BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

Odisha State Board BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ Important Questions and Answers.

BSE Odisha Class 10 History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

Subjective Type Questions With Answers

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ‘ଗଞ୍ଜାମ ଜାତୀୟ ସମିତି’ ସମ୍ପର୍କରେ ଏକ ଟିପ୍‌ପଣୀ ଲେଖ ।
Answer:

  • ୧୯୦୩ ମସିହା ପ୍ରାରମ୍ଭରେ କେତେକ ଉତ୍ସାହୀ ଓଡ଼ିଆ ଚିଲିକା ହ୍ରଦ କୂଳ ନିକଟସ୍ଥ ରମ୍ଭାଠାରେ ଏକତ୍ର ହୋଇ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ପ୍ରେରଣାରେ ‘ଗଞ୍ଜାମ ଜାତୀୟ ସମିତି’ ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ ।
  • ଗଞ୍ଜାମ ଓ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳ ଜିଲ୍ଲାମାନଙ୍କୁ ତଥା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳକୁ ଏକ ଶାସନାଧୀନରେ ରଖିବାପାଇଁ ଉଦ୍ୟମ କରିବା ଥିଲା ଏହାର ଉଦ୍ଦେଶ୍ୟ ।
  • ଏହାର ପ୍ରଥମ ବୈଠକ ୧୯୦୩ ମସିହା ଏପ୍ରିଲ୍ ମାସରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଓଡ଼ିଶା, ବଙ୍ଗ, କେନ୍ଦ୍ରୀୟ ପ୍ରଦେଶ ଓ ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରୁ ପ୍ରତିନିଧୁମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।
  • ଏହି ବିଶାଳ ଜନସମାବେଶ ‘ଗଞ୍ଜାମ ଜାତୀୟ ସଭା’ ଭାବେ ପରିଚିତ । ଶ୍ୟାମସୁନ୍ଦର ରାଜଗୁରୁ ଏଥିରେ ସଭାପତିତ୍ୱ କରିଥିଲେ ।
  • ମଧୁସୂଦନ ଦାସ ନିମନ୍ତ୍ରିତ ହୋଇ ଏହି ସଭାରେ ଯୋଗ ଦେଇଥିଲେ । ଏହା ତାଙ୍କୁ ବିଚ୍ଛିନ୍ନାଞ୍ଚଳ ଓଡ଼ିଶାର ମିଶ୍ରଣ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଏକ ବୃହତ୍ତର ଜାତୀୟ ଅନୁଷ୍ଠାନର ଗଠନ ପାଇଁ ପ୍ରେରଣା ଦେଇଥିଲା ।

BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ଉତ୍କଳ ସମ୍ମିଳନୀର ଲକ୍ଷ୍ୟ କ’ଣ ଥିଲା ଉଲ୍ଲେଖ କର ।
Answer:

  • ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ଉତ୍କଳ ସମ୍ମିଳନୀର ପ୍ରଧାନ ଲକ୍ଷ୍ୟ ଥିଲା ।
  • ଏତଦ୍‌ବ୍ୟତୀତ ଏହାର ଅନ୍ୟାନ୍ୟ ଲକ୍ଷ୍ୟଗୁଡ଼ିକ ହେଲା –
    1. ପ୍ରାକୃତିକ ଓଡ଼ିଶାର ଏକତ୍ରୀକରଣ ।
    2. ଓଡ଼ିଶାର ସମୁଦାୟ ବିକାଶ ।
    3. ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକ ଶାସନାଧୀନ କରିବା ।
    4. ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆମାନଙ୍କ ସ୍ବାର୍ଥର ସୁରକ୍ଷା ।

୨। ଉତ୍କଳ ସମ୍ମିଳନୀର ସ୍ଵତନ୍ତ୍ର ସତ୍ତା କିପରି ଲୋପ ପାଇଲା ?
Answer:

  1. ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଭୃତି କଂଗ୍ରେସ ନେତାମାନେ ଭାବିଲେ ଅସହଯୋଗ ଆନ୍ଦୋଳନଦ୍ୱାରା ହିଁ ଉତ୍କଳ ସମ୍ମିଳନୀର ମୂଳ ଲକ୍ଷ୍ୟ ଅର୍ଥାତ୍ ବିଚ୍ଛିନ୍ନାଞ୍ଚଳର ମିଶ୍ରଣ ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ଭବ ହୋଇପାରିବ ।
  2. ଫଳରେ ୧୯୨୦ ମସିହାରେ ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧୁବେଶନ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶକୁ ଗ୍ରହଣ କରିନେଲା ।
  3. ଏହାଫଳରେ ଉତ୍କଳ ସମ୍ମିଳନୀ ଏକପ୍ରକାର କଂଗ୍ରେସ ସହିତ ମିଶିଗଲା ଓ ଏହାର ସ୍ୱତନ୍ତ୍ର ସତ୍ତା ଲୋପପାଇଲା ।

BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

୩ । ମଧୁବାବୁ କଂଗ୍ରେସ ସହିତ କାହିଁକି ସମ୍ପର୍କ ଛିନ୍ନ କରିଥିଲେ ?
Answer:

  • ୧୯୦୩ ମସିହାରେ ଜାତୀୟ କଂଗ୍ରେସର ମାନ୍ଦ୍ରାଜ୍ ଅଧିବେଶନରେ ମଧୁବାବୁ ଗୌରୀଶଙ୍କର ରାୟଙ୍କ ସହିତ ଯୋଗ ଦେଇଥିଲେ ।
  • ମଧୁବାବୁ ଏହି ଅଧ‌ିବେଶନରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ଓ ଗଞ୍ଜାମକୁ ଓଡ଼ିଶା ସହିତ ମିଶ୍ରଣ ନିମନ୍ତେ ପ୍ରସ୍ତାବ ଉପସ୍ଥାପନା କରିଥିଲେ ।
  • କିନ୍ତୁ ଏହି ପ୍ରସ୍ତାବକୁ ସେଠାରେ ଗୁରୁତ୍ଵ ଦିଆଯାଇ ନଥ‌ିବାରୁ ମଧୁବାବୁ ଅତ୍ୟନ୍ତ କ୍ଷୁବ୍‌ଧ ହୋଇ କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରିଥିଲେ ।

୪। ‘ରିସ୍‌ଲେ ସର୍କୁଲାର୍‌’ କାହାକୁ କୁହାଯାଏ ? ଏହି ସର୍କୁଲାର୍‌ରେ କି ପ୍ରସ୍ତାବ ଦିଆଯାଇଥିଲା ?
Answer:

  • ଭାଇସ୍‌ୟ ଲର୍ଡ଼ କର୍ଜନଙ୍କ ସରକାରର ଗୃହସଚିବ ହେନେରୀ ରିସ୍‌ଙ୍କ ପ୍ରସ୍ତାବ ସମ୍ବଳିତ ଦଲିଲ୍‌କୁ ‘ରିସ୍‌ଲେ ସର୍କୁଲାର୍’ କୁହାଯାଏ ।
  • ୧୯୦୩ ମସିହା ଡିସେମ୍ବର ୩ ତାରିଖରେ ବଙ୍ଗଳା ସରକାରଙ୍କ ନିକଟକୁ ଏହା ପଠାଯାଇଥିଲା ।
  • ଏହି ଦଲିଲ୍‌ରେ ଓଡ଼ିଆ ଭାଷାଭାଷୀ ସମ୍ବଲପୁର ଓ ଏହାର ଗଡ଼ଜାତ ଅଞ୍ଚଳ, ଗଞ୍ଜାମ ଜିଲ୍ଲା ଏବଂ ଗଞ୍ଜାମ ଓ ବିଶାଖାପାଟଣା ଏଜେନ୍‌ସି ଅଞ୍ଚଳକୁ ଓଡ଼ିଶା ଡିଭିଜନ୍‌ରେ ମିଶାଇ ବଙ୍ଗଳା ଶାସନ ଅଧୀନରେ ରଖିବାପାଇଁ ପ୍ରସ୍ତାବ ଦିଆଯାଇଥିଲା ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। କାହା ପ୍ରଚେଷ୍ଟାରେ କେବେ ଓ କେଉଁଠି ‘ଉତ୍କଳ ସଭା’ ଗଠିତ ହୋଇଥିଲା ?
Answer:

  1. ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାରେ ‘ଉତ୍କଳ ସଭା’ ଗଠିତ ହୋଇଥିଲା ।
  2. ଏହା ୧୮୮୨ ମସିହା ଅଗଷ୍ଟ ୧୬ ତାରିଖରେ କଟକଠାରେ ଗଠିତ ହୋଇଥିଲା ।

୨। କୋଲକତାରେ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧ୍ବବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ‘ଉତ୍କଳ ସଭା’ ତରଫରୁ କେଉଁମାନେ ଏଥିରେ ଯୋଗ ଦେଇଥିଲେ ?
Answer:

  • କୋଲକତାରେ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧ୍ଵବେଶନ ୧୮୮୬ ମସିହା ଡିସେମ୍ବର ୨୮ ତାରିଖରେ ଅନୁଷ୍ଠିତ ହୋଇଥିଲା ।
  • ‘ଉତ୍କଳ ସଭା’ ତରଫରୁ ମଧୁସୂଦନ ଦାସ, ଗୋଲୋକ ଚନ୍ଦ୍ର ବୋଷ, ହରିବଲ୍ଲଭ ବୋଷ ଓ କାଳିପଦ ବାନାର୍ଜୀ ଏଥ‌ିରେ ଯୋଗ ଦେଇଥିଲେ ।

BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

୩ । ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅବେଶନରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଏବଂ ସମ୍ପାଦକ କିଏ ରହିବାପାଇଁ ସ୍ଥିର କରାଯାଇଥିଲା ?
Answer:

  • ଉତ୍କଳ ସମ୍ମିଳନୀର ପ୍ରଥମ ଅଧ୍ଵବେଶନ ବସିବା ପୂର୍ବରୁ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇଥିଲା ।
  • ଏହି ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷଭାବେ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏବଂ ସମ୍ପାଦକ ଭାବେ ମଧୁସୂଦନ ଦାସ ରହିବାପାଇଁ ସ୍ଥିର କରାଯାଇଥିଲା ।

୪ । ମୋତିଲାଲ୍ ଘୋଷ କିଏ ଥିଲେ ? ସେ ଉତ୍କଳ ସମ୍ମିଳନୀର କେଉଁ ଅଧୂବେଶନରେ ଯୋଗ ଦେଇଥିଲେ ?
Answer:

  1. କୋଲକାତାର ‘ଅମୃତ ବଜାର ପତ୍ରିକା’ର ସମ୍ପାଦକ ଥିଲେ ମୋତିଲାଲ୍ ଘୋଷ ।
  2. ସେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧ‌ିବେଶନରେ ଯୋଗ ଦେଇଥିଲେ ।

Objective Type Questions with Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. କାହାର ଉତ୍ସାହ ଓ ଉଦ୍ଦୀପନାରେ ଉତ୍କଳ ସଭା ଗଠିତ ହୋଇଥିଲା ?
Answer:
ମଧୁସୂଦନ ଦାସଙ୍କ ଉତ୍ସାହ ଓ ଉଦ୍ଦୀପନାରେ ଉତ୍କଳ ସଭା ଗଠିତ ହୋଇଥିଲା ।

2. ‘ଉତ୍କଳ ସଭା’ର ପ୍ରଥମ ସମ୍ପାଦକ ଭାବେ କିଏ କାର୍ଯ୍ୟ ନିର୍ବାହ କରିଥିଲେ ?
Answer:
କର୍ମବୀର ଗୌରୀଶଙ୍କର ରାୟ ଉତ୍କଳ ସଭାର ପ୍ରଥମ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।

3. ଉତ୍କଳ ସମ୍ମିଳନୀର ମୋଟ କେତେଗୋଟି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
Answer:
ମୋଟ ୧୬ ଗୋଟି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

4. ଉତ୍କଳ ସମ୍ମିଳନୀର ପ୍ରଥମ ଅଧ‌ିବେଶନରେ ଗୁରୁତ୍ଵ କ’ଣ ଥିଲା ?
Answer:
ଓଡ଼ିଶାର କଳା ଓ ସାହିତ୍ୟର ଉନ୍ନତି ସମ୍ପର୍କିତ ପ୍ରସ୍ତାବ ଓ ରିସଲେ ସର୍କୁଲାରକୁ ଅନୁମୋଦନ କରିବା ଥିଲା ଏହି ଅଧୁବେଶନର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ।

5. ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ପାଇଁ ସୀମା ନିର୍ଦ୍ଧାରଣ କରିବା ଉତ୍କଳ ସମ୍ମିଳନୀର କେଉଁ ଅଧୁବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ?
Answer:
ଏହା ଉତ୍କଳ ସମ୍ମିଳନୀର ଦଶମ ଅଧ୍ଵବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

6. କଳ୍ପତରୁ ଦାସଙ୍କ ନେତୃତ୍ବରେ ଉତ୍କଳ ସମ୍ମିଳନୀର ଅଧ୍ଵବେଶନରେ କେଉଁଠାରେ ବସିଥିଲା ?
Answer:
କଟକଠାରେ କଳ୍ପତରୁ ଦାସଙ୍କ ନେତୃତ୍ୱରେ ଅଧିବେଶନର ବୈଠକ ବସିଥିଲା ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଉତ୍କଳ ସମ୍ମିଳନୀର ପ୍ରଥମ ଅଧୂବେଶନରେ ଆଠଗଡ଼ର କେଉଁ ରାଜା ଯୋଗ ଦେଇଥିଲେ ?
Answer:
ବିଶ୍ୱନାଥ ବେବର୍ତ୍ତା

2. ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧ୍ଵବେଶନରେ କିଏ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ବିରୋଧ କରିଥିଲେ ?
Answer:
ମଧୁସୂଦନ ଦାସ

3. ଉତ୍କଳ ସମ୍ମିଳନୀର ପ୍ରଥମ ଅଧୂବେଶନରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷଭାବେ କିଏ କାର୍ଯ୍ୟ କରିଥିଲେ ?
Answer:
ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ

4. ଓଡ଼ିଆ ଭାଷାଭାଷୀମାନଙ୍କୁ ଏକତ୍ର କରିବାରେ କେଉଁ ଅନୁଷ୍ଠାନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ?
Answer:
ଉତ୍କଳ ସମ୍ମିଳନୀ

5. ଭାରତୀୟ ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଧିବେଶନ କେବେ ବସିଥିଲା ?
Answer:
୧୯୦୩

BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

6. ‘ଗଞ୍ଜାମ ଜାତୀୟ ସଭା’ରେ କିଏ ଅଧ୍ୟକ୍ଷତା କରିଥିଲେ ?
Answer:
ଶ୍ୟାମସୁନ୍ଦର ରାଜଗୁରୁ

7. ପ୍ରଥମ ଅଧୂବେଶନରେ ମୟୂରଭଞ୍ଜର ମହାରାଜା ସାଧାରଣ ଜନତାଙ୍କୁ କିଭଳି ସମ୍ବୋଧନ କରିଥିଲେ ?
Answer:
ପ୍ରିୟ ଭାଇମାନେ

8. ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ କିଏ ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ ?
Answer:
ମଧୁସୂଦନ ଦାସ

୨. ଉତ୍କଳ ସମ୍ମିଳନୀର ପ୍ରଥମ ଅଧୂବେଶନରେ ଓଡ଼ିଆମାନଙ୍କୁ ଜାଗ୍ରତ କରିବାପାଇଁ କେଉଁ ସ୍ଲୋଗାନ୍ ଦିଆଯାଇଥିଲା ?
Answer:
ବନ୍ଦେ ଉତ୍କଳ ଜନନୀ

10. ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧ‌ିବେଶନ କାହାର ଲକ୍ଷ୍ୟ ଓ ଆଦର୍ଶକୁ ଗ୍ରହଣ କରିନେଲେ ?
Answer:
ଜାତୀୟ କଂଗ୍ରେସ

BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

11. ଲର୍ଡ଼ କର୍ଜନଙ୍କ ଗୃହ ସଚିବଙ୍କଦ୍ୱାରା ପ୍ରସ୍ତୁତ ଦଲିଲ୍‌କୁ କ’ଣ କୁହାଯାଏ ?
Answer:
ରିସ୍‌ଲେ ସର୍କୁଲାର

12. ଉତ୍କଳ ସଭା କେବେ ଗଢ଼ି ଉଠିଥିଲା ?
Answer:
୧୮୮୨ ଅଗଷ୍ଟ ୧୬

13. ‘ଉତ୍କଳ ସମ୍ମଳନୀ’ର ଶେଷ ବୈଠକ କେବେ ବସିଥିଲା ?
Answer:
ଅମୃତ ବଜାର ପତ୍ରିକା

14. ମଦୁବାବୁ କେଉଁ ଆନ୍ଦୋଳନର ବିରୋଧୀ ଥିଲେ ?
Answer:
୧୯୩୫ ଫେବୃୟାରୀ ୧୧

15. ବଙ୍ଗଳାର ବିଭିନ୍ନ ସମସ୍ୟା ବିଷୟରେ ବିଚାର କରି ନିଷ୍ପତ୍ତି ନେବା ଉଦ୍ଦେଶ୍ୟରେ ସାର୍ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ନେତୃତ୍ୱରେ କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା ?
Answer:
ଅସହଯୋଗ ଆନ୍ଦୋଳନ

BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

16. ମୋତିଲାଲ ଘୋଷ କେଉଁ ପତ୍ରିକାର ସମ୍ପାଦନା କରୁଥିଲେ ?
Answer:
ବଙ୍ଗ ଜାତୀୟ ସଭା

C. ଶୂନ୍ୟସ୍ଥାନ ପୂରଣ କର ।

1. ବିକ୍ରମଦେବ ବର୍ମା _______ ର ରାଜା ଥିଲେ ।
Answer:
ଜୟପୁର

2. ଜାତୀୟ କଂଗ୍ରେସର ଦ୍ବିତୀୟ ଅଧୂବେଶନ _______ ଠାରେ ବସିଥିଲା ।
Answer:
କଲିକତା

3. ୧୯୦୩ ମସିହା ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଧୂବେଶନରେ ଓଡ଼ିଶାରୁ _______ ଯୋଗଦେଇଥିଲେ ।
Answer:
ମଧୁସୂଦନ ଦାସ

4. ବଙ୍ଗ ଜାତୀୟ ସଭାର ନେତୃତ୍ବ ନେଇଥିଲେ _________ ।
Answer:
ସୁରେନ୍ଦ୍ର ନାଥ ବାନାର୍ଜୀ

5. ଉତ୍କଳ ସମ୍ମିଳନୀ ________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୦୩

6. ‘ଗଞ୍ଜାମ ଜାତୀୟ ସମିତି’ ____ ଠାରେ ଗଠିତ ହୋଇଥିଲା ।
Answer:
ରମ୍ଭା

BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

7. ଅମୃତବଜାର ପଢ୍ରକା _________ ଠାରୁ ପ୍ରକାଶିତ ହେଉଥିଲା ।
Answer:
କୋଲକତା

8. ‘ହେନେରୀ ରିସ୍‌ଲେ’ ___________ ବଡ଼ଲାଟଙ୍କ ସମୟରେ ଗୃହସଚିବ ଥିଲେ ।
Answer:
ଲର୍ଡ଼ କର୍ଜନ

9. ଉତ୍କଳ ସମ୍ମିଳନୀର ମହାସିନ୍ଧୁରେ ନିଜର ପ୍ରାଣବିନ୍ଦୁ ମିଶାଇ ଦେବାପାଇଁ ______ ଆହ୍ବାନ ଦେଇଥିଲେ ।
Answer:
ମଧୁସୂଦନ ଦାସ

10. ‘ଉତ୍କଳ ସମ୍ମିଳନୀ’ ଅଭ୍ୟର୍ଥନା କମିଟିର ପ୍ରଥମ ଅଧୂବେଶନ ପାଇଁ ଗଠିତ ଅଭ୍ୟର୍ଥନା କମିଟିର ସମ୍ପାଦକ _______ ଥିଲେ ।
Answer:
ମଧୁସୂଦନ ଦାସ

11. କିଶୋରଚନ୍ଦ୍ର ହରିଚନ୍ଦନ _______ ଗଡ଼ଜାତ ରାଜ୍ୟର ରାଜା ଥିଲେ ।
Answer:
ତାଳଚେର

12. ବୈକୁଣ୍ଠନାଥ ଦେ ବାହାଦୂର _______ ର ରାଜା ଥିଲେ ।
Answer:
ବାଲେଶ୍ଵର

13. ଉତ୍କଳ ସମ୍ମିଳନୀ ତରଫରୁ ମଣ୍ଟେଗୁ-ଚେମସ୍‌ଫୋର୍ଡ଼ଙ୍କୁ ______ ଠାରେ ଏକ ଦାବିପତ୍ର ଦିଆଯାଇଥିଲା ।
Answer:
କଲିକତା

14. ଆଧୁନିକ ଉତ୍କଳ ନିର୍ମାଣରେ ________ ର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ଥିଲ ।
Answer:
ଉତ୍କଳ ସମ୍ମିଳନୀ

BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

15. ‘ଉତ୍କଳ ସମ୍ମିଳନୀ’ର ସର୍ବମୋଟ _______ ଟି ଅଧୂବେଶନ ବସିଥିଲା ।
Answer:
୧୬

16. ମଧୁବାବୁ ଉତ୍କଳ ସ୍ବତନ୍ତ୍ର ପ୍ରଦେଶ ଗଠନର _________ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ ।
Answer:

D. ଠିକ୍ ଉକ୍ତି ପାଇଁ (✓ ) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ ( x) ଚିହ୍ନ ଦିଅ ।

1. ମଧୁବାବୁଙ୍କ ଉତ୍କଳ ସମ୍ମିଳନୀ ଗଠନ କରିବାପାଇଁ ମହାତ୍ମା ଗାନ୍ଧି ପ୍ରେରଣା ଦେଇଥିଲା ।
2. ‘ରମ୍ଭା’ ମହାନଦୀ କୂଳରେ ଥିବା ଏକ ସ୍ଥାନ ।
3. ଗଞ୍ଜାମ ଜାତୀୟ ସଭାର ଅଧ୍ୟକ୍ଷ ଥିଲେ ଶ୍ୟାମସୁନ୍ଦର ରାଜଗୁରୁ ।
4. ଉତ୍କଳ ସମ୍ମିଳନୀର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷଭାବେ କାର୍ଯ୍ୟ କରିଥିଲେ ମଧୁବାବୁ ।
5.କଟକଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ବୈଠକ ବସିଥିଲା ।
6. କେନ୍ଦୁଝରର ରାଜା ଥ୍ଲେ ସୁରପତାପ ମହେନ୍ଦ୍ର ବାହାଦୂର ।
7. ବିହାର ଓଡ଼ିଶା ପ୍ରଦେଶକୁ ହେନେରୀ ରିସ୍‌ ବିରୋଧ କରିଥିଲେ ।
8. କିଶୋର ଚନ୍ଦ୍ର ହରିଚନ୍ଦନ କନିକାର ରାଜା ଥିଲେ ।
୨. ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନ ବଙ୍ଗଳା ଭାଷାରେ ପରିଚାଳିତ ହୋଇଥିଲା ।
10. ଓଡ଼ିଶାର ପ୍ରଥମ ସୁସଙ୍ଗଠିତ ରାଜନୀତିକ ଅନୁଷ୍ଠାନ ଥିଲା ‘ଉତ୍କଳ ସମ୍ମିଳନୀ’ ।
11. ୧୯୩୫ ଫେବୃଆରୀ ୧୧ ତାରିଖରେ ଉତ୍କଳ ସମ୍ମିଳନୀର ଶେଷ ବୈଠକ ବସିଥିଲା ।
12. ୧୯୨୦ରେ ଉତ୍କଳ ସମ୍ମିଳନୀର ଅଧ୍ବବେଶନ ଚକ୍ରଧରପୁର-ଠାରେ ବସିଥିଲା ।

Answer:
1. x
2. x
3. ✓
4. x
5. ✓
6. x
7. x
8. x
9. x
10. x
11. ✓
12. ✓

BSE Odisha 10th Class History Important Questions Chapter 8 ଉତ୍କଳ ସମ୍ମିଳନୀର ଗଠନ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q1
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q2
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q3

Leave a Comment