BSE Odisha 10th Class History Notes Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

Odisha State Board BSE Odisha 10th Class History Notes Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା will enable students to study smartly.

BSE Odisha Class 10 History Notes Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ସୁଭାଷଙ୍କ ଆଦ୍ୟ ଜୀବନ ଓ ଶିକ୍ଷା :

  • ସୁଭାଷଚନ୍ଦ୍ର ବୋଷ ୧୮୯୭ ଖ୍ରୀଷ୍ଟାବ୍ଦ ଜାନୁୟାରୀ ୨୩ ତାରିଖରେ କଟକର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପିତା ଥିଲେ ଆଇନଜୀବୀ ଜାନକୀନାଥ ବୋଷ । ସେ କଟକର ରେଭେନ୍ସା କଲିଜିଏଟ୍ ସ୍କୁଲରେ ପାଠ ପଢ଼ିଥିଲେ ।
    ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା
  • ସେ ରାମକୃଷ୍ଣ ପରମହଂସ, ସ୍ଵାମୀ ବିବେକାନନ୍ଦ ଓ ରବୀନ୍ଦ୍ରନାଥ ଠାକୁରଙ୍କର ବାଣୀ ଓ ବେନିଟୋ ମୁସ୍କୋଲିନି, ମୁସ୍ତାଫା କମଲ ପାଶା, କାଉଣ୍ଟ ଡି କାଲୁର ଓ ଗାରିବାଲ୍ଟିଙ୍କ ଭଳି ବିପ୍ଳବୀଙ୍କ ଚିନ୍ତାଧାରା ଓ ବ୍ୟକ୍ତିତ୍ଵ ତଥା ଆମେରିକାର ସ୍ଵାଧୀନତା ସଂଗ୍ରାମ ଓ ଫରାସୀ ବିପ୍ଳବଦ୍ଵାରା ପ୍ରଭାବିତ ହୋଇଥିଲେ ।
  • ସୁଭାଷଚନ୍ଦ୍ର ବୋଷ କଟକର ରେଭେନ୍ସା କଲିଜିଏଟ୍‌ରେ ପାଠ ପଢୁଥିବା ସମୟରେ ଛାତ୍ରମାନଙ୍କୁ ସଙ୍ଗଠିତ କରି ସ୍କୁଲ ହଷ୍ଟେଲରେ ଖୁଦିରାମ ଦିବସ ପାଳନ କରିଥିଲେ ।
  • ପ୍ରେସିଡ଼େନ୍ସି କଲେଜରେ ଅଧ୍ୟୟନ କାଳରେ ଭାରତୀୟ ବିରୋଧୀ ବ୍ରିଟିଶ୍ ପ୍ରଫେସର ସି.ଏଫ୍.ୱେଟେନ୍‌ଙ୍କୁ ତାଙ୍କ ଉପସ୍ଥିତିରେ ମାଡ଼ ମରାଗଲା । ସେ ନିଜକୁ ନିଘୋଷ ବୋଲି କହିଲେ ନାହିଁ କି ଆକ୍ରମଣକାରୀମାନଙ୍କ ନାମ ପ୍ରକାଶ କଲେ ନାହିଁ ।
  • ଏହି ଘଟଣାରେ କ୍ଷମା ନ ମାଗିବାରୁ ୧୯୧୬ରେ ସେ କଲେଜରୁ ବହିଷ୍କୃତ ହେଲେ ।
  • ପରେ ସେ କୋଲକାତାର ସ୍ଫଟିସ୍ କଲେଜରୁ ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ; ମାତ୍ର ମନସ୍ତତ୍ତ୍ଵରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପୂର୍ବରୁ ୧୯୧୯ରେ କେମ୍ବ୍ରିଜ୍ ଚାଲିଗଲେ ।
  • ୧୯୨୦ ମସିହାରେ ସୁଭାଷ ଆଇ.ସି.ଏସ୍. ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ ମଧ୍ୟ ସମ୍ମାନଜନକ ପଦବୀକୁ ତ୍ୟାଗ କରି ସ୍ଵଦେଶକୁ ଫେରି ଆସିଲେ ।

BSE Odisha 10th Class History Notes Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

→ ରାଜନୀତିକ ଜୀବନ :

  • ୧୯୨୩ ମସିହାରେ ସୁଭାଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ହେଲେ । ତାଙ୍କର ରାଜନୈତିକ ଗୁରୁ ଥିଲେ ମହାନ୍ ନେତା ଚିତ୍ତରଞ୍ଜନ ଦାସ ।
  • ୧୯୨୪ ମସିହାରେ ସେ କୋଲକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହୋଇଥିଲେ । ସେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟି ଓ ସର୍ବଭାରତୀୟ ଶ୍ରମିକ କଂଗ୍ରେସର ଅଧ୍ୟକ୍ଷଭାବେ ମଧ୍ୟ ନିର୍ବାଚନ ହୋଇଥିଲେ ।
  • ଇଂରେଜ ସରକାର ତାଙ୍କୁ ୧୯୨୪ ମସିହାରେ ସନ୍ଦେହରେ ଗିରଫ କଲେ ଏବଂ ଏହାର ଏକବର୍ଷ ପରେ ତାଙ୍କୁ ବର୍ମାର ମାଣ୍ଡେଲା ଜେଲକୁ ପ୍ରେରଣ କରିଥିଲେ ।
  • ୧୯୩୪ ମସିହାରେ ସୁଭାଷ ବୋଷଙ୍କ ‘ଭାରତୀୟ ସଂଗ୍ରାମ’’ ପୁସ୍ତକ ପ୍ରକାଶ ପାଇଥିଲା । କଟକ ଓ ପୁରୀରେ ଥୁବା ତାଙ୍କ ପୈତୃକ ବାସଭବନକୁ ସଂଗ୍ରହାଳୟରେ ପରିଣତ କରାଯାଇଛି ।
  • ୧୯୩୮ ମସିହାର ଜାତୀୟ କଂଗ୍ରେସର ହରିପୁର ଅଶନ ଓ ୧୯୩୯ ମସିହାର ତ୍ରିପୁରୀ ଅବେଶନରେ ଗାନ୍ଧିଜୀଙ୍କ ବିରୋଧ ସତ୍ତ୍ଵେ ସେ ସଭାପତି ହୋଇଥିଲେ ।
  • ଗାନ୍ଧିଜୀଙ୍କ ସହ ମତଭେଦ ହେବାରୁ ସେ କଂଗ୍ରେସ ତ୍ୟାଗ କରି ୧୯୩୯ ମେ’ ୩ ତାରିଖରେ ଫରୱାର୍ଡ଼ ବ୍ଲକ୍ ନାମକ ଏକ ରାଜନୀତିକ ଦଳ ଗଠନ କଲେ ।
  • ଇଂରେଜ ସରକାର ସୁଭାଷଙ୍କୁ ୧୯୪୦ ମସିହା ଜୁଲାଇ ୨ ତାରିଖରେ ଗିରଫ କରି କୋଲକତାରେ ନଜରବନ୍ଦୀ କରି ରଖୁଥିଲେ ।
  • ଭାରତର ସ୍ଵାଧୀନତା ନିମନ୍ତେ ବାହାରେ ରହି ଲଢ଼େଇ କରିବା ଉଦ୍ଦେଶ୍ୟରେ ସେ ଛଦ୍ମବେଶରେ ଭାରତ ତ୍ୟାଗ କରିଥିଲେ । ଆଫଗାନିସ୍ତାନ ଓ ସୋଭିଏତ୍ ରୁଷ୍ ମଧ୍ୟଦେଇ ୧୯୪୧ ମସିହା ମାର୍ଚ୍ଚ ୨୫ ତାରିଖରେ ସେ ବର୍ଲିନ୍‌ଠାରେ ପହଞ୍ଚିଲେ ।

→ ଆଜାଦ୍ ହିନ୍ଦ୍ ଫୌଜ ଗଠନ :

  1. ଜର୍ମାନ ସରକାରଙ୍କ ସାହାଯ୍ୟରେ ସୁଭାଷ ବର୍ଲିନ୍‌ଠାରେ ‘ଫ୍ରି ଇଣ୍ଡିଆ ଆର୍ମି’ ବା ‘ସ୍ଵାଧୀନ ଭାରତ ସୈନ୍ୟବାହିନୀ’ ଗଠନ କଲେ । ସୈନ୍ୟମାନେ ‘ଜୟହିନ୍ଦ୍’ଧ୍ଵନି ବ୍ୟବହାର କରି ତାଙ୍କୁ ଅଭିବାଦନ ଦେଉଥିଲେ ।
  2. ୧୯୪୧ରେ ସୁଭାଷ ବୋଷ ଆଜାଦ୍ ହିନ୍ଦ୍ ରେଡ଼ି ଓ ପ୍ରତିଷ୍ଠା କରି ୧୯୪୨ଫେବୃଆରୀ ୧୯ରେ ତାଙ୍କର ପ୍ରଥମ ଗୁପ୍ତ ବେତାର ବାର୍ତ୍ତା ସମଗ୍ର ଦେଶ ଉଦ୍ଦେଶ୍ୟରେପ୍ରସାରଣ କରିଥିଲେ ।
  3. ଜର୍ମାନୀ ଶାସକ ହିଟ୍‌ଲର୍‌ଙ୍କୁ ସାକ୍ଷାତ କରି ସେ ଭାରତର ସ୍ଵାଧୀନତା ସମ୍ପର୍କରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ହିଟ୍‌ଲର୍ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ନ ଦେଇଥିଲେ ମଧ୍ୟ ସୁଭାଷଙ୍କ ନିରାପଦ ଜାପାନ ଯାତ୍ରା ପାଇଁ ବ୍ୟବସ୍ଥା କରିଥିଲେ ।
  4. ସୁଭାଷ ବୋଷଙ୍କୁ ଅନ୍ୟମାନଙ୍କ ସହ ପରିଚିତ କରାଇ ହିଟଲର୍ କହିଥିଲେ, ‘ମୁଁ କେବଳ ଆଠକୋଟି ଲୋକଙ୍କର ଶାସନ, ମାତ୍ର ସୁଭାଷ ଚାଳିଶ କୋଟି ଲୋକଙ୍କର ନେତା ।
    ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା 1
  5. ସେତେବେଳେ ଜାପାନ ସମଗ୍ର ଦକ୍ଷିଣ-ପୂର୍ବ ଏସିଆର ଅପ୍ରତିଦ୍ବନ୍ଦୀ ଶକ୍ତି ଥିବାରୁ ନେତାଜୀ ଜାପାନ ଉପରେ ଦୃଷ୍ଟି ନିବଦ୍ଧ କଲେ । ଜାପାନକୁ ରାଜି କରି ବ୍ରିଟିଶ୍-ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କଲେ ।
  6. ଜାପାନରେ ବାସ କରୁଥିବା ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ଓ କ୍ୟାପଟେନ୍ ମୋହନ ସିଂହଙ୍କ ନେତୃତ୍ବରେ ଆଜାଦ୍ ହିନ୍ଦ୍ ଫୌଜ ଗଠିତ ହୋଇଥିଲା ।
  7. ରାସବିହାରୀଙ୍କ ନିମନ୍ତ୍ରଣକ୍ରମେ ସୁଭାଷ ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ଵ ନେବାପାଇଁ ଜାପାନ ଯାଇଥିଲେ ।
  8. ୧୯୪୩ ଜୁଲାଇ ୨ ତାରିଖରେ ସୁଭାଷ ଜାପାନରେ ପହଞ୍ଚି ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ସ୍ଵାଧୀନତା ସମ୍ମିଳନୀର ନିଷ୍ପତ୍ତି ଅନୁଯାୟୀ ଭାରତୀୟ ସ୍ଵାଧୀନତା ସଂଘ ଓ ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ଵ ନେଲେ ।
  9. ଆଜାଦ୍ ହିନ୍ଦ୍ ଫୌଜର ସୈନ୍ୟମାନେ ସୁଭାଷଙ୍କୁ ‘ନେତାଜୀ’ ଆଖ୍ୟାରେ ଭୂଷିତ କରିଥିଲେ ।
  10. କ୍ରମେ ସୈନ୍ୟ ସଂଖ୍ୟା ବଢ଼ିବାରୁ ସୁଭାଷ ଏହାର ପୁନର୍ଗଠନ କରିଥିଲେ । ସୈନ୍ୟବାହିନୀରେ ଉନ୍ନତି ଓ ଶୃଙ୍ଖଳା ଆଣିବା ପାଇଁ ସେ ଚେଷ୍ଟା କରିଥିଲେ ।
  11. ସୁଭାଷ ବୋଷ ଆଜାଦ୍ ହିନ୍ଦ୍ ଫୌଜକୁ ଚାରୋଟି ଯୋଦ୍ଧା ବାହିନୀରେ ବିଭକ୍ତ କରିଥିଲେ ।
  12. ଆଜାଦ୍ ହିନ୍ଦ୍ ଫୌଜର ୪ଟି ବ୍ରିଗେଡ୍ – ଗାନ୍ଧି ବ୍ରିଗେଡ୍, ନେହେରୁ ବ୍ରିଗେଡ୍, ଆଜାଦ୍ ବ୍ରିଗେଡ୍, ସ୍ଵତନ୍ତ୍ର ମହିଳା ଶାଖା ଝାନ୍ସୀ ରାଣୀ ବ୍ରିଗେଡ୍ ।
  13. କ୍ୟାପ୍‌ଟେନ୍ ଲକ୍ଷ୍ମୀ ସେହଗଲ ମହିଳା ଶାଖା ଝାନ୍‌ସୀ ରାଣୀ ବ୍ରିଗେଡ଼ର ନେତୃତ୍ଵ ନେଇଥିଲେ ।
  14. ଭାରତ ସରକାର କ୍ୟାପ୍‌ନ ଲକ୍ଷ୍ମୀ ସେହଗଲଙ୍କୁ ୧୯୯୮ରେ ପଦ୍ମଭୂଷଣ ସମ୍ମାନରେ ଭୂଷିତ କରିଥିଲେ ।

→ ସରକାର ଗଠନ :

  • ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ସୁଭାଷ ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରିଥିଲେ । ଜାପନ, ଜର୍ମାନୀ, ଇଟାଲୀ, ମିଆଁମାର, ଥାଇଲାଣ୍ଡ, ଚୀନ୍, ଫିଲିପାଇନ୍ସ ଓ ମାଞ୍ଚୁରିଆ ଏହି ସରକାରକୁ ସ୍ବୀକୃତି ଦେଇଥିଲେ ।
  • ସୁଭାଷ ଏହି ସରକାରର ପ୍ରଧାନମନ୍ତ୍ରୀ ଓ ପ୍ରଧାନ ସେନାପତି ଥିଲେ I ବହିର୍ଦ୍ଦେଶ ବିଭାଗ ଓ ଯୁଦ୍ଧ ବିଭାଗ ତାଙ୍କ ଅଧୀନରେ ଥିଲା ।
  • ସାମରିକ ଶକ୍ତି ବଳରେ ଭାରତ ଇଂରେଜ ସରକାରଙ୍କୁ ବିତାଡ଼ିତ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ।
  • ଆଜାଦ୍ ହିନ୍ଦ୍ ସରକାର ପ୍ରତିଷ୍ଠା କରି ସୁଭାଷ ଭାରତର ଇଂରେଜ ସରକାରଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ ।
  • ସେ କହୁଥିଲେ ‘‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ।’’

BSE Odisha 10th Class History Notes Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

→ ଭାରତ ଅଭିଯାନ :

  • ସୁଭାଷ ବୋଷଙ୍କ ନେତୃତ୍ୱରେ ଓ ତାଙ୍କ ‘ଦିଲ୍ଲୀ ଚଲୋ’ ଓ ‘ଜୟହିନ୍ଦ୍’ ମନ୍ତ୍ରରେ ଉଦ୍ଦୀପ୍ତ ହୋଇ ଆଜାଦ୍ ହିନ୍ଦ୍ ବାହିନୀ ଭାରତର ପୂର୍ବ ସୀମାରେ ପହଞ୍ଚିଲା ।
  • ୧୯୪୩ ମସିହା ନଭେମ୍ବର ୬ ତାରିଖରେ ଜାପାନ ସରକାରଙ୍କଠାରୁ ସୁଭାଷ ଆନୁଷ୍ଠାନିକ ଭାବରେ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ସେ ଦୁଇଟି ଦ୍ବୀପର ନାମ ଯଥାକ୍ରମେ ‘‘ଶହୀଦ୍’ ଓ ‘‘ସ୍ଵରାଜ’’ ରଖୁଥିଲେ ।
  • ନେତାଜୀଙ୍କ ଗଣଧ୍ଵନି ଥୁଲା – ‘ଦିଲ୍ଲୀ ଚଲୋ’’ ଓ ‘ଜୟହିନ୍ଦ୍’ ।
  • ୧୯୪୪ ମସିହା ଏପ୍ରିଲ୍ ମାସରେ ସେ ତତ୍କାଳୀନ ବ୍ରହ୍ମଦେଶ (ମିଆଁମାର) ସୀମା ପାର ହୋଇ ମଣିପୁରରେ ପ୍ରବେଶ କରିଥିଲେ ଏବଂ କୋହିମା ଦଖଲ କରି ସେଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ।
  • ମଣିପୁରର ରାଜଧାନୀ ଇମ୍ଫାଲ ଦଖଲ କରିବାକୁ ଅଗ୍ରସର ହେଉଥ‌ିବାବେଳେ ପ୍ରବଳ ବର୍ଷା ଫଳରେ ଆଜାଦ୍ ହିନ୍ଦ୍ ଫୌଜର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରାଜୟ ହେତୁ ଜାପାନର ସାହାଯ୍ୟ ମିଳିବା ସମ୍ଭବପର ନ ଥିଲା । ପୁନଶ୍ଚ ବ୍ରିଟିଶ୍ ସେନା ସେତେବେଳକୁ ଆସାମ ପର୍ଯ୍ୟନ୍ତ ମାଡ଼ିଆସି ସେହି ଅଞ୍ଚଳକୁ ନିୟନ୍ତ୍ରଣାଧୀନ କରିସାରିଥିଲେ । ତେଣୁ ଆଜାଦ୍ ହିନ୍ଦ୍ ଫୌଜ ବାଧ୍ୟ ହୋଇ ପଛଘୁଞ୍ଚା ଦେଇଥିଲା ।
  • ଆଜାଦ୍ ହିନ୍ଦ୍ ଫୌଜର ତିନି ସେନାଧ୍ୟକ୍ଷ ସାହାନୱାଜ ଖାଁ, ପ୍ରେମ ସେହଗଲ ଓ ଗୁରୁଦୟାଲ ସିଂ ଧୂନ୍ ୧୯୪୫ ସେପ୍ଟେମ୍ବର ମାସରେ ଗିରଫ ହେଲେ ନଭେମ୍ବର ୫ ତାରିଖରେ ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତର ସମ୍ମୁଖୀନ ହେଲେ ।
  • ସେମାନଙ୍କୁ ସ୍ଵାଧୀନତା ସଂଗ୍ରାମୀ ଭାବେ ଅଭିହିତ କରି ଭାରତୀୟମାନେ ସେମାନଙ୍କ ଗିରଫ ଓ ବିଚାର ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ, ଶୋଭାଯାତ୍ରା ଓ ହରତାଳ ଆରମ୍ଭ କଲେ । ସମସ୍ତ ରାଜନୀତିକ ଦଳ ସେମାନଙ୍କ ମୁକ୍ତି ଦାବି କଲେ । ଦେଶର ପ୍ରମୁଖ ଆଇନଜୀବୀମାନେ ସେମାନଙ୍କ ସପକ୍ଷରେ ମକଦ୍ଦମା ଲଢ଼ିଲେ ।
  • ସାମରିକ ଅଦାଲତ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ହେଁ ଇଂରେଜ ସରକାରଙ୍କ ବିରୋଧ ପ୍ରବଳ ଜନମତ ସୃଷ୍ଟି ହୋଇଥ‌ିବାରୁ ଭାଇସ୍‌ୟ ଲର୍ଡ ୱାଭେଲ୍‌ ୧୯୪୬ ଜାନାୟାରୀ ୧ ତାରିଖରେ ସେମାନଙ୍କୁ ମୁକ୍ତ କରିଦେଇଥିଲେ ।
  • ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ଜାପାନର ଫର୍ମୋଜାରୁ ଟୋକିଓକୁ ଯାଉଥିବାବେଳେ ସେ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମ୍ବାଦ ପ୍ରକାଶ ପାଇଥିଲା । ଅବଶ୍ୟ ଏହି ସମ୍ବାଦକୁ ଅନେକ ବିଶ୍ଵାସ କରନ୍ତି ନାହିଁ ।
  • ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ନେତାଜୀଙ୍କର ଆଜାଦ୍ ହିନ୍ଦ୍ ଫୌଜର ଅଭିଯାନର ଫଳାଫଳ ସୁଦୂରପ୍ରସାରୀ ଥିଲା । ବ୍ରିଟିଶ୍ ରାଜଶକ୍ତିକୁ ଚରମ ଆଘାତ ଦେଇ ଏହା ସ୍ଵାଧୀନତା ପାଇଁ ମାର୍ଗ ପ୍ରସ୍ତୁତ କରିଥିଲା ।
  • ସୁଭାଷ ବୋଷ ଭାରତର ସ୍ବାଧୀନତାର ସ୍ବାଦ ଚାଖ୍ ନ ପାରିଥିଲେ ଜଣେ ଦେଶପ୍ରେମୀ ଓ ଅନନ୍ୟ ସ୍ଵାଧୀନତା ସଂଗ୍ରାମୀ ଭାବେ ଚିରଦିନ ପାଇଁ ଭାରତୀୟମାନଙ୍କ ମାନସପଟରେ ସ୍ମରଣୀୟ ହୋଇ ରହିବେ ।

BSE Odisha 10th Class History Notes Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

ଐତିହାସିକ ଘଟଣାବଳୀ ଓ ସମୟ:

୧୮୯୭ ଖ୍ରୀ.ଅ. – (ଜାନୁୟାରୀ ୨୩) ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମଗ୍ରହଣ ।
୧୯୧୬ ଖ୍ରୀ.ଅ. – ସୁଭାଷ ପ୍ରେସିଡେନ୍ସି କଲେଜରୁ ବହିଷ୍କୃତ ।
୧୯୧୯ ଖ୍ରୀ.ଅ. – ମନସ୍ତତ୍ତ୍ଵରେ ସ୍ନାତକୋତ୍ତର ଶିକ୍ଷା ଅସମ୍ପୂର୍ଣ୍ଣ କରି ସୁଭାଷଙ୍କ କେମ୍ବ୍ରିଜ୍ ଗମନ ।
୧୯୨୦ ଖ୍ରୀ.ଅ. – ଆଇ.ସି.ଏସ୍. ପରୀକ୍ଷାରେ ସୁଭାଷଙ୍କ ଚତୁର୍ଥ ସ୍ଥାନ ହାସଲ ।
୧୯୨୩ ଖ୍ରୀ.ଅ. – ଭାରତୀୟ ଜାତୀୟ କଂଗ୍ରେସରେ ସୁଭାଷଙ୍କ ଯୋଗଦାନ ।
୧୯୨୪ ଖ୍ରୀ.ଅ. – କୋଲ୍‌କତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ‌ିକାରୀ ଭାବେ ସୁଭାଷ ନିର୍ବାଚିତ ।
୧୯୨୫ ଖ୍ରୀ.ଅ. – ସୁଭାଷଙ୍କୁ ବର୍ମାର ମାଣ୍ଡାଲେ ଜେଲକୁ ପ୍ରେରଣ ।
୧୯୩୮ ଖ୍ରୀ.ଅ. – କଂଗ୍ରେସର ହରିପୁର ଅଧ‌ିବେଶନ ଅନୁଷ୍ଠିତ ।
୧୯୩୯ ଖ୍ରୀ.ଅ. – କଂଗ୍ରେସର ତ୍ରିପୁରୀ ଅଧୂବେଶନ ଅନୁଷ୍ଠିତ ।
୧୯୩୯ ଖ୍ରୀ.ଅ. – (ମେ ୩) ସୁଭାଷଙ୍କଦ୍ଵାରା ‘ଫରୱାର୍ଡ଼ ବ୍ଲକ୍‌’ ନାମକ ରାଜନୈତିକ ଦଳ ଗଠନ ।
୧୯୪୦ ଖ୍ରୀ.ଅ. – (ଜୁଲାଇ ୨) ସୁଭାଷ କୋଲ୍‌କତାରେ ଗିରଫ ଓ ନଜରବନ୍ଦୀ ରୂପେ ଅବସ୍ଥାନ ।
୧୯୪୧ ଖ୍ରୀ.ଅ. – (ଜାନୁୟାରୀ ୨୬) ଛଦ୍ମବେଶରେ ସୁଭାଷଙ୍କ ଭାରତ ପରିତ୍ୟାଗ ।
୧୯୪୧ ଖ୍ରୀ.ଅ. – (ମାର୍ଚ୍ଚ ୨୫) ମୁସଲମାନ ବେଶରେ ସୁଭାଷଙ୍କ ବର୍ଲିନ୍‌ରେ ପଦାର୍ପଣ ।
୧୯୪୨ ଖ୍ରୀ.ଅ. – (ଜାନୁୟାରୀ ୧୯) ଜର୍ମାନୀରୁ ସୁଭାଷଙ୍କ ଗୁପ୍ତ ବେତାର ବାର୍ତ୍ତା ପ୍ରସାରଣ ।
୧୯୪୩ ଖ୍ରୀ.ଅ. – (ଫେବୃୟାରୀ ୮) ସୁଭାଷଙ୍କର କିଲେ ବନ୍ଦରରୁ ଜାପାନ ଯାତ୍ରା ।

BSE Odisha 10th Class History Notes Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

୧୯୪୩ ଖ୍ରୀ.ଅ. – (ଜୁନ୍ ୧୩) ସୁଭାଷଙ୍କର ଟୋକିଓ ସହରରେ ପଦାର୍ପଣ ।
୧୯୪୩ ଖ୍ରୀ.ଅ. – (ଜୁଲାଇ ୨) ସୁଭାଷଙ୍କ ସିଙ୍ଗାପୁରରେ ପଦାର୍ପଣ ।
୧୯୪୩ ଖ୍ରୀ.ଅ. – (ଅକ୍ଟୋବର ୨୧) ସୁଭାଷଙ୍କଦ୍ଵାରା ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର ଗଠନ ।
୧୯୪୩ ଖ୍ରୀ.ଅ. – (ନଭେମ୍ବର ୬) ସୁଭାଷଙ୍କର ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ଦାୟିତ୍ଵ ଗ୍ରହଣ ।
୧୯୪୪ ଖ୍ରୀ.ଅ. – (ଏପ୍ରିଲ୍) ସୁଭାଷଙ୍କ ମଣିପୁର ରାଜ୍ୟରେ ପ୍ରବେଶ ଏବଂ କୋହିମା ଦଖଲ ।
୧୯୪୫ ଖ୍ରୀ.ଅ. – (ସେପ୍ଟେମ୍ବର) ଆଜାଦ୍ ହିନ୍ଦ୍ ଫୌଜର ତିନି ସେନାଧ୍ୟକ୍ଷ ଗିରଫ ।
୧୯୪୫ ଖ୍ରୀ.ଅ. – (ଅଗଷ୍ଟ ୧୮) ସୁଭାଷଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ।
୧୯୪୬ ଖ୍ରୀ.ଅ. – (ଜାନୁୟାରୀ ୧) ଆଜାଦ୍ ହିନ୍ଦ୍ ଫୌଜର ତିନି ସେନାଧ୍ୟକ୍ଷ ଭାଇସ୍‌ୟ ଲର୍ଡ଼ ୱାଭେଲ୍‌ଙ୍କଦ୍ୱାରା ମୁକ୍ତ ।

Leave a Comment