BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4

Question 1.
A XYZ ଅଙ୍କନ କର ଯାହାର XY = 4.8 ସେ.ମି, YZ=5.3 ସେ.ମି. ZX=5.6 ସେ. ମି । ଏହାର ଶୀର୍ଷବିନ୍ଦୁ X ରୁ \(\overline{\mathbf{Y Z}}\) ପ୍ରତି ଲମ୍ବ ଅଙ୍କନ କରି ତା’ର ଦୈର୍ଘ୍ୟ ନିର୍ଣ୍ଣୟ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4
(i) 5.3 ସେ.ମି. ଦୈର୍ଘ୍ୟର YZ ରେଖାଖଣ୍ଡ ଅଙ୍କନ କର ।
(ii) Y କୁ କେନ୍ଦ୍ରକରି 4.8 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ଚାପ ଅଙ୍କନ କର । 
(iii) କୁ କେନ୍ଦ୍ରକରି 5.6 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଆଉ ଏକ ଚାପ ଅଙ୍କନ କର, ଯେପରି ତାହା ପୂର୍ବରୁ ଅଙ୍କା ହୋଇଥିବା ଚାପକୁ ଛେଦ କରିବ । ଛେଦବିଦୁର ନାମ X ହେଉ ।
(iv) \(\overline{\mathbf{X Y}}\) ଓ \(\overline{\mathbf{Z X}}\) ଅଙ୍କନ କର ΔXYZ ସଂପୁର୍ଣ୍ୱ କର
(v) X ବିନ୍ଦୁକୁ କେନ୍ଦ୍ର ଓ ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ନେଇ ଏପରି ଏକ ଚାପ ଅଙ୍କନ କର ଯେପରି, ଚାପଟି \(\overline{\mathbf{Y Z}}\) କୁ ଦୁଇଟି ବିନ୍ଦୁରେ ଛେଦକରିବ । ବିନ୍ଦୁ ଦ୍ବୟର ନାମ P ଓ Q ହେଉ ।
(vi) P ଓ Q କୁ ଯଥାକ୍ରମେ କେନ୍ଦ୍ରରୂପେ ନେଇ ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ଚାପ ଅଙ୍କନ କର ଯେପରି ଚାପଦ୍ବୟ \(\overline{\mathbf{Y Z}}\) ର ଯେଉଁପାର୍ଶ୍ବରେ X ଅଛି ତା’ର ବିପରୀତ ପାର୍ଶ୍ବରେ ପରସ୍ପରକୁ ଛେଦକରିବେ । ଛେଦବିନ୍ଦୁର ନାମ R ଦିଅ ।
(vii) \(\overline{\mathbf{X R}}\) ଅଙ୍କନ କର । \(\overleftrightarrow{\mathrm{XR}}\) ଓ \(\overleftrightarrow{\mathrm{YZ}}\) ପରସ୍ପରକୁ S ବିନ୍ଦୁରେ ଛେଦ କରିବେ । \(\overleftrightarrow{\mathrm{XS}}\) ର ଦୈର୍ଘ୍ୟ ମାପିଲେ XS = 4.4 ସେ.ମି. ହେଉ ।

Question 2.
(କ) ଗୋଟିଏ ସମବାହୁ ତ୍ରିଭୁଜ ଅଙ୍କନ କର, ଯାହାର ପ୍ରତ୍ୟେକ ବାହୁ 5.5 ସେ.ମି। ଏହାର ପ୍ରତ୍ୟେକ କୋଣର ପରିମାଣ ନିର୍ଣ୍ଣୟ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 1
(i) \(\overline{\mathrm{BC}}\) ଅଙ୍କନ କର ଯାହାର ଦୈର୍ଘ୍ୟ 5.5 ସେ.ମି. ।
(ii) B କୁ କେନ୍ଦ୍ରକରି 5.5 ସେ.ମି. ବ୍ୟାସାର୍ଦ୍ର ବିଶିଷ୍ଟ ଏକ ଚାପ ଅଙ୍କନ କର ।
(iii) C କୁ କେନ୍ଦ୍ରକରି 5.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଏକ ଚାପ ଅଙ୍କନ କର, ଯାହା ଅଙ୍କିତ ଚାପକୁ ଏକ ବିନ୍ଦୁରେ ଛେଦକରିବ । ଛେଦ ବିନ୍ଦୁଟିର ନାମ A ହେଉ ।
(iv) AB ଓ \(\overline{\mathrm{AC}}\) ଅଙ୍କନ କରି Δ ABC ସଂପୂର୍ଣ୍ଣ କର । ∠A, ∠B, ∠C ର ପରିମାଣ ମାପିଲେ m∠A = 60°, m∠B = 60° ଓ m∠C = 60° ହେଉ

(ଖ) 6 ସେ.ମି. ବାହୁ ବିଶିଷ୍ଟ ସମବାହୁ ତ୍ରିଭୁଜ ଅଙ୍କନ କରି ଏହାର ପ୍ରତ୍ୟେକ କୋଣର ପରିମାଣ ମାପି ନିଷ୍କ୍ରିୟ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 2
2 (କ) ଅଙ୍କନ ପ୍ରଣାଳୀକୁ ଅନୁସରଣ କରି POR ସମବାହୁ ତ୍ରିଭୁଜ ଅଙ୍କନ କର ।
Δ PQR ର m∠P = m∠Q= m∠R = 60° ହେଉ ।

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4

Question 3.
Δ POR ର PQ=5 ସେ.ମି. QR=5.5 ସେ.ମି. RP= 6 ସେ.ମି. ।
(କ) ଚିତ୍ର-କ ନକ୍ସାକୁ ବ୍ୟବହାର କରି POR ତ୍ରିଭୁଜ ଅଙ୍କନ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 3
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 4
(i) 5.5 ସେ.ମି. ଦୈର୍ଘ୍ୟର QR ରେଖାଖଣ୍ଡ ଅଙ୍କନ କର । 
(ii) Qକୁ ବ୍ୟାସାର୍ଦ୍ଧ ନେଇ 5 ସେ.ମି. (PQ) ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଚାପ ଅଙ୍କନ କର ।
(iii) Rକୁ କେନ୍ଦ୍ର କରି 6 ସେ.ମି. (PR) ବ୍ୟାସାର୍ଷ ବିଶିଷ୍ଟ ଚାପ ଅଙ୍କନ କର, ଯେପରି ତାହା ପୂର୍ବରୁ ଅଙ୍କା ହୋଇଥିବା ଚାପକୁ ଛେଦ କରିବ । ଛେଦବିନ୍ଦୁର ନାମ P ହେଉ ।
(iv) \(\overline{\mathrm{PQ}}\) ଓ PR ଅଙ୍କନ କରି Δ POR ସଂପୂର୍ଣ୍ଣ କର ।

(ଖ) ପାର୍ଶ୍ଵସ୍ଥ ନକ୍ସା ଅନୁଯାୟୀ Δ POR ଅଙ୍କନ କର । ଉଭୟ ଅଙ୍କନରେ ସମାନ ଆକାରର ତ୍ରିଭୁଜ ମିଳିଲା କି? କାରଣ କ’ଣ ଲେଖ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 5
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 6
3(କ)ର ‘ଅଙ୍କନ ପ୍ରଣାଳୀ’ ଅନୁସରଣ କରି A QPR ଅଙ୍କନ କର ।
ଉଭୟ ଅଙ୍କନରେ ସମାନ ଆକାରର ତ୍ରିଭୁଜ ମିଳିଲା । କାରଣ ତ୍ରିଭୁଜ ଦ୍ଵୟ ବା-ବା-ବା ସର୍ବସମତା ଯୋଗୁ ସର୍ବସମ ଅଟେ ।

Question 4.
ଉମେଶ BC = 5 ସେ.ମି., CA = 3 ସେ.ମି. ଓ AB = 8.5 ସେ.ମି. ନେଇ A ABC ଅଙ୍କନ କରିବାକୁ ଚେଷ୍ଟା କଲେ । ତୁମେ ଏହି ମାପକୁ ନେଇ A ABC ଅଙ୍କନ କରିବାକୁ ଚେଷ୍ଟା କର । ତ୍ରିଭୁଜ ଅଙ୍କନ କରିବା ସମ୍ଭବ ହେଲା କି ? ତୁମ ଉତ୍ତର ସପକ୍ଷରେ କାରଣ ବୁଝାଇ ଲେଖ ।
ସମାଧାନ :
ଏଠାରେ BC + CA = 5 ସେ.ମି. + 3 ସେ.ମି. = 8 ସେ.ମି.  BC + CA < AB
∴ ତ୍ରିଭୁଜ ଅଙ୍କନ ସମ୍ଭବ ନୁହେଁ । କାରଣ BC + CA < AB

Leave a Comment