BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

Odisha State Board BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା will enable students to study smartly.

BSE Odisha Class 10 History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ନୂତନ ଓଡ଼ିଶା ଗଠନ :

  • ଅନେକ ଘାତ ପ୍ରତିଘାତ ଦେଇ ଓଡ଼ିଆମାନଙ୍କ ଆନ୍ଦୋଳନ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ।ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା chapter 10 ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ମଧୁସୂଦନ ଦାସ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ସ୍ଵପ୍ନ ବାସ୍ତବରେ ପରିଣତ ହୋଇଥିଲା ।
  • ୧୯୩୫ ମସିହା ଭାରତ ଶାସନ ଆଇନରେ ଓଡ଼ିଶାକୁ ନୂତନ ପ୍ରଦେଶ ଭାବରେ ଇଂରେଜ ସରକାର ସ୍ବୀକୃତି ପ୍ରଦାନ କରିଥିଲେ ।
  • କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଆଦି ୬ଟି ଜିଲ୍ଲାକୁ ନେଇ ଏହି ନୂତନ ପ୍ରଦେଶ ଗଠିତ ହେଲା ।
  • ନୂତନ ଓଡ଼ିଶା ପ୍ରଦେଶର ଆୟତନ ୩୨,୬୯୫ ବର୍ଗମାଇଲ ଓ ଜନସଂଖ୍ୟା ୮,୦୪୩,୬୮୧ ଥିଲା । କଟକ
  • କେନ୍ଦ୍ରୀୟ ପ୍ରଦେଶରୁ ଖଡ଼ିଆଳ, ପଦ୍ମପୁର; ବିଶାଖାପାଟଣା ଏଜେନ୍‌ସିରୁ ଜୟପୁର ଜମିଦାରୀ ଓ ପଟାଙ୍ଗୀ; ମାନ୍ଦ୍ରାଜ ପ୍ରେସିଡ଼େସିରୁ ଘୁମୁସର, ଆସ୍କା, ସୋରଡ଼ା, କୋଦଳା ଓ ଛତ୍ରପୁର ଓଡ଼ିଶା ସହିତ ମିଶିଯାଇଥିଲା ।ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା chapter 10.1
  • ଓଡ଼ିଆମାନଙ୍କ ଆକାଂକ୍ଷିତ ମେଦିନୀପୁର, ଫୁଲଝର, ସୋମପେଟା, ମଞ୍ଜୁଷା ଆଦି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଗଲା ।
  • ରେଭେନ୍ସା କଲେଜର ହଲ୍‌ରେ ୧୯୩୬ ମସିହା ଏପ୍ରିଲ୍ ୧ତାରିଖରେ ଏକ ଆଡ଼ମ୍ବରପୂର୍ଣ ଉତ୍ସବରେ ନୂତନ ଓଡ଼ିଶା ପ୍ରଦେଶ ଉଦ୍‌ଘାଟିତ ହେଲା ।
  • ସାର୍ ଜନ୍ ଅଷ୍ଟିନ୍ ହବାକ୍ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍ କୋଟନେ ଟେରେଲା ତାଙ୍କୁ ଶପଥପାଠ କରାଇଥିଲେ ।
  • କଟକର ବାରବାଟୀ ଦୁର୍ଗରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଏକ ବିଶାଳ ଭୋଜିର ଆୟୋଜନ କରିଥିଲେ ।

BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

→ ପ୍ରଶାସନ ବ୍ୟବସ୍ଥା :

  • ନିର୍ବାଚିତ ସରକାର ଗଠିତ ହେବା ପର୍ଯ୍ୟନ୍ତ ନୂତନ ଓଡ଼ିଶାର ଶାସନ ଦାୟିତ୍ଵ ରାଜ୍ୟପାଳ ଓ ତାଙ୍କଦ୍ୱାରା ମନୋନୀତ ୨୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ଉପଦେଷ୍ଟା ପରିଷଦ ଉପରେ ନ୍ୟସ୍ତ କରାଯାଇଥିଲା ।
  • ରାଜ୍ୟପାଳ ଓଡ଼ିଶାର ଶାସନମୁଖ୍ୟ ରହିଲେ ଏବଂ ଉପଦେଷ୍ଟା ପରିଷଦର ଉପସଭାପତି ଭାବେ ଲକ୍ଷ୍ମୀଧର ମହାନ୍ତିଙ୍କୁ ମନୋନୀତ କରାଗଲା ।
  • ଏହି ପରିଷଦକୁ ପ୍ରଦେଶ ଗଠନ ପୂର୍ବରୁ ଏକ ପ୍ରାଦେଶିକ ବିଧାନସଭାରେ କୌଣସି ଅଞ୍ଚଳରେ ପ୍ରତିନିଧୂ କରିଥିବା ସଦସ୍ୟମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଓ ୩ ଜଣ ସରକାରୀ ସଭ୍ୟଙ୍କୁ ମନୋନୀତ କରାଗଲା ।
  • ୧୯୩୩ ଜୁନ୍ ୨୪ରେ ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଓଡ଼ିଶା ପ୍ରଶାସନିକ କମିଟିରେ ଅଧ୍ୟକ୍ଷଙ୍କ ବ୍ୟତୀତ ମଧୁସୂଦନ ଦାସଙ୍କ ସମେତ ୯ ଜଣ ସଭ୍ୟ ଥିଲେ ।
  • ଏହି କମିଟି ୧୯୩୩ ଡିସେମ୍ବର ୨୦ରେ ନୂତନ ପ୍ରଦେଶ ଗଠନ ସମ୍ବନ୍ଧରେ ଦେଇଥ‌ିବା ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ନୂତନ ଓଡ଼ିଶାର ଶାସନରେ ସହାୟକ ହୋଇଥିଲା । ଏହି କମିଟିର ମଧୁସୂଦନ ଦାସଙ୍କ ମୂଲ୍ୟବାନ୍ ପରାମର୍ଶ ଓ ସକ୍ରିୟ ସହଯୋଗ ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଶେଷ ଔପଚାରିକ କାର୍ଯ୍ୟ ଥିଲା ।

→ ପ୍ରଥମ ନିର୍ବାଚନ :

  1. ୧୯୩୫ ମସିହା ଭାରତ ଶାସନ ଆଇନ ଅନୁସାରେ ଓଡ଼ିଶା ପ୍ରାଦେଶିକ ବିଧାନସଭା ପାଇଁ ୧୯୩୭ ମସିହାରେ ନିର୍ବାଚନ ଅନୁଷ୍ଠିତ ହେଲା । ଛପନଟି ଆସନ ନିର୍ବାଚିତ ସଦସ୍ୟଙ୍କ ପାଇଁ ଚାରିଟି ଆସନ ମନୋନୀତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।
  2. ନିର୍ବାଚନରେ ଜାତୀୟ କଂଗ୍ରେସ, ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱାଧୀନ ଜାତୀୟ ଦଳ,କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ସଂଯୁକ୍ତ ଦଳ ଓ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ଵାଧୀନଦଳ ଭାଗ ନେଇଥିଲେ ।
  3. ଏହି ନିର୍ବାଚନରେ କଂଗ୍ରେସ ୩୬ଟି, ଜାତୀୟ ଦଳ ୪ଟି, ସଂଯୁକ୍ତ ଦଳ ୬ଟି ଓ ବାକି ୧୦ଟି ଆସନରେ ସ୍ଵାଧୀନ ଦଳ ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

→ ସରକାର ଗଠନ :

  • ନିର୍ବାଚନରେ କଂଗ୍ରେସ ଦଳ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ସୁଦ୍ଧା ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହୋଇନଥିଲା ।
  • ବିକଳ୍ପ ବ୍ୟବସ୍ଥା ଭାବେ ରାଜ୍ୟପାଳଙ୍କ ନିମନ୍ତ୍ରଣକ୍ରମେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ସଂଖ୍ୟାଲଘୁ ସଭ୍ୟଙ୍କ ସମର୍ଥନରେ ୧୯୩୭ ମସିହା ଏପ୍ରିଲ ୧ ତାରିଖରେ ମନ୍ତ୍ରୀମଣ୍ଡଳ ଗଠନ କଲେ ।
  • କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଏବଂ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ ଓ ମୌଲବୀ ଲତିଫୁର ରେହମନ୍ ଏହି ମନ୍ତ୍ରୀମଣ୍ଡଳର ଦୁଇଜଣ ମନ୍ତ୍ରୀ ଥିଲେ ।
  • ପରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହେବାରୁ ୧୯୩୭ ମସିହା ଜୁଲାଇ ୧୩ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳ।
    ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା chapter 10.2
  • ୧୯୩୭ ମସିହା ଜୁଲାଇ ୧୯ ତାରିଖ ଦିନ ବିଶ୍ବନାଥ ଦାସ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ନିତ୍ୟାନନ୍ଦ କାନୁନ୍‌ଗୋ ଓ ବୋଧରାମ ଦୁବେ ଏହି ମନ୍ତ୍ରୀମଣ୍ଡଳର ଦୁଇଜଣ ମନ୍ତ୍ରୀ ଥିଲେ ।
  • ଚାରିଜଣ ପାର୍ଲାମେଣ୍ଟାରୀ ସେକ୍ରେଟେରୀଭାବେ ଯଦୁମଣି ମଙ୍ଗରାଜ, ଜଗନ୍ନାଥ ମିଶ୍ର, ପ୍ୟାରିଶଙ୍କର ପଟ୍ଟନାୟକ, ଓ ରାଧାକୃଷ୍ଣ ବିଶ୍ଵାସରାୟ ଶପଥ ଗ୍ରହଣ କରିଥିଲେ ।
  • ୧୯୩୭ ମସିହା ଜୁଲାଇ ୨୮ ତାରିଖରେ ରେଭେନ୍ସା କଲେଜ୍ ହଲ୍‌ରେ ପ୍ରଥମ ବିଧାନସଭାର ପ୍ରଥମ ଅଧୁବେଶନ ଅନୁଷ୍ଠିତ ହୋଇଥିଲା ।
  • ଓଡ଼ିଶାର ପ୍ରଥମ ବାଚସ୍ପତି ଭାବେ ମୁକୁନ୍ଦପ୍ରସାଦ ଦାସ ଓ ପ୍ରଥମ ଉପବାଚସ୍ପତି ଭାବେ ନନ୍ଦକିଶୋର ଦାସ ନିର୍ବାଚିତ ହୋଇଥିଲେ ।
  • ଇଂରେଜ ସରକାରଙ୍କ ଯୁଦ୍ଧନୀତି ବିରୋଧରେ ପ୍ରତିବାଦ କରି ବିଶ୍ବନାଥ ଦାସଙ୍କ କଂଗ୍ରେସ ମନ୍ତ୍ରୀମଣ୍ଡଳ ୧୯୩୯ ମସିହା ନଭେମ୍ବର ମାସରେ ଇସ୍ତଫା ଦେଇଥିଲେ ।
  • ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବାରୁ ୧୯୩୫ ଭାରତ ଶାସନ ଆଇନର ଧାରା ୯୩ ଅନୁଯାୟୀ ରାଜ୍ୟପାଳ ପ୍ରତ୍ୟକ୍ଷ ଶାସନ ଦାୟିତ୍ଵ ଗ୍ରହଣ କଲେ ।

BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

  • ୧୯୪୧ ମସିହା ଏପ୍ରିଲ୍ ୧ ତାରିଖରେ ଅଷ୍ଟିନ୍ ହବାକ୍‌ଙ୍କ ପରେ ଉଇଲିୟମ୍ ଲୁଇସ୍ ଓଡ଼ିଶାର ରାଜ୍ୟପାଳ ଦାୟିତ୍ଵ ନେଲେ ।
  • ୧୯୪୧ ମସିହା ନଭେମ୍ବର ୨୪ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦ୍ବିତୀୟଥର ପାଇଁ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ । ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୌଲବୀ ଅବଦୁସ୍ ଶୋଭନ୍ ଖାଁ ମନ୍ତ୍ରୀ ରୂପେ ଯୋଗ ଦେଲେ ।
  • ଉତ୍କଳ ବିଶ୍ୱବିଦ୍ୟାଳୟ ଓ କଟକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା କୃଷ୍ଣଚନ୍ଦ୍ର ଗଜପତିଙ୍କଦ୍ୱାରା ସମ୍ଭବ ହୋଇଥିଲା ।
  • ୧୯୪୪ ମସିହା ଜୁନ୍ ୨୯ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ।
  • ଦ୍ବିତୀୟ ବିଶ୍ୱଯୁଦ୍ଧ ସମାପ୍ତି ପରେ ୧୯୪୬ ମସିହା ଏପ୍ରିଲ୍ ୨୩ ତାରିଖରେ ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।
  • ତାଙ୍କ ସହିତ ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନ୍‌ଗୋ, ରାଧାକୃଷ୍ଣ ବିଶ୍ଵାସରାୟ ଓ ଅନ୍ୟ ଚାରିଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ।
  • ହରେକୃଷ୍ଣ ମହତାବ ଭାରତକୁ ଆସିଥିବା କ୍ୟାବିନେଟ୍ ମିଶନ୍ ନିକଟରେ ଓଡ଼ିଶାର ଗଡ଼ଜାତ ରାଜ୍ୟ ମିଶ୍ରଣ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ।
  • ସେ ୧୯୪୬ ମସିହାରୁ ୧୯୫୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ନେତୃତ୍ଵ ନେଇଥିଲେ ।
  • ତାଙ୍କ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଥିଲା ଗଡ଼ଜାତ ମିଶ୍ରଣ, ହୀରାକୁଦ ନଦୀବନ୍ଧ ଯୋଜନାର ଆରମ୍ଭ ଓ ଭୁବନେଶ୍ୱରରେ ଓଡ଼ିଶାର ନୂଆ ରାଜଧାନୀ ପ୍ରତିଷ୍ଠା ।

ଐତିହାସିକ ଘଟଣାବଳୀ ଓ ସମୟ:

୧୯୩୩ ଖ୍ରୀ.ଅ. – (ଜୁନ୍ ୨୪) ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଶାସନିକ କମିଟି ଗଠିତ ।
୧୯୩୫ ଖ୍ରୀ.ଅ. – ଭାରତ ଶାସନ ଆଇନ ପ୍ରଣୀତ ।
୧୯୩୬ ଖ୍ରୀ.ଅ. – (ଏପ୍ରିଲ୍ ୧) ନୂତନ ଓଡ଼ିଶା ପ୍ରଦେଶ ଆନୁଷ୍ଠାନିକ ଭାବେ ରେଭେନ୍ସା କଲେଜ୍ ହଲ୍‌ରେ ଉଦ୍‌ଘାଟିତ ।
୧୯୩୭ ଖ୍ରୀ.ଅ. – ଓଡ଼ିଶା ପ୍ରାଦେଶିକ ବିଧାନସଭା ପାଇଁ ନିର୍ବାଚନ ସ୍ଥିରୀକୃତ ।
୧୯୩୭ ଖ୍ରୀ.ଅ. – (ଜାନୁୟାରୀ ୧୮ରୁ ୨୩) ଓଡ଼ିଶାରେ ପ୍ରାଦେଶିକ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ।
୧୯୩୭ ଖ୍ରୀ.ଅ. – (ଏପ୍ରିଲ୍ ୧) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ଗଠନ ।
୧୯୩୭ ଖ୍ରୀ.ଅ. – (ଜୁଲାଇ ୧୩) ମହାରାଜା କୃଷ୍ଣଚନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳର ଇସ୍ତଫା ।

BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

୧୯୩୭ ଖ୍ରୀ.ଅ. – (ଜୁଲାଇ ୧୯) ବିଶ୍ଵନାଥ ଦାସଙ୍କ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ ।
୧୯୩୭ ଖ୍ରୀ.ଅ. – (ଜୁଲାଇ ୨। ) ପ୍ରଥମ ବିଧାନସଭାର ପ୍ରଥମ ଅଧ‌ିବେଶନ ରେଭେନ୍ସା କଲେଜ୍ ହଲ୍‌ରେ ଆହୂତ ।
୧୯୩୯ ଖ୍ରୀ.ଅ. – (ନଭେମ୍ବର) କଂଗ୍ରେସ ମନ୍ତ୍ରିମଣ୍ଡଳର ଇସ୍ତଫା ।
୧୯୪୧ ଖ୍ରୀ.ଅ. – (ଏପ୍ରିଲ୍ ୧) ଉଇଲିୟମ୍ ଲୁଇସ୍‌ଙ୍କର ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ ।
୧୯୪୧ ଖ୍ରୀ.ଅ. – (ନଭେମ୍ବର ୨୪) ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହାୟତାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ମିଳିତ ମନ୍ତ୍ରିମଣ୍ଡଳ ଗଠନ ।
୧୯୪୪ ଖ୍ରୀ.ଅ. – (ଜୁନ୍ ୨୯) ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ।
୧୯୪୬ ଖ୍ରୀ.ଅ. – (ଏପ୍ରିଲ୍ ୨୩) ହରେକୃଷ୍ଣ ମହତାବଙ୍କର ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ ।
୧୯୪୬ରୁ ୧୯୫୦ ଖ୍ରୀ.ଅ. – ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ହରେକୃଷ୍ଣ ମହତାବଙ୍କ କାର୍ଯ୍ୟ ନିର୍ବାହ ।

Leave a Comment