BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2

Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2

Question 1. 
ନିମ୍ନ ଉକ୍ତିଗୁଡିକୁ ନିଜ ଖାତାରେ ଲେଖ ଓ ସେଥ‌ିରେ ଥିବା ଶୂନ୍ୟସ୍ଥାନ ପୂରଣ କର ।

(କ) 3 କୁ ଲବ ଓ 5 କୁ ହର ରୂପେ ନେଇ ଗଠିତ ଭଗ୍ନସଂଖ୍ୟାଟି _____
ସମାଧାନ:
\(\frac{3}{5}\)

() \(\frac{2}{5}\) ର ହର, ଲବ ଠାରୁ _____ ଅଧ୍ବକ ।
ସମାଧାନ:
3

(ଗ) \(\frac{3}{8}\) ର ଅର୍ଥ, ଗୋଟିଏ ବସ୍ତୁର _____ ସମାନ ଭାଗରୁ _____ ଭାଗ। ଆହୁରି ମଧ୍ୟ \(\frac{3}{8}\) ର ଅର୍ଥ ହେଉଛି, ଏକ ପ୍ରକାର ବସ୍ତୁମାନଙ୍କର ଏକ ସମୂହର _____ ସମାନ ଭାଗରୁ _____ ଭାଗ।
ସମାଧାନ:
8, 3, 8, 3

Question 2.
\(\frac{3}{5}, \frac{7}{4}, \frac{4}{3}, \frac{5}{9}, \frac{9}{10}\) ଭଗ୍ନସଂଖ୍ୟାମାନଙ୍କ ମଧ୍ୟରେ ଥିବା ପ୍ରକୃତ ଭଗ୍ନସଂଖ୍ୟା ଓ ଅପ୍ରକୃତ ଭଗ୍ନସଂଖ୍ୟା ଗୁଡ଼ିକୁ ଅଲଗା ଅଲଗା କରି ଲେଖ।
ସମାଧାନ:
ଯେଉଁ ଭଗ୍ନସଂଖ୍ୟାର ଲବ ସାନ ଓ ହର ବଡ଼ ହୁଏ ତାହାକୁ ପ୍ରକୃତ ଭଗ୍ନସଂଖ୍ୟା ଏବଂ ଯେଉଁ ଭଗ୍ନସଂଖ୍ୟାଗ ହର ସାନ ଓ ଲବ ବଡ଼ହୁଏ ତାହାକୁ ଅପ୍ରକୃତ ଭଗ୍ନସଂଖ୍ୟା କୁହାଯାଏ ।
ପ୍ରକୃତ ଭଗ୍ନସଂଖ୍ୟା – \(\frac{3}{5}, \frac{5}{9}, \frac{9}{10}\) ; ଅପ୍ରକୃତ ଭଗ୍ନସଂଖ୍ୟା – \(\frac{7}{4}, \frac{4}{3}\)

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2

Question 3.
ଚିତ୍ରଗୁଡ଼ିକୁ ଦେଖ୍ ପ୍ରତ୍ୟେକ ଚିତ୍ରର ଚିତ୍ରିତ ଅଂଶ ପୂରାଚିତ୍ରର କେତେ ଭଗ୍ନାଂଶ ତାହା ଲେଖ ।

(କ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2
ସମାଧାନ:
\(\frac{2}{6}\) ବା \(\frac{1}{3}\)

(ଖ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 1
ସମାଧାନ:
\(\frac{3}{9}\) ବା \(\frac{1}{3}\)

(ଗ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 2
ସମାଧାନ:
\(\frac{4}{8}\) ବା \(\frac{1}{2}\)

(ଘ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 3
ସମାଧାନ:
\(\frac{5}{10}\) ବା \(\frac{1}{2}\)

Question 4.
(କ) 5 ଟି ପେନ୍‌ସିଲ୍‌ରୁ 2ଟି ପେନ୍‌ସିଲ୍ ଭଙ୍ଗା ।
ସମାଧାନ:
\(\frac{2}{5}\)

(ଖ) 8 ଗୋଟି ଫୁଲରୁ 3ଟି ଫୁଲ ଶୁଖୁଲା ।
ସମାଧାନ:
\(\frac{3}{8}\)

(ଗ) ଗୋଟିଏ ପଲରେ ଥ‌ିବା 12ଟି ଛେଳି ମଧ୍ୟରେ 7ଟି ଛେଳି କଳା।
ସମାଧାନ:
\(\frac{7}{12}\)

Question 5. 
(କ) 1, 2, 3, 4 ସଂଖ୍ୟାଗୁଡ଼ିକ ମଧ୍ୟରୁ ଦୁଇଟି ଲେଖାଏଁ ବ୍ୟବହାର କରି ଗଠନ କରାଯାଇ ପାରୁଥିବା ସମସ୍ତ ପ୍ରକୃତ ଭଗ୍ନସଂଖ୍ୟା ଲେଖ ।
ସମାଧାନ:
1, 2, 3, 4 ସଂଖ୍ୟାଗୁଡ଼ିକ ମଧ୍ୟରୁ ଦୁଇଟି ଲେଖାଏଁ ବ୍ୟବହାର କରି ଗଠନ କରାଯାଇ ପାରୁଥିବା ଭଗ୍ନସଂଖ୍ୟା ଲେଖ । – \(\frac{1}{2}, \frac{1}{3}, \frac{1}{4}, \frac{2}{3}, \frac{2}{4}, \frac{3}{4}\)

(ଖ) 7, 8, 9, 10 ସଂଖ୍ୟାଗୁଡ଼ିକ ମଧ୍ୟରୁ ଦୁଇଟି ଲେଖାଏଁ ବ୍ୟବହାର କରି ଲେଖାଯାଇ ପାରୁଥିବା ସମସ୍ତ ଅପ୍ରକୃତ ଭଗ୍ନାଂସଂଖ୍ୟା ଲେଖ ଓ ସେଗୁଡ଼ିକୁ ମିଶ୍ର ସଂଖ୍ୟାରେ ପରିଣତ କର।
ସମାଧାନ:
7, 8, 9, 10 ସଂଖ୍ୟାଗୁଡ଼ିକ ମଧ୍ୟରୁ ଦୁଇଟି ଲେଖାଏଁ ବ୍ୟବହାର କରି ଗଠନ କରାଯାଇ ପାରୁଥିବା ଅପ୍ରକୃତ ଭଗ୍ନାଂସଂଖ୍ୟାଗୁଡ଼ିକ ଲେଖ । – \(\frac{10}{9}, \frac{10}{8}, \frac{10}{7}, \frac{9}{8}, \frac{9}{7}, \frac{8}{7}\)
\(\frac{10}{9}=1 \frac{1}{9}, \quad \frac{10}{8}=1 \frac{2}{8}, \quad \frac{10}{7}=1 \frac{3}{7}, \quad \frac{9}{8}=1 \frac{1}{8}, \quad \frac{9}{7}=1 \frac{2}{7}, \quad \frac{8}{7}=1 \frac{1}{7}\)

(ଗ) 4, 5, 6, 7, 8, 9 ସଂଖ୍ୟାମାନଙ୍କ ମଧ୍ୟରୁ ଦୁଇଟି ଲେଖାଏଁ ବ୍ୟବହାର କରି ଏପରି ଭଗ୍ନସଂଖ୍ୟାମାନ ଲେଖ ଯାହାର ଲବ ହର ଅପେକ୍ଷା (i) 2 କମ୍ (ii) 3 ଅଧ୍ବକ ।
ସମାଧାନ:
(i) ଲବ ହର ଅପେକ୍ଷା 2 କମ୍ – \(\frac{4}{6}, \frac{5}{7}, \frac{6}{8}, \frac{7}{9}\)
(ii) ଲବ ହର ଅପେକ୍ଷା 3 ଅଧିକ – \(\frac{7}{4},\frac{8}{5},\frac{9}{6}\)

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2

Question 6.
ପ୍ରତ୍ୟେକ ଛବିରେ ଥିବା ବସ୍ତୁମାନଙ୍କ ଭିତରୁ ଛୋଟ କୋଠରି ଭିତରେ ଥ‌ିବା ବସ୍ତୁଗୁଡ଼ିକ କେତେ ଭଗ୍ନାଂଶ?
(କ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 4
ସମାଧାନ:
\(\frac{4}{9}\)

(ଖ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 5
ସମାଧାନ:
\(\frac{4}{12}\) ବା \(\frac{1}{3}\)

Question 7. 
ନିମ୍ନସ୍ଥ ପ୍ରତ୍ୟେକ ଭଗ୍ନସଂଖ୍ୟାକୁ ଏକକ ଭଗ୍ନସଂଖ୍ୟାର ସମଷ୍ଟି ରୂପେ ପ୍ରକାଶ କର।
(କ) \(\frac{3}{5}\)
ସମାଧାନ:
= \(\frac{1}{5}+\frac{1}{5}+\frac{1}{5}\)

(ଖ) \(\frac{7}{8}\)
ସମାଧାନ:
= \(\frac{1}{8}+\frac{1}{8}+\frac{1}{8}+\frac{1}{8}+\frac{1}{8}+\frac{1}{8}+\frac{1}{8}\)

(ଗ) \(\frac{3}{10}\)
ସମାଧାନ:
= \(\frac{1}{10}+\frac{1}{10}+\frac{1}{10}\)

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7

Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7 Textbook Exercise Questions and Answers.

BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7

Question 1. 
ନିମ୍ନ ଭଗ୍ନସଂଖ୍ୟା ଦୁଇଟିକୁ ତୁଳନା କର।

(କ) \(\frac{1}{5}\) ଓ \(\frac{1}{6}\)
ସମାଧାନ:
>

(ଖ) \(\frac{1}{12}\) ଓ \(\frac{1}{15}\)
ସମାଧାନ:
>

Question 2. 
ନିମ୍ନ ଭଗ୍ନସଂଖ୍ୟା ଦ୍ଵୟ ମଧ୍ୟରେ କେଉଁଟି ବଡ଼?

(କ) \(\frac{3}{8}\) ଓ \(\frac{5}{8}\)
ସମାଧାନ:
>

(ଖ) \(\frac{7}{15}\) ଓ \(\frac{8}{15}\)
ସମାଧାନ:
>

Question 3. 
ନିମ୍ନ ଭଗ୍ନସଂଖ୍ୟା ଦ୍ୱୟ ମଧ୍ୟରେ ଥିବା ଖାଲି କୋଠରିରେ >, < ଓ = ମଧ୍ୟରୁ ଠିକ୍ ଚିହ୍ନ ବସାଅ ।

(କ) \(\frac{5}{12}\) _____ \(\frac{5}{9}\)
ସମାଧାନ:
<

(ଖ) \(\frac{4}{9}\) _____ \(\frac{8}{18}\)
ସମାଧାନ:
=

(ଗ) \(\frac{3}{7}\) _____ \(\frac{4}{7}\)
ସମାଧାନ:
<

(ଘ) \(\frac{8}{11}\) _____ \(\frac{8}{13}\)
ସମାଧାନ:
>

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7

Question 4. 
(କ) ଊର୍ଦ୍ଧ୍ବକ୍ରମରେ ସଜାଇ ଲେଖ ।
\(\frac{2}{5}, \frac{3}{4}, \frac{1}{2}, \frac{5}{8}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7

(ଖ) ଅଧଃକ୍ରମରେ ସଜାଇ ଲେଖ।
\(\frac{5}{6}, \frac{3}{4}, \frac{2}{3}, \frac{7}{12}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7 1

Question 5.
ସମହର ବିଶିଷ୍ଟ ଭଗ୍ନସଂଖ୍ୟାରେ ପରିଣତ କରି ଭଗ୍ନସଂଖ୍ୟା ଦ୍ଵୟ ମଧ୍ୟରେ ତୁଳନା କର ।

(କ) \(\frac{3}{8}\) ଓ \(\frac{5}{12}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7 2

(ଖ) \(\frac{7}{15}\) ଓ \(\frac{4}{9}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7 3

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Odisha State Board BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 1.
ଏକ ସାଧାରଣ ପରିବାରର କେତେକ ବ୍ୟବହାର୍ଯ୍ୟ ବସ୍ତୁର ନିର୍ଦ୍ଦିଷ୍ଟ ପରିମାଣ ଉପରେ 2003 ମସିହାରେ ସମୁଦାୟ ଖର୍ଚ୍ଚର ପରିମାଣ ଥିଲା 8000 ଟଙ୍କା । ଯଦି 2003 କୁ ମୂଳବର୍ଷ ନେଇ 2010ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ 132.8 ହୋଇଥାଏ; ତେବେ 2010 ମସିହାରେ ସେହି ପରିମାଣ ବିଶିଷ୍ଟ ବ୍ୟବହାର୍ଯ୍ୟ ବସ୍ତୁ ଉପରେ ଖର୍ଚ୍ଚର ପରିମାଣ କେତେ ଥିଲା ନିର୍ଣ୍ଣୟ କର ।
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 1
⇒ 2003 ରେ ସମୁଦାୟ ଖର୍ଚ୍ଚର ପରିମାଣ = 132.8 × 80 = 10624 ଟଙ୍କା
ପରିବାରଟିର 2003 ମସିହାରେ ଖର୍ଚ୍ଚର ପରିମାଣ 10624 ଟଙ୍କା ଥିଲା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 2.
ଗୋଟିଏ ପରିବାରର 2002 ମସିହାରେ ଚିନି ଖର୍ଚ୍ଚର ପରିମାଣ 145 ଟଙ୍କା ଥିଲା ଓ 2008 ରେ ଚିନି ଖର୍ଚ୍ଚର ପରିମାଣ 210 ଟଙ୍କା ହେଲେ, 2002 କୁ ମୂଳବର୍ଷ ନେଇ 2008 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
ସମାଧାନ :
2002 ମସିହାରେ ଚିନି ଖର୍ଚ୍ଚର ପରିମାଣ = 145 ଟଙ୍କା ।
ଓ 2008 ମସିହାରେ ଚିନି ଖର୍ଚ୍ଚର ପରିମାଣ = 210 ଟଙ୍କା
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 2
2008 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ 144.83 ।

Question 3.
ଏକ ପରିବାରର କେତେକ ବ୍ୟବହାର୍ଯ୍ୟ ବସ୍ତୁର ନିର୍ଦ୍ଦିଷ୍ଟ ପରିମାଣ ଉପରେ 2007 ମସିହାରେ ସମୁଦାୟ ଖର୍ଚ୍ଚର ପରିମାଣ ଟ. 18,900.00 ପ. ଥିଲା । 2000 କୁ ମୂଳବର୍ଷ ନେଇ 2007 ରେ ଜୀବନଧାରଣର ମୂଲ୍ୟ ସୁଚକାଙ୍କ 210 ହେଲେ, 2000 ମସିହାରେ ସେହି ପରିମାଣ ବିଶିଷ୍ଟ ବ୍ୟବହାର୍ଯ୍ୟ ବସ୍ତୁ ଉପରେ ମୋଟ ଖର୍ଚ୍ଚର ପରିମାଣ କେତେ ଥିଲା ନିର୍ଣ୍ଣୟ କର ।
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 3
2000ରେ ସମୁଦାୟ ଖର୍ଚ୍ଚର ପରିମାଣ = \(\frac{18900}{210}\) × 100 = 9000
2000 ମସିହାରେ ବ୍ୟବହାର୍ଯ୍ୟ ବସ୍ତୁ ଉପରେ ମୋଟ ଖର୍ଚ୍ଚର ପରିମାଣ ଥିଲା 9000 ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 4.
ନିମ୍ନ ତଥ୍ୟରୁ 2001କୁ ମୂଳବର୍ଷ ନେଇ 2005 ମସିହାରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ ସ୍ଥିର କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 4
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 5
2001କୁ ମୂଳବର୍ଷ ରୂପେ ନେଇ 2005ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 6
\(\frac{3884}{2635} \times 100=147.40\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 5.
ଏକ ସାଧାରଣ ପରିବାରର ବିଭିନ୍ନ ବ୍ୟବହାର୍ଯ୍ୟ ବସ୍ତୁର ଆବଶ୍ୟକତା ପରିମାଣ ଓ ସେଗୁଡ଼ିକର 1998 ଓ 2006 ରେ ସେଗୁଡ଼ିକର ମୂଲ୍ୟ ଦିଆଯାଇଛି । 1998 କୁ ମୂଳବର୍ଷ ରୂପେ ନେଇ 2006 ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ କେତେ ଥିଲା ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 7
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 8
2006 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{458.00}{356.20} \times 100=128.58\)

Question 6.
ନିମ୍ନ ସାରଣୀର ତଥ୍ୟକୁ ବ୍ୟବହାର କରି ବର୍ତ୍ତମାନ ସମୟରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 9
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 10
ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{1645}{411} \times 100=400.2\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 7.
ନିମ୍ନ ସାରଣୀର ତଥ୍ୟକୁ ବ୍ୟବହାର କରି ଜୀବନଧାରଣ ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 11
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 12
ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{644}{447} \times 100=144.07\) %

Question 8.
ଏକ ମଧ୍ୟବିତ୍ତ ପରିବାର 1985 ଏବଂ 1995 ରେ ଜୀବନଧାରଣ ନିମନ୍ତେ ବ୍ୟବହାର କରୁଥ‌ିବା ବିଭିନ୍ନ ବସ୍ତୁର ଆପେକ୍ଷିକ ଆବଶ୍ୟକତା ପରିମାଣ (ଶତକଡ଼ାରେ ପ୍ରକାଶିତ) ଓ ସେଗୁଡ଼ିକ ପାଇବା ନିମନ୍ତେ ଏକକ ପ୍ରତି ଦାମ୍ ନିମ୍ନରେ ଥ‌ିବା ସାରଣୀରେ ଦିଆଯାଇଛି । 1985 କୁ ମୂଳବର୍ଷ ରୂପେ ନେଇ 1995 ରେ ମଧ୍ୟବିତ୍ତ ପରିବାର- ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 13
ସୂଚନା :
ଖାଦ୍ୟ = 50% = 0.5 ଏକକ
ପୋଷାକ = 10% = 0.10 ଏକକ
ଯାତାୟତ ଖର୍ଚ୍ଚ = 10% = 0.10 ଏକକ
ଘରଭଡ଼ା = 20% = 0.20 ଏକକ
ଅନ୍ୟାନ୍ୟ = 10% = 0.10 ଏକକ
ପ୍ରତ୍ୟେକ ସମାଗ୍ରୀ ଲାଗି ହେଉଥ‌ିବା ମୋଟ ଖର୍ଚ (ଟଙ୍କାରେ) ନିର୍ଣ୍ଣୟ କରି ସାରିବା ପରେ ସେଗୁଡ଼ିକ ଏକତ୍ର କରି Σwp0 ଏବଂ Σwp1 ନିର୍ଣ୍ଣୟ କରାଯିବ ।
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 14
1995ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{184}{153} \times 100=120.26\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 9.
ନିମ୍ନ ସାରଣୀରେ ଗୋଟିଏ ପରିବାରର ଖର୍ଚ୍ଚ 1995 ମସିହା ଓ 2000 ମସିହାରେ ଏକକ ପ୍ରତି ଦର ଦିଆଯାଇଛି । 1995 କୁ ମୂଳବର୍ଷ ନେଇ 2000 ରେ ପରିବାରଲାଗି ଜୀବନଧାରଣ ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 15
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 16
2006ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{101.80}{83} \times 100=122.65\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 10.
ନିମ୍ନ ତଥ୍ୟକୁ ବ୍ୟବହାର କରି 2003 କୁ ମୂଳବର୍ଷ ନେଇ 2009 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 17
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 18
2009ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{1400}{1000} \times 100=140\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c)

Odisha State Board BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c)

Question 1.
800 ଟଙ୍କାର ୫% ହାରରେ ଦୁଇବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ମୂଳଧନ (P) = 800 ଟଙ୍କା, ସୁଧହାର (R) = 8% ଓ ସମୟ (n) = 2 ବର୍ଷ
ସମୂଳ ଚକ୍ରବୃଦ୍ଧି (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=800\left(1+\frac{8}{100}\right)^2=800\left(1+\frac{2}{25}\right)^2\)
= \(800\left(\frac{27}{25}\right)^2=800 \times \frac{27}{25} \times \frac{27}{25}\) = ଟ. 933.12
ଚକ୍ରବୃଦ୍ଧି ସୁଧ = A – P = 6. 933.12 – 6. 800.00 ଟ. 133.12
∴ ନିର୍ଦେୟ ଚକ୍ରବୃଦ୍ଧି ସୁଧ ଟ.133.12 ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 2.
1500 ଟଙ୍କାର 7% ହାରରେ ଦୁଇବର୍ଷର ସମୂଳ ଚକ୍ରବୃଦ୍ଧି ନିଶ୍ଚୟ କର ।
ସମାଧାନ :
ମୂଳଧନ (P) = 1500 ଟଙ୍କା, ସୁଧହାର (R) = 7% ଓ ସମୟ (n) = 2 ବର୍ଷ
ସମୂଳ ଚକ୍ରବୃଦ୍ଧି ସୁଧ (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=1500\left(1+\frac{7}{100}\right)^2=1500\left(1+\frac{107}{100}\right)^2\)
= 1500 × \(\frac{107}{100}\) × \(\frac{107}{100}\) = ଟ. 1717.35
∴ ନିଶ୍ଚେୟ ସମୂଳ ଚକ୍ରବୃଦ୍ଧି ଟ. 1717.35 ।

Question 3.
5000 ଟଙ୍କାର 10% ହାରରେ 3 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ମୂଳଧନ (P) = 5000 ଟଙ୍କା, ସୁଧହାର (R) = 10% ଓ ସମୟ (n) = 3 ବର୍ଷ
ସମୂଳ ଚକ୍ରବୃଦ୍ଧି ସୁଧ (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=5000\left(1+\frac{10}{100}\right)^3=5000\left(1+\frac{1}{10}\right)^3\)
= 5000 × \((\frac{107}{100})^3\) = 5000 × \(\frac{11}{10}\) × \(\frac{11}{10}\) × \(\frac{11}{10}\) = 6655 ଟଙ୍କା
ଚକ୍ରବୃଦ୍ଧି ସୁଧ = A – P = (6655 – 5000) ଟଙ୍କା = 1655 ଟଙ୍କା
∴ ନିର୍ଦେୟ ଚକ୍ରବୃଦ୍ଧି ସୁଧ 1655 ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 4.
8000 ଟଙ୍କାର 5% ହାରରେ 3 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ମୂଳଧନ (P) = 8000 ଟଙ୍କା, ସୁଧହାର (R) = 5% ଓ ସମୟ (n) = 3 ବର୍ଷ
ସମୂଳ ଚକ୍ରବୃଦ୍ଧି (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=8000\left(1+\frac{5}{100}\right)^3=5000\left(1+\frac{1}{20}\right)^3\)
= 8000 × \((\frac{21}{100})^3\) = 8000 × \(\frac{21}{10}\) × \(\frac{21}{10}\) × \(\frac{21}{10}\) = 9261 ଟଙ୍କା
ଚକ୍ରବୃଦ୍ଧି ସୁଧ = A – P = (9261 – 8000) ଟଙ୍କା = 1261 ଟଙ୍କା
∴ ନିଶ୍ଚେୟ ଚକ୍ରବୃଦ୍ଧି ସୁଧ 1261 ଟଙ୍କା ।

Question 5.
ଜଣେ ବ୍ୟକ୍ତି ଏକ ଧାନବୁଣା ଯନ୍ତ୍ର ପାଇଁ 10% ସୁଧ ହାରରେ ବ୍ୟାଙ୍କରୁ 5000 ଟଙ୍କା ଋଣ କଲେ । 3 ବର୍ଷ ପରେ ସେ କେତେ ଟଙ୍କା ଦେଇ ବ୍ୟାଙ୍କରୁ ଋଣମୁକ୍ତ ହେବେ ?
ସମାଧାନ :
ରଣର ପରିମାଣ (P) = 5000 ଟଙ୍କା, ସୁଧହାର (R) = 10% ଓ ସମୟ (n) = 3 ବର୍ଷ
ସମୂଳ ଚକ୍ରବୃଦ୍ଧି (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=8000\left(1+\frac{10}{100}\right)^3=5000\left(1+\frac{1}{10}\right)^3\)
= 5000 × \((\frac{21}{100})^3\) = 5000 × \(\frac{11}{10}\) × \(\frac{11}{10}\) × \(\frac{11}{10}\) = 6655 ଟଙ୍କା
∴ 3 ବର୍ଷ ପରେ ସେ 6655 ଟଙ୍କା ଦେଇ ବ୍ୟାଙ୍କରୁ ଋଣମୁକ୍ତ ହେବେ ।

Question 6.
କମଳା ଗୋଟିଏ ସ୍କୁଟର କିଣିବାପାଇଁ ବ୍ୟାଙ୍କରୁ 26,400 ଟଙ୍କା 15% ବାର୍ଷିକ ଚକ୍ରବୃଦ୍ଧିରେ ଆଣିଲା । 2 ବର୍ଷ 4 ମାସ ପରେ କେତେ ଟଙ୍କା ବ୍ୟାଙ୍କକୁ ଦେଇ ଋଣମୁକ୍ତ ହେବେ ?
ସମାଧାନ :
ପ୍ରଥମେ କମଳାର ଦୁଇବର୍ଷର ସମୂଳ ଚକ୍ରବୃଦ୍ଧି ନିରୂପଣ କରିବା ।
ଏଠାରେ ଋଣର ପରିମାଣ (P) = 26400 ଟଙ୍କା, ସୁଧହାର (R) = 15%, n = 2 ବର୍ଷ ।
∴ ସମୂଳ ଚକ୍ରବୃଦ୍ଧି (A) = \(P\left(1+\frac{\mathrm{R}}{100}\right)^{\mathrm{n}}=26400\left(1+\frac{15}{100}\right)^2\)
= 26400 × \(\frac{115}{10}\) × \(\frac{115}{10}\) = 34914 ଟଙ୍କା
4 ମାସର ସରଳ ସୁଧପାଇଁ ମୂଳଧନ (P) = 34914 ଟଙ୍କା,
ସୁଧହାର (R) = 15%, ସମୟ (T) = \(\frac{12}{4}\) ବର୍ଷ = \(\frac{1}{3}\) ବର୍ଷ
∴ ସୁଧ I = \(\frac{\text { PRT }}{100}=\frac{34914 \times 15 \times \frac{1}{3}}{100}=\frac{34914 \times 15 \times 1}{300}\)
ମୋଟ ଦେୟ = 34914 + 1745.70 6 = 36,659.70 ଟଙ୍କା
∴ 2 ବର୍ଷ 4 ମାସ ପରେ କମଳା 36,659.70 ଟଙ୍କା ବ୍ୟାଙ୍କକୁ ଦେଇ ଋଣମୁକ୍ତ ହେବେ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 7.
ବାର୍ଷିକ 4% ହାରରେ 6250.00 ଟଙ୍କା କେତେ ବର୍ଷପାଇଁ ବ୍ୟାଙ୍କରେ ଜମା ଦେଲେ 510 ଟଙ୍କା ସୁଧ ମିଳିବ ?
ସମାଧାନ :
ମୂଳଧନ (P) = 6250 ଟଙ୍କା, ଚକ୍ରବୃଦ୍ଧି ସୁଧ = 510 ଟଙ୍କା, ସୁଧହାର (R) = 4%
ସମୂଳ ଚକ୍ରବୃଦ୍ଧି (A) = P + ଚକ୍ରବୃଦ୍ଧି ସୁଧ = (6250 + 510) ଟଙ୍କା = 6760 ଟଙ୍କା
ମନେକର ସମୟ = n ବର୍ଷ । ଆମେ ଜାଣିଛୁ, A = \(P\left(1+\frac{\mathrm{R}}{100}\right)^{\mathrm{n}}\)
⇒ \(6760=6250\left(1+\frac{4}{100}\right)^{\mathrm{n}} \Rightarrow \frac{6760}{6250}=\left(1+\frac{1}{25}\right)^{\mathrm{n}}\)
⇒ \(\frac{676}{625}=\left(\frac{26}{25}\right)^{\mathrm{n}} \Rightarrow\left(\frac{26}{25}\right)^2=\left(\frac{26}{25}\right)^{\mathrm{n}} \Rightarrow \mathrm{n}=2\)
∴ ବ୍ୟାଙ୍କରେ 6250 ଟଙ୍କା 2 ବର୍ଷ ପାଇଁ ଜମାଦେଲେ 510 ଟଙ୍କା ଚକ୍ରବୃଦ୍ଧି ସୁଧ ମିଳିବ ।

Question 8.
କୌଣସି ମୂଳଧନର 5% ହାରରେ 3 ବର୍ଷର ସରଳସୁଧ 540 ଟଙ୍କା । ସେହି ମୂଳଧନର ସମାନ ସୁଧ ହାରରେ ଓ ସମାନ ସମୟରେ ଚକ୍ରବୃଦ୍ଧି ସୁଧ କେତେ ହେବ ?
ସମାଧାନ :
ଏଠାରେ ସୁଧହାର (R) = 5, ସମୟ (T) = 3 ବର୍ଷ, ସୁଧ (1) = 540 ଟଙ୍କା
ମନେକର ମୂଳଧନ = P ଟଙ୍କା
ମୂଳଧନ (P) = \(\frac{100 I}{RT}\) ଟଙ୍କା = \(\frac{100 × 540}{5×3}\) ଟଙ୍କା = 3600 ଟଙ୍କା
ପୁନଶ୍ଚ ମୂଳଧନ (P) = 3600 ଟଙ୍କା, ସୁଧହାର (R) = 5, ସମୟ (n) = 3
∴ ସମୂଳ ଚକ୍ରବୃଦ୍ଧି ସୁଧ (A) = \(P\left(1+\frac{R}{100}\right)^n\)
= \(3600\left(1+\frac{5}{100}\right)^3=3600 \times \frac{21}{20} \times \frac{21}{20} \times \frac{21}{20}\) ଟଙ୍କା = ଟ. 4167.45
∴ ଚକ୍ରବୃଦ୍ଧି ସୁଧ = ଟ. 4167.45 – ଟ. 3600.00 = ଟ. 567.45

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 9.
କୌଣସି ମୂଳଧନର 10% ହାରରେ 3 ବର୍ଷରେ ଚକ୍ରବୃଦ୍ଧି ସୁଧ ଓ ସରଳ ସୁଧର ପାର୍ଥକ୍ୟ ଟ. 93.00 । ମୂଳଧନ ନିର୍ଣ୍ଣୟ କର ।
ସମାଧାନ :
ମନେକର ମୂଳଧନ = P ଟଙ୍କା, ସୁଧର ହାର (R) = 10%, ସମୟ (T) = 3 ବର୍ଷ
∴ ସରଳ ସୁଧ (I) = \(\frac{PRT}{100}=\frac{P×10×3}{100}\) ଟଙ୍କା = \(\frac{3p}{10}\) ଟଙ୍କା
ଚକ୍ରବୃଦ୍ଧି ସୁଧ ପାଇଁ ମୂଳଧନ = P ଟଙ୍କା, ସୁଧର ହାର (R) = 10%, ସମୟ (n) = 3 ବର୍ଷ
∴ ସମୂଳ ଚକ୍ରବୃଦ୍ଧି ସୁଧ (A) = \(P\left(1+\frac{\mathrm{R}}{100}\right)^{\mathrm{n}}=\mathrm{P}\left(1+\frac{10}{100}\right)^3\)
= \(P\left(1+\frac{1}{10}\right)^3=P\left(\frac{11}{10}\right)^3=\frac{1331 P}{1000}\) ଟଙ୍କା ।
ଚକ୍ରବୃଦ୍ଧି ସୁଧ = A – P = \(\frac{1331 P}{1000}\) – P = 1331 P – 1000 P = 331 P ଟଙ୍କା ।
ପ୍ରଶ୍ବାନୁସାରେ, \(\frac{331 P}{1000}-\frac{3 P}{10}\) = 93 ⇒ \(\frac{331 P-300 P}{1000}\) = 93
⇒ 31P = 93000 ⇒ P = \(\frac{93000}{31}\) = 3000
∴ ନିର୍ମେୟ ମୂଳଧନ 3000 ଟଙ୍କା ।

Question 10.
ସୁଧ 6 ମାସ ଅନ୍ତରରେ ଦେୟ ବାର୍ଷିକ 12.5% ହାରରେ 2560 ଟଙ୍କାର \(1 \frac{1}{2}\) ବର୍ଷର ସମୂଳ ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ମୂଳଧନ (P) = 2560 ଟଙ୍କା, ସୁଧହାର (R) = %
(∵ ବାର୍ଷିକ ସୁଧହାର 12.5% ବା \(12 \frac{1}{2}\)% ହେଲେ, 6 ମାସର ସୁଧ ହାର = 25×1-25%)
ସମୟ (n) = 3 (ପ୍ରତି 6 ମାସ ଏକକ ସମୟ)
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c) - 1
∴ ନିଶ୍ଚେୟ ସମୂଳ ଚକ୍ରବୃଦ୍ଧି ସୁଧ \(3070 \frac{5}{8}\) ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 11.
ସୁଧ 6 ମାସ ଅନ୍ତରରେ ଦେୟ ବାର୍ଷିକ 14% ହାରରେ 5000 ଟଙ୍କାର \(1 \frac{1}{2}\) ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ବାର୍ଷିକ ସୁଧର ହାର 14% ହେଲେ 6 ମାସର ସୁଧହାର (R) = \(\frac{14}{2}\)% = 7%
ଏଠାରେ ମୂଳଧନ (P) = 5000 ଟଙ୍କା, ସୁଧହାର (R) = 7%, ସମୟ (n) = 3 (ପ୍ରତି 6 ମାସ ଏକକ ସମୟ)
∴ ସମୂଳ ଚକ୍ରବୃଦ୍ଧି ସୁଧ = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=5000\left(1+\frac{7}{100}\right)^3\)
= \(5000 \times\left(\frac{107}{100}\right)^3=5000 \times \frac{107 \times 107 \times 107}{100 \times 100 \times 100}\) = ଟ. 6125.22
ଚକ୍ରବୃଦ୍ଧି ସୁଧ = A – P = ଟ. 6125.22 – ଟ. 5000.00 = ଟ. 1125.22
∴ ଚକ୍ରବୃଦ୍ଧି ସୁଧ ଟ. 1125.22 ।

Question 12.
ସୁଧ 4 ମାସ ଅନ୍ତରରେ ଦେୟ ସର୍ଭରେ ଜଣେ ବ୍ୟକ୍ତି ବାର୍ଷିକ 10% ହାରରେ 1 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ବାର୍ଷିକ ସୁଧର ହାର 10% ହେଲେ, 4 ମାସର ସୁଧହାର = \(\frac{10}{3}\)
ମନେକର ମୂଳଧନ = P ଟଙ୍କା, ସୁଧର ହାର (R) = \(\frac{10}{3}\), ସମୟ 4 ମାସ = \(\frac{12}{4}\) = 3
∴ ସମୂଳ ଚକ୍ରବୃଦ୍ଧି ସୁଧ (A) = \(P\left(1+\frac{\mathrm{R}}{100}\right)^{\mathrm{n}}=\mathrm{P}\left(1+\frac{10}{300}\right)^3=P\left(1+\frac{1}{30}\right)^3\)
= \(\frac{31}{30} \times \frac{31}{30} \times \frac{31}{30} \mathrm{P}=\frac{29791}{27000}\) P ଟଙ୍କା
ଚକ୍ରବୃଦ୍ଧି ସୁଧ = A – P = \(\frac{29791}{27000}\) P – P = \(\frac{29791-27000}{27000}\) P ଟଙ୍କା = \(\frac{2791}{27000}\) P ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 13.
ଗୋଟିଏ ଘରର ମୂଲ୍ୟ 2,00,000 ଟଙ୍କା । ପ୍ରତିବର୍ଷ ଏହାର ମୂଲ୍ୟ % ହାରରେ ହ୍ରାସପାଏ; ତେବେ 3 ବର୍ଷ ପରେ ଏହାର ହ୍ରାସପ୍ରାପ୍ତ ମୂଲ୍ୟ କେତେ ହେବ ?
ସମାଧାନ :
ପ୍ରାରମ୍ଭିକ ମୂଲ୍ୟ (P) = 200000 ଟଙ୍କା, ହାର (R) = 6%, ସମୟ (n) = 3 ବର୍ଷ
3 ବର୍ଷ ପରବର୍ତ୍ତୀ ମୂଲ୍ୟ (A) = \(\mathrm{P}\left(1-\frac{\mathrm{R}}{100}\right)^{n}=200000\left(1-\frac{6}{100}\right)^3=200000\left(1-\frac{3}{50}\right)^3\)
= \(200000\left(\frac{47}{50}\right)^3=200000 \times \frac{47}{50} \times \frac{47}{50} \times \frac{47}{50}\) = ଟ. 166116.80
∴ 3 ବର୍ଷ ପରେ ଘରର ହ୍ରାସପ୍ରାପ୍ତ ମୂଲ୍ୟ ଟ.166116.80 ହେବ ।

Question 14.
ଗୋଟିଏ ଗ୍ରାମର ଲୋକସଂଖ୍ୟା 20,000 । ପ୍ରତିବର୍ଷ ଏହାର ଲୋକ ସଂଖ୍ୟା 7% ବୃଦ୍ଧି ପାଇଲେ ଦୁଇ- ବର୍ଷପରେ ଲୋକସଂଖ୍ୟା କେତେ ହେବ ?
ସମାଧାନ :
ଏଠାରେ ପ୍ରାରମ୍ଭିକ ମୂଲ୍ୟ (P) = 20,000, ବାର୍ଷିକ ବୃଦ୍ଧି ହାର (R) = 7%, ସମୟ (n) = 2 ବର୍ଷ
2 ବର୍ଷ ପରେ ବୃଦ୍ଧିପ୍ରାପ୍ତ ଲୋକସଂଖ୍ୟା (A) = \(\mathrm{P}\left(1+\frac{\mathrm{R}}{100}\right)^{n}=20000\left(1+\frac{7}{100}\right)^2=20000\left(\frac{107}{100}\right)^2\)
= \(20000 \times \frac{107}{100} \times \frac{107}{100}=22898\)
∴ 2 ବର୍ଷ ପରେ ଉକ୍ତ ଗ୍ରାମର ଲୋକସଂଖ୍ୟା 22898 ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 15.
ଗୋଟିଏ ମଟର ସାଇକେଲର କ୍ରୟମୂଲ୍ୟ ଟ.42,000 । ପ୍ରତିବର୍ଷ ପରେ ଏହାର ମୂଲ୍ୟ 8% ହାରରେ ହ୍ରାସ – ପାଏ; ତେବେ 2 ବର୍ଷ ପରେ ମଟର ସାଇକେଲ ମୂଲ୍ୟ କେତେ ହେବ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ପ୍ରାରମ୍ଭିକ ମୂଲ୍ୟ (P) = 42000 ଟଙ୍କା, ହାର (R) = 8%, ସମୟ (n) = 2 ବର୍ଷ
∴ ଦୁଇବର୍ଷ ପରେ ଏହାର ଦାମ୍ (A) = \(P\left(1-\frac{R}{100}\right)^n=42000\left(1-\frac{8}{100}\right)^2\) ଟଙ୍କା
= \(42000 \times \frac{92}{100} \times \frac{92}{100}\) ଟଙ୍କା = 35548.80 ଟଙ୍କା ।
∴ 2 ବର୍ଷ ପରେ ମଟର ସାଇକେଲର ମୂଲ୍ୟ ଟ. 35548.80 ହେବ ।

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Odisha State Board BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Question 1.
ନିମ୍ନସ୍ଥ ଶୂନ୍ୟସ୍ଥାନଗୁଡ଼ିକୁ ପୂରଣ କର ।
(a) ଲେଖଚିତ୍ରର ଆନୁଭୂମିକ ଅକ୍ଷକୁ ________ କୁହାଯାଏ ।
(b) ଲେଖଚିତ୍ରର ଭୂଲମ୍ବ ଅକ୍ଷକୁ ________ କୁହାଯାଏ ।
(c) ମୂଳବିନ୍ଦୁର ସ୍ଥାନାଙ୍କ ________ |
(d) (0,5) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁଟି ________ ଅକ୍ଷ ଉପରେ ଅବସ୍ଥାନ କରିବ ।
(e) (3,0) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁଟି ________ ଅକ୍ଷ ଉପରେ ଅବସ୍ଥାନ କରିବ ।
(f) X- ଅକ୍ଷରେ ଅବସ୍ଥାନ କରୁଥିବା ଗୋଟିଏ ବିନ୍ଦୁର Y- ସ୍ଥାନାଙ୍କ ________ |
(g) Y- ଅକ୍ଷରେ ଅବସ୍ଥାନ କରୁଥିବା ଗୋଟିଏ ବିନ୍ଦୁର X- ସ୍ଥାନାଙ୍କ ________ |
(h) (3, 4) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁର ଭୁଜ ________ |
(i) (0, 1) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁର କୋଟି ________ |
(j) A(3,2), B(0,2), C(3,0) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁର ଭୁଜ ________ X-ଅକ୍ଷରେ ଅବସ୍ଥାନ କରିବ ।
Solution:
(a) X-ଅକ୍ଷ
(b) Y-ଅକ୍ଷ
(c) (0,0)
(d) Y-ଅକ୍ଷ
(e) X-ଅକ୍ଷ
(f) 0
(g) 0
(h) 3
(i) 1
(j) C (3,0)

Question 2.
ଦର ସ୍ଥାନାକ ବିଶିଷ୍ଟ ଦିନ୍ଦୁମାନକ ଏକ କେଖ କାଶଳରେ ଚିନଟ କର |
A(3, 0), B(5, 2), C(1, 4), D(0, 6) 16° E(2, 2)
ସମାଧାନ :
BSE Odisha 8th Class Maths Solutions Algebra Chapter 10 Img 19

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Question 3.
ଜିମ୍ନଲିଖର ପ୍ରେତ୍ରରେ କର ମାନ।କବିଶିକ୍ଷ୍ମ ଲେଖା କାଗ ଏବଂ ବିନ୍ଦୁଣୁଡିକୁ ତୁଲାଇ ସାହାଯ୍ୟରେ ସୋଇ କର |
(a) (1,1), (2,2), (3,3) ଏବଂ (4,4)
(b) (2,0), (5,0), (1,0) ଏବଂ (3,0)
(c) (0,2), (0,4), (0,3) ଏବଂ (0,5)
Solution:
BSE Odisha 8th Class Maths Solutions Algebra Chapter 10 Img 20
BSE Odisha 8th Class Maths Solutions Algebra Chapter 10 Img 21
BSE Odisha 8th Class Maths Solutions Algebra Chapter 10 Img 22

Question 4.
(a) X-ଅକ୍ଷ ସହ ସମାନ୍ତର କରି ଏକ ରେଖା ଅଙ୍କନ କର ଏବଂ ଏହା ଉପରିସ୍ଥ ଯେ କୌଣସି ପାଞ୍ଚଗୋଟି ବିନ୍ଦୁ ଚିହ୍ନଟ କରି ସେଗୁଡ଼ିକର ସ୍ଥାନଙ୍କ ଲେଖ । ସେ ସ୍ଥାନାଙ୍କଗୁଡ଼ିକରେ କେଉଁ ସାଧାରଣ ଧର୍ମ ପରିଲକ୍ଷିତ ହେଉଛି ଲେଖ ।
(b) Y-ଅକ୍ଷ ସହ ସମାନ୍ତର କରି ଏକ ରେଖା ଅଙ୍କନ କର ଏବଂ ଏହା ଉପରିସ୍ଥ ଯେ କୌଣସି ପାଞ୍ଚଗୋଟି ବିନ୍ଦୁ ଚିହ୍ନଟ କରି ସେଗୁଡ଼ିକର ସ୍ଥାନଙ୍କ ଲେଖ । ସେ ସ୍ଥାନାଙ୍କଗୁଡ଼ିକରେ କେଉଁ ସାଧାରଣ ଧର୍ମ ପରିଲକ୍ଷିତ ହେଉଛି ଲେଖ ।
Solution:
BSE Odisha 8th Class Maths Solutions Algebra Chapter 10 Img 23
A (0, 3), B (1, 3), C (2, 3), D (3, 3), ଓ E (4, 3)
X-ଅକ୍ଷ ସହ ସମାନ୍ତରଭାବେ ଅଙ୍କିତ ସରଳରେଖା ଉପରିସ୍ଥ ସମସ୍ତ ବିନ୍ଦୁମାନଙ୍କର Y ସ୍ଥାନାଙ୍କ ସହ ସମାନ ।

BSE Odisha 8th Class Maths Solutions Algebra Chapter 10 Img 24
A(4, 0), B (4, 1), C (4, 2), D (4, 3) E (4, 4)
Y-ଅକ୍ଷ ସହ ସମାନ୍ତରଭାବେ ଅଙ୍କିତ ସରଳରେଖା ଉପରିସ୍ଥ ସମସ୍ତ ବିନ୍ଦୁମାନଙ୍କର X-ସ୍ଥାନାଙ୍କ ସହ ସମାନ ।

Question 5.
ନିମ୍ନରେ କେତେଗୁଡ଼ିଏ ବର୍ଗଚିତ୍ରର ବାହୁର ଦୈର୍ଘ୍ୟ ଦିଆଯାଇଛି । ସେଗୁଡ଼ିକର ପରିସୀମା ସ୍ଥିର କର । ବର୍ଗଚିତ୍ରର ବାହୁର ଦୈର୍ଘ୍ୟ ଓ ସଂପୃକ୍ତ ପରିସୀମାକୁ ଯଥାକ୍ରମେ X ସ୍ଥାନାଙ୍କ ଓ Y ସ୍ଥାନାଙ୍କ ରୂପେ ନେଇ ଲେଖ-କାଗଜରେ ବିନ୍ଦୁଗୁଡ଼ିକର ସଂସ୍ଥାପନ କର ଏବଂ ସେଗୁଡ଼ିକୁ ରୁଲାର୍ ସାହାଯ୍ୟରେ ଯୋଗ କରି ଦେଖ ଯେ, ବିନ୍ଦୁଗୁଡ଼ିକ ଏକ ରେଖା ଉପରେ ଅବସ୍ଥାନ କରିବେ ।
ବାହୁର ଦୈର୍ଘ୍ୟ : 2 ସେ.ମି., 3 ସେ.ମି., 4 ସେ.ମି. ଏବଂ 5 ସେ.ମି. |
Solution:
∴ ବର୍ଗଚିତ୍ରର ପରିସୀମା = 4 × ବାହୁର ଦୈର୍ଘ୍ୟ
BSE Odisha 8th Class Maths Solutions Algebra Chapter 10 Img 25
ବିନ୍ଦୁଗୁଡ଼ିକର ଉପରେ A(2, 8), B(3, 12), C(4, 16), D (5, 20) |
BSE Odisha 8th Class Maths Solutions Algebra Chapter 10 Img 26

Question 6.
ନିମ୍ନ ସାରଣୀଟି 3 ର ଗୁଣିତକମାନଙ୍କୁ ଦର୍ଶାଏ ।
BSE Odisha 8th Class Maths Solutions Algebra Chapter 10 Img 27
(1, 3), (2, 6), (3, 9) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁଗୁଡ଼ିକୁ ଲେଖକାଗଜରେ ଚିହ୍ନଟ କରି ସେଗୁଡ଼ିକୁ ରୁଲାର୍ ସାହାଯ୍ୟରେ ଯୋଗ କର । ଦର୍ଶାଅ ଯେ, ଚିହ୍ନିତ ପ୍ରତ୍ୟେକ ବିନ୍ଦୁ ଏକରେଖୀୟ ହେବେ ।
Solution:
BSE Odisha 8th Class Maths Solutions Algebra Chapter 10 Img 28
∴ A (1, 3), B (2, 6) ଓ C (5, 15) ଦିନ୍ଦୁତ୍ରୟ ଏକ ଲେଖାଯା |

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Question 7.
ଗୋଟିଏ ଲୁହାକୁ ଉତ୍ତପ୍ତ କରାଗଲା । ନିମ୍ନ ସାରଣୀରେ ସମୟ ବ୍ୟବଧାନ ଏବଂ ତାପମାତ୍ରାକୁ ଲିପିବଦ୍ଧ କରାଯାଇଛି । (ସମୟ, ତାପମାତ୍ରା) ଆଧାରରେ ବିନ୍ଦୁଗୁଡ଼ିକୁ ଲେଖକାଗଜରେ ଚିହ୍ନଟ କରି ଦର୍ଶାଅ ଯେ, ଏହା ଏକ ସରଳରେଖୀୟ ଲେଖଚିତ୍ର ।
BSE Odisha 8th Class Maths Solutions Algebra Chapter 10 Img 29
ଲେଖଚିତ୍ରଟି ଅଙ୍କନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(a) t = 0 ସମୟରେ ତାପମାତ୍ରା କେତେ ଥିଲା ?
(b) t = 6 ସମୟରେ ତାପମାତ୍ରା କେତେ ଥିଲା ?
Solution:
BSE Odisha 8th Class Maths Solutions Algebra Chapter 10 Img 30
A (2, 9), B (5, 25), C (7, 29) ଓ D (12, 39) ଦିନ୍ଦୁତ୍ରୟ ଏକ ଲେଖାଯା |
(a) t = 0 ସମୟରେ ତାପମାତ୍ରା ଥିଲା 15° C |
(b) t = 6 ସମୟରେ ତାପମାତ୍ରା ଥିଲା 27° C |

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4

Odisha State Board BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4

Question 1. 
65610 ସଂଖ୍ୟାଟି 27 ଦ୍ୱାରା ବିଭାଜ୍ୟ । 65610ର ନିକଟତମ ଏପରି ଦୁଇଟି ସଂଖ୍ୟା ବାହାର କର ଯାହା 27 ଦ୍ବାରା ବିଭାଜ୍ୟ ଅଟେ ।
ସମାଧାନ:
65610 ସଂଖ୍ୟାଟି 27 ଦ୍ବାରା ବିଭାଜ୍ୟ ।
65610 +27= 65637 8 65610 – 27 = 65583
∴ 65610 ର ନିକଟତମ ସଂଖ୍ୟାଦ୍ଵୟ 65637 ଓ 65583, 27 ଦ୍ଵାରା ବିଭାଜ୍ୟ ଅଟେ ।

Question 2.
ଦୁଇଟି କ୍ରମିକ ସଂଖ୍ୟାର ଗ.ସା.ଗୁ. ନିର୍ଣ୍ଣୟ କର ।
ସମାଧାନ:
ଦୁଇଟି କ୍ରମିକ ସଂଖ୍ୟାର ଗ.ସା.ଗୁ 1 ଅଟେ ।
କାରଣ ଦୁଇଟି ପାଖାପାଖ୍ ସଂଖ୍ୟା ପରସ୍ପର ମୌଳିକ ଅଟନ୍ତି । 
ପରସ୍ପର ମୌଳିକ ସଂଖ୍ୟାମାନଙ୍କର ଗ.ସା.ଗୁ. 1 ଅଟେ ।

Question 3.
କେଉଁ ବୃହତ୍ତମ ସଂଖ୍ୟା ଦ୍ୱାରା 245 ଓ 1029 କୁ ଭାଗକଲେ ପ୍ରତ୍ୟେକ ସ୍ଥଳରେ 5 ଭାଗଶେଷ ରହିବ? 
ସମାଧାନ:
ପ୍ରତ୍ୟେକ କ୍ଷେତ୍ରରେ 5 ଭାଗଶେଷ ରହୁଥ‌ିବାରୁ ସଂଖ୍ୟାଗୁଡ଼ିକରୁ 5 ବିୟୋଗକଲେ ବିଭାଜ୍ୟ ହେବ ।
245 – 5 = 240; 1029 – 5 = 1024
240 ଓ 1024 ର ଗ.ସା.ଗୁ. ନିଶ୍ଚୟ କରିବାକୁ ହେବ ।
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4
∴ 240 1024 ର ଗ.ସା.ଗୁ. = 16
∴ 245 ଓ 21029 କୁ 16 ଦ୍ବାରା ଭାଗକଲେ ପ୍ରତ୍ୟେକ ସ୍ଥଳରେ 5 ଭାଗଶେଷ ରହିବ ।

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4

Question 4.
ଦୁଇଟି ଟ୍ୟାଙ୍କରରେ ଯଥାକ୍ରମେ 850 ଲିଟର ଓ 680 ଲିଟର ପେଟ୍ରୋଲ ଆସେ । ତୁମେ ଏଭଳି ପେଟ୍ରୋଲ ରଖୁବା ପାତ୍ର ଆଣିବ ଯେଉଁଥ‌ିରେ ପ୍ରତ୍ୟେକ ଟ୍ୟାଙ୍କରରେ ପେଟ୍ରୋଲ ପୂର୍ଣ୍ଣଥରରେ ମାପ କରିହେବ ।
ସମାଧାନ:
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4 1
850 ଓ 680 ର ଗ.ସା.ଗୁ. = 170
170 ର ଗୁଣନୀୟକ ହେଲା – 1, 2, 5, 10, 17, 34, 85 ଓ 170
∴ 1ଲି., 2ଲି., 5ଲି., 10ଲି., 17ଲି., 34ଲି. 85ଲି. ଓ 170ଲି. ମାପ ବିଶିଷ୍ଟ ପାତ୍ରମାନଙ୍କରେ ଟ୍ୟାଙ୍କରରେ ପେଟ୍ରୋଲକୁ ପୂର୍ଣ୍ଣଥରରେ ମାପ କରିହେବ ।
ସର୍ବାଧ୍ଵ 170 ଲିଟର ପେଟ୍ରୋଲ୍ ଧରୁଥିବା ପାତ୍ରରେ ଦୁଇ ଟ୍ୟାଙ୍କରର ପେଟ୍ରୋଲ୍‌କୁ ପୂର୍ଣ୍ଣ ଥରରେ ମାପିହେବ ।

Question 5.
କେଉଁ ବୃହତ୍ତମ ସଂଖ୍ୟା ଦ୍ୱାରା 398, 436 ଓ 542 କୁ ଭାଗକଲେ ଯଥାକ୍ରମେ 7, 11 ଓ 15 ଭାଗଶେଷ ବଳିବ ? 
ସମାଧାନ:
398, 436 ଓ 542 ରୁ ଯଥାକ୍ରମେ 7, 11 ଓ 15 ବିୟୋଗକଲେ ସଂଖ୍ୟାଗୁଡ଼ିକ ହେବ
398 – 7391, 436 – 11 = 425, 542 – 15 = 527
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4 2
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4 3
∴ 391, 425 ଓ 527 ଗ.ସା.ଗୁ. = 17 
∴ ନିର୍ୟୟ ବୃହତ୍ତମ ସଂଖ୍ୟାଟି 17 

Question 6. 
ଗୋଟିଏ କୋଠରିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ 5 ମି. 25 ସେମି., ମି. 75, ସେ.ମି. ଓ 4 ମି. 50 ସେ.ମି. ଅଟେ । ତୁମେ ଏଭଳି ଏକ ବୃହତ୍ତମ ବାଡ଼ି ଠିକ୍ କର ଯେଉଁଥରେ କୋଠରିର ଲମ୍ବ, ପ୍ରସ୍ଥ ଓ ଉଚ୍ଚତା ପୂର୍ଣ୍ଣଥରରେ ମପାଯାଇପାରିବ ।
ସମାଧାନ:
କୋଠରିର  = 5 ମି. 25 ସେ.ମି. = 525 ସେ.ମି.
ପ୍ରସ୍ଥ = 6 ମି.75 ସେ.ମି. = 675 ସେ.ମି. ଓ ଉଚ୍ଚତା = 4 ମି.. 50 ସେ.ମି. = 450 ସେ.ମି.
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4 4
525, 675 ଓ 450 ର ଗ.ସା.ଗୁ. = 75
∴ ସବୁଠାରୁ ବଡ 75 ସେ.ମି. ବାଡ଼ିରେ କୋଠିରର ଲମ୍ବ, ପ୍ରସ୍ଥ ଓ ଉଚ୍ଚତା ପୂର୍ଣ୍ଣଥରରେ ମପାଯାଇପାରିବ ।

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4

Question 7. 
ଉଦାହରଣ ନେଇ ପ୍ରତ୍ୟେକ ଉକ୍ତି ଠିକ୍ କି ନାହିଁ ପରୀକ୍ଷା କର (ପ୍ରତ୍ୟେକ ଉକ୍ତି ପାଇଁ ତିନୋଟି ଉଦାହରଣ ନିଅ) ।

(କ) ଦୁଇଟି ଭିନ୍ନ ମୌଳିକ ସଂଖ୍ୟାର ଗ.ସା.ଗୁ 1 ଅଟେ।
ସମାଧାନ:
3 ଓ 5, 5 ଓ 7, 11 ଓ 13 ର ଗ.ସା.ଗୁ. 1 । ତେଣୁ ଉକ୍ତିଟି ଠିକ୍ ଅଟେ ।

(ଖ) ଦୁଇଟି ପରସ୍ପର ମୌଳିକ ସଂଖ୍ୟାର ଗ.ସା.ଗୁ 1 ଅଟେ ।
ସମାଧାନ:
4 ଓ 5, 6 ଓ 7, 8 ଓ 9 ପରସ୍ପର ମୌଳିକ ସଂଖ୍ୟାମାନଙ୍କର ଗ.ସା.ଗୁ. 1 ଅଟେ ।
ତେଣୁ ଉକ୍ତିଟି ଠିକ୍ ଅଟେ ।

(ଗ) ଗୋଟିଏ ଯୁଗ୍ମ ସଂଖ୍ୟା ଓ ଗୋଟିଏ ଅଯୁଗ୍ମ ସଂଖ୍ୟାର ଗ.ସା.ଗୁ. ଗୋଟିଏ ଯୁଗ୍ମ ସଂଖ୍ୟା ହୁଏ ।
ସମାଧାନ:
6 ଓ 15 ର ଗ.ସା.ଗୁ 3 । 10 ଓ 25 ର ଗ.ସା.ଗୁ. 5 । 14 ଓ 35 ର ଗ.ସା.ଗୁ 7 ।
ତେଣୁ ଉକ୍ତିଟି ଭୁଲ୍ ଅଟେ ।

(ଘ) ଦୁଇଟି କ୍ରମିକ ଯୁଗ୍ମ ସଂଖ୍ୟାର ଗ.ସା.ଗୁ. 2 । 
ସମାଧାନ:
4 ଓ 6 ର ଗ.ସା.ଗୁ. 2 ।  24 26 ର ଗ.ସା.ଗୁ. 2 । 80 82 ର ଗ.ସା.ଗୁ. 2 ।
ତେଣୁ ଉକ୍ତିଟି ଠିକ୍ ଅଟେ ।

(ଙ) ଦୁଇଟି କ୍ରମିକ ଅଯୁଗ୍ମ ସଂଖ୍ୟାର ଗ.ସା.ଗୁ. 2 ।
ସମାଧାନ:
15 ଓ 17 ର ଗ.ସା.ଗୁ 1 । 21 23 ର ଗ.ସା.ଗୁ । 9 ଓ 11 ର ଗ.ସା.ଗୁ 1 ।
ତେଣୁ ଉକ୍ତିଟି ଭୁଲ୍ ଅଟେ ।

CHSE Odisha Class 12 History Chapter 4 Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 4 ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଧର୍ମୀୟ ସଂସ୍କାର ଆନ୍ଦୋଳନ-ଜୈନଧର୍ମ, ବୌଦ୍ଧଧର୍ମ  Long Answer Questions.

CHSE Odisha 12th Class History Chapter 4 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ବର୍ତ୍ତମାନ ମହାବୀରଙ୍କ ଜୀବନୀ ଓ ନୀତିବାଣୀ ସମ୍ପର୍କରେ ଆଲୋଚନା କର ।
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀବେଳକୁ ପରବର୍ତୀ ବୈଦିକ ଯୁଗର ଅନ୍ତିମ ପର୍ଯ୍ୟାୟରେ ବର୍ଦ୍ଧମାନ ମହାବୀର ତାଙ୍କର ଧର୍ମବାଣୀ ପ୍ରଚାର କରି ମାନବ ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ ।

  • ଜୀବନୀ – ଖ୍ରୀ.ପୂ. ୫୪୦ରେ ବୈଶାଳୀର କୁନ୍ଦଗ୍ରାମରେ ଏକ ଜ୍ଞାତ୍ରିକ କ୍ଷତ୍ରିୟ ପରିବାରରେ ବର୍ତ୍ତମାନ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ସିଦ୍ଧାର୍ଥ ଓ ମାତାଙ୍କ ନାମ ତ୍ରିଶଳା ଥିଲା । ବର୍ଷମାନଙ୍କ ବାଲ୍ୟଜୀବନ ରାଜକୀୟ ପ୍ରାଚୁର୍ଯ୍ୟ ମଧ୍ୟରେ କଟିଥିଲା । ପିତା ସିଦ୍ଧାର୍ଥ ବର୍ଷମାନଙ୍କୁ ବିଭିନ୍ନ ଶାସ୍ତ୍ର, ଦର୍ଶନ, ଯୁଦ୍ଧବିଦ୍ୟା ଓ ରାଜ୍ୟ ଶାସନ ଉପରେ ଉପଯୁକ୍ତ ଶିକ୍ଷା ପ୍ରଦାନ କରିଥିଲେ । ଯୌବନାବସ୍ଥାରେ ବର୍ଷମାନଙ୍କୁ ରାଜକୁମାରୀ ଯଶୋଦାଙ୍କ ସହିତ ବିବାହ କରାଇ ଦିଆଯାଇଥିଲା । ସେ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରିଥିଲେ । ତାଙ୍କର ପ୍ରିୟଦର୍ଶିନୀ ନାମକ ଏକ କନ୍ୟା ଜାତ ହୋଇଥିଲା । କ୍ରମେ ସାଂସାରିକ ଜୀବନ ତାଙ୍କୁ ଚିନ୍ତାଶୀଳ କରିଥିଲା । ଏହାପରେ ସେ ସାଂସାରିକ ବନ୍ଧନ ପ୍ରତି ବୀତସ୍ପୃହ ହୋଇ ୩୦ ବର୍ଷ ବୟସରେ ଗୃହତ୍ୟାଗ କରିଥିଲେ । ଏହାପରେ ସେ ଦୀର୍ଘ ୧୨ ବର୍ଷ କଠୋର ତପସ୍ୟାରେ ନିମଗ୍ନ ହେଲେ । ସେ କିନ୍ତୁ ଥିଲେ ନିର୍ବିକାର । ଶେଷରେ ୪୨ ବର୍ଷ ବୟସରେ ରଜ୍ଜୁପାଳିକା ନଦୀତଟରେ କଠୋର ତପସ୍ୟା ପରେ ସେ ଦିବ୍ୟଜ୍ଞାନ ଲାଭ କଲେ । ସେ କେବଳୀନ୍, ଜୀନ ବା ରିପୁଜୟୀ ଏବଂ ମହାବୀର ନାମରେ ଖ୍ୟାତିଲାଭ କଲେ । କୈବଲ୍ୟ ଲାଭ ପରେ ସେ ତାଙ୍କର ଧର୍ମବାଣୀ ପ୍ରଚାର ପାଇଁ ଭାରତର ବିଭିନ୍ନ ଅଞ୍ଚଳକୁ ଯାତ୍ରା କରିଥିଲେ । ଦୀର୍ଘ ୩୦ ବର୍ଷକାଳ ସେ ମଗଧ, ଅବନ୍ତୀ, ଶ୍ରାବସ୍ତୀ, ମିଥୁଳା, ଚମ୍ପା, ବୈଶାଳୀ ଓ ରାଜଗୃହ ଆଦି ସ୍ଥାନରେ ଧର୍ମପ୍ରଚାର କରିଥିଲେ । ମଗଧର ରାଜା ବିମ୍ବିସାର ଓ ତାଙ୍କ ପୁତ୍ର ଅଜାତଶତ୍ରୁ, ରାଣୀ ଚେଲ୍‌ ପ୍ରଭୃତିଙ୍କ ସହ ବହୁ ରାଜକର୍ମଚାରୀ ଜୈନଧର୍ମ ଗ୍ରହଣ କରିଥିଲେ । ଶେଷରେ ସେ ଖ୍ରୀ.ପୂ. ୪୬୮ରେ ପାବା ନାମକ ସ୍ଥାନରେ ଇହଲୀଳା ସମ୍ବରଣ କରିଥିଲେ । ମହାବୀରଙ୍କ ଶିଷ୍ୟମାନେ ନିର୍ଗ୍ରନ୍ଥ ନାମରେ ପରିଚିତ ହେଲେ ।

BSE Odisha

  • ଧର୍ମବାଣୀ – ଜୈନଧର୍ମର ୨୩ ତମ ତୀର୍ଥଙ୍କର ଥିଲେ ପାର୍ଶ୍ଵନାଥ । ସେ ଚାରୋଟି ସତ୍ୟ ଉପସ୍ଥାପନା କରିଥିଲେ । ସେଗୁଡ଼ିକ ହେଲା– ଅହିଂସା, ସତ୍ୟ, ଅଚୌର୍ଯ୍ୟ ଓ ଅପରିଗ୍ରହ । ମହାବୀର ପଞ୍ଚମ ବ୍ରତ ‘ବ୍ରହ୍ମଚର୍ଯ୍ୟ’ ଏଥିରେ ଯୋଗ କରିଥିଲେ । ଏହା ‘ପଞ୍ଚ ମହାବ୍ରତ’ ନାମରେ ପ୍ରସିଦ୍ଧ । ମାନବର ଶୁଦ୍ଧ ଓ ପବିତ୍ର ଜୀବନ ପାଇଁ ଏହି ପଞ୍ଚ ମହାବ୍ରତ ଆବଶ୍ୟକ ବୋଲି ମହାବୀର ମତପୋଷଣ କରିଥିଲେ ।
  • ତ୍ରିରନୁ – ଶୁଦ୍ଧପୂତ ଜୀବନଯାପନ ନିମିତ୍ତ ମହାବୀର ତିନୋଟି ନୀତିର ଅବତାରଣା କରିଥିଲେ । ସେଗୁଡ଼ିକ ହେଲା- ସମ୍ୟକ୍ ବିଶ୍ଵାସ, ସମ୍ୟକ୍ ଜ୍ଞାନ ଓ ସମ୍ୟକ୍ ଚରିତ୍ର । ଏହି ତିନୋଟି ନୀତିକୁ ଜୈନଧର୍ମର ତ୍ରିରନୁ କୁହାଯାଏ । ଏହି ତିନୋଟି ନୀତି ଅବଲମ୍ବନ କଲେ ମନୁଷ୍ୟର ଚିତ୍ତ ଶୁଦ୍ଧ ହୋଇଥାଏ ।
  • ଜୀବତତ୍ତ୍ଵ – ମହାବୀର ‘ଜୀବ’ ଓ ‘ଅଜୀବ’ ଦୁଇଟି ଉପାଦାନର ଅବତାରଣା କରିଥିଲେ । ‘ଜୀବତତ୍ତ୍ଵ’ ଓ ‘ଅଜୀବ ତତ୍ତ୍ୱ’ରୁ ଆତ୍ମା ବିଷୟରେ ଧାରଣା ଜାତ ହୋଇଥାଏ । ଆତ୍ମା ହେଉଛି ଜୀବନର ଆଧାର । ଆତ୍ମାର ଲକ୍ଷ୍ୟ ହେଉଛି କର୍ମବନ୍ଧନରୁ ମଣିଷକୁ ମୁକ୍ତ କରିବା । ଏଣୁ କେବଳ ଜ୍ଞାନ ଓ ଧ୍ୟାନଦ୍ଵାରା ମଣିଷ ଏହା ଲାଭ କରିବାକୁ ସକ୍ଷମ ହୋଇପାରିବ ।
  • କର୍ମବାଦ ଓ କୈବଲ୍ୟ – ମହାବୀର କର୍ମବାଦର ପ୍ରବକ୍ତା ଥିଲେ । ମଣିଷକୁ ତା’ ନିଜ କର୍ମଦ୍ଵାରାହିଁ ସାଧନା ମିଳିଥାଏ । ମାନବର କର୍ମ ତାହାର ଭଲ ଓ ମନ୍ଦ ପାଇଁ ଦାୟୀ । କର୍ମଫଳରୁ ରକ୍ଷା ପାଇବା କାହାରି ପକ୍ଷରେ ସମ୍ଭବ ନୁହେଁ । ନିଜର ମନ୍ଦ ବା ପାପକର୍ମ ପାଇଁ ସେ କଷ୍ଟ ଭୋଗ କରିଥାଏ । କେବଳ ସୁକର୍ମହିଁ ସୁଫଳ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆତ୍ମା ବନ୍ଧନରୁ ମୁକ୍ତ ହୋଇଥାଏ । ପବିତ୍ର ଓ ଶୁଦ୍ଧପୂତ ଜୀବନଯାପନହିଁ ମନୁଷ୍ୟକୁ ପୁନର୍ଜନ୍ମରୁ ମୁକ୍ତି ଦେଇଥାଏ । କାମ, କ୍ରୋଧ, ହିଂସା, ଘୃଣା ଓ ଲୋଭ ପ୍ରଭୃତି ପରିହାର କରିପାରିଲେ ଆତ୍ମଶୁଦ୍ଧି ଘଟିଥାଏ । ସମସ୍ତ ଦୁଷ୍କର୍ମରୁ ମୁକ୍ତ ହେଲେ ମାନବର ଆତ୍ମା ଦିବ୍ୟରୂପରେ ପ୍ରକଟିତ ହୋଇଥାଏ । ଶରୀର ଧାରଣ କରି ପୁନର୍ଜନ୍ମ ଗ୍ରହଣ ନ କରିବାହିଁ ମୋକ୍ଷ ।
  • ଅହିଂସା – ମହାବୀର ଅହିଂସା ନୀତି ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ତାଙ୍କର ବାଣୀ ଥୁଲା ‘ଅହିଂସା ପରମୋ ଧର୍ମ’ । ତାଙ୍କ ମତରେ, ଉଭୟ ଜଡ଼ ଓ ଚେତନଙ୍କର ଜୀବନୀଶକ୍ତି ଅଛି । ଅର୍ଥାତ୍ ସଜୀବ ଓ ନିର୍ଜୀବ ଉଭୟଙ୍କର ଜୀବନ ଥ‌ିବାର ସେ ମତପୋଷଣ କରିଥିଲେ । ସେ ତାଙ୍କର ଶିଷ୍ୟମାନଙ୍କୁ କଠୋର ଅହିଂସା ନୀତି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜୀବମାନଙ୍କ ପ୍ରତି ଏପରି ଅସୀମ ଦୟା ଅନ୍ୟ କୌଣସି ଧର୍ମରେ ପରିଲକ୍ଷିତ ହୁଏ ନାହିଁ ।
  • ସଂସ୍କାର ନୀତି – ମହାବୀର ‘ଈଶ୍ଵରଙ୍କ ଅସ୍ତିତ୍ଵ’ ଉପରେ ବିଶ୍ଵାସ ପ୍ରକଟ କରି ନଥିଲେ । ଅପରନ୍ତୁ ସେ ମଣିଷ ଉପରେ ଗୁରୁତ୍ୱାରୋପ କରିଥିଲେ । ମହାବୀର ତତ୍‌କାଳୀନ ସାମାଜିକ ଓ ଧର୍ମନୀତିକୁ କଟୁ ସମାଲୋଚନା କରିଥିଲେ । ସେ ‘ବେଦ’କୁ ଅସ୍ୱୀକାର କରୁଥିଲେ । ବୈଦିକ କର୍ମକାଣ୍ଡ, ପୂଜାପଦ୍ଧତି, କୁସଂସ୍କାର, ଅନ୍ଧବିଶ୍ୱାସକୁ ମହାବୀର ପ୍ରତ୍ୟାଖ୍ୟାନ କରିଥିଲେ । ସାମାଜିକ ଭେଦଭାବ ଓ ଜାତିପ୍ରଥା ବିରୁଦ୍ଧରେ ଜୈନମାନେ ମତପ୍ରକାଶ କରିଥିଲେ । ମହାବୀର ‘ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟ’କୁ ଅସ୍ଵୀକାର କରିଥିଲେ । ଜୈନ ଧର୍ମାବଲମ୍ବୀମାନେ ଦୁଇଟି ସଂପ୍ରଦାୟରେ ବିଭକ୍ତ ହୋଇଥିଲେ; ଯଥା- ଦିଗମ୍ବର ଓ ଶ୍ଵେତାମ୍ବର । ବୌଦ୍ଧଧର୍ମ ଭଳି ଜୈନଧର୍ମ ଭାରତ ବାହାରେ ପ୍ରସାରଲାଭ କରିନଥିଲେ ମଧ୍ୟ ଆଜି ଭାରତର ବିଭିନ୍ନ ପ୍ରାନ୍ତରେ ଏହା ଏକ ଧର୍ମଭାବରେ ନିଜର ସ୍ଥିତି ବଜାୟ ରଖୁଛି ।

BSE Odisha

୨ । ଗୌତମ ବୁଦ୍ଧଙ୍କ ଜୀବନୀ ଓ ବାଣୀ ସମ୍ବନ୍ଧରେ ସମୀକ୍ଷା କର ।
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ କେବଳ ଭାରତବର୍ଷରେ ନୁହେଁ, ସମଗ୍ର ବିଶ୍ଵରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ସମୟରେ ଭାରତରେ ଗୌତମ ବୁଦ୍ଧ ତତ୍‌କାଳୀନ ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ଵାସ ବିରୁଦ୍ଧରେ ନିଜର ସଂଗ୍ରାମ ଆରମ୍ଭ କରିଥିଲେ ।

  • ବାଲ୍ୟଜୀବନ – ଗୌତମ ବୁଦ୍ଧ ଖ୍ରୀ.ପୂ. ୫୬୬ରେ କପିଳବାସ୍ତୁ ନିକଟସ୍ଥ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଶୁଦ୍ଧୋଦନ ଶାକ୍ୟ ବଂଶୀୟ କ୍ଷତ୍ରିୟ ଥିଲେ । ତାଙ୍କ ମାତାଙ୍କ ନାମ ଥିଲା ମାୟାଦେବୀ । ଗୌତମ ଜନ୍ମ ହେବାର ସାତ ଦିନ ପରେ ମାତା ମାୟାଦେବୀଙ୍କର ବିୟୋଗ ଘଟିଥିଲା । ଏହାପରେ ଶିଶୁପୁତ୍ର ଗୌତମଙ୍କର ଲାଳନପାଳନ ଦାୟିତ୍ଵ ବିମାତା ଗୌତମୀଙ୍କ ହସ୍ତରେ ଅର୍ପଣ କରାଯାଇଥିଲା । ଗୌତମଙ୍କର ଶୈଶବ ଅବସ୍ଥା ରାଜପ୍ରାସାଦର ଭୋଗବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ କଟିଥିଲା । ବୟସ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଗୌତମଙ୍କର ଭୋଗବିଳାସ ଓ ଆମୋଦ–ପ୍ରମୋଦ ପ୍ରତି ବିତୃଷ୍ଣା ଭାବ ପ୍ରକାଶ ପାଇଥିଲା । ସେ ସଂସାର ଓ ସାଂସାରିକ ବନ୍ଧନ ପ୍ରତି ବୀତସ୍ପୃହ ହୋଇପଡ଼ିଲେ । ସୁନ୍ଦରୀ ସ୍ତ୍ରୀ, ରମଣୀୟ ରାଜପ୍ରାସାଦ ଓ ଶିଶୁପୁତ୍ର ରାହୁଳର ଆକର୍ଷଣ ତାଙ୍କୁ ସାଂସାରିକ ବନ୍ଧନ ପ୍ରତି ଆକର୍ଷିତ କରିପାରିଲା ନାହିଁ ।
  • ଗୃହତ୍ୟାଗ – ଚିନ୍ତାମଗ୍ନ ରହୁଥିବାବେଳେ ଚାରୋଟି ଅପୂର୍ବ ଦୃଶ୍ୟ ଗୌତମଙ୍କ ଜୀବନରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଥିଲା । ଯେଉଁ ଚାରୋଟି ଦୃଶ୍ୟ ସେ ଅବଲୋକନ କରିଥିଲେ ସେଗୁଡ଼ିକ ଥୁଲା – (୧) ଏକ ଜରାଜୀର୍ଣ୍ଣ ବୃଦ୍ଧ, (୨) ଏକ ବ୍ୟାଧୁଗ୍ରସ୍ତ ବ୍ୟକ୍ତି, (୩) ଶବାଧାର, (୪) ପ୍ରସନ୍ନଚିତ୍ତ ସନ୍ନ୍ୟାସୀ । ଶେଷରେ ୨୯ ବର୍ଷ ବୟସରେ ସେ ନିଜର ସ୍ତ୍ରୀ, ଶିଶୁପୁତ୍ର, ରାଜପ୍ରାସାଦ ଓ ପରିବାରବର୍ଗଙ୍କୁ ପରିତ୍ୟାଗ କରି ଗଭୀର ନିଶାର୍ଦ୍ଧରେ ସତ୍ୟର ଅନ୍ଵେଷଣ ପାଇଁ ଗୃହତ୍ୟାଗ କରିଥିଲେ । ଗୌତମଙ୍କ ଏହି ଗୃହତ୍ୟାଗକୁ ‘ମହାଭିନିଷ୍କ୍ରମଣ’ ରୂପେ ବୌଦ୍ଧ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ।
  • ସନ୍ୟାସ ଜୀବନ ଓ ବୁଦ୍ଧତ୍ଵ ପ୍ରାପ୍ତି – କପିଳବାସ୍ତୁ ତ୍ୟାଗ ପରେ ଗୌତମ ବୈଶାଳୀ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ ଆଲାରକାଲାମଙ୍କଠାରୁ ଶିକ୍ଷାଲାଭ କରିଥିଲେ । ପରିଶେଷରେ ସେ ନିଜେ ସତ୍ୟର ସନ୍ଧାନ ପାଇଁ ପ୍ରୟାସ କଲେ । ନିରଞ୍ଜନା ନଦୀକୂଳରେ ଏକ ଅଶ୍ଵତ୍‌ଥ ବୃକ୍ଷମୂଳରେ ଧ୍ୟାନମଗ୍ନ ହେଲେ । ସେହିଠାରେ ସେ ଜ୍ଞାନଲାଭ କରି ‘ବୁଦ୍ଧ’ ବା ଜ୍ଞାନୀ ନାମରେ ଖ୍ୟାତ ହେଲେ । ଯେଉଁଠାରେ ସେ ଜ୍ଞାନଲାଭ କଲେ ତାହା ବୋଧଗୟା ନାମରେ ପ୍ରସିଦ୍ଧି ଲାଭକଲା ।

BSE Odisha

  • ଧର୍ମଚକ୍ର ପ୍ରବର୍ତ୍ତନ – ସିଦ୍ଧିଲାଭ ପରେ ଗୌତମ ବୁଦ୍ଧ ଧ୍ୟାନଭଗ୍ନ ନ କରି ସାତଦିନ ପର୍ଯ୍ୟନ୍ତ ସେହି ଧ୍ୟାନମୁଦ୍ରାରେ ରହିଥିଲେ । ଏହାପରେ ସେ ବାରାଣସୀର ସାରନାଥ ନିକଟସ୍ଥ ମୃଗବିହାରକୁ ଯାତ୍ରା କରିଥିଲେ । ସେଠାରେ ସେ ୫ଜଣ ବ୍ରାହ୍ମଣ ଶିଷ୍ୟଙ୍କୁ ତାଙ୍କର ପ୍ରଥମ ଧର୍ମବାଣୀ ପ୍ରଦାନ କରିଥିଲେ । ଏହାକୁ ଇତିହାସରେ ‘ଧର୍ମଚକ୍ର ପ୍ରବର୍ତ୍ତନ’ ନାମରେ ନାମିତ କରାଯାଇଛି । ସାରନାଥଠାରୁ ବୁଦ୍ଧ ତାଙ୍କର ଧର୍ମପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ସେ ବାରାଣସୀ, ରାଜଗୃହ, ବୈଶାଳୀ, ଶ୍ରାବସ୍ତୀ, କପିଳବାସ୍ତୁ ଓ ମଗଧ ପ୍ରଭୃତି ସ୍ଥାନ ଭ୍ରମଣ କରି ଧର୍ମପ୍ରଚାର କରିଥିଲେ । ଦୀର୍ଘ ୪୫ ବର୍ଷ ଧର୍ମ ପ୍ରଚାର କରି ପରିଶେଷରେ ୮୦ ବର୍ଷ ବୟସରେ ଉତ୍ତରପ୍ରଦେଶର କୁଶୀନରା (କୁଶୀନଗର)ଠାରେ ନିର୍ବାଣଲାଭ କରିଥିଲେ ।
  • ଧର୍ମବାଣୀ – ଗୌତମ ବୁଦ୍ଧଙ୍କ ପ୍ରଚାରିତ ଧର୍ମବାଣୀ ବୌଦ୍ଧଧର୍ମ ଏତେ ସରଳ ଓ ବୋଧଗମ୍ୟ ଥୁଲା ଯେ ଖୁବ୍ କମ୍ ସମୟରେ ଏହା ସମଗ୍ର ଭାରତବର୍ଷରେ ସମସ୍ତଙ୍କର ପ୍ରିୟ ଧର୍ମଭାବରେ ଆଦୃତ ହୋଇଥିଲା । ମାନବ ସମାଜ ଆଗରେ ସଂସାରର ଦୁଃଖକୁ ପ୍ରତିପାଦନ କରି ଏଥୁରୁ ମୁକ୍ତିଲାଭପାଇଁ ବୁଦ୍ଧ ବିଭିନ୍ନ ସରଳ ମାର୍ଗଗୁଡ଼ିକ ପ୍ରବର୍ତ୍ତନ କରିଥିଲେ ।
  • ଚତୁଃ ଆର୍ଯ୍ୟସତ୍ୟ – ବୁଦ୍ଧ ମତବ୍ୟକ୍ତ କରିଥିଲେ ଯେ ଏ ସଂସାରରେ ମାନବ ବିଭିନ୍ନ ପ୍ରକାର ଦୁଃଖ, ଯନ୍ତ୍ରଣା ଓ ବନ୍ଧନରେ ଶ୍ଵାସରୁଦ୍ଧ ହୋଇଥାଏ । ଏହି ଦୁଃଖପୂର୍ଣ୍ଣ ସଂସାରରୁ ମୁକ୍ତିଲାଭ ପାଇଁ ସେ ଚାରୋଟି ସତ୍ୟର ଅବତାରଣା କରିଥିଲେ । ଏହାକୁ ‘ଚତ୍ୱାରି ଆର୍ଯ୍ୟସତ୍ୟାନି’ କୁହାଯାଏ । ସେଗୁଡ଼ିକ ହେଲା- ଦୁଃଖ, ଦୁଃଖର କାରଣ, ଦୁଃଖ ନିରୋଧ ଓ ଦୁଃଖ ନିରୋଧର ମାର୍ଗ । ଆଶାର ବିନାଶପାଇଁ ବୁଦ୍ଧ କେତୋଟି ସରଳ ମାର୍ଗ ଦର୍ଶାଇଥିଲେ ।
  • ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ – ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ହେଉଛି ବୌଦ୍ଧଧର୍ମର ଅନ୍ୟତମ ବାଣୀ I ଏହି ମାର୍ଗ ଅବଲମ୍ବନ କଲେ ମନୁଷ୍ୟର ସକଳ କାମନାର ବିନାଶ ହୋଇଥାଏ । ଫଳରେ ମଣିଷର ‘ପ୍ରଜ୍ଞା’, ‘ଶୀଳ’ ଓ ‘ସମାଧ୍’ ଏ ସମସ୍ତ ବିକଶିତ ହୁଏ ଏବଂ ସେ ନିର୍ବାଣପ୍ରାପ୍ତ ହୋଇଥାଏ । ଏହି ମାର୍ଗଗୁଡ଼ିକ ହେଲା- (୧) ସମ୍ୟକ୍ ଦୃଷ୍ଟି, (୨) ସମ୍ୟକ୍ ସଂକଳ୍ପ, (୩) ସମ୍ୟକ୍ ବାକ୍ୟ, (୪) ସମ୍ୟକ୍ କର୍ମ, (୫) ସମ୍ୟକ୍ ଆୟାସ, (୬) ସମ୍ୟକ୍ ଜୀବିକା, (୭) ସମ୍ୟକ୍ ସ୍ମୃତି ଏବଂ (୮) ସମ୍ୟକ୍ ସମାଧି ।
  • ଦଶଶୀଳ ନୀତି – ଗୌତମ ବୁଦ୍ଧ ବୌଦ୍ଧ ଧର୍ମସଂଘର ଭିକ୍ଷୁମାନଙ୍କୁ ଶୁଦ୍ଧପୂତ ଓ ନୀତିମୟ ଜୀବନଯାପନପାଇଁ ଦଶଗୋଟି ଉପଦେଶ ପ୍ରଦାନ କରିଥିଲେ । ଏହାକୁ ‘ଦଶଶୀଳ ନୀତି’ କୁହାଯାଏ । ସେଗୁଡ଼ିକ ହେଲା- (୧) ହିଂସା କର ନାହିଁ, (୨) ଚୋରି କର ନାହିଁ, (୩) ଅସଦାଚରଣ କର ନାହିଁ, (୪) ମିଥ୍ୟା କୁହ ନାହିଁ, (୫) ମାଦକଦ୍ରବ୍ୟ ସେବନ କର ନାହିଁ, (୬) ନୃତ୍ୟ-ଗୀତରେ ଆକୃଷ୍ଟ ହୁଅ ନାହିଁ, (୭) ସୁକୋମଳ ଶଯ୍ୟାରେ ଶୟନ କର ନାହିଁ, (୮) ଅସମୟରେ ଭୋଜନ କର ନାହିଁ, (୯) ସୁଗନ୍ଧିତ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ବର୍ଜନ କର, (୧୦) ଅର୍ଥ ସଂଚୟ କର ନାହିଁ ।
  • ନିର୍ବାଣ – ଦୁଃଖ, ଯନ୍ତ୍ରଣା, ଆଶା ବା କାମନାର ସମ୍ପୂର୍ଣ୍ଣ ବିନାଶପୂର୍ବକ ମାନବ ନିର୍ବାଣମୁଖୀ ହୋଇପାରିବ । ଆତ୍ମା ହେଉଛି ଚିରନ୍ତନ ଓ ଅବିନଶ୍ଵର । ଏହାର କ୍ଷୟ ନାହିଁ କି ବୃଦ୍ଧି ନାହିଁ । ନିର୍ବାଣରେ ଆତ୍ମା ଚିରନ୍ତନ ଶାନ୍ତିରେ ବିଚରଣ କରେ ।

BSE Odisha

  • ପୁନର୍ଜନ୍ମ ଓ କର୍ମଫଳ – ବୁଦ୍ଧ କର୍ମବାଦ ବା କର୍ମଫଳ ଉପରେ ଗଭୀର ଆସ୍ଥା ପ୍ରକଟ କରିଥିଲେ । ତାଙ୍କ ମତରେ, ମାନବ ହେଉଛି ନିଜର ଭାଗ୍ୟବିଧାତା । ତାହାର କର୍ମହିଁ ତା’ର ଭାଗ୍ୟକୁ ନିର୍ଦ୍ଧାରଣ କରିଥାଏ । ଉତ୍ତମ କର୍ମ, ଉତ୍ତମ ଫଳ ପ୍ରଦାନ କରିଥାଏ । ମନ୍ଦ କର୍ମ ସର୍ବଦା ମନ୍ଦ ଫଳ ପ୍ରଦାନ କରେ ।
  • ଅହିଂସା – ବୁଦ୍ଧ ଅହିଂସାର ପ୍ରତୀକ ଥିଲେ । ଅହିଂସା ଆଚରଣ ଉପରେ ସେ ଅଧିକ ଗୁରୁତ୍ଵ ଦେଇଥିଲେ । ଜୀବହତ୍ୟା ଓ ପଶୁବଳିକୁ ସେ କଠୋରଭାବରେ ନିନ୍ଦା କରିଥିଲେ । ‘ଜୀବେ ଦୟା’ ତାଙ୍କ ଧର୍ମର ଏକ ମୁଖ୍ୟ ଦିଗ ଥିଲା ।
  • ସଂସ୍କାର ନୀତି– ବୁଦ୍ଧ ‘ଈଶ୍ଵରଙ୍କ ଅସ୍ତିତ୍ଵ’ ଉପରେ ନୀରବ ଥିଲେ । ଈଶ୍ଵରଙ୍କ ପିତୃତ୍ଵ ଅପେକ୍ଷା ମଣିଷର ଭ୍ରାତୃତ୍ଵ ଉପରେ ସେ ଅଧ୍ଵକ ଗୁରୁତ୍ଵ ଦେଇଥିଲେ । ସେ ‘ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ’କୁ ଅସ୍ୱୀକାର କରିଥିଲେ । ପ୍ରଚଳିତ କର୍ମକାଣ୍ଡ, ଯାଗଯଜ୍ଞ ଓ ଅନ୍ଧବିଶ୍ଵାସ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ସେ ‘ବେଦକୁ ଅସ୍ୱୀକାର’ କରିଥିଲେ । ପରବର୍ତ୍ତୀ ବୈଦିକ ଯୁଗରେ ପ୍ରଚଳିତ ଜଟିଳ କର୍ମକାଣ୍ଡ ଓ ଜାତିପ୍ରଥାକୁ ଘୃଣା କରିଥିଲେ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତାଙ୍କ ସଂଘର ସଦସ୍ୟ ହୋଇପାରୁଥିଲେ । ବୁଦ୍ଧଙ୍କର ଏହି ସଂସ୍କାରମୂଳକ ନୀତି ଭାରତର ପତିତ, ଅସ୍ପୃଶ୍ୟ ଓ ଅବହେଳିତ ମଣିଷମାନଙ୍କ ପ୍ରାଣରେ ନୂତନ ଆଶା ସଂଚାର କରିଥିଲା । ବୁଦ୍ଧଙ୍କର ନିରହଙ୍କାର ଓ ଉଦାର ଧର୍ମନୀତି ଯୋଗୁଁ ବୌଦ୍ଧଧର୍ମ ଭାରତର ବିଭିନ୍ନ କୋଣ ଓ ଅନୁକୋଣରେ ପ୍ରଚାରିତ ହୋଇଥିଲା । କ୍ରମେ ଏହି ଧର୍ମର ସ୍ରୋତ ସମଗ୍ର ଏସିଆ ମହାଦେଶରେ ବ୍ୟାପ୍ତ ହୋଇଯାଇଥିଲା ଏବଂ ବୁଦ୍ଧଙ୍କୁ ‘ଏସିଆର ଆଲୋକ’ ଭାବରେ ଗ୍ରହଣ କରାଗଲା ।

୩ । ଭାରତୀୟ ସଂସ୍କୃତିକୁ ଜୈନଧର୍ମ କିପରି ପ୍ରଭାବିତ କରିଥିଲା ଆଲୋଚନା କର ।
Answer:
ଜୈନଧର୍ମର ଉତ୍‌ଥାନ ଫଳରେ ପ୍ରାଚୀନ ଭାରତର ଚିନ୍ତା-ରାଜ୍ୟରେ ଅଭୂତପୂର୍ବ ଚେତନା ପ୍ରକାଶ ପାଇଥିଲା । ଜୈନ ଚିନ୍ତାଧାରା ଭାରତୀୟ ଦର୍ଶନ, ସ୍ଥାପତ୍ୟ ଓ କଳା ପ୍ରଭୃତି କ୍ଷେତ୍ରରେ ବ୍ୟାପକରୂପରେ ପ୍ରତିଫଳିତ ହୋଇଥିଲା । ଏହା ଭାରତୀୟ ସଂସ୍କୃତିର ବିଭିନ୍ନ ବିଭାଗକୁ ପରିପୁଷ୍ଟ କରିଥିଲା ।

  • ରାଜନୈତିକ କ୍ଷେତ୍ରରେ– ଭାରତର ରାଜନୈତିକ କ୍ଷେତ୍ରରେ ଜୈନଧର୍ମ ବିଶେଷ ପରିବର୍ତ୍ତନ ଆଣିଥିଲା । ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ଦ୍ଵନ୍ଦ, ହିଂସା ଓ ଦ୍ବେଷକୁ ଏହା ବହୁ ପରିମାଣରେ ପ୍ରଶମିତ କରିଥିଲା ।
  • ଅହିଂସା – ମହାବୀର ଥିଲେ ଅହିଂସାର ଆଦ୍ୟ ପ୍ରବକ୍ତା । ‘ଜୀବେଦୟା’ ଥିଲା ତାଙ୍କ ଧର୍ମର ଅନ୍ୟତମ ବାଣୀ । କାହାରିକୁ କ୍ଳେଶ ଦେବା ଅନୁଚିତ– ଏହା ମହାବୀର ପ୍ରଚାର କରିଥିଲେ । ମହାବୀରଙ୍କ ଅହିଂସା ନୀତିଦ୍ଵାରା ଭାରତ ଓ ଭାରତ ବାହାରେ ବହୁ ମନୀଷୀ ପ୍ରଭାବିତ ହୋଇଥିଲେ ।

BSE Odisha

  • ସାହିତ୍ୟ ଏବଂ ଆଞ୍ଚଳିକ ଭାଷା – ଭାରତବର୍ଷରେ ଆଞ୍ଚଳିକ ଭାଷା ସହିତ ସାହିତ୍ୟ କ୍ଷେତ୍ରରେ ଜୈନଧର୍ମର ଅବଦାନ ଥିଲା ଅତୁଳନୀୟ । ମହାବୀର ଅର୍ଜମାଗାଧୀ ଭାଷାରେ ତାଙ୍କର ଧର୍ମବାଣୀ ପ୍ରଚାର କରିଥିଲେ । ବାସ୍ତବ କ୍ଷେତ୍ରରେ ବହୁ ଆଞ୍ଚଳିକ ଭାଷାକୁ ଉନ୍ନତ କରାଇଥିଲା ଏହି ଜୈନଧର୍ମ । ଜୈନଧର୍ମ ଗ୍ରନ୍ଥମାନଙ୍କ ମଧ୍ୟରେ ଅଙ୍ଗ, ଉପାଙ୍ଗ, କଳ୍ପସୂତ୍ର ଓ ମୂଳସୂତ୍ର ପ୍ରଭୃତି ମଧ୍ୟ ସଂସ୍କୃତ ଭାଷାରେ ଲେଖାଯାଇଥିଲା । ପ୍ରାଚୀନ ଭାରତର ଇତିହାସ, ଦର୍ଶନ, କାବ୍ୟ, ଗଣିତ, ଜ୍ୟୋତିଷ ଓ ବିଜ୍ଞାନ ପ୍ରଭୃତି ଅନେକ ବିଷୟ ଜୈନ ସାହିତ୍ୟରେ ସ୍ଥାନ ପାଇଥିଲା ।
  • କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ – ଜୈନଧର୍ମ ଭାରତବର୍ଷରେ କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲା । ରାଜାମାନଙ୍କର ପୃଷ୍ଠପୋଷକତା ଲାଭ କରି ଜୈନକଳା ଓ ସ୍ଥାପତ୍ୟର ବିକାଶ ଘଟିଲା । ଓଡ଼ିଶାର ଖଣ୍ଡଗିରି, ଉଦୟଗିରି ପାହାଡ଼ରେ ଥ‌ିବା ଜୈନ ଗୁମ୍ଫାମାନ, ଏଲୋରାର ଜୈନମନ୍ଦିର, ଜୁନାଗଡ଼ର ଜୈନ ମନ୍ଦିରରାଜି, ରାଜପୁତନାର ଆବୁ ପର୍ବତର ଜୈନ ମନ୍ଦିର, ପାବାପୁରୀ ପ୍ରଭୃତି ପ୍ରାଚୀନ ଜୈନ ସ୍ଥାପତ୍ୟର ନିଦର୍ଶନରୂପେ ଏପର୍ଯ୍ୟନ୍ତ ବିଦ୍ୟମାନ ।
  • ସାମାଜିକ କ୍ଷେତ୍ରରେ – ଜୈନଧର୍ମ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ପ୍ରଧାନ ଭୂମିକା ଗ୍ରହଣ କରିଥିଲା । ବୈଦିକ ଯୁଗରେ ଭାରତୀୟ ସମାଜ ଜାତିଭିତ୍ତିକ ଥିଲା ଏବଂ ସମାଜରେ ବୈଶ୍ୟ, ଶୂଦ୍ର ଇତ୍ୟାଦି ଜାତିର ଲୋକମାନେ ଉପେକ୍ଷିତ ହେଉଥିଲେ । ମାତ୍ର ଜୈନଧର୍ମ ଏହି କଳଙ୍କିତ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପକାଇଥିଲା । ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତେ ଏହି ଧର୍ମ ଗ୍ରହଣ କରିପାରୁଥିଲେ ।
  • ବଣିକ ଗୋଷ୍ଠୀର ଉତ୍‌ଥାନ – ଜୈନଧର୍ମ ପ୍ରଥମେ ବିଶେଷକରି ବଣିକ ଗୋଷ୍ଠୀ ମଧ୍ୟରେ ଆଦୃତ ହେବାକୁ ଲାଗିଲା । ଫଳରେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ଵର ଭାବ ବୃଦ୍ଧି ପାଇଲା ।
  • ଦାତବ୍ୟ ଅନୁଷ୍ଠାନ ଖୋଲିବା କ୍ଷେତ୍ରରେ – ଜୈନଧର୍ମ ଲୋକମାନଙ୍କୁ ଦାନୀ ଓ ପରୋପକାରୀ ହେବାପାଇଁ ପ୍ରବର୍ତ୍ତାଇଥଲା । ଜୈନଧର୍ମକୁ ପ୍ରୋତ୍ସାହିତ କରୁଥିବା ରାଜାମାନେ ଜୈନ ସନ୍ନ୍ୟାସୀଙ୍କ ନିମିତ୍ତ ଗୁମ୍ଫା ନିର୍ମାଣ (ଖାରବେଳଙ୍କ ସମୟରେ) ଖାଦ୍ୟ ତଥା ବସ୍ତ୍ର ପ୍ରଦାନ ଇତ୍ୟାଦି କର୍ମ ସଂପାଦନ କରୁଥିଲେ । ପରବର୍ତୀ ସମୟରେ ଅନେକ ଦାତବ୍ୟ ଅନୁଷ୍ଠାନ ଗଢ଼ିଉଠିଲା ଓ ସମାଜ କଲ୍ୟାଣପାଇଁ ଲୋକମାନଙ୍କୁ ଆଗ୍ରହୀ କରାଇଲା । ବାସ୍ତବିକ ମହାବୀରଙ୍କ ପ୍ରଚାରିତ ଜୈନଧର୍ମ ପ୍ରଥମଥରପାଇଁ ବ୍ରାହ୍ମଣ୍ୟ ଧର୍ମ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲା । ମହାବୀରଙ୍କ ତ୍ୟାଗପୂତ ଜୀବନ ଓ ମଧୁର ଧର୍ମବାଣୀ ତାଙ୍କ ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ସମୟକ୍ରମେ ଜୈନଧର୍ମ ପ୍ରଚାରରେ ଶିଥୁଳତା ପରିଲକ୍ଷିତ ହୋଇଥିଲେ ମଧ୍ୟ ଏହା ଭାରତବର୍ଷରେ ବିଭିନ୍ନ ସମୟ ଅତିକ୍ରାନ୍ତ କରି ତିଷ୍ଠି ରହିଥିଲା ଏବଂ ଏବେ ମଧ୍ଯ ରହିଅଛି । ଏହାହିଁ ଜୈନ ଧର୍ମର ଶ୍ରେଷ୍ଠତ୍ୱ ।

BSE Odisha

୪। ବୌଦ୍ଧଧର୍ମ କିପରି ଭାରତୀୟ ସଂସ୍କୃତିକୁ ପ୍ରଭାବିତ କରିଥିଲା ଆଲୋଚନା କର ।
Answer:
ଭାରତୀୟ ସଂସ୍କୃତିକୁ ବୌଦ୍ଧଧର୍ମ ବିଶେଷଭାବରେ ପ୍ରଭାବିତ କରିଥିଲା । ଧର୍ମ, କଳା, ସ୍ଥାପତ୍ୟ, ସାହିତ୍ୟ, ଭାଷା ଇତ୍ୟାଦି କ୍ଷେତ୍ରରେ ଅତୁଳନୀୟ ଅବଦାନଦ୍ଵାରା ଏହା ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରିଥିଲା ।

  • ରାଜନୈତିକ ଏକତା – ଭାରତର କୋଣ ଅନୁକୋଣରେ ପ୍ରଚାରିତ ହୋଇଥିଲା ବୌଦ୍ଧଧର୍ମ । ଏହି ଧର୍ମ ପ୍ରଚାର ହେବା ଫଳରେ ଭାରତର ରାଜନୈତିକ କ୍ଷେତ୍ରରେ ଏକତା ପ୍ରତିଷ୍ଠା ହେବାପାଇଁ ସୁଯୋଗ ମିଳିଥିଲା । ସମୟକ୍ରମେ ଏହା ଫଳରେ ଅଖଣ୍ଡ ଭାରତର ପରିକଳ୍ପନା ପାଇଁ ଏହା ଭିଭିଭୂମି ସ୍ଥାପନ କରିଥିଲା ।
  • ହିନ୍ଦୁଧର୍ମ ଉପରେ ପ୍ରଭାବ – ବୌଦ୍ଧଧର୍ମ ହିନ୍ଦୁଧର୍ମକୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲା । ଅହିଂସା ବ୍ୟତୀତ ମୂର୍ତ୍ତିପୂଜା ବୌଦ୍ଧଧର୍ମ ହିନ୍ଦୁଧର୍ମକୁ ଶିକ୍ଷା ଦେଇଥିଲା । ମହାଯାନପନ୍ଥୀଙ୍କ ବୌଦ୍ଧମୂର୍ତ୍ତି ପୂଜାକୁ ଅନୁସରଣ କରି ହିନ୍ଦୁମାନେ ବିଭିନ୍ନ ଦେବଦେବୀଙ୍କର ମୂର୍ତ୍ତିକୁ ମନ୍ଦିରରେ ସ୍ଥାପନ କରି ପୂଜା କରିବାକୁ ଲାଗିଲେ । ଜଟିଳ ଯାଗଯଜ୍ଞ ଆଦିର ଅବସାନ ଘଟିଲା ଏବଂ ଉପାସନା ପଦ୍ଧତିର ପ୍ରଚଳନ ହେଲା ।
  • ମଠ ବ୍ୟବସ୍ଥାର ପ୍ରଚଳନ – ବୌଦ୍ଧଧର୍ମ ମଠ ବ୍ୟବସ୍ଥାର ପ୍ରଚଳନ କରିଥିଲା । ବୌଦ୍ଧଭିକ୍ଷୁ ଓ ଭିକ୍ଷୁଣୀମାନେ ସଂଘରେ ରହୁଥିଲେ । ପରବର୍ତୀ ସମୟରେ ଏହି ମଠ ବ୍ୟବସ୍ଥାକୁ ହିନ୍ଦୁଧର୍ମ ବହୁଳଭାବରେ ଗ୍ରହଣ କରିଥିଲା । ଶଙ୍କରାଚାର୍ଯ୍ୟ ଭାରତରେ ଚାରୋଟି ପ୍ରସିଦ୍ଧ ମଠ ନିର୍ମାଣ କରିଥିଲେ ।
  • ଜାତିପ୍ରଥାର ବିରୋଧ – ବୌଦ୍ଧଧର୍ମ ଜାତିପ୍ରଥାର ବିରୋଧ କରିଥିଲା । ସମାଜ ମଧ୍ୟରେ ଥିବା ବର୍ଣବୈଷମ୍ୟକୁ ଏହା ତୀବ୍ର ବିରୋଧ କରିଥିଲା । ଏହି ଧର୍ମ ଆଗରେ ବ୍ରାହ୍ମଣଠାରୁ ଶୂଦ୍ରଯାଏ ସମସ୍ତେ ସମାନ ଥିଲେ । ସେଇଥିପାଇଁ ଜାତି-ଧର୍ମ-ଜନ୍ମ ଓ ବର୍ଣ୍ଣ ନିର୍ବିଶେଷରେ ବୌଦ୍ଧସଂଘ ସମସ୍ତଙ୍କପାଇଁ ଉନ୍ମୁକ୍ତ ଥିଲା ।
  • ଲୋକପ୍ରିୟ ଧର୍ମ – ପ୍ରଥମଥରପାଇଁ ଗୌତମ ବୁଦ୍ଧ ଭାରତବର୍ଷରେ ଏକ ସରଳ, ସୁବୋଧ୍ୟ ଏବଂ ଲୋକପ୍ରିୟ ଧର୍ମ ପ୍ରଚାର କରିଥିଲେ । ବୈଦିକ କର୍ମକାଣ୍ଡ ଓ ଜଟିଳ ପୂଜାପଦ୍ଧତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ଏହା ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇପାରିଥିଲା । ବୁଦ୍ଧଙ୍କ ସରଳ ବାଣୀ ଧନୀଠାରୁ ଦରିଦ୍ର ଯାଏ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିପାରିଥିଲା ।
  • ସଦାଚାର ଶିକ୍ଷା – ବୌଦ୍ଧଧର୍ମ ମାନବ ସମାଜକୁ ଅନେକଗୁଡ଼ିଏ ସଦ୍‌ଗୁଣ ଶିକ୍ଷା ଦେଇଛି । ସେଗୁଡ଼ିକ ମଧ୍ୟରେ ଅହିଂସା, ସତ୍ୟ, କରୁଣା, ମୈତ୍ରୀ ଇତ୍ୟାଦି ଅନ୍ୟତମ । ବୌଦ୍ଧଧର୍ମ ଏ ସମସ୍ତ ଶିକ୍ଷାଦେଇ ବାସ୍ତବ କ୍ଷେତ୍ରରେ ସଚ୍ଚରିତ୍ର ଗଠନ କରିବାପାଇଁ ଭାରତୀୟମାନଙ୍କୁ ପ୍ରେରଣା ଦେଇଥିଲା ।

BSE Odisha

  • ଭାଷା ଓ ସାହିତ୍ୟର ବିକାଶ – ବୁଦ୍ଧଦେବ ସରଳ ପ୍ରାକୃତ ଭାଷାରେ ନିଜର ଧର୍ମବାଣୀ ପ୍ରଚାର କରୁଥିଲେ । ପରବର୍ତୀ ସମୟରେ ପାଲୀ ଭାଷାରେ ବୌଦ୍ଧଧର୍ମ ପ୍ରଚାରିତ ହୋଇଥିଲା । କନିଷ୍କଙ୍କ ସମୟରେ ଚତୁର୍ଥ ବୌଦ୍ଧ ସମ୍ମିଳନୀର ସମସ୍ତ କାର୍ଯ୍ୟ କେବଳ ସଂସ୍କୃତ ଭାଷାରେ ପରିଚାଳିତ ହୋଇଥିଲା । ବୌଦ୍ଧଧର୍ମ ଯୋଗୁ ଭାରତରେ ବିଭିନ୍ନ ଭାଷାଗୁଡ଼ିକର ଉନ୍ନତି ସାଧୂତ ହୋଇଥିଲା । କେବଳ ଭାଷାର ଉନ୍ନତି ନୁହେଁ, ଅପରନ୍ତୁ ସାହିତ୍ୟର ମଧ୍ୟ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଥିଲା । ପାଲୀ ଭାଷାରେ ରଚିତ ଅସଂଖ୍ୟ ବୌଦ୍ଧଗ୍ରନ୍ଥ ଏହାର ପ୍ରମାଣ ବହନ କରେ ।
  • କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ – ଭାରତୀୟ କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଏବଂ ଚିତ୍ରକଳାକୁ ବୌଦ୍ଧଧର୍ମ ବିଶେଷଭାବରେ ପ୍ରଭାବିତ କରିଛି । ଏହା ପୂର୍ବରୁ କେବଳ ମଣ୍ଡପ, ଯଜ୍ଞଶାଳ ଏବଂ ସ୍ତମ୍ଭ ଇତ୍ୟାଦି ନିର୍ମିତ ହେଉଥିଲା । ମାତ୍ର ବୌଦ୍ଧଧର୍ମ ପ୍ରଚାରିତ ହେବା ସହିତ ବୌଦ୍ଧକଳା ଓ ସ୍ଥାପତ୍ୟର ଉନ୍ନତି ଘଟିଲା । ଅଶୋକଙ୍କଠାରୁ କଳା ଓ ସ୍ଥାପତ୍ୟରେ ପ୍ରସ୍ତର ବ୍ୟବହୃତ ହେଲା ଏବଂ ଅସଂଖ୍ୟ ସ୍ତୂପ, ଚୈତ୍ୟ ଓ ଧର୍ମସ୍ତମ୍ଭ ନିର୍ମିତ ହେବାକୁ ଲାଗିଲା । ସାଞ୍ଚ, ସାରନାଥ, ରୁମିନ୍ଦେଇ, ବରହୁତ, କହେରୀ, ଧଉଳି, ଜଉଗଡ଼ ଇତ୍ୟାଦି ଅନେକ ସ୍ଥାନରେ ବୌଦ୍ଧକୀର୍ତ୍ତି ସ୍ଥାନ ପାଇଲା । ସମୟକ୍ରମେ ଗାନ୍ଧାରକଳା ଓ ମଥୁରା କଳାରେ ଅନେକ ବୌଦ୍ଧମୂର୍ତ୍ତି ନିର୍ମିତ ହେଲା । ବୌଦ୍ଧ ଭାସ୍କର୍ଯ୍ୟର ଉତ୍କୃଷ୍ଟ ଉଦାହରଣ ହେଉଛି ସାଞ୍ଚିସ୍ତୂପର ରେଲିଂ । ବୌଦ୍ଧ ଚିତ୍ରକଳା ମାଧ୍ୟମରେ ଅଜନ୍ତାର ବିଶ୍ଵ ବିଦିତ ଚିତ୍ରକଳା ଇତିହାସ ପ୍ରସିଦ୍ଧ । ଏଲୋରା, କାର୍ଲେ, ବାଘ ଇତ୍ୟାଦି ସ୍ଥାନରେ ବୌଦ୍ଧ ଚିତ୍ରକଳା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମର୍ମସ୍ପର୍ଶୀ । ପ୍ରସ୍ତର ଦେହରେ ବୃକ୍ଷ, ଲତା, ଫୁଲ, ପରୀ, ପଶୁ, ପକ୍ଷୀ ପ୍ରଭୃତି ବୌଦ୍ଧକଳା ଅତି ନିଖୁଣଭାବରେ ଖୋଦିତ ହୋଇଥିଲା ।
  • ଭାରତ ଇତିହାସ ଉପରେ ପ୍ରଭାବ – ବୌଦ୍ଧଧର୍ମର ପ୍ରଭାବ ଭାରତର ଇତିହାସ ଉପରେ ବିଶେଷ ଭାବେ ଅନୁଭୂତ ହୋଇଥିଲା । ବୁଦ୍ଧଙ୍କର ଅହିଂସାନୀତି ଭାରତର ଇତିହାସର ଗତିପଥକୁ ଅନେକ ପରିମାଣରେ ବଦଳାଇ ଦେଇଥିଲା । କଳିଙ୍ଗ ଯୁଦ୍ଧପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହାସହ ମଗଧର ସାମ୍ରାଜ୍ୟ ଲିପ୍‌ସାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ବୌଦ୍ଧଧର୍ମ ତତ୍‌କାଳୀନ ସମାଜକୁ ଖୁବ୍ ପ୍ରଭାବିତ କରିଥିଲା । ଏହି ଧର୍ମ ସାମାଜିକ ଭ୍ରାତୃଭାବ ପ୍ରଚାର କରିଥିଲା ଏବଂ ସମାଜରେ ସାମ୍ୟଭାବ ପ୍ରଚାର କରିଥିଲା । ପ୍ରେମ, ଦୟା, କରୁଣା ଓ କ୍ଷମା ଆଦି ମାନବିକତାର ନୀତିମାନ ପ୍ରଚାର କରି ଗୌତମ ବୁଦ୍ଧ ଭାରତୀୟମାନଙ୍କର ଦର୍ଶନକୁ ଖୁବ୍ ପ୍ରଭାବିତ କରିଥିଲେ । ବୌଦ୍ଧଧର୍ମ ବିଦେଶରେ ମହାନ୍ ଭାରତୀୟ ସଂସ୍କୃତିର ଗୁଣ ଗାନ କରିଥିଲା । ସମୟକ୍ରମେ ଏହା ସିଂହଳ, ଜାପାନ, ଚୀନ୍, ତିବ୍ବତ, ବର୍ମା, ଜାଭା ଓ ସୁମାତ୍ରା ଆଦି ଦେଶକୁ ବ୍ୟାପିଯାଇଥିଲା । ଭାରତ ବାହାରେ ଏହି ଧର୍ମରେ ଦୀକ୍ଷିତ ହୋଇଥିବା ଲୋକମାନେ ଭାରତକୁ ଏକ ପବିତ୍ର ଦେଶରୂପେ ବିବେଚନା କରିଥିଲେ । ଉଦାର ନୀତିର ପ୍ରସାର ଓ ପ୍ରଚାରଦ୍ଵାରା ବୌଦ୍ଧଧର୍ମ ଭାରତୀୟ ସଂସ୍କୃତିର ବ୍ୟାପକତା ସମ୍ପର୍କରେ ବିଶ୍ଵବାସୀଙ୍କୁ ସୂଚନା ପ୍ରଦାନ କରିଥିଲା ।

BSE Odisha

୫ । ବୌଦ୍ଧଧର୍ମ ଏବଂ ଜୈନଧର୍ମ ମଧ୍ୟରେ ଥିବା ସାଦୃଶ୍ୟ ଏବଂ ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କର ।
Answer:
ବୌଦ୍ଧଧର୍ମ ଏବଂ ଜୈନଧର୍ମ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତୀୟ ଦିଗ୍‌ବଳୟରେ ଉଙ୍କି ମାରିଥିଲେ । ବ୍ରାହ୍ମଣ୍ୟ ଧର୍ମକୁ ବିରୋଧକରି ଉଭୟ ଧର୍ମର ଆବିର୍ଭାବ ଘଟିଥିଲା । ବର୍ତ୍ତମାନ ମହାବୀର ଏବଂ ଗୌତମ ବୁଦ୍ଧ ସେମାନଙ୍କର ଧର୍ମବାଣୀ ସରଳ ଭାଷାରେ ପ୍ରଚାର କରିଥିଲେ । ଅହିଂସା, ବୈଦିକ କର୍ମକାଣ୍ଡର ବିରୋଧ, ଜାତିପ୍ରଥାର ଉଚ୍ଛେଦ, ନିର୍ବାଣ ଆଦି କ୍ଷେତ୍ରରେ ଉଭୟ ଜୈନଧର୍ମ ଏବଂ ବୌଦ୍ଧଧର୍ମ କ୍ଷେତ୍ରରେ ବହୁ ସାଦୃଶ୍ୟ ପରିଲକ୍ଷିତ ହୋଇଥିଲା । ପ୍ରଚାରକଦ୍ଵୟ ମଧ୍ୟ । ଥିଲେ ଶାନ୍ତ ସ୍ଵଭାବର ଅଧିକାରୀ । ଅପର ପକ୍ଷରେ କର୍ମବାଦ, ଈଶ୍ଵର, ମୋକ୍ଷପ୍ରାପ୍ତି ମାର୍ଗ ଆଦି କ୍ଷେତ୍ରରେ ଉଭୟ ଜୈନ ଏବଂ ବୌଦ୍ଧଧର୍ମ ଭିନ୍ନ ମତପୋଷଣ କରିଥିଲେ ।

  • ବ୍ରାହ୍ମଣ୍ୟ ଧର୍ମର ବିରୋଧ– ଉଭୟ ଜୈନଧର୍ମ ଓ ବୌଦ୍ଧଧର୍ମ ବ୍ରାହ୍ମଣ୍ୟଧର୍ମର ବିରୁଦ୍ଧାଚରଣ କରିଥିଲେ । ବୈଦିକ କର୍ମକାଣ୍ଡ, ଯାଗଯଜ୍ଞ ଇତ୍ୟାଦି ବିରୁଦ୍ଧରେ ଧର୍ମପ୍ରଚାରକ ଦ୍ଵୟ ସ୍ଵର ଉତ୍ତୋଳନ କରିଥିଲେ । ସେମାନେ ବେଦ ଏବଂ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟକୁ ଅସ୍ଵୀକାର କରିଥିଲେ ।
  • ଜାତିପ୍ରଥାର ବିରୋଧ– ବୌଦ୍ଧଧର୍ମ ଏବଂ ଜୈନଧର୍ମ ସମାଜର ପ୍ରଚଳିତ ଜାତିପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ଉଭୟ ଧର୍ମ ସମାଜର ପ୍ରତ୍ୟେକ ଜାତି ଏବଂ ଧର୍ମର ଲୋକଙ୍କୁ ଗ୍ରହଣ କରିଥିଲେ । ଉଭୟ ଧର୍ମ ସମାଜରୁ ଜାତିଆଣ ମନୋବୃତ୍ତିକୁ ଭାଙ୍ଗି ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ଇଚ୍ଛା କରିଥିଲେ ।
  • ଅହିଂସା – ଉଭୟ ବୁଦ୍ଧ ଏବଂ ମହାବୀର ଅହିଂସା ନୀତିରେ ବିଶ୍ଵାସ କରୁଥିଲେ । ଅହିଂସା ମାନବ ଜୀବନର ପରମ ଧର୍ମ ବୋଲି ସେମାନେ ବିବେଚନା କରୁଥିଲେ । ଏହି ନୀତି ଉଭୟ ବୌଦ୍ଧ ଏବଂ ଜୈନଧର୍ମକୁ ଲୋକପ୍ରିୟ କରାଇଥିଲା ।
  • କର୍ମଫଳ ଏବଂ ନିର୍ବାଣ– ଗୌତମ ବୁଦ୍ଧ ଏବଂ ମହାବୀର ଉଭୟ କର୍ମଫଳରେ ବିଶ୍ଵାସ କରୁଥିଲେ । ସକର୍ମଦ୍ଵାରା ମଣିଷ ସୁଫଳ ଓ କୁକର୍ମଦ୍ଵାରା କୁଫଳ ଲାଭ କରିଥାଏ । କୁକର୍ମ କଲେ ମଣିଷ ମନରେ ବାରମ୍ବାର କାମନା ଜାଗ୍ରତ ହୋଇଥାଏ ଏବଂ ସେ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରି ସାଂସାରିକ ଦୁଃଖଭୋଗ କରେ । ମାତ୍ର ସତ୍ଵକର୍ମଦ୍ଵାରା ମଣିଷ କର୍ମବନ୍ଧନରୁ ମୁକ୍ତି ଲାଭ କରି ନିର୍ବାଣପ୍ରାପ୍ତ ହୋଇଥାଏ ।
  • ଧର୍ମର ବିଭାଜନ– ଉଭୟ ଧର୍ମରେ ବିଭାଜନ ସୃଷ୍ଟି ହୋଇଥିଲା । ଜୈନଧର୍ମ ଶ୍ଵେତାମ୍ବର ଏବଂ ଦିଗମ୍ବର ଏହି ଦୁଇଭାଗରେ ବିଭକ୍ତ ହୋଇଥିବାବେଳେ ବୌଦ୍ଧଧର୍ମ ହୀନଯାନ ଓ ମହାଯାନରେ ବିଭକ୍ତ ହୋଇଥିଲା । ସମୟକ୍ରମେ ବୌଦ୍ଧଧର୍ମ ପୁନର୍ବାର ବଜ୍ରଯାନ, ତନ୍ତ୍ରଯାନ, ସହଜଯାନ ଇତ୍ୟାଦିରେ ବିଭକ୍ତ ହୋଇଥିଲା ।

BSE Odisha

  • ସଂସ୍କାରକ– ଗୌତମ ବୁଦ୍ଧ ଓ ମହାବୀର ଧର୍ମସଂସ୍କାରକ ଥିଲେ । ସେମାନେ ସମାଜର ଜାତିପ୍ରଥା, କର୍ମକାଣ୍ଡର କଠୋରତା, ପଶୁବଳି ଇତ୍ୟାଦି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ସମାଜରୁ କୁସଂସ୍କାର ଦୂରୀଭୂତ କରିଥିଲେ ।

ଜୈନଧର୍ମ ଓ ବୌଦ୍ଧଧର୍ମର ମଧ୍ଯରେ ଥିବା ପାର୍ଥକ୍ୟ :
ଜୈନଧର୍ମ ଓ ବୌଦ୍ଧଧର୍ମ ମଧ୍ୟରେ ଅନେକ ସାଦୃଶ୍ୟ ଥିଲେ ମଧ୍ୟ କେତେକ ପାର୍ଥକ୍ୟ ଦେଖାଯାଏ ।

  • ଅହିଂସା ନୀତି— ଉଭୟ ଜୈନଧର୍ମ ଓ ବୌଦ୍ଧଧର୍ମ ଅହିଂସା ନୀତିରେ ବିଶ୍ଵାସ କରୁଥିଲେ । ବୌଦ୍ଧଧର୍ମର ଅହିଂସା ନୀତି ଅତି ସରଳ ଥିବାବେଳେ ଜୈନଧର୍ମର ଅହିଂସା ନୀତି ଅତି କଠୋର ଥିଲା । ବୁଦ୍ଧ ପ୍ରାଣୀମାନଙ୍କ ପ୍ରତି ଅହିଂସା ନୀତି ଅବଲମ୍ବନ କରିବାପାଇଁ ଉପଦେଶ ଦେଉଥୁବାସ୍ଥଳେ ଜୈନମାନେ ବୃକ୍ଷ, ଲତା, କୀଟ, ପତଙ୍ଗ, ପାଣି, ପବନ, ପଥର ଉଭୟ ଜୀବ ଓ ଅଜୀବ ପ୍ରତି ଅହିଂସା ନୀତି ଆଚରଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।
  • ମୋକ୍ଷପ୍ରାପ୍ତିର ମାର୍ଗ— ନିର୍ବାଣ ପ୍ରାପ୍ତି ପାଇଁ ମହାବୀର କଠୋର ତପସ୍ୟା ଓ ଆତ୍ମଶୁଦ୍ଧି ଉପରେ ଗୁରୁତ୍ଵ ଆରୋପ କରୁଥିବାବେଳେ ଗୌତମ ବୁଦ୍ଧ ‘ମଧ୍ୟମ ମାର୍ଗ’ର ପ୍ରଚାର କରିଥିଲେ । ଏଥିପାଇଁ ବୌଦ୍ଧଧର୍ମ ଖୁବ୍‌ ଲୋକପ୍ରିୟ ହୋଇଥିବାବେଳେ ଜୈନଧର୍ମ ଧୀରେ ଧୀରେ ଲୋକମାନଙ୍କ ମନରୁ ଅପସରି ଯାଇଥିଲା । କାରଣ ବୌଦ୍ଧଧର୍ମର ‘ଅଷ୍ଟାଙ୍ଗମାର୍ଗ’ ଖୁବ୍ ସରଳ ଥିବାବେଳେ ଜୈନଧର୍ମର ‘ତ୍ରିରନ୍’ ଖୁବ୍ କଠିନ ମନେ ହୋଇଥିଲା । ଜୈନମାନେ ଆତ୍ମା ଚିରସ୍ଥାୟୀ ବୋଲି ବିଶ୍ଵାସ କରୁଥିବାବେଳେ ବୌଦ୍ଧମାନେ ଆତ୍ମା ଚିରସ୍ଥାୟୀ ବୋଲି ମନେକରୁ ନ ଥିଲେ ।
  • ଆତ୍ମା – ଜୈନଧର୍ମରେ ଆତ୍ମାର ସ୍ଵରୂପ ଏବଂ ବୌଦ୍ଧଧର୍ମରେ ଆତ୍ମାର ସ୍ଵରୂପ ଅତି ବ୍ୟାପକ ଅର୍ଥରେ ବ୍ୟବହୃତ ହୋଇଥିଲା । ବୌଦ୍ଧମାନେ ଜୀବନ୍ତ ପ୍ରାଣୀ ଦେହରେ ଆତ୍ମାର ସନ୍ଧାନ ଦେଉଥ‌ିବାବେଳେ ଜୈନମାନେ ନିର୍ଜୀବ ପଦାର୍ଥ ଦେହରେ ମଧ୍ୟ ଆତ୍ମା ଥିବାର ବିଶ୍ଵାସ କରୁଥିଲେ ।
  • ପ୍ରଚାର କ୍ଷେତ୍ର – ପ୍ରଚାର କ୍ଷେତ୍ରରେ ଏହି ଦୁଇ ଧର୍ମ ମଧ୍ଯରେ ଅନେକ ପାର୍ଥକ୍ୟ ଦେଖାଯାଇଥିଲା । ବୌଦ୍ଧଧର୍ମ ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଆରୋପ କରୁଥିବାବେଳେ ଜୈନଧର୍ମ ପ୍ରଚାରଧର୍ମୀ ନଥିଲା । ଜୈନଧର୍ମ ବୌଦ୍ଧଧର୍ମ ପରି ଏତେ ବ୍ୟାପକ ଭାବରେ ପ୍ରଚାରିତ ହୋଇପାରି ନଥିଲା ।
  • ଈଶ୍ଵରଙ୍କ ଅସ୍ତିତ୍ଵ – ମହାବୀର ଈଶ୍ଵରଙ୍କ ଅସ୍ତିତ୍ଵକୁ ଆଦୌ ସ୍ଵୀକାର କରିନଥିଲେ । ଅନ୍ୟ ପକ୍ଷର ବୁଦ୍ଧି ଈଶ୍ଵରଙ୍କ ସମ୍ବନ୍ଧରେ ସମ୍ପୂର୍ଣ୍ଣ ନୀରବ ଥିଲେ ।

BSE Odisha

  • ସ୍ଥିତି – ବୌଦ୍ଧଧର୍ମାବଲମ୍ବୀମାନେ ହୁନ ଆକ୍ରମଣ, ରାଜପୁତମାନଙ୍କର ଉତ୍‌ଥାନ ଏବଂ ମୁସଲମାନମାନଙ୍କର ଆକ୍ରମଣରେ ଅତିଷ୍ଠ ହୋଇ ଭାରତ ବାହାରକୁ ପଳାୟନ କରିଥିଲେ । ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ମଧ୍ୟ ଜୈନଧର୍ମ ଭାରତରେ ତିଷ୍ଠି ରହିଥିଲା । ମୋଟ ଉପରେ ଜୈନଧର୍ମ ଓ ବୌଦ୍ଧଧର୍ମ ବୈଦିକ ଧର୍ମକୁ ବିରୋଧ କରି ଭାରତରେ ପ୍ରସାର ଲାଭ କରିଥିଲା । ଉଭୟ ବୁଦ୍ଧ ଏବଂ ମହାବୀର ଜୈନ ବୈଦିକ ଯୁଗରେ ସମାଜରୁ ଅନେକ କୁସଂସ୍କାରକୁ ଅପସାରଣ କରିବାକୁ ସକ୍ଷମ ହୋଇଥିଲେ । ଏଣୁ ଏହି ଦୁଇଧର୍ମ ମଧ୍ଯରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥିଲେ ମଧ୍ୟ ଉପରଲିଖିତ କେତେକ ପାର୍ଥକ୍ୟ ଦେଖାଯାଇଥିଲା ।

CHSE Odisha Class 12 History Chapter 6 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 6 ଗୁପ୍ତଯୁଗର ସାଂସ୍କୃତିକ ବିକାଶ Objective Questions.

CHSE Odisha 12th Class History Chapter 6 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । କେଉଁ ଯୁଗକୁ ପ୍ରାଚୀନ ଭାରତ ଇତିହାସର ସୁବର୍ଣ୍ଣଯୁଗ ଭାବେ ବର୍ଣ୍ଣନା କରାଯାଇଛି ?
(କ) ମୌର୍ଯ୍ୟଯୁଗ
(ଖ) ଗୁପ୍ତଯୁଗ
(ଗ) କୁଶାଣ ବଂଶର ରାଜତ୍ଵ
(ଘ) ଦାସବଂଶର ଶାସନ
Answer:
(ଖ) ଗୁପ୍ତଯୁଗ

୨ । ‘କିରାତାର୍ଜୁନୀୟମ୍’ର ରଚୟିତା କିଏ ?
(କ) ଭାରବୀ
(ଖ) ବୀରସେନ
(ଗ) କାଳିଦାସ
(ଘ) ବିଶାଖାଦତ୍ତ
Answer:
(କ) ଭାରବୀ

୩ । ‘ପଦ୍ୟ ଚୂଡ଼ାମଣିର’ ରଚୟିତା କିଏ ?
(କ) ଭର୍ତ୍ତୃହରି
(ଖ) କାଳିଦାସ
(ଗ) ବୁଦ୍ଧଘୋଷ
(ଘ) ଭାରବୀ
Answer:
(ଗ) ବୁଦ୍ଧଘୋଷ

CHSE Odisha Class 12 History Chapter 6 Objective Questions in Odia Medium

୪ । ‘ଶୃଙ୍ଗାର ଶତକ’ର ରଚୟିତା କିଏ ?
(କ) ଭର୍ତ୍ତୃହରି
(ଖ) ବୁଦ୍ଧଘୋଷ
(ଗ) ଶୂଦ୍ରକ
(ଘ) ବିଶାଖାଦତ୍ତ
Answer:
(କ) ଭର୍ତ୍ତୃହରି

୫ । ‘ମୂଚ୍ଛକଟିକମ୍’ ନାଟକ କିଏ ରଚନା କରିଥିଲେ ?
(କ) ଶୂଦ୍ରକ
(ଖ) ଭାରବୀ
(ଗ) ଭଟ୍ଟି
(ଘ) କାଳିଦାସ
Answer:
(କ) ଶୂଦ୍ରକ

୬ । ‘ଦେବୀଚନ୍ଦ୍ରଗୁପ୍ତମ୍’ ନାଟକର ରଚୟିତା କିଏ ?
(କ) ବିଶାଖାଦତ୍ତ
(ଖ) ଶୂଦ୍ରକ
(ଗ) ଭାରବୀ
(ଘ) ଭର୍ତ୍ତୃହରି
Answer:
(କ) ବିଶାଖାଦତ୍ତ

୭ । ‘ଶକୁନ୍ତଳା’ ନାଟକର ରଚୟିତା କିଏ ?
(କ) କାଳିଦାସ
(ଖ) ଶୂଦ୍ରକ
(ଗ) ଭାରବୀ
(ଘ) ଭଟ୍ଟ
Answer:
(କ) କାଳିଦାସ

୮ । ‘ମେଘଦୂତ’ର ରଚୟିତା କିଏ ?
(କ) କାଳିଦାସ
(ଖ) ମାଘ
(ଗ) ଭଟ୍ଟ
(ଘ) ଭାରବୀ
Answer:
(କ) କାଳିଦାସ

CHSE Odisha Class 12 History Chapter 6 Objective Questions in Odia Medium

୯। ‘ଦଶକୁମାର ଚରିତ’ର ରଚୟିତା କିଏ ?
(କ) ଦଣ୍ଡୀ
(ଖ) ମାଘ
(ଗ) ଭାରବୀ
(ଘ) ଭଚ୍ଚ
Answer:
(କ) ଦଣ୍ଡୀ

୧୦। ‘ବାସବଦତ୍ତା’ର ରଚୟିତା କିଏ ?
(କ) କାଳିଦାସ
(ଖ) ସୁବନ୍ଧୁ
(ଗ) ବସୁବନ୍ଧୁ
(ଘ) ଅମରସିଂହ
Answer:
(ଖ) ସୁବନ୍ଧୁ

୧୧। ‘ଅମରକୋଷ’ର ରଚୟିତା କିଏ ?
(କ) ଅମରସିଂହ
(ଖ) କାଳିଦାସ
(ଗ) ବସୁବନ୍ଧୁ
(ଘ) ଭାରବୀ
Answer:
(ଘ) ଅମରସିଂହ

୧୨। ‘ଅଣ୍ଟାଧ୍ୟାୟୀ’ କିଏ ରଚନା କରିଥିଲେ ?
(କ) ପାଣିନି
(ଖ) ଅମରସିଂହ
(ଗ) ବାସାୟନ
(ଘ) ଭଚ୍ଚ
Answer:
(କ) ପାଣିନି

୧୩ । ‘କାମସୂତ୍ର’ର ରଚୟିତା କିଏ ?
(କ) ପାଣିନି
(ଖ) ବାସାୟନ
(ଗ) ଅମରସିଂହ
(ଘ) ଭାରବୀ
Answer:
(ଖ) ବାତ୍ସାୟନ

CHSE Odisha Class 12 History Chapter 6 Objective Questions in Odia Medium

୧୪। ‘ପଞ୍ଚସିଦ୍ଧାନ୍ତକା’, ‘ବୃହସଂହିତା’ ଓ ‘ବୃହତ୍ ଜାତକ’ ଆଦି ଜ୍ୟୋତିଷ ଶାସ୍ତ୍ରର ରଚୟିତା କିଏ ?
(କ) ବରାହମିହିର
(ଖ) କାଳିଦାସ
(ଗ) ବ୍ରହ୍ମଗୁପ୍ତ
(ଘ) ଆର୍ଯ୍ୟଭଟ୍ଟ
Answer:
(କ) ବରାହମିହିର

୧୫। ‘ବ୍ରହ୍ମସିଦ୍ଧାନ୍ତ’ ଓ ‘ଖଣ୍ଡ ଖାଦ୍ୟକ’ ଆଦି ବିଜ୍ଞାନଗ୍ରନ୍ଥର ରଚୟିତା କିଏ ?
(କ) ବରାହମିହିର
(ଖ) କାଳିଦାସ
(ଗ) ବ୍ରହ୍ମଗୁପ୍ତ
(ଘ) ଆର୍ଯ୍ୟଭଟ୍ଟ
Answer:
(ଗ) ବ୍ରହ୍ମଗୁପ୍ତ

୧୬। କିଏ ‘ହସ୍ତୟୁର୍ବେଦ’ ରଚନା କରିଥିଲେ ?
(କ) ଶାଳିହୋତ୍ର
(ଖ) ପାଲକପ୍ଯ
(ଗ) ଶୁଶ୍ରତ
(ଘ) କାଳିଦାସ
Answer:
(ଖ) ପାଲକପ୍ୟ

୧୭ । କିଏ ‘ଅଶ୍ଵଶାସ୍ତ୍ର’ ରଚନା କରିଥିଲେ ?
(କ) ପାଲକପ୍ଯ
(ଖ) ଶାଳିହୋତ୍ର
(ଗ) ଭାରବୀ
(ଘ) ବ୍ରହ୍ମଗୁପ୍ତ
Answer:
(ଖ) ଶାଳିହୋତ୍ର

୧୮। ଦିଲ୍ଲୀର ମେହେରୌଲିଠାରେ ଲୌହସ୍ତମ୍ଭ କେଉଁ ରାଜବଂଶର ରାଜତ୍ଵକାଳରେ ନିର୍ମିତ ହୋଇଥୁଲା ?
(କ) ମୌର୍ଯ୍ୟ ରାଜବଂଶ
(ଖ) ଗୁପ୍ତ ରାଜବଂଶ
(ଗ) କୁଶାଣ ରାଜବଂଶ
(ଘ) ସାତବାହନ ରାଜବଂଶ
Answer:
(ଖ) ଗୁପ୍ତ ରାଜବଂଶ

CHSE Odisha Class 12 History Chapter 6 Objective Questions in Odia Medium

୧୯। କିଏ ‘ସୂର୍ଯ୍ୟୋପରାଗ’ ଓ ‘ଚନ୍ଦ୍ରଗ୍ରହଣ’ର କାରଣ ସମ୍ପର୍କରେ ଦର୍ଶାଇଥିଲେ ?
(କ) ଆର୍ଯ୍ୟଭଟ୍ଟ
(ଖ) ବରାହମିହିର
(ଗ) କାଳିଦାସ
(ଘ) ବିଶାଖାଦତ୍ତ
Answer:
(କ) ଆର୍ଯ୍ୟଭଟ୍ଟ

୨୦ । ଅଜନ୍ତାର କେତେ ନମ୍ବର ଗୁମ୍ଫାରେ ଅଙ୍କିତ ହୋଇଛି ‘ମୁମୂର୍ଷୁ ରାଜକୁମାରୀ’ର ଚିତ୍ର ?
(କ) ୧୨ ନମ୍ବର
(ଖ) ୧୪ ନମ୍ବର
(ଗ) ୧୫ ନମ୍ବର
(ଘ) ୧୬ ନମ୍ବର
Answer:
(ଘ) ୧୬ ନମ୍ବର

୨୧। ‘ଗୌତମଙ୍କର ସଂସାର ତ୍ୟାଗ’ କରୁଥିବାର ଦୃଶ୍ୟ ଅଜନ୍ତାର କେତେ ନମ୍ବର ଗୁମ୍ଫାରେ ଅଙ୍କିତ ହୋଇଅଛି ?
(କ) ୧୬ ନମ୍ବର
(ଖ) ୧୭ ନମ୍ବର
(ଗ) ୧୮ ନମ୍ବର
(ଘ) ୧୯ ନମ୍ବର
Answer:
(ଘ) ୧୯ ନମ୍ବର

୨୨। ‘ବୋଧୂସତ୍ତ୍ଵ ଭୂମି’ ନାଟକର ରଚୟିତା କିଏ ?
(କ) ବସୁବନ୍ଧୁ
(ଖ) ଅସଙ୍ଗ
(ଗ) ବୁଦ୍ଧଉଦାସ
(ଘ) ପାଲକପ୍ୟ
Answer:
(ଖ) ଅସଙ୍ଗ

୨୩। କିଏ ନିଉଟନଙ୍କ ବହୁ ପୂର୍ବରୁ ମାଧ୍ୟାକର୍ଷଣ ଶକ୍ତି ସମ୍ପର୍କରେ ସୂଚନା ଦେଇଥିଲେ ?
(କ) ବ୍ରହ୍ମଗୁପ୍ତ
(ଖ) ଆର୍ଯ୍ୟଭଟ୍ଟ
(ଗ) ବରାହମିହିର
(ଘ) କାଳିଦାସ
Answer:
(କ) ବ୍ରହ୍ମଗୁପ୍ତ

CHSE Odisha Class 12 History Chapter 6 Objective Questions in Odia Medium

୨୪। କିଏ ଗଣିତରେ ‘ଦଶମିକ ପଦ୍ଧତି’ ଓ ‘ଶୂନ୍ୟ’ର ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ ?
(କ) ବ୍ରହ୍ମଗୁପ୍ତ
(ଖ) ଆର୍ଯ୍ୟଭଟ୍ଟ
(ଗ) ବରାହମିହିର
(ଘ) ବିଶାଖାଦତ୍ତ
Answer:
(ଖ) ଆର୍ଯ୍ୟଭଟ୍ଟ

୨୫। ‘ସାଂଖ୍ୟକାରିକା’ର ରଚୟିତା କିଏ ?
(କ) ଈଶ୍ୱରକୃଷ୍ଣ
(ଖ) ପତଞ୍ଜଳି
(ଗ) ବାସାୟନ
(ଘ) ଜୈମିନୀ
Answer:
(କ) ଈଶ୍ଵରକୃଷ୍ଣ

୨୬। ‘ଆଠ କଥା’ କିଏ ରଚନା କରିଥିଲେ ?
(କ) ବୁଦ୍ଧଘୋଷ
(ଖ) ଦିଗ୍ନାଗ
(ଗ) ବସୁବନ୍ଧୁ
(ଘ) ଅସଙ୍ଗ
Answer:
(କ) ବୁଦ୍ଧଘୋଷ

୨୭। ‘ଋତୁସଂହାର’ର ରଚୟିତା କିଏ ?
(କ) ବିଶାଖଦତ୍ତ
(ଖ) ଶୂଦ୍ରକ
(ଗ) କାଳିଦାସ
(ଘ) ବରାହମିହିର
Answer:
(ଗ) କାଳିଦାସ

୨୮। କେଉଁ ଗୁପ୍ତ ସମ୍ରାଟ ‘କବିରାଜ’ ଉପାଧ୍ଧରେ ବିଭୂଷିତ ହୋଇଥିଲେ ?
(କ) ପ୍ରଥମ ଚନ୍ଦ୍ରଗୁପ୍ତ
(ଖ) ବିକ୍ରମାଦିତ୍ୟ
(ଗ) ସମୁଦ୍ରଗୁପ୍ତ
(ଘ) ଅଶୋକ
Answer:
(ଗ) ସମୁଦ୍ରଗୁପ୍ତ

୨୯। ଏଲୋରା ଓ ଅଜନ୍ତାର ବୌଦ୍ଧଗୁମ୍ଫା କେଉଁ ବଂଶ ରାଜାଙ୍କଦ୍ଵାରା ନିର୍ମିତ ହୋଇଥିଲା ?
(କ) ଗୁପ୍ତବଂଶ
(ଖ) ମୋଗଲ ବଂଶ
(ଗ) ଖୁଜୀ ବଂଶ
(ଘ) ତୋଗଲୋକ ବଂଶ
Answer:
(କ) ଗୁପ୍ତବଂଶ

CHSE Odisha Class 12 History Chapter 6 Objective Questions in Odia Medium

୩୦ । ଗୁପ୍ତବଂଶର କେଉଁ ରାଜା ‘ନିଜକୁ ପରମ ଭାଗବତ’ ଉପାଧ୍ଧରେ ଭୂଷିତ କରିଥିଲେ ?
(କ) ପ୍ରଥମ ଚନ୍ଦ୍ରଗୁପ୍ତ
(ଖ) ସମୁଦ୍ରଗୁପ୍ତ
(ଗ) ଦ୍ଵିତୀୟ ଚନ୍ଦ୍ରଗୁପ୍ତ
(ଘ) ବିକ୍ରମାଦିତ୍ୟ
Answer:
(ଗ) ଦ୍ଵିତୀୟ ଚନ୍ଦ୍ର ଗୁପ୍ତ

୩୧। କେଉଁ ଗୁପ୍ତରାଜାଙ୍କ ସମୟରେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ ହୋଇଥୁଲା ?
(କ) ସମୁଦ୍ରଗୁପ୍ତ
(ଖ) ପ୍ରଥମ ଚନ୍ଦ୍ରଗୁପ୍ତ
(ଗ) ଦ୍ଵିତୀୟ ଚନ୍ଦ୍ରଗୁପ୍ତ
(ଘ) ଅଶୋକ
Answer:
(କ) ସମୁଦ୍ରଗୁପ୍ତ

୩୨। ସମୁଦ୍ରଗୁପ୍ତଙ୍କ ରାଜସଭାକୁ ମଣ୍ଡନ କରିଥିବା ବୌଦ୍ଧଭିକ୍ଷୁଙ୍କ ନାମ କ’ଣ ?
(କ) ତଥାଗତ
(ଖ) ମୋଗଲିପୁରତିସ୍‌
(ଗ) ଉପଗୁପ୍ତ
(ଘ) ବସୁବନ୍ଧୁ
Answer:
(ଘ) ବସ୍ତୁବନ୍ଧୁ

୩୩ । ଗୁପ୍ତବଂଶୀୟ ରାଜା ସମୁଦ୍ରଗୁପ୍ତ ସିଂହଳର ରାଜା ମେଘବର୍ଷଙ୍କୁ କେଉଁଠାରେ ଏକ ବୌଦ୍ଧବିହାର ନିର୍ମାଣ କରିବାକୁ ଅନୁମତି ଦେଇଥିଲେ ?
(କ) ମାଳୟ
(ଖ) ଶ୍ର1ଲଙ୍କ।
(ଗ) ବ୍ରହ୍ଖଦେଶ
(ଘ) ବୁଦ୍ଧଗୟା
Answer:
(ଘ) ବୁଦ୍ଧଗୟା

୩୪। ଗୁପ୍ତ ଯୁଗରେ କେଉଁ ଜ୍ଞାନକୋଷ ରଚନା କରାଯାଇଥିଲା ?
(କ) ଶାରଳା ଭାଷାକୋଷ
(ଖ) ଅମରକୋଷ
(ଗ) ମୟୂର ଶତକ
(ଘ) କାବ୍ୟ।ଦର୍ଶ
Answer:
(ଖ) ଅମରକୋଷ

CHSE Odisha Class 12 History Chapter 6 Objective Questions in Odia Medium

୩୫। ଅଜନ୍ତାର ଦୁଇ ନମ୍ବର ଗୁମ୍ଫାରେ କାହାର ଚିତ୍ର ଅଛି ?
(କ) ମାତା ଓ ପୁତ୍ର
(ଖ) ଅପ୍ସରା
(ଗ) ବୁଦ୍ଧଙ୍କ ଜନ୍ମ
(ଘ) ଶିବ
Answer:
(ଗ) ବୁଦ୍ଧଙ୍କ ଜନ୍ମ

B. ଶୂନ୍ୟସ୍ଥାନ ପୂରଣ କର ।

୧। ଚୀନ୍ ପରିବ୍ରାଜକ _________ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵକାଳରେ ଭାରତ ଭ୍ରମଣ କରିଥିଲେ ।
Answer:
ଫାହିୟାନ୍

୨ । _______ ଥିଲେ ‘ଆର୍ଯ୍ୟସିଦ୍ଧାନ୍ତ’ର ରଚୟିତା ।
Answer:
ଆର୍ଯ୍ୟଭଟ୍ଟ

୩ । ଗୁପ୍ତବଂଶର ରାଜା __________ ନିଜକୁ ‘ପରମ ଭାଗବତ’ ଉପାଧ୍ଧରେ ଭୂଷିତ କରିଥିଲେ ।
Answer:
ଦ୍ଵିତୀୟ ଚନ୍ଦ୍ରଗୁପ୍ତ

୪ । “ପଦ୍ୟବୂଡ଼।ମଣି”ର ରଚୟିତା __________ ଥିଲେ ।
Answer:
ବୁଦ୍ଧଘୋଷ

୫ । ‘ପଞ୍ଚସିଦ୍ଧ।ନ୍ତିକା’ ର ରଚୟିତା _________ ଥିଲେ ।
Answer:
ବରାହମିହିର

CHSE Odisha Class 12 History Chapter 6 Objective Questions in Odia Medium

୬ । ‘ଗାଥା ସଂଗ୍ରହ’ର ରଚୟିତା ________ ଥିଲେ ।
Answer:
ବସୁବନ୍ଧୁ

୭ । ପ୍ରସିଦ୍ଧ ବୌଦ୍ଧପଣ୍ଡିତ ବସୁବନ୍ଧୁ ଗୁପ୍ତରାଜା __________ ଙ୍କ ରାଜସଭାରେ ଥିଲେ ।
Answer:
ସମୁଦ୍ରଗୁପ୍ତ

୮ । ________ ‘ମୁଚ୍ଛକଟିକମ୍’ର ରଚୟିତା ଅଟନ୍ତି ।
Answer:
ଶୂଦ୍ରକ

୯ । ‘ରଘୁବଂଶମ୍’ ର ରଚୟିତା __________ ଅଟନ୍ତି ।
Answer:
କାଳିଦାସ

୧୦। ‘ମାଳବିକାଗ୍ନିମିତ୍ରମ୍’ର ରଚୟିତା ______ ଅଟନ୍ତି ।
Answer:
କାଳିଦାସ

୧୧ । ‘ପରମାର୍ଥ ସପ୍ତତି’ର ରଚୟିତା _________ ଅଟନ୍ତି ।
Answer:
ବସୁବନ୍ଧୁ

୧୨। ‘ମହାଯାନ ସୂତ୍ରାଳଙ୍କାର’ର ରଚୟିତା ________ ଅଟନ୍ତି ।
Answer:
ଅସଙ୍ଗ

୧୩ । ‘ସାଂଖ୍ୟକାରିକା’ର ରଚୟିତା _________ ଅଟନ୍ତି ।
Answer:
ଈଶ୍ୱରକୃଷ୍ଣ

CHSE Odisha Class 12 History Chapter 6 Objective Questions in Odia Medium

୧୪ । ‘ପଦାର୍ଥ ଧର୍ମସଂଗ୍ରହ’ର ରଚୟିତା _______ ଅଟନ୍ତି ।
Answer:
ପ୍ରଶସ୍ତପଦ

୧୫। ‘ମହାଯାନ ସପରିଗ୍ରହ’ର ରଚୟିତା _______ ଅଟନ୍ତି ।
Answer:
ଅସଙ୍ଗ

୧୬। ପ୍ରମାଣଶାସ୍ତ୍ର ‘ନ୍ୟାୟପ୍ରବେଶ’ର ରଚୟିତା _________ ଅଟନ୍ତି ।
Answer:
ଦିଗନାଗ

୧୭। ‘ତତ୍ତ୍ଵଅର୍ଥଦିଗମ ସୂତ୍ର’ର ରଚୟିତା _______ ଅଟନ୍ତି ।
Answer:
ଉମାସ୍ଵାତୀ

୧୮। ‘ନ୍ୟାୟାବତାର’ ଗ୍ରନ୍ଥର ରଚୟିତା ________ ଥିଲେ ।
Answer:
ସିଦ୍ଧସେନ

୧୯। ଗୁପ୍ତାବ୍ଦ ________ ଖ୍ରୀ.ଅ.ରୁ ଆରମ୍ଭ ହୋଇଥିଲା ।
Answer:
୩୨୦

୨୦। ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ କନ୍ୟା ________ ତାଙ୍କର ନାବାଳକ ପୁତ୍ର ପକ୍ଷରୁ ବକାଟକ ରାଜ୍ୟ ଶାସନ କରୁଥିଲେ ।
Answer:
ପ୍ରଭାବତୀ

CHSE Odisha Class 12 History Chapter 6 Objective Questions in Odia Medium

୨୧। ଉଚ୍ଚବଂଶୀୟ ପୁରୁଷ ନୀଚ ଜାତିର ସ୍ତ୍ରୀଲୋକକୁ ବିବାହ କରିବା ରୀତିକୁ __________ କୁହାଯାଉଥିଲା ।
Answer:
ଅନୁଲୋମ ବିବାହ

୨୨। ନାଳନ୍ଦା ବିଶ୍ଵବିଦ୍ୟାଳୟର ମୁଖ୍ୟ ______ ଥିଲେ ।
Answer:
ଶୀଳଭଦ୍ର

୨୩। ପାଣିନି ________ ରଚନା କରିଥିଲେ ।
Answer:
ଅଷ୍ଟାଧ୍ୟାୟୀ

୨୪। ପଦ୍ମପାଣି ଓ ଚକ୍ରପାଣିଙ୍କ ଚିତ୍ର __________ ରେ ଅଙ୍କିତ ହୋଇଥିଲା ।
Answer:
ଅଜନ୍ତାର ପ୍ରଥମ ଚିତ୍ର

୨୫। ଅଜନ୍ତାର __________ ନମ୍ବର ଗୁମ୍ଫାରେ ଅଙ୍କିତ ହୋଇଛି ମାତା ଓ ପୁତ୍ରଙ୍କର ଛବି ।
Answer:
୧୭

୨୬। ଅଜନ୍ତାର ___________ ନମ୍ବର ଗୁମ୍ଫାରେ ମୁମୂର୍ଷୁ ରାଜକୁମାରୀଙ୍କ ଚିତ୍ର ପ୍ରଦର୍ଶିତ ହୋଇଛି ।
Answer:
୧୬

୨୭। ଅଜନ୍ତାର ଚିତ୍ର _________ ହିସାବରେ ଖ୍ୟାତିଲାଭ କରିଛି ।
Answer:
ଭିଭିଚିତ୍ର

CHSE Odisha Class 12 History Chapter 6 Objective Questions in Odia Medium

୨୮। ଗୁପ୍ତଯୁଗରେ ପ୍ରସିଦ୍ଧ ନୃସିଂହ ମନ୍ଦିର _________ ଠାରେ ନିର୍ମିତ ହୋଇଥିଲା ।
Answer:
ଏରାଣା

୨୯। ଅହିଛତ୍ରର _________ ମନ୍ଦିର ଗୁପ୍ତଯୁଗର ସ୍ଥାପତ୍ୟକଳାର ଏକ ଉତ୍କୃଷ୍ଟ ନିଦର୍ଶନ ।
Answer:
ଶିବ

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କାଳିଦାସଙ୍କ ରଚିତ ନାଟକଗୁଡ଼ିକର ନାମ କ’ଣ ?
Answer:
ଅଭିଜ୍ଞାନ ଶାକୁନ୍ତଳମ୍, ମାଳବିକାଗ୍ନିମିତ୍ରମ୍ ଏବଂ ବିକ୍ରମୋର୍ବଶୀୟମ୍ ନାଟକ କାଳିଦାସ ରଚନା କରିଥିଲେ ।

୨ । ବିଶାଖାଦର କିଏ ?
Answer:
ବିଶାଖାଦତ୍ତ ହେଉଛନ୍ତି ଗୁପ୍ତଯୁଗର ଜଣେ ନାଟ୍ୟକାର ।

୩ । ‘ମୃଚ୍ଛକଟିକମ୍’ କିଏ ରଚନା କରିଥିଲେ ?
Answer:
ଶୂଦ୍ରକ ‘ମୁଚ୍ଛକଟିକମ୍’ ରଚନା କରିଥିଲେ ।

୪ । କିଏ ‘କିରାତାର୍ଜୁନୀୟମ୍’ ନାଟକ ରଚନା କରିଥିଲେ ?
Answer:
ଭାରବୀ ‘କିରାତାର୍ଜୁନୀୟମ୍’ ନାଟକ ରଚନା କରିଥିଲେ ।

CHSE Odisha Class 12 History Chapter 6 Objective Questions in Odia Medium

୫। ହରିଶେଣ କିଏ ?
Answer:
ସମୁଦ୍ରଗୁପ୍ତଙ୍କର ରାଜକବି ଓ ଆଲ୍ଲାହାବାଦ ପ୍ରଶସ୍ତିର ରଚୟିତା ଥିଲେ ହରିଶେଣ ।

୬। ‘ବୃହତ୍ ସଂହିତା’ର ରଚୟିତା କିଏ ?
Answer:
ବରାହମିହିର ‘ବୃହତ୍ ସଂହିତା’ ରଚନା କରିଥିଲେ ।

୭ । ଗୁପ୍ତଯୁଗୀୟ ଲୌହସ୍ତମ୍ଭ କେଉଁଠାରେ ଅବସ୍ଥିତ ?
Answer:
ଗୁପ୍ତଯୁଗୀୟ ଲୌହସ୍ତମ୍ଭ ଦିଲ୍ଲୀର ମେହରୌଲିଠାରେ ଅବସ୍ଥିତ ।

୮ । କେଉଁ ଗୁପ୍ତ ସମ୍ରାଟ ‘କବିରାଜ’ ଉପାଧ୍ଵରେ ଭୂଷିତ ହୋଇଥିଲେ ?
Answer:
ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ ‘କବିରାଜ’ ଉପାଧ୍ଵରେ ଭୂଷିତ ହୋଇଥିଲେ ।

୯। ‘ଶୃଙ୍ଗାର ଶତକମ୍’ କିଏ ରଚନା କରିଥିଲେ ?
Answer:
‘ଶୃଙ୍ଗାର ଶତକମ୍’ ଭର୍ତ୍ତୃହରି ରଚନା କରିଥିଲେ ।

୧୦। ଗୁପ୍ତଯୁଗର ପାର୍ବତୀ ମନ୍ଦିର କେଉଁଠାରେ ନିର୍ମିତ ହୋଇଥିଲା ?
Answer:
ନାଚନାକୁଥାରଠାରେ ଗୁପ୍ତଯୁଗର ପାର୍ବତୀ ମନ୍ଦିର ନିର୍ମିତ ହୋଇଥିଲା ।

୧୧। ବୁଦ୍ଧଘୋଷ କ’ଣ ଚରନା କରିଥିଲେ ?
Answer:
ବୁଦ୍ଧଘୋଷ ‘ଆଠ କଥା’ ରଚନା କରିଥିଲେ ।

CHSE Odisha Class 12 History Chapter 6 Objective Questions in Odia Medium

୧୨। କିଏ ନାଳନ୍ଦା ବିଶ୍ଵବିଦ୍ୟାଳୟର କୁଳପତି ଥିଲେ ?
Answer:
ଶୀଳଭଦ୍ର ନାଳନ୍ଦା ବିଶ୍ଵବିଦ୍ୟାଳୟର କୁଳପତି ଥିଲେ ।

୧୩। ଦଶମିକ ଗଣନା ଓ ଶୂନର ବ୍ୟବହାର କିଏ ବାହାର କରିଥିଲେ ?
Answer:
ଆର୍ଯ୍ୟଭଟ୍ଟ ଦଶମିକ ଗଣନା ଓ ଶୂନର ବ୍ୟବହାର ପ୍ରଥମେ ବାହାର କରିଥିଲେ ।

୧୪। ଅସଙ୍ଗ କ’ଣ ରଚନା କରିଥିଲେ ?
Answer:
ଅସଙ୍ଗ ‘ମହାଯାନ-ସୂତ୍ରାଳଙ୍କାର’ ଓ ‘ବୋଧସତ୍ତ୍ଵ ଭୂମି’ ନାମକ ଦର୍ଶନଶାସ୍ତ୍ର ରଚନା କରିଥିଲେ ।

୧୫। ‘ତର୍କଶାସ୍ତ୍ର’ କିଏ ରଚନା କରିଥିଲେ ?
Answer:
ଦିଗ୍‌ଗ ‘ତର୍କଶାସ୍ତ୍ର’ ରଚନା କରିଥିଲେ ।

୧୬। କେଉଁ ଗୁମ୍ଫାରେ ଭିଭିଚିତ୍ର ଦେଖିବାକୁ ମିଳେ ?
Answer:
ଅଜନ୍ତା ଗୁମ୍ଫାରେ ଭିଭିଚିତ୍ର ଦେଖିବାକୁ ମିଳେ ।

୧୭ । ପାଲକପ୍ୟ କିଏ ?
Answer:
ପାଲକପ୍ୟ ଥିଲେ ଗୁପ୍ତଯୁଗର ହସ୍ତୀ ବିଜ୍ଞାନୀ ।

CHSE Odisha Class 12 History Chapter 6 Objective Questions in Odia Medium

୧୮। ‘ବୃହତ୍ ଜାତକ’ କିଏ ରଚନା କରିଥିଲେ ?
Answer:
ବରାହମିହିର ବୃହତ୍ ଜାତକ ରଚନା କରିଥିଲେ ।

୧୯। ଗୁପ୍ତଯୁଗର ସର୍ବଶ୍ରେଷ୍ଠ ନାଟ୍ୟକାର କିଏ ଥିଲେ ?
Answer:
କାଳିଦାସ ଗୁପ୍ତଯୁଗର ସର୍ବଶ୍ରେଷ୍ଠ ନାଟ୍ୟକାର ଥିଲେ ।

୧୯। ଗୁପ୍ତଯୁଗର ସର୍ବଶ୍ରେଷ୍ଠ ନାଟ୍ୟକାର କିଏ ଥିଲେ ?
Answer:
କାଳିଦାସ ଗୁପ୍ତଯୁଗର ସର୍ବଶ୍ରେଷ୍ଠ ନାଟ୍ୟକାର ଥିଲେ ।

୨୦। ‘ବିକ୍ରମୋର୍ବଶୀୟମ୍’ର ରଚୟିତା କିଏ ?
Answer:
‘ବିକ୍ରମୋର୍ବଶୀୟମ୍’ର ରଚୟିତା କାଳିଦାସ ଅଟନ୍ତି ।

୨୧। କେଉଁ ଶତାବ୍ଦୀରେ ଗୁପ୍ତ ରାଜବଂଶର ଉତ୍‌ଥାନ ହୋଇଥିଲା ?
Answer:
ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭ କାଳରେ ମଗଧକୁ କେନ୍ଦ୍ରକରି ଗୁପ୍ତ ରାଜବଂଶର ଉତ୍‌ଥାନ ହୋଇଥିଲା ।

୨୨। ‘ଦୂତକାବ୍ୟ’ ନାଟକ କିଏ ରଚନା କରିଥିଲେ ?
Answer:
ଭାସ ଦୂତକାବ୍ୟ ନାଟକ ରଚନା କରିଥିଲେ ।

୨୩। ଗୁପ୍ତବଂଶର କେଉଁ ଦୁଇଜଣ ରାଜା ନିଜକୁ ମହାରାଜା ଉପାଧ୍ଵରେ ଭୂଷିତ କରିଥିଲେ ?
Answer:
ଗୁପ୍ତବଂଶର ରାଜା ଶ୍ରୀଗୁପ୍ତ ଏବଂ ଘଟୋକୁଚ ନିଜକୁ ମହାରାଜା ଉପାର୍ଶ୍ଵରେ ଭୂଷିତ କରିଥିଲେ ।

CHSE Odisha Class 12 History Chapter 6 Objective Questions in Odia Medium

୨୪। ଗୁପ୍ତଯୁଗକୁ କେଉଁ ଯୁଗ ସହିତ ତୁଳନା କରାଯାଇଛି ?
Answer:
ଗୁପ୍ତଯୁଗକୁ ଗ୍ରୀସ୍ ଦେଶର ପେରିକ୍ଲିସ୍ ଯୁଗ, ରୋମ ଦେଶର ଅଗଷ୍ଟସ୍ ଯୁଗ ଏବଂ ଇଂଲଣ୍ଡର ଏଲିଜାବେଥୀୟ ଯୁଗ ସହିତ ତୁଳନା କରାଯାଇଛି ।

୨୫। ନବରନ୍‌ଙ୍କର ନାମ ଲେଖ ।
Answer:
ନବରନ୍‌ଙ୍କ ନାମ ହେଲା – କାଳିଦାସ, ବରାହମିହିର, ଘଟକର୍ପୂର, ବରରୁଚି, ବେତାଳଭଟ୍ଟ, ଧନମ୍ଵରୀ, କ୍ଷପଣକ, ଅମରସିଂହ ଓ ଶଙ୍କୁ ।

୨୬। ଗୁପ୍ତବଂଶର କେଉଁ ରାଜା ନିଜକୁ ମହାରାଜାଧୁରାଜ ଉପାର୍ଶ୍ଵରେ ଭୂଷିତ କରାଇଥିଲେ ?
Answer:
ଗୁପ୍ତବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ ନିଜକୁ ମହାରାଜାଧ୍ଵରାଜ ଉପାର୍ଶ୍ଵରେ ଭୂଷିତ କରାଇଥିଲେ ।

୨୭। କେଉଁ ଗୁପ୍ତ ସମ୍ରାଟ ନିଜକୁ ଲିଚ୍ଛାବୀ ଦୌହିତ୍ର ବୋଲି ଆଖ୍ୟାତ କରିଥିଲେ ?
Answer:
ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ ନିଜକୁ ଲିଚ୍ଛାବୀ ଦୌହିତ୍ର ବୋଲି ଆଖ୍ୟାତ କରିଥିଲେ ।

୨୮। ସମୁଦ୍ରଗୁପ୍ତ କେଉଁ ବୌଦ୍ଧ ଦାର୍ଶନିକଙ୍କର ପୃଷ୍ଠପୋଷକ ଥିଲେ ?
Answer:
ସମୁଦ୍ରଗୁପ୍ତ ବୌଦ୍ଧ ଦାର୍ଶନିକ ବସୁବନ୍ଧୁଙ୍କର ପୃଷ୍ଠପୋଷକ ଥିଲେ ।

୨୯। ଗୁପ୍ତଯୁଗର ତିନିଜଣ ନାଟକ ରଚୟିତାଙ୍କ ନାମ ଲେଖ ।
Answer:
ଗୁପ୍ତଯୁଗର ତିନିଜଣ ପ୍ରସିଦ୍ଧ ନାଟ୍ୟକାରଙ୍କର ନାମ ହେଲା କାଳିଦାସ, ଶୂଦ୍ରକ ଓ ବିଶାଖାଦତ୍ତ ।

୩୦ । କେଉଁ ରାଜାଙ୍କ ରାଜସଭାକୁ ‘ନବରନ୍’ ଅଳଙ୍କୃତ କରିଥିଲେ ?
Answer:
ଗୁପ୍ତସମ୍ରାଟ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜସଭାକୁ ନବରନୁ ଅଳଂକୃତ କରିଥିଲେ ।

CHSE Odisha Class 12 History Chapter 6 Objective Questions in Odia Medium

୩୧। ଆର୍ଯ୍ୟଭଟ୍ଟ କିଏ ?
Answer:
ଆର୍ଯ୍ୟଭଟ୍ଟ ଗୁପ୍ତଯୁଗର ପ୍ରସିଦ୍ଧ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଥିଲେ । ସେ ‘ଆର୍ଯ୍ୟ ସିଦ୍ଧାନ୍ତ’ ଓ ‘ସୂର୍ଯ୍ୟ ସିଦ୍ଧାନ୍ତ’ ନାମରେ ଦୁଇଟି ଗ୍ରନ୍ଥ ରଚନା କରିଥିଲେ ।

୩୨। ବରାହମିହିର କିଏ ?
Answer:
ଗୁପ୍ତଯୁଗର ଅନ୍ୟତମ ଖ୍ୟାତନାମା ବୈଜ୍ଞାନିକ ଥିଲେ ବରାହମିହିର ଏବଂ ସେ ବୃହତ୍ ସଂହିତା, ବୃହତ୍ ଜାତକ, ଲଘୁ ଜାତକ ଓ ପଞ୍ଚସିଦ୍ଧାନ୍ତିକା ଆଦି ଗ୍ରନ୍ଥ ରଚନା କରିଯାଇଛନ୍ତି ।

୩୩ । ଗୁପ୍ତଯୁଗର ବୌଦ୍ଧ ଲେଖକଙ୍କର ନାମ ଉଲ୍ଲେଖ କର ।
Answer:
ଗୁପ୍ତଯୁଗର ବୌଦ୍ଧ ଲେଖକମାନଙ୍କ ମଧ୍ୟରେ ବସୁବନ୍ଧୁ ଓ ଦିଗ୍‌ନାଗଙ୍କ ନାମ ଉଲ୍ଲେଖଯୋଗ୍ୟ ।

୩୪। ଗୁପ୍ତଯୁଗରେ କେଉଁ କେଉଁ ସ୍ଥାନ ପ୍ରଧାନ ଶିକ୍ଷାକେନ୍ଦ୍ର ଥିଲା ?
Answer:
ପାଟଳୀପୁତ୍ର, ବଲ୍ଲଭୀ, ଉଜ୍ଜୟିନୀ, ମଥୁରା, ବାରାଣସୀ ଓ ତକ୍ଷଶିଳା ପ୍ରଭୃତି ଗୁପ୍ତଯୁଗରେ ଶିକ୍ଷା ଓ ସଂସ୍କୃତିର କେନ୍ଦ୍ରସ୍ଥଳୀ ଥିଲା ।

D. ଭ୍ରମ ସଂଶୋଧନ କର ।

୧। ଗୁପ୍ତ ସମ୍ରାଟମାନଙ୍କ ମଧ୍ୟରୁ ପ୍ରଥମ ଚନ୍ଦ୍ରଗୁପ୍ତ ରାଜା ବିକ୍ରମାଦିତ୍ୟ ନାମରେ ପରିଚିତ ଥିଲେ ।
Answer:
ଗୁପ୍ତ ସମ୍ରାଟମାନଙ୍କ ମଧ୍ୟରୁ ଦ୍ଵିତୀୟ ଚନ୍ଦ୍ରଗୁପ୍ତ ରାଜା ବିକ୍ରମାଦିତ୍ୟ ନାମରେ ପରିଚିତ ଥିଲେ ।

୨। ଗୁପ୍ତ ସମ୍ରାଟ ଶ୍ରୀଗୁପ୍ତ ଶକାରି ଉପାଧ୍ ଧାରଣ କରିଥିଲେ ।
Answer:
ଗୁପ୍ତ ସମ୍ରାଟ ଦ୍ଵିତୀୟ ଚନ୍ଦ୍ରଗୁପ୍ତ ଶକାରି ଉପାଧ୍ ଧାରଣ କରିଥିଲେ ।

CHSE Odisha Class 12 History Chapter 6 Objective Questions in Odia Medium

୩ । ପ୍ରାଚୀନ ଭାରତରେ ମୌର୍ଯ୍ୟଯୁଗକୁ ସୁବର୍ଣ୍ଣଯୁଗ କୁହାଯାଉଥିଲା ।
Answer:
ପ୍ରାଚୀନ ଭାରତରେ ଗୁପ୍ତଯୁଗକୁ ସୁବର୍ଣ୍ଣଯୁଗ କୁହାଯାଉଥିଲା ।

୪। ‘ଗାଥା ସଂଗ୍ରହ ଓ ଅଭିଧର୍ମ କୋଷ’ ବରାହମିହିର ରଚନା କରିଥିଲେ ।
Answer:
‘ଗାଥା ସଂଗ୍ରହ ଓ ଅଭିଧର୍ମ କୋଷ’ ବୌଦ୍ଧ ଦାର୍ଶନିକ ବସ୍ତୁବନ୍ଧୁ ରଚନା କରିଥିଲେ ।

୫। ପ୍ରଥମ ଚନ୍ଦ୍ରଗୁପ୍ତ ଗୁପ୍ତ ରାଜବଂଶର ପ୍ରତିଷ୍ଠାତା ଥିଲେ ।
Answer:
ଶ୍ରୀଗୁପ୍ତ ଗୁପ୍ତ ରାଜବଂଶର ପ୍ରତିଷ୍ଠାତା ଥିଲେ ।

୬ । ଗୁପ୍ତ ସମ୍ରାଟ ପ୍ରଥମ ଚନ୍ଦ୍ରଗୁପ୍ତ ଅଶ୍ଵମେଧ ଯଜ୍ଞ ସମ୍ପାଦନ କରିଥିଲେ ।
Answer:
ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ ଅଶ୍ଵମେଧ ଯଜ୍ଞ ସମ୍ପାଦନ କରିଥିଲେ ।

୭ | ବିଶାଖାଦର ଥିଲେ ଗୁପ୍ତଯୁଗର ଜଣେ ହାସ୍ୟକବି ।
Answer:
ବିଶାଖାଦଉ ଥିଲେ ଗୁପ୍ତଯୁଗର ଜଣେ ନାଟ୍ୟକାର ।

୮ । ଗୁପ୍ତଯୁଗରେ ଭୂମରାରେ ବିଷ୍ଣୁ ମନ୍ଦିର ନିର୍ମାଣ କରାଯାଇଥିଲା ।
Answer:
ଗୁପ୍ତଯୁଗରେ ଭୂମରାରେ ଶିବ ମନ୍ଦିର ନିର୍ମାଣ କରାଯାଇଥିଲା ।

୯ । ଡିଗ ଶିବ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ ।
Answer:
ତିଗୱା ବିଷ୍ଣୁ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ ।

CHSE Odisha Class 12 History Chapter 6 Objective Questions in Odia Medium

୧୦ । ବୁଦ୍ଧଗୟାଠାରେ ନିର୍ମିତ ମନ୍ଦିରର ନାମ ବିଷ୍ଣୁ ମନ୍ଦିର ।
Answer:
ବୁଦ୍ଧଗୟାଠାରେ ନିର୍ମିତ ମନ୍ଦିରର ନାମ ମହାବୋଧ୍ୟ ଅଟେ ।

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.1

Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.1

Question 1. 
ନିମ୍ନ ଚିତ୍ରଗୁଡ଼ିକର ଚିତ୍ରିତ ଅଂଶକୁ ପୂର୍ଣ୍ଣ ଚିତ୍ରର ଭଗ୍ନସଂଖ୍ୟା ରୂପେ ପ୍ରକାଶ କରି ପରପୃଷ୍ଠାରେ ଥିବା ସାରଣୀ ଭଳି ସାରଣୀଟିଏ ନିଜ ଖାତାରେ କରି ସେଇଟିକୁ ପୂରଣ କର ।
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.1

ଚିତ୍ରର କ୍ରମ (କ) (ଖ) (ଗ) (ଘ) (ଙ) (ଚ)
ଭଗ୍ନସଂଖ୍ୟା
କର
ହର

ସମାଧାନ:

ଚିତ୍ରର କ୍ରମ (କ) (ଖ) (ଗ) (ଘ) (ଙ) (ଚ)
ଭଗ୍ନସଂଖ୍ୟା \(\frac{4}{9}\) \(\frac{5}{8}\) \(\frac{2}{4}\) \(\frac{3}{9}\) \(\frac{3}{10}\) \(\frac{5}{12}\)
କର 4 5 2 3 3 5
ହର 9 8 4 9 10 12

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.1

Question 2.
ପ୍ରତ୍ୟେକ ଚିତ୍ର ଭଳି ଚିତ୍ରଟିଏ ତୁମ ଖାତାରେ ଅଙ୍କନ କର। ଚିତ୍ର ତଳେ ଲେଖାଯାଇଥିବା ଭଗ୍ନସଂଖ୍ୟା ଅନୁଯାୟୀ ଚିତ୍ରର ଅଂଶକୁ ଚିତ୍ରିତ କର।
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.1 1
ସମାଧାନ:

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.1 2

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.5

Odisha State Board BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.5 Textbook Exercise Questions and Answers.

BSE Odisha Class 6 Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.5

Question 1.
ଆମେ ବ୍ୟବହାର କରୁଥିବା ଅଙ୍କ ଦଶଟି ମଧ୍ୟରୁ କ୍ଷୁଦ୍ରତମ ଅଙ୍କଟି କିଏ?
ସମାଧାନ:
0

Question 2.
ଦୁଇ ଅୟୁତ ପାଞ୍ଚ ଲେଖିବା ବେଳେ କେଉଁ କେଉଁ ଭିନ୍ନ ଅଙ୍କ ବ୍ୟବହାର କରାଯାଏ?
ସମାଧାନ:
2, 0 ଓ 5 ବ୍ୟବହାର କରାଯାଏ

Question 3.
1 ଠାରୁ 100 ଲେଖିବା ବେଳେ କେତେଥର 0 ଲେଖିବା ଦରକାର ପଡ଼େ?
ସମାଧାନ:
11 ଥର

Question 4.
ଯେ କୌଣସି ସଂଖ୍ୟା ସହ କେଉଁ ସଂଖ୍ୟାକୁ ଯୋଗକଲେ, ଯୋଗଫଳ ସେହି ସଂଖ୍ୟା ହୁଏ?
ସମାଧାନ:
କୌଣସି ସଂଖ୍ୟାସହ 0 କୁ ଯୋଗକଲେ, ଯୋଗଫଳ ସେହି ସଂଖ୍ୟା ହୁଏ

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.5

Question 5.
ଏଭଳି ଏକ ବିୟୋଗ କାର୍ଯ୍ୟ ଦେଖାଅ, ଯେଉଁଠି ବିୟୋଗ ଫଳ 0
ସମାଧାନ:
8 – 8 = 0

Question 6.
(କ) ଗୋଟିଏ ସଂଖ୍ୟାକୁ ସେହି ସଂଖ୍ୟା ସହ ଯୋଗ କଲେ ଯୋଗଫଳ ମଧ୍ୟ ସେହି ସଂଖ୍ୟା ସହ ସମାନ ହୁଏ। ଏହାର ଗୋଟିଏ ଉଦାହରଣ ଦିଅ ।
ସମାଧାନ:
0 + 0 = 0

(ଖ) ଗୋଟିଏ ସଂଖ୍ୟାକୁ ସେହି ସଂଖ୍ୟା ଦ୍ବାରା ଗୁଣନ କଲେ ଗୁଣଫଳ ମଧ୍ୟ ସେହି ସଂଖ୍ୟା ସହ ସମାନ ହୁଏ । ଏହାର ଦୁଇଟି ଉଦାହରଣ ଦିଅ ।
ସମାଧାନ:
(i) 0 × 0 = 0 (ii) 1 × 1 = 1

Question 7.
ଏପରି ଏକ ସଂଖ୍ୟା ଅଛି ଯାହାକୁ ସେହି ସଂଖ୍ୟା ବ୍ୟତୀତ ଅନ୍ୟ ଯେ କୌଣସି ସଂଖ୍ୟା ଦ୍ଵାରା ଭାଗକଲେ ଭାଗଫଳ ମଧ୍ୟ ସେହି ସଂଖ୍ୟା ହୁଏ । ତେବେ ସେ ସଂଖ୍ୟାଟି କେତେ?
ସମାଧାନ:
ଣୂନ

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4

Odisha State Board BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4

Question 1.
ପ୍ରତ୍ୟେକ କ୍ଷେତ୍ରରେ ଭାଗକ୍ରିୟା କରି ଭାଗଫଳ ଓ ଭାଗଶେଷ ନିର୍ଣ୍ଣୟ କର ଏବଂ ଭାଗକ୍ରିୟା ଠିକ୍ ଅଛି କି ନାହିଁ ପରୀକ୍ଷା କର।

(କ) 7772 ÷ 58
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4
∴ 7772 ÷ 58 = ଭାଗଫଳ 134 ଓ ଭାଗଶେଷ 0 l 
ପରୀକ୍ଷା : ଭାଜ୍ୟ = ଭାଜକ × ଭାଗଫଳ + ଭାଗଶେଷ
= 58 × 134 + 0 = 7772 + 0 = 7770 = ଭାଜ୍ୟ
∴ ଭାଗକ୍ରିୟାଟି ଠିକ୍ ଅଛି ।

(ଖ) 6324 ÷ 245
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4 1
∴ 6324 ÷ 245 = ଭାଗଫଳ 25 ଓ ଭାଗଶେଷ 199 l 
ପରୀକ୍ଷା : ଭାଜ୍ୟ = ଭାଜକ × ଭାଗଫଳ + ଭାଗଶେଷ
= 245 × 25 + 199 = 6125 + 199 = 6324
∴ ଭାଗକ୍ରିୟାଟି ଠିକ୍ ଅଛି ।

(ଗ) 16025 ÷ 1000
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4 2
∴ 16025 ÷ 1000 = ଭାଗଫଳ 16 ଓ ଭାଗଶେଷ 25 l 
ପରୀକ୍ଷା : ଭାଜ୍ୟ = ଭାଜକ × ଭାଗଫଳ + ଭାଗଶେଷ
= 1000 × 16 + 25 = 16000 + 25 = 16025
∴ ଭାଗକ୍ରିୟାଟି ଠିକ୍ ଅଛି ।

(ଘ) 6906 ÷ 35
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4 3
∴ 6906 ÷ 35 = ଭାଗଫଳ 197 ଓ ଭାଗଶେଷ 11 l 
ପରୀକ୍ଷା : ଭାଜ୍ୟ = ଭାଜକ × ଭାଗଫଳ + ଭାଗଶେଷ
= 35 × 197 + 11 = 6895 + 11 = 6906
∴ ଭାଗକ୍ରିୟାଟି ଠିକ୍ ଅଛି ।

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4

(ଙ) 12345 ÷ 975
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4 4
∴ 12345 ÷ 975 = ଭାଗଫଳ 12 ଓ ଭାଗଶେଷ 645 l 
ପରୀକ୍ଷା : ଭାଜ୍ୟ = 975 × 12 + 645
= 11700 + 645 = 12345

∴ ଭାଗକ୍ରିୟାଟି ଠିକ୍ ଅଛି ।

(ଚ) 5436 ÷ 300
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4 5
∴ 5436 ÷ 300 = ଭାଗଫଳ 18 ଓ ଭାଗଶେଷ 36 l 
ପରୀକ୍ଷା : ଭାଜ୍ୟ = 300 × 18 + 36
= 5400 + 36 = 5436
∴ ଭାଗକ୍ରିୟାଟି ଠିକ୍ ଅଛି ।

Question 2.
ଶୂନ୍ୟସ୍ଥାନ ପୂରଣ କର –

(କ) 104 ÷ 104 = ………
ସମାଧାନ
1

(ଖ) 305 ÷ ……… = 305
ସମାଧାନ:
1

Question 3. 
ପ୍ରତ୍ୟେକ କ୍ଷେତ୍ରରେ ଦତ୍ତ ସଂଖ୍ୟାକୁ ବନ୍ଧନୀ ମଧ୍ୟରେ ଥିବା ପ୍ରତ୍ୟେକ ସଂଖ୍ୟା ଦ୍ଵାରା ଭାଗ କର ଓ କେଉଁ ସଂଖ୍ୟା ଦ୍ୱାରା ମୂଳ ସଂଖ୍ୟାଟି ବିଭାଜ୍ୟ ତାହା ଲେଖ ।

(କ) 306 [2, 3, 4, 5, 6]
ସମାଧାନ:
306 [2, 3, 4, 5, 6]
306 ÷ 2 = 153
306 ÷ 3 = 102
306 ÷ 4 = 76 ପଡ଼ି ଭାଗଶେଷ 2 ବଳିଲା 
306 ÷ 5 = 61 ପଡ଼ି ଭାଗଶେଷ 1 ବଳିଲା
306 ÷ 6=51
∴ 306 ସଂଖ୍ୟାଟି 2, 3 ଓ 6 ଦ୍ୱାରା ବିଭାଜ୍ୟ ।

() 1701 [6, 7, 8, 9] 
ସମାଧାନ:
1701 [6, 7, 8, 9]
1701 ÷ 6 = 283 ପଡ଼ି 3 ବଳିଲା
1701 ÷ 7 = 243
1701 ÷ 8 = 212 ପଡ଼ି 5 ବଳିଲା
1701 ÷ 9 = 189
∴ 1701 ସଂଖ୍ୟାଟି 7 ଓ 9 ଦ୍ୱାରା ବିଭାଜ୍ୟ ।

() 3564 [7, 8, 9, 11]
ସମାଧାନ:
3564 [7, 8, 9, 11]
3564 ÷ 7 = 509 ପଡ଼ି 1 ବଳିଲା
3564 ÷ 8 = 445 ପଡ଼ି 4 ବଳିଲା
3564 ÷ 9 = 396
3564 ÷ 11 = 324
∴ 3564 ଟି 9 ଓ 11 ଦ୍ବାରା ବିଭାଜ୍ୟ ।

Question 4.
ଛ’ ଅଙ୍କ ବିଶିଷ୍ଟ କେଉଁ କ୍ଷୁଦ୍ରତମ ସଂଖ୍ୟା 74.ଦ୍ୱାରା ବିଭାଜ୍ୟ?
ସମାଧାନ:
ଛଅ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 100000 ।
100000 ÷ 74 =  ଭାଗଫଳ 1351 ଓ ଭାଗଶେଷ 26
74 – 26 = 48
∴ 100000 + 48 = 100048 ∴ ସଂଖ୍ୟାଟି 100048 

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4

Question 5.
ଚାରିଅଙ୍କ ବିଶିଷ୍ଟ କେଉଁ ବୃହତ୍ତମ ସଂଖ୍ୟା 48 ଦ୍ୱାରା ବିଭାଜ୍ୟ ?
ସମାଧାନ:
ଚାରିଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା = 9999
9999 ÷ 48 = ଭାଗଫଳ 208 ଓ ଭାଗଶେଷ 15
∴ 9999 – 15 = 9984 ∴ ସଂଖ୍ୟାଟି 9984 ।

Question 6.
କେଉଁ ସଂଖ୍ୟାକୁ 24 ଦ୍ୱାରା ଭାଗକଲେ 18 ଭାଗଫଳ ପଡ଼ି 9 ଭାଗଶେଷ ରହିବ ।
ସମାଧାନ:
ଏଠାରେ ଭାଜକ = 24, ଭାଗଫଳ = 18 ଭାଗଶେଷ = 9
ଭାଜ୍ୟ = ଭାଜକ × ଭାଗଫଳ + ଭାଗଶେଷ
= 24 × 18 + 9 = 432 + 9 = 441

Question 7.
ଜଣେ କୃଷକଙ୍କ ପାଖରେ 700 ଚାରାଗଛ ଥିଲା । ସେ ପ୍ରତିଧାଡ଼ିରେ 32ଟି ଲେଖାଏଁ ଚାରାଗଛ ଲଗାଇଲେ । ତାଙ୍କ ପାଖରେ କେତୋଟି ଚାରାଗଛ ବଳିଥିବ?
ସମାଧାନ:
32ଟି ଚାରାଗଛ ଲଗାଯାଏ l ଟି ଧାଡ଼ିରେ ।
700 ଟି ଚାରାଗଛ ଲଗାଯିବ 700 + 32 = 21 ଧାଡ଼ି ଲଗାଯାଇ 28ଟି ବଳିବ ।
∴ ତାଙ୍କ ପାଖରେ 28ଟି ଚାରା ଗଛ ବଳିଥ‌ିବ ।

Question 8.
ଏକ ପ୍ରେକ୍ଷାଳୟରେ ପ୍ରତି ଧାଡ଼ିରେ 36 ଟି ଲେଖାଏଁ ଚଉକି ରଖାଯାଇଥିଲା । ତେବେ ଅତିକମ୍‌ରେ କେତୋଟି ଧାଡ଼ିରେ 600 ଦର୍ଶକ ବସି ପାରିବେ ଏବଂ କେତୋଟି ଚଉକି ବଳିବ?
ସମାଧାନ:
ଗୋଟିଏ ଧାଡ଼ିରେ ପଡ଼ିଥିବା ଚଉକି ସଂଖ୍ୟା = 36 ଅର୍ଥାତ୍ ଗୋଟିଏ ଧାଡ଼ିରେ 36 ଜଣ ଲୋକ ବସନ୍ତି ।
600 ଜଣ ଦର୍ଶକ 600 + 36 = 16 ଟି ଧାଡ଼ିରେ ବସି 24 ଜଣ ଦର୍ଶକ ବଳିପଡ଼ିବେ ।
24 ଜଣ ଦର୍ଶକ ବସିବେ ଅନ୍ୟଏକ ଧାଡ଼ିରେ ।
ଧାଡ଼ିସଂଖ୍ୟା = 16 + 1 = 17 ଟି
ଗୋଟିଏ ଧାଡ଼ିରେ ପଡ଼ିଥିବା 36ଟି ଚଉକିରେ 24 ଜଣ ଦର୍ଶକ ବସିଲାପରେ ବଳିଥିବା ଚଉକିସଂଖ୍ୟା 36 – 24 = 12
∴ 600 ଜଣ ଲୋକ 12ଟି ଧାଡ଼ିରେ ଲୋକ ବସିପାରିବେ ଓ 12 ଟି ଚଉକି ବଳିବ ।

Question 9.
(କ) 1325 ରୁ ଅତିକମ୍‌ରେ କେତେ ବିୟୋଗ କଲେ ବିୟୋଗ ଫଳ 36 ଦ୍ବାରା ବିଭାଜ୍ୟ ହେବ?
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4 6
1325 ÷ 36 = ଭାଗଫଳ 36 ଓ ଭାଗଶେଷ 29
∴ 1325 ରୁ ଅତିକମ୍‌ରେ 29 ବିୟୋଗ କଲେ ବିୟୋଗଫଳ 36 ଦ୍ବାରା ବିଭାଜ୍ୟ ହେବ ।

(ଖ) 1325 ସହ ଅତିକମ୍‌ରେ କେତେ ଯୋଗକଲେ ତାହା 42 ଦ୍ଵାରା ବିଭାଜ୍ୟ ହେବ?
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4 7
1325 ÷ 42 = ଭାଗଫଳ 31 ଓ ଭାଗଶେଷ 23 । 42 – 23 = 19
∴ 1325 ରେ ଅତି କମ୍‌ରେ 19 ଯୋଗକଲେ ତାହା 42 ଦ୍ବାରା ବିଭାଜ୍ୟ ହେବ ।

Question 10. 
(କ) 102 କୁ 12 ଦ୍ବାରା ଭାଗ କର ଏବଂ ନିମ୍ନସ୍ଥ ଶୂନ୍ୟସ୍ଥାନରେ ଭାଗଫଳ ଓ ଭାଗଶେଷ ଲେଖ । 102 କୁ 12 ଦ୍ବାରା ଭାଗକଲେ ଭାଗଫଳ = ………. , ଭାଗଶେଷ = …….. ।
ସମାଧାନ:
102 କୁ 12 ଦ୍ବାରା ଭାଗକଲେ, ଭାଗଫଳ = 8 , ଭାଗଶେଷ = 6 ।

(ଖ) 102 କୁ 8 ଦ୍ଵାରା ଭାଗ କର ଏବଂ ନିମ୍ନସ୍ଥ ଶୂନ୍ୟସ୍ଥାନରେ ଭାଗଫଳ ଓ ଭାଗଶେଷ ଲେଖ । 102 କୁ 8 ଦ୍ବାରା ଭାଗକଲେ ଭାଗଫଳ = …… , ଭାଗଶେଷ = ……. ।
ସମାଧାନ:
102 କୁ 8 ଦ୍ଵାରା ଭାଗକଲେ ଭାଗଫଳ = 12, ଭାଗଶେଷ 6 ।

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.4

Question 11.
ପ୍ରଶ୍ନ ନଂ 10 ରେ ଦେଖ‌ିଲେ, 102 ଭାଜ୍ୟ ହୋଇଥିବାବେଳେ, ଭାଜକ 12 ହେଲେ ଭାଗଫଳ 8;
ଭାଜକ 8 ହେଲେ ଭାଗଫଳ 12 ଏବଂ ପ୍ରତ୍ୟେକ କ୍ଷେତ୍ରରେ ଭାଗଶେଷ 6 l
ବର୍ତ୍ତମାନ 106 କୁ 12 ଦ୍ବାରା ଭାଗକରି ଭାଗଫଳ ଓ ଭାଗଶେଷ ନିର୍ଣ୍ଣୟ କର ।
ଉ – 106 ÷ 12 = ଭାଗଫଳ 8 ଓ ଭାଗଶେଷ 10 ।
106 କୁ ପୂର୍ବ ଭାଗଫଳ ଦ୍ଵାରା ଭାଗକରି ଭାଗଫଳ ଓ ଭାଗଶେଷ କେତେ ହେଉଛି ସ୍ଥିର କର ।
ଉ – 106 ÷ 8 = ଭାଗଫଳ 13 ଓ ଭାଗଶେଷ 2 ।
ପ୍ରଶ୍ନ 10ରେ ଦେଖୁଥିଲେ, ଭାଜକ 12 ବେଳେ ଭାଗଫଳ 8 ଏବଂ ଭାଜକ 8 ହେଲେ ଭାଗଫଳ 12 । 
ମାତ୍ର ଏହି ପ୍ରଶ୍ନର ଭାଗକ୍ରିୟା କ୍ଷେତ୍ରରେ, ଭାଜକ 12 ହେଲେ ଭାଗଫଳ ଯେତେ ପାଇଲ, ସେହି ସଂଖ୍ୟାକୁ ଭାଜକ ନେଇ ଭାଗକ୍ରିୟା କଲାବେଳେ ଭାଗଫଳ 12 ହେଲା କି? କାହିଁକି ହେଲା ନାହିଁ?
ଉ – ପ୍ରଶ୍ନ ନଂ 10ର ଉଭୟ କ୍ଷେତ୍ରରେ ଭାଗଶେଷ < ଭାଜକ ।
କିନ୍ତୁ ଏହି ପ୍ରଶ୍ନର ଦ୍ବିତୀୟ ଭାଗରେ ଯଦି 106 ÷ 8 = 12 ପଡ଼ି 10 ବଳନ୍ତା ତେବେ ଏଠାରେ ଭାଗଶେଷ > ଭାଜକ ହୁଅନ୍ତା ।
ଏହା ହରଣ ପ୍ରକ୍ରିୟାରେ ସମ୍ଭବ ନୁହେଁ ।

Question 12. 
ଯଦି ଗୋଟିଏ ସଂଖ୍ୟାକୁ 15 ଦ୍ବାରା ଭାଗକଲେ କୌଣସି ଭାଗଶେଷ ନ ରହେ, ତେବେ ସେହି ସଂଖ୍ୟାକୁ ଅନ୍ୟ କେଉଁ ସଂଖ୍ୟାଦ୍ଵାରା ଭାଗକଲେ ମଧ୍ୟ କୌଣସି ଭାଗଶେଷ ରହିବ ନାହିଁ ।
ସମାଧାନ:
ଯଦି ଗୋଟିଏ ସଂଖ୍ୟାକୁ 15 ଦ୍ଵାରା ଭାଗକଲେ କୌଣସି ଭାଗଶେଷ ନ ରହେ, ତେବେ ସେହି ସଂଖ୍ୟାକୁ 15ର ଗୁଣନାୟକ 3 ଓ 5 ଦ୍ବାରା ଭାଗକଲେ ମଧ୍ୟ କୌଣସି ଭାଗଶେଷ ରହିବ ନାହିଁ ।