Odisha State Board BSE Odisha 10th Class History Notes Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ will enable students to study smartly.
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ନେହେରୁ ଯୁଗ:
- ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ୧୯୪୬ରେ ଗଠିତ ମଧ୍ୟବର୍ତ୍ତୀକାଳୀନ ସରକାରରୁ ଆରମ୍ଭ କରି ୧୯୬୪ ମେ ୨୭ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ନିରବଚ୍ଛିନ୍ନ ଭାବରେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ।
- ୧୯୬୪ ମସିହା ପର୍ଯ୍ୟନ୍ତ ସମୟକୁ ଭାରତରେ ‘ନେହେରୁ ଯୁଗ’ ବୋଲି କୁହାଯାଏ ।
- କ୍ଷୁଧା, ଦାରିଦ୍ର୍ୟ, ଅପରିଚ୍ଛନ୍ନତା, ନିରକ୍ଷରତା, ଅନ୍ଧବିଶ୍ଵାସ, ପ୍ରାକୃତିକ ସମ୍ବଳର ଅସଦ୍ ବିନିଯୋଗ ପ୍ରଭୃତି ଭାରତର ଗୁରୁ ତର ସମସ୍ୟାଗୁଡ଼ିକର ସମାଧାନ କେବଳ ବିଜ୍ଞାନଦ୍ୱାରା ସମ୍ଭବପର ବୋଲି ସେ ଦୃଢ଼ ନିଶ୍ଚିତ ଥିଲେ ।
- ଆର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି ତଥା ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ନିମନ୍ତେ ବିଜ୍ଞାନ ଓ ବୈଷୟିକ ବିଦ୍ୟା ଅପରିହାର୍ଯ୍ୟ ବୋଲି ନେହେରୁ ତଥା ତତ୍କାଳୀନ ନେତୃବୃନ୍ଦ ଉପଲବ୍ କରିଥିଲେ ।
→ ବିଜ୍ଞାନ ଓ ବୈଷୟିକ ଶିକ୍ଷା ତଥା ଗବେଷଣା ବ୍ୟବସ୍ଥା:
- ୧୯୪୭ ମସିହା ଜାନୁଆରୀ ୪ ତାରିଖରେ ଭାରତର ପ୍ରଥମ ଜାତୀୟ ଗବେଷଣା ଅନୁଷ୍ଠାନ ‘ଜାତୀୟ ଭୌତିକ ପରୀକ୍ଷାଗାର’ର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା ।
- ଏହାପରେ ନେହେରୁଙ୍କ ଅଧ୍ୟକ୍ଷତାରେ ‘ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ’ ଗଠନ କରାଗଲା ଯାହାକି ଜାତୀୟ ଗବେଷଣାଗାର ଓ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଓ ଦିଗଦର୍ଶନ ପ୍ରଦାନ କଲା ।
- ବୈଷୟିକ ଶିକ୍ଷାର ବିକାଶ ପାଇଁ ଏକ ୨୨ ଜଣିଆ କମିଟି ଗଠନ କରାଗଲା ଓ କମିଟିର ସୁପାରିସ ଅନୁସାରେ କେତୋଟ ‘ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ ଗଠନର ପ୍ରସ୍ତାବ ଗ୍ରହଣ କରାଗଲା ।
- ୧୯୫୧ ମସିହା ଅଗଷ୍ଟ ୧୮ ତାରିଖରେ ଆମେରିକାର ମାଶାଚୁସେଟ୍ସ ବୈଷୟିକ ଶିକ୍ଷାନୁଷ୍ଠାନ ଢାଞ୍ଚାରେ ଖଡ଼ଗପୁରଠାରେ ଭାରତର ପ୍ରଥମ ବୈଷୟିକ ଶିକ୍ଷାନୁଷ୍ଠାନର ଶୁଭାରମ୍ଭ ହେଲା । ପରେ ବମ୍ବେ (ମୁମ୍ବାଇ), ଦିଲ୍ଲୀ, ମାଡ୍ରାସ୍ (ଚେନ୍ନାଇ) ଓ କାନପୁରଠାରେ ମଧ୍ୟ ‘ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ (IIT) ପ୍ରତିଷ୍ଠିତ ହେଲା ।
- ଭାରତର ତତ୍କାଳୀନ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦ ପ୍ରଥମ ଭାରତୀୟ ଶିକ୍ଷାନୁଷ୍ଠାନର ଶୁଭାରମ୍ଭ କରିଥିଲେ ।
- ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ, ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ଏବଂ ବିଜ୍ଞାନ ଓ ଶିଳ୍ପ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି । ନିକଟ ଅତୀତରେ ଭୁବନେଶ୍ଵରରେ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଇଛି।
- ବିଂଶ ଶତାବ୍ଦୀର ଶେଷ ଦଶକରେ ଭାରତବର୍ଷରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବିକାଶ ଘଟିବା ସହ ଭାରତ ସରକାରଙ୍କ ସୂଚନା ଓ ପ୍ରାୟୋଗିକ ବିଭାଗଦ୍ବାରା ଭାରତର ବିଭିନ୍ନ ସ୍ଥାନରେ ଇ-ଅଧ୍ୟୟନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ଆଞ୍ଚଳିକ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ।
- ନାଗାଲାଣ୍ଡର କୋହିମା ଓ ତ୍ରିପୁରାର ଅଗରତାଲାଠାରେ ଇ-ଅଧ୍ୟୟନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ଆଞ୍ଚଳିକ ଅନୁଷ୍ଠାନମାନ ରହିଛି ।
- ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଶିକ୍ଷା ଓ ଗବେଷଣା ପାଇଁ ଦିଲ୍ଲୀଠାରେ ‘ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ’ ସ୍ଥାପିତ ହୋଇଛି । ଏତଦ୍ବ୍ୟତୀତ ଚଣ୍ଡୀଗଡ଼, ପୁଦୁଚେରୀ ଓ ଲକ୍ଷ୍ନୌଠାରେ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ କରୁଛି ।
→ କୃଷି ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି:
- ବିଂଶ ଶତାବ୍ଦୀର ସପ୍ତମ ଦଶକରେ ରାସାୟନିକ ସାର, ଅଧିକ ଉତ୍ପାଦନକ୍ଷମ ବିହନ ଓ ସୁବ୍ୟବସ୍ଥିତ ଜଳସେଚନ ବହୁଳ ବ୍ୟବହାର ଯୋଗୁଁ ସବୁଜ କ୍ରାନ୍ତି (Green revolution) ସମ୍ଭବ ହୋଇପାରିଥିଲା ।
- ୧୯୭୧ ମସିହାରେ କେନ୍ଦ୍ରରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ନାମକ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଗଲା । ଜୈବ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ କୃଷିକ୍ଷେତ୍ରରେ ଏହାର ବିନିଯୋଗ କୃଷି ପାଇଁ ବେଶ୍ ସହାୟକ ହେଲା ।
- ୧୯୭୩ ମସିହାରେ ‘ଭାରତୀୟ ଇସ୍ପାତ ପ୍ରାଧ୍ୟାକରଣ ଲିମିଟେଡ୍’ ନାମକ ଏକ ସରକାରୀ ସଂସ୍ଥା ଆତ୍ମ ପ୍ରକାଶ କଲା । ଏହି ସଂସ୍ଥା ଭାରତରେ ପ୍ରତିଷ୍ଠିତ ପାଞ୍ଚଟି ଏକୀକୃତ ଇସ୍ପାତ ପ୍ରକଳ୍ପନର ପରିଚାଳନା ଭାର ହାତକୁ ନେଲା ।
- ୧୯୭୩ ମସିହାବେଳକୁ ଭାରତର ବୋକାରୋ, ଭିଲାଇ, ଦୁର୍ଗାପୁର, ରାଉରକେଲା ଓ ବର୍ଣ୍ଣପୁରଠାରେ ବିଦେଶୀ ରାଷ୍ଟ୍ର ସହାୟତାରେ ପାଞ୍ଚଗୋଟି ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ହୋଇସାରିଥିଲା ।
→ ପରମାଣୁ ଶକ୍ତିର ବିକାଶ:
- ୧୯୪୮ ମସିହା ଅଗଷ୍ଟ ମାସରେ ବିଶିଷ୍ଟ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବାଙ୍କ ଅଧ୍ୟକ୍ଷତାରେ ପରମାଣୁ ଶକ୍ତି ଆୟୋଗ ଗଠନ କରାଗଲା ।
- ପରମାଣୁ ଶକ୍ତି ସାମାଜିକ, ଆର୍ଥନୀତିକ ଓ ରାଜନୀତିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ ବୋଲି ନେହେରୁ ମତ ଦେଇଥିଲେ ।
- ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ପରମାଣୁ ଶକ୍ତିକୁ ବିନିଯୋଗ କରିବା ନେହେରୁଙ୍କ ଉଦ୍ଦେଶ୍ୟ ।
- ୧୯୫୪ ମସିହାରେ ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଗଲା ।
- ୧୯୫୬ ମସିହାରେ ଟ୍ରମ୍ବେଠାରେ ଭାବା ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହେଲା । ଏହାର ତତ୍ତ୍ଵାବଧାନରେ ଅନେକ ଗବେଷଣା କେନ୍ଦ୍ର ପଶ୍ଚିମବଙ୍ଗ, କାଶ୍ମୀର ଓ କର୍ଣ୍ଣାଟକରେ ଗଢ଼ିଉଠିଛି ।
- ଏହି ସଂସ୍ଥା ଅଧୀନରେ ଅପ୍ସରା, ସର୍କସ, ଜେରଲିନା, ଧ୍ରୁବ, କାମିନୀ ଆଦି ରିଆକରି କାର୍ଯ୍ୟକ୍ଷମ ଲୋ ।
- ୧୯୮୪ ମସିହାରେ ଇନ୍ଦୋରଠାରେ ଉନ୍ନତ ବୈଷୟିକ ଜ୍ଞାନକେନ୍ଦ୍ର ନାମକ ଗବେଷଣା ସଂସ୍ଥା ସ୍ଥାପିତ ହେଲା ।
- ୧୯୭୪ ମସିହା ମେ ୧୮ ତାରିଖରେ ରାଜସ୍ଥାନର ପୋଖରାନ୍ଠାରେ ଭାରତର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା ଏବଂ ୧୯୯୮ ମସିହା ମେ ୧୧ ଓ ୧୩ ତାରିଖରେ ଦ୍ଵିତୀୟଥର ପରମାଣୁ ବୋମା ପରୀକ୍ଷଣ କରାଯାଇଥିଲା ।
- ଜନହିତକର କାର୍ଯ୍ୟରେ ପରମାଣୁ ଶକ୍ତିର ବିନିଯୋଗ କରିବା ଭାରତର ଉଦ୍ଦେଶ୍ୟ ଓ ଏ ଦିଗରେ ଭାରତର ପ୍ରଚେଷ୍ଟା ମଧ୍ୟ ଅବ୍ୟାହତ ରହିଛି ।
→ ପ୍ରତିରକ୍ଷା ଗବେଷଣା:
- ୧୯୬୨ର ଚୀନ୍-ଭାରତ ଯୁଦ୍ଧ ଭାରତୀୟ ସୈନ୍ୟବାହିନୀର ଦୁର୍ବଳତା ଜଣାଇଦେଲା । ତେଣୁ ପ୍ରତିରକ୍ଷା ବ୍ୟବସ୍ଥାର ଦୃଢ଼ୀକରଣ ନିମନ୍ତେ ସୋଭିଏତ୍ ରୁଷିଆ ସହାୟତାରେ ସାମରିକ ପ୍ରଯୁକ୍ତି ବିଦ୍ୟାକୁ ବିକଶିତ କରାଗଲା । ସଙ୍ଗଠନ ଗଠିତ ହେଲା ।
- ୧୯୫୮ ମସିହାରେ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାପାଇଁ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ଗଠିତ ହେଲା ।
- ୧୯୮୩ ମସିହାରେ ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଗ୍ନି, ପୃଥ୍ବୀ, ଆକାଶ, ଧନୁଶ, ତ୍ରିଶୂଳ, ନାଗ, ଶୌର୍ଯ୍ୟ ଓ ବ୍ରହ୍ମାସ ପ୍ରଭୃତି କ୍ଷେପଣାସ୍ତ୍ରର ବିକାଶ କରାଯାଇ ସେଗୁଡ଼ିକୁ ସୈନ୍ୟବାହିନୀରେ ସାମିଲ କରାଯାଇଛି ।
- କ୍ଷେପଣାସ୍ତ୍ରର ପରୀକ୍ଷା ପାଇଁ ଓଡିଶାର ଚାନ୍ଦିପୁରଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
- ବାଲେଶ୍ଵର ଜିଲ୍ଲାର ଚାନ୍ଦିପୁର ନିକଟସ୍ଥ ହୁଇଲର୍ ଦ୍ବୀପରୁ ସମସ୍ତ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଏ ।
- ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ତିନି ବାହିନୀ (ସ୍ଥଳ, ଜଳ ଓ ଆକାଶ)ପାଇଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ତା’ର ଗୁଣବତ୍ତା ପରୀକ୍ଷା କରିବାରେ ପ୍ରଶଂସନୀୟ କାର୍ଯ୍ୟ କରୁଛି ।
- ଏବେ ଆମ ଦେଶରେ ପ୍ରତିରକ୍ଷା ପାଇଁ ବ୍ୟବହୃତ ଯାନବାହନ, ଗୋଳାବାରୁଦ, ଯନ୍ତ୍ରପାତି, ନୌବାହିନୀ ପାଇଁ ଆବଶ୍ୟକ ଜଳଜାହାଜ ଓ ବୁଡ଼ାଜାହାଜ ଆଦି ତିଆରି ହେଉଛି ।
→ ମହାକାଶ ଗବେଷଣା:
- ୧୯୬୨ରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହେଲା ଓ ମହାକାଶ ଗବେଷଣା ପାଇଁ ଭାରତୀୟ ଜାତୀୟ ସମିତି ପ୍ରତିଷ୍ଠା କରାଗଲା ।
- ୧୯୬୯ ମସିହାରେ ‘ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ’ ପ୍ରତିଷ୍ଠିତ ହେଲା ।
- ୧୯୭୨ ମସିହାରେ ‘ମହାକାଶ ଆୟୋଗ’ ପ୍ରତିଷ୍ଠା କରାଗଲା ।
- ୧୯୬୩ ମସିହାରେ କେରଳର ଥୁରୁବନନ୍ତପୁରମଠାରେ ଥୁମ୍ବା ପରେ ବିଷୁବୀୟ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଗଲା ।
- ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଉପଗ୍ରହ ପ୍ରେରଣ କେନ୍ଦ୍ର ପ୍ରତିଷ୍ଠା କରାଗଲା ।
- କୃତ୍ରିମ ଉପଗ୍ରହଗୁଡ଼ିକ ସହ ଯୋଗାଯୋଗ ରକ୍ଷା ପାଇଁ ମହାରାଷ୍ଟ୍ରର ଆର୍ଭିଠାରେ ଏକ ଉପଗ୍ରହ ଯୋଗାଯୋଗ କେନ୍ଦ୍ର ସ୍ଥାପିତ ହେଲା । ‘ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର’ ମଧ୍ୟ ପ୍ରସିଦ୍ଧ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କଦ୍ବାରା ପ୍ରତିଷ୍ଠିତ ହୋଇଥିଲା ।
- ୧୯୭୫ ମସିହା ଏପ୍ରିଲ ୧୯ ତାରିଖରେ ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’ ଏବଂ ୧୯୭୯ ମସିହା ଜୁନ୍ ୭ ତାରିଖରେ ‘ଭାସ୍କର ପ୍ରଥମ’ ନାମକ ଅନ୍ୟ ଏକ ଭାରତ ତିଆରି ଉପଗ୍ରହ ରୁଷିଆର ବୈକାନୁରସ୍ଥିତ ଉତକ୍ଷେପଣ ବ୍ୟବସ୍ଥାର ସହଯୋଗରେ ପ୍ରେରଣ କରାଗଲା ।
- ୧୯୮୧ ଜୁନ୍ ୧୯ରେ ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ଆପଲ୍ ମହାକାଶକୁ ପ୍ରେରଣ କରାଯାଇଥିଲା
- ଶ୍ରୀହରିକୋଟା ଉକ୍ଷେପଣ କେନ୍ଦ୍ରରୁ ଅନେକ ଯୋଗାଯୋଗ ଓ ପାଣିପାଗର ପୂର୍ବାନୁମାନ ପାଇଁ ଉଦ୍ଦିଷ୍ଟ କୃତ୍ରିମ ଉପଗ୍ରହମାନ ମହାକାଶକୁ ପ୍ରେରଣ କରାଯାଇଛି ।
- ଅଧୁନା ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଭାରତ ଖାଦ୍ୟଶସ୍ୟ ଉତ୍ପାଦନ ଓ ଶକ୍ତି କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହୋଇପାରିଛି ।
ଐତିହାସିକ ଘଟଣାବଳୀ ଓ ସମୟ
୧୯୪୭ ଖ୍ରୀ.ଅ. – (ଜାନୁଆରୀ ୪) ଜାତୀୟ ଭୌତିକ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ସ୍ଥାପନ ।
୧୯୪୮ ଖ୍ରୀ.ଅ. – (ଅଗଷ୍ଟ) ଭାରତ ସରକାରଙ୍କଦ୍ଵାରା ‘ପରମାଣୁ ଶକ୍ତି ଆୟୋଗ’ ଗଠନ ।
୧୯୫୧ ଖ୍ରୀ.ଅ. – (ଅଗଷ୍ଟ ୧୮) ଖଡ଼ଗପୁରଠାରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (IIT)ର ଶୁଭାରମ୍ଭ ।
୧୯୫୪ ଖ୍ରୀ.ଅ. – ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ସୃଷ୍ଟି ।
୧୯୫୬ ଖ୍ରୀ.ଅ. – ଟ୍ରମ୍ବେଠାରେ ଭାରତର ପ୍ରଥମ ‘ଆଣବିକ ରିଆକ୍ଟର’ ପ୍ରତିଷ୍ଠା ।
୧୯୫୬ ଖ୍ରୀ.ଅ. – ଟ୍ରମ୍ବେଠାରେ ଭାବା ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ।
୧୯୫୮ ଖ୍ରୀ.ଅ. – ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ଗଠନ ।
୧୯୬୨ ଖ୍ରୀ.ଅ. – ଭାରତ-ଚୀନ୍ ଯୁଦ୍ଧ/ଭାରତର ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ।
୧୯୬୩ ଖ୍ରୀ.ଅ. – କେରଳର ଥୁରୁବନନ୍ତପୁରମଠାରେ ଥୁମ୍ବା ବିଷୁବୀୟ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ।
୧୯୬୪ ଖ୍ରୀ.ଅ. – (ମେ ୨୭) ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ତିରୋଧାନ ।
୧୯୭୧ ଖ୍ରୀ.ଅ. – କେନ୍ଦ୍ର ସରକାରଙ୍କଦ୍ଵାରା ‘ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ’ ନାମକ ସ୍ବତନ୍ତ୍ର ବିଭାଗ ସୃଷ୍ଟି
୧୯୭୨ ଖ୍ରୀ.ଅ. – ମହାକାଶ ଆୟୋଗ ପ୍ରତିଷ୍ଠା ।
୧୯୭୩ ଖ୍ରୀ.ଅ. – ‘ଭାରତୀୟ ଇସ୍ପାତ ପ୍ରାଧ୍ଵରଣ ଲିମିଟେଡ୍’ ନାମକ ଏକ ସରକାରୀ ସଂସ୍ଥାର ଆତ୍ମପ୍ରକାଶ ।
୧୯୭୪ ଖ୍ରୀ.ଅ. – (ମେ ୧୮) ରାଜସ୍ଥାନର ପୋଖରାନ୍ରେ ଭାରତର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷଣ ।
୧୯୭୫ ଖ୍ରୀ.ଅ. – (ଏପ୍ରିଲ୍ ୧୯) ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’ର ମହାକାଶକୁ ପ୍ରେରଣ ।
୧୯୭୯ ଖ୍ରୀ.ଅ. – (ଜୁନ୍ ୭) ଭାସ୍କର ପ୍ରଥମ ନାମକ ଅନ୍ୟ ଏକ ଭାରତୀୟ କୃତ୍ରିମ ଉପଗ୍ରହ ମହାକାଶକୁ ପ୍ରେରଣ ।
୧୯୮୧ ଖ୍ରୀ.ଅ. – (ଜୁନ୍ ୧୯) ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ଆପଲ୍ ମହାକାଶକୁ ପ୍ରେରଣ ।
୧୯୮୩ ଖ୍ରୀ.ଅ. – ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ।
୧୯୯୮ ଖ୍ରୀ.ଅ. – (ମେ ୧୧ ଓ ୧୩) ୨ୟ ଥର ପାଇଁ ପୋଖରାନ୍ରେ ପରମାଣୁ ବୋମା ପରୀକ୍ଷଣ ।