BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ

Odisha State Board BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ will enable students to study smartly.

BSE Odisha Class 10 Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ

→ବଂଶାନୁକ୍ରମ :

  • ଅନେକ ସମୟରେ ଗୋଟିଏ ଜୀବ ଓ ତା’ର ପିତାମାତାଙ୍କ ଭିତରେ ଅନେକ ସାମଞ୍ଜସ୍ୟ ରହିଥାଏ । ଯେପରି ଗୋଟିଏ ନାଲି ଫୁଲ ଫୁଟୁଥ‌ିବା ମନ୍ଦାର ଗଛରୁ ସୃଷ୍ଟି ମନ୍ଦାର ଗଛରେ ନାଲିଫୁଲ ଫୁଟିବା । ସନ୍ତାନର ମୁହଁ ପିତାମାତାଙ୍କ ମୁହଁ ସହ ମିଶିବା ।
  • କୌଣସି ଜୀବର ଦୃଶ୍ୟରୂପୀ ବା ଲକ୍ଷଣପ୍ରରୂପୀ ଗୁଣ ପିଢ଼ି ପରେ ପିଢ଼ି ପ୍ରକଟିତ ହେବାକୁ ‘ବଂଶାନୁକ୍ରମ’ ବା ‘ବଂଶଗତି’ କୁହାଯାଏ ।

ପିତାମାତାଙ୍କର ଗୁଣ ପରବର୍ତ୍ତୀ ପିଢ଼ିରେ ପ୍ରକାଶିତ ହେବାକୁ ‘ବଂଶାନୁକ୍ରମ’ କୁହାଯାଏ ।

BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ

→ପ୍ରଜନନ ଓ ନୂତନ ଗୁଣର ଆବର୍ତ୍ତନ :

  • ସନ୍ତାନମାନଙ୍କଠାରେ ମୌଳିକ ପୈତୃକ ଗୁଣ ସହିତ କେତେକ ନୂତନ ଗୁଣ ଦେଖାଯାଇଥାଏ ।  mnପିଢ଼ି ପରେ ନୂତନ ଗୁଣଗୁଡ଼ିକର ଆବିର୍ଭାବ ହେତୁ ବିବିଧତା ବଢ଼ି ଚାଲିଥାଏ ।
  • ପ୍ରଜନନ ସମୟରେ ମାତାପିତାଙ୍କଠାରୁ ସମାନ ପରିମାଣର ଜିନୀୟ ପଦାର୍ଥ ଯୁଗ୍ମକ ଜରିଆରେ ସନ୍ତାନ ନିକଟକୁ ଯାଇଥାଏ ଓ ଏହି ଜିନୀୟ ପଦାର୍ଥ ମାତାପିତାଙ୍କର ସମସ୍ତ ଗୁଣ ବହନ କରିଥାଏ ।

→ବଂଶାନୁକ୍ରମ ପଦ୍ଧତିର ଉତ୍ପତ୍ତି :

  • ‘ଅନୁବଂଶ ବିଜ୍ଞାନର ଜନକ’ ଗ୍ରେଗର୍ ଜୋହାନ୍ ମେଣ୍ଡେଲ୍‌ଙ୍କ ବଂଶାନୁକ୍ରମ ସମ୍ପର୍କିତ ସୂତ୍ର ପ୍ରଦାନ କରିଥିଲେ ।
  • ଏକ ଧର୍ମଯାଜକ ଭାବରେ ଅଷ୍ଟ୍ରିଆର ଏକ ଗୀର୍ଜାରେ କାମ କରୁଥିବା ସମୟରେ ସେ ସେଠାକାର ବଗିଚାରେ ଥ‌ିବା ମଟର୍‌ ଗଛକୁ ନିରନ୍ତର ଲକ୍ଷ୍ୟ କରୁଥିଲେ ।
  • ମଟରରେ ଦେଖାଯାଉଥ‌ିବା ଲକ୍ଷଣପ୍ରରୂପୀ ବିଭିନ୍ନତା ତାଙ୍କ ମନରେ କୌତୂହଳ ଜାତ କରିଥିଲା ।
  • ଗୋଟିଏ ମଟର କିଆରିରେ ବିଭିନ୍ନ ଉଚ୍ଚତାର ଗଛ ଦେଖାଯିବା, ବିଭିନ୍ନ ପ୍ରକାରର ଆକୃତି ଓ ରଙ୍ଗର ମଟର ଫଳିବା ଇତ୍ୟାଦି ଲକ୍ଷଣକୁ ଲକ୍ଷ୍ୟକରି ଏହାର କାରଣ ଜାଣିବା ପାଇଁ ସେ ଉତ୍ସୁକ ହୋଇଥିଲେ ।
  • ବିଭିନ୍ନ ପ୍ରକାରର ମଟର ମଞ୍ଜି ସଂଗ୍ରହ କରି ସେଗୁଡ଼ିକୁ ବଗିଚାରେ ଲଗାଇ ସେ ତାଙ୍କର ଗବେଷଣା ଆରମ୍ଭ କରିଥିଲେ । ନିରନ୍ତର ଅନୁଧ୍ୟାନପରେ ସେ ମଟର ଗଛରେ 7 ଯୋଡ଼ା ବିକଳ୍ପୀ ଗୁଣ ଚିହ୍ନଟ କରିଥିଲେ ।
  • ବଂଶାନୁକ୍ରମରେ ଏହି ବିକଳ୍ପୀଗୁଣ ଗୁଡ଼ିକର ବିକାଶ ପ୍ରଣାଳୀ ଜାଣିବାପାଇଁ ମେଣ୍ଡେଲ୍‌ ପ୍ରଥମେ ଗୋଟିଏ ଯୋଡ଼ା ବିକଳ୍ପୀଗୁଣ ନେଇ ତାଙ୍କର ପରୀକ୍ଷା ଆରମ୍ଭ କଲେ ଓ ପିଢ଼ିପରେ ପିଢ଼ି ଅନୁଧ୍ୟାନ କରିବା ସମୟରେ ଅନ୍ୟ ବିକଳ୍ପୀ ଗୁଣଗୁଡ଼ିକ ପ୍ରତି ଆଦୌ ଧ୍ୟାନ ଦେଇ ନଥିଲେ ।
  • ଅନ୍ୟ ବିକଳ୍ପୀଗୁଣଗୁଡ଼ିକୁ ନେଇ ସେ ବଂଶଗତି ଅନୁଧ୍ୟାନ କରିଥିଲେ ଓ ଗୁଣଗୁଡ଼ିକର ବିକାଶସମ୍ପର୍କିତ ଗାଣିତିକ ସୂତ୍ର ବାହାର କରିଥିଲେ ସୂତ୍ର ବାହାର କରିଥିଲେ ।

→ମଟର ଗଛର 7 ଯୋଡ଼ା ବିକଳ୍ପୀଗୁଣ :
BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ 1

→ମେଣ୍ଡେଲ୍‌ଙ୍କ ସଂକରଣ ପ୍ରଣାଳୀ (Mendel’s Hybridisation) :

  • ଗଛକୁ ପୈତୃକ ଗଛ ଭାବେ ନେଇ ଗୋଟିକର ଫୁଲର କେଶର ଚକ୍ର ପାକଳ ହେବା ପୂର୍ବରୁ ତାକୁ ଯତ୍ନର ସହିତ ଛିଣ୍ଡାଇ ବାହାର କରି ଦେଉଥିଲେ । ଗଛକୁ ପୈତୃକ ଗଛ ଭାବେ ନେଇ ଗୋଟିକର ଫୁଲର କେଶର ଚକ୍ର ପାକଳ ହେବା ପୂର୍ବରୁ ତାକୁ ଯତ୍ନର ସହିତ ଛିଣ୍ଡାଇ ବାହାର କରି ଦେଉଥିଲେ । ଫଳତଃ ସେହି ଗଛଟି ମାଈଗଛ ଭାବରେ ବିବେଚିତ ହେଉଥିଲା ।
  • ବିକଳ୍ପୀ ଗୁଣ ଥ‌ିବା ଅନ୍ୟ ଏକ ଗଛରୁ ପରାଗରେଣୁ ସଂଗ୍ରହ କରି ନିର୍ଦ୍ଧାରିତ ମାଈଗଛର ଫଳିକା ଶୀର୍ଷ ଉପରେ ପକାଇ କୃତ୍ରିମ ପରାଗଣ କରାଉଥିଲେ ।
  • ସଂଗୃହୀତ ମଞ୍ଜିରୁ ଯେଉଁ ଗଛଗୁଡ଼ିକ ମିଳିଲା ତାକୁ ପ୍ରଥମ ଅପତ୍ୟ ପିଢ଼ି (F1 generation) କୁହାଗଲା । ସେହିପରି ପ୍ରଥମ ପିଢ଼ି ଗଛର ମଞ୍ଜିରୁ ଜାତ ଗଛଗୁଡ଼ିକୁ ଦ୍ୱିତୀୟ ଅପତ୍ୟ ପିଢ଼ି (F2 generation) କୁହାଗଲା ।
  • ସେହିପରି ପ୍ରଥମ ପିଢ଼ି ଗଛର ମଞ୍ଜିରୁ ଜାତ ଗଛଗୁଡ଼ିକୁ ଦ୍ୱିତୀୟ ଅପତ୍ୟ ପିଢ଼ି (F2 generation) କୁହାଗଲା ।
  • ବଂଶାନୁକ୍ରମ ତଥ୍ୟ ପ୍ରତିପାଦନ କରିବାପାଇଁ ମେଣ୍ଡେଲ୍ ଏହି ସଙ୍କର ଉଭିଦ ଗୁଣଗୁଡ଼ିକୁ ପିଢ଼ି ପରେ ପିଢ଼ି ଅନୁଧ୍ୟାନ କରି ପ୍ରତ୍ୟେକ ସଙ୍କର ଗଛରେ ଥିବା ବିକଳ୍ପୀ ଗୁଣର ବଂଶଗତିର ସୂତ୍ର ଗାଣିତିକ ପ୍ରଣାଳୀରେ ପ୍ରକାଶ କରିଥିଲେ ।
  • ଏକ ଯୋଡ଼ା ବିକଳ୍ପୀ ଗୁଣକୁ ନେଇ କରାଯାଉଥିବା ପରୀକ୍ଷାକୁ ସେ ଏକସଂକରଣ ଓ ଦୁଇଯୋଡ଼ା ବିକଳ୍ପୀଗୁଣକୁ ନେଇ କରାଯାଉଥ‌ିବା ପରୀକ୍ଷାକୁ ଦ୍ବିସଂକରଣ ପରୀକ୍ଷଣ ଭାବେ ବର୍ଣ୍ଣନା କରିଥିଲେ ।

→ଏକସଂକରଣ ପରୀକ୍ଷଣ (Monohybrid Cross) :

  • ବଂଶାନୁକ୍ରମରେ ପ୍ରତ୍ୟେକ ଯୋଡ଼ା ବିକଳ୍ପୀ ଗୁଣରୁ ଗୋଟିଏ ପ୍ରଭାବୀ ଓ ଅନ୍ୟଟି ଅପ୍ରଭାବୀ ଭାବେ ପ୍ରକଟିତ ହୋଇଥାଏ ।
  • କିଛି ଡେଙ୍ଗା ଓ କିଛି ଗେଡ଼ା ମଟର ଗଛକୁ ନେଇ ମେଣ୍ଡେଲ୍ ଲକ୍ଷ୍ୟକଲେ ଯେ କେତେକ ଡେଙ୍ଗାଗଛରେ ହେଉଥ‌ିବା
  • ମେଣ୍ଡେଲ୍‌ ଏଗୁଡ଼ିକ ଶୁଦ୍ଧ ଡେଙ୍ଗା ଓ ଶୁଦ୍ଧ ଗେଡ଼ା ଆଖ୍ୟାଦେଇ ପୈତୃକ ଗଛ ଭାବରେ ବ୍ୟବହାର କଲେ । ଏମାନଙ୍କ ମଧ୍ୟରେ ସଙ୍କରଣ କରି ତହିଁରୁ ଜାତ ମଞ୍ଜିରୁ ପରବର୍ତ୍ତୀ ପିଢ଼ିରେ ମେଣ୍ଡେଲ୍ କେବଳ ଡେଙ୍ଗା ଗଛ ପାଇଥିଲେ ।
  • ମେଣ୍ଡେଲ୍‌ କଳ୍ପନା କଲେ ଯେ ଗୁଣଗୁଡ଼ିକ ପ୍ରତ୍ୟେକ ଗଛରେ ଯୋଡ଼ା ଆକାରରେ ରହିଛି ଅର୍ଥାତ୍ ଡେଙ୍ଗା ଗଛରେ TT ଓ ଗେଡ଼ା ଗଛରେ tt ଭାବେ ରହିଛି, ଯେଉଁଥ‌ିରେ ଡେଙ୍ଗା ଗୁଣଟି ପ୍ରଭାବୀ ଓ ଗେଡ଼ାଗୁଣଟି ଅପ୍ରଭାବୀ ।
  • ପ୍ରଥମ ପିଢ଼ିର (F1) ଗଛଗୁଡ଼ିକରେ ଗୁଣ ଦୁଇଟି Tt ଭାବରେ ରହିଥିଲେ ମଧ୍ୟ ଡେଙ୍ଗାଗୁଣଟି (T) ପ୍ରଭାବୀ ହୋଇଥିବାରୁ ଗେଡ଼ାଗୁଣ (t) ପ୍ରକାଶିତ ହୋଇପାରୁନାହିଁ ।
  • F1 ଗଛଗୁଡ଼ିକରେ ସ୍ଵପରାଗଣ କରି ସେଥୁରୁ ସଂଗୃହୀତ ମଞ୍ଜିକୁ F1 ପିଢ଼ି ଭାବରେ ବଢ଼ାଇ ସେ ଦେଖ‌ିଲେ ଯେ ସେହି ପିଢ଼ିରେ ଉଭୟ ଡେଙ୍ଗା ଓ ଗେଡ଼ା ଗଛ ରହିଛି; ଏବଂ ପ୍ରତ୍ୟେକ ଚାରୋଟି ଗଛରେ ତିନୋଟି ଡେଙ୍ଗା ଓ ଗୋଟିଏ ଗେଡ଼ା ଗଛ ଦେଖିବାକୁ ମିଳୁଛି, ଅର୍ଥାତ୍ ଡେଙ୍ଗା ଓ ଗେଡ଼ା ଗଛର ଅନୁପାତ 3:1 ।
  • ସେହିପରି ଅନ୍ୟ ବିକଳ୍ପୀ ଗୁଣ, ଯଥା- ମଞ୍ଜିର ରଙ୍ଗ, ଛୁଇଁର ଆକାର ଇତ୍ୟାଦିକୁ ନେଇ ମେଣ୍ଡେଲ୍‌ ଦେଖ‌ିଲେ ଯେ F1 ପିଢ଼ିରେ ସବୁକ୍ଷେତ୍ରରେ ପ୍ରଭାବୀ ଓ ଅପ୍ରଭାବୀ ଗୁଣ ବିକାଶର ଅନୁପାତ 3:1 । ଏହାକୁ ସେ ‘ଏକସଙ୍କରଣ ଅନୁପାତ’ ବୋଲି ଆଖ୍ୟା ଦେଲେ । ତହିଁରୁ ମେଣ୍ଡେଲ୍‌ ବଂଶାନୁକ୍ରମ ସମ୍ପର୍କରେ ଦୁଇଟି ନୀତି ଓ ଗୋଟିଏ ନିୟମ ଉପସ୍ଥାପନ କଲେ ।

→ୟୁନିଟ୍ ଅକ୍ଷରର ନୀତି (Principle of Unit Character) :

