Odisha State Board BSE Odisha 10th Class History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା will enable students to study smartly.
BSE Odisha Class 10 History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:
→ ଆଇନ ଅମାନ୍ୟ ଆନ୍ଦୋଳନର ପୃଷ୍ଠଭୂମି :
- ଅସହଯୋଗ ଆନ୍ଦୋଳନ ପରେ ଗାନ୍ଧିଜୀ ନିଜକୁ ରଚନାତ୍ମକ କାର୍ଯ୍ୟକ୍ରମରେ ନିୟୋଜିତ କରିଥିଲେ । ଅବଶ୍ୟ ଚନ୍ଦ୍ରଶେଖର ଆଜାଦ୍, ଭଗତ ସିଂ, ରାଜଗୁରୁ ଓ ସୂର୍ଯ୍ୟସେନଙ୍କ ଭଳି ଦେଶପ୍ରେମୀମାନେ ଉଗ୍ର ଜାତୀୟତାବାଦୀ କାର୍ଯ୍ୟକଳାପ ଜାରି ରଖିଥିଲେ ।
- ସାଇମନ କମିଶନ ଗଠନ ଘୋଷଣା ସ୍ଵାଧୀନତା ସଂଗ୍ରାମର ଦ୍ଵିତୀୟ ଅଧ୍ୟାୟର ସୂତ୍ରପାତ କରିଥିଲା ।
- ୧୯୧୯ ଭାରତ ଶାସନ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ ପାଇଁ ୧୯୨୭ ୧୯୧୯ ଭାରତ ଶାସନ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ ପାଇଁ ୧୯୨୭ ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ ହେଲେ ଭାରତୀୟ ନ ଥବଲେ ।
- ୧୯୨୭ ମସିହାରେ କଂଗ୍ରେସର ମାଡ୍ରାସ୍ ଅଧିବେଶନ ସାଇମନ କମିଶନକୁ ବର୍ଜନ କରିବା ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପଭି ହିନ୍ଦୁ ମହାସଭା ଓ ମୁସ୍ଲିମ୍ ଲିଗ୍ ସମର୍ଥନ ଜଣାଇଥୁଲା ।
- ୧୯୨୮ ମସିହା ଫେବୃୟାରୀ ୩ ତାରିଖରେ ସାଇମନ୍ କମିଶନ୍ ମୁମ୍ବାଇରେ ପଦାର୍ପଣ କରିଥିଲା । ‘ସାଇମନ୍ ଫେରିଯାଅ’ ଧ୍ଵନି ସହିତ କଳା ପତାକା ପ୍ରଦର୍ଶନ କରି ଭାରତୀୟମାନେ ଏହି କମିଶନକୁ ବିରୋଧ କରିଥିଲେ(ଲାଲା ଲଜପତ୍ର ରାୟ)
- ସାଇମନ କମିଶନ ବିରୋଧୀ ଶୋଭାଯାତ୍ରାରେ ଲକ୍ଷ୍ନୌଠାରେ ଜବାହରଲାଲ ନେହେରୁ ଓ ଗୋବିନ୍ଦବଲ୍ଲଭ ପଛ ଲାଠିମାଡ଼ର ଶିକାର ହୋଇଥିଲେ ଏବଂ ଲାହୋରଠାରେ ଲାଲା ଲାଜପତ ରାୟ ଲାଠି ପ୍ରହାରରେ ଆଘାତପ୍ରାପ୍ତ ହୋଇ ୧୯୨୮ ନଭେମ୍ବର ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ ।
- ୧୯୨୯ ମସିହାରେ ଲାହୋରଠାରେ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଜାତୀୟ କଂଗ୍ରେସ ଅଧିବେଶନ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଗ୍ରହଣ କଲା ।
- ୧୯୩୦ ମସିହା ଜାନୁୟାରୀ ୨୬ ତାରିଖକୁ ଭାରତର ପ୍ରଥମ ସ୍ଵାଧୀନତା ଦିବସ ରୂପେ ପାଳନ କରିବାପାଇଁ ଘୋଷଣା କରାଯାଇଥିଲା ।
- ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଗାନ୍ଧିଜୀ ୧୧ ଦଫା ସମ୍ବଳିତ ଶାସନ ସଂସ୍କାର ଚିଠା ପ୍ରସ୍ତୁତ କରି ଇଂରେଜ ସରକାରଙ୍କର ଆଗରେ ଉପସ୍ଥାପନ କରିଥିଲେ ।
- ବ୍ରିଟିଶ୍ ସରକାର ସେ ସମସ୍ତ ପ୍ରସ୍ତାବ ଗ୍ରହଣ ନ କଲେ ବାଧ୍ୟହୋଇ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ ବୋଲି ବଡ଼ଲାଟ୍ ଲର୍ଡ଼ ଇର୍ଉଇଙ୍କୁ ଜଣାଇଥିଲେ; କିନ୍ତୁ ଲର୍ଡ଼ ଇର୍ଉଇନ୍ ଏହି ପ୍ରସ୍ତାବକୁ ଗ୍ରହଣ କରି ନଥିଲେ ।
- ଫଳରେ ୧୯୩୦ ମସିହାରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଇଥିଲେ ।
→ ଆନ୍ଦୋଳନର ଆରମ୍ଭ :
- ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ।
- ସେ ସାବରମତୀ ଆଶ୍ରମଠାରୁ ୨୪୧ ମାଇଲ ଦୂରସ୍ଥ ଗୁଜରାଟର ଦାଣ୍ଡି ନାମକ ସ୍ଥାନକୁ ୭୮ ଜଣ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବାକୁ ଯାତ୍ରା କରିଥିଲେ ।
- ୧୯୩୦ ମସିହା ଏପ୍ରିଲ ୬ ତାରିଖ ସକାଳେ ସେ ଦାଣ୍ଡିଠାରେ ପହଞ୍ଚି ଲୁଣ ମାରିବା ଉଦ୍ଦେଶ୍ୟରେ ମୁଠାଏ ବାଲି ଉଠାଇଥିଲେ । ଏହା ଲବଣ ଆଇନ ଭଙ୍ଗର ସଙ୍କେତ ଥିଲା ।
- ଗାନ୍ଧିଜୀଙ୍କର ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ୨୪୧ ମାଇଲ୍ ଦୂର ଐତିହାସିକ ଯାତ୍ରା ‘ଦାଣ୍ଡିଯାତ୍ରା’ ନାମରେ ପ୍ରସିଦ୍ଧ ।
→ ଆନ୍ଦୋଳନର କାର୍ଯ୍ୟକ୍ରମ :
- ୧୯୩୦ ମସିହା ଏପ୍ରିଲ୍ ୯ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା । ସେଥିରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା; ଯଥା—
(i) ଲବଣ ଆଇନ ଭଙ୍ଗ କରି ଲୁଣ ମାରିବା, ମଦ ଦୋକାନ, ଅଫିମ ବିକ୍ରୟସ୍ଥାନ ଓ ବିଦେଶୀ ଲୁଗା ଦୋକାନ ଆଗରେ ସତ୍ୟାଗ୍ରହ କରିବା ।
(ii) ଚରଖାରେ ସୂତା କାଟିବା, ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରିବା ଓ ଅସ୍ପୃଶ୍ୟତା ବର୍ଜନ କରିବା ।
(iii) ଛାତ୍ରମାନେ ସ୍କୁଲ୍ ଓ କଲେଜ ବର୍ଜନ କରିବେ, ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ଓ ଓକିଲମାନେ ଆଇନ ବ୍ୟବସାୟ ବର୍ଜନ କରିବେ ।
(iv) ପୂର୍ଣ୍ଣ ସ୍ଵରାଜ ହାସଲ କରିବାପାଇଁ ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଓ ଅହିଂସାତ୍ମକ ପନ୍ଥାରେ କରାଯିବ ।
→ ଆନ୍ଦୋଳନର ବିସ୍ତାର :
- ଗାନ୍ଧିଜୀଙ୍କ ଆହ୍ଵାନକ୍ରମେ ସମଗ୍ର ଦେଶରେ ଆଇନ ଅମାନ୍ୟ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ବ୍ୟାପିଯାଇଥିଲା ।
- ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କଲେ ।
- କର୍ଣ୍ଣାଟକ, ଗୁଜରାଟ, ଉତ୍ତର ପ୍ରଦେଶ, ମାଡ୍ରାସ୍, ବମ୍ବେ ଆଦି ସ୍ଥାନରେ ଲୋକମାନେ ବିଭିନ୍ନ ପ୍ରକାର ଟିକସ ଦେବାକୁ ମନାକଲେ ।
- ବଙ୍ଗ, ବିହାର ଓ ଓଡ଼ିଶାରେ ବିଦେଶୀ ବସ୍ତ୍ର ବର୍ଜନ ସଫଳ ହୋଇଥିଲା ।
- ମହିଳାମାନେ ଏହି ଆନ୍ଦୋଳନରେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ । ସରୋଜିନୀ ନାଇଡୁ ଓ ବିଜୟଲକ୍ଷ୍ମୀ ପଣ୍ଡିତ ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ।
- ସୀମାନ୍ତ ଗାନ୍ଧି ନାମରେ ପରିଚିତ ଖାନ୍ ଅବଦୁଲ୍ ଗଫର୍ ଖାନ୍ ‘ଖୁଦାଇ ଖୁଦ୍ମତଗାର’ ନାମକ ଏକ ସଂଗଠନ ଗଠନ କରି ଆଇନ ଅମାନ୍ୟ ଆନ୍ଦୋଳନକୁ ବ୍ୟାପକ କରିଥିଲେ ।
- ନାଗାଲାଣ୍ଡର ରାଣୀ ଚୌଦିଲିଉଙ୍କ ନେତୃତ୍ୱରେ ମଣିପୁରୀ ଓ ନାଗାମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ।
→ ଆନ୍ଦୋଳନ ଦମନ ପାଇଁ ସରକାରଙ୍କ ଉଦ୍ୟମ :
- ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର କଠୋର ପଦକ୍ଷେପମାନ ଗ୍ରହଣ କରିଥିଲେ ।
- ନିରୀହ ଜନତା ଉପରେ ଗୁଳିବର୍ଷଣ ଓ ଲାଠିଚାଳନା କରାଯାଇଥିଲା ଓ ଗାନ୍ଧି, ନେହେରୁ ପ୍ରଭୃତି ନେତାମାନଙ୍କୁ ଗିରଫ କରାଯାଇଥିଲା ।
- ସମ୍ବାଦପତ୍ର ଉପରେ କଟକଣା ଜାରି କରାଯାଇଥିଲା । କଂଗ୍ରେସକୁ ବେଆଇନ ଘୋଷଣା କରାଯାଇଥିଲା ।
- ଏହି ଆନ୍ଦୋଳନକୁ ଦମନ କରିବାପାଇଁ ବ୍ରିଟିଶ୍ ପାର୍ଲିଆମେଣ୍ଟ ଅତ୍ୟନ୍ତ ବ୍ୟଗ୍ର ହୋଇପଡ଼ିଥିଲା । ତେଣୁ ବ୍ରିଟିଶ୍ ସରକାର ଦମନମୂଳକ ପନ୍ଥା ପରିବର୍ତ୍ତେ ଆପୋଷ ଆଲୋଚନା ମାଧ୍ୟମରେ ଭାରତୀୟମାନଙ୍କୁ ଶାନ୍ତ କରିବାପାଇଁ ଚେଷ୍ଟା କରିଥିଲେ ।
→ ପ୍ରଥମ ଗୋଲଟେବୁଲ ବୈଠକ :
- ଭାରତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବାପାଇଁ ବ୍ରିଟିଶ୍ ସରକାର ୧୯୩୦ ମସିହାରେ ପ୍ରଥମ ଗୋଲଟେବୁଲ ବୈଠକ ଡକାଇଥିଲେ ।
- ଏଥିରେ କଂଗ୍ରେସ ଯୋଗ ନ ଦେବାରୁ ଏହା ବିଫଳ ହୋଇଥିଲା ।
- ଗାନ୍ଧିଜୀଙ୍କ ଯୋଗଦାନ ବିନା କୌଣସି ରାଜନୈତିକ ଆଲୋଚନା ସଫଳ ହେବ ନାହିଁ ବୋଲି ଇଂରେଜ ସରକାର ଅନୁଭବ କଲେ ଏବଂ ସେଥିପାଇଁ କଂଗ୍ରେସର ତୁଙ୍ଗ ନେତାମାନଙ୍କୁ ୧୯୩୧ ମସିହା ଜାନୁୟାରୀ ମାସରେ କାରାଗାରରୁ ମୁକ୍ତ କରିଥିଲେ ।
→ ଗାନ୍ଧି-ଇର୍ଉଇନ୍ ଚୁକ୍ତି :
- ବଡ଼ଲାଟ୍ ଲର୍ଡ଼ ଇର୍ଉଇନ୍ ଓ ଗାନ୍ଧିଙ୍କ ମଧ୍ୟରେ ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
- ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ ।
- ସରକାର ସରକାରୀ କର୍ମଚାରୀମାନଙ୍କର ବାଜ୍ୟାପ୍ତ ହୋଇଥିବା ସମ୍ପଭି ଫେରସ୍ତ କରିଥିଲେ ଏବଂ ଇସ୍ତଫା ଦେଇଥିବା କର୍ମଚାରୀଙ୍କ ପ୍ରତି କୋହଳ ନୀତି ଗ୍ରହଣ କଲେ ।
- ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବାର ଅଧିକାର ଦିଆଗଲା ।
- ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନ ସ୍ଥଗିତ ରଖିବାପାଇଁ ତଥା ଦ୍ବିତୀୟ ଗୋଲଟେବୁଲ ବୈଠକରେ ଯୋଗଦେବାପାଇଁ ସମ୍ମତି ଦେଲା ।
→ ଦ୍ଵିତୀୟ ଗୋଲଟେବୁଲ ବୈଠକ :
- ୧୯୩୧ ମସିହା ସେପ୍ଟେମ୍ବର ୭ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଦ୍ଵିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ।
- ଗାନ୍ଧିଜୀ କଂଗ୍ରେସର ଏକମାତ୍ର ପ୍ରତିନିଧ୍ ଭାବରେ ଏଥିରେ ଯୋଗ ଦେଇଥିଲେ ।
- ଏଥିରେ ଅଧ୍ୟକ୍ଷତା କରିଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମ୍ସେ ମାକ୍କୋନାଲଡ୍ ।
- ଉଇନ୍ଷ୍ଟନ ଚର୍ଚ୍ଚିଲ୍ ଗାନ୍ଧିଜୀଙ୍କୁ ‘ଅର୍ଦ୍ଧନଗ୍ନ ଫକୀର’ ଭାବରେ ଆକ୍ଷେପ କରିଥିଲେ ।
- ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧିଜୀଙ୍କୁ ଶାନ୍ତି ପ୍ରଦର୍ଶନ କରି ସହଯୋଗ କରିବାକୁ ଧମକ ଦେଇଥିଲେ ।
- ଭାରତୀୟମାନଙ୍କର ଦାବିକୁ ଏହି ବୈଠକରେ ଉପେକ୍ଷା କରାଯାଇଥିଲା ଏବଂ ହିନ୍ଦୁ, ମୁସଲମାନ ଓ ହରିଜନମାନଙ୍କ ପାଇଁ ସ୍ଵତନ୍ତ୍ର ନିର୍ବାଚନମଣ୍ଡଳୀରେ ବ୍ୟବସ୍ଥା କରାଯାଇଥିଲା ।
- ମାନସିକ ଗ୍ଳାନିରେ ବ୍ୟଥ୍ତ ହୋଇ ଗାନ୍ଧିଜୀ ୧୯୩୧ ଡିସେମ୍ବର ୨୮ରେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ ।
→ ଆଇନ ଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ :
- ୧୯୩୧ରେ ଲର୍ଡ ୱିଲିଙ୍ଗଡନ୍ ଭାଇସ୍ରାୟ ହୋଇ ଆସିବା ପରେ ଗାନ୍ଧି-ଇରଉଇନ୍ ଚୁକ୍ତିର କେତେକ ବ୍ୟବସ୍ଥାକୁ ଉପେକ୍ଷା କଲେ ଓ ଆନ୍ଦୋଳନ ପ୍ରତି କଠୋର ମନୋଭାବ ଗ୍ରହଣ କଲେ ।
- ଦମନମୂଳକ ଅଧ୍ୟାଦେଶ ପ୍ରତ୍ୟହାର ପାଇଁ ଗାନ୍ଧିଜୀଙ୍କ ଅନୁରୋଧ ପ୍ରତ୍ୟାଖ୍ୟାତ ହେବାରୁ ସେ ପୁନର୍ବାର ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଲେ ।
- ଗାନ୍ଧିଜୀଙ୍କ ସମେତ କଂଗ୍ରେସ ନେତାମାନଙ୍କୁ କାରାରୁଦ୍ଧ କରି ନିର୍ଯାତନା ଦିଆଗଲା ।
- ହିଂସାତ୍ମକ କାର୍ଯ୍ୟର ଆଶଙ୍କା କରି ଗାନ୍ଧିଜୀ ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଘୋଷଣା କଲେ ।
- ୧୯୩୨ ଅଗଷ୍ଟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମ୍ ମାକ୍କୋନାଲ୍ ଦଳିତ ଓ ହରିଜନ ଶ୍ରେଣୀର ଲୋକଙ୍କ ପାଇଁ ପୃଥକ୍ ନିର୍ବାଚନ ମଣ୍ଡଳୀ ଘୋଷଣା କଲେ । ଏହାର ପ୍ରତ୍ୟାହାର ଦାବି କରି ଗାନ୍ଧିଜୀ ପୁନାର ୟେରାଭାଡ଼ା କାରାଗାରରେ ୧୯୩୨ ସେପ୍ଟେମ୍ବରଠାରୁ ଆମରଣ ଅନଶନ ଆରମ୍ଭ କଲେ ।
- ସରକାର ପୁନା ଚୁକ୍ତି ଅନୁଯାୟୀ ଦଳିତମାନଙ୍କ ପାଇଁ ପୃଥକ୍ ନିର୍ବାଚନମଣ୍ଡଳୀ ବ୍ୟବସ୍ଥା ପ୍ରତ୍ୟାହାର କରି କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ସେମାନଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ବୃଦ୍ଧି କଲେ ।
→ ତୃତୀୟ ଗୋଲଟେବୁଲ ବୈଠକ :
- ୧୯୩୨ ମସିହା ନଭେମ୍ବର ୧୭ ତାରିଖରୁ ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ।
- ଆଇନ ଅମାନ୍ୟ ଆନ୍ଦୋଳନ ଚାଲୁଥିବାରୁ କଂଗ୍ରେସ ଏହି ବୈଠକକୁ ବର୍ଜନ କରିଥିଲା ।
- ସାଇମନ୍ କମିଶନ୍ର ସୁପାରିସକୁ ଭିଭିକରି ବ୍ରିଟିଶ୍ ପାର୍ଲିଆମେଣ୍ଟରେ ୧୯୩୫ ମସିହା ଅଗଷ୍ଟ ୨ ତାରିଖରେ ଗୃହୀତ ଆଇନକୁ ‘ଭାରତ ଶାସନ ଆଇନ ୧୯୩୫’ କୁହାଯାଏ ।
→ ଆଇନ ଅମାନ୍ୟ ଆନ୍ଦୋଳନର ସମାପ୍ତି :
- ୧୯୩୩ ମେ ମାସରେ ହରିଜନ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ଓ ସହଯୋଗୀମାନଙ୍କ ମନର ଶୁଦ୍ଧିକରଣ ପାଇଁ ଗାନ୍ଧିଜୀ ୨୧ଦିନିଆ ଅନଶନ ଘୋଷଣା କଲେ । ସରକାର ଗାନ୍ଧିଜୀଙ୍କୁ କାରାଗାରରୁ ମୁକ୍ତ କରିଦେଲେ ।
- ସରକାରଙ୍କ ଦମନମୂଳକ ନୀତି ବିରୋଧରେ ସତ୍ୟାଗ୍ରହୀମାନଙ୍କ ଉତ୍ସାହ ବଜାୟ ରଖୁବା କଠିନ ମନେକରି ଆନ୍ଦୋଳନ ସ୍ଥଗିତ ରଖୁବାକୁ କଂଗ୍ରେସକୁ ସୁପାରିସ କଲେ ।
- ୧୯୩୪ ମସିହା ଏପ୍ରିଲ୍ ମାସରେ ଔପଚାରିକ ଭାବେ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
- ଏହି ଆନ୍ଦୋଳନ ଭାରତରେ ଇଂରେଜ ଶାସନ ବିରୋଧରେ ଏକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ଦିଗରେ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥିଲା ।
→ ଆଇନ ଅମାନ୍ୟ ଆନ୍ଦୋଳନରେ ଓଡ଼ିଶାର ଭୂମିକା:
- ୧୯୩୦ ମସିହା ମାର୍ଚ୍ଚ ୧୬ ତାରିଖରେ ବାଲେଶ୍ଵରଠାରେ ଅନୁଷ୍ଠିତ କଂଗ୍ରେସର ଉତ୍କଳ ପ୍ରାଦେଶିକ କମିଟିର ସଭାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା ।
- ଗୋପବନ୍ଧୁ ଚୌଧୁରୀଙ୍କୁ ଏହି ଆନ୍ଦୋଳନର ନେତୃତ୍ୱ ଦିଆଯାଇଥିଲା ।
- ଓଡ଼ିଶାର ସତ୍ୟାଗ୍ରହୀମାନେ ବିଭିନ୍ନ ଭାଗରେ ବିଭକ୍ତ ହୋଇଥିଲେ; ଯଥା—– ଲୌହସ୍ତମ୍ଭ ବାହିନୀ, ପତିତ ବାହିନୀ, ଗଞ୍ଜା ବାହିନୀ, ସମ୍ବଲପୁର ବାହିନୀ ଇତ୍ୟାଦି ।
- ଗାନ୍ଧିଜୀ ଯେଉଁଦିନ ଦାଣ୍ଡିଠାରେ ଲବଣ ଆଇନ ଭଙ୍ଗ କରିଥିଲେ ସେହିଦିନ ଓଡ଼ିଶାରେ ୨୧ ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହରଦାସଙ୍କ ନେତୃତ୍ୱରେ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ କଲେ ।
- ଏପ୍ରିଲ ୮ ତାରିଖରେ ଗୋପବନ୍ଧୁ ଚୌଧୁରୀଙ୍କୁ ଚାନ୍ଦୋଳଠାରେ ଗିରଫ କରାଗଲା ଓ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ସତ୍ୟାଗ୍ରହୀମାନେ ଏପ୍ରିଲ୍ ୧୨ ତାରିଖରେ ଇଞ୍ଚୁଡ଼ିଠାରେ ପହଞ୍ଚିଲେ ।
- ଏପ୍ରିଲ ୧୩ ତାରିଖରେ ଆଚାର୍ଯ୍ୟ ହରିହର ଲବଣ ଆଇନ ଭଙ୍ଗ କଲେ ।
- ଏପ୍ରିଲ୍ ୨୦ ତାରିଖରେ ରମାଦେବୀ ଓ ମାଳତୀଦେବୀଙ୍କ ନେତୃତ୍ୱରେ ବହୁ ନାରୀ ଲବଣ ଆଇନ ଭଙ୍ଗ କରିଥିଲେ ।
→ ଆନ୍ଦୋଳନର ପ୍ରସାର :
- ଇଞ୍ଚୁଡ଼ି ପରେ ସାର୍ଥାଠାରେ ମଥୁରାମୋହନ ବେହେରା, କରୁଣାକର ପାଣିଗ୍ରାହୀ ଓ ନୀଳାମ୍ବର ଦାସ; ୧୯୩୦ ମେ’ ୮ ତାରିଖରେ କୁଜଙ୍ଗଠାରେ ନାରାୟଣ ବୀରବର ସାମନ୍ତ, ରମାଦେବୀ ଓ ମାଳତୀଦେବୀ,ପୁରୀ ଜିଲ୍ଲାରେ ନୀଳକଣ୍ଠ ଦାସ ଓ ଜଗନ୍ନାଥ ରଥ, ଗଞ୍ଜାମ ଜିଲ୍ଲାରେ ବିଶ୍ଵନାଥ ଦାସ, ନିରଞ୍ଜନ ପଟ୍ଟନାୟକ,ଶଶିଭୂଷଣ ରଥ, ଦିବାକର ପଟ୍ଟନାୟକ, ସରଳାଦେବୀ ଓ ମାଳତୀଦେବୀ ଲବଣ ସତ୍ୟାଗ୍ରହ ପରିଚାଳନା କରିଥିଲେ ।
- ଏହା ବ୍ୟତୀତ ପାରାଦ୍ୱୀପ, ଏରସମା, ଗଞ୍ଜା, ହୁମା ଆଦି ଅନ୍ୟାନ୍ୟ ସ୍ଥାନରେ ଲୋକମାନେ ଲବଣ ସତ୍ୟାଗ୍ରହ କରିଥିଲେ ।
→ ଆନ୍ଦୋଳନର ଅନ୍ୟାନ୍ୟ କାର୍ଯ୍ୟକ୍ରମ:
- ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସାମାଜିକ ବାସନ୍ଦ, ବିଦେଶୀ ବସ୍ତ୍ର ବର୍ଜନ, ଚୌକିଦାରୀ କର ଉଚ୍ଛେଦ, ନିଶା ନିବାରଣ ପ୍ରଧାନ ଥିଲା ।
- ଇଞ୍ଚୁଡ଼ିଠାରେ ସରକାରୀ କର୍ମଚାରୀ, ସାମ୍ବାଦିକ ଓ ପୁଲିସମାନଙ୍କୁ ସାମାଜିକ ବାସନ୍ଦ କରାଯାଇଥିଲା ।
- ଇଞ୍ଚୁଡ଼ି ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ୱରେ ୧୯୩୧ ମେ’ରେ ଚୌକିଦାରୀ କରର ବିରୋଧ କରାଯାଇଥିଲା ।
- ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ୍ ନେତୃସ୍ଥାନୀୟ ସତ୍ୟାଗ୍ରହୀଙ୍କୁ ଗିରଫ କରିବାରୁ ଗ୍ରାମବାସୀମାନେ ପୋଲିସ୍ ବାହିନୀକୁ ମାରଧର କରିବାରୁ ୫୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ଓ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପତ୍ତି ଲୁଟ୍ ସହ ୬,୦୦୦ ଟଙ୍କା ଶାସ୍ତିମୂଳକ କରଭାର ଲଦି ଦିଆଗଲା ।
- କଟକରୁ ବିଦ୍ରୋହୀ ଓ ବାଲେଶ୍ଵରରୁ ବିପ୍ଳବୀ ନାମକ ଦୁଇଟି ବୁଲେଟିନ୍ ଅଣାଯାଇ ଲୋକମାନଙ୍କ ମଧ୍ୟରେ ବଣ୍ଟାଯାଇଥିଲା ।
- ନିଶା ନିବାରଣ ପାଇଁ ସତ୍ୟାଗ୍ରହମାନେ ଗ୍ରାମର ସବୁ ତାଳ ଓ ଖଜୁରୀ ଗଛକୁ କାଟିବାକୁ ଗ୍ରାମବାସୀମାନଙ୍କୁ ବୁଝାଇଲେ । ବିଦେଶୀ ମଦ ଦୋକାନ ଓ ତାଡ଼ି ଦୋକାନ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା ।
- ଆଇନ ଅମାନ୍ୟ ଆନ୍ଦୋଳନର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ନାରୀ ଜାଗରଣ ଓ ବାନରସେନାର କାର୍ଯ୍ୟ । ସେମାନେ ମଦ ଦୋକାନ ଓ ଲୁଗା ଦୋକାନ ଆଗରେ ଧାରଣା ଦେଇଥିଲେ ।
- ୧୬ ବର୍ଷରୁ କମ୍ ବୟସ୍କ ସତ୍ୟାଗ୍ରହୀମାନଙ୍କୁ ବାନରସେନା କୁହାଯାଉଥିଲା ।
→ ଦମନ ଲୀଳା :
- ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନନ୍ଦକିଶୋର ଦାସ, ନୀଳକଣ୍ଠ ଦାସ, ଲିଙ୍ଗରାଜ ମିଶ୍ର, ଯଦୁମଣି ମଙ୍ଗରାଜ, କୃପାସିନ୍ଧୁ ହୋତା, ସରଳାଦେବୀ ଓ ମାଳତୀଦେବୀ ଆଦି ପ୍ରମୁଖ ନେତାମାନଙ୍କୁ ବନ୍ଦୀ କଲେ ।
- କଂଗ୍ରେସ ଅଫିସ୍ ଓ ଆଶ୍ରମଗୁଡ଼ିକୁ ଖାନତଲାସ୍ କରି କାଗଜପତ୍ର ଜବତ କଲେ ଓ ‘ସମାଜ’, ‘ପ୍ରଜାତନ୍ତ୍ର’, ‘ଆଶା’ ସମ୍ବାଦପତ୍ର ଉପରେ କଟକଣା ଜାରି କଲେ ।
- ୧୯୩୪ ମସିହା ଏପ୍ରିଲ୍ ମାସରେ ଏହି ଆନ୍ଦୋଳନର ପରିସମାପ୍ତି ଘଟିଲା ।
ଐଢିହାସିକ ଘଟଣାବଳୀ ଓ ସମୟ:
୧୯୨୭ ଖ୍ରୀ.ଅ. – ସାର୍ ଜନ୍ ସାଇମନ୍ଙ୍କ ଅଧ୍ୟକ୍ଷତାରେ ଏକ କମିଶନ୍ ଗଠିତ ।
୧୯୨୮ ଖ୍ରୀ.ଅ. – (ଫେବୃୟାରୀ ୩) ସାଇମନ୍ କମିଶନ୍ର ମୁମ୍ବାଇରେ ପଦାର୍ପଣ I
୧୯୨୮ ଖ୍ରୀ.ଅ. – (ନଭେମ୍ବର ୧୭) ଲାଲା ଲଜପତ୍ ରାୟଙ୍କର ମୃତ୍ୟୁ ।
୧୯୨୯ ଖ୍ରୀ.ଅ. – କଂଗ୍ରେସର ଲାହୋର ଅଧୂବେଶନ ଅନୁଷ୍ଠିତ ।
୧୯୩୦ ଖ୍ରୀ.ଅ. – ଜାନୁୟାରୀ ୨୬ ତାରିଖକୁ ଭାରତର ପ୍ରଥମ ସ୍ବାଧୀନତା ଦିବସ ରୂପେ ପାଳନ କରିବାପାଇଁ ଘୋଷଣା ।
୧୯୩୦ ଖ୍ରୀ.ଅ. – (ମାର୍ଚ୍ଚ ୧୨) ଗାନ୍ଧିଜୀଙ୍କଦ୍ବାରା ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ।
୧୯୩୦ ଖ୍ରୀ.ଅ. – (ଏପ୍ରିଲ୍ ୬) ଦାଣ୍ଡିଠାରେ ଲବଣ ଆଇନ ଭଙ୍ଗ ।
୧୯୩୦ ଖ୍ରୀ.ଅ. – ପ୍ରଥମ ଗୋଲଟେବୁଲ ବୈଠକ ଅନୁଷ୍ଠିତ ।
୧୯୩୦ ଖ୍ରୀ.ଅ. – (ମାର୍ଚ୍ଚ ୧୬) ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ଗ୍ରହଣ ।
୧୯୩୦ ଖ୍ରୀ.ଅ. – (ମେ’ ୮) କୁଜଙ୍ଗରେ ଲବଣ ସତ୍ୟାଗ୍ରହ ଆରମ୍ଭ ।
୧୯୩୧ ଖ୍ରୀ.ଅ. – (ମାର୍ଚ୍ଚ ୫) ଗାନ୍ଧି-ଇର୍ଉଇନ୍ ଚୁକ୍ତି ସମ୍ପାଦିତ ।
୧୯୩୧ ଖ୍ରୀ.ଅ. – (ସେପ୍ଟେମ୍ବର ୭ରୁ ଡିସେମ୍ବର ୧) ଲଣ୍ଡନରେ ଦ୍ବିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ।
୧୯୩୨ ଖ୍ରୀ.ଅ. – (ଅଗଷ୍ଟ) ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମ୍ ମାକ୍କୋନାଲ୍ଡଙ୍କଦ୍ବାରା ଦଳିତମାନଙ୍କ ପାଇଁ ଏକ ପୃଥକ୍ ନିର୍ବାଚନମଣ୍ଡଳୀ ଘୋଷଣା ।
୧୯୩୨ ଖ୍ରୀ.ଅ. – (ସେପ୍ଟେମ୍ବର ୨୦) ଗାନ୍ଧିଜୀଙ୍କ ଆମରଣ ଅନଶନ ଆରମ୍ଭ ।
୧୯୩୨ ଖ୍ରୀ.ଅ. – (ନଭେମ୍ବର ୧୭ ରୁ ଡିସେମ୍ବର ୨୪) ଇଂଲଣ୍ଡରେ ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ।
୧୯୩୩ ଖ୍ରୀ.ଅ. – (ମେ’) ଆଇନ ଅମାନ୍ୟ ଆନ୍ଦୋଳନ ସ୍ଥଗିତ ଘୋଷଣା ।
୧୯୩୪ ଖ୍ରୀ.ଅ. – (ଏପ୍ରିଲ୍) ଆଇନ ଅମାନ୍ୟ ଆନ୍ଦୋଳନ ଔପଚାରିକ ଭାବେ ପ୍ରତ୍ୟାହୃତ ।
୧୯୩୪ ଖ୍ରୀ.ଅ. – (ଏପ୍ରିଲ୍) ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପରିସମାପ୍ତି ।