Odisha State Board BSE Odisha 10th Class History Notes Chapter 19 ଶିଳ୍ପର ବିକାଶ will enable students to study smartly.
BSE Odisha Class 10 History Notes Chapter 19 ଶିଳ୍ପର ବିକାଶ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ସ୍ଵାଧୀନତା ପ୍ରାପ୍ତି ପରେ ଶିଳ୍ପକ୍ଷେତ୍ରରେ ଓଡ଼ିଶାର ସ୍ଥିତି :
- ସ୍ବାଧୀନତା ପ୍ରାପ୍ତିବେଳକୁ ଶିଳ୍ପକ୍ଷେତ୍ରରେ ଓଡ଼ିଶାର ସ୍ଥିତି ଦୟନୀୟ ଥିଲା । ଓଡ଼ିଶାରେ କେବଳ ଗୋଟିଏ କାଗଜ କଳ, ଗୋଟିଏ କାଚ କାରଖାନା, ଗୋଟିଏ ସାବୁନ କାରଖାନା, ଦୁଇଟି ମଧ୍ୟମ ଧରଣର ଚିନିକଳ ଏବଂ ଅଳ୍ପ କେତେଟି ଧାନକଳ ଓ ତେଲ କଳ ବ୍ୟତୀତ ଅନ୍ୟ କୌଣସି କଳକାରଖାନା ନ ଥିଲା ।
- ଓଡ଼ିଶାରେ ପ୍ରାକୃତିକ ଖଣିଜ ସମ୍ପଦ, ଜଙ୍ଗଲଜାତ ଦ୍ରବ୍ୟ ଓ କାରଖାନା ଉପଯୋଗୀ କୃଷିଜାତ ଦ୍ରବ୍ୟର ଅଭାବ ନ ଥିଲା । ଶିଳ୍ପାୟନ ପାଇଁ ଆବଶ୍ୟକ ମାନବ ସମ୍ବଳ ମଧ୍ୟ ପର୍ଯ୍ୟାପ୍ତ ଥିଲା ।
- ଓଡ଼ିଶାରେ ଶିଳ୍ପାୟନ ସମ୍ଭବ ନ ହେବାର ଦୁଇଟି କାରଣ ଥିଲା – (i) ଉଦ୍ୟୋଗପତିଙ୍କ ଅଭାବ ଓ (ii) ପୁଞ୍ଜିର ଅଭାବ ।
- ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ ୧୯୪୬ ମସିହାରେ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସର ଦ୍ବିତୀୟ ମନ୍ତ୍ରୀମଣ୍ଡଳ କାର୍ଯ୍ୟ କରୁଥିଲା ଏବଂ ସେ ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଉଦ୍ୟମ କରିଥିଲେ ।
- ଓଡ଼ିଶାରେ ଶିଳ୍ପ ବିକାଶ କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡ଼ିକ ମଧ୍ୟରେ ଆବଶ୍ୟକ ଭିଭିଭୂମିର ଅଭାବ, ଓଡ଼ିଶାକୁ ଆସିବାକୁ ଭାରତୀୟ ଶିଳ୍ପପତିମାନଙ୍କ ଅନାଗ୍ରହ, ଓଡ଼ିଆ ଶିଜୋଦ୍ୟୋଗୀଙ୍କ ଅନୁପସ୍ଥିତି, ରେଳପଥର ଅନଗ୍ରସରତା ଓ ପୋତାଶ୍ରୟର ଅଭାବ, ପ୍ରଶିକ୍ଷିତ ମାନବ ସମ୍ବଳର ଅଭାବ ଇତ୍ୟାଦି ପ୍ରମୁଖ ଥିଲା ।
→ ଓଡ଼ିଶାରେ ଶିଳ୍ପ ବିକାଶ କ୍ଷେତ୍ରରେ ମହତାବଙ୍କ ଭୂମିକା :
- ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ମହତାବ ମହାନଦୀ ଓ କାଠଯୋଡ଼ି ଉପରେ ପୋଲ ତିଆରି କାର୍ଯ୍ୟ ଆରମ୍ଭ କରିଥିଲେ ।
- ୧୯୪୯-୫୦ ଆର୍ଥିକ ବର୍ଷରେ ଜୟପୁର ଓ ବିଶାଖାପାଟଣା ମଧ୍ଯରେ ସୁନକି ଓ ଜୟପୁର ରାସ୍ତାକୁ ଉନ୍ନତ କରିବାପାଇଁ ଓଡ଼ିଶା ସରକାର ଅର୍ଥବ୍ୟବସ୍ଥା କରିଥିଲେ ।
- ଓଡ଼ିଶାରେ ରେଳପଥର ବିକାଶ ନିମନ୍ତେ ୧୯୪୯-୫୦ ଆର୍ଥିକ ବର୍ଷରେ ୨୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଗଲା । ଓଡ଼ିଶାରେ ଥିବା ଚାନ୍ଦବାଲି, ଗୋପାଳପୁର ଓ ଧାମରା ପୋତାଶ୍ରୟର ଉନ୍ନତୀକରଣ କରାଗଲା ।
- ଶକ୍ତି ଯୋଗାଶ ପାଇଁ ଚୌଦ୍ଵାର ଓ ବ୍ରହ୍ମପୁରରେ ଦୁଇଟି ଛୋଟ ଛୋଟ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ଥିଲା । ୧୯୫୭ ମସିହାରେ ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲା ।
- ବୈଷୟିକ ଶିକ୍ଷାର ପ୍ରସାର, ବିଜ୍ଞାନ ଓ ଶିଳ୍ପର ଗବେଷଣା ପାଇଁ ଏକ ପରିଷଦ ଗଠନ, ଶିଳ୍ପ ବିଭାଗର ପୁନର୍ଗଠନ, ଶିଳ୍ପାୟନ ସମ୍ଭାବନା ବିଷୟରେ ସର୍ବେକ୍ଷଣ, ଶିଳ୍ପ ଋଣ ନିଗମ ଗଠନ, ପ୍ରାଦେଶିକ ଶିଳ୍ପ ଅନୁଦାନ ବ୍ୟବସ୍ଥା ଏବଂ ଏକ ଶିଳ୍ପ ପରିଷଦର ଗଠନ ଭଳି କେତେକ ପଦକ୍ଷେପ ଶିଳ୍ପର ବିକାଶ ପାଇଁ ମହତାବ ମନ୍ତ୍ରିମଣ୍ଡଳ ଗ୍ରହଣ କରିଥିଲା ।
- ସ୍ଵାଧୀନତା ପରେ ପରେ ଚୌଦ୍ଵାରଠାରେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ନାମରେ ଏକ ଲୁଗାକଳ ପ୍ରତିଷ୍ଠା କରାଗଲା । ରାଜଗାଙ୍ଗପୁରଠାରେ ଏକ ସିମେଣ୍ଟ କାରଖାନା ସ୍ଥାପନ ପାଇଁ ସରକାର ସମସ୍ତ ସୁବିଧା ଯୋଗାଇଦେଲେ ।
- ୧୯୪୭-୪୮ ଆର୍ଥିକ ବର୍ଷରେ ଓଡ଼ିଶାରୁ ମିଳୁଥିବା ଲୁହାପଥର ଓ ମାଙ୍ଗାନିଜକୁ ବ୍ୟବହାର କରି ଲୌହ ଓ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ସର୍ବେକ୍ଷଣ କରାଗଲା । ଏଥପ୍ରତି ଅଣଓଡ଼ିଆ ଶିଳ୍ପପତିଙ୍କ ଅନାଗ୍ରହ ଲକ୍ଷ୍ୟ କରି ବିଦେଶୀ ପୁଞ୍ଜି ନିବେଶ ନିମିତ୍ତ ଅନୁମତି ଦେବାକୁ ମହତାବ ଭାରତ ସରକାରଙ୍କୁ ଅନୁରୋଧ କଲେ ।
- ଓଡ଼ିଶାରେ ଶିଳ୍ପ ବିକାଶର ସମ୍ଭାବନା ଓ ଯୋଜନା ପ୍ରସ୍ତୁତି ପାଇଁ ଆମେରିକାରୁ ଡେଭିଡ୍ ଏଫ୍. ରୋଜେନ୍ ନାମକ ଜଣେ ବୈଷୟିକ ପରାମର୍ଶଦାତାଙ୍କୁ ଓଡ଼ିଶା ଅଣାଗଲା ।
→ କୁଟୀର ଶିଳ୍ପ ଓ କ୍ଷୁଦ୍ରଶିଳ୍ପର ବିକାଶ :
- କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଶିଳ୍ପ ବିଦ୍ୟାଳୟମାନଙ୍କରେ ତନ୍ତକାମ, ବଢ଼େଇ କାମ, ସିଲେଇ କାମ ପ୍ରଭୃତି ତାଲିମ ଦିଆଗଲା ।
- ହସ୍ତତନ୍ତ, ସୁନାରୁପାର ତାରକସି କାମ, ଚମଡ଼ା କାମ, ରେଶମ ଶିଳ୍ପର ବିକାଶ ପାଇଁ ସରକାର ବଜାରର ବ୍ୟବସ୍ଥା କରିଥିଲେ । ବୁଣାକାର ସମବାୟ ସମିତିଗୁଡ଼ିକୁ ପୁନର୍ଜୀବିତ କରାଗଲା ।
