ସାଧାରଣ ନିର୍ବାଚନ ପରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ବରେ ଏକ ଦ୍ବି-ଦଳୀୟ ମେଣ୍ଟ ସରକାର କାର୍ଯ୍ୟ କରିଥିଲା । ଏହା ଓଡ଼ିଶାରେ ମେଣ୍ଟ ରାଜନୀତିର ଇତିହାସରେ ସ୍ଥିରତା ପ୍ରଦାନକାରୀ ମେଣ୍ଟ ହିସାବରେ ପରିଚିତ । କିନ୍ତୁ ୧୯୭୧ରେ ସ୍ୱତନ୍ତ୍ର ଦଳ, ଝାଡ଼ଖଣ୍ଡ ଓ ଉତ୍କଳ କଂଗ୍ରେସ ମଧ୍ୟରେ ଗଠିତ ମେଣ୍ଟ (ବିଶ୍ଵନାଥ ଦାସ ମନ୍ତ୍ରିମଣ୍ଡଳ), ୧୯୭୩ରେ ଉତ୍କଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ଗଠିତ ମେଣ୍ଟ (ନନ୍ଦିନୀ ଶତପଥ ମନ୍ତ୍ରୀମଣ୍ଡଳ), ୧୯୭୪ରେ କଂଗ୍ରେସ ଓ ସି.ପି.ଆଇ. ମଧ୍ଯରେ ଗଠିତ ମେଣ୍ଟ (ନନ୍ଦିନୀ ଶତପଥୀ ମନ୍ତ୍ରୀମଣ୍ଡଳ) ଆଦି ସମ୍ପୂର୍ଣ୍ଣ ଅସ୍ଥିରତାର ପ୍ରତୀକ ଅଟନ୍ତି ।

ଚତୁର୍ଥ ସାଧାରଣ ନିର୍ବାଚନ ପରେ ଭାରତର ସାତଗୋଟି ରାଜ୍ୟରେ ଗଠିତ ଅଣ-କଂଗ୍ରେସ ମନ୍ତ୍ରିମଣ୍ଡଳ ମଧ୍ୟରେ ଓଡ଼ିଶାର ସିଂହଦେଓ ମନ୍ତ୍ରୀମଣ୍ଡଳୀ ଓ ସ୍ୱତନ୍ତ୍ର ଦଳ-ଜନକଂଗ୍ରେସ ମେଣ୍ଟ ଅଧିକ ସଫଳତା ପ୍ରାପ୍ତ ହୋଇଥିଲା । ଏହା ୨୧ ଦଫା ପ୍ରାକ୍ ନିର୍ବାଚନୀ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳତାର ସହ ପ୍ରଶାସନରେ ବିନା ରାଜନୈତିକ ହସ୍ତକ୍ଷେପ ମାଧ୍ୟମରେ ରୂପାୟନ କରୁଥିଲା । ଏହି ମେଣ୍ଟ ସରକାର ଓଡ଼ିଶାରେ ଅମଲାତନ୍ତ୍ରର ଗୁରୁତ୍ଵ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଭୂ-ରାଜସ ଉଚ୍ଛେଦ କରିଥିଲା । ପରବର୍ତ୍ତୀ କାଳରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ଯରେ ଗଠିତ ମେଣ୍ଟ ସରକାର ଅତ୍ୟନ୍ତ ସଫଳତା ଓ ଦୃଢ଼ତାର ସହ କାର୍ଯ୍ୟ ସମ୍ବାଦନ କରିଥିଲା ।

ଏହା ମଧ୍ୟ ଏକ ପ୍ରାକ୍-ନିର୍ବାଚନୀ ମେଣ୍ଟ ଥିଲା ଓ କଂଗ୍ରେସକୁ କ୍ଷମତା ବଳୟରୁ ବାହାରେ ରଖୁବାର ଅଭିପ୍ରାୟକୁ ଚରିତାର୍ଥ କରିପାରିଥିଲା । ପଶ୍ଚିମବଙ୍ଗରେ ଅଜୟ ମୁଖାର୍ଜୀଙ୍କ ନେତୃତ୍ଵରେ ସଂଯୁକ୍ତ ସାମ୍ମୁଖ୍ୟ ସରକାର ଏକ ୧୪ ଦଫା ସର୍ବନିମ୍ନ କାର୍ଯ୍ୟକ୍ରମ ଭିଭିରେ ୧୯୬୭ ମସିହା ଫେବୃୟାରୀ ମାସରେ ମେଣ୍ଟ ସରକାରର ଭିଭି ସ୍ଥାପନ କରିଥିଲା । ୧୯୭୧ରେ ସଂଯୁକ୍ତ ବାମ ସାମ୍ମୁଖ୍ୟ (ULF) ଓ ସଂଯୁକ୍ତ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ULDF) ରୂପରେ ଦୁଇଟି ମେଣ୍ଟ ଗୋଷ୍ଠୀ ରାଜନୈତିକ ଶକ୍ତି ଆହରଣ ପାଇଁ କରିଥିବା ପ୍ରଚେଷ୍ଟା ବଙ୍ଗଳାଦେଶ ସ୍ଵାଧୀନତା ଆନ୍ଦୋଳନ ପ୍ରଭାବରୁ ବିଶେଷ ସଫଳତା ପାଇପାରି ନଥୁଲା ଓ ରାଜନୈତିକ ଅସ୍ଥିରତା ଲାଗିରହିବା ଫଳରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା । ୧୯୭୭ ନିର୍ବାଚନରେ ଏକ ବହୁଦଳୀୟ ବାମ ସାମ୍ମୁଖ୍ୟ ବିଜୟୀ ହୋଇ ଜ୍ୟୋତି ବସୁଙ୍କ ନେତୃତ୍ୱରେ ଏକ ଦୃଢ଼, ସ୍ଥିର ଓ ଦକ୍ଷ ମେଣ୍ଟ ସରକାରର ଭିଭି ପ୍ରତିଷ୍ଠା କଲା ।

ଭାରତର ମେଣ୍ଟ ରାଜନୈତିକ ଇତିହାସରେ ପଶ୍ଚିମବଙ୍ଗ ଏକ ସ୍ଵତନ୍ତ୍ର ସ୍ଥିତି ଦାବି କରେ, କାରଣ ଏଠାରେ ମେଣ୍ଟ ସରକାର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସଫଳତା ପାଇପାରିଛି । ରାଜ୍ୟ ପ୍ରତି କେନ୍ଦ୍ରର କ୍ରମାଗତ ଅବହେଳା, ମେଣ୍ଟ ସରକାରରେ ସି.ପି.ଆଇ (ଏମ୍)ର ଏକକ ପ୍ରାଧାନ୍ୟ ଓ ଶୃଙ୍ଖଳିତ ନେତୃତ୍ଵ, କଂଗ୍ରେସକୁ କ୍ଷମତା ବଳୟରୁ ବାହାରେ ରଖୁବାର ପ୍ରଗାଢ଼ ଇଚ୍ଛା ଆଦି କାରଣରୁ ପଶ୍ଚିମବଙ୍ଗରେ ମେଣ୍ଟ ସରକାର ସଫଳତାର କାରଣ ରୂପେ ଗ୍ରହଣ କରାଯାଇପାରେ । ଉତ୍ତରପ୍ରଦେଶରେ ୧୯୬୭ ନିର୍ବାଚନ ପରେ କୌଣସି ଦଳ ଏକକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତ ଜ ପାଇବା ଫଳରେ ମେଣ୍ଟ ସରକାର ପାଇଁ ପଥ ଉନ୍ମୁକ୍ତ ହୋଇଯାଇଥିଲେ ମଧ୍ୟ ସି.ବି.ଗୁପ୍ତା, ଚରଣ ସିଂହ ଆଦିଙ୍କ ନେତୃତ୍ବରେ ଗଠିତ ବିଭିନ୍ନ ମେଣ୍ଟ ସରକାର ରାଜନୈତିକ ଦଳବଦଳ ରୋଗରେ ଆକ୍ରାନ୍ତ ହୋଇ ଅସ୍ଥିରତାର ପ୍ରତୀକ ହିସାବରେ ସଫଳତା ପାଇପାରିଲା ନାହିଁ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

୧୯୯୩ ନଭେମ୍ବର ମାସରେ ସମାଜବାଦୀ ପାର୍ଟି (SP) ଓ ବହୁଜନ ସମାଜ ପାର୍ଟି (BSP) ମଧ୍ୟରେ ଗଠିତ ମେଣ୍ଟ କଂଗ୍ରେସ (ଇ) ଓ ଜନତାଦଳର ସମର୍ଥନରେ ମୁଲାୟମ ସିଂହ ଯାଦବଙ୍କ ନତୃତ୍ଵରେ ମେଣ୍ଟ ସରକାର ପ୍ରତିଷ୍ଠା କରିଥିଲା, ଯାହା ବହୁଜନ ସମାଜ ପାର୍ଟିର ସମର୍ଥନ ପ୍ରତ୍ୟାହାର ପରେ ୧୯୯୫ ଜୁନ୍ ମାସରେ ଭୁଶୁଡ଼ି ପଡ଼ିଲା । ୧୯୯୭ ମସିହା ମାର୍ଚ୍ଚ ୨୧ ତାରିଖରେ ଭାରତୀୟ ଜନତା ପାର୍ଟି (BJP) ଓ ବହୁଜନ ସମାଜ ପାର୍ଟି (BSP) ମଧ୍ୟରେ ଛଅ ମାସିଆ ମୁଖ୍ୟମନ୍ତ୍ରୀତ୍ଵ ଭିତ୍ତିରେ ଗଠିତ ମେଣ୍ଟ ମାୟାବତୀଙ୍କ ନେତୃତ୍ବରେ ମେଣ୍ଟ ସରକାର ଗଠନ କରିଥିଲା । କିନ୍ତୁ ବହୁଜନ ସମାଜ ପାର୍ଟିର ଛଅମାସିଆ କାର୍ଯ୍ୟକାଳ ପରେ ଭାରତୀୟ ଜନତା ପାର୍ଟିର କଲ୍ୟାଣ ସିଂହଙ୍କ ନେତୃତ୍ଵରେ ଗଠିତ ମେଣ୍ଟ ସରକାରଠାରୁ ବହୁଜନ ସମାଜ ପାର୍ଟି ସମର୍ଥନ ପ୍ରତ୍ୟାହାର କରିଥିଲେ ମଧ୍ୟ ଦଳବଦଳ ନୀତିର ଆଶ୍ରୟ ନେଇ ନୂତନ ମେଣ୍ଟ ଗଠନ କରି କଲ୍ୟାଣ ସିଂହ ନିଜ ସରକାରର ସ୍ଥାୟିତ୍ଵ ବଜାୟ ରଖୁଲେ । ପରବର୍ତ୍ତୀ କାଳରେ ପୁନଶ୍ଚ ଭାରତୀୟ ଜନତା ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ସରକାର ଉତ୍ତରପ୍ରଦେଶରେ ବିଫଳ ହୋଇଥିଲା ।

୮ । ଭାରତରେ ମେଣ୍ଟର ପ୍ରକାରଭେଦ ଆଲୋଚନା କର ।
Answer:
ମେଣ୍ଟ ସାଧାରଣତଃ ଚାରିପ୍ରକାରର ଅଟେ । ପ୍ରଥମତଃ, ଗୋଟିଏ ମୁଖ୍ୟ ରାଜନୈତିକ ଦଳକୁ ଆଧାରକରି ଏକାଧ୍ଵକ କ୍ଷୁଦ୍ର ରାଜନୈତିକ ଦଳଦ୍ଵାରା ଗଠିତ ମେଣ୍ଟ ଯାହା ପଶ୍ଚିମବଙ୍ଗର ବାମପନ୍ଥୀ ସାମ୍ମୁଖ୍ୟରୁ ପ୍ରମାଣ ମିଳିଥାଏ । ଦ୍ବିତୀୟତଃ, ପରସ୍ପର ସହଯୋଗୀ, ସମାନ ପ୍ରଭାବଶାଳୀ ରାଜନୈତିକ ଦଳମାନଙ୍କରଦ୍ଵାରା ଗଠିତ ମେଣ୍ଟ ଯାହା କେରଳରେ କଂଗ୍ରେସ ନେତୃତ୍ବାଧୀନ ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତୃତ୍ବାଧୀନ ମେଣ୍ଟରୁ ସ୍ପଷ୍ଟ ହୋଇଥାଏ । ତୃତୀୟତଃ, ସମସାର୍ଥ ବିଶିଷ୍ଟ ରାଜନୈତିକ ଶତ୍ରୁ ଦଳକୁ କ୍ଷମତା ବଳୟରୁ ବାହାରେ ରଖୁବାର ଅଭିପ୍ରାୟ ନେଇ ଗଠନ କରିଥିବା ମେଣ୍ଟ ଯାହା ବିଭିନ୍ନ ରାଜ୍ୟରେ ଗଠିତ ଅଣ-କଂଗ୍ରେସ ମେଣ୍ଟ ସରକାରରୁ ପ୍ରମାଣ ମିଳିଥାଏ ।