  • ଏହି ନୀତି ଅନୁଯାୟୀ ଉଭିଦରେ ବିକଶିତ ହେଉଥ‌ିବା ପ୍ରତ୍ୟେକ ଗୁଣ ଗୋଟିଏ ଲେଖାଏଁ କାରକଦ୍ବାରା ନିୟନ୍ତ୍ରିତ ହୋଇଥାଏ ।
  • ଏହି କାରକମାନେ ସର୍ବଦା ଯୋଡ଼ା ଯୋଡ଼ା ହୋଇ ରହିଥାନ୍ତି, ଯଥା- ଡେଙ୍ଗା (TI), ଗେଡ଼ା (tt), ହଳଦିଆ (YY) ଓ ଶାଗୁଆ (yy) ଇତ୍ୟାଦି ।
  • ପ୍ରତି ଯୋଡ଼ାରେ ଦୁଇଟି ଏକ ପ୍ରକାରର (TT ବା tt) କିମ୍ବା ଦୁଇଟି ବିକଳ୍ପ କାରକ (Tt) ରହିଥାଏ ।
  • ଅର୍ଥବିଭାଜନ ସମୟରେ ତନ୍ମଧ୍ୟରୁ ଗୋଟିଏ ପ୍ରତ୍ୟେକ ଯୁଗ୍ମକକୁ ଯାଇଥାଏ ଓ ଯୁଗ୍ମଜ ଗଠନ ସମୟରେ ପୁଣି

→ପ୍ରାଧାନ୍ୟର ନୀତି (Principle of Dominance) :

  • ଏହି ନୀତି ଅନୁଯାୟୀ ସଙ୍କରଣ ପରେ F1 ପିଢ଼ିରେ ଥ‌ିବା ଦୁଇଟି ବିକଳ୍ପ କାରକ ମଧ୍ୟରୁ ଗୋଟିଏ ମାତ୍ର କାରକର ପ୍ରଭାବ ପରିଲକ୍ଷିତ ହୋଇଥାଏ ଯାହାକୁ ପ୍ରଭାବୀ କାରକ କୁହାଯାଏ । ଅନ୍ୟ କାରକଟି ପ୍ରକଟ ନ ହୋଇ ଅପ୍ରଭାବୀ କାରକ ଭାବରେ ଲୁଚି ରହିଥାଏ । ‘
  • ପ୍ରଭାବୀ କାରକର ଅନୁପସ୍ଥିତିରେ କେବଳ ଅପ୍ରଭାବୀ କାରକଟି ପ୍ରକଟ ହୋଇଥାଏ ।
  • ମେଣ୍ଡେଲ୍‌ 1822 ମସିହାରେ ଅଷ୍ଟ୍ରିଆର ଏକ ଗରିବ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  • ଗୀର୍ଜାରେ ଧର୍ମାଯାଜକ ରୂପେ କାର୍ଯ୍ୟ କରୁଥିବା ବେଳେ ସେ ମଟର ଗଛରେ ଉତ୍ତରାଧ୍ଵରଣ (Inheritance) ଅନୁଧ୍ୟାନ କରିଥିଲେ ।
  • 1857 ରୁ 1865 ଦୀର୍ଘ ଆଠବର୍ଷ କାଳ ଗବେଷଣା କରି ମେଣ୍ଡେଲ୍ ନିୟମ ବା ଉତ୍ତରାଧ୍ୟାକରଣ ନିୟମ ଭାବରେ ଉପସ୍ଥାପନ କରିଥିଲେ ।
  • ମେଣ୍ଡେଲ୍‌ ତାଙ୍କର ଗବେଷଣା ସମ୍ପର୍କିତ ତଥ୍ୟ 1865 ମସିହାରେ Brunn Society for Natural Science ରେ ପାଠ କରିଥିଲେ ଏବଂ 1866 ମସିହାରେ ‘ଫର୍‌ଜୁଖେନ୍ ଇଉବର୍ ଫ୍ଲାନ୍‌ଜେନ୍ ହ୍ୟୁବ୍ରିଡେନ୍’ ନାମକ ଏକ ସନ୍ଦର୍ଭରେ ଉପସ୍ଥାପନ କରିଥିଲେ ।
  • 1884 ମସିହାରେ ମେଣ୍ଡେଲ୍ ମୃତ୍ୟୁବରଣ କରିଥିଲେ । 1900 ମସିହାରେ ତିନିଜଣ ବୈଜ୍ଞାନିକ ଡି ଡ୍ରିସ୍, ଶେର୍‌ମାକ୍ ଓ କରେନସ୍ ସ୍ଵାଧୀନ ଭାବରେ ମେଣ୍ଡେଲ୍‌ଙ୍କ ତତ୍ତ୍ଵକୁ ପୁନଃଆବିଷ୍କାର କଲେ ।
  • କୌଣସି ଉଚ୍ଚଶିକ୍ଷାନୁଷ୍ଠାନରେ ପ୍ରଫେସର ବା ଗବେଷଣା ପ୍ରତିଷ୍ଠାନରେ ବୈଜ୍ଞାନିକଭାବେ କାର୍ଯ୍ୟ କରି ନ ଥ‌ିବା କିମ୍ବା ଗବେଷଣାଗାରର ସୁବିଧା ପାଇ ନ ଥ‌ିବା ସତ୍ତ୍ବେ ମେଣ୍ଡେଲ୍‌ଙ୍କ ସରଳ ପରୀକ୍ଷଣ ଶୈଳୀ, ଫଳାଫଳର ସୂକ୍ଷ୍ମ ବିଶ୍ଳେଷଣ ଏବଂ ତତ୍ତ୍ଵର ବଳିଷ୍ଠ ଉପସ୍ଥାପନ ତାଙ୍କୁ ଜଣେ ଉଚ୍ଚକୋଟୀର ବୈଜ୍ଞାନିକର ମର୍ଯ୍ୟାଦା ଦେଇପାରିଛି ।
    BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ 2

→ବିଭାଜନର ନିୟମ (Law of Segregation) :

  • ଏହି ନିୟମ ଅନୁଯାୟୀ F1 ପିଢ଼ିରେ ଦୁଇଟି ବିକଳ୍ପ କାରକର ଗୋଟିଏ ଲେଖାଏଁ ନକଲ (Copy) ରହିଥିଲେ ମଧ୍ୟ ସେମାନେ ପରସ୍ପରର ସତ୍ତା ହରାଇ ନଥାନ୍ତି ଏବଂ F2 ପିଢ଼ିରେ ପ୍ରଭାବୀ କାରକଟି ପ୍ରକଟ ହେଉଥିଲେ ମଧ୍ୟ ଅପ୍ରଭାବୀ କାରକଟି ଅକ୍ଷତ ଅବସ୍ଥାରେ ଲୁଚି ରହିଥାଏ ।
  • ଅର୍ଥବିଭାଜନ ସମୟରେ ଏକ ଯୋଡ଼ା କାରକରୁ କେବଳ ଗୋଟିଏ କାରକ ପ୍ରତ୍ୟେକ ଯୁଗ୍ମକକୁ ଯାଇଥାଏ, ଅର୍ଥାତ୍ F1 ପିଢ଼ିର ଏକ ସଙ୍କର ଗଛରୁ ଦୁଇ ପ୍ରକାରର ଯୁଗ୍ମକ ସୃଷ୍ଟି ହୋଇଥାଏ ।
  • ଗୋଟିଏ ପ୍ରକାରର ଯୁଗ୍ମକରେ ଅପ୍ରଭାବୀ ଓ ଅନ୍ୟ ପ୍ରକାରର ଯୁଗ୍ମକରେ ପ୍ରଭାବୀ କାରକ ରହିଥାଏ ଏବଂ କାରକଦୁଇଟି ପରସ୍ପରଠାରୁ ପୃଥକ୍ ହୋଇ ପରବର୍ତ୍ତୀ ପିଢ଼ିକୁ ଗତି କରିଥାନ୍ତି ।

BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ

→ଦ୍ବିସଙ୍କରଣ ପରୀକ୍ଷଣ (Dihybrid Cross) :
1. ଦୁଇଯୋଡ଼ା ବିକଳ୍ପୀଗୁଣ ଏକ ସମୟରେ କିପରି ପରବର୍ତୀ ପିଢ଼ିଗୁଡ଼ିକରେ ସଂରକ୍ଷିତ ହେଉଛି ତାହା ଜାଣିବାପାଇଁ ମେଣ୍ଡେଲ୍‌ ଦ୍ବିସଙ୍କରଣ ପରୀକ୍ଷଣ କରିଥିଲେ ।
2. ସେଥ୍‌ପାଇଁ ସେ ଗୋଲ (RR) ଓ ହଳଦିଆ (YY) ମଞ୍ଜିଥିବା ମଟର ଗଛ ସହିତ କୁଞ୍ଚୁ ବା ଖଦଡ଼ା (11) ଓ ଶାଗୁଆ (yy) ମଞ୍ଜିଥ୍ୟା ମଟର ଗଛର ସଙ୍କରଣ କରି ପରବର୍ତ୍ତୀ ପିଢ଼ିପାଇଁ ମଞ୍ଜି ସଂଗ୍ରହ କଲେ ।
3. ପୂର୍ବପରି ମେଣ୍ଡେଲ୍ ପୈତୃକ ପିଢ଼ିରେ ଶୁଦ୍ଧ ପୈତୃକ ଗଛ (RRYY ଓ myy) ନେଇ ସଙ୍କରଣ କରିଥିଲେ ।
BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ 3
3. F1 ପିଢ଼ିରେ ଉପୁଜିଥ‌ିବା ଗଛଗୁଡ଼ିକ ସଙ୍କର (RrYy) ହୋଇଥିଲେ ମଧ୍ୟ ସମସ୍ତ ଗଛରେ ମଞ୍ଜି ଗୋଲ ଓ ହଳଦିଆ ହୋଇଥିଲା ଯେଉଁଥୁରୁ ମେଣ୍ଡେଲ୍‌ଙ୍କର ପ୍ରଭାବୀ ଗୁଣ ନିୟମ ପୁନଃ ପ୍ରମାଣିତ ହୋଇପାରିଲା ।
4. F1 ପିଢ଼ିର ଗଛଗୁଡ଼ିକୁ ସ୍ବପରାଗଣ କରାଇ ମେଣ୍ଡେଲ୍ F2 ପିଢ଼ି ପାଇଁ ମଞ୍ଜି ସଂଗ୍ରହ କଲେ । ଏହି ମଞ୍ଜି 4 ପ୍ରକାରର ହୋଇଥବା, ଯଥା- ଗୋଲ ଓ ହଳଦିଆ, ଗୋଲ ଓ ଶାଗୁଆ, ଖଦଡ଼ା ଓ ହଳଦିଆ, ଖଦଡ଼ା ଓ ଶାଗୁଆ ଏବଂ ଏମାନଙ୍କର ଅନୁପାତ ୨ : 3 : 3 : 1 ହେବ । ଏଥୁରୁ ମେଣ୍ଡେଲ୍‌ ସ୍ଵାଧୀନ ଅପବ୍ୟୁହନ ନିୟମ ଉପସ୍ଥାପନ କଲେ ।

→ସାଧୀନ ବର୍ଗର ନିୟମ  (Law of Independent Assortment) :

  • ଏକାଧ୍ଵ ଯୋଡ଼ା ବିକଳ୍ପୀ ଗୁଣ ଥ‌ିବା ସଂକର ଗଛର ସ୍ଵପରାଗଣ କରାଗଲେ F2 ପିଢ଼ିରେ ପ୍ରକାଶିତ ଗୁଣଗୁଡ଼ିକର କାରକର ଉତ୍ତରାଧ୍ଵରଣ F1 ପିଢ଼ିରୁ ସ୍ବାଧୀନ ଭାବରେ ହୋଇଥାଏ ଓ ଗୁଣଗୁଡ଼ିକର କୌଣସି ମିଶ୍ରଣ ହୋଇନଥାଏ ।
  • ପ୍ରତି ଯୋଡ଼ା ବିକଳ୍ପୀକାରକକୁ ଅଲଗା ଭାବରେ ନେଲେ ଦେଖାଯାଏ ଯେ ଷୋହଳ ପ୍ରକାରର ସମ୍ଭାବ୍ୟ ବିନ୍ୟାସ ମଧ୍ୟରେ ବାରଟିରେ ମଞ୍ଜି ଗୋଲ ଓ ଚାରୋଟିରେ ମଞ୍ଜି କୁଞ୍ଚୁ ବା ଖଦଡ଼ା ହୋଇଥାଏ । ଅର୍ଥାତ୍ ଗୋଲ ଓ କୁଞ୍ଚ ମଞ୍ଜିଥ‌ିବା ଗଛମାନଙ୍କର ଅନୁପାତ 3 : 1 1
  • ସେହିପରି ବାରଟିରେ ମଞ୍ଜି ହଳଦିଆ ଓ ଚାରୋଟିରେ ମଞ୍ଜି ଶାଗୁଆ ହୋଇଥାଏ । ଅର୍ଥାତ୍ ଏଥରେ ମଧ୍ଯ ହଳଦିଆ ଓ ଶାଗୁଆ ମଞ୍ଜିଥିବା ଗଛମାନଙ୍କର ଅନୁପାତ 3:1 1
  • ମେଣ୍ଡେଲ୍‌ଙ୍କ ଅବଦାନ ପୁନରାବିଷ୍କାର ହେବାପରେ 1909 ମସିହାରେ ମେଣ୍ଡେଲ୍‌ଙ୍କ କଳ୍ପିତ କାରକକୁ ଉଇହେଲମ୍ ଜୋହାନ୍‌ସନ୍ ଜିନ୍ ନାମ ଦେଇଥିଲେ ।
  • ସେ ମଧ୍ୟ ପ୍ରଥମେ ଜିନୋଟାଇପ୍ ଓ ଫିନୋଟାଇପ୍ – ଏ ଦୁଇଟି ଶବ୍ଦର ପ୍ରଚଳନ ଆରମ୍ଭ କରିଥିଲେ ।
  • ଜିନ୍ ଡିଏର ଅଂଶ ବିଶେଷ ଏବଂ ଏହା ଶରୀରର ସମସ୍ତ ପ୍ରକ୍ରିୟା ନିୟନ୍ତ୍ରଣ କରିଥାଏ । ଜିନ୍ (ଡିଏ)ର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଲକ୍ଷଣର ପରିପ୍ରକାଶ ମଧ୍ୟ ସମ୍ଭବ ହୋଇଥାଏ ।

→ଲିଙ୍ଗ ନିର୍ଣ୍ଣୟ (sex determination)

  • କୋଷରେ ଥ‌ିବା ଗୁଣସୂତ୍ର ଦୁଇ ପ୍ରକାରର ଯଥା – ଲିଙ୍ଗ ଗୁଣସୂତ୍ର ବା ସେକ୍ସ କ୍ରୋମୋଜୋମ୍ ଏବଂ ଅଟୋଜୋମ୍ ।
  • ମଣିଷର ଗୁଣସୂତ୍ର ସଂଖ୍ୟା ହେଉଛି 23 ଯୋଡ଼ା । ଏଥିରୁ 22 ଯୋଡ଼ା ଅଟୋଜୋମ୍ ଓ ଏକ ଯୋଡ଼ା ଲିଙ୍ଗ ଗୁଣସୂତ୍ର ।
  • ସ୍ତ୍ରୀଠାରେ ଏହି ଯୋଡ଼ା ଦୁଇଟି ‘XX” ଏବଂ ପୁରୁଷଠାରୁ ଏହି ଯୋଡ଼ା ‘X’ ଏବଂ ଗୋଟିଏ ‘Y’ କୁ ନେଇ ଗଠିତ ।
  • ପ୍ରତ୍ୟେକ ପରିପକ୍ବ ଡିମ୍ବାଣୁରେ 22ଟି ଅଟୋଜୋମ୍ ଓ ଗୋଟିଏ X ଗୁଣସୂତ୍ର ଥାଏ । କିନ୍ତୁ ଅର୍ଦ୍ଧେକ ଶୁକ୍ରାଣୁରେ 22ଟି ଅଟୋଜୋମ୍ ଓ ଗୋଟିଏ X ଏବଂ ଅବଶିଷ୍ଟ ଅର୍ଦ୍ଧେକରେ Y ଗୁଣସୂତ୍ର ଥାଏ ।
  • ଡିମ୍ବାଣୁ ସହ X ଗୁଣସୂତ୍ର ଥ‌ିବା ଶୁକ୍ରାଣୁର ସମାୟନ ହୁଏ, କନ୍ୟା ସନ୍ତାନ ଜାତ ହୁଏ । ଡିମ୍ବାଣୁ ସହ Y ଗୁଣସୂତ୍ର ଥବା ଶୁକ୍ରାଣୁର ମିଳନ ହେଲେ ପୁତ୍ର ସନ୍ତାନ ଜାତ ହୁଏ ।
  • ପୁତ୍ର ସନ୍ତାନ ଜାତ ହେବାପାଇଁ Y ଗୁଣସୂତ୍ର ଥ‌ିବା ଶୁକ୍ରାଣୁ ଆବଶ୍ୟକ ।

→ବିବର୍ତ୍ତନ (Evolution) :
1. ଜୀବବିଜ୍ଞାନୀମାନେ ବିଶ୍ୱାସ କରନ୍ତି ଯେ ଏହି ପୃଥ‌ିବୀରେ ‘ଜୀବନ’ ଅଜୈବିକ ପଦାର୍ଥରୁ ବା ବସ୍ତୁରୁ ସୃଷ୍ଟି ହୋଇଛି ।
2. ଏହି ପ୍ରସଙ୍ଗରେ 1920 ମସିହାରେ ଏ.ଆଇ.ଓପାରିନ୍ ଓ ଜେ.ବି.ଏସ୍. ହାଲ୍‌ଡେନ୍‌ ପ୍ରଥମେ ମତବ୍ୟକ୍ତ କରିଥିଲେ ।
3. ପରେ 1953ରେ ଷ୍ଟାନ୍‌ଲେ ମିଲର୍‌ ଓ ହାରୋଲ୍‌ୟୁରେ ପରୀକ୍ଷାଗାରରେ ଏକ ଅଭିନବ ପରୀକ୍ଷଣ ଦ୍ବାରା ପ୍ରମାଣ କଲେ ଯେ ମିଥେନ, ଆମୋନିଆ, ଉଦ୍‌ଜାନ, ଜଳୀୟବାଷ୍ପ, ଆଦିର ସଂଯୋଗରୁ କେତେକ ଏମିନୋ ଏସିଡ୍ ଉତ୍ପନ୍ନ ହୋଇଛି ।
4. ପରେ ସାମାନ୍ୟ ପରିବର୍ତ୍ତିତ ସମ୍ମିଶ୍ରଣରୁ କାଲ୍‌ଭିନ୍ ଏଡିନିନ୍ ନାମକ ନ୍ୟୁକ୍ଲିଓଟାଇଡ୍ ପାଇବାରେ ସଫଳ ହେଲେ ।
5. ସମୟକ୍ରମେ ଏମିନୋ ଏସିଡ୍ ଶୃଙ୍ଖଳରୁ ତିଆରି ହୋଇଛି ପ୍ରୋଟିନ୍ ଏବଂ ନ୍ୟୁକ୍ଲିଓଟାଇଡ୍ ଶୃଙ୍ଖଳରୁ RNA ଓ DNA ତିଆରି ହୋଇଛି ।
6. BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ 4

ବିବର୍ତ୍ତନ ହେଉଛି ଆଗକୁ ବଢ଼ିବାର ଏକ ପ୍ରକ୍ରିୟା ଯାହା ଅପରିବର୍ତ୍ତନୀୟ । ହୋଇଥାଏ । ପ୍ରାଣୀ ଓ ଉଦ୍ଭିଦରେ ହେଉଥ‌ିବା ବିବର୍ତ୍ତନକୁ ‘ଜୈବ ବିବର୍ତ୍ତନ’ (Organic evolution) କୁହାଯାଏ । ଏଥିଯୋଗୁଁ ପୃଥ‌ିବୀପୃଷ୍ଠରେ ଜୀବମାନଙ୍କ ଅପୂର୍ବ ପ୍ରକାରଭେଦ ଅର୍ଥାତ୍ ଜୈବବିବିଧତା (Biodiversity) ସମ୍ଭବ ହୋଇଛି ।

→ଜୀବମାନଙ୍କ ମଧ୍ୟରେ ଥିବା ସମ୍ପର୍କ :

  • ପୃଥ‌ିବୀରେ ପ୍ରତ୍ୟେକ ଜାତିର ଉଦ୍ଭଦ ବା ପ୍ରାଣୀ ପରସ୍ପରଠାରୁ ଗଠନ ଓ ଲକ୍ଷଣରେ ଭିନ୍ନ ।
  • ପ୍ରତ୍ୟେକ ଜୀବର ଗଠନର ମୌଳିକ ଏକକ ହେଉଛି କୋଷ । ବୀଜାଣୁ ବା ବ୍ୟାକ୍ଟେରିଆ (Bacteria) ଓ କିଛି ନିମ୍ନବର୍ଗର ଶୈବାଳ ଜାତୀୟ ଉଦ୍ଭଦକୁ ଛାଡ଼ିଦେଲେ ଜୀବଜଗତରେ ଦେଖାଯାଉଥିବା ସମସ୍ତ ପ୍ରାଣୀ ଓ ଉଦ୍ଭିଦ କୋଷର ଗଠନ ଓ କୋଷ ମଧ୍ଯରେ ହେଉଥ‌ିବା ବିଭିନ୍ନ ବିପାକୀୟ କାର୍ଯ୍ୟକଳାପରେ ଅନେକ ସମାନତା ଦେଖାଯାଏ ।
  • ସବୁଜ ଉଦ୍ଭଦରେ ଆଲୋକଶ୍ଳେଷଣ ପ୍ରକ୍ରିୟା, ବାୟୁ ଉପଜୀବୀ ବା ବାୟୁ ଅପଜୀବୀ ଶ୍ଵାସନ ପ୍ରକ୍ରିୟା ମାଧ୍ୟମରେ ଗ୍ଲୁକୋଜ ଅଣୁରୁ ଶକ୍ତି ଉତ୍ପନ୍ନ ଓ ଏହାର ବ୍ୟବହାର ଦ୍ଵାରା ନୂତନ କୋଷ ସୃଷ୍ଟିପରି ବିଭିନ୍ନ ପ୍ରକ୍ରିୟା ସମସ୍ତ ଜୀବରେ ଏକ ନିର୍ଦ୍ଦିଷ୍ଟ ଧାରାରେ ହୋଇଥାଏ ।

BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ 5
(i) ଜୀବାଶ୍ମ ଆଧାରିତ ପ୍ରମାଣ :

  • ଲକ୍ଷ ଲକ୍ଷ ବର୍ଷପୂର୍ବେ ପୃଥ‌ିବୀରେ ବାସ କରୁଥିବା ପ୍ରାଣୀ ଓ ଉଭିଦର ଅବଶେଷକୁ ଜୀବାଶ୍ମ କୁହାଯାଏ ।
  • ଜୀବାଶ୍ମ ଅଧ୍ୟୟନରୁ ବର୍ତ୍ତମାନ ଦେଖାଯାଉଥ‌ିବା ଦୁଇଟି ପୃଥକ୍ ଗୋଷ୍ଠୀ ମଧ୍ୟରେ ସମ୍ପର୍କ ସ୍ଥାପନ କରିହୁଏ ।
  • ଉଦାହରଣ : ସରୀସୃପ ଓ ବିହଙ୍ଗ, ଏହି ଦୁଇଗୋଷ୍ଠୀର ପ୍ରାଣୀମାନଙ୍କୁ ଲକ୍ଷ୍ୟ କଲେ ଦେଖାଯିବ ଯେ ଦୁହିଁଙ୍କ ମଧ୍ୟରେ ସାମଞ୍ଜସ୍ୟ ଅପେକ୍ଷା ଅସମତା ଅଧିକ । ମାତ୍ର ଆରକିଓପ୍‌ରିକ୍ ନାମକ ପ୍ରାଣୀର ଜୀବାଶ୍ମ ଆବିଷ୍କାର ପରେ ଦେଖାଗଲା ଏଥ‌ିରେ ଉଭୟ ସରୀସୃପ ଓ ବିହଙ୍ଗର ଲକ୍ଷଣମାନ ବିଦ୍ୟମାନ ।
  • ମାତ୍ର ଆରକିଓପ୍‌ରିକ୍ ନାମକ ପ୍ରାଣୀର ଜୀବାଶ୍ମ ଆବିଷ୍କାର ପରେ ପୂର୍ବଜ ହେଉଛନ୍ତି ଶୀତଳରକ୍ତବିଶିଷ୍ଟ ମନ୍ତର ଓ କମ୍ ସକ୍ରିୟ ସରୀସୃପ ।

(ii) ଗଠନଭିଭିକ ପ୍ରମାଣ :

  • କୌଣସି ପ୍ରାଣୀକୁ ଚିହ୍ନିବାକୁ ହେଲେ ପ୍ରଥମେ ତାହାର ଲକ୍ଷଣ ଓ ଗଠନକୁ ବିଚାରକୁ ନିଆଯାଏ ।
  • ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରାଣୀମାନଙ୍କ ଲକ୍ଷଣ ଅଧ୍ୟୟନରୁ ଜଣାଯାଏ ଯେ, ଭିନ୍ନ ଭିନ୍ନ ଗୋଷ୍ଠୀର ପ୍ରାଣୀମାନଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି ।

(କ) ସମଜାତ ଅଙ୍ଗ (Homologous Organs) :
1. ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ବାଦୁଡ଼ିର ଡେଣା, ବିରାଡ଼ିର ପଞ୍ଝା, ସିଲ ଓ ତିମି ଆଦି ଜଳଚର ପ୍ରାଣୀମାନଙ୍କର ପହଁରିବା ପାଇଁ ବ୍ୟବହୃତ ପକ୍ଷ, ଘୋଡ଼ାର ଗୋଡ଼, ମଣିଷର ହାତ ଆଦି ଅଙ୍ଗଗୁଡ଼ିକର କାର୍ଯ୍ୟ ଭିନ୍ନ ଅଟେ । ମାତ୍ର ଅଙ୍ଗଗୁଡ଼ିକର ଉଦ୍ଭବ, ଗଠନ, ହାଡ଼ର ବିନ୍ୟାସ ଓ ବିକାଶର କ୍ରମରେ ଅନେକ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଏ ।
BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ 6
2. ଉଭିଦରେ କଖାରୁ ଗଛର ଆକର୍ମୀ ଓ କାଗଜଫୁଲ ଗଛର କଣ୍ଟା ଭିନ୍ନ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଉଦ୍ଭବ ଏକାପରି ।
3. ଏହି ସମସ୍ତ ଅଙ୍ଗର ମୌଳିକ ଗଠନ ଶୈଳୀ ଓ ସୂକ୍ଷ୍ମ ଗଠନ ତଥା ବିକାଶକ୍ରମ ସମାନ ଅଟେ । ଏହିପରି ଅଙ୍ଗଗୁଡ଼ିକୁ ସମଜାତ ଅଙ୍ଗ କୁହାଯାଏ ।

BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ

(ଖ) ଅନୁରୂପୀ ଅଙ୍ଗ (Analogous Organ) :
1. ଅଙ୍ଗଗୁଡ଼ିକର କାର୍ଯ୍ୟ ଏକ ପ୍ରକାର ମାତ୍ର ସେଗୁଡ଼ିକର ମୌଳିକ ଗଠନ ଶୈଳୀ, ସୂକ୍ଷ୍ମ ଗଠନ, ଭୃଣବିକାଶ ଗତ ଉଦ୍ଭବ ତଥା ବିକାଶକ୍ରମରେ ଅନେକ ପାର୍ଥକ୍ୟ ରହିଥାଏ ।
BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ 7
2. ଉଦାହରଣସ୍ୱରୂପ ମଶାର ଡେଣା, ପାରାର ଡେଣା ବା ବାଦୁଡ଼ିର ଡେଣା । ଏଗୁଡ଼ିକୁ ଅନୁରୂପୀ ଅଙ୍ଗ କୁହାଯାଏ ।

(ଗ) ଅବଶେଷାଙ୍ଗ (Vestigial Organ) :

  • ଅତୀତରେ ହୁଏତ କାର୍ଯ୍ୟକ୍ଷମ ଥିଲା; ତା’ପରେ ସମୟରେ ପ୍ରାଣୀର ପରିବେଶ ଅନୁଯାୟୀ ଚାଲିଚଳନରେ ପରିବର୍ତ୍ତନ ହେତୁ ଅଙ୍ଗଟି ଅକାମୀ ହୋଇଯାଇଛି ଓ ଶରୀରରୁ ସଂପୂର୍ଣ୍ଣ ଅଦୃଶ୍ୟ ହେବା ପୂର୍ବରୁ କିଛି ଅଂଶ ରହିଯାଇଛି ।
  • ମଣିଷର ବୃହଦନ୍ତ୍ର ସହ ଥିବା ଆପେନ୍‌ଡିକ୍ସ ଏକ ଅବଶେଷାଙ୍ଗ (Vestigeal Organ) ତୃଣଭୋଜୀ ପ୍ରାଣୀମାନଙ୍କଠାରେ ଆପେକ୍ସ ଅଛି ଏବଂ ଏହା କାର୍ଯ୍ୟକ୍ଷମ । ମଣିଷ ଶରୀରରେ ଏହା ଏକ ଅବଶେଷାଙ୍ଗ । ବାଘ, ସିଂହଙ୍କ ପରି ମାଂସାଶୀ ପ୍ରାଣୀଙ୍କଠାରେ ଆପେକ୍ସ ଆଦୌ ନଥାଏ ।

→(ii) ଭୃଣବିଜ୍ଞାନଆଧାରିତ ପ୍ରମାଣ (Embryological Evidence) :

  • ମେରୁଦଣ୍ଡୀ ପ୍ରାଣୀ ଯଥା ମାଛ, ଉଭୟଚର, ସରୀସୃପ, ବିହଙ୍ଗ ଓ ସ୍ତନ୍ୟପାୟୀଙ୍କ ଭ୍ରୂଣବିକାଶ କ୍ରମରେ ବିସ୍ମୟକର ସାମଞ୍ଜସ୍ୟ ଦେଖାଯାଏ ।
  • ପ୍ରତ୍ୟେକ ମେରୁଦଣ୍ଡୀ ଭ୍ରୂଣରେ ଗାଲିଛିଦ୍ର ବା ତା’ର ପୂର୍ବାବସ୍ଥା ଓ ପୃଷ୍ଠରଜ୍ଜୁ ବା ନୋଟୋକର୍ଡ଼ ରହିଥାଏ ।
  • ବିକାଶ ସଂପୂର୍ଣ୍ଣ ହେଲା ବେଳକୁ କେବଳ ମାଛକୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କଠାରେ ଗାଲିଛିଦ୍ର ଅଦୃଶ୍ୟ ହୋଇଯାଏ ଓ ତା’ ପରିବର୍ତ୍ତେ ଫୁସ୍‌ଫୁସ୍ ଦେଖାଯାଏ । ସେହିପରି ପୃଷ୍ଠାରଜୁ ସ୍ଥାନରେ ମେରୁଦଣ୍ଡର ବିକାଶ ଘଟିଥାଏ ।

→ଆଧୁନିକ ସିନ୍ଥେଟିକ୍ ସିଦ୍ଧାନ୍ତ (Modern Synthetic Theory) :

  • 1809 ମସିହାରେ ଫ୍ରାନ୍ସ ଦେଶର ବୈଜ୍ଞାନିକ ନାଁ-ବ୍ୟାପ୍‌ତିସ୍ତେ ଲାମାର୍କ୍ ଜୈବ ବିବର୍ତ୍ତନ ସମ୍ପର୍କିତ ତତ୍ତ୍ବ ଉପସ୍ଥାପନ
  • ଲାମାଙ୍କ ତତ୍ତ୍ଵ ଉପାର୍ଜିତ ଲକ୍ଷଣରୁ ଉତ୍ତରାଧ୍ଵରଣ ନାମରେ ପରିଚିତ ।
  • ଏହି ତତ୍ତ୍ବକୁ ଲାମାର୍କିଜିମ୍ କୁହାଯାଏ । ଏହି ତତ୍ତ୍ବ ଅନୁସାରେ ପ୍ରତ୍ୟେକ ପ୍ରାଣୀ ନିଜ ପରିବେଶ ସହ ଖାପ ଖୁଆଇ ଚଳିବା ପାଇଁ କିଛି ଲକ୍ଷଣ ଆହରଣ କରିଥାନ୍ତି ଓ ଜୀବଦ୍ଦଶାରେ ଅର୍ଜିତ ଏହି ଲକ୍ଷଣ, ପ୍ରାଣୀ ତା’ର ପରବର୍ତ୍ତୀ ବଂଶଧରକୁ ଅର୍ପଣ କରିଥାଏ ।
  • ପ୍ରାଣୀ ଶରୀରର ଯେଉଁ ଅଙ୍ଗ ବ୍ୟବହାର ହୁଏ ନାହିଁ (ଅନାବଶ୍ୟକ ଅଙ୍ଗ) ତାହା କାଳକ୍ରମେ କ୍ଷୀଣହୋଇ ଅବଶେଷାଙ୍ଗ ଭାବେ ରହିଥାଏ ।
  • ଲାମାର୍କ୍ ପ୍ରଥମେ ବିବର୍ତ୍ତନ ସମ୍ପର୍କରେ ଏକ ସ୍ପଷ୍ଟ ମତବ୍ୟକ୍ତ କରିଥିଲେ ଓ ଜୀବ ଉପରେ ପରିବେଶର ପ୍ରଭାବ ସମ୍ବନ୍ଧରେ ସୂଚନା ଦେଇଥିଲେ ।
  • 1859 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ‘ଦ ଓରିଜିନ ଅଫ ସ୍ପେସିସ୍’ ନାମରେ ବହିଟିଏ ପ୍ରକାଶ ପାଇଲା, ଲେଖକ ଚାର୍ଲସ୍ ରବର୍ଟ୍ ଡାରଉଇନ୍ । ବହିଟିରେ ସେ ଦର୍ଶାଇଥିଲେ ‘ଜୀବନ ସଂଗ୍ରାମ ଓ ପ୍ରାକୃତିକ ଉଦ୍‌ବରଣ’ ପ୍ରକ୍ରିୟାଦ୍ଵାରା

→ସଂକ୍ଷେପରେ ଡାରଉଇନ୍‌ଙ୍କ ତତ୍ତ୍ବ (Darwin’s Theory) :

  • ଖାଦ୍ୟ, ବାସସ୍ଥାନ ଏବଂ ଉପଯୁକ୍ତ ସଙ୍ଗିନୀ ପାଇଁ ପ୍ରତ୍ୟେକ ଜୀବକୁ କଠିନ ସଂଗ୍ରାମ କରିବାକୁ ପଡ଼ିଥାଏ । ଏହାକୁ ଜୀବନ ସଂଗ୍ରାମ କୁହାଯାଏ ।
  • ନିଜ ଜାତି ମଧ୍ୟରେ ବା ଅନ୍ୟ ଜାତି ସହ, ପ୍ରକୃତି ସହ ଜୀବନ ସଂଗ୍ରାମରେ ଯାହାର ରଣକୌଶଳ ଉନ୍ନତ, ସେ ହିଁ ଜିଣିଥାଏ । ଅର୍ଥାତ୍ ଯେଉଁ ଜୀବ ନୂତନ ଲକ୍ଷଣ ନେଇ ପରିବର୍ତ୍ତନଶୀଳ ପ୍ରକୃତି ତଥା ପରିବେଶ ସହ ନିଜକୁ ଖାପଖୁଆଇପାରେ ସେ ହିଁ ବିଜୟୀ ହୋଇଥାଏ ।
  • ପ୍ରକୃତି ସହ ଯିଏ ନିଜକୁ ଖାପଖୁଆଇପାରେ ପ୍ରକୃତି ତାହାକୁ ଆଦରି ନିଏ, ଅନ୍ୟଥା ପାସୋରି ଦିଏ । ପ୍ରକୃତି ଆଦରିବା ଅର୍ଥ ପ୍ରକୃତି ଚୟନ କରେ ।
  • ଯେଉଁ ଜୀବଟି ପ୍ରକୃତି ଦ୍ଵାରା ବଛା ହୋଇ ଜୀବନଧାରଣ କରେ ସେ ତାର ବଂଶବୃଦ୍ଧି କରିଥାଏ । ଏହାକୁ ଡାରଉଇନ୍ ପ୍ରାକୃତିକ ଚୟନ ବା ଉତ୍ସବରଣ କୁହାଯାଏ ।

→ବିବର୍ତ୍ତନ ସମ୍ପର୍କରେ ଆଧୁନିକ ମତ :

  • ‘ପ୍ରାକୃତିକ ଉଦ୍‌ବରଣ’ ତତ୍ତ୍ଵକୁ ଏକ ନୂତନ ରୂପରେ ଉପସ୍ଥାପନ କରିଛନ୍ତି । ଏହି ନୂତନ ତତ୍ତ୍ୱକୁ ବିବର୍ତ୍ତନର ‘ଆଧୁନିକ ସାଂଶ୍ଳେଷିତ ତତ୍ତ୍ଵ’ ବା ‘ମଡ଼ର୍ଣ ସିନ୍ଥେଟିକ୍ ଥ୍ରୀ’ ରୂପେ ଅଭିହିତ କରାଯାଇଛି ।
  • ବିଭିନ୍ନ ଧରଣର ପ୍ରାକୃତିକ କାରକର ପ୍ରଭାବରେ ଜିନ୍‌ରେ ପରିବର୍ତ୍ତନ ଯୋଗୁ ନବୋଦ୍ଭବନ ଦେଖାଦିଏ । ଜୀବମାନଙ୍କ କ୍ରୋମୋଜୋମ୍ରେ ‘ତ୍ରୁଟିବିଚ୍ୟୁତି’ ଏବଂ ଜିନୀୟ ପୁନର୍ବିନ୍ୟାସ ଯୋଗୁଁ ମଧ୍ୟ ପରିବର୍ତ୍ତନ ଘଟିଥାଏ । ଏସବୁ ପରିବର୍ତ୍ତନକୁ ସାମୂହିକଭାବେ ‘ବିଭେଦାୟନ’ କୁହାଯାଏ । ପ୍ରକୃତିରେ ଏହା ହିଁ ପରିବର୍ତ୍ତନର ଉତ୍ସ ଅଟେ ।
  • ପ୍ରକୃତି ମନୋନୀତ ଜୀବ ପରିବର୍ତ୍ତିତ ଜୀବ ପରିବର୍ତ୍ତିତ ଲକ୍ଷଣକୁ ବଂଶଧରମାନଙ୍କୁ ବଂଶାନୁକ୍ରମ ମାଧ୍ୟମରେ ବଢ଼େଇ ଦିଏ ଏବଂ ଯେଉଁ ଜୀବ ନୂତନ ଲକ୍ଷଣ ନେଇ ପ୍ରକୃତିଦ୍ୱାରା ମନୋନୀତ ହୋଇ ବଞ୍ଚିରହେ ସେ ଜୀବନ ସଂଗ୍ରାମରେ ସଫଳ ହୁଏ । ଏଥିରୁ ‘ଉଦ୍‌ବରଣ’ ବା ‘ଚୟନ’ର ଆବଶ୍ୟକତା ସ୍ପଷ୍ଟ ହୁଏ ।
  • ପ୍ରକୃତି ମନୋନୀତ ନୂଆ ନୂଆ ଲକ୍ଷଣକୁ ଭିଭିକରି ନୂତନ ଜାତିର ଉଦ୍ଭବର ଧାରାରେ ସୃଷ୍ଟି ହେବାକୁ ଯାଉଥ‌ିବା ଜୀବ ନିଜ ଜୀବଠାରୁ ଓ ପୂର୍ବଜଙ୍କଠାରୁ ଅଲଗା ନ ରହିଲେ ସେମାନଙ୍କ ଭିତରେ ଅଦରକାରୀ ପ୍ରଜନନ ଘଟିପାରେ । ଏହା ନୂତନ ଜୀବ ସୃଷ୍ଟିପାଇଁ ଅନୁକୂଳ ନୁହେଁ । ତେଣୁ ଏହାକୁ ରୋକି ନୂତନ ଜୀବ ସୃଷ୍ଟିକୁ ନିଶ୍ଚିତ କରିବା ପାଇଁ ପ୍ରକୃତିରେ କିଛି ବ୍ୟବସ୍ଥା ରହିଛି । ଏହାକୁ ଅନ୍ତରଣ କୌଶଳ ଏବଂ ଏହି କୌଶଳ ଜରିଆରେ ସମ୍ପୃକ୍ତ ଜୀବମାନଙ୍କୁ ଅଲଗା ରଖୁବା ପ୍ରକ୍ରିୟାକୁ ‘ଅନ୍ତରଣ’ କୁହାଯାଏ।
  • ଆଧୁନିକ ସାଂଶ୍ଳେଷିକ ତତ୍ତ୍ଵ ଅନୁଯାୟୀ ଜାତିର ଉଦ୍ଭବନର ବିଭେଦାୟନ, ଚୟନ ଓ ଅନ୍ତରଣର ମହତ୍ତ୍ଵପୂର୍ଣ୍ଣ ଅବଦାନ ରହିଛି ।

→ମଣିଷର ବିବର୍ତ୍ତନ :
1. ଊନବିଂଶ ଶତାବ୍ଦୀର ଶେଷ ବେଳକୁ ଚାର୍ଲସ୍ ଡାରଉଇନ୍ ଯୁକ୍ତି ଦ୍ଵାରା ପ୍ରମାଣ କଲେ, ମଣିଷ ଅନ୍ୟ ପ୍ରାଣୀ ପରି ଦ୍ବିପଦ ପ୍ରାଣୀଟିଏ ଯାହାର ଉତ୍ପତ୍ତି ନିର୍ଣ୍ଣୟ କରିହେବ ।
2. ଡାରଉଇନ୍ ‘ଡିସେଣ୍ଟ ଅଫ ମ୍ୟାନ ଏଣ୍ଡ ସିଲେକସନ୍ ଇନ ରିଲେସନ ଟୁ ସେକ୍ସ’ ବହିରେ ଦର୍ଶାଇଛନ୍ତି ଯେ ଆଜିର ମଣିଷ ପୂର୍ବଜ ଥିଲା ବାନର ସଦୃଶ ଜୀବଟିଏ ।
3. 1809 ଫେବ୍ରୁଆରୀ 12 ତାରିଖରେ ଚାର୍ଲସ୍ ଡାରଉଇନ୍ ଇଂଲଣ୍ଡରେ ଏକ ଉଚ୍ଚ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
4. ସେ ନିଜର ଅନୁଭୂତି ଓ କିଛି ବୈଜ୍ଞାନିକ ଗବେଷଣାକୁ ଆଧାର କରି 1859 ମସିହାରେ ‘ଦ ଓରିଜିନ ଅଫ ସ୍ପେସିସ୍’ ନାମକ ବହି ପ୍ରକାଶ କିଛି ପ୍ରାରମ୍ଭିକ ପ୍ରତିରୋଧ ସତ୍ତ୍ଵେ ଊନବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ତାଙ୍କ ତତ୍ତ୍ବ ବିଜ୍ଞାନୀମାନଙ୍କ ସମର୍ଥନ ଲାଭ କରି ଚାଲିଥିଲା ।
5. ମେଣ୍ଡେଲ୍‌ଙ୍କ ଉତ୍ତରାଧିକରଣ ନିୟମର ପୁନରାବିଷ୍କାର ପରେ ଡିଭିସ୍, ନବୋଦ୍ଭବନ ତତ୍ତ୍ଵ ଉପସ୍ଥାପନ କରିଥିଲେ ।

6. 1935 ମସିହା ବେଳକୁ ଥଓଡସିୟସ୍ ଡବ୍‌ଝାନ୍‌ସ୍କି, ଜୁଲିଆନ୍ ହକ୍ସଲେ, ସିୱାଲ ରାଇଟ୍, ଜେ.ବି.ଏସ୍ ହାଲଡେନ୍‌ ଓ ଅନ୍ୟ ବିଜ୍ଞାନୀଙ୍କ ଉଦ୍ୟମରେ ବଂଶଗତି ତଥା ନବୋଦ୍ଭବନ ତତ୍ତ୍ଵ ଓ ପ୍ରାକୃତିକ ଉଦ୍‌ବରଣ ତତ୍ତ୍ଵ ଭିତରେ ସଫଳ ସମନ୍ଵୟ ସମ୍ଭବ ହେଲା । ଏହା ମଡ଼ର୍ଣ ସିନ୍ଥେଟିକ୍ ଥ୍ରୀର ରୂପ ନେଲା ଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । 1882 ମସିହାରେ ଡାରଉଇନ୍‌ଙ୍କ ମୃତ୍ୟୁ ହୋଇଥିଲା ।

BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ 8

7. ବିଂଶ ଶତାବ୍ଦୀରେ ଆଣବିକ ଜୀବବିଜ୍ଞାନ, ଶରୀର ତତ୍ତ୍ବ, ଜୀବାଶ୍ମ ବିଜ୍ଞାନ ଆଦି ବିଷୟରେ ପ୍ରଭୂତ ଉନ୍ନତି ହେଲା । ଏହି ସମସ୍ତ ବିଷୟକୁ ଆଧାରକରି ବିଜ୍ଞାନୀମାନେ ଡାରଉଇନ୍‌ଙ୍କ ମାନବ ବିବର୍ତ୍ତନ ତତ୍ତ୍ଵର ପୁନଃମୂଲ୍ୟାୟନ କରି ପ୍ରମାଣ କଲେ, ମଣିଷର ପୂର୍ବଜ ଥିଲେ ବାନର ସଦୃଶ ପ୍ରାଣୀ । ଜୀବାଶ୍ମଆଧାରିତ ତତ୍ତ୍ଵକୁ ବିଚାରକରି ବିଜ୍ଞାନୀମାନେ ଦେଖ‌ିଲେ ମଣିଷର ଦୂର ପୂର୍ବଜ ରାମାପିଥେକସ ଓ ଶିବାପିଥେକସ୍ ଆଜକୁ ପ୍ରାୟ କୋଡ଼ିଏ ନିୟୁତ ବର୍ଷ ପୂର୍ବେ ଯଥାକ୍ରମେ ଆଫ୍ରିକା ଓ ଏସିଆରେ ଚଳପ୍ରଚଳ ହେଉଥିଲେ । ଏମାନେ ଆଜକୁ ପଚାଶ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରେ ଚଳପ୍ରଚଳ ହେଉଥ‌ିବା ବାନରସଦୃଶ ମାନବ ଅଷ୍ଟ୍ରୋଲୋପିଥେକସ୍‌ର ପୂର୍ବଜ ଅଟନ୍ତି ।

BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ

8. ଅଷ୍ଟ୍ରାଲୋପିଥେକସ୍ ଜାତୀୟ ବାନରସଦୃଶ ମାନବରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ହୋମୋ ପ୍ରଜାତିର ମାନବର ଉଦ୍ଭବ ହେଲା, ଯଥା- ହୋମୋ ହ୍ୟାବିଲିସ୍, ହୋମୋ ଇରେକଟସ୍ ଓ ହୋମୋ ସେପିଏନ୍ସ ଇତ୍ୟାଦି ।

9. ଆଜିର ମଣିଷ, ହୋମୋ ସେପିଏନ୍ସ ପାଞ୍ଚଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରେ ବସବାସ କରୁଥିଲେ । ସେମାନେ ନିଆଁର ବ୍ୟବହାର ଜାଣିଥିଲେ ଓ ଡଙ୍ଗା ସାହାଯ୍ୟରେ ନଦୀ ପାର ହେଉଥିଲେ । ଆଫ୍ରିକାରୁ ହୋମୋ ସେପିଏନ୍ସ ପୃଥ‌ିବୀର ବିଭିନ୍ନ ପ୍ରାନ୍ତକୁ ଯାଇ ବସବାସ ଆରମ୍ଭ କଲେ ।

BSE Odisha 10th Class Life Science Notes Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ 9

Leave a Comment