- ଦିଲ୍ଲୀରେ ଥିବା କୁଟୀର ଶିଳ୍ପ ସଂଗ୍ରହାଳୟରେ ଏକ ଓଡ଼ିଶା ଅନୁଭାଗ ସଂଯୋଗ କରାଗଲା ।
- ୧୯୪୭-୪୮ ମସିହାରେ ଓଡ଼ିଶାରେ ସମବାୟ ସମିତିର ସଂଖ୍ୟା ଥିଲା ୧୩୩
- ୧୯୫୦ ମସିହାପରଠାରୁ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଶିଳ୍ପ ପ୍ରତିଷ୍ଠା ହେବାରୁ ଅଧୂକରୁ ଅଧୂକ ଓଡ଼ିଆ କଳକାରଖାନାରେ କାମ କରିବାକୁ ଆସିଲେ । ୧୯୫୧ ମସିହାରେ ଶ୍ରମଶକ୍ତି ୭-୧୪ ପ୍ରତିଶତ କଳକାରଖାନାରେ କାମ କରୁଥିବାବେଳେ ୧୯୬୧ରେ ଏହା ୮.୦୫ ପ୍ରତିଶତରେ ପହଞ୍ଚିଲା ।
- ୧୯୮୪-୮୫ ମସିହାବେଳକୁ ୩,୯୦,୦୦୦ ଶ୍ରମିକ ଓଡ଼ିଶାର ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଥିଲେ ।
- ଶିଳ୍ପ ଭିତ୍ତିଭୂମିକୁ ଦୃଢ଼ କରିବା ପାଇଁ ରାସ୍ତାଘାଟ ତିଆରି କରାଯାଇ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରାଗଲା
→ ରାଷ୍ଟ୍ରାୟତ୍ତ ଉଦ୍ୟୋଗ :
- ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହେଲା ଓ ୧୯୭୫ ମସିହାରେ ଏହାକୁ ରେଳଲାଇନ୍ଦ୍ବାରା ସଂଯୁକ୍ତ କରାଗଲା ।
- ୨୦୦୦ ମସିହା ବେଳକୁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର କାର୍ଯ୍ୟାରମ୍ଭ କଲା ।
- ୧୯୫୦ ମସିହା ପରେ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଶିଳ୍ପ ପ୍ରତିଷ୍ଠା ଉଦ୍ୟମ ଆରମ୍ଭ ହେଲା ଏବଂ କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଡି଼ଶାର ଶିଳ୍ପ ମାନଚିତ୍ରକୁ ସମୃଦ୍ଧ କରିଥିଲା ।
- ଜର୍ମାନୀ ସହାୟତାରେ ରାଉରକେଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେଲା ।
- କୋରାପୁଟ ଜିଲ୍ଲାର ପଞ୍ଚପତିମାଳିଠାରେ ବକ୍ସାଇଟ୍ ଖଣିର ସନ୍ଧାନ ମିଳିବା ପରେ କୋରାପୁଟର ଦାମନଯୋଡ଼ି ଓ ଅନୁଗୁଳର ନାଲ୍କୋଠାରେ ଦୁଇଟି ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା କରାଗଲା । ପୂର୍ବରୁ ହୀରାକୁଦଠାରେ ମଧ୍ୟ ଏକ ଆଲୁମିନିୟମ୍ କାରଖାନା ପ୍ରତିଷ୍ଠା କରାଯାଇଥିଲା ।
- ୧୯୭୧ ମସିହାରେ ଭାରତୀୟ ସାର ନିଗମ ତାଳଚେରଠାରେ ଏକ ସାର କାରଖାନା ପ୍ରତିଷ୍ଠା କରିଥିଲେ ।
- ୧୯୮୧ ମସିହାରେ ପାରାଦୀପଠାରେ ପାରାଦୀପ ଫସ୍ଫେଟସ୍ ଲିମିଟେଡ଼ ନାମରେ ଏକ ସାର କାରଖାନା ଆତ୍ମପ୍ରକାଶ କଲା ।
- ସୋଭିଏତ୍ ରୁଷିଆ ସହଯୋଗରେ ସୁନାବେଡ଼ାଠାରେ ଏକ ମିଗ୍ ବିମାନ ଇଞ୍ଜିନ୍ ତିଆରି କାରଖାନା ପ୍ରତିଷ୍ଠା ହୋଇଛି ।
- ୧୯୭୮ ମସିହାରେ ଆଣବିକ ଶକ୍ତି ଆୟୋଗ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୃତ୍ତିକା କାରଖାନା ଏବଂ ତାଳଚେରଠାରେ ଏକ ଭାରୀଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛି ।
- ବଡ଼ମୂଳଠାରେ ଏକ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଯାଇଛି ।
- ବିଂଶ ଶତାବ୍ଦୀରେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟ ନଦୀକୂଳରେ ଜୟଶ୍ରୀ ରାସାୟନିକ କାରଖାନା, ରାୟଗଡ଼ା ଜିଲ୍ଲାର ଥୁରୁଭାଲିଠାରେ ଫେରୋସିଲିକନ୍ କାରଖାନା, କଟକ ଜିଲ୍ଲାରେ ଚୌଦ୍ଵାରଠାରେ ଫେସ୍କୋ ଆଲଏଜ୍
- କାରଖାନା, କେନ୍ଦୁଝରର ଯୋଡ଼ା ଓ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ଠାରେ ଫେରୋ ମାଙ୍ଗାନିଜ୍ କାରଖାନା ଓ ବାଲେଶ୍ଵରଠାରେ ଟାୟାର କାରଖାନା ପ୍ରତିଷ୍ଠା ହୋଇଛି ।
→ କୃଷିଭିତ୍ତିକ ଶିଳ୍ପ :
- ୧୯୪୯ ମସିହାରେ ଚୌଦ୍ଵାରଠାରେ ଏକ ଲୁଗା କାରଖାନା ପ୍ରତିଷ୍ଠା କରାଗଲା ।
- ପରେ ସୂତା ତିଆରି ପାଇଁ ଓଡ଼ିଶାରେ ୬ଟି ସୂତା କାରଖାନା ଝାରସୁଗୁଡ଼ା, ବରଗଡ଼, ଖୋର୍ଦ୍ଧା, ତିର୍ତ୍ତୋଲ, ଆଠଗଡ଼ ଓ ଢେଙ୍କାନାଳର ଗୋବିନ୍ଦପୁରଠାରେ ପ୍ରତିଷ୍ଠା କରାଯାଇଥିଲା ।
- ଯାଜପୁର ଜିଲ୍ଲାର ଧାନମଣ୍ଡଳଠାରେ ଏକ ଝୋଟ କଳ ପ୍ରତିଷ୍ଠା କରାଯାଇଛି ।
- ଓଡ଼ିଶାର ଆସ୍କା, ରାୟଗଡ଼ା, ନୟାଗଡ଼ ଓ ବରଗଡ଼ରେ ଚିନିକଳ ସ୍ଥାପିତ ହେଲା ।
- ଓଡ଼ିଶାର ଚୌଦ୍ଵାରଠାରେ ଟିଟାଗଡ଼ ପେପର ମିଲ୍, ବ୍ରଜରାଜନଗରଠାରେ କାଗଜ କଳ, କୋରାପୁଟର ସେବା କାଗଜ କଳ ପ୍ରତିଷ୍ଠା କରାଯାଇଛି ।
- ରେଶମ ପୋକ ପାଳନ ଓ ରେଶମ ସୂତା ଉତ୍ପାଦନ ମଧ୍ୟ ଏକ କୃଷିଭିତ୍ତିକ ଶିଳ୍ପ ।
→ ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଶିଳ୍ପର ବିକାଶ :
- ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଗଚ୍ଛିତ ଲୁହାପଥରକୁ ଆଧାର କରି ଲୌହ ଓ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ କମ୍ପାନୀ ସହ ଓଡ଼ିଶା ସରକାର ରାଜିନାମା ପତ୍ର ସ୍ବାକ୍ଷର କରିଛନ୍ତି ।
- (୧) ପୋସ୍କୋ ସହିତ ପାରାଦ୍ଵୀପ ନିକଟସ୍ଥ ପ୍ରସ୍ତାବିତ ଲୌହ-ଇସ୍ପାତ କାରଖାନା, (୨) ଟାଟା ଷ୍ଟିଲ୍ ସହିତ ଡୁବୁରୀଠାରେ ପ୍ରସ୍ତାବିତ ଲୌହ ପ୍ରକଳ୍ପ, (୩) ଜିନ୍ଦଲ ଷ୍ଟେନ୍ଲେସ୍ ଷ୍ଟିଲ୍ ସହିତ ଯାଜପୁର ଜିଲ୍ଲାରେ ପ୍ରସ୍ତାବିତ କାରଖାନା, (୪) ଜିନ୍ଦଲ ଷ୍ଟିଲ୍ ଓ ପାୱାର ତରଫରୁ କେନ୍ଦୁଝର ଓ ଅନୁଗୁଳଠାରେ ପ୍ରସ୍ତାବିତ ଲୌହ ପ୍ରକଳ୍ପ ।
- ପୋସ୍କୋ, ଟାଟା ଷ୍ଟିଲ୍ ଓ ଜିନ୍ଦଲ ଆଦି କମ୍ପାନୀ ଓଡ଼ିଶାରେ ଶିଳ୍ପ ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।
- ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି ଓଡ଼ିଶା ସରକାର ନୂତନ ଶିଳ୍ପନୀତି ଘୋଷଣା କରିଛନ୍ତି ।
- ୨୦୦୭ ମସିହାରେ ଓଡ଼ିଶା ସରକାର ନୂତନ ଶିଚ୍ଛନୀତି ଘୋଷଣା କରିଥିଲେ ।
- ଏହି ଶିଳ୍ପନୀତିରେ ହସ୍ତଶିଳ୍ପ, ଖଦୀ, ହସ୍ତତନ୍ତ ଆଦି ଉପରେ ଗୁରୁତ୍ବ ଦିଆଯାଇଛି ।
- ସୂଚନା ପ୍ରଯୁକ୍ତିବିଦ୍ୟା, ଜୀବ ବୈଷୟିକ ବିଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ଖାଦ୍ୟ ପ୍ରସ୍ତୁତୀକରଣ ଓ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦିଆଯାଇ ଅଧ୍ଵ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ।
- ଓଡ଼ିଶାରେ ସୂଚନା ଶିଳ୍ପର ବଡ଼ ବଡ଼ କମ୍ପାନୀ ଯଥା – ଟାଟା କନ୍ସଲ୍ଟାନ୍ସି, ଇନ୍ଫୋସିସ୍, ଉଇପ୍ରୋ, ସତ୍ୟମ ମହିନ୍ଦ୍ରା କାର୍ଯ୍ୟରତ ଅଛନ୍ତି ।
- ଝାରସୁଗୁଡ଼ା, ଅନୁଗୁଳ, ପାରାଦ୍ବୀପ ଓ କଳିଙ୍ଗନଗରକୁ ନାଭିକେନ୍ଦ୍ର କରି ନୂତନ ଶିଳ୍ପାଞ୍ଚଳ ଗଢ଼ି ଉଠୁଛି ।
ଐତିହାସିକ ଘଟଣାବଳୀ ଓ ସମୟ
୧୯୪୬ ଖ୍ରୀ.ଅ. – ହରେକୃଷ୍ଣ ମହତାବଙ୍କ ନେତୃତ୍ବରେ ଦ୍ବିତୀୟ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ।
୧୯୪୭-୪୮ଖ୍ରୀ.ଅ. – ଓଡ଼ିଶାରେ ଲୌହ-ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସର୍ବେକ୍ଷଣ ଆରମ୍ଭ ।
୧୯୪୯ ଖ୍ରୀ.ଅ. – ଚୌଦ୍ଵାରଠାରେ ଏକ ଲୁଗାକଳ ପ୍ରତିଷ୍ଠା
୧୯୫୭ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ।
୧୯୭୧ ଖ୍ରୀ.ଅ. – ଭାରତୀୟ ସାର ନିଗମ ତାଳଚେରଠାରେ ଏକ ସାର କାରଖାନା ପ୍ରତିଷ୍ଠା ।
୧୯୭୫ ଖ୍ରୀ.ଅ. – ପାରାଦ୍ଵୀପକୁ ରେଳଲାଇନ୍ଦ୍ୱାରା ସଂଯୁକ୍ତକରଣ I
୧୯୭୮ ଖ୍ରୀ.ଅ. – ଭାରତୀୟ ଆଣବିକ ଶକ୍ତି ଆୟୋଗଦ୍ଵାରା ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୃତ୍ତିକା
୧୯୮୧ ଖ୍ରୀ.ଅ. – ପାରାଦ୍ଵୀପଠାରେ ‘ପାରାଦ୍ବୀପ ଫସ୍ଫେଟସ୍ ଲିମିଟେଡ୍’ ନାମରେ ଏକ ସାର କାରଖାନାର ଆତ୍ମପ୍ରକାଶ ।
୨୦୦୭ ଖ୍ରୀ.ଅ – ଓଡ଼ିଶା ସରକାରଙ୍କ ନୂତନ ଶିଳ୍ପନୀତି ଘୋଷଣା ।