ଚତୁର୍ଥତଃ, ଜାତୀୟ ସରକାର ଗଠନ ଯାହା ଜାତୀୟ ସମସ୍ୟାକୁ ସମାଧାନ କରି ଜାତୀୟ ଐକ୍ୟ, ସଂହତି ଆଦି ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖୁଥାଏ । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ବ୍ରିଟେନ୍‌ରେ ଏକ ଜାତୀୟ ସରକାର ଗଠିତ ହୋଇଥିଲା ଯାହାର ପ୍ରଧାନମନ୍ତ୍ରୀ ରୂପେ ଚର୍ଚ୍ଚିଲ୍ ଓ ଉପପ୍ରଧାନମନ୍ତ୍ରୀ ରୂପେ ଆଟ୍‌ଲି କାର୍ଯ୍ୟ କରିଥିଲେ । ୧୯୮୯ରେ ଭାରତରେ ‘ଝୁଲା ସଂସଦ’ (Hung Parliament)ର କୁପରିଣାମରୁ ମୁକ୍ତ ହେବାପାଇଁ ଅଟଳବିହାରୀ ବାଜପେୟୀ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳକୁ ନେଇ ଏକ ଜାତୀୟ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ଇକ୍‌ବଲ୍‌ ନାରାୟଣ ତାଙ୍କ “Twilight or Dawn Political Change in India” ପୁସ୍ତକରେ ମେଣ୍ଟର ନିମ୍ନଲିଖୁତ ଶ୍ରେଣୀବିଭାଗ ଦର୍ଶାଇଛନ୍ତି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଭାରତରେ ମେଣ୍ଟର ପ୍ରକାରଭେଦ ଆଲୋଚନା କର । Question 8
ଭାରତରେ ମେଣ୍ଟର ପ୍ରକାରଭେଦ ଆଲୋଚନା କର । Question 8.1

୯ । ଭାରତରେ ମେଣ୍ଟ ସରକାରର ଚାରିତ୍ରିକ ଲକ୍ଷଣଗୁଡ଼ିକ ଆଲୋଚନା କର ?
Answer:
ଅସ୍ଥାୟୀ ଓ ଅସ୍ଥିର ମେଣ୍ଟ :
ସହଯୋଗୀ ଦଳମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ପାର୍ଥକ୍ୟ ଓ ବିଭେଦତା ଥିବାରୁ ଭାରତରେ ପ୍ରତ୍ୟେକ ମେଣ୍ଟ ସରକାର ସଚ୍ଛସ୍ଥାୟୀ ଓ ଅସ୍ଥିର ପ୍ରକୃତିସମ୍ପନ୍ନ ହେଉଛନ୍ତି ।

କଂଗ୍ରେସ ବିରୋଧୀ :
ଭାରତର ଦଳୀୟ ଶାସନ ବ୍ୟବସ୍ଥାରେ କଂଗ୍ରେସ ଦଳର ଆଧୁପତ୍ୟ ଓ ପ୍ରଧାନ୍ୟକୁ ପ୍ରତିହତ କରିବାପାଇଁ ଅଣ-କଂଗ୍ରେସୀ ମେଣ୍ଟ ସୃଷ୍ଟି ହେଉଛି । ରାମମନେହାର ଲୋହିଆଙ୍କଠାରୁ ଏହି ମେଣ୍ଟର ପ୍ରସାର ଆରମ୍ଭ ହୋଇଛି । କଂଗ୍ରେସକୁ କ୍ଷମତା ବଳୟରୁ ଯେନତେନ ଭାବରେ ବାହାରେ ରଖୁବା ଏହାର ଉଦ୍ଦେଶ୍ୟ ଅଟେ ।

ସୁବିଧାବାଦୀ ମେଣ୍ଟ :
ରାଜନୈତିକ ଶକ୍ତିର ଉକ୍ତ ମେରୁ ବିଭାଜନ (Polarisation) ନହୋଇ କେବଳ ସୁବିଧା ଓ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ମେଣ୍ଟ ଗଠନ କରାଯାଉଥିବାରୁ ଏହାର ସ୍ଥାୟିତ୍ଵ ଅତ୍ୟନ୍ତ ସୀମିତ ଅଟେ | କ୍ଷମତା ଗ୍ରହଣ ଲୋଭରେ ଆଦର୍ଶଗତ ପାର୍ଥକ୍ୟରୁ ଦୂରେଇ ଦିଆଯାଉଛି କିମ୍ବା ସାଲିସର ମାଧ୍ୟମ ଗ୍ରହଣ କରାଯାଉଛି । ଏଣୁ ଅନେକ ଅସାଦୃଶ୍ୟ ଏବଂ ଏପରିକି ପରସ୍ପର ବିରୋଧୀ ରାଜନୈତିକ ଶକ୍ତି ମେଣ୍ଟର ଅଂଶୀଦାର ରୂପେ କାର୍ଯ୍ୟ କରୁଛନ୍ତି । ଏଣୁ ମେଣ୍ଟ ସରକାର ରାଜନୈତିକ ସୁବିଧାବାଦ, ସାର୍ଥପରତା, ଅସାଧୁତା, କ୍ଷମତାଲିପ୍‌ସୁ ମନୋଭାବର ପରିଚାୟକ ଅଟେ ।

ରାଜନୈତିକ ଦଳବଦଳକୁ ପ୍ରୋତ୍ସାହନ ପ୍ରଦାନ :
ରାଜନୈତିକ ଦଳବଦଳ ଫଳରେ ମେଣ୍ଟର ସ୍ଥାପନା ହେଉଛି ଓ ଏହି ‘ଆୟାରାମ ଓ ଗୟାରାମ’ ମାନଙ୍କ ଭୂମିକା ଫଳରେ ମେଣ୍ଟ ସରକାର ଅସ୍ଥିରତା ରୋଗରେ ଆକ୍ରାନ୍ତ ହୋଇ ବିଫଳତାର ସ୍ବାଦ ଚାଖୁଛି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ମେଣ୍ଟ ରାଜନୀତିର ରାଜନୈତିକ ଓ ସାମ୍ବିଧାନିକ ପ୍ରଭାବ :

  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦର ଗୁରୁତ୍ଵ ହ୍ରାସ ଘଟିଛି ଏବଂ ଏହି ପଦାଧିକାରୀମାନେ ମେଣ୍ଟର ସ୍ଥିତି ଦୃଷ୍ଟିରୁ ସାଲିସ ଗ୍ରହଣ କରୁଛନ୍ତି । ସେମାନଙ୍କର ନେତୃତ୍ଵ ‘ସମନ୍ୱୟ କମିଟି’ ବା ଷ୍ଟିଅରିଂ କମିଟିଦ୍ଵାରା ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଓ ନିର୍ଦ୍ଦେଶିତ ହେଉଛି ।
  • ରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କର ସାମ୍ବିଧାନିକ ଦାୟିତ୍ଵ ଓ ଭୂମିକାରେ ଯଥେଷ୍ଟ ବୃଦ୍ଧି ଘଟିଛି । ସେମାନେ ନିଜର ସେଚ୍ଛାଧୀନ କ୍ଷମତାର ପ୍ରୟୋଗ ପାଇଁ ଅଧିକ ଯତ୍ନବାନ୍, ସତର୍କ ଓ ନିରପେକ୍ଷ ନ ହେଲେ ସାମ୍ବିଧାନିକ ଅଚଳ ଅବସ୍ଥା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଥାଏ ।
  • ରାଜନୈତିକ ଅସାଦୃଶ୍ୟତାର ଭିତ୍ତିଭୂମି ସବଳ ହେବା ଫଳରେ ଆନ୍ତଃ-ମେଣ୍ଟ କନ୍ଦଳ ସୃଷ୍ଟି ହୋଇ ସରକାରରେ ଅସ୍ଥିରତା ସୃଷ୍ଟି କରେ ଓ ଶାସନର ଦକ୍ଷତା ହ୍ରାସ କରିଥାଏ । ସର୍ବନିମ୍ନ କାର୍ଯ୍ୟକ୍ରମ ଏକ କୁ-ଆବଶ୍ୟକତାରେ ପରିଣତ ହୋଇଛି ।
  • ସଂସଦୀୟ ବ୍ୟବସ୍ଥାର ମନ୍ତ୍ରୀମଣ୍ଡଳୀୟ ଦାୟିତ୍ଵ ନୀତି ମେଣ୍ଟ ସରକାରରେ ପ୍ରାୟତଃ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏହା ସାମୂହିକ ନ ହୋଇ ବ୍ୟକ୍ତିଗତ ପ୍ରକୃତି ଧାରଣ କରୁଛି । ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଅଜୟ ମୁଖାର୍ଜୀ ନିଜ କ୍ୟାବିନେଟ୍‌ରେ ଜ୍ୟୋତି ବସୁଙ୍କ ବିରୁଦ୍ଧରେ କରିଥିବା ଅନଶନ ଓ ସତ୍ୟାଗ୍ରହ ଏହାର ଉଦାହରଣ ଅଟେ ।
  • ମେଣ୍ଟ ସରକାର ଫଳରେ ଅମଲାତନ୍ତ୍ରର କ୍ଷମତା ଓ ଭୂମିକାରେ ପରିବର୍ତ୍ତନ ଓ ପରିସର ବୃଦ୍ଧି ସମ୍ଭବ ହୋଇଛି ।
  • ମେଣ୍ଟ ସରକାର ଫଳରେ କେନ୍ଦ୍ର-ରାଜ୍ୟ ବିବାଦ ଅଧିକ ଘନୀଭୂତ ହୋଇଛି । ପଶ୍ଚିମବଙ୍ଗର ମେଣ୍ଟ ରାଜନୀତି ପ୍ରାୟତଃ କେନ୍ଦ୍ରବିରୋଧୀ ଅଟେ । କେନ୍ଦ୍ରୀୟ ମେଣ୍ଟର ଅଂଶୀଦାର ଆଞ୍ଚଳିକ ଦଳମାନେ ନିଜ ରାଜ୍ୟ ପାଇଁ ମୂଲଚାଲ କରି ଅଧିକ ଲାଭବାନ୍ ହୋଇ ନ ପାରିଲେ ସମର୍ଥନ ପ୍ରତ୍ୟାହାରର ଧମକ ଦେଇ ସରକାରରେ ଅସ୍ଥିରତା ସୃଷ୍ଟି କରିବା ଏକ ସାଧାରଣ ବ୍ୟାପାର ହୋଇଗଲାଣି ।

ମେଣ୍ଟ ରାଜନୀତି ଅସ୍ଥିରତାର ପ୍ରତୀକ ହେଲେ ମଧ୍ୟ ବର୍ତ୍ତମାନ ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧ୍ୟକରୁ ଅଧ‌ିକ ପରିମାଣରେ ଏହା ଉପରେ ନିର୍ଭରଶୀଳ ହେଲେଣି । ଏହା କ୍ଷମତାଲିପ୍‌ସା ଓ ବ୍ୟକ୍ତିତ୍ବବାଦ ଉପରେ ଆଧାରିତ ହେଉଥ‌ିବାରୁ ଅନେକାଂଶରେ ବିଫଳତାର ସ୍ବାଦ ଚାଖୁଛି । ରାଜନୈତିକ ଆନୁଗତ୍ୟରେ ପରିବର୍ତ୍ତନ ଓ ଦଳବଦଳକୁ ଏହା ପ୍ରୋତ୍ସାହନ ହେଉଥିବାରୁ ଭାରତରେ ସଂସଦୀୟ ଗଣତନ୍ତ୍ରରେ ଏହାର କୁପ୍ରଭାବ ସହଜରେ ଅନୁମେୟ । ଏହା ସରକାରରେ ଅସ୍ଥିରତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପ୍ରଶସନିକ କ୍ଷମତା ଓ ସାଧୁତା ମଧ୍ୟ ହ୍ରାସ କରୁଛି । ଲର୍ଡ଼ ଷ୍ଟାନ୍‌ (Lord Stanley)ଙ୍କ ମତରେ ମେଣ୍ଟ ସରକାର ଫଳରେ ରାଜନୈତିକ ବ୍ୟକ୍ତିମାନଙ୍କ ଉପରେ ଲୋକମାନଙ୍କର ବିଶ୍ଵସନୀୟତାର ଦ୍ରୁତ ଅବନତି ପରିଲକ୍ଷିତ ହେଉଛି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଅନେକ ଦୋଷତ୍ରୁଟିର ଶିକାର ହେଉଥିଲେ ମଧ୍ୟ ଏହା ବିଭିନ୍ନ ବିରୋଧୀ ସାର୍ଥକୁ ଏକତ୍ର ସଂଯୋଜନା କରିବା ଓ ସହମତି ଭିତ୍ତିରେ ସାଧାରଣ ବାର୍ଥ ଚରିତାର୍ଥ କରିବାର ଉପଯୁକ୍ତ ମାଧ୍ୟମ ରୂପେ ବିବେଚିତ ହେଉଛି । ଏହା ଗଣତନ୍ତ୍ରରେ ଅଂଶଗ୍ରହଣ ମାତ୍ରାକୁ ଅଧିକ ବ୍ୟାପକ କରିଛି । ଏକ ମେଣ୍ଟ ସରକାର ଉପରେ ଆଭ୍ୟନ୍ତରୀଣ ଚାପର ମାତ୍ରା ଅଧିକ, ଯାହାଫଳରେ ସରକାର ଅଧ‌ିକ କାର୍ଯ୍ୟକ୍ଷମ ହୋଇଥାଏ । ଏହା ଆଞ୍ଚଳିକ ସାର୍ଥପ୍ରତି ଅଧ‌ିକ ସମ୍ବେଦନଶୀଳ ରହିଥାଏ । ଏଣୁ ମେଣ୍ଟ ସରକାରର ଉଭୟ ଉପକାରିତା ଓ ଦୁର୍ବଳତା ରହିଛି ଏବଂ ଭାରତର ପରିବର୍ତ୍ତିତ ରାଜନୈତିକ ପରିବେଶରେ ମେଣ୍ଟ ସରକାର ଏକ ଅପରିହାର୍ଯ୍ୟ ବିକଳ୍ପହୀନ ବାସ୍ତବ ଆବଶ୍ୟକତା ଅଟେ ।

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Odisha State Board BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ Textbook Exercise Questions and Answers.

BSE Odisha Class 7 Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 1.
ତିନୋଟି ଲେଖାଏଁ ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥର ନାମ ଲେଖ ।
Solution:
ଅମ୍ଳୀୟ ପଦାର୍ଥ – ଲେମ୍ବୁ, ତେନ୍ତୁଳି ଓ ଭିନେଗାର୍ ।
କ୍ଷାରୀୟ ପଦାର୍ଥ – ଖାଇବାସୋଡ଼ା, ସାବୁନ ଓ ଚୂନପାଣି ।

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 2.
ଅମ୍ଳ ଓ କ୍ଷାରକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Solution:

(i) ଅମ୍ଳର ସ୍ବାଦ ଖଟା । (i) କ୍ଷାରକର ସ୍ବାଦ ଖାରିଆ ।
(ii) ଲେମ୍ବୁ, ତେନ୍ତୁଳି, ଭିନେଗାର, କଞ୍ଚା ଆମ୍ବ ଆଦିରେ ଅମ୍ଳ ଅଛି । (ii) ଖାଇବାସୋଡ଼ା, ସାବୁନ, ଚୂନପାଣି ଆଦିରେ କ୍ଷାରକ ଅଛି ।
(iii) ଅମ୍ଳ ନୀଳ ଲିଟ୍ମସ୍ ପେପରକୁ ନାଲି ରଙ୍ଗ କରେ । (iii) କ୍ଷାରକ ନାଲି ଲିଟ୍‌ସ୍ ପେପରକୁ ନୀଳ ରଙ୍ଗ କରେ ।
(iv) ମନ୍ଦାର ଫୁଲ ପାଖୁଡ଼ାରୁ ପ୍ରସ୍ତୁତ ଦ୍ରବଣ ଅମ୍ଳୀୟ ଦ୍ରବଣ ସହ ମିଶିଲେ ଗାଢ଼ ପାଟଳ ରଙ୍ଗ ହୋଇଯାଏ । (iv) ମନ୍ଦାର ଫୁଲ ପାଖୁଡ଼ାରୁ ପ୍ରସ୍ତୁତ ଦ୍ରବଣ କ୍ଷାରୀୟ ଦ୍ରବଣ ସହ ମିଶିଲେ ସବୁଜ ରଙ୍ଗ ହୋଇଯାଏ ।

Question 3.
ଲିଟ୍‌ସ୍ କାଗଜ କିପରି ପ୍ରସ୍ତୁତ ହୁଏ ? ଏହାର ବ୍ୟବହାର କ’ଣ ?
Solution:

  • ଲିଟମସ୍ ଲାଇକେନ୍‌ରୁ ପ୍ରସ୍ତୁତ ହୁଏ । ଏହା ଦ୍ରବଣ କିମ୍ବା କାଗଜ ଖଣ୍ଡରୂପରେ ମିଳେ । ଏହି କାଗଜକୁ ଲିଟ୍‌ସ୍ କାଗଜ କୁହାଯାଏ । ଏହି କାଗଜ ଦୁଇ ପ୍ରକାରର, ଯଥା— ନାଲି ଲିଟ୍ସ୍ କାଗଜ ଓ ନୀଳ ଲିଟ୍‌ସ୍ କାଗଜ ।
  • ବ୍ୟବହାର : କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରୀୟ ଗୁଣକୁ ଜାଣିବାପାଇଁ ଏହାକୁ ବ୍ୟବହାର କରାଯାଏ, ତେଣୁ ଏହାକୁ ସୂଚକ ମଧ୍ୟ କୁହାଯାଏ । ଅମ୍ଳୀୟ ଦ୍ରବଣରେ ନୀଳ ଲିଟ୍‌ସ୍ ପେପର ନାଲି ଓ କ୍ଷାରୀୟ ଦ୍ରବଣରେ ନାଲି ଲିଟ୍‌ସ୍ ପେପର ନୀଳ ରଙ୍ଗ ହୋଇଯାଏ ।

Question 4.
ପ୍ରଶମନୀକରଣ କ’ଣ ? ଉଦାହରଣ ସହ ବୁଝାଅ ।
Solution:

  • ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ । ଏହି ପ୍ରତିକ୍ରିୟାରେ ଲବଣ ଓ ଜଳ ଉତ୍ପନ୍ନ ହୋଇଥାଏ । ଏସ୍ଏସହ ତାପ ମଧ୍ୟ ଉତ୍ପନ୍ନ ହୁଏ ।
    ଅମ୍ଳ + କ୍ଷାରକ → ଲବଣ + ଜଳ (ଉତ୍ପାଦିତ ତାପ)
  • ଲବଣାମ୍ଳ (HCl) + ସୋଡ଼ିଅମ୍ ହାଇଡ୍ରକ୍‌ସାଇଡ (NaOH) → ଖାଇବା ଲୁଣ (NaCl) + ଜଳ (H,O)

Question 5.
ଚୂନପାଣି ଅମ୍ଳୀୟ| କ୍ଷାରୀୟ | ପ୍ରଶମିତ କି ? କିପରି ପ୍ରମାଣ କରିବ ।
Solution:
ଚୂନପାଣି କ୍ଷାରୀୟ ଅଟେ |
ପରୀକ୍ଷା’ :

  • ଗୋଟିଏ ନାକି ଲିଟମପ୍ କାଲେ ଗୋଟିଏ ନାଲ କିଟମାସ କାରକ ନେଇ ପ୍ରକ ଭାବେ ତୁମାପା ଶିରେ ତୁରାଯାଉ |
  • ଦେଖାଯିବ ଯେ ନାଲି ଲିଟ୍‌ସ୍ କାଗଜଟି ନୀଳ ହୋଇଯାଇଛି ଓ ନୀଳ ଲିଟ୍‌ସ୍ କାଗଜର ରଙ୍ଗ ଅପରିବର୍ତ୍ତିତ ରହିନି | ଏଥିର କଣାଗଲା ଯେ ବ୍ରନପାଣି ଯିରାମ ଅଟେ |

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 6.
ତୁମେ ନୂଆବର୍ଷରେ ତୁମ ସାଙ୍ଗପାଖକୁ ଅଭିନନ୍ଦନ ପତ୍ର ପଠାଇବା ପାଇଁ ଇଚ୍ଛୁକ । ଏକ ସୂଚକ ପଦାର୍ଥ ମାଧ୍ୟମରେ ଅଭିନନ୍ଦନ ପତ୍ରଟିଏ କିପରି ପ୍ରସ୍ତୁତ କରିବ ?
Solution:

  • ପ୍ରଥମେ ଏକ ବଡ଼ ଚାମଚ ହଳଦୀ ଗୁଣ୍ଡରେ ଅଳ୍ପ ପାଣି ମିଶାଇ ବହଳିଆ ଦ୍ରବଣ ପ୍ରସ୍ତୁତ କରାଯାଉ ।
  • ବ୍ଲଟିଂ କାଗଜରେ ଏହି ଦ୍ରବଣକୁ ପକାଇ ଶୁଖାଯାଉ ।
  • ଏହାପରେ ବିଭିନ୍ନ ଆକାରରେ ଏହାକୁ କାଟି ତା ଉପରେ ସାବୁନ୍ ପାଣିରେ ତୁଳାଲଗା କାଠିଦ୍ୱାରା ବିଭିନ୍ନ ଚିତ୍ର ଅଙ୍କନ କରାଯାଉ ।

Question 7.
ନାଲି ଲିଟ୍‌ସ୍ ଓ ନୀଳ ଲିଟ୍‌ସ୍ କାଗଜରେ ଏକ ଦ୍ରବଣ ପକାଇବାରୁ କୌଣସିଟିର ପରିବର୍ତ୍ତନ ହେଲା ନାହିଁ । ଦ୍ରବଣଟି କେଉଁ ପ୍ରକୃତିର ଦର୍ଶାଅ ।
Solution:
ନାଲି ଲିଟ୍‌ସ୍ ଓ ନୀଳ ଲିଟ୍‌ସ୍ କାଗଜରେ ଏକ ଦ୍ରବଣ ପକାଇବାରୁ କୌଣସିଟିର ପରିବର୍ତ୍ତନ ହେଲାନାହିଁ ।

Question 8.
ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ ।
(କ) ଚୂନପାଣି : କ୍ଷାରକ :: ପାତିତ ଜଳ : ______ |
(ଖ) ତେନ୍ତୁଳି : ଟାର୍‌ଟାରିକ୍ ଅମ୍ଳ :: ଦହି : ______ |
(ଗ) ନୀଳ ଲିଟ୍‌ସ୍‌ ନାଲି : ଅମ୍ଳ :: ନାଲି ଲିଟ୍‌ସ୍‌କୁ ନୀଳ : ______ |
(ଘ) ପ୍ରତିଅମ୍ଳ : ବଦହଜମ :: କାଲାମିନ୍ : ______ |
Solution:
(କ) ପ୍ରଶମିତ ଦ୍ରବଣ
(ଖ) ଲାକ୍ଟିକ୍ ଅମ୍ଳ
(ଗ) କ୍ଷାରକ
ଘ) ପିମ୍ପୁଡ଼ି କାମୁଡ଼ା

Question 9.
(କ) ଶିଳ୍ପ ଆବର୍ଜନା ଜଳ ସ୍ରୋତରେ ମିଶିବା ପୂର୍ବରୁ ଏହାକୁ ପ୍ରଶମିତ କରିବା ଜରୁରୀ ।
Solution:

  • ଶିଳ୍ପ ଆବର୍ଜନା ଜଳରେ ମିଶିଲେ, ଏଥ‌ିରେ ଥ‌ିବା ଅମ୍ଳ ଜଳକୁ ପ୍ରଦୂଷିତ କରେ ।
  • ଫଳରେ ମାଛ, ଅନ୍ୟାନ୍ୟ ଜଳଜୀବ ଓ ସେହି ଜଳକୁ ବ୍ୟବହାର କରୁଥିବା ପ୍ରାଣୀମାନଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ । ତେଣୁ ପ୍ରଥମେ କ୍ଷାରକ ପ୍ରୟୋଗ କରି ଶିଳ୍ପ କାରଖାନାରୁ ନିର୍ଗତ ଜଳକୁ ପ୍ରଶମିତ କରିବା ଜରୁରୀ ।

(ଖ) ତୁମର ବଦହଜମ ରୋଗ ହେଲେ, ପ୍ରତିଅମ୍ଳ (antacid) ବଟିକା ଖାଅ |

  • ଆମ ପାକସ୍ଥଳୀରୁ ଖାଦ୍ୟ ହଜମ ନିମନ୍ତେ ସର୍ବଦା ଲବଣାମ୍ଳ କ୍ଷରିତ ହୋଇଥାଏ ।
  • ମାତ୍ର ଏହି ଅମ୍ଳ ଅଧିକ ମାତ୍ରାରେ କ୍ଷରିତ ହେଲେ, ଖାଦ୍ୟ ବଦହଜମ ହୋଇ ଆମକୁ ବହୁ କଷ୍ଟ ହୁଏ । ଅମ୍ଳର ପ୍ରଭାବକୁ ପ୍ରଶମିତ କରିବାପାଇଁ ପ୍ରତିଅମ୍ଳ ବଟିକା ଖାଇବାକୁ ହୁଏ ।

(ଗ) ବାସି ପଖାଳ ଖଟାଳିଆ ଲାଗେ ।
Solution:

  • ଅମ୍ଳଥ‌ିବା ଖାଦ୍ୟର ସ୍ବାଦ ଖଟାଳିଆ ।
  • ବାସି ପଖାଳରେ ବ୍ୟାକ୍ଟେରିଆ ଦ୍ବାରା ଅମ୍ଳ ସୃଷ୍ଟି ହେଉଥ‌ିବାରୁ ତାହା ଖଟା ଲାଗେ ।

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 10.
କେଉଁଟି ଠିକ୍|ଭୁଲ୍ ଚିହ୍ନାଅ ।
(କ) ପୋଟାସିଅମ୍ ହାଇଡ୍ରକ୍‌ସାଇଡ୍ ନାଲି ଲିଟ୍‌ସ୍‌କୁ ନୀଳ କରେ ।
(ଖ) ସୋଡ଼ିଅମ୍‌ ହାଇଡୁକ୍‌ସାଇଡ୍ ସହ ଲବଣାମ୍ଳ ମିଶିଲେ ପରସ୍ପର ପ୍ରଶମିତ ହୋଇ ଲବଣ ଓ ଜଳ ସୃଷ୍ଟି ହୁଏ ।
(ଗ) ନାଇଟ୍ରିକ୍ ଅମ୍ଳ ନାଲି ଲିଟ୍‌ସ୍‌କୁ ନୀଳ କରେ ।
(ଘ) କ୍ଷାରକ ଅଧିକ ହେଲେ ଦାନ୍ତମୂଳ ବିନ୍ଧେ ।
(ଙ) ଲେମ୍ବୁରସରେ ଅଧ୍ଵ ପରିମାଣରେ ଏସିଟିକ୍ ଅମ୍ଳ ଥାଏ ।
Solution:
(କ) ଠିକ୍ (ଖ) ଠିକ୍ (ଗ) ଭୁଲ୍ (ଘ) ଭୁଲ୍ (ଙ) ଭୁଲ୍

Question 11.
ତୁମକୁ ତିନୋଟି ବୋତଲରେ ଲବଣାମ୍ଳ, ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ ଓ ଚିନିପାଣି ପୃଥକ୍ ଭାବରେ ଦିଆଯାଇଛି । ତୁମ ପାଖରେ ସୂଚକ ଭାବରେ ମନ୍ଦିର ପାଖୁଡ଼ା ଦ୍ରବଣ ଅଛି । ତୁମେ ସେମାନଙ୍କୁ କିପରି ଚିହ୍ନିବ ?
Solution:

  • ପ୍ରଥମେ ମନ୍ଦିର ପାଖୁଡ଼ା ଦ୍ରବଣକୁ ତିନୋଟି ବୋତଲରେ ଥିବା ଦ୍ରବଣରେ ସମ ପରିମାଣରେ ମିଶାଯାଉ ।
  • ଯେଉଁ ବୋତଲରେ ଥ‌ିବା ଦ୍ରବଣର ରଙ୍ଗ ଗାଢ଼ ପାଟଳ ରଙ୍ଗ (Dark pink) ହୋଇଯିବ, ସେହି ବୋତଲରେ ଲବଣାମ୍ଳ ଅଛି ବୋଲି ଜଣାଯିବ ।
  • ଯେଉଁ ବୋତଲରେ ଥିବା ଦ୍ରବଣର ରଙ୍ଗ ସବୁଜ ରଙ୍ଗ ହୋଇଯିବ, ସେହି ବୋତଲରେ ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ ଅଛି ବୋଲି ଜଣାଯିବ ।
  • ଯେଉଁ ବୋତଲରେ ଦ୍ରବଣର ରଙ୍ଗ ପରିବର୍ତ୍ତନ ହେବ ନାହିଁ, ସେହି ବୋତଲରେ ଚିନିପାଣି ଅଛି ବୋଲି ଜଣାଯିବ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଅମ୍ଳ ଓ କ୍ଷାରକ :

  • ଯେଉଁ ପଦାର୍ଥକୁ ଚାଲେ ଖଟା ଲାଗେ, ସେଗୁଡ଼ିକ ଅମ୍ଳ । ଅମ୍ଳ ଶବ୍ଦଟି ଏକ ଲାଟିନ୍ ଶବ୍ଦ ‘ଆସିସ୍’ରୁ ଆସିଛି, ଯାହାର ଅର୍ଥ ଖଟା ।
    ଲେମ୍ବୁରସ, କମଳାରସ, ଭିନେଗାର ଇତ୍ୟାଦି ଅମ୍ଳ ଅଟେ ।
  • ଆଙ୍ଗୁଳିରେ ଚିକ୍‌କଣ (Soapy) ଲାଗୁଥିବା କ୍ଷାରିଆ ସ୍ବାଦଯୁକ୍ତ ପଦାର୍ଥକୁ କ୍ଷାରକ କୁହାଯାଏ । ଖାଇବା ସୋଡ଼ା, ଚୂନପାଣି, ସାବୁନ ଇତ୍ୟାଦି କ୍ଷାରକ ଅଟେ ।

ନିମ୍ନ ସାରଣୀରେ ଲେଖାଥ‌ିବା ବିଭିନ୍ନ ଖାଦ୍ୟ ପଦାର୍ଥର ସ୍ଵାଦ ମନେପକାଅ ଯେଉଁଟିକୁ ତୁମେ ଚାଖୁନାହଁ, ତାହା ବର୍ତ୍ତମାନ ଚାଖ ଓ ସାରଣୀ ପୂରଣ କର । ବିଭିନ୍ନ ଖାଦ୍ୟ ପଦାର୍ଥର ସ୍ବାଦ
BSE Odisha Class 7 Science Solutions Chapter 3 Img 1
(iii) ଯେଉଁ ପଦାର୍ଥ ଦ୍ଵାରା କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରକୀୟ ଗୁଣ ଜାଣିହୁଏ, ସେଗୁଡ଼ିକୁ ସୂଚକ କୁହାଯାଏ ଏହି ସୂଚକ ପଦାର୍ଥର ସଂସ୍ପର୍ଶରେ ଆସିଲେ ଅମ୍ଳୀୟ କିମ୍ବା ହଳଦୀ, ମନ୍ଦାରଫୁଲ ଆଦି ସୂଚକ ପଦାର୍ଥ ଅଟନ୍ତି ।
BSE Odisha Class 7 Science Solutions Chapter 3 Img 2

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

→ ପ୍ତାତ୍କତିକ ସୂଚନ :
(a) ଲିଟ୍ମସ୍ :

  • ଲିଟ୍‌ସ୍କୁ ଏକ ମୁଖ୍ୟ ପ୍ରାକୃତିକ ସୂଚକ ଭାବରେ ବ୍ୟବହାର କରାଯାଏ । ଏହା ଲାଇକେନ୍‌ରୁ ପ୍ରସ୍ତୁତ ହୁଏ ।
  • ପାତିତ ଜଳରେ ଏହାର ପାଟଳ ଅମ୍ଳୀୟ ଦ୍ରବଣରେ ମିଶିଲେ ଏହାର ରଙ୍ଗ ଲାଲ ଏବଂ କ୍ଷାରୀୟ ଦ୍ରବଣରେ ମିଶିଲେ ଏହାର ରଙ୍ଗ ନୀଳ ହୁଏ ।
  • ଏହା ଦ୍ରବଣ କିମ୍ବା କାଗଜ ଖଣ୍ଡ ରୂପରେ ମିଳେ । ଏହି କାଗଜକୁ ଲିଟ୍‌ସ୍ କାଗଜ କୁହାଯାଏ । ଏହି କାଗଜ ଦୁଇ ପ୍ରକାରର ଯଥା – ନାଲି ଲିଟ୍‌ସ୍ କାଗଜ ଓ ନୀଳ ଲିଟ୍‌ସ କାଗଜ ।
  • ଅମ୍ଳୀୟ ଦ୍ରବଣରେ ନୀଳ ଲିଟ୍‌ସ୍ ପେପର ବୁଡ଼ାଇଲେ ନାଲିରଙ୍ଗ ହୋଇଯାଏ ।
  • କ୍ଷାରୀୟ ଦ୍ରବଣରେ ନାଲି ଲିଟମସ ପେପର ବୁଡ଼ାଇଲେ ନୀଳ ରଙ୍ଗ ହୋଇଯାଏ ।

→ ତୁମପାଇଁ କାମ :
କଳପାଣି, ସାବୁନପାଣି, ସାମ୍ପୋ, ଲୁଣପାଣି, ଚିନିପାଣି, ଲୁଗାଧୁଆ ସୋଡ଼ାପାଣି, ଚୂନପାଣି ଓ ପାତିତ ଜଳରେ ଲିଟ୍‌ସ୍ କାଗଜ ବୁଡ଼ାଇ କେଇଁଥରେ ରଙ୍ଗ ବଦଳୁଛି ଲେଖ । (ପ୍ରଶ୍ନ ସହ ଉତ୍ତର)
BSE Odisha Class 7 Science Solutions Chapter 3 Img 3
(iv) ଯେଉଁ ପଦାର୍ଥରେ କୌଣସି ଲିଟ୍ସ୍‌ର ରଙ୍ଗ ବଦଳେ ନାହିଁ, ତାହାକୁ ପ୍ରଶମିତ (Neutral) ଦ୍ରବଣ କୁହାଯାଏ । ଏହି ଦ୍ରବଣ ଅମ୍ଳ ନୁହେଁ କି କ୍ଷାର ନୁହେଁ ।
(b) ହଳଦୀ :
ହଲଦାକ୍ତ ଏକ ପ୍ରାକୃତିକ ପୂର୍ବକ ଭାବରେ ବ୍ୟକ୍ତିପ୍ରାର କରାଯାଏ | ଶାରାୟ ଦଶାଶରେ ମିଶିଲେ ଏହାର ହଲଦିଆ ରଙ୍ଗ ବଦଳି ନାଲି ହୋଇଯାଏ ।

→ ତୁମପାଇଁ କାମ :
BSE Odisha Class 7 Science Solutions Chapter 3 Img 4

(c) ମନ୍ଦାର ଫୁଲ :
ମନ୍ଦାର ଫୁଲ ପାଖୁଡ଼ାରୁ ପ୍ରସ୍ତୁତ ଦ୍ରବଣକୁ ମଧ୍ୟ ଏକ ପ୍ରାକୃତିକ ସୂଚକ ଭାବରେ ବ୍ୟବହାର କରାଯାଏ । ଏହି ସୂଚକ ଅମ୍ଳୀୟ ଦ୍ରବଣ ସହ ମିଶିଲେ ଗାଢ଼ ପାଟଳ ରଙ୍ଗ ଏବଂ କ୍ଷାରୀୟ ଦ୍ରବଣ ସହ ମିଶିଲେ ସବୁଜ ରଙ୍ଗ ହୋଇଯାଏ ।

→ ତୁମପାଇଁକାମ :
କିଛି ମନ୍ଦାର ଫୁଲ ପାଖୁଡ଼ା ଆଣି କାଚ ଗ୍ଲାସ୍‌ରେ ରଖାଯାଉ । ଏଥ‌ିରେ ଅଳ୍ପ ଗରମ ପାଣି ମିଶାଇ ନାଲି ରଙ୍ଗ ହେବା ପର୍ଯ୍ୟନ୍ତ ରଖ । ଏହି ରଙ୍ଗୀନ ଦ୍ରବଣ ଏକ ସୂଚକ । ଏହାକୁ ଲେମ୍ବୁରସ ଓ ଚୂନପାଣି ସହ ପୃଥକ ଭାବରେ ମିଶାଯାଉ । ପ୍ରସ୍ତୁତ ଦ୍ରବଣ ଲେମ୍ବୁରସ ସହ ମିଶିଲେ ଗାଢ଼ ପାଟଳ ରଙ୍ଗ ଧାରଣ କରେ । ପ୍ରସ୍ତୁତ ଦ୍ରବଣ ଚୂନପାଣି ସହ ମିଶିଲେ ସବୁଜ ରଙ୍ଗ ଧାରଣ କରିବ ।
BSE Odisha Class 7 Science Solutions Chapter 3 Img 5

  • ଅମ୍ଳବର୍ଷା – ବର୍ଷା ଜଳରେ ଅତ୍ୟଧିକ ଅମ୍ଳ ଥିଲେ, ଏହାକୁ ଅମ୍ଳବର୍ଷା (Acid Rain)କୁହାଯାଏ । ବାୟୁମଣ୍ଡଳରେ ଥ‌ିବା ପ୍ରଦୂଷକ ଅଙ୍ଗାରକାମ୍ଳ, ସଲ୍ଫର୍‌ ଡାଇଅକ୍‌ସାଇଡ୍ ଓ ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ ବର୍ଷାଜଳରେ ଦ୍ରବୀଭୂତ ହୋଇ ଯଥାକ୍ରମେ କାର୍ବୋନିକ୍ ଅମ୍ଳ, ଗନ୍ଧକାମ୍ଳ ଓ ନାଇଟ୍ରିକ୍ ଅମ୍ଳରେ ପରିଣତ ହୁଏ । ଏହିସବୁ ଅମ୍ଳମିଶା ବର୍ଷାଜଳ କୋଠାବାଡ଼ି, ଗଛଲତା ଓ ପ୍ରାଚୀନ କୀର୍ତ୍ତି, ଏପରିକି ତାଜମହଲର କ୍ଷତି ସାଧନ କରେ ।
  • ଡିଅକ୍‌ରାଇବୋ ନ୍ୟୁକ୍ଲିକ୍ ଅମ୍ଳ (DNA) – ଆମ ଶରୀରର କୋଷରେ ଏକ ଅମ୍ଳ ଅଛି, ଯାହାର ନାମ ଡିଅରାଇବୋ ନ୍ୟୁକ୍ଲିକ୍ ଅମ୍ଳ (DNA) । ଏହା ଆମ ଶରୀରର ଆକୃତି, ଉଚ୍ଚତା, ଆଖୁର ରଙ୍ଗ ପ୍ରଭୃତିକୁ ନିୟନ୍ତ୍ରଣ କରେ । ଶରୀର କୋଷ ଗଠନରେ ଆବଶ୍ୟକୀୟ ପୁଷ୍ଟିସାରରେ ଆମିନୋ ଅମ୍ଳ (Amino acid) ଏବଂ ସ୍ନେହସାରରେ ସ୍ନେହାମ୍ଳ (Fatty acid) ରହିଛି ।
  • ସତର୍କତା : ବିଭିନ୍ନ ଅମ୍ଳ ଓ କ୍ଷାର ବ୍ୟବହାର ସମୟରେ ଅଧ‌ିକ ସତର୍କ ରହିବା ଆବଶ୍ୟକ । କାରଣ ଏସବୁର ପ୍ରକୃତି କ୍ଷୟକାରୀ (corrosive), ଉତ୍ତେଜକ (irritating) ଓ ଚର୍ମ ପାଇଁ ଏହା କ୍ଷତିକାରକ ।

ଲିଟ୍ମମସ୍ କାଣକ, ହାଲଦା ମନ୍ଦାରଫୁଲ ଦୃରଣ ସହ କେତେକ ଦୃତଗ ମିଲାଇଟାଦ୍ଵାରା ସେମାନକର ରଙ୍ଗରେ କି ପରିବର୍ତ୍ତନ ହେଲା ନିମ୍ନ ସାରଣୀରେ ଲେଖ ।
BSE Odisha Class 7 Science Solutions Chapter 3 Img 6

→ ପ୍ରଣମନାକରଣ (Neutralisation) :
ଅମ୍ଳ ଓ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ସୃଷ୍ଟି ହୋଇଥାଏ । ଏହି ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ । ଏଡ୍‌ସହ ତାପ ମଧ୍ଯ ଉତ୍ପନ୍ନ ହୁଏ । ଲବଣ ଅମ୍ଳୀୟ, କ୍ଷାରୀୟ କିମ୍ବା ପ୍ରଶମିତ ହୋଇପାରେ ।

  • ଅମ୍ଳ + କ୍ଷାରକ → ଲବଣ + ଜଳ (ଉତ୍ପାଦିତ ତାପ)
  • ଲବଣାମ୍ଳ (HCI) + ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ (NaOH) → ଖାଇବା ଲୁଣ (NaCI) + ଜଳ (H2O)

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

→ ଦୈନନ୍ଦିନ ଜୀବନରେ ପ୍ରଣମନାକରଣ :

  • ବଦହକମ : ପାଳମଲାରୁ ଖାଦ୍ୟ ଦକାପ ପାଇଁ ଖରୁଥିବା ଲଭିଥିବା ମାତ୍ରା ଅଧିକ ହେଲେ, ଖାଦ୍ୟ ବଦହକମ ହୋଇ ବହୁ କଷ୍ଟଦାୟକ ହୁଏ । ତେଣୁ ପ୍ରତିଅମ୍ଳ (Antacid) ଖାଇ ଏହାକୁ ପ୍ରଶମିତ କରାଯାଏ ।
  • ପିମ୍ପୁଡ଼ି କାମୁଡ଼ା : ପିମ୍ପୁଡ଼ି କାମୁଡ଼ିଲେ ଆମ ଚର୍ମରେ ଫର୍ମିକ୍ ଅମ୍ଳ ପରି ଅମ୍ଳୀୟ ପଦାର୍ଥ ଆସି ପୀଡ଼ା ପ୍ରଦାନ କରେ । ତେଣୁ ଏହା ଉପରେ ଖାଇବା ସୋଡ଼ା କିମ୍ବା କାଲାମିନ୍ ଦ୍ରବଣ ଘଷିଲେ ଏହା ପ୍ରଶମିତ ହୁଏ ।
  • ଶିଳ୍ପ ଆବର୍ଜନା : ଶିଳ୍ପ ଆବର୍ଜନା ଜଳରେ ମିଶିଲେ, ଏଥିରେ ଥିବା ଅମ୍ଳ ଜଳକୁ ଦୂଷିତ କରିଥାଏ ଏବଂ ମାଛ ତଥା ଅନ୍ୟାନ୍ୟ ଜଳଜୀବମାନଙ୍କର ମଧ୍ୟ ଅଶେଷ କ୍ଷତି ସାଧନ କରିଥାଏ । ତେଣୁ କ୍ଷାରକ ପ୍ରୟୋଗ କରି

→ ଆସ, କାଣିବା :

  • ଅମ୍ଳର ସ୍ବାଦ ଖଟା, କ୍ଷାରକର ସ୍ବାଦ କ୍ଷାରିଆ ଓ ଲବଣର ସ୍ବାଦ ଲୁଣିଆ ।
  • ଅମ୍ଳ ନୀଳ ଲିଟ୍‌ସ୍‌କୁ ନାଲି କରେ, କ୍ଷାରକ ନାଲି ଲିଟ୍‌ସ୍କୁ ନୀଳ କରେ ।
  • ଯେଉଁ ପଦାର୍ଥ ଅମ୍ଳ କିମ୍ବା କ୍ଷାରକ ନୁହେଁ, ତାହାକୁ ପ୍ରଶମିତ ପଦାର୍ଥ କୁହାଯାଏ ।
  • ଅମ୍ଳ ଓ କ୍ଷାରକକୁ ଚିହ୍ନିବାକୁ ବ୍ୟବହୃତ ପଦାର୍ଥକୁ ସୂଚକ କୁହାଯାଏ ।
  • ଅମ୍ଳ ଓ କ୍ଷାର ମିଶିଲେ, ଉଭୟ ପ୍ରଶମିତ ହୋଇ ଲବଣ ସୃଷ୍ଟି ହୁଏ । ଲବଣ ଅମ୍ଳୀୟ, କ୍ଷାରୀୟ କିମ୍ବା ପ୍ରଶମିତ ପଦାର୍ଥ ହୋଲପାରେ |

CHSE Odisha Class 12 Economics Chapter 6 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 6 ଉତ୍ପାଦନ Objective Questions.

CHSE Odisha 12th Class Economics Chapter 6 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1 ଆଧୁନିକ ଅର୍ଥଶାସ୍ତ୍ରୀଙ୍କ ମତରେ ଉତ୍ପାଦନ କାହାକୁ କହନ୍ତି ?
(A) ଭୌତିକ ଦ୍ରବ୍ୟ ସୃଷ୍ଟି
(B) ବିନିମୟକ୍ଷମ ଉପଯୋଗିତା ସୃଷ୍ଟି
(C) ମୂଲ୍ୟ ସଂଯୋଗ
(D) ଉପରୋକ୍ତ ସମସ୍ତ
Answer:
(B) ବିନିମୟକ୍ଷମ ଉପଯୋଗିତା ସୃଷ୍ଟି

2. ନିମ୍ନୋକ୍ତ କେଉଁଟି ଉତ୍ପାଦନର ଉପାଦାନ ନୁହେଁ ?
(A) ମଜୁରି
(B) ଭୂମି
(C) ସଙ୍ଗଠନ
(D) ପୁଞ୍ଜି
Answer:
(A) ମଜୁରି

3. ପରିବର୍ତ୍ତନୀୟ ଅନୁପାତ ସୂତ୍ର ଏକ :
(A) ଦୀର୍ଘକାଳୀନ ସୂତ୍ର
(B) ସ୍ଵଳ୍ପକାଳୀନ ସୂତ୍ର
(C) ବଜାରକାଳୀନ ସୂତ୍ର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ସ୍ଵଳ୍ପକାଳୀନ ସୂତ୍ର

4. ପରିବର୍ତ୍ତନୀୟ ଅନୁପାତ ସୂତ୍ର କେଉଁ କ୍ଷେତ୍ରରେ ପ୍ରଯୁଜ୍ୟ ?
(A) କୃଷି
(B) ଶିଳ୍ପ
(C) ସେବା
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

CHSE Odisha Class 12 Economics Chapter 6 Objective Questions in Odia Medium

5. ପରିବର୍ତ୍ତନୀୟ ଅନୁପାତ ସୂତ୍ର କେତୋଟି ସ୍ତରରେ ବିଭକ୍ତ ?
(A) ୨ଟି
(B) ୪ଟି
(C) ୩ଟି
(D) ୧ଟି
Answer:
(C) ୩ଟି

6. ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ସ୍ତରରେ ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୁଏ ?
(A) ପ୍ରଥମ ସ୍ତର
(B) ଦ୍ଵିତୀୟ ସ୍ତର
(C) ତୃତୀୟ ସ୍ତର
(D) ଚତୁର୍ଥ ସ୍ତର
Answer:
(A) ପ୍ରଥମ ସ୍ତର

7. ନୀତି ପରିବର୍ତ୍ତନ ବିନ୍ଦୁ ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ସ୍ତରରେ ଦେଖାଯାଏ ?
(A) ପ୍ରଥମ ସ୍ତର
(B) ଦ୍ଵିତୀୟ ସ୍ତର
(C) ତୃତୀୟ ସ୍ତର
(D) ଚତୁର୍ଥ ସ୍ତର
Answer:
(A) ପ୍ରଥମ ସ୍ତର

8. ମୋଟ ଉତ୍ପାଦ ସର୍ବାଧ‌ିକ ହେଲାବେଳେ ସୀମାନ୍ତ ଉତ୍ପାଦ :
(A) ହ୍ରାସ ହୁଏ
(B) ବୃଦ୍ଧି ପାଏ
(C) ଶୂନ୍ୟ ହୁଏ
(D) ସ୍ଥିର ରହେ
Answer:
(C) ଶୂନ୍ୟ ହୁଏ

9. ସୀମାନ୍ତ ଉତ୍ପାଦ ଋଣାତ୍ମକ ହେଲାବେଳେ ମୋଟ ଉତ୍ପାଦ :
(A) ହ୍ରାସ ହୁଏ
(B) ବୃଦ୍ଧି ପାଏ
(C) ସ୍ଥିର ହୁଏ
(D) ଶୂନ୍ଯ ରହେ
Answer:
(A) ହ୍ରାସ ହୁଏ

10. କେଉଁ ସ୍ତରକୁ ବିବେକୀ ଉତ୍ପାଦନ ନିଷ୍ପଭି ସ୍ତର କୁହାଯାଏ ?
(A) ପ୍ରଥମ ସ୍ତର
(B) ଦ୍ଵିତୀୟ ସ୍ତର
(C) ତୃତୀୟ ସ୍ତର
(D) ଉଭୟ (A) ଓ (B)
Answer:
(B) ଦ୍ଵିତୀୟ ସ୍ତର

11. ଯେଉଁ କାର୍ଯ୍ୟକଳାପଦ୍ୱାରା ବସ୍ତୁରେ ଉପଯୋଗିତା ସଂଯୋଗ ବା ସୃଷ୍ଟି ହୋଇଥାଏ ତାହାକୁ :
(A) ଉପଭୋଗ କୁହାଯାଏ
(B) ଉତ୍ପାଦନ କୁହାଯାଏ
(C) ବଣ୍ଟନ କୁହାଯାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଉତ୍ପାଦନ କୁହାଯାଏ

12. ଉତ୍ପାଦନର ସାଧନ ଓ ଉତ୍ପାଦ ମଧ୍ୟରେ ଥ‌ିବା ସମ୍ପର୍କକୁ :
(A) ଉତ୍ପାଦନ ଫଳନ କୁହାଯାଏ
(B) ଉପଭୋଗ ଫଳନ କୁହାଯାଏ
(C) ଚାହିଦା ଫଳନ କୁହାଯାଏ
(D) ଯୋଗାଣ ଫଳନ କୁହାଯାଏ
Answer:
(A) ଉତ୍ପାଦନ ଫଳନ କୁହାଯାଏ

13. ଦୀର୍ଘକାଳରେ ଉତ୍ପାଦନର ସାଧନଗୁଡ଼ିକ :
(A) ସ୍ଥିର
(B) ପରିବର୍ତ୍ତୀ
(C) ସ୍ଥିର ଓ ପରିବର୍ତ୍ତୀ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ପରିବର୍ତ୍ତୀ

14. ଉତ୍ପାଦନ କହିଲେ –
(A) ଯେତେବେଳେ କୌଣସି କାର୍ଯ୍ୟଦ୍ଵାରା ଗୋଟିଏ ଦ୍ରବ୍ୟର ସୃଷ୍ଟି ହୁଏ, ଯାହାର ଉପଯୋଗିତା ରହିଥାଏ ।
(B) ଯେତେବେଳେ କୌଣସି କାର୍ଯ୍ୟଦ୍ୱାରା ଗୋଟିଏ ଦ୍ରବ୍ୟର ସୃଷ୍ଟି ହୁଏ, ଯାହାର ଉଭୟ ଉପଯୋଗିତା ଏବଂ ବିନିମୟ ମୂଲ୍ୟ ରହିଥାଏ ।
(C) ନୂତନ ଦ୍ରବ୍ୟସୃଷ୍ଟି
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଯେତେବେଳେ କୌଣସି କାର୍ଯ୍ୟଦ୍ୱାରା ଗୋଟିଏ ଦ୍ରବ୍ୟର ସୃଷ୍ଟି ହୁଏ, ଯାହାର ଉଭୟ ଉପଯୋଗିତା ଏବଂ ବିନିମୟ ମୂଲ୍ୟ ରହିଥାଏ ।

15. କ୍ରମବର୍ଦ୍ଧମାନ ଉତ୍ପନ୍ନ ସୂତ୍ରଟି କେଉଁ କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ ?
(A) ଶିଳ୍ପ
(B) କୃଷି
(C) ସେବା
(D) ବାଣିଜ୍ୟ ବ୍ୟବସାୟ
Answer:
(A) ଶିଳ୍ପ

16. ଉତ୍ପାଦନ ଫଳନ ହେଉଛି –
(A) କୌଣସି ଉତ୍ପାଦନକାରୀ ସଂସ୍ଥାର ଭୌତିକ ନିବେଶ ଏବଂ ଭୌତିକ ଉତ୍ପାଦନ ମଧ୍ୟରେ ସମ୍ପର୍କ
(B) ଯୋଗାଣ ଏବଂ ମାଗଣ ମଧ୍ଯରେ ସମ୍ପର୍କ
(C) ଉତ୍ପାଦନ ଓ ପରିବ୍ୟୟ ମଧ୍ୟରେ ସମ୍ପର୍କ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରକୁ ମଧ୍ୟ :
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) କୌଣସି ଉତ୍ପାଦନକାରୀ ସଂସ୍ଥାର ଭୌତିକ ନିବେଶ ଏବଂ ଭୌତିକ ଉତ୍ପାଦନ ମଧ୍ୟରେ ସମ୍ପର୍କ

17. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରକୁ ମଧ୍ୟ :
(A) ବର୍ଦ୍ଧିଷ୍ଣୁ ପରିବ୍ୟୟ ସୂତ୍ର କୁହାଯାଏ
(B) ହ୍ରାସମାନ ପରିବ୍ୟୟ ସୂତ୍ର କୁହାଯାଏ
(C) ସ୍ଥିର ପରିବ୍ୟୟ ସୂତ୍ର କୁହାଯାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବର୍ଦ୍ଧିଷ୍ଣୁ ପରିବ୍ୟୟ ସୂତ୍ର କୁହାଯାଏ

CHSE Odisha Class 12 Economics Chapter 6 Objective Questions in Odia Medium

18. ଯେତେବେଳେ ସୀମାନ୍ତ ଉତ୍ପାଦ ବୃଦ୍ଧି ପାଏ, ସେତେବେଳେ ମୋଟ ଉତ୍ପାଦ :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ଦ୍ରୁତଗତିରେ ବୃଦ୍ଧି ପାଏ
Answer:
(D) ଦ୍ରୁତଗତିରେ ବୃଦ୍ଧି ପାଏ

19. ଯେତେବେଳେ ସୀମାନ୍ତ ଉତ୍ପାଦ ଶୂନ୍ୟ ହୁଏ, ସେତେବେଳେ ମୋଟ ଉତ୍ପାଦ :
(A) ସର୍ବନିମ୍ନ ହୁଏ
(B) ସର୍ବାଧ‌ିକ ହୁଏ
(C) ବୃଦ୍ଧି ପାଏ
(D) ହ୍ରାସ ପାଏ
Answer:
(B) ସର୍ବାଧ‌ିକ ହୁଏ

20. ହ୍ରାସମାନ ଉତ୍ପାଦନର କାରଣ ହେଲା-
(A) ସ୍ଥିର ଉପାଦାନର ଅତ୍ୟଧ୍ଵକ ବ୍ୟବହାର
(B) ଉପାଦାନ ମଧ୍ୟରେ ପ୍ରତିସ୍ଥାପନର ଅସମ୍ପୂର୍ଣ୍ଣ ସ୍ଥିତିସ୍ଥାପକତା
(C) ଉଭୟ (A) ଓ (B)
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ଉଭୟ (A) ଓ (B)

21. ଉତ୍ପାଦନ କହିଲେ କ’ଣ ବୁଝାଏ ?
(A) ମୂଲ୍ୟ ସଂଯୋଗ
(B) ଉପଯୋଗିତ
(C) ଉପଯୋଗିତା ସୃଷ୍ଟି
(D) ଉପରୋକ୍ତ ସମସ୍ତ
Answer:
(C) ଉପଯୋଗିତା ସୃଷ୍ଟି

22. ଉତ୍ପାଦନ ପ୍ରକ୍ରିୟାରେ କେଉଁ ଦ୍ରବ୍ୟ ଉତ୍ପାଦିତ ହୋଇଥାଏ ?
(A) ବଜାରରେ ବିକ୍ରି ହେଉଥ‌ିବା ଦ୍ରବ୍ୟ
(B) ବିନିମୟ ମୂଲ୍ୟଥବା ନୂତନ ଦ୍ରବ୍ୟ
(C) କେବଳ ବ୍ୟାବହାରିକ ମୂଲ୍ୟ ଥିବା ଦ୍ରବ୍ୟ
(D) ଉପରୋକ୍ତ ସମସ୍ତ
Answer:
(C) କେବଳ ବ୍ୟାବହାରିକ ମୂଲ୍ୟ ଥିବା ଦ୍ରବ୍ୟ

23. ନିମ୍ନୋକ୍ତ ମଧ୍ୟରୁ କେଉଁ କ୍ଷେତ୍ରରେ ପରିବର୍ତ୍ତନୀୟ ଉପାଦାନ ସୂତ୍ର କାର୍ଯ୍ୟ କରେ ?
(A) ଚାଷ
(B) ମତ୍ସ୍ୟଚାଷ
(C) ଖଣିଜ ଦ୍ରବ୍ୟ ଉତ୍ତୋଳନ
(D)ଉପରୋକ୍ତ ସମସ୍ତ
Answer:
(D)ଉପରୋକ୍ତ ସମସ୍ତ

24. କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ?
(A) ମୋଟ ଉତ୍ପାଦ କ୍ରମବର୍ଦ୍ଧିଷ୍ଣୁ ହାରରେ ବଢ଼ିଥାଏ
(B) ସୀମାନ୍ତ ଉତ୍ପାଦ ବୃଦ୍ଧି ପାଏ
(C) ହାରାହାରି ଉତ୍ପାଦ ବଢ଼ିଥାଏ
(D) ଉପରୋକ୍ତ ସମସ୍ତ
Answer:
(C) ହାରାହାରି ଉତ୍ପାଦ ବଢ଼ିଥାଏ

25. ନିମ୍ନଲିଖ୍ କେଉଁଟି ପରିବର୍ତ୍ତନୀୟ ଅନୁପାତ ସୂତ୍ରର ସର୍ତ୍ତାବଳୀ ନୁହେଁ ?
(A) ସ୍ଥିର ଓ ପରିବର୍ତୀ ଉପାଦାନର ଉପସ୍ଥିତି
(B) ସମସ୍ତ ଉପାଦାନ ସମଜାତୀୟ
(C) ପରିବର୍ତୀ ଅନୁପାତରେ ଉପାଦାନର ଅନୁପାତ ପରିବର୍ତ୍ତନ
(D) ଶ୍ରମିକ ଏକ ସ୍ଥିର ଉପାଦାନ
Answer:
(D) ଶ୍ରମିକ ଏକ ସ୍ଥିର ଉପାଦାନ

26. ଉତ୍ପାଦନ ପ୍ରକ୍ରିୟାରେ ସ୍ବଳ୍ପ କାଳରେ ଉତ୍ପାଦ ପରିମାଣ ବୃଦ୍ଧି ହେଲେ ମଧ୍ୟ କେଉଁ ଉପାଦାନ ସ୍ଥିର ରହିଥାଏ ?
(A) ସ୍ଥିର ଉପାଦାନ
(B) ପରିବର୍ତୀ ଉପାଦାନ
(C) ଉଭୟ
(D) କୌଣସିଟି ନୁହେଁ
Answer:
(A) ସ୍ଥିର ଉପାଦାନ

27. ନିମ୍ନୋକ୍ତ କେଉଁ ସମୟରେ କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟର ପରିସମାପ୍ତି ଘଟେ ?
(A) ଯେତେବେଳେ ମୋଟ ଉତ୍ପାଦ ଅଧିକ ହୁଏ
(B) ଯେତେବେଳେ ହାରାହାରି ଉତ୍ପାଦ ସର୍ବାଧିକ
(C) ଯେତେବେଳେ ସୀମାନ୍ତ ଉତ୍ପାଦ ସର୍ବାଧିକ ହୁଏ
(D) ଉଭୟ (A) ଓ (C)
Answer:
(B) ଯେତେବେଳେ ହାରାହାରି ଉତ୍ପାଦ ସର୍ବାଧିକ

28. ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ପର୍ଯ୍ୟାୟରେ ସ୍ଥିର ଉପାଦାନର ପରିମାଣ ପର୍ଯ୍ୟାପ୍ତ ଥାଏ ?
(A) ପ୍ରଥମ ପର୍ଯ୍ୟାୟ
(B) ଦ୍ଵିତୀୟ ପର୍ଯ୍ୟାୟ
(C) ତୃତୀୟ ପର୍ଯ୍ୟାୟ
(D) ଉଭୟ (A) ଓ (B)
Answer:
(A) ପ୍ରଥମ ପର୍ଯ୍ୟାୟ

29. ପରିବର୍ଭନୀୟ ଆନୁପାତିକ ସୂତ୍ରର କେଉଁ ପର୍ଯ୍ୟାୟରେ ମୋଟ ଉତ୍ପାଦ ସର୍ବାଧିକ ହୋଇଥାଏ ?
(A) ତୃତୀୟ
(B) ପ୍ରଥମ
(C) ଦ୍ଵିତୀୟ
(D) କୌଣସିଟି ନୁହେଁ
Answer:
(C) ଦ୍ଵିତୀୟ

30. ଯେତେବେଳେ ମୋଟ ଉତ୍ପାଦ ସର୍ବାଧ‌ିକ ହୁଏ ସୀମାନ୍ତ ଉତ୍ପାଦ ?
(A) ସର୍ବାଧ୍ଯକ ହୁଏ
(B) ସର୍ବନିମ୍ନ ହୁଏ
(C) ଶୂନ୍ୟ ହୁଏ
(D) କୌଣସିଟି ନୁହେଁ
Answer:
(C) ଶୂନ୍ୟ ହୁଏ

31. ପରିବର୍ଭନୀୟ ଅନୁପାତ ସୂତ୍ରର କେତୋଟି ପର୍ଯ୍ୟାୟ ରହିଛି ?
(A) 1ଟି
(B) 2ଟି
(C) 4ଟି
(D) 3ଟି
Answer:
(D) 3ଟି

B. ଶୂନ୍ୟସ୍ଥାନ ପୂରଣ କର ।

1. ଏକ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକ ଉତ୍ପାଦରେ ପରିଣତ ହେବା ପ୍ରକ୍ରିୟାକୁ ______________ କୁହାଯାଏ ।
Answer:
ଉତ୍ପାଦନ

2. ବିନିମୟକ୍ଷମ ____________ ର ସୃଷ୍ଟି ନିମିତ୍ତ ଅର୍ଥନୈତିକ ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ ।
Answer:
ଉପଯୋଗିତା

3. ଉପାଦାନ ଓ ଉତ୍ପାଦ ମଧ୍ୟରେ ଥ‌ିବା ପ୍ରାବିଧ‌ିକ ସମ୍ପର୍କକୁ __________ କୁହାଯାଏ ।
Answer:
ଉତ୍ପାଦନ ଫଳନ

4. ______________ କାଳରେ ସବୁଯାକ ଉପାଦାନର ପରିମାଣ ପରିବର୍ତ୍ତନ କରାଯାଇପାରେ ନାହିଁ ।
Answer:
ସ୍ଵଚ୍ଛ

CHSE Odisha Class 12 Economics Chapter 6 Objective Questions in Odia Medium

5. ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ବର୍ଦ୍ଧିତ କରିହୁଏ ନାହିଁ, ସେଗୁଡ଼ିକୁ ____________ ଉପାଦାନ କୁହାଯାଏ ।
Answer:
ସ୍ଥିର

6.. ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ବର୍ଦ୍ଧିତ କରିହୁଏ, ସେଗୁଡ଼ିକୁ ____________ ଉପାଦାନ କୁହାଯାଏ ।
Answer:
ପରିବର୍ତୀ

7. ___________ କାଳରେ ସବୁଯାକ ଉତ୍ପାଦନର ପରିମାଣ ପରିବର୍ତ୍ତନ କରାଯାଇପାରେ ।
Answer:
ଦୀର୍ଘ

8. ଉପାଦାନଗୁଡ଼ିକର ପ୍ରତି ଏକକ ମିଶ୍ରଣରୁ ଯେଉଁ ପରିମାଣର ମୋଟ ଭୌତିକ ଦ୍ରବ୍ୟ ଉତ୍ପାଦିତ ହୁଏ, ତାହାକୁ ___________ ଉତ୍ପାଦ କୁହାଯାଏ ।
Answer:
ମୋଟ

9. ଯେଉଁ ବିନ୍ଦୁରେ ମୋଟ ଉତ୍ପନ୍ନ ବଦ୍ଧିତ ହାରରେ ବୃଦ୍ଧି ପାଇବା ବନ୍ଦ କରେ ଓ ହ୍ରାସମାନ ହାରରେ ବୃଦ୍ଧି ପାଇବା ଆରମ୍ଭ କରେ, ତାହାକୁ ___________ ବିନ୍ଦୁ କୁହାଯାଏ ।
Answer:
ନୀତି ପରିବର୍ତ୍ତନ

10. ଯେଉଁ ସ୍ତରରେ ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚେ, ସେହି ସ୍ତରକୁ ____________ ଉତ୍ପନ୍ନ ସ୍ତର କୁହାଯାଏ ।
Answer:
ବର୍ଦ୍ଧିଷ୍ଣୁ

11. ଯେଉଁ ସ୍ତରରେ ଉଭୟ ସୀମାନ୍ତ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ହ୍ରାସ ପାଆନ୍ତି, ତାହାକୁ _____________ ଉତ୍ପନ୍ନ ସ୍ତର କୁହାଯାଏ ।
Answer:
ହ୍ରାସମାନ

12. ଏହି ସ୍ତରରେ ମୋଟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ହ୍ରାସ ପାଆନ୍ତି ଓ ସୀମାନ୍ତ ଉତ୍ପନ୍ନ ଋଣାତ୍ମକ ହୁଏ, ସେହି ପର୍ଯ୍ୟାୟକୁ ____________ ଉତ୍ପନ୍ନ ସ୍ତର କୁହାଯାଏ ।
Answer:
ଋଣାତ୍ମକ

13. ଉତ୍ପାଦନ ସମ୍ବନ୍ଧୀୟ ନିଷ୍ପରି _______________ ସ୍ତରରେ ହିଁ ନେବା ଉଚିତ୍‌ ।
Answer:
ଦ୍ବିତୀୟ

14. ଉତ୍ପାଦନର ଦ୍ବିତୀୟ ସ୍ତରକୁ _______________ ଉତ୍ପାଦନ ନିଷ୍ପତ୍ତି ସ୍ତର କୁହାଯାଏ ।
Answer:
ବିବେକୀ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ସୀମାନ୍ତ ଉତ୍ପାଦନ ଋଣାତ୍ମକ ହେଲେ ମୋଟ ଉତ୍ପାଦନ ସର୍ବାଧିକ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉତ୍ପାଦନ ଶୂନ୍ୟ ହେଲେ ମୋଟ ଉତ୍ପାଦନ ସର୍ବାଧ‌ିକ ହୋଇଥାଏ ।

2. ଭୌତିକ ଦ୍ରବ୍ୟର ସୃଷ୍ଟିକୁ ଉତ୍ପାଦନ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ବିନିମୟକ୍ଷମ ଉପଯୋଗିତାର ସୃଷ୍ଟିକୁ ଉତ୍ପାଦନ କୁହାଯାଏ ।

3. ସ୍ଵଳ୍ପକାଳରେ ଉତ୍ପାଦନର ସମସ୍ତ ଉପାଦାନ ପରିବର୍ତ୍ତନ ହୋଇପାରିବ ।
Answer:
ଭୁଲ୍ ।
ଠିକ୍ – ଦୀର୍ଘକାଳରେ ଉତ୍ପାଦନର ସମସ୍ତ ଉପାଦାନ ପରିବର୍ତ୍ତନ ହୋଇପାରିବ ।

4. ଉତ୍ପାଦନର ବୃଦ୍ଧି ସହ ସ୍ଥିର ଉପାଦାନର ମଧ୍ୟ ବୃଦ୍ଧି କରାଯାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନର ବୃଦ୍ଧି ସହ ସ୍ଥିର ଉପାଦାନ ଅପରିବର୍ତ୍ତିତ ରହେ ।

5. ସ୍ଥିର ଉପାଦାନଗୁଡ଼ିକ ପୂର୍ଣ୍ଣମାତ୍ରାରେ ବିଭାଜ୍ୟ ।
Answer:
ଭୁଲ୍ ।

6. ଦୀର୍ଘକାଳରେ ସମସ୍ ଉପାଦାନ ପରିବର୍ତ୍ତନଣାଳ ।
Answer:
ଠିକ୍ ।

7. ପରିବର୍ତ୍ତନୀୟ ଅନୁପାତ ସୂତ୍ର ଦୀର୍ଘକାଳରେ ପ୍ରଯୁଜ୍ୟ ।
Answer:
ଭୁଲ୍ ।
ଠିକ୍ – ପରିବର୍ତ୍ତନୀୟ ଅନୁପାତ ସୂତ୍ର ସ୍ଵଳ୍ପକାଳରେ ପ୍ରଯୁଜ୍ୟ ।

CHSE Odisha Class 12 Economics Chapter 6 Objective Questions in Odia Medium

8. ଉତ୍ପାଦନକର୍ତ୍ତା ସାଧାରଣତଃ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟରେ ଉତ୍ପାଦନ କରିଥାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନକର୍ତ୍ତା ସାଧାରଣତଃ କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟରେ ଉତ୍ପାଦନ କରିଥାଏ ।

9. ପ୍ରାନ୍ତୀୟ ଉତ୍ପାଦ କଦାପି ଶୂନ୍ୟ ହୋଇପାରେ ନାହିଁ ।
Answer:
ଭୁଲ୍ ।
ଠିକ୍ – ମୋଟ ଉତ୍ପାଦ କଦାପି ଶୂନ୍ୟ ହୋଇପାରେ ନାହିଁ ।

10. ମୋଟ ଉତ୍ପାଦ ଋଣାତ୍ମକ ହୋଇପାରେ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଉତ୍ପାଦ ଋଣାତ୍ମକ ହୋଇପାରେ ।

11. କ୍ରମବର୍ଦ୍ଧମାନ ଉତ୍ପନ୍ନ ସୂତ୍ର ଉପାଦାନର ଅବିଭାଜ୍ୟତା କାରଣରୁ ହୋଇଥାଏ ।
Answer:
ଠିକ୍ ।

12. ପ୍ରାନ୍ତୀୟ ଉତ୍ପାଦ ହ୍ରାସ ହେବା ସମୟରେ ମୋଟ ଉତ୍ପାଦ ହ୍ରାସ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଉତ୍ପାଦ ହ୍ରାସ ହେବା ସମୟରେ ମୋଟ ଉତ୍ପାଦ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଏ ।

13. ହାସମାନ ଉତ୍ପନ୍ନ ସୂତ୍ର କେବଳ କୃଷିକ୍ଷେତ୍ର ପାଇଁ ପ୍ରଯୁଜ୍ୟ ।
Answer:
ଭୁଲ୍ ।
ଠିକ୍ – ହ୍ରାସମାନ ଉତ୍ପନ୍ନ ସୂତ୍ର ଶିଳ୍ପ ଉତ୍ପାଦନ, ଖଣି, ମତ୍ସ୍ୟଚାଷ, ନିର୍ମାଣ ଇତ୍ୟାଦି ପାଇଁ ମଧ୍ୟ ପ୍ରଯୁଜ୍ୟ ।

14. କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟରେ ମୋଟ ଉତ୍ପାଦ ସର୍ବାଧିକ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟରେ ମୋଟ ଉତ୍ପାଦ ସର୍ବାଧ‌ିକ ହୋଇଥାଏ ।

15. ସୀମାନ୍ତ ଉତ୍ପାଦନ ହ୍ରାସ ହେବା ସମୟରେ ମୋଟ ଉତ୍ପାଦ ହ୍ରାସ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଉତ୍ପାଦନ ହ୍ରାସ ହେବା ସମୟରେ ମୋଟ ଉତ୍ପାଦ ହ୍ରାସ ହୋଇଥାଏ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଉତ୍ପାଦନ କାହାକୁ କହନ୍ତି ?
Answer:
ବିନିମୟକ୍ଷମ ଉପଯୋଗିତାର ସୃଷ୍ଟି ନିମିତ୍ତ ଅର୍ଥନୈତିକ ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ ।

2. ଉତ୍ପାଦନ ଫଳନ କ’ଣ?
Answer:
ଉପାଦାନ ଓ ଉତ୍ପାଦ ମଧ୍ୟରେ ଥିବା ପ୍ରାବିଧ‌ି ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ ।

3. ସ୍ଥିର ଉପାଦାନ କ’ଣ ?
Answer:
ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ପରିବର୍ତ୍ତନ କରିହୁଏ ନାହିଁ, ସେଗୁଡ଼ିକୁ ସ୍ଥିର ଉପାଦାନ (ଭୂମି, ମେସିନ୍ ଇତ୍ଯାଦି) କୁହାଯାଏ ।

4. ପରିବର୍ତୀ ଉପାଦାନ କ’ଣ ?
Answer:
ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ୱଳ୍ପକାଳରେ ପରିବର୍ତ୍ତନ କରିହୁଏ, ସେଗୁଡ଼ିକୁ ପରିବର୍ତୀ ଉପାଦାନ (ଶ୍ରମ) କୁହାଯାଏ ।

CHSE Odisha Class 12 Economics Chapter 6 Objective Questions in Odia Medium

5. ନିବେଶ କାହାକୁ କୁହାଯାଏ ?
Answer:
େଉଁ ଦ୍ରବ୍ୟ ଓ ସେବାର ବ୍ୟବହାର ଉତ୍ପାଦ ସୃଷ୍ଟି କରେ ତାହାକୁ ନିବେଶ କୁହାଯାଏ ।

6. ମୋଟ ଉତ୍ପନ୍ନ କ’ଣ ?
Answer:
ଉପାଦାନଗୁଡ଼ିକର ପ୍ରତି ଏକକ ମିଶ୍ରଣରୁ ଯେଉଁ ପରିମାଣର ମୋଟ ଭୌତିକ ଦ୍ରବ୍ୟ ଉତ୍ପାଦିତ ହୁଏ, ତାହାକୁ ମୋଟ ଉତ୍ପନ୍ନ କୁହାଯାଏ ।

7. ହାରାହାରି ଉତ୍ପନ୍ନ କ’ଣ ?
Answer:
ମୋଟ ଉତ୍ପନ୍ନକୁ ପରିବର୍ତୀ ଉପାଦାନଦ୍ୱାରା ବିଭାଜନ କଲେ, ହାରାହାରି ଉତ୍ପନ୍ନ ମିଳିଥାଏ ।

8. ମୋଟ ଉତ୍ପାଦ ସର୍ବାଧିକ ହେବାବେଳେ ସୀମାନ୍ତ ଉତ୍ପାଦ କ’ଣ ହୁଏ ?
Answer:
ମୋଟ ଉତ୍ପାଦ ସର୍ବାଧ‌ିକ ହେବାବେଳେ ସୀମାନ୍ତ ଉତ୍ପାଦ ଶୂନ୍ୟ ହୋଇଥାଏ ।

9. ମୋଟ ଉତ୍ପାଦ ସର୍ବାଧ‌ିକ ହେବାବେଳେ ହାରାହାରି ଉତ୍ପାଦ କ’ଣ ହୁଏ ?
Answer:
ମୋଟ ଉତ୍ପାଦ ସର୍ବାଧ‌ିକ ହେବାବେଳେ, ହାରାହାରି ଉତ୍ପାଦ ହ୍ରାସ ପାଉଥାଏ ।

10. ପରିବର୍ତୀ ଅନୁପାତ ସୂତ୍ରର ପ୍ରଥମ ସୋପାନର ଅନ୍ୟନାମ କ’ଣ ?
Answer:
ପରିବର୍ତୀ ଅନୁପାତ ସୂତ୍ରର ପ୍ରଥମ ସୋପାନର ଅନ୍ୟନାମ ହେଉଛି ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସ୍ତର ।

11. ପରିବର୍ତୀ ଅନୁପାତ ସୂତ୍ରର ଦ୍ୱିତୀୟ ସୋପାନର ଅନ୍ୟନାମ କ’ଣି ?
Answer:
ପରିବର୍ତୀ ଅନୁପାତ ସୂତ୍ରର ଦ୍ବିତୀୟ ସୋପାନର ଅନ୍ୟନାମ ହେଉଛି ହ୍ରାସମାନ ଉତ୍ପନ୍ନ ସ୍ତର ।

12. କେଉଁ ଅବସ୍ଥାରେ ମୋଟ ଉତ୍ପାଦ ହ୍ରାସ ହୁଏ ?
Answer:
ସୀମାନ୍ତ ଉତ୍ପାଦ ଋଣାତ୍ମକ ହେଲେ ମୋଟ ଉତ୍ପାଦ ହ୍ରାସ ପାଏ ।

13. ପ୍ରତିଷ୍ଠାନକୁ କେଉଁ ଅବସ୍ଥାରେ ଆଭ୍ୟନ୍ତରୀଣ ଓ ବହିରାଗତ ସୁବିଧା ମିଳିଥାଏ ?
Answer:
ପ୍ରତିଷ୍ଠାନକୁ ଦୀର୍ଘକାଳରେ ଆଭ୍ୟନ୍ତରୀଣ ଓ ବହିରାଗତ ସୁବିଧା ମିଳିଥାଏ ।

14. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ଅନ୍ୟ ନାମ କ’ଣ ?
Answer:
କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ଅନ୍ୟନାମ ହେଲା କ୍ରମବର୍ଦ୍ଧିଷ୍ଣୁ ପରିବ୍ୟୟ ସୂତ୍ର ।

15. ପରିବର୍ତୀ ଅନୁପାତ ସୂତ୍ରରେ କେତୋଟି ପର୍ଯ୍ୟାୟ ରହିଛି ?
Answer:
ପରିବର୍ତୀ ଅନୁପାତ ସୂତ୍ରରେ ତିନୋଟି ପର୍ଯ୍ୟାୟ ରହିଛି; ଯଥା – କ୍ରମବର୍ଦ୍ଧିଷ୍ଣୁ, କ୍ରମହ୍ରାସମାନ ଓ ଋଣାତ୍ମକ ଉତ୍ପନ୍ନ ପର୍ଯ୍ୟାୟ ।

16. ସ୍ଵଳ୍ପକାଳୀନ ଉତ୍ପାଦନ ଫଳନର ଅନ୍ୟ ନାମ କ’ଣ ?
Answer:
ସ୍ବଳ୍ପକାଳୀନ ଉତ୍ପାଦନ ଫଳନର ଅନ୍ୟ ନାମ ହେଲା ପରିବର୍ତ୍ତନୀୟ ଅନୁପାତ ସୂତ୍ର ।

17. ପରିବର୍ତ୍ତୀ ପରିବ୍ୟୟର ପରିମାଣ ଓ ଉତ୍ପାଦିତ ଦ୍ରବ୍ୟର ପରିମାଣ ମଧ୍ଯରେ ଥ‌ିବା ସମ୍ପର୍କକୁ ପ୍ରକାଶ କରୁଥିବା ନିୟମଟି କ’ଣ ?
Answer:
ପରିବର୍ତ୍ତୀ ପରିବ୍ୟୟର ପରିମାଣ ଓ ଉତ୍ପାଦିତ ଦ୍ରବ୍ୟର ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ପ୍ରକାଶ କରୁଥିବା ନିୟମଟି ହେଉଛି ପରିବର୍ତ୍ତନୀୟ ଅନୁପାତ ସୂତ୍ର ।

18. ସାଧନର ହ୍ରାସମାନ ଉତ୍ପନ୍ନ ସ୍ଥିତିରେ ପ୍ରାନ୍ତୀୟ ଉତ୍ପନ୍ନ ରେଖାର ଆକାର କିପରି ହୋଇଥାଏ ?
Answer:
ସାଧନର ହ୍ରାସମାନ ଉତ୍ପନ୍ନ ସ୍ଥିତିରେ ପ୍ରାନ୍ତୀୟ ଉତ୍ପନ୍ନ ରେଖାର ଆକାର ନିମ୍ନଗାମୀ ହୋଇଥାଏ ।

19. ମୋଟ ଉତ୍ପନ୍ନ କ୍ରମ ହ୍ରାସମାନ ହାରରେ ବୃଦ୍ଧି ଲାଭ କଲେ ପ୍ରାନ୍ତୀୟ ଉତ୍ପନ୍ନରେ କ’ଣ ହୁଏ ?
Answer:
ମୋଟ ଉତ୍ପନ୍ନ କ୍ରମ ହ୍ରାସମାନ ହାରରେ ବୃଦ୍ଧି ଲାଭ କଲେ ପ୍ରାନ୍ତୀୟ ଉତ୍ପନ୍ନ ହ୍ରାସ ପାଏ ।

20. କେଉଁ କାଳରେ ପ୍ରତିଷ୍ଠାନ ପରିବର୍ତ୍ତୀ ପରିବ୍ୟୟର ପରିମାଣ ପରିବର୍ତ୍ତନ କରି ତାହାର ଉତ୍ପାଦନକୁ ପରିବର୍ତ୍ତନ କରିପାରେ ?
Answer:
ସ୍ବଳ୍ପ କାଳରେ ପ୍ରତିଷ୍ଠାନ ପରିବର୍ତ୍ତୀ ପରିବ୍ୟୟର ପରିମାଣ ପରିବର୍ତ୍ତନ କରି ତାହାର ଉତ୍ପାଦନକୁ ପରିବର୍ତ୍ତନ କରିପାରେ ।

21. ପ୍ରାନ୍ତୀୟ ଉତ୍ପାଦନ ହାରାହାରି ଉତ୍ପାଦନ ସ୍ତରଠାରୁ ତଳକୁ ଖସି ଆସିଲେ ହାରାହାରି ଉତ୍ପାଦନରେ କ’ଣ ହୁଏ ?
Answer:
ପ୍ରାନ୍ତୀୟ ଉତ୍ପାଦନ ହାରାହାରି ଉତ୍ପାଦନ ସ୍ତରଠାରୁ ତଳକୁ ଖସି ଆସିଲେ ହାରାହାରି ଉତ୍ପାଦନ କମିବାକୁ ଆରମ୍ଭ କରେ ।

22. ପ୍ରାନ୍ତୀୟ ଉତ୍ପାଦନ ଶୂନ୍ୟ ହେବାବେଳେ ମୋଟ ଉତ୍ପାଦନ କ’ଣ ହେବ ?
Answer:
ପ୍ରାନ୍ତୀୟ ଉତ୍ପାଦନ ଶୂନ୍ୟ ହେବାବେଳେ ମୋଟ ଉତ୍ପାଦନ ସର୍ବାଧିକ ହେବ ।

23. ହାରାହାରି ଉତ୍ପାଦନ ରେଖାର କେଉଁ ବିନ୍ଦୁରେ ଉଭୟ ପ୍ରାନ୍ତୀୟ ଓ ହାରାହାରି ଉତ୍ପାଦନ ସମାନ ହୋଇଥାଏ ?
Answer:
ହାରାହାରି ଉତ୍ପାଦନ ରେଖାର ସର୍ବାଧ‌ିକ ବିନ୍ଦୁରେ ଉଭୟ ପ୍ରାନ୍ତୀୟ ଓ ହାରାହାରି ଉତ୍ପାଦନ ସମାନ ହୋଇଥାଏ ।

CHSE Odisha Class 12 Economics Chapter 6 Objective Questions in Odia Medium

24. ହ୍ରାସମାନ ଉତ୍ପନ୍ନ ସ୍ଥିତିରେ ମୋଟ ଉତ୍ପାଦନରେ କିଭଳି ପରିବର୍ତ୍ତନ ହୁଏ ?
Answer:
ହ୍ରାସମାନ ଉତ୍ପନ୍ନ ସ୍ଥିତିରେ ମୋଟ ଉତ୍ପାଦନ ବୃଦ୍ଧି ପାଇ ସର୍ବାଧ‌ିକ ବିନ୍ଦୁରେ ପହଞ୍ଚିଯାଏ ।

25. ସ୍ଥିର ସାଧନ କ’ଣ ?
Answer:
େଉଁ ସାଧନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ପରିବର୍ତ୍ତନ କରିହୁଏ ନାହିଁ । ସେଗୁଡ଼ିକୁ ସ୍ଥିର ଉପାଦାନ (ଭୂମି, ମେସିନ୍ ଇଦ୍ୟାଦି) କୁହାଯାଏ ।

26. କ୍ରମହ୍ରାସମାନ ଉତ୍ପନ୍ନ ସ୍ଥିତିରେ ମୋଟ ଉତ୍ପାଦନରେ କିଭଳି ପରିବର୍ତ୍ତନ ହୁଏ ?
Answer:
କ୍ରମହ୍ରାସମାନ ଉତ୍ପନ୍ନ ସ୍ଥିତିରେ ମୋଟ ଉତ୍ପାଦନ ବୃଦ୍ଧି ପାଇ ସର୍ବାଧ‌ିକ ବିନ୍ଦୁରେ ପହଞ୍ଚିଯାଏ ।

27. ସୀମାନ୍ତ ଉତ୍ପାଦନ ଶୂନ୍ୟ ହେବାବେଳେ ମୋଟ ଉତ୍ପାଦନ କ’ଣ ହେବ ?
Answer:
ସୀମାନ୍ତ ଉତ୍ପାଦନ ଶୂନ୍ୟ ହେବାବେଳେ ମୋଟ ଉତ୍ପାଦନ ସର୍ବାଧିକ ହେବ ।

28. ସୀମାନ୍ତ ଉତ୍ପାଦନ ହାରାହାରି ଉତ୍ପାଦନ ସ୍ତରଠାରୁ ତଳକୁ ଖସି ଆସିଲେ ହାରାହାରି ଉତ୍ପାଦନରେ କ’ଣ ହୁଏ ?
Answer:
ସୀମାନ୍ତ ଉତ୍ପାଦନ ହାରାହାରି ଉତ୍ପାଦନ ସ୍ତରଠାରୁ ତଳକୁ ଖସି ଆସିଲେ ହାରାହାରି ଉତ୍ପାଦନ କମିବାକୁ ଆରମ୍ଭ କରେ ।