Odisha State Board BSE Odisha 10th Class History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା will enable students to study smartly.
BSE Odisha Class 10 History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:
→ ଆନ୍ଦୋଳନର ପୃଷ୍ଠଭୂମି :
- ଭାରତ ଛାଡ଼ ଆନ୍ଦୋଳନ ବ୍ରିଟିଶ୍ ଶାସନ ବିରୋଧରେ ମହାତ୍ମା ଗାନ୍ଧିଙ୍କ ଶେଷ ଗଣ ଆନ୍ଦୋଳନ ଥିଲା ।
- ଏହି ଆନ୍ଦୋଳନ ମାଧ୍ୟମରେ ଇଂରେଜ ସରକାରଙ୍କୁ ଭାରତ ଛାଡ଼ିବାପାଇଁ ଆହ୍ୱାନ ଦିଆଯାଇଥିଲା ।
- ଅଗଷ୍ଟ ମାସରେ ଏହି ଆନ୍ଦୋଳନ ତୀବ୍ର ଓ ବ୍ୟାପକ ହୋଇଥିଲା । ତେଣୁ ଇତିହାସରେ ଏହା ‘ଅଗଷ୍ଟ ବିପ୍ଳବ’ ନାମରେ ଖ୍ୟାତ ।
- ୧୯୩୯ ମସିହା ସେପ୍ଟେମ୍ବର ୩ ତାରିଖରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ।
- ତତ୍କାଳୀନ ବଡ଼ଲାଟ ଲର୍ଡ ଲିନ୍ଲିଥ୍। ଜାତୀୟ କଂଗ୍ରେସ କିମ୍ବା ଭାରତୀୟ ନେତୃବର୍ଗଙ୍କ ସହ ବିନା ପରାମର୍ଶରେ ଭାରତକୁ ମିତ୍ରଶକ୍ତିର ପକ୍ଷଭୁକ୍ତ କରାଇଥିଲେ । ଏହାର ପ୍ରତିବାଦରେ ୧୯୩୯ ସେପ୍ଟେମ୍ବର ୧୪ରେ ଜାତୀୟ କଂଗ୍ରେସ ପ୍ରସ୍ତାବ ଗ୍ରହଣ କଲା ଯେ ଭାରତୀୟମାନଙ୍କୁ ନିଜର ସମ୍ବିଧାନ ପ୍ରସ୍ତୁତି ଓ ଏକ ଜନପ୍ରିୟ ସରକାର ପ୍ରତିଷ୍ଠା ପାଇଁ ସମ୍ମତି ନ ମିଳିବା ପର୍ଯ୍ୟନ୍ତ ମିତ୍ରଶକ୍ତିକୁ କୌଣସି ସାହାଯ୍ୟ ପ୍ରଦାନ କରାଯିବ ନାହିଁ ।
- ୧୯୩୯ ସେପ୍ଟେମ୍ବର ୨୨ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ସରକାରଙ୍କ ଘୋଷଣାର ଦୃଢ଼ ନିନ୍ଦା କରିବା ସହ ଆଠଟି ପ୍ରଦେଶରେ ଅବସ୍ଥାପିତ କଂଗ୍ରେସ ମନ୍ତ୍ରୀମଣ୍ଡଳକୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଲେ ।
- ପରିସ୍ଥିତିର ଜଟିଳତା ଦୃଷ୍ଟିରୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଦୁଇଟି ସର୍ଭରେ ବ୍ରିଟିଶ୍ ସରକାରଙ୍କୁ ସାହାଯ୍ୟ କରିବାପାଇଁ ନିଷ୍ପତ୍ତି ନେଲା । ପ୍ରଥମତଃ ଯୁଦ୍ଧ ସମାପ୍ତି ପରେ ଭାରତକୁ ପୂର୍ଣ୍ଣ ସ୍ଵାଧୀନତା ପ୍ରଦାନ କରାଯିବ ଓ ଦ୍ବିତୀୟତଃ ତତ୍କ୍ଷଣାତ୍ ସମସ୍ତ ଦଳର ପ୍ରତିନିଧିଙ୍କୁ ନେଇ ଭାରତରେ ଏକ ଜାତୀୟ ସରକାର ଅବସ୍ଥାପିତ ହେବ ।
