BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

Odisha State Board BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ will enable students to study smartly.

BSE Odisha Class 10 Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ :
1. ଆମ ଦେଶ ଭାରତରେ ବର୍ତ୍ତମାନ ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।

→ ଭାରତର ରାଜ୍ୟସମୂହ :
(୧) ଆନ୍ଧ୍ରପ୍ରଦେଶ, (୨) ଆସାମ, (୩) ବିହାର, (୪) ଗୁଜରାଟ, (୫) ହରିୟାଣା, (୬) କର୍ଣାଟକ, (୭) କେରଳ, (୮) ମଧ୍ୟପ୍ରଦେଶ, (୯) ତାମିଲନାଡୁ, (୧୦) ମହାରାଷ୍ଟ୍ର, (୧୧) ନାଗାଲାଣ୍ଡ, (୧୨) ଓଡ଼ିଶା, (୧୩) ପଞ୍ଜାବ, (୧୪) ରାଜସ୍ଥାନ, (୧୫) ଉତ୍ତର ପ୍ରଦେଶ, (୧୬) ପଶ୍ଚିମବଙ୍ଗ, (୧୭) ତେଲେଙ୍ଗାନା, (୧୮) ହିମାଚଳ ପ୍ରଦେଶ, (୧୯) ମଣିପୁର, (୨୦) ତ୍ରିପୁରା, (୨୧) ମେଘାଳୟ, (୨୨) ସିକିମ୍, (୨୩) ମିଜୋରାମ୍, (୨୪) ଅରୁଣାଚଳ ପ୍ରଦେଶ, (୨୫) ଗୋଆ, (୨୬) ଛତିଶଗଡ଼, (୨୭) ଉତ୍ତରାଖଣ୍ଡ, (୨୮) ଝାଡ଼ଖଣ୍ଡ

  • ୨୦୧୯ ମସିହାରେ ପାର୍ଲିଆମେଣ୍ଟରେ ୩୭୦ ଧାରାର ଉଚ୍ଛେଦ ଗୃହୀତ ହୋଇ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ବଳବତ୍ତର ହୋଇ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭାରତୀୟ ସମ୍ବିଧାନ ବାହାରେ ଏକ ସ୍ବତନ୍ତ୍ର ସମ୍ବିଧାନଦ୍ୱାରା ଶାସନ ସମାପ୍ତି ହୋଇଛି ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

→ ଭାରତର କେନ୍ଦ୍ରଶାସିତ ଅଞ୍ଚଳସମୂହ :
(୧) ଦିଲ୍ଲୀ, (୨) ପଣ୍ଡିଚେରୀ (ପୁଦୁଚେରୀ), (୩) ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ, (୪) ଲାକ୍ଷାଦ୍ଵୀପ, (୫) ଦାଦ୍ରା ଓ ନଗରହାବେଳି, (୬) ଡାମନ ଓ ଡିଉ, (୭) ଚଣ୍ଡିଗଡ଼ (୮) ଜାମ୍ମୁକାଶ୍ମୀର (୯) ଲଦାଖ ।

  • କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରୁ ଦିଲ୍ଲୀ ଓ ପଣ୍ଡିଚେରୀ (ପୁଦୁଚେରୀ)ର ସାମ୍ବିଧାନିକ ସ୍ଥିତି ଭିନ୍ନ ଏବଂ ଏହି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଅଛି ।
  • ୧୯୬୨ ମସିହାର ପଣ୍ଡିଚେରୀ (ପ୍ରଶାସନ) ଆଇନ ତଥା କେନ୍ଦ୍ରଶାସିତ ଅଞ୍ଚଳ ଶାସନ ଆଇନ, ୧୯୬୩ ଏବଂ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ, ୧୯୬୨ ଓ ୩୭ ତମ ସମ୍ବିଧାନ ସଂଶୋଧନ ଆଇନ, ୧୯୭୪ର ବ୍ୟବସ୍ଥା ତଥା ସମ୍ବିଧାନର ଧାରା-୨୩୯ ‘କ’ ଅନୁସାରେ ପଣ୍ଡିଚେରୀ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ସେଠାରେ ଗୋଟିଏ ବିଧାନସଭା ଓ ମନ୍ତ୍ରୀପରିଷଦର ବ୍ୟବସ୍ଥା ରଖାଯାଇଛି । ଏଠାରେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ଉପରାଜ୍ୟପାଳ (ଲେଫ୍‌ଟନାଣ୍ଟ ଗଭର୍ଣ୍ଣର) ଶାସନମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
  • ୧୯୯୨ ମସିହା ଫେବୃୟାରୀ ମାସ ୧ ତାରିଖ ଦିନ ସମ୍ବିଧାନର ଧାରା ୨୩୯(କ) (କ) ଓ ୨୩୯ (କ) (ଖ) ଏବଂ ୬୯ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ସମ୍ବିଧାନରେ ପ୍ରଯୁକ୍ତ ନୂତନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀକୁ ‘ଜାତୀୟ ରାଜଧାନୀ ଅଞ୍ଚଳ’ ଓ ଏକ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ମିଳିଛି ।
  • ୧୯୯୩ ମସିହା ପରଠାରୁ ଦିଲ୍ଲୀ ପାଇଁ ଗୋଟିଏ ବିଧାନସଭା ଓ ଗୋଟିଏ ମନ୍ତ୍ରିପରିଷଦର ବ୍ୟବସ୍ଥା କରାଯାଇଛି । ରାଜ୍ୟ ତାଲିକାଭୁକ୍ତ ତିନିଗୋଟି ବିଷୟ; ଯଥା – ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ପୋଲିସ୍ ଏବଂ ଜମିଜମା ବିଷୟକୁ ଛାଡ଼ି ଅନ୍ୟ ବିଷୟଗୁଡ଼ିକ ଉପରେ ଦିଲ୍ଲୀ ବିଧାନସଭାର ଆଇନ ପ୍ରଣୟନ କରିବାର କ୍ଷମତା ରହିଛି । ଏଠାରେ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ଉପରାଜ୍ୟପାଳ (ଲେଫ୍‌ଟନାଣ୍ଟ ଗଭର୍ଣ୍ଣର) ଶାସନମୁଖ୍ୟ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
  • କୌଣସି ଅଧ୍ୟାତ ଅଞ୍ଚଳର ପ୍ରଶାସନ ନିମନ୍ତେ ଭାରତ ସମ୍ବିଧାନରେ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନାହିଁ, ମାତ୍ର ସେହି ଅଞ୍ଚଳଗୁଡ଼ିକୁ କେନ୍ଦ୍ରଶାସିତ ଅଞ୍ଚଳର ପଦମର୍ଯ୍ୟାଦା ମିଳିଛି ।
  • ଫରାସୀ ଅଧ୍ବକୃତ ପଣ୍ଡିଚେରୀ, କାରିକଲ, ମାହେ, ୟନମ୍ ଅଞ୍ଚଳ ଓ ପର୍ତ୍ତୁଗାଲ୍ ଅଧିକୃତ ଗୋଆ, ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗରହାବେଳି ଅଞ୍ଚଳର ଭାରତ ସହିତ ମିଶ୍ରଣ ହେବା ଫଳରେ ୧୯୬୨ ମସିହାରେ ସେଗୁଡ଼ିକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଛି ।

→ ରାଜ୍ୟ ପୁନର୍ଗଠନର ପ୍ରବହମାନ ଘଟଣାବଳୀ :

  • ୧୯୫୦ ମସିହାରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବା ସମୟରେ, ଭାରତରେ ଥିବା ନଅଗୋଟି ପ୍ରାକ୍ତନ ବ୍ରିଟିଶ୍ ଶାସନାଧୀନ ଭାରତୀୟ ପ୍ରଦେଶ ସମେତ ଅନ୍ୟ ସମସ୍ତ ଅଞ୍ଚଳକୁ ‘କ’, ‘ଖ’, ‘ଗ’ ଓ ‘ଘ’ ରାଜ୍ୟ ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା ।
  • ସ୍ଵାଧୀନତା ପୂର୍ବର ବ୍ରିଟିଶ୍ ଶାସନାଧୀନ ନଅଗୋଟି ପ୍ରଦେଶ ଯଥା – (୧) ଆସାମ, (୨) ବିହାର, (୩) ବମ୍ବେ, (୪) ମଧ୍ୟପ୍ରଦେଶ, (୫) ମାଡ୍ରାସ୍, (୬) ଓଡ଼ିଶା, (୭) ପଞ୍ଜାବ, (୮) ସଂଯୁକ୍ତ ପ୍ରଦେଶ ଓ (୯) ପଶ୍ଚିମବଙ୍ଗକୁ ‘କ’ ଶ୍ରେଣୀଭୁକ୍ତ କରାଯାଇଛି ।
  • ‘ଖ’ ଶ୍ରେଣୀଭୁକ୍ତ ୫ଟି ରାଜ୍ୟ ହେଉଛି – (୧) ହାଇଦ୍ରାବାଦ, (୨) ଜାମ୍ମୁ ଓ କାଶ୍ମୀର, (୩) ମଧ୍ୟଭାରତ, (୪) ମହୀଶୂର, (୫) ପାତିଆଲା ଓ ପୂର୍ବ ପଞ୍ଜାବ ।
  • ‘ଗ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକ ହେଉଛି – (୧) ଆଜମୀର, (୨) ଭୋପାଳ, (୩) ବିଳାସପୁର, (୪) କୁଚ- ବିହାର, (୫) କୁର୍ଗ ।
  • ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଓ ଅନ୍ୟାନ୍ୟ ଅଧିକୃତ ଅଞ୍ଚଳ ‘ଘ’ ଶ୍ରେଣୀଭୁକ୍ତ ହୋଇଛି ।
  • ‘କ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକରେ ଜଣେ ଜଣେ ରାଜ୍ୟପାଳ, ‘ଖ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକରେ ଜଣେ ଜଣେ ରାଜ୍ୟପ୍ରମୁଖ, ‘ଗ’ ଓ ‘ଘ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକରେ ଜଣେ ଜଣେ ଚିଫ୍ କମିଶନର (ଲେଫ୍ଟନାଣ୍ଟ ଗଭର୍ଣ୍ଣର) ଶାସନମୁଖ୍ୟ ଭାବେ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ହେଉଥିଲେ ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

→ ଭାଷାଭିଭିକ ରାଜ୍ୟ ଗଠନ :

  • ୧୯୪୬ ମସିହାରୁ ୧୯୪୯ ମସିହା ମଧ୍ୟରେ ନୂତନ ସମ୍ବିଧାନର ପ୍ରଣୟନ କାର୍ଯ୍ୟ ଚାଲୁଥିବାବେଳେ ଭାଷାଭିଭିକ ରାଜ୍ୟ ବା ପ୍ରଦେଶ ଗଠନ ଲାଗି ଦାବି ସମ୍ବିଧାନ ପ୍ରଣୟନ ସଭାରେ ଆଲୋଚିତ ହୋଇଥିଲେ ମଧ୍ୟ ଜାତୀୟ ସଂହତିର ସୁରକ୍ଷା ଓ ପ୍ରଶାସନିକ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଏହା ଠିକ୍ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା ।
  • ଭାରତର ଦକ୍ଷିଣାଞ୍ଚଳର ମାଡ୍ରାସ୍, ହାଇଦ୍ରାବାଦ ଓ ମହୀଶୂର ଅଞ୍ଚଳର ତେଲୁଗୁ ଭାଷାଭାଷୀ ତଥା ମହୀଶୂରର କନ୍ନଡ଼ ଭାଷାଭାଷୀ ଲୋକମାନେ ନିଜ ପାଇଁ ସ୍ଵତନ୍ତ୍ର ରାଜ୍ୟ ବା ପ୍ରଦେଶ ଦାବି କରିଥିଲେ ।
  • ମରାଠୀ ଭାଷାଭାଷୀ ଲୋକମାନେ ମହାରାଷ୍ଟ୍ର ରାଜ୍ୟ ବା ପ୍ରଦେଶ ଗଠନ ପାଇଁ ସ୍ଵତନ୍ତ୍ର ଦାବି କରିଥିଲେ ।
  • ମାଲାୟାଲାମ୍ ଓ ତାମିଲ ଭାଷାଭାଷୀ ଲୋକମାନେ ସ୍ବତନ୍ତ୍ର ରାଜ୍ୟ ବା ପ୍ରଦେଶ ଗଠନ ପାଇଁ ଦାବି କରିଥିଲେ ।
  • ୧୯୪୮ ମସିହାରେ ସମ୍ବିଧାନ ପ୍ରଣୟନ ସଭାର ସୁପାରିସକ୍ରମେ ‘ଭାଷାଭିଭିକ ପ୍ରଦେଶ ଆୟୋଗ’’ ଗଠନ କରାଗଲା । ଏଥିରେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦାର ବଲ୍ଲଭଭାଇ ପଟେଲ ଓ ପଟ୍ଟାଭି ସୀତାରାମାୟା ସଦସ୍ୟ ରହିଲେ ।
  • ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ୧୯୬୨ ଅନୁସାରେ ପଣ୍ଡିଚେରୀ, କାରିକଲ, ମାହେ ଓ ୟନମ୍, ପଣ୍ଡିଚେରୀ (ପୁଦ୍ଧଚେରୀ)କୁ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ସ୍ଥାନିତ କରାଯାଇଛି ।
  • ୧୯୫୨ ମସିହାରେ ସ୍ଵତନ୍ତ୍ର ତେଲୁଗୁ ରାଜ୍ୟ ଦାବି କରି ଅନଶନ କରୁଥିବା ପୋଳି ଶ୍ରୀରାମୁଲୁଙ୍କ ମୃତ୍ୟୁ ଘଟଣା ସମସ୍ୟାକୁ ଅଧ‌ିକ ଜଟିଳ କରିଦେବାରୁ ୧୯୫୩ ମସିହାରେ ସରକାରଙ୍କ ନିଷ୍ପଭି ଅନୁସାରେ ମାଡ୍ରାସ୍‌ର ତେଲୁଗୁ ଭାଷାଭାଷୀ ଅଞ୍ଚଳକୁ ନେଇ ନୂତନ ଆନ୍ଧ୍ରପ୍ରଦେଶ ଗଠିତ ହେଲା ।
  • ନୂତନ ରାଜ୍ୟ ବା ପ୍ରଦେଶ ଗଠନ ଦାବିର ସମାଧାନ ପାଇଁ ୧୯୫୬ ମସିହାର ‘ରାଜ୍ୟ ପୁନର୍ଗଠନ ଆୟୋଗ’ ଗଠିତ ହେଲା । ଏଥ‌ିରେ ନ୍ୟାୟମୂର୍ତ୍ତି ଫଜଲ ଅଲ୍ଲୀ, ବିଶିଷ୍ଟ ଐତିହାସିକ ସର୍ଦାର କେ.ଏମ୍. ପାନିକର ଓ ହୃଦୟନାଥ କୁଞ୍ଜରୁ ସଦସ୍ୟ ଥିଲେ ।
  • ଏହି ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ ଥିଲା– ଜାତୀୟ ଐକ୍ୟ ଓ ସଂହତିର ସୁରକ୍ଷା ସହିତ ରାଜ୍ୟବାସୀଙ୍କର ସମୂହ କଲ୍ୟାଣ ତଥା ସଂଖ୍ୟାଲଘୁ ଭାଷାଭାଷୀ ଲୋକମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ରାଜ୍ୟ ପୁନର୍ଗଠନ ରୂପରେଖ ନିର୍ଦ୍ଧାରଣ କରିବାପାଇଁ ଆବଶ୍ୟକ ସୁପାରିସ କରିବା ।
  • ଏହି କମିଶନର ସୁପାରିସକ ଭିତ୍ତିକରି ୧୯୫୬ ମସିହାର ରାଜ୍ୟ ପୁନର୍ଗଠନ ଆଇନ ତଥା ସମ୍ବିଧାନର ସପ୍ତମ ସଂଶୋଧନ ଆଇନ ଜରିଆରେ ପୂର୍ବସୂଚିତ କ, ଖ, ଗ ଓ ଘ ଶ୍ରେଣୀୟ ରାଜ୍ୟ ବା ପ୍ରଦେଶକୁ ଉଚ୍ଛେଦ କରାଯାଇ ନୂତନ ଭାବରେ ୧୪ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଗଲା ।
  • ସେହି ରାଜ୍ୟଗୁଡ଼ିକ ହେଉଛି – (୧) ଆନ୍ଧ୍ରପ୍ରଦେଶ, (୨) ଆସାମ, (୩) ବିହାର, (୪) ବମ୍ବେ, (୫) ଜାମ୍ମୁ ଓ କାଶ୍ମୀର, (୬) କେରଳ, (୭) ମଧ୍ୟପ୍ରଦେଶ, (୮) ମାଡ୍ରାସ୍, (୯) ମହୀଶୂର, (୧୦) ଓଡ଼ିଶା, (୧୧) ପଞ୍ଜାବ, (୧୨) ରାଜସ୍ଥାନ, (୧୩) ଉତ୍ତରପ୍ରଦେଶ, (୧୪) ପଶ୍ଚିମବଙ୍ଗ ।
  • ୬ଟି କେନ୍ଦ୍ରଶାସିତ ଅଞ୍ଚଳ ହେଉଛି– (୧) ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ, (୨) ଦିଲ୍ଲୀ, (୩) ହିମାଚଳ ପ୍ରଦେଶ (୪) ଲାକ୍ଷାଦ୍ଵୀପ, ମିନିକୟ ଓ ଆମିନଡ଼ିଭି ଦ୍ଵୀପପୁଞ୍ଜ, (୫) ମଣିପୁର, (୬) ତ୍ରିପୁରା ।

→ ନୂତନ ରାଜ୍ୟ ଗଠନ ଓ ରାଜ୍ୟ ପୁନର୍ଗଠନ ତଥା ରାଜ୍ୟର ଚତୁଃସୀମା ଏବଂ ନାମ ପରିବର୍ତ୍ତନ ସମ୍ପର୍କିତ ସାମ୍ବିଧାନିକ ବ୍ୟବସ୍ଥା :

  • ସମ୍ବିଧାନର ଧାର ୨ ଅନୁସାରେ ସଂସଦ ଆଇନ ପ୍ରଣୟନ କରି ଭାରତୀୟ ସଂଘୀୟ ବ୍ୟବସ୍ଥାରେ ନୂତନ ରାଜ୍ୟ ସାମିଲ କରିପାରିବ ବା ନୂତନ ରାଜ୍ୟ ପ୍ରତିଷ୍ଠା କରିପାରିବ ।
  • ୩୫ତମ ଓ ୩୬ ତମ ସଂଶୋଧନ ଆଇନ ବଳରେ ସିକିମ୍ ୧୯୭୪ ମସିହାରେ ‘ସଂଲଗ୍ନ ରାଜ୍ୟ’ ବା ‘ସହଯୋଗୀ ରାଜ୍ୟ’, ୧୯୭୫ ମସିହାରେ ଏକ ‘ପୂର୍ଣାଙ୍ଗ ରାଜ୍ୟ’ର ମାନ୍ୟତା ପାଇଲା ।
  • ସମ୍ବିଧାନର ଧାରା—୩ରେ ସୂଚିତ ବ୍ୟବସ୍ଥା ଅନୁସାରେ ସଂସଦ ଆଇନ ପ୍ରଣୟନଦ୍ୱାରା –
    (୧) କୌଣସି ରାଜ୍ୟରୁ କିଛି ଅଞ୍ଚଳ ଅଲଗା କରି ବା ଦୁଇ ବା ତତୋଽଧିକ ରାଜ୍ୟକୁ ବା ରାଜ୍ୟର କିଛି ଅଞ୍ଚଳକୁ ମିଶ୍ରଣ କରି ନୂତନ ରାଜ୍ୟ ସୃଷ୍ଟି କରିପାରିବ ।
    (୨) କୌଣସି ରାଜ୍ୟର ଆୟତନକୁ ବୃଦ୍ଧି କରିପାରିବ ବା ହ୍ରାସ କରିପାରିବ ।
    (୩) କୌଣସି ରାଜ୍ୟର ପରିସୀମା ପରିବର୍ତ୍ତନ କରିପାରିବ ।
    (୪) କୌଣସି ରାଜ୍ୟର ନାମ ପରିବର୍ତ୍ତନ କରିପାରିବ ।
    (କ) ଏହି ପରିପ୍ରେକ୍ଷୀରେ କୁହାଯାଇଛି ଯେ ଆବଶ୍ୟକ ବିଷୟ ସୂଚିତ କରି ରାଷ୍ଟ୍ରପତିଙ୍କ ପ୍ରାକ୍ ସୁପାରିସ ମିଳିବା ପରେ ସଂସଦର ଯେ କୌଣସି ସଦନରେ ଏକ ଚିଠା ଆଗତ କରାଯାଇ ପାରିବ ।
    (ଖ) ରାଷ୍ଟ୍ରପତି ନିଜର ସୁପାରିସ ଦେବା ପୂର୍ବରୁ ପ୍ରୋକ୍ତ ଚିଠା ଆଇନକୁ ସଂଶ୍ଳିଷ୍ଟ ରାଜ୍ୟ ବା ରାଜ୍ୟମାନଙ୍କର ବିଧାନମଣ୍ଡଳକୁ ପ୍ରେରଣ କରି ଉକ୍ତ ସଦନର ଆବଶ୍ୟକ ମତାମତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜାଣିବେ । ମାତ୍ର ରାଜ୍ୟ ବିଧାନମଣ୍ଡଳର ମତାମତ ଗ୍ରହଣ କରିବାପାଇଁ ରାଷ୍ଟ୍ରପତି ବାଧ୍ଯ ନୁହନ୍ତି ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

→ ଅଦ୍ୟାବଧୂ ନୂତନ ରାଜ୍ୟ ଗଠନ ଓ ରାଜ୍ୟ ପୁନର୍ଗଠନ କ୍ଷେତ୍ରରେ ଅନୁସୃତ ଉଲ୍ଲିଖତ ପଦ୍ଧତି :

  • ବମ୍ବେ ରାଜ୍ୟ ପୁନର୍ଗଠନ ଆଇନ, ୧୯୬୦ ଅନୁସାରେ ବମ୍ବେ ରାଜ୍ୟକୁ ବିଭାଜିତ କରାଯାଇ ମହାରାଷ୍ଟ୍ର ଓ ଗୁଜରାଟ ରାଜ୍ୟଦ୍ଵୟ ଗଠିତ ହୋଇଅଛି ।
  • ନାଗାଲାଣ୍ଡ ରାଜ୍ୟ ଗଠନ ଆଇନ, ୧୯୬୨ ବଳରେ ୧୯୬୪ ମସିହା ଫେବୃୟାରୀ ୧ ତାରିଖଠାରୁ ନୂତନ ନାଗାଲାଣ୍ଡ ରାଜ୍ୟ ଗଠିତ ହୋଇଅଛି ।
  • ୧୯୬୬ ମସିହାର ପଞ୍ଜାବ ପୁନର୍ଗଠନ ଆଇନ ବଳରେ ପଞ୍ଜାବ ରଜ୍ୟ ବିଭାଜିତ ହୋଇ ନୂତନ,ରାଜ୍ୟ ହରିୟାଣା, ପଞ୍ଜାବ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ସୃଷ୍ଟି ହୋଇଛି ।
  • ୧୯୬୯ ମସିହାର ଆସାମ (ମେଘାଳୟ) ପୁନର୍ଗଠନ ଆଇନ ଅନୁସାରେ ମେଘାଳୟ ଉପରାଜ୍ୟ ସୃଷ୍ଟି ହୋଇ ୧୯୭୧ ମସିହାରେ ରାଜ୍ୟ ପାହ୍ୟାକୁ ଉନ୍ନୀତ ହୋଇଛି ।
  • ୧୯୭୦ ମସିହାର ହିମାଚଳ ପ୍ରଦେଶ ରାଜ୍ୟ ଗଠନ ଆଇନ ଅନୁସାରେ ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଥ‌ିବା ହିମାଚଳ ପ୍ରଦେଶ ରାଜ୍ୟ ପାହ୍ୟାକୁ ଉନ୍ନୀତ ହେଲା ।
  • ୧୯୭୧ ମସିହାର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ (ପୁନର୍ଗଠନ) ଆଇନ ଅନୁସାରେ ମଣିପୁର, ତ୍ରିପୁରା ଓ ମେଘାଳୟ ରାଜ୍ୟ ହେବା ସହିତ ଅରୁଣାଚଳ ପ୍ରଦେଶ ଓ ମିଜୋରାମ୍‌କୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଯାଇଛି ।
  • ୧୯୮୬ ମସିହାରେ ମିଜୋରାମ୍ ରାଜ୍ୟ ପାହ୍ୟାକୁ ଉନ୍ନୀତ ହୋଇଛି ।
  • ୧୯୮୬ ମସିହାରେ ଅରୁଣାଚଳ ପ୍ରଦେଶ ଗୋଟିଏ ରାଜ୍ୟର ମାନ୍ୟତା ପାଇଛି ।
  • ୧୯୮୭ ମସିହାର ଗୋଆ ରାଜ୍ୟ ପୁନର୍ଗଠନ ଆଇନ ବଳରେ ସେହି ବର୍ଷ ମେ ମାସ ୩୦ ତାରିଖରେ ଗୋଆ ଏକ ରାଜ୍ୟର ମାନ୍ୟତା ପାଇଛି ।
  • ମଧ୍ୟପ୍ରଦେଶ ରାଜ୍ୟ ପୁନର୍ଗଠନ ଆଇନ ୨୦୦୦ ବଳରେ ୨୦୦୦ ମସିହା ନଭେମ୍ବର ମାସ ୧ ତାରିଖରୁ ଛତିଶଗଡ଼ ରାଜ୍ୟ ଗଠିତ ହୋଇଛି ।
  • ଉତ୍ତରପ୍ରଦେଶ ରାଜ୍ୟ ପୁନର୍ଗଠନ ଆଇନ ବଳରେ ଉତ୍ତର ପ୍ରଦେଶରୁ କିଛି ଅଞ୍ଚଳକୁ ଅଲଗା କରାଯାଇ ୨୦୦୦ ମସିହା ନଭେମ୍ବର ମାସ ୯ ତାରିଖରୁ ଉତ୍ତରାଖଣ୍ଡ ରାଜ୍ୟ ଗଠିତ ହୋଇଛି ।
  • ୨୦୦୦ ମସିହା ନଭେମ୍ବର ୧୫ ତାରିଖରୁ ବିହାର ପୁନଗଠନ ଆଇନ–୨୦୦୦ ବଳରେ ବିହାରର କିଛି ଅଞ୍ଚଳକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ସୃଷ୍ଟି ହୋଇଛି ।
  • ୨୦୧୪ ମସିହା ଜୁନ୍ ୨ ତାରିଖ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ୨୦୧୪ ଅନୁସାରେ ଆନ୍ଧ୍ରପ୍ରଦେଶକୁ ବିଭାଜିତ କରି ତେଲେଙ୍ଗାନା ରାଜ୍ୟ ଗଠିତ ହୋଇଛି ।
  • ୨୦୧୯ ମସିହା ଅକ୍ଟୋବର ୩୧ ତାରିଖରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ଆଇନ ୨୦୧୯ ଅନୁସାରେ ଜାମ୍ମୁ ଓ କାଶ୍ମୀରକୁ ବିଭାଜନ କରି (୧) ଜାମ୍ମୁକାଶ୍ମୀର ଓ (୨) ଲଦାଖ ନାମକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠନ କରାଗଲା ।

→ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନାମ ପରିବର୍ତ୍ତନ :

  • ୧୯୬୮ ମସିହାରେ ମାଡ୍ରାସ୍ ରାଜ୍ୟର ନୂତନ ନାମ ହୋଇଛି | ତାମିଲନାଡୁ ।
  • ୧୯୭୩ ମସିହାରେ ମହୀଶୂର ରାଜ୍ୟର ନାମ ପରିବର୍ତ୍ତିତ ହୋଇ ‘କର୍ଣାଟକ’ ହୋଇଛି ।
  • ପୂର୍ବର ଲାକାଡ଼ିଭ, ମିନିକୟ ଓ ଆମିନିଡ଼ିଭି ଦ୍ଵୀପପୁଞ୍ଜର ନାମ ୧୯୭୩ ମସିହାରେ ପରିବର୍ତ୍ତିତ ହୋଇ ‘ଲାକ୍ଷାଦ୍ଵୀପ’ ହୋଇଛି |
  • ୨୦୧୧ ମସିହାରେ ସଂସଦରେ ଆଇନ ପ୍ରଣୟନ କରାଯାଇ | ‘ଓରିଶା’ (ORISSA) ଓ ‘ଓରିୟା’ (ORIYA) ଶବ୍ଦ ପରିବର୍ତ୍ତିତ ହୋଇ ଯଥାକ୍ରମେ ‘ଓଡ଼ିଶା’ (ODISHA) ଏବଂ ‘ଓଡ଼ିଆ’ (ODIA) ହୋଇଅଛି ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

ଜାଣିବା କଥା
(କ). ୧୯୬୧ ମସିହାର ଡିସେମ୍ବର ମାସ ୧୯ ତାରିଖ ଦିନ ଗୋଆ, ଡାମନ ଓ ଡିଉ ଭାରତରେ ମିଶିଲା । ଏହା ପୂର୍ବରୁ ଦୀର୍ଘ ୪୫୦ ବର୍ଷ ଧରି ଏହି ଅଞ୍ଚଳ ପର୍ତ୍ତୁଗାଲ୍ ଅଧୀନରେ ଥିଲା । ଭାରତ ସହିତ ମିଶିବା ପରେ ସମ୍ବିଧାନ ସଂଶୋଧନ ଆଇନ ବଳରେ ଉଲ୍ଲିଖୂତ ଅଞ୍ଚଳ ପ୍ରଥମେ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଛି ଓ ୧୯୮୭ ମସିହାରେ କେବଳ ଗୋଆ ଏକ ରାଜ୍ୟର ମାନ୍ୟତା ପାଇଛି । ଡାମନ ଓ ଡିଉ ପୂର୍ବପରି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ରହିଛନ୍ତି ।
(ଖ). ଫରାସୀମାନଙ୍କ ଅଧୀନରେ ଥ‌ିବା ପଣ୍ଡିଚେରୀ, କାରିକଲ, ମାହେ ଓ ୟନମ୍ ଅଞ୍ଚଳ ଭାରତରେ ମିଶିଯାଇଛି ଓ ୧୯୬୨ ମସିହା ଡିସେମ୍ବର ମାସରେ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ପଣ୍ଡିଚେରୀ (ପୁଦୁଚେରୀ) ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଉଛି ।
(ଗ). ୧୯୬୧ ମସିହାରେ ଦଶମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଦାଦ୍ରା ଓ ନଗରହାବେଳି କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଛି ।

  • ବ୍ରିଟିଶ୍ ଶାସନ ସମୟରେ ସିକିମ୍‌ରେ ପୁରୁଷାନୁକ୍ରମିକ ରାଜତନ୍ତ୍ର ଚାଲୁଥିଲା ଓ ଚୋଗ୍ୟାଲ ଥିଲେ ଏହାର ରାଷ୍ଟ୍ରମୁଖ୍ୟ । ଭାରତ ସ୍ଵାଧୀନତା ପାଇବା ପରେ ସିକିମ୍ବର ଜନସାଧାରଣ ଭାରତରେ ମିଶିଯିବା ପାଇଁ ଆଗ୍ରହ ପ୍ରକାଶ କଲେ । ପ୍ରଥମେ ଏକ ଚୁକ୍ତି ସମ୍ପାଦିତ ହେବା ପରେ ସିକିମ୍ ହେଲା ଭାରତର ଏକ ସୁରକ୍ଷାପ୍ରାପ୍ତ ଅଞ୍ଚଳ (Protectorate) । ପରବର୍ତୀ ସମୟରେ ସିକିମ୍ ପ୍ରଶାସନ ଆଇନ ଓ ଭାରତ ସହିତ ମିଶ୍ରଣ ପ୍ରସ୍ତାବ (Resolution) ଅନୁସାରେ ୧୯୭୪ ମସିହାଠାରୁ ସିକିମ୍ ପ୍ରଥମେ ଏକ ‘ସହଯୋଗୀ ରାଜ୍ୟ’ ବା ‘ସଂଲଗ୍ନ ରାଜ୍ୟ’ ଓ ପରେ ୧୯୭୫ ମସିହାରେ ଏକ ‘ପୂର୍ଣ୍ଣାଙ୍ଗ ରାଜ୍ୟ’ର ମାନ୍ୟତା ପାଇଛି ।

Leave a Comment