Odisha State Board BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ Important Questions and Answers.
BSE Odisha Class 10 History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ
Subjective-Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
୧। ଭାରତର ସ୍ଵାଧୀନତା ପରେ ବୈଷୟିକ ଶିକ୍ଷାର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଅଛି ?
Answer:
- ଭାରତର ସ୍ଵାଧୀନତା ପରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ଏକ ୨୨ଜଣିଆ କମିଟି ଗଠନ କରାଗଲା ଓ ଏହି କମିଟିର ସୁପାରିସ ଅନୁଯାୟୀ ଆମେରିକାର ମାଶାଚୁସେଟ୍ସ ଢାଞ୍ଚାରେ ଭାରତରେ କେତୋଟି ‘ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ ଗଠନର ପ୍ରସ୍ତାବ ଦିଆଯାଇଥିଲା ।
- ୧୯୫୧ ମସିହା ଅଗଷ୍ଟ ୧୮ ତାରିଖରେ ପଶ୍ଚିମବଙ୍ଗର ଖଡ଼ଗପୁରଠାରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନର ଶୁଭାରମ୍ଭ ହୋଇଥିଲା ।
- ଏହା ପରେ ପରେ ବମ୍ବେ (ମୁମ୍ବାଇ), ଦିଲ୍ଲୀ, ମାଡ୍ରାସ୍ (ଚେନ୍ନାଇ) ଓ କାନପୁରଠାରେ ମଧ୍ୟ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହେଲା ।
- ନିକଟ ଅତୀତରେ ଭୁବନେଶ୍ଵର ସମେତ ଭାରତର ଅନ୍ୟ କେତୋଟି ସହରରେ ମଧ୍ୟ ଭାରତୀୟ ବୈଷୟିକ
- ଏହାଛଡ଼ା ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ, ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ଏବଂ ବିଜ୍ଞାନ ଓ ଶିଳ୍ପ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି ।
୨। ମହାକାଶ ଗବେଷଣା କ୍ଷେତ୍ରରେ ଭାରତ କିପରି ସଫଳତା ଲାଭ କରିଛି ?
Answer:
- ୧୯୬୨ ମସିହାରେ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ଭାରତରେ ମହାକାଶ ଗବେଷଣା ପାଇଁ ‘ଭାରତୀୟ ଜାତୀୟ ସମିତି’ ପ୍ରତିଷ୍ଠା କରାଗଲା । ୧୯୬୯ ମସିହାରେ ‘ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ’ ତଥା ୧୯୭୨ ମସିହାରେ ‘ମହାକାଶ ଆୟୋଗ’ ପ୍ରତିଷ୍ଠିତ ହେଲା ।
- ୧୯୬୩ ମସିହାରେ କେରଳର ଥିରୁବନନ୍ତପୁରମଠାରେ ଥୁମ୍ବା ବିଷୁବୀୟ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଗଲା । ସେହିପରି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଉପଗ୍ରହ ପ୍ରେରଣ କେନ୍ଦ୍ର ପ୍ରତିଷ୍ଠା କରାଗଲା ।
- ୧୯୭୫ ମସିହା ଏପ୍ରିଲ୍ ୧୯ ତାରିଖରେ ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’ ସଫଳତାର ସହିତ ମହାକାଶକୁ ପ୍ରେରଣ କରାଯାଇଥିଲା ।
- ୧୯୮୧ ଜୁନ୍ ୧୯ରେ ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ଆପଲ୍ ମହାକାଶକୁ ପ୍ରେରଣ କରାଗଲା ।
- ପଚାଶରୁ ଊର୍ଦ୍ଧ୍ବ କୃତ୍ରିମ ଉପଗ୍ରହ ମହାକାଶକୁ ପ୍ରେରଣ କରିବାର ପ୍ରଚେଷ୍ଟା କରି ଭାରତ ଅନେକଥର ସଫଳ ହୋଇଛି । ମୁଖ୍ୟତଃ ଯୋଗାଯୋଗ ଓ ପାଣିପାଗର ପୂର୍ବାନୁମାନ ପାଇଁ ଏହି କୃତ୍ରିମ ଉପଗ୍ରହମାନେ ଉପଯୋଗୀ ହୋଇଛନ୍ତି ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।
୧। ‘ନେହେରୁ ଯୁଗ’ କାହାକୁ କୁହାଯାଏ ? ଏହି ସମୟରେ କ’ଣ ପାଇଁ ଚେଷ୍ଟା କରାଯାଇଥିଲା ?
Answer:
- ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଭାରତରେ ଗଠିତ ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନମନ୍ତ୍ରୀ ଥିଲେ ଜବାହରଲାଲ ନେହେରୁ ।
- ସେ ନିରବଚ୍ଛିନ୍ନ ଭାବେ ୧୯୬୪ ମସିହା ମେ ୨୭ ତାରିଖରୁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ – ରୂପେ ରହିଆସିଥିଲେ । ତେଣୁ ୧୯୪୬ରୁ ୧୯୬୪ ପର୍ଯ୍ୟନ୍ତ ସମୟକୁ ଭାରତର ଇତିହାସରେ ନେହେରୁ ଯୁଗ ବୋଲି କୁହାଯାଏ ।
- ଏହି ସମୟରେ ନେହେରୁ ପ୍ରଧାନମନ୍ତ୍ରୀ ରୂପେ ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ପାଇଁ ଅକ୍ଳାନ୍ତ ଚେଷ୍ଟା କରିଥିଲେ ।
୨। ଭାରତବର୍ଷରେ କେବେ ଓ କିପରି ସୂଚନା ପ୍ରଯୁକ୍ତି ବିଦ୍ୟାର ବିକାଶ ଘଟିଲା ? ଏଥିପାଇଁ ଭାରତ ସରକାର କି ପଦକ୍ଷେପ ନେଉଛନ୍ତି ?
Answer:
- ବିଂଶ ଶତାବ୍ଦୀର ଶେଷ ଦଶକରୁ ଭାରତବର୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ଘଟିଲା ।
- ଭାରତର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫଳପ୍ରଦ ପଦକ୍ଷେପ ଫଳରେ ଦେଶର ବିଭିନ୍ନ ସ୍ଥାନରେ ‘ଇ- ଅଧ୍ୟୟନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା’ ପାଇଁ ଆଞ୍ଚଳିକ ଅନୁଷ୍ଠାନମାନ ଖୋଲାଯାଇଛି ।
- ଫଳରେ ଭାରତରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରସାର ଓ ପ୍ରଭାବ ପରିଲକ୍ଷିତ ହେଉଛି ।
୩। କେବେ ଓ କେଉଁଠାରେ ଭାରତର ପ୍ରଥମ ‘ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ (IIT)ର ଶୁଭାରମ୍ଭ ହେଲା ? ଏହିଭଳି ଶିକ୍ଷାନୁଷ୍ଠାନ ଏବେ ଓଡ଼ିଶାର କେଉଁଠି ପ୍ରତିଷ୍ଠା କରାଯାଇଛି ?
Answer:
- ୧୯୫୧ ମସିହା ଅଗଷ୍ଟ ୧୮ ତାରିଖରେ ଭାରତର ତତ୍କାଳୀନ ଶିକ୍ଷାମନ୍ତ୍ରୀ ପଶ୍ଚିମବଙ୍ଗ ରାଜ୍ୟର ଖଡ଼ଗପୁରଠାରେ ଦେଶର ପ୍ରଥମ ‘ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ (IIT) ର ଶୁଭାରମ୍ଭ କରିଥିଲେ ।
- ଏହାପରେ ବମ୍ବେ (ମୁମ୍ବାଇ), ଦିଲ୍ଲୀ, ମାଡ୍ରାସ୍ (ଚେନ୍ନାଇ) ଓ କାନପୁରଠାରେ ମଧ୍ୟ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ଥିଲା ।
- ପରବର୍ତ୍ତୀ କାଳରେ ଦେଶର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନମାନଙ୍କରେ ଏହି ଉଚ୍ଚ ମାନର ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହେଲା । ଏବେ ଆମ ଓଡ଼ିଶାର ଭୁବନେଶ୍ଵର ନିକଟରେ ଏହିପରି ଏକ ‘ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ (IIT) ପ୍ରତିଷ୍ଠା କରାଯାଇଛି ।
୪। କେବେ ଭାରତର କେନ୍ଦ୍ର ସରକାର ‘ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ’ ନାମକ ଏକ ସ୍ଵତନ୍ତ୍ର ବିଭାଗ ସୃଷ୍ଟି କଲେ ? କେଉଁ ବିଦ୍ୟାର ବିକାଶ ଓ ପ୍ରୟୋଗ ଭାରତୀୟ କୃଷିକୁ ଅଶେଷ ସହାୟକ ହୋଇଥିଲା କୃଷିକ୍ଷେତ୍ରରେ କିପରି ‘ସବୁଜ କ୍ରାନ୍ତି’ ସମ୍ଭବ ହୋଇପାରିଲା ?
Answer:
- ୧୯୭୧ ମସିହାରେ ଭାରତର କେନ୍ଦ୍ର ସରକାର ‘ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ’ ନାମକ ଏକ ସ୍ଵତନ୍ତ୍ର ବିଭାଗ ସୃଷ୍ଟି କଲେ ।
- ଜୈବ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ କୃଷିକ୍ଷେତ୍ରରେ ଏହାର ସୁବିନିଯୋଗ ଭାରତୀୟ କୃଷିକୁ ଅଶେଷ ସହାୟକ ହୋଇଥିଲା ।
- ବିଂଶ ଶତାବ୍ଦୀର ସପ୍ତମ ଦଶକରେ ଭାରତର କୃଷିକ୍ଷେତ୍ରରେ ରାସାୟନିକ ସାରର ପ୍ରୟୋଗ, ଅଧିକ ଅମଳକ୍ଷମ ବିହନର ବହୁଳ ବ୍ୟବହାର ଏବଂ ଜଳସେଚନର ଉପଯୁକ୍ତ ବ୍ୟବସ୍ଥା ଫଳରେ କୃଷି ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇବା ଫଳରେ ଦେଶର କୃଷିକ୍ଷେତ୍ରରେ ‘ସବୁଜ କ୍ରାନ୍ତି’ ସମ୍ଭବ ହୋଇପାରିଲା ।
୫। ଭାରତର ପ୍ରତିରକ୍ଷା ବ୍ୟବସ୍ଥା କାହିଁକି ସୁଦୃଢ଼ କରାଯିବାର ଆବଶ୍ୟକତା ଉପଲବ୍ଧି ହେଲା ? କେଉଁ ଦେଶର ସହାୟତାରେ ଭାରତରେ ସାମରିକ ପ୍ରଯୁକ୍ତି ବିଦ୍ୟାର ବିକାଶ ସମ୍ଭବ ହେଲା ? ଓଡ଼ିଶାର କେଉଁ ସ୍ଥାନମାନଙ୍କରେ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ?
Answer:
- ୧୯୬୨ ମସିହାରେ ଭାରତକୁ ଚୀନ୍ ଆକ୍ରମଣ କରିଥିଲା ଓ ଏହି ଯୁଦ୍ଧରେ ଭାରତୀୟ ସୈନ୍ୟବାହିନୀର ଦୁର୍ବଳତା ଉପଲବ୍ଧ କରାଗଲା । ଏଥୁରୁ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଶୀଘ୍ର ସୁଦୃଢ଼ କରାଯିବାର ଆବଶ୍ୟକତା ଅନୁଭୂତ ହେଲା ।
- ସୋଭିଏତ୍ ରୁଷିଆ ଦେଶର ସହାୟତାରେ ସାମରିକ ପ୍ରଯୁକ୍ତି ବିଦ୍ୟାକୁ ଭାରତରେ ବିକଶିତ କରାଗଲା ।
- ଭାରତର ପ୍ରତିରକ୍ଷା ବିଭାଗ ତରଫରୁ କ୍ଷେପଣାସ୍ତ୍ରଗୁଡ଼ିକର ଉପଯୁକ୍ତ ପରୀକ୍ଷା ପାଇଁ ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଚାନ୍ଦିପୁରଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଅଛି । ଚାନ୍ଦିପୁର ନିକଟସ୍ଥ ହୁଇଲର୍ ଦ୍ବୀପରୁ ସମସ୍ତ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଏ ।
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
୧। ଭାରତୀୟ ଇସ୍ପାତ ପ୍ରାଧକରଣ ଲିମିଟେଡ୍ କେବେ ଗଠିତ ହୋଇଥିଲା ଏବଂ କ’ଣ ହାତକୁ ନେଇଥିଲା ?
Answer:
- ୧୯୭୩ ମସିହାରେ ‘ଭାରତୀୟ ଇସ୍ପାତ ପ୍ରାଧୂକରଣ ଲିମିଟେଡ୍’ ଗଠିତ ହୋଇଥିଲା ।
- ଏହା ଭାରତରେ ପ୍ରତିଷ୍ଠା କରାଯାଇଥିବା ପାଞ୍ଚଟି ଏକୀକୃତ ଇସ୍ପାତ ପ୍ରକଳ୍ପର ପରିଚାଳନା ଭାର ହାତକୁ ନେଇଥିଲା ।
୨। ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଭାରତରେ କି ଉନ୍ନତିକର କାର୍ଯ୍ୟ ହୋଇଛି ?
Answer:
- ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଶିକ୍ଷା ଓ ଗବେଷଣା କାର୍ଯ୍ୟ ଆଗେଇ ଚାଲିଛି ।
- ସ୍ଵାସ୍ଥ୍ୟଶିକ୍ଷା ଓ ଗବେଷଣା ପାଇଁ ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ ବ୍ୟତୀତ ଚଣ୍ଡୀଗଡ଼, ପୁଦୁଚେରୀ ଲକ୍ଷ୍ନୌରେ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ କରୁଛି ।
୩। ଭାରତର ପରମାଣୁ ଶକ୍ତି ବିନିଯୋଗର ଲକ୍ଷ୍ୟ କ’ଣ ?
Answer:
- ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ପରମାଣୁ ଶକ୍ତିକୁ ବିନିଯୋଗ କରିବା ଭାରତର ଲକ୍ଷ୍ୟ ।
- ଏହାଛଡ଼ା ଏହାକୁ ଜନହିତକର କାର୍ଯ୍ୟରେ ବିନିଯୋଗ କରିବା ଭାରତର ଅନ୍ୟତମ ଉଦ୍ଦେଶ୍ୟ ।
୪। ଭାରତର ପ୍ରଥମ ଦୁଇଟି କୃତ୍ରିମ ଉପଗ୍ରହର ନାମ ଲେଖ । ଏଗୁଡ଼ିକ କେଉଁ ସ୍ଥାନରୁ ଉତ୍କ୍ଷେପଣ କରାଯାଇଥିଲା ?
Answer:
- ଭାରତର ପ୍ରଥମ ଦୁଇଟି କୃତ୍ରିମ ଉପଗ୍ରହର ନାମ ‘ଆର୍ଯ୍ୟଭଟ୍ଟ’ ଓ ‘ଭାସ୍କର-ପ୍ରଥମ’ ।
- ଏହି ଦୁଇଟି ଉପଗ୍ରହ ରୁଷିଆର ବୈକାନୁର ଉତ୍କ୍ଷେପଣ କେନ୍ଦ୍ରରୁ ମହାକାଶକୁ ପ୍ରେରଣ କରାଯାଇଥିଲା ।
୫। ଓଡ଼ିଶାର କେଉଁଠାରେ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଅବସ୍ଥିତ ? କେଉଁ ଦ୍ଵୀପରୁ ସମସ୍ତ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଏ ?
Answer:
- ଓଡ଼ିଶାର ଚାନ୍ଦିପୁରଠାରେ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅବସ୍ଥିତ ।
- ନିକଟସ୍ଥ ହୁଇଲର୍ ଦ୍ବୀପରୁ ସମସ୍ତ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଏ ।
୬। ଭାରତର ସର୍ବବୃହତ୍ ଆଣବିକ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ? ଏହି କେନ୍ଦ୍ରର ନାମ କେଉଁ ବୈଜ୍ଞାନିକଙ୍କ ନାମରେ ନାମିତ କରାଯାଇଛି ?
Answer:
- ଭାରତର ସର୍ବବୃହତ୍ ଆଣବିକ ଗବେଷଣା କେନ୍ଦ୍ର ଟ୍ରମ୍ବେଠାରେ ଅବସ୍ଥିତ ।
- ଏହି କେନ୍ଦ୍ରର ନାମ ବିଶିଷ୍ଟ ପରମାଣୁ ବିଜ୍ଞାନୀ ହୋମି ଜହାଙ୍ଗୀର ଭାବାଙ୍କ ନାମରେ ନାମିତ କରାଯାଇଛି ।
୭। କେବେଠାରୁ ଭାରତ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହେଲା ? ସେହିବର୍ଷ ମହାକାଶ ଗବେଷଣା ପାଇଁ ପ୍ରତିଷ୍ଠା କରାଯାଇଥିବା ସଂସ୍ଥାର ନାମ କ’ଣ ?
Answer:
- ୧୯୬୨ ମସିହାରୁ ଭାରତର ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହେଲା ।
- ସେହିବର୍ଷ ମହାକାଶ ଗବେଷଣା ପାଇଁ ପ୍ରତିଷ୍ଠା କରାଯାଇଥିବା ସଂସ୍ଥାର ନାମ ‘ଭାରତୀୟ ଜାତୀୟ ସମିତି’ ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective Type Questions With Answers
A. । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ଭାରତରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବିକାଶ କେବେ ହୋଇଥିଲା ?
Answer:
ବିଂଶ ଶତାବ୍ଦୀର ଶେଷଦଶକରୁ ଭାରତବର୍ଷରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବିକାଶ ଘଟିଲା ।
2. ଭାରତର କେଉଁ ପାଞ୍ଚଗୋଟି ସ୍ଥାନରେ ଲୌହ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ?
Answer:
ବେକାରୋ, ଭିଲାଇ, ଦୁର୍ଗାପୁର, ରାଉରକେଲା ଓ ବର୍ଣ୍ଣପୁରଠାରେ ଲୌହଇସ୍ପାତ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ।
3. ଭାରତରେ କେଉଁସବୁ ଆଣବିକ ରିଆକ୍ଟର କାର୍ଯ୍ୟକ୍ଷମ ହୋଇଥିଲା ?
Answer:
ଅପସରା, ସର୍କସ, ଜେରିଲିନା, ଧ୍ରୁବ ପ୍ରଥମ ଓ ଦ୍ୱିତୀୟ ପୂର୍ଣ୍ଣିମା, କାମିନୀ ଇତ୍ୟାଦି ଆଣବିକ ରିଆକ୍ଟର ଆମ ଦେଶରେ କାର୍ଯ୍ୟକ୍ଷମ ହୋଇଥିଲା ।
4. ୧୯୬୨ ମସିହା ଭାରତ-ଚୀନ୍ ଯୁଦ୍ଧରୁ ଭାରତ କ’ଣ ସତର୍କ ହୋଇଥିଲା ?
Answer:
୧୯୬୨ ମସିହାର ଭାରତ-ଚୀନ୍ ଯୁଦ୍ଧରୁ ଭାରତୀୟ ସୈନ୍ୟବାହିନୀର ଦୁର୍ବଳତା ବିଷୟରେ ଭାରତ ସତର୍କ ହୋଇଥିଲା ।
5. ଆମ ଦେଶରେ କେଉଁଠି ଉପଗ୍ରହ ପ୍ରେରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ?
Answer:
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଉପଗ୍ରହ ପ୍ରେରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. ତ୍ରିପୁରା ରାଜ୍ୟର କେଉଁଠାରେ ଇ-ଅଧ୍ୟୟନ ଓ ସୂଚନା ପ୍ରଯୁକ୍ତି ବିଦ୍ୟାପାଇଁ ଆଞ୍ଚଳିକ ଅନୁଷ୍ଠାନ ଅଛି ?
Answer:
ଅଗରତାଲା
2. କିଏ କହୁଥିଲେ ‘ବିଜ୍ଞାନ ହିଁ କ୍ଷୁଧା, ଦାରିଦ୍ର୍ୟ ଓ ଅନ୍ଧବିଶ୍ୱାସକୁ ଦୂର କରିପାରିବ’ ?
Answer:
ଜବାହରଲାଲ ନେହେରୁ
3. ଭାରତର ପ୍ରଥମ ବୈଷୟିକ ଶିକ୍ଷାନୁଷ୍ଠାନର ମାନ୍ୟତା କେଉଁ ଅନୁଷ୍ଠାନ ପାଇଥିଲା ?
Answer:
ଖଡ଼ଗପୁର ବୈଷୟିକ ଶିକ୍ଷାନୁଷ୍ଠାନ
4. ସ୍ଵାସ୍ଥ୍ୟ ଶିକ୍ଷା ଓ ଗବେଷଣା ପାଇଁ କେଉଁ ପ୍ରତିଷ୍ଠାନ କାର୍ଯ୍ୟ କରୁଛି ?
Answer:
ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ
5. ଲୌହଇସ୍ପାତ୍ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଗୁରୁତ୍ଵ ବୃଦ୍ଧି କରିବାପାଇଁ ଆମ ଦେଶରେ କେଉଁ ସଂସ୍ଥା ଆତ୍ମପ୍ରକାଶ କରିଥିଲା ?
Answer:
SAIL
6. କେଉଁ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ଷେପଣାସ୍ତ୍ରର ବିକାଶ କରାଗଲା ?
Answer:
ରୁଷିଆ
7. ୧୯୬୩ ମସିହାରେ କେରଳର ଥୁରୁବନନ୍ତପୁରମ୍ଠାରେ କେଉଁ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ?
Answer:
ରକେଟ୍ ଉକ୍ଷେପଣ କେନ୍ଦ୍ର
8. କେଉଁ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ଷେପଣାସ୍ତ୍ରର ବିକାଶ କରାଗଲା ?
Answer:
ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର
9. ଭାରତ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା କେଉଁଠାରେ କରିଥିଲା ?
Answer:
ପୋଖରାନ୍
10. ୧୯୮୧ ଜୁନ୍ ୧୯ରେ ଭାରତର କେଉଁ ଯୋଗାଯୋଗ ଉପଗ୍ରହ ପ୍ରଥମେ ମହାକାଶକୁ ପ୍ରେରଣ କରାଗଲା ?
Answer:
ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ
11. ଜାତୀୟ ଗବେଷଣାଗାର ଓ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକୁ ଆର୍ଥିକ ସାହାଯ୍ୟ ଓ ଦିଗ୍ଦର୍ଶନ କେଉଁ ସଂସ୍ଥା ପ୍ରଦାନ କରିଥାଏ ?
Answer:
ଧ୍ରୁବନନ୍ତପୁରମ୍
12. ‘ଆର୍ଯ୍ୟାଭଟ୍ଟ’ ଉପଗ୍ରହ ପ୍ରେରଣ ପାଇଁ କେଉଁ ଦେଶର ସହାୟତା ନିଆଯାଇଥିଲା ?
Answer:
ରୁଷିଆ
13. ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ କେଉଁଠାରେ କାର୍ଯ୍ୟ କରୁଛି ?
Answer:
ଲକ୍ଷ୍ନୌ
14. ଲୌହଇସ୍ପାତ୍ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ‘ଭାରତୀୟ ଇସ୍ପାତ୍ ପ୍ରାଧ୍ଵରଣ ଲିମିଟେଡ଼’ ନାମକ ସଂସ୍ଥା କେବେ ଆତ୍ମପ୍ରକାଶ କରିଥିଲା ?
Answer:
୧୯୭୩
15. ଓଡ଼ିଶାର କେଉଁଠାରେ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି ?
Answer:
ଭୁବନେଶ୍ଵର
C. ଶୂନ୍ୟସ୍ଥାନ ପୂରଣ କର ।
1. ମାଶାଚୁସେଟସ୍ ବୈଷୟିକ ଶିକ୍ଷାନୁଷ୍ଠାନ ______________ ଠାରେ ଅବସ୍ଥିତ ।
Answer:
ଆମେରିକା
2. ______________ ଠାରେ ଭାରତର ପ୍ରଥମ ବୈଷୟିକ ଶିକ୍ଷାନୁଷ୍ଠାନରେ ଶୁଭାରମ୍ଭ କରାଯାଇଥିଲା ।
Answer:
ଖଡ଼ଗପୁର
3. ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ _______________ ।
Answer:
ମୌଲାନା ଆବୁଲ କଲାମ ଆଜାଦ
4. _______________ ମସିହାରେ ପ୍ରଥମ କରି ଭାରତରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ଖୋଲାଯାଇଥିଲା ।
Answer:
୧୯୭୧
5. ବର୍ଣ୍ଣପୁର ଲୌହଇସ୍ପାତ ଶିଳ୍ପ ______________ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିଲା ।
Answer:
ପଶ୍ଚିମବଙ୍ଗ
6. ପରମାଣୁ ଶକ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ ଭାବେ ______________ ନିଯୁକ୍ତ ହୋଇଥିଲେ ।
Answer:
ହୋମି ଜାହାଙ୍ଗୀର ଭାବା
7. _______________ ମସିହାରେ ଆମର ପ୍ରଥମ ଆଣବିକ ରିଆକ୍ଟର ପ୍ରତିଷ୍ଠା କରାଯାଇଥିଲା ।
Answer:
୧୯୫୬
8. ୧୯୮୪ ମସିହାରେ ______________ ଠାରେ ଉନ୍ନତ ବୈଷୟିକ ଜ୍ଞାନକେନ୍ଦ୍ର ପ୍ରତିଷ୍ଠା କରାଗଲା ।
Answer:
ଇନ୍ଦୋର
9. ଚୀନ୍ ______________ ମସିହାରେ ଭାରତ ଉପରେ ଆକ୍ରମଣ କରିଥିଲେ ।
Answer:
୧୯୬୨
10. ଭାରତର ପ୍ରଥମ କ୍ଷେପଣାସ୍ତ୍ରର ନାମ _______________ ଥିଲା ।
Answer:
ଅଗ୍ନି
11. ଓଡ଼ିଶାର _______________ ଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷା ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
Answer:
ଚାନ୍ଦିପୁର
12. ହୁଇଲର ଦ୍ବୀପ ଓଡ଼ିଶାର _____________ ଜିଲ୍ଲାରେ ଅବସ୍ଥିତ ।
Answer:
ବାଲେଶ୍ଵର
13. ଆନ୍ଧ୍ରପ୍ରଦେଶର _______________ ଠାରେ ଏକ ଉପଗ୍ରହ ପ୍ରେରଣ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ।
Answer:
ଶ୍ରୀହରିକୋଟା
14. ବୈକାନୁର ଉତ୍କ୍ଷେପଣ କେନ୍ଦ୍ର ______________ ଦେଶରେ ଅବସ୍ଥିତ ।
Answer:
ରୁଷିଆ
15. ୧୯୮୧ ମସିହାରେ ଆମର ପ୍ରଥମ ଯୋଗାଯୋଗ ଉପଗ୍ରହ ____________ ମହାକାଶକୁ ପ୍ରେରଣ କରାଯାଇଥିଲା ।
Answer:
ଆପଲ୍
16. ଭାରତର ପ୍ରଥମ କୃତ୍ରିମ ଉପଗ୍ରହର ନାମ ____________ ରଖାଯାଇଥିଲା ।
Answer:
ଆର୍ଯ୍ୟଭଟ୍ଟ
D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।
1. ୧୯୪୬ ରୁ ୧୯୬୪ ମସିହାକୁ ଗାନ୍ଧିଯୁଗ କୁହାଯାଏ ।
Answer:
x
2. ପଶ୍ଚିମବଙ୍ଗର ଖଡ଼ଗପୁରଠାରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ।
Answer:
✓
3. ୧୯୭୨ ମସିହାରେ ‘ଭାରତୀୟ ଇସ୍ପାତ ପ୍ରାଧ୍ଵରଣ ଲିମିଟେଡ଼’ ଗଠନ କରାଯାଇଥିଲା ।
Answer:
x
4. ବୋକାରୋ ଲୌହଇସ୍ପାତ ଶିଳ୍ପ ଛତିଶଗଡ଼ରେ ଅବସ୍ଥିତ ।
Answer:
x
5. ଓଡ଼ିଶାର ପ୍ରଥମ ଲୌହଇସ୍ପାତ ଶିଳ୍ପ ରାଉରକେଲାଠାରେ ପ୍ରତିଷ୍ଠା କରାଯାଇଥିଲା ।
Answer:
✓
6. ହୋମି ଜାହାଙ୍ଗୀର ଭାବା ଜଣେ ଶିକ୍ଷାବିତ୍ ଥିଲେ ।
Answer:
x
7. ଅପ୍ସରା ଏକ କ୍ଷେପଣାସ୍ତ୍ର ଅଟେ ।
Answer:
x
8. ୧୯୭୪ ମଇ ୧୮ ତାରିଖରେ ରାଜସ୍ଥାନରେ ପୋଖରାନ୍ଠାରେ ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା କରାଯାଇଥିଲା ।
Answer:
✓
9. ୧୯୫୮ ମସିହାରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ଗଠିତ ହୋଇଥିଲା ।
Answer:
✓
10. ବିକ୍ରମ ସଭାଇ ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ଥିଲେ ।
Answer:
x
11. ୧୯୯୮ ମେ’ ୧୧ ଓ ୧୩ରେ ଦ୍ବିତୀୟ ଥର ପାଇଁ ଆମର ପରମାଣୁ ବୋମାର ପରୀକ୍ଷଣ କରାଯାଇଥିଲା ।
Answer:
✓
12. ୧୯୮୨ ମସିହାରେ ଏକୀଭୂତ ନିୟନ୍ତ୍ରତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
Answer:
x
13. ଭାରତରେ ୧୯୫୪ ମସିହାରେ ଏକ ସ୍ବତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଯାଇଥିଲା ।
Answer:
✓
14. ଟ୍ରମ୍ବେଠାରେ ଭାରତର ସର୍ବବୃହତ୍ ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
Answer:
✓
15. ବାନ୍ଦିପୁରଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
Answer:
x
16. ୧୯୬୪ ମଇ ୨୭ରେ ଜବାହାରଲାଲ ନେହେରୁ ମୃତ୍ୟୁବରଣ କରିଥିଲେ ।
Answer:
✓
17. ଜବାହରଲାଲ ନେହେରୁ ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ପାଇଁ ଅକ୍ଳାନ୍ତ ଚେଷ୍ଟା କରିଥିଲେ ।
Answer:
✓
18. କ୍ଷେପଣାସ୍ତ୍ରଗୁଡ଼ିକୁ ପରୀକ୍ଷା ପରେ ସୈନ୍ୟବାହିନୀରେ ସାମିଲ କରାଯାଇଥାଏ ।
Answer:
✓
E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।