- ଇଂରେଜ ସରକାର ଭାରତୀୟମାନଙ୍କୁ କେତେକ ସୁବିଧା ଦେବା ନିମନ୍ତେ ୧୯୪୦ ମସିହା ଅଗଷ୍ଟ ୮ ତାରିଖରେ ଘୋଷଣା ଜାରି କରିଥିଲେ ।
- ‘ଅଗଷ୍ଟ ଦାନ’ ନାମରେ ପରିଚିତ ଏହି ଘୋଷଣାକୁ କଂଗ୍ରେସ ଓ ମୁସ୍ଲିମ୍ ଲିଗ୍ ପ୍ରତ୍ୟାଖ୍ୟାକ କଲେ ।
- ଏହା ପରେ ଗାନ୍ଧିଜୀ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କଲେ । ୧୯୪୧ ସୁଦ୍ଧା ୨୫,୦୦୦ରୁ ଊର୍ଦ୍ଧ୍ବ ସତ୍ୟାଗ୍ରହୀ ଗିରଫ ହୋଇଥିଲେ ।
- ବ୍ୟକ୍ତିଗତ ସତ୍ୟାଗ୍ରହର ପ୍ରଥମ ଓ ଦ୍ୱିତୀୟ ସତ୍ୟାଗ୍ରହୀ ଯଥାକ୍ରମେ ଆଚାର୍ଯ୍ୟ ବିନୋବା ଭାବେ ଓ ଜବାହରଲାଲ ନେହେରୁ ଥିଲେ ।
- ଗାନ୍ଧିଜୀଙ୍କର ଏହି ବ୍ୟକ୍ତିଗତ ସତ୍ୟାଗ୍ରହର ପ୍ରଭାବରେ ଆମେରିକା, ଚୀନ୍ ଓ ଅଷ୍ଟ୍ରେଲିଆ ଏପରିକି ଇଂଲଣ୍ଡର ଜନସାଧାରଣ ମଧ୍ୟ ଭାରତୀୟମାନଙ୍କ ଦାବିକୁ ଗ୍ରହଣ କରିନେବାପାଇଁ ବ୍ରିଟିଶ୍ ସରକାରଙ୍କ ଉପରେ ଚାପ ପକାଇଲେ ।
→ କ୍ରିପ୍ସ୍ ମିଶନ :
- ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ ଉଇନ୍ଷ୍ଟନ୍ ଏସ୍. ଚର୍ଚ୍ଚିଲ୍ ୧୯୪୨ ମସିହା ମାର୍ଚ୍ଚ ମାସରେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସାର୍ ଷ୍ଟାଫୋର୍ଡ଼ କ୍ରିପ୍ସ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧୂ ଦଳ ଭାରତ ପଠାଇଥିଲେ ।
- ସ୍ୱାୟତ୍ତ ଶାସନ ଅଧିକାର ଦିଆଯିବ । ଦ୍ଵିତୀୟତଃ ଭାରତବାସୀ ନିଜ ପାଇଁ ସମ୍ବିଧାନ କ୍ରିପସ୍ ମିଶନ ପ୍ରସ୍ତାବ ଦେଲା ଯେ ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟର ଏକ ଅଂଶରୂପେ ପ୍ରସ୍ତୁତ କରିବାର ଅଧିକାର ପାଇବେ, ମାତ୍ର କୌଣସି ପ୍ରଦେଶ ଏହି ସମ୍ବିଧାନକୁ ଗ୍ରହଣ ନ କଲେ ପୃଥକ୍ ସମ୍ବିଧାନ ପ୍ରସ୍ତୁତ କରିପାରିବ । କ୍ରିପସ୍ ମିଶନର ଏହି ପ୍ରସ୍ତାବକୁ ସବୁଦଳ ପ୍ରତ୍ୟାଖ୍ୟାନ କଲେ ।
→ ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ :
- ଦ୍ଵିତୀୟ ବିଶ୍ୱଯୁଦ୍ଧଜନିତ ନୈରାଶ୍ୟ, ଅନିଶ୍ଚିତତା ଓ ଅବ୍ୟବସ୍ଥାରୁ ଦେଶକୁ ରକ୍ଷା କରିବାପାଇଁ ପ୍ରଥମେ ଇଂରେଜମାନଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ ବୋଲି କଂଗ୍ରେସ ନେତାମାନଙ୍କର ହୃଦ୍ବୋଧ ହେଲା । ତେଣୁ ଗାନ୍ଧିଜୀ ବ୍ରିଟିଶ୍ ସରକାର ବିରୋଧରେ ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ଯୋଜନା କଲେ ।
- ୧୯୪୨ ମସିହା ଜୁଲାଇ ୧୪ ତାରିଖ ଦିନ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏକ ଐତିହାସିକ ନିଷ୍ପତ୍ତି ନେଲେ ଯେ ଭାରତରେ ବ୍ରିଟିଶ୍ ଶାସନର ଅବସାନ ଘଟିବା ଉଚିତ ଏବଂ ଏଥପାଇଁ ‘ଭାରତ ଛାଡ଼’ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
- ୧୯୪୨ ଅଗଷ୍ଟ ୭ ତାରିଖରେ ମୁମ୍ବାଇଠାରେ କଂଗ୍ରେସର ସାଧାରଣ ଅଧିବେଶନରେ ସଭାପତି ମୌଲାନା ଆବୁଲ କାଲାମ ‘ଭାରତ ଛାଡ଼’ ଆନ୍ଦୋଳନର ଅର୍ଥ ବ୍ୟାଖ୍ୟା କଲେ ଓ ଜବାହରଲାଲ ନେହେରୁ ଭାରତ ଛାଡ଼ ପ୍ରସ୍ତାବ ଆଗତ କଲେ । ଅଗଷ୍ଟ ୮ ତାରିଖରେ କଂଗ୍ରେସ ଏହି ପ୍ରସ୍ତାବକୁ ଅନୁମୋଦନ କଲା ।
- ଗାନ୍ଧିଜୀ ଦେଶବାସୀଙ୍କୁ ସ୍ଵାଧୀନତା ପ୍ରାପ୍ତି ନିମନ୍ତେ ‘କର ବା ମର’ ଆହ୍ବାନ ଦେଇଥିଲେ ।
→ ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ :
- ଭାରତ ଛାଡ଼ ଆନ୍ଦୋଳନ ସମୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମ ଗ୍ରହଣ କରାଗଲା :
(i) ଶ୍ରମିକ ଓ କୃଷକମାନେ ଭୂରାଜସ୍ୱ ଦେବା ବନ୍ଦ କରିବେ, ଇଂରେଜ କର୍ମଚାରୀଙ୍କୁ କୌଣସି ଖାଦ୍ୟପଦାର୍ଥ ବିକ୍ରି କରାଯିବ ନାହିଁ ଓ କାଗଜ ନୋଟ ଗ୍ରହଣ କରାଯିବ ନାହିଁ ।
(ii) ରାସ୍ତାଘାଟ, ଯାନବାହନ, ଟେଲିଗ୍ରାଫ୍ ଓ ରେଳ ବିଭାଗକୁ ଅଚଳ କରାଯିବ ।
(iii) ଥାନା, କୋର୍ଟ ଓ ଜେଲଖାନାକୁ ଅହିଂସା ମାର୍ଗରେ ଭାରତୀୟମାନଙ୍କ ଆୟତ୍ତରେ ରଖାଯିବ ।
(iv) ସାଧାରଣ ଜନତା ଅହିଂସା ମାର୍ଗ ଗ୍ରହଣ କରିବେ । - ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବାର ପରଦିନ ମହାତ୍ମା ଗାନ୍ଧି ଓ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟମାନଙ୍କୁ ଗିରଫ କରାଗଲା ।
- ଜବାହରଲାଲ ନେହେରୁ, ମୌଲାନା ଆବୁଲ କାଲାମ ଆଜାଦ୍, ଜେ.ବି. କ୍ରିପାଳିନି, ଗୋବିନ୍ଦବଲ୍ଲଭ ପନ୍ଥ ଆଦି ଅନ୍ୟାନ୍ୟ ନେତାଙ୍କୁ ଅହମ୍ମଦାବାଦ ଦୁର୍ଗରେ ବନ୍ଦୀ କରି ରଖାଗଲା ।
- ଗାନ୍ଧିଜୀଙ୍କୁ ପୁନାର ଆଗା ଖାଁ ପାଲେସ୍ରେ ବନ୍ଦୀ କରି ରଖାଯାଇଥିଲା ।
- ଜାତୀୟ କଂଗ୍ରେସକୁ ବେଆଇନ ଘୋଷଣା କରାଗଲା । ସମାଜବାଦୀ ଦଳର ନେତା ଜୟପ୍ରକାଶ ନାରାୟଣ, ରାମମନୋହର ଲୋହିଆ ଓ ଅରୁଣା ଆସଫ୍ ଅଲ୍ଲୀଙ୍କ ନେତୃତ୍ୱରେ ଆନ୍ଦୋଳନ ପରିଚାଳିତ ହେଲା ।
→ ଆନ୍ଦୋଳନର ବ୍ୟାପକତା :
- ମହାରାଷ୍ଟ୍ରରେ ଭାରତ ଛାଡ଼ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା । ଏହି ବାର୍ତ୍ତା ମୁମ୍ବାଇ ୱାୟରଲେସ୍ କେନ୍ଦ୍ରଦ୍ୱାରା ପ୍ରଚାର କରାଯାଇଥିଲା ।
- ଏଥିରେ କୃଷକମାନେ ଥାନା ଘେରାଉ କରି ପୋଲିସ୍ ଅଫିସରମାନଙ୍କୁ ଆୟତ୍ତାଧୀନ କରିଥିଲେ ।
- ଗୁଜରାଟରେ ହରତାଳ ପାଳନ କରାଯାଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରାଯାଇଥିଲା ।
- କର୍ଣ୍ଣାଟକରେ ସରକାରୀ ଅଫିସ୍, ରେଳଷ୍ଟେସନ୍ ଓ ଡାକଘର ଜନସାଧାରଣଙ୍କ କ୍ରୋଧର ଶିକାର ହେଲା ।
- ବଙ୍ଗଳା ଓ ବିହାରରେ ଗାନ୍ଧିଜୀଙ୍କର ‘କର ବା ମର’ ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ସାଧାରଣ ଜନତା ଆନ୍ଦୋଳନ ଚାଲୁ ରଖୁଥିଲେ ।
- ୧୯୪୨ ମସିହା ଅଗଷ୍ଟ ୧୧ ତାରିଖରେ ଛାତ୍ରମାନେ ପାଟନା ସଚିବାଳୟର ପୂର୍ବ ଦ୍ଵାରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
- ସମଗ୍ର ଦେଶରେ ହରତାଳ, ଶୋଭାଯାତ୍ରା ଓ ସଭାସମିତି କରାଯାଇ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଜନମତ ପ୍ରକାଶ କରାଗଲା ।
→ ସରକାରଙ୍କ ଦମନ ପ୍ରକ୍ରିୟା :
- ଭାରତ ଛାଡ଼ ଆନ୍ଦୋଳନର ତୀବ୍ରତା ଦେଖ୍ ତାକୁ ଦମନ କରିବାପାଇଁ ଇଂରେଜ ସରକାର ବହୁ ଅମାନୁଷିକ ପଦକ୍ଷେପ ଗ୍ରହଣ କରିଥିଲେ ।
- ସରକାର ସଭା ଓ ଶୋଭଯାତ୍ରାକୁ ବେଆଇନ ଘୋଷଣା କରିଥିଲେ । ଲାଠିପ୍ରହାର ଓ ଗୁଳିଚାଳନା ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଥିଲା ।
- ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଚଢିଲ୍ ବ୍ରିଟିଶ୍ ହାଉସ୍ ଅଫ୍ କମନ୍ସରେ ୧୯୪୨ ମସିହା ସେପ୍ଟେମ୍ବର ୧୦ ତାରିଖରେ ଭାରତ ଛାଡ଼ ଆନ୍ଦୋଳନକୁ ଦମନ କରାଯାଇଛି ବୋଲି ଘୋଷଣା କରିଥିଲେ ।
→ ଆନ୍ଦୋଳନ ପ୍ରଶମନର କାରଣ :
- ନେତୃତ୍ୱ ଓ ସଙ୍ଗଠନର ଅଭାବ ଯୋଗୁଁ ଆନ୍ଦୋଳନ ଧୀରେ ଧୀରେ ପ୍ରଶମିତ ହୋଇଥିଲା ।
- କଂଗ୍ରେସ କର୍ମୀଙ୍କ ମଧ୍ୟରେ ସମନ୍ବୟର ଅଭାବ ଥିଲା ।
- ଦେଶୀୟ ରାଜା, ଜମିଦାର ଓ ବ୍ୟବସାୟୀମାନେ ଏହି ଆନ୍ଦୋଳନ ସପକ୍ଷରେ ନଥିଲେ ।
- ମୁଖ୍ୟତଃ ସରକାରଙ୍କ ସଶସ୍ତ୍ର ଦମନଲୀଳା ଯୋଗୁଁ ଏହି ଆନ୍ଦୋଳନ ପ୍ରଶମିତ ହୋଇଯାଇଥିଲା ।
→ ଆନ୍ଦୋଳନର ତାତ୍ପର୍ଯ୍ୟ :
- ଏହି ଆନ୍ଦୋଳନ ଇଂରେଜ ଶାସନକୁ ସମ୍ପୂର୍ଣ ରୂପେ ଦୋହଲାଇ ଦେଇଥିଲା ଓ ପୂର୍ଣ୍ଣ ସ୍ବାଧୀନତା ପାଇଁ ବାଟ ଫିଟାଇ ଦେଇଥିଲା ।
- ଏହି ଆନ୍ଦୋଳନ ଯଥାର୍ଥରେ ଏକ ବିପ୍ଳବ ଭାବେ ଆଖ୍ୟାୟିତ ହୋଇ ଭାରତର ରାଜନୈତିକ ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା ।
- ଭାରତ ଛାଡ଼ ଆନ୍ଦୋଳନକୁ ୧୭୮୯ ମସିହାର ଫରାସୀ ବିପ୍ଳବ ଓ ୧୯୧୭ ମସିହାର ରୁଷ ବିପ୍ଳବ ସହିତ ତୁଳନା କରାଯାଏ ।
→ ଭାରତ ଛାଡ଼ ଆନ୍ଦୋଳନରେ ଓଡ଼ିଶାର ଭୂମିକା :
- ଭାରତ ଛାଡ଼ ଆନ୍ଦୋଳନ ଓଡ଼ିଶା ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲା ।
- ଆନ୍ଦୋଳନ ଆରମ୍ଭ ହେବାର ଦୁଇଦିନ ମଧ୍ୟରେ ପୋଲିସ୍ ଓଡ଼ିଶାର ସବୁ କଂଗ୍ରେସ ଅନୁଷ୍ଠାନକୁ ବେଆଇନ ଘୋଷଣା କଲା ଓ କଂଗ୍ରେସ କାର୍ଯ୍ୟାଳୟଗୁଡ଼ିକୁ ଦଖଲ କରିନେଲା ।
- ମାଳତୀ ଚୌଧୁରୀ ଓ ସୁରେନ୍ଦ୍ରନାଥ ଦ୍ବିବେଦୀ ଅଗଷ୍ଟ ୧୧ ତାରିଖରେ ମୁମ୍ବାଇ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ । ସେମାନେ ଓଡ଼ିଶାକୁ ପ୍ରତ୍ୟାଗମନ ପରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା ।
- ପୋଲିସ୍ର ମୁକାବିଲା କରିବାପାଇଁ ଗଢ଼ିଉଠିଥିଲା– ‘ରକ୍ତ ବାହିନୀ’, ‘ସଂଗ୍ରାମ ବାହିନୀ’ ଓ ‘ମରଣ ବାହିନୀ’ ।
→ ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ :
- କଂଗ୍ରେସ ପକ୍ଷରୁ କାର୍ଯ୍ୟକ୍ରମ ସମ୍ବଳିତ ହାତଲେଖା ପ୍ରଚାରପତ୍ର ସାଧାରଣରେ ବଣ୍ଟନ କରାଯାଇଥିଲା ।
- ଖଜଣା ବନ୍ଦ କରିବା, ସରକାରୀ ଗୋଦାମ ଲୁଣ୍ଠନ କରିବା, ଜଙ୍ଗଲ ଆଇନ ଭଙ୍ଗ କରିବା, ଶିକ୍ଷାନୁଷ୍ଠାନ ବନ୍ଦ କରିବା, ଯୋଗାଯୋଗ ବିଚ୍ଛିନ୍ନ କରିବା, ଧର୍ମଘଟ ପାଳନ କରିବା ଓ ପଞ୍ଚାୟତ ଗଠନ କରିବା ଇତ୍ୟାଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।
- 3ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗଦେବାପାଇଁ ପ୍ରବର୍ତ୍ତାଇବା କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯାଇଥିଲା ।
→ ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନର ବ୍ୟାପକତା :
- କଟକର ରେଭେନ୍ସା କଲେଜ ସମ୍ମୁଖରେ ଛାତ୍ରମାନେ ସଭାକରି ଭାରତ ଛାଡ଼ ଆନ୍ଦୋଳନରେ ଭାଗନେବାପାଇଁ ନିଷ୍ପତ୍ତି ନେଇଥିଲେ । ଛାତ୍ରନେତା ବିବୁଧେନ୍ଦ୍ର ମିଶ୍ର, ଅଶୋକ ଦାସ, ସୁରଜମଲ ଶାହା, ବିରେନ ମିତ୍ରଙ୍କନେତୃତ୍ଵରେ ଛାତ୍ରମାନେ କଲେଜ ଅଫିସ୍କୁ ପୋଡ଼ି ଦେଇଥିଲେ ।
- କଟକ ଜିଲ୍ଲା ବରୀ ଅଞ୍ଚଳର ଲୋକମାନେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ଗିରଫରେ ଉଭ୍ୟକ୍ତ ହୋଇ ୧୯୪୨ ଅଗଷ୍ଟ ୧୭ରେ କାଇପଦର ଡାକଘରେ ନିଆଁ ଲଗାଇ ଦେବାରୁ ପୋଲିସ୍ ଗୁଳିଚାଳନାରେ ୩ ଜଣ ମୃତ୍ୟୁବରଣ କଲେ ଓ ୭ ଜଣ ଆହତ ହେଲେ ।
- ଭଦ୍ରକ-ନିକଟସ୍ଥ ଭଣ୍ଡାରୀପୋଖରୀଠାରେ ଦ୍ବାରିକା ଦାସ ଓ ଜଗନ୍ନାଥ ଦାସଙ୍କ ନେତୃତ୍ୱରେ ୫,୦୦୦ ଲୋକ ଥାନା ଆକ୍ରମଣ କରି ସରକାରୀ କାଗଜପତ୍ର ନଷ୍ଟ କରିବା ସଙ୍ଗେ ସଙ୍ଗେ ଏକ ପୋଲ ଭାଙ୍ଗି ଦେଇଥିଲେ । ଏଥିପାଇଁ ୧୨ଟି ଗ୍ରାମକୁ ୨,୦୦୦ ଟଙ୍କା ଜୋରିମାନା ହୋଇଥିଲା ।
- ଶ୍ରୀଜଙ୍ଗ ଗ୍ରାମରେ ଚୌକିଦାର ପୋଷାକ ପୋଡ଼ି ଦେଇଥିବାରୁ ପୋଲିସ୍ ଗୁଳିଚାଳନାରେ ୧୦ ବା ୧୧ ଜଣ ନିହତ ହୋଇଥିଲେ ।
- ତୁଡ଼ିଗଡ଼ିଆ ଓ ଖାଇରାଡ଼ିହିରେ ପୋଲିସ୍ ଗୁଳିଚାଳନା ଫଳରେ ନୀଳଗିରିର କିଛି ଲୋକ ପ୍ରାଣ ହରାଇଥିଲେ ।
- ତୁଡ଼ିଗଡ଼ିଆ ଓ ଖାଇରାଡ଼ିହିରେ ପୋଲିସ୍ ଗୁଳିଚାଳନା ଫଳରେ ନୀଳଗିରିର କିଛି ଲୋକ ପ୍ରାଣ ହରାଇଥିଲେ । ବାସୁଦେବପୁରର ଇରମଠାରେ କର ନ ଦେବା ପାଇଁ ପ୍ରତିଜ୍ଞାବଦ୍ଧ ଲୋକମାନେ ୧୯୪୨ ସେପ୍ଟେମ୍ବର ୨୫ରେ ମେଲଣ ପଡ଼ିଆରେ ଏକ ସଭାରେ ଏକତ୍ରିତ ହୋଇଥିବାବେଳେ ପୋଲିସ୍ ଡି.ଏସ୍.ପି.ଙ୍କ ନିର୍ଦ୍ଦେଶରେ ଗୁଳିଚାଳନା କରାଯାଇଥିଲା । ଏଥିରେ ପରୀ ବେୱା ନାମକ ଜଣେ ମହିଳାଙ୍କ ସମେତ ୨୮ ଜଣ ସହିଦ ହୋଇଥିଲେ ଓ ୫୫ ଜଣ ଆହତ ହୋଇଥିଲେ ।
- ଇରମ୍ ଗୁଳିକାଣ୍ଡ ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ ସହିତ ତୁଳନୀୟ । ଇରମକୁ ଯଥାର୍ଥରେ ‘ରକ୍ତତୀର୍ଥ’ କୁହାଯାଏ ।
- ପୁରୀ ଜିଲ୍ଲାର ନିମାପଡ଼ାଠାରେ ସତ୍ୟାଗ୍ରହୀମାନେ ସେପ୍ଟେମ୍ବର ୧୬ରେ ଖଜଣା ନ ଦେବାକୁ ସ୍ଥିର କରି ଜାତୀୟ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କଲେ । ପୋଲିସ୍ ବାରଣକୁ ଲୋକମାନେ ନ ମାନିବାରୁ ଗୁଳିଚାଳନା ଫଳରେ ଉତ୍ସବ ମଳିକ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ।
- କୋରାପୁଟ ଜିଲ୍ଲାରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ବରେ ୧୯୪୨ ଅଗଷ୍ଟ ୨୧ ତାରିଖରେ ଲୋକମାନେ ମାତିଲି ଥାନା ଘେରାଉ କରିବାରୁ ପୁଲିସ୍ର ଗୁଳିଚାଳନାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଜଙ୍ଗଲରକ୍ଷୀକୁ ହତ୍ୟାକରିବାକୁ ମିଥ୍ୟା ଅଭିଯୋଗରେ ତାଙ୍କୁ ୧୯୪୩ ମାର୍ଚ୍ଚ ୨୯ରେ ବ୍ରହ୍ମପୁର ଜେଲ୍ରେ ଫାଶୀ ଦିଆଯାଇଥିଲା ।
- ଭାରତ ଛାଡ଼ ଆନ୍ଦୋଳନରେ ଓଡ଼ିଶାର ଏକମାତ୍ର ବ୍ୟକ୍ତି ଲକ୍ଷ୍ମଣ ନାୟକ ସହିଦ ହୋଇଥିଲେ ।
- ୧୯୪୨ ଅଗଷ୍ଟ ୨୪ରେ କୋରାପୁଟର ବହୁ ଲୋକ ପାପଡ଼ାହାଣ୍ଡିଠାରେ ଥିବା ଟୋଲ ଓ ଥାନା ଧ୍ବଂସ କରିବାରୁ ପୋଲିସ୍ ଗୁଳିଚାଳନାରେ ୧୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
- ତାଳଚେରରେ ପବିତ୍ରମୋହନ ପ୍ରଧାନ ଓ ଢେଙ୍କାନାଳରେ ବୈଷ୍ଣବଚରଣ ପଟ୍ଟନାୟକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
- ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ନେତୃତ୍ବରେ ୧୯୪୨ ମସିହା ଅଗଷ୍ଟ ୨୬ ତାରିଖରେ ଆନ୍ଦୋଳନକାରୀମାନେ ମଢ଼ି ଥାନାର ଅସ୍ତ୍ରାଗାର, ତହସିଲ ଅଫିସ୍ ଓ ଜଙ୍ଗଲ ବିଭାଗ ଅଫିସ୍ରେ ନିଆଁ ଲଗାଇ ଦେଇଥିଲେ ।
- ସମ୍ବଲପୁରରେ ମଧ୍ୟ ଭାରତ ଛାଡ଼ ଆନ୍ଦୋଳନ ବହୁ ମାତ୍ରାରେ ସଫଳ ହୋଇଥିଲା ।
- ଜାତୀୟ ମହାସ୍ରୋତରେ ସାମିଲ ହୋଇ ସ୍ଵାଧୀନତା ପ୍ରାପ୍ତି ପାଇଁ ଓଡ଼ିଶାର ଜନସାଧାରଣ ବହୁ କଷ୍ଟ ସ୍ଵୀକାର କରିଥିଲେ ।
ଐଢିହାସିକ ଘଟଣାବଳୀ ଓ ସମୟ:
୧୭୮୯ ଖ୍ରୀ.ଅ. – ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ।
୧୯୧୭ ଖ୍ରୀ.ଅ. – ରୁଷ୍ ବିପ୍ଳବ ସଂଘଟିତ ।
୧୯୩୯ ଖ୍ରୀ.ଅ. – (ସେପ୍ଟେମ୍ବର ୩) ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ।
୧୯୩୯ ଖ୍ରୀ.ଅ. – (ସେପ୍ଟେମ୍ବର ୧୪) ଜାତୀୟ କଂଗ୍ରେସରେ ମିତ୍ରଶକ୍ତିକୁ ସାହାଯ୍ୟ ନ କରିବାକୁ ପ୍ରସ୍ତାବ ଗ୍ରହଣ ।
୧୯୩୯ ଖ୍ରୀ.ଅ. – (ଅକ୍ଟୋବର ୨୨) କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।
୧୯୪୦ ଖ୍ରୀ.ଅ. – (ଅଗଷ୍ଟ ୮) ‘ଅଗଷ୍ଟ ଦାନ’ ଘୋଷଣା ।
୧୯୪୦ ଖ୍ରୀ.ଅ. – (ଅକ୍ଟୋବର ୧୭) ବିନୋବା ଭାବେଙ୍କଦ୍ଵାରା ପାନାଉର୍ଠାରେ ସତ୍ୟାଗ୍ରହ ଆରମ୍ଭ ।
୧୯୪୧ ଖ୍ରୀ.ଅ. – (ଡିସେମ୍ବର ସୁଦ୍ଧା) ୨୫,୦୦୦ ରୁ ଊର୍ଦ୍ଧ୍ୱ ସତ୍ୟାଗ୍ରହୀ ଗିରଫ ।
୧୯୪୨ ଖ୍ରୀ.ଅ. – (ମାର୍ଚ୍ଚ) ଷ୍ଟାଫୋର୍ଡ଼ କ୍ରିପ୍ସ୍ଙ୍କ ଭାରତ ଆଗମନ ।
୧୯୪୨ ଖ୍ରୀ.ଅ. – (ଜୁଲାଇ ୬ରୁ ୧୪) ଓ୍ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୭) ମୁମ୍ବାଇଠାରେ କଂଗ୍ରେସର ସାଧାରଣ ଅଧ୍ବବେଶନ ଅନୁଷ୍ଠିତ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୯) ମହାତ୍ମା ଗାନ୍ଧି ଗିରଫ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୧୧) ଛାତ୍ରମାନଙ୍କଦ୍ୱାରା ପାଟନା ସଚିବାଳୟର ପୂର୍ବ ଦ୍ଵାରରେ ଜାତୀୟ ପତାକା ଉତ୍ତୋଳନ ।
୧୯୪୨ ଖ୍ରୀ.ଅ. – (ସେପ୍ଟେମ୍ବର ୧୦) ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କଦ୍ଵାରା ଭାରତଛାଡ଼ ଆନ୍ଦୋଳନକୁ ଦମନ କରାଯାଇଛି ବୋଲି ବ୍ରିଟିଶ୍ ହାଉସ୍ ଅଫ୍ କମନ୍ସରେ ଘୋଷଣା ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୧୭) କାଇପଦର ଡାକଘରେ ସତ୍ୟାଗ୍ରହୀମାନଙ୍କଦ୍ଵାରା ଅଗ୍ନି ସଂଯୋଗ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୧୭) ଭଣ୍ଡାରୀପୋଖରୀରେ ୫୦୦୦ ଲୋକଙ୍କଦ୍ଵାରା ଥାନା ଆକ୍ରମଣ ।
୧୯୪୨ ଖ୍ରୀ.ଅ. – (ସେପ୍ଟେମ୍ବର ୨୧) ଶ୍ରୀଜଙ୍ଗରେ ଗୁଳିଚାଳନା ଫଳରେ ୧୦ ବା ୧୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ।
୧୯୪୨ ଖ୍ରୀ.ଅ. – (ସେପ୍ଟେମ୍ବର ୨୮) ଇରମ ଗୁଳିକାଣ୍ଡ ସଂଘଟିତ, ୫୫ ଜଣ ଆହତ, ୨୮ ଜଣ ସହିଦ । (ଅଗଷ୍ଟ ୨୧) ମାତିଲି ଥାନା ଘେରାଉ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୨୧) ମାତିଲି ଥାନା ଘେରାଉ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୨୪) ପାପଡ଼ାହାଣ୍ଡି ଗୁଳିକାଣ୍ଡ ଓ ୧୫ ଜଣଙ୍କର ପ୍ରାଣହାନ୍ତି ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୨୬) କାମାକ୍ଷାନଗରରେ ଥାନାପୋଡ଼ି ।
୧୯୪୩ ଖ୍ରୀ.ଅ. – (ମାର୍ଚ୍ଚ ୨୯) ବ୍ରହ୍ମପୁର ଜେଲରